loading...

ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଲା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା

ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆକି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି

ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଲା ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା

ଭୂବନେଶ୍ୱର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଫେବୃଆରୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢ଼ା ବିଦ୍ୟାଳୟରେ ହେବାକୁ ଥିବାବେଳେ ତାହାକୁ ଆକି ଫେବୃଆରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାପାଳମାନଙ୍କଠାରୁ ମିଳିଥିବା ରିପୋର୍ଟ ଆଧାରରେ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ନିମନ୍ତେ ବିଦ୍ୟାଳୟରେ ପାଠପଢ଼ା ନିଷ୍ପତ୍ତି ନେଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ଯୋଗୁଁ ଏଗୁଡ଼ିକର ସଫେଇ, ସାମାନ୍ୟ ମରାମତି ଏବଂ ପିଲାମାନଙ୍କ ନିମନ୍ତେ ଉତ୍ତମ ପରିବେଶ ସୃଷ୍ଟି ନିମନ୍ତେ ସମୟର ଆବଶ୍ୟକତା ରହିଛି । 

ଏଥ ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶିକ୍ଷକମାନେ ନିୟୋଜିତ ହେବେ । ଏଥୁ ସହିତ ନିର୍ବାଚନ ସମୟରେ ପୋଲିସ ଏବଂ ନିର୍ବାଚନ ଅଧୁକାରୀମାନଙ୍କ ଗହଳି ଯୋଗୁଁ କୋଭିଡ୍ ୧୯ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖୁ ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨୮ରେ ଅଫଲାଇନ୍ ପାଠପଢ଼ା ଆରମ୍ଭ ହେଲେ ମଧ୍ୟ ୧୪ ତାରିଖଠାରୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଯୋଗଦେବେ ଏବଂ ବିଦ୍ୟାଳୟର ଉପଯୁକ୍ତ ସାନିଟାଇଜେସଙ୍କୁ ସୁନିଶ୍ଚିତ କରାଇବେ । ଏହି ସମୟ ମଧ୍ୟରେ ପିଲାମାନଙ୍କର ଅନ୍‌ଲାଇନ୍ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget