ଭୁବନେଶ୍ୱର, ରାଜଧାନୀ ଉପକଣ୍ଠ ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀର ୯ଟି ପଞ୍ଚାୟତକୁ ନେଇ ଗଠିତ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ ଗୁରୁବାର ପୂର୍ବାହ୍ନରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧଉଳି ଗ୍ରାମ ପଞ୍ଚାୟତରରେ ଭାରତୀୟ ଜନତା ପାର୍ଟିର ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିଥିଲେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ଘରକୁ ଘର ବୁଲି ସୁଜିତ କୁମାର ବଳବନ୍ତରାୟ ଙ୍କୁ ବିପୁଳ ଭୋଟ୍ ରେ ବିଜୟୀ କରିବା ପାଇଁ ବାବୁ ସିଂ ପଞ୍ଚାୟବାସୀଙ୍କୁ ନିବେଦନ କରିଥିଲେ।
ଏହି ପ୍ରଚାରରେ ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ବିଜେପି ନେତା ଅରୁଣ ପୁରୋହିତ, ରବି ମହାରଣା, ସୁରେନ୍ଦ୍ର ପ୍ରଧାନ, ତୃପ୍ତି ମଇ ମକଦ୍ଦମ, ମାନସ ପଣ୍ଡା, ଅଜୟ ସ୍ୱାଇଁ, ଜୋସ୍ନାମୟୀ ବଡ଼ଜେନା ପ୍ରମୁଖ ସାମିଲ ଥିଲେ।
Post a Comment