ଭୁବନେଶ୍ୱର, ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜାତୀୟ କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ, ନେହେରୁ ଓ ସୁଭାଷ ବୋଷଙ୍କ ସହଯୋଗରେ ଆମ ଦେଶକୁ ସ୍ଵାଧୀନ କରିଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓ ହିନ୍ଦୁ ମହାସଭା ବ୍ରିଟିଶ ସରକାର ସାଙ୍ଗରେ ନଥିଲେ ଭାରତ ବର୍ଷ ବହୁ ପୂର୍ବରୁ ସ୍ବାଧୀନତା ପାଇଥାନ୍ତା । ସ୍ଵାଧୀନ ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଭାରତ ବର୍ଷର ବିକାଶ ପାଇଁ ଆପ୍ରାଣେ ଉଦ୍ୟମ କରିଥିଲେ । ଏପରିକି ସେତେବେଳେ ଦେଶରେ ସାଇକେଲ କାରଖାନାଟିଏ ବି ନଥୁଲା । ଭାରତବର୍ଷରେ ସ୍କୁଲ, କଲେଜ, ଡାକ୍ତରଖାନା, ଚାଷପାଇଁ ଟ୍ରାକ୍ଟର, ଜଳସେଚନ ପାଇଁ ଡାମ, ଗମନାଗମନ ପାଇଁ ରାସ୍ତା ଓ ପୋଲ ଯୁଦ୍ଧକାଳୀନ ଭିତିରେ ତିଆରି ହେଲା । ତାଙ୍କ ସମୟରେ ବୈଜ୍ଞାନିକ ପ୍ରଣାଳୀରେ ଦେଶର ବିକାଶ ପାଇଁ ବୈଜ୍ଞାନିକ ମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ନିଆଯାଇଥୁଲା । ଭାରତବର୍ଷ ସମ୍ବିଧାନ ଦଳିତ, ଆଦିବାସୀ ଓ ଗରିବ ମାନଙ୍କର ସାମ୍ବିଧାନିକ ଅଧୁକାରକୁ ସାବସ୍ତ କରିବାପାଇଁ ଓ ଅନ୍ୟ ନାଗରିକମାନଙ୍କର ମୌଳିକ ଅଧୁକାରକୁ ସାବ୍ୟସ୍ତ କରିବାପାଇଁ ଦଳିତ ନେତା ଡ. ଆମ୍ବେଦକରଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲେ ।
ରାଜା ରାଜୁଡ଼ାଙ୍କ ହାତ ପାଣ୍ଟି କାଟିବା, ବ୍ୟାଙ୍କ ଜାତୀୟକରଣ କରିବା, ଗରିବ ହଟାଇବାପାଇଁ ୨୦ ଦଫା କାର୍ଯ୍ୟକ୍ରମକୁ ହାତକୁ ନେବା କଂଗ୍ରେସ ସରକାରରେ ହିଁ ସମ୍ଭବ ହୋଇଥିଲା । ୮୦ ଭାଗ ଗରିବ ଲୋକଙ୍କୁ କଂଗ୍ରେସ ଖାଦ୍ୟ ମାଗଣାରେ ଯୋଗାଇଥିଲେ । ୧୯୭୧ ମସିହାରେ କଂଗ୍ରେସ ନେତୃତ୍ବରେ ପାକିସ୍ତାନକୁ ଯୁଦ୍ଧରେ ପରାସ୍ତ କରି ପାକିସ୍ଥାନକୁ ଦୁଇଭାଗ କରାଯାଇଥୁଲ କଂଗ୍ରେସ ସରକାରେ ବିଜ୍ଞାନୀ କାରିଗରୀ କୌଶଳ କମ୍ପୁଟର ଠାରୁ ମୋବାଇଲ ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହେବାରୁ ଭାରତବର୍ଷ ପୃଥିବୀରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେଲା । ମୋଦୀ ପ୍ରଧାନ ମନ୍ତ୍ରୀ ହେବାପରଠାରୁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହୋଇଛି । ମୋଦୀ ପ୍ରଧାନମନ୍ତ୍ରୀ ହୋଇ ନଥିଲେ ଅତ୍ୟାବଶକୀୟ ଜିନିଷର ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମୁଦ୍ରାସ୍ପିତି ହୋଇନଥାନ୍ତା । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ ଗୁଜୁରାଟରେ ନାଥୁରାମ ଗଡ଼ସେର ପ୍ରତିମୂର୍ତ୍ତି ନିର୍ମାଣ ହୋଇନଥାନ୍ତା ଓ ଗାନ୍ଧୀଙ୍କ ଫଟୋଚିତ୍ରକୁ ଗୁଳିବର୍ଷଣ ହୋଇନଥାନ୍ତା ।
ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ କରୋନା ନାରେ ହଜାର ହଜାର କୋଟି ଟଙ୍କାର ବାଟମାରଣା ହୋଇନଥାନ୍ତା । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ ଐତିହାସିକ ଚାଷୀ ଆନ୍ଦୋଳନ ହୋଇନଥାନ୍ତା । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ ଦେଶର ଗୃହମନ୍ତ୍ରୀଙ୍କ ପୁଅ ଚାଷୀମାନଙ୍କ ଉପରେ ଗାଡ଼ି ଚଡ଼ାଇ ହତ୍ୟା କରିନଥାନ୍ତେ ଏବଂ ଚାଷୀମାନଙ୍କୁ ଗୁଳି କରି ହତ୍ୟା କରିନଥାନ୍ତେ । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥୁଲେ ଭୁଲ ବୈଦେଶିକ ନୀତିଯୋଗୁଁ ଚିନ ଓ ପାକିସ୍ଥାନ ଏକାଠି ହୋଇନଥାନ୍ତେ । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ ଉଭୟ ରାଜ୍ୟ ଏବଂ ଦେଶ ସଲାସୁତରା ହୋଇ ହଜାର ହଜାର କୋଟି ଟଙ୍କା ଆତ୍ମସାତ ହୋଇନଥାନ୍ତା । ମୋଦୀ ପ୍ରଧାନମନ୍ତ୍ରୀ ହୋଇନଥିଲେ ଠିକ୍ ସମୟରେ ଟୀକା ନଦୋବରୁ ଦେଶରେ ୯୩% ଲୋକ କରୋନାରେ ପୀଡ଼ିତ ହୋଇନଥାନ୍ତେ । ଏହା ପ୍ରମାଣିତ ହୋଇଛି ମୋଦୀ ଅପ୍ରତ୍ୟାଶିତ ପ୍ରଶଂସା ନବୀନଙ୍କୁ କରୁଥିବାରୁ ଏବଂ ପୂର୍ବରୁ ନବୀନ ମଧ୍ୟ ବିଜେପି ସହିତ ମିଶି ସରକାରରେ ଥିବାରୁ ନୀବନ ମୋଦିଙ୍କ ଦୁର୍ନୀତି ଛତା ତଳେ ଅଛନ୍ତି ।
ନରେନ୍ଦ୍ର ମୋଦୀ ମାନସିକ ଭାରସାମ୍ୟ ହରାଇଛନ୍ତି : ଯଜ୍ଞଶ୍ବର ବାବୁ, ଉପସଭାପତି, ପ୍ରଦେଶ କଂଗ୍ରେସ କମିଟି । ଏଠାରେ ଉପସ୍ଥିତ ରହି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ଯଜ୍ଞଶ୍ଵର ବାବୁ କହିଲେ ଯେ ମୋଦୀଙ୍କର “ ଅଗର କଂଗ୍ରେସ ନା ହୋତି” ଭାଷଣରୁ ସ୍ପଷ୍ଟ ହେଉଛି ଯେ ମୋଦି ନିଜର ଅପକର୍ମ ଓ କୁଶାସନ ପାଇଁ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଛନ୍ତି । ମୁଖ୍ୟ ପ୍ରସଙ୍ଗରୁ ଓହରିଯାଇ ଏକ ବାଚଳା ଏବଂ ଷଡ଼କଛାପର ପରି ଭାଷଣ ଦେଉଛନ୍ତି । ସେ ଏତଦ୍ବାରା ନିଜର ପ୍ରଧାନମନ୍ତ୍ରୀ ପଦମର୍ଯ୍ୟାଦା ଏବଂ ସଂସଦର ଗରିମା ନଷ୍ଟ କରିଛନ୍ତି । ଶ୍ରୀ ବାବୁ ପ୍ରଶ୍ନ କରିଛନ୍ତି ଯେ ଦେଶରେ କରୋନା ମହାମାରୀ ବ୍ୟାପିଲା, ଅମ୍ଳଜାନ ବିନା ଲୋକ ମଲେ, ଗଙ୍ଗାନଦୀରେ ହଜାର ହଜାର କରୋନା ଜନିତ ମୃତକଙ୍କ ଶବ ଭାଷିଲା, ବିମୁଦ୍ରୀକରଣ ବିଫଳହେଲା, କଳାଟଙ୍କା ଆସିଲା ନାହିଁ, ଲୋକଙ୍କ ଖାତାରେ ୧୫ଲକ୍ଷ ପଡ଼ିଲା ନାହିଁ, ଦେଶରେ ବେକାରୀଙ୍କ ସଂଖ୍ୟା ଉତ୍କଟ ହେଲା, ଦେଶରେ ଅର୍ଥନୀତି ରସାତଳଗାମୀ ତଥା ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ହେବା ପାଇଁ କ’ଣ କଂଗ୍ରେସ ଦାୟୀକି ?
ସେ ପୁଣି ପ୍ରଶ୍ନ କରିଛନ୍ତି ଦେଶର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ମଙ୍ଗଳ ଅଭିଯାନ ବିଫଳହେବା, ରାଫେଲ ଯୁଦ୍ଧ ବିମାନ କିଣା ଦୁର୍ନୀତି, ଗଣତନ୍ତ୍ର ହତ୍ୟାକରି ଗୁପ୍ତଚର ପାଇଁ ପେଗାସସ ସପ୍ଓୟାର କିଣା, ଟେଲି ପ୍ରମ୍ପର ଖରାପଯୋଗୁଁ ବିଦେଶରେ ଭାଷଣ ନଦେଇ ପାରି ବେଇଜତ ହେବା, ଦେଶର ଲାଭଦାୟକ କମ୍ପାନୀ ସମୂହକୁ ନିଜ ବନ୍ଧୁଙ୍କ ବିକ୍ରୀ କରିବା, ଫୁଲୱାମା କାଣ୍ଡରେ ଜବାନମାନଙ୍କ ମୃତ୍ୟୁ, ଦେଶର କଳା କୃଷି ଆଇନ ପ୍ରଣୟନ, ୭୫୦ ଆନ୍ଦୋଳନକାରୀ ମୃତ୍ୟୁ, ଦେଶର ବୈଦେଶିକ ନୀତି ଫେଲ ମାରିବା ପାଇଁ କଂଗ୍ରେସ ଦାୟୀକି ? ୱାର୍ଲଡହଙ୍ଗର ଇଣ୍ଡେକ୍ସରେ ଭାରତ ଏକ ଭୋକିଲା ଦେଶର ନିନ୍ଦା ପାଇ ନେପାଳ, ବାଙ୍ଗଲାଦେଶ ଓ ଶ୍ରୀଲଙ୍କା ତଳେ ରହିବା ଘଟଣା ପାଇଁ ମୋଦିଙ୍କ ନେତୃତ୍ବକୁ ଶ୍ରୀ ବାବୁ ଧୂକାର କରିଛନ୍ତି । ବର୍ଷକୁ ଦୁଇକୋଟି ନିଯୁକ୍ତି ଦେବାକୁ କହି ଏ ଦେଶର ଅଗଣିତ ଯୁବକଛାତ୍ରମାନଙ୍କୁ ଭୁଆଁ ବୁଲାଇବା ଏବଂ ପ୍ରଶ୍ନକଲେ ପକୋଡା ବିକ୍ରୀ ନିଯୁକ୍ତି ପ୍ରସଙ୍ଗ କହି ବିଭ୍ରାନ୍ତ କରିବା କେବଳ ମୋଦିଙ୍କ ଭଳି ଜଣେ ଅପରିଣାମୀଦର୍ଶ ବ୍ୟକ୍ତି କହିପାରନ୍ତି ।
ମୋଦୀ ଧର୍ମ ନାମରେ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ସୁତରା ମୋଦି, ତାଙ୍କ ଦଳ ଓ ତାଙ୍କ ସରକାର ଏକ ଦେଶ ବିରୋଧୁ ସରକାର । ମୋଦିଙ୍କର ଦଳର ପୂର୍ବଜମାନେ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିନଥିଲେ ବରଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଧରାଇଦେବା ପାଇଁ ବ୍ରିଟିଶର ଚାମଚାଗିରି କରୁଥିଲେ । ସୁତରାଂ ୫ଟି ରାଜ୍ୟରେ ସାଧାରଣ ନିର୍ବାଚନରେ ମୋଦିଙ୍କ ଦଳ ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖାନ କରୁଥିବା ଜାଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ ଅଗର କଂଗ୍ରେସ ନା ହୋତି” ଭାଷଣ ତାଙ୍କର ନୈରାଶ୍ୟର ପ୍ରତିଫଳନ । ଏହି ସାମ୍ବାଦିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment