loading...

ପଞ୍ଚାୟତ ନିର୍ବାଚନ ଲାଗି ଗାଡ଼ି ଓ ମାଇକ ପାଇଁ ଅନୁମତି ପତ୍ର ଦେଇପାରିବେ ତହସିଲଦାର

ପଞ୍ଚାୟତ ନିର୍ବାଚନ ଲାଗି ଗାଡ଼ି ଓ ମାଇକ ପାଇଁ ଅନୁମତି ପତ୍ର ଦେଇପାରିବେ ତହସିଲଦାର : ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ଲାଗି ଗାଡ଼ି ଓ ମାଇକ ପାଇଁ ଅନୁମତି ପତ୍ର ଦେଇପାରିବେ ତହସିଲଦାର

ଭୁବନେଶ୍ୱର,ବର୍ତ୍ତମାନ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ନିର୍ବାଚନରେ ଡାକବାଜି ଯନ୍ତ୍ର ଓ ଗାଡ଼ିର ବ୍ୟବହାର ନିମନ୍ତେ ସଂପୃକ୍ତ ଅଧୁକାରୀଙ୍କଠାରୁ ଅନୁମତି ପତ୍ର ପ୍ରାପ୍ତ ହେବା ନିମନ୍ତେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ନିର୍ବାଚନ କମିଶନଙ୍କଠାରେ ଅନେକ ଅଭିଯୋଗ ଆସି ପହଞ୍ଚୁଛି । ଏହାର ସୁପରିଚାଳନା ନିମନ୍ତେ ସ୍ଥାନୀୟ ତହସିଲଦାରମାନଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଗାଡ଼ି ଓ ଡାକବାଜି ଯନ୍ତ୍ରର ଅନୁମତି ପତ୍ର ପ୍ରଦାନ କରିବା ନିମନ୍ତେ ପ୍ରାକୃତ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । 

ଫଳରେ ସବୁ ରାଜନୈତିକ ଦଳମାନେ ସହଜରେ ଅନୁମତି ପତ୍ର ପାଇପାରିବେ । ସଂପୃକ୍ତ ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ତହସିଲଦାରମାନେ ନିର୍ବାଚନ ନିମନ୍ତେ ଗାଡ଼ି ଓ ଡାକବାଜି ଯନ୍ତ୍ରର ବ୍ୟବହାର ନିମନ୍ତେ ଅନୁମତି ପତ୍ର ପ୍ରଦାନ କରିପାରିବେ । ଯେଉଁ ବ୍ଲକ୍ ପୁଲିସ କମିଶନରେଟ୍ ଅଧୀନରେ ଆସୁଛି ସେଠାରେ ସଂପୃକ୍ତ ପୁଲିସ କମିଶନର ଆବଶ୍ୟକ ଅନୁମତି ପତ୍ର ପ୍ରଦାନ କରିପାରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ସରପଞ୍ଚ ଓ ପଞ୍ଚାୟତ ସମିତି ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ନିମନ୍ତେ ସ୍ଥାନୀୟ ବିଡିଓ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ନିମନ୍ତେ ସଂପୃକ୍ତ ଉପଜିଲ୍ଲାପାଳମାନେ ଅନୁମତି ପତ୍ର ପ୍ରଦାନ କରିବେ ବୋଲି ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget