loading...

ଫାଇଲେରିଆ ନିରାକରଣରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ

ଫାଇଲେରିଆ ନିରାକରଣରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରଥମ ପର୍ଯ୍ୟନ୍ଥୀୟ ସାମୂହିକ ଔଷଧ ସେବନ (ଏଡିଏ) କାଯ୍ୟକ୍ରମ ଫେବୃଆରୀ ୧୦ରୁ

ଫାଇଲେରିଆ ନିରାକରଣରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ

ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟର ୧୫ଟି ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ ପାଇଁ ପର୍ଯ୍ୟାୟ କ୍ରମିକ ଭାବରେ ଏକ ସାମୂହିକ ଔଷଧ ସେବନ (ଏମଡିଏ) ପର୍ଯ୍ୟାୟ ଆୟୋଜନ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ଲୋବାଲ ହେଲ୍ଥ ଟ୍ରାଟେଜି ସହିତ ମିଳିତ ଭାବରେ ଏକ ଭଷ୍ଟ୍ରିଆଲ ଗଣମାଧ୍ୟମ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଲିମ୍ଫାଟିକ ଫାଇଲେରିଆସିସ୍ ସୃଷ୍ଟି କରୁଥିବା ଦୁର୍ବଳତା ସମ୍ପର୍କରେ ଆଲୋକପାତ କରୁଥିବା ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଏହି କର୍ମଶାଳାର ଲକ୍ଷ୍ୟ ଥିଲା, ଯଦ୍ବାରା ଜନସାଧାରଣ ଏହି ରୋଗର ଗୁରୁତର ପ୍ରଭାବ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ।

କର୍ମଶାଳା ଅବସରରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର । ଭେକ୍ଟରବାହିତ ରୋଗଗୁଡିକର ରାଜ୍ୟ କାର୍ଯ୍ୟକ୍ରମ ଅଧୁକାରୀ ଡା. ଶୁଭାଶିଷ ମହାନ୍ତି କହିଥିଲେ, ୨୦୩୦ ସୁଦ୍ଧା ଦେଶରୁ ଫାଇଲେରିଆ ନିରାକରଣ ନିମନ୍ତେ ଭାରତର ପ୍ରତିବଦ୍ଧତାକୁ ଲକ୍ଷ୍ୟ ରଖି ଏବଂ ଗୁରୁତ୍ବପୂର୍ଣ୍ଣ ଜନସ୍ବାସ୍ଥ୍ୟ ପ୍ରୟାସଗୁଡିକର ନିରନ୍ତରତା ବଜାୟ ରଖିବା ବିଷୟକୁ ହୃଦବୋଧ କରି ଓଡ଼ିଶା ସରକାର ୧୫ଟି ଏଲଏଫ ଜିଲ୍ଲାରେ ପର୍ଯ୍ୟାୟ କ୍ରମିକ ଭାବରେ ଏଡିଏ ପର୍ଯ୍ୟାୟଗୁଡିକ ହାତକୁ ନେଉଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଜାରି କୋଭିଡ–୧୯ ନିୟମାବଳୀ ମୁତାବକ ଏହି ଏଡିଏ ପର୍ଯ୍ୟାୟଗୁଡିକ ଆୟୋଜନ କରାଯିବ। ସାମୂହିକ ଔଷଧ ସେବନ (ଏଡିଏ) କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ୨୦୨୨ ଫେବୃଆରୀ ୧୦ରୁ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟ ୨୦୨୨ ଫେବୃଆରୀ ୭ରୁ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଫେବୃଆରୀ ୧୦ ତାରିଖରୁ ଏଡିଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ଯାଉଥିବା ୮ଟି ଜିଲ୍ଲା ହେଉଛି ଅନଗୁଳ, ବାଲେଶ୍ବର, କଟକ, ଗଞ୍ଜାମ, ଢେଙ୍କାନାଳ, ଝାରସୁଗୁଡା, ନୂଆପଡ଼ା ଏବଂ ନୟାଗଡ । 

ଦ୍ବିତୀୟ ପର୍ଯ୍ୟାୟରେ ଏଡିଏ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବାକୁ ଥିବା ୭ଟି ଜିଲ୍ଲା ମଧ୍ୟରେ ବରଗଡ, । କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ ଏବଂ ସମ୍ବଲପୁର ରହିଛି । ଏହି ଅବସରରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଲେ ଯେ, ‘ଫାଇଲେରିଆ ଏକ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ଯାହା । ମଶା କାମୁଡିବା ଦ୍ଵାରା ବ୍ୟାପିଥାଏ । ବିଶ୍ୱବ୍ୟାପୀ ଦୀର୍ଘସୂତ୍ରୀ ଅକ୍ଷମତାର ଅନ୍ୟତମ ମୁଖ୍ୟ କାରଣ ହେଉଛି ଫାଇଲେରିଆସିସ୍ । ସାଧାରଣତଃ ପିଲାଦିନେ ଆକ୍ରାନ୍ତ କରୁଥିବା ଏହି ସଂକ୍ରମଣ ଲିମ୍ଫାଟିକ ବ୍ୟବସ୍ଥାକୁ ନଷ୍ଟ କରିଥାଏ ଏବଂ ତାହାର ଯଦି ଚିକିତ୍ସା କରାନଯାଏ ତେବେ ଶରୀରର ବିଭିନ୍ନ ଅଂଶରେ ଅସ୍ବାଭାବିକ ଫୁଲା ସୃଷ୍ଟି କରିଥାଏ, ଯାହା ପୂର୍ବାବସ୍ଥାକୁ ଫେରାଇ ଅଣାଯାଇପାରିବ ନାହିଁ । ଫାଇଲେରିଆସିରେ ଆକ୍ରାନ୍ତ ଲୋକମାନେ ଅନେକ ସମୟରେ ହାଇଡ୍ରୋସିଲ (ଅଣ୍ଡକୋଷ ଫୁଲିବା), ଲିମ୍ଫାଡେମା (ଅଙ୍ଗ ପ୍ରତ୍ୟଙ୍ଗ ଫୁଲିବା) ଏବଂ ଚାଇଲୁରିଆ (ଇଷତ୍ ଦୁଗ୍ଧ ରଙ୍ଗର ପରିସ୍ରା) ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । 

ଏଭଳି ପରିସ୍ଥିତି ଲିମ୍ଫାଟିକ ଫାଇଲେରିଆସିରେ ଆକ୍ରାନ୍ତ ଲୋକଙ୍କର ଜୀବିକା, ସୁବିଧା ସୁଯୋଗ ଏବଂ କାର୍ଯ୍ୟ କରିବାର ସାମର୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ଅନେକ ସମୟରେ ସେମାନେ ସାମାଜିକ ହୀନମନ୍ୟତାର ବିଷୟବସ୍ତୁ ପାଲଟିଯାଆନ୍ତି । ଫାଇଲେରିଆସିସ୍ ଏକ ଅକ୍ଷମକାରୀ ରୋଗ ଯାହାକୁ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ଫାଇଲେରିଆ ନିରୋଧୀ ଔଷଧ (ଡିଇସି ଓ ଆଲବେଣ୍ଡାଜୋଲ) ସେବନ ଦ୍ଵାରା ରୋକାଯାଇପାରିବ ।’ ଡା. ମିଶ୍ର ମଧ୍ୟ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପ୍ରକାଶ କରିଥିଲେ ଯାହା ସାଧାରଣତଃ କ୍ଲଚିତ ପରିଲକ୍ଷିତ ହୋଇଥାଏ ଏବଂ ଏଭଳି ପରିସ୍ଥିତିର ସମାଧାନ କରିବାକୁ କ୍ଷେତ୍ରସ୍ତରରେ ଆରଆରଟିମାନେ ରହିଛନ୍ତି । ସେ ପୁନଶ୍ଚ କରିଥିଲେ ଯେ ‘ଆଲବେଣ୍ଡାଜୋଲ୍’କୁ ଚୋବେଇ ଖିଆଯିବ ଏବଂ ଡିଇସିକୁ ସେହିଭଳି ଗୋଟା ଗିଳିଦେବାକୁ ହେବ । ଖାଦ୍ୟ ଖାଇବା ପରେ ଏହି ଔଷଧ ସେବନ କରିବାକୁ ହେବ ।

ଭାରତର ଜାତୀୟ ଲିମ୍ଫାଟିକ ଫାଇଲେରିଆସିସ୍ ନିରାକରଣ କାର୍ଯ୍ୟକ୍ରମର ଦୁଇ ସ୍ତରୀୟ କୌଶଳ ରହିଛି । ପ୍ରଥମଟି ସାମୂହିକ ଔଷଧ ସେବନ (ଏମଡିଏ), ଦ୍ବିତୀୟଟି ମୃତ୍ୟୁ ହାର ହ୍ରାସ ଓ ଅକ୍ଷମତାକୁ ରୋକିବା (ଏମଏମ୍ ଡିପି) ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପୋଷଣ ଯୁଗ୍ମ ନିର୍ଦ୍ଦେଶକ ଡା.ଏସ ପଟନାୟକ କୃମିନାଶକ ଫାଇଦା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଏଡିଏ ସମୟରେ ସେବନ କରାଯାଉଥିବା ଆଲବେଣ୍ଡାଜୋଲ୍ ଭଳି ପ୍ରତିଷେଧକ ଔଷଧର କୃମି ନାଶ କରିବା ଭଳି ଅତିରିକ୍ତ ଫାଇଦା ରହିଛି, ଯାହା ପିଲାଙ୍କ କ୍ଷେତ୍ରରେ ପୋଷକ ତନ୍ତ୍ରର ଗ୍ରହଣୀୟତାକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହୋଇଥାଏ।” । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଡା.ଅଜିତ କୁମାର ମହାନ୍ତି କହିଥିଲେ, “ଏମଡିଏ ପର୍ଯ୍ୟାୟଗୁଡିକ ଅବସରରେ କୋଭିଡ–୧୯ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ନିରାପତ୍ତାମୂଳକ (ହାତ ଧୋଇବା, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ବଜାୟ ରଖିବା) ପଦକ୍ଷେପକୁ ଅନୁପାଳନ କରାଯିବ। 

ଜିଲ୍ଲାଗୁଡିକରେ ଯୋଗ୍ୟ ହିତାଧୁକାରୀମାନେ ଯେଭଳି ସ୍ଵାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବେ, ତାହା ମଧ୍ୟ ସୁନିଶ୍ଚିତ କରାଯିବ । ୨ ବର୍ଷରୁ କମ୍ ବୟସର ପିଲା, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ପର୍ଯ୍ୟାୟଗୁଡିକ ସମୟରେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଧାର୍ଯ୍ୟ ଔଷଧ ସେବନ କରିବାକୁ ହେବ।’ ସେ ମଧ୍ୟ ଗୁରୁତ୍ବ ଦେଇ କହିଥିଲେ ଯେ, ‘ଏହି କାର୍ଯ୍ୟକ୍ରମ ଅଧୀନରେ ଗୋଷ୍ଠୀ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । 

ଫାଇଲେରିଆସିସ୍ ନିରାକରଣ ଦିଗରେ ପ୍ରତିବଦ୍ଧତା ସହିତ ଲୋକ ପ୍ରତିନିଧ, ସରକାରୀ ଅଧୁକାରୀ, ସ୍ବାସ୍ଥ୍ୟକର୍ମୀ ଏବଂ । ଜନସମୁଦାୟ ଯେଭଳି ଫାଇଲେରିଆସିସ୍ ନିରାକରଣ କାର୍ଯ୍ୟକ୍ରମକୁ ଏକ ଜନଆନ୍ଦୋଳନରେ ପରିଣତ କରିବେ, ତାହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।’ ସେ ଏହା ମଧ୍ୟ କହିଥିଲେ ଯେ, “କେବଳ ଜନସାଧାରଣ ଏବଂ ଗଣମାଧ୍ୟମର ସମର୍ଥନରେ ଆମେ ଏଲଏଫ୍ଙ୍କୁ ସମ୍ପୂର୍ଣ୍ଣ ଭାବରେ ନିରାକରଣ କରିବାରେ ସମର୍ଥ ହୋଇପାରିବା । ହିତାଧୁକାରୀମାନେ ବହୁ ସଂଖ୍ୟାରେ ଫାଇଲେରିଆ ନିରୋଧୀ ଔଷଧ ସେବନ କଲେ ଏହା ସଂକ୍ରମଣର ଶୃଙ୍ଖଳକୁ ଛିନ୍ନ କରିବ ।”

ଏହି ଅଭିଯାନ ପର୍ଯ୍ୟୟ ସମୟରେ ଆଶାଙ୍କ ସହିତ ପ୍ରାୟ ୫୫,୫୪୪ ଜଣ ତାଲିମପ୍ରାପ୍ତ ସେଚ୍ଛସେବୀ ୮ଟି ଜିଲ୍ଲାରେ ଔଷଧ ପ୍ରଦାନକାରୀ ଭାବରେ ଘରକୁ ଘର ଗସ୍ତ କରିବେ । ପରିଶେଷରେ ଗ୍ଲୋବାଲ ହେଲ୍‌ଥ ଷ୍ଟାଟେଜିର ନିର୍ଦ୍ଦେଶକ ଶ୍ରୀ ଅନୁଜ ଘୋଷ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ସମସ୍ତଙ୍କର ସମ୍ମିଳିତ ପ୍ରଚେଷ୍ଟା ଦ୍ଵାରା ଆମେମାନେ ଲିଖ୍ୟାଟିକ ଫାଇଲେରିଆସିସ୍ ଭଳି ରୋଗକୁ ରାଜ୍ୟରୁ ନିରାକରଣ କରିପାରିବା ବୋଲି ମତ ଦେଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏବଂ ପ୍ରୋଜେକ୍ଟ କନସର୍ନ ଇଣ୍ଟରନ୍ୟାସନାଲ (ପିସିଆଇ)ର ରାଜ୍ୟ ପ୍ରତିନିଗଣ ମଧ୍ୟ ଏହି ଗଣମାଧ୍ୟମ କର୍ମଶାଳାରେ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget