loading...

ଜୁଡିସିଆଲ କମ୍ପେ୍ଲକ୍ସର ପୂର୍ଣ୍ଣ ନିର୍ମାଣ୍ଣ କାର୍ଯ୍ୟ ଆରମ୍ଭ । କୋର୍ଟ ପରିସରରେ ଭୂମି ପୂଜା

ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ପୁରୁଣା ଭିଲ୍ଂଡି ଭଙ୍ଗା ହେବା ପରେ ଉକ୍ତ ଜମିରେ ଜୁଡିସିଆଲ କମ୍ପେ୍ଲକ୍ସ କାମର ଗୃହ ଓ ପାର୍କିଂସ୍ଥଳ କରାଯିବ

ଜୁଡିସିଆଲ କମ୍ପେ୍ଲକ୍ସର ପୂର୍ଣ୍ଣ ନିର୍ମାଣ୍ଣ କାର୍ଯ୍ୟ ଆରମ୍ଭ । କୋର୍ଟ ପରିସରରେ ଭୂମି ପୂଜା

ଭୁବନେଶ୍ୱର,ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ପୁରୁଣା ଭିଲ୍ଂଡି ଭଙ୍ଗା ହେବା ପରେ ଉକ୍ତ ଜମିରେ ଜୁଡିସିଆଲ କମ୍ପେ୍ଲକ୍ସ କାମର ଗୃହ ଓ ପାର୍କିଂସ୍ଥଳ କରାଯିବ । ଭୁବନେଶ୍ୱର କୋର୍ଟ ପରିସରରେ ବହୁ ପ୍ରତିକ୍ଷିତ ଏହି ବିଲ୍ଂଡି ନିର୍ମାଣ୍ଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି । ଏହା ପୂର୍ବରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ହୋମ କରାଯାଇ ଭୂମି ପୂଜା କରାଯାଇଥିଲା । ଏଥିରେ ଜିଲ୍ଲା ଜର୍ଜ ରାମ ଶଙ୍କର ହୋତା ଯୋଗ ଦେଇଥିଲେ । 

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ରବିନାରାୟଣ ସାମନ୍ତରାୟ, ଗୌରୀ ଶଙ୍କର ରାମ, ବିରଂଚି ରାୟ, ନିର୍ମାଣ୍ଣ ବିଭାଗ ଅଧିକାରୀ, ଜୁଡ଼ିସିଆଲ୍ ଅଧିକାରୀ, କାର୍ଯ୍ୟ ନେଇଥିବା ଏଜେନ୍ସି ମୁଖ୍ୟ ଦିଲ୍ଲୀପ ଖଟେଇ, ଲିଙ୍ଗରାଜ ସାହୁ, ସଂଘ କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ କୁମାର ଦାସ, ଅଭିଜିତ୍ ମିଶ୍ର, ସବ୍ୟସାଚ୍ଚି ସୂତାର, ଅସିତ ମହାପାତ୍ର, ଅମରେଶ ସ୍ୱାଇଁ, ଲିନା ପଟ୍ଟନାୟକ, ନାରାୟଣ ଜେନା, ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget