ଭୁବନେଶ୍ୱର, ରାଜ୍ୟରେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନାରେ ଝାରସୁଗୁଡ଼ାର ପ୍ରଶାସନ ବିଫଳ ହୋଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିୟମ ମୁତାବକ କଂଗ୍ରେସ ଦଳ ଘରକୁ ଘର ଭୋଟ ପ୍ରଚାର କରୁଥିବା ବେଳେ ସ୍ଥାନୀୟ ଶାସକ ଦଳ ଶାସକ ଦଳର ମୃଷ୍ଟିମେୟ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚାନରେ ବିଜେଡ଼ି ନେତୃବୃନ୍ଦ କଂଗ୍ରେସ ଲୋକଙ୍କୁ ଆଶାଳୀନ ଭାଷା ପ୍ରୟୋଗ କରି ଧମକ-ଚମକ ଦେଉଛନ୍ତି । ଯାହାଫଳରେ ଝାରସୁଗୁଡ଼ାର ଗ୍ରାମାଂଚଳର ନିରୀହ ଜନସାଧାରଣ ଭୟଭିତ ଅବସ୍ଥାରେ ଅଛନ୍ତି । ବିଶେଷ କରି ଝାରସୁଗୁଡ଼ାର ରାଜପୁର (କ) ଜୋନ ଏବଂ ବ୍ରଜରାଜ ନଗର ଜିଲ୍ଲା ପରିଷଦ ଅଂଚଳରେ ଶାସକ ଦଳର ନେତୃବୃନ୍ଦ ନିର୍ବାଚନ ଆଚରଣ ବିଧୁ ଉଲ୍ଲଙ୍ଘନ କ୍ରମାଗତ ଭାବେ କରିଚାଲିଛନ୍ତି । ଯାହାକୁ ଜିଲ୍ଲା ପ୍ରଶାସନ ସବୁଜାଣି ନ ଜାଣିଲା ପରି ନୀରବଦ୍ରଷ୍ଟା ସାଜିଛନ୍ତି ।
ଏହା ଦୁଃଖ ଓ ପରିତାପର ବିଷୟ ଅଟେ । ଏହି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ପିସିସି ଉପସଭାପତି ତଥା, ନିର୍ବାଚନ କମିଟିର ଆବାହକ ଶ୍ରୀ । ଯଜ୍ଞଶ୍ଵର ବାବୁଙ୍କ ନେତୃତ୍ବରେ ଏକ ଚାରି ଜଣିଆ ପ୍ରତିନିଧ୍ବ ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ଆୟୋଗ ଅଭିଯୋଗ ପତ୍ର ଗ୍ରହଣ କରି ବିଧୁବ୍ୟବସ୍ଥା ଅନୁସାରେ ନିର୍ବାଚନ ଆଚରଣ ବିଧୁ ଉଲଙ୍ଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବାଧ ଓ ନିରପେକ୍ଷ ଭାବରେ ନିର୍ବାଚନ କରାଯିବ ବୋଲି ପ୍ରତିଶ୍ରୁତି ଦେଲେ । ଉକ୍ତ ପ୍ରତିନିଧ ଦଳରେ ଉପସଭାପତି ଯଜ୍ଞଶ୍ୱର ବାବୁଙ୍କ ସମେତ, ବରିଷ୍ଠ ମୁଖପାତ୍ର ଶ୍ରୀ ମନୋରଞ୍ଜନ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଏବଂ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
Post a Comment