ଭୁବନେଶ୍ବର,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ- ୨୦ ୨୨ ନିମନ୍ତେ ପୁଲିଂ ପାର୍ଟିର ନିଯୁକ୍ତି ପତ୍ରରେ ସୂଚୀତ ତାରିଖ ଗୁଡ଼ିକ ଦେଖୁବା ପରେ ପୁଲିଂ ପାର୍ଟିମାନେ ଆଶ୍ଚର୍ଯ୍ୟାନ୍ବିତ ହେବା ସହିତ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ଅଭିଜ୍ଞତା ଅନୁଯାୟୀ ଯେଉଁଦିନ ନିର୍ବାଚନ କାର୍ଯ୍ୟ ପାଇଁ କର୍ମଋରୀମାନେ ଯୋଗ ଦେଇଥାଆନ୍ତି, ସେହିଦିନ ବ୍ଳକ ଠାରୁ ସମସ୍ତ ଜିନିଷପତ୍ର ତନଖ୍ କରି ବୁଥକୁ ଯିବାବେଳକୁ ପ୍ରାୟ ରାତି ହୋଇଯାଇଥାଏ । ପୁଲିଂବୁଥ ନିହାତି ଅଜଣା ସ୍ଥାନ ହୋଇଥିବାରୁ ପୁଲିଂପାଟିମାନଙ୍କୁ ପ୍ରଥମେ ନିର୍ବାଚନ ସମ୍ବନ୍ଧୀୟ ଜିନିଷପତ୍ର ସୁରକ୍ଷିତ ରଖୁବା, ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଓ ବିଶ୍ରାମ ନେବାର ବ୍ୟବସ୍ଥା କରିଥାଆନ୍ତି । ପରଦିନ ନିର୍ବାଚନ ସମ୍ବନ୍ଧୀୟ ପ୍ରାକ୍ କାଗଜପତ୍ର ପ୍ରସ୍ତୁତି, ବୁଥ ସର୍ଜିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରନ୍ତି ଓ ତା ପରଦିନ ଭୋର ସମୟରେ ଉଠି ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତି କରି ଭୋଟଗ୍ରହଣ କରନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅତ୍ୟନ୍ତ ସ୍ପର୍ଶକାତର ଓ କଷ୍ଟକର ସମସ୍ୟାଗୁଡ଼ିକ ସାମ୍ନାକୁ ଆଣିଥାଏ ।
ଯଦି ତରବରିଆଭାବେ ରୂପଗ୍ରସ୍ତ ହୋଇ କୌଣସି କାର୍ଯ୍ୟ କରାଯାଏ ତେବେ ବିଭିନ୍ନ ସମସ୍ୟା ଉପୁଜିବାର ଆଶଙ୍କା ମଧ୍ୟ ରହିଛି । ପୂର୍ବରୁ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରିପୋର୍ଟ ତାରିଖ ଠାରୁ ନିର୍ବାଚନ ଦିନକୁ ମିଶାଇ ପୁଲିଂ ପାଟିମାନଙ୍କୁ ୩ ଦିନ ଦିଆଯାଉଥିବା ବେଳେ ଚଳିତ ନିର୍ବାଚନରେ ଏହାର ବ୍ୟତିକ୍ରମ କରାଯାଇଛି । ସେମାନଙ୍କୁ ମାତ୍ର ଦୁଇଦିନ ଦିଆଯାଇଛି । ନିର୍ବାଚନ ପୂର୍ବଦିନ ଯୋଗଦାନ ଓ ରାତିରେ ବୁଥିରେ ପହଞ୍ଚୁ ସକାଳ ୬ଟାରେ ଭୋଟ ଗ୍ରହଣ କରିବା ନିହାତି କଷ୍ଟକର ବୋଲି ପୁଲୀପାଟମାନେ ଅନୁ ସମୟ ଅଭାବ ଯୋଗୁ ସେମାନେ ସଠିକ୍ ପ୍ରସ୍ତୁତି ଓ ବିଶ୍ରାମ ନେଇପାରିବେ ନାହିଁ । ଯାହାଦ୍ଵାରା ନିର୍ବାଚନ କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ରହିଛି । ଗଞ୍ଜାମ, ପୁରୀ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ଦିନକୁ ମିଶାଇ ୩ଦିନ ମିଳୁଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ନିର୍ବାଚନ ଦିନକୁ ମିଶାଇ ଦୁଇଦିନ ମିଳୁଛି । ଏଣୁ ପୁଲିଂ ପାର୍ଟିର ତ୍ରୁଟି ରିପୋର୍ଟ ତାରିଖକୁ ଆଉଗୋଟେ ଦିନ ପୂର୍ବରୁ ଧାର୍ଯ୍ୟ କରିବାକୁ ଦାବି କରାଯାଉଛି ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧ ମଣ୍ଡଳୀ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ସାହୁଙ୍କୁ ଭେଟି ଆଉ ଗୋଟେ ଦିନ ବୃଦ୍ଧି କରିବା ପାଇଁ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସାହୁ ଦାବିପତ୍ରକୁ ଯଥାର୍ଥ ଦର୍ଶାଇ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେବା ସହ ସମସ୍ତ ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କୁ ନିର୍ଦ୍ଦେଶ
ଦେଇଛନ୍ତି । ଏହି ପ୍ରତିନିଧ ମଣ୍ଡଳୀରେ ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ନିଖୁଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର ପୂର୍ବତନ ସାଧାରଣ ସମ୍ପାଦକ ସେଖ ଅବଦୁଲ ଖାଲିକ, ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ ସଂଘର ସହ ସମ୍ପାଦକ ପ୍ରମୋଦ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment