କଟକ, କଟକର କୁଖ୍ୟାତ ତାନ୍ତ୍ରିକ କୈଫି ଖାନର ଆଉ ଜଣେ ସହଯୋଗୀକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। କୈଫି ଖାନର ସମ୍ପର୍କୀୟ ଅମୀର ଖାଁ ଗିରଫ ହୋଇଛି। ଏବେ ଗିରଫଦାରୀ ସଂଖ୍ୟା ତିନିରେ ପହଞ୍ଚିଛି। ଅମୀରକୁ କୋର୍ଟ ଚାଲାଣ କରାଯାଇଛି। କୈଫିର ଦାଦା ତଥା ସହଯୋଗୀ ଅମିର ଗ୍ରାହକ ଯୋଗାଡ଼ କରିବା ସହ ତନ୍ତ୍ରମନ୍ତ୍ର ସମୟରେ ମାଟି ଖୋଳା କାର୍ଯ୍ୟ ହେଉ ଅବା ଧାତବ ଦ୍ରବ୍ୟ କିଣା କିଣିରେ ସହଯୋଗ କରି ଆସୁଥିଲା । ଏହା ସହ କୈଫିର ଟଙ୍କା ଆଦାୟ କରୁଥିଲା ଏବଂ ଯିଏ ଟଙ୍କା ନଦେଉଥିଲା ତାକୁ ଧମକଚମକ ମଧ୍ୟ ଦେଉଥିଲା ଅମିର ।
ପୂର୍ବରୁ କୈଫିକୁ ତନ୍ତ୍ରମନ୍ତ୍ର ନାମରେ ଲୋକଙ୍କୁ ଠକିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅମିର ନାମରେ ୧୨୦ବି, ୪୧୯, ୪୨୦ ଦଫା ଲଗାଇଛି ପୋଲିସ । ଏହାସହ କୈଫିର ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ମଙ୍ଗଳା ବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ।
ପୁଲିସର ସୂଚନା ଅନୁଯାୟୀ, ଧାତଵ ସାମଗ୍ରୀ କିଣାକିଣି, ବାଧା ଦୂର ପାଇଁ ଧାର୍ଯ୍ୟ କରାଯାଇଥିବା ବକେୟା ଟଙ୍କା ଆଦାୟ, ଗାତ ଖୋଳାଖୋଳି ତଥା ଅନ୍ୟାନ୍ୟ କାମରେ କୈଫି ଖାନକୁ ସହଯୋଗ କରୁଥିଲା ଅମୀର। ଅମୀର ବିରୁଦ୍ଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ କରାଯାଇଛି। କୈଫି ବିରୁଦ୍ଧରେ ମୋଟ ୬ଟି ମାମଲା ଏକାଧିକ ଥାନାରେ ରୁଜୁ କରାଯାଇଛି। ତେବେ ଏଯାଏ ଗୋଟିଏ ମାମଲାରେ ଅଭିଯୁକ୍ତ କୈଫି ଖାନକୁ ଜାମିନ ମିଳିଛି। ଗିରଫ ନକଲି ବାବା ମୌଲାନା କୈଫି ଖାନର ଘର କଟକ କେଶରପୁର ଅଞ୍ଚଳରେ ବୋଲି ଜଣା ପଡ଼ିଥିଲା।
Post a Comment