ଭୁବନେଶ୍ୱର, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାମାନଙ୍କର ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜୁନ ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପୂର୍ବରୁ ଏପ୍ରିଲ ୨୦ ତାରିଖରେ ସ୍କୁଲ୍ ଛୁଟି ଘୋଷଣା ହୋଇଥିଲା। ୨୧ ତାରିଖ ଠାରୁ ଛୁଟି ଲାଗୁ ହୋଇ ଜୁନ ୧୭ରେ ସରୁଥିଲା। ତେବେ ଯଦି ଆବଶ୍ୟକ ପଡ଼େ ଖରା ଛୁଟି ଆହୁରି ବଢିବ ବୋଲି ତତ୍କାଳୀନ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଉ ଏବେ ରାଜ୍ୟରେ ଖରାରର ପ୍ରକୋପ କମି ନାହିଁ କି ବର୍ଷାର ଦେଖା ନାହିଁ। ଭୟଙ୍କର ଗରମ ପଡ଼ୁଥିବାରୁ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ଆଉ ଦୁଇ ଦିନ ଘୁଞ୍ଚାଇ ଦେଇଛି।
ଏପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରତିଦିନ ରେକର୍ଡ ଭାଙ୍ଗି ଚାଲିଛି ତାତି । ଜଳୁଛି ପଶ୍ଚିମ ଓଡିଶା । ଜନଜୀବନ ଅସ୍ତବ୍ୟସ୍ତ, ଅସହ୍ୟ ଖାରରେ ଲୋକେ ଡହଳ ବିକଳ । ଶୁକ୍ରବାର ତାପମାତ୍ର ନୂଆ ରେକର୍ଡ କରିଛି । ରାଜ୍ୟର ୩୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୪ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା । ୪୫.୬ ଡିଗ୍ରୀ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ହୋଇଛି ।
ଶୁକ୍ରାବାର ଜୁନ ୧୬ରେ ଝାରସୁଗୁଡ଼ା ୪୫.୪ ଡିଗ୍ରୀ, ବଲାଙ୍ଗିର ୪୫.୩, ସମ୍ବଲପୁର ୪୪.୮, ଅନୁଗୁଳ ୪୪.୭, ହୀରାକୁଦ ୪୪.୬, ଭୁବନେଶ୍ୱର ୪୪.୬, ସୁନ୍ଦରଗଡ ୪୪.୫, ତାଳଚେର ୪୪.୪, ବୌଦ୍ଧ ୪୪.୨, ରାଉରକେଲା ୪୪.୦, ବରଗଡ ୪୪.୦ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ନୟାଗଡ ୪୩.୫ ଡିଗ୍ରୀ, ଢେଙ୍କାନାଳ ୪୩.୫, ଟିଟିଲାଗଡ ୪୩.୫, ବାରିପଦା ୪୩.୨, ବ୍ରହ୍ମପୁର ୪୩.୨, ନୂଆପଡ଼ା ୪୩.୦, ଭବନୀପାଟଣା ୪୩.୦, ଖୋର୍ଦ୍ଧା ୪୩.୦, ମାଲକାନଗିରି ୪୨.୪, କଟକ ୪୨.୨, ଦେବଗଡ଼ ୪୨.୦, କେନ୍ଦ୍ରାପଡା ୪୧.୮, ଫୁଲବାଣୀ ୪୧.୫, ପାରଳାଖେମୁଣ୍ଡି ୪୦.୯, କେଉଁଝର ୪୦.୫, ଭଦ୍ରକ ୪୦.୪, ଚାନ୍ଦବାଲି ୪୦.୪, ଯାଜପୁର ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା। ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।
Post a Comment