ଭୁବନେଶ୍ୱର, ୨୯ ଫେବୃୟାରୀ ୨୦୨୪
- ଲୋକଙ୍କ
ଟଙ୍କା ଲୋକଙ୍କୁ ବାଂଟି ନିର୍ବାଚନୀ ଲଲିପପ୍ ଧରାଉଛନ୍ତି ନବୀନ ସରକାର
- ମୁଣ୍ଡପିଛା
ଖର୍ଚ ତିନିଗୁଣ ବଢ଼ିଛି, କିନ୍ତୁ ଗରିବର ଆୟ ତିନିଗୁଣ ବଢ଼ିନି
- ନିଯୁକ୍ତି
ନଦେଇ ନୂଆ ଯୋଜନା ନାଁରେ
ଯୁବବର୍ଗଙ୍କୁ ଭଣ୍ଡାଉଛନ୍ତି
ନବୀନ
ଶାସନରେ ଓଡ଼ିଶାର ଭବିଷ୍ୟତ କେଉଁ ଆଡ଼କୁ ଯାଉଛି
? ରାଜ୍ୟରେ ଲୋକଙ୍କ ଆୟ ବଢୁନଥିବାବେଳେ ଖର୍ଚ
ତିନିଗୁଣା ହେଲାଣି। ବିଭିନ୍ନ ବିଭାଗରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ଵ
ପଦବି ଖାଲି ପଡ଼ିଥିବାବେଳେ ରାଜ୍ୟ
ସରକାର ସେଗୁଡ଼ିକ ପୂରଣ ନ କରି
ଶିକ୍ଷତ ଯୁବକ ଯୁବତୀଙ୍କୁ ନିର୍ବାଚନ
ସମୟରେ ନୂଆ ନୂଆ ଯୋଜନା
ନାଁରେ ଭଣ୍ଡାଉଛନ୍ତି । ମହିଳାମାନଙ୍କୁ ସ୍ଵାବଲମ୍ବୀ
କରିବା ବଦଳରେ ସଶରୀକରଣ ଆଳରେ ଦଳୀୟ କାର୍ଯ୍ୟକ୍ରମରେ
ସାମିଲ କରୁଛନ୍ତି। ରାଜ୍ୟର ପ୍ରକୃତ ବିକାଶ କଥା ଚିନ୍ତା ନକରି
ଲୋକଙ୍କ ଟଙ୍କା ଲୋକଙ୍କୁ ବାଂଟି ନିର୍ବାଚନୀ ଲଲିପପ୍ ଧରାଉଛନ୍ତି । ଖାଲି ସେତିକି
ନୁହେଁ, ବିଜେଡି ସରକାର ଦଳୀୟ ପ୍ରଚାର ପାଇଁ
ରାଜ୍ୟ ରାଜକୋଷକୁ ଲୁଟୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ
କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ
ଅଧ୍ଯକ୍ଷ ଡ.ବିଶ୍ଵରଞ୍ଜନ ମହାନ୍ତି
କହିଛନ୍ତି ।
ଗୁରୁବାର
କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ
ଡ.ମହାନ୍ତି କହିଲେ ଯେ ନବୀନ ବାବୁ
ସରକାରୀ ଅର୍ଥରେ ବିଜୁ ଜନତା ଦଳର
ପ୍ରଚାର କରୁଛନ୍ତି । ଜନସାଧାରଣଙ୍କ ଦ୍ବାରା
ପ୍ରଦତ ବିଭିନ୍ନ ଟିକସ ଓ ସରକାରୀ
ତହବିଲରୁ କୋଟି କୋଟି ଟଙ୍କା
ନେଇ ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ କରାଯାଉଛି । ସରକାରୀ ଯୋଜନାରେ
ଶଙ୍ଖଚିହ୍ନ ଲାଗୁଛି । ଯାହାକୁ ନେଇ
ଗତକାଲି ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ସ୍ପଷ୍ଟୀକରଣ
ମାଗିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ବିଜେଡି ସରକାର ଏତେ ତଳକୁ ଖସିଯାଇଛନ୍ତି
ଯେ ଓଡ଼ିଆଙ୍କ ପରିଚୟ ଆରାଧ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ
ମଧ୍ୟ ଦଳୀୟ ପ୍ରଚାରରୁ ବାଦ୍
ଦେଇନାହାନ୍ତି । ଅର୍ପଣ ରଥରେ
ମୁଖ୍ୟମନ୍ତ୍ରୀ ଓ ତାଙ୍କ ତାମିଲ
ବାବୁଙ୍କ ଫଟୋ ଲଗାଇ ପ୍ରଚାର
କରାଗଲା । ଏସବୁ ସମ୍ପୂର୍ଣ
ଅନୈତିକ । ଏଥିପାଇଁ ମୁଖ୍ୟମନ୍ତ୍ରୀ
ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ଓ ଦଳୀୟ ପ୍ରଚାର
ପାଇଁ ସରକାରୀ ତହବିଲରୁ ନେଇଥିବା କୋଟି କୋଟି ଟଙ୍କା
ଫେରସ୍ତ କରନ୍ତୁ ବୋଲି ଡ. ମହାନ୍ତି
କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଗତ ୨
ସପ୍ତାହ ମଧ୍ୟରେ ଡଜନେରୁ ଅଧିକ ଯୋଜନା ଘୋଷଣା
ହେଲାଣି। ଏହା ପୂର୍ବରୁ ଆମେ
ନବୀନ ବାବୁଙ୍କ ୨୪ ବର୍ଷର ଶାସନ
ଓ ୫ଟି ନିର୍ବାଚନ ଦେଖିଛୁ,
କିନ୍ତୁ ଏଭଳି ପ୍ରଚାର କାଙ୍ଗାଳ
ସରକାର ଦେଖିନୁ । ବର୍ତମାନ ନବୀନ
ବାବୁ ସମ୍ପୂର୍ଣ ଭୟଭୀତ ହୋଇପଡିଛନ୍ତି । ତେଣୁ କେବଳ
ଭୋଟ୍ ହାତେଇବା ପାଇଁ ଏବଂ ନିଜର
ପ୍ରଚାର କରିବା ପାଇଁ ପ୍ରତିଦିନ ଗୋଟିଏ
ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି । ସମାନ ଭାବେ
୨୦୧୯ ନିର୍ବାଚନ ପୂର୍ବରୁ ପିଠା, ବିଜୁ ଯୁବ ବାହିନୀ,
ଆମ ଗାଁ ଆମ ବିକାଶ
ଭଳି ଅନେକ ଯୋଜନା ଆସିଥିଲା
। କିନ୍ତୁ ସେ ଯୋଜନା ଏବେ
ଗଲା କୁଆଡେ । ୪ ଦିନ
ତଳେ ଭାରତ ସରକାରଙ୍କ ଏନ୍ଏସ୍ଏସଓର
ଏକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଅନୁଯାୟୀ,
ପ୍ରତ୍ୟକ ଭାରତୀୟଙ୍କ ଖର୍ଚ୍ଚ ଗତ ୧୦ ବର୍ଷରେ
୩ଗୁଣା ବଢ଼ିଛି। ଗ୍ରାମାଂଚଳ ଲୋକଙ୍କ ଖର୍ଜ ପାଖାପାଖି ୩,୮୦୦ ଥିବାବେଳେ ସହରାଂଚଳ
ଲୋକଙ୍କ ଖର୍ଚ ୬ ହଜାର
୫ଶହ ଟଙ୍କା ହେଲାଣି। ଏହାର ମୁଖ୍ୟ କାରଣ
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି । ବର୍ତମାନ ୫
ଜଣିଆ ସଦସ୍ୟ ବିଶିଷ୍ଟ ଏକ ଗ୍ରାମାଂଚଳ ପରିବାର
ମାସକୁ ୨୦ହଜାର ଟଙ୍କା ଓ ସହରାଂଚଳ ଲୋକ
୩୦,୫୦୦ ଟଙ୍କା ଖର୍ଚ
ଦରକାର କରୁଛନ୍ତି । ଉଭୟ କେନ୍ଦ୍ର
ଓ ରାଜ୍ୟ ସରକାର କୃଷକଙ୍କ ଆୟ ଦୁଇଗୁଣା କରିବାକୁ
ଘୋଷଣା କରିଥିବାବେଳେ ବର୍ତମାନ ସୁଦ୍ଧା ତାହା କରିପାରିନାହାନ୍ତି, ଅଥଚ
ଖର୍ଜ ତିନିଗୁଣା ବଢ଼ିଗଲାଣି। ନବୀନ ସରକାରଙ୍କ ଏତେ
ସବୁ ଯୋଜନା ସତ୍ତ୍ବେ ରାଜ୍ୟରେ ଚାଷୀ, ଖଟିଖିଆ, ଭାଗଚାଷୀ, ଦିନମଜୁରିଆ ଓ ମହିଳାମାନଙ୍କ ଆୟ
ତିନିଗୁଣ ବଢ଼ିଛି କି ବୋଲି ତ.
ମହାରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ
ରାଜ୍ୟରେ ବର୍ତମାନ ଏମ୍ଜିଏନଆରଇଜିଏସ୍ରେ
ଶ୍ରମିକଙ୍କୁ ମାତ୍ର ୨୨୦ ଟଙ୍କା ମିଳୁଥିବାବେଳେ
ଦୈନିକ ମଜୁରୀ ମାତ୍ର ୩୪୫ ଟଙ୍କା ମିଳୁଛି।
ପଡ଼ୋଶୀ ରାଜ୍ୟ ତେଲଙ୍ଗାନାରେ ଲୋକଙ୍କୁ ମାସିକ ଭତା ୨ହଜାର, ଆନ୍ଧ୍ର
ପ୍ରଦେଶରେ ୩ହଜାର ଓ ଅନ୍ୟ କେତେକ
ରାଜ୍ୟରେ ୪ ହଜାର ଟଙ୍କା
ପର୍ଯ୍ୟନ୍ତ ଭତା ମିଳୁଥିବାବେଳେ ବିଜେଡି
ସରକାର ଏତେ ବର୍ଷର ଶାସନ
ପରେ ଏବେ ଭତା ଟଙ୍କା
୫ଶହରୁ ୧ହଜାର ଟଙ୍କାକୁ ବଢ଼ାଇ ବାଃ ବାଃହା ନେଉଛନ୍ତି
।
ରାଜ୍ୟରେ
କୃଷି ବଜେଟ ରହିଥିବାବେଳେ
ଚାଷୀଙ୍କ ଜମିକୁ ଜଳସେଚନ, ଏମଏସ୍ପି, ସବ୍ସିଡି
ଆଦି ମିଳିପାରିଲାନି । ସେମାନଙ୍କ ଆୟ
ବଢ଼ିପାରିଲାନି । ଅନ୍ୟପକ୍ଷରେ ଏବେ
ଯୁବ ବଳେଟ କଥା କହି
ସରକାର ଯୁବବର୍ଗଙ୍କୁ ଭଣ୍ଡାଇବାକୁ ବସିଛନ୍ତି । ସ୍ଵୟମ ଯୋଜନାରେ
ସରକାର ୧ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଛନ୍ତି । ଏହି ଯୋଜନା
ମାତ୍ର ୨ବର୍ଷ ଚାଲିବ । ତେବେ ଏହି
୧ଲକ୍ଷ ଟଙ୍କା ନେଇ ୨ ବର୍ଷ
ମଧ୍ୟରେ ଯୁବବର୍ଗ ସ୍ବାବଲମ୍ବୀ ହୋଇପାରିବେ କି ବୋଲି ଡ.ମହାନ୍ତି ପ୍ରଶ୍ନ କରିଛନ୍ତି । ଉତ୍କଳମଣି ଗୋପବନ୍ଧୁ
ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ
ଭଳି ଆମ ମହାପୁରୁଷମାନଙ୍କ ଓଡ଼ିଶାକୁ
ଆଜି ନବୀନ ଓଡ଼ିଶା ନାମରେ
କରିନେବାକୁ ‘ନୂଆ ଓ-ନବୀନ
ଓଡ଼ିଶା' କରାଯାଇଛି। ଏହି ଯୋଜନାରେ କୋଟି
କୋଟି ଟଙ୍କା ହରିଲୁଟ୍ କରି ରାଜ୍ୟ ସରକାର
ଓଡ଼ିଆଙ୍କୁ ଶଙ୍ଖ ମାର୍କା ଦୁଇଟି
ତାମିଲ ଅଖା ବ୍ୟାଗ ଧରାଇ
ଦେଇଛନ୍ତି । ଯାହାର ପରିଣାମ
ଆଜି ସ୍କୁଲ କଲେଳରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ କାନ୍ଧରେ ଅଖାବ୍ୟାଗ ପକାଇ ନାଚୁଛନ୍ତି। ବର୍ତମାନ
ରାଜ୍ୟରେ ଯୁବବର୍ଗଙ୍କ ସଂଖ୍ୟା ୩୪ ପ୍ରତିଶତ। ସେମାନଙ୍କ
ଭବିଷ୍ୟତକୁ ରାଜ୍ୟ ସରକାର ନଷ୍ଟ କରିବାକୁ ବସିଛନ୍ତି
।
ସେହିପରି
ଭାରତୀୟ ଜନତା ପାର୍ଟିକୁ ସମାଲୋଚନା
କରି ଡ. ମହାନ୍ତି କହିଛନ୍ତି,
କଂଗ୍ରେସ ଶାସନ ସମୟରେ ଓଡ଼ିଶା
ରାଜ୍ୟ ବଜେଟର ୪୭ ପ୍ରତିଶତ ଅର୍ଥ
କେନ୍ଦ୍ରରୁ ମିଳିଥିଲା । କିନ୍ତୁ ମୋଦି
ସରକାର ୨୦୧୪ରୁ ୨୦୨୪ ମଧ୍ୟରେ ଓଡ଼ିଶାକୁ
ରାଜ୍ୟ ବଜେଟର ମାତ୍ର ୪୧ ପ୍ରତିଶତ ଦେଇଛନ୍ତି
। ୬ ପ୍ରତିଶତ କମ୍
ଅର୍ଥ ଦେଇଥୁଲେ ମଧ୍ଯ ମୋଦି ସରକାର
ସବୁଠି ଅଧୂକ ଅନୁଦାନ ଦେଇଥିବା
କହି ମିଥ୍ୟା ପ୍ରଚାର ଚଳାଇଛନ୍ତି । ତେଣୁ ରାଜ୍ୟବାସୀ
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ମିଥ୍ୟା ପ୍ରଚାରରେ ଭ୍ରମିତ ନ ହେବାକୁ ଡ.
ମହାନ୍ତି ଅନୁରୋଧ କରିଛନ୍ତି ।
ସାମ୍ବାଦିକ
ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଅଭିଷେକ ମହାନନ୍ଦ ଓ ଜୟଶ୍ରୀ ପାତ୍ର
ପ୍ରମୁଖ ଉପସ୍ଥିତ ଥିଲେ ।