loading...

ଜାନୁଆରୀ ୫ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ ଡ. ଜ୍ଞାନେଶ୍ୱର ମୁଳେ ପାଇବେ ଜାତୀୟସ୍ତରୀୟ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’

ଭୁବନେଶ୍ୱର, ୦୨ ଜାନୁଆରୀ  ୨୦୨୫


ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ବାର୍ଷିକ ସାହିତ୍ୟ ମହାକୁମ୍ଭ କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ କାଦମ୍ବିନୀ ପତ୍ରିକାହାଟ’ ଆସନ୍ତା ୫ ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖୀନୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ମର୍ଯ୍ୟାଦାଜନକ ନୀଳିମାରାଣୀ ସାହିତ୍ୟ ସମ୍ମାନ’ ସମେତ ଅନ୍ୟାନ୍ୟ ସମ୍ମାନ ପ୍ରଦାନ କରାଯିବ । ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସର୍ବଭାରତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ଜାତୀୟସ୍ତରୀୟ ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ଓଡ଼ିଶାର ଭାଷାସାହିତ୍ୟକଳାସଂସ୍କୃତିଐତିହ୍ୟ ଓ ପରମ୍ପରାର ସାମଗ୍ରିକ ପ୍ରଚାର ପ୍ରସାର ତଥା ବିକାଶର ଲକ୍ଷ୍ୟନେଇ କାର୍ଯ୍ୟ କରୁଥିବା କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ ତରଫରୁ ଡ. ମୁଳେଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ଅର୍ଥରାଶି ସମେତ ରୌପ୍ୟ ଫଳକମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ । ସେହିଭଳି ପରାଗର ସମ୍ପାଦକ ବନମାଳୀ ସେନାପତି ଏବଂ କାବ୍ୟଲୋକର ସମ୍ପାଦକ ଭିକାରୀ ଧଳଙ୍କୁ କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ପ୍ରଦାନ କରାଯିବ। ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀଜୟକୃଷ୍ଣ ସାମଲଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫ରେ ସମ୍ବର୍ଦ୍ଧିତ କରାଯିବ।

ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠତି ହେବାକୁ ଥିବା କାଦମ୍ବିନୀ ସାହିତ୍ୟ ମହୋତ୍ସବର ଉଦ୍‍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀମୁଖ୍ୟବକ୍ତା ବିଶିଷ୍ଟ ଚଳଚ୍ଚିତ୍ର ଓ ଟେଲି ଅଭିନେତାନିର୍ଦ୍ଦେଶକଲେଖକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସମ୍ମାନିତ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ବନଜ ଦେବୀଜାତୀୟସ୍ତରର ବିଶିଷ୍ଟ ଲେଖିକାସମ୍ପାଦିକା ଓ ବ୍ଲଗର୍‍ ନୀନା ବର୍ମା ଏବଂ ବିଶିଷ୍ଟ ଲେଖକଅଭିନେତା ଓ ମଞ୍ଚ କଳାକାର ଅଖିଳେନ୍ଦ୍ର ମିଶ୍ର ଯୋଗଦେବେ। ଏହି ଅବସରରେ ସେମାନେ ଓ ସେମାନଙ୍କ କବିତା’ ଶୀର୍ଷକରେ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଶିଷ୍ଟ କବୟିତ୍ରୀ ଗିରିବାଳା ମହାନ୍ତିବିଶିଷ୍ଟ କବି ଓ ଅନୁବାଦକ ସଂଗ୍ରାମ ଜେନା ଓ ବିଶିଷ୍ଟ କବି ଓ ଅନୁବାଦକ ସୁରେନ୍ଦ୍ର ପାଣିଗ୍ରାହୀ ଯୋଗଦେବାକୁ ଥିବାବେଳେ ନିମନ୍ତ୍ରିତ କବିମାନେ କବିତାପାଠ କରିବେ । ସେହିଭଳି ଶିଶୁ କବିତା ପାଠୋତ୍ସବ ଚୁଲବୁଲୀଚୁଲ୍‍ବୁଲ୍‍ମାନଙ୍କ ସରସ ପଦ୍ୟ’ ମଧ୍ୟ ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ଶିଶୁ ସାହିତ୍ୟିକ କୃତ୍ତିବାସ ନାୟକବିଶିଷ୍ଟ ଅନୁବାଦକ ଶରତ ଆଚାର୍ଯ୍ୟ ଓ ବିଶିଷ୍ଟ ଗୀତିକାର ନିର୍ମଳ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ମହୋତ୍ସବର ଶେଷ ଅଧିବେଶନରେ ନୃତ୍ୟଅଭିନୟର ଯୁଗଳବନ୍ଦୀ ଓ କୁନାକୁନିମାନେ’ ଅନୁଷ୍ଠିତ ହେବ। ଏଥିରେ ବିଚାରକ ଭାବେ ଯୋଗଦେବେ ଗୁରୁ ପ୍ରଦୀପ ଦାସ ଓ ଗୁରୁ ଦେବବ୍ରତ ଦାସ। ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ସାହିତ୍ୟସଂସ୍କୃତିପ୍ରେମୀ ଯୋଗଦେବା ପାଇଁ କାଦମ୍ବିନୀ’ ଓ କୁନିକଥାର ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget