loading...

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ ଭବନରେ ଆଟ୍‌-ହୋମ୍ ଅନୁଷ୍ଠିତ

ଭୁବନେଶ୍ୱର, ୨୭ ଜାନୁଆରୀ  ୨୦୨୫




୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ତା୨୬.୦୧.୨୦୨୫ରିଖ ଅପରାହ୍ନରେ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟିଙ୍କ ସୌଜନ୍ୟରେ ରାଜଭବନଠାରେ ଆଟ୍‌-ହୋମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳଙ୍କ ଆମନ୍ତ୍ରଣ କ୍ରମେ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିବିଶେଷ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ମାନ୍ୟବର ରାଜ୍ୟପାଳଙ୍କ ସହଧର୍ମିଣୀ ତଥା ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସହଧର୍ମିଣୀ ଡ. ପ୍ରିୟଙ୍କା ମାର୍ଣ୍ଡି, ଓଡ଼ିଶା ହାଇକୋର୍ଟର ମାନ୍ୟବର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀ ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓ ସହଧର୍ମିଣୀ ଶ୍ରୀମତୀ ସୋମା ସିହ୍ନା, ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏତଦ୍‌ବ୍ୟତୀତ ଓଡ଼ିଶା ହାଇକୋର୍ଟର ମାନ୍ୟବର ନ୍ୟାୟମୂର୍ତ୍ତି ବୃନ୍ଦ, ମାନ୍ୟବର ସାଂସଦ ଓ ବିଧାୟକ, ସ୍ୱାଧୀନତା ସଂଗ୍ରାମୀ, ପଦ୍ମପୁରସ୍କାର ବିଜେତା, ରାଜନୈତିକ ଦଳର କର୍ମକର୍ତ୍ତା / ବ୍ୟକ୍ତି ବିଶେଷ, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, କ୍ରୀଡ଼ାବିତ୍‌, ସାରସ୍ୱତ ସ୍ରଷ୍ଟା, କଳାକାର, ପିଭିଟିଜି ବର୍ଗର ବ୍ୟକ୍ତି ବିଶେଷ, ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଆଟ୍‌-ହୋମ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ବିଭିନ୍ନ ବର୍ଗର ଅତିଥିମାନଙ୍କ ସହିତ ଭାବବିନିମୟ କରିଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget