December 2023

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱର ସ୍ଥିତି ସିପିଆଇ (ଏମ) ରାଜ୍ୟକାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ଇଣ୍ଡିଆମେଂଟ ଭୁକ୍ତ ଓଡ଼ିଶାର ରାଜନୈତିକ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତବର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ । ସଂସଦରେ ବିରୋଧି ସାଂସଦମାନେ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିବାରୁ ସେମାନଙ୍କୁ ଗଣ ନିଲମ୍ବନ କରାଗଲା । ଶାସକ ଦଳର ହାତବାରିସି ହୋଇ ରାଜ୍ୟସଭା ଅଧ୍ୟକ୍ଷ ଲୋକସଭା ବାଚସ୍ପତି ଏହି ଅଗଣତାବିକ କାର୍ଯ୍ୟ କରିଛନ୍ତି । ସଂସଦୀୟ ଆଲୋଚନାରୁ ସାଂସଦକୁ ନିଲମ୍ବନ କରି ଦେଶର ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାର ସଂଶୋଧନ ବିଲ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଅନୁମୋଦନ ପାଇଁ ଏକଛତ୍ର ବାଦୀ ମୋଦି ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ବର୍ତମାନ ସୁଦ୍ଧା ୧୪୩ ଜଣ ସାଂସଦକୁ ନିଲମ୍ବନ କରି ବିରୋଧି ଦଳ ଶୂନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସଂସଦୀୟ ଗଣତବକୁ ହତ୍ୟା କରାଯାଇଛି ।

ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥା ଓ ଗଣତବ ଉପରେ ଏକଛତ୍ରବାଦୀ ସାମ୍ପ୍ରଦାୟିକ କୁଚକ୍ର ଓ କର୍ପୋରେଟ ଲୁଣ୍ଠନ ପାଇଁ ଜନବିରୋଧି ନୀତି ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ କରିଛନ୍ତି ତାହା ଭାରତୀୟ ଗଣତବରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ସାମ୍ବିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ମୋଦି ସରକାରଙ୍କ ଏହି ସୌରାଚାରୀ ଆକ୍ରମଣ ମହଙ୍ଗା ପଡ଼ିବ । ଭାରତୀୟ ସଂସଦୀୟ ଗଣତବ ହେଉଛି ବହୁ ପରିକ୍ଷୀତ ଏବଂ ପରପକ୍ୱ ଗଣତାବିକ ବ୍ୟବସ୍ଥା ଏହା ବିରୋଧରେ ଦେଶର ସମସ୍ତ ଗଣତବୀ ପ୍ରେମୀ, ଧର୍ମନିରପେକ୍ଷ, ବାମପନ୍ଥି ଦଳମାନେ, ସମସ୍ତ ଦେଶପ୍ରେମୀ ସଂଗଠନ ଓ ବ୍ୟକ୍ତି ବିଶେଷ ଐକ୍ୟବଦ୍ଧ ହୋଇ “ଗଣତବ ସୁରକ୍ଷା ସଂଗ୍ରାମ”ରେ ଝାସ ଦେବାକୁ ଓଡ଼ିଶାରେ ଥିବା ଆଇଏନଡିଆଇଏ (ଇଣ୍ଡିଆ) ମେଂଟଭୁକ୍ତ ରାଜନୈତିକ ଦଳମାନଙ୍କ ତରଫରୁ ଆହ୍ୱାନ ଦିଆଯାଇଛି । ଓଡ଼ିଶାର ରାଜଧାନୀ ସମେତ ରାଜ୍ୟବ୍ୟାପି ଆସନ୍ତା କାଲି ଅର୍ଥାତ ଡିସେମ୍ବର ୨୨ ତାରିଖରେ ପ୍ରତିବାଦ ସଂଗଠିତ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି । ଧାରଣା, ବିକ୍ଷୋଭ, ସଭା ଏବଂ ପଟୁଆର ସଂଗଠିତ କରି ଏହି ପ୍ରତିବାଦ ଆନ୍ଦୋଳନ କରାଯିବାପାଇଁ ନିଷ୍ପତି ହୋଇଛି ।

ଆଜିର ମିଳିତ ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ (ଏମ), ସିପିଆଇଏମଏଲ (ଲିବେରେସନ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ଆମଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତାକ୍ରାନ୍ତି ଦଳ, ଜେଡିୟୁ, ବିଏସ୍ପି, ସିପିଆଇ ଏମଏଲ (ରେଡଷ୍ଟାର), ତୃଣମୂଳ କଂଗ୍ରେସ, ଜେଏମଏମ, ଆରପିଆଇ ଏବଂ ସମୃଦ୍ଧି ଓଡ଼ିଶା ଇତ୍ୟାଦି ଦଳର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗଦେଇଥିଲେ । ଜିଲ୍ଲାସ୍ତରରେ ତୁରନ୍ତ ମିଳିତ ବୈଠକ ଆହ୍ୱାନ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଇଣ୍ଡିଆ ଅର୍ନ୍ତଭୁକ୍ତ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ ନିବେଦନ କରିଛନ୍ତି ।

ଆଜିର ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତି ସମ୍ପର୍କରେ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳିକିଶୋର ପଟ୍ଟନାୟକ, ଅଭୟ ସାହୁ, ରବି ବେହେରା, ଜ୍ୟୋତିରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ, ପ୍ରମିଳା, ମହେନ୍ଦ୍ର ପରିଡ଼ା, ସୌମ୍ୟରଞ୍ଜନ ସ୍ୱାଇଁ, ହେମନ୍ତ କୁମାର, ଆଶିଷ କାନୁନଗୋ, ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ, ବଂଶୀଧର ପରିଡ଼ା, ପ୍ରଭାସ ସାମନ୍ତରାୟ, ଚିତରଞ୍ଜନ ମହାନ୍ତି, ମଧୁସୂଦନ ଯାଦବ, ନନ୍ଦନ ପାଲ, ଜତିଷ ମହାନ୍ତି, ଶିବାଜୀ ମୌଲିକ ଏବଂ ସେକ ଅବଦୁଲ ୱାଲି ପ୍ରମୁଖ ଏକ ମିଳିତ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ଦେଶର ମହାମହିମ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡଜୀଙ୍କୁ ଘମଣ୍ଡିଆ ନେତାମାନେ ଯେଉଁ ଭଳି ଉପହାସ କରିଛନ୍ତି, ତାହା କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ । ଏଭଳି ମର୍ଯ୍ୟାଦାହୀନ ବ୍ୟବହାର କାରଣରୁ ସଂସଦର ଗରିମା କ୍ଷୁଣ୍ଣ ହୋଇଛି । ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଦ୍ୱାରା ସଂସଦ ଭବନ ପରିସର ଭିତରେ ଶ୍ରୀ ଧନକଡଜୀଙ୍କୁ ନକଲ ଓ ଅନୁକରଣ କରି ଘମଣ୍ଡିଆ ମଂଟର ସାଂସଦମାନଙ୍କ ଦ୍ବାରା ସାର୍ବଜନୀନ ପରିହାସ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏଥି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ପ୍ରସ୍ତୁତ କରି ତାଙ୍କ ଉପରେ ହସିବା କଂଗ୍ରେସର ରୁଗ୍‌ଣ ମାନସିକତାକୁ ପ୍ରକାଶ କରୁଛି । ସଂସଦ ପରିସରରେ ଜଣେ ଗରିବ ମା’ର ପୁଅର ଅପମାନକୁ ଭାରତ ବରଦାସ୍ତ କରିବ ନାହିଁ । ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ଆଜି ରାଉରକେଲା, ରାୟଗଡା ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା ।

ସଂସଦରେ ବିରୋଧୀଙ୍କ ବ୍ୟବହାରରୁ ଏହା ସ୍ପଷ୍ଟ ଦେଖାଯାଉଛି ଯେ, ତାଙ୍କୁ କାହିଁକି ବହିଷ୍କାର କରାଯାଇଥିଲା । ଆଜି ଅହଂକାରୀ ସାଂସଦମାନେ ତାଙ୍କ ବହିଷ୍କାରକୁ ଯଥାର୍ଥ ଦର୍ଶାଇଛନ୍ତି । ରାହୁଲ ଗାନ୍ଧୀ ସଂସଦରେ ଜାତି ଉପରେ ଲମ୍ବା ଲମ୍ବା ଭାଷଣ ଦେଇ ଜାତିଆଣ ରାଜନୀତି କରୁଛନ୍ତି । ଓବିସି ବର୍ଗଙ୍କୁ ରାହୁଳ ଗାନ୍ଧୀ ସର୍ବ ସମ୍ମୁଖରେ ଗାଳି କରି ମଧ୍ୟ କ୍ଷମା ମାଗି ନାହାନ୍ତି ।

ବିପକ୍ଷ ନେତାଙ୍କ ଦ୍ବାରା ସମ୍ବିଧାନିକ ପଦର ଅପମାନ ବାରମ୍ବାର କରାଯାଉଛି । ଯେତେବେଳେ ଜଣେ ଆଦିବାସୀ ପରିବାରର ମହିଳା ରାଷ୍ଟ୍ରପତି ହୋଇଥିଲେ ସେତେବେଳେ କଂଗ୍ରେସ ଓ ଘମଣ୍ଡିଆ ଗଠବନ୍ଧନର ନେତାମାନେ ତାଙ୍କର ଅପମାନ କରିଥିଲେ । ଏହା କଂଗ୍ରେସର ଅହଂକାର ଓ ସାମନ୍ତବାଦୀ ମାନସିକତାର ପ୍ରମାଣ ଦେଉଛି । ଏହି ବ୍ୟବହାର ପାଇଁ ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ଦଳ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇଛି । ବିରୋଧୀ ଦଳ ନେତା ମାନେ ଧ୍ୟାନ ଦେବା ଉଚିତ ଯେ, ସେମାନଙ୍କ ବ୍ୟବହାର ଦେଶର ବୈଷୟିକ ଛବି ଉପରେ କେଉଁ ପ୍ରଭାବ ପକାଉଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ରାଷ୍ଟ୍ରର ଗରିମା ନଷ୍ଟ କରିବାରେ ଲାଗି ପଡିଛନ୍ତି ବିରୋଧୀ ଦଳ । ସାମ୍ବିଧାନିକ ପଦରେ ବିରାଜମାନ ବ୍ୟକ୍ତିକୁ ଅପମାନ କରିବା ବିରୋଧୀଙ୍କ ହତାଶ ଭାବକୁ ଦର୍ଶାଉଛି । ଏହା କୌଣସି ଜଣେ ବ୍ୟକ୍ତିତ୍ବ କିମ୍ବା କୌଣସି ଦଳକୁ ନୁହେଁ ବରଂ ଦେଶକୁ ଅପମାନ କରୁଛନ୍ତି ବିରୋଧୀ ଦଳ ।

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରଥମ ସୋର୍ଟ ମିଟ୍ 'ସମମନ୍ବୟ-୨୦୨୩' ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି । ହକି ତାରକା ତ‌ଥା ହକି ଇଣ୍ଡିଆର ସଭାପତି ଶ୍ରୀ ଦିଲ୍ଲୀପ୍ ତିର୍କୀ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମ୍ମମ୍‌ର ଏହି ସ୍ପୋର୍ଟ୍ ମିଟ୍‌କୁ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ଶ୍ରୀ ତିର୍କୀ କହିଥିଲେ ଯେ କ୍ରୀଡ଼ା ମଣିଷକୁ ସୁସ୍ଥ ରଖିବା ସହ ସଫଳତାର ସହିତ କାର୍ଯ୍ୟ ତୁଲାଇବାରେ ସହାୟକ ହୋଇଥାଏ । କିନ୍ତୁ ବର୍ତମାନ ନିଜକୁ ଫିଟ୍ ରଖୁବା ପାଇଁ ଆମ ପାଖରେ ସମୟ ରହୁନି ଏବଂ ଆମେ ଭୁଲି ଯାଉଛୁ କ୍ରୀଡ଼ା ଆମ ପାଇଁ କେତେ ଗୁରୁତ୍ବପୂର୍ଣ । ତେଣୁ ନିଜେ ଫିଟ୍ ରହିଲେ ଆମେ ନିଜ ପାଇଁ, ସମାଜ ପାଇଁ ଓ ଦେଶ ପାଇଁ ଭଲ କାମ କରିପାରିବା ବୋଲି ଶ୍ରୀ ତିର୍କୀ କହିଥିଲେ । ବିଶେଷ କରି ଯୁବବର୍ଗ ଫିଟ୍ ରହିବା ଉପରେ ସେ ଗୁରୁତ୍ବ ଦେଇଥିଲେ ।

ସମମ୍‌ର ଏହି ଉଦ୍ୟମକୁ ସେ ସାଧୁବାଦ ଜଣାଇବା ସହ ରୋଗୀ ସେବା କରୁଥିବା ବ୍ୟକ୍ତି ବିଶେଷ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଦ୍ୱାରା ନିଜକୁ ଫିଟ୍ ରଖୁବା ସହ ନିଜ ମଧ୍ୟରେ ଟିମ୍ ବିରିଟ୍ ରଖ୍ ଉତମ ସାସ୍ଥ୍ୟସେବା ଯୋଗାଇ ପାରିବେ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମମ୍ଭର ସିଇଓ ଡକ୍ଟର ଶ୍ଵେତପଦ୍ମା ଦାଶ କହିଥିଲେ ଯେ ରାଜ୍ୟରେ କୌଣସି କର୍ପୋରେଟ୍ ହସ୍ପିଟାଲ୍ ପକ୍ଷରୁ ଏଭଳି ସୋର୍ଟ ମିଟର ଆୟୋଜନ ପ୍ରଥମ ଥର ପାଇଁ କରାଯାଉଛି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଡାକ୍ତରମାନଙ୍କ ଠାରୁ ଆରମ୍ଭ କରି ସଳମ୍‌ର ଅନ୍ୟ ବିଭାଗର ଷ୍ଟାଫ୍‌ମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହା ଦ୍ଵାରା ହସ୍ପିଟାଲ୍‌ର କର୍ମଚାରୀମାନଙ୍କ ମଧ୍ୟରେ ଏକ ସମଭାବାପନ୍ନ ସମ୍ପର୍କ ସୃଷ୍ଟି ହେବ ବୋଲି ଡକ୍ଟର ଦାଶ କହିଥିଲେ।

ମୁଖ୍ୟ ଅତିଥିଙ୍କୁ ସାଗତ କରି ଡକ୍ଟର ଦାଶ କହିଥିଲେ ଯେ ଶ୍ରୀ ତିର୍କୀ ଅନେକ ଖେଳାଳୀଙ୍କ ପାଇଁ ଏକ ବଡ଼ ଉଦାହରଣ ଯେଉଁମାନେ କି ତାଙ୍କୁ ଅନୁସରଣ କରି ବଡ଼ ହେବାର ସପ୍ନ ଦେଖୁଛନ୍ତି ।

ଡିସେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସ୍ପୋର୍ଟ୍ ମିଟ୍‌ରେ ମୋଟ ୧୦ଟି ଟିମ୍ ସାମିଲ ହୋଇଛି । ଏହି ଡିଗୁଡ଼ିକ ହେଲା ଅରୋରା ଆଭେଞର୍ସ, ଫୋନେକ୍ସ ଫାନ୍‌ଟମ୍ଭ, ଫ୍ୟୁଜନ୍ ଫୋର୍ସ, ସେଲେଷ୍ଟିଆଲ‌୍ କ୍ରସର୍ସ, ଜେନିଥ୍ ଜିଲବ୍ଧ, ନେବୁଲା ନୋମାଡ଼ୁ, ଗ୍ୟାଲାକ୍ସି ଗାଡିଏଟର୍ସ, କାଂଟମ୍ଭ କ୍ଲାସର୍ସ, ସିଫ୍ଟ ଷ୍ଟ୍ରାଇକର୍ସ ଓ ରୋଗ୍ ରାଇଡର୍ସ । 

ଏହି ସ୍ପୋର୍ଟ୍ ମିଟ୍‌ରେ ଭଲିବଲ, କ୍ରିକେଟ, ଟଗ୍ ଅଫ୍ ୱାର୍, ସ୍ତ୍ରୀ ଲେଗ୍‌ଡ ରେସ୍, ମ୍ୟୁଜିକାଲ୍ ଚେୟାର, ଲେମନ୍ ସ୍କୁନ୍, କ୍ୟାରମ୍, ବ୍ୟାଡମିଂଟନ୍ ଓ ୧୦୦ ମିଟର ଦୌଡ ଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) କ୍ୟାମ୍ପସ -୫ ସ୍ଥିତ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଟିମ୍ ଜର୍ସିଗୁଡ଼ିକର ଉନ୍ମୋଚନ କରାଯିବା ସହ ଖେଳାଳୀମାନେ ଶପଥ ପାଠ କରିଥିଲେ ଏବଂ ସ୍ପୋର୍ଟ୍ ମିଟ୍‌ର ଏକ ମଶାଲ ଷ୍ଟାଡିୟମ୍ ପରିକ୍ରମା କରିଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାଇର) ବିରାଜ ମୋହନ ମିଶ୍ର ଓ ମେଡିକାଲ୍ ସୁପରିଟେଣ୍ଡେଟ୍ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ସମସ୍ତ ବିଭାଗର ମୁଖ୍ୟ, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଉପସ୍ଥିତ ଥିଲେ |

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




  • ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ
  • ଶାସକ ଦଳ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି

  • କାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା ସହ ମନ୍ଦିରର ନୀତି ନିୟମକୁ ମଧ୍ୟ ନଷ୍ଟ କରିଛନ୍ତି
  • ରାଜ୍ୟ ସରକାର ଭିକେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
  • ଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରି ମହାପ୍ରଭୁଙ୍କୁ ଶୁଦ୍ଧିକରଣ ଏବଂ ମାଜଣା କରନ୍ତୁ
  • ମନ୍ଦିର ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ କୋର୍ଟରେ ଦ୍ୱାରସ୍ଥ ହେବ


ଓଡ଼ିଶାର ହିନ୍ଦୁ ଓ ସନାତନିମାନଙ୍କର ଆସ୍ଥାର କେନ୍ଦ୍ର ଏବଂ ଓଡ଼ିଶାର ପ୍ରାଣ ମହାପ୍ରଭୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶାସକ ଦଳରେ ନୂଆ ଯୋଗ ଦେଇଥିବା ଭିକେ ପାଣ୍ଡିଆନ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର, ଫୁଡଟେଷ୍ଟର କାମିଆ ଜାନି ନାମକ ମହିଳାଙ୍କୁ ନେଇ ଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡିଛନ୍ତି । ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ବର କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନିମାନଙ୍କୁ ଧାର୍ମିକ ଆଘାତ ଲାଗିଛି । ପରୁ କାମିଆ ଜାନି ଗୋ ମାଂସ ଖାଇଥିବାର ଭିଡିଓ ଅଛି ଓ ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ସୁଧ ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧୁକାର ନାହିଁ । ଶାସକ ଦଳ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ଵର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡଃ. ଯତାନ ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡଃ ମହାନ୍ତି କହିଛନ୍ତି ଯେ, ଭିକେ ପାଣ୍ଡିଆନ ଓଡ଼ିଶାର ସମସ୍ତ ସନାତନ ଧର୍ମୀ ଓ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନା ନେଇ ଖେଳ ଖେଳିଛନ୍ତି । ଏଥିପାଇଁ ଆଇପିସି ସେକ୍ସନ ୨୯୫(ଏ)ରେ ଉଲ୍ଲେଖ ଅଛି, କୌଣସି ଲୋକ ଯଦି ଧାର୍ମିକ ଭାବନାକୁ ଆଘାତ କରିବେ ତାହାଲେ ଦଣ୍ଡ ମିଳିବ । ଦ୍ଵିତୀୟ କଥା ଶ୍ରୀ ଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ସେଜୁନ ୩୦(ଏ)ରେ ମଧ୍ୟ ଏହା ଘଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମଳା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧର୍ତବ୍ୟ ଅପରାଧ । ଭିକେ ପାଣ୍ଡିଆନ ଓ କାମିଆ ଜାନି ଉଭୟ ଅପରାଧରେ ସଂପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ ତୁରନ୍ତ ମନ୍ଦିର ପ୍ରଶାସନ ମାମଲା ରୁଜୁ କରନ୍ତୁ ଓ ତାଙ୍କ ଉପରେ ମକଦ୍ଦମା ରୂଜୁ କରି ଦୁହିଁଙ୍କୁ ଗିରଫ କରାଯାଉ ବୋଲି ଡଃ ମହାନ୍ତି ଦାବି କରିଛନ୍ତି ।

ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ । ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ପୁରୀ । ପୁରୀକୁ ମଧ୍ୟ ଗୋବର୍ଦ୍ଧନକ୍ଷେତ୍ର କୁହାଯାଏ । ପୁରୀରେ ଗୋ ମାତାଙ୍କୁ ସଂରକ୍ଷଣ ଏବଂ ସମ୍ବର୍ଶନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ ଜାମିଆ ଜାନି ମନ୍ଦିର ଭିତରେ ମହାପ୍ରସାଦକୁ ଖାଇ ସେ ବିଷୟରେ ଭିଡିଓ କରି ସନାତନ ଧର୍ମ ଓ ମନ୍ଦିରକୁ ଅପମାନ କରିଛନ୍ତି । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି । ଜାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ ପଦକ୍ଷେପ ଯୋଗୁ ବିଗତ ଦୁଇ ଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଚାରିଗୁଣ ବୃଦ୍ଧି ପାଇ ୨୦୨୨-୨୩ ମସିହରେ ୧୦ ଲକ୍ଷ ଟନ୍‌ରୁ ଊର୍ଦ୍ଧ୍ବରେ ପହଞ୍ଚୁଛି । ରାଜ୍ୟରେ ବର୍ଷିକ ମୁଣ୍ଡପିଛା ମାଛ ଆହରଣ ଗତ ୨୩ ବର୍ଷ ମଧ୍ୟରେ ୭.୭୧ କେଜିରୁ ୧୭.୭୩ କେଜିକୁ ବୃଦ୍ଧି ପାଇଛି । ମାଛଚାଷର ବିକାଶ ପାଇଁ ବିଭାଗ ପକ୍ଷରୁ ମାଛଚାଷୀଙ୍କୁ ଗୁଣାତ୍ମକ ମାଛ ଜାଆଁଳ ଯୋଗାଇଦେବା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏଥି ପାଇଁ ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍‌ଓ୍ୱାର୍କ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥି ପାଇଁ ପ୍ରତି ବ୍ଲକ୍‌ରେ ମାଛ ଜାଆଁଳ ହ୍ୟାଚେରୀ ସ୍ଥାପନ ସହିତ ଅଚଳ ହୋଇପଡ଼ିଥିବା ସରକାରୀ ମାଛ ହ୍ୟାଚେରୀଗୁଡ଼ିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କ‌ହିଛନ୍ତି ।

ଆଜି ଭୁବନେଶ୍ୱରଠାରେ ମାଛ ଜାଆଁଳ ହ୍ୟାଚେରୀ ଅଂଶୀଦାରମାନଙ୍କ ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ଯେ ରାଜ୍ୟରେ ଋତୁକାଳୀନ ଓ ଆଗୁଆ ମାଛ ଜାଆଁଳ ଉତ୍ପାଦନ କାର୍ଯ୍ୟକ୍ରମରେ ପ୍ରାୟ ୧୦୯୪ କୋଟି ଗୁଣ୍ଡ ଜାଆଁଳ ଉତ୍ପାଦନ କରାଯାଇପାରୁଛି । ଗୁଣ୍ଡ ଜାଆଁଳରୁ ଉନ୍ନତ ମାନର ଫ୍ରାଏ ଓ ଆଙ୍ଗୁଳିକା ଉତ୍ପାଦନ କରିବା ପାଇଁ ରାଜ୍ୟ ସରକାର ଜାଆଁଳ ଉତ୍ପାଦନକାରୀ ନେଟ୍‌ଓ୍ୱାର୍କ ଯୋଜନା ପ୍ରଣୟନ କରିଛନ୍ତି । ଏଥୁରେ ଜାଆଁଳ ଉତ୍ପାଦନକାରୀଙ୍କୁ ଇନ୍‌ପୁଟ୍ ସହାୟତା ଯୋଗାଇ ଦିଆଯାଉଛି । ଚଳିତ ବର୍ଷ ରାଜ୍ୟରେ ୨୯୬ କୋଟି ଫ୍ରାଏର ଆବଶ୍ୟକତା ଥିବାବେଳେ ରାଜ୍ୟରେ ୩୧୦ କୋଟି ଫ୍ରାଏ ଉତ୍ପାଦନ କରିବାରେ ସମର୍ଥ ହୋଇ ଜାଆଁଳ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ଵାଇଁ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହିତ ଏଥିରେ ବିବିଧତା ଆଣିବାର ଆବଶ୍ୟକ‌ତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

କର୍ମଶାଳାରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ଅବସରପ୍ରାପ୍ତ କେନ୍ଦ୍ର ସଚିବ ଶ୍ରୀ ଯତୀନ୍ଦ୍ରନାଥ ସ୍ୱାଇଁ କହିଲେ ଯେ ମତ୍ସ୍ୟକ୍ଷେତ୍ରର ବାର୍ଷିକ ୮ ପ୍ରତିଶତ ଅଭିବୃଦ୍ଧି ଘଟୁଛି ଏବଂ ଏହା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସ‌ହାୟକ ହେବ । ଉନ୍ନତ ମାନର ମାଛ ଜାଆଁଳର ପ୍ରାମାଣିକତା ପ୍ରଦାନ ଦିଗରେ ପଦକ୍ଷେପ ନେବା ସହିତ ପିପିପି ମୋଡ୍‌ରେ ମାଛ ଜାଆଁଳ ପାଇଁ ବ୍ରୁଡ୍ ବ୍ୟାଙ୍କ ସ୍ଥାପନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଗାମୀ ୫ ବର୍ଷ ପାଇଁ ମାଛ ଜାଆଁଳ ଉତ୍ପାଦନ ଦିଗରେ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲେ ।

କର୍ମଶାଳା ପ୍ରାରମ୍ଭରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲାମ୍ ରାଜ୍ୟରେ ଆଗାମୀ ଦିନରେ ମାଛ ଜାଆଁଳର ବର୍ଷିତ ଚାହିଦାକୁ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ସହିତ ନୂତନ ଜ୍ଞାନକୌଶଳର ପ୍ରୟୋଗ

ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ପ୍ରକାଶ କରିଥିଲେ । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କର୍ମଶାଳାରେ ମାଛ ଜାଆଁଳ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ରାଜ୍ୟର ବେସରକାରୀ ଯୁବ ମାଛ ଜାଆଁଳ ହ୍ୟାଚେରୀ ମାଲିକମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ସମ୍ବଦ୍ଧିତ କରିଥିଲେ । କର୍ମଶାଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧ‌ିକ ମାଛ ଜାଆଁଳ ହ୍ୟାଚେରୀ ମାଲିକ ଯୋଗଦେଇଥିଲେ ।

କର୍ମଶାଳାର ବୈଷୟିକ ଅଧିବେଶନରେ ଭାରତୀୟ କୃଷି ଗବେଷଣା ପରିଷଦ – ସିଫାର ପ୍ରିନ୍‌ସିପାଲ୍ ବୈଜ୍ଞାନିକ, ଏନ୍‌ଏଫଏଫ୍‌ବିବି, କଲେଜ୍ ଅଫ୍ ଫିସରିଜ୍, ୱାଲର୍ଡ ଫିସ୍, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞଙ୍କ ସମେତ ଏମ୍‌ଡି, ଓପିଡିସି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ମାଛ ଜାଆଁଳ ଓ ମାଛ ଉତ୍ପାଦନର ବିଭିନ୍ନ ଦିଗ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ।

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩





ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କର ସୁପାରିଶ କ୍ରମେ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ ଓ ସ୍ତମ୍ଭକାର ଅମୀୟ ପାଣ୍ଡବଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ କଂଗ୍ରେସ କମିଟି ସଭାପତି ମଲ୍ଲୀକାର୍ଜୁନ ଖାର୍ଗେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଆଜି ଏ.ଆଇ.ସି.ସି. ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀଯୁକ୍ତ କେ.ସି. ବେଣୁଗୋପାଳ ଘୋଷଣା କରିଛନ୍ତି । ସେହିପରି ମନିଷାଦାସ ପ...ନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଓ ଆନସ ଦାସ ଙ୍କୁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩





ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।  
  ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା ।
  ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଅନୁବନ୍ଧିତ ହସ୍ପିଟାଲମାନଙ୍କର ନିୟମିତ ସମୀକ୍ଷା ପାଇଁ ନୋଡ଼ାଲ  ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଓଡ଼ିଶା ବାହାର ରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ଯେପରି କାର୍ଡଧାରୀମାନଙ୍କର ଚିକିତ୍ସା ସହଜଲବ୍ଧ ଓ ସୁଗମ ହେବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମୋ ସରକାର ଏବଂ ଅନ୍ୟାନ୍ୟ ସୁତ୍ରରୁ ମିଳୁଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର  ସମାୟନୁବନ୍ଧିତ ସମାଧାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ ।  
  ସମୀକ୍ଷାରୁ ଏହା ଜଣାପଡ଼ିଛି ଯେ ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା  ୮୧୬ଟି ସୁପରସ୍ପେସିଆଲିଟି ଘରୋଇ ହସ୍ପିଟାଲ ବି.ଏସ୍.କେ.ୱାଇ ଅନୁବନ୍ଧିତ ହୋଇଛନ୍ତି । ଗତ ବର୍ଷ ଉକ୍ତ ସମୟ ତୁଳନାରେ ଏହା ୪୩.୪୦ ପ୍ରତିଶତ ଅଧିକ । ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଦିନ ରାତି ପ୍ରଚେଷ୍ଟା ଜାରି ରଖିଛନ୍ତି । ୮୧୬ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ ଟି ରାଜ୍ୟରେ ଅବସ୍ଥିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫୬ ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି ।
  ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା  ଅନୁବନ୍ଧିତ ହସ୍ପିଟାଲମାନେ ରୋଗୀମାନଙ୍କର ଚିକିତ୍ସା ବାବଦରେ ୧୨.୧୧ ଲକ୍ଷରୁ ଉର୍ଦ୍ଧ ଦାବି ଉପସ୍ଥାପନା କରିଛନ୍ତି । ବି.ଏସ୍.କେ.ୱାଇର ଦୃତବର୍ଦ୍ଧିଷ୍ଣୁ ଲୋକପ୍ରିୟତା ପରିପ୍ରେକ୍ଷୀରେ ଚଳିତ ବର୍ଷ ଶେଷ ସୁଦ୍ଧା ଚିକିତ୍ସା ବାବଦରେ ଦାବି ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଗତ ବର୍ଷର ଏହି ସମୟ ତୁଳନାରେ ଏହା ୧୦୨ ପ୍ରତିଶତ ଅଧିକ ।
  ଏହି ଯୋଜନା ଅଧୀନରେ ପଞ୍ଜୀକୃତ ୯୬.୫ ଲକ୍ଷ ପରିବାର ମଧ୍ୟରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୫୦୭.୦୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୨୯୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଖର୍ଚ୍ଚ ତୁଳନାରେ ଏହା ୧୦୭ ପ୍ରତିଶତ ଅଧିକ । ତଥ୍ୟ ଅନୁସାରେ ୨୦୨୨ ମସିହାରେ ରୋଗୀମାନଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲମାନଙ୍କ ଠାରୁ ମିଳିଥିବା ପ୍ରାୟ ୧୪୦୯.୪୦ କୋଟି ଟଙ୍କାର ବିଲ ରାଜ୍ୟ ସରକାର ପୈଠ କରିଥିଲେ ।
  ସୋସାଇଟିର ନୋଡାଲ ଡାକ୍ତରମାନଙ୍କ ସମେତ ବରିଷ୍ଠ  ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ୱର, ୨୧ ଡିସେମ୍ବର ୨୦୨୩




ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାଓ୍ୱାର ସହ ମିଳିତ ଭାବେ ରାଜ୍ୟର ୩⁄୪ୁବ ପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଉଦ୍ୟମ କରା୩⁄୪ାଇଛି । ଏହି ଉ ପଲକ୍ଷେ ଆଜି ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସ୧⁄୪ିଳନୀ କକ୍ଷରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉ ପସ୍ଥିତିରେ ଟାଟା ପାଓ୍ୱାର ସହିତ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ପଦକ୍ଷେ ପର ମୂଳ ଉଦ୍ଦେଶ୍ୟ ହେଉଛି ଯୁବ ପ୍ରତିଭାମାନଙ୍କୁ ଟାର୍ଗେଟେଡ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ- ପ୍ରସ୍ତୁତ ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ଶକ୍ତି କ୍ଷେତ୍ରର ବିକଶିତ ଚାହିଦା ପାଇଁ ସେମାନ ଙ୍କ ର ଉନ୍ନତ ପ୍ରସ୍ତୁତକିୁ ସୁନିଶ୍ଚିତ କରିବା ।

ଶ୍ରୀମତୀ ପାଢ଼ୀ ତାଙ୍କ ଅଭିଭାଷଣରେ ଦକ୍ଷତା ବିକାଶରେ ଉତ୍କର୍ଷ ପାଇଁ ଓଡ଼ିଶା ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ପ୍ରଶିକ୍ଷଣ ମଡ୍ୟìଲ ଏବଂ ପ୍ରାକ୍ଟିକାଲ ଅଧିବେଶନରେ ନିରାପତ୍ତାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା ଅନ୍ତର୍ଜାତୀୟ ମାନଦଣ୍ଡ ସହ ସମକକ୍ଷ ହେବା ସହିତ ବିଶ୍ୱ ବଜାରରେ କର୍ମଚାରୀଙ୍କ ନିଯୁକ୍ତି ସୁେଯୋଗ ଏବଂ ବିଶ୍ୱସନୀୟତାକୁ ସୁଦୃଢ କରିବ ବୋଲି ଆଶା କରାଯାଏ । ଟାଟା ପାଓ୍ୱାର ସହିତ ସହେଯୋଗ ଅତ୍ୟନ୍ତ ଦକ୍ଷ ପେସାଦାର ଉତ୍ପାଦନ ଦିଗରେ ଏକ ପଦକ୍ଷେପକୁ ସୂଚିତ କରେ । ଡିଟିଇଟିର ନିର୍ଦ୍ଦେଶକ, ଶ୍ରୀ ରେଘୁ ଜି. ଏବଂ ଟାଟା ପାଓ୍ୱାରର ଟି ଆଣ୍ଡ ଡି ସଭା ପତି ଶ୍ରୀ ସଞ୍ଜୟ ବଙ୍ଗା ଆଜିର ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । 

ଏହି ବୁଝାମଣା ଫଳରେ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଶକ୍ତି କ୍ଷେତ୍ରରେ ବର୍ଦ୍ଧିତ ନିଯୁକ୍ତି ସୁେଯୋଗ ପ୍ରଦାନ କରିବ । ପ୍ରଥମ ବର୍ଷରେ ଟାଟା ପାଓ୍ୱାର ଦକ୍ଷତା ବିକାଶ କେନ୍ଦ୍ର ନିକଟରେ ଥିବା ୨୦ଟି ସରକାରୀ ଆଇଟିଆଇ ( ପ୍ରତି ଡିସ୍କମରେ ୫ଟି) ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରିଛି । ପରବର୍ତ୍ତୀ ବର୍ଷଗୁଡ଼ିକରେ ଅନ୍ୟ ଆଇଟିଆଇକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ। ଟାଟା ପାଓ୍ୱାର ଓଡ଼ିଶାର ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ସହ ପରାମର୍ଶ କରି ଏଭଳି ମୋଡ୍ୟୁଲ ପ୍ରସ୍ତୁତ କରିବ, ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଉ ପରେ ଗୁରୁତ୍ୱ ଦିଆଯିବ । ଏହି ମୋଡ୍ୟୁଲ ଗୁଡ଼ିକ ଶକ୍ତି କ୍ଷେତ୍ରରେ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନକୁ ଅନ୍ତର୍ଭୁକ୍ତ କରେ । ବାସ୍ତବ ଦୁନିଆର ଅନୁଭୂତି ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ଡିସ୍କମର ହ୍ୟାଣ୍ଡସ୍‌ ଅନ୍‌ ଟ୍ରେନିଂ ସେଣ୍ଟର ପରିଦର୍ଶନ କରିବେ । ଏହି ପ୍ରଦଶର୍ନ ସେମାନଙ୍କୁ ଦୈନନ୍ଦିନ କାର୍ଯ୍ୟ କୁ ସୁରକ୍ଷିତ ଏବଂ ଦକ୍ଷତାର ସହ ସମ୍ପାଦନ କରିବାରେ ସାହାଯ୍ୟ କରିବ ଏହା ବ୍ୟତୀତ ନେଟ୍‌ଓ୍ୱାର୍କ କଣ୍ଟ୍ରୋଲ ସେଣ୍ଟର, ସ୍ମାର୍ଟ ମିଟର ଲ୍ୟାବ ଏବଂ ୩୩/୧୧ କେଭି ସବ୍‌ ଷ୍ଟେସନ ପରିଦଶର୍ନ କରି ବିଦ୍ୟୁତ କ୍ଷେତ୍ରର ଉପକରଣ ସମ୍ପର୍କ ରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଯୋଜନା କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶର ଅଧିକାରୀ ଓ କର୍ମକର୍ତ୍ତା ଙ୍କ ସମେତ ଟାଟା ପାଓ୍ୱାରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩




ଅନଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସନ୍ତୋଷ ପ୍ରଧାନଙ୍କ ବିୟୋଗରେ ଗଭୀର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ପ୍ରଧାନ କଂଗ୍ରେସ ଦଳର ଜଣେ ଦୃଢ଼ ସଂଗଠକ ଥିଲେ ସେ ବିଧାୟକ ିବା ସମୟରେ ନିଜ ଅଂଚଳର ବିକାଶ ନିମନ୍ତେ ବିଧାନସଭାରେ ଦୃଢ଼ ଦାବି ଉପସ୍ଥାପନ କରୁଥିଲେ ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ସୁଯୋଗ ମିଳିଛି ତାହାକୁ ସେ ଅତ୍ୟନ୍ତ ନିଷ୍ଠାର ସହ ତୁଲାଇଛନ୍ତି ସେ ସରପଂଚ ଥିବା ସମୟରେ ମଧ୍ଯ ନିଜ ପଂଚାୟତର ଏବଂ ବିଧାୟକ ଭାବରେ ନିର୍ବାଚନ ମଣ୍ଡଳୀର ବହୁ ଜନହିତକର କାର୍ଯ୍ୟ କରିଛନ୍ତି ସ୍ୱର୍ଗତ ପ୍ରଧାନ ଜଣେ ମିଷ୍ଠଭାଷୀ, ପରୋପକାରୀ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ନିଜ ଅଂଚଳରେ ସୃଷ୍ଟି କରିପାରିଛନ୍ତି ପରଲୋକଗତ ଆତ୍ମାର ସଦଗତି କମନା କରିବା ସଂଗେ ସଂଗେ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩

 




ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ଏଆଇସିସି ମୁଖ୍ୟାଳୟ ଦିଲ୍ଲୀ ଠାରେ ଅଖୁଳ ଭାରତ ଜାତୀୟ କଂଗ୍ରେସର ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସଭାପତିତ୍ୱରେ ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ, ସାଂସଦ ଶ୍ରୀ କେସି ଭେନୁ ଗୋପାଳ, ଓଡ଼ିଶା ପ୍ରଭାରୀ ସାଂସଦ . ଚେଲ୍ଲା କୁମାରଙ୍କ ସହିତ ଓଡ଼ିଶାର ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ମାନଙ୍କର ଏକ ଗୁରୁତ୍ବପୂର୍ଣ ବୈଠକ ହୋଇଥିଲା ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ କ୍ଷମତା ଦଖଲ କରିବା ସହିତ କିଭଳି ଅଧୂକ ସାଂସଦ ନିର୍ବାଚିତ ହେବେ ସେଥିପାଇଁ ଏଆଇସିସିର ନେତୃବର୍ଗ ରାଜ୍ୟ ନେତୃବର୍ଗଙ୍କ ସହ ବିଚାର ବିମର୍ଷ କରି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ଓଡ଼ିଶାର ସମସ୍ତ ନେତୃବର୍ଗ ଶ୍ରୀ ରାହୁଲ ଗାନ୍ଧୀ ତଥା ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଅତିଶୀଘ୍ର ଓଡ଼ିଶାକୁ ଆସିବାପାଇଁ ନିମନ୍ତ୍ରଣ କରିଛନ୍ତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ, ଶ୍ରୀ ରାହୁଲ ଗାନ୍ଧୀ ଏବଂ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଓଡ଼ିଶା ଆସିବା ପାଇଁ ସମ୍ମତି ଦେଇଛନ୍ତି ଓଡ଼ିଶା ସଂଗଠନ ସହିତ ବହୁ ଗୁରୁତ୍ଵପୂର୍ଣ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି। ଶ୍ରୀ ରାହୁଲ ଗାନ୍ଧୀ ଓଡ଼ିଶାର ଅନୁସୂଚିତ ଜାତି, ଜନଜାତି ତଥା ସଂଖ୍ୟାଲଘୁ ଏବଂ ପଛୁଆବର୍ଗଙ୍କ ସମେତ ଅର୍ଥନୈତିକ ଅନଗ୍ରସର ଶ୍ରେଣୀଙ୍କ ବିକାଶ ନିମନ୍ତେ କି ପଦକ୍ଷେପ ନିଆଯାଇଛି ଏବଂ ' ସବୁ ପଦକ୍ଷେପ ନେଲେ ଓଡ଼ିଶାରେ ଏହି ବଡ଼ବର୍ଗଙ୍କର ବିକାଶ ଘଟିବ ସେଥିପାଇଁ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବାପାଇଁ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କୁ କହିଥିବାର ସୂଚନା ମିଳିଛି

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩



ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ “ବିଶ୍ୱକର୍ମା ଯୋଜନାର କର୍ମଶାଳାରେ ଯୋଗ ଦେଲେ ରାଜ୍ୟ ସଭାପତି, ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ସାଂସଦ ସଙ୍ଗମଲାଲ ଗୁପ୍ତା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି


ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ପାରମ୍ପରିକ ବୃତିକୁ ଆପଣାଇ ଯେଉଁମାନେ ଜୀବିକା ନିର୍ବାହ କରୁଛନ୍ତି ସେମାନଙ୍କ ପାରମ୍ପରିକ ଅଭ୍ୟାସକୁ ଦକ୍ଷତାଯୁକ୍ତ କରିବା ପାଇଁ “ ବିଶ୍ଵକର୍ମା ଯୋଜନା” ଆରମ୍ଭ କରିଥିଲେ । ଏହି ବିଶ୍ୱକର୍ମା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପାରିକ ବୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡିକ ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତି କାରିଗର, ପଥର କଟାଳି, ମୋଚି, ରାଜମିସ୍ତ୍ରୀ, ମସିଣା/ ଝାଡ଼ୁ କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର(ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା । ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ବିତ ହେବା ସହ ବିଶ୍ଵଦରବାରରେ ନିଜର ନାମ ଏବଂ କୌଳିକ ବୃତିକୁ ପ୍ରତିଷ୍ଠିତ କରିବାର ସୁବର୍ଣ୍ଣ ସୁଯୋଗ ପାଇବେ । “ବିଶ୍ୱକର୍ମା ଯୋଜନାରେ କାରିଗରଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ । ସେମାନଙ୍କ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମ୍ ସୁଧରେ ବନ୍ଧକ ବିହୀନ ରଣ, ସାଜ ସରଞ୍ଜାମ ପାଇଁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା, ଦକ୍ଷତା ପ୍ରଶିକ୍ଷଣ ଓ ଏ ସମୟରେ ଦୈନିକ ୫ଶହ ଟଙ୍କାର ଭତା, ବିପଣନ ସହାୟତା ଆଦି ଯୋଗାଇ ଦିଆଯିବ । ଏଥିଲାଗି ଦେଶର ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାଦ୍ଵାରା ୫ ବର୍ଷରେ ୩୦ଲକ୍ଷ କାରିଗର ପରିବାର ଉପକୃତ ହେବେ । ଏହି କୁଶଳୀ କାରିଗରମାନେ ପରବର୍ତୀ ସମୟରେ ନିଯୁକ୍ତିଦାତା ହୋଇପାରିବେ ବୋଲି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସାଂସଦ ଶ୍ରୀ ସଙ୍ଗମଲାଲ ଗୁପ୍ତା ସୂଚନା ଦେଇଛନ୍ତି ।

   ରାଜ୍ୟ କାର୍ଯ୍ୟାଳୟରେ “ବିଶ୍ଵକର୍ମା ଯୋଜନା ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୋଦିଙ୍କ ଗ୍ୟାରେଟି – “ ଶିଳ୍ପୀକୁଳ ହେବେ ସାମର୍ଥ୍ୟ ସମ୍ପନ୍ନ । ମୋଦିଜୀଙ୍କ ପରିକଳ୍ପିତ ଏହି “ ବିଶ୍ଵକର୍ମା ଯୋଜନା ଗାଁର ଲୋକେ କିଭଳି ଉପକୃତ ହେବେ ସେ ନେଇ ବିଜେପିର କାର୍ଯକର୍ତାମାନେ ଚେଷ୍ଟା କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନେତୃବୃନ୍ଦଙ୍କୁ ଆହ୍ବାନ ଦେଇଛନ୍ତି ।

             ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ବିଶ୍ୱକର୍ମା ଯୋଜନାର ଭୂମିକା ସମ୍ପର୍କରେ ପୂର୍ବତନ ରାଜ୍ୟ ସଭାପତି ତ‌ଥା ଏହି ଯୋଜନାର ରାଜ୍ୟ ସଂଯୋଜକ ସମୀର ମହାନ୍ତି କହିଥିଲେ । ଯୋଗ୍ୟ ହିତାଧିକାରୀମାନଙ୍କୁ ଏସମ୍ପର୍କରେ ବୁଝାଇ ଜନସେବା କେନ୍ଦ୍ର ପର୍ଯ୍ୟନ୍ତ ପହଂଚାଇବାର ଦାୟିତ୍ଵ ବିଜେପିର କାର୍ଯ୍ୟକର୍ତାମାନେ ନେବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

           ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩





  • ଖାରବେଳନଗର ଥାନାରେ ମାମଲା ରୁଜୁ
  • ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ରେ କାହିଁକି ଓ କାହା ସ୍ବାର୍ଥରେ ‘ଆମ ଓଡିଶା, ନବୀନ ଓଡିଶା, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ?
  • ରାଜ୍ୟ ସରକାରଙ୍କ ଏଭଳି ଅଦ୍ଧସତ୍ୟ ‘ବିଜ୍ଞାପନ’ ପୃଷ୍ଠାକୁ ପୋଡି ପ୍ରତିବାଦ କରାଗଲା 

ଅର୍ଦ୍ଧସତ୍ୟ ମିଥ୍ୟାଠାରୁ ଭୟଙ୍କର । ଏହି ଅଦ୍ଧସତ୍ୟ ଉପରେ ବିଜୁ ଜନତା ଦଳ ସରକାର ଓ ତାଙ୍କ ମୁଖୁଆ ନବୀନ ପଟ୍ଟନାୟକ ବିଶ୍ଵାସ କରନ୍ତି । ନିର୍ବାଚନ ଆସିଲେ ବିଜେଡି ଭେଳିକି ଦେଖାଇବା ଆରମ୍ଭ କରେ । ମାଗଣା ଚାଉଳ ହିତାଧିକାରୀ ପୃଷ୍ଠପୋଷକ ହେବା ପାଇଁ ନବୀନ ପଟ୍ଟନାୟକ ସରକାର ଗତ କାଲି ସବୁ ଖବର କାଗଜକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ଏକ ବିଜ୍ଞାପନ ଦେଇଛନ୍ତି । ଏହି ବିଜ୍ଞାପନରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫଟୋ ସହ ‘ଆମ ଓଡିଶା, ନବୀନ ଓଡିଶା, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ ଏବଂ ରାଜ୍ୟବାସିଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରାଯାଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ସ୍ୱାର୍ଥ ପାଇଁ ଚିରାଚରିତ ଢଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ଚଂଚକତା କରି ହଡପ୍ କରିବା ବିଜେଡି ସରକାରର ହୀନ ପ୍ରୟାସ । ଯାହା ଠକାମି ଭଳି ଅପରାଧ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ହଡପ୍ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଇଥିବା ମିଛ ବିଜ୍ଞାପନ ବିରୁଦ୍ଧରେ ଆଜି ଖାରବେଳ ଥାନାରେ ଏଫଆଇଆର ଦିଆଯାଇଛି ।

          ରାଜ୍ୟରେ ‘ଜାତୀୟ ଖାଦ୍ୟସୁରକ୍ଷା ଯୋଜନା ଅନୁଯାୟୀ ୨୦୧୫ ମସିହାରୁ ରାଜ୍ୟ ଜନସଂଖ୍ୟାର ୭୮ଭାଗ ଲୋକ ଅର୍ଥାତ ୩.୨୫ କୋଟି ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର । ମାତ୍ର ରାଜ୍ୟରେ ବିଜେଡି ସରକାର ମନ୍ଦ ଉଦ୍ଦେଶ୍ୟ ରଖ୍ କେନ୍ଦ୍ରୀୟ ଯୋଜନାକୁ ନିଜସ୍ଵ ଯୋଜନା କହି ଆତ୍ମପ୍ରଚାର ପାଇଁ ୨୦୧୮ ମସିହାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିଥିଲେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ଲକ୍ଷ ୮ହଜାର ୮୦୦ଜଣ ହିତାଧୁକାରୀ ତାଲିକା ପ୍ରସ୍ତୁତ କରି ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାକୁ ହଡପ୍ କରିବାର ଷଡଯନ୍ତ୍ର ରଚିଛି ବିଜେଡି ସରକାର । ରାଜ୍ୟ ବଜେଟ୍‌ରେ ବ୍ୟୟବରାଦ ନଥାଇ ବିନା କ୍ୟାବିନେଟ୍ ନିଷ୍ପତିରେ କିଭଳି ଅଗାମୀ ୫ ବର୍ଷ ପାଇଁ ସମ୍ପ୍ରସାରଣର ବିଜ୍ଞାପନ ଛାପିଲେ, ତାହା ସାଧାରଣ ଲୋକଙ୍କ ମଧ୍ୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨୦୧୮ ମସିହାରୁ ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରଚଳନ କରିଛନ୍ତି, ତାହେଲେ ଏବେ କାହିଁକି ଓ କାହା ସ୍ୱାର୍ଥରେ ଏହି ଯୋଜନାରେ ‘ଆମ ଓଡିଶା, ନବୀନ ଓଡିଶା, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ? ଏଭଳି ଆଇନବିରୋଧୀ କାର୍ଯ୍ୟର ତଦନ୍ତ ହେବା ଆବଶ୍ୟକ ବୋଲି ଏତଲାରେ ଦର୍ଶାଯାଇଛି ।

          ରାଜ୍ୟ ସରକାରଙ୍କ ଏଭଳି ଅଦ୍ଧସତ୍ୟ ତଥ୍ୟ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବାରୁ ତାର ପ୍ରତିବାଦ ସ୍ଵରୁପ ‘ବିଜ୍ଞାପନ ପୃଷ୍ଠାକୁ ଜନପଥରେ ପୋଡାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ତେଳେଶ୍ଵର ପରିଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହସଂଯୋଜକ ସୁଜିତ୍ କୁମାର ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା, ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର ୨୦ ଡିସେମ୍ବର ୨୦୨୩




  • ସଂଗ୍ରାମ ପାତ୍ରଙ୍କୁ କାହିଁକି ପୁଲିସ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ
  • ସାମାଜିକ ଗଣମାଧ୍ୟମରେ ଯିଏ ସରକାର ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି
  • ରାଜ୍ୟ ସରକାର ପୁଲିସକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି
  • ମିଥ୍ୟା ଅଭିଯୋଗରୁ ଦୂରରେ ରହି ଗିରଫ ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ଛାଡ଼ୁ ପୁଲିସ

           ଓଡ଼ିଶା ରାଜ୍ୟରେ ଏବେ ନିର୍ବାଚିତ ପ୍ରତିନିଧୂ ଶାସନ କରୁନାହାନ୍ତି ଅଣଓଡ଼ିଆ କିଛି ସ୍ଵାର୍ଥପର ଅମଲା ଶାସନ କ୍ଷମତାକୁ ଜବରଦଖଲ କରିଛନ୍ତି ଯାହା ଗଣତନ୍ତ୍ର ପାଇଁ ବିପଦ ରାଜ୍ୟ ସରକାର ପୁଲିସକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି ଯାହା ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ସ୍ପଷ୍ଟ ହୋଇଛି ଗତକାଲି ସଂଗ୍ରାମ ପାତ୍ର ଭୁବନେଶ୍ୱରରୁ ଅନୁଗୁଳ ଯାଉଥିବାବେଳେ ପୁଲିସ ତାଙ୍କୁ ରାତି ୩ଟାରେ ଉଠାଇ ନେଇ ସମ୍ବଲପୁରରେ ଅଟକ ରଖୁଛି ଶ୍ରୀ ପାତ୍ରଙ୍କ ନାଁରେ ପୋଲିସ ଆଇପିସି ୨୯୪, ୫୦୯, ୬୬,୬୭ ଧାରା ଲାଗୁ କରି ଗିରଫ କରିଛି ଶ୍ରୀ ପାତ୍ର ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର, ହତ୍ୟା, ହତ୍ୟା ଉଦ୍ୟମ, ମାରଣାସ୍ତ୍ର ରଖିବା ଭଳି କ୍ରିମିନାଲ ଆକ୍ଟିଭିଟିରେ ସମ୍ପୃକ୍ତ ନାହାନ୍ତି ତାହାଲେ ପୁଲିସ କିଭଳି ତାଙ୍କୁ ଏମିତି ଧାରା ଲଗାଇ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ଉପସଭାନେତ୍ରୀ .ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି

             ସାମାଜିକ ଗଣମାଧ୍ୟମରେ ଯିଏ ସରକାର ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ସମସ୍ତଙ୍କ ଅଧିକାର ଅଛି ପ୍ରଦୀପ ପ୍ରଧାନ, ପ୍ରକାଶ ନାୟକ ଅନ୍ୟ କାର୍ଯ୍ୟକତାମାନଙ୍କୁ ବିଭିନ୍ନ ସମୟରେ ଗରିଫ କରି ଡରେଇବା ଧମକାଇବା ସହିତ ନାଲିଆଖୁ ଦେଖାଉଛନ୍ତି ବିଜେଡି ସରକାର ସମ୍ବିଧାନ ଦେଇଥିବା ଅଧିକାର, ଗଣତନ୍ତ୍ର ତଥା ବାକ୍ ସ୍ୱାଧୀନତାର ହତ୍ୟା କରାଯାଉଛି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଶାସକ ଦଳ ସହ ମତ ନମିଶିଲେ ସମସ୍ତ ବାକ୍ ସ୍ଵାଧୀନତାକୁ କଣ୍ଠରୋଧ କରିବାକୁ ସରକାର ପଛାଉନାହାନ୍ତି ବିଜୁ ଜନତା ଦଳ ଶାସନରେ ସରକାର କୌଣସି ପ୍ରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ତାହା ସ୍ପଷ୍ଟ ଜଣାପଡୁନାହିଁ ଏହାର ବିରୋଧ ବିଜେପି ସାଧାରଣ ଲୋକେ କରିବା ଦରକାର ସାଢ଼େ କୋଟି ଓଡ଼ିଆଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଚକ୍ରାନ୍ତ କରିଛି ଯାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରୁଛି ବୋଲି .ଲେଖାଶ୍ରୀ କହିଛନ୍ତି

              ବିରୋଧୀଙ୍କ କାର୍ଯ୍ୟକର୍ତା କିଛି ଭୁଲ ନକରି ପୁଲିସ ସେମାନଙ୍କୁ ଗିରଫ କରୁଛି କିନ୍ତୁ ବିଜୁ ଜନତା ଦଳର ସତ୍ୟଜିତ ବିମ୍ରଳ ମିଶ୍ରଙ୍କ ପରି କର୍ମୀ ବିଜେପିର ମହିଳାମାନଙ୍କୁ ଦୁବ୍ୟବହାର କରୁଛନ୍ତି ଏନେଇ ମଧ୍ୟ ଥାନାରେ ମାମଲା ରୁଜୁ କରାଯାଇଥିଲା ମାମଲାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠା ନିଆଗଲା ନାହିଁ ବିଜୁ ଜନତା ଦଳ ସତ୍ୟଜିତ ବିମ୍ବଳ ମିଶ୍ରଙ୍କୁ କାହିଁକି ଗିରଫ କରିନାହିଁ ତାହା ପାଲିସ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବିଜେଡି ମିଥ୍ୟା ଆକ୍ରୋଶରୁ ଦୂରରେ ରହି ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ଛାଡନ୍ତୁ ବୋଲି . ଲେଖାଶ୍ରୀ ଦାବି କରିଛନ୍ତି

Powered by Blogger.
Javascript DisablePlease Enable Javascript To See All Widget