March 2024

ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪



ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ/ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ଓ ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ସହ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦୁ୍ୟତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । 

ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନି ଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଗ୍ରୀଷ୍ମପ୍ରବାହ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଷ୍ଟର, ଲିଫ୍‌ଲେଟ୍‌ ଓ କ’ଣ କରିବାକୁ ହେବ ଓ କ’ଣ ନକରିବା ଉଚିତ, ମଣିଷ ଓ ପ୍ରାଣୀସଂପଦର ସୁରକ୍ଷା ଦିଗରେ ଏଭଳି ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । 

ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍‌ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪


ଦୁର୍ନୀତି ଓ ବେଆଇନ ଉପାୟରେ ଅର୍ଥ ଠୁଳ କରିଥିବା ଭାରତୀୟ ଜନତାପାର୍ଟିର ସରକାର କଂଗ୍ରେସକୁ ଜାଣିସୁଣି ଆୟକର ନୋଟିସ ପଠାଉଛି । 



ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ଅନୁସାରେ ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଆଦାୟ କରାଯାଇଥିବା ଅର୍ଥର ଯେଉଁ ତଥ୍ୟ ପ୍ରକାଶ ପାଇଛି ସେଥିରୁ ଜଣାପଡ଼ିଲା ଯେ ଭାରତୀୟ ଜନତାପାର୍ଟି ୨୦୧୯ ମସିହା ଜାନୁଆରୀ ମାସ ପାଖରୁ ୨୦୨୪ ମସିହା ପର୍ଯ୍ୟନ୍ତ ୮ ହଜାର ୨୫୨ କୋଟି ଟଙ୍କା ବିଭିନ୍ନ କମ୍ପାନୀ ଏବଂ ଶିଳ୍ପପତିମାନଙ୍କ ପାଖରୁ ନିର୍ବାଚନୀ ଚାନ୍ଦା ପାଇଛନ୍ତି । 

ସବୁଠାରୁ ଅତ୍ୟନ୍ତ ଚାଂଚଲ୍ୟକର ଖବରଟି ଭାରତ ବର୍ଷର ୩୫ଟି ଫାର୍ମା କମ୍ପାନୀମାନେ ବିଜେପି ଦଳକୁ ୮୦୦ କୋଟି ଟଙ୍କାରୁ ଅଧିକ ଚାନ୍ଦା ଦେଇଛନ୍ତି । ଏପରିକି ଏହସବୁ କମ୍ପାନୀମାନଙ୍କର ଔଷଧ ଗୁଡ଼ିକ ସମ୍ପୂର୍ଣ୍ଣ ଜାଂଚ ପ୍ରକ୍ରିୟାକୁ ଶେଷ ନକରି ମୋଦୀ ସରକାର କୋଭିଡ ସମୟରେ ଏମାନଙ୍କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଔଷଧ ବିକ୍ରୀ କରିବାପାଇଁ ଅନୁମତି ଦେଲେ । ଏପରିକି ଏହିସବୁ ଔଷଧର ସଫଳ କାର୍ଯ୍ୟକାରିତା ଏବଂ ଗୁଣବତା ଉପରେ କେନ୍ଦ୍ର ସରକାରଙ୍କର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସରକାରଙ୍କୁ ପତ୍ର ଲେଖି ଜଣାଇଥିଲେ ମଧ୍ୟ ମୋଦୀ ସରକାର ଅର୍ଥଲାଳସାରେ ଅନୁମତି ପ୍ରଦାନ କରିଛନ୍ତି । କାମନିଅ ପଇସାଦିଅ ନୀତିରେ ବହୁ କମ୍ପାନୀମାନଙ୍କୁ ବଡ଼ ବଡ଼ ସରକାରୀ ଟେଣ୍ଡରକୁ ପ୍ରଦାନ କରି ଶହ ଶହ କୋଟି ଟଙ୍କା ଚାନ୍ଦା ପାଇଛନ୍ତି । ଏପରିକି ଭାରତ ବର୍ଷର ୪୫ ଟି କମ୍ପାନୀ ଉପରେ ଇଡି ଓ ଆୟକର ବିଭାଗର ଚଢ଼ାଉପରେ ଏହିସବୁ କମ୍ପାନୀମାନେ ବିଜେପି ଦଳକୁ ଶହ ଶହ କୋଟି ଟଙ୍କାର ଚାନ୍ଦା ବଣ୍ଡ ମାଧ୍ୟମରେ ଦେଇଛନ୍ତି । ଶ୍ରୀ ରାୟ କହିଛନ୍ତି ଯେ ଇଡି, ସିବିଆଇ ଏବଂ ଆୟକର ବିଭାଗ ବିଜେପି ଦଳ ପାଇଁ ଜୋର ଜୁଲମ କରି ଚାନ୍ଦା ଆଦାୟ କରୁଛନ୍ତି । ଏଭଳି ସ୍ଥିତି ଭାରତବର୍ଷରେ କେବେ ଦେଖାଦେଇନଥିଲା । ଏହା ସଂପୂର୍ଣ୍ଣଭାବେ ଧମକାଇ ଜୋର ଜୁଲମ କରି ଡରେଇ ଚାନ୍ଦା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି । ବିଜୁ ଜନତା ଦଳ ଏକ ଆଂଚଳିକ ଦଳ ହୋଇ ମଧ୍ୟ ୧୦୧୯.୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇଛନ୍ତି । ଏପରିକି ଯେଉଁସବୁ କମ୍ପାନୀମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ଉପାୟରେ ଲାଭ ପାଇଛନ୍ତି ଯଥା: ଖଣି, ଜମି ଇତ୍ୟାଦି ପାଇଛନ୍ତି ସେମାନେ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏପରିକି ବଡ଼ ବଡ଼ ଠିକାକାମ ପାଇଥିବା କମ୍ପାନୀମାନେ ଠିକା କାମ ପାଇବା ପୂର୍ବରୁ ଓ ଠିକା କାମ ପାଇବାପରେ ବିଜୁ ଜନତା ଦଳକୁ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । 

ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବିଜେପି ଦଳ ଓ କେନ୍ଦ୍ର ସରକାର ସଂପୂର୍ଣ୍ଣରୂପେ ଦୁର୍ନୀତିରେ ଉବୁଟୁବ ହେଉଥିବା ଦଳ । କଂଗ୍ରେସ ଦଳକୁ ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ଉପାୟରେ ହଇରାଣ ହରକତ କରିବାପାଇଁ ଜାଣିସୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ ଆୟକର ବିଭାଗ ତିନି ତିନିଟି ଡିମାଣ୍ଡ ନୋଟିସ ପଠାଇଛି । ପ୍ରକାଶ ଥାଉକି ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ଆୟକର ବିଭାଗ କଂଗ୍ରେସ ଦଳର ୯୪..୯୫ ବର୍ଷ ଏବଂ ୨୦୧୬-୧୭ରୁ ୨୦୨୩-୨୪ ଆର୍ଥିକ ବର୍ଷର ଦାଖଲ କରାଯାଇଥିବା ଆୟକର କୁ ପୁର୍ନବାର ମିଛରେ ହିସାବ କରି ପ୍ରଥମେ ୧୬୬ କୋଟି ଟଙ୍କାର ସୁଧ ଏବଂ ପେନାଲଟି ଦାଖଲ କରିବାପାଇଁ ନୋଟିସ ପଠାଇଥିଲେ । ଗତ ୨୮ ତାରିଖ ଦିନ ପୁର୍ନବାର ଆୟକର ବିଭାଗ ୧୮୨୩.୮ କୋଟି ଟଙ୍କାର ଡିମାଣ୍ଡ ନୋଟିସ ସେହି ସମାନ ବର୍ଷ ପାଇଁ ଜାରିକଲା । ତାର ୨୪ ଘଂଟା ନପୁରୁଣୁ ପୁର୍ନବାର ସେହି ସମାନ ବର୍ଷ ପାଇଁ ୩୫୬୭ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପୁଣି ଜାରିକଲା । ପ୍ରକାଶଥାଉକି ମୂଳ ଡିମାଣ୍ଡ ମାତ୍ର ୧୧ କୋଟି ଏହି ୧୧ କୋଟି ଟଙ୍କାର ଡିମାଣ୍ଡ ନୋଟିସ ପଠାଇଲା ପରେ ଆୟକର ବିଭାଗ କଂଗ୍ରେସ ଦଳର ବ୍ୟାଙ୍କ ଏକାଉଂଟରୁ ୧୩୫ କୋଟି ଟଙ୍କା କାଟି ନେଇଗଲେ । ଏହାପରେ ମଧ୍ୟ କଂଗ୍ରେସ ଦଳର ସମସ୍ତ ୧୧ଟି ବ୍ୟାଙ୍କ ଏକାଉଂଟକୁ ବନ୍ଦ କରିଦିଆଯାଇଛି । କଂଗ୍ରେସ ଦଳ ଭାରତବର୍ଷର ଦ୍ୱିତୀୟ ବୃହତମ ରାଜନୈତିକ ଦଳ ହୋଇଥିଲେ ମଧ୍ୟ ଏବଂ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଜାଣିଶୁଣି କିଭଳି ଭାବରେ କଂଗ୍ରେସ ଦଳରେ ଆର୍ଥିକ ଏବଂ ମାନସିକ ସ୍ତରରେ ଦୁର୍ବଳ କରିଦିଆଯିବ ଏବଂ ଅର୍ଥ ଅଭାବରେ ଆସନ୍ତା ସାଧାରଣ ନିର୍ବାଚନକୁ କଂଗ୍ରେସ ଦଳ ଠିକସେ ପରିଚାଳନା କରିପାରିବ ନାହିଁ ସେଥିପାଇଁ ଏହି ଚକ୍ରାନ୍ତ କରାଯାଇଛି । କଂଗ୍ରେସ ଦଳ ମୋଦୀ ଓ ଅମିତ ଶାହାଙ୍କ ହୀନ ଚକ୍ରାନ୍ତକୁ ଭୟ କରିନାହିଁ । ଭାରତ ବର୍ଷର ଜନସାଧାରଣ ସବୁକିଛି ଦେଖୁଛନ୍ତି । ଗଣତନ୍ତ୍ରରେ ଉଭୟଦଳ ସମାନ ସ୍ଥିତିରେ ରହି ନିର୍ବାଚନ ଲଢ଼ିଲେ ଗଣତନ୍ତ୍ରର ମୂଲ୍ୟବୋଧ ରହିଥାଏ କିନ୍ତୁ ବିଜେପି ଦଳ ବିଶେଷ କରି ନରେନ୍ଦ୍ର ମୋଦି ସ୍ୱେଚ୍ଛଚାରିତାକୁ ଗ୍ରହଣ କରିନେଇଛନ୍ତି । ଭାରତବର୍ଷରେ ଜନସାଧାରଣ ଏହାର ଉପଯୁକ୍ତ ଜବାବ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅଶୋକ ଦାସ ଓ କଂଗ୍ରେସ ନେତା ଶ୍ରୀ ପ୍ରଶାନ୍ତ ଚମ୍ପତି ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୧ ମାର୍ଚ୍ଚ ୨୦୨୪


  • ବିଜେଡି ପାପର ହାଣ୍ଡି ପୂରିଗଲାଣି: ମନମୋହନ ସାମଲ 
  • ଆତ୍ମ ସ୍ୱାଭୀମାନକୁ ବଳି ଦେବା ଅପେକ୍ଷା ଓଡିଶାର ଅସ୍ମିତା ଓ ସ୍ୱାଭୀମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖୁଛି : ଆକାଶ ଦାସନାୟକ
  • ଆଉ କ୍ରୀତଦାସ ଜୀବନ ବଂଚିବେ ନାହିଁ ବୋଲି ଓଡିଶାବାସୀ ବୋଲି ପଣ ନେଇଛନ୍ତି : ସିଦ୍ଧାନ୍ତ ମହାପାତ୍ର
  • ବିଜେପିରେ ଯୋଗ ଦେଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ



ଦୀର୍ଘ ୧୮ ଦିନ ଧରି ମିଥ୍ୟା ଖବର ସୃଷ୍ଟି କରି ରାଜ୍ୟବାସିଙ୍କୁ ଦ୍ୱନ୍ଦରେ ରଖିଥିବା ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି । ବିଜେଡି ଯେଉଁ ଗାତ ଖୋଳିଥିଲା ସେହି ଗାତରେ ସେ ପଡିଛି । ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ଭାବନା, ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଜେଡି ଅପଚେଷ୍ଟା କରୁଥିଲା, ତାହାର ପରିସମାପ୍ତି ଘଟିଛି । ବିଜେଡିର ଗୌଣି ପୂରିଗଲାଣିି । ରାଜ୍ୟ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଯୋଜନାକୁ ହଡପ୍ କରିବା ସହିତ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ମିଳିମିଶି ଟଙ୍କା ଆତ୍ମସାତ କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ । ବିଭିନ୍ନ ରାଜନୈତିକ ଦଳର ଅନେକ ସାଂସଦ, ବିଧାୟକ, ବରି ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଏବଂ ବ୍ୟକ୍ତି ବିଶେଷ ବିଜେପିରେ ସାମିଲ ହେଉଛନ୍ତି । ଆସନ୍ତା ଜୁନ ୪ରେ ଓଡିଶାରେ ବିଜେପି ସରକାର ଗଠନ କରିବ । ଶାସନକୁ ଆସିବା ମାତ୍ରେ ୪୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରାଯିବ । ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ । ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ । ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ । ଚାଷୀ, ଯୁବକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯାଇ ସମାଧାନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁ ିତ ମିଶ୍ରଣ ପର୍ବ ଅବସରରେ କହିଛନ୍ତି ।

କୋରେଇର ପୂର୍ବତନ ବିଧାୟକ ଶ୍ରୀ ଆକାଶ ଦାସ ନାୟକ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ନିଜ ସମର୍ଥକଙ୍କ ଗହଣରେ ଆନୁ ।ନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାସନାୟକଙ୍କ ସହ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ସଂଯୋଜକ କନିଷ୍କ ବୋଧିସତ୍ୱ ଦାସ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ପ୍ରହ୍ଲାଦ ପଣ୍ଡା, ପୂର୍ବତନ ସରପଂଚ ସୁବାଷ ନାୟକ, ପୂର୍ବତନ ପଂଚାୟତ ସମିତି ସଦସ୍ୟ କୁଳମଣି ଦାସ, ଏସ୍‌କେ ଜହରଅଲ୍ଲି, ଅଶୋକ ବାରିକ, ପୂର୍ବତନ କାଉନସିଲର ସୌମେନ୍ଦ୍ର ରାଉତ, ସଂଯୁକ୍ତା ଖଟୁଆ, ଭାନୁପ୍ରଭା କରନ, ପୂର୍ବତନ ସରପଂଚ ଗୋପାଳ ସେଠୀ, ପ୍ରଫୁଲ୍ଲ ଜେନା, ସୁଶାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସିନେ ତାରକା ପଦାରବିନ୍ଦ ନାୟକ, ଶିଶିର କୁମାର ରାଉତ, ଉଦୟ ପାଣି, ସମାଜସେବୀ ବୀରବର ବାରିକ ପ୍ରମୁଖ ଆନୁ ।ନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଆଜି ଆନୁ ।ନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ଆତ୍ମ ସ୍ୱାଭୀମାନକୁ ବଳି ଦେବା ଅପେକ୍ଷା ଓଡିଶାର ଅସ୍ମିତା ଓ ସ୍ୱାଭୀମାନର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ରଖୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ରାଜ୍ୟ ଏବଂ କୋରେଇର ବିକାଶ ପାଇଁ ବିଜେପିରେ ଯୋଗଦାନ କରିଛି । ମା’ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି । ସମସ୍ତଙ୍କ ଆଶୀର୍ବାଦକୁ ସାଥୀରେ ନେଇ ଓଡିଆ ଏବଂ ଓଡିଶାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ଶ୍ରୀ ଦାସ ନାୟକ କହିଛନ୍ତି ।

ଆଉ କ୍ରୀତଦାସ ଜୀବନ ବଂଚିବେ ନାହିଁ ବୋଲି ଓଡିଶାବାସୀ ବୋଲି ପଣ ନେଇଛନ୍ତି । ପାଇକ ବିଦ୍ରୋହରେ ଓଡିଆ ପାଇକଙ୍କ ବୀରଗାତା ସମସ୍ତେ ଜାଣିଛନ୍ତି । ସମୟ ଆସିଛି କ୍ରୀତଦାସ ପ୍ରଥାକୁ ହଟାଇ ରାଜ୍ୟରେ ଗଣତନ୍ତ୍ର ପ୍ରତି । କରିବା ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ ଥିବା ବ୍ରହ୍ମପୁରର ପୂର୍ବତନ ସାଂସଦ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟିକା ସଂଚିତା ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମନୋଜ ମହାପାତ୍ର, ଶ୍ରୀତମ ଦାସ, ଅରିନ୍ଦମ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସିମନ୍ତୀନି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪





ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪  ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ଭିଡିଓ କନଫରେନସିଂ ଜରିଆରେ ପଡୋଶୀ ଛତିଶଗଡ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ  ଏକ ଆନ୍ତଃରାଜ୍ଯ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ), ଶ୍ରୀ ଆର.କେ. ଶର୍ମା, (ଗୁଇନ୍ଦା) ନିର୍ଦ୍ଦେଶକ, ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା),  ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଏସ. ଦେବଦତ୍ତ ସିଂ, ଆଇ.ଜି.ପି (ପ୍ରୋଭିଜନିଙ୍ଗ), ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି.ପି (କାର୍ମିକ), ଶ୍ରୀ ଏସ. ପ୍ରବୀଣ କୁମାର, ଆଇ.ଜି.ପି (ଗୁଇନ୍ଦା), ଶ୍ରୀ ଅନୁପ ସାହୁ, ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡ଼ଃ ଉମାଶଙ୍କର ଦାଶ, ଏଆଇଜି (ମୁଖ୍ୟାଳୟ) ଶ୍ରୀ ବିବେକାନନ୍ଦ ଶର୍ମାଙ୍କ ସମେତ ବିଭିନ୍ନ ରେଞ୍ଜର ଆଇ.ଜି, ଡି.ଆଇ.ଜି ଏବଂ ସୀମାବର୍ତ୍ତି ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଛତିଶଗଡର ଡିଜିପି ଶ୍ରୀ ଅଶୋକ ଯୁନେଜା, ଏଡିଜି (ଅପରେସନ) ଙ୍କ ସମେତ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ  

ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ  ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ଛତିଶଗଡ ସହିତ ଲାଗି ରହିଛି । ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । 


ଧାର୍ଯ୍ୟ ହୋଇଥିବା ନିର୍ବାଚନ ତାରିଖର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇ କଡାକଡି ଯାଞ୍ଚ କରାଯିବ ବୋଲି ବୈଠକରେ ମତପ୍ରକାଶ    ପାଇଥିଲା ।  ଏହାସହ ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରାଯିବ ।   ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା  । ଏହା ବ୍ଯତୀତ ଉଭୟ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ  ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ଵତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ  ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ  ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪


  • ରାଜନୀତି ନାମରେ ଯୁବକଯୁବତୀଙ୍କ ସହ ଧୋକାବାଜୀ କରିଛନ୍ତି ରାଜ୍ୟ ସରକାର 
  • “ୟୁଜ୍ ଆଣ୍ଡ ଥ୍ରୋ” ହେଉଛି ନବୀନ ପଟ୍ଟନାୟକଙ୍କ “ପଲିସି, ଚରିତ୍ର ଏବଂ ଆଭିମୁଖ୍ୟ”


ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ ମିଛୁଆ ଓ ଗୁଜବକାରୀ : ଦେବାଶିଷ ନାୟକ


‘ଓଡିଶାରେ ସର୍ବାଧିକ ବେରୋଜଗାରୀ ବା ବେକାର ଯୁବକ । ନା ନିଯୁକ୍ତି ଅଛି ନା ନିଯୁକ୍ତି ପାଇଁ ତାଲିମ ବ୍ୟବସ୍ଥା ଅଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା, ୨୪ ବର୍ଷର ଶାସନ ପରେ ମଧ୍ୟ ସମାନ ସ୍ଥିତି । ପ୍ରାୟ ୪୧.୬ ପ୍ରତିଶତ ଯୁବକ / ଯୁବତୀ ନିଯୁକ୍ତି ପାଇପାରୁନାହାନ୍ତି ।’ ସଦ୍ୟ ପ୍ରକାଶିତ ଆଇଏଲଓ ରିପୋର୍ଟରେ ୨୪ବର୍ଷ ଧରି ବିଜୁ ଜନତା ଦଳର ଶାସନର ଅସଲ ମୁଖା ଖୋଲିଯାଇଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବାଶିଷ ନାୟକ କହିଛନ୍ତି ।

ଓଡିଶାକୁ ଶିଳ୍ପପତିମାନେ ଆସୁଛନ୍ତି, ବଡ ବଡ ଶିଳ୍ପ ପ୍ରତି । ହେବ । ଏଥି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଲେ । ବ୍ୟାପକ ମାତ୍ରାରେ ପ୍ରଚାର ଓ ପ୍ରସାର କରାଗଲା । ରାଜ୍ୟରେ ହାତଗଣତି ଶିଳ୍ପ ପ୍ରତି । ହୋଇଛି, କିନ୍ତୁ ସ୍ଥାନୀୟ ଯୁବକ / ଯୁବତୀଙ୍କୁ ନିଯୁକ୍ତି ମିଳିଲା ନାହିଁ । ଯାଜପୁର ଜିଲ୍ଲାରେ ଘରୋଇ ଶିଳ୍ପ ପ୍ରତି ।ନରେ ଜିଲ୍ଲାର ଶିକ୍ଷିତ ଓ କୁଶଳ ଯୁବକ / ଯୁବତୀଙ୍କୁ କାହିଁକି ନିଯୁକ୍ତି ମିଳିଲା ନାହିଁ । ବିକାଶର ବହୁ ଦୂରରେ ଓଡିଶା ରାଜ୍ୟ । ରାଜନୀତି ନାମରେ ଓଡିଆ ଯୁବକ ଯୁବତୀଙ୍କ ସହ ଧୋକାବାଜି କରିଛନ୍ତି ରାଜ୍ୟ ସରକାର । ଅଣଓଡିଆଙ୍କୁ ପ୍ରାଧାନ୍ୟ ଦେବା ଓ ଓଡ଼ିଶାର ସମ୍ପତିକୁ ଶାଗମାଛ ଦରରେ ବାହାରକୁ ବିକ୍ରୀ କରିଦେବା କଣ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପନୀତି ବୋଲି ଶ୍ରୀ ନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଅତୀତରେ ଅନେକ ଥର ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ । “ୟୁଜ୍ ଆଣ୍ଡ ଥ୍ରୋ” ହେଉଛି ନବୀନ ପଟ୍ଟନାୟକଙ୍କ “ପଲିସି, ଚରିତ୍ର ଏବଂ ଆଭିମୁଖ୍ୟ” । ନିଜ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଏହାକୁ ଗୁରୁତ୍ୱ ଦିଅନ୍ତି । ଯାହାଙ୍କ ପରିଶ୍ରମକୁ ୟୁଜ୍ କରି କ୍ଷମତା ଭୋଗ କଲେ, ପରବର୍ତୀ ସମୟରେ ଥ୍ରୋ କରିଦେଲେ । ବିଜେଡି ଗଠନ ସମୟରେ ବିଜେପିକୁ ୟୁଜ୍ କରିଥିଲେ, ୨୦୦୯ ରେ ଥ୍ରୋ କରିଦେଲେ । ୨୦୨୪ ନିର୍ବାଚନ ପାଇଁ ମଧ୍ୟ ସମାନ ନୀତି ଆପଣାଇ ୟୁଜ୍ କରିବାର ଚକ୍ରାନ୍ତ କରାଯାଇଥିଲା । ଓଡିଶାବାସୀଙ୍କ ଦ୍ୱାରା ବିମୁଖ ହେବା ସ୍ଥିତି ଦେଖି ଦ୍ୱନ୍ଦ ସୃଷ୍ଟି କରି ମେଂଟ ମେଂଟ ଚିତ୍କାର କରାଯାଇଥିଲା । ମିଛ ଆଉ ଗୁଜବକୁ ଘୃଣା କରୁଥିବା ମୁଖ୍ୟମନ୍ତ୍ରୀ ନିଜେ ବଡ ମିଛୁଆ ଓ ଗୁଜବ ସୃଷ୍ଟିକାରୀ ବୋଲି ଶ୍ରୀ ନାୟକ କହିଛନ୍ତି ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪



ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା ସ୍ଥିତ କ୍ୟାମ୍ପସ୍‌ରେ ଜଟିଳ ଅସ୍ତ୍ରୋପଚାର ଜରିଆରେ ଡାକ୍ତରୀ ଟିମ୍ ଜଣେ ଗର୍ଭବତୀଙ୍କ ପେଟରୁ ଦେଢ଼ କିଲୋ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି । ଏହି ବିଶାଳ ଟ୍ୟୁମର ବାହାର କରିବା ସହ ସଫଳ ପ୍ରସବ ଦ୍ୱାରା ଉଭୟ ମା ଏବଂ ଶିଶୁ ପୁତ୍ରର ଜୀବନ ରକ୍ଷା ହୋଇପାରିଛି । 

ଗଙ୍ଗପଡ଼ା ଅଂଚଳର ରୁପାଲୀ ମାର୍ଥା ନାମକ ଜନୈକା ଗର୍ଭବତୀ ତାଙ୍କ ପେଟରେ ଟ୍ୟୁମର ମଧ୍ୟ ରହିଥିବା ଜାଣି ପ୍ରସବ ନିମନ୍ତେ ଆଇଏମ୍‌ଏସ୍ ଫୁଲନଖରା କ୍ୟାମ୍ପସ ସ୍ଥିତ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ । 

ପ୍ରସୂତୀ ଓ ଶିଶୁର ଜୀବନ ରକ୍ଷା କରିବା ନିମନ୍ତେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସର୍ଜନ ଡାକ୍ତର ସ୍ମୃତିଶ୍ରୀ ସାହୁଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଉଭୟ ସିଜରିଆନ୍ ସେକ୍ସନ୍ ଓ ମାୟୋମେକ୍ଟୋମି ଅସ୍ତ୍ରୋପଚାର ଜରିଆରେ ମହିଳାଙ୍କ ଶରୀରରୁ ଫାଇବ୍ରେଡ ୟୁଟ୍ରସ୍‌କୁ ବାହାର କରାଯାଇଥିଲା । 

ମା ଓ ଶିଶୁର ଜୀବନ ରକ୍ଷା କରିଥିବା ହସ୍ପିଟାଲ୍‌ର ଡାକ୍ତର ଓ ଟିମ୍ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳାଙ୍କ ପରିବାର । 

ଏହି ସଫଳ ଅସ୍ତ୍ରୋପଚାର ସମ୍ପନ୍ନ କରିବାରେ ଆଇଏମଏସ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା, ଫାର୍ମାକୋଲୋଜି ବିଭାଗର ଡାକ୍ତର ସିଦ୍ଧାର୍ଥ ଗୌତମ, ଶିଶୁରୋଗ ବିଭାଗର ଡାକ୍ତର ସୌମ୍ୟ ରଞ୍ଜନ ସାମଲ, ଆନେସ୍‌ଥେସିଆ ବିଭାଗର ଡାକ୍ତର ପ୍ରଜ୍ଞା ନନ୍ଦ, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲ୍ଲିକ୍‌, ଓଟି ସହାୟିକା ଲିପ୍ସା ରାଣୀ ଓଝା, ପ୍ରିୟଙ୍କା ସ୍ୱାଇଁ ଏବଂ ଫାର୍ମାସିଷ୍ଟ ଶୁଭଙ୍କର ମହାପାତ୍ର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । 

ଗତ ଜାନୁଆରୀ ୨୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିଚାଳିତ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ୍ ଫୁଲନଖରା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିଲା ।

ଭୁବନେଶ୍ୱର ଓ କଟକ ମଧ୍ୟବର୍ତୀ ଜାତୀୟ ରାଜପଥ - ୧୬ ନିକଟରେ ଆରମ୍ଭ ହୋଇଥିବା ୨୦୦୦ ଶଯ୍ୟା ବିଶିଷ୍ଟ ଏହି ନୂଆ ହସ୍ପିଟାଲରେ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଓ ଅଗ୍ରଣୀ ବୈଷୟିକ ଜ୍ଞାନ କୌଶଳ ସଂପନ୍ନ ବ୍ୟବସ୍ଥା ରହିଛି । 

ଏଠାରେ ୨୪ ଘଂଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ୱତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ଅଛି । ସୁଲଭ ମୂଲ୍ୟରେ ଏଠାରେ ଉତମ ମାନର ସ୍ପେଶିଆଲିଷ୍ଟ୍ ଓ ସୁପର ସ୍ପେଶିଆଲିଷ୍ଟ୍ ଚିକିତ୍ସା ସୁବିଧା ରୋଗୀମାନଙ୍କୁ ପ୍ରଦାନ କରାଯାଉଛି ।

ଏହି ହସ୍ପିଟାଲରେ ରାଜ୍ୟସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଯୋଜନା ଦ୍ୱାରା ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 



ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ହେଲେ ଜାତି ଜନଗଣନା ଜରୁରୀ ଏବଂ ତଦନୁଯାୟୀ ସଂଶାଧନରେ ଅଧିକାର ଦେବାକୁ ସଂରକ୍ଷଣ ପ୍ରଦାନ କରିବାକୁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ପ୍ରକାଶ କରିଛନ୍ତି । ଦଳର ସର୍ବଭାରତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ ଏଥିପ୍ରତି ନିଜର ଅଙ୍ଗୀକାରବଦ୍ଧତା ଘୋଷଣା କରିଥିବାବେଳେ ଦଳର ନିର୍ବାଚନୀ ଗ୍ୟାରେଂଟିରେ ଏହା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଛୁଆବର୍ଗ ପାଇଁ କ୍ରମାଗତ ଭାବେ ଅବହେଳା କରି ଆସୁଛନ୍ତି ବୋଲି ଶ୍ରୀ ପାଣ୍ଡବ ଅଭିଯୋଗ କରିବା ସହ ସାମାଜିକ ନ୍ୟାୟ ପ୍ରତି । ପାଇଁ କଂଗ୍ରେସକୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଗୋଟିଏ ପଟେ ନରେନ୍ଦ୍ର ମୋଦି ନିଜକୁ ଓ.ବି.ସି. କହି ଭୋଟ ମାଗୁଛନ୍ତି, ଅନ୍ୟପଟେ ସମୁଦାୟ ଜନସଂଖ୍ୟାର ୫୦ ଶତକଡ଼ା ଓବିସି ବର୍ଗ ପ୍ରତି ଉପେକ୍ଷା କରୁଛନ୍ତି । ବିରୋଧି ଦଳମାନଙ୍କର ବାରମ୍ବାର ଦାବୀ ସତ୍ୱେ ସରକାର ଜାତି ଜନଗଣନା କରୁନାହାନ୍ତି । ପଛୁଆବର୍ଗଙ୍କ ବିରୋଧରେ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ରାହୁଲ ଗାନ୍ଧୀ ‘ଭାଗିଦାରୀ ନ୍ୟାୟ’ ମାଧ୍ୟମରେ ପଛୁଆ ବର୍ଗଙ୍କୁ ଦେଶର ସଂଶୋଧନରେ ଉପଯୁକ୍ତ ଭାଗିଦାରୀ ପାଇଁ ଗୁରୁତ୍ୱ ଦେଇ କହିଛନ୍ତି ଯେ ଦେଶରେ ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତନ କରାଯିବ ଏବଂ ୫୦ % ର ସୀମାବଦ୍ଧତାକୁ କଂଗ୍ରେସ ସରକାର ଉଠାଇ ଦେବ ବୋଲି କହିଥିଲେ । ସେହିପରି ରାଜ୍ୟରେ ଓବିସି ବର୍ଗପ୍ରତି ଚରମ ଅବହେଳାର ପ୍ରମାଣ ଭାବେ ସରକାରୀ ଚାକିରୀ କ୍ଷେତ୍ରରେ ସେମାନଙ୍କ ୨.୮% ଉପସ୍ଥିତିକୁ ନିଆଯିବା ସହ ୬୩% ଓବିସି ବର୍ଗର ଛାତ୍ରଛାତ୍ରୀ ପ୍ରାଥମିକ ଶିକ୍ଷାରୁ ବଂଚିତ ବୋଲି ସେ ପ୍ରକାଶ କରିଥିଲେ । ରାଜ୍ୟରେ ମଧ୍ୟ କଂଗ୍ରେସ ସରକାରକୁ ଆସିଲେ ଅଗ୍ରାଧିକାର ଭିତିରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯିବ ବୋଲି ଶ୍ରୀ ପାଣ୍ଡବ ଘୋଷଣା କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ମିଡ଼ିଆ ପ୍ୟାନେଲିଷ୍ଟ ଶୁଭେନ୍ଦୁଶେଖର ମଲ୍ଲିକ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 


  • ବିଜେପିରେ ସାମିଲ ହେଲେ ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
  • ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି : ପ୍ରିୟଦର୍ଶୀ ମିଶ୍ର
  • ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ


ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ,ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ଭାରତକୁ ସାରା ବିଶ୍ୱରେ ବିକାଶଶୀଳ କରିବା ପାଇଁ ମୋଦିଜୀଙ୍କ ଦୂରଦୃଷ୍ଟି ସମସ୍ତ ଲୋକଙ୍କୁ ଉତ୍ସାହିତ କରିଛି । ମୋଦିଜୀ ଜି-୨୦ ସମ୍ମିଳନୀରେ ଓଡିଶା ତଥା ଭାରତକୁ ବିଶ୍ୱଦରବାରରେ ପରିଚିତ କରିଥିଲେ, ଯାହା ମୋତେ ଅନୁପ୍ରାଣିତ କରିଥିଲା । ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।

ରାଜ୍ୟରେ “ବିଜେଡି ସରକାର ଯାଉଛି, ବିଜେପି ସରକାର ଆସୁଛି” । “ବିକଶିତ ଭାରତ, ବିକଶିତ ଓଡିଶା” ପରିପ୍ରେକ୍ଷୀରେ ଓଡିଶାବାସୀ ‘ଏଥର ବିଜେପି ସରକାର’ ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାର ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ । ଓଡିଆ ଅସ୍ମିତାକୁ ନେଇ ଗଠନ ହେବ ନୂତନ ଓଡିଶା । ଓଡିଶାରେ ବିଜେପିର “ଡବଲ୍ ଇଂଜିନ ସରକାର” ଗଠନ ହେବ । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି କୁନାଲ ରାଉତ, ୱାର୍ଡ ସଭାପତି ସ୍ୱାକ୍ଷର ରଞ୍ଜନ ମହାନ୍ତି, ଭୁବନେଶ୍ୱରର ଉପସଭାପତି ଆଲୋକ ପାଣିଗ୍ରାହୀ, ପୂର୍ବତନ ସରପଂଚ ଅଜୟ କୁମାର ବେହେରା, ସଞ୍ଜୁ ଭୋଇ, ନିର୍ମଳ ବେହେରା, ସମାଜସେବୀ ବିଦୁଲତା ବେହେରା, ୱାଡ ମେମ୍ବର ଦିଲୀପ ରାଉତ, ପୂର୍ବତନ ୱାଡ ମେମ୍ବର ଗୁରୁଚରଣ ରାଉତ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ଲୋକେଶ କୁମାର, ଖୋର୍ଦ୍ଧା ଜିଲ୍ଲା ସଭାପତି ଦୟାନିଧି ସ୍ୱାଇଁ, ପୂର୍ବତନ କର୍ପୋରେଟର ରଶ୍ମିରେଖା ଜେନା, ଦାସରଥି ନାୟକ ପ୍ରମୁଖ ଆନୁ ।ନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । 

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଆସ୍କା ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 


  • ବିଜେପିରେ ସାମିଲ ହେଲେ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତୃବୃନ୍ଦ
  • ଆସ୍କାର ପୁରୁଷତୋମପୁରର ପୂର୍ବତନ ବ୍ଲକ ଚେୟାରମ୍ୟାନ ମିନତୀ ପ୍ରଧାନ, ଭୂତସାରସିଂହି ସରପଂଚ ଦୀପକ ପାତ୍ର, ବ୍ଲକ ଉପସଭାପତି ଅରୁଣ ପ୍ରଧାନ ପ୍ରମୁଖ ହେଲେ ବିଜେପିରେ ସାମିଲ
  • ଖଲ୍ଲିକୋଟର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ପାତ୍ର, ରବିନ୍ଦ୍ର ସ୍ୱାଇଁ, ସିମାଚଂଳ ସେଠୀ, ଦୁର୍ଯ୍ୟଧନ ସାମଲ, ଗୋବର୍ଦ୍ଧନ ସେଠୀ, ଯୁଧିଷ୍ଠିର ସ୍ୱାଇଁ, ନାୟବ ସରପଂଚ ରଙ୍କନିଧି ଜେନା, ସନ୍ୟାସୀ ଗୌଡ ପ୍ରମୁଖ ଆନୁ ।ନିକଭାବେ ବିଜେପିରେ ସାମିଲ
  • ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ



ଅକୁଂଠ ସମର୍ଥନ ଯୋଗାଇବା ପରେ ମଧ୍ୟ ଗଂଜାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି । ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଯାଉଛନ୍ତି । କୈାଣସି ପ୍ରକାରର ବିକାଶ ହେଉ ନାହିଁ, ବରଂ ଅସାଧୁ କର୍ମଚାରୀ, ଠିକାଦାର ଏବଂ ବିଜେଡି ନେତାମାନେ ଯୋଜନା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ହଡପ୍ କରୁଛନ୍ତି । ପରିସ୍ଥିତି ଅସମ୍ଭାଳ ହେବାରୁ ଆମେ ସମସ୍ତେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛୁ ବୋଲି ଆସ୍କା ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀମାନେ କହିଛନ୍ତି ।

ଆସ୍କା ଲୋକସଭା ଅନ୍ତର୍ଗତ ପୁରୁଷତୋମପୁରର ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ବରି ବିଜେଡି ନେତ୍ରୀ ମିନତୀ ପ୍ରଧାନ, ଭୂତସାରସିଂହି ପଂଚାୟତର ପୂର୍ବତନ ସରପଂଚ ଦୀପକ ପାତ୍ର, ବିଜେଡି ବ୍ଲକ ଉପସଭାପତି ଅରୁଣ ପ୍ରଧାନ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁ ।ନିକ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ପାତ୍ର, ରବିନ୍ଦ୍ର ସ୍ୱାଇଁ, ସିମାଚଂଳ ସେଠୀ, ଦୁର୍ଯ୍ୟୋଧନ ସାମଲ, ଗୋବର୍ଦ୍ଧନ ସେଠୀ, ଯୁଧିଷ୍ଠିର ସ୍ୱାଇଁ, ନାୟବ ସରପଂଚ ରଙ୍କନିଧି ଜେନା, ସନ୍ୟାସୀ ଗୌଡ ପ୍ରମୁଖ ଆନୁ ।ନିକଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଓଡିଶାରେ ଏଥର ବିଜେପି ସରକାର । ମୋଦି ଗ୍ୟାରେଂଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିବା ସହିତ ଓଡିଶାରେ ଏଥର ବିଜେପିର ଡବଲ ଇଂଜିନ ସରକାର ଗଠନ ପାଇଁ ମନ ସ୍ଥିର କରିଛନ୍ତି ବୋଲି ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଆସ୍କା ସାଂସଦ ପ୍ରାର୍ଥିନୀ ଅନୀତା ଶୁଭଦର୍ଶୀନି ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 

 

  • ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ
  • ସାଧାରଣ ଲୋକଙ୍କ ଅର୍ଥରେ ରାଜ୍ୟ ରାଜକୋଷରୁ ଏତେ ଅର୍ଥ ବରବାଦ୍ କରୁଛନ୍ତି କିପରି?
  • ସରକାରୀ ଲକ୍ଷ୍ମୀ ବସ୍‌ରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ କେତେ ଦୂର ଯଥାର୍ଥ ?


ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହେବା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେପି ପ୍ରତିନିଧିମଣ୍ଡଳୀ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଥିବାବେଳେ ଅବାଧ, ନିରପେକ୍ଷ ନିର୍ବାଚନକୁ ବେଖାତିର କରି ଶାସକ ବିଜେଡି ଆଦର୍ଶ ଆଚରଣବିଧି ଉଲଘଂନ କରୁଛି । ନିର୍ବାଚନ ସମୟରେ ପୂର୍ବରୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ପ୍ରତ୍ୟାହାର କରାଯାଉଥିବାବେଳେ ଶ୍ରୀ ପାଣ୍ଡିଆନ ଏସବୁର ଊର୍ଦ୍ଧ୍ୱରେ ରହିଲେ କେମିତି? ଜେଡ୍ ପ୍ଲସ ସିକ୍ୟୁରିଟ୍ ବ୍ୟବସ୍ଥାରେ ସର୍ବାଧିକ ୫୫ଜଣ ପୋଲିସ ଅଧିକାରୀ ନିୟୋଜିତ ହେଉଥିବାବେଳେ ବିଜୁ ଜନତା ଦଳର ଅଘୋଷିତ ମୁଖିଆଙ୍କୁ ୭୪ଟି ପୋଲିସ କର୍ମଚାରୀ ଯୋଗାଇ ଦେବା କେଉଁ କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥା ତାହା ବୁଝି ହେଉନାହିଁ? ଜନସାଧାରଣଙ୍କ ସୁରକ୍ଷା ଏବଂ ନିର୍ବାଚନୀ ହିଂସା ସମୟରେ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ଅଭାବ ଦର୍ଶାଉଥିବା ଗୃହ ବିଭାଗ ସାଧାରଣ ଲୋକଙ୍କ ଅର୍ଥରେ ରାଜ୍ୟ ରାଜକୋଷରୁ ଏତେ ଅର୍ଥ ବରବାଦ୍ କରୁଛନ୍ତି କିପରି? ଏସମସ୍ତ ବିଷୟ ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିରବତା ପାଇଁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଶ୍ରୀ ପାଣ୍ଡିମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ବ୍ୟବହୃତ ଗାଡି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବିଜୁ ଜନତା ଦଳ ପାଣ୍ଠିରୁ ଭରଣା କରାଯାଉ ବୋଲି ଓବିସିି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଦାବି କରିଛନ୍ତି ।

ବାସ୍ତବରେ ତାଙ୍କ ଜୀବନ ପ୍ରତି ବିପଦ ଅଛି ନା ନିଜର ପ୍ରତିଆରା ବଢ଼ାଇବା ପାଇଁ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି । ତେଣୁ ନିର୍ବାଚନ ଆଚରଣ ବିଧି ଦୃଷ୍ଟିରୁ ତୁରନ୍ତ ତାଙ୍କ ପାଇଁ ଯୋଗାଇ ଦିଆଯାଇଥିବା ପୋଲିସ ବାହିନୀଙ୍କୁ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ପୋଲିସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟ ବିଜେପିର ପ୍ରତିନିଧିମଣ୍ଡଳ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଦାବି ଜଣାଇଥିଲା ।

ଅପର ପକ୍ଷରେ ନିର୍ବାଚନ ଆଚରଣବିଧି ଉଲଘଂନ କରି ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍‌ରେ ବିଜୁ ଜନତା ଦଳର ଦଳୀୟ ଚିହ୍ନ କେତେ ଦୂର ଯଥାର୍ଥ ତାହା ଆଜି ବିଜେପି ପ୍ରତିନିଧିମଣ୍ଡଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଲକ୍ଷ୍ମୀ ବସ୍‌ରୁ ଦଳୀୟ ଚିହ୍ନ ହଟାଇବା ପାଇଁ ଦାବି ଜଣାଇଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ ଓ ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଦୁଇ ଦିନିଆ ସାଂସ୍କୃତିକ ଉତ୍ସବ ‘ଆମିଟି-୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି । 

ଶୁକ୍ରବାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ପୂର୍ବତନ ରାଜ୍ୟ ଔଷଧ ନୀରିକ୍ଷକ ଡାକ୍ତର ନୀଳମାଧବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ଡିଭାଇସ୍ ମନିଟରିଂ ଓ ଫାର୍ମାକୋ ଭିଜିଲାନ୍ସ କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ନିମନ୍ତେ ସୃଷ୍ଟି ହେଉଥିବା ସୁଯୋଗ ଉପରେ ଛାତ୍ରଛାତ୍ରୀମାନେ ଦୃଷ୍ଟି ରଖନ୍ତୁ ବୋଲି କହିଥିଲେ । ସମାଜର ହିତ ପାଇଁ ସେମାନେ କାର୍ଯ୍ୟ କରନ୍ତୁ ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । 

କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାହିତ୍ୟିକା ଶ୍ରୀମତି ମମତା ଦାସ ମୁଖ୍ୟ ବକ୍ତା ଓ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । 

ଏହି ଅବସରରେ ଅନୁ ।ନର ବାର୍ଷିକ ପତ୍ରିକା ‘ଆରୋନ - ୨୦୨୪’ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । 

କାର୍ଯ୍ୟକ୍ରମକୁ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର) ଲକ୍ଷ୍ମୀଧର ମହାରଣା ପରିଚାଳନା କରିଥିଲେ । ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଷ୍ଟାର ନାଇଟ୍ ମୁଖ୍ୟ ଆକର୍ଷଣ ଥିଲା ।

ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୪ 



ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ଶୁକ୍ରବାର ଦିନ ପଚଂମ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଫଳ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଶୁଭ୍ରାଜ୍ୟୋତି ମିଶ୍ର ବକ୍ତା ଭାବେ ଯୋଗ ଦେଇ କୃଷି ଭିତିକ ତଥା ଉଦ୍ୟାନ କୃଷି ଭିତିକ ବର୍ଜ୍ୟବସ୍ତୁ ର ସୁବିନିଯୋଗ ଓ ପରିଚାଳନା ର ଆଧୁନିକ ଦିଗ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ ।

ଏହି ବକ୍ତୃତାମାଳାର ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଆଇଏଏସ୍ ର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ମିଶ୍ର ଏଭଳି ପ୍ରୟାସ କୁ ସାଧୁବାଦ ଦେବା ସହ ନିଜ ଅଭିଭାଷଣରେ ବକ୍ତା ଡକ୍ଟର ଶୁଭ୍ରାଜ୍ୟୋତି ମିଶ୍ରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ପ୍ରଫେସର ଜଗମୋହନ ଲାଲ ଗୁଲାଟି ଏହି ବକ୍ତୃତାମାଳାର ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଅଧ୍ୟାପକ ରାଜୀବ କୁମାର ବେହେରା ଧନ୍ୟବାଦ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ସବୁ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 



ପ୍ରବୀଣ ସ୍ଵାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୯୦ତମ ବଳିଦାନ ଦିବସ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ଅଧ୍ବକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ବର କଳିଙ୍ଗ ହସ୍ପିଟାଲ୍ ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷକ ସମ୍ବାଦ ସମ୍ପାଦକ ଭାସ୍କର ବେହେରା, ଶାବରୀ ସାଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ନୀଳମାଧବ ଦାସ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଗୋଦାବରୀଶ ମହାପାତ୍ର, ହୃଦୟ ରଂଜନ ଶତପଥ, ଯଶୋବନ୍ତ ଜୈନ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ଅଶ୍ବିନୀ ପଟ୍ଟନାୟକ, ସବିତା ଦଳାଇଙ୍କ ସହିତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଗୁଣାବଳୀର ସ୍ମୃତିଚାରଣ କରିଥିଲେ । କୋରାପୁଟ ଜିଲ୍ଲାର ବଣପାହାଡ଼ ଘେରା ଅଞ୍ଚଳରେ ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରି ସ୍ଵାଧୀନତା ସଂଗ୍ରାମର ବହ୍ନିକୁ ଶହୀଦ ଲକ୍ଷ୍ମଣ ନାୟକ ପ୍ରଜ୍ଵଳିତ କରିଥିଲେ । ମିଥ୍ୟା ମାମଲାରେ ସରକାର ତାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲ୍‌ରେ ଫାଶୀ ଦେଇଥିଲେ । ତାଙ୍କ ବଳିଦାନ ଦେଶରେ ସ୍ଵାଧୀନତା ସଂଗ୍ରାମକୁ ଅଧିକ ସକ୍ରିୟ କରିବା ସହ ତାଙ୍କ ତ୍ୟାଗପୂତ ନୀତି, ଆଦର୍ଶ ଯୁଗେ ଯୁଗେ ଛାତ୍ର ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ମତବ୍ୟକ୍ତ କରିଥିଲେ ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 



ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାର ସତ୍ୟତା ଆଜି ପର୍ଯ୍ୟନ୍ତ ପ୍ରକାଶ ପାଇଲାନାହିଁ । ରୁଚିକା ମହାନ୍ତିଙ୍କୁ ମାରି ଦିଆଯାଇଛି ନା ତାଙ୍କ ପ୍ରତି ଏଭଳି କିଛି ଅତ୍ୟଚାର କରାଯାଇଛି ଯଦ୍ୱାରାକି ସେ ନିଜର ଭାରସାମ୍ୟ ହରାଇ ମୃତ୍ୟୁକୁ ଆଦରି ନେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ ତାଙ୍କ ପରିବାର ତଥା ଓଡ଼ିଶାବାସୀ ଜାଣି ପାରୁନାହାନ୍ତି । ମା’କୁ ସମ୍ମାନ କହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଂପୂର୍ଣ୍ଣ ଏ ଘଟଣାରେ ନୀରବ କାହିଁକି? ପ୍ରଶାସନ ଏତେ ଶିଥିଳ କାହିଁକି? ଯେଉଁ ମୋବାଇଲଟି ସିଜ କରାଯାଇଥିଲା ସେଥିରୁ ଯେଉଁ ତଥ୍ୟ ବାହାରିଲା ଡିସିପି ଜନସାଧାରଣଙ୍କ ଆଗରେ ପ୍ରକାଶ କରୁନାହାନ୍ତି କାହିଁକି? ଏସବୁ ଅସମାହିତ ପ୍ରଶ୍ନର ଉତର କେବେ ମିଳିବ? ନବୀନ ବାବୁଙ୍କ ସରକାର ମହିଳା ଏବଂ ବିଶେଷ କରି ଝିଅ ମାନଙ୍କ କ୍ଷେତ୍ରରେ ଏତେ ନିଷ୍ଠୁର କାହିଁକି? 

ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତରଫରୁ ସାଧାରଣ ସଂପାଦକ ନିହାର ବେହେରା ଏବଂ ଅନ୍ୟତମ ସାଧାରଣ ସଂପାଦକ ସୁଦିପ ସାମଲ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଏକ ଅଡିଓ ଟେପର ଖୋଲାସା କରିଛନ୍ତି ଯେଉଁଥିରେ ବିଜେବି କଲେଜର ଜନୈକ ଛାତ୍ରୀ ପ୍ରଶ୍ନ କରୁଛନ୍ତି ଆପଣଙ୍କୁ ଆମେ ନିର୍ବାଚିତ କଲୁ ଆପଣ ବିଧାୟକ ହୋଇ ଆମମାନଙ୍କ ସହିତ ଏଭଳି ଘୃଣ୍ୟ ଓ ହୀନ କାର୍ଯ୍ୟକଲେ? ଆପଣଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଗୋଟିଏ ପରିବାର ନଷ୍ଟ ହୋଇଗଲା ଏବଂ ଦୁଇ ଦୁଇଟି ଝିଅଙ୍କ ଜୀବନ ଚାଲିଯିବାକୁ ବସିଲାଣି । ସମୟ ଆସିବ ଆପଣଙ୍କ ଏହି କାର୍ଯ୍ୟର ପର୍ଦାଫାଶ ହେବ ଏବଂ ସାରା ଓଡ଼ିଶା ଆପଣଙ୍କର ଘୃଣ୍ୟ କାମକୁ ଜାଣିବ । ଭୁବନେଶ୍ୱର କମିଶନରେଟ ପୋଲିସର ଡିସିପି ରୁଚିକା ମହାନ୍ତି ହତ୍ୟା ଘଟଣାରେ ଯେଉଁ ମୋବାଇଲକୁ ଜବତ କରିଥିଲେ ଏବଂ ଏହାକୁ ସଂପୂର୍ଣ୍ଣ ତଥ୍ୟ ଉଧାର କରିବାପାଇଁ ସିଙ୍ଗାପୁର ପଠାଇଥିଲେ ତାର ତଥ୍ୟକୁ ଏପର୍ଯ୍ୟନ୍ତ କାହିଁକି ଖୋଲାସା କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଅଡିଓ ଟେପରେ ବିଧାୟକ ଝିଅମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ବୋଲି ଝୀଅଟି କହୁଛି । ତେଣୁ କେଉଁ ଝିଅଙ୍କ ସହିତ ସେ ଖେଳ ଖେଳୁଛନ୍ତି ଏକଥା ମଧ୍ୟ ରାଜ୍ୟବାସୀ ଜାଣିବା ଉଚିତ । ଅଡିଓ ଟେପରେ ଯେଉଁ ଝିଅଟି କଥା ହେଉଛି ସେ ରୁଚିକା ମହାନ୍ତିଙ୍କର ସାଙ୍ଗ ନୁହଁନ୍ତି ତ? ଏ ଅଡିଓ ଟେପର ସ୍ୱର କାହାର ଆମକୁ ଜଣାନାହିଁ କିନ୍ତୁ ଏହା ନିଶ୍ଚିତ ଯେ ବିଜୁ ଜନତା ଦଳର ଭୁବନେଶ୍ୱର ତିନି ବିଧାୟକକଙ୍କ ମଧ୍ୟରୁ କାହାର ହୋଇଥିବ ଏକଥାକୁ ପୋଲିସ ଖୋଲାସା କରୁ । ଏ ହେଲା ପ୍ରଥମ ଖୋଲାସା ଏହାପରେ ଦ୍ୱିତୀୟ ଓ ତୃତୀୟଥର ପାଇଁ ପରବର୍ତୀ ଘଟଣାର ଅଡିଓ ଟେପ ଖୋଲାସା ହେବ । ଏପରିକି ଯୁବତୀ ଜଣଙ୍କ ମଧ୍ୟ ଗଣମାଧ୍ୟମ ସାମାନକୁ ଆସି ବୟନା ରଖିବେ । ସାରା ରାଜ୍ୟବାସୀ ଜାଣିବେ ବିଜୁ ଜନତା ଦଳର ନେତାମାନଙ୍କର ଅସଲ ଚରିତ୍ର ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 



ଗଣତନ୍ତ୍ରକୁ ସୁରକ୍ଷିତ ରଖିବାପାଇଁ ଆମ ସମସ୍ତଙ୍କୁ ଭୋଟ ଦେବାକୁ ପଡିବ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମଙ୍ଗଳ ଯୋଜନାଗୁଡିକ କାର୍ଯ୍ୟକାରୀ ହୋଇଥାଏ । ତେଣୁ ଯୁବ ଭୋଟରମାନେ ନିଜେ ଭୋଟ ଦେବା ସହିତ ଅନ୍ୟମାନଙ୍କୁ ଭୋଟ ଦେବାରେ ସହାୟତା କରିବା ପାଇଁ କହିଛନ୍ତି ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତୃଘ୍ନ କର । 

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଓ ଓଡିଶା ଇଲେକସନ ୱାଚ ପକ୍ଷରୁ ଆୟୋଜିତ “ନାଗରିକ ଶିକ୍ଷା ମାଧ୍ୟମରେ ଯୁବ ସଶକ୍ତିକରଣ : ମତଦାନ ସଂକ୍ରାନ୍ତୀୟ ସୂଚନା ଜ୍ଞାନକୌଶଳ ’’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‍ଘାଟନ କରି ଶ୍ରୀ କର ଉପରୋକ୍ତ ମତ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ । ପୂର୍ବ ନିର୍ବାଚନଗୁଡିକରେ ୨.୮୧ ପ୍ରତିଶତ ନୂଆ ଭୋଟର ସାମିଲ ହେଉଥିବାବେଳେ ଚଳିତବର୍ଷ ସେଥିରେ ଅଭିବୃଦ୍ଧି ହୋଇଛି । ତାଲିକାରେ ସାମିଲ ପାଇଁ ୭୦ହଜାର ଆବେଦନପତ୍ର ପଡିଛି । ଶ୍ରୀ କର କହିଥିଲେ ଯେ ଗୋଟିଏ ଭୋଟ ଅତ୍ୟନ୍ତ ମୂଲ୍ୟବାନ୍‍ । ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିଯିବାର ନଜିର ରହିଛି । ତେଣୁ ପ୍ରତ୍ୟେକ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ । ମତଦାନ କେବଳ ଅଧିକାର ସାବ୍ୟସ୍ତ କରିନଥାଏ ଏହା ସମାଜରେ ସମାନତା ଆଣିଥାଏ । ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଧାଡିରେ ଆସି ଭୋଟ ଦେଇଥାନ୍ତି । ତେବେ ଭୁବନେଶ୍ୱରରେ ମତଦାନ ହାର ୫୦ ପ୍ରତିଶତ ଟପୁନଥିବା ସେ କହିଥିଲେ । ତେଣୁ ନୂତନ ମତଦାତାମାନେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଅ।।ଗେଇ ଆସିବା ଆବଶ୍ୟକ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସେ ମତଦାତାଙ୍କ ସୂଚନା ପାଇବାପାଇଁ ଥିବା ଆପ୍‍ ସଂକ୍ରାନ୍ତରେ ବୁଝାଇଥିଲେ । ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହିତ ମୃତ ଲୋକଙ୍କ ନାଁରେ ଯଦି କେହି ଭୋଟ ଦେବେ ତେବେ ଆଇନ୍‍ ଅନୁଯାୟୀ ସେ ତୁରନ୍ତ ଗିରଫ ହେବେ ବୋଲି କହିଥିଲେ । 

ଓଡିଶା ଇଲେକସନ ୱାଚର ସଂଯୋଜକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରି ଆଲୋଚନାଚକ୍ରର ଉଦ୍ଦେଶ୍ୟ ସଂକ୍ରାନ୍ତରେ କହିଥିଲେ । ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ପୂର୍ବତନ ପୁଲିସ୍‍ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ଅଧ୍ୟକ୍ଷତା କରି କହିଥିଲେ ଯେ ଭୋଟ ଦେବା ହେଉଛି ଆମର ଅଧିକାର । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂଆ ଭୋଟରଙ୍କୁ ଭୋଟଦାନ ପାଇଁ ପ୍ରୋତ୍ସାହିତ କରିବା । ଉତ୍କଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାପନ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର କହିଥିଲେ ଯେ ନାଗରିକମାନଙ୍କୁ ମତଦାନ ସଂକ୍ରାନ୍ତରେ ଠିକଣା ଶିକ୍ଷା ମିଳୁନଥିବାରୁ ସେମାନେ କେବଳ ଢାଞ୍ଚା ବିଷୟରେ ଜାଣୁଛନ୍ତି, ହେଲେ ନିଜର କ୍ଷମତା ବିଷୟରେ ଜାଣିପାରୁ ନାହାନ୍ତି । ଫଳରେ ସେମାନଙ୍କର ଗଣତନ୍ତ୍ର ପ୍ରତି ଆବେଗ ଓ ମତଦାନ ପ୍ରତି ଆଗ୍ରହ ରହୁନାହିଁ । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ପୂର୍ବତନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସେବା ମହାପାତ୍ର କହିଥିଲେ ଯେ ଭଲ ପ୍ରାର୍ଥୀ ବାଛିବାର ଶୈଳୀ ଆମ ଉପରେ ନିର୍ଭର କରେ । ତେଣୁ ଠିକ୍‍ ଲୋକଙ୍କୁ କିଭଳି ଚୟନ କରାଯିବ ସେ ସଂକ୍ରାନ୍ତରେ ଯୁବ ଭୋଟରମାନେ ଲୋକଙ୍କୁ ବୁଝାଇବା ଦରକାର । ଆଲୋଚନାଚକ୍ରରେ ବରି ସାମ୍ବାଦିକ ସନ୍ଦୀପ ସାହୁ ମତଦାନ ବ୍ୟବସ୍ଥାରେ ଲୋକଙ୍କୁ ସୂଚନା ଦେବା ସହ ସଚେତନ କରିବାପାଇଁ ଥିବା ବିଭିନ୍ନ ୱେବସାଇଟ୍‍ ଓ ଆପ୍‍ ସଂକ୍ରାନ୍ତରେ ସୂଚନା ଦେଇଥିବାବେଳେ ବରି ସାମ୍ବାଦିକ ଯତୀନ୍ଦ୍ର ଦାଶ ଓ ଡକ୍ଟର ସୌମ୍ୟା ପରିଡା ଯୁବ ଭୋଟରମାନେ ନିଜେ ସଚେତନ ହେବା ସହିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରର ସତ୍ୟାସତ୍ୟ ବୁଝି ଅନ୍ୟମାନଙ୍କୁ ସଚେତନ କରିବା ଉପରେ ଜୋର ଦେଇଥିଲେ । ଏହି ଆଲୋଚନାଚକ୍ରରେ ବିଭିନ୍ନ ଶିକ୍ଷାନୁ ।ନରୁ ଯୋଗ ଦେଇଥିବା ଶତାଧିକ ଛାତ୍ରଛାତ୍ରୀ ନିଜର ଭୋଟର ତାଲିକାରେ ନାମ ଦରଜ, ଭୋଟରକାର୍ଡ, ନୋଟା ଆଦି ସଂକ୍ରାନ୍ତରେ ଏକାଧିକ ପ୍ରଶ୍ନମାନ ପଚାରିଥିବାବେଳେ ଉପସ୍ଥିତ ଅତିଥିମାନେ ଗୋଟି ଗୋଟି କରି ଉତ୍ତର ମାଧ୍ୟମରେ ସେମାନଙ୍କ ସଂଶୟ ଦୂର କରିଥିଲେ ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 


  • ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଅଂଚଳରେ ବିଜେପି ନେତା ଓ କର୍ମୀଙ୍କୁ ପୂର୍ବତନ ଦକ୍ଷିଣାଂଚଳ ପୋଲିସ ଆଇଜି ଧମକ ଦେବା ସହ ଭୟଭୀତ କରୁଛନ୍ତି
  • ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯିବ


ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାର ନିର୍ବାଚନ ଜିତିବା ପାଇଁ କ୍ଷମତା ଅପବ୍ୟବହାର କରୁଛି । ବିଡିଓ, ପୋଲିସ ଅଧିକାରୀ ତଥା ବଡ ବଡ ପୋଲିସ ଅଫିସରମାନଙ୍କୁ ବିଜେଡି ନିଜର ଦଳୀୟ କାର୍ଯ୍ୟରେ ଲଗାଉଛି । ନିର୍ବାଚନ ଆସିଲେ ପ୍ରଶାସନ ଅଧିକାରୀମାନେ ବିଜେଡିର କର୍ମୀଭଳି କାର୍ଯ୍ୟ କରନ୍ତି ଓ ନିର୍ବାଚନ ସରିଲେ ସେମାନଙ୍କୁ ଅନ୍ୟ ଜାଗାକୁ ବଦଳି କରାଯାଏ । ଏହି ଘଟଣା କିଛି ନୂଆ ନୁହଁ ବରଂ ଦୀର୍ଘ ବର୍ଷ ଧରି ଶାସନରେ ଥିବା ଶାସକ ବିଜେଡି ଏଭଳି ହୀନକାର୍ଯ୍ୟ କରୁଛି । ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଓ ନିରପେକ୍ଷ କରିବା ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ବିଜେଡି ତାହା ନକରି ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଜନତାଙ୍କୁ ଧମକାଇ ଭୋଟ ହାତେଇବାର ଅପଚେଷ୍ଟା କରୁଛି । ଚଳିତ ନିର୍ବାଚନ ପାଇଁ ମଧ୍ୟ ଏଭଳି ହୀନ କୌଶଳ ଆରମ୍ଭ କରାଯାଇଛି । ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଅଂଚଳରେ ବିଜେପି ନେତା ଓ କର୍ମୀଙ୍କୁ ପୂର୍ବତନ ଦକ୍ଷିଣାଂଚଳ ପୋଲିସ ଆଇଜି ଧମକ ଦେବା ସହ ଭୟଭୀତ କରୁଛନ୍ତି । ଏହଭଳି ହୀନ କାର୍ଯ୍ୟକୁ ଘୋର ନିନ୍ଦା କରୁଛି, ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଆବଶ୍ୟକ ପଡିଲେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଅବଗତ କରାଯିବ ବୋଲି ବିଧାୟକ ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ବିଜେଡିର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ପୁରୁଖା ଅଫିସରଙ୍କୁ ବାରମ୍ବାର ପୋଷ୍ଟିଂ କରନ୍ତି । ନିର୍ବାଚନ ପରେ ସେମାନଙ୍କୁ “ପ୍ରାଇଜ ପୋଷ୍ଟିଂ” ଦେଇ ବଦଳି କରାଯାଏ । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱକୁ ଭୁଲିଯାଇ ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ସାଧାରଣ ନିର୍ବାଚନ କିଭଳି ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେ ନେଇ ସିଇଓ ଓ ଇସିଆଇ ତଦନ୍ତ କରି କାର୍ଯ୍ୟାନୁ ।ନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 


  • ସର୍ବନିମ୍ନ ମଜୁରୀ ୩୦୦ଟଙ୍କା କରାଯାଉ
  • ତୁରନ୍ତ ରାଜ୍ୟ ସରକାର ଶ୍ରମିକମାରଣ ଆଭିମୁଖ୍ୟ ବନ୍ଦ କରନ୍ତୁ



ରାଜସ୍ୱ ବଳକା ରାଜ୍ୟର ଡିଣ୍ଡିମ ପିଟୁଥିବା ନବୀନ ଶାସନରେ ଓଡ଼ିଶାର ଶ୍ରମିକ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ସର୍ବନିମ୍ନ ମଜୁରୀ ପାଇବାକୁ କାହିଁକି ବାଧ୍ୟ ହେଉଛି? ଗୋଆ ଭଳି ଛୋଟିଆ ରାଜ୍ୟର ଶ୍ରମିକ ଦୈନିକ ୩୫୭ଟଙ୍କା ମଜୁରୀ ପାଉଥିବାବେଳେ ଓଡ଼ିଆ ଶ୍ରମିକଙ୍କୁ ୨୫୪ଟଙ୍କା ମଜୁରୀ ‘ଶ୍ରମିକ ସମାଜ’କୁ ଅତ୍ୟନ୍ତ ପୀଡା ଦେଉଛି । ଯଥେଷ୍ଟ କାର୍ଯ୍ୟ ଓ ମଜୁରୀ ଅଭାବରେ ସେ ନିଜ ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛି । ଫଳତଃ ଆବଂଟିତ ଅର୍ଥକୁ ବିନିଯୋଗ ନାଁରେ ମେସିନ ଜରିଆରେ କାର୍ଯ୍ୟ କରାଇ କାର୍ଡଧାରୀଙ୍କୁ ହାତଗୁଞ୍ଜା ଦେଇ କର୍ମ ସଂସ୍କୃତିକୁ ନଷ୍ଟ କରିବାର ଚିତ୍ର ସର୍ବତ୍ର ଦେଖାଯାଉଛି ବୋଲି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।

ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ କର୍ମ ଯୋଗାଣରେ ବିଫଳ ହୋଇଛନ୍ତି । ଆମ ରାଜ୍ୟରେ ଯେତେ ପରିମାଣରେ କର୍ମ ଯୋଗାଣ ହେଉଛି, ତାଠାରୁ ଢେର ଅଧିକ ଅନ୍ୟ ରାଜ୍ୟମାନଙ୍କରେ ହେଉଛି ଏବଂ ସେଠାକାର ରାଜ୍ୟ ସରକାରମାନେ ଓଡ଼ିଶା ଠାରୁ ଅଧିକ ମଜୁରୀ ବୃଦ୍ଧି କରିଛନ୍ତି । ଏବେ ଓଡ଼ିଶାରେ ଶ୍ରମିକ ସର୍ବନିମ୍ନ ୨୫୪ଟଙ୍କା ପାଇବା ଅତ୍ୟନ୍ତ ପୀଡାଦାୟକ । କମ୍ ମଜୁରୀ କାରଣରୁ ହଜାର ହଜାର ଶ୍ରମିକ ତଥା ଓଡ଼ିଆ ଯୁବକମାନେ ଦାଦନ ଖଟିବାକୁ ବାହର ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ସରକାର ଶ୍ରମିକମାରଣ ଆଭିମୁଖ୍ୟରେ ପରିବର୍ତନ କରି ନିଜ ପକ୍ଷରୁ ମଜୁରୀ ବୃଦ୍ଧି କରନ୍ତୁ । ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀ ୩ଶହ ଟଙ୍କା ଦିଆଯାଉ ବୋଲି ଶ୍ରୀ ଶର୍ମା ଦାବୀ କରିଛନ୍ତି ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 


  • ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର 
  • ନବୀନ ସରକାରଙ୍କ ଗ୍ୟାରେଂଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ ଘର ଭଳି ଯୋଜନା, ଯାହା ସମ୍ପୂର୍ଣ୍ଣ ବିଫଳ 
  • ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯେଉଁଥିରେ ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାସକୁ ମିଳୁଛି ୫ କିଲୋ ଚାଉଳ
  • ନବୀନ ବାବୁଙ୍କର ଗ୍ୟାରେଂଟି ହେଉଛି କେବଳ ୫ଟି ବ୍ୟାଗ ଦେଇ ଭୂଆଁ ବୋଲାଇବା
  • ଓଡିଶାକୁ ଦରକାର ବିଜେପିର “ଡବଲ ଇଂଜିନ ସରକାର”
  • ନବୀନ ବାବୁଙ୍କର ସରକାରର ଇଂଜିନ ୨୪ ବର୍ଷ ହୋଇଗଲାଣି, ଏହା ଏବେ କେବଳ ପଲ୍ୟୁସନ କରୁଛି


ମୋଦି ଗ୍ୟାରେଂଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତନ ଆସିଛି । ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ ୨୪ ବର୍ଷରେ ନବୀନ ବାବୁଙ୍କ ସରକାର ସମୟରେ ହୋଇଥିବା ସମସ୍ତ ଯୋଜନାର “ଗ୍ୟାରେଂଟି ନାହିଁ କି ଓାରେଂଟି ନାହିଁ” । ଓଡିଶାରେ ମୋଦି ଗ୍ୟାରେଂଟି ସଫଳ, ନବୀନ ସରକାରଙ୍କ କୌଣସି ଯୋଜନାର ଗ୍ୟାରେଂଟି ନାହିଁ କି ଓାରେଂଟି ନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁଥିରେ ଓଡିଶାକୁ ମୋଟ୍ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଆବଂଟିତ କରିଛନ୍ତି । ନବୀନ ସରକାରଙ୍କ ଗ୍ୟାରେଂଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ ଘର ଭଳି ଯୋଜନା । ଗରିବ ଲୋକଙ୍କୁ ଘର ଦେବା ପାଇଁ ରାଜ୍ୟ ସରକାର କରିଥିବା ଏହି ସମସ୍ତ ଯୋଜନା ବିଫଳ ହୋଇଛି । “ମୋ ଘର” ଯୋଜନାରେ ମାତ୍ର ୧୦୩୭ ଜଣଙ୍କୁ ଘର କରିବା ପାଇଁ ରୂଣ ମିଳିଛି । ଏହା ହିଁ ପ୍ରମାଣିତ କରୁଛି ନବୀନ ବାବୁଙ୍କ କଥାରେ ଗ୍ୟାରେଂଟି ନାହିଁ । ୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି? କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ସଂଖ୍ୟାରେ ଘର ନିର୍ମାଣ ହେଉଥିବା ବେଳେ ବିଜେଡି ସରକାରଙ୍କ ଯୋଜନାରେ କାହିଁକି ନିର୍ମାଣ ହୋଇପାରୁନାହିଁ ?

ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯେଉଁଥିରେ ୩ କୋଟି ୨୫ ଲକ୍ଷ ଲୋକ ମାସକୁ ୫ କିଲୋ ଖାଦ୍ୟାନ୍ନ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ ଲକ୍ଷ ଲୋକ ଲାଭାନ୍ୱିତ ହେଉଛନ୍ତି । ନବୀନ ବାବୁଙ୍କର ଗ୍ୟାରେଂଟି ହେଉଛି କେବଳ ୫ଟି ବ୍ୟାଗ ଦେଇ ଭୂଆଁ ବୋଲାଇବା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । 

ଜଳ ଜୀବନ ମିଶନ ଯୋଜନାରେ ଏବେ ଓଡିଶାରେ ଗ୍ରାମାଂଚଳରେ ୭୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ମିଳୁଛି । ୨୦୧୯-୨୪ ଭିତରେ ୧୦୨୧୭ କୋଟି ଟଙ୍କା ବ୍ୟୟ କରାଯାଇ ରାଜ୍ୟରର ୬୦୭୫୧୫୧ଟି ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହା ହେଉଛି ମୋଦି ଗ୍ୟାରେଂଟି, କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଠିକାଦାର ତୋଷଣ ନୀତି ପାଇଁ ଆଜି ୧୮୯ଟି ମେଗା ପ୍ରକଳ୍ପର କାମ ଅଧୁରା ପଡିଛି ଯାହା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇସାରିଛନ୍ତି । ମୋଦି ଗ୍ୟାରେଂଟିରେ ଲୋକେ ପିଇବା ପାଣି ପାଉଥିବା ବେଳେ ନବୀନଙ୍କ ଗ୍ୟାରେଂଟି ହେଉଛି ଠିକାଦାରଙ୍କ କଲ୍ୟାଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । 

ଓଡିଶାରେ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାରେ ସମସ୍ତ ରେଭେନ୍ୟୁ ଗାଁକୁ ବିଦ୍ୟୁତ ସଂଯୋଗ ଏବଂ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ୫୨ ହଜାର ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଯୋଗାଇଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । ଏହା ହେଉଛି ମୋଦି ଗ୍ୟାରେଂଟି, କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନା ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ରାଜ୍ୟରେ ଥିବା ନନରେଭିନ୍ୟୁ ଭିଲେଜ ଯଥା ପଡା ଗାଁ, ହାମଲେଟରେ ରହୁଥିବା ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦେବେ ବୋଲି ସରକାର କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାହା ସଂମ୍ପୁର୍ଣ୍ଣ ହେଲା ନାହିଁ ଓ ଅନେକ ଛୋଟ ପଡା ଗାଁ, ହାମଲେଟ ଆଜି ବିଜୁଳି ସଂଯୋଗରୁ ବଂଚିତ । ନବୀନ ବାବୁଙ୍କର କଥାରେ ଗ୍ୟାରେଂଟି ନଥିବା କାରଣରୁ ଆଜି ଅନେକ ପରିବାରକୁ ଆଲୁଅ ଦେଖାଇପାରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡିଶାରୁ ୩୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି । ବିଜୁ ଆତ୍ମ ନିଯୁକ୍ତି ଯୋଜନା ବନ୍ଦ ପଡିଛି । ୨୦୦୯ରେ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୧ ଲକ୍ଷ ଯୁବ ଗୋ ୀଙ୍କୁ ଚାକିରୀ ଦେବେ । କୁଆଡେ ଗଲା ସେହି ପ୍ରତିଶୃତି ? ନବୀନ ବାବୁଙ୍କ ପ୍ରତିଶୃତିର କୌଣସି ଗ୍ୟାରେଂଟି ନାହିଁ । ମୋଦି ଗ୍ୟାରେଂଟି ହେଉଛି ଦେଶରେ ଯୁବ ଶକ୍ତିମାନଙ୍କର ସ୍କିଲ ଡେଭଲପମେଂଟ ସୁନିଶ୍ଚିନ୍ତ କରିବା । ଓଡିଶାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଅନ୍ୟ ଯୋଜନାରେ ମୋଟ ୮ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଛି । ଦୁଇ ଦୁଇଟି ବିଶ୍ୱସ୍ତରୀୟ ସ୍କିଲ ଡେଭେଲପମେଂଟ ପ୍ରତି ।ନ ପ୍ରତି । ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । 

ଓଡିଶାକୁ ଦରକାର ବିଜେପିର “ଡବଲ ଇଂଜିନ ସରକାର” । ନବୀନ ବାବୁଙ୍କର ସରକାରର ଇଂଜିନ ୨୪ ବର୍ଷ ହୋଇଗଲାଣି । ଏହା ଏବେ କେବଳ ପଲ୍ୟୁସନ କରୁଛି, ବେଶି ସାଉଣ୍ଡ କରୁଛି । କିନ୍ତୁ ଇଂଜିନର ଗତି ନାହିଁ । ପଲ୍ୟୁସନ ମାନେ ହେଲା ଦୁର୍ନୀତି, ଦାଗୀ ନେତାଙ୍କୁ ନିର୍ବାଚନୀ ଟିକେଟ । ସାଉଣ୍ଡ ମାନେ ହେଲା ଅନାବଶ୍ୟକ ଓ ମାତ୍ରାବହୁଳ ବିଜ୍ଞାପନ ଆଉ ପ୍ରଚାର । ଏବେ ଏହି ଇଂଜିନ ବଦଳିବା ଦରକାର । ଓଡିଶା ଲୋକ ଏଥର ରାଜ୍ୟରେ ବିଜେପିର ନୂଆ ଇଂଜିନକୁ ସରକାରକୁ ଆଣିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 



ଯକ୍ଷ୍ମା ଅର୍ଥାତ ଟ୍ୟୁବରକ୍ୟୁଲୋସିସ୍ ସମ୍ପୂର୍ଣ୍ଣ ଆରୋଗ୍ୟସାଧ୍ୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ଏକ ସପ୍ତାହ ବ୍ୟାପୀ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ ଅବସରରେ ଅନୁ ିତ ସିଏମ୍‌ଇରେ ଯକ୍ଷ୍ମାରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ଔଷଧ ସେବନ ଉପରେ ଗୁରୁତ୍ୱ ଦେଇଛନ୍ତି ହସ୍ପିଟାଲ୍‌ର ପିଜି ଡିପାର୍ଟମେଂଟ ଅଫ୍ ରେସ୍‌ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା । 

ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ଅବସରରେ ପ୍ରଫେସର ଜେନା କହିଛନ୍ତି ଯେ ମଧୁମେହ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯକ୍ଷ୍ମା ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଦୁଇଟି ସମସ୍ୟାର କିଭଳି ଚିକିତ୍ସା କରାଯାଇପାରିବ ସେ ନେଇ ସଚେତନତା ସୃଷ୍ଟି କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ପ୍ରଫେସର ଜେନା କହିଛନ୍ତି । 

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ହସ୍ପିଟାଲ୍‌ରେ ଖୁବ୍ ଶୀଘ୍ର ଯକ୍ଷ୍ମା ରୋଗର ଚିହ୍ନଟ ନିମନ୍ତେ ଏକ ଜେନମ୍ ସିକ୍ୱେନ୍ସି ଲ୍ୟାବ୍ ପ୍ରସ୍ତୁତ କରାଯିବା ସହ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏକ ମଲ୍ଟି ଡ୍ରଗ୍ ରେଜିଷ୍ଟାନ୍ସ ଟିବି ୱାର ଆରମ୍ଭ କରାଯିବ ବୋଲି କହିଥିଲେ । ଏଥି ସହିତ ଟିବିକୁ ରୋକିବାରେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଚେତନତା କାର୍ଯ୍ୟକ୍ରମ ଉପଯୁକ୍ତ ପନ୍ଥା ପ୍ରସ୍ତୁତ କରାଗଲେ ଟିବି ହାରିବ ଓ ଦେଶ ଜିତିବ ବୋଲି କହିଥିଲେ । 

ଏହି ଅବସରରେ ରାଜମହେନ୍ଦ୍ରୀ ସ୍ଥିତ ଜିଏସ୍‌ଏଲ୍ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଟିବି ଆଣ୍ଡ ଚେଷ୍ଟ ଡିଜିଜେସ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୋମନାଥ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଟିବି ଓ ଡାଇବିଟିସ୍ କିଭଳି ଜଣେ ରୋଗୀ ଉପରେ ଭାରି ପଡ଼େ ଓ ଏହାକୁ ନିରାକରଣ କରିବା ନେଇ ଉପଯୁକ୍ତ ଚିକିତ୍ସା ଓ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। 

ଆୟୋଜିତ ସିଏମ୍‌ଇରେ ଏଣ୍ଡୋକ୍ରାଇନୋଲୋଜି ଆଣ୍ଡ ମେଟାବୋଲିଜିମ୍ ବିଭାଗର ପ୍ରଫେସର ଜୟଶ୍ରୀ ସ୍ୱାଇଁ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଡ କ୍ୱାର୍ଟର୍‌ର ଏନ୍‌ଟିଇପି କନ୍‌ସଲ୍‌ଟାଂଟ ଡାକ୍ତର ସୁବ୍ରତ ପଣ୍ଡା ମଧ୍ୟ ଯକ୍ଷ୍ମା ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। 

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଓଏସ୍‌ଡି ଶ୍ରୀ ପ୍ରହଲ୍ଲାଦ ମହାନ୍ତି, ସୋଆର ଚିଫ୍ ଫାସିଲିଟେଟିଂ ଅଫିସର ଶ୍ରୀମତି ପ୍ରତିମା ରାଉତରାୟ, ଫାୟାର ଅଫିସର ଶ୍ରୀ ଏ.ଟି ବସ୍ତିଆ, ଏଓ, ସିକ୍ୟୁରିଟି ଶ୍ରୀ ପି.ସି ପଣ୍ଡା, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏଏନ୍‌ଏସ୍ ଶ୍ରୀମତି ରଶ୍ମିତା ସ୍ୱାଇଁ, ଏଏନ୍‌ଏମ୍ ସୁଶ୍ରୀ ଶୁଭସ୍ମିତା ସାହୁ, ଷ୍ଟାଫ୍ ନର୍ସ ସୁଶ୍ରୀ ନମିତା ନାୟକ ଓ ଶ୍ରୀମତି ଶୁଭଲକ୍ଷ୍ମୀ ଖୁଂଟିଆ ପ୍ରମୁଖଙ୍କୁ ସମ୍ମାନତ କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ ପ୍ରଫେସର ଡାକ୍ତର ପ୍ରୀତମ ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ। 

ହସ୍ପିଟାଲ୍‌ର ପଲ୍‌ମୋନାରୀ ବିଭାଗର ପ୍ରଫେସର ରାଖି ଲୁଦାମ୍‌, ପ୍ରଫେସର ପ୍ରିୟଦର୍ଶିନୀ ବେହେରା, ଆସୋସିଏଟ୍ ପ୍ରଫେସର, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ ପରିଡ଼ା, ଡାକ୍ତର ପ୍ରୀତମ୍ ଛୋଟରାୟ ଏବଂ ଆସିଷ୍ଟାଂଟ ପ୍ରଫେସର, ଡାକ୍ତର କେ.ସି. ସାହୁ, ଡାକ୍ତର ସୋନାଲୀ ମଲ୍ଲିକ୍‌, ଡାକ୍ତର ପ୍ରଜ୍ଞା ରାଉତ, ଡାକ୍ତର ଅମ୍ଳାନ୍ ମିଶ୍ର ଓ ଡାକ୍ତର ସୌରଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ବିଶ୍ୱ ଯକ୍ଷ୍ମା ଦିବସ ପରିପ୍ରେକ୍ଷୀରେ ହସ୍ପିଟାଲ୍ ପକ୍ଷରୁ ସଚେତନତା ର‌୍ୟାଲି ଓ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜିତ ହୋଇଥିଲା ।

ଭୁବନେଶ୍ୱର, ୨୯ ମାର୍ଚ୍ଚ ୨୦୨୪ 



ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ କହିଲେ ଯେ ଆପଣାର ହକ୍‌ ବା ଅଧିକାର ସାବ୍ୟସ୍ତ କରିବା ପାଇଁ ଜଣେ ସରଳ ଜନଜାତି ମଣିଷ କିପରି ଦେଶପ୍ରେମର ନିଦର୍ଶନ ରଖିଯାଇପାରେ, ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଶହୀଦ ବୀର ଲକ୍ଷ୍ମଣ ନାଏକ । କୋରାପୁଟର ତେନ୍ତୁଳିଗୁମା ପରି ଏକ ଅଖ୍ୟାତ ଗ୍ରାମରେ ଜନ୍ମଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ୱାଧୀନତା ଆନ୍ଦୋଳନରେ ସର୍ବୋଚ୍ଚ ବଳିଦାନ ଦେଇ ସମସ୍ତ ଓଡ଼ିଆଙ୍କ ପାଖରେ ଚିରନମସ୍ୟ ହୋଇ ରହିଛନ୍ତି । ଜନଜାତିଙ୍କ ସ୍ୱାଭିମାନ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାଏକଙ୍କ ପାଇଁ ଆମେ ଗର୍ବିତ ବୋଲି ସେ ପ୍ରକାଶ କରିଥିଲେ । 

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଭାରତବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଯେଉଁମାନେ ବି୍ରଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଫାଶୀଖୁଣ୍ଟରେ ଝୁଲିଥିଲେ ସେମାନଙ୍କ ମଧ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକ ଅନ୍ୟତମ । ମାଲକାନଗିରିର ଗାନ୍ଧୀ ଲକ୍ଷ୍ମଣ ନାଏକ ଭାରତ ସ୍ୱାଧୀନତା ଆନ୍ଦୋଳନ ସହ ଜନଜାତି ଅସ୍ମିତା ଓ ସ୍ୱାଭିମାନ ପାଇଁ ଯେଉଁ ଅବଦାନ ରଖିଯାଇଛନ୍ତି ତାହା ଉତ୍ତରପିଢ଼ିଙ୍କ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ । ଆଦିବାସୀମାନଙ୍କୁ ସଂଗଠିତ କରି ଭାରତ ଛାଡ଼ ଆନ୍ଦୋଳନକୁ ସଫଳ କରିବା ସହ ସେ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ ସାଜିଥିଲେ ବୋଲି ଶ୍ରୀ ତି୍ରପାଠୀ ମତବ୍ୟକ୍ତ କରିଥିଲେ । 

ବିଶିଷ୍ଟ ଶିକ୍ଷାବିତ୍‌ ଓ ଗବେଷକ ଡ. ଗିରିଶ ପ୍ରସାଦ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୀବନୀ ଓ ଆଦର୍ଶ ନେଇ ସବିଶେଷ ସୂଚନା ଦେଇଥିଲେ । ଶହୀଦ ଲକ୍ଷ୍ମଣ ନାଏକ ଭାରତର ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାର ଜନଜାତିଙ୍କ ଅବଦାନର ଏକ ଅମ୍ଳାନ ଉଦାହରଣ ବୋଲି ଅଭିହିତ କରି ତାଙ୍କ ଦେଶପ୍ରେମ, ତ୍ୟାଗ ଓ ଅଦମ୍ୟ ସାହସ ଭବିଷ୍ୟତ ପିଢ଼ିଙ୍କ ମାର୍ଗଦର୍ଶନ କରୁଥିବ ବୋଲି ଉଲ୍ଲେଖ କରିଥିଲେ । 

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଲକ୍ଷ୍ମଣ ନାଏକଙ୍କ ଆନ୍ଦୋଳନ ଇଂରେଜ ସରକାର ଓ ଜୟପୁର ଜମିଦାରୀର ଶୋଷଣ ଏବଂ ଆଦିବାସୀମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ଉଦ୍ଦିଷ୍ଟ ଥିଲା । ନିଃସ୍ୱାର୍ଥପର ଓ ନିର୍ଭୀକ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ହୋଇଥିଲେ । ପ୍ରାରମ୍ଭରେ ଅତିଥିମାନେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ଇଂ ଗୋଦାବୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । 

ସକାଳେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ଅନ୍ୟ ବିଭାଗୀୟ ଅଧିକାରୀ, ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର କର୍ମକର୍ତ୍ତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସକାଳ ୮ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ ୮.୩୦ ସମୟରେ କଳିଙ୍ଗ ହସ୍‌ପିଟାଲ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୪ 





ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋ ପକ୍ଷରୁ ଆଜି ଏକ ନୂତନ ଆଲୁମିନିୟମ୍ ଆଲୟ ଇଙ୍ଗଟ୍ “ଏ.ଏଲ. -୫୯”ର ବଜାର ପ୍ରବେଶ କରାଯାଇଛି ଏ.ଏଲ. -୫୯ ମୁଖ୍ୟତଃ ବୈଦୁତିକ ସଞ୍ଚାରଣ ଓ ବିତରଣ କ୍ଷେତ୍ରରେ ବ୍ୟବହୃତ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଇଥାଏ ଭାରତ ସରକାରଙ୍କ ଦ୍ଵାରା ସଂଶୋଧିତ ବିତରଣ କ୍ଷେତ୍ର ଯୋଜନା(ଆର.ଡି.ଏସ.ଏସ.)ଆରମ୍ଭ ହେବା ପରେ ଏହାର ବହୁଳ ବ୍ୟବହାର କରାଯାଉଛି ଏହି ଧାତୁରୁ ପ୍ରସ୍ତୁତ କଣ୍ଡକ୍ଟର ଗୁଣାତ୍ମକ ହେବା ସହ ତିଆରି କରୁଥିବା କମ୍ପାନୀ ନିମନ୍ତେ ଏକ ସ୍ଵତନ୍ତ୍ର ବଜାର ଚାହିଦା ସୃଷ୍ଟି କରିବ ଏ.ଏଲ. -୫୯ ଆଲୟରୁ ତିଆରି କଣ୍ଡକ୍ଟର ଗୁଡ଼ିକୁ ଭିନ୍ନ ଭିନ୍ନ ଭୋଲଟେଜ(ଲୋ ଠାରୁ ଅଲ୍ଟ୍ରା ହାଇ) ଥିବା ବୈଦୁତିକ ସଞ୍ଚାରଣ ଓ ବିତରଣ ଲାଇନରେ ବ୍ୟବହାର କରାଯାଇଥାଏଏହି ଆଲୟର ଅବକ୍ଷୟ ପ୍ରତିରୋଧି ଗୁଣ ଥିବା ଯୋଗୁଁ ଏହା ବିଶେଷ ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବୈଦୁତିକ ସଞ୍ଚାରଣ ଏବଂ ବିତରଣରେ ବ୍ୟବହାର ନିମନ୍ତେ ଉପଯୁକ୍ତ ଅଟେ କଣ୍ଡକ୍ଟର ଉତ୍ପାଦନକାରୀମାନେ ବର୍ତ୍ତମାନ ନାଲକୋର ଏ.ଏଲ. -୫୯ ଆଲୁମିନିୟମ୍ ଆଲୟ ଇଙ୍ଗଟ୍ କ୍ରୟ କରିପାରିବେ ଏବଂ ଏହାକୁ ଏ.ଏଲ. -୫୯ କଣ୍ଡକ୍ଟର ଉତ୍ପାଦନ ନିମନ୍ତେ ଫିଡ୍ ଷ୍ଟକ୍ ଭାବରେ ବ୍ୟବହାର କରିପାରିବେ


ଉତ୍ପାଦର ପ୍ରଥମ ଗ୍ରାହକ ଏବଂ ନାଲକୋର ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କମ୍ପାନୀର ନିର୍ଦ୍ଦେଶକ(ବାଣିଜ୍ୟିକ) ଶ୍ରୀ ସଦାଶିବ ସାମନ୍ତରାୟ ଏହି ନୂତନ ଆଲୁମିନିୟମ୍ ଆଲୟ ଇଙ୍ଗଟର ବଜାର ପ୍ରବେଶ କରାଇଥିଲେନୂତନ ଉତ୍ପାଦର ଶୁଭାରମ୍ଭ ପାଇଁ ସିଏମଡି ଶ୍ରୀ ଶ୍ରୀଧର ପାତ୍ର ସ୍ମେଲଟର ଏବଂ ମାର୍କେଟିଂ ଟିମକୁ ଅଭିନନ୍ଦନ ଜଣାଇବା ସହ ଏହା ଏକ ଭବିଷ୍ୟତମୁଖୀ ଉତ୍ପାଦ ବୋଲି କହିଛନ୍ତି।





ଭୁବନେଶ୍ୱର,  ମାର୍ଚ୍ଚ ୨୦୨୪ 




ଓଡ଼ିଶାରେ ଅଣ ଓଡ଼ିଆଙ୍କ ଦ୍ୱାରା ସରକାର ଚାଲିଛି । ଜଣେ ସରକାରୀ କର୍ମଚାରୀ ଥିବା ତାମିଲ ଅଫିସର ଦ୍ୱାରା କବଳିତ ଓଡ଼ିଶାର ଶାସନ ବ୍ୟବସ୍ଥା । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ନବୀନ ପଟ୍ଟନାୟକ ସରକାର ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି । ଏଠାରେ କେହି ଖୁସିରେ ନାହାନ୍ତି ସମସ୍ତେ ଦୁଃଖରେ ଅଛନ୍ତି । ଛାତ୍ର, ଯୁବକ, ମହିଳା, କୃଷକ ଆଦି ବର୍ଗ ଅବହେଳିତ ଏବଂ ଉପେକ୍ଷିତ । ଉତ୍କଟ ବେରୋଜଗାରୀ ସମସ୍ୟା ରାଜ୍ୟର ଯୁବପିଢ଼ିଙ୍କ ମୁଣ୍ଡବିନ୍ଧାର କାରଣ । ଓଡ଼ିଆ ଯୁବକର ଭାଗ୍ୟ ଆଜି ଅନ୍ୟ ରାଜ୍ୟରେ ଦାଦନ ଖଟିବା । ନିଯୁକ୍ତି ସୁଯୋଗ ସୃଷ୍ଟି ନ କରିପାରି ଠିକ୍ ନିର୍ବାଚନ ପୂର୍ବରୁ ବିଜୁ ଯୁବ ବାହିନୀ ଭଳି ଯୋଜନା କରି ଯୁବକମାନଙ୍କୁ ଭଣ୍ଡେଇ ଭୋଟ ହାତେଇବାକୁ ଚେଷ୍ଟାକରେ ବିଜେଡ଼ି ସରକାର । ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାରମାନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ୫ଟି ସ୍କୁଲ ନାମରେ ପୁରୁଣା ବିଲ୍‌ଡିଂରେ ନୂଆ ରଙ୍ଗ ଲଗାଇ ଠିକାଦାରମାନଙ୍କୁ ଲାଭାନ୍ୱିତ କରି କୋଟି କୋଟି ଟଙ୍କା ଲୁଟ୍‌ର ନଜିର ରହିଛି । ହଜାର ହଜାର ସ୍କୁଲ ତାଲା ପଡ଼ିବାରେ ଲାଗିଛି, ଶିକ୍ଷକ ନାହାନ୍ତି, କଲେଜରେ ଅଧ୍ୟାପକ ନାହାନ୍ତି କିନ୍ତୁ ରାଜ୍ୟ ସରକାର “ନୂଆ ଓ” ଜରିଆରେ ପ୍ରତି କଲେଜକୁ ୧୦ ରୁ ୧୫ ଲକ୍ଷ ଦେଇ ନିଜର ଆତ୍ମ ପ୍ରଚାର, ପ୍ରସାର କରିବା ସହ ନାଚ ଓ ଗୀତ ଆୟୋଜନ କରି ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉଛନ୍ତି । ନାରୀ ନିର୍ଯ୍ୟାତନାରେ ସମଗ୍ର ଦେଶରେ ଓଡ଼ିଶା ଏକ ନମ୍ବର । ମହିଳାମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି । ଓଡ଼ିଶାରେ କୃଷକଙ୍କର ଆୟ ମାସକୁ ୫୦୧୨ ଟଙ୍କା ମାତ୍ର ଏବଂ ଦେଶରେ ସର୍ବନିମ୍ନ । ଶୀତଳ ଭଣ୍ଡାର ଓ ମଣ୍ଡିର ବ୍ୟବସ୍ଥା ନାହିଁ । ଚାଷୀ ତା’ର ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରୁ ନାହିଁ । ଏ ସମସ୍ତ ଚିତ୍ର ନବୀନ ବାବୁଙ୍କ ୨୪ ବର୍ଷ ଶାସନର ବିକଳ ଚିତ୍ର ଦର୍ଶାଉଛି ବୋଲି ନବନିଯୁକ୍ତ ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । 

ଶ୍ରୀ ଦାସ କହିଛନ୍ତି ୨୪ ବର୍ଷର ନିରଙ୍କୁଶ ବିଜେଡ଼ି ସରକାରର ପତନ ପାଇଁ ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ନିଜର ମତାଧିକାର ସାବ୍ୟସ୍ତ କରି କଂଗ୍ରେସକୁ ପୁର୍ନବାର କ୍ଷମତାସୀନ କରାଇବେ । ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାର ୧୦ ରୁ ଅଧିକା ଜିଲ୍ଲାରେ ବସବାସ କରୁଥିବା ଅଧିବାସୀ ମାନଙ୍କର ଆର୍ଥିକ ଏବଂ ସାମାଜିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଉକ୍ତ ଜିଲ୍ଲା ଗୁଡ଼ିକରେ ଜିଲ୍ଲା ଖଣିଜ ପାଣ୍ଠିର ଅପବ୍ୟବହାର କରାଯାଉଛି ଏବଂ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ । ଦୀର୍ଘ ବର୍ଷର ଶାସନ ବ୍ୟବସ୍ଥାରେ ଲୋକଙ୍କ ଜୀବନ ଧାରଣର ମାନରେ କୌଣସି ପରିବର୍ତନ ପରିଲକ୍ଷିତ ହେଲା ନାହିଁ । କେନ୍ଦ୍ରରେ ଦୀର୍ଘ ୧୦ ବର୍ଷ ଧରି ଶାସନ କରୁଥିବା ମୋଦୀ ସରକାର ବେରୋଜଗାରୀ, ଦରଦାମ ବୃଦ୍ଧି, ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଦେଶର କଂଗ୍ରେସ ସରକାର ସମୟରେ କରାଯାଇଥିବା ନବରତ୍ନ କମ୍ପାନୀକୁ ବିକ୍ରି କରିବା ଏବଂ ଗଣତନ୍ତ୍ରଙ୍କୁ ହତ୍ୟା ଓ ସାମାଜିକ ସଂହତିକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ନେଇ ବିଜେପିକୁ ଦାୟୀ କରିଥିଲେ । ଉଭୟ ବିଜେପି ଓ ବିଜେଡ଼ି ନିଜ ନିଜ ଭିତରେ ସହମତି ଭିତିରେ ୨୦୨୪ ନିର୍ବାଚନ ଲଢ଼ିବା ପାଇଁ ଯେଉଁ କଳା କୌଶଳ ଆପଣେଇଛନ୍ତି ତା’ର ଜବାବ ଓଡ଼ିଶାବାସୀ ନିଶ୍ଚିତ ଦେବେ । ବିଜେପି ଓ ବିଜେଡ଼ି ଭିତରେ ଥିବା ଭିତିରିଆ ସଂପର୍କ ବିଷୟରେ ଓଡ଼ିଶାବାସୀ ସଂପୂର୍ଣ୍ଣରୂପେ ଅବଗତ ଅଛନ୍ତି ଏବଂ କଂଗ୍ରେସ ଏକମାତ୍ର ବିକଳ୍ପ ସେ କଥା ହୃଦୟଙ୍ଗମ କରିଛନ୍ତି । ସେ କହିଥିଲେ ଯେ ପ୍ରଚାର କମିଟିର ଅଧ୍ୟକ୍ଷ ଭାବରେ ମୋତେ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ସଠିକ ରୂପେ ନିର୍ବାହ କରିବା ସହିତ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ରାଜ୍ୟ କଂଗ୍ରେସର ସମସ୍ତ ଶୀର୍ଷ ନେତୃତ୍ୱଙ୍କ ସହିତ ମିଶି ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ସହିତ ରାହୁଲ ଗାନ୍ଧୀଙ୍କର ୫ ଟି ଗ୍ୟାରେଂଟି ଏବଂ ନିର୍ବାଚନୀ ଇସ୍ତାହାର-ସଂକଳ୍ପ ପତ୍ରକୁ ନେଇ ସାଧାରଣ ଜନତାଙ୍କ ପାଖରେ ପହଂଚିବେ । ରାଜ୍ୟରେ କ୍ରମାଗତ ଭାବେ ୨୪ ବର୍ଷ ଧରି ଉପେକ୍ଷିତ ହୋଇଥିବା ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କ କଲ୍ୟାଣ ନିମନ୍ତେ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ଓ ହକ୍‌ପ୍ରତି ଆମେ ସମ୍ବେଦିନଶୀଳ । କ୍ଷମତାକୁ ଆସିଲେ ସେମାନଙ୍କର ସାମାଜିକ ଉତ୍‌ଥାନ ଓ ଅର୍ଥନୈତିକ ପ୍ରଗତି ନିମନ୍ତେ କଂଗ୍ରେସ କାର୍ଯ୍ୟ କରିବା ସହ ସମାଜରେ ଉପଯୁକ୍ତ ଭାଗିଦାରୀ ପ୍ରଦାନ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ମନୋରଞ୍ଜନ ଦାସ, ପଦ୍ମାକର ଗୁରୁ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୪ 


କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଏବଂ ପାର୍ବତୀପୁର ଜିଲ୍ଲା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ଏହି ଅଞ୍ଚଳର ଗରିବ ଜନସାଧାରଣଙ୍କୁ ବିଭିନ୍ନ ଲୋଭନୀୟ ଜନକଲ୍ୟାଣକାରୀ ଯୋଜନା ଜରିଆରେ ନିଜ ଆଡକୁ ଆକର୍ଷିତ କରି ନେବାପାଇଁ ଆନ୍ଧ୍ର ପ୍ରଶାସନର ଉଦ୍ୟମ ଅବ୍ୟାହତ ରହିଛି । ରାସ୍ତା, ବିଜୁଳି, ପିଇବା ପାଣି, ସ୍ୱାସ୍ଥ୍ୟସେବା, ମାଗଣା ଚାଉଳ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଠାରୁ ଆରମ୍ଭ କରି ପିଲାମାନଙ୍କର ପାଠପଢା ପାଇଁ ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆରେ ଆନ୍ଧ୍ର ଏହି ଲୋକମାନଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛି । ଆଗାମୀ ସାଧାରଣ ନିର୍ବାଚନରେ ଆନ୍ଧ୍ର ସରକାର କୋଟିଆବାସୀଙ୍କୁ ନିଜ ସପକ୍ଷରେ ଅଧିକ ଭୋଟ୍‌ଦାନ ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ସ୍ଥାନୀୟ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପଟାଙ୍ଗୀ ବ୍ଲକ ପ୍ରଶାସନ ଏ ଦିଗରେ ନିରବ । ରାଜ୍ୟ ସରକାର ମଧ୍ୟ ଉଭୟ ରାଜ୍ୟର ମୁଖ୍ୟସଚିବଙ୍କୁ ନେଇ କୋଟିଆ ସମସ୍ୟାର ସମାଧାନ ପାଇଁ ଯେଉଁ ଉଚ୍ଚସ୍ତରୀୟ ବୈଠକ କରିବା କଥା, ତାହା ଏପର୍ଯ୍ୟନ୍ତ କରିନାହାଁନ୍ତି । ତେଣୁ ଆଗାମୀ ନିର୍ବାଚନରେ ଓଡ଼ିଶାର ସୀମା ସୁରକ୍ଷା ଉପରେ ଆନ୍ଧ୍ରର ହସ୍ତକ୍ଷେପକୁ ବନ୍ଦ କରିବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ତୁରନ୍ତ ଦୁଇ ରାଜ୍ୟର ମୁଖ୍ୟ ସଚିବସ୍ତରୀୟ ବୈଠକ କରି ଏହି ମାମଲାରେ ଓଡ଼ିଶାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ଏକ ପତ୍ର ଲେଖି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଆନ୍ଧ୍ର ସରକାର ବହୁଳ ଭାବରେ କୋଟିଆବାସିଙ୍କୁ ଭୋଟ୍ ଦାନ କରି ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ନିଜର ମାଲିକାନାକୁ ଜାହିର କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିବାକୁ ଉଦ୍ୟମ କରୁଛନ୍ତି, ତାହାକୁ ଓଡ଼ିଶା ସରକାର ଉଚିତ୍ ଜବାବ ଦେବାକୁ ଶ୍ରୀ ବେହେରା ନିବେଦନ କରିଛନ୍ତି ।

ଭୁବନେଶ୍ୱର,  ମାର୍ଚ୍ଚ ୨୦୨୪ 


  • ଆଚରଣ ବିଧି ଲାଗୁ ସତ୍ୱେ ମହିଳା ଏସ୍‌ଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଭ୍ରମଣର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର
  • କେନ୍ଦୁଝର ଜିଲ୍ଲା ବଡବିଲର ବିଜେପି କାର୍ଯ୍ୟକର୍ତା ଶ୍ରୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଆକ୍ରମଣରେ ସଂପୃକ୍ତ ବିଜେଡି କର୍ମୀକୁ ପୋଲିସ ଛାଡି ଦେଇଛି
  • ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ସରକାରୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ

ସରକାରୀ କଳ,ବଳ, ହିଂସା ପ୍ରୟୋଗ କରି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି ବିଜେଡି: ଡ.ଲେଖାଶ୍ରୀ

ଓଡ଼ିଶାରେ ଦୀର୍ଘ ୨୪ବର୍ଷ ବିଜୁ ଜନତା ଦଳ ସରକାରରେ ରହିବା ହେତୁ ଅହଂକାର ବଢ଼ିବା ସହ କ୍ଷମତା ଅପବ୍ୟବହାର କରିବାରେ ସୀମା ଟପିଛି । ବିଜେଡି ସରକାରୀ କଳକୁ ଅପବ୍ୟବହାର କରିବା, କ୍ଷମତାର ଦବ୍‌ଦବା ଦେଖାଇ ବିରୋଧୀଙ୍କୁ ଚାପଗ୍ରସ୍ତ କରିବା, ବିଜେଡିର ନେତା ଓ ମନ୍ତ୍ରୀମାନଙ୍କ ପ୍ରାଦୃଭାବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନର ପକ୍ଷପାତିତା କାରଣରୁ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବେଫିକର ହୋଇ ବିରୋଧୀଙ୍କୁ ଦମନ କରିବାର ଅପପ୍ରୟାସ କରୁଛନ୍ତି । ବିଜେପିର କର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ କରି ନିର୍ବାଚନ ବୈତରଣୀ ପାରି ହେବାକୁ ଅନବରତ ପ୍ରଚେଷ୍ଟା ଜାରୀ ରଖିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ମଧ୍ୟ ବ୍ୟବହାର କରି ହିଂସାକାଣ୍ଡ ଭିଆଇବାକୁ ପଛାଉନାହିଁ । ଶାସକ ଦଳର ଗୁଣ୍ଡାରାଜ ଏବଂ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନକୁ ନେଇ ବିଜେପି ତରଫରୁ ବାରମ୍ବାର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାନଯିବା ଅତ୍ୟନ୍ତ ଚିନ୍ତାଜନକ । ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ, ଭୟମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ କାର୍ଯ୍ୟାନୁ ।ନ ଗ୍ରହଣ ନକଲେ ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କାର୍ଯ୍ୟ ବାରମ୍ବାର ହେବ । ଆଜି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ ।

“ଆଦର୍ଶ ଆଚରଣ ବିଧି” ଲାଗୁ ହେବା ପରେ ମଧ୍ୟ ରାଜ୍ୟ ସରକାର ମହିଳା ଏସ୍‌ଏଚଜି ଗ୍ରୁପର ନେତ୍ରୀମାନଙ୍କୁ ବିଦେଶ ଯାତ୍ରାର ବ୍ୟବସ୍ଥା କରିଛନ୍ତି । ଯାହା ଖୋଲାଖୋଲି “ଆଦର୍ଶ ଆଚରଣ ବିଧି”ର ଉଲଘଂନ । ଏସ୍‌ଏଚଜି ଗ୍ରୁପର ମହିଳାଙ୍କୁ ବିଜେଡି ସରକାର ଗତ ୨୩ତାରିଖରେ ଏକ୍ସପେଣ୍ଡିଟୁର (ଓଟଡିସି) ନାଁରେ ଦୁବାଇ ନେଇ ବୁଲାଇଥିଲେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜୁ ଜନତା ଦଳ ଏସ୍‌ଏଚଜି ମହିଳାଙ୍କୁ ପ୍ରଲୋଭନ ଦେଖାଇ କର୍ମୀଭଳି କାର୍ଯ୍ୟ କରାଇବା ପାଇଁ ଏଭଳି କାର୍ଯ୍ୟ କରିଛି । ବିଜେଡି ଏଭଳି ହୀନ କାର୍ଯ୍ୟ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ କାର୍ଯ୍ୟାନୁ ।ନ ଗ୍ରହଣ କରନ୍ତୁ ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି ।

ପ୍ରତ୍ୟେକ ନିର୍ବାଚନ ଭଳି ବିଜୁ ଜନତା ଦଳ କଳ, ବଳର ଅପବ୍ୟବହାର କରିବା ଆରମ୍ଭ କଲାଣି । ଗତ ନିର୍ବାଚନରେ ଓଡ଼ିଶାରେ ୧୮ଟି ରାଜନୈତିକ ହତ୍ୟା ହୋଇଥିଲା । ହିଂସା, ମାରପିଟ୍‌ରେ ଗଣତନ୍ତ୍ରରେ କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ବଡ ବଡ କଥା କହି ମହାପୁରୁଷ ହେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ନିଜ ଦଳର ଲୋକମାନେ ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ବିଭିନ୍ନ ଜାଗାରେ ମାରପିଟ୍ କରିବା ଆରମ୍ଭ କରିଛନ୍ତି । ଉଦାହରଣ ସ୍ୱରୂପ, କେନ୍ଦୁଝରର ବଡବିଲ ଶ୍ରୀରାମନଗରର ବିଜେପିର କର୍ମୀ ଶ୍ରୀ କିଷାନ ସିଂହଙ୍କ ଉପରେ ମରଣାନ୍ତ୍ରକ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର କର୍ମୀ ଇଶ୍ୱର ନାଇଡୁ, ବିଜୟ ସାହୁ ଏବଂ ତାଙ୍କ ସହ ଆଉ ଦୁଇ ଜଣ । ଏହି ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । ମାମଲା ପରେ ଏମାନଙ୍କୁ ଥାନାରେ ଅଟକ ରଖାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଯେ, ସେମାନେ ବିଜୁ ଜନତା ଦଳ କର୍ମୀ ବୋଲି ଜାଣିଲା ପରେ ତାଙ୍କୁ ପୋଲିସ ଛାଡି ଦେଇଛି । ଏଥିରୁ ସ୍ପଷ୍ଟ ପୋଲିସ, ପ୍ରଶାସନ ବିଜୁ ଜନତା ଦଳର କର୍ମୀ ଓ ଗୁଣ୍ଡାମାନଙ୍କ ସହ ମଧୁଚନ୍ଦ୍ରିକା ଚାଲିଛି । ଏଭଳି ପରିସ୍ଥିତିରେ ଅବାଧ ଓ ଭୟମୁକ୍ତ ନିର୍ବାଚନ ହେଲାଭଳି ଲାଗୁ ନାହିଁ । ୨୦୨୪ ସାଧାରଣ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଡ.ଲେଖାଶ୍ରୀ ।

ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ । ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

 ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Powered by Blogger.
Javascript DisablePlease Enable Javascript To See All Widget