May 2024

ଭୁବନେଶ୍ୱର,  ମଇ  ୨୦୨୪




ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା ଜଣାପଡୁଛି ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତିି ।

ପ୍ରେସ ବିବୃତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ଫୁଟିବା ଯୋଗୁ ଅଦ୍ୟାବଧି ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ଦୁଃଖର ବିଷୟ ହେଲା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଥିବାବେଳେ “ବର୍ଣ୍ଣ ୟୁନିଟ” ନ ଥିବାରୁ ଗୁରୁତରମାନଙ୍କୁ ଜରୁରୀକାଳୀନ ଚିକିତ୍ସାସେବା ମିଳିପାରିନଥିଲା । ଏବେ ସେମାନଙ୍କୁ କଟକ ଓ ଭୁବେନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ପଶ୍ଚିମ ଓଡ଼ିଶାରେ ଗତ ୨୪ ଘଂଟା ମଧ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଂଚିଥିବାବେଳେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହଶହ ଲୋକ ଚିକିତ୍ସିତ ହେଉଛନ୍ତି । ରାଉରକେଲା, ସୁନ୍ଦରଗଡ଼, ବଲାଙ୍ଗିର ଓ ଝାରସୁଗଡ଼ାରେ ଏହି ସମସ୍ୟା ଉଦ୍‌ବେଗଜନକ ହୋଇଛି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ପାଣିପାଗ ବିଭାଗର ସତର୍କତା ସତ୍ୱେ ଅଂଶୁଘାତଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସେଭଳି କୌଣସି ପଦକ୍ଷେପ ନେଲେନାହିଁ । ଚିକିତ୍ସାଳୟ ଗୁଡ଼ିକରେ ଏନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା କଲେ ନାହିଁ । ଏହାର ଫଳସ୍ୱରୁପ ଅଂଶୁଘାତରେ ପୀଡିତଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସାସେବା ମିଳପାରିିଲା ନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅଂଶୁଘାତଜନିତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହା ସମସ୍ୟାର ଭୟାବହତାକୁ ସୂଚାଉଛି । ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଏବେବି ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱରେ ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଭାରତୀୟ ଜନତାପାର୍ଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରାଯାଉଛି । ଏଭଳି ଅସ୍ୱାଭାବିକ ମୃତ୍ୟୁ ପାଇଁ ଭାରତୀୟ ଜନତାପାର୍ଟି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ଗୁରୁତର ଥିôବା ବ୍ୟକ୍ତିବିଶେଷଙ୍କ ଆଶୁଆରୋଗ୍ୟ କାମନା କରୁଛି । ଏଥିସହ ନିଜର ଭୁଲ୍‌କୁ ସୁଧାରି ଅବ୍ୟବସ୍ଥିତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ସହ ମୃତକ ଓ ଗୁରୁତରଙ୍କ ପରିବାରକୁ ଆଥିିକ ସହାୟତା ଯୋଗାଇଦେବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି ।

ଭୁବନେଶ୍ୱର,  ମଇ  ୨୦୨୪



ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ ଏବଂ ଏସ୍‌ସିବି ମେଡିକାଲ କଲେଜର ମିଳିତ ସହଯୋଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏସ୍‌ସିବି ମେଡିକାଲ କଲେଜ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତମାଖୁ ବର୍ଜନ କରି ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ପାଇଁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ୠୃହ ଋଣ, କାର ଋଣ, ସୁବିଧା ସାଲାରୀ ଏବଂ ଶିକ୍ଷା ଋଣ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିବା ସହ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ୍ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଚିନ୍ମୟ କୁମାର ସାହୁ, ଏସ୍‌ସିବି ମେଡିକାଲ କଲେଜର ସୁପରିଟେଣ୍ଡେଟ୍ ପ୍ରଫେସର ଡଃ ସୁଧାଂଶୁ ଏସ୍‌. ମିଶ୍ର, ଆସିଷ୍ଟାଣ୍ଟ ପ୍ରଫେସର ଡଃ ଶାସ୍ୱତୀ ସାହୁଙ୍କ ସମେତ ଏସ୍‌ସିବି ମେଡିକାଲ କଲେଜର ଡକ୍ଟର ଓ କର୍ମଚାରୀଗଣ ଉପସ୍ଥିତ ଥିଲେ । ତମାଖୁ ବର୍ଜନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ବିଭିନ୍ନ ପ୍ରକାରର ଋଣ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ୟୁକୋ ବ୍ୟାଙ୍କର ଏକ ଉତ୍ତମ ପ୍ରୟାସ ଥିଲା ।

ଭୁବନେଶ୍ୱର,  ମଇ  ୨୦୨୪




ଆସନ୍ତା କାଲି ଓଡିଶାରେ ଚତୁର୍ଥ ପର୍ଯ୍ୟlୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟlୟକୁ ଶାନ୍ତି ଶୃଙ୍ଖଳା, ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯିବା  ନିମନ୍ତେ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ଭୁବନେଶ୍ଵରସ୍ଥିତ ପୋଲିସ ସେବା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏହି ପର୍ଯ୍ୟlୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ ଗ୍ରାମାଞ୍ଚଳ, ଜଗତସିଂହପୁର, ପୁରୀ ଏବଂ କଟକ ସହରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ବିଗତ ତିନି ପର୍ଯ୍ୟାୟରେ ୧୫ ଟି ଲୋକସଭା ଏବଂ ୧୦୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାୟ ୨୬ ହଜାରରୁ ଉର୍ଦ୍ଧ୍ୱ  ବୁଥରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ସେଥିମଧ୍ୟରୁ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ମାତ୍ର ଦୁଇଟି ବୁଥରେ ପୁନଃ ମତଦାନ ହୋଇଛି। ଯାହାକି ଚଳିତ ସାଧାରଣ ନିର୍ବାଚନର ଏକ ରେକର୍ଡ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ।


ଏହି ଅବସରରେ ଡିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ଯେ ଚତୁର୍ଥ ପର୍ଯ୍ୟlୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ କରାଯିବ । ସେଥିପାଇଁ ୦୯   ପୋଲିସ ଜିଲ୍ଲାରେ ୮୭୫୨ ସ୍ଥାନରେ ୧୦୮୮୨ ମତଦାନ କେନ୍ଦ୍ର ମଧ୍ୟରୁ ପାଖାପାଖି ୨୧% ବୁଥ ସମ୍ବେଦନଶୀଳ ଅଟେ । ନିର୍ବାଚନ ପରିଚାଳନାର ସୁରକ୍ଷା ଲାଗି ବିଭିନ୍ନ ପାହ୍ୟାର ୩୬ ହଜାର ପୋଲିସ କର୍ମଚାରୀଙ୍କ ମୁତୟନ କରାଯାଇଛି । ଯେଉଁଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୮୬ ପ୍ଲାଟୁନ ଆର୍ମଡ଼ ପୋଲିସ ଫୋର୍ସ ଅଛନ୍ତି । ୪୪ ଜଣ ଅତିରିକ୍ତ ଏସପି, ୯୯ ଡିଏସପି, ୨୧୦ ଇନ୍ସପେକ୍ଟର, ୨୫୮୩ ଏସଆଇ/ ଏଏସଆଇ ସହ ୯୪୭୬ କନଷ୍ଟେବଳ/ ହାବିଲଦାର, ୮୦୮୩ ଗୃହରକ୍ଷୀ ଓ ଗ୍ରାମରକ୍ଷୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଛନ୍ତି । ୦୪ ଜଣ ଯୁବ ଆଇପିଏସ ଅଧିକାରୀଙ୍କୁ ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାରେ ମୁତୟନ କରାଯାଇଛି । ସେହିପରି ୮୪୩ ମୋବାଇଲ ପାଟ୍ରୋଲିଂ ପାର୍ଟି ମଧ୍ୟ ନିର୍ବାଚନକୁ ତତ୍ତ୍ବାବଧାନ କରିବେ ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି   । 



ସେହିପରି ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୦୯  ପୋଲିସ ଜିଲ୍ଲାରେ ୬୦ ଟି ଚେକପୋଷ୍ଟ ରହିଛି । ସୀମାଗୁଡିକୁ ସିଲ କରାଯାଇ କଡାକଡି ଭାବେ ଯାଞ୍ଚ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ଫ୍ଲାଇସ୍କ୍ୱାର୍ଡ ଗଠନ କରାଯାଇଛି । ନିର୍ବାଚନ ହେବାକୁ ଥିବା ୦୯ ଜିଲ୍ଲାରେ ୨୫୫ ଟି ଫ୍ଲାଇସ୍କ୍ୱାର୍ଡ ଟିମ ରହିଛନ୍ତି । ଏହାବ୍ୟତୀତ ୨୫୫ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛନ୍ତି । ଏହି ୦୯ ଟି ଜିଲ୍ଲାରେ ୧୩ଟି ଇଭିଏମ ଷ୍ଟ୍ରଙ୍ଗରୁମ ରହିଛି । ନିର୍ବାଚନ ପରେ ସେଠାରେ ଇଭିଏମଗୁଡିକ ରଖାଯିବ । ଏହି ଇଭିଏମ ସୁରକ୍ଷା ଲାଗି ଦୁଇସ୍ତରରେ ସୁରକ୍ଷା ଦାୟିତ୍ଵ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି ।

ନିର୍ବାଚନ ପାଇଁ ସାରା ରାଜ୍ୟରେ ଜୋରଦାର ଚେକିଂ ଚାଲିଛି । ଜାନୁୟାରୀ ପହିଲାରୁ ବର୍ତ୍ତମାନ ସୁଦ୍ଧା ୬.୦୭ କୋଟି  ଟଙ୍କା ଜବତ କରାଯାଇଛି । ପ୍ରାୟ ୯୧.୩ କୋଟି ମୂଲ୍ୟର ପ୍ରଲୋଭନ ସାମଗ୍ରୀ ଧରାପଡିଛି। ୭  ଲକ୍ଷ ୧୩୦  ଲିଟର ମଦ ଜବତ କରା ଯାଇଥିବା ବେଳେ ୪୦୩୦ ବେପାରୀଙ୍କୁ ଗିରଫ କରାଯାଇଛି। ୧୧  ଜଣଙ୍କୁ ଏନଏସଏରେ ବୁକିଂ କରାଯାଇଛି। ୮୬୦.୭୮ କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନ ସୁଗର, ୪୬୩୦ ଲିଟର କଫ ସିରଫ ଜବତ କରାଯାଇଛି। ୧୨୦୫ ଟି ମାମଲା ପଞ୍ଜିକରଣ କରାଯାଇଥିବା ବେଳେ ୧୨୫୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ କମିଶନରେଟ ପୋଲିସ ଅଞ୍ଚଳରୁ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ତଡିପାର କରାଯାଇଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଥିଲେ। 

ନିର୍ବାଚନ ପ୍ରକ୍ରିୟାକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯିବା ନିମନ୍ତେ ସମସ୍ତ କ୍ଷେତ୍ରରେ ନିରପେକ୍ଷ ଭୂମିକା ଗ୍ରହଣ କରାଯାଉଛି। କୌଣସି କ୍ଷେତ୍ରରେ ପକ୍ଷପାତିତା କରାଯିବନି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ସମସ୍ତ ନିର୍ବାଚନ ମଣ୍ଡଳୀରେ ପରିସ୍ଥିତି ନିୟନ୍ତ୍ରଣଧୀନ ଅଛି। ଶେଷ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହା ସହ ଚଳିତ ନିର୍ବାଚନରେ ଦିନ ରାତି ପରିଶ୍ରମ କରୁଥିବା ପୋଲିସ କର୍ମଚାରୀଙ୍କ ତ୍ୟାଗ ପାଇଁ ଡିଜିପି ଶ୍ରୀ ଷଡ଼ଙ୍ଗୀ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ନିର୍ଦ୍ଦେଶକ (ଏସସିଆରବି) ଶ୍ରୀ ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା)  ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ଆଇଜିପି (ବିପିଏସପିଏ) ଶ୍ରୀମତୀ ଏସ. ସାଇନୀ, ଆଇଜିପି (କ୍ରାଇମ ବ୍ରାଞ୍ଚ) ସଫିନ ଅହମ୍ମଦ,  ଏଆଇଜିପି (ମୁଖ୍ୟାଳୟ) ଶ୍ରୀ ବାତୁଳ ଗଙ୍ଗାଧର ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪




ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ଶୁକ୍ରବାର ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗ ପକ୍ଷରୁ ଏହି ଅବସରରେ ଜନସାଧାରଣଙ୍କ ନିମନ୍ତେ ନିଶାଦ୍ରବ୍ୟ ଓ ତମାଖୁ ଠାରୁ ଦୂରେଇ ରହିବା ବିଷୟରେ ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା । 

ବିଶ୍ୱରେ ତମାଖୁ ସେବନ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଜାତିକୁ ଏଥିରୁ ରକ୍ଷା କରିବା ସହ ପ୍ରତିକାର ଓ ଚିକିତ୍ସା ବ୍ୟବସ୍ଥା ନେଇ ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଏହି ଅବସରରେ ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା ପ୍ରେରଣ କରାଯାଇଥିଲା । ବିଶ୍ୱରେ ବର୍ଷକୁ ୬୦ରୁ ୮୦ ଲକ୍ଷ ଲୋକ କ୍ୟାନସର ଯୋଗୁଁ ମୃତ୍ୟୁବରଣ କରୁଥିବା ବେଳେ ଭାରତରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଲୋକ ଏହି ରୋଗର ଶିକାର ହେଉଥିବା ଉପସ୍ଥିତ ବିଶେଷଜ୍ଞମାନେ ପ୍ରକାଶ କରିଥିଲେ । 

ମାତ୍ରାଧିକ ଗୁଟଖା ସେବନ ମୁଖ ଗହ୍ୱରର ମୁଖ୍ୟ କାରଣ ସାଜିଛି । ବିଶେଷ ଭାବେ ଯୁବ ବର୍ଗ ଏବେ ତମାଖୁ କବଳରେ ଥିବାରୁ ସେମାନଙ୍କୁ ଅଧିକ ସଚେତନ ଓ ସତର୍କ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷର ପ୍ରସଙ୍ଗ ‘ପ୍ରୋଟେକ୍ଟିଂ ଚିଲ୍‌ଡ୍ରେନ୍ ଫ୍ରମ ଟବାକୋ ଇଣ୍ଡଷ୍ଟ୍ରି ଇନ୍‌ଟରଫେସ୍‌’ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । 

ଏହି ସଚେତନତା କର୍ମଶାଳାରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଇଏନଟି ବିଭାଗୀୟ ମୁଖ୍ୟ ଡାକ୍ତର ଖଗେଶ୍ୱର ରାଉତ ଓ ଆନେସ୍‌ଥେସିଆ ବିଭାଗର ପ୍ରଫେସର (ଡାକ୍ତର) ଶୁକଦେବ ନାଏକଙ୍କ ସମେତ ମେଡିସିନ୍‌, ସର୍ଜିକାଲ ଅଙ୍କୋଲୋଜି, ଇଏନଟି ଭଳି ବିଭିନ୍ନ ବିଭାଗର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪




 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଦ୍ୱାରା ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଯାଇଛି । 

ଚଳିତ ବର୍ଷର ପ୍ରସଙ୍ଗ ‘ପିରିୟଡ ଫ୍ରେଣ୍ଡଲି ୱାର୍ଲ୍ଡ’କୁ ନେଇ ରେଡ଼ିଓ ଷ୍ଟେସନ୍ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । 

ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟର ଯତ୍ନ ଏବଂ ମହିଳା ଓ ଝିଅ ମାନଙ୍କର ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତା ଉପରେ ଗୁରୁତ୍ୱାରୋପ କରାଯାଇ ଏହି ଦିବସକୁ ପାଳନ କରାଯାଇଥାଏ ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଉପସ୍ଥିତ ରହି ବିଶ୍ୱ ବିଦ୍ୟାଳୟର ମହିଳା ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ପରିବେଶ ଅନୁକୂଳ ସାନିଟାରୀ ପ୍ୟାଡ ବଂଟନ କରିଥିଲେ । 

ରେଡ଼ିଓ ଷ୍ଟେସନ୍‌ର ଇନ୍‌ଚାର୍ଜ ଶ୍ରୀମତି ହନୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସଚେତନ କରିବା ସହ ଏହା ଦ୍ୱାରା ଋତୁସ୍ରାବକୁ ନେଇ ରହିଥିବା ଭୁଲ ଧାରଣାକୁ ଦୂର କରିବାରେ ସହାୟକ ହେବ ।

ସୋଆ ରେଡ଼ିଓ ଷ୍ଟେସନ୍‌ର ରେଡ଼ିଓ ଜକି ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ, ଶୁଭଶ୍ରୀ ପାତ୍ର ଓ ଶୁଭଶ୍ରୀ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪




 ବିଶ୍ୱ ତମାଖୁ ମୁକ୍ତ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌)ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗ ପକ୍ଷରୁ ସଫେଇ କର୍ମଚାରୀଙ୍କ ନିମନ୍ତେ ତମାଖୁ ବର୍ଜନ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । 

ଏହି ଅବସରରେ ଦନ୍ତ ଚିକିତ୍ସକମାନେ ଉଭୟ ଧୁମ୍ର ପାନ ଓ ଧୁମ୍ର ବିହୀନ ତମାଖୁର ଭୟାବହତା ସମ୍ପର୍କରେ ସଚେତନ କରାଇବା ସହ ଏଥିରୁ କିଭଳି ନିବୃତ ରହିପାରିବେ ସେ ନେଇ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । 

ସୋଆରେ କାର୍ଯ୍ୟରତ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ରହି ପରାମର୍ଶ ଗ୍ରହଣ କରିଥିଲେ । ତମାଖୁ ସେବନ ଦ୍ୱାରା କିଭଳି ମୁଖ କର୍କଟ, ଯକୃତ କର୍କଟ, ଫୁସ୍‌ଫୁସ୍ କର୍କଟ, ପାକସ୍ଥଳୀ କର୍କଟ ଓ ପ୍ରଜନନ ଅଂଗ କର୍କଟରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ସେ ନେଇ ଡାକ୍ତରମାନେ ଏହି ସଫେଇ କର୍ମଚାରୀମାନଙ୍କୁ ବୁଝାଇଥିଲେ । 

ସଫେଇ କର୍ମଚାରୀମାନଙ୍କ କ୍ଷେତ୍ରରେ ତମାଖୁ ସେବନର ମାତ୍ରା ଅଧିକ ଦେଖା ଦେଉଥିବାରୁ ସେମାନଙ୍କୁ କିଭଳି ସଚେତନ କରାଯାଇପାରିବ ତାହା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଡିଏସ୍‌ର ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ରାଧା ପ୍ରସନ୍ନ ଦଳାଇ ।

ଏହି ଅବସରରେ ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି, ପବ୍ଲିକ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଧର୍ମଶ୍ରୀ ଏସ୍ ଓ ଅନ୍ୟ ବିଭାଗୀୟ ଡାକ୍ତରମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଆଇଡିଏସ୍‌ର ଛାତ୍ରଛାତ୍ରୀମାନେ ସଚେତନ କରାଇବା ସହ ନାଟକ ମାଧ୍ୟମରେ ତମାଖୁ ସେବନର ଭୟାଭୟତା ବଖାଣି ଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪


ଯକ୍ଷ୍ମା ପ୍ରତିରୋଧ ନିମନ୍ତେ ପ୍ରତିଷେଧକର ବିକାଶ ପାଇଁ ଗବେଷଣା ଉପରେ ବିଶେଷ ଗୁରୁତ୍ୱ



ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗର ସୁଯୋଗ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର
, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ମଇ ୩୦ ତାରିଖରେ, ପ୍ରତିଷ୍ଠାନର ଭାରପ୍ରାପ୍ତ ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶ (SRIC) ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା। 


ବୈଷୟିକ ଶିକ୍ଷା, ବିଶେଷତଃ ଜୈବ ବିଜ୍ଞାନ, ମଲିକୁଲାର ବାୟୋଲୋଜି ଏବଂ ମାଇକ୍ରୋ  ବାୟୋଲୋଜି କ୍ଷେତ୍ରରେ ଏକାଡେମିକ୍ ପ୍ରକ୍ରିୟାର ଗୁଣବତ୍ତା ତଥା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଗବେଷଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣାପତ୍ର କାର୍ଯ୍ୟ କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯକ୍ଷ୍ମାର ପ୍ରତିରୋଧ ପାଇଁ ଟିକା ବା ପ୍ରତିଷେଧକର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଉଭୟ ପ୍ରତିଷ୍ଠାନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଆହୁରି ମଧ୍ୟ, ଏହି ଏମଓୟୁ ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲ୍ଏସ୍ ର ଅଧ୍ୟାପକମାନେ ପାରସ୍ପରିକ ସହମତିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଧାର କରି ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା କ୍ଷେତ୍ରରେ ସହଯୋଗ ଏବଂ ତାଲିମ ଦେବା କାର୍ଯ୍ୟ କରିପାରିବେ; ସେମାନେ ମିଳିତ ଭାବରେ ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ମନୋନୀତ ବିଷୟ ଏବଂ କ୍ଷେତ୍ର ଉପରେ ସମ୍ମିଳନୀ, କଥାବାର୍ତ୍ତା, କର୍ମଶାଳା, ସେମିନାର, ଏବଂ ଆଲୋଚନାଚକ୍ର ଆୟୋଜନ କରିପାରିବେ; ଏବଂ ଉଭୟ ପ୍ରତିଷ୍ଠାନର ବ୍ୟକ୍ତିଗତ ଅଧ୍ୟାପକଙ୍କ ନିର୍ଦ୍ଦିଷ୍ଟ ଆଗ୍ରହ ଉପରେ ଆଧାର କରି ମିଳିତ ଅନୁସନ୍ଧାନ ପ୍ରକଳ୍ପ ପରିଚାଳନା କରିପାରିବେ।

ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କରମଲକର କହିଛନ୍ତି: “ଆଇଏଲ୍ଏସ୍ ସହିତ ଏହି ସହଯୋଗ ବିଭିନ୍ନ ଜୀବନ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଇକୋସିଷ୍ଟମକୁ ସମୃଦ୍ଧ କରିବ, ଯାହା ମାନବ ଜୀବନକୁ ବିଭିନ୍ନ ରୋଗ ରକ୍ଷା କରିବାରେ ସହାୟକ ହେବ। ବୈଷୟିକ ଜ୍ଞାନ ପ୍ରଦାନକାରୀ ଭାବରେ ଆଇଆଇଟି ଭୁବନେଶ୍ୱର ଏହି ସଙ୍ଗଠନରେ ଏହି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବାକୁ ବିଶେଷ ରୂପେ ଆଗ୍ରହୀ। ”

ଆଇଏଲ୍ଏସ୍ ନିର୍ଦ୍ଦେଶକ ପ୍ରଫେସର ଦାଶ ପ୍ରକାଶ କରିଛନ୍ତି: “ଭାରତର ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ଏମଓୟୁ କେବଳ ଜୈବ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନରେ ପରିବର୍ତ୍ତନ ଆଣିବ ନାହିଁ ବରଂ ଭବିଷ୍ୟତରେ ଏହି ଡୋମେନରେ ଏକ ମାନଦଣ୍ଡ ସୃଷ୍ଟି କରିବାରେ ଓଡିଶାକୁ ସାହାଯ୍ୟ କରିବ। ଯକ୍ଷ୍ମା ନିରାକରଣ ପାଇଁ ଟିକା ବିକଶିତ କରିବା ଦିଗରେ ବିଶେଷ ଧ୍ୟାନ ଏହି ଉଦ୍ଦେଶ୍ୟରେ କରାଯାଉଥିବା ପ୍ରୟାସକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ”

ଅନ୍ୟମାନଙ୍କ ମଧ୍ୟରେ, ଏହି ଅବସରରେଆଇଏଲ୍ଏସ୍ ପକ୍ଷରୁ ଡକ୍ଟର ସୁନୀଲ କେ. ରାଘବ, ଡକ୍ଟର ଅଂଶୁମାନ ଦୀକ୍ଷିତ, ଡକ୍ଟର ତୁଷାର କାନ୍ତ ବେଉରିଆ, ଡକ୍ଟର ଦୟାନିଧି ପ୍ରଧାନ ଏବଂ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଡିନ୍-ସ୍ନାତକୋତ୍ତର ପ୍ରୋଗ୍ରାମ ପ୍ରଫେସର ଶାନ୍ତନୁ ପାଲ୍, କେନ୍ଦ୍ର ନିର୍ଦ୍ଦେଶକ, ଏଏଚଆରସି ପ୍ରଫେସର ଅଶ୍ୱିନୀ ନନ୍ଦ ଏବଂ ଆସୋସିଏଟ୍ ଡିନ୍ (ଆଲୁମିନି ବ୍ୟାପାର ଏବଂ ଆନ୍ତର୍ଜାତୀୟ ସମ୍ପର୍କ) ପ୍ରଫେସର ଆଶିଷ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର,  ମଇ  ୨୦୨୪




ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି । ସୋନମ୍ ବର୍ତମାନ ଦୁବାଇ ସ୍ଥିତ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ ହାଉସ୍ କିପିଂ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । 

ସୋଆ ଏସ୍‌ଏଚ୍‌ଏମ୍‌ର ୨୦୧୨ ବ୍ୟାଚର ଏହି ଛାତ୍ରୀ ମଧ୍ୟପ୍ରାଚ୍ୟରେ ୨୦୨୪ ନିମନ୍ତେ ମନୋନୀତ ହୋଇଥିବା ଶ୍ରେ ୩୦ ଜଣ ହାଉସ୍ କିପିଂ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ହସ୍ପିଟାଲିଟି ଡଟ୍ କମ୍ ପକ୍ଷରୁ ୩୦ ଜଣ ଅଗ୍ରଣୀ ବ୍ୟକ୍ତିଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।

ଦୀର୍ଘ ୧୧ ବର୍ଷର ଅଭିଜ୍ଞତା ଥିବା ସୋନମ୍ ୨୦୧୨ ମସିହାରେ ଏସ୍‌ଏଚ୍‌ଏମ୍‌ରୁ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ କ୍ୟାମ୍ପସ ପ୍ଲେସ୍‌୍‌ମେଂଟରେ ହାୟାତ ହୋଟେଲ୍ସ ଗ୍ରୁପରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଦୁବାଇର ମାରିଅଟ୍ ହୋଟେଲ୍ସରେ ସୁପରଭାଇଜର ଭାବେ କାର୍ଯ୍ୟ କରିଥିବା ବେଳେ ପରବର୍ତୀ ସମୟରେ ହାୟାତ ହୋଟେଲ୍ସରେ ମ୍ୟାନେଜର ପଦବୀ ରେ କାର୍ଯ୍ୟ କରିଥିଲେ । ଏହା ପରେ ସେ କେମ୍‌ପିନ୍‌ସ୍କି ହୋଟେଲ ମଲ୍ ଅଫ୍ ଏମିରେଟ୍ସରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । 

ସୋନମ୍ ଅବିରତ ଶିକ୍ଷା ଗ୍ରହଣ ଓ ଦଳଗତ କାର୍ଯ୍ୟରେ ବିଶ୍ୱାସ କରନ୍ତି । କଲେଜ ସମୟରେ କ୍ୟାମ୍ପସ୍‌ରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିଲେ । 

ଏହି ସମ୍ମାନ ଗ୍ରହଣ କରିବା ପରେ ସୋନମ୍ ସୋଆକୁ ପ୍ରଶଂସା କରିବା ସହ ତାଙ୍କ କ୍ୟାରିୟର ର ସଫଳତା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ମିଳିଥିବା ପ୍ରୋତ୍ସାହନ ନିମନ୍ତେ କୃତଜ୍ଞତା ଜଣାଇଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪



ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନ୍‌ଷ୍ଟିଚ୍ୟୁଟ୍ ର‌୍ୟାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଦେଶର ତୃତୀୟ ଶ୍ରେ ଇଞ୍ଜିନିୟରିଂ ଶିକ୍ଷାନୁ ।ନ ଭାବେ ସ୍ଥାନୀତ ହୋଇଛି । 

୨୦୨୩ ଟାଇମ୍ସ ସର୍ଭେରେ ମଧ୍ୟ ଆଇଟିଇଆର୍ ଦେଶର ପ୍ରମୁଖ ଇଞ୍ଜିନିୟରିଂ କଲେଜଗୁଡ଼ିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଥିଲା । ସେହିପରି ଏ ବର୍ଷ ଦେଶର ଶ୍ରେ ୧୨୫ଟି ପ୍ରାଇଭେଟ୍ ଇଞ୍ଜିନିୟରିଂ ଶିକ୍ଷାନୁ ।ନ ମଧ୍ୟରେ ଦ୍ୱିତୀୟ ସ୍ଥାନ ଏବଂ ପୂର୍ବ ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି ଆଇଟିଇଆର । 

ଚଳିତ ବର୍ଷ ଗବେଷଣା କ୍ଷେତ୍ରରେ ଆଇଟିଇଆର ଦେଶରେ ତୃତୀୟ ସ୍ଥାନ ଏବଂ ପ୍ଲେସ୍‌ମେଂଟରେ ୫ମ ସ୍ଥାନ ହାସଲ କରିଛି । ୨୦୨୩ରେ ଗବେଷଣା କ୍ଷେତ୍ରରେ ସାରା ଦେଶରେ ଏହି ଶିକ୍ଷାନୁ ।ନ ୪ର୍ଥ ଏବଂ ପ୍ଲେସ୍‌ମେଂଟରେ ୯ମ ସ୍ଥାନରେ ରହିଥିଲା ।

ଭୁବନେଶ୍ୱର,  ମଇ  ୨୦୨୪




ମଙ୍ଗୋଲିଆରେ ମହିଳାମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଭାରତରେ ଅବସ୍ଥାପିତ ମଙ୍ଗୋଲିଆ ରାଷ୍ଟ୍ରଦୂତ ଗନ୍‍ବୋଲ୍‍ଡ ଦାମ୍ବାଜୟ କହିଛନ୍ତି। ଆଜି ଅନୁଷ୍ଠିତ କିଟ୍‍ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଗନବୋଲ୍‍ଡ ଶିକ୍ଷା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ କିଟ୍‍ ଓ କିସ୍‍ ଓ କିମ୍‍ସ ଯୋଗଦାନକୁ ପ୍ରଶଂସା କରି କହିଲେପ୍ରତ୍ୟେକ ପରିବାରର ଶକ୍ତି ସେହି ପରିବାରର ମହିଳାଙ୍କ ନିକଟରେ ନିହିତ ରହିଥାଏ। ଆମ ଦେଶରେ ମଧ୍ୟ ସମାଜରେ ମହିଳାମାନଙ୍କ ପ୍ରମୁଖ ଭୂମିକା ରହିଛି। ମହିଳାମାନଙ୍କୁ ସଶକ୍ତ କରାଗଲେ ସେମାନେ ଉଚିତ୍‍ ସମୟରେ ସେମାନେ ସମାଜକୁ  ଉଲ୍ଲେଖନୀୟ ପ୍ରତିଦାନ ଦେଇଥାନ୍ତି। ଭାରତ ଓ ମଙ୍ଗୋଲିଆ ମଧ୍ୟରେ ରହିଥିବା ଐତିହାସିକ ଓ ଆଧ୍ୟାତ୍ମିକ ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ୨ହଜାର ବର୍ଷ ପୂର୍ବରୁ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଏହି ସମ୍ପର୍କ ରହିଆସିଛି। ୨ହଜାର ବର୍ଷ ତଳେ ଯେତେବେଳେ ଗମନାଗମନର କୌଣସି ମାଧ୍ୟମ ନ ଥିଲା ସେତେବେଳେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ନିମନ୍ତେ ମଙ୍ଗୋଲିଆରୁ ସନ୍ୟାସୀମାନେ ଭାରତ ଆସୁଥିଲେ। ଭାରତ ସହ ମଙ୍ଗୋଲିଆର ଆଧ୍ୟାତ୍ମିକ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମଙ୍ଗୋଲିଆର ସନ୍ୟାସୀମାନେ ଗଙ୍ଗାନଦୀର ଜଳ ନେଇ ଉତ୍ତର ମଙ୍ଗୋଲିଆରେ ଥିବା ଏକ ହ୍ରଦରେ ପକାଉଥିଲେ ଯାହାକି ପରବର୍ତ୍ତୀ ସମୟରେ ଗଙ୍ଗା ହ୍ରଦଭାବେ ପ୍ରସିଦ୍ଧି ଲାଭ କରିଥିଲା। କଠିନ ପରିଶ୍ରମ ଓ ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସହ ବିଶ୍ୱ ବିଜୟୀ ହେବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଗନ୍‍ବୋଲ୍‍ଡ ଉତ୍ସାହିତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେସବୁବେଳେ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ଆକାଙ୍‌କ୍ଷାରେ ଦୃଢ଼ ରହିବା ସହ ନିଜ କାର୍ଯ୍ୟରେ ଦୟାଶୀଳ ହେବା ଉଚିତ। ଶିକ୍ଷା ହେଉଛି ଦାରିଦ୍ର‌୍ୟ ଦୂରୀକରଣର ଏକ ପ୍ରମୁଖ ଅସ୍ତ୍ର ବୋଲି କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ କହିଥିଲେ। ସେ କହିଲେ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନର କେନ୍ଦ୍ର ଓ ଜ୍ଞାନ ହେଉଛି ଶକ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ତାଙ୍କ ଉଦ୍‍ବୋଧନରେ ଶିକ୍ଷାଗବେଷଣା ଓ କ୍ରୀଡ଼ା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ଏହା ତୁମ ଶୈକ୍ଷିକ କ୍ୟାରିୟର ଶେଷ ହୋଇଥିଲେ ମଧ୍ୟ ଭବିଷ୍ୟତ ଲକ୍ଷ୍ୟ ହାସଲ ନିମନ୍ତେ ଏହା ତୁମମାନଙ୍କୁ ବାଟ ଦେଖାଇବ ବୋଲି ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ଡ଼ିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତକିଟ୍‍ ସୋସାଇଟି ଉପସଭାପତି ଉମାପଦ ବୋଷସମ୍ପାଦକ ଆର.ଏନ୍‍ ଦାଶ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବର୍ତ୍ତନରେ ମୋଟ ୬୬୫ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡିସ୍ନାତକୋତ୍ତର ଓ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା। ପ୍ରତିବର୍ଷ କିଟ୍‌ରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହ ଆୟୋଜନ କରାଯାଇଥାଏ। ଏହି ଅବସରରେ ୨ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ  ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୪ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା

ଭୁବନେଶ୍ୱର,  ମଇ  ୨୦୨୪



  • ଢ଼େଙ୍କାନାଳ ଷ୍ଟେସନ ଠାରେ ଢ଼େଙ୍କାନାଳ ଓ ଶଦାସିବପୁର ରେଳ ଷ୍ଟେସନ ମଧ୍ୟରେ 3 ୟ ଏବଂ 4 ର୍ଥ ଲାଇନର କାର୍ଯ୍ୟକ୍ଷମ ପାଇଁ|
  • ସରଲା ଷ୍ଟେସନରେ ସମ୍ବଲପୁର-ଝାରସୁଗୁଡା ରେଳ ସେକ୍ସନରେ ମାଲବାହୀ ଟ୍ରେନ୍ ପରୀକ୍ଷା ଲାଇନର କାର୍ଯ୍ୟକ୍ଷମ ପାଇଁ |
  • ସମ୍ବଲପୁର ଏବଂ ୱାଲଟିୟର ରେଳ ମଣ୍ଡଳ ପରିସୀମା ମଧ୍ୟରେ ବ୍ରିଜ୍ ପୁନନିର୍ମାଣ କାର୍ଯ୍ୟ |

ଉପରୋକ୍ତ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀ ପରିବହନ କରୁଥିବା କିଛି ଟ୍ରେନ୍ ପ୍ରଭାବିତ ହେବ ଯାହା ଫଳରେ କିଛି ଟ୍ରେନକୁ ବାତିଲ୍ କରାଯାଉଥିବାବେଳେ କିଛି ଟ୍ରେନର ମାର୍ଗ ପରିବର୍ତନ, ସମୟ ପୁନଃ ନିର୍ଧାରଣ ଓ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ |


ଟ୍ରେନ୍ ବାତିଲ୍:

  1. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 30 ମଇ 2024 ରୁ 14 ଜୁନ୍ 2024 ମଧ୍ୟରେ ରାଉରକେଲା ଠାରୁ ଏବଂ 31 ମଇ 2024 ରୁ 15 ଜୁନ୍ 2024 ମଧ୍ୟରେ ପୁରୀରୁ ବାତିଲ ରହିବ |
  2. 08414/08413 ପୁରୀ-ତାଳଚେର-ପୁରୀ ପାସେଞ୍ଜର ସ୍ପେସିଆଲ 30 ମଇରୁ 5 ଜୁନ୍ 2024 ମଧ୍ୟରେ ପୁରୀରୁ ଏବଂ 31 ମଇରୁ 6 ଜୁନ୍ 2024 ମଧ୍ୟରେ ତାଳଚେର ଠାରୁ ବାତିଲ୍ ରହିବ |
  3. 07471/07470 ପାଲାସା-ବିଶାଖାପାଟନମ୍-ପାଲାସା ପାସେଞ୍ଜର ସ୍ପେଶାଲ 31.05.2024 ଦିନ ଉଭୟ ଦିଗରୁ ବାତିଲ୍ ରହିବ |
  4. 08169/08170 ଏବଂ 08171/08172 ଝାରସୁଗୁଡା-ସମ୍ବଲପୁର-ଝାରସୁଗୁଡା ପାସେଞ୍ଜର ସ୍ପେଶାଲ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ |
  5. 08264/08263 ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ ବିଳାସପୁରରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ଟିଟିଲାଗଡରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ |
  6. 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 7 ରୁ 14 ଜୁନ୍ 2024 ମଧ୍ୟରେ ଏବଂ ରାୟପୁରରୁ 8 ରୁ 15 ଜୁନ୍ 2024 ମଧ୍ୟରେ ବାତିଲ ରହିବ |


ଟ୍ରେନର ମାର୍ଗ ପରିବର୍ତ୍ତନ :

  18190/18189 ଏର୍ଣ୍ଣାକୁଲମ୍-ଟାଟା-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ 6 ରୁ 12 ଜୁନ୍ ମଧ୍ୟରେ ଏର୍ଣ୍ଣାକୁଲମ୍ ଠାରୁ ଏବଂ 7 ଜୁନ୍ ରୁ 14 ଜୁନ୍ 2024 ପର୍ଯ୍ୟନ୍ତ ଟାଟା ଠାରୁ ଚଳାଚଳ କରିବାକୁ ଥିବା ଟ୍ରେନ ଏହାର ନିର୍ଦ୍ଧାରିତ ପଥ ବିଜୟନଗରମ-ଟିଟିଲାଗଡ-ଝାରସୁଗୁଡା ମାର୍ଗ ପରିବର୍ତ୍ତେ ଜାରୋଲି-ଜଖପୁରା-କଟକ-ଖୋର୍ଦ୍ଧା ରୋଡ୍-ବିଜୟନଗରମ୍ ମାର୍ଗ ଦେଇ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ |

ଟ୍ରେନ ସମୟରେ ପୁନଃନିର୍ଦ୍ଧାରଣ:

  06090 ସାନ୍ତ୍ରାଗଛି-ତାମ୍ବରମ୍ ଏକ୍ସପ୍ରେସ୍ 30 ମଇ ଦିନ ସାନ୍ତ୍ରାଗଛିରୁ, 20896 ଭୁବନେଶ୍ୱର-ରାମେଶ୍ୱରମ ଏକ୍ସପ୍ରେସ୍ ଭୁବନେଶ୍ୱରରୁ 31 ମଇ 2024 ଦିନ, 06222 ମୁଜାଫରପୁର-ମହୀଶୂର ସ୍ପେଶାଲ ମୁଜାଫରପୁରରୁ 30 ମଇ ଦିନ, 06104  ଦିଵରୂଗଡ଼-ନ୍ୟୁ-ନାଗରକୋଏଲ ସ୍ପେଶାଲ ଦିଵରୂଗଡ଼ ଠାରୁ ୨୯ ମଇ ଦିନ, 09060 ବ୍ରହ୍ମପୁର-ସୁରଟ ସ୍ପେଶାଲ ବ୍ରହ୍ମପୁର ଠାରୁ 31 ମଇ 2024 ଦିନ, 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ 11 ଜୁନ୍ ଦିନ, 15028 ଗୋରଖପୁର-ସମ୍ବଲପୁର ଏକ୍ସପ୍ରେସ ଗୋରଖପୁରରୁ 6 ରୁ 13 ଜୁନ୍, 22840 ଭୁବନେଶ୍ୱର-ରାଉରକେଲା ଏକ୍ସପ୍ରେସ 4 ଜୁନ୍ 2024 ରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା ଟ୍ରେନ ଗୁଡିକ ଉତ୍ପତି ଷ୍ଟେସନ ମାନଙ୍କ ଠାରୁ ସର୍ବନିମ୍ନ ଏକ ଘଣ୍ଟାରୁ ସର୍ବାଧିକ ଦୁଇ ଘଣ୍ଟା 30 ମିନିଟ୍ ମଧ୍ୟରେ ସମୟରେ ପୁନଃ ନିର୍ଧାରଣ କରାଯିବ |

ଭୁବନେଶ୍ୱର,  ମଇ  ୨୦୨୪




ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ଦୁଇଦିନିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ବ୍ରହ୍ମପୁର ମଣ୍ଡଳର ବ୍ୟବସାୟିକ ସମୀକ୍ଷା କରିଥିଲେ ଏବଂ କର୍ପୋରେଟ୍ ଦୃଷ୍ଟିକୋଣ ଓ ବର୍ତ୍ତମାନର ଆର୍ଥିକ ବର୍ଷ ପାଇଁ ଆନୁମାନିକ ଆଶା ଉପରେ ବିଚାର ବିମର୍ଷ କରିଥିଲେ । ସେ ପିଏନ୍‌ବିର ସ୍ଥାନୀୟ ଶାଖାଗୁଡିକୁ ପରିଦର୍ଶନ କରିବା ସହ ଶାଖା ଦ୍ୱାରା ପ୍ରଦାନ କରାଯାଉଥିବା ଗ୍ରାହକ ସେବାର ଗୁଣବତ୍ତା ଆକଳନ କରିଥିଲେ । ଏହି ଅବସରରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଯେଉଁଥିରେ ଶ୍ରୀ କୁମାର ଗ୍ରାହକମାନଙ୍କୁ ସମ୍ବୋଧନ କରିବା ସହ ବ୍ୟାଙ୍କର ଡିଜିଟାଲ ଉତ୍ପାଦ, ଅନ୍‌ଲାଇନ୍ ଋଣ ସୁବିଧା ଏବଂ ସମସ୍ତ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବାକୁ ସହଜ ଓ ସରଳ କରିବା ନେଇ ବ୍ୟାଙ୍କର ପ୍ରତିବଦ୍ଧତାକୁ ସୁନିଶ୍ଛିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡଃ ଆଲୋକ ରଞ୍ଜନ ସେନାପତିଙ୍କ ଉପସ୍ଥିତିରେ ଫାର୍ମାର୍ସ ଟ୍ରେନିଂ ସେଣ୍ଟର ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶ୍ରୀ ସେନାପତି କୃଷକ ମାନଙ୍କ ପାଇଁ ଉପଲବ୍ଧ ଥିବା ସ୍ୱତନ୍ତ୍ର ଋଣ ଉତ୍ପାଦ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଏଲ୍‌ପି ମୁଖ୍ୟ ରାଜେଶ କୁମାର ମହନ୍ତ, ସର୍କଲ ଶସ୍ତ୍ର ମୁଖ୍ୟ ପ୍ରଶାନ୍ତ କୁମାର ସିଂ, ଉପ-ମଣ୍ଡଳ ମୁଖ୍ୟ ପ୍ରଦୀପ କୁମାର ଦାସ, ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ମୁଖ୍ୟ ପ୍ରବନ୍ଧକ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ପ୍ରବନ୍ଧକ ମମତା ନନ୍ଦଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪



ସ୍କାନରରେ ଢାବା/ ରାସ୍ତା କଡ଼ରେ ଥିବା ଭୋଜନାଳୟ/ହୋଟେଲ/ରେଷ୍ଟୁରାଣ୍ଟ
ଦୁଇ ଦିନରେ ୪୮ଜଣ ଗିରଫ : ବ୍ୟାପକ ବେଆଇନ୍‍ ଅବକାରୀ ସାମଗ୍ରୀ ଜବତ



ଅନ୍ତିମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ଢାବା/ ରାସ୍ତାକଡ଼ ଭୋଜନାଳୟ/ହୋଟେଲ/ରେଷ୍ଟୁରାଣ୍ଟରେ ବେଆଇନ ଭାବେ ମଦ ବିକ୍ରି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, କଟକ ଓ ମୟୂରଭଞ୍ଜ ଆଦି ୮ଟି ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ଏ ନେଇ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅବକାରୀ ଥାନା ଅଧୀନରେ ଏଭଳି ଭୋଜନାଳୟ/ ଢାବା ରହିଛି, ସେହି ଅବକାରୀ ଥାନାର ଓଆଇସିମାନଙ୍କୁ ସତର୍କ କରାଯାଇଛି ଯେ ଅସାମାଜିକ ତତ୍ତ୍ୱମାନେ ଯେପରି ରାସ୍ତା କଡ଼ରେ ଥିବା ଭୋଜନାଳୟରେ ମଦ ପିଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ସୁଯୋଗ ପାଇବେ ନାହିଁ । ତଦନୁଯାୟୀ ୨୦୨୪ ମେ ୨୯ ଓ ୩୦ ତାରିଖରେ ୨୧୯ଟି ଢାବା ଉପରେ ଚଢ଼ାଉ କରାଯାଇଛି।


ଏହି ସମୟ ମଧ୍ୟରେ ୨୨୮ ଲିଟର ବିଦେଶୀ ମଦ, ୩୬୧ ଲିଟର ବିୟର ଓ୧୨୮ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ୪୮ଟି ମାମଲା ରୁଜୁ ହୋଇଥିବା ବେଳେ ୪୮ ଜଣଙ୍କୁ ଗିରଫ କରାଯାଇଛି। କୌଣସି ଅସାମାଜିକ ତତ୍ତ୍ୱ ଯେପରି ବେଆଇନ ଭାବେ ମଦ ଗଚ୍ଛିତ ନ ରଖିବେ ସେଥିପାଇଁ ମଧ୍ୟ ଜୋରଦାର ଚଢ଼ାଉ କରାଯାଉଛି।


୦୧.୦୬.୨୦୨୪ରେ ନିର୍ବାଚନ ହେବାକୁ ଥିବା ଜିଲ୍ଲାରେ ଅତିରିକ୍ତ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି। ଜୁନ୍‍ ପହିଲାରେ ମତଦାନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିବ।




ଭୁବନେଶ୍ୱର,  ମଇ  ୨୦୨୪



  • ପୁରୀର ଅଗ୍ନି ବିସ୍ଫୋରଣ ଘଟଣା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଭାବମୂର୍ତିର ମୁଖା ଖୋଲି ଦେଇଛି: ଡା. ସମ୍ବିତ ପାତ୍ର
  • ପୁରୀ ମେଡିକାଲରେ କାହିଁକି “ବର୍ଣ୍ଣ” ୱାର୍ଡର ବ୍ୟବସ୍ଥା ନାହିଁ
  • ପୁରୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ
  • ୨୫ବର୍ଷ ନବୀନ ସରକାର ଶାସନରେ ରହିବା ପରେ ମଧ୍ୟ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଁଚିପାରୁ ନାହିଁ



ଗୋଟିଏ ଗୋଟିଏ ଘଟଣା ବିଶ୍ୱସ୍ତରୀୟ ପ୍ରଶାସକ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ଓ ଅପପ୍ରଚାରର ମୁଖା ଖୋଲିବାରେ ଯଥେଷ୍ଟ ଅଟେ । ଗତକାଲି ପୁରୀ ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଭଉଁରୀ ଖେଳ ହେଉଥିବା ବେଳେ ବାଣ ଦ୍ୱାରା ଅଗ୍ନି ବିସ୍ପୋରଣ ଘଟିଥିଲା । ଆମ୍ବୁଲାନ୍ସର ଅଭାବ କାରଣରୁ ଠିକ୍ ସମୟରେ ପୀଡିତଙ୍କୁ ଚିକିତ୍ସା ଉପଲବ୍ଧ ହୋଇପାରିଳା ନାହିଁ ସେହି କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । କିଛି ହସ୍ପିଟାଲରେ ଭିର୍ତି ହୋଇଛନ୍ତି । ସେମାନଙ୍କୁ ପୁରୀ ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଭେଟିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଦାବି କରିଛନ୍ତି । ପୁରୀ ବାଣ ବିସ୍ଫୋରଣ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ । ପୁରୀ ମେଡିକାଲରେ କାହିଁକି “ବର୍ଣ୍ଣ” ୱାର୍ଡ ବ୍ୟବସ୍ଥା ନାହିଁ ବୋଲି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡା. ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି ।

ସୂଚନାଥାଉ କି, ପୁରୀ ସାଧାରଣ ଅଂଚଳ ନୁହେଁ । ଓଡ଼ିଶାର ଗର୍ବ ଓ ଓଡ଼ିଆଙ୍କ ସ୍ୱାଭିମାନ ହେଉଛି ପୁରୀ । ପୁରୀରେ ୩୦ଜଣ ଲୋକଙ୍କ ଉପରେ ଏଭଳି ଅଗ୍ନିକାଣ୍ଡ ଘଟିଲା । ସେହି ସମୟରେ ମାତ୍ରାଧିକ ଆମ୍ବୁଲାନ୍ସ ରହିବାର ଆବଶ୍ୟକତା ଥିଲା । ତୁରନ୍ତ ସେମାନେ ହସ୍ପିଟାଲ ପହଂଚିବାର ବ୍ୟବସ୍ଥା କରିବା କଥା । ଆଜି ଡାକ୍ତରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲି । ମେଡିକାଲ ଫିଲ୍ଡରେ ଯେକୌଣସି ବେମାରୀ ହେଉ ଜରୁରୀକାଳିନ ପରିସ୍ଥିତି ପାଇଁ ଗୋଟିଏ “ଗୋଲଡେନ ପିରିୟଡ” ଥାଏ । ସେହି ଗୋଲଡେନ ପିରିୟଡ୍ ଭିତରେ ରୋଗୀ ଡାକ୍ତରଖାନା ପହଂଚିଗଲେ ବଂଚିବାର ସମ୍ଭାବନା ବଢ଼ିଯାଏ । ଦୁର୍ଘଟଣା ପରେ ରାତିସାରା ସମ୍‌, ଏମ୍‌ସ, ଏସସିବି, ହାଇଟେକକୁ ଫୋନ କରି ବେଡ୍‌ର ବ୍ୟବସ୍ଥା କରାଯାଇଥିଲା । ବହୁ ବିଳମ୍ବରେ ରୋଗୀମାନେ ହସ୍ପିଟାଲରେ ପହଂଚିଛନ୍ତି । ଆଜି ଯେଉଁ ରୋଗୀମାନେ ଅସୁସ୍ଥ ଅଛନ୍ତି ତାଙ୍କୁ ଠିକ୍ ସମୟରେ ମେଡିସିନ ଦିଆଯାଇ ପାରିନାହିଁ । ପୋଡା ରୋଗୀ ପୁରୀ ହସ୍ପିଟାଲରେ ଚିକିତ୍ସିତ ହେବାର କୌଣସି ବ୍ୟବସ୍ଥା ନାହିଁ । ଏଘଟଣାର ତଦନ୍ତ ହେଉ । ଯେଉଁମାନେ ଦୋଷୀ ତାଙ୍କୁ ଦଣ୍ଡ ଦିଆଯାଉ । ୨୪ବର୍ଷ ନବୀନ ସରକାର ଶାସନରେ ରହିବା ପରେ ମଧ୍ୟ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଁଚିପାରୁ ନାହିଁ । ପୁରୀ ମେଡିକାଲରେ କାହିଁକି ଏତେ ଅବ୍ୟବସ୍ଥା ତାହାର ଉତର ନବୀନ ବାବୁ ଦିଅନ୍ତୁ ବୋଲି ଡା.ସମ୍ବିତ ପାତ୍ର କହିଛନ୍ତି ।


  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ରାଜନୀତିର ଚରିତ୍ର, ପରିଭାଷାକୁ ବଦଳାଇ ଦେଇଛନ୍ତି 
  • ୨୦୧୪ ପରେ “ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ”ର ସଂସ୍କୃତି ଆରମ୍ଭ କରିଛନ୍ତି ମୋଦି
  • ବିଗତ ୧୦ବର୍ଷ ଶାସନରେ ମୋଦିଜୀ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି
  • ନିର୍ବାଚନର ମହାପର୍ବରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ରୀୟ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନେ “ବିଜୟ ସଂକଳ୍ପ ସମାବେଶ”ରେ ଅଂଶ ଗ୍ରହଣ କରି ଓଡ଼ିଶାର ବିକାଶ ପାଇଁ ବିଜେପିର ଯୋଜନା ଗୁଡିକ ଉପସ୍ଥାପିତ କରିଥିଲେ
  • ଏ ଅଭିଯାନରେ ସହଯୋଗ କରିଥିବା ସମସ୍ତ ନେତା, କାର୍ଯ୍ୟକର୍ତାଙ୍କୁ ନିର୍ବାଚନ ସଂଚାଳନ ସମିତିର ମୁଖ୍ୟ ଶ୍ରୀ ସମୀର ମହାନ୍ତି କୃତଜ୍ଞତା ଜଣାଇଛନ୍ତି

୨୦୨୪ ସାଧାରଣ ନିର୍ବାଚନର ପ୍ରଚାରର ଆଜି ଅନ୍ତିମ ଦିବସ । ଓଡ଼ିଶାବାସୀଙ୍କ ଆଶୀର୍ବାଦ, ଲକ୍ଷ ଲକ୍ଷ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଓ ଶୁଭେଚ୍ଛୁଙ୍କର ସହଯୋଗ ପାଇଁ “ଓଡ଼ିଶାରେ ବିଜେପି ସରକାର ଗଠନ” ସୁନିଶ୍ଚିତ । ୨୦୧୯ରେ ସାଢ଼େ ଚାରି କୋଟି ଓଡ଼ିଆ ବିଜେପିକୁ ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବାର ସୁଯୋଗ ଦେଇଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଗତ ୧୦ ବର୍ଷ ଭିତରେ ଓଡ଼ିଶାର ବିକାଶ ପାଇଁ ସର୍ବଦା ସହଯୋଗ କରିଆସିଛନ୍ତି । ପ୍ରାକୃତିକ ଦୁର୍ବିପାକ ଫନି, ଫାଇଲିନ୍‌, ୟସ୍ ସମୟରେ ମୋଦିଜୀ ଓଡ଼ିଶାବାସୀଙ୍କ ସହ ଛିଡା ହୋଇଛନ୍ତି । ରାଜ୍ୟ ସରକାର କେନ୍ଦ୍ର ବିରୋଧ ଅବହେଳାର ଅଭିଯୋଗ କରିବାର ସୁଯୋଗ ପାଇଲେ ନାହିଁ । ନିର୍ବାଚନର ମହାପର୍ବରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ରୀୟ ନେତା, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ନେତାମାନେ “ବିଜୟ ସଂକଳ୍ପ ସମାବେଶ”ରେ ଅଂଶ ଗ୍ରହଣ କରି ଓଡ଼ିଶାର ବିକାଶ ପାଇଁ ବିଜେପିର ଯୋଜନା ଗୁଡିକ ଉପସ୍ଥାପିତ କରିଥିଲେ । ଏ ଅଭିଯାନରେ ସହଯୋଗ କରିଥିବା ସମସ୍ତ ନେତା, କାର୍ଯ୍ୟକର୍ତାଙ୍କୁ ନିର୍ବାଚନ ସଂଚାଳନ ସମିତିର ମୁଖ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କୃତଜ୍ଞତା ଜଣାଇଛନ୍ତି । 

ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଆଗାମୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ଜନତା ବହୁମାତ୍ରାରେ ଜନସମର୍ଥନ କରିବେ । ଓଡ଼ିଶାର ୨ଲକ୍ଷ ୫୦ହଜାର ଲୋକଙ୍କ ପରାମର୍ଶକୁ ସଂଗ୍ରହ କରି ବିଜେପି “ସଂକଳ୍ପପତ୍ର” ପ୍ରସ୍ତୁତ କରିଛି । ବିଜେପି ସରକାରକୁ ଆସିଲେ ମହିଳା, ଯୁବକ, କୃଷକଙ୍କ ବିକାଶ କରିବ ବୋଲି ସଂକଳ୍ପପତ୍ରରେ ଉଲ୍ଲେଖ କରିଛି । ରାଜ୍ୟରେ ନିର୍ବାଚନ ହେବା ପୂର୍ବରୁ ମାର୍ଚ୍ଚ ୧୬ ତାରିଖ ଦିନ “ଆଦର୍ଶ ନିର୍ବାଚନ ବିଧି” ଲାଗୁ ହେଲା । ସେବେଠାରୁ ଓଡ଼ିଶାର ଲୋକେ ବିଜେପି ମୁହାଁ ହୋଇଛନ୍ତି । ୬୫ ଦିନ ଭିତରେ ୨୮୨ ଟି ମିଶ୍ରଣ ପର୍ବରେ ହଜାର ହଜାର ରାଜ୍ୟବାସୀ ବିଜେପିର ସଦସ୍ୟ ହେଲେ । ଏହି ମିଶ୍ରଣ ପର୍ବରୁ ଓଡ଼ିଶାବାସୀ ବିଜେପିକୁ କେତେ ମାତ୍ରାରେ ଚାହୁଁଛନ୍ତି ତାହା ଆପଣମାନେ ସ୍ପଷ୍ଟ ଜାଣିପାରୁଥିବେ । ବିଜେପି ୧୭୨ଟି ସ୍ଥାନରେ “ବିଜୟ ସଂକଳ୍ପ ସମାବେଶ” ଆୟୋଜନ କରିପାରିଛି । ମୋଦି ଯାହା କୁହନ୍ତି ତାହା କରିଦେଖାନ୍ତି । ବିଗତ ୧୦ବର୍ଷ ଶାସନରେ ମୋଦିଜୀ ଓଡ଼ିଶାକୁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଓଡିଶା ସରକାର ସମସ୍ତ ଟଙ୍କା ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ନିର୍ବାଚନ ପ୍ରଚାରର ଶେଷ ଦିନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ସମ୍ବିତ ପାତ୍ର କହିଛନ୍ତି ଯେ, ୨୦୧୪ରେ ନରେନ୍ଦ୍ର ମୋଦି ଭାରତବର୍ଷର ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ରାଜନୀତିର ଚରିତ୍ର, ପରିଭାଷାକୁ ବଦଳାଇ ଦେଇଛନ୍ତି । ମିଥ୍ୟା ପ୍ରଚାର, ଜାତିଭିତିକ ରାଜନୀତି, ତୃଷ୍ଟିକରଣ ଓ ପରିବାରବାଦର ରାଜନୀତିକୁ ସମୂଳେ ଧ୍ୱଂସ କରି ଦେଇଛନ୍ତି । ଏଥିସହ ୨୦୧୪ ପରେ “ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ”ର ସଂସ୍କୃତି ଆରମ୍ଭ କରିଛନ୍ତି ମୋଦି ।

କେନ୍ଦ୍ରାପଡା ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ବିଜେଡି ସରକାର ଯଦି ପାତର ଅନ୍ତର କରି ଆପଣମାନଙ୍କୁ ଘର ଦେଇନାହିଁ ତାହାଲେ ଆପଣ କେବଳ ଫଟୋ ଉଠାଇ ମୋ ପାଖକୁ ପଠାନ୍ତୁ । ମୁଁ ଗ୍ୟାରେଂଟି ଦେଉଛି ଆପଣମାନଙ୍କୁ ଘର ଯୋଗାଇ ଦିଆଯିବ । ଏଥିସହ ମୋଦିଜୀ ମା’ମାନଙ୍କ ପାଇଁ “ସୁଭଦ୍ରା ଯୋଜନା” କରିଛନ୍ତି । ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ମା’ମାନେ ୫୦ହଜାର ଟଙ୍କାର ଭାଉଚର ପାଇବେ ଯାହାକୁ ସେମାନେ ୨ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ସେହିପରି କୃଷକଙ୍କ ଧାନ କ୍ୱିଂଟାଲ ୩୧ଶହ ଟଙ୍କା କରିବେ । ମତ୍ସ୍ୟଜୀବୀଙ୍କୁ ୧୦ହଜାର ଟଙ୍କା ଦିଆଯିବ । କରୋନା ସମୟରେ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ଆଗାମୀ ୫ବର୍ଷ ମିଳିବ । ମୟୂରଭଞ୍ଜର ଆଦିବାସୀ ଝିଅ ଦୌପଦୀ ମୁୁର୍ମୁଙ୍କୁ ରାଷ୍ଟ୍ରପତି କରାଇ ଓଡ଼ିଶା, ମାତୃଜାତିଙ୍କୁ ମୋଦି ଗୌରବ ପ୍ରଦାନ କରିଛନ୍ତି । ଆମେ ସେହି ମୋଦିଙ୍କ ସହ ଛିଡା ହେବା ବୋଲି ଡା. ପାତ୍ର ଆହ୍ୱାନ କରିଛନ୍ତି । 

ଜୁନ୍ ୧୦ତାରିଖ ଦିନ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି । ଦିନେ ଛତିଶଗଡର ସରକାର ହେବ କେହି ବିଶ୍ୱାସ କରୁନଥିଲେ । କିନ୍ତୁ ମୋଦି ବିଶ୍ୱାସ ଦେଇଥିଲେ । ଛତିଶଗଡରେ ସରକାର ହେଲା ଓଡ଼ିଶାରେ ମଧ୍ୟ ବିଜେପି ସରକାର ହେବ । ୨୦୧୪ରେ ୨୭୨ ଆସନରେ ବିଜେପି ଜିତିଥିଲା । ୨୦୧୯ରେ ୩୦୦ ପାର ହେବ ବୋଲି କହିଥିଲୁ ଜିତିଲୁ ୩୦୩ । ଏଥର ଲୋକସଭା ନିର୍ବାଚନରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ ଓ ଓଡିଶାରେ ପ୍ରଥମ ବିଜେପି ସରକାର ଗଠିତ ହେବ । ମୋଦିଜୀଙ୍କ ପକ୍ଷରୁ ମୁଁ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ଆମତ୍ରଣ କରୁଛି ବୋଲି ଡା. ପାତ୍ର କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ୱର,  ମଇ  ୨୦୨୪


  • ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି
  • ହିଂସାକାଣ୍ଡ ଭିଆଇଥିବା ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ
  • ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯାଉ
  • ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ



ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଚାନ୍ଦବାଲି ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା କାରଣରୁ ରାଜ୍ୟରୁ ବିଭିନ୍ନ ନେତା ନିର୍ବାଚନ ପ୍ରଚାରରେ ଯାଇଥିଲେ । ପ୍ରକାଶଥାଉ କି, ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଂଚଳର କାଞ୍ଜିଆମାଳ ପଂଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ପ୍ରଚାର ପତ୍ର ଧରି ଗୃହ ସମ୍ପର୍କ କରୁଥିବାବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆଜି ସେହି ଅଂଚଳରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଉତରାଧିକାରୀ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ବିଜେଡି ଗୁଣ୍ଡା ଓ ବାହାରୁ ଭଡାରେ ଆସିଥିବା ପେଶାଦାର ଅପରାଧୀମାନେ ବିଜେପିର ଯୁବ କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । 

ଗତ ୪ଦିନ ତଳେ ଗଞ୍ଜାମ ଜିଲ୍ଲା ସଭାପତି ଡ. ସୁବାଷ ସାହୁ ଓ ବିଜେପିର କାର୍ଯ୍ୟକର୍ତାଙ୍କୁ ସେହି ଚାନ୍ଦବାଲିରେ ବିଜେଡିର ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହ ଗାଡିକୁ ଭାଙ୍ଗି ଦେଇଥିଲେ । ପରାଜୟର ଭୟରେ ରାଜ୍ୟରୁ ଯାଇଥିବା ବିଜେଡିର ବଡପଣ୍ଡାମାନେ ଏଭଳି ଅନୈତିକ ଓ ହିଂସାକାଣ୍ଡ ଭିଆଉଛନ୍ତି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଯେଉଁମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି ଓ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଏସବୁ ଅଂଚଳରେ କେନ୍ଦ୍ରୀୟ ସୁରକ୍ଷା ବଳୟ ମୁତୟନ କରାଯିବା ସହିତ ସେହି ଅଂଚଳରେ ବିଜେଡିର ବାହାର ଲୋକମାନଙ୍କୁ ଖୋଜି ଖୋଜି ବାହାର କରାଯାଇ ବିତାଡିତ କରାଯାଉ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେବା ସହ ଦୃଢ଼ କାର୍ଯ୍ୟାନୁ ।ନ ଗ୍ରହଣ କରିବାକୁ ଶ୍ରୀ ସାମଲ ଦାବି କରିଛନ୍ତି ।

Powered by Blogger.
Javascript DisablePlease Enable Javascript To See All Widget