November 2020

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ବାରା କୋଣାର୍କ ଉତ୍ସବ ସହିତ ବାଲୁକା କଳା ଉତ୍ସବ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ।

ଭୁବନେଶ୍ୱର, କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟେତ୍ସବ ଆୟୋଜିତ ହେଉଛି । ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ । ଏହା ଦର୍ଶକମାନଙ୍କ ନିମନ୍ତେ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କର ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ମିନିଟ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟେତ୍ସବ ଆୟୋଜିତ ହେଉଛି । 

ଉକୃଷ୍ଟ ମାନର ପାରମ୍ପରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ ଚଳିତ କୋଣାର୍କ ଉତ୍ସବ ୨୦୨୦କୁ ଅଧୁକ ମନୋଜ୍ଞ କରି ଗଢ଼ି ତୋଳିବ । ବହୁ ପ୍ରତିଭାବାନ ନୃତ୍ୟ ବିଶାରଦ ଓ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତ ନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଏବଂ କଥକ ଦଳଗତ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୧ ତାରିଖ ଦିନ ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ଦଳ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀଦେବୀ ନୃତ୍ୟାଳୟ ପକ୍ଷରୁ ଶିଲା ଉନ୍ନକ୍ରିଷ୍ଣନ୍ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୨ ତାରିଖ ଦିନ ମଣିପୁରୀ ନର୍ଭଣାଳୟ ପକ୍ଷରୁ ବିମ୍ବାବତୀ ଦେବୀ ଓ ଦଳ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସଂଜଳୀ ଏଜେମ୍ବଲ୍ ପକ୍ଷରୁ ଶର୍ମିଳା ମୁଖାର୍ଜୀ ଓ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। 

ଡିସେମ୍ବର ୩ ତାରିଖରେ ନିତ୍ୟାନ୍ତର ପକ୍ଷରୁ ମଧୁଲିତା ମହାପାତ୍ର ଓ ଦଳ ଓଡ଼ିଶୀ ନୃତ୍ୟ ଏବଂ କଳାସମର୍ପଣ ଫାଉଣ୍ଡେସନ୍ ପକ୍ଷରୁ ବସନ୍ତକଳାଲକ୍ଷ୍ମୀ ନସିଂହଚାରୀ ଓ ଦଳ କୁଚିପୁଡ଼ି ନୃତ୍ୟ ପରିବେଷଣ କରିବେ । ଡିସେମ୍ବର ୪ ତାରିଖ ଦିନ ରନ୍ ପକ୍ଷରୁ ବିକ୍ରମ ଅୟଙ୍ଗାର ଓ ଦଳ କଥକ ନୃତ୍ୟ ଏବଂ ରୁଦ୍ରାକ୍ଷ ଫାଉଣ୍ଡେସନ୍ ପକ୍ଷରୁ ବିଚିତ୍ରାନନ୍ଦ ସ୍ବାଇଁ ଏବଂ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ଅନ୍ତିମ ଦିବସରେ ଜିକେସିଏମ୍ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଓଡ଼ିଶୀ ନୃତ୍ୟ ଏବଂ ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ୍ ପକ୍ଷରୁ ଅଦିତି ମଙ୍ଗଳ ଦାସ ଓ ଦଳ କଥକ ନୃତ୍ୟ । ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କିଲୋମିଟର ଦୂରରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ । ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଛି । 

ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକାଠାରୁ ରାତି ୭ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ । ଏହି ବିଶ୍ବବ୍ୟାପି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ସେମାନଙ୍କର ବାଲୁକା ଚିତ୍ରକଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ ଦେଶ ଭିତରରୁ ଯଥା ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତନାମା ୭୦ ଜଣ ବାଲୁକା କଳା ଶିଳ୍ପୀ ୨୫ଟି ଷ୍ଟଲ୍‌ରେ ସେମାନଙ୍କର ବାଲୁକା କଳା ପ୍ରଦର୍ଶନ କରିବେ । ଚଳିତ ବର୍ଷ କୋଭିଡ୍ –୧୯କୁ ଦୃଷ୍ଟିରେ ରଖୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବିଶେଷତଃ ଦର୍ଶକମାନଙ୍କର ପ୍ରବେଶ, ସାମାଜିକ ଦୂରତ୍ବ ପାଳନ ଓ ସାନିଟାଇଜେସନ୍ ଇତ୍ୟାଦି ଉପରେ ଗୁରୁତ୍ବ ଦିଆଯିବାର ବ୍ୟବସ୍ଥା ହୋଇଛି ।

କେବଳ ଗୋଟିଏ କଲ୍‌-ଗୋଟିଏ କ୍ଲିକ୍‌ ଘରେ ଜରୁରି ସାମଗ୍ରୀ ପହଞ୍ଚାଇବ ଏଜିସି କାର୍ଟ ।

ଭୁବନେଶ୍ବର: ସାମ୍ପ୍ରତିକ କରୋନା କାଳରେ ସମସ୍ତେ ଚାହାନ୍ତି ବାହାରକୁ ନଯାଇ ଘରେ ପହଞ୍ଚିଯାଉ ନିଜ ଆବଶ୍ୟକ ସାମଗ୍ରୀ। ତାହାପୁଣି ଯେତେ ସଅଳ ଉପଲବ୍ଧ ହେବ ଭଲ। ବିଭିନ୍ନ କମ୍ପାନି ହୋମ ଡେଲିଭରି ସୁବିଧା ପ୍ରଦାନ କରୁଛନ୍ତି। କିନ୍ତୁ ସେମାନଙ୍କଠାରୁ ଅଧିକ ଉନ୍ନତ ଓ ସହଜରେ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛି ଅରୋଶ୍ରୀ ଗ୍ରୁପ । 

ଏହି ଗ୍ରୁପ ଦ୍ବାରା ପରିଚାଳିତ ଏଜିସି କାର୍ଟ (www.agckart.com) ଆଜି ବିଧିବଦ୍ଧ ଭାବେ ଉନ୍ମୋଚିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଏବଂ ସମ୍ମାନିତ ଅତିଥି ଭାବେ ଅଭିନେତା, ସମାଜସେବୀ ତଥା କମ୍ପାନିର ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚି ମିଶ୍ର ପ୍ରମୁଖ ଯୋଗଦେଇ ଏଜିସି କାର୍ଟ ଖୁବଶୀଘ୍ର ଲୋକଙ୍କ ଦ୍ବାରା ଆଦୃତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।

ଅତିଥିମାନେ କହିଥିଲେ ଯେ, ଅନ୍ୟ କମ୍ପାନି ଅପେକ୍ଷା ଏଜିସି କାର୍ଟର କିଛି ସ୍ବତନ୍ତ୍ର ସୁବିଧା ରହିଛି। ଫଳରେ ଏହା ଯେକୌଣସି ବର୍ଗର ଲୋକଙ୍କ ପାଇଁ ବେଶ ସୁହାଇବ। ଖାଲି ଏତିକି ନୁହେଁ, ଏଜିସି କାର୍ଟରେ ଅର୍ଡର ପାଇଁ ସର୍ବନିମ୍ନ ଅର୍ଥ ରାଶି ନିର୍ଦ୍ଧାରିତ କରାଯାଇନାହିଁ। ଡିଜିଟାଲ୍‌ ମାର୍କେଟିଂର ଚାହିଦାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ସୁହାଇଲା ଭଳି ଅଫର୍‌ ଓ ସେବା ପ୍ରଦାନ କ୍ଷେତ୍ରରେ ଏଜିସି କାର୍ଟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମଧ୍ୟ ଅତିଥିବୃନ୍ଦ ମତ ଦେଇଛନ୍ତି। 

ଏହି ଅବସରରେ ଏଜିସି କାର୍ଟର ପରିଚାଳକ ସଂଗ୍ରାମ କେଶରୀ ମହାନ୍ତି କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଏହି ହୋମ୍‌ ଡେଲିଭରି ସୁବିଧା ରାଜଧାନୀ ପାଇଁ ଉପଲବ୍ଧ ଥିବାବେଳେ ଖୁବ୍‌ଶୀଘ୍ର ଟ୍ବିନ୍‌ ସିଟିର ସବୁ ଅଞ୍ଚଳରେ ଏହି ସେବା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି। ଘରେ ବସି ଲୋକେ ରାସନ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସମେତ ଆମିଷ ସାମଗ୍ରୀ ଅର୍ଡର ଦେଇପାରିବେ ଏବଂ ଠିକ୍‌ ସମୟରେ ଲୋକଙ୍କ ଘରେ ଆବଶ୍ୟକ ଜିନିଷ ପହଞ୍ଚାଇ ଦେବାକୁ ଆମେ ସଂକଳ୍ପବଦ୍ଧ ବୋଲି ପରିଚାଳକ ଶ୍ରୀ ମହାନ୍ତି କହିଥିଲେ।

ସୂଚନାଯୋଗ୍ୟ ଯେ, ଗୁଗୁଲ୍‌ ପ୍ଲେ-ଷ୍ଟୋର୍‌ ଏବଂ ଆପଲ୍‌ ଷ୍ଟୋରରୁ ଏଜିସି କାର୍ଟର ଆପ୍‌ ଡାଉନଲୋଡ୍‌ କରିହେବ। ସେହିପରି କମ୍ପାନିର ଓ୍ବେବ୍‌ସାଇଟ୍‌ www.agckart.com ଏବଂ ଟୋଲ-ଫ୍ରି ନମ୍ବର ୧୮୦୦-୧୨୦-୭୭୬୭ରେ ଆବଶ୍ୟକ ସାମଗ୍ରୀ ଅର୍ଡର୍‌ କରାଯାଇ ପାରିବ। ରାଜଧାନୀସ୍ଥିତ କ୍ରିଏଟିଭ୍‌ ଏଜେନ୍ସି ଇଡେକ୍ସ ମିଡିଆ ଆଣ୍ଡ୍‌ କମ୍ୟୁନିକେସନ୍‌ ଦ୍ବାରା କାର୍ଯ୍ୟକ୍ରମଟି ସଂଯୋଜିତ ହୋଇଥିଲା।

ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ । ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ । ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ । ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ । ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ । ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ ।

ଭୁବନେଶ୍ୱର : ରଣଭୂଇଁ ଓ ଶହୀଦ ରଘୁଦିବାକର ସ୍ମୃତି ସଂସଦ, ଭୁବନେଶ୍ୱର ରେଫରୁ ସୁନୀୟ ୟୁନିଟ୍-୯ ଠାରେ ଯୁବା ଶହୀଦ ରଘୁଦିବାକରଙ୍କ ପ୍ରତିମୂର୍ତ୍ତିସୁଳଠାରେ ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ଦିବାକର ପରିଡ଼ାଙ୍କ ୧୧୦ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ସୃତିପ୍ଟରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ, ସମ୍ମାନିତ ଅତିଥା ଭାବେ ବରିଷ୍ଠ ସାମ୍ବାଦିକ, ଚିନ୍ତକ ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଓ ଶହୀଦ ରଘୁଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ସୃତିଷ୍ଟରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ଶହୀଦଙ୍କ ଦେଶଭକ୍ତି, ନିଷ୍ଠା ଓ ବଳିଦାନର ପଟାନ୍ତର ନାହିଁ । 

ଶ୍ରୀଯୁକ୍ତ ଶତପଥୀ ସଭାପିତ୍ଵ ଓ ସଂଯୋଜାନା କରି ସମାଜରେ ମାନବିକ ମୂଲ୍ୟବୋଧ, ପୂଜ୍ୟମାନଙ୍କୁ ପୂଜା କରିବା ଓ ମଣିଷର ନୈତିକ ଅବକ୍ଷୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଏଥିପ୍ରତି ସମସ୍ତେ ସଜାଗ ହେବା ସହିତ ପିଲାମାନଙ୍କୁ ନୈତିକ ଶିକ୍ଷା ଓ ଦେଶ ମାତୃକାର ଶିକ୍ଷା ପାଇଁ ସମସ୍ତେ ବ୍ରତୀ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ଅତ୍ୟାଗ୍ରୀ ରାଜା ଓ ଇଂରେଜମାନଙ୍କ କବଳରୁ ରଣପୁର ପ୍ରଜାମାନଙ୍କ ପାଇଁ ସ୍ଵାଧୀନତା ଆଣିବାରେ ଶହୀଦ ଦିବାକର ପରିଡ଼ା ନିଜକୁ ବଳି ଦେଇଥିଲେ । ଏହି ଅବସରରେ ଶହୀଦ ଓ ମୁକ୍ତି ସଂଗ୍ରାମୀ ସ୍ମତି ଉନ୍ନୟନ ପରିଷଦ ଗଠନ ପାଇଁ ବ୍ରଜବନ୍ଧୁ ପରିଡ଼ା ମତ ରଖିଲେ ଏବଂ ସର୍ବସମ୍ମତି କ୍ରମେ ଏହା ଗୃହୀତ ହୋଇଥିଲା । 

ଏହା ସହିତ ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାର ଅତିରିକ୍ତ ନିର୍ଦ୍ଦେଶକ, ଲେଖକ ତଥା ସାହିତ୍ୟିକ ବରଦା ପ୍ରସନ୍ନ ଦାସଙ୍କ ସେବା ନିବୃତି ପାଇଁ ତାଙ୍କୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବ୍ରଜବନ୍ଧୁ ପରିଡ଼ା ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଉକ୍ତ ସ୍ମୃତିସଭାରେ ଯୋଗ ଦେଇଥିବା ସଦସ୍ୟମାନଙ୍କ ମଧ୍ୟରେ ବି, ମୁରଲୀଧର, ନିତ୍ୟରଞ୍ଜନ ପଣ୍ଡା, ସୁରେନ୍ଦ୍ର କୁମାର ସାହୁ, ଗିରିଜା ଶଙ୍କର ମହାପାତ୍ର, ବ୍ରଜକିଶୋର ସିଂ, ସରୋଜ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସୂତିଗରଣ କରିଥିଲେ ।

ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ସୂଚନା ଅଧୁକାର ଅଭିଯାନର ବିକ୍ଷୋଭ ।

ଭୁବନେଶ୍ୱର : ଦୀର୍ଘ ସାଢେ ଋରିମାସର ଅବିଶ୍ରାନ୍ତ ଲଢେଇ, ବିଭିନ୍ନ ସାମାଜିକ କର୍ମୀମାନଙ୍କର ଲଗାତର ଆନ୍ଦୋଳନ, ପରୀ ବାପାମାଆଙ୍କର ନ୍ୟାୟ ପାଇଁ ବାରମ୍ବାର ପୋଲିସ୍ ପ୍ରଶାସନ ନିକଟରେ ଅଭିଯୋଗ, ସର୍ବଶେଷରେ ବିଧାନସଭା ସମ୍ମୁଖରେ ବାପାମାଙ୍କ ଆତ୍ମହୁତି ପାଇଁ ପଦକ୍ଷେପ ନେବା ଏବଂ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ବାଧ୍ୟ ହୋଇ ପରୀ ହତ୍ୟାକାଣ୍ଡର ଏସ୍.ଆଇ.ଟି. ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ଏସ୍.ଆଇ.ଟି ତଦନ୍ତ ଦ୍ବାରା ପରୀ ପରିବାର କେତେଦୂର ନ୍ୟାୟ ପାଇବ, ତାହା ସନ୍ଦେହ ରହିଛି । ଅତୀତରେ ବିଭିନ୍ନ ଘଟଣା ଯଥା କୁନ୍ଦୁଲି ବଳାତ୍କାର ଓ ଆତ୍ମହତ୍ୟା, କନ୍ଧମାଳର ଗୁମୁଡୁମୁହାଁ ହତ୍ୟାକାଣ୍ଡ ଇତ୍ୟାଦିର ଏସ୍.ଆଇ.ଟି ତଦନ୍ତ କ୍ଷତିଗ୍ରସ୍ତ ପରିବାର ନ୍ୟାୟ ପାଇପାରି ନାହାଁନ୍ତି । ତେଣୁ ପରିବାର ଲୋକଙ୍କ ତରଫରୁ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀକୁ ଆସ୍ତେ ସମର୍ଥନ କରୁଛୁ । 

ରାଜ୍ୟ ସରକାର ଯଦି ବାସ୍ତବରେ ପରୀ ପରିବାରକୁ ନ୍ୟାୟ ଦେବା ପାଇଁ ଗୁହାଁନ୍ତି, ତେବେ ଏହି ଘଟଣାର ତଦନ୍ତ ସିବିଆଇକୁ ଦେବାକୁ ଆମେ ଦାବୀ କରୁଛୁ । ଦ୍ବିତୀୟରେ ପରୀ ହତ୍ୟାକାଣ୍ଡର ପୋଲିସ୍ ତଦନ୍ତ ଆରମ୍ଭରୁ ଦିଗହରା ହୋଇଛି । ବାପାମା ବାରମ୍ବାର ପୋଲିସ୍‌ର ଦ୍ବାରସ୍ଥ ହେବା, ପୋଲିସ୍ ତଦନ୍ତ ନକରି ଓଲଟି ସେମାନଙ୍କୁ ନିର୍ଯ୍ୟାତନା ଦେବା, ମିଥ୍ୟା ଅଭିଯୋଗ କରିବା ପାଇଁ ପ୍ରବର୍ତ୍ତାଇବା ଇତ୍ୟାଦିରୁ ପୋଲିସ୍‌ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତଦନ୍ତକୁ ଚାପିଦେବାକୁ ଉଦ୍ୟମ କରୁଥିବା ଜଣାପଡୁଥିଲା ଏବଂ ପରୀ ପରିବାରର ସଦସ୍ୟମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଏବଂ ତଦନ୍ତକୁ ନିଷ୍କ୍ରିୟ କରିବବା ପାଇଁ ତାଙ୍କର ରୂପ ଯୋଗୁଁ ପୋଲିସ୍‌ ହାତବାନ୍ଧି ବସିଥିଲା । ତେଣୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଆମ୍ଭେ ଦାବୀ କରୁଛୁ । 

ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ ଦାବିରେ ସୂଚନା ଅଧୁକାର ଅଭିଯାନର ବିକ୍ଷୋଭ ।


ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅରୁଣ ସାହୁ ବିଧାୟକ ଥିବା ସମୟରେ ତାଙ୍କ ସରକାରୀ ବାସଭବନରେ ବିଜେଡ଼ି ଦଳର କର୍ମୀ ରହସ୍ୟଜନକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କ ନାମରେ ଅନେକ ଅପରାଧୁକ ମାମଲା ରହିଛି ଯାହାର ତଦନ୍ତ ଏବେ ବି ହୋଇପାରି ନାହିଁ । ତୃତୀୟରେ ସ୍ଥାନୀୟ ସରପଞ୍ଚ ତଥା ସମାଜସେବୀ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ଧମକ ଏବଂ ସୌମ୍ୟଙ୍କ ଅରୁଣ ସାହୁଙ୍କ ବିରୁଦ୍ଧରେ ଖୋଲା ଅଭିଯୋଗ ପରୀ ହତ୍ୟାକାଣ୍ଡକୁ ଆହୁରି ରହସ୍ୟମୟ କରିବା ସହ ସୌମ୍ୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । 

ଏହି ଆନ୍ଦୋଳନରେ ସମ୍ପୃକ୍ତ ବହୁ ସାମାଜିକ କର୍ମୀମାନଙ୍କ ଜୀବନ ମଧ୍ୟ ବିପଦରେ ଅଛି । ଏଣୁ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ଅନ୍ୟ ସମସ୍ତ ସାମାଜିକ କର୍ମୀମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଆମେ ରାଜ୍ୟ ସରକାରଙ୍କୁ ନିବଦେନ କରୁଛୁ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଧାନ, ପ୍ରତାପ ସାହୁ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ରଞ୍ଜୁଲତା ମହାପାତ୍ର, ଦିବାକର ନାୟକ, ଦିଲ୍ଲୀପ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାପତି ଶ୍ରୀ ସରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ସରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ରାଉତରାୟ କହିଥିଲେ ଯେ, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପୁନଃ ବିନ୍ୟାସ ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ ପଞ୍ଚାୟତ ୟୁନିଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବା, କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ନୀତି, ଭ୍ରଷ୍ଟାଗର, ଜନବିରୋଧୀ ନୀତି ବିରୁଦ୍ଧରେ ପଞ୍ଚାୟତରୁ ବିପ୍ଳବ ହେବ । ଅଧିକରୁ ଅଧିକ ଯୁବକ ଯୁବତୀମାନଙ୍କୁ ସଂଗଠନରେ ସ୍ଥାନିତ କରାଯିବ । 

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ପ୍ରଭାରୀ ଶ୍ରୀ ସୁରେଶ ମହାପାତ୍ର ଯୋଗଦେଇ କହିଥିଲେ ଯେ, ପୂର୍ବ ଗୌରବ ଫେରାଇ ଆଣିବାକୁ ଆମକୁ ସୁସଂଗଠିତ ହେବାକୁ ପଡ଼ିବ । ଆଗାମୀ ଦିନରେ ଖୋର୍ଦ୍ଧା ଜିଲ୍ଲାର ସଂଗଠନ ଓଡ଼ିଶା କଂଗ୍ରେସ କର୍ମୀମାନଙ୍କ ପାଇଁ ଉଦାହରଣ ହେବ । ପର୍ଯ୍ୟବେକ୍ଷକ ବ୍ଲକ ଓ ପଞ୍ଚାୟତସ୍ତରକୁ ଯାଇ କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ସ୍ଥିର ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ବେଣୁଧର ଭୋଇ, ପ୍ରଦୀପ ସାହୁ, ପ୍ରଦୀପ ସ୍ବାଇଁ, ଶିଶିର ପରିଡ଼ା, ସ୍ଵାଗତ କର, ବଟକୃଷ୍ଣ ରାଉତରାୟ, ବିପିନ ପାତ୍ର, ମନୋଜ ନାୟକ, କ୍ଷେତ୍ରମୋହନ ତ୍ରିପାଠୀ, ଜୟନ୍ତ ଭୋଇ, ସୁଧୀର ଦାସ, ଶୈଳେନ୍ଦ୍ର ଦାଶ, ତାପସ ସେଠୀ, ସନ୍ତୋଷ ଭୋଳ, ମଣ୍ଟୁ ସାହୁ, ଦିଲ୍ଲୀପ ସ୍ୱାଇଁ, ନଳିନୀ ବେହେରା, ବଂଶୀଧର ସାହୁ, ଓମ୍ ପ୍ରକାଶ ବାହୁବଳେନ୍ଦ୍ର, ରାକେଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ସବୁଜ ଭାରତ ୮ମ ସ୍ୱନକ୍ଷତ୍ର ଉତ୍ସବ ପରିବେଶ ସନ୍ତୁଳନ ନିହାତି ଅପରିହାର୍ଯ୍ୟ ।

ଭୁବନେଶ୍ୱର : ସାମାଜିକ ଅନୁଷ୍ଠାନ ସବୁଜ ଭାରତର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ୟୁନିଟ-୩ସ୍ଥିତ ବିଭାଗୀୟ ମୁଖ୍ୟ ଦପ୍ତର ସ୍ୱଳ୍ପ ବେତନ ଭୋଗୀ କର୍ମଋରୀ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳର ସାଂସ୍କୃତିକ ସାମୁଖ୍ୟ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସଭାପତି ଭାବେ ଦୂରଦର୍ଶୀର ସମ୍ପାଦକ ତଥା ବିଜୁ ଜନତା ଦଳର ମୁଖପାତ୍ର ଦୁର୍ଗା ସାମନ୍ତରାୟ ଯୋଗଦେଇ ପରିବେଶ ସନ୍ତୁଳନ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ରଖିଲେ । 

ପ୍ରତ୍ୟେକ ନାଗରିକ ନିଷ୍ଠାପର ଭାବରେ ପରିବେଶ ସଚେତନତା, ପରିବେଶ ସୁରକ୍ଷା ତଥା ସନ୍ତୁଳନ ପ୍ରତି ଧ୍ୟାନ ଦେଲେ ବାସ୍ତବ କ୍ଷେତ୍ରରେ ଏକ ସବୁଜ ଭାରତର ପରିକଳ୍ପନା ଆମେ କରିପାରିବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସରକାରଙ୍କ ସହିତ ମିଶି ସାମାଜିକ ସଂଗଠନ ଏବଂ ସ୍ୱେଚ୍ଛାସେବୀ ମାନେ ନିଷ୍ଠାର ସହିତ କାର୍ଯ୍ୟ କଲେ ସବୁଜିମାର ସ୍ୱପ୍ନ ସାକାର ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନା ଉପସ୍ଥିତ ରହି ସବୁଜ ଭାରତର ଆଗାମୀ ଲକ୍ଷ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । 

ଏହି ଅବସରରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ସାମ୍ବାଦିକ, ସମାଜସେବୀ ତଥା ସାହିତ୍ୟିକ ସର୍ବଶ୍ରୀ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ସମାଜସେବୀ ତଥା ମୁଗୁପୁରୁ ସମାପ୍ଟରର କାର୍ଯ୍ୟକାରୀ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ, ଡ. ଘନଶ୍ୟାମ ବିଶ୍ଵାସ, ଦାମୋଦର ବିଶ୍ବାସ, ବିଜୟଲକ୍ଷ୍ମୀ ମହାପାତ୍ର ଏବଂ କାହ୍ନଚରଣ ଶତପଥୀଙ୍କୁ ମାନପତ୍ର ଏବଂ ଗୋଟିଏ ଗୋଟିଏ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏକତା ସାହୁ, ଶୈଳବାଳା ସ୍ବାଇଁ, ମନସ୍ମିତା ମିଶ୍ର, ମନୋରଞ୍ଜନ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିରଳନାରେ ସହଯୋଗ କରିଥିଲେ ।

ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧୁକାରୀଙ୍କୁ ଦାୟିତ୍ଵ ଡିଆର୍‌ସିଏସ୍ ଓ ଏଆରସିଏସ୍ ରେ କଣ୍ଟ୍ରୋଲ୍ ରୁମ୍।

ଭୁବନେଶ୍ୱର, ନାମ ପଂଜୀକରଣ କରିଥିବା ଚାଷୀମାନଙ୍କଠାରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ବଚ୍ଛ, ସୁବ୍ୟବସ୍ଥିତ ଓ ସୁରୁଖୁରୁରେ କରିବା ନିମନ୍ତେ ଏହାର ତଦାରଖ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ୧୨ ଜଣ ବରିଷ୍ଠ ଅଧୁକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ଅଧୁକାରୀମାନେ ପ୍ରତିଦିନ ଧାନସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ସହିତ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧୁକାରୀମାନେ ସେମାନଙ୍କ ଜିଲ୍ଲା ଗସ୍ତ ସମୟରେ ଚାଷୀ ଓ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ସହିତ କ୍ଷେତ୍ରସ୍ତରରେ ଧାନସଂଗ୍ରହରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ । 

ଜିଲ୍ଲା ଦାୟିତ୍ବ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ଵଜିତ କେଶରୀ ଦାସଙ୍କୁ ବରଗଡ଼ ଜିଲ୍ଲା, ନିବନ୍ଧକ ସମବାୟ ସମିତି ସମ୍ଭହ ଶ୍ରୀ ସୁଶାନ୍ତ ବାରିକ ସମ୍ବଲପୁର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରେନ୍ଦ୍ର କୁମାର ସାହୁ କଳାହାଣ୍ଡି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପାତ୍ର ନୂଆପଡ଼ା, ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଭରତ ଚନ୍ଦ୍ର ବେହେରା ସୁବର୍ଣ୍ଣପୁର, ଯୁଗ୍ଧ ଶାସନ ସଚିବ ଶ୍ରୀ ସୁଦର୍ଶନ ସେଠୀ ବଲାଙ୍ଗୀର ଜିଲ୍ଲା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର କୁମାର ରାଉତ କୋରାପୁଟ, ସମବାୟ ବିଭାଗର ଯୁଗ୍ମ ସଚିବ ଶ୍ରୀ ସନ୍ତୋଷ କୁମାର ଦାଶ ବୌଦ୍ଧ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସୁନ୍ଦରଗଡ଼, ସମବାୟ ବିଭାଗର ଉପଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ପଣ୍ଡା କେନ୍ଦୁଝର, ଡିଆର୍‌ସିଏସ୍ ଶ୍ରୀ କୃଷ୍ଣଚନ୍ଦ୍ର ଦାସ ଝାରସୁଗୁଡ଼ା ଜିଲ୍ଲା ଏବଂ ଜିଏମ୍ (ପିଡିଏସ୍) ଶ୍ରୀ ସୁଧାକର ଶବରଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି । 

ଏଥି ସହିତ ନିବନ୍ଧକ ସମବାୟ ସମିତି ସମୂହଙ୍କ ପକ୍ଷରୁ ସମସ୍ତ ଡିଆର୍‌ସିଏସ୍ ଓ ଏଆସିଏସ୍ । କାର୍ଯ୍ୟାଳୟରେ କଣ୍ଡାଲ୍ ରୁମ୍ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଆର୍‌ସିଏସ୍ ଓ ଏଆରସିଏସ୍‌ମାନେ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଉପୁଜୁଥିବା ସମସ୍ୟାର ତତ୍‌କ୍ଷଣାତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ର ସ୍ତରରେ ସମାଧାନ ହୋଇପାରୁ ନଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଉଚ୍ଚ ଅଧୁକାରୀଙ୍କ ଦୃଷ୍ଟିକୁ । ଆଣିବା ପାଇଁ କୁହାଯାଇଛି ।

ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଏନ୍ଏସିଜି ଇଭାକ ଇଣ୍ଡିଆ ପକ୍ଷରୁ ଯୁବ ସମ୍ମିଳନୀ ଆୟୋଜନ ।

ଭୁବନେଶ୍ୱର : ବାଲ୍ୟ ବିବାହ ପ୍ରଥାର ପ୍ରତିରୋଧ ପାଇଁ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ  ଗ୍ରୁପ ଫର ଏଣ୍ଡିଙ୍ଗ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନ୍ଏସିଜି ଇଭାକ) ଇଣ୍ଡିଆ ପକ୍ଷରୁ ଏକ ଜାତୀୟ ଯୁବ ସମ୍ମିଳନୀ ଆୟୋଜନ ହୋଇଯାଇଛି । ତେରେ ଦେଶ ହୋଓ ଏନ୍ଏଲ୍, ପିପୁଲସ କଲଚରାଲ ସେଣ୍ଟର (ପିକ) ସହାୟତାରେ ଭଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୨୦ ଜଣ ଯୁବ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ।

ଏହି ସମ୍ମିଳନୀରେ ଭାରତରେ ବାଲ୍ୟ ବିବାହକୁ ରୋକିବାରେ ଯୁବ ପରିବର୍ଭନାକାରୀଙ୍କ ସମ୍ପୃକ୍ତି ବିଷୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉସ୍ଥାପନ କରାଯାଇଥିଲା । କୋଭିଡ–୧୯ ମହାମାରୀ ଏବଂ ଲକଡାଉନ୍ ପରବର୍ତ୍ତୀ ସୁତିରେ ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା ଯୁବବର୍ଗ ସେମାନଙ୍କର ଶିକ୍ଷା, ଉଭାବନ, କାର୍ଯ୍ୟପନ୍ଥା ତଥା ବାଲ୍ୟ ବିବାହକୁ ରୋକିବା ପାଇଁ ବିଭିନ୍ନ  ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ସାଇଭାକର ଡାଇରେକ୍ଟର ଜେନେରାଲ ଡକ୍ଟର ରିନ୍ଚେନ ଚୋପେଲ କହିଛନ୍ତି ଯେ ଶିଶୁ ଏବଂ ଯୁବକମାନଙ୍କୁ ଆଗକୁ ଆଣି ଆମେ ବାଲ୍ୟ ବିବାହକୁ ରୋକିବାରେ ସଫଳତା ପାଇପାରିବା ଏବଂ ବାଲ୍ୟ ବିବାହକୁ ରୋକିବା ପାଇଁ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାସ ଏହି ଅବସରରେ କହିଥିଲେ ଯେ କୋଭିଡ–୧୯ ମହାମାରୀ ପରେ ବାଲ୍ୟ ବିବାହ ଏକ ଉଦ୍‌ବେଗଜନକ ବିଷୟ ହୋଇଛି । ଏହି ସମୟ ମଧ୍ୟରେ ଅନେକ ପିଲା ଅଳ୍ପ ବୟସରେ ବିବାହ କରିବାକୁ ବାଧ୍ୟ ହୁଅନ୍ତି କାରଣ ବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି ଏବଂ ପିଲାମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି । ଅନେକ ଲୋକ ରୋଜଗାର ହରାଇ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଝିଅମାନଙ୍କୁ ଏକ ବୋଝ ଭାବି ସେମାନଙ୍କ ବିବାହ କରିଦିଅନ୍ତି । ସେ କହିଛନ୍ତି ଯେ ଯୁବକମାନେ ସମସ୍ତଙ୍କୁ ଜଣାଇବା ଉଚିତ ଯେ ବାଲ୍ୟ ବିବାହ ଏକ ସାମାଜିକ କୁସଂସ୍କାର ଅଟେ ଏବଂ ଏହାକୁ ରୋକିବାରେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ଡିଏଚ୍– ଏଏର ଭାରତୀୟ ପରିଚାଳକ ଅଙ୍ଗୀପେରୁମାଲ ପପା କହିଛନ୍ତି ଯେ ଏହି ସମ୍ମିଳନୀ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଲ୍ୟ ବିବାହକୁ ରୋକିବା ପାଇଁ ସେମାନଙ୍କର ପରାମର୍ଶ ଏବଂଧାରଣା କ’ଣ ସେ ବିଷୟରେ ଯୁବକମାନଙ୍କଠାରୁ ଶୁଣିବା ଏବଂ ମତାମତ ସଂଗ୍ରହ କରିବା । ଏନ୍ଏସିଜି ଇଭାକର ଅଧ୍ୟକ୍ଷ ରଂଜନ କୁମାର ମହାନ୍ତି ସମ୍ଭୋଳନରେ ଅଧ୍ୟକ୍ଷତା କରିଥିବାବେଳେ ଉପ ସଭାପତି ଡି ରୋଶନ କୁମାର ସ୍ୱାଗତ ଭାଷଣ ଦେଇଥିଲେ । ଏନଏସଜି ଇଭାକର ଉପ ସଭାପତି ସଞ୍ଜୟ ଗୁପ୍ତ ବାଲ୍ୟ ବିବାହକୁ ରୋକିବା ପାଇଁ ଯୁବଙ୍କ କାର୍ଯ୍ୟ ସଂକ୍ରାନ୍ତୀୟ ମ୍ୟାନେଲର ପରିଚାଳନା କରିଥିଲେ । 

ଯୁବ ପ୍ରତିନିଧ ଅକୁଲାପାଲି ମନସା, ଔରଙ୍ଗାଲ, ଲେଙ୍ଗାନା, ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ, କନ୍ଧମାଳ, ଓଡିଶା, ସୁଶ୍ରୀ ଦିବ୍ୟ ଚାନୁମୁଲୁ, ତେଲେଙ୍ଗାନା, ସୁଶ୍ରୀ ମିଡେ ରୂପା, କପା, ଆନ୍ଧ୍ରପ୍ରଦେଶ, ସୁଶ୍ରୀ ପୁଣମ୍ ରାଜପୁତ, ଆଗ୍ରା, ଉତ୍ତରପ୍ରଦେଶ, ସୁଶ୍ରୀ ପ୍ରତିମା ମଣ୍ଡଳ ନୂଆଦିଲ୍ଲୀ, ସୁଶ୍ରୀ ସାଇ କିଆନା, ଅନନ୍ତପୁର, ଆନ୍ଧ୍ରପ୍ରଦେଶ ଏବଂ ବକ୍ତାମାନେ ସେମାନଙ୍କର ଅନୁଭୂତି ଏବଂ କାର୍ଯ୍ୟ ସଂକାନ୍ତରେ ସୂଚନା ଦେଇଥିଲେ ଯାହା ସେମାନେ ବାଲ୍ୟ ବିବାହକୁ ରୋକିବା ପାଇଁ କରିଆସୁଛନ୍ତି । ଏନ୍ଏସିଜି ସାଇଭାକ ଇଣ୍ଡିଆର କୋଷାଧ୍ୟକ୍ଷ ତଥା ନୀତି ଆୟୋଗର ଶିଶୁ ସୁରକ୍ଷା ସମ୍ପର୍କିତ ଷ୍ଟା କମିଟି ସଦସ୍ୟ ସଞ୍ଜୟ ମିଶ୍ର, କୋଭିଡ– ୧୯ ମହାମାରୀ ସମୟରେ ଯୁବକମାନଙ୍କ ଭୂମିକା ଉପରେ ଧ୍ୟାନ ଦେଇ ବାଲ୍ୟ ବିବାହକୁ ରୋକିବା  ଉପରେ ବିଶେଷଜ୍ଞ ପାନେଲ ଆଲୋଚନାକୁ ପରିଚାଳନା କରିଥିଲେ । 

ନୂଆଦିଲ୍ଲୀ ସ୍ଥିତ ଆଇସିଏଆରର ମୁଖ୍ୟ ରଡିଆ ଇସମାଇଲ, ସୁପ୍ରିମକୋର୍ଟର ଆଇନଜୀବୀ ବରୁଣ ପାଠକ, ଗାର୍ଲସ ଆଡଭୋକେସୀ ଆଲାଏନ୍ନର ସୁବ୍ରତ କୁମାର ପଣ୍ଡା, ଇଣ୍ଡିପେଣ୍ଡେଣ୍ଟ ଅଟ୍ର ପ୍ରତିଷ୍ଠାତା ଆଇନଜୀବୀ ବିକ୍ରମ ଶ୍ରୀବାସ୍ତବ ଏବଂ ୱାର୍ଲଡ ଭିଜନ ଇଣ୍ଡିଆର ମାଇକେଲ ପ୍ରଧାନ ପ୍ରମୁଖ ସେମାନଙ୍କ ମତ ରଖିଥିଲେ । ବକ୍ତାମାନେ ବର୍ତ୍ତମାନର ଆଇନଗୁଡିକର କାର୍ଯ୍ୟକାରିତା, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ପ୍ରଣାଳୀ, । ସଂରଚନା ଏବଂ ଯୌତୁକ ପ୍ରଥା ବିରୁଦ୍ଧରେ ସଚେତନତା, ପିତାମାତାଙ୍କ ସମ୍ବେଦନଶୀଳତା ଉପରେ ଧ୍ୟାନ ଦେଇଥିଲେ । ଏନ୍ଏସିଜି ଇଣ୍ଡିଆର ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟା ଆଦିତି ପି କାଉର ଧନ୍ୟବାଦ ଅର୍ପଣ କରିଥିଲେ ।

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ ଅବସରରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ।

ମାନ୍ୟବର ବାଚସ୍ପତି ମହୋଦୟ, । 
ଆଜି ମୁଁ ଏହି ପବିତ୍ର ଗୃହରେ 11 ହଜାର 700 କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଏହି ଗୃହର ଅନୁମୋଦନ ନିମନ୍ତେ ଉପସ୍ଥାପନା କରିଅଛି । ଏହି ଗୃହର ମଞ୍ଜୁରୀ ମିଳିଲେ, ଏହି ଅର୍ଥ COVID ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟପାଇଁ ବିନିଯୋଗ କରାଯିବ । ଆଜି ଏ ଅବସରରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଅନେକ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ମାନ୍ୟବର ସଦସ୍ୟମାନେ କେତେକ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ଓ କେତେକ ଗଠନମୂଳକ ପରାମର୍ଶ ଦେଇଛନ୍ତି । ଏହି ପରାମର୍ଶଗୁଡିକୁ ମୁଁ ସ୍ଵାଗତ କରୁଛି ସମୟର ସ୍ଵଳ୍ପତାହେତୁ ମାନ୍ୟବର ସଦସ୍ୟମାନେ ଉଠାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖୁବା ମୋ ପକ୍ଷେ ସମ୍ଭବ ହେବନାହିଁ । ତେବେ ମୁଖ୍ୟ ପ୍ରସଙ୍ଗ ଉପରେ ମୋର ଉତ୍ତର ରଖୁବି । 

2, ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ ବିଶ୍ୱ ମହାମାରୀ COVID-19 ଆମକୁ ପ୍ରଭାବିତ କରିବା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ମୂଳ ବଜେଟ ପ୍ରସ୍ତୁତ କରାଯାଇଥିଲା । ଏହି ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧ ସୁବିଧା ସୁଯୋଗର ନବୀକରଣ ତଥା ନୂତନ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ସହାୟତାରେ ସ୍ବାସ୍ଥ୍ୟ ସେବାର ପୁନଃରୁଦ୍ଧାର, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ ଏବଂ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳର ଉନ୍ନୟନ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ବଜେଟରେ ପ୍ରସ୍ତାବିତ ଏହିପରି ଅନେକ transformative agenda ଜରିଆରେ ଏକ  ନୂତନ ଓଡିଶା ଗଠନ ଆମ ସରକାରଙ୍କ ଆଭିମୁଖ୍ୟ ତଥା ସ୍ଵପ୍ନ ରହିଥୁଲା। କିନ୍ତୁ ମହାମାରୀ କୋଭିଡ-19 ର ପ୍ରଭାବ ହେତୁ ଜନସାଧାରଣଙ୍କର ଜୀବନ ଓ ଜୀବିକାର ସୁରକ୍ଷା ନିମିତ୍ତ ଚଳିତ ଆର୍ଥିକ ବର୍ଷରେ ଆମର ପ୍ରାଥମିକତାକୁ ସଂଶୋଧନ କରିବାକୁ ପଡିଲା। 

3, ବିଗତ ଆଠ ନଅ ମାସ ହେଲା ଆମେ COVID ମହାମାରୀ ବିରୋଧରେ । ଆମର ସମସ୍ତ ଶକ୍ତିର ସହିତ ଏକ ପ୍ରଭାବଶାଳୀ ସଂଗ୍ରାମ ଜାରି ରଖୁଛୁ । ନିୟମିତ । ସ୍ବାସ୍ଥ୍ୟସେବା ପ୍ରଦାନ ଠାରୁ COVID ଜନିତ ସ୍ବାସ୍ଥ୍ୟସେବା ପ୍ରଦାନକୁ ପୃଥକ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ବହୁ ପୂର୍ବରୁ ଅନେକ ଜିଲ୍ଲାରେ ନିର୍ଦ୍ଦିଷ୍ଟ COVID ଡ଼ାକ୍ତରଖାନା ପ୍ରତିଷ୍ଠା କରାଯାଇଥିଲା । ରାଜ୍ୟ ବାହାରୁ ରାଜ୍ୟକୁ ଫେରୁଥିବା ନାଗରିକମାନଙ୍କର ବାଧ୍ୟତାମୂଳକ ପଞ୍ଜିକରଣ ଓ ସଂଗରୋଧ ଫଳରେ ଅଧୁକାଂଶ ସଂକ୍ରମିତଙ୍କ ସଂଖ୍ୟା କେବଳ ସଂଗରୋଧ କେନ୍ଦ୍ରରେ ସୀମିତ ଥିଲା । ଦୃଢ ଅବରୋଧ ପ୍ରକ୍ରିୟାର କାର୍ଯ୍ୟକାରୀ ହେତୁ ସାମୁହିକ ସଂକ୍ରମଣକୁ ରୋକାଯାଇପାରିଥିଲା । ଆମର ନିରନ୍ତର ପ୍ରୟାସ ଫଳରେ ଜାତୀୟ ତଥା ବିଶ୍ୱ ସ୍ତର ତୁଳନାରେ ଓଡିଶାରେ କୋଭିଡ ମୃତ୍ୟୁହାର କମ ରହିଛି ଏବଂ ନୂତନ ମାମଲା ସଂଖ୍ୟା ହ୍ରାସ ପାଉଛି। ଅଧୁକ ସୁସ୍ଥତା ହାର ସହିତ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  (WHO) ଏହାର ଏକ ଆଲେଖ୍ୟ "From governance to community resilience: Odisha's response to COVID19" ମାଧ୍ୟମରେ ଓଡ଼ିଶା COVID ପରିଚାଳନା ମଡ଼େଲ୍‌କୁ ଭୂୟସୀ ପ୍ରଶଂସା । କରିଛି । 

4 ଅନ୍ୟ ଦେଶମାନଙ୍କରେ COVID-19 ସଂକ୍ରମଣର ଅନ୍ୟ ଏକ ଲହରୀ ଦେଖା ଦେଇଥିବାରୁ ଆମ ରାଜ୍ୟରେ ମଧ୍ୟ ଏହାର ସମ୍ଭାବନାକୁ ଏଡାଇ ଦିଆଯାଇପରିବ ନାହିଁ। ସୁତରାଂ ଆମକୁ ନିରବଚ୍ଛିନ୍ନ ଭାବେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ରାଜ୍ୟ ସରକାର ରାଜ୍ୟବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ନିମିତ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରଖିବେ।

5. ମହାମାରୀକୁ ଆଖୁ ଆଗରେ ରଖୁ ଚଳିତ ବର୍ଷ ଅତିରିକ୍ତ ବଜେଟ ରେ "ଆବଣ୍ଟନର ପୁନଃ ପ୍ରାଥମିକତା (re-prioritization of the allocations)" ଉପରେ ଗୁରୁତ୍ବ ଦିଆଯାଇଅଛି। ଏହି ଅତିରିକ୍ତ ବଜେଟ୍, ସ୍ବାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ COVID ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ପ୍ୟାକେଜ୍ ଯଥା COVID-19 ଯୋଦ୍ଧା ବିଶେଷ ସହାୟତା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର, ମିଶନ ଶକ୍ତି  ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ବଜେଟ୍‌ର  66.35 ପ୍ରତିଶତ, କାର୍ଯ୍ୟକ୍ରମ ବ୍ୟୟ ପାଇଁ ଉଦ୍ଦିଷ୍ଟ । 

6, କାର୍ଯ୍ୟକ୍ରମ ବ୍ୟୟ ବରାଦ ମୁଖ୍ୟତଃ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ଉପରେ ଧାନ ଦେଇଥାଏ । ସର୍ବମୋଟ 7,438 କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ 1627 କୋଟି ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ 204 କୋଟି ଟଙ୍କା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ 1077 କୋଟି ଟଙ୍କା, ଭିତ୍ତିଭୂମି କ୍ଷେତ୍ର ପାଇଁ ସର୍ବମୋଟ 1603 କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ସର୍ବମୋଟ 580 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହିପରି ଭାବେ କାର୍ଯ୍ୟକ୍ରମ ବ୍ୟୟରୁ ସର୍ବମୋଟ 7199 କୋଟି ଟଙ୍କା (97%) ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯାଇଛି ।

7, ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ 1627 କୋଟି ଟଙ୍କା ମଧରୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଅଧୁନରେ ଭେଷଜ ମହାବିଦ୍ୟାଳୟ, ପ୍ରାଥମିକ ଓ ମାଧ୍ୟମିକ ସ୍ଵାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ 100 କୋଟି ଟଙ୍କା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆନୁସଙ୍ଗିକ ସେବା ଗୁଡ଼ିକୁ ସୁଦୃଢ କରିବା ପାଇଁ 409 କୋଟି ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟମରେ ଔଷଧ କିଣା, ଆପାତକାଳୀନ ଆମ୍ବୁଲାନ୍ସ ସେବା ଓ ଓଡ଼ିଶା ରାଜ୍ୟ ଚକିତ୍ସା ପାଣ୍ଠି (OSTE) ପାଇଁ 412 କୋଟି ଟଙ୍କା, ଭେଷଜ ଶିକ୍ଷା ପାଇଁ ଉଦ୍ଦିଷ୍ଟ ଯନ୍ତ୍ରପାତି କିଣା ନିମନ୍ତେ 227 କୋଟି ଟଙ୍କା, "ଆୟୁଷ' ଯୋଜନା ପାଇଁ 26 କୋଟି ଟଙ୍କା ଓ ‘ଜାତୀୟ ସ୍ୱାସ୍ଥ୍ୟ ମିଶନ' ପାଇଁ 407 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । 

8. ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ 204 କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟରୁ ଗ୍ରାମୀଣ ଗୃହ ନିର୍ମାଣ ପାଇଁ 1514 କୋଟି ଟଙ୍କା, ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି (MGNREGS) ଯୋଜନା Material Component ପାଇଁ 500 କୋଟି ଟଙ୍କା ତଥା ଜାତୀୟ ଗ୍ରାମ୍ୟ ଜୀବିକା ମିଶନ୍ (NRLM) ଅଧୁନରେ ଜୀବିକା ସୁଯୋଗ ସୃଷ୍ଟି ପାଇଁ ୨ କୋଟି ଟଙ୍କା ଉଦ୍ଧିଷ୍ଟ । 

9, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ନିମନ୍ତେ ସର୍ବମୋଟ୍ 1077 କୋଟି ଟଙ୍କା ର ବ୍ୟୟବରାଦ ମଧ୍ୟରୁ COVID ସହାୟତା ପାଇଁ ଘର ପିଛା 1000 ଟଙ୍କା ଏବଂ ଟଙ୍କିକିଆ ଚାଉଳ ପ୍ରଦାନ ପାଇଁ ଖାଦ୍ୟ ରିହାତି ନିମନ୍ତେ ମୋଟ୍ 1067 କୋଟି ଟଙ୍କା, ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ପାଇଁ 10 କୋଟି ଟଙ୍କା ଏବଂ ରାଜ୍ୟ ଗ୍ରାହକ Helpline ପାଇଁ 7 ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ । 

10, ଭିତ୍ତିଭୂମି କ୍ଷେତ୍ର ପାଇଁ ସର୍ବମୋଟ 1603 କୋଟି ଟଙ୍କା ବ୍ୟୟବରାଦ ମଧ୍ୟରୁ ଓଡ଼ିଶା ରାଜ୍ୟ ରାଜପଥ ବିକାଶ ପ୍ରକଳ୍ପ ପାଇଁ 150 କୋଟି ଟଙ୍କା, ନକ୍ସଲ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ 20 କୋଟି ଟଙ୍କା, OPTCLକୁ Equity ସହାୟତା ନିମନ୍ତେ 647 କୋଟି ଟଙ୍କା, Odisha Transmission System Improvement Project ପାଇଁ 236 କୋଟି ଟଙ୍କା, ସମନ୍ଦିତ ଶକ୍ତି ବିକାଶ ଯୋଜନା ପାଇଁ 74 କୋଟି ଟଙ୍କା ତଥା "ପୁଞ୍ଜିବ୍ୟୟ ପାଇଁ ବିଶେଷ ସହାୟତା" ଅନରେ 450 କୋଟି ଟଙ୍କା ବ୍ୟୟବରାଦ ଅନ୍ତର୍ଭୁକ୍ତ  

11, ଏହା ଛଡା କାର୍ଯ୍ୟକ୍ରମ ବ୍ୟୟ ମଧ୍ୟରେ ମସ୍ୟ ଏବଂ ପଶୁସମ୍ପଦ ଉନ୍ନୟନ ନିମନ୍ତେ 62 କୋଟି ଟଙ୍କା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ନିମନ୍ତେ 55 କୋଟି ଟଙ୍କା, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ନିମନ୍ତେ 30 କୋଟି ଟଙ୍କା, ମହିଳା ଓ ଶିଶୁ ସଶକ୍ତିକରଣ ପାଇଁ 34 କୋଟି ଟଙ୍କା, ସାମାଜିକ ନିରାପତ୍ତା ନିମନ୍ତେ 23 କୋଟି ଟଙ୍କା, ଜଙ୍ଗଲ ଓ ପରିବେଶ ପାଇଁ ସର୍ବମୋଟ 19 କୋଟି ଟଙ୍କା ତଥା ଆଭ୍ୟନ୍ତରୀଣ ସୁରକ୍ଷା ନିମନ୍ତେ ସର୍ବମୋଟ 230 କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି । 

12, ମାନ୍ୟବର କଂଗ୍ରେସ ବିଧାୟକ ଦଳର ନେତା ତାଙ୍କର ଅଭିଭାଷଣରେ ନଅ ଗୋଟି ଖଣିରେ ବେଆଇନ୍ ଭାବରେ ଅଧ୍ୟକ ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ORISED ଅନିୟମ ତଥା Mineral Bearing Land Tax ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ ନୂଆ ଗୋଟି ଖଣିରେ ବେଆଇନ୍ ଉତ୍ତୋଳନ ମାମଲା ମାନ୍ୟବର ଲୋକୟୁଭଙ୍କର ବିଚାରାଧୂନ ରହିଅଛି । ରାଜ୍ୟ ସରକାର ଏବାବଦକୁ ମାନ୍ୟବର ଲୋକୟୁକ୍ତଙ୍କ ନିକଟରେ ତାଙ୍କର ପକ୍ଷ ରଖୁସାରିଛନ୍ତି । ଆମକୁ ଏହି ମାମଲାରେ ମାନ୍ୟବର ଲୋକୟୁଭଙ୍କର ଆଦେଶକୁ ଅପେକ୍ଷା କରିବାକୁ ପଡିବ । ORISED ଅଧୁନିୟମ ତଥା Mineral Bearing Land Tax ବାବଦକୁ ମାନ୍ୟବର କଂଗ୍ରେସ ବିଧାୟକ ଦଳର ନେତା ଦେଇଥିବା ମତାମତକୁ ବିଚାର କରି ଏବାବଦକୁ ଉପଯୁକ୍ତ ପଦକ୍ଷେପ ନେବାକୁ ମୁଁ ଇସ୍ପାତ ଏବଂ ଖଣି ବିଭାଗ ମନ୍ତ୍ରୀଙ୍କୁ ଅନୁରୋଧ କରିବି । 

13, କେତେକ ମାନ୍ୟବର ସଦସ୍ୟ ଆବଶ୍ୟକ ସମ୍ବଳ ସଂଗ୍ରହ ଉପରେ ଆଶଙ୍କା ବ୍ୟକ୍ତ କରିଛନ୍ତି । ମୁଁ ଏଠାରେ ସୂଚାଇଦେବାକୁ ଚାହେଁ ଯେ କୋରୋନା ର ପ୍ରଭାବ ସରେ ଚଳିତ ବର୍ଷ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ୱ ସଂଗ୍ରହ ଗତବର୍ଷ ସେପ୍ଟେମ୍ବର ସୁଦ୍ଧା ଆଦାୟ ତୁଳନାରେ ପ୍ରାୟ 1.7 ପ୍ରତିଶତ ବୃଦ୍ଧି ହୋଇଅଛି । ନୂତନ COVID ମାମଲା ହ୍ରାସ ଏବଂ ଧୀରେ ଧୀରେ ଅର୍ଥବ୍ୟବସ୍ଥା ଖୋଲିବା ଦ୍ବାରା ଗତ କିଛି ମାସ ମଧ୍ୟରେ ରାଜସ୍ବ ପ୍ରାପ୍ତିରେ ଅଭିବୃଦ୍ଧି ପରିଲକ୍ଷିତ ହେଉଅଛି । ଅଧୂକ ରାଜସ୍ବ ଆଦାୟ ଏବଂ ଋଣ ଉପରେ ନିର୍ଭରଶୀଳତା କମ କରିବା ପାଇଁ ଆମେ ବକେୟା ରାଜସ୍ବ ଆଦାୟ ଏବଂ ସମ୍ବଳ ପ୍ରତ୍ୟାବର୍ତ୍ତନ (mopping up of resources) ଉପରେ ଗୁରୁତ୍ବ ଦେଉଅଛୁ। 2020 ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆମର ରାଜସ୍ ବଳକା 6 ହଜାର 7 ଶହ 9୦ କୋଟି ଟଙ୍କା ଅଟେ । ଏଣୁ ସମ୍ବଳ ସଂଗ୍ରହ ନେଇ ମାନ୍ୟବର ସଦସ୍ୟମାନେ କୌଣସି ଚିନ୍ତା ପ୍ରକଟ କରିବାର ଆବଶ୍ୟକତା ନାହିଁ । ତେବେ କେନ୍ଦ୍ରୀୟ ଅନୁଦାନ ତଥା କେନ୍ଦ୍ର ଟିକସ ରେ ରାଜ୍ୟ ଅଂଶ ପ୍ରପ୍ତିରେ ହ୍ରାସ ଆମ ପାଇଁ ଏକ ଚିନ୍ତାର କାରଣ ଅଟେ । 

14, ଏହାଛଡା କେତେକ ମାନ୍ୟବର ସଦସ୍ୟ ରାଜ୍ୟର ରଣଭାର ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମୁଁ ଏଠାରେ କହିବାକୁ ଚାହେଁ ଯେ ଋଣ ଭାରର ପୋଷଣୀୟତାର ଦୁଇଗୋଟି ପରିମାପକ ହେଲା ରଣଭାର-ସକଳ ଘରୋଇ ଉତ୍ପାଦର ଅନୁପାତ (Debt to GSDP Ratio) ଓ ସୁଧ ଦେୟ-ରାଜସ୍ବ ଆୟର ଅନୁପାତ (Interest Payment to Revenue Receipt Ratio) ଓଡିଶା ଆର୍ଥିକ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଆଇନ୍ (Odisha FRBM Act), 2005 ଅନୁସାରେ Debt to GSDP Ratio କୁ 25 ପ୍ରତିଶତ F146 Interest Payment to Revenue Receipt Ration 15 ପ୍ରତିଶତ ମଧ୍ୟରେ ରଖୁବା ଆବଶ୍ୟକ । ଆମେ ଏହି ସୀମାରେଖାର ଯଥେଷ୍ଟ ତଳେ ରହିଛୁ । 2020 ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଆମର ସମୁଦାୟ ଋଣ ଭାର 97 ହଜାର 8 ଶହ 23 କୋଟି ଟଙ୍କା ଯାହା ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (GSDP) ର 16 ଦଶମିକ 4 ପ୍ରତିଶତ ଅଟେ। ଏହି ସମୟରେ Interest Payment to Revenue Receipt Ratio 3.4 ପ୍ରତିଶତରେ ସୀମିତ ରହିଅଛି । ତେଣୁ ଆମର ଋଣଭାର ପୋଷଣୀୟ ସ୍ତରରେ ରହିଅଛି ଏବଂ ଏ ବାବଦକୁ କୌଣସି ସନ୍ଦେହର ଅବକାଶ ନାହିଁ ।

15, ଅର୍ଥବ୍ୟବସ୍ଥା ଏବଂ ସମ୍ବଳ ଉପରେ ମହାମାରୀର ପ୍ରଭାବ ସରେ ପ୍ରାଥମିକତା । କ୍ଷେତ୍ର ତଥା ଜନସାଧାରଣଙ୍କର ଜୀବନ ଓ ଜୀବିକାର ସୁରକ୍ଷା ନିମିତ୍ତ ଖର୍ଚ୍ଚ ରେ ସାଲିସ ନ କରି ବିଭୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅନିୟମ  (FRBM Act) ରେ ଧାର୍ଯ୍ୟ ହୋଇଥିବା ସମସ୍ତ ଆର୍ଥିକ ମାନଦଣ୍ଡ ହାସଲ କରିବା ପାଇଁ ଆମେ ଉଦ୍ୟମ ଜାରି ରଖୁବୁ । 

16. ଏହି ଅତିରିକ୍ତ ବଜେଟ୍‌ରେ ଜନସାଧାରଣଙ୍କର ଜୀବନ ଓ ଜୀବିକାର ସୁରକ୍ଷା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା COVID-19 ପାଇଁ ଘୋଷିତ ପ୍ୟାକେଜ୍ ତଥା ଅନ୍ୟ ପ୍ରାଥମିକତା କ୍ଷେତ୍ର ଗୁଡିକୁ ପ୍ରାଧାନ୍ୟ ଦିଆଯାଉଛି । ଆଜି ମୁଁ ଏହି ଅତିରିକ୍ତ ବଜେଟ୍‌ର ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନ କରିଛି ଏବଂ ମାନ୍ୟବର ସଦସ୍ୟମାନଙ୍କୁ ଏହାକୁ ଅକୁଣ୍ଠ ଚିତ୍ତରେ ଅନୁମୋଦନ କରିବାକୁ ଅନୁରୋଧ କରୁଛି । ଏ ଗୃହର ଅନୁମୋଦନ ଲାଭକଲେ ଏହି ଅର୍ଥ ରାଜ୍ୟର ଉନ୍ନତିକଳେ ବିନିଯୋଗ ହେବ ।




ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ୱାଲମୀ ଠାରେ ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟିତ ।

ଭୁବନେଶ୍ଵର ; ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେ ଭର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି । ଦୈତ ନଗରୀ ଭୁବନେଶ୍ଵର-କଟକ ରାସ୍ତାର ପ୍ରତାପନଗରୀ ଠାରେ ଅବସ୍ଥିତ ଉକ୍ତ ଅନୁଷ୍ଠାନରେ ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ଆରମ୍ଭ କରାଯାଇଥିବା ଏହି ଭର୍ଚୁଆଲ ପ୍ରଶିକ୍ଷଣ ବ୍ୟବସ୍ଥା କୋଭିଡ-୧୯ ମହାମାରୀ ସ୍ଥିତିରେ, ତାଲିମ ପ୍ରଦାନ କରୁଥିବା ଉଚ୍ଚ କର୍ତ୍ତୃପକ୍ଷ, ସାଧନ କର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ମାଧ୍ୟମରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ଓ ପ୍ରଶିକ୍ଷଣ ପାଇଁ ବିଶେଷ ସହାୟକ ହେବ । 

ଏହି ବ୍ୟବସ୍ଥା ଉଦ୍ଘାଟନ ସମୟରେ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ) ଇଂ ଧୀରେନ କୁମାର ସାମଲ ଏବଂ ୱାଲମୀର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ୱାଲମୀ ଠାରେ ବିଭିନ୍ନ ସମୟରେ ଜଳସଂପଦ ବିଭାଗ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ, କୃଷକ ଏବଂ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।

ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ 28 ଫେବୃଆରୀ 2021

ନୂଆଦିଲ୍ଲୀ ; ବର୍ତ୍ତମାନର କୋଭିଡ-19 ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଅନ୍ତିମ ତାରିଖକୁ 28 ଫେବୃଆରୀ 2021 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଇପିଏସ 1995 ଅନ୍ତର୍ଗତ ପେନସନ ଉଠାଉଥିବା ତଥା ଯେଉଁମାନଙ୍କର ଫେବୃଆରୀ 28, 2021 ସୁଦ୍ଧା ଜୀବନ ପ୍ରମାଣପତ୍ରର ଅବଧି ଶେଷ ହେଉଛି ସେମାନଙ୍କୁ ଏହି ସୁବିଧା ମିଳିପାରିବ। ବର୍ତ୍ତମାନ ପେନସନ ଭୋଗୀ ମାନେ ବର୍ଷର 30 ନଭେମ୍ବର ସୁଦ୍ଧା ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ପାଇପାରୁଛନ୍ତି, ଯାହାକି ଜାରି କରାଯିବାର ଏକ ବର୍ଷ ଅବଧି ପର୍ଯ୍ୟନ୍ତ ବୈଧ ରହିବ ।

ଏପରି ସମସ୍ତ ପେନସନଭୋଗୀମାନେ ଫେବୃଆରୀ 28, 2021 ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହିଛି । 3.65 ଲକ୍ଷ ଜନ ସେବା କେନ୍ଦ୍ର (ସିଏସସିଏସ), ପେନସନ ବିତରଣ କରୁଥିବା ବ୍ୟାଙ୍କ ଶାଖା, ଡାକ ବିଭାଗ ଅଧୀନରେ ଆସୁଥିବା 1.36 ଲକ୍ଷ ଡାକ ଘର, 1.90 ଲକ୍ଷ ପୋଷ୍ଟ ମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କ ମାଧ୍ୟମରେ ଏହା ଦାଖଲ କରାଯାଇପାରିବ । 

ନିକଟସ୍ଥ ସିଏସସିକୁ ଠାବ କରିବା ଲାଗି ପେନସନ ଭୋଗୀ ମାନେ (https://locator.csccloud.in/)  ଲିଙ୍କ ବ୍ୟବହାର କରିପାରିବେ। ସେହିପରି ନିଜ ସୁବିଧା ଅନୁସାରେ, ଯେକୌଣସି ସ୍ଥାନରୁ କିମ୍ବା ସେମାନଙ୍କ ଘର ପାଖରେ ଡାକ ଘର ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବା ଲାଗି (http://ccc.cept.gov.in/covid/request.aspx)ଲିଙ୍କକୁ ବ୍ୟବହାର କରାଯାଇ ପାରିବ।

କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ, ସନ୍ତୋଷ ଗଙ୍ଗୱାର ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଇପିଏଫଓ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଭିନ୍ନ ପ୍ରକ୍ରିୟାକୁ ସରଳୀକରଣ କରି ଏହି ସଂଗଠନ ଡିଜିଟାଲ ଇଣ୍ଡିଆ ଡ୍ରାଇଭକୁ ବଡ଼ ପ୍ରୋତ୍ସାହନ ପ୍ରଦାନ କରିଛି । ସେହିପରି ଇପିଏଫଓ ପକ୍ଷରୁ 28 ଫେବୃଆରୀ 2021 ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ଅବଧିକୁ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା 35 ଲକ୍ଷ ପେନସନଭୋଗୀ ଉପକୃତ ହୋଇପାରିବେ । ଶ୍ରୀ ଗଙ୍ଗୱାର ଆହୁରି କହିଥିଲେ ଯେ , ନଭେମ୍ବର 2020 ସୁଦ୍ଧା ଯେଉଁ ପେନସନଭୋଗୀମାନେ ଜୀବନପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି ସେମାନଙ୍କ ଲାଗି ଏହି ପରିବର୍ଦ୍ଧିତ ଅବଧି ମଧ୍ୟରେ ପେନସନ ବନ୍ଦ ହେବ ନାହିଁ ।

ତିନୋଟି ସ୍ଥାନରେ ଟୀକା ବିକାଶ ଓ ଉତ୍ପାଦନ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତିନୋଟି ସହର ଗସ୍ତ କରି କରୋନା ଟୀକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ବିସ୍ତୃତ ସମୀକ୍ଷା କରିଛନ୍ତି। ସେ ଅହମ୍ମଦାବାଦର ଜାଇଡସ ବାୟୋଟେକ ପାର୍କ, ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ପୁଣେସ୍ଥିତ ସେରମ ଇନଷ୍ଟିଚ୍ୟୁଟ ପରିଦର୍ଶନ କରିଥିଲେ। ଟୀକା ବିକାଶ ପ୍ରକ୍ରିୟାର ଏପରି ଗୁରୁତ୍ୱପୂର୍ଣ୍ଣ ସମୟରେ ସେମାନଙ୍କର ମନୋବଳ ବୃଦ୍ଧି କରିବା ଓ ସେମାନଙ୍କର ପ୍ରୟାସକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ସିଧାସଳଖ ସେମାନଙ୍କୁ ସାକ୍ଷାତ କରିବାକୁ ଆସିଥିବାରୁ ବୈଜ୍ଞାନିକମାନେ ଗଭୀର ଆନନ୍ଦ ପ୍ରକଟ କରିଥିଲେ। 

ଭାରତର ସ୍ୱଦେଶୀ ଟୀକା ବିକାଶ ବର୍ତ୍ତମାନସୁଦ୍ଧା ଏତେ ଦ୍ରୁତ ଗତିରେ ଅଗ୍ରଗତି ଲାଭ କରିବା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଟୀକା ବିକାଶର ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଭାରତ କିଭଳି ଭାବେ ବିଜ୍ଞାନର ସଠିକ ନୀତିକୁ ପାଳନ କରୁଛି ସେ ସମ୍ପର୍କରେ ସେ କହିବା ସହିତ ଟୀକା ବିକାଶ ପ୍ରକ୍ରିୟାକୁ ଉନ୍ନତ କରିବା ଲାଗି କେତେକ ପରାମର୍ଶ ଲୋଡ଼ିଥିଲେ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଟୀକାଗୁଡ଼ିକୁ ଭାରତ କେବଳ ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରେ ନାହିଁ ବରଂ ବିଶ୍ୱର କଲ୍ୟାଣ ଦୃଷ୍ଟିରୁ ବିଚାର କରିଥାଏ। କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ନିଜ ପଡ଼ୋଶୀ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ସହାୟତା କରିବା ଭାରତର କର୍ତ୍ତବ୍ୟ।

ଭାରତ କିଭଳି ଭାବେ ଏହାର ନିୟନ୍ତ୍ରକ ପ୍ରକ୍ରିୟାରେ ଉନ୍ନତି ଆଣି ପାରିବ ସେ ସମ୍ପର୍କରେ ମୁକ୍ତ ଏବଂ ଖୋଲାଖୋଲି ମତ ରଖିବା ନିମନ୍ତେ ସେ ବୈଜ୍ଞାନିକମାନଙ୍କୁ ଆହ୍ୱାନ କରିଥିଲେ। କୋଭିଡ-19ର ଉନ୍ନତ ଚିକିତ୍ସା ଲାଗି କିପରି ଭାବେ ବିଭିନ୍ନ ନୂଆ ଏବଂ ନିର୍ଦ୍ଦିଷ୍ଟ ଔଷଧ ବିକଶିତ କରାଯାଉଛି ସେ ସମ୍ପର୍କରେ ବୈଜ୍ଞାନିକମାନେ ଆଲୋକପାତ କରିଥିଲେ। ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପରିଦର୍ଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ, “ଜାଇଡସ କ୍ୟାଡିଲା ଦ୍ୱାରା ବିକଶିତ କରାଯାଉଥିବା ଡିଏନଏ ଆଧାରିତ ସ୍ୱଦେଶୀ ଟୀକା ବିଷୟରେ ଅଧିକ ଜାଣିବା ଲାଗି ଅହମ୍ମଦାବାଦସ୍ଥିତ ଜାଇଡସ ବାୟୋଟେକ ପାର୍କ ପରିଦର୍ଶନ କଲି। ଏହି କାର୍ଯ୍ୟ ପଛରେ ଥିବା ଟିମର ପ୍ରୟାସକୁ ମୁଁ ପ୍ରଶଂସା କରୁଛି। ଏହି ଯାତ୍ରାରେ ସେମାନଙ୍କୁ ସହାୟତା ଦେବା ଲାଗି ଭାରତ ସରକାର ସେମାନଙ୍କ ସହିତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ସୁବିଧା ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ କହିଥିଲେ, “ହାଇଦ୍ରାବାଦରେ ଥିବା ଭାରତ ବାୟୋଟେକ ସୁବିଧା ସ୍ଥଳରେ ସେମାନଙ୍କର ସ୍ୱଦେଶୀ କୋଭିଡ-19 ଟୀକା ବିଷୟରେ ଜାଣିବାକୁ ପାଇଲି। ବର୍ତ୍ତମାନ ସୁଦ୍ଧା ହୋଇଥିବା ପରୀକ୍ଷଣରେ ଅଗ୍ରଗତି ପାଇଁ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ସେମାନଙ୍କ ଟିମ୍ ଦ୍ରୁତ ପ୍ରଗତି ପାଇଁ ଆଇସିଏମଆର ସହିତ ମିଶି କାମ କରୁଛି।” ସେରମ ଇନଷ୍ଟିଚ୍ୟୁଟ ଗସ୍ତ କରିବା ପରେ ପ୍ରଧାନମନ୍ତ୍ରୀ ଟୁଇଟ କରିଥିଲେ, “ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ ସହିତ ଭଲ ଆଲୋଚନା ହେଲା। ବର୍ତ୍ତମାନସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ ସେମାନେ ବିସ୍ତୃତ ସୂଚନା ଦେବା ସହିତ ଟୀକା ଉତ୍ପାଦନକୁ କିଭଳି ଭାବେ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନେ କହିଥିଲେ। ସେମାନଙ୍କର ଉତ୍ପାଦନ ସୁବିଧା ମଧ୍ୟ ବୁଲି ଦେଖିଲି”।

ଏ ସପ୍ତାହର ରାଶିଫଳ- ୩୦-୧୧-୨୦ ସୋମବାରଠାରୁ ୦୬-୧୨-୨୦ ରବିବାର ପର୍ଯ୍ୟନ୍ତ ।

[ଚନ୍ଦ୍ରସ୍ଥିତି: ଚନ୍ଦ୍ର ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ବୃଷରେ, ତା’ପରେ ଶୁକ୍ରବାର ପ୍ରାତଃ ୦୭:୨୧ ପର୍ଯ୍ୟନ୍ତ ମିଥୁନରେ, ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ କର୍କଟରେ ରହି ସିଂହକୁ ଚଳିବେ।]



ମେଷ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ତା’ପରେ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।

ବୃଷ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ।

ମିଥୁନ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।


କର୍କଟ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।


ସିଂହ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।

କନ୍ୟା: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ତା’ପରେ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି।


ତୁଳା: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।


ବିଛା: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।


ଧନୁ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।



ମକର: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।


କୁମ୍ଭ:  ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।

ମୀନ: ସୋମବାରଠାରୁ ମଙ୍ଗଳବାର ରାତ୍ରି ୦୯:୩୬ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତା’ପରେ ଗୁରୁବାର ପର୍ଯ୍ୟନ୍ତ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ତା’ପରେ ରବିବାର ଦିବା ୦୨:୪୫ ପର୍ଯ୍ୟନ୍ତ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ତା’ପରେ ସପ୍ତାହର ଅବଶିଷ୍ଟ ସମୟ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ।


ଦୋଳଗୋବିନ୍ଦ ପଣ୍ଡା
ଯୋଗାଯୋଗ ଠିକଣା:-
ଜ୍ୟୋର୍ତିବିଦ୍ ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିଷ ପ୍ରବୀଣ, ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ପ୍ଲଟ୍ ୧୮୧୪/୪୦୬୯- ତୃତୀୟ ମହଲା, ନିଗମ ବିହାର, ଶ୍ରୀରାମ ନଗର ୩ୟ ଗଳି, ପୁରୁଣା ଭୁବନେଶ୍ୱର, ମୋ- ୭୦୦୮୯୬୦୫୦୨, ୯୪୩୮୨୯୬୧୩୮, ଇମେଲ: dolagovinda@gmail.com

ହଂସପାଳ ବାସିନ୍ଦାଙ୍କ ଅନ୍ୟତ୍ର ଥଇଥାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ,ଜିଲ୍ଲା ପ୍ରଶାସନର ଘର ଭାଙ୍ଗିବାକୁ ଧମକ।

ଭୁବନେଶ୍ୱର, ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହଂସପାଳଠାରେ ଯେଉଁ ୬ ଥାକିଆ ରାସ୍ତାର ଆବଶ୍ୟକତା ପଡ଼ିଥିଲା, ଭୋଇସାହି ବାସିନ୍ଦାମାନେ ରାସ୍ତାକଡ଼ରେ ଥିବାରୁ ସେମାନଙ୍କୁ ସେଠାରୁ ହଟାଯିବା ପାଇଁ ଆବଶ୍ୟକତା ପଡ଼ିଥିଲା । ୧୯ଟି ପରିବାରଙ୍କୁ ଗତ କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ଥଇଥାନ ନ କରି ହଟାଇବା ପାଇଁ ଚେଷ୍ଟା କରିଥିଲା । ଓଡ଼ିଶାର ଉଚ୍ଚ ନ୍ୟାୟାଳୟରେ ଗ୍ରାମବାସୀ ଅପିଲ କରିଥିଲେ । ହାଇକୋର୍ଟ ଥଇଥାନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ଏହା ନ କରି ଉଚ୍ଛେଦ ପାଇଁ ଧମକ ଦେବାରୁ ଗ୍ରାମବାସୀ କୋର୍ଟ ଅବମାନନା କେସ୍ ହାଇକୋର୍ଟରେ କରିଛନ୍ତି, ଯାହା ଏବେ ବିଚାରାଧୀନ ଅଛି । ଏହାର ନଂ. ୯୫୧/୨୦୧୯ ଅଟେ । 

ଏହି ମଧ୍ୟରେ ପ୍ରଶାସନ ହଂସପାଳ ଗ୍ରାମବାସୀଙ୍କ ଜାଗାଠାରୁ ୩ କିଲୋମିଟର ଦୂରରେ ଏକ ଧାନ ଫଳୁଥିବା କ୍ଷେତ୍ରରେ ଏହି ୧୯ଟି ପରିବାରକୁ ଥଇଥାନ କରିବା ଲାଗି ସିଦ୍ଧାନ୍ତ କରି ବସୁନ୍ଧରା ଯୋଜନାରେ ଗୁଣ୍ଡିକିଆ ପଟ୍ଟା ପ୍ରଦାନ କରି କ୍ଷେତ୍ରର ଏକଚତୁର୍ଥାଶ ଜାଗା, ଯେଉଁଠି ପାଣି ଲହଡ଼ି ମାରୁଥିଲା, ଅଳ୍ପ ଟିକେ ବାଲି ପକାଇ ୧୯ଟି ଜରି ପାଲ ଟଙ୍ଗାଇ ( ୧୫ ଫୁଟ x ୧୦ ଫୁଟ) ଘର ସଦୃଶ କରି ବାଉଁଶ ଖୁଣ୍ଟ ପୋତି ସାମ୍ନାରେ ଜରି ଟଙ୍ଗାଇ ଗ୍ରାମବାସୀଙ୍କୁ ସେଠାରେ ରହିବା ପାଇଁ ନିର୍ଦ୍ଦେଶ ଦେଇ ତାଙ୍କୁ ବଂଶାନୁକ୍ରମିକ ଭାବେ ରହୁଥିବା ଭିଟାମାଟିରୁ ଉଚ୍ଛେଦ କରିବା ଲାଗି ଧମକ ଦେଇଛନ୍ତି । ଗତକାଲି ତା ୨୭.୧୦, ୨୦୨୦ରିଖରେ ସ୍ଥାନୀୟ ତହସିଲଦାର ଏବଂ କେତେକ କର୍ମଚାରୀ ଗ୍ରାମବାସୀଙ୍କ ନିକଟକୁ ଯାଇ ଧମକ ଦେଇ କହିଛନ୍ତି ଯେ, ୨୯ ତାରିଖ ରବିବାର ସକାଳ ସୁଦ୍ଧା ଘର ଖାଲି କରି ପ୍ରସ୍ତାବିତ ଜରିପାଲ ତଳେ ପୂରା ପରିବାରକୁ ଧରି ଓଦା ବାଲି ଉପରେ ରହିବା ପାଇଁ ବାଧ । 

ଯଦି ତାହା ନ କରାଗଲା, ବୁଲଡୋଜର ଲଗାଇ ଘରଗୁଡ଼ାକ ଭାଙ୍ଗି ଦିଆଯିବ ।  ଭାରତର ସମ୍ବିଧାନ ଏକ ଜନମଙ୍ଗଳ ରାଷ୍ଟ୍ରର ଗ୍ୟାରେଣ୍ଟି ଦେଇଛି । ଜନଗଣଙ୍କୁ ଭିଟାମାଟିରୁ ଉଚ୍ଛେଦ କରି ନଭେମ୍ବର ୨୧ ତାରିଖରେ ବସୁନ୍ଧରା ପଟ୍ଟା ଦେଇ ୨୭ ତାରିଖରେ ଆସି ଧମକ ଦେବା ପ୍ରଶାସନର କେଉଁ ଚରିତ୍ରକୁ ପ୍ରତିଫଳିତ କରୁଛି ? ଯେଉଁ ଜାଗାରେ ଧାନବିଲ ଅଛି, ତାହା ବଂଶାନୁକ୍ରମିକ ଭାବେ ଅନ୍ୟ ଏକ ଭୋଇସାହିର ଲୋକ ଦଖଲ କରି ଜବରଦଖଲକାରୀ ଭାବରେ ଜୋରିମାନା ଦେଇ ଚାଷ କରି ଚଳିଆସୁଛନ୍ତି । ସମୁଦାୟ ୭୧ ଏକର ଜାଗାରୁ ୭୦ ଏକର ଜାଗା ସାଧାରଣ ବର୍ଗର ଲୋକଙ୍କ ଦଖଲରେ ଥିବା ବେଳେ ମାତ୍ର ୧ ଏକର ଜାଗା ବାଉରିର ଦଖଲରେ ଥିବାବେଳେ ଅନ୍ୟ ଏକ ବାଉରି ସାହିର ଲୋକଙ୍କୁ ନେଇ ତାଙ୍କ ସହ ଲଢ଼େଇବାର ପ୍ରଶାସନର ବ୍ରିଟିଶ୍ ଚାଲକୁ ପଦାରେ ପକାଇଛି ।

ଏ ସମ୍ବନ୍ଧରେ ଗ୍ରାମବାସୀଙ୍କ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉଷା ଭୋଇ, ସତ୍ୟଭାମା ଭୋଇ, ମମତା ଭୋଇ, ମଞ୍ଚ ଭୋଇ, ବନିତା ଭଞ୍ଜ, ନୀଳକଣ୍ଡ ଭଞ୍ଜ, ଗଗନ ବେହେରା, ନବକିଶୋର ନାଏକ, କରୁଣାକର ନାଏକ, ବିଜୟ କୁମାର ଭୋଇ, ଗିରିଶଚନ୍ଦ୍ର ଭୋଇ, ସଞ୍ଜିବ ପତ୍ରୀ, ସର୍ବୋପରି ରିପବ୍ଲିକାନ ପାର୍ଟି ଅଧ୍ୟକ୍ଷ ଶେଖ ଅବଦୁଲ ୱାଲି ପ୍ରମୁଖ ଉପସ୍ଥିତ ଥାଇ ପ୍ରଶାସନକୁ ସମ୍ବିଧାନ ବିରୋଧୀ କାର୍ଯ୍ୟ ନ କରିବା ଲାଗି ଚେତାବନୀ ଦେଇଛନ୍ତି ।

ଆଜି ଭଆଲ୍ ଟୁରେ ଓଡ଼ିଶାର କୁଟିଆକନ୍ଧଙ୍କ ପାରମ୍ପରିକ କଳା ଓ କଳାସାମଗ୍ରୀ ।

ଭୁବନେଶ୍ୱର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ବିଭାଗ ପକ୍ଷରୁ ଅଗଷ୍ଟ ୧ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନଙ୍କ ନିମନ୍ତେ ଭର୍ଜୁଆଲ୍ ଟୁରର ବ୍ୟବସ୍ଥା କରାଯାଇଛି । ଦର୍ଶକମାନେ ଘରେ ବସି ଟୁଇଟର ଓ ଫେସ୍‌ବୁକ୍ ପେଜ୍ @scstrti, @stscdev ଖୋଲି ଜନଜାତି ସଂଗ୍ରହାଳୟରେ ଥିବା ବିଭିନ୍ନ ଜନଜାତିଙ୍କ ଜୀବନଶୈଳୀ ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଆଜି ଅର୍ଥାତ୍ ନଭେମ୍ବର ୨୯ ତାରିଖ ଦିନ ଦର୍ଶକମାନେ କୁଟିଆ କନ୍ଧ ଜନଜାତିମାନଙ୍କର ପାରମ୍ପରିକ କଳା ଓ କଳାସାମଗ୍ରୀ ପ୍ରସ୍ତୁତି ଦେଖୁପାରିବେ । ମୁଖ୍ୟତଃ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା କୁଟିଆ କନ୍ଧ ଜନଜାତିମାନେ ବାଉଁଶରୁ ବିଭିନ୍ନ ପ୍ରକାରର ସୌଖୀନ ଓ ସୁନ୍ଦର ପାନିଆ ତିଆରି କରିବାରେ ସିଦ୍ଧହସ୍ତ ଅଟନ୍ତି । କୁଟିଆ କନ୍ଧ ଜନଜାତି ମହିଳାମାନେ ସେମାନଙ୍କ କେଶକୁ ପାନିଆରେ ସଜାଇଥା'ନ୍ତି । ଏହି ପାନିଆଗୁଡ଼ିକୁ କେଶବିନ୍ୟାସ ସହିତ ଉପହାର ଦେବା ନିମନ୍ତେ ତିଆରି କରାଯାଇଥାଏ । 

ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଏନ୍ତଡରି ବିଶ୍ଵବିଦିତ । ଡଙ୍ଗରିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାମାନେ ଭିନ୍ନ ଧରଣର ଶାଲ୍ ବ୍ୟବହାର କରିଥା’ନ୍ତି । ଏହି ଶାଗୁଡ଼ିକ ନାଲି, ହଳଦିଆ ଓ ସବୁଜ ରଙ୍ଗର ପାରମ୍ପରିକ ବସ୍ତ୍ର ଉପରେ ସୂଚୀଶିଳ୍ପରେ ଅଳଙ୍କୃତ କରାଯାଇଥାଏ । ଏହି ଶାକୁ କପଡାଗଣ୍ଡା କୁହାଯାଏ । ଡଙ୍ଗରିଆ ଜନଜାତି ମହିଳାମାନଙ୍କ ଦ୍ଵାରା ପ୍ରସୁତ ଶାଲ୍‌କୁ ଉପହାର ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ । କନ୍ଧ ଜନଜାତିର ଲୋକମାନେ ସାଧାରଣତଃ କଳା ପ୍ରିୟ । ତେଣୁ ସେମାନେ ବିଭିନ୍ନ ପ୍ରକାର କଳା ସାମଗ୍ରୀ ଓ ବସ୍ତ୍ର ବୁଣାବୁଣିରେ ବେଶ୍ ପାରଙ୍ଗମ ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ସ୍ୱଚ୍ଛ କାର୍ଯ୍ୟପନ୍ଥା ଅନୁସରଣ କରିବାକୁ ସଚିବଙ୍କ ନିର୍ଦ୍ଦେଶ ।

ଭୁବନେଶ୍ୱର; ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା ସ୍ଵରୂପ ଚଳିତ ଆର୍ଥିକ ବର୍ଷ ନଭେମ୍ବର ଶେଷସୁଦ୍ଧା ୨୭୮ ଟି ୟୁନିଟ୍ କୁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି । ଏହା ସହ ୨୦୧୯ ମସିହା ଏପ୍ରିଲ୍ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ପାଇଥିବା ଉଦ୍ୟୋଗ ସଂଖ୍ୟା ୬୩୩୯ କୁ ବୃଦ୍ଧି ପାଇଛି । ମୁଖ୍ୟ । ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କ୍ଷମତା ସଂପନ୍ନ ବୈଠକରୁ ଏହା ଜଣାପଡିଛି । 

ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ । ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ସହ ରିହାତି ମଞ୍ଜୁର ନିମନ୍ତେ ନୂତନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରିହାତି ପାଇଁ ଆସିଥିବା ନୂତନ ପ୍ରସ୍ତାବର ବିଚାର କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ । ୨ ଟି ଉଦ୍ୟୋଗ ପାଇଁ ୨.୯୪ କୋଟି ଟଙ୍କାର ପୁଞ୍ଜି ନିବେଶ ରିହାତିକୁ ନିତୀଗତ ଅନୁମୋଦନ ଦେଇଥିଲେ । ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ପୂର୍ଣ୍ଣ ସନ୍ଥ, ସହଯୋଗୀ ଓ ସୁଗମ କାର୍ଯ୍ୟପନ୍ଥା ଅବଲମ୍ବନ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ଶ୍ରୀ ତ୍ରିପାଠୀ କହିଥିଲେ ଯେ "ଅଣୁ ଓ କ୍ଷୁଦ୍ର ଶିନ୍ନ ଗ୍ରାମୀଣ ଆର୍ଥିକ ବ୍ୟବସ୍ଥାର ମୁଖ୍ୟ ପରିଚାଳକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମୁଖ୍ୟ ମାଧମ" । ସର୍ବଦା ଗ୍ରାମୀଣ । ଉଦ୍ୟୋଗୀଙ୍କ ସଂପର୍କରେ ରହି ସେମାନଙ୍କର ଆତ୍ମବିଶ୍ୱଶ ବୃଦ୍ଧିରେ ସହାୟକ ହେବା ନିମନ୍ତେ ଶ୍ରୀ ତ୍ରିପାଠୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧୁକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ୫.୨୬ କୋଟି ଟଙ୍କା ପୁଞ୍ଜି ନିବେଶରେ ପ୍ରତିଷ୍ଠିତ କୃପାଳୁ ସଲଭେଷ୍ଟ ତୈଳ ଉଦ୍ୟୋଗ, ଏବଂ, ବରଗଡ ଜିଲ୍ଲାର ଅତାବିରାଠାରେ ୪.୮୭ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠିତ ଶ୍ରୀରାମ ତୈଳ ଉଦ୍ୟୋଗ ପାଇଁ ଯଥାକ୍ରମେ ୧.୭ କୋଟି ଏବଂ ୧.୨୧ କୋଟି ଟଙ୍କାର ପୁଞ୍ଜିନିବେଶ ରିହାତି ପ୍ରସ୍ତାବକୁ ବୈଠକରେ ନିତୀଗତ ଅନୁମୋଦନ ଦିଆଯାଇଥିଲା । 

ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ଜଣାଇଥିଲେ ଯେ ଏହା ସହ ଚଳିତ ବର୍ଷ । ନଭେମ୍ବର ଶେଷସୁଦ୍ଧା ସମୁଦାୟ ୨୭୮ ଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସମୁଦାୟ ୨୫.୪୭ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମଞ୍ଜୁର କରାଗଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ବିଭିନ୍ନ ନିୟାମକ ବଳରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ସରକାର ମୁଖ୍ୟତଃ ତିନି ପ୍ରକାର ପ୍ରତ୍ୟକ୍ଷ ଆର୍ଥିକ ପ୍ରୋତ୍ସାହନ ଯୋଗାଉଛନ୍ତି । ଏଗୁଡିକ ହେଲା ପୁଞ୍ଜିନିବେଶ ରିହାତି, ୫ ବର୍ଷ ପାଇଁ ବ୍ୟାଙ୍କ ରଣ ସୁଧ ରିହାତି ଏବଂ ୫ ବର୍ଷ ପାଇଁ ମୂଲ୍ୟଯୁକ୍ତ କର (ଭାଟ୍‌) ରିହାତି, ଏହାଛଡା ସରକାରୀ ବିଭାଗ ଏବଂ ସାଧାରଣ ଉଦ୍ୟୋଗମାନେ ଅତିକମରେ ନିଜ ଆବଶ୍ୟକତାର ୨୦% ଭାଗ ସ୍ଥାନୀୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରୁ କ୍ରୟ କରିବାର ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ମଧ୍ୟ ଶ୍ରୀ ସାହୁ କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୯–୨୦ ଆର୍ଥିକ ବର୍ଷରେ ୩୬୧ ଟି ଉଦ୍ୟୋଗକୁ ୩୪.୫୨ କୋଟି ଟଙ୍କାର ଆର୍ଥିକ ପ୍ରୋସ୍ବାହନ ଦିଆଯାଇଥିଲା । ଚଳିତ ବର୍ଷ ନଭେମ୍ବର ଶେଷସୁଦ୍ଧା ୨୭୮ ଟି ଉଦ୍ୟୋଗକୁ ୨୫.୪୭ କୋଟି ଟଙ୍କା ଦିଆଯାଇଛି । ଫଳରେ ୨୦୧୯ ମସିହା ଏପ୍ରିଲ ମାସଠାରୁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୩୯ ଟି ଉଦ୍ୟୋଗକୁ ସମୁଦାୟ ୬୯୯୯ କୋଟି ଟଙ୍କାର ପ୍ରତ୍ୟକ୍ଷ ପ୍ରୋତ୍ସାହନ ଦିଆଯାଇଛି । ଏହି ଉଦ୍ୟୋଗ ଗୁଡିକ ମୁଖ୍ୟତଃ ଫ୍ରାଏ ଆସ୍ ଇଟା, ଅଣ୍ଡା ରଖୁବା କାଗଜ ଟ୍ରେ, ପ୍ୟାକିଂ କାଗଜ ପ୍ରସ୍ତୁତି, ପ୍ଲାଷ୍ଟିକ୍ ଉତ୍ପାଦ, କାକୁ ପ୍ରକ୍ରିୟାକରଣ, ଧାନ କୁଣ୍ଡା ତେଲ, ସିମେଣ୍ଟ୍ ଜାତ ପଦାର୍ଥ, ଚିଙ୍ଗୁଡି ପ୍ରକ୍ରିୟାକରଣ, ଧାନ କଳ, କୋଲୁ-ଚେନ୍  ଗାଡି, ମସଲା ପ୍ରସ୍ତୁତି, ନୁଡୁଲ, ପିଭିସି ପାଇପ୍ ଆଦି ଉତ୍ପାଦନ କରୁଛନ୍ତି । 

ଖାଦ୍ୟ ଓ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧୁକ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ ।  ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ । ଅଶୋକ ମୀନା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, । ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଏବଂ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସରୋଜ ହୋତାଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।



ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ଅଙ୍ଗଦାନ ଦିବସ ଉପଲକ୍ଷେ ସଚେତନତା ସାଇକେଲ ରାଲି ।

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ତରଫରୁ ଅଙ୍ଗଦାନ ଦିବସ ଉପଲକ୍ଷେ ପୁଷ୍ପକ ହୋଟେଲ, କଳ୍ପନାଛକଠାରୁ ରସୁଲଗଡ଼ସ୍ଥିତ ଉର୍ମି ହୋଟେଲ ପର୍ଯ୍ୟନ୍ତ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଲବର ଋଟାର୍ଡ ସଭାପତି ରୋଟାରିୟାନ ଡ. ପ୍ରମୋଦ ପାତ୍ର ପ୍ରଥମେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ ଅଙ୍ଗଦାନ ସମ୍ପର୍କରେ ଉପସ୍ଥିତ ଥିବା ଯୁବକ ଓ ଯୁବତୀମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ । 

ଏହି କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ ରୋଟାରିୟାନ ଏବଂ ରୋଟ୍ରାକ୍ଟମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ବିକ୍ରମ ଆଦିତ୍ୟ ନାୟକ, ଆଶୁତୋଷ ରଥ, ଆଶିଷ ସାହୁ, ସମ୍ମିତ ଶତପଥ, ରୋଜି ରଥ, ମନୋଜ କୁମାର ତ୍ରିପାଠୀ, ଡ. ଏସ୍. ପଣ୍ଡା, ନିଳେଶ୍ଵର ସାହୁ, ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

କୋଭିଜ୍-୧୯ ନିଯୁକ୍ତ ଏଏନ୍ଏମାନଙ୍କୁ ପଦବୀରୁ ବାହାର ନ କରି ସରକାର ତୁରନ୍ତ ସ୍ଥାୟୀ ନିଯୁକ୍ତି ପ୍ରଦାନ କରନ୍ତୁ ।

ଭୁବନେଶ୍ୱର : ନିଖୁଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ଵାସ୍ଥ୍ୟକର୍ମୀ ସଂଘ ତରଫରୁ ଏକ ବିଶାଳ ରାଲି ରାମ ମନ୍ଦିର ଠାରୁ ବାହାରି ଲୋୟର ପିଏମଜି ଠାରେ ସମବେତ ହୋଇ ମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଗତ ମାର୍ଚ୍ଚ ମାସଠାରୁ ବିଭିନ୍ନ ସମୟରେ ଦୁଇଟି ପର୍ଯ୍ୟାୟରେ ଏ.ଏନ୍.ଏମାନଙ୍କୁ ନୂତନ ଭାବେ କୋଭିଡ଼ କେୟାର ହୋମ୍ ଏବଂ କୋଭିଡ଼ କେୟାର ସେଣ୍ଟର କରି ଅସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିଲେ । ଯେତେବେଳେ ଭାରତବର୍ଷର ଲୋକେ କରୋନା ଭୟରେ ନିଜକୁ ଗୃହବନ୍ଦୀ କରି ରହୁଥିଲେ, ସେତେବେଳେ ଲୋକମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଘର ଘର ବୁଲି ନମୁନା ସଂଗ୍ରହ, ଟ୍ରାକିଙ୍ଗ ସଚେତନତା ଠାରୁ ଆରମ୍ଭ କରି ବିଦେଶ ଫେରନ୍ତା ଲୋକମାନଙ୍କୁ ବିଭିନ୍ନ ପଞ୍ଚାୟତସ୍ତର ସିସିଏଚ୍ ଗୁଡ଼ିକରେ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ସେବା ଯୋଗାଇ ଆସୁଥିଲେ । 

ସରକାରଙ୍କ ଅଜବ ନୀତି ଏବେବି କୋଡ଼ ଭୟବହତା ଋଲିଥିଲେ ମଧ୍ୟ ଆମ୍ଭମାନଙ୍କୁ ଅନେକ ସମୟରେ ସରକାରୀ ନୀତି ନିମୟରେ ମଳିଥିବା ଦୈନିକ ଠିକା କାର୍ଯ୍ୟରୁ ମଧ୍ୟ ଛଟେଇ କଲେ । ଖାଦ୍ୟ ସୁରକ୍ଷା ପରିବେରେ ଆମ ପେଟରୁ ଖାଦ୍ୟ ଛଡ଼ାଇ ନେଲେ । ଆମ ପରିବାରକୁ ରାଜରାସ୍ତାରେ ଠିଆ କରାଇଦେଲେ । ଏବେ ରାଜ୍ୟରେ ବିଭିନ୍ନ ବର୍ଗର ନିଯୁକ୍ତିକୁ ଗ୍ରେଡ଼େସନ ଏବଂ ସ୍ଥାୟୀ ନିଯୁକ୍ତ କରୁଥିବା ବେଳେ ଆମ ଏ.ଏନ୍.ଏମାନଙ୍କୁ ଋକିରୀରୁ ବାହାର କରୁଛନ୍ତି । ଗତ ୨୭.୧୧.୨୦୨୦ରିଖରେ ନସିଂ ଷ୍ଟାପ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିବା ବେଳେ ଆମ ଏ.ଏନ୍.ଏମ୍ ମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର ଯଥାର୍ଥ କି ? ବହୁ ଦୁଃଖ କଷ୍ଟରେ ଏ.ଏନ.ଏମ୍ ତାଲିମ ପାଇବା ପରେ ଦୀର୍ଘବର୍ଷ ଘରେ ବସି ଆମ୍ଭ ମାନସିକ ଦୁଶ୍ଚିନ୍ତାରେ ଥିଲୁ । କୋଭିଡ଼ ପାଇଁ ନିଯୁକ୍ତି ମିଳିବାରୁ ଆମ୍ଭ ଜୀବନ ଜୀଇଁବା ଆରମ୍ଭ କରିଥିଲେ । 

କିନ୍ତୁ ରାଜ୍ୟ ସରକାର ଆମ ଠାରୁ ଆମ୍ଭ ବଞ୍ଚିବା ଛଡ଼େଇ ନେଇଛନ୍ତି । ନିଜ ପେଟ ପାଇଁ ନେତା, ମନ୍ତ୍ରୀ ଓ ଅଫିସର ନିଜର ଦରମା ବୃଦ୍ଧି ପାଇଁ ଏକାଠି ହୋଇ କ୍ୟାବିନେଟ ନିଷ୍ପତ୍ତି ନେଇଯାଉଛନ୍ତି । ଆମ ଏ.ଏନ୍.ଏମାନଙ୍କୁ ସାବତ ବ୍ୟବହାର କରୁଛନ୍ତି । ଆଉ ବେଶୀଦିନ ବରଦାସ୍ତ କରିବୁ ନାହିଁ, ରାଜରାସ୍ତାରେ ଲଢେଇ କରିବୁ । ଗତବର୍ଷ ୧୫ ହଜାର ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆଜି ସ୍ଥାୟୀ ନିଯୁକ୍ତ ନଦେଇ ଠିକ କାର୍ଯ୍ୟରୁ ମଧ୍ୟ ବାହା କରିଦେଇଛନ୍ତି । ଏଭଳି ମିଥ୍ୟା ପ୍ରବଚନା ଆଉ କେତେ ଦିନ ? ଆମର ଦାବିଗୁଡ଼ିକ ସରକାର ନମାନିଲେ ଆମ୍ଭେ ହରତାଳ କରିବୁ । ଆବଶ୍ୟକ ପଡ଼ିଲେ ପ୍ରତି ବିଧାୟକ, ମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଘର ଆଗରେ ଅନଶନରେ ବସିବୁ, ଏଥିପାଇଁ ସରକାର ଦାୟୀ ରହିବେ । 

ଆନ୍ତର ଦାବୀ : ୧. ସମସ୍ତ ସିସିଏଚ୍ ଗୁଡ଼ିକରୁ ଠିକା ଋକିରୀରୁ ବାହାର କରିଥିବା ଏ.ଏନ୍.ଏମ୍ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ । ୨. ସିସିଏଚ୍ ଏବଂ ସିସିସି ବିଭକ୍ତ ନକରି ସମସ୍ତ କୋଭିଡ଼-୧୯ ରେ ନିଯୁକ୍ତ ସମସ୍ତ ଏ.ଏନ୍.ଏମାନଙ୍କୁ ତୁରନ୍ତ ସ୍ଥାୟୀ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦିଆଯାଉ । ୩. । ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ଼ ଏବଂ ଏନ୍ ଏଚ୍ଏମ୍ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ଗ୍ରାମ ପଞ୍ଚାୟତ ଏବଂ ନଗର ପାଳିକା ଅଞ୍ଚଳରେ ପ୍ରତି ୩୦୦୦ରୁ ୫୦୦୦ ଜନସଂଖ୍ୟା ସାନ୍ଦ୍ରତାରେ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରନ୍ତୁ । ବିଭିନ୍ନ ସିଏସି, ପିଏସି, ସସେଣ୍ଟର, ସବଡ଼ିଷ୍ଟ୍ରିକ୍ ସେଣ୍ଟର ଏବଂ ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକ ଖାଲି ପଡ଼ିଥିବା ମହିଳା ସ୍ଵାସ୍ଥ୍ୟକର୍ମୀ ପଦବୀ ପୂରଣ କରନ୍ତୁ । ଉନ୍ନତ ସ୍ବାସ୍ଥ୍ୟସେବା ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳ ଗୁଡ଼ିକରେ ପହଞ୍ଚାଇବା ପାଇଁ ଆବଶ୍ୟକ ସ୍ଥଳେ ନୂତନ ଡ଼ାକ୍ତରଖାନା ନିର୍ମାଣ କରି ସମସ୍ତ । ଏ.ଏନ୍.ଏମ୍.ମାନଙ୍କୁ ନିଯୁକ୍ତ ପ୍ରଦାନ କରନ୍ତୁ ।

ଏ ସମସ୍ତ ଦାବୀ ତୁରନ୍ତ ପୂରଣ କରିଲେ ଆଗାମୀ ଦିନରେ ସରକାର, ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ଘରୁ ବାହାର କରିଦେବୁ ନାହିଁ ବୋଲି ରାଜ୍ୟ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡଇସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ବିଶାଳ ରାଲିରେ ସଭାପତି ବିଷ୍ଣୁପ୍ରିୟ ଖଣ୍ଡେଇ, ଶକୁନ୍ତଳା ତରାଇ, କନକଲତା ବେହେରା, ମଧୁସ୍ମିତା ବେହେରା, ଚିତ୍ରକଳା ରାଉତ, ଦିପାଳୀ ମଲ୍ଲିକ ଏବଂ ରାଜ୍ୟର ବିଭିନ୍ନ ବ୍ଲକରୁ ଏଏନ୍ଏମାନେ ଯୋଗ ଦେଇଥିଲେ ।

ଓଡିଶା ରାଜ୍ୟ ଅଭିଲେଖାଗାରରେ ୪୭ତମ ସଂସ୍କୃତି ଚର୍ଚ୍ଚା ସମାରୋହ। ଓଡ଼ିଶାରେ ମହିମା ଧର୍ମ ।

ଭୁବନେଶ୍ବର ; ନୋବେଲ୍ କୋଭିତ୍ – ୧୯ ଭାଇରସ ସଂକ୍ରମରେ ଭାରତ ତଥା ସମଗ୍ର ବିଶ୍ବ ସଂକ୍ରମିତ ଯୋଗୁଁ ସରକାରଙ୍କ ନିର୍ଦ୍ଦେଶନାମା ଏବଂ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଆଜିର ୪୭ତମ ସଂସ୍କୃତି ଚର୍ଚ୍ଚ ସମ୍ମାନ ଇଂଟରନେଟ୍ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଓଡିଶା ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ମହିମା ଗାଦିର ମାନନୀୟ ବାବା ରଘୁନାଥ ଦାସ ଏବଂ ସମ୍ମାନର ମୁଖ୍ୟ ଅତିଥୀ ଭାବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ । ସମ୍ପାନରେ ସାଗତ ଭାଷଣ ଦେଇଥିଲେ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ବୈଷୟିକ ସହାୟକ, ଉପେନ୍ଦ୍ର କୁମାର ବେହେରା ।

ଏହି ଅବସରରେ ମୁଖ୍ୟ ବକ୍ତା ଭାବରେ ମହିମା ଗାଦିର ମାନନୀୟ ବାବା ରଘୁନାଥ ଦାସ ମହୋଦୟ ବର୍ଣ୍ଣନା କରିଥିଲେ ଯେ ମହିମା ଧର୍ମ ହେଉଛି ସୃଷ୍ଟିର ଆଦିଧର୍ମ । ବିଶ୍ୱ ଦରବାରର ଧର୍ମ । ବ୍ରହ୍ମାଣ୍ଡରେ ଯେତେବେଳେ ଅତ୍ୟଧୁକ ପାପରଭାର ବଢିଚାଲିଲା ସେତେବେଳେ ପ୍ରଥଦେବୀ ସହ୍ୟ କରିନପାରି ସେ ଶୂନ୍ୟବ୍ରହୁ ଅଲେଖ ମହିମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମାଣ୍ଡର ପାପଭାର ଖଣ୍ଡନ ନିମନ୍ତେ ମର୍ତ୍ତ୍ୟମଣ୍ଡଳରେ ମହିମା ଗୋସାଇଁଙ୍କ ଜନ୍ମ । ଚାରିଖାନି ଜୀବ ଉଡା ୧୪, ବୁଡା ୧୪, ଚଳ ୧୪ ଏବଂ ଅଚଳ ୧୪ ଏହିପରି ଭାବରେ ୫୬ କୋଟି ଜୀବ ଅଲେଖ ମହିମାଙ୍କ ଠାରୁ ସୃଷ୍ଟି । ମହିମା ଧର୍ମ ହେଉଛି ଓଡ଼ିଶାର ନିଜସ ଧର୍ମ । ବ୍ରହ୍ମ ହେଉଛି ସତ୍ ଚିତ୍ ଆନନ୍ଦ ସଚିଦାନନ୍ଦ । ମହିମା ଗୋସାଇଁ ପ୍ରଥମେ ଧରାପୃଷ୍ଠରେ ଆବିର୍ଭାବ ହେବା ସମୟରେ ହିମାଳୟଠାରେ ୧୨ ବର୍ଷ ତପସ୍ୟାପରେ ବିଭିନ୍ନ ସ୍ଥାନ ଭ୍ରମଣ କରି ପୁରୀ, ଧଉଳିଗିରି, ଉଦୟଗିରି ଏବଂ ଶେଷରେ ଢେଙ୍କାନଳର ତପୋବନ କପିଳାସ ଠାରେ ନିଜର ଗାଦି ସ୍ଥାପନ କଲେ । ରଘୁବାବା ମହୋଦୟ ଚାରିଯୁଗ ସତ୍ୟ, ତ୍ରେତେୟା, ଦ୍ବାପର, କଳିର ଉଦ୍ଧରେ ରହି ଅଲେଖ ମହିମା କିପରି ନିୟନ୍ତ୍ରଣ କରନ୍ତି ବିଶଭାବରେ କହିଥିଲେ । 

ଅତ୍ୟତା ନିବାରଣ ଉପରେ ମଧ୍ୟ ଉଲେଲେଖ କରିଥିଲେ । ଶରୀର ତତ୍ର ଉପରେ କହିବାକୁ ଯାଇ ଶରୀରର ମତିଷ୍କରେ ଶୂନ୍ୟବ୍ରହୁ ରହି କେଉଁ ଅଙ୍ଗରେ କେଉଁଠାକୁର ଶରୀରରେ ରହି ଏକାଦଶ ଜ୍ଞାନେନ୍ଦ୍ରିୟ ନିୟନ୍ତ୍ରଣ କରନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ସମ୍ପାନର ମୁଖ୍ୟ ଅତିଥ୍ୟ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ମହୋଦୟ ଉବୋଧନରେ କହିଥିଲେ ଯେ ଗୋଟିଏ ସମାଜରେ ଯେତେବେଳେ କୁସଂସ୍କାର ଓ ଶେଷଣର ମାତ୍ରା ବଢିଯାଏ, ସେତେବେଳେ ଆଉ ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରତିବାଦ ଆରମ୍ଭ ହୋଇଯାଏ । ଜାତିବାଦର ସଂକୀର୍ତ୍ତତା, ବ୍ରାହ୍ମଣବାଦର ଶୋଷଣ, ସାମାଜିକ ବୈଷମ୍ୟ, ନିର୍ଯ୍ୟାତନା, ପିତୁଳାପୂଜା ବା ମୂର୍ତ୍ତି ଉପାସନା ଇତ୍ୟାଦିର ବିରୋଧରେ ଦୃଢ ସର ଉତୋଳନ କରିବା ସହିତ ମାନବିକତା, ନୈତିକତା ତଥା ସମାଜ ସେବାର ମନ୍ତ୍ର ଗାନ କରି ମହିମା ଧର୍ମ ପ୍ରତିଷ୍ଠିତ ହୋଇଛି । 

ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ଏହି ଧାରାରେ ଗୁରୁତ୍ବ ଦିଆ ଯାଇଥିଲେ ମଧ୍ୟ ଏକେଶ୍ୱରବାଦ, ଶୂନ୍ୟପୁରୁଷ ପୂଜନ ଏହାର ମୂଳ ବିଭବ ମହିମା ଧର୍ମ ଓଡିଶାର ସାଂସ୍କୃତିକ ବିଭବର ଏକ ଅଙ୍ଗ ହୋଇ ରହିଛି । ଓଡ଼ିଆଙ୍କ ସାଂସ୍କୃତିକ ଅଭ୍ୟଦୟର ଇତିହାସରେ ମହିମାଧର୍ମର ପ୍ରଭାବ ପ୍ରତିଷ୍ଠା ଏକ ବିଶେଷ ଅୟ ଭାବରେ ବିବେଚିତ ହେବ । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଅତିଥି ଏବଂ  ଗଣମାଧ୍ୟମର ବନ୍ଧୁମାନଙ୍କୁ ସାଗତ କରିବା ସହିତ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।

Powered by Blogger.
Javascript DisablePlease Enable Javascript To See All Widget