November 2023

 ରାଉରକେଲା ୩୦ ନଭେମ୍ବର ୨୦୨୩


କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଉରକେଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲାଭାର୍ଥୀ ମାନଙ୍କ ସହିତ ଆଲୋଚନା ଓ ଲୋକକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସବୁଠି ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି ।  

ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ‘ବିକଶିତ ଭାରତ’ର ପ୍ରମୁଖ ସଂକଳ୍ପ- ଧର୍ମେନ୍ଦ୍ର ପ୍ରଧାନ

  • ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଲାଭାର୍ଥୀ ମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଓ ଭାଷଣ ଶୁଣିଲେ କେନ୍ଦ୍ରମନ୍ତ୍ରୀ  
  • ପ୍ରଧାନମନ୍ତ୍ରୀ ଆଜି ରାୟଗଡ଼ାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସମେତ ଦେଶର ଅନେକ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି
  • ପୂର୍ଣ୍ଣଚନ୍ଦ୍ର ବେନିଆ ମୋଦି ସରକାରଙ୍କର ଉଜ୍ଜ୍ୱଳା ଯୋଜନା, ପିଏମ୍ କିଷାନ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି
  • ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି
  • ସମସ୍ତଙ୍କ କଲ୍ୟାଣ ପାଇଁ ମୋଦିଜୀ ଦେଇଥିବା  ଗ୍ୟାରେଣ୍ଟି ଉପରେ ନାଗରିକଙ୍କ ଅଗାଢ଼ ବିଶ୍ୱାସ ରହିଛି
  • ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତକୁ ବିକଶିତ କରିବା ପାଇଁ ସଂକଳ୍ପ ନେବା ଓ ତାଙ୍କର ନିରନ୍ତର ପରିଶ୍ରମକୁ ସାର୍ଥକ କରିବା


ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ରଥ ଆଜି ମୋଦି ଗ୍ୟାରେଣ୍ଟି ଗାଡି ଭାବରେ ଜନପ୍ରିୟ ହୋଇଛି । ଏନ୍ଆଇଟି ରାଉରକେଲାକୁ ମଧ୍ୟ 'ମୋଦି ରଥ' ଆସିଛି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ସରକାରଙ୍କ ଯୋଜନାର ଲାଭାର୍ଥୀ ହୋଇଥିବା ରାୟଗଡ଼ାର ଚାଷୀ ପୂର୍ଣ୍ଣଚନ୍ଦ୍ର ବେନିଆଙ୍କ ସମେତ ଅନେକ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ପୂର୍ଣ୍ଣଚନ୍ଦ୍ର ବେନିଆ ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପିଏମ୍ କିଷାନ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଉପକୃତ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତଙ୍କ କଲ୍ୟାଣ ପାଇଁ ମୋଦିଜୀ ଦେଇଥିବା ଗ୍ୟାରେଣ୍ଟି ଉପରେ ତାଙ୍କର ଅଗାଢ଼ ବିଶ୍ୱାସ ରହିଛି ।

ସମସ୍ତଙ୍କୁ ସାଙ୍ଗରେ ନେଇ ସଭିଙ୍କ ସ୍ୱପ୍ନକୁ ସାକାର କରିବା ବିକଶିତ ଭାରତର ପ୍ରମୁଖ ସଂକଳ୍ପ ହୋଇଛି । ଦେଶ ଆଜି ଆଗକୁ ବଢୁଛି । ଭାରତକୁ ବିଶ୍ୱର  ଦେଶରେ ପରିଣତ କରିବା ଆମର ସାମୂହିକ ଦାୟିତ୍ୱ । ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତକୁ ବିକଶିତ କରିବା ପାଇଁ ସଂକଳ୍ପ ନେବା ସହ ତାଙ୍କର ନିରନ୍ତର ପରିଶ୍ରମକୁ ସାର୍ଥକ କରିବା ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ଶପଥ ପାଠ ମଧ୍ୟ କରାଇଥିଲେ ।

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩



ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ଵରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି । ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଜକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ଦ୍ରୁଗନ୍ଧ କାରଣରୁ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଏହାକୁ ସମ୍ପୂର୍ଣ ଉଚ୍ଛେଦ ପାଇଁ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୈନିକ ସ୍କୁଲ ସମ୍ମୁଖରେ ଆରମ୍ଭ ହୋଇଥିବା ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଁଚିଛି । ଏହି ସତ୍ୟାଗ୍ରହକୁ ଭୁବନେଶ୍ବରବାସୀଙ୍କ ବିପୁଳ ସମର୍ଥନ ଦେଖିବାକୁ ମିଳୁଛି । ଅସୁସ୍ଥ ପରିବେଶ, ବାୟୁ ପ୍ରଦ୍ୟୁଷଣ ଓ ଅସହ୍ୟ ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି । ଏପରିକି ଚର୍ମରୋଗ, ଶ୍ବାସରୋଗ ଓ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଏଭଳି ଅମାନୁଷିକ ପଦକ୍ଷେପ ନେବା କାରଣରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁ ‘ଡମ୍ପିଂ ୟାର୍ଚ’ କୁ ନେଇ ସତ୍ୟାଗ୍ରହ ଆରମ୍ଭ କରିଛି । ଲୋକଙ୍କର ସାଧାରଣ ଜୀବନ ବିପଦଜନକ ପରିସ୍ଥିତିରେ ଥିବାବେଳେ ଦାୟିତ୍ୱରେ ଥିବା ବିଜୁ ଜନତା ଦଳର ବିଧାୟକ ଓ ମେୟରମାନଙ୍କ ନିରବତା ସାଧାରଣ ଲୋକମାନଙ୍କ ଭିତରେ ଭୟ ଓ ନିରୁଉତ୍ସାହ ସୃଷ୍ଟି କରୁଛି । ତେଣୁ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ବ ଦେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।

ବହୁ ବୟସ୍କବ୍ୟକ୍ତି ଓ ଛୋଟ ପିଲାମାନେ ଏହାର ଶିକାର ହେଲେଣି। ବିଶେଷ କରି ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ବବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଓ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ସମ୍ପୂର୍ଣ ପ୍ରଭାବିତ ସ୍ଥାନୀୟ ଗାଁ ଗାଡ଼କଣ, ରଙ୍ଗମାଟିଆ, ଡମଣା, ମଞ୍ଚେଶ୍ବର ସହିତ ଗଜପତି ନଗର, ସରକାରୀ କ୍ୱାଟର, କଲୋନୀ ଆଦି ବାସିନ୍ଦା ତ୍ରାହି ତ୍ରାହି କଲେଣି । ମନ୍ଦିର ମାଳିନୀ ରାଜଧାନୀ ସହରକୁ କନ୍ଧିଆ ସହର ଭାବରେ ପରିଣତ କରିଥିବା ବିଜୁ ଜନତା ଦଳର ନେତାମାନଙ୍କୁ ଯେତେ କ୍କାର କଲେ ବି କମ୍ ହେବ ବୋଲି ତୃତୀୟ ଦିନର ସତ୍ୟାଗ୍ରହରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କ୍ଷଭୋ ପ୍ରକାଶ କରି କହିଛନ୍ତି।

ଭୁବନେଶ୍ବରକୁ ଆବର୍ଜନା ଓ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର । ବିଜୁ ଜନତା ଦଳର ବିଧାୟକମାନେ ଓ ମେୟର ନୈତିକତା ଦୃଷ୍ଟିରୁ ରାଜଧାନୀବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସ୍ଥାନୀୟ ଅଞ୍ଚଳରେ ଏଥିପାଇଁ ରୋଗରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ । ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ବରବାସିନ୍ଦାଙ୍କ ଦୁଃଖ ଓ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ । ନବୀନ ବାବୁ ଏହି ‘ଡମ୍ପିଂ ୟାର୍ଡ’ ର ସ୍ଥାୟୀ ସମାଧାନ ନକଲେ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଜାରି ରଖିବ । ଏହି ସମସ୍ୟାର ସ୍ତାଇ ସମାଧାନ ନ କରାଗଲେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ, ଜେଲ୍ ଭର ଅନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଅଳିଆ ପାହାଡ଼ କରି ଦାୟିଦ୍ଧ ନନେଲେ ଭୁବନେଶ୍ବରବାସୀ ସେ ଦାୟିତ୍ଵ ନେବାକୁ ପ୍ରସ୍ତୁତ, ତେଣୁ ମେୟର ମହୋଦୟଙ୍କୁ ବିନମ୍ର ଅନୁରୋଧ ସେ ଦାୟିତ୍ଵ ଛାଡ଼ିଦିଅନ୍ତୁ ବୋଲି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ, ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ । ସ୍ଵଚ୍ଛତା ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରିବା ଓ ସାଧାରଣ ଲୋକଙ୍କ ଟଙ୍କା ଲୁଟି ଖାଇବା ବିଜୁ ଜନତା ଦଳର ଅଭ୍ୟାସ । ଏହି ଆନ୍ଦୋଳନ ଲୋକଙ୍କ ପାଇଁ ଚାଲିଛି ଓ ଆଗକୁ ମଧ୍ୟ ଏଭଳି ଚାଲିଥିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।

ଆଜିର ଏହି ତୃତୀୟ ଦିନର ସତ୍ୟାଗ୍ରହରେ ରାଜ୍ୟ ପ୍ରବକ୍ତା ରମାରଞ୍ଜନ ବଳିୟାରସିଂ, ଅନିଲ ବିଶ୍ବାଳ, ସତ୍ୟବ୍ରତ ପଣ୍ଡା, ବରିଷ୍ଟ ବିଜେପି ନେତା ସଜନ୍ ଶର୍ମା, ସୁଜିତ୍ କୁମାର ଦାସ, ବିଜେପି ନେତା ସୁଶାନ୍ତ ସାବତ, ରାଜେନ୍ଦ୍ର ଦାସ, ନିରଞ୍ଜନ ରାଉତରାୟ, ବିଜୟ ରାଉତ, ଯତୀନ୍ଦ୍ର ମହାନ୍ତି, ଅଞ୍ଜନ ନାଥ,ଅଶୋକ ସେଠୀ, ଲିପା ଦାସ, ସଂଗ୍ରାମ ନାୟକ, ମନୋରଞ୍ଜନ ସ୍ୱାଇଁ, ଦ୍ୱିତିରେଖା ନାୟକ, ସୁମିତ୍ରା ଆଚାର୍ଯ୍ୟ, ସୋୟମ୍ଭୁ ପଟ୍ଟନାୟକ ଓ ଜିଲ୍ଲା ସମସ୍ତ ବରିଷ୍ଠ ନେତୃତ ଉପସ୍ଥିତ ଥିଲେ ।

 ରାଉରକେଲା ୩୦ ନଭେମ୍ବର ୨୦୨୩


୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱତନ୍ତ୍ରତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏହି ୧୩ ବର୍ଷ ଓ ୨୫ ବର୍ଷ ସମୟ ମଧ୍ୟରେ ୧୦୦ କୋଟି ଟଙ୍କା ରୋଜଗାର କରାଇବା ଭଳି ୧୦୦ ଜଣ ଓଡ଼ିଆ ପିଲାଙ୍କୁ ତିଆରି କରିବାକୁ ହେବ । ଏହି ଲକ୍ଷ୍ୟକୁ ସାକାର କରିବାକୁ ହେଲେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନକୁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  




କେନ୍ଦ୍ରମନ୍ତ୍ରୀ ଗୁରୁବାର ଏନଆଇଟି ରାଉରକେଲା ଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସୁବିଧା ପାଇଁ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ୬ଟି ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମଏଲଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଅଧ୍ୟାପକ ନିବାସ ନିର୍ମାଣ ହେବ । ସେହିପରି ଏମସିଏଲ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ । ଏହାବ୍ୟତିତ ଏନଆଇଟି ରାଉରକେଲା କ୍ୟାମ୍ପସ ପରିସରରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  


  • ୨୦୩୬ରେ ଓ ୨୦୪୭ ସୁଦ୍ଧା ଓଡ଼ିଆ ପିଲାଙ୍କୁ ରୋଜଗାର ଦେବାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏନଆଇଟି ରାଉରକେଲା ନେତୃତ୍ୱ ନେଉ
  • ଏନଆଇଟି କ୍ୟାମ୍ପସ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ ଛାତ୍ରାବାସ, ୩୮.୮୭ କୋଟି ବ୍ୟୟରେ ୫୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ୧୩.୨୧ କୋଟି ବ୍ୟୟରେ ୧.୫ ଏମଏଲଡି ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ୩୬.୨୦ କୋଟି ବ୍ୟୟରେ ଅଧ୍ୟାପକ ନିବାସ ନିର୍ମାଣ ହେବ
  • ଏମସିଏଲ ଦ୍ୱାରା ୪୨.୬୯ କୋଟି ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ପୃଥକ ଛାତ୍ରୀନିବାସ ଓ  ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରୀଙ୍କ ପାଇଁ ପୃଥକ ୫୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ତିଆରି ହେବ
  • ଆଜିର ସୁବିଧା ଦ୍ୱାରା ଏନଆଇଟିର ଅଧଇକ ଅଢେଇ ହଜାର ଛାତ୍ରଛାତ୍ରୀମାନେ ହେବେ ଉପକୃତ
  • ବିକଶିତ ଭାରତର ଅର୍ଥ ହେଉଛି ଓ୍ୱେଲଥ କ୍ରିଏଟର ହେବା, ଉଦ୍ୟମିତା ବଢାଇବା, ଚାକିରି କରିବା ନୁହେଁ ଚାକିରି ଦେବାର ନୂଆ ଯୁଗ ଆରମ୍ଭ କରିବା
  • ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ଓ ବୈଷୟିକ ଅନୁଷ୍ଠାନକୁ ନେଇ ଏନଆଇଟି ରାଉରକେଲାକୁ ‘ନ୍ୟୁ ଏଜୁକେସନ ମଡେଲ’ ବିକଶିତ କରିବାକୁ ଦେଲେ ପରାମର୍ଶ
  • ସେଣ୍ଟରାଲ ଟୁଲ ରୁମର ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି, ଏଥିରେ ରାଜ୍ୟ ସରକାର ସହଯୋଗୀ ହେବା ଦରକାର  
  • ଏନଆଇଟି, ରାଉରକେଲା ଦେଶର ଗୌରବ ଏବଂ ଓଡ଼ିଶାର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର  
  • ଦେଶରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ଏନଆଇଟି, ରାଉରକେଲାର ସ୍ୱତନ୍ତ୍ର ପରିଚୟ ଅଛି
  • ଏନଆଇଟି ରାଉରକେଲାର ଏଫଟିବିଆଇ ବୁଲିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ କଲେ ପ୍ରଶଂସା

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏନଆଇଟି, ରାଉରକେଲା ଆମ ଦେଶର ଗୌରବ । ଆମ ରାଜ୍ୟର ବୌଦ୍ଧିକ ପରିପ୍ରକାଶର ପରିଚୟ ପତ୍ର  । ଦେଶ ବିଦେଶର ୮ ହଜାର ଛାତ୍ରଛାତ୍ରୀ ଏହି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି । ଓଡ଼ିଶାର ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଦେଶ ବିଦେଶରେ ସଫଳ ନାଗରିକ ଭାବେ ଦାୟିତ୍ୱ ନେଇଛନ୍ତି । ଆଜି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ପିଏସୟୁ ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଗୌରବମୟ ଉପଲବ୍ଧି । ଆଜିର ସୁବିଧା ଦ୍ୱାରା ଅଧିକ ଅଢେଇ ହଜାର ଛାତ୍ରଛାତ୍ରୀମାନେ ଲାଭ ପାଇବେ । ଏହାବ୍ୟତିତ ରାଉରକେଲାରେ ପୂର୍ବରୁ ୨ଟି କେଭି ଥିଲା ବେଳେ ଆଜି ଏନଆଇଟି ରାଉରକେଲା ପରିସରରେ ତୃତୀୟ କେଭି ହେବା ଖୁସିର ବିଷୟ । ନିକଟରେ ସଫଳ ହୋଇଥିବା ଚନ୍ଦ୍ରାୟାନ ମିଶନରେ ସାମିଲ ଥିବା ଅଧିକରୁ ଅଧିକ ବୈଜ୍ଞାନିକ କେଭିରୁ ହିଁ ପାଠ ପଢିଛନ୍ତି ।  ତେଣୁ ଆଜି ଶୁଭାରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଭବିଷ୍ୟତର ନୂଆ ନୂଆ ନେତୃତ୍ୱ ନେଉଥିବା ପିଲା ବାହାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ଦେଶରେ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ଏନଆଇଟି, ରାଉରକେଲାର ସ୍ୱତନ୍ତ୍ର ପରିଚୟ ଅଛି । ସ୍ଥାନୀୟ ଅଞ୍ଚଳର ସ୍କୁଲ, କଲେଜ ଓ ବୈଷୟିକ ଅନୁଷ୍ଠାନକୁ ନେଇ ଏନଆଇଟି ରାଉରକେଲା ନ୍ୟୁ ଏଜୁକେସନ ମଡେଲ ବିକଶିତ କରିବାର ଆବଶ୍ୟକତା ରହିଛି । ମୋଦିଙ୍କ ଶାସନ ପ୍ରଣାଳୀରେ ସାମାନ୍ୟ ଘରର ପିଲା ବି କୋଟିପତି ହେବାର ସ୍ୱପ୍ନ ସାକାର ହେଉଛି । ଏନଆଇଟି ରାଉରକେଲାର ଆଇଆଇଟି ଓ ପଲିଟେକନିକ କରିଥିବା ଗରିବ ଓ ସାମାନ୍ୟ ଘର ପିଲାଙ୍କୁ ନିଜର ବୃଦ୍ଧି ଖର୍ଚ୍ଚ କରି ଆଗକୁ ବଢିବା ପାଇଁ ଇନକ୍ୟୁବେସନ ସେଣ୍ଟର କରାଯାଇଛି । ସେହିଭଳି ସେଣ୍ଟରାଲ ଟୁଲ ରୁମର ଗୋଟିଏ ଶାଖା ଏଠାରେ ଖୋଲାଯିବାର ଯୋଜନା ହୋଇଛି । ଏଥିରେ ରାଜ୍ୟ ସରକାର ସହଯୋଗୀ ହେବା ଦରକାର ।  




ପ୍ରଧାନମନ୍ତ୍ରୀ ବିକଶିତ ଭାରତର କଳ୍ପନା କରୁଛନ୍ତି । ବିକଶିତ ଭାରତର ଅର୍ଥ ନୁହେଁ ଭଲ ପ୍ୟାକେଜରେ ଚାକିରି କରିବା ।  ବିକଶିତ ଭାରତର ପ୍ରକୃତ ଅର୍ଥ ହେଉଛି ଓ୍ୱେଲଥ କ୍ରିଏଟର ହେବା, ଉଦ୍ୟମୀ ହେବା । । ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବା ବେଳେ ଖୁବ ଶୀଘ୍ର ତୃତୀୟ ବୃହତମ ଅର୍ଥନୀତିର ଦେଶ ହେବା ଦୌଡରେ ଅଛି । ଏହି ସମୟରେ  ଆମେ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପଡିବ । ଆଗାମୀ ୨୫ ବର୍ଷ ଭିତରେ ଭାରତ ସମୃଦ୍ଧ ଏକ ସମୃଦ୍ଧ ଅର୍ଥନୀତି ଓ ବିକଶିତ ହେବ । ଆମେ ଉଦ୍ୟମିତା ବଢାଇବାକୁ ହେବାକୁ ହେବ । ଚାକିରି କରିବା ନୁହେଁ ଚାକିରି ଦେବାର ନୂଆ ଯୁଗ ଆରମ୍ଭ କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିକ୍ଷାନୁଷ୍ଠାନର ଫାଉଣ୍ଡେସନ ଫର୍ ଟେକ୍ନୋଲୋଜି ଆଣ୍ଡ ବିଜନେସ୍ ଏଫଟିବିଆଇ ବୁଲି ଦେଖିବା ସହ ଯୁବ ଉଦ୍ୟୋଗୀଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩




  • ଛାତ୍ର କଂଗ୍ରେସ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଜ
  • ନାରୀ ନିର୍ଯ୍ୟାତନାରେ ସଂପୃକ୍ତ ଇଏସଆଇ ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଗିରଫ କରାଯାଉ ଓ ଚାକିରୀରୁ ବହିସ୍କାର କରାଯାଉ।
  • ସାରା ରାଜ୍ୟରେ ଇଏସଆଇ ହସପିଟାଲରେ ଖାଲି ପଡ଼ିଥିବା ଡାକ୍ତର ଓ ଷ୍ଟାଫ ପଦବୀ ତୁରନ୍ତ ପୂରଣ କରାଯାଉ - ୟାସିର ନୱାଜ, ସଭାପତି, ପ୍ରଦେଶ ଛାତ୍ର କଂଗ୍ରେସ

ଆଜି ଭୁବନେଶ୍ଵର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଇଏସଆଇ ଡାକ୍ତରଖାନା ଗୁଡ଼ିକର ସୁଧାର ଏବଂ ନାରୀ ନିର୍ଯ୍ୟାତନାରେ ସଂପୃକ୍ତ ଡାକ୍ତର ଦିଲ୍ଲୀପ ସାହୁଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସର ନୱାଜ କହିଥିଲେ ଯେ ଓଡ଼ିଶାରେ ଇଏସଆଇ ହସପିଟାଲର ସ୍ଥିତି ଉଦ୍‌ବେଗଜନକ । ଡାକ୍ତରମାନଙ୍କ ଅଭାବରୁ ଇଏସଆଇ ଠିକ୍ ଭାବରେ ଚିକିତ୍ସା ଯୋଗାଇ ପାରୁନାହିଁ । ବିଭିନ୍ନ ଜିଲ୍ଲାରେ ଥିବା ଇଏସଆଇ ହସପିଟାଲ ବେତରେ ଧୂଳି ଲାଗିଗଲାଣି ତ ଯନ୍ତ୍ରାଂଶ ଖତ ଖାଇଗଲାଣି । ଭୁବନେଶ୍ବରର ଇଏସଆଇ ଡାକ୍ତରଖାନା ଉପରେ ସଂଗୃହୀତ ତଥ୍ୟ ଅନୁଯାୟୀ ୨.୭ ଲକ୍ଷ ହିତାଧୁକାରୀ ନିର୍ଭର କରନ୍ତି। କୋରାପୁଟ, ମାଲକାନଗିରି, ରାୟଗଡ଼ା ପ୍ରଭୃତି ଦୂରସ୍ଥାନରୁ ଆସୁଥିବା ହିତାଧୁକାରୀ ଇଏସଆଇ ସେବା କ୍ଷେତ୍ରରେ ହେଉଥିବା ଦୂରାବସ୍ଥା ଦେଖୁ ଭାଙ୍ଗି ପଡ଼ିଛନ୍ତି। ରେଗୁଲାର ଡାକ୍ତର, ପାରାମେଡିକାଲ ଷ୍ଟାଫଙ୍କର ଘୋର ଅଭାବ ଦେଖାଦେଇଛି । ହିତାଧୁକାରୀ ସେବା ପାଇବା ପାଇଁ ଏଠାରେ ଦୁଇ ତିନିଦିନ ପଡ଼ି ରହୁଛନ୍ତି । ଅନେକ ହତାଶ ହୋଇ ଫେରିଯାଉଛନ୍ତି । ବହୁ ଆଧୁନିକ ଯନ୍ତ୍ରାଂଶ ଷ୍ଟାଫ ଅଭାବରୁ ବ୍ୟବହାର ହୋଇପାରୁ ନାହିଁ । ଯେଉଁମାନେ ଇଏସଆଇ ହସପିଟାଲ ଉପରେ ନିର୍ଭରଶୀଳ ସେମାନେ ହଇରାଣ ହରକତ ହେଉଛନ୍ତି ଏବଂ ଇଏସଆଇର ମୁଖ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ।


ମହିଳା ଷ୍ଟାଫଙ୍କୁ ନିର୍ଯ୍ୟାତନା ଦେଇଥୁବା ଏବଂ ଦୁଷ୍କର୍ମ ଉଦ୍ୟମ କରିଥିବା ଡାକ୍ତରଙ୍କୁ ସୁରକ୍ଷା ମହିଳା ସଶକ୍ତି କରଣ କେବଳ ପ୍ରଚାରରେ ସୀମିତ


ଅନ୍ୟପକ୍ଷରେ ଇଏସଆଇ ରେ କାର୍ଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ସାହୁ ଅଧୁନା ପାରାଦ୍ଵୀପରେ ପୋଷ୍ଟି ପାଇଛନ୍ତି । ମାତ୍ର ତାଙ୍କ କର୍ତବ୍ୟରେ ଅବହେଳା କରି ସେ ପାରାଦ୍ଵୀପ ନଯାଇ ଭୁବନେଶ୍ବରର ରାଜମହଲ ଛକ ସ୍ଥିତ ଅପ୍‌ଟିକୋରେ ପ୍ରାକ୍ଟିସ କରୁଛନ୍ତି। ଇଏସଆଇ ଡାଇରେକ୍ଟର ଏବଂ ଉପରିସ୍କ କର୍ତ୍ତୃପକ୍ଷ ଏକଥା ଜାଣି ନୀରବ ରହିଛନ୍ତି ନା ଏହା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିନାହିଁ ? ଏହି ଦିଲ୍ଲୀପ ସାହୁଙ୍କ ନାମରେ ପୂର୍ବରୁ ମହିଳାଙ୍କୁ ଅମାନବୀୟ ଅତ୍ୟାଚାର ଓ ଦୁଷ୍କର୍ମ ପାଇଁ ଉଦ୍ୟମ ଅଭିଯୋଗ ରହିଥିଲା। ଯେଉଁଥିପାଇଁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ମାତ୍ର ସରକାର ଏଭଳି ବିଶୃଙ୍ଖଳିତ, ଅସାଧୁ ଏବଂ ସ୍ଖଳିତ ଚରିତ୍ରର ବ୍ୟକ୍ତିଙ୍କ ଉପରୁ ନିଲମ୍ବନ ଆଦେଶ କାହିଁକି ଉଠାଇନେଲେ ତାହା ଏବେ ଆଶ୍ଚର୍ଯ୍ୟର ବିଷୟ । ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ତାଙ୍କୁ ଗିରଫ କରାଗଲା ନାହିଁ । ଏବେ ତାଙ୍କ ଉପେର ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ଅର୍ଥାତ ଡିପାର୍ଟମେଟ ପକ୍ଷରୁ, କିମ୍ବା ମନ୍ତ୍ରୀଙ୍କର ତାଙ୍କ ଉପରେ ଅଦୃଶ୍ୟ ଆଶୀର୍ବାଦ ରହିଛି ବୋଲି ଅଭିଯୋଗ ହେଉଛି । ଏହି ଘଟଣାରେ ଯେଉଁ ମହିଳା ଯୌନ ନିର୍ଯ୍ୟାତନା ପାଇଥିଲେ ତାଙ୍କୁ ଅନ୍ୟତ୍ର ବଦଳି କରିଦିଆଯାଇଛି। ଏହି ଘଟଣାରେ ନିର୍ଯ୍ୟାତିତା ଉପରେ କାର୍ଯ୍ୟାନୁଷ୍ଠାନ ହେଲା, ମାତ୍ର ଦୋଷୀ ଦଣ୍ଡ ପାଇଲା ନାହିଁ । ଏହି ଚରିତ୍ରହୀନ ଡାକ୍ତର ମହିଳାରୋଗୀଙ୍କୁ ଦେଖିବେ କେମିତି ?


ଛାତ୍ର କଂଗ୍ରେସର ଦାବି

୧. ତୁରନ୍ତ ସେହି ମହିଳା ଷ୍ଟାଫଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଉ ।

୨. ମହିଳା ଷ୍ଟାଫଙ୍କୁ ଯୌନ ନିର୍ଯ୍ୟାତନା ଦେଇଥୁବା ଡାକ୍ତର ଦିଲ୍ଲୀପ ସାହୁଙ୍କୁ ଚାକରୀରୁ ବହିସ୍କାର କରାଯାଉ ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।

୩. ଇଏସଆଇରେ ଅଧିକ ଡାକ୍ତର ନିଯୁକ୍ତି ଦିଆଯାଉ ଏବଂ ଏହାର ହିତାଧୁକାରୀ ମାନଙ୍କୁ ଉତମ ଚିକିତ୍ସା ଯୋଗାଇ ଦିଆଯାଉ।


ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ସଂପାଦକ ଅଜୟ ସାହୁ, ରଣଜିତ ପାତ୍ର, ନିହାର ବେହେରା, ସାଗର ପଟ୍ଟନାୟକ, ଉଦ୍ଦିତ ପ୍ରଧାନ, ସାହାରୁଖ ଖାନ, ସୁରଜ ରାଉତ, ସମିର ରାଉତ, ବିରଂଚି ବାରିକ, ରଶ୍ମି ବାରିକ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।


ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩



ଓଡ଼ିଶାର ଖଣିଜ ସମ୍ପଦ ଭରା ଜିଲ୍ଲାଗୁଡ଼ିକରେ ଏଣିକି ବେରୋଜଗାର ଯୁବବର୍ଗ ଆତ୍ମନିର୍ଭରଶୀଳ ହେବା ସହ ସେମାନଙ୍କ ପରିବାରର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବେ । ଏଥିପାଇଁ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ୍ ଏବଂ ଓଡ଼ିଶା ଖଣି ନିଗମର ମିଳିତ ଆନୁକୂଳରେ ଆରମ୍ଭ ହୋଇଛି, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ପାଇଁ ନିଯୁକ୍ତିଭିଭିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ । ଗୁରୁବାର ପୂର୍ବାହ୍ନରେ ଆଭାସି ମାଧ୍ଯମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଯାଜପୁର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଆଦି ୫ଟି ଜିଲ୍ଲାର ଖଣି ଅଞ୍ଚଳର ବେରୋଜଗାର ଯୁବବର୍ଗଙ୍କୁ ବିଭିନ୍ନ ଟ୍ରେଡରେ ତାଲିମ ପ୍ରଦାନ କରି ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଆଭାସି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଖଣି ଏବଂ ଇସ୍ପାତ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଡି. କେ. ସିଂହ କହିଥିଲେ ଯେ, ଏଭଳି ନିଯୁକ୍ତି ଭିଭିକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଏହା ଆରମ୍ଭ ମାତ୍ର, ଆଗକୁ ଏ ଦିଗରେ ଅଧୁକ ଭିନ୍ନ ଭିନ୍ନ ଟ୍ରେଡ ବା କ୍ଷେତ୍ରରେ ଖଣି ଅଞ୍ଚଳର ଯୁବବର୍ଗଙ୍କୁ ତାଲିମ ପ୍ରଦାନ କରାଯିବା ସହ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବ । ଯାହା କେବଳ, ସେମାନଙ୍କ ଦକ୍ଷତା ବିକାଶ କରିବ ତାହା ନୁହେଁ ବରଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ସହାୟକ ହେବ ।



କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି ଯୋଗଦେଇ ନବାଗତ ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ । ତା' ସହ ଆଗାମୀ ଦିନରେ ତାଲିମ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓରମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓରମାସ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ବରିଷ୍ଠ ପ୍ରାଶାସନିକ ଅଧିକାରୀ, ଜିଲ୍ଲାସ୍ତରୀୟ ଓରମାସ ଅଧୁକାରୀ, ତାଲିମ କେନ୍ଦ୍ର ପରିଚାଳନା କରୁଥିବା ବିଭିନ୍ନ ପି.ଆଇ.ଏ ସଂସ୍ଥାର ଅଧିକାରୀ, ତାଲିମ କେନ୍ଦ୍ର କର୍ମକର୍ତ୍ତା ଏବଂ ୨୫୦ରୁ ଅଧ‌ିକ ପ୍ରଶିକ୍ଷାର୍ଥୀ ଯୋଗଦେଇଥିଲେ ।


ପ୍ରଥମ ପର୍ଯ୍ୟାୟରେ ସିଲାଇ ମେସିନ୍‌ ଅପରେଟର ଏବଂ ରିଟେଲ୍‌ ସେଲସ୍ ଆସୋସିଏଟ୍ ଟ୍ରେଡରେ ଯୁବକଯୁବତୀଙ୍କୁ ବିଭିନ୍ନ କେନ୍ଦ୍ରରେ ତାଲିମ ପ୍ରଦାନ ପରେ କର୍ମସଂସ୍ଥାନ ଯୋଗାଇ ଦିଆଯିବ ବୋଲି ଓରମାସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯୋଜନାରେ ଆସନ୍ତା ୩ ବର୍ଷ ମଧ୍ୟରେ ଯାଜପୁର, କେନ୍ଦୁଝର, ରାୟଗଡ଼ା, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲା ଖଣି ଅଞ୍ଚଳର ୧୮ରୁ ୩୫ ବର୍ଷ ବୟସ୍କ ୩୦୦୦ ବେରୋଜଗାର ଯୁବକଯୁବତୀଙ୍କୁ ଦୁଇଟି ମୁଖ୍ୟ ଟ୍ରେଡ ସିଲାଇ ମେସିନ ଅପରେଟର ଏବଂ ସେଲସ ଆସୋସିଏଟ ସହିତ କମ୍ପ୍ୟୁଟର, ସଫଟ ସ୍କୁଲ, ସାଧାରଣ ଜ୍ଞାନ, ଗୋକେନ ଇଂଲିଶ ଓ ଫିଟନେସ ଆଦି ଟ୍ରେଡରେ ସମ୍ପୂର୍ଣ୍ଣ ମାଗଣା ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ବିଭିନ୍ନ ଘରୋଇ ସଂସ୍ଥାରେ ନିଯୁକ୍ତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଓରମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩


 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନିଂ ମାଧ୍ଯମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ମଧ୍ଯ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ ଠାରେ ୧୦,୦୦୦ତମ ଜନ ଔଷଧ୍ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ । ଏହାବ୍ୟତୀତ ଦେଶରେ ଜନ ଔଷଧ୍ କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ପାଇଁ ଏକ କାର୍ଯ୍ୟକ୍ରମକୁ ଶ୍ରୀ ମୋଦୀ ଶୁଭାରମ୍ଭ କରିଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧ୍ କେନ୍ଦ୍ରସଂଖ୍ୟା ୧୦, ୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କ ସ୍ବାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ I ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଓଡ଼ିଶାର ଚାଷୀ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଆତ୍ମବିଶ୍ବାସୀ

କାର୍ଯ୍ୟକ୍ରମ ଅବସରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଚାଷୀ ପୂର୍ଣ ଚାନ୍ଦ ବେନିଆଙ୍କୁ ପ୍ରଧାନମନ୍ତ୍ରୀ 'ଜୟ ଜଗନାଥ' କହି ଅଭିବାଦନ ଜଣାଇଥିଲେ ଶ୍ରୀ ବେନିଆ ଏକାଧିକ ସରକାରୀ ଯୋଜନାର ହିତାଧୁକାରୀI ଉଜ୍ଜ୍ବଳା ଭଳି ଯୋଜନାରେ କିପରି ତାଙ୍କ ଜୀବନ ବଦଳିଲା ସେ ବିଷୟରେ ହିତାକାରୀ ବର୍ଦ୍ଧନା କରିଥିଲେ । ଚାଷୀ ଜଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଯେ ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତର ସ୍ବପ୍ନ ଦେଖ‌ିବା ପାଇଁ ଆତ୍ମବିଶ୍ବାସ ଅନୁଭବ କରୁଛନ୍ତି। ତାଙ୍କ ସୁବିଧା ପାଇଁ ଆଗକୁ କେଉଁ ସବୁ ଯୋଜନା ଉପଲବ୍ଧ ଅଛି ସେ ବିଷୟରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସହିତ ଥିବା ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ I


ବିକଶିତ ଭାରତ ସଙ୍କଳ୍ପ ଯାତ୍ରା : ଓଡିଶାର ଜଣେ ସାଧାରଣ କୃଷକଙ୍କ କାହାଣୀ


ଓଡ଼ିଶାର ରାୟଗଡ଼ାର ପୂର୍ଣ୍ଣଚନ୍ଦ୍ର ବେନିଆ ତାଙ୍କ ପତ୍ନୀ ଏବଂ ମା'ଙ୍କ ବିଷୟରେ ବହୁତ ଚିନ୍ତା କରୁଥିଲେ I ମହିଳାମାନେ ପାରମ୍ପରିକ ଚୁଲାରେ ପୂରା ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ରୋଷେଇ ଘରେ ଘଣ୍ଟା ଘଣ୍ଟା ବିତାଇଥାନ୍ତି I ଏହି ଚୁଲା ଘର ଏବଂ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣର ଏକ ବଡ଼ କାରଣ ସାଜିଥାଏ । "ଧୂଆଁପୂର୍ଣ" ରୋଷେଇ ଘରେ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ବେନିଆ ପରିବାର ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା I ଏଥିସହିତ, ଉପଯୁକ୍ତ ଜାଳେଣୀ କାଠ, ନଡ଼ା, ଏବଂ ଗାଈ ଗୋବର ସଂଗ୍ରହ କରିବା ଲାଗି ଏହି ମହିଳାମାନଙ୍କର ବହୁ ସମୟ ବ୍ୟୟ ହେବା ସହିତ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥିଲା I କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (ପିଏମୟୁୱାଇ) ଜରିଆରେ ପୂର୍ଣଚନ୍ଦ୍ରଙ୍କୁ ଏକ ଆଶାର କିରଣ ମିଳିଲା ଯାହା ମାଧ୍ଯମରେ ସେ ତାଙ୍କ ଘରେ ଏକ ମାଗଣା ଏଲପିଜି ସଂଯୋଗ ପାଇପାରିଲେ ।

ଭିଡିଓ କନଫରେନିଂ ମାଧ୍ଯମରେ ୩୦ ନଭେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କ‌ଥାବାର୍ଭା ବେଳେ ପୂର୍ଣ୍ଣ ଚାନ୍ଦ କହିଛନ୍ତି ଯେ ଉଜ୍ଜ୍ବଳା ଯୋଜନା ଭଳି କଲ୍ୟାଣକାରୀ ଯୋଜନା ତାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି ସେ କହିଛନ୍ତି ଯେ ତାଙ୍କ ପରିବାରର ମହିଳାମାନେ ବର୍ତ୍ତମାନ ଖୁସି ଅଛନ୍ତି I ପ୍ରଧାନମନ୍ତ୍ରୀ କିସାନ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଅନ୍ୟ ସରକାରୀ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ସେ ଏବଂ ତାଙ୍କ ପରିବାର ମଧ୍ୟ ବହୁ ଉପକୃତ ହୋଇଥିବା ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ‌ହିଛନ୍ତି।

ପ୍ରଧାନମନ୍ତ୍ରୀ ଆଜି ଭିଡିଓ କନଫରେନିଂ ମାଧ୍ଯମରେ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ହିତାଧୁକାରୀଙ୍କ ସହ ଆଲୋଚନା କରିଥିଲେ । ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ଯମରେ ସରକାରୀ

ଯୋଜନାଗୁଡିକର ଶତପ୍ରତିଶତ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ପୂର୍ଣ୍ଣ ଚାନ୍ଦଙ୍କର କିଭଳି ଆଶା ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ I ପୂର୍ଣ ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ତାଙ୍କର ତିନି ସନ୍ତାନ ଅଛନ୍ତି । ତାଙ୍କ ପିଲାମାନେ

ବଡ଼ ହେବାପରେ ଡାକ୍ତର ଏବଂ ଇଞ୍ଜିନିୟର ଭାବରେ କ୍ୟାରିୟର କରିବାକୁ ଏହି ସାଧାରଣ ଚାଷୀ ଜଣଙ୍କ ଇଚ୍ଛା ପ୍ରକାଶ କରିଥିଲେ I ଏହା ପ୍ରଧାନମନ୍ତ୍ରୀ ମୋଦୀ ଜାଣିବା ପରେ ପରେ ପୂର୍ଣ ଚାନ୍ଦଙ୍କୁ ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଏକ ଅଂଶ ଭାବରେ ତାଙ୍କ ଗ୍ରାମ ପରିଦର୍ଶନ କରୁଥିବା ଅଧିକାରୀଙ୍କ ସହ କଥା ହେବାକୁ କହିଥିଲେ । ଏହା ସହିତ, ସେ ପୂର୍ଣ୍ଣ ଚାନ୍ଦଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ଅଧିକାରୀମାନଙ୍କୁ ପଚାରି ବୁଝିବାକୁ ପରାମର୍ଶ ଦେଇଥିଲେ ।

ଶେଷରେ, ପ୍ରଧାନମନ୍ତ୍ରୀ ମୋଦୀ ପୂର୍ଣ୍ଣ ଚାନ୍ଦଙ୍କୁ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସଙ୍କଳ୍ପ ନେବାକୁ ଅନୁରୋଧ କରିଥିଲେ I ପୂର୍ଣ ଚାନ୍ଦ ତାଙ୍କର କର୍ଭବ୍ୟ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହା ଦେଶକୁ ବିକଶିତ ଭାରତ ହେବାର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।

 ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩


ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।  

ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା କରିବା ଆମର ଲକ୍ଷ୍ୟ ହେଉ -ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣାଇଗଡ଼ ଅତ୍ୟନ୍ତ ସମ୍ପନ୍ନ, ଚଷାଚାଷୀ, ଜନଜାତି ଅଧ୍ୟୁଷିତ ଓ ଭାବାବେଗର ଅଞ୍ଚଳ । ବଣେଇ ଏକ ସଭ୍ୟତା । ସର୍ବଦା ଭବିଷ୍ୟତକୁ ଦେଖିପାରୁଥିବାର ଅଞ୍ଚଳ । ଦୀର୍ଘ ୩୦ ବର୍ଷ ଧରି ବଣାଇଗଡ ସହ ମୋର ସୁସମ୍ପର୍କ ରହିଛି । ଏହା ମୋର ଘର ପରି । ବଣାଇଗଡ଼ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପ୍ରଧାନଙ୍କ ପବିତ୍ର ଭୂମି । ଏହି ଜିଲ୍ଲାରେ ଅଂସଗଠିତ ଜନଜାତି ସମାଜର ନେତୃତ୍ୱ ନେଇ ବିପ୍ଳବୀ ନିର୍ମଳ ମୁଣ୍ଡା ବ୍ରିଟିଶଙ୍କ କୁଶାସନ ଓ ଅତ୍ୟାଚାର ଶାସନ ବିରୋଧରେ ସଂଗ୍ରାମ କରିଥିଲେ । ଆମକୋ-ସିମକୋ ଗୁଳିକାଣ୍ଡ ଅତୀତକୁ ମନେପକାଇବାର ଅବସର ଦିଏ ।  

ସେଭଳି ମାଟିରେ ୧୯୭୧ ମସିହାରେ ବ୍ରାହ୍ମାଣୀ ନଦୀର ଉପକୂଳରେ ପ୍ରତିଷ୍ଠା ହୋଇଥିବା ବଣାଇଗଡ଼ କଲେଜଟି ୫୦ ବର୍ଷ ପୂରଣ କରିବା ଗୌରବମୟ କୀର୍ତ୍ତିମାନ ଏବଂ ପୂର୍ବଜ ମାନଙ୍କ ପ୍ରଚେଷ୍ଟାର ପ୍ରମାଣ । ବଣାଇଗଡ଼ କଲେଜ ସ୍ଥାନୀୟ ଅଞ୍ଚଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରସ୍ଫୁଟିତ କରିଆସୁଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ଓ ସଙ୍ଗୀତ ଆମର ଗୌରବମୟ କଳା ଓ ଲୋକସଂସ୍କୃତିର ଅନନ୍ୟ ନିଦର୍ଶନକୁ ଦର୍ଶାଉଛି । ତେବେ ଆମେ କେବଳ ଆମର ଇତିହାସକୁ ମନେପକାଇଲେ ଆଗକୁ ବଢିବା ନାହିଁ । ଆଗକୁ ଯିବା ପାଇଁ ହେଲେ ଇତିହାସର ଦର୍ପଣକୁ ଦେଖି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ପାଇଁ ପଡିବ । ବର୍ତ୍ତମାନକୁ ସମୀକ୍ଷା କରି ଭବିଷ୍ୟତର ଯୋଜନା ତିଆରି କରିବା ପାଇଁ ପଡିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୨୫ ବର୍ଷରେ ରାଜ୍ୟର ବିକାଶରେ ବଣାଇଗଡ କଲେଜର ଭୂମିକା କଣ ରହିବା ଦରକାର ?  ଏଆଇ, ମେସିନ ଲର୍ଣ୍ଣିଂ, ବ୍ରାହ୍ଣଣୀ ନଦୀକୁ ନେଇ ଜଳ ପରିଚାଳନାର ପାଠ ପଢାଇବା ଭଳି ବ୍ୟବସ୍ଥା ହେବା ଦରକାର ନା ନାହିଁ ? । କାରଣ, ବଣାଇଗଡରେ ସେହି ଶକ୍ତି ଅଛି । ଏହାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ବଣେଇ ଇନ୍ଦ୍ରପୁର ଗାଁର ସାଧାରଣ ଘରୁ ଆସିଥିବା ଶ୍ରୀକାନ୍ତ ତ୍ରିପାଠୀ ପିତାଙ୍କୁ ହରାଇବା ପରେ ମଧ୍ୟ ସଫଳ ଉଦ୍ୟୋଗୀ ହୋଇପାରିଛି । ଆଇଆଇଟି ଖଡଗପୁରରେ ପାଠପଢି ଅଷ୍ଟ୍ରେଲିଆରେ ଫାର୍ମାସୀ କମ୍ପାନୀ ଖୋଲି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ନିଜ କମ୍ପାନୀ ଅଧୀନରେ ସେ ୨୪ଟି ହସ୍ପିଟାଲ ଚଲାଉଛନ୍ତି । ତେଣୁ ବଣାଇଗଡକୁ ଆଗକୁ ନେବା ପାଇଁ ହେଲେ ଶ୍ରୀକାନ୍ତଙ୍କ ମନ ଭିତରେ ଥିବା ଜିଦି ଓ ଉତ୍ସାହକୁ ସମସ୍ତ ଛାତ୍ରଛାତ୍ରୀଙ୍କ ମନରେ ଆଣିବାର ଆବଶ୍ୟକତା ରହିଛି ।    

୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଜାତନ୍ତ୍ରିକ ବ୍ୟବସ୍ଥା କାରଣରୁ ଆଜି ସରକାରୀ ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଛି ।  ୨୦୪୭ର ମୂଳ ଯୋଜନା ହେଉଛି ଯାହା କରିବା ସମସ୍ତଙ୍କୁ ନେଇ କରିବା, ସମସ୍ତଙ୍କ ପାଇଁ କରିବା । ଏହି କ୍ରମରେ ମୋଦି ସରକାରରେ ବଣାଇଗଡର ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ହୋଇଛି । ଡିଏମଏଫ ଫଣ୍ଡର ବ୍ୟବସ୍ଥା କାରଣରୁ ବଣାଇଗଡ଼ ଅଞ୍ଚଳରେ ଜନଜାତିଙ୍କ ବିକାଶ ହେଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲା ମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ଓ ଅନୁସନ୍ଧାନ କରିବାର କ୍ଷମତା ବୃଦ୍ଧି ପାଇଥାଏ । ଆଜି ସବୁ ସ୍ଥାନୀୟ ଓ ମାତୃଭାଷା ଗୁଡିକରେ ପ୍ରାରମ୍ଭିକ ଅବସ୍ଥାରେ ପାଠ ପଢାଯିବା ନେଇ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩





ଏନଆଇଟି ରାଉରକେଲା କ୍ୟାମ୍ପସରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ସହ ବୃକ୍ଷରୋପଣ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡା ସ୍ଥିତ ଶରଧାପୁର ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩


 ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।



ମୁଖ୍ୟମନ୍ତ୍ରୀ ଆଜି ସାରା ରାଜ୍ୟରେ ୧୧୪୦ କୋଟି ଟଙ୍କାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ୧୪୦ କୋଟି ଟଙ୍କା ବିନିଯୋଗରେ ୧୦୩ଟି ପ୍ରକଳ୍ପ ଉଦ୍‌ଘାଟନ କରିଥିବାବେଳେ  ୧୦୦୦ କୋଟି ଟଙ୍କା ବ୍ୟୟରେ ୩୭୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

 ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 5T ଉପକ୍ରମରେ ବିଭନ୍ନ ପଦକ୍ଷେପ ଦ୍ୱାରା ସରକାରୀ ହସ୍ପିଟାଲଗୁଡିକରେ ରୂପାନ୍ତର ଆସିପାରିଛି। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି। 

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ଲୋକମାନେ ସୁବିଧାରେ ବିନା ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ପ୍ରତି ମାସରେ ୧ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଉଛନ୍ତି। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହା ଆମ ପ୍ରତିବଦ୍ଧତାର ପ୍ରତିଫଳନ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାକୁ ଏକ ରୋଲ୍ ମଡେଲ୍ କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ପ୍ରକଳ୍ପଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଲକ୍ଷ୍ୟ ହେଉଛି ‘ସୁସ୍ଥ ଓଡିଶା ସୁଖୀ ଓଡିଶା’। ରାଜ୍ୟର ସବୁ ଲୋକ ଯେପରି ସୁବିଧାରେ ଉତ୍ତମ ସେବା ପାଇପାରିବେ ସେ ଦିଗରେ ଆମେ କାମ କରୁଛୁ । ରାଜ୍ୟର ସରକାରୀ ହସ୍ପିଟାଲଗୁଡିକର ଭିତ୍ତିଭୂମିରେ ବହୁତ ପରିବର୍ତ୍ତନ ଆସିଛି ବୋଲି ପ୍ରକାଶ କରି କହିଥିଲେ ଯେ ଏସ୍.ସି.ବି. ମେଡିକାଲ୍ କଲେଜ୍‌କୁ ବିଶ୍ୱସ୍ତରୀୟ କରିବା ପାଇଁ କାମ ଚାଲିଛି। ନୂଆ ନୂଆ ମେଡିକାଲ କଲେଜ୍ ଖୋଲୁଛି। ବିଭିନ୍ନ ହସ୍ପିଟାଲରେ ନୂଆ ସୁବିଧାର ବିକାଶ ହେଉଛି। ନିୟମିତ ଭାବେ ଡାକ୍ତର ଓ ସହାୟକ କର୍ମଚାରୀ ପଦବୀ ପୂରଣ ହେଉଛି। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନରେ ଭିତ୍ତିଭୂମି ବିକାଶ କାମ ଜାରି ରହିଛି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ସବୁ ସ୍ତରରେ- ପ୍ରାଥମିକ ସ୍ୱାସ୍ଥ୍ୟ, ଗୋଷ୍ଠୀ ସ୍ୱାସ୍ଥ୍ୟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ  ସୁଦୃଢ କରିବା ଆମର ଲକ୍ଷ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ରହୁଥିବା ଓଡିଆ ଲୋକଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌- ୧୮୦୦  ୧୨୦  ୧୨୦  ୧୦୪ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଆମ ପାଇଁ ପ୍ରତି ଜୀବନ ମୂଲ୍ୟବାନ’। ଏହି ମନ୍ତ୍ରକୁ ଆଗରେ ରଖି କାମ କରୁଛୁ ଓ କରି ଚାଲିବୁ ବୋଲି ସେ କହିଥିଲେ।

          ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ କହିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗ୍‌ଦର୍ଶନରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଆଜି ଆମ ରାଜ୍ୟ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ମେଲେରିଆ ଓ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ମଧ୍ୟ ଆମେ ଆଗୁଆ ରହିଛୁ। ମୁଖ୍ୟମନ୍ତ୍ରୀଙ୍କର ପରିକଳ୍ପିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ଦେଶରେ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡିଶା ସୁଖୀ ଓଡିଶା ଓ ପ୍ରତି ଜୀବନ ମୂଲ୍ୟବାନ ନୀତିକୁ ଆଧାର କରି ଆମେ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଆଗକୁ ବଢୁଛୁ।


5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଥି ସହିତ  ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ।

ଭୁବନେଶ୍ୱର ୩୦ ନଭେମ୍ବର ୨୦୨୩


ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ କୁଳାଧୂପତିଙ୍କ ପରାମର୍ଶ ଗବେଷଣା ଉପରେ ଗୁରୁତ୍ବ ଆରୋପ



ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘ୍ୟଟ ପ୍ରଣୀତ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର । ଏଥ୍ ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିଭି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧୂପ‌ତି ରଘୁବର ଦାସ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧୁପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି । ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଏ ଦିଗରେ ପ୍ରୟାସ କରିବାକୁ କୁଳାଧୂପତି ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି।

କୁଳାଧୂପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷାସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ସ୍ଫେଟ ସେଲ୍‌ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧୂପତି କହିଛନ୍ତି । ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧୂପତି ଗୁରୁତ୍ବ ଦେଇଛନ୍ତି ।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ଶତାଂଶ । ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାରବ୍ୟବ‌ହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧୁପତି ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି । ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧୂପତି କହିଛନ୍ତି ।

          ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ମଧୁସୂଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖୁଥୁଲେ । କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ଵୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରଙ୍କ ସହ ସମନ୍ଵୟ ରଖ୍ ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବାକୁ କୁଳାଧୂପତି ପରାମର୍ଶ ଦେଇଥିଲେ । ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିଭ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ ।

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



‘ମୋ କଲେଜ’ ବିଶେଷଜ୍ଞ କମିଟି ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ପ୍ରକଳ୍ପ ଉପରେ ମୋହର ମାରିଛି। ଏଥିସହ ରାଜ୍ୟର ଦଶ ଗୋଟି ମହାବିଦ୍ୟାଳୟର ବିକାଶ ନେଇ ରୂପରେଖ ପ୍ରସ୍ତୁତ କରିଛି । ଏନେଇ ସମୁଦାୟ ୧.୪ କୋଟି ଟଙ୍କା ଖର୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ‘ମୋ କଲେଜ' ପାଣ୍ଠିରୁ ୬୮.୩୭ ଲକ୍ଷ ଟଙ୍କା ଅନୁମୋଦିତ ହୋଇଛି ।

ରାଜ୍ୟ ସଚିବାଳୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ମୋ କଲେଜ’ ବିଶେଷଜ୍ଞ କମିଟି ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ‘ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ, ଉଚ୍ଚଶିକ୍ଷା ବିଭାଗ କମିଶନର ଏବଂ ସଚିବ ତଥା ‘ମୋ କଲେଜ’ ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ‘ମୋ କଲେଜ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମୀୟ କୁମାର ରାଉତ, ‘ମୋ କଲେଜ’ ବିତ୍ତ ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ପ୍ରମୁଖ ଉପସ୍ଥିତ ରହି ମିଳିତ ଭାବେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିସହ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି । ତେବେ ରାଜ୍ୟର ସମୁଦାୟ ୧୦ ଗୋଟି କଲେଜର ବିଭିନ୍ନ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି । ଏନେଇ ସର୍ବମୋଟ ୧ କୋଟି ୪ ଲକ୍ଷ ୩୧ ହଜାର ୯୦୪ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ‘ମୋ କଲେଜ’ ପାଣ୍ଠିରୁ ୬୮ ଲକ୍ଷ ୩୭ ହଜାର ୯୪୮ ଟଙ୍କା ଅନୁମୋଦନ କରିଛନ୍ତି ।

ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ବାଲେଶ୍ୱରର ଶ୍ୟାମ ସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ୭ ଗୋଟି ପ୍ରକଳ୍ପ ନିମନ୍ତେ ସମୁଦାୟ ୧୩,୬୫,୯୪୨ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ‘ମୋ କଲେଜ’ ପକ୍ଷରୁ ୯,୧୦,୬୨୮ଟଙ୍କାର ଅନୁଦାନ ମିଳିଛି । ସେହିପରି ଭଦ୍ରକର ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ମୟୂରଭଞ୍ଜର ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ, ନୟାଗଡ଼ର ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଏବଂ ପୁରୀର ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ନ ନେଇ ସମୁଦାୟ ଆକଳିତ ଅଟକଳ ଯଥାକ୍ରମେ ୯ଲକ୍ଷ, ୬ଲକ୍ଷ, ୩ଲକ୍ଷ, ୩ଲକ୍ଷ ୩୬ ହଜାର ଏବଂ ୨୧ଲକ୍ଷ ୬୫ ହଜାର ୮୫୨ ଟଙ୍କା ଲେଖାଏଁ ରହିଥିବା ବେଳେ ‘ମୋ କଲେଜ' ପକ୍ଷରୁ ୫ଲକ୍ଷ ୮ଶହ, ୪ ଲକ୍ଷ, ୨ ଲକ୍ଷ, ୨ଲକ୍ଷ ୨୪ ହଜାର ଏବଂ ୧୪ ଲକ୍ଷ ୪୩ ହଜାର ୯୦୨ ଟଙ୍କା ଲେଖାଏଁ ଅନୁଦାନ ମିଳିଛି । ଅନୁରୂପ ସୋନପୁରର ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁରର କୁଚିଣ୍ଡା ମହାବିଦ୍ୟାଳୟ, ଜଗତସିଂହପୁରର ଏସ.ଭି.ଏମ ସ୍ଵୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ାର ବି.ଆର. ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ହେବାକୁ ଥିବା ନାନା ପ୍ରକଳ୍ପର ଆକଳିତ ଅଟକଳ ଯଥାକ୍ରମେ ୩ଲକ୍ଷ ୬୩ ହଜାର, ୬ଲକ୍ଷ, ୩୩ଲକ୍ଷ ୭୨ ହଜାର ୪୬୦ ଏବଂ ୪ ଲକ୍ଷ ୨୮ ହଜାର ୬୫୦ ଲେଖାଏଁ ରହିଥିବା ବେଳେ ‘ମୋ କଲେଜ' ପକ୍ଷରୁ ଯଥାକ୍ରମେ ୨ଲକ୍ଷ ୪୨ ହଜାର, ୪ ଲକ୍ଷ, ୨୨ଲକ୍ଷ ୪୨ ହଜାର ୭୨୪ ଏବଂ ୨ଲକ୍ଷ ୭୩ ହଜାର ୮୯୪ ଲେଖାଏଁ ଟଙ୍କା ଅନୁମୋଦିତ ହୋଇଛି । ଏହି ଅର୍ଥରେ ମୁକ୍ତ ସାଂସ୍କୃତିକ ମଞ୍ଚ, କଲେଜ ଫାଟକ, ପ୍ରାଚୀର, ବାଳିକା ସାଧାରଣ ଗୃହ, ଶ୍ରେଣୀ କକ୍ଷ, ବୈଦ୍ୟୁତିକ ଉପକରଣ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ନୂତନ ପୁସ୍ତକ କ୍ରୟ, ପରୀକ୍ଷାଗାର ନିର୍ମାଣ, ଭିତ୍ତିଭୂମି ବିକାଶ ଆଦି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ତେବେ ଆଗାମୀ ଦିନରେ ଅନ୍ୟାନ୍ୟ ମହାବିଦ୍ୟାଳୟର ବିକାଶ ନେଇ ଅଧିକ ପ୍ରକଳ୍ପ ଓ ଅର୍ଥ ଅନୁମୋଦିତ ହେବ ବୋଲି ଅଧ୍ଯକ୍ଷ ଶ୍ରୀ ଦାସନାୟକ ସୂଚନା ଦେଇଛନ୍ତି ।

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩


“ନବୀନ ଓଡିଶା”ରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି : ଅନିଲ ବିଶ୍ଵାଳ

୩୭ ଲକ୍ଷ ଟଙ୍କାର ନଗଦ କଳା ଟଙ୍କା ଜବତ ଘଟଣାରେ ଗିରଫ ହୋଇଥିବା ବୈପାରିଗୁଜାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ୍ । ଜବତ ହୋଇଥିବା ଏତେ ପରିମାଣର ବିପୂନ ଟଙ୍କା ସହିତ ଗଞ୍ଜେଇ ଚୋରାଚାଲାଣ ବେପାରର ରହିଛି ସର୍ମକ । ସେହି ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡ଼ର ଜଣେ ବିଧାୟକଙ୍କର ରହିଛି ସମ୍ପୃକ୍ତି । କେବଳ ସେତିକି ନୁହେଁ ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଓଏସଏସସିର ପୂର୍ବତନ କର୍ମଚାରୀ ବିରଂଚି ସାହୁଙ୍କ ସହିତ ସୁଶାନ୍ତଙ୍କର ମଧ୍ୟ ଘନିଷ୍ଠ ସମ୍ପକ ରହିଥିଲା । ସରକାରୀ ନିଯୁକ୍ତି ଦୁର୍ନୀତି ଘଟଣାରେ ଅନେକ ବଡ ବଢିଆ ଲୋକଙ୍କ ସମ୍ପୃକ୍ତି ଥିଲା । ବିଜେଡିର ଜଣେ ସଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ସୁଶାନ୍ତ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି । ତେଣୁ ଏହି ସମସ୍ତ ଦିଗରେ ତଦନ୍ତ ହେବା ଆବଶ୍ୟକ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି।

ଓଡିଶାରେ ଏବେ ସରକାରୀ ସ୍ତରରେ ଦୁର୍ନୀତି ଏବେ ନୀତିରେ ପରିଣତ ହୋଇଛି । ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି । ଦୁର୍ନୀତି ଏବେ ଏତେ ଖୁଲମଖୁଲା ହେଉଛି ଯେ ଗିରଫ ହୋଇଥିବା ସୁଶାନ୍ତ ତାଙ୍କ କଳା ଟଙ୍କାକୁ ବସରେ ଖୁଲମ ଖୁଲା ଆଣିକି ଆସିବାର ସାହାସ କରିପାରିଥିଲେ । ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ । ଓଡିଶାରେ ଯେଉଁଠି ଦୁର୍ନୀତି ଗନ୍ଧ ଆସୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲିଙ୍କ ଆସୁଛି । ଓଡିଶାରେ ଯେତେ ଦୁର୍ନୀତି ଗ୍ରସ୍ତ ଅଧିକାରି ବା ବ୍ୟବସାୟୀ ଧରା ପଢୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମକ କେମିତି ରହୁଛି ? ଆଗରୁ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ ଘଟଣାରେ ମଧ୍ୟ ସମାନ କଥା ଦେଖିବାକୁ ମିଳିଥିଲା । ଏବେ ଗିରଫ ହୋଇଥିବା ସୁଶାନ୍ତଙ୍କ ବିରୋଧରେ ଆଗରୁ ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ତ୍ବେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା ? ଏହା ପଛରେ କାହାର ପ୍ରଛନ୍ତି ଆଶୀବାଦ ଥିଲା ତାହା ଓଡିଶାବାସୀ ଜାଣିବା ଦରକାର ବୋଲି ଶ୍ରୀ ବିଶ୍ଵାଳ କହିଛନ୍ତି ।

  • ଗିରଫ ହୋଇଥିବା ବୈପାରିଗୁଡାର ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ରହିଛି ବିଜେଡି ଲିଙ୍କ
  • ଗଞ୍ଜେଇ ଚୋରା ଚାଲାଣରେ କଟକ ଜିଲ୍ଲାର ଜଣେ ମନ୍ତ୍ରୀ ଓ ନୟାଗଡର ଜଣେ ବିଧାୟକଙ୍କର ରହିଛି
  • ବିଜେଡିର ଜଣେ ସଂସଦଙ୍କ ଅଭିନିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିବା ସହିତ ଅର୍ଥ ବିନିଯୋଗ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଉଠୁଛି
  • ଗିରଫ ହୋଇଥିବା ସୁଶାନ୍ତ ଆଗରୁ ନବୀନ ନିବାସରେ କାମ କରୁଥିଲେ
  • ତିନି ତିନି ଜଣ ପୋଲିସ ଏସପିଙ୍କର ଲିଖିତ ପ୍ରୋସିଡିଙ୍ଗ ଥିବା ସତ୍ତ୍ବେ ତାଙ୍କୁ କିଭଳି ପଦୋନ୍ନତି ମିଳିଥିଲା ?

ଶ୍ରୀ ବିଶ୍ଵାଳ କହିଛନ୍ତି ଯେ, ସୁଶାନ୍ତଙ୍କ ଗିରଫ ପରେ ବୈପାରିଗୁଡାରେ ସରଳ ଆଦିବାସୀ ଲୋକମାନେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି । ଏଥୁରୁ ବୁଝାପଡ଼ୁଛି ଯେ, ଓଡିଶା ପୋଲିସ ଆଜି କେତେ ଜନ ବିରୋଧୀ ହୋଇପଡିଛି । ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତି ଗ୍ରସ୍ତ ରାଜ୍ୟ । କେନ୍ଦ୍ରୀୟ ସଂସ୍ଥା ଏନସିଆରବି ରିପୋର୍ଟ ଅନୁସାରେ ୨୦୧୯, ୨୦୨୦ ଏବଂ ୨୦୨୧, ଓଡିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୂତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଯେବେ ଦୁର୍ନୀତି ସରକାରଙ୍କ ନୀତିରେ ପରିଣତ ହେବ ସେତେବେଳେ ହିଁ ଏଭଳି କଥା ଦେଖୁବାକୁ ମିଳିବ । ଓଡିଶାବାସୀ ଏବେ ଦୁର୍ନୀତି ରାକ୍ଷସମାନଙ୍କଠାରୁ ମୁକ୍ତି ଚାହୁଁଛନ୍ତି ।

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩


ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି : ମନମୋହନ ସାମଲ

ଭାରତୀୟ ଜନତା ପାର୍ଟି ଧୈର୍ଯ୍ୟ ଓ ସାଧୁତାର ସହ ଗରିବ କଲ୍ୟାଣ ବା ଗରିବଙ୍କ ପାଇଁ କାର୍ଯ୍ୟ କରିଛି । ମୋଦିଜୀଙ୍କ ପାଇଁ ଦେଶରେ ଦାରିଦ୍ର୍ୟ ହ୍ରାସ ପାଇଛି । ୫ ବର୍ଷରେ ଦେଶରେ ଦାରିଦ୍ୟ କବଳରୁ ୧୩.୫୦ କୋଟି ଲୋକ ବାହାରକୁ ଆସିଛନ୍ତି। ପୁଣି ମୋଦିଜୀ ଗରିବ ଲୋକଙ୍କ ପାଇଁ “ ଗରିବ କଲ୍ୟାଣ ଅନ୍ନ ଯୋଜନା”ରେ ଆଉ ୫ବର୍ଷ ପାଇଁ ଶସ୍ୟ ଯୋଗାଇ ଇ ଦେଇଛନ୍ତି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଗରିବ ରିବଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥିବାରୁ ମାଗଣା ଖାଦ୍ୟଶ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ଯକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ “ ଗରିବ କଲ୍ୟାଣ ଅନ୍ନ ଯୋଜନା”ରେ ଆଉ ୫ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ମିଳିବ। ୨୦୨୪ ଜାନୁୟାରୀ ରୀ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ଓ ୮୧ ୧କୋଟି ୩୫ଲକ୍ଷ ହିତାଧୂକାରୀ ଉପକୃତ ହେବେ । ଦେଶର ପ୍ରଧାନସେବକ ମୋଦିଜୀ ଜନତାଙ୍କ ଦୁଃଖକୁ ବୁଝିବା ସହିତ ସେମାନଙ୍କର ବିକାଶ ସମ୍ପର୍କରେ ସର୍ବଦା ଚିନ୍ତା କରିଆସୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।

ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



 ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୁନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ଵରାନ୍ଵିତ ପ୍ରକ୍ରିୟାରେ ସମ୍ପୂର୍ଣ କରିବା ସ‌ହ ଠିକ ସମୟରେ ପ୍ରକଳ୍ପ ସମାପ୍ତି ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଆଳି ଅପରାହ୍ଣରେ ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ନାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଏଥିରେ ଅଧ୍ୟକ୍ଷତା କରି କହିଲେ ଯେ ବିଭାଗର ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ହେବା ଆବଶ୍ୟକ । ଏହି ଆଧାରରେ ବିଭାଗୀୟ କର୍ମଚାରୀ ଓ ଅଧୁକାରୀମାନଙ୍କ ପେନ୍‌ସନ୍ ଓ ଶୃଙ୍ଖଳାଗତ ପ୍ରକ୍ରିୟା ଉପରେ ବିଭାଗ ବିଶେଷ ଭାବେ ଧ୍ୟାନ ଦେଉଛି । ଜଣେ ଅବସର ନେବାର ଅବ୍ୟବହିତ ପୂର୍ବରୁ ତାଙ୍କର ପେନସନ ସମ୍ବନ୍ଧିୟ କାଗଜପତ୍ର ବିଭାଗରେ ପହଞ୍ଚିବା ଆବଶ୍ୟକ । ଅଦାଲତ ସମ୍ବନ୍ଧୀୟ କେଶଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରି କର୍ମଚାରୀମାନଙ୍କ ଗ୍ରାଜୁଇଟି, ପେନସନ ଆଦିକୁ ସହଜ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡିକର ଯଥା ସମୟରେ ତ୍ୱରିତ ସମାଧାନପୂର୍ବକ ଅନୁପାଳନ ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପଗୁଡିକର ସମୀକ୍ଷା ଅବସରରେ ଶ୍ରୀ ସିଂହ କହିଲେ ଯେ ସଡକ, ସେତୁ ଓ ଗୃହ ନିର୍ମାଣ କ୍ଷେତ୍ରରେ ବିଭାଗ ସମସ୍ତ ସର୍କଲମାନଙ୍କୁ ପର୍ଯ୍ୟାପ୍ତ ପାଣ୍ଠି ହସ୍ତାନ୍ତର କରିଛି । ଏଣୁ ଯେଉଁ ଡିଭିଜନମାନେ ସେମାନଙ୍କୁ ଦିଆ ଯାଇଥିବା ଅନୁଦାନର ୮୦ ପ୍ରତିଶତ ଅଦ୍ୟାବଧୂ ବ୍ୟୟ କରି ସାରିଛନ୍ତି ସେହିମାନଙ୍କୁ ଅତିରିକ୍ତ ଅନୁଦାନ ଡିସେମ୍ବର ମାସରେ ପ୍ରଦାନ କରାଯିବ । ସମସ୍ତ ନିର୍ମାଣ କାମ ତ୍ଵରାନ୍ଵିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ଵ ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯନ୍‌ବାନ ହେବା ଆବଶ୍ୟକ ।

ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧୁନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ଆଗାମୀ ଡିସେମ୍ବର ସୁଦ୍ଧା ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକ୍ଟରରେ ସ୍ଥଗିତ ରହିଥ‌ିବା ଡିପିଆର ଦାଖଲ କରିବାକୁ କହିଥିଲେ । ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥ‌ିବା ଟେଣ୍ଡର ପ୍ରକ୍ରିୟା ଯଦି କିଛି ରହିଥାଏ ତା'କୁ ଶେଷ କରିବାକୁ କହିଥିଲେ । ସେହିପରି ବିଜୁସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥ‌ିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଜଗୁଡିକୁ ଯଥା ସମୟରେ ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦିଆ ଯାଇଥିଲା । ନିର୍ବାହୀ ଯନ୍ତ୍ରୀମାନେ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ସମୟରେ କେଉଁ ଯୋଜନା ଏବଂ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଇ ପାରୁଛି ସେଗୁଡିକୁ ଅନୁଧ୍ୟାନ ପୂର୍ବକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୧-୨୨ ଆର୍ଥକ ବର୍ଷ ପୂର୍ବରୁ ବାକି ରହିଥ‌ିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ବୁଝିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ବାକି ରହି ଯାଇଥିବା ଡିପିଆର ଫାଇନାଲ କରିବାକୁ ପରାମର୍ଶ ଦେଇଥିଲେ ।

ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୂର୍ଣ୍ଣ ଆପ୍ରୋଚ ରୋଡ କାମକୁ ତ୍ୱରାନ୍ଵିତ ପ୍ରକ୍ରିୟାରେ ସାରିବାକୁ ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା । ମୁଖ୍ୟମନ୍ତ୍ରୀ ସତକ ଯୋଜନା ଅଧିନରେ ଚାଲୁ ରହିଥ‌ିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିଭିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଚାଲୁ ରହିଥ‌ିବା ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ । ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପ୍ରକ୍ରିୟା ଚୂଡାନ୍ତ କରିବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧିନରେ ସମ୍ପୂର୍ଣ୍ଣ ହୋଇଥିବା ରାସ୍ତାଗୁଡିକର ନିୟମିତ ଓ ସାମୟିକ ରକ୍ଷଣାବେକ୍ଷଣ ନିମନ୍ତେ ସମ୍ପୃକ୍ତ ସଂସ୍ଥାଗୁଡିକ ସହିତ ବୁଝାମଣା କରି କାର୍ଯ୍ୟ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ସମୟରେ ଜମି ଅଧିଗ୍ରହଣରେ ଉପୁଜୁ ଥିବା ସମସ୍ୟା, ବିଶେଷ କରି ଜଙ୍ଗଲ ଜମିଗୁଡିକ ପାଇଁ ଔପଚାରିକତା ସମ୍ପୂର୍ଣ୍ଣ କରି ବିଭାଗକୁ ଜଣାଇବାକୁ ଶ୍ରୀ ସିଂହ ନିର୍ଦେଶ ଦେଇଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରା ଯାଇଥିଲା । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ସୁଦର୍ଶନ ପରିଡା, ଇ.ଆଇ.ସି ଶ୍ରୀ ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ଶ୍ରୀ ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



            ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିଲେଟସ୍ ରିସର୍ଚ୍ଚ ଆନୁକୂଲ୍ୟରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ୫.୦ରେ ଓଡ଼ିଶା ମିଲେଟସ୍ ମିଶନକୁ ‘ମିଲେଟସ୍ ପ୍ରୋତ୍ସାହନ ପାଇଁ ଗ୍ଲୋବାଲ୍ ମଡେଲ୍’ ପୁରସ୍କାର ମିଳିଥୁବା ଅବସରରେ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହି ସଫଳତା ପାଇଁ ଓଡ଼ିଶା ମିଲେଟସ୍ ମିଶନ ଏବଂ ମିଲେଟସ୍ ଚାଷରେ ସଂପୃକ୍ତ ଚାଷୀ ଭାଇ ଓ ଭଉଣୀ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ପଦକ୍ଷେପ ଏବଂ ଦିଗ୍‌ଦର୍ଶନ ଯୋଗୁ ଓଡ଼ିଶା ମିଲେଟସ୍‌ ମିଶନ ଆଜି ବିଶ୍ଵ ଦରବାରରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ।

        ସୂଚନାଯୋଗ୍ୟ ଯେ ଗତକାଲି ହାଇଦ୍ରାବାଦ୍ଠାରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହାକୁ ଗ୍ରହଣ କରିଥିଲେ । ଆଜି କୃଷିଭବନଠାରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମନ୍ତ୍ରୀ ଶ୍ରୀ ସ୍ଵାଇଁଙ୍କୁ ଭେଟି ଓଡ଼ିଶା ମିଲେଟସ୍ ମିଶନକୁ ମିଳିଥିବା ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ଓଡ଼ିଶା ମିଲେଟସ୍ ମିଶନର ବହୁ ଅଧୂକାରୀ ଉପସ୍ଥିତ ଥିଲେ ।

           ମିଲେଟସ୍‌ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡ଼ିଶା ମିଲେଟସ୍ ମିଶନ ଅନ୍ୟ ରାଜ୍ୟ ପାଇଁ ଏକ ମଡେଲ୍ ସାବ୍ୟସ୍ତ ହୋଇଥିବା ଏହି ପୁରସ୍କାର ପ୍ରମାଣିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ ପ୍ରକାଶ କରିଛନ୍ତି । ପୁଷ୍ଟିଶସ୍ୟ ମାଣ୍ଡିଆର ପୁନରୁଦ୍ଧାର ସହିତ କ୍ଷେତ୍ରରୁ ଖାଦ୍ୟଥାଳିରେ ପହଞ୍ଚାଇବା ଦିଗରେ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମାଣ୍ଡିଆକୁ ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ଦେଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି । ଏହି ପୁରସ୍କାର ଓଡ଼ିଶା ମିଲେଟସ୍ ମିଶନକୁ ଅଧୂକ ପାରଦର୍ଶିତାର ସହ କାର୍ଯ୍ୟ ସଂପାଦନରେ ସହାୟକ ହେବା ସହିତ ଜନଜାତି ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ମହିଳାମାନଙ୍କୁ ସଶକ୍ତ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ଵାଇଁ କହିଛନ୍ତି ।

 ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩



ଖାରବେଳ ଭବନଠାରେ ଅନୁଷ୍ଠିତ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଆବାହକତ୍ୱରେ ଗଠିତ NUA ଓଡିଶାର ପରିଚାଳନା କମିଟିର ବୈଠକରେ ଶ୍ରୀମତୀ ପାଢୀ ଦକ୍ଷତା ବିକେନ୍ଦ୍ରିକରଣ, ଜିଲ୍ଲା ଦକ୍ଷତା ବିକାଶ ଏବଂ ଜିଲ୍ଲା ସ୍ତରରେ ଶିଳାନ୍ୟାସ ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଥିଲେ । ଦକ୍ଷତାକୁ ତୃଣମୂଳ ସ୍ତରରେ ପହଞ୍ଚାଇ NUA ଓଡିଶା ସହିତ ପରିଚାଳନା କମିଟି ପ୍ରତ୍ୟେକ ଜିଲ୍ଲାର ଲୁକ୍କାୟିତ ସମ୍ଭାବନାକୁ ଖୋଜି, ଏକ ଦୃଢ ତଥା ବିବିଧ କର୍ମଜୀବୀ ସୃଷ୍ଟି କରିବାର ଲକ୍ଷ ରଖିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।

ଜିଲ୍ଲାରେ ନିର୍ଦ୍ଦିଷ୍ଟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗଠନ, ପ୍ରତ୍ୟେକ ଅଞ୍ଚଳର ଅନନ୍ୟ ଆବଶ୍ୟକ‌ତା ସହିତ ସୁଯୋଗକୁ ଯୋଡିବା ଉପରେ ଆଲୋଚନା କରାଯାଇ ଥିଲା ପରିଚାଳନା କମିଟି, ସ୍ଥାନୀୟ କର୍ମଚାରୀଙ୍କ ଅନ୍ତର୍ନିହିତ ପ୍ରତିଭା ଏବଂ ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ପଦକ୍ଷେପ ପ୍ରସ୍ତୁତ କରି ସମୁଦାୟକୁ ସଶକ୍ତିକରଣର ଉପରେ ଗୁରୁତ୍ୱାରୋପ କରିଥିଲା ।

ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର ପ୍ରକଳ୍ପ ଉପରେ ଗୁରୁତ୍ଵ ଦିଆଯିବା ଏହି ବୈଠକର ଏକ ପ୍ରମୁଖ ଆକର୍ଷଣ ଥିଲା । ପ୍ରତ୍ୟେକ ଜିଲ୍ଲା ମଧ୍ୟରେ ନିର୍ଦ୍ଦିଷ୍ଟ ଆହ୍ୱାନର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ପ୍ରକଳ୍ପଗୁଡିକ, NUA ଓଡିଶାର ପ୍ରଭାବଶାଳୀ, ସ୍ଥାୟୀ ପରିବର୍ତ୍ତନ ସୃଷ୍ଟି ପାଇଁ ପ୍ରତିବଦ୍ଧତାକୁ ସୂଚିତ କରେ ସମ୍ପ୍ରଦାୟର ଅବାଞ୍ଛିତ ସମ୍ଭାବନାକୁ ଖୋଲିବା ପାଇଁ ପରିକଳ୍ପିତ ପ୍ରକଳ୍ପଗୁଡିକ ପାଇଁ ପରିଚାଳନା କମିଟି ଉତ୍ସାହ ପ୍ରକାଶ କରିଥିଲା । 

ପରିଚାଳନା କମିଟି ସାମୂହିକ ଭାବରେ NUA ଓଡିଶାର ଜିଲ୍ଲା ସ୍ତରୀୟ ଆଭିମୁଖ୍ୟର ଗୁରୁତ୍ୱକୁ ଦର୍ଶାଇ ଏହାକୁ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଏକ ଅନୁକ୍ରମଣିକା ଭାବରେ ଦେଖୁଥିଲା ।

ବୈଠକରେ ଆଲୋଚନା ହୋଇଥିବା ପଦକ୍ଷେପଗୁଡ଼ିକ ଓଡ଼ିଶାକୁ ଏକ କୁଶଳୀ ଓ ବୃଭିଗତ କେନ୍ଦ୍ରରେ ପରିଣତ କରିବାକୁ ସହିତ ପ୍ରଗତି ପଥରେ ଯେପରି କୌଣସି ସମ୍ପ୍ରଦାୟ ପଛରେ ରହିବେ ନାହିଁ ସେଥୁପ୍ରତି ଦୃଷ୍ଟି ଦିଆଯିବ । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପଗୁଡିକର କାର୍ଯ୍ୟାନ୍ଵୟନରେ ସକ୍ରିୟ ଅଂଶଗ୍ରହଣ କରିବାକୁ ହିତାଧୁକାରୀ, ଗୋଷ୍ଠିସମୂହ ଏବଂ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି I NUA ଓଡିଶା ସମସ୍ତଙ୍କୁ ଭବିଷ୍ୟତ ଗଠନ କରିବାରେ ସହଯୋଗ କରିବାକୁ ଆହ୍ୱାନ କରେ ଯେଉଁଠାରେ ଦକ୍ଷତା ବିକାଶ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟେକ ଓଡିଆ ପାଇଁ ଉପଲବ୍ଧ ହେବ ।

NUA ଓଡିଶା ଏହାର ଜିଲ୍ଲା ସ୍ତରୀୟ ଦକ୍ଷତା ବିପ୍ଳବ ସହିତ ଆଗକୁ ବଢୁଥିବାବେଳେ ହିତାଧୁକାରୀ ଏବଂ ଜନସାଧାରଣ ଏହି ଯାତ୍ରା ଅନୁସରଣ କରି ଅଧୂକ ଦକ୍ଷ, ସଶକ୍ତ ତ‌ଥା ସମୃଦ୍ଧ ଓଡିଶା ଗଠନରେ ସହଯୋଗ କରିବାକୁ ଉତ୍ସାହିତ କରିବ । ରାଜ୍ୟରେ ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଦକ୍ଷତା ବିକାଶ ବିଭାଗ ସଦା ତତ୍ପର ରହିଛି ।

ଏହି ବୈଠକରେ ନିର୍ଦ୍ଦେଶକ, ଦକ୍ଷତା ବିକାଶ ତଥା ନିଯୁକ୍ତି ନିର୍ଦ୍ଦେଶକ, ଅତିରିକ୍ତ ସଚିବ ଏବଂ ବିଭିନ୍ନ ବିଭାଗର ଅଧୂକାରୀମାନେ ଯୋଗ ଦେଇଥିଲେ ।

ଭୁବନେଶ୍ୱର ୨୯ ନଭେମ୍ବର ୨୦୨୩


 ଜିଲ୍ଲା ବିଜେପି ସତ୍ୟାଗ୍ରହ ଦ୍ବିତୀୟ ଦିନ

୨୩ ବର୍ଷର ବିଜେଡି ଶାସନରେ ଭୁବନେଶ୍ଵରବାସୀଦୁର୍ଗନ୍ଧକୁ ଉପହାରରେ ପାଇଛନ୍ତି ପୂର୍ବରୁ ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତଡମ୍ପିଂ ୟାର୍ଡ ଦୁଗନ୍ଧରେ ସ୍ଥାନୀୟ ଗାଡକଣ, ରଙ୍ଗମାଟିଆ, ଡମଣା, ମଂଚେଶ୍ଵରବାସିନ୍ଦାଙ୍କ ଜୀବନ ଅତିଷ୍ଠ ହେଉଥିଲା ଏହି ଦୁର୍ଗନ୍ଧ ସମୟ କ୍ରମେ ସାରା ସହରକୁ ବ୍ୟାପିଲାଣି ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ଵରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତଅସ୍ଥାୟୀ ଡମ୍ପିଂ ୟାର୍ଡଆଜିସ୍ଥାୟୀ ଡମ୍ପିଂ ୟାର୍ଡରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି ଏହିଦୁର୍ଗନ୍ଧପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ବିଏମ୍ସି ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। କିନ୍ତୁ ତାହାର ସୁଫଳ ନମିଳିଥିବାରୁ ଆଜି ଭାରତୀୟ ଜନତା ପାର୍ଟି ଜିଲ୍ଲା ପକ୍ଷରୁଡମ୍ପିଂ ୟାର୍ଡକୁ ନେଇ ସତ୍ୟାଗ୍ରହ ଦ୍ଵିତୀୟ ଦିନରେ ପହଞ୍ଚିଛି  ରାଜ୍ୟ ସରକାରଡମ୍ପିଂ ୟାର୍ଡ ବ୍ୟବସ୍ଥାର ସ୍ଥାୟୀ ସମାଧାନ ନକଲେ ସତ୍ୟାଗ୍ରହ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି

ଭୁବନେଶ୍ଵରର ଲୋକେ ଭୋଟ ଟିକସ ଦେଇ ରୋଗକୁ ଉପାହାରରେ ପାଉଛନ୍ତି ଟିକସ ନେଇ ନିଜ ଦାୟୀତ୍ଵ ଭୁଲି ଯାଉଛି ବିଏମସି ସ୍ମାର୍ଟସିଟି ଭୁବନେଶ୍ଵରର ସ୍ଵଚ୍ଛତା ରକ୍ଷା ପାଇଁ ରାଜ୍ୟ ସରକାର, ମେୟର, କମିଶନର, ବିଭାଗୀୟ ଅଧିକାରୀ, ବିଏମସି କର୍ତ୍ତୃପକ୍ଷ ମିଳିତ ଭାବେ ଦାୟୀତ୍ଵ ନିଅନ୍ତୁ ବୋଲି ଶ୍ରୀ ସିଂ କହିଛନ୍ତି

ଗାଡକଣସ୍ଥିତଡମ୍ପିଂ ୟାର୍ଡଅସୁସ୍ର ପରିବେଶ, ବାୟୁ ପ୍ରଦ୍ୟୁଷଣ ଅସହ୍ୟ ର୍ଦୁଗନ୍ଧ କାରଣରୁ ସ୍ଥାନୀୟ ଅଂଚଳବାସୀ ଘରର କବାଟ ବନ୍ଦ କରି ରହିବା ସହିତ ମୁହଁରେ ମାସ୍କ ପିନ୍ଧୁଛନ୍ତି ଏପରିକି ଚର୍ମରୋଗ, ଶ୍ଵାସରୋଗ କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାରେ ଲାଗିଛି ଦୀର୍ଘଦିନର ବିଜେଡି ସରକାର ସାଧାରଣ ଲୋକଙ୍କ ଦୁଃଖର କାରଣ ସାଜିଛି ଅସୁସ୍ଥକର ପରିବେଶ ପାଇଁ ଭକ୍ତମାନେ ସେଠାରେ ଥିବା ସର୍ବେଶ୍ଵର ମହାଦେବ ମନ୍ଦିର, ଦାସରାଜ ମନ୍ଦିରକୁ ଆସୁନଥିବାରୁ ଏହା ବନ୍ଦ ରହିଥ‌ିବା ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି

ଏହି ଦୁର୍ଗନ୍ଧ ପରିବେଶ ପାଇଁ ଭୁବନେଶ୍ଵରବାସିନ୍ଦାଙ୍କ ଦୁଃଖ ଧର୍ଯ୍ୟର ସୀମାକୁ ରାଜ୍ୟ ସରକାର ପରୀକ୍ଷା ନକରି ଏହାର ସୁବ୍ୟବସ୍ଥା କରନ୍ତୁ ଏହି ଅଂଚଳରେ କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ଉତ୍କଳ ବିଶ୍ଵବିଦ୍ୟାଳୟ, ଇଷ୍ଟକୋଷ୍ଟ ରେଲୱେ ଅଫିସ, ମେଡିକାଲ, ସରକାରୀ ଘରୋଇ କଲୋନୀ, ଅପୋଲ ହସ୍ପିଟାଲ ରହିଛି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଇ ଏହି ଅଳିଆକୁ ସହରଠୁ ଦୂରରେଡମ୍ପିଂ ୟାର୍ଡପ୍ରସ୍ତୁତ କରନ୍ତୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି

ଦ୍ଵିତୀୟ ଦିନର ଏହି ସତ୍ୟାଗ୍ରହ ଆନ୍ଦୋଳନରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ମନ୍ମେଵ ମହାପାତ୍ର, ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ଵୟଂସେବକ ରାୟ, ମହିଳାମୋର୍ଚ୍ଚା ସଭାନେତ୍ରୀ ସୁଭାଷିନୀ ପୃଷ୍ଟି, କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଓବିସି ମୋର୍ଚ୍ଚା ସଭାପତି ସୁଶିଲ ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶିଦ୍ଧିକ୍ ଅହମ୍ମଦ ଖାଁନ, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ରାଜେନ୍ଦ୍ର ଦାସ, ସୁଶାନ୍ତ ସାବତ, ବିଭାସ ସେନଗୁପ୍ତା, ମାନସୀ ରାୟ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ କୁମାର ମହାନ୍ତି, ମଣ୍ଡଳ ସଭାପତି ଯତୀନ୍ଦ୍ର ମହାନ୍ତି, ଅମରକୃତି ଜଗଦେବ, ଜିଲ୍ଲା ମନ କି ବାତ ସଂଯୋଜକ ସଂଗ୍ରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ

Powered by Blogger.
Javascript DisablePlease Enable Javascript To See All Widget