March 2020

CoVID-19 ପାଇଁ ଓଡିଶା ପ୍ରଦେଶ କଂଗ୍ରେସର କଣ୍ଟ୍ରାଲ ରୁମ ଖୋଲିଲା..!!

ଭୁବନେଶ୍ୱର : ୩୧/୦୩- ବର୍ତ୍ତମାନ ଦେଶରେ କୋରୋନା ଭାଇରସ( COVID-19) ଏକ ସାଙ୍ଘାତିକ ମହାମାରୀ ଆକାରରେ ଦେଖାଦେଇଛି। ତେଣୁ ଏ ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ଓ ରାଜ୍ୟ ର ଏହି ଦୁଃଖ ଦୁର୍ଦଶା ସମୟରେ ଭାରତ କଂଗ୍ରେସ କମିଟି (ଏଆଇସିସି) ର ନିର୍ଦ୍ଦେଶ ଅନୁକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ କଣ୍ଟ୍ରାଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦେଉଛନ୍ତି। 

ଏଠି ନିମନ୍ତେ ଏକ ୧୩ ଜଣିଆ କମିଟି ଘୋଷଣା କରିଛନ୍ତି। ଏହି ୧୩ ଜଣିଆ କମିଟି ରେ ସର୍ବଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ,ରଜନୀ କୁମାର ମହାନ୍ତି,ମାନସ ଆଚାର୍ଯ୍ୟ,ଲିଙ୍ଗରାଜ ସାହୁ,ତରୁଣ ମିଶ୍ର,କୈଳାଶ ସାହୁ,ଦୀପକ କୁମାର ମହାପାତ୍ର,ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲିଆ,ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ସଭ୍ୟ ଭାବେ ଅଛନ୍ତି।ଏହି କଣ୍ଟ୍ରାଲ ରୁମ ଆଜିଠାରୁ ଲକଡାଉନ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ ଟାରୁ ରାତି ୯ ପର୍ଯ୍ୟନ୍ତ ଖୋଳାରହିବା ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଯାଉଅଛିକି ଯେ ବି କେହି ଲକଡାଉନ ସମୟରେ ଯେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟଳୟ ବା କଣ୍ଟ୍ରାଲ ରୁମ ଟେଲିଫୋନ ନମ୍ବର ୦୬୭୪-୨୫୩୫୫୭୭ ରେ ଯୋଗାଯୋଗ କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି।


ଭୂବନେଶ୍ୱର :୩୧/୦୩- ମହାମାରୀ କରୋନାଜନିତ ଲଡାଉନ୍ କାରଣରୁ ସାଧାରଣ ଜୀବନଯାପନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଏଭଳି ସଙ୍କଟ ସମୟରେ ‘ ଫିଡ୍ ଦି ନିଡି – ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ବିଜେପି କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପାଖରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । 

ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୁରତ୍ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ, ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧୁ, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ରାଜ୍ୟ ଓ ଜିଲ୍ଲା ପଦାଧୁକାରୀମାନେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ରାଜ୍ୟ ସମ୍ପାଦକ ଧୀରେନ ସେନାପତି, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବରିଷ୍ଠ ନେତା ନିହାର ରାୟ, ଜଗବନ୍ଧୁ ବେହେରା ପ୍ରମୁଖ ଆଜି ରାଉରକେଲାର ପାନପୋଷ, ଛେଣ୍ଠ, ବନ୍ଧମୁଣ୍ଡା, ବାସନ୍ତି କଲୋନୀ ଆଦି ଅଂଚଳରେ ଚା, ଜଲଖିଆ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ଖାଦ୍ୟସାମଗ୍ରୀ ପେକେଟ, ଔଷଧ, ମାସ୍କ, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଭଗବାନ ରାଉତ, ସନ୍ଦୀପ ଅଗ୍ରୱାଲ, ଶେଖ ମୋଜାହିଦ୍, ଦୀପକ ସାହୁ, କେଦାର ମହାନ୍ତି ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

ଭୁବନେଶ୍ବରଠାରେ ଦିଳିପ ମହାନ୍ତି, ଜଗନ୍ନାଥ ପ୍ରଧାନ ଏବଂ ବାବୁ ସିଂହଙ୍କ ତତ୍ତ୍ଵାବଧାନରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟ, ରଶ୍ମୀରଂଜନ ମୁଦୁଲି, ଦିଲୀପ ବେହେରା, ବସନ୍ତ ରାଉତ, ଶିବାଶିଷ ମହାନ୍ତି, ଅଭିଷେକ ପରିଡା ପ୍ରମୁଖ ସହରର ବିଭିନ୍ନ ସାହି ବସ୍ତିରେ ରନ୍ଧାଖାଦ୍ୟ ବଂଟନ କରିଥିଲେ । ପୁରୁଣା ଭୁବନେଶ୍ବରରେ ମହିଳା ନେତ୍ରୀ ତୃପ୍ତିମୟୀ ମକଦ୍ଧମ, ଶିବପ୍ରସାଦ ବେହେରା ସଫେଇ କର୍ମଚାରୀମାନଙ୍କୁ ଚା, ଜଳପାନ, ମାସ୍କ, ସାନିଟାଇଜର ଆଦି ବଂଟନ କରିଥିଲେ ।

ଗଂଜମ୍ ଜିଲ୍ଲା ଗୋପାଳପୁରଠାରେ ଜିଲ୍ଲା ସଭାପତି ଶ୍ରୀ ବିଭୁତି ଜେନା, ଏନ.ରାଜେନ୍ଦ୍ରକୁମାର, କବିସୂର୍ଯ୍ୟନଗରରେ ରଂଜନ ପୋଲାଇ, ଦିଗପହଣ୍ଡିଠାରେ ମହନ୍ତ ଚିନ୍ମୟାନନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଅସହାୟ ଗରିବଙ୍କୁ ରନ୍ଧାଖାଦ୍ୟ ଓ ଖାଦ୍ୟସାମଗ୍ରୀ ବଂଟନ କରାଯାଇଛି । ଚନ୍ଦ୍ରଶେଖର ନନ୍ଦ, ପ୍ରବୀର ଦାସଙ୍କ ତତ୍ତ୍ଵାବଧାନରେ ବାଲେଶ୍ବର ସହର ସମେତ ଜିଲ୍ଲାର ରେମୁଣା, ଜଳେଶ୍ବର ଅଂଚଳର ବହୁ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି । ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବରେ ପାର୍ଟିର ବହୁ କାର୍ଯ୍ୟକର୍ତ୍ତା । ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଆଦି ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି । 

ଲକଡାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସଂସ୍ଥାକୁ ରିହାତି..!!

ନୁଆଦିଲ୍ଲୀ :୩୦/୦୩- କରୋନା ମହାମାରୀ ଯୋଗୁଁ ହୋଇଥିବା ଲକଡାଉନ ପ୍ରଭାବରେ ଅନେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି କିମ୍ବା କେତେକ ଜରୁରିକାଳୀନ ସେବା ଅଙ୍କ କର୍ମଚାରୀଙ୍କ ସହାୟତାରେ ଚାଲୁ ରଖାଯାଇଛି । ଏଥିରୁ ଉତନ୍ନ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ସ୍ଵତନ୍ତ୍ର ଆର୍ଥିକ ଜୋନରେ କାର୍ଯ୍ୟରତ ବିଭିନ୍ନ ୟୁନିଟ ପାଇଁ କୋହଳ ନିୟମ ଘୋଷଣା କରିଛି । 

ସ୍ୱତନ୍ତ୍ର ଆର୍ଥିକ ଜୋନରେ ୫ ବର୍ଷ ସମ୍ପୂର୍ଣ୍ଣ କରିବାକୁ ଯାଉଥିବା ବା ବାଣିଜ୍ୟିକ କାରବାର ଆରମ୍ଭ କରିବାକୁ ଯାଉଥିବା ୟୁନିଟ ପାଇଁ ବାର୍ଷିକ କାର୍ଯ୍ୟ ଦକ୍ଷତା ରିପୋର୍ଟ ବା ଅନୁମୋଦନ ପ୍ରମାଣପତ୍ରର ଅବଧୂ ନେଇ ରିହାତି ଘୋଷଣା କରାଯାଇଛି । ଏଥିରେ କାର୍ଯ୍ୟରତ କମ୍ପାନୀ ବା ସଂସ୍ଥାଗୁଡିକର ଅବଧି ଶେଷ ହେଉଥିଲେ ବା କୌଣସି ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିପାରୁନଥିଲେ ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସତନ୍ତ୍ର ଆର୍ଥିକ ଜୋନର ଉନ୍ନୟନ ଆୟୁକ୍ତମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତା'ଛଡା ସେମାନଙ୍କ ଅନୁମୋଦନ ପତ୍ରର ଅବଧି ଶେଷ ହେବାକୁ ଯାଉଥିଲେ ସେଗୁଡିକୁ ଅନଲାଇନରେ ସମୟକ୍ରମେ ଅନୁମୋଦନ କରିବାକୁ କୁହାଯାଇଛି । 

ଯେଉଁଠି ଇ-ଆପୁଭାଲ ସମ୍ଭବ ନୁହେଁ ଓ ସଂସ୍ଥାକୁ ବ୍ୟକ୍ତିଗତ ଭାବେ ଉପସ୍ଥିତି ହେବାକୁ ଆବଶ୍ୟକତା ରହିଛି, ସେ କ୍ଷେତ୍ରରେ ଅବଧି ପୂରଣ ହେଉଥିଲେ ମଧ୍ୟ ସଂସ୍ଥା ଯେପରି ଅସୁବିଧାରେ ନ ପଡ଼େ, ତାହାର ବ୍ୟବସ୍ଥା କରିବାକୁ ଉନ୍ନୟନ ଆୟୁକ୍ତମାନଙ୍କୁ କୁହାଯାଇଛି । ଆବଶ୍ୟକ ସୁଳେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସାମୟିକ ଅନୁମୋଦନ ଦେବା କିମ୍ବା ବିବାଦୀୟ ଚୁଡାନ୍ତ ନିଷ୍ପତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଯାଇଛି ।

ବିଳମ୍ବିତ ଦେୟ ପାଇଁ ଲାଗୁ ହେବନି ସୁଳକ୍ ଉପକୃତ ହେବେ ୧୩ ଲକ୍ଷ ବୀମା ଗ୍ରାହକ..!!

ନୁଆଦିଲ୍ଲୀ :୩୦/୦୩- କରୋନା ଭୂତାଣୁ (କୋଭିଡ-୧୯)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟି ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖ୍ ଆଗରେ ରଖ୍ ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା (ପିଏଲଆଇ) ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ୨୦୨୦ ସୁଦ୍ଧା ଦେୟଯୋଗ୍ୟ ନିର୍ଦ୍ଦିଷ୍ଟ ପ୍ରିମିୟମର ପଇଠ ଅବଧି ବୃଦ୍ଧି କରାଯାଇଛି । 

ଏହାକୁ ୩୦ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଏଥପାଇଁ କୌଣସି ଜୋରିମାନା ଓ ଡିଫଲ୍ ଶୁଳ୍କ ଆଦାୟ କରାଯିବ ନାହିଁ। । ପିଏଲଆଇ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଜରୁରି ସେବାର ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଅଧୁକାଂଶ ଡାକଘର ଲକଡାଉନ ସମୟରେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । କିନ୍ତୁ ଡାକ ଜୀବନ ବୀମା, ଗ୍ରାମୀଣ ଡାକ ଜୀବନ ବୀମା (ଆରପିଏଲଆଇ) ଗ୍ରାହକମାନେ ସେମାନଙ୍କ ପ୍ରିମିୟମ ପଇଠ କରିବା ଲାଗି ଡାକ ଘରକୁ ଯାଇପାରୁନାହାନ୍ତି। ତେଣୁ ସମସ୍ତ ପିଏଲଆଇ/ଆରପିଏଲଆଇ ଗ୍ରାହକମାନଙ୍କ ଅସୁବିଧାକୁ ଧ୍ୟାନରେ ରଖ୍ ପଇଠ ଅବଧୂ ବୃଦ୍ଧି କରାଯାଇଛି ।

ଏହି ନିଷ୍ପତ୍ତି ଫଳରେ ଚଳିତ ମାସ ପ୍ରିମିୟମ ପଇଠ କରିବାକୁ ସକ୍ଷମ ହେଉନଥିବା ୧୩ ଲକ୍ଷ ବୀମାଧାରୀ (୫.୫ ଲକ୍ଷ ପିଏଲଆଇ ଏବଂ ୭.୫ ଲକ୍ଷ ଆରପିଏଲଆଇ) ଉପକୃତ ହୋଇପାରିବେ। ଗତ ମାସ ପ୍ରିମିୟମ ପଇଠ କରିଥିବା ପାଖାପାଖୁ ୪୨ ଲକ୍ଷ ବୀମାଧାରୀଙ୍କ ତୁଳନାରେ ଚଳିତ ମାସ ମାତ୍ର ୨୯ ଲକ୍ଷ ବୀମାଧାରୀ ବର୍ତ୍ତମାନସୁଦ୍ଧା ପ୍ରିମିୟମ ଦାଖଲ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ବ୍ୟତୀତ ପୋର୍ଟାଲରେ ପଞ୍ଜିକୃତ ଗ୍ରାହକମାନଙ୍କୁ 'ପିଏଲଆଇ ଗ୍ରାହକ ପୋର୍ଟାଲ'ର ଉପଯୋଗ କରି ଅନଲାଇନ ପ୍ରିମିୟମ ପଇଠ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି।

ମାନବକଲ୍ୟାଣ ଦିଗରେ ସଂଗଠନଗୁଡିକର ଅଙ୍ଗିକାରବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା..!!

ନୁଆଦିଲ୍ଲୀ :୩୦/୦୩- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସମାଜକଲ୍ୟାଣରେ ନିୟୋଜିତ ସାମାଜିକ ସଂଗଠନଗୁଡ଼ିକର ପ୍ରତିନିଧୁମାନଙ୍କ ସହ ମତ ବିନିମୟ କରିଛନ୍ତି । କୋଭିତ-୧୯ର ଆହ୍ବାନକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶ ଅସାଧାରଣ ଧର୍ଯ୍ୟ ଓ ଏକତା ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗରିବ ଓ ଅବହେଳିତ ଲୋକଙ୍କ ସେବା ପ୍ରକୃତ ଦେଶ ସେବା ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସାମାଜିକ ସଂଗଠନଗୁଡିକର ଏଭଳି ମାନବିକ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନଗୁଡିକର ୩ଟି ମୌଳିକ ବିଶେଷତ୍ଵ ରହିଛି । ସେଗୁଡିକ ହେଲା- ମାନବବୋଧ, ଅଧିକରୁ ଅଧିକ ଲୋକଙ୍କ ସହ ମିଶିବା ଏବଂ ସେବା ମନୋବୃତି । ଏହି ଗୁଣଗୁଡିକ ଯୋଗୁଁ ସେମାନେ ବିଶ୍ବାସର ପାତ୍ର । ସେ କହିଛନ୍ତି ଯେ, ଦେଶ ବର୍ତ୍ତମାନ ଏକ ଅଭୂତପୂର୍ବ ସ୍ଥିତିର ସାମ୍ନା କରୁଥିବା ବେଳେ ଏହି ସଂଗଠନଗୁଡ଼ିକର ସେବା ବା ଅବଦାନ ବିଶେଷ ଗୁରୁତ୍ବପୂର୍ଣ୍ଣ । ଏହି ସଂଗଠନଗୁଡିକ ଗରିବ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ଏହାର ସେଚ୍ଛାସେବୀମାନେ ରୋଗୀ ତଥା ଅନ୍ୟାନ୍ୟ ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁବିଧା ଓ ଅସୁବିଧାର ଖବର ବୁଝିବାକୁ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ଦୀର୍ଘସ୍ଥାୟୀ ଓ ସ୍ବଳ୍ପମିଆଦୀ ପଦକ୍ଷେପ ନେବା ଉପରେ ଆଲୋକପାତ କରିଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ସହିତ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ଦୂର କରିବା ସହ ସେମାନଙ୍କୁ ଗୁଜବଠାରୁ ଦୂରେଇ ରଖୁବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ବିଭିନ୍ନ ଭାବନାର ବସବର୍ତି ହୋଇ ଲୋକମାନେ ସାମାଜିକ ଦୂରତ୍ବକୁ ନ ମାନି ସ୍ଥାନେ ସ୍ଥାନେ ଠୁଳ ହେଉଥିବାରୁ ଏହା କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି । ଏକ ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବକୁ ଏହି ସଂଗଠନର ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି । ସରକାରଙ୍କ ଦ୍ବାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଯୋଗୁଁ ସଂକ୍ରମଣ ରୋକିବା ଦିଗରେ ଏହା ସହାୟକ ହୋଇଛି ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହ ଏଭଳି ପରିସ୍ଥିତିରେ ସେମାନେ ଦେଶ ସେବାରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି । 

ଡିଜିଟାଲ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ, ଖାଦ୍ୟ ପୁଡିଆ, ସାନିଟାଇଜର, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଲୋକମାନଙ୍କ ଚିକିତ୍ସାଗତ ଆବଶ୍ୟକତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଗରିବମାନଙ୍କୁ ଯୋଗାଇବା ଦିଗରେ ସଂଗଠନଗୁଡିକର ସେଚ୍ଛା ସେବୀମାନଙ୍କ ଗୁରୁଦାୟୀତ୍ବ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗୁଜବଠାରୁ ଦୂରେଇ ରହି କିପରି ବୈଜ୍ଞାନିକ ପରାମର୍ଶ ଦ୍ଵାରା ଜନସାଧାରଣ ପରିଚାଳିତ ହେବେ ସେ ଦିଗରେ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମତ ବିନିମୟରେ ଅଂଶଗ୍ରହଣ କରିଥିଲେ ।


କୋଭିଡ-୧୯ ଲକଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧୂ ବୃଦ୍ଧି ଘୋଷଣା କଲେ ସରକାର..!!

ନୁଆଦିଲ୍ଲୀ :୩୦/୦୩- କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସୁକାଳିନ ଫସଲ ଋଣ ପୁନଃପରିଶୋଧ ଅବଧୂକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରିଆଇ) ଦେୟର ଅବଧୂ ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ ଉପରେ ଏହି ସୁବିଧା ମିଳିବ । ୧ ମାର୍ଚ୍ଚରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ଦେୟଯୋଗ୍ୟ ବା ଋଣ ଉପରେ ଏହି ରିହାତି ପ୍ରଦାନ କରାଯିବ ।

ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା କାରଣରୁ ଚାଷୀମାନେ ସେମାନଙ୍କ ସୂକାଳିନ ଫସଲ ଋଣ ଦେୟ ପଇଠ କରିବା ଲାଗି ବ୍ୟାଙ୍କ ଶାଖାକୁ ଯାଇପାରୁନାହାନ୍ତି। ଏହାଛଡ଼ା କଟକଣା ଯୋଗୁ କୃଷି ଉତ୍ପାଦ ଠିକ ସମୟରେ ବିକ୍ରି ହୋଇପାରୁନାହିଁ କିମ୍ବା ବିକ୍ରି ଅର୍ଥ ଚାଷୀମାନେ ପାଇପାରୁନାହାନ୍ତି। ଫଳରେ ସେମାନେ ଋଣ ପରିଶୋଧ କରିବାରେ ସମସ୍ୟା ଭୋଗୁଥିବା ଦେଖାଯାଉଛି । ଏହି ସମସ୍ୟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ସୁଧ ଛାଡ଼ ଏବଂ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ପଇଠ ଲାଗି ଅତିରିକ୍ତ ଅବଧିର ଲାଭ ପ୍ରଦାନ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଚାଷୀମାନେ ୩୧ ମେ, ୨୦୨୦ ପର୍ଯ୍ୟନ୍ତ ଏପରି ଋଣ ଉପରେ ବାର୍ଷିକ ୪.୦ ପ୍ରତିଶତ ସୁଧ ହାରରେ ଋଣ ପରିଶୋଧ ଲାଗି ଅତିରିକତ ସମୟ ପାଇପାରିବେ। 

ଏଥିପାଇଁ ସେମାନଙ୍କୁ କୌଣସି ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ । ସରକାର ଚାଷୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଜରିଆରେ ଫସଲ ଋଣ ଯୋଗାଇ ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧ ରିହାତି ସୁବିଧା ଦିଆଯାଉଛି। ଏହାଛଡ଼ା ନିର୍ଦ୍ଧାରିତ ସମୟରେ ଋଣ ପଇଠ ଉପରେ ଚାଷୀଙ୍କୁ ୩ ପ୍ରତିଶତ ଅତିରିକ୍ତ ରିହାତି ଦିଆଯାଉଛି। ଫଳରେ ଚାଷୀମାନେ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ସ୍ବଳ୍ପକାଳିନ କ୍ଷୁଦ୍ର ଋଣ ପାଇବାରେ ସକ୍ଷମ ହେଉଛନ୍ତି।

କୋଭିତ-୧୯ର ମୁକାବିଲା ପାଇଁ ପିପିଇ କିଟ୍ସ୍, ଏନ୯୫ ମାସ୍କ ଓ ଭେଂଟିଲେଟର ଉପଲବ୍ଧ..!!

ନୁଆଦିଲ୍ଲୀ :୩୦/୦୩- ଦେଶରେ କୋଭିତ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି । ବ୍ୟଭିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା କାରଖାନାଗୁଡିକ ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନୀଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି । 

ଏପରିକି ଅଟୋ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ଭେଟିଲେଟର ନିର୍ମାଣରେ ଲାଗି ପଡ଼ିଛନ୍ତି । ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି । ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ୍, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ପାଇଁ ରୋଗ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥାଏ । ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ । ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖୁ ଆଗରେ ରଖ୍ ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କେତେକ ଘରୋଇ ନିର୍ମାଣକାରୀ କମ୍ପାନୀ ମଧ୍ୟ ଏ ଦିଗରେ ଆଗେଇ ଆସିଛନ୍ତି । 

ସେମାନଙ୍କ ମଧ୍ୟରୁ ଗୁଣାମୁକ ପିପିଇ କିଟ ତିଆରି କରିବା ପାଇଁ ୧୧ ଟି ସଂସ୍ଥାକୁ ବଛାଯାଇଛି । ସେମାନଙ୍କୁ ୨୧ ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି । ବର୍ତ୍ତମାନ ସେମାନେ ଦିନକୁ ୬ ରୁ ୭ ହଜାର ପର୍ଯ୍ୟନ୍ତ ପିପିଇ କିଟ୍ସ୍ । ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଉ ଜଣେ ପ୍ରସ୍ତୁତକାରୀ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ ୫ ଲକ୍ଷ ପିପିଇ କିଟ୍ସ୍ ପ୍ରସ୍ତୁତ କରିବା ଲାଗି ଅର୍ଡର ଦିଆଯାଇଛି । ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତମାନ ୩ ଲକ୍ଷ ୩୪ ହଜାର ପିପିଇ କିଟ୍ସ୍ ଉପଲବ୍ଧ ଅଛି । ପ୍ରାୟ ୬୦ ହଜାର ପିପିଇ କିଟ ସରକାରଙ୍କ ହାତକୁ ଆସିଯାଇଛି । ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ ୧୦ ହଜାର ପିପିଇ କିଟ୍ସ୍ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ଆଉ ୩ ଲକ୍ଷ ପିପିଇ କିଟ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଦେଶରେ ଆସି ପହଂଚିବ । ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ ୩ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । 

ବିଦେଶରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ବାହାରୁ ପିପିଇ କିଟ ଆଣିବା ଲାଗି ଉଦ୍ୟକ କରାଯାଉଛି । ସିଙ୍ଗାପୁରସ୍ଥିତ ଏକ କମ୍ପାନୀକୁ ଅନଲାଇନ ଜରିଆରେ ୧୦ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଅର୍ଡର ଦିଆଯାଇଛି । କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ଯାହାକି ଭିଏତନାମ ଓ ତୁର୍କୀର ପ୍ରସ୍ତୁତକାରୀ ସଂସ୍ଥା ସହ ସମ୍ପର୍କ ରହିଛି, ତାକୁ ମଧ୍ୟ ଚିହ୍ନଟ କରାଯାଇ ୨୦ ଲକ୍ଷ ପିପିଇ କିଟ ଯୋଗାଇବା ପାଇଁ କୁହାଯାଇଛି । ଦେଶର ଦୁଇଟି ପ୍ରସ୍ତୁତକାରୀ ସଂସ୍ଥା ସାଧାରଣତଃ ଏନ୯୫ ମାସ୍କ ପ୍ରସ୍ତୁତ କରିଥାନ୍ତି । ବର୍ତମାନ ସମୟରେ ଦିନକୁ ୫୦ ହଜାର ମାସ୍କ  ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି । ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । 

ବର୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୨ ଲକ୍ଷ ଏନ୯୫ ମାସ୍କ ମହଜୁଦ ରହିଛି । ୫ ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଂଟା ଯାଇଥିବା ବେଳେ, ୧ ଲକ୍ଷ ୪୦ ହଜାର ମାସ୍କ ଏବେ ବଂଟା ଯାଉଛି । ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ୍ସ୍ ସହିତ ୧୦ ଲକ୍ଷ ମାସ୍କ ମଧ୍ୟ ଆସିବ । ଶ୍ଵାସକ୍ରିୟା କଷ୍ଟ ଲକ୍ଷଣ ଯୋଗୁଁ କୋଭିତ-୧୯ ଚିକିତ୍ସା ପାଇଁ ଭେଂଟିଲେଟର ଆବଶ୍ୟକତା ରହିଛି।ଦେଶରେ ଏବେ ୨୦ଜଣ କରୋନା ଆକ୍ରାନ୍ତ ରୋଗୀ । ଭେଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧୂ ୧୪ ହଜାର ଭେଂଟିଲେଟର ମହଜୁଦ ଥିବା ଜଣାଯାଇଛି । ନଇଡାର ଆଗଭା ନାମକ ଏକ ସାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଂଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡ଼ିବା ପରେ ତାକୁ ୧୦ ହଜାର ଭେଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି । 

ଏପ୍ରିଲ ମାସ ୨ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ । ଏହା ବ୍ୟତୀତ ଘରୋଇ ପ୍ରସ୍ତୁତକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି ୩୦ ହଜାର ଭେଂଟିଲେଟର ନିର୍ମାଣ କରିବାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ଅର୍ଡ଼ର ଦିଆଯାଇଛି । ଅଟୋ ଉତ୍ପାଦନକାରୀ ସଂସ୍ଥାଗୁଡିକ ମଧ୍ୟ ଭେଟିଲେଟର ନିର୍ମାଣ କରୁଛନ୍ତି । ଏହାଛଡା ଭେଟିଲେଟର ସପ୍ଲାଇ ପାଇଁ ବିଦେଶରେ ଥିବା ହାମିଲଟନ, ମିଣ୍ଡି ଓ ଡ୍ରାଗିୟର କମ୍ପାନୀଗୁଡିକୁ ମଧ୍ୟ ଅର୍ଡର ଦିଆଯାଇଛି । ଏହାଛଡା ଚୀନରୁ ପ୍ରାୟ ୧୦ ହଜାର ଭେଟିଲେଟର ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନରେ ଥିବା ଯୋଗାଣକାରୀଙ୍କ ସହ କଥାବାର୍ତା ଚଳାଇଛି ।

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଛନ୍ତି - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର : ମାର୍ଚ୍ଚ ୩୦- ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩ ୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି । 

ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯ ୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଟୁଇଟ୍ କହିଛନ୍ତି ଯେ ବିଶ୍ଵ ଯେତେବେଳେ ସବୁଠୁ ବଡ ବିପଦର ସମ୍ମୁଖୀନ ହୁଏ, ସେତେବେଳେ ଲୋକମାନଙ୍କ ପାଇଁ ତୈଳ ଏବଂ ଗ୍ୟାସ ପିଏସୟୁର ଏଭଳି ପ୍ରତିବଦ୍ଧତା ଦେଖି ମୁଁ ବିନୟପୂର୍ତ୍ତି । ଏହି ପରିବାରର ଅଂଶ ହୋଇଥିବାରୁ ମୁଁ ଗର୍ବିତ ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ବରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଘୋଷଣା କରାଯାଇଛି ।

ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କରିବା ସହ ଉଲ୍ଲେଖ କରିଛନ୍ତି ଯେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ବାରା ନିଆଯାଇଥିବା ନିଷ୍ପତି ସ୍ବାଗତଯୋଗ୍ୟ । ବର୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ବାରା ଦିଆଯାଉଥିବା ସେବା ହିଁ ଆମର ପରିଚୟ । କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ବପୂର୍ଣ୍ଣ । ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁତ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢିବାକୁ ସାହାଯ୍ୟ କରିବ ।

ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲକ୍ ଡାଉନରୁ ଏଲପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି । ଏଲପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦେଶରେ ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବା ପାଇଁ କର୍ମଚାରୀମାନେ ଏହି ସଙ୍କଟ ସମୟରେ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକ ରହିଛି ।

ବିଜେପିର ‘ଫିଡ୍ ଦି ନିଡି’ (FeedTheNeedy) କାର୍ଯ୍ୟକ୍ରମ । ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟବ୍ୟବହୃତ ସାମଗ୍ରୀ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା !!

ଭୂବନେଶ୍ୱର :୩୦/୦୩- କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଏକାଠୀ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆଜିର ଏହି ଲକଡାଉନ ପରିସ୍ଥିତିରେ ବିଜେପି ତରଫରୁ ସମଗ୍ର ଦେଶରେ ଗରିବ, ଦିନମଜୁରିଆ, ଦୁଃଖୀଜନ ତଥା ଅଭାବୀ ଲୋକଙ୍କ ପାଇଁ ମାଗଣା ସୁବିଧା ଓ କ୍ଷୁଧାମୁକ୍ତ ବ୍ୟବସ୍ଥା କରାଇବାର ପଦକ୍ଷେପ ନିଆଯାଇଛି । 

ଏହି କାର୍ଯ୍ୟକ୍ରମକୁ ‘ଫିଡ୍ ଦି ନିଡି’ (FeedTheNeedy) ନାମକରଣ କରାଯାଇଛି । ଭାରତୀୟ ପରମ୍ପରା ‘ନର ସେବା ନାରାୟଣ ସେବା’କୁ ସମ୍ମାନ ଜଣାଇ ‘ଲକ୍ ଡାଉନ୍’ ସମୟରେ ବିଜେପି କାର୍ଯ୍ୟକର୍ତାମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନ ତଥା ଅଭାବୀ ଲୋକଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଚାଲୁ ରଖିଛନ୍ତି । 

ଆଜି ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୁରତ୍ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ, ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରିଛନ୍ତି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ସଭାପତି ମଙ୍ଗଳ ସାହୁଙ୍କ ନେତୃତ୍ବରେ ଝାରସୁଗୁଡା ଜିଲ୍ଲାରେ ୬୦୦ ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ୧୦୦ ପଶୁଙ୍କ ପାଇଁ ଗୋଖାଦ୍ୟ ବଂଟନ କରାଯାଇଛି । ଭୁବନେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ । ଆଚାର୍ଯ୍ୟ ଓ ଉପସଭାପତି ଦିଲୀପ ବେହେରାଙ୍କ ନେତୃତ୍ବରେ ଖଣ୍ଡଗିରି ସମେତ ବିଭିନ୍ନ ସ୍ଥାନରେ ୪୦୦ରୁ ଉର୍ଧ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ କରାଯାଇଛି । ସେହିପରି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତମାନେ ପୁରୁଣା ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଖାଦ୍ୟ ବଂଟନ କରିଥିଲେ । 

କଟକ ଜିଲ୍ଲା ମହାନଦୀ ବିହାରରେ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ ଓ ସୁନିଲ ଦ୍ଵିବେଦୀଙ୍କ ନେତୃତ୍ବରେ ବହୁ କାର୍ଯ୍ୟକର୍ତା ମହାନଦୀ ବିହାର, ପିଠାପୁର, ୩୯ ନମ୍ବର ୱାର୍ଡରେ ଗରିବ ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରିଛନ୍ତି । ରାଜ୍ୟ ସଂପାଦକ ଧୀରେନ ସେନାପତି ରାଉରକେଲାରେ ଏବଂ ପାନ୍ ପୋଷରେ ମଣ୍ଡଳ ଅଧ୍ୟକ୍ଷ ହରବିନ୍ଦର ସିଂହ, କାଳୁ ସାହୁ, ଓ.ପି.ସିଂହ, ଅଭୟ ବେହେରା ପ୍ରମୁଖ ଲକ ଡାଉନରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ଓ ସଫାଇ କର୍ମଚାରୀମାନଙ୍କୁ ଚା ଏବଂ ବିସ୍କୁଟ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ରାଜନଗର, ଆଳି ଓ କେନ୍ଦ୍ରାପଡା ସହରର ବିଭିନ୍ନ ଅଂଚଳରେ ୩୫୦ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ବିଜେପିର ‘ଫିଡ୍ ଦି ନିଡି’ (FeedTheNeedy) କାର୍ଯ୍ୟକ୍ରମ । ଅସହାୟ ଗରିବଙ୍କୁ ଖାଦ୍ୟ ସହ ନିତ୍ୟବ୍ୟବହୃତ ସାମଗ୍ରୀ ବଂଟନ କଲେ ବିଜେପି କାର୍ଯ୍ୟକର୍ତ୍ତା !!

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୫୦ ପରିବାର, ଭଦ୍ରକ ଜିଲ୍ଲାର ଧାମନଗର ଓ ବାସୁଦେବପୁରର ବିଭିନ୍ନ ସ୍ଥାନରେ ୫୦୦ ଜଣଙ୍କୁ ରନ୍ଧାଖାଦ୍ୟ, ରାସନ ସାମଗ୍ରୀ ବଂଟନ କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡାର ବାରଖାମା ଫଟାୟତ ଠାରେ ଏବଂ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ମଧ୍ୟପ୍ରଦେଶର ଲୁହା କାରିଗର ଶ୍ରମିକ ଭାଇ ଭଉଣୀମାନଙ୍କୁ ରହିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା କରିବା ସହ ସେମାନଙ୍କ ରାଜ୍ୟକୁ । ପଠାଇବା ପାଇଁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ସେହିପରି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ୨୫୦ ଜଣଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ପକେଟ, ନୂଆପଡା ନିର୍ବାଚନମଣ୍ଡଳୀରେ ୨୫୦ ପେକେଟ ଶୁଖୁଲା ଖାଦ୍ୟସାମଗ୍ରୀ, ରେଢାଖୋଲ ନିର୍ବାଚନମଣ୍ଡଳୀରେ ୧୫୦ ପେକେଟ ଶୁଖିଲା ଖାଦ୍ୟ, ନବରଙ୍ଗପୁର ଜିଲ୍ଲାରେ ୧୦୦ ପେକେଟ, କେଉଁଝର ଜିଲ୍ଲାରେ ୨୦୦ ପେକେଟ, ରାୟଗଡା ଜିଲ୍ଲା ଥେରୁବାଲି, ପଦମପୁର, ସଙ୍କୋରଡାରେ ଗରିବ ଅସହାୟଙ୍କୁ ରନ୍ଧାଖାଦ୍ୟ, ଖୋର୍ଦ୍ଧା ଜିଲ୍ଲାର ଅନେକ ସ୍ଥାନରେ ରନ୍ଧା ଖାଦ୍ୟ, ପଶୁଖାଦ୍ୟ, ଔଷଧ, ମାସ୍କ୍, ସାନିଟାଇଜର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯାଇଛି । 

ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧୁ, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାକାରୀମାନେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ ବୋଲି ରାଜ୍ୟ ମୁଖପାତ୍ର ତଥା ‘ଫିଜ୍ ଦି ନିଡି' (FeedTheNeedy) ରାଜ୍ୟ ସଂଯୋଜକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

 ଭାରତର କରୋନା ବିରୋଧୀ ଲଢ଼େଇରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଭୂମିକା କୋଭିଡ-୧୯ ମୁକାବିଲା ନେଇ ବିଭିନ୍ନ କ୍ଷେତ୍ରର ଅଂଶିଦାରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ !!

ନୁଆଦିଲ୍ଲୀ : ଭୟାବହ କରୋନା ବିରୋଧରେ ଭାରତ ଯେଉଁ ଲଢେଇ ଲଢୁଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଯୋଦ୍ଧା ଭାବେ ରଣାଙ୍ଗନରେ ସର୍ବାଗ୍ରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ଏ ସଂପର୍କରେ ନିୟମିତ ସଂପର୍କ ରକ୍ଷା ପୂର୍ବକ ବିଚାର ଆଲୋଚନା ଜାରି ରଖୁଛନ୍ତି । ଦୈନିକ ସେ ୨୦୦ରୁ ଅଧିକ ଲୋକଙ୍କ ସହ ଏ ସଂପର୍କରେ ମତ ବିନିମୟ କରୁଛନ୍ତି । ଏହା ମାଧ୍ୟମରେ ସେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ସୂଚନା ପାଉଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସାସାଂମନ୍ତ୍ରୀ ଆଦିଙ୍କୁ ପ୍ରଧାନମନ୍ତ୍ରୀ ଦୈନିକ ଟେଲିଫୋନ କରି କରୋନା ବିରୋଧୀ ଲଢେଇର ଫଳାଫଳ ଓ
ତତ୍ ସଂଲଗ୍ନ ବିଷୟ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି । 

ପ୍ରଧାନମନ୍ତ୍ରୀ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଡାକ୍ତର, ନର୍ସ, ସାସ୍ଥ୍ୟକର୍ମୀ, ବିଶୋଧନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ସହ ମତ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିବା ସହ ସମାଜ ଓ ଦେଶପାଇଁ ସେମାନେ ଯେଉଁ ତ୍ୟାଗ ସୀକାର କରି କାମ କରୁଛନ୍ତି ସେଥିପାଇଁ କୃତଜ୍ଞତା ଜଣାଇଛନ୍ତି । ସେମାନଙ୍କଠାରୁ ଏହି କରୋନା ସଂକ୍ରମଣର ଗତିବିଧ ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସିଧାସଳଖ ତଥ୍ୟ ପାଉଛନ୍ତି । ଭିଡିଓ କନଫରେନ୍ନି ବ୍ୟବସ୍ଥାରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗ ଓ କ୍ଷେତ୍ରର ଲୋକମାନଙ୍କ ସହ କରୋନାସ୍ଥିତି ଓ ଏହାର ମୁକାବିଲା ଜନିତ କାର୍ଯ୍ୟ ସଂପର୍କରେ ଆଲୋଚନା କରୁଛନ୍ତି । ଚଳିତମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଛପା ଗଣମାଧ୍ୟମର ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ମିରେ ରୋଗ ସଂକ୍ରମଣ ନିୟନ୍ତ୍ରଣ ନେଇ ଆଲୋଚନା କରିଥିଲେ । ଏହାଛଡ଼ା ସେ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ପ୍ରମୁଖ କର୍ମକର୍ତ୍ତା ଓ ମୁଖ୍ୟମାନଙ୍କ ସହ ଏ ସଂପର୍କରେ ମତ ବିନିମୟ କରିଥିଲେ । ଗଣମାଧ୍ୟମ ଅସ୍ତିବାଚକ ଖବର ଓ ଯୋଗାଯୋଗକୁ ପ୍ରୋତ୍ସାହିତ କରି ନକାରାତ୍ମକ ଓ ନୈରାଶ୍ୟଜନକ ଖବରକୁ ଏଭଳି ଘଡ଼ିସନ୍ଧି କ୍ଷଣରେ ନିରୁତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଉଭୟ ଗଣମାଧ୍ୟମର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ରେଡିଓଜୀବୀ ଓ ଆକାଶବାଣୀର ଉଦଘୋଷକମାନଙ୍କ ସହ ଏକ ଭିଡିଓ କନଫରେନ୍ନିରେ ଆଲୋଚନା କରିଥିଲେ । ସେମାନେ କରୋନା ଲଢେଇରେ ସ୍ଥାନୀୟ ନାୟକଙ୍କ ଉଦାହରଣୀୟ କାର୍ଯ୍ୟ ଓ ସଫଳତାର କାହାଣୀ ସବୁକୁ ଲୋକଙ୍କ ପାଖରେ ନିରନ୍ତର ଭଲଭାବରେ ପହଂଚାଇବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁମାନେ କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଶ୍ରୀ ମୋଦୀ ମଧ୍ୟ ଟେଲିଫୋନ୍‌ ଯୋଗେ କଥାବାର୍ତା କରି ସେମାନଙ୍କ ମନୋବଳ ଦୃଢ଼ କରିଥିଲେ । ସେହିଭଳି କରୋନା ସଂକ୍ରମଣରୁ ଚିକିତ୍ସା ପରେ ଭଲ ହୋଇଥିବା କିଛି । ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥା ହୋଇଛନ୍ତି ଏବଂ ସେମାନଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି । ୨୦୨୦ ମାର୍ଚ୍ଚ ୨୫ରେ ପ୍ରଧାନମନ୍ତ୍ରୀ ଏକ ସତନ୍ତ୍ର ଭିଡିଓ କାର୍ଯ୍ୟକ୍ରମରେ ନିଜର ନିର୍ବାଚନମଣ୍ଡଳୀ ବାରଣାସୀର ଲୋକଙ୍କ ସହ ଆଲୋଚନା କରିଥିଲେ । ସଂକଟରୁ ଏହି କ୍ଷଣରେ ସମସ୍ତେ ସଂକଳ୍ପ, ସଂଯମ ଓ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । କରୋନା ଭୂତାଣୁର ମୁକାବିଲା ପାଇଁ ସଂକଳ୍ପ ଓ ସଂଯମ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ ।

ନିୟମିତ ବିମାରବିମର୍ଶ ଓ ବୈଠକ- 
ଜାନୁଆରୀଠାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହିତ କରୋନା ସଂକ୍ରମଣ ଓ ଏହାର ମୁକାବିଲା ନେଇ ନିୟମିତ ବିଚାର ଆଲୋଚନା ଓ ବୈଠକ କରି ଆସୁଛନ୍ତି । ସେ ମଧ୍ୟ ବିଭିନ୍ନ ବିଭାଗର ଅଧୁକାରୀମାନଙ୍କ ସହିତ ବରାବରୁ ଏ ସଂପର୍କରେ ଆଲୋଚନା କରୁଛନ୍ତି । ଏହି ସଂକ୍ରମଣର ସଫଳ ମୁକାବିଲା ପାଇଁ ବିଭିନ୍ନ ପକ୍ଷଙ୍କ ସହିତ ତାଙ୍କର ଆଲୋଚନା ଜାରି ରହିଛି । ପ୍ରଧାନମନ୍ତ୍ରୀ ପ୍ରତିଦିନ ଉଚ୍ଚସ୍ତରୀୟ ବୈଠକ ଡକାଇ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ସଚିବଙ୍କଠାରୁ କରୋନା ସଂକ୍ରମଣ ଓ ଏହାର ପ୍ରତିକାର ସଂକ୍ରାନ୍ତ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି । ଏହାଛଡ଼ା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କରୋନା ସଂକ୍ରାନ୍ତ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦୈନିକ କରୋନା ସଂପର୍କରେ ସବିଶେଷ ତଥ୍ୟ ଅବଗତ କରାଉଛି । ସରକାରୀ ସ୍ତରାରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୁଫଳ ଓ ଅନ୍ୟାନ୍ୟ ପ୍ରସଙ୍ଗ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନିରନ୍ତର ପ୍ରଧାନମନ୍ତ୍ରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି । 

ଉଦାହରଣ ମାଧ୍ୟମରେ ନେତୃତ୍ବ ପ୍ରଦାନ-
କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ନେତୃତ୍ବର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ଦେଶର ଏହି ସଂକଟରେ ସେ ହୋଲି ଉତ୍ସବରେ ଭାଗ ନେଇ ନଥିଲେ । ଲୋକଙ୍କୁ ସାମାଜିକ ଦୂରତ୍ବ ବଜାୟ ରଖୁବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତି ନେଇଥିଲେ ।

ଜାତି ଉଦ୍ଦେଶ୍ୟରେ ବାର୍ତ୍ତା- ଜନତା କମ୍ପ୍ୟୁ ଓ ତିନି ସପ୍ତାହ ଲକ୍ ଡାଉନ-
କରୋନା ମୁକାବିଲା ପାଇଁ ଦେଶକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୯ରେ ଜାତି ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଜାନୁଆରୀ ୨୨ ରେ ୧୪ ଘଣ୍ଟିଆ ଜନତା କର୍ଫୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ । ସେଦିନ ସକାଳ ୭ରୁ ରାତି ୯ଟା ଯାଏ ସାରା ଭାରତକୁ ବନ୍ଦ ରଖିବାକୁ ଲୋକେ ସେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସେ ଅନୁରୋଧ ଜଣାଇଥିଲେ । । ସାମାଜିକ ବ୍ୟବଧାନ ବଜାୟ ରଖୁବାକୁ ପ୍ରସ୍ତୁତ ରହିବାକୁ ପ୍ରଧାନମନ୍ତ୍ରୀ ଆହ୍ମାନ ଜଣାଇବା ସହିତ ସାମାଜିକ ଦୂରତ୍ବ ରକ୍ଷା ଦ୍ବାରା କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଲକଡାଉନ ପାଳନ କରିବାକୁ ସେ ମାର୍ଚ୍ଚ ୨୪ରେ । ଦେଶବାସୀଙ୍କୁ ନିବେଦନ କରିଥିଲେ । ଭୂତାଣୁ ସଂକ୍ରମଣର ଏହା ଏକମାତ୍ର ପ୍ରତିଷେଧକ ହୋଇଥିବାରୁ ଏହାକୁ ସଫଳ କରିବାକୁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କରୋନା ଭୂତାଣୁ ସଂକ୍ରମଣର ସଫଳ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଦୁଇଟି ମନ୍ତ୍ର ଦେଇଛନ୍ତି । ତାହାହେଲା ସଂକଳ୍ପ ଓ ସଯମ । ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ଅବସରରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭୟଭୀତ ହୋଇ ଜିନିଷପତ୍ର ନକିଣିବାକୁ ପରାମର୍ଶ ଦେଇଥିଲେ । ନାଗରିକଙ୍କୁ ନିୟମିତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଅବ୍ୟାହତ ରହିବ ବୋଲି ସେ ପ୍ରତିଶ୍ରୁତି ଦେଇ ଲୋକଙ୍କ ମନୋବଳ ଟାଣ କରିଥିଲେ ।

କୋଭିତ-୧୯ ଆର୍ଥିକ ମୁକାବିଲା ଟାସ୍କଫୋର୍ସ- 
କରୋନା ମହାମାରୀ ଦ୍ବାରା ଦେଶର ଆର୍ଥିକ କ୍ଷେତ୍ରରେ ଯେଉଁ ଗୁରୁତର ଆହ୍ବାନ ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ । କୋଭିତ-୧୯ ଆର୍ଥିକ ରେସପନ୍ସ ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହ ପରାମର୍ଶ, ଅନ୍ୟାନ୍ୟ କ୍ଷେତ୍ରରୁ ସଂଗୃହୀତ ତଥ୍ୟାବଳୀକୁ ବିଚାରକୁ ନେଇ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ଆର୍ଥିକ ପଦକ୍ଷେପ ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ଦେଶର ବ୍ୟବସାୟୀ ସମୁଦାୟ ଓ ଉଚ୍ଚ ଅଧିକାରୀବର୍ଗର ସଦସ୍ୟମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଭଳି ସଂକଟଜନକ ସ୍ଥିତିରେ ସେମାନେ ନିମ୍ନ । ଆୟକାରୀବର୍ଗର ଆର୍ଥିକ ଅନାଟନ ପ୍ରତି ଦୃଷ୍ଟି ଦେବା ଉଚିତ । ସେବା ପ୍ରଦାନ କରୁଥିବା ଏହି ବର୍ଗର ଲୋକେ କରୋନା ଯୋଗୁ କାର୍ଯ୍ୟସୁଳୀରେ ଉପସ୍ଥିତ ହୋଇ ନପାରିଲେ ସେମାନଙ୍କ ବେତନ କାଟ ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଭଳି ସମୟରେ ମାନବିକତା ପ୍ରଦର୍ଶନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଂଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦେଇଛି ।

ନୁଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚ ୨୨ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଂଟେନର ରହଣୀ ଶୁଳ୍କ ଆଦାୟ ନକରିବା ପାଇଁ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟ ବନ୍ଦରଗୁଡିକୁ ନିର୍ଦ୍ଦେଶ ଦେଇଛି । ଭାରତୀୟ ବନ୍ଦରଗୁଡିକରେ ମାଲ ପରିବହନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଏପରି ନିର୍ଦ୍ଦେଶ ଦିଆଯାଇଛି । 

ଏହାଛଡ଼ା କୌଣସି ନୂତନ ବା ଅତିରିକ୍ତ ଶୁଳ୍ପ ଅସୁଲ ନକରିବା ପାଇଁ ମଧ୍ୟ କୁହାଯାଇଛି । କୋଭିତ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖୁ ବର୍ତ୍ତମାନ ପାଇଁ ଏହି ନିଷ୍ପତି ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗତ ୨୫ ତାରିଖ ଦିନ ଘୋଷିତ ଦେଶବ୍ୟାପୀ ଲକଡାଉନ ପରେ ବିଭିନ୍ନ ବନ୍ଦରରେ ମାଲ ଖଲାସ ନେଇ କେତେକ ଅସୁବିଧା ଦେଖା ଦେଇଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତି ନିଆଯାଇଛି । ସେ ଦୃଷ୍ଟିରୁ
କେତେକ ସ୍ଥାନରେ କାର୍ଗୋ ମାଲିକମାନେ ସେମାନଙ୍କ ଜିନିଷପତ୍ର ଖଲାସ କରିବା ନେଇ ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ନିର୍ଦ୍ଦେଶ ବଳରେ ସେମାନଙ୍କୁ ଆଉ କୌଣସି ପ୍ରଶାସନିକ ବାଧାବିଘ୍ନର ସମୁଖନ ହେବାକୁ ପଡ଼ିବ ନାହିଁ ।

କୋଭିତ-୧୯ର ମୁକାବିଲା ନିମନ୍ତେ ସଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ପ୍ରଦାନ ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ..!!

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଭେଙ୍କିୟା ନାଇଡୁ ସମଗ୍ର ରାଜ୍ୟସଭା ସାଂସଦଙ୍କୁ ପ୍ରାଥମିକ ଭାବେ ସେମାନଙ୍କ ସ୍ଥାନୀୟ ବିକାଶ ପାଣ୍ଠିରୁ କୋଭିତ-୧୯ର ମୁକାବିଲା ପାଇଁ ଅନ୍ୟନ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

ସାଂସଦମାନଙ୍କୁ ଲେଖୁଥିବା ପତ୍ରରେ କାହା ସଂକ୍ରମଣର ଭୟାବହତା ତଥା ସେଥିପାଇଁ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ଦୃଷ୍ଟିରୁ ଏଭଳି କରିବାକୁ ଶ୍ରୀ ନାଇଡ଼ୁ ସାଂସଦମାନଙ୍କୁ ନିବେଦନ କରିଛନ୍ତି । କୋଭିତ-୧୯ର ସଫଳ ମୁକାବିଲା ନିମନ୍ତେ ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଧୂପାଇଁ ସମ୍ବଳ ସଂଗ୍ରହ କରାଯାଉଥୁବା ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ ଶ୍ରୀ ନାଇଡୁ ଫିଏମ୍ କେୟାର୍ସ ଫଣ୍ଡକୁ ଆପଦ କାଳୀନ ସାମର୍ଥ୍ୟ ବୃଦ୍ଧି ପାଇଁ ଦାନ ଦେବାକୁ ସାଧାରଣ ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଏହାଛଡା ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ସେବୀ ସଂଗଠନ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିବା ସହ ସରକାରଙ୍କ ଦ୍ବାରା ଦିଆଯାଇଥୁବା ନିୟମାବଳୀଗୁଡିକୁ କଡାକଡି ପାଳନ କରିବାକୁ ସେ କହିଛନ୍ତି। ପ୍ରଧାନମନ୍ତ କଲ୍ୟାଣ ପାଣ୍ଠିକୁ ସମାଜର ବିଭିନ୍ନ ସ୍ତରରେ ଥିବା ଲୋକମାନଙ୍କ ଆକୁଣ୍ଡିତ ସାହାଯ୍ୟ ସହଯୋଗ ପାଇଁ ସେ ସାଧୁବାଦ ଜଣାଇଛନ୍ତି । ରାଜ୍ୟ ସରକାର ଓ ବିଭିନ୍ନ ମାନବହିତୈସୀ ସଂଗଠନ ବିଭିନ୍ନ ରାଜ୍ୟରୁ ଆସୁଥିବା ଦାଦନ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇବାକୁ ମଧ୍ୟ ନିବେଦନ କରିଛନ୍ତି । ଶ୍ରମିକମାନଙ୍କ ସୁବିଧା ଅସୁବିଧା ନେଇ ଶ୍ରୀ ନାଇଡ଼ୁ କେନ୍ଦ୍ର ସ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସନ୍ତୋଷ କୁନାର ଗଙ୍ଗୱାର ଓ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌରାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

କୋଭିଡ-19 ବିରୋଧୀ ଲଢ଼େଇରେ ସାମାଜିକ ଦୁରତା ସବୁଠୁ ପ୍ରଭାବୀ ମାର୍ଗ : ପ୍ରଧାନମନ୍ତ୍ରୀ..!!

ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି" | 

ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଥିବା ଏହି ଭୂତାଣୁର ନିପାତ ଲାଗି ବିଶ୍ବ ସମୁଦାୟ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ । "କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇ ରହିନାହିଁ । ଏହା କୌଣସି ଅଞ୍ଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ ବୋଲି ସେ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ, ଯେଉଁମାନେ କୋଭିତ-୧୯ ଲକଡାଉନ ସମୟରେ ନିୟମ ଭାଙ୍ଗୁଛନ୍ତି ସେମାନେ ନିଜ ଜୀବନ ସହିତ ଖେଳୁଛନ୍ତି । ସେ ଏହା ସ୍ପଷ୍ଟ କରି ଦେଇଥିଲେ ଯେ ଲକଡାଉନ ନିୟମ ମାନୁନଥିବା ଲୋକମାନେ ବୁଝିବା ଦରକାର ଯେ କରୋନା ସଂକ୍ରମଣ ମହାମାରୀରୁ ଆମକୁ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । କରୋନା ଭୂତାଣୁ ବିରୋଧୀ ଲଢ଼େଇ ଅଭୂତପୂର୍ବ ଏବଂ ଆହ୍ମାନପୂର୍ଣ୍ଣ ହୋଇଥିବାରୁ ଏହି ସମୟରେ ନିଆଯାଇଥିବା କଠୋର ନିଷ୍ପତି ପୂର୍ବରୁ ପୃଥିବୀ ଇତିହାସରେ କେବେ ଦେବାକୁ ମିଳିନଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଭାରତୀୟମାନଙ୍କ ଦ୍ଵାରା ନିଆଯାଉଥିବା ପଦକ୍ଷେପ ଏବଂ ପ୍ରୟାସ ଫଳରେ ଭାରତ ଏହି ମହାମାରୀ ବିରୋଧୀ ଲଢ଼େଇରେ ଜିତିପାରିବ। 

ଶ୍ରୀ ମୋଦୀ କହିଥିଲେ, ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧୁକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଉଚିତ ଏବଂ ଭାରତ ତାହା କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ପ୍ରଧାନମନ୍ତ୍ରୀ ଏକ ଶାସୋକ୍ତିର ଉଦ୍ଧାର କରି କହିଥିଲେ ଯେ ରୋଗ ଏବଂ ଏହାର ପ୍ରକୋପର । ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସା ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ । ଏହା ହିଁ କରୁଛନ୍ତି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । 

ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ତେଣୁ ମୁଁ ଏହି ପ୍ରସଙ୍ଗ ମୁଁ ମନ କୀ ବାତର ଚଳିତ ସଂସ୍କରଣରେ ଉଠାଇବାକୁ ନିଷ୍ପତ୍ତି ନେଲି । ଶ୍ରୀ ମୋଦୀ ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ଦେଶବାସୀ ତାଙ୍କୁ କ୍ଷମା କରିଦେବେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ବିଶେଷକରି ଦେଶର ଗରିବ ଭାଇ-ଭଉଣୀଙ୍କୁ କ୍ଷମା ମାଗି ସେ କହିଥିଲେ, ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି । ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ଵତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ଆଉ ଏକ ଶାସ୍ତ୍ରୋକ୍ତିକୁ ଉଦ୍ଧାର କରି ସେ କହିଥିଲେ, ଉତ୍ତମ ସ୍ବାସ୍ଥ୍ୟ ସବୁଠୁ ବଡ଼ ସୌଭାଗ୍ୟ ଏବଂ ଦୁନିଆରେ ଏକମାତ୍ର ଖୁସିର ମାର୍ଗ। ପ୍ରଧାନମନ୍ତ୍ରୀ କହିଥିଲେ, ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । 

ସେ କହିଥିଲେ, ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ ଏବଂ ଯେଉଁମାନେ କରୋନା ଭୂତାଣୁକୁ ହରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଲୋକମାନେ ମହାମାରୀ କବଳରୁ ଆମକୁ ସୁରକ୍ଷିତ ରଖୁବା ଲାଗି ଶତଚେଷ୍ଟା ଜାରି ରଖୁଛନ୍ତି । ସେମାନେ ଆମକୁ ଯାହା କହୁଛନ୍ତି ଆମେ ତାକୁ ଶୁଣିବା ସହିତ ଏହାକୁ ସଚ୍ଚା ମନୋଭାବ ନେଇ ଅଭ୍ୟାସରେ ପରିଣତ କରିବାକୁ ହେବ ବୋଲି ସେ କହିଥିଲେ। ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ନିଃସ୍ୱାର୍ଥ ସେବା ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। "ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଏମାନଙ୍କ କର୍ତ୍ତବ୍ୟନିଷ୍ଠା ଓ ନିରବଚ୍ଛିନ୍ନ ପ୍ରୟାସ କାରଣରୁ ଦେଶ ଏତେ ବଡ଼ ଲଢ଼େଇ ଲଢ଼ିପାରୁଛି । ଏମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖ୍ ଏଇଭଳି ପ୍ରାୟ 20 ଲକ୍ଷ ସାଥୀଙ୍କ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାହାରା ଆପଣମାନେ ଏ ଯୁଦ୍ଧରେ ଅ ଆତ୍ମବିଶ୍ବାସର ସହ ଦେଶକୁ ନେତୃତ୍ଵ ଦେଇପାରିବେ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଡୋଶୀରେ ଥିବା ଛୋଟ ତେଜରାତି ଦୋକାନୀ, ଡ୍ରାଇଭର ଓ କର୍ମଜୀବୀମାନଙ୍କୁ ସେ ପ୍ରଶଂସା କରିଥିଲେ। ସେମାନେ ଦେଶରେ ଜରୁରି ସାମଗ୍ରୀ ଯୋଗାଣକୁ ନିରନ୍ତର ଜାରି ରଖୁବା ଲାଗି ।ନିରବଚ୍ଛିନ୍ନ ଭାବେ ପ୍ରୟାସ କରୁଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରୁଥିବା ଲୋକ, ଇ-କମର୍ସ କମ୍ପାନୀରେ ଡେଲିଭରୀ ଦେଉଥିବା କର୍ମଚାରୀ ଏବଂ ଏପରି ସମୟରେ ପ୍ରୋସରୀ ସାମଗ୍ରୀ ଯୋଉଥିବା ଲୋକମାନେ ଏହି ଲଢ଼େଇରେ ନେତୃତ୍ନ ନେଉଛନ୍ତି। ନିରବଚ୍ଛିନ୍ନ ଭାବେ ଟିଭି ଦେଖୁ ଏବଂ ସହଜରେ ଡିଜିଟାଲ ପେମେଟ କରିବାର ବ୍ୟବସ୍ଥା କରୁଥିବା ଲୋକଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ସେ ସେମାନଙ୍କୁ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରିବା ଏବଂ ନିଜର ତଥା ନିଜ ପରିବାର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦେଇଥିଲେ। । 


ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନର ପରିସ୍ଥିତିରେ ଆମକୁ ସାମାଜିକ ଦୂରତା ସୁନିଶ୍ଚିତ କରିବାକୁ ହେବ ମାନବୀୟ ଓ ଭାବନାତ୍ମକ ଦୂରତା ନୁହେଁ । ସଙ୍ଗରୋଧରେ ଥିବା ଲୋକଙ୍କ ପ୍ରତି ବାଛବିଚାର କରାଯାଉଥିବା ଜାଣି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ଏପରି ଲୋକମାନେ ନିଜକୁ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିପାରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ସାମାଜିକ ଦୂରତା ହେଉଛି ସବୁଠୁ ପ୍ରଭାବୀ ମାର୍ଗ। ଏହି ଲଢ଼େଇରେ ଜିତିବାକୁ ହେଲେ ଦେଶବାସୀଙ୍କୁ ଘରେ ରହିବା ଲାଗି ସେ ପୁଣିଥରେ ନିବେଦନ କରିଥିଲେ।

‘କରୋନା ଷ୍ଟଡି ସିରିଜ' ନାମରେ ପୁସ୍ତକ ପ୍ରସ୍ତୁତ କରିବା‘ନାସନାଲ ବୁକ ଟ୍ରଷ୍ଟ..!!

ମାନବ ସମାଜ ଉପରେ କରୋନା ସଂକ୍ରମଣର ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ତିକ ପ୍ରଭାବକୁ ଦୃଷ୍ଟିରେ କେନ୍ଦ୍ର ମାନବ ସମ୍ପଦ ବିକାଶ ମନ୍ତ୍ରଣାଳୟ ଅଧୁନସ୍ଥ 'ନାସନାଲ ବୁକ ଟ୍ରଷ୍ଟ' 'କରୋନା ଷ୍ଟଡି ସିରିଜ' ନାମରେ ପୁସ୍ତକ ପ୍ରସ୍ତୁତ କରିବ । କରୋନା ସଂକ୍ରମଣ ପରବର୍ତ୍ତୀ କାଳରେ ଏହି ପୁସ୍ତକ ବିଭିନ୍ନ ବୟସର ପାଠକମାନଙ୍କ ଲାଗି ଅତ୍ୟନ୍ତ ଉପାଦେୟ ହେବ । ଆମେ ଆଶା କରୁଛୁ ଏହି ଜାତୀୟ ବିପର୍ଯ୍ୟୟ ବିଷୟରେ ବିସ୍ତୃତ ତଥ୍ୟ ସମ୍ବଳିତ ପୁସ୍ତକ ବିଭିନ୍ନ କ୍ଷେତ୍ରର ପାଠକ, ଅଧୁକାରୀ ତଥା ଗବେଷକମାନଙ୍କ ପାଇଁ ଅତି ଉପାଦେୟ ହେବ ବୋଲି ନାସନାଲ ବୁକ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଫେସର ଗୋବିନ୍ଦ ପ୍ରସାଦ ଶର୍ମା କହିଛନ୍ତି । 

ଏଥିପାଇଁ ଆମେ କରୋନା ସମ୍ପର୍କିତ ସମସ୍ତ ଘଟଣା ଉପରେ ବିଶେଷ ଦୃଷ୍ଟି ରଖୁଛୁ ଏବଂ ସରକାରଙ୍କ ବିଭିନ୍ନ ବିଭାଗ ତରଫରୁ କରୋନାକୁ ପ୍ରତିହତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ଅବଗତ ରହିଛୁ । ପ୍ରଫେସର ଶର୍ମା ଆହୁରି କହିଛନ୍ତି, "ଏକ ଜାତୀୟ ପୁସ୍ତକ ପ୍ରକାଶକ ଅନୁଷ୍ଠାନ ଭାବେ ଏହି ଲକଡାଉନ ସମୟରେ ଜନତାଙ୍କ ଲାଗି ତାଙ୍କ ପ୍ରିୟ ପୁସ୍ତକ ସବୁ ଉପଲବ୍ଧ କରାଇବା ଆମର ଦାୟିତ୍ଵ । ସେଥିପାଇଁ ଆମେ #StayHomeIndiaWithBooks ଅଭିଯାନ ଆରମ୍ଭ କରିଛୁ ଓ ଆମର ସବୁଠାରୁ ଭଲ ପୁସ୍ତକ ଗୁଡିକୁ ପିଡିଏଫରେ ନିଶୁଳ୍କ ଉପଲବ୍ଧ କରାଇଛୁ । ଏହି ଅଭିଯାନକୁ ବହୁତ ଭଲ ପ୍ରତିକ୍ରିୟା ମିଳିଛି ଓ ଲୋକମାନେ ଏହି ସମୟରେ ଘରେ ରହି ନିଜ ପ୍ରିୟ ପୁସ୍ତକଗୁଡ଼ିକୁ ପଢୁଛନ୍ତି ।"

କୋଭିଡ-19 ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶନାମା ସଂକ୍ରାନ୍ତରେ ପରିଶିଷ୍ଟ ଜାରି କଲା ଗୃହ ମନ୍ତ୍ରଣାଳୟ..!!

ଗୃହ ମନ୍ତ୍ରଣାଳୟ ପକ୍ଷରୁ କରୋନା ଭୂତାଣୁ ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଲାଗୁ କରିବା ନିମନ୍ତେ ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବର୍ତ୍ତମାନ ଏହି ନିର୍ଦ୍ଦେଶନାମାକୁ ନେଇ ଏକ ପରିଶିଷ୍ଟ ଏବଂ ସହ ପରିଶିଷ୍ଟ (https://pib.gov.in/Press Relese Detail.aspx?PRID=1608644) ଜାରି କରାଯାଇଛି। ଦ୍ବିତୀୟ ପରିଶିଷ୍ଟରେ ୨୧ ଦିନର ଲକଡାଉନ ସମୟରେ, ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନ୍ତର୍ଗତ ଛାଡ଼ ପ୍ରାପ୍ତ ଆବଶ୍ୟକ ବସ୍ତୁ ଓ ସେବାକୁ ଅତିରିକ୍ତ ଶ୍ରେଣୀରେ ରଖାଯାଇଛି।


ମୋର ପ୍ରିୟ ଦେଶବାସୀଗଣ, 
ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ । କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା - 'ବିଶ୍ବୋ ମହାମାରୀ କରୋନା’ ଦ୍ବାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ । ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ । କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ । ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଶେଷକରି ମୋର ଗରିବ ଭାଇଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ  କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି ! ସେମାନଙ୍କ ଠାରୁ ମଧ୍ୟ ମୁଁ ସତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ  ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି ! ମୁଁ ସମସ୍ତଙ୍କ ଗୃହବନ୍ଦୀ କରିଦେଇଥିବାର ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ। ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ  କଷ୍ଟକୁ ବୁଝିପାରୁଛି, 

କିନ୍ତୁ ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ବର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି । 

ବନ୍ଧୁଗଣ:-
ଆମ ଶାସ୍ତ୍ରରେ କୁହାଯାଇଛି - "ଏବମେବ ବିକାର ଅପିତରୁ ସାଧତେ ସୁଖ୍ୟ- ଅର୍ଥାତ୍, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ଵବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଂଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହେଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।

ବନ୍ଧୁଗଣ:-
ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ମୁଁ ସେମାନଙ୍କ ଠାରୁ ବହୁତ କିଛି ଶିଖିଛି । ଏଥରର 'ମନ କି ବାତ୍’ରେ ଏଭଳି କିଛି ବନ୍ଧୁଙ୍କ ଅନୁଭୂତି, ସେମାନଙ୍କ ସହିତ ହୋଇଥିବା ବାର୍ତାଳାପରୁ କିଛି ଆପଣମାନଙ୍କ ସହିତ ଶେୟାର କରିବାକୁ ମୋର ବହୁତ ଇଚ୍ଛା ଥିଲା । ସର୍ବପ୍ରଥମେ ଆମେ କଥା ହେବା ଶ୍ରୀ ରାମଗମ୍ପା ତେଜା ଜୀଙ୍କ ସହିତ । ସେ ଅବଶ୍ୟ ଜଣେ ଆଇ.ଟି. ପ୍ରଫେସନାଲ । ତେବେ ଆସନ୍ତ, ଶୁଣିବା ତାଙ୍କ ଅନୁଭୂତି । ୟେସ୍ ରାମ :-

ରାମଗମ୍ପା: ନମସ୍କାର ସାର୍ ।
ମୋଦୀ ଜୀ : ହଁ ରାମ୍, ନମସ୍କାର । 
ରାମଗମ୍ପା: ନମସ୍କାର, ନମସ୍କାର । 
ମୋଦୀ ଜୀ: ମୁଁ ଶୁଣିଛି ଯେ ଆପଣ କରୋନା ଭୂତାଣୁର ଏହି ଗମ୍ଭୀର ସଙ୍କଟରୁ ମୁକ୍ତି ପାଇଛନ୍ତି ? 
ରାମଗମ୍ଫା : ଆଜ୍ଞା ହଁ । 
ମୋଦୀ ଜୀ : ମୁଁ ନିଶ୍ଚୟ ଆପଣଙ୍କ ସହିତ କିଛି କଥା ହେବି । ଆପଣ ଏତେବଡ଼ ସଙ୍କଟରୁ କିଭଳି ମୁକ୍ତି ପାଇଛନ୍ତି, ମୁଁ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି । 
ରାମଗମ୍ଫା : ମୁଁ ଜଣେ ଆଇ.ଟି. କର୍ମଚାରୀ ଚାକିରି ସଂକ୍ରାନ୍ତ ମିଟିଂରେ ଯୋଗଦେବାକୁ ଦୁବାଇ ଯାଇଥିଲି । ସେଠି ଅଜାଣତରେ ଏସବୁ ଘଟିଗଲା । ଫେରିବା ପରେ ହିଁ ଜର ଆଉ ଅନ୍ୟ ସବୁ ଆରମ୍ଭ ହୋଇଯାଇଥିଲା । ପାଂଚ ଛଅ ଦିନ ପରେ ଡାକ୍ତରମାନେ କରୋନା ଭୂତାଣୁ ପରୀକ୍ଷା କଲେ, ଆଉ ତାହା ପଜିଟିଭ୍ ବାହାରିଲା । ଏହାପରେ ମୋତେ ହାଇଦ୍ରାବାଦର ସରକାରୀ ଡାକ୍ତରଖାନା ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଗଲା । ୧୪ ଦିନ ପରେ ମୁଁ ଭଲ ହୋଇଗଲି ଆଉ ମୁଁ ଡିସ୍‌ଚାର୍ଜ ହୋଇଗଲି । ଏସବୁ ଯୋଗୁଁ ଟିକିଏ ଭୟ ଲାଗୁଥିଲା । 
ମୋଦୀ ଜୀ : ମାନେ, ଆପଣଙ୍କୁ ଯେତେବେଳେ ସଂକ୍ରମଣ ସମ୍ପର୍କରେ ଜଣାପଡିଲା ! ଆଉ ଆଗରୁ ତ ଜାଣିବେ ଯେ ଏହି ଭୂତାଣୁ କେତେ ଭୟଙ୍କର !! 

ରାମଗମ୍ପା: ଆଜ୍ଞା !
ମୋଦୀ ଜୀ : ତାହେଲେ ଆପଣଙ୍କୁ ଯେତେବେଳେ ଜଣାପଡ଼ିଲା, ଆପଣଙ୍କ ତୁରନ୍ତ ପ୍ରତିକ୍ରିୟା କ'ଣ ଥିଲା ? 
ରାମଗମ୍ଫା : ପ୍ରଥମେ ତ ଖୁବ୍ ଡରି ଯାଇଥିଲି । ମୋର ବିଶ୍ବାସ ହେଲାନି ଯେ ମୋତେ କାହିଁକି ଏମିତି ହେଲା ? କାରଣ ସେତେବେଳେ ଭାରତରେ ମାତ୍ର ୨-୩ ଜଣଙ୍କୁ ହୋଇଥିଲା । ତେଣୁ, ଏହା ବିଷୟରେ ସେ କିଛି ଜ୍ଞାନ ବି ନ ଥିଲା । ଡାକ୍ତରଖାନାରେ ମୋତେ ଭର୍ତ୍ତି କରି  କ୍ବୋରଂଟାଇନ  ବା ସଙ୍ଗରୋଧ କରି ରଖିଥିଲେ । ପ୍ରଥମ ୨୩ ଦିନ ତ ଏମିତିରେ ଗଲା । କିନ୍ତୁ ସେଠାକାର ଡାକ୍ତର ଆଉ ନର୍ସ ... ସେମାନେ ଖୁବ ଭଲ ଥିଲେ । ପ୍ରତ୍ୟେକ ଦିନ ଫୋନ୍ କରି ମୋ ସହ କଥା ହେଉଥିଲେ ଆଉ ମୋତେ ସାହସ ଦେଇ କହୁଥିଲେ ଯେ – ଆପଣଙ୍କର କିଛି ହେବନି, ଆପଣ ଠିକ୍ ହୋଇଯିବେ । ଡାକ୍ତରମାନେ, ନର୍ସମାନେ ଦିନକୁ ଦୁଇତିନି ଥର କଥା ହେଉଥିଲେ । ଆଗରୁ ଭୟ ଲାଗୁଥିଲା  କିନ୍ତୁ ପରେ ଲାଗିଲା ଯେ, ଏତେ ଭଲ ଲୋକଙ୍କ ସାଙ୍ଗରେ ରହିଛି, ଆଉ କ'ଣ କରିବାକୁ ହେବ ସେକଥା ସେମାନେ ଜାଣିଛନ୍ତି । ତେଣୁ ମୁଁ ନିଶ୍ଚୟ ଭଲ ହୋଇଯିବି ।।
ମୋଦୀ ଜୀ : ଆପଣଙ୍କ ପରିବାର ଲୋକଙ୍କ ମନର ଅବସ୍ଥା କିଭଳି ଥିଲା ? 
ରାମଗମ୍ଫା : ମୁଁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି ସେତେବେଳେ ସେମାନେ ବହୁତ ଷ୍ଟ୍ରରେ ଥିଲେ । ମୋ ଉପରେ ସମସ୍ତଙ୍କୁ ବେଶୀ ନିଜର ଥିଲା । ଆଉ ହଁ, ଆଗ ସେମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ୍ ଆସିଲା । ତାହା ମୋ ପାଇଁ, ମୋ ପରିବାର ଏବଂ ଆମ ଆଖପାଖ ଲୋକଙ୍କ ପାଇଁ ଥିଲା ସବୁଠୁ ବଡ଼ ଆଶ୍ଵସ୍ତି । ତା'ପରେ ତା' ପ୍ରତିଦିନ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଗଲା । ଡାକ୍ତରମାନେ ମୋ ସହିତ କଥା ହେଉଥିଲେ । ମୋ ପରିବାର ଲୋକଙ୍କୁ ବି କହୁଥିଲେ ।
ମୋଦୀ ଜୀ : ଆପଣ ନିଜେ କି କି ସାବଧାନତା ଅବଲମ୍ବନ କଲେ ? ନିଜ ପରିବାର ପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କଲେ ? 
ରାମଗମ୍ପା: ପ୍ରଥମେ ଯେତେବେଳେ ଜଣାପଡ଼ିଲା, ମୁଁ  କ୍ବୋରଂଟାଇନ ରେ ଥିଲି । କିନ୍ତୁ କ୍ବୋରଂଟାଇନ ପରେ ମଧ୍ୟ ଡାକ୍ତରମାନେ ଆହୁରି ୧୪ ଦିନ ନିଜ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦେଲେ । ନିଜକୁ ହାଉସ୍  କ୍ବୋରଂଟାଇନ ରେ ରହିବାକୁ କହିଥିଲେ । ତେଣୁ, ସେଠାରୁ ଆସିବା ପରେ ମୁଁ ନିଜ ଘରେ ହିଁ ରହୁଛି । ମୋ ରୁମରେ ହିଁ ରହୁଛି, ମୁହଁରେ ଦିନସାରା ମାସ୍କ ଲଗାଇ ରଖୁଛି । ଆଉ, ଖାଇବା ଆଗରୁ ହାତ ଧୋଇବା ନିହାତି ଜରୁରୀ । 
ମୋଦୀ ଜୀ : ତେବେ ରାମ, ଆପଣ ସୁସ୍ଥ ହୋଇ ଫେରିଛନ୍ତି । ଆପଣ ଆଉ ଆପଣଙ୍କ ପରିବାରକୁ ମୋର ବହୁତ ଶୁଭେଚ୍ଛା 
ରାମଗମ୍ଫା : ଥାଙ୍କ ୟୁ ।
ମୋଦୀ ଜୀ : ତେବେ ମୁଁ ଚାହୁଁଛି ଯେ, ଆପଣଙ୍କର ଏହି ଅନୁଭୂତି । 
ରାମଗମ୍ପା: ଆଜ୍ଞା ।
ମୋଦୀ ଜୀ : ଆପଣ ତ ଆଇ.ଟି. ପ୍ରଫେସନରେ ଅଛନ୍ତି । 
ରାମଗମ୍ଫା : ଆଜ୍ଞା !
ମୋଦୀ ଜୀ : ତେଣୁ ନିଜର ଅନୁଭୂତିର ଅଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଏହାକୁ ଶେୟାର କରନ୍ତୁ । ଏହାକୁ ଭାଇରାଲ୍ କରିଦିଅନ୍ତୁ । ଯାହାଫଳରେ ଲୋକ ଏହାକୁ ଭୟ ବି କରିବେନି 

ଆଉ ତା ସଙ୍ଗେ ସଙ୍ଗେ ସତର୍କ ରହିଲେ କିଭଳି ଏହି ବିପତିରୁ ରକ୍ଷା ମିଳିବ, ସେହି ବାର୍ତା ମଧ୍ୟ ଲୋକଙ୍କ ପାଖରେ ଖୁବ ଆରାମରେ ପହଂଚିଯିବ । 
ରାମଗମ୍ଫା : ଆଜ୍ଞା ହଁ,  କ୍ବୋରଂଟାଇନର ଅର୍ଥ ଲୋକ ଜେଲକୁ ଯିବା ଭଳି ଭାବୁଛନ୍ତି । କିନ୍ତୁ ଏହା ସେପରି ନୁହେଁ । ସମସ୍ତେ ଏ କଥା ଜାଣିବା ଉଚିତ ଯେ, ସରକାରୀ କ୍ବାରଂଟାଇନର ସେମାନଙ୍କ ନିଜ ପାଇଁ ଉଦ୍ଦିଷ୍ଟ, ସେମାନଙ୍କ ପରିବାର ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ, ମୁଁ ଅଧିକାଂଶ ଲୋକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ପରୀକ୍ଷା କରାନ୍ତୁ,  କ୍ବୋରଂଟାଇନ  ମାନେ କରୋନାକୁ ଡରନା ।  କ୍ବୋରଂଟାଇନ ରେ ଥିବା ଲୋକଙ୍କ ପ୍ରତି କୌଣସି ଅପବାଦ କିମା ଆକ୍ଷେପ କରାନଯାଉ ।
ମୋଦୀ ଜୀ : ତେବେ ରାମ୍, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଚା । 
ରାମଗମ୍ଫା : ଥାଙ୍କ ୟୁ, ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ ୟୁ । 
 ମୋଦୀ ଜୀ : ଥାଙ୍କ ୟୁ ଭାଇ, ଥାସ ଏ ଲଟ୍ । 
ରାମଗମ୍ପା: ଥାଙ୍କ ୟୁ । 

ବନ୍ଧୁଗଣ:-
ଯେମିତିକି ରାମ କହିଲେ ଯେ, ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସୁ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ଆମ ସହିତ ରହିଛନ୍ତି ଆଉ ଜଣେ ସେହିଭଳି ବନ୍ଧୁ, ଯିଏ କରୋନାକୁ ପରାଜିତ କରିଛନ୍ତି । ତାଙ୍କର ତ ପୂରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଥିବା ତାଙ୍କ ପୁଅ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଯାଇଥୁଲା । ତା'ହେଲେ ଆସନ୍ତୁ, କଥା ହେବା ଆଗ୍ରାର ଶୀଯୁକ୍ତ ଅଶୋକ କପୁରଙ୍କ ସହିତ । 

ମୋଦୀ ଜୀ : ଅଶୋକ ଜୀ, ନମସ୍କାର । 
ଅଶୋକ କପୁର : ସାର ନମସ୍କାର, ମୋର ସୌଭାଗ୍ୟ, ଆପଣଙ୍କ ସହିତ ମୁଁ କଥା ହେଉଛି ।
ମୋଦୀ ଜୀ : ଇଏ ଆମର ମଧ୍ୟ ସୌଭାଗ୍ୟ । ମୁଁ ଏଥିପାଇଁ ଫୋନ କରିଥିଲି କାରଣ ଆପଣଙ୍କ ସାରା ପରିବାର ଏହି ସଙ୍କଟରେ ଫସିଯାଇଥିଲା । 
ଅଶୋକ କପୁର : ଆଜ୍ଞା ଆଜ୍ଞା।
ମୋଦୀ ଜୀ : ତେବେ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ସମସ୍ୟା, ଏହି ସଂକ୍ରମଣ ବିଷୟରେ କେମିତି ଜଣାପଡ଼ିଲା ? କ'ଣ ହେଲା ? ଡାକ୍ତରଖାନାରେ କ'ଣ ହେଲା ? ଫଳରେ, ଆପଣଙ୍କ 

କଥାଶୁଣି ଦେଶବାସୀଙ୍କୁ ଜଣାଇବା ଭଳି ଯଦି କିଛି ଥାଏ ତାହା ମୁଁ ତାଙ୍କୁ ଜଣାଇପାରିବି ।
ଅଶୋକ କପୁର : ଆଜ୍ଞା ନିଶ୍ଚୟ । ମୋର ଆଜ୍ଞା ଦୁଇ ପୁଅ। ସେମାନେ ଇଟାଲୀ ଯାଇଥିଲେ । ସେଠାରେ ଜୋତା ପ୍ରଦର୍ଶନୀ ଚାଲିଥିଲା । ଆମର ଏଠି ଜୋତା ତିଆରି କାରଖାନା ରହିଛି ।
ମୋଦୀ ଜୀ: ହଁ । 
ଅଶୋକ କପୁର : ସେମାନେ ଯେତେବେଳେ ଇଟାଲୀରୁ ଫେରିଲେ ।
ମୋଦୀ ଜୀ: ହଁ । 
ଅଶୋକ କପୁର : ତା'ପରେ ଆମ ଜ୍ବାଇଁ ମଧ୍ୟ ଯାଇଥିଲେ । ସେ ଦିଲ୍ଲୀରେ ରହନ୍ତି । ତାଙ୍କର ଟିକିଏ ଅସୁବିଧା ଦେଖାଦେଲା । ତେଣୁ ସେ ରାମ ମନୋହର ଲୋହିଆ ହସ୍ପିଟାଲ ଗଲେ । 
ମୋଦୀ ଜୀ: ହଁ । 
ଅଶୋକ କପୁର : ଡାକ୍ତରଖାନାରେ ତାଙ୍କୁ ପଜିଟିଭ କହିଲେ ଆଉ ସଫଦରଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଲେ ।
ମୋଦୀ ଜୀ: ହଁ ! 
ଅଶୋକ କପୁର : ସେଠାରୁ ମୋ ପାଖକୁ ଫୋନ ଆସିଲା ଯେ, ଆପଣ ବି ତାଙ୍କ ସହିତ ଯାଇଥିଲେ, ତେଣୁ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ତେଣୁ, ଦୁଇ ପୁଅ ଏଠାକାର ଆଗ୍ରା ଜିଲ୍ଲା ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ଗଲେ । ସେଠାକାର ଡାକ୍ତର ଓ କର୍ମଚାରୀ କହିଲେ, ନିଜ ପରିବାରର ସମସ୍ତଙ୍କୁ ଡାକି ଦିଅନ୍ତୁ । ପରୀକ୍ଷା କରାଇନେବା ଉଚିତ । ଆଜ୍ଞା, ଶେଷରେ ଆମେ ସମସ୍ତେ ଗଲୁ ।
ମୋଦୀ ଜୀ: ହଁ । 
ଅଶୋକ କପୁର : ପରଦିନ ସେମାନେ ଆମକୁ ଜଣାଇଲେ ଯେ ଆମ ପରିବାରର ଛଅ ଜଣଯାକ ପଜିଟିଭୁ । ମୋ ବୟସ ୭୩ ବର୍ଷ । ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ଦୁଇ 

ପୁଅ, ବୋହୁ ଆଉ ନାତି । ନାତିର ବୟସ ଷୋହଳ ବର୍ଷ । ସମସ୍ତଙ୍କୁ ଦିଲ୍ଲୀ ନେଇଯିବାକୁ ସେମାନେ ପରାମର୍ଶ ଦେଲେ । 
ମୋଦୀ ଜୀ : ଓ୫ ମାଇ ଗଡ୍ ! ।
ଅଶୋକ କପୁର : ଆଜ୍ଞା, ଆମେ ଡରିଲୁନି । ଆମେ ଭାବିଲୁ, ଯାହାହେବ ଦେଖାଯିବ । ଆମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଗଲୁ । ଆଗ୍ରା ଡାକ୍ତରଖାନା କର୍ତ୍ତୃପକ୍ଷ ଆମକୁ ଦୁଇଟି ଆମ୍ବୁଲାନ୍ସ 

ବ୍ୟବସ୍ଥା କରିଦେଲେ । ଆମକୁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଲାନି । ଆଗ୍ରା ଡାକ୍ତରଖାନା ପ୍ରଶାସନ ଏଥିପାଇଁ ଆମକୁ ସବୁ ପ୍ରକାର ସହଯୋଗ କଲେ । 
ମୋଦୀ ଜୀ : ତା'ହେଲେ ଆସୁଲାନ୍ସ ଯୋଗେ ଆପଣ ଆସିଲେ ? 
ଅଶୋକ କପୁର : ଆଜ୍ଞା ହଁ, ଠିକ୍ ଭାବେ ବସି କରି ଆସିଲୁ । ସେମାନେ ଆମକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେଲେ । ସାଙ୍ଗରେ ଡାକ୍ତର ମଧ୍ୟ ଥିଲେ । ସେମାନେ ଆମକୁ ସଫଦରଜଙ୍ଗ ହସ୍ପିଟାଲରେ ଛାଡ଼ିଦେଲେ । ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରମାନେ ଫାଟକ ପାଖରେ ହିଁ ଆମକୁ ଅପେକ୍ଷା କରିଥିଲେ । ସେମାନେ ଆମକୁ ୱାର୍ଡକୁ ସ୍ଥାନାନ୍ତରିତ କରିଦେଲେ । ଆମ ଛଅଜଣଙ୍କୁ ସେମାନେ ଅଲଗା ଅଲଗା ରୁମରେ ରଖିଲେ । ରୁମଗୁଡ଼ିକ ଭଲ ଥୁଲା । ସବୁ ସୁବିଧା ଥିଲା । ତା ପରେ ସାର, ୧୪ ଦିନ ଧରି ଆମେ ଡାକ୍ତରଖାନାରେ ପୃଥକ ଭାବେ ରହୁଥିଲୁ । ସବୁ ଡାକ୍ତର ଏବଂ କର୍ମଚାରୀ ଆମକୁ ବହୁତ ସହଯୋଗ କଲେ । ସେମାନେ ତ ନିଜ ନିଜ ଡ୍ରେସ୍ ପିନ୍ଧି ଆସୁଥିଲେ ! ତେଣୁ କିଏ ଡାକ୍ତର, କିଏ ନର୍ସ, କିଏ ୱାର୍ଡ ବୟ ଜଣା ପଡୁନଥିଲା । ସେମାନେ ଯାହା କହୁଥିଲେ, ଆମେ ତାହା ମାନୁଥିଲୁ । ଆମକୁ ଟିକିଏ ବି ଅସୁବିଧା ହେଇନି । 
ମୋଦୀ ଜୀ : ଆପଣଙ୍କ ଆତ୍ମବିଶ୍ଵାସ ଖୁବ୍ ଦୃଢ଼ ଜଣାପଡୁଛି । 
ଅଶୋକ କପୁର : ଆଜ୍ଞା, ମୁଁ ସମ୍ପୂର୍ଣ ଭଲ ଅଛି । ମୁଁ ତ ନିଜର ଆଣ୍ଠୁ ଅପରେସନ୍ ବି କରେଇଛି । ତଥାପି ମୋର କିଛି ଅସୁବିଧା ହେଇନି ।
ମୋଦୀ ଜୀ : ହେଲେ, ଏତେ ବଡ଼ ସଙ୍କଟ ପରିବାରର ସବୁ ସଦସ୍ୟଙ୍କ ଉପରେ ପଡ଼ିଲା, ଏମିତିକି ଷୋହଳ ବର୍ଷର ବାଳକ ବି ଏଥିରୁ ବାଦ ପଡ଼ିଲାନି । 
ଅଶୋକ କପୁର : ତା’ର ପୁଣି ପରୀକ୍ଷା ଚାଲିଥିଲା ସାର୍ । ଆଇ.ସି.ଏସ.ଇ. ପରୀକ୍ଷା ଦେଉଥିଲା ତ' । ତା'ର ପରୀକ୍ଷା ଥିଲା, କିନ୍ତୁ ସେ ଦେଲାନି । ମୁଁ କହିଲି, ଯାହା ହେବ ପରେ ଦେଖାଯିବ । ଜୀବନ ରହିଲେ ସବୁ ପରୀକ୍ଷା ଦେଇହେବ ।
ମୋଦୀ ଜୀ : ଠିକ୍ କଥା। ଯାହାହେଉ, ଆପଣଙ୍କ ଅଭିଜ୍ଞତା ଏଠି କାମରେ ଲାଗିଲା । ସାରା ପରିବାରକୁ ଆପଣ ଭରସା ଦେଲେ, ସାହସ ବି ଦେଲେ । 
ଅଶୋକ କପୁର : ଆଜ୍ଞା, ଆମେ ସାରା ପରିବାର ସେଠି ଥିଲୁ । ତେଣୁ ସମସ୍ତଙ୍କ ସାହସ ରହିଲା । ପରସ୍ପରକୁ ଭେଟୁ ନ ଥିଲୁ । ଫୋନ୍‌ରେ କଥା ହୋଇଯାଉଥିଲୁ । ଡାକ୍ତରମାନେ ମଧ୍ୟ ଆମର ଯଥାସମ୍ଭବ ଯତ୍ନ ନେଲେ । ସେମାନେ ଆମ ପାଇଁ ବହୁତ କିଛି କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଷ୍ଟାଫ୍ ଓ ନର୍ସମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ସାର୍ । । ମୋଦୀ ଜୀ : ହେଉ, ଆପଣ ଓ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା । 
ଅଶୋକ କପୁର : ଥାଙ୍କ ୟୁ ସାର । ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇଥିବାରୁ ଆମେ ବହୁତ ଖୁସି ।
ମୋଦୀ ଜୀ: ମୁଁ ମଧ୍ୟ ଖୁସି । 
ଅଶୋକ କପୁର : ଏସବୁ ପରେ ବି ସାର୍, ଆମକୁ ଯଦି କୌଣସି ପ୍ରକାର ସଚେତନତା ସୃଷ୍ଟି ପାଇଁ କେଉଁଆଡେ ଯିବାକୁ ହୁଏ, କିଛି କରିବା ଦରକାର ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରସୁତ । ମୋଦୀ ଜୀ : ନା, ଆପଣ ନିଜ ଅନୁସାରେ ଆଗ୍ରାରେ କିଛି କରନ୍ତୁ । କେହି ଭୋକରେ ଥିଲେ ତାକୁ ଖାଇବାକୁ ଦିଅନ୍ତୁ । 
ଅଶୋକ କପୁର : ଆଜ୍ଞା, ନିଶ୍ଚୟ, ନିଶ୍ଚୟ ।
ମୋଦୀ ଜୀ : ଗରିବ ଲୋକଙ୍କ କଥା ଚିନ୍ତା କରନ୍ତୁ । ଲୋକେ ନିୟମ ପାଳନ କରନ୍ତୁ । ଲୋକଙ୍କୁ ବୁଝାନ୍ତୁ ଯେ, ଆପଣଙ୍କ ପରିବାର ଏହି ବ୍ୟାଧିଗ୍ରସ୍ତ ହୋଇଥିଲା । କିନ୍ତୁ ଆପଣ ନିୟମ ପାଳନ କରି ନିଜ 

ପରିବାରକୁ ସୁରକ୍ଷିତ କଲେ । ସବୁ ଲୋକ ଯଦି ଏମିତି ନିୟମ ପାଳନ କରନ୍ତି ଦେଶ ରକ୍ଷା ପାଇଯିବ । 
ଅଶୋକ କପୁର : ସାର୍, ଆମେ ଆମ ଭିଡିଓ କରି ଚ୍ୟାନେଲମାନଙ୍କୁ ଦେଇଦେଇଛୁ ।
ମୋଦୀ ଜୀ : ବା, ଭଲ କଥା। 
ଅଶୋକ କପୁର : ଚ୍ୟାନେଲମାନେ ଏହାକୁ ପ୍ରସାରର ବି କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆଉ ...
ମୋଦୀ ଜୀ : ସୋସିଆଲ ମିଡିଆରେ ଏହାକୁ ବହୁତ ଲୋକପ୍ରିୟ କରାଯିବା ଉଚିତ । 
ଅଶୋକ କପୁର : ଆଜ୍ଞା ଆଜ୍ଞା । ଆଉ, ଆମେ ଯେଉଁ କଲୋନୀରେ ରହୁଛୁ ସେ କଲୋନି ସଫାସୁତୁରା । ଆମେ ସମସ୍ତଙ୍କୁ କହିଦେଇଛୁ ଯେ, ଆମେ ଆସିବା ଦ୍ଵାରା କେହି ଭୟ କରିବା ଦରକାର ନାହିଁ । ଯଦି କାହାରି କୌଣସି ଅସୁବିଧା ଥାଏ, ତା'ହେଲେ ସେ ଯାଇ ନିଜର ପରୀକ୍ଷା କରାଇନିଅନ୍ତୁ । ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ନିଜର ପରୀକ୍ଷା କରାନ୍ତୁ । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ରହନ୍ତୁ । 
ମୋଦୀ ଜୀ : ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । 

ବନ୍ଧୁଗଣ:-
ଆମେ ଅଶୋକ ଜୀ ଏବଂ ତାଙ୍କ ପରିବାରର ଦୀର୍ଘାୟୁ କାମନା କରୁଛୁ । ସେ ଯାହା କହିଲେ ଯେ, ଭୟ ନ କରି । ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ସାବଧାନତା ଅବଲମ୍ବନ କରିବା ଦ୍ଵାରା ଆମେ ଏହି ମହାମାରୀକୁ ପରାଜିତ କରିପାରିବା ।

ବନ୍ଧୁଗଣ :-
ମେଡିକାଲ ସ୍ତରରେ ଆମେ କିଭଳି ଏହି ମହାମାରୀର ମୁକାବିଲା କରୁଛୁ ସେକଥା ଜାଣିବା ପାଇଁ ମୁଁ କେତେଜଣ ଡାକ୍ତରଙ୍କ ସହିତ କଥା ହେଲି, ଯେଉଁମାନେ ଏହି ସଂଗ୍ରାମରେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି । ସେମାନଙ୍କ ବୃତି ଯୋଗୁଁ ପ୍ରତିଦିନ ସେମାନେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଆସନ୍ତୁ ଶୁଣିବା :
ଏବେ ଦିଲ୍ଲୀରୁ ଆମ ସହିତ ଯୋଡ଼ି ହୋଇଛନ୍ତି ଡାକ୍ତର ନୀତେଶ ଗୁପ୍ତା 
ମୋଦୀ ଜୀ : ନମସ୍କାର ଡକ୍ଟର । 
ଡା,ନୀତେଶ ଗୁପ୍ତା : ନମସ୍କାର ସାର୍ । 
ମୋଦୀ ଜୀ : ନମସ୍କାର ନୀତେଶ ଜୀ । ଆପଣ ତ ସମ୍ପୂର୍ଣ୍ଣ ଭାବେ ରଣକ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ଡାକ୍ତରଖାନାଗୁଡ଼ିକରେ ଆପଣଙ୍କ ଅନ୍ୟ ସାଥୀମାନଙ୍କ ମୁଡ୍ କେମିତି ରହିଛି ଟିକିଏ କହିବେ କି ? 
ଡା, ନୀତେଶ ଗୁପ୍ତା : ସମସ୍ତଙ୍କ ମୁଡ୍ ଅପ୍ ବିଟ୍ ରହିଛି । ସମସ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି । ଆମର ଯାହା ସବୁ ଆବଶ୍ୟକ ହେଉଛି, ସେସବୁ ଆପଣ ପୂରଣ କରୁଛନ୍ତି । ତେଣୁ ସୀମାରେ ସେନାବାହିନୀ କାର୍ଯ୍ୟରତ ଯୁବାପରି ଆମେ ବି ସେମିତି କାମରେ ଲାଗିଛୁ । ଆମର କେବଳ ଗୋଟିଏ ମାତ୍ର କର୍ତବ୍ୟ ଯେ, ରୋଗୀଟି ଠିକ୍ ହୋଇ ଘରକୁ ଯାଉ । 
ମୋଦୀ ଜୀ : ଆପଣ ଠିକ କହୁଛନ୍ତି । ଇଏ ମଧ୍ୟ ଯୁଦ୍ଧ ଭଳିଆ ପରିସ୍ଥିତି । ଆଉ ଆପଣମାନେ ହିଁ ପରିସ୍ଥିତିକୁ ସମ୍ଭାଳି ରଖିଛନ୍ତି । 
ଡା. ନୀତେଶ ଗୁପ୍ତା : ଆଜ୍ଞା । 
ମୋଦୀ ଜୀ : ଚିକିତ୍ସା ସାଙ୍ଗକୁ ଆପଣଙ୍କୁ ରୋଗୀର କାଉନ୍‌ସେଲିଂ ମଧ୍ୟ କରିବାକୁ ପଡୁଥିବ ? 
ଡା, ନୀତେଶ ଗୁପ୍ତା : ଆଜ୍ଞା, ସେଇଟା ନିତାନ୍ତ ଜରୁରୀ । କାରଣ, ରୋଗୀ ପ୍ରଥମେ ସଂକ୍ରମଣ କଥା ଶୁଣି ଡରିଯାଇଥାଏ । ତାକୁ ବୁଝାଇବାକୁ ପଡ଼ିଥାଏ ଯେ – ଆପଣଙ୍କର କିଛି ହୋଇନି, ୧୪ ଦିନରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିବେ । ଏଯାବତ୍ ଆମେ ଏଭଳି ୧୬ ଜଣ ରୋଗୀଙ୍କୁ ଘରକୁ ପଠେଇସାରିଛୁ ।
ମୋଦୀ ଜୀ : ତାହେଲେ ଆପଣ କଥା ହେଲାବେଳେ ମୋଟାମୋଟି କ'ଣ ଅନୁଭବ କରୁଛନ୍ତି ? ସେମାନେ କେଉଁ କଥାକୁ ଭୟ କରୁଛନ୍ତି ? 
ଡା, ନୀତେଶ ଗୁପ୍ତା : ସେମାନେ ଏକଥା ହିଁ ଭାବୁଛନ୍ତି ଯେ, ଆଗକୁ କ'ଣ ହେବ ? କ'ଣ ହେବ ଏବେ ? ବିଶ୍ଵର ଅନ୍ୟ ଦେଶମାନଙ୍କରେ ଯେମିତି ଏହି ରୋଗରେ ପଡ଼ି ଲୋକ ପ୍ରାଣ ହରାଉଛନ୍ତି, ତାଙ୍କର ମଧ୍ୟ ସେଭଳି ଅବସ୍ଥା ହେବ । ତାଙ୍କର କେଉଁ ଅସୁବିଧା କେବେ ଉପଶମ ହେବ, ସେକଥା ଆମେ ତାଙ୍କୁ ବୁଝାଉଛୁ । ଆପଣଙ୍କ କେସ୍ ତା ପ୍ରାରମ୍ଭିକ ଅବସ୍ଥାରେ ଅଛି । ସାଧାରଣ ଥଣ୍ଡା, କାଶ ଭଳିଆ ହୋଇଛି । ତାହା ଯେମିତି ଠିକ୍ ହୋଇଯାଏ – ୫-୭ ଦିନରେ ଇଏ ବି ସେମିତି ଠିକ୍ ୧୨ ହୋଇଯିବ । ତାପରେ ଆମେ ଆପଣଙ୍କ ଟେଷ୍ଟ କରିବୁ, ଆଉ ତାହା ନେଗେଟିଭ୍ ହେଲେ ଆପଣଙ୍କୁ ଘରକୁ ପଠେଇଦେବୁ । ଆମେ ଦିନକୁ ତିନି ଚାରି ଥର ସେମାନଙ୍କ ପାଖକୁ ଯାଉଛୁ । ତେଣୁ ସେମାନେ ମଧ୍ୟ ଆଶ୍ବସ୍ତ ହେଉଛନ୍ତି । 
ମୋଦୀ ଜୀ : ସେମାନଙ୍କ ଆତ୍ମବିଶ୍ଵାସ ଫେରିଆସୁଛି କି ? ଆରମ୍ଭରେ ତ ଡରିଯାଉଥିବେ ? 
ଡା, ନୀତେଶ ଗୁପ୍ତା : ଆରମ୍ଭରେ ତ ଭୟ କରିଯାଆନ୍ତି । କିନ୍ତୁ, ଯେତେବେଳେ ଆମେ ତାଙ୍କୁ ବୁଝାଉ, ସେତେବେଳେ ଦୁଇ ତିନି ଦିନ ପରେ, ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୁଏ, ସେତେବେଳେ ସେମାନେ ମଧ୍ୟ ଅନୁଭବ କରନ୍ତି ଯେ, ସେମାନେ ଭଲ ହୋଇଯିବେ ।
ମୋଦୀ ଜୀ: କିନ୍ତୁ ସବୁ ଡାକ୍ତରମାନଙ୍କୁ ଲାଗୁଛି କି ଯେ, ଜୀବନର ସବୁଠାରୁ ବଡ଼ ସେବାକାର୍ଯ୍ୟ ତାଙ୍କରି ଭାଗ୍ୟରେ ପଡ଼ିଛି ବୋଲି ? । 
ଡା, ନୀତେଶ ଗୁପ୍ତା : ହଁ ଆଜ୍ଞା । ଆମେ ନିଜର ଟିମ୍ବକୁ ସମ୍ପୂର୍ଣ୍ଣ ଉତ୍ସାହିତ କରି ରଖିଥାଉ । ଏଥିରେ ଭୟ କରିବାର କିଛି ନାହିଁ । ଯଦି ଆମେ ସବୁ ପ୍ରକାର ସାବଧାନତା ଅବଲମ୍ବନ 

କରିବା, ରୋଗୀଙ୍କୁ ସବୁ ପ୍ରକାର ସାବଧାନତା ସମ୍ପର୍କରେ ବୁଝାଇବା, ତାହେଲେ ସବୁକିଛି ଠିକ୍ ହେବ । 
ମୋଦୀ ଜୀ : ହେଉ, ଡକ୍ଟର, ଆପଣଙ୍କ ପାଖକୁ ବହୁ ସଂଖ୍ୟାରେ ରୋଗୀ ମଧ୍ୟ ଆସୁଛନ୍ତି । ଆଉ ଆପଣ ମଧ୍ୟ ପ୍ରାଣପଣେ ଲାଗିଛନ୍ତି । ଆପଣଙ୍କ ସହିତ କଥାହୋଇ ଭଲ ଲାଗିଲା । ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସଂଗ୍ରାମ ଜାରି ରଖନ୍ତୁ । 
ଡା, ନୀତେଶ ଗୁପ୍ତା : ଆପଣଙ୍କ ଆଶୀର୍ବାଦ ରହିଥାଉ ।  ଆମର କେବଳ ସେତିକି ଦରକାର ।
ମୋଦୀ ଜୀ : ବହୁତ ବହୁତ ଶୁଭେଚ୍ଚା, ଭାଇ । 
ଡା, ନୀତେଶ ଗୁପ୍ତା : ସାର୍, ଥ୍ୟାଙ୍କ ୟୁ । 
ମୋଦୀ ଜୀ : ଥ୍ୟାଙ୍କ ୟୁ । ନିତିଶ ଜୀ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି । ଆପଣଙ୍କ ଭଳି ଲୋକଙ୍କ ପ୍ରଚେଷ୍ଟାରେ ଭାରତ କରୋନା ୧୩ ବିରୁଦ୍ଧରେ ସଂଗ୍ରାମରେ ନିଶ୍ଚୟ ବିଜୟ ଲାଭ କରିବ । ମୋର ଆପଣଙ୍କୁ ଅନୁରୋଧ ଯେ, ଆପଣ ନିଜର ଯତ୍ନ ନିଅନ୍ତୁ । ନିଜ ସାଥୀମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ନିଜ ପରିବାରର ଯତ୍ନ ନିଅନ୍ତୁ । ବିଶ୍ଵବାସୀଙ୍କ ଅନୁଭୂତିରୁ ଜଣାପଡ଼େ ଯେ, ଏହି ରୋଗରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଏ । ହଠାତ ହେଉଥିବା ଏହି ବୃଦ୍ଧି ଯୋଗୁଁ ବିଦେଶରେ ଆମେ ଉନ୍ନତରୁ ଉନ୍ନତ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଭୁଶୁଡ଼ି ପଡ଼ିବା ଦେଖିଛୁ । ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ହିଁ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ । 
ଆଉ ଜଣେ ଡାକ୍ତର ପୁଣେରୁ ଆମ ସହିତ ଯୋଡି ହୋଇଛନ୍ତି । 
ଡାକ୍ତର ଶ୍ରୀମାନ ୱେରସେ ... ଡାକ୍ତର ରସେ : ନମସ୍ତେ । ନମସ୍ତେ ।
ମୋଦି ଜୀ : ନମସ୍ତେ! ଆପଣ ତ ସର୍ଷ 'ମାନବ ସେବା ହିଁ ମାଧବ ସେବା'ର ମାନସିକତାର କାମରେ ଲାଗିଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି ଯାହାକି ଦେଶବାସୀଙ୍କ ପାଇଁ 

ଆପଣଙ୍କ ବାର୍ତା ହେବ । ପ୍ରଥମ କଥା ହେଲା ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଥାଏ କି କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା କଥା। ଆଉ କେବେ କରୋନା ଟେଷ୍ଟ କରାଇବା ଦରକାର ? 

ଜଣ ଚିକିତ୍ସକ ଭାବରେ ଆପଣ ତ ଆପଣଙ୍କୁ ଏହି କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି ! ତେଣୁ ଆପଣଙ୍କ କଥାରେ ବେଶ୍ ଦମ୍ ଅଛି, ମୁଁ ସେସବୁ ଶୁଣିବାକୁ ଚାହୁଁଛି । 
ଡାକ୍ତର ୱେରସେ : ସାର୍ ! ଆମର ଏଠି ବି.ଜେ. ମେଡ଼ିକାଲ କଲେଜ, ପୁଣେରେ ଅଛି । ମୁଁ ସେଠି ପ୍ରଫେସର ଅଛି । ଆଉ ଆମର ପୁଣେ ମହାନଗର ନିଗମ ହସପିଟାଲ ରହିଛି, ନାଇଡୁ ହସପିଟାଲ୍ ନାଁରେ ସେଠାରେ ଜାନୁୟାରୀ ୨ ୦୨୦ ରୁ ଗୋଟିଏ ସ୍କ୍ରିଂଗ୍ ସେଣ୍ଟର ଆରମ୍ଭ ହୋଇଛି । ଆଜିପର୍ଯ୍ୟନ୍ତ ସେଠାରେ ୧୬ଟି କୋଭିତ୧୯ ପଜିଟିଭ ମାମଲା  ବାହାରିଛି । ଆଉ ଯେଉଁ ୧୬ଟି କୋଭିତ-୧୯ ପଜିଟିଭ କେସ ଜଣାପଡ଼ିଛି, ସେମାନଙ୍କୁ ଚିକିତ୍ସା କରି, କ୍ବୋରଂଟାଇନ କରି, ଆଇସୋଲେସନରେ ରଖି ୭ ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ସାର୍ । ଆଉ ଯେଉଁ ବାକି ୯ ଜଣ ଅଛନ୍ତି, ସେମାନଙ୍କର  ଅବସ୍ଥା ସ୍ଥିର ଅଛି ଏବଂ ସେମାନେ ଭଲ ଅଛନ୍ତି । ଯଦିଓ ସେମାନଙ୍କ ଦେହରେ ଭୁତାଣୁ ଅଛି, ତଥାପି ସେମାନେ କରୋନା ଭୂତାଣୁ ମୁକ୍ତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ଆଉ ଏବେ ସେଠି ଯେଉଁ ନମୁନା ଆକାର ଅଛି ଏମିତିରେ ଛୋଟ ଅଛି ସାର ମାତ୍ର ୧୬ଟି ମାମଲା । କିନ୍ତୁ ଯାହା ଜଣାପଡୁଛି, ଯୁବବର୍ଗ ବି ଆକ୍ରାନ୍ତ ହେଉଛନ୍ତି । ଆଉ ଯୁବବର୍ଗ ଆକ୍ରାନ୍ତ ହେଲେ ବି ଇଏ ଯେଉଁ ପ୍ରକାରର ରୋଗ, ବେଶୀ ସିରିୟସ୍ ରୋଗ ନୁହେଁ ସାର୍ । ଇଏ ସାମାନ୍ୟ ରୋଗ ଆଉ ସେ ରୋଗୀମାନେ ବି ପୂରା ସୁସ୍ଥ ହେଉଛନ୍ତି । ଆଉ ଏବେ ଯେଉଁ ୯ ଜଣ ବାକି ରହିଛନ୍ତି ସେଠାରେ ସେମାନେ ବି ଭଲ ହେବେ, ସେମାନଙ୍କ ଅବସ୍ଥା ଯେମିତି ଖରାପ ନ ହୁଏ, ତା'ଉପରେ ଆମେ ପ୍ରତିଦିନ ନଜର ରଖୁଛୁ । 


ସେମାନେ ୪୫ ଦିନ ଭିତରେ ଭଲ ହୋଇଯିବେ । ଯେଉଁମାନେ କରୋନା ହୋଇଥିବାର ସନ୍ଦେହ କରି ଚିକିତ୍ସା ପାଇଁ ଏଠିକୁ ଆସୁଛନ୍ତି, ଆନ୍ତର୍ଜାତୀୟ ପର୍ଯ୍ୟଟକ ଆଉ ଯିଏ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଭଳି ଲୋକମାନଙ୍କର ଆମେ ସାବ ନେଉଛୁ ପରୀକ୍ଷା ପାଇଁ । ଓରୋଫାରି ଓରୋଫେରିଜିଆଲ ସାବ ଏବଂ ନାଜାଲ ସାବ ନେଉଛୁ । ନାଜାଲ ସାବ ରିପୋର୍ଟ ଆସିବା ପରେ ଯଦି ପଜିଟିଭ ଜଣାପଡ଼ିଲା ତା'ହେଲେ ଆମେ ତାଙ୍କୁ ପଜିଟିଭ ର୍ଡରେ ଭର୍ତ୍ତି କରିଦେଉଛୁ । ଆଉ ଯାହାର ନେଗେଟିଭ ବାହାରିଲା, ତାଙ୍କୁ ନିଜ ଘରେ କେମିତି ହୋମ କୂଟାଇନ ବା ସଂଗରୋଧରେ ରହିବେ ସେସବୁ ପରାମର୍ଶ ଦେଇ ତାଙ୍କୁ ଘରକୁ ପଠାଇଦେଉଛୁ ।

ମୋଦୀଜୀ : ଆପଣ ସେମାନଙ୍କୁ କ'ଣ ବୁଝାଉଛନ୍ତି ? ଘରେ ରହିବା ପାଇଁ କ'ଣ ପରାମର୍ଶ ଦେଉଛନ୍ତି ! ! 
ଡାକ୍ତର ଓରସେ : ସାର୍, ଯଦି ଜଣେ ଘରେ ରହିବେ, ତା'ହେଲେ ଘରେ ବି ନିଜେ ନିଜକୁ କାରୋଟାଇନ କରିବାକୁ ପଡ଼ିବ । ପ୍ରଥମ କଥାହେଲା ଅତି କମ୍‌ରେ ପରିବାରର ପ୍ରତି ସଦସ୍ୟଙ୍କଠାରୁ ଛଅଫୁଟ୍ ବ୍ୟବଧାନ ରଖିବାକୁ ପଡ଼ିବ । ଦ୍ବିତୀୟ କଥା ହେଲା, ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ବାରମ୍ବାର ହାତକୁ ସଫା କରିବାକୁ ହେବ । । ଯଦି ଆପଣଙ୍କ ପାଖରେ ସାନିଟାଇଜର ନାହିଁ, ତା'ହେଲେ ସାଧାରଣ ସାବୁନରେ ହାତକୁ ବାରମ୍ବାର ଧୋଇବାକୁ । ହେବ । କାଶ-ଛିଙ୍କ ଲାଗିଲେ, ସାଦା ରୁମାଲ୍ ମୁହଁରେ ଦେଇ ତା'ରି ଉପରେ ଛିଙ୍କିବେ କିମ୍ବା କାଶିବେ । ତା'ହେଲେ । କାଶ ଛିଙ୍କରୁ ନିର୍ଗତ ହେଉଥିବା ଛେପଶିଙ୍ଘାଣି ବେଶୀ ଦୂରକୁ ଯିବନି ପୁଣି ଆଉ ମାଟିରେ ବି ପଡ଼ିବନି ଯାହାଯୋଗୁଁ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିବନି । ଆଉ ଗୋଟିଏ କଥା ହେଲା ସାର୍, । ସେମାନଙ୍କୁ ଘରେ ସଂଗରୋଧରେ ରହିବାକୁ ହେବ । ସେମାନେ ଆଦୌ ଘରୁ ବାହାରକୁ ଯିବେନି । ଏବେ ତ ଲକଡାଉନ ହୋଇଯାଇଛି । ଏହି ଅବସ୍ଥାରେ, ସେମାନେ ଘର ଭିତରେ ସଂଘରୋଧ ହୋଇ ଏକାନ୍ତବାସରେ ୧୪ ଦିନ ପାଇଁ ଲଡାଉନ୍ ହୋଇ ରହିବା ଆବଶ୍ୟକ । ଏଇସବୁ କଥା ଆମେ ସେମାନଙ୍କୁ ପରାମର୍ଶ ଦେଇଥାଉ ସାର୍ ।

ମୋଦୀଜୀ : ଯାହାହେଉ, ଡକ୍ଟର, ଆପଣ ତ ବହୁତ ଭଲ ସେବା କରୁଛନ୍ତି ଆଉ ସମର୍ପଣ ଭାବରେ କରୁଛନ୍ତି, ଆଉ ଆପଣଙ୍କ ପୂରା ଟିମ ବି କାମରେ ଲାଗିଛି । ମୋର ବିଶ୍ବାସ, ଆମର ଯେତେ ରୋଗୀ 

ଆସିଛନ୍ତି, ସମସ୍ତେ ଆରୋଗ୍ୟଲାଭ କରି ନିଜ ନିଜ ଘରକୁ ଯିବେ ଏବଂ ଆପଣ ସମସ୍ତଙ୍କ ସହଯୋଗରେ ଦେଶ ବି ଏ ଯୁଦ୍ଧ ଜିତିବ । 
ଡାକ୍ତର : ସାର୍ ମୋର ବିଶ୍ବାସ ଯେ ଆମେ ଜିତିବୁ । ଏହି ଯୁଦ୍ଧ ଜିତିଯିବୁ । 
ମୋଦୀଜୀ : ବହୁତ ବହୁତ ଶୁଭକାମନା ଡାକ୍ତର – ଆପଣଙ୍କୁ ଧନ୍ୟବାଦ ଡକ୍ଟର । 
ଡାକ୍ତର : ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସାର୍ । 

ବନ୍ଧୁଗଣ :-
ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା । ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ । ଚରକ କହିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି । ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ - ଆଚାର୍ଯ୍ୟ ଚରକ କହିଥିଲେ – ନ ଆହ୍ବାର୍ଥମ୍ଭ ନ ଅପି । କାମାର୍ଥମ୍ ଅଦଭୁତ ଦୟା ପ୍ରତି ବର୍ତତେ ୟତ୍ ଚିକିତ୍ସାୟା ସ ସୟମ୍ ଇତି ବର୍ତତେ ..... ମାନେ ଧନ ବା । କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ । ଚିକିତ୍ସକ ହୋଇଥାଏ ।

ବନ୍ଧୁଗଣ:-
ମାନବତାରେ ପୂର୍ଣ୍ଣ ନର୍ସଙ୍କୁ ମୁଁ ଆଜି ପ୍ରଣାମ କରୁଛି – ଆପଣମାନେ ସମସ୍ତେ ଯେଉଁ ସେବାଭାବ ସହ କାମ କରୁଛନ୍ତି ତାହା ଅତୁଳନୀୟ – ଏଇଟା ବି ଗୋଟେ ସଂଯୋଗର କଥା ଏଇବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଇଭସ ବର୍ଷର ଭାବେ ପାଳନ କରାଯାଉଛି – ଏହାର ସମ୍ବନ୍ଧ ୨୦୦ ବର୍ଷ ପୂର୍ବେ ୧୮୨୦ରେ ଜନ୍ମ ନେଇଥିବା ଫୋରେନ୍ସ ନାଇଟିଙ୍ଗଲଙ୍କ ସହ ଯୋଡ଼ି ହୋଇଛି – ଯିଏ ମାନବ ସେବା ଭାବରେ ନସିଂକୁ ଏକ ନୂଆ ପରିଚୟ ଦେଲେ – ଗୋଟିଏ ନୂଆ ଶିଖରକୁ ପହଁଚାଇଲେ – ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷକୁ ନିଶ୍ଚିତ ଭାବେ ପୁରା ନସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି – ମୋର ବିଶ୍ବାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ହଁଚାଇବେ । ଆପଣମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଏତେବଡ଼ ଯୁଦ୍ଧ ଆମେ ଲଢ଼ିପାରୁଛୁ । ଆପଣମାନଙ୍କ ଭଳି ସାଥୀ ସିଏ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, 

ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଆପଣମାନଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ ୨୦ ଲକ୍ଷ ସାଥୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ଵାରା ଆପଣମାନେ ଏ ଯୁଦ୍ଧରେ ଅଧୁକ ଆତ୍ମବିଶ୍ବାସର ସହ ଦେଶକୁ ନେତୃତ୍ବ ଦେଇପାରିବେ । ମୋର ପ୍ରିୟ ଦେଶବାସୀଗଣ, କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ପ୍ରକୃତ ହିରୋ ଏବଂ ଏଇ ପରିସ୍ଥିତିରେ ମଧ୍ୟ ସେମାନେ ଆଗରେ ଠିଆ ହୋଇଛନ୍ତି । 

ମୋତେ ନରେନ୍ଦ୍ର ମୋଦୀ ଆପରେ, ନମୋ ଆପରେ ବେଙ୍ଗାଲୁରୁର ନିରଂଜନ ସୁଧାକର ହେବବାଲେ ଲେଖିଛନ୍ତି କି ଏହି ଲୋକମାନେ ହିଁ ଦୈନନ୍ଦିନ ଜୀବନର ହିରୋ । ଏକଥା ସମ୍ପୂର୍ଣ୍ଣ ଠିକ୍ – ଏହି ଲୋକମାନଙ୍କ ଯୋଗୁଁ ଆମର ନିତିଦିନିଆ ଜୀବନ ଆରାମରେ କଟୁଛି – ଆପଣମାନେ ଭାବନ୍ତୁ ତ ! ଦିନଟିଏ ଆପଣଙ୍କ ଘର ନଳରେ ଯଦି ପାଣି ବନ୍ଦ ହୋଇଯାଏ ବା ଅଚାନକ ଯଦି ଆପଣଙ୍କ ଘରୁ 
ବିଜୁଳି କଟିଯାଏ, ତାହେଲେ ସେଠାରେ ଏଇ ଦୈନନ୍ଦିନ ଜୀବନର ହିରୋ ମାନ ହିଁ ଆମର ଏସବୁ ଅସୁବିଧା ଦୂର କରିଥାନ୍ତି । ଆପଣ ଟିକିଏ ଆପଣଙ୍କ ଘର ପାଖରେ ଥିବା ଛୋଟିଆ ତେଜରାତି ଦୋକାନ ସମ୍ପର୍କରେ ଚିନ୍ତା କରନ୍ତୁ ତ ! ଆଜିର ଏଇ କଠିନ ସମୟରେ, ସେଇ ଦୋକାନୀ ବି ବିପଦ ମୁଣ୍ଡାଉଛି – କ'ଣ ପାଇଁ .... ? ଏଇଥିପାଇଁ ଯେ ଆପଣମାନଙ୍କୁ ଜରୁରୀ  ଜିନିଷପତ୍ର ମିଳିବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ । ଠିକ୍ ସେଇପରି, ସେଇ ଚାଳକମାନେ ସେଇ କର୍ମଚାରୀମାନଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ ଅନବରତ ନିଜ କାମରେ ନିୟୋଜିତ ରହୁଛନ୍ତି। କାହିଁକିନା ସମ୍ପୂର୍ଣ୍ଣ ଦେଶରେ ଆବଶ୍ୟକ ଜିନିଷପତ୍ରର ଯୋଗାଣ ଶୃଙ୍ଖଳାରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ । ଆପଣମାନେ ଦେଖିଥିବେ, । ବ୍ୟାଙ୍କିଙ୍ଗ ସେବାକୁ ସରକାର ଚାଲୁରଖିଛନ୍ତି । ଆଉ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆମର ଲୋକେ ପୁରା ନିଷା, ପୂରା ଧାନ ଦେଇ ଏଇ ଯୁଦ୍ଧର ନେତୃତ୍ବ ନେଇ ବ୍ୟାଙ୍କଗୁଡ଼ିକ ସମ୍ଭାଳୁଛନ୍ତି । ଆପଣଙ୍କ ସେବା କରୁଛନ୍ତି । ଆଜିର ସମୟରେ ସେ କିଛି ଛୋଟ କଥା ନୁହେଁ । ସେଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ତାହା ବି କମ ହୋଇପାରେ । ଇ-କମର୍ସ ସହିତ ଜଡ଼ିତ କମ୍ପାନୀମାନଙ୍କର ଆମର ଅନେକ ସାଥୀ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । 


ଏମାନେ ଏଇ କଠିନ ସମୟରେ ମଧ୍ୟ ତେଜରାତି ଜିନିଷ ପ୍ରଦାନ କରିବା କାମରେ ଲାଗିରହିଛନ୍ତି । ଟିକେ ଭାବନ୍ତୁ, ଆପଣମାନେ ଲକଡାଉନ ସମୟରେ ମଧ୍ୟ ଯେଉଁ ଟିଭି ଦେଖିପାରୁଛନ୍ତି; ଘର ଭିତରେ ରହି ଯେଉଁ ଫୋନ ବା ଇଂଟରନେଟ ବ୍ୟବହାର କରିପାରୁଛନ୍ତି ସେସବୁକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କେହି ନା କେହି ନିଜ ଜୀବନକୁ ବାଜି ଲଗାଉଛି । ଏ ଭିତରେ ଆପଣମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯେଉଁ ଡିଜିଟାଲ ପେମେଟ ଅତି ସହଜରେ କରିପାରୁଛନ୍ତି ତାପଛରେ ମଧ୍ୟ ଅନେକ ଲୋକ କାମ କରୁଛନ୍ତି । ଲକଡାଉନ ସମୟରେ ଏମାନେ ସେହି ଲୋକ ଯିଏ ଏପରି କାମ ସବୁ ସମ୍ଭାଳିଛନ୍ତି ।  ଆଜି ସମସ୍ତ ୧୮ ଦେଶବାସୀଙ୍କ ତରଫରୁ ମୁଁ ସେଇ ସମସ୍ତ ଲୋକଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ପାଇଁ ବି ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଅନ୍ତୁ । ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ ! 

ମୋର ପ୍ରିୟ ଦେଶବାସୀଗଣ ! 
ମୋତେ ଏମିତି କିଛି ଘଟଣା ସମ୍ପର୍କରେ ସୂଚନା ମିଳୁଛି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବା ଯେଉଁମାନଙ୍କୁ ହୋମ କ୍ରାରଂଟାଇନରେ ରହିବାକୁ କୁହାଯାଇଛି, ସେମାନଙ୍କ ସହିତ କିଛି ଲୋକ ଖରାପ ବ୍ୟବହାର କରୁଛନ୍ତି । ଏଭଳି କଥାଶୁଣି ମୋତେ ଖୁବ୍ ଦୁଃଖ ଲାଗିଲା । ଏହା ଅତିମାତ୍ରାରେ ଦୁର୍ଭାଗ୍ୟପୂର୍ଣ୍ଣ । ଆମକୁ ଏକଥା ବୁଝିବାକୁ ହେବ, । ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଜଣଙ୍କଠାରୁ ମାତ୍ର ସାମାଜିକ ଦୂରତା ପାଳନ କରିବ, କିନ୍ତୁ ଭାବଗତ ବା ମାନବୀୟ ଦୂରତା ନୁହେଁ । ଏମିତି ଲୋକ ଅପରାଧ ନୁହନ୍ତି, ବରଂ ଭୂତାଣୁ ଦ୍ଵାରା ସମ୍ଭାବିତ ପୀଡ଼ିତ ମାତ୍ର । ଏମାନେ ଏଇ ଭୂତାଣୁ ସଂକ୍ରମଣରୁ ଅନ୍ୟମାନଙ୍କୁ ବଂଚାଇ ରଖିବା ପାଇଁ ନିଜକୁ ଅଲଗା କରି ରଖିଛନ୍ତି ଏବଂ କୂରଂଟାଇନରେ ରହୁଛନ୍ତି । ଅନେକ ସ୍ଥାନରେ ଲୋକମାନେ ନିଜର ଦାୟିତ୍ଵକୁ ଗଭୀରତାର ସହିତ ନେଇଛନ୍ତି । ଏପରିକି ଭୂତାଣୁର କୌଣସି ଲକ୍ଷଣ ଦେଖାନଯିବା ସନ୍ଦେ ମଧ୍ୟ ନିଜେ ନିଜକୁ କ୍ଳାରୋଟାଇନ କରିଛନ୍ତି । ଏହା ସେମାନେ ଏଥିପାଇଁ କରୁଛନ୍ତି କାହିଁକି ନା ସେମାନେ ବିଦେଶରୁ ଫେରିଛନ୍ତି ଏବଂ ଦୁଇଗୁଣ ସାବଧାନତା ଆପଣେଇଛନ୍ତି । ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ, କୌଣସି ବି ପରିସ୍ଥିତିରେ ଯେମିତି ଅନ୍ୟ କୌଣସି ଦ୍ବିତୀୟ ବ୍ୟକ୍ତିକୁ ଏଇ ଭୂତାଣୁ ସଂକ୍ରମଣ ନ ହେଉ । ଏଥିପାଇଁ ଲୋକେ ଯେତେବେଳେ ନିଜର ଦାୟିତ୍ବ ପ୍ରତି ଏତେ ପରିମାଣରେ ସଚେତନ ଅଛନ୍ତି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ବରଂ ସେମାନଙ୍କ ସହିତ ସହାନୁଭୂତି ପୂର୍ବକ ସହଯୋଗ କରିବା ଆବଶ୍ୟକ । 

କରୋନା ଭୂତାଣୁ ସହ ଲଢ଼ିବାର ସର୍ବୋତମ ମାଧ୍ୟମ ହେଉଛି ସୋସିଆଲ ଡିଷ୍ଟାନ୍ସି ବା ସାମାଜିକ ଦୂରତ୍ବ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ଡିଷ୍ଟାନ୍ତି ମାନେ ସୋସିଆଲ ଇଂଟରିଆକ୍ସନକୁ ସମାପ୍ତ କରିବା ନୁହେଁ, ବରଂ ବାସ୍ତବରେ ଏଇ ସମୟରେ ନିଜର ସମସ୍ତ ପୁରୁଣା ସାମାଜିକ ସମ୍ପର୍କକୁ ନବ-ଜୀବନ ଦେବା । ଏହା ଏକ ପ୍ରକାରର ସେଇ ସମସ୍ତ ସମ୍ପର୍କକୁ ପୁଣିଥରେ ଉଜୀବିତ କରିବାର ସମୟ । ଏ ସମୟ ଏକ ପ୍ରକାର ଆମକୁ ସୂଚାଇଦିଏ ଯେ ସୋସିଆଲ ଡିଷ୍ଟାନ୍ନି ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସ କମ୍ କରନ୍ତୁ । ମୁଁ ପୁଣି କହିରଖେ, ସୋସିଆଲ ଡିଷ୍ଟାନ୍ଧି ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ଧକମାନ୍ତୁ । 

କୋଟାରୁ ୟଶବର୍ଜନ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ଲକଡାଉନ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିଛି । ପିଲାଙ୍କ ସହିତ ବୋର୍ଡ ଗେମ୍ ଏବଂ କ୍ରିକେଟ ଖେଳୁଛନ୍ତି । ରୋଷେଇ ଘରେ ନୂଆ ନୂଆ ଖାଇବା ପ୍ରସ୍ତୁତ କରୁଛନ୍ତି । ଜବଲପୁରର ନିରୂପମା ହର୍ଷିୟ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ରେଜେଇ ତିଆରି କରିବାର ନିଜ ରୁଚି ପୂରା କରିବାର ସୁଯୋଗ ମିଳିଲା । ଖାଲି ଏତିକି ନୁହେଁ, ଏହାସହିତ ସେ ବଗିଚା କାମର ରଚି ମଧ୍ୟ ପୂରଣ କରିପାରିଛନ୍ତି । ସେଇପରି ରାୟପୁରର ପରୀକ୍ଷିତ, ଗୁରୁଗ୍ରାମର ଆର୍ଯ୍ୟମନ୍ ଏବଂ ଝାଡ଼ଖଣ୍ଡର ସରଜୀଙ୍କର ପୋଷ୍ଟ ପଢ଼ିବାକୁ ମିଳିଲା ଯେଉଁଠି ସେମାନେ ନିଜର ବିଦ୍ୟାଳୟ ସାଥୀମାନଙ୍କର ଇପୁନର୍ମିଳନ କରିବାର କଥା କହିଛନ୍ତି । ସେମାନଙ୍କର ଏଇ ଉପାୟ ଖୁବ୍ ରୋଚକପୂର୍ଣ୍ଣ । ହୁଏତ ଆପଣମାନଙ୍କୁ ମଧ୍ୟ । ଅନେକ ବର୍ଷରୁ ସ୍କୁଲ କଲେଜର ପୁରୁଣା ସାଙ୍ଗସାଥୀଙ୍କ ସହିତ କଥାହେବାର ସୁଯୋଗ ମିଳି ନ ଥାଇପାରେ । 

 ଆପଣମାନେ ବି ଏଇ ଉପାୟକୁ ବ୍ୟବହାର କରିପାରନ୍ତି । ଭୁବନେଶ୍ଵରର ପ୍ରତ୍ୟୁଷ ଏବଂ କଲିକତାର ବସୁଧା କହିଛନ୍ତି ଯେ, ସେମାନେ ସେହି ବହିଗୁଡ଼ିକ ପଢୁଛନ୍ତି ଯାହାକୁ ପୂର୍ବରୁ ପଢ଼ିପାରିନଥିଲେ । ସୋସିଆଲ ମିଡିଆରେ ମୁଁ ଦେଖୁଛି ଯେ କିଛି ଲୋକ ଅନେକ ବର୍ଷରୁ ଘରେ ବନ୍ଦ ପଡ଼ିଥିବା ତବଲା, ବୀଣା ପରି ବାଦ୍ୟ ଯନ୍ତ୍ର ବାହାର କରି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଆପଣ ବି ଏମିତି କରିପାରିବେ । ଏଥିରେ ଆପଣ ସଙ୍ଗୀତର ଆନନ୍ଦ ଉଠାଇବା ସହ ଆପଣଙ୍କର କିଛି ପୁରୁଣା ସୁତି ମଧ୍ୟ ସତେଜ ହୋଇଯିବ । ମାନେ ଅସୁବିଧାର ଏଇ କ୍ଷଣରେ ଆପଣଙ୍କୁ ଅସୁବିଧା ଭିତରୁ ଏମିତି କିଛି ମୁହୂର୍ତ ମିଳିଛି, ଯେଉଁଠି ଆପଣଙ୍କୁ ନିଜ ସହିତ ଯୋଡ଼ିହେବାର ସୁଯୋଗ କେବଳ ମିଳିବନି, ବରଂ ଆପଣ ନିଜର ରୁଚି ସହିତ ବି ଯୋଡ଼ି ହୋଇଯିବେ । 


ଆପଣ ନିଜର ପୁରୁଣା ବନ୍ଧୁ ତଥା ପରିବାର ସହ ମଧ୍ୟ ଯୋଡ଼ି ହେବାର ସୁଯୋଗ ପାଇଯିବେ । ନମୋ ଆପରେ ମ ରୁରକୀର ଶଶୀଜୀ ପଚାରିଛନ୍ତି ଯେ ଖମଳୟକ୍ଟଙ୍ଗଭ ସମୟରେ ମୁଁ ନିଜର ଫିଟନେସ ପାଇଁ କ'ଣ କରୁଛି ? ଏଇ ପରିସ୍ଥିତିରେ ମୁଁ ନବରାତ୍ରର ଉପାସ କେମିତି ରଖୁଛି ? ମୁଁ ଆଉଥରେ ଆପଣମାନଙ୍କୁ କହୁଛି ଯେ ମୁଁ ଆପଣମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରିଛି କିନ୍ତୁ ଆପଣଙ୍କୁ ନିଜ ଭିତରେ ନିଜକୁ ଦେଖିବାର ସୁଯୋଗ ଦେଇଛି – ଏଇଟା ଗୋଟେ ସୁଯୋଗ । ବାହାରକୁ ବାହାରିବାନି, କିନ୍ତୁ ନିଜ ଭିତରେ ନିଜେ ପ୍ରବେଶ କରିବା, ନିଜକୁ ନିଜେ ଜାଣିବାର ଚେଷ୍ଟା କରିବା । ଆଉ ନବରାତ୍ରୀର ଉପବାସ କଥା, ଏଇଟା ମୋର ଶକ୍ତି ଓ ଭକ୍ତିର କଥା। ଆଉ ଫିଟନେସ କଥା କହିଲେ ମୋତେ ଲାଗୁଛି କଥା ଲମ୍ବା ହୋଇଯିବ ତେଣୁ ମୁଁ ସୋସିଆଲ ମିଡ଼ିଆରେ ଏଇ ବିଷୟରେ କିଛି ଭିଡ଼ିଓ ଅପଲୋଡ କରୁଛି 


ନରେନ୍ଦ୍ର ମୋଦୀ ଆପରେ ଆପଣ ନିଶ୍ଚୟ ଏହି ଭିଡ଼ିଓକୁ ଦେଖିବେ – ଯାହା ମୁଁ କରୁଛି ସମ୍ଭବତଃ ଏଥିରୁ କିଛି କଥା ଆପଣଙ୍କ କାମରେ ଆସିବ ! କିନ୍ତୁ ଗୋଟେ କଥା ମନରେ ରଖିବେ ଯେ ମୁଁ ଫିଟନେଓ ବିଶେଷଜ୍ଞ ନୁହେଁ କି ମୁଁ ଯୋଗଶିକ୍ଷକ ନୁହେଁ – ମୁଁ କେବଳ ଜଣେ ଅଭ୍ୟାସକାରୀ । ହଁ ଏକଥା ମୁଁ ନିଶ୍ଚୟ ସୀକାର କରିବି ଯେ ଯୋଗର କେତେକ ଆସନରୁ ମୁଁ ବହୁତ ଲାଭ ପାଇଛି – ଲକଡାଉନ ସମୟରେ ହୁଏତ ଏକଥା ଆପଣଙ୍କ କାମରେ ଆସିପାରେ । ବନ୍ଧୁଗଣ, କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହାନଭରା ମଧ୍ୟ ଏଥିପାଇଁ ଏହି ସମୟରେ ଯେଉଁ ନିଷତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧୁକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ – କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା'ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ହିନ୍ଦୁସ୍ତାନ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । 

ମୋର ପ୍ରିୟ ଦେଶବାସୀଗଣ! 
ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିତିବା । 'ମନ କି ବାତ୍' ପାଇଁ ପୁଣି ଆସନ୍ତା ମାସରେ ଭେଟହେବା ଆଉ ସେତେବେଳକୁ ଏଇ ସଂକଟକୁ ଟାଳିବାକୁ ଆମେ ସଫଳ ବି ହୋଇଯିବା – ଏଇ କଳ୍ପନା । ସହିତ, ଏହି ଏକମାତ୍ର ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Powered by Blogger.
Javascript DisablePlease Enable Javascript To See All Widget