December 2020

ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ୍ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି । ଶହୀଦଙ୍କ ତ୍ୟାଗ କେବେହେଲେ ବିଫଳ ହେବ ନାହିଁ ବୋଲି ପ୍ରକାଶ କରି କୋଭିଡ୍ ବିରୁଦ୍ଧରେ ଏହି ଲଢ଼େଇରେ ଆମେ ନିଶ୍ଚିତ ଜିତିବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶହୀଦ କୋଭିଡ୍ ଯୋଦ୍ଧାମାନଙ୍କ ତ୍ୟାଗର ସୁତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି । ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ୍ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବବୃନ୍ଦ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଶ୍ରୀ ଭି.କେ. ପାଣ୍ଡିଆନ୍ ସଂଯୋଜନା କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ମାଧୋ ସିଂଙ୍କୁ ରାଜ୍ୟ ବୀରତା ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ନେତୃତ୍ଵରେ ବରଗଡ଼ ର୍ଭିସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ବୋଲି ଉଲ୍ଲେଖ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣାଦାୟୀ ରହିବ ବୋଲି କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରବୀଣ ହକି ଖୋଳାଳୀ ମାଇକେଲ୍‌ କିଣ୍ଡାଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି । ଶ୍ରୀ କିଣ୍ଡୋଙ୍କୁ ଜଣେ କିମ୍ବଦନ୍ତୀ ଖେଳାଳୀ ଭାବରେ ବର୍ଣ୍ଣନା କରି ବିଶ୍ୱ ହକିକୁ ତାଙ୍କର ଅବିସ୍ମରଣୀୟ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କେଉଁଝର ଜିଲ୍ଲାର ୭ଟି ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଆଇଏସ୍‌ଓ ପ୍ରମାଣପତ୍ର ପାଇଥିବାରୁ କେଉଁଝର ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ଏହି କେନ୍ଦ୍ରଗୁଡ଼ିକ ନିରବଚ୍ଛିନ୍ନ ଭାବରେ ସ୍ବାସ୍ଥ୍ୟସେବା ଯୋଗାଇବାରେ ସେମାନଙ୍କ ସାମର୍ଥ୍ୟ ପ୍ରଦର୍ଶନ କରି ଆବଶ୍ୟକ ନିୟାମକ ହାସଲ କରିଛନ୍ତି ବୋଲି ସେ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମଗ୍ର ବିଶ୍ୱ ପାଇଁ ଏକ ବୃହତ ଆହ୍ବାନ ଭାବେ ଉଭା ହୋଇଥିବାବେଳେ ଅନେକ ବ୍ୟକ୍ତି ଓ ସଂଗଠନ ଦୁର୍ଭାଗା ଲୋକମାନଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଛନ୍ତି । ମାନବିକତା ପ୍ରତି ସେମାନଙ୍କ ସାହସ, ନିଷ୍ଠା ଓ ପ୍ରତିବଦ୍ଧତା ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ସେ କହିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ଅଧୀନରେ ସହରର ଗରିବ ଲୋକମାନଙ୍କୁ ଗୃହ ଯୋଗାଇଦେବା ପରି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ରାଜ୍ୟର ୧୧୪ ସହର ଓ ନଗରର ୧,୩୯, ୧୪୯ ଜଣ ବାସଗୃହହୀନଙ୍କ ପାଇଁ ଆବାସ ଗୃହକୁ ସଂକ୍ରୁର କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜଧାନୀ ଅଞ୍ଚଳ ସହର ପରିବହନ (କୁଟ୍), ଭୁବନେଶ୍ବର ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ତ୍ରୟୋଦଶ ସହର ଗମନାଗମନ ଜାତୀୟ ସମ୍ମିଳନୀରେ ଉତ୍କର୍ଷ ସମ୍ମାନ ଲାଭ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । କେଭିଡ୍ – ୧୯ ମହାମାରୀ ସମୟରେ ନାଗରିକମାନଙ୍କ ନିମନ୍ତେ ସୁରକ୍ଷିତ ପରିବହନ ସେବା ସୁନିଶ୍ଚିତ କରିବା ପାଇଁ ‘କୁଟ୍’କୁ ଏହି ସ୍ବୀକୃତି ମିଳିଛି ବୋଲି ସେ କହିଛନ୍ତି ।

ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, ସଂଗୀତଜ୍ଞ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ମହାପାତ୍ରଙ୍କୁ ଭାରତୀୟ ସଂଗୀତ ଜଗତର ଅମଳିନ ପ୍ରତିଭା ଭାବରେ ବର୍ଣ୍ଣନା କରିଛନ୍ତି । ଜଣେ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ ଭାବରେ ସେ ତାଙ୍କ ପ୍ରତିଭାର ଉତ୍କଳ ସ୍ବାକ୍ଷର ଛାଡି ଯାଇଛନ୍ତି । ସଂଗୀତ ପ୍ରତି ସେ ସାରା ଜୀବନ ସମର୍ପିତ ଥିଲେ । 

ତାଙ୍କ ନିର୍ଦ୍ଦେଶିତ ସଂଗୀତ ହିଁ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶା ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସ୍ୱର୍ଗତ ଶାନ୍ତନୁ ମହାପାତ୍ରଙ୍କ ଶେଷକୃତ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପର୍ଣ୍ଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଜାତୀୟ ଓ ରାଜ୍ୟସ୍ତରରେ ମର୍ଯ୍ୟାଦାର ସହିତ ପାଳନ କରିବାକୁ ଦାବି

ଭୁବନେଶ୍ୱର, ଭାରତର ସ୍ଵାଧୀନତା ସଂଗ୍ରାମର ଅନିର୍ବାଣ ଦୀପଶିଖା, ତେଜମୟ ବ୍ୟକ୍ତିତ୍ଵ, ତ୍ୟାଗ ଓ ଉତ୍ସର୍ଗର ମୂର୍ତ୍ତିମନ୍ତ ପ୍ରତୀକ, ପ୍ରବଳ ସାହାସୀ ଓ ପରାକ୍ରମୀ, ଓଡ଼ିଆ ଜାତିର ଗର୍ବ ଓ ଗୌରବ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ (ଜାନୁୟାରୀ ୨୩, ୧୮୯୭) ଆସନ୍ତା ଜାନୁୟାରୀ ୨୩ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଭାରତର ସ୍ଵାଧୀନତା ସଂଗ୍ରାମକୁ ତାଙ୍କର ତ୍ୟାଗ ଓ ଅବଦାନକୁ ସ୍ମରଣ କରି ଜାତୀୟ ତଥା ରାଜ୍ୟସ୍ତରରେ ନେତାଜୀଙ୍କର ୧୨୫ତମ ଜନ୍ମ ଜୟନ୍ତୀକୁ ଏକ ନିରପେକ୍ଷ କମିଟି ଗଠନ କରି ଉପଯୁକ୍ତ ମର୍ଯ୍ୟାଦାର ସହିତ ପାଳନ କରିବାକୁ ସାମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । 

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖୁବା ସହିତ ଏହାର ଏକକିତା ନକଲ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣ କରି ଜାତୀୟସ୍ତରରେ ଏକ କମିଟି ଗଠନ କରିବା ପାଇଁ ଦାବି କରିଛନ୍ତି । ଏହି ପତ୍ରରେ ସେ ଦର୍ଶାଇଛନ୍ତି ଯେ, ନେତାଜୀ ସୁଭାଷ ବୋଷଙ୍କ ଆଜାଦ ହିନ୍ଦ ଫୌଜର ଗୌରବ ଗାଥାକୁ ନେଇ ଜାତୀୟ ଓ ବିଭିନ୍ନ ରାଜ୍ୟରେ ଏକ ଟେଲିଫିଲ୍ମ ବିଭିନ୍ନ ଭାଷାରେ ପ୍ରସ୍ତୁତ କରାଯାଇ ବର୍ତ୍ତମାନର ପିଢି କିଭଳି ଭାବରେ ନେତାଜୀଙ୍କର ଅବଦାନ ସହିତ ପରିଚିତ ହୋଇପାରିବେ, ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 

ଓଡ଼ିଶାରେ ପରିପୁଷ୍ଟ ହୋଇଥିବା ନେତାଜୀଙ୍କର ବ୍ୟକ୍ତିତ୍ବ ଉପରେ ଭୁବନେଶ୍ବର ସହରରେ ଏକ ପାର୍କ ପ୍ରତିଷ୍ଠା କରାଯାଇ ଲାଇଟ୍ ଏବଂ ସାଉଣ୍ଡ ମାଧ୍ୟମରେ ନେତାଜୀଙ୍କର ସ୍ଵାଧୀନତା ସଂଗ୍ରାମର ଭୂମିକା ଉପରେ ସବିଶେଷ ଭାବରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ କରିବାକୁ ସେ ଉଲ୍ଲେଖ କରିଛନ୍ତି । ଏହା ବ୍ୟତୀତ ପ୍ରତିବର୍ଷ ତାଙ୍କ ନାମରେ ଜଣେ ଯୁବକଙ୍କୁ ଜାତୀୟ ଓ ରାଜ୍ୟସ୍ତରରେ ସାହାସିକତା ପୁରସ୍କାର ପ୍ରଦାନ କରିବା ପାଇଁ ମଧ୍ୟ ଏହି ଚିଠିରେ ଉଲ୍ଲେଖ କରାଯାଇଛି । 

ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀକୁ ନେଇ ରାଜ୍ୟ ସରକାର ବର୍ଷସାରା ଏହାକୁ ପାଳନ କରିବାର ଯେଉଁ ସଂକଳ୍ପ ନେଇଛନ୍ତି ତାହାକୁ ଶ୍ରୀ ବେହେରା ସ୍ୱାଗତ କରିବା ସଙ୍ଗେ ସଙ୍ଗେ ନେତାଜୀଙ୍କର ୧୨୫ ତମ ଜୟନ୍ତୀକୁ ମଧ୍ୟ ସେହିଭଳି ମର୍ଯ୍ୟାଦାର ସହିତ ପାଳନ କରିବାକୁ ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

ବିଜେଡିର ମହିଳା ସଶକ୍ତିକରଣ ଭାଷଣ କୁମ୍ଭୀର କାନ୍ଦଣା ସଦୃଶ - ମହିଳା କଂଗ୍ରେସ

ଭୁବନେଶ୍ୱର, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରତିଷ୍ଠା ଦିବସରେ ମହିଳାମାନଙ୍କ ଲାଗି ୩୩ ପ୍ରତିଶତ ସଂରକ୍ଷଣ କଥା କହିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ କୁମ୍ଭୀର କାନ୍ଦଣା ସଦୃଶ ବୋଲି ମହିଳା କଂଗ୍ରେସ ଅଭିଯୋଗ କରିଛି । ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସଲିଳନୀରେ କଂଗ୍ରେସ ନେତ୍ରୀ ସୃତିରେଖା ପହି ସିଧାସଳଖ ଭାବରେ ବିଜେଡ଼ି ମହିଳାଙ୍କୁ ନେଇ କେବଳ ରାଜନୀତି କରୁଛି ଏବଂ ମହିଳାମାନଙ୍କ ପ୍ରତି ଟିକେ ବି ଦରଦ ନାହିଁ, ଯଦି ତାହା ଥାନ୍ତା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ବରେ ଥିବା ଗୃହ ବିଭାଗରେ ମହିଳାମାନଙ୍କ ଉପସ୍ଥିତି ଏତେ ଦୟନୀୟ ସ୍ଥିତିରେ ନଥାନ୍ତା ବୋଲି ଅଭିଯୋଗ କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବେଳେ ନିଜ ବିଭାଗରେ ମହିଳାମାନଙ୍କୁ ୧୦% ରୁ ଅଧୁକ ନିଯୁକ୍ତି ନଦେବା, କଥା ଓ କାର୍ଯ୍ୟ ଭିତରେ କେତେ ପାର୍ଥକ୍ୟ ତାହା ଜଳ ଜଳ ହୋଇ ଜଣାପଡ଼ୁଛି । ସେହିଭଳି ଓଡ଼ିଶା ବାଟାଲିୟନ୍‌ରେ ମହିଳା କମାଣ୍ଡୋ ନିଯୁକ୍ତି ପାଇନାହାନ୍ତି । ଯଦି ଆମେ ଅନ୍ୟ ରାଜ୍ୟମାନଙ୍କ ସହିତ ଓଡିଶାକୁ ତୁଳନା କରିବା ତେବେ ଏହା ୨୦ ପ୍ରତିଶତ ପାର୍ଥକ୍ୟ ଦେଖୁବା ରାଜ୍ୟରେ ଏ ସରକାର ଟ୍ରାଫିକ୍ ବିଭାଗରେ ମଧ୍ୟ ମହିଳା ଏ.ଏସ୍.ଆଇ ଓ ମହିଳା ପୋଲିସ ଡିଜିଙ୍କୁ ନିଯୁକ୍ତି ଦେଇନାହାନ୍ତି । କଂଗ୍ରେସ ଏକମାତ୍ର ଦଳ ଯିଏକି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବରେ ଏବଂ ଦେଶରେ ପ୍ରଧାନମନ୍ତ୍ରୀ ଭାବରେ ମହିଳାଙ୍କୁ ଦାୟିତ୍ବ ଦେଇଛି । 

କଂଗ୍ରେସ ଶାସିତ ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ମହିଳାମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଧୁକ ଗୁରୁତ୍ବ ଦିଆଯାଉଥିବା ବେଳେ ଓଡିଶାରେ ମୁଖ୍ୟମନ୍ତ୍ରୀ କେତେ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତୀ ପହି ପ୍ରଶ୍ନ କରିଛନ୍ତି । ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କୁ କେତେ ପ୍ରତିଶତ ନିଯୁକ୍ତି ମିଳିଛି ବିଜେପି ସ୍ପଷ୍ଟ କରୁ । ନାରୀ ନିର୍ଯ୍ୟାତନା, ଶିଶୁ ନିଖୋକ ଏବଂ ଅତ୍ୟାଚାରରେ ରାଜ୍ୟର ସାଧାରଣ ଜନତା ଏବଂ ମହିଳାମାନେ ଅତିଷ୍ଠ ହୋଇପଡିଛନ୍ତି । ଏଥିରୁ ନଜର ହଟାଇବା ପାଇଁ ବିଜୁ ଜନତା ଦଳ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବାର୍ତା ଏକ କୁମ୍ଭୀର କାନ୍ଦଣା ବୋଲି ଶ୍ରୀମତୀ ପହି ଅଭିଯୋଗ କରିଛନ୍ତି ।

ପୂର୍ବତନ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର କହିଲେ ଯେ ବର୍ତମାନ ବିଜେପି ମଧ୍ୟ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । ୨୧ ବର୍ଷ ଶାସନ ମରେ ବିଜେଡି ସହିତ ବିଜେପି ୯ ବର୍ଷ କାଳ ମେଣ୍ଟ ସରକାର ଭାବରେ ସରକାରରେ ଥିଲେ । ସେତେବେଳେ ମହିଳାମାନଙ୍କ ପାଇଁ ରାଜ୍ୟରେ କ’ଣ କରାଯାଇଛି ବୋଲି ଶ୍ରୀମତୀ ମହାପାତ୍ର ପ୍ରଶ୍ନ କରିଥିଲେ । ପ୍ରଥମେ ତତ୍କାଳିନ ଉପାସରକାର ମହିଳାମାନଙ୍କ ସଂରକ୍ଷଣ ପ୍ରତି ଗୁରୁତ୍ବ ଦେଇଥିଲେ । ଆଜି ବିଜେଡ଼ି ସରକାର ମହିଳା ଓ ଶିଶୁମାନଙ୍କ ପାଇଁ ଥାନାରେ କରିଥିବା ହେଲ୍‌ପ ଡେସ୍କ ନିଷ୍କ୍ରିୟ । ସେହିଭଳି ମହିଳାମାନଙ୍କ ପାଇଁ ପିଙ୍କ ଅଟୋ ସେବା, ଗୁଗୁଲରେ ଉପଲବ୍ଧ ମହିଳା ହେଲପ୍ ଲାଇନ୍ ଆପ୍ ମଧ୍ୟ ଅକାମୀ ବୋଲି ଶ୍ରୀମତୀ ମହାପାତ୍ର କହିଥୁଲେ ।

ରାଜ୍ୟସ୍ତରୀୟ ବୀରତା ଦିବସ ପାଳିତ । ବରଗଡର ଶହୀଦ୍ ମାଧୋ ସିଂ ଓ ତାଙ୍କ ପରିବାର ଓଡ଼ିଶାକୁ ସୃଦ୍ଧିତ ଓ ଗର୍ବିତ

ଭୁବନେଶ୍ବର ; ଦେଶର ସ୍ୱାଧୀନତା ପାଇଁ ଅନେକ ବୀର ଜୀବନ ବଳିଦାନ ଦେଇଛନ୍ତି । ତନ୍ମଧ୍ୟରେ ବରଗଡ ଜିଲ୍ଲା ଘେନସର ମାଧୋ ସିଂ ଓ ତାଙ୍କ ପରିବାରର ମୁକ୍ତି ସଂଗ୍ରାମର ଅଭୂତପୂର୍ବ ବୀରତ୍ବର ଗାଥା ସର୍ବଦା ଜାତୀୟ ଇତିହାସରେ ଦୃଷ୍ଟାନ୍ତ ହୋଇ ରହିଛି ବୋଲି ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭାଗର ସମିଳନୀ କକ୍ଷରେ ଆୟୋଜିତ ରାଜ୍ୟସ୍ତରୀୟ ବୀରତା ଦିବସରେ ଯୋଗଦେଇ ବିଶିଷ୍ଟ ଅତିଥୁ ଓ ବକ୍ତାମାନେ ପ୍ରକାଶ କରିଛନ୍ତି । ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଉଦ୍ଘାଟନ କରିଥିଲେ । 

ଅତିଥିମାନେ ଶହୀଦ୍ ମାଧୋ ସିଂଙ୍କ ଫଟୋଚିତ୍ରରେ ପୁଷଅର୍ଘ ଅର୍ପଣ କରିଥିଲେ । ପରେ ପରେ ଶହୀଦ୍ ମାଧୋ ସିଂଙ୍କ ଉପରେ ଆଧାରିତ ଏକ ପ୍ରାମାଣିକ ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଟୁଇଟରେ ଏହି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ଶହୀଦ ମାଧୋ ସିଂଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବାର୍ତ୍ତା ବୈଠକରେ ପାଠ କରାଯାଇଥିଲା । ଏହି ବୀରଙ୍କ ନେତୃତ୍ବରେ ବରଗଡ । ର୍ଭିସରୁ ଆରମ୍ଭ ଆନ୍ଦୋଳନ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗ ଦେଇଥିଲା ଏବଂ ଲୋକଙ୍କ ସୁରକ୍ଷା ସହ ଦେଶର ଅଖଣ୍ଡତା ପ୍ରତି ଏହି ବୀର ଶହୀଦଙ୍କ ଅସୀମ ତ୍ୟାଗ ସର୍ବଦା ପ୍ରେରଣା ଦାୟୀ ହୋଇ ରହିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ଉଦ୍‌ଘାଟକ ମନ୍ତ୍ରୀ ଶ୍ରୀ ସିଂହ ଘେନସର ସେହି ବୀର ଯୋଦ୍ଧାମାନଙ୍କର ସ୍ମୃତିଚାରଣ କରି କହିଲେ ଯେ, ପ୍ରଜାବତ୍ସଳ ଜମିଦାର ମାଧୋ ସିଂ ତତ୍କାଳୀନ ଇଂରେଜ ଶାସକଙ୍କର ଅନ୍ୟାୟରେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ବସାଇବା ବିରୁଦ୍ଧରେ ପ୍ରତିବାଦ କରି ଯେପରି ଭାବେ ନିର୍ବିକାର ଭାବରେ ସଂଗ୍ରାମ କରିଥିଲେ, ତାଙ୍କର ଅବଦାନ ଇତିହାସର ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ, ଦେଶର ସ୍ୱାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ର୍ଭିସ ଜମିଦାର ପରିବାରର ସଦସ୍ୟମାନେ ଯେପରି ଅଦମ୍ୟ ସାହସ ଓ ବୀରତ୍ବର ପରାକାଷ୍ଠା ଦେଖାଇ ଦୁର୍ଦ୍ଧାନ୍ତ ଭାବେ ଲଢିଥିଲେ, ତାହା ଆଜି ଦୀର୍ଘ ଦିନ ପରେ ଓଡିଶାର ସାଧାରଣ ଜନତାଙ୍କୁ ଉଦ୍‌ବେଳିତ କରୁଛି । 

ଓଡିଶା ପାଇଁ ସେମାନଙ୍କର ଅବଦାନ ସର୍ବଦା ଚିର ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ଅତିଥୁ ଭାବେ ଓଡିଶା ରିଭ୍ୟ ଏବଂ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ସ୍ଵାଧୀନତା ସଂଗ୍ରାମରେ ପଶ୍ଚିମ ଓଡିଶାର ବିଶେଷ କରି ରକ୍ତତୀର୍ଥ ଘେସର ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ବଳିଦାନର କାହାଣୀ ଶୁଣିଲେ ମନରେ ଅଦମ୍ୟ ଉଦ୍ଦୀପନା ଭରିଯାଏ । ପଶ୍ଚିମ ଓଡିଶାର ଗବେଷକମାନଙ୍କ ସହାୟତାରେ ସେହି ମହାନ୍ ସଂଗ୍ରାମୀମାନଙ୍କ ସମ୍ପର୍କରେ ଓଡିଶା ସରକାରଙ୍କ ତରଫରୁ ପ୍ରକାଶ ପାଉଥିବା ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟରେ ସ୍ଥାନିତ କରି ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ ବୋଲି ସେ କହିଥିଲେ ।

୨୦୦୦ରୁ ୨୦୨୦ ମସିହା ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ବରପୁତ୍ର ତଥା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ସେ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶହୀଦ୍ ଜୁଞ୍ଜଳ ସିଂ କ୍ଲବ, ର୍ଭେସ,ବରଗଡର ସଭାପତି ଶ୍ରୀ ଅଶୋକ କୁମାର ପୁଜାହାରୀ ବିଭିନ୍ନ ଉଦାହରଣ ଦେଇ ଶହୀଦ ମାଧୋ ସିଂ ଓ ତାଙ୍କ ପରିବାରର ସଂଗ୍ରାମ ସଂପର୍କରେ ଆଲୋକପାତ କରି ୧୮୫୭ ସିପାହୀ ବିଦ୍ରୋହ ସମୟରେ ଇଂରେଜ ଶାସନ ବିରୁଦ୍ଧରେ ଲଢିବା ପାଇଁ ଏକ କେନ୍ଦ୍ରୀୟ ନୀତି ପ୍ରସ୍ତୁତ କରିବା ପାଇଁ ସବୁ ଜମିଦାର ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ବକୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ବୋଲି କହିଥିଲେ । 

ଏହି ସଂଗ୍ରାମରେ ଶହୀଦ୍ ମାଧୋ ସିଂଙ୍କ ସହିତ ତାଙ୍କ ୪ ପୁତ୍ର କୁଞ୍ଜଲ ସିଂ, ହଟେ ସିଂ, ବୈରୀ ସିଂ ଓ ଐରୀ ସିଂ ଓ ତାଙ୍କ ଜ୍ଵାଇଁ ମଧ୍ୟ ଏହି ଶହୀଦ୍ ହୋଇଥିଲେ । ଓଡିଶାର ରାଜଧାନୀ ଭୁବନେଶ୍ବରରେ ଶହୀଦ୍ ମାଧୋ ସିଂଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପାଠ୍ୟ ପୁସ୍ତକରେ ର୍ଭେସ ପରିବାରର ସଦସ୍ୟମାନଙ୍କର ବଳିଦାନର ଗାରିମାମୟ ଇତିହାସ ସଂପର୍କରେ ସ୍ଥାନିତ କରାଯିବାକୁ ଏବଂ ଅଧିକ ଗବେଷଣା କରାଯିବା ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ । ସଂପ୍ରତି ଶହୀଦ୍ ମାଧୋ ସିଂଙ୍କ ଫାଶୀ ଦିବସକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତିବର୍ଷ ବୀରତା ଦିବସ ରୂପେ ପାଳନ କରାଯାଉଛି । 

କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ନିରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ଚନ୍ଦ୍ରକାନ୍ତ ନାୟକ ଏବଂ ଉପ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ଅନ୍ୟ ପଦାଧିକାରୀ, ଶହୀଦ କୁଞ୍ଜଳ ସିଂ କ୍ଲବର କର୍ମକର୍ତ୍ତା ଓ । ଗଣମାଧ୍ୟମ ପ୍ରତିନିଧିମାନେ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଭାଗୀୟ ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର) ଶ୍ରୀମତୀ ସୂତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ଦକ୍ଷିଣାଞ୍ଚଳ ରାଜସ୍ଵ ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟର ଅର୍ଥନୈତିକ ବିକାଶରେ କୃଷି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କ ସହ ଯୋଡ଼ି ରହି ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତୁ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କରେ ଆସୁଥିବାରୁ ସେମାନେ ଚାଷୀମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରିପାରିବେ । ଅଧୂକ ଉତ୍ପାଦନ ନିମନ୍ତେ ନୂତନ ଜ୍ଞାନକୌଶଳର ପ୍ରୟୋଗ ଓ ଉନ୍ନତମାନର ବିହନ ଓ କୃଷି ଉପକରଣର ବ୍ୟବହାର ସଂପର୍କରେ ଚାଷୀମାନଙ୍କୁ ସଚେତନ କରିପାରିବେ । ରାଜ୍ୟ ସରକାର କୃଷକମାନଙ୍କର ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ କୃଷି ନୀତି୨୦୨୦ ‘ସମୃଦ୍ଧି’ ସମେତ ଅନେକ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରିଛନ୍ତି । 

ଏହାର ସଫଳ ରୂପାୟନ ଓ ଚାଷୀମାନଙ୍କୁ ଏହାର ଲାଭ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଅନ୍ତର୍ଗତ ୧୦ଟି ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ୨୦ ବର୍ଷ ମଧ୍ୟରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଓ ସଂପ୍ରତି କୋଭିଜ୍-୧୯ ସରେ ରାଜ୍ୟ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିପାରିଛି । 

ରାଜ୍ୟ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ । ହୋଇଥିବାବେଳେ କୃଷକମାନଙ୍କର ଆୟବୃଦ୍ଧି ଦିଗରେ ଫସଲର ବିବିକରଣ କରି ପାଗ ଓ ମୃତ୍ତିକା ଅନୁକୂଳ ଭିନ୍ନ ଭିନ୍ନ ଚାଷ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଫସଲର ବିବିକରଣ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଚାଷୀମାନଙ୍କୁ ଅଧୁକ ସଚେତନ କରାଇବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଥିବାରୁ ଯୁବକଯୁବତୀମାନଙ୍କୁ ଏଥିପ୍ରତି ଆକୃଷ୍ଟ କରି କୃଷିରେ ମନୋନିବେଶ ଓ ଫୁଜିନିବେଶ ପାଇଁ ଗ୍ରାମ୍ୟ କୃଷି କର୍ମୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

କୃଷିକାର୍ଯ୍ୟକୁ ଅଧୁକ ସଂଗଠିତ ଏବଂ ଉତ୍ପାଦର ସହଜ ବିକ୍ରିବଟା ଓ ଉଚିତ ମୂଲ୍ୟ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ବାରୋପ କରିଥିଲେ । ଏଣୁ ସହିତ ସମନ୍ବିତ କୃଷି କାର୍ଯ୍ୟ ଦ୍ଵାରା ସୀମିତ ଜମିର ସଠିକ ଉପଯୋଗ କରିହେବ ବୋଲି ସେ କହିଥିଲେ । ଦ୍ଵାଟସ୍‌ଆପ୍ ଯୋଗେ । ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଦିଆଯାଉଥିବା କୃଷି ସୂଚନା ଓ ପରାମର୍ଶଗୁଡ଼ିକ ସବୁଦିନ ଠିକ୍ ସମୟରେ ଚାଷୀମାନଙ୍କ ନିକଟକୁ ପଠାଇବା ସହ ବ୍ଳସ୍ତରୀୟ ବୈଷୟିକ ବୈଠକରେ ନିୟମିତ ଯୋଗାଯୋଗ ପାଇଁ ମନ୍ତ୍ରୀ ଡ. ସାହୁ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଗତ ୨୦ ବର୍ଷରେ ଓଡ଼ିଶାରେ କୃଷିର ପ୍ରଗତି, କୃଷିନୀତି ୨୦୨୦ ‘ସମୃଦ୍ଧି’, ବିଭିନ୍ନ ରୋଗପୋକ ନିୟନ୍ତ୍ରଣ ଏବଂ ବିଭାଗ ପକ୍ଷରୁ ୫ଟି ଆଧାରରେ କରାଯାଉଥିବା କାର୍ଯ୍ୟକ୍ରମ ସମ୍ବଳିତ ଏକ ପୁସ୍ତିକା ପ୍ରସ୍ତୁତ କରି ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । 

କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ବିଭାଗ ଦ୍ବାରା ଟୋଲ-ଫ୍ରି ମୋବାଇଲ୍ ସୂଚନା ସେବା “ଆମ କୃଷି’କୁ କୃଷକମାନଙ୍କ ମଧ୍ୟରେ ଅଧ୍ୟକ ଲୋକପ୍ରିୟ କରାଇବାକୁ ପଡ଼ିବ । ଏଥି ସହିତ ସରକାରୀ କୃଷି ଯୋଜନା ସଠିକ୍ ହିତାକାରୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଏକ ନିର୍ଭୁଲ ଡାଟାବେସ୍ ପ୍ରସ୍ତୁତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭାଗ ଦ୍ୱାରା ପ୍ରଣୟନ କରାଯାଇଥିବା ‘ଦକ୍ଷତା’ କାର୍ଯ୍ୟକ୍ରମରେ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ସେମାନଙ୍କ ଦକ୍ଷତା ବୃଦ୍ଧି ଦିଗରେ ସାହାଯ୍ୟ କରିପାରିବ ବୋଲି ପ୍ରମୁଖ ଶାସନ ସଚିବ ଡ. ଗର୍ଗ କହିଥିଲେ । 

ଦେଶରେ ଏକ ରାଷ୍ଟ୍ର ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ କରାଗଲେ ଦେଶରେ ନିର୍ବାଚନ ଖର୍ଚ୍ଚ ହ୍ରାସ ହୋଇପାରିବ



ଭୁବନେଶ୍ୱର, ଦେଶରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ନିର୍ବାଚନ ମଡେଲ କୋଡ କାର୍ଯ୍ୟକାରୀ ହେବା ପରେ ଉନ୍ନୟନ କାର୍ଯ୍ୟ ଯେଉଁ ପରିମାଣରେ ବାଧାପ୍ରାପ୍ତ ହେଉଥିଲା ତାହା ହେବ ନାହିଁ ଏବଂ ମାନବ ସମ୍ବଳ, ଶକ୍ତି, ସମୟ ଓ ଆର୍ଥିକ ସମ୍ବଳର ସଂରକ୍ଷଣ ହୋଇପାରିବ । ଏହି ବ୍ୟବସ୍ଥାରେ ନିର୍ବାଚନ ଖର୍ଚ୍ଚ ହ୍ରାସ ପାଇବା ସହ ଦେଶରେ ବିକାଶ କାର୍ଯ୍ୟ ତ୍ବରାନ୍ବିତ ହେବ । ଏହା ହେଲେ ପ୍ରଶାସନିକ ବ୍ୟବସ୍ଥା ଉପରେ ମଧ୍ୟ ବୋଝ କମ୍ ପଡିବ । ଏହାକୁ ଲାଗୁ କରାଗଲେ ଜିଡିପି କ୍ଷତି କିଛି ମାତ୍ରାରେ ରୋକାଯାଇପାରିବ ବୋଲି  ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ଆମ ଦେଶରେ ୧୯୫୧-୫୨ ରୁ ୧୯୬୭ ମଧ୍ୟରେ ଯେଉଁ ନିର୍ବାଚନ ମଡେଲ ପ୍ରଚଳନ ଥିଲା ସେଥିରେ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ବିଧାନର ଧାରା ୩୫୬କୁ ଦୁରୁପଯୋଗ କରି ନିର୍ବାଚିତ ସରକାରକୁ ଭାଙ୍ଗି ଦିଆଯାଇଥିବାରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରିନଥିଲା । ୧୯୮୩ରେ ନିର୍ବାଚନ କମିଶନ ଏକକ ନିର୍ବାଚନ ପାଇଁ ଯୁକ୍ତି ଉପସ୍ଥାପନା କରିଥିଲେ । ୧୯୯୯ ମସିହାରେ ଜାତୀୟ ‘ବିଧି’ କମିଶନ ଅଧ୍ୟକ୍ଷ ବିଚାରପତି ଜୀବନ ରେଡି ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସ୍ତାବ ଉପରେ ନୀତି ଆୟୋଗ ଏବଂ ନିର୍ବାଚନ କମିଶନ ବିଚାର ବିମର୍ଶ କରିଥିଲେ । 

ରାଜନୈତିକ ଇଚ୍ଛା ଶକ୍ତି ଅଭିବାରୁ ଏହା ଗ୍ରହଣୀୟ ହୋଇ ପାରିନଥିଲା । ୨୦୧୫ରେ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିଙ୍କ ନେତୃତ୍ୱରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସଙ୍ଗରେ କରିବା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ନୀତି ଆୟୋଗ ୨୦୧୭ରେ ଏକକ ନିର୍ବାଚନ ପାଇଁ ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିଲେ । ୨୦୧୯ ଓ ୨୦ ୨୪ ନିର୍ବାଚନରେ ଏହି ପ୍ରସ୍ତାବ ଉପରେ ୨୧ ତମ ‘ବିଧି’ କମିଶନ ବିଚାରପତି ବି.ଏସ ଚୌହାନଙ୍କ ନେତୃତ୍ବରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ସପକ୍ଷରେ ଏକ ରିପୋର୍ଟ ୨୦୧୮ ଅଗଷ୍ଟ ମାସରେ ପ୍ରଦାନ କରାଯାଇଥିଲା । 

ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏକକ ନିର୍ବାଚନ ପାଇଁ ଆଗ୍ରହ ପ୍ରକାଶ କରି ଏହା ଉପରେ ବିଚାର ବିମର୍ଶ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ଶୀର୍ଷକ ଏକ ୱେବିନାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଏକ ରାଷ୍ଟ୍ର ଏକ ନିର୍ବାଚନ’ର ଉପାଦେୟତା ସଂପର୍କରେ ଏହି ୱେବିନାରରେ ଆଲୋଚନା ହୋଇଥିଲା । ଶ୍ରୀମତୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଠାରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି ଏବଂ ଦିଲ୍ଲୀରୁ ଭିଡିଓ କନଫରେନ୍ତି ମାଧ୍ୟମରେ ବିଜେପି ରଷ୍ଟ୍ରୀୟ ଉପସଭାପତି ତଥା ରାଜ୍ୟସଭା ସାଂସଦ ଡ. ବିନୟ ସହଶ୍ରବୁଦ୍ଧ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାର ଶେଷ ଯୋଗ୍ୟ ହିତାଧିକାରୀ ଘର ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେପି - ପୃଥୀରାଜ

ଭୁବନେଶ୍ଵର , ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରିବା ଏବଂ ତଳେ ବିଜୁ ବାବୁଙ୍କ ବଡ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରିଚାଲିଥିଲେ । କେବଳ ସେତିକି ନୁହେଁ ଏହି ଘର ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏକ ପତ୍ର ହିତାଧିକାରୀଙ୍କୁ ଦେଇ ସମସ୍ତ ଶ୍ରେୟ ନିଜେ ନେଉଥିଲେ । ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ବ୍ଲକ ଘେରାଉ ହେବା ଏବଂ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦେବା ପରେ ରାଜ୍ୟସରକାର ନୂଆ ଷ୍ଟିକର ବାହର କରିଛନ୍ତି । 

ସରକାର କିଛି ନିଷ୍ପତି ନେବା ପୂର୍ବରୁ ସେ ଦିଗରେ ତର୍ଜମା କରିବା ଦରକାର । କିନ୍ତୁ ରାଜ୍ୟସରକାର ବିନା ତର୍ଜମାରେ ଅପରିଣାମଦର୍ଶୀ ଭାବରେ ଯେଉଁ ନିଷ୍ପତି ନେଉଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି । କୌଣସି ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମରେ ଲୋଗୋ ବା ନୋମେନ କ୍ଳୋଚରକୁ ପରିବର୍ତନ କରାଯାଇପାରିବନାହିଁ ବୋଲି ନିୟମରେ ଉଲ୍ଲେଖ ରହିଛି । ଏହା ସତ୍ତ୍ୱେ ରାଜ୍ୟସରକାର ଗୋଟିଏ ଖରାପ ପରମ୍ପରା ସୃଷ୍ଟି କରିଥିଲେ । ଗୋଟିଏ ଷ୍ଟିକରରେ ଦୁଇଟି ନାଁ ରଖି ରାଜ୍ୟସରକାର ଦ୍ବନ୍ଦ ସୃଷ୍ଟି କରୁଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । 

କେନ୍ଦ୍ର ସରକାରଙ୍କ ଯୋଜନାର ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜ୍ୟସରକାରଙ୍କ ଅନୁଦାନରେ ଥିବା ଘରକୁ ବିଜୁ ପକ୍କାଘର ଯୋଜନାରେ ନାମିତ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଯେଉଁ ମିଥ୍ୟ ସମ୍ବଳିତ ଚିଠି ହିତାଧୁକାରୀଙ୍କୁ ପଠାଉଛନ୍ତି ସେଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ନାହିଁ । ସେଥିରେ ସେ କେବଳ କହିଛନ୍ତି ବିଜୁବାବୁଙ୍କ ସ୍ବପ୍ନ ଥିଲା । ବିଜୁବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ରାଜ୍ୟସରକାର ଘର ଦେବା କଥା କହିବା ସମ୍ପୂର୍ଷ ମିଥ୍ୟା । ଏହି ପ୍ରବଞ୍ଚନା ପୂର୍ଣ୍ଣ ଚିଠିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । 

ଯେଉଁଭଳି ଭାବରେ ଫେବୃଆରୀ ମାସରେ ବିଭିନ୍ନ ଆବେଦନ ପତ୍ର ବ୍ଳକ ମାନଙ୍କରେ ପଡିଛି ତାକୁ ତୁରନ୍ତ ରାଜ୍ୟସରକାର ଏକାଠି କରି ଆବାସ ପୋର୍ଟାଲରେ ଯୋଗ୍ୟ ହିତାଧୁକାରୀଙ୍କ ନାଁ କୁ ଅପଲୋଡ କରନ୍ତୁ । ସରକାର ବାରମ୍ବାର ତାଙ୍କ ନିଷ୍ପତି ବଦଳାଇ ରାଜକୋଷକୁ କ୍ଷତି ପହଁଚାଉଛନ୍ତି । ବିଜୁ ପକ୍କା ଘରର ବଡ ଲୋଗୋ ଦେଇ ଯେଉଁ ଷ୍ଟିକର ରାଜ୍ୟସରକାର ତିଆରି କରିଥିଲେ ସେଥିରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ରାଜକୋଷରୁ ଅଯଥାରେ ଯେଉଁ ୧୦ କୋଟି ଖର୍ଚ୍ଚ ହୋଇଛି ସେ ଅର୍ଥ କାହାଠାରୁ ଭରଣା କରାଯିବ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହି ଅନୁଯାୟୀ ରାଜ୍ୟ ସରକାର ନିଜର ଆତ୍ମ ପ୍ରଚାର ଛାଡି କିପରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘରେ ଖଣ୍ଡେ ମିଳିବ ସେ ଦିଗରେ କାର୍ଯ୍ୟ କରନ୍ତୁ । ଓଡିଶାର ଶେଷ ଯୋଗ୍ୟ ହିତାଧୁକାରୀ ପକ୍କା ଘର ପାଇବା ପାଇଁ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବିଜେପି ଜାରି ରଖୁବବୋଲି ଶ୍ରୀ ହରିଚନ୍ଦନ ଚେତାବାନୀ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 34ତମ ପ୍ରଗତି ସମୀକ୍ଷା ଅନୁଷ୍ଠିତ

ନୂଆଦିଲ୍ଲୀ ; ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 34ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରାଯାଇଥିଲା। ମୋଟ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର,ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ଦାଦ୍ରା ନଗର ଓ ହାଭେଳି ସମେତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।

ଏହି ସମୀକ୍ଷା ଅବସରରେ, ଆୟୁଷ୍ମାନ ଭାରତ ଏବଂ ଜଳ ଜୀବନ ମିଶନ ଭଳି କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ଅଭିଯୋଗ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅଭିଯୋଗଗୁଡ଼ିକର ବିସ୍ତୃତ ସମାଧାନ ସୁନିଶ୍ଚିତ ଓ ତ୍ୱରାନ୍ୱିତ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେଉଁସବୁ ପ୍ରକଳ୍ପ ସମୀକ୍ଷା କରାଯାଇଥିଲା, ସେଗୁଡ଼ିକୁ ଧାର୍ଯ୍ୟ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ବିଳମ୍ବିତ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ସେ କହିଥିଲେ ଯେ ଯଥାଶୀଘ୍ର ସମସ୍ତ ରାଜ୍ୟ ଆୟୁଷ୍ମାନ ଭାରତର ଶତପ୍ରତିଶତ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବା ଦିଗରେ ଧ୍ୟାନ ଦେବା ଉଚିତ। ସେହିପରି ଜଳ ଜୀବନ ମିଶନ ଅନ୍ତର୍ଗତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ମିଶନ ମୋଡରେ କାର୍ଯ୍ୟ କରିବା ଲାଗି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ 33ଟି ପ୍ରଗତି ସମୀକ୍ଷା ବୈଠକରେ 18ଟି କ୍ଷେତ୍ରରେ 280ଟି ପ୍ରକଳ୍ପ ସହିତ 50ଟି କାର୍ଯ୍ୟକ୍ରମ/ଯୋଜନା ଏବଂ ଅଭିଯୋଗର ସମୀକ୍ଷା କରାଯାଇସାରିଛି।

ଏସ୍ଟୋନିୟା,ପାରାଗୁଏ,ଡୋମିନିକାନ ଗଣରାଜ୍ୟରେ 3ଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ; ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 2021ରେ ଏସ୍ଟୋନିୟା, ପାରାଗୁଏ ଏବଂ ଡୋମିନିକାର ଗଣରାଜ୍ୟରେ ତିନୋଟି ଭାରତୀୟ ମିଶନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି।

କାର୍ଯ୍ୟକାରୀ ରଣନୀତି:
ଏହି ରାଷ୍ଟ୍ରଗୁଡ଼ିକରେ ତିନୋଟି ଭାରତୀୟ ମିଶନ ଖୋଲାଯିବା ଫଳରେ ଭାରତର କୂଟନୈତିକ ପରିଧି ବୃଦ୍ଧି, ରାଜନୈତିକ ସମ୍ପର୍କ ଗଭୀର ହେବା, ଦ୍ୱିପାକ୍ଷିକ ବାଣିଜ୍ୟ, ନିବେଶ ଓ ଆର୍ଥିକ ସମ୍ପର୍କ ବିକଶିତ କରିବା, ଜନସମ୍ପର୍କ ମଜବୁତ କରିବା, ବହୁପକ୍ଷୀୟ ମଞ୍ଚରେ ରାଜନୈତିକ ପ୍ରସାର ବୃଦ୍ଧି ପାଇବା ଏବଂ ଭାରତର ବିଦେଶ ନୀତି ନିମନ୍ତେ ସମର୍ଥନ ଯୋଗାଡ଼ କରିବାରେ ସହାୟତା ମିଳିପାରିବ। ଏସବୁ ଦେଶରେ ଭାରତୀୟ ମିଶନ ସେଠାରେ ରହୁଥିବା ଭାରତୀୟ ସମୁଦାୟ ଏବଂ ସେମାନଙ୍କର ହିତର ସୁରକ୍ଷା ଲାଗି ଉନ୍ନତ ଢଙ୍ଗରେ ସହାୟତା କରିପାରିବ।

ଉଦ୍ଦେଶ୍ୟ:
ଆମର ବିଦେଶ ନୀତିର ଉଦ୍ଦେଶ୍ୟ ହେଉଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ଭାଗିଦାରୀ ଜରିଆରେ ଭାରତର ଉନ୍ନତି ଓ ବିକାଶ ଲାଗି ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା। ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଭାରତୀୟ ମିଶନ ଏବଂ ପୋଷ୍ଟ ରହିଛି। ଏଗୁଡ଼ିକ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଆମ ସମ୍ପର୍କର ବାହକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ତିନୋଟି ନୂତନ ଭାରତୀୟ ମିଶନ ଖୋଲିବାର ଏହି ନିଷ୍ପତ୍ତି ‘ସବକା ସାଥ ସବକା ବିକାଶ’ ବା ଉନ୍ନତି ଏବଂ ବିକାଶକୁ ନେଇ ଆମର ଜାତୀୟ ପ୍ରାଥମିକତାକୁ ପ୍ରାପ୍ତି ଦିଗରେ ଏକ ଭବିଷ୍ୟଗାମୀ ପଦକ୍ଷେପ। ଭାରତର ରାଜନୈତିକ ଉପସ୍ଥିତିରେ ବୃଦ୍ଧି ପାରସ୍ପରିକ ଭାବେ ଭାରତୀୟ କମ୍ପାନୀଗୁଡ଼ିକୁ ଉନ୍ନତ ବଜାର ସୁବିଧା ପ୍ରଦାନ କରିବ ଏବଂ ସାମଗ୍ରୀ ଓ ସେବାର ଭାରତୀୟ ରପ୍ତାନିକୁ ପ୍ରୋତ୍ସାହନ ଦେବ। ‘ଆତ୍ମନିର୍ଭର ଭାରତ’ ପାଇଁ ଆମର ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଏବଂ ରୋଜଗାରକୁ ବଢ଼ାଇବାରେ ଏହାର ସିଧା ପ୍ରଭାବ ପଡ଼ିବ।

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର 19,2020ରେ ବାଙ୍ଗାଲୋର/ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା।

ବିନ୍ଦୁୱାରୀ ବିବରଣୀ :
ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ। ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା କାର୍ଯ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର୍ଯ୍ୟ ଯୋଜନା ଉପରେ କାମ
କରିବ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :
ଏହି ଏମଓୟୁ କାର୍ଯ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର୍ଯ୍ୟଯୋଜନା ଉପରେ କାମ କରିବା ଲାଗି ସହଯୋଗର ବିଶେଷ କ୍ଷେତ୍ରରେ କାର୍ଯ୍ୟକାରିତାର ବ୍ୟବସ୍ଥା କରାଯିବ ତଥା ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରାଯିବ।

ପ୍ରମୁଖ ପ୍ରଭାବ :
ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ହିତାଧିକାରୀଙ୍କ ସଂଖ୍ୟା :
ଏହି ଏମଓୟୁ ମାଧ୍ୟମରେ ଭୂଟାନ ସରକାରଙ୍କ ସହିତ ସହଯୋଗ ଫଳରେ ମାନବ ଜଗତର ହିତା ଲାଗି ମହାକାଶ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ପ୍ରୋତ୍ସାହନ ମିଳିବ। ଯାହାଫଳରେ ଦେଶର ସମସ୍ତ ସମୁଦାୟ ଏବଂ କ୍ଷେତ୍ର ଲାଭବାନ ହେବେ।

ଦେଶରେ ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସଂଶୋଧିତ ଯୋଜନାକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ ; ଆଖୁ ଚାଷୀମାନଙ୍କ ସୁବିଧା ପାଇଁ ସରକାର ମୋଲାସେସଭିତ୍ତିକ ଡିଷ୍ଟିଲାରୀଗୁଡିକର ଉତ୍ପାଦନ କ୍ଷମତାକୁ ଦୁଇଗୁଣରୁ ଅଧିକ ବୃଦ୍ଧି କରିଛନ୍ତି; ଏବେ ଏସବୁ ଡିଷ୍ଟିଲାରୀରୁ 426 କୋଟି ଲିଟର ଇଥାନଲ ବାର୍ଷିକ ଉତ୍ପାଦିତ ହେଉଛି । ଗତ 6 ବର୍ଷ ଧରି ଆଖୁ ଚାଷୀମାନେ ଏହାର ଲାଭ ପାଉଛନ୍ତି, 2010-11 ଚିନି ଋତୁଠାରୁ ଦେଶରେ ଆବଶ୍ୟକତାଠାରୁ ଅଧିକ ଆଖୁ ଉତ୍ପାଦିତ ହେଉଛି । କେବଳ 2016-17 ବର୍ଷରେ ମରୁଡି ଯୋଗୁଁ ଏହି ଉତ୍ପାଦନ କମ୍‍ ରହିଥିଲା । ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଉନ୍ନତ କିସମର ଆଖୁ ଚାଷ ହେଉଥିବାରୁ ଆଗାମୀ ଦିନରେ ଚିନି ଉତ୍ପାଦନ ଆହୁରି ବଢିବ । 

ସ୍ୱାଭାବିକ ଚିନି ଋତୁଭାବେ ବିବେଚିତ ହେଉଥିବା ସମୟ ଅକ୍‍ଟୋବରରୁ ସେପ୍‍ଟେମ୍ବର ମଧ୍ୟରେ ଦେଶରେ 320 ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥାଏ । ତେବେ ଭାରତର ବାର୍ଷିକ ଚିନି ଆବଶ୍ୟକତା ପ୍ରାୟ 260 ଲକ୍ଷ୍ୟ ମେଟ୍ରିକ ଟନ । ତେଣୁ ସ୍ୱାଭାବିକ ଚିନି ଋତୁରେ ଯେଉଁ 60 ଲକ୍ଷ ମେଟ୍ରିକ ଟନ ବଳକା ରହୁଛି ତାହା ଘରୋଇ ଚିନି ମିଲ୍‍ ଉପରେ ଚାପ ସୃଷ୍ଟି କରୁଛି । ବଜାରରେ ବଳକା ଚିନି ରହୁଥିବାରୁ ଏହାର ମୂଲ୍ୟ ମଧ୍ୟ ମାନ୍ଦା ରହୁଛି । ଏହି 60 ଲକ୍ଷ ମେଟ୍ରିକ ଟନ ଅତିରିକ୍ତ ଚିନି ବିକ୍ରି ହୋଇପାରୁନାହିଁ । ତେଣୁ ସେ ବାବଦରେ ଚାଷୀକୁ ସେମାନଙ୍କ ଆଖୁ ବାବଦ ଦେୟ ପ୍ରଦାନ କରିବାରେ ଚିନିକଳ ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆଖୁଚାଷୀମାନଙ୍କୁ ମିଲ୍‍ ମାଲିକମାନେ 19 ହଜାର କୋଟି ଟଙ୍କା ପ୍ରଦାନ କରିବାରେ ବିଫଳ ହେବାରୁ ଏକ ଗୁରୁତର ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଉଭୟ ଚିନିକଳ ମାଲିକ ଓ ଆଖୁଚାଷୀ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି । ଏହାର କୁପ୍ରଭାବ ଚିନି ଅର୍ଥନୀତି ଏବଂ ସାମଗ୍ରିକ ଅର୍ଥନୀତି ଉପରେ ପଡୁଛି । ଅତଏବ ଏହି ବଳକା ଚିନି ସମସ୍ୟାର ସମାଧାନ ପାଇଁ ଚିନିକଳ ମାଲିକମାନେ ସେଗୁଡିକୁ ବିଦେଶକୁ ରପ୍ତାନୀ କରୁଛନ୍ତି । ସେ ବାବଦରେ ମଧ୍ୟ କେନ୍ଦ୍ର ସରକାର ମିଲ୍‍ଗୁଡିକୁ ଚିନି ପରିବହନ ବାବଦରେ ଆର୍ଥିକ ସହାୟତା ଯୋଗାଉଛନ୍ତି । ଆହୁରି ମଧ୍ୟ ଭାରତ ଏକ ବିକାଶଶୀଳ ଦେଶ ହୋଇଥିବାରୁ ବିଶ୍ୱ ବାଣିଜ୍ୟ ପ୍ରତିଷ୍ଠାନ ନିୟମ ଅନୁସାରେ ବଳକା ଚିନିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଦେଇ 2023 ପର୍ଯ୍ୟନ୍ତ ରପ୍ତାନୀ କରିପାରିବେ । 

ଏହା ପରେ ଭାରତକୁ ଏ ସୁଯୋଗ ଆଉ ମିଳିବ ନାହିଁ । ତେଣୁ ଅତିରିକ୍ତ ଚିନି ଓ ଆଖୁକୁ ବ୍ୟବହାର କରି ଇଥାନଲ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଉଛି । ଏହିସବୁ ବଳକା ଚିନି ଏକ ଉପାର୍ଜନକ୍ଷମ ପନ୍ଥାରେ ବିନିଯୋଗ ହେଲେ ଦେଶରେ ଚିନିର ମୂଲ୍ୟ ଠିକ୍‍ ରହିବ । ଏହା ଫଳରେ ଚିନି ଭଣ୍ଡାର କରିବାର ସମସ୍ୟା ରହିବା ନାହିଁ କିମ୍ବା ଚାଷୀ ଓ ମିଲ୍‍ର କ୍ଷତିଗ୍ରସ୍ତ ହେବେ ନାହିଁ । ଚାହିଦା ଓ ଯୋଗାଣ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇପାରିବ । ମିଲରମାନଙ୍କ ଚିନି ଠିକ୍‍ ସମୟରେ ବିକ୍ରି ହୋଇଗଲେ ଚାଷୀମାନେ ମଧ୍ୟ ଆଖୁ ବାବଦ ପଇସା ଉପଯୁକ୍ତ ସମୟରେ ପାଇପାରିବେ । ଏହାଦ୍ୱାରା ଚିନିଶିଳ୍ପ ଚାପମୁକ୍ତ ହୋଇ ସ୍ୱାଭାବିକଭାବେ କାର୍ଯ୍ୟ କରିବ ।

2022 ସୁଦ୍ଧା ପେଟ୍ରୋଲରେ 10 ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ 2026 ସୁଦ୍ଧା 15 ଶତାଂଶ ଏବଂ 2030 ସୁଦ୍ଧା 20 ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର ଏକ ନୀତି ପ୍ରସ୍ତୁତ କରିଛନ୍ତି । ଚଳିତ ଋତୁରେ ଇଥାନଲର ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଛି । ଉତ୍ତମ ଇନ୍ଧନ ମାନର ଅଧିକ ଇଥାନଲ ଉତ୍ପାଦନ ପାଇଁ ସରକାର ବିଭିନ୍ନ ଡିଷ୍ଟିଲାରୀକୁ ଏଫ୍‍ସିଆଇରେ ବଳକା ଥିବା ମକା ଓ ଚାଉଳକୁ ନେଇ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । 

ଏଥିପାଇଁ ମଧ୍ୟ ଇଥାନଲର ଲାଭଜନକ ମୂଲ୍ୟ ଘୋଷଣା କରାଯାଇଛି । ସରକାର 2030 ସୁଦ୍ଧା ପେଟ୍ରୋଲରେ 20 ଶତାଂଶ ଇଥାନଲ ମିଶାଇବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର 5 ବର୍ଷ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରୁଛନ୍ତି । ତେବେ ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଦେଶରେ ଯଥେଷ୍ଟ ଇଥାନଲ ଦକ୍ଷତା ନାହିଁ । ଏହି ଉତ୍ପାଦନ ଦକ୍ଷତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି । ସେହିଭଳି ଉତ୍ପାଦିତ ଇଥାନଲକୁ ଦେଶର ବିଭିନ୍ନ ତୈଳ କଂପାନୀ ସରକାରୀ ନୀତିନିୟମରେ ଉତ୍ପାଦକଙ୍କଠାରୁ କିଣୁଛନ୍ତି । କେବଳ ଅଧିକ ଇଥାନଲ ଉତ୍ପାଦନ କରିଦେଲେ ଯଥେଷ୍ଟ ନୁହେଁ । ପେଟ୍ରୋଲରେ ମିଶିବା ପାଇଁ ଯେଉଁ ମାନର ଇଥାନଲ ଦରକାର ତାହାର ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଆଖୁରୁ କେବଳ ଏହା ସମ୍ଭବ ନୁହେଁ । 

ଏଥିପାଇଁ ପ୍ରଥମ ପିଢି ବା 1ଜି ଇଥାନଲର ଆବଶ୍ୟକତା ରହିଛି । କନ୍ଦମୂଳ ଜାତୀୟ ପଦାର୍ଥ, ବିଭିନ୍ନ ପ୍ରକାର ଶସ୍ୟରୁ ମଧ୍ୟ ଏହା ଉତ୍ପାଦିତ ହୋଇପାରିବ । ତାହାକୁ ଦୃଷ୍ଟିରେ ରଖି ଧାନଚାଉଳ, ଗହମ, ଜବ, ବିଭିନ୍ନ ପ୍ରକାର ଶସ୍ୟ ଓ ବାଜରା ଜୱାର ଆଦି ସହିତ ଆଖୁ ଓ କନ୍ଦମୂଳ ଜାତୀୟ ଫସଲ ଉତ୍ପାଦନକୁ ବଢାଇବାକୁ ହେବ । ଏଥିପାଇଁ ସରକାର ନିମ୍ନଲିଖିତ ନିଷ୍ପତ୍ତିମାନ ଗ୍ରହଣ କରିଛନ୍ତି ।

(1) ଇଥାନଲ ଉତ୍ପାଦନ ଦକ୍ଷତା ବୃଦ୍ଧି ପାଇଁ ସରକାର ନିମ୍ନଲିଖିତ ବର୍ଗ ଓ ଶ୍ରେଣୀକୁ ସୁଧ ରିଆତି ପ୍ରଦାନ କରିବାକୁ ସଂଶୋଧିତ ବ୍ୟବସ୍ଥାରେ ସୁବିଧା ଯୋଗାଇ ଦେଇଛନ୍ତି । (କ) ଶସ୍ୟଭିତ୍ତିକ ଡିଷ୍ଟିଲାରୀ ସ୍ଥାପନ ଓ ଏହିଭଳି ସୁରାସାର ଉତ୍ପାଦନ କାରଖାନାର ସଂପ୍ରସାରଣ ପାଇଁ ଋଣ ଉପରେ ସୁଧ ରିଆତି ମିଳିବ । ତେବେ ଯେଉଁ ଡିଷ୍ଟିଲାରୀଗୁଡିକ ଡ୍ରାଏ ମିଲିଂ ପ୍ରକ୍ରିୟାରେ ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ କେବଳ ଏହି ସୁଧ ରିଆତି ସୁବିଧା ପାଇବେ ।

(ଖ) ମୋଲାସେସଭିତ୍ତିକ ନୂଆ ଡିଷ୍ଟିଲାରୀ ସ୍ଥାପନ ବା ପୁରୁଣା ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ଏହି ଋଣଛାଡ ସୁବିଧା ମିଳିବ । କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡର ନୀତିନିୟମ ଭିତ୍ତିରେ ଯେଉଁସବୁ ଉଦ୍ୟୋଗ ଏହି ଇଥାନଲ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ଏହି ସୁବିଧା ପାଇପାରିବେ । (ଗ) ନୂଆ ଡୁଆଲଫିଡ୍‍ ଡିଷ୍ଟିଲାରୀ ସ୍ଥାପନ ବା ଏଭଳି ଡିଷ୍ଟିଲାରୀର ସଂପ୍ରସାରଣ ପାଇଁ ସୁବିଧା ମିଳିବ ।

(ଘ) ବର୍ତ୍ତମାନର ମୋଲାସେସ୍‍ ଭିତ୍ତିକ ଡିଷ୍ଟିଲାରୀର ପରିବର୍ତ୍ତନ କରି ଏହାକୁ ଡୁଆଲ ଫିଡ୍‍ରେ ପରିଣତ କରିବା ପାଇଁ ମଧ୍ୟ ଏହି ସରକାରୀ ସୁବିଧା ଯୋଗାଣ ପ୍ରଯୁଜ୍ୟ ହେବ । ଡୁଆଲ ଫିଡ୍‍ର ଅର୍ଥ ହେଲା ଉଭୟ ମୋଲାସେସ ଓ ଶସ୍ୟକୁ ବ୍ୟବହାର କରି ସେଥିରୁ ଇଥାନଲ ଉତ୍ପାଦନ କରିବା । (ଙ) ଜୱାର, ବାଜରା, ସୁଗାରବିଟ୍‍ ଓ ଅନ୍ୟାନ୍ୟ ଶସ୍ୟକୁ ବ୍ୟବହାର କରି ନୂଆ ଡିଷ୍ଟିଲାରୀ ସ୍ଥାପନ ପାଇଁ ମଧ୍ୟ ଏହି ରିଆତି ବ୍ୟବସ୍ଥା ମିଳିବ । ଏହାଛଡା ଯେଉଁ ଡିଷ୍ଟିଲାରୀ ଏମ୍‍ଏସ୍‍ଡିଏଚ୍‍ ବ୍ୟବହାର କରି ରେକ୍ଟିଫାଏଡ ସ୍ପିରିଟକୁ ଇଥାନଲରେ ପରିବର୍ତ୍ତନ କରିବାକୁ ଚାହିଁବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସୁଧଛାଡ ମିଳିବ ।

(2) ସରକାର ଏ କ୍ଷେତ୍ରରେ ଋଣଛାଡ ଜନିତ ଖର୍ଚ୍ଚ 5ବର୍ଷ ପର୍ଯ୍ୟନ୍ତ ବହନ କରିବେ । ସେହିଭଳି ଋଣଗ୍ରହୀତାଙ୍କ ପାଇଁ 1 ବର୍ଷର ସ୍ଥଗନାଦେଶ ସୁବିଧା ରହିଛି; ଯଦ୍ଦ୍ୱାରା ସେମାନଙ୍କୁ ତତ୍କାଳ ଋଣ ଶୁଝିବାକୁ ପଡିବ ନାହିଁ । (3) ଯେଉଁସବୁ ଉଦ୍ୟୋଗ ବା ସଂସ୍ଥା ଅତିରିକ୍ତ ଡିଷ୍ଟିଲେସନ ଦକ୍ଷତାର ଉପଯୋଗ କରି 75 ଶତାଂଶ ଇଥାନଲ ଉତ୍ପାଦନ କରୁଥିବେ କେବଳ ସେହି ସଂସ୍ଥାମାନେ ଋଣଛାଡ ସୁବିଧା ପାଇବେ ।

ସରକାରଙ୍କ ଏହିସବୁ ପ୍ରୋତ୍ସାହନ ଫଳରେ ଦେଶରେ 1ଜି ଇଥାନଲ ଉତ୍ପାଦନ ପରିମାଣ ବଢିବ ଏବଂ ସରକାର ଧାର୍ଯ୍ୟମତେ ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ କରିପାରିବେ । ଏହାଦ୍ୱାରା ମଧ୍ୟ ଦେଶରେ ନିଜସ୍ୱ ଉତ୍ସରୁ ଇଥାନଲ ସଂଗୃହୀତ ହୋଇପାରିବ; ଯାହା ଏକ ଇନ୍ଧନ ହିସାବରେ ପ୍ରଦୂଷଣମୁକ୍ତ ଏବଂ ବାସ୍ତବରେ ଅସରନ୍ତି । ଏହାଦ୍ୱାରା ଆମ ପରିବେଶ ଉପରେ ଅନୁକୂଳ ପ୍ରଭାବ ପଡିବ ଏବଂ ସର୍ବୋପରି ଦେଶ ତୈଳ ଆମଦାନୀ ନିମନ୍ତେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛି ତାହା ହ୍ରାସ ପାଇବ । ଆହୁରି ମଧ୍ୟ ଏହାଦ୍ୱାରା ଚାଷୀମାନେ ଠିକ୍‍ ସମୟରେ ସେମାନଙ୍କର ପ୍ରାପ୍ୟ ପାଇବେ ।

6 ବର୍ଷ ମଧ୍ୟରେ ଡିଷ୍ଟିଲେସନ କ୍ଷମତା ବୃଦ୍ଧି ଓ ବ୍ଳେଣ୍ଡିଂରେ ସରକାରଙ୍କ ଉପଲବ୍‍ଧି 2022 ସୁଦ୍ଧା ସରକାର ମୋଟର ଇନ୍ଧନରେ 10 ଶତାଂଶ ଇଥାନଲ ମିଶାଇବାକୁ ଲକ୍ଷ୍ୟ ରଖିଛନ୍ତି । 2030 ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି । 2014 ପର୍ଯ୍ୟନ୍ତ ଦେଶରେ ମୋଲାସେସଭିତ୍ତିକ ଇଥାନଲ ଡିଷ୍ଟିଲେସନ କ୍ଷମତା 200 କୋଟି ଲିଟରରୁ କମ୍‍ ଥିଲା । ତେବେ ଗତ 6 ବର୍ଷ ମଧ୍ୟରେ ଏହିସବୁ ଡିଷ୍ଟିଲେସନର କ୍ଷମତା ଦ୍ୱିଗୁଣିତ ହୋଇ ବାର୍ଷିକ 426 କୋଟି ଲିଟରରେ ପହଞ୍ଚିଛି । 2024 ସୁଦ୍ଧା ଦେଶରେ ଡିଷ୍ଟିଲେସନ ଦକ୍ଷତାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ସମ୍ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି ।

2013-14 ଇଥାନଲ ଯୋଗାଣ ବର୍ଷରେ ଦେଶର ତୈଳ ବିପଣନକାରୀ କଂପାନୀଗୁଡିକୁ 40 କୋଟି ଲିଟରରୁ କମ୍‍ ଇଥାନଲ ଯୋଗାଇ ଦିଆଯାଇଥିଲା । ଏହି ଇଥାନଲକୁ 1.53 ଶତାଂଶ ହାରରେ ପେଟ୍ରୋଲ ସହ ମିଶାଯାଉଥିଲା । ତେବେ ସେ ଯାହାହେଉ, କେନ୍ଦ୍ର ସରକାରଙ୍କ ସମନ୍ୱିତ ଉଦ୍ୟମ ଫଳରେ ଦେଶରେ ଉତ୍ତମ ଇନ୍ଧନମାନର ଇଥାନଲ ବୃଦ୍ଧି ପାଇଛି ଏବଂ ତୈଳ କଂପାନୀଗୁଡିକୁ ଏହାର ଯୋଗାଣ ଗତ 6 ବର୍ଷ ମଧ୍ୟରେ 4 ଗୁଣ ବଢିଛି । 2018-19 ଯୋଗାଣ ବର୍ଷରେ 189 କୋଟି ଲିଟର ଇଥାନଲ ଯୋଗାଇ ଦିଆଯାଇ 5 ଶତାଂଶ ବ୍ଳେଣ୍ଡିଂ କରାଯାଇଥିଲା । ତେବେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ କେବଳ ମରୁଡି ଯୋଗୁଁ ଆଖୁ ଉତ୍ପାଦନ ହ୍ରାସ ପାଇବାରୁ 2019-20ରେ ଇଥାନଲ ଉତ୍ପାଦନ ଓ ସଂଗ୍ରହ କମ୍‍ ରହିଥିଲା । ସେହିବର୍ଷ ବିଭିନ୍ନ ଡିଷ୍ଟିଲାରୀ 172.50 କୋଟି ଲିଟର ଇଥାନଲ ଯୋଗାଇ ଦେଇଥିଲେ । ତଦନୁସାରେ 5 ଶତାଂଶ ବ୍ଲେଣ୍ଡିଂ ଲକ୍ଷ୍ୟ ସମ୍ଭବ ହୋଇଥିଲା । 

ଚଳିତ 2020-21 ଇଥାନଲ ଯୋଗାଣ ବର୍ଷରେ ବିଭିନ୍ନ ଡିଷ୍ଟିଲାରୀରୁ 325 କୋଟି ଲିଟର ଇଥାନଲ ତୈଳ କଂପାନୀମାନଙ୍କୁ ଯୋଗାଇ ଦିଆଯିବ । ଏହା ଫଳରେ ପେଟ୍ରୋଲରେ 8.5 ଶତାଂଶ ଇଥାନଲ ବ୍ଲେଣ୍ଡିଂ ଲକ୍ଷ୍ୟ ପୂରଣ ହୋଇପାରିବ । ଏବେ ଏ କ୍ଷେତ୍ରରେ ଆମେ ଯେଉଁ ବେଗରେ ଯାଉଛୁ ତଦ୍ଦ୍ୱାରା 2022 ସୁଦ୍ଧା ଏହି ବ୍ଲେଣ୍ଡିଂ ଲକ୍ଷ୍ୟ 10 ଶତାଂଶ ହ୍ରାସ କରିବାକୁ ସକ୍ଷମ ହୋଇପାରିବୁ ବୋଲି ଆଶା କରାଯାଏ । ବ୍ଲେଣ୍ଡିଂ ସ୍ତର ବଢୁଥିବାରୁ ବିଦେଶରୁ ଜୀବାସ୍ମ ଇନ୍ଧନ ହ୍ରାସ ପାଇବ ଏବଂ ଏହା ପରିବେଶ ପ୍ରଦୂଷଣ ମଧ୍ୟ କମିବ । ଡିଷ୍ଟିଲାରୀଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଅଧିକରୁ ଅଧିକ ନିବେଶ ହେଉଥିବାରୁ ଏବଂ ନୂଆ ଡିଷ୍ଟିଲାରୀ ସ୍ଥାପନ କରାଯାଉଥିବାରୁ ଗ୍ରାମାଞ୍ଚଳରେ ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ଏହା ଆତ୍ମନିର୍ଭର ଭାରତ ନିର୍ମାଣ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ।

ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ରପ୍ତାନିକୁ ଅନୁମୋଦନ ସମେତ ରପ୍ତାନି ପ୍ରସ୍ତାବର ତୁରନ୍ତ ମଞ୍ଜୁରି

ନୂଆଦିଲ୍ଲୀ ; ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଅଟେ ଯାହାର 96 ପ୍ରତିଶତ ସ୍ୱଦେଶୀକରଣ କରାଯାଇଛି। ଆକାଶ ହେଉଛି ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା 25 କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହି କ୍ଷେପଣାସ୍ତ୍ରକୁ 2014ରେ ଭାରତୀୟ ବାୟୁ ସେନା ଏବଂ 2015ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା।

ପ୍ରତିରକ୍ଷା ସେବାରେ ଏହା ସାମିଲ ହେବା ପରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ/ପ୍ରତିରକ୍ଷା ପ୍ରଦର୍ଶନୀ/ଏରୋ ଇଣ୍ଡିଆ ସମୟରେ ବହୁ ମିତ୍ର ରାଷ୍ଟ୍ର ଆକାଶ କ୍ଷେପଣାସ୍ତ୍ର ପ୍ରତି ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହାର ରପ୍ତାନିକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ବିଭିନ୍ନ ରାଷ୍ଟ୍ର ଦ୍ୱାରା ଜାରି ଆରଏଫଆଇ/ଆରଏଫପିରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତୀୟ ନିର୍ମାତାମାନଙ୍କୁ ସୁବିଧା ମିଳିବ। ବର୍ତ୍ତମାନ ସୁଦ୍ଧା, ଭାରତୀୟ ପ୍ରତିରକ୍ଷା ରପ୍ତାନିରେ ସରଞ୍ଜାମ/ଉପାଦାନ ଆଦି ସାମିଲ ଥିଲା। ବଡ଼ ପ୍ଲାଟଫର୍ମଗୁଡ଼ିକର ରପ୍ତାନି ଖୁବ କମ ରହିଥିଲା। 

କ୍ୟାବିନେଟ ଏହି ମଞ୍ଜୁରି ଦେବା ପରେ ଦେଶ ନିଜର ପ୍ରତିରକ୍ଷା ଉତ୍ପାଦଗୁଡ଼ିକୁ ଉନ୍ନତ କରିବା ଏବଂ ସେଗୁଡ଼ିକୁ ବିଶ୍ୱ ସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ। ଆକାଶର ରପ୍ତାନି ସଂସ୍କରଣ ବର୍ତ୍ତମାନ ଭାରତୀୟ ସଶସ୍ତ୍ର ବାହିନୀରେ ନିୟୋଜିତ ସିଷ୍ଟମ ଠାରୁ ଭିନ୍ନ ହେବ। ଆକାଶ ବ୍ୟତୀତ, ଅନ୍ୟ ପ୍ରମୁଖ ପ୍ଲାଟଫର୍ମ ଯେପରିକି ଉପକୂଳ ନିରୀକ୍ଷଣ ପ୍ରଣାଳୀ, ରାଡାର ଏବଂ ଏୟାର ପ୍ଲାଟଫର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଏପରି ପ୍ଲାଟଫର୍ମର ରପ୍ତାନିକୁ ଦ୍ରୁତ ଅନୁମୋଦନ ପ୍ରଦାନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଏକ ସମିତି ଗଠନ କରାଯାଇଛି।

ଏହି ସମିତି ବିଭିନ୍ନ ଦେଶ ପାଇଁ ପ୍ରମୁଖ ସ୍ୱଦେଶୀ ପ୍ଲାଟଫର୍ମର ରପ୍ତାନିକୁ ଅନୁମତି ପ୍ରଦାନ କରିବ। ସମିତି ଗୋଟିଏ ସରକାରଙ୍କ ଠାରୁ ଅନ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କ୍ରିୟ ସମେତ ବିଭିନ୍ନ ଉପଲବ୍ଧ ବିକଳ୍ପ ମଧ୍ୟ ଚିହ୍ନଟ କରିବ। ଭାରତ ସରକାର 5 ବିଲିୟନ ଆମେରିକୀୟ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ ହାସଲ କରିବା ଏବଂ ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ରଣନୈତିକ ସମ୍ପର୍କକୁ ଉନ୍ନତ କରିବା ଲାଗି ଉଚ୍ଚମୂଲ୍ୟ ବିଶିଷ୍ଟ ପ୍ରତିରକ୍ଷା ପ୍ଲାଟଫର୍ମର ରପ୍ତାନି ଉପରେ ବିଚାର କରୁଛନ୍ତି।

ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍‍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ ଅନୁମୋଦନ

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଶିଳ୍ପ ପ୍ରୋତ୍ସାହନ ତଥା ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ବା ଡିପିଆଇଆଇଟିର ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଆଜି ଏହି ବୈଠକରେ ଯେଉଁସବୁ ଟ୍ରଙ୍କ ଇନ୍‍ଫ୍ରାଷ୍ଟ୍ରକଚର ନିର୍ମାଣ ପ୍ରସ୍ତାବ ସରକାରୀ ସବୁଜ ସଂକେତ ପାଇଛି ସେସବୁ ନିମ୍ନରେ ପ୍ରଦାନ କରାଯାଇଛି ।

କ) କୃଷ୍ଣାପାଟନମ୍‍- ଆନ୍ଧ୍ରପ୍ରଦେଶର କୃଷ୍ଣାପାଟନମ୍‍ଠାରେ 2139.44 କୋଟି ଟଙ୍କା ବିନିଯୋଗରେ ଏକ ଶିଳ୍ପାଞ୍ଚଳ ସ୍ଥାପନ କରାଯିବ । (ଖ) କର୍ଣ୍ଣାଟକର ତୁମାକୁରୁଠାରେ 1701.81 କୋଟି ଟଙ୍କା ବ୍ୟୟରେ ଏକ ଶିଳ୍ପାଞ୍ଚଳ ତିଆରି ହେବ । (ଗ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଏକ ମଲ୍‍ଟି ମୋଡାଲ ଲିଜିଷ୍ଟିକ ହବ୍‍ (ଏମଏମଏଲଏଚ) ଏବଂ ମଲ୍‍ଟି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ (ଏମଏମ୍‍ଟିଏସ୍‍) ପ୍ରତିଷ୍ଠା କରାଯିବ । ଏଥିପାଇଁ ମୋଟ 3883.80 କୋଟି ଟଙ୍କା ଖର୍ଚ୍ଚ ହେବ ।

ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ କରିଡର, ଏକ୍ସପ୍ରେସ ସଡ଼କ, ଜାତୀୟ ରାଜପଥ, ବନ୍ଦର ଓ ବିମାନ ବନ୍ଦର ଆଦି ସଂଯୋଗପଥକୁ ଆଧାର କରି ନୂଆ ଶିଳ୍ପ କରିଡର ସ୍ଥାପନ ସହ ନୂତନ ଶିଳ୍ପ ନଗରୀମାନ ପ୍ରତିଷ୍ଠା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏସବୁ ସହରରେ ଶିଳ୍ପ ବିକାଶ ପାଇଁ ନିରନ୍ତର ସୁବିଧା ସୁଯୋଗ ତଥା ଆଇସିଟି ଦକ୍ଷ ମୌଳିକ ସୁବିଧା ଯୋଗାଣ ବ୍ୟବସ୍ଥାରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି । ଏହିସବୁ ନୂଆ ଶିଳ୍ପ ସହରରେ ମୌଳିକ ସୁବିଧା ସୁଯୋଗକୁ ସୁଦୃଢ ଓ ଉଚ୍ଚମାନର କରି ସରକାର ବିଶ୍ୱସନୀୟ ସ୍ଥାୟୀ ନିରନ୍ତର ଏବଂ ସ୍ଥିତିସ୍ଥାପକ ପରିବେଶ ଓ ଭିତ୍ତିଭୂମି ଶିଳ୍ପସଂସ୍ଥାକୁ ଯୋଗାଇଦେବା ଲକ୍ଷ୍ୟ ରଖିଛନ୍ତି । 

ଏହାଦ୍ୱାରା ଭାରତରେ ନିବେଶକମାନେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବେ । ଏହି କାର୍ଯ୍ୟକ୍ରମରେ ଏହିସବୁ ସହରରେ ଜମିର ବିକାଶ କରାଯାଇ ତାହାକୁ ଶିଳ୍ପ ଉପଯୋଗୀ କରାଯିବ ଏବଂ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ତତ୍କାଳ ସେହି ଜମି ଯୋଗାଇ ଦିଆଯିବ । ଏହା ଫଳରେ ଭାରତରେ ମ୍ୟାନୁଫାକ୍‍ଚରିଂ ଉଦ୍ୟୋଗରେ ପୁଞ୍ଜି ନିବେଶ ବୃଦ୍ଧି ପାଇବା ସହ ଭାରତ ବିଶ୍ୱର ଯୋଗାଣ ଶୃଙ୍ଖଳାରେ ଏକ ଶକ୍ତିଶାଳୀ ଭୂମିକା ନିର୍ବାହ କରିପାରିବ । ଏହି ଶିଳ୍ପ କରିଡର କାର୍ଯ୍ୟକ୍ରମ ଆତ୍ମନିର୍ଭର ଭାରତ ନିର୍ମାଣର ଲକ୍ଷ୍ୟ ଅନୁସାରେ ହୋଇଛି । ଏହାଦ୍ୱାରା ଶିଳ୍ପ ଅଭିବୃଦ୍ଧି ବଢିବ ଏବଂ ଦେଶର ବିଭିନ୍ନ ଭାଗରେ ଅଧିକରୁ ଅଧିକ ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହେବ ।

ମଲ୍‍ଟି ମୋଡାଲ କନେକ୍ଟିଭିଟି ଇନ୍‍ଫ୍ରାଷ୍ଟ୍ରକଚରକୁ ମୁଖ୍ୟ ଆଧାରଭାବେ ଗ୍ରହଣ କରାଯାଇ ଏହିସବୁ ନୂଆ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଆନ୍ଧ୍ରର କୃଷ୍ଣାପାଟନମ୍‍ ଶିଳ୍ପାଞ୍ଚଳ ଏବଂ କର୍ଣ୍ଣାଟକର ତୁମାକୁରୁ ଶିଳ୍ପାଞ୍ଚଳ ଉଭୟ ଚେନ୍ନଇ-ବେଙ୍ଗାଲୁରୁ ଶିଳ୍ପ କରିଡର ମଧ୍ୟରେ ରହିଛି । ଏହି ଶିଳ୍ପାଞ୍ଚଳ ପ୍ରତିଷ୍ଠା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ସମଗ୍ର ଚେନ୍ନଇ-ବେଙ୍ଗାଲୁରୁ ଶିଳ୍ପ କରିଡର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଉପରୋକ୍ତ ଦୁଇଟି ନୂଆ ଶିଳ୍ପ ନଗରୀ ସଂପୂର୍ଣ୍ଣ ନୂଆଭାବେ ତିଆରି ହେବ । ଏହା ସବୁକଥାରେ ଆତ୍ମନିର୍ଭର ହେବା ସହ ଏଥିରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ସଡ଼କ ଓ ରେଳସଂଯୋଗ ବ୍ୟବସ୍ଥା ଉପଲବ୍‍ଧ କରାଯିବ । ସାମଗ୍ରୀ ପରିବହନ ନିମନ୍ତେ ଏହି ଦୁଇ ସହର ବନ୍ଦର ସହିତ ସଡ଼କ ଓ ରେଳପଥରେ ସଂଯୁକ୍ତ ହେବ । 

ଏହାଛଡା ଏହି ଦୁଇ ସହରରେ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ଏବଂ ଉଚ୍ଚମାନର ସାମାଜିକ ଭିତ୍ତିଭୂମି ତିଆରି କରାଯିବ । ଏହି ପ୍ରକଳ୍ପ ସବୁ କାର୍ଯ୍ୟକାରୀ ହେଲେ ବିପୁଳ ନିଯୁକ୍ତି ସୁବିଧା ସୃଷ୍ଟି ହେବ ଏବଂ ସେହି ଅଞ୍ଚଳରେ ଶିଳ୍ପାୟନ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷ୍ଣାପାଟନମ୍‍ ନୋଡ (ସଂଯୋଗସ୍ଥଳ)ରେ ପ୍ରଥମ ପର୍ଯ୍ୟାୟ ବିକାଶ କାର୍ଯ୍ୟ ଶେଷ ହେବା ପରେ ପ୍ରାୟ 98 ହଜାର ଲୋକଙ୍କ ପାଇଁ କର୍ମନିଯୁ୍‍କ୍ତି ସୁବିଧା ସୃଷ୍ଟି ହେବ । ସେଥିମଧ୍ୟରୁ କେବଳ ଶିଳ୍ପାଞ୍ଚଳରେ ପ୍ରାୟ 58 ହଜାର ଲୋକ ନିଯୁକ୍ତି ପାଇବେ । ସେହିଭିଳ ତୁମାକୁରୁରେ ନିର୍ମିତ ହେବାକୁ ଥିବା ଶିଳ୍ପ ନଗରୀ ଆଉ ଏକ ଔଦ୍ୟୋଗିକ ସଂଯୋଗ କେନ୍ଦ୍ରଭାବେ କାମ କରିବ । ସେଠାରେ ପ୍ରାୟ 88500 ଲୋକ ନିଯୁକ୍ତି ସୁବିଧା ପାଇବେ ବୋଲି ଆକଳନ କରାଯାଇଛି । ସେମାନଙ୍କ ମଧ୍ୟରୁ ସେବା ଉଦ୍ୟୋଗ ଯଥା ଖୁଚୁରା, ବିଭିନ୍ନ ଦପ୍ତର ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କ୍ଷେତ୍ରରେ ପ୍ରାରମ୍ଭିକ ବିକାଶ ପର୍ଯ୍ୟାୟରେ 17700 ଲୋକ ସିଧା ନିଯୁକ୍ତି ପାଇବେ ।

ମଲ୍‍ଟିମୋଡାଲ ଲଜିଷ୍ଟିକ ହବ୍‍ ବା ଏମଏମଏଲ୍‍ଏଚ ଓ ମଲ୍‍ଟି ମୋଡାଲ ଟ୍ରାନସପୋର୍ଟ ହବ୍‍ ବା ଏମ୍‍ଏମ୍‍ଟିଏଚ୍‍ ପ୍ରକଳ୍ପ ଯାହା ଗ୍ରେଟର ନୋଏଡାରେ ତିଆରି ହେବ ତାହା ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ, ଜାତୀୟ ରାଜପଥ 91, ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ ସଡ଼କ, ଯମୁନା ଏକ୍ସପ୍ରେସ ସଡ଼କ, ପୂର୍ବ ଓ ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ କରିଡରର ନିକଟବର୍ତ୍ତୀ । ଏହି ଲଜିଷ୍ଟିକ ହବ୍‍ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରାଯିବ ଏବଂ ସେଠାରେ ସବୁ ଆନ୍ତର୍ଜାତିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଉତ୍ସର୍ଗୀକୃତ ଫ୍ରେଟ କରିଡର ଦ୍ୱାରା ଆସୁଥିବା ଏବଂ ପ୍ରେରଣ ହେବାକୁ ଥିବା ସାମଗ୍ରୀ ସବୁକୁ ଏଠାରେ ଭଣ୍ଡାର କରି ରଖିବା ଏବଂ ତାହାକୁ ଅନ୍ୟତ୍ର ପଠାଇବା କାର୍ଯ୍ୟ କରାଯିବ । ବିଭିନ୍ନ କଂପାନୀ ଓ ଗ୍ରାହକ ଏକାଥରକେ ନିଜର ଗନ୍ତବ୍ୟସ୍ଥଳରେ ନିଜ ମାଲପତ୍ର ଓ ସାମଗ୍ରୀ ପଠାଇବାର ସୁବିଧା ଏହାଦ୍ୱାରା ପାଇବେ । 

ଏଥିରେ କଣ୍ଟେନର ହ୍ୟାଣ୍ଡଲିଂ ବ୍ୟବସ୍ଥା ଯୋଗାଇଦେବା ସହ ସାମଗ୍ରୀ ପରିବହନ ଖର୍ଚ୍ଚ କମାଇବା ପାଇଁ ଉନ୍ନତ ବ୍ୟବସ୍ଥା ତିଆରି ହେବ । ମଲ୍‍ଟି ମୋଡାଲ ଟ୍ରାନସ୍‍ପୋର୍ଟ ହବ୍‍ ପ୍ରକଳ୍ପ ଯାହା ବର୍ତ୍ତମାନର ବୋରାକି ରେଳଷ୍ଟେସନ ପାଖରେ ରହିଛି, ତାହା ଏକ ପରିବହନ ହବ୍‍ଭାବେ କାର୍ଯ୍ୟ କରିବ । ସେଠାରେ ରେଳ, ସଡ଼କ ଓ ଏମ୍‍ଆରଟିଏସ୍‍ ସଂଯୋଗ ସୁବିଧା ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ଏବଂ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ନିରନ୍ତର କରାଯିବ । ଏହି ମଲ୍‍ଟି ମୋଡାଲ ଟ୍ରାନ୍ସପୋର୍ଟ ହବ୍‍ରେ ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲ ପାଇଁ ଜାଗା, ସ୍ଥାନୀୟ ବସ୍‍
ଟର୍ମିନାଲ ପାଇଁ ସ୍ଥାନ, ମେଟ୍ରୋ, ବ୍ୟାବସାୟିକ, ଖୁଚୁରା କାରବାର ତଥା ହୋଟେଲ ଆଦି ପାଇଁ ଜାଗା ରହିବ । ଏହାଛଡା ଏଥିରେ ସବୁଜିମାଭରା ମୁକ୍ତ ଅଞ୍ଚଳ ମଧ୍ୟ ରଖିବାର ବ୍ୟବସ୍ଥା ରହିଛି । ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ହରିଆନା ଆଦିର ଜନସଂଖ୍ୟା ଦ୍ରୁତଗତିରେ ବଢିବା ସହ ରାଜଧାନୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ନୂଆ ନୂଆ ଛୋଟ ସହର ଓ ଆବାସିକ ଅଞ୍ଚଳ ଗଢି ଉଠୁଛି । 

ତେଣୁ ଜାତୀୟ ରାଜଧାନୀ କ୍ଷେତ୍ରକୁ ଗହଳିମୁକ୍ତ କରି ଲୋକଙ୍କୁ ନୂଆ ସ୍ଥାନରେ ବିଶ୍ୱସ୍ତରୀୟ ଯାତ୍ରୀ ପରିବହନ ସେବା, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁଖସୁବିଧା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 2040 ସୁଦ୍ଧା ପ୍ରାୟ 1 ଲକ୍ଷ ଲୋକ ନିଯୁକ୍ତି ସୁବିଧା ପାଇବେ ଏବଂ ଏହାଦ୍ୱାରା ସଂପୃକ୍ତ ଅଞ୍ଚଳର ଆର୍ଥିକ ଅଭିବୃଦ୍ଧି ପ୍ରକ୍ରିୟା ମଧ୍ୟ
ତ୍ୱରାନ୍ୱିତ ହେବ ।

ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଖନନ ଏବଂ ଉନ୍ନତିକରଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ ବନ୍ଦରର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କେପ ଆକାରର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦରର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ସରକାରୀ ଘରୋଇ ଭାଗିଦାରୀ (ପିପିପି) ଜରିଆରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ଯ୍ୟକାରୀ କରାଯିବ।

ଆର୍ଥିକ ବ୍ୟୟ :

ଏହି ପ୍ରକଳ୍ପ ପାଇଁ 3,004.63 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଛି। ଏଥିରେ ସାମିଲ ରହିଛି ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ନୂତନ ପଶ୍ଚିମ ଜେଟିର ବିଓଟି ଆଧାରରେ ବିକାଶ ଏବଂ ପ୍ରମୁଖ ଖନନ। ଏଥିପାଇଁ ଯଥାକ୍ରମେ 2,040 କୋଟି ଏବଂ 352.13 କୋଟି ଟଙ୍କା ଖର୍ଚ୍ଚ ହେବ। ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବା ଲାଗି ପାରାଦୀପ ବନ୍ଦର ପକ୍ଷରୁ 612.50 କୋଟି ଟଙ୍କା ନିବେଶ କରାଯିବ।

ବିବରଣୀ :

ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମ ଜେଟି ବେସିନ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହାକୁ ଏକ ମନୋନିତ ବିଓଟି ରିହାତି ହାସଲକାରୀ ସଂସ୍ଥା ନିର୍ମାଣ କରିବ। ଯାହାଫଳରେ ଏହି ଜେଟିରେ କେପ ଆକାରର ଜାହାଜ ଚଳାଚଳ କରିପାରିବ ଏବଂ ଏହାର ମୋଟ କ୍ଷମତା ଦୁଇଟି ପର୍ଯ୍ୟାୟରେ ବାର୍ଷିକ 12.50 ନିୟୁତ ଟନ ଲେଖାଏଁ ମିଶାଇ ବାର୍ଷିକ 25 ନିୟୁତ ଟନକୁ ବୃଦ୍ଧି ପାଇବ। ରିହାତିର ଅବଧି ରିହାତି ପ୍ରଦାନ କରାଯିବା ତାରିଖ ଠାରୁ 30 ବର୍ଷ ଯାଏ ରହିବ। ପାରାଦୀପ ବନ୍ଦର ନ୍ୟାସ (ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷ) କେପ ଆକାରର ଜାହାଜ ଚଳାଚଳ ପାଇଁ ବ୍ରେକୱାଟର ଏକ୍ସଟେନସନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଭଳି ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :
ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ବିଓଟି ଆଧାରରେ ଏହି ପ୍ରକଳ୍ପ ବିକଶିତ କରାଯିବ। ତେବେ, ବନ୍ଦର ପକ୍ଷରୁ ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦିଆଯିବ।

ପ୍ରଭାବ :

କାର୍ଯ୍ୟକ୍ଷମ ହେବା ପରେ, ଏହା କୋଇଲା ଓ ଚୂନ ପଥର ଆମଦାନୀ ସମେତ ପାରାଦୀପ ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଥିବାରୁ ଖଦଡ଼ା ସ୍ଲାଗ ଓ ଇସ୍ପାତ ଉତ୍ପାଦ ରପ୍ତାନି ସଂକ୍ରାନ୍ତ ଆବଶ୍ୟକତା ପୂରଣ କରିପାରିବ। ଏହି ପ୍ରକଳ୍ପ (i) ବନ୍ଦରରେ ଭିଡ଼ ହ୍ରାସ କରିବ, (ii) ସାମୁଦ୍ରିକ ମାଲ ଭଡ଼ା ହ୍ରାସ କରି କୋଇଲ ଆମଦାନୀକୁ ଶସ୍ତା କରିବ, ଏବଂ (iii) ବନ୍ଦର ଆଖାପାଖ ଅଞ୍ଚଳରେ ଶିଳ୍ପ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପୃଷ୍ଠଭୂମି :

ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିପି) ଭାରତ ସରକାରଙ୍କ ଅଧୀନ ଏକ ପ୍ରମୁଖ ବନ୍ଦର ଅଟେ ଏବଂ ଏହା ପ୍ରମୁଖ ବନ୍ଦର ଟ୍ରଷ୍ଟ ଆଇନ, 1963 ଅନ୍ତର୍ଗତ ପରିଚାଳିତ ହୋଇ ଆସୁଛି। 1966ରେ ଲୁହାପଥର ରପ୍ତାନି ନିମନ୍ତେ ଏକ ଉତ୍ପାଦ ବନ୍ଦର ରୂପରେ ଏହାର ଆରମ୍ଭ କରାଯାଇଥିଲା। ବିଗତ 54 ବର୍ଷ ମଧ୍ୟରେ ଏହି ବନ୍ଦର ନିଜକୁ ବିକଶିତ କରି ବିଭିନ୍ନ ପ୍ରକାରର ରପ୍ତାନି-ଆମଦାନୀ ସାମଗ୍ରୀ (ଏକ୍ଜିମ କାର୍ଗୋ) ପରିଚାଳନା ନିମନ୍ତେ ସକ୍ଷମ ହୋଇପାରିଛି। ଏହି ସାମଗ୍ରୀ ମଧ୍ୟରେ ରହିଛି ଲୁହା ପଥର, କ୍ରୋମ ପଥର, ଆଲୁମିନିୟମ ଉତ୍ପାଦ, କୋଇଲା, ସାର କଞ୍ଚା ମାଲ, ଚୂନ ପଥର, କ୍ଲିଙ୍କର, ଇସ୍ପାତ ପ୍ରସ୍ତୁତ ଉତ୍ପାଦ, କଣ୍ଟେନର ଆଦି। ବିଶେଷ କରି ଏହି ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଉପସ୍ଥିତ ଥିବା କାରଣରୁ କୋକିଂ କୋଇଲା ଏବଂ ଫ୍ଲକ୍ସର ଆମଦାନୀ ଏବଂ ଇସ୍ପାତ ପ୍ରସ୍ତୁତ ଉତ୍ପାଦର ରପ୍ତାନିର ବୃଦ୍ଧି ପାଉଥିବା ଚାହିଦାକୁ ଦେଖି ଏହି ବନ୍ଦରର କ୍ଷମତା ବିକାଶ ଅତି ଜରୁରି
ହୋଇପଡ଼ିଛି।

ଭୁବନେଶ୍ବର କୁ ବାଲ୍ୟ ବିବାହ ମୁକ୍ତ କରିବା ଉପରେ ଏକ ବଡ ଧରଣର ବୈଠକ ଅନୁଷ୍ଠିତ

ଭୁବନେଶ୍ବର; ସେଣ୍ଟର ଫର ଏଡଭୋକେସୀ ଆଣ୍ଡ ରିସର୍ଚ୍ଚ (ସି.ଏଫ୍.ଏ.ଆର) ଏବଂ ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ର ମିଳିତ ଆନୁକୁଲ୍ୟରେ ଭୁବନେଶ୍ବର କୁ ବାଲ୍ୟ ବିବାହ ମୁକ୍ତ କରିବା ଉଦ୍ଦେଶ୍ୟ ରେ ହୋଟେଲ୍ ଏକ୍ସିଲେନ୍ତି (Excellency) ଠାରେ ଏକ ବଡ ଧରଣର ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ବହୁ ବରିଷ୍ଠ ଅଧୁକାରୀ ମାନେ ଯୋଗ ଦେଇ ବୈଠକ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବୈଠକର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି ବୈଠକ କୁ ଉଦ୍ଘାଟନ କରିଥିଲେ ଏବଂ ପରେ ପରେ ସି.ଏଫ୍.ଏ.ଆର୍ ର କର୍ମକର୍ତ୍ତା ମାନେ ଅତିଥିମାନଙ୍କୁ ଫୁଲ ତୋଡା ଦେବା ସହିତ ଓଡିଶା ରାଜ୍ୟ ଶିଶୁ ଅଧୁକାର ଆୟୋଗର ମାନ୍ୟବର ଅଧ୍ୟକ୍ଷ ଶ୍ରୀମତୀ ସନ୍ଧ୍ୟାବତି ପ୍ରଧାନ ଅତିଥୀ ମାନଙ୍କୁ ଉତରୀୟ ପ୍ରଦାନ  କରି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । 

ସି.ଏଫ୍.ଏ.ଆର୍ ର କେନ୍ଦ୍ର ସଂଯୋଜକ ଶ୍ରୀ ସୁକାନ୍ତ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସି.ଏଫ୍.ଏ.ଆର୍ କିଭଳି ସିଙ୍ଗିଲ୍ ୱିଣ୍ଡା ଏବଂ ହେଲ୍ପ ଡେସ୍କ ମାଧ୍ୟମରେ ଭୁବନେଶ୍ବରରେ ବାସ କରୁଥିବା ବସ୍ତି ବାସିନ୍ଦା ମାନଙ୍କର ହକ୍ ବା ଅଧୁକାର ପାଇଁ କାମ କରୁଛି ସେ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ପରିଚୟ ପର୍ବ ପରେ ପରେ ଓଡିଶା ରାଜ୍ୟ ଶିଶୁ ଅଧୁକାର ଆୟୋଗ ର ଅଧ୍ୟକ୍ଷା ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ ବୈଠକରେ ପୌରହିତ କରିବା ସହିତ ଆଗନ୍ତୁକ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ଏବଂ ବୈଠକର ବିଷୟ ବସ୍ତୁ ସମ୍ପର୍କରେ ସବିଶେଷ ବିବରଣୀ ବଖାଣିବା ଛଳରେ ଶିଶୁ ମାନଙ୍କର ଅକାର ସମାଜରେ କିପରି ଅକ୍ଷୁର୍ଣ୍ଣ ରହିବ ଏବଂ ଶିଶୁମାନେ କିଭଳି ବାଲ୍ୟ ବିବାହ ଏବଂ ଶ୍ରମଭିତିକ କାର୍ଯ୍ୟରୁ ନିବୃତ ରହି ଭଲ ପାଠ ପଢି ସମାଜରେ ଜଣେ ଜଣେ ଉଚ ବ୍ୟକ୍ତିତ୍ବ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ସେ ବିଷୟରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ ।

ବୈଠକର ସମ୍ମାନୀତ ଅତିଥ ରୁପେ ଶ୍ରୀଯୁକ୍ତ ଘାସିରାମ ପଣ୍ଡା (ଜାତିୟ କାର୍ଯ୍ୟ ପରିଚାଳକ, ଆକ୍ସନ୍ ଏଡ) ନିଜର ଚିତାକର୍ଷକ ଭାଷଣ ମାଧ୍ୟମରେ କହିଥିଲେ କି, ଶିଶୁ ଶ୍ରମିକ, ବିଦ୍ୟାଳୟରେ ଅନୁପସ୍ଥିତ ଏବଂ ସ୍ୱାଧୁନ ଭାବରେ ରହିବାରୁ ବଂଚିତ ହେଉଥିବାରୁ ବସ୍ତି ମାନଙ୍କରେ ଅଧୁକାଂଶ ବାଲ୍ୟ ବିବାହ ନଜିର ଆସୁଛି । ଅନେକ ସଦ୍ୟ ଉଦାହରଣ ମଧ୍ୟ ଦେଇ କହିଥିଲେ କି ଆଧାର କାର୍ଡ ନଥିବାରୁ ଅନେକ ଶିଶୁ ଶିକ୍ଷା ଅଧୁକାର ରୁ ବଂଚିତ ହୋଇ ବାଲ୍ୟ ବିବାହ କରିବା ପାଇଁ ବାଧ୍ୟ ହେଉଛନ୍ତି । ୧୪-୧୮ ବର୍ଷ ବୟସ ର ଶିଶୁ ମାନେ ଅଧୁକାଂଶ କ୍ଷେତ୍ରରେ ବାଲ୍ୟ ବିବାହର ଶିକାର ହେଉଛନ୍ତି ବୋଲି ଶ୍ରୀଯୁକ୍ତ ପଣ୍ଡା କହିଥିଲେ । ଆହୁରି ମଧ୍ୟ ଶ୍ରୀଯୁକ୍ତ ପଣ୍ଡା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓ.ଏସ୍.ସି.ପି.ସି.ଆର କୁ ଏଭଳି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଦେବା ସହିତ କହିଥିଲେ କି ସି.ଏଫ୍.ଏ.ଆର ଏକ ଅଗ୍ରଣୀ ଜାତୀୟ ସଂଗଠନ ଓ ଏହା ଦ୍ଵାରା ସ୍ଥାପିତ ହୋଇଥିବା “ପ୍ରୟାସ” ସିଙ୍ଗିଲ୍ ୱିଣ୍ଡା ଏବଂ ପ୍ରତ୍ୟେକ ବସ୍ତିରେ ହୋଇ ଥିବା ହେଲ୍ପ ଡେକ୍ସ ମଧ୍ୟ ଏହି ବାଲ୍ୟ ବିବାହ ରୋକିବାରେ ମୂଖ୍ୟ ଭୁମିକା ଗ୍ରହଣ କରିବ ।

ସମ୍ମାନିତ ଶ୍ରୀମତୀ ନେହା ନାଇଡୁ ( ଶିଶୁ ସୂରକ୍ଷା ବିଶେଷଜ୍ଞ-ୟୁନିସେଫ) ତାଙ୍କର ବକ୍ତବ୍ୟ ମାଧ୍ୟମରେ ବାଲ୍ୟ ବିବାହ ମାଧ୍ୟମରେ କିଭଳି ମାତୃ ମୃତ୍ୟୁ ହାର ବୃଦ୍ଧି ପାଉଛି ଏବଂ ସେ ଆହୁରି ମଧ୍ୟ କହିଥିଲେ ଶିଶୁର ପସନ୍ଦ ଏବଂ କଥା କୁ ଶୁଣି ତାକୁ ପ୍ରାଧାନ୍ୟ ଦେଲେ ତା ପ୍ରତି ଥିବା ବାଲ୍ୟ ବିବାହ ଭଳି ବିପଦ କୁ ଏଡ଼ାଯାଇ ପାରିବ । ସି.ଏଫ୍.ଏ.ଆର୍ କୁ ଧନ୍ୟବାଦ ଦେବା ସହିତ ଏଭଳି କାର୍ଯ୍ୟକ୍ରମ ଜାରି ରଖୁବା ପାଇଁ ଆହ୍ବାନ କରିଥିଲେ । ଏହି ପରିପ୍ରେକ୍ଷିରେ ଓ.ଏସ୍.ସି.ପି.ସି.ଆର କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ମୂଖ୍ୟ ଅତିଥି ରୁପେ ଶ୍ରୀଯୁକ୍ତ ରାଜ କିଶୋର ପାଇକରାୟ (ମାନ୍ୟବର ଅତିରିକ୍ତ ଡି.ସି.ପି, ଭୁବନେଶ୍ବର ) ତାଙ୍କର ଭାଷଣ ମାଧ୍ୟମରେ କହିଥିଲେ କି ବସ୍ତି ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଏବଂ ସେବା ପ୍ରଦାନକାରି ବ୍ୟକ୍ତି ବା ଅନୁଷ୍ଠାନ ଗୁଡିକର ବାଲ୍ୟ ବିବାହ ହ୍ରାସ କରିବା ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଗଲେ । ଏହା ବାଲ୍ୟ ବିବାହ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ସମ୍ମାନୀତ ଅତିଥି ଶ୍ରୀମତୀ ରାଜର୍ସ ପାଟ୍ଟନାୟକ (ଯୁଗ୍ମ ନିର୍ଦ୍ଦେଶିକା-ଓ.ସେ.ପା) ବାଲ୍ୟ ବିବାହର କାରଣ ଦର୍ଶାଇବାକୁ ଯାଇ କହିଥିଲେ କି, ଦାରିଦ୍ର୍ୟ, ସାମାଜିକ ପୂଣା ହେଉଛି ବାଲ୍ୟ ବିବାହର ପ୍ରମୁଖ କାରଣ । ତେଣୁ କନ୍ୟାର ରତ୍ନର ଜନ୍ମ ନେବା ନିହାତି ଆବଶ୍ୟକ ।

ସମ୍ମାନୀତ ଅତିଥି ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ (ଜିଲ୍ଲା ଶିଶୁ ସୁରକ୍ଷା ଅଧୁକାରୀ - ଖୋର୍ଦ୍ଧା) ନିଜର ସାର ଗର୍ଭକ ଭାଷଣ ମାଧ୍ୟମରେ କହିଥିଲେ କି ବାଲ୍ୟ ବିବାହ କୁ ଠିକଣା କରିବା ପାଇଁ ବିଭିନ୍ନ ସାମାଜିକ ସଂଗଠନ, ଅଙ୍ଗନୱାଡି କେନ୍ଦ୍ର ଇତ୍ୟାଦି ର ସହଯୋଗ ନିତାନ୍ତ ଜରୁରୀ । ଓ.ଏସ୍.ସି.ପି.ସି.ଆର ଏବଂ ସି.ଏଫ୍.ଏ.ଆର୍ ର ଏଭଳି ପ୍ରୟାସ ବାଲ୍ୟ ବିବାହ କୁ ରୋକିବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣି ପାରିବ । ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର (ଅତିରିକ୍ତ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ) ଭୁବନେଶ୍ବରର ବସ୍ତି ମାନଙ୍କରେ ବାଲ୍ୟ ବିବାହ ବନ୍ଦ କରିବା କ୍ଷେତ୍ରରେ ଓ.ଏସ୍.ସି.ପି.ସି.ଆର ଏବଂ ସି.ଏଫ୍.ଏ.ଆର ଦ୍ଵାରା ନିଆଯାଉଥିବା ପଦକ୍ଷେପ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ ଏବଂ ପ୍ରଶଂସନୀୟ ବୋଲି ଦୃଢ ମତ ପୋଷଣ କରିଥିଲେ ।

ମୂଖ୍ୟ ଅତିଥି ଶ୍ରୀଯୁକ୍ତ ଅବନୀ କାନ୍ତ ପଟ୍ଟନାୟକ (ମାନ୍ୟବର ଅତିରିକ୍ତ ଆୟୁକ୍ତ, ବି.ଏମ୍.ସି) ନିଜର ଉର୍ଜସ୍ୱନୀ ଭାଷଣ ମାଧ୍ୟମରେ ବାଲ୍ୟ ବିବାହର ପ୍ରମୁଖ । କାରଣ ଏବଂ ନିରାକରଣ ଗୁଡିକ ଖୁବ ସୁନ୍ଦର ଭାବରେ ବଖାଣି ଥିଲେ । ଭାଷଣରେ କହିଥିଲେ କି, ବସ୍ତି ବାସିନ୍ଦା ଙ୍କର ଆର୍ଥିକ ଅନଗ୍ରସରତା ଏବଂ ଶିକ୍ଷାର ଅଭାବ ହିଁ ହେଉଛି ବାଲ୍ୟ ବିବାହର ପ୍ରମୁଖ କାରଣ । ଏହାର ନିରାକରଣ ପାଇଁ ସରକାରୀ ସ୍ତରରେ ବ୍ୟାପକ ସଚେତନତା କରାଯାଉଛି କିନ୍ତୁ ଆଗାମୀ ଦିନରେ ସି.ଏଫ୍.ଏ.ଆର୍ ଭଳି ଅନ୍ୟ ସାମାଜିକ ସଂଗଠନ ଏବଂ ବ୍ୟକ୍ତିଗତ ସ୍ତରରେ ସଚେତନତା ବଜାୟ ରଖିଲେ ଏହି ସଂକଟରୁ ବସ୍ତି ବାସୀ ଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଦୃଢତାର ସହ କହିଥିଲେ ।

ଶ୍ରୀମତୀ ମିକିନା ମହାପାତ୍ର (ରାଜ୍ୟ ସହ ସଂଯୋଜକ-ସି.ଏଫ୍.ଏ.ଆର) ଏହି କାର୍ଯ୍ୟକ୍ରମରେ ସଂଗଠନ ତରଫରୁ ପ୍ରତିନିତ କରିଥିଲେ । ନିଜର ବକ୍ତତା ମାଧ୍ୟମରେ ସି.ଏଫ୍.ଏ.ଆର ଦ୍ବାରା ସ୍ଥାପନ କରାଯାଇଥିବା ପ୍ରୟାସ ସିଙ୍ଗିଲ୍ ୱିଣ୍ଡା ଏବଂ ପ୍ରତ୍ୟେକ ବସ୍ତିରେ ଥିବା ହେଲୁ ଡେସ୍କ ମାଧ୍ୟମରେ କିଭଳି ସରକାରଙ୍କର ବିଭିନ୍ନ ଯୋଜନା ବସ୍ତି ବାସିନ୍ଦା ମାନଙ୍କ ପାଖରେ ସହଜରେ ଏବଂ ସୁବିଧାରେ ପହଂଚା ଯାଇ ପାରୁଛି ଏଥି ସହିତ ବସ୍ତିରେ ଘଟୁଥିବା ବାଲ୍ୟ ବିବାହକୁ କିପରି ସି.ଏଫ୍.ଏ.ଆର୍ ର ହେଡେସ୍କ ସଦସ୍ୟ ମାନେ ଚିହ୍ନଟ କରି ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି ଏବଂ ହେଉଛନ୍ତି ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । 

ଏତିକି ବେଳେ ଶ୍ରୀମତୀ ପ୍ରଭାସିନି ନାୟକ (ଇଶାନେଶ୍ବର ବସ୍ତି) ଏବଂ ଶ୍ରୀମତୀ ସୁକାନ୍ତ ସାହୁ (ସକଳେଶ୍ବର ବସ୍ତି) ନିଜ ନିଜ ଅଂଚଳର ଘଟିଥିବା ବାଲ୍ୟ ବିବାହ କୁ କିଭଳି ରୋକି ପାରିଥିଲେ ସେ ବିଷୟରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ ଯାହା ମଂଚାସୀନ ଅତିଥି ମାନଙ୍କୁ ମନକୁ ବେସ୍ ଛୁଇଁ ପାରିଥିଲା । ପରିଶେଷରେ ଶ୍ରୀମତି ମନ୍ଦାକିନି କର (ମାନୀୟ ସଦସ୍ୟ , ଓ ଏସ୍.ସି.ପି.ସି.ଆର) ବିଭିନ୍ନ ବସ୍ତି ସ୍ତରରେ ଶିଶୁ ଅଧୁକାର କ୍ଷୁର୍ଣ୍ଣ ହେଲା ଭଳି ଯେ କୌଣସି ସମସ୍ୟା ଆସିଲେ ତାଙ୍କର ଦୃଷ୍ଟି ଗୋଚର କରିବାକୁ ଅନୁରୋଧ କରିଥିଲେ ଏବଂ ସେ ସବୁବେଳେ ଶିଶୁମାନଙ୍କର ସୂରକ୍ଷା ପାଇଁ ସେ ଅଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ଆଗନ୍ତୁକ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

କିଟ୍ ଓ କିସ୍ ପରିଦର୍ଶନ କଲେ ସିଏଜି । କିସ୍-ମୟୁରଭଞ୍ଜରେ ହେବ ଫୁଟବଲ୍ ଏକାଡେମୀ - ଗିରିଶ ମୁର୍ମୁ

ଭୁବନେଶ୍ୱର, ଭାରତର ମୁଖ୍ୟ ମହାଲେଖାକାର ଓ ମହାସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ସପତ୍ନୀକ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ । ଶ୍ରୀ ମୁର୍ମୁ ଓ ତାଙ୍କ ପତ୍ନୀ ସ୍ମିତା ଶୁକ୍କା ମୁମୁଁ କିଟ୍ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ । କିସ-ମୟରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫଟବଲ ଏକାଡେମୀ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ମୁର୍ମ କହିଥିଲେ । କୋଭି କଟକଣା ମଧ୍ୟରେ କିରେ ଆୟୋଜିତ ଏକ ସଂକ୍ଷିପ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ଶ୍ରୀ ମୁର୍ମଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହିଥିଲେ। 

କିସ୍-ମୟୂରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ ଏକାଡେମୀ ପ୍ରତିଷ୍ଠା ନିମନ୍ତେ ସହଯୋଗ ଯୋଗାଇ ଦେବାକୁ ଶ୍ରୀ ମୁର୍ମୁଙ୍କୁ ଅନୁରୋଧ କରିଥିଲେ । ଏହା ଦ୍ଵାରା ମୟୁରଭଞ୍ଜ ଜିଲ୍ଲା ତଥା ଓଡ଼ିଶାର ବହୁ ପ୍ରତିଭାବାନ ଫୁଟବଲ୍ ଖେଳାଳି ଉପକୃତ ହୋଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ କିସ୍-ମୟୁରଭଞ୍ଜରେ ଏକ ଆନ୍ତର୍ଜାତିକ ମାନର ଫୁଟବଲ୍ ଏକାଡେମୀ ପ୍ରତିଷ୍ଠା ଦିଗରେ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ମୁର୍ମ ପ୍ରତିଶ୍ରୁତି ଦେଇଥିଲେ। । କାର୍ଯ୍ୟକ୍ରମରେ ଶ୍ରୀମତୀ ମୁମୁଁ କହିଲେ କିସ୍ ବିଶ୍ଵର ଏକମାତ୍ର ଅନୁଷ୍ଠାନ ଯେଉଁଠାରେ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ରଖି ସେମାନଙ୍କୁ ଖାଦ୍ୟ, ଶିକ୍ଷା, ସ୍ବାସ୍ଥ୍ୟ ଓ କ୍ରୀଡ଼ା ଆଦି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇ ଯନ୍ ନିଆଯାଉଛି । 

ଏହା ସହଜ କାର୍ଯ୍ୟ ନୁହେଁ । ଅଚ୍ୟୁତ ସାମନ୍ତ ଉତ୍ସର୍ଗୀକୃତ ଭାବେ ଜୀବନବ୍ୟାପୀ ଜନଜାତି ପିଲାଙ୍କ ଉନ୍ନତି ପାଇଁ ଯେତେ ସବୁ କାମ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ମୁର୍ମୁ ଓ ଶ୍ରୀମତୀ ମୁର୍ମ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୁଖ୍ୟ ଲେଖାକାର ବିଭୂଦତ୍ତ ବସନ୍ତିଆ, କିସ୍ ବିଶ୍ଵବିଦ୍ୟାଳର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଓ ଅଧୁବେଶନ ବାତିଲ୍ ପ୍ରତିବାଦରେ ଯୁବ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର; କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁକରାଯାଇଥିବା ନୂତନ କୃଷି ଆଇନକୁ ବିରୋଧ କରି ତଥା ସଂସଦରେ ଶୀତକାଳୀନ ଅଧବେଶନର ବାତିଲ ପ୍ରତିବାଦରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ. ସ୍ମୃତିଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜିତ କରାଯାଇଥିଲା । 

ଏହି ଶୋଭାଯତ୍ରା ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ପହଞ୍ଚିଥିଲା । କେନ୍ଦ୍ର ସରକାରଙ୍କୁ ଏହି କଳା ଆଇନରେ କେବଳ ପୁଞ୍ଜିପତି ଓ କର୍ପୋରେଟ ହାଉସ ଲାଭବାନ ହେବାବେଳେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତିକ ଚାଷୀ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ବହୁ ଦୁର୍ଦ୍ଦଶାରେ ସମ୍ମୁଖୁନ ହେବ ବୋଲି ସଭାପତି ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି । 

ଆଜିର ଏହି ଶୋଭାଯାତ୍ରାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେବା ସହ ଯୁବ କଂଗ୍ରେସର ଉପସଭାପତି ଅଭିଳାଷ ପାଣିଆ, ରାଜୀବ ପଟ୍ଟନାୟକ, ବିଶ୍ଵଜିତ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ରଞ୍ଜିତ ପାତ୍ର, ନଳିନୀକାନ୍ତ ନାୟକ, ଜ୍ଞାନରଞ୍ଜନ ରାଉତ, ଆଶୁତୋଷ ଲେଙ୍କା, ଶିବଦତ ମହାନ୍ତି, ଆର୍ଯ୍ୟବୀର ଲେଙ୍କା, ମାହେ ନିଖତ, ଆକୁବ୍ୟ ଖାନ, ରମଜୀତ, ପ୍ରେମଜିତ ମହାନ୍ତି, ଦେବଦତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ନୂଆ କୃଷିନୀତି ବାତିଲ କରନ୍ତୁ ଏବଂ ନବୀନ ସରକାର ପଞ୍ଜାବ ଓ କେରଳ ପରି ବିଲ୍ ଆଣିବାକୁ କଂଗ୍ରେସର ଦାବି

ଭୁବନେଶ୍ୱର ; ମୋଦି ସରକାରଙ୍କ ଦ୍ବାରା ପ୍ରବର୍ତିତ ୩ଟି ଯାକ ନୂଆ କୃଷି ଆଇନ ବିରୋଧରେ ଦେଶ ତମାମ କୃଷକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବାରୁ ସରକାର ଏହି କଳା ଆଇନ୍‌ଗୁଡିକୁ କାଳବିଳମ୍ବ ନକରି ପ୍ରତ୍ୟାହାର କରିନେବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି । ସେହିପରି ନବୀନ ସରକାର ସଂସଦରେ ଏହି ବିଲ ଆଗତ ବେଳେ ଯେମିତି ଗୋଟିଏ ଗୃହରେ ସମର୍ଥନ ଓ ଅନ୍ୟ ଗୃହରେ ମିଛିମିଛିକା ବିରୋଧର ନାଟକ କଲେ ସେଥିରୁ ନିବୃତ ହୋଇ ତୁରନ୍ତ ପଞ୍ଜାବ ଓ କେରଳ ପରି ବିଧାନସଭାରେ ବିଲ ଗୃହୀତ କରାନ୍ତୁ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି କରାଯାଇଛି । 

ଆଜି କଂଗ୍ରେସ ଭବନରେ ଆୟୋଜିତ ଏ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସଞ୍ଚାଳନ କାନୁନ୍‌ଗୋ ମୋଦି ସରକାରଙ୍କ ଚାଷୀ ବିରୋଧୁ ମାନସିଳତାକୁ ଦୃଢ଼ ସମାଲୋଚନା କରି ଏହା କୃଷକମାନଙ୍କୁ ସର୍ବସ୍ବାନ୍ତ କରିବାକୁ ଏକ ବୃହତ ଷଡଯନ୍ତ୍ର ଏବଂ ଶିଳ୍ପପତି ପୁଞ୍ଜିପତିମାନଙ୍କ ଏକଛତ୍ରବାଦ ପ୍ରତିଷ୍ଠା ନିମିତ ଉଦ୍ଦିଷ୍ଟ ଆତ୍ମଘାତୀ ନୀତି ବୋଲି ଅଭିଯୋଗ କରିଥିଲେ । ଅହଂକାର ପରିତ୍ୟାଗ କରି ମାସେରୁ ଅଧୁକ ଦିନ ଧରି ଶୀତ କାକରରେ ରାସ୍ତା ଉପରେ ପଡିଥିବା ଚାଷୀମାନଙ୍କ ଦାଟିକୁ ସମ୍ମାନ ଜଣାଇ ତୁରନ୍ତ ତିନୋଟି ଯାଳ କଳିରୋଧ ନୀଳି ବାତିଲ କରିବା ଉଚିତ ବୋଲି ସେ ଦୃଢ଼ ଦାବି କରିଥିଲେ ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ମିଥ୍ୟ ତଥ୍ୟ ଆଧାରରେ ଉପାସରକାରଙ୍କୁ ଯେଭଳି ସମାଲୋଚନା କରୁଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆକ୍ଷେପ କରି ଓଡ଼ିଶାର ଚାଷୀକୁଳକୁ ଏମିତି ଭ୍ରମିତ କରିବା ପରିବର୍ତ୍ତେ ଖୋଲା ବିତର୍କକୁ ଆସିବାକୁ ଆହ୍ବାନ ଦେଇଥିଲେ । ଭାଜପା ସରକାରକୁ ସମାଲୋଚନା କରିବା ପୂର୍ବରୁ ଭାଜପା ବା ବିଜେପି ନେତାମାନେ ଇତି ମଧ୍ୟରେ ବୃଦ୍ଧି ପାଇଥିବା ପେଟ୍ରୋଲ ଓ ଡିଜେଲ୍ ଦର, ବିଦ୍ୟୁତ୍ ଦର, ବର୍ଦ୍ଧିତ ମଜୁରୀ ଏବଂ ମୁଦ୍ରାସ୍ପିତି ଆଦି ଯୋଗୁଁ ଯେଉଁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ତାହା ହିସାବକୁ ନନେବା ଦୁର୍ଭାଗ୍ୟଜନକ ଓ ଉଦ୍ଦେଶ୍ୟମୂଳକ ବୋଲି ସେ କହିଥୁଲେ । 

ଅନ୍ୟ ଅର୍ଥରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ କୃଷି ପାଇଁ ଦିଆଯାଇଥିବା ସବସିଡି ଲଗାତର କମିବାରେ ଲାଗିଛି ଏବଂ କର୍ପୋରେଟ୍ ତଥା ଶିଳପତିଙ୍କୁ ରିହାତି ବଢିବାରେ ଲାଗିଛି । ପରିତାପର ବିଷୟ ଖାଦ୍ୟ ସାମଗ୍ରୀ ବିଶେଷକରି ଡାଲି, ତେଲ ଓ ଗହମଳାତ ଖାଦ୍ୟ ପଦାର୍ଥର ତର ଗତ ୭ ବର୍ଷରେ ଅହେତୁକ ବୃଦ୍ଧି ପାଇଛି । ସେହି ଅନୁସାରେ ଏହିସବୁ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ କାନୁନ୍‌ଗୋ । ପ୍ରତିଶ୍ରୁତି ମୁତାବକ ସ୍ବାମୀନାଥନ୍ କମିଟିର ସୁପାରିଶ ମଧ୍ୟରୁ ଗତ ୬ ବର୍ଷରେ ଗୋଟିଏ ବି ପୂରଣ କରିନାହାନ୍ତି ମୋଦି ସରକାର । 

ଗୋଟିଏ ପଟେ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସ୍ଲୋଗାନ ଦେଇଥିବା ମୋଦି ସରକାର ଦେଶର ଅନ୍ନଦାତାଳ ଆତ୍ମନିର୍ଭରଶୀଳତାକୁ କଂସ କରିଦେବାକୁ ଷଢ଼ଯନ୍ତ୍ର କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷୀଙ୍କ ନାଁରେ ଏପରି ଶସ୍ତା ରାଜନୀତି ନକରି ବାସ୍ତବତାକୁ ହୃଦୟଙ୍ଗମ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିବା ସହ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ କୃଷକମାନଙ୍କୁ ପାଖକୁ ଯିବ ଏବଂ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କିଶାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ମୁଖପାତ୍ର ଅମିୟ ପାଣ୍ଡବ, ମନୋରଞ୍ଜନ ଦାଶ ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।


କିଷାନ କଂଗ୍ରେସ ପକ୍ଷରୁ କେନ୍ଦ୍ର କୃଷି ଆଇନ୍‌କୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ସମର୍ଥନ ଓ ଧାରଣା

ଭୁବନେଶ୍ୱର ; କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂତନ କୃଷି ଆଇଙ୍କୁ ବିରୋଧ କରି ଏହାର ପ୍ରତ୍ୟାହାର କରାଯିବା ଦାବିରେ ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ କରି ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗ ଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରର ବିଭିନ୍ନ ଚାଷୀମାରଣ ନୀତିର ପ୍ରତିବାଦ କରିବା ସହିତ ପ୍ରଣୀତ ୩ଗୋଟି କଳା କୃଷି ଆଇନ୍ ଦ୍ୱାରା ଦେଶର ଚାଷୀକୁଳ ଚଳିତଳାନ୍ତ ହେବା ସହ ଦେଶରେ କୃଷି ବିପର୍ଯ୍ୟସ୍ତ ଓ କୃଷକ, ସାଧାରଣ ଖାଉଟିମାନେ ସବୁଠାରୁ କ୍ଷତିଗ୍ରସ୍ତ ହେବେ । 

ଏହି ଆଇରେ କେବଳ ପୁଞ୍ଜିପତି ଓ କର୍ପୋରେଟ୍‌ହାଉସ୍ ଲାଭବାନ ହେବାବେଳେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ, ମଣ୍ଡି, ଚୁକ୍ତିଭିତିକ ଚାଷ ଓ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ବହୁ ଦୁର୍ଦ୍ଦଶାର ସମ୍ମୁଖୁନ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବକୁମାର ମିଶ୍ର, ସାଧାରଣ ସଂପାଦକ ବୃଦ୍ଧଦେବ ପ୍ରଧାନ, କଂଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ, କେଶବ କ୍ଷେତି, ସମରେଶ ମିଶ୍ର, ବିକ୍ରମ ପ୍ରଧାନ, ପ୍ରଦୀପ କୁମାର ଦାସଙ୍କ ସମେତ କିଷାନ କଂଗ୍ରେସର ସମସ୍ତ ବ୍ଲକ ସଭାପତି, କର୍ମକର୍ତ୍ତା ଓ ଶତାଧୁକ ଚାଷୀ ପ୍ରତିନିଧୂମାନେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ କଳା କୃଷି ଆଇର ପ୍ରତ୍ୟାହାର ଦାବି କରି ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ ଏବଂ ସ୍ମୃତିଚାରଣ ସଭା ଅନୁଷ୍ଠିତ

ଭୁବନେଶ୍ବର : ବୁଧବାର ଦିନ ଉତ୍କଳ ସଜ୍ଜିଳନୀର ୧୧୭ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏହାର କେନ୍ଦ୍ରୀୟ କମିଟି ପକ୍ଷରୁ ପୂର୍ବାହ୍ନ ୦୮ଟା ୩୦ମିନିଟ ଠାରୁ ଅପରାହ୍ନ ୦୧ଟା ମଧ୍ୟରେ ଭୁବନେଶ୍ବରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମେ ଉତ୍କଳଗୌରବ ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ସାର ବାସୁଦେବ ସୁଢଳ ଦେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା।

ଏହାପରେ କେନ୍ଦ୍ରୀୟ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ନୂଆଗାଁଠାରେ ଏକ ସୂମୃତିସଭା ଅନୁଷ୍ଠିତ ହୋଇ ଉତ୍କଳ ସର୍ମିଳନୀର ଗଠନ ଏବଂ ଭାଷାଭିଭିରେ ଓଡ଼ିଶା ରାଜ୍ୟଗଠନରେ ଏହାର ସର୍ବଶ୍ରେଷ୍ଠ ଭୂମିକା ନେଇ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଅଂଶଗ୍ରହଣକାରୀ ବକ୍ତାମାନେ ଆମ ମାତୃଭାଷା ଓଡ଼ିଆର ଦୂରାବସ୍ଥା, ରାଜ୍ୟର ସୀମା ସଙ୍କଟ, ମାଗଣା ଟଙ୍କିକିଆ ଚାଉଳ, ୦୫ଟକିଆ ଭୋଜନ, ଛତା, ଜୋତା ଇତ୍ୟାଦି ଆମର ଗୌରବୋଜ୍ଜଳମୟ ଐତିହର ପରିପନ୍ଥୀ ବୋଲି ମତଦେଇ ଯୁବପିଢୀ ଏହାକୁ ନ ଆପଣାଇବା ପାଇଁ ଆହ୍ବାନ ଦେଇଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ଗୁଡିକରେ କୋଭିଡ଼ର ସମସ୍ତ କଟକଣା ପାଳନ କରି ଅନ୍ୟମାନଙ୍କ ମଧ୍ୟରେ ଡ଼. ଗୌରାଙ୍ଗ ପ୍ରସାଦ ବେହେରା, ଇଂ. ସତ୍ୟଜିତ ନାୟକ, ତ୍ରିନାଥ ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ଯୁଗଳ କିଶୋର ନାୟକ, ସୌଭାଗ୍ୟ ମହାପାତ୍ର, ବୈରାଗୀ ସେଠୀ, ବିଚିତ୍ର କୁମାର ସାହୁ, କାଳନ୍ଦି ନାୟକ, କେଶବ ପାଇଲ, ଦିବାକର ବାରିକ, ଭରତ କୁମାର ଜେନା, ନରେନ୍ଦ୍ର କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

ରେଳବାଇ ଷ୍ଟାଡିୟମ ଠାରେ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର ; ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଭୁବନେଶ୍ୱରରେ ଏକ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ପୁରୁଣା ରେଳ ଉପକରଣର ସଂରକ୍ଷଣ, ଏହି ଅଞ୍ଚଳରେ ରେଳବାଇର ସମୃଦ୍ଧ ଇତିହାସ ପ୍ରଦର୍ଶନ କରିବା, ରେଳବାଇ ଏବଂ ଏହାର ସଫଳତା ବିଷୟରେ ଜନସାଧାରଣଙ୍କୁ ଆଲୋକିତ କରିବା ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ଇତ୍ୟାଦି । ଭାରତୀୟ ରେଳବାଇର ବିଶେଷ ଭାବରେ ପୂର୍ବ ତଟ ରେଳପଥର  ଦୀର୍ଘ ଓ ସମୃଦ୍ଧ ଐତିହ୍ୟ ଏବଂ ଜୀବନ୍ତ ଇତିହାସକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଅଛି।

ପୁରାତନ ଯନ୍ତ୍ରପାତି, ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ମଡେଲଗୁଡିକର କଳାକୃତି, ମଡେଲ ଏବଂ ଫଟୋଗ୍ରାଫ ଗୁଡିକର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ହେରିଟେଜ୍ ସଂଗ୍ରହାଳୟରେ ସଂରକ୍ଷିତ କରାଯିବ। ଇନଡୋର ବିଭାଗରେ, ଭାରତର ରେଳବାଇର ପ୍ରଥମ ଦିନରୁ ବିଭିନ୍ନ ଡକ୍ୟୁମେଣ୍ଟ୍, ପୁରୁଣା ମାନୁଆଲ୍, ରେଳ ମାନଚିତ୍ର, ଯନ୍ତ୍ରପାତି ଏବଂ ଫଟୋଗ୍ରାଫ୍ ପ୍ରଦର୍ଶିତ ହେବାକୁ ଯାଉଛି ଯାହା ଦର୍ଶକଙ୍କୁ ଚମତ୍କାର ଇତିହାସ ଏବଂ ସମୃଦ୍ଧ ଐତିହ୍ୟକୁ ଜାଣିବାରେ ସାହାଯ୍ୟ କରିବ । 

ପରିଦର୍ଶକ ମାନେ ମଧ୍ୟ ଏଠାରେ କିଛି ସୂଚନାପୂର୍ଣ୍ଣ ସମୟ ଅତିବାହିତ କରି ଭାରତୀୟ ରେଳ ବିଷୟରେ ସେମାନଙ୍କର ଜ୍ଞାନ ଆହରଣ ପାଇଁ ସୁବିଧା ପ୍ରଦାନ କରିବ । ସଂଗ୍ରହାଳୟର ବାହ୍ୟ ବିଭାଗରେ ପୁରୁଣା ବାଷ୍ପ ଚାଳିତ ଲୋକୋମୋଟିଭ୍, କୋଚ୍, ୱାଗନ୍, ସିଗନାଲ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଐତିହ୍ୟ ଆନୁସଙ୍ଗିକ ରେଳବାଇ ବ୍ୟବହୃତ ଦ୍ରବ୍ୟ ସ୍ଥାନ ପାଇବ।

ନନ୍ଦନକାନନ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ, ୨୦ ବର୍ଷ ପାଇଁ ୬୦୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍

ଭୁବନେଶ୍ୱର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତିନିମନ୍ତେ ୬୦୦ କୋଟି ଟଙ୍କାର ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ଆଜିଠୁ ଠିକ୍ ୬୦ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା । ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିଲାବେଳେ ଆଜି ଏହାର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି । ୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଚିଡ଼ିଆଖାନାରେ ଆଜି ୩ ହଜାର ୭୮୭ ବନ୍ୟ ପଶୁପକ୍ଷୀ, ସରିସୃପ, ଉଭୟଚର ପ୍ରାଣୀ ୨୧୨ଟି ଖୁଆଡ଼ରେ ରହିଛନ୍ତି । କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାକରଣ’ର ସମସ୍ତ ନିୟମାବଳୀ ଦ୍ବାରା ପରିଚାଳିତ ହୋଇ ବିଶ୍ବସ୍ତରୀୟ ଚିଡ଼ିଆଖାନା ଭାବେ ବିକଶିତ ହେବା ପାଇଁ ଦେଶର ୭୨ଟି ଚିଡ଼ିଆଖାନା ମଧ୍ୟରୁ ୧୫ଟି ବିଛାଯାଇଥିବା ଚିଡ଼ିଆଖାନା ମଧ୍ୟରେ ଏହା ସ୍ଥାନ ପାଇଛି । 

ନନ୍ଦନକାନନର ୨୭୦ରୁ ଉର୍ଷ ବନ୍ୟଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ଏଥିରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ରାଜସ୍ବ ମିଳିଛି । ଚଳିତ ବର୍ଷ ଗଧିଆ ଖୁଆଡ଼, ନୂତନ ବିଦେଶୀ ମାଙ୍କଡ଼ ଖୁଆଡ଼ ନିର୍ମିତ ହୋଇ ଦର୍ଶକମାନଙ୍କ ଉଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏ ବର୍ଷ ୩୫ କୋଟି ଟଙ୍କା ବ୍ୟୟରେ ବହୁତଳବିଶିଷ୍ଟ ମଟରଯାନ ରହଣି ସ୍ଥଳ, ୫ କୋଟି ଟଙ୍କା। । ବ୍ୟୟରେ ଶିଶୁ ରେଳଗାଡ଼ିର ପୁନରୁଦ୍ଧାର କାର୍ଯ୍ୟ ଚାଲୁରହିଛି । ୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସଂପୂର୍ଣ୍ଣ ନୂତନ ଓ ଆଧୁନିକ ଯନ୍ତ୍ରପାତି ସହିତ ପଶୁ ଚିକିତ୍ସାଳୟ, ଆଇସୋଲେସନ ଗୃହ, ଦ୍ଵାରାଣ୍ଟାଇନ୍ ଗୃହ, ପରୀକ୍ଷାଗାର ଓ ଅସ୍ତ୍ରୋପଚାର ଗୃହ ପଶୁପକ୍ଷୀଙ୍କ ସ୍ବାସ୍ଥ୍ୟସେବାର ନୂତନ ଦିଗନ୍ତ ସୃଷ୍ଟି କରିଛି । 

ଅଭିଜ୍ଞ ପଶୁଡାକ୍ତରମାନଙ୍କ ଦ୍ଵାରା ଏହି ଚିକିତ୍ସାଳୟରେ ୨୪ ଘଣ୍ଟିଆ ପ୍ରାଣୀସେବା ଉପଲବ୍ଧ ହେଉଛି । ପଶୁମାନଙ୍କ ଖାଦ୍ୟର ନିରବଚ୍ଛିନ୍ନ ଉତ୍ପାଦନ ପାଇଁ ଘାସଚାଷ, ଜୀବନ୍ତ ପ୍ରାଣୀ ଉତ୍ପାଦନ କେନ୍ଦ୍ର ଓ ଏକ ବଧଗୃହ ନିର୍ମିତ ହୋଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଚିଡ଼ିଆଖାନାରୁ ଗଧୂଆ, ବଳିଆ କୁକୁର, ଜିରାଫ, ଜେବ୍ରା, ଗଣ୍ଡା, ଆସାମୀ ମାଙ୍କଡ଼, ପିଟେଲ୍ ମାଙ୍କଡ଼, ଷ୍ଟମ୍ପଟେଲ୍ ମାଙ୍କଡ଼, ବବୁନ୍ ମାଙ୍କଡ଼, ଗିବନ୍ ଇତ୍ୟାଦି ଅଣାଯିବା ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ ।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଜଙ୍ଗଲ ଓ ପରିବେଶ) ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସନ୍ଦୀପ ତ୍ରିପାଠୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ହରିଶଂକର ଉପାଧ୍ୟାୟ, ନନ୍ଦନକାନନ ନିର୍ଦ୍ଦେଶକ ଶ୍ରୀ ଶଶୀ ପଲ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ, ଜିନ୍ଦଲ ଷ୍ଟିଲର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ୍ ଶ୍ରୀ ରାକେଶ ମିଶ୍ର ପ୍ରମୁଖ ଯୋଗ ଦେଇ ନନ୍ଦନକାନନର ଶ୍ରୀବୃଦ୍ଧି ଉପରେ ସୁଚିନ୍ତିତ ମତାମତ ଦେଇଥିଲେ ।

୨୦ ଲକ୍ଷ ଟଙ୍କା ବ୍ୟୟରେ ପର୍ଯ୍ୟଟକମାନଙ୍କ ପାଇଁ ନୂତନ ପ୍ରସ୍ଥାନ ବାଟ ଓ ୭୪ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସଫାରୀ ବସ୍‌ଷ୍ଟାଣ୍ଡ ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଥୁଲା । ସେଫ ବାଘ ଓ ସ୍ନେହା ବାଘୁଣୀଙ୍କ ଦୁଇ ଶାବକ ଲବ ଓ କୁଶ ନାମରେ ନାମିତ ହୋଇଥିଲେ । ନନ୍ଦନକାନନ ବାର୍ଷିକ ବିବରଣୀ ୨୦୧୯–୨୦, ପର୍ଯ୍ୟଟକମାନଙ୍କ ପାଇଁ ନୂତନ ବ୍ରୋସିଅର୍ ଓ ସୁଦୃଶ୍ୟ କ୍ୟାଲେଣ୍ଡର୍‌କୁ ମନ୍ତ୍ରୀ ଶ୍ରୀ ଆରୁଖ ଉନ୍ମୋଚନ କରିଥିଲେ ।


୩ୟ କୋରାପୁଟ ସାହିତ୍ୟ ଉତ୍ସବ, ପଦ୍ମଜ ପାଳ ଓ ଅମରେଶ ପଟ୍ଟନାୟକଙ୍କୁ କୋରାପୁଟ ସାହିତ୍ୟ ସମ୍ମାନ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୂବନେଶ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଉତ୍ସବରେ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। 

ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା। ଏ ଅବସରରେ ଇଂରାଜୀ କବିତା ସଂକଳନ ଏ ଲଷ୍ଟ୍‌ ହେଭେନ୍ ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତା ଶଙ୍କ ଦିଆଯାଇଥିଲା। ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ବହି ଏ ଅବସରରେ ଉନ୍ମୋଚିତ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ସଂପାନ ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷଖ ନାୟକ କଥାବାର୍ତ୍ତ କରିଥିବା ବେଳେ ପଦ୍ମଜପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର।

ଏହା ପରେ ଓଡ଼ିଆ କାହାଣୀ ସମସାମୟିକ ଓ ଶାସ୍ତ୍ରୀୟ ଶୀର୍ଷକ ଏକ ସଂପାନରେ ଦାଶ ବନହୁର, ଡ ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଏହି ସଂପାନ ପରିଚାଳନା କରିଥିଲେ ଅମରେଶ ବିଶ୍ବାଳ। ପରେ ପରେ ଓଡ଼ିଆ କବିତା: ବିବିଧତା ନା ବିଭାଜନ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ବାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବ ଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର। ଆଜିର ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।

ଆସନ୍ତାକାଲି ଉତ୍ସବର ଦ୍ବିତୀୟ ଦିନର କାର୍ଯ୍ୟକ୍ରମ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ଆଜି ସଂଧ୍ୟାରେ ଏକ ସ୍ବତନ୍ତ୍ର ବସରେ ଆଜି ଭୁବନେଶ୍ବରରୁ ୪୦ ଜଣ ଲେଖକ କୋରାପୁଟ ଅଭିମଖେ ବାହାରିଛନ୍ତି। ପୂର୍ବ ଦୁଇ ବର୍ଷର ଉତ୍ସବ କୋରାପୁଟରେହେଉଥିବା ବେଳେ ଏଥର କୋଭିଡ୍‌ କାରଣରୁ ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ବରରେ ହୋଇଥିଲା। ଅନୁରୂପ କାରଣରୁ ଏଥର ଉତ୍ସବକୁ ରାଜ୍ୟ ବାହାରୁ କୌଣସି ଅତିଥିଙ୍କୁ ଡକାଯାଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସରକାରୀ ସ୍କୁଲ ପିଲାଙ୍କ ପାଇଁ ମେଡିକାଲ୍ ଇଂଜିନିୟରିଂରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଓଡ଼ିଶାର ମେଡିକାଲ୍ ଓ ଇଂଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟର ଏହି ଐତିହାସିକ ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ବାଗତ କରାଯିବା ସଙ୍ଗେସଙ୍ଗେ ଆଜି ଏହାର ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ତିନିଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ନବୀନ ନିବାସଠାରେ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ପୁଷ୍ପଗୁଚ୍ଛ ଓ ସାଲ ପ୍ରଦାନ କରି ସମ୍ବଦ୍ଧିତ କରିଛନ୍ତି ।

ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ବହୁ ଗରିବ, ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଗାଁ ଗହଳିରେ ସରକାରୀ ସ୍କୁଲରେ ପାଠ ପଢୁଥିଲେ, ସେମାନେ ଡାକ୍ତର ଏବଂ ଇଂଜିନିୟର ହେବାର ସ୍ୱପ୍ନକୁ ସାକାର କରିପାରିବେ ବୋଲି ପାର୍ଟି ପକ୍ଷରୁ ପ୍ରଦତ୍ତ ଏକ ସ୍ମାରକପତ୍ରରେ କୁହାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚାରିଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ (୧) ରାଜ୍ୟରେ ଛତୁ ଫୁଟିଲା ଭଳି ଗଢ଼ିଉଠୁଥିବା କୋଚିଙ୍ଗ୍ କେନ୍ଦ୍ର ଗୁଡ଼ିକୁ ନିୟନ୍ତ୍ରିତ କରିବା ପାଇଁ ଏକ ଆଇନ୍ ଆଣିବା ( ୨) ସରକାରୀ ସ୍କୁଲରେ ପାଠ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଫିଟଜୀ, ଆକାଶ, ଆଲେନ, ବିଦ୍ୱାନ ଭଳି କୋଚିଙ୍ଗ୍ କେନ୍ଦ୍ରଗୁଡ଼ିକରେ ମେଡିକାଲ୍ ଓ ଇଂଜିନିୟରିଂ ପାଇଁ ପ୍ରଶିକ୍ଷଣ ଦେବାକୁ ଅନ୍ତତଃପକ୍ଷେ ସେମାନଙ୍କ ସିଟ୍ ସଂଖ୍ୟାର ୨୫ ଭାଗ ଏହି ପିଲାଙ୍କ ପାଇଁ ସଂରକ୍ଷିତ ରଖିବାକୁ ପାର୍ଟି ପକ୍ଷରୁ ଏହି ସ୍ମାରକପତ୍ରରେ କୁହାଯାଇଛି । 

(୩) ରାଜ୍ୟ ସରକାର ଏହି କୋଚିଙ୍ଗ ସେଣ୍ଟରେ କୋଚିଙ୍ଗ୍ ନେବାକୁ ଯାଉଥିବା । ପିଲାମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । (୪) ସରକାରୀ ସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନ ପୂରଣ ସହିତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଏହି ସ୍ମାରକପତ୍ରରେ କୁହାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନାର ଉତ୍ତରରେ ସ୍ମାରକପତ୍ରଟିକୁ ଗ୍ରହଣ କରି ଆଇନ୍ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ଏହି ତିନିଜଣିଆ ପ୍ରତିନି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରତିନିଧ୍ୟ ଦଳରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଉମେଶ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯାଇ ସମ୍ବର୍ଦ୍ଧନାରେ ସାମିଲ୍ ହୋଇଥିଲେ ।

କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ ପାଳନ ପାଇଁ ପିସିସି ସଭାପତିଙ୍କ ଆହ୍ବାନ

ଭୁବନେଶ୍ୱର : ଓଡ଼ିଶାର କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ସଙ୍ଗଠିତ ବର୍ବୋରଚିତ ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ, ଜାନୁଆରୀ ୨ ତାରିଖ ଶନିବାର ଦିନ ରାଜ୍ୟବ୍ୟାପୀ ପ୍ରତ୍ୟେକ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରେ ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଠିକ ୧୫ ବର୍ଷ ତଳେ ୨୦୦୬ର ନୂଆ ବର୍ଷର ଦ୍ବିତୀୟ ଦିନରେ ବିଜୁଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ଭାଗୁଆଳି ସରକାରୀ ନିରୀହ ଆଦିବାସୀମାନଙ୍କ ଉପରେ ଗୁଳିଚଳାଇଥିଲା ଓ ଏଥିରେ ୧୬ ଜଣ ଆଦିବାସୀ ଭାଇ ଓ ଭଉଣୀ ମୃତ୍ୟୁବରଣ କରିଥିଲେ । 

୬ ମାସର ଅବୋଧ ଶିଶୁର ମା’ ମଧ୍ୟ ବିଜେଡ଼ି-ବିଜେପି ସରକାର ଗୁଳିରୁ ରକ୍ଷା ପାଇନଥୁଲା । ଗୋଟିଏ ପଟେ କଂଗ୍ରେସ ନେତୃତ୍ବାଧୀନ ୟୁ.ପି.ଏ/ ସରକାର ଆଦିବାସୀଙ୍କ ଭିଟାମଟି ଓ ଜମିର ସୁରକ୍ଷା ପାଇଁ ଐତିହାସିକ ଜଙ୍ଗଲ ଅଧୁକାର ଆଇନ୍ ଓ ଜମି ଅଧଗ୍ରହଣ ଆଇନ୍ ଲାଗୁକରିଥିଲା । ଅପରପଟେ ବିଜେଡ଼ି ଓ ବିଜେପିର ଭାଗୁଆଳି ସରକାର ଆଦିବାସୀଙ୍କୁ ମାନଙ୍କର କମି ଛଡ଼େଇନେଲା ଓ ଆଜିର ଦିନରେ ସେହି ଘଟଣାର ପୁନରାବୃତି କରି ଚାଷୀ ମାରଣ ଯଜ୍ଞ ଚଳାଇଛି । 

ଆଦିବାସୀଙ୍କର ସମ୍ମାନ, ସ୍ଵାଭିମାନ ଓ ସ୍ଵାର୍ଥପାଇଁ କଂଗ୍ରେସ ଦଳ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ଗୁଳିକାଣ୍ଡ ଓ ଆଦିବାସୀ ଗଣହତ୍ୟାର ୧୫ବର୍ଷ ପାଳନ ଅବସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଂଚଳରେ କର୍ମୀମାନେ ସକଳା ୧୧ ଘଟିକାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଧାରଣାରେ ବସିବେ । ଜିଲ୍ଲା ମହକୁମାରେ ମଧ୍ୟ ଏହି କାର୍ଯ୍ୟକୟମ କରାଯିବ । ସମଗ୍ର ରାଜ୍ୟବାସୀ ଏଥୁରେ ସାମିଲ ହେବାକୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

‘ଖୁସି’ ସଫ୍ଟୱେୟାର ଉନ୍ମୋଚିତ ଏହା ମାଧ୍ୟମରେ ଯୋଜନାର ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ

ଭୁବନେଶ୍ୱର, ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ଵଚ୍ଛତା ଓ ସ୍ଵାସ୍ଥ୍ୟରକ୍ଷା ଦିଗରେ ସାନିଟାରୀ ନାପକିନ୍ ବଣ୍ଟନ ପାଇଁ ସରକାର ‘ଖୁସି’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୯ ମସିହା ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍ ଓ ୫ଟି ମୁନିସିପାଲ୍ କର୍ପୋରେସନ୍ ଅଧୀନରେ ଥୁବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି ।

ଆଜି ଲୋକସେବା ଭବନଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ‘ଖୁସି’ ସଫ୍ଟୱେୟାରକୁ ଉନ୍ମୋଚନ କରିଥିଲେ । ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ବାରା ପ୍ରସ୍ତୁତ ଏହି ସଫ୍ଟୱେୟାର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧୁକାରୀଙ୍କ ନିକଟରେ ପହଞ୍ଚି ପାରିବ । ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନାପକିନ୍ ଯୋଗାଣକାରୀମାନେ ଠିକ୍ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ୍ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚି ପାରିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି । ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି । ସାନିଟାରୀ ନାପକିନ୍ ଯୋଗାଣ ପାଇଁ  ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି । ଏଥି ପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । 

ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବାବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକ୍ଟର ଜେନେରାଲ୍ ଓ ରାଜ୍ୟ ଇନ୍‌ଫରମେଟିକ୍ସ ଅଫିସର ଶ୍ରୀମତୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ଶ୍ରୀମତୀ ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

 ଏଠାରେ ସୂଚନାଯୋଗ୍ୟ ଯେ ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ । ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ ।

Powered by Blogger.
Javascript DisablePlease Enable Javascript To See All Widget