January 2021

2020-21 ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ



2020-21 ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ମୁଖ୍ୟାଂଶ

● କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରମତୀ ନିର୍ମଳା ସୀତାରମଣ ଆଜି ସଂସଦରେ 2020-21ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟକୁ କୋଭିଡ୍‍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହାର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା ।
● ଶତାବ୍ଦୀରେ ଥରେ ଦେଖାଦେଇଥିବା ମହାମାରୀ ଭଳି ସଂକଟ ମଧ୍ୟରେ ଜୀବନ ଓ ଜୀବିକାର ସୁରକ୍ଷା
● ଭାରତ କୋଭିଡ ମହାମାରୀ ଆରମ୍ଭରେ ଜୀବନ ଓ ଜୀବିକା ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲା ଏବଂ ଏଥିପାଇଁ ଦୀର୍ଘମିଆଦୀ ଲାଭ ନିମନ୍ତେ ସ୍ୱଳ୍ପକାଳୀନ ଯନ୍ତ୍ରଣାକୁ ଆଦରି ନେବାକୁ ଆଗ୍ରହ ପ୍ରକାଶ କରିଥିଲା ।
● ମାନବିକ ନୀତିରୁ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଉଦ୍ରେକ ହୋଇଥିଲା ।
● ମଣିଷ ଜୀବନ ଚାଲିଗଲେ ତାହାକୁ ଫେରାଇ ଅଣାଯାଇପାରିବ ନାହିଁ । ସେଥିପାଇଁ ସରକାର ଏହି ନୀତି ଅବଲମ୍ବନ କରିଥିଲେ ।
● ଜିଡିପି ଅଭିବୃଦ୍ଧି ମହାମାରୀର ସାମୟିକ ଆଘାତ ପରେ ପୁଣି ସ୍ୱାଭାବିକ ହେବ ।
● ଆଗୁଆ କଠୋର ଲକ୍‍ଡାଉନ ଲାଗୁ କରାଯିବା ଫଳରେ ଏହା ଏକ ଜିତାପଟ ରଣନୀତି ସାବ୍ୟସ୍ତ ହୋଇଥିଲା । ଏହା ଫଳରେ ଜୀବନରକ୍ଷା ହେବା ସହିତ ମଧ୍ୟମରୁ ଦୀର୍ଘମିଆଦି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ମାଧ୍ୟମରେ ଜୀବିକା ସୁରକ୍ଷିତ ହୋଇପାରିଲା ।
● ଏହି ରଣନୀତି ପଛରେ ନୋବେଲ ପୁରସ୍କାର ଗବେଷଣା ଯାହା ହାନ୍‍ସେନ ଓ ସର୍ଜେଣ୍ଟ (2001)ଙ୍କ ଦ୍ୱାରା କରାଯାଇଥିଲା ତାହାର ପ୍ରେରଣା ଥିଲା । ଏହି ନୀତି ଅନୁସାରେ ସବୁଠୁ ଖରାପ ପରିସ୍ଥିତିରେ ଯଥାସମ୍ଭବ କ୍ଷତିକୁ ସର୍ବନିମ୍ନରେ ସୀମିତ ରଖିବା ଏବଂ ଅନିଶ୍ଚିତତାର ମୁକାବିଲା କରିବାକୁ ଗୁରୁତ୍ୱ ଦିଆଯାଏ ।
● ଏହି ରଣନୀତି କରୋନା ସଂକ୍ରମଣର ଧାରାକୁ ପ୍ରତିହତ କରିବାରେ ସଫଳ ହୋଇଥିଲା ଏବଂ ଏହି ସଂକ୍ରମଣ ସେପ୍‍ଟେମ୍ବର 2020ରେ ଶୀର୍ଷରେ ପହଞ୍ଚିବା ପରେ ନିମ୍ନଗାମୀ ହେଲା ।
● ସେପ୍ଟେମ୍ବରରେ ଶିଖର ପରେ ଭାରତରେ ସଂକ୍ରମଣର ଧାରା ହ୍ରାସ ପାଇବା ଲକ୍ଷ୍ୟ କରାଗଲା ଏବଂ ଗତାଗତ କ୍ରମଶଃ ବଢିବା ସତ୍ତ୍ୱେ ଦେଶ କରୋନା ନିମ୍ନଗାମୀ ହେବାର ଅଦ୍ୱିତୀୟ ଅନୁଭବ ପାଇଲା ।
● ଉପରୁ ତଳକୁ ଖସି ପୁଣି ଊର୍ଦ୍ଧ୍ବମୁଖୀ ଅର୍ଥନୀତି, ଯାହା ଦ୍ୱିତୀୟ ତ୍ରୟମାସିକରେ ଜିଡିପିର 7.5 ପ୍ରତିଶତ ହ୍ରାସରେ ଦେଖାଦେଇଥିଲା ସେଥିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେଲା ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଉନ୍ନତିର ଲକ୍ଷଣ ଦେଖାଗଲା । ତ୍ରୟମାସିକ-1ରେ ଜିଡିପିର ସଂକୋଚନ 1.9 ଶତାଂଶରେ ପହଞ୍ଚିଥିଲା ।
● କେଭିଡ୍‍ ମହାମାରୀ ଉଭୟ ଚାହିଦା ଓ ଯୋଗାଣକୁ ପ୍ରଭାବିତ କରିଥିଲା ।
● ଭାରତ ବିଶ୍ୱର ଏକମାତ୍ର ଦେଶ ଯିଏ କି ପ୍ରଥମେ ଢାଞ୍ଚାଗତ ସଂସ୍କାର ଘୋଷଣା କରି ଯୋଗାଣ ବଢାଇବାକୁ ମଧ୍ୟମ ଓ ଦୀର୍ଘମିଆଦି ପଦକ୍ଷେପ ନେଇଥିଲା । ଏଥିସହିତ ଉତ୍ପାଦନ ଦକ୍ଷତା ଯେପରି ଦୀର୍ଘକାଳ ପାଇଁ କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ମଧ୍ୟ ଯତ୍ନବାନ ହୋଇଥିଲା ।
● ଶୃଙ୍ଖଳିତ ଯୋଗାଣ ନୀତି ଦ୍ୱାରା ଏହା ନିଶ୍ଚିତ କରାଯାଇଥିଲା ଯେ ଆର୍ଥିକ କାର୍ଯ୍ୟକଳାପ ଉପରୁ କଟକଣା ଉଠିବା ମାତ୍ରେ ଦେଶରେ ଚାହିଦା ବଢିବ ।
● ଜାତୀୟ ଭିତ୍ତିଭୂମି ପାଇପ ଲାଇନ ଉପରେ ସରକାରୀ ନିବେଶ କାର୍ଯ୍ୟକ୍ରମ କେନ୍ଦ୍ରୀକୃତ ହୋଇଥିଲା । ଏହାର ଲକ୍ଷ୍ୟ ଥିଲା ଚାହିଦାକୁ ଅଧିକ ବଢାଇ ଆର୍ଥିକ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ।
● ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇ ଅର୍ଥନୀତିକୁ ସୁଧାରିବା ପ୍ରକ୍ରିୟା ରଣକୌଶଳାତ୍ମକ ନୀତିନିର୍ଦ୍ଧାରଣରେ ଏକ ଅନୁପମ ଘଟଣା । ଶତାବ୍ଦୀରେ ଥରେ ଘଟିଥିବା ଏକ ମହାମାରୀ କାଳରେ ଏହା ଏକ ଅଦ୍ୱିତୀୟ କଥା ।
● 2020-21ରେ ଅର୍ଥନୀତିର ସ୍ଥିତି ଏକ; ସିଂହାବଲୋକନ
● କରୋନା ମହାମାରୀ ବିଶ୍ୱ ଆର୍ଥିକ ବ୍ୟବସ୍ଥାକୁ ଭୁଲୁଣ୍ଠିତ କରିଥିଲା । ବିଶ୍ୱ ଆର୍ଥିକ ସଂକଟ ପରେ ଆନ୍ତର୍ଜାତିକ କ୍ଷେତ୍ରରେ ଆର୍ଥିକ ଅବସ୍ଥାର ଦୁର୍ଦ୍ଦଶା ଏଭଳି କେବେ ହୋଇ ନ ଥିଲା ।
● ଲକ୍‍ଡାଉନ ଓ ସାମାଜିକ ଦୂରତ୍ୱ ନିୟମ ମନ୍ଥର ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେଇଥିଲା ।
● ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଜାନୁୟାରୀ 2021 ଆକଳନ ଅନୁସାରେ ବିଶ୍ୱ ଆର୍ଥିକ ଉତ୍ପାଦନ 2020ରେ 3.5 ଶତାଂଶ ହ୍ରାସ ପାଇବ ବୋଲି ଅନୁମାନ କରାଯାଇଛି ।
● ବିଶ୍ୱର ବିଭିନ୍ନ ଦେଶର ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିଜ ନିଜର ଅର୍ଥନୀତିକୁ ସୁରକ୍ଷିତ କରିବା ପାଇଁ ନାନା ନୀତି ଓ ପଦକ୍ଷେପ ମାନ ଗ୍ରହଣ କରିଥିଲେ । ସେଥିମଧ୍ୟରେ ପଲିସି ରେଟ ହ୍ରାସ ଏବଂ ବିଭିନ୍ନ କୋହଳ ନୀତି ଅନ୍ୟତମ ।
● ଭାରତ ଏଥିପାଇଁ ଚଉମୁଖୀ ରଣନୀତି ଗ୍ରହଣ କରିଥିଲା । ସେଥିମଧ୍ୟରେ ବିତ୍ତୀୟ ଆର୍ଥିକ ପଦକ୍ଷେପ ଦୀର୍ଘମିଆଦୀ ନୀତି, ଢାଞ୍ଚାଗତ ସଂସ୍କାର ଓ ମହାମାରୀ ନିୟନ୍ତ୍ରଣ ସ୍ଥାନ ପାଇଥିଲା ।
● ସୁସଂହତ ବିତ୍ତୀୟ ଓ ମୁଦ୍ରାନୀତି ଗ୍ରହଣ କରାଯାଇଥିଲା । ଏହା ଫଳରେ ଲକ୍‍ଡାଉନ କାଳରେ ଦୁର୍ବଳବର୍ଗଙ୍କୁ ସୁରକ୍ଷିତ କରିବାର ବ୍ୟବସ୍ଥା କରାଯାଇ ଉଭୟ ଉପଯୋଗ ଏବଂ ନିବେଶକୁ ପ୍ରୋତ୍ସାହିତ କରାଯାଇଥିଲା । ଅନ୍‍ଲକିଂ ପରେ ଏହି ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା ।
● ରିଜର୍ଭ ବ୍ୟାଙ୍କର ଏକ ଅନୁକୂଳ ମୁଦ୍ରାନୀତି ଦ୍ୱାରା ବଜାରକୁ ପର୍ଯ୍ୟାପ୍ତ ନଗଦ ଯୋଗାଣ ନିଶ୍ଚିତ ହୋଇଥିଲା । ଏହା ଫଳରେ ଋଣ କରିଥିବା ଲୋକ ତୁରନ୍ତ ଉପକୃତ ହେଲେ ।
● ଏନ୍‍ଏସଓ ଦ୍ୱାରା ହୋଇଥିବା ଆଗୁଆ ଆକଳନ ଅନୁସାରେ ଭାରତର ଜିଡିପି ଆର୍ଥିକ ବର୍ଷ 21ରେ (-) 7.7 ପ୍ରତିଶତ ଅଭିବୃଦ୍ଧି ହାସଲ କରିବ । ଅନୁକ୍ରମିକ 23 ପ୍ରତିଶତର ବିରାଟ ଅଭିବୃଦ୍ଧି ଏହା ଫଳରେ 21 ଆର୍ଥିକ ବର୍ଷରେ ହ୍ରାସ ହୋଇପାରିବ ।
● ଭାରତର ବାସ୍ତବ ଜିଡିପି 2021-22 ଆର୍ଥିକ ବର୍ଷରେ ରେକର୍ଡ 11 ଶତାଂଶ ଅଭିବୃଦ୍ଧି ହାସଲ କରିବ ଏବଂ ନାମକୁ ମାତ୍ର ଜିଡିପିର ଅଭିବୃଦ୍ଧି 15.4 ଶତାଂଶ ହେବ । ସ୍ୱାଧୀନତା ପରେ ଏହି ଅଭିବୃଦ୍ଧି ସର୍ବାଧିକ ।
● ଅର୍ଥନୀତିର ପ୍ରତ୍ୟାବର୍ତ୍ତନରେ ମୌଳିକ ଭିତ୍ତି ସ୍ୱଳ୍ପ ରହିବ ଏବଂ କ୍ରମଶଃ ଏହା ବଢି ବଢି ସ୍ୱାଭାବିକ ହେବ । କୋଭିଡ୍‍ ଟିକାଦାନ ପରେ ଅର୍ଥନୈତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହା ଆହୁରି ଗତିଶୀଳ ହେବ ।
● ସରକାରୀ ଉପଭୋଗ ଏବଂ ନିଟ୍‍ ରପ୍ତାନୀ ଅଭିବୃଦ୍ଧିକୁ ସୁହାଇବ । ଏହା ଫଳରେ ପୁଞ୍ଜି ନିବେଶ ବଢିବ ଏବଂ ଘରୋଇ ଉପଭୋଗ ମଧ୍ୟ ବୃଦ୍ଧି ପାଇବ ।
● 2020-21ଆର୍ଥିକ ବର୍ଷର ଆର୍ଥିକ ପୁନରୁଦ୍ଧାର ନିମନ୍ତେ ସରକାରୀ ଉପଭୋଗ ବା କଞ୍ଜପ୍‍ସନ ଗୁରୁତ୍ୱପୂର୍ଣ୍ଣ ହେବ । ଏହାର ଅଭିବୃଦ୍ଧି ବାର୍ଷିକ ହାର ଭିତ୍ତିରେ 17 ଶତାଂଶ ହୋଇପାରେ ।
● ରପ୍ତାନୀ 5.8 ଶତାଂଶ ହ୍ରାସ ପାଇବ ବୋଲି ଆଶା କରାଯାଉଥିବାବେଳେ ଆର୍ଥିକ ବର୍ଷ 21ର ଦ୍ୱିତୀୟାର୍ଦ୍ଧରେ 11.30 ଶତାଂଶ କମିବ।
● ଆର୍ଥିକ ବର୍ଷ 21ରେ ଭାରତର ଚାଲୁଖାତା ବା କରେଣ୍ଟ ଆକାଉଣ୍ଟରେ ବଳକା ପରିମାଣ ଜିଡିପିର 2 ଶତାଂଶ ହେବ ବୋଲି ଆଶା କରାଯାଏ । 17 ବର୍ଷ ପରେ ଏହା ଏକ ଐତିହାସିକ ବୃଦ୍ଧି ହେବ ।
● ଯୋଗାଣ କ୍ଷେତ୍ରରେ ଗ୍ରସଭ୍ୟାଲୁ ଏଡେଡ ଅଭିବୃଦ୍ଧି - 7.2 ଶତାଂଶ ଆର୍ଥିକ ବର୍ଷ 21ରେ ହେବ ବୋଲି ଆକଳନ କରାଯାଇଛି । ଆର୍ଥିକ ବର୍ଷ 20ରେ ଏହା ଥିଲା 3.9 ଶତାଂଶ ।
● ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିକୁ ଯେଉଁ ଆଘାତ ପହଞ୍ଚିଛି କୃଷିକ୍ଷେତ୍ର ତାହାକୁ ଲାଘବ କରିବ । 21 ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି 3.4 ଶତାଂଶ ହେବ ।

● ଉଦ୍ୟୋଗ ଓ ସେବା କ୍ଷେତ୍ର 21 ଆର୍ଥିକ ବର୍ଷରେ ଯଥାକ୍ରମେ 9.6 ଓ 8.7 ଶତାଂଶ ସଂକୁଚିତ ହେବ ବୋଲି ଆକଳନ କରାଯାଇଛି ।
● ଚୁକ୍ତିଭିତ୍ତିକ ସେବା, ମ୍ୟାନୁଫାକ୍‍ଚରିଂ, ନିର୍ମାଣ କ୍ଷେତ୍ର କରୋନା ଦ୍ୱାରା ବିଶେଷ ପ୍ରଭାବିତ ହେବା ପରେ ଏବେ କ୍ରମଶଃ ସୁଧୁରିଛି । ତେବେ କୃଷିକ୍ଷେତ୍ରରୁ ସୁସମ୍ବାଦ ମିଳିଲାଣି ।
● 2020-21ଆର୍ଥିକ ବର୍ଷରେ ଭାରତ ନିବେଶର ସବୁଠୁ ଅଗ୍ରାଧିକାର ଲକ୍ଷ୍ୟସ୍ଥଳୀ ହେବ । ଏହି ବର୍ଷ ସମଗ୍ର ବିଶ୍ୱରୁ ବିପୁଳ ପୁଞ୍ଜି ଭାରତରେ ନିବେଶ ହୋଇଥିଲା ।
● ନେଟ୍‍ ଏଫ୍‍ପିଆଇ ପ୍ରବାହ 2020 ନଭେମ୍ବରରେ ସର୍ବକାଳୀନ ମାସିକ ରେକର୍ଡ ହାସଲ କରିଥିଲା । ସେହି ମାସରେ 9.8 ବିଲିୟନ ଆମେରିକୀୟ ଡଲାର ଭାରତରେ ନିବେଶ ହୋଇଥିଲା ।
● 2020ରେ ଭାରତ ଏକମାତ୍ର ଉତ୍‍ଥାନମୁଖୀ ବଜାର ଥିଲା; ଯେଉଁଠି ଏଫ୍‍ଆଇଆଇ ପୁଞ୍ଜି ଇକ୍ୟୁଟିରେ ନିବେଶ ହୋଇଥିଲା ।
● ସେନ୍‍ସେକ୍ସ ଓ ନିଫ୍‍ଟି ଊର୍ଦ୍ଧ୍ୱମୁଖୀ ହୋଇଥିଲା ଏବଂ ଜିଡିପି ଅନୁପାତରେ ମାର୍କେଟ କ୍ୟାପ୍‍ ଶତପ୍ରତିଶତ ପ୍ରଥମଥର ପାଇଁ 2010 ଅକ୍‍ଟୋବର ପରେ ହାସଲ କରାଯାଇଥିଲା ।
● ଖାଉଟି ମୂଲ୍ୟସୂଚୀ ଭିତ୍ତିକ ମୁଦ୍ରାସ୍ଫୀତି ନରମ ରହିବାରୁ ଏହାର ପ୍ରଭାବ ଯୋଗାଣ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଏହା ଫଳରେ ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପାଉଛି ।
● ରାଜ୍ୟ ରାଜ୍ୟ ମଧ୍ୟରେ ଓ ରାଜ୍ୟ ଭିତରେ ସାମଗ୍ରୀ ପରିବହନ କଟକଣା ଉଚ୍ଛେଦ ଫଳରେ ମାସିକ ଜିଏସ୍‍ଟି ସଂଗ୍ରହ ବଢିଛି । ଅନ୍‍ଲକିଂ ପ୍ରକ୍ରିୟା ପରେ ଶିଳ୍ପ ଓ ବ୍ୟାବସାୟିକ କାର୍ଯ୍ୟକ୍ରମ ବୃଦ୍ଧି ପାଇଛି ।
● ବାହ୍ୟ କ୍ଷେତ୍ର ଭାରତୀୟ ଅଭିବୃଦ୍ଧିକୁ ସହାୟତା ଯୋଗାଇଛି । ଏହା ଫଳରେ 21 ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଭାରତର କରେଣ୍ଟ ଆକାଉଣ୍ଟ ବଳକା ଜିଡିପିର 3.1 ଶତାଂଶ ହେବ ।
● ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଡିସେମ୍ବର 20 ସୁଦ୍ଧା ଯଥେଷ୍ଟ ବୃଦ୍ଧି ପାଇଛି । ଏବେ ଦେଶ ପାଖରେ ଯେତେ ବୈଦେଶିକ ମୁଦ୍ରା ମହଜୁଦ ଅଛି ତାହା 18 ମାସର ଆମଦାନୀକୁ ସମ୍ଭାଳିବାକୁ ସକ୍ଷମ ।
● ଭାରତର ବୈଦେଶିକ ଋଣ ଅନୁପାତ 2020 ସେପ୍ଟେମ୍ବର ସୁଦ୍ଧା ଜିଡିପିର 21.6 ଶତାଂଶକୁ ବଢିଛି । 2020 ମାର୍ଚ୍ଚ ଶେଷସୁଦ୍ଧା ଏହା ଥିଲା 20.6 ଶତାଂଶ ।
● ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାର ଅନୁପାତ ମୋଟ ଏବଂ ସ୍ୱଳ୍ପମିଆଦୀ ଋଣ ତୁଳନାରେ ବଢିଛି ।
● ନିମ୍ନମୁଖୀ ଅର୍ଥନୀତି ପୁଣି ଉପରମୁହାଁ ହୋଇ ଆର୍ଥିକ ପୁନରୁଦ୍ଧାର ପଥରେ ଏବେ ଚାଲିଛି । ଉର୍ଜ୍ଜା, ଚାହିଦା, ଇ-ୱେବିଲ୍‍, ଜିଏସ୍‍ଟି ସଂଗ୍ରହ ଓ ବର୍ଦ୍ଧିତ ଷ୍ଟିଲ ବ୍ୟବହାରରୁ ଏହାର ସୂଚନା ମିଳୁଛି ।
● ଭାରତ ବିଶ୍ୱର ପ୍ରଥମ ଦେଶଭାବେ ମାତ୍ର 6 ଦିନ ମଧ୍ୟରେ 10 ଲକ୍ଷ ଲୋକଙ୍କୁ କରୋନା ଟିକା ଦେବାର ସଫଳତା ହାସଲ କରିଛି ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ର ଓ ବ୍ରାଜିଲକୁ ପ୍ରମୁଖ ଟିକା ଯୋଗାଣକାରୀ ରାଷ୍ଟ୍ରରେ ପରିଣତ ହୋଇଛି ।
● ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ଯାଉଥିବାବେଳେ ବୃହତ୍‍ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
● ସେବା କ୍ଷେତ୍ର, ଉପଭୋଗ ଏବଂ ନିବେଶ କ୍ଷେତ୍ରରେ ବଡ଼ ଧରଣର ପ୍ରତ୍ୟାବର୍ତ୍ତନ ଆଶା କରାଯାଉଛି ।
● ମହାମାରୀର ପ୍ରଭାବକୁ ଦୂର କରିବା ତଥା ନିଜର ଦକ୍ଷତା ଅନୁସାରେ ବିକାଶ ପଥରେ ଅଗ୍ରସର ହେବା ପାଇଁ ଭାରତକୁ ସଂସ୍କାର ପ୍ରକ୍ରିୟା ଜାରି ରଖିବାକୁ ପଡିବ ।
● ଶତାବ୍ଦୀରେ ଥରେ ଦେଖାଦେଇଥିବା ମହାମାରୀ ଭଳି ଏକ ସଂକଟକାଳରେ ଭାରତର ପୋଖତ ନୀତିଗତ କାର୍ଯ୍ୟାନୁଷ୍ଠାନ ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରକୁ ବଡ଼ ଶିକ୍ଷା ଦେଇଛି । ସମୀପ ଦୃଷ୍ଟିବାଦୀ ନୀତି ପରିବର୍ତ୍ତେ ଦୀର୍ଘମିଆଦୀ ଲାଭ ପାଇଁ ପଦକ୍ଷେପ ଗ୍ରହଣର ଯଥାର୍ଥତା ଏବଂ ବାସ୍ତବତା ଭାରତ ଅନେକ ଦେଶକୁ ଶିଖାଇଛି ।
● ଅଭିବୃଦ୍ଧି କ’ଣ ଋଣ ସମସ୍ୟାର ସମାଧାନ କରିପାରିବ ? ହଁ, କିନ୍ତୁ ଏହା ଓଲଟା ନୁହେଁ ।

● ଭାରତୀୟ ପରିପ୍ରେକ୍ଷୀରେ ଅଭିବୃଦ୍ଧି ଦ୍ୱାରା ଋଣ କ୍ଷେତ୍ରରେ ସ୍ଥିରତା ଓ ନିୟନ୍ତ୍ରଣ ଆସିପାରିବ । ତେବେ ଏହା ଠିକ୍‍ ଓଲଟା ନୁହେଁ । ଋଣ କ୍ଷେତ୍ରରେ ସ୍ଥିରତା, ସୁଧହାର, ଅଭିବୃଦ୍ଧି ହାର ପାର୍ଥକ୍ୟ ବା ଆଇଆରଜିଡି ଉପରେ ନିର୍ଭର କରେ । ଅଭିବୃଦ୍ଧି ହାର ଓ ସୁଧହାର ମଧ୍ୟରେ ପାର୍ଥକ୍ୟ ବଢିଲେ ଋଣ ସ୍ଥିରତା ପ୍ରଭାବିତ ହୁଏ ।
● ଭାରତରେ ଋଣ ଉପରେ ସୁଧହାର, ଅଭିବୃଦ୍ଧି ହାରଠାରୁ କମ୍‍ । ଏହା କେବଳ ନୀତିରେ ଅଛି; ଏକ ବ୍ୟତିକ୍ରମ ନୁହେଁ ।
● ଭାରତରେ ନେଗେଟିଭ ଆଇଆରଜିଡି- ସ୍ୱଳ୍ପ ସୁଧହାର ନୁହେଁ, ବରଂ ବହୁ ଅଧିକ ଅଭିବୃଦ୍ଧି ହାର ଯୋଗୁଁ ବିତ୍ତୀୟ ନୀତି ଉପରେ ବିତର୍କର ସୁଯୋଗ ସୃଷ୍ଟି ହୋଇଛି । ବିଶେଷକରି ଅଭିବୃଦ୍ଧିର ମାନ୍ଦାବସ୍ଥା ଓ ଅର୍ଥନୈତିକ ସଂକଟକାଳରେ ଏହା ବେଶି ବିତର୍କିତ ହୋଇଥାଏ ।
● ଅଭିବୃଦ୍ଧି ଋଣକୁ ସ୍ଥିର ରଖେ ଏବଂ ଏଥିପାଇଁ ଉଚ୍ଚ ଅଭିବୃଦ୍ଧି ହାର ଆବଶ୍ୟକ । ଯେଉଁସବୁ ଦେଶରେ ସ୍ୱଳ୍ପ ଅଭିବୃଦ୍ଧି ହାର ରହିଛି ସେ ଦେଶରେ ଏହା ସମ୍ଭବ ହୁଏ ନାହିଁ ।
● ସକ୍ରିୟ ବିତ୍ତୀୟ ନୀତି ଦ୍ୱାରା ସଂସ୍କାରର ସୁଫଳ ମିଳିଥାଏ । ଏହାଦ୍ୱାରା ଉତ୍ପାଦନ ଦକ୍ଷତା ପ୍ରତି ଥିବା ସମ୍ଭାବ୍ୟ ବିପଦକୁ ନିୟନ୍ତ୍ରିତ କରିହୁଏ ।
● ଭାରତର ସଭରେନ କ୍ରେଡିଟ ରେଟିଂ
● ଭାରତର ସଭରେନ କ୍ରେଡିଟ ରେଟିଂ ଏହାର ମୌଳିକତାକୁ ପ୍ରତିଫଳିତ କରେ ନାହିଁ ।
● ବିଶ୍ୱର ପଞ୍ଚମ ବୃହତ୍‍ ଅର୍ଥନୀତି ହିସାବରେ ଭାରତ କେବେହେଲେ ଇନ୍‍ଭେଷ୍ଟମେଣ୍ଟ ଗ୍ରେଡର ସର୍ବନିମ୍ନ ରେଟିଂ ତଳକୁ ଯାଇନାହିଁ ।
● ଭାରତ ଋଣ ପରିଶୋଧ କରିବା ସହ ଏ କ୍ଷେତ୍ରରେ ଅନ୍ୟାନ୍ୟ ନୀତିନିୟମକୁ ପାଳନ କରି ସବୁବେଳେ ଏଏଏ ମାନ୍ୟତା ପାଇଛି ।
● ଏ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ ଏକ ସ୍ୱତନ୍ତ୍ର ସ୍ଥିତି ହାସଲ କରିଛନ୍ତି ।
● ଅଭିବୃଦ୍ଧିରେ ଅସମତା
● ଅଭିବୃଦ୍ଧିରେ ଅସମତା ଦ୍ୱନ୍ଦ୍ୱ ନା ସମ୍ମିଶ୍ରଣ ? ଏହା ଏକ ବଡ଼ ପ୍ରଶ୍ନ । ସାମାଜିକ, ଆର୍ଥିକ ଉପଲବ୍‍ଧି ଏବଂ ଆର୍ଥିକ ଅଭିବୃଦ୍ଧି ମଧ୍ୟରେ ଅସମତା ପ୍ରାୟ ରହେ । ତେବେ ଭାରତ ଭଳି ଦେଶରେ ଏହା ଏକ ବ୍ୟତିକ୍ରମ ।
● ଏଠାରେ ମୁଣ୍ଡପିଛା ଆୟରେ ଅସମତାର ସାମାଜିକ, ଆର୍ଥିକ ସୂଚକାଙ୍କ ସହିତ ସଂପର୍କ ରହିଛି; ଯାହା ବିକଶିତ ଅର୍ଥନୀତିରେ ଦେଖାଯାଏ ନାହିଁ ।
● ଆର୍ଥିକ ଅଭିବୃଦ୍ଧିର ଅଧିକ ପ୍ରଭାବ ଅସମତା ଦୂର ଅପେକ୍ଷା ଦାରିଦ୍ର‌୍ୟ ଦୂରୀକରଣ ଉପରେ ଅଧିକ ପ୍ରଭାବ ପକାଉଛି ।
● ଲୋକଙ୍କୁ ଦାରିଦ୍ର‌୍ୟରୁ ଉପରକୁ ଉଠାଇବା ପାଇଁ ଭାରତକୁ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପଡିବ ।
● ସ୍ୱାସ୍ଥ୍ୟସେବା କ୍ଷେତ୍ର
● କରୋନା ମହାମାରୀ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ର ସହ ଏହାର ସଂପର୍କକୁ ଗୁରୁତ୍ୱ ଦେବାର ବାଟ ଫିଟାଇଲା । କାରଣ ସ୍ୱାସ୍ଥ୍ୟ ସଂକଟ ଏକ ଆର୍ଥିକ ଓ ସାମାଜିକ ସଂକଟରେ ପରିଣତ ହୋଇଥିଲା ।
● ଅତଏବ ଭାରତକୁ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡିବ ଏବଂ ସ୍ୱାସ୍ଥ୍ୟ ନୀତି ଓ ଭିତ୍ତିଭୂମିକୁ ଆହୁରି ଦୃଢତର କରିବାକୁ ହେବ ।
● ଜାତୀୟ ସ୍ୱାସ୍ଥ୍ୟ ମିଶନ, ଆୟୁଷ୍ମାନ ଭାରତ ଓ ସେହିଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁକୁ ଭାରତକୁ ଜାରି ରଖିବାକୁ ହେବ ।
● ଏବେ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଜିଡିପିର 1 ଶତାଂଶ ଅର୍ଥ ଖର୍ଚ୍ଚ କରୁଛି । ଏହାକୁ 2.5ରୁ 3 ଶତାଂଶକୁ ବଢାଇବାକୁ ପଡିବ । ଆହୁରି ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲୋକେ ନିଜ ପକେଟରୁ ଯେଉଁ 65 ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି, ତାହାକୁ 35 ପ୍ରତିଶତକୁ କମାଇବାକୁ ହେବ।
● ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ରେଗୁଲେଟର ବା ନିୟାମକ ବ୍ୟବସ୍ଥା ସୃଷ୍ଟି ବିଷୟକୁ ବିଚାରକୁ ନେବାକୁ ପଡିବ ।
● ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୀମା ବ୍ୟବସ୍ଥାର ପ୍ରବର୍ତ୍ତନ ଏବଂ ଲୋକଙ୍କୁ ସୁଲଭ ପ୍ରିମିୟମ ଯୋଗାଇ ଦେବାର ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ହେବ ।

● ଟେଲି ମେଡିସିନ ବ୍ୟବସ୍ଥାକୁ ସଂପୂର୍ଣ୍ଣରୂପେ ଉପଯୋଗ କରିବା ସହ ଇଣ୍ଟରନେଟ କନେକ୍ଟିଭିଟି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ପାଇଁ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି ।
● ପ୍ରୋସେସ (ପ୍ରକ୍ରିୟା) ସଂସ୍କାର
● ଭାରତରେ ଅର୍ଥନୀତିର ମାତ୍ରାଧିକ ନିୟନ୍ତ୍ରଣ ଫଳରେ ସଂସ୍କାରର କାର୍ଯ୍ୟକାରିତା ଏବଂ ପ୍ରକ୍ରିୟା ସଫଳ ହେଉନାହିଁ ।
● ଏହି ସମସ୍ୟାର ମୂଳ କାରଣ ହେଲା ମାତ୍ରାଧିକ ନିୟନ୍ତ୍ରଣ ।
● ନିୟନ୍ତ୍ରଣରେ କ୍ରମବର୍ଦ୍ଧିଷ୍ଣୁ ଜଟିଳତା ଏବଂ ଅସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସମସ୍ୟା ସୃଷ୍ଟି କରୁଛି ।
● ଏହାର ସମାଧାନ ପାଇଁ ନୀତିନିୟମକୁ ସରଳ କରିବାକୁ ହେବ ଏବଂ ତଦାରଖ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ପଡିବ ।
● ଶ୍ରମ କ୍ଷେତ୍ରରେ ସଂସ୍କାର ପାଇଁ ଇତିମଧ୍ୟରେ କାର୍ଯ୍ୟ ଆରମ୍ଭ ହୋଇଛି । ବିପିଓ କ୍ଷେତ୍ରରେ ଥିବା କଠୋର ନିୟମକୁ ମଧ୍ୟ ଦୂର କରିବାକୁ ପଡିବ ।
● ସ୍ଥିତି ପାଇଁ ପଦକ୍ଷେପ
● ବୈଶ୍ୱିକ ଆର୍ଥିକ ସଂକଟକାଳରେ ଧୈର୍ଯ୍ୟ ଓ ସଂଯମ ଭଳି ନୀତିନିୟମ ଅସୁବିଧା ଦୂର କରିବାରେ ସହାୟକ ହୋଇଥାଏ ।
● ଏହି ନୀତି ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟାରେ ମଧ୍ୟ ସହାୟକ ହୁଏ ।
● ବ୍ୟାଙ୍କ ସମୂହ ଏଭଳି ସ୍ଥିତିରେ ନିଜର ଖାତାପତ୍ରକୁ ଠିକ୍‍ କରିବା ପାଇଁ ଋଣକୁ ଉପଯୁକ୍ତ ପାତ୍ରଙ୍କୁ ନ ଦେଲେ ଅର୍ଥନୀତିର ଲାଭ ହେବ ନାହିଁ । କାରଣ ଏହା ଅପାତ୍ରରେ ଯିବ ।
● ଏଭଳି ସ୍ଥିତିରେ ସମ୍ବଳ ବା ସମ୍ପତ୍ତିର ଉପଯୁକ୍ତ ଗୁଣ ଓ ମୂଲ୍ୟର ସମୀକ୍ଷା କରି ଏହାକୁ ଉଚିତ କ୍ଷେତ୍ରରେ ବିନିଯୋଗ କରିବାର ଆବଶ୍ୟକତା ରହିଛି । ଏଥିସହିତ ମଧ୍ୟ ଋଣ ଅସୁଲ ପାଇଁ ଉପଯୁକ୍ତ ଆଇନଗତ ଭିତ୍ତିଭୂମି ସୃଷ୍ଟି କରିବାକୁ ପଡିବ ।
● ଘରୋଇ ଉଦ୍ୟୋଗ ପାଇଁ ନବସୃଜନ
● 2020ରେ ଭାରତ ବିଶ୍ୱର ଶ୍ରେଷ୍ଠ 50ଟି ନବସୃଜନକାରୀ ରାଷ୍ଟ୍ରରେ ସ୍ଥାନ ପାଇଥିଲା । 2007 ମସିହାରେ ଗ୍ଳୋବାଲ ଇନୋଭେସନ ଇଣ୍ଡେକ୍ସ ଆରମ୍ଭ ହେବା ପରେ ଭାରତ ପ୍ରଥମ ଥର ପାଇଁ କେନ୍ଦ୍ର ଓ ଦକ୍ଷିଣ ଏସୀୟ ରାଷ୍ଟ୍ରଭାବେ ଏହି ବର୍ଗରେ ସ୍ଥାନିତ ହୋଇଛି । ଆହୁରି ମଧ୍ୟ ମଧ୍ୟମ ଆୟକାରୀ ଗୋଷ୍ଠୀ ଅର୍ଥନୀତି ମଧ୍ୟରେ ଭାରତ ଏ କ୍ଷେତ୍ରରେ ତୃତୀୟ ଦେଶର ମାନ୍ୟତା ପାଇଛି ।
● ଭାରତକୁ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ବିଶ୍ୱର 10ଟି ଶ୍ରେଷ୍ଠ ଅର୍ଥନୀତି ମଧ୍ୟରେ ଭାରତର ଏ ବାବଦ ଅର୍ଥ ବିନିଯୋଗ ହାର ସର୍ବନିମ୍ନ ।
● ଭାରତର ବ୍ୟବସାୟ କ୍ଷେତ୍ରର ଗବେଷଣା ଓ ଉନ୍ନୟନଜନିତ ନିବେଶ ବ୍ୟବସ୍ଥାରେ ବଡ଼ଧରଣର ପୁନର୍ବିନ୍ୟାସ ଲୋଡା ।
● ଏବେ ଭାରତରେ ମୋଟ ପ୍ୟାଟେଣ୍ଟ ପରିମାଣ 36 ପ୍ରତିଶତ ରହିଛି । ଏହାକୁ ବଢାଇବାକୁ ହେବ; କାରଣ ବିଶ୍ୱର ବଡ଼ ବଡ଼ ଅର୍ଥନୀତି ତୁଳନାରେ ଭାରତ ଏ କ୍ଷେତ୍ରରେ ବହୁ ପଛୁଆ ।
● ଭାରତକୁ ଏହାର ପ୍ରତିଷ୍ଠାନ ଓ ବ୍ୟବସାୟ ଆଧୁନିକୀକରଣର ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ।
● ସ୍ୱାସ୍ଥ୍ୟ କ୍ଷେତ୍ରର ଉତ୍ତମ ଫଳ
● ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଉତ୍ତମ ପ୍ରଭାବ ଖୁବ୍‍ କମ ଦିନରେ ଦେଶର ସ୍ୱାସ୍ଥ୍ୟସେବା ଓ ଯତ୍ନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । 2018ରେ ଆରମ୍ଭ ହୋଇଥିବା ଏହି ଅଭିଳାଷୀ କାର୍ଯ୍ୟକ୍ରମ ଦ୍ୱାରା ସମାଜର ଦୁର୍ବଳ ଶ୍ରେଣୀର ଲୋକେ ବିଶେଷ ଉପକୃତ ହୋଇଛନ୍ତି ।
● ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱଳ୍ପ ମୂଲ୍ୟରେ ଡାଏଲେସିସ, କୋଭିଡ୍‍ ମହାମାରୀ ଓ ଅନ୍ୟାନ୍ୟ ଜଟିଳ ରୋଗର ଉତ୍ତମ ଚିକିତ୍ସା ଲୋକଙ୍କୁ ଯୋଗାଇ ଦିଆଯାଉଛି ।
● ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଫଳରେ ଦେଶରେ ସ୍ୱାସ୍ଥ୍ୟବୀମାକାରୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ବିହାର, ଆସାମ ଓ ସିକ୍କିମ ଭଳି ରାଜ୍ୟରେ ଏହା 3 ବର୍ଷ ମଧ୍ୟରେ 89 ଶତାଂଶକୁ ବଢିଥିବାବେଳେ ଏହି ସମୟରେ କେବଳ ପଶ୍ଚିମବଂଗରେ 12 ଶତାଂଶ କମିଛି । ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । 2015-16ରୁ 19-20 ମଧ୍ୟରେ
ପଶ୍ଚିମବଂଗରେ ଏହି ହାର 20 ଶତାଂଶ ଏବଂ 3ଟି ପଡୋଶୀ ରାଜ୍ୟରେ 28 ଶତାଂଶକୁ ହ୍ରାସ ପାଇଛି ।
● ପାଞ୍ଚ ବର୍ଷରୁ କମ୍‍ ଶିଶୁ ମୃତ୍ୟୁହାର ମଧ୍ୟ କମିଛି । ପଶ୍ଚିମବଂଗରେ ଏହା 20 ଶତାଂଶ ଏବଂ ଅନ୍ୟାନ୍ୟ ପଡୋଶୀ ରାଜ୍ୟରେ 27 ଶତାଂଶ ହ୍ରାସ ପାଇଛି ।
● ମହିଳାଙ୍କ ମଧ୍ୟରେ ଆଧୁନିକ ଗର୍ଭନିରୋଧକ, ପରିବାର ନିୟୋଜନ ଅସ୍ତ୍ରୋପଚାର ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ବଢିଛି ।
● ଦେଶରେ ମା’ ଓ ଶିଶୁଙ୍କ ସେବାଯତ୍ନ ସ୍ଥିତିରେ ମଧ୍ୟ ଉନ୍ନତି ଆସିଛି ।
● ମୌଳିକ ଆବଶ୍ୟକତା
● 2012 ତୁଳନାରେ 2018ରେ ଦେଶରେ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।
● କେରଳ, ପଞ୍ଜାବ, ହରିଆନା ଏବଂ ଗୁଜରାଟରେ ଏ କ୍ଷେତ୍ରରେ ସର୍ବାଧିକ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଂଗ ଓ ତ୍ରିପୁରା ଏ କ୍ଷେତ୍ରରେ ତଳେ ରହିଛନ୍ତି ।
● ଯେଉଁ 5ଟି ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପରିଲକ୍ଷିତ ହୋଇଛି ସେ ଗୁଡିକ ହେଲା- ଜଳ, ଆବାସ,
ପରିଚ୍ଛନ୍ନତା, ଉତ୍ତମ ପରିବେଶ ଓ ଅନ୍ୟାନ୍ୟ କେତେକ ମୌଳିକ ସୁବିଧା ।
● ଏହି ସମୟ ମଧ୍ୟରେ ରାଜ୍ୟ-ରାଜ୍ୟ ଓ ଆନ୍ତଃରାଜ୍ୟ ବୈଷମ୍ୟ ହ୍ରାସ ପାଇଛି । ସହର ଓ ଗ୍ରାମାଞ୍ଚଳରେ ଥିବା ବୈଷମ୍ୟ ପଛୁଆ ରାଜ୍ୟଗୁଡିକ ମଧ୍ୟରେ ବଢିଛି ।
● ମୌଳିକ ସୁବିଧା ସୁଯୋଗ ଯୋଗାଣ ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନୁକୂଳ ପ୍ରଭାବ ପଡିଛି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଛି ।
● ଅତଏବ ଏ କ୍ଷେତ୍ରରେ ଯେଉଁ ବୈଷମ୍ୟ ରହିଛି ସେ ଗୁଡିକ ପାଇଁ କାମ କରିବାକୁ ପଡିବ । ଜଳ ଜୀବନ ମିଶନ, ଏସ୍‍ବିଏମ୍‍ଜି, ପିଏମ୍‍ଏୱାଇଜି ଆଦିକୁ ଉପଯୁକ୍ତଭାବେ ନୂଆ ରୂପ ଦେବାକୁ ପଡିବ ।
● ବିତ୍ତୀୟ ବିକାଶ
● ମାସିକ ଜିଏସ୍‍ଟି ସଂଗ୍ରହ କ୍ରମାଗତଭାବେ 3 ମାସ ପାଇଁ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ 2020 ଡିସେମ୍ବରରେ ରେକର୍ଡସ୍ତରରେ ପହଞ୍ଚିଥିଲା ।
● ଟିକସ ପ୍ରଶାସନରେ ସଂସ୍କାର ଫଳରେ ସଚ୍ଚୋଟ ଟିକସଦାତାଙ୍କ ସଂଖ୍ୟା ବଢିଛି ଏବଂ ସେମାନେ ପ୍ରୋତ୍ସାହିତ ହୋଇଛନ୍ତି ।
● ମହାମାରୀ ଭଳି ଆହ୍ୱାନମୂଳକ ସମୟରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଉଲ୍ଲେଖନୀୟ ସାହାଯ୍ୟ ସହଯୋଗ ଯୋଗାଇଛନ୍ତି।
● ବାହ୍ୟ କ୍ଷେତ୍ର
● କରୋନା ମହାମାରୀ ଯୋଗୁଁ ବିଶ୍ୱ ବାଣିଜ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଥଲା । ସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ସହ ବିଦେଶରୁ ପୁଞ୍ଜି ଆଣିବା ପ୍ରକ୍ରିୟା ଜଟିଳ ହୋଇପଡିଥିଲା । କରେଣ୍ଟ ଆକାଉଣ୍ଟରେ ଅର୍ଥ ହ୍ରାସ ଓ ବିଭିନ୍ନ ଦେଶର ମୁଦ୍ରା ମଧ୍ୟରେ ମୂଲ୍ୟଗତ ତଫାତ୍‍ ଯୋଗୁଁ ପରିସ୍ଥିତି ଜଟିଳ ଆକାର ଧାରଣ କରିଥିଲା ।
● ଏହା ସତ୍ତ୍ୱେ ଭାରତ ମହାମାରୀ ସମୟରେ ନିଜର ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣରେ ରଖିବାକୁ ଅନେକାଂଶରେ ସଫଳ ହୋଇଛି ।
● 2021 ଜାନୁୟାରୀ 8 ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ମହଜୁଦ ପରିମାଣ 586.1 ବିଲିୟନ ଡଲାର ଥିଲା; ଯାହା 18 ମାସର ଆମଦାନୀ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ।
● ଏବେ ଭାରତର କରେଣ୍ଟ ଆକାଉଣ୍ଟ ବଳକା ବେଶ୍‍ ଭଲ ଅଛି ଏବଂ ବିଦେଶରୁ ପୁଞ୍ଜି ପ୍ରବାହ ଉତ୍ତମ ରୂପେ ଚାଲିଛି ।

● ଏଫ୍‍ଡିଆଇ ଓ ପିଏଫ୍‍ଆଇ ନିବେଶ ଫଳରେ କ୍ୟାପିଟାଲ ଆକାଉଣ୍ଟର ଜମା ବଢୁଛି । ଏପ୍ରିଲ-ଅକ୍‍ଟୋବର 2020 ମଧ୍ୟରେ ଭାରତକୁ ମୋଟ 27.5 ବିଲିୟନ ଡଲାର ଏଫ୍‍ଡିଆଇ ଆସିଥିଲା । ପୂର୍ବବର୍ଷ ତୁଳନାରେ ଏହି 14.8 ଶତାଂଶ ଅଧିକ । ସେହିଭଳି ପୂର୍ବବର୍ଷ ତୁଳନାରେ 2020ରେ ଭାରତକୁ ନେଟ୍‍ ଏଫ୍‍ପିଆଇ ପରିମାଣ ଦୁଇଗୁଣରୁ ଅଧିକ ହୋଇଛି । 2019ରେ ଏହା 12.3 ବିଲିୟନ ଥିବାବେଳେ 2020 ଏପ୍ରିଲ-ଡିସେମ୍ବରରେ 28.5 ବିଲିୟନ ଡଲାର ହୋଇଥିଲା ।
● ଭାରତର ଏବେକାର କରେଣ୍ଟ ଆକାଉଣ୍ଟ ବଳକା ଜିଡିପିର 3.1 ଶତାଂଶ ବା 34.7 ବିଲିୟନ ଡଲାର ରହିଛି ।
● ଦେଶର ବାଣିଜ୍ୟ କାରବାର 2019-20ରେ କରୋନା ପ୍ରଭାବରୁ ହ୍ରାସ ପାଇଛି ।
● ତେବେ ଏହି ସମୟରେ ପେଟ୍ରୋଲିୟମ ଓ ଲୁବ୍ରିକାଣ୍ଟର ଆମଦାନୀ ହ୍ରାସ ପାଇଛି ।
● ଚୀନ ଓ ଆମେରିକା ସହିତ ଭାରତର ଯେଉଁ ବାଣିଜ୍ୟ କାରବାର ଥିଲା ସେ ସ୍ଥିତିରେ ଉନ୍ନତି ଘଟିଛି ଏବଂ ଭାରତର ଆମଦାନୀ ହ୍ରାସ ପାଇଛି ।
● ସୁନା ମୂଲ୍ୟ
● ମହାମାରୀ ସମୟରେ ଆର୍ଥିକ ଅସ୍ଥିରତାକୁ ଦେଖି ଲୋକେ ଅଧିକରୁ ଅଧିକ ପରିମାଣର ସୁନା କିଣିବାରୁ ଏହାର ମୂଲ୍ୟ ଯଥେଷ୍ଟ ବଢିଛି।
● ସେହିଭଳି ଏହି ସମୟରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି ।
● ସରକାର ଖାଦ୍ୟ ପଦାର୍ଥର ମୂଲ୍ୟ ସ୍ଥିର ରଖିବା ପାଇଁ ପିଆଜ ରପ୍ତାନୀକୁ ନିଷିଦ୍ଧ କରିଛନ୍ତି । ଏହାର ଷ୍ଟକ ସୀମା ନିର୍ଦ୍ଧାରଣ କରାଯାଇଛି ଓ ଡାଲି ଆମଦାନୀ କ୍ଷେତ୍ରରେ ଥିବା କଟକଣାକୁ କୋହଳ କରାଯାଇଛି ।
● କୃଷି ଓ ଖାଦ୍ୟ ପରିଚାଳନା
● 2019-20 ଆର୍ଥିକ ବର୍ଷରେ କରୋନା ମହାମାରୀର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ କୃଷି କ୍ଷେତ୍ର ସ୍ଥିତିସ୍ଥାପକ ଗୁଣ ପ୍ରଦର୍ଶନ କରିଛି । ସ୍ଥିର ମୂଲ୍ୟସୂଚୀ ଅନୁସାରେ 2020-21ରେ କୃଷିଷକ୍ଷତ୍ରର ଅଭିବୃଦ୍ଧି ହାର 3.4 ପ୍ରତିଶତ ହେବ ବୋଲି ହିସାବ କରାଯାଇଛି ।
● ଭାରତର ଜିଭିଏରେ କୃଷି ଓ ତତ୍‍ସଂଲଗ୍ନ କ୍ଷେତ୍ରର ଅବଦାନ ଥିଲା 17.8 ଶତାଂଶ ।
● ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ 5.5 କୋଟି ଚାଷୀଙ୍କୁ ବର୍ଷୱାରୀଭିତ୍ତିରେ ସାମିଲ କରାଯାଇଛି ଓ ସେମାନଙ୍କୁ 2021 ଜାନୁୟାରୀ 12 ସୁଦ୍ଧା 90 ହଜାର କୋଟି ଟଙ୍କାର ବୀମାରାଶି ଦିଆଯାଇଛି ।
● ବୀମାଭୁକ୍ତ ଚାଷୀଙ୍କୁ ଆଧାର ସଂଯୋଗ ବ୍ୟବସ୍ଥାରେ ତୁରନ୍ତ 8741.30 କୋଟି ଟଙ୍କାର ବୀମାରାଶି ମିଳିଛି ।
● ଲକ୍‍ଡାଉନ ସମୟରେ ଏହି ଅର୍ଥ ପ୍ରାୟ 70 ଲକ୍ଷ ଚାଷୀ ପାଇଛନ୍ତି ।
● ପିଏମ୍‍ କିଷାନ ଯୋଜନାରେ ଡିସେମ୍ବର 2020 ସୁଦ୍ଧା ସପ୍ତମ କିସ୍ତିରେ 9 କୋଟି ଚାଷୀଙ୍କୁ 18 ହଜାର କୋଟି ଟଙ୍କାର ସହାୟତା ସିଧାସଳଖ ଯୋଗାଇ ଦିଆଯାଇଛି; ଯାହା ସେମାନଙ୍କ ବ୍ୟାଙ୍କଖାତାରେ ଜମା ହୋଇଛି ।
● 2019-20 ଆର୍ଥିକ ବର୍ଷରେ ମାଛ ଉତ୍ପାଦନ 14.16 ନିୟୁତ ମେଟ୍ରିକ ଟନ ହୋଇ ସର୍ବକାଳୀନ ରେକର୍ଡ ସୃଷ୍ଟି କରାଯାଇଛି ।
● ଦେଶର ଜାତୀୟ ଅର୍ଥନୀତିକୁ ଏହି କ୍ଷେତ୍ରର ଅବଦାନ 2,12,915 କୋଟି ଟଙ୍କା ବା ଜିଭିଏର 1.24 ଶତାଂଶ ।
● ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମଧ୍ୟ ଏହି ବର୍ଷ 9.99 ଶତାଂଶ ବାର୍ଷିକ ଅଭିବୃଦ୍ଧି ହାର ହାସଲ କରିଛି ।
● ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ 80.96 କୋଟି ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଏନ୍‍ଏଫ୍‍ଏସଏର ଆବଶ୍ୟକତା ବାହାରେ 2020 ନଭେମ୍ବର ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଛି; ଯାହାର ମୂଲ୍ୟ 75 ହଜାର କୋଟି ଟଙ୍କା ।
● ଆତ୍ମନିର୍ଭର ଭାରତ ପ୍ୟାକେଜରେ 2020ର ମେ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ 8 କୋଟି ପ୍ରବାସୀ ଶ୍ରମିକଙ୍କୁ ମୁଣ୍ଡପିଛା 5 କେଜି ଲେଖାଏଁ ଖାଦ୍ୟଶସ୍ୟ ଅତିରିକ୍ତଭାବେ ମାଗଣାରେ ଯୋଗାଇ ଦିଆଯାଇଛି; ଯାହାର ମୂଲ୍ୟ 3109 କୋଟି ଟଙ୍କା ।
● ଶିଳ୍ପ ଓ ଭିତ୍ତିଭୂମି
● ନିମ୍ନଗାମୀ ହୋଇଥିବା ଅର୍ଥନୀତି ପୁଣି କ୍ରମଶଃ ଉତ୍‍ଥାନମୁଖୀ ହୋଇଛି ।

● ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଶିଳ୍ପ ଓ ଉଦ୍ୟୋଗ କ୍ଷେତ୍ରକୁ ଯେଉଁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି ତାହା ଦେଶର ଜିଡିପିର 15 ଶତାଂଶ ସହ ସମାନ ।
● ବେପାର ବଣିଜକୁ ସୁଗମ କରିବା ପାଇଁ ଭାରତର ପ୍ର୍ରୟାସ ସଫଳ ହୋଇଛି ।
● 2019ରେ ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ତାଲିକାରେ ଭାରତ 77ରୁ ଉପରକୁ ଉଠି 63ରେ ପହଞ୍ଚିଛି ।
● ସାମାଜିକ ଭିତ୍ତିଭୂମି, ନିଯୁକ୍ତି ଓ ମାନବ ବିକାଶ
● 2020-21ବର୍ଷରେ ସାମାଜିକ କ୍ଷେତ୍ରରେ ଭାରତର ବ୍ୟୟ ପୂର୍ବବର୍ଷ ତୁଳନାରେ ବଢିଛି । ଏଚ୍‍ଡିଆଇ 2019ର ତାଲିକାରେ ଭାରତର ସ୍ଥାନ 179ଟି ଦେଶ ମଧ୍ୟରେ 131ରେ ରହିଛି ।
● ଭାରତର ଜିଏନ୍‍ଆଇ ପର କେପିଟା; ଯାହା 2018ରେ 6427 ଡଲାର ଥିଲା 2019ରେ ତାହା 6681 ଡଲାରକୁ ବଢିଛି ।
● ଜନ୍ମ ସମୟରେ ଶିଶୁମାନଙ୍କର ଯେଉଁ ପରମାୟୁ ଆକଳନ କରାଯାଉଥିଲା ସେଥିରେ ଉନ୍ନତି ଘଟିଛି । 2018ରେ ଏହା 69.4 ଥିବାବେଳେ 2019ରେ ଏହା 69.7କୁ ବୃଦ୍ଧି ପାଇଛି ।
● ସେହିଭଳି ପାଠ ପଢିବା ଓ ପଢାଇବା କ୍ଷେତ୍ରରେ କମ୍ପ୍ୟୁଟର, ଲାପଟ୍ୟାପ ଓ ସ୍ମାର୍ଟଫୋନ ଆଦିର ବ୍ୟବହାର ବଢିଛି ଏବଂ ଡାଟା ନେଟୱାର୍କ ବୃଦ୍ଧି ପାଇଛି ।
● ଅଧିକାଂଶ ଲୋକଶକ୍ତି ନିୟମିତ ମଜୁରି ବା ବେତନରେ ଏହି ସମୟରେ ସହରାଞ୍ଚଳରେ କାମ କରୁଥିଲେ ।
● ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଏବଂ ଶ୍ରମ ଆଇନର ସଂଶୋଧନ କରି 4ଟି ଶ୍ରମ ସଂହିତା ମାଧ୍ୟମରେ ସରକାର ନିଯୁକ୍ତି ସୁଯୋଗ ବୃଦ୍ଧି କରିବାକୁ ଉଦ୍ୟମ କରୁଛନ୍ତି ।
● ମହିଳାମାନେ ଅଧିକାଂଶ ସମୟ ବିନା ରୋଜଗାରରେ ଘରେ କାମ କରୁଛନ୍ତି ଏବଂ ପରିବାରର ସେବା ଯତ୍ନରେ ସମୟ ବିତାଉଛନ୍ତି।
● ପୁରୁଷମାନଙ୍କ ତୁଳନାରେ ସେମାନେ ଅଧିକ ସମୟ ଏଥିପାଇଁ ଦେଉଛନ୍ତି ଏବଂ ସେଥିପାଇଁ ସେମାନଙ୍କୁ କୌଣସି ଅର୍ଥ ମିଳୁନାହିଁ ।
● କର୍ମସ୍ଥଳୀରେ ମହିଳା କର୍ମଚାରୀଙ୍କ ପ୍ରତି ଥିବା ବାଛବିଚାର ନୀତିର ଅବସାନ ଘଟାଇବାର ଆବଶ୍ୟକତା ରହିଛି । ପୁରୁଷ ସହକର୍ମୀଙ୍କ ସହ ସମାନ ବେତନ, ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ଏବଂ ସର୍ବୋପରି ନିରାପତ୍ତା ସେମାନଙ୍କୁ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ।
● ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବୃଦ୍ଧ, ବିଧବା ଓ ଅକ୍ଷମ ହିତାଧିକାରୀମାନଙ୍କୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ 1000 ଟଙ୍କା ଲେଖାଏଁ ଗତବର୍ଷ ମାସିକ ଯୋଗାଇ ଦିଆଯାଇଛି ।
● ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ 3 ମାସ ପାଇଁ 500 ଟଙ୍କା ଲେଖାଏଁ ସଂପୃକ୍ତ ହିତାଧିକାରୀମାନଙ୍କୁ ସରକାର ଯୋଗ।।ଇ ଦେଇଛନ୍ତି ଏବଂ ଏ ବାବଦରେ ମୋଟ 20.64 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
● ଏହି 3 ମାସ ମଧ୍ୟରେ 8 କୋଟି ପରିବାରକୁ ମାଗଣାରେ ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ଯୋଗାଇ ଦିଆଯାଇଛି ।
● ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ମଜୁରି ପରିମାଣକୁ ଏପ୍ରିଲ 2020 ପହିଲାରୁ 20 ଟଙ୍କା ଲେଖାଏଁ ବଢାଇ 202 ଟଙ୍କା କରାଯାଇଛି ।
● କୋଭିଡ୍‍ ବିରୋଧରେ ସଂଗ୍ରାମ
● ଲକ୍‍ଡାଉନ ଭଳି ପ୍ରାରମ୍ଭିକ ପଦକ୍ଷେପ, ସାମାଜିକ ଦୂରତା ରକ୍ଷା, ଯାତ୍ରା କଟକଣା, ହାତଧୁଆର ଅଭ୍ୟାସ ଓ ମାସ୍କର ବ୍ୟବହାର ଫଳରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା ।
● ଦେଶ ମଧ୍ୟ ଏ କ୍ଷେତ୍ରରେ ଅତ୍ୟାବଶ୍ୟକ ଔଷଧପତ୍ରରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ଥିଲା । ଖୁବ୍‍ କମ ସମୟରେ ଭାରତ ଔଷଧପତ୍ର, ହ୍ୟାଣ୍ଡ ସାନିଟାଇଜର, ମାସ୍କ, ପିପିଇ କିଟ୍ସ, ଭେଣ୍ଟିଲେଟର୍ସ ଆଦି କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହୋଇପାରିଲା । ଆବଶ୍ୟକତା ଅନୁସାରେ ଦେଶରେ କୋଭିଡ୍‍ ଟେଷ୍ଟିଂ ସେଣ୍ଟର ଓ କୋଭିଡ୍‍ ହସ୍‍ପିଟାଲ ସୃଷ୍ଟି କରିବାରେ ଦେଶ ସମର୍ଥ ହେଲା ।
● ବିଶ୍ୱର ସର୍ବବୃହତ୍‍ କୋଭିଡ୍‍ ଟିକାଦାନ କାର୍ଯ୍ୟକ୍ରମ 16 ଜାନୁୟାରୀ 2021ରୁ ଦେଶରେ ଆରମ୍ଭ ହୋଇଛି । ଏଥିରେ ଦେଶରେ ତିଆରି ଦୁଇଟି ଟିକା ପ୍ରଦାନ କରାଯାଉଛି ।

ଅର୍ଥନୈତିକ ସର୍ଭେକ୍ଷଣ 2020-21 : ସାରାଂଶ

ନୂଆଦିଲ୍ଲୀ, 2021-22 ଆର୍ଥିକ ବର୍ଷରେ ଭାରତର ବାସ୍ତବିକ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର 11 ପ୍ରତିଶତ ଏବଂ ସାଂକେତିକ ଜିଡିପି ଅଭିବୃଦ୍ଧି 15.4 ପ୍ରତିଶତ ରହିବ। ସ୍ୱାଧୀନତା ପରଠାରୁ ଏହା ରେକର୍ଡ ସର୍ବୋଚ୍ଚ ସ୍ତର । ବିଶାଳ ଟୀକାରକରଣ କାର୍ଯ୍ୟକ୍ରମ, ସେବା କ୍ଷେତ୍ରରେ ଉନ୍ନତି ଏବଂ ଉପଯୋଗ ତଥା ନିବେଶରେ ଦ୍ରୁତ ସୁଧାର ସମ୍ଭାବନା ଯୋଗୁ ଅର୍ଥବ୍ୟବସ୍ଥାରେ ଇଂରାଜୀ ଅକ୍ଷର ‘V’ ଆକୃତିରେ ଆର୍ଥିକ ସୁଧାର ଆସିପାରିଛି । କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ 2020-21 ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି ଯେ, କୋଭିଡ-19 ଟୀକାକରଣ ସଫଳ ହେବା ପରେ ଅର୍ଥନୈତିକ ଗତିବିଧି ସ୍ୱାଭାବିକ ହେବାରେ ଲାଗିଛି । ଅର୍ଥବ୍ୟବସ୍ଥାର ମୂଳଦୁଆ ସୁଦୃଢ଼ ରହିଛି। ଲକ୍‌ଡାଉନକୁ କ୍ରମାନ୍ବୟ ଭାବେ ଉଠାଇବା ସହିତ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଫଳରେ ମିଳୁଥିବା ସହାୟତା କାରଣରୁ ଅର୍ଥବ୍ୟବସ୍ଥା ଧୀରେ ଧୀରେ ସ୍ୱାଭାବିକତାର ସ୍ଥିତିକୁ ଫେରିବାରେ ଲାଗିଛି । 

ବର୍ତ୍ତମାନ ଅର୍ଥବ୍ୟବସ୍ଥା ସୁଧୁରିବା ରାସ୍ତାରେ ରହିଛି । 2019-20 ଆର୍ଥିକ ବର୍ଷର ବିକାଶ ହାର ତୁଳନାରେ ବାସ୍ତବିକ ଜିଡିପି ହାର 2.4 ପ୍ରତିଶତ ଅଭିବୃଦ୍ଧି ହାସଲ କରିବାର ଅର୍ଥ ଆସନ୍ତା ଦୁଇ ବର୍ଷରେ ଦେଶର ଅର୍ଥବ୍ୟବସ୍ଥା କରୋନା ମହାମାରୀ ଜନିତ କ୍ଷତିକୁ ଭରଣା କରିବା ସହିତ ପୂର୍ବାନୁମାନ ଠାରୁ ଆହୁରି ଅଧିକ ଉଚ୍ଚସ୍ତରକୁ ଯିବାର ସମ୍ଭାବନା ରହିଛି। ଆର୍ନ୍ତଜାତିକ ମୁଦ୍ରାପାଣ୍ଠିର ଆକଳନ ଅନୁସାରେ 2021-22 ବର୍ଷରେ ଭାରତର ବାସ୍ତବିକ ଜିଡିପି ଅଭିବୃଦ୍ଧି ହାର 11.5 ପ୍ରତିଶତ ରହିବାକୁ ଥିବା ବେଳେ 2022-23 ଆର୍ଥିକ ବର୍ଷରେ ଏହା 6.8 ପ୍ରତିଶତ ରହିବ। ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ମତ ଅନୁସାରେ ଆସନ୍ତା ଦୁଇବର୍ଷ ମଧ୍ୟରେ ଭାରତ ଦ୍ରୁତତମ ଅର୍ଥନୈତିକ ଅଭିବୃଦ୍ଧି ହାସଲକାରୀ ଦେଶରେ ପରିଣତ ହେବ । ଏହି ସର୍ବେକ୍ଷଣରେ କୁହାଯାଇଛି ଯେ, ଭାରତ ଚଳିତ ଶତାବ୍ଦୀରେ ସବୁଠୁ ବଡ଼ ସଙ୍କଟ ଦେଇ ଗତି କରିଥିଲେ ମଧ୍ୟ ଆର୍ଥିକ ନୀତି ପ୍ରଣୟନ କ୍ଷେତ୍ରରେ ଦୂରଦର୍ଶିତାପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। 

ଏଥିରୁ ଦୀର୍ଘକାଳୀନ ଲାଭ ମିଳିବା ସହିତ ଭାରତ ଠାରୁ ଅନ୍ୟ ରାଷ୍ଟ୍ରଗୁଡ଼ିକ ଶିକ୍ଷାଲାଭ କରିପାରିବେ। ଅର୍ଥନୀତି କ୍ଷେତ୍ରରେ ଭାରତ ଅଭିନବ ଚାରିଟି ସ୍ତମ୍ଭ ଆଧାରିତ ରଣନୀତି ଆପଣାଇଥିଲା। ଏହି ସ୍ତମ୍ଭଗୁଡ଼ିକ ହେଉଛି ନିୟନ୍ତ୍ରଣ, ରାଜକୋଷୀୟ, ଆର୍ଥିକ ଏବଂ ଦୀର୍ଘକାଳୀନ ଢାଞ୍ଚାଗତ ସୁଧାର। ଦେଶର ଉଦୀୟମାନ ଆର୍ଥିକ ପରିଦୃଶ୍ୟକୁ ଧ୍ୟାନରେ ରଖି ସୁବ୍ୟବସ୍ଥିତ ଢଙ୍ଗରେ ରାଜକୋଷୀୟ ଏବଂ ମୌଦ୍ରିକ ସହାୟତା ପ୍ରଦାନ କରାଗଲା। ଏଥିସହିତ ଏହି ସମୟରେ କ୍ରମିକ ଭାବେ ଅନଲକ ଜନିତ ସରକାରୀ ପଦକ୍ଷେପ ନିଆଗଲା। ଏଥିରେ ରାଜକୋଷ ଉପରେ ପଡ଼ିଥିବା ପ୍ରଭାବ ଏବଂ ନିରନ୍ତର ଋଣ ଯୋଗାଣ ଉପରେ ଜୋର ଦିଆଗଲା। ସର୍ବାଧିକ ଅସୁରକ୍ଷିତ ଲୋକମାନଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବା ତଥା ବିଭିନ୍ନ ବସ୍ତୁର ଉପଭୋଗ ଏବଂ ନିବେଶକୁ ପ୍ରୋତ୍ସାହନ ଦିଆଗଲା। ଅନୁକୂଳ ମୌଦ୍ରିକ ନୀତି ଫଳରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି ବା ନଗଦ ପ୍ରବାହ ସୁନିଶ୍ଚିତ ହେଲା

ସେହିପରି ମୌଦ୍ରିକ ନୀତିଗତ ପଦକ୍ଷେପର ଲାଭ ପ୍ରଦାନ କରିବା ସମୟରେ ଋଣଗ୍ରହିତାମାନଙ୍କୁ ଅସ୍ଥାୟୀ ମହଲତ ଜରିଆରେ ତତ୍କାଳ ରିହାତି ପ୍ରଦାନ କରାଯାଇଥିଲା। ସର୍ବେକ୍ଷଣରେ କୁହାଯାଇଛି ଯେ, ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) 2020-21 ଆର୍ଥିକ ବର୍ଷରେ ଆନୁମାନିକ 7.7 ପ୍ରତିଶତ ହ୍ରାସ ପାଇବ। ଏହି ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ 15.7 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ମାତ୍ର 0.1 ପ୍ରତିଶତ ହ୍ରାସ ପରଲକ୍ଷିତ ହୋଇଛି। କ୍ଷେତ୍ର ଆଧାରିତ ପ୍ରଭାବକୁ ଦେଖିଲେ କୃଷି କ୍ଷେତ୍ରରେ ସିଲ୍ଭର ଲାଇନ ଅଭିବୃଦ୍ଧି ପରଲକ୍ଷିତ ହୋଇଛି। ତେବେ କଣ୍ଟାକ୍ଟ ଆଧାରିତ ସେବା, ଉତ୍ପାଦନ, ନିର୍ମାଣ କ୍ଷେତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅବଶ୍ୟ ବର୍ତ୍ତମାନ ଏହି କ୍ଷେତ୍ରଗୁଡ଼ିକରେ ଧୀରେ ଧୀରେ ସୁଧାର ହେଉଥିବା ପରିଲକ୍ଷିତ ହେଉଛି। ସରକାରୀ ବ୍ୟୟ ଏବଂ ମୋଟ ରପ୍ତାନି ବୃଦ୍ଧି କାରଣରୁ ଅଭିବୃଦ୍ଧିରେ ଅଧିକ ହ୍ରାସକୁ ରୋକାଯାଇପାରିଛି।

ଯାହା ଆଶା କରାଯାଉଥିଲା, ଲକଡାଉନ କାରଣରୁ ପ୍ରଥମ ତ୍ରୈମାସରେ ଜିଡିପିରେ 23.9 ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଦ୍ୱିତୀୟ ତ୍ରୈମାସରେ ଏଥିରେ ସୁଧାର ଆସିବା ସହିତ ‘V’-ଆକୃତିର ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଏହି ତ୍ରୈମାସରେ ଜିଡିପି ହ୍ରାସ ହାର 7.5 ପ୍ରତିଶତରେ ପହଞ୍ଚିବା ସହିତ ଅର୍ଥବ୍ୟବସ୍ଥାର ସମସ୍ତ ସୂଚକାଙ୍କରେ ଉନ୍ନତ ସୁଧାର ପରିଲକ୍ଷିତ ହୋଇଥିଲା। ଜୁଲାଇ ପରଠାରୁ ସହନଶୀଳ v-ଆକୃତିର ସୁଧାର ଜାରି ରହିଛି, ଯାହାକି ପ୍ରଥମ ତ୍ରୈମାସରେ ବ୍ୟାପକ ହ୍ରାସ ପରେ ଦ୍ୱିତୀୟ ତ୍ରୈମାସରେ ଅପେକ୍ଷାକୃତ କମ ହ୍ରାସରୁ ପରିଲକ୍ଷିତ ହୋଇଛି। ଭାରତ ଉପରେ ମହାମାରୀର ପ୍ରକୋପ ପଡ଼ିଥିଲେ ହେଁ ଏହାର ପରବର୍ତ୍ତୀ ସମୟରେ ସୁଧାର ଆସିଥିବା ନେଇ ଅର୍ଥନୀତିର କେତେକ ଗୁରୁତ୍ବପୂର୍ଣ୍ଣ ସଙ୍କେତକଗୁଡ଼ିକରୁ ଜଣାପଡ଼ିଛି। ଉଦାହରଣ ସ୍ବରୂପ ଇ-ୱେ ବିଲ, ରେଳ ମାଲ ଭଡ଼ା, ଜିଏସଟି ସଂଗ୍ରହ ଏବଂ ବିଦ୍ୟୁତ ଉପଯୋଗ କେବଳ ମହାମାରୀ ପୂର୍ବବର୍ତ୍ତୀ ସ୍ତରକୁ ଛୁଇଁନାହିଁ ବରଂ ପୂର୍ବ ବର୍ଷ ତୁଳନାରେ ଅଧିକ ହୋଇଛି। ରାଜ୍ୟ ଭିତରେ ଏବଂ ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ଗମନାଗମନ ସୁବିଧା ପୁଣି ଥରେ ଚାଲୁ କରିବା ଏବଂ ମାସିକ ଜିଏସଟି ସଂଗ୍ରହ ରେକର୍ଡ ସ୍ତରରେ ପହଞ୍ଚିବା ଫଳରେ ଏହା ଜଣାପଡ଼ିଥାଏ ଯେ ଦେଶରେ ଔଦ୍ୟୋଗିକ ଏବଂ ବାଣିଜ୍ୟିକ ଗତିବିଧି ପୁଣିଥରେ ବ୍ୟାପକ ସ୍ତରରେ ଉନ୍ମୁକ୍ତ ହୋଇସାରିଛି।

ବାଣିଜ୍ୟିକ ପେପର ଜାରି କରାଯିବା ସଂଖ୍ୟାରେ ଦ୍ରୁତ ବୃଦ୍ଧି, ୟିଲ୍ଡ ହ୍ରାସ ପାଇବା ଏବଂ ଏମଏସଏମଇଗୁଡ଼ିକୁ ମିଳୁଥିବା ଋଣରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଛି। ଏହି କାରଣରୁ ଜଣାପଡ଼ିଛି ଯେ ବିଭିନ୍ନ ଉଦ୍ୟୋଗଗୁଡ଼ିକର ଅସ୍ତିତ୍ବ ବଜାୟ ରଖିବା ତଥା ବିକଶିତ କରିବା ଲାଗି ବ୍ୟାପକ ମାତ୍ରାରେ ଋଣ ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ସୁଧାର ଧାରାକୁ ଧ୍ୟାନରେ ରଖି ଅର୍ଥନୈତିକ ସର୍ବେକ୍ଷଣରେ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷ ସମୟରେ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଦୃଢ଼ତା ଦେଖିବାକୁ ମିଳିଛି। ଗ୍ରାମୀଣ କ୍ଷେତ୍ରରେ ବୃଦ୍ଧି ପାଉଥିବା ଚାହିଦା କାରଣରୁ ସାମଗ୍ରୀକ ଆର୍ଥିକ ଅଭିବୃଦ୍ଧିକୁ ଆବଶ୍ୟକ ସାହାରା ମିଳିପାରିଛି। 

ଏଥିସହିତ ଡିଜିଟାଲ କାରବାର ବୃଦ୍ଧି ପାଇବା ଉପଭୋଗ ସଂକ୍ରାନ୍ତ ଢାଞ୍ଚାଗତ ସୁଧାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସମୀକ୍ଷାରେ କୁହାଯାଇଛି ଯେ କୃଷି କ୍ଷେତ୍ର କାରଣରୁ 2020-21 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାକୁ କୋଭିଡ-19 ମହାମାରୀ କାରଣରୁ ହୋଇଥିବା ଗୁରୁତର କ୍ଷତିର ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ। କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ପ୍ରଥମ ତ୍ରୈମାସ ସହିତ ଦ୍ୱିତୀୟ ତ୍ରୈମାସରେ ମଧ୍ୟ 3.4 ପ୍ରତିଶତ ରହିଥିଲା। ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ବିଭିନ୍ନ ପ୍ରଗତିଶୀଳ ସୁଧାର ଜୀବନ୍ତ କୃଷି କ୍ଷେତ୍ରର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ଯାହାକି 2020-21 ଆର୍ଥିକ ବର୍ଷରେ ଭାରତର ବିକାଶ ଗାଥା ନିମନ୍ତେ ଏକ ଆଶାର କିରଣ ଭାବେ କାର୍ଯ୍ୟ କରିବ। ଏହି ଆର୍ଥିକ ବର୍ଷରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ v ଆକୃତିର ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଉତ୍ପାଦନ କ୍ଷେତ୍ର ପୁଣିଥରେ ଦ୍ରୁତଗତିରେ ବିକଶିତ ହେବା ଆରମ୍ଭ କରିଛି ଏବଂ ଶିଳ୍ପ ମୂଲ୍ୟ ସ୍ବାଭାବିକ ସ୍ଥିତିକୁ ଫେରିବା ଆରମ୍ଭ କରିଛି। ଭାରତର ସେବା କ୍ଷେତ୍ର ମହାମାରୀ ସମୟରେ ନିମ୍ନମୁଖୀ ହୋଇଥିଲେ ମଧ୍ୟ ପୁଣିଥରେ ଉନ୍ନତି ମାର୍ଗରେ ନିରନ୍ତର ଅଗ୍ରସର ହେଉଛି। ଡିସେମ୍ବରରେ ପିଏମଆଇ ସେବାର ଆଉଟପୁଟ ଏବଂ ନୂଆ କାରବାର ଲଗାତାର ତୃତୀୟ ମାସରେ ଅଭିବୃଦ୍ଧି ହାସଲ କରିଛି। ବିପତ୍ତି ସହ୍ୟ କରିବାର କ୍ଷମତା ଏବଂ ଋଣର ହ୍ରାସ ପାଉଥିବା ଚାହିଦା କାରଣରୁ 2020- 21 ଆର୍ଥିକ ବର୍ଷରେ ବ୍ୟାଙ୍କ ଋଣ ସ୍ତରରେ ଅବନତି ଦେଖାଦେଇଥିଲା। ତେବେ କୃଷି ଏବଂ ତତସଂକ୍ରାନ୍ତ ଗତିବିଧି ଲାଗି ଦିଆଯାଇଥିବା ଋଣ ଅକ୍ଟୋବର 20219ର 7.1 ପ୍ରତିଶତରୁ ବୃଦ୍ଧି ପାଇ ଅକ୍ଟୋବର 2020ରେ 7.4 ପ୍ରତିଶତରେ ପହଞ୍ଚିଯାଇଥିଲା। ଅକ୍ଟୋବର 2020ରେ ନିର୍ମାଣ, ବାଣିଜ୍ୟ ଏବଂ ଆତିଥ୍ୟ ଭଳି କ୍ଷେତ୍ରରେ ଋଣ ପ୍ରବାହରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ଉତ୍ପାଦନ କ୍ଷେତ୍ରରେ ବ୍ୟାଙ୍କ ଋଣ ପ୍ରବାହ କମ ରହିଥିଲା। ସେବା କ୍ଷେତ୍ରରେ ଋଣ ପ୍ରବାହ ଅକ୍ଟୋବର 2019ରେ 6.5 ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଅକ୍ଟୋବର 2020ରେ 9.5 ପ୍ରତିଶତରେ ପହଞ୍ଚିଛି।

ଖାଦ୍ୟସାମଗ୍ରୀଗୁଡ଼ିକ ମୂଲ୍ୟ ବୃଦ୍ଧି ପାଇବା କାରଣରୁ 2020 ବର୍ଷରେ ମୁଦ୍ରାସ୍ଫିତୀ ଉଚ୍ଚସ୍ତରରେ ରହିଥିଲା। ତେବେ ଡିସେମ୍ବର 2020ରେ ମୁଦ୍ରାସ୍ଫିତୀ ହାର ହ୍ରାସ ପାଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ହାର 4+/-2ର ସୀମା ମଧ୍ୟରେ 4.6 ପ୍ରତିଶତ ରହିଥିଲା। ନଭେମ୍ବରରେ ମୁଦ୍ରାସ୍ଫିତୀ 6.9 ପ୍ରତିଶତ ଥିବା ସମୟରେ ଡିସେମ୍ବରରେ ଏଥିରେ ସୁଧାର ଆସିଥିଲା। ଖାଦ୍ୟସାମଗ୍ରୀ ବିଶେଷ କରି ପନିପରିବା, ମୋଟା ଶସ୍ୟ ଏବଂ ପ୍ରୋଟିନଯୁକ୍ତ ଖାଦ୍ୟାସାମଗ୍ରୀର ମୂଲ୍ୟ ହ୍ରାସ ପାଇବା ଫଳରେ ବିଗତ ବର୍ଷ ତୁଳନାରେ ମୁଦ୍ରାସ୍ଫିତୀ ହାର ଅପେକ୍ଷାକୃତ କମ ରହିଥିଲା। ବାହ୍ୟ କ୍ଷେତ୍ରରୁ ମଧ୍ୟ ଭାରତର ଅଭିବୃଦ୍ଧିକୁ ଯଥେଷ୍ଟ ସହାୟତା ମିଳିପାରିଥିଲା। ଚଳନ୍ତି ଖାତାରେ ବଳକା ବର୍ଷର ପ୍ରଥମାର୍ଦ୍ଧ ସମୟରେ ଜିଡିପି ଅନୁପାତର 3.1 ପ୍ରତିଶତ ରହିଥିଲା। ସେବା ରପ୍ତାନିରେ ଉଲ୍ଲେଖନୀୟ ବୃଦ୍ଧି ଏବଂ କମ ଚାହିଦା କାରଣରୁ ଏପରି ପରିଣାମ ମିଳିଥିଲା। ଏହି କାରଣରୁ ରପ୍ତାନି (ବାଣିଜ୍ୟିକ ରପ୍ତାନିରେ 21.2 ପ୍ରତିଶତ ଅବନଗତି ସହିତ) ତୁଳନାରେ ଆମଦାନୀ (ବାଣିଜ୍ୟିକ ଆମଦାନୀରେ 39.7 ପ୍ରତିଶତ ଅବନତି ସହିତ)ରେ ଭାରୀ ହ୍ରାସ ପରିଲକ୍ଷିତ ହୋଇଥିଲା। ତେବେ ଏହା ଫଳରେ ଦେଶରେ ବିଦେଶୀ ମୂଦ୍ରା ଭଣ୍ଡାର ଏତେ ଅଧିକ ବୃଦ୍ଧି ପାଇଲା ଯେ ଏହାଦ୍ୱାରା 18 ମାସର ଆମଦାନୀକୁ କଭର କରାଯାଇପାରିବ।

ଜିଡିପି ଅନୁପାତରେ ବାହ୍ୟ ବା ବିଦେଶୀ ଋଣ ପରିମାଣ ମାର୍ଚ୍ଚ 2020ର ଶେଷରେ 20.6 ପ୍ରତିଶତରୁ ବୃଦ୍ଧି ପାଇ ସେପ୍ଟେମ୍ବର 2020 ଶେଷରେ 21.6 ପ୍ରତିଶତ ସ୍ତରରେ ପହଞ୍ଚିଯାଇଥିଲା। ତେବେ ବିଦେଶୀ ମୂଦ୍ରା ଭଣ୍ଡାର ଏବଂ ମୋଟ ଏବଂ ସ୍ବଳ୍ପକାଳୀନ ଋଣ (ମୂଳ ଏବଂ ଅବଶିଷ୍ଟ)ର ଅନୁପାତ ଉନ୍ନତ ହୋଇଯାଇଥିଲା। 2020-21 ଆର୍ଥିକ ବର୍ଷରେ ମଧ୍ୟ ଭାରତ ପସନ୍ଦଯୋଗ୍ୟ ନିବେଶ ଲକ୍ଷ୍ୟସ୍ଥଳୀ ହୋଇ ରହିଥିଲା। ବିଶ୍ବସ୍ତରୀୟ ନିବେଶକୁ ଶେୟାର କ୍ଷେତ୍ରରେ ବିନିଯୋଗ କରିବା ଏବଂ ଉଦୀୟମାନ ଅର୍ଥବ୍ୟବସ୍ଥାରେ ଦେଖା ଦେଇଥିବା ଦ୍ରୁତ ସୁଧାର କାରଣରୁ ଏହା ସମ୍ଭବ ହୋଇପାରିଥିଲା। ଦେଶରେ ନିଟ୍ ଏଫପିଆଇ ପ୍ରବାହ ନଭେମ୍ବର 2020ରେ 9.8 ବିଲିୟନ ଡଲାରର ସର୍ବକାଳୀନ ମାସିକ ଉଚ୍ଚତମ ସ୍ତରରେ ପହଞ୍ଚିଯାଇଥିଲା। ନିବେଶକମାନଙ୍କ ମଧ୍ୟରେ ପୁଣିଥରେ ରିସ୍କ ନେବାର ପ୍ରବୃତ୍ତି ବୃଦ୍ଧି ପାଇବା, ବିଶ୍ବସ୍ତରରେ ମୂଦ୍ରା ନୀତି କୋହଳ କରାଯିବା ଏବଂ ଘୋଷିତ ରାଜକୋଷୀୟ ପ୍ରୋତ୍ସାହନ ପ୍ୟାକେଜକୁ ଦୃଷ୍ଟିରେ ରଖି ଅନୁକୂଳ ପରିଣାମ ହାସଲ କରିବା ଉପରେ ବିଶେଷ ଗୁରୁତ୍ବାରୋପ କରାଯିବା ତଥା ଆମେରିକୀୟ ଡଲାର ଦୁର୍ବଳ ହେବା କାରଣରୁ ଏହା ସମ୍ଭବ ହୋଇପାରିଥିଲା। 2020ରେ ବିଭିନ୍ନ ଉଦୀୟମାନ ବଜାରଗୁଡ଼ିକ ମଧ୍ୟରେ ଭାରତ ଏକମାତ୍ର ଏପରି ଦେଶ ଥିଲା ଯେଉଁଠି ଇକ୍ୟୁଟି ଏବଂ ଏଫଆଇଆଇର ପ୍ରବାହ ଉଲ୍ଲେଖନୀୟ ହୋଇପାରିଥିଲା।

ଦ୍ରୁତ ଗତିରେ ସେନସେକ୍ସ ଏବଂ ନିଫ୍ଟି ବୃଦ୍ଧି ପାଇବା ଫଳରେ ଭାରତରେ ବଜାର ପୁଞ୍ଜୀକରଣ ଏବଂ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ଅକ୍ଟୋବର 2010 ପରେ ପ୍ରଥମ ଥର 100 ପ୍ରତିଶତ ସ୍ତରକୁ ଟପି ଯାଇଥିଲା। ତେବେ ଏଥିଯୋଗୁ ଆର୍ଥିକ ବଜାର ଏବଂ ବାସ୍ତବିକ କ୍ଷେତ୍ରରେ କୌଣସି ସାମଞ୍ଜସ୍ୟ ନରହିବା କାରଣରୁ ଚିନ୍ତା ବ୍ୟକ୍ତ କରାଯାଇଥିଲା। ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ରପ୍ତାନିରେ 5.8 ପ୍ରତିଶତ ଏବଂ ଆମଦାନୀରେ 11.3 ପ୍ରତିଶତ ହ୍ରାସ ଦେଖାଦେବାର ସମ୍ଭାବନା ରହିଛି। ଭାରତରେ ଚଳନ୍ତି ଖାତା ବଳକା 2021 ଆର୍ଥିକ ବର୍ଷରେ ଜିଡିପିର 2 ପ୍ରତିଶତ ରହିବାର ସମ୍ଭାବନା ରହିଛି ଯାହାକି 17 ପରେ ଐତିହାସିକ ସର୍ବୋଚ୍ଚ ସ୍ତର। ଯୋଗାଣ ସହ ଜଡ଼ିତ ସ୍ଥିତିକୁ ଦେଖିଲେ ମୋଟ ମୂଲ୍ୟ ବର୍ଦ୍ଧିତ (ଜିଭିଏ)ରେ ବୃଦ୍ଧି ହାର 2020-21 ଆର୍ଥିକ ବର୍ଷରେ ବିଯୁକ୍ତ 7.2 ପ୍ରତିଶତ ରହିବାର ସମ୍ଭାବନା ରହିଛି। 2019- 20 ଆର୍ଥିକ ବର୍ଷରେ ଏହା 3.9 ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିଲା। କୋଭିଡ-19 ମହାମାରୀ କାରଣରୁ 2020-21 ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ପହଞ୍ଚିଥିବା କ୍ଷତିର ପ୍ରଭାବ କୃଷି କ୍ଷେତ୍ର କାରଣରୁ କମ ରହିବାର ସମ୍ଭାବନା ରହିଛି।

କାରଣ ଏହି କ୍ଷେତ୍ରରେ ବୃଦ୍ଧି ହାର 3.4 ପ୍ରତିଶତ ରହିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଏହି ଆର୍ଥିକ ବର୍ଷ ସମୟରେ ଉଦ୍ୟୋଗ ଏବଂ ସେବା କ୍ଷେତ୍ରରେ ବୃଦ୍ଧି ହାର ଯଥାକ୍ରମେ ବିଯୁକ୍ତ 9.6 ପ୍ରତିଶତ ଓ ବିଯୁକ୍ତ 8.8 ପ୍ରତିଶତ ରହିବାର ସମ୍ଭାବନା ରହିଛି। ଅର୍ଥନୈତିକ ସର୍ବେକ୍ଷଣରେ ଏଥିପ୍ରତି ରେଖାଙ୍କିତ କରାଯାଇଛି ଯେ 2020 ଆର୍ଥିକ ବର୍ଷ ସମୟରେ ଗୋଟିଏ ପଟେ କୋଭିଡ-19 ମହାମାରୀ ବ୍ୟାପକ ପ୍ରଭାବ ଛାଇ ରହିବା ସହିତ ବିଶ୍ବସ୍ତରରେ ଆର୍ଥିକ ମାନ୍ଦାବସ୍ଥା ବୃଦ୍ଧି ପାଇବାର ଆଶଙ୍କା ରହିଛି। ବିଶ୍ବ ଆର୍ଥିକ ସଙ୍କଟ ପରେ ଏହା ସର୍ବାଧିକ ଗମ୍ଭୀର ସ୍ଥିତି ବୋଲି କୁହାଯାଉଛି। ଲକଡାଉନ ଏବଂ ସାମାଜିକ ଦୂରତା ସହ ଜଡ଼ିତ ବିଭିନ୍ନ ମାନକଗୁଡ଼ିକ କାରଣରୁ ପୂର୍ବରୁ ମାନ୍ଦାସ୍ଥିତିରେ ଥିବା ବିଶ୍ବ ଅର୍ଥବ୍ୟବସ୍ଥା ଆହୁରି ଅଧିକ ମାନ୍ଦାବସ୍ଥା ମଧ୍ୟକୁ ଚାଲିଯାଇଛି। 2020 ବର୍ଷରେ ବିଶ୍ବସ୍ତରୀୟ ଆର୍ଥିକ ଉତ୍ପାଦନରେ 3.5 ପ୍ରତିଶତ ହ୍ରାସ ଦେଖାଦେବାର ଆଶଙ୍କା ରହିଥିବା ଆଇଏମଏଫ ପକ୍ଷରୁ ଜାନୁଆରୀ 2021ରେ କରାଯାଇଥିବା ପୂର୍ବାନୁମାନରେ ଦର୍ଶାଯାଇଛି। 

ଏହା ସମ୍ପୂର୍ଣ୍ଣ ଶତାବ୍ଦୀରେ ସର୍ବାଧିକ ହ୍ରାସ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶର ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଜ ନିଜର ଅର୍ଥବ୍ୟବସ୍ଥାକୁ ଆବଶ୍ୟକ ସହାୟତା ଦେବା ଲାଗି ଅନେକ ନୀତିଗତ ଉପାୟ ଅବଲମ୍ବନ କରିଛନ୍ତି; ଯେପରିକି ଗୁରୁତ୍ବପୂର୍ଣ୍ଣ ନୀତିଗତ ହାରରେ ହ୍ରାସ କରାଯାଇଛି, ଅଧିକ ସଂଖ୍ୟାରେ ଉଦାରୀକରଣ ଉପାୟ, ଋଣ ଉପରେ ଗ୍ୟାରେଣ୍ଟି, ନଗଦ ଅର୍ଥ ହସ୍ତାନ୍ତର ଏବଂ ରାଜକୋଷ ସଂକ୍ରାନ୍ତ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରାଯାଇଛି। ଭାରତ ସରକାର ମହାମାରୀ କାରଣରୁ ଉତ୍ପନ୍ନ ହୋଇଥିବା ବିଭିନ୍ନ ପ୍ରକାରର ପ୍ରତିକୂଳ ପ୍ରଭାବଗୁଡ଼ିକୁ ଚିହ୍ନଟ କରିପାରିଛନ୍ତି। ଅଧିକ ଜନସଂଖ୍ୟା, ଜନସଂଖ୍ୟାର ଅଧିକ ଘନତ୍ବ ଏବଂ ଅପେକ୍ଷାକୃତ କମ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମୌଳିକ ଭିତ୍ତିଭୂମିକୁ ଧ୍ୟାନରେ ରଖି ଭାରତ ସମ୍ପର୍କରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ନିରାଶାଜନକ ବିକାଶ ପୂର୍ବାନୁମାନ କରିଥିଲେ। ଏହା ସତ୍ତ୍ବେ ସରକାର ନିଜ ଦେଶ ପାଇଁ ଅଭିନବ ବିକାଶ ମାର୍ଗରେ ଚାଲିବା ସୁନିଶ୍ଚିତ କରିଛନ୍ତି।

ଦେଶରେ ମହାମାରୀର ପ୍ରକୋପ ଆରମ୍ଭ ହେବା ସମୟରେ (ଯେତେବେଳେ ଭାରତରେ ମାତ୍ର 100 ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା) ଯେପରି ଭାବେ କଡ଼ାକଡ଼ି ଲକଡାଉନ ଲାଗୁ କରାଯାଇଥିଲା ତାହା ଦର୍ଶାଉଛି ଯେ କୋଭିଡ-19 ମୁକାବିଲା କ୍ଷେତ୍ରରେ ଭାରତ ପଦକ୍ଷେପ କେତେ ଅଭିନବ ଥିଲା। ପ୍ରଥମତଃ ମହାମାରୀ ବିଜ୍ଞାନ ଏବଂ ଆର୍ଥିକ ଗବେଷଣା ଉଭୟରୁ ପ୍ରାପ୍ତ ନିଷ୍କର୍ଷକୁ ଧ୍ୟାନରେ ରଖି ନୀତିଗତ ଉପାୟ ଅବଲମ୍ବନ କରାଯାଇଥିଲା। ବିଶେଷ କରି ମହାମାରୀ ବ୍ୟାପିବାକୁ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସରକାରୀ ନୀତି ଅନ୍ତର୍ଗତ ହ୍ୟାନସନ ଓ ସର୍ଜଣ୍ଟେଙ୍କ ନୋବେଲ ପୁରସ୍କାର ପ୍ରାପ୍ତ ଗବେଷଣା (2001)କୁ ଲାଗୁ କରାଯାଇଥିଲା। ଯାହାର ଅନ୍ତର୍ଗତ ଏପରି ନୀତି ଗ୍ରହଣ କରିବା ନିମନ୍ତେ ସୁପାରିସ କରାଗଲା ଯାହାଫଳରେ ଅତ୍ୟନ୍ତ ବିଷମ ପରିସ୍ଥିତିରେ ମଧ୍ୟ କମରୁ କମ ଲୋକମାନଙ୍କର ମୃତ୍ୟୁ ଘଟିବ। ଅପ୍ରତ୍ୟାଶିତ ମହାମାରୀକୁ ଧ୍ୟାନରେ ରଖି ମୃତ୍ୟୁସଂଖ୍ୟା ସର୍ବନିମ୍ନ ସ୍ତରରେ ରଖିବା ଓ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ଜୋର ଦିଆଗଲା। 

ଏହାବ୍ୟତୀତ ମହାମାରୀ ବିଜ୍ଞାନ ସଂକ୍ରାନ୍ତ ଗବେଷଣା ଆଧାରିତ ପଦକ୍ଷେପ, ବିଶେଷ କରି ଅତ୍ୟଧିକ ଜନସଂଖ୍ୟା ଘନତ୍ବ କାରଣରୁ ସାମାଜିକ ଦୂରତା ନିୟମ ପାଳନ କରିବା କଠିନ ହୋଇଥିଲେ ମଧ୍ୟ ଦେଶରେ କଡ଼ାକଡ଼ି ଲକଡାଉନ ଲାଗୁ କରିବା ଉପରେ ଜୋର ଦିଆଗଲା। ଲୋକମାନଙ୍କ ଜୀବନ ବଞ୍ଚାଇବା ଉପରେ ଜୋର ଦେଇ ଭାରତ ନୀତିଗତ ମାନବୀୟ ଉପାୟ ଅବଲମ୍ବନ କରିଥିଲା। ଏଥିଯୋଗୁ ପ୍ରାରମ୍ଭିକ ସ୍ଥିତିରେ ଲୋକମାନଙ୍କୁ ସାମାନ୍ୟ କଷ୍ଟ ସହିବାକୁ ପଡ଼ିଥିଲେ ମଧ୍ୟ ସେମାନଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ଓ ଆର୍ଥିକ ବିକାଶର ଗତିକୁ ଦ୍ରୁତ କରି ଦୀର୍ଘକାଳୀନ ଲାଭ ପାଇବା ଉଦ୍ଦେଶ୍ୟରେ ଏପରି କରାଯାଇଥିଲା। ଦୀର୍ଘକାଳୀନ ଲାଭ ପାଇଁ ଅଳ୍ପ ସମୟ ପାଇଁ କଷ୍ଟ ଉଠାଇବା ନିମନ୍ତେ ସବୁବେଳେ ପ୍ରସ୍ତୁତ ଥିବା ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସାହସିକ ଉପାୟ କାରଣରୁ ହିଁ ଅନେକ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରିଲା। ଏଥିସହିତ v ଆକୃତିର ଆର୍ଥିକ ବିକାଶ ହାର ହାସଲ ମଧ୍ୟ ହେଲା।

ଦ୍ୱିତୀୟତଃ, ଭାରତ ପୂର୍ବରୁ ଖୁବ ଭଲ ଭାବେ ବୁଝି ନେଇଥିଲା ଯେ ମହାମାରୀ କାରଣରୁ ଦେଶର ଅର୍ଥବ୍ୟବସ୍ଥାରେ ସାମଗ୍ରୀ ଯୋଗାଣ ଏବଂ ଚାହିଦା ଉଭୟ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି। ଏହାକୁ ଧ୍ୟାନରେ ରଖି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଗଲା, ଯାହାଫଳରେ ଲକଡାଉନ କାରଣରୁ ବସ୍ତୁଗୁଡ଼ିକର ଯୋଗାଣରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ବ୍ୟବଧାନ ସୃଷ୍ଟି ହେବନାହିଁ। ଏହି ଦୃଷ୍ଟିରୁ ମଧ୍ୟ ଭାରତର ଏହି ପଦକ୍ଷେପ ସମସ୍ତ ପ୍ରମୁଖ ଦେଶଗୁଡ଼ିକ ତୁଳନାରେ ଅଭିନବ ସାବ୍ୟସ୍ତ ହେଲା। ସାମଗ୍ରୀଗୁଡ଼ିକର ଚାହିଦା ବୃଦ୍ଧି କରିବା ପାଇଁ ନୀତି ଅନ୍ତର୍ଗତ ଏକ ଅଭିନବ ପଦକ୍ଷେପ ନିଆଗଲା। ବିଭିନ୍ନ ସାମଗ୍ରୀ, ବିଶେଷ କରି ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ମୋଟ ଚାହିଦା ପରିବର୍ତ୍ତେ ସଞ୍ଚୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଉପରେ ଜୋର ଦିଆଗଲା, ଯାହାକି ଅନିଶ୍ଚିତତା ସ୍ଥିତିରେ ଅଧିକ ବୃଦ୍ଧି ପାଇଥାଏ। 

ତେଣୁ ମହାମାରୀର ପ୍ରାରମ୍ଭିକ ମାସଗୁଡ଼ିକରେ ଯେତେବେଳେ ଅଧିକ ଅନିଶ୍ଚିତତା ଏବଂ ଲକଡାଉନ କାରଣରୁ ଆର୍ଥିକ କଟକଣା ଲାଗୁ ହୋଇଥିଲା, ସେତେବେଳେ ଭାରତରେ ଅନାବଶ୍ୟକ ସାମଗ୍ରୀର ଉପଭୋଗ ଉପରେ ବହୁମୂଲ୍ୟ ରାଜକୋଷ ସମ୍ବଳକୁ ଅପଚୟ କରାଗଲା ନାହିଁ। ଏହା ପରିବର୍ତ୍ତେ ନୀତିରେ ସମସ୍ତ ଆବଶ୍ୟକ ସାମଗ୍ରୀକୁ ସୁନିଶ୍ଚିତ କରିବା ଉପରେ ଜୋର ଦିଆଗଲା। ଫଳରେ ସମାଜର ଦୁର୍ବଳ ବର୍ଗଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରିତ କରିବା ଏବଂ 80.96 କୋଟି ହିତାଧିକାରୀମାନଙ୍କୁ ବିଶ୍ବର ସବୁଠୁ ବଡ଼ ଖାଦ୍ୟ ସବସିଡି କାର୍ଯ୍ୟକ୍ରମ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସମ୍ଭବ ହୋଇପାରିଲା। ଭାରତ ସରକାର ସଙ୍କଟଗ୍ରସ୍ତ କ୍ଷେତ୍ରକୁ ଆବଶ୍ୟକ ରିହାତି ପ୍ରଦାନ କରିବା ଲାଗି ଜରୁରିକାଳୀନ ଋଣ ଗ୍ୟାରେଣ୍ଟି ଯୋଜନା ମଧ୍ୟ ଆରମ୍ଭ କଲେ। ଯାହାଫଳରେ ବିଭିନ୍ନ କମ୍ପାନୀଗୁଡ଼ିକୁ ନିଜ ସଂସ୍ଥାରେ କର୍ମଚାରୀଙ୍କ ପାଇଁ ରୋଜଗାର ଉପଲବ୍ଧ କରାଇବା ଏବଂ ନିଜ ଦେୟତା ପରିଶୋଧ କରିବାରେ ସହାୟତା ମିଳିପାରିଲା।

‘ଅନଲକ’ ପର୍ଯ୍ୟାୟରେ ଅନିଶ୍ଚିତତାର ସହିତ ସଞ୍ଚୟ କରିବାର ଆବଶ୍ୟକତା ହ୍ରାସ ପାଇଲା ଏବଂ ଆର୍ଥିକ ଗତିବିଧି ବୃଦ୍ଧି ପାଇଲା। ଠିକ ଏହି ସମୟରେ ଭାରତ ସରକାର ନିଜର ରାଜକୋଷ ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି କଲେ। ଅନୁକୂଳ ମୂଦ୍ରା ନୀତିରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି ବା ନଗଦ ପ୍ରବାହ ସୁନିଶ୍ଚିତ କଲେ। ମୂଦ୍ରାନୀତିର ଲାଭ ଲୋକମାନଙ୍କୁ ଦେବା ଲାଗି ଅସ୍ଥାୟୀ ମହଲତ ପ୍ରଦାନ କରିବା ଜରିଆରେ ଋଣଦାତାଙ୍କୁ ତତ୍କାଳ ପ୍ରୋତ୍ସାହନ ପ୍ରଦାନ କରାଗଲା। 2020 ବର୍ଷରେ ନୋଭେଲ କରୋନା ଭାଇରସ-19ର ବ୍ୟାପକ ଭୟାବହତା ସାରା ଦୁନିଆରେ ଛାଇ ରହିଥିଲା ଯାହାଫଳରେ ଲୋକମାନଙ୍କର ଗମନାଗମନ, ସୁରକ୍ଷା ଏବଂ ସାଧାରଣ ଜୀବନଯାତ୍ରା ସବୁକିଛି ବିପଦରେ ପଡ଼ିଯାଇଥିଲା। ଏହି କାରଣରୁ ଭାରତ ସମେତ ସାରା ଦୁନିଆ ସମ୍ପୂର୍ଣ୍ଣ ଶତାବ୍ଦୀର ସବୁଠୁ କଠିନ ଆର୍ଥିକ ବିପଦର ସାମ୍ନା କରିବାକୁ ବାଧ୍ୟ ହୋଇଥିଲା। 

ଏହି ମହାମାରୀର କୌଣସି ଚିକିତ୍ସା କିମ୍ବା ଟୀକା ନଥିବା କାରରୁ ଏହି ବ୍ୟାପକ ସଙ୍କଟର ମୁକାବିଲା କରିବାର ରଣନୀତି ସରକାରଙ୍କ ସାର୍ବଜନୀନ ସ୍ବାସ୍ଥ୍ୟ ନୀତି ଉପରେ କେନ୍ଦ୍ରିତ ହେଲା। ଗୋଟିଏ ପଟେ ମହାମାରୀର ବୃଦ୍ଧି ପାଉଥିବା ପ୍ରକୋପକୁ ନିୟନ୍ତ୍ରଣରେ ରଖିବାର ଜରୁରି ଆବଶ୍ୟକତା ଅନୁଭୂତ ହେଉଥିବା ବେଳେ ବିଭିନ୍ନ ଆର୍ଥିକ ଗତିବିଧି ଉପରେ ଲାଗୁ ହୋଇଥିବା କଟକଣା ଫଳରେ ଉତ୍ପନ୍ନ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଲୋକମାନଙ୍କର ଜୀବିକା ସଙ୍କଟରେ ପଡ଼ିଯାଇଥିଲା। ପରସ୍ପର ସହ ଯୋଡ଼ି ହୋଇ ରହିଥିବା ଏହି ସମସ୍ୟା କାରଣରୁ ‘ଜୀବନ ଓ ଜୀବିକା’ର ସୁରକ୍ଷା ସଂକ୍ରାନ୍ତ ଦ୍ବନ୍ଦ୍ବ ଉତ୍ପନ୍ନ ହେଲା।

ମହାତ୍ମା ଗାନ୍ଧୀଙ୍କ ୭୩ତମ ମହାପ୍ରୟାଣ ଦିବସରେ ସମାଜବାଦୀ ପାର୍ଟିର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ‘ ସ୍ଵରାଜ’ର ସ୍ବପ୍ନ ଥିଲା ଗାଁ ସମୃଦ୍ଧ ହେବ, ଗରିବ ଲୋକ ଗସ୍ତେ ଖାଇବାକୁ ଖଣ୍ଡେ ପିନ୍ଧିବାକୁ ପାଇବ ତା ପିଲା ଉପଯୁକ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ପାଇପାରିବେ, ଶାସନକଳ ତା' ପାଖରେ ପହଞ୍ଚିବ । ଗାନ୍ଧୀଙ୍କ ଭାଷାରେ ଭାରତ ବର୍ଷରେ ଗାଁରେ ବଞ୍ଚିଛି, ତେଣୁ ଗାଁର ଉନ୍ନତି ହିଁ ଦେଶର ଉନ୍ନତି, ଗାଁର ସମୃଦ୍ଧି ହିଁ ଦେଶର ସମୃଦ୍ଧି । କିନ୍ତୁ ଦୁଃଖର କଥା ତାଙ୍କ ମୃତ୍ୟୁର ୭୩ବର୍ଷ ପରେ ମଧ୍ୟ ଆଜି ଆମ ଗାଁ ଗୁଡ଼ିକରେ ମୌଳିକ ସୁବିଧା ନାହିଁ । ପ୍ରଶାସନ ଓ ସେବା ସାଧାରଣ ଲୋକ ପାଖରେ ପହଞ୍ଚିପାରିନାହିଁ । ଏହା ଗତ କିଛିଦିନ ତଳେ ଅକ୍ସଫାମ୍ ଦ୍ଵାରା ପ୍ରକାଶିତ ରିପୋର୍ଟରେ ପ୍ରତିଫଳିତ ହେବା ସହିତ ଗତକାଲି ସଂସଦରେ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ଵାରା ଉପସ୍ଥାପିତ ୨୦୨୦-୨୧ ଆର୍ଥିକ ସର୍ବେକ୍ଷଣରେ ମଧ୍ୟ ପ୍ରକାଶିତ ହୋଇଛି । 

ବାସଗୃହ, ପିଇବା ପାଣି, ପରିମଳ ବ୍ୟବସ୍ଥା, ବିଜୁଳି ସେବା ଓ ଧୂଆଁମୁକ୍ତ ଜାଳେଣି ବ୍ୟବହାରରେ ଏବେବି ଆମ ରାଜ୍ୟ ଓଡ଼ିଶା ସମତେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ତ୍ରିପୁରା ଭଳି ରାଜ୍ୟମାନେ ବହୁ ପଛରେ ପଡ଼ିଛନ୍ତି । ଗୋଟାଏ ଦିଗରେ ଆମେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଯେ, ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ, ଏହାକୁ ପ୍ରତିଫଳିତ କରୁଛି । ତେଣୁ ଆର୍ଥିକ ସର୍ବେକ୍ଷଣ ରିପୋର୍ଟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସିବନିମ୍ନ ମୌଳିକ ସେବା କିଭଳି ସାଧାରଣ ଲୋକପାଇଁ ଉପଲବ୍ଧ ହେବ, ସେ ଦିଗରେ ଯତ୍ନବାନ ହେଲେ ତାହାହିଁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଥାନୀୟ ଜନତା ମଇଦାନରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । 

ଗାନ୍ଧିଜୀଙ୍କ ସ୍ୱପ୍ନର ‘ସ୍ବରାଜ’ ସେହିଦିନ ଆସିବ, ଯେଉଁଦିନ ଜଣେ ନାରୀ ଏକାକିନୀ । ଏ ଦେଶର ରାଜରାସ୍ତାରେ ମଧ୍ୟରାତ୍ରିରେ ନିର୍ଭୟରେ ଚାଲିଯାଇପାରିବ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ଯୁବନେତା ସୁବ୍ରତ ଲେଙ୍କା, ଜୟନ୍ତ ସ୍ବାଇଁ, ହୃଷିକେଶ ଷଡ଼ଙ୍ଗୀ, ଦେବାଶିଷ ମହାପାତ୍ର, ଛାତ୍ରନେତା ଓପ୍ରକାଶ ଦାସ, ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଶିଶୁ ଯୌନ ନିର୍ଯାତନା ନିରୋଧ ପାଇଁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର, ଶିଶୁଙ୍କ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର, ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଶିଶୁଙ୍କୁ ଶୋଷଣ ଓ କଷଣରୁ ରକ୍ଷା କରିବା ପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଶିଶୁ ସୁରକ୍ଷା କମିଟିଗୁଡ଼ିକୁ ମଜଭୁତ କରାଯିବାର ଆବେଶ୍ୟକତା ରହିଛି । ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ଏଠାରେ ଏକାଧିକ ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ପ୍ରୟାସରେ ଆୟୋଜିତ ରାଜ୍ୟ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।

ପିପୁଲ୍ସ କଲଚରାଲ ସେଣ୍ଟର(ପିକକ) ଏବଂ ନ୍ୟାସନାଲ ଆକ୍ସନ ଆଣ୍ଡ କୋର୍ଡ଼ିନେସନ ଗ୍ରୁପ ଫର ଏଣ୍ଡିଂ ଭାଇଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ୍‍, ଭାରତ, ଡ଼ବ୍ଲୁଭିଆଇ, ବିଏମଜେଡ଼, ଏନଏସିଜି ଓଡ଼ିଶା ଚାପ୍ଟର , ଓଏଲଏସ ଆଦି ସଙ୍ଗଠନର ମିଳିତ ସହଯୋଗରେ ‘ଶିଶୁ ଯୌନ ନିର୍ଯାତନା ନିରୋଧ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସମାଜରେ ବଢ଼ୁଥିବା ଶିଶୁ ନିର୍ଯାତନା ଘଟଣା ନେଇ ଉଦ୍‍ବେଗ ପ୍ରକାଶ କରିଥିଲେ । ସେ କହିଥିଲେ, ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରାୟ ୯୨ ପ୍ରତିଶତ ସେମାନଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଘଟୁଛି ବୋଲି ଜାତୀୟ ସ୍ତରର ରିପୋର୍ଟରେ ପ୍ରକାଶିତ ତଥ୍ୟ ଏବଂ ଲକଡାଉନର ୩ମାସ ଭିତରେ ଶିଶୁଙ୍କ ପ୍ରତି ନିର୍ଯାତନା ନେଇ ୯୨,୦୦୦ମାମଲା ଚାଇଲ୍ଡ ଲାଇନରେ ରେକର୍ଡ଼ ଘଟଣା ନିହାତି ଚିନ୍ତାର ବିଷୟ । 

ମହିଳା ଓ ଶିଶୁ ବିକାଶ ବିଭାଗଠାରୁ ଆରମ୍ଭ କରି ଏନଜିଓ, ଲୋକ ପ୍ରତିନିଧି, ପ୍ରଶାସକ ତଥା ସମାଜର ସବୁ ବର୍ଗର ଲୋକେ ଶିଶୁ ନିର୍ଯାତନା ବିରୋଧରେ ସ୍ୱର ଉଠାଇବା, ଶିଶୁ ସୁରକ୍ଷା କମିଟିକୁ ମଜଭୁତ ଓ କ୍ରିୟାଶୀଳ କରିବା ଦ୍ୱାରା ଶିଶୁ ନିର୍ଯାତନା ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଧରଣୀଧର ନନ୍ଦ କହିଥିଲେ ଯେ ଶୈଶବରେ ଶିଶୁକୁ ସୁରକ୍ଷା ଦେବା ପାଇଁ ପଞ୍ଚାୟତ ସ୍ତରରୁ ଜିଲା ପର୍ଯ୍ୟନ୍ତ ଥିବା ଶିଶୁ ସୁରକ୍ଷା କମିଟିରେ ଏ ସଂକ୍ରାନ୍ତ ଅଭିଯୋଗ ପଞ୍ଜୀକରଣ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ପ୍ରାଥମିକ ଶିକ୍ଷା ଯୁଗ୍ମ ନିର୍ଦେଶକ ଅଭୟକୁମାର ମଲ୍ଲିକ ଶିଶୁଙ୍କ ସୁରକ୍ଷା ବିନା ସମାଜର ଉନ୍ନତି ସମ୍ଭବ ନୁହେଁ ବୋଲି ମତପୋଷଣ କରିବା ସହିତ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏବଂ ବିଦ୍ୟାଳୟରେ ଶିଶୁଙ୍କ ପ୍ରତି ନିର୍ଯାତନା ନିରୋଧ ସେଲର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ ।

ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ଏନଏସିଜି ଇଭାକ, ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ଶିଶୁମାନେ ଯୌନ ଶୋଷଣରୁ କିପରି ରକ୍ଷା ପାଇପାରିବେ ସେ ଦିଗରେ ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଂସ୍ଥା ତଥା ସରକାରୀ ଓ ବେସରକାରୀ ସଂସ୍ଥା ମିଳିତ ପ୍ରୟାସ କରିବା ଜରୁରୀ ବୋଲି କହିଥିଲେ । ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଶିଶୁଙ୍କୁ ନିର୍ଯାତନାରୁ ରକ୍ଷା କରିବା ଦିଗରେ ନାଗରିକ ସମାଜ ପକ୍ଷରୁ ଅନୁଷ୍ଠିତ ଆଲୋଚନାଚକ୍ରର ନିର୍ଯ୍ୟାସ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଆୟୋଗର ପୂର୍ବତନ ସଦସ୍ୟ ହରିହର ନାୟକ,ଏନଏସିଜି ରାଜ୍ୟ ଆବାହକ ପ୍ରକାଶ କୁମାର ରଥ, ୱାର୍ଲଡ଼ ଭିଜନ ଇଣ୍ଡିଆର ଅନଙ୍ଗଦେବ ସିଂହ , ଶିଶୁ ଅଧିକାର ବିଶେଷଜ୍ଞ ରାଜନ ମହାନ୍ତି ପ୍ରମୁଖ ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ରଖିଥିଲେ । 

ପିକକ ପ୍ରକଳ୍ପର କାର୍ଯ୍ୟକ୍ରମ ସଂଯୋଜକ ଧର୍ମାନନ୍ଦ ସୁନ୍ଦରାୟ ଓ ସଂଯୋଜିକା ଡ.ମିତାଲି ମହାନ୍ତି ଶିଶୁ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୫ଟି ସ୍ୱେଚ୍ଛାସେବୀ ସଙ୍ଗଠନର ଶତାଧିକ ପ୍ରତିନିଧି ଯୋଗଦେଇ ବିଭିନ୍ନ ବିଷୟ ଉପରେ ଦଳଗତ ଆଲୋଚନା ମାଧ୍ୟମରେ ନିଜର ମତ ରଖିଥିଲେ । ଶିଶୁ ଅଧିକାର ସଂକ୍ରାନ୍ତ ଏକ ଟୁଲ କିଟ୍‍ ଉନ୍ମୋଚନ କରାଯାଇଥିଲା । ପୂର୍ବାହ୍ନ ଅଧିବେଶନରେ ସାଇଭାକର ମହାନିର୍ଦଶକ ଡ.ରିଞ୍ଚେନ ଚୋଫେଲ ଭର୍ଚୁଆଲ ପ୍ଲାଟଫର୍ମରେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ

ଓଡିଶାର ପ୍ରଥମ ଡିଜିଟାଲ୍ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ବାର୍ଷିକ ମହୋତ୍ସବ ଓରାୟନ-୨୦୨୧ ଉଦ୍ଘାଟିତ

କଟକ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବାର୍ଷିକ ମହୋତ୍ସବ ଓରାୟନ-୨୦୨୧ ର ସପ୍ତମ ସଂସ୍କରଣ ୨୯ ଜାନୁଆରୀରେ ଉଦ୍ଘାଟିତ ହୋଇଥିଲା ଓରାୟନ-୨୦୨୧ ର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଓଲିଉଡର ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ଅନୁ ଚୌଧୁରୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ସଭାପତି ଶ୍ରୀମତୀ ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଅଜୟ କୁମାର ସିଂହ, କାର୍ମିକା ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ଲାମ୍ବା, କୁଳସଚିବ ପ୍ରଫେସର ବି.ଆର.ଶର୍ମା,ନିର୍ଦ୍ଦେଶକ ଛାତ୍ର ବ୍ୟାପାର କ୍ୟାପଟେନ (IN) ଚନ୍ଦ୍ର ଶେଖର ପଣ୍ଡା ଏହି ସଭାରେ ମଂଚାସିନା ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ସମାରୋହରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମୂଲ୍ୟବୋଧ ନୈକିକତା ଏବଂ ଓରାୟନର ଉଦ୍ଦେଶ୍ୟ, “ପୂର୍ବର ସର୍ବୋତ୍ତମ ଏବଂ ପାଶ୍ଚାତ୍ୟର ସର୍ବୋତ୍ତମ” ଚିତ୍ରଣ କରାଯାଇଥିଲା। ଉଦ୍‌ଘାଟନୀ ସମାରୋହରେ ଶ୍ରୀ ନରେନ୍ଦ୍ର ଲମ୍ବାଙ୍କ ଦ୍ୱାରା ଗୁରୁ ପୂଜା ସମ୍ପାଦନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସରସ୍ବତୀ ବନ୍ଦନା ଓପାରମ୍ପରିକ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । 

କ୍ୟାପଟେନ (IN) ଚନ୍ଦ୍ରଶେଖର ପଣ୍ଡା ଦର୍ଶକଙ୍କୁ ସମ୍ବୋଧିତ କରି ଏହି ମହୋତ୍ସବ ବିଷୟରେ ସମ୍ୟକ ସୂଚନା ଦେବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସମ୍ମାନିତ ଅତିଥି ଶ୍ରୀମତୀ ଅନୁ ଚୌଧରୀ ଓରାୟନ୍ ୨୦୨୧ ଆମ ସଂସ୍କୃତିର ପରମ୍ପରା ସହିତ ଜଡିତ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ ସେ ନିଜେ ଜଣେ ପ୍ରକୃତି ପ୍ରେମୀ ବ୍ୟକ୍ତି, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିବେଶକୁ ପରିଦର୍ଶନ କରିବାକୁ ଇଛା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓରାୟନ୍ ୨୦୨୧ ର ପ୍ରାରମ୍ଭ ଘୋଷଣା କରିଥିଲେ । 

ସେ ତାଙ୍କ ଅଭିଭାଷଣରେ ଆଧ୍ୟାତ୍ମିକତା ଆମକୁ ଏକ ବୈଜ୍ଞାନିକ ଚିନ୍ତା ପ୍ରକ୍ରିୟା ଦେଇଥାଏ ବୋଲି ଉଲ୍ଲେଖ କରିଥିଲେ ।  ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଏହି ପଦକ୍ଷେପ କୁ ସେ ଏକ ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଇଥିଲେ ।  କୁଳପତି ପ୍ରଫେସର ଅଜୟ କୁମାର ସିଂ ଙ୍କ ଉତ୍ସାହୀ ଏବଂ ପ୍ରେରଣାଦାୟକ ଶବ୍ଦ ପରିବେଶକୁ ଶକ୍ତିର ତରଙ୍ଗ ଆଣିଥିଲା। ମହାମାରୀ ଆମ ସମସ୍ତଙ୍କୁ କିପରି ଏକ ଅନନ୍ୟ ଚିନ୍ତା କରିବାକୁ ପ୍ରେରଣା ଯୋଗେଇଛି ବୋଲି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସଭାପତି ଶ୍ରୀମତୀ ରଜିତା କୁଲକର୍ଣ୍ଣି କହିଥିଲେ।​​ କୁଳସଚିବ, ଡକ୍ଟର ବି.ଆର. ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉଦ୍‌ଘାଟନୀ ଉତ୍ସବର ଶେଷରେ ଅତିଥି, ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପିକା, ଛାତ୍ର ଏବଂ ସମସ୍ତେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ । 

ଏହି ମହୋତ୍ସବ ରେ ସାଂସ୍କୃତିକ ସପ୍ତାହ, ଉମଙ୍ଗ ଏବଂ ବ୍ୟବସାୟ ସପ୍ତାହ, ତକ୍ସକ ୩୦ ଜାନୁଆରୀରୁ ୫ ଫେବୃଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରାୟ ୧୫ ଟି ଶିକ୍ଷା ସମ୍ବଧୀୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।  ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ପ୍ରାୟ ୨୦୦୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।  ୬ ଏବଂ ୭ ଫେବୃଆରୀ ୨୦୨୧ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେବ । ଓରାୟନ୍ ୨୦୨୧ ପାଇଁ ଶ୍ରୀ ଶ୍ରୀ ତତ୍ୱ , ନ୍ୟୁଟ୍ରିଜିଙ୍ଗ, ଶ୍ରୀପ୍ରିୟା ରପ୍ତାନି, ଓଜସଭିଟା, ବି-ଯୋଗୀ, ୱାଇ ୱାଇ, ହାଉସ୍ ଅଫ୍ ଜର୍ସି ସମ୍ମାନିତ ପ୍ରଯୋଜକ ଭାବେ ସାହାଯ୍ୟ କରିଛନ୍ତି । 

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏହି ମହାକୁମ୍ଭ ଓରାୟନ୍ ୨୦୨୧ କୁ ଉପଭୋଗ କରିବା ପାଇଁ ସମସ୍ତ ଙ୍କୁ ଆମନ୍ତ୍ରଣ କରିଅଛି। ସମସ୍ତ କାର୍ଯ୍ୟକ୍ରମ ଫେସବୁକ୍ ଏବଂ ୟୁଟ୍ୟୁବରେ ଅନଲାଇନ୍ ପ୍ରସାରିତ ହେବ । 

ବିଶ୍ଵଭ୍ରମଣ କରି ଗାନ୍ଧୀଙ୍କ ବାଣୀ ପ୍ରଚାର କରିବେ, ସାରା ବିଶ୍ୱରେ ସୁନାମ ଆଣିଥିବା ଓଡ଼ିଆପୁଅ ସିଲଭର ଗାନ୍ଧୀ

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ୭୩ତମ ବଳିଦାନ ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗାନ୍ଧୀବେଶଧାରୀ ସିଲଭର ଗାନ୍ଧୀଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ୱେବସାଇଟ ‘ଗାନ୍ଧୀ ଇନ୍ ଓଡ଼ିଶା ୧୦୦ ଇୟର୍ସ’ ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା, ପ୍ରଯୁକ୍ତି ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ । ମାର୍ଚ୍ଚ ୨୩ରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ୧୦୦ ବର୍ଷ ପୁରିବ । ଗାନ୍ଧୀଙ୍କ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଘରେ ଘରେ ପହଞ୍ଚିବ ଗାନ୍ଧୀଙ୍କ ଆଦର୍ଶ ବାଣୀ । 

ସିଲଭର ଗାନ୍ଧୀ ସାରା ବିଶ୍ବ ଭ୍ରମଣ କରି ଗାନ୍ଧୀଙ୍କ ଅହିଂସା ବାଣୀ ପ୍ରଚାର ପାଇଁ ସଂଗ୍ରାମ ଜାରି ରଖୁଛନ୍ତି । ଏଥିପାଇଁ ସିଲଭର ଗାନ୍ଧୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ପୂର୍ବରୁ ମଧ୍ୟ ସିଲଭର ଗାନ୍ଧୀ ନାମରେ ଏକ ବଲିଉଡ଼ ଚଳିଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇସାରିଛି । 

ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ଦୀର୍ଘଦିନ ଧରି ଓଡ଼ିଶାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛଭାରତ ଅଭିଯାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାକୁ ସମ୍ବିଧାନ ମୁଖବନ୍ଧରେ ସାମିଲ କରିବା ସାମିଲ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ସେ ବିଷୟ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଆସୁଥିଲେ । 

ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏହାପରେ ସିଲଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି ଯାହା ଆମ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ବିଧାନସଭା ପରିସରରେ ପାଳିତ

ଭୁବନେଶ୍ୱର, ସତ୍ୟ, ଶାନ୍ତି ଓ ଅହିଂସାର ପ୍ରତୀକ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୩ତମ ଶ୍ରାଦ୍ଧଦିବସ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଧାନସଭା ପରିସରରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ସ୍ଥଳେ ସମ୍ମାନିତ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ, ପୋଲିସ କମିଶନର ଡ. ସୁଧ୍ୟଶୁ ଷଡଙ୍ଗୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ପୂର୍ବତନ ବିଧାୟକ ଅଜୟ ଜେନା ପ୍ରମୁଖ ଉକ୍ତ ପୁଷ୍ପ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ଏହି ଅବସରରେ ମଧ୍ୟ ଗାନ୍ଧୀଜୀଙ୍କ ପ୍ରିୟ ଆଶ୍ରମ ଭଜନ ‘ବୈଷ୍ଣବ ଜନ ତୋ..' ଗାନ କରାଯାଇଥିବାବେଳେ ଦେଶର ଶହୀଦମାନଙ୍କୁ ରାଜ୍ୟ ପୋଲିସ ତରଫରୁ ତୋପ ସଲାମି ଦିଆଯାଇଥିଲା ଏବଂ ସେମାନଙ୍କ ସମ୍ମାନାର୍ଥେ ପୂର୍ବାହ୍ନ ୧୧ଟାବେଳେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉପନିର୍ଦ୍ଦେଶକ କ୍ଷେତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ ସହଯୋଗ କରିଥିବା ସ୍ଥଳେ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

୫ମ ଦିନରେ ଆଦିବାସୀ ମେଳା ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଚମତ୍କାରିତା

ଭୁବନେଶ୍ୱର, ଆଦିବାସୀ ଅଧୁଷିତ ମୟୁରଇଂଜ ଜିଲ୍ଲାରେ ସବାଇ ଘାସ ରୋଜଗାରର ଏକ ମୁଖ୍ୟ ପନ୍ଥା ଭାବରେ ଗଣ୍ୟ ହୋଇଥାଏ । କାଗଜ ଓ ଦଉଡ଼ି ପ୍ରସ୍ତୁତିରେ ସବାଇ ଘାସର ବହୁଳ ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ଧାରଣା ରହିଛି । ମାତ୍ର ସବାଇ ଘାସରୁ ଖୁବ ଉନ୍ନତ ଧରଣର ତଥା ଆକର୍ଷଣୀୟ ହସ୍ତଶିଳ୍ପଜାତ ସାମଗ୍ରୀ ଯେ ପ୍ରସ୍ତୁତ ହୋଇପାରେ, ତାହାର ଜ୍ଵଳନ୍ତ ଦୃଷ୍ଟାନ୍ତ ଦେବାକୁ ମିଳିଛି ରାଜଧାନୀ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଏ ବର୍ଷର ଆଦିବାସୀ ମେଳାରେ । ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ସବାଇ ଘାସରେ ପ୍ରସ୍ତୁତ ହସ୍ତକଳା ସାମଗ୍ରୀ ମେଳାର କେତେକ ମଣ୍ଡପରେ ପ୍ରଦର୍ଶନ କରାଯାଉଛି । 

ଏହି ସାମଗ୍ରୀ ଗୁଡିକ ଖୁବ ନିଖୁଣ ଓ ଆକର୍ଷଣୀୟ ଶୈଳୀରେ ପ୍ରସ୍ତୁତ ହୋଇଥିବାରୁ ଦର୍ଶକଙ୍କ ଆଗ୍ରହ ସ୍ଵତଃ ବୃଦ୍ଧି ପାଉଛି । ସବାଇ ଘାସରୁ ତିଆରି ସାମଗ୍ରୀ ଗୁଡିକ ମଧ୍ୟରୁ ଫୁଲ ଚାଙ୍ଗୁଡ଼ି, ପାଚିଆ, ବ୍ୟାଗ୍ ସହିତ ବିଭିନ୍ନ ଘରକରଣା ଉପକରଣ ରାଜ୍ୟ ବାହାରେ ମଧ୍ୟ ଆଦୃତି ଲାଭ କରିଛି । ଆଦିବାସୀ ମାନେ ନିଜ ଗ୍ରାମରେ ସବାଇ ଘାସ ଚାଷ କରି ସେ ସବୁକୁ ଆଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ମେଳା ମଣ୍ଡପରେ ତାହାର କେବଳ ପ୍ରଦର୍ଶନ ଓ ବିକ୍ରି କରାଯାଉ ନାହିଁ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ନିଜ ହାତରେ ତାହାକୁ ବୁଣି ଚାଲିଥିବାର ଦୃଶ୍ୟ ଦେବାକୁ ମିଳୁଛି । ଲୋଧାଙ୍କ ଅଧୁଷିତ ମୋରଡା ଓ ଶୁଳିଆପଦା ବ୍ଲକର ମହିଳା ଆଗରୁ ଘୋର ଦାରିଦ୍ର୍ୟ ଓ ଅନାଟନ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ଏବେ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । 

କେତେକ ସ୍ବୟଂ ସହାୟକ ଗୋଷ୍ଠୀ ସବାଇ ଘାସରେ ଫୁଲ ଖୁଡି, ଡଷ୍ଟବିନ୍, ମ୍ୟାଟ୍, ସପିଙ୍ଗ୍ ବ୍ୟାଗ୍, ବୋତଲ, ବ୍ୟାଗ୍, ଆଦି ପ୍ରସ୍ତୁତ କରିଛନ୍ତି । ସିନ୍ଦୁର  ଫରୁଆ, ପେନ୍ ଷ୍ଟାଣ୍ଡ, କାନଫୁଲ, ମୁଦି, ଫାଇଲ୍ କଭର୍ ଆଦି ସବାଇ ଘାସରେ ତିଆରି କରାଯାଉଛି ବୋଲି ମେଳା ମଣ୍ଡପରେ ଆଦିବାସୀ ମହିଳା ସୂଚନା ଦେଇଥିଲେ । ମୟୁରଇଂଜ ଜିଲ୍ଲାର ୧୩ଟି ମାଇକ୍ରୋ ପ୍ରୋଜେକ୍ଟରେ । ଏହି ପ୍ରସ୍ତୁତି ଚାଲିଥିବାର ଦାୟିତ୍ବରେ ଥିବା ମହିଳା ଅଧୁକାରୀ ମମତା ଗ୍ରହାଚାର୍ଯ୍ୟ କହିଥିଲେ ।

ଆଦିବାସୀ ମେଳାର ଆଜିଥିଲା ପଞ୍ଚମ ଦିବସ । ଛୁଟିଦିନ ଥିବାରୁ ମେଳା ପରିସରରେ ବେଶ୍ ଗହଳି ଲକ୍ଷ୍ୟ କରାଯାଇଥିଲା । ଶୀତୁଆ ଅପରାହ୍ନରେ କିଣାବିକାର ମଜା ନେଇଥିଲେ ସହସ୍ରାଧୁକ ଦର୍ଶକ । ବିଭିନ୍ନ ହସ୍ତଶିଳ୍ପ ଜାତ ସାମଗ୍ରୀ ପ୍ରଦର୍ଶନ କରାଯାଉଥିବା ଷ୍ଟଲରେ ଅପେକ୍ଷାକୃତ ଅଧିକ ଭିଡ଼ ହୋଇଥିଲା । ବହୁ ମହିଳା ହାତରେ ଫୁଲଝାଡୁ ଓ ଅନ୍ୟ ଘରକରଣା ସାମଗ୍ରୀ ଧରି ଫେରୁଥିବାର ନିଆରା ଦୃଶ୍ୟ ପରିଲକ୍ଷିତ ହୋଇଥିଲା ।

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ନିର୍ଯ୍ୟାତନା ପ୍ରତିବାଦରେ ଗଣ ଉପବାସ

ଭୁବନେଶ୍ୱର, କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କଳା କୃଷି ଆଇନକୁ ରଦ୍ଦ କରିବା ଦାବିରେ ଗତ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଗଷୀ ଆନ୍ଦୋଳନ ଗଲିଛି । ସଂଯୁକ୍ତ କିଷାନ ମୋର୍ଟାର ଆହ୍ବାନକ୍ରମେ ଗତ ୨୬ ତାରିଖ ଗଣତନ୍ତ୍ର ଦିବସରେ ଲକ୍ଷାଧିକ ଟ୍ରାକ୍ଟର ରାଲିରେ ଯାଇ ଦିଲ୍ଲୀ ପରିକ୍ରମା କରିଥିବା ବେଳେ କିଛି ବିଶୃଙ୍ଖଳା ଦେଖାଦେଇଥିଲା । ଚାଷୀ ସଂଗଠନ ନାମରେ କିଛି ଅରାଜକତତ୍ତ୍ବ ଲାଲକିଲ୍ଲା ଭିତରକୁ ପଶି ସୁରକ୍ଷାକର୍ମୀମାନଙ୍କ ଆକ୍ରମଣ କରିବା ଘଟଣା ଲୋକଲୋଚନକୁ ଆସିଛି । ଏହି ତଥ୍ୟ ଆଧାରରେ ବିଜେପି ଶାସିତ କେନ୍ଦ୍ର ସରକାର ତଥା ଉତ୍ତରପ୍ରଦେଶ ରାଜ୍ୟ ସରକାର ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଚାଷୀମାନଙ୍କ ଉପରେ ଦମନଲୀଳା ଚଳାଇଛନ୍ତି । ଏପରିକି ମଣିଷର ସର୍ବନିମ୍ନ ଆବଶ୍ୟକତା ଜଳ ଓ ପରିମଳ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦେଇଛନ୍ତି । 

ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ନବନିର୍ମାଣ କୃଷକ ସଂଗଠନର ପାଞ୍ଚଶହରୁ ଉର୍ଦ୍ଧ କର୍ମୀ ଗତ ୧୫ ତାରିଖରୁ ଦିଲ୍ଲୀ ଯାତ୍ରା କରି ଆଜି ଫେରିଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗତ ୨୬ ତାରିଖରୁ ଘଟିଥିବା ଘଟଣା କେନ୍ଦ୍ର ସରକାରଙ୍କର ଏକ ଷଡଯନ୍ତ୍ରମୂଳକ ସଂରଚନା ଯାହାକି ସରକାର ତାଙ୍କର ଅରାଜକତା ସଂଗଠନ ଓ ବ୍ୟକ୍ତିମାନଙ୍କୁ ବ୍ୟବହାର କରି କୃଷକମାନଙ୍କୁ ଦୋଷୀ ବନାଇ ଆନ୍ଦୋଳନ ଭାଙ୍ଗିଦେବାର ହୀନ ଷଡ଼ଯନ୍ତ୍ର କରୁଛନ୍ତି । ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଲୋୟର ପିଏମଜି ଠାରେ ସଂଗଠନ ପକ୍ଷରୁ ଗଣଉପବାସ କରାଯାଇଥିଲା । 

ପ୍ରତିବାଦ ସଭା ମଧ୍ୟରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଦିଲ୍ଲୀ ଯାଇଥିବା ଓଡ଼ିଶାର ଚାଷୀମାନେ ସଭାସ୍ଥଳରେ ପହଞ୍ଚିଥିଲେ । ଚାଷୀ ଆନ୍ଦୋଳନକୁ ପୋଲିସ ବଳ ଓ ଗୁଣ୍ଡାଦଳ ଲଗାଇ ଭଣ୍ଡୁର କରିବା ପ୍ରୟାସକୁ ଘୋର ନିନ୍ଦା କରିବା ସହ ଆଗକୁ ଅହିଂସାତ୍ମକ ପନ୍ଥାରେ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ କଳା ଆଇନ ଓ କଳା କାରନାମା ଉଭୟ ବିରୁଦ୍ଧରେ ଓଡ଼ିଶାର ଚାଷୀ ଏକଜୁଟ ହେବା ପାଇଁ ସମୟ ଆସିଯାଇଛି ବୋଲି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀମାନଙ୍କୁ ଆହ୍ବାନ ଦେଇଥିଲେ । 

ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହସଂଯୋଜକ ନିମାଇଁ ରାୟ, ରାଜ୍ୟ କମିଟି ସଦସ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର, ଜଗତସିଂହପୁର ଜିଲ୍ଲା ସଂଯୋଜକ ଦୁର୍ଗା ପ୍ରସାଦ ସ୍ୱାଇଁ, କେନ୍ଦ୍ରାପଡ଼ା ସଂଯୋଜକ ଅକୁର ପଲାଇ, କୃପାସିନ୍ଧୁ ଦାସ, ଦାଶରଥୀ ସାହୁ, ଦେବାଶିଷ ଦାସ, ନିତ୍ୟାନନ୍ଦ ପଣ୍ଡା, ଅମିୟ ବେଉରିଆ, ଘଣ୍ଡେଶ୍ଵର ରାଉତ, ବସନ୍ତ ଦାସ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଅପରାହ୍ନ ୩ଘଟିକା ଉପବାସ ରହିଥିଲେ ।

ସାଧାରଣ ଘାସ ଗାଲିଚା ନୁହେଁ, ଆନ୍ତର୍ଜାତିକ ମାନର ଟର୍ଫରେ ଅଭ୍ୟାସ କରିବେ ଖେଳାଳୀ : କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର, କ୍ରୀଡ଼ା, ଯୁବସେବା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ତିନିଦିନିଆ ମାରାଥନ ଗସ୍ତର ଶେଷଦିନରେ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ୍ ମିନିଷ୍ଟାଡିୟମ୍, ହେମଗିରି ବ୍ଲକ୍ ମୁଖ୍ୟାଳୟରେ ଥିବା ପଡ଼ିଆ, ଲେଫ୍ରିପଡ଼ା ବ୍ଲକ୍‌ର ଜୟରାମ ହାଇସ୍କୁଲ, ବାଲିଶଙ୍କରା ବ୍ଲକ୍‌ର ବାଳିକା ହାଇସ୍କୁଲ ନିକଟରେ ଥିବା ତିଲେଇକାନି କମ୍ୟୁନିଟି ପଡ଼ିଆ ଏବଂ ସବଗେଡା ବ୍ଲକ୍‌ର ଗାଈବେର ମିଶନ ସ୍କୁଲ ପଡ଼ିଆ ବୁଲି ଦେଖୁଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଚିହ୍ନଟ ହୋଇଥିବା ପଡ଼ିଆକୁ ଅନୁଧ୍ୟାନ କରିବା ସହ ଟର୍ଫ ନିର୍ମାଣ ଲାଗି ସମସ୍ତ ବ୍ୟବସ୍ଥା ବିଷୟରେ ଜିଲ୍ଲା ଏବଂ ବ୍ଲକ୍‌ର ବରିଷ୍ଠ ଅଧୁକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଟର୍ଫ ନିର୍ମାଣ ସହ ଚେଞ୍ଜିରୁମ୍, ଜିମ୍, ଶୌଚାଳୟ, କାର୍ଯ୍ୟାଳୟ, ପାକିଂ ସ୍ଥଳ ନିର୍ମାଣ, ସାଧାରଣ କ୍ରୀଡ଼ା ଉତ୍ସବ ନିମନ୍ତେ ମଣ୍ଡପ ନିର୍ମାଣ ବିଷୟରେ ବିଷଦ ଆଲୋଚନା କରିଥିଲେ । ହକି ଟର୍ଫ ନିର୍ମାଣ ନେଇ ଜିଲ୍ଲାରେ କ୍ରୀଡ଼ାବିତ୍‌ଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ସରକାରୀ ଅଧୁକାରୀମାନଙ୍କଠାରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । 

ମାନ୍ୟବର ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖୁଛନ୍ତି, ତାହା ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଖୁବ୍‌ଶୀଘ୍ର ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ସମସ୍ତ ୧୭ ଟର୍ଫ ନିର୍ମାଣ କରାଯିବା ସହ ପିଲାମାନେ ଏକ ନିଆରା ଅନୁଭୂତି ନେଇପାରିବେ । ଏଥୁ ସହିତ ଜିଲ୍ଲାବାସୀଙ୍କ ହକି ପ୍ରତି ଏବଂ ରାଜ୍ୟ ସରକାରଙ୍କ ପ୍ରତି ଥିବା ଭଲପାଇବାକୁ ସେ କେବେହେଲେ ଭୁଲିପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ମତବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଡିଙ୍ଗ

ଭୁବନେଶ୍ଵର, ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗସିପ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନୁୟନ କରାଯାଉନାହିଁ । ରାଜ୍ୟବ୍ୟାପୀ ଏହି ଯୋଜନାରେ ଶାସକ ବିଜେଡି ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ଚଲାଇଛି । ଅନ୍ୟପଟେ କେନ୍ଦ୍ରସରକାରଙ୍କ ଯୋଜନାକୁ ନିଜ ନାଁରେ ଶାସକ ବିଜେଡି ବ୍ରାଡିଙ୍ଗ କରିଚାଲିଛି । ଏହା ବିରୁଦ୍ଧରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଏସଇସିସି ଅନୁଯାୟୀ ହୋଇଥିବାବେଳେ ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ତାଲିକାରେ ପଛରେ ସାମିଲ କରାଯାଇଛି । ଗରିବ ଅସହାୟ ଲୋକଙ୍କୁ ଏହି ଯୋଜନା ଅନ୍ତର୍ଗତ ଘର ମିଳିବା ନେଇ ବ୍ୟବସ୍ଥା ଥିବାବେଳେ ଶାସକ ବିଜେଡି ଚଞ୍ଚକତା କରି ନିଜର କର୍ମୀ ଏବଂ ଅଯୋଗ୍ୟ ହିତାଧୁକାରୀଙ୍କ ନାଁକୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଛି । ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ଫଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଥିଲେ ରାଜ୍ୟ ସରକାର । ଏହା ବିରୁଦ୍ଧରେ ପ୍ରତିବାଦ କରିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା କରାଯାଇଛି ।

ରାଜ୍ୟ ସରକାର ୧୨.୭୫ ଲକ୍ଷ ହିତାଧିକାରୀଙ୍କ ଘରକୁ ଜିଓ ଟ୍ୟାଙ୍ଗି କରିଥିଲେ । ବିରୋଧୀ ବିଜେପି ଓ ସାଧାରଣ ଲୋକଙ୍କ ପ୍ରତିବାଦ ପରେ ଏହା ୬ ଲକ୍ଷରେ ପହଂଚିଥିଲା । ଏଥିରୁ ସ୍ପଷ୍ଟ ଯେ, ଦଳୀୟ ଭିତିରେ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବଂଟନ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬-୧୭ରେ ୪,୭୭୬.୦୯ କୋଟି, ୨୦୧୭-୧୮ରେ ୫,୮୧୦.୩୩ କୋଟି, ୨୦୧୮-୧୯ ରେ ୪,୫୭୭.୩୫ କୋଟି, ୨୦୨୦-୨ ୧ରେ ୩,୦୫୬.୭୫ କୋଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଡିଙ୍ଗ କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ଶାସକ ବିଜେଡି ନିଜ ନାଁରେ ରାଜ୍ୟ ସରକାର ବ୍ରାଡିଙ୍ଗ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଫଳକରେ ବଡ ଅକ୍ଷରରେ ବିଜୁ ପକ୍କା ଘର ଷ୍ଟିକର ମରାଯାଉଛି । କେନ୍ଦ୍ରୀୟ ଅର୍ଥରେ ହେଉଥିବା ଯୋଜନାକୁ ରାଜ୍ୟ ସରକାର ପ୍ର.ଆ.ଯୋ ଲେଖିବା ସହ ମୁଖ୍ୟମନ୍ତ୍ରୀ ହିତାଧୁକାରୀଙ୍କୁ ଚିଠି ଲେଖି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି । ରାଜ୍ୟ ସରକାର ଫ୍ଲାଗସିପ୍ ପୋଗ୍ରାମଙ୍କୁ କୋ ବ୍ରାଡିଙ୍ଗ ନ କରି ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମୁଁ ନିଜେ କରୁଛି ବୋଲି ଯେପରି ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବାର୍ତ୍ତା ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ ପୋଗ୍ରାମରେ ନୋମିନି କଲଚର ପରିବର୍ତନ ହେବା କଥା ନୁହେଁ ।

୬୦ ଭାଗ ଅର୍ଥ କେନ୍ଦ୍ର ଦେଉଥିବାବେଳେ ପ୍ରଆଯୋ ଗ୍ରାମୀଣ ଏବଂ ୪୦ ପ୍ରତିଶତ ଅର୍ଥ ଦେଉଥିବା ରାଜ୍ୟ ସରକାର ବଡ ଅକ୍ଷରରେ ବିଜୁ ପକ୍କା ଘର ଯୋଜନା ଲେଖିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାରଙ୍କ ଯୋଜନାରେ ରାଜ୍ୟ ସରକାର ବାଧକ ନସାଜନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କା ଘର ଆଗରେ ବିଜୁ ପକ୍କା ଘର ଲେଖି ରାଜ୍ୟସରକାର ନିଜର ଆତ୍ମପ୍ରଚାର କରୁଛନ୍ତି । ଏହାକୁ ନେଇ ବିଭିନ୍ନ ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିଲା । ଏଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ବିରୁଦ୍ଧରେ ହସ୍ତକ୍ଷେପ କରିବା ଏବଂ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଡିଙ୍ଗ କରିବା ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କ ଆଗରେ ଦାବି ରଖିଛି

ଏହି ଅବସରରେ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝା, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ବୁର୍ଜାନ ମୁର୍ମ, ନବଚରଣ ମାଝା, ସୁକାନ୍ତ ନାୟକ, ଜୟନ୍ତ ଷଡଙ୍ଗୀ, ମୟୁରଇଂଜ ଜିଲ୍ଲା ପରିଷଦ । ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡା, ସୁକେଶୀ ଓରମ ଓ ଅନୀତା ଶୁଭଦର୍ଶନୀ, ରାଜ୍ୟ  ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଓ ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ନବୀନ ରାମ ଓ ସିପ୍ରା ବାଜପେୟୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ଉମାକାନ୍ତ ପଟ୍ଟନାୟକ,ଠାକୁର ରଂଜିତ ଦାସ, ସୋନାଲୀ ସାହୁ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ, ପ୍ରମୁଖ ଉପସ୍ଥିତ ଥିଲେ ।

କୋଷ୍ଟାଲ୍ ହାଇୱେ ପ୍ରସଙ୍ଗରେ ବିଜେଡିର ପ୍ରତିକ୍ରିୟା ନେଇ ବିଜେପିର ଆଭିମୁଖ୍ୟ

ଭୁବନେଶ୍ଵର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ' ପରିକଳ୍ପନାରେ ରହିଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱରେ ଭାରତ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ଏବଂ ପ୍ରସ୍ତାବିତ ଏହି ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍ ପ୍ରୋଜେକ୍ଟ । ତେବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଦ୍ଵାରା ଏହି ପ୍ରକଳ୍ପ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଷ ଭିତିହୀନ ଏବଂ ଏ ସମ୍ବନ୍ଧରେ ସେ ଗଣମାଧ୍ୟମକୁ ଏକପାଖୁଆ ମନ୍ତବ୍ୟ ଦେଇ ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତି କରିଛନ୍ତି ବୋଲି ଏକ ପ୍ରେସମିଟ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି ।

ସେହିପରି ସତ୍ୟ ଓ ତଥ୍ୟ ଆଧାରିତ ତର୍କ ପାଇଁ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ । ତିନୋଟି ‘ସ’ରେ ବିଶ୍ବାସ ରଖୁଥିବା ତଥା ଓଡ଼ିଶାର ବିକାଶ ପାଇଁ ସମ୍ଭାବନାକୁ ନେଇ ଉପଜୁଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଜେପି ବଦ୍ଧପରିକର ବୋଲି କହିଛନ୍ତି ରାଜ୍ୟ ବିଜେପି । ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର । ଶ୍ରୀ ମହାପାତ୍ର କହିଛନ୍ତି ଯେ, ସର୍ବସାଧାରଣ ସମ୍ମୁଖରେ ତଥ୍ୟ ରଖୁବା ପୂର୍ବରୁ ସଞ୍ଜୟ ଦାସ ବର୍ମା ପ୍ରଥମେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ବିଷୟରେ ସବିଶେଷ ତଥ୍ୟ ଜାଣିବାର ଆବଶ୍ୟକତା ରହିଛି । ଗତ ଦୁଇ ଦିନ ପୂର୍ବରୁ ତଥା ୨୭
ଜାନୁଆରୀରେ ଶ୍ରୀ ବର୍ମା କୋଷ୍ଟାଲ ହାଇୱେର ଆଲାଇନଫେଟ୍ ପରିବର୍ତ୍ତନ ବିଷୟରେ ଜନସାଧାରଣ ସମ୍ମୁଖରେ ଦୁଇଟି ବିବରଣୀ ରଖୁଥୁଲେ ।

ପ୍ରଥମ ବିବରଣୀରେ ସେ କହିଥିଲେ ଯେ, ପୂର୍ବରୁ ଅନୁମୋଦିତ ହୋଇଥିବା ୪୪୦ କିମି ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର କୋଷ୍ଟାଲ ହାଇୱେକୁ ୧୭୭ କିଲୋମିଟରକୁ କମାଇ ଦିଆଯାଇଛି ।  ତେବେ ବାସ୍ତବ କଥା ହେଉଛି ଶ୍ରୀ ବର୍ମାଙ୍କୁ କୋଷ୍ଟାଲ ହାଇୱେ ବିଷୟରେ କୌଣସି ଧାରଣା ନାହିଁ । ସେ କେବଳ କୋଷ୍ଟାଲ ହାଇୱେର ଏକପାଖୁଆ ଯଥା ୧୭୭ କିମି ୧୪୯ ମିଟର ଲମ୍ବ ଟାଙ୍ଗୀରୁ ରତନପୁର ଭାୟା ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ – ଅସ୍ତରଙ୍ଗ – ନାଉଗାଁ - ପାରାଦୀପ ବନ୍ଦର – ରତନପୁର ଉପରେ କହିଥିଲେ । ଯାହାକୁ ଗତ ନଭେମ୍ବର ୧୦, ୨୦୨୦ରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଦ୍ବାରା ଟର୍ମସ ଅଫ୍ ରେଫରେନ୍ସ (ଟିଓଆର)କୁ ଅନୁମୋଦନ ଦିଆଯାଇଥିଲା । 

ତେବେ ସଞ୍ଜୟ ଦାସ ବର୍ମା ତଥ୍ୟ ଆଧାରିତ କଥା ନକହିବା ଦୁର୍ଭାଗ୍ୟଜନକ । ଅପରପକ୍ଷରେ ରାଜ୍ୟ ସରକାର ସାତପଡାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପର କାମକୁ ଅଟକାଇ ରଖିଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ ସଞ୍ଜୟ ଦାସ ବର୍ମା ପ୍ରକଳ୍ପର ଦ୍ବିତୀୟ ଭାଗକୁ ହିସାବ କରୁନାହାନ୍ତି । ଯଥା ଗତ ଡ଼ିସେମ୍ବର ୧୫, ୨୦୨୦ରେ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଦ୍ବାରା ଧାମରା, ବାସୁଦେବପୁର ବ୍ୟତିତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା ପାଇଁ ଅନୁମୋଦନ ଦିଆଯାଇସାରିଛି । ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଏନଏଚଏଆଇ ଦ୍ବାରା ଜାମ୍ମୁଝାଡ଼ି – ଧାମରା ବନ୍ଦର ସଂଯୋଗସ୍ଥାପନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଉଥିଲା । 

ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର ପ୍ରକକୁ ବର୍ତମାନ ୩୮୨.୮୪୯ କିମି ଲମ୍ବର କୋଷ୍ଟାଲ ହାଇୱେ ପାଇଁ ଅନୁମୋଦନ ଦିଆଯାଇଛି । । ସଞ୍ଜୟ ଦାସ ବର୍ମା ଦ୍ବିତୀୟ ମନ୍ତବ୍ୟରେ କହିଥିଲେ ଯେ, ମନ୍ତ୍ରଣାଳୟ – ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ନାମରେ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ସାତପଡ଼ାରୁ ପୁରୀ ଆଲାଇନଫେଟ୍ ବଦଳରେ ଟାଙ୍ଗୀରୁ ବିଜିପୁର( ପୁରୀ ଓ ବ୍ରହ୍ମଗିରି) ମଧ୍ୟରେ ଆଲାଇନଫେକୁ ପରିବର୍ତନ କରିଛନ୍ତି । ମାତ୍ର ବାସ୍ତବରେ ତଥ୍ୟ ହେଉଛି ଚିଲିକାର ନିକଟବର୍ତ୍ତୀ ହୋଇଥିବାରୁ ଏହା ମୁଖ୍ୟ ରାସ୍ତା ସହ ସଂଯୋଗ କରିବ । ଯାହା ଅଧୁକ ବାଣିଜ୍ୟିକ ସୁଯୋଗ ଥିବା ଯୋଗୁଁ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟର ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି (ଇଏସି) ଟାଙ୍ଗୀରୁ ବିଜିପୁର( ବ୍ରହ୍ମଗିରି ଓ ପୁରୀ ମଧ୍ୟରେ) ଅଧୁକ ୩୫ କିମି ଲମ୍ବ ରଖୁବା ପାଇଁ ନିଷ୍ପତି ନେଇଥିଲେ । 

ମାତ୍ର ଗତ ନଭେମ୍ବର ୧୫, ୨୦୧୯ରେ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ୩୦ କିମି ଲମ୍ବ ସାତପଡ଼ାରୁ ବିଜିପୁରକୁ ବାଦ୍ ଦିଆଯାଇଥିଲା । ଅପରପପକ୍ଷରେ ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ - କୋଣାର୍କ ଅସ୍ତରଙ୍ଗ-ନାଉଗାଁ- ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ନିରନ୍ତରତା ରଖୁବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ରାଜ୍ୟ ବିଜେପି ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି । ସଞ୍ଜୟ ଦାସ ବର୍ମା ତଥ୍ୟ ଆଧାରିତ କଥା ନକହିବା ଦୁର୍ଭାଗ୍ୟଜନକ । ଖୋଲା ବିତର୍କକୁ ଆସି କୋଷ୍ଟାଲ ହାଇୱେ ଉପରେ ସଞ୍ଜୟ ଦାସ ବର୍ମା ଉତର ରଖନ୍ତୁ ବୋଲି ଦଳ ପକ୍ଷରୁ ଆହ୍ବାନ କରାଯାଇଛି ।



ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ପରିଷଦ ବୈଠକ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କୁ ପ୍ରାଥମିକତା ଦିଆଯାଉଥୁବା ବେଳେ କୃଷି କ୍ଷେତ୍ରରେ ସମୟୋପଯୋଗୀ ଯୋଜନା ପ୍ରଣୟନ, ଉନ୍ନତ ମାନର ବିହନ, କୃଷି ଯନ୍ତ୍ରପାତି ଓ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ଯୋଗୁଁ ରାଜ୍ୟରେ ଫସଲ ଉତ୍ପାଦନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ବିଭିନ୍ନ ସମୟରେ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡୁଛି । ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ତେବେ ଚାଷୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ କୃଷି ବୈଜ୍ଞାନିକମାନଙ୍କର ଗବେଷଣାଲବ୍ଧ ଜ୍ଞ।ନର ସଫଳ ପ୍ରୟୋଗ ଯୋଗୁ ଓଡ଼ିଶା ପ୍ରତିକୂଳ ପରିସ୍ଥିତି ସତ୍ବେ ଆଜି ଚାଉଳ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ହେବା ସହିତ ଡାଲି, ତୈଳବୀଜ ପନିପରିବା ଆଦିର ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ହାସଲ କରିଛି । 

ସେହିପରି ବିଗତ ୨୦ ବର୍ଷରେ ରାଜ୍ୟରେ ମାଛ, ମାସ, ଅଣ୍ଡା, ଦୁସ୍ଥ ଉତ୍ପାଦନ ଉଲ୍ଲେଖନୀୟ ବୃଦ୍ଧି ପାଇଛି । ଜଳବାୟୁ ରେ ପରିବର୍ତ୍ତନ ଓ ଲୋକମାନଙ୍କର ଖାଦ୍ୟାଭ୍ୟାସ ଆଦିରେ ହେଉଥିବା ପରିବର୍ତ୍ତନର ଆହ୍ବାନକୁ ଗ୍ରହଣ କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ଅଧ୍ୟାପକ ଓ ବୈଜ୍ଞାନିକମାନେ ଗବେଷଣା କ୍ଷେତ୍ରରେ ଦୀର୍ଘମିଆଦୀ କାର୍ଯ୍ୟଖସଡା ପ୍ରସ୍ତୁତ କରନ୍ତୁ । ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘର ୪୫ତମ ବାର୍ଷିକ ସାଧାରଣ ପରିଷଦ ବୈଠକର ଉଦ୍‌ଘାଟନୀ ଅବେଶନରେ ମୁଖ୍ୟ ଅତି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଶିକ୍ଷକ ଓ ବିଶେଷଜ୍ଞମାନଙ୍କ କଥା ଲୋକମାନେ ସହଜରେ ଗ୍ରହଣ କରିଥାଆନ୍ତି । 

ତେଣୁ ଚାଷୀମାନଙ୍କୁ ସଚେତନ କରିବା ଦିଗରେ ଅଧ୍ୟାପକମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ରାଜ୍ୟର ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ପ୍ରମୁଖ ଯୋଗଦାନ ରହିଥିବା ପରିପ୍ରେକ୍ଷୀରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଗବେଷଣା ଓ ସଂପ୍ରସାରଣ ସେବାକୁ ଅଧୁକ ବ୍ୟାପକ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଏକ ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ ଯୋଗଦେଇ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରୱାଲ କୋଭିଡ–୧୯ ସ୍ଥିତିର ଆହ୍ବାନକୁ ଗ୍ରହଣ କରି ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହିତ ବିଶ୍ବବିଦ୍ୟାଳୟ ରାଜ୍ୟର କୃଷକମାନଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ । ଏହି ଅବସରରେ ଗୁଣାତ୍ମକ ଶିକ୍ଷାଦାନ ଓ ଗବେଷଣା ନିମନ୍ତେ ବିଶ୍ଵବିଦ୍ୟାଳୟ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଡ. ଅଗ୍ରୱାଲ ସୂଚନା ପ୍ରଦାନ କରିଥିଲେ ।

ବୈଠକରେ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଡ. ପି.କେ.ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ଡ. ପ୍ରଦୀପ୍ତ କୁମାର ସାହୁ ସଦକୀୟ ବିବରଣୀ ପାଠ କରିବା ଅବସରରେ ସଂଘ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହିତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସୂଚନା ସମ୍ପର୍କରେ ଏକ ପୁସ୍ତକର ଶୁଭ ଉନ୍ମୋଚନ କରିବା ସହିତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଅଂଶୁପା ୱାଚ୍ ଟାୱାର ଲୋକାର୍ପିତ ଅଂଶୁପା ହ୍ରଦର ସମୁଚିତ ସଂରକ୍ଷଣ, ପରିଚାଳନା ଓ ଉତ୍କର୍ଷ ସାଧନ କରାଯିବ

ଭୁବନେଶ୍ୱର, ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଅଂଶୁପା ହ୍ରଦର ୱାଚ୍ ଟାୱାରର ଉଦ୍ଘାଟନ କରିଛନ୍ତି । ଅଂଶୁପାଠାରେ ଆୟୋଜିତ ଏହି ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ଓଡ଼ିଶାର ଶ୍ରେଷ୍ଠ ମଧୁର ଜଳ ହ୍ରଦ ହେଉଛି ଅଂଶୁପା । ମଧୁରଜଳ, ଜୈବବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧୁକାର କରିଛି । ପୂର୍ବକାଳରେ ଅଂଶୁପାକୁ ‘ଅଂଶପାଟ’ କୁହାଯାଉଥିଲା । ମହାନଦୀର ଏକ ଅଂଶବିଶେଷ ବୋଲି ଏହାକୁ ବିବେଚନା କରାଯାଏ । ବାଙ୍କି ଉପଖଣ୍ଡର ପ୍ରାୟ ୭ଟି ପଞ୍ଚାୟତର ୨ଟି ଗ୍ରାମର ଲୋକଙ୍କ ଜୀବନଜୀବିକା ସହିତ ଅଂଶୁପା ସଂଶ୍ଚିଷ୍ଟ । ୩୮୨ ହେକ୍ଟର ପରିମିତ ଏହି ଜଳବ୍ୟାପ୍ତ ଅଞ୍ଚଳରେ ସେମାନଙ୍କ ପାଇଁ ଅନେକ କିଛି ସୁଯୋଗ ରହିଛି । 

ରାଜା ରାଜୁଡ଼ା ସମୟରୁ ଅଂଶୁପା ହ୍ରଦର ପରିଚାଳନା ସ୍ଥାନୀୟ ଲୋକମାନଙ୍କ ଦ୍ଵାରା କରାଯାଉଥିଲା । ପରବର୍ତ୍ତୀ ସମୟରେ ଅଂଶୁପା ଓ ଏହାର ଅବବାହିକାର ପରିଚାଳନା ଆଠଗଡ଼ ବନଖଣ୍ଡ ହାରା କରାଗଲା । ୧୯୭୪ ମସିହାଠାରୁ ମୁଭିକା ସଂରକ୍ଷଣ ବିଭାଗ ଦ୍ୱାରା ବିଭିନ୍ନ ପ୍ରକାରର ମୃରିକା ଓ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସଙ୍ଗେ ସଙ୍ଗେ ଏହାର ନିକଟବର୍ତ୍ତୀ ପାହାଡ଼ମାନଙ୍କରେ କାଜୁ ରୋପଣ କରାଯାଇଥିଲା । ୨୦୦୨-୦୩ ମସିହାରେ ରାଜ୍ୟ ସରକାର ଅଂଶୁପା ହ୍ରଦର ଉନ୍ନତି ଓ ପୁନରୁଦ୍ଧାର ନିମନ୍ତେ ଗୋଟିଏ ବିଧୃବଦ୍ଧ ଖସଡ଼ା ପ୍ରସ୍ତୁତ କଲେ । ଏହି ଯୋଜନାଟି କଟକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଗଲା । ବିଶେଷ କରି ଅବବାହିକା ଅଞ୍ଚଳରେ ୪ଟି ଜଳ ବିଭାଜିକାର ଉନ୍ନତି କାର୍ଯ୍ୟ କରାଗଲା । 

ତେବେ ଏହି ଯୋଜନା ଦ୍ଵାରା ହ୍ରଦର କିଛି ଉନ୍ନତି ସାଧୂତ ହେଲା । ୨୦୧୦ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଅଂଶୁପା ହ୍ରଦର ଉନ୍ନତି ଦାୟିତ୍ବ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କୁ ନ୍ୟସ୍ତ କରାଗଲା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସେବେଠାରୁ ହ୍ରଦର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟରେ ପ୍ରୟାସରତ । ପ୍ରଥମ ପଦକ୍ଷେପରେ ପଙ୍କ ଉଦ୍ଧାର କାର୍ଯ୍ୟ ଓ ଦଳ କାଢ଼ିବା କାର୍ଯ୍ୟ ହୋଇଛି । ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହା କରାଯାଉଛି । ବିଗତ ୫ ବର୍ଷ ମଧ୍ୟରେ ପର୍ଯ୍ୟଟନ, ମତ୍ସ୍ୟଚାଷ, ଜଳବିଭାଜିକାର ଉନ୍ନତିକରଣ ଦ୍ଵାରା ସ୍ଥାନୀୟ ଲୋକମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିପାରିଛି । ସଂପ୍ରତି ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେଇ ଓ ପରିବେଶର କୌଣସି କ୍ଷତି ନ ପହଞ୍ଚାଇ ପର୍ଯ୍ୟଟନର ବିକାଶରେ ଗୁରୁତ୍ବାରୋପ କରାଯାଉଛି । 

ଏହାଦ୍ବାରା ସ୍ଥାନୀୟ ଅଞ୍ଚଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଜୈବ ବିବିଧତାର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରୁଛି । ଅଂଶୁପା ହ୍ରଦ ୨୦୧୫ ମସିହାରୁ ପରିବେଶ ପର୍ଯ୍ୟଟନରେ ଅନ୍ତର୍ଭୁକ୍ତ ହୋଇଛି । ଅଂଶୁପା କୂଳରେ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ଦ୍ଵାରା ୧୫ ଏକର ପରିମିତ ସ୍ଥାନରେ ଏକ ପରିବେଶ ଉଦ୍ୟାନ ନିର୍ମିତ ହୋଇଛି । ଏଥୁମଧ୍ୟରେ ବିଭିନ୍ନ ପ୍ରକାରର ଦେଶୀ, ବିଦେଶୀ ଫୁଲ ଗଛ, ଔଷଧୀୟ ଗୁଳ୍ମ ଓ ଋତୁ ଅନୁଯାୟୀ ଫୁଲଗଛ ଲଗାଯାଇଅଛି । ମାଛ ଚାଷ ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ବିଶେଷଜ୍ଞଙ୍କ ସହାୟତାରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅଂଶୁପା ନିକଟବର୍ତ୍ତୀ ମହାନଦୀରେ ଗୋଟିଏ ସେତୁ ନିକଟରେ ନିର୍ମାଣ କରାଯାଇଛି । ମୃଭିକା ସଂରକ୍ଷଣ, ବନୀକରଣ, କଳାଶୟ ଖନନ, ମସ୍ୟାସ ଦର ଉନ୍ନତିକରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । 

ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପାକିଂ ସ୍ଥଳର ବିକାଶ ତଥା ଉନ୍ନତିକରଣ ସହିତ ଟିକେଟ୍ କାଉଣ୍ଟର, ଉଭୟ ମହିଳା ଓ ପୁରୁଷ ଶୌଚାଳୟ, ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଶିଶୁମାନଙ୍କର ଖେଳ ଉଦ୍ୟାନ ନିର୍ମାଣ କରାଯାଇଛି । ପର୍ଯ୍ୟଟନ ବିଭାଗର ସହଭାଗିତାରେ ଏହି ହ୍ରଦର ଦକ୍ଷିଣ ପାର୍ଶ୍ଵରେ ଯୁବ ବିଷ୍ଣୁପୁର ମୌଜାରେ ୪୦ କୋଟି ୬୫ ଲକ୍ଷ ଟଙ୍କା ବିନିଯୋଗରେ ଗୋଟିଏ ବୃହତ ପର୍ଯ୍ୟଟନ ପ୍ରକଳ୍ପର ପରିକଳ୍ପନା କରାଯାଇ ଜମି ଅଧଗ୍ରହଣ କାର୍ଯ୍ୟକ୍ରମ ଜାରିରହିଛି । ଏହାଦ୍ବାରା ପର୍ଯ୍ୟଟନ ସହିତ ସ୍ଥାନୀୟ ଜନସାଧାରଣଙ୍କର ଜୀବନ ଜୀବିକାରେ ଉନ୍ନତି ସାଧୂତ ହେବ । ଅଂଶୁପା ହ୍ରଦର ଉନ୍ନତିକରଣ ପାଇଁ ସମୁଦାୟ ୧ କୋଟି ୯୭ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇ ଅଦ୍ୟାବଧି ଦଳ ସଫେଇ, ପଙ୍କ ଉଦ୍ଧାର, ବିଭିନ୍ନ ନିର୍ମାଣ କାର୍ଯ୍ୟ, ମସ୍ୟ ସଦର ବିକାଶ, ସଚେତନତା କାର୍ଯ୍ୟକ୍ରମ କରାଯାଇଛି । 

ଅଂଶୁପାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଉଦ୍ୟମ ଜାରି ରହିଛି । ୨୦୧୯ ମସିହା ଅଗଷ୍ଟ ୧୭ ତାରିଖରେ ମୋ ଅଧ୍ୟକ୍ଷତାରେ ରାଜ୍ୟ ଆର୍ଦ୍ରଭୂମି କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶୁପା ହ୍ରଦର ଉନ୍ନତି ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ୫ ବର୍ଷିଆ ସମନ୍ବିତ ପରିଚାଳନା ଯୋଜନା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ପ୍ରସ୍ତୁତ ହୋଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କେନ୍ଦ୍ର ସରକାରଙ୍କଠାରୁ ଏହି ଅର୍ଥରାଶି ଆସିଲେ ସମନ୍ବିତ ପରିଚାଳନା ଯୋଜନା ଅନୁଯାୟୀ ଅଂଶୁପା ହ୍ରଦର ବ୍ୟାପକ ଉନ୍ନତି ସାଧୂତ ହେବ । ଅଂଶୁପା ହ୍ରଦର ସମୁଚିତ ସଂରକ୍ଷଣ ଓ ଉତ୍କର୍ଷ ସାଧନ ଦିଗରେ ଅର୍ଥ କୌଣସି ଅନ୍ତରାୟ ହେବ ନାହିଁ । ଏହାଦ୍ୱାରା କଟକ ଜିଲ୍ଲାର ସର୍ବୋତ୍କୃଷ୍ଟ ପର୍ଯ୍ୟଟନସ୍ଥଳୀ ରୂପେ ଏହି ହ୍ରଦ ସାବ୍ୟସ୍ତ ହେବ । 

ଏହି ହ୍ରଦକୁ ସରସ, ସୁନ୍ଦର କରିବା ଓ ଏହା ପର୍ଯ୍ୟଟକମାନଙ୍କ ପାଇଁ ଯେପରି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ଗତ ୨୦୨୦ ଅପ୍ରେଲ ମାସରୁ ଅଂଶୁପା ହ୍ରଦର ୱାନ୍‌ ଟାୱାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ଡିସେମ୍ବର ମାସରେ ଏହା ସମାପ୍ତ ହୋଇଥିଲା । ୩୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ଏହି ୱାଚ୍ ଟାୱାର ନିର୍ମାଣ କରାଯାଇଛି । ଅଂଶୁପା ହ୍ରଦର ସଂରକ୍ଷଣ ଓ ପରିଚାଳନା ଦିଗରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ଥ ହେବ । 

ଅଂଶୁପା ଉନ୍ନୟନ କମିଟିର ସଭାପତି ଶ୍ରୀ ଗତିକୃଷ୍ଣ ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ । ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଜେନା, ଚିଲିକା ଉନ୍ନୟନ କର୍ତ୍ତୁପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁଶାନ୍ତ ନନ୍ଦ, ବାକୀ ବିଧାୟକ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ, ବାଙ୍କର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଅଂଶୁପା ହ୍ରଦର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବାରୋପ କରିଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାନସ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

ଆଇଟି ଭିଭିଭୂମି ଅନୁଧାନ ସହ ପିଲାଙ୍କ ଗହଣରେ ସମୟ ବିତାଇଲେ ମନ୍ତ୍ରୀ ତୁଷାରକାନ୍ତ ବେହେରା

ଭୁବନେଶ୍ୱର, କ୍ରୀଡା, ଯୁବସେବା, ଇଲେକ୍ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତାଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ହକି ଖେଳୁଥିବା ସ୍କୁଲ ଛାତ୍ରଛାତ୍ରୀ ଏବଂ ପିଲାଙ୍କ ଗହଣରେ ସମୟ ବିତାଇବା ସହ ସେମାନଙ୍କ ସହ ଭାବବିନିମୟ କରିଛନ୍ତି । ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା ରାଉରକେଲାସ୍ଥିତ ଏସଟିପିଆ କେନ୍ଦ୍ର ବୁଲିବା ସହ ସେଠାକାର ଆଇଟି ଭିତ୍ତିଭୂମୀ, ଆବଶ୍ୟକ ସୁବିଧା ସୁଯୋଗ, ସହ ରାଜ୍ୟରେ ଆଇଟି କ୍ଷେତ୍ରକୁ କିପରି ବ୍ୟାପକ କରିହେବ ଏବଂ ଏ କ୍ଷେତ୍ରରେ ଅଧିକରୁ ଅଧୁକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ସେସମ୍ପର୍କରେ ବରିଷ୍ଠ ଅଧୁକାରୀମାନଙ୍କ ସହ ଆଲୋଚନା କରିଥିଲେ । 

ପରେ ମନ୍ତ୍ରୀ ଶ୍ରୀ ବେହେରା ବିଶ୍ରା ବ୍ଲକ୍‌ରେ ପହଞ୍ଚି ସେଠାରେ ଟର୍ଫ ବିଛାଯିବାକୁ ଥିବା ପଡିଆ ଦେଖୁଯିବା ସହ ଏସଏସଡ଼ି ହାଇସ୍କୁଲ ଏବଂ ସେଠାକାର ଖେଳପଡିଆ ପରିଦର୍ଶନ କରିଥିଲେ । ପରେ ପରେ ମନ୍ତ୍ରୀ ନୂଆଗାଁ ବ୍ଲକର ପି.ଏମ୍ ହାଇସ୍କୁଲ, କୁଆରମୁଣ୍ଡା ବ୍ଲକର କାଦବାହାଲ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏଥିସହିତ କୁତ୍ରା ବ୍ଳକ୍‌ର କମ୍ୟୁନିଟି ଖେଳପଡ଼ିଆ, ବରଗାଁ ବ୍ଲକର ମାଛମରା ପ୍ରାଥମିକ ବିଦ୍ୟାଳୟ ଆଦି ଗସ୍ତ କରି ସେଠାକାର ସ୍କୁଲରେ ପଢୁଥିବା ଛୋଟ ଛୋଟ ପିଲାଙ୍କ ସହ ବେଶ କିଛି ସମୟ କାଟିଥିଲେ । ସୁନ୍ଦରଗଡର ଏହି ଛୋଟ ପିଲାଙ୍କ  ମଧ୍ୟରେ ହକି ପ୍ରତି ଭଲ ପାଇବା ଦେଖୁ ମନ୍ତ୍ରୀ ଶ୍ରୀ ବେହେରା ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ଜିଲ୍ଲାର  ସମସ୍ତ ବ୍ଲକରେ ସିନଥେଟିକ୍ ଟର୍ଫ ନିର୍ମାଣ ହେଲେ ପିଲାମାନେ ନୂଆ ଅନୁଭୂତି ସହ ସୁନ୍ଦରଗଡ ଜିଲ୍ଲା ସଫଳତାର ଶୀର୍ଷତମ ସୋପାନରେ ପହଞ୍ଚିବ ବୋଲି ମତବ୍ୟକ୍ତ କରିଥିଲେ । 

ଆଜିର ଗସ୍ତ ଅବସରରେ ମନ୍ତ୍ରୀ ରାଜଗାଙ୍ଗପୁର ବ୍ଳକସ୍ଥିତ ହକି କୋଟିଂ ସେଣ୍ଟର ବୁଲିଯିବା ସହ ସେଠାରେ ଦିଆଯାଉଥିବା ତାଲିମ, ଅଭ୍ୟାସ, ମିଳୁଥିବା ବିଭିନ୍ନ ସୁବିଧାସୁଯୋଗ, ଆବଶ୍ୟକତା ଖେଳ ସରଞ୍ଜାମ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହିତ ଆଗାମୀ ଦିନରେ ଏଠାରେ ନିର୍ମାଣ ହେବାକୁ ଥିବା ସିନ୍ଥେଟିକ ଟର୍ଫ ଆନ୍ତର୍ଜାତୀୟସ୍ତରର ପ୍ରସ୍ତୁତିରେ ସହାୟକ ହୋଇପାରିବ ବୋଲି କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ପ୍ରତି ଏହି ବଳିଷ୍ଠ ନିଷ୍ପତ୍ତି ସମଗ୍ର ଓଡ଼ିଶା ପାଇଁ ଆର୍ଶୀବାଦ ପାଲଟିବ ବୋଲି କହିଥିଲେ ।

ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପିଲାମାନଙ୍କ ଗହଣରେ ରହି ହାତରେ ହକି ଷ୍ଟିକ୍ ଧରିବା ପିଲାଙ୍କ ମଧ୍ୟରେ ବେଶ ଉତ୍ସାହ ଭରିଦେଇଥିଲା । ଏହି ଗସ୍ତ ସମୟରେ ଜିଲ୍ଲାପର୍ଯ୍ୟବେକ୍ଷକ ତଥା ସୁକିନ୍ଦା ବିଧାୟକ ଶ୍ରୀ ପ୍ରିତିରଞ୍ଜନ ଘଡାଇ, ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ସମେତ ଜିଲ୍ଲା କ୍ରୀଡା ଅଧୁକାରୀ, ବ୍ଲକ୍ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ ଓ ଲୋକପ୍ରତିନିଧୂମାନେ ଉପସ୍ଥିତ ଥିଲେ ।

ଏହି ଦୁଇଟି ମୋବାଇଲ୍ ଆପ୍ ଯୋଗୁଁ ଅଧୁକ ସ୍ବଚ୍ଛତା ଓ ପାରଦର୍ଶିତା ଆସିପାରିବ- ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ବର, ଆଜି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ମୋ ଜଙ୍ଗଲ ମୋବାଇଲ୍ ଆପ୍ ଏବଂ Know your Forest Land ମୋବାଇଲ୍ ଆପର ଲୋକାର୍ପଣ କରିଛନ୍ତି । ଲୋକସେବା ଭବନରେ ଏହି ଉପଲକ୍ଷେ ଅନୁଷ୍ଟିତ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଆରୁଖ ଯୋଗ ଦେଇ କହିଲେ ଯେ, ଉଭୟ ମୋବାଇଲ୍ ଆପ୍ ପ୍ରଚଳନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ୫ଟି ଓ ମୋ ସରକାର’ ଉଦ୍ୟମର ଅଂଶବିଶେଷ ।

ମୋ କଙ୍ଗଲ ମୋବାଇଲ୍ ଆପ୍ ମାଧ୍ୟମରେ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ସମସ୍ତ ବନୀକରଣ କାର୍ଯ୍ୟକ୍ରମର ନିରୀକ୍ଷଣ ଓ ପରିଚାଳନା ସହଜ ହେବା ସହ ରାଜ୍ୟର ଜନସାଧାରଣ ଏ ସମ୍ବନ୍ଧୀୟ ବ୍ୟାପକ ସୂଚନା ଏହି ମୋବାଇଲ୍ ଆପ୍‌ରେ ପାଇପାରିବେ ଓ ଏହାକୁ ଅଧୁକ ଫଳପ୍ରସୂ କରିବା ପାଇଁ ସୁଚିନ୍ତିତ ମତାମତ ମୋବାଇଲ୍ ଆପ୍ ଜରିଆରେ ଦେଇପାରିବେ ।

ସେହିଭଳି Know your Forest Land ମୋବାଇଲ୍ ଆପ୍ ଦ୍ବାରା ରାଜ୍ୟର ସମସ୍ତ ଜଙ୍ଗଲ ଜମି ସମ୍ବନ୍ଧରେ ସଠିକ୍ ସୂଚନା ଓ ଏସବୁ ଜଙ୍ଗଲ ଜମିର ଉନ୍ନତି ସମ୍ବନ୍ଧୀୟ ବିଶଦ ଯୋଜନା ଜନସାଧାରଣ ପାଇପାରିବେ । ରାଜ୍ୟର ଯେ କୌଣସି ସ୍ଥାନର ଜଙ୍ଗଲ ଜମି ଓ ଜଙ୍ଗଲ ପ୍ରଶାସନ ସମ୍ବନ୍ଧୀୟ ତଥ୍ୟାବଳୀ ଏହି ମୋବାଇଲ୍ ଆପ୍ ଜରିଆରେ ଉପଲବ୍ଧ ହୋଇପାରିବ । ଏହାଛଡା ଜିଲ୍ଲା, ତହସିଲ, ବ୍ଲକ୍, ଗ୍ରାମ ପଞ୍ଚାୟତ, ଗାଁ, ଖାତା ନମ୍ବର, ରାଜସ୍ୱ ଜମି ନମ୍ବର, ଜମି ମାଲିକଙ୍କ ନାମ, କେଉଁ କିସମର ଜମି, କେତେ ବର୍ଗଫୁଟର କମି, ସ୍ଥାନୀୟ ପୋଲିସ ଷ୍ଟେସନର ସମସ୍ତ ତଥ୍ୟ ଏହି ମୋବାଇଲ୍ ଆପ୍ ଯୋଗାଇ ଦେବ ।

ଉଭୟ ମୋବାଇଲ୍ ଆପ୍ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶାଙ୍କ ଆଇ.ଟି ଓ ଜି.ଆଇ.ଏସ୍ ସେଲ୍ ଏବଂ ଓସାର ବୈଷୟିକ ସହଭାଗିତାରେ ପ୍ରସ୍ତୁତ କରାଯାଇଛି । ଗୁଗୁଲ୍ ପ୍ଲେଷ୍ଟୋର୍ ଓ ଆପଲ୍ ପ୍ଲେଷ୍ଟୋରୁ ଏହି ଦୁଇଟିଯାକ ମୋବାଇଲ୍ ଆପ୍ ଡାଉନ୍ଲୋଡ କରି ଉପଯୋଗ କରିହେବ । ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ଏହି ଦୁଇଟି ମୋବାଇଲ୍ ଆପ୍ ଯୋଗୁଁ ଅଧୁକ ସ୍ଵଚ୍ଛତା ଓ ପାରଦର୍ଶିତା ଆସିପାରିବ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନନ୍ୟ ମନ୍ତ୍ର ‘୫-ଟି' ଓ “ମୋ ସରକାର ଆଧାରରେ ଓଡ଼ିଶା ବନସଂହିତାକୁ ବ୍ୟାପକ ସଂଶୋଧନ କରାଯାଇଛି । ଜଙ୍ଗଲ ପରିଚାଳନା, ସଂରକ୍ଷଣ ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସାଧନ ଦିଗରେ ସ୍ୱଚ୍ଛତା ଓ ସଫଳତା ଆସିପାରିଛି । ହିତାଧୁକାରୀ ଓ ବିଭିନ୍ନ ସେବା ଯୋଗାଉଥିବା ବ୍ୟକ୍ତିବିଶେଷଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ଦେୟ ସିଧାସଳଖ ଭାବେ ପ୍ରେରଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ ଜେନା ଏହି ଲୋକାର୍ପଣ ସମୟରେ ଉପସ୍ଥିତ ଥୁଲେ । 

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସନ୍ଦୀପ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଉଭୟ ମୋବାଇଲ୍ ଆପ୍ ଉପରେ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଖାରବେଳ ଭବନରୁ କଙ୍ଗଲ ଓ ପରିବେଶ ବିଭାଗର ଉଚ୍ଚାଧୁକାରୀ, ବିଭିନ୍ନ ଜିଲ୍ଲାରୁ ବନଖଣ୍ଡ ଅଧୁକାରୀମାନେ ଭର୍ଚୁଆଲ ମୋରେ ଯୋଗ ଦେଇଥିଲେ ।

ପ୍ରକଳ୍ପର କାର୍ଯ୍ୟାନ୍ବୟନ ତ୍ବରାନ୍ବିତ ପ୍ରତି ପର୍ଯ୍ୟାୟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ସମୟ-ନିର୍ଘଣ୍ଟ ନିର୍ଦ୍ଧାରିତ

ଭୁବନେଶ୍ୱର, ୨୦୨୦ ମସିହା ଶେଷ ତୈମାସିକ କାଳରେ ଶିଳ୍ପାୟନ ପ୍ରକଳ୍ପ ଗୁଡିକର ଦୂତ କାର୍ଯ୍ୟାନ୍ବୟନ ପାଇଁ ଜାତୀୟ ସ୍ତରରେ ୧ ନମ୍ବର ସ୍ଥାନ ହାସଲ କଲାପରେ,୪ ଟି ଜିଲ୍ଲାରେ ଆଉ ୨୩ ପ୍ରକଳ୍ପର ତ୍ବରିତ କାର୍ଯ୍ୟାନ୍ବୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ବ ଆରୋପ କରିଛନ୍ତି। କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ ଏବଂ ଯାଜପୁର ଆଦି ୪ ଟି ଜିଲ୍ଲାରେ ଚାଲୁଥିବା ପୁଞ୍ଜିନିବେଶ ପ୍ରକଳ୍ପ ଗୁଡିକର ସମୀକ୍ଷା କରି କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନାର ସୃଷ୍ଟି ହେଉଥିବା ଅସୁବିଧା ଗୁଡିକର ସମାଧାନ କରିବା ସହ ଶ୍ରୀ ମହାପାତ୍ର ପ୍ରତି ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ ପାଇଁ ସମୟ-ନିର୍ଘଣ୍ଟ ନିର୍ଦ୍ଧାରଣ କରିଛନ୍ତି । 

ନିର୍ଦ୍ଧାରିତ ସମୟ ଅନୁସାରେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଣ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧୂକ ଉପକରଣ ଓ ମାନବ ସମ୍ବଳ ନିୟୋଜିତ କରି ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ସଂପୃକ୍ତ କଂପାନୀ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବର୍ତ୍ତମାନ ସ୍ଥିତି ଏବଂ କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । 

କେନ୍ଦୁଝର ଜିଲ୍ଲାର ଆର୍ସିଲୋ ମିତଲ୍ ନିପନ୍ ଷ୍ଟିଲ୍ ଲି, ଜେ.ଏସ୍.ଡବ୍ଲ୍ୟୁ ଲି, ଶ୍ରୀମେଟାମିଲକସ୍ ଲି, ଏମ୍.ଏସ୍.ପି ସଞ୍ଜ ଲି, ଜିନ୍ଦଲ ଷ୍ଟିଲ୍ ଏବଂ ଇଡକୋର ଶିଳ୍ପାଞ୍ଚଳ ଉନ୍ନୟନ ପ୍ରକଳ୍ପ ସମୀକ୍ଷା ହୋଇଥିଲା । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଜେ.ଏସ୍.ଡବ୍ଲ୍ୟୁ ସିମେଣ୍ଟ, ଡ଼ାଲମିଆ ସିମେଣ୍ଟ ଲି, ଶ୍ରୀହରି ସ୍ପଞ୍ଜ ପ୍ରାଇଭେଟ୍ ଲି, ସ୍କାନ୍ ଷ୍ଟିଲ୍ ଲି, ଆର୍ଗାସେନ୍ ସ୍ପଞ୍ଜ ଲି, ଆଧୁନିକ ମେଟାଲିକସ୍, ସୁରଜ ପ୍ରଡକ୍ଟ ଏବଂ ଇଡକୋ ଶିଳ୍ପାଞ୍ଚଳ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଯାଜପୁର ଜିଲ୍ଲାର ଦେଓ ରେସିଡେନସି, ସି.ଜେ.ଦାସ୍କେଲ୍ ଲଜିଷ୍ଟିକ ଲି, ସାଇବାର ଲଜିଷ୍ଟିକ୍ ଲି, ଇଡକୋ ଶିଳ୍ପାଞ୍ଚଳ, ଏବଂ, ମୟୁରଭଞ୍ଜ ଜିଲ୍ଲାର ଆନଭିଲ୍ କେବୁଲ୍ ଓ ନୂଆ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍‌ର କାର୍ଯ୍ୟାନ୍ବୟନ ସ୍ଥିତି ଗୁଡିକ ସମୀକ୍ଷା ହୋଇଥିଲା ।

କଂପାନୀ ମାନଙ୍କ ଦ୍ବାରା ଉତଥାପିତ ସମସ୍ୟାଗୁଡିକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ । ତଦନୁଯାୟୀ ସରକାରୀ ଜମିର ଆଗୁଆ ଦଖଲ ଅନୁମତି, ଦୁବୁନାଠାରେ ଟ୍ରକ ଅନଲୋଡିଙ୍ଗ ଷ୍ଟେସନର କାର୍ଯ୍ୟାରମ୍ଭ, ଜଙ୍ଗଲ ଅଧୁକାର ଆଇନ୍ ଅନ୍ତର୍ଗତ 'ନୋ ଅବଜେକ୍ସନ ପ୍ରମାଣପତ୍ର, ଅଧୁକ ଲୁହା ପଥର ମହଜୁଦ ରଖୁବା ପାଇଁ ଅନୁମତି, ରାସ୍ତା ସଂଯୋଗ, ପାଣି ଯୋଗାଣ, ଅଣ-ଜଙ୍ଗଲ ସରକାରୀ ଜମି ଆବଣ୍ଟନ, ବିଦ୍ୟୁତ ଯୋଗାଣ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ, ଇଡକୋ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପାଇଁ ଜମି ଅଧଗ୍ରହଣ, ଉତ୍ପାଦନ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଅନୁମତି, ଆଇନ୍ ଶୃଙ୍ଖଳା ସ୍ଥିତି ଆଦି କ୍ଷେତ୍ରରେ ସୃଷ୍ଟି ହେଉଥିବା ଅସୁବିଧା ଗୁଡିକର ଆଶୁ ସମାଧାନ କରାଯାଇଥିଲା ।

ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଜଳ ସଂପଦ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜବିହାରୀ ଧଳ, ଇଡକୋର ଅଧକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ସିଂ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନିତୀନ । ଭାନୁଦାସ ଜାୱାଲେ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉକ୍ତ ୪ ଟି ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧୁକାରୀମାନେ ଭିଡିଓ କନଫରେନସ୍ ମାଧ୍ୟମରେ ପ୍ରକଳ୍ପ ଗୁଡିକର ସଦ୍ୟତନ ସ୍ଥିତି ବିଷୟ ଅବଗତ କରାଇଥିଲେ ।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ୫ ନମ୍ବର ବ୍ଳକ କଂଗ୍ରେସର କର୍ମୀ ସମ୍ମିଳନୀ

ଭୁବନେଶ୍ୱର, ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ଆନୁକୁଲ୍ୟରେ ୫ ନମ୍ବର ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୫ ନମ୍ବର ବ୍ଲକର ଦେବରାଜ ମିଶ୍ରଙ୍କ ସଭାପତିତ୍ବରେ ଜିଲ୍ଲା କଂଗ୍ରେସର ଆଗାମୀ ରଣନୀତି ନେଇ ଆଲୋଚନା କରାଯାଇଥିଲା । ଆଗକୁ କିପରି ୱାର୍ଡ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରାଯାଇ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ଏବଂ ଭୁବନେଶ୍ୱର ମହାନଗର ନିର୍ବାଚନ ଲଢ଼ି ସମ୍ମାନ ରଖୁପାରିବ ସେଥିନେଇ ଯୋଗଦେଇଥିବା ନେତୃବୃନ୍ଦ ସେମାନଙ୍କ ମତାମତ ଦେଇଥିଲେ । 

ରାଜଧାନୀ ଭୁବନେଶ୍ଵରର ଅନେକ ସମସ୍ୟା ବର୍ତ୍ତମାନ ଦେଖାଦେଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଛ ପ୍ରତିଶ୍ରୁତି ଦେଇ କେବଳ ପ୍ରଚାର ମାଧ୍ୟମରେ ସାଧାରଣ ଜନତାଙ୍କୁ ପ୍ରତରାଣା କରିଚାଲିଛନ୍ତି ବୋଲି ଜିଲ୍ଲା ପ୍ରଭାରୀ ପୂର୍ବତନ ମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ । ବର୍ତମାନ ସମୟ ଆସିଛି ସାଧାରଣ ଲୋକଙ୍କ ପାଖକୁ ଯାଇ ସତକଥା କହି ଆସ୍ଥାଭାଜନ ହେବାପାଇଁ । ବର୍ତମାନ ବି.ଏମ୍.ସି. ମନମୁଖୀ ହୋଲଡିଙ୍ଗ ଟ୍ୟାକ୍ସ ଆଦାୟ କରିଚାଲିଛି । ଫଳରେ ସାଧାରଣ ଲୋକମାନେ ବହୁତ ଅସୁବିଧାରେ ସସୁଖୁନ ହେଉଛନ୍ତି । ଏହି କରୋନା ମହାମାରୀ ସମୟରେ ସାଧାରଣ ଲୋକଟିଏ ଜୀବିକା ବଂଚେଇବା ପାଇଁ ଜୀବନ ସହ ସଂଘର୍ଷ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମନୋମୁଖୀ ହୋଲଡିଙ୍ଗ ଟ୍ୟାକ୍ସକୁ ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । 

ଏହାକୁ ଯଦି ଅତି ଶୀଘ୍ର ପ୍ରତ୍ୟାହାର କରା ନଯାଏ ତେବେ ଏହି ବିଷୟରେ ପ୍ରତି ୱାର୍ଡର ପ୍ରତ୍ୟେକ ଘରକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହିତ ବି.ଏମ୍.ସି. ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ହେବ ବୋଲି ନିଷ୍ପତି ନିଆଯାଇଛି ବୋଲି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ କହିଛନ୍ତି । ଏହି ସମ୍ମିଳନୀରେରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଏସ୍.କେ. ଅବତାବ ଅଲ୍ଲୀ, ଅନୁର ଖାନ୍, ଶ୍ରୀଧର ବଳିଆର ସିଂ, ଅଶୋକ ଦାଶ, ଯୋଗୀନାଥ ବାହୁବଳେନ୍ଦ୍ର, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର, ଅକ୍ଷୟ ଦାସ, ମିହିର ଆଚାର୍ଯ୍ୟ, ଆଲୋକ ମହାନ୍ତି, ସଂକୁନା କହଁର, ଦେବୀପ୍ରସାଦ ବାହାଲିଆ, ଆଦିତ୍ୟ ସାହୁ, ଆଦିତ୍ୟ ଦାସ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସର୍ବଶେଷରେ ଆଶିଷ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Blogger.
Javascript DisablePlease Enable Javascript To See All Widget