June 2020

କରୋନା ଯୋଦ୍ଧାଙ୍କୁ ନିରାଡ଼ମ୍ବର ଉତ୍ସବରେ ସମ୍ବର୍ଦ୍ଧିତ କଲା ତୁଷାର ଗୁରିଟେବୁଲ ଟ୍ରଷ୍ଟ।

ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମ ଅଧନ ୱାର୍ଡ଼ ନଂ- ୨୮ସ୍ଥିତ ସୁନାଦେଇ ମନ୍ଦିର ପ୍ରାଙ୍ଗଣରେ ମହାମାରୀ କରୋନା ବିପକ୍ଷରେ ଯୁଦ୍ଧ ଚଳାଇଥିବା କରୋନା ଯୋଦ୍ଧାମାନଙ୍କୁ ଭୁବନେଶ୍ୱରର ଅଗ୍ରଣୀ ନୁଷ୍ଠାନ ତୁଷାର ଗୁରିଟେବୁଲ ଟ୍ରଷ୍ଟ ରଫରୁ ଏକ ସମ୍ବନ୍ଧିଳା ସମାରୋହ ଆୟୋଜନ କରାଯାଇ ସେମାନଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏକ ନିରାଡ଼ମ୍ବର ଉତ୍ସବରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ ଅତି ଭାବରେ ଯୋଗ ଦେଇ କରୋଳା ଯୋଦ୍ଧାଙ୍କୁ ସମ୍ବନ୍ଧିତ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁପକାର, ସଭାପତି ଜିତେନ୍ଦ୍ର କୁମାର ଜେନା, ଉପଦେଷ୍ଟା ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ନବକିଶୋର ବେହେରା, ଗୋଲକ ବିହାରୀ ନାୟକ, ପ୍ରଫୁଲ୍ଲ ମହାନ୍ତି, ଫେନ୍ଦୁ ମହାନ୍ତି, ତ୍ରିନାଥ ମହାରଣା, ରାମ ମାଝି, ସୁଶାନ୍ତ ରାଉତ ଏବଂ ଅମିତାଭ ମାଣିଆ ପ୍ରମୁଖ ଯୋଗ ଦେଇଥୁଲେ । ଏହି ଅବସରରେ ମୀନାକ୍ଷୀ ପଟ୍ଟନାୟକ, ସୁପରଭାଇଜର ଆରତି ମଞ୍ଜରୀ ସୁବୁଦ୍ଧି, ସ୍ବାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସିଂ, ପ୍ରିୟଦର୍ଶିନୀ ବେହେରା, ଅଞ୍ଜଳି ଦାସ , ବିନୋଦିନୀ ଦେଇ ! ସୁନିତା ଦଇରିପଞ୍ଜନକୁ ସମ୍ବନ୍ଧିତ କରାଯିବା ସହିତ ସାବିତ୍ରୀ ମହାନ୍ତି, ଆଶାକର୍ମୀ, ନିମାନବି, ସହାୟିକା ଜୟନ୍ତୀ ନାୟକ, ପ୍ରମିଳା, ସନ୍ଧ୍ୟାରାଣି ମିଶ୍ର ଓ ସୁଷମା ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ବିବେକାନନ୍ଦ ବାରିକ ସଭା ପରିଶ୍ଚଳନା କରିବା ସହିତ ସମସ୍ତ ଶୁଭେଚ୍ଛୁମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

ଇସ୍ପାତ୍ ବ୍ୟବହାରକୁ ବଢାଇବା ପାଇଁ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର : ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଇସ୍ପାତି ଇରାଦା: ନିର୍ମାଣ ଓ ଭିତିଭୂମି କ୍ଷେତ୍ରକୁ ଧ୍ୟାନରେ ରଖି ଇସାର ବ୍ୟବହାରକୁ ବଢାଇବା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସାତ ଶିଳ୍ପର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି । ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଏହା କେବଳ ଗୋଟିଏ ଗ୍ଲୋଗାନ ନୁହେଁ ବରଂ ଦେଶର ଅର୍ଥନୀତି, ଗରିବଙ୍କ ଜିବନଶୈଳି, ପରିବେଶ ସୁରକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । 

ଭାରତ ରେଳ, ଜାତୀୟ ରାଜପଥ, ବେସାମରିକ ବିମାନ ଚଳାଚଳ, ଉର୍ଜା କ୍ଷେତ୍ରକୁ ମଜବୁତ କରିବା । ପାଇଁ ବଡ ପୁଞ୍ଜିନିବେଶ କରୁଛି । ଯାହା ଦ୍ୱାରା ଦେଶରେ ଇସ୍ପାତ୍ରର ବ୍ୟବହାର ବଢିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଦେଶର ନିର୍ମାଣ କ୍ଷେତ୍ରରେ ଇସ୍ପାତ ଉତ୍ପାଦନକୁ ବଢାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ ।

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳଙ୍କ ବିକ୍ଷୋଭ।

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ପ୍ରସ୍ତୁତି ନ କରି ଲକ୍ଡାଉନ, ସଟ୍ଡାଉନ ଘୋଷଣା କରି ସାଧାରଣ ଲୋକଙ୍କୁ ଅଗଣତାନ୍ତ୍ରିକ ଭାବରେ ଘରେ ବନ୍ଦୀ କରି ରଖି ପ୍ରତ୍ୟେକ ଦିନ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ସହିତ ବିଭିନ୍ନ ପ୍ରକାର ଶ୍ରମିକ, କୃଷକ ବିରୋଧ ଆଇନ ପ୍ରଣୟନ କରି ଜନଜୀବନକୁ ଅତିଷ୍ଠ କରୁଥିବା ପ୍ରତିବାଦରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଗୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ), ସିପିଆଇ (ଏମଏଲ) ଲିବରେସନ ଏବଂ ଏଆଇଏଫବି ପକ୍ଷରୁ ଧାରଣା ଦିଆଯାଇ ଏହି ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । 

ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଲାବେଳେ ଆନ୍ତର୍ଜାତିକ ବଜାରରେ ବ୍ୟାରେଲ ପିଛା ଅଶୋଧୂତ ତୈଳଦର ୧୧୦ ଡଲାର ଥିଲାବେଳେ ଏହା ଯଥେଷ୍ଟ ହ୍ରାସ ପାଇ ୪୦ ଡଲାରରେ ପହଞ୍ଚିଛି । କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ୧୩ଥର ଅବକାରୀ ଶୁକ୍ଳ ବୃଦ୍ଧି ଘଟାଇବା ଫଳରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। କମ୍ପାନୀମାନଙ୍କୁ ମୁନାଫା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର । ଯାହାଫଳରେ ୨୩ ଟଙ୍କାର ତୈଳ ଆଜି ୮୦ ଟଙ୍କାରେ ବିକ୍ରି ହେଉଛି । ଗତ ୪ ମାସ ମଧ୍ୟରେ ସଡାଉନ, ଲକଡାଉନ ଫଳରେ ଡିଜେଲ, ପେଟ୍ରୋଲ ବ୍ୟବହାର କମିଯାଇଛି । କମ୍ପାନୀ ମାନଙ୍କର ଏହି କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ଦରବୃଦ୍ଧି କରି ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେଉଛନ୍ତି ଓ ଏହାର ପ୍ରଭାବ ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ପଡୁଛି ବୋଲି ବାମପନ୍ଥୀ ଦଳର ବକ୍ତାମାନେ ଅଭିଯୋଗ କରିଥିଲେ । 

ତୁରନ୍ତ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ ସହିତ ପେଟ୍ରୋଲ, ଡିଜେଲ ଦର କମାଇବା, କରୋନା ସମୟରେ ଲୋକେ ହନ୍ତସନ୍ତ ହେଉଥିଲାବେଳେ ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା ୧୦ କେ.ଜି. ଚାଉଳ ଦେବା ଓ ଆୟକର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ୭୫୦୦ ଟଙ୍କା ୬ ମାସ ପର୍ଯ୍ୟନ୍ତ ଯୋଗାଇଦେବାକୁ ଦାବି କରାଯାଇଥିଲା । ଏହି ଆନ୍ଦୋଳନରେ ସିପିଆଇ ପକ୍ଷରୁ ଆଶିଷ କାନୁନ୍‌ଗୋ, ରାମକୃଷ୍ଣ ପଣ୍ଡା, ସୁର ଜେନା; ସିପିଆଇ(ଏମ) ପକ୍ଷରୁ ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ଦୁଷ୍ମନ୍ତ ଦାସ, ଜଗନ୍ନାଥ ମିଶ୍ର, ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ଯୁଧୁଷ୍ଠିର ମହାପାତ୍ର, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ ପକ୍ଷରୁ ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣ ପାଢ଼ୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ବାହୁଡା ଯାତ୍ରାରେ ମଦ ଦୋକାନ ଖୋଲା ନିଷ୍ପତ୍ତି ଓଡ଼ିଶାର ସାଂସ୍କୃତିକ ଭାବନା ପ୍ରତି ସରକାରଙ୍କ ଚରମ ଉପହାସ।

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ମଦ ଦୋକାନ ଖୋଲାଯିବ ଏବଂ କାଉଣ୍ଟରରେ କୁପନ ଜରୀଆରେ ମଦ ବିକ୍ରି କରାଯିବ ବୋଲି ଅବକାରୀ ବିଭାଗର ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ । ଆସନ୍ତାକାଲି ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା ଦିନଠାରୁ ସରକାର ମଦ ଦୋକାନ ଖୋଲି ଅବକାରୀ ବିଭାଗ ରାଜ୍ୟବାସୀଙ୍କୁ ମଦ ବିକ୍ରି ଉପହାର ଦେବା ଏହା ଓଡ଼ିଶାବାସୀଙ୍କ ପ୍ରତି ଚରମ ଉପହାସ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି । ସମାଜବାଦୀ ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ଗତମାସଠାରୁ ଅବକାରୀ ବିଭାଗ ଅନଲାଇରେ ମଦର ହୋମ୍ ଡେଲିଭରି କରୁଥିଲେ । 

ଆସନ୍ତାକାଲିଠାରୁ ଖୁଲମଖୁଲା ବିଦେଶୀ ମଦ, ବିଅର ଓ ଭାରତରେ ତିଆର ବିଦେଶୀ ମଦ ପ୍ରଭୃତି କୁପନ ଜରିଆରେ କାଉଣ୍ଟରେ ମିଳିପାରିବ । ବାହୁଡ଼ା ଯାତ୍ରାରେ ମଦ ଦୋକାନ ଖୋଲିବା ଓଡ଼ିଶା ବାସୀଙ୍କ ସାଂସ୍କୃତିକ ମାନସିକତା ପ୍ରତି ଏକ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ । ମଦ ଦୋକାନ ଖୋଲାଗଲେ ରାଜ୍ୟରେ ଯେଉଁ ଦୁର୍ଘଟଣା ୬୨ ପ୍ରତିଶତ କମିଯାଇଛି, ତାହା ବଢିବ ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଥିବା ଧର୍ଷଣ, ନାରୀ ଅତ୍ୟାଚାର, ଶୋଷଣ, ଯୌତୁକ ଜନିତ ହତ୍ୟା ଓ ମହିଳାମାନଙ୍କ ପ୍ରତି ଘରୋଇ ହିଂସା ଆହୁରି ତୀବ୍ର ବେଗରେ ବୃଦ୍ଧି ପାଇବ । ତେଣୁ ସାମାଜିକ ଶୃଙ୍ଖଳା ଘରୋଇ ହିଂକୁ ପ୍ରତିହତ କରିବା ପାଇଁ ମଦ ବିକ୍ରିକୁ ଯେତେ ଅଧୁକ ଦିନ ବନ୍ଦ କରାଯାଇପାରିବ, ତାହା ସେତେ ଭଲ ବୋଲି ଶ୍ରୀ ବେହେରା ମତ ପ୍ରକାଶ କରିଛନ୍ତି । 

ବିଶେଷତଃ ବାହୁଡ଼ା ଦଶମୀ ଦିନ ଏକ ପବିତ୍ର ଦିବସରେ ମଦ ବିକ୍ରିକୁ ସେ ନାପସନ୍ଦ କରିବା ସଙ୍ଗେସଙ୍ଗେ ତୁରନ୍ତ ମୁଖ୍ୟମନ୍ତ୍ରୀ ଅବକାରୀ ବିଭାଗର ଏହି ବିଜ୍ଞପ୍ତି ଉପରେ ହସ୍ତଗତ କରି ଏହାକୁ ବନ୍ଦ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟର କ୍ରମାଗତ ବୃଦ୍ଧିପାଉଥିବା ଆଇନ୍ ଶୃଙ୍ଖଳାକୁ ଆଖିଆଗରେ ରଖି ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସରକାର ପୁନର୍ବିଚାର କରନ୍ତୁ । ରାଜ୍ୟରେ କରୋନା ସଂକ୍ରମଣ ଯେତେବେଳେ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି, ସେହି ସମୟରେ ମଦ ଦୋକାନ ଖୋଲାଗଲେ ଏହି ସଂକ୍ରମଣ ହୁଏତ ଅଧୁକ ବଢିପାରେ । 

ତେଣୁ ଦୁର୍ଘଟଣା ରୋକିବା, ଘରୋଇ ହିଂସା ବିଲୋପ କରିବା ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆୟତ କରିବା ଦୃଷ୍ଟିରୁ ମଦ ବିକ୍ରିକୁ ବନ୍ଦ କରାଯାଉ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ମଦ ବିରୋଧି ଆନ୍ଦୋଳନ ରାଜ୍ୟ ସ୍ତରରେ ଏକ ବ୍ୟାପକ ଜନ ଆନ୍ଦୋଳନର ରୂପ ନେବାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କର ମାନସିକତାକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ମଦ ଦୋକାନ ଖୋଲା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

ଗଡ଼ିଲା ରଥ ମାନବ ଅଧୁକାର ସଂଗଠନ କରୋନା ଦୂର କରିବା ପାଇଁ ଜାଳିଲେ ଦୀପ।

ଭୁବନେଶ୍ବର : ଭାରତ ବର୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚୁଥିବା ବେଳେ ବିଶ୍ୱରେ କୋଟିଏରୁ ଉର୍ଦ୍ଧ ଲୋକଙ୍କୁ ସଂକ୍ରମଣ ହୋଇଛି । ଓଡ଼ିଶାରେ ପ୍ରାୟ ୭ ହବାର ବ୍ୟକ୍ତି ଏହି ମହାମାରୀ ଦ୍ଵାରା ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ କରୋନା ଯୋଗୁଁ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା । ଯଦିଓ କରୋନା ଚିକିତ୍ସା ପାଇଁ ଚିକିତ୍ସା ଜଗତରେ ଅଗ୍ରଗତି ଘଟିଛି କିନ୍ତୁ ଏହାକୁ ରୋକିବା ନିମନ୍ତେ ଚିକିତ୍ସା ବିଜ୍ଞାନ ସହିତ ଆଧାର୍ମିକତାର ମଧ୍ୟ ଆବଶ୍ୟକତା ରହିଛି । 

ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଥିବାରୁ କରୋନା ମହାମାରୀ ଦୂରେଇ ଯିବ । ଏହି ବିଶ୍ବାସରେ ଭାରତୀୟ ମାନବ ଅଧିକାର ସୁରକ୍ଷା ସଂଗଠନ ତରଫରୁ ଜଗତ କଲ୍ୟାଣ ନିମନ୍ତେ ମହାପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଇଦ୍ଦେଶ୍ୟରେ ଏକାମ୍ର କ୍ଷେତ୍ର ରାମେଶ୍ଵର ମନ୍ଦିରରେ ସାମୁହିକ ପ୍ରଦୀପ ପ୍ରଦ୍ଧକନ କରାଯାଇଥିଲା । ମହାପ୍ରଭୁଙ୍କୁ ସମଗ୍ର ବିଶ୍ଵ ଜଗତକୁ ଏ ମହାମାରୀରୁ ରକ୍ଷା କରି ସୁସ୍ଥ, ନିରାପଦ, ନିରାମୟ, ଜୀବନ ଯାପନ ପ୍ରଦାନ କରିବା ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ସଂଗଠନର ରାଜ୍ୟ ସଭାପତି ଗଦାଧର ଦାସଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ପୂର୍ବାଞ୍ଚଳ ସମ୍ପାଦକ ପ୍ରସନ୍ନ କୁମାର ଚୌଧୁରୀ, ବିଷ୍ଣୁ ପ୍ରସାଦ ମୁଦୁଲି, ଦୁର୍ଗା ପ୍ରସାଦ ସାହୁ, ଶଶୀଭୂଷଣ ଦାସ ଓ ବହୁ ସଭ୍ୟ ଉପସ୍ଥିତ ଥିଲେ ।

ସ୍ବାସ୍ୟାମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ ଲାଗୁ ହେବ ତ ? ସାମାଜିକ ଦୂରତାକୁ ଅବମାନନା କଲା ପରେ ବି କାହିଁକି ଚୁପ୍ ରହିଛି ଜିଲ୍ଲା ପ୍ରଶାସନ।

ଭୁବନେଶ୍ୱର : ସାରା ବିଶ୍ବରେ ଏବେ କରୋନା ମହାମାରୀ ରୂପ ଧାରଣ କରିଛି । ଏସବୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ସାମାଜିକ ଦୂରତା ମାନିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ତଥା ତାଙ୍କ ପ୍ରତିନିଧୀ ଦୀପାଲି ଦାସ ଏହି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଏ ସଂପର୍କରେ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ କୋଭିଡ ନିୟମ ଉଲ୍ଲଙ୍ଘନକାରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପାଇଁ ଜିରୋ ଟଲେରାନ୍ସ  ଲାଗୁ ହେବ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।

ରାଜ୍ୟସରକାରଙ୍କ ପକ୍ଷରୁ ଜାରି ହୋଇଥିବା ୯ ସୂତ୍ରୀ ନିୟମର ୧ ନମ୍ବରରେ ରହିଛି ସାମାଜିକ ଦୂରତା ନିୟମକୁ ପାଳନ କରିବା । କିନ୍ତୁ ଏହି ନିୟମକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଅବମାନନା କରିଛନ୍ତି । ଦିପାଲୀ ଦାସ ୫୦ ଉର୍ଦ୍ଧ ଲୋକଙ୍କୁ ମେଳି କରି ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ଡିଆରଡିଏ କନଫରେନ୍ସ ହଲରେ କାର୍ଯ୍ୟକ୍ରମ କରିଛନ୍ତି । ଏନେଇ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ଏଯାଏଁ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ଯେତେବେଳେ କରୋନା ମହାମାରୀ ରୂପ ଧାରଣ କରିଛି ସେ ସମୟରେ ଖୋଦ୍ ମନ୍ତ୍ରୀଙ୍କ ଝିଅ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିବା ଦଣ୍ଡନୀୟ ଅପରାଧ । ଅନ୍ୟପଟେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସେ ନିଜର ସଭା ପାଇଁ ସରକାରୀ ସମ୍ମିଳନୀ କକ୍ଷକୁ କିପରି ବ୍ୟବହାର କଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

କୋରନା ଯୋଧାଙ୍କ ମନରେ ଅସନ୍ତୁଷ୍ଟର ନିଆଁ। ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡିଜିଟାଲ ଆନ୍ଦୋଳନ ଚତୁର୍ଥ ଦିନରେ ।

ଭୁବନେଶ୍ବର : ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ କୋରନା ଯୋଧା ଙ୍କୁ ସମ୍ମାନ ଓ କୁସିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ସହ ସପ୍ତମ ବେତନ ଲାଗୁ ଦାବିରେ ଡିଜିଟାଲ ଆନ୍ଦୋଳନକୁ ତ୍ରିବ୍ରତର କରୁଛନ୍ତି। ସମସ୍ତ ଚୁକ୍ତିଭିତିକ ଯୁବ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ଏହି ଟାଳଟୁଳ ନୀତିକୁ କର ସମାଲଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ , ତାହାକୁ ନେଇ ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି । 

ଗତ ଇଲେକ୍ସନ ସମୟରେ ଠିକା ପ୍ରଥା ଉଛେଦ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଖାଲି କର୍ମଚାରୀ ମାନଙ୍କୁ ଭୁଆଁ ବୁଲେଇବା ଉଦିଷ୍ଟ ଥିଲା ବୋଲି କର୍ମଚାରୀ ନେତାମନେ କହିଛନ୍ତି। ସରକାର ତୁରନ୍ତ ଏ ପ୍ରକାର ଗୋଠୁ ଖଟାଇବା ପ୍ରଥାକୁ ବନ୍ଦ କରି ବାସ୍ତବବାଦି ହୁଅନ୍ତୁ ଓ ଏହି ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ତ ଲାଗୁକରନ୍ତୁ। ଯଦି 5T ଓ ମୋ ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ । 

ନେହେଲେ ଯେପରି ବଳଦକୁ ଖାଇବାକୁ ନ ଦେଲେ ଫସଲ ଖାଏ ସେମିତି କର୍ମଚାରୀ ମାନଙ୍କୁ ବାଧ୍ୟ କରୁଛନ୍ତି ପିସି ନେବା ପାଇଁ ସରକାର ଯଦି ଦୁଇ ସପ୍ତାହ ମଧ୍ୟରେ ଦାବି ପୂରଣ ନକରନ୍ତି ତେବେ କର୍ମଚାରୀ ମାନେ ଅଭିନବ ପ୍ରଥାରେ ଆନ୍ଦୋଳନ କରିବେ ବୋଲି ସଙ୍ଘ ସଭାପତି ବିଜୟ ମଇ ,ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି , ମଧୁ ମଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ , ସମ୍ପାଦକ କ୍ଷିତିଶ ପଣ୍ଡା , ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ,ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ , ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ,ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ଅନିତା ବେହେରା,ଲୋକାଳିନ ପଣ୍ଡା, ଅଳକା ମହାନ୍ତି,ରଶ୍ମି ଦାସ ପ୍ରମୁଖ ପ୍ରେସ ବିବୃତି ରେ କହିଛନ୍ତି ।
କୋରନା ଯୋଧାଙ୍କ ମନରେ ଅସନ୍ତୁଷ୍ଟର ନିଆଁ। ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡିଜିଟାଲ ଆନ୍ଦୋଳନ ଚତୁର୍ଥ ଦିନରେ ।

ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନ ଜାନ କୋଭିଡ-19 ବୈଶ୍ବିକ ମହାମାରୀ ଦ୍ବାରା ପ୍ରଭାବିତ ହେବନାହିଁ। - ଡଃ ଜିତେନ୍ଦ୍ର ସିଂ

ନୁଆଦିଲ୍ଲୀ : କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ କୋଭିଡ-19 ବୈଶ୍ବିକ ମହାମାରୀ ସନ୍ଦେ ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନ ଜାନ ପ୍ରଭାବିତ ହେବନାହିଁ ବୋଲି କହିଛନ୍ତି । ଅଭିଯାନର ପ୍ରାକ ପ୍ରସ୍ତୁତି ଯଥାରୀତି ଚାଲିଛି ବୋଲି ସେ ଆଜି (29.06.2020) ପ୍ରକାଶ କରିଛନ୍ତି । ଗତ ବର୍ଷକ ମଧ୍ୟରେ ହୋଇଥିବା ମହାକାଶ ଅଭିଯାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଇସ୍ରୋ ଏବଂ ମହାକାଶ ବିଭାଗ ଅନେକ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । କୋଭିଡ଼-19 ବୈଶିକ ମହାମାରୀ ସତ୍ବେ ରୁଷରେ ତାଲିମ ନେଉଥିବା 4 ଜଣ ଭାରତୀୟ ମହାକାଶଚାରୀଙ୍କ ତାଲିମ ଓ ମହାକାଶ ଅଭିଯାନ କାର୍ଯ୍ୟକ୍ରମ ଅତ୍ୟନ୍ତ ସାବଧାନତାର ସହିତ କରାଯାଉଛି । 

ଏହା ସାମୟିକ ଭାବେ ବନ୍ଦ ରହିଥିଲେ ମଧ୍ୟ ଏବେ ପୁଣି ଆରମ୍ଭ ହୋଇଛି ଏବଂ ମହାକାଶ ଯାତ୍ରା ନିର୍ଦ୍ଧାରିତ ତିଥୁ ଅନୁସାରେ ଦେଶର 7ତମ ସ୍ଵାଧୀନତା ଦିବସ ପାଳନ ଅର୍ଥାତ 2022 ପୂର୍ବରୁ ଯଥାରୀତି ସମ୍ପନ୍ନ ହେବ । ଇସ୍ରୋରେ ଘରୋଇ ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ହୋଇଥିବା କ୍ୟାବିନେଟ ନିଷ୍ପଭି ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଏଧୂପାଇଁ ଇଣ୍ଡିଆନ ନେସନାଲ ସ୍ପେସ ପ୍ରମୋଶନ ଏଣ୍ଡ ଅଥରାଇଜେସନ ସେଣ୍ଟର (ଇନସ୍ପେସ) ନାମକ ଏକ ନିୟନ୍ତ୍ରକ ସଂସ୍ଥା ପ୍ରତିଷ୍ଠା କରାଯିବ । ଏହି ସଂସ୍ଥା ଘରୋଇ ଭାଗିଦାରୀତା ସମ୍ପର୍କରେ ବିଚାର କରି ଦେବ । ଦେଶରେ ମହାକାଶ ଅଭିଯାନ ପାଇଁ ଆର୍ଥିକ ସାମର୍ଥ୍ୟ ବୃଦ୍ଧି ସହ ଘରୋଇ ଭାଗିଦାରୀତା । ଅଧୂକ ହେବା ସହ ଏହା ଦେଶରୁ ପ୍ରତିଭା ସ୍ଥାନାନ୍ତରଙ୍କୁ ମଧ୍ୟ ନିରୁତ୍ସାହିତ କରିବ । 

ଏହା ଫଳରେ ଅନେକ ବୁଦ୍ଧିବାନ ମହାକାଶ ବିଜ୍ଞାନୀ ଓ ବିଷଷଜ୍ଞ ଦେଶରୁ ବାହାରକୁ ଯିବେ ନାହିଁ । ଚନ୍ଦ୍ରଯାନ-3ର ଚନ୍ଦ୍ରମା ଅଭିଯାନ ସମ୍ପର୍କରେ ସୂଚନା ଦେଇ ଡଃ ସିଂ କହିଛନ୍ତି ଯେ, ଏହା ଆସନ୍ତା ବର୍ଷ ହେବା ପାଇଁ ସ୍ଥିରୀକୃତ ହୋଇଛି । ଏଥିପାଇଁ ସମସ୍ତ ଢାଞ୍ଚାଗତ ପ୍ରସ୍ତୁତି କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ସରକାର କରିଥିଲେ କି ବିଦ୍ଧିବଦ୍ଧ ଷଡଯନ୍ତ୍ର  !


ଭୁବନେଶ୍ୱର : ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଆଜି ପଦାରେ ପଡ଼ିଛି । ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କର ଆଦ୍ୟ ସେବକ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଏହା ପଛର ସତ୍ୟତା ପର୍ଦାଫାଶ କରିଛି । ନିଜ ବକ୍ତବ୍ୟରେ ସେ କହିଛନ୍ତି ମାର୍ଚ୍ଚ ୨୪ ରେ କରୋନା ପାଇଁ ଲଡାଉନ୍ ଘୋଷଣା ହେବା ପରେ ଅକ୍ଷୟ ତୃତୀୟା ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ହେବା ଅସମ୍ଭବ ଜାଣି ଏ ସଂପର୍କରେ ନିଷ୍ପତି ନେବାକୁ ଏପ୍ରିଲ୍ ୧୫ ରେ ଆଇମନ୍ତ୍ରୀ ପ୍ରତାପ ଜେନା ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପଠାଇ ଦର୍ଶାଇ ଥିଲେ । ଋକୁଣା ରଥଯାତ୍ରା ବନ୍ଦ ହେବା ପରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଆଇନ୍ ମନ୍ତ୍ରୀ ବା ମୁଖ୍ୟ ଶାସନ ସଚିବ କୌଣସି ପଦକ୍ଷେପ ନେଇ ନଥିଲେ । 

ରଥଯାତ୍ରା ପାଖେଇ ଆସୁଥିବା ବେଳେ ସରକାର ଏ ବାବଦରେ କିଛି ସ୍ପଷ୍ଟ କରିନଥିବାରୁ ଏପ୍ରିଲ୍ ୨୬ ତାରିଖରେ ଆଦ୍ୟ ସେବକ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖୁ ପରିଚାଳନା କମିଟିର ଭାବନା ଭକ୍ତଶୂନ୍ୟ ରଥଯାତ୍ରାର ପ୍ରସ୍ତାବ ସଂପର୍କରେ ଦର୍ଶାଇଥିଲେ । କିନ୍ତୁ କୌଣସି ଉତର ଆସିନଥିଲା । ମଇ ୪ ତାରିଖରେ ମ୍ୟାନେଜଂ କମିଟିର ବୈଠକ ବସିଲା ଓ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ମତ ଲୋଡିଲେ । ମଇ ୭ ତାରିଖରେ କୋଭିଡ଼ ନିୟମ ପାଳନ କରି ରଥଯାତ୍ରା ଅନୁଷ୍ଠିତ କରାଇବାକୁ କେନ୍ଦ୍ର ସରକାର କହିଥିଲେ । ରଥଯାତ୍ରାକୁ ବନ୍ଦ କରିବାକୁ ମାନ୍ୟବର ହାଇକୋର୍ଟରେ ଯାଚିକା ଦାଖଲ ହେବା ପରେ ଜୁନ୍ ମାସ ୯ ତାରିଖରେ ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏ ବାବଦରେ ନିଷ୍ପତି ନେବା ପାଇଁ କହିଥିଲେ ମଧ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତି ନେଲେନାହିଁ । 

ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା ଓ ଭାରତ ବିକାଶ ପରିଷଦ ଭଳି କେତେକ ସମାଜସେବୀ ସଂସ୍ଥା ପ୍ରାୟୋଜିତ ଭାବେ ରଥଯାତ୍ରା ବନ୍ଦ କରିବାକୁ ଅପିଲ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲଙ୍କ ଭଳି ଜଣେ ନାମୀଦାମୀ ଓକିଲ ସରକାରଙ୍କ ତରଫରୁ ପକ୍ଷ ରଖୁଥଲେ । ଓଡ଼ିଶାବାସୀଙ୍କର ଆଶା ଥିଲା ସରକାର ବୋଧହୁଏ ରଥଯାତ୍ରା କରିବା ପାଇଁ ବୋଲି ଦର୍ଶାଇ ପିଟିସନର ତଥ୍ୟକୁ ସମର୍ଥନ କରି ରଥଯାତ୍ରା ବନ୍ଦ କରିବାକୁ ଯୁକ୍ତି ବାଢିଥିଲେ । ଜୁନ୍ ୧୮ ତାରିଖରେ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା । 
ଏଠାରେ ପ୍ରଶ୍ନ ଉଠେ :- 
୧. ରାଜ୍ୟ ସରକାର ରଥଯାତ୍ରା ବନ୍ଦ ରଖୁବା ପାଇଁ ଓଡିଶା ଜନସାଧାରଣଙ୍କ ଟିକସ ପଇସାରେ ଏଭଳି ନାମୀଦାମୀ ଓକିଲଙ୍କୁ ନିଯୁକ୍ତି କରିଥିଲେ କାହିଁକି ? 
୨. କ’ଣ ପାଇଁ ହରିଶ ସାଲଭେ ବିକଳ୍ପ ବ୍ୟବସ୍ଥା ଅର୍ଥାତ ଭକ୍ତଶୂନ୍ୟ ରଥଯାତ୍ରା କରିବା ସଂପର୍କରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇନଥିଲେ ? 
୩. ରାଜ୍ୟ ସରକାରଙ୍କ ଆଇନ୍ ପରାମର୍ଶଦାତା ଆଡଭୋକେଟ୍‌ ଜେନେରାଲ ତାଙ୍କୁ ସଠିକ୍‌ ତଥ୍ୟ ଦେଇନଥିଲେ କାହିଁକି ? ଏଥିପାଇଁ ଆଡଭୋକେଟ୍‌ ଜେନେରାଲ ସଂପୂର୍ଣ୍ଣ ରୂପେ ଦାୟୀ । 
୪. ୫-ଟି ସଚିବଙ୍କ ଦ୍ବାରା ପ୍ରଚାରିତ ‘ ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ବଡ ଭକ୍ତ’ । ଏହା ଯଦି ସତ୍ୟ, ତେବେ ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଆନ୍ତରିକତା ଉପରେ ଏହି ଆଚରଣ ପ୍ରଶ୍ନବାଚୀ ସୃଷ୍ଟି କରୁଛି । 
୫. ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଆଇମନ୍ତ୍ରୀ ଓ ଆଡଭୋକେଟ୍‌ ଜେନେରାଲ ମିଳିମିଶି ମହାପ୍ରଭୁଙ୍କ ରଥଯାତ୍ରାକୁ ବନ୍ଦ କରିବାର ଷଡଯନ୍ତ୍ର କରିଥିଲେ, ତାହା ଆଜି କାହାକୁ ଅଛପା ନାହିଁ ।

କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳ ଖେଳୁଥିବା ରାଜ୍ୟ ସରକାର ଓ ଆଡଭୋକେଟ୍‌ ଜେନେରାଲଙ୍କ ଚଞ୍ଚକତାକୁ ବରଦାସ୍ତ କରାଯିବ ନାହିଁ । ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଜଗତରନାଥ ଜଗନ୍ନାଥଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଥିବା ସରକାର, ଏଭଳି ଅପରିଣାମଦର୍ଶୀ ଓ ଜନବିରୋଧ କାର୍ଯ୍ୟରେ ଲିପ୍ତଥିବା ଆଇମନ୍ତ୍ରୀ ଓ ଆଡଭୋକେଟ୍‌ ଜେନେରାଲଙ୍କ ବହିଷ୍କାର ଦାବି ଯଦି ୪୮ ଘଣ୍ଟା ମଧ୍ୟରେ ଏମାନଙ୍କୁ ବହିଷ୍କାର କରାନଯାଏ ତେବେ ପ୍ରଦେଶ ଯୁବ କଂଗ୍ରେସ ଆନ୍ଦୋଳନକୁ ଜୋଦାର କରିବ ଓ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଉଛି । 

ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ପ୍ରସଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ ।

ଭୁବନେଶ୍ଵର : ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାନ୍ଟିନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆଙ୍କୁ ପୋଲିସ କ୍ୟାନ୍ଟିନରେ ଗଣ ଦୁଷ୍କର୍ମ କରାଯାଇଥିଲା । ପିଡିତାଙ୍କ ସ୍ଵାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ । ଏହି ଘଟଣାକୁ ଡେଢମାସରୁ ଉର୍ଦ୍ଧ ବିତିଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାନ୍ଟିନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି । 

ସେହିପରି ଗତ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡିତାର ଗର୍ଭପାତ କରାଇଛନ୍ତି । ଏହା ବିରୁଦ୍ଧରେ ୪ ଦଫା ଦାବି ନେଇ ରାଜ୍ୟ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ସେମାନଙ୍କୁ ଧରାଯାଉ । ଏହା ସହ ଏହି ଆକ୍ଟ ଅନୁଯାୟୀ ଦୁଇ ଜଣ ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ କେସକୁ ରଫାଦଫା କରିବା ପାଇଁ ପୀଡିତାଙ୍କ ପରିବାରକୁ ପୋଲିସ ଧମକ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି । ପ୍ରଥମ ଘଟଣାରେ ମାଲକାନଗିରି ପୋଲିସ କ୍ୟାନ୍ଟିନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । 

ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଦେଢମାସରୁ ଉର୍ଦ୍ଧ୍ବ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇନାହିଁ । ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ । ମାନବଧିକାର କମିଶନଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବି ପୋଲିସ ଚୁପ୍ ରହିଛି । ସେହିପରି ବୀରମିତ୍ରପୁର ଘଟଣାରେ ଖୋଦ୍ ଥାନା ଅଧିକାରୀ ଥାନାର ଉପରମହଲାରେ ଜଣେ ୧୩ ବର୍ଷିଆ ଆଦିବାସୀ ନାବାଳିକାକୁ ବନ୍ଧକ ରଖି ଯୌନ ଉପୀଡନ କରିଆସୁଥିଲେ । ଥାନାବାବୁ ପୀଡିତା ନାବାଳିକାକୁ ଗର୍ଭବତୀ କରାଇବା ସହ ବେଆଇନ ଭାବେ ସରକାରୀ ଡାକ୍ତରଖନାରେ ତାଙ୍କର ଗର୍ଭପାତ କରାଇଛନ୍ତି । cwc ପୀଡିତାକୁ ନେଇ ମେଡିକାଲରେ ଚିକିତ୍ସା କରାଉଛି । ଏହି ଘଟଣାରେ ବି ପୋଲିସ ଅଧିକାରୀଙ୍କ ସଂପୃକ୍ତି ଥିବା ଯୋଗୁଁ ଘଟଣାର ତଦନ୍ତ ହେଉନାହିଁ । 
ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ପ୍ରସଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ ।

ଏହି ଦୁଇଟି ଘଟଣା ପୋଲିସର କ୍ୟାମ୍ପସ ଭିତରେ ଏବଂ ପୋଲିସର ସଂପୃକ୍ତି ଥିବା ଯୋଗୁଁ ଘଟଣାକୁ ଚପେଇ ଦିଆଯାଉଛି । ମାଲକାନଗିରି ଘଟଣାରେ ପୀଡିତାର ମୃତ୍ୟୁ ହେବା ପରେ ବି କୌଣସି ବରିଷ୍ଠ ପୋଲିସ ଅଧିକାରୀ ଦୋଷୀଙ୍କୁ ଧରିପାରିଲେ ନାହିଁ । ଦୁଇ ଦୁଇଟି ଅଭାବନୀୟ ଘଟଣାରେ ଆଦିବାସୀ ମହିଳା ଓ ନାବାଳିକା ପୀଡିତା ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତ ଏସି ଏସଟି ଆକ୍ଟ ଅନୁଯାୟୀ ସେମାନଙ୍କ ପରିବାରକୁ ୮.୨୫ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଦିଅନ୍ତୁ । ଏହି ଘଟଣାରେ ରାଜ୍ୟ ମାନବଧିକାର କମିଶନ ହସ୍ତକ୍ଷେପ କରି ପୋଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବି ପୋଲିସ ଏହାକୁ ପାଳନ କରିବ ନାହିଁ ବୋଲି ବିଜେପି ଅନୁଭବ କରୁଛି । ପୀଡିତାଙ୍କ ପରିବାର ଲୋକ ଦିନ ମଜୁରିଆ ଏବଂ ଅଶିକ୍ଷିତ ହୋଇଥିବା କାରଣରୁ ସେମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କରିପାରୁ ନାହାଁନ୍ତି । ଏହାର ସୁଯୋଗ ନେଇ ପୋଲିସ ଦୋଷୀ ମାନଙ୍କୁ ଘଣ୍ଟ ଘୋଡାଉଛି । 

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବିଜେପିର ଦୁଇ ଜଣ ବିଧାୟକ ନାବାଳିକା ସହ ଭେଟି ଘଟଣା ସଂପର୍କରେ ବୁଝିବାକୁ ଯାଇଥିବାବେଳେ ପୋଲିସ ପୀଡିତାଙ୍କ ସହ କଥା ହେବା ପାଇଁ ଅନୁମତି ଦେଇନଥିଲା ବୋଲି ପ୍ରତିନିଧୀ ମଣ୍ଡଳ ପୋଲିସ ମହାନିର୍ଦ୍ଦେଶକ ଆଗରେ ଅଭିଯୋଗ କରିଛି । ଏହି ଦୁଇଟି ଘଟଣାରେ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପୀଡିତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିନିଧୀ ମଣ୍ଡଳ ଦାବି କରିଛି ।

ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ବିତୀୟ ଆର୍ ଆଣ୍ଡ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ/ ଭୁବନେଶ୍ବର :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋହର ଲାଲ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ । ଇଣ୍ଡିଆନ ଅଏଲ ଟେକ୍ନୋଲୋଜି ଡେଭଲପମେଟ୍ ଆଣ୍ଡ ଡିପ୍ଲଏମେଟ୍ ସଂଟରର ଦ୍ବିତୀୟ ଆର୍ ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଉଦଘାଟିତ ହୋଇଥିବା ଦ୍ବିତୀୟ ଆର ଏବଂ ଡି ସଂଟର ଆଗାମୀ ଦିନରେ ସନ୍ଥ, ବିକି ଓ ସ୍ୱଦେଶୀ ଉର୍ଜା ସମାଧାନର ମାର୍ଗ ଖୋଜିବାର ଲାବରୋଟୋରି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଇଣ୍ଡିଆନ ଅଏଲର ଆର୍ ଆଣ୍ଡ ଡି ସଂଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେଉଅଛି । ଆର ଆଣ୍ଡ ଡି ସଂଟର ଆତ୍ମନିର୍ଭର ଭାରତର ଚାବିକାଠି । ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ କୃଷି ବର୍ଜ୍ୟ ବସ୍ତୁର ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ହରିୟାଣା ବଡ ଭୂମିକା ନେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ବରେ ସାମାଜିକ-ଅର୍ଥନୈତିକ ଏବଂ ବିକାଶ ମ୍ୟାପରେ ହରିୟାଣା ଅତୁଳନୀୟ ପ୍ରଦର୍ଶନ କରିଛି । 

ରାଜ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରୋତ୍ସାହନ ଦେଉଥିବାରୁ ଏବଂ ହରିୟାଣା ଭଳି ରାଜ୍ୟ କିରୋସିନି ମୁକ୍ତ ହୋଇଥିବାରୁ ଶ୍ରୀ ପ୍ରଧାନ ହରିୟାଣା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ । ହରିୟାଣାକୁ ଦେଶର ଗବେଷଣା ଏବଂ ବିକାଶର ପେଣ୍ଠସ୍ଥଳି ଭାବେ ନେତୃତ୍ବ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ 'ମନ୍ କି ବାତ୍'ର ଓଡ଼ିଆ ଭାଷାନ୍ତର।

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। 
୨୦୨୦ ମସିହାରେ “ମନ୍ କି ବାତ୍ ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛି । ଏବେ ଯେଉଁ ବିଶ୍ବବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା'ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସାଭାବିକ । କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରବ ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ !! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତ୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଦି ବିତୁନି କାହିଁକି ? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି ୨୦୨ ୦ ବର୍ଷଟି ଶୁଭ ନୁହେଁ । ବାସ୍, ଲୋକ କେବଳ ଏତିକି ଚାହୁଁଛଟି ଯେ ଏ ବର୍ଷଟି ଯେମିତି ହେଉ ଶୀଘ୍ର ସରିଯାଉ ।

ବନ୍ଧୁଗଣ, 
ବେଳେବେଳେ ମୁଁ ଭାବେ ଯେ, ଏମିତି କାହିଁକି ହେଉଛି । ହୁଏତ ଏଭଳି କଥାବାର୍ତାର କିଛି କାରଣ ମଧ୍ୟ ଥାଇପାରେ । ୬-୭ ମାସ ଆଗରୁ ଆମେ ବି କ'ଣ ଜାଣିଥିଲୁ ଯେ, କରୋନା ଭଳି ବିପତି ଆସିବ ଆଉ ତା' ବିରୁଦ୍ଧରେ ଏ ସଂଗ୍ରାମ ଏତେ ଦୀର୍ଘଦିନ ଧରି ଚାଲିବ ? ଏହି ବିପତି ତ ଚାଲିଛି । ତା'ଉପରେ ପୁଣି ଦିନକୁ ଦିନ ଦେଶ ଆଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଛି । ଏହି କିଛିଦିନ ତଳେ, ଦେଶର ପୂର୍ବ ଉପକୂଳରେ ଅମ୍ପନ ବାତ୍ୟା ଆସିଲା । ସେପଟେ ପଶ୍ଚିମ ଉପକୂଳରେ ନିସର୍ଗ ବାତ୍ୟା ଆସିଲା । ଅନେକ ରାଜ୍ୟରେ ଆମର ଚାଷୀ ଭାଇଭଉଣୀମାନେ ପଙ୍ଗପାଳ ଦଳର ଆକ୍ରମଣକୁ ନେଇ ବିବ୍ରତ ଅଛନ୍ତି । ଆଉ ପୁଣି ଦେଶର ଅନେକ ଅଂଚଳରେ ଛୋଟ ଛୋଟ ଭୁମିକମ୍ପ ଥମିବାର ନାଁ ଧରୁନି । ଆଉ ଏସବୁ ଭିତରେ ଆମର କିଛି ପଡୋଶୀଙ୍କ ଦ୍ବାରା ଯାହା ଚାଲିଛି, ଦେଶ ସେସବୁ ସମସ୍ୟାକୁ ମଧ୍ୟ ସାମନା କରୁଛି । ବାସ୍ତବରେ, ଏକାଥରକେ ଏତେ ଗୁଡ଼ିଏ ସମସ୍ୟା ! ଏଭଳି ସଂକଟ କୃତ ଦେଖିବାକୁ ମିଳେ । ପରିସ୍ଥିତି ଏଭଳି ହୋଇଛି ଯେ, କିଛି ଛୋଟ ଛୋଟ ଘଟଣା ଘଟିଲେ ମଧ୍ୟ ଲୋକେ ସେଗୁଡ଼ିକୁ ଏହାସହିତ ଯୋଡ଼ି କରି ଦେଖୁଛନ୍ତି ।

ବନ୍ଧୁଗଣ, 
କଠିନ ପରିସ୍ଥିତି ଆସେ, ବିପତି ଆସେ, କିନ୍ତୁ ପ୍ରଶ୍ନ ହେଲା ଯେ, କ'ଣ ଏଇ ବିପତିଗୁଡ଼ିକ କାରଣରୁ ଆମେ ୨୦୨୦ ବର୍ଷଟିକୁ ଅଶୁଭ ବୋଲି ଧରିନେବା ? ପ୍ରଥମ ୬  ମାସ ଯେମିତି କଟିଲା ତା’ଯୋଗୁଁ କ’ଣ ମାନିନେବା ଯେ, ଏ ସମ୍ପୂର୍ଣ୍ଣ ବର୍ଷଟି ଏମିତି ଖରାପ ଏଭଳି ଭାବିବା କ'ଣ ଉଚିତ ହେବ ? ନା - ମୋର ପ୍ରିୟ ଦେଶବାସୀଗଣ, ମୋଟେ ନୁହେଁ । କୌଣସି ବର୍ଷ ମଧ୍ୟରେ ଗୋଟିଏ ସମସ୍ୟା ଆସୁ କିମ୍ବା ପଚାଶଟି ସମସ୍ୟା ଆସୁ ସଂଖ୍ୟା କମ୍ ବେଶୀ ଦେଲେ ସେ ବର୍ଷଟି ଅଶୁଭ ହୋଇଯାଏନି । ଭାରତର ଇତିହାସ ହିଁ ଏଭଳି ବିପତି ଏବଂ ଆହାନଗୁଡ଼ିକ ଉପରେ ବିଜୟଲାଭ କରି ଆହୁରି ଶକ୍ତିଶାଳୀ ହେବାର ରହିଛି । ଶହ ଶହ ବର୍ଷଧରି ବିଭିନ୍ନ ଆକ୍ରମଣକାରୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି, ଦେଶକୁ ବିପଦରେ ପକାଇଛନ୍ତି, ଲୋକେ ଭାବୁଥିଲେ ଯେ, ଭାରତର ମୂଳଭିତି ନଷ୍ଟ ହୋଇଯିବ । ଭାରତର ସଂସ୍କୃତି ହିଁ ଲୋପ ପାଇଯିବ । କିନ୍ତୁ ଏସବୁ ବିପତି ଯୋଗୁଁ ଭାରତ ଆହୁରି ଭବ୍ୟ ହୋଇ ପ୍ରଗତିଶୀଳ ହୋଇଛି ।

ବନ୍ଧୁଗଣ, 
ଆମର ଏଠି କୁହାଯାଇଛି ଯେ – ସୃଜନ ଶାଶ୍ବତ, ସୂଜନ ନିରନ୍ତର । ଗୋଟିଏ ଗୀତର କିଛି ଧାଡ଼ି ମୋର ମନେପଡ଼ୁଛି । କଳ କଳ ହୋଇ ଯାଉଛି ବହି, କହୁଛି କ'ଣ ଏ ଗଙ୍ଗୀର ଧାରା ? ଯୁଗ ଯୁଗ ଧରି ଆସିଛି ବହି, ଆମରି ଏ ପୂଣ୍ୟପ୍ରବାହ ପରା । ସେହି ଗୀତରେ ଆଗକୁ ଅଛି – ପାରିବାକି ରୋକି ତାକୁ, ଯିବା ଲୋକ ତ ଚାଲିଯିବେ ଗୋଡ଼ିପଥର ଅସ୍ତିତ୍ବ କ'ଣ ଯେ, ସେମାନେ ପୁଣି ବାଧା ଦେବେ ? ଏକ ପକ୍ଷରେ ଯେଉଁଠି ଭାରତ ଆଗରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି, । ଅପରପକ୍ଷରେ ସେ ବାଧାଗୁଡ଼ିକୁ ଦୂରକରି ଅନେକ ନୂତନ କାର୍ଯ୍ୟ ବି ହୋଇଛି । ନୂତନ ସାହିତ୍ୟ ସୃଷ୍ଟି ହୋଇଛି । ନୂତନ ଗବେଷଣା, ନୂଆ ସିଦ୍ଧାନ୍ତ ସୃଷ୍ଟି ହୋଇଛି । ସଙ୍କଟଜନକ ପରିସ୍ଥିତି ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରହିଛି ଏବଂ ଆମ ସଂସ୍କୃତି ପୁଷ୍ଟିତ-ପଲ୍ଲବିତ ହୋଇଚାଲିଛି । ଦେଶ ଆଗକୁ ଆଗକୁ ବଢ଼ିଚାଲିଛି । ଭାରତ ସର୍ବଦା ସମସ୍ୟାକୁ ସଫଳତାର ସୋପାନରେ ପରିବର୍ତ୍ତିତ କରିଛି । ଏହି ଚିନ୍ତାଧାରା ସହ, ଆମକୁ ଆଜି ମଧ୍ୟ ସମସ୍ୟା ମଧ୍ୟରେ ଆଗକୁ ବଢ଼ିବାର ଅଛି । ଆପଣମାନେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବେ । ୧୩୦ କୋଟି ଦେଶବାସୀ ଆଗକୁ ବଢ଼ିବେ । ତାହେଲେ ଏହି ବର୍ଷ ହି  ଦେଶ ପାଇଁ ପ୍ରବର୍ଷ ସ୍ଥାପନ କରିବାର ବର୍ଷ ଭାବରେ ପ୍ରମାଣିତ ହେବ । ଏହି ବର୍ଷରେ ହିଁ । ଦେଶ ନୂତନ ଲକ୍ଷ୍ୟପ୍ରାପ୍ତ କରିବ, ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ । ୧୩୦ କୋଟି । ଦେଶବାସୀଙ୍କ ଶତି ଉପରେ, ଆପଣ ସମସ୍ତଙ୍କ ଉପରେ, ଏହି ଦେଶର ମହାନ ପରମ୍ପରା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି ।

ମୋର ପ୍ରିୟ ଦେଶବାସୀଗଣ, 
ସମସ୍ୟା ଯେତେ ବଡ଼ ହେଉ ପଛେ ଭାରତର ସଂସ୍କାର, ନିଃ ସାର୍ଥ ସେବା ପାଇଁ ପ୍ରେରଣା ଯୋଗାଇଥାଏ। କଠିନ ପରିସ୍ଥିତିରେ ଭାରତ ଯେଉଁଭଳି ବିଶ୍ଵବାସୀଙ୍କୁ ସହାୟତା ଯୋଗାଇଲା ତାହା ଆଜି ଶାନ୍ତି ଏବଂ ପ୍ରଗତିରେ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିଛି । ଏଭଳି ସମୟରେ ସାରା ପୃଥିବୀ ଭାରତର ବିଶ୍ବ-ବନ୍ଧୁତ୍ବ ଭାବକୁ ମଧ୍ୟ ଅନୁଭବ କଲା । ତା'ସହିତ ନିଜର ସାର୍ବଭୌମତ୍ର ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଏବଂ ସଂକଳ୍ପବଦ୍ଧତାକୁ ମଧ୍ୟ ବିଶ୍ୱ ଦେଖିଲା । ଲଦାଖରେ ଭାରତର ଭୂମି ଉପରେ କୁ ନିକ୍ଷେପକାରୀଙ୍କୁ କଡ଼ା ଜବାବ ମିଳିଲା । ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ । ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ । | 

ବନ୍ଧୁଗଣ, 
ଲଦାଖରେ ଆମର ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀରତ୍ବକୁ ପୂରା ଦେଶ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସମଗ୍ର ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ସେମାନଙ୍କ ଆଗରେ ନତମସ୍ତକ । ଏହି ବନ୍ଧୁମାନଙ୍କ ପରିବାର ଭଳି ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇବାର ପୀଡ଼ାକୁ ମଧ୍ୟ ଅନୁଭବ କରୁଛି । ନିଜର ବୀର-ପୁତ୍ରଙ୍କ ବଳିଦାନକୁ ନେଇ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଯେଉଁ ଗୌରବ ଭାବନା ରହିଛି, ଦେଶ ପାଇଁ ଯେଉଁ ଉତ୍ସାହ ରହିଛି – ତାହାହିଁ ତ ଦେଶର ଶକ୍ତି । ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁମାନଙ୍କ ପୁତ୍ର ଶହୀଦ ହୋଇଛନ୍ତି, ସେହି ପିତା-ମାତା, ନିଜର ଅନ୍ୟ ପୁଅମାନଙ୍କୁ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାବାହିନୀକୁ ପଠାଇବା ପାଇଁ ଇଜାପ୍ରକାଶ କରୁଛନ୍ତି । ବିହାରର ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କଥା ତ କାନରେ ପ୍ରତିଧ୍ବନିତ ହେଉଛି । ସେ କହୁଥିଲେ, ନିଜର ନାତିକୁ ବି ଦେଶର ସୁରକ୍ଷା ପାଇଁ ସେନାବାହିନୀକୁ ପଠାଇବେ । ସମସ୍ତ ଶହୀଦ ପରିବାରରେ ଏଭଳି ସାହସ ଭରିରହିଛି । ବାସ୍ତବରେ, ଏହି ପରିବାରଗୁଡ଼ିକର ତ୍ୟାଗ ପୂଜନୀୟ । ଭାରତମାତାର ସୁରକ୍ଷାର ଯେଉଁ ସଂକଳ୍ପକୁ ନେଇ ଆମର ଯବାନମାନେ ବଳିଦାନ ଦେଇଛନ୍ତି, ସେହି ସଂକଳକୁ ଆମକୁ ମଧ୍ୟ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ହେବ । ପ୍ରତ୍ୟେକ ଦେଶବାସୀଙ୍କୁ ଗ୍ରହଣ କରିବାକୁ ହେବ । ଆମର ସମସ୍ତ ପ୍ରଚେଷ୍ଟା ଏହି ଦିଗରେ ହେବା ଦରକାର । ଯାହାଦ୍ବାରା ନିଜର ସୀମକୁ ସୁରକ୍ଷିତ କରିବାରେ ଦେଶର ଶକ୍ତି ବୃଦ୍ଧିହେବ, ଦେଶ ଆହୁରି ଅଧିକ ସକ୍ଷମ ହେବ, । ଆତ୍ମନିର୍ଭର ହେବ । ତାହାହେବ ଆମ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ଆସାମରୁ ରଜନୀ ଜୀ ମୋତେ ଲେଖିଛନ୍ତି ଲଦାଖର ପୂର୍ବଭାଗରେ ଯାହାକିଛି ଘଟିଲା ତାକୁଦେଖ୍ ସେ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି – ସେ ସଂକଳ୍ପଟି ହେଲା ଯେ, ସେ କେବଳ ସ୍ଥାନୀୟ ଜିନିଷ ହିଁ କିଣିବେ । କେବଳ ସେତିକି ନୁହେଁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବେ । ଦେଶର କୋଣ-ଅନୁକୋଣରୁ ଏହିଭଳି ବାର୍ତ୍ତାମାନ ମୋ ପାଖକୁ ଆସିବାରେ ଲାଗିଛି । ବହୁତ ଲୋକ ମୋତେ ଲେଖି ଜଣାଉଛନ୍ତି ଯେ, ସେମାନେ ଏହି କାମ ଆରମ୍ଭ କରିଦେଲେଣି । ସେହିଭଳି ତାମିଲନାଡୁର ମଦୁରାଇରୁ ମୋହନ ରାମମୁଜୀ ଲେଖିଛନ୍ତି ଯେ, ସେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଦେଖିବାକୁ ଚାହୁଁଛନ୍ତି । 

ବନ୍ଧୁଗଣ, 
ସାଧୀନତା ପ୍ରାପି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ଵର କେତେକ ଦେଶଠାରୁ ଅଗ୍ରଣୀ ଥିଲା । ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା । ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ । ସାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହିଁ । କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି । ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।

ବନ୍ଧୁଗଣ, 
କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା । ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ଯ୍ୟ । ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ । ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି । ଏହା ମଧ୍ୟ ଏକ ପ୍ରକାର ଦେଶସେବା । ଆପଣ ଯେକୌଣସି ବୃତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ। ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା । ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାଚିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ । 
ଆମର ଏଠି କୁହାଯାଇଛି -
ବିଦ୍ୟା ବିବାଦାୟ ଧନ୍ୟ ମଦାୟ, ଶଢି ପରେଷ୍ୟ ପରିପୀଡ଼ନାୟ । ଝାଳସ୍ୟ ସାଧୋ୫ ବିପରୀତମ୍ ଏତତ୍, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ । 
ଅର୍ଥାତ୍ ମନୁଷ୍ୟର ସଭାବ ଯଦି ଝାଳ ହୋଇଥିବ, ତା'ହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ । କିନ୍ତୁ ସଜନର ବିଦ୍ୟା – ଜ୍ଞାନ ପାଇଁ, ଧନ – ସହାୟତା ପାଇଁ ଏବଂ ଶକ୍ତି - ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ । ଭାରତ ସର୍ବଦା ନିଜ ଶତ୍ରୁକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି । ଭାରତର ସ୍ବାଭିମାନ ଏବଂ ସାର୍ବଭୌମତ୍ବର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ । ଭାରତର ପରମ୍ପରା ହେଉଛି ବିଶ୍ବାସ ଏବଂ ମିତ୍ରତା । ଭାରତର ଭାବନା ହେଉଛି ବନ୍ଧୁତା । ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା ।

ମୋର ପ୍ରିୟ ଦେଶବାସୀଗଣ, 
କରୋନାର ଏହି ସଙ୍କଟ ସମୟରେ ଦେଶ ଲକଡାଉନ୍ରୁ ବାହାରି ଆସିଛି । ଆମେ ଏବେ ଅନଲକ ପର୍ଯ୍ୟାୟରେ, ଏହି ସମୟରେ ଦୁଇଟି କଥା ଉପରେ ଅଧିକ ଦୃଷ୍ଟି ଦେବାକୁ ପଡିବ – କରୋନାକୁ ପରାଜିତ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା, ଏହାକୁ ଶକ୍ତିଶାଳୀ କରିବା । ବନ୍ଧୁଗଣ, ଲକଡାଉନ୍ ଅପେକ୍ଷା ଅନଲକ ସମୟରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣଙ୍କ ସତର୍କତା ହିଁ ଆପଣଙ୍କୁ କରୋନା ଦାଉରୁ ରକ୍ଷା କରିବ । ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣ ଯଦି ମାସ୍କ୍ ନ ପିନ୍ଧୁଛନ୍ତି, ଦୁଇଗଜ ଦୂରତାର ନିୟମ ପାଳନ କରୁନ୍ତି ମାସ୍କ୍, କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାବଧାନତା ଅବଲମ୍ବନ କରୁନାହାନ୍ତି ତାହେଲେ ଆପଣ ନିଜ ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଉଛନ୍ତି । ବିଶେଷକରି ଘରର ପିଲାଛୁଆ ଏବଂ ବୟସ ବ୍ୟକ୍ତିମାନଙ୍କୁ । ତେଣୁ ସମସ୍ତ ଦେଶବାସୀଙ୍କୁ ମୋର ନିବେଦନ ଆଉ ବାରମ୍ବାର ନିବେଦନ ଯେ ଆପଣ ବେପରୁଆ ମନୋଭାବ ପୋଷଣ କରନ୍ତୁନି । ନିଜର ଯତ୍ନ ନିଅନ୍ତୁ ଏବଂ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ ।

ବନ୍ଧୁଗଣ, 
ଅନଲକର ଏହି ସମୟରେ ଏଭଳି ବହୁତ କଥା ମଧ୍ୟ ଅନଲକ ହେଉଛି, । ଯେଉଁଥିରେ ଭାରତ ଅନେକ ଦଶନ୍ଧି ଧରି ବାନ୍ଧି ହୋଇରହିଥିଲା । ବର୍ଷ ବର୍ଷ ଧରି ଆମର ଖଣିକ୍ଷେତ୍ର ଲକଡାଉନ୍ ହୋଇ ରହିଥିଲା । ବାଣିଜ୍ୟିକ ନିଲାମକୁ ମଞ୍ଜୁରି ଦେବାର ମାତ୍ର ଗୋଟିଏ ନିଷ୍ପତ୍ତି ପରିସ୍ଥିତିକୁ ସମ୍ପୂର୍ଣ ଭାବେ ବଦଳାଇଦେଇଛି । କିଛିଦିନ ତଳେ ମହାକାଶ କ୍ଷେତ୍ରରେ ମଧ୍ୟ ଐତିହାସିକ ସୁଧାର ଅଣାଯାଇଛି । ସେହି ସଂସ୍କାର ଫଳରେ ବହୁବର୍ଷ ଧରି ଲକଡାଉନରେ ବନ୍ଧା ହୋଇପଡ଼ିଥିବା ଏହି କ୍ଷେତ୍ରକୁ ସ୍ବାଧୀନତା ମିଳିଲା । ଏହାଦ୍ଵାରା ଆତ୍ମନିର୍ଭର ଭାରତର ଅର୍ଭିଯାନ କେବଳ ଯେ ଗତିଶୀଳ ହେବ ତାହାନୁହେଁ, ବରଂ ଦେଶ, କାରିଗରୀ କୌଶଳ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେବ । ଆମ କୃଷିକ୍ଷେତ୍ର ଉପରେ ଦୃଷ୍ଟିନିକ୍ଷେପ କଲେ ଜାଣିପାରିବା ଯେ, ଏହି କ୍ଷେତ୍ରରେ ମଧ୍ୟ ଅନେକ ଜିନିଷ ଦଶନ୍ଧି ଦଶନ୍ଧି ଧରି ଲକଡାଉନରେ ଫସିରହିଥିଲା । ଏହି କ୍ଷେତ୍ରକୁ ମଧ୍ୟ ଏବେ ଅନଲକ କରିଦିଆଯାଇଛି । ଏହାଦ୍ବାରା ଗୋଟିଏ ପଟେ ଚାଷୀମାନଙ୍କୁ ନିଜର ଫସଲ ଯେକୌଣସି ସ୍ଥାନରେ, ଯେ କୌଣସି ବ୍ୟକ୍ତି ବିକ୍ରି କରିବାର ସାଧୀନତା ମିଳିଛି । ଅନ୍ୟପଟେ ସେମାନଙ୍କୁ ଅଧିକ ଋଣ ମିଳିବା ମଧ୍ୟ ସୁନିଶ୍ଚିତ ହୋଇଛି । ଏଭଳି ଅନେକ କ୍ଷେତ୍ର ରହିଛି, ଯେଉଁଠି ଆମ ଦେଶ ଏହିସବୁ ସଙ୍କଟ ମଧ୍ୟରେ ଐତିହାସିକ ନିଷ୍ପତି ଗ୍ରହଣ କରି ପ୍ରଗତିର ନୂତନ ମାର୍ଗ ଉନ୍ମତ କରୁଛି ।

ମୋର ପ୍ରିୟ ଦେଶବାସୀଗଣ,
ପ୍ରତି ମାସରେ ଆମେ ଏଭଳି ଖବର ପଢୁଇଁ ଆଉ ଦେଖୁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି । ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର ! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର। । ଅରୁଣାଚଳ ପ୍ରଦେଶର ଗୋଟିଏ ଏଇଭଳି ପ୍ରେରଣାଦାୟୀ କଥା ମୋତେ ଗଣମାଧ୍ୟମରୁ ପଢ଼ିବାର ସୁଯୋଗ ମିଳିଲା । ଏଠାକାର, ନିୟାଙ୍ଗ ଜିଲ୍ଲା ମିରେମ୍ ଗାଁ ଏଭଳି ଏକ ଅନନ୍ୟ କାମ କରି ଦେଖାଇଲା ଯାହାକି ସାରା ଭାରତବର୍ଷ ପାଇଁ ଏକ ଉଦାହରଣ ପାଲଟିଛି । ଏହି ଗାଁର କେତେକ ଲୋକ ବାହାରେ ରହି ଚାକିରି କରନ୍ତି । ଗ୍ରାମବାସୀମାନେ ଦେଖିଲେ ଯେ କରୋନା ମହାମାରୀ ସମୟରେ ଏହି ପ୍ରବାସୀ ଚାକିରିଆମାନେ ଗାଁକୁ ଫେରୁଛନ୍ତି । ଏମିତିରେ, ଗ୍ରାମବାସୀମାନେ ପ୍ରଥମରୁ ଗାଁ ବାହାରେ କ୍ୟାରେଟାଇନ୍ ର ବ୍ୟବସ୍ତା କରିବାକୁ ନିଷ୍ପତ୍ତି କରିଥିଲେ । ତେଣୁ ସେମାନେ ସମସ୍ତେ ମିଳିମିଶି ଗାଁଠୁ କିଛି ଦୂରରେ, ଚଉଦଟି ଛୋଟ ଛୋଟ କୁଡ଼ିଆଘର ତିଆରି କରିଦେଲେ, ଆଉ ସ୍ଥିର କଲେ ଯେ ପ୍ରବାସରେ ଚାକିରି କରୁଥିବା ଗାଁ ଲୋକେ ଯେତେବେଳେ ଫେରିବେ ତା'ହେଲେ ସେମାନଙ୍କୁ ସେହି କୁଡ଼ିଆ ଘରଗୁଡ଼ିକରେ କିଛିଦିନ ପାଇଁ କ୍ୟାରେଟାଇନ୍ ରହିବାକୁ ହେବ । ସେସବୁ କୁଡ଼ିଆଗୁଡ଼ିକରେ ଶୌଚାଳୟ, ବିଜୁଳି-ପାଣି ସମେତ, ପ୍ରତିଦିନର ଆବଶ୍ୟକତା ମୁତାବକ ସବୁ ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିରୁ ପ୍ରମାଣିତ ଯେ, ମିରେମ୍ ଗ୍ରାମବାସୀଙ୍କ ଏହି ସାମୁହିକ ପ୍ରୟାସ ଆଉ ସଚେତନତା 
ସମସ୍ତଙ୍କର ଧ୍ୟାନ ତାଙ୍କ ଆଡ଼କୁ ଆକର୍ଷିତ କରିପାରିଛି । 

ବନ୍ଧୁଗଣ, ଆମର ଏଠି କୁହାଯାଏ –
"ସବଂ ନ ଯହାତି ଏବ, ସାଧୁ ଆପଦ୍ମତୋଫାସନ । କପ୍ତି ପାବକ ପୃଷ୍ଠା ସୌରଇଂ ଲଭତରାମ। ଅର୍ଥାତ, କର୍ପୂର ଯେଭଳି ନିଆଁରେ ଜଳିବା ସତ୍ତ୍ୱେ ବି ନିଜର ସୁଗନ୍ଧ ହରାଏନି, । ସେହିଭଳି ଉତମ ବ୍ୟକ୍ତି ବିପଦରେ ପଡ଼ିଲେ ବି ଆପଣା ଗୁଣ, ଆପଣା ସଭାବ ଛାଡ଼ନ୍ତି ନାହିଁ । ଆଜି ଆମ ଦେଶରେ ଯେଉଁ ଶ୍ରମଶକ୍ତି ରହିଛନ୍ତି, ଯେଉଁ ଶ୍ରମିକ ସାଥୀ ରହିଛନ୍ତି ସେମାନେ ହିଁ ଏହି କଥାର ଜୀବନ୍ତ ଉଦାହରଣ । ଆପଣ ଦେଖୁଥିବେ, ଏବେ ଆମର ପ୍ରବାସୀ ଶ୍ରମିକଙ୍କ ସମ୍ପର୍କରେ କେତେ କଥା ନଜରକୁ ଆସୁଛି ଯାହାକି ପୁରା ଦେଶକୁ ପ୍ରେରଣା ଯୋଗାଉଛି । ଉତରପ୍ରଦେଶର ବାରାବାଙ୍କ ଗାଁକୁ ପ୍ରବାସୀ ଶ୍ରମିକ ମାନେ ଫେରିବା ପରେ କଲ୍ୟା ନଦୀର ପ୍ରାକୃତିକ ରୂପ ଫେରାଇଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ନଦୀର ପୁନରୁଦ୍ଧାର ହେବାରେ ଆଖପାଖାର ଚାଷୀ ଏବଂ ଲୋକେ ବେଶ୍ ଉତ୍ସାହିତ ହୋଇଛନ୍ତି । ଗାଁକୁ ଫେରିବା ପରେ କ୍ୟାରେଟାଇନ୍ ସେଟର କିମ୍ବା ଆଇସୋଲେସନ୍ ସେଣ୍ଟରରେ ରହିବା ସତ୍ତ୍ୱେ ବି ଆମର ଶ୍ରମଜୀବି ସାଥୀମାନେ ଯେଉଁଭଳି ନିଜ ନିଜର କୌଶଳକୁ ଉପଯୋଗ କରି ନିଜ ଆଖପାଖର ସ୍ଥିତିରେ ପରିବର୍ତ୍ତନ ଆଣିପାରିଛ , ଇଏ ଅଭୁତ, ଅନନ୍ୟ ହେଲେ ବନ୍ଧୁଗଣ ! ଏହିଭଳି କେତେ କେତେ ଘଟଣା ଦେଶର ଲକ୍ଷ ଲକ୍ଷ ଗାଁରେ ଘଟୁଛି, ଅଥଚ ଆମ ନିକଟରେ ପହଂଚିପାରୁନି । ଆମ ଦେଶର ସଦ୍ଭାବ ଯେପରି, ମୋର ବିଶ୍ବାସ ବନ୍ଧୁଗଣ ! ଆପଣଙ୍କ ଗାଁରେ ବି, ଆପଣଙ୍କ ଆଖପାଖରେ ବି, ଏଭଳି ଅନେକ ଘଟଣା ଘଟିଥିବ । ଯଦି ଏଭଳି କିଛି କଥା ଆପଣଙ୍କ ନଜରକୁ ଆସିଥିବ, । ତା'ହେଲେ ଆପଣ ଏଭଳି ପ୍ରସଙ୍ଗ ସମ୍ପର୍କରେ ମୋତେ ନିଶ୍ଚୟ ଲେଖିବେ । ସଂକଟର ଏଇ ମୁହରେ, ଏ ସକାରାତ୍ମକ ଘଟଣାଗୁଡ଼ିକ, ଏସବୁ କଥାଗୁଡ଼ିକ ଅନ୍ୟମାନଙ୍କୁ ବି ପ୍ରେରଣାଦୀପ କରିବ ।

ମୋର ପ୍ରିୟ ଦେଶବାସୀଗଣ, 
କରୋନା ଭୁତା ନିଶ୍ଚିତ ଭାବେ ଆମ ଜୀବନ ଜୀଇଁବାର ଶୈଳୀରେ ପରିବର୍ତନ ଆଣିଦେଇଛି । ମୁଁ ଲଣ୍ଡନରୁ ପ୍ରକାଶିତ ଫାଇନାସିଆଲ୍ ଟାଇମ୍ଭରେ ଗୋଟିଏ ହୃଦୟସ୍ପର୍ଶୀ ଲେଖା ପଢୁଥିଲି । ସେଥିରେ ଲେଖାଯାଇଥିଲା ଯେ କରୋନା ସମୟରେ ଅଦା, ହଳଦୀ ସମେତ ଅନ୍ୟ ମସଲାଗୁଡ଼ିକର ଚାହିଦା ଏସିଆ ବ୍ୟତୀତ ଆମେରିକାରେ ମଧ୍ୟ ବଢ଼ିଯାଇଛି । ସମଗ୍ର ପୃଥିବୀର ଧାନ ଏବେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଅଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏସବୁ ଦ୍ରବ୍ୟର ସମ୍ପର୍କ ଆମ ଦେଶ ସହିତ ରହିଛି । ଆମକୁ ଏହାର ବିଶେଷତ୍ର ପୃଥିବୀର ଲୋକଙ୍କୁ ଏପରି ସହଜ ଓ ସରଳ ଭାଷାରେ ବତାଇବା ଦରକାର, ଯେପରିକି ସେମାନେ ସହଜରେ ବୁଝିପାରିବେ ଓ ଆମେ ଏକ ମୁମ୍ଭ ପୃଥିବୀ ନିର୍ମାଣରେ ନିଜର ଯୋଗଦାନ ଦେଇପାରିବା ।

ମୋର ପ୍ରିୟ ଦେଶବାସୀଗଣ, 
କରୋନା ଭଳି ସଂକଟ ଯଦି ଆସିନଥାନ୍ତା, ତେବେ ବୋଧେ ଜୀବନ କ'ଣ, ଜୀବନ କାହିଁକି ଅଛି, ଜୀବନ କେମିତି, ବୋଧହୁଏ ଏହା ଆମର ମନେ ପଡ଼ିନଥାନ୍ତା । ଅନେକ ଲୋକ ଏହି କାରଣରୁ ମାନସିକ ଚାପରେ ରହୁଛନ୍ତି ତ ଅନ୍ୟପଟେ ଲୋକେ ମୋତେ ଏହା ବି ଜଣାଇଛନ୍ତି ଯେ ଲକଡାଉନ ସମୟରେ ସେମାନେ କିପରି ନିଜ ଜୀବନରେ ଛୋଟଛୋଟ ଖୁସିକୁ ଆବିଷ୍କାର କରିପାରିଛନ୍ତି । ଅନେକ ଲୋକ ନିଜର ପରିବାର ସହ ପାରମ୍ପରିକ ଇତୋର ଗେମ୍ ଖେଳି ଆନନ୍ଦ ଉଠାଇବାର ଅନୁଭୂତ ମୋତେ କହିଛନ୍ତି ।

ବନ୍ଧୁଗଣ, 
ଆମ ଦେଶରେ ପାରମ୍ପରିକ ଖେଳର ଏକ ସମୃଦ୍ଧ ଇତିହାସ ରହିଛି । ଯେପରିକି, ଆପଣ ଗୋଟିଏ ଖେଳର ନାଁ ଶୁଣିଥିବେ- ପଚିଶି । ଏହି ଖେଳ ତାମିଲନାଡୁରେ 'ପଲ୍ଲୀଗୁଲି', କର୍ଣ୍ଣାଟକରେ ଅଲି ଗୁଲି ଗୁଣେ’ ଓ ଆନ୍ଧ୍ରପ୍ରଦେଶରେ 'ବାମନ ଫୁଟୁ ନାମରେ ଖେଳାଯାଏ । ଏହା ଏକ ପ୍ରକାରର ଷ୍ଟ୍ରାଟେଜି ଗେମ୍ ବା କୌଶଳର ଖେଳ, ଯେଉଁଥିରେ ଏକ ବୋର୍ଡ ବ୍ୟବହାର କରାଯାଏ । ସେଥିରେ କେତେକ ଖୋପ ଥାଏ, ଯେଉଁଠି ଥିବା ଗୁଳା ବା ମଞ୍ଜିକୁ ଖେଳାଳିକୁ ଧରିବାକୁ ହୋଇଥାଏ। କୁହାଯାଏ ଯେ ଏହି ଖେଳ ଦକ୍ଷିଣ ଭାରତରୁ ଦକ୍ଷିଣ-ପୂର୍ବ ଏସିଆ ଓ ତା'ପରେ ସାରା ପୃଥିବୀକୁ ବ୍ୟାପିଛି ।

ବନ୍ଧୁଗଣ, 
ଆଜି ପ୍ରତ୍ୟେକ ଶିଶୁ ସାପ-ଶିଡି ଖେଳ ସମ୍ପର୍କରେ ଜାଣିଛି; କିନ୍ତୁ ଆପଣ କ'ଣ ଜାଣିଛନ୍ତି ଯେ ଏହା ମଧ୍ୟ ଭାରତୀୟ ପାରମ୍ପରିକ ଖେଳର ଏକ ରୂପ, ଯାହାକୁ ମୋକ୍ଷପାଟମ୍ ବା ପରମପଦ କୁହାଯାଏ । ଆମର ଏଠାକାର ଆଉ ଏକ ପାରମ୍ପାରିକ ଖେଳ ହେଉଛି – ଗୁଟା । ବଡ଼ମାନେ ବି ଏହାକୁ ଳତି ଓ ସାନମାନେ ବି ଖେଳନ୍ତି । କେବଳ ଗୋଟିଏ ଆକାରର ପାଂଚଟି ଛୋଟ ପଥର ଉଠାନ୍ତୁ ଆଉ ଗୁଟଟା ଖେଳିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଗୋଟିଏ ପଥର ଉପରକୁ ଫିଙ୍ଗରୁ ଆଉ ଯେପର୍ଯ୍ୟନ୍ତ ପଥରଟି ଶୂନ୍ୟରେ ରହିଛି । ଆପଣଙ୍କୁ ତଳେ ଥିବା ବାକି ପଥରକୁ ଉଠାଇବାକୁ ପଡ଼ିବ । ସାଧାରଣତଃ ଆମ ଏଠାକାର ଇନ୍ଡୋର୍ ଳଗୁଡ଼ିକରେ କୌଣସି ବଡ଼ ଜିନିଷର ଆବଶ୍ୟକତା ପଡ଼େ ନାହିଁ । କିଏ ଗୋଟିଏ ଚକ୍ ବା ପଥର ନେଇଆସେ, ତାକୁ ଧରି ମାଟିରେ ଗାର ଟାଣିଦିଏ ଆଉ ଖେଳ ଆରମ୍ଭ ହୋଇଯାଏ । ଯେଉଁ ଖେଳରେ ତାଇସ୍'ର ଆବଶ୍ୟକତା ରହିଥାଏ, ସେଠାରେ କଉଡ଼ି ବା ତେତୁଳି ମଞ୍ଜିରେ ମଧ୍ୟ କାମ ଚଳିଯାଏ।

ବନ୍ଧୁଗଣ, 
ମୁଁ ଜାଣିପାରୁଛି, ଆଜି ଯେତେବେଳେ ମୁଁ ଏହି କଥା କହୁଛି, ସେତେବେଳେ ଅନେକ ଲୋକ ନିଜର ଶୈଶବକୁ ଫେରିଯାଇଥିବେ, ଅନେକଙ୍କୁ ନିଜ ପିଲାଦିନର ସ୍ମୃତି ମନେପଡ଼ିଯାଇଥିବ । ମୁଁ ଏକଥା କହିବାକୁ ଚାହୁଁଛି ଯେ ଆପଣ ସେସବୁ ଦିନକୁ କାହିଁକି ଭୁଲିଯାଇଛନ୍ତି ? ସେହି ଖେଳଗୁଡ଼ିକୁ ଆପଣ କାହିଁକି ଭୁଲିଯାଇଛନ୍ତି ? ଘରର ଅଜାଆଈ, । ଦାଦା-ଦାଦି, ଘରର ବୟୋଜ୍ୟେଷ୍ଠ ମୁଁ କହିବାକୁ ଚାହୁଛି ଯେ ଯଦି ନୂଆପଡ଼ି ଏ ଖେଳ ଶିଖାଇବେ ନାହିଁ, ତେବେ କିଏ କରିବ ! ଯେତେବେଳେ ଅନ୍‌ଲାଇନ୍ ପାଠପଢ଼ା କଥା ଆସୁଛି, । ସେତେବେଳେ ଭାରସାମ୍ୟ ରକ୍ଷାପାଇଁ, ଆଲାଇନ୍ ଖେଳରୁ ମୁଷ୍ଟି ପାଇବାପାଇଁ ମଧ୍ୟ ଆମକୁ ଏପରି କରିବାକୁ ହିଁ ପଡ଼ିବ । ଆମର ଯୁବପିଢ଼ି ପାଇଁ ମଧ୍ୟ, ଆମର ଷ୍ଟାର୍ଟଅପ୍ରେସ ପାଇଁ ମଧ୍ୟ ଏହା ଏକ ନୂଆ ମାଧ୍ୟମ, ମଜଭୁତ ମାଧ୍ୟମ। ଆମେ ଭାରତର ପାରମ୍ପରିକ ଇଣ୍ଡୋର୍ ଗେମ୍ଗୁଡ଼ିକୁ ନୂଆ ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିପାରିବା । ସେଥିସହିତ ସଂପୃକ୍ତ ଜିନିଷ ପ୍ରସ୍ତୁତକାରୀ, ଯୋଗାଣକାରୀ ଷ୍ଟାର୍ଟଅପ୍ରଗୁଡ଼ିକ ବହୁତ ଲୋକପ୍ରିୟ ହୋଇଯିବ; ଏବଂ ଆମକୁ  ଏହା ମଧ୍ୟ ମନେ ରଖିବାକୁ ହେବ ଯେ ଆମର ଭାରତୀୟ ଖେଳ ବି ତ ଲୋକାଲ, ଆଉ ଆମେ ଲୋକାଲ୍ ପାଇଁ ଭୋକାଲ ହେବାକୁ ପୂର୍ବରୁ ପ୍ରତିଜ୍ଞା କରିସାରିଛୁ ଏବଂ ମୋର । ଶିଶୁମ ସାଥୀ, ପ୍ରତ୍ୟେକ ଘରର ପିଲାମାନଙ୍କୁ, ମୋର କୁନିକୁନି ସାଥିମାନଙ୍କୁ ମଧ୍ୟ ଆଜି ଏକ ବିଶେଷ କଥା କହିବାର ଅଛି । ପିଲାମାନେ, ତୁମେମାନେ ମୋର ଏ କଥାକୁ ମାନିବା । ନା ? ଦେଖ, ମୁଁ ଚାହିଁଛି ଯେ ମୁଁ ଯାହା କହୁଛି ତୁମେ ନିଶ୍ଚିତ ଭାବେ କର । ଗୋଟିଏ କଥା କର- ଯେତେବେଳେ ଟିକିଏ ବି ସମୟ ମିଳୁଛି, ବାପାମାଆଙ୍କୁ ପଚାରି ମୋବାଇଲ୍ ଉଠାଆ । ଆଉ ନିଜର ଜେଜେବାପା-ଜେଜେମା', ଅଜାଆଈ ବା ଘରେ ଯେଉଁ ବୟୋଜ୍ୟେଷ୍ଟମାନେ । ଅଛନ୍ତି ସେମାନଙ୍କର ସାକ୍ଷାତକାର ରେକର୍ଡ କରା; ନିଜ ମୋବାଇଲ ଫୋନରେ ରେକର୍ଡ । କର । ତୁମେମାନେ ଟିଭିରେ ଦେଖିଥିବ ସାସାଦିକମାନେ କେମିତି ସାକ୍ଷାତକାର ନିତି, ଠିକ୍ ସେହିପରି ତୁମେ ସାକ୍ଷାତକାର ନିଆ; ଆଉ ତୁମେ ସେମାନଙ୍କୁ କି ପ୍ରଶ୍ନ ପଚାରିବ ସେ ସମ୍ପର୍କରେ ମୁଁ ତୁମମାନଙ୍କୁ କିଛି ପରାମର୍ଶ ଦେଉଛି । ତୁମେ ତାଙ୍କୁ ନିସ୍ଚିତ ଭାବେ ପଚାରିବ ଯେ ସେମାନଙ୍କର ବାଲ୍ୟଜୀବନ କିପରି କଟିଥିଲା, ସେମାନେ କି କି ଖେଳ ଖେଳୁଥିଲେ, । କେବେ ନାଟକ ଦେଖିବାକୁ ଯାଉଥିଲେ, ସିନେମା ଦେଖିବାକୁ ଯାଉଥିଲେ, କେବେ ଛୁଟିରେ ମାମୁଘରକୁ ଯାଉଥିଲେ, କେବେ ଖୋତବାଡ଼ିକୁ ଯାଉଥିଲେ, ପର୍ବପର୍ବାଣି କିପରି ପାଳୁଥିଲେ, ବହୁତ କଥା ପଚାରିପାରିବ । ସେମାନଙ୍କୁ ମଧ୍ୟ, ୪୦-୫୦ ବର୍ଷ ୬୦ ବର୍ଷ ପୁରୁଣା ନିଜ ଅତୀତ ଜୀବନକୁ ଫେରିବା ବହୁତ ଆନନ୍ଦ ଦେବ, ଏବଂ ତୁମମାନଙ୍କୁ ୪୦-୫୦ ବର୍ଷ ତଳେ ଭାରତ କିପରି ଥିଲା, ତୁମେ ଯେଉଁଠି ରହୁଛ, ସେହି ଅଂଚଳ କିପରି ଥିଲା, ସେଠାକାର ପରିବେଶ କିପରି ଥିଲା, ଲୋକଙ୍କ ଜୀବନଶୈଳୀ କିପରି ଥିଲା - ସବୁକିଛି ବହୁତ ସହଜରେ ଶିଖିବାକୁ ମିଳିବ, ଜାଣିବାକୁ ମିଳିବ, ଏବଂ ତୁମକୁ ବହୁତ ମଜା ଲାଗିବ ଆଉ ପରିବାର ପାଇଁ ଇଏ ହେବ ଏକ ବହୁତ ବଡ଼ ଅମୂଲ୍ୟ ସମ୍ପଦ, ଗୋଟିଏ ଭଲ ଭିଡ଼ିଓ ଆଲବମ୍ ମଧ୍ୟ ତିଆରି ହୋଇଯିବ ।

ବନ୍ଧୁଗଣ, 
ଏହା ସତ ଯେ ଆତ୍ମକଥା ବା ଜୀବନୀ, ଅଟୋବାଇଓଗ୍ରାଫି ବା ବାଇଓଗ୍ରାଫି, ଇତିହାସର ସତ୍ୟ ନିକଟରେ ପହଂଚିବା ପାଇଁ ଏକ ସୁନ୍ଦର ଉପଯୋଗୀ ମାଧ୍ୟମ । ଆପଣ ବି, ନିଜର ବୟ ଗୁରୁଜନଙ୍କ ସହ କଥା ହେଲେ ସେମାନଙ୍କ ସମୟର କଥା, ସେମାନଙ୍କ ପିଲାଦିନ, ସେମାନଙ୍କ ଯୁବାବେଳର କଥାକୁ ଆହୁରି ସହଜରେ ବୁଝିପାରିବେ । । ବୟୋଜ୍ୟେଷ୍ଠମାନେ ମଧ୍ୟ ନିଜର ପିଲାଦିନ କଥା, ସେହି ସମୟର କଥା ନିଜ ଘରର ଛୋଟପିଲାମାନଙ୍କୁ କହିବାର ଏହା ଏକ ସୁନ୍ଦର ଅବସର ।

ବନ୍ଧୁଗଣ, 
ଦେଶର ଅଧିକାଂଶ ଅଂଚଳରେ ଏବେ ମୌସୁମି ପହଂଚିସାରିଛି । ଏଥର ବର୍ଷାକୁ ନେଇ ପାଣିପାଗ ବିଜ୍ଞାନୀମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି, ବହୁତ ଆଶା ଦେଖାଇଛନ୍ତି । ବର୍ଷା ଯଦି ଭଲ ହେବ, ତେବେ ଆମର ଚାଷୀଙ୍କ ଫସଲ ଭଲ ହେବ, ପରିବେଶ ମଧ୍ୟ ହସିଉଠିବ । ବର୍ଷାଋତୁରେ ପ୍ରତି ସତେଯେପରି ନିଜକୁ ପୁନର୍ଜୀବିତ କରିଦିଏ । ମଣିଷ ପ୍ରାକୃତିକ ସମ୍ପଦକୁ ଯେପରି ଦୋହନ କରିଥାଏ, ପ୍ରକୃତି, ବର୍ଷାଦିନେ ଏକ ପ୍ରକାର ତାହା ଫେରିପାଇଥାଏ, ରିଫିଲିଂ କରିଥାଏ। କିନ୍ତୁ ଏହି ରିଫିଲିଂ ସେତେବେଳେ ହୋଇପାରିବ, ଯେତେବେଳେ ଆମେ ମଧ୍ୟ ଧରିତ୍ରୀ ମାତାକୁ ସହଯୋଗ କରିବା, ନିଜର ଦାୟିତ୍ବ ତୁଲାଇବା ଆମଦ୍ବାରା କରାଯାଇଥିବା କ୍ଷୁଦ୍ର ପ୍ରୟାସ, ପ୍ରକୃତିକୁ ପରିବେଶକୁ ବହୁ ସାହାଯ୍ୟ କରିଥାଏ । ଆମର ଅନେକ ଦେଶବାସୀ ଏ ନେଇ ବହୁତ ବଡ଼ କାମ କରୁଛନ୍ତି । କର୍ଣ୍ଣାଟକର ମଣ୍ଡାବଲିରେ ଜଣେ ୮୦-୮୫ ବର୍ଷର ବୃଦ୍ଧ ରୁହନ୍ତି, କାମେଗୌଡ଼ା । କାମେଗୌଡ଼ା ଜୀ ଜଣେ ସାଧାରଣ ଚାଷୀ, କିନ୍ତୁ ତାଙ୍କର ବ୍ୟକ୍ତିତ୍ବ ବହୁତ ଅସାଧାରଣ । ସେ ଏଭଳି ଏକ କାମ କରିଛ ଯେ ସେକଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ୮୦-୮୫ ବର୍ଷର କାମେଗୌଡ଼ା ଜୀ ନିଜର ଗୃହପାଳିତ ପଶୁଙ୍କ ଚରାନ୍ତି, କିନ୍ତୁ ତା'ସହିତ ନିଜ ଅଂଚଳରେ ନୂଆ ନୂଆ ପୋଖରୀ ଖେଳିବା ପାଇଁ ଅଂଟା ଭିଡ଼ିଛନ୍ତି । ସେ ନିଜ ଅଂଚଳରେ ଜଳସଙ୍କଟ ଦୂର କରିବାକୁ ଚାହାନ୍ତି, ସେଥିପାଇଁ ଜଳ-ସଂରକ୍ଷଣ କାମ ପାଇଁ ଛୋଟଛୋଟ ପୋଖରୀ ତିଆରି କାମରେ ଲାଗିପଡ଼ିଛନ୍ତି । ଆପଣ ଆଶ୍ଚର୍ଯ୍ୟ ହେବେ ଯେ ୮୦-୮୫ ବର୍ଷର କାମେଗୌଡ଼ା ଜୀ, ଏ ପର୍ଯ୍ୟନ୍ତ ନିଜ ଚେଷ୍ଟାରେ ନିଜର ପରିଶ୍ରମରେ ୧୬ଟି ପୋଖରୀ ଖୋଳିସାରିଛନ୍ତି । ସେ ଯେଉଁ ପୋଖରୀ ଖୋଳିଛନ୍ତି, ତାହା ବହୁତ ବଡ଼ ହୋଇନପାରେ, କିନ୍ତୁ । ତାଙ୍କ ପ୍ରୟାସ ବହୁତ ବଡ଼ ଆଜି ସମଗ୍ର ଅଂଚଳରେ ଏହି ପୋଖରୀଗୁଡ଼ିକ ଯୋଗୁଁ ନୂଆ ଜୀବନ ମିଳିଛି ।

ବନ୍ଧୁଗଣ, 
ଗୁଜରାଟ ବନ୍ଦୋଦରାର ଗୋଟିଏ ଉଦାହରଣ ମଧ୍ୟ ବହୁତ ପ୍ରେରଣାଦାୟକ । ଏଠାରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ମିଶି ଏକ ସୁନ୍ଦର ଆନ୍ଦୋଳନ ଚଳାଇଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ଆଜି ବନ୍ଦୋଦରାର ହଜାରେ ସ୍କୁଲରେ ବର୍ଷା ଜଳ ସଂରକ୍ଷଣ କରାଯାଇପାରିଛି । ଏହି କାରଣରୁ ଆନୁମାନିକ ବାର୍ଷିକ ପ୍ରାୟ ନଷ୍ଟ ହୋଇଯାଉଥିବା ୧୦ କୋଟି ଲିଟର ପାଣି ସଂରକ୍ଷିତ ହୋଇପାରୁଛି ।

ବନ୍ଧୁଗଣ, 
ଏହି ବର୍ଷାଋତୁରେ ପ୍ରକୃତିର ସୁରକ୍ଷା ପାଇଁ, ପରିବେଶର ସୁରକ୍ଷା ପାଇଁ ଆମକୁ ମଧ୍ୟ ଏପରି କିଛି ଭାବିବାକୁ, କିଛି କରିବାକୁ ଚେଷ୍ଟା କରିବାକୁ ପଡ଼ିବ । ଯେପରିକି । କେତେକ ସ୍ଥାନରେ ଗଣେଶ ଚତୁର୍ଥୀ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଆମେ କ'ଣ । ଏଥର ଏଭଳି ପ୍ରୟାସ ଆରମ୍ଭ କରିପାରିବା, ପରିବେଶ-ଅନୁକୁଳ ଗଣେଶ ମୂର୍ତ୍ତି ତିଆରି କରି ପୂଜା କରିବା ! ଆମେ ଏପରି ପ୍ରତିମା ପୂଜାରୁ ବିରତ ହୋଇପାରିବାନି, ଯାହାକୁ । ନଦୀପୋଖରୀରେ ବିସର୍ଜନ କଲାପରେ ପାଣି ପାଇଁ ପାଣିରେ ରହୁଥିବା ଜୀବଜଙ୍କ ପାଇଁ ଏହା ସଙ୍କଟ ପାଲଟିଥାଏ। ମୋର ବିଶ୍ବାସ ଯେ ଆପଣମାନେ ନିଶ୍ଚିତଭାବେ ଏପରି କରିବେ । ଏବଂ ଏସବୁ କଥା ମଧ୍ୟରେ ଆମକୁ ଏହା ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ ଯେ ବର୍ଷାଋତୁରେ ଅନେକ ରୋଗ ଆସିଥାଏ । କରୋନା କାଳରେ ଆମକୁ ସେଥିରୁ ମଧ୍ୟ ରକ୍ଷା ପାଇବାକୁ ହେବ । ଆୟୁର୍ବେଦିକ ଔଷଧ, କାଢ଼ା, ଗରମ ପାଣି, ଏସବୁକୁ ବ୍ୟବହାର କରୁଥାଆନ୍ତୁ, ସୁସ୍ଥ ରୁହନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, 
ଆଜି ୨୮ ଜୁନରେ ଭାରତ ନିଜର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ଏକ ସସେଦନଶୀଳ ସମୟରେ ଦେଶର ନେତୃତ୍ବ ନେଇଥିଲେ । ଆମର ଏଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପି ଭି ନରସିଂହରାଓ ଜୀଙ୍କର ଆଜି ଜନ୍ମ-ଶତାବ୍ଦୀର ପ୍ରାରମିକ ଦିବସ ଯେତେବେଳେ ଆମେ ପି ଭି ନରସିଂହରାଓ ଜୀଙ୍କ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ସ୍ବାଭାବିକ ଭାବେ ରାଜନେତା ରୂପରେ ତାଙ୍କର ଛବି ଆମ ମନରେ ଉଦ୍ଭାସିତ ହୁଏ, କିନ୍ତୁ ଏହା ମଧ୍ୟ ସତ ଯେ ସେ ବହୁତ ଭାଷା ଜାଣିଥିଲେ । ଅନେକ ଭାରତୀୟ ଏବଂ ବିଦେଶୀ ଭାଷା କହିପାରୁଥିଲେ । ସେ ଗୋଟିଏ ପଟେ ଭାରତୀୟ ମୂଲ୍ୟବୋଧର ଉପାସକ ଥିଲେ ତ ଅନ୍ୟପଟେ ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ଓ ବିଜ୍ଞାନରେ ମଧ୍ୟ ଜ୍ଞାନ ରହିଥିଲା । ସେ ଭାରତର ସବୁଠୁ ବେଶି ଅନୁଭୂତିସଂପନ୍ନ ନେତାଙ୍କ ଭିତରୁ ଜଣେ ଥିଲେ । କିନ୍ତୁ ତାଙ୍କ ଜୀବନର ଅନ୍ୟ ଏକ ଦିଗ ମଧ୍ୟ ରହିଛି, ଏବଂ ତାହା ଉଲ୍ଲେଖନୀୟ । ଆମେ ତାହା ଜାଣିବା ଉଚିତ । 

ବନ୍ଧୁଗଣ, 
ନରସିଂହ ରାଓ ଜୀ ନିଜର କିଶୋରାବସ୍ଥାରେ ହିଁ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ଯେତେବେଳେ ହାଇଦ୍ରାବାଦର ନିଜାମ ବନ୍ଦେ ମାତରମ୍ ଗାଇବା ପାଇଁ ଅନୁମତି ଦେବାକୁ ମନା କରିଦେଲେ, ତା’ ବିରୋଧରେ ହୋଇଥିବା ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଭାଗ ନେଇଥିଲେ, ଆଉ ତାଙ୍କୁ ସେତେବେଳେ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । କମ୍ ବୟସରୁ ହିଁ ଶ୍ରୀମାନ ନରସିଂହ ରାଓ ଅନ୍ୟାୟ ବିରୋଧରେ ସର ଉତୋଳନ କରିବାରେ ଆଗୁଆ ଥିଲେ । ନିଜର ସ୍ୱର ଉଠାଇବାକୁ ସେ ସବୁ ପ୍ରକାରର ଉଦ୍ୟମ କରୁଥିଲେ । ନରସିଂହ ରାଓ ଜୀ ଇତିହାସକୁ ମଧ୍ୟ ଭଲଭାବେ ବୁଝିଥିଲେ । ଏକ ଅତି ସାଧାରଣ ପୃଷ୍ଠଭୂମିରୁ ଉଠି ନିଜକୁ ଆଗକୁ ବଢ଼ାଇବା, ଶିକ୍ଷା ଉପରେ ତାଙ୍କର ଗୁରୁତ, ଶିଖିବାର ତାଙ୍କର ପ୍ରବୃତି, ଏବଂ ଏଥିସହ ତାଙ୍କର ନେତୃତ୍ବ ନେବା କ୍ଷମତା- ସବୁକିଛି ସ୍ମରଣୀୟ । ମୁଁ ଚାହୁଁଛି ଯେ ନରସିଂହ ରାଓ ଜୀଙ୍କ ଜନ୍ମ ଶତାବ୍ଦୀ ବର୍ଷରେ ଆପଣମାନେ ସମସ୍ତେ ତାଙ୍କ ଜୀବନ ଓ ବିଚାର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ । ମୁଁ ପୁଣିଥରେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, 
ଏଥର ମନ କି ବାତ'ରେ ଅନେକ ବିଷୟ ଆଲୋଚନା ହେଲା । ଆସନ୍ତା ଥର ଯେତେବେଳେ ଆମେ ଭେଟିବା, ଆହୁରି କିଛି ନୂଆ ବିଷୟ ନେଇ କଥା ହେବା । ଆପଣମାନେ ନିଜର ସନ୍ଦଶ, ନିଜର ସୃଜନଶୀଳ ବିଚାର ମୋ ପାଖକୁ ନିଶ୍ଚିତ ଭାବେ ପଠାନ୍ତୁ । ଆମେ ସମସ୍ତେ ମିଶି ଆଗକୁ ବଢ଼ିବା ଓ ଆଗାମୀ ଦିନ ଆହୁରି ଅଧିକ ସକାରାତ୍ମକ ହେବ, ଯେପରିକି ଆଜି ମୁଁ ଆରମରୁ କହିଥିଲି, ଏବର୍ଷ ଅର୍ଥାତ ୨୦ ୨୦ରେ ହିଁ ଭଲ କରିବା, ଆଗକୁ ବଢ଼ିବା ଓ ଦେଶ ମଧ୍ୟ ନୂଆ ଶିଖରକୁ ଛୁଇଁବ । ମୋର ବିଶ୍ବାସ ଯେ ୨୦୨୦ ଭାରତକୁ ଏହି ଦଶକରେ ଏକ ନୂତନ ଦିଶା ଦେବାର ବର୍ଷ ପ୍ରମାଣିତ ହେବ । ଏହି ବିଶ୍ୱାସକୁ ନେଇ ଆପଣ ମଧ୍ୟ ଆଗକୁ ବଢ଼ନ୍ତୁ. ସୁସ୍ଥ ରହନ୍ତୁ, ସକାରାତ୍ମକ ରହନ୍ତୁ । ଏହି ଶୁଭକାମନା ସହ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
ନମସ୍କାର ।

ଶ୍ରୀମନ୍ଦିର ଖୋଲିଲେ ପ୍ରତି ଗାଁରୁ ଅନ୍ୟୁନ ୫ ଜଣ ଗୁରୁଜନଙ୍କୁ ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରୁ ଯୁବମୋର୍ଚ୍ଚା - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର : ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବପିଢି ମାନଙ୍କୁ ନିଜ ଗୁରୁଜନ ମାନଙ୍କ ସହ କଥାବର୍ତ୍ତା କରିବା ଓ ସେମାନଙ୍କୁ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିବା ପାଇଁ ଆହ୍ବାନ କରିଛନ୍ତି । ଏହି ମର୍ମରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଆସିବା ପରେ ଓ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ଓଡିଶାର ପ୍ରତି ୫୦ ହଜାର ଗ୍ରାମର ଅନ୍ୟୁନ ୫ ଜଣ ଲେଖାଏଁ ଗୁରୁଜନଙ୍କୁ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପାଇଁ ନିଜ ଖର୍ଚ୍ଚରେ ବ୍ୟବସ୍ଥା କରିବାକୁ ଯୁବମୋର୍ଚ୍ଚାର ସଦସ୍ୟମାନେ ପ୍ରାଥମିକତା ଦେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଯୁବ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗ ଦେଇ ଏହା ଆହ୍ବାନ କରିବା ସହ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ସଂଗଠନ, ସମ୍ପର୍କ, ସର୍ବୋପରି ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ । ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ । ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ଵ ନିଅନ୍ତୁ । 

ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨ ୧ରୁ ୨୧ ଲୋକସଭା ଆସନ ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡ଼ିଆଙ୍କ ଏକମାତ୍ର ଲକ୍ଷ୍ୟ ଓଡିଶାକୁ ନୂଆ ଶେଖରକୁ ନେବା ପାଇଁ ଦାୟିତ୍ଵ ନିଅନ୍ତୁ ଓ ଆଗାମୀ ଦିନରେ ଓଡିଆ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ । କରୋନା ଭଳି ସଂକଟ ସମୟରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ବଡ ଭୂମିକା ଗ୍ରହଣ କରିଛନ୍ତି । ଗରିବ ଲୋକଙ୍କୁ ଓ ଶୁଖିଲା ରନ୍ଧା ଖାଦ୍ୟ ବଂଟନ କରିବା, ମାସ୍କ ପ୍ରସ୍ତୁତ କରି ବ୍ୟାଟିବା, ରକ୍ତଦାନ ଶିବିର ଭଳି । 

ସାମାଜିକ ସେବା ଭିତିକ କାର୍ଯ୍ୟକ୍ରମର ଆୟୋଜନ କରି ଦଳକୁ ଇଞ୍ଜିନ ରୂପରେ ଆଗକୁ ନେବାରେ କାମ କରୁଛି ଯୁବ ମୋର୍ଚ୍ଚା ବର୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମ ଜରିଆରେ ବିଜେପିକୁ ଯୋଡିବାରେ ଯୁବମୋର୍ଚ୍ଚା ଅଗ୍ରଣୀ ଭୂମିକା ନେଇଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଜନସମ୍ବାଦ ରାଲିରେ ପ୍ରାୟ ୨୯ ଲକ୍ଷ ୫୦ ହଜାର  ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡି ହୋଇଥିଲେ । ଏହି ସଫଳତାର ଶ୍ରେୟ ଯୁବ ମୋର୍ଚ୍ଚାର ସଦସ୍ୟ ମାନଙ୍କୁ ଯାଉଛି । ସାଢେ ୪ କୋଟି ଓଡ଼ିଆ ଲୋକ ବିଶ୍ୱକୁ ନେତୃତ୍ବ କରିବାର କ୍ଷମତା ରଖୁଛନ୍ତି । 


ବିଜେପି ନେତୃତ୍ୱରେ ହିଁ ଓଡ଼ିଶା ନୂଆ ଶିଖରକୁ ଯିବ । ଏକବିଂଶ ଶତାଦ୍ଦିରେ ଅପାର ସମ୍ଭାବନାର ରାଜ୍ୟ ନୂଆ ଓଡିଶା ତିଆରି ହେଲେ ହିଁ ଆତ୍ମନିର୍ଭର ଭାରତ ସମ୍ଭବ ହେବ । ଏ ଦୃଢ ବିଶ୍ବାସ ଆଜି ସମସ୍ତଙ୍କ ମନରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କହିଥିଲେ ଯେ ବିଜେପିର ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରା କାରଣରୁ ଆଜି ସବୁଠୁ ତଳ ଶ୍ରେଣୀର ଗରିବ ଲୋକମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ପହଁଚିପାରିଛି । ଓଡ଼ିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଗରିବଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ରୂପେ ବିକାଶ କରିବା ପାଇଁ ଗରିବ କଲ୍ୟାଣ ପ୍ୟାକେଜ ସହ ୨୦ ଲକ୍ଷ କୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶ ଭାରତର ଅଭିବୃଦ୍ଧି ହାର ବା ଜିଡିପିର ୧୦ ପ୍ରତିଶତ ଏବଂ ଏଭଳି କରୋନା ରିଲିଫ ପ୍ୟାକେଜ୍ ଘୋଷଣା କରିବାରେ ଭାରତ ତୃତୀୟ ବୋଲି ସେ କହିଛନ୍ତି।

ସେହିପରି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଭାବେ ଓଡିଶାର ବିକାଶକୁ ଦାୟିତ୍ବ ଦେଉଛନ୍ତି ତାହା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀଙ୍କ ସରକାରରେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ହୋଇଥିବା ବେଳେ ଓଡିଶାର ଲୋକମାନେ ଏହି ଯୋଜନାର ଲାଭାର୍ଥୀ ହୋଇପାରିଛନ୍ତି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାସିସ ଆଚାର୍ଯ୍ୟ କହିଛନ୍ତି ଯେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରଗତିଶୀଳ ଓଡିଶାର ସ୍ଵପ୍ନକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚା କାମ କରିବ । ଲୋକାଲ ଫର୍ ଭୋକାଲ ଏବଂ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଯୋର ଦିଆଯିବ ଏବଂ ଦଳୀୟ ସଂଗଠନକୁ ମଜବୁତ କରାଯିବ ।

ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ କହିଛନ୍ତି ରାଜ୍ୟରେ ଆଜି ଦିନରେ ଯୁବକ ଓ ଯୁବତୀମାନେ ରୋଜଗାର ସମେତ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଆଗାମୀ ଦିନରେ ନୂଆ ଓଡିଶା ଗଢିବା ପାଇଁ ଯୁବକ ଓ ଯୁବତୀଙ୍କ ବିକାଶ ପାଇଁ କାମ କରିବାକୁ ପଡିବ ବୋଲି ସେ କହିଛନ୍ତି । ଶେଷରେ ରାଜ୍ୟ ବିଜେପି ପ୍ରବକ୍ତା ଠାକୁର ରଞ୍ଜିତ ଦାସ କାର୍ଯ୍ୟକ୍ରମକୁ ସଫଳ କରିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଓଡିଶା ବିଜେପିର ଯୁବମୋର୍ଚ୍ଚା ସଦସ୍ୟ ସମେତ ଅନେକ ଯୁବକ ଓ ଯୁବତିମାନେ ଭିଡିଓ କନଫରେନ୍ସି ଜରିଆରେ ସାମିଲ ହୋଇଥିଲେ ।

କନ୍ଧମାଳ ସାହିତ୍ୟ ମହୋତ୍ସବ 2020 ଉଦଘାଟିତ।


ଭୁବନେଶ୍ବର : ଓଡ଼ିଶାର ଆଦିବାସୀ ସଂସ୍କୃତି ଅତ୍ୟନ୍ତ ଉଚ୍ଚ ଓ ସେମାନଙ୍କ ପରମ୍ପରାରେ ମହିଳାଙ୍କ ଗୁରୁତ୍ଵ ଅଧିକ। ତେବେ ସେମାନଙ୍କ ଭୌଗଳିକ, ପାରମ୍ପରିକ ପ୍ରଥା ବିଷୟରେ ନ ଜାଣି  ଆଧୁନିକତାର ମାପକାଠିରେ ସେମାନଙ୍କୁ ତଉଳିବା ଭୁଲ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ। ରବିବାର ଅନଲାଇନରେ ଅନୁଷ୍ଠିତ କନ୍ଧମାଳ ସାହିତ୍ୟ ମହୋତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଶ୍ରୀମତୀ ରାୟ ଆଦିବାସୀ ସଂସ୍କୃତି ଓ କନ୍ଧମାଳର ଆଦିରୂପ ସମ୍ପର୍କରେ ଚର୍ଚ୍ଚା କରିଥିଲେ। 

ନିଜର ଅଧ୍ୟାପିକା ଜୀବନରେ ଗବେଷଣାତ୍ମକ କାର୍ଯ୍ୟରେ ଆଦିବାସୀଙ୍କ ଗ୍ରାମରେ ସମୟ ଅତିବାହିତ କରି ସେମାନଙ୍କୁ ପାଖରୁ ପରଖିଥିବା ଓ ଅଭିଜ୍ଞତା ସାଉଁଟିଥୁବା ଶ୍ରୀମତୀ ରାୟ କହିଥିଲେ ଯେ ଆଦିବାସୀ ସଂସ୍କୃତି ଓ ପରମ୍ପରା, ସେଠାକାର ଭୌଗଳିକ ସ୍ଥିତି ଓ ସାମାଜିକ ପରିବେଶକୁ ନେଇ ଗଠିତ ଓ ଅତ୍ୟନ୍ତ ସୁସଙ୍ଗଠିତ।

ଏ ବିଷୟରେ ଅଧିକ ବର୍ଣ୍ଣନା କରି ସେ କହିଥିଲେ କୌଣସି ଜାତି ପ୍ରଥାରେ ବିଶ୍ଵାସ ରଖୁ ନ ଥିବା ଆଦିବାସୀଙ୍କୁ ଆଧୁନିକ ସମାଜର ଚଳଣି ଅନୁଯାୟୀ ମାପ କରି ଦେଖିବା ଆଧୁନିକ ସଭ୍ୟ ସମାଜର ଭୁଲ। ଏକଦା ଆଜିର ସଭ୍ୟ ମନୁଷ୍ୟ ମଧ୍ୟ ଆଦିବାସୀ ପରି ସମୟ ଅତିବାହିତ କରୁଥିଲା। ଏଣୁ ଆଦିମ ସଭ୍ୟତାର ମନୁଷ୍ୟଙ୍କୁ ଆଜିର ସମାଜ ଭିନ୍ନ ଦୃଷ୍ଟିରେ ଦେଖିବା ଏକ ଭୁଲ ବୋଲି ସେ କହିଥିଲେ।

କୁଇ ଭାଷାର ବିକାଶ
ମହୋତ୍ସବର ଦ୍ଵିତୀୟ ଅନଲାଇନ ଅଧିବେଶନରେ ପୂର୍ବତନ ପ୍ରଶାସକ ତଥା ଲେଖକ ଅରବିନ୍ଦ ବେହେରା, କନ୍ଧମାଳର ପୂର୍ବତନ ଜିଲ୍ଲାପାଳ ତଥା ଓରମାସର ମୁଖ୍ୟ ଶ୍ରୀ ରାଜେଶ ପାଟିଲ, ଆଇଏଏସ ଓ ଆଦିବାସୀ ସଂସ୍କୃତି ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବିଜୟ ପଟ୍ଟନାୟକଙ୍କୁ ନେଇ "କନ୍ଧମାଳ ଏକ ଉପଲବ୍ଧି : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ" ନାମକ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲାର ବନ୍ୟ ଅର୍ଥନୀତି ଓ ପ୍ରାକୃତିକ ସମ୍ପଦର ବିକାଶ ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଭାଗ ନେଇ ଶ୍ରୀ ରାଜେଶ ପାଟିଲ କହିଥିଲେ ଯେ କନ୍ଧମାଳରେ ଅଦା ଓ ହଳଦୀ ଏକ ମୁଖ୍ୟ ଅର୍ଥକାରୀ ଫସଲ ହୋଇଥିବା ସତ୍ତ୍ୱେ ଏହା ଜାତୀୟ ସ୍ତରରେ ଅନ୍ୟ ରାଜ୍ୟର ହଳଦୀ ସହିତ ପ୍ରତିଯୋଗିତା କରିପାରୁ ନାହିଁ। ଏଥିପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ରହିଥିଲେ ମଧ୍ୟ ପ୍ରକ୍ରିୟାକରଣରେ ଘରୋଇ ନିବେଶ ଆବଶ୍ୟକ ବୋଲି ସେ ମତ ପ୍ରଦାନ କରିଥିଲେ।

କନ୍ଧମାଳ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ବନ୍ୟ ଅର୍ଥନୀତିର ସୁରକ୍ଷା ଓ ତଥା ସେଠାକାର ଉନ୍ନତି ନିମନ୍ତେ ସ୍ଥାନୀୟ ପ୍ରଚଳିତ ଭାଷାରେ ଯୋଗାଯୋଗ ଓ ସ୍ଥାନୀୟ ସାହିତ୍ୟର ବିକାଶ ହିଁ ସେଠାକାର ଉନ୍ନତି ଦିଗରେ ବାଟ କଢ଼ାଇବ ବକଳି ମତ ପ୍ରକାଶ କରିଥିଲେ ପୂର୍ବତନ ପ୍ରଶାସକ ଓ ଲେଖକ  ଅରବିନ୍ଦ ବେହେରା। ଏହି ଅବସରରେ ପୂର୍ବଦିନ ତୁଳନାରେ ଆଦିବାସୀମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଯଥେଷ୍ଟ ସଚେତନ ହେଲେଣି ବୋଲି ମତ ପ୍ରକାଶ କରିଥିଲେ ଆଦିବାସୀ ସଂସ୍କୃତି ସୁରକ୍ଷା କର୍ମୀ ବିଜୟ ପଟ୍ଟନାୟକ।

ଓଡିଶାରେ ପ୍ରଥମ 
ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ ।ଏହି ମହୋତ୍ସବର ସମସ୍ତ ଚାରୋଟି ଅଧିବେଶନ ଅନଲାଇନରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ  ଅଧିବେଶନ ଓ ମୁଖ୍ୟ ଅଧିବେଶନ ପରେ ଯେଉଁ ଅନ୍ୟ ଦୁଇଗୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା ସେଗୁଡିକ ହେଉଛି "ଓଡ଼ିଶାର ସାହିତ୍ୟ: କନ୍ଧମାଳ ଦେଇଛି କେତେ? ପାଇଛି କେତେ?" ଏବଂ  "ସାହିତ୍ୟର ମର୍ମ: ପ୍ରକୃତି ଓ ସଂସ୍କୃତିର ସମ୍ମିଶ୍ରଣ" । 

ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ ବୋଲି କହିଛନ୍ତି କଳିଙ୍ଗ ସାହିତ୍ୟ ମହୋତ୍ସବ ତଥା କନ୍ଧମାଳ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ରଶ୍ମି ରଞ୍ଜନ ପରିଡା।

ରାଜସ୍ଥାନର ଝୁନ୍ନ୍ଝୁରୁ ପଙ୍ଗପାଳ ୩ ଦଳ ହୋଇ ହରିଆନାର ଗୁରୁଗ୍ରାମ, ପଲଲ ଏବଂ ଉତ୍ତର ପ୍ରଦେଶ ଆଡେ ମୁହାଁଇଲେ।

ନୁଆଦିଲ୍ଲୀ : ଜୁନ୍ 26 ତାରିଖ ସକାଳେ ରାଜସ୍ଥାନର ଝୁଝନ୍ ଅଞ୍ଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତ୍ତି ଯାଇଥୁବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ ହରିଆନାର ରେରିରେ ପହଞ୍ଚିଥୁଲା । ତୁରନ୍ତ ସେଠାରେ ଦମନକାରୀ ଦଳ ପହଞ୍ଚି ଆଜି ସକାଳ ପର୍ଯ୍ୟନ୍ତ ଅଭିଯାନ ଚଳାଇଲେ । ଏହା ପରେ ବର୍ତ୍ତିଯାଇଥିବା ପଙ୍ଗପାଳମାନେ ଏକାଠି ହୋଇଥିଲେ । ତିନି ଭାଗରେ ବିଭକ୍ତ ହୋଇ ଏହି ପଙ୍ଗପାଳ ଦଳର ଗୋଟିଏ ଭାଗ ହରିଆନାର ଗୁରୁଗ୍ରାମ ଏବଂ ସେଠାରୁ ଫରିଦାବାଦ ଦେଇ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । 

ଆଉ ଏକ ପଙ୍ଗପାଳ ଦଳ ଦିଲ୍ଲୀର ହାରକା ଆଡେ । ମୁହାଁଇବା ପରେ ସେଠାରୁ ଦୌଲତାବାଦ, ଗୁରୁଗ୍ରାମ, ଫରିଦାବାଦ ଅତିକ୍ରମ କରି ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ତୃତୀୟ ପଙ୍ଗପାଳ ଦଳଟିକୁ ହରିଆନାର ପଲଲ ଦେବାକୁ ମିଳିଥିଲା । ଏହି ଦଳ ସେଠାରୁ ଉତ୍ତରପ୍ରଦେଶ ଆଡେ ମୁହାଁଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସହରାଞ୍ଚଳରେ ପଙ୍ଗପାଳ ଦଳକୁ ଠାବ କରାଯାଇ ନାହିଁ । କୃଷି ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପଙ୍ଗପାଳ ଦଳ ଉପରେ ରାଜସ୍ଥାନ, ହରିଆନା ଏବଂ ଉତ୍ତର ପ୍ରଦେଶର କୃଷି ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନଜର ରଖାଯାଇ ସେମାନଙ୍କ ଗତିବିଧ୍ବ ଠାବ କରାଯାଉଛି । କେନ୍ଦ୍ରୀୟ ପଙ୍ଗପାଳ ସକତା ପ୍ରତିଷ୍ଠାନର ଅଧୁକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖୁଛନ୍ତି । 

ଯେଉଁଠି ପଙ୍ଗପାଳ ପହଞ୍ଚିଛନ୍ତି ସେମାନଙ୍କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ଅଭିଯାନ ଚାଲିଛି । ରାଜସ୍ଥାନରୁ ଅଧୁକ ପଙ୍ଗପାଳ ଦମନକାରୀ ଦଳ ହରିଆନା ଓ ଉତ୍ତର ପ୍ରଦେଶରେ ପହଞ୍ଚି ସେହି ଦୁଇ ରାଜ୍ୟ ସରକାରଙ୍କୁ ସହାୟତା କରୁଛନ୍ତି । ପଙ୍ଗପାଳମାନେ ଦିନରେ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଦଳ ଦଳ ହୋଇ ଆକାଶମାର୍ଗରେ ଗତି କରନ୍ତି । ସନ୍ଧ୍ୟା ହେଲେ ସେମାନେ ଅବତରଣ କରି ଗଛଲତା ଓ ଫସଲ କିଆରିରେ ପଶି ସେଗୁଡ଼ିକ ଖାଇ ନଷ୍ଟ କରିଥାନ୍ତି । ପଙ୍ଗପାଳ ଦମନକାରୀ ଦଳଗୁଡିକ ଏମାନଙ୍କ ଉପରେ ନଜର ରଖୁଛନ୍ତି । ରାତିରେ ପଙ୍ଗପାଳ ଦଳ ବିଭିନ୍ନ ସ୍ଥାନରେ ଓହ୍ଲାଇବା  ପରେ ସେମାନଙ୍କ ବିରୋଧରେ ଦମନ ଓ ନିୟନ୍ତ୍ରଣ ଅଭିଯାନ ଆରମ୍ଭ କରାଯିବ । ଉତ୍ତର ପ୍ରଦେଶର ସବୁ ନିୟନ୍ତ୍ରଣକାରୀ ଦଳକୁ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ପାଇଁ ସତର୍କ କରାଇ ଦିଆଯାଇଛି ।

ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ଦାୟିତ୍ବ ନେବାକୁ ଆହ୍ବାନ କଲେ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ/ ଭୁବନେଶ୍ବର : ବିଶ୍ୱ ଏମଏସଏମଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଶନିବାର ଆୟୋଜିତ ୱେବିନାର ‘ ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଏବଂ ସୁଯୋଗ’ରେ ଭିଡିଓ କନଫରେନ୍ସିରେ ସାମିଲ ହୋଇ ଓଡିଆ ଯୁବ ବ୍ୟବସାୟୀଙ୍କୁ ଉଦ୍ୟମୀ ବନାଇବା ପାଇଁ ସମସ୍ତଙ୍କୁ ଦାୟିତ୍ବ ନେବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରେ ଏମଏସଏମଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଂଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜ ବଜାର ଭଳି କୌଣସି ଜିନିଷର ଅଭାବ ନାହିଁ । ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମଏସଏମଇ ପାଇଁ ବଡ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । 

ଓଡିଶାର ଭିତିଭୂମି ଓ ଭୌଗଳିକ ସ୍ଥିତି ଭାରତବର୍ଷର ଅନ୍ୟ ଅଂଚଳ ତୁଳନାରେ ଭିନ୍ନ ଏବଂ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି । ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡ଼ିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତିଭୂମି ଅଛି । ଏ ଦିଗକୁ ଲକ୍ଷ୍ୟରେ ରଖି ଓଡିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଓଡିଆ ଲୋକଙ୍କର ଅଧିକ ଭୂମିକା ରହିବା ଦରକାର । ଓଡିଶାରେ ଏମଏସଏମଇ କ୍ଷେତ୍ରରେ ସୁଯୋଗ ତିଆରି କରିବା ପାଇଁ ବିଧିବଧ ଯୋଜନା ପ୍ରସ୍ତୁତ କରାଯାଉ । ଓଡିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରାଯାଉ । ସେ କହିଛନ୍ତି ଦେଶ ଓ ଦେଶ ବାହାରେ ଓଡ଼ିଆମାନେ ଭଲ କାମ କରୁଛନ୍ତି ଏବଂ ଆର୍ଥିକ ସମ୍ବନ୍ଧୀୟ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଅଛନ୍ତି । 

ରିଜର୍ଭ ବ୍ୟାଙ୍କ, ସେୟାର ମାର୍କେଟ, ବ୍ୟାଙ୍କି ଜଗତ କିମ୍ବା ଆକାଉଟିଂ ଏବଂ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡ଼ିଆ ଲୋକମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି । ଏହି ଲୋକମାନେ ହିଁ ନିଜର ଦାୟିତ୍ବକୁ ଓଡିଆ ଲୋକଙ୍କ କାମରେ ଉପଯୋଗ କରନ୍ତୁ । ଆନୁଷଙ୍ଗିକ କ୍ଷେତ୍ର ସମେତ ଅର୍ଥନୈତିକ ବଜାରକୁ ମଧ୍ୟ ଗୁରୁତ୍ବ ଦିଆଯାଉ । ତାମିଲନାଡୁ ବିଶ୍ୱ ଆକାଂଉଟିର ବ୍ୟାକ୍ ଅଫିସ ବନେଇପାରିବା ଭଳି ଓଡ଼ିଶାର ଭୁବନେଶ୍ବରରେ ମଧ୍ୟ ଏହିଭଳି ପ୍ରତିଷ୍ଠାନ ତିଆରି କରାଯାଇପାରିବ ବୋଲି କହିବା ସହ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ଅର୍ଥନୈତିକ ବଜାରକୁ ମଧ୍ୟ ଏକ କ୍ଷେତ୍ର ଭାବରେ ଗୁରୁତ୍ବ ଦେବାକୁ ଶ୍ରୀ ପ୍ରଧାନ କହିଥିଲେ । ଏଭଳି ବିଷୟରେ ଓଡିଶାର ଏମଏସଏମଇ କ୍ଷେତ୍ରରେ ସମ୍ଭାବନାକୁ ଦର୍ଶାଇବା ପାଇଁ ୱେବିନାର ଆୟୋଜନ କରିଥିବାରୁ ଓଡିଆ ସମାଜକୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବିନାର ସାମିଲ ପ୍ରବକ୍ତାଙ୍କୁ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଦେଶ ଓ ଦେଶ ବାହାରୁ ଆସିଥିବା ସମସ୍ତ ପ୍ରଶ୍ନର ଉତର ଦେବାକୁ ଶ୍ରୀ ପ୍ରଧାନ ନିବେଦନ କରିଥିଲେ ।

ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଭାରତ ସରକାର ଆର୍ଥିକ । ପ୍ୟାକେଜରେ ଏମଏସଏମଇ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି ଯାହା ନୂଆ ନୂଆ ଉଦ୍ୟୋଗୀ ମାନଙ୍କୁ ସୁଯୋଗ ପ୍ରଦାନ କରିବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ସହାୟକ ହେବ । ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ରେପୋ ରେଟକୁ ହ୍ରାସ କରିଛି । ଓଡ଼ିଶାରେ ରାଉରକେଲା ଇସ୍ପାତ କାରଖାନା, ଯାଜପୁର କଳିଙ୍ଗ ନଗର ଭଳି ଶିଳ୍ପ ପ୍ରତିଷ୍ଠାନ ଥିବାରୁ ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ଅପାର ସମ୍ଭାବନାର ସୁଯୋଗ ସୃଷ୍ଟି ହୋଇଛି । ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏମଏସଏଇ କ୍ଷେତ୍ର ଉପରେ ରାଜ୍ୟରେ ଥିବା ସୁଯୋଗ ଉପରେ ଖାଦ୍ୟ, ପେଟ୍ରୋକେମିକାଲ, ପର୍ଯ୍ୟଟନ, ସମେତ ୬ଟି କ୍ଷେତ୍ରକୁ ଗୁରୁତ୍ବ ଦେଇଥିଲେ । 

ଭାରତ ସରକାରଙ୍କ ଦ୍ବାରା ନିକଟରେ ଏହି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ ତଥା ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଓଡିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଅଧ୍ୟକ୍ଷ ସଞ୍ଜୟ ସିଂହ ଓ ଅଶୋକ କେ. ପ୍ରଧାନ ଓଡ଼ିଶାରେ ଏମଏସଏମଇକୁ ବିକଶିତ କରିବା ଦିଗରେ ନିଜ ମତଜାହିର କରିଥିଲେ ଓ ନୂଆ ଉଦ୍ୟୋଗୀ ମାନଙ୍କୁ ସଫଳତା ଦେବ ବୋଲି କହିଥିଲେ । ଉଲ୍ଲେଖନୀୟ ଯେ, ଏହି ୱେବିନାରରେ ଓଡିଶା, ଦେଶ ଏବଂ ଦେଶ ବାହାରୁ ୧ ହଜାରରୁ ଉଦ୍ଧି ଓଡିଆ ବ୍ୟବସାୟ ଜଗତ ସମେତ ଅନେକ କ୍ଷେତ୍ରରେ କାମ କରୁଥିବା ଓଡିଆ ଲୋକମାନେ ଭିଡିଓ କନଫରେନ୍ଦ୍ ଜରିଆରେ ଅଂଶଗ୍ରହଣ କରିଥିବା ବେଳେ ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା, ଅବସରପ୍ରାପ୍ତ ଆଇଏଏସ ଅଫିସର ଅରୁଣ ପଣ୍ଡା, ଓଡିଶା ସରକାରଙ୍କ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଓଡ଼ିଶାର ସରକାରଙ୍କ ଇଡକୋ ଏମଏସଏମଇ ବିଭାଗର ଚେୟାରମ୍ୟାନ ସଞ୍ଜୟ ସିଂହ ପ୍ରମୁଖ ପ୍ରବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ମତ ରଖିଥିଲେ । ଶେଷରେ ଓଡିଆ ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

କାନ୍ଧମାଳ ସାହିତ୍ୟ ମହୋତ୍ସବ( ଭର୍ଚୁଆଲ୍)-୨୮ ଜୁନ୍, ୨୦୨୦, ଅପରାହ୍ନ ୨ ଘଟିକାରେ  ଆରମ୍ଭ ହେବାକୁ ଯାଉଅଛି।

ଭୁବନେଶ୍ୱର: ପ୍ରତିବର୍ଷ କଳିଙ୍ଗ ସାହିତ୍ୟ ମହୋତ୍ସବ ଓ ଓଡିଶା ଡାଏରୀ ଫାଉଣ୍ଡେସନ୍ (ଓଡିଏଫ୍)ର ମିଳିତ ଆନୁକୂଲ୍ୟରେ କନ୍ଧମାଳ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ  ହୋଇ ଆସୁଅଛି। ବର୍ତମାନର ଅଭାବିତ ସଙ୍ଗରୋଧ ସମୟ ଯୋଗୁଁ ଏପରି ଅନଲାଇନ୍ ସାହିତ୍ୟ ମହୋତ୍ସବର ଆୟୋଜନ କରାଯାଉଛି, ଯାହା ଓଡ଼ିଶାରେ ପ୍ରଥମ ।ଏହା ଓଡିଶାର ଜନଜାତିର କଥା,ଭାଷା,ସାହିତ୍ୟ, ସଂସ୍କୃତି, ସ୍ୱଦେଶୀପଣ,ପ୍ରକୃତି ଆଦିକୁ ପ୍ରୋତ୍ସାହିତ କରିବ ଏବଂ ନୂତନ ପିଢ଼ିକୁ ଆମର ଐତିହ୍ୟ ଓ ବିଶାଳ ପରମ୍ପରା ସହ ପରିଚିତ କରାଇବାରେ ସହାୟକ ହେବ। ଏହି ଅଧିବେଶନ ୨୮ଜୁନ୍, ୨୦୨୦ରେ କଳିଙ୍ଗ ସାହିତ୍ୟ ମହୋତ୍ସବର ଫେସବୁକ୍, ଟ୍ୱିଟର,ୟୁଟ୍ୟୁବ୍  ପରି ସମସ୍ତ ଅଫିସିଆଲ୍ ଫୋରମ୍ ରେ ସିଧା ପ୍ରସାରିତ ହେବ।

ଓଡ଼ିଶା  ଡାଏରୀ ଫାଉଣ୍ଡେସନ ଏବଂ କଳିଙ୍ଗ ସାହିତ୍ୟ ମହୋତ୍ସବର ଏପରି ଭିନ୍ନ ଓ ଜରୁରୀ ପଦକ୍ଷେପ ସ୍ଵରୂପ କନ୍ଧମାଳ  ସାହିତ୍ୟ ମହୋତ୍ସବକୁ ଅନ୍ ଲାଇନ୍ ପ୍ଲାଟଫର୍ମକୁ ଆଣିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମଗ୍ର  ବିଶ୍ଵରେ ଆମର ସ୍ଥାନୀୟତାକୁ,  ଆମର ବିଭବକୁ ପ୍ରଚାର କରିବା ଓ ସମଗ୍ର ରାଜ୍ୟ,ଦେଶ ଓ ବିଶ୍ଵ ସହ ଯୋଡ଼ି ହେବା।  କନ୍ଧମାଳ ଏହାର ଅପରୂପ  ସୌନ୍ଦର୍ଯ୍ୟ, ସ୍ୱଦେଶୀ ସଂସ୍କୃତି ଏବଂ ଅଧିବାସୀ ମାନଙ୍କର ସାମାଜିକ ଜୀବନ ଓ ନିରଡାମ୍ବର ଚଳଣୀ ସହ  ଆଚରଣରେ ସରଳତା ପାଇଁ ପ୍ରସିଦ୍ଧ | ଚିନ୍ତକ, ଦାର୍ଶନିକ,ସମାଜବିତ୍, ଲେଖକ ଏବଂ କବିମାନଙ୍କୁ ଏହି ଭୂଖଣ୍ଡ ବାରମ୍ବା ଆକୃଷ୍ଟ କରି ଆସିଛି।

ଦିନ ଦୁଇଟାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବକୁ ବିଶିଷ୍ଟ ଜନପ୍ରିୟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ପ୍ରତିଭା ରାୟ  ଉଦଘାଟନ  କରିବେ। ପରେ ପରେ ଆଉ ତିନୋଟି ଅଧିବେଶନ  ଯଥାକ୍ରମେ ଅପରାହ୍ନ  ୩ରୁ  -୩.୪୫, ୪ରୁ-୪.୪୫ଏବଂ ୫  ରୁ ୫.୪୫ଘଣ୍ଟିକା ଯାଏଁ ଅନୁଷ୍ଠିତ ହେବ।  ଏ ଅନ୍ୟ ଉଲ୍ଲେଖନୀୟ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ  ଡକ୍ଟର ଅରବିନ୍ଦ ବେହେରା, ରାଜେଶ ପ୍ରଭାକର ପାଟିଲ , ସୁଜିତ କୁମାର, ବିଜୟ ପଟ୍ଟନାୟକ, କେଦାର ମିଶ୍ର, ଡକ୍ଟର କ୍ଷେତ୍ରବାସୀ ମାନସେଠ୍ ,  ଡକ୍ଟର ନିରଦ କହଁର, ଅନୁଜ ପ୍ରଧାନ,ଜ୍ୟୋତିର୍ମୟୀ କହଁର, ପୃଥିବୀରାଜ ମଣ୍ଡଳ, ବିଦେଶୀ  ନାୟକ , ରବୀନ୍ଦ୍ରନାଥ ମିଶ୍ର, ସୁଜିତ୍ କୁମାର ପଣ୍ଡା, ପ୍ରଣତି ତ୍ରିପାଠୀ,ହରପ୍ରିୟା ମିଶ୍ର, ଗିରିଜା ପ୍ରସାଦ ମିଶ୍ର, ପ୍ରଦୀପ କହଁର ଆଦି ସାରସ୍ଵତ ସାଧକମାନେ ଅଛନ୍ତି।

 କନ୍ଧମାଳ ସାହିତ୍ୟ ମହୋତ୍ସବ ତଥା କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡା କୁହନ୍ତି, "ଏହା ଏକ କଠିନ ସମୟ ଯେତେବେଳେ ଆମେ ଦିନକୁ ଦିନ ସଂଘର୍ଷ ସହ ମହାମାରୀ ସହ ଲଢୁଛୁ। ବୈଷୟିକ ଜ୍ଞାନ କୌଶଳ ସୋସିଆଲ ମିଡିଆକୁ ଏକ ଶକ୍ତିଶାଳୀ ପ୍ଲାଟଫର୍ମରେ ପରିଣତ କରିଛି।ବିଶ୍ଵକୁ ଦେବା ପାଇଁ କନ୍ଧମାଳ ପାଖରେ ଅନେକ କିଛି ଅଛି | ଏହା ଅନେକଙ୍କ ପାଇଁ ଏକ ନିରବ ପ୍ରେରଣା ଅଟେ | ଏହି ମହୋତ୍ସବ ଆୟୋଜନ କରିବାର କାରଣ ହେଉଛି ବିଶ୍ୱକୁ ଓଡ଼ିଶାର ସ୍ୱଦେଶୀ ଏବଂ ସାଂସ୍କୃତିକ ଐତିହ୍ୟକୁ ଜଣାଇବା |  କନ୍ଧମାଳର ସାହିତ୍ୟ, କଳା, ଏବଂ ସଂସ୍କୃତି ସହିତ ସାରା ରାଜ୍ୟର ପରିଚୟ ହେବା ସହ ଜଡ଼ିତ ହେବାର ମାଧ୍ୟମ ଏହି କନ୍ଧମାଳ ସାହିତ୍ୟ ଭର୍ଚୁଆଲ୍ ମହୋତ୍ସବ ।''


ରାଜ୍ୟର ସାହିତ୍ୟ କ୍ୟାଲେଣ୍ଡରରେ ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ସମସ୍ତ କନ୍ଧମାଳର ଜ୍ଞାନୀ ଗୁଣୀ ,ଶିକ୍ଷାବିତ୍ ,ସାହିତ୍ୟ ପ୍ରମୀମାନଙ୍କର  ସହଯୋଗ ହିଁ ଆଗକୁ ଅଧିକ କାମ କରାଇବାର ପ୍ରେରଣା ହେବ ବୋଲି କହିଛନ୍ତି  ଅନ୍ୟତମ  ସହ ପ୍ରତିଷ୍ଠାତା ସିତାଂଶୁ ମହାପାତ୍ର।

ଗଜପତି ମହାରାଜାଙ୍କ ମହାଖୁଲାସା, ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟସରକାର କରିଥିଲେ ଫିକ୍ସିଂ।

ଭୁବନେଶ୍ୱର : ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର ରଚିଥିଲେ।ଏପରିକି ଅଦାଲତଙ୍କ ଆଢୁଆଳରେ ଏକ ନିର୍ଦ୍ଧିଷ୍ଟ NGO ସଂସ୍ଥା ସହ ଭିତିରିଆ ଫିକ୍ସିଂ କରିଥିଲେ।ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ବିସ୍ପୋରକ ବୟାନ ଏହି ଅଭିଯୋଗକୁ ପ୍ରମାଣ କରିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ପ୍ରକାଶ କରିଛନ୍ତି।ଏହା କହିଛନ୍ତି କି ଏକ ଚାନେଲ କୁ ସାକ୍ଷାତକାର ଦେବା ଅବସରରେ  ଗଜପତି ମହାରାଜ ସ୍ପଷ୍ଟ ଭାବେ କହିଛନ୍ତି କି ରାଜ୍ୟସରକାର ସୁପ୍ରିମକୋର୍ଟ ରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିସା ନିଯୋଗର କଥା କହିନଥିଲେ।

ନବୀନବାବୁଙ୍କ ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ପିଟିସନକାରୀ NGO  ଙ୍କ ଓକିଲଙ୍କ କଥା କହିଥିଲେ।ଯାହାକି ସମସ୍ତଙ୍କୁ ହତବାକ କରିଦେଇଥିଲା ବୋଲି ଗଜପତି କହିଛନ୍ତି।ଏଥିରୁ ସ୍ପଷ୍ଟ ଯେ କୋଟି କୋଟି ଓଡ଼ିଆ ଓ ଶ୍ରୀ ଜଗନ୍ନାଥପ୍ରେମୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର। ଗଜପତି ମହାରାଜ କେବଳ ମହାପ୍ରଭୁଙ୍କ ଆଦ୍ୟ ସେବକ ନୁହନ୍ତି ସିଏ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମଧ୍ୟ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ତାଙ୍କର ନିଷ୍ପତ୍ତି ଚୂଡାନ୍ତ ଅଥଚ ରାଜ୍ୟ ସରକାର ତାଙ୍କ ତିନି ତିନିଟା ଚିଠିର ଉତ୍ତର ମଧ୍ୟ ଦେଇନାହାନ୍ତି। ଏ ଘଟଣାରୁ ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଓ ଆଇନ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ।

ଆଡଭୋକେଟ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଆଇନ ପରାମର୍ଶଦାତା। ତେଣୁ ପ୍ରତପକ୍ଷ ଓକିଲଙ୍କ ଯୁକ୍ତି ସହ ଓଡିଶା ସରକାରଙ୍କ ଓକିଲ ହରିଷ ସାଲଭେ ଯେଭଳି ଭାବରେ  ହଁ ରେ ହଁ ମାରିଲେ ,ଏ ବାବଦରେ ହରିଷ ସାଲଭେଙ୍କୁ କିଏ ବ୍ରିଫିଙ୍ଗ କରିଥିଲେ ? ଏବଂ ଆଡଭୋକେଟ ଜେନେରାଲ ମହୋଦୟ କାହାପାଇଁ ସୁପ୍ରିମକୋର୍ଟ ଯାଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି କଂଗ୍ରେସ ନେତା ଶ୍ରୀ ନାୟକ। ହାଇକୋର୍ଟ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ଦାଇତ୍ୱ ଛାଡିବା ପରେ କିଏ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ  ଚୁପ ବସି ପଡିବା ପାଇଁ ବୋଲି  ଉତ୍ତର କଂଗ୍ରେସ ଚାହୁଁଛି ବୋଲି ଶ୍ରୀ ନାୟକ କହିଛନ୍ତି।

କଂଗ୍ରେସ ପ୍ରଥମରୁ କହିଆସୁଥିଲା ରଥଯାତ୍ରା ହେଉ ବୋଲି,ଏ ସଂକ୍ରାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଠି ଲେଖିଥିଲେ। ପୁରୀ ଯୁବ କଂଗ୍ରେସର କାର‌୍ୟ୍ୟକାରୀ ସଭାପତି ବିଶ୍ୱନାଥ ଦାଶ ହାଇକୋର୍ଟ ରୁ ସୁପ୍ରିମକୋର୍ଟଙ୍କ  ଶେଷ ଶୁଣାଣି ପର‌୍ୟ୍ୟନ୍ତ ଯାଇଥିଲେ।ତେଣୁ ପ୍ରଦେଶ କଂଗ୍ରେସ ଦାବି କରୁଛି ଯେ ଯଦି ନବିନବାବୁ ମିଳିତଭାବେ ଏହି ଷଡଯନ୍ତ୍ର ରଚି ନାହାନ୍ତି ତେବେ ଆଡଭୋକେଟ ଜେନେରାଲଙ୍କୁ ବହିଷ୍କାର କରନ୍ତୁ ଏବଂ ଆଇନମନ୍ତ୍ରୀ ଙ୍କୁ ତୁରନ୍ତ ପଦବୀରୁ ହଟାନ୍ତୁ। ଆଜି ଏହି ସାମ୍ୱାଦିକ ସମ୍ମିଳନୀ ସିଧାସଳଖ (live)facebook  ପେଜ ରେ କରାଯାଇଥିଲା।ଏହାକୁ ପରିଚାଳନା କରିଥିଲେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର।। 

ଆସନ୍ତାକାଲି ଯୁବ ସମ୍ବାଦ ରାଲି ମାଧ୍ୟମରେ ଯୁବପିଢୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ପୁନମ ମହାଜନ।

ଭୁବନେଶ୍ୱର : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ସାରା ଦେଶରେ ଜନସମ୍ବାଦ ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ମୋଦି ସରକାରଙ୍କ ସଫଳତା ଏବଂ ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୨୮ ତାରିଖ ମଧ୍ୟାହ୍ନ ୧୨.୧୫ ରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଯୁବ ସମ୍ବାଦ ରାଲି ଆୟୋଜିତ ହେବ । 

ଏହି ରାଲିକୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ସମ୍ବୋଧିତ କରିବେ । ଏହି ଜନସମ୍ବାଦ ରାଲିରେ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ଯୁବବର୍ଗ ମାନଙ୍କ ପାଇଁ ଥିବା ସୁଯୋଗ ସଂପର୍କରେ ଶ୍ରୀ ପ୍ରଧାନ ଏବଂ ଶ୍ରୀମତୀ ମହାଜନ ସମ୍ବୋଧିତ କରିବେ । ଆତ୍ମନିର୍ଭର ଭାରତ ଯୋଜନାରେ ଓଡ଼ିଶାର ଯୁବପିଢୀ କିପରି ଉପକୃତ ହେବେ ସେନେଇ ମଧ୍ୟ ବିସ୍ତୃତ ବିବରଣୀ ରଖାଯିବ ।

ଏହି ରାଲିରେ ଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ସାଂସଦ ପୁନମ ମହାଜନ ଉପସ୍ଥିତ ରହିବେ । ରାଜ୍ୟରେ ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚାର ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ଇରାସିସ ଆଚାର୍ଯ୍ୟ ଉପସ୍ଥିତ ରହିବେ । ଏହି ଯୁବ ସମ୍ବାଦ ରାଲିରେ ରାଜ୍ୟର ୧୦ ହଜାରରୁ ଉର୍ଧ ଯୁବକ ଯୋଗଦେବେ । ସାଧାରଣ ଜନତା
ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ମାଧ୍ୟମରେ ରାଲିର ସିଧାପ୍ରସାରଣ ଦେଖିପାରିବେ ।

କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଦ୍ବାରା ଗରିବ କଲ୍ୟାଣ ରୋଜଗାର ଅଭିଯାନ ୱେବ୍ ପୋର୍ଟାଲର ଉନ୍ମୋଚନ।

ନୁଆଦିଲ୍ଲୀ : ଆଜି ନୂଆଦିଲ୍ଲୀଠାରୁ ଭିଡିଓ କନଫରେନ୍ସ ଜରିଆରେ ଗରିବ କଲ୍ୟାଣ ରୋଜଗାର ଅଭିଯାନର ୱେବ୍ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ଗରିବ କଲ୍ୟାଣ ରୋଜଗାର ଅଭିଯାନ ହେଉଛି ଭାରତ ସରକାରଙ୍କ ଏକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ତଥା ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ  କାର୍ଯ୍ୟକ୍ରମ। ଏହାକୁ 20 ଜୁନ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର2020ମୋଦୀ ଶୁଭାରମ୍ଭ କରିଥିଲେ। 

ଏହି ଅଭିଯାନ ଜରିଆରେ କୋଭିଡ-19 ଲକଡାଉନ କାରଣରୁ ନିଜ ନିଜ ଘରକୁ ଫେରିଆସିଥିବା ଲକ୍ଷାଧୁକ ପ୍ରବାସୀ ଶ୍ରମିକମାନଙ୍କୁ ଆସନ୍ତା 4 ମାସ ପର୍ଯ୍ୟନ୍ତ ଲାଭଜନକ ରୋଜଗାର ସୁଯୋଗ ଯୋଗାଇ ଦିଆଯିବ। ଏହି ଭିଡିଓ କନଫରେନ୍ସରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧୀ ନିରଞ୍ଜନ ଜ୍ୟୋତି, ମନ୍ତ୍ରଣାଳୟର ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ମା, ଅଭିଯାନକୁ କାର୍ଯ୍ୟକାରୀ କରିବା ଲାଗି ଚିହ୍ନଟ ହୋଇଥିବା ଜିଲ୍ଲା ପାଇଁ ନିଯୁକ୍ତ କେନ୍ଦ୍ରୀୟ ନୋଡାଲ ଅକାରୀ ଏବଂ ଅଭିଯାନ ସହ ଜଡ଼ିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ।

ପୋର୍ଟାଲ ଉନ୍ମୋଚନ ଲାଗି ଶ୍ରୀ ତୋମର ଖୁସି ବ୍ୟକ୍ତ କରିଥିଲେ। ଏହା ଅଭିଯାନର ଜିଲ୍ଲାରୀ ଏବଂ ଯୋଜନା ୱାରୀ ଉପାଦାନ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେବାରେ ସହାୟକ ହେବ। । ଏହା ମଧ୍ୟ 6ଟି ରାଜ୍ୟରେ ଚିହ୍ନଟ ହୋଇଥୁବା 116ଟି ଜିଲ୍ଲାରେ 50 ହଜାର କୋଟି ଟଙ୍କା ବ୍ୟୟ କରାଯାଇ ହେବାକୁ ଥିବା କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବାରେ ସହାୟକ ହୋଇପାରିବ। ଅଭିଯାନ ପାଇଁ ଚିହ୍ନଟ ହୋଇଥିବା ପ୍ରତ୍ୟେକ ଜିଲ୍ଲାରେ ପାଖାପାଖି 25 ହଜାର ଲେଖାଏଁ ପ୍ରବାସୀ ରହିଛନ୍ତି। 

ଶ୍ରୀ ତୋମର କହିଲେ ଯେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି କୋଭିଡ19 କାରଣରୁ ଉତ୍ପନ୍ନ ହୋଇଥୁବା ବିଭିନ୍ନ ସ୍ଥିତିର ମୁକାବିଲା କରିବାରେ କେନ୍ଦ୍ର ସରକାର ସଫଳ ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ନ କାରଣରୁ ଦେଶରେ । ଲକଡାଉନ ସମୟରେ ମଧ୍ୟ କୃଷି, କ୍ଷୁଦ୍ର ଉଦ୍ୟୋଗ ସହ ଜଡ଼ିତ କାର୍ଯ୍ୟକଳାପ, ସରକାରୀ କଲ୍ୟାଣ ଓ ବିକାଶ ଯୋଜନା ଜାରି ରହିଛି। ଯାହା ଗରିବ ଲୋକମାନଙ୍କର ଜୀବନଜୀବିକା ସମସ୍ୟା ସମାଧାନ କରିପାରିଛି।

ଶ୍ରୀ ତୋମର କହିଲେ ଯେ ଚଳିତ ଆର୍ଥିକ ବର୍ଷରେ ଏମଜିଏନଆରଇଜିଏ ଜରିଆରେ 1,01,500 କୋଟି ଟଙ୍କାର ଆବଣ୍ଟନ କରାଯାଇଛି ଯାହା ଅଣକୁଶଳୀ ଶ୍ରମିକମାନଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନକୁ ନୋଡ଼ାଲ ମନ୍ତ୍ରଣାଳୟ ଭାବେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିବାକୁ ଥିବା ବେଳେ ଅନ୍ୟ 12ଟି ମନ୍ତ୍ରଣାଳୟ ସହିତ ସମନ୍ବୟ ରକ୍ଷା କରାଯାଇ ଏହାକୁ କାର୍ଯ୍ୟକାରୀ କରାଯିବ। 125 ଦିନ ପର୍ଯ୍ୟନ୍ତ 25ଟି ବର୍ଗରେ ଲୋକମାନଙ୍କୁ କାମ ଦିଆଯିବ।

ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ନୂଆଦିଲ୍ଲୀରୁ ଆତ୍ମନିର୍ଭର ଉତ୍ତରପ୍ରଦେଶ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ସ୍ଥାନୀୟ ଔଦ୍ୟୋଗିକତାର ମଧ୍ୟ ବୃଦ୍ଧି ଘଟିବ । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କୋଭିଡ଼ ବୈଶିକ ମହାମାରୀ ସତ୍ତି ପ୍ରତ୍ୟେକ ବ୍ୟକ୍ତି ସମସ୍ତ ଅସୁବିଧାକୁ ମଧ୍ୟ ସାମନା କରିପାରିବ । 

ଯେ ପର୍ଯ୍ୟନ୍ତ କୋଭିଡର ଟୀକା ନବାହାରିଛି, ସେ ପର୍ଯ୍ୟନ୍ତ ଦୁଇ ଗଜର ଦୁରତା ରକ୍ଷା ଓ ମାସ୍କ ବ୍ୟବହାର ସବୁଠାରୁ ଶ୍ରେଷ୍ଠ ପ୍ରତିଷେଧକ ଭାବେ କାର୍ଯ୍ୟ କରିବ । ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିଥିବା ବେଳେ ଉତ୍ତରପ୍ରଦେଶ ଦେଖାଇଥିବା ସାହସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଯେଉଁଭଳି ଉତ୍ତରପ୍ରଦେଶ ସମସ୍ୟାର ମୁକାବିଲା କରିଛି ତାହା ଅଭୂତପୂର୍ବ ଓ ପ୍ରଶଂସା ଯୋଗ୍ୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଡାକ୍ତର, ପରିମଳ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ, ପୁଲିସ, ଆଶା ଓ ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ, ଡାକଘର, ପରିବହନ କର୍ମଚାରୀ ଓ ଉତ୍ତରପ୍ରଦେଶର ଶ୍ରମଜୀବୀମାନଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । 

ଶ୍ରମିକ ଏକ୍ସପ୍ରେସର ସୁବିଧା କରାଇ ଉତ୍ତରପ୍ରଦେଶର ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିଥିବାରୁ ଉତ୍ତରପ୍ରଦେଶ ସରକାରଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଗତ କେତେ ସପ୍ତାହ ମଧ୍ୟରେ ଉତ୍ତରପ୍ରଦେଶକୁ ଦେଶର ବିଭିନ୍ନ ରାଜ୍ୟରୁ 30 ଲକ୍ଷରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକ ଫେରି ଆସିଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ଯୁଦ୍ଧକାଳୀନ ଭିଭିରେ କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଯେପରି ଉପବାସରେ ନରୁହନ୍ତି ସେଥିପାଇଁ ଉତ୍ତରପ୍ରଦେଶ ସରକାର ନେଇଥିବା ଅଭୂତପୂର୍ବ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । 

ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ସରକାର ତୁରନ୍ତ ପଦକ୍ଷେପ ନେଇ ଗରିବ ଓ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହା ରାସନ କାର୍ଡ ନଥିବା ଲୋକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଉତ୍ତରପ୍ରଦେଶର 75 ଲକ୍ଷ ଗରିବ ମହିଳାଙ୍କ ଜନଧନ ଆକାଉଣ୍ଟକୁ ୬ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ଜମା କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉତ୍ତରପ୍ରଦେଶ ନିଜକୁ ଆତ୍ମନିର୍ଭର କରିବାରେ ଅଗ୍ରଣୀ ଭୂମିକା ନେବା ସହ ଗରିବ କଲ୍ୟାଣ ରୋଜଗାରରେ ମଧ୍ୟ ଆଗୁଆ ରହିଛି । 

ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯାଇ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ଆୟ ବୃଦ୍ଧି କରାଯାଇପାରିଛି । ଗ୍ରାମାଞ୍ଚଳ ବିକାଶ ପାଇଁ ଉଦ୍ଦିଷ୍ଟ କର୍ମ ନିଯୁକ୍ତ ଯୋଜନା ଏମଏସଏମଇ ଜରିଆରେ 60 ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି । ମୁଦ୍ରା ଯୋଜନାରେ ସହସ୍ରାଧୁକ ଲୋକଙ୍କୁ ଆତ୍ମନିର୍ଭର କରିବା ପାଇଁ ପାଖାପାଖି 10 ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଆତ୍ମନିର୍ଭର ରୋଜଗାର ଅଭିଯାନରେ ସୃଷ୍ଟି ହୋଇଥିବା ଶିଳ୍ପପୁଞ୍ଜ ଜରିଆରେ ଉତ୍ତରପ୍ରଦେଶ ବହୁଳ ଭାବେ ଉପକୃତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

ନିକଟରେ କୃଷି ସଂସ୍କାର ପାଇଁ ଘୋଷିତ କାର୍ଯ୍ୟକ୍ରମ ଯୋଗୁଁ ଚାଷୀମାନେ ବିଭିନ୍ନ ପ୍ରକାରର କଟକଣାରୁ ମୁକ୍ତ ହୋଇପାରିଛନ୍ତି, ପ୍ରଧାନମନ୍ତ୍ରୀ ତା'ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଚାଷୀମାନେ ଅବାଧରେ ଦେଶର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ସାମଗ୍ରୀର ଦର ନିଜେ ନିର୍ଦ୍ଧାରଣ କରି ଏହାର ବିକ୍ରିବଟା କରିପାରିବେ । ପ୍ରଧାନମନ୍ତ୍ରୀ କୁଶୀନଗର ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନବନ୍ଦର ଭାବେ ଘୋଷଣା କରାଯାଇଥିବାରୁ ଏହା ଏକ ବୌଦ୍ଧ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା କହିଛନ୍ତି । ଏହା ପୂର୍ବାଞ୍ଚଳ ସହ କୋଟି କୋଟି ମହାତ୍ମା ବୁଦ୍ଧଙ୍କ ଅନୁଗାମୀମାନଙ୍କୁ ଏଠାକୁ ଆଣିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି । 

ଉତ୍ତରପ୍ରଦେଶରେ ଗତ 3 ବର୍ଷ ଭିତରେ 30 ଲକ୍ଷରୁ ଅଧୂକ ପକ୍କା ଘର ନିର୍ମାଣ କରାଯିବା ସହ ଉତ୍ତରପ୍ରଦେଶ ଖୋଲା ମଳ ମୁକ୍ତ ରାଜ୍ୟ ଭାବେ ଘୋଷିତ ହୋଇଛି । ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରି ଉତ୍ତରପ୍ରଦେଶ ସରକାର 3 ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ଚାକିରି ଯୋଗାଇଦେଇଛନ୍ତି । ରାଜ୍ୟର ପୂର୍ବାଞ୍ଚଳରେ ମସ୍ତିଷ୍କ ଜ୍ବର ଗତ 3 ବର୍ଷ ମଧ୍ୟରେ ଶତକଡ଼ା 90 ଭାଗକୁ ହ୍ରାସ ପାଇଥିବା ତଥା ରାଜ୍ୟରେ ଶିଶୁ ମୃତ୍ୟୁ ହାର ଆଶାତୀତ ହ୍ରାସ ପାଇଥିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ । ବିଦ୍ୟୁତ, ଜଳ ଏବଂ ସଡକ ଭଳି ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟରେ ହୋଇଥିବା ଅଭୂତପୂର୍ବ ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଯୋଜନାର ହିତାଧୁକାରୀମାନଙ୍କ ସହ ମତ ବିନିମୟ କରିଥିଲେ । ଉଦାହରଣ ସ୍ଵରୂପ ଗୋଣ୍ଡାରେ ସ୍ବୟଂ ସହାୟକ ଗୋଷ୍ଠୀର ନେତୃତ୍ବ ନେଉଥିବା ଶ୍ରୀମତୀ ବିନୀତା ପଲ, ବାହାରିଚ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହିତାଧୁକାରୀ ତିଳକ ରାମ, ସନ୍ଥ କବୀର ନଗର ଜିଲ୍ଲାର ଜନୈକ ଉଦ୍ୟୋଗପତି ଆମରେନ୍ଦ୍ର କୁମାର ସେମାନଙ୍କ ଅଭିଜ୍ଞତାର କାହାଣୀ ପ୍ରଧାନମନ୍ତ୍ରୀ ଆଗରେ ବଖାଣି ଥିଲେ । ଏହିପରି ଶ୍ରୀ ମୋଦୀ ମୁମ୍ବାଇରୁ ଫେରିଥିବା ପ୍ରବାସୀ ଶ୍ରମିକ କୁର୍ବାନ ଅଛି, ଗୋରଖପୁର ଜିଲ୍ଲାର ନଗେନ୍ଦ୍ର ସିଂହ ଓ ଜଳାଉନ ଜିଲ୍ଲାର ଶ୍ରୀ ଦିପ୍ରଙ୍କ ସହ ମଧ୍ୟ ମତ ବିନିମୟ କରିଥିଲେ ।

ସ୍ଵଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ଏବେ ଡ୍ରାଇରିଂ ଲାଇସେନ୍ସ ପାଇପାରିବେ।

ନୁଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ଫର୍ମ-1 ଓ ଫର୍ମ-1 'ଏ'ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ଵଚ୍ଛ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଗଂ ଲାଇସେନ୍ସ ପାଇପାରିବେ । ଜିଏଆର 401 (ଇ) ଦିନାଙ୍କ 24 ଜୁନ୍ 2020ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । 

ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା, ବିଶେଷକରି ଡ୍ରାଇଭିଗଂ  ଲାଇସେନ୍ସ ପାଉଛନ୍ତି । ଏ କ୍ଷେତ୍ରରେ ଠିଭାବରେ ବର୍ଣ୍ଣ ବା ରଙ୍ଗ ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଗଂ  ଲାଇସେନ୍ସ ଦେବା କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା ଏବଂ ଏବେ ତାହା କାର୍ଯ୍ୟକାରୀ ହୋଇଛି । ମନ୍ତ୍ରଣାଳୟ ଏହି ମର୍ମରେ ପୂର୍ବରୁ ବର୍ଣ୍ଣାନ୍ଧ ନାଗରିକମାନଙ୍କଠାରୁ ଅନେକ ଆବେଦନପତ୍ର ପାଇଥିଲା । ଡ୍ରାଇରିଂ ଲାଇସେନ୍ସ ପାଇଁ ଉଦ୍ଦିଷ୍ଟ ଶାରୀରିକ ଯୋଗ୍ୟତା ଫର୍ମ-1 ଓ ମେଡିକାଲ ସାର୍ଟିଫିକେଟ ଫର୍ମ-1 'ଏ'ରେ ଥିବା ନିୟମ ବର୍ଣ୍ଣାନ୍ଧ ମାନଙ୍କୁ ଲାଇସେନ୍ସ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜି ଥୁବାରୁ ତାହାକୁ ଉଠାଇ ଦେବାକୁ ଏହି ଆବେଦନପତ୍ରରେ ଅନୁରୋଧ କରାଯାଇଥିଲା ।

ଏହି ପ୍ରସଙ୍ଗକୁ ପ୍ରଥମେ ସ୍ଵାସ୍ଥ୍ୟଗତ ବିଶେଷଜ୍ଞ ପ୍ରତିଷ୍ଠାନ (ଏମ୍‌ଇଆଇ)ରେ ଉତ୍‌ଥାପିତ କରାଯାଇ ମତାମତ ମଗାଯାଇଥିଲା । ସ୍ୱଚ୍ଛ ଓ ବର୍ଣ୍ଣାନ୍ଧ ମାନଙ୍କୁ ଡ୍ରାଇଭିଗଂ ଲାଇସେନ୍ସ ଦେବାକୁ ଏମ୍‌ଇଆଇ ସୁପାରିସ କରିଥିଲା । ତେବେ ମାତ୍ରାଧୂକ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇରିଂ ଲାଇସେନ୍ସ ନଦେବାକୁ ଏରେ ବାରଣ କରାଯାଇଥିଲା । ବିଶ୍ୱର ଅନ୍ୟାନ୍ୟ ଦେଶରେ ସ୍ୱଳ୍ପ ଓ ମଧ୍ୟମ ବର୍ଣାନ୍ଧମାନଙ୍କୁ ଡ୍ରାଇରିଂ ଲାଇସେନ୍ସ ଦେବାର ବ୍ୟବସ୍ଥା ରହିଛି । ଏହି ସୁପାରିସ ଆଧାରରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ମତାମତ ଲୋଡ଼ାଯାଇଛି ।

ସରକାରଙ୍କ ବିଫଳତା ଓ ଜନସାଧାରଣଙ୍କର ଜୀବନ ଜୀବିକାର ସମସ୍ୟାକୁ ନେଇ ମିଳିତ ବିରୋଧୂଦଳମାନଙ୍କର ରାଜ୍ୟସ୍ତରୀୟ ପ୍ରତିବାଦ।

ଭୁବେନଶ୍ୱର : ଓଡିଶାର ୧୨ଟି ରାଜନୈତିକ ବିରୋଧୁ ଦଳ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ୧୧ ଟି ଦଳର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ଏହି ପ୍ରତିବାଦ କରିବା ସହିତ ଏକ ପ୍ରତିନି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧୁ ଦଳରେ ସର୍ବଶ୍ରୀ ସପ୍ତଗିରି ଉଲାକା, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧୁଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ । 

କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍ ଟେଷ୍ଟି ଖୁବ୍ ଗୁରୁତ୍ବ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ବ ନଦେବା ଦୁର୍ଭାଗ୍ୟର ବିଷୟ । ଓଡିଶାର ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍ ଟେଷ୍ଟି କରିବାର ଘୋଷଣା କରି ସେଥିରୁ ଓହରି ଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍ ଟେଷ୍ଟି ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ବଢାଇ ଚାଲିଛି । କ୍ୟାରେଟାଇନ୍ ଅବଧୁ ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଚା ଦେଉଛନ୍ତି । ଓଡିଶା ଔଷଧ ନଗମରେ ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତି ଏବଂ କେଳେଙ୍କାରୀ ଦେଖାଦେବା ଅତ୍ୟନ୍ତ ନିନ୍ଦନୀୟ । ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କଳାକାର ଇତ୍ୟାଦିଙ୍କର ଜୀବିକା ତାଲା ବନ୍ଦ ଯୋଗୁଁ ଠପ୍ ହୋଇଯାଇଛି କହିଲେ ଚଳେ । 

ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡିକ ଭିତରୁ ପ୍ରମୁଖ ଦାବିଗୁଡିକ ହେଉଛି ଆୟକର ଦେଉ ନଥିବା ଓଡିଶାର ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ସିଧାସଳଖ ଆର୍ଥିକ ସହାୟତା, ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବା, ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିଫ୍ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା କରିବା, ଉଠା ଦୋକାନୀ, କଳାକାର ଇତ୍ୟାଦିଙ୍କୁ ୧୦ ହଜାର ଟଙ୍କାର ସହାୟତା ଦେବା, ସୂତାକଳ ସମେତ ରାଜ୍ୟରେ ବନ୍ଦ ହୋଇପଡିଥୁବା କଳକାରଖାନାଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଓଡିଶା ଔଷଧ ନିଗମରେ ହେଉଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଇତ୍ୟାଦି ଅର୍ତଭୁକ୍ତ ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦ୍‌ମୀ ପାର୍ଟି, ଅଲ୍ ଇଣ୍ଡିଆ ଫର୍ଡ ବ୍ଳକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଭାଗ ନେଇଥିଲେ । ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝି, ରାମଚନ୍ଦ୍ର ଝୁଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ସନ୍ତୋଷ ଦାସ, ଅଭିରାମ ବେହେରା, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ, ସୁବଳ ଚରଣ ସାହୁ, ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁର ଜେନା, ପ୍ରଣବ ଛୋଟରାୟ, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଅମୀୟ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପତ୍ନାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ଵାଧୁନବାଳା ଦାସ, ଶ୍ରୀୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର, ସଂକୁନା କହଁର, ପ୍ରଶାନ୍ତ ଶତପଥ, ଦେଓ ପ୍ରସାଦ, ନରେଶ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ନିରୁପମା ପାତ୍ର, ବାଙ୍କନିଧୁ ବେହେରା, ରସିକ ପଟ୍ଟନାୟକ, ଦୀପକ ସାହୁ, ପ୍ରକାଶ ମିଶ୍ର, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ସତ୍ୟପ୍ସିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମାନସ ଆଚାର୍ଯ୍ୟ, ସରୋଜ ପରିଡା, ମନୋଜ ସାହୁ, ଶୈଳେନ୍ଦୁ ମଜୁମଦାର, ବିଜୟ ପ୍ରଧାନ, ବୁନା ମହାନ୍ତି, ଶାହାଦୁଲ୍ଲା, କୁଳମଣି ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖଙ୍କ ନେତୃତ୍ବରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଲଗାତର ତୈଳ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ।

ଭୁବନେଶ୍ୱର : ଲଗାତର ୨୦ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ନବନିଯୁକ୍ତ ସଭାପତି ଡ. ସୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ମାଷ୍ଟର କ୍ୟାଟିନ୍ ଛକଠାରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରି ପ୍ରଦେଶ ଯୁବ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ । 

ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି ପେଟ୍ରୋଲ ଓ ଡିଜେଲ ଦର ନକମାଛି ଆଗାମୀ ଦିନରେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛି । । ଆଜିର ଏହି କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମହମ୍ମଦ ଅଲିମ୍, ଆର୍ଯ୍ୟବୀର ଲେଙ୍କା, ସ୍ବାଗତ କର, ସଂକୁନା କହଁର, ଇଂଜିତ୍ ପାତ୍ର, ନିହାର ରଂଜନ ବେହେରା, ପ୍ରେମଜିତ ମହାନ୍ତି, ନଳିନୀକାନ୍ତ ନାୟକ, ଜ୍ଞାନରଂଜନ ରାଉତ, ବିଶ୍ବରଂଜନ ଦାସଙ୍କ ସମେତ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ଉତ୍ପାଦନ କ୍ଷେତ୍ରରେ ନାଲକୋର ଉଲ୍ଲେଖନୀୟ ସଫଳତା 2019-20 ଆର୍ଥିକ ବର୍ଷରେ 138 କୋଟି ଟଙ୍କାର ନିଟ୍‌ ଲାଭ ଘୋଷିତ।

ଭୁବନେଶ୍ବର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୁନରେ ଥିବା ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), 2019-20 ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଅଛି । ଆଜି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଘୋଷିତ ଫଳାଫଳ ଅନୁସାରେ କମ୍ପାନୀ 138.23 କୋଟି ଟଙ୍କାର ନିଟ୍‌ ଲାଭ କରିଅଛି । ଏହି ଆର୍ଥିକ ବର୍ଷରେ କମ୍ପାନୀ ମୋଟ 8426 କୋଟି ଟଙ୍କାର ବ୍ୟବସାୟ କରିଅଛି । 

ବିଗତ ବର୍ଷ ତୁଳନାରେ ଅନ୍ତରାଷ୍ଟ୍ରୀୟ ବଜାରରେ ଧାତୁର ମୁଲ୍ୟରେ ହ୍ରାସ ପାଇଥିବା ଯୋଗୁଁ ପାଖାପାଖ 29୦୦ କୋଟି ଟଙ୍କାର ବ୍ୟବସାୟ ହ୍ରାସ ଘଟିଛି । ନାଲକୋ ଏହି ଆର୍ଥିକ ବର୍ଷରେ 3511 କୋଟି ଟଙ୍କାର ରପ୍ତାନୀ ମଧ୍ୟ କରିଅଛି । ଅନ୍ତରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ଏବଂ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ମୂଲ୍ୟ ହ୍ରାସ ସତେ ନାଲକୋ ବଜାର ପରିସ୍ଥିତିର ସମ୍ମୁଖୀନ କରି ସଫଳତା ବଜାୟ ରଖ୍ ପାରିଛି । ଉଲ୍ଲେଖଯୋଗ୍ୟ ଯେ, ନାଲକୋ ଉତ୍ପାଦନ, ଉତ୍ପାଦକତା ଏବଂ ବିକ୍ରୟ କ୍ଷେତ୍ରରେ, ସ୍ଥାପନା ସମୟରୁ କ୍ରମାଗତ ବୃଦ୍ଧି କରିବା ସହିତ ପ୍ରତି ବର୍ଷ ଲାଭ ସହ ସର୍ବଦା ସଫଳତା ହାସଲ କରି ଆସୁଅଛି ।

କମ୍ପାନୀ ଏହି ଆର୍ଥିକ ବର୍ଷରେ 73.02 ଲକ୍ଷ ଟନ୍ ବକ୍ସାଇଟ୍ ଏବଂ ଆଲୁମିନା ରିଫାଇନେରୀରେ 2161 ଟନ୍ । ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଉଭୟ ଖଣି ଏବଂ ରିଫାଇନେରୀରେ ଏ ବର୍ଷ ଶତ ପ୍ରତିଶତରୁ ଉଦ୍ଧ କ୍ଷମତା ଉପଯୋଗ କାରାଯାଇ ପାରିଛି । ସେହିପରି ଏହି ବର୍ଷ 418 ଟନ୍ ଆଲୁମିନିୟମ୍ ଉତ୍ପାଦନ ମଧ୍ୟ ହୋଇଅଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଏହି ସଫଳତା ପାଇଁ କର୍ମଚାରୀ ମାନଙ୍କର ଦଳଗତ ପ୍ରଚେଷ୍ଟା ଏବଂ କର୍ଭବ୍ୟପରାୟଣତାକୁ ଶ୍ରେୟ ପ୍ରଦାନ କରିଛନ୍ତି । 

ଏଣୁ ସହ ନିକଟ ଭବିଷ୍ୟତରେ ଖଣି ଏବଂ ପରିଶୋଧନ ପ୍ରକଳ୍ପର ଉତ୍ପାଦନରେ ଅଭିବୃଦ୍ଧି ତଥା ନିଜସ୍ବ କୋଇଲା ଖଣି ଓ କଷ୍ଟିକ୍ ସୋଡ଼ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ସହ ଉତ୍ପାଦନ ଆରମ୍ଭ ହେଲେ କମ୍ପାନୀ ବ୍ୟବସାୟିକ ସଫଳତା ବଜାୟ ରଖ୍ ପାରିବ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।

Powered by Blogger.
Javascript DisablePlease Enable Javascript To See All Widget