September 2020

ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଛଅଟି ମେଗା ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ।

ଉତ୍ତରାଖଣ୍ଡର ରାଜ୍ୟପାଳ ଶ୍ରୀମତୀ ବେବୀ ରାଣୀ ମୌର୍ଯ୍ୟଜୀ, ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ତ୍ରିବେନ୍ଦ୍ର ସିଂହ ରାୱତ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଜୀ, ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଜୀ, ଶ୍ରୀ ରତନ ଲାଲ କଟାରିୟାଜୀ, ଅନ୍ୟାନ୍ୟ ଅଧିକାରୀଗଣ ଏବଂ ଉତ୍ତରାଖଣ୍ଡର ମୋର ଭାଇ ଓ ଭଉଣୀବୃନ୍ଦ, ଚାରି ଧାମର ପବିତ୍ରତାକୁ ନିଜର ଭିତରେ ଏକତ୍ରିତ କରିଥିବା ଦେବଭୂମୀ ଉତ୍ତରାଖଣ୍ଡର ଭୂମିକୁ ମୋର ଆଦରପୂର୍ବ ନମସ୍କାର!

ଆଜି ମା’ ଗଙ୍ଗାର ନିର୍ମାତାକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଛଅଟି ବଡ଼ ବଡ଼ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ସେଥିରେ ହରିଦ୍ୱାର, ଋଷିକେଶ, ବଦ୍ରୀନାଥ ଏବଂ ମୁନି କୀ ମାଟିରେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ମ୍ୟୁଜିୟମ୍ ଭଳି ପ୍ରକଳ୍ପ ସାମିଲ ରହିଛି । ଏହି ସବୁ ପ୍ରକଳ୍ପ ସକାଶେ ଉତ୍ତରାଖଣ୍ଡର ସମସ୍ତ ସାଥୀଗଣଙ୍କୁ ଆଜି ମୁଁ ବହୁତ ବହୁତ ବଧେଇ ଜଣାଉଛି । ସାଥୀଗଣ, ଏବେ କିଛି ସମୟ ପୂର୍ବରୁ ଜଳ ଜୀବନ ମିଶନର ଏକ ସୁନ୍ଦର ଲୋଗୋ ଏବଂ ମାର୍ଗ ଦର୍ଶିକାର ଉନ୍ମୋଚନ କରାଯାଇଛି । ଜଳ ଜୀବନ ମିଶନ- ଭାରତର ଗ୍ରାମମାନଙ୍କରେ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଶୁଦ୍ଧ ଜଳ, ପାଇପ ଯୋଗେ ପହଞ୍ଚାଇବା ସକାଶେ ବହୁତ ବଡ଼ ଅଭିଯାନ ଆରମ୍ଭ କରାଯାଇଛି । ଏହି ମିଶନର ଲୋଗୋ, ନିରନନ୍ତର ଏହି କଥାର ପ୍ରେରଣା ଦେବ ଯେ ପାଣିର ଗୋଟିଏ ଗୋଟିଏ ବୁନ୍ଦା ସଞ୍ଚୟ କରିବା ଏକାନ୍ତ ଜରୁରି । ଏହା ହେଉଛି ସେହି ମାର୍ଗଦର୍ଶିକା । ଗାଁର ଲୋକମାନଙ୍କୁ, ଗ୍ରାମ ପଞ୍ଚାୟତ ମାନଙ୍କ ସକାଶେ ଏହା ସେତିକି ଜରୁରି ଯେତିକି ସରକାରୀ କଳ ପାଇଁ ଅତ୍ୟାବଶ୍ୟକ ।

ଏହି ପରିଯୋଜନାର ସଫଳତାକୁ ସୁନିଶ୍ଚିତ କରିବା ଏ ଦିଗରେ ବହୁତ ବଡ଼ ମାଧ୍ୟମ ହେବ । ସାଥୀଗଣ, ଆଜି ଯେଉଁ ପୁସ୍ତକର ଉନ୍ମୋଚନ କରାଯାଇଛି, ସେଥିରେ ମଧ୍ୟ ବିସ୍ତାରିତ ଭାବେ ସୂଚୀତ କରାଯାଇଛି ଯେ ଗଙ୍ଗା କେଉଁଭଳି ଭାବେ ଆମର ସାଂସ୍କୃତିକ ବୈଭବ, ଆସ୍ଥା ଏବଂ ଐତିହ୍ୟ, ତିନୋଟିର ବହୁତ ବଡ଼ ପ୍ରତୀକ । ଉତ୍ତରାଖଣ୍ଡର ଉତ୍ପତ୍ତିସ୍ଥଳ ଠାରୁ ନେଇ ପଶ୍ଚିମ ବଙ୍ଗରେ ମା’ ଗଙ୍ଗା ସାଗର ପର୍ଯ୍ୟନ୍ତ, ଦେଶର ପାଖାପାଖି ଅଧା ଜନବସତିର ଜୀବନକୁ ସମୃଦ୍ଧ କରିଆସୁଛି । ସେଥିପାଇଁ ଗଙ୍ଗାର ନିର୍ମଳତା ବଜାୟ ରଖାଯିବା ଏକାନ୍ତ ଆବଶ୍ୟକ । ଗଙ୍ଗାଜୀଙ୍କ ଅବିଳତା ଆବଶ୍ୟକ । ବିଗତ ଦଶକମାନଙ୍କରେ ଗଙ୍ଗା ଜଳର ସ୍ୱଚ୍ଛତାକୁ ନେଇ ବଡ଼ ବଡ଼ ଅଭିଯାନ ଆରମ୍ଭ କରାଯାଇଥିଲା । କିନ୍ତୁ ସେହିସବୁ ଅଭିଯାନଗୁଡ଼ିକରେ ନା ଜନଭାଗୀଦାରୀ ଥିଲା କିମ୍ବା ନା ଥିଲା ଦୂରଦର୍ଶିତା । ପରିଣାମ ଏଇଆ ହୋଲ ଯେ ଗଙ୍ଗା ଜଳ କଦାପି ପରିଷ୍କାର ହୋଇ ପାରିଲା ନାହିଁ ।

ସାଥୀଗଣ, ଯଦି ଗଙ୍ଗାଜଳର ସ୍ୱଚ୍ଛତାକୁ ନେଇ ସେହି ପୁରୁଣା କାର୍ଯ୍ୟକ୍ରମ ଆପଣା ଯାଇଥାନ୍ତା, ତେବେ ଆଜି ଅବସ୍ଥା ଆହୁରି ଶୋଚନୀୟ ହୋଇ ପଡ଼ିଥାନ୍ତା । କିନ୍ତୁ ଆମେ ନୂତନ ଚିନ୍ତାଧାରା, ନୂତନ ଆଭିମୁଖ୍ୟର ସହିତ ଆଗକୁ ଅଗ୍ରସର ହୋଇଥିଲୁ । ଆମେ ନମାମୀ ଗଙ୍ଗେ ମିଶନକୁ କେବଳ ଗଙ୍ଗାଜୀ କୁ ସଫା ସୁତରା ପର୍ଯ୍ୟନ୍ତ ସୀମିତ ରଖିଲୁନାହିଁ ବରଂ ଏହାକୁ ଦେଶର ସବୁଠାରୁ ବଡ଼ ଏବଂ ବିସ୍ତୃତ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମରେ ପରିଣତ କଲୁ । ସରକାର ଚାରି ଦିଗରୁ ଏକାଦିକ୍ରମେ କାମକୁ ଆଗକୁ ବଢ଼ାଇ ଚାଲିଲେ । ପ୍ରଥମେ- ଗଙ୍ଗାଜଳରେ ମଇଳା ପାଣି ଛାଡ଼ିବାକୁ ରୋକିବା ସକାଶେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଜାଲ ବିଛାଇବା ଆରମ୍ଭ କରାଗଲା । ଦ୍ୱିତୀୟରେ- ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ଏଭଳି ବନାଗଲା, ଯାହା ଆଗାମୀ 10-15 ବର୍ଷ ପର୍ଯ୍ୟନ୍ତ ଜନ ଆବଶ୍ୟକତାକୁ ପୂରଣ କରିପାରିବ । ତୃତୀୟରେ- ଗଙ୍ଗା ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଶହେ ପର୍ଯ୍ୟନ୍ତ ବଡ଼ ବଡ଼ ସହର ଏବଂ ପାଞ୍ଚହଜାର ଗ୍ରାମକୁ ମୁକ୍ତାକାଶ ଶୌଚକାର୍ଯ୍ୟରୁ ମୁକ୍ତ କରାଗଲା ଏବଂ ଚତୁର୍ଥରେ- ଗଙ୍ଗାନଦୀର ଯେଉଁସବୁ ସହାୟକ ନଦୀ ରହିଛି, ସେଥିରେ ମଧ୍ୟ ପ୍ରଦୂଷଣ ରୋକିବା ନିମନ୍ତେ ପୂର୍ଣ୍ଣପ୍ରାଣରେ ଶକ୍ତି ଲଗାଇ ଦିଆଗଲା ।

ସାଥୀଗଣ, ଆଜି ଏହି ଚତୁର୍ମୁଖୀ କାର୍ଯ୍ୟର ପରିଣାମ ଆମେ ସମେସ୍ତ ନିଜ ଆଖିରେ ଦେଖି ପାରୁଛେ । ଆଜି ନମାମୀ ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 30 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପରିଯୋଜନା ଉପରେ କାର୍ଯ୍ୟ ଜାରି ରହିଛି ଅଥବା ସେସବୁ ସଂପୂର୍ଣ୍ଣ ହୋଇସାରିଛି । ଆଜି ଯେଉଁ ପ୍ରକଳ୍ପଗୁଡ଼ିକ ଲୋକାର୍ପଣ କରାଯାଇଛି, ସେଥି ସହିତ ଉତ୍ତରାଖଣ୍ଡରେ ଏହି ଅଭିଯାନ ଅଧୀନରେ ଜାରି ରହିଥିବା ପାଖାପାଖି ସମସ୍ତ ବଡ଼ ବଡ଼ ପ୍ରକଳ୍ପ ସଂପୂର୍ଣ୍ଣ ହୋଇସାରିଛି । ହଜାର ହଜାର କୋଟି ଟଙ୍କା ବ୍ୟୟରେ ଏହିସବୁ ପ୍ରକଳ୍ପ ଦ୍ୱାରା କେବଳ 6 ବର୍ଷ ଭିତରେ ହିଁ ଉତ୍ତରାଖଣ୍ଡରେ ସିୱେଜ୍ ଟ୍ରିଟମେଣ୍ଟର କ୍ଷମତା ପାଖା ପାଖି 4 ଗୁଣ ବୃଦ୍ଧି ପାଇସାରିଛି । ସାଥୀଗଣ, ଉତ୍ତରାଖଣ୍ଡରେ ତ ସ୍ଥିତି ଏପରି ଥିଲା ଯେ ଗଙ୍ଗୋତ୍ରୀ, ବଦ୍ରୀନାଥ, କେଦାରନାଥ ଠାରୁ ହରିଦ୍ୱାର ପର୍ଯ୍ୟନ୍ତ 130ରୁ ଅଧିକ ନଳା ଗଙ୍ଗାଜୀଙ୍କ ଧାରରେ ଯାଇ ମିଶୁଥିଲା । ଆଜି ସେହିସବୁ ନାଳମାନଙ୍କ ମଧ୍ୟରୁ ଅଧିକାଂଶକୁ ରୋକା ଯାଇପାରିଛି । ସେଥିରେ ଋଷିକେଶରୁ ଆସିଥିବା ‘ମୁନୀ କୀ ରେତୀ’ର ଚନ୍ଦ୍ରେଶ୍ୱର ନଗର ନାଳରେ ସାମିଲ ହୋଇଛି । ଏହାର କାରଣରୁ ଏଠାରେ ଗଙ୍ଗାଜୀଙ୍କ ଦର୍ଶନ ପାଇଁ ଆସୁଥିବା, ରାଫ୍ଟିଂ କରୁଥିବା, ସାଥୀଗଣଙ୍କୁ ଢ଼େର୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । 

ଆଜି ଠାରୁ ଏଠାରେ ଦେଶର ପ୍ରଥମ ଚାରିମହଲାବିଶିଷ୍ଟ ସିୱେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ୍ ଆରମ୍ଭ କରାଯାଇଛି । ହରିଦ୍ୱାରଠାରେ ମଧ୍ୟ ସେମିତି 20ରୁ ଅଧିକ ନାଳକୁ ବନ୍ଦ କରାଯାଇ ସାରିଛି । ସାଥୀଗଣ, ପ୍ରୟାଗରାଜ କୁମ୍ଭମେଳାରେ ଗଙ୍ଗାଜୀଙ୍କ ନିର୍ମଳତାକୁ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଅନୁଭବ କରିପାରିଛନ୍ତି । ଏବେ ହରିଦ୍ୱାର କୁମ୍ଭମେଳା ବେଳେ ମଧ୍ୟ ସମଗ୍ର ବିଶ୍ୱ ନିର୍ମଳ ଗଙ୍ଗାସ୍ନାନର ଅନୁଭବ କରି ପାରିବେ ଏବଂ ସେଇଥିପାଇଁ ଗଲାତାର ପ୍ରୟାସ ଜାରି ରହିଛି । ସାଥୀଗଣ, ନମାମୀ ଗଙ୍ଗେ ମିଶନ ଅଧୀନରେ ଗଙ୍ଗାଜୀରେ ଶହ ଶହ ଘାଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସଂପନ୍ନ ହେଉଛି ଏବଂ ଗଙ୍ଗା ବିହାର ପାଇଁ ଆଧୁନିକ ରିଭରଫ୍ରଣ୍ଟର ନିର୍ମାଣ କାର୍ଯ୍ୟ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ହରିଦ୍ୱାରରେ ତ ରିଭରଫ୍ରଣ୍ଟ୍ କାର୍ଯ୍ୟ ପ୍ରସ୍ତୁତ ହୋଇସାରିଛି । ଏବେ ଗଙ୍ଗା ମ୍ୟୁଜିୟମ୍ ନିର୍ମାଣ ହେବା ଦ୍ୱାରା ଏଠାର ଆକର୍ଷଣ ଆହୁରି ଅଧିକ ବଢ଼ିଯିବ । ଏହି ମ୍ୟୁଜିୟମ୍ ହରିଦ୍ୱାରାକୁ ଆସୁଥିବା ସମସ୍ତ ପର୍ଯ୍ୟଟକମାନଙ୍କ ସକାଶେ, ଗଙ୍ଗାଜୀଙ୍କ ସହିତ ଜଡ଼ିତ ପରମ୍ପରା ଓ ଐତିହ୍ୟକୁ ବୁଝିବାର ଏକ ମାଧ୍ୟମରେ ପରିଣତ ହେବାକୁ ଯାଉଛି ।

ସାଥୀଗଣ, ଏବେ ନମାମୀ ଗଙ୍ଗେ ଅଭିଯାନକୁ ଏକ ନୂତନ ସ୍ତର ପର୍ଯ୍ୟନ୍ତ ଅଣାଯିବାର ପ୍ରୟାସ କରାଯାଉଛି । ଗଙ୍ଗାଜୀଙ୍କ ସ୍ୱଚ୍ଛତା ରକ୍ଷା ବ୍ୟତୀତ ଏବେ ଗଙ୍ଗାନଦୀ ସହିତ ସଂଶ୍ଳିଷ୍ଟ ସମଗ୍ର କ୍ଷେତ୍ରର ଅର୍ଥବ୍ୟବସ୍ଥା ଏବଂ ପର୍ଯ୍ୟାବରଣର ବିକାଶ ଉପରେ ଆମେ ଫୋକସ୍ କରିଛୁ । ସରକାରଙ୍କ ଦ୍ୱାରା ଉତ୍ତରାଖଣ୍ଡ ସହିତ ସମସ୍ତ ରାଜ୍ୟର କୃଷକମାନଙ୍କୁ ଜୈବିକ କୃଷି, ଆୟୁର୍ବେଦିକ ବୃକ୍ଷଲତା ଚାଷର ଲାଭ ପ୍ରଦାନ ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । ଗଙ୍ଗାଜୀଙ୍କ ଉଭୟ ପାର୍ଶ୍ଵରେ ବ୍ୟାପକ ବୃକ୍ଷଲତା ରୋପଣ ସହିତ ଅର୍ଗାନିକ ଫାର୍ମିଂ ସହିତ ଜଡ଼ିତ କରିଡ଼ୋରର ମଧ୍ୟ ବିକାଶ କରାଯାଉଛି । ଗଙ୍ଗା ଜଳକୁ ଅଧିକ ସ୍ୱଚ୍ଛ ଓ ନିର୍ମଳ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମଗୁନିକୁ ଏବେ ସେହି କ୍ଷେତ୍ରରେ ମିଶନ ଡଲଫିନ ପାଇଁ ମଧ୍ୟ ସହାୟକ ହୋଇପାରିବ ବୋଲି ବିବେଚନା କରାଯାଉଛି । ଚଳିତ ବର୍ଷ ଅଗଷ୍ଟ 15 ତାରିଖ ଦିନ ମିଶନ ଡଲଫିନର ଘୋଷଣା କରାଯାଇଥିଲା । ଏହି ମିଶନ ଗଙ୍ଗା ନଦୀରେ ଡ଼ଲଫିନ ସମ୍ବର୍ଦ୍ଧନର କାମକୁ ଆହୁରି ମଜଭୁତ କରିପାରିବ ।

ସାଥୀଗଣ, ଆଜି ଦେଶ, ଏଭଳି ସ୍ଥିତିର ବାହାରି ସାରିଛି ଯେତେବେଳେ ପାଣି ପରି ପଇସା ତ ଖର୍ଚ୍ଚ ହେଉଥିଲା, କିନ୍ତୁ ସେଥିରୁ କୌଣସି ସୁଫଳ ମିଳିପାରୁନଥିଲା । ଆଜି ପଇସା ପାଣି ପରି ଆଉ ବହୁନାହିଁ, କି ପାଣିରେ ସୁଦ୍ଧା ପଡ଼ୁନାହିଁ । କିନ୍ତୁ ପ୍ରତି ପଇସା ପାଣିକୁ ସ୍ୱଚ୍ଛ ଓ ନିର୍ମଳ କରିବା ସକାଶେ ବିନିଯୋଗ କରାଯାଉଛି । ଆମର ଏଠାରେ ତ ଅବସ୍ଥା ଏଭଳି ଥିଲା ଯେ ପାଣି ଭଳି ମହତ୍ତ୍ୱପୂର୍ଣ୍ଣ ବିଷୟ, ଅନେକ ମନ୍ତ୍ରଣାଳୟ ଏବଂ ବିଭାଗରେ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ରହିଥିଲା, ବାଣ୍ଟି ହୋଇ ରହିଥିଲା। ସେହିସବୁ ମନ୍ତ୍ରଣାଳୟରେ, ବିଭାଗମାନଙ୍କ ମଧ୍ୟରେ ନା କୌଣସି ତାଳମେଳ ଥିଲା ନା ଥିଲା ସମାନ ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବାର ପ୍ରତିବଦ୍ଧତା କିମ୍ବା କୌଣସି ସ୍ପଷ୍ଟ ଦିଶାନିର୍ଦ୍ଦେଶ । ପରିଣାମ ଏଇଆ ହୋଇଥିଲା ଯେ ଦେଶରେ ଜଳସେଚନ ହେଉ କିମ୍ବା ପିଇବା ପାଣି ସହିତ ଜଡ଼ିତ କୌଣସି ସମସ୍ୟା, ସେସବୁ ନିରନ୍ତର ଭାବେ ଉତ୍କଟ ଆକାର ଧାରଣ କରିଚାଲିଥିଲା ।

ଆପଣମାନେ ଚିନ୍ତା କରନ୍ତୁ, ଦେଶ ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ 15 କୋଟିରୁ ଅଧିକ ପରିବାରକୁ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିନଥିଲା । ଏଠାରେ ଉତ୍ତରାଖଣ୍ଡରେ ମଧ୍ୟ ଅନେକ ଘରେ ଅନୁରୂପ ଅବସ୍ଥା ଥିଲା । ଗାଁମାନଙ୍କରେ, ପାହାଡ଼ିଆ ଇଲାକାରେ, ଯେଉଁଠାକୁ ଯାତାୟାତ ଅତି କଠିନ କାର୍ଯ୍ୟ, ସେଠାରେ ପିଇବା ପାଣିର ବ୍ୟବସ୍ଥା କରିବା ଦିଗରେ ସବୁଠାରୁ ଅଧିକ ସମସ୍ୟା ଆମର ମାତାମାନଙ୍କୁ- ଭଉଣୀମାନଙ୍କୁ- କନ୍ୟାମାନଙ୍କୁ ହିଁ ଉଠାଇବାକୁ ପଡ଼ୁଥିଲା । ସେଥିପାଇଁ ସେମାନଙ୍କୁ ପାଠପଢ଼ା ବି ଛାଡ଼ିବାକୁ ପଡ଼ୁଥିଲା । ଏହିସବୁ ସମସ୍ୟାକୁ ଦୂର କରିବା ନିମନ୍ତେ, ଦେଶର ପାଣି ସହିତ ସଂଶ୍ଳିଷ୍ଟ ସମସ୍ତ ଚାଲେଞ୍ଜ ଉପରେ ଏକା ସଙ୍ଗେ ଆଲୋକପାତ କରିବା ସକାଶେ ହିଁ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଥିଲା । ମୁଁ ଆଜି ଅତ୍ୟନ୍ତ ଖୁସି ଯେ ବହୁତ କମ୍ ସମୟ ଭିତରେ ଏହି ଜଳଶକ୍ତି ମନ୍ତ୍ରଣାଳୟ ଖୁବ୍ ଶୀଘ୍ର ତାହାର ଦାୟିତ୍ୱ ସମ୍ଭାଳି ପାରିଛି । ପାଣି ସହିତ ସଂଶ୍ଳିଷ୍ଟ ସମସ୍ତ ସମସ୍ୟାକୁ ଏକାସଙ୍ଗେ ଏହି ମନ୍ତ୍ରଣାଳୟ ଦେଶର ଦୁର୍ଗମ ଗାଁମାନଙ୍କରେ, ପ୍ରତ୍ୟେକ ଘରେ ପାନୀୟ ଜଳ ପହଞ୍ଚାଇବା ଅଭିଯାନରେ ନିଜକୁ ନିୟୋଜିତ କରିଛି ।

ଆଜି ଜଳ- ଜୀବନ ମିଶନ ଅଧୀନରେ ପ୍ରତି ଦିନ ପାଖାପାଖି 1 ଲକ୍ଷ ପରିବାରଙ୍କ ନିକଟରେ ବିଶୁଦ୍ଧ ପାନୀୟ ଜଳ ସୁବିଧା ପହଞ୍ଚାଯାଇପାରୁଛି । ସେମାନଙ୍କୁ ଏହି ସୁବିଧା ସହ ଯୋଡ଼ାଯାଇପାରୁଛି । ମାତ୍ର 1 ବର୍ଷ ଭିତରେ ଦେଶର 2 କୋଟିରୁ ଅଧିକ ପରିବାରଙ୍କ ନିକଟରେ ପିଇବା ପାଣି ପହଞ୍ଚାଯାଇ ସାରିଛି । ଏଠାରେ ଉତ୍ତରାଖଣ୍ଡରେ ତ ତ୍ରିବେନ୍ଦ୍ର ଜୀ ଏବଂ ତାଙ୍କର ଟିମ୍ ଆଉ ପାଦେ ଆଗକୁ ବଢ଼ି ମାତ୍ର 1 ଟଙ୍କାରେ ପାନୀୟ ଜଳ ସଂଯୋଗ ଦେବାର ଦାୟିତ୍ୱ କାନ୍ଧକୁ ନେଇଛନ୍ତି । ମୋତେ ଏକଥା ଜାଣି ଅତ୍ୟନ୍ତ ଖୁସି ହେଉଛି ଯେ ଉତ୍ତରାଖଣ୍ଡ ସରକାର 2022 ମସିହା ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କରୋନାର ଏହି କାଳଖଣ୍ଡରେ ସୁଦ୍ଧା ଉତ୍ତରାଖଣ୍ଡରେ ବିଗତ 4-5 ମାସ ଭିତରେ 50 ହଜାରରୁ ଅଧିକ ପରିବାରଙ୍କ ନିକଟରେ ପାନୀୟ ଜଳ ସଂଯୋଗ ପହଞ୍ଚାଯାଇ ସାରିଛି । ଏହା ଉତ୍ତରାଖଣ୍ଡ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକଟିତ କରେ ଏବଂ ଏଥିସହ ତାଙ୍କର ନିଷ୍ଠାକୁ ମଧ୍ୟ ପ୍ରମାଣିତ କରିପାରିଛି ।

ସାଥୀଗଣ, ଜଳ ଜୀବନ ମିଶନ ଗ୍ରାମ ଓ ଗରିବ ଲୋକଙ୍କ ଘର ପର୍ଯ୍ୟନ୍ତ ପାନୀୟ ଜଳ ପହଞ୍ଚାଇବାକୁ ତ ଅଭିଯାନ ଆରମ୍ଭ କରିଥିଲା । ଏହା ଏକ ପ୍ରକାର ଗ୍ରାମ ସ୍ୱରାଜକୁ , ଗ୍ରାମମାନଙ୍କୁ ସଶକ୍ତିକରଣ କରିବାର, ସେଥିପାଇଁ ଏକ ନୂତନ ଶକ୍ତି, ନୂତନ ଉତ୍ସାହ ଏବଂ ନୂତନ ଉଦ୍ଦୀପନା ଦେବାର ଅଭିଯାନ କହିଲେ ଅତ୍ୟୁକ୍ତି ହେବନାହିଁ । ସରକାରରେ କାମ କରିବାର ଢ଼ଙ୍ଗରେ କିଭଳି ଭାବେ ବିରାଟ ପରିବର୍ତ୍ତନ ଆସିଛି, ଏହା ହେଉଛି ଏକ ଉଦାହରଣ ମାତ୍ର । ପୂର୍ବବର୍ତ୍ତୀ ସରକାର ଯୋଜନାଗୁଡ଼ିକ ସଂପର୍କରେ ଅଧିକତର ଦିଲ୍ଲୀରେ ହିଁ ବସି ନିଷ୍ପତ୍ତି କରୁଥିଲେ । କେଉଁ ଗ୍ରାମର କେଉଁଠାରେ ସୋର୍ସ ଟ୍ୟାଙ୍କ୍ ନିର୍ମାଣ ହେବ, କେଉଁଠି ପାଇପଲାଇନ ବିଛାଯିବ, ସେସବୁ ଫଇସଲା ଅଧିକତର ରାଜଧାନୀମାନଙ୍କରେ ହିଁ ଗ୍ରହଣ କରାଯାଉଥିଲା । କିନ୍ତୁ ଜଳ ଜୀବନ ମିଶନ ଦ୍ୱାରା ଏବେ ସେସବୁ ସଂପୂର୍ଣ୍ଣ ରୂପେ ପରିବର୍ତ୍ତନ ଘଟିଛି । ଗାଁରେ ପାଣି ସଂପର୍କୀତ କେଉଁ କାମ କରାଯିବା ଦରକାର, କେଉଁଠି କରାଯିବା ଉଚିତ, ସେଥିପାଇଁ କି ପ୍ରକାର ପ୍ରସ୍ତୁତିର ଆବଶ୍ୟକତା ରହିଛି, ସେସବୁ ସଂପର୍କରେ ସିଦ୍ଧାନ୍ତ ଗ୍ରହଣ କରିବା, କାର୍ଯ୍ୟକ୍ରମ ନିଦ୍ଧାରଣ କରିବାର ପୂର୍ଣ୍ଣ ଅଧିକାର ଏବେ ଗ୍ରାମର ଲୋକମାନଙ୍କୁ ହିଁ ପ୍ରଦାନ କରାଯାଇଛି ।

ଜଳ ପ୍ରକଳ୍ପକୁ ନେଇ ସକଳ ଯୋଜନା ଠାରୁ ନେଇ ସେସବୁର ରକ୍ଷଣାବେକ୍ଷଣ ଏବଂ ସଂଚାଳନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ହିଁ କରିବ, ପାଣି ସମିତି କରିବ। ପାଣି ସମିତିମାନଙ୍କରେ ମଧ୍ୟ ଗାଁର 50 ପ୍ରତିଶତ ଭଉଣୀମାନଙ୍କୁ , ଗାଁର ଝିଅମାନଙ୍କୁ ସାମିଲ କରାଯିବା ସୁନିଶ୍ଚିତ କରାଯାଇଛି । ସାଥୀଗଣ, ଆଜି ଯେଉଁ ମାର୍ଗଦର୍ଶିକାର ଉନ୍ମୋଚନ କରାଯାଇଛି, ତାହା ସେହି ଭଉଣୀ- କନ୍ୟା ମାନଙ୍କ, ପାଣି କମିଟିର ସଦସ୍ୟମାନଙ୍କ, ପଞ୍ଚାୟତ ସଦସ୍ୟମାନଙ୍କ ପାଇଁ ସବୁଠାରୁ ଅଧିକ ଉପକାରରେ ଆସିବ । ଏହା ଏକପ୍ରକାର ମାର୍ଗଦର୍ଶିକ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ପାଣି ସମସ୍ୟା କ’ଣ, ପାଣିର ମୂଲ୍ୟ କେତେ, ପାଣି କେତେ ମାତ୍ରାରେ ସୁବିଧା ଓ ସମସ୍ୟା ଆଣିଥାଏ ସେ ସଂପର୍କରେ ସେମାନେ ସମସ୍ତେ ସଂପୂର୍ଣ୍ଣ ରୂପେ ଅବଗତ ହୋଇପାରିବେ । ଏହିସବୁ କଥାକୁ ଆମର ମାତା ଓ ଭଉଣୀମାନେ ଯେତିକି ଗଭୀର ଭାବେ ବୁଝିପାରନ୍ତି, ଆଉ କେହି ସମ୍ଭବତଃ ସେତେ ମାତ୍ରାରେ ତାହା ବୁଝନ୍ତିନାହିଁ ଏବଂ ସେଇଥିପାଇଁ ଯେତେବେଳେ ଏହାର ପୂର୍ଣ୍ଣ କାରବାର ଦାୟିତ୍ୱ ଆମର ମାତା ଓ ଭଉଣୀମାନଙ୍କ ହାତରେ ସମର୍ପଣ କରାଯାଇଛି ତ, ଅତି ସମ୍ବେଦନଶୀଳତାର ସହିତ, ବେଶ୍ ଦାୟିତ୍ୱସମ୍ପନ୍ନ ଭାବେ ସେମାନେ ଏହି କାର୍ଯ୍ୟ ସଂପାଦନ କରୁଛନ୍ତି ଏବଂ ଏହାର ଉତ୍ତମ ପରିଣାମ ମଧ୍ୟ ମିଳିପାରିଛି।

ଏହା ଗ୍ରାମର ଲୋକମାନଙ୍କୁ ଏକ ପ୍ରକାର ମାର୍ଗ ପ୍ରଦର୍ଶନ କରିବ, ସେମାନଙ୍କ ସିଦ୍ଧାନ୍ତ ନେବାରେ ସହାୟକ ହୋଇପାରିବ । ମୁଁ ଯାହା ବୁଝୁଛି, ଜଳ ଜୀବନ ମିଶନ ଦ୍ୱାରା ଗ୍ରାମର ଲୋକମାନଙ୍କୁ ଏକ ପ୍ରକାର ଅବସର ପ୍ରଦାନ କରାଯାଇଛି । ଏହି ଅବସର, ନିଜର ଗାଁର ପାଣିର ସମସ୍ୟାକୁ ନେଇ ଏବଂ ସେଥିରୁ ଗ୍ରାମକୁ ମୁକ୍ତ କରିବା ନିମନ୍ତେ ତାହା ଉଦ୍ଦିଷ୍ଟ । ଏହି ଅବସର ନିଜ ଗାଁକୁ ପାଣିରେ ପୁଣି ଭରପୂର କରିବା ନିମନ୍ତେ ଅଭିପ୍ରେତ । ମୋତେ ସୂଚୀତ କରାଯାଇଛି ଯେ ଜଳ ଜୀବନ ମିଶନ ଚଳିତ ବର୍ଷ ଅକ୍ଟୋବର 2 ତାରିଖ, ଗାନ୍ଧୀ ଜୟନ୍ତୀ ଠାରୁ ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । 100 ଦିନର ଏହି ବିଶେଷ କାର୍ଯ୍ୟକ୍ରମ, ଯାହା ଅଧୀନରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଏବଂ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ନଳ ଦ୍ୱାରା ଜଳ ଯୋଗାଣକୁ ସୁନିଶ୍ଚିତ କରାଯିବ । ମୁଁ ଏହି ଅଭିଯାନର ସଫଳତା ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ସାଥୀଗଣ, ନମାମୀ ଗଙ୍ଗେ ଅଭିଯାନ ହୋଇଥାଉ, ଜଳ ଜୀବନ ମିଶନ ହୋଇଥାଉ, ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଏଭଳି ଅନେକ କାର୍ଯ୍ୟକ୍ରମ ବିଗତ 6 ବର୍ଷ ଭିତରେ ଦେଶରେ ବହୁତ ବଡ଼ ସଂସ୍କାରର ଅଂଶବିଶେଷ ପାଲଟି ସାରିଛି । ଏହା ଏଭଳି ଏକ ସଂସ୍କାର, ଯାହା ସାଧାରଣ ଲୋକଙ୍କ ଜୀବନରେ, ସାମାଜିକ ବ୍ୟବସ୍ଥାରେ ଚିରଦିନ ପାଇଁ ଏକଳି ସାର୍ଥକ ପରିବର୍ତ୍ତନ ଆଣିବାରେ ସହାୟକ ହୋବ । ବିଗତ ବର୍ଷେ – ଦେଢ଼ବର୍ଷ ଭିତରେ ତ ଏଥିରେ ଆହୁରି ଅଧିକ ଗତି ଆସିଛି । ଏବେ ଶେଷ ହୋଇଥିବା ସଂସଦର ଅଧିବେଶନ କାଳରେ, ସେଥବରେ ଦେଶର କୃଷକ, ଶ୍ରମିକ ଏବଂ ଦେଶର ସ୍ୱାସ୍ଥ୍ୟ ସହିତ ସଂଶ୍ଳିଷ୍ଟ ବହୁତ ବଡ଼ ସୁଧାର ଅଣାଯାଇଛି । ଏହି ସୁଧାର ଦ୍ଵାରା ଦେଶର ଶ୍ରମିକ ସଶକ୍ତ ହୋଇପାରିବେ, ଦେଶର ଯୁବଗୋଷ୍ଠୀ ସଶକ୍ତ ହେବେ, ଦେଶର ମହିଳାମାନେ ସଶକ୍ତ ହେବେ, ଦେଶର ମର୍ଯ୍ୟାଦା ମଜଭୁତ ହେବ । କିନ୍ତୁ ଆଜି ଦେଶ ଦେଖୁଛି ଯେ କେମିତି କିଛି ଲୋକ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ବିରୋଧାଭାଷ ପ୍ରକଟ କରିଚାଲିଛନ୍ତି ।

ସାଥୀଗଣ, ଏବେଠାରୁ କିଛି ଦିନ ପୂର୍ବରୁ ଦେଶ ନିଜର କୃଷକମାନଙ୍କୁ, ଅନେକ ବନ୍ଧନରୁ ମୁକ୍ତ କରିଥିଲା । ଏବେ ଦେଶର କୃଷକ, କେଉଁ ଠାରେ ବି, ଯେକୌଣସି ବ୍ୟକ୍ତିଙ୍କୁ ନିଜର କୃଷି ଉତ୍ପାଦନ ବିକ୍ରି କରିପାରିବେ । କିନ୍ତୁ ଆଜି ଯେତେବେଳେ କେନ୍ଦ୍ର ସରକାର, କୃଷକ ମାନଙ୍କୁ ଅନେକ ଅଧିକାର ପ୍ରଦାନ କରୁଛି, ଏହାକୁ ମଧ୍ୟ କିଛି ଲୋକ ବିରୋଧ କରିବା ସକାଶେ ବାହାରି ପଡ଼ିଛନ୍ତି । ଏହି ଲୋକମାନେ ଚାହାନ୍ତି ଯେ ଦେଶର କୃଷକମାନେ ମୁକ୍ତ ବଜାରରେ ନିଜର ଉତ୍ପାଦନ ବିକିପାରନ୍ତୁ ନାହିଁ । ଏ ଲୋକ ଚାହାନ୍ତି ଯେ କୃଷକମାନଙ୍କ ଗାଡ଼ି ଜବତ ହେଉ, ସେମାନଙ୍କ ଠାରୁ ଟିକସ ଓ ଜୋରିମାନା ଅସୁଲ ହୋଇଚାଲୁ, ସେମାନଙ୍କ ଠାରୁ କମ୍ ମୂଲ୍ୟରେ ଖାଦ୍ୟଶସ୍ୟ କିଣା ଜାରି ରହୁ, ମଧ୍ୟସ୍ଥ ଟାଉଟରମାନେ ମୁନାଫା କମାଇ ଚାଲନ୍ତୁ । ସେମାନେ କୃଷକମାନଙ୍କ ସ୍ୱାଧୀନତାକୁ ବିରୋଧ କରୁଛନ୍ତି । ଯେଉଁସବୁ ଯନ୍ତ୍ରପାତିକୁ, ଉପକରଣ କୁ କୃଷକମାନେ ପୂଜା କରନ୍ତି, ସେହିସବୁ ସାମଗ୍ରୀକୁ ନିଆଁଜାଳି ପୋଡ଼ୁଛନ୍ତି । ଏଭଳି ଲୋକ ଏହାଦ୍ୱାର କୃଷକମାନଙ୍କୁ ଅପମାନିତ କରୁଛନ୍ତି ।

ସାଥୀଗଣ, ଅନେକ ବର୍ଷ ପର୍ଯ୍ୟନ୍ତ ଲୋକ କହି ଆସୁଥିଲେ ଯେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଲାଗୁ କରାଯିବ,ଏମଏସପି ଲାଗି କରାଯିବ, କିନ୍ତୁ କରୁନଥିଲେ । ଏମଏସପି ଲାଗୁ କରିବା କାମ ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ଅନୁସାରେ, ଆମ ସରକାର କାର୍ଯ୍ୟକାରୀ କରିଛନ୍ତି । ଆଜି ସେହି ଲୋକମାନେ ଏମଏସପିକୁ ନେଇ କୃଷକମାନଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ଦେଶରେ ଏମଏସପି ବି ରହିବ ଏବଂ କୃଷକମାନେ ମଧ୍ୟ ଯେଉଁଠାରେ ଇଚ୍ଛା ସେଠାରେ ନିଜର ଉପଜକୁ ବିକି୍ର କରିବାର ସ୍ୱାଧୀନତା ପାଇବେ । କିନ୍ତୁ ଏହି ସ୍ୱାଧୀନତା, କିଛି ଲୋକ ବରଦାସ୍ତ କରିପାରୁନାହାନ୍ତି । ସେମାନଙ୍କର କଳାଧନ ଉପାର୍ଜନର ଆଉ ଏକ ମାର୍ଗ ସମାପ୍ତ ହୋଇଯିବ, ସେଇଥିପାଇଁ ସେମାନେ ଏତେ ବ୍ୟସ୍ତ ବିବ୍ରତ ହେଉଛନ୍ତି । ସାଥୀଗଣ, କରୋନାର ଏହି କାଳଖଣ୍ଡରେ ଦେଶ ଦେଖିଛି ଯେ କେମିତି ଡିଜିଟାଲ ଭାରତ ଅଭିଯାନ ଦ୍ୱାର, ଜନଧନ ବ୍ୟାଙ୍କ୍ ଜମାଖାତା ଦ୍ୱାରା, ରୂପେ କାର୍ଡ଼ ଦ୍ୱାରା ଲୋକମାନଙ୍କୁ କେତେ ମାତ୍ରାରେ ସାହାଯ୍ୟ ସହଯୋଗ ମିଳିପାରିଛି । 

କିନ୍ତୁ ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଏହି କାମ ଆମ ସରକାର ଆରମ୍ଭ କରିଥିଲେ , ସେତେବେଳେ ଏଇ ଲୋକମାନେ ଏହାକୁ କେତେ ମାତ୍ରାରେ ବିରୋଧ କରିଥିଲେ । ସେମାନଙ୍କ ଦୃଷ୍ଟିରେ ଦେଶର ଗରିବ, ଦେଶର ଗାଁଗଣ୍ଡାର ଅପାଠୁଆ ଯେମିତି ଅପାଠୁଆ ଥିଲେ, ଅଜ୍ଞାନୀ ଥିଲେ ସେମିତି ରହନ୍ତୁ । ଦେଶର ଗରିବ ଲୋକମାନଙ୍କର ବ୍ୟାଙ୍କରେ ଜମାଖାତା ଖୋଲୁ, ସେମାନେ ମଧ୍ୟ ଡିଜିଟାଲ ନେଣ ଦେଣ କରନ୍ତୁ, ଏହାକୁ ଏହି ଲୋକମାନେ ସଦାସର୍ବଦା ବିରୋଧ କରୁଥିଲେ । ସାଥୀଗଣ, ଦେଶ ଏକଥା ମଧ୍ୟ ଦେଖିଛି ଯେ ଯେତେବେଳେ ଏକ ରାଷ୍ଟ୍ର- ଏକ ଟିକସ ବ୍ୟବସ୍ଥାର କଥା ଉଠିଲା, ଜିଏସଟି କଥା ଆସିଲା, ସେତେବେଳେ ପୁଣି ଏହି ଲୋକମାନେ ବିରୋଧ ପ୍ରକଟ କରିବା ଆରମ୍ଭ କଲେ । ଜିଏସଟି ଦ୍ୱାରା ଦେଶରେ ଘରୋଇ ସାମଗ୍ରୀ ଉପରେ ଲାଗୁଥିବା ଟିକସ ବହୁତ କମ୍ ହୋଇପାରିଛି । ଅଧିକତର ଘରୋଇ ସାମଗ୍ରୀ, ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ଉପରେ ଟିକସ ଏବେ ହୁଏତ ଆଦୌ ନାହିଁ କିମ୍ବା ପାଞ୍ଚ ପ୍ରତିଶତରୁ କମ୍ ଭିତରେ ରହିଛି । ପୂର୍ବରୁ ଏହିସବୁ ସାମଗ୍ରୀ ଉପରେ ଅଧିକ ଟିକସ ବସା ଯାଉଥିଲା, ଲୋକମାନଙ୍କୁ ନିଜର ପକେଟରୁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ୁଥିଲା ।

କିନ୍ତୁ, ଆପଣମାନେ ଦେଖନ୍ତୁ, ସେହିସବୁ ଲୋକମାନଙ୍କୁ ଜିଏସଟି ଉପରେ ବି ସମସ୍ୟା ଆସିଥିଲା, ସେମାନେ ଏହାକୁ ପରିହାସ କରି ଉଡାଇ ଦେଇଥିଲେ, ଏହାର ବିରୋଧ କରୁଥିଲେ । ସାଥୀଗଣ, ଏ ଲୋକମାନେ ନା କୃଷକମାନଙ୍କ ସାଙ୍ଗରେ ଥିଲେ, ନା ଯୁବଗୋଷ୍ଠୀଙ୍କ ସାଙ୍ଗରେ ଥିଲେ ଏବଂ ନା ସୈନିକମାନଙ୍କ ସହିତ । ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଆମ ସରକାର ଏକ ରେଙ୍କ୍, ଏକ ପେନସନ୍ ବ୍ୟବସ୍ଥା ଆଣିଲେ, ଉତ୍ତରାଖଣ୍ଡର ହଜାର ହଜାର ପୂର୍ବତନ ସୈନିକମାନଙ୍କୁ ବି ଏହି ଅଧିକାର ପ୍ରଦାନ କରାଯାଇଥିଲା । କିନ୍ତୁ ସେହି ଲୋକମାନେ ଏହାର ମଧ୍ୟ ବିରୋଧ କରିଥିଲେ । ୱାନ ରେଙ୍କ୍- ୱାନ ପେନସନ୍ ଲାଗୁ କରାଯିବା ପରେ ସରକାର ପୂର୍ବତନ ସୈନିକମାନଙ୍କୁ ହାରାହାରି 11 ହଜାର କୋଟି ଟଙ୍କା ଏରିଅର ବାବଦକୁ ଦେଇ ସାରିଛନ୍ତି । ଏଠାରେ ଉତ୍ତରାଖଣ୍ଡରେ ମଧ୍ୟ ଏକ ଲକ୍ଷରର ଅଧିକ ପୂର୍ବତନ ସୈନିକଙ୍କୁ ଏହାର ଲାଭ ମିଳିପାରିଛି । କିନ୍ତୁ ସେହି ଲୋକମାନଙ୍କୁ ୱାନ ରେଙ୍କ୍ ୱାନ ପେନସନ୍ ଲାଗୁ କରାଯିବା ପରେ ଖୁବ୍ ମୁଣ୍ଡବିନ୍ଧା ହୋଇଥିଲା । ଏହି ଲୋକମାନେ ୱାନ ରେଙ୍କ୍ ୱାନ ପେନସନ୍ ସ୍କିମକୁ ସଦାବେଳେ ବିରୋଧ କରିଥିଲେ । 

ସାଥୀଗଣ, ବର୍ଷ ବର୍ଷ ଧରି ଏହି ଲୋକମାନେ ଦେଶର ସେନାଙ୍କୁ, ଦେଶର ବାୟୁସେନାକୁ ସଶକ୍ତ କରିବା ନିମନ୍ତେ କିଛି ହେଲେ କରିନଥିଲେ । ବାୟୁସେନା କହି ଚାଲିଥିଲା ଯେ ଆମର ଆଧୁନିକ ଲଢ଼ୁଆ ବିମାନ ଦରକାର । କିନ୍ତୁ ଏହି ଲୋକମାନେ ବାୟୁସେନାର କଥାକୁ ସଦାବେଳେ ଅଣଦେଖା କରି ଚାଲିଥିଲେ । ଯେତେବେଳେ ଆମ ସରକାର ସିଧା ସଳଖ ଫ୍ରାନ୍ସ ସରକାରଙ୍କ ସହିତ ରାଫେଲ ବିମାନ କିଣିବା ଲାଗି ରାଜିନାମା ସ୍ୱାକ୍ଷର କଲା ତ ସେମାନଙ୍କ ମନ ପୁଣି ଉଣା ହୋଇଗଲା । ଭାରତୀୟ ବାୟୁସେନା ପାଖକୁ ରାଫେଲ ବିମାନ ଆସୁ, ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଉ, ସେମାନେ ଏକଥାକୁ ସୁଦ୍ଧା ବିରୋଧ କରିଚାଲିଲେ । ମୁଁ ଖୁସି ଯେ ଆଜି ରାଫେଲ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଛି । ଅମ୍ବାଲା ଠାରୁ ନେଇ ଲେହ ପର୍ଯ୍ୟନ୍ତ ଏହାର ଗର୍ଜନ, ଭାରତୀୟ ଯବାନମାନଙ୍କର ମନରେ ଅସୀମ ଶକ୍ତି ସଞ୍ଚାର କରୁଛି, ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଉଛି ।

ସାଥୀଗଣ, ଚାରି ବର୍ଷ ପୂର୍ବେ ଏଇ ସମୟ ତ ଥିଲା ଯେତେବେଳେ ଦେଶର ବୀର ସୈନିକମାନେ ସର୍ଜିକାଲ ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରି ଦେଇଥିଲେ । କିନ୍ତୁ ଏହି ଲୋକ ନିଜର ସାହସୀ ସୈନିକମାନଙ୍କ ଦୁଃସାହସକୁ ପ୍ରଶଂସା କରିବା ପରିବର୍ତ୍ତେ, ସେମାନଙ୍କ ଠାରୁ ହିଁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ଚାଲିଥିଲେ । ସର୍ଜିକାଲ ଷ୍ଟ୍ରାଇକକୁ ସୁଦ୍ଧା ବିରୋଧ କରି, ଏହି ଲୋକମାନେ ଦେଶ ସାମ୍ନାରେ ନିଜର ଉଦ୍ଦେଶ୍ୟ, ନିଜର ଅଭିପ୍ରାୟ ସ୍ପଷ୍ଟ କରି ସାରିଛନ୍ତି । ଦେଶ ପାଇଁ ହେଉଥିବା ପ୍ରତ୍ୟେକ କାର୍ଯ୍ୟକୁ ବିରୋଧ କରିବା, ସେହି ଲୋକମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଛି । ସେମାନଙ୍କର ରାଜନୀତିର ଏକମାତ୍ର ଉଦ୍ଦେଶ୍ୟ ହେଲା ଏଇଆ- ବିରୋଧ ପ୍ରଦର୍ଶନ । ଆପଣମାନେ ସ୍ମରଣ କରନ୍ତୁ., ଭାରତର ଆହ୍ୱାନ କ୍ରମେ ଯେତେବେଳେ ସାରା ସଂସାର ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ମନାଉଥିଲା, ତ ଏମାନେ ଭାରତରେ ହିଁ ବସିରହି ଏହାର ବିରୋଧ କରୁଥିଲେ ।

ଯେତେବେଳେ ଦେଶର ହଜାର ହଜାର ଦେଶୀୟ ରାଜ୍ୟଙ୍କୁ ଯୋଡ଼ିବା ନିମନ୍ତେ ଐତିହାସିକ କାମ କରିଥିବା ସର୍ଦ୍ଦାର ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଉଥିଲା, ସେତେବେଳେ ମଧ୍ୟ ଏହି ଲୋକମାନେ ଏହାର ବିରୋଧ କରିଥିଲେ । ଆଜି ପର୍ଯ୍ୟନ୍ତ ସେମାନଙ୍କର କୌଣସି ଜଣେ ବଡ଼ ନେତା ଷ୍ଟାଚୁ ଅଫ୍ ୟୁନିଟିକୁ ଦର୍ଶନ କରିବା ସକାଶେ ମଧ୍ୟ ଯାଇନାହାନ୍ତି । କାହିଁକି? କାରଣ ସେମାନଙ୍କର ବିରୋଧ କରିବା ଦରକାର । ସାଥୀଗଣ, ଯେତେବେଳେ ଗରିବ ଲୋକମାନଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ପାଇଁ ସିଦ୍ଧାନ୍ତ ନିଆଗଲାର, ସେତେବେଳେ ମଧ୍ୟ ଏହାକୁ ବିରୋଧ କରିବା ସକାଶେଏହି ଲୋକମାନେ ଠିଆ ହୋଇପଡ଼ିଥିଲେ । ଯେତେବେଳେ ନଭେମ୍ବର 26 ତାରିଖ ଦିନ ସମ୍ବିଧାନ ଦିବସ ପାଳନ କରିବା କଥା ଉଠିଲା ତ ଏହାକୁ ମଧ୍ୟ ସେମାନେ ବିରୋଧ କରିଥବଲେ । ଡକ୍ଟର ବାବା ସାହେବ ଆମ୍ବେଦକରଙ୍କୁ ବିରୋଧ କରୁଥିଲେ, ସାଥୀଗଣ, ଗତ ମାସରେ ଯେତେବେଳେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେଲା ତାହାକୁ ମଧ୍ୟ ଏମାନେ ବିରୋଧ କଲେ । 

ଏହି ଲୋକମାନେ ପ୍ରଥରେ ସୁପ୍ରିମ କୋର୍ଟରେ ରାମ ମନ୍ଦିରର ବିରୋଧ କରୁଥିଲେ ପୁଣି ଭୂମିପୂଜନକୁ ବିରୋଧ କରିବାରେ ଲାଗିଗଲେ । ପ୍ରତ୍ୟେକ ତାରିଖ ପରିବର୍ତ୍ତନ ସହ ବିରୋଧ କରିବା ସକାଶେ ବିରୋଧ ପ୍ରଦର୍ଶନ କରୁଥିବା ଏହି ଲୋକମାନେ ଦେଶ ପାଇଁ, ସମାଜ ପାଇଁ ଅପ୍ରାସଙ୍ଗିକ ପାଲଟି ଯାଉଛନ୍ତି । ଏହା ହେଉଛି ସେମାନଙ୍କର ଛଟପଟ ଭାବ, ହତାଶା ଭାବ- ନିରାଶା ଭାବ । ଏପରି ଏକ ଦଳ, ଯାହାର ଗୋଟିଏ ପରିବାରର ଚାରି ଚାରି ପିଢ଼ି ଦେଶକୁ ଶାସନ କଲେ । ସେମାନେ ଆଜି ଅନ୍ୟ କାନ୍ଧରେ ସବାର ହୋଇ ଦେଶହିତ ସହିତ ଯୋଡ଼ିହୋଇ କାମକୁ ବିରୋଧ କରି ନିଜର ସ୍ୱାର୍ଥକୁ ସିଦ୍ଧ କରିବାକୁ ଚାହୁଁଛନ୍ତି । ସାଥୀଗଣ, ଆମ ଦେଶରେ ଅନେକ ଏଭଳି ଛୋଟ ମୋଟ ଦଳ ଅଛନ୍ତି ଯେଉଁମାନଙ୍କୁ କେବେସୁଦ୍ଧା ଶାସନ କ୍ଷମତାକୁ ଆସିବାର ସୁଯୋଗ ମିଳିନାହିଁ । ନିଜର ସ୍ଥାପନା ଠାରୁ ନେଇ ଏପର୍ଯ୍ୟନ୍ତ ସେମାନେ ଅଧିକ ସମୟ ବିପକ୍ଷ ଭାବେ ହିଁ ବିତାଇଛନ୍ତି ।

ଏତେ ବର୍ଷ ପର୍ଯ୍ୟନ୍ତ ବିପକ୍ଷରେ ବସିବା ସତ୍ତ୍ୱେ ସେମାନେ କେବେ ଦେଶକୁ ବିରୋଧ କରିନାହାନ୍ତି, ଦେଶ ବିରୋଧୀ କାର୍ଯ୍ୟ କରିନାହାନ୍ତି । କିନ୍ତୁ କିଛି ଲୋକଙ୍କୁ ବିରୋଧୀ ଆସନରେ ବସିବାର ମାତ୍ର କିଛି ବର୍ଷ ହୋଇଛି । ସେମାନଙ୍କ ରଙ୍ଗ ଢ଼ଙ୍ଗ କ’ଣ, ସେମାନଙ୍କର ରବୟା କ’ଣ, ତାହା ଆଜି ସମଗ୍ର ଦେଶର ଦେଖିପାରୁଛି, ବୁଝି ପାରୁଛି । ସେମାନଙ୍କର ଏପରି ସ୍ୱାର୍ଥନୀତି ଭିତରେ, ଆତ୍ମ ନିର୍ଭର ଭାରତ ସକାଶେ ବଡ଼ ସଂସ୍କାରର ଏଭଳି କାର୍ଯ୍ୟକ୍ରମ, ଦେଶର ସଂସାଧନକୁ ଆହୁରି ଉତ୍ତମ ଭାବେ ଗଢ଼ି ତୋଳିବା ସକାଶେ ଏହି କାର୍ଯ୍ୟକ୍ରମ ନିଶ୍ଚିତ ରୂପେ ଦେଶ ହିତ ପାଇଁ ଉଦ୍ଦିଷ୍ଟ । ଦେଶକୁ କିଭଳି ଦାରିଦ୍ର୍ୟରୁ ମୁକ୍ତ କରାଯାଇପାରିବ ସେଥିପାଇଁ ଅଭିଯାନ ନିମନ୍ତେ, ଦେଶକୁ ସଶକ୍ତ କରିବା ଲାଗି ଏଭଳି ପ୍ରୟାସ ନିରନ୍ତର ଜାରି ରହିବ । ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ବିକାଶର ସକଳ ପ୍ରକଳ୍ପ ପାଇଁ ବହୁତ ବହୁତ ବଧେଇ ଜଣାଉଛି । ପୁଣି ଥରେ ମୁଁ ଅନୁରୋଧ କରିବି ଯେ ଆପଣମାନେ ନିଜର ଧ୍ୟାନ ରଖନ୍ତୁ । ସୁସ୍ଥ ରହନ୍ତୁ, ସୁରକ୍ଷିତ ରହନ୍ତୁ । ବାବା କେଦାରଙ୍କ କୃପା ଆମ ସମସ୍ତଙ୍କ ଉପରେ ସଦାବେଳେ ରହିଥାଉ । ଏହି କାମନା ସହିତ ବହୁତ ବହୁତ ଧନ୍ୟବାଦ! ଜୟ ଗଙ୍ଗେ!

ପବିତ୍ର ଗଙ୍ଗା ନଦୀକୁ ନିର୍ମଳ କରିବା ଲାଗି ଉତ୍ତରାଖଣ୍ଡରେ 6ଟି ବୃହତ ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ନମାମୀ ଗଙ୍ଗେ ମିଶନ ଅନ୍ତର୍ଗତ ଉତ୍ତରାଖଣ୍ଡରେ 6ଟି ବୃହତ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଶ୍ରୀ ମୋଦୀ ହରିଦ୍ୱାରଠାରେ ଗଙ୍ଗା ନଦୀ ତଟରେ ପ୍ରଥମ ଥର ପାଇଁ ‘ଗଙ୍ଗା ଅବଲୋକନ’ ସଂଗ୍ରହାଳୟର ଉଦଘାଟନ କରିଥିଲେ। ସେ ଏକ ପୁସ୍ତକ ରୋଇଙ୍ଗ ଡାଉନ ଗଙ୍ଗେସ ଏବଂ ଜଳ ଜୀବନ ମିଶନର ନୂଆ ଲୋଗୋକୁ ମଧ୍ୟ ଜାରି କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଳ ଜୀବନ ମିଶନ ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଏବଂ ଜଳ ସମିତି ଲାଗି ଉପଯୋଗୀ ‘ମାର୍ଗଦର୍ଶିକା’ ମଧ୍ୟ ଜାରି କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଳ ଜୀବନ ମିଶନର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ଘରେ ନଳ ଜରିଆରେ ଜଳ ଉପଲବ୍ଧ କରାଇବା। ଶ୍ରୀ ମୋଦୀ କହିଥିଲେ ଯେ ନୂଆ ଲୋଗୋ ପାଣିର ଗୁରୁତ୍ୱକୁ ବୁଝି ଗୋଟିଏ ଗୋଟିଏ ବୁନ୍ଦା ଜଳ ସଂରକ୍ଷଣ ଲାଗି ଅନୁପ୍ରାଣିତ କରିବ। ମାର୍ଗଦର୍ଶିକା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଗ୍ରାମ ପଞ୍ଚାୟତ ଓ ଗ୍ରାମୀଣ କ୍ଷେତ୍ରରେ ରହୁଥିବା ଲୋକମାନଙ୍କ ସହିତ ସରକାରୀ ମେସିନାରୀ ଲାଗି ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ। ରୋଇଂ ଡାଉନ ଗଙ୍ଗେସ ପୁସ୍ତକ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହା ଗଙ୍ଗା ନଦୀକୁ ଆମ ସଂସ୍କୃତି, ବିଶ୍ୱାସ ଏବଂ ଐତିହ୍ୟର ପ୍ରତୀକ ଭାବେ ସ୍ଥାପିତ କରୁଛି । 

ଶ୍ରୀ ମୋଦୀ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଏହା ନିଜର ଉଦଗମସ୍ଥଳ ଉତ୍ତରାଖଣ୍ଡରୁ ଆରମ୍ଭ କରି ଶେଷରେ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦେଶର ପାଖାପାଖି 50% ଜନସଂଖ୍ୟାର ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସେ କହିଥିଲେ ଯେ ନମାମି ଗଙ୍ଗେ ମିଶନ ନଦୀ ସଂରକ୍ଷଣ କ୍ଷେତ୍ରରେ ସବୁଠୁ ମିଶନ ଏବଂ ଏହାର ଉଦ୍ଦେଶ୍ୟ କେବଳ ଗଙ୍ଗା ନଦୀର ସ୍ୱଚ୍ଛତା ନୁହେଁ ବରଂ ଏହା ସମସ୍ତ ନଦୀଗୁଡ଼ିକର ସ୍ୱଚ୍ଛତା ଉପରେ କେନ୍ଦ୍ରିତ ଅଟେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନୂଆ ଚିନ୍ତାଧାରାକୁ ନେଇ ବଡ଼ ପରିବର୍ତ୍ତନ ଆସିଛି ଏବଂ ଗଙ୍ଗା ନଦୀ ଜୀବନ୍ତ ହୋଇ ଉଠିଛି। ଯଦି ଆମେ ଏଥିପାଇଁ ପୁରୁଣା ପଦ୍ଧତି ଆପଣାଇଥାଆନ୍ତୁ ତା’ହେଲେ ପରିସ୍ଥିତି ଆଜି ବିଗତ ଦିନ ଭଳି ଖରାପ ହୋଇଥାନ୍ତା କାରଣ ପୁରୁଣା ବ୍ୟବସ୍ଥାରେ ଜନସାଧାରଣଙ୍କ ଭାଗିଦାରୀର ଅଭାବ ରହିଥିଲା। ଶ୍ରୀ ମୋଦୀ କହିଥିଲେ ଯେ ସରକାର ଏହି ଲକ୍ଷ୍ୟ ହାସଲ କରିବା ଲାଗି 4ଟି ରଣନୀତିକୁ ନେଇ ଆଗକୁ ବଢ଼ୁଛନ୍ତି। 

ପ୍ରଥମତଃ- ଅଧିକ ସଂଖ୍ୟାରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ (ଏସଟିପି) ନେଟୱର୍କ ବିଛାଇବା ଯାହାକି ବର୍ଜ୍ୟ ଜଳକୁ ଗଙ୍ଗା ନଦୀ ଭିତରକୁ ଯିବ ନାହିଁ। ଦ୍ୱିତୀୟତଃ, ଆସନ୍ତା 10-15 ବର୍ଷକୁ ଆଖି ଆଗରେ ରଖି ଏସଟିପିଗୁଡ଼ିକୁ ନିର୍ମାଣ କରାଯିବ। ତୃତୀୟତଃ ଗଙ୍ଗା ନଦୀ ତଟରେ ଥିବା 5000 ଗ୍ରାମ ଏବଂ 100 ବଡ଼ ସହର/ନଗରକୁ ଖୋଲା ଶୌଚମୁକ୍ତ କରିବା। ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ନମାମି ଗଙ୍ଗେ ମିଶନ ଅନ୍ତର୍ଗତ 30,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପ ପୂରଣ ହୋଇସାରିଛି କିମ୍ବା ପ୍ରଗତି ପଥରେ ରହିଛି। ସେ କହିଥିଲେ ଯେ ଏସବୁ ପ୍ରକଳ୍ପରେ ଉତ୍ତରାଖଣ୍ଡରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ସାମିଲ ରହିଛି। ବିଗତ 6 ବର୍ଷରେ ଉତ୍ତରାଖଣ୍ଡରେ ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟର କ୍ଷମତା 4 ଗୁଣା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀରେ ମିଶିଥିବା 130ଟି ନାଳକୁ ବନ୍ଦ କରିବା ଲାଗି ହୋଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। 

ପ୍ରଧାନମନ୍ତ୍ରୀ ବିଶେଷ କରି ଚନ୍ଦ୍ରଶେଖର ନଗର ନଳା ବିଷୟରେ ଉଲ୍ଲେଖ କରିଥିଲେ ଯାହାକି ଋଷିକେଶରେ ମୁନୀ କୀ ରେତୀକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ନୌକା ବିହାର କରୁଥିବା ଲୋକମାନଙ୍କ ପାଇଁ ଦୃଷ୍ଟିକଟୁ ହେଉଥିଲା। ସେ ଏହି ନାଳକୁ ବନ୍ଦ କରିବା ଏବଂ ମୁନୀ କୀ ରେତୀରେ 4 ମହଲାବିଶିଷ୍ଟ ବର୍ଜ୍ୟ ଜଳ ନିଷ୍କାସନ ଟ୍ରିଟମେଣ୍ଟ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ପ୍ରୟାଗରାଜ କୁମ୍ଭ ମେଳାରେ ଶ୍ରଦ୍ଧାଳୁମାନେ ସ୍ୱଚ୍ଛ ଗଙ୍ଗାର ଅନୁଭବ କରିଥିଲେ, ସେହିପରି ଭାବେ ଉତ୍ତରାଖଣ୍ଡରେ ମଧ୍ୟ କୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅବିରଳ ଓ ନିର୍ମଳ ଗଙ୍ଗା ନଦୀ କିପରି ଦର୍ଶନ କରିବେ ଆମେ ସେଥିପାଇଁ ପ୍ରୟାସ କରୁଛୁ। ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀ ତଟରେ ଶତାଧିକ ଘାଟ ସୌନ୍ଦର୍ଯ୍ୟକରଣ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ହରିଦ୍ୱାରରେ ଏକ ଆଧୁନିକ ନଦୀତଟ ବିକାଶ ବିଷୟରେ ଉଲ୍ଲେଖ କରିଥିଲେ। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଙ୍ଗା ଅବଲୋକନ ସଂଗ୍ରହାଳୟ ଶ୍ରଦ୍ଧାଳୁମାନଙ୍କ ଲାଗି ଏକ ବିଶେଷ ଆକର୍ଷରଣ କେନ୍ଦ୍ର ହେବ ଏବଂ ଗଙ୍ଗା ନଦୀ ସହ ଜଡ଼ିତ ଐତିହ୍ୟକୁ ବୁଝିବାରେ, ସେଗୁଡ଼ିକୁ ଯୋଡ଼ିବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନମାମି ଗଙ୍ଗେ ମିଶନର ଉଦ୍ଦେଶ୍ୟ ଗଙ୍ଗା ନଦୀର ସ୍ୱଚ୍ଛତା ସହିତ ସମ୍ପୂର୍ଣ୍ଣ ଗଙ୍ଗା ଅବବାହିକା ଅଞ୍ଚଳରେ ଅର୍ଥବ୍ୟବସ୍ଥା ଓ ପରିବେଶର ବିକାଶ। ସେ କହିଥିଲେ ଯେ ସରକାର ଜୈବିକ କୃଷି ଏବଂ ଆୟୁର୍ବଦେିକ କୃଷି ଲାଗି ସାମଗ୍ରିକ ଯୋଜନା ପ୍ରସ୍ତୁତ କରିଛନ୍ତି। ସେ କହିଥିଲେ ଯେ ଏହି ପ୍ରକଳ୍ପ ଫଳରେ ମିଶନ ଡଲଫିନ ମଧ୍ୟ ସୁଦୃଢ଼ ହେବ ଯାହାର ଘୋଷଣା ଅଗଷ୍ଟ 15 ତାରିଖରେ କରାଯାଇଛି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ପାଣି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଏବଂ ଉନ୍ନତ ସମନ୍ୱୟ ଅଭାବରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧରେ କାର୍ଯ୍ୟ ବିଖଣ୍ଡିତ ହୋଇ ରହିଥିଲା। ଯାହାଫଳରେ ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ସହ ଜଡ଼ିତ ସମସ୍ୟା ଲାଗି ରହିଥିଲା। 

ସେ କହିଥିଲେ ଯେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର 15 କୋଟି ଘରକୁ ପାଇପ ଯୋଗେ ପାଣି ପହଞ୍ଚିପାରିନାହିଁ। ଶ୍ରୀ ମୋଦୀ କହିଥିଲେ ଯେ ଏହି ସମସ୍ୟାକୁ ଧ୍ୟାନରେ ରଖି ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରାଯାଇଛି ଯାହାଫଳରେ ପାଣି ସହ ଜଡ଼ିତ ସମସ୍ୟାର ମୁକାବିଲା କରାଯାଇପାରିବ। ସେ କହିଥିଲେ ଯେ ଏହି ମନ୍ତ୍ରଣାଳୟ ବର୍ତ୍ତମାନ ଦେଶର ପ୍ରତ୍ୟେକ ଘରକୁ ନଳ ଯୋଗେ ଜଳ ଉପଲବ୍ଧ କରାଇବାର ମିଶନରେ ଯୋଡ଼ି ହୋଇ ରହିଛି।ବର୍ତ୍ତମାନ ଜଳ ଜୀବନ ମିଶନ ଦୈନିକ ପାଖାପାଖି 1 ଲକ୍ଷ ଘରକୁ ପାଇପ ଯୋଗେ ଜଳ ଯୋଗାଣ ନିମନ୍ତେ ସଂଯୋଗ ଉପଲବ୍ଧ କରାଉଛି। ସେ କହିଥିଲେ ଯେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଦେଶର ଦୁଇ କୋଟି ପରିବାରକୁ ପାନୀୟ ଜଳ ଯୋଗାଣ ଦିଆଯାଇଛି।ସେ ବିଗତ 4-5 ମାସରେ କରୋନା ଭୂତାଣୁ ସମୟରେ ମଧ୍ୟ 50,000 ପରିବାରକୁ ପାନୀୟ ଜଳ ଯୋଗାଣ ଉପଲବ୍ଧ କରାଇବା ଲାଗି ଉତ୍ତରାଖଣ୍ଡ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବର କାର୍ଯ୍ୟକ୍ରମ ଠାରୁ ଭିନ୍ନ ଏହି ଜଳ ଜୀବନ ମିଶନ ତଳୁ ଉପର ସ୍ତର ପର୍ଯ୍ୟନ୍ତ କାମ କରିଥାଏ। ଏଠାରେ ଉପଭୋକ୍ତା ଓ ଜଳ ସମିତି ସମ୍ପୂର୍ଣ୍ଣ ପ୍ରକଳ୍ପର ପରିକଳ୍ପନା କରିଛନ୍ତି ଏଥିରେ ଯୋଜନାର କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପର୍ଯ୍ୟନ୍ତ ସାମିଲ ରହିଛି। ସେ କହିଥିଲେ ଯେ ଏଥିରେ ଏହା ମଧ୍ୟ ସୁନିଶ୍ଚିତ କରାଯାଇଥାଏ ଯେ ସମିତିରେ 50% ସଦସ୍ୟ ମହିଳା ରହିବେ। ସେ କହିଥିଲେ ଯେ ଏ ସମ୍ପର୍କରେ ସଠିକ ନିଷ୍ପତ୍ତି ନେବାରେ ଜଳ ସମିତି ଓ ଗ୍ରାମ ପଞ୍ଚାୟତଗୁଡ଼ିକୁ ସହାୟତା କରିବା ନିମନ୍ତେ ଆଜି ମାର୍ଗଦର୍ଶିକା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ଅକ୍ଟୋବର 2 ତାରିଖକୁ 100 ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି ଯାହାର ଅନ୍ତର୍ଗତ ଏହି 100 ଦିନ ମଧ୍ୟରେ ଦେଶର ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡ଼ିକୁ ପାନୀୟ ଜଳ ସଂଯୋଗ ସୁନିଶ୍ଚିତ କରାଯିବ। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନିକଟରେ କୃଷକ, ଶିଳ୍ପ ଶ୍ରମିକ ଓ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଅନେକ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଯେଉଁମାନେ ଏହି ସୁଧାରକୁ ବିରୋଧ କରୁଛନ୍ତି, ସେମାନେ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ବିରୋଧ କରୁଛନ୍ତି। ସେ କହିଥିଲେ ଯେ ଯେଉଁଲୋକମାନେ ବହୁ ଦଶନ୍ଧି ଧରି ଦେଶ ଉପରେ ଶାସନ କରୁଥିଲେ ସେମାନେ ଶ୍ରମିକ, ଯୁବକ, କୃଷକ ଓ ମହିଳାଙ୍କୁ ସଶକ୍ତ କରିବା ଦିଗରେ କୌଣସି ଧ୍ୟାନ ଦେଇନଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ କୃଷକମାନେ ନିଜ ଉତ୍ପାଦ ଦେଶର କୌଣସି ସ୍ଥାନରେ ଯେକୌଣସି ବ୍ୟକ୍ତିକୁ ବିକ୍ରି କରି ଲାଭ ହାସଲ କରନ୍ତୁ ବୋଲି ଏହି ଲୋକମାନେ ଚାହାନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଅନେକ କଲ୍ୟାଣକାରୀ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ ଜନଧନ ବ୍ୟାଙ୍କ ଆକାଉଣ୍ଟ, ଡିଜିଟାଲ ଇଣ୍ଡିଆ, ଅନ୍ତର୍ଜାତୀୟ ଯୋଗ ଦିବସ ଆଦି ସାମିଲ ରହିଛି। ଜନତାମାନେ ଏସବୁ ଯୋଜନାରୁ ଲାଭ ପାଇଥିଲେ ମଧ୍ୟ ବିରୋଧୀମାନେ ଏହାକୁ କେବଳ ବିରୋଧ କରିଥିଲେ। 

ସେ କହିଥିଲେ ଯେ ଏମାନେ ସେହି ଲୋକ ଯେଉଁମାନେ ବାୟୁସେନାର ଆଧୁନିକୀକରଣକୁ ବିରୋଧ କରୁଥିଲେ, ବାୟୁ ସେନାରେ ଆଧୁନିକ ଯୁଦ୍ଧ ବିମାନ ବ୍ୟବସ୍ଥାକୁ ବିରୋଧ କରୁଥିଲେ। ଏମାନେ ସେହି ଲୋକ ଯେଉଁମାନେ ୱାନ ରେଙ୍କ ୱାନ୍ ପେନସନ ନୀତିକୁ ବିରୋଧ କରୁଥିଲେ। ମାତ୍ର ସରକାର ବର୍ତ୍ତମାନସୁଦ୍ଧା ସେନା କର୍ମଚାରୀମାନଙ୍କର ବକେୟା ପେନସନ ବାବଦକୁ 11,000 କୋଟି ଟଙ୍କା ପଇଠ କରିସାରିଲେଣି। ସେ କହିଥିଲେ ଯେ ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ସର୍ଜିକାଲ ଷ୍ଟ୍ରାଇକକୁ ବିରୋଧ କରୁଥିଲେ ଏବଂ ସେନାବାହିନୀ ଠାରୁ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର ବାସ୍ତବ ଉଦ୍ଦେଶ୍ୟ କ’ଣ ତାହା ସାରା ଦେଶବାସୀ ଭଲ ଭାବେ ଜାଣିସାରିଛନ୍ତି। ସେ କହିଥିଲେ ଯେ ସମୟ ବିତିବା ସହିତ ବିରୋଧ କରୁଥିବା ଓ ପ୍ରଦର୍ଶନ କରୁଥିବା ଲୋକମାନେ ଅପ୍ରାସଙ୍ଗିକ ହୋଇଯିବେ।

ଓଡ଼ିଶା ରାଜ୍ୟ ସରକାରୀ କର୍ମରୀଙ୍କ ସମର୍ଥନ ଜଣାଇ ୧୦ ଦଫା ଦାବି ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ।

ଭୁବନେଶ୍ୱର : ମାନନୀୟ ଅତିରିକ୍ତ ଉପଜିଲ୍ଲାପାଳ, ଭୁବନେଶ୍ବର, ଖୋଦ୍ଧାଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଅଛି । ଏହି ପ୍ରତିବାଦ ଦିବସରେ ରାଜଧାନୀ ଶାଖାର ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁଚରଣ ମଲ୍ଲିକ, ଓଡ଼ିଶା ରାଜ୍ୟ ସରକାରୀ ସମନ୍ୱୟ ସମିତିର ଉସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି, ଉପଦେଷ୍ଟା ଶ୍ରୀଯୁକ୍ତ କ୍ଷେତ୍ରମୋହନ ଦାସ ଓ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ଅଖିଳ ବ୍ରହ୍ମା, ଶ୍ରୀଯୁକ୍ତ ଦିନବନ୍ଧୁ ସେଠୀ, ଶ୍ରୀଯୁକ୍ତ ହାଡ଼ିବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଦାବିଗୁଡ଼ିକ ହେଲା ବର୍ତ୍ତମାନର କେନ୍ଦ୍ର ସରକାର, ସରକାରୀ କର୍ମଶ୍ବରୀ, ଶିକ୍ଷକ ଓ ପେସନଧାରୀଙ୍କର ୨୦ ୨୦ ଜାନୁୟାରୀରୁ ବଦ୍ଧିତ ମହଙ୍ଗା ଭତ୍ତା ବୃଦ୍ଧି ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ, ବିନା କଟକଣାରେ ସମସ୍ତ ଅସ୍ଥାୟୀ ଓ ଠିକା କର୍ମସ୍ପରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଏପିଏସ୍‌କୁ ବାତିଲ କରି ପୁରୁଣା ପେନସନ ପ୍ରଚଳନ କରାଯାଉ । 

ଶ୍ରମ୍ ଆଇନ୍ ସଂଶୋଧନ ଓ ଶ୍ରମ କୋକୁ ବାତିଲ୍ ଓ ଘରୋଇକରଣ ବନ୍ଦ କରାଯାଉ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ବୃଦ୍ଧି ଓ ବିଦ୍ୟୁତ୍ କର ବୃଦ୍ଧି କନ୍ଦ କରାଯାଉ, ଦୈନିକ ଶ୍ରମ ନିର୍ଘଣ୍ଟ ୮ ଘଣ୍ଟା ପରିବର୍ଭେର । ୧୨ ଘଣ୍ଟା ବୁଦ୍ଧିକୁ ବାତିଲ୍‌ କରାଯାଉ, ସର୍ବନିମ୍ନ ଦରମା କେନ୍ଦ୍ର ଅନୁରୂପ ୧୮୦୦୦ ଟଙ୍କା ଲାଗୁ କରିବା ସହ କାଲିଫାଇଙ୍ଗ ସର୍ଭିସ ୨୦ ବର୍ଷ ଲାଗୁ କରିବା ଓ ୨୦୧୬ ଜାନୁୟାରୀ ଠାରୁ ସଂଶୋଧୂତ ଘରଭଡ଼ା ପ୍ରଦାନ କରିବା ପ୍ରତିବାଦ ଦିବସରେ ଏହିସବୁ ଦାବିକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି ବୋଲି ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି ।

ମହାକାଳପଡ଼ା ବ୍ଲକ ଘଟଣା ! ସମାଜସେବୀଙ୍କ ଘର, ପୌଷ୍ଟ୍ରଳୟ ଭାଙ୍ଗିଲେ ଦେଶୀ ରନ୍ଧା ମଦମାଫିଆ।

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବଉଳକଣି ପଞ୍ଚାୟତର ପ୍ରଭାକରପୁର ଗ୍ରାମର ଘଟଣା । ଗତ ସେପ୍ଟେମ୍ବର ୧୩ ତାରିଖରେ ସ୍ଥାନୀୟ ପ୍ରଭାକରପୁର ଗ୍ରାମରେ କିଛି ଦେଶୀ ରନ୍ଧା ମଦ ମାଫିଆ ମାରଣାସ୍ତ୍ର ସହ ଉକ୍ତ ଗ୍ରାମର ଶ୍ରୀ ହରେକୃଷ୍ଣ ପାତ୍ରଙ୍କ ଘରବାଡ଼ି ପରିସର ମଧ୍ୟକୁ ସଂଘବଦ୍ଧ ଭାବେ ଆସି ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରି କରିବା ସହ ଜୋର ଜବରଦସ୍ତ ଭାବେ ଏକ ମାଟିଘର, ପକ୍କା ଶୌରଳୟ ଭାଙ୍ଗିବା ସହ ଏକ ପାଳଗଦା ବୋହିନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେସ୍ ଆଲୋଡ଼ନ ସୃଷ୍ଟି କରିଛି । ଏ ନେଇ ହରେକୃଷ୍ଣ ଜମ୍ବୁ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ ।

ପ୍ରକାଶଥାଉକି ଭଙ୍ଗାରୁଜା ଘଟିଥିବା ଉକ୍ତ ଜାଗାରେ କେନ୍ଦ୍ରାପଡ଼ା ନ୍ୟାୟାଳୟରେ ଏକ ଜମିଜମା ମୋକଦ୍ଦମା ବିଶ୍ଚରଧୀନ ରହିଛି ଓ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିଷେଧାଜ୍ଞ ଜାରି ରହିଛି ବୋଲି ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ହରେକୃଷ୍ଣ ପାତ୍ର ଜଣେ ପରିଚିତ ସମାଜସେବୀ ଓ ବିଭିନ୍ନ ସମୟରେ ସ୍ଥାନୀୟ ଦେଶୀ ରନ୍ଧା ମଦ ବିରୋଧରେ ପ୍ରତିବାଦ କରୁଥିବାରୁ ଏଭଳି ଆକ୍ରୋଶ ରଖ୍ ତାଙ୍କ ଘର ଭାଙ୍ଗି ଦେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ଏତଲା ପଞ୍ଜିକୃତ କରିଛନ୍ତି । କେସ୍ ନନଂ ୧୦୮୨୦୨୦ ସହ ଦଫା ନଂ ୧୪୭, ୧୪୮, ୧୪୯, ୪୨୭, ୩୭୯, ୩୨୩, ୩୫୪, ୨୯୪ ଓ ୫୦୬ । ଏଯାବତ କାହାରିକୁ ଗିରଫ କରାଯାଇ ନାହିଁ ।

ଗତକାଲି ଏ ନେଇ କେନ୍ଦ୍ରାପଡା ଜିଲ୍ଲାର କିଛି ସଚେତନ ସାମାଜିକ କର୍ମୀବଦ୍ଧ ହରେକୃଷ୍ଣଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାରେ ଜଡ଼ିତ ସମ୍ପୃକ୍ତ ଆସାମୀମାନଙ୍କୁ ଗିରଫ ଦାବି କରି ଜିଲ୍ଲା ଏସ୍.ପି.ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘେରା ଦେଶୀ ରନ୍ଧାମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଏଭଳି ଅସାମାଜିକ ଘଟଣାରେ ଜଡ଼ିତ ଥିବା ଆସାମୀମାନଙ୍କ ପ୍ରତି ପୋଲିସ୍ ପ୍ରଶାସନ ପକ୍ଷରୁ ଯଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ବୋଲି ଚର୍ଚ୍ଚା ହେଉଛି ।

ଗ୍ରୀଡ଼କୋର ନୂଆ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଯୋଗଦାନ।

ଭୁବନେଶ୍ୱର ; ଗ୍ରୀଡ଼କୋର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ତ୍ରିଲୋଚନ ପଣ୍ଡା ଯୋଗଦାନ କରିଛନ୍ତି । ପେଶାରେ ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଥିବା ଶ୍ରୀ ପଣ୍ଡା ପୂର୍ବରୁ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ନେକୋର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିସାରିଛନ୍ତି । ତାଙ୍କର ପାୱାର ସେକ୍ଟରରେ କାର୍ଯ୍ୟ କରିବାର ଦୀର୍ଘ ୧୫ ବର୍ଷର ଅଭିଜ୍ଞତା ରହିଛି । ଏଥି ସହିତ ସେ ବୋର୍ଡ ସ୍ତରରେ ମଧ୍ୟ ରହି ସାରିଛନ୍ତି । ଆଜି ଶ୍ରୀ ପଣ୍ଡା ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ନିଜ ରାଜ୍ୟରେ କାର୍ଯ୍ୟ କରିବାର ସୁଯୋଗକୁ କିପରି ଭାବେ ସଫଳତାର ସହ କରିପାରିବେ ତାହା ଆଲୋଚନା କରିଥିଲେ । ଶ୍ରୀ ପଣ୍ଡାଙ୍କ ଯୋଗଦାନ ଫଳରେ ଗ୍ରୀଡ଼କୋ ତାଙ୍କର ଦୀର୍ଘଦିନ ଶିଳ୍ପ ଓ ଶକ୍ତି କ୍ଷେତ୍ରରେ ରହିଥିବା ଅଭିଜ୍ଞତାର ଭରପୂର ଲାଭ ଉଠାଇପାରିବ ବୋଲି ଆଶା କରାଯାଉଛି ।

ବେଦାନ୍ତର ୩୦ ତାରିଖ ଜନଶୁଣାଣି ଉପରେ ରୋକ୍ ଲଗାଇଲେ ଓଡିଶା ହାଇକୋର୍ଟ ।

ଭୁବନେଶ୍ୱର ; ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସୁଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଅଦାଲତରୁ ଏହି ସୁଗିତାଦେଶ ଆଣିବାରେ ସକ୍ଷମ ହୋଇଛନ୍ତି । ଆବେଦନକାରୀଙ୍କ ପ୍ରାର୍ଥନାର ବିଚାରକରି ବିଚାରପତି ଜଷ୍ଟିସ କେ.ଆର.ମହାପାତ୍ର ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୭.୦୮.୨୦୨୦ ରେ ଦେଇଥିବା ବିଜ୍ଞାପନରେ ୩୦.୦୯.୨୦ ୨୦ ତାରିଖ ଦିନ ୧୧ଟା ସମୟରେ ଝାରସୁଗୁଡା ଜିଲ୍ଲାର ଡାଲକି କୁରେବଗା ଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ପାଇଁ ଯାହା ଧାର୍ଯ୍ୟ କରିଥିଲେ ତାହା ହୋଇପାରିବ ନାହିଁ ।

ରାୟ ସଂକ୍ରାନ୍ତରେ ମତ ଦେଇ ବିଧାୟିକା ଶ୍ରୀମତୀ ଟେଟେ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଏହି ଜନଶୁଣାଣି । ବାତିଲ ପାଇଁ ସେ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ରଲେଖି ଅନୁରୋଧ କରିଥିଲେ । ସରକାରୀ ସ୍ତରରେ ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଶ୍ରୀମତୀ ଟେଟେ ଓ ଶ୍ରୀ ତ୍ରିପାଠୀ ବାଧହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ପୁଷ୍ଟିସାଧନରେ ଉନ୍ନତ ଲକ୍ଷ୍ୟ ହାସଲ ପାଇଁ ବହୁବିଧ ଫଳପ୍ରଦ ପଦକ୍ଷେପ ଗ୍ରହଣ।

ଭୁବନେଶ୍ୱର ; ଚଳିତ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ବାରା ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହୋଇଯାଇଛି । ୨୦୧୮ ମସିହାରେ ସମଗ୍ର ଦେଶରେ ପୋଷଣ ଅଭିଯାନର ଶୁଭାରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ମାସ ଭାବେ ପାଳନ କରାଯାଉଛି । ଗୋଷ୍ଠୀ ସହଭାଗିତାରେ ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସ୍ୱାସ୍ଥ୍ୟରକ୍ଷା ପାଇଁ ଉତ୍ତମ ପୋଷଣ ଅଭ୍ୟାସର ଆବଶ୍ୟକତା ସଂପର୍କରେ ସଚେତନତା ସୃଷ୍ଟି ଏବଂ ଏହି ବାର୍ତ୍ତାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଚଳିତ ବର୍ଷ ପୋଷଣ ମାସ ପାଳନରେ ଅଗ୍ରାକାର ବିଷୟ ହେଉଛି ଗୁରୁତର ପୁଷ୍ଟିହୀନ ଶିଶୁ ( ସାମ୍), ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁ (ମା) ଏବଂ ଗୁରୁତର କମ୍ ଓଜନବିଶିଷ୍ଟ ଶିଶୁମାନଙ୍କ ଚିହ୍ନଟ ସହ ସେମାନଙ୍କୁ ଶୀଘ୍ର ଚିକିତ୍ସା ପ୍ରଦାନ ଓ ସ୍ଵତନ୍ତ୍ର ଭାବେ ଫୋକସ୍ କରି ଉପଯୁକ୍ତ ପୋଷଣ ଯୋଗାଇଦେବା । ଆମ ରାଜ୍ୟ ଓଡ଼ିଶାରେ ଏହିଭଳି ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଷ୍ଟି ସାଧନ ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ ଆଇସିଡ଼ିଏସ୍ କାର୍ଯ୍ୟକର୍ତ୍ତାମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଇତି ମଧ୍ୟରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶାରେ କେତେକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶିଶୁମାନଙ୍କୁ ମା’କ୍ଷୀର ସହିତ ୬ ମାସରୁ ପରିପୂରକ ଖାଦ୍ୟ ଖୁଆଇବା ନିମନ୍ତେ ହିତାଧୁକାରୀମାନଙ୍କୁ ପୋଷଣ ମାସ ପାଳନ ଅବସରରେ ବିଶେଷ ଭାବେ ସଚେତନ କରାଯାଉଛି ଯାହା ଦ୍ଵାରା ପୁଷ୍ଟିହୀନତା ଦୂରୀଭୂତ ହେବାରେ ବିଶେଷ ସହାୟକ ହେବ ।

ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହାୟତାରେ ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି । ଯାହା ଫଳରେ ସ୍ଥାନୀୟ ଭାବେ ଉତ୍ପାଦିତ ପନିପରିବା ଏବଂ ଫଳକୁ । ଅତିରିକ୍ତ ପୁଷ୍ଟିସାଧନ ପାଇଁ ହିତାଧୁକାରୀ ମାନଙ୍କ ଖାଦ୍ୟ ସାରଣୀରେ ସାମିଲ କରାଯାଇପାରିବ । ୧୦୦୦ ଦିନିଆ ପଦକ୍ଷେପ ଭାବେ ଗର୍ଭଧାରଣଠାରୁ ଶିଶୁଟି ୨ ବର୍ଷ ବୟସର ହେବା ପର୍ଯ୍ୟନ୍ତ । ଉଭୟ ମା' ଓ ଶିଶୁର ଯନ୍ ପାଇଁ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ ହିତାଧୁକାରୀମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ପୁଷ୍ଟିସାଧନକୁ ସୁନିଶ୍ଚିତ କରୁଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଭାଗିତାରେ ପୋଷଣ ପଞ୍ଚାୟତ ଗଠନ ପାଇଁ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ କୋଭିଡ୍ ମହାମାରୀ ପରିସ୍ଥିତି ହେତୁ ପାରମ୍ପରିକ କାର୍ଯ୍ୟକ୍ରମ ପରିବର୍ତ୍ତେ ଡିଜିଟାଲ୍ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି । ଭଟୁଆଲ୍ ବୈଠକ, ବିନାର ଏବଂ ସାମାଜିକ ଗଣମାଧ୍ୟମର ଉପଯୋଗ କରି ସବୁ ସ୍ତରରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଇଛି ।

ରାଜ୍ୟସ୍ତରରେ ସମସ୍ତ ଜିଲ୍ଲା ମାନଙ୍କୁ ସାମିଲ କରି ପୋଷଣ ମାସ ସଂପର୍କିତ ୱେବିନାର । ଆୟୋଜିତ ହୋଇଛି । ପୁଷ୍ଟିସାଧନର ଗୁରୁତ୍ବ ଉପରେ ଦୂରଦର୍ଶନରେ କାର୍ଯ୍ୟକ୍ରମ ସହ ରାଜ୍ୟସ୍ତରର ସମସ୍ତ କାର୍ଯ୍ୟକ୍ରମର ଟେଲି ମନିଟରିଂ କରାଯାଇଛି । ପୁଷ୍ଟିସାଧନର ଆବଶ୍ୟକତା ସଂପର୍କରେ ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ, ସୁପୋଷଣ ଦିବସ ପାଳନ, ସାମ୍ ଏବଂ ମାମ୍ ଶିଶୁମାନଙ୍କ ଚିହ୍ନଟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଫଳ ଓ ପନିପରିବା ଚାରା ରୋପଣ, ମମତା ଦିବସ, ଟୀକାକରଣ ଦିବସ, ଅଙ୍କୁର ଦିବସ, ଅନ୍ନପ୍ରାସନ ଦିବସ, ସାଦଖୁଆ, ଆଇରନ୍ ବଟିକା ବିତରଣ, ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ପୁଷ୍ଟିସାଧନ ସଂପର୍କରେ ପରାମର୍ଶ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ପୋଷଣ ମାସ ପାଳନର ଗୁରୁତ୍ୱ ସଂପର୍କରେ ହିତାଧୁକାରୀ ମାନଙ୍କୁ ସଚେତନ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମ ଆୟୋଜନ ସମୟରେ ବିଭାଗର ଆଗଧାଡ଼ିର କାର୍ଯ୍ୟକର୍ତ୍ତା, ଅଙ୍ଗନବାଡ଼ି କର୍ମୀ, ସିଡିପିଓ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧୁକାରୀମାନେ କୋ ଭି ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିଛନ୍ତି ।

ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ରହିବ ବଡ ଭୂମିକା - ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ/ ଭୁବନେଶ୍ବର ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଡର ଟେରୋରିଜିମ୍ କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସୁଛ, ସୁଲଭ ଓ ସ୍ଥିର ଉର୍ଜାକୁ ଅଧୁକ ଧ୍ୟାନ ଦିଆଯିବ । ଭାରତର ଉର୍ଜା କମ୍ପାନୀମାନେ ନୂଆ ଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖୁବା ଦିଗରେ କାମ କରୁଛନ୍ତି । ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଯଥା ଉର୍ଜା ଉପଲଛି, ଦକ୍ଷତା, ସ୍ଥିର, ନିରାପତ୍ତା ଏବଂ ସୁଲଭ ମୂଲ୍ୟର ଉର୍ଜା ଉପରେ ଗୁରୁତ୍ବ ଦିଆଯାଉଛି । ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ୨୦ ୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି । 

ଏମଏନଆରଇର କିଷାନ ଉର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁ ଉଦ୍ଧି ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନ ମନ୍ତ୍ରଣାଳୟ ସିଏନଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓ ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ଵଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । କୋଭିଡ୍-୧୯ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନୀମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧୂତ ତୈଳ ଆମଦାନୀ କରୁଛନ୍ତି । ହାଇଡ୍ରୋକାର୍ବନ୍‌ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି । 

୨୦ ୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧୂ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ ୧୬ ମିଲିୟନ ବ୍ୟାରେଲ ଅଶୋଧୁତ ତୈଳ ଭର୍ତ୍ତି କରାଯାଇଛି । ଯଦ୍ୱାରା ସରକାରଙ୍କ ୫ ହଜାରରୁ ଅଧୁକ କୋଟି ସଞ୍ଚୟ ହୋଇପାରିଛି । ସଂପ୍ରସାରଣରେ ଦୃତ ଗତିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅଶୋଧୁ ତୈଳର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନରେ ବୃଦ୍ଧି, ଜୈବ ଏବଂ ନବୀକରଣ ଉର୍ଜା ପ୍ରୋତ୍ସାହନ, ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧୂ ତୈଳ ପ୍ରକ୍ରିୟାରେ ଉନ୍ନତିକରଣ ଏବଂ ପ୍ରତିସ୍ଥାପନ ଚାହିଦା ଭଳି ରଣନୀତି ସୁପ୍ରଭାବ ପକାଇଛି ।

ବିଗତ ୬ ବର୍ଷରେ ଭାରତର କୁଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ଋଷ, ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ବିଦ୍ୟୁତ ଦର ବୃଦ୍ଧି ଓ ଆଂଚାଇଜ୍ କର୍ମଚାରୀଙ୍କ ଛଟେଇ କାହା ସ୍ୱାର୍ଥରେ - ଯୁବ କଂଗ୍ରେସ।

ଭୁବନେଶ୍ୱର ; ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ଡ. ସ୍ମତିରଂଜନ ଲେଙ୍କାଙ୍କ ନେତୃତ୍ବରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦ ଓ ଫ୍ରାଚାଇଜ୍ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡ ସମ୍ମୁଖରେ ସମସ୍ତ କୋଭିଜ୍ ନିୟମର ପାଳନ ପୂର୍ବକ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଦ୍ୟୁତ୍ ନିୟାମକ ବୋର୍ଡର ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ଜୀବନ ଜୀବିକା ପାଇଁ ଲଢ଼େଇ କରୁଥିବା ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ସେମାନଙ୍କ ଉପରେ ଏକ ଶକ୍ତ ଆଘାତ ଆଣିଦେଇଛି । ସବୁଠାରୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏଯାବତ୍ ସମସ୍ତ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଧରଣର କଳକାରଖାନା ନିଜର ଆର୍ଥିକ ସ୍ଥିତିକୁ ସୁଧାରି ଅଂଟା ସଳଖୁ ପାରିନାହାଁନ୍ତି । 

ଅନ୍ୟପଟେ ପ୍ରବାସୀ ଶ୍ରମିକ ନିଜ ଗୁଜୁରାଣ ମେଟାଇବା ପାଇଁ ସକ୍ଷମ ହୋଇନଥିବା ବେଳେ ରାଜ୍ୟର ବହୁ ବେକାରକୀ ଯୁବକ ନିଜ ପରିବାରର ଭାର ବହନ କରିବା ପାଇଁ ମଧ୍ୟ ଅସମର୍ଥ ଅଟନ୍ତି । ଯେଉଁ ସମୟରେ ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳ ବିଦ୍ୟୁତରୁ ଆସୁଛି ଏବଂ ୧୦ ଭାଗ ସୌରଶକ୍ତିରୁ ତ୍ବରାନ୍ବିତ ହେଉଛି ସମସ୍ତ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟମୂଲ୍ୟ ସର୍ବମୋଟ ଟ. ୨.୮୦ ପଇସାରୁ ଉଦ୍ଧି ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ୍ ଥାଇ ବିକ୍ରି ଖର୍ଚ୍ଚ ବୃଦ୍ଧି କରିବା ନିଶ୍ଚିତ ଭାବେ ନିନ୍ଦନୀୟ । ରାଜ୍ୟର ବଡ଼ ବିଭିନ୍ନ ବିତରକ କମ୍ପାନୀ ଓ ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ପାଖାପାଖୁ ୬ହଜାର କୋଟି ଟଙ୍କା ବକେୟା ଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବାକିଥିବା ୨.୫ ହଜାର କୋଟି ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ତେଣୁ ଏହିଭଳି ସ୍ଥଳେ ଘରୋଇ କମ୍ପାନୀମାନଙ୍କ ସ୍ବାର୍ଥରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧିକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦୃଢ଼ ବିରୋଧ କରୁଛି । 

ଓଡ଼ିଶା ବିଜୁଳି ଉତ୍ପାଦନରେ ସ୍ବାବଲମ୍ବୀ ଥୁବାବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ବିଦ୍ୟୁତ୍‌ ଯୋଗାଣ କରୁଛି । ସେହି ରାଜ୍ୟଗୁଡିକ ବିଦ୍ୟୁତ୍ ଦର ରିହାତି ପ୍ରଦାନ କରୁଥିବା ବେଳେ ଓଡିଶା ସରକାର କାହା ସ୍ୱାର୍ଥରେ ବିଦ୍ୟୁତ୍ ଦର ବୃଦ୍ଧି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଂଜନ ଲେଙ୍କା । ଗତକାଲି ପ୍ରଦେଶ ଯୁବ କଂଗ୍ରେସର ଆହ୍ବାନକ୍ରମେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଯଦି ବିଜୁଳି ଦର ହ୍ରାସ ନହୁଏ ତେବେ ଯୁବ କଂଗ୍ରେସ ଜନ ଆନ୍ଦୋଳନକୁ ତୀବ୍ରତର କରିବା ସହ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଆଇନ୍‌କୁ ହାତକୁ ନେବାକୁ ମଧ୍ୟ ପଛଘୁଚା ଦେବନାହିଁ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । 

ଦ୍ବିତୀୟତଃ ସେସୁ ଦ୍ବାରା ଦୀର୍ଘ ୮ ବର୍ଷରୁ ଉର୍ଦ୍ଦ ସମୟଧରି କାର୍ଯ୍ୟ କରିଥିବା ୮୬୦୦ ଆଂଚାଇଜ୍ କର୍ମଚାରୀମାନଙ୍କ ଛଟେଇକୁ ଯୁବ କଂଗ୍ରେସ କଡା ନିନ୍ଦା କରିବା ସହ ସେମାନଙ୍କ ପୁନଃ ନିଯୁକ୍ତି ଦାବି କରୁଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ, ସ୍ଵାଗତ କର, ନିହାର ରଂଜନ ବେହେରା, ସଂକୁନା କହଁର, ଜ୍ଞାନରଂଜନ ରାଉତ, ବିଶ୍ବରଂଜନ ଦାସ, ଆଦିତ୍ୟ ପରିଡା, ଗୌତମ ଦାସ, ବିରଂଚି ବାରିକ, ରିତୁଲ ମହାରଣା, ମୁନି ଥାପା, ଇତିସ୍ମିତା ପାତ୍ର ଏବଂ ଓପେଫାର ଆବାହକ ଶିଲାଦିତ୍ୟ ପଟ୍ଟନାୟକ, ସୁମିତ୍ ପରିଡା, ବିଶ୍ୱଜିତ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟୁତ୍ ବ୍ୟବହାରକାରୀ ମାନେ ଏପର୍ଯ୍ୟନ୍ତ ଅଂଟା ସଳଖି ନାହାନ୍ତି।ବିଦ୍ୟୁତ୍ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ।

ଭୁବନେଶ୍ୱର ; ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଫଚାନନ କାନୁନ୍‌ଗୋ ବିଦ୍ୟୁତ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । କରୋନା । ମହାମାରୀ ସମୟରେ ସବୁ ଶ୍ରେଣୀର ଉପଭୋକ୍ତା ଏବଂ ବିଶେଷକରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ଛୋଟବଡ ଦୋକାନୀ, ବିଦ୍ୟୁତ୍ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ୍ ବ୍ୟବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟା ସଳଖୁ ଛିଡା ହୋଇପାରି ନାହାନ୍ତି । ଏହି ବର୍ଗର ବିଦ୍ୟୁତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟବହାରର ୫୭% ରୁ ଅଧୁକ । ଅର୍ଥାତ୍ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମେଗାୱାର ପାଖାପାଖୁ ୨ ହଜାର ମେଗାୱାଟ୍ ଏମାନେ ବ୍ୟବହାର କରିଥାନ୍ତି । ସାଧାରଣତଃ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ଛାଡି ଦେଲେ ଅନ୍ୟ ବ୍ୟବହାରକାରୀଙ୍କ ମଧ୍ୟରୁ ପାଖାପାଖୁ ୩୩% କର୍ମଜୀବୀ ଅଟନ୍ତି । 

ସେମାନଙ୍କ ଆୟର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସରକାର ସଜାଡି ପାରିଲେନାହିଁ । ପ୍ରଦେଶ କଂଗ୍ରେସ ପୂର୍ବରୁ ଦାବି କରି ଆସିଥିଲା ଯେ ସରକାର ତୁରନ୍ତ କରୋନା ବର୍ଷ ପାଇଁ ବିଦ୍ୟୁତ୍ ଦର ଅତି କମ୍‌ରେ ୫୦% କମାନ୍ତୁ । ଏହା କେବଳ ସ୍ୱଳ୍ପ ଆୟକାରୀଙ୍କୁ ସାହାଯ୍ୟ ଦେଇନଥାନ୍ତା, ପରନ୍ତୁ ଛୋଟ ଛୋଟ ଘରୋଇ ଶିଳ୍ପର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାନ୍ତା । ତାହା ନକରି ସରକାରଙ୍କ ପ୍ରଚ୍ଛନ୍ନ ସହମତିରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଦର ବୃଦ୍ଧି କରିଦେଲେ । ସରକାର ସଫେଇ ଦେଇ କହିଲେ ଯେ ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁ ବାଦ୍ ଯାଇଛନ୍ତି । କିନ୍ତୁ ରାଜ୍ୟରେ ଚାଷୀମାନେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ୍ ବ୍ୟବହାର କରୁଥିବା ବେଳେ ବିପିଏଲ୍ ଉପଭୋକ୍ତାମାନେ ମାତ୍ର ୭% ବିଦ୍ୟୁତ୍ ବ୍ୟବହାର କରିଥାନ୍ତି । ଏଥିମଧ୍ୟରେ ୫୦ ୟୁନିଟରୁ କମ୍ ବିଦ୍ୟୁତ୍ ବ୍ୟବହାରକାରୀଙ୍କ ସଂଖ୍ୟା ଖୁବ୍ ସୀମିତ । ତେଣୁ ସରକାରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ ।

ଖର୍ଚ୍ଚ ବଢ଼ିଯିବା ଆଳରେ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଓ ଏହାକୁ କ୍ରୟ କରୁଥିବା ଗ୍ରୀକୋର ଦାବୀ ଫଳରେ ଏପରି ବୃଦ୍ଧି କରାଗଲା । ଗ୍ରୀଡ୍‌କୋ ମୁଖ୍ୟତଃ ସମସ୍ତ ଉତ୍ପାଦନକାରୀ ସଂସ୍ଥା OPGCL, OHPGc ବିଭିନ୍ନ Captive Power Plant ଓ ଶକ୍ତି ବିକ୍ରୟକାରୀ ସଂସ୍ଥାଠାରୁ ବିଦ୍ୟୁତ୍ କିଣିଥାଏ ଓ ବିତରକ କମ୍ପାନୀମାନଙ୍କୁ ଦେବା ସହିତ ଅନ୍ୟ ରାଜ୍ୟ ଗ୍ରୀଡ୍ ଓ ଜାତୀୟ ଗ୍ରୀଡ୍‌କୁ ମଧ୍ୟ ବିକ୍ରୀ କରିଥାଏ । ଏ ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ସ୍ପଷ୍ଟୀକରଣ ରଖୁବା ଉଚିତ୍ । ରାଜ୍ୟର ମୋଟ୍ ବିଦ୍ୟୁତ୍ ବ୍ୟୟର ୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖୁ ୟୁନିଟ୍ ପିଛା ୨ ଟଙ୍କାରେ ଓ ସୌର ବିଦ୍ୟୁତ୍ରରୁ ମିଳୁଥିବା ୧୦% ୟୁନିଟ୍ ପିଛା ପାଖାପାଖୁ ୨ ଟଙ୍କା ୫୦ ପଇସାରେ ମିଳିଥାଏ । ସବୁ ମିଶି ବିଦ୍ୟୁତ୍ କ୍ରୟ ୟୁନିଟ୍ ପିଛା ୩ ଟଙ୍କା ୫୦ ପଇସାରୁ କେବେ ବି ଅଧୁକ ନୁହେଁ । ତେବେ ୟୁନିଟ୍ ପିଛା ଏବେ ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେ କରାଗଲା ? ଗ୍ରୀଡ଼କୋର ପାଖାପାଖୁ ୭ ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀ ଉପରେ ବକେୟା ପଡିଛି । ବିତରକ କମ୍ପାନୀମାନଙ୍କର ପାଖାପାଖୁ ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡ଼ିଛି । 

ରାଜ୍ୟ କଂଗ୍ରେସ ଓ ଉପଭୋକ୍ତା ମହାସଂଘ ବାରମ୍ବାର ଦାବୀ କରି ଆସିଛି ଯେ ଗତ କୋଡିଏ ବର୍ଷ ଭିତରେ ବିଦ୍ୟୁତ୍ ସଂପର୍କିତ ସମସ୍ତ ଆୟବ୍ୟୟର ହିସାବ ରାଜ୍ୟ ସିଏଜି ଦ୍ଵାରା ଅଡିଟ୍ କରାଯାଉ । କିନ୍ତୁ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଗଣେଶ୍ୱର ବେହେରା ବିଦ୍ୟୁତ୍ ସଂସ୍କାର ବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଚ୍ୟୁତ ହୋଇଛନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ୍ ବିତରଣ ଜନିତ କ୍ଷତି କମିବ, କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଏ ପର୍ଯ୍ୟନ୍ତ ବିତରଣ ଜନିତ କ୍ଷତି ୩୭% ରୁ ଉର୍ଦ୍ଧ ରହିଲା । ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧୁକ ଓ କେତେକ ରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି । ସେଥୁପାଇଁ ଗୋଟିଏ ଉଚ୍ଚ ବୈଷୟିକ ଜ୍ଞାନ ସଂପନ୍ନ ସ୍ଵାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । କୌଣସି ବିତରକ କମ୍ପାନୀ ବିଦ୍ୟୁତ୍‌ ସରବରାହ ମାନ ବୃଦ୍ଧି ନିମନ୍ତେ ଗୋଟିଏ ବି ପଇସା ଖର୍ଚ୍ଚ କଲେ ନାହିଁ । ବରଂ ବାତ୍ୟା, ବନ୍ୟା, ବିଭିନ୍ନ ଗ୍ରାଟ୍ ଓ ବିଭିନ୍ନ ରଣ ଆଦି ବାବଦରେ ୩୦ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରିଛନ୍ତି । 

କେନ୍ଦ୍ର ଓ ରାଜ୍ୟ ସରକାର ଟାଟା ପରି ଏହିସବୁ କମ୍ପାନୀମାନଙ୍କୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବାର ପ୍ରତିଯୋଗୀତାରେ ଲାଗିଛନ୍ତି । ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣ କମ୍ପାନୀକୁ ଟେକି ଦିଆଗଲା । ଅପରପକ୍ଷରେ କେନ୍ଦ୍ର ଏହି କମ୍ପାନୀକୁ ୮୪ କୋଟି ଟଙ୍କାର ପ୍ୟାକେଜ୍ ଦେବାର ଯେଉଁ ଘୋଷଣା କରିଛି ତାହା ସନ୍ଦେହ ସୃଷ୍ଟି କରୁଛି । ରାଜ୍ୟ ସରକାର କ’ଣ ସେସୁକୁ ଦୁର୍ବଳ କରିବାକୁ ୭ ବର୍ଷ ଧରି ଦର ବୃଦ୍ଧି କରିନଥିଲେ ? ଟାଟା ନେବା ପରେ ଦର ବୃଦ୍ଧି କ’ଣ ପାଇଁ ଓ କାହା ସ୍ଵାର୍ଥରେ ? ରାଜ୍ୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ଯଥେଷ୍ଟ ବଢିଛି । ୧୯୯୯ ମସିହାରେ ୧୪.୨୫ ଲକ୍ଷ ଉପଭୋକ୍ତା ଥୁବାସ୍ଥଳେ ୨୦୧୮-୧୯ ମସିହାରେ ୬୮.୫ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଚାଷୀ ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସଂଖ୍ୟା ସାମଗ୍ରୀକ ଭାବରେ ୧୦ ପ୍ରତିଶତରୁ ଅଧୁକା ନୁହେଁ, ତେଣୁ ବିଦ୍ୟୁତ୍ ଦର ବୃଦ୍ଧିରେ ସାଧାରଣ ଜନତା କ୍ଷତିଗ୍ରସ୍ତ ହେବେନାହିଁ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ । ପୂର୍ବରୁ ୧୯୯୯ ମସିହାରେ ଜଣେ ବିଦ୍ୟୁତ୍ କର୍ମଚାରୀ ପିଛା ୩୩ ଜଣ ଉପଭୋକ୍ତା ଥିବାସ୍ଥଳେ ବର୍ତ୍ତମାନ ଏ ସଂଖ୍ୟା ୩୦୦ ରୁ ଅଧିକ । 

ସରକାର ବଡବଡ ଶିଳ୍ପସଂସ୍ଥା ଓ ଉଦ୍ୟୋଗପତିମାନଙ୍କ ଉପରେ ବାକି ପଡିଥିବା ହଜାର ହଜାର କୋଟି ଟଙ୍କା ଆଦାୟ କରିବା ପରିବର୍ତ୍ତେ ମାତ୍ର ୬୬୦ କୋଟି ଟଙ୍କାର ଚାପକୁ ଭରଣା କରିବା ପାଇଁ ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଲେ । ୟୁପିଏ ସରକାର ସମୟରେ ଓଡିଶାରେ ୮ଟି ମାଇକ୍ରୋ ହାଇକ୍ରୋ ପ୍ରୋଜେକ୍ଟ ହେବାକୁ ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କାମ କରା ନଯିବାକୁ ନେଇ ଶ୍ରୀ ବେହେରା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଓଡିଶା ସରକାର ତୁରନ୍ତ ବଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗାମୀ ଦିନରେ ବଡ ଧରଣର ଜନଆନ୍ଦୋଳନକୁ କଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥ ଚେତାବନୀ ଦେଇଥିଲେ । କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ୍ ଦର ବୃଦ୍ଧି ଜନିତ ଅତିରିକ୍ତ ଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ ।

ବିଜୁ ଛାତ୍ର ଜନତାର ନୂତନ ସଭାପତି ଏବଂ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଆହ୍ବାନ-ଛାତ୍ର କଂଗ୍ରେସ

ଭୁବନେଶ୍ୱର ; ବିଜୁ ଛାତ୍ର ଜନତାର ନୂତନ ରାଜ୍ୟ ସଭାପତି ଏବଂ କର୍ମକର୍ତ୍ତାଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସର ନେତା ଶ୍ରୀ ୟାସିର୍ ନୱାଜ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଶ୍ରୀ ନୱାଜ କହିଛନ୍ତି ଯେ ଏହି ସଂଗଠନ ବିଜେଡି ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କର ସୁରକ୍ଷା ପାଇଁ କେବଳ କାର୍ଯ୍ୟ ନକରି ଓଡିଶାର ସ୍ୱାର୍ଥ ପାଇଁ ସଂଗ୍ରାମ କରିବା ଉଚିତ୍ । ଦୁଃଖର ବିଷୟ ଏହିକି ଯେ ଆଜକୁ ୨୨ ବର୍ଷ ହେଲା ବିଜୁ ଛାତ୍ର ଜନତା ଗଠିତ ହେଲେ ବି ଏହି ସଂଗଠନ କେବେ ରାଜ୍ୟ ସ୍ୱାର୍ଥ ପାଇଁ ସଂଗ୍ରାମ କରିନାହିଁ । ଶ୍ରୀ ନୱାଜ ବିଜୁ ଛାତ୍ର ଜନତା ଦଳକୁ ପ୍ରଶ୍ନ କରିଛନ୍ତି ଯେ ଓଡିଶାରେ ବିଜୁ ଜନତା ଦଳ ଅମଳରେ ହୋଇଥିବା ୪ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୧୨ ଶହ କୋଟିର ଡାଲି ଦୁର୍ନୀତି, ଚିଟ୍ଫଣ୍ଡ ଦୁର୍ନୀତି, ଜଳସଂପଦ ଦୁର୍ନୀତି, ଜମି ଦୁର୍ନୀତି, ପିଡିଏସ୍ ଦୁର୍ନୀତି, ବ୍ରହ୍ମ ବିଭ୍ରାଟ, ଅମୃତମଣି ଜମି ଦୁର୍ନୀତି ପ୍ରଭୃତି ବିଜେଡି ସରକାରର ନଖ ଠାରୁ ଶିଖ ପର୍ଯ୍ୟନ୍ତ ଦୁର୍ନୀତିରେ ଭରପୁର ହୋଇଥିବା ବେଳେ ବିଜୁ ଛାତ୍ର ଜନତା ଦଳ ଏ ସଂପର୍କରେ ବିଦ୍ରୋହ ତ କରିବା ଛାଡ ମୁଖ୍ୟମନ୍ତ୍ରୀଙ୍କୁ ଏପରି କାର୍ଯ୍ୟ ବିରୁଦ୍ଧରେ ପତ୍ରଟିଏ ବି ଲେଖୁନାହାନ୍ତି । 

ଆଜିର କରୋନା ବିପତିରେ ସ୍ଵାସ୍ଥ୍ୟ ବିଭାଗ ଦୁର୍ନୀତିର ଚରମ ସୀମାରେ ପହଂଚିଛି । ମାସ୍କ କିଣା ଠାରୁ ଆରମ୍ଭ କରି ସମସ୍ତ କରୋନା ସଂପର୍କିତ ଉପକରଣରେ ଯେଉଁ ଦୁର୍ନୀତି ହୋଇଛି ତାହା ନବୀନ ସରକାରଙ୍କ ଅସଲ ମୁଖାକୁ ଖୋଲି ଦେଇଛି । ଆଜିର ନବନିଯୁକ୍ତ ବିଜୁ ଛାତ୍ର ଜନତା ସଂଗଠନ ଏ ସଂପର୍କରେ ମୁହଁ ଖୋଲିବ କି ବୋଲି ୟାସିର ନୱାଜ ପ୍ରଶ୍ନ କରିଛନ୍ତି । ଅନ୍ୟ ପକ୍ଷରେ ବର୍ଷକୁ ୧ ଲକ୍ଷ ନିଯୁକ୍ତି ଦେବେ ବୋଲି କହି ନବୀନ ବାବୁ ୨୦ ବର୍ଷରେ ୨୦ ଲକ୍ଷ ନିଯୁକ୍ତି ଦେବା କଥା । ମାତ୍ର ୨୦ ବର୍ଷରେ ୧ ଲକ୍ଷ ନିଯୁକ୍ତି ଦେବାକୁ ମଧ୍ୟ ନବୀନ ସରକାର ଅକ୍ଷମ ହୋଇପଡିଛନ୍ତି ଏବଂ ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡିର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ, କର୍ମୀ ଓ ନେତା ସମସ୍ତେ ସଂପୃକ୍ତ ଥୁବା ବେଳେ ଛାତ୍ର ବିଜୁ ଜନତା ଦଳ ନିଜ ଦଳର ସ୍ବଚ୍ଛତା ପାଇଁ ସ୍ୱର ଉତୋଳନ କରିବ କି ? ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବ କି ? ହୁହୁଡ, ଫନି ଓ ବନ୍ୟା ଭଳି ପ୍ରାକୃତିକ ବିପତି ସମୟରେ ଏହି ସଂଗଠନକୁ କେବେ ଦେଖୁବାକୁ ମିଳେନି । ରାଜ୍ୟରେ ଦିନକୁ ୬ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି । 

ପିପିଲିର ବେବିନା, ଟିକିରିର ଇତିଶ୍ରୀ, ବ୍ରହ୍ମଗିରିର ମାଧବୀଲତା, କୁନ୍ଦୁଲି ଛାତ୍ର, ଯାଜପୁରର ସ୍ମିତାରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ବିରୁଦ୍ଧରେ ବିଜୁ ଛାତ୍ର ଜନତା ସ୍ୱର ଉତୋଳନ କରିଛି କି ? ରାଜ୍ୟର ୮ ହଜାର କୃଷକ ମୃତ୍ୟୁ ଏବଂ ଚାଷ ଓ ଚାଷୀ ପ୍ରତି ନବୀନ ସରକାରର ଉଦସୀନତା ବିରୁଦ୍ଧରେ କେବେବି ଏହି ସଂଗଠନ କହିଛି କି ? ସୁତରାଂ କେବଳ ଲୋକଦେଖାଣିଆ ପାଇଁ ବିଜୁ ଜନତା ଦଳର ଛାତ୍ର ସଂଗଠନ ଉଦ୍ଦିଷ୍ଟ ବୋଲି ୨୦ ବର୍ଷ ହେଲା ପ୍ରମାଣିତ ହୋଇ ଆସୁଛି । ବିଜୁ ଛାତ୍ର ଜନତା ଓଡିଶାର ସ୍ୱାର୍ଥ ପାଇଁ ସଂଗ୍ରାମ କରୁ ବୋଲି ଶ୍ରୀ ନୱାଜ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ପାଖରେ ମୁଣ୍ଡ ନ ନୁଆଁଇ ଓଡିଶାର ହକ୍ ପାଇଁ ଆନ୍ଦୋଳନ କରିବାକୁ ମଧ୍ୟ କହିଛନ୍ତି ।

କୋଭିଡ-19 ପାଇଁ ଟୀକା ୱେବ୍ ପୋର୍ଟାଲ୍ ନ୍ୟାସନାଲ୍ କ୍ଲିନିକାଲ୍ ରେଜିଷ୍ଟ୍ରି ଏବଂ ମୋବାଇଲ ଷ୍ଟ୍ରୋକ ୟୁନିଟର କଲେ ଶୁଭାରମ୍ଭ।

ନୁଆଦିଲ୍ଲୀ ; କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଆଜି ଆଇସିଏମଆର ମୁଖ୍ୟାଳୟ ଗସ୍ତ କରିଥିଲେ ଏବଂ ସେଠାରେ ଏକ ଟାଇମଲାଇନ ଉନ୍ମୋଚନ କରିଥିଲେ। ଏଥିରେ ଆଇସିଏମଆରର ଐତିହାସିକ ଉପଲବ୍ଧି ଲିପିବଦ୍ଧ ହୋଇ ରହିଛି। ଡ. ହର୍ଷବର୍ଦ୍ଧନ ଏହି ଅବସରରେ ଆଇସିଏମଆରର ମୋବାଇଲ ଷ୍ଟ୍ରୋକ ୟୁନିଟ ଏବଂ କୋଭିଡ ଟୀକା ଓ କ୍ଲିନିକାଲ ରେଜିଷ୍ଟ୍ରୀ ପୋର୍ଟାଲକୁ ଉଦଘାଟନ କରିଥିଲେ ଯାହାକୁ ଆଇସିଏମଆର ପରିଚାଳନା କରୁଛି। ଏହି ଅବସରରେ ଆଇସିଏମଆର ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ, ଆଇସିଏମଆର-ଏନଆଇଏନ ନିର୍ଦ୍ଦେଶକ ଡ. ଆର. ହେମଲତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। ଡ. ହର୍ଷ ବର୍ଦ୍ଧନ ଆଇସିଏମଆରର ହିଷ୍ଟ୍ରୀ ଟାଇମଲାଇନ ଉନ୍ମୋଚନ କରିଥିଲେ। ଏଥିରେ ଭାରତର ଏହି ପ୍ରମୁଖ ଗବେଷଣା ପରିଷଦର 108 ବର୍ଷର ଜୟଯାତ୍ରା ଲିପିବଦ୍ଧ ହୋଇ ରହିଛି । 

1911 ମସିହାରେ ଇଣ୍ଡିଆନ ରିସର୍ଚ୍ଚ ଫଣ୍ଡ ଆସୋସିଏସନ (ଆଇଆରଏଫଏ) ନାମରେ ଏହି ସଂସ୍ଥା ଆରମ୍ଭ ହୋଇଥିଲା। ଏହି ଟାଇମଲାଇନରେ ଆଇସିଏମଆରର ନୀତି ଓ କାର୍ଯ୍ୟକ୍ରମ ହସ୍ତକ୍ଷେପ, ରୋଗ ନିୟନ୍ତ୍ରଣ ପାଇଁ ଏହାର ସଂସ୍ଥାନ ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଏଚଆଇଭି, କର୍କଟ ଏବଂ ପୁଷ୍ଟିସାଧନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ କାର୍ଯ୍ୟ ସ୍ଥାନ ପାଇଛି। ଆଇସିଏମଆରର ହିଷ୍ଟ୍ରୀ ଟାଇମଲାଇନ ଉନ୍ମୋଚନରେ ସନ୍ତୋଷ ପ୍ରକାଶ କରି ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଆଇସିଏମଆର ସବୁବେଳେ ବାୟୋମେଡ଼ିକାଲ ଗବେଷଣା କ୍ଷେତ୍ରରେ ବର୍ଦ୍ଧିତ ଚାହିଦା ପୂରଣ କରିବା ଏବଂ ଦେଶରେ ଦେଖାଦେଉଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ପ୍ରୟାସ କରି ଆସିଛି। ସେ କହିଥିଲେ ଯେ ଆଇସିଏମଆରର ଗୌରବଶାଳୀ ଇତିହାସକୁ ସମ୍ବେଦନଶୀଳ ଢଙ୍ଗରେ ପ୍ରଦର୍ଶିତ କରୁଥିବା ଏହି ମୁହୂର୍ତ୍ତ ସୁବଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଡ. ହର୍ଷ ବର୍ଦ୍ଧନ ଆହୁରି କହିଥିଲେ ଯେ ଦେଶରେ ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଆଇସିଏମଆର ସବୁବେଳେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି। ବର୍ତ୍ତମାନ ବୈଜ୍ଞାନିକ ପଦକ୍ଷେପ ଏବଂ ଉଦ୍ଭାବନ ଜରିଆରେ ଦେଶରେ ଦେଖାଦେଇଥିବା ଅପ୍ରତ୍ୟାଶିତ ମହାମାରୀ ମୁକାବିଲା କରୁଛି। 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏକ ମୋବାଇଲ ଷ୍ଟ୍ରୋକ ୟୁନିଟର ଶୁଭାରମ୍ଭ କରିଥିଲେ। ସେ କହିଥିଲେ ହୃଦରୋଗ ଓ ଉଚ୍ଚ ରକ୍ତଚାପରେ ଲୋକମାନେ ପ୍ରାଣ ହରାଇବା ଦୁର୍ଭାଗ୍ୟଜନକ। ସଠିକ ସମୟରେ ଚିକିତ୍ସା ମୃତ୍ୟୁହାର ରୋକିପାରିବ ଏବଂ ଅକ୍ଷମତା ଦୂର କରିପାରିବ। ଆସାମରେ ଅଧିକ ସଂଖ୍ୟକ ଷ୍ଟ୍ରୋକ ରୋଗୀ ଏବଂ ଉପଯୁକ୍ତ ଚିକିତ୍ସା ଅଭାବ ଭଳି ସମସ୍ୟାକୁ ଏକ ପ୍ରୟାସ ମାଧ୍ୟମରେ ସମାଧାନ କରାଯାଇପାରିବ। ଏହି ମୋବାଇଲ ୟୁନିଟ, ଟେଲି-ପରାମର୍ଶ ମାଧ୍ୟମରେ ସଠିକ ସମୟରେ ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା କରାଇପାରିବ। କୋଭିଡ କାରଣରୁ ସମ୍ବଳର ଅଭାବ ଥିଲେ ମଧ୍ୟ ସମର୍ପିତ ଭାବେ ଜନସାଧାରଣଙ୍କ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ଏକ ଟୀକା ପୋର୍ଟାଲ ଓ କୋଭିଡ କ୍ଲିନିକାଲ ରେଜିଷ୍ଟ୍ରି ପୋର୍ଟାଲର ଶୁଭାରମ୍ଭ କରିଥିଲେ। ସେ ଟୀକା ବିକାଶର ସ୍ଥିତି ସମ୍ପର୍କରେ ବିସ୍ତୃତ ଓ ପାରଦର୍ଶୀ ସୂଚନା ପ୍ରଦାନ କରାଯିବା ଉପରେ ଜୋର ଦେଇଥିଲେ। 

ସେ କହିଥିଲେ ଯେ ଏହି ପୋର୍ଟାଲ ମାଧ୍ୟମରେ ଟୀକା ବିକାଶ, କ୍ଲିନିକାଲ ପରୀକ୍ଷଣ ଏବଂ ଦେଶ ତଥା ବିଦେଶରେ ଏ ଦିଗରେ ହେଉଥିବା ଅଗ୍ରଗତି ସମ୍ପର୍କରେ ଜରୁରି ଏବଂ ଗୁରୁତ୍ବପୂର୍ଣ୍ଣ ସୂଚନା ନିୟମିତ ବ୍ୟବଧାନରେ ଉପଲବ୍ଧ ହୋଇପାରିବ। ଆଜି କୋଭିଡ ସମୟରେ ଟୀକା ବିକାଶ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ଦେଶରେ ଟୀକା ବିକାଶର ସ୍ଥିତି ସମ୍ପର୍କରେ ସୂଚନା ଦେବା ଜରୁରି ହୋଇ ପଡ଼ିଛି। ଭାରତର କୋଭିଡ-19 ମୁକାବିଲା ସମ୍ପର୍କରେ ସୂଚନା ଦେଇ ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ ଦେଶରେ ଲଗାତାର ଆରୋଗ୍ୟ ହାର ବୃଦ୍ଧି ପାଇବା ଏବଂ ମୃତ୍ୟୁହାର ହ୍ରାସ ପାଇବା କୋଭିଭ19 କୁ ପ୍ରତିହତ କରିବାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରମାନେ ଗ୍ରହଣ କରିଥିବା ରଣନୀତିର ସଫଳତାକୁ ପ୍ରମାଣିତ କରିଛି। ଆଜି ଦେଶରେ ପରୀକ୍ଷାଗାର ସଂଖ୍ୟା 1ରୁ 1800ରେ ପହଞ୍ଚିଛି, ଆମେ ଆମର ସାମର୍ଥ୍ୟ ବିକାଶରେ ଦୀର୍ଘ ପଥ ଅତିକ୍ରମ କରିଆସିଛୁ। 

ଆମେ ଆମର ପରୀକ୍ଷା ସାମର୍ଥ୍ୟକୁ ବଢ଼ାଇ ଦେଇଛୁ ଯାହା ଆଜି ଦୈନିକ 15 ଲକ୍ଷରେ ପହଞ୍ଚିଛି। ଉପଯୁକ୍ତ କୋଭିଡ ସତର୍କତା ଅବଲମ୍ବନ କରିବା ଲାଗି ଡ. ହର୍ଷ ବର୍ଦ୍ଧନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସର୍ବସାଧାରଣ ସ୍ଥାନରେ ମାସ୍କ/ଫେସ କଭର ପିନ୍ଧିବା, ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଶ୍ବାସକ୍ରିୟାଜନିତ ବ୍ୟାୟାମ କରିବା ଏବଂ ସାମାଜିକ ଦୂରତା ବା ଦୁଇ ଗଜ ଦୂରତା ବଜାୟ ରଖିବା ଆଦି ସାମାଜିକ ଟୀକାର ପ୍ରୟୋଗ ଉପରେ ସେ ଜୋର ଦେଇଥିଲେ।

ଭାରତ-ଡେନମାର୍କ ଭଚୁଆଲ ଦିପାକ୍ଷିକ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ପ୍ରାରମ୍ଭିକ ମନ୍ତବ୍ୟ।

ନମସ୍କାର, ମହାନୁଭବ! । 
ଆଜିର ଏହି ଭଆଲ ଶିଖର ବୈଠକ ମାଧ୍ୟମରେ ଆପଣଙ୍କ ସହିତ ବାର୍ତ୍ତାଳାପ କରିବାର ଅବସର ମୋତେ ମିଳିଛି । ସେଥ୍ୟପାଇଁ ମୋ ମନ ଅତି ମାତ୍ରାରେ ପ୍ରସନ୍ନ । ସର୍ବ ପ୍ରଥମେ ଡେନମାର୍କରେ କୋଭିଡ଼-19 ଯୋଗୁ ହୋଇଥିବା କ୍ଷତି ପାଇଁ ମୁଁ ମୋର ସମ୍ବେଦନା ବ୍ୟକ୍ତ କରୁଛି । ଏହି ସଂକଟରୁ ଉଦ୍ଧାର ପାଇବା ସକାଶେ ଆପଣଙ୍କ କୃଶଳୀ ନେତୃତ୍ବକୁ ମୁଁ ମଧ୍ୟ ଅଭିନନ୍ଦନ ଜଣାଉଛି । ସକଳ ବ୍ୟସ୍ତତା ଭିତରେ ଆପଣ ଏହି ବାର୍ତ୍ତାଳାପ ପାଇଁ ସମୟ ବାହାର କରିଛନ୍ତି, ଏହା ଆମର ପାରସ୍ପରିକ ସମ୍ପର୍କ ପ୍ରତି ଆପଣଙ୍କ ମନରେ ଥିବା ବିଶେଷ ଗୁରୁତ୍ବ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ନିକଟରେ ଆପଣଙ୍କର ବିବାହ ସମ୍ପନ୍ନ ହୋଇଛି । ମୁଁ ଏପାଇଁ ଆପଣଙ୍କୁ ମଙ୍ଗଳମୟ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି ଯେ କୋଭିଡ଼-19 ଯୋଗୁ ଉତ୍ପନ୍ନ ସ୍ଥିତି ସୁଧୁରିବା ପରେ ଶୀଘ୍ର ଆପଣଙ୍କୁ ସପରିବାରେ ଭାରତରେ ସ୍ଵାଗତ କରିବାର ଅବସର ମିଳିବ । ମୋର ବିଶ୍ବାସ ଯେ ଆପଣଙ୍କ କନ୍ୟା ଇଦା ଭାରତ ଭ୍ରମଣରେ ପୁଣି ଥରେ ଆସିବା ଲାଗି ଅବଶ୍ୟ ଉଣ୍ଡିତ ଥିବ ।

କିଛି ମାସ ପୂର୍ବେ ଫୋନ ଯୋଗେ ଆମ ଭିତରେ ଅନେକ ସଫଳ କଥାବାର୍ତ୍ତା ହୋଇଥିଲା । ଆମେ ଅନେକ କ୍ଷେତ୍ରରେ ଭାରତ ଏବଂ ଡେନମାର୍କ ମଧ୍ୟରେ ସହଯୋଗ ବୃଦ୍ଧି ସଂପର୍କରେ ଚର୍ଚ୍ଚା କରିଥିଲେ ଏହା ପ୍ରସନ୍ନତାର ବିଷୟ ଯେ ଆଜି ଆମେ ଏହି ଭଆଲ୍ ଶିଖର ବୈଠକ ମାଧ୍ୟମରେ ସେହି ସବୁ । ପ୍ରୟାସକୁ ନୂତନ ଦିଶା ଓ ଗତି ପ୍ରଦାନ କରିବା । ମୁଁ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, 2009 ମସିହାଠାରୁ, ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ନିୟମିତ ଭାବେ ଅନୁଷ୍ଠିତ ହୋଇ ଆସୁଛି । ସେଥ୍ୟପାଇଁ ଡେନମାର୍କ ପ୍ରତି ମୋର ବିଶେଷ ଧାନ ରହି ଆସିଛି । ମୁଁ ଦିତୀୟ ଭାରତନୋକ୍ ଶିଖର ସମ୍ମିଳନୀର ଆୟୋଜନ କରିବା ସକାଶେ ଆପଣଙ୍କ ପ୍ରସ୍ତାବ ପାଇଁ ଆପଣଙ୍କ ନିକଟରେ କୃତଜ୍ଞ । ସ୍ଥିତି ସୁଧୁରିବା ପରେ ଡେନମାର୍କ ଆସିବା ଏବଂ ଆପଣଙ୍କ ସହ ସାକ୍ଷାତ କରିବାର ସୌଭାଗ୍ୟ ମୋତେ ମିଳିବ ଏବଂ ଆମେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଘେନି ଆଲୋଚନା କରିବା ।

ମହୁନୁଭବ,
ବିଗତ କିଛି ମାସର ଘଟଣାକ୍ରମ ଏହା ସ୍ପଷ୍ଟ କରିଛି ଯେ ଆମମାନଙ୍କ ଭଳି ସମଭାବାପନ୍ନ ରାଷ୍ଟ । ଯାହା ନୀତି ଭିତ୍ତିକ, ସଚ୍ଛ, ମାନବିକତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଭଳି ଚିନ୍ତାଧାରାରେ ସମାନ । ଭାବେ ବିଶ୍ୱାସୀ, ଏକତ୍ର ମିଶି କାମ କରିବା ଜରୁରି । କରୋନା ପ୍ରତିଷେଧକ ଟୀକା ବିକାଶରେ ଆମ ସମଭାବାପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ ହାରା ହିଁ ଏଭଳି ବୈଶ୍ୱିକ ମହାମାରୀରୁ ମୁକ୍ତି ପାଇବାର ଅବସର ମିଳିପାରିବ । ଏହି ମହାମାରୀ ସମୟରେ, ଭାରତର ଫାର୍ମା ଉତ୍ପାଦନ କ୍ଷମତା ସଂପୂର୍ଣ୍ଣ ବିଶ୍ୱ ପାଇଁ ଉପଯୋଗୀ ରହିଛି । ଆମେ ଏହି ପ୍ରୟାସ ପ୍ରତିଷେଧକ ଟୀକା କ୍ଷେତ୍ରରେ ମଧ୍ୟ ଆପଣାଇଛୁ । ଆମର “ଆତ୍ମନିର୍ଭର ଭାରତ ଅଭିଯାନର ମଧ୍ୟ ଏହି ପ୍ରୟାସ ଯେ ପ୍ରମୁଖ ଆର୍ଥିକ କ୍ଷେତ୍ରରେ ଭାରତର କ୍ଷମତା ବୃଦ୍ଧି ପାଉ ଏବଂ ତାହା ସମଗ୍ର ବିଶ୍ୱ ଲାଗି ମଧ୍ୟ କାର୍ଯ୍ୟ କରୁ । ଏହି ଅଭିଯାନ ଅଧୀନରେ ଆମେ ସାମଗ୍ରିକ ସଂସ୍କାର ଉପରେ ଜୋର ଦେଉଛୁ । ନିୟନ୍ତ୍ରଣ ଓ ଟିକସ କ୍ଷେତ୍ରରେ ସଂସ୍କାର ହାରା ଭାରତରେ କାର୍ଯ୍ୟ କରୁଥିବା କମ୍ପାନୀମାନଙ୍କୁ ଅନେକ ଫାଇଦା ମିଳିପାରିଛି । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସଂସ୍କାର ପ୍ରକ୍ରିୟା ନିରନ୍ତର ଭାବେ ଚାଲୁ ରହିଛି । 

ନିକଟରେ  କୃଷି ଏବଂ ଶ୍ରମ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସଂସ୍କାର ଘଟାଯାଇଛି । ମହାନୁଭବ, କୋଭିଡ଼-19 ଆମକୁ ଦେଖାଇ ଦେଇଛି ଯେ ବୈଶ୍ୱିକ ଯୋଗାଣ ଶୃଙ୍ଖଳର କୌଣସି ଗୋଟିଏ ଉତ୍ସ ଉପରେ ଅତ୍ୟଧୁକ ନିର୍ଭର କରିବାରେ ବିପଦ ରହିଛି । ଆମେ ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ମିଶି ଯୋଗାଣ ଶୃଙ୍ଖଳ ବିବିଧୂରଣ ଏବଂ ସହନଶୀଳତା ଦିଗରେ କାର୍ଯ୍ୟ କରୁଛୁ । ଅନ୍ୟ ସମଭାବାପନ୍ନ ରାଷ୍ଟ୍ର ମଧ୍ୟ ଏହି ପ୍ରୟାସରେ ସାମିଲ ହୋଇପାରିବେ। ଏ ସମ୍ବନ୍ଧରେ ମୋର ଧାରଣା ଯେ ଆମର ଏହି ଭଟୁଆଲ୍ ଶିଖର ସମ୍ମିଳନୀ କେବଳ ଭାରତ ଡେନମାର୍କ ସମ୍ପର୍କ ପାଇଁ ଉପଯୋଗୀ ସିଦ୍ଧ ହେବନାହିଁ, ଅପରନ୍ତୁ ବୈଶ୍ବିକ ଆହ୍ବାନଗୁଡ଼ିକ ପ୍ରତି ମଧ୍ୟ ଏକ ନୂତନ କାର୍ଯ୍ୟପନ୍ଥା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ମୁଁ ପୁଣି ଥରେ ଆପଣ ଏହି ସମ୍ମିଳନୀରେ ଭାଗ ନେବାକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଏବେ ମୁଁ ଆପଣଙ୍କୁ ନିଜର ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନ କରିବାକୁ ଆମନ୍ତ୍ରଣ ଜଣାଉଛି ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସଚିବଙ୍କ ସମୀକ୍ଷା ଦୀକ୍ଷାରେ ଉତ୍କଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପ୍ରଶଂସା ।

ଭୁବନେଶ୍ୱର ; ଆଜି ପୂର୍ବାହ୍ନରେ କେନ୍ଦ୍ର ଶିକ୍ଷା ସଚିବ ଅନିତା କରୁଆଲ୍ ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ସମସ୍ତ ରାଜ୍ୟର ଶିକ୍ଷା ସଚିବ ଓ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ମାନଙ୍କ ସହିତ ଓ ରାଜ୍ୟର ଶିକ୍ଷାକ୍ଷେତ୍ରରେ ବିଭିନ୍ନ ଅଗ୍ରଗତିର ସମୀକ୍ଷା କରିଥିଲେ । ଏହି ଅବସରରେ ଜାତୀୟ ବିଦ୍ୟାଦାନ କାର୍ଯ୍ୟକ୍ରମରେ ଉକୃଷ୍ଟ ପ୍ରଦର୍ଶନ ପାଇଁ କେନ୍ଦ୍ର ଶିକ୍ଷା ସଚିବ ଓଡ଼ିଶାକୁ ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଦାନ କାର୍ଯ୍ୟକ୍ରମରେ ଶିକ୍ଷକଶିକ୍ଷୟିତ୍ରୀମାନଙ୍କଠାରୁ ‘ଇ’ ଶିକ୍ଷଣ ଭିଡ଼ିଓ ଆହ୍ବାନ କରାଯାଇଥିଲା । ଏଥିରେ ରାଜ୍ୟର ୧୫୫୩ ଶିକ୍ଷକ ଅଂଶ ଗ୍ରହଣ କରି ନିଜସ୍ୱ ପ୍ରସୁତ ଶିକ୍ଷଣ ଭିଡ଼ିଓ ବିଦ୍ୟାଦାନ ପୋର୍ଟାଲ୍‌ରେ ପ୍ରଦାନ କରିଥିଲେ । ରାଜ୍ୟ ସ୍ତରରେ ସମୀକ୍ଷା ପରେ ୧୦୦୭ଟି ଭିଡ଼ିଓ ଅନୁମୋଦିତ ହୋଇ ଦୀକ୍ଷାରେ ସଂଯୋଗ କରାଯାଇଛି । 

ସଂପ୍ରତି ଦୀକ୍ଷାରେ ଶତପ୍ରତିଶତ ପାଠ୍ୟପୁସ୍ତକ ବ୍ଲ୍ୟୁ ଆର୍ କୋଡ଼ ସହିତ ଉପଲବ୍ଧ ଥିବାବେଳେ ୮୦ ପ୍ରତିଶତରୁ ଊଦ୍ଧ ଶିକ୍ଷଣ ଭିଡ଼ିଓ ଉପଲବ୍ଧ ଅଛି । ଦୂରଦର୍ଶନ ଓ ରେଡ଼ିଓରେ ପ୍ରସାରିତ ଭିଡ଼ିଓ ଓ ଅଡ଼ିଓ ଶିକ୍ଷଣ ପାଠ୍ୟ ବିଷୟଗୁଡ଼ିକ ଦୀକ୍ଷାରେ ଉପଲବ୍ଧ କରାଯାଇଛି । ମହାମାରୀ କରୋନା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଆହ୍ବାନ କ୍ରମେ ଦୀକ୍ଷାର ବ୍ୟବହାର ବହୁଗୁଣିତ ହୋଇଛି । ବୈଠକରେ ରାଜ୍ୟ ସରକାରଙ୍କ ଦ୍ଵାରା ସମଗ୍ର ଶିକ୍ଷା ଅଂଶ ପ୍ରଦାନ ଓ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ଅର୍ଥ ବିନିଯୋଗ ପାଇଁ ଓଡ଼ିଶା ପ୍ରଶଂସିତ ହୋଇଥିଲା । ସେହିପରି ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ପାଇଁ ରାଜ୍ୟରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରାଜ୍ୟ ଟାସ୍କଫୋର୍ସ ଗଠିତ ହୋଇଥିବାରୁ କେନ୍ଦ୍ର ସଚିବ ସନ୍ତୋଷ ପ୍ରକାଶ କରିଥିଲେ ଓ ଆସନ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ଜାତୀୟ ଶିକ୍ଷାନୀତି ପ୍ରଣୟନ ଉପରେ ମତାମତ ଦେବା ପାଇଁ ଅନୁରୋଧ କରିଥିଲେ । କରୋନା ସମୟରେ ରାଜ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଯାଇ ପାରିଥିବାରୁ ଓଡ଼ିଶାକୁ ପ୍ରଶଂସା କରାଯାଇଥିଲା । 

ସେହିପରି ବିଦ୍ୟାଳୟ ନିରାପତ୍ତା ନିୟମ ୨୦୧୬ ଆଧାରରେ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ସର୍ତ୍ତାବଳୀ ଅନୁପାଳନ କରି ରିପୋର୍ଟ ପ୍ରଦାନ କରିଥିବାରୁ ପ୍ରଶଂସିତ ହୋଇଥିଲେ । ରାଜ୍ୟର ସମସ୍ତ ଶିକ୍ଷକ ଦୀକ୍ଷା ଆପ୍ ମାଧ୍ୟମରେ ଅକ୍ଟୋବର ୧ ତାରିଖଠାରୁ ‘ନିଷ୍ଠା’ ତାଲିମ ନେବା ପାଇଁ ଓସେପା ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ସୂଚନା ଦିଆଯାଇଥିଲା । ଉକ୍ତ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଅଂଶଗ୍ରହଣ କରି ରାଜ୍ୟ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କେନ୍ଦ୍ର ସଚିବଙ୍କୁ ଅବଗତ କରାଇବା ସଙ୍ଗେ ସଙ୍ଗେ ଓଡ଼ିଶା ଠିକ୍ ସମୟରେ ଅର୍ଥ ବିନିଯୋଗ କରିସାରିଥିବାରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଅନ୍ୟାନ୍ୟ ପଦାଧୁକାରୀ ଉପସ୍ଥିତ ଥିଲେ ।

ଓଡ଼ିଶା ପିସିସି ସୋସିଆଲ ମିଡ଼ିଆ ଅନଲାଇନ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଲେ ଗୌରବ ବଲ୍ଲଭ।

ଭୁବନେଶ୍ୱର ; ଅଖୁଳ ଭାରତ କଂଗ୍ରେସ କମିଟିର ଜାତୀୟ ମୁଖପାତ୍ର ଗୌରବ ବଲ୍ଲଭ ଏକ ଟିଭି ଡିବେଟ୍ରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଯିଏକି ଜଣେ ଓଡ଼ିଆଙ୍କୁ ୫ଟ୍ରିଲିୟନରେ କେତୋଟି ଶୂନ ଅଛି ବୋଲି ପ୍ରଶ୍ନ ପଚାରିଥିଲେ । ଏହାର ଉତର ବିଜେପିର ମୁଖପାତ୍ର ଦେଇ ପାରିନଥିଲେ । ଏହି ଭିଡ଼ିଓଟି ପରବର୍ତୀ ସମୟରେ ବହୁ ପରିମାଣରେ ଭାଇରାଲ ହୋଇ ଚଚ୍ଚିତ ହୋଇଥିଲେ ଶ୍ରୀ ବଲ୍ଲଭ । ଆଜି ପ୍ରଦେଶ କଂଗ୍ରେସ ସୋସିଆଲ ମିଡ଼ିଆ ଦ୍ଵାରା ପ୍ରାୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମ ଜରିଆରେ ସିଧାସଳଖ ଆଲୋଚନା କରିଥିଲେ ଶ୍ରୀ ଗୌରବ ବଲ୍ଲଭ । ଓଡ଼ିଶାର ସାମଜିକ ଗଣମାଧ୍ୟମର କର୍ମକର୍ତ୍ତା ଓ କଂଗ୍ରେସ କର୍ମୀଙ୍କୁ ସୋସିଆଲ ମିଡିଆରେ କଂଗ୍ରେସ ପାଇଁ ଲଢ଼େଇ କରିବା ଦରକାର କିନ୍ତୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସବୁ ମିଛକୁ ନେଇ ତାଙ୍କ ସହିତ ଯୁକ୍ତି କରିବା ପରିବେର୍ତ୍ତ କେବଳ ସତ୍ୟ ଉପରେ ଆଧାରିତ ତାଙ୍କ ବିଫଳତାକୁ ନେଇ ପ୍ରଶ୍ନ ପଚାରି ତାଙ୍କୁ ଘେରିବା ଦରକାର ବୋଲି ଶ୍ରୀ ବଲ୍ଲଭ କହିଥିଲେ । 

ଶ୍ରୀ ବଲ୍ଲଭଙ୍କୁ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଥିବାବେଳେ ଅଧ୍ୟକ୍ଷତା କରିଥଲେ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ । ଶ୍ରୀ ଗୌରବ ବଲ୍ଲଭ ଜାମସେଦପୁର ଏକ୍ସଏଲଆରଆଇ ଇନଷ୍ଟିଚ୍ୟୁଟରେ ପ୍ରଫେସର ଥିବାବେଳେ ସେଥିରେ ଅଧୁକାଂଶ କର୍ମଋରୀ ଓଡ଼ିଆ ଥିଲେ । ଏବଂ ଯେଉଁ ଫ୍ଲାଟରେ ରହୁଥିଲେ ସେଥିରେ ମଧ୍ୟ ୯୦ ଭାଗ ଓଡ଼ିଆଲୋକ ରହୁଥିଲେ । ତେଣୁ ସେ ଓଡ଼ିଆକୁ ଭଲପାଆନ୍ତି, ଓଡ଼ିଆ ବୁଝନ୍ତି, ଓଡ଼ିଆ ଖାଦ୍ୟ ପସନ୍ଦ କରନ୍ତି । ସେଥପାଇଁ ଶ୍ରୀ ବଲ୍ଲଭ ପ୍ରାରମ୍ଭରେ ନିଜର ବକ୍ତବ୍ୟ ଜୟଜଗନ୍ନାଥ କହି ଆପଣମାନେ କେମିତି ଅଛନ୍ତି ବୋଲି କହିଥିଲେ । ଏହି କରୋନା ମହାମାରୀ ସମୟରେ ବ୍ୟାଲି, ଧାରଣା ନିଶିଧ ଥୁଲାବେଳେ ସୋସିଆଲ ମିଡ଼ିଆହିଁ ଏକମାତ୍ର (ହ୍ବାଟସଅପ, ଫେସବୁକ, ଟ୍ୟୁଟର, ୟୁଟ୍ୟୁବ, ଇନଷ୍ଟାଗ୍ରାମ) ମାଧ୍ୟମ ଯାହାକି ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ବିଫଳତାକୁ ନେଇ ପ୍ରଶ୍ନ ପଶ୍ଚରି ଘେରିବାପାଇଁ । 

ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ସମେତ ପିସିସି ସୋସିଲା ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, କେନ୍ଦ୍ର ସୋସିଆଲ ମିଡିଆ ସଂଯୋକ ବିପିନ ଯାଦବ, ବିନୟ ଦୋକାନିୟା, ସତ୍ୟବ୍ରତ ଗୁରୁ, ଚେତନ ମିଶ୍ର, ଚନ୍ଦନ ରାୟ, ବିଶ୍ୱନାଥ ଦାସ, ମୁକେଶ ଅଗ୍ରୱାଲ, ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଶ୍ନ ପଚାରିଥିଲେ । ଏଠାରେ ସୂଚାଇ ଦେଉଛୁକି ଏହା ସୋସିଆଲ ମିଡ଼ିଆର ତୃତୀୟ ଅନ୍‌ଲାଇନ କାର୍ଯ୍ୟକ୍ରମ । ପ୍ରଥମ ଅନଲାଇନ କାର୍ଯ୍ୟକ୍ରମରେ ବକ୍ସର ବିଜେନ୍ଦ୍ର ସିଂହ ଅତିଥ ଭାବରେ ଯୋଗଦେଇଥିଲେ । ସେହିପିର ଦ୍ବିତୀୟ କାର୍ଯ୍ୟକ୍ରମରେ ଏଆଇସିସିର ମୁଖପାତ୍ର ପନ ଖେରାର ଅତିଥିଭାବରେ ଯୋଗଦେଇଥିଲେ ଯାହାକି ପରବର୍ତ୍ତୀ କାର୍ଯ୍ୟକ୍ରମ କରିବା ପାଇଁ ସୋସିଆଲ ମିଡ଼ିଆ ଟିମ୍ବକୁ ଉତ୍ସାହିତ କରିଥିଲା । ଏହିପରି କାର୍ଯ୍ୟକ୍ରମ ବା ଅଧବେସନ ଗୁଡ଼ିକ ଓଡ଼ିଶା କଂଗ୍ରେସର ସୋସିଆଲ ମିଡ଼ିଆ ଦ୍ଵାରା ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସାଧାରଣ ସଂପାଦକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ଯୋଗେ ଜଣାଇଛନ୍ତି ।

ରାଜକିଶୋର ସାବତଙ୍କ ବିୟୋଗରେ ଉତ୍କଳ ସ୍ଵାଭିମାନ ଓ ଜେଏଇ ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ।

ଭୁବନେଶ୍ବର ; ରାଜକିଶୋର ସାବତଙ୍କ ବିୟୋଗରେ ଉତ୍କଳ ସ୍ଵାଭିମାନ ଓ ଜେଏଇ, ଓଡ଼ିଶା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ୫୨ ବର୍ଷ ବୟସ୍କ ବରିଷ୍ଠ ଦୃଷ୍ଟିହୀନ ସମାଜସେବୀ ତଥା ଡ. ରନ୍‌କର ଦାସ ମେମୋରିଆଲ୍ ଦୃଷ୍ଟିହୀନ ମହାବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତା, ତ୍ରୈମାସିକ ପତ୍ରିକା ଦିବ୍ୟଦୃଷ୍ଟି ଓଡ଼ିଶା ଓ ପ୍ରଜ୍ଞାର ସଂପାଦକ, ପୀଇଁଲାଖୁ ପକ୍ଲିକ୍ ୱେଲ୍‌ଫେୟାର ଅର୍ଗାନାଇଜେସର ସ୍ରଷ୍ଟା ତଥା ପତିତପାବନ ସେବାସଂଘର ପରିଚାଳିତ ଦୃଷ୍ଟିବାଧୂତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜକିଶୋର ସାବତ ଇହଲୀଳା ସମ୍ବରଣ କରିଛନ୍ତି । ୨୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ଵର କିମସ୍ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଅମରାତ୍ମାର ସଦ୍‌ଗତି ନିମନ୍ତେ ଉତ୍କଳ ସ୍ବାଭିମାନ ଓ ଜେଏଇ ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । 

ଉକ୍ତ ସଭାରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା, ଓଲସ୍, ଭୁବନେଶ୍ବରର ଉପାଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଉତ୍କଳ ସ୍ଵାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଓ ସଂପାଦକ ପ୍ରଭାକର ତ୍ରିପାଠୀ, ଏସିଏସିଆଡ଼ି, ଭୁବନେଶ୍ବରର ସହକାରୀ ନିର୍ଦ୍ଦେଶକ ଡ. ରାମକିଶୋର ଶର୍ମା, ହୀରାକୁଦ ଡିଗ୍ରୀ କଲେଜର ଅଧ୍ୟାପିକା ଡ. ମଞ୍ଜୁଲତା ପଣ୍ଡା, ଜେଏଇ, ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ଦାଶରଥା ମୁର୍ମୁ, ଏଆଇଏସ୍‌ଆର୍, ଓଡ଼ିଶାର ଅଧ୍ୟାପକ ଶ୍ରୀ ମୁରଲୀଧର ଦାସ ଏବଂ ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଅନୁଷ୍ଠାନମାନ ଭଚୁଆଲ୍ ପ୍ଲାଟ୍‌ଫର୍ମ ମାଧ୍ୟମରେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । 

ଇତି ଅବସରରେ ପପିଡବ୍ଲଡିର ଅଧ୍ୟକ୍ଷ ଗଗନ ବିହାରୀ ଦାସ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ଓ ଅଧ୍ୟାପକ ଲକ୍ଷ୍ମୀଧର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରଥମ ଦୃଷ୍ଟିବାତ ପ୍ରଶାସନିକ ଅଧୁକାରୀ ଶ୍ରୀ ସନ୍ୟାସୀ କୁମାର ବେହେରା ସଂଯୋଜନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଶିକ୍ଷକ ଶ୍ରୀ ଗିରୀଶ ଚନ୍ଦ୍ର ବେହେରା ଜଗନ୍ନାଥ ଅଷ୍ଟକମ ପାଠ କରିଥିଲେ ଏବଂ ଶେଷରେ ସଂଗୀତ ଶିକ୍ଷୟିତ୍ରୀ କୁମାରୀ ମେଘମାଳା ପଣ୍ଡା ସମାପନୀ ସଂଗୀତ ଗାନ କରିଥିଲେ ।

ମୁଖ୍ୟ ଶାସନସଚିବଙ୍କୁ ପତ୍ର ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କଲେ ବିଜେପି ବିଧାୟକ ।


ଭୁବନେଶ୍ୱର : ଶିକାଂଚଳ ଭାବେ ପରିଚିତ ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପ କାରଖାନାରୁ ନିର୍ଗତ ପାଉଁଶ ଗଦା ହୋଇ ଧନଜୀବନ ପ୍ରତି ବିପଦ ହୋଇପଡିଛି । ବିନା କୌଣସି ଅନୁମତିରେ ଜିଲ୍ଲାର ବିଭିନ୍ନ ଗୋଚର ଓ ଜଙ୍ଗଲ ଜମିରେ ଅନାବଶ୍ୟକ ଓ ବିଷାକ୍ତ ପାଉଁଶ ଗଦା ହୋଇ କୃତ୍ରିମ ପାହାଡ ସୃଷ୍ଟି ହୋଇଛି । ଏହା ଦ୍ଵାରା ପାନୀୟ ଜଳ, ପରିବେଶ ଆଦି ପ୍ରଭାବିତ ହୋଇ ସ୍ଥାନୀୟବାସିନ୍ଦାଙ୍କ ସ୍ବାସ୍ଥ୍ୟ ଅତି ଗୁରୁତର ହେବା ସହ ବିପଦରେ ପଡିଛି । ଏପରିକି ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିଯିବାରୁ ବ୍ୟାପକ କ୍ଷୟକ୍ଷତି ହେଉଛି । ଏଥିରେ ଶାସକ ବିଜେଡି ଦଳର କିଛି ପ୍ରଭାବଶାଳୀ ନେତା, ମାଫିଆ ଓ ଗୁଣ୍ଡାମାନେ ସଂପୃକ୍ତ ଅଛନ୍ତି । ଏହି ସଂକ୍ରାନ୍ତରେ ଆଜି ରାଜ୍ୟ ବିଜେପିର ଏକ ପ୍ରତିନି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ପତ୍ର। ଲେଖି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । 

ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକଙ୍କ ନେତୃତ୍ବରେ ଚଳିତ ମାସ ୯ ଏବଂ ୧୩ ତାରିଖ ଦିନ ଉଭୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପାଉଁଶ ଗଦା ହୋଇଥିବା ଅଂଚଳ ବୁଲି ସ୍ଥିତି ନିରୀକ୍ଷଣ କରିବା ସହ ସ୍ଥାନୀୟବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ଏକ ସବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଏହି ପ୍ରତିନି ଦଳ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଉଭୟ ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାସ୍ଥିତ ବେଦାନ୍ତ ଆଲୁମିନା, ଭୁଷଣ ପାୱାର ଓ ଷ୍ଟିଲ, ସମଲେଶ୍ବରୀ ସ୍ପଞ୍ଜ, ବିରାଜ ଷ୍ଟିଲ୍ । ଆଦି କଂପାନୀରୁ ନିର୍ଗତ ହେଉଥିବା ଅନାବଶ୍ୟକ ପାଉଁଶକୁ ଜିଲ୍ଲା ପ୍ରଶାସନର ଜ୍ଞାତସାରରେ ସମସ୍ତ ପ୍ରକାରର ସରକାରୀ ଆଇନ ଓ ନୀତିନିୟମକୁ ଉଲ୍ଲେଘନ କରି ଜିଲ୍ଲାର ବିଭିନ୍ନ ଗୋଚର ଏବଂ ଜଙ୍ଗଲ ଜମିରେ କୃତ୍ରିମ ପାହାଡ ସଦୃଶ ଗଦା କରାଯାଇଛି । ଏହା ଦ୍ବାରା ପରିବେଶ ପ୍ରଦୂଷଣ ହେବା ସହ ପାଉଁଶ ପାଣି ମାଡି ଯାଇ ଚାଷଜମି, ପୋଖରୀ, ନଦୀ ଆଦି ମଧ୍ୟ ପ୍ରଦୁଷିତ ହେଉଛି । 

ପ୍ରଦୁଷିତ ଓ ବିଷାକ୍ତ ପାନୀୟ ଜଳ କାରଣରୁ ନିରୀହ ଓ ଜନସାଧାରଣଙ୍କ ଜୀବନ ଓ ସ୍ବାସ୍ଥ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଏପରିକି ନିର୍ଗତ ବିଷାକ୍ତ ପାଉଁଶ ପାଣି ହିରାକୁଦ ଜଳଭଣ୍ଡାରରେ ମିଶିବା କାରଣରୁ ମହାନଦୀ ବହୁ ମାତ୍ରାରେ ପ୍ରଦୁଷିତ ହେଉଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ବିଜେପି ପ୍ରତିନିଧର ଦଳ ଜଣାଇଛି । ସେହିପରି କଂପାନୀରୁ ଡମ୍ପିଙ୍ଗ୍ ୟାର୍ଡକୁ ବ୍ୟାଙ୍କର ଦ୍ବାରା ପାଉଁଶ ନିଆଯିବାର ଆଇନ ଥିବା ସନ୍ଦେ ପରିବହନକାରୀ ଠିକା ସଂସ୍ଥାଗୁଡିକ ସମସ୍ତ ଆଇନକାନୁନକୁ ଖୋଲାଖୋଲି ଉଲ୍ଲେଘନ କରି ଖୋଲା ଟ୍ରକ ଏବଂ ହାଇୱା ଦ୍ଵାରା ଅଧ୍ବକ ପରିମାଣର ପାଉଁଶ ନିଆଯାଉଥିବା କାରଣରୁ ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହେଉଛି । ଗତ ୧୨ ତାରିଖ ଦିନ ବେଦାନ୍ତ କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ପାଉଁଶ ଝାରସୁଗୁଡା ଜିଲ୍ଲା କଲେକ୍ଟର ଏବଂ କୋର୍ଟ ପଛ ପାର୍ଶ୍ବସ୍ଥିତ ଫଚପଡା ପିଙ୍ଗ ୟାର୍ଡ ନିକଟସ୍ଥ କପୁମାଲ ନାଳରେ ମିଶି ପ୍ରଭାହିତ ପାଣିକୁ ଦୁଷିତ ହୋଇଥୁଲା । 

ପିଏଚଡି ଦ୍ବାରା ଏହି ଦୁଷିତ ଓ ବିଷାକ୍ତ ପାଣିକୁ ଝାରସୁଗୁଡା ସହର ଭିତର ଅନେକାଂଚଳକୁ ପାନୀୟ ଜଳ ଯୋଗାଣ କରାଯାଇଥିବା କାରଣରୁ ବହୁ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି ବୋଲି ମୁଖ୍ୟ ଶାସନସଚିବଙ୍କୁ ଅଇଛି କରାଯାଇଛି । ଘରୋଇ କଂପାନୀ ଏବଂ ଶାସକ ଦଳର ମଧୁଚନ୍ଦ୍ରିକା କାରଣରୁ ଆଜି ଝାରସୁଗୁଡା ଓ ସମ୍ବଲପୁର ଜିଲ୍ଲାବାସିନ୍ଦାଙ୍କ ଜୀବନ ଓ ଜୀବିକା ସଂକଟ ଭିତରେ ଗତି କରୁଛି । ଉଭୟ ଜିଲ୍ଲାର ପ୍ରଶାସନ ଉପରୋକ୍ତ ନିୟମ ଖିଲାପକାରିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ କଂପାନୀ ପ୍ରିତୀର ପରିଚୟ ଅଟେ । ରାଜ୍ୟ ସରକାର ତୁରନ୍ତ ଏଭଳି ଗୁରୁତର ସଂକଟର ସମସ୍ୟା ପାଇଁ ହସ୍ତକ୍ଷେପ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀ ଏବଂ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପାଖରେ ଦାବୀ କରାଯାଇଛି ।

ଏହି ଅବସରରେ ବିଧାୟକ ମୋହନ ମାଝା, ନାଉରୀ ନାଏକ, କୁସୁମ ଟେଟେ, ଡ.ମୁକେଶ ମହାଲିଙ୍ଗ, ଭବାନୀ ଭୋଇ, ସୁବାଷ ପାଣିଗ୍ରାହୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ,ପ୍ରକାଶ ସୋରେନ, ସୁକାନ୍ତ ନାୟକ ପ୍ରମୁଖଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ସେହିପରି ବର୍ତମାନ କୋଭିଡ - ୧୯ କଟକଣା ଥିବା ସନ୍ଦେ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ଦିନ ବେଦାନ୍ତ କଂପାନୀର ପାଉଁଶ ଗଦାସୁଳୀ ବୃଦ୍ଧି ସକାଶେ ଆବଶ୍ୟକୀୟ ଜମିଗ୍ରହଣ ପାଇଁ ଜନଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ବର୍ତମାନ ସମୟରେ ଏହା ବାସ୍ତବ ପକ୍ଷେ ଅସମ୍ଭବ ଥିବା କାରଣରୁ ଧାର୍ଯ୍ୟ ଦିନ ଘୁଚାଇବାକୁ ବିଜପି ଆଜି ପ୍ରଦୂଷଣ ନିୟନ୍ତ୍ରଣ ରାଜ୍ୟ ମୁଖ୍ୟଙ୍କୁ ଅନୁରୋଧ କରିଛି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ରବି ନାଏକ, ବିଧାୟିକା କୁସୁମ ଟେଟେ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏହି ପ୍ରସଙ୍ଗରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ମୋଦି ସରକାରଙ୍କ ସଂସଂଦରେ କୃଷକ ମାରଣ ତିନିଗୋଟି ବିଧେୟକ ପାରିତ ପ୍ରତିବାଦରେ ପିସିସି ପକ୍ଷରୁ ପଦଯାତ୍ରା ।

ଭୁବନେଶ୍ୱର ; ଅଖୁଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଓପିସିସି ପକ୍ଷରୁ ଗୋପବନ୍ଧୁ ଛକ ଠାରୁ ରାଜଭବନ ପର୍ଯ୍ୟନ୍ତ କଂଗ୍ରେସ ନେତୃମଣ୍ଡଳୀମାନେ ପଦଯାତ୍ରାରେ ଯାଇ ଅପରାହ୍ନ ଘ. ୧୧.୩୦ ମି. ସମୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଦ୍ବାରା ଅକୃତ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ଚଳିତ ସଂସଦରେ ତିନିଗୋଟି କୃଷକ ମାରଣ ବିଧେୟକ ପାରିତ ପ୍ରତିବାଦରେ ଏକ ସ୍ମାରକ ପତ୍ର ବିଧାୟକ ତାରାବାହିନୀ ପତିଙ୍କ ନେତୃତ୍ବରେ ଏକ ୫ ଜଣିଆ ପ୍ରତିନିଧ୍ବ ମଣ୍ଡଳୀ ରାଷ୍ଟ୍ରପତିଙ୍କ ମହାମହିମ ରାଜ୍ୟପାଳଙ୍କ ପ୍ରତିନିଧୁଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ଏହି ତିନିଗୋଟି ବିଦ୍ୱାରା ଓଡ଼ିଶା ସମେତ ହରିଆନା, ପଞ୍ଜାବ, ମହାରାଷ୍ଟ୍ର ଓ ସାରା ଦେଶରେ କୋଟି କୋଟି କ୍ଷୁଦ୍ର, ମଧମ, ନାମମାତ୍ର ଓ ଭାଗଋଷୀମାନଙ୍କର ବହୁବିଧ କ୍ଷତି ଘଟିବ । ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବିକ୍ରିରୁ ସେମାନେ ବଂଚିତ ରହିବେ । ଏହାଦ୍ବାରା ଉଦ୍ଦେଶ୍ୟ ପତି ଓ ପୁଞ୍ଜିପତିମାନେ ବହୁଧା ଲାଭବାନ ହେବା ବେଳେ କୃଷକମାନଙ୍କର ଜମି ଉପରେ ଅଧୁକାର କ୍ଷୁର୍ଣ୍ଣ ହେବ । ଅନ୍ନଦାତାମାନଙ୍କର ପେଟରେ ଲାତ ମାରିଥିବା କେନ୍ଦ୍ରର ବିଜେପି ନେତୃତ୍ଵ ମୋଦୀ ସରକାର ଋଷୀମାନଙ୍କୁ ପ୍ରତାରିତ କରିଛନ୍ତି । ସାରା ଦେଶରେ ଋଷୀମାନଙ୍କର ସ୍ବାର୍ଥକୁ ସୁରକ୍ଷିତ ରଖୁବା ଓ ସେମାନଙ୍କ ପରିବାର ନିକଟରେ କଂଗ୍ରେସ ଦଳ ସଦାସର୍ବଦା ଛିଡ଼ା ହୋଇ ଆସିଛି । ଏପରିକି ରାଷ୍ଟ୍ରପତି ମହୋଦୟ ଗତକାଲି ତରବରିଆ ଭାବେ ତିନୋଟି ବିଲ୍‌କୁ ଆଇନରେ ପରିଣତ କରିବା କୋଟି କୋଟି ଋଷୀଙ୍କୁ ଗଭୀର ଦୁଃଖ ଦେଇଛି । 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ପରାମର୍ଶ ଅନୁଯାୟୀ ପିସିସିର । କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମାଝାଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଡ. ରାମଚନ୍ଦ୍ର ଖୁଟିଆ, ଏଆଇସିସି ସଂପାଦକ ଶ୍ରୀଯୁକ୍ତ ଶରତ ରାଉତ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ରମେଶ ଜେନା, ଅଧୁରାଜ ମୋହନ ପାଣିଗ୍ରାହୀ, ମହମ୍ମଦ ମୋକିମ, ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ନକୁଳ ନାୟକ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜଗନ୍ନାଥ ପଟ୍ଟନାୟକ ଗୁରୁପଦ ନନ୍ଦ, ଦେବାଶିଷ ପଟ୍ଟନାୟକ, ଆଇନଜୀବି ଶିବାନନ୍ଦ ରାୟ, ରାଜ୍ୟ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଲଲାଟେନ୍ଦୁ ମହାପାତ୍ର, ବିପିନ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଭୂଷଣ ଦାସ, ସମ୍ବୁ ପାଣିଗ୍ରାହୀ, ବିଶ୍ବଜିତ୍ ଦାସ, ନିକୁଞ୍ଜ ପଶାୟତ, ସତ୍ୟବ୍ରତ ନାୟକ, ଅଶୋକ ସାମଲ ପତ୍ନାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ହଳଧର ସେଠୀ, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି, ନାସିର ଅହମ୍ମଦ ଖାନ, ଦେଓ ପ୍ରସାଦ, ରସିକ ଚାନ୍ଦ ପଟ୍ଟନାୟକ, ପ୍ରକାଶ ଜେନା, ଆଇନଜୀବି ଲଲାଟେନ୍ଦୁ ଦାସ, ରାଜୀବ ପଟ୍ଟନାୟକ, ଦେବାଶିଷ ଭୂୟାଁ, ମୋହନ ଗାନ୍ଧୀ, ସୁଶାନ୍ତ ତ୍ରିପାଠୀ, ରାଜକିଶୋର ବାରିକ, ସଂଜୟ ରାୟ, ଦୀପକ ସାହୁ, ଜୟକୃଷ୍ଣ ମଲିଆ, ଦେବୀପ୍ରସାଦ ବାହାଲିଆ, ନିରୋଦ ବରଣ ଝୁଟିଆ, ମନୋଜ କୁମାର ସାହୁ, ଜମ୍ବେଶ୍ଵର ମଲିକ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ଜ୍ୟୋତିଷ ସାହୁ, ନିରଞ୍ଜନ ଲେଙ୍କା, ସଂଜୀବ ମହାନ୍ତି, ବିନୋଦ ରାଉତ, କୁଳମଣି ସାହୁ, ମହମ୍ମଦ ସାହାଉଲ୍ଲା, ପ୍ରମୁଖ ପଦଯାତ୍ରାରେ ଯାଇ ରାଜଭବନ ସମ୍ମୁଖରେ କେନ୍ଦ୍ରର କୃଷମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ ବିଶୋଦଗାର କରିଥିଲେ ।

ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି ସର୍ବସମ୍ମତ ପ୍ରସ୍ତାବ ।

ଭୁବନେଶ୍ୱର : କେନ୍ଦ୍ର ସରକାର ତଥା ଅନ୍ୟାନ୍ୟ ରାଜ୍ୟ ସରକାରମାନେ ବିଭିନ୍ନ ବନ୍ଦରର ନୂତନ ନାମକରଣ କରୁଛନ୍ତି । ଗୁଜୁରାଟର ଗୋଟିଏ ବନ୍ଦରକୁ ଦିନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଛି । ସେହିଭଳି ତାମିଲନାଡୁର ଏକ ବନ୍ଦରକୁ ମଧ୍ୟ ପେରିଆଙ୍କ ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାର କଲିକତା ବନ୍ଦରର ୧୫୦ ତମ ପୂର୍ତ୍ତି ଉପଲକ୍ଷେ କଲିକତା ପୋର୍ଟ ଟ୍ରଷ୍ଟକୁ ଶ୍ରୀଯୁକ୍ତ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିଛନ୍ତି । ଗତ ଜାନୁଆରୀ ୧୨ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସମାଜବାଦୀ ପାଟି ପକ୍ଷରୁ ଏକ ପତ୍ର ଲେଖାଯାଇ ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି । 

ଏହାର ଏକକିତା ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ମଧ୍ୟ ପ୍ରେରଣ କରାଯାଇଥିଲା । ବିଗତ ସଂସଦ ଅଧିବେଶନ ସମୟରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଦାବି କରି ସଂସଦରେ ପ୍ରଶ୍ନ ଉଠାଇଥିଲେ । ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କ ଏହି ଦାବିକୁ ସମାଜବାଦୀ ପାର୍ଟିର ମୁଖ୍ୟ ମହାସଚିବ ତଥା ସାଂସଦ ପ୍ରଫେସର ରାମଗୋପାଳ ଯାଦବ ମଧ୍ୟ ଦୃଢ଼ ସମର୍ଥନ ଜଣାଇଛନ୍ତି । ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକମାନଙ୍କୁ ଦଳମତ ନିର୍ବିଶେଷରେ ଆମ୍ଭେ ଅନୁରୋଧ କରୁଛୁକି, ପାରାଦୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯାଉ । 

ଆପଣମାନେ ସମସ୍ତେ ପାରାଦୀପ ବନ୍ଦର ପ୍ରତିଷ୍ଠା ଦିଗରେ ବିଜୁ ବାବୁଙ୍କ ଅବଦାନ ବିଷୟରେ ସମ୍ପୂର୍ଣ୍ଣ ଅବଗତ । ତେଣୁ ଦଳମତ ନିର୍ବିଶେଷରେ ରାଜନୀତିର ଊଦ୍ଧିକୁ ଉଠି ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦରକୁ ନାମିତ କରିବାକୁ ଏକ ସର୍ବସମ୍ମତ ପ୍ରସ୍ତାବ ବିଧାନସଭାରେ ଗୃହୀତ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ବିଧାୟକମାନଙ୍କୁ ନିବେଦନ କରିଛନ୍ତି ।

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ଭଗତ୍ ସିଂଙ୍କ ୧୧୩ ତମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ।

ଭୁବନେଶ୍ୱର : ଆଜି ଶହୀଦ-ଏ-ଆଜ କମ୍ରେଡ୍ ଭଗତ୍ ସିଂଙ୍କ ୧୧୩ତମ ଜନ୍ମବାର୍ଷିକୀରେ ଏ.ଆଇ.ଏସ୍.ଏଫ୍. ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ “ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ଓ ଭଗତ ସିଂଙ୍କ ବିଚାର” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଭୁବନେଶ୍ବର ୟୁନିଟ୍-୬ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଅମୀୟ କୁମାର ମହାନ୍ତି ଉଦ୍‌ଘାଟନ କରି ଜାତୀୟ ଶିକ୍ଷାନୀତି ୨୦୨୦ କିଭଳି ପ୍ରାଥମିକ ଠାରୁ ଉଚ୍ଚତମ ଶିକ୍ଷା ପର୍ଯ୍ୟନ୍ତ ଗୁଣମାନ ହ୍ରାସ କରିବା ସହ ଘରୋଇ ଶିକ୍ଷା ବେପାରୀଙ୍କ ଲାଭ ଲାଳସାକୁ ଚରିତାର୍ଥ କରିବା ପାଇଁ ଶିକ୍ଷା ବ୍ୟବସ୍ଥାର ବ୍ୟାପକ ଘରୋଇକରଣ ପ୍ରସ୍ତାବ ରଖାଯାଇଛି ଓ ଏହା ବିରୋଧରେ ଭଗତ ସିଂଙ୍କ ଆଦର୍ଶରେ ଅନୁପ୍ରାଣିତ ଏ.ଆଇ.ଏସ୍.ଏଫ୍, ସମେତ ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ସର୍ବଭାରତୀୟ ଶିକ୍ଷକ ଫେଡେରେସନ୍ ମିଳିତ ଭାବେ ପ୍ରତିବାଦ ଓ ପ୍ରତିରୋଧ ଚଳାଇଛନ୍ତି । 

ଏହି କାର୍ଯ୍ୟକ୍ରମରେ ଏ.ଆଇ.ଏସ୍.ଏଫ୍.ର ପୂର୍ବତନ ନେତା ତଥା ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଆଶିଷ କାନୁନ୍‌ଗୋ, ପ୍ରଫେସର ମଧୁମିତା ରାୟ, ରେଭେନ୍ସା କଲେଜର । ପୂର୍ବତନ ଛାତ୍ର ସଂସଦ ସଭାପତି କମ୍ରେଡ୍ ବିଜୟ ମହାନ୍ତି, କେନ୍ଦୁଝରର ଛାତ୍ରନେତା ଆର୍ଯ୍ୟନ ଜୟଶ୍ବାଲ ପ୍ରମୁଖ ତାଙ୍କ । ସୁଚିନ୍ତିତ ମତ ଦେଇ ଜାତୀୟ ଶିକ୍ଷାନୀତି ୨୦ ୨୦ କାର୍ଯ୍ୟକାରୀ ହେଲେ ଶହୀଦ ଭଗତ ସିଂହଙ୍କ ବିଚାରର ଭାରତ – । ବିଭିନ୍ନତା ମଧ୍ୟରେ ଏକତା ଭଳି ଗୁରୁତ୍ବପୂର୍ଣ୍ଣ ଦିଗ ବାଦ ପଡ଼ିଯିବ, ଆର୍ଥିକ – ସାମାଜିକ ଅନଗ୍ରସର ବର୍ଗ, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ପରିବାରର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ହେବେ ଓ ସେଥିପାଇଁ ଏହାର ପ୍ରତିରୋଧ କରିବାକୁ ଆହ୍ବାନ ଦେଇଥିଲେ । ଏ.ଆଇ.ଏସ୍.ଏଫ୍.ର ରାଜ୍ୟ ସଭାପତି ସଂଘମିତ୍ରା ଜେନା ସଭାପତିତ୍ବ କରି ଏହି ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଶକ୍ତିଶାଳୀ ଛାତ୍ର ଆନ୍ଦୋଳନ ପାଇଁ ଦୃଢ ଆହ୍ବାନ ଦେଇଥିଲେ । 

କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ୨୨ ରୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିଭିନ୍ନ କଟକଣା ଥିବାରୁ ଚଳିତ ବର୍ଷ ଏ.ଆଇ.ଏସ୍.ଏଫ୍.ର ୮୫ତମ ପ୍ରତିଷ୍ଠା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବସ୍ତୁତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନଲାଇନ୍‌ରେ ଅନୁଷ୍ଠିତ ହୋଇଥିଲା । ଅଗଷ୍ଟ ୧୨ ତାରିଖ ରାଜ୍ୟସ୍ତରୀୟ ଭଟୁଆଲ ପ୍ରତିଷ୍ଠା ଦିବସରେ ପ୍ରତିଯୋଗୀଙ୍କ ମୂଲ୍ୟାୟନ ଭିଭିରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ କୃତକାର୍ଯ୍ୟ ପ୍ରତିଯୋଗୀ ଚିହ୍ନିତ ହୋଇ ଘୋଷରା କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାର ପ୍ରତିଯୋଗୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମଞ୍ଚ ଆହ୍ମାନ ଛାତ୍ରନେତା ମାନସ ରଞ୍ଜନ କର, ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନରେ ରୁଦ୍ର ନାରାୟଣ ଶ୍ରୀବାସ୍ତବ, କିଶୋର ନାୟକ, ଲିଙ୍ଗରାଜ ସାହୁ, ନରେନ୍ଦ୍ର ବେହେରା, ତପନ ବାରିକ, ତପନ ସ୍ୱାଇଁ, ଗୋହି ଗୋବିନ୍ଦ ବେଶ୍ରା, ସୁରେନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଭଗତ ସିଂଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଶେଷରେ ବିବେକ କ୍ରିଷ୍ଣ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

ତିର୍ତ୍ତୋଲ, କୁଜଙ୍ଗ, ମାହାଙ୍ଗା, ରଘୁନାଥପୁର ଓ ଗରଦପୁରରେ ଯୋଗାଯୋଗର ନୂଆ ଯୁଗ ଆରମ୍ଭ । କରୋନା ଲଢେଇ ସହ ବିକାଶ କାମ ମଧ୍ୟ ଆଗକୁ ବଢିବ - ମୁଖ୍ୟମନ୍ତ୍ରୀ ।

କଟକ ; ଆଜି ତିତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ତିତ୍ତୋଲ-Posal ହାଇ ଲେବେଲ ସେତୁ ଏବଂ ପୂର୍ଣ୍ଣ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଭିତ୍ତିଭୂମିର ବିକାଶ ଉପରେ ସବୁବେଳେ ଜୋର ଦେଇ ଆସୁଛନ୍ତି ଏବଂ ଗତ ୨୦ ବର୍ଷ ଭିତରେ ଓଡିଶା ଭିତ୍ତିଭୂମି କ୍ଷେତ୍ରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି । 

ମା' ଶାରଳାଙ୍କ ପାର୍ବଣ ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଭାଷା ଓ ସାହିତ୍ୟ, ସଂସ୍କୃତି ଓ ନୌବାଣିଯ୍ୟ କ୍ଷେତ୍ରରେ ତିତ୍ତୋଲ ବିଶେଷତଃ ଜଗତସିଂହପୁର ଅଞ୍ଚଳର ଅବଦାନ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁଙ୍କ ସାହାସିକ ନିଷ୍ପତ୍ତି ଫଳରେ ଆଜି ପାରାଦୀପ, ଜଗତସିଂହପୁର ତଥା ଓଡିଶା ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଲଢେଇ ସହ ବିକାଶ କାମ ଜାରି ରହିବ । ଜୀବନ ସହ ଜୀବିକାକୁ ଗୁରୁତ୍ବ ଦେଇ ଆଗରୁ ବଢିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ଏବଂ ଉଭୟ କରୋନା ଲଢେଇ ଓ ବିକାଶ କାମରେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ଏହି ଦୁଇଟି ସେତୁ ଦ୍ଵାରା ତିପୌଲ ସହିତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ୨୮ଟି ଗ୍ରାମ ପଞ୍ଚାୟତର ପ୍ରାୟ ଦେଢ଼ ଲକ୍ଷ ଲୋକ ଉପକାର ପାଇବେ । ଢେଙ୍କାନାଳରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇସ୍ପାତ, ଖଣି ଓ ପୂର୍ତ୍ତି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦୃଢ ସଂକଳ୍ପ ନେଇ ଓଡିଶାର ବିକାଶ ପାଇଁ କାମ କରିଆସୁଛନ୍ତି । ଆଜି ଏହି ଦୁଇଟି ସେତୁ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ଏବଂ ବିକାଶ ପ୍ରକ୍ରିୟାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡିଶାରେ ଗମନା ଗମନ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି । ଆଜି ଏହି ଦୁଇଟି ସେତୁ ଦ୍ଵାରା ତିର୍ଥ୍ରାଲ, ପାଟକୁରା ଓ ମାହାଙ୍ଗା ଅଞ୍ଚଳର ଦେଢ଼ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ ଏହି ଦୁଇଟି ସେତୁ ଜିଲ୍ଲାର ବିକାଶ ଇତିହାସରେ ଏକ ସ୍ଵର୍ଣମ ଅଧ୍ୟାୟ ସୃଷ୍ଟି କରିବ । ମୁଖ୍ୟମନ୍ତ୍ରୀ କୋଭିଡ ଲଢେଇର ବ୍ୟସ୍ତତା ମଧ୍ୟରେ ମଧ୍ୟ ଜଗତସିଂହପୁର ଜିଲ୍ଲାର ବିକାଶ ପାଇଁ ନିୟମିତ ଉଦ୍ୟମ କରିଚାଲିଛନ୍ତି ବୋଲି କହି ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଉନ୍ନୟନ କମିଶନର, ସ୍ଵତନ୍ତ୍ର ରିଲିଫ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଯୋଗ ଦେଇଥିଲେ ।

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ – ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର ; ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଫକୀରମୋହଙ୍କ ଭୂମି, ଓଡ଼ିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି । ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ଏହି ଯୋଜନାରେ ରାଜ୍ୟର ବସ୍ତିରେ ଦିଜୁଳି, ଭଲ ପିଇବା ପାଣି,ରାସ୍ତା,ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ମୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା । ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ତୁରନ୍ତ ଆରମ୍ଭ କରାଯିବ । 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଜାଗା ମିଶନ ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା । ଏପରିକି ଏହି କାର୍ଯ୍ୟକ୍ରମ ବିଶ୍ୱ ସମୁଦାୟର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଏହି ଅବମ୍ବରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଦୋଭିତ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ବାଲେଶ୍ବରର ୪୧ଟି ଦପ୍ତିର ୨୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ Land Entitlement Certificate ଆବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପୂର୍ବରୁ ୬୫ ହଜାର ବସ୍ତି ଲୋକଙ୍କୁ LEC ପ୍ରଦାନ କରାଯାଇଛି । ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ LEC ପାଇବେ । ସୂଚନାଯୋଗ୍ୟ ଯେ ସାରା ରାଜ୍ୟର ୧୦୧ଟି ପୌରାଞ୍ଚଳର ୧୭୧୮ଟି ବସ୍ତିର ସାଢେ ଚାରି ଲକ୍ଷ ଲୋକ Land Entitlement Certificate ଦ୍ବାରା ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ ର ମଧ୍ୟ ଲୋକାର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଆଉ ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର (Sum Upgradation Programme) ଶୁଭାରମ୍ଭ କରିଥିଲେ ଏବଂ ଏହାର SOP document ଉନ୍ମୋଚିତ କରିଥିଲେ । ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ଦିଲ୍ଲୀସ୍ଥିତ Centre for Policy Research ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । ଏହି ସଂସ୍ଥା କାର୍ଯ୍ୟକ୍ରମର Knowledge partner ଭାବରେ ସହାୟତା ଯୋଗାଇ ଦେବ । ବାଲେଶ୍ବରର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଗର ଉନ୍ନୟନ ଓ ଗୃହନିର୍ମାଣ ଓ ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କହିଲେ ଯେ ସହରର ଅନ୍ୟ ଅଞ୍ଚଳ ସହିତ ବସ୍ତି ଉନ୍ନତିକରଣ ଯୋଜନା ଓ ତାଲିକା ପ୍ରସ୍ତୁତ ହୋଇସାରିଛି । 

ବର୍ତ୍ତମାନ ବସ୍ତିର ଜନସାଧାରଣ ସହରର ଅନ୍ୟ ଅଞ୍ଚଳ ପରି ସମାନ ସୁବିଧା ଓ ସମାନ ଅଧିକାର ପାଇପାରିବେ । ଗରିବ ଲୋକଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ବ ପାଇଁ ସେ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଜାଗା ମିଶନର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ବିଶେଷ ଟ୍ରେନ୍ ପାଇଁ ଅତିରିକ୍ତ ରହଣି ପୁରୀକୁ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ ।

ଆସନ୍ତା ଅକ୍ଟୋବର ମାସ ପହିଲା ଓ ତା ପରଠାରୁ ପୂର୍ବତଟ ରେଳପଥ ଦ୍ୱାରା ଚଳାଚଳ କରୁଥିବା ବିଶେଷ ଟ୍ରେନର ଅନ୍ୟ ଷ୍ଟେସନ ମାନଙ୍କ ଠାରେ ଅତିରିକ୍ତ ରହଣି ଏବଂ କେତେକ ବିଶେଷ ଟ୍ରେନକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଗୁଡିକର ସମ୍ପ୍ରସାରଣ ଏବଂ ଅତିରିକ୍ତ ଷ୍ଟପେଜ୍ ପାଇଁ ପ୍ରସ୍ତୁତି କରିବାକୁ ପୂର୍ବତଟ ରେଳପଥ ସମସ୍ତ ସମ୍ପୃକ୍ତ ବିଭାଗ ଗୁଡିକୁ ସମୟ ଦଇଛି।

A: ଅକ୍ଟୋବର ମାସ ପହିଲା ଠାରୁ ଟ୍ରେନ ଗୁଡିକର ର ଅତିରିକ୍ତ ରହଣି :

01. ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ-

01019/01020 ମୁମ୍ବାଇ-ଭୁବନେଶ୍ୱର-ମୁମ୍ବାଇ ସ୍ୱତନ୍ତ୍ର କୋଣାର୍କ ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ ।

02. ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ

02704/02703 ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫଲକନୁମା ସ୍ୱତନ୍ତ୍ର ଏକ୍ସପ୍ରେସ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ ।


03. ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ

02510/02509 ଗୌହାଟୀ-ବାଙ୍ଗାଲୋର-ଗୌହାଟୀ ତ୍ରି-ସପ୍ତାହ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ ।

04. ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା  ସ୍ୱତନ୍ତ୍ର ଟ୍ରେନ |

02663/02664 ହାଓଡ଼ା-ତିରୁଚିରାପଲ୍ଲୀ-ହାଓଡ଼ା  ସ୍ୱତନ୍ତ୍ର ଟ୍ରେନ ଉଭୟ ଦିଗରୁ ବ୍ରହ୍ମପୁରରେ ଅତିରିକ୍ତ  ରହଣି କରିବ ।

05. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ।

02843/02844 ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ କାଳୁପଡାଘାଟ, ବାଲୁଗାଁ, ଖଲିକୋଟ, ଛତ୍ରପୁର ଏବଂ ବ୍ରହ୍ମପୁରରେ ଅତିରିକ୍ତ ରହଣି କରିବ ।

06. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ।

02843/02844 ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁରରେ ଅତିରିକ୍ତ ରହଣି କରିବ ।


07. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ।

02973/02974 ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଉଭୟ ଦିଗରୁ ବାଲୁଗାଁ, ଛତ୍ରପୁର ଏବଂ ମୁନିଗୁଡା ଠାରେ ଅତିରିକ୍ତ ରହଣି କରିବ ।

08. ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର

02843/02844 ଭୁବନେଶ୍ୱର-ଅହମ୍ମଦାବାଦ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର ଉଭୟ ଦିଗରୁ ବଇଣ୍ଡା, ରେଢ଼ାଖୋଲ, ହୀରାକୁଦ ଠାରେ ଅତିରିକ୍ତ ରହଣି କରିବ ।

09. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସାମଲପୁର ।

08425/08426 ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ସ୍ପେଶାଲ ଉଭୟ ଦିଗରୁ ବରପାଲି, ବଡ଼ମାଳ, ହରିଶଙ୍କର ରୋଡ ଏବଂ ନୱାପଡା  ରୋଡରେ ଅତିରିକ୍ତ ରହଣି କରିବ 

10. ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ବିଶେଷ ଟ୍ରେନ ।

08518/08517 ବିଶାଖାପାଟନମ୍-କୋରବା-ବିଶାଖାପାଟନମ୍ ସ୍ପେଶାଲ୍ ଟ୍ରେନ ଉଭୟ ଦିଗରୁ ମୁନିଗୁଡା ଏବଂ ହରିଶଙ୍କର ରୋଡରେ ଅତିରିକ୍ତ ରହଣି କରିବ ।

 
B. ଅକ୍ଟୋବର ମାସ ପହିଲା ଠାରୁ ପୁରୀ କୁ ସମ୍ପ୍ରସାରିତ ହେବାକୁଥିବା ଟ୍ରେନ :

01. ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ।

02801/02802 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ଉଭୟ ଦିଗରୁ ଅକ୍ଟୋବର ମାସ ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ କରାଯାଇଛି ।

02. ଭୁବନେଶ୍ୱର-ସିଆଲଦI-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍ ।

02202/02201 ଭୁବନେଶ୍ୱର-ସିଆଲଦI-ଭୁବନେଶ୍ୱର ଦୁରନ୍ତ ସ୍ପେଶାଲ୍  ସିଆଲଦଇ ରୁ 30 ସେପ୍ଟେମ୍ବରରୁ  ଏବଂ ଭୁବନେଶ୍ୱରରୁ ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ ।

03. ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ।

08425/08426 ଭୁବନେଶ୍ୱର-ଦୁର୍ଗ-ଭୁବନେଶ୍ୱର ବିଶେଷ ଟ୍ରେନ ଉଭୟ ଦୁର୍ଗ ଏବଂ ଭୁବନେଶ୍ୱରରୁ  ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ ।

04. ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ।

02843/02844 ଖୋର୍ଦ୍ଧା ରୋଡ଼-ଅହମ୍ମଦାବାଦ-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଉଭୟ ଖୋର୍ଦ୍ଧା ରୋଡ଼ ଏବଂ ଅହମ୍ମଦାବାଦ ରୁ  ଅକ୍ଟୋବର ପହିଲା ଠାରୁ ପୁରୀକୁ ସମ୍ପ୍ରସାରିତ ହେବ ।

05. ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ।

08405/08406 ଭୁବନେଶ୍ୱର-ଅହମ୍ମଦାବାଦ- ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ 30 ସେପ୍ଟେମ୍ବରରୁ ଏବଂ ଅହମ୍ମଦାବାଦରୁ ଅକ୍ଟୋବର ୨ ତାରିଖ ଠାରୁ ପୁରୀକୁ ସମ୍ପ୍ରସାରିତ ହେବ।

06. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ।

08401/08402 ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧା ରୋଡ଼ ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ଼ / ପୁରୀ ରୁ ଅକ୍ଟୋବର ୪ ତାରିଖ ଠାରୁ ଏବଂ ଓ଼ଖାରୁ 7 ଅକ୍ଟୋବର ରୁ ପୁରୀକୁ ସମ୍ପ୍ରସାରିତ ହେବ ।

07. ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ।

02974/02973 ଗାନ୍ଧୀଧାମ-ଖୋର୍ଦ୍ଧା ରୋଡ଼-ଗାନ୍ଧୀଧାମ ବିଶେଷ ଟ୍ରେନ ଗାନ୍ଧୀଧାମ ଠାରୁ 1 ଅକ୍ଟୋବରରୁ ଏବଂ ଗାନ୍ଧୀଧାମ / ପୁରୀ ରୁ 3 ଅକ୍ଟୋବରରୁ ପୁରୀକୁ ସମ୍ପ୍ରସାରିତ ହେବ ।
Powered by Blogger.
Javascript DisablePlease Enable Javascript To See All Widget