December 2024

ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪




ବିଧାୟକଙ୍କୁ ଦେଖି ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଆସିଥିବା ବିଏମସି ଦଳ ଡ଼ୋଜର ଛାଡ଼ି ଡ଼ିଆଁ ମାରିଲେ।ଭୁବନେଶ୍ୱରରେ ଏକ ବିଚିତ୍ର ଘଟଣା ଘଟିଛି। ବିଏମସି, ବିଡ଼ିଏର ଉଚ୍ଛେଦକାରି ଦଳ ଡ଼ୋଜର ସହ ୟୁନିଟ୍‌-୨ ଏରିଆରେ ଉଠାଦୋକାନୀମାନଙ୍କୁ ଜୋରଜବରଦସ୍ତ ଉଚ୍ଛେଦ କରିବା ପାଇଁ ଆସିଥିଲେ। ସେହି ସମୟରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଙ୍ଗ ଜୋନ୍ ମହାସଂଘର ଉପସଭାପତି ସୂର୍ଯ୍ୟମଣୀ ସାହୁ, ନିରଞ୍ଜନ ପାଣ୍ଡେ, ଇବି ମେମ୍ବର ସୁଦର୍ଶନ ସାହୁ, ମଞ୍ଜୁଲତା ନାୟକ ସେଠାରେ ପହଁଞ୍ôଚ ବିଏମ୍‌ସି ସହିତ ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ନହଟେଇବା ପାଇଁ ଅନୁରୋଧ କରିଥିଲେ। ବିଏମ୍‌ସିର କର୍ମଚାରୀମାନେ କୌଣସି କଥା ନଶୁଣି ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଦୋକାନୀମାନେ ହାତରେ ପ୍ଲାକ କାର୍ଡ଼ ଧରି ଧାରଣାରେ ବସିଥିଲେ। ସେତିକିବେଳେ କିଛି ଦୋକାନୀମାନେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ। ତତ୍‌କ୍ଷଣାତ ଶ୍ରୀଯୁକ୍ତ ଜେନା ଉଠାଦୋକାନୀମାନଙ୍କ ସହିତ ଡ଼ୋଜର ପାଖକୁ ଆସିବା ସମୟରେ ଶ୍ରୀଯୁକ୍ତ ବିଧାୟକଙ୍କୁ ଉଚ୍ଛେଦକାରୀ ଦଳ ଦେଖି ଡ଼ୋଜର ଓ ଏକ ମିନି ଟ୍ରକ୍‌କୁ ଛାଡ଼ି କେଉଁଆଡ଼େ ପଳାଇଯାଇଥିଲେ। ଶ୍ରୀଯୁକ୍ତ ବିଧାୟକ ବିଏମ୍‌ସି ଅଧିକାରୀଙ୍କୁ ଖୋଜିଲାବେଳକୁ ଗାଡ଼ିରେ ଆଉ କେହି ନାହାଁନ୍ତି। ଶ୍ରୀଯୁକ୍ତ ଜେନା ବିଏମସିର ଡ଼େପୁଟି କମିଶନର ଅଜୟ କୁମାର ମହାନ୍ତିଙ୍କୁ ଫୋନ୍ ମାଧ୍ୟମରେ ଗରିବ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନକରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଉଠାଦୋକାନୀମାନଙ୍କର ମାନ୍ୟବର ହାଇକୋର୍ଟଙ୍କର ରହିତାଦେଶ ରହିଅଛି ତେଣୁ ତୁମେ ସେମାନଙ୍କୁ ଉଠାଇପାରିବ ନାହିଁ ବୋଲି କହିଥିଲେ। ସେପଟେ ଶ୍ରୀଯୁକ୍ତ ଡ଼େପୁଟି କମିଶନର ଅଜୟ କୁମାର ମହାନ୍ତି ଓ ଜଏଣ୍ଟ ଡ଼େପୁଟି କମିଶାନର ମଧ୍ୟ ରାଜଲକ୍ଷ୍ମୀ ମାଡ଼ାମ କଳ୍ପନା ଛକ ନିକଟରେ ଥିବା ଉଠାଦୋକାନୀମାନଙ୍କୁ ଡ଼ାକି ତାଙ୍କ ସାଥିରେ ବସି ଉଠାଦୋକାନୀମାନଙ୍କର ଥଇଥାନ ଉପରେ ଆଲୋଚନା କରିଥିଲେ। ଅନ୍ୟ ଦିଗରେ ବିଏମ୍‌ସି ଆଜି ୧୨ଟି ଜାଗାରେ ଉଚ୍ଛେଦ କରିବାକୁ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନକରି ଫେରି ଆସିଥିଲେ। ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାକୁ ପ୍ରବାସୀ ଭାରତୀୟମାନେ ଆସୁନାହାଁନ୍ତି ଯେ ୨୦ହଜାର ଲୋକଙ୍କର ଜୀବନ ଜୀବିକା ଛଡ଼େଇ ନେବାକୁ ଆସୁଛନ୍ତି। ଯଦି ରାଜ୍ୟ ସରକାର ଉଠାଦୋକାନୀ ଉଚ୍ଛେଦ ବନ୍ଦ ନକରନ୍ତି ତାହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମସି ଅଧିକାରୀ ଓ ରାଜ୍ୟ ସରକାର ଦାୟୀ ରହିବେ।

ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪




ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବୀରତା ଦିବସ ପାଳିତ ହୋଇଯାଇଛି । ଲୋକସମ୍ପର୍କ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଶହୀଦ ମାଧୋ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ 

କରିବା ସହ ଶହୀଦଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରି୍ରୟଦର୍ଶିନୀ, ଅନୁଶାସନ ସଚିବ ଶ୍ରୀମତୀ ସୁନନ୍ଦା ଦାଶ ଓ ସୁଶ୍ରୀ ମୌସୁମୀ ଦାସ, ସହକାରୀ ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଶହୀଦ ମାଧୋ ସିଂହଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । 

ସୂଚନାଯୋଗ୍ୟ ଯେ ଶହୀଦ ମାଧୋ ସିଂହଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧଦିବସ ଓ ବୀରତା ଦିବସ ଆଜି ଶହୀଦଙ୍କ ଜନ୍ମପୀଠ ବରଗଡ଼ ଜିଲ୍ଲାର ଘେଁଷଠାରେ ପାଳିତ ହେଉଛି । ଏହି ରାଜ୍ୟସ୍ତରୀୟ ଉତ୍ସବରେ ସ୍ଥାନୀୟ ସାଂସଦ, ବିଧାୟକ, ଜନସାଧାରଣ, ଶହୀଦ କୁଞ୍ଜଳି ସିଂହ କ୍ଲବ୍‌, ଘେଁଷର ସଦସ୍ୟମାନେ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪




ଇଂରାଜୀ ନବବର୍ଷ ୨୦୨୫ ପାଇଁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ନିଶ୍ଚିନ୍ତ ପୂରଣ ହେବ। ଏହି ଲକ୍ଷ୍ୟ ହାସଲ କରିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। “ବିକଶିତ ଓଡ଼ିଶା” ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ ବୋଲି ଶ୍ରୀ ସାମଲ କହିଛନ୍ତି। 

୨୦୨୫ ବର୍ଷରେ ସମସ୍ତ ଆହ୍ୱାନକୁ ସାମ୍‌ନା କରି ଓଡ଼ିଶାକୁ ଆହୁରି ଆଗେଇ ନେବାକୁ ଶ୍ରୀ ସାମଲ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହ ରାଜ୍ୟବାସୀଙ୍କ ଶୁଭମୟ, ଶାନ୍ତିମୟ, ମଙ୍ଗଳମୟ ଏବଂ ସମୃଦ୍ଧିମୟ ଜୀବନ କାମନା କରିଛନ୍ତି।

ଭୁବନେଶ୍ୱର, ୩୦ ଡିସେମ୍ବର ୨୦୨୪





ଭାରତୀୟ ଷ୍ଟେଟ ବ୍ଯାଙ୍କ ଭୁବନେଶ୍ୱର ମଣ୍ଡଳର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଳନ ଅନ୍ତର୍ଗତ , ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା ପୁରୀକୁ ଯଥାକ୍ରମେ ଏକ ସ୍କୁଲ ବସ୍ ଏବଂ ପିକ୍-ଅପ୍ ଯାନ ଯୋଗାଇ ଦିଆଯାଇଛି। ଭୁବନେଶ୍ୱରର ଡୁମଡୁମାସ୍ଥିତ ହୋଟେଲ ୱେଲକମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ, ଶ୍ରୀ ରାଣା ଆଶୁତୋଷ କୁମାର ସିଂହ, ପରିଚାଳନା ନିର୍ଦ୍ଦେଶକ (ଆର,ସି ଏବଂ ଏସ.ଏ.ଆର.ଜି) କର୍ପୋରେଟ୍ ସେଣ୍ଟର ମୁମ୍ବାଇ, ଶ୍ରୀ ଦିନେଶ ପରୁଥି ମୁଖ୍ୟ ମହାପ୍ରବନ୍ଧକ ଭୁବନେଶ୍ୱର ମଣ୍ଡଳ, ଶ୍ରୀ କୌଶଳ କିଶୋର ସିଂହ ମହାପ୍ରବନ୍ଧକ (ନେଟୱର୍କ-II), ଶ୍ରୀ ପ୍ରଶାନ୍ତ କୁମାର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା ) ଭୁବନେଶ୍ୱର ପ୍ରଶାସନିକ କାର୍ଯ୍ଯାଳୟ , ଶ୍ରୀ ମନୋଜ କୁମାର ସିଂହ, ଉପ ମହାପ୍ରବନ୍ଧକ ଓ ମଣ୍ଡଳ ବିକାଶ ଅଧିକାରୀ  ଏବଂ ଷ୍ଟେଟ ବ୍ଯାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସ୍ଵେଚ୍ଛା ସେବୀ ସଂଗଠନ ମାନଙ୍କର ପ୍ରତିନିଧିମାନଙ୍କୁ ଯାନଗୁଡ଼ିକୁ ହସ୍ତାନ୍ତର କରିଛନ୍ତି। ଓପନ୍ ଲର୍ଣ୍ଣିଂ ସିଷ୍ଟମ୍ସରୁ, ଶ୍ରୀ ପ୍ରକାଶ କୁମାର ରଥ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଶ୍ରୀମତୀ କସ୍ତୁରୀ ମହାପାତ୍ର ଉପାଧ୍ୟକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସ୍କୁଲ ବସ୍ ଗ୍ରହଣ କରିଛନ୍ତି। ସେହିପରି, ଗୋବିନ୍ଦ ଗୋଧାମ ଗୋଶାଳା ପୁରୀର ସଚିବ ତଥା ପ୍ରତିଷ୍ଠାତା ଟ୍ରଷ୍ଟି ଶ୍ରୀ ବିଷ୍ଣୁ  ଚରଣ ପଣ୍ଡା, ବୁଲା ଗାଈ ଏବଂ ଷଣ୍ଢ ଭଳି ପ୍ରାଣୀମାନଙ୍କୁ ପରିବହନ ତଥା ଥଇଥାନ ପାଇଁ ପିକ୍-ଅପ୍ ଭ୍ୟାନ୍ ଗ୍ରହଣ କରିଛନ୍ତି।

ଭୁବନେଶ୍ୱର, ୨୯ ଡିସେମ୍ବର ୨୦୨୪




ଲଘୁଚାପ ଜନିତ ଅଦିନିଆ ବର୍ଷାରେ ୨୧ଟି ଜିଲ୍ଲାରେ ଧାନ ଓ ଅଣଧାନ ଫସଲ ପ୍ରଭୃତି ବ୍ୟାପକ ଭାବେ ନଷ୍ଟ ହୋଇଛି। ଫସଲହାନୀ ଓ ଋଣଭାରରେ ଇତି ମଧ୍ୟରେ ୬ଜଣ ଚାଷୀ ଆତ୍ମହତ୍ୟା କଲେଣି। ସରକାର ସମ୍ବେଦନଶୀଳ ହେବା ପରିବର୍ତ୍ତେ କ୍ଷେତ୍ରସ୍ତରର ଦୁଃସ୍ଥିତି ଅଦ୍ୟାବଧି ସମାଧାନ କରିବାର ଠିକଣା ବାଟ ବାହାରକଲେ ନାହିଁ। କୃଷି,ସମବାୟ, ଖାଦ୍ୟ ଓ ଖାଉଟି କଲ୍ୟାଣ ଓ ରାଜସ୍ୱମନ୍ତ୍ରୀ ଚାଷୀଙ୍କୁ ଦେଉଥିବା ପ୍ରତିଶ୍ରୃତିରେ କୌଣସି ସତ୍ୟତା ଓ ତାଳମେଳ ରହୁନାହିଁ। ମୁଖ୍ୟମନ୍ତ୍ରୀ ଗତକାଲି ଚଳିତ ମାସ ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ସ୍ଥଳେ କ୍ଷେତ୍ରସ୍ତରର ବିଭାଗୀୟ ଅଧିକାରୀଙ୍କର ଦେଖାନାହିଁ। ରାଜ୍ୟର ସମସ୍ତଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିଶେଷ କରି ବୀମା କରିଥିବା ଏବଂ ବୀମା ନ କରିଥିବା ଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବା ପାଇଁ କୃଷି ରକ୍ଷକ ଆପ୍ କିମ୍ବା ହେଲ୍ପ ଲାଇନ୍ ୧୪୪୪୭ରେ ଆବେଦନ କରିବା ପାଇଁ ୭୨ ଘଣ୍ଟା ମହଲତ ଦେଇଛନ୍ତି। ଇତି ମଧ୍ୟରେ ଆଜି ଡିସେମ୍ବର ୨୯ତାରିଖରେ ସୂଚନା ଦେବାର ୭୨ ଘଣ୍ଟା ପୁରି ଯାଉଛି। ଖରିଫରେ ରାଜ୍ୟର ୨୧ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଫସଲବୀମା ପାଇଁ ପଞ୍ଜିକୃତ କରିଥିଲେ। କିନ୍ତୁ ଗତକାଲି ସନ୍ଧ୍ୟା ସୁଦ୍ଧା ମାତ୍ର ଆପ୍‌ରେ ୧ଲକ୍ଷ ୨୬ହଜାର ଚାଷୀ ଆବେଦନ କରିଛନ୍ତି। ଫସଲଉଦ୍ଧାର ପାଇଁ ଅସହାୟ ଭିତରେ ଥିବା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସରକାର ଏହି ଦିଗରେ ସେପରି ସଚେତନ କରିନାହାନ୍ତି। ଯେଉଁମାନେ ଆବେଦନରୁ ବଞ୍ôଚତ ହେବେ ସେହି ଚାଷୀ ସହାୟତା ପାଇବେ କିପରି? ସବୁ ଚାଷୀଙ୍କ ପାଖରେ ମୋବାଇଲ୍ ନାହିଁ। ଗ୍ରାମାଞ୍ଚଳରେ ବହୁ ସମୟ ବିଦ୍ୟୁତକାଟ୍ ହେଉଛି। ରିଚାର୍ଜ୍ୟ କରିବା ସମ୍ଭବପର ନୁହେଁ। ଆଉ ଯେଉଁ ଆପ୍ ନମ୍ବରଟି ଜାରି କରାଯାଇଛି ଅନେକ ସମୟରେ ଏହା ଅଚଳ। ଏଥିରେ କେତେଦୂର ଚାଷୀ ଆବେଦନ କରିପାରିବେ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କଳାରୁ କୈଫୟତ ତଲବ କରାଯାଇଛି। ଯାହାର ଏକ ପ୍ରମାଣ ଗତକାଲି କୃଷି ଓ ରାଜସ୍ୱମନ୍ତ୍ରୀ ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବା ବେଳେ ସରକାର ଓ ପ୍ରଶାସନର ଚରମ ଅବ୍ୟବସ୍ଥା ସ୍ପଷ୍ଟପ୍ରମାଣିତ କରିଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ଉପନିବନ୍ଧକ ସମବାୟ ସମିତି ସମୁହ, ରାୟଗଡ଼ା ରୋକଠୋକ୍ ଉପମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ଦେଇଛନ୍ତି ଯେ, ଏହି ହେଲ୍ପ ଲାଇନ୍ କ’ଣ ଆମେ ଜାଣିନାହୁଁ। ତାହାହେଲେ ଚାଷୀ କିପରି ଜାଣିବେ ବୋଲି କଂଗ୍ରେସ ଏହାର ସ୍ପଷ୍ଟିକରଣ ଚାହିଁଛି। 

ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କ ହିତ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୀମା ସହାୟତା ପାଇବା ନିମନ୍ତେ ଆବେଦନ ତାରିଖକୁ ଆଉ ୩ ଦିନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ କ୍ଷେତ୍ରସ୍ତରର ଅଧିକାରୀମାନେ କ୍ଷୟକ୍ଷତିର ପୁନଃ ସଠିକ୍ ଆକଳନ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ମା ଏବଂ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାରପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

 ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪




କବି ନାରାୟଣ ମୁଦୁଲିଙ୍କ ଚାରୋଟି କବିତା ପୁସ୍ତକ ଲୋକାର୍ପିତ , ପ୍ରତିଟି ସାରସ୍ୱତ ସଂରଚନାର ସମ୍ବେଦନାର ସୂତ୍ରଟିଏ ଥାଏ । କାରୁଣ୍ୟରୁ ଉତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ସାହିତି୍ୟକା ଡ. ଅର୍ଚ୍ଚନା ନାୟକ ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ ଡ. ନାୟକ ତାଙ୍କ ସାହିତ୍ୟ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।

ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମୋ ସୃଜନ ମୋ ଜୀବନ’ଶୀର୍ଷକ ବକ୍ତବ୍ୟ ରଖି ଡ. ନାୟକ କହିଛନ୍ତି ଯେ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବାବେଳେ ଚିଲ ପାଟିରୁ ମାଛଟିଏ ଖସିଯିବାର ଦୃଶ୍ୟ ଦେଖି ପ୍ରଥମ କବିତା ଲେଖିଥିଲେ । ଦୃଶ୍ୟମାନ ପ୍ରକୃତି ଓ ଗ୍ରାମୀଣ ଚରିତ୍ରମାନେ ତାଙ୍କ ଲେଖାରେ ଉପସ୍ଥାପିତ ହେଉଥିଲେ । ମାତ୍ର ସତୁରୀ ଦଶକରୁ ତାଙ୍କର ସାରସ୍ୱତ ଧାରା ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ହେଲା । ସେ ଇନ୍ଦ୍ରିୟୋତ୍ତର ଚେତନା ଓ ଅଦୃଶ୍ୟ ଜଗତର ଅନୁଭବକୁ ନେଇ ଲେଖାଲେଖି ଜାରି ରଖିଲେ ବୋଲି ଉଲ୍ଲେଖ କରିଥିଲେ । ସେ ତାଙ୍କର ସାରସ୍ୱତ ଅନୁଭବ, ବିଭିନ୍ନ ସ୍ଥାନ ଭ୍ରମଣ ଓ ପାଇଥିବା ସମ୍ମାନ ସଂପର୍କରେ ବର୍ଣ୍ଣନା କରିଥିଲେ । 

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତରୁଣ କବି ବେଦପ୍ରକାଶ ନାୟକ ‘ଏ ମାସର କବି’ ଭାବେ ଯୋଗଦେଇ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କବି ନାରାୟଣ ମୁଦୁଲିଙ୍କ ‘ମାଟିକବି ପଦାବଳୀ’ ଶିରୋନାମରେ ଚାରୋଟି କବିତା ବହି ଡ. ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । କବି ଶ୍ରୀ ମୁଦୁଲି ମଧ୍ୟ ବକ୍ତବ୍ୟ ରଖିଥିଲେ । 

ପରେ ଅଭୟ ନାରାୟଣ ନାୟକ ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଳକା ରାୟ, ରଜନୀକାନ୍ତ ପଟ୍ଟନାୟକ, ଶ୍ୟାମାକିଙ୍କର ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ଅକ୍ଷୟ ପାଳ, ଅଲେଖ ଚରଣ ରାଉତ, ଅଶୋକ କୁମାର ସିଂ, ବିଦୁ୍ୟତପ୍ରଭା ଗନ୍ତାୟତ, ପ୍ରିୟରଞ୍ଜନ ସାହୁ, ଶୈଳେନ୍ଦ୍ର ଜେନା, ଅଂଶୁମାନ ସାହୁ, ମନମୋହନ ମିଶ୍ର,ଅନସୂୟା ବାରିକ, ପୁଷ୍ପଲତା ରଥ, ଚକ୍ରଧର ଦାଶ, ପିତାମ୍ବର ଭୋଇ, ପ୍ରକାଶ ଚନ୍ଦ୍ର ବେହେରା, ବିଷ୍ଣୁପି୍ରୟା ଜେନା ଓ ଅଗ୍ନିବେଶ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ । 

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । 

ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪




ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (ଏଆଇପିଏନ୍‌ବିଓଏ), ଭୁବନେଶ୍ୱର ସର୍କଲ ପକ୍ଷରୁ ଏହାର ଆଞ୍ଚଳିକ ସମ୍ମିଳନୀ (ଓଡିଶା ରାଜ୍ୟ) ସୋଆ ୟୁନିଭରସିଟିର ଅଡିଟୋରିୟମ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୁବନେଶ୍ୱର ସର୍କଲ ଅନ୍ତର୍ଗତ ବିଭିନ୍ନ ଶାଖାରୁ ବହୁ ଅଧିକାରୀ ତଥା ରାଜ୍ୟର ଅନ୍ୟାନ୍ୟ ସର୍କଲରୁ ବହୁ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ। ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ମୁଖ୍ୟ ଅତିଥି ରୂପେ ଏଥିରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଅଞ୍ଚଳ ଅନ୍ତର୍ଗତ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ଓଡିଶା ରାଜ୍ୟ ସର୍କଲ ସେକ୍ରେଟାରୀ ତଥା ରାଜ୍ୟ ସହ ସାଧାରଣ ସମ୍ପାଦକ ବୈଲୋଚନ ସାହୁ ଯୋଗ ଦେଇ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସଦସ୍ୟମାନଙ୍କୁ ଏକଜୁଟ୍ ହୋଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ ଏଆଇପିଏନ୍‌ବିଓଏର ସାଧାରଣ ସମ୍ପାଦକ କମ୍ରେଡ୍ ଦିଲ୍ଲୀପ ସାହା, ଏଆଇପିଏନ୍‌ବିଓଏର ଅଧ୍ୟକ୍ଷ କମ୍ରେଡ୍ କେ. ଶ୍ରୀକୁମାର, ସର୍କଲ ପ୍ରେସିଡେଣ୍ଟ (ଭୁବନେଶ୍ୱର ) କମ୍ରେଡ୍ ରୋସନ କୁମାର ରାୟ, ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ କମ୍ରେଡ୍ ସଞ୍ଜୟ କୁମାର ପଣ୍ଡା, ସର୍କଲ ସେକ୍ରେଟାରୀ (କଟକ) କମ୍ରେଡ୍ ଦୀପକ କୁମାର ପ୍ରଧାନ, ସର୍କଲ ସେକ୍ରେଟାରୀ (ବ୍ରହ୍ମପୁର) କମ୍ରେଡ୍ ପି. ସନ୍ତୋଷ କୁମାର ପାତ୍ର, ସର୍କଲ ପ୍ରେସିଡେଣ୍ଟ (ସମ୍ବଲପୁର ) କମ୍ରେଡ୍ ସଦାନନ୍ଦ ବେହେରା, ଭୁବନେଶ୍ୱାର ଡିଜିଏମ୍ ତଥା ସର୍କଲ ମୁଖ୍ୟ ଲକ୍ଷ୍ମିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪





ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୃଥ‌ିବୀର ପ୍ରତିଷ୍ଠିତ ଅର୍ଥନିତିଜ୍ଞ ଡଃ ମନମୋହନ ସିଂଙ୍କୁ ଭାରତ ରତ୍ନ ଦେବା ପାଇଁ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦାବୀ କରାଯାଇଛି । ୧୯୯୦-୯୫ ମସିହା ପର୍ଯ୍ୟନ୍ତ ମୁକ୍ତ ବଜାର ଅର୍ଥନିତି ମାଧ୍ୟମରେ ଲାଇସେନ୍ସ ରାଜକୁ ବନ୍ଦ କରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପୁଞ୍ଜି ବିନିଯୋଗ କରି ରାସ୍ତା ଖୋଲିବା, ବିପର୍ଯ୍ୟସ୍ତ ଭାରତର ଅର୍ଥନିତିକୁ ସୁଧାରୀ ୨୦୦୪ ରୁ ୨୦୧୪ ମଧ୍ୟରେ ଭାରତର ଗ୍ରୋଥ ରେଡ଼ରେ ୧୧ ପ୍ରତିଶତ ବଢ଼ାଇବା, ଭାରତ ସହିତ ଆମେରିକା ଆଣବିକ ଚୁକ୍ତି ସୂଚନା ଅଧିକାର, ଶିକ୍ଷା ଅଧିକାର, ଖାଦ୍ୟ ସୁରକ୍ଷା ଅଧୁକାର, ଅସଂଗଠିତ ଶ୍ରମିକ ଆଗନ ଓ ମହିଳା ଶ୍ରମିକ ମାନଙ୍କର ସେକ୍ସ୍ଆଇ ହାରସସ୍ଫୋଟ ଆଇନ ତାଙ୍କ ସମୟରେ ପ୍ରଣୟନ ହେବା ସହିତ କୃଷକ ମାନଙ୍କ ଋଣ ଛାଡ ହୋଇଥିଲା । ଓଡ଼ିଶାରେ ତାଙ୍କ ସମୟରେ ରାଇରକେଲା, ଏନ୍‌ଟିପିସ୍ ସୁପରଥର୍ମାଲ, ନାଲକୋ ସଂପ୍ରସାରଣ ଆଇ.ଆଇ.ଟି ଭୁବନେଶ୍ଵର ଓ ଏମ.ବି.ଏ ପ୍ରତିଷ୍ଠା କରିଥିଲେ ଦଲଙ୍ଗିର ଓ ମୟୁରଭଞ୍ଜ ସମେତ ୫ଟି ଜିଲ୍ଲାରେ ମେଡ଼ିକାଲ କଲେଜ ଡଃ ମନମୋହନ ସିଂହଙ୍କ ପାଇଁ ସମ୍ଭବ ହୋଇପାରିଥିଲା । ୨୦୦୪ ରୁ ୨୦୧୪ ମସିହା ହୋଇଥିବା ଫାଇଲିନ୍, ବନ୍ୟା ଓ ବାତ୍ୟା ଓଡ଼ିଶା ପାଇଁ ଅଳାଜିତ ଭାବରେ ଯଥେଷ୍ଟ ଅଧୂକ ସାହାଯ୍ୟ ପାଇଥିଲେ। ୧୦୮ ଆମ୍ବୁଲାନ୍ତି ମଧ୍ୟ ଡଃ ମନମୋହନ ସିଂହଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ତାଙ୍କର ଅବଦାନ ପାଇଁ ଏହି ଶୋକ ପ୍ରସ୍ତାବ ସହିତ ତାଙ୍କୁ ଭାରତ ରତ୍ନ ଦେବା ପାଇଁ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପୂର୍ବତନ କଂଗ୍ରେସ ସଦସ୍ୟ ଡଃ ରାମଚନ୍ଦ୍ର ଝୁଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠଳରେ ଦାବି କରାଯାଇଛି । ଏହି ପ୍ରସ୍ତାବକୁ ସାଧାରଣ ସମ୍ପାଦକ ନିଶୋର ଜେନା ପ୍ରସ୍ତାବ ଆଣିଥିଲେ ଓ ଯୁଗ୍ମ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ ସମର୍ଥନ କରିଥିଲେ ।

ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ଉପସଭାପତି ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଦେବାଶିଷ ଘୋଗ, ଯୁଗ୍ମ ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ଅକ୍ଷୟ ତ୍ରିପାଠୀ, ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ସମ୍ପାଦକ ସତ୍ୟାନନ୍ଦ ସାହୁ, ସୁଶିଲ ବେହେରା, କେ.ଡି ଓଝା, ଜିଲ୍ଲା ସଭାପତି- ଦିଗାମ୍ବର ଗଡ଼ନାୟକ, କରାଜ ପ୍ରଧାନ, ଭୋକାଲି ସେଠୀ, ସୁଶାନ୍ତ ପଣ୍ଡା, ସୁକାନ୍ତ ପ୍ରଧାନ, ବସନ୍ତ ସେଠୀ, ଏନ.ସି. ଦାସ, ଜଗବନ୍ଧୁ ପ୍ରଧାନ, ଜୟକୃଷ୍ଣ ମାଳିଆ, ବାସନ୍ତୀ ସାମଲ, ସିଲି ସେଠୀ, ପ୍ରଭାତ ମୋଟାଲୀ, ବିଘ୍ନରାଜ ନାୟକ, ବିନ୍ମୟ କୁମାର ହୋତା, ସୁବାଶିଷ ନାୟକ, ରଶ୍ମିରଞ୍ଜନ ପରିଡ଼ା, ମାନସ ରଞ୍ଜନ ପାତ୍ର, ବନବାସୀ ବେହେରା, ସୁଚିତ୍ରା ଦାସ, ସୁପ୍ରଭା ଦାସ ଓ ବଳରାମ କୁସୁଲିଆ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଭୁବନେଶ୍ୱର, ୨୮ ଡିସେମ୍ବର ୨୦୨୪




 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ୩ - ଦିନିଆ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଜାତୀୟ ସେବା ଯୋଜନା ଯୁବ ନେତୃତ୍ୱ ଶିବିର -୨୦୨୪ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ୧୨୦ରୁ ଊର୍ଦ୍ଧ୍ୱ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ୍ ଯୋଗ ଦେଇ କହିଥିଲେ ଯେ ଏହି ନେତୃତ୍ୱ ଶିବିରରେ ଯୋଗ ଦେଇଥିବା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରୁ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ବହୁତ କିଛି ଶିଖିବାକୁ ମିଳିବ। ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ପ୍ରତିପାଦନ କରିବା। ଏହା ମାଧ୍ୟମରେ ସେମାନେ କିପରି ସମାଜ ସେବା କରିପାରିବେ ଓ ତାଙ୍କ ମଧ୍ୟରେ ନେତୃତ୍ୱ ନେବାର ମନୋଭାବ ସୃଷ୍ଟି ହେବ ସେ ବିଷୟରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। ନିଜର କମ୍ୟୁନିକେସନ୍ ଦକ୍ଷତାକୁ ସୁଦୃଢ କରିବା ନିତାନ୍ତ ଆବଶ୍ୟକ। ପୁସ୍ତକରୁ ମିଳୁଥିବା ଜ୍ଞାନ ଭିତରେ ନିଜ ଜ୍ଞାନକୁ ସୀମିତ ନ ରଖି ବାହ୍ୟ ଜ୍ଞାନ ବିଷୟରେ ଅବଗତ ହେବା ଜରୁରୀ । ନିଜେ ଶୃଙ୍ଖଳିତ ହେଲେ ହିଁ ସମାଜ ପାଇଁ ରୋଲ୍ ମଡେଲ ହୋଇପାରିବ ବୋଲି ସୁଶ୍ରୀ ପଟେଲ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଭାପତି ଭାବେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କହିଥିଲେ ଯେ ନେତୃତ୍ୱ ନେବା ସହଜ ନୁହେଁ। ଗୋଟିଏ ନେତାକୁ ବହୁତ କିଛି ହରେଇବାକୁ ପଡିଥାଏ। ସେ ନିଜର ସ୍ୱାର୍ଥକୁ ପଛରେ ରଖି ନିଜ ଦଳ ଅବା ସମାଜ ପାଇଁ ନିଜକୁ ସଦାସର୍ବଦା ଉତ୍ସର୍ଗ କରିଥାଏ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇବା ଏକ ନେତାର ଗୁଣ ବୋଲି ପ୍ରଫେସର ନନ୍ଦ କହିଥିଲେ।

ବିଭିନ୍ନ ଦୃଷ୍ଟାନ୍ତ ମାଧ୍ୟମରେ ନେତୃତ୍ୱ ଓ ନେତାର ଭୂମିକା କ’ଣ ହେବା ଉଚିତ୍ ସେ ବିଷୟରେ ସେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗ ଦେଇ କହିଥିଲେ ଯେ ଗୋଟିଏ ନେତା ସବୁବେଳେ ନିଜ ଦଳକୁ ସାଙ୍ଗରେ ନେଇ ଚାଲିବାକୁ ପସନ୍ଦ କରେ। ସେ କେବଳ ନିଜର ଉନ୍ନତି ବିଷୟରେ ଭାବି ନଥାଏ ବରଂ ସେ ସଦାଦର୍ବଦା ନିଜ ଦଳ ଓ ସମାଜର ହିତ ବିଷୟରେ ଚିନ୍ତା କରିଥାଏ। ଶୃଙ୍ଖଳା ଏକ ନେତାର ପ୍ରଥମ ଗୁଣ। ଜଣେ ନେତା ସଦାସର୍ବଦା ‘ନଟ୍ ମି ବଟ୍ ୟୁ’ ଭାବନାକୁ ମନ ଭିତରେ ରଖିବା ଉଚିତ୍‌। କଠିନ ପରିଶ୍ରମ ଓ ଅଧ୍ୟବସାୟ ଫଳରେ ସବୁ ସମ୍ଭବପର ହୋଇପାରିବ ବୋଲି ପ୍ରଫେସର ଦାସ କହିଥିଲେ। 

ଏହି କାର୍ଯ୍ୟକ୍ରମରେ ସୋଆ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ପ୍ରଫେସର କମଳଲୋଚନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୪


ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୃଥିବୀର ପ୍ରତିଷ୍ଠିତ ଅର୍ଥନିତିଜ୍ଞ ଡଃ ମନମୋହନ ସିଂ ଙ୍କ ଅକାଳ ବିୟୋଗ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଜଣେ ବିଶିଷ୍ଟ ଅର୍ଥଳିତିଜ୍ଞ ଓ ସଜୋଟ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଖ୍ୟାତି ସାରା ଦୁନିଆରେ ଥିଲା। ତାଙ୍କ ସମୟରେ ଭାରତ ବର୍ଷ ଅର୍ଥନିତି ସୁଦୃଢ଼ ଏବଂ ସ୍ଥିର ଥିଲା। ସୂଚନା ଅଧ‌ିକାର, ନିଯୁକ୍ତି ଅଧିକାର, ଶିକ୍ଷା ଅଧୁକାର, ଖାଦ୍ୟ ସୁରକ୍ଷା ଅଧୁକାର, ଅସଂଗଠିତ ଶ୍ରମିକ ଆଇନ ଓ ମହିଳା ଶ୍ରମିକ ମାନଙ୍କର ସେଜୁଆର ହାରସମେଟ ଆଇନ ତାଙ୍କ ସମୟରେ ପ୍ରଣୟନ ହୋଇଥିଳା ଓ କୃଷକ ମାନଙ୍କ ରଣ ଛାଡ ହୋଇଥିଲା । ଓଡ଼ିଶାରେ ତାଙ୍କ ସମୟରେ ଗାଲରକେଲା, ଏନଟିପିସ୍ ସୁପରଥର୍ମାଲ, ନାଲ୍‌କୋ ସଂପ୍ରସାରଣ ଆଇ.ଆଇ.ଟି ଭୁବନେଶ୍ଵର ଓ ଜିଲ୍ଲା ସ୍ତରୀୟ ମେଡ଼ିକାଲ ଓ ୫ଟି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠିତ ହୋଇଥିଲା। ସେହିଭଳି ଫାଇଲିନ୍, ଅନ୍ୟ ବାତ୍ୟା ଓ ବନ୍ୟା ସମୟରେ କେନ୍ଦ୍ରରୁ ଅଧିକ ଆର୍ଥକ ସହାୟତା ମିଳିଥିଲା । ତାଙ୍କର ସରଳ, ସାଧାରଣ ଜୀବନ, ସଛୋଟ ରାଜନୀତି ଓ ସୂଚିରିତ ଅର୍ଥନୀତି ପାଇଁ ସେ ସବୁଦିନ ପାଇଁ ଅମର ହୋଇ ରହିବେ।

କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପ୍ରବାଦେଳେ ଓଡ଼ିଆ ଭାଷା ଉଦୀୟ ମାନ୍ୟତା ପାଇଲା ଏବଂ ଓଡ଼ିଶାରେ କାମ ପରିବର୍ତନ ହୋଇ ଓଡ଼ିଶା ହେଲା ଏବଂ ହିନ୍ଦିରେ ଓଡ଼ିଶା ବଦଳରେ ଓଡ଼ିଶା ହେଲା। ତାହା ହେଉଛି ଓଡ଼ିଶାବାସୀ ଓଡ଼ିଶା ପାଇଁ ତା ମନମୋହନ ସିଂଙ୍କର ସବୁଠାରୁ ବଡ଼ ଦାନ । ଯେଉଁ ଓଡ଼ିଆ ଭାଷାକୁ ଏକ ସ୍ଵତନ୍ତ୍ର ଭାଷା ଭାବେ ଲୋକ ଗ୍ରହଣ କରୁଥିଲେ । ଭାରତର ଷଷ୍ଟ ଭାଷା ଭାବରେ ଓଡ଼ିଆ ଭାଷାକୁ ସହାୟ ମାନ୍ୟତା ଦେବା ଓ ଓରିଶାର ନାମ ପରିବର୍ତନ କରି ଓଡ଼ିଶା ନାମ ଦେବା ସବୁଦିନ ପାଇଁ ଓଡ଼ିଶାବାସୀ ଡଃ ମନମୋହନ ସିଂଙ୍କ ପାଇଁ କୃତଜ୍ଞ ହୋଇରହିବେ।

ମୁଁ ୧୨ ବର୍ଷ ରାଜ୍ୟସଭା ସଦସ୍ୟ ଥିବାବେଳେ ତାଙ୍କ ନେତୃତ୍ୱରେ ଦୀର୍ଘ ୧୨ ବର୍ଷ ମୋତେ କାର୍ଯ୍ୟକରିବାର ସୁଯୋଗ ମିଳିଥିଲା । ମୁଁ ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆପର ସଦ୍‌ଗତ କାମନା କରୁଛି।

ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୪





ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି । ଏହାକୁ କିଟ୍‍କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉଦ୍‍ଘାଟନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଲେଜର ମେସିନ୍‍ ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ହୃଦରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ।

ପାରମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ୱାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମିଲିଡ୍‍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍‍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍‍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍‍ସର ବରିଷ୍ଠ ହୃଦ୍‍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ୱାରା ଆମେ ଅତ୍ୟାଧୁନିକ ହୃଦରୋ ଗ ଚିକିତ୍ସା ଯୋଗାଇ ଦେଇପାରୁଛୁ । ଏଭଳି ଚିକିତ୍ସା ପୂର୍ବରୁ ଆମ ରାଜ୍ୟରେ ସମ୍ଭବ ହୋଇପାରୁ ନଥିଲା । ରୋଗୀର ଆର୍ଟେରୀରେ ବ୍ଲକେଜ୍‍ କିମ୍ବା ପେସ୍‍ମେକର୍‍ ଲିଡ ରିମୁଭାଲ ଭଳି ଜଟିଳ ପ୍ରକ୍ର୍ରିୟା ଏବେ ସହଜରେ ହୋଇପାରୁଛି । ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଏହି ଲେଜର ମେସିନ୍‍ କମ୍‍ ବୟସର ରୋଗୀଙ୍କୁ ହୃଦ୍‍ ସମସ୍ୟାରୁ ମୁକ୍ତ କରିପାରୁଛି ।

କିମ୍‍ସ ହୃଦରୋଗ ବିଭାଗ ମୁଖ୍ୟ ଡା. ଶୁଭାଶିଷ ମିଶ୍ର କହିଛନ୍ତି ଏହି ଯନ୍ତ୍ର ଦ୍ୱାରା ରକ୍ତ ଜମାଟ ଓ ବ୍ଲକେଜ ଆଦି ସମସ୍ୟା ଅତି ସହଜରେ ସମାଧାନ ହୋଇପାରୁଛି । ଏହା ସହିତ ଜଟିଳ କରୋନାରୀ ହୃଦରୋଗର ଚିକିତ୍ସା କରିବା ସହ ରୋଗୀଠାରେ ଥିବା ଷ୍ଟେଣ୍ଟ ଜନିତ ବିପଦରୁ ହ୍ରାସ କରିଥାଏ ।

ସୂଚନାଯୋଗ୍ୟକିମ୍‍ସ ପ୍ରଦ୍ୟୁମ୍ନ ବଳ ମେଡିକାଲ୍‍ରେ ହୃଦରୋଗ ବିଭାଗରେ ସର୍ବାଧୁନିକ ଯନ୍ତ୍ରପାତି ସହ ଅତ୍ୟାଧୁନିକଦକ୍ଷ ଓ ଉଚ୍ଚ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ହୃଦରୋଗ ଚିକିତ୍ସା କରାଯାଇଥାଏ । ଡା ଅନୁପମ ଜେନାଡା ଶୁଭାଶିଷ ମିଶ୍ରଡା ପଞ୍ଚାନନ ସାହୁ ଓ ଡା ଚନ୍ଦନ କୁମାର ରାୟ ମହାପାତ୍ରଙ୍କ ଭଳି ଅନୁଭବୀ ଡାକ୍ତରମାନେ ରୋଗୀସେବା ଯୋଗାଇ ଦେଉଛନ୍ତି ।

ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୪




ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ  ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । 

ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେ ବିସ୍ତୃତ ଭାବେ ସମୀକ୍ଷା  କରାଯାଇଥିଲା । ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ   ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର  ଦ୍ୱାରା ଅଦ୍ୟତନ କରାଯାଉଛି,ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ  ସୁଦୃଢ ଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ  । ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ  ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ  ନିମନ୍ତେ  ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟର  ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ନିମନ୍ତେ  କାର୍ଯ୍ୟ ଜାରି ରହିଛି । ଆହୁରି ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ  ଓଡ଼ିଶା ରାଜ୍ୟ  ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟରେ  ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରି କ୍ଷୟକ୍ଷତି ହ୍ରାସ କରିବା ପାଇଁ ଆଗୁଆ ସତର୍କ ସୂଚନା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି  

ବିଶ୍ୱ ବ୍ୟାଙ୍କ ସହାୟତାରେ  କାର୍ଯ୍ୟକାରୀ ହେଉଥିବା  ଏହି ପ୍ରକଳ୍ପ କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ  ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନୋଡାଲ ବିଭାଗ ରହିଛନ୍ତି । ଜୁଲାଇ ୨୦୨୩ ରୁ ଆରମ୍ଭ ହୋଇଥିବା ଏହି  ପ୍ରକଳ୍ପର ସମୟସୀମା ୨୦୨୮ ଏପ୍ରିଲ ପର୍ଯ୍ୟନ୍ତ ରହିଛି । ୧୧୮୩ କୋଟି ଟଙ୍କା ଅଟକଳରେ ଏହି ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ପାଣ୍ଠି  ୩୮୭ କୋଟି ଟଙ୍କା  ରହିଛି । 

କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଜନସାଧାରଣଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ଏବଂ  ତାହାକୁ କାର୍ଯ୍ୟକାରୀ କରାଯିବା ପରିପ୍ରେକ୍ଷୀରେ ସଠିକ୍ ତଥ୍ୟ(ଡାଟା)ର ନିତାନ୍ତ ଆବଶ୍ୟକତା ରହିଥାଏ । ବିଭିନ୍ନ ବିଭାଗମାନଙ୍କ ଦ୍ୱାରା ପ୍ରକଳ୍ପ କାର୍ଯ୍ୟକାରିତା  ଭିନ୍ନ ଭିନ୍ନ ଉପାୟରେ  ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ସମସ୍ତ ତଥ୍ୟକୁ ସମନ୍ୱିତ କରାଯିବାର ଆବଶ୍ୟକତା ରହିଛି , ଯାହାକି ଏହି ପ୍ରକଳ୍ପ ଜରିଆରେ ହୋଇପାରିବ ।  ରାଜ୍ୟ ସରକାର ଆଗାମୀ ଦିନରେ ରାଜ୍ୟ ତଥ୍ୟ ନୀତି ( ଷ୍ଟେଟ୍ ଡାଟା ପଲିସି) ଆଣିବାକୁ ଯାଉଛନ୍ତି ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନରେ  କେଉଁ କ୍ଷେତ୍ରରେ କେତେ କାର୍ଯ୍ୟ ଅଗ୍ରଗତି  ହେବା କଥା, କେତେ କାମ ହୋଇଛି  ଓ କାମର ମାନ ଦଣ୍ଡ କିପରି ହେବା କଥା ସେ ସଂପର୍କରେ ଉନ୍ନୟନ କମିଶନର ସମୀକ୍ଷା ପୂର୍ବକ ପ୍ରକଳ୍ପ କାର୍ଯ୍ୟ ଅଗଗ୍ରତି ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ବିଭାଗ ତଥା ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ବୈଠକରେ ପରିଚାଳନା କମିଟିର ସଦସ୍ୟ ଥିବା  ଅର୍ଥ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଯୋଜନା ଓ ସଂଯୋଜନ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓସଡମା ଏବଂ ସଂପୃକ୍ତ ଅନ୍ୟ ବିଭାଗର  ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪





ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଜଟିଳ ଆଡେନୋଟନ୍‌ସିଲେକ୍ଟୋମି ମାଧ୍ୟମରେ ନିଃଶ୍ୱାସ ନେବା ନିମନ୍ତେ ସଂଘର୍ଷ କରୁଥିବା ଜଣେ ୫ ବର୍ଷର ଶିଶୁପୁତ୍ରର ଜୀବନ ରକ୍ଷା କରାଯାଇଛି। 
ଏହି ଅଭିନବ ପ୍ରକ୍ରିୟାଟି ଦକ୍ଷିଣ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଥିବା ବେଳେ ଏହି ପଦ୍ଧତିଟିକୁ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗର ମୁଖ୍ୟ ଡାକ୍ତର ପ୍ରୀୟଜିତ ପାଣିଗ୍ରାହୀ ସମ୍ପାଦନ କରିଛନ୍ତି। 
ଏହି ଶିଶୁ ପୁତ୍ରଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ବେଳେ ପାଟି ବାଟେ ନିଃଶ୍ୱାସ ନେଉଥିଲା ଏବଂ ତା’ର ପରିସ୍ଥିତି ଜଟିଳ ହେବାରୁ ତାକୁ ହସ୍ପିଟାଲ୍‌କୁ ଅଣାଯାଇଥିଲା। 
ପରୀକ୍ଷା ନିରୀକ୍ଷା ପରେ ତା’ ଶରୀରରେ ଗ୍ରେଡ୍ ୪ ଟନ୍‌ସିଲ୍ ଓ ଗ୍ରେଡ୍ ୩ ଆଡେନଏଡ୍ସ ସମସ୍ୟା ଥିବାର ଜଣାପଡ଼ିଥିଲା ଯାହାକି ତା’ର ଶ୍ୱାସନଳୀକୁ ସମ୍ପୂର୍ଣ୍ଣ ଭାବେ ଅବରୋଧ କରୁଥିଲା। ଅନେକ ଶିଶୁରୋଗ ବିଭାଗର ଡାକ୍ତର ଓ ଦୀର୍ଘ ସମୟ ଧରି ଚିକିତ୍ସା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନଥିଲା। 
ତା’ ସ୍ୱାସ୍ଥ୍ୟାବସ୍ଥା ଦେଖି ଡାକ୍ତର ପାଣିଗ୍ରାହୀ ତୁରନ୍ତ ଏଣ୍ଡୋସ୍କୋପିକ ପଦ୍ଧତିରେ ସାଧାରଣ ନିଶ୍ଚେତକ ବ୍ୟବହାରରେ ଆଡେନୋଡେକ୍ଟୋମି ସହିତ ହାର୍ମୋନିକ୍ ଟନ୍ସିଲେକ୍ଟୋମି ପ୍ରକ୍ରିୟା କରିବା ନିମନ୍ତେ ନିଷ୍ପତି ନେଇଥିଲେ। ଏହି ଅସ୍ତ୍ରୋପଚାର ଦ୍ୱାରା ଏଣ୍ଡୋସ୍କୋପିକ ପଦ୍ଧତି ମାଧ୍ୟମରେ ଆଡେନଏଡ୍ ଟିସ୍ୟୁକୁ ସମ୍ପୂର୍ଣ୍ଣ ମାତ୍ରାରେ ବାହାର କରାଯାଇଥାଏ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି। 
ଡେବ୍ରିଡରର ବ୍ୟବହାର ଏବଂ ଏଣ୍ଡୋସ୍କୋପିକ୍ ଦ୍ୱାରା ରୋଗୀର ଶରୀରରେ ଉନ୍ନତି ଘଟିଥାଏ ବୋଲି ସେ କହିଛନ୍ତି।
ଏହି ଅସ୍ତ୍ରୋପଚାର ଏକ ବଡ଼ ସଫଳତା ଏବଂ ରୋଗୀଟି ବର୍ତମାନ ସୁସ୍ଥ ଅଛି ଏବଂ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁନାହିଁ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି। 
ରୋଗୀ ସେବା ନିମନ୍ତେ ଅତ୍ୟାଧୁନିକ ଅସ୍ତ୍ରୋପଚାର ପ୍ରକ୍ରିୟା ଆପଣାଇବା ନେଇ ହସ୍ପିଟାଲ ପ୍ରସ୍ତୁତ ବୋଲି ସେ କହିଛନ୍ତି। ନ୍ୟୁରୋସର୍ଜରୀ ଅଥବା ଅଙ୍କୋଲୋଜି କିମ୍ବା ବର୍ତମାନର ଇଏନ୍‌ଟି ପ୍ରକ୍ରିୟା ସବୁ ଜଟିଳ ସମସ୍ୟା କ୍ଷେତ୍ରରେ ରୋଗୀଙ୍କୁ ସେବା ପ୍ରଦାନ ନିମନ୍ତେ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ ବଦ୍ଧପରିକର ବୋଲି ସେ କହିଛନ୍ତି।

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪





ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, ଭୁବନେଶ୍ୱର ଓ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକସ୍ ସିଟି ଶାଖା (ଆଇଏପି) ର ମିଳିତ ଆନୁକୂଲ୍ୟରେ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନବଜାତ ଶିଶୁଙ୍କ କ୍ଷେତ୍ରରେ ପୁର୍ନଜୀବନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। 

ନବଜାତ ଶିଶୁଙ୍କ ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ଜ୍ଞାନକୌଶଳ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନବଜାତ ଶିଶୁଙ୍କ ପ୍ରାଥମିକ ସ୍ତରରେ ଜୀବନ ରକ୍ଷା ନିମନ୍ତେ ଏୟାରୱେ ବ୍ୟବସ୍ଥାପନ ଓ ଚେଷ୍ଟ କମ୍ପ୍ରେସନ୍ସ ସମ୍ପର୍କରେ ପ୍ରଶିକ୍ଷଣ ନେବା ସହ ଜରୁରୀକାଳୀନ ସ୍ଥିତିରେ ସେମାନଙ୍କ ଜୀବନ ରକ୍ଷା ନେଇ କେଉଁଭଳି ଦକ୍ଷତା ଆବଶ୍ୟକ ସେ ନେଇ ଜ୍ଞାନ ଆହରଣ କରିଥିଲେ। 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ମୃତ୍ୟୁଞ୍ଜୟ ଦାଶ, ଡାକ୍ତର ପ୍ରଶାନ୍ତ ସାବତ ଏବଂ ଡାକ୍ତର ଚନ୍ଦ୍ରଶେଖର ପାତ୍ର ଯୋଗ ଦେଇଥିଲେ। ସେମାନେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ପର୍କରେ ନିଜର ଅଭିଜ୍ଞତା ଓ ଦୃଷ୍ଟିକୋଣ ବଖାଣି ଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ର୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଏବଂ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪




  • ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ବଳିଦାନ ଅବିସ୍ମରଣୀୟ: ମନମୋହନ ସାମଲ
  • ଗୁରୁଦ୍ୱାରରେ ଶ୍ରଦ୍ଧାସୁମନ ଅର୍ପଣ କଲେ ରାଜ୍ୟ ସଭାପତିଙ୍କ ସମେତ ଅନେକ ନେତୃବୃନ୍ଦ
  • ଆଜି ଦେଶବ୍ୟାପୀ ପାଳନ କରାଯାଉଛି ‘ବୀର ବାଲ୍ ଦିବସ
ବୀର ସାହେବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱିତ କରିଦେଇଥିଲା। ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହେବଜାଦେଙ୍କ ସାହସ ଏବଂ ଆଦର୍ଶ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଛି। ଦେଶର ସମ୍ମାନ ରକ୍ଷା କରିବା ପାଇଁ ଦଶମ ଶିଖ୍ ଗୁରୁଙ୍କ ମହାନ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନକୁ ଏହି ଦିବସ ମନେ ପକାଇଥାଏ । ଗତ ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୬ ତାରିଖକୁ ‘ବୀର ବାଲ୍ ଦିବସ’ ରୂପେ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ଦେଶବ୍ୟାପୀ ଏହି ଦିବସ ପାଳନ କରାଯାଉଛି। ସେମାନଙ୍କ ସାହସକୁ ମନେ ପକାଇ ପ୍ରତିବର୍ଷ ୨୬ ଡିସେମ୍ବରକୁ “ବୀର ବାଲ ଦିବସ’ ଭାବରେ ପାଳନ କରାଯାଉଛି। ଧର୍ମରକ୍ଷା ପାଇଁ ଜୋରାବର ଓ ଫତେ ସିଂଙ୍କ ବଳିଦାନ ଅବିସ୍ମରଣୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ଏହି ଅବସରରେ ଶ୍ରୀ ସାମଲ ଶିଖ୍ ସମ୍ପ୍ରଦାୟର ଶିଶୁମାନଙ୍କ ସାହସିକତାକୁ ଭୁରଭୁରି ପ୍ରଶଂସା କରିବା ସହ ଭୁବନେଶ୍ୱରର ଖାରବେଳନଗର ସ୍ଥିତ ଗୁରୁଦ୍ୱାରକୁ ଯାଇ ବାଲ୍ ବୀର ଜୋରଦାର ସିଂହ ଓ ଫତେ ସିଂହଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ। 
ଶ୍ରୀ ସାମଲ କହିଥିଲେ ଯେ, ମୋଗଲ ଶାସନ କାଳରେ ଭାରତୀୟ ସନାତନୀଙ୍କ ଉପରେ ଧର୍ମପରିବର୍ତନ ନିମନ୍ତେ ନାନା ପାଶବିକ ଅତ୍ୟାଚାର କରାଯାଉଥିଲା। ମୋଗଲ ସମ୍ରାଟ ଔରଙ୍ଗଜେବ କଳେବଳେ କୌଶଳେ ଅଥବା ତରବାରୀର ତୀକ୍ଷ୍‌ଣ ଧାରରେ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରୁଥିଲେ। ଯେଉଁମାନେ ଏହାକୁ ଅବମାନନା କରୁଥିଲେ ସେମାନଙ୍କୁ ନୃଶଂସଭାବେ ହତ୍ୟା କରାଯାଉଥିଲା। ୧୭୦୪ ମସିହା ଡିସେମ୍ବର ୨୨ରେ ସିରସା ନଦୀକୂଳରେ ଖାଲସା ଓ ମୋଗଲମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ସମୟରେ ୪୦ ଜଣ ଶିଖ୍ ଦେଢ଼ ଲକ୍ଷ ମୋଗଲ ସେନାଙ୍କ ବିରୋଧରେ ଧର୍ମଯୁଦ୍ଧ ଲଢ଼ିଥିଲେ। ଏହି ଯୁଦ୍ଧରେ ଶିଖ୍ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ୨ ବଡ ପୁଅ ବାବା ଅଜିତ ସିଂ ଓ ବାବା ଜୁଝାର ସିଂଙ୍କ ସମେତ ବାକି ୩୮ ଶିଖ୍ ବୀର ରଣଭୂମିରେ ବୀରଗତି ପ୍ରାପ୍ତ ହୋଇଥିଲେ। ବିବି ଶରନ୍ କୌର ଶହୀଦମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରୁଥିବାବେଳେ ତାଙ୍କୁ ମଧ୍ୟ ଜଳନ୍ତା ଜୁଇ ଭିତରକୁ ଜିଅନ୍ତା ଫିଙ୍ଗି ନିର୍ମମଭାବେ ହତ୍ୟା କରାଯାଇଥିଲା। ଏତିକିରେ ଅଟକି ନଥିଲା ମୋଗଲମାନଙ୍କ ପାଶବିକ ଅତ୍ୟାଚାର। ଧର୍ମପରିବର୍ତନ କରିବାକୁ ବାରଣ କରିଥିବା ଦୁଇ ଶିଶୁ ପୁତ୍ର ୬ ବର୍ଷୀୟ ସାହେବଜାଦା ବାବା ଜୋରାବର ସିଂ ଏବଂ ୯ ବର୍ଷୀୟ ବାବା ଫତେ ସିଂଙ୍କୁ ଥଣ୍ଡା ବୁଜ୍‌ର୍ ଦୁର୍ଗରେ ଦୁଇଦିନ ବନ୍ଦୀ ରଖିବାପରେ ତୃତୀୟ ଦିନ ଇଟା କାନ୍ଥ ଭିତରେ ଜୀବନ୍ତ ସମାଧି ଦିଆଯାଇଥିଲା। କିନ୍ତୁ ଇଟାକାନ୍ଥ ଭାଙ୍ଗିପଡ଼ିବାରୁ ପୁନଶ୍ଚ ଦୁଇ କୋମଳମତି ଶିଶୁଙ୍କର ଗଳାକାଟି ହତ୍ୟାକରି ମୋଗଲ ନିଜର ବର୍ବରତାର ପରିଚୟ ଦେଇଥିଲେ। 
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ପିପିଲି ଗୁଡିଆ ପୋଖରୀ ଠାରେ ଗୁରୁନାନକ ପବ୍ଲିକ ସ୍କୁଲ ଠାରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ବୀର ବାଲ ଦିବସ ଅବସରରେ ଯୋଗ ଦେଇ ଦୁଇ ବୀର ବାଳକଙ୍କ ବୀର ଗାଥା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଓ ସ୍କୁଲର କର୍ମକର୍ତା ମାନେ ଉପସ୍ଥିତ ଥିଲେ।
ସେହିପରି ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ‘ବୀର ବାଲ୍ ଦିବସ’ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ରାଷ୍ଟ୍ର ଧର୍ମର ସୁରକ୍ଷା ପାଇଁ ସହୀଦ ହୋଇଥିବା ମହାପୁରୁଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଅମରଜିତ୍ ସିଂହ ଓ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ତଥା ବୀର ବାଲ ଦିବସ ରାଜ୍ୟ ସଂଯୋଜକ ଶ୍ରୀ ସୁରଥ ବିଶ୍ୱାଳ ଯୋଗ ଦେଇଥିଲେ । 
ଏହି ଅବସରରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ)ମାନସ କୁମାର ମହାନ୍ତି, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ପୂର୍ବତନ ସାଂସଦ ପର୍ଶୁ ମାଝୀ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ୍ ସିଂ, ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ଅରୁଣ ନାୟକ, ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରଦାସ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ବୀର ବାଲ ଦିବସ ଉପଲକ୍ଷେ ସଭା, ଶୋଭାଯାତ୍ରା କରିଛନ୍ତି।

ଭୁବନେଶ୍ୱର, ୨୬ ଡିସେମ୍ବର ୨୦୨୪




  • ୪ ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସଂପର୍କରେ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ ଅଭିଯୋଗର ସମାଧାନ ପାଇଁ “ସୁଭଦ୍ରା ଶିବିର” ଅନୁଷ୍ଠିତ ପାଇଁ ପ୍ରସ୍ତାବ

ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ଉଦ୍ଦିଷ୍ଟସୁଭଦ୍ରାଯୋଜନାର କାର୍ଯ୍ୟକାରିତା  ସଂପର୍କିତ  ୨ୟ ପରିଚାଳନା କମିଟି ବୈଠକ  ଉନ୍ନୟନ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି ବୈଠକରେ ସୁଭଦ୍ରା   ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ  ପ୍ରଥମ କିସ୍ତି ଅର୍ଥ ପ୍ରେରଣ ସଂପର୍କରେ ଆଲୋଚନା କରାଯାଇଥିଲା ।  

ଯୋଜନା ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମହିଳା   ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀମତୀ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା  ଶ୍ରୀମତୀ ମନୀଷା ବାନାର୍ଜୀ, ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ସାଧାରଣ ପରିଚାଳକ, ଓକାକ୍  ଶ୍ରୀ  ପ୍ରଦୀପ ରାଉତଙ୍କ ସମେତ ସଂପୃକ୍ତ  ବିଭାଗର ଅନ୍ୟ ପଦଧିକାରୀ ମାନେ ଉପସ୍ଥିତ ଥିଲେ

ବୈଠକରେ ଅଧ୍ୟକ୍ଷତା କରି ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ  ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ  ଅର୍ଥ ପ୍ରେରଣ ନିମନ୍ତେ ଚିହ୍ନଟ ଏବଂ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବାକୁ ଆବଶ୍ୟକ ପରାମର୍ଶ ଏବଂ  ନିର୍ଦ୍ଦେଶ  ଦେଇଥିଲେ

ବୈଠକରେ ମହିଳା   ଶିଶୁ ବିକାଶ ବିଭାଗ  ନିର୍ଦ୍ଦେଶିକା ‘ସୁଭଦ୍ରା’ର  ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ କିପରି ଅଧିକରୁ ଅଧିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ  ଅର୍ଥ ସେମାନଙ୍କ ଆକାଉଣ୍ଟକୁ ପ୍ରେରଣ କରାଯାଇପାରିବ, ସେଥିପାଇଁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ସଂପର୍କରେ ବିଶଦ୍ ଭାବେ  ଉପସ୍ଥାପନ କରିଥିଲେ   ସୁଭଦ୍ରା ହିତାଧିକାରୀଙ୍କର ଇ-କେଓ୍ୱାଇସି ଏବଂ ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନିଆଯାଉଥିବା ସହ  ଏଥି ସଂପର୍କିତ ତଥ୍ୟ ବିଶ୍ଳେଷଣ ପାଇଁ କୃତ୍ରିମ ବୁଦ୍ଧିମତା ବା ଏଆଇର ବ୍ୟବହାର କରାଯିବସୁଭଦ୍ରାର କାର୍ଯ୍ୟକାରିତା ସଂପର୍କିତ ସମକାଳୀନ ମୂଲ୍ୟାୟନ ପାଇଁ ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକର   ସହଯୋଗ ନିଆଯିବା ସଂପର୍କରେ ଆଲୋଚନା କରାଯାଇଛି । ସେହିପରି ସୁଭଦ୍ରା ହିତାଧିକାରୀ ସହ ସମନ୍ଵୟ ରଖାଯାଇ ସେମାନଙ୍କର ଦକ୍ଷତା ବିକାଶଆତ୍ମନିର୍ଭରଶୀଳତା  ଉପାୟ  ଏବଂ ସୁଭଦ୍ରା ସଂପର୍କିତ  ଅଭିଯୋଗ ପାଇଁ “ସୁଭଦ୍ରା ଶିବିର” ଆୟୋଜନ  କରାଯିବା ବିଷୟରେ  ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା

Powered by Blogger.
Javascript DisablePlease Enable Javascript To See All Widget