March 2021

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ମାଟି ସତ୍ୟାଗ୍ରହ ଯାତ୍ରାରେ ସାମିଲ ହେଲେ ପ୍ରଫୁଲ୍ଲ ସାମନ୍ତରା

ଭୁବନେଶ୍ୱର, ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଦିଲ୍ଲୀ ଚାରିପାଖ ସତ୍ୟାଗ୍ରହ ସ୍ଥଳରେ କୃଷକ ସହିଦ ସ୍ତମ୍ଭ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରାଯାଉଛି ମାଟି ସତ୍ୟାଗ୍ରହ ଯାତ୍ରା ଜରିଆରେ। ଗତ ମାର୍ଚ୍ଚ ୩୦ ତାରିଖରୁ ମହାତ୍ମାଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହ ସ୍ଥାନ ଗୁଜରାଟର ଦାଣ୍ଡିର ଗାନ୍ଧୀ - ପ୍ରାର୍ଥନା ସ୍ଥାନରୁ ମାଟି ସଂଗ୍ରହ କରାଯାଇ ଯାତ୍ରା ଆରମ୍ଭ କରିଛନ୍ତି ଲୋକ ଶକ୍ତି ଅଭିଯାନର ସଭାପତି ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟର ନେତା ଡ. ସୁନୀଲମ, ଆମେ ଭାରତବାସୀ ତଥା ମହାରାଷ୍ଟ୍ରର ଡ. ଫିରୋଜ୍ଜ୍, ଗୁଜରାଟର ପରିବେଶ ସୁରକ୍ଷା ଆନ୍ଦୋଳନର କର୍ମୀ କୃଷ୍ଣକାନ୍ତ, ଦିଲ୍ଲୀର ସାମାଜିକ କର୍ମକର୍ତ୍ତା ସବନମ ହାସ୍ମି, ଯୁବ ସମାଜବାଦୀ ନେତ୍ରୀ ଗୁଡ଼ି, ଅଧ୍ୟାପିକା ଡ. ଲତା ମଧୂର୍କର ଏପରି ଭାବେ ୨୫ ଜଣ ବରଦୋଲି, କିମି, ଭରୁଚ, ଗାନ୍ଧୀଙ୍କ ଦ୍ଵାରା ପ୍ରତିଷ୍ଠିତ ସେବାଶ୍ରମ, ସର୍ଦ୍ଦାର ପଟେଲଙ୍କ ଜନ୍ମସ୍ଥାନ ଦେଇ ଅହମ୍ମଦାବାଦରେ ଆଜି ପହଞ୍ଚିଛନ୍ତି। 

ବିଭିନ୍ନ ସ୍ଥାନରେ କୃଷକମାନେ ଗୁଜରାଟ ଖେଡୁ ସମାଜର ନେତୃତ୍ୱରେ ମାଟି ସଂଗ୍ରହ କରି ଅଭିଯାତ୍ରୀ ଦଳଙ୍କୁ ଦେଉଛନ୍ତି। ଗୁଜରାଟର ଚାଷୀଙ୍କୁ ଧୋକା କରି ଆଦାନୀ ଆମ୍ବାନୀ ପାଇଁ ସରକାର ସବୁ କିଛି କରୁଛନ୍ତି ବୋଲି ଚାଷୀ ଅସନ୍ତୁଷ୍ଟ । ମାଟି ବଞ୍ଚାଅ ଦେଶ ବଞ୍ଚାଅ ଡାକରା ଦେଇ କୃଷକ ବିରୋଧୀ କଳା କୃଷି ଆଇନ୍ ପ୍ରତ୍ୟାହାର କରି ଫସଲର ଉଚିତ୍ ଦାମ ପାଇଁ ଆଇନ୍ କରିବାକୁ ଯାତ୍ରାର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମନ୍ତରା କହିଛନ୍ତି । ଓଡ଼ିଶାରୁ କୃଷକ ଅଧିକାର ଯାତ୍ରା ବେଳେ ସଂଗୃହିତ ମାଟି ଧରି ଶ୍ରୀ ସାମନ୍ତରା ଯାତ୍ରାରେ ଯୋଗ ଦେଇଛନ୍ତି। ଯାତ୍ରା ଏପ୍ରିଲ ୫ ରେ ଦିଲ୍ଲୀ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚିବ। ମଧ୍ୟପ୍ରଦେଶ ବଡ଼ୱାନିରୁ ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର ମାଟି ସତ୍ୟାଗ୍ରହ ଯାତ୍ରା ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୪ଟି ଲେବର କୋର୍ଡ ଲାଗୁହେଲେ ପ୍ରବାସୀ ଶ୍ରମିକ ନିତୀରୁ ସୁଫଳ ମିଳିବ ନାହିଁ

ଭୁବନେଶ୍ଵର, ଆମ ଦେଶରେ ଥୁବା ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ, ସ୍ଵାସ୍ଥ୍ୟ ସୁରକ୍ଷା, ସାମାଜିକ ସୁରକ୍ଷା, କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦିଷ୍ଟ ଆଇନ ବ୍ୟବସ୍ଥା କରିବା ସହ ଭୋଟ ଦେବାରେ ଅଧୁକାର ଦେବା ପାଇଁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ପ୍ରବାସୀ ଶ୍ରମିକ ନିତୀରେ ବ୍ୟବସ୍ଥା ରଖୁବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ସଭାପତି, ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଟିଆ ଆଜି ଅପରାହ୍ନ ୪ ଘଟିକା ସମୟରେ ନିତି ଆୟୋଗ ଓ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଦ୍ଵାରା ଆୟୋଜିତ ଭର୍ଚୁଆଲ
ବୈଠକରେ କହିଛନ୍ତି । 

ଏହି ଆଲୋଚନାରେ ନିତୀ ଆୟୋଗ ତରଫରୁ ଉପଦେଷ୍ଟା ଏମ୍. ରାଜୁ ସରକାରଙ୍କର ପ୍ରବାସୀ ନିତୀ ସଂପର୍କରେ ଉପସ୍ଥାପନ କରିଥିଲେ ଓ ଜାତୀୟ ସ୍ତରରେ ପ୍ରବାସୀ ଶ୍ରମିକ କମିଶନ, ଜାତୀୟ, ରାଜ୍ୟ ଓ ଜିଲ୍ଲା ସ୍ତରରେ ସମନ୍ବୟ କମିଟି ଗଠନ କରିବା ସମୟରେ ସୂଚନା ଦେଇଥିଲେ । ଆନ୍ତର୍ଜାତିକ ଶ୍ରମିକ ସଂଗଠନ ତରଫରୁ ସାବରୀ ନାନକ ଏହି ଆଲୋଚନାରେ ସଂଯୋଜନା କରିଥିବାବେଳେ ବି.ଏମ୍.ଏସ୍., ସି.ଆଇ.ଟି.ୟୁ., ଏ.ଆଇ.ଟି.ୟୁ.ସି., ଏନ୍.ଏମ୍.ଏସ୍., ଏ.ଆଇ.ସି.ସି.ଟି.ୟୁ., ସେୱା, ଏନ୍.ଏଫ୍.ଆଇ.ଟି.ୟୁ ର ପ୍ରତିନିଧୁମାନେ ଯୋଗ ଦେଇଥିଲେ ।

ଉତ୍କଳ ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ବିବାଦୀୟ ବ୍ୟକ୍ତିଙ୍କୁ ଡ଼କ୍ଟରେଟ ନଦେବା ଦାବିରେ ରାଜ୍ୟପାଳଙ୍କୁ ଦାବୀପତ୍ର

ଭୁବନେଶ୍ୱର, ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମାନ୍ୟବର ଉପରାଷ୍ଟ୍ରପତି ମୁଖ୍ୟ ଅତିଥ ଭାବେ ଯୋଗ ଦେଉଥିବା । ବେଳେ ଜଣେ ବିବାଦୀୟ ବ୍ୟକ୍ତିଙ୍କୁ ଶିକ୍ଷାବିତ୍ ଭାବେ ସମ୍ମାନଜନକ ଡ଼କ୍ଟରେଟ ପ୍ରଦାନ ନିଷ୍ପତ୍ତି ରଦ୍ଦ କରିବା ଦାବୀରେ ଆଜି ଆମ ଅଧୁକାର ପକ୍ଷରୁ ଏକ ଦାବୀପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆମ ଅଧିକାର ପକ୍ଷରୁ ଏକ ଗରିଜଣିଆ ପ୍ରତିନିଧ ମଣ୍ଡଳୀ ଏଜି ଛକରୁ ଶୋଭାଯାତ୍ରାରେ ରାଜଭବନ ଯାଇ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ କିପରି ସମ୍ମାନଜନକ ଡ଼କ୍ଟରେଟ ପ୍ରଦାନ କରିବାର ନିଷ୍ପତ୍ତି ନିଆଗଲା ତା’ର ତଦନ୍ତ କରାଯିବାକୁ ଦାବୀ କରିଛନ୍ତି । 

ଘରୋଇ ସ୍କୁଲ ଖୋଲି ଶିକ୍ଷା ବ୍ୟବସାୟ କରୁଥିବା ଜଣେ ବିବାଦୀୟ ବ୍ୟକ୍ତି ଯିଏକି ଜମି ଜବରଦଖଲ ଠାରୁ ଆରମ୍ଭ କରି ଜଗନ୍ନାଥ ମନ୍ଦିର ପାଣ୍ଠିକୁ ଦେବାଳିଆ ହୋଇଯାଇଥିବା ଘରୋଇ ବ୍ୟାଙ୍କରେ ଗଚ୍ଛିତ ରଖୁଥିବାର ପ୍ରମାଣ ମିଳିଲା, ସେପରି ବ୍ୟକ୍ତିଙ୍କୁ କିଭଳି ଶିକ୍ଷାବିତ୍ ଭାବେ ଚୟନ କରାଗଲା ବୋଲି ପ୍ରଶ୍ନ ପଚରାଯାଇଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପରି ରାଜ୍ୟର ପ୍ରତିଷ୍ଠିତ ଓ ସୁନାମଧନ୍ୟ ଶିକ୍ଷାନୁଷ୍ଠାନର ଗାରିମା ଧୂଳିସାତ କରିଦେବାକୁ ଏହା ଏକ ଷଡ଼ଯନ୍ତ୍ର ଏବଂ ଏହି ପୁରସ୍କାର ଫିଙ୍ଗି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଉପରେ ଆକ୍ରମଣ ହୋଇଥିବାରୁ ଏହି ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । 

ଆଗାମୀ କାଲି ସନ୍ଧ୍ୟାରେ ବାଣୀବିହାର ସମ୍ମୁଖରେ ମଧ୍ୟ ଛାତ୍ର ବିକ୍ଷୋଭ କରାଯିବ ଏବଂ ଏପରିକି ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଉପରାଷ୍ଟ୍ରପତିଙ୍କ ଗସ୍ତ ଦିନ ମଧ୍ୟ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଆମ ଅଧିକାର ପକ୍ଷରୁ ଆବାହକ ଅମିୟ ପାଣ୍ଡବ, ମହାସଚିବ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନା ଏବଂ ସଦସ୍ୟ ସଞ୍ଜୟ ପରିଡ଼ା ପ୍ରମୁଖ ଦାବୀ କରିଛନ୍ତି ।

ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ୧୫% ସ୍ଥାନ ସଂରକ୍ଷଣ

ଭୁବନେଶ୍ୱର, ରାଜ୍ୟର ସରକାରୀ ଉଚ୍ଚବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ଅସମାନତାର ସମ୍ମୁଖୀନ ହେଉଥିବାର ଲକ୍ଷ୍ୟ କରାଯାଏ । ଯେହେତୁ ଡାକ୍ତରୀ ଇହଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ କୋଚ୍‌ ଗ୍ରହଣ କରିବା ପାଇଁ ସେମାନଙ୍କର ଆର୍ଥିକ ସୁବିଧା ବା ସକ୍ଷମତା ନାହିଁ ତେଣୁ ନିଟ୍ ଓ ଜେଇଇ ମେନ୍) ପରି ସର୍ବଭାରତୀୟ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ସନ୍ତୋଷଜନକ ହୋଇପାରୁନାହିଁ ।

ତେଣୁ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରି ଏହି ଅସମାନତାକୁ ଦୂର କରିବା ଏବଂ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଇଂଜିନିୟରିଂ ମେଡିକାଲ ପାଠ୍ୟକ୍ରମରେ ଅଧୁକ ଅନୁପାତରେ ପ୍ରବେଶକୁ ସହଜ କରିବା ନିମନ୍ତେ ଆବଶ୍ୟକୀୟ ସୁପାରିଶ କରିବା ପାଇଁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ମାନ୍ୟବର ଜଷ୍ଟିସ ଡ. ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସଂପନ୍ନ କମିଟି ଗଠନ କରାଯାଇଥିଲା। । ଏହି କମିଟି ବିସ୍ତୃତ ଭାବେ ବିଚାରବିମର୍ଶ କରି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମେଡିକାଲ ଇଂଜିନିୟରିଂରେ ପ୍ରବେଶ କରିବାର ସୁଯୋଗକୁ ବ୍ୟାପକ କରିବା ପାଇଁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଏହି ରିପୋର୍ଟ ରାଜ୍ୟ କ୍ୟାବିନେଟ୍‌ରେ ଗୃହୀତ ହୋଇଥିଲା ।

ଓଡ଼ିଶା ବିଧାନସଭା ମଧ୍ୟ ସର୍ବସମ୍ମତି କ୍ରମେ ଉଚ୍ଚକ୍ଷମତାସଂପନ୍ନ କମିଟିର ଉକ୍ତ ରିପୋର୍ଟକୁ ଗ୍ରହଣ କରି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ ଏବଂ ଇଂଜିନିୟରିଂ ଶିକ୍ଷାରେ ପ୍ରବେଶ କରିବାର ସୁଯୋଗକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ, ଓଡ଼ିଶା ବୃତ୍ତିଗତ ଶିକ୍ଷା ଅନୁଷ୍ଠାନ (ନାମଲେଖା ଓ ଫି ଆଦାୟ ନିୟମର ନିର୍ଦ୍ଧାରଣ) ଧାରା ୨୦୦୭ ଦ୍ଵାରା ପ୍ରଦତ୍ତ କ୍ଷମତାକୁ ବ୍ୟବହାର କରି ଉଚ୍ଚ କ୍ଷମତାସଂପନ୍ନ କମିଟିର ସୁପାରିଶକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ରାଜ୍ୟର ମେଡିକାଲ ଓ ଇଂଜିନିୟରିଂ କଲେଜଗୁଡ଼ିକରେ ୧୫% ସିଟ୍ ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଅଧୀନରେ ଯୁବ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍‌ଇ) ଅଧୀନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ସରକାରୀ ଜୁନିଅର କଲେଜରୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ସଂରକ୍ଷଣ ପ୍ରତ୍ୟେକ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସମାନ୍ତରାଳ ଭାବେ ଲାଗୁ କରାଯିବ ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଅର୍ଥରେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ତାଗିଦ

ଭୁବନେଶ୍ୱର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନରେ ରାଜ୍ୟର ପଶ୍ଚିମାଞ୍ଚଳର ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ଜିଲ୍ଲାଗୁଡ଼ିକୁ ତାଗିଦ୍ କରିଛନ୍ତି । ଆଜି ଏକ ଭିଡ଼ିଓ କନ୍‌ଫରେନ୍ସରେ ସେ ଏଗାରଟି ଜିଲ୍ଲାର ଜିଲ୍ଲା ଯୋଜନା ଓ ତଦାରଖ ୟୁନିଟ୍ ଉପନିର୍ଦ୍ଦେଶକମାନଙ୍କ ସହ ବାର୍ତ୍ତାଳାପ କରି ଅସଂପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସାରିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ ପୁରୁଣା ଢାଞ୍ଚାରେ କେତେକ ସଂସ୍କାର ଆଣି କାର୍ଯ୍ୟକ୍ରମଗୁଡ଼ିକୁ ଅଧୁକ ପାରଦର୍ଶୀ ଓ ତ୍ବରିତ ସଂପାଦନ ସକାଶେ ପଦକ୍ଷେପ ଗ୍ରହଣ କରିଥିବା ସୂଚିତ କରିଥିଲେ । 

ପରିଷଦର ବଜେଟ ବୃଦ୍ଧି ହେବା ସହ ଗୁରୁତ୍ୱ ମଧ୍ୟ ବୃଦ୍ଧି ପାଇଛି । ଜିଲ୍ଲାଗୁଡ଼ିକ ସେଥିପାଇଁ ନୂତନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଦେବାକୁ ସେ କହିଥିଲେ । ଏଣିକି ଜିଲ୍ଲାଗୁଡ଼ିକରୁ ଫିଜିବିଲିଟି ରିପୋର୍ଟ ପାଇବା ପରେ ଅର୍ଥ ମଞ୍ଜୁରୀ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ପୂର୍ବରୁ ଅର୍ଥ ମଞ୍ଜୁରୀ ପରେ ଫିଜିବିଲିଟି ରିପୋର୍ଟ ଆସୁଥିବାରୁ କେତେକ କ୍ଷେତ୍ରରେ କାମ ଆରମ୍ଭ କରାଯାଇ ପାରୁନଥିଲା ଏବଂ ପ୍ରାପ୍ତ ଅନୁଦାନ ଫେରସ୍ତ କରିବାକୁ ପଡୁଥିଲା । ତେଣୁ ସେଥିରେ ଏବେ ପରିବର୍ତ୍ତନ ଅଣାଯାଇ ନୂଆ ଫରମାଟ୍ ପ୍ରସ୍ତୁତ କରି ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଶାଖା କାର୍ଯ୍ୟାଳୟଗୁଡ଼ିକ ସଂପୃକ୍ତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟାରମ୍ଭ କରିଥିବାରୁ ଏଣିକି ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ ବୋଲି ଆଶା କରାଯାଉଛି । 

ଏ ଯାବତ୍ ଏସବୁ ଜିଲ୍ଲାରେ ୧୧୪୩ଟି ପ୍ରକଳ୍ପ କାର୍ଯ୍ୟାରମ୍ଭ ହୋଇ ନପାରି ପଡ଼ି ରହିଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରି ଆସନ୍ତା ଅପ୍ରେଲ ୧୫ ତାରିଖ ମଧ୍ୟରେ ଏଗୁଡ଼ିକୁ କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ । ସେ ପ୍ରତି ପନ୍ଦର ଦିନରେ ଥରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ସମୀକ୍ଷା କରିବେ ବୋଲି ଜଣାଇଛନ୍ତି । ଯେଉଁସବୁ ପ୍ରକଳ୍ପ ଅନୁଦାନ ଜିଲ୍ଲାରେ ରହିଛି ଏବଂ ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ପାଇଁ ଫିଜିବିଲିଟି ନାହିଁ ସେହି ଅର୍ଥକୁ ତୁରନ୍ତ ଫେରସ୍ତ କରିବାକୁ ସେ କହିଥିଲେ । ଏଣିକି ଅନୁଦାନ ଅର୍ଥ ଜିଲ୍ଲାକୁ ଦେବା ପରିବର୍ତ୍ତେ ସିଧାସଳଖ ନିର୍ବାହୀ ସଂସ୍ଥାକୁ
ପ୍ରଦାନ କରିବାକୁ ପଦକ୍ଷେପ ନିଆଯାଇଥିବା ସେ ପ୍ରକାଶ କରିଥିଲେ । ଏହି ନୂତନ ପଦକ୍ଷେପଗୁଡ଼ିକ ଉପରେ ଜିଲ୍ଲାଗୁଡ଼ିକରୁ ସେ ମତାମତ ଲୋଡ଼ିଥିଲେ । 

ସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ବିନିଯୋଗ ପତ୍ର ତୁରନ୍ତ ପ୍ରେରଣ କରିବାକୁ କୁହାଯାଇଥିଲା। ଏହି ବୈଠକରେ ପରିଷଦର ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ସରୋଜ କୁମାର ପଟେଲ, ଉପନିର୍ଦ୍ଦେଶକ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଡି.ଓ ଶ୍ରୀମତୀ ସୁଜାତା ମହାରଣା, ବିତ୍ତ ଅଧୁକାରୀ ଶ୍ରୀ ଦେବରାଜ ମଣ୍ଡଳ, କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

କରୋନା ଲଢ଼େଇ ପାଇଁ ଇଣ୍ଡିଆନ୍ ବ୍ୟାଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ୱର, ରାଜ୍ୟର କରୋନା ଲଢେଇରେ ଯୋଗଦାନ ସ୍ଵରୂପ ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩, ୩୩ ଲକ୍ଷ ଟଙ୍କା ଦାନ କରାଯାଇଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନରେ ବ୍ୟାଙ୍କ୍ ର ଜେନେରାଲ ମ୍ୟାନେଜର ବି. ସୁରିବାବୁଙ୍କଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର କହିଥିଲେ ଯେ ପୂର୍ବରୁ କରୋନା ଲଢେଇ ପାଇଁ ବ୍ୟାଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରାଯାଇଥିଲା । 

ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବ୍ୟାଙ୍କଙ୍କୁ ସାଧୁବାଦ ଜଣାଇବା ସହ ନିଜ ନିକ ସ୍ତରରେ ସମସ୍ତ କୋରୋନା ନିୟମର ଅନୁପାଳନ ସହ ସଚତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ । ଚେକ୍ ପ୍ରଦାନ ସମୟରେ ବ୍ୟାଙ୍କର ଢେପୁଟି ଜୋନାଲ ମ୍ୟାନେଜର ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ ।

ରାଉରକେଲା ସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ଅନୁଷ୍ଠାନ ରାଞ୍ଚକୁ ସ୍ଥାନାନ୍ତରିତ ନକରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର,୧୯୮୮ ମସିହାରେ ଇଣ୍ଡିଆନ୍‌ କାଉନ୍‌ସିଲ୍ ଅଫ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାଠାରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ସ୍ଥାପିତ ହୋଇଥିଲା । ଭାରତ ସରକାରଙ୍କ ଦ୍ଵାରା ସ୍ଥାପିତ ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ମ୍ୟାଲେରିଆ ସଂପର୍କିତ ରିସର୍ଚ୍ଚ ଓ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ କାର୍ଯ୍ୟ କରିବ । ସୁନ୍ଦରଗଡ଼ ଭଳି ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡ ଓ ବଣଜଙ୍ଗଲ ଘେରା ଅଞ୍ଚଳର ମ୍ୟାଲେରିଆର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ବିଗତ ଦିନମାନଙ୍କରେ ଆଖୁଦୃଶିଆ କାର୍ଯ୍ୟ କରି ଆସୁଅଛି । 

ରାଜ୍ୟର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ଏବେ କିନ୍ତୁ ରାଉରକେଲାସ୍ଥିତ ଏହି ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରୀୟ ଅନୁଷ୍ଠାନଟି ରାଉରକେଲାଠାରୁ ରାଞ୍ଚକୁ ସ୍ଥାନାନ୍ତର ହେବାକୁ ଯାଉଛି, ଯାହାକି କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ । ଏହା ଦ୍ଵାରା ମ୍ୟାଲେରିଆ ରିସର୍ଚ୍ଚ କ୍ଷେତ୍ରରେ କୌଣସି କାର୍ଯ୍ୟ ସାଧୂତ ହୋଇପାରିବ ନାହିଁ । 

ଅନ୍ୟ ପକ୍ଷରେ ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ହରାଇବ । ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖୁଦୃଶିଆ ସଫଳତା ହାସଲ କରିଛି । ମ୍ୟାଲେରିଆର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି । ଏ ସମୟରେ ଏହି ସଫଳତା ବଜାୟ ରଖୁବା ପାଇଁ ଆଗାମୀ ଦିନରେ ଅନେକ କିଛି ଜନହିତକର କାର୍ଯ୍ୟ ହାତକୁ ନେବାକୁ ପଡ଼ିବ । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନର ଆବଶ୍ୟକତାକୁ ଅଣଦେଖା କରାଯିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।

ଏଣୁ, ଏହି ପ୍ରସଙ୍ଗରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖୁ ରାଉରକେଲାସ୍ଥିତ ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟରର କ୍ଷେତ୍ରୀୟ ଶାଖା ରାଞ୍ଚକୁ ସ୍ଥାନାନ୍ତର ନକରିବା ସହ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।


ଗାନ୍ଧୀଙ୍କ ଓଡ଼ିଶା ଆଗମନର ସମାରୋହ । ଗାନ୍ଧୀ ଚେତନାର ସଫଳ ପ୍ରୟୋଗ କ୍ଷେତ୍ର ଓଡ଼ିଶା : ରାଜ୍ୟପାଳ

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ଚେତନାର ସଫଳ ପ୍ରୟୋଗ ଓ ପ୍ରକାଶ ହୋଇଥିଲା ଓଡ଼ିଶାରେ । ଓଡ଼ିଶାର ଆମିକ ଶକ୍ତି ଓ ସାମର୍ଥରୁ ସେ ପ୍ରେରଣା ସଂଗ୍ରହ କରିଥିଲେ । ମହାତ୍ମା ଗାନ୍ଧୀ ବିଶେଷ ଭାବରେ ମଧୁବାବୁ ଓ ଗୋପବଂଧୁଙ୍କ ଦ୍ବାରା ପ୍ରଭାବିତ ହୋଇଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ରାଜଭବନରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଓଡ଼ିଶାରେ ମୁକ୍ତି ଆନ୍ଦୋଳନ ୧୯୫୭ର ବହୁ ପୂର୍ବରୁ ବିଭିନ୍ନ ସ୍ଥାନରେ ଚାଲିଲା । ମହାତ୍ମା ଗାନ୍ଧୀ ଯେଭଳି ଓଡ଼ିଶାର ସାମାଜିକ ଓ ରାଜନୀତିକ ଜୀବନକୁ ପ୍ରଭାବିତ କରିଛନ୍ତି ; ସେ ମଧ୍ୟ ସେଭଳି ପ୍ରଭାବିତ ହୋଇଛନ୍ତି । 

ଓଡ଼ିଶା ଓ ଗାନ୍ଧୀଜୀଙ୍କ ସଂପର୍କ ପୁନଃ ଆକଳନ ଉପରେ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଥିଲେ । ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ଅଭିରାମ ବିଶ୍ଵାଳ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କରେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ ଗାନ୍ଧୀଙ୍କ ଆହ୍ବାନ ଓ ପର୍ଶରେ ସେତେବେଳର ଓଡ଼ିଶାରେ ସକରାତ୍ମକ ରୂପାନ୍ତରଣ ହୋଇଥିଲା । ତାଙ୍କ ପ୍ରଭାବରେ ଅନେକ ସ୍ଥାନୀୟ ଗାନ୍ଧୀଙ୍କ ଆବିର୍ଭାବ ଓଡ଼ିଶାର ଜନଜୀବନରେ ନୂତନ ଆଲୋକ ଓ ପୁଲକ ଭରି ଦେଇଥିଲା ।

ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଧା, ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅଧାପିକା ସ୍ନେହଲତା ପୃଷ୍ଟି ସଂଯୋଜନା କରିଥିଲେ । ପରେ ନାଜିଆ ଆଲମ୍, ପ୍ରେମ ଆନନ୍ଦ, ଶ୍ରୀଚରଣ ମହାନ୍ତି, ପ୍ରଜ୍ଞା, ସମୀକ୍ଷା ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ।

ମାଜର ସର୍ବାଙ୍ଗୀନ ବିକାଶ ପାଇଁ ବରିଷ୍ଠ ନାଗରିକଙ୍କ ପରାମର୍ଶ ଅପରିହାର୍ଯ୍ୟ

ବ୍ରହ୍ମପୁର,  ସମାଜର ସର୍ବାଙ୍ଗୀନ ବିକାଶ ଓ ସମାଜରେ ଦେଖା ଦେଇଥିବା ସାମାଜିକ ବିଶୃଙ୍ଖଳାର ବିଲୋପ ପାଇଁ ବରିଷ୍ଠ ନାଗରିକମାନଙ୍କ ପରାମର୍ଶ ଅପରିହାର୍ଯ୍ୟ ବୋଲି ଅଖୁଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରକାଶ କରିଛନ୍ତି । ସ୍ଥାନୀୟ ଗୋଷାଇଁ ନୂଆଗାଁସ୍ଥିତ ବରିଷ୍ଠ ନାଗରିକ ବିଚାର ମଞ୍ଚ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ରଥ ସମାଜରେ ଦେଖା ଦେଇଥିବା ସ୍ଥିତି ସମ୍ପର୍କରେ ଅବଗତ କରିବା ସହ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାମାଜିକ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ସହାୟତା ଏକାନ୍ତ କାମ୍ୟ ବୋଲି କହିଥିଲେ। 

ମଞ୍ଚର ସଭାପତି ଇଂ.ପ୍ରଫୁଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଡ଼ଭୋକେଟ ପ୍ରତାପ ଚନ୍ଦ୍ର ଦାଶ ଗତ ମାସର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ସଭାପତି ଶ୍ରୀ ପାତ୍ର ସଂଘର ୧୨ ତମ ବାର୍ଷିକ ଉତ୍ସବ ଆସନ୍ତା ଏପ୍ରିଲ ୧୧, ୨୦୨୧ (ରବିବାର) ସ୍ଥାନୀୟ ଉତ୍ତରେଶ୍ଵର ଭବନ ପରିସରରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ। ସଦସ୍ୟମାନଙ୍କ ଜନ୍ମଦିନ ଉତ୍ସବରେ ମହାମୃତ୍ୟୁଞ୍ଜୟ ଉଚ୍ଚାରଣ ସହିତ ପୁଷ୍ପବୃଷ୍ଟି କରାଯାଇ ସେମାନଙ୍କ ଦୀର୍ଘଜୀବନ କାମନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପଣ୍ଡା, ହରିବନ୍ଧୁ ମହାପାତ୍ର, ନରହରି ପାଣିଗ୍ରାହୀ, ସନ୍ତୋଷ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧକ୍ଷ ଗଙ୍ଗାଧର ପାଢ଼ୀ, ଜୟକୃଷ୍ଣ ମିଶ୍ର, ଉଦୟ ଚୌଧୁରୀ, କିଶୋର ଚୌଧୁରୀ, ଅର୍ଜୁନ କର, ଲୋକନାଥ ସାହୁ, ସୁରେନ୍ଦ୍ର ମହାପାତ୍ର, ହରିହର ଚୌଧୁରୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଉପସଭାପତି ଇଂ. ଶ୍ରୀବତ୍ସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବା ସହ ଶେଷରେ ଜାତୀୟ ସଂଗୀତ ଗାନ ପରେ ସଭା ଶେଷ ହୋଇଥିଲା।

ରାଜ୍ୟରେ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଇଆରସି ଅଫିସ ଘେରାଓ କଲା ବିଜେପି

ଭୂବନେଶ୍ୱର, ମହାମାରୀ କୋଭିଡ-୧୯ କାରଣରୁ ସମଗ୍ର ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଭଳି ସଂକଟ ସମୟରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ରାଜ୍ୟ ସରକାର ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବାକୁ ଯାଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଜନସ୍ୱାର୍ଥ ବିରୋଧୀ । ରାଜ୍ୟ ସରକାରଙ୍କ ଏଭଳି ମନୋମୁଖୀ ଶାସନ ଏବଂ ନିଷ୍ପତି ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଓଇଆରସି ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । ରାଜ୍ୟ ସରକାର ନିଜ ନିଷ୍ପତିକୁ ବଦଳାଇ ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଦରକୁ ପ୍ରତ୍ୟାହାର କରନ୍ତୁ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ ଦାବି କରିଛନ୍ତି । 

ଗୋଟିଏ ପଟେ ବଡ ବଡ କଂପାନୀମାନଙ୍କ ଉପରେ ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ ଶୁଳ୍ପ ବକେୟା ଆଦାୟ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ସରଳ ରାଜ୍ୟବାସୀଙ୍କ ଉପରେ ବୋଝ ଲଦିବା ପାଇଁ ଅପଚେଷ୍ଟା କରୁଛନ୍ତି । ଯଦି ସରକାର ବିଦ୍ୟୁତ ଶୁକ୍ଳ ବୃଦ୍ଧି ନିଷ୍ପତିକୁ ପ୍ରତ୍ୟାହାର ନକରିବେ ତେବେ ଆଗାମୀ ଦିନରେ ଜିଲ୍ଲା ବିଜେପି ତରଫରୁ ଭୁବନେଶ୍ବର ଅଧୁନସ୍ଥ ୮ଟି ସବ୍ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଛନ୍ତି ।

ଏହି ବିକ୍ଷୋଭ ସମୟରେ ବିଜେପି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଟିଆ, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ରାଜ୍ୟ ସଂପାଦକ ମନୋଜ ପଶ୍ଚିମ କବାଟ, ରଶ୍ମିରଂଜନ ମହାପାତ୍ର, ଦିଲୀପ ବେହେରା, ମଣ୍ଡଳ ସଭାପତି ଦାମୋଦର ବେହେରା, ସୁରେନ୍ଦ୍ର ପ୍ରଧାନ, ଅମରଜ୍ୟୋତି ଜଗଦେବ, ରାମ ରଣସିଂହ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଶଶୀପ୍ରଭା ରଥ,ଯତୀନ୍ଦ୍ର ମହାନ୍ତିଙ୍କ ସହ ମହିଳା ମୋର୍ଚ୍ଚାର ସୁନୀତା ପତି, ତୃପ୍ତିମୟୀ ମକଦ୍ଦମ, ଉତି ପରିଡା, ସୁଭାସିନୀ ପୃଷ୍ଟିଙ୍କ ସହ ଜିଲ୍ଲା ବିଜେପିର ଶତାଧୁକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ପ୍ରଦାନରେ ଶ୍ରମ ବିଭାଗର ଉଦାସୀନତା ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏପ୍ରିଲ ୬ରେ ଘେରାଉ

ଭୁବନେଶ୍ୱର, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ସହାୟତା ରାଶି ପ୍ରଦାନରେ ଶ୍ରମବିଭାଗର ଟାଳଟୁଳ ନୀତି ପ୍ରତିବାଦରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ବୟ କମିଟି, ଖୋର୍ଦ୍ଧା ଜିଲ୍ଲା କମିଟି ତରଫରୁ ଆସନ୍ତା ଅପ୍ରେଲ ୬ ତାରିଖଠାରୁ ଭୁବନେଶ୍ୱରସ୍ତ ଯୁଗ୍ଧ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଅନୁଷ୍ଠିତ ହେବ । ବୋଲି ଆଜି ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦିଆଯାଇଛି । ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କଠାରୁ ଆରମ୍ଭ କରି ଉପରିସ୍ଥା ଅଧୁକାରୀମାନଙ୍କୁ ବିଭିନ୍ନ ସମୟରେ ଅବଗତ କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର କରାଯାଉ ନାହିଁ । 

ଅପର ପକ୍ଷରେ ସମସ୍ତ ବିବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ ଖୋର୍ଦ୍ଧା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସର୍ବନିମ୍ନ ସହାୟତା ରାଶି ପ୍ରଦାନରେ ବିଫଳ ହୋଇଛି । କେଭିଡ୍ ସହାୟତା ରାଶି ଅନୁଦାନ ବହୁ ହିତାଧୁକାରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଅନୁରୂପ ଭାବେ ମୃତ୍ୟୁକାଳୀନ, ଶିକ୍ଷା, ବିବାହ, ପ୍ରସୂତୀକାଳୀନ ଏବଂ ପଞ୍ଜିକରଣ ଆବେଦନ ଫର୍ମ ବର୍ଷବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡ଼ିରହିଛି । ୨୦୧୩ ମସିହାଠାରୁ ଅନୁମୋଦିତ ହୋଇଥିବା ସହାୟତା ରାଶି ବିଭାଗୀୟ ତୃଟି ଯୋଗୁଁ ବ୍ୟାଙ୍କ ଜମାଖାତାକୁ ଯାଇନାହିଁ ଏବଂ ବୈଷୟିକ ଶିକ୍ଷା ସହାୟତା ରାଶି ବିଭିନ୍ନ ଆଳ ଦେଖାଇ ପ୍ରଦାନ କରାଯାଉନାହିଁ । ଶ୍ରମ କମିଶନରଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ଵେ ଲେବର କାର୍ଡର ତୃଟି ସଂଶୋଧନ କରାଯାଉନାହିଁ । ଏ ସମ୍ପର୍କରେ ବାରମ୍ବାର ଜିଲ୍ଲା ଶ୍ରମ ଅଧୁକାରୀ ଓ ଯୁଗ୍ଧ ଶ୍ରମ ଅଧୁକାରୀଙ୍କ ଲିଖୁତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । 

ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ସେମାନଙ୍କର ସର୍ବନିମ୍ନ ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ଦାବି, ଯଥା – ଆଇନ ଅନୁସାରେ ସହାୟତା ରାଶି ପ୍ରଦାନ, ୨୦୧୩ ମସିହାରୁ ଏପର୍ଯ୍ୟନ୍ତ ଶ୍ରମ ବିଭାଗର ତୃଟି ଯୋଗୁ ଅନୁମୋଦିତ ହୋଇ ବ୍ୟାଙ୍କ ଜମାଖାତାକୁ ଯାଇନଥିବା ସହାୟତା ରାଶି ତୁରନ୍ତ ପ୍ରଦାନ, କୋଭିଡ୍ ସହାୟତା ରାଶି ତୁରନ୍ତ ପ୍ରଦାନ, ଲେବର କାର୍ଡର ତୃଟି ସଂଶୋଧନ, ନୂତନ ପଞ୍ଜିକରଣ,  ତାଲିମ ବାବଦରେ ଧାର୍ଯ୍ୟ ଦେୟ ତୁରନ୍ତ ପ୍ରଦାନ, ସହାୟତା ରାଶି ସମ୍ବନ୍ଧୀୟ ଆବେଦନ ଫର୍ମ ଗୁଡ଼ିକୁ କ୍ରମାନ୍ୱୟ ଭିଭିରେ ପ୍ରଦାନ, ତା ୩୦.୦୫.୨୦୧୯ ରିଖ ପୂର୍ବରୁ ପଡ଼ି ରହିଥିବା ଘରୋଇ ବୈଷୟିକ ଶିକ୍ଷା ସହାୟତା ରାଶି ତୁରନ୍ତ ପ୍ରଦାନ ଗୁଡ଼ିକୁ ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ଆଗାମୀ ଅହେରାତ୍ର ଧାରଣାକୁ ସଫଳ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି । 

ଆଜିର ଖବରଦାତା ସମ୍ମିଳନୀରେ ଜିଲ୍ଲା ଆବାହକ ମହାବୀର ପ୍ରସାଦ ମିଶ୍ର, ରାଜ୍ୟ ଆବାହକ ବିଜୟ ଜେନା, ରାଜ୍ୟ ସଂଯୋଜକ ବିପ୍ଳବ କେଶରୀ ମହାପାତ୍ର, କୋଷାଧକ୍ଷା ମଞ୍ଚୁଳା ମଞ୍ଜରୀ ମିଶ୍ର, ବିକ୍ରମ ନାୟକ, ରବିନ୍ଦ୍ର ନାଥ ମହାନ୍ତି, ଶଙ୍କର ବେହେରା, ଦିଲ୍ଲୀପ ମହାନ୍ତି, ମୋହନ ମହାରଣା, ସୁଦର୍ଶନ ବାରିକ, ମନୋରଞ୍ଜନ ସାହୁ, ବିଜ୍ଞାନ ବେହେରା, ଜୟକୃଷ୍ଣ ମହାପାତ୍ର, ବିଜୟ ଜେନା ଓ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ବହୁ ଶ୍ରମିକ ନେତା ଉପସ୍ଥିତ ଥିଲେ ।

ବୃଦ୍ଧି ପାଇଥିବା ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର, ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ସରକାର ଉପରେ ବର୍ଷିଛନ୍ତି ସେ କହିଛନ୍ତି ୨୦୧୬ର ଅପରିଣାମଦର୍ଶୀ ବିମୁଦ୍ରାୟନ ପରେପରେ କୋଭିଡ-୧୯ର ମାଡ଼ରେ ସବୁବର୍ଗର ଜନସାଧାରଣଙ୍କ ଆର୍ଥିକ ଦୁର୍ଗତିଭିତରକୁ ଠେଲିହୋଇ ଯାଇଛନ୍ତି । ପ୍ରତ୍ୟେକ ପରିବାର ଆୟ କମିଛି । କ୍ଷୁଦ୍ର ମଧମ ଅଣୁଶିଳ୍ପ ସଂସ୍କାର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ସେମାନେ ଅଂଟାସଳଖ କରି ଛିଡ଼ା ହୋଇ ପାରି ନାହାନ୍ତି । ସେ ସମୟରେ ରାଜ୍ୟରେ ସବୁବର୍ଗର ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ରାଜ୍ୟସରକାରଙ୍କ ସହାୟତାରେ ଓ.ଇ.ଆର.ସି ପାହାର ପରେ ପାହାର ବସାଇ ଚାଲିଛି । ବର୍ଷକ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଶୁଳ୍କ ବୃଦ୍ଧିପାଇଛି । 

ଗୋଟିଏ ଥର ୟୁନିଟ୍ ପିଛା ୨୦ ପଇସା ବଢ଼ିଥିଲା ଏବେ ପୁଣି ୩୦ ପଇସା ବଢ଼ିଲା ଯାହାକି ଖାଉଟିଙ୍କ ଉପରେ ବୋଝ ଉପରେ ଲଲିତାବିଡ଼ା ସଦୃଶ ହୋଇଛି । ସରକାର ହୁଅନ୍ତୁ ଅବା ଓ.ଇ.ଆର.ସି ହୁଅନ୍ତୁ ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି । ଅବା କୌଣସି ସ୍ଵାର୍ଥର ସେମାନଙ୍କ ସହିତ ପକ୍ଷଭୁକ୍ତ ହୋଇଛନ୍ତି ଓ ଲୋକ ବିରୋଧ ନିଷ୍ପତି ନେଇଛନ୍ତି । ଲାଗୁଛି ସତେଯେପରି । ରାଜ୍ୟ ସରକାର ବିତରକ କମ୍ପାନୀମାନଙ୍କୁ ଲାଭଦେଇ ଦଳୀୟ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ତଥାକଥିତ Quashi Judiciary ସଂସ୍ଥା କୁହାଯାଉଥିବା ଓ.ଇ.ଆର.ସି କୁ ହାତବାରିସୀ କରିଛନ୍ତି । ନିଜର ଅପାରଗତ ଲୁଚାଇବାକୁ ଏହି ଓ.ଇ.ଆର.ସି ଓ ସରକାର ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । କୃଷିପାଇଁ ଦରବୃଦ୍ଧି ନ ଘଟିବା ଓ ବି.ପି.ଏଲ ପରିବାର ଉପରେ ଶୁକ୍ସ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟଏକ ପ୍ରତାରଣା । ଆମ ରାଜ୍ୟରେ ସ୍ପଷ ଉଦ୍ଦେଶ୍ୟରେ ବିଦ୍ୟୁତ ବ୍ୟବହାର ଖୁବ କମ୍ ୧.୪୪ % ୫୦ ୟୁନିଟ୍ ମାସକୁ କମି ବିଦ୍ୟୁତ ବ୍ୟବହାରକାରୀଙ୍କ ସଂଖ୍ୟା ଜମା ନାହିଁ । 

ସରକାର ବିପିଏଲ ପରିବାରକୁ ଗୋଟିଏ ଲେଖାଏଁ ବ୍ଳବ ଦେଇଥିଲେ ଏବଂ ସେମାନଙ୍କ ଠାରୁ କୌଣସୀ ବିଦ୍ୟୁତ ଦେୟ ଆଦାୟ କରାଯିବନି ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତକାଲି ଖୋଦ ଶକ୍ତିମନ୍ତ୍ରୀଙ୍କ ନିଜ ଜିଲ୍ଲା ଭବାନୀ ପାଟଣା ଅନ୍ତର୍ଗତ କୁଟୁରୁ ଖମାର ଓ କାପସରା ଗରୀବ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗର ଯୋର ଯବରଦସ୍ତି ଓ ମନୋମୁଖ କାର୍ଯ୍ୟକଳାପ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଷୋଦଗାର କରୁଥିଲେ । ଏହି ଘଟଣା ଖାଲି କଳାହାଣ୍ଡିରେ ନୁହେଁ ସାରା ଓଡ଼ିଶାର ୩୦ଟି ଯାକ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାର ସ୍ଥିତି ମଧ୍ୟ ସମାନ । ଯେଉଁମାନଙ୍କୁ ଦୁଇଟି ବ୍ଳବ ଦିଆଯାଇଥିଲା ଏବେ ସେମାନଙ୍କୁ ୧୨ ହଜାରୁ ୧୫ ହଜାର ବିଲ ଧରାଇ ଦେଉଛନ୍ତି । ଯଦି ସେମାନେ ଇଲେକ୍ତି ବିଲ ବାବଦରେ ମାସକୁ ୨୦୦-୩୦୦ ଟଙ୍କା ଦେଉଛନ୍ତି ତାହାଲେ ତାଙ୍କର ବିଲ ଏଭଳି ବଢ଼ିଲା କାହିଁକି । ତାଙ୍କର ଲାଇନ ଯୋରଯବରଦସ୍ତ କାଟି ଦିଆଯାଉଛି । ନବୀନ ବାବୁ କଥା କଥାକେ କହନ୍ତି ସାରା ଓଡ଼ିଶା ତାଙ୍କ ପରିବାର ସିଏ କଣ ଏଭଳି ମୁଖ୍ୟ ଯେଉଁଠି ବାହାର ଲୋକମାନେ ଧମକ ଚମକ ଦେବେ ତାଙ୍କ ବିଦ୍ୟୁତ ସଂଯୋଗ ଅନ୍ୟାୟ ଭାବରେ କାଟିଦେଉଛନ୍ତି ।

ଭାରତର ଇକୋନୋମିକ ସର୍ଭେ ୨୦୨୦-୨୧ ଅନୁସାରେ ସର୍ବଭାରତୀୟ ସ୍ତରରେ Transmission and Distribution Loss" ୮ % ଅଛି । ଭାରତରେ ଯେତେବେଳେ ଏହି କ୍ଷତି ୨୫% ଥୁଲା ଓଡ଼ିଶାରେ ସେହି ସମୟରେ ୪୨.୫% କ୍ଷତି ହେଉଥିବା ଜଣାଯାଏ । ଏବେ ଓଡ଼ିଶାରେ କ୍ଷତି ୨୫.୫୦% ଯୁବା ଓ.ଇ.ଆର.ସି. ତଥ୍ୟ ଅନୁସାରେ ରଖାଯାଇଛି । ବାସ୍ତବରେ କ୍ଷତି ପରିମାଣ ଲୁଚାଯାଇଛି । ଏହା ୩୧% ରୁ ୩୭% ମଧ୍ୟରେ ରହିଛି । ନିଜର ଅପାରଗତା ଘୋଡ଼ାଇବା ପାଇଁ ଉପଭୋକ୍ତାଙ୍କ ଉପରେ ଅଯଥା ମୂଲ୍ୟବୃଦ୍ଧି ଲଦି ଦିଆଯାଉଛି । ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ବିକାଶ ଚାହାନ୍ତି “ ବିଦ୍ୟୁତ୍ ପରି ପଣ୍ୟକୁ ଶସ୍ତାରଖୁବା ଦରକାର । ଓ.ଇ.ଆର.ସି ର ଏହି ନିଷ୍ପତି ବିରୁଦ୍ଧରେ ନିଜେ ଖାଉଟି ହିସାବରେ ରାଜ୍ୟ ସରକାର ମାନ୍ୟବର ହାଇକୋର୍ଟରେ ଅଭିଯୋଗ ଦାଖଲ କରିବା ସହିତ ରହିତାଦେଶ ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରୁଛି । 

ଏଥିସହିତ ରାଜ୍ୟ ସରକାର ବିଦ୍ୟୁତ ବ୍ୟବହାରକାରୀ ସମସ୍ତଙ୍କୁ ଅଣୁ-କ୍ଷୁଦ୍ର, ମଧ୍ୟମ ଶିଳ୍ପପାଇଁ ବିଦ୍ୟୁତ ଶୁକ୍ଳ ୭୫% ରିହାତି ଘୋଷଣା କରିବାକୁ ଦାବୀ କରୁଛି । ଚାଷୀ ସହିତ ସଂପର୍କରେ ଥିବା ସମସ୍ତ ବିଦ୍ୟୁତ ଦେୟ ଛାଡ଼ କରାଯାଉ ଏବଂ ଏ ବାବଦ ରିହାତି ସରକାର ପୈଠ କରନ୍ତୁ । ସବୁବର୍ଗର ବ୍ୟବସାୟ ପ୍ରତିଷ୍ଠାନ ଉପରେ ଅନ୍ତତଃ ରିହାତି ଘୋଷଣା କରନ୍ତୁ । ୨୦୦ ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ସରକାର ଅନ୍ତତଃ ବଦ୍ଧିତ ଦର ବାବଦ ଦେୟ ବହନ କରନ୍ତୁ । ଆସନ୍ତା ସାତଦିନ ଭିତରେ ସରକାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଲୋକଙ୍କ ଉପରେ ବଢ଼ାଇଥିବା ଆର୍ଥିକ ଚାପ ଲାଘବ ନ କଲେ ଦଳ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନି ଦେଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଦଳ ତରଫରୁ ସବୁ ଜିଲ୍ଲା ହେଡ୍ କ୍ୟାଟର୍ସରେ ଯୁବା ବିଦ୍ୟୁତ ଅଫିସ (S.E./ E.E.) ଆଗରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା । ସେହିପରି ଦ୍ବିତୀୟ ଦିନ ପ୍ରତି ବ୍ଲକରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସାମନାରେ ଦଳ ତରଫରୁ ୪ ଘଣ୍ଟିଆ ଧାରଣ ଓ ବିକ୍ଷୋଭ କରାଯିବ ଏବଂ ସେହିପରି ତୃତୀୟ ଦିନ ଭୁବନେଶ୍ବର ଓ.ଇ. ଆର.ସି. ଆଗରେ ଭୁବନେଶ୍ଵର କଂଗ୍ରେସ କମିଟିର ଧାରଣା ଓ ବିକ୍ଷୋଭ । ଚତୁର୍ଥ ଦିନ ନଗର ଓ ସହର ମାନଙ୍କରେ ମହମବତୀ ଶୋଭାଯାତ୍ରା ଓ ଫଚମଦିନ ସନ୍ଧ୍ୟା ୭ ଟାରୁ ୭.୩୦ମି ପର୍ଯ୍ୟନ୍ତ ସବୁବର୍ଗର ଉପଭୋକ୍ତମାନେ ସ୍ୱଇଚ୍ଛାରେ ବିଦ୍ୟୁତ କାଟ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେବା ସହ ସବୁବର୍ଗର ଉପଭୋକ୍ତାଙ୍କର ପ୍ରତିବାଦ ସହ ଲୋକଙ୍କ ସହ ପ୍ରତାରଣା କରୁଥିବା ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡିଛନ୍ତି । 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ କ୍ଷେତ୍ରରେ ଜଳ ବିଦ୍ୟୁତ୍ ଉତ୍ପାଦନ ଆମପାଇଁ ବଡ଼ ଆଶୀର୍ବାଦ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି । ପାଖାପାଖୁ ୧୮୦୦ ମେଗାୱାଟ ଜଳ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏହାର ହାରାହାରି ୟୁନିଟ୍ ପିଛା ଉତ୍ପାଦନ ଖର୍ଚ୍ଚ ୧ ଟଙ୍କାରୁ କମ୍ । ଏବେ ସୌରରଶ୍ମିରୁ ମଧ୍ୟ ୭୦୦ ମେଗାୱାଟ ଉତ୍ପାଦନ ହେଉଛି । ହାରାହାରି ୟୁନିଟ୍ ପିଛା ୩ ଟଙ୍କାରୁ କମରେ ହେଉଛି । ଏହା ମୋଟ ରାଜ୍ୟର ନିଜସ୍ବ ବିଦ୍ୟୁତ୍ ଉତ୍ପାଦନ ୨୫୦୦ ମେଗାୱାଟ ମଧ୍ୟରୁ ଜଳ ବିଦ୍ୟୁତ ୧୫୦୦ ମେଗାୱାଟ ଥାଏ । ତାର ହିସାବ ଦେଖୁଲେ ଜଣାଯାଏ ହିରାକୁଦରୁ ୟୁନିଟ ପିଛା ୧୩୧.୮୬ ପଇସା ଚିପିଲିମା ୟୁନିଟ ପିଛା ୭୬.୦୩ ପଇସା ରେଙ୍ଗାଲି ୟୁନିଟ ପିଛା ୧୨୮.୦୮ ପଇସା ଅପରକୋଲାବ ୟୁନିଟ ପିଛା ୭୮.୬୫ ପଇସା ବାଲିମେଳା ୟୁନିଟ ପିଛା ୬୨.୮୬ ପଇସା (OPHC) ୟୁନିଟ ପିଛା ୮୯.୮୬ ପଇସା ଇନ୍ଦ୍ରାବତୀ ୟୁନିଟ ପିଛା ୯୦.୧୨ ପଇସା ମାଛକୁଣ୍ଡ ୟୁନିଟ ପିଛା ୬୨.୫୮ ପଇସା ମୋଟାମୋଟି ୧୫୦୦ ମେଗାୱାଟ ହାରାହାରି ୟୁନିଟ୍ ପିଛା ୯୦ ପଇସାରେ କିଣାଯାଏ । 

ୟୁନିଟ୍ ପିଛା ୨.୩୦ ପଇସାରେ ସ୍ୱତନ୍ତ୍ର ପାୱାର ପ୍ଲାଟ (I.P.P.) ରୁ ୧୦୫୦ ମେଗାୱାଟ କିଣାଯାଏ । ୟୁନିଟ୍ ପିଛା ୩.୫୮ ହିସାବରେ କେନ୍ଦ୍ରୀୟ ଗୀଡ୍‌ରୁ ୧୮୨୦ ମେଗାୱାଟ କିଣାଯାଏ । ୟୁନିଟ୍ ପିଛା ୪ ଟଙ୍କା ହାରରେ ସୂର୍ଯ୍ୟ ରଶ୍ମୀରୁ ୨୧୦ ମେଗାୱାଟ କିଣାଯାଏ । ୫୫୮୦ ମେଗାୱାଟ ସରକାରଙ୍କ ତଥ୍ୟ ଅନୁସାରେ ୟୁନିଟ୍ ପିଛା ୩୩୩.୮୪ ପଇସା ଅଛି । କ୍ରୟ ପରିମାଣ ହାରାହାରି ୫୭୪୮.୨୫ ମିଲିୟନ ୟୁନିଟ୍‌ । ୨୦୨୦ ମସିହାରେ ରାଜ୍ୟରେ ଆବଶ୍ୟକତା ଥୁଲା ୩୨୦୦ ମେଗାୱାଟ । ଗ୍ରୀଡ଼କୋ ୪୩୦୦ ମେଗାୱାଟ ସଂଗଠିତ କଲା । ଫଳରେ ବଳାକୁ ନିଶ୍ଚୟ ବିକ୍ରୀ ହୋଇଛି ସରକାର ଉପରେ ବାକି ଅଛି – ୨୨୦୦ କୋଟି ଟଙ୍କା । ସେସୁ ସମେତ ସମସ୍ତ ପଂଚାଇଜ୍ ଉପରେ ଦେୟ ୩ ହଜାର କୋଟି ଟଙ୍କା। 

ବିଭିନ୍ନ କମ୍ପାନୀମାନଙ୍କ ଉପରେ ବାକି ଅଛି ୪ ହଜାର କୋଟି ଟଙ୍କା ଏସବୁ ଆଦାୟ ହେଲେ ଗ୍ରୀକୋର କ୍ଷତି ନ ହୋଇ ଲାଭ ହୁଅନ୍ତା । ସରକାରୀ ସଂସ୍ଥା ଉପରେ ୨୨୦୦ କୋଟି ଟଙ୍କା କ୍ଷତି ହୋଇଛି । ସେସୁ ସମେତ ବିତରକ କମ୍ପାନୀ ଓ ଫ୍ରାଚାଇଜ ମାନଙ୍କ ଉପରେ ୩ ହଜାର କୋଟି ଟଙ୍କା ଅଛି । ବିଭିନ୍ନ କମ୍ପାନୀ ଉପରେ ପାଖାପାଖୁ ୧୮୦୦ କୋଟି ଟଙ୍କା ଦେୟ ବାକି ରହିଛି । ଏ ସମସ୍ତ ଆଦାୟ ନ ହୋଇ ଗରୀବ, ମଧ୍ୟବିତ ପରିବାର ଉପରେ ମାଡ଼ ପଡୁଛି କାହିଁକି । ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ରତ୍ନାକର ଗୁରୁ, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦୀପକ ବେହେରା କିସ୍ ବିଶ୍ଵବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର, ବିଶିଷ୍ଟ ଶିକ୍ଷାବିତ୍ ତଥା ନୃତତ୍ତ୍ୱବିତ୍ ଏବଂ ଦକ୍ଷ ପ୍ରଶାସକ ପ୍ରଫେସର ଦୀପକ କୁମାର ବେହେରା କିସ୍ । ବିଶ୍ଵବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇଛନ୍ତି । କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଉଭୟ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟର ବରିଷ୍ଠ ପଦାଧୁକାରୀଙ୍କ ଉପସ୍ଥିତିରେ ମଙ୍ଗଳବାର ପ୍ରଫେସର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କିସ୍ ବିଶ୍ଵବିଦ୍ୟାଳୟରେ ଯୋଗଦାନ ପୂର୍ବରୁ ପ୍ରଫେସର ବେହେରା ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବା ସହ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ହେବାର ଗୌରବ ଅର୍ଜନ କରିଥିଲେ । କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭରସିଟିରେ ଫୁଲବ୍ରାଇଟ୍ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ବେହେରା ନୃତତ୍ତ୍ବ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି । 

ଭାରତରେ ସାଂସ୍କୃତିକ ନୃତଘ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରଫେସର ବେହେରାଙ୍କୁ କୋଲକାତାସ୍ଥିତ ଏସିଆଟିକ୍ ସୋସାଇଟି ପକ୍ଷରୁ ସମ୍ମାନଜନକ ଶରତ ଚନ୍ଦ୍ର ରାୟ ସ୍ମାରକୀ ସୂର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ପ୍ରଫେସର ବେହେରାଙ୍କ ୧୨୦ରୁ ଊଦ୍ଧ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି । ସେ ମଧ୍ୟ କ୍ରମାଗତ ଭାବେ ଦୁଇଥର ବିଶ୍ୱ ନୃତତ୍ତ୍ବ ସଂଘ (ଇଣ୍ଟରନ୍ୟାସନାଲ୍ ୟୁନିୟନ୍ ଅଫ୍ ଆଥ୍ରୋପୋଲୋଜିକାଲ୍ ଆଣ୍ଡ ଇଥନୋଲୋଜିକାଲ୍ ସାଇନ୍ସେସ୍, ଆଇୟୁଏଇଏସ)ର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିବାର ଗୌରବ ଅର୍ଜନ କରିଥିଲେ । ପ୍ରଫେସର ବେହେରା ହେଉଛନ୍ତି ଆଇୟୁଏଇଏସ୍ ଇଣ୍ଟରନ୍ୟାସନାଲ୍ କମିଶନ୍ ଅନ୍ ଆଥ୍ରୋପୋଲୋଜି ଅଫ୍ ଚିଲଡ୍ରେନ, ୟୁଥ ଆଣ୍ଡ ଚାଇଲ୍ଡ ହୁର ପ୍ରତିଷ୍ଠାତା ଅଧ୍ୟକ୍ଷ । କିସ୍ ବିଶ୍ଵବିଦ୍ୟାଳୟରେ ଯୋଗଦେବା ପରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଫେସର ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ କିସ୍ ଭଗବାନଙ୍କ ଏକ ଅନବଦ୍ୟ କୃତି ବୋଲି କହିଛନ୍ତି । 

ଈଶ୍ବରଙ୍କ ଆଶୀର୍ବାଦରେ କିସ୍ ପରିଚାଳନା ହେଉଛି ଏବଂ ବିନାଦେୟରେ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସହ ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ବିଶ୍ୱର ଏକମାତ୍ର ଜନଜାତି ବିଶ୍ବବିଦ୍ୟାଳୟ ହେଉଛି କିସ୍ । ଆଗାମୀ ଦିନରେ କିସ୍ ବିଶ୍ଵର ଏକ ବିରଳ ଅନୁଷ୍ଠାନର ମାନ୍ୟତା ପାଇବ ବୋଲି ଶ୍ରୀ ସାମନ୍ତ ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍ କିସ୍ ବିଶ୍ବବିଦ୍ୟାଳୟର ଉପକୁଳପତି ଓ ବିଶ୍ବରେ ବେଶ୍ ନାମ କମେଇ ଥିବା ଜଣେ ଓଡିଆ ବ୍ୟକ୍ତି କିସ୍ ବିଶ୍ଵବିଦ୍ୟାଳୟର ଉପକୁଳାଧୁପତି ଭାବେ ଯୋଗ ଦେଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।

ଏ ସପ୍ତାହର ରାଶିଫଳ - ୨୯-୦୩-୨୧ ସୋମବାରଠାରୁ ୦୪-୦୪-୨୧ ରବିବାର ପର୍ଯ୍ୟନ୍ତ

[ଚନ୍ଦ୍ରସ୍ଥିତି: ଚନ୍ଦ୍ର ସୋମବାର ରାତ୍ରି ୦୧:୪୧ ପର୍ଯ୍ୟନ୍ତ କନ୍ୟାରେ, ତା’ପରେ ବୁଧବାର ରାତ୍ରି ୦୧:୫୬ ପର୍ଯ୍ୟନ୍ତ ତୁଳାରେ, ତା’ପରେ ଶୁକ୍ରବାର ରାତ୍ରି ୦୩:୪୪ ପର୍ଯ୍ୟନ୍ତ ବିଛାରେ ରହି ଧନୁକୁ ଚଳିବେ।]


ମେଷ:  ସୋମବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମଙ୍ଗଳ ଓ ବୁଧବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ଗୁରୁ ଓ ଶୁକ୍ରବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଶନି ଓ ରବିବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।

ବୃଷ:  ସୋମବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ମଙ୍ଗଳ ଓ ବୁଧବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ଗୁରୁ ଓ ଶୁକ୍ରବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ଶନି ଓ ରବିବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।

ମିଥୁନ:  ସୋମବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ମଙ୍ଗଳ ଓ ବୁଧବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଗୁରୁ ଓ ଶୁକ୍ରବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ଶନି ଓ ରବିବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।

କର୍କଟ: ସୋମବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ମଙ୍ଗଳ ଓ ବୁଧବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଶନି ଓ ରବିବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ।

ସିଂହ:  ସୋମବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ମଙ୍ଗଳ ଓ ବୁଧବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଗୁରୁ ଓ ଶୁକ୍ରବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ଶନି ଓ ରବିବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।


କନ୍ୟା: ସୋମବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ମଙ୍ଗଳ ଓ ବୁଧବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ଗୁରୁ ଓ ଶୁକ୍ରବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଶନି ଓ ରବିବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ।



ତୁଳା: ସୋମବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ମଙ୍ଗଳ ଓ ବୁଧବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଗୁରୁ ଓ ଶୁକ୍ରବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ଶନି ଓ ରବିବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।


ବିଛା: ସୋମବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ମଙ୍ଗଳ ଓ ବୁଧବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଗୁରୁ ଓ ଶୁକ୍ରବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଶନି ଓ ରବିବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।

ଧନୁ:  ସୋମବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଗୁରୁ ଓ ଶୁକ୍ରବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ଶନି ଓ ରବିବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।


ମକର:  ସୋମବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ମଙ୍ଗଳ ଓ ବୁଧବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ଶନି ଓ ରବିବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି।

କୁମ୍ଭ: ସୋମବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ମଙ୍ଗଳ ଓ ବୁଧବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଗୁରୁ ଓ ଶୁକ୍ରବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଶନି ଓ ରବିବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।

ମୀନ: ସୋମବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ମଙ୍ଗଳ ଓ ବୁଧବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଶନି ଓ ରବିବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।



ଯୋଗାଯୋଗ ଠିକଣା:-
ଜ୍ୟୋର୍ତିବିଦ୍ ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିଷ ପ୍ରବୀଣ, ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ପ୍ଲଟ୍ ୧୮୧୪/୪୦୬୯- ତୃତୀୟ ମହଲା, ନିଗମ ବିହାର, ଶ୍ରୀରାମ ନଗର ୩ୟ ଗଳି, ପୁରୁଣା ଭୁବନେଶ୍ୱର, ମୋ- ୭୦୦୮୯୬୦୫୦୨, ୯୪୩୮୨୯୬୧୩୮, ଇମେଲ: dolagovinda@gmail.com

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ ପାଳିତ

ଭୁବନେଶ୍ୱର, ଆଦିବାସୀ ଜୀବନର ଚିରନ୍ତନ କାହାଣୀ ତଥା ଗତାନୁଗତିକତାର ପ୍ରାଚୀନକୁ ଭାଙ୍ଗି ନୂଆ ଚିନ୍ତା ଓ ଚେତନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଭୂମିକା ଅବିସ୍ମରଣୀୟ । ତାଙ୍କର ଅସୀମ ତ୍ୟାଗ ଓ ଦେଶପ୍ରେମ ଆଦିବାସୀଙ୍କ ପ୍ରାଣରେ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବାର ସାମର୍ଥ୍ୟ ଆଣିଦେଇଥିଲା ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଶ୍ରାଦ୍ଧଦିବସ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାରକା କହିଲେ ଯେ ଗାନ୍ଧୀଜୀଙ୍କର ଅହିଂସାକୁ ପରମ ଅସ୍ତ୍ର ଭାବେ ଗ୍ରହଣ କରି ଲକ୍ଷ୍ମଣ ନାଏକ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଉଦ୍ରେକ କରିବା ସହ ସେମାନଙ୍କୁ ସେମାନଙ୍କ ଅଧୁକାର ସଂପର୍କରେ ସଚେତନ କରାଇ ପାରିଥିଲେ ।

ଶ୍ରାଦ୍ଧ ଉତ୍ସବରେ ସଭାପତିତ୍ବ କରି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଥିଲେ ଲକ୍ଷ୍ମଣ ନାଏକଙ୍କ ସତ୍ୟପ୍ରୀତି ଓ ସମ୍ବେଦନଶୀଳତା ତଥା ବ୍ରିଟିଶ ଶାସନର ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାଫଲ୍ୟ କ୍ବଚିତ ବ୍ୟକ୍ତିଙ୍କ ପାଖରେ ଦୃଷ୍ଟି ଗୋଚର ହୁଏ । ତାଙ୍କର ଅନନ୍ୟ ଦେଶପ୍ରେମ ଆଦିବାସୀଙ୍କ ମଧ୍ୟରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲା । ସମ୍ମାନିତ ଅତିଥୀ ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଗାନ୍ଧୀ ବା ମାଲକାନଗିରି ଗାନ୍ଧୀ ଭାବେ ଚିତ୍ରିତ କରାଯାଉଥିବାବେଳେ ତାଙ୍କର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଦେଶାମତୃକା ପାଇଁ ଯାହା କରିଯାଇଛନ୍ତି ତାହା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ ।

ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କ ତ୍ୟାଗ, ଆଦର୍ଶ ଏବଂ ଦେଶପ୍ରୀତି ଚିରଦିନ ପାଇଁ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ମନ୍ତବ୍ୟ ରଖୁଥୁଲେ । ଭର୍ଚୁଆଲ୍ ମାଧ୍ୟମରେ ସାଂସଦ ମୁନ୍ନା ଖାନ୍, ସାଂସଦ ସପ୍ତଗିରି ଉଲାକା, ବିଧାୟକ ପ୍ରୀତମ ପାଢ଼ୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଠ ଶ୍ରାଦ୍ଧ ଦିବସରେ ସଂଯୁକ୍ତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରଘୁନାଥ ଗମାଙ୍ଗ, ବିଧାୟକ ପ୍ରକାଶ ମାଝା ଏବଂ ମକରନ୍ଦ ମୁଦୁଲି ସଭାରେ ଉପସ୍ଥିତ ରହି ଶହୀଦ ଲକ୍ଷ୍ମଣ ନାଏକଙ୍କ ବ୍ୟକ୍ତିତ୍ବର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହ ଭାରତ ସ୍ବାଧୀନ କିପରି ହେବ ତାହା ହିଁ ତାଙ୍କର ସ୍ଵପ୍ନ ଏବଂ ସଂକଳ୍ପ ରହିଥିବା ବୋଲି କହିଥିଲେ । 

ଶ୍ରାଦ୍ଧ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ସକାଳେ ଭୁବନେଶ୍ବରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଏବଂ କଳିଙ୍ଗ ହସ୍‌ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଏବଂ ବିଧାୟକ ରଘୁନାଥ ଗମାଙ୍ଗ, ପ୍ରକାଶ ମାଝା, ମକରନ୍ଦ ମୁଦୁଲି ଏବଂ ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଏବଂ ବିଭଗାଗୀୟ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟସ୍ତରୀୟ ଶ୍ରାଦ୍ଧ ଉତ୍ସବ କାର୍ଯ୍ୟକ୍ରମକୁ ସୂଚନା ଅଧୁକାରୀ ପ୍ରମିଳା ମାଝା ସଂଯୋଜନା କରିଥିବାବେଳେ ଶବରୀ ସାଂସ୍କୃତିକ ସଂସଦର ଯୁଗ୍ଧ ସଂପଦାକ ନୀଳମାଧବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

ଖରିଫ ଧାନ କିଣା ଅବଧି ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ପିସିସ କିଷାନ କଂଗ୍ରେସର ଦାବୀ

ଭୁବନେଶ୍ୱର, ରାଜ୍ୟ ସରକାର ୨୦୨୦ ଖରିଫରେ ଚାଷୀଙ୍କର ସମସ୍ତ ବଳକା ଧାନ କ୍ରୟ କରିବା ପାଇଁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ ଫଳରେ ରାଜ୍ୟର ୧୪ଲକ୍ଷରୁ ଉର୍ଦ୍ଧ ଚାଷୀ ଧାନ ବିକିବା ପାଇଁ ନିର୍ଦ୍ଧାରିତ ସମୟରେ ସେମାନଙ୍କର ନାମ ପଞ୍ଜିକରଣ କରିଥିଲେ । ଚଳିତ ମାସର ମାର୍ଚ୍ଚ ୩୧ରେ ଅବଧ ଶେଷ ହେବ । ବର୍ତ୍ତମାନ ଋଷୀଙ୍କ ପାଖରେ ପାଖାପାଖୁ ଆଉ ୫ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଧାନ ବିକ୍ରି କରିବା ପାଇଁ ପରିହିଛି । ଚଳିତ ଥର ସରକାର ଓ ପ୍ରଶାସନର ଚରମ ଅବହେଳାରୁ ଟୋକନ୍ ଇସୁରେ ବହୁ ବ୍ୟତିକ୍ରମ ଘଟିଛି । ଏପରିକି ଟୋକନ୍ ପାଇଥିବା ବହୁ ଗୃଷୀଙ୍କ ଠାରୁ ଧାନ କିଣା ଯାଇନାହିଁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଇତି ମଧ୍ୟରେ ବହୁ ଟୋକନ୍ ଲାଫସ କରିଛି । 

ଅପରପକ୍ଷରେ ସରକାର ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯଥେଷ୍ଟ ଅଧିକ ଧାନ କ୍ରୟ କରିଛନ୍ତି ବୋଲି କହୁଥିବାବେଳେ, ପରିସଂଖ୍ୟାନ ଅନୁଯାୟୀ ବିଗତ ବର୍ଷ ଉତ୍ପାଦନର ହାର ଯାହାଥିଲା ୨୦୨୦ ଖରିଫରେ ଉଭମ ପାଣିପାଗ ଯୋଗୁଁ ଯଥେଷ୍ଟ ପରିମାଣର ଧାନ ଉତ୍ପାଦନ ହୋଇଛି । ଏଣୁ ସରକାରଙ୍କର ପ୍ରତିଶୁତି ପ୍ରକାରେ ସବୁ ଧାନ କିଣାଯିବା କଥା । ଅମଳ ଅନୁଯାୟ ଚାଷୀଙ୍କଠାରୁ ସରକାର ଧାନ କିଣିବାପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି । ଏଥିରେ ଚାଷୀ କରିବେ କଣ ଏବଂ ଧାର କରଜ ସୁଝିବେ କିପରି । ତେଣୁ ରାଜ୍ୟ ସରକାର ଧାନ କ୍ରୟ ସମୟସୀମା ମାର୍ଚ୍ଚ ୩୧ ତାରିଖ ପରିବର୍ତ୍ତେ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଉପାଧିକ ଶଶିଭୂଷଣ, ପାତ୍ର ଉମେଶ ସାହୁ , ପ୍ରେମାନନ୍ଦ ସାଇଁ, ସାଧାରଣ ସମ୍ପାଦକ ଇଂ ଅରବିନ୍ଦ ସାମଲ, ବିପ୍ରବର ସାହୁ, ସାନନ୍ଦ ମିଶ୍ର, ଯଶୋଦା ନନ୍ଦନ ସିଂହ, ନରନାରାୟଣ ଜେନା ପ୍ରମୁଖ ଦୃଢ ଦାବୀ କରିଛନ୍ତି । 

୨୦୨୦ ବର୍ଷ ପାଇଁ ୯ମ ଗୋଟିପୁଅ ଉତ୍ସବରେ ଆରଧନା ଯୁବ ସମ୍ମାନ ପାଇବେ ସିଭର ଗାନ୍ଧୀ

ଭୁବନେଶ୍ୱର, ୨୦୨୦ ବର୍ଷ ପାଇଁ ୯ମ ଗୋଟିପୁଅ ଉତ୍ସବରେ ଆରଧନା ଯୁବ ସମ୍ମାନ ପାଇବେ ସିଭର ଗାନ୍ଧୀ । ଚଳିତ ମାର୍ଚ୍ଚ ମାସ ୩୦ ଏବଂ ୩୧ ଦୁଇଦିନ ଧରି ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁଚରଣ ରିସର୍ଚ୍ଚ ସେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସିଲଭର ଗାନ୍ଧୀଙ୍କୁ ଆରଧନା ଯୁବ ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଭର ଗାନ୍ଧି’ । 

ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ । ଏହାପରେ ସିଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି ଯାହା ଆମ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

୧୧ ଲକ୍ଷ ୪୯ ହଜାର ୩୨୯ କୋଭିଡ ଟିକା ମହଜୁଦ୍ ରଖି କେନ୍ଦ୍ର ଉପରେ ଦୋଷ ଲଦିବା ଗ୍ରହଣୀୟ ନୁହେଁ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଚିବ ପି.କେ ମହାପାତ୍ରଙ୍କ କରୋନା ଟିକା ପାତରଅନ୍ତର କରିବା ପ୍ରସଙ୍ଗରେ କେନ୍ଦ୍ରକୁ ଲେଖିଥିବା ଚିଠି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ବିଜେପି । ପି.କେ ମହାପାତ୍ର ସରକାରୀ କାମ ଛାଡ଼ି ରାଜନୀତି କରିବାକୁ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆହ୍ବାନ କରିଛନ୍ତି ।  ଏହି ଚିଠି ଦେଖିଲେ ଲାଗୁଛି କୌଣସି ଦଳର ସାଧାରଣ ସମ୍ପାଦକ ଚିଠି ଲେଖିଛନ୍ତି ଏବଂ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଅଟକାଇବା ପାଇଁ ଚିଠି ଲେଖାଯାଇଥିବା ଜଣାପଡୁଛି । 

ତେବେ ଗଣମାଧ୍ୟମ ଏବଂ ଓଡ଼ିଶାବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ତିଆରି ନକରି ପି କେ ମହାପାତ୍ରଲୋକଙ୍କୁ ଟିକା ଦେବାର ଭିତିଭୂମି ପ୍ରସ୍ତୁତ କରନ୍ତୁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରୁଛନ୍ତି ।  ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଗତକାଲି ଅର୍ଥାତ୍ ୨୬ ମାର୍ଚ୍ଚରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ପିକେ ମହାପାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖୁ ଓଡିଶାକୁ ଆଗାମୀ ୧୫ ଦିନ ପାଇଁ ପର୍ଯ୍ୟାପ୍ତ କରୋନା ଟିକା ଯୋଗାଇବା ପାଇଁ ଦାବୀ କରିଥିଲେ । ଏହାସହ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ମାତ୍ରାରେ ଟିକା ଯୋଗାଇ ଦେଇପାରୁନଥିବା ଏବଂ ଅନିୟମିତାର ଅଭିଯୋଗ କରିଥିଲେ । ତେବେ ଏହି ଅଭିଯୋଗକୁ ପତ୍ର ମାଧ୍ୟମରେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ସାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗ୍ରହଣୀୟ ନୁହେଁ ବୋଲି ଜଣାଇବା ସହ ଦେଇଥିବା ତଥ୍ୟରୁରାଜ୍ୟ ସରକାର ବିଭ୍ରାନ୍ତି କରୁଥିବା ପରି ମନେହେଉଛି । 

କେନ୍ଦ୍ର ସାସ୍ଥ୍ୟ ସଚିବ ରାଜେଶ ଭୂଷଣ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୨୭ ମାର୍ଚ୍ଚ ୨୦ ୨୧ ସୁଦ୍ଧା ୩୪ ଲକ୍ଷ ୪୬ ହଜାର ୭୬୦ଟି କୋଭିଡ-୧୯ ଟିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏଥୁମଧ୍ୟରୁ ୨୧ ଲକ୍ଷ ୬୭ ହଜାର ୯୫୬ ଯୋଗ୍ୟ ହିତାଧୁକାରୀଙ୍କୁ ଟିକା ଦିଆଯାଇଛି ଏବଂ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ୧୧ ଲକ୍ଷ ୪୯ ହଜାର ୩୨୯ ଟିକା ମହଜୁଦ୍ ରହିଛି । ଏହାବ୍ୟତିତ ଆସନ୍ତା ମାର୍ଚ୍ଚ ୨୮ ତାରିଖ ସୁଦ୍ଧା ଆହୁରି ୫ ଲକ୍ଷ ୪୮ ହଜାର ୨୫୦ ଟିକା ଓଡ଼ିଶାକୁ ପହଁଚାଇବା ନେଇ ପତ୍ରରେ କେନ୍ଦ୍ରର ସ୍ଵାସ୍ଥ୍ୟ ସଚିବ ଉଲ୍ଲେଖ କରିଛନ୍ତି । ସାମ୍ବାଦିକ ସମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପି.କେ ମହାପାତ୍ରଙ୍କ କାମ ସରକାର କାମ କରିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଅଟକାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ସଚିବ ପିକେ ମହାପାତ୍ର ଏଭଳି ଭିତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ପତ୍ର ଲେଖୁବା ଭଳି ଜଣାପଡ଼ିଛି । 

ପି କେ ମହାପାତ୍ର ଲେଖିଥିବା ଚିଠି ମୁଖ୍ୟମନ୍ତ୍ରୀ ଜାଣିନଥିବା ପରି ମନେହେଉଛି ରାଜ୍ୟରେ କରୋନା ଟିକା ୧୧ ଲକ୍ଷ ୪୯ ହଜାର ୩୨୯ ଟିକା ମହଜୁଦ୍ ଥିବା ସମୟରେ ଭିତିଭୂମି ପ୍ରସ୍ତୁତ ନକରି କେନ୍ଦ୍ର ଊପରେ ଦୋଷ ଲଦିବା କେତେଦୂର ଯଥାର୍ଥ ? ମୋଦି ସରକାର ସମ୍ବେଦନଶୀଳ ସରକାର ଏବଂ ସର୍ବଦା ଓଡ଼ିଶାର ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ଆସିଛନ୍ତି । ସବକା ସାଥ ସବକା ବିକାଶ ଏବଂ ସବକା ବିଶ୍ବାସ ମନ୍ତ୍ରରେ ସବୁ ରାଜ୍ୟକୁ ସମାନ ଗୁରୁତ୍ବ ଦେଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ କେବେ ବି ଟିକାର ଅଭାବ ରହିବ ନାହିଁ ବୋଲି ସେ ବଳିଷ୍ଠ ପଦକ୍ଷେପ ନେଉଛନ୍ତି । ତେବେ ପି.କେ ମହାପାତ୍ର ଲେଖିଥିବା ଚିଠି ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଆବଶ୍ୟକୀୟ ଭିତିଭୂମି ପ୍ରସ୍ତୁତ କରି ଓଡ଼ିଶାବାସୀଙ୍କୁ ଅଧିକ ଟିକା ଦେବା କାମରେ ଲାଗନ୍ତୁ ବୋଲିଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।


ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ : ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର, ଗତ ୨୦୧୭ ପଂଚାୟତ ନିର୍ବାଚନ ସମୟରୁ ଲଗାତାର ଭାବେ ଶାସକ ବିଜେଡିର ଗୁଣ୍ଡାମାନେ ବିଜେପି ଦଳର ନେତା ଓ କର୍ମୀମାନଙ୍କୁ ରାଜନୈତିକ ହତ୍ୟା କରିଚାଲିଛନ୍ତି । ଓଡିଶାର ୧୭ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ସରକାରୀ ଦଳର ପ୍ରରୋଚନାରେ ହତ୍ୟା କରାଯାଇଛି । ଆଉ ଏବେ ଯାଜପୁର ଜିଲ୍ଲା ବିଜେପିର ବରିଷ୍ଠ ନେତା ସର୍ବେଶ୍ୱର ବେହୁରାଙ୍କୁ ହତ୍ୟା କରିବା ପାଇଁ ବିଜେଡି ପ୍ରୟାସ କରିଥିଲା । ସରକାରୀ ଯୋଜନାରେ ଚାଲିଥିବା ବ୍ୟାପକ ଦୁର୍ନୀତିର ଖୁଲାସା ଏବଂ ବିଭିନ୍ନ ସରକାରୀ ବାବୁଙ୍କୁ ଭ୍ରଷ୍ଟାଚାରକୁ ସୂଚନା ଅଧୁକାର ଆଇନ ବଳରେ ସର୍ବେଶ୍ବର ବାବୁ ଲୋକଲୋଚନକୁ ଆଣୁଥିବା ଯୋଗୁଁ ଧର୍ମଶାଳାର ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ପ୍ରରୋଚନାରେ ବୋମାମାଡ କରାଯାଇଛି । 

ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ଇମାମ ନଗର ଗ୍ରାମ ପାଖରେ ବିଜେପିର ବରିଷ୍ଠ ନେତା ତଥା ସୂଚନା ଅଧୁକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ କିଛି ଦୁବୁର୍ତ ବୋମା ମାଡ କରିଥିଲେ । ଏହି ବୋମମାଡ ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଖଣି ମାଫିଆଙ୍କ ସଂପୃକ୍ତି ରହିଛି । ଶାସକ ଦଳର ନେତା ଓ କର୍ମୀମାନେ ସର୍ବେଶ୍ୱର ବେହୁରାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଯାଜପୁର ଜିଲ୍ଲାରେ ଥିବା ଡଙ୍କାରୀ ପାହାଡରେ ହୋଇଥିବା କୋଟି କୋଟି ଟଙ୍କାର ଖଣି ଲୁଟ୍ ଦୁର୍ନୀତିର ତଦନ୍ତ ଦାବିରେ ସର୍ବେଶ୍ୱର ସାହୁ ସୁପ୍ରିମକୋର୍ଟ ଏବଂ ଏନଜିଟି ପାଖରେ ଦ୍ବାରସ୍ଥ ହୋଇଥିଲେ । ଯାହାଫଳରେ ବେଆଇନ ଖଣି ଖନନ ଏବେ କମ୍ ରହିଛି । 

ବିଛାଖଣ୍ଡି ପାହାଡରେ ବେଆଇନ ଭାବେ ଖଣି ଖନନ, ଆରୁହା ପାହଡରେ ଚାଲିଥିବା ବେଆଇନ କଳାପଥର ଚୋରି, ସରକାରୀ ଅନୁମୋଦନ ନଥାଇ ବେଆଇନ ଭାବେ ଯାଜପୁର ଜିଲ୍ଲାରେ ଚାଲିଥିବା କ୍ରସର ୟୁନିଟ ସ୍ଥାପନ, ଗତ ବନ୍ୟା ସମୟରେ କେଲୁଆ ନଦୀବନ୍ଧ ନିର୍ମାଣ ଦୁର୍ନୀତିକୁ ଚପେଇ ଦେବା ପାଇଁ ଡିନାମାଇଟ ଲଗାଇ ବନ୍ଧ ଭାଙ୍ଗିଦେବା ଆଦି ଘଟଣାର ତଦନ୍ତ ପାଇଁ ସର୍ବେଶ୍ୱର ବେହୁରା ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଛନ୍ତି । ଲୋକୟୁକ୍ତଙ୍କ ପାଖରେ ଉତର ନଥିବାରୁ କାରଣରୁ ଯାଜପୁର ଜିଲ୍ଲାପାଳକୁ ବ୍ୟକ୍ତିଗତ ହାଜରା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁଠାରୁ ବଡ ଘଟଣା ଗତ ବର୍ଷ କୋଭିଡ ଚାଲୁଥିବା ସମୟରେ କେଲୁଆ । ନଦୀ ଉପରେ ଘାଇ ତିଆରି କରିବା ପାଇଁ ଡିନାମାଇଟ ଲଗାଇ ବିସୋରଣ କରାଯିବା ଘଟଣାରେ ଧର୍ମଶାଳା ବିଧାୟକଙ୍କ ସଂପୃକ୍ତି ରହିଥୁଲା । 

ଭିଜିଲାନ୍ସ ଏହି ଘଟଣାରେ ତଦନ୍ତ କରୁଛି । ସର୍ବେଶ୍ୱର ବାବୁଙ୍କ ଯୋଗୁଁ ଚଳିତ ମାସ ୧୪ ତାରିଖ ଦିନ ୫୦ ଲକ୍ଷ ଟଙ୍କାର ବିସୋରକ ଡିନାମାଇଟ ସାମଗ୍ରୀ ପୋଲିସ ଜବତ କରିଥିଲା । ଯାଜପୁର ଜିଲ୍ଲାରେ ଥିବା ଖଣି ଖନନ କରିବା ପାଇଁ ଖଣି ମାଫିଆ ଓ ବିଜେଡି କର୍ମୀ ଯେପରି ଅପଚେଷ୍ଟା କରିଥିଲେ ତାହା ପର୍ଦାଫାଶ ହୋଇଥିଲା । ଯାଜପୁର ଜିଲ୍ଲାରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଚାଲିଥିବା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପିଡିଏସ ଦୁର୍ନୀତି ବିରୁଦ୍ଧରେ ବିଜେପି ନେତା ସର୍ବେଶ୍ୱର ବେହୁରା ନିୟମିତ ଭାବେ ପ୍ରତିବାଦ କରିଆସୁଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆମାନେ ଲୋକାୟୁକ୍ତରୁ କେସ ପ୍ରତ୍ୟାହାର କରିବା ପାଇଁ ସର୍ବେଶ୍ୱର ବେହୁରାଙ୍କୁ ଧମକ ଦେଇଆସୁଥିଲେ । 

ଗତକାଲି ବିଧାୟକ ପ୍ରଣବ ବଳବନ୍ତ ରାୟ ଏବଂ ଖଣିମାଫିଆ ମାନେ ଷଡଯନ୍ତ୍ର କରି ବିଜେପି ନେତା ସର୍ବେଶ୍ୱର ସାହୁଙ୍କୁ ହତ୍ୟା ଉଦ୍ୟମ କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ତାଙ୍କ ପତ୍ନୀ ରିଲୁ ବେହୁରା ଥାନାରେ ଏତଲା ଦେଇଛନ୍ତି । ବିଗତ ୪/୫ ବର୍ଷର ଘଟଣାକୁ ଦେଖିଲେ ଲାଗୁଛି କି, ସଠିକ ବାଟରେ ତଦନ୍ତ ହେଉନଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି । ସର୍ବେଶ୍ୱର ବେହୁରାଙ୍କ ଉପରେ ବିଗତ ୨/୩ ବର୍ଷ ତଳେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । କିନ୍ତୁ ତା ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ରାଜ୍ୟ ସରକାର, ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଦଳର ବିଧାୟକଙ୍କ ଉପରେ ଜଣେ ସୂଚନା ଅଧୁକାରକର୍ମୀଙ୍କ ପତ୍ନୀ ବାରମ୍ବାର ଆକ୍ଷେପ କରିବା ପରେ ମୁଖ୍ୟମନ୍ତ୍ରୀ ଏ ଦିଗରେ କୌଣସି ପଦକ୍ଷପେ ନନେବା ଦୁର୍ଭାଗ୍ୟଜନକ ।

ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ମୟୁରଭଞ୍ଜରୁ ମାଲକାନଗିରି ଏବଂ ନୂଆପଡାରୁ ପୁରୀ ପର୍ଯ୍ୟନ୍ତ ବିଜେପି କର୍ମୀ, ସୂଚନା ଅଧିକାର କର୍ମୀ ଏବଂ ସତ୍ୟ ଉନ୍ମୋଚନ କରୁଥିବା ସାଧାରଣ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ହତ୍ୟା କରାଯାଉଛି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ବାରମ୍ବାର ଆକ୍ରମଣ ଏବଂ ହତ୍ୟା କରାଯାଉଛି । ସର୍ବେଶ୍ୱର ବେହୁରାଙ୍କ ଉପରେ ହୋଇଥିବା ବୋମମାଡ ଘଟଣାର ତଦନ୍ତ ହେଉ । ମୁଖ୍ୟମନ୍ତ୍ରୀ ନିଜେ ତଦନ୍ତରେ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସର୍ବେଶ୍ବରଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଏହି ମରଣାନ୍ତକ ଆକ୍ରମଣରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସଂପୃକ୍ତି ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଖଣି ମାଫିଆ ଏବଂ ଏହି ଘଟଣାରେ ସଂପୃକ୍ତ ସମସ୍ତ ଆସାମୀଙ୍କୁ ତୁରନ୍ତ ଗିରଫ ନକରାଗଲେ ରାଜ୍ୟ ସମେତ ଯାଜପୁର ଜିଲ୍ଲାରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ବକ୍ସିପାତ୍ର ଚେତେବନୀ ଦେଇଛନ୍ତି।

ଆଜି ସକାଳେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସର୍ବେଶ୍ୱର ବେହୁରାଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ସର୍ବେଶ୍ୱର ବେହୁରାଙ୍କ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ବିରଂଚୀ ନାରାୟଣ ତ୍ରିପାଠୀ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ପରିଡା, ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ରାଜ୍ୟବାସୀଙ୍କୁ ହୋଲି ଉପହାର : ସମାଜବାଦୀ ପାର୍ଟି

ଭୁବନେଶ୍ୱର, ଓ.ଇ.ଆର.ସି. ଆଜି ୟୁନିଟ୍ ପିଛା ବିଦ୍ୟୁତ୍ ଶୁକ୍ସ ୩୦ ପଇସା ବୃଦ୍ଧି କରିଛି । ୬ ମାସ ପୂର୍ବରୁ ଓ.ଇ.ଆର.ସି. ବିଜୁଳି ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିଲେ । ଗୋଟିଏ ଆର୍ଥିକ ବର୍ଷରେ ଓଡ଼ିଶାରେ ବିଜୁଳି କମ୍ପାନୀମାନଙ୍କର ଶୋଷଣ ଯୋଗୁଁ ୮୭ଲକ୍ଷ ଖାଉଟିଙ୍କୁ ୟୁନିଟ୍ ପିଛା ୫୦ ପଇସା ବିଦ୍ୟୁତ୍ ଶୁଳ୍ପ ବୃଦ୍ଧିର ବୋଝ ବୋହିବାକୁ ପଡୁଛି । କରୋନା ମହାମାରୀ ଯୋଗୁଁ ଲୋକଙ୍କର ଆର୍ଥିକ ଅବସ୍ଥା ଭୁଷୁଡ଼ି ପଡ଼ିଥିଲା ବେଳେ, ବହୁ ଲୋକ ରୋଜଗାର ଏବଂ ଜୀବନ ଜୀବିକା ହରାଇ ସଂଘର୍ଷ କରୁଥିବା ବେଳେ ବିଜୁଳି କମ୍ପାନୀମାନଙ୍କର ଅପାରଗତା ଓ ଦୁର୍ନୀତି ଯୋଗୁଁ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ ନିୟାମକ ଆୟୋଗ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତଶୁଳ୍କ ବୃଦ୍ଧିର ବୋଝ ଲଦି ଦେଇଛନ୍ତି ତାହା ଅଗଣତାନ୍ତ୍ରିକ ଓ ଜନବିରୋଧ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିହିତ କରାଯାଇଛି । 

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଆଜି ସନ୍ଧ୍ୟାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ରାଜ୍ୟବାସୀଙ୍କୁ ହୋଲି ଉପହାର ବୋଲି କୁହାଯାଇଛି । ତୁରନ୍ତ ଏହି ବର୍ଦ୍ଧିତ ଶୁଳ୍ମକୁ ପ୍ରତ୍ୟାହାର କରା ନଗଲେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ତୀବ୍ରତର ହେବ । ତେଣୁ ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏହି ଶୁଳ୍କ ବୃଦ୍ଧିକୁ ବନ୍ଦ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ଏହାବ୍ୟତୀତ ବିଭିନ୍ନ କମ୍ପାନୀ ଓ ଖାଉଟିଙ୍କ ଉପରେ ବାକି ପଡ଼ିଥିବା ୪୨୩୪ କୋଟି ଟଙ୍କା ବିଦ୍ୟୁତ୍ ଦେୟକୁ ତୁରନ୍ତ ଆଦାୟ କରିବା, ଏଭଳିକି ବିଭିନ୍ନ ସରକାରୀ ଦପ୍ତର ଉପରେ ବାକିଥିବା ୨୪୨ କୋଟି ଟଙ୍କା ବିଦ୍ୟୁତ୍ ଶୁଳ୍କ ତୁରନ୍ତ ପୈଠ କରିବା, ପରିବହନଜନିତ କ୍ଷତି ଓ ବିଦ୍ୟୁତ୍ ଚୋରିକୁ ତୁରନ୍ତ ଜାତୀୟହାର ଶତକଡ଼ା ୧୫ ଶତାଂଶକୁ କମାଇବା ପାଇଁ ସମାଜବାଦୀ ପାର୍ଟି ଦାବି କରିଛି । 

ଏଠାରେ ଉଲ୍ଲେଖଥାଉକି, ସମଗ୍ର ଦେଶରେ ବିଜୁଳିର ଘରୋଇକରଣ ଦିଗରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବରେ ଅଗ୍ରସର ହୋଇଥିଲା । ଆଜିକୁ ୨୬ ବର୍ଷ ତଳେ ଆରମ୍ଭ ହୋଇଥିବା ବିଦ୍ୟୁତ୍ ସଂସ୍କାର ସମୟରେ ରାଜ୍ୟବାସୀଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ବିଦ୍ୟୁତ୍ ସଂସ୍କାର ହେଲେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ଏହାଦ୍ୱାରା ବିଜୁଳି କମ୍ପାନୀ ମାନେ କ୍ଷତି କରୁଥିବା ୫୬ ଶତାଂଶ ଏ.ଟି.ସି. କ୍ଷତିକୁ ୧୫ଭାଗକୁ କମାଯାଇପାରିବ । ଗୋଟିଏ ଶତ୍ୟଶ ବିଜୁଳି କ୍ଷତିକୁ କମାଯାଇ ପାରିଲେ ରାଜକୋଷରେ ୭୦ ରୁ ୭୫ କୋଟି ଟଙ୍କା ବାର୍ଷିକ ଭରଣା କରାଯାଇପାରିବ । 

ଆଜିବି ବିଜୁଳି କମ୍ପାନୀମାନେ ନିଜର ଅପାରଗତା ଯୋଗୁଁ ଏ.ଟି.ସି. ଲସ୍‌କୁ ୨୯ ଶତାଂଶରୁ ତଳକୁ ଆଣିପାରିନାହାନ୍ତି । ଫଳରେ ରାଜ୍ୟବାସୀଙ୍କୁ ବାର୍ଷିକ ୨ହଜାର କୋଟି ଟଙ୍କା ଅତିରିକ୍ତ ଶୁଳ୍କ ବୋଝ ବୋହିବାକୁ ପଡୁଛି । ଏହାକୁ ସମାଜବାଦୀ ପାର୍ଟି ବିରୋଧ କରିବା ସଙ୍ଗେସଙ୍ଗେ ଓଡ଼ିଶା ଭଳି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଦୃଢ ବିରୋଧ କରିଛି । ତୁରନ୍ତ ରାଜ୍ୟ ସରକାର ଏହି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର କରିବାପାଇଁ ପଦକ୍ଷେପ ନେବାକୁ ଦଳ ଦାବି କରୁଛି । 

ଏହି ଗଣ ବିକ୍ଷୋଭରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଂଜୟ ନାୟକ, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ସୁଧାରାଣୀ ସାହୁ, ଶ୍ରୀମତୀ ଶୟଦା, ଯୁବନେତା ସୁବ୍ରତ ଲେଙ୍କା, ସୁନୀଲ୍ ମିଶ୍ର, ସୁଶୀଲ ହୋତା ଓ ଛାତ୍ର ନେତା ସୌମ୍ୟପ୍ରକାଶ ଦାସ, ସଂଜୟ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ରେଳଷ୍ଟେଶନରୁ ଶୋଭାଯାତ୍ରା

ବ୍ରହ୍ମପୁର, ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସୁତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସୁତି ପାଳନ ଲାଗି ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶନିବାର ବ୍ରହ୍ମପୁରସ୍ଥିତ ମୋତି ହୋଟେଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ୩ୟ ପ୍ରସ୍ତୁତି ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ପ୍ରଥମେ କାର୍ଯ୍ୟକ୍ରମର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଦୁଇଟି ବୈଠକର ବିବରଣୀ ପ୍ରଦାନ କରିବା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ମାର୍ଚ୍ଚ ୩୦ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ବିଜିପୁର, ଖଲିକୋଟ କଲେଜ, ମଧୁ ମନ୍ଦିର ଦେଇ ସହର ପରିକ୍ରମା କରିବା ପରେ ବାରାକ୍ସ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ଆୟୋଜନର କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ଅବସରରେ ଗଞ୍ଜାମ ଜିଲାର ସମସ୍ତ ଲୋକନୃତ୍ୟ, ଯୋଡ଼ିଶଙ୍ଖ, ପାରମ୍ପରିକ ନୃତ୍ୟ ସଖୀନାଟ, ଘଣ୍ଟସ୍ଥଳ, ସ୍କେଟିଂ, ଟାଇକୋଣ୍ଡୋ ସହ ସାମନ୍ତରା ଏକାଡ଼େମୀର ଦୁଇ ଶହ ଛାତ୍ର ଜାତୀୟ ପତାକା ପ୍ରଦର୍ଶନ କରିବେ । 

ଏଥିସହ ଏକ ପ୍ରଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ବୟ ବୈଶିଷ୍ଟା ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ- ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିରେ ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ବନିରେ ଶୋଭାଯାତ୍ରାକୁ ସ୍ବାଗତ କରାଯିବ ଏବଂ ସହରର ବିଭିନ୍ନ ପ୍ରବେଶ ପଥରେ ବ୍ୟାନର ପ୍ରଦର୍ଶିତ ହେବ । ପୂର୍ବାହ୍ନରେ ବ୍ରହ୍ମପୁର ସହରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ସମେତ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ ମାଲ୍ୟାର୍ପଣ କରାଯିବ।

ଏହି ବୈଠକରେ ବରିଷ୍ଠ ଭେଷଜବିତ ପି.ସି. ସାହୁ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର ରମାରମଣ ପାଢ଼ୀଙ୍କ ସମେତ ଜାମୁଲା ଶଙ୍କର ନାରାୟଣ, କାମରାଜୁ ମହାରଣା, କ୍ଷେତ୍ର ପ୍ରଚାର ସଂସ୍ଥାର ଅଧୁକାରୀ ମନମୋହନ ପାଢ଼ୀ, ଡ଼, ଡ଼ମ୍ବରୁଧର ସାହୁ, ସୂର୍ଯ୍ୟାଲୋକର ସମ୍ପାଦକ ମୀନ କେତନ ଜେନା, ନାରୀ ନେତ୍ରୀ ସରିତା ପଣ୍ଡା, ସୁଶାନ୍ତ କୁମାର ସାବତ, ପୂର୍ବତନ ନଗରପାଳ ପି. ଭିମୁଡୁ, ଡ଼ା, ସାଗର ରଞ୍ଜନ ତ୍ରିପାଠୀ, ଲୋକ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଡ଼ା. ସୁବାସ ସାହୁ, ଆଡ଼ଭୋକେଟ ରାଧାଚରଣ ନାୟକ, କପିଳ ଚନ୍ଦ୍ର ମହାନ୍ତି, 

ଏନ. ଜଗଦୀଶ୍ୱର ରାଓ, ଡ. ବନମାଳୀ ପାଣିଗ୍ରାହୀ, ସତ୍ୟ ନାରାୟଣ ତ୍ରିପାଠୀ, ସିପିଆଇଏମ ସମ୍ପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ବିଜେଡି ନେତା ଟି.ଗୋପୀ, ସାମନ୍ତରା ଏକାଡ଼େମୀର ମୁଖ୍ୟ ଦେବେଶ ସାମନ୍ତରାୟ, ଡ଼. ପ୍ରଫୁଲ ଚନ୍ଦ୍ର ମହାନ୍ତି, ଚନ୍ଦ୍ରମୋହନ ସାହୁ, ଆଡଭୋକେଟ ଶିବ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ମହାନ୍ତି, ଇଂ. ଲଡୁ କିଶୋର ସାବତ, ପ୍ରଫେସର ରମେଶ ଚରଣ ତ୍ରିପାଠୀ, ମନୋଜ କୁମାର ସାମଲ, ମନୋଜ କୁମାର ପଟ୍ଟନାୟକ, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Powered by Blogger.
Javascript DisablePlease Enable Javascript To See All Widget