April 2022

ଆଦିବାସୀ ମେଳାର ପଞ୍ଚମ ଦିବସ ମେଳାରେ ଭୂମିଜ ଜନଜାତିଙ୍କ ଖଜୁରୀପତ୍ର କଳାକୃତିର ଚାହିଦା


ଭୁବନେଶ୍ୱର, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାବସୁ ପ୍ରଦର୍ଶନୀ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଖରାର କୋପ ସତ୍ତ୍ବ ଆଦିବାସୀ ମେଳାରେ ଲୋକଭିଡ଼ ଅପରାହ୍ନରୁ ଆରମ୍ଭ ହୋଇଯାଇଥିଲା । କିଣାବିକାର ମାହୋଲ ସହ ଜନଜାତି କଳାସାମଗ୍ରୀ ମେଳାରେ ଜନଜାତି କାରିଗରମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀକୁ ଦର୍ଶକମାନେ ଖୁବ୍ ଉସୁକତାର ସହ ପରଖୁଥିଲେ । କାରିଗରମାନଙ୍କ ସହ କଳାସାମଗ୍ରୀ ପ୍ରସ୍ତୁତି କୌଶଳ ଉପରେ ଆଲୋଚନା କରୁଥିଲେ । 

ସବୁଠାରୁ ଆକର୍ଷଣୀୟ ଥିଲା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ଶାଳବଣୀରୁ ଆସିଥିବା ଭୂମିଜ ଜନଜାତିର କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା କଅଁଳ ଖଜୁରୀ ପତ୍ର ଓ ଶିଆଳି ପତ୍ରର ବିଭିନ୍ନ ସୌଖୀନ ସାମଗ୍ରୀ । ବିଭିନ୍ନ ସୌଖୀନ ସାମଗ୍ରୀ ପ୍ରସ୍ତୁତ ଉପରେ ଦର୍ଶକଙ୍କ ନଜର ଲାଗି ରହିଥିଲା । କଅଁଳ ଖଜୁରୀ ପତ୍ରକୁ ସୁନ୍ଦର ଭାବେ ସଜାଇ ଫୁଲଦାନୀ ପାଇଁ ଫୁଲ, ଫାସିଆ, ଝାଲର, କାନ୍ଥରେ ଝୁଲାଇବାର ଭିନ୍ନ ଭିନ୍ନ ଆକୃତିର ସୌଖୀନ ସାମଗ୍ରୀ ବେଶ ମନଲୋଭା ହୋଇଛି । ଶିଆଳି ପତ୍ରର ଟୋପି, ଖରାରୁ ରକ୍ଷା ପାଇବା ପାଇଁ ଏକ ପରିବେଶ ଉପଯୋଗୀ ଓ ସୌଖୀନ ହୋଇଥିବାରୁ ଏହା ପ୍ରତି ସମସ୍ତଙ୍କର ଆଗ୍ରହ ରହୁଥିଲା । ଏହି ସାମଗ୍ରୀଗୁଡ଼ିକ ବର୍ଷ ବର୍ଷ ଧରି ଅତୁଟ ରହୁଥିବାରୁ ଏବଂ ପରିବେଶ ଅନୁକୂଳ ହୋଇଥିବାରୁ ଏହାର ଚାହିଦା ବେଶ୍ ଭଲ ଥିବାର ଭୂମିଜ କାରିଗରମାନେ କହନ୍ତି ।

ଆଜି ଅପରାହ୍ନରେ ମୁଖ୍ୟ ଅଂଚରେ ବାଲିଗୁଡ଼ା ଅଞ୍ଚଳରୁ ଆସିଥିବା କନ୍ଧମାନଙ୍କ ପାରମ୍ପରିକ ନୃତ୍ୟ, କପ୍ତିପଦା ଅଞ୍ଚଳର ହୋ ଜନଜାତିମାନଙ୍କ ବା ପରବ ନୃତ୍ୟ, ପାନପୋଷ ସଡିଭିଜନ୍‌ରୁ ଆସିଥିବା ଓରା ଓଁମାନଙ୍କ କରମା, ମୁଣ୍ଡ ଜନଜାତି ମାନଙ୍କ ବଡ଼କାରାମ, କପ୍ତିପଦା ଅଞ୍ଚଳର ସାନ୍ତାଳ ନୃତ୍ୟ ଏବଂ ପାନପୋଷ ଅଞ୍ଚଳର କିସାନମାନଙ୍କ ନୃତ୍ୟ ବିଚିତ୍ରା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମେଳାକୁ ଆସିଥିବା ଦର୍ଶକମାନେ କିଣାକିଣିର ଭରପୂର ଆନନ୍ଦ ନେଇଥିଲେ ।

ଭୁବନେଶ୍ବରରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ ଦିଲ୍ଲୀ ଚଲୋ ଅଭିଯାନ ଡ଼ାକରା


ଭୁବନେଶ୍ୱର, ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ପାଇକ ରେଜିମେଣ୍ଟ ଗଠନ ଆଦି ଦାବି ନେଇ ଭୁବନେଶ୍ବରରେ ବିଶାଳ ପାଇକ ଆଖଡ଼ା ଜନଗଜର୍ନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ହଜାର ହଜାର ପାଇକ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ବେଶପୋଷାକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି, ରଣ କୁହାଟ ଦେଇ ରାମ ମନ୍ଦିର ଛକ ଅତିକ୍ରମ କରି ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିଥିଲା । ସେଠାରେ ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଯେ, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧା ମାଟିରୁ ।

ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାଁଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବ ଦିଲ୍ଲୀର ବିଜ୍ଞାନ ଭବନରେ ପାଳନ ଅବସରରେ ମତବ୍ୟକ୍ତ କରିଥିଲେ । ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ କୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ନିଜର ମନ୍ତବ୍ୟ ରଖୁଥଲେ । କିନ୍ତୁ ବର୍ତ୍ତମାନ ଏହାକୁ ଅସ୍ବୀକାର କରାଯିବା ଓଡ଼ିଶାର ଜନସାଧାରଣଙ୍କ ସ୍ବାଭିମାନ ପ୍ରତି ଏହା ଏକ ବିଶେଷ କୁଠାରଘାତ । ସେମାନେ ଦାବି କରିଛନ୍ତି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବା ସହିତ ପଞ୍ଜାବ ରେଜିମେଣ୍ଟ, ଗୁଖି ରେଜିମେଣ୍ଟ ଓ ଆସାମ ରେଜିମେଣ୍ଟ ପରି ଯଥାଶୀଘ୍ର ଓଡ଼ିଶାରେ ପାଇକ ରେଜିମେଣ୍ଟ ଗଠନ କରାଯାଉ । ଯାହାଦ୍ୱାରା ଓଡ଼ିଶା ଯୁବକମାନଙ୍କର ବେକାରୀ ସମସ୍ୟାର ସମାଧାନ ହେବା ସହ ସେମାନେ ଦେଶମାତୃକାର ସେବା ପାଇଁ ସୈନ୍ୟବାହିନୀରେ ଯୋଗ ଦେଇପାରିବେ, ଏହା ଆମର ହକ୍ ଦାବି । 

ଯେପର୍ଯ୍ୟନ୍ତ ଆମର ଦାବି ପୂରଣ ନହୋଇଛି, ପର୍ଯ୍ୟାୟକ୍ରମେ ଏହିଭଳି ଆନ୍ଦୋଳନ ଆଗାମୀ ଦିନରେ ଭୟଙ୍କର ଭାବେ କରାଯିବ ବୋଲି ସେମାନେ ଦୃଢ଼ ଚେତାବନୀ ଦେଇଛନ୍ତି । ପ୍ରୟୋଜନ ହେଲେ ଏହି ଦାବି ପୂରଣ ପାଇଁ ଦିଲ୍ଲୀର ରାମଲୀଳା ମୈଦାନ, ଲାଲକିଲ୍ଲା ଆଦିରେ ହଜାର ହଜାର ପାଇକ ଯାଇ ବିପ୍ଳବ କରିବା ସହିତ ସମସ୍ତ ଐତିହାସିକ ତଥ୍ୟ ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ କହିଲେ ଯେ, ଏହିସବୁ ଦାବି ସହ ରାଜ୍ୟ ସରକାର ଯଥାଶୀଘ୍ର ବରୁଣେଇ ଠାରେ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ଯୋଗାଇ ଦିଅନ୍ତୁ । ଯାହାଦ୍ୱାରା ଯଥାଶୀଘ୍ର ପାଇକ ସ୍ମୃତି ସ୍କାରକୀ ନିର୍ମାଣ ହୋଇପାରିବ । 

ଏହି ସମାବେଶ ପାଇଁ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଆସିଥିଲେ ବିଶିଷ୍ଟ ସଂଗଠକ ଓ ଗୀତିକାର ବଦ୍ରୀନାରାୟଣ ମିଶ୍ର । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସଂଯୋଜକ ଡଃ ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରାମାକାନ୍ତ ମହାପାତ୍ର, ବିଶ୍ବଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟ ତଥା ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ବହୁ ଦଳବେହେରା, ଦଳେଇ, ପାଇକ ଆଖଡ଼ା ଗୁରୁ ଓ ହଜାର ହଜାର ପାଇକ ଆଖଡ଼ା ଦଳ ଯୋଗଦାନ କରି ଏହିସବୁ ଦାବି ପ୍ରତି ନିଜର ସମର୍ଥନ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ଏହି ସମାବେଶ ପାଇଁ ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ପୂଜାର୍ଚ୍ଚନା ପରେ ବାହାରିଥିବା ବେଳେ ଖୋଦ୍ଧା ନାଗରିକ ମଞ୍ଚର ଶହ ଶହ ମହିଳା ଏଥିରେ ଯୋଗଦାନ କରି ଏହି ସମାବେଶ ପ୍ରତି ନିଜର ସମର୍ଥନ ମଧ୍ୟ ଜ୍ଞାପନ କରିଥିଲେ ।

ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏକ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଭୁବନେଶ୍ବରର ଇଡ୍‌କଲ ଅଡିଟୋରିୟମ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏ କେ ଦାସ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭାବର୍ତ୍ତନ କରିଥିଲେ । ଶ୍ରୀ ଦାସ ଗ୍ରାହକମାନଙ୍କୁ ବ୍ୟାଙ୍କ ସହିତ ଥିବା ସେମାନଙ୍କର ଦୃଢ ସମ୍ପର୍କ ପାଇଁ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ଆର୍ଥିକ ପୁନରୁଦ୍ଧାର ପ୍ରକ୍ରିୟାରେ ବ୍ୟାଙ୍କ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧ ଏବଂ ଏହା ବ୍ୟାପକ ଓ ଦୀର୍ଘସ୍ଥାୟୀ ଅଟେ । ୧୦୦ରୁ ଉର୍ଦ୍ଧ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ଵର ଜୋନ୍‌ର ବିଭିନ୍ନ ବିଭାଗର ୩୦ ଜଣ ହିତାଧୁକାରୀଙ୍କୁ ୧୦୦କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ଆତ୍ମନିର୍ଭର ଭାରତ ପାଇଁ ପ୍ରଦାନ କରାଯାଇଥିଲା । 

ନ୍ୟାଶନାଲ ବ୍ୟାଙ୍କିଙ୍ଗ ଗୁପ୍ତ (ପୂର୍ବ) ଦ୍ଵାରା ଏହାର ୧୦ଟି ଜୋନ୍ ମାଧ୍ୟମରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ ଋଣ ମଞ୍ଜୁର କରାଯାଇଥିଲା । ଏହା ମୁଖ୍ୟତଃ ଖୁଚୁରା, କୃଷି ଏବଂ ଏମ୍ଏସ୍ଏମ୍ଇ ବିଭାଗ ସହିତ ସରକାରଙ୍କ ଗସିପ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟାଣ୍ଡ ଅଫ୍ ଇଣ୍ଡିଆ, ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା, ସ୍ବୟଂ ସହାୟକ ଗୋଷି ଋଣ ପ୍ରଦାନ ଏବଂ ପିଏମ୍ ସ୍ଵନିକୁ ଯୋଜନା ଅନ୍ତର୍ଭୁକ୍ତ କରୁଅଛି । ଡିଜିଟାଲ ବ୍ୟାଙ୍କିଙ୍ଗ୍କୁ ପ୍ରୋତ୍ସାହିତ କରିବା ପାଇଁ ୫୦ରୁ ଉର୍ଦ୍ଧ ପିଓଏସ୍ ମେସିନ୍ ଏବଂ ଭିମ୍ ୟୁପିଆଇ କ୍ୟୁଆର୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଥିଲା । ୩୦ ଜଣ ବ୍ୟବସାୟିକ ପ୍ରତିନିଧୁ ଏହି ଅବସରରେ ନିଯୁକ୍ତ ହୋଇଥିଲେ । ଦାୟିତ୍ଵବୋଧ କର୍ପୋରେଟ୍ ନାଗରିକ ହିସାବରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାରେ ସବୁବେଳେ ଆଗୁଆ ରହିଛି । 

ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମ ଅବସରରେ ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗୁରେ ୫୦୦୦ହିତାଧୁକାରୀ ଏପିଇ ଅଧୁନରେ, ୫୦୦୦ ପିଏମ୍ଏସ୍‌ବିୱାଇ ଅଧୁନରେ ଏବଂ ୩୦୦୦ ପିଏମ୍‌ଜେଜେବିୱାଇ ଅଧୁନରେ ଅନ୍ତର୍ଭୁକ୍ତ । ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଓଡିଶାର ବିଶିଷ୍ଟ ବ୍ୟକ୍ତିତ୍ବ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ , ପଦ୍ମଭୂଷଣ ପ୍ରତିଭା ରାୟ, ନ୍ୟାଶନାଲ ଷ୍ଟାଟ୍ ଅପ୍ ଆୱା ର୍ଡ ୨୦୨୧ ଏବଂ ନ୍ୟାଶନାଲ ଏଣ୍ଡପ୍ରେନୁୟରସିପ୍ ଆୱାର୍ଡ ୨୦୧୯ ଜ୍ଞାନ ରଞ୍ଜନ ଦାସଙ୍କୁ ସମ୍ମାନୀତ କରିଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ସାମାଜିକ ଦାୟିତ୍ବବୋଧତା ଅଂଶବିଶେଷ ଓଡିଶା ବ୍ଲାଇଣ୍ଡ ଆସୋସିଏସନ୍‌କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପଦକ୍ଷେପ ପାଇଁ ଗ୍ରାହକ ସମ୍ପର୍କ କାର୍ଯ୍ୟକ୍ରମରେ ଉପସ୍ଥିତ ଗ୍ରାହକ ଓ ପରିଦର୍ଶକମାନେ ସନ୍ତୋଷ ଅଭିବ୍ୟକ୍ତ କରିଥିଲେ ।

ମାଟ୍ରିରେ କିମ୍ସର ୨୨୨୦ ପରୀକ୍ଷାର୍ଥୀ


ଭୁବନେଶ୍ୱର, ଚଳିତବର୍ଷ କିମ୍ସରୁ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଚଳିତମାସ ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏଥିରେ କିମ୍ସ୍ର ୨୨ ୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ଅବ୍ୟବହିତ ପୂର୍ବରୁ ମଙ୍ଗଳବାର କିସ୍ ପରିସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭ କାମନା କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏହି ଅବସରରେ ସେ ପିଲାଙ୍କୁ କଲମ ବଣ୍ଟନ କରିଥିଲେ । 

ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିସ୍‌ର ୧ ୨୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କଳାରେ । ୪୪୦ ଜଣ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୩୩୨ ଏବଂ ବିଜ୍ଞାନରେ ଯଥାକ୍ରମେ ୪୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଶ୍ରୀ ସାମନ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ।

କିମ୍ସରେ ଯୋଗଦେଲେ ଦୁଇ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଡାକ୍ତର


ଭୁବନେଶ୍ୱର,ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହେପାଟୋପାଥୋଲୋଜିଷ୍ଟ ଡା, ଅସୀମ ଦାସ ଓ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡା. ଅଶୋକ କୁମାର ଚୌଧୁରୀ କିମ୍ବସରେ ଭିଜିଟିଂ ପ୍ରଫେସର ଭାବେ ଯୋଗ ଦେଇଛନ୍ତି । ଡା. ଦାସ ୧୯୮୭ରେ କଲିକତା ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ ପରେ ଚଣ୍ଡିଗଡସ୍ଥିତ ପିଜିଆଇ ଏଆରରୁ ପାଥୋଲୋଜିରେ ଏମଡି କରିଛନ୍ତି । ପାଥୋଲୋଜିରେ ସେ ଡିପ୍ଲେମାଟ୍ ଅଫ୍ ନ୍ୟାସନାଲ ବୋର୍ଡ (ଡ଼ିଏନବି) କରିବା ସହ ଲଣ୍ଡନର ରୟାଲ କଲେଜ ଅଫ ପାଥୋଲୋଜିରେ ବୋର୍ଡ ସଦସ୍ୟ ଓ ଫେଲୋ ରହିଆସିଛନ୍ତି । ସେ ୧୯୯୦ ରୁ ୨୦୨୧ ପର୍ଯ୍ୟନ୍ତ ଚଣ୍ଡିଗଡ଼ସ୍ଥିତ ପିଜିଆଇଏସ୍‌ଇଆରରେ ହିଷ୍ଟୋପାଥୋଲୋଜିରେ ଅଧ୍ୟାପକ ରହିବା ସହ ପଣ୍ଡିଚେରୀସ୍ଥିତ ଜେଆଇପିଏମ୍‌ଇଆରରେ ଭିଜିଟିଂ ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । 

ସେହିପରି ଡା ଚୌଧୁରୀ କଟକ ଏସ୍‌ସିବି ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ଓ ମେଡିସିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ନୂଆଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇସେସ୍ (ଆଇଏଲ୍‌ବିଏସ୍)ରୁ ହେପାଟୋଲୋଜିରେ ଡିଏମ କରିଛନ୍ତି । ଆଇଏଲ୍‌ବିଏରେ ଜଣେ ଟ୍ରାନ୍ସପ୍ଲାଣ୍ଟ ହେପାଲୋଜିଷ୍ଟ ଭାବେ ଦୀର୍ଘ ୧୨ ଧରି ସେ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ଆମେରିକାସ୍ଥିତ ହମ୍ ଲି ଲିଭର ଟ୍ରାନ୍ସପ୍ଲାଣ୍ଟ କେନ୍ଦ୍ରରେ ଭିଜିଟି ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଲଣ୍ଡନସ୍ଥିତ କିଙ୍ଗସ କଲେଜ ହସ୍‌ପିଟାଲ୍‌ର ଲିଭର ଇଣ୍ଟସିଭ ଥେରାପି ୟୁନିଟ୍‌ରେ ଫେଲୋ ଅବଜରଭର ଭାବେ କାର୍ଯ୍ୟ କରିଛନ୍ତି । ଏହି ଦୁଇ ବିଶିଷ୍ଟ ପ୍ରଫେସର କିମ୍ବସରେ ଯୋଗ ଦେବା ଫଳରେ କିମ୍ବସର ଡାକ୍ତରୀ ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବା ସହ କିସରେ ଗବେଷଣା ଓ ଲିଭର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସାରେ ସେମାନଙ୍କ ଯୋଗଦାନ ରହିବ।

ଏପ୍ରିଲ୍ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ


ଭୁବନେଶ୍ୱର,ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିଲା ଓଡ଼ିଶାର ଖୋର୍ଦ୍ଧାରୁ । ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାଁଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଦିଲ୍ଲୀର ବିଜ୍ଞାନ ଭବନରେ ମତବ୍ୟକ୍ତ କରିଥିଲେ । ସେହି ଅନୁସାରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଓ ସିକ୍ ରେଜିମେଣ୍ଟ, ଗୁଖି ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋଦ୍ଧାର ପାଇକମାନଙ୍କର ଆରାଧ୍ୟ ଦେବୀ ବରୁଣେଇଠାରୁ ଏକ ବିରାଟ ପାଇକ ଆଖଡ଼ା ଜନଗର୍ଜନ ଶୋଭାଯାତ୍ରା ବାହାରି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦିବା ୧୦ ଘଟିକା ସମୟରେ ପହଞ୍ଚିବ । 

ଏହି ସମାବେଶରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ପାଇକ ଆଖଡ଼ା ଦଳ, ବୁଦ୍ଧିଜୀବୀ, ଐତିହାସିକ ଓ ସ୍ଵାଭିମାନୀ ଓଡ଼ିଶାବାସୀ ଯୋଗଦାନ କରିବେ । ଏହି ଜନଗର୍ଜନ ସମାବେଶ ଦିବା ୧୦ ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବା ଓ ସେଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ କେଶରୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ଓ ଡଃ ଅଶୋକ ସୁନ୍ଦରାୟ ଉପସ୍ଥିତ ଥିଲେ । ଏହି ସମାବେଶରେ ଓଡ଼ିଶାର ସ୍ୱାଭିମାନ ଓ ବୀରତ୍ବପୂର୍ଣ୍ଣ ଅସ୍ତିତାର ସୁରକ୍ଷା ପାଇଁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଏଥ ସହିତ ଯେଉଁ ପାଇକ ଆଖଡ଼ା ଦଳ ଓ ସ୍ଵାଭିମାନୀ ଓଡ଼ିଶାର ଭାଇଭଉଣୀମାନେ ଯୋଗଦାନ କରିବେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବା ପାଇଁ ଫୋନ୍ ନମ୍ବର ୬୩୭୧୫୦୧୧ ୨୬ ସହ ଯୋଗାଯୋଗ କଲେ ପାଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


ଓଡିଶାରେ ଡେଲୋଏଟର ସଂପ୍ରସାରଣ ଦ୍ୱାରା ଯୁବ ବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ - ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ଭୁବନେଶ୍ୱର ଠାରେ ଡେଲୋଏଟର ସଂପ୍ରସାରଣ ଦ୍ୱାରା ରାଜ୍ୟର ଯୁବ ବର୍ଗଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦକ୍ଷେପ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ୍ ରେଞ୍ଜନଙ୍କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ରେଞ୍ଜନଙ୍କ ସହ ସେ ଏକମତ ଯେ ଏହି ଶତାବ୍ଦୀ ଭାରତର ହେବ । ଭୁବନେଶ୍ୱର ଠାରେ ବହୁ ସ୍ୱଦେଶୀ କମ୍ପାନୀର ଉପସ୍ଥିତି ନୂଆ ସମ୍ଭାବନା ସୃଷ୍ଟି କରିବ ଓ ଭୁବନେଶ୍ୱର ପରି ସହରରେ ଟ୍ୟାଲେଣ୍ଟ ହବ୍ ପାଇଁ ନୂଆ ସୁଯୋଗ ଆଣିବ । ଅର୍ଥନୈତିକ ଅଭିବୃଦ୍ଧିର ନୂତନ କେନ୍ଦ୍ର ସ୍ଥାପନ କରିବା ସହ ଓଡିଶା ସମେତ ପୂର୍ବ ଭାରତରେ ନିଯୁକ୍ତି ଏବଂ ଉଦ୍ୟମିତା ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ସୂଚନା ଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ  ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ସହ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ୍ ରେଞ୍ଜନ ୱାଶିଂଟନ୍ ଡିସି ଠାରେ ଶୁକ୍ରବାର ସାକ୍ଷାତ କରିଥିଲେ ଏବଂ ଭୁବନେଶ୍ୱର ଓ କୋଏମ୍ୱଟୁର ଠାରେ କମ୍ପାନୀର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ । ଏହା ସହ ଡେଲୋଏଟ ଗ୍ରାମଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏକ ଟୁଲ୍ ବିକଶିତ କରିଛନ୍ତି ଏବଂ ଭାରତରେ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଟ୍ୱିଟ୍ କରାଯାଇଛି ।

ପ୍ରକାଶ ଥାଉକି ‘ଡେଲୋଏଟ’ ଅଡିଟ୍, ଆର୍ଥିକ ପରାମର୍ଶଦାତା, ରିସ୍କ ଆଡଭାଜରୀ, ଟିକସ ଏବଂ ଆନୁଷଙ୍ଗିକ ସେବା ପ୍ରଦାନକରିବାରେ ଏକ ଅଗ୍ରଣୀ ବହୁଦେଶୀୟ କମ୍ପାନୀ ।

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବିଜେପି


ଭୁବନେଶ୍ୱର, ଜଗତସିଂହପୁର ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ଅଜିତ୍ କୁମାର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ପାରାଦୀପ ନଗର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ସାହୁ, ମହିଳାମୋର୍ଦ୍ଧା ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ଶୈଳେନ୍ଦ୍ର ସେନାପତି ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ଅରୁଣ କୁମାର ସ୍ବାଇଁଙ୍କୁ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ରାଜ୍ୟ ଗ୍ରନ୍ଥାଗାରରେ ବିଶ୍ୱ ପୁସ୍ତକ ଦିବସ ପାଳିତ


ଭୁବନେଶ୍ୱର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ବିଶ୍ୱ ପୁସ୍ତକ ଓ କପିରାଇଟ ଦିବସ ଆଜି ପୂର୍ବାହ୍ନରେ ଭାରପ୍ରାପ୍ତ ଅଧୁକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ଓ ପ୍ରତିକୃତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ରୁଦ୍ରପ୍ରସାଦ ବେହେରା, କଣ୍ଡମଣି ବିଶ୍ୱାଳ, ବିଦ୍ୟାଧର ପଣ୍ଡା, ନିରଞ୍ଜନ ବେହେରା, ଭଗବାନ ବେହେରା, ଶ୍ୟାମବନ୍ଧୁ ରାଉତ, ଅଭିନ୍ନ ମଲ୍ଲିକ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ୧୯୯୫ ମସିହାରୁ ମିଳିତ ଜାତିସଂଘ ତରଫରୁ ବିଶ୍ଵପୁସ୍ତକ ଓ କପିରାଇଟ୍ ଦିବସ ପାଳନ କରାଯାଇଅଛି । 

ଆଜିର ଦିନରେ ବହୁ ପ୍ରତିଷ୍ଠିତ ଲେଖକ, ପ୍ରକାଶକ, ବିଦ୍ବାନମାନଙ୍କର ଜନ୍ମଦିନ ଓ ଶ୍ରାଦ୍ଧବାର୍ଷିକୀ ପାଳନ ହେଉଥିବା ହେତୁ ଏହାର ଗୁରୁତ୍ବ ବୃଦ୍ଧି ପାଇଛି ବୋଲି ମତ ଦେଇ କୋଭିତ୍ ପରବର୍ତ୍ତୀ ଅବସ୍ଥାରେ ପୁସ୍ତକ ଶିଳ୍ପ ଘୋର ସଂକଟ ମଧ୍ୟ ଦେଇ ଗତି କରୁଅଛି । କୋଭିଡ୍ ସଂକ୍ରମଣ ହେତୁ ବର୍ଷ ବର୍ଷ ଧରି ପାଠାଗାର ଗୁଡ଼ିକ ବନ୍ଦ ହେବା ହେତୁ ପାଠକମାନେ ଇ-ପୁସ୍ତକ, ଖବରକାଗଜ ଓ ପତ୍ରିକା ଅଧ୍ୟୟନ କରିଛନ୍ତି । ଯାହାଫଳରେ ମୁଦ୍ରିତ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ସଂକଟ ସୃଷ୍ଟି ହୋଇଛି । ମୁଦ୍ରିତ ପୁସ୍ତକ ପଠନ କଲେ ଓ ଜନସାଧାରଣଙ୍କର ପୁସ୍ତକ କ୍ରୟ ମନୋଭାବ ହ୍ରାସ ପାଇଲେ ପୁସ୍ତକ ପ୍ରକାଶନ ଓ ମୁଦ୍ରଣ ଶିଳ୍ପ ଗୁରୁତର ବାଧାପ୍ରାପ୍ତ ହେବ ଏବଂ ପାଠାଗାର ଆନ୍ଦୋଳନରେ ସ୍ଥାଣୁତା ସୃଷ୍ଟି ହେବ । 

ଗ୍ରାମାଞ୍ଚଳଠାରୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି ପୂର୍ବକ ଲୋକମାନଙ୍କ ମଧ୍ୟରେ ପୁସ୍ତକ କ୍ରୟ ମନୋଭାବ ବୃଦ୍ଧି ପାଇଁ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ । ହବୁ ସଂଖ୍ୟକ ଖବର କାଗଜ ପତ୍ରିକା ପ୍ରକାଶନ ବୃଦ୍ଧି ପାଇଲେ ଓ ପାଠକମାନଙ୍କ । ଅଧୟନ ମନୋବଳ ବୃଦ୍ଧି ପାଇଲେ ପାଠାଗାର ଆନ୍ଦୋଳନ ବ୍ୟାପକ ହେବ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପାଠକ ସେବା ବ୍ୟବସ୍ଥାକୁ ଆଧୁନିକୀକରଣ ପାଇଁ ପ୍ରକ୍ରିୟା ଚାଲୁ ରହିଛି । ପାଠକମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହେଉଛି ଏହା ଅଳ୍ପଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ । ପରିଶେଷରେ ରବି ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ମହିଳା ଉଦ୍ୟମିତା କମିଟିର ଉତ୍ସବ


ଭୁବନେଶ୍ୱର, ସକଳ ସୃଷ୍ଟି ଆଦିଶକ୍ତିରୁ ଉତ୍ପନ୍ନ । ମହିଳାମାନେ ହେଉଛନ୍ତି ଆଦିଶକ୍ତିଙ୍କ କ୍ରିୟାଶୀଳ ରୂପ । ସର୍ଜନଶୀଳତା ସେମାନଙ୍କର ସ୍ୱାଭାବିକତା । ସେହି ଶକ୍ତିର ସଫଳ ଉପଯୋଗରେ ଜଗତର ମଙ୍ଗଳ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ଉଇମେନ୍ସ ଏଂଟ୍ରପ୍ରେନରସିପ୍‍ କମିଟି ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ, ଏ ପୃଥିବୀ ସୁନ୍ଦର ଏବଂ ଏହାକୁ ଆହୁରି ସୁନ୍ଦରତର କରିବାର ପ୍ରୟାସରେ ଅଛି ଜୀବନର ସାର୍ଥକତା । ସମାଜର ବୃହତ୍ତର କଲ୍ୟାଣ ମହିଳା ଉଦ୍ୟୋଗୀଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ । 

ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ ପୃଷ୍ଠପୋଷକତାରେ ଶତାଧିକ ମହିଳା ଉଦ୍ୟୋଗୀ କ୍ରିୟାଶୀଳ ଥିବାରେ ରାଜ୍ୟପାଳ ସନ୍ତୋଷ ବ୍ୟକ୍ତ କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଇଣ୍ଡିଆନ ଚ୍ୟାମ୍ବର ଅଫ କମର୍ସ- ଓଡ଼ିଶାର ଅଧ୍ୟକ୍ଷ ଜେ.ବି. ପାଣି, ସହ ଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ଓଡ଼ିଶାରେ ଔଦଗିକତାର ସ୍ଥିତି ଓ ପ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ଉଦ୍ୟୋଗ କମିଟିର ଆବାହିକା ସୁକୀର୍ତି ପଟ୍ଟନାୟକ ମହିଳା ଉଦ୍ୟୋଗୀମାନଙ୍କ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା ଉଦ୍ୟୋଗୀ କମିଟିର ସହ ଆବହିକା ତନୟା ପଟ୍ଟନାୟକଙ୍କ ସମେତ ପ୍ରାୟ ୫୦ରୁ ଉର୍ଦ୍ଧ ମହିଳା ଉଦ୍ୟୋଗୀ ଉତ୍ସବରେ ଯୋଗ ଦେଇଥିଲେ ।

ରାଜଭବନରେ ଜନଜାତି ଶିଳ୍ପୀ ଓ କାରିଗର ସମ୍ବଦ୍ଧିତ


ଭୁବନେଶ୍ୱର,ଜନଜାତିଙ୍କ ଇତିହାସ ଓ ଐତିହ୍ୟ ସର୍ବପ୍ରାଚୀନ । ତାଙ୍କର କଳା ଓ ସଂସ୍କୃତିରେ ଅଛି ଅନନ୍ୟ ଜୀବନବୋଧ । ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ବିଶେଷ ଉଦ୍ୟମ ହେବା ଆବଶ୍ୟକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି । ଆଜି ରାଜଭବନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତୀ ଜନଜାତି ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଦରକାର । ଜନଜାତିଙ୍କ ମଧ୍ୟରେ ଅଫୁରନ୍ତ ସୃଜନଶକ୍ତି ରହିଛି । ଏହି ପ୍ରତିଭା ଆହୁରି ପ୍ରସାରିତ ହେବା । ଦରକାର, ଯେଉଁଥି ପାଇଁ ସରକାର ବିଭିନ୍ନ ସୁବିଧା ଉପଲବ୍ଧ କରାଉଛନ୍ତି । ଆଗାମୀ ଦିନରେ ଜନଜାତିଙ୍କ ସୃଜନ ପ୍ରତିଭାର ଉପଯୁକ୍ତ ମୂଲ୍ୟାୟନ ଓ ଆକଳନ ହୋଇପାରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖୁଳ ବିହାରୀ ଓତା ଓଡ଼ିଶାର ଜନଜାତି କଳା ଓ କାରିଗରୀ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାଜ୍ୟପାଳ କୃତୀ ଚିତ୍ରକର, ଶିଳ୍ପୀ ଓ କାରିଗରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ


ଭୁବନେଶ୍ୱର, ବୀଜୟାନି ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ବାର୍ଷିକ ଉତ୍ସବ ନୂଆ ଦିଲ୍ଲୀ ଜେଏନୟୁ ଗାନ୍ଧୀ ମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ପଦ୍ମଶ୍ରୀ ଶିଶିର ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ମୁମ୍ବାଇ ଓଡ଼ିଆ ମହାସଂଘ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ବିପିନ ମିଶ୍ରଙ୍କୁ ମନ୍ତ୍ରୀ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ପ୍ରବାସୀ ଓଡ଼ିଆମାନଙ୍କ ଆୟୋଜିତ ଏହି ଶୁଭେଚ୍ଛା ସମାରୋହରେ ବହୁ ବ୍ୟକ୍ତି ଯୋଗଦେଇ ଡଃ ମିଶ୍ରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦ୍ବାରା ଓଡ଼ିଆ ଉପକୃତ ହେଉଥିବାରୁ ଉକ୍ତ ସଂସ୍ଥାର ଉଭୋରତ୍ତର ଉନ୍ନତି କାମନା କରିଥିଲେ । ଡଃ ମିଶ୍ର ମୁଖ୍ୟ ଆୟୋଜକଙ୍କୁ ସାଂଗଠନିକ ଦକ୍ଷତାର ଭୂରୀ ଭୂରୀ ପ୍ରଶଂସା କରିଥିଲେ । 

ଏହି ଉପଲକ୍ଷେ ଅନୁଷ୍ଠିତ ଉକ୍ତ ପ୍ରବାସୀ ବନ୍ଧୁମିଳନ ଉତ୍ସବରେ ଡଃ ମିଶ୍ରଙ୍କର ବନ୍ଧୁ, ଶୁଭଚିନ୍ତକ ଓ ପ୍ରଶଂସକମାନଙ୍କ ମଧ୍ୟରେ ଅଭୁତପୂର୍ବ ଆନନ୍ଦ, ଉତ୍ସାହ, ଉଲ୍ଲାସ ଏବଂ ଉଦ୍ଦୀପନା ଦେଖୁକୁ ମିଳିଥିଲା । ଏଠାରେ କୋଭିଡ୍ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଡ଼ ମିଶ୍ର ଦିଲ୍ଲୀରେ ଗତ ସପ୍ତାହରେ ପଦାର୍ପଣ କରିଥିଲେ । ଏହି ଅବସରରେ ନୃତ୍ୟ ଯଥା ଓଡ଼ିଶୀ, ମୋ କୋଣାର୍କ, ଆମ ପର୍ବ ପର୍ବାଣୀ, ସମ୍ବଲପୁରୀ, ଆମ ଗାଁର କଥା, ଆମ ରାଜ୍ୟ ଓଡ଼ିଶା, ଆମେ ଦୁହିତା, କୋରାପୁଟିଆ ନୃତ୍ୟ, ଜଙ୍ଗଲୀ ନୃତ୍ୟ ଆଦି ପରିବେଷଣ କରାଯାଇଥିଲା । ସେହିପରି ଧେତ୍ ତେରିକା ନାଟକ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ରିତା ପାତ୍ର, ମୀନକେତନ ସାମଲ, ମୀନକେତନ ମିଶ୍ର, ପ୍ରବୀର କୁମାର ଓ ସଭ୍ୟମାନେ ପରିରଳନା କରିଥିଲେ ।

ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ନବନିର୍ବାଚିତ କର୍ମକଙ୍କ ଶପଥ ଗ୍ରହଣ


ଭୁବନେଶ୍ୱର, ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର୍ସ ସଂଘର ୨୦ ୨୨- ୨୩ ବର୍ଷ ନିମନ୍ତେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କର ଶପଥପାଠ ଉତ୍ସବ ଓ ଦାୟିତ୍ବ ଗ୍ରହଣ ୨୦ ତାରିଖ ଦିନ ବିଜେବି ନଗରସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଧାରଣ ସମ୍ପାଦକ ତଥା ସଂଘର ବୟୋଜ୍ୟେଷ୍ଠ ସଦସ୍ୟ ଇଂ ବାମଦେବ ତ୍ରିପାଠୀ, ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇ ସଂଘର ଉଭୋରତ୍ତର ଉନ୍ନତି କାମନା କରିଥିଲେ ।

ଚଳିତ ୨୦୨ ୨- ୨୩ ବର୍ଷ ପାଇଁ ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ, ସଭାପତି ଇଂ ବିପିନ ବିହାରୀ ନାୟକ, ଉପସଭାପତି ଇଂ ଶିବପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି, ଅର୍ଥ ସମ୍ପାଦକ ଇଂ ଶ୍ରୀକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ଇଂ ପ୍ରମୋଦ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଇଂ ଗାନ୍ଧି ଗଉଡ଼, ସମୀକ୍ଷକ ଇଂ ବ୍ରହ୍ମାନନ୍ଦ ବସ୍ତିଆ ଏବଂ କାର୍ଯ୍ୟକାରୀ ସଦସ୍ୟ ଇଂ ବୈକୁଣ୍ଠ ନାଥ ଜେନା, ସୁରେଶ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟମଣି ମାହାନା, ଇଂ ସୁଶାନ୍ତ ପୃଷ୍ଟି, ଇଂ ଦେବରାଜ ବିଶ୍ବାଳ, ଇଂ ମଳୟରାଜ ବିଶ୍ବାଳ, ଇଂ ପ୍ରଭାକର ନାୟକ ପ୍ରମୁଖ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ନବ ନିର୍ବାଚିତ ସାଧାରଣ ସମ୍ପାଦକ ଇଂ ଡ଼ମ୍ବରୁଧର କବି ସଂଗଠନରେ ସଭ୍ୟଙ୍କର ବହୁଳ ସମ୍ପୃକ୍ତି ଓ ସାଂଗଠନିକ ଅଭିବୃଦ୍ଧି ସମ୍ପର୍କରେ ଆହ୍ବାନ ଦେବା ସହ ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ମାନଙ୍କର ଅବହେଳିତ ଦାବୀ ପୂରଣ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଂଘର ସଭାପତି ଇଂ ବିପିନ ବିହାରୀ ନାୟକ ସଭା ପରିଗଳନା କରିଥିଲେ । ଶେଷରେ ସଂଘର ଉପସଭାପତି ଇଂ ଶିବପ୍ରସାଦ ମିଶ୍ର ସମସ୍ତଙ୍କ ଉପସ୍ଥିତି ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ


ନୂଆଦିଲ୍ଲୀ, ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ ଦେଶର ବହୁ ବରେଣ୍ୟ ସାହିତ୍ୟ ସାଧକ ଓ ସାଧିକା ଯୋଗଦେଇଥିବା ଦେଖାଯାଇଥିଲା । ଏହି ସାରସ୍ୱତ ସମାରୋହରେ ପ୍ରଖ୍ୟାତ ସାହିତ୍ୟିକା ବନଜ ଦେବୀ ଏବଂ ପ୍ରତିଭା ଶତପଥୀ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । 

ଉତ୍ସବରେ ଅଧ୍ୟକ୍ଷତା କରି ବିଖ୍ୟାତ ଲେଖିକା ତଥା ଡଲ୍‍ସର ସଭାନେତ୍ରୀ ଡଃ ଅନୀତା ପଣ୍ଡା, ସଂସଦର ସଦସ୍ୟାମାନଙ୍କର ନିଷ୍ଠାପରତା ଓ କର୍ତ୍ତବ୍ୟନିଷ୍ଠତାର ଭୂରୀଭୂରୀ ପ୍ରଶଂସା କରିଥିଲେ । କରୋନା ମହାମାରୀ ଯୋଗୁଁ ବନ୍ଦ କୋଠରୀ ମଧ୍ୟରେ ଥାଇ ମଧ୍ୟ ବିଶ୍ୱବିଦିତ ସାହିତ୍ୟିକମାନଙ୍କର ଲେଖାକୁ ସଂଗ୍ରହ କରି ପ୍ରକାଶ କରାଯାଇଥିବା ଉପହାର, ଅମୃତ ସନ୍ଧାନୀ ମନୋଜ ଏବଂ ଆମ ଜୀବନରେ କବି ରମାକାନ୍ତ ଆଦି ତିନୋଟି ପୁସ୍ତକ ଡଲ୍‍ସର ସଫଳତାର ସ୍ୱାକ୍ଷର ବହନ କରିଥିବା ଡଃ ପଣ୍ଡା ଦର୍ଶାଇଥିଲେ ।

ପ୍ରବାସରେ ରହି ନିଜର ମାତୃଭାଷାକୁ ପ୍ରଚାର, ପ୍ରସାର ଏବଂ ଲୋକପ୍ରିୟ କରିବାରେ ଡଲ୍‍ସର ପ୍ରୟାସ ଅଭିନନ୍ଦନୀୟ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କରିଥିବା ବାର୍ତ୍ତା ସଭାରେ ପାଠ କରାଯାଇଥିଲା । ଡିଜିଟାଲ ବୈଠକର ବିଶେଷ ଆକର୍ଷଣ ଭାରତୀ ଭୁଷଣ ପଟ୍ଟନାୟକ, ଚମକ ଚାନ୍ଦିନୀ ଦାଶ ଓ ସୌଦାମିନୀ ସାମନ୍ତରାୟଙ୍କ ଦ୍ୱାରା ମନଲୋଭା ସଂଗୀତ ପରିବେଷଣ ଥିଲା ।

ଶେଷରେ ଉପସଭାନେତ୍ରୀ ବରିଷ୍ଠ ପ୍ରଶାସିକା ସୁଜାତା ଚୌଧୁରୀ ଉତ୍ସବର ଅଭୂତପୂର୍ବ ସଫଳତା ପାଇଁ ଡଲ୍‍ସର ସଦସ୍ୟାଗଣ ଏବଂ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଡଲ୍‍ସର ସମ୍ପାଦକ କଲ୍ୟାଣୀ ମିଶ୍ର, ବରିଷ୍ଠ କାର୍ଯ୍ୟକାରୀଣି ସଦସ୍ୟା ରମାରାଣି ହୋତା, କୋଷାଧ୍ୟକ୍ଷ ରୀତାରାଣୀ ନାୟକ, ସଂଯୋଜିକା ଡଃ ନିବେଦିତା ଗିରି ଓ ସଦସ୍ୟା ଶୁଭ୍ରଲୀନା ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସର ଦାବି ଆଗରେ ମୁଣ୍ଡ ନୁଆଁଇଲା ଓଡ଼ିଶା ସରକାର


ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନଳ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସଶ୍ମିଳନୀରେ କହିଥିଲେ ଯେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗର ସଚିବ ତଥା ମହାମହିମ ରାଜ୍ୟପାଳଙ୍କୁ ସଚିବ ଶ୍ରୀ ଶାଶ୍ବତ ମିଶ୍ର ସରକାରୀ ବିଶ୍ବବିଦ୍ୟାଳୟ ମାନଙ୍କୁ ସେଲ୍ଫ ଫାଇନାନ୍ସ କୋର୍ସ” ସିଟ୍ ଉପରେ ଅଙ୍କୁଶ ଲଗାଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ । 

ପ୍ରଦେଶ ଛାତ୍ର କଂଗ୍ରେସ ପ୍ରଥମେ ଏକ ସାମ୍ବାଦିକ ସଭିଳନୀ ମାଧ୍ୟମରେ ଏହାର ପ୍ରତିବାଦ କରିଥିଲା, ସରକାର କର୍ଣ୍ଣପାତ ନକରିବାରୁ ପ୍ରଦେଶ ଛାତ୍ର କଂଗ୍ରେସ ଗତ ୧୬ ତାରିଖ ଦିନ ପ୍ରାୟ ୩ ଘଣ୍ଟା ଧରି ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରିଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ବିଜେଡ଼ି ସରକାର ପ୍ରାଇଭେଟ ବିଶ୍ଵବିଦ୍ୟାଳୟ ମାନଙ୍କ ଦ୍ଵାରା ପ୍ରଭାବିତ ହୋଇ କିପରି ଶିକ୍ଷାର ଘରୋଇକରଣ କରୁଛନ୍ତି ସେ ସଂପର୍କରେ ସାରା ରାଜ୍ୟରେ ବ୍ୟାପକ ଛାତ୍ର ଆନ୍ଦୋଳନ କରିବାପାଇଁ ଛାତ୍ର କଂଗ୍ରେସ ପ୍ରସ୍ତୁତ କରିଥିଲା । 

ଗରିବ ଓ ମଧ୍ୟବିତ ଛାତ୍ରଛାତ୍ରୀ ମାନଙ୍କୁ ସରକାରୀ ବିଶ୍ଵବିଦ୍ୟାଳୟରେ ସେଲଫ ଫାଇନାନ୍ସ କୋର୍ସ କମ୍ ଖର୍ଚ୍ଚରେ ପଢ଼ିବା ସୁଯୋଗରୁ ବଂଚିତ କରିବା ପାଇଁ ଏହାଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ସୁପରିକଳିତ ଚକ୍ରାନ୍ତ । ଏଦଦ୍ଵାରା ପ୍ରାଇଭେଟ ବିଶ୍ଵବିଦ୍ୟାଳୟର ମାଲିକମାନେ ଲାଭବାନ ହୋଇଥାନ୍ତେ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ କ୍ଷତିଗ୍ରସ୍ତ ହୋଇଥାନ୍ତେ । ରାଜ୍ୟ ସରକାର ଆଜି ଛାତ୍ର କଂଗ୍ରେସର ଦାବି ଆଗରେ ମୁଣ୍ଡ ନୁଆଁଇ ଏହି ଛାତ୍ର ବିରୋଧୀ ନିଷ୍ପତିକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ଲଢ଼େଇବରେ ଆମ ସହ ଥିବା ସମସ୍ତ ଛାତ୍ରଛାତ୍ରୀ, କର୍ମୀ ଓ ସମସ୍ତ ଗଣମାଧମର ବନ୍ଧୁମାନଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସ କୃତଜ୍ଞତା ଜ୍ଞାପନ କରୁଅଛି ।

ଅନ୍ୟପକ୍ଷରେ ସରକାରୀ ବିଶ୍ୱ । ମହା ବିଦ୍ୟାଳୟ ମାନଙ୍କରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକ୍ ମାଧ୍ୟମରେ ଯେଉଁ ଆଡମିଶନ କେଳେଙ୍କାରୀ ସାରା ରାଜ୍ୟରେ ଚାଲିଛି ତା ବିରୋଧରେ ଆନ୍ଦୋଳନ ବ୍ୟାପକ ଭାବେ ଚାଲୁ ରହିବ । ଏହି କେଳେଙ୍କାରୀରେ ଶାସକଦଳର ବିଧାୟକ, ମନ୍ତ୍ରୀ ଓ କର୍ମକର୍ତ୍ତାମାନଙ୍କର ସଂପୃକ୍ତି ରହିଛି । 

ରାଜ୍ୟସାରା ଯେଉଁ ଭ୍ୟାକେଟ ଚାଲୁଛି ଏବଂ ଶାସକଦଳର କର୍ମକର୍ତ୍ତା ମାନେ ଏହାକୁ ପରିଚାଳନା କରୁଛନ୍ତି ସେମାନେ ଦଣ୍ଡିତ ନହେବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନରୁ ଅବ୍ୟାହତି ନେବେ ନାହିଁ । ସୁତରା ଛାତ୍ର କଂଗ୍ରେସ ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବୀ କରୁଛି । ଯେଉଁମାନେ ଏ ବ୍ୟାକେଟ ଚଳାଇଛନ୍ତି ସରକାର ତାଙ୍କରି ହାତରେ ତଦନ୍ତ ଭାର ଦେବା ଦୁର୍ଭାଗ୍ୟଜନକ । ଏହି ବ୍ୟାକେଟକୁ ଚଲାଉଥିବା ଦଲାଲମାନେ ବିଜୁ ଯୁବ ଓ ବିଜୁ ଛାତ୍ର ଜନତାର କର୍ମକର୍ତ୍ତା ରହିଛନ୍ତି, ବିଜେଡ଼ି ବିଧାୟକଙ୍କୁ ପ୍ରତିନିଧ ମଧ୍ୟ ରହିଛନ୍ତି । ବର୍ତମାନ ସୁଦ୍ଧା ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ଦଣ୍ଡିକିରି ମାଛ ସଦୃଶ । ଏହି ଦୁର୍ନୀତି ଜଳରେ ରୋହି, ଭାକୁର ରହିଛନ୍ତି, ମାତ୍ର ସରକାର ସେମାନଙ୍କ କଥା ଉଠାଉ ନାହାରି । 

ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦବା କଥା । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ କଳଙ୍କିତ କରୁଥିବାରୁ ଏବଂ ଏହି ଆଡମିଶନ ବ୍ୟାକେଟର ଅପରାଧୁମାନଙ୍କୁ ଇଂଟ ଘୋଡ଼ାଉଥିବାରୁ ପ୍ରଦେଶ ଛାତ୍ର କଂଗ୍ରେସ ତାଙ୍କର ଇସ୍ତଫା ଦାବି କରୁଛି । ଏହି ସାମ୍ବାଦିକ ସମ୍ମିଳନୀରେ ନିହାର ବେହେରା, ଅଳେଷ ଯାଦବ, ବିଶ୍ବଭୂଷଣ ମହାପାତ୍ର ଓ ବିଭୂତିଭୂଷଣ ମହାପାତ୍ର ଉପସ୍ଥିତ ରହିଥିଲେ ।

ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି : ବିଜେପି


ଭୁବନେଶ୍ୱର,ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜ୍ୟର ଆଇନ ଶୃଙ୍ଖଳା ବାଟବଣା ହୋଇ ନବୀନ ନିବାସରେ ଅଟକି ଯାଇଛି । ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ବ୍ୟାପକ ମାତ୍ରାରେ ରାଜନୈତିକ ହିଂସାକୁ ରୋକିବାରେ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତ୍ତମାନ ନିର୍ବାଚନ ପରବର୍ତ୍ତୀ ହିଂସାକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହିତ କରୁଛନ୍ତି । ଏହା ଦ୍ବାରା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ନିମ୍ନଗାମୀ ହୋଇ ନିୟନ୍ତ୍ରଣ ସୀମା ରେଖା ଉଲ୍ଲଘନ କରିଛି । ଶାନ୍ତି ପ୍ରିୟ ଓଡିଶାରେ ପ୍ରତିଦିନ ରାଜନୈତିକ ହିଂସା ଘଟିବା ନିହାତି ଚିନ୍ତାର କାରଣ ସାଜିଛି । ହିଂସାକାଣ୍ଡକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଉଦ୍ୟମର ଅଭାବ ଆହୁରି ଅଧୁକ ଚିନ୍ତାର କାରଣ ସାଜିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝାଙ୍କ ନେତୃତ୍ବରେ ଏକ ପ୍ରତିନି ଦଳ କେନ୍ଦୁଝର ଜିଲ୍ଲା ଯୋଡା ଗସ୍ତ କରି ସେଠାରେ ସଂପ୍ରତି ଘଟିଯାଇଥିବା ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟବାସିନ୍ଦା ଏବଂ ପ୍ରଶାସନ ସହ ଆଲୋଚନା କରିଥିଲେ । ଏହି ପ୍ରତିନି ଦଳରେ ବିଧାୟକ ନାଉରୀ ନାୟକ, ନବଚରଣ ମାଝା. ଡ.ବୁଧନ ମୁର୍ମ, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା ପ୍ରମୁଖ ସାମିଲ ଥିଲେ କେନ୍ଦୁଝର ଜିଲ୍ଲା ଯୋଡାରେ ଗତ ୭୦ ବର୍ଷରୁ ଉର୍ଣ୍ଣ ସମୟ ଧରି ବହୁ ଶାନ୍ତିପୂର୍ଣ୍ଣ ଭାବେ ରାମନବମୀ ପାଳନ ହୋଇଆସୁଛି । ଏହି ବିଷୟରେ ସ୍ଥାନୀୟ କଲେକ୍ଟର ଓ ଏସପି ଭଲ ଭାବେ ଅବଗତ ଅଛନ୍ତି । ପରଂପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରାମ ନବମୀ ପାଳନ ଅବସରରେ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ କିଛି ଲୋକ ପତାକା ଲଗାଇବାକୁ ଏକ ମନ୍ଦିରକୁ ଯାଇଥିଲେ । 

ହଠାତ୍ ଅନ୍ୟ ଏକ ଗୋଷ୍ଠୀ ଆକ୍ରୋଶମୂଳକ ଉଦ୍ଦେଶ୍ୟ ରଖି ପତାକା ନଲଗାଇବାକୁ କହିବା ସହିତ ହିଂସାତ୍ମକ ଆଚରଣ ଆରମ୍ଭ କରିଦେଇଥିଲେ । ଏପରିକି ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଇନଥିଲେ । ଶାନ୍ତି ବୈଠକ ଅନୁଷ୍ଠିତ ନହେବା, ଘଟଣା ଦିନ ଉଭୟ କଲେକକ୍ଟର ଓ ଏସପି ଉପସ୍ଥିତ ନରହିବା ଘଟଣା ସାଧାରଣରେ ବହୁ ସନ୍ଦେହ ସୃଷ୍ଟି କରିଛି । ଶାନ୍ତିପ୍ରିୟ ଯୋଡା ଅଂଚଳରେ ଧର୍ମ ଓ ସଂପ୍ରଦାୟ ଆଳରେ ଉତେଜନା ପ୍ରକାଶ ପାଇବା ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବହୁ ପ୍ରଶ୍ନ ସୃଷ୍ଟି କରିଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି । ରାଜ୍ୟ ସରକାର ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳ ଖେଳୁଚନ୍ତି । କେନ୍ଦୁଝର ଜିଲ୍ଲାପାଳ ଆଇନ ଅମାନ୍ୟ ଅଭିଯୋଗରେ ଜାତୀୟ ଜନଜାତି ଆୟୋଗଙ୍କ ଦ୍ବାରା ପଳାତକ ଘୋଷିତ ହୋଇଛନ୍ତି । ଯେଉଁ ଜିଲ୍ଲାର ଜିଲ୍ଲାପାଳ ଆଇନକୁ ଅମାନ୍ୟ କରନ୍ତି, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି କେମିତି ଠିକ୍ ରହିବ ? ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । 

ମାଡ ଖାଇଥିବା ଲୋକଙ୍କୁ ପୋଲିସ ଗିରଫ କରିଥିବାବେଳେ ମାଡ ମାରିଥିବା ଲୋକ ଖୋଲାଖୋଲି ବୁଲୁଛନ୍ତି । ହୀନ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ କେନ୍ଦୁଝର ଜିଲ୍ଲାବାସୀଙ୍କ ଭାଇଚାରାକୁ ନଷ୍ଟ କରୁଛନ୍ତି । ଧର୍ମ ନିରପେକ୍ଷତାର ଦ୍ବାହି ଦେଇ ଓଡିଶାବାସୀଙ୍କୁ ମିଛଠାରେ ବିଭ୍ରାନ୍ତ କରୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ । ପ୍ରକୃତ ଦୋଷୀଙ୍କୁ ଦଣ୍ଡ ଦିଆଯାଉ ଏବଂ ନିଘୋଷମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ଶ୍ରୀମତୀ ସାହୁ ଦାବୀ କରିଛନ୍ତି । ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

ଭାରତୀୟଙ୍କ ଆତ୍ମାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ବିଦ୍ୟମାନ- ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ, ଭାରତୀୟଙ୍କ ଆତ୍ମାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ସର୍ବଦା ବିଦ୍ୟମାନ । ଶ୍ରୀରାମଙ୍କ ଜନସ୍ଥାନ ଅଯୋଧ୍ୟାରେ ପ୍ରଭୁଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେଉଥିବା ବେଳେ ଏଥିପାଇଁ ଆଜି ସମଗ୍ର ଦେଶରେ ଏକ ଅଭୁତପୂର୍ବ ଉତ୍ସାହ ଦେଖାଯାଇଛି ବୋଲି ସୋମବାର ନୂଆଦିଲ୍ଲୀର ରାଜଘାଟ୍ ଠାରେ ‘ଅଯୋଧ୍ୟା ପର୍ବ’ର ଉଦ୍‌ଯାପନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଶ୍ରୀ ରାମ ସନାତନ ଧର୍ମର ସଫଳ ଆସ୍ଥାର କେନ୍ଦ୍ର । ଭାରତ ଏବଂ ଭାରତୀୟତାକୁ ବୁଝିବାକୁ ହେଲେ ପ୍ରଭୁ ଶ୍ରୀରାମଙ୍କୁ ବୁଝିବା ଅତ୍ୟନ୍ତ ଜରୁରୀ । ଭାରତ ବ୍ୟତିତ ଥାଇଲ୍ୟାଣ୍ଡରେ ମଧ୍ୟ ଭଗବାନ ରାମଙ୍କ ପ୍ରତି ଗଭୀର ଆସ୍ଥା ରହିଛି । ସତ୍ୟ, ଅହିଂସା, କରୁଣା ଏବଂ ବୌଦ୍ଧ ଧର୍ମର ପ୍ରଚାର ପ୍ରସାରରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ବିଚାରକୁ ସେଠାରେ ଆପଣାଯାଇଛି । ଆଜି ବି ରାମାୟଣ, ହନୁମାନ ଚାଳିସା, ପବିତ୍ର ଗୀତାର ଭାବାର୍ଥ ଏବଂ ପ୍ରଭୁ ଶ୍ରୀରାମଙ୍କ ବିଚାର ପ୍ରାସଙ୍ଗିକତା ହୋଇଛି ।

ପ୍ରଭୁ ଶ୍ରୀରାମ ହଜାର ହଜାର ବର୍ଷ ଧରି ଭାରତୀୟ ଜନମାନସରେ ଯୋଡ଼ି ହୋଇ ରହିଛନ୍ତି । ୫୦୦୦ରୁ ୮୦୦୦ ବର୍ଷ ପରେ ବି ରାମାୟଣ, ମହାଭାରତ ଭବିଷ୍ୟତଗାମୀ ହେବା ସହ ଆମ ଜୀବନ ପ୍ରବାହରେ ସାମିଲ ହୋଇଛି । କିନ୍ତୁ ଆଜି ବି କିଛି ତଥାକଥିତ ବିଶେଷଜ୍ଞମାନେ ରାମାୟଣର ବୈଜ୍ଞାନିକ ପୃଷ୍ଠଭୂମି ଓ ପ୍ରଭୁ ଶ୍ରୀରାମଙ୍କ ପ୍ରମାଣ ମାଗୁଛନ୍ତି । ଇତିହାସ ଏବଂ ସଂସ୍କୃତିର ଅନୁଯାୟୀ ଭାବରେ ଆମର ଐତିହ୍ୟ, ରାମାୟଣର ବୈଜ୍ଞାନିକ ପୃଷ୍ଠଭୂମି ଏବଂ ତଥ୍ୟକୁ ଲୋକଲୋଚନକୁ ଆଣିବା ଆବଶ୍ୟକ । ଏଥିପାଇଁ ଆମକୁ ଦାୟିତ୍ୱର ସହ କାମ ନିର୍ବାହ କରିବାକୁ ହେବ ।

ପ୍ରଭୁ ଶ୍ରୀରାମଙ୍କ ବିଚାରକୁ ପାଥେୟ କରି ମହାମାରୀର କଠିନ ସମୟରେ ଭାରତ ଯନ୍ତ୍ରଣାରେ ଥାଇ ମଧ୍ୟ ବିଶ୍ୱର ଅନେକ ଦେଶକୁ ମଧ୍ୟ ବିନା କୌଣସି ସର୍ତରେ ପିପିଇ କିଟ ଏବଂ ଭ୍ୟାକସିନ ପହଁଚାଇଥିଲା । ଦେଶରେ ରାମ ବିଚାରକୁ ଜାଗ୍ରତ କରିବାରେ ସଂସ୍କୃତି, ସଂସ୍କାର ଏବଂ ଆସ୍ଥାର ସମାଗମ ଅଯୋଧ୍ୟା ପର୍ବ ବଡ଼ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

‘ୟୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ବତ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ


ଭୁବନେଶ୍ୱର, ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ବତ ଓ ସମ୍ବର୍ଦ୍ଧନା ସମାରୋହ ଭୁବନେଶ୍ବରସ୍ଥିତ ଗୀତଗୋବିନ୍ଦ ଭବନରେ ପତ୍ରିକାର ସମ୍ପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଛି । ସଭା ଆରମ୍ଭରେ ଦିବଂଗତ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା । ଯୁଗଶ୍ରୀ ଯୁଗନାରୀ’ ସହ-ସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଡ. ଦେବୀପ୍ରସନ୍ନ ପଟ୍ଟନାୟକ (ପଦ୍ମଶ୍ରୀ) ଯୋଗଦେଇ ନାରୀ ସଶକ୍ତିକରଣରେ ଯୁଗଶ୍ରୀ ଯୁଗନାରୀ ପତ୍ରିକା ଗୁରୁତ୍ବ ଦେଉଥିବାରୁ ଏହାର ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥ ସାବରମତୀ (ପଦ୍ମଶ୍ରୀ), ବିଶିଷ୍ଟ ପରିବେଶବିତ୍, ‘ମୁଁ ଯେପରି କୃଷି କରି ଭଲ ଖାଇବା ଓ ଭଲ ଖୁଆଇବା, ବିଷ ଖାଦ୍ୟ ଖାଇବା ନାହିଁ, ଶବଦାହ ପାଇଁ ଗଛଟେ ଲଗାଇବା କର୍ମକୁ ଆଦରି ନେଇଛି, ଆପଣମାନେ ସେହିଭଳି ଜୀଇଁବା ପାଇଁ ଏହି ସୁକର୍ମକୁ ଆଦରି ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । 

ଶ୍ରୀଯୁକ୍ତ ବିଜୟ ନାୟକ, ବିଶିଷ୍ଟ ସାହିତ୍ୟିକ, ସ୍ୱତନ୍ତ୍ର ଅଧିକାରୀ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ ମହାମାରୀ, ମହାଯୁଦ୍ଧ ଓ ଅନାହାରରୁ ମୁକ୍ତିଲାଭ କରି ବିଶ୍ୱ ଆଗକୁ ବଢୁଥିବା ବେଳେ ପୁନଶ୍ଚ ଯୁଦ୍ଧର ସଙ୍କଟ ଦେଖା ଦେଇଥିବାରୁ ଉଦ୍‌ବେଗ ପ୍ରକାଶ କରି ସାହିତ୍ୟିକମାନେ କଲମ ମୁନକୁ ଶକ୍ତିଶାଳୀ କରି ଶାନ୍ତିର ବାର୍ତ୍ତା ପ୍ରଷ୍ଟର କରିବାକୁ ଆହ୍ବାନ ହ, ସାଧାରଣ ସଂପାଦିକା, “ଓଡ଼ିଶା ଲେଖୁକା ସଂସଦ’, ‘ସାହିତ୍ୟ ଶାନ୍ତିର ବାର୍ତ୍ତା ପ୍ରଷ୍ଟର ସହ ପୃଥିବୀରୁ କଳଙ୍କ କାଳିମା ପୋଛିଦିଏ, ଦିଗ୍‌ଦର୍ଶନ ଦିଏ, ସାହିତ୍ୟ ବିନା ଜୀବନ ପଶୁତୁଲ୍ୟ । ତେଣୁ ସାହିତ୍ୟିକମାନେ ଜୀବନ ପାଇଁ ସାହିତ୍ୟ ରଚନା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ପତ୍ରିକାର ସମ୍ପାଦିକା ମମତା ମହାପାତ୍ର ପତ୍ରିକାର ବହୁମୁଖୀ ଗୁଣବତ୍ତା ଓ ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । 

ଏହି ଉତ୍ସବରେ ଯୁଗ ଯୁଗନାରୀ ସମାଜସେବା ସମ୍ମାନ: ସାବରମତୀ (ପଦ୍ମଶ୍ରୀ), ବିଶିଷ୍ଟ ପରିବେଶବିତ, ଯୁଗଶ୍ରୀ ଯୁଗନାରୀ ସାରସ୍ୱତ ସମ୍ମାନ: ଡ ପ୍ରଭାତୀ ମିଶ୍ର, ବିଶିଷ୍ଟ ସାହିତ୍ୟିକା, ଯୁଗଶ୍ରୀ ଯୁଗନାରୀ ଶ୍ରେଷ୍ଠ ସଂପାଦିକା ସମ୍ମାନ : ଶ୍ରୀମତୀ ସବିତାରାଣୀ ବେହେରା, ସଂପାଦିକା (ସ୍ମୃତି ସାଳ୍ପନା), ଯୁଗଶ୍ରୀ ଯୁଗନାରୀ ଚିତ୍ରଶିଳ୍ପୀ ସମ୍ମାନ : ଶିଳ୍ପୀ କେଶୁ ଦାସ ଓ ଯୁଗଶ୍ରୀ ଯୁଗନାରୀ ପରିବେଶ ସୁରକ୍ଷା ସମ୍ମାନ : ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌ଙ୍କୁ ପ୍ରଦାନ କରାଯାଇଥିଲା । ଅଧାପକ କମଳାକାନ୍ତ ଦାଶଙ୍କ ବ୍ୟଙ୍ଗ କବିତା ପୁସ୍ତକ ‘କରନ୍ତି ଅଙ୍ଗେ ଅନେକ ଛାପ’, ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ନୂଆ ସକାଳ’, ଡାକ୍ତର ଅନୀତା ପଣ୍ଡାଙ୍କର ଉପନ୍ୟାସ ‘କୌଶୋର୍ଯ୍ୟ କସ୍ତୁରୀ’ ଉନ୍ମୋଚିତ ହୋଇଥିଲା । 

ଏହି ଅବସରରେ ‘ଯୁଗଶ୍ରୀ ଯୁଗନାରୀ’ ଏପ୍ରିଲ- ୨୦ ୨୨ ସଂଖ୍ୟାର ଶୁଭ ଉନ୍ମୋଚନ ହୋଇଥିଲା । ସୁଶ୍ରୀ ଗୀତାଞ୍ଜଳି ସିଂହ ମଞ୍ଚ ଆହ୍ବାନ କରିଥିବା ବେଳେ ସହିଦନଗର ଆର୍ଯ୍ୟ ମହିଳା ସମତି ବେଦପାଠ କରିଥିଲେ । ସୁଶ୍ରୀ ଦୀପ୍ତି ଦାସ ସଂଯୋଜନା କରିଥିଲା ବେଳେ ଡକ୍ଟର ମିନାକ୍ଷୀ ପଣ୍ଡା, ଡ. ସୁଷମା ମିଶ୍ର, ଡ. ଗାୟତ୍ରୀ କର, ଡ. ରିଚା ମହାପାତ୍ର, ଶ୍ରୀମତୀ ମାନି ଦାଶ, ବସନ୍ତ ପ୍ରଧାନ ସଭା ପରିଚାଳନାରେ ସହାୟତା କରିଥିଲେ । ଉକ୍ତ ଉତ୍ସବରେ ବରିଷ୍ଠ ସାରସ୍ବତ ସାଧକ ସର୍ବଶ୍ରୀ ଶାନ୍ତନୁ ଆଶ୍ଚର୍ଯ୍ୟ, ଅଧ୍ୟାପକ ବିଶ୍ୱରଞ୍ଜନ, ବସନ୍ତ ପଣ୍ଡା, ବନଜା ଦେବୀ, ଗୌରହରି ଦାସ, କର୍ଣ୍ଣେଲ ଶରତ ମହାପାତ୍ର, ଉପେନ୍ଦ୍ର ପ୍ରସାଦ ନାୟନ, ଡଃ ପ୍ରଭାସ ଆଶ୍ଚର୍ଯ୍ୟ, ପୀତବାସ ରାଉତରାୟ, ଇନ୍ଦିରା ଦାଶ, ବ୍ରତୀ ଦାସ, ମୀନାକ୍ଷୀ ରାଉତରାୟ, କନକ ମଞ୍ଜରୀ ସାହୁ, କୁସୁମ ପଟେଲ । ଅଧାପକ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସେଣ୍ଟାଲ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ମୁଖ୍ୟ


ଭୁବନେଶ୍ବର, ସେଣ୍ଡାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ଉପ-ମହାପ୍ରବନ୍ଧକ ଅନାଦି ବିଶ୍ଵାସ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ବିଶ୍ଵାସ ୧୯୮୭ ମସିହାରେ ନିଜର ବ୍ୟାଙ୍କିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପଶ୍ଚିମବଙ୍ଗ, ସିକିମ୍, ବିହାର, ଗୁଜୁରାଟ, ତାମିଲନାଡୁ ଓ ମହାରାଷ୍ଟ୍ର ଆଦି ବିଭିନ୍ନ ସ୍ଥାନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିବାର ବ୍ୟାପକ ଅଭିଜ୍ଞତା ରହିଛି । ତାଙ୍କର ୩୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ୩୦ ବର୍ଷରୁ ଉର୍ଷ ବିଭିନ୍ନ ଶାଖା କାର୍ଯ୍ୟାଳୟରେ କାର୍ଯ୍ୟ କରି ଗ୍ରାହକମାନଙ୍କ ସହ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରିପାରିଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଏମ୍ଏସ୍ଏମ୍ବଇ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଏବଂ ତୃଣମୂଳ ସ୍ତରର ବିକାଶ ଉପରେ ବିଶେଷ ଧ୍ୟାନ ଦେବେ ବୋଲି ପ୍ରକାଶ କରିଛନ୍ତି ।

ଚିଲିକାରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ପରିବେଶ ଓ ଜଳବାୟୁ  ମନ୍ତ୍ରୀ ଶ୍ରୀ ଆରୁଖ


ଭୁବନେଶ୍ୱର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳ କ୍ଷେତ୍ର ପରିଦର୍ଶନରେ ଯାଇ ଉଭୟ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରକୂଳସ୍ଥିତ ଆର୍ଦ୍ରଭୂମି ଗବେଷଣା ଓ ତାଲିମ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେଇ ବିଭାଗୀୟ କାର୍ଯ୍ୟ ସଂପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ଉପସ୍ଥିତ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଥିଲେ । 

ବିଭାଗୀୟ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକାରେ ଯେଭଳି ଅଧୁକ ଉନ୍ନତି ଆସିପାରିବ ସେଥିପ୍ରତି ଦୃଷ୍ଟି ଦେବା ସହ ଚିଲିକା ବନଖଣ୍ଡର ସୁରକ୍ଷା ଏବଂ ପରିବେଶ ପ୍ରତି ଅଧିକ ଯବାନ ହେବାକୁ ମନ୍ତ୍ରୀ ଶ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାଗୁଡ଼ିକର ଅଗ୍ରଗତିରେ ପରିଲକ୍ଷିତ ହେଉଥିବା ଅସୁବିଧା ଓ ସମସ୍ୟା ସଂପର୍କରେ ଅଧିକାରୀମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବାହ୍ନରେ କ୍ଷେତ୍ର ପରିଦର୍ଶନରେ ଯାଇ ମନ୍ତ୍ରୀ ଶ୍ରୀ ଆରୁଖ ନଳବଣ ପକ୍ଷୀ ଅଭୟାରଣ୍ୟ ବୁଲି ଦେଖୁଥିଲେ । ସେଠାରେ ସେ ପର୍ଯ୍ୟଟକମାନଙ୍କ ପାଇଁ ରହିଥିବା ସୁବିଧାସୁଯୋଗ ଏବଂ ବହିରାଗତ ତଥା ସ୍ଥାନୀୟ ପକ୍ଷୀମାନଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସଂପର୍କରେ ପଚାରି ବୁଝିଲେ ।

ମିଛ ରେଜିଷ୍ଟ୍ରେସନ୍ କରାଇ ନିର୍ମାଣ ଶ୍ରମିକଙ୍କଠାରୁ ଭୋଟ୍ ହାତେଇବା ଚକରରେ ରହୁଛି ଶାସକ ବିଜେଡି


ଭୁବନେଶ୍ୱର, ଅଣସଂଗଠିତ ଶ୍ରମିକ ଓ କର୍ମଚାରୀମାନଙ୍କ ସାମଗ୍ରିକ ବିକାଶ ପାଇଁ କଟିବଦ୍ଧ ମୋଦି ସରକାର ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଚାରୀମାନଙ୍କ ସାମର୍ଥୀ ଆଜି ନୂତନ ଭାରତ ଆଧାରସ୍ତମ୍ଭ ପାଲଟିଛି । ୩୮କୋଟି ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଶ୍ରମିକ ଭାଇ ଓ ଭଉଣୀଙ୍କ ଆର୍ଥୀକ ସହାୟତା ପାଇଁ ମାସିକ ୩୦୦୦ ଟକା ସୁନିଶ୍ଚିତ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଭୁବନେଶ୍ବର ନୟାପଲ୍ଲୀସ୍ଥିତ ଦୁର୍ଗାପୂଜା ମଣ୍ଡପ ନିକଟରେ ଅଣସଂଗଠିତ ଶ୍ରମିକ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣକାରୀ ବିଭିନ୍ନ ଯୋଜନା ଇ-ଶ୍ରମ କାର୍ଡ, ଅଟଳ ପେନସନ, ପ୍ରଧାନମନ୍ତ୍ରୀ ସ୍ଵନି ଯୋଜନାରେ ଲାଭାନ୍ବିତ ହୋଇଥିବା ହିତାଧୁକାରୀଙ୍କୁ ସମ୍ମାନିତ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।

ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ମୋଦି ସରକାର ପ୍ରଣୟନ କରିଥିବା ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅଧାବାଟରେ ଅଟକିଯାଇଛି । ଭୁବନେଶ୍ବର ଭଳି ସହରରେ ସକାଳ ହେଲା ମାତ୍ରେ କାମଧନ୍ଦା ଅମ୍ବେଷଣରେ ଥିବା ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ଆସୁଥିବା ସତ୍ତ୍ୱେ ତାଙ୍କ । ପାଇଁ ବସିବା, ପନୀୟ ଜଳ, ଶୌଚାଳୟଟିଏ ମଧ୍ୟ ନଥିବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଅଣସଂଗଠିତ ଶ୍ରମିକମାନଙ୍କୁ ପ୍ରତାରଣା କରାନଯାଇ ତାଙ୍କ ପାଇଁ ଯେଉଁ ଯୋଜନା ଅଛି, ତାର ସଫଳ ରୂପାୟନ କରାଯାଉ । 

ନିର୍ବାଚନ ପୂର୍ବରୁ ନିର୍ମାଣ ଶ୍ରମିକ ଭାବରେ ମିଛ ରେଜିଷ୍ଟ୍ରେସନ୍ କରାଇ ଶାସକ ବିଜେଡି ଶ୍ରମିକଙ୍କଠାରୁ ଭୋଟ୍ ହାତେଇବା ଚକରରେ ରହୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କ୍ଷେତ୍ରରେ ସଠିକ କାର୍ଯ୍ୟନ୍ଧୟନର ସମୀକ୍ଷା ଏବଂ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଗତ ୭ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି । ଆଜି ଏହି ଅବସରରେ ଅଣସଂଗଠିତ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣମୁଳକ ଯୋଜନାର କାର୍ଯ୍ୟାନୁୟନ ଏବଂ ଏହାର ବାସ୍ତବସ୍ଥିତି ସଂପର୍କରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ଅବଗତ ହେବା ସହ ସଚେତନତା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଓଡ଼ିଆଙ୍କୁ ଗରିବ ରଖୁ ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛି ଶାସକ ବିଜେଡି


ଭୁବନେଶ୍ୱର,ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଜୀବୀମାନଙ୍କର ସାମର୍ଥୀ ଆଜି ନୂତନ ଭାରତର ଆଧାରସ୍ତମ୍ଭ ପାଲଟିଛି । ସାଧାରଣ ଲୋକଙ୍କ ସୁରକ୍ଷାରେ ହିଁ ଦେଶର ମଜବୁତ ଭବିଷ୍ୟତ ଲୁଚି ରହିଛି । ଦେଶରେ ଅଣସଂଗଠିତ ଶ୍ରମିକମାନଙ୍କ ସୁବିଧା, ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହ ନିଜ ରାଜ୍ୟରେ ସ୍ବାବଲମ୍ବି ହୋଇପାରିବେ ସେଥିନେଇ ଯଶ୍ବସୀ ପ୍ରଧାନମନ୍ତ୍ରୀ ୮ଟି ଯୋଜନା ପ୍ରଣୟନ କରିଛନ୍ତି । ସେହି ଯୋଜନା ଗୁଡ଼ିକ ହେଲା-ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, କୋଠାବାଡି ନିର୍ମାଣ ଶ୍ରମିକ, ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ
ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା , ଜନନୀ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ପ୍ରଧାନମନ୍ତ୍ରୀ ମୋଦୀ କରୋନା ସମୟରେ ରାଜ୍ୟବାସୀଙ୍କୁ ୪୬୨ ୧ ଶ୍ରମିକ ସେଶାଲ ଟ୍ରେନ ସହ ୫କିଲୋ ମାଗଣା ରାସନ ଯାହା ସାଧାରଣ ଗରିବ ଲୋକେ ବଂଚିବାର ରାହା ଦେଖାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରମଯୋଗୀ ମାନଧନ ଯୋଜନାରେ ପେନସନ ସମ୍ମାନ ମିଳୁଛି । ଏହି ଯୋଜନାରେ ମାସକୁ ୩୦୦୦ ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି । 

ଏହି ଯୋଜନାରେ ଏବେ ସୁଦ୍ଧା ୪୬.୫ ଲକ୍ଷ ଅସଂଗଠିତ ଶ୍ରମିକ ସାମିଲ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି କୌଶଳର ଶକ୍ତି, ପୂର୍ବରୁ ନେଇଥିବା ପ୍ରଶିକ୍ଷଣକୁ ମଧ୍ୟ ମିଳୁଛି ମାନ୍ୟତା । ମୋଦୀ ୩୦ ଲକ୍ଷ ଉଠାଦୋକାନୀଙ୍କୁ ୩. ୨ ହଜାର କୋଟି ଟଙ୍କାର ଋଣ ଯୋଗାଇଛନ୍ତି । ୨୯ଟି ଶ୍ରମ ଆଇନର ସରଳୀକରଣ ସହିତ ୪ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରାଯାଇଛି । ୩୮କୋଟି ଅସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଡି, ଜାତୀୟ ଡାଟାବେସ ଇ-ଶ୍ରମ ସହ ଯୋଡି ହୋଇଥିବା ୨୭ କୋଟି ଅଣସଂଗଠିତ ଶ୍ରମିକମାନଙ୍କୁ ମିଳିଛି ଏକ ନୂଆ ପରିଚୟ । ଏକ ଦେଶ ଏକ ରାସନ କାର୍ଡ ଅଧୀନରେ ସାରା ଦେଶର ୫ ଲକ୍ଷ ରାସନ କେନ୍ଦ୍ର ମଧ୍ୟରୁ ଯେକୌଣସି କେନ୍ଦ୍ରରୁ ରାସନ ନେବାର ସୁବିଧା କରାଯାଇଛି । ଯଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦି ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ଅନ୍ୟ ପଟେ ଅପାରଗ ରାଜ୍ୟ ସରକାର ଓଡ଼ିଶାରେ କେତେ ଦାଦନ ଶ୍ରମିକ ଅଛନ୍ତି ତାହାର ତାଲିକା ପ୍ରସ୍ତୁତ କରିବା ଓ ପରିଚୟ ପତ୍ର ଦେବାରେ ବିଫଳ ହୋଇଛନ୍ତି । ବିଡମ୍ବନାର ବିଷୟ ଏହି କି ଯେ, ଅଣସଂଗଠିତ ଶ୍ରମିକ ସଠିକ ତାଲିକା ପ୍ରସ୍ତୁତ କରିବା ପାଇଁ । ଆନ୍ତରିକତା ଦେଖାଉ ନାହାନ୍ତି ରାଜ୍ୟ ସରକାର । ନିଜର ଅପାରଗତା ଧରା ପଡ଼ିଯିବା ଭୟରେ ହୁଏତ ସଠିକ ତାଲିକା ପ୍ରସ୍ତୁତ କରୁନାହାନ୍ତି ରାଜ୍ୟ ସରକାର । ଆଜି ବି ପଶ୍ଚିମ ଓଡ଼ିଶାରେ ଅନେକ ଗାଁ ପୁରୁଷଶୂନ୍ୟ ଗାଁରେ ପରିଣତ ହୋଇଛି । ପେଟ ପୋଷିବା ପାଇଁ ରାଜ୍ୟରେ କାମ ନପାଉଥିବା କାରଣରୁ ବିକଳ ହୋଇ ଘରେ ତାଲା ପକାଇ ଦାଦନ ଖଟିବାକୁ ଯାଉଛନ୍ତି ଅନ୍ୟ ରାଜ୍ୟକୁ । ଓଡ଼ିଶାର ପ୍ରତ୍ୟେକ ୧୦ ଜଣ ଶ୍ରମିକଙ୍କ ମଧ୍ୟରୁ ୯ ଜଣ ଅସଙ୍ଗଠିତ କ୍ଷେତ୍ରରେ କାମ କରିଥାନ୍ତି । ୮୮.୩୫ଲକ୍ଷ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ନିଜ ନିଜ ନାମ ପଞ୍ଜୀକୃତ କରିଛନ୍ତି, ଯାହାକି ସମଗ୍ର ଦେଶରେ ସର୍ବାଧୁକ । ଓଡ଼ିଶାର ଅଶସଂଗଠିତ ଶ୍ରମ ଶକ୍ତିର ୯୪% ଜଣ ମାସିକ ୧୦ହଜାର ଟଙ୍କାରୁ କମ୍ ଆୟରେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଏ ଦୃଷ୍ଟିରୁ ଓଡ଼ିଶାର ସ୍ଥାନ ତଳଆଡୁ ଦ୍ବିତୀୟ । ରାଜ୍ୟରେ ଅସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୫୮% ହେଉଛନ୍ତି ୧୮ ରୁ ୪୦ ବର୍ଷ ବୟସର ଯୁବକ । ସର୍ବାଧୁକ ୩୯.୫% ହେଉଛନ୍ତି ପଛୁଆ ବର୍ଗର । ସେହିପରି ୩୫% ହେଉଛନ୍ତି ଆଦିବାସୀ ଓ ଦଳୀତ ବର୍ଗର ହୋଇଥିବାବେଳେ ୨୪% ସାଧାରଣ ବର୍ଗର । ୨୪% ଅଣସଂଗଠିତ ଶ୍ରମିକଙ୍କର ବା ୨୧ ଲକ୍ଷ ଶ୍ରମିକଙ୍କ ବ୍ୟାଙ୍କ ଖାତା ନାହିଁ । 

ଏଥୁରୁ ଅଣସଂଗଠିତ ଶ୍ରମିକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କରୋନା ସମୟରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟକୁ କେନ୍ଦ୍ର ସରକାର ଅପର୍ଯ୍ୟାପ୍ତ ଅର୍ଥ ଦେବା ସାଙ୍ଗକୁ ମଜୁରୀର ପରିମାଣକୁ ବୃଦ୍ଧି କରିଥିଲେ । ଦୁର୍ଭାଗ୍ୟଜନକ ବିଷୟ ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୁର୍ନୀତିଖୋର ମନୋଭାବ ପାଇଁ ମନରେଗା ଯୋଜନାର କାର୍ଯ୍ୟକୁ ମଣିଷ ବଦଳରେ ମେସିନ କାମ କରୁଛି । ଯାହାଫଳରେ ରାଜ୍ୟରେ ଅଣସଂଗଠିତ ଶ୍ରମିକମାନେ କାମ ପାଇବାରୁ ବଂଚିତ ହେଲେ ଓ ଶେଷରେ ନିରୁପାୟ ହୋଇ ଘରକୁ ଫେରିଥିବା ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଦାଦନ । ଘଟିଯିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । କରୋନା ସମୟରେ ଶ୍ରମିକମାନଙ୍କର ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରସଙ୍ଗରେ ବଡ଼ ବଡ଼ କଥା ଓ ବହୁ ପ୍ରଚାର କରୁଥିବା ରାଜ୍ୟ ସରକାର ରାଜ୍ୟରେ କୃଷି, ଶିଳ୍ପ, ପ୍ରଯ୍ୟଟନ ଓ ଅନ୍ୟାନ୍ୟ କର୍ମନିଯୁକ୍ତି ସୃଷ୍ଟି କଲେ ନାହିଁ । ଯଦ୍ୱାରା ସେମାନଙ୍କୁ ରାଜ୍ୟରେ କାମ ମିଳୁନାହିଁ । ଅନ୍ୟ ରାଜ୍ୟରେ କାମ ମିଳୁଥିବାବେଳେ ଓଡ଼ିଶାର ଲୋକ ନିଜ ରାଜ୍ୟରେ କାମ ପାଉନାହିଁ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି । ୨ ୨ ବର୍ଷ ଶାସନରେ ଲୋକଙ୍କୁ କର୍ମ ନିଯୁକ୍ତି ଦେବାରେ ଓ ଭିତିଭୂମିର । ବିକାଶ କରିବାରେ ସମ୍ପୂର୍ଣ୍ଣ ବିଫଳ ଓ ଓଡ଼ିଆଙ୍କୁ ଗରିବ ରଖ୍ ଭୋଟ ହାତେଇ କ୍ଷମତାରେ ରହିବାର କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।

ଓଡିଶାର ୧୫ରୁ ୨୫ ବର୍ଷର ୭୫ ଲକ୍ଷ ଯୁବକଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ


ଭୁବନେଶ୍ୱର,ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡ଼ିସି) ଇଂଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସହ ସ୍କିଲ ସହ ଜଡିତ ତିନୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହାର ସାକ୍ଷୀ ହେବା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ୧୫ ବର୍ଷରୁ ୨୫ ବର୍ଷ ବୟସର ୭୫ ଲକ୍ଷ ପିଲା ମାନଙ୍କୁ ସ୍କିଲ୍ ଦ୍ୱାରା ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ ବୋଲି ପରାମର୍ଶ ଦେଇଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ଅନେକ ପିଲା ବାହାର ଦେଶ ବିଶେଷ ଭାବରେ ଉପସାଗରୀୟ ଦେଶକୁ କାମ କରିବାକୁ ଯାଉଛନ୍ତି । ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ସେମାନେ ବାହାରେ ସାମାଜିକ ସୁରକ୍ଷା ପାଉ ନାହାନ୍ତି ଏବଂ ଅନେକ କଷ୍ଟର ସମ୍ମୁଖୀନ ହେଉଛି । ଭାରତବର୍ଷରେ ଏହି ବର୍ଗର ପିଲାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ । ଦେଶରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ୨୫ କୋଟି ଓ ଓଡ଼ିଶାରେ ୭୫ ଲକ୍ଷ । ଏହି ଯୁବ ବର୍ଗର ପିଲାଙ୍କୁ ସ୍କିଲ, ଜ୍ଞାନ ଏବଂ ରୋଜଗାର ସହ ଯୋଡ଼ିବାକୁ ପଡ଼ିବ । ଯାହା ଦ୍ୱାରା ଓଡ଼ିଶା ଏବଂ ଭାରତ ବିକାଶର ଅଗ୍ରଭାଗରେ ରହିବ ।

ଏହି କ୍ରମରେ ସ୍କିଲ୍ ସହ ଜଡିତ ଓଡିଆ ପିଲା ମାନଙ୍କୁ ଦକ୍ଷା ଓ ବିଦେଶରେ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍କିଲ ଇଣ୍ଡିଆ ଇଂଟରନ୍ୟାସନାଲ ସେଂଟର, ୱାର୍ଲଡ ସ୍କିଲ୍ସ ଏକାଡ଼େମୀ, ନ୍ୟାସନାଲ ଏକାଡ଼େମୀ ଫର୍ ସ୍କିଲ୍ ଟିଚରର ଶୁଭାରମ୍ଭ ହୋଇଯାଇଛି । ଏହାସହ ଏନଏସଡିସି ଇଂଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍ ଏମ୍ପଲୟରଙ୍କ ମଧ୍ୟରେ ପୃଥକ ପୃଥକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏ ଦିଗରେ ଏନଏସଡ଼ିସି ୟୁଏଇ, ସାଉଦି ଆରବ, ବାହାରିନ ଭଳି ଉପସାଗରୀୟ ଦେଶ ସମେତ ବିଭିନ୍ନ ଦେଶର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବ । ବିଦେଶରେ ଥିବା ବ୍ୟବସାୟିକ ହାଉସ ଏବଂ ଅନ୍ୟ କମ୍ପାନୀଙ୍କ ସହ ମିଶି ଦକ୍ଷ ମାନବ ସମ୍ବଳ ପଠାଯିବ । ବିଦେଶ ମନ୍ତ୍ରଣାଳୟର ମଧ୍ୟ ଏଥିପାଇଁ ଦାୟିତ୍ୱ ରହିଛି । ଏ ଦୃଷ୍ଟିରୁ ଓଡ଼ିଆ ପିଲାମାନେ ଆବଶ୍ୟକତା ଅନୁସାରେ ଦକ୍ଷ ହୋଇଗଲେ ତାଙ୍କର ରୋଜଗାର ଓ ସାମାଜିକ ସୁରକ୍ଷା ବଢ଼ିବ । ଆଜି ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଗୁଡ଼ିକ ଯୁବକଙ୍କୁ ବିଦେଶରେ ନିଯୁକ୍ତି ଦେବା ସହ ଆଗାମୀ ଦିନରେ ନିଯୁକ୍ତି ଏବଂ ବୈଶ୍ୱିକ ଆହ୍ୱାନକୁ ସାମ୍ନା କରୁଥିବା ବିଶ୍ୱସ୍ତରୀୟ ମାନବସମ୍ବଳ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ପ୍ରାକୃତିକ ସମ୍ପଦ ସହ ପ୍ରତିଭାବାନ ମାନବ ସମ୍ବଳରେ ପରିପୂର୍ଣ୍ଣ । ଏହାକୁ ସମନ୍ୱିତ କରାଗଲେ ରାଜ୍ୟରେ ମୁଣ୍ଡ ପିଛା ଆର୍ôଥକ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଏକ ବୃହତ ଜନସଂଖ୍ୟାକୁ ସ୍ୱାଭିମାନ ଜୀବନଯାପନକୁ ସୁନିଶ୍ଚିତ କରିବ ଓ ଆର୍ôଥକ ଅଭିବୃଦ୍ଧିକୁ ଗତି ଦେବ । ଏସଡ଼ିଆଇ ଗୁଣାତ୍ମକ ଦକ୍ଷତା ବିକାଶକୁ ଗୁରୁତ୍ୱଦେଇ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବାକୁ କାର୍ଯ୍ୟ କରିବା ଆବଶ୍ୟକ । ଏମ୍ସ, ଆଇଆଇଟି ଭୁବନେଶ୍ୱର, ଆଇସଟି-ଆଇଓସିଏଲ, ସିପେଟ୍‌, ଆଇଜର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଏବଂ ରୋଜଗାରରେ ଥିବା ଚ୍ୟାଲେଞ୍ଜକୁ ପୂରଣ କରିବା ଦିଗରେ ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ୍ ।

ଜାତୀୟ ଶିକ୍ଷା ନୀତି ଯୁବପିଢ଼ିଙ୍କ ଆକାଂକ୍ଷାକୁ ବାସ୍ତବ ରୂପ ଦେବାରେ ମାର୍ଗଦର୍ଶକ ହୋଇଛି । ଆଗାମୀ ଦଶନ୍ଧିରେ ଆମ ସମସ୍ତଙ୍କୁ ମିଳିତ ଭାବରେ ଜ୍ଞାନ, ଦକ୍ଷତା ଏବଂ ରୋଜଗାରକୁ ଏକାଠୀ କରି ଆଗକୁ ବଢ଼ିବାକୁ ହେବ । ଆଗାମୀ ଦିନରେ ଓଡ଼ିଶା ସ୍କିଲ ଏବଂ ଉଚ୍ଚକୋଟୀର ମାନବସମ୍ବଳ ଭାବରେ ଖ୍ୟାତି ପାଇବ । ଓଡ଼ିଶା ଏବଂ ପୂର୍ବ ଭାରତକୁ ସ୍କିଲ ହବ୍ ଭାବରେ ପରିଣତ କରିବାରେ ଏସଡ଼ିଆଇ ଭୁବନେଶ୍ୱର, କେନ୍ଦ୍ର ଏବଂ ଓଡ଼ିଶା ସରକାରର ମିଳିତ ପ୍ରୟାସର ଉଦାହରଣ । ରାଜ୍ୟର ମେରୁଦଣ୍ଡ କୃଷି କ୍ଷେତ୍ରରେ ଲାଭ ବାହାର ଖୋଜିବା ପାଇଁ ରାସ୍ତା ବାହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଏସଡିଆଇ କ୍ୟାମ୍ପସ ପରିସରରେ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ଏସଡିଆଇକୁ ପ୍ରସ୍ତାବ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସ୍କିଲ ଡେଭଲପମେଂଟ ଅଥୋରିଟିର ଚେୟାରମ୍ୟାନ ସୁବ୍ରତ ବାଗଚି, ରାଜ୍ୟ ସରକାର ସ୍କିଲ ଡେଭଲପମେଂଟ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏସଡ଼ିଆଇ ଭୁବନେଶ୍ୱରର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର, ଏନଏସଡ଼ିସିର ସିଇଓ ବେଦମଣି ତିୱାରୀ, ଏସଡ଼ିଆଇ, ଭୁବନେଶ୍ୱରର ସିଇଓ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶାର ଗୀତିନାଟ୍ୟ ପରମ୍ପରା ସୃଷ୍ଟିରେ ଲୋକକବି ଜଗନ୍ନାଥ ପାଣିଙ୍କ ଅବଦା ଅବିସ୍ମରଣୀୟ


ଭୁବନେଶ୍ୱର, ଓଡ଼ିଶାର ଲୋକନାଟ୍ୟ ପରମ୍ପରାକୁ ବିକଶିତ କରିବା ସହିତ ଗୀତିନାଟ୍ୟ ମାଧ୍ୟମରେ ଓଡ଼ିଶାର ଲୋକକଳାକୁ ଜନମାନସରେ ଆଦୃତ କରିବାରେ ଆଦି ଗୀତିନାଟ୍ୟକାର ଲୋକ କବି ଜଗନ୍ନାଥ ପାଣିଙ୍କ ଅବଦାନ ଅବିସ୍ମରଣୀୟ ବୋଲି କବିଙ୍କ ୧୮୭ତମ ଜୟନ୍ତୀ ଅବସରରେ ଭୁବନେଶ୍ବର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଆଜି ପୂର୍ବାହ୍ନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଆଦି ଗୀତିନାଟ୍ୟକାର ଜଗନ୍ନାଥ ପାଣି ସ୍ମୃତି ସଂସଦ ଓ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସହଯୋଗରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସଂସ୍କୃତିମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡଃ ହୃଷିକେଶ ମଲ୍ଲିକ, ଡଃ ଉପେନ୍ଦ୍ର ପ୍ରସାଦ ନାୟକ, ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ବିଜୟ କୁମାର ଜେନା, ଅଧାପକ ଚନ୍ଦନ କୁମାର ଜେନା, ଅଧ୍ୟାପକ ବିଭୂତି ଭୂଷଣ ବଳବନ୍ତରାୟ, ଶ୍ରୀମତୀ କିଶୋରୀମଣି ନାୟକ, ଲୋକ କଳାସଂଗଠକ ମୁକୁନ୍ଦ ଶତପଥ, ମହାବିଦ୍ୟାଳୟ ଅଧ୍ୟାପକ ଅଧାପିକା, ଛାତ୍ରଛାତ୍ରୀ ଯୋଗଦାନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ସ୍ୱର୍ଗତ ଜଗନ୍ନାଥ ପାଣି ରାଜ୍ୟର କଳା, ସଂସ୍କୃତି ଓ ଲୋକନାଟ୍ୟ ପରମ୍ପରାକୁ ବିକଶିତ କରିବାକୁ ନିଜ ସାହିତ୍ୟ କୃତି ମାଧ୍ୟମରେ ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିବା ସହ ଗୀତିନାଟ୍ୟ ରଚନା କରି ତାହାକୁ ନାଟ୍ୟ ମଣ୍ଡଳୀ ମାଧ୍ୟମରେ ରାଜ୍ୟର ପୁରପଲ୍ଲୀରେ ପରିବେଷଣ କରି ନାଟ୍ୟ ପରମ୍ପରାକୁ ବିକଶିତ କରି ଏକ ନୂତନ ନାଟ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ଆଦି ନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆସନ୍ତା ବର୍ଷରୁ କବିଙ୍କ ଜୟନ୍ତୀ ଓ ଶ୍ରଦ୍ଧାତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହଯୋଗରେ ଯାକଜମକରେ ଭକ୍ତିପୂର୍ଣ୍ଣ ପରିବେଶରେ ଆୟୋଜିତ କରାଯିବ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନେ ମତବ୍ୟକ୍ତ କରିଥିଲେ ।

ରାଜ୍ୟ ଗ୍ରନ୍ଥାଗାରରେ ବିଷୁବ ଉତ୍ସବ ପାଳିତ


ଭୁବନେଶ୍ୱର,ରାଜଧାନୀ ପ୍ରତିଷ୍ଠା ଦିବସ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଓ ବିଷୁବ ଉତ୍ସବ ଅବସରରେ ଆଜି ପୂର୍ବାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନାଚକ୍ର ଭାରପ୍ରାପ୍ତ ଅଧୁକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଯୋଗଦେଇ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୀପଦାନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପାଢ଼ୀ ଦେଶ ସ୍ଵାଧୀନତା ପରେ ଭୁବନେଶ୍ବରକୁ ରାଜଧାନୀ ଭାବରେ ଗ୍ରହଣ କରି ହରେକୃଷ୍ଣ ମହତାବ ଯେଉଁ ଐତିହାସିକ ପଦକ୍ଷେପ ନେଇଥିଲେ, ତାହାର ଫଳ ସ୍ଵରୂପ ଆଜି ରାଜଧାନୀ ଭୁବନେଶ୍ବର ପରିବ୍ୟାପ୍ତ ହୋଇ ଏକ ବିଶାଳ ଅଞ୍ଚଳରେ ପରିଣତ ହୋଇଛି । 

ରାଜ୍ୟର ପ୍ରଶାସନିକ କେନ୍ଦ୍ରବିନ୍ଦୁ ହେବା ସହ ରାଜଧାନୀ ଭୁବନେଶ୍ଵର ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା ପ୍ରଯୁକ୍ତି, କଳା, ସାହିତ୍ୟ, ସଂସ୍କୃତି, ବାଣିଜ୍ୟ ବ୍ୟବସାୟଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚିଛି । ଏହା ଏକ ସ୍ମାର୍ଟସିଟିର ରୂପ ନେଇ ଭାରତ ବର୍ଷର ଅଗ୍ରଣୀ ସହରରେ ପରିଣତ ହେବାକୁ ଯାଉଛି । ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ଆଗାମୀ ଦିନରେ ସୂଚନା ପ୍ରଯୁକ୍ତି ମାଧ୍ୟମରେ ପୁସ୍ତକ ପଞ୍ଜିକରଣ, ପାଠକ ପଞ୍ଜିକରଣ କରାଯାଇ ଏହାକୁ ଅତ୍ୟାଧୁନିକ ପାଠାଗାରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତି କରୁଛନ୍ତି । ଏହି ପାଠାଗାରକୁ ବିନିଯୋଗ କରି ପୂର୍ବରୁ ବହୁ ପାଠକ ବିଭିନ୍ନ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଓ ଆଗାମୀ ଦିନରେ ପାଠକମାନଙ୍କ ସୁବିଧା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯିବ । 

ରାଜଧାନୀର ବିକାଶରେ ହରେକୃଷ୍ଣ ମହତାବ ପାଠାଗାରର ଭୂମିକା ମଧ୍ୟ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଶାସନ ସଚିବ, ଶୁଭସ୍ମିତା ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପୀନ୍ ବିହାରୀ ତ୍ରିପାଠୀ, ଗ୍ରନ୍ଥାଗାରିକ ସଙ୍ଘମିତ୍ରା ସାହୁ, ରୁଦ୍ରପ୍ରସାଦ ବେହେରା, ପଦ୍ମନାଭ ଜେନା, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଞ୍ଜୁରାଣୀ ମୁଦୁଲି, ଭିକାରୀ ଚରଣ ସାହୁଙ୍କ ସମେତ ପାଠାଗାର କର୍ମଚାରୀମାନେ ଯୋଗଦେଇ ନିଜ ବକ୍ତବ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ପୂର୍ବର ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବାବା ସାହେବ ଆମ୍ବେଦକର । ଆଧୁନିକ ଭାରତ ବର୍ଷର ମନୁ ଭାବରେ ଭାରତୀୟ ସମ୍ବିଧାନକୁ ପ୍ରସ୍ତୁତ କରି ଭାରତ ଶାସନ ବ୍ୟବସ୍ଥାକୁ ଅମୂଲ୍ୟ ସହଯୋଗ କରିଛନ୍ତି । 

ତାଙ୍କର ସାମଗ୍ରୀକ ଜୀବନର ସଂଘର୍ଷ ଆଜି ଭାରତବର୍ଷରୁ ଜାତିପ୍ରଥାକୁ ବିଲୋପ ସାଧନ । କରିପାରିଛି ଓ ଭାଇଚାରା ବୃଦ୍ଧି ପାଇପାରିଛି । ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାନ୍ତି, ନୂଆବର୍ଷ ଆସନ୍ତାକାଲିଠାରୁ । ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରନ୍ଥାଗାରିକ ବିଦ୍ୟାଧର ପଣ୍ଡା ନୂତନ ପଞ୍ଜିକା ପାଠକରି ଆସନ୍ତା ବର୍ଷର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଦେବେନ୍ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ କର୍ମଚାରୀମାନେ ଓଡ଼ିଆ ନବବର୍ଷ ଅବସରରେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ ।

ପିସିସି ପକ୍ଷରୁ ଡ. ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ


ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ. ଭିମରାଓ ରାମଜୀ ଆମ୍ବେଦକରଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ନେତୃଗଣ ଭୁବନେଶ୍ୱର ଏଜିଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଟିଆ, ସୁରେଶ କୁମାର ରାଉତରାୟ, ଯୁଧୁଷ୍ଠୀର ଜେନା, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, । ପତ୍ନାକର ଗୁରୁ, ସଂଜୟ ମିଶ୍ର, କନକଲତା ମଲ୍ଲିକ, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ସୁବାଷ ପ୍ରଧାନ, ତାପସ ସେଠୀ, ଜମ୍ବେଶ୍ଵର ମଲ୍ଲିକ, ଖଗେଶ୍ଵର ମଲ୍ଲିକ, ଦେବେନ୍ଦ୍ର ପ୍ରସାଦ ଦାସ, ସୂର୍ଯ୍ୟକାନ୍ତ ବାଗ, ଆଲୋକ ମହାନ୍ତି, ମିହିର ଆଚାର୍ଯ୍ୟ, ଉମେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ପୁଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ


ଭୁବନେଶ୍ୱର,ପବିତ୍ର ଓଡ଼ିଆ ନବବର୍ଷରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥ ଭାବେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଉପେନ୍ଦ୍ରନାଥ ବେହେରା, ଉଦ୍‌ଘାଟକ ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥା ଭାବେ ପୂର୍ବତନ ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲିକ, ମୁଖ୍ୟବକ୍ତା ଭାବେ ବରିଷ୍ଠ କବି ଶ୍ରୀଯୁକ୍ତ ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ପୂଣ୍ୟ ଉତ୍କଳ ଫାଉଣ୍ଡେସନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପୂଣ୍ୟ ଉତ୍କଳ ଯେଉଁଭଳି ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଛି, ସୁଖଦୁଃଖରେ ସେମାନଙ୍କ ସହିତ ଛିଡ଼ା ହେଉଛି ତାକୁ ଯଦି ଅନ୍ୟ ଅନୁଷ୍ଠାନମାନେ ଅନୁସରଣ କରି ଲୋକଙ୍କୁ ସହଯୋଗର ହାତ ବଢାଇବେ, ତେବେ ଓଡ଼ିଶାରେ ଥିବା ଅବହେଳିତ, ଗରିବ ଓ ନିଷ୍ପସିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଏହି ଉତ୍ସବରେ ବିଜୟ ପଟ୍ଟନାୟକ କହିଥିଲେ ଯେ, ସମୟ ଥିଲା ଆନ୍ଧ୍ରପ୍ରଦେଶର ଲୋକ ଓଡ଼ିଶାକୁ ଆସି ଲୋକମାନଙ୍କର ଘରୋଇ କାର୍ଯ୍ୟ କରିବା ସହିତ ଓଡ଼ିଶାବାସୀଙ୍କ ବ୍ୟବସାୟରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ । ହେଲେ ସମୟ ବଦଳି ଯାଇଛି, ଆଜିକା ଦିନରେ ଓଡ଼ିଶାଲୋକ ଆନ୍ଧ୍ରପ୍ରଦେଶ ଯାଇ ସେଠାରେ ଦାଦନ ଖଟୁଛନ୍ତି ଯାହା ଅତ୍ୟନ୍ତ ଚିନ୍ତାଜନକ ଘଟଣା । ଏହାକୁ କିପରି ରୋକାଯାଇ ପାରିବ, ସେ ନେଇ ପ୍ରତ୍ୟେକଟି ସ୍ଵାଭିମାନୀ ମଣିଷ ଚିନ୍ତା କରିବା ଦରକାର । ଖାଲି ସମାଜସେବା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ, ଜଣେ ସାଧାରଣ ଓ ଖଟିଖୁଆ ମେହନତୀ ମଣିଷ କିପରି ସ୍ଵାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ, ସେ ନେଇ ପ୍ରତ୍ୟେକ ଅନୁଷ୍ଠାନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ଦରକାର ।

ଫାଉଣ୍ଡେସନର ଅଧ୍ୟକ୍ଷ ମନୋରଞ୍ଜନ ମହପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିମାନେ ସମ୍ବଦ୍ଧିତ କରିଥିଲେ। ଏହା ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ସମେତ ଅତିଥିମାନଙ୍କୁ ଆକର୍ଷିତ କରିଥିଲା । ଫାଉଣ୍ଡେସନର ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର କହିଥିଲେ ଯେ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ଫାଉଣ୍ଡେସନ ଲୋକଙ୍କ ସହିତ ଅଛି ଓ ଭବିଷ୍ୟତରେ ମଧ୍ୟ ଲୋକଙ୍କୁ ସେବା ଯୋଗାଇ ଋଲିଥିବି । ଶେଷରେ ବିଶିଷ୍ଟ ସ୍ତମ୍ଭକାର ଶ୍ରୀଯୁକ୍ତ ଶ୍ରୀରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଭରତ ଚନ୍ଦ୍ର ବେହେରା, ବୀରବର ଜେନା, ଦେବବ୍ରତ ଦାସ, ଶ୍ରୀମନ୍ତ ମହାନ୍ତି, ବିଭାସ ଜେନା ପ୍ରମୁଖ ପରିରଳନାରେ ସହଯୋଗ କରିଥିଲେ ।

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ


ଭୁବନେଶ୍ୱର, ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆଜି ସକାଳେ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ବାଚସ୍ପତି ଡ. ପାତ୍ର କହିଲେ ଯେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ତାପରେ ତତ୍କାଳୀନ ରାଜନେତାମାନେ ଓଡ଼ିଶାର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ । ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା । 

ଭାରତବର୍ଷ ସ୍ଵାଧୀନତା ଲାଭକଲା ପରେ ଦୁଇଟି ରାଜ୍ୟର ରାଜଧାନୀ ପ୍ରତିଷ୍ଠା ହୋଇଥିଲା । ଗୋଟିଏ ଆମ ଭୁବନେଶ୍ୱର ଏବଂ ଅନ୍ୟଟି ଚଣ୍ଡିଗଡ଼ । ପ୍ରତିଷ୍ଠା ସମୟରେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୪ ହଜାର ଥିଲା । ବର୍ତ୍ତମାନ ଭୁବନେଶ୍ୱରରେ ସ୍ଥାୟୀ ଜନସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି । ଭୁବନେଶ୍ୱରରେ ସମସ୍ତ ମୌଳିକ ସୁବିଧା ହାତପାଆନ୍ତାରେ ଉପଲବ୍ଧ । ତେଣୁ ଆଗାମୀ ବର୍ଷମାନଙ୍କରେ ଏହାର ଜନସଂଖ୍ୟା ୨ରୁ ୩ କୋଟିରେ ପହଞ୍ଚି ଏହାର କଳେବର କୋଲକାତାଠାରୁ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଣୁ ଆମେ ସମସ୍ତେ ମିଳିମିଶି ଭୁବନେଶ୍ୱରକୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା ବୋଲି ବାଚସ୍ପତି ଡ. ପାତ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି । 

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ବାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ ।

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ


ଅତିଥିମାନେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭୁବନେଶ୍ୱରକୁ ଅଧୁକ ସରସସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଭୁବନେଶ୍ୱର ଆଜି ସାରା ବିଶ୍ୱରେ ଏକ ସମନ୍ବିତ ସହର ଭାବରେ ପରିଚୟ ପାଇଛି, ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି । ଭୁବନେଶ୍ଵରର ଉନ୍ନତି ପାଇଁ ପରିକଳ୍ପିତ ଯୋଜନାଗୁଡ଼ିକୁ ଶୀଘ୍ର ଓ ସୁଚାରୁ ରୂପେ ଶେଷ କରି ଏହାକୁ ବିଶ୍ୱର ଏକ ପ୍ରତିଷ୍ଠିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ଏକାନ୍ତ କାମ୍ୟ ହେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ-୨୦୨୨' ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଆଇନଜୀବୀ ଡ. ମଧୁମାଧବ ଜେନା, ସମାଜସେବୀ ଶ୍ରୀ ନୀଳମଣି ମିଶ୍ର, ଶିଳ୍ପପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, କୋଭିଡ୍ ଯୋଦ୍ଧା ଡାକ୍ତର ସଂଘମିତ୍ରା ପତି, କୋଭିଡ୍ ଯୋଦ୍ଧା ଶୁଭେନ୍ଦୁ କୁମାର ସାହୁ, ବୈଜ୍ଞାନିକ ଡାକ୍ତର ଅଜୟ ପରିଡ଼ା, ଡାକ୍ତର ଅଶୋକ ନନ୍ଦ, ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଟ୍ରାଫିକ୍‌ କନଷ୍ଟବଳ ଶେଷଦେବ । ସାହୁ, ଡାକ ପିଅନ ବିପ୍ଳବ ରଞ୍ଜନ ମଲ୍ଲିକ, କ୍ରୀଡ଼ାବିତ୍ ସୁଶ୍ରୀ ଦୀପ୍‌ଗ୍ରେସ୍ ଏକ୍କା, ସେବିକା ଶ୍ରୀମତୀ ହାରାମଣି ଦାଶ ଓ ସଫେଇ କର୍ମଚାରୀ ଶ୍ରୀମତୀ ସୁଷମା ଦେଈ ।

ଏହି ଉତ୍ସବରେ ପ୍ୟାରେଡ୍‌ କମାଣ୍ଡର ଶ୍ରୀମତୀ ସୁଷମା ମହାନ୍ତିଙ୍କ ନେତୃତ୍ବରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ଟି ପ୍ଲାଟୁନ ରାଜ୍ୟସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀ, କଳିଙ୍ଗ ଷ୍ଟାଡିୟମ୍ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତ୍ରିକା ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ କରାଯାଇଥିଲା । ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ଶ୍ରୀ ମୋହନ ମାଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଦେଇଲେ।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଏବଂ ସୂଚନା ଅଧୁକାରୀ ପ୍ରମିଳା ମାଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ପ୍ରକାଶ ଥାଉ କି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧୩ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା ସମେତ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି ।


ସଶକ୍ତିକରଣ ନାମରେ ମହିଳାଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର : ସୋନାଲୀ ସାହୁ


ଭୁବନେଶ୍ୱର, ଗତ ୬ ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ସାମାଜିକ ନ୍ୟାୟ ସେବା ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନା ତଥା ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ପାଇଁ ମୋଦୀ ସରକାରଙ୍କ ଦ୍ବାରା କରାଯାଇଥିବା ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଆସୁଛନ୍ତି । ଆଜି ଫଚମ ଦିନ ଅବସରରେ ‘ମହିଳାମାନଙ୍କ ସୁରକ୍ଷା’ ସଂପର୍କରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଂଚଳରେ ମା’ ଓ ଭଉଣୀମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତି ପରଖି ଥିଲେ । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ବିଭିନ୍ନ ଅଂଚଳକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ଜନମଙ୍ଗଳ କାର୍ଯ୍ୟର ସ୍ଥିତି ପରଖୁଛନ୍ତି ।

ଆଜି ହେଉଛି ମହାନ କ୍ରାନ୍ତିକାରୀ, ମହାନ ସମାଜସେବକ ଜ୍ୟୋତିବା ଫୁଲେଙ୍କ ଜନ୍ମଜୟନ୍ତୀ ଜ୍ୟୋତିବା ଫୁଲେ ମହିଳାମାନଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଦେଉଥିଲେ । ଜ୍ୟୋତିବା ଫୁଲେ ତାଙ୍କ ପତ୍ନୀ ସାବିତ୍ରୀ ବାଇଫୁଲେଙ୍କ ସହିତ ମିଶି ପୁନେଠାରେ ମହିଳାମାନଙ୍କ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ବିଦ୍ୟାଳୟ ସ୍ଥାପନ କରି, ଶିକ୍ଷାଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ବୋଲି ବାର୍ତ୍ତା ଦେଇଥିଲେ । ସମାଜ ସଂସ୍କାରକ, ତଥା ଦୂରଦୃଷ୍ଟି ସମ୍ପନ୍ନ ଆମର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋତିବା ଫୁଲେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମହିଳାଙ୍କୁ ଶୌଚାଳୟରୁ ସଚିବାଳୟ, ହାଣ୍ଡିଶାଳରୁ ସଂସଦ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନ ଓ ଅଧୁକାର ଦେଇଆସିଛନ୍ତି । ଏହି ପରିକ୍ରମରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ଶୌଚାଳୟ, ଉଜ୍ଜଳା, ବେଟି ବଚାଓ ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପୋଷଣ ଅଭିଯାନ ଭଳି ଯୁଗାନ୍ତକାରୀ ପଦକ୍ଷେପମାନ ନେଇ ମହିଳାଙ୍କୁ ସମ୍ମାନ, ସ୍ବାଭିମାନ ଓ ସଶକ୍ତ କରୁଥିବାବେଳେ ୨୩ବର୍ଷ ଧରି ନିରଙ୍କୁଶ ଭାବରେ ଶାସନ କରିଆସୁଥିବା ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ନାଁରେ ମହିଳା ଶୋଷଣ ନୀତି ଆପଣାଇଛି । 

କେନ୍ଦ୍ର ସରକାର ମହିଳାଙ୍କ ପାଇଁ ସାରା ଭାରତରେ ୧୦କୋଟି ୯୫ ଲକ୍ଷ ଶୌଚାଳୟ କରିଥିବାବେଳେ କେନ୍ଦ୍ରରୁ ଶୌଚାଳୟ ପାଇଁ ଆସିଥିବା ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ରାଜ୍ୟରେ ୧୦୦ ଜଣ ପରିବାରରୁ ୬୫ଜଣ ପରିବାରଙ୍କ ଘରେ ଶୌଚାଳୟ ନାହିଁ । ସେହିପରି ସାରା ଭାରତ ବର୍ଷରେ ୧୦କୋଟି ପରିବାର ଉଜ୍ଜଳା ଯୋଜନା ଲାଭ ପାଉଛନ୍ତି । କିନ୍ତୁ ଓଡିଶାରେ କାହିଁକି ଓଡ଼ିଶାରେ ରାଜ୍ୟ ସରକାରଙ୍କର ଦୃଢ ଇଚ୍ଛାଶକ୍ତି ଅଭାବରୁ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟସ୍ତରରେ ୧୩ତମ ସ୍ଥାନରେ ରହିବା ଶିକ୍ଷାର ଅବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । । ରାଜ୍ୟରେ ୩୭୦ଟି ପଂଚାୟତରେ ହାଇସ୍କୁଲ ନଥିବାବେଳେ ୪୦୦ ବାଳିକା ବିଦ୍ୟାଳୟରେ ଶୌଚାଳୟକୁ ପାଣିର ସଂଯୋଗୀକରଣ । କରାଯାଇନାହିଁ । ରାଜ୍ୟରେ ମହିଳାଙ୍କ ସ୍ଵାକ୍ଷରତା ହାର ୬୪.୦ ୧% । କେନ୍ଦ୍ର ସରକାର ଛାତ୍ରୀମାନଙ୍କ ପାଇଁ ସାନିଟାରି ନାପକିନି ଦେଉଛନ୍ତି କିନ୍ତୁ ତାହା ଛାତ୍ରୀମାନଙ୍କ ପାଖରେ ନପହଂଚି କ୍ଷତଖାଉଛି । 

ଆଜିବି ରାଜ୍ୟରେ ଗର୍ଭବତୀ ମହିଳା ଅଟୋ ଓ ଖଟ, ଭାରରେ ବୁହାହୋଇ । ହସ୍ପିଟାଲ ଯିବାର ଲଗ୍ନଚିତ୍ର ପାଇଁ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଲଜିତ ହେଉଛି ରାଜ୍ୟରେ ପ୍ରତ୍ୟେକ ଦିନ ୬ଜଣ ମହିଳା ଧର୍ଷଣ । ଶିକାର ହେଉଥିବାବେଳେ ୪ଜଣ ମହିଳା ଅପହରଣ ହେଉଛନ୍ତି । ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଛନ୍ତି ବୋଲି ରାଜ୍ୟ । ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ତଥ୍ୟ କହୁଛି ଭାରତରେ ସହରାଚଂଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ୯୯ ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୨୧୯ । ସେହିପରି ଗ୍ରାମୀଣ ମହିଳାଙ୍କ କ୍ଷେତ୍ରରେ ଜାତୀୟ ସ୍ତରରେ ୧୦୦୦ ମହିଳାଙ୍କ ଭିତରୁ ୩୫ ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୪୨ ।

ତେବେ ମହିଳାଙ୍କ ସଶକ୍ତିକରଣ କିପରି ହେଲା ବୋଲି ଶ୍ରୀମତୀ ସାହୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆୟ କ୍ଷେତ୍ରରେ । ଓଡ଼ିଶା ଯଦି ପଛୁଆ ତାହାଲେ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ଆଗୁଆ ହେଲେ କେମିତି । ମହିଳା ବେରୋଜଗାରୀରେ ଓଡ଼ିଶା ୮ମ ସ୍ଥାନରେ ଥିଲାବେଳେ ରାଜ୍ୟ ସରକାର ମିଛ ଗୁଲାପି ଚିତ୍ର ଦେଖାଇ ଠକୁଛନ୍ତି । ଏହାର ସଦ୍ୟତମ ଘଟଣାଟି ହେଲା ଗତ ଜୁଲାଇ ମାସରେ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଗଲାକି ୨୦୧୯-୨୦ ଆର୍ଥିକ । ବର୍ଷରେ ୨୦,୪୪୯ ସ୍ବୟଂ ସହାୟତ ଗୋଷ୍ଠୀଙ୍କ ସହଭାଗିତାରେ ୧୪୧ ୨ କୋଟି ଟଙ୍କାର ବ୍ୟବସାୟ ହୋଇଛି । ସାଧାରଣଭାବରେ । ୧୪୧ ୨ କୋଟି ଟଙ୍କାର ୧୦% ଲାଭ୍ୟାଶ ୧୪୧ କୋଟି ୨୦ ଲକ୍ଷ ହେବ । ଏବଂ ଜଣେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ଭାଗରେ । ବର୍ଷକୁ ୫୭୫୦ ଓ ଦୈନିକ ୧୫ ଟଙ୍କା ୭୫ ପଇସା ପଡୁଛି 

ସେହିପରି ଆର୍ଥିକ ବର୍ଷ ୨୦୨୦- ୨୧ ରେ ସ୍ବୟଂ ସହାୟକ ଗୋଷ୍ଠୀର । ସଦସ୍ୟଙ୍କ ଭାଗରେ ଦୈନିକ ୮ଟଙ୍କା ଭାଗ ପଡୁଛି । ଏଠି ପ୍ରଶ୍ନ ଉଠୁଛି ଦୈନିକ ୮ଟଙ୍କାରେ ଜଣେ ମହିଳା ଆର୍ଥିକ ଦୃଷ୍ଟିରୁ କିପରି ସଶକ୍ତ । ହେବ ଏବଂ ତାର ପରିବାରର ପ୍ରତିପୋଷଣ କରିପାରିବ । ରାଜ୍ୟ ସରକାର ଏସଏଚଜି ଗୁପର ସଦସ୍ୟତା ଆଢୁଆଳରେ ମହିଳାମାନଙ୍କୁ ବିଜୁ ଜନତା ଦଳର କାର୍ଯ୍ୟକର୍ତାଭାବରେ ବ୍ୟବହାର କରି ରାଜନୈତିକ ପୋଷାପାଲିର ଗୋଟି ଭାବରେ ପରିଚାଳନା କରିବା ନିନ୍ଦନୀୟ । ତାହା ନହୋଇଥିଲେ ଝାଡପଡ଼ା ଅଂଚଳରେ ଦୋକାନ କରି ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଥିବା ମହିଳାଙ୍କ ଦୋକାନ କାହିଁକି ଭାଙ୍ଗିଲେ ଓ ଜଣେ ରାଜନୀତିରେ ସଶକ୍ତ ଥିବା ମହିଳାଙ୍କୁ ବନ୍ଧୁକମାରିବା, ପରେ ଘରକୁ ବୋମା ମାଡ କରିବା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କୁ ସମ୍ମାନ, ସ୍ବାଭିମାନ ଓ ସୁରକ୍ଷା ଦେଇ ପାରୁନଥିବା ଅପାରଗ ରାଜ୍ୟ ସରକାର ମହିଳା ସଶକ୍ତିକରଣ ଉପରେ ଭାଷଣ । ଦେବା ହାସ୍ୟାସ୍ପଦ ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ସଚେତନତା ଅଭିଯାନ


ଭୁବନେଶ୍ବର,ସକ୍ଷମ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ଉତ୍ସବ, ଯାହା ପିସିଆରଏ (ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା) ଏବଂ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ତୈଳ ଉଦ୍ୟୋଗମାନଙ୍କ ଦ୍ୱାରା ପ୍ରତି ବର୍ଷ ମିଳିତ ଭାବେ ଅନୁଷ୍ଠିତ ହୁଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଜନସାଧାରଣଙ୍କୁ ତୈଳ ଓ ଗ୍ୟାସ ସରଂକ୍ଷଣର ଆବଶ୍ୟକତା ଏବଂ ଏଥି ପାଇଁ ଉଚିତ ପଦକ୍ଷେପ ବିଷୟରେ ସଚେତନ କରାଇବା । ଏହି ସମୟ କାଳରେ ସମସ୍ତଙ୍କ ନିକଟରେ ଇନ୍ଧନ ସରଂକ୍ଷଣର ବାର୍ତ୍ତା ପହଞ୍ଚାଇବା ପାଇଁ ପରିବହନ, ଉଦ୍ୟୋଗିକ, କୃଷି ଏବଂ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହାର ଗୁରୁତ୍ୱକୁ ଆଖିଆଗରେ ରଖି ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିବର୍ଷ ଏଭଳି ଅଭିଯାନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ବର୍ଷ ସାରା ଦେଶରେ ୧୧.୦୪.୨୨ରୁ ୩୦.୦୪.୨୨ ସମୟରେ ପାଳନ କରାଯାଉଛି ।

ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀଙ୍କ ଉପସ୍ଥିତିରେ ଓ ଏସଏଲସି ତୈଳ ଶିଳ୍ପ ଓଡ଼ିଶା, ଅତିରିକ୍ତ ନିର୍ଦ୍ଦେଶକ PCRA ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହୋଇଥିଲା । ତୈଳ ଶିଳ୍ପ ପେଟ୍ରୋଲିୟମ ଦ୍ରବ୍ୟର ସଂରକ୍ଷଣ ତଥା ଦକ୍ଷତାର ସହ ବ୍ୟବହାର ଏବଂ ସ୍ୱଚ୍ଛ ଓ ସବୁଜ ଶକ୍ତି ବ୍ୟବହାର, ପରିବେଶ ସୁରକ୍ଷା କରିବା ସହିତ ପେଟ୍ରୋଲିୟମ ଉତ୍ପାଦକୁ ସଂରକ୍ଷଣ କରିବାର ଆବଶ୍ୟକତା ଉପରେ ନିରଜ ଏମ ନିମଜେ, Officiating SLC ତୈଳ ଶିଳ୍ପ ଓଡ଼ିଶାର ଅଧିକାରୀ କହିଛନ୍ତି । ସେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ଯେ ପେଟ୍ରୋଲିୟମ ଦ୍ରବ୍ୟର ଉତ୍ସ ସୀମିତ ଏବଂ
ଇନ୍ଧନ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧିପାଉଛି । ତେଣୁ, PCRA ସହିତ ତୈଳ ଶିଳ୍ପଗୁଡିକ ଏହିପରି କାର୍ଯ୍ୟକ୍ରମକୁ ଏକ ବୃହତ ଉପାୟରେ ଆୟୋଜନ କରିବା ଉଚିତ ଯାହା ତୈଳ ଏବଂ ଗ୍ୟାସ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସମସ୍ତ କ୍ଷେତ୍ର ମଧ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବାଲୁକା କଳା ମାଧ୍ୟମରେ ଇନ୍ଧନ ସଂରକ୍ଷଣର ବାର୍ତ୍ତା ସାରା ବିଶ୍ୱକୁ ଦିଆଯାଇପାରିବ ।

ଏହି ଅବଧି ମଧ୍ୟରେ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲିୟମ ସଂରକ୍ଷଣ ଅନୁସନ୍ଧାନ ସଂଘ (PCRA) ସହିତ ମିଳିତ ଭାବରେ ଇନ୍ଧନ ସଞ୍ଚୟ କରିବା ପାଇଁ ଚାଳକ ମାନଙ୍କ ପାଇଁ ଉନ୍ନତ ଗାଡ଼ି ଚାଳନା ଅଭ୍ୟାସ ଉପରେ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବେ । ଏଲପିଜିକୁ ବଞ୍ଚାଇବା ପାଇଁ ଉତ୍ତମ ରନ୍ଧନ ଅଭ୍ୟାସ ଉପରେ ଘରର ମହିଳାଙ୍କ ପାଇଁ କର୍ମଶାଳା ଅନୁଷ୍ଠିତ ହେବ । ସଂରକ୍ଷଣର ଗୁରୁତ୍ୱ ଉପରେ ଗୁରୁତ୍ୱ ଦେବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କୁଇଜ୍, ବିତର୍କ ଏବଂ ଚିତ୍ର ପ୍ରତିଯୋଗିତା ଆୟୋଜିତ ହେବ । କୃଷି ଏବଂ ଶିଳ୍ପ କ୍ଷେତ୍ରରେ ସାଇକ୍ଲୋଥନ୍, ୱାକାଥନ୍ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ତୈଳ ଶିଳ୍ପ, ଓଡ଼ିଶା ତରଫରୁ ଶ୍ରୀ ନିରଜ ଏମ ନିମଜେ, CGM (RS), OSO, IOCL ରାଜ୍ୟରେ ତୈଳ ଓ ଗ୍ୟାସ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବାକୁ କରାଯାଇଥିବା ଯୋଜନା ଉପରେ ବର୍ଣ୍ଣନା କରିଛନ୍ତି । ସେ, ତାଙ୍କ ଭାଷଣରେ ଜୈବ ଇନ୍ଧନର ସର୍ବୋତ୍କୃଷ୍ଟ ଉପଯୋଗ, ନିର୍ଗମନ ହ୍ରାସ ଏବଂ ଅଙ୍ଗାରକ ହ୍ରାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ KMPL ଆଧାରରେ ଓଡ଼ିଶାର ତିନୋଟି ଡିପୋକୁ ଶ୍ରେଷ୍ଠ ଡିପୋ ଭାବରେ ପୁରସ୍କୃତ କରାଯାଇଥିଲା ।

ଏହି ଉଦଘାଟନୀ ସମାରୋହରେ ଅନ୍ୟ ଗଣମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ, ଶ୍ରୀ ଏ.ଡ଼ି.ଜାମଜୁଟେ, GM (Lubes), OSO, ଶ୍ରୀ ତୃପ୍ତି ରଞ୍ଜନ ସାହୁ, HPCL, ଶ୍ରୀ ଅନମୋଲ ବରା, BPCL , ଶ୍ରୀ ଏନ ମିଶ୍ର, GAIL, ଶ୍ରୀ ବ୍ରଜଗୋପାଳ ଆଚାର୍ଯ୍ୟ, GM, OSRTC, ଶ୍ରୀ ପ୍ରଦିପ କୁମାର ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ, PCRA, ଶ୍ରୀ ଅମର ବଳବନ୍ତରାୟ, SRSM LS, OSO ଉପସ୍ଥିତ ଥିଲେ । ଏହି
ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଧି ତୈଳ ସଂରକ୍ଷଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପିସିଆରଏରୁ ଶ୍ରୀ ପ୍ରଦୀପ କୁମାର ପଣ୍ଡା ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଶ୍ରୀ ଅମର ବଳବନ୍ତରାୟଙ୍କ ଉତ୍ସର୍ଗୀକୃତତା ପାଇଁ ହୃଦୟର ସହିତ ଧନ୍ୟବାଦ ଦେଇଥିଲେ ।

ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ଭୁବନେଶ୍ୱର, ଆଜି ଅପରାହ୍ନରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥ ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷଠାରେ ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିଲିକା ମତ୍ସ୍ୟଜୀବୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ନେଇ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଦାସବର୍ମା ରାଜ୍ୟ ସରକାରଙ୍କ ମତ୍ସ୍ୟଜୀବୀ । ଉନ୍ନୟନ ଯୋଜନା ସମ୍ବନ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ହିତାଧୁକାରୀଙ୍କ ନିମନ୍ତେ ଶିବିର ଆୟୋଜନପୂର୍ବକ ମିଳୁଥିବା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ଡଙ୍ଗାକୁ ମୋଟରଚାଳିତ କରିବା, । ପୁରାତନ କାଠଡଙ୍ଗା ବଦଳରେ ନୂତନ ଡଙ୍ଗା ପ୍ରଦାନ ବ୍ୟବସ୍ଥାରେ ଚିଲିକା ମତ୍ସ୍ୟଜୀବୀଙ୍କୁ ପ୍ରାଥମିକତା ଦେବା, ରାଜ୍ୟ ମତ୍ସ୍ୟନୀତି ଅନୁଯାୟୀ ମତ୍ସ୍ୟଜୀବୀଙ୍କୁ ନୂତନ ଡଙ୍ଗା, ଜାଲ କ୍ରୟ ଉପରେ ପ୍ରଚଳିତ ରିହାତି ବ୍ୟବସ୍ଥା, ଖାରିପାଣି ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଇତ୍ୟାଦି ବିଷୟରେ ସମୀକ୍ଷା କରାଯାଇଥିଲା । ମତ୍ସ୍ୟଜୀବୀଙ୍କ ଉନ୍ନତି ନିମନ୍ତେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଖୁବ୍‌ଶୀଘ୍ର ବାଲୁଗାଁ ଏବଂ ପୁରୀ ଅଞ୍ଚଳର ସମସ୍ତ ମତ୍ସ୍ୟଜୀବୀ ସମବାୟ ସମିତିର ସଦସ୍ୟମାନଙ୍କୁ ନେଇ ବ୍ରହ୍ମଗିରିଠାରେ ଏକ ସଚେତନତା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ଦାସବର୍ମା ପ୍ରକାଶ କରିଥିଲେ ।

ପର୍କିନସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି ଦିବସ ପାଳିତ


ଭୁବନେଶ୍ୱର, ପର୍କିନସନ୍ ରୋଗ ଓ ଏ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏପ୍ରିଲ ୧୧ରେ ବିଶ୍ୱ ପର୍କିନସନ୍ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ପ୍ରସଙ୍ଗ ଇଂଟିଗ୍ରେଟିଙ୍ଗ । ହେଲଥକେୟାର: ଅଲ୍ ଅଣ୍ଡର ୱାନ୍ ରୁଫ୍" ରହିଥିବା ବେଳେ ଏହି ରୋଗର ନିରାକରଣ ନେଇ ସମ୍ବର ନ୍ୟୁରୋଲୋଜି ବିଭାଗ । ପକ୍ଷରୁ ଏକ ଔକାଥନ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୋମବାର ସକାଳୁ ସମ୍ ହସ୍ପିଟାଲ୍‌ର ବ୍ଲଡ ବ୍ୟାଙ୍କ ସମ୍ମୁଖରେ ଏକ ଔକାଥନ୍ କରାଯାଇଥିଲା । ଏହି ଔକାଥରେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ମେଡିକାଲ୍ । ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ନ୍ୟୁରୋଲୋଜି ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର । ଡାକ୍ତର ଶ୍ରୀକାନ୍ତ ସାହୁ, ଡାକ୍ତର ଲୁଲୁପ୍ ସାହୁ, ଡାଇର ଶ୍ରୀମନ୍ତ ପଟ୍ଟନାୟକ, ଡାକ୍ତର ସୁକ୍ରିୟା, ଡାକ୍ତର ତନୟା ମିଶ୍ର, ଡାକ୍ତର ଅଜିତ । ମିଶ୍ର, ଡାକ୍ତର ରଂଜନ ମହାନ୍ତି ଓ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କାଥନ୍ ପରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୁଳପତି ପ୍ରଫେସର ମହାପାତ୍ର । ସେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଡାକ୍ତର, ରୋଗୀ ଓ କର୍ମଚାରୀମାନଙ୍କୁ ପର୍କିନସନ୍ ରୋଗ ସମ୍ପର୍କରେ ଅବଗତ କରାଇବା ସହ ସଚେତନ ମଧ୍ୟ କରାଇଥିଲେ । ମେଡିକାଲ ସୁପରିଟେଣ୍ଡଟ ପ୍ରଫେସର ସାମନ୍ତସିଂହାର, ନ୍ୟୁରୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସାହୁ ଉପସ୍ଥିତ ରହି ରୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପର୍କିନସନ୍ ଏକ ମସ୍ତିଷ୍କଜନିତ ବ୍ୟାଧୀ। ଡୋପାମାଇନ୍ ତିଆରି କରୁଥିବା କୋଷ ଗୁଡିକ ଧରେ ଧୂରେ ନଷ୍ଟ ହେଲେ ଏହି ରୋଗ ହୋଇଥାଏ । ଏହି ରୋଗର ଲକ୍ଷଣ ଗୁଡ଼ିକ ହେଉଛି ମଣିଷ ଶାନ୍ତ ପଡିଯିବା, ମନ୍ଥର ଗତିରେ ଚାଲିବା, ବାରମ୍ବାର ସନ୍ତୁଳନ ହରାଇବା ଓ ହାତ ଥରିବା ପ୍ରଭୃତି । ସାରା ବିଶ୍ୱରେ ଏକ କୋଟିରୁ ଅଧିକ ପାର୍କସନ୍ ରୋଗୀ ଅଛନ୍ତି । ଏହି ରୋଗର ସଚେତନତା ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର ଡାକ୍ତର ଲୁଲୁପ ସାହୁ ଏକ ପାୱାର ପଏଟ ପ୍ରେଜେସନ୍ ଜରିଆରେ ତଥ୍ୟ ରଖିଥିଲେ । ସେହିପରି ରୋଗୀମାନଙ୍କ ନିମନ୍ତେ ଏକ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉପସ୍ଥିତ ଥିବା ଡାକ୍ତରମାନେ ରୋଗୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ରଖିଥିଲେ ।

Powered by Blogger.
Javascript DisablePlease Enable Javascript To See All Widget