ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜଙ୍କ ତୃତ୍ବରେ ଛାତ୍ରମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ମାଷ୍ଟରକ୍ୟାଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଇଂଟା ଧରି ରାଜରାସ୍ତା ଅବରୋଧ କରାଯାଇଥିଲା । ଛାତ୍ର ବିରୋଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ଜାଲିଆତି ଭୁଦକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମ ଓ ସ୍ତୋଟସ୍ ସାର୍ଟିଫିକେଟକୁ ଜାଲିଆତି କରି ନାମଲେଖା କରାଯାଇଛି । ଯେଉଁ ଛାତ୍ର ଛାତ୍ରୀଙ୍କ ନମ୍ବର କଅଫ ମାର୍କ ତଳେ ରହିଛି ସେମାନଙ୍କ ଠାରୁ ଅର୍ଥ ଆଦାୟ କରି ଏହି ଜାଲିଆତି ସାଟିଫିକେଟ ଜରିଆରେ ଆଡମିଶନ କରାଯାଇଛି । ବିଶେଷକରି ଏହି ବ୍ୟାକେଟରେ ବିଜେଡ଼ି ନେତା, କଲେଜର ପ୍ରିନ୍ସିପାଲ ଏବଂ ଅଧାପକ ଏବଂ ଆଡମିଶନ ଦାୟୀତ୍ବରେ ଥିବା ଷ୍ଟାଫମାନେ ରହିଛନ୍ତି ।
ଉଚ୍ଚଶିକ୍ଷା ବିଭାଗ ଏହି ତଦନ୍ତର ଦାୟୀତ୍ବ ପ୍ରିନ୍ସିପାଲଙ୍କୁ ଦେବା ଦୁର୍ଭାଗ୍ୟଜନକ କାରଣ ପ୍ରିନ୍ସିପାଲ ଏହି ବ୍ୟାକେଟକୁ ପରିଚାଳନ କରିବା ଅଭିଯୋଗ ହେଉଛି । ବିଶେଷ କରି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏବଂ ଉଚ୍ଚଶିକ୍ଷା ବିଭାଗର ସଚିବ ଏହି ମହାଦୁର୍ନୀତିକୁ ଚପାଇ ଦେବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଶ୍ରୀ ନୱାଜ ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ସାରା ଓଡ଼ିଶାର ବିଶ୍ବବିଦ୍ୟାଳୟ, ସଂୟଶାସିତ ମହାବିଦ୍ୟାଳୟ ଏବଂ ବିଦ୍ୟାଳୟ ମାନଙ୍କରେ ଏହି ଆଡମିଶନ ଦୁର୍ନୀତି ଚାଲିଥିବା ବେଳେ ଶିକ୍ଷାମନ୍ତ୍ରୀଙ୍କ ଏବଂ ଏହି ବ୍ୟାକେଟର ପରିଚାଳନା କରି ପ୍ରିନ୍ସିପାଲଙ୍କୁ ତଦନ୍ତ ଦାୟୀତ୍ବ ଦେବା ଦୁର୍ଭାଗ୍ୟଜନକ । ଏହି ମହାଦୁର୍ନୀତିର ବିଚାରବିଭାଗୀୟ ତଦନ୍ତ ପାଇଁ ପ୍ରଦେଶ ଛାତ୍ର କଂଗ୍ରେସ ଦାବି କରୁଛି । ଆର.ଆର.ବି. ଏନଟିପିସି ଏବଂ ଗ୍ରପ-ଡି ପରୀକ୍ଷାରେ ତ୍ରୁଟି । ନିର୍ବାଚନ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବାପାଇଁ ମୋଦି ସରକାର ଚାକିରୀ ଲୋଭ ଦେଖାଇ ପରୀକ୍ଷା କରାଇଥାନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ରେଳବାଇ ମନ୍ତ୍ରୀ ଆର.ଆର.ବି., ଏନଟିପିସି ମାଧ୍ୟମରେ ପ୍ରାୟ ୩୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ କରାଇଥିଲେ ।
ଗୃପ-ଡିରେ ଲକ୍ଷ ଲକ୍ଷ ପୋଷ୍ଟ ପାଇଁ ମଧ୍ୟ ପରୀକ୍ଷା ବିଜ୍ଞାପନ ହୋଇଥିଲା । ଆର.ଆର.ବି. ଏନଟିପିସି ପରୀକ୍ଷା ଦୁଇବର୍ଷ ପରେ ୨୦୨୧ ରେ ହେଲା ଏବଂ ୨୦୨୨ ରେ ଏହାର ଫଳାଫଳ ବାହାରିଲା । ଏହି ଫଳାଫଳରେ ବ୍ୟାପକ ଦୁର୍ନୀତି ହୋଇଛି । ଜଣେ ଛାତ୍ର ବା ଛାତ୍ରୀ ପାଂଚ ଛଅଟି ପଦବୀ ପାଇବା ପାଇଁ ଉତୀର୍ଣ୍ଣ ହୋଇଥିବାବେଳେ ଏଥିରେ ଲକ୍ଷାଧୁକ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଉପେକ୍ଷା କରାଯାଇଛି । ରେଳବାଇର ପଦବୀ ବିକ୍ରି ପାଇଁ ଚକ୍ରାନ୍ତ ହୋଇଛି । ଜଣେ ପରୀକ୍ଷାର୍ଥୀକୁ ଗୋଟିଏ ପଦବୀ ପାଇବାପାଇଁ ଯୋଗ୍ୟ କରାଯାଉ । ଫଳାଫଳକୁ ପରୀକ୍ଷା ନିରିକ୍ଷା କରି ଏବଂ ସଂଶୋଧନ କରି ପୁଣିଥରେ ଫଳାଫଳ ପ୍ରକାଶ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି । ୨୦୧୯ ମସିହାରେ ରେଳବାଇ ଗ୍ରପ-ଡି ନିମନ୍ତେ ବିଜ୍ଞାପନ ହୋଇଥିଲା । ଏହାର ପରୀକ୍ଷା ତିନିବର୍ଷ ପରେ ଫେବୃଆରୀ ମାସରେ ହେବାପାଇଁ ସୂଚନା ଦିଆଯାଇଥିଲା । ପୂର୍ବରୁ ସିବିଟି-୧ ବ୍ୟବସ୍ଥା ହେଉଥିଲା । ମାତ୍ର ଏବେ ସରକାର ଘୋଷଣା କଲେ ଯେ ସିବିଟି-୨ ପରୀକ୍ଷା ମଧ୍ୟ ହେବ । ଯେଉଁ ସଂପର୍କରେ ପୂର୍ବରୁ ସୂଚନା ଦିଆଯାଇ ନଥିଲା ଗୃପ-ଡିର କେବଳ ସିବିଟି- ୧ ପରୀକ୍ଷା କରିବାପାଇଁ ଛାତ୍ର କଂଗ୍ରେସ ଦାବି କରୁଛି ।
ଏତଦ୍ଭିନ୍ନ ଛାତ୍ରମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ପୋଲିସ ଏବଂ ସରକାରୀ କର୍ମସ୍ପରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କୁ ଆଜୀବନ ପରୀକ୍ଷା ଦେବାରୁ ବଂଚିତ କରିବାପାଇଁ ଧମକ ଦେଉଥିବା ଅଧୁକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି । ନିଟ୍ ପିଜି – ୨୦୨୨ ପରୀକ୍ଷା ଘୁଚାଯାଉ ଏମବିବିଏସ ଛାତ୍ରଛାତ୍ରୀମାନଙ୍କର କୋଭିଡ଼ି-୧୯ ମହାମାରୀ ପରିସ୍ଥିତି ପାଇଁ ଇଂଟର୍ଣ୍ଣସିପ୍ ସମାପ୍ତ ହୋଇପାରି ନାହିଁ । ତେଣୁ ସେମାନେ ନିଟ୍-ପିଜି ୨୦୨୨ ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ ନାହିଁ । ଏଣୁ ମାର୍ଚ୍ଚ ୧୨ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ନିଟ-ପିଜି -୨୦୨୨ ପରୀକ୍ଷାକୁ ଘୁଚାଇବା ପାଇଁ ଛାତ୍ର କଂଗ୍ରେସ ଦାବି କରୁଛି । ଯାହାଫଳରେ ଇଂଟର୍ଣ୍ଣସିପିରେ ଏମବିବିଏସ ଛାତଛାତ୍ରୀ ମାନେ ନିପିଜି ପରୀକ୍ଷା ଦେବାପାଇଁ ଯୋଗ୍ୟ ହୋଇପାରିବେ । କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ବୟସସୀମା କୋହଳ କୋଭିଡ-୧୯ ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ।
ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କର ବୟସସୀମା ଅତିକ୍ରମ କରିଯାଇଛି । ଏଣୁ ୟୁ.ପି.ଏସ୍.ସି, ଆଇ.ବି.ପି.ଏସ, ଏସ୍.ଏସ୍.ସି, ଯେ, ଇ. ଇ ପରୀକ୍ଷା ପାଇଁ ବୟସସୀମା ବଢ଼ାଇଲେ କୋଭିଡ-୧୯ ପାଇଁ କ୍ଷତିଗ୍ରସ୍ତ ହେଉଥିବା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତି ରଞ୍ଜନ ପରିଡ଼ା, ଆଦିତ୍ୟ ପ୍ରିତମ ଦାସ, ମହମ୍ମଦ ଗୁଲଫାମ, ରଞ୍ଜିତ ସେନାପତି, କାର୍ତ୍ତିକେଶ୍ଵର କାଣ୍ଡି, ଜଗଦିଶ ଗଜେନ୍ଦ୍ର, ବିଭୁପ୍ରସାଦ ଜେନା, ଅଳେଷ ଯାଦବ, ଅର୍ମାନ ଜେନା, ବିଶ୍ବଭୂଷଣ ମହାପାତ୍ର, ସାହରୁଖ ଖାନ, ଅସିତ ବାରିକ, ମହମ୍ମଦ ନବିଭଲ, ଅବିନାଶ ନନ୍ଦ, ମୁନା ପରିଡ଼ା, ବିଭୂତି ଭୂଷଣ ମହାପାତ୍ର, ମହମ୍ମଦ ସମିତ୍ତଲ, ଉଦିତ୍ ପ୍ରଧାନ, ଶ୍ରୀ ମହାନ୍ତି, ପ୍ରୀତିସ୍ମିତା ଜେନା, ରାଜଲକ୍ଷ୍ମୀ ସାହୁ, ପ୍ରମୋଦିନୀ ସାହୁ, ଆରିୟାନ ସାମଲ, ସେକ୍ ନିଆଳୁଲ, ଜିତେନ୍ଦ୍ର ମଲ୍ଲିକ, ଉମାଶଙ୍କର ବେହେରା, ତନ୍ମୟ ଜେନା, ଓମସାଇ ବିଶ୍ବାଳ, ଚିନ୍ମୟ କୁମାର ପଣ୍ଡା, ସାର୍ଥକ ଦାସ,ସାଇରାମ ପାଣିଗ୍ରାହି, ଜ୍ୟୋତିନ୍ଦ୍ର ବାରିକ ଓ ପ୍ରତ୍ୟୁଷ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।