March 2022

ବିପଦରେ ଓଡିଶାର ଗଣତନ୍ତ୍ର ! ଓଡିଶାର ଗଣତନ୍ତ୍ରକୁ ଉପହାସ : ହରିଚନ୍ଦନ

ଭୁବନେଶ୍ୱର, ଗତକାଲି ଓଡିଶାର ପ୍ରଶାସନିକ ଅଧୁକାରୀମାନେ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବରେ ଭେଟି ଫଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି । ଆମେ ଭାରତୀୟ ଜନତା ପାର୍ଟି ତରଫରୁ ଏହାକୁ କଡା ଶବ୍ଦରେ ନିନ୍ଦା କରୁଛୁ ବୋଲି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ସମ୍ବିଧାନର ଚାରିଟି ସ୍ତମ୍ଭ ମଧ୍ୟରୁ । ପ୍ରଶାସନିକ ବ୍ୟବସ୍ଥା ଗୋଟିଏ ସ୍ତମ୍ଭ । ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧ୍ବକାର ଦିଆଯାଇଛି ଏବଂ ସେପାଇଁ ସେମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ । 

ସେମାନଙ୍କ ନିରପେକ୍ଷତା ହିଁ ଗଣତନ୍ତ୍ରକୁ ସୁଦୃଢ କରେ । ଗତକାଲି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସମେତ ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା ଫାଇନାନ୍ସ ସର୍ଭିସ, ଓଡିଶା ପୋଲିସ ସର୍ଭିସ ଆସୋସିଏସନ, ଓଡିଶା ସେକ୍ରେଟାରିଏଟ୍ ସର୍ଭିସ, ରେଭେନ୍ୟୁ ସର୍ଭିସ, ମେଡିକାଲ ସର୍ଭିସ ସଂଘ ତଥା ଅନ୍ୟ ସରକାରୀ ଅଧୁକାରୀ ବିଜେଡି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ଯାହା ଓଡିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଏହା ଦ୍ବାରା ରାଜ୍ୟର କାର୍ଯ୍ୟପାଳିକା ବ୍ୟବସ୍ଥା ଓଡିଶାବାସୀଙ୍କ ବିଶ୍ବାସକୁ ହରାଉଛି । ଓଡିଶାରେ ଯେଉଁମାନେ ଏଭଳି ଏକ ଖରାପ ପରମ୍ପରା ତିଆରି କରୁଛନ୍ତି, ଏହା ଓଡିଶା ପାଇଁ ଶୁଭଙ୍କର ନୁହେଁ । ନିଜ ନିରପେକ୍ଷତା ହରାଇବା ସହିତ ସମସ୍ତ ସୀମା ଓ ପଦ ମର୍ଯ୍ୟାଦାର ଲକ୍ଷ୍ମଣ ରେଖା ଉଲ୍ଲଘନ କରି ନୀତି ଓ ଆଦର୍ଶକୁ ଜଳାଞ୍ଜଳୀ ଦେଇଥିବା ପ୍ରଶାସନିକ ଅଧୁକାରୀମାନେ ଓଡିଶାର ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ବାସ ପ୍ରତି ବିଶ୍ବାସଘାତକତା କରିଛନ୍ତି । ଶାସକ ବିଜେଡି ଏବଂ ପ୍ରଶାସନିକ ଅଧୁକାରୀଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡିଛି । ଶାସକ ବିଜେଡି ଅମଲାତାନ୍ତ୍ରୀକ ବ୍ୟବସ୍ଥାକୁ ଅପବ୍ୟବହାର କରି ନିର୍ବାଚନ ଜିତିଥିବା ଆଜି ପ୍ରମାଣିତ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଜରୁରୀକାଳୀନ ପରିସ୍ଥିତି ସମୟରେ ଅଫିସରମାନେ ସର୍ବେସର୍ବା ହୋଇ କାର୍ଯ୍ୟ କରୁଥିଲେ । ଆଜି ଓଡିଶାରେ ଠିକ୍ ସେହି ଜରୁରୀକାଳୀନ ପରିସ୍ଥିତି ଭଳି ଅକାରୀମାନେ କାର୍ଯ୍ୟ କରୁଛନ୍ତି । ପ୍ରଶାସନିକ ଅଫିସରମାନେ ଯଦି ରାଜନୈତିକ ଦଳର ହାତବାରିଶି ହେବେ ତା ହେଲେ ରାଜ୍ୟରେ ଅବସ୍ଥା କ’ଣ ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ନିର୍ବାଚନ ଜିତିବା ଖୁସିରେ ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ନିର୍ବାଚନ ଶୁଭେଚ୍ଛା । ଜଣାଇବା ରାଜ୍ୟରେ ଶାସନ ବ୍ୟବସ୍ଥାରେ ଏକ ଅତ୍ୟନ୍ତ ଖରାପ ପରମ୍ପରା ସୃଷ୍ଟି କରିଛି । ସେହିପରି ପୋଲିସ ଡିଜି ହେଉଛନ୍ତି ରାଜ୍ୟ ପୋଲିସର ମୁଖୁଆ । ପୋଲିସ ପ୍ରଶାସନକୁ ନିରପେକ୍ଷ ଭାବେ ସଂଚାଳନ କରିବା ଏବଂ ଗରିବ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ତାଙ୍କର ନୈତିକ ଦାୟିତ୍ୱ । ମାତ୍ର ଏତେ ବଡ ଗୁରୁଦାୟିତ୍ବରେ ରହି ନିଜ ଦାୟିତ୍ବକୁ ଭୁଲି ବିଜେଡି ସଭାପତିଙ୍କୁ ଖୁସି କରିବା ପାଇଁ ଶୁଭେଚ୍ଛା ଜଣାଇବା ଉଚିତ୍ କି ? ପୋଲିସ ଡିଜି ନିଜ କାର୍ଯ୍ୟକୁ ସୁଚାରୁରୂପେ ପାଳନ ନ କରିବା ଭଳି ଅନେକ ଉଦାହରଣ ରହିଛି । 

ହିଞ୍ଜିଳିରେ ୪ଜଣଙ୍କ ହତ୍ୟା ଘଟଣା ହେଉ, ଅବା ଭୋଟ୍ ପାଇଁ ବିଜେଡି ନେତାଙ୍କ ଟଙ୍କା ବ୍ୟାଟିବା ଘଟଣା ହେଉ, ଏଭଳି ଘଟଣାରେ ପୋଲିସ ଡିଜି ନିରବଦ୍ରଷ୍ଟା ସାଜିବା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି । ଏହା ଦ୍ବାରା ପୋଲିସ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ରାଜ୍ୟବାସୀଙ୍କର ବିଶ୍ବାସ ତୁଟିଗଲା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧୁକାରୀମାନେ ଗଣତନ୍ତ ବିରୋଧୀ କାର୍ଯ୍ୟରୁ ଦୂରେଇ ରହିବା ଉଚିତ୍ । ସାଧାରଣ ଲୋକଙ୍କୁ ସେବା ଓ । ସୁରକ୍ଷା ଯୋଗାଇ ଦେବା ପାଇଁ ଯଦି ବିବ୍ୟବସ୍ଥାକୁ ପାଦରେ ଦଳିଚକଟି ଦିଆଯିବ, ତା’ ହେଲେ ନୂଆପିଢି କ’ଣ ଶିକ୍ଷାଲାଭ କରିବେ ? ଗୁରୁଦାୟୀତ୍ବରେ ଥିବା ପୋଲିସ ଓ ପ୍ରଶାସନିକ ଅଧୁକାରୀମାନେ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟରୁ ନିବୃତ ନ ରହିଲେ, ଆଗାମୀ ଦିନରେ ଓଡିଶାବାସୀ ଏହାର ଉଚିତ୍‌ ଜବାବ ଦେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟର ପ୍ରଶାସନିକ ଅଧୁକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବିଜୁ ଜନତା ଦଳର ସେବା ପାଇଁ ? ଏହି ସବୁ ଘଟଣାରୁ ଲାଗୁଛି ପ୍ରଶାସନିକ ଅଧିକାରୀ ଓ ବିଜୁ ଜନତା ଦଳ ମଧ୍ୟରେ ମଧୁଚନ୍ଦ୍ରିକା ରହିଛି । ଯେଉଁ ସନ୍ଦେହ ଆମେ ଦୀର୍ଘ ଦିନରୁ କହି ଆସୁଥିଲୁ, ଆଜି ତାହା ସତରେ ପରିଣତ ହୋଇଛି । ସରକାରୀ ବାବୁମାନେ ବିଜେଡି ନେତା ଏବଂ ବିଧାୟକଙ୍କ ବଚସ୍କର ସାଜିଥିବାରୁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି । ଆଗାମୀ ଦିନରେ ଏହାର ପରିଣାମ ଭୟଙ୍କର ହୋଇପାରେ । ନେଡି ଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ଗଣତନ୍ତ୍ରକୁ ବିପଦରେ ନପକାଇ ଏହାକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରନ୍ତୁ । ଚାଟୁକାରିତାର ନମୁନା ପ୍ରଦର୍ଶନ କରିଥିବା ଅଫିସର ସଂଘମାନେ ଓଡିଶାର ଜନ ସାଧାରଣଙ୍କୁ କ୍ଷମା ମାଗିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।


ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ପଞ୍ଚମ ସଂସ୍କରଣ ଆସନ୍ତା ଏପ୍ରିଲ ୧ରେ ଅନୁଷ୍ଠିତ ହେବ- ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର, ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ଣ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଚର୍ଚ୍ଚା ଆଲୋଚନା କରିବେ ବୋଲି ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ୱାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ କରିବା ଦିଗରେ ପରାମର୍ଶ ଦେବେ । କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି ।

ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସବୁ ଅନୁଷ୍ଠାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନ, ନର୍ସିଂ ସ୍କୁଲ ତଥା ଭାରତ ସରକାରଙ୍କ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯିବାର ମଧ୍ୟ ଯୋଜନା ରହିଛି । ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଏକ ଅଭିନବ କାର୍ଯ୍ୟକ୍ରମ । ପରୀକ୍ଷା ଶୁଣିବା ମାତ୍ର ଛାତ୍ରଛାତ୍ରୀଙ୍କ ମନରେ ଭୟ ଆସେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରମାନେ ପରୀକ୍ଷାରୁ ଚାପ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ । ଏହି କାର୍ଯ୍ୟକ୍ରମ ନୂଆପିଢ଼ିଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ । କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ତଥା ସମାଜର ସବୁ ଶ୍ରେଣୀର ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗତ ବର୍ଷ ମହାମାରୀ ସମୟରେ ଅନଲାଇନରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା । ଏହି ବର୍ଷ ପରୀକ୍ଷା ପେ ଚର୍ଚ୍ଚାକୁ ଲୋକପ୍ରିୟ କରିବା ପାଇଁ, ବିଦ୍ୟାର୍ଥୀ ମାନଙ୍କ ପାଖରେ ପହଁଚାଇବା ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ MyGov.in  ପ୍ଲାଟଫର୍ମ ମାଧ୍ୟମରେ ୨୦୨୧ ଡ଼ିସେମ୍ବର ୨୮ରୁ ୨୦୨୨ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏହି ବର୍ଷ ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସହ ଭାଗ ନେଇଥିଲେ । MyGov.in  ଦ୍ୱାରା ଆୟୋଜିତ ଏଗଜାମ ଷ୍ଟ୍ରେସ ମ୍ୟାନଜମେଂଟ୍‌, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଏନସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ଏଗଜାମ ୱାରିୟର ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡ଼ିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦି, ପିଏମଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡ଼ିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡ଼ିଡି ନ୍ୟୁଜ୍‌, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ ।

ରାଜ୍ୟ ସଭାପତିଙ୍କୁ ଭେଟିଲେ କଟକର ନବନିର୍ବାଚିତ ବିଜେପି କର୍ପୋରେଟର

ଭୁବନେଶ୍ୱର, କଟକ ମହାନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ବିଜେପି କର୍ପୋରେଟର ଆଜି ରାଜ୍ୟ କାର୍ଯ୍ୟାଳୟକୁ ଆସି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭେଟିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନବନିର୍ବାଚିତ କର୍ପୋରେଟର ମମତା ମହାନ୍ତି, ଲିସା ନାୟକ, ଲକ୍ଷ୍ମୀଧର ବେହେରା, ଗଗନ ଓଝା, ଗୋପାଳ ବେହେରା, ଦୀପକ ଦାସ ଏବଂ ରାକେଶ ସ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟର ସର୍ବପୁରାତନ ସହର କଟକ ଆଜି ବିଭିନ୍ନ ସମସ୍ୟା ଘେରରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଇ କଟକବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା, ବିଧାୟକ ନାଉରୀ ନାୟକ, ପୂର୍ବତନ ସାଧାରଣ ସଂପାଦକ (ସଂଗଠନ) ଶାରଦା ଶତପଥୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡ଼ୁ, ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଆଇସିଏଚଆରର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମହାମହିମ ଉପରାଷ୍ଟ୍ରପତିଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ,ଭାରତର ଇତିହାସ ପୃଷ୍ଠାରେ ଉଲ୍ଲେଖ ହୋଇ ରହିଯାଇଥିବା ଅନେକ ଅନାଲୋଚିତ ସଂଗ୍ରାମୀଙ୍କ ବିଷୟକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର)ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମହାମହିମ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କିୟା ନାଇଡ଼ୁ କହିଛନ୍ତି ।

ସେ କହିଛନ୍ତି ଯେ ମାତୃଭୂମି ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ, କଷ୍ଟ ଏବଂ ବଳିଦାନକୁ ଗୌରବର ସହ ଇତିହାସରେ ଲିପିବଦ୍ଧ କରିବାର ଆବଶ୍ୟକତା ରହିଛି । ତଥ୍ୟ ଆଧାରିତ ଗବେଷଣା ବଳରେ ହିଁ ଭାରତର ଇତିହାସକୁ ପୁନଃ ମୂଲ୍ୟାଙ୍କନ କରିବାକୁ ହେବ । ଏହି ଅବସରରେ ଉପରାଷ୍ଟ୍ରପତି ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧିତ ବିଷୟର ଏକ ପ୍ରଦର୍ଶନୀର ଉଦଘାଟନ କରିଥିଲେ ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଭାରତର ଗୌରବଶାଳୀ ଇତିହାସ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏକବିଂଶ ଶତାବ୍ଦୀରେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଗାମୀ ପିଢ଼ିଙ୍କ ଠାରେ ଭାରତୀୟ ଇତିହାସର ସଠିକ୍ ଏବଂ ସମ୍ପୂର୍ଣ୍ଣ ଜ୍ଞାନ ରହିବା ଉଚିତ୍ । ବିଗତ ୫୦ ବର୍ଷରେ ଭାରତର ଇତିହାସକୁ ପୁଣି ଥରେ ରଚନା କରିବା ଏବଂ ନୂଆପିଢ଼ିକୁ ପହଁଚାଇବାରେ ଆଇସିଏଚଆରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅନ୍ୱେଷଣ ସଂସ୍ଥା ଇତିହାସ ଗବେଷଣାକୁ ସଠିକ୍ ଦିଶା ଦେବା ଏବଂ ଇତିହାସର ବସ୍ତୁନିଷ୍ଠ ଏବଂ ବୈଜ୍ଞାନିକ ଆଧାରରେ ଲେଖା ହୋଇଥିବା ଇତିହାସକୁ ପ୍ରୋତ୍ସାହନ ଦେଉଛି । ଆଇସିଏଚଆର ଭାରତୀୟ ମୂଲ୍ୟବୋଧକୁ ପୁନଃ ପ୍ରତିଷ୍ଠିତ କରିବ ତଥା ସରଳ ଉପାୟରେ ସମସ୍ତଙ୍କ ପାଖରେ ପହଁଚାଇବାର ଲକ୍ଷ୍ୟରେ ବ୍ରତୀ ହେବ ।

ଦେଶର ଖ୍ରୀଷ୍ଟପୂର୍ବ ୫୦୦ ବର୍ଷ ପୂର୍ବରୁ ଦେଶର ଇତିହାସରେ ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରଗାଥାକୁ ସର୍ଟ ଟର୍ମ, ମିଡ୍ ଟର୍ମ ଏବଂ ଲଙ୍ଗ୍ ଟର୍ମ ରୋଡମ୍ୟାପ୍ ଦ୍ୱାରା ଆଇସିଏଚଆର ଡିଜିଟାଲାଇଜେସନ ଏବଂ ଟେକ୍ନୋଲୋଜି ମାଧ୍ୟମରେ ନୂଆପିଢ଼ିଙ୍କ ସାମ୍ନାକୁ ଆଣିବାରେ କାର୍ଯ୍ୟ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

ନିର୍ବାଚିତ ହୋଇଥିବା ଜନପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ରାଜ୍ୟରେ ଅନୁଷ୍ଠିତ ପୌର ନିର୍ବାଚନ ଜନାଦେଶକୁ ସମ୍ମାନ ଜଣାଇବା ସହ ନିର୍ବାଚିତ ହୋଇଥିବା ଜନପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପିକୁ ସମର୍ଥନ କରିଥିବା ରାଜ୍ୟର ମତଦାତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ନିର୍ବାଚନରେ ଦଳର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ଆମକୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେବା ସହ ଏକ ସୁସ୍ଥ ସମାଜ ଗଠନ କରିଥାଏ । “ସବକା ସାଥ-ସବକା ବିକାଶ” ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର । ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ମୋଦି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ମାଧ୍ୟମରେ ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ଚେଷ୍ଟା କରିବୁ । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ କାର୍ଯ୍ୟକର୍ତାଙ୍କ ପ୍ରୟାସ ଜାରୀ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଶେଷଜ୍ଞ ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ନଏଡା ଠାରେ ଅନୁଷ୍ଠିତ ୫୯ ତମ ଜାତୀୟ ଶିଶୁ ରୋଗ କର୍ମଶାଳାରେ ସମ୍ମାନଜନକ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡ଼ିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ଶିଶୁଙ୍କ ଯତ୍ନ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଡାକ୍ତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଡାକ୍ତର ଦାଶ ଆଇଏପିର ପାଷ୍ଟ ପ୍ରେସିଡେଟ, ପ୍ରଫେସର ପୀୟୁଷ ଗୁପ୍ତା ଏବଂ ପ୍ରେସିଡେଟ ଡାକ୍ତର ରମେଶ କୁମାର ଓ ପ୍ରେସିଟ ଇଲେକ୍ତି ଡାକ୍ତର ଉପେନ୍ଦ୍ର କିଞ୍ଜାଙ୍କାଦେକରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋଆ ଡିତ ଟୁ ବି ୟୁନିଭର୍ସିଟି ପକ୍ଷରୁ ଡାକ୍ତର ଦାଶଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

କିଟ୍ କୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ । ପ୍ଲେସମେଣ୍ଟ ଓ କ୍ୟାମ୍ପସରେ ଦେଶର ଶ୍ରେଷ୍ଠ

ଭୁବନେଶ୍ବର, କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨ ୨ ପ୍ରଦାନ କରାଯାଇଛି । ଶୁକ୍ରବାର ବାଙ୍ଗାଲୋରଠାରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌କୁ ପୁରସ୍କାର ପ୍ରଦାନ କରାଯାଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର ପ୍ରତିନିଧୂ ସସ୍ମିତା ରାଉତ କର୍ଣ୍ଣାଟକ ରାଜ୍ୟପାଳ ଥାର ଚାନ୍ଦ ଗେହଲଟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ବେଷ୍ଟ ୟୁନିଭରସିଟି ଉଇଥ ଏସେଲେଣ୍ଟ ପ୍ଲେସ୍‌ମେଣ୍ଟ ଆଣ୍ଡ କ୍ୟାମ୍ପସ୍ ଇନ୍ ଇଣ୍ଡିଆ’ ବର୍ଗରେ କିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟର ଦେଶବ୍ୟାପୀ ସୁନାମ ରହିଛି । 

ଆରମ୍ଭରୁ କିଟ୍ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦେଇ ଆସିଛି ଏହା ସହ କିଟ୍ର ଛାତ୍ରଛାତ୍ରୀମାନେ ଯେଭଳି ଉପଯୁକ୍ତ ଶୈକ୍ଷିକ ପରିବେଶରେ ପଢ଼ିବେ ଏବଂ ଭଲ ପ୍ରେମେଣ୍ଟ ପାଇବେ ସେ ଦିଗରେ କିଟ୍ ସର୍ବଦା ଯବାନ ରହିଆସିଛି । ଏହାକୁ ଭିତ୍ତିକରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସୁନ୍ଦର କ୍ୟାମ୍ପସ୍ ଓ ଶ୍ରେଷ୍ଠ ପ୍ରେମେଣ୍ଟ ପାଇଁ କିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପ୍ରତିବର୍ଷ ବିଭିନ୍ନ ଗବେଷଣା ଓ ଆନାଲିସିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରିଥାନ୍ତି । ଏହି ପୁରସ୍କାର ପାଇଁ କିକୁ ମନୋନୀତ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏସିଆ ଟୁଡେକୁ ଧନ୍ୟବାଦ ଜଣାଇବା ସହ କିଟ୍ର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ବାସବରାଜ ହୋରାଟି ଓ କର୍ଣ୍ଣାଟକ ବୃହତ ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଡ. ମୃଗେଶ ରୁଦ୍ରପପା ନିରାନି ପ୍ରମୁଖ ଉପସ୍ଥିତ ଥିଲେ।

ଇଣ୍ଡିଆନ୍ ବ୍ୟାଙ୍କ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ତରଫରୁ ସିଏସ୍ଆର୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଇଣ୍ଡିଆନ୍ ବ୍ୟାଙ୍କ, କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ତରଫରୁ ଏକ ସିଏଆର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆଶ୍ରୟ ମିଶନ୍ ରେ ଥିବା ଗରିବ ଓ ମାନସିକ ଅନଗ୍ରସର ଲୋକମାନଙ୍କୁ ଟି-ସାର୍ଟ ଓ ଶାଢୀ ବଣ୍ଟନ କରାଯାଇଥିଲା । ଆଞ୍ଚଳିକ ପ୍ରବନ୍ଧକ ଆର୍ ଶ୍ରୀନିବାସନ୍, ମହାପ୍ରବନ୍ଧକ ମନୋରଞ୍ଜନ ଦାସ୍, ସହାୟକ ମହାପ୍ରବନ୍ଧକ ମନୋରଞ୍ଜନ ସାହୁ, ସଞ୍ଜିବ ଦୁଆ ଓ ମୁଖ୍ୟ ପ୍ରବନ୍ଧକ ବିଦ୍ୟାଭୂଷଣ ସେନାପତି ତଥା ଅନ୍ୟାନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ମହାପ୍ରବନ୍ଧକ ଶ୍ରୀ ଦାସ୍ ଆଜାଦୀ କା ଅମୃତ ମହୋତ୍ସବ ବିଷୟରେ ଆଶ୍ରମର ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ ।

କୋଭିଡ୍ ମହାମାରୀ ଯକ୍ଷ୍ମା ବିରୁଦ୍ଧରେ ଯୁଦ୍ଧ ପ୍ରତିହତ କରିଛି

ଭୁବନେଶ୍ୱର,ଭାରତରେ ଯକ୍ଷ୍ମା ରୋଗୀମାନଙ୍କର ସଂଖ୍ୟା ଆକଳନ କରି ତାଲିକାଭୁକ୍ତ କରିବା ଓ ରୋଗର ନିରାକରଣ କରିବା ଏକ ଆହ୍ବାନ ହୋଇଥିବା ବେଳେ କୋଭିଡ ମହାମାରୀର ବିକ୍ଟୋରଣ ଏହି କାର୍ଯ୍ୟକୁ ଅନେକ ମାତ୍ରାରେ ପ୍ରତିହତ କରିଛି ।ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବିଶ୍ଵ ଯକ୍ଷ୍ମା ଦିବସ ଉପଲକ୍ଷେ ଆୟୋଜିତ ଏକ । ସଭାରେ ବକ୍ତବ୍ୟ ରଖୁ ବିଶିଷ୍ଟ ଛାତିରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡକ୍ଟର ଦିଗମ୍ବର ବେହେରା ଏହା କହିଛନ୍ତି ।

ଡକ୍ଟର ବେହେରା କହିଥିଲେ ଯେ ପୃଥିବୀର ସବୁ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଭାରତରେ ଅଛନ୍ତି । ସେହିପରି ଡ୍ରଗ୍ । ରେଜିଷ୍ଟାଟ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୨୭ ପ୍ରତିଶତ ଆମ ଦେଶରେ ଅଛନ୍ତି । ଆମ ଦେଶରେ ୨୦ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କର ଆକଳନ କରାଯାଇପାରେ ନାହିଁ ତେଣୁ ସବୁ ରୋଗୀଙ୍କୁ ଆବିଷ୍କାର କରି କିପରି ସେମାନଙ୍କର ଚିକିତ୍ସା କରାଯାଇପାରିବ ତାହା ହିଁ ବଡ଼ ଆହ୍ବାନ ବୋଲି । ସେ କହିଥିଲେ । 

କୋଭିଡ ଯୋଗୁଁ ଯକ୍ଷ୍ମା ବିରୁଦ୍ଧରେ ଚାଲିଥିବା ଅଭିଯାନ ଅନେକ ପରିମାଣରେ ବାଧାପ୍ରାପ୍ତ ହୋଇଛି । କାରଣ ସମଗ୍ର ଦେଶରେ ଚିକିତ୍ସା ବ୍ୟବସ୍ଥା ଏହି ମହାମାରୀକୁ ପ୍ରତିହତ କରିବା ନିମନ୍ତେ ବ୍ୟସ୍ତ ରହିଲା । ଡକ୍ଟର ବେହେରା କହିଲେ ଯେ ଯକ୍ଷ୍ମା ନିରାକରଣ ନିମନ୍ତେ ନୂତନ ତଥା ଅତ୍ୟାଧୁନିକ ଔଷଧ ଏବଂ ନିଦାନ ପଦ୍ଧତି ବର୍ତ୍ତମାନ ଉପଲବ୍ଧ ଓ ଏହା ବ୍ୟବହାର କରି ଏହି ରୋଗର ମୂଳତ୍ପାଟନ କରାଯାଇପାରିବ ।

ଏହି ସଭାରେ ସୋଆ କୁଳପତି ପ୍ରଫେସର ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ତଥା ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଡାକ୍ତର) ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସନାଲ ଡିନ୍ ଡାକ୍ତର ଅଜୟ କୁମାର ଜେନା ଓ ପଲମୁନାରୀ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ବନାନୀ ଜେନା ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ରାଖୁ ଲୁମ, ଡାକ୍ତର ପ୍ରିୟଦର୍ଶିନୀ ବେହେରା, ଡାକ୍ତର ସଂଗୀତା ଜେନା, ଡାକ୍ତର ସୋନାଲୀ । ପରିଡା, ଡାକ୍ତର ପ୍ରିୟତମ ଛୋଟରାୟ, ଡାକ୍ତର କ୍ଷୀରୋଦ ସାହୁ, ଡାକ୍ତର ଶୁଭକାନ୍ତ ନନ୍ଦ ଓ ଡାକ୍ତର କଲୋଳିନୀ ସେନ୍ ଉପସ୍ଥିତ ଥିଲେ ।

କିଟକୁ ସ୍ପୋର୍ଟ୍ସଷ୍ଟାର ଏସେସ୍ ପୁରସ୍କାର ୨୦୨୨ । କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ


ଭୁବନେଶ୍ୱର,କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟ୍ସଷ୍ଟାର ଏସେସ୍ ପୁରସ୍କାର ୨୦୨ ୨ ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା ଦେଶର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶନିବାର ମୁମ୍ବାଇଠାରେ ସୋର୍ଟିଷ୍ଟାର ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଭାରତୀୟ ପ୍ରାକ୍ତନ କ୍ରିକେଟ ତାରକା ସୁନିଲ ଗାଭାସ୍କରଙ୍କ ସମେତ ବହୁ କ୍ରୀଡ଼ାବିତ୍, କୋଟ୍ ଓ ପ୍ରାକ୍ତନ କ୍ରୀଡ଼ାବିତ୍ ପ୍ରମୁଖ ଉପସ୍ଥିତ ଥିଲେ। ୨୦୦୪ ମସିହାରୁ କିଟ୍ ଓ କିସ୍ କ୍ରୀଡ଼ାର ବିକାଶ, କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହ ଓ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି । 

କିଟ୍ ଓ କିସ୍‌ରେ ଉନ୍ନତ ଓ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଜରିଆରେ ଉଭୟ ଅନୁଷ୍ଠାନରୁ ୫ ହଜାରରୁ ଊଦ୍ଧ ଆଞ୍ଚଳିକ, ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି ହୋଇ ପାରିଛନ୍ତି । ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ବରେ କିଟ୍ ଓ କିସ୍ ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ କରିବା ସହ ଅଲିମ୍ପିକ୍ ପାଇଁ ମଧ୍ୟ କ୍ରୀଡ଼ାବିତଙ୍କୁ ସାମିଲ କରିପାରିଛି । କ୍ରୀଡ଼ା କ୍ଷେତ୍ରରେ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସୋଷ୍ଟାର ଏସେସ୍ ପୁରସ୍କାର ବିଚାରକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । କିଟ୍ ପକ୍ଷରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ର କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଓ ଅନ୍ତର୍ଜାତୀୟ ବ୍ୟାପାର ବିଭାଗ ନିର୍ଦ୍ଦେଶକ ଡ. ବରୁଣ ସୁତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଏଥିରେ ଖୁସି ବ୍ୟକ୍ତ କରିବା ସହ ଶ୍ରୀ ସାମନ୍ତ ସୋର୍ଟସଷ୍ଟାରକୁ ନିଜର କୃତଜ୍ଞତା ଜଣାଇଛନ୍ତି ।

ପଖାଳ ଦିବସ ପାଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ‘ପଖାଳ ଦିବସ' ଅବସରରେ ପଖାଳ ଖାଇ ପ୍ରତ୍ୟେକ ଓଡ଼ିଆଙ୍କୁ ଏହି ଦିବସର ଶୁଭେଚ୍ଛା ବାର୍ତା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଝିଟ୍ କରିଛନ୍ତି ଯେ ଆମ ଓଡ଼ିଆ ଲୋକଙ୍କର ପ୍ରିୟ ଖାଦ୍ୟ ‘ପଖାଳ’ ଖାଇ ଅତ୍ୟନ୍ତ ଆନନ୍ଦିତ । ପଖାଳ ମୋର ଅତି ପ୍ରିୟ । ପଖାଳ ସାଙ୍ଗରେ ଅନ୍ୟାନ୍ୟ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ସ୍ଵାଦ ସତରେ ନିଆରା । ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ପଖାଳ’ର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ।

କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ବିଜେପିରେ ହେଲେ ସାମିଲ

ଭୁବନେଶ୍ବର, ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ବହୁ ନିର୍ବାଚିତ ସମିତି ସଭ୍ୟ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ସାଧାରଣ ସଂପାଦକ ଯୁଗଳ କିଶୋର ପୋଡ ଏବଂ ନବନିର୍ବାଚିତ ଭବାନିପାଟଣା ବ୍ଲକ ଚେୟାରମ୍ୟାନ ଶ୍ରୀ ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ବରେ ନବନିର୍ବାଚିତ ସମିତି ସଭ୍ୟ ପୁଷ୍ପାଞ୍ଜଳୀ ସାହୁ, ଗୋପାଲ ରଣା, ଦାମ ଧରୁଆ, ଜନନୀ ବେମାଲ, ଗିତାଞ୍ଜଳୀ ସାହୁ, ତିବୁଲି ନାଗ, ତିଲୋତମା ଜାଲ, ରଜନୀ ସାହୁ, ବଲ୍ଲଭି ନାଏକଙ୍କ ସମେତ ସରପଂଚ ୟୁନିୟନର ପୂର୍ବତନ ସଭାପତି ରବିନ୍ଦ୍ର ସାହୁ, ପୂର୍ବତନ ସରପଂଚ ସୁଶାନ୍ତ କୁମାର ସାହୁ, ଅରୁଣ ମାଝା, ଦୟା ବେମାଲ, ବେଲାଳସେନ ନାଏକ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ବାଗତ ଜଣାଇଥିଲେ । ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଏବଂ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କୁ ସମର୍ଥନ ଜଣାଇ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ । ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ଶ୍ରୀ ମହାପାତ୍ର ସ୍ୱାଗତ କରିଥିଲେ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ପେ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଂଚାନନ ନାୟକ, କଳାହାଣ୍ଡି ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ସାଗର ମାଝୀ, ମନୋଜ କୁମାର ସାହୁ, ବିଭିଷଣ ସାହୁ, ଚିନ୍ମୟ ବେହେରା, ଶରତ ନାଏକ, ନରେଶ ସାହୁ, ସୁମନ୍ତ ପାଢୀ, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନା ଓ ମଞ୍ଚୁ ରଥଙ୍କ ନିର୍ବାଚନ ପ୍ରଚାର ଜୋରଦାର

ବ୍ରହ୍ମପୁର, ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୧୬ ଓ ୧୭ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। କଂଗ୍ରେସ ଜିଲ୍ଲା ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଆୟୋଜିତ ଶୋଭାଯାତ୍ରାରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। କଂଗ୍ରେସର ମେୟର ପ୍ରାର୍ଥନୀ ମଞ୍ଚ ରଥ, ୧୬ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥନୀ ରଶ୍ମିତା ପ୍ରଧାନ, ୧୭ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ କେ. ରବିଙ୍କ ସମେତ ବିଭିନ୍ନ ୱାର୍ଡରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ବିଧାୟକ ଶ୍ରୀ ଜେନା ବିଭିନ୍ନ ଅଞ୍ଚଳ ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ । 

ପ୍ରାରମ୍ଭରେ ୧୭ ନଂ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟକୁ ଶ୍ରୀ ଜେନା ଉଦଘାଟନ କରି ବ୍ରହ୍ମପୁର ସହରର ମୌଳିକ ସମସ୍ୟା ସମାଧାନ କରିବା ଦିଗରେ ମହାନଗର ନିଗମ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଏହି ବ୍ୟବସ୍ଥାର ପରିବର୍ତ୍ତନ ପାଇଁ କଂଗ୍ରେସ ହିଁ ଏକ ବିକଳ୍ପ ଦଳ ଚଳିତ ନିର୍ବାଚନରେ ଭୋଟର ଉଚିତ ଜବାବ ଦେବେ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ। ନିରପେକ୍ଷ ନିର୍ବାଚନ ପରିଚାଳନା ସଠିକ୍ ଭାବେ ହୋଇପାରୁନାହିଁ ବୋଲି କହିବା ସହ ସମ୍ବିଧାନକୁ ସମ୍ମାନ ପ୍ରଦାନ କରାଯାଉ ।

ମେୟର ପ୍ରାର୍ଥନୀ ମଞ୍ଜୁ ରଥ ସହରର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି, ତାହା କେବଳ କଂଗ୍ରେସ ଅମଳରେ ହିଁ ହୋଇଥିଲା । କିନ୍ତୁ ଗତ ଦୁଇ ଦଶନ୍ଧି ଧରି କୌଣସି ଆଖୁଦୃଶିଆ କାର୍ଯ୍ୟ ହୋଇନାହିଁ । ସୌନ୍ଦର୍ଯ୍ୟକରଣ ପାଇଁ ସହରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସହରବାସୀଙ୍କ ମୌଳିକ ସମସ୍ୟା ପୁରଣ କରିବାରେ ନିଗମ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ସଚେତନ ନାଗରିକମାନେ ଏଦିଗରେ ସୁଚିନ୍ତିତ ବିଚାର କରିବାର ସମୟ ଆସିଛି। ତେଣୁ କଂଗ୍ରେସ ଦଳକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସି, ଏସଟି ସେଲର ସଭାପତି ଅମିର୍ ଭୂୟାଁ, ଜିଲ୍ଲା କଂଗ୍ରେସର ମୁଖପାତ୍ର ରବି ରଥ ପ୍ରମୁଖ ଉଦବୋଧନ ଦେଇଥିଲେ।

ମଧୁବାବୁଙ୍କ ଜୟନ୍ତୀରେ +୨ ପରୀକ୍ଷା ବନ୍ଦ ହେଉ - ଉତ୍କଳ ସମ୍ମଳନୀ

କଟକ,ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଏହାର ସଭାପତି ଏବଂ ସାଧାରଣ ସଂପାଦକ ଯଥାକ୍ରମେ ଅଧିବକ୍ତା ଶ୍ରୀ ବସନ୍ତ କୁମାର ତ୍ରିପାଠୀ ଏବଂ ଡା, ରାଧାନାଥ ପ୍ରହରାଜ ଜଣାଇ ଅଛନ୍ତି ଯେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଆସନ୍ତା ତା ୨୮.୦୪.୨୦ ୨୨ ରିଖ ଠାରୁ +୨ ପରୀକ୍ଷା ଆରମ ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ କାରଣ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ଜଣାଥିବ ଯେ ଏହି ଦିନଟି ହେଉଛି ଓଡ଼ିଆ ଜାତିର ଗର୍ବ ଗୌରବ ତଥା ବିଶିଷ୍ଟ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ ତମ ଜୟନ୍ତୀ ଦିବସ । ଏପରି ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାଆନ୍ତି । ସୁତରାଂ ଏହି ଦିନ + ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଗଲେ ଏହା ମଧୁବାବୁଙ୍କ ସ୍ମୃତିଚାରଣ ଠାରୁ ପିଲାମାନଙ୍କୁ ଦୂରେଇ ରଖିବା ପରି ମନେହେବ । 

ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ସମ୍ମିଳନୀ ସମେତ ବହୁ ଅନୁଷ୍ଠାନ ଉତ୍କଳ ଗୌରବଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଭାରତ ସରକାରଙ୍କ ଠାରେ ଦାବୀ କରୁଥିବା ସମୟରେ ଏହି ଦିବସକୁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକରେ ପାଳନୀୟ ଦିବସ ଭାବରେ ଗ୍ରହଣ ପରିବର୍ତ୍ତେ ପରୀକ୍ଷା ଦିବସ ଭାବରେ ଗ୍ରହଣ କରିବା ଗ୍ରହଣୀୟ ବା ସ୍ପୃହଣୀୟ ନୁହେଁ । ଏହି ଦିନଟି ପରୀକ୍ଷା ବନ୍ଦ କରି ଦେଲେ ବୋଧହୁଏ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଆକାଶ ଛିଣ୍ଡିପଡିବ ନାହିଁ ବୋଲି ଆମର ଧାରଣା । ତେଣୁ କତୃପକ୍ଷ ଚାରିକୋଟିରୁ ଉର୍ଣ୍ଣ ଓଡ଼ିଆଙ୍କର ମଧୁବାବୁଙ୍କ ପ୍ରତି ଥିବା ଭାବାବେଗକୁ ବିଚାରକୁ ନେଇ ଏହି ଦିନଟି ପରୀକ୍ଷା ବନ୍ଦ କରିବାକୁ ଆମେମାନେ ଭତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଦାବି କରୁଅଛୁ ।

ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ : ସମୀର ମହାନ୍ତି

ଭୁବନେଶ୍ୱର, ନିର୍ବାଚନ ସମୟରେ ରାଜ୍ୟର ସରଳ ଓ ଗରୀବ ଭୋଟରଙ୍କୁ ମିଛ ସପ୍ନ ଦେଖାଇ ଏବଂ ପ୍ରଲୋଭିତ କରି କେବଳ ପ୍ରତାରଣା ଦେଇ ଆସୁଛି ଶାସକ ବିଜେଡି । ମିଛ ବିଲ୍ କରି କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା ବିଜେଡିର ସ୍ଥାନୀୟ ନେତା ଓ କର୍ମୀମାନେ ନିଜ ଭିତରେ ବ୍ୟଟି ନେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ସମେତ ଅନେକ କେନ୍ଦ୍ରୀୟ ଯୋଜନାକୁ ପ୍ରକୃତ ହିତାଧୁକାରୀଙ୍କ ପରିବର୍ତ୍ତେ ଦଳୀୟ ଭିତିରେ ଧନୀ ବିଜେଡି କର୍ମୀଙ୍କୁ ବଂଟନ କରି ଗରୀବ ଜନତାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର । ଶାସକ ବିଜେଡିର ଆନ୍ତରିକତା ଓ ଇଚ୍ଛାଶକ୍ତି ଅଭାବ ସମେତ ବ୍ୟାପକ ମାତ୍ରାରେ ଦୁର୍ନୀତି କାରଣରୁ ଆଜି ଓଡିଶା ରାଜ୍ୟ ବିକାଶ ମାନଚିତ୍ରରେ ବହୁ ପଛରେ ରହିଯାଇଛି । 

ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ବିକାଶ ନାହିଁ । ରାଜ୍ୟର ସହରାଂଚଳରେ ମଧ୍ୟ ସମାନ ପରିସ୍ଥିତି । ବସ୍ତିବାସିନ୍ଦାଙ୍କ ସମେତ ଗରୀବ ଲୋକମାନେ ରାସନ । କାର୍ଡ, ପଘର, ପାନୀୟ ଜଳ, ବିଧବା ଓ ବାକ୍ୟ ଭତା ଆଦି ପାଇବାରୁ ବଂଚିତ ହୋଇଛନ୍ତି । ଆନ୍ତରିକତାର ଅଭାବ କାରଣରୁ ଜାଇକା ପ୍ରକଳ୍ପ ଆଜି କଟକବାସିନ୍ଦାଙ୍କ ପାଇଁ ବିରାଟ ଚିନ୍ତାର କାରଣ ସାଜିଛି । ନାଳ ନର୍ଦମା, ରାସ୍ତାଘାଟ ଭଳି ବିଭିନ୍ନ ମୌଳିକ ସୁବିଧା ଓ ଭିତିଭୁମିରୁ ବଂଚିତ ହୋଇଛନ୍ତି ସହରାଂଚଳବାସୀ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କଟକ ମହାନଗର ନିଗମର ବିଭିନ୍ନ ଅଂଚଳ ବୁଲି ପ୍ରଚାର ଅବସରରେ କହିଛନ୍ତି ।

ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ବାସ କରନ୍ତି । ମୋଦିଜୀଙ୍କ ମୂଳମନ୍ତ୍ର “ସକା ସାଥ, ସକା ବିକାଶ, ସକା ବିଶ୍ବାସ, ସକା ପ୍ରୟାସ । ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ । ଆର୍ଥିକ ଅନୁଦାନ ମିଳିଥିବା ସତ୍ତ୍ୱେ ରାଜ୍ୟରେ ବିକାଶ ଠପ୍ ରହିଛି । ଶାସକ ବିଜେଡିର ଶୋଷଣ ଓ ପ୍ରତାରଣା ଫଳରେ କଟକ । ତା’ର ପ୍ରକୃତ ସ୍ଥିତି ହରେଇ ବସିଛି । ରାଜ୍ୟର ସର୍ବପୁରାତନ ସହର କଟକର ସାମଗ୍ରକ ବିକାଶ ପାଇଁ ଏକ ଦୃଢ, ସଂକଳ୍ପବଦ୍ଧ ଏବଂ ଇଚ୍ଛାଶକ୍ତି ରହିବା ନିହାତି ଆବଶ୍ୟକ । ପ୍ରତ୍ୟେକ ଲୋକଙ୍କ ପାଖରେ ପକ୍କାଘର, ପାନୀୟ ଜଳ, ରୋଷେଇ ଗ୍ୟାସ, ବ୍ୟାକ ବ୍ୟବସ୍ଥାର ସୁବିଧା ପହଁଚାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ । 

ଡିଜିଟାଲ ଭାରତ ଗଠନ ନିମନ୍ତେ ଡିଜିଟାଲ ମୁଦ୍ରା ପ୍ରଚଳନ, ୫-ଜି ଟେଲିକମ ସେବା, ବନ୍ଦେ ଭାରତ ଏକ୍ସପ୍ରେସ ରେଳର ପ୍ରଚଳନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କଟକ ମହାନଗର ନିଗମ ଅନ୍ତର୍ଗତ ୧୭ ଓ ୨୫ ନମ୍ବର ସ୍ମାର୍ଡର ବିଭିନ୍ନ ଅଂଚଳ । ବୁଲି ମେୟର ପ୍ରାର୍ଥୀ ଶ୍ରୀତମ ଦାଶଙ୍କ ସମେତ ସ୍ଥାନୀୟ କର୍ପୋରେଟରଙ୍କ ସପକ୍ଷରେ ଘରକୁ ଘର ବୁଲି ପ୍ରଚାର କରିଥିଲେ । କଟକ ସହର ହେଉଛି ଭାଇଚାରାର ସହର । ଦୋଳ ହେଉଛି ଆମର ପରମ୍ପରା ପବିତ୍ର ଦୋଳ ମେଲଣର ଶେଷ ଦିନରେ କଟକ ସହରରେ କଟକବାସୀଙ୍କ ସହିତ ଉପସ୍ଥିତି ଥୁବାରୁ ବହୁତ ଆନନ୍ଦିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରୋଟାରୀ କ୍ଲବ ଭୁବନେଶ୍ୱର ସେଣ୍ଟ୍ରାଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ଆନ୍ତର୍ଜାତିକ ରୋଟାରୀ ଜିଲ୍ଲା ୩୨୬୨ ଅନ୍ତର୍ଗତ ରୋଟାରୀ କ୍ଲବ ଭୁବନେଶ୍ଵର ସେଣ୍ଟ୍ରାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଗଭର୍ଣ୍ଣର ରଂ ଶାନ୍ତନୁ କୁମାର ପାଣି କହିଲେ ଯେ, ସେବାର ଅନ୍ୟ ନାମ ରୋଟାରୀ । ସାରା ପୃଥିବୀରେ ଆନ୍ତର୍ଜାତିକ ରୋଟାରୀ ଅନୁଷ୍ଠାନ ସାଧାରଣ ଜନତାକୁ ବିଭିନ୍ନ ସେବା ଦେଇଆସୁଛି । ଜଳଦାନ ସେବା ଠାରୁ, ଚକ୍ଷୁଦାନ, ରକ୍ତଦାନ, ଶରୀର ଦାନ ସବୁରେ ଅଗ୍ରଭାଗରେ ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତାମାନେ ନିଃସ୍ୱାର୍ଥପର ଭାବେ ବର୍ଷ ବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ବାରିପଦା ରୋଟାରୀର ସମର୍ପିତ କାର୍ଯ୍ୟକର୍ତ୍ତା ନିରଜ ପଣ୍ଡା ବିଶ୍ବରୁ ପୋଲିଓମୁକ୍ତ ନିରାକରଣରେ ରୋଟାରୀର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ । 

କୃବ ମେଣ୍ଟର ପିପି ଶୁଭେନ୍ଦୁ ପରିଡ଼ା ରୋଟାରୀକୁ ଏକ ସାମାଜିକ ଆନ୍ଦୋଳନ ବୋଲି କହିଥିଲେ । କ୍ଲବର ପ୍ରତିଷ୍ଠାତା ସଭାପତି ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ କରୋନା ସମୟରେ ରୋଟାରୀ ପକ୍ଷରୁ ସଚେତନତା ରଥ ଓ ମାସ୍କ ବଣ୍ଟନ ସହ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ରାସନ ପ୍ରଦାନରେ ଏକ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ । ବୁଦ୍ଧିଜୀବୀ ସ୍ଵାଗତ ରାଉତରାୟ ସ୍ୱାଗତ ଭାଷଣ ଓ କ୍ଲବ ସମ୍ପାଦକ ଶିକ୍ଷାବିତ୍ ଜ୍ୟୋତିଶଙ୍କର ମହାନ୍ତି ବାର୍ଷିକ ବିବରଣୀ ସହ ଭବିଷ୍ୟତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଟେରାରୀ ଜିଲ୍ଲାର ପ୍ରଥମ ମହିଳା ଡଃ ଝରଣା ପାଣିଙ୍କୁ ଡ ନିବେଦିତା ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ପରେ ଶ୍ରୀମତୀ ମିତ୍ରା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । 

ଆଜିର ଉତ୍ସବରେ ଡଃ କରୁଣାକର ପ୍ରଧାନ ଓ ଶ୍ରୀମତୀ ମହାନ୍ତିଙ୍କୁ ରୋଟାରୀର ସଭ୍ୟଭୁକ୍ତ କରାଯାଇଥିଲା । ଡଃ ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ବରର ସଭାପତି ଇଂ ସୁଧ୍ୟଶୁ ଶେଖର ହରିଚନ୍ଦନ, ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ ଓ ଶ୍ରୀ ସୁଖଧାମ ଟ୍ରଷ୍ଟର ପରିଷ୍ଟଳନା ଟ୍ରଷ୍ଟି ଦେବଜାନୀ ରାୟଙ୍କୁ ଉତ୍ତରୀୟ ଓ ରୋଟାରୀ ବ୍ୟାଟ୍ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ରୋଟାରିଆନ ଏଲୋରା ରାୟ ସଂଯୋଜନା କରିଥିଲେ।

ଭୋଟ ଦେବା ବାଧ୍ୟତାମୂଳକ ଓ ନେତାମାନଙ୍କର ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ପାଇଁ ଦାବି

ଭୁବନେଶ୍ୱର,ବିଶ୍ୱର ସର୍ବବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର ଭାରତର ଗଣତନ୍ତ୍ରର ବୟସ ଯେତିକି ଯେତିକି ବୃଦ୍ଧି ପାଉଛି, ଗଣତନ୍ତ୍ରର ପଦ୍ଧତି ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତିନିଧ ବା ରାଜନେତାମାନଙ୍କର ଗୁରିତ୍ରିକ ଗୁଣାବଳୀରେ ସେତିକି ଦୁର୍ନୀତି, ଅପରାଧ ବଢି ବଢି ଋଲିଛି । ତେଣୁ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନିନ୍ ଅଫ୍ ଦି ଟାଇମ୍ ପକ୍ଷରୁ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ପାଇଁ ଏକ ଜାତୀୟସ୍ତରୀୟ ଅଭିଯାନ ମାର୍ଚ୍ଚ ୨୧ ତାରିଖରୁ ଆରମ୍ଭ ହେବ ବୋଲି ହୋଟେଲ କେଶରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଡ୍ ଅଫ୍ ଦି ଟାଇମ୍ବର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ଶ୍ରୀ ନରେନ୍ଦ୍ର ପୃଷ୍ଟି ପ୍ରକାଶ କରିଛନ୍ତି । 

ସେମାନେ କହିଛନ୍ତି ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଚଳିତ ନିର୍ବାଚନ ପଦ୍ଧତି ଓ ଆମ ଦେଶର ନିର୍ବାଚନ ପଦ୍ଧତି ସମ୍ପର୍କରେ ତୁଳନାତ୍ମକ ସମୀକ୍ଷା କରାଯିବା ସହ ଆମ ଦେଶର ରାଜନୈତିକ ବିଷାରଦମାନଙ୍କର ମତାମତକୁ ଆଧାର କରି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ଅଭିଯାନ ଭଲିବା ସହିତ ମୁଖ୍ୟ ନିର୍ବାଚନ କମିଶନର, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏ ସମ୍ପର୍କରେ ଦାବିପତ୍ର ତଥା ରାଜନୈତିକ ବିଷାରଦମାନଙ୍କର ମତାମତ ପ୍ରଦାନ କରାଯିବ ।

ଡାକ୍ତରୀ ପଢ଼ିବା ପାଇଁ ରୂପଶ୍ରୀଙ୍କୁ କିସ୍ ଫାଉଣ୍ଡେସନ୍‌ର ସହାୟତା

ଭୁବନେଶ୍ୱର,ଡାକ୍ତରୀ ପଢ଼ିବେ ରୂପଶ୍ରୀ ପଢ଼ିବା ପାଇଁ ଏଣିକି ଆଉ ତାଙ୍କୁ ଆର୍ଥିକ ଚିନ୍ତା କରିବାକୁ ପଡ଼ିବ ନାହିଁ । ଫଳରେ ନିଶ୍ଚିନ୍ତରେ ସେ ଏଣିକି ନିଜ ଡାକ୍ତରୀ ପଢ଼ାରେ ଧାନ ଦେଇପାରିବେ । ବହୁ ଅଭାବ ଅନଟନ ଓ ସଂଘର୍ଷ ମଧ୍ୟରେ ଭୁବନେଶ୍ୱର ପ୍ରଶାନ୍ତିବିହାରର କୃଷ୍ଣଚନ୍ଦ୍ର ସେନାପତିଙ୍କ କନ୍ୟା ରୂପଶ୍ରୀ ନିଜ ପ୍ରତିଭାକୁ ପ୍ରତିପାଦିତ କରି ଡାକ୍ତରୀ ଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରତିବନ୍ଧକ ସାଜିଥିଲା ଅର୍ଥ । ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ ରୂପଶ୍ରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ହାତ ବଢ଼ାଇଛି କିସ୍ ଫାଉଣ୍ଡେସନ୍ । କୌଣସି ଛାତ୍ରଛାତ୍ରୀ କୌଣସି କାରଣରୁ ଯେପରି ଶିକ୍ଷା ଗ୍ରହଣରୁ ବଞ୍ଚିତ ନ ହୁଏ ସେଥିପାଇଁ କିସ୍ ଫାଉଣ୍ଡେସନ୍ ସର୍ବଦା ତତ୍ପର ରହିଆସିଛି । 

ରୂପଶ୍ରୀଙ୍କ ସହ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଯୋଗାଯୋଗ କରାଯିବା ପରେ ତାଙ୍କୁ ଆର୍ଥିକ ସହାୟତା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବଲାଙ୍ଗୀରସ୍ଥିତ ଭୀମଭୋଇ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବା ପାଇଁ କିସ୍ ଫାଉଣ୍ଡେସନ୍ ପକ୍ଷରୁ ତୁରନ୍ତ ୩୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ଡାକ୍ତରୀ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ବର୍ଷକୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କିସ୍ ଫାଉଣ୍ଡେସନ୍ ପକ୍ଷରୁ ଘୋଷଣା କରାଯାଇଛି । ଏହା ବ୍ୟତୀତ ରୂପଶ୍ରୀଙ୍କ ବାପା ଶଯ୍ୟାଶାୟୀ ଥିବାରୁ ପରିବାରର ଜଣେ ସଦସ୍ୟଙ୍କୁ ତାଙ୍କ ଯୋଗ୍ୟତା ଭିଭିରେ ଭୁବନେଶ୍ବରସ୍ଥିତ କିସ ହସ୍‌ପିଟାଲ୍‌ରେ ନିଯୁକ୍ତି ପ୍ରଦାନ ଦିଗରେ କିସ୍ ଫାଉଣ୍ଡେସନ୍ ପ୍ରୟାସ କରିବ । ଅସମୟରେ ସହଯୋଗର ହାତ ବଢ଼ାଇଥିବାରୁ ରୂପଶ୍ରୀ ଓ ତାଙ୍କ ପରିବାର କିସ୍ ଫାଉଣ୍ଡେସକୁ କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ସ୍ଥାନୀୟ ଲୋକମାନେ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ।

କେଉଟ, କୈବର୍ତ୍ତୀ, ଧୀବର ଜାତିଙ୍କୁ ଏସ୍.ସି ତାଲିକାରୁ ବାଦ୍ ଦିଆଯିବା ଦାବିରେ ଅନୁସୂଚିତ ଜାତି ଜନଜାତି ସଂଗଠନ ରାଜରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର, ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ଵାରା ସିଂହଭାଗ ହଡ଼ପ ହୋଇଯାଇଅଛି । ପ୍ରକୃତରେ ଆମେ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖୁ ସଂରକ୍ଷଣ ପାଇଛୁ । ଏହାର ଉଦାହରଣ ହେଉଛି କେଉଟ, କୈବର୍ଭ, ଧୀବର ଆଦି ସବର୍ଣ ଜାତି ଅଟନ୍ତି, ସେମାନେ ଅସୃଶ୍ୟ ନୁହଁନ୍ତି । ଘେରାରେ ସଂରକ୍ଷଣକୁ ହଡ଼ପ କରୁଥିଲେ । ପରେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ପଛଦ୍ଵାର ଦେଇ ଏସ୍.ସି. ତାଲିକାକୁ ୨୦୦୨ ଡ଼ିସେମ୍ବରରେ ପଶି ଆସିଛନ୍ତି । ଏମାନଙ୍କ ସଂଖ୍ୟା ୨ ଲକ୍ଷ ଭିତରେ ଥିଲେ ମଧ୍ୟ ଏମାନେ ୮୦ ଲକ୍ଷ ଦଳିତମାନଙ୍କର ୮୦ ଭାଗ ସୁବିଧା ସୁଯୋଗ ଲୁଣ୍ଠନ କରିଗଲିଛନ୍ତି । 

ଦୀର୍ଘଦିନ ଧରି ସେମାନଙ୍କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତାଙ୍କୁ ଏସ୍.ସି. ତାଲିକାରୁ ବାଦ୍ ଦେଉନାହାଁନ୍ତି । ବରଂ ତାଙ୍କୁ ସାଦୃଶ କରି ରାଢି, ନିଆରି, ଘଣି ଆଦି ସାତଟି ସବର୍ଷ ଜାତିକୁ ଏସ୍.ସି ତାଲିକାରେ ସ୍ଥାନ ଦେବାଲାଗି ସୁପାରିଶ କରିଛନ୍ତି । ଏହା ଏକ ବେପାରରେ ପରିଣତ ହୋଇଗଲାଣି । ଆହୁରି ତେଲୀ, ତନ୍ତୀ, ଭଣ୍ଡାରି, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଆଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍.ସି. ତାଲିକାରେ ପଶିବା ପାଇଁ ଚକ୍ରାନ୍ତ ଋଲିଛି । ସେହିପରି ମାହାନ୍ତ ଓ ମେହେର ଆଦି ସବର୍ଣ୍ଣ ଜାତିମାନେ ଏସ୍.ସି, ଏସ୍.ଟି ତାଲିକାରେ ସ୍ଥାନିତ ହବା ନିମିତ୍ତ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ମେହେନ୍ତର, ଦଳିତ ବୈଷ୍ଣବ ଜାତିମାନେ ଏସ୍.ସି ଓ ସଅରମାନଙ୍କୁ ଏସ୍.ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ । କେଉଟ, କୈବର୍ଭ, ଧୀବର ଜାତିମାନଙ୍କ ଦ୍ଵାରା ଦଳିତ ଏବଂ ସାଧାରଣ ବର୍ଗଙ୍କ ଉପରେ ପ୍ରାୟୋଜିତ ହିଂସା ସୃଷ୍ଟି କରାଯାଉଛି । କାରଣ ସେମାନଙ୍କୁ ଏସ୍.ସି, ଏସ୍.ଟି ନିର୍ଯ୍ୟାତନା ନିବାରଣ ଆଇନ ଲାଗୁ କରାଯାଇ ପାରୁନାହିଁ । 

ଏଣୁ ଅସୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ସହ ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ଦାଣ୍ଡିମାଳ ସେବକ ସଂଘ, କାଳନ୍ଦୀ ସମାଜ, ପାସି ସମାଜ, ଭୋଇ ସମାମ, ବାନ୍ତ୍ରୀକ ସମାଜ, ପଶ୍ଚିମ ଓଡ଼ିଶାର ଲକ୍ଷେଘର ବଣ୍ଡା ସମାଜ, ଦଳିତ ଜାତିସଂଘ, ଭୀମ ଆର୍ମି ମାନଙ୍କ ତରଫରୁ ଏହି କେଉଟ, କୈବର୍ଷ, ଧୀବର ଜାତିଙ୍କୁ ତୁରନ୍ତ ଏସ୍.ସି ତାଲିକାରୁ ହଟାଯିବା ଏବଂ ସୁପାରିଶ ହୋଇଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ପ୍ରତ୍ୟାହାର କରିବା, ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବମାନଙ୍କୁ ଏସ.ସି ତାଲିକାଭୁକ୍ତ କରିବା ଓ ସିଅର ଜାତିକୁ ଏସ୍.ଟି ତାଲିକାଭୁକ୍ତ କରିବା ନିମିତ୍ତ ଦାବି କରାଯାଇଅଛି । 

ଏହି କେଉଟ, କୈବର୍ଭ, ଧୀବର ଜାତିମାନଙ୍କୁ ଏସ୍.ସି. ସଂରକ୍ଷିତ ସରକାରୀ ଓ ଦଳୀୟ ପଦପଦବୀ ଦିଆନଯାଉ ଓ ସବର୍ଣମାନଙ୍କୁ ଏସ୍.ସି ତାଲିକାରେ ସ୍ଥାନିତ ପାଇଁ ସହଯୋଗ କରିଥିବା ସରକାରୀ କର୍ମଶ୍ବରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍.ସି/ ଏସ୍.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରି ଏହି ସବର୍ଣ୍ଣ ଜାତିମାନଙ୍କୁ ଏସ୍.ସି ତାଲିକାରୁ ବାହାର କରନ୍ତୁ । ସରକାର ଯଦି ଏହି କେଉଟ, କୈବର୍ଷ, ଧୀବରଜାତିମାନଙ୍କୁ ତୁରନ୍ତ ଅନୁସୂଚିତ ଜାତି ତାଲିକାରୁ ବାଦ୍ ନ ଦିଅନ୍ତି, ତାହେଲେ ଉପରଲିତ ଅନୁଷ୍ଠାନଗୁଡ଼ିକର ୮୦ ଲକ୍ଷ ଦଳିତ ଓ ୧ ଲକ୍ଷରୁ ଅଧୁକ ବନବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ସରକାର ଏଥିପାଇଁ ଦାୟୀ ରହିବେ । ଏହି ନ୍ୟାୟପୂର୍ଣ୍ଣ ଦାବିକୁ ସମସ୍ତ ଗଣମାଧ୍ୟମ ଓ ଜନସାଧାରଣ ଆମକୁ ସହଯୋଗ କରିବା ନିମିତ୍ତ ନିବେଦନ କରୁଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ପ୍ରଶାସନିକ ଅଧିକାରୀ ବନ୍ଧୁ ସେଠୀ, ଲକ୍ଷ୍ମୀଧର ବେହେରା, ରବି ସେଠୀ, ସୁନାକର ବେହେରା, ଲକ୍ଷ୍ମଣ ମଲ୍ଲିକ, ପ୍ରଦୀପ ସେଠୀ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ମାସିକ ଋତୁସ୍ରାବ ଓ ସ୍ଵଚ୍ଛତା ନେଇ ଦୃଷ୍ଟିହୀନ ଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି


ଭୁବନେଶ୍ୱର, ମାସିକ ଋତୁସ୍ରାବ ସମୟରେ କିଭଳି ସଚ୍ଚତା ଅବଲମ୍ବନ କରାଯିବ ସେ ନେଇ ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସଚେତନ କରାଯାଇଛି । ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରୀମାନଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡଃ ସ୍ତୁତିପ୍ରଜ୍ଞା ଦଳବେହେରା ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାପିଷ୍ଟ ଓଡ଼ିଶା ଶାଖାର ମହିଳା ସେଲ ପକ୍ଷରୁ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାସିକ ଋତୁସ୍ରାବ ସମୟରେ ସଚ୍ଚତା ଅବଲମ୍ବନ ନେଇ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ଡଃ ଦଳବେହେରାଙ୍କ ବ୍ୟତୀତ ମହିଳା ସେଲ୍ ମୁଖ୍ୟ ଡଃ ପ୍ରିୟଦର୍ଶିନୀ ମିଶ୍ର, ଡଃ ସୁପ୍ରିୟା, କୋଷାଧ୍ୟକ୍ଷ ଡଃ ପ୍ରଭଞ୍ଜନ ଏବଂ ଇସି ଡଃ ତନୟା ସାମିଲ ହୋଇ ଛାତ୍ରୀମାନଙ୍କ ସହିତ ଆଲୋଚନାର ସୁଯୋଗ ଦେଇଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ମଧ୍ୟରେ ସାନିଟାରୀ ନାପକିନ୍ ବଂଟନ କରାଯାଇଥିଲା ଏବଂ ଏହି ସମୟରେ କିଭଳି ନିଜର ସାକ୍ଷ୍ମୀ ପ୍ରତି ଯତ୍ନ ନେବେ ଏବଂ ସ୍ଵଚ୍ଛତା ଅବଲମ୍ବନ କରିବେ ଯେପରି କୌଣସି ପ୍ରକାର ରି-ପ୍ରଡକ୍ତିଭ ଟ୍ରାକୁ ସଂକ୍ରମଣ ହେବ ନାହିଁ ସେ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା ।

ଚେସ୍ ଖେଳ ମାଧ୍ୟମରେ ନିଶାଗ୍ରସ୍ତ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି

ଭୁବନେଶ୍ୱର, ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ଯୁବକମାନଙ୍କୁ ଚେସ୍ ଖେଳ ମାଧ୍ୟମରେ ସଠିକ୍ ପଥକୁ ଆଣିବାର ଲକ୍ଷ୍ୟ ନେଇ ଏଠାରେ ମଙ୍ଗଳବାର ଏ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ଯୁବଗୋଷ୍ଠୀ ଧଳାଜହର ନିଶାଠାରୁ ନିଜକୁ କିଭଳି ଦୂରରେ ରଖି ଏକ ସୁସୁ ଓ ଗଠନ ମୂଳକ ଜୀବନ ଆଡକୁ ଆକୃଷ୍ଟ ହୋଇପାରିବେ ସେ ନେଇ ମତ ରଖିଥିଲେ । ତ୍ରିସ ମିଶର ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଭୁବନେଶ୍ବର ପୋଲିସ୍ କମିଶନରେଟ, ଓଡ଼ିଶା ମାଇନଂ କର୍ପୋରେସନ୍ ଓ ସେଚ୍ଛାସେବୀ ଅନୁଷ୍ଠାନ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ କେୟାର (ଆଇ.ଆଇ.ଇ.ସି)" ର ମିଳିତ ସହଯୋଗରେ ନିଶାଜନିତ ସାମାଜିକ ବ୍ୟାଧକୁ କିଭଳି ପ୍ରତିହତ କରାଯାଇପାରିବ ସେ ନେଇ ଏକ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ତ୍ରିମସ୍ ମିଶନ୍ ପ୍ରଥମ ପର୍ଯ୍ୟାୟ ରେ ନିଶାଗ୍ରସ୍ତ ପଥଭ୍ରଷ୍ଟ ଯୁବକମାନଙ୍କୁ ସଜାଡିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହିତ ନିଶାଦ୍ବାରା ଅପରାଧ ଘଟାଇଥିବା ୫୦ ଜଣ ଯୁବକଙ୍କୁ ରିଭୋଲ୍ୟୁସନ୍ ଥଇଥାନ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି । ସେମାନଙ୍କୁ କାଉନ୍‌ସେଲିଂ, ଯୋଗ, ବ୍ୟାୟାମ୍ ଏବଂ ଉପଯୁକ୍ତ ଶିକ୍ଷାଦ୍ୱାରା ସୁଧାରିବା ପାଇଁ ଚେଷ୍ଟା କରାଯାଉଛି । ସେହିପରି ଚେସ୍ ଖେଳ ଦ୍ବାରା ସେମାନଙ୍କର ମାନସିକ ସ୍ଥିରତା ବଜାୟ ରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଖେଳରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଲାଭ କରିଥିବା ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ଓ ତାଙ୍କର ସହଯୋଗୀ ସତ୍ୟଜିତ୍ ପଟ୍ଟନାୟକ ଓ ସୂର୍ଯ୍ୟମିତ୍ର ସେନ୍ ୫୦ ଜଣ ଯୁବକଙ୍କୁ ପ୍ରତି ରବିବାର ଦିନ ପ୍ରଶିକ୍ଷଣ ଦେବେ ।

ଚେସ୍ ଭଳି ଏକ ଶକ୍ତିଶାଳୀ ଖେଳ ସେମାନଙ୍କର ମାନସିକ ଏକାଗ୍ରତା ଆଣିବ ବୋଲି ଆଶା କରାଯାଏ ବୋଲି ପ୍ରଫେସର ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡା ଦ୍ଵାରା ମାନସିକ ସ୍ଥିରତାର ଅଭିବୃଦ୍ଧି ସହ ଚାକିରି କ୍ଷେତ୍ର ରେ ବି ଅନେକ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ୍ କରିବା ଅବସରରେ ଅତିରିକ୍ତ ପୋଲିସ୍ କମିଶନର ଶ୍ରୀ ନିତି ଶେଖର ଏହି ଖେଳ ଦ୍ବାରା ନିଶାଗ୍ରସ୍ତ ଯୁବ ସମାଜକୁ ଏକ ସ୍ଥିର ମାର୍ଗଦର୍ଶନ ମିଳିପାରିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ତ୍ରିସ୍ ର ନିର୍ଦ୍ଦେଶକ ଡ. ଶିଶିର କୁମାର ଦାସ ପରିଚାଳନା କରିଥିଲେ ।

ଫଗୁ ଦଶମୀ ଉପଲକ୍ଷେ ବସନ୍ତ ମହୋତ୍ସବ ଓ ବନ୍ଧୁମିଳନ

ଭୁବନେଶ୍ୱର, ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ରାଧାକୃଷ୍ଣ ଫାଉଣ୍ଡେସନ ଆନୁକୁଲ୍ୟରେ ଫଗୁ ଦଶମୀ ଉପଲକ୍ଷେ ବସନ୍ତ ମହୋତ୍ସବ ଓ ବନ୍ଧୁମିଳନ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବନ୍ଧୁମିଳନ ମହୋତ୍ସବରେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ଦାସ ଉଦ୍‌ଘାଟକ, ପୂର୍ବତନ କୁଳପତି ଓ ବିଶିଷ୍ଟ ଅର୍ଥନୀତିଜ୍ଞ କୁମରବର ଦାସ ମୁଖ୍ୟ ଅତିଥ ଓ ଅବରପ୍ରାପ୍ତ ପ୍ରାଧାପିକା ଶ୍ରୀମତୀ ସ୍ଵର୍ଣଲତା ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏଭଳି ସାଂସ୍କୃତିକ ମହୋତ୍ସବର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ ।ପ୍ରାରମ୍ଭରେ ଫାଉଣ୍ଡେସନର ଅନ୍ୟତମ ଉପଦେଷ୍ଟା ତଥା ସିନେକ୍ରିଟିକ ଆସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ହାଲି ସ୍ୱାଗତ ଭାଷଣ ଦେଇଥିବା ବେଳେ ଫାଉଣ୍ଡେସନର ଆବାହକ ରବି ବେହେରା ବସନ୍ତ ମହୋତ୍ସବର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ବିଶେଷ ଆଲୋକପାତ କରିଥିଲେ । 

ସୃଜନୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହାର ଛାତ୍ରଛାତ୍ରୀମାନେ ରାଧାକୃଷ୍ଣଙ୍କ ଉପରେ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ ଆଇ.ପି.ଏସ୍, ଯାଦବ ମହାସଭାର ଜାତୀୟ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ, ଭୁବନେଶ୍ୱର ଯାଦବ ମହାସଭାର ସଭାପତି ସରୋଜ ବେହେରା, ସ୍ତମ୍ଭକାର ଅମିୟ ପାଣ୍ଡବ, ସାହିତ୍ୟିକ ଅମିତାଭ ଖୁଲାର, ସାମାଜିକ ନ୍ୟାୟ ଆନ୍ଦୋଳନର ପଞ୍ଚାନନ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖ୍ ରାଧାକୃଷ୍ଣ ଫାଉଣ୍ଡେସନର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହିତ ରାଜଧାନୀରେ ବସନ୍ତ ମହୋତ୍ସବର ଗୁରୁତ୍ବ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ବନ୍ଧୁମିଳନ ମହୋତ୍ସବରେ ଭୁବନେଶ୍ବର ମେୟର ପ୍ରାର୍ଥନୀ ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ବସନ୍ତ ମହୋତ୍ସବର ଗୁରୁତ୍ବ ଉପରେ ବିଶେଷ ଆଲୋକପାତ କରିବା ସହିତ ରାଧାକୃଷ୍ଣ ପାଉଣ୍ଡେସନର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ମେୟର ପ୍ରାର୍ଥନୀ ଶ୍ରୀମତୀ ଦାସଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଉଛୁସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ରାଜଧାନୀରେ ପ୍ରଥମଥର ପାଇଁ କ ସଂକ୍ରମଣ ପରେ ଆୟୋଜିତ ଏହି ସାଂସ୍କୃତିକ ବନ୍ଧୁମିଳନରେ ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଶତାଧିକ ସଂସ୍କୃତିପ୍ରେମୀ ଯୋଗଦେଇ ଅବିରର ରଙ୍ଗରେ ନିଜକୁ ରଙ୍ଗେଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦୀପକ କୁମାର ଦାସ, ଋଷୀନେତା ବିଜୟ ବେହେରା, ଯୁବନେତା ସଞ୍ଜୟ ନାୟକ, ବରିଷ୍ଠ ରାଜନେତା ସୁଦର୍ଶନ ପ୍ରଧାନ, ଅରୁଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିରଳନାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । 

ପ୍ରଥମଥର ପାଇଁ ରାଜଧାନୀରେ ବସନ୍ତ ମହୋତ୍ସବ ଆରମ୍ଭ ହୋଇଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ସାଂସ୍କୃତିକ ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ରାଧାକୃଷ୍ଣ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ଲୋପ ପାଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ବାଡ଼ିଖେଳ, ଲଉଡ଼ି ଖେଳ, ଓଗାଳ ଓ ରାମତାଳି ପ୍ରବଚନ ଆୟୋଜନ କରାଯିବା ପାଇଁ ଉଦ୍ୟମ କରାଯିବ ବୋଲି ସଂଗଠକମାନେ ପ୍ରକାଶ କରିଥିଲେ । ରାଜ୍ୟ ସରକାର ଲୋପ ପାଉଥିବା ଏହି ଲୋକକଳାକୁ କିଭଳି ପ୍ରୋତ୍ସାହନ ଯୋଗାଇଦେବେ, ସେ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ବେହେରା ମତ ଦେଇଥିଲେ । ଶେଷରେ ଆଡ଼ଭୋକେଟ ଅକ୍ଷୟ ପ୍ରସାଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ୨୪ ଘଣ୍ଟାରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ହେଲା ସମାଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ସିବିଏସଇ)ର ଦଶମ ଶ୍ରେଣୀ ଟର୍ମ-୧ ଓଡ଼ିଆ ପରୀକ୍ଷା ମୂଲ୍ୟାୟନ ତୁଟି ଅଭିଯୋଗ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ହସ୍ତକ୍ଷେପ ପରେ ସିବିଏସଇ ପକ୍ଷରୁ ଏହାକୁ ଗୁରୁତ୍ୱର ସହ ନେଇ ସମାଧାନ କରାଯାଇଛି । ଏହା ଦ୍ଵାରା ୨୮ ହଜାର ୩୧୦ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।ଗତ ୧୧ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀଙ୍କୁ କମ୍ | ମାର୍କ ମିଳିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଓଡ଼ିଆ ପରୀକ୍ଷାରେ ପ୍ରଶ୍ନ ଓ ଉତରରେ ସାମଞ୍ଜସ୍ୟ ନଥୁବା ଅଭିଯୋଗ ହୋଇଥିଲା । 

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୪ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସିବିଏସଇ ଏହାକୁ ଗୁରୁତ୍ବର ସହ ନେଇ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ ଏହି କମିଟି ପରୀକ୍ଷାର ତୁଟିକୁ ଅନୁଧ୍ୟାନ କରିଥିଲେ । ଏହି କମିଟିର ଅନୁଧ୍ୟାନ ରିପୋର୍ଟ ପ୍ରଦାନ କରାଯିବା ପରେ ରିପୋର୍ଟ ଆଧାରରେ ସିବିଏସ୍‌ଇ ଦଶମ ଶ୍ରେଣୀ ଓଡିଆ ବିଷୟର ଓଏମଆର ଗୁଡ଼ିକୁ ବିଶେଷଜ୍ଞ କମିଟି ଦ୍ବାରା ଅନୁମୋଦିତ ହୋଇଥିବା ସଠିକ୍ ଉତର ସହ ମୂଲ୍ୟାଙ୍କନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସଂଶୋଧିତ ମୂଲ୍ୟାଙ୍କନ ମାର୍କକୁ ସଂପୃକ୍ତ ବିଦ୍ୟାଳୟକୁ । ପଠାଯାଇଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇଛନ୍ତି ।

ମହାରାଷ୍ଟ୍ର ରାଜ୍ୟ ବରିଷ୍ଠ ଅଧୁକାରୀଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ବର,ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ବରିଷ୍ଠ ଅଧୁକାରୀ ମାନଙ୍କ ନିମନ୍ତେ ଏକ ତିନିଦିନିଆ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଆଜି ରାଜ୍ୟ ଉନ୍ନୟନ କମିଶନରଙ୍କ ଦ୍ବାରା ମଧୁସୂଦନ ଦାସ ଆଞ୍ଚଳିକ ବିତିୟ ପରିଚାଳନା ଏକାଡେମୀ ପରିସରରେ ଉଦଘାଟିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ଦ୍ବାରା ପରିଚାଳିତ ଏହି ତାଲିମ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର କ୍ୟାଡରର ଆଇ.ଏ.ଏସ, ଆଇ.ପି.ଏସ. ଅଧୁକାରୀଙ୍କ ସମେତ ୫୧ ଜଣ ରାଜ୍ୟସ୍ତରୀୟ ବରିଷ୍ଠ ଅଧୁକାରୀ, ଯନ୍ତ୍ରୀ ଓ ପରାମର୍ଶଦାତା ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

ଏହି ତିନିଦିନିଆ ତାଲିମ ଶିବିରକୁ ଉଦଘାଟନ କରି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଓଡ଼ିଶା, ମହାରାଷ୍ଟ୍ର ପରି ସମୁଦ୍ର ତଟବର୍ତ୍ତୀ ରାଜ୍ୟ ମାନଙ୍କରେ ନିରନ୍ତର ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ଓ ତାହାର ସଫଳ ମୁକାବିଲା ସକାଶେ ଆବଶ୍ୟକୀୟ ବୈଷୟିକ ଓ ପ୍ରଶାସନିକ ପ୍ରସ୍ତୁତିର ଉପାଦେୟତା ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଗତ କିଛି ବର୍ଷର ସଂଗଠିତ ପ୍ରଚେଷ୍ଟା ବଳରେ ଓଡ଼ିଶା କିପରି ଏକ ଦୁର୍ବିପାକଗ୍ରସ୍ତ ରାଜ୍ୟରୁ ଉନ୍ନତି ହୋଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶ୍ୱର ଏକ ନମ୍ବର ମଡେଲ ରାଜ୍ୟରେ ପରିଣତ ହୋଇପାରିଛି ତାହାର ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ ।

ଉଦଘାଟନୀ ସମାରୋହରେ ବକ୍ତବ୍ୟ ରଖ୍ ମଧୁସୂଦନ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ସ୍ବାଇଁ ଆବଶ୍ୟକତା ହିଁ ଉଭାବନର ଜନନୀ ବୋଲି ମତବ୍ୟକ୍ତ କରିବା ସହିତ ଉପଯୁକ୍ତ ତାଲିମ ବଳରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି କିପରି ବ୍ୟାପକ ଓ ପେଷାଦାର ଦକ୍ଷତା ସମ୍ପର୍ଣ୍ଣ ହୋଇପାରିଛି ସେ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ମୁଖ୍ୟ ପ୍ରବନ୍ଧକ ଶ୍ରୀମତୀ ସୁସ୍ମିତା ବେହେରା ତାଙ୍କର ଅଭିଭାଷଣରେ ମହାରାଷ୍ଟ୍ର ଏବଂ ଓଡ଼ିଶା ରାଜ୍ୟ ଭିତରେ ଥିବା ଉପକୂଳବର୍ତ୍ତୀ ସମସ୍ୟା ଓ ଏହାର ନିରାକରଣ ପାଇଁ ସାମଗ୍ରିକ ପ୍ରଚେଷ୍ଟା ଏବଂ ନିରନ୍ତର ଯୋଗାଯୋଗ ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଅଧୁକାରୀ ବୃନ୍ଦ ଉପକୂଳବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରମାନ ବୁଲିଦେଖୁବା ସହିତ ବିଭିନ୍ନ ଉଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମର ସକ୍ରିୟ ତାଲିମ ମଧ୍ୟ ଗ୍ରହଣ କରିବେ ।

କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ଗୁଣାତ୍ମକ ଅନୁସନ୍ଧାନର ଅନେକ ଗୁରୁତ୍ବ ରହିଛି : ଡଃ ସଂଘମିତ୍ରା

ଭୁବନେଶ୍ୱର, ଦୀର୍ଘ ଦୁଇ ବର୍ଷ ଧରି କରୋନା ମହାମାରୀ ଭଳି ଅଦୃଶ୍ୟ ଶତ୍ରର ମୁକାବିଲା କରିବା ପରେ ମଣିଷ ସମାଜ ଏବେ ଧୀରେ ଧୀରେ ତା’ର ପୂର୍ବାବସ୍ଥାକୁ ଫେରିବା ଆରମ୍ଭ କରିଛି । ଯଦିଓ କୋଭିଡର କରାଳଛାୟା ସଂପୂର୍ଣ୍ଣ ହଟି ନାହିଁ । ତେବେ ମଣିଷ କିଛିଟା ଆଶ୍ଵସ୍ତି ଲାଭ କରୁଛି । ତେବେ କୋଭିଡ ସମୟରେ ଗୁଣାତ୍ମକ ଅନୁସନ୍ଧାନର ଯଥେଷ୍ଟ ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଏହା ଅନେକ ମାତ୍ରାରେ ସାହାଯ୍ୟକାରୀ ହେବ ବୋଲି କହିଛନ୍ତି ରିଜିଓନାଲ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସ କଲେଜ (ଏସ୍‌ଏସି) ପକ୍ଷରୁ ଆୟୋଜିତ ଦୁଇ ଦିନିଆ “ଦ୍ବାଲିଟେଟିଭ ରିସର୍ଚ୍ଚ ମେଥଡୋଲୋଜି: ଏକ୍ସପ୍ଲୋରିଙ୍ଗ୍ ଦ ଇନୋଭେଟିଭ ସ୍ନେକ୍ରମ” ଶୀର୍ଷକ ଜାତୀୟ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ପତି କହିଛନ୍ତି ଯେ କୋଭିର ମୁକାବିଲା ନିମନ୍ତେ ମାତ୍ରାତ୍ମକ ଅନୁସନ୍ଧାନ ଅପେକ୍ଷା ଗୁଣାତ୍ମକ ଅନୁସନ୍ଧାନର ଗୁରୁତ୍ବ ଖୁବ୍ ଅଧିକ ।

କୋଭିଡର ଦୁଇଟି ପର୍ଯ୍ୟାୟରେ ଆଗଧାଡିରେ ରହି କରୋନା ଟେଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଡଃ ପତି ମାସ୍ତ୍ର ପରିଧାନ ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି । ଏହି ସମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କୋଭିଡ ସମୟରେ ନର୍ସ ମାନଙ୍କର ଭୂମିକାକୁ ଅନେକ ପ୍ରଶଂସା କରିଛନ୍ତି । 

ନିଜ ଅନୁଭୂତି ବଖାଣି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସେ ୩ ଥର କୋଭିଡ ସଂକ୍ରମିତ ହୋଇସାରିଲେଣି ଏବଂ ଏହି ସଂକ୍ରମଣ ସମୟରେ ନର୍ସମାନଙ୍କର ସେବା ଓ ଯତ୍ନକୁ ଖୁବ୍ ଭଲ ଭାବେ ଉପଲବ୍ଧି କରିପାରିଛନ୍ତି ବୋଲି ସେ କହିଥିଲେ ।ତେବେ ଆମ ଦେଶରେ ଡାକ୍ତର ଏବଂ ନର୍ସଙ୍କର ଅନେକ ଅଭାବ ରହିଛି । ଆମକୁ ୧୨ ଲକ୍ଷ ଡାକ୍ତର ଏବଂ ୨୦ ଲକ୍ଷ ନର୍ସଙ୍କର ଆବଶ୍ୟକତା ରହିଥିବା ଏ ବିଷୟରେ ପ୍ରଫେସର ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋମି, ଓଡ଼ିଶା ଶାଖାର ସଚିବ ପ୍ରଫେସର ଅମ୍ବିତା ଲେଙ୍କା ସମ୍ମାନିତ ଅତିଥି ଏବଂ ମଣିପାଲ କଲେଜ ଅଫ୍ ନର୍ସର ଚାଇଲ୍ଡ ହେଲଥ ନର୍ସ ବିଭାଗର ପ୍ରଫେସର ଡକ୍ଟର ମମଥା ଶିବାନନ୍ଦା ପାଇ ସତନ୍ତ୍ର ଅତିଥି ଭାବେ ଯୋଗ ଦେଇ । ଗୁଣାତ୍ମକ ଅନୁସନ୍ଧାନ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ ।

ମାଧ୍ୟମିକ ସ୍ତରର ଜିଲ୍ଲା ସାଧନ ଗୋଷ୍ଠୀ ମାନଙ୍କର ଦକ୍ଷତା ବିକାଶ ତାଲିମ


ଭୂବନେଶ୍ୱର, ରାଜ୍ୟର ସମସ୍ତ ଜିଲ୍ଲାରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ଦିଗରେ ନ୍ୟସ୍ତ ହୋଇଥିବା ଟାସ୍କ ଫୋର୍ସ ଗୁଡିକ କ୍ରମାଗତ ଭାବରେ କାର୍ଯ୍ୟ କରୁଛନ୍ତି । ସମସ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୁକାରୀ ଏବଂ ବ୍ଲକ ଶିକ୍ଷା ଅଧ୍ବକାରୀଙ୍କୁ ସଠିକ୍ ଫଳାଫଳ ହାସଲ କରିବାରେ ସମର୍ଥ କରିବା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ (ଓ.ସେ.ପା), ଭୁବନେଶ୍ଵର ତରଫରୁ ଏକ ତିନି ଦିନିଆ ଆବାସିକ ଜିଲ୍ଲା ସାଧନ ଗୋଷ୍ଠୀ ତାଲିମ କାର୍ଯ୍ୟକ୍ରମ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍, ଭୁବନେଶ୍ବରଠାରେ ଆୟୋଜନ କରାଯାଇଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓ.ସେ,ପା, ଶ୍ରୀ ଅନୁପମ ସାହା ଏବଂ ଶ୍ରୀ ସନତ କୁମାର ମହାନ୍ତି, ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ ଯେଉଁଥିରେ କି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧୁକାରୀ ଉପସ୍ଥିତ ଥିଲେ ଓ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟକୁ ଅଂଶଗ୍ରହଣକାରୀମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ ।

ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାକରଣ, ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ପିରାମଲ ଫାଉଣ୍ଡେସନର ମିଳିତ ସହଯୋଗରେ ନେତୃତ୍ଵ ଦକ୍ଷତା, ଏକବିଂଶ ଶତାବ୍ଦୀର ଦକ୍ଷତା, ପାଠ୍ୟକ୍ରମ++ ଓ ଏକ୍ସପୋଜର୍ ପରିଦର୍ଶନ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମକୁ ସୁଗମ କରିବା ନିମନ୍ତେ ତାଲିମ ସାମଗ୍ରୀ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ, ୫-‘ଟି’ ଅନ୍ତର୍ଗତ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ଵର ବିକାଶ କରିବା । ଏହି କର୍ମଶାଳାରେ ସ୍ମାର୍ଟ ବୋର୍ଡ, ପ୍ରୋଜେକ୍ଟର, ମାଇକ୍ରୋସଫ୍ଟ ଅଫିସ୍ ଇତ୍ୟାଦି ବ୍ୟବହାର ପରି ଡିଜିଟାଲ୍ ଦକ୍ଷତା ବିକାଶ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଏହି ତିନି ଦିନର କାର୍ଯ୍ୟସୂଚୀ ହେଉଛି ଯେ ଆମ-ସଚେତନତା, ପ୍ରଶିକ୍ଷଣ ଏବଂ ପରାମର୍ଶ, ଦଳ ନିମାଣ, ଛାତ୍ରମାନଙ୍କ ପାଇଁ ଏକବିଂଶ ଶତାବ୍ଦୀର ଦକ୍ଷତା, ଜାତୀୟ ଶିକ୍ଷା ନୀତି ୨୦୨୦, ଇ-ବିଷୟବସ୍ତୁ ବିକାଶ ଏବଂ ଏକ୍ସପୋଜର୍ ପରିଦର୍ଶନର ଗୁରୁତ୍ଵ ଉପରେ ତାଲିମକୁ ସୁଗମ କରିବା । ଏତଦବ୍ୟତୀତ ଆଗାମୀ ସପ୍ତାହରେ ସମଗ୍ର ଶିକ୍ଷା ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଜିଲ୍ଲାର ପ୍ରୋଗ୍ରାମର୍ ଏବଂ ତଥ୍ୟ ପରିଚାଳନା – ତଥା-ଯୋଜନା ସଂଯୋଜକମାନଙ୍କ ପାଇଁ ଡିଜିଟାଲ ଦକ୍ଷତା ଉପରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ କରାଯିବ ପାଇଁ ଧାର୍ଯ୍ୟ କରାଯାଇଛି ।

ବିଶ୍ବ ଉପଭୋକ୍ତା ଅଧିକାର ଦିବସ ଅବସରରେ ପିଏନବି ପକ୍ଷରୁ ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ବିଶ୍ୱ ଉପଭୋକ୍ତା ଦିବସ ଅବସରରେ ଏକ ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭୁବନେଶ୍ବର ଜୋନାଲ ଅଡିଟ୍ କାର୍ଯ୍ୟାଳୟର ମହାପ୍ରବନ୍ଧକ ମୁକ୍ତି ରଞ୍ଜନ ରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବ୍ୟାଙ୍କର ପାଖାପାଖି ଶାଖାଗୁଡିକର ଗ୍ରାହକମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ବ୍ୟାଙ୍କର ଉପ-ଆଞ୍ଚଳିକ ପ୍ରବନ୍ଧକ ଜେ ଦିକ୍ଷୀତ ଗ୍ରାହକମାନଙ୍କୁ ସ୍ଵାଗତ ଜଣେଇବା ସହ ଏହି କାର୍ଯ୍ୟକ୍ରମର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବ୍ୟାଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଉପରେ ଆଲୋକପାତ କରିଥିଲେ । 

ଶ୍ରୀ ରାୟ ବିତ୍ତୀୟ ସମ୍ପଭି ଗୁଡିକର ସୁରକ୍ଷା ପାଇଁ ଉପଭୋକ୍ତାମାନଙ୍କର ଅଧୁକାର ଓ ଦାୟିତ୍ବ ବିଷୟରେ ବୁଝାଇ କହିଥିଲେ ଓ ଡିଜିଟାଲ ଚ୍ୟାନେଲ୍ ବ୍ୟବହାର ସମୟରେ ସାଇବର ଠକାମୀରୁ ପ୍ରତିହତ ରହିବା ପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ଡିଜିଟାଲ ଉତ୍ପାଦ, ସେବା ଏବଂ ଗ୍ରାହକ ସହଜତା ଉପରେ ଏକ ପାୱାର ପଏଣ୍ଟ ପ୍ରଦର୍ଶିତ ହୋଇଥିଲା । ଗ୍ରାହକଙ୍କ ସୁବିଧା ପାଇଁ ବିଭିନ୍ନ ଉତ୍ପାଦଗୁଡିକର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋଚନା କରାଯାଇଥିଲା । ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ ସମୟରେ ଉତ୍ତମ ବନ୍ଧୁତ୍ଵପୂର୍ଣ୍ଣ ଉତ୍ପାଦ ପାଇଁ ଡିଜିଟାଲ ସେବାର ଉନ୍ନତି ନିମନ୍ତେ କିଛି ଗ୍ରାହକ ନିଜର ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ । ଉପ-ମହାପ୍ରବନ୍ଧକ ଆଦିତ୍ୟ ପାଢୀ ସମ୍ମିଳନୀର ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲିକ୍‌ଙ୍କୁ 'କଳିଙ୍ଗ ବିରାଙ୍ଗନା' ସମ୍ମାନ ପ୍ରଦାନ

ଭୁବନେଶ୍ୱର, ସମ୍ କୋଭିତ୍ ହସ୍ପିଟାଲର କୋଭିତ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିଃସାର୍ଥପର କାର୍ଯ୍ୟ ନିମନ୍ତେ ସମ୍ କୋଭିଜ୍‌ର ନର୍ସ ଇନ୍‌ଚାର୍ଜ ଶ୍ରୀମତି ମଲ୍ଲିକଙ୍କୁ ରବିବାର ପୁରୀ ଓଣ୍ଡର ୱା ୱାଟର ପାର୍କ ଠାରେ ଆୟୋଜିତ ଏକ ସତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇ କମଳିନୀଙ୍କୁ କୋଭିତ୍ ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ । 

କୋଭିଡ ମହାମାରୀ ଆରମ୍ଭ ହେବା ପରେ ଓ ସମ୍ କୋଭିଡ ହସ୍ପିଟାଲ୍ କାର୍ଯ୍ୟାରମ୍ଭ ହେବା ପର ଠାରୁ ଦୀର୍ଘ ୨ ବର୍ଷ ହେବ ନିରନ୍ତର ଭାବେ କରୋନା ରୋଗୀଙ୍କୁ ସାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି କମଳିନୀ ।
ଏହି ଅବସରରେ ସମାଜ ସେବୀ ଶ୍ରୀମତି ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା । ବେଳେ, ସାମ୍ବାଦିକତା କ୍ଷେତ୍ରରେ ସାମାଦିକା ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ଶ୍ରୀମତି ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ଶ୍ରୀମତି ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ଶ୍ରୀମତି ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଶ୍ରୀମତି ଝିଲମିଲ୍ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍ ଶ୍ରୀମତି ଅନୁରାଧା ବିଶ୍ଵାଳ, ନୃତ୍ୟ ଶୀକ୍ସି ଶ୍ରୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ଶ୍ରୀମତି ପ୍ରତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ମହିଳା କାର୍ ଭ୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା । ଭୁବନେଶ୍ବର ଉପକଣ୍ଠ ଫୁଲନଖରା ଓଭରବ୍ରିଜ୍‌ ନିକଟରୁ ଆରମ୍ଭ ହୋଇଥିବା ଏହି ଗ୍ୟାଲିରେ ସତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ । ଫାଉଣ୍ଡେସନ୍ର ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି ଯୋଗ ଦେଇ ଏହି କାର୍ ଭ୍ୟାଲିର ଫୁଟ୍ ଅଫ୍ କରିବା ସହ ମହିଳା  ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ରାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଗ ଦେଇ ଓଣ୍ଡର୍ ୱା ୱାଟର ପାର୍କଠାରେ ଶେଷ ହୋଇଥିଲା । ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍ ଭ୍ୟାଲି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ୫୦ ଜଣ ମହିଳା । ସେମାନଙ୍କ ମଧ୍ୟରୁ କର୍ଣ୍ଣେଲ୍ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ଶ୍ରୀମତି ସନ୍ତୋଷି ସାହୁ ଫାଷ୍ଟ ରନଅପ୍ ଏବଂ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନଅପ୍ ଭାବେ ବିଜୟ ହାସଲ କରିଥିଲେ । 

ଶ୍ରୀମତି ଶ୍ରଦ୍ଧା ମହାପାତ୍ର ଓ ସୀତା ମାନାଙ୍କୁ ସାନ୍ତନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା ।ଏହି କାର୍ ଭ୍ୟାଲି ପ୍ରତିଯୋଗିତାର ଜୁରୀ ଥିଲେ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍ ଶ୍ରୀମତି ଜୟଶ୍ରୀ ମହାନ୍ତି, ସୁଶ୍ରୀ । ସିନି ମହାନ୍ତି ଏବଂ ଶ୍ରୀ ରଞ୍ଜନ ଜୟଶ୍ଵାଲ୍ । ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ବାଳ ଓ ଶ୍ରୀ ଯୋଶୀ । ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ସମ୍ ଅଲିମେଟ୍ ମେଡିକେୟାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍‌ର ଉପଦେଷ୍ଟା ଶ୍ରୀମତି ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ସୁଶ୍ରୀ ଲିଙ୍କନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଆଜିଠାରୁ ନନ୍ଦକିଶୋର ମେମୋରିଆଲ । ଭାଗ ନେଲେ ୬ଟି ଦଳ

ଭୁବନେଶ୍ୱର, ସିଟି କ୍ଲବ ଏବଂ କିଟ୍ ମିଳିତ ଆନୁକୁଲ୍ୟରେ ଆଜିଠାରୁ ଆୟୋଜନ ହେବାକୁ ଯାଉଛି ପ୍ରଥମ ନନ୍ଦକିଶୋର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ କିଟ୍ ଫୁଟବଲ ଷ୍ଟାଡ଼ିୟମଠାରେ ଖେଳାଯିବ । ଏଥିରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି । ସେମାନେ ହେଲେ ୟୁନିଟ୍-୬ ଆଥଲେଟିକ ଆସୋସିଏସନ, ନିତା ଅମ୍ବାନୀ ଫୁଟବଲ ଏକାଡ଼େମୀ, କିଟ୍ ୟୁନିଭରସିଟି, ଓଡ଼ିଶା ପୋଲିସ୍, ବିଡ଼ାନାସୀ ଏଫ୍.ସି. ଏବଂ ମନୋରମା କ୍ଲବ ଦେବଗଡ଼ । ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଦିନ ଦୁଇଗୋଟି ମ୍ୟାଚ ଖେଳ ହେବ । ସକାଳ ୮ଟା ଏବଂ ୩.୩୦ ମିନିଟ୍ । ଚମ୍ପିଆନ ଦଳକୁ ଟ୍ରଫି ସହ ୨୦ ହଜାର ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ନଗଦ ଅର୍ଥରାଶି ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯିବ । 

ଏହି ଅର୍ଥରାଶି ଏବଂ ଟ୍ରଫି ରୁଚି ମସଲା ପକ୍ଷରୁ ପ୍ରଦାନ କରାଯିବ । ଟୁର୍ଣ୍ଣାମେଣ୍ଟ ସୁଟରୁ ରୂପେ ପରଷ୍ଟଳନା ପାଇଁ ଗୋଟିଏ କମିଟି ଗଠନ କରଯାଇଅଛି । ଏଥିରେ ଡଃ ଗଗନେନ୍ଦୁ ଦାଶ ଅଧ୍ୟକ୍ଷ ଥିବାବେଳେ ଡ଼ାଇରେକ୍ଟର ଡଃ ସୌର୍ଯ୍ୟରଞ୍ଜନ ପରିଜା, ଅର୍ଗାନାଇଜ ସେକ୍ରେଟାରୀ ପ୍ରଦୀପ କୁମାର ରାଉତରାୟ, ଦିଲ୍ଲପୀ ଦାସ, ସହଦେବ ରାଉତ, ମହମ୍ମଦ ସହିଦ ଜବାର, ଭାଗ୍ୟଧର ଜଗଦେବ, କିଟର ରଶ୍ମିତା ମହାନ୍ତି ପ୍ରମୁଖ ଅଛନ୍ତି । ଫାଇନାଲ ମ୍ୟାଚ୍ ୨୦ ତାରିଖ ୩.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ । ଏଥିରେ ଅତିଥି ଭାବେ ଭାରତ ପୂର୍ବତନ ଫୁଟବଲ ଅଧନାୟିକା ପଦ୍ମଶ୍ରୀ ବେବେମ୍ ଦେବୀ ଉପସ୍ଥିତ ରହିବେ । ଭାରତର ପୂର୍ବତନ ଫୁଟବଲ ମହିଳା ଅଧିନାୟିକା ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହେଉଅଛି । ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସିଟି କ୍ଲବ ପକ୍ଷରୁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି ।

ବାର୍ ମାନଙ୍କରେ ବାଉନ୍ସର ନିଯୁକ୍ତିକୁ କମିଶନରେଟ୍ ପୋଲିସ ପକ୍ଷରୁ ବାରଣ

ଭୁବନେଶ୍ୱର, ଦୈତନଗରୀ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ୍ ଅଞ୍ଚଳରେ ଥିବା ମଦବାର ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ପ୍ରାଇଭେଟ୍ ସୁରକ୍ଷାକର୍ମୀ/ବାଉସରମାନଙ୍କୁ ନିୟୋଜିତ କରୁଥିବା ସରକାରଙ୍କ ଦୃଷ୍ଟିରୁ ଆସିଛି । ଏହି ପ୍ରକାର ସୁରକ୍ଷାକର୍ମୀମାନଙ୍କ ନାମରେ ବହୁ ଅପରାଧ ମାମଲା ମଧ୍ୟ ନିକଟ ଅତୀତରେ ରୁଜୁ ହୋଇଛି । ବାଉସରମାନଙ୍କଠାରୁ ସାଧାରଣ ଗ୍ରାହକଙ୍କ ଜୀବନ ପ୍ରତି ବିପଦ ତଥା ସାମାଜିକ ଶାନ୍ତି ବ୍ୟାହତ ହେବାର ମଧ୍ୟ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଉଭୟ ଭୁବନେଶ୍ୱର ଏବଂ କଟକ ଅଞ୍ଚଳର ବାମାଲିକମାନଙ୍କ ପାଇଁ ପୋଲିସ କମିଶନର ଆସନ୍ତା ଦୁଇମାସ ପର୍ଯ୍ୟନ୍ତ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବାରମାଲିକମାନେ ନିଜ ଅଞ୍ଚଳର ଡିସିପିଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ସଂପର୍କରେ ଅପରାଧ ପୃଷ୍ଠଭୂମିର ପୂର୍ବ ରେକର୍ଡ ଯାଞ୍ଚ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିମାନଙ୍କଠାରୁ ବାମାଲିକମାନେ ସୁରକ୍ଷା କର୍ମଚାରୀ ନିୟୋଜିତ କରିପାରିବେ । ନିୟୋଜିତ କରିଥିବା ସୁରକ୍ଷା କର୍ମଚାରୀଙ୍କ ବିଷୟରେ ବାମାଲିକମାନେ ସ୍ଥାନୀୟ ପୋଲିସକୁ ଲିଖୁତ ଭାବେ ଜଣାଇବେ । ଏହି ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସାଧାରଣ ଆଇନ ପରିସରଭୁକ୍ତ ରହିବେ । ଆବଶ୍ୟକସ୍ଥଳେ ୧୧୨ ନମ୍ବରକୁ କଲକରି ଏହି ସୁରକ୍ଷା କର୍ମଚାରୀମାନଙ୍କ ସୂଚନା ଦେଇପାରିବେ । କୌଣସି ପରିସ୍ଥିତିରେ ମଧ୍ୟ ଏହି ସୁରକ୍ଷାକର୍ମୀମାନେ ଗ୍ରାହକମାନଙ୍କ ମୌଳିକ ଅଧିକାରକୁ ଉଲ୍ଲଘନ କରିପାରିବେ ନାହିଁ । ତା.୧୧/୦୩, ୨୦୨୨ରିଖଠାରୁ ତା.୦୯.୦୫.୨୦୨୨ ରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଦ୍ବୈତନଗରୀ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଜନତାଙ୍କୁ ନ୍ୟାୟ ଏବଂ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଠୋର ଦଣ୍ଡ ପ୍ରଦାନ କରନ୍ତୁ ମୁଖ୍ୟମନ୍ତ୍ରୀ : ବାବୁ ସିଂ

ଭୁବନେଶ୍ୱର, ହିଂସା ପରାୟଣ ବିଜୁ ଜନତା ଦଳର ନଗ୍ନ ଚିତ୍ର ଏବେ ପରଦାକୁ ଆସିଛି । କଳ, ବଳକୁ ଅପବ୍ୟବହାର କରି ଶାସନ କ୍ଷମତାକୁ ଜାବୁଡି ଧରି ରହିଥିବା ଶାସକ ବିଜେଡି ବର୍ତମାନ ବିରୋଧୀଙ୍କ ପ୍ରତି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି ସଂପୂର୍ଣ୍ଣ ବିପଦ । ଗଣତନ୍ତ୍ର ଏବେ ଆତଙ୍କତନ୍ତ୍ରରେ ପରିଣତ ହୋଇଛି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଶାସକ ବିଜେଡିର ହିଂସାତ୍ମକ ଆଚରଣ ପ୍ରତିବାଦରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ଆଜି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ବରସ୍ଥିତ ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ସତ୍ୟାଗ୍ରହ ଅନ୍ଦୋଳନ କରିଥିଲେ ।

ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ, ଗତ ୧୨ ତାରିଖ ଦିନ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ମଦ ପିଇ ଗାଡି ଚଳାଇ ବାଣପୁରଠାରେ ବିଜେପି କାର୍ଯ୍ୟକର୍ତାଙ୍କୁ ମାରିବାର ହୀନ ପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । ରାଜନୀତିରେ ହିଂସାର ସ୍ଥାନ ନାହିଁ ଏବଂ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ମଧ୍ୟ ଗ୍ରହଣୀୟ ନୁହେଁ । ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅପରାଧୀକ ଭିତିଭୂମି ଓ କାର୍ଯ୍ୟକଳାପର ଇତିହାସ ଥିବା ସତ୍ତ୍ୱେ ବିଜେଡି ତାଙ୍କୁ ଏଭଳି କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରି ଆସୁଥିଲା । ମିଛ ନିଲମ୍ବନର ନାଟକ କରି । ଶାସକ ବିଜେଡି ରାଜ୍ୟବାସୀଙ୍କୁ ଭ୍ରମିତ କରିଛି । ଅନ୍ୟ ପଟେ ବ୍ଲକ ନିର୍ବାଚନରେ ନିଜର ପରାଜୟକୁ ସହ୍ୟ କରିନପାରି ବିଜେପି କାର୍ଯ୍ୟକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଭୟଭୀତ କରିବାର ପ୍ରୟାସ କରାଯାଇଛି । 

ଏହା ସଂପୂର୍ଣ୍ଣ ଭାବେ ‘ମିଛ ନିଲମ୍ବନ, ସତ ଅକ୍ରମଣ’ ଥିଲା ବୋଲି ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅମାନବୀୟ ଆଚରଣରୁ ସ୍ପଷ୍ଟ ହୋଇଛି । ସେହିପରି ଭୁବନେଶ୍ୱର ଝାରପଡାରେ ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ପରିବାର ସଦସ୍ୟଙ୍କୁ ବିଜେଡି ନେତା ଓ ଗୁଣ୍ଡାଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ କରାଯିବା ଅତ୍ୟନ୍ତ । ଘୃଣ୍ୟ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନିଜର ଛତ୍ରଛାୟା ତଳେ ବିଜେଡି ନେତାଙ୍କୁ ରଖ୍ ହିଂସାକୁ ଅଧ୍ବକ ପ୍ରବର୍ତ୍ତାଉଛନ୍ତି । ବିଧାୟକ ଜଗଦେବଙ୍କ ହିଂସା ଗଣତନ୍ତ୍ର ପ୍ରତି କୁଠାରଘାତ ଏବଂ ଏଭଳି ହିଂସାକୁ ଆଦୌ ସମର୍ଥନ କରିବା ଅନୁଚିତ୍ । ତାଙ୍କୁ ତୁରନ୍ତ ବହିଷ୍କାର କରାଯାଇ  ଫାଷ୍ଟଟ୍ରାକ କୋର୍ଟ ଜରିଆରେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ କଠୋର ଦଣ୍ଡ ପ୍ରଦାନ କରନ୍ତୁ ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ସିଂ କହିଛନ୍ତି ।

ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧା, ଜୟନ୍ତ ଜେନା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ, ଜିଲ୍ଲା ସାଧାରଣ ସଂପାଦକ ଅଭିଷେକ ଆଚାର୍ଯ୍ୟ, ଦିଲୀପ । ବେହେରା, ଉପେନ୍ଦ୍ର ଭଞ୍ଜଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ବିଧାୟକ ଓ ବିଧାୟିକାମାନଙ୍କ ପାଇଁ ନିର୍ମିତ ହେବ ବହୁତଳ ସରକାରୀ ବାସଭବନ - ବାଚସ୍ପତି

ଭୁବନେଶ୍ୱର, ରାଜଧାନୀ ଭୁବନେଶ୍ବରରେ ବିଧାୟକ ଏବଂ ବିଧାୟିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ବହୁତଳ ସରକାରୀ ବାସଭବନ କାର୍ଯ୍ୟ ଅଗ୍ରଗତି ସଂପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ । ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ନିର୍ମିତ ହେବାକୁ ଥିବା ବହୁତଳ ବାସଭବନର ନିର୍ମାଣ କାର୍ଯ୍ୟ ପାଇଁ ୨୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ିଶା ସେତୁ ନିର୍ମାଣ ନିଗମକୁ ୫୦ କୋଟି ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ । କରାଯାଇଥିବାବେଳେ ବଳକା ୧୨୫ କୋଟି ଟଙ୍କାକୁ ଆଗାମୀ ଦୁଇବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭାଗକୁ ପ୍ରଦାନ କରାଯିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି । ଆଜି ତାରିଖ ସୁଦ୍ଧା ବିଧାୟକ କଲୋନୀରୁ ୮ ଜଣ ବିଧାୟକ ପ୍ରଦତ୍ତ ଗୃହ ଛାଡ଼ିନାହାନ୍ତି । 

ସେମାନେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଗୃହ ଛାଡ଼ିଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ବିଧାୟକମାନେ ଗୃହ ଛାଡ଼ିବା ପରେ ପୁରୁଣା ଗୃହକୁ ତୁରନ୍ତ ଭଙ୍ଗାଯିବ । ଟେଣ୍ଡର କାର୍ଯ୍ୟକୁ ଚଳିତ ମାସ ୩୦ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ କରାଯାଇ ପରବର୍ତ୍ତୀ ୧୦ରୁ ୧୫ ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସର୍ବଭାରତୀୟ ସ୍ତରର ଲବ୍ଧପ୍ରତିଷ୍ଠିତ କୋଠା ଏବଂ ପ୍ରାସାଦ ନିର୍ମାଣ କରୁଥିବା କମ୍ପାନୀମାନେ କାର୍ଯ୍ୟାଦେଶ ପାଇବା ନିମନ୍ତେ ଆବେଦନ କରିଥିବା ସେ ପ୍ରକାଶ କରିଛନ୍ତି । ନୂତନ ବିଧାୟକ କଲୋନୀରେ ମାର୍କେଟ କମ୍ପେକ୍ସ, ବ୍ୟାୟାମ ସ୍ଥଳ, ଏକକାଳୀନ ୨୦୦୦ରୁ ୩୦୦୦ ଲୋକ ଭୋଜି ଖାଇବା ଭଳି କଲ୍ୟାଣମଣ୍ଡପ, ରେଳ ଓ ଉଡ଼ାଜାହାଜ ଟିକଟ ବୁକିଂ କାଉଣ୍ଟର, ଚିକିତ୍ସା ସୁବିଧା, ପୋଲିସ ଷ୍ଟେସନ୍ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ରହିବ । ଏହି ବୈଠକରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ । ଶତପଥୀଙ୍କ ସମେତ ପୂର୍ଭ ଓ ଓବିସିସିର ଉଚ୍ଚ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପୌର ନିର୍ବାଚନ ନିମନ୍ତେ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ

ଖୋର୍ଦ୍ଧା, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ଜଟଣୀ ମ୍ୟୁନିସିପାଲିଟି, ବାଲୁଗାଁ ଓ ବାଣପୁର ଏନ୍.ଏ.ସି ର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଏକ ବୈଠକ ଆଜି ଅପରାହ୍ଣରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । 

ଅନୁଷ୍ଠିତ ବୈଠକରେ ଉପରୋକ୍ତ ପୌରାଂଚଳ ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ନିଯୁକ୍ତ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଉପସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀ ଏବଂ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆଗାମୀ ପୌର ନିର୍ବାଚନକୁ ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି ଯୋଗଦେଇ ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗରୁମ୍ ର ସୁରକ୍ଷା ସହ ସମସ୍ତ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦରେ ବ୍ୟବହାର ହେବାକୁ ଥିବା ଇଲେକ୍ଟ୍ରୋନିକ ଭୋଟିଙ୍ଗ ମେସିନ୍ ଷ୍ଟଙ୍ଗ ରୁମ୍ କୁ ସିସିଟିଭି ନଜରରେ ରଖିବା ପାଇଁ ଗୁରୁତ୍ୱାରୋପ କରିଥିଲେ । 

ଜିଲ୍ଲାପାଳ ଶ୍ରୀ ମହାପାତ୍ର ଇଭିଏମ୍ କମିଶନିଂ ସମୟରେ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିପାରିବା ଓ ପୋଲିଂ ପୂର୍ବରୁ ମକ୍ ପୋଲିଂ ସମୟରେ ପୋଲିଂ ଏଜେଣ୍ଟ ଉପସ୍ଥିତ ରହିବା ସଂପର୍କରେ ଅବଗତ କରାଇଥିଲେ । ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ପୌରାଧ୍ୟକ୍ଷ ଓ କାଉନସିଲର ମତଦାନ ପାଇଁ 2 ଟି ଲେଖାଏଁ ଅଲଗା ଅଲଗା ଇଭିଏମ୍ ବ୍ୟବହାର ହେବ । ଖୋର୍ଦ୍ଧା ପୌରପାଳିକା ପାଇଁ 22ଟି ଓ୍ୱାର୍ଡର 44ଟି ମତଦାନ କେନ୍ଦ୍ରରେ 110ଟି ଇଭିଏମ୍ ବ୍ୟବହାର ହେବ । ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଅରିରିକ୍ତ 25 ପ୍ରତିଶତ ଲେଖାଏଁ ଇଭିଏମ୍ ଜରୁରୀ ସେବା ପାଇଁ ସଂରକ୍ଷିତ ରଖାଯାଇଛି । 

ସେହିପରି ଜଟଣୀ ମ୍ୟୁନିସିପାଲିଟି ନିମନ୍ତେ 23ଟି ଓ୍ୱାର୍ଡରେ 54ଟି ବୁଥ ନିମନ୍ତେ 135 ଟି ଇଭିଏମ୍, ବାଲୁଗାଁ ଏନ୍.ଏ.ସିର 11ଟି ଓ୍ୱାର୍ଡର 16ଟି ବୁଥ ପାଇଁ 40ଟି ଇଭିଏମ୍ ଓ ବାଣପୁର ଏନ୍.ଏ.ସିର 15ଟି ଓ୍ୱାର୍ଡର 17ଟି ବୁଥ ପାଇଁ 43ଟି ଇଭିଏମ୍ ବ୍ୟବହାର କରାଯିବ । ପ୍ରତ୍ୟକ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରାର୍ଥୀମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ । 

ଆସନ୍ତା କାଲି 15 ଓ 16 ତାରିଖରେ ବିଭିନ୍ନ ଦିବସରେ ଉପରୋକ୍ତ ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦରେ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଓ ପୋଲି ଅଧିକାରୀମାନଙ୍କର ପ୍ରଶିକ୍ଷଣ ଅନୁଷ୍ଠିତ ହେବ । ଉପରୋକ୍ତ 4 ଟି ପୌରାଂଚଳରେ ନିର୍ବାଚନ ପାଇଁ 165ଟି ଯାନ ବ୍ୟବହାର କରାଯିବାକୁ ଥିବା ବେଳେ 155 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । ପ୍ରକାଶ ଥାଉକି ଆସନ୍ତା 16 ତାରିଖରେ ଭୁବନେଶ୍ୱର ମହାନଗର ନିଗମ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ସହିତ ଅନ୍ୟ ଏକ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ମହାନଗର ନିଗମର 705ଟି ବୁଥ ନିମନ୍ତେ 1763 ଟି ଇଭିଏମ୍, 306ଟି ଯାନ ଏବଂ 774 ଜଣ ପ୍ରିଜାଇଡିଂ ଅଫିସର ନିୟୋଜିତ ହେବେ । 

ଏଥି ସହିତ ନିର୍ବାଚନକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ବିଷୟରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଖୋର୍ଦ୍ଧା ଉପ ଜିଲ୍ଲାପାଳ ଶ୍ରୀ ଗୌରବ ଇଶଲଓ୍ୱାର ଶିବାଜୀ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁରେଶ ଚନ୍ଦ୍ର ଦାସ,ନିର୍ବାଚନ ପରିଚାଳନାରେ ନିୟୋଜିତ ଅନ୍ୟ ପ୍ରଶାସନିକ ଓ ପୁଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଅବକାରୀ କାର୍ଯ୍ୟାନୁଷ୍ଠାନର ସମୀକ୍ଷା କଲେ କମିଶନର ଆଶିଷ ସିଂହ

ଭୁବନେଶ୍ବର,ପୌର ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା ଆଜି ଅବକାରୀ କମିଶନର ଆଶିଷ କୁମାର ସିଂହ କରିଛନ୍ତି । ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଭର୍ତ୍ତୃଆଲ ମୋରେ ବସିଥିବା ସମୀକ୍ଷା ବୈଠକରେ ଅଦାକରୀ ବିଭାଗର ଉପ କମିଶନର, ସୁପରିଟେଣ୍ଡାଣ୍ଟ, ଏଫୋର୍ସମେଣ୍ଟ ସେଲ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ । ସମଗ୍ର ରାଜ୍ୟରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଅବକାରୀ କମିଶନରଙ୍କୁ ଅବଗତ କରାଯାଇଥିଲା ।

ସମୀକ୍ଷାରୁ ଜଣାପଡିଛି ଯେ ଚଳିତମାସର ଗତ ୧୩ଦିନ ମଧ୍ୟର ଅବକାରୀ ବିଭାଗର ପକ୍ଷରୁ ୧୧୯୮ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪୩୦ଟି ମାମଲା ରୁଜୁ ହୋଇଛି । ଏଥି ସହିତ ଏହି ୧୩ଦିନ ମଧ୍ୟରେ ୪୨, ୮୫ ୩ଲିଟର କାରଖାନା ତିଆରି ଦେଶୀ ମଦ, ୩, ୧୫, ୭ ୬୫ କିଲୋ ଦେଶୀମଦ ପ୍ରସ୍ତୁତ ସାମଗ୍ରୀ, ୧ ୨୦ ଲିଟର ସ୍ପିରିଟ୍, ୯୨୭ ୮ ଲିଟର ଟିକସଫାଙ୍କ ବିଦେଶୀ ମଦ, ୧୯୫ ଲିଟର ନକଲି ବିଦେଶୀ ମଦ, ୧୫୦୩ କିଲୋ ଗଞ୍ଜଇ, ୩୧ ୨ ଗ୍ରାମ ବ୍ରାଉନସୁଗାର, ୬ ୬୧ ଲିଟର ବିୟର, ୩୭୭ ଲିଟର ବିଦେଶୀ ମଦ, ୧୩ ୬ ଲିଟର ଜିଞ୍ଜର ସହିତ ୭୨ଟି ଗାଡିମୋଟର ଜବତ ହୋଇଛି । ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୂଲ୍ୟ ୫.୬ କୋଟି ଟଙ୍କା ଆକଳନ କରାଯାଇଛି ।

ସମୀକ୍ଷା ବୈଠକରେ କମିଶନର ସିଂହ କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ନିର୍ବାଚନ ସମୟରେ ୨୪ ଘଣ୍ଟା ପାଟ୍ରୋଲିଂ ସହିତ ଚଢଉ ଜାରି ରଖୁବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଫୋର୍ସମେଣ୍ଟ ଶାଖା ନିମୟିତ ଭାବେ ସନ୍ଦିଗ୍ଧ ଅଞ୍ଚଳ ଉପରେ ଚଢଉ କରିବା ସହିତ ବେଆଇନ୍ ମଦ ପ୍ରସ୍ତୁତି, ବିକ୍ରି ଏବଂ ଟିକସ ଫାଙ୍କି ମଦ କାରବାର ଉପରେ ଚଢଉକୁ ବ୍ୟାପକ କରିବାକୁ କୁହାଯାଇଛି । ତେବେ ଆଜି କଟକ ଅବାକରୀ ଫ୍ଲାଇଙ୍ଗ ସ୍ବାକ୍ ଢେଙ୍କାନାଳର ଭୁବନ ଅଚଳରେ ଚଢଉ କରି ମଦ ପ୍ରସ୍ତୁତି ପାଇଁ କୋଲକତାରୁ ୬ଟି ଦ୍ରମରେ ଆସିଥିବା ୩ ୬ ୦ ଲିଟର ସ୍ପିରିଟ୍, ୬୦ଲିଟର ନକଲି ହୁସି, ୨୮୫୦ ନକଲି ହୋଲୋଗ୍ରାମ, ବିଭିନ୍ନ କମ୍ପାନୀର ୨ ୬୦ଟି ଲେବୁଲ୍, ୨୪୦୦ ଠିପି ସହିତ ଗୋଟିଏ ଟ୍ରକ ଜବତ ହୋଇଛି ।

ଏହାକୁ ଦୃଷ୍ଟିରେ ରଖ୍ ଅବକାରୀ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଅଧିକ ସର୍ତକତା ଅବଲମ୍ବନ ପାଇଁ କମିଶନର ଶ୍ରୀ ସିଂହ ବୈଠକରେ ପରାମର୍ଶ ଦେଇଛନ୍ତି । କୌଣସି ସ୍ଥିତିରେ ଯେଭଳି ନିର୍ବାଚନ ସମୟରେ ବେଆଇନ୍ ନିଶା କାରବାର ଜନିତ ଅଘଟଣ ନଘଟେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ମାରାଥନ ପ୍ରଚାର

 ବ୍ରହ୍ମପୁର,ଗଞ୍ଜାମ ଜିଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନାଙ୍କ ବ୍ରହ୍ମପୁର ମହାନଗରରେ ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଚ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି । ବିଧାୟକ ଶ୍ରୀ ଜେନା ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ବିଭିନ୍ନ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ଉଦଘାଟନ କରିଥିଲେ। ବ୍ରହ୍ମପୁରବାସୀ ପରିବର୍ତ୍ତନ ଚାହୁଁଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବ୍ରହ୍ମପୁର ମହାନଗର ନିଗମ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦମା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । 


ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନ ପ୍ରଚାର ଅବସରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖୁବାକୁ ମିଳିଥିଲା ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ସମ୍ବଦ୍ଧିତ ମଧ୍ୟ କରିଥିଲେ। ରବିବାର ସକାଳେ ମହାନଗର ନିଗମର ୧୩ଟି ୱାର୍ଡ ଯଥା ୬, ୮, ୧୬, ୧୭, ୨୩, ୨୫, ୩୦, ୩୪, ୩୬, ୩୭, ୩୮, ୩୯, ୪୦ରେ ନିର୍ବାଚନ ପ୍ରଚାର କରାଯାଇଥିଲା । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, କଂଗ୍ରେସର ମୁଖପାତ୍ର ରବି ରଥ, ଜିଲା କଂଗ୍ରେସ ଉପସଭାପତି ମହେଶ୍ୱର ପାତ୍ର, ସମ୍ପାଦକ ଦଣ୍ଡପାଣି ପାତ୍ର, ସେବାଦଳ ମୁଖ୍ୟ କିଶୋର କାପୁର, କର୍ପୋରେଟର ପ୍ରାର୍ଥୀ କଳ୍ପନା ମାଝି, ସିଦ୍ଧାନ୍ତ ସାହୁ, ରଶ୍ମିତା ପ୍ରଧାନ, କେ. ରବି, ସବିତା ନାୟକ, ସନ୍ତୋଷୀ ଦାସ, ରଶ୍ମିତା ପ୍ରଧାନ, ଦଣ୍ଡପାଣି ସାହୁ, ଲତା ଦାସ, ବବିତା ନାୟକ, ରୁବିନା ସାହୁ, ଶର୍ମିଲା ଚର୍ଚ୍ଚ, ରଞ୍ଜିତା କୁମାରୀ ପ୍ରଧାନଙ୍କ ସମେତ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ।

ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର

ଭୁବନେଶ୍ବର,ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ଵର, ରୋଜଗାର ମହାନିର୍ଦ୍ଦେଶାଳୟ । (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର, ଭୁବନେଶ୍ଵର ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳାର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି ନିଯୁକ୍ତି ମେଳା ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ସମସ୍ତ ପ୍ରାର୍ଥୀ ମାନେ ଏନସିସିସିଡିଏ କାର୍ଯ୍ୟାଳୟ ପରିସରରେ ଏହି ମେଳାରେ ଭାଗ ନେଇଥିଲେ। ଏଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ପଦବୀ ଥିଲା ।

ଏହି କାର୍ଯ୍ୟକ୍ରମରେ ଶ୍ରୀମତି ଜିତାମିତ୍ରା ଶତପଥୀ , ପ୍ରିନ୍ସିପାଲ, ସରକାରୀ ଆଇ.ଟି.ଆଇ ମୁଖ୍ୟ ଅତିଥି, ଏବଂ ଶ୍ରୀ ତୃପନ କୁମାର ରାଉଳ, ଉପ କ୍ଷେତ୍ରୀୟ ରୋଜଗାର ଅଧୁକାରୀ ଅତିଥ୍ ଭାବରେ ଯୋଗ ଦେଇଥିଲେ। ଶ୍ରୀ ସୁଜିତ କୁମାର ସାହୁ , ସହ ନିର୍ଦ୍ଦେଶକ, ଏନସିସିସିଡିଏ, ଭୁବନେଶ୍ଵର, ଶ୍ରୀମତୀ ସୋନାଲିକା ସୁମନ ଏବଂ ଶ୍ରୀମତୀ ମୀନତି ପଟ୍ଟନାୟକ ଦ୍ବାରା ସମର୍ଥିତ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଫାଇନାନ୍ସ, ଲୋଜିଷ୍ଟିକ, ନର୍ସ, । ମାର୍କେଟିଙ୍ଗ, ଅଟୋ ମୋବାଇଲ, ଇ କମର୍ସ, ଆକାଉନ୍‌ସ, ଟ୍ରାଭେଲ୍, ଆଇ.ଟି ଆଦି ପ୍ରାୟ ୭୫୦ରୁ ଅଧୁକ ପଦବୀ ପାଇଁ ବିଭିନ୍ନ Quess Corp, Randstad India, Sky Automobiles, Trupti group, Quantum Wire Technical services pvt Ltd, Team Success World Wide Youth Icon, L&T Finance, Deevine Nursing, Tatwa Technology, Garg logistics, ଆଦି ୨୬ କମ୍ପାନି ମାନେ ଯୋଗ ଦେଇଛନ୍ତି। ଏହି ନିଯୁକ୍ତି ମେଳାରେ ପ୍ରାୟ ୫୦୦ରୁ ଊଦ୍ଧି ପ୍ରାର୍ଥୀମାନେ ଯୋଗ ଦେଇଥିଲେ।

ବେକାରୀ ଥିବା ପିଲାମାନେ କେମିତି ନିଜ ଜୀବନ ସ୍ରୋତରେ ନିଯୁକ୍ତି ପାଇବେ ଏବଂ ଏହି ନିଯୁକ୍ତି ମେଳା ତାଙ୍କମାନଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି ଶ୍ରୀମତି ଜିତାମିତ୍ରା କହିଛନ୍ତି। "ଆଜାଦୀ କା ଅମୃତ ମହୋତ୍ସବ ଏକ ବହୁତ ସୁନ୍ଦର ପଦକ୍ଷେପ ଏବଂ ଏହି ନିଯୁକ୍ତି ମେଳା ଦ୍ବାରା ବହୁତ ପିଲା ମାନେ ନିଜର ସଠିକ ଦିଗ ପାଇ ପାରିବେ ଶ୍ରୀ ରାଉଳ କହିଛନ୍ତି । "ପିଲାମାନଙ୍କୁ ଏବଂ କମ୍ପାନି ମାନଙ୍କୁ ଗୋଟିଏ ଜାଗାରେ ସାକ୍ଷାତ କରିବା ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ଓ ନିଯୁକ୍ତି ଦାତା ମାନଙ୍କ ମଧ୍ୟରେ ଥିବା ଫାଙ୍କା ସ୍ଥାନକୁ କମ କରିବା ଏହି ନିଯୁକ୍ତି ମେଳାର ମୁଖ୍ୟ ଉଦେଶ୍ୟ" ଶ୍ରୀ ସାହୁ କହିଛନ୍ତି। ଶ୍ରୀ ସାହୁ ସମସ୍ତ ଏମ୍ପିୟର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମସ୍ତ ଚାକିରି ଆଶାୟୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପୌର ନିର୍ବାଚନ ସମୟରେ ଅବକାରୀ ଧରପଗଡ ଜୋରଦାର । ଦଶ ଦିନରେ ୮୯୦ ଗିରଫ

ଭୁବନେଶ୍ବର,ପୌର ନିର୍ବାଚନ ସମୟରେ ଯେଭଳି ବେଆଇନ୍ ନିଶା କାରବାର ନହୁଏ ସେଥିପାଇଁ ଅବକାରୀ ବିଭାଗ ଧରପଗଡକୁ ଜୋରଦାର କରିବା ଫଳରେ ମାର୍ଚ୍ଚ ମାସର ୧୦ ଦିନ ମଧ୍ୟରେ ନିଶା କାରବାରରେ ଜଡିତ ୮୯୦ ଜଣ ଗିରଫ ହେବା ସହିତ ପ୍ରାୟ ୪.୫କୋଟି ଟଙ୍କାର ସାମଗ୍ରୀ ଜବତ ହେଲାଣି । ସୂଚନା ଅନୁଯାୟୀ ରାଜ୍ୟରେ ପୌର ନିର୍ବାଚନ ଚାଲିଥିବାବେଳେ ଏହି ସମୟରେ ବେଆଇନ୍ ନିଶା କାରବାରକୁ ପ୍ରତିହତପାଇଁ ଅବକାରୀ କମିଶନର ଆଶିଷ କୁମାର ସିଂହ କଡା ନିର୍ଦ୍ଦେଶ ଦେବାପରେ ବିଭାଗୀୟ ଅଧିକାରୀମାନେ ଚଢଉ ଜୋରଦାର କରିଛନ୍ତି । ଫଳରେ ଚଳିତ ମାର୍ଚ୍ଚ ମାସର ପ୍ରଥମ ୧୦ଦିନରେ ୧୦ ୬୫ ଟି ମାମଲା ରୁଜୁ ହେବା ସହିତ ୮୯୦ ଜଣ ଗିରଫ ହୋଇଛନ୍ତି । ଏଥି ସହିତ ୩୪, ୩୩ ୧ ଲିଟର କାରଖାନା ତିଆରି ଦେଶୀ ମଦ, ୨,୪୨,୦୦୫ କିଲୋ ମଦ ପ୍ରସ୍ତୁତ ସାମଗ୍ରୀ, ୯୨ ୭୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୧୫୯ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ଏଥି ସହିତ ୧୧ ୬୪ କିଲୋ ଗଞ୍ଜଇ, ୩୧ ୨ ଗ୍ରାମ ବ୍ରାଉନସୁଗାର, ୬ ୩୦ ଲିଟର ବିୟର, ୨୯୧ ଲିଟର ବିଦେଶୀ ମଦ, ୧୩ ୬ଲିଟର ଜିଞ୍ଜର, ୫୭୭ ଲିଟର ଭାଟି ମଦ, ୫୪ଟି ଦୁଇ ଚକିଆ, ଚାରିଚକିଆ ସମେତ ବଡ ଟ୍ରକ ଆଦି ଜବତ ହୋଇଛି । 

ଏହି ସବୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି । ଅବକାରୀ ବିଭାଗର ଏହି ବଡ ଧରଣର ଅପରେସନ ସମୟରେ ୧୧ତାରିଖରେ ବ୍ରହ୍ମପୁର ଅବକାରୀ ଅଧିକାରୀମାନେ ୪୦୦ କିଲୋ ଗଞ୍ଜେଇ ଜବତ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା। ଏହାକୁ ପରିବହନ କରୁଥିବା ଗୋଟିଏ ଟ୍ରକ ଜବତ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ରାୟଗଡା ଅବକାରୀ ବିଭାଗ ମଧ୍ୟ ୧୦୮ କିଲୋ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କାର ହେବ ଏବଂ ଏହି ଘଟଣାରେ ଗୋଟିଏ କାର୍ ସମେତ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ।ଚଳିତ ମାସ ୧୦ ତାରିଖ ଦିନ କୋରାପୁଟ ଅବକାରୀ ବିଭାଗର ଅଧୁକାରୀମାନେ ପଡବା ଥାନା ଅନ୍ତର୍ଗତ ସିନ୍ଧପୁଟ ଗାଁରୁ ୫୨୫ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିଭଳି ଉକ୍ତ ଦିନ କଳାହାଣ୍ଡି ଅବକାରୀ ବିଭାଗର ଅଧୁକାରୀମାନେ ଜୟପାଟଣା ଅଞ୍ଚଳରୁ ୧୬୭ କିଲୋ ଗଞ୍ଜଇ ସମେତ ୩ଜଣଙ୍କୁ ଗିରଫ କରିଛି । 

ବାଲେଶ୍ବର ଅବକାରୀ ବିଭାଗ ସୋରରୁ ୧ ୩୫ ଲିଟର ଜିଞ୍ଜର ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖୁଛନ୍ତି । ତେବେ ଏହି ସମୟରେ ବଡ ସଫଳତା ମିଳିଛି ଢେଙ୍କାନାଳ ଅବକାରୀ ବିଭାଗକୁ । ଅବକାରୀ କପକ୍ଷ ଗୋଟିଏ ଆନ୍ତଃରାଜ୍ୟ ମଦ କାରବାରକୁ । ଠାବ କରିବା ସହିତ ଅରୁଣାଚଳ ପ୍ରଦେଶରୁ ଓଡିଶାକୁ ଗୋଟିଏ ୧୨ ଚକିଆ ଟ୍ରକରେ ଆସିଥିବା ୧୦୭୦ ପେଟି ବିଦେଶୀ ମଦ ଜବତ କରିଥିଲେ । ଏହି ମଦ ସବୁ ଅଭିନବ ଉପରେ ଗୋଟିଏ କଣ୍ଟନର ଭିତରେ ଚାଲାଣ ହେଉଥିଲା । ତେବେ ବାଲେଶ୍ବର ଅବକାରୀ ଅଧୁକାରୀମାନେ ଏହି ସମୟରେ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି ଯାହାର ମୂଲ୍ୟ ପ୍ରାୟ ୨୬ଲକ୍ଷ ଟଙ୍କା ଆକଳନ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ଶେଷ ସୁଦ୍ଧା ଅବକାରୀ ବିଭାଗ ୩୫, ୬୦* ମାମଲା ରୁଜୁ ସହିତ ରେକର୍ଡ ସଂଖ୍ୟକ ୨୯,୩୫୯ ଜଣ ଗିରଫ ହୋଇଛନ୍ତି । ଏହି ୧ ୧ ମାସ ମଧ୍ୟରେ ୧୧ ୮ କୋଟି ଟଙ୍କାରୁ ଅଧିକ ନିଶା ସାମଗ୍ରୀ ଓ ଯାନବାହାନ ଜବତ ହୋଇଛି । ଏଗାର ମାସରେ ପାଖାପାଖୁ ଲକ୍ଷେ ଲିଟର କାରଖାନା ତିଆରି ଦେଶୀ ମଦ, ଏକ କୋଟି କିଲୋରୁ । ଅଧୁକ ମହୁଲି ମଦ ପ୍ରସ୍ତୁତ ସାମଗ୍ରୀ, ୮୪ ୬୯ ଲିଟର ନକଲି ବିଦେଶୀ ମଦ, ୧୧ କିଲୋରୁ ଅଧୁକ ବ୍ରାଉନସୁଗାର ସମେତ ପାଖାପାଖୁ ୨ ହଜାର ଗାଡିମୋଟର ଜବତ ହୋଇଛି । ଏହି ଧରପଗଡକୁ ଜୋରଦାର କରିବା ସହିତ ବର୍ଷ ସାରା ଚୋରା ନିଶା କାରବାର ଉପରେ ନଜର ରଖୁବାକୁ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।


Powered by Blogger.
Javascript DisablePlease Enable Javascript To See All Widget