August 2022

ରାଜ୍ୟରେ ବସ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନେଇ ଉଚ୍ଚସ୍ତରୀୟ ବୈଠକ


ଭୁବନେଶ୍ୱର, ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ ଜନସାଧାରଣଙ୍କ ଚାହିଦା ଅନୁଯାୟୀ ଅଧ୍ୟକ ସଂଖ୍ୟକ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବସ୍ ଚଳାଚଳ ଏବଂ ଆନ୍ତରାଜ୍ୟ ବସ୍ ଚଳାଚଳ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବୈଠକରେ ଅଧ୍ୟକ୍ଷତା କରି ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ଯେଉଁସବୁ ପ୍ରସ୍ତାବ ରହିଛି ସେସବୁକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଣୁ ସହିତ ରାଜ୍ୟରେ ଲୋକଙ୍କ ଚାହିଦା ଅନୁଯାୟୀ ଗମନାଗମନ ନିମନ୍ତେ ପରିବହନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି । 

ବିଶେଷ କରି ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ରାଜ୍ୟ ସଡ଼କ ପରିବହନ ପକ୍ଷରୁ ଅଧୁକ ସଂଖ୍ୟକ ବସ ଚଳାଚଳ କରିବା ଉପରେ ସେ ପ୍ରାଧାନ୍ୟ ଦେଇଛନ୍ତି । ଏହି କ୍ରମରେ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ସେ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ ବ୍ୟତୀତ ରାଜ୍ୟର ଉତ୍ତରାଞ୍ଚଳ ଯଥା: ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ସମେତ ପୁରୀ ଜିଲ୍ଲାକୁ ମଧ୍ୟ ଦିନବେଳା ସରକାରୀ ବସ ଚଳାଚଳ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହା ଦ୍ବାରା ରାଜ୍ୟର ଜନସାଧାରଣ ଗମନାଗମନ କ୍ଷେତ୍ରରେ ଅଧୁକ ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି । ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ପରିବହନ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ୟ, ଓଏସ୍‌ଆର୍‌ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ରେଶ ପଟ୍ଟନାୟକ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅନ୍ୟ ବରିଷ୍ଠ ଅଧୁକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ କାର୍ଯ୍ୟକ୍ରମର ଉଦ୍‌ଘାଟ


ଭୁବନେଶ୍ୱର,ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ଅଧକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜୁ ଜନତା ଦଳ ସରକାର କଲେଜ ଓ ୟୁନର୍ଭସିଟି ମାନଙ୍କରେ ୪ ବର୍ଷ ଧରି ନିର୍ବାଚନ କରୁନଥୁବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଅଣାଯାଇଥୁଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ୪ ବର୍ଷ ଧରି ନିର୍ବାଚନ ବନ୍ଦ କରି ବିଜୁ ଜନତା ଦଳ ଓଡ଼ିଶାର ମହାବିଦ୍ୟାଳୟ, ସ୍ବୟଂଶାସିତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଯେଉଁ କ୍ୟାମ୍ପସ କମିଟି ଗଠନ କରିବାକୁ ଯାଉଛନ୍ତି ଏହା ଓଡ଼ିଶାର ଛାତ୍ର ସ୍ୱାର୍ଥ ବିରୋଧୁ । ବିରୋଧୁ ଦଳରେ ଛାତ୍ର ନେତା ସୃଷ୍ଟି କରାଇ ନଦେବାପାଇଁ ଏହା ଏକ ଷଡ଼ଯନ୍ତ୍ର । 

ବିଜୁ ଛାତ୍ର ଜନତା ଦଳର ଏହି ଗଣତନ୍ତ୍ର ବିରୋଧ କାର୍ଯ୍ୟ ସଂପର୍କରେ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା ସୃଷ୍ଟି କରିବା ଆମର ପ୍ରଥମ ଦାୟୀତ୍ଵ ଓ କର୍ତ୍ତବ୍ଯ ଅଟେ । ଆଜିର କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଯୋଗଦେଇ କହିଲେ ପ୍ରଦେଶ ଛାତ୍ର କଂଗ୍ରେସ ମଧ୍ୟ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ କ୍ୟାମ୍ପସ କମିଟି ଗଠନ କରିବ । ଏହି କାର୍ଯ୍ୟ ଆଜିଠାରୁ ୨୦ ଦିନ ଭିତରେ ସଂପୂର୍ଣ୍ଣ ହେବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଦୁଇମାସ ପୂର୍ବରୁ ଏହି କାର୍ଯ୍ୟ ଚାଲୁ ରହିଛି । ସୁଶ୍ରୀ ବୋଷା କହିଥିଲେ ଯେ ୩ ମାସ ଭିତରେ “ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆୟୋଜିତ ହେବ ।

ଶ୍ରୀ ନୱାଜ କହିଥିଲେ ଯେ କ୍ୟାମ୍ପସ କମିଟି ନିଜ ନିଜର ଶିକ୍ଷାନୁଷ୍ଠାନ ସାମନାରେ ଛାତ୍ର ସଂସଦର ନିର୍ବାଚନ ଦାବି କରିବା ସହ ଓଡ଼ିଶା ସରକାର ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜ ପ୍ରତି କରିଥିବା ଅନ୍ୟାୟର ପ୍ରତିବାଦ କରିବେ । ପ୍ଲା କାର୍ଡ଼ ପ୍ରଦର୍ଶନ କରିବ । ଶ୍ରୀ ନୱାଜ କହିଥିଲେ ଯେ ଛାତ୍ର ବିଜେଡ଼ି ଯେଉଁ କମିଟି ଗଠନ କରିବ ତାହା ଶିକ୍ଷାନୁଷ୍ଠାନମାନଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରିତ କରିବ ଏଥିରେ ସଂଦେହ ନାହିଁ । ଏବେ ସବୁ କଲେଜ ଓ ୟୁନିଭର୍ସସିଟି ଗୁଡ଼ିକ ବିଜୁ ଜନତା ଦଳରେ ପରିଣତ ହେବ । ହେଲ୍‌ଡେସ୍କ, ସୂତନ୍ତ୍ର କ୍ୟାମ, ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମାନୀ, ପିଲାଙ୍କ ସମସ୍ୟା ଓ ଦୁର୍ନୀତିକୁ ପଦାକୁ ଆଣିବା ପ୍ରସଙ୍ଗରେ ବିଜୁ ଛାତ୍ର ଜନତା କାମ କରିବ ବୋଲି ଯେଉଁ ଉଲ୍ଲେଖ କରାଯାଇଛି ତାହା ହାସ୍ୟାସ୍ପଦ ।

ଶ୍ରୀ ନୱାଜ ଆଗାମୀ ତିନି ମାସର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କହିଥିଲେ ଯେ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତିବାଦ, ଦିବ୍ୟାଙ୍ଗ ଓ ଖେଳ ସାର୍ଟିଫିକେଟ ଜାଇକରି ନାମଲେଖା, କଲେଜର ପାଣ୍ଡିର ଅପବ୍ୟବହାର ଓ ଦୁର୍ନୀତି, କଲେଜ ଫି ବୃଦ୍ଧି (ସରକାରୀ । ବେସରକାରୀ), କ୍ୟାମ୍ପସ ବ୍ୟାଟିଂ, ଶାସକ ଦଳର ସମର୍ଥିତ ଛାତ୍ର ମାନଙ୍କର ଦୌରାମ୍ୟ, କଲେଜ କର୍ତ୍ତୃପକ୍ଷଙ୍କ ମନମାନୀ ଏବଂ ପକ୍ଷପାତିତା, ନିଶାମୁକ୍ତ କ୍ୟାମ୍ପସ, ଅଧକ୍ଷ, ଅଧାପକ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କର ବର୍ଷ ବର୍ଷ ଧରି ପଦବୀ ଖାଲି ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିକ୍ଷୋଭ ହେବ । ଶ୍ରୀ ନୱାଜ କହିଥିଲେ ଜିଲ୍ଲା କମିଟି ବିଧାନସଭା ନିର୍ବାଚନ ମଣ୍ଡଳୀ କମିଟି କ୍ୟାମ୍ପସ କାର୍ଯ୍ୟକ୍ରମ ପରେବି ଛାତ୍ରମାନଙ୍କ ସହ ମିଶି ଛାତ୍ର ଯୋଡ଼, ଭାରତ ଯୋଡ଼” କାର୍ଯ୍ୟକ୍ରମ କରିବେ । ଏଥିରେ ଅନ୍ୟୁନ ୫ କିଲୋମିଟର ପଦଯାତ୍ରାକରି ଫଚାୟତ ସମିତି ଏଡ଼ିଏମ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ପ୍ରତିବାଦ କରିବେ । 

ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅନ୍ୟାନ୍ୟ ଷ୍ଟାଫ ପଦବୀ ଖାଲି, ଉତ୍କଟ ବେକାରୀ, ଦାରିଦ୍ର୍ୟ, ଦରଦାମ ବୃଦ୍ଧି, ମହିଳା ନିର୍ଯ୍ୟାତନା, ଦୁର୍ନୀତି, ଛାତ୍ର ଓ ଯୁବ ସମାଜ ପ୍ରତି ଉଦାସୀନତା, ଅସୁରକ୍ଷିତ କ୍ୟାମ୍ପସ, କ୍ୟାମ୍ପସରେ ନିଶା କାରବାର, ଚାକିରି ବିକିରି, ପୋଲିସ ଓ ସମସ୍ତ ସରକାରୀ ଅନୁଷ୍ଠାନର ପକ୍ଷପାତିତା ପ୍ରସଙ୍ଗରେ ଆନ୍ଦୋଳନ କରି ସାଧାରଣ ଜନତାଙ୍କୁ ସଚେତନ କରାଯିବ । ଆଜିର କାର୍ଯ୍ୟକାରିଣୀ ଓଡ଼ିଶାର ବନ୍ୟା ପ୍ରଭାବିତ ଜିଲ୍ଲା ମାନଙ୍କରେ ସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଫି ଛାଡ଼ ପାଇଁ ଦାବି କରୁଅଛି । ୪ ବର୍ଷ ଧରି ଓଡ଼ିଶାର ଛାତ୍ର ସମାଜକୁ ଭୂଆଁ ବୁଲାଇ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖୁବା ବିଜୁ ଜନତା ଦଳ ସରକାର ବିରୋଧରେ ଛାତ୍ର ଆନ୍ଦୋଳନ ଏବଂ ଜନ ଆନ୍ଦୋଳନ ସୃଷ୍ଟି କରାଯିବା ସହ ଆଇନର ଆଶ୍ରୟ ନେବ ବୋଲି ନିଷ୍ପତି ନିଆଯାଇଛି । 

ଆଜିର କାର୍ଯ୍ୟକ୍ରମରେ ସାଂସଦ ନିରୋଜ ଡାଙ୍ଗି, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ପଂଚାନନ କାନୁନଗୋ, ଲଲାଟେନ୍ଦୁ ମହାପାତ୍ର, ବିଭୁତି ମିଶ୍ର ଓ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ଛାତ୍ର କଂଗ୍ରେସର ପ୍ରଭାବି ଭୂମିକା ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଉଦ୍‌ବୋଧନ ଓ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିହାର ବେହେରା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, କାର୍ତ୍ତିକେଶ୍ବର କାଣ୍ଡି, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ବିଭୂତିଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ରଣଜିତ ସେନାପତି, ଲିପିକା ପାତ୍ର, ଉଦିତ୍ ପ୍ରଧାନ, ସୌରଭ ପଟ୍ଟନାୟକ, ମହମ୍ମଦ ସମିତ୍ତଲ, ରାଜଲକ୍ଷ୍ମୀ ସାହୁ, ଆଜାଦ ପତି, ଲୁଲୁ ପାଣିଗ୍ରାହୀ, ଅଙ୍କିତ ସାହୁ, ନିଖୁଲ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଅବିନାଶ ନନ୍ଦ, ଅନନ୍ତ ଦାସ, ପରୱେଜ ଅକତାର, ନବିଲ ଅହମ୍ମଦ, ନିତେଶ ରଞ୍ଜନ ବେହେରା, ସୌମ୍ୟ ରଞ୍ଜନ ବରାଳ, ଅଭିଳାଷ ଜେନା, ଆରିୟନ ସାସମଲ, ସୌମ୍ୟ ମିଶ୍ର, ସାହାବାଜ ଖାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ । 

ବାଲିଅନ୍ତା ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି


ଭୁବନେଶ୍ୱର, ଆଜି ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଲିଅନ୍ତା ବ୍କକ ଗସ୍ତ କରି ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ପୂର୍ବକ ସେସବୁର କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଟ ୧୫୨ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ସ୍ଥଳେ ୧୪୬ ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ଥିଲା ଓ ୬ ଟି ଅଭିଯୋଗ ସାମୁହିକ ଗ୍ରାମ୍ୟ ସମସ୍ୟା ସଂପର୍କିତ ରହିଥିଲା । ୧୬ ଟି ଅଭିଯୋଗର ତତ୍କାଳ ଫଏସଲା କରାଯାଇଥିଲା । ଜିଲ୍ଲା ରେଡ୍ କ୍ରସ ପାଣ୍ଠିରୁ ୧୩ ହଜାର ଟଙ୍କା ସହାୟତା ରାଶି ବିଭିନ୍ନ ସହାୟତା ଆବଶ୍ୟକ କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗୃହୀତ ଅନ୍ୟ ଅଭିଯୋଗଗୁଡିକୁ ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ ପ୍ରେରଣ କରାଯାଇ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । 

ଅଭିଯୋଗଗୁଡିକ ମୁଖ୍ୟତଃ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିଭିନ୍ନ ଚିକିତ୍ସା ସହାୟତା, ବାଲିଘାଟ ଶ୍ରମିକଙ୍କ ସମସ୍ୟା ଆଦି ସଂପର୍କରେ ଗୃହୀତ ହୋଇଥିଲା । ବ୍ଲକ ଅଂଚଳର ବିଭିନ୍ନ ରାସ୍ତାରେ ଥିବା ଜଳ ନିଷ୍କାସନ ବ୍ୟବସ୍ଥା ସମାଧାନ ସଂପର୍କରେ ଆସିଥିବା ଅଭିଯୋଗ ସଂପର୍କରେ ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କୁ ସଂପୃକ୍ତ ସ୍ଥାନ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଭୁବନେଶ୍ୱର, ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଏ.ସି.ପି ଜୋନ୍-୪ ଶ୍ରୀ ଏସ୍.ଏନ୍.ମୁଦୁଲି, ମଣ୍ଡଳ ଉନ୍ନୟନ ଅଧିକାରୀ, ବାଲିଅନ୍ତା ଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ବାଲିଅନ୍ତା ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ଖଟୁଆ, ତହସିଲଦାର ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସମେତ ସମସ୍ତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

କିଟ୍‍ ଓ କିସରେ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ପାଳିତ


ଭୁବନେଶ୍ୱର, କିଟ୍‍ ଓ କିସ୍‍ ପକ୍ଷରୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ କିଟ୍‍ ଷ୍ଟାଡିଅମଠାରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଲିମ୍ପିଆନ୍‍ ତଥା କିଟ୍‍ ଛାତ୍ର ଅମିତ ରୋହିଦାସ, କିଟ୍‍ ଛାତ୍ରୀ ଲିଲିମା ମିଞ୍ଜ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଭାରତୀୟ କ୍ରୀଡ଼ାର ଗୌରବ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଆଜିର ଦିବସ ପରିପ୍ରେକ୍ଷୀରେ ଧ୍ୟାନଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ । 

ଏହି ଅବସରରେ ଅତିଥିମାନେ ଉପସ୍ଥିତ ଥିବା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି, କୋଚ, ଭାରତୀୟ ବାୟୁସେନା ପକ୍ଷରୁ କିଟ୍‍ରେ ରହି ଅଭ୍ୟାସ ଜାରି ରଖିଥିବା ଜାତୀୟ ଭଲିବଲ ଦଳ, ଓଡ଼ିଶା ରଗ୍‍ବୀ ଦଳ, ରାଜ୍ୟ ଖୋ ଖୋ ଦଳ, ତୀରନ୍ଦାଜୀ ଦଳ ଏବଂ କିଟ୍‍ ଓ କିସ୍‍ର କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ପରେ ବିଭିନ୍ନ ଦଳ ଦ୍ୱାରା ହକି, ରଗ୍‍ବୀ, ଖୋ ଖୋ, ଭଲିବଲ୍‍, ତୀରନ୍ଦାଜୀ, ସନ୍ତରଣ ଆଦି କ୍ରୀଡ଼ା ଆୟୋଜନ କରାଯାଇଥିଲା । 

ସଂଧ୍ୟାରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଶିବପାଲ୍‍ ସିଂହ, ଅମିୟ ମଲ୍ଲିକ୍‍, ସ୍ପନ୍ଦନ ରଥ, ଅମିତ ରୋହିଦାସ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, କନିଷ୍ଠ ଅନ୍ତର୍ଜାତୀୟ ହକି ଖେଳାଳି ଷ୍ଟାଲିନ୍‍ ଭିକ୍ଟର ମିଞ୍ଜ, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ, ସଟଲର ଶ୍ୱେତପର୍ଣ୍ଣା ପଣ୍ଡା, ଋତୁପର୍ଣ୍ଣା ପଣ୍ଡା, ଋତୁପର୍ଣ୍ଣା ଚୌଧୁରୀ, ସିନିମୋଲ୍‍ ପାଲୋଜ ପ୍ରମୁଖଙ୍କୁ ସେମାନଙ୍କ ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଥିଲେ ।

ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟସଂପଦର ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତି ସମୀକ୍ଷା ବୈଠକ


ଭୁବନେଶ୍ୱର, ଚଳିତ ବନ୍ୟା ଓ ବର୍ଷାରେ ରାଜ୍ୟର ବିଭିନ୍ନ ଜିଲ୍ଲା ରେ ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟସଂପଦର କ୍ଷୟକ୍ଷତି ଏବଂ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ବନ୍ୟା ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । 

କୃଷି ଭବନଠାରେ ଆୟୋଜିତ ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ମସ୍ୟ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ଥିବାବେଳେ ଜିଲ୍ଲାସ୍ତରୀୟ ଅଧୁକାରୀମାନେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗଦେଇଥିଲେ ।

କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକର ରିପୋର୍ଟ ପ୍ରାପ୍ତ ହୋଇଥିବାବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଭାବିତ ଅଞ୍ଚଳରେ ସଅଳ କିସମ ଫସଲର ବିହନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ସହିତ ପ୍ରଭାବିତ ଅଞ୍ଚଳରେ ଡାଲିଜାତୀୟ ବିହନ ସେପ୍ଟେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀମାନଙ୍କୁ ହାଇବ୍ରିଡ୍ ପନିପରିବା ବିହନ, ବନ୍ଧାକୋବି, ଫୁଲକୋବି ଆଦିର ବିହନ କିପରି ସୁବିଧାରେ ଯୋଗାଇ ଦିଆଯାଇପାରିବ ସେ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେପ୍ଟେମ୍ବର ସୁଦ୍ଧା ଚାଷୀମାନଙ୍କୁ ଚିନାବାଦମ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବ୍‌ଶୀଘ୍ର ଫସଲବୀମା କ୍ଷତିପୂରଣ ରାଶି ପ୍ରଦାନ କରିବା ନିମନ୍ତେ ବୀମା କମ୍ପାନୀମାନଙ୍କ ସହ ଆଲୋଚନା କରିବା ପାଇଁ ମନ୍ତ୍ରୀ ସଂପୃକ୍ତ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ଚିକିତ୍ସା ବ୍ୟବସ୍ଥା ସହ ପ୍ରାଣୀଧନ ଓ ମତ୍ସ୍ୟସଂପଦର ସୁରକ୍ଷା ଦିଗରେ କ୍ଷେତ୍ର ଅଧକାରୀମାନଙ୍କ ତତ୍ପରତା ଯୋଗୁଁ କ୍ଷୟକ୍ଷତି ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଏଣୁ ସହିତ ରବି ଫସଲ ନିମନ୍ତେ ନଭେମ୍ବର ମାସ ସୁଦ୍ଧା ଚାଷୀମାନଙ୍କୁ ବିହନ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ସେଣ୍ଡାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସବୁଜ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ


ସମ୍ବଲପୁର,ସେଣ୍ଡାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ଜି.ଏମ୍ ୟୁନିଭର୍ସିଟି, ସମ୍ବଲପୁରର ମିଳିତ ଉଦ୍ୟମରେ ହର୍ବାଲ ଗାର୍ଡେର ନବୀକରଣ ନିମନ୍ତେ ଜି.ଏମ୍ ୟୁନିଭର୍ସିଟି ପରିସରରେ ଏକ ସବୁଜ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିଭର୍ସିଟିର କୁଳପତି ଏନ୍.ନାଗାରାଜୁ, ରେଜିଷ୍ଟାର ଯୁଗଳେଶ୍ଵରୀ ଦାଶ, ଡେପୁଟୀ ରେଜିଷ୍ଟ୍ରାର ଉମା ଚରଣ ପତିଙ୍କ ସମେତ ମୁମ୍ବାଇସ୍ଥିତ ସେଣ୍ଡାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କେନ୍ଦ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ (ଏଆର) ସ୍ମୃତି ରଞ୍ଜନ ଦାଶ, ବ୍ୟାଙ୍କର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ସୁକେଶ କୁମାର ଝା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । 

ସେଣ୍ଟ୍ରାଲ ବ୍ୟାଙ୍କର । ମହାପ୍ରବନ୍ଧକ (ଏଆର୍) ଏସ୍ ଆର୍ ଦାଶ ୟୁନିଭସିଟିର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଦୃଢ ମନୋବଳ ଓ ଇଛା ଶକ୍ତିର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମରେ, ମହାପ୍ରବନ୍ଧକ (ଏଆର) ସ୍ମୃତି ରଞ୍ଜନ ଦାଶଙ୍କ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ତରଫରୁ ସେଣ୍ଟ କ୍ରାନ୍ତି ଅଭିଯାନ ଅନ୍ତର୍ଗତ ଏକ ମେଗା ଋଣ ଶିବିରର ଆୟୋଜନ ସ୍ଥାନୀୟ ହୋଟେଲ ଅସରାଠାରେ କ୍ଷେତ୍ରୀୟ ମୁଖ୍ୟ ସୁକେଶ କୁମାର ଝାଙ୍କ ଉପସ୍ଥିତିରେ କରାଯାଇଥିଲା । ଏହି ଶିବିରରେ ୮୦୦ରୁ ଉର୍ଦ୍ଧ ହିତାଧୁକାରୀଙ୍କୁ ୨୬କୋଟି ଟଙ୍କାର ଋଣ ବିତରଣ କରାଯାଇଥିଲା । 

କୃଷି, ଏମ୍ଏସ୍ଏମ୍ଇ ଏବଂ ଖୁଚୁରା କ୍ଷେତ୍ର ଅଧୁନରେ ଅନୁମୋଦିତ ଋଣ ମଞ୍ଜୁରୀ ପତ୍ରଗୁଡିକୁ ମଧ୍ୟ ହିତାଧୁକାରୀମାନଙ୍କୁ ପ୍ରଦାନ କରାଯାଇଥିଲା । ଅଧୁକାରୀମାନଙ୍କୁ ସ୍ବାଗତ କରିବାକୁ ହିତାଧୁକାରୀମାନେ ଅତ୍ୟଧୁକ ଆନନ୍ଦ ପ୍ରକାଶ କରିଥିଲେ । ଶ୍ରୀ ଦାଶ ମଧ୍ୟ ସମସ୍ତଙ୍କୁ ସମ୍ବୋଧନ କରିଥିଲେ ଏବଂ କ୍ଷେତ୍ର ଏବଂ ବ୍ୟାଙ୍କ ପାଇଁ ଋଣ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କ୍ଷେତ୍ରର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଟିମ୍ ସମ୍ବଲପୁର ଓ ଶାଖା ପ୍ରବନ୍ଧକମାନଙ୍କ ଅବଦାନକୁ ପ୍ରସଂଶା କରିଥିଲେ । ଆଗକୁ ଏହିପରି କାର୍ଯ୍ୟକ୍ରମମାନ ଆୟୋଜନ କରିବା ସହିତ ନିଜର ସର୍ବୋତ୍ତମ ପ୍ରୟାସ ଜାରି ରଖିବାକୁ ସେ କହିଥିଲେ । ମୁଖ୍ୟ ପ୍ରବନ୍ଧକ ବି କେ ସ୍ବାଇଁ, ମୁଖ୍ୟ ପ୍ରବନ୍ଧକ ଅମିତ କୁମାର ଝା, ମୁଖ୍ୟ ପ୍ରବନ୍ଧକ ପି କେ ମହାପାତ୍ର ଏବଂ ବରିଷ୍ଠ ପ୍ରବନ୍ଧକ ଦିପକ ପ୍ରଧାନ, ବରିଷ୍ଠ ପ୍ରବନ୍ଧକ ବିଜୟ ଗୋୟଲ, ବରିଷ୍ଠ ପ୍ରବନ୍ଧକ ଦିନେଶ ପ୍ରଧାନ ଏବଂ ବରିଷ୍ଠ ପ୍ରବନ୍ଧକ ସୁଶାନ୍ତ ସାହୁ ଏହି ଅବସରରେ ଉପସ୍ଥିତ ଥିଲେ ।

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ


ଭୁବନେଶ୍ବର,ସମସ୍ତଙ୍କ ଜୀବନରେ କ୍ରୀଡ଼ା ତଥା ଦୈନନ୍ଦିନ କାର୍ଯ୍ୟକଳାପର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ 117 ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଅଛି 

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନ ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରାଯାଇଛି | କ୍ରୀଡ଼ାର ମୂଲ୍ୟବୋଧ: ଶୃଙ୍ଖଳା, ଦୃଢ଼ତା, କ୍ରୀଡ଼ାବିତ୍ ଆତ୍ମା, ଦଳଗତ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ କ୍ରୀଡା ପ୍ରତି ଉତ୍ସାହ ଆଣିବା ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଅଛି |

ରେଳ କର୍ମଚାରୀ ବିଶେଷ ଭାବେ ପୂର୍ବତଟ ରେଳପଥ କ୍ରୀଡ଼ାବିତ ଓ କ୍ରୀଡା କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଜାତୀୟ କ୍ରୀଡ଼ା ଦିବସ ପାଳନ ପାଇଁ କ୍ରୀଡା / ଫିଟନେସ୍ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ପୂର୍ବ ତଟ ରେଳ ପଥ କ୍ରୀଡା ସଂଗଠନ (ଇକୋର୍ସା) ର ସଭାପତି ଶ୍ରୀ ମାନସ କୁମାର ପୋଦ୍ଦାରଙ୍କ ସମେତ ବିଭାଗର ସମସ୍ତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ | ଇକୋର୍ସାର ସମ୍ପାଦକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |  

ଅଙ୍ଗ ପ୍ରତିରୋପଣ ପାଇଁ ବିଏସ୍‍କେୱାଇ ସହାୟତା ପାଇପାରିବେ ହିତାଧିକାରୀ: ଅତିରିକ୍ତ ଡିଏମ୍‍ଇଟି


ଭୁବନେଶ୍ୱର, ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶାରେ ଅନେକ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଥିବା ମୋଟ ୮ଟି ଅଙ୍ଗ ପ୍ରତିରୋପଣ ଓ ପୁନରୁଦ୍ଧାର କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୧୩୧୨ଟି ଅଙ୍ଗ ପ୍ରତିରୋପଣ ହୋଇସାରିଛି ବୋଲି କିମ୍‍ସରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତାମାନେ ସୂଚନା ଦେଇଛନ୍ତି । ଏହି ଅବସରରେ ସୂଚନା ଦେଇ ଓଡ଼ିଶା ମେଡିକାଲ କଲେଜ ଏଜୁକେସନ୍‍ ଆଣ୍ଡ ଟ୍ରେନିଂର ଅତିରିକ୍ତ ନିର୍ଦ୍ଦେଶକ ତଥା ଷ୍ଟେଟ୍‍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍‍ସପ୍ଲାଣ୍ଟ ଅର୍ଗାନାଇଜେସନ୍‍ (ସୋଟୋ)ର ନୋଡାଲ୍‍ ଅଫିସର ପ୍ରଫେସର ଡା ଉମାକାନ୍ତ ଶତପଥୀ କହିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ) ଅଧୀନରେ କିଡ୍‍ନୀ ଓ ଯକୃତ ପରି ଅଙ୍ଗ ପ୍ରତିରୋପଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । 

ଓଡ଼ିଶାରେ ପ୍ରତିବର୍ଷ ୧୧ ହଜାର ୫ ଶହ ସଡ଼କ ଦୁର୍ଘଟଣା ମାମଲା ପଞ୍ଜୀକରଣ ହେଉଥିବା ବେଳେ ସେଥିରୁ ପ୍ରାୟ ୫ ହଜାର ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ଅଙ୍ଗ ଦାନ ପାଇଁ ସଚେତନତା ସୃଷ୍ଟି କରାଯାଇପାରିଲେ ମୃତ ବ୍ୟକ୍ତିଙ୍କ ଅଙ୍ଗ ସହାୟତାରେ ଅନେକ ଲୋକ ନୂତନ ଜୀବନ ପାଇ ପାରନ୍ତେ । ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଡିଏମ୍‍ଇଟି ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାକୁ ପ୍ରସ୍ତାବ ଦିଆଯାଇଛି । କିମ୍‍ସ ଆକାଡେମିକ୍‍ ଚେୟାରମ୍ୟାନ୍‍ ପ୍ରଫେସର ୱାଇ କେ ଚାୱଲା ନୂଆଦିଲ୍ଲୀସ୍ଥିତ ଏମ୍‍ସରେ ପ୍ରଫେସର ସମୀରଣ ନନ୍ଦିଙ୍କ ନେତୃତ୍ୱରେ ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଭଳି ଚ୍ୟାଲେଞ୍ଜିଂ ପ୍ରକ୍ରିୟା କିପରି ଆରମ୍ଭ କରାଯାଇଥିଲା ସେ ସମ୍ପର୍କରେ କହିଥିଲେ । ବର୍ତ୍ତମାନ ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଯଥେଷ୍ଟ ବିକଶିତ ହୋଇଛି । 

୧୪ଟି ରାଜ୍ୟରେ ସୋଟୋ କାର୍ଯ୍ୟ କରୁଛି ଏବଂ ନ୍ୟାସ୍‍ନାଲ୍‍ ଅର୍ଗାନ୍‍ ଏବଂ ଟିସ୍ୟୁ ଟ୍ରାନ୍‍ପ୍ଲାଣ୍ଟ ଅର୍ଗାନାଇଜେସନ୍‍ ଅଧୀନରେ ୫ଟି ଆଞ୍ଚଳିକ ଅଙ୍ଗ ଓ ଟିସ୍ୟୁ ଟ୍ରାନ୍‍ପ୍ଲାଣ୍ଟ ସଂଗଠନ (ରୋଟୋ) ରହିଛି । ବର୍ତ୍ତମାନ ଭାରତରେ ୬୧୮ ଟି ପ୍ରତିରୋପଣ ଓ ୧୦୪ଟି ପୁନରୁଦ୍ଧାର କେନ୍ଦ୍ର ରହିଛି । ଏହି ଆଲୋଚନା ଚକ୍ରରେ ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ଗ୍ୟାଷ୍ଟ୍ରେଏଣ୍ଟେରୋଲୋଜି ପ୍ରଫେସର ଡା. ଏ ସି ଆନନ୍ଦ ଏବଂ ମେଡିକାଲ୍‍ ସୁପରିନ୍‍ଟେଣ୍ଡେଣ୍ଟ ଡା. ରାମଚନ୍ଦ୍ର ଦାସ, ନ୍ୟୁରୋ ସର୍ଜନ ପ୍ରଫେସର ଏନ୍‍ କେ ଦାସ, ଚକ୍ଷୁ ବିଶେଷଜ୍ଞ ପ୍ରଫେସର ଇନ୍ଦ୍ରାଣୀ ରଥ, ଜି ଆଇ ସର୍ଜରୀ ମୁଖ୍ୟ ପ୍ରଫେସର ଏମ୍‍ କେ ମହାପାତ୍ର, ସିଟିଭିଏସ୍‍ ମୁଖ୍ୟ ଡା. ଏ ସାରଦା, ୟୁରୋଲୋଜି ମୁଖ୍ୟ ଡା. ସୁମନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟାରେ ଦେଖା ଦେଉଥିବା ଆଇନ୍‍ଗତ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।a

ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ


ଭୁବନେଶ୍ୱର,ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଥିଲା । କୋର୍ଟର ମୁଖ୍ୟ ଫାଟକ ନିକଟରେ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଥିଲେ । ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ଚାଲୁ ରହିଛି । ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । 

ଏହି ଶାନ୍ତି ପୂଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ, ଦିବାକର ମିଶ୍ର, ଅଭିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, କୁଲଦିପ୍ ରାଉତରାୟ, ଅଶୋକ ସାହୁ, ପ୍ରଦୀପ ପାଲ, ଏସ୍‌ଏସ୍ ସୁବୁଦ୍ଧି, ଅନୋଜ ନାୟକ, ଡ. ଲିଙ୍ଗରାଜ ସାହୁ, କୁନ୍ଦନ ରଥ, ଦେବୀ ବାରିକ୍‌, ବିପିନ୍ ଭୂଷଣ ବଲିଆରସିଂ, ତପନ ନାୟକ, ଅଭିଜିତ ମିଶ୍ର, ସରୋଜ ସାହୁ, ସ୍ୱାଗତିକା ରଥ, ସୁରେଶ ଦାସ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।  

ବିଓବି ପକ୍ଷରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ହିନ୍ଦୀ ପ୍ରତିଯୋଗିତାର ଆୟୋଜନ


ଭୁବନେଶ୍ୱର,ବ୍ୟାଙ୍କ ଅଫ୍ ବରୋଦା, ଭୁବନେଶ୍ବର କ୍ଷେତ୍ର ପକ୍ଷରୁ ଭୁବନେଶ୍ବରସ୍ଥିତ କସ୍ତୁରବା ଶିକ୍ଷା ଆଶ୍ରମ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ହିନ୍ଦୀ କବିତା ପାଠ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ବର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରାଜୀବ କ୍ରୀଷ୍ଣା ଟ୍ରଫି, ପ୍ରମାଣ ପତ୍ର ଓ ଷ୍ଟେସ୍‌ନାରୀ ସାମଗ୍ରୀ ପୁରସ୍କାର ସ୍ଵରୁପ ପ୍ରଦାନ କରିଥିଲେ । ଶ୍ରୀ କ୍ରୀଷ୍ଠା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହ ସେମାନଙ୍କୁ ଜ୍ଞାନ ଅର୍ଜନର ମାର୍ଗ ତଥା ସମାଜରେ ଗୁରୁଙ୍କ ମହତ୍ତ୍ବ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆବିଡିଏମ୍ ମାନସ ମହାରଣା ତଥା ରାଜଭାଷା ପ୍ରଭାରୀ ଅମିତ ବର୍ମନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀବୃନ୍ଦ ଉପସ୍ଥିତ ଥିଲେ ।

ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ଗ୍ରାହକ ସମ୍ମିଳନୀ ଅୟୋଜିତ


ସମ୍ବଲପୁର,ବ୍ୟାଙ୍କ ଅଫ ବରୋଦା, ସମ୍ବଲପୁର କ୍ଷେତ୍ର ପକ୍ଷରୁ ଖରିଆର ରୋଡ୍‌ସ୍ଥିତ ହୋଟେଲ ସ୍ବସ୍ତିଠାରେ ବ୍ୟାଙ୍କ ଅଫ୍ ବରୋଦା, ନୂଆପଡା ଏବଂ ବ୍ୟାଙ୍କ ଅଫ ବରୋଦା, ଖରିଆର ରୋଡ୍ ଶାଖାର ମିଳିତ ଆନୁକୁଲ୍ୟରେ ଏକ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂଆପଡା ଏବଂ ଖରିଆର ରୋଡ୍ ଅଞ୍ଚଳର ସମସ୍ତ ରାଇସ୍ ମିଲ୍‌ର ମାଲିକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟବସାୟୀମାନେ ଯୋଗ ଦେଇଥିଲେ । 

ବ୍ୟାଙ୍କ ପକ୍ଷରୁ ଆଞ୍ଚଳିକ ମହାପ୍ରବନ୍ଧକ ସୁରେନ୍ଦ୍ର ଗୋଣ୍ଡ, ଏସ୍ଏମ୍ଇ ଅଧୁକାରୀ ଯୋଗେନ୍ଦ୍ର ନାୟକ ଏବଂ କ୍ରେଡିଟ୍ ମୁଖ୍ୟ ଜିତେନ୍ଦ୍ର ଦାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ବ୍ୟବସାୟର ଉନ୍ନତି ନିମନ୍ତେ ଅଲୋଚନା କରାଯାଇଥିଲା । ନୂଆପଡା ଶାଖାର ଶାଖା ପ୍ରବନ୍ଧକ ତୁଲାରାମ ସାହୁ ଏବଂ ଖରିଆର ରୋଡ୍ ଶାଖାର ଶାଖା ପ୍ରବନ୍ଧକ ସୁଜିତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅଳିଆ ଘେରରେ ରାଜଧାନୀ ।  ହାତ ଟେକି ଦେଲାଣି ବିଏମସି


ଭୁବନେଶ୍ୱର, ଆବର୍ଜନାମୟ ସ୍ମାର୍ଟସିଟି । ଆବର୍ଜନା ଘେରରେ ବେହାଲ ହେଉଛି ରାଜଧାନୀ । ଭୁବନେଶ୍ବର ସହରର ବହୁ ସ୍ଥାନରୁ ଉଠି ପାରୁନି ଅଳିଆ । ଏହାର ଅସହ୍ୟ ଦୁର୍ଗନ୍ଧରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ରାଜଧାନୀବାସୀ । ଦାରୁଙ୍ଗ ଡମ୍ପିୟାର୍ଡ ସମସ୍ୟାର ସମାଧାନ ହୋଇପାରୁନି । ତେଣୁ ଏବେ ସହରରେ ଜୁଆଡେ ଚାହିଁଲେ । ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଛି । ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ୱାରା ସ୍ମାର୍ଟ ସିଟିର ଛବି ମଳିନ ହେଉଛି । ସେପଟେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବାବେଳେ, କେଉଁଠି ଅଳିଆ ପଡିବ ସେ ନେଇ ବଢ଼ିଛି ଚିନ୍ତା । କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡି ଆବର୍ଜନା ସଂଗ୍ରହ କରିବ ଏଭଳି ଘୋଷଣା ପରେ ପୂର୍ବରୁ ପଡିଥିବା ବଡ଼ ବଡ ଡଷ୍ଟବିନ୍ ଠିକା ସଂସ୍ଥା ଉଠାଇ ନେଇଛନ୍ତି ।

ତେଣୁ ଆବର୍ଜନା ଏବେ ସବୁ ରାସ୍ତା କଡରେ ଗଦା ହୋଇ ରହିଛି । ଅନେକ ସ୍ଥାନରେ ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଛି । । ୧୮ଦିନ ହେଲା ଦାରୁଙ୍ଗ ଡମ୍ପିୟାକୁ ଅଳିଆ ଯାଇପାରୁନି । ଟିଟିଏସ୍ ଭର୍ତ୍ତି ହୋଇଗଲାଣି । ସପ୍ତାହେ ହେଲାଣି ନୂଆ ପରିମଳ ସଂସ୍ଥା ମନମାନି ଚଳାଇଛନ୍ତି । ଆବଶ୍ୟକ ସରଞ୍ଜାମ ଓ ମାନବ ସମ୍ବଳ ନଥିଲେ ବି ବିଏମ୍‌ସି ସେମାନଙ୍କୁ ସଫେଇ ଦାୟିତ୍ବ ଟେକି ଦେଇଛି । ବିଏମ୍‌ସିର ଭୁଲ ପାଇଁ ରାଜ୍ୟ ବାହାରର ପୁରୁଣା ସଫେଇ ସଂସ୍ଥା ସିଧାସଳଖ କର୍ତ୍ତୃପକ୍ଷଙ୍କୁ ନାଲିଆଖ୍ ଦେଖାଇବାକୁ ସାହାସ କରୁଛନ୍ତି । ଏମିତି ଏକାଧୁକ ସମସ୍ୟାରେ ଛନ୍ଦି ହୋଇ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ସହରର ବହୁ ସ୍ଥାନରୁ ଆବର୍ଜନା ଉଠୁନି । ଯେତିକି ଉଠୁଛି, ତାହାକୁ ପକାଇବାକୁ ବି ଜାଗା ନାହିଁ । ବିଏମ୍‌ସି କର୍ତ୍ତୃପକ୍ଷ ହାତ ଟେକି ଦେଇଛନ୍ତି । 

ସ୍ଥିତି ଏମିତି ହେଲାଣି ଯେ, ସହରବାସୀଙ୍କୁ ମୌଳିକ ସେବା ଦେବାକୁ ବି ବିଏମ୍‌ସି ଅକ୍ଷମ ହୋଇପଡ଼ିଛି । ରାଜଧାନୀରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଯାହାକୁ ନେଇ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି ଆଜି । ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଶହ ଶହ କାର୍ଯ୍ୟକର୍ତା ଏକ ଶୋଭାଯାତ୍ରାରେ ଆସି ବିଏମ୍‌ସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କାର୍ଯ୍ୟାଳୟ ସମ୍ମୁଖରେ ଅଳିଆ ଆବର୍ଜନା ପକାଇ ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କିରିଥିଲେ | ଓ ପରମୁହୁର୍ତ୍ତରେ ବିଏମ୍‌ସିର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ଦାବି ପତ୍ର ଦେଇଥିଲେ ଏବଂ ଆଗାମୀ ୪୮ଘଟା ମଧ୍ୟରେ ଯଦି । ଭୁବନେଶ୍ୱରରୁ ଅଳିଆ ନଉଠେ ତେବେ ବିଜେପି ଆନ୍ଦୋଳନକୁ ତୀବ୍ରତର କରିବା ସହ ମେୟର ଓ କମିଶନରଙ୍କୁ ରାସ୍ତାରେ ଚଲାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଲେ ଜିଲ୍ଲା ସଭାପତି ଶ୍ରୀ ସିଂ । ବିଏମ୍‌ସି ମେୟର, କମିଶନର ଏକ ପ୍ରକାର ଅସହାୟ ହୋଇ ପଡିଲେଣି ଯେମିତି ସମସ୍ୟାର ସମାଧାନ ପାଇଁ ବୈଠକ କରୁଛନ୍ତି ସତ କିନ୍ତୁ ସମାଧାନର ବାଟ ବାହାରିପାରୁ ନାହିଁ । 

ଆବର୍ଜନା ପରିଚାଳନାକୁ ନେଇ ଠୋସ୍ ଯୋଜନାର । ଅଭାବ ଯୋଗୁଁ ବିଏମ୍‌ସି ବାରମ୍ବାର ଆୟେଇ ପଡ଼ୁଛି । ଖୋଦ୍ ରାଜଧାନୀରେ ଗୁରୁତର ବିଭ୍ରାଟ ଦେଖାଦେଇଥିଲେ ବି ରାଜ୍ୟ ସରକାର ଚୁପ୍ ବସିଛନ୍ତି । ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଖାରବେଳ ଭବନରେ ବସି ନାଟକ ଦେଖୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲ୍ଲୀପ ମହାନ୍ତି କହିଛନ୍ତି । ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ନିଜେ ପୂର୍ବରୁ ବିଏମ୍‌ସିର ପ୍ରଶାସକ ଦାୟିତ୍ବ ତୁଲାଇ ଥିଲେ । ସହରର ଏହି ସମସ୍ୟା ପ୍ରତି ସରକାର ଆଖୁ ବୁଜି ଦେଇଛନ୍ତି । 

ନଗର ଉନ୍ନୟନ ବିଭାଗ ନିଜ ଆଡୁ ସମସ୍ୟାର ସମାଧାନ ପାଇଁ ଆଦୌ ଆଗ୍ରହ ପ୍ରକାଶ କରୁନାହିଁ । ବିଏମ୍‌ସି ମେୟର, କମିଶନର ଓ ରାଜ୍ୟ ସରକାର ନିଜ ଅପାରଗତା ଧରା ପଡ଼ିବା ଭୟରେ କଥା ଉପରେ ପରଦା ଘୋଡାଉଛନ୍ତି, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆହୁରି ଚିନ୍ତାଜନକ ବିଷୟ ହେଲା ଯେ, ବିଏମ୍‌ସି ଶାସନ ଡୋରି ଶାସକ ଦଳ ହାତରେ ଥିଲାବେଳେ ଭୁବନେଶ୍ବରର ତିନି ବିଧାୟକ ବି ସେହି ଦଳର ଗଳି, କଲୋନୀ, ବସ୍ତି ସବୁଠି ଗନ୍ଧ । ନୂଆ ଡମ୍ପିଆଡ୍ ପାଇଁ ଜାଗା ଖୋଜି ବିଏମ୍‌ସି ନୟାନ୍ତ ହେବା ପରେ ହାତ ଟେକି ଦେଇଛି । ଭୁବନେଶ୍ବରସାରା ସହରରେ ଆବର୍ଜନା ଗଦା ହୋଇଗଲାଣି ।

ଆଜିର ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ । ଜଗନ୍ନାଥ ପ୍ରଧାନ, ଭୁବନେଶ୍ବର ବିଜେପି ମେୟର ପ୍ରାର୍ଥୀନି ସୁନୀତି ମୁଣ୍ଡୁ, ଜିଲ୍ଲା ସାଧାରଣ ସଂପାଦକ ହିଂମାଶୁ ଶେଖର ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ନିରଞ୍ଜନ ରାଉତରାୟ, ସୁର ଜେନା, ରାଜେନ୍ଦ୍ର ଦାସ, ଧୀରେନ ପାତ୍ର, ମାନସୀ ରାୟ, ତୃପ୍ତିମୟୀ ମକଦ୍ଧମ, ମନୋରଞ୍ଜନ ସ୍ବାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ବିଜେପି କର୍ପୋରେଟର ଜୀବନ ରାଉତ, ଜିଲ୍ଲା ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ସନ୍ତୋଷ ଜେନା, ଦାମୋଦର ବେହେରା, ଅମରଜ୍ୟୋତି ଜଗଦେବ, ଅରୁଣ ପୁରୋହିତ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ସଂପାଦକ ଉତି ପରିଡା, ରଜନୀବାଳା ଦାସ, ବିଜେପି ନେତା ସିଦ୍ଧାନ୍ତ ଦାସ, ସୁଶାନ୍ତ ସାବତ, ସୁନୀଲ ପ୍ରଧାନ, ସଂଗ୍ରାମ ନାୟକ, ମନୋଜ ପଶ୍ଚିମକବାଟ, କସ୍ତୁରୀ ମିଶ୍ର, ଜ୍ବତିରେଖା ନାୟକ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


ଆବାସ ଯୋଜନା ଦୁର୍ନୀତି ପାଇଁ ଛଅଟି ଅମୂଲ୍ୟ ଜୀବନ ଚାଲିଗଲା : ସମୀର ମହାନ୍ତି


ଭୁବନେଶ୍ୱର, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଛି । ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ମୋଦି ସରକାର ପ୍ରତିବଦ୍ଧତା ଓ ଯତ୍ନବାନ ହୋଇ କାର୍ଯ୍ୟ କରୁଛନ୍ତି । ଏହି ସମୟରେ ସାମାନ୍ୟ ବର୍ଷା କାରଣରୁ ଘର କାନ୍ଥ ପଡ଼ି ଛଅ ଛଅଟି ଅମୂଲ୍ୟ ଜୀବନ ଚାଲିଯିବା ଆଦୌ ଗ୍ରହଣୀୟ ନୁହେଁ ବରଂ ଅକଳ୍ପନୀୟ । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳ ଆଚରଣ ଓ ବ୍ୟବହାର କାରଣରୁ ପକ୍କା ଘରଟିଏ ପାଇବାରୁ ବଂଚିତ ହୋଇଥିବା ମୟରଇଂଜ ଜିଲ୍ଲାର କପ୍ତିପଦା, ଉଦଳା ଏବଂ ବାରିପଦା ସହରରେ ବର୍ଷା ପାଣିରେ କଚ୍ଚାଘରର କାନ୍ଥ ପଡ଼ି ୬-୬ ଜଣ ପ୍ରାଣ ହରାଇଛନ୍ତି । ଲଗାଣ ବର୍ଷା ନୁହେଁ କି, ବାତ୍ୟା କି ବନ୍ୟା ବି ନୁହେଁ; ମାତ୍ର ଦୁଇ ଦିନର ବର୍ଷାରେ ୬ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ଓ ପ୍ରଶାସନର ଅପାରଗତାକୁ ପ୍ରମାଣିତ କରିଛି । 

ଅମୃତ ମହୋତ୍ସବ ପାଳନ ଅବସରରେ ମୟୁରଭଞ୍ଜ ଜିଲ୍ଲାର ଜଣେ ଜନଜାତି ସଂପ୍ରଦାୟର ମହିଳାଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବାକୁ ନେଇ ଆମେ ସମସ୍ତେ ଗର୍ବ ଅନୁଭବ କରୁଥିବାବେଳେ ସେହି ଜିଲ୍ଲାରେ ବିକାଶର ବିକଳ ଚିତ୍ର ସମସ୍ତଙ୍କ ସାମ୍ନାରେ ଆହ୍ବାନ ସୃଷ୍ଟି କରିଛି । ପ୍ରଚାର ଓ ଭୋଟ ସର୍ବ ବିଜେଡି ସରକାରର ବିଶ୍ବସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଏହି ଅଭାବନୀୟ ଘଟଣା ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଏଭଳି ଅଭାବନୀୟ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରବର୍ଗକୁ ଭେଟିଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଥିଲା ଏବଂ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଏବଂ ଜିରୋ କାଜୁଆଲିଟି ହେଉଛି ପ୍ରାଥମିକତା ବୋଲି ବାହାସ୍ପୋଟ ମାରିଥିଲେ । 

ମୟୁରଭଞ୍ଜ ଜିଲ୍ଲାରେ ବନ୍ୟା ହୋଇ । ନାହିଁ, ମାତ୍ର ଲଗାଣ ବର୍ଷାରେ ବାସହୀନଙ୍କ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି । ମାତ୍ର ୩ ଦିନର ବର୍ଷା କାରଣରୁ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା । ବ୍ଲକର ଭେଜିଡିହା, ଉଦଳାର ରାଇଡାହି, ବିଶୋୟୀ ବ୍ଲକର ବାହାଡବେଢା ଏବଂ ବାରିପଦା ସହରର ୨ ୨ ନମ୍ବର ୱାର୍ଡରେ ଘର କାନ୍ଥ ପଡ଼ି ୬ଟି ନିରୀହ ଓ ମୂଲ୍ୟବାନ ଜୀବନ ଯାଇଛି । ଭେଜିଡିଆ ଗାଁର ପେଲମ ମହାକୁଡ ବାସଗୃହଟିଏ ପାଇବାକୁ ଯୋଗ୍ୟ ନଥିଲା କି ? କାନ୍ଥ ପଡ଼ି ମାକୁ ହରାଇଥିବା ୪ ମାସର ଶିଶୁଟିର ଦୋଷ କଣ ? ଗୋପବନ୍ଧୁ ନଗର ବ୍ଲକର ରାଇଡାହି ଗ୍ରାମର ୧୦ ବର୍ଷିୟା ଯଶୋଦା ସିଂହ ଓ ୮ । ବର୍ଷୀୟା ଜ୍ୟୋତିଶଂକର ସିଂହଙ୍କ ଭଳି ନିଷ୍ପାପ ଶିଶୁ ମା କୋଳ ଖାଲି କରି ଚାଲିଯିବା; ବାରିପଦା ସହରରେ ରଶ୍ମୀ ବେହେରାଙ୍କୁ ମଧ୍ୟ କାନ୍ଥ ପଡି ମୃତ୍ୟୁ ହେବା ଅତ୍ୟନ୍ତ ହୃଦୟ ବିଦାରକ । ବର୍ତମାନ ସୁଦ୍ଧା ମୃତକ ପରିବାର ପାଖକୁ କୌଣସି ପ୍ରଶାସନିକ ଅଧୁକାରୀ କିମ୍ବା ସରକାରୀ ସହାୟତା ପହଂଚି ନପାରିବା ପ୍ରଶାସନର ସମ୍ବେଦନହୀନତାର ନଗ୍ନ ଉଦାହରଣ ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

୨୩ବର୍ଷ ଶାସନ ଗାଦିରେ ବସିଥିବା ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବି ମୟୂରଭଞ୍ଜ ଜିଲ୍ଲାରେ କଚା ଘରେ ଲୋକେ ବସବାସ କରୁଛନ୍ତି । ଜିରୋ କାଜୁଆଲଟି କଥା କହି ରାଜ୍ୟ ସରକାର ବା ବା ସାଇଂଟୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । । ଜିରୋ କାଜୁଆଲିଟି କାହିଁକି ତୃଣମୁଳ ସ୍ତରରେ ପାଳନ ହେଲା ନାହିଁ ? ସରକାରୀ ଅଧୁକାରୀମାନେ ଏହାକୁ ପାଳନ କରିଲେ ନାହିଁ କାହିଁକି ? ଏଭଳି ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି । । ବାସହୀନଙ୍କୁ ବାସଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡିଶାକୁ ୨୬ ଲକ୍ଷ ବାସଗୃହ ଆବଂଟନ ହୋଇଛି । କେବଳ ମୟୁରଭଞ୍ଜ ଜିଲ୍ଲା ପାଇଁ ଆବଂଟିତ ହୋଇଥିବା ୧ ଲକ୍ଷ ୪୭ ହଜାର ବାସଗୃହ ଆବଂଟନ ନହୋଇ ପଡ଼ି ରହିଛି କାହିଁକି ? ମାତ୍ର ଗ୍ରାଉଣ୍ଡ ଜିରୋରେ ଏହା ପ୍ରତିଫଳିତ ହେଉନାହିଁ । 

ଯୋଗ୍ୟ ହିତାଧୁକାରୀ ଘରଟିଏ ପାଇବାରୁ ବଂଚିତ ହୋଇଛନ୍ତି । ଯେଉଁ ସ୍ଥାନରେ ବାସଗୃହ ଅର୍ବ ନିର୍ମିତ ଅଛି, ସେଇଠି ବିଜୁ ପକ୍କା ଘର ଲୋଗୋ ଲାଗିଛି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ନାଁ କାଳିରେ ଲେଖା ହୋଇଛି । ଘର କେବେ ନିର୍ମାଣ ହୋଇଛି, ତାହା ଉଲ୍ଲେଖ ହୋଇନାହିଁ । ପୂର୍ବରୁ ନିର୍ମାଣ ହୋଇଥିବା ବାସଗୃହ ବିନା ଝରକା, କବାଟ ଓ ଚଟାଣ ଅସଂପୂର୍ଣ୍ଣ ଅବସ୍ଥାରେ ପଡିରହିଛି, ଏପରିକି ଛାତରୁ ମଧ୍ୟ ପାଣି ଗଳୁଛି । ମାତ୍ର ଏ ସମସ୍ତ ଘରକୁ ସଂପୂର୍ଣ୍ଣ ଦର୍ଶାଇ ମିଥ୍ୟା ବିଲ୍ ଜରିଆରେ ଶାସକ ବିଜେଡିର ଠିକାଦାରମାନେ ବ୍ୟାପକ ମାତ୍ରାରେ ଗରୀବଙ୍କ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଓ ସ୍ବାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି ।

ସେହିପରି ଜାଗା ମିଶନ ଫେଲ, କେବଳ ହୋର୍ଡି ଏବଂ ପ୍ରଚାର ପତ୍ରରେ ଭିତରେ ସୀମିତ ରହିଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ‘ଜମିର ଯୋଗ୍ୟତା ପ୍ରମାଣ ପତ୍ର’ର କୌଣସି ମୂଲ୍ୟ ନାହିଁ । ଦୁର୍ନୀତି ଓ ଦଳୀୟ ଆଧାରରେ ପକ୍କାଘର ଆବଂଟନ ହୋଇଥିବାରୁ ଆଜି ୬-୬ ଜଣ ନିରୀହ ଗରିବ ଲୋକଙ୍କ ପ୍ରାଣ ଚାଲିଗଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟିରୁ ଉର୍ଦ୍ଧ ଟଙ୍କାର ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ସାଂସଦମାନେ ଦାବି ଜଣାଇଥିଲେ ।ଏହା ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ଓଡିଶାକୁ । ୯ ଲକ୍ଷ ୪୦ ହଜାର ନୂତନ ଘର ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅସହଯୋଗ ଓ ପରଶ୍ରୀକାତରତା କାରଣରୁ ଗରିବ ଲୋକଟି ବାସଗୃହ ପାଇବାରୁ ବଂଚିତ ରହୁଛି । 

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୃତ୍ରିମ ଅଙ୍ଗ ବିତରଣ


ଭୁବନେଶ୍ୱର, ଆଜି କୋରାପୁଟ ଜିଲ୍ଲାର ୨୨ ଜଣ ଭିନ୍ନକ୍ଷମ ହିତାଧୁକାରୀଙ୍କୁ କୃତ୍ରିମ ଅଙ୍ଗ ବିତରଣ କରାଯାଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ୍ ହସ୍‌ପିଟାଲ ପରିସରରେ ଥିବା ପୁନର୍ବାସ କେନ୍ଦ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ହିତାଧୁକାରୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ନିର୍ମିତ କୃତ୍ରିମ ଅଙ୍ଗ ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ହିତାଧୁକାରୀମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ ଉପରେ ଗୁରୁତ୍ଵ ଦିଆଯାଉଥିବା କଥା ପ୍ରକାଶ କରିଥିଲେ । ବିତରଣ କାର୍ଯ୍ୟକ୍ରମରେ ବିଭାଗୀୟ ପଦାଧୁକାରୀ ଓ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧୁକାରୀବୃନ୍ଦ ଉପସ୍ଥିତ ଥିଲେ ।

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରକଳ୍ପ ପରିଚାଳନା ଏକକର ଶୁଭାରମ୍ଭ


ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ବିଭିନ୍ନ ସଂସ୍ଥା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ସହ ବିଭାଗୀୟ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆଜି ବିଭାଗ ତରଫରୁ ଏକ ପ୍ରକଳ୍ପ ପରିଚାଳନା ଏକକ (ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ)ର ଶୁଭାରମ୍ଭ ହୋଇଛି । ଆଜି ଅପରାହ୍ନରେ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ ଏହି ପ୍ରକଳ୍ପ ୟୁନିଟ୍ କୁ ଉଦଘାଟନ କରିଥିଲେ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଟି ବିଭାଗ ସହଯୋଗରେ ଓ.ଏ.ଏସ୍.ଓ୍ୱାଇ.ଏସ୍ ସଂସ୍ଥା ଏହି ପି.ଏମ.ୟୁ ପରିଚାଳନା କରିବ । 

ଏହା ଫଳରେ ଏଣିକି ବିଭାଗ ଅନ୍ତର୍ଗତ ରାଜ୍ୟ ସଂଗ୍ରହାଳୟ,ଓଡିଶା ସାହିତ୍ୟ ଏକାଡେମୀ,ଓଡ଼ିଆ ଭାଷା ପ୍ରତିଷ୍ଠାନ,ରବୀନ୍ଦ୍ର ମଣ୍ଡପ,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର,ରାଜ୍ୟ ଅଭିଲେଖାଗାର,ଗୁରୁ କେଳୁଚରଣ ଓଡିଶୀ ଗବେଷଣା ଷ୍କେନ୍ଦ୍ର,ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡିଶା ଲଳିତ କଳା ଏକାଡେମୀ,ସଙ୍ଗୀତ ନାଟକ ଏକାଡେମୀ ସହ ବିଭାଗର ସମସ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ମୁଦ୍ରଣ, ବୈଦ୍ୟୁତିକ ବିଶେଷ କରି ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାରଣ ସହଜ ହେବ । 

ଏହାଦ୍ୱାରା ବିଭାଗ ଦ୍ଵାରା ଆୟୋଜିତ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ନିକଟରେ ଫହଁଚିପାରିବ । ତତ୍ ସହିତ ଏହି ପ୍ରକଳ୍ପ ପରିଚାଳନା ୟୁନିଟ୍ ଏ ସଂପର୍କରେ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ସଂପର୍କରେ ବିଭାଗକୁ ପରାମର୍ଶ ଦେବ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପଞ୍ଜିକରଣ, ବିଭିନ୍ନ କାର୍ଯ୍ୟକ୍ରମର ଦୃଶ୍ୟଶ୍ରାବ୍ୟ ପ୍ରସ୍ତୁତି ଓ ତଥ୍ୟ ସଂରକ୍ଷଣରେ ଏହା ସହାୟକ ବୋଲି ବିଭାଗ ତରଫରୁ ପ୍ରେସ ବିବୃତିରେ ଅବଗତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଭାଗର ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ବିଭାଗୀୟ ବିଭିନ୍ନ ଶାଖାର ଉଚ୍ଚ କର୍ତ୍ତୃପକ୍ଷ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଜିଲ୍ଲାରେ ନିର୍ମାଣାଧୀନ ସେତୁଗୁଡିକର କାର୍ଯ୍ୟ ଶୀଘ୍ର ଶେଷ କର  । ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ ସିଂ


ଭୁବନେଶ୍ୱର, ବ୍ରହ୍ମପୁର ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ଦ୍ଵାରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ସମସ୍ତ ଯନ୍ତ୍ରୀମାନଙ୍କୁ ଅବଗତ କରାଇଥିଲେ ଯେ,ଗଞ୍ଜାମ ଜିଲ୍ଲା ସବୁବେଳେ ସୁନାମ ପାଇଆସୁଛି । ଜିଲ୍ଲାର ସୁନାମ ଆଣିବା ଦିଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟ ହେଉଥିବା କାମ ଗୁଡିକ ସମ୍ପନ୍ନ କରିବା ଦିଗରେ ତ୍ୱରାନିତ କରିବାର ଆବଶ୍ୟକତା ରହିଛି । 

ସେତୁ ନିର୍ମାଣ କ୍ଷେତ୍ରରେ ଟେଣ୍ଡର କାର୍ଯ୍ୟ ସାରିଦେଇ ସମସ୍ତ କାର୍ଯ୍ୟ ଠିକାଦାରଙ୍କ ଉପରେ ନ୍ୟସ୍ତ କଲେ ହେବନାହିଁ । ଠିକାଦାରଙ୍କ କାର୍ଯ୍ୟଧାରା ଗୁଡିକ ବରାବର ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ । ଉନ୍ନୟନ କାର୍ଯ୍ୟରେ ଦେଖାଯାଉଥିବା ପ୍ରତିବନ୍ଧକଗୁଡିକ ସମାଧାନ କରି ଉକ୍ତ କାର୍ଯ୍ୟର ଶୀଘ୍ର ସମାପନ ଦିଗରେ ପ୍ରତ୍ୟେକ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଜଣାଇଥିଲେ । ସେ ମଧ୍ୟ କହିଥିଲେ ଯେ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝନ୍ତୁ । ଅସୁବିଧା ସମ୍ପର୍କରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାନ୍ତୁ । ସେହିଠାରେ ସମସ୍ୟାର ସମାଧାନ ହୋଇନପାରିଲେ ଜିଲ୍ଲାପାଳଙ୍କ ସହାୟତା ନେଇ ସେସବୁର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରିବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । 

ଯନ୍ତ୍ରୀମାନେ ସମସ୍ୟା ଦେଖିବା ସହିତ ଏହାର ସମାଧାନର ବାଟ ମଧ୍ୟ ବାହାର କରି କାର୍ଯ୍ୟ ଯେମିତି ସଠିକ ସମୟରେ ସମାପନ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ପ୍ରମୁଖ ଶାସନ ସଚିବ ଜଣାଇଥିଲେ । ଡିପିଆର ପ୍ରସ୍ତୁତ କରିବା ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ଡିପିଆର ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ଯେଉଁ ଅଧିକାରୀମାନଙ୍କ ଦ୍ଵାରା କାର୍ଯ୍ୟ ଧାରା ବିଳମ୍ବ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ । ଅଧିକାରୀମାନେ ନିଜ ସଦରମହକୁମାରେ ରହିବା ସହିତ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ସିଂ ପରାମର୍ଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡା ପ୍ରମୁଖ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇଥିଲେ ଯେ,
ଅନେକ ସମୟରେ ଜନସାଧାରଣ ରାସ୍ତାର ମରାମତି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି ।

ଗୋଟିଏ ରାସ୍ତାକୁ ନିୟମିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସଜାଡିଲେ ରାସ୍ତାଗୁଡିକର ପରିଚାଳନା ଠିକ ହୋଇପାରିବ । ରାସ୍ତା ନିର୍ମାଣ ଗୃହ ନିର୍ମାଣ କିମ୍ବା ସେତୁ ନିର୍ମାଣ କ୍ଷେତ୍ରରେ କୌଣସି ସମସ୍ୟା ଦେଖାଗଲେ ତାହା ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ । ତେବେ ଯାଇ ତାର ସମାଧାନ ବାଟ ଖୋଲିବ ଏବଂ ଉନ୍ନୟନ କାର୍ଯ୍ୟ ବିନା ଦ୍ଵିଧାରେ ସଠିକ ସମୟରେ ସମାପନ ହୋଇପାରିବ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ଯୋଜନା,ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ଯୋଜନା ଆଦି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ– ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଗଣ ଉପସ୍ଥିତ ଥିଲେ ।

ତାରାତାରିଣୀ ମନ୍ଦିର ସୁରକ୍ଷା ପାଚେରୀ ଓ ଋଷିକୁଲ୍ୟା ନଦୀରେ ନିର୍ମାଣାଧୀନ ସେତୁ କାର୍ଯ୍ୟର ଅଗ୍ରଗତି ସମୀକ୍ଷା


ଭୁବନେଶ୍ୱର, ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିରର ସୁରକ୍ଷା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ମନ୍ଦିର ପାର୍ଶ୍ଵ ସୁରକ୍ଷା ପାଚେରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ରାଜ୍ୟ  ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପରିଦର୍ଶନ କରି ସମୀକ୍ଷା କରିଥିଲେ । ଗୁରୁବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି
ଅବସରରେ ମନ୍ଦିରର ଉନ୍ନତି ଏବଂ ଏହାର ଚତୁଃପାର୍ଶ୍ଵ ବିକଶିତ କରାଯାଇଥିବା ସୌନ୍ଦର୍ଯ୍ୟକରଣ ଦେଖି ସେ ଖୁସି ପ୍ରକାଶ କରିଥିଲେ । ଉପସ୍ଥିତ ଯନ୍ତ୍ରୀମାନଙ୍କୁ କାର୍ଯ୍ୟର ଗତିକୁ ଅଧିକ ତ୍ୱରାନିତ କରି ଶୀଘ୍ର ଶେଷ
କରିବାକୁ କହିଥିଲେ । 

ତିନି ଗୋଟି ଥାକ ବିଶିଷ୍ଟ ପାଚେରୀ କାର୍ଯ୍ୟ କରାଯାଇ ପାହାଡର ସୁରକ୍ଷା ସାଙ୍ଗକୁ ଯାନବାହାନ ରଖିବା ସୁବିଧା କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବ ବୋଲି ଯନ୍ତ୍ରୀମାନେ ଅବଗତ କରାଇଥିଲେ । ମନ୍ଦିର ପାଦଦେଶରେ ବହି ଯାଉଥିବା ଋଷିକୁଲ୍ୟ ନଦୀ ମଧ୍ୟ ଦେଇ ଏକ ସୁଦୀର୍ଘ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସେତୁ ‘ବିଜୁ ସେତୁ’ ଯୋଜନାରେ କାର୍ଯ୍ୟ ଚାଲିଥିବା ଓ ଏହାର ଅଗ୍ରଗତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପରିଦର୍ଶନ କରିଥିଲେ । ପ୍ରତାପୁର,ହାଣ୍ଡିଘର,ଆଛୁଳି ରାସ୍ତାର ୪ କି.ମି ପରେ ସେତୁକାର୍ଯ୍ୟ ଚାଲିଛି । ୨୦,୯୪,୮୩,୨୭୯ ଟଙ୍କା ମୂଲ୍ୟ ଅଟକଳରେ ଗତ ୨୦୧୯ ମସିହା ଫେବୃଆରୀ ୭ ତାରିଖ ଦିନଠାରୁ ଏହି ସେତୁ କାର୍ଯ୍ୟ ଚାଲିଛି । ସେତୁଟିର ଦୈର୍ଘ୍ୟ ୩୬୭.୫୬ ମିଟର ଏବଂ ୭.୫୦ ମିଟର ପ୍ରସ୍ଥ ରହିଛି । ସେତୁ ନିର୍ମାଣ ହେବା ପରେ ଲୋକଙ୍କ ଯାତାୟତ ନିମନ୍ତେ ଅନେକ ସୁବିଧା ହେବ । 

ପୁରୁଷୋତ୍ତମପୁର ଦେଇ କମ ବାଟ ଅତିକ୍ରମ କରି ଲୋକମାନେ ମା’ଙ୍କର ଦର୍ଶନ ସକାଶେ ପହଞ୍ଚିପାରିବେ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇପାରିବ । ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୨୩ ମସିହା ଫେବୃଆରୀ ମାସରେ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ସଚିବ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ,ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର
ବେହେରା, ଗଞ୍ଜାମ ଜିଲ୍ଲା ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା , ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ – ୧ ର ଅଧିକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବଙ୍କୁ ସାମ୍ବାଦିକ କଲ୍ୟାଣ ବୋର୍ଡର ସାକ୍ଷାତ ସ୍ଵାସ୍ଥ୍ୟ ବୀମା ଓ ପେନ୍‌ସନ ନେଇ ଖୁବ୍‌ଶୀଘ୍ର ବୈଠକ ଡକାଯିବ


ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ତରଫରୁ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ୮ ହଜାରରୁ ଊଦ୍ଧ ସାମ୍ବାଦିକଙ୍କୁ ସ୍ଵାସ୍ଥ୍ୟବୀମା ପ୍ରଦାନ କରାଯାଇ ଆସୁଅଛି । ପ୍ରତ୍ୟେକ ହିତାଧିକାରୀ ଓ ତାଙ୍କ ପରିବାରବର୍ଗଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟବୀମା ସୁବିଧା ଉପଲବ୍ଧ ହେଉଛି । ଏହି ବୀମାରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଏକ ପ୍ରତିନିଧି ଦଳ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଏହି ପ୍ରତିନିଧ ଦଳରେ କଲ୍ୟାଣବୋର୍ଡର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିବର୍ଷ ନଭେମ୍ବର ୧୬ ତାରିଖ ଜାତୀୟ ପ୍ରେସ ଦିବସ ଅବସରରେ ସାମ୍ବାଦିକ କଲ୍ୟାଣବୋର୍ଡ ତା’ର ନିଜସ୍ୱ ଉଦ୍ୟମରେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟର ଅନେକ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ନିରବଚ୍ଛିନ୍ନ ଭାବେ ପେନ୍ସନ୍ ପ୍ରଦାନ କରି ଆସୁଅଛି । ରାଜ୍ୟର ସାମ୍ବାଦିକମାନଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ସହାୟତା ରାଶିର ପରିମାଣ ବୃଦ୍ଧି କରିବା ଏବଂ ଅବସରପ୍ରାପ୍ତ ବରିଷ୍ଠ ସାମ୍ବାଦିକଙ୍କୁ ପେସନ୍ ସୁବିଧା ପ୍ରଦାନ କରିବା ପ୍ରସଙ୍ଗରେ ପ୍ରତିନିଧ ଦଳ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ସହ ବିଶଦ ଭାବେ ଆଲୋଚନା କରିଥିଲେ । 

ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ଯେପରି ପେନ୍ସନ୍ ସୁବିଧା ପ୍ରଦାନ କରାଯାଉଛି, ଓଡ଼ିଶାରେ ସେପରି ବ୍ୟବସ୍ଥା କରିବାକୁ ଏହି ପ୍ରତିନିଧୁମାନେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଏହିସବୁ ଦାବି ସମ୍ପର୍କରେ ଖୁବ୍‌ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରାଯିବ ଏବଂ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତିନି ଦଳଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ବିଜୁ ମହିଳା ଜନତା ଦଳ ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଭୁବନେଶ୍ୱର, ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଜୁ ମହିଳା ଜନତା ଦଳ ଭୁବନେଶ୍ବର ଜିଲ୍ଲା ସାଂଗଠନିକ ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ତତ୍ବାବଧାନରେ ଭୁବନେଶ୍ବର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଆମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ବିଜୁ ମହିଳା ଜନତା ଦଳ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦିକା ତଥା ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା, ବିଜୁ ମହିଳା ଜନତା ଦଳ ରାଜ୍ୟସ୍ତରୀୟ ସମ୍ପାଦିକା ଶ୍ରୀମତୀ ଭାରତୀ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବୃକ୍ଷରୋପଣର ମହତ୍ ବାର୍ଭା ସମାଜ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । 

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛତ୍ରୀମାନେ ସହାୟତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କ ସହ ମଧ୍ୟ ନିର୍ବାଚନ ମଣ୍ଡଳୀର ଅନ୍ୟାନ୍ୟ କର୍ପୋରେଟରମାନେ କାର୍ଯ୍ୟକ୍ରମର ସୁପରିରଳନା କରିଥିଲେ । ଏତଦ୍‌ଭିନ୍ନ ବିଜୁ ମହିଳା ଜନତା ଦଳର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ମଧ୍ୟ ଯୋଗଦାନ କରିଥିଲେ ।

ବାଲେଶ୍ବରର ବନ୍ୟା ସ୍ଥିତିକୁ ଦେଖୁଲେ ପିସିସି ସଭାପତି ଶରତ ପଟ୍ଟନାୟକ


ଭୁବନେଶ୍ୱର, ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧୁକ ଲୋକ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧ ସପ୍ତାହରୁ ଉର୍ଶ ସମୟ ଧରି ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ଗାଈ ଗୋରୁ, ଛେଳି, ମେଣ୍ଟା ଆଦି ସମସ୍ତେ ଜଳବନ୍ଦି ହୋଇ ରହିଛନ୍ତି । ଏହି ଅବସରରେ ଆଜି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବନ୍ୟାଚଳ ଗ୍ରସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିରି କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତୃଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ଅଧୁକାଂଶ ଅଂଚଳର ଗରୀବ ଲୋକମାନେ ୩ ଦିନ ଧରି ଚଳବନ୍ଦି ହୋଇ ରହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଂଚି ପାରିନାହାନ୍ତି କିମ୍ବା ରନ୍ଧା ଖାଦ୍ୟ, ଶୁଖୁଲା ଖାଦ୍ୟ, ପାଲ, ପିଇବା ପାଣି ଓ ହାଲୋଜେନ୍ ବଟିକା ଇତ୍ୟାଦି ଅତି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରିନାହିଁ, ଯାହାକି ୨ ୨ ବର୍ଷର ବିଜେଡ଼ି ସରକାରଙ୍କ ଦକ୍ଷତା ଓ ବନ୍ୟା ଦୂର୍ଗତଙ୍କ ପାଇଁ ତାଙ୍କ ନିଷ୍ଠା ଓ ପାରିବାପଣିଆକୁ ସୂଚାଉଛି । 

ହଜାର ହଜାର ଏକର ଚାଷ ଜମି, ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜ୍ୟ ସରକାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମରେ କହୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧୁକ ଲୋକ କାନ୍ଥ ଭୁଶୁଡ଼ିବା ଏବଂ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର, ଭୋଗରାଇ ଓ ବସ୍ତା ଆଦି ଅଂଚଳର ବନ୍ୟା ବିପନ୍ନଙ୍କୁ ଭେଟି ତାଙ୍କ ଦୁଃଖ ଦୁର୍ଦ୍ଦଶା କଥା ବୁଝିଛନ୍ତି । ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରୀଙ୍କ ତତ୍ବାବଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟା ପ୍ରପିଡ଼ିତଙ୍କୁ ଶୁଖୁଲା ଖାଦ୍ୟ, ହାଲୋଜିନ୍ ବଟିକା, ପିଇବା ପାଣି, ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଅତି କଟୁ ସମାଲୋଚନା କରି କହିଛନ୍ତି ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ବନ୍ୟାଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାକୁ ପ୍ରତାରଣା କରିଚାଲିଛନ୍ତି । ଯାହାଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି । 

ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦ ୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାହାଘରବେଳେ ବାଇଗଣ ରୁଇଁଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ । ଗରୀବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଯୋଜନା ଇତ୍ୟାଦି କଲେ । କିନ୍ତୁ ଆଜି ହଜାର ହଜାର ଲୋକ ମାଟି ଘରେ ଅଛନ୍ତି । ତେଣୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନାଗୁଡ଼ିକ ଘୋଷଣା କରିଛନ୍ତି । ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ମରାମତି ପାଇଁ ଖର୍ଚ୍ଚ କରାଯାଉଛି । କିନ୍ତୁ ଏତେ ଘାଇ କିପରି ହେଲା । ମୁଖ୍ୟମନ୍ତ୍ରୀ କେବଳ କାଚ ଘରେ ବସି ଏବଂ ଆକାଶମାର୍ଗରେ ଯାଇ ବନ୍ୟାଚଳ ବୁଲିଆସିଲେ ବନ୍ୟା ଦୁର୍ଗତଙ୍କ ଦୁଃଖ ସରିବ ନାହିଁ । 

ତେଣୁ ବନ୍ୟା ଦୁର୍ଗତକ କଥା ଅଗ୍ରାଧୁକାର କଥା ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି । ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହିତ ଆସନ୍ତା ଚାଷ ପାଇଁ କୃଷକ ମାନଙ୍କୁ ବିହନ ଓ ସାର ବିନାମୂଲ୍ୟରେ ଯୋଗାଇ ଦିଅନ୍ତୁ । ନଦୀରେ ସୃଷ୍ଟିରେ ହୋଇଥିବା ଘାଇକୁ ତୁରନ୍ତ ମରାମତି କରାଯାଉ । ଏ ସମୟରେ ବନ୍ୟାଚଳରେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରୀ, ବିଧାୟକ ସୁଦର୍ଶନ ଦାସ, ସତ୍ୟସୁନ୍ଦର ଦାସ, ବିଜନ ନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧକ୍ଷ ଅଭିଶେକ ମହାନନ୍ଦ ପ୍ରମୁଖ ବହୁ ଛାତ୍ର, ମହିଳା, ଯୁବ ଓ ନେତୃବର୍ଗମାନେ ବନ୍ୟାଳ ପରିଦର୍ଶନ କରିଥିଲେ ।

ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ


ଭୁବନେଶ୍ୱର, ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟାର ତାଣ୍ଡବ ଦେଖୁବାକୁ ମିଳିଛି । ଆଜିବି ବିଭିନ୍ନ ଗ୍ରାମ ପାଣିଘେରରେ ଅଛନ୍ତି । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୃଷଜମି ଆଜି ଛାରଖାର । ଗୃହପାଳିତ ପଶୁଙ୍କର ଅବସ୍ଥା ନକହିଲେ ଭଲ । ଚଷାପୁଅ ଆଜି ମୁଣ୍ଡରେ ହାତ ଦେଇ ବସିଛି । କେମିତି ବଞ୍ଚିବ, କିପରି ପରିବାର ଚଳାଇ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ନିଖୁଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଆଜି ପାଇକ ମହାସଂଘ ପକ୍ଷରୁ କଣାସ ଅଞ୍ଚଳରେ ବିଭିନ୍ନ ଗ୍ରାମ ଗଡ଼ଦୋକନ୍ଦା, ବଳଭଦ୍ରପୁର, ତରାସ, ପାଣ୍ଡିଆକେରା, କଖାରୁବସ୍ତ, ବୈଦ୍ୟନାଥପାଟଣା ଗସ୍ତକରି ବନ୍ୟା ପ୍ରପୀଡ଼ିତଙ୍କୁ ଶୁଖୁଲା ଖାଦ୍ୟ, ବିସ୍କୁଟ, ମଶାଧୁପ, ଡ଼ିଆସିଲ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ପାଇକ ମହାସଂଘକୁ ବରିଷ୍ଠ ସମାଜସେବୀ ରେନ୍ଦ୍ର ନାଥ ସାହୁ ସହାୟତାର ହାତ ବଢ଼ାଇଥିଲେ । ଆଗାମୀ ଦିନରେ ମହାସଂଘ ପକ୍ଷରୁ ପ୍ରତ୍ୟେକ ଶିକ୍ଷାର୍ଥୀମାନଙ୍କୁ ମାଗଣାରେ ବହି, ଖାତା ତଥା ପାଠ୍ୟ ଉପକଣ ଯୋଗାଇ ଦେବାକୁ ମହାସଂଘ ପକ୍ଷରୁ ସ୍ଥିର କରାଯାଇଛି । ଗଡ଼ଦୋକନ୍ଦା ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । 

ରାଜ୍ୟ ସରକାର ପ୍ରତ୍ୟେକ ବର୍ଷ ବନ୍ୟାର ସମ୍ମୁଖୀନ ହେଉଥିବା ଏହି ବ୍ଲକକୁ କିପରି ରକ୍ଷା କରାଯାଇ ପାରିବ ତାହା ଉପରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ମହାସଂଘ ଦାବୀ କରିଛି । ଆଜିର ଏହି ସହାୟତା କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ କେଦାର ଦାଶ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ମୁଖପାତ୍ର ରଜନୀ ନୟନ ରଥ, ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁଳ ସମ୍ପାଦକ ବିଜୟ ବେହେରା, ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ୟୁକୋ ବ୍ୟାଙ୍କ ପକ୍ଷରୁ କ୍ରେଡିଟ୍ ଆଉଟ୍ ତଥା ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମ


ବାଲେଶ୍ୱର, ୟୁକୋ ବ୍ୟାଙ୍କ, ବାଲେଶ୍ୱର ଅଞ୍ଚଳ ପକ୍ଷରୁ ଏକ କ୍ରେଡିଟ୍ ଆଉଟ୍ରିଟ୍ ତଥା ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ଅଧୁକାରୀ ଇସରାକ ଅଲ୍ଲୀ ଖାଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ପକ୍ଷରୁ ରିଟେଲ, କୃଷି ଓ ଏମ୍ଏସ୍ଏମ୍ଇ ଅଧୁନରେ ୧୬୫୨ଟି ଆକାଉଣ୍ଟ ପାଇଁ ୩୩.୫୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି କ୍ରେଡିଟ୍ ଆଉଟ୍ରିଟ୍ କାର୍ଯ୍ୟକ୍ରମରେ ୫୪୮ଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ୧୩.୮୫କୋଟି ଟଙ୍କା ମଞ୍ଜୁର କରାଯାଇଛି । 

୩୫ ଜଣ ମୂଲ୍ୟବାନ ଗ୍ରାହକଙ୍କୁ ବ୍ୟାଙ୍କ ସହ ସେମାନଙ୍କର ଦୀର୍ଘକାଳୀନ ସମ୍ପର୍କ ପାଇଁ ଇସରାକ ଅଲ୍ଲୀ ଖାଁ ଲୟାଲିଟୀ ସାଟିଫିକେଟ୍ ପ୍ରଦାନ କରିଥିଲେ । ଏହି ଅବସରରେ କାର୍ଯ୍ୟନିର୍ବାହୀ ଅଧୁକାରୀ ଇସରାକ ଅଲ୍ଲୀ ଖାଁ ବାଲେଶ୍ଵର । ଅଞ୍ଚଳର କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରିଥିଲେ ଏବଂ ଶାଖା ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସେ ପ୍ରତ୍ୟେକ ଶାଖାକୁ ଲାଭ କେନ୍ଦ୍ରରେ ପରିଣତ କରିବା, ଉତ୍ତମ ଗ୍ରାହକ ସେବା ପ୍ରଦାନ କରିବା ଏବଂ ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତାକୁ ଆପଣେଇବା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି କାର୍ଯ୍ୟକ୍ରମଟି ଅଞ୍ଚଳ ଓ ଶାଖାଗୁଡିକର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି ।

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ


ଭୁବନେଶ୍ବର, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ଏବଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ମଧ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ସହାୟତା ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ବ୍ୟବସାୟିକ ପ୍ରତିନିଧ୍ୟ ରୂପେ ନିଯୁକ୍ତି ଦେଇ ଅଣବ୍ୟାଙ୍କିଙ୍ଗ୍ ଏବଂ ରାଜ୍ୟର ନିମ୍ନ ବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତଗୁଡିକରେ ବ୍ୟାଙ୍କିଙ୍ଗ ସେବା ଯୋଗାଇଦେବା ଉପରେ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି । ରମାକାନ୍ତ ପ୍ରଧାନ (କ୍ଷେତ୍ର ମହାପ୍ରବନ୍ଧକ, ଅଞ୍ଚଳ । ମୁଖ୍ୟ-ଓଡିଶା) ଏବଂ ସୁଜାତା ଆର୍ କାର୍ତ୍ତିକେୟନ୍ (ପ୍ରିନ୍ସିପାଲ ସେକ୍ରେଟାରୀ) ମିଶନ ଶକ୍ତି, ଓଡିଶା ସରକାର ଏହି ଚୁକ୍ତି ପତ୍ର ସ୍ବାକ୍ଷର କରିଥିଲେ । 

ଏହି ଅବସରରେ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ବି ଶ୍ରୀନିବାସ ରାଓ ଏବଂ ଓଡିଶା ସରକାରଙ୍କ ଯୁଗ୍ମ ସମ୍ପାଦକ ବିନୋଦ କୁମାର ଜେନା ଉପସ୍ଥିତ ଥିଲେ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତଗୁଡିକରେ ବ୍ୟବସାୟିକ ପ୍ରତିନିଧୂ ରୂପେ ସ୍ଵୟଂ ସହାୟକ ଗୋଷ୍ଠୀ ଋଣକୁ ବୃଦ୍ଧି କରିବାର ପ୍ରକ୍ରିୟାକୁ ତ୍ବରାନିତ କରିବାରେ ୟୁନିୟନ୍ ବ୍ୟାଙ୍କ
ଅଫ୍ ଇଣ୍ଡିଆ ପ୍ରମୁଖ ଭୂମିକା ନିର୍ବାହ କରିଛି ।

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏସ୍‌ଏଚି ଋଣ ପ୍ରଦାନ ନିମନ୍ତେ ପ୍ରତିବଦ୍ଧତା


ସମ୍ବଲପୁର, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ ଏଜି) ଋଣ ପ୍ରଦାନ କରିବା ନିମନ୍ତେ ପ୍ରତିବଦ୍ଧ ହୋଇଅଛି । ୟୁନିୟନ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଏ ମଣିମେଖାଲାଇ ତାଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ଗରିବ ତଥା ଅବହେଳିତଙ୍କ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଯୋଜନାଗୁଡିକ ଉପରେ ଆଲୋଚନା କରିଥିଲେ । କୃଷକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଋଣ ପ୍ରଦାନ ଉପରେ ଅଧ୍ବକ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରମାକାନ୍ତ ପ୍ରଧାନ ତାଙ୍କର ୨ ଦିନିଆ ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଗସ୍ତ ଅବସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । 

ଏହି ସମୀକ୍ଷା ବୈଠକରେ ସେ ସମସ୍ତ ଶାଖା ମୁଖ୍ୟମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭିଭିରେ ଋଣ ପ୍ରଦାନ କରିବାକୁ କହିଥିଲେ । ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର କ୍ୟାପସିମେ, ଏବଂ ଉପ-କ୍ଷେତ୍ରୀୟ ମୁଖ୍ୟ ହରେନ୍ଦ୍ର କୁମାର ଜେନା ଶାଖା ମୁଖ୍ୟମାନଙ୍କୁ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଯେ କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆର ନିକଟସ୍ଥ ଶାଖାରୁ ବିନା ଗ୍ୟାରେଣ୍ଟିରେ ରଣ ଉପଲବ୍ଧ କରିପାରିବେ ଏବଂ ଏହି ସୁବିଧାକୁ ଆପଣେଇ ନିଜର ଆର୍ଥିକ ଏବଂ ସାମାଜିକ ସ୍ଥିତିରେ ସୁଧାର ଆଣି ପାରିବେ ।

ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକୁ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ


ଦିଲ୍ଳୀ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଡନୀ ଠାରେ ବିଭିନ୍ନ ସ୍କୁଲ୍‌, ଉଚ୍ଚ ଶିକ୍ଷା ସଂସ୍ଥାନ ଏବଂ କୌଶଳ ପ୍ରଶିକ୍ଷଣ ସଂସ୍ଥା ଗୁଡିକର ପରିଦର୍ଶନ କରିଛନ୍ତି । ଶ୍ରୀ ପ୍ରଧାନ ଶିକ୍ଷା, ଗବେଷଣା, ଏବଂ କୌଶଳ ପ୍ରଶିକ୍ଷଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ସୁଦୃଢ଼ କରିବା ନିମନ୍ତେ ଅଷ୍ଟ୍ରେଲିଆକୁ ଚାରି ଦିନ ପାଇଁ ଗସ୍ତରେ ଯାଇଛନ୍ତି । ପ୍ରାରମ୍ଭିକ ବାଲ୍ୟ ଶିକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ସ୍କୁଲ୍‌ର ଉତ୍କୃଷ୍ଟ ସ୍ୱରୂପ ଏବଂ ସର୍ବୋତମ ପ୍ରଥା ଗୁଡିକ ସମ୍ପର୍କରେ ବିଶେଷ ସୂଚନା ପ୍ରାପ୍ତ କରାଯିବାର ଅର୍ନ୍ତଦୃଷ୍ଟି ହାସଲ କରିବା ନିମନ୍ତେ ଶ୍ରୀ ପ୍ରଧାନ ମହାମହିମ ସାରା ମିଶେଲ୍‌, ଏମ୍‌ଏଲ୍‌ସି, ନ୍ୟୁ ସାଉଥ ୱେଲ୍ସ, ଶିକ୍ଷା ଏବଂ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ମନ୍ତ୍ରୀଙ୍କ ସହିତ ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ସ୍ଥିତ ଏକ ହୋମବୁଶ୍ ୱେଷ୍ଟ ପବ୍ଲିକ୍ ସ୍କୁଲ୍‌ ପରିଦର୍ଶନ କରିଥିଲେ । ସେ ସ୍କୁଲ୍‌ର ଯୁବ ଛାତ୍ର ଏବଂ ଶିକ୍ଷକ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେ ଉତ୍ସାହରେ ଭରା ସ୍ୱାଗତ ସମ୍ବର୍ଦ୍ଧନା ଏବଂ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ସେମାନଙ୍କର ପ୍ରଶଂସା କରିଥିଲେ । 

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ, ପିଲା ମାନଙ୍କ ନିମନ୍ତେ ଶସ୍ତା, ସୁଲଭ ଏବଂ ସାର୍ବଜନୀନ ପ୍ରାରମ୍ଭିକ ଶିକ୍ଷା ହିଁ ଉତମ ଶିକ୍ଷଣର ପରିଣାମ ଏବଂ ସମସ୍ତ ଉଜ୍ଜ୍ୱଳ ଭବିଷ୍ୟତର ପୁଞ୍ଜି ଅଟେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏନ୍‌ଏସ୍‌ଡବ୍ଲ୍ୟୁରେ ପ୍ରାରମ୍ଭିକ ଶିକ୍ଷା ଏବଂ ଡିଜିଟାଲ୍ ଶିକ୍ଷଣର ସର୍ବୋତମ ପ୍ରଥା ଗୁଡିକୁ ଏବଂ ସକାରାତ୍ମକ ଅନୁଭବ ଗୁଡିକୁ ଭାରତରେ ଅନୁସରଣ କରା ଯାଇ ପାରିବ, ଫଳରେ ପ୍ରାରମ୍ଭିକ ବାଲ୍ୟ କାଳର ଯତ୍ନ ଏବଂ ଶିକ୍ଷାକୁ ସମାନ ଏବଂ ସୁଲଭ କରା ଯାଇ ପାରିବ ଏବଂ ବିଶେଷ ରୂପରେ ସ୍କୁଲ୍‌ରେ ଦୈନିକ ପାଠ ସମ୍ପୂର୍ଣ୍ଣ କରା ଯିବା ପରେ ମଧ୍ୟ ଛୋଟ ପିଲା ମାନଙ୍କର ଯତ୍ନର ବ୍ୟବସ୍ଥାକୁ ସୁଦୃଢ଼ କରା ଯାଇ ପାରିବ । ଶ୍ରୀ ପ୍ରଧାନ ମହାମହିମ ଜେସନ କେଲୟରଙ୍କ ସହିତ ଟ୍ୟାଫେ ଏନ୍‌ଏସ୍‌ଏଫ୍‌ରେ ଆପ୍ଲାଏଡ୍ ଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍‌କୁ ମଧ୍ୟ ପରିଦର୍ଶନରେ ଯାଇଥିଲେ । 

ସେ କହିଥିଲେ ଯେ, ଏହି ସୁବିଧା ଯୁବକ ମାନଙ୍କ ପାଇଁ ବିଶ୍ୱ ସ୍ତରର ସୁଯୋଗ ପ୍ରଦାନ ନିମନ୍ତେ ପ୍ରାରମ୍ଭିକ ନୂତନ ଯୁଗର କୌଶଳ ସହିତ ଖାପ ଖାଉଥିବା କୌଶଳ ଅନୁକୂଳ କରାଇବା ଏବଂ ଏହି କ୍ଷେତ୍ରରେ ଭିତିଭୂମି ପ୍ରକଳ୍ପ ଗୁଡିକୁ ଏବଂ ଆର୍ଥିକ ବିକାଶର ଗତିକୁ ଦ୍ରୁତ କରିବା ନିମନ୍ତେ ଏକ ଉତ୍କୃଷ୍ଟ ପ୍ରଶିକ୍ଷଣ କେନ୍ଦ୍ର ଅଟେ । ସେ କହିଥିଲେ ଯେ, ଭାରତ ମଧ୍ୟ ଏକ ବହୁ - ବିଷୟକ ଏବଂ ବହୁ - ପାକ୍ଷିକ ଗତି ଶକ୍ତି ବିଶ୍ୱବିଦ୍ୟାଳୟ ସ୍ଥାପନ କରୁଛି, ଯାହାର ଉଦ୍ଦେଶ୍ୟ ହେଉଛି ଆଗାମୀ ପିଢ଼ିର କୁଶଳୀ ତଥା ଦକ୍ଷ ପେସାଦାର ମାନଙ୍କୁ ସୃଷ୍ଟି କରିବା, ଯେଉଁ ମାନେ ବୃଦ୍ଧି ପାଉଥିବା ଲଜିଷ୍ଟିକ୍ସ, ଭିତିଭୂମିର ବିକାଶ ଏବଂ ପରିବହନ କ୍ଷେତ୍ରରେ ଆବଶ୍ୟକ ହେଉଥିବା ସହଯୋଗ ପ୍ରଦାନ କରିବେ । 

ସେ କହିଥିଲେ ଯେ, ଗତି ଶକ୍ତି ବିଶ୍ୱ ବିଦ୍ୟାଳୟ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଟେକ୍ନୋଲୋଜି ଫର୍ କନ୍‌ଷ୍ଟ୍ରକ୍ସନ୍ ଉଦ୍ୟୋଗ - କେନ୍ଦ୍ରିତ କାର୍ଯ୍ୟକ୍ରମ ଗୁଡିକୁ ବିକଶିତ କରି, କୌଶଳରେ ନିହିତ ବ୍ୟବଧାନକୁ ସମାପ୍ତ କରି, କୌଶଳକୁ ବୃଦ୍ଧି କରିବା, ପୁଣି ଅଧିକ କୁଶଳ କରିବା, ଅଭିନବ ଡିଜିଟାଲ୍ ସମ୍ବଳ ସୃଷ୍ଟି କରିବା ଇତ୍ୟାଦି କ୍ଷେତ୍ରରେ ଏକା ସାଙ୍ଗରେ କାମ କରି ପାରିବେ । ଏହା ପରେ ସନ୍ଧ୍ୟା ସମୟରେ ଶ୍ରୀ ପ୍ରଧାନ ସିଡନୀ ସ୍ଥିତ ୟୁଏନ୍‌ଏସ୍‌ଡବ୍ଲ୍ୟୁ, ‘ସଂସ୍ଥାଗତ ସହଯୋଗ ମାଧ୍ୟମରେ ଆମର ଭବିଷ୍ୟତରେ ବ୍ୟାପକ ପରିବର୍ତନ ଆଣିବା ବିଷୟ ଉପରେ ୟୁନିଭର୍ସିଟିଜ୍ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁଳପତି ମାନଙ୍କ ସହିତ, ଅଷ୍ଟ୍ରେଲିଆ ସରକାରଙ୍କର ଶିକ୍ଷା ବିଭାଗର ବରିଷ୍ଠ ପ୍ରତିନିଧି ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ବନ୍ୟା ପ୍ରଭାବିତ ଅଞ୍ଚଳ ଗୁଡ଼ିକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା ଓ ରିଲିଫ ପ୍ରଦାନ ପାଇଁ ଦାବୀ


ଭୁବନେଶ୍ୱର, ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ଏକ ପ୍ରତିନିଧିଦଳ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଙ୍କୁ ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ୱରେ ଭେଟି ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦେଇଛନ୍ତି । ଭୁବନେଶ୍ୱର ଉପକଣ୍ଠ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଲିଙ୍ଗୀପୁର, ଧଉଳି, ଇଟିପୁର, ଟିକରପଡ଼ା ପଞ୍ଚାୟତରେ ବନ୍ୟା ଯୋଗୁଁ ବହୁ କ୍ଷୟକ୍ଷତି ହୋଇଅଛି। ଜନସାଧାରଣଙ୍କର ଘର, ଆସବାବପତ୍ର ଏବଂ ଫସଲ ସବୁ ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ସରକାରୀ ସାହାଯ୍ୟ ପାଇବା ଠାରୁ ବଞ୍ଚିତ ଲୋକମାନଙ୍କର ଦୁର୍ଦ୍ଦଶା ଜିଲ୍ଲା ସଭାପତି ବାବୁ ସିଂ ସେହି ଅଞ୍ଚଳ ଗସ୍ତ ସମୟରେ ଉପଲବ୍ଧ କରିଛନ୍ତି । 

ତେଣୁ ସେହି ଅଞ୍ଚଳକୁ ବନ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରି ଅଞ୍ଚଳ ବାସୀଙ୍କୁ ରିଲିଫ ପ୍ରଦାନ କରାଯାଉ। ଫସଲର କ୍ଷୟକ୍ଷତି ଆକଳନକରି ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ସରକାରୀ ସହାୟତା ପ୍ରଦାନ କରାଯାଉ। ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆମ୍ଭେ ଆନ୍ଦୋଳନାତ୍ମକ ପଦ୍ଧତି ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ବାବୁ ସିଂ କହିଛନ୍ତି। ଏହି ବନ୍ୟା ପୀଡ଼ିତ ଙ୍କୁ ତୁରନ୍ତ ସହଯୋଗ କରିବା ପାଇଁ ଯୁଦ୍ଧ କାଳୀନ ଭିକ୍ତି ରେ କାର୍ଯ୍ୟ କରନ୍ତୁ ବୋଲି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି। 

ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ,ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଉପେନ୍ଦ୍ର ଭଞ୍ଜ,ଟିକରପଡ଼ା ପଞ୍ଚାୟତର ସରପଞ୍ଚ ପଞ୍ଚେଇ ମଲ୍ଲିକ, ସମିତି ସଭ୍ୟ ସୁଜାତା ସାହୁ,ପୁର୍ବତନ ସମିତି ସଭ୍ୟ ବିଭୁତି ଭୂଷଣ ପ୍ରଧାନ,ବରିଷ୍ଠ ବିଜେପି ନେତା କାଳୀ ମିଶ୍ର,ଭଗବାନ ଦାଶ,ଟିକିନା ମଲ୍ଲିକ,ବୃନ୍ଦାବନ ସ୍ୱାଇଁ,ଅକ୍ଷୟ ବେହେରା, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ ।

ମଶାଙ୍କୁ ଦମନ କରିବା ପାଇଁ ସଚେତନତା ଜରୁରୀ : କିମସ୍ ବିଶେଷଜ୍ଞ


ଭୁବନେଶ୍ୱର,ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ମଶାଙ୍କ ବଂଶବିସ୍ତାର ହେବା ସହ ମଶାବାହିତ ରୋଗର ଆଶଙ୍କା ବୃଦ୍ଧି ପାଇଛି । ମଶା ବାହିତ ରୋଗରୁ ବର୍ତ୍ତିବା ପାଇଁ କିମ୍‍ସ ଭୁବନେଶ୍ୱରର ଡାକ୍ତରମାନେ ଜନସାଧାରଣଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି । 

ବିଶ୍ୱ ମଶା ଦିବସ ଅବସରରେ କିମ୍‍ସ କମ୍ୟୁନିଟି ମେଡିସିନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. କ୍ରିଷ୍ଣା ମିଶ୍ରଙ୍କ କହିଛନ୍ତି ମଶା ଦାଉରୁ ରକ୍ଷା ପାଇବା ପାଇଁ ହେଲେ ଘର ଆଖପାଖରେ ଜମିଥିବା ପାଣିରେ କିରୋସିନ କିମ୍ବା ମିନେରାଲ ତେଲ ପକାଇବା ଏବଂ ଆଖପାଖ ପରିବେଶକୁ ଶୁଷ୍କ ଏବଂ ସଫା ସୁତରା ରଖିବା ଜରୁରୀ । ଏହା ବ୍ୟତୀତ ବାହାରକୁ ବାହାରିବା ସମୟରେ ସଂପୂର୍ଣ୍ଣ ହାତ ଓ ପାଦ ପର୍ଯ୍ୟନ୍ତ ଘୋଡ଼େଇ ହୋଇ ରହୁଥିବା ପୋଷାକ ସହ ମଶା ବିରୋଧୀ ଲୋସନ କିମ୍ବା ନଡ଼ିଆ ତେଲ ଦେହରେ ଲଗାଇଲେ ମଶା ଦାଉରୁ ଅନେକ ମାତ୍ରାରେ ରକ୍ଷା ମିିଳି ପାରିବ ।

ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ମଶା ଜନିତ ରୋଗ ଓଡ଼ିଶାର ସ୍ୱାସ୍ଥ୍ୟସେବା ପାଇଁ ଚିନ୍ତାର କାରଣ ପାଲଟିଛି । ଗତ କିଛି ମାସ ହେବ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଏହି ରୋଗ ବୃଦ୍ଧି ପାଇଛି । ମଶା ଦ୍ୱାରା ହେଉଥିବା ରୋଗର ଲକ୍ଷଣଗୁଡିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ବାନ୍ତି ଏବଂ ମାଂସପେଶୀ ଯନ୍ତ୍ରଣା । ମଶା ଦାଉରୁ ରକ୍ଷା ପାଇଁ ରାଜ୍ୟ ସରକାଙ୍କ ପକ୍ଷରୁ ମଶାରୀ ଯୋଗାଇ ଦିଆଯାଉଛି । ସଭିଏଁ ଏହାକୁ ବ୍ୟବହାର କରିବା ଜରୁରୀ । 

ବିଶେଷ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଏହାକୁ ନିୟମିତ ବ୍ୟବହାର କରିବା ଉଚିତ । ସାଧାରଣତଃ ମ୍ୟାଲେରିଆ ବାହକ ମଶା ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କାମୁଡ଼ି ଥାନ୍ତି । ସେହିଭଳି ସକାଳ ସମୟରେ ଡେଙ୍ଗୁ ମଶା କାମୁଡ଼ିଥାନ୍ତି । ଏମାନେ ସାଧାଣତଃ ସଫା ପାଣିରେ ପ୍ରଜନନ କରନ୍ତି । ତେଣୁ ଘରେ ଖୋଲାରେ ରଖାଯାଉଥିବା ପାଣିକୁ ନିୟମିତ ବଦଳାଇବା ଦରକାର । ପରିଷ୍କାର ପରିଚ୍ଛନ୍ନ ରହିବା ସହ ଜମାଟ ରହୁଥିବା ଜଳକୁ ନିୟମିତ ପରିବର୍ତ୍ତନ କରି  କିମ୍ବା ପାଣି ଜମି ରହୁଥିବା ସ୍ଥାନଗୁଡ଼ିକରେ ମଶା ବିରୋଧୀ ରାସାୟନ ପଦାର୍ଥ ପ୍ରୟୋଗ କରାଯିବା ଦରକାର ବୋଲି ଡ. ମିଶ୍ର କହିଛନ୍ତି ।

ଆଜିକାଲି ମୁଖ୍ୟତଃ ଜେନେଟିକ ମଶା ଉପରେ ଅଧିକ ଗୁରତ୍ୱ ଦିଆଯାଉଛି । ଯାହା ମଣିଷ ସମାଜ ଉପରେ କୌଣସି ପ୍ରଭାବ ନ ପକାଇ ଡେଙ୍ଗୁ ବାହକ ମଶାଙ୍କ ବଂଶ ବୃଦ୍ଧିରେ ରୋକ୍ ଲଗାଇବାରେ ବିଶେଷ ସହାୟକ ହେବ ବୋଲି ଡା.ମିଶ୍ର କହିଛନ୍ତି । ମ୍ୟାଲେରିଆ ପାଇଁ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୨୦ରେ ବିଶ୍ୱ ମଶା ଦିବସ ପାଳନ କରାଯାଇଥାଏ । ବିଶ୍ୱ ବ୍ୟାପୀ ପ୍ରତିବର୍ଷ ହାରାହାରି ୫ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ବେଳେ ବାର୍ଷିକ ୩୬ ହଜାର ଲୋକ ଡେଙ୍ଗୁରେ ଶିକାର ହୁଅନ୍ତି ।

ଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ


ନୂଆଦିଲ୍ଲୀ, ଓଡ଼ିଶା ଲଳିତ କଳା ଏକାଡ଼େମୀ ଓ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଦିଲ୍ଲୀର ହେବିଟେଟ୍ ସେଣ୍ଟରଠାରେ ଅବସ୍ଥିତ ଭିଜୁଆଲ୍ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହୋଇଯାଇଛି ଓଡ଼ିଶାର ଆଦିବାସୀ ଚିତ୍ରକଳା ପ୍ରଦର୍ଶନୀ । ପ୍ରଦର୍ଶନୀକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ପାଢୀ ମୁଖ୍ୟ ଅତିଥି ରୂପେ ଉଦଘାଟନ କରି ଆଦିବାସୀ ଚିତ୍ରକଳାର ବିକାଶ ସହିତ ଶିଳ୍ପୀମାନଙ୍କୁ ଆଧୁନିକ କଳା ସ୍ରୋତରେ ସାମିଲ କରେଇବା ପାଇଁ ଲଳିତ କଳା ଏକାଡ଼େମୀର ପ୍ରୟାସକୁ ପ୍ରଶଂସା କରିଥିଲେ । 

ଏହି ଅବସରରେ ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରଥମଥର ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଗତ ଜୁଲାଇ ମାସରେ ବାଙ୍ଗାଲୋର ଠାରେ ଆଦିବାସୀ ଶିଳ୍ପୀମାନଙ୍କ ଶିବିର ସହିତ ପ୍ରଦର୍ଶନୀ ଓ ଏବେ ଦିଲ୍ଲୀରେ ସେଗୁଡ଼ିକର ପ୍ରଦର୍ଶନୀ କରି ଆଦିବାସୀ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ସୃଜନଶୀଳ କଳାକୁ ଉତ୍ତମ ସମ୍ମାନ ଦେବାପାଇଁ ଏକାଡ଼େମୀ ପ୍ରୟାସ କରିଥିବା ପ୍ରକାଶ କରିଥିଲେ । ଏକାଡ଼େମୀର କାର୍ଯ୍ୟକାରୀ ସଦସ୍ୟ ତଥା ବରିଷ୍ଠ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ତତ୍ୱାବଧନରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । 

ପ୍ରାରମ୍ଭରେ ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥି ତଥା ଉପସ୍ଥିତ ଶିଳ୍ପୀମାନଙ୍କୁ ସ୍ଵାଗତ କରିଥିଲେ । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ପ୍ରମୁଖ ଆଦିବାସୀ ଚିତ୍ର ସୌରା ଚିତ୍ରକଳା ସହିତ ରାଜ୍ୟର ଅନ୍ୟ ଜନଜାତୀ ମାନଙ୍କ ଚିତ୍ରକଳା ସ୍ଥାନ ପାଇଥିଲା । ମୋଟ ୪୦ଟି ଚିତ୍ରକଳା ମଧ୍ୟରୁ କିଛି ମୌଳିକ ଆଦିବାସୀ ଚିତ୍ରକଳା ଥିବା ବେଳେ ଅନ୍ୟ କିଛି ଚିତ୍ର ଆଧୁନିକତାର ସ୍ପର୍ଶରେ ବେଶ ବଳିଷ୍ଠ ହୋଇଥିଲା । ଚିତ୍ରଗୁଡିକରେ ଆଦିବାସୀ ମାନଙ୍କର ଜୀବନ ଜାପନ ଶୈଳୀ, ଫସଲ ଅମଳ, ବିଲ ବେଉଷଣ, ଜଙ୍ଗଲରୁ ଖାଦ୍ୟ ସଂଗ୍ରହ, ନାଚରେ ମସଗୁଲ ଆଦିବାସୀ, ପ୍ରକୃତିର ଚିତ୍ରଣ ସହ ଜୀବଜନ୍ତୁଙ୍କ ଚିତ୍ର ବେଶ ଆକର୍ଷଣୀୟ ହୋଇଥିଲା । 

କିଛି ଚିତ୍ରରେ ଆଦିବାସୀ ମାନଙ୍କର ପୂଜା ପାର୍ବଣକୁ ନେଇ ସୃଜନଶୀଳ ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଦିଲ୍ଲୀରେ ରହୁଥିବା ବହୁ ଓଡିଆ ଚିତ୍ରଶିଳ୍ପୀ ଓ କଳାନୁରାଗୀ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଶିଳ୍ପୀ ଓ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ ।

ନରେନ୍ଦ୍ର ପୋଖରୀ ଠାରେ ଅବସ୍ଥିତ ଶ୍ରୀ ଶ୍ରୀ ବାବା ବାଲିକପିଲେଶ୍ୱର ମହାଦେବ ଙ୍କ ସ୍ଥିତିବାନ ସମ୍ପତିକୁ ହଡପ


ଭୁବନେଶ୍ବର,ଶ୍ରୀ ଶ୍ରୀ ବାବା ବାଲିକପିଲେଶ୍ୱର ଦେବମନ୍ଦିର ଟ୍ରଷ୍ଟ ବୋର୍ଡ ଏକ ଧାର୍ମିକ ଅନୁଷ୍ଠାନ ଅଟେ। ଏଠାରେ ବାବା ବାଲିକପିଲେଶ୍ୱର ମହାଦେବ ପୂଜା ପାଇ ଆସୁଛନ୍ତି। ଠାକୁର ଙ୍କ ପଛ ପାର୍ଶ୍ବରେ ଥିବା ବସନ୍ତ କୁଟୀର କମିଟି ର ଜାଗା ପ୍ଲଟ୍ ନଂ୧୩୫,ଖାତା ନଂ୬୯,କିସମ:ଘରବାରୀ,ଏରିଆ:୦.୦୮୦ ଡେସିମିଲ୍ ସମ୍ବନ୍ଧରୁ ଏରିଆ:୦.୦୦୫.୩୫ ଡେସିମିଲ ଶ୍ରୀ ରାଜେଶ କୁମାର ମହାନ୍ତି ନିଜ ନାମ ରେ ତା ୩୧.୧୨.୨୦୧୯ରିଖ ରେ ସବ୍ ରେଜିଷ୍ଟର, ପୁରୀ ଙ୍କ ଦଲିଲ ନଂ୧୧୪୮୨୦୦୩୩ ମାଧ୍ୟମରେ କ୍ରୟ କରି ପୁନଶ୍ଚ ଉପରୋକ୍ତ ଜମି କୁ ଶ୍ରୀ ଶ୍ରୀ ବାବା ବାଲିକପିଳେଶ୍ବର ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ କୁ ସବ୍ ରେଜିଷ୍ଟର, ପୁରୀ ଙ୍କ ଦତ୍ତପତ୍ର ଦଲିଲ ନଂ୧୧୪୮୨୦୦୧୭୪୪ ତା୧୨.୦୫.୨୦୨୦ ମାଧ୍ୟମରେ ଟ୍ରଷ୍ଟ କୁ ଦାନ କରିଥିଲେ।

ଶ୍ରୀ ଶ୍ରୀ ବାବା ବାଲିକପିଲେଶ୍ୱର ଦେବମନ୍ଦିର ଟ୍ରଷ୍ଟ ବୋର୍ଡ ନାମରେ ରାଓଆର ନାମରେ ନକରିବା ପାଇଁ ପଡୋଶୀ ଚିତ୍ତରଜ୍ଜନ ମହାପାତ୍ର ରାଜସ୍ବ ନୀରିକ୍ଷକ ଙ୍କ ପାଖରେ ଅଭିଯୋଗ କରନ୍ତି । ଏହି ଅଭିଯୋଗ କୁ ଭିରତ୍ତି କରି ତହସିଲଦାର, ପୁରୀ ଉଭୟ ପକ୍ଷଙ୍କୁ ନୋଟିସ ଜାରି କରନ୍ତି । କିନ୍ତୁ ତାଙ୍କ ଅଭିଯୋଗ ରେ କୌଣସି ସତ୍ୟତା ନଥିଲେ ମଧ୍ୟ ଆମ ମିଉଟେସନ କେସ ୨୧୯୯/୨୦୨୦ କୁ ୨୦୨୦ ମସିହା ଠାରୁ ୨୦୨୨ ପ୍ରଜ୍ଜ୍ୟନ୍ତ ଆମ ଠାକୁରଙ୍କ ନାମରେ ଆରୋ॰ଓ॰ଆର ନକରିଦେବା ମିଥ୍ୟା ପ୍ରୟାସ କରନ୍ତି । ଶେଷରେ ତହସିଲଦାର, ପୁରୀ ଠାକୁରଙ୍କ ନାମରେ ଆରୋ॰ଓ॰ଆର କରିବା ପାଇଁ ନିର୍ଦେଶ ପ୍ରଦାନ କରନ୍ତି । ଆମ୍ଭେ ଓରିଜିନାଲ ପଟା ଠାକୁରଙ୍କ ନାମରେ ପାଇଲା ପରେ ।

ପଡୋଶୀ ଚିତ୍ତରଜ୍ଜନ ମହାପାତ୍ର ଜାଣି ଶୁଣି ଠାକୁରଙ୍କ ପଛପଟେ ଥିବା ଠାକୁରଙ୍କ ଜାଗାରେ ଜୋର ଜବରଦସ୍ତି ଗୋଟିଏ ଟିଣ ଘର ରାତା ରାତି ନିର୍ମାଣ କରିଅଛନ୍ତି । ଦେଶ ଆଜାଦି କା ଅମୃତ ମହୋତ୍ସବ ୭୬ ତମ ସ୍ଵାଧୀନତା ଦିବସ ପାଳନ କରୁଥିବା ଅବସରରେ ଜଣେ କିପରି ଅନ୍ୟ ଜଣେ ସାବାଳକ (ଠାକୁର)ଙ୍କ ସ୍ଥିତିବାନ ସମ୍ପତିକୁ କୁ ମାଡି ବସିବ । ଏ ସମ୍ପ୍ରକରେ ପୁରୀ ଜିଲ୍ଲାପାଳଙ୍କୁ , ଆରକ୍ଷୀ ଅଧିକ୍ଷକ ,ଉପଜିଲ୍ଲାପାଳ ,ତହସିଲଦାର ଓ ଟାଉନ ଥାନା ର ଭରପ୍ରାପ୍ତ ଅଧିକାରୀଙ୍କୁ ମହାଦେବଙ୍କ ଟ୍ରଷ୍ଟ ବୋର୍ଡ ତରଫରୁ ଅବଗତ କରାଯାଇ ଅଛି । (ସାବାଳକ ) ଶ୍ରୀ ବାବା ବାଲିକପିଲେଶ୍ୱର ମହାଦେବ ଙ୍କ ସ୍ଥିତିବାନ ସମ୍ପତିକୁ କିପରି ପଡୋଶୀ ଚିତ୍ତରଜ୍ଜନ ମହାପାତ୍ର ଙ୍କୁ ଉଛେଦ କରି ପୁନରାୟ ଠାକୁରଙ୍କୁ ପ୍ରଦାନ କରାଯାଇ ପାରିବ ସେ ସମ୍ପ୍ରକରେ ଉପଯୁକ୍ତ ନିର୍ଦେଶ ପ୍ରଦାନ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା ,ଭକ୍ତ ସମାଜ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟ ବୃନ୍ଦ ଅନୁରୋଧ କରିଛନ୍ତି । 

ବନ୍ୟା ପରିସ୍ଥିତିରେ ଖରିଫ୍ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନେଇ ସମୀକ୍ଷା ବୈଠକ


ଭୁବନେଶ୍ୱର,ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକବୃନ୍ଦ ଓ ବରିଷ୍ଠ ଅଧୁକାରୀମାନେ ବୈଠକରେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧୁକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧୁକାରୀ ଓ ଜିଲ୍ଲା ମତ୍ସ୍ୟ ଅଧୁକାରୀମାନେ ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ ଯୋଗଦେଇଥିଲେ । 

ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଏଡିଆର୍ଏଫ୍/ଏଡ଼ିଆରଏଫ୍‌ର ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ଧ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି । ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ । । କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ । ଫସଲ ଯଥା ଡାଲି, ତୈଳବୀଜ, ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି । 

ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ, ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖୁବାରେ କୌଣସି ଅସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର । ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା । ଥିବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ବୈଠକରେ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମତ୍ସ୍ୟସଂପଦର ସ୍ଥିତି ସଂପର୍କରେ ସମୀକ୍ଷା କରି ମଧୁରଜଳ ଓ କ୍ଷାରିପାଣି ଜଳାଶୟର ଜଳସ୍ତରକୁ କମ କରିବା ଓ ଜଳାଶୟ ଚାରିପଟେ ନେଟ୍ ଲଗାଇବା ଆଦି ନିମନ୍ତେ ପଦକ୍ଷେପ ନିଆଯାଇଥିବାବେଳେ ବିଭାଗୀୟ ବରିଷ୍ଠ ଅଧୁକାରୀମାନଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରେରଣ କରାଯାଇଛି ।

ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । କଟକ, ଖୋଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧୁକାରୀମାନେ ଅଧୁକ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଣୀଧନର ସୁରକ୍ଷା କ୍ଷେତ୍ରରେ ଚିକିତ୍ସା ଓ ଟୀକା କରଣ ଆଦି କ୍ଷେତ୍ରରେ ୧୫ ଦିନ ପାଇଁ ୟୁଜର୍ସ ଫି ଛାଡ଼ କରାଯାଇଥିବାବେଳେ ପ୍ରଭାବିତ ଅଞ୍ଚଳରେ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ଅଦ୍ୟାବଧୂ । ଓମ୍‌ଫେଡ୍‌ର ଗୋଖାଦ୍ୟ ପ୍ଲାଣ୍ଟରୁ ୮୨୨.୬୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ ଉଦ୍ଦିଷ୍ଟ ବ୍ଲକଗୁଡ଼ିକୁ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୪୧.୨୮ ମେଟ୍ରିକ୍ ଟନ୍ ଗୋଖାଦ୍ୟ ପ୍ରେରଣ କରାଯାଇଛି । ଅତିରିକ୍ତ ଗୋଖାଦ୍ୟର ବାସ୍ତବିକ ଆକଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କ୍ଷେତ୍ର ଅଧୁକାରୀମାନଙ୍କୁ କହିଥିଲେ । ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନାଲକୋ ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ରଙ୍କ ଦ୍ୱାରା ଅନୁଗୁଳସ୍ଥିତ ନାଲକୋର ପାରିପାର୍ଶ୍ୱିକ ବିଦ୍ୟାଳୟର ଶ୍ରେଷ୍ଠ ମାଟ୍ରିକୁଲେଟ୍ ସମ୍ୱର୍ଦ୍ଧିତ


ଅନୁଗୁଳ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ), ଏହାର ଉତ୍ପାଦନ ୟୁନିଟ୍ ଅନୁଗୁଳ ଏବଂ ଦାମନଜୋଡ଼ିର ପାରିପାର୍ଶ୍ୱିକ ଗ୍ରାମର ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ଏବଂ ପ୍ରୋତ୍ସାହିତ କରି ଆସୁଛି | 

ଏହି କ୍ରମରେ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର ଅନୁଗୁଳସ୍ଥିତ ସ୍ମେଲଟର ଏବଂ ପାୱାର କମ୍ପ୍ଲେକ୍ସର ପାରିପାରିପାର୍ଶ୍ୱିକ ବିଦ୍ୟାଳୟର ମାଟ୍ରିକ୍ ପରିୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଶ୍ରେଷ୍ଠ 29 ଜଣଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନାଲକୋନଗରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ସ୍ୱରୂପ ନଗଦ 5000 ଟଙ୍କା ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରତି ଛାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଲକୋ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ନାଲକୋର କାର୍ଯ୍ୟପାଳକ ନିର୍ଦ୍ଦେଶକ (ଏସ.ଆଣ୍ଡ୍.ପି) ଶ୍ରୀ ଏ.ପି. ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ଉକ୍ତ ସମାବେଶକୁ ସମ୍ବୋଧିତ କରି ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ପିଲାମାନଙ୍କୁ ସଫଳତାର ଏହି ଧାରା ବଜାୟ ରଖିବାକୁ ଏବଂ ଜୀବନରେ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ: ‘ଅଧ୍ୟୟନ କରିବା, ସଂଘର୍ଷ କରିବା ଏବଂ ସଫଳତା ହାସଲ କରିବା’ ହିଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନର ମନ୍ତ୍ର ହେବା ଉଚିତ୍। ଏହି ଅବସରରେ, ଶ୍ରୀମତୀ ସସ୍ମିତା ପାତ୍ରଙ୍କର ଉଦବୋଧନ ପିଲାମାଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲା। 

ସେ କହିଥିଲେ ଯେ ଏକ ଉତ୍ତମ ଛାତ୍ର ହେବା ସହିତ, ଏକ ଦୃଢ଼ ଏବଂ ନୈତିକ ମୂଲ୍ୟବୋଧ ଭିତ୍ତିକ ବିକଶିତ ବ୍ୟକ୍ତିତ୍ୱ ତଥା ଭବିଷ୍ୟତରେ ଏକ ସମର୍ଥ ନାଗରିକ ହେବାପାଇଁ ଚେଷ୍ଟା କରିବା ମଧ୍ୟ ଆବଶ୍ୟକ। ଏହି ଶ୍ରେଷ୍ଠ ମାଟ୍ରିକୁଲେଟ୍ ପୁରସ୍କାର, ଅନୁଗୁଳସ୍ଥିତ ନାଲକୋର ଏସ.ଆଣ୍ଡ୍.ପି. କମ୍ପ୍ଲେକ୍ସର ପାରିପାର୍ଶ୍ୱିକ 22ଟି ବିଦ୍ୟାଳ ଏବଂ ଛେଣ୍ଡିପଦାସ୍ଥିତ କୋଇଲା ଖଣି ଅଞ୍ଚଳର 5ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇ ଆସୁଛି।

ଭାରତୀୟ ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ଦ୍ଵାରା 44ତମ ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ବର,ଭାରତୀୟ ଷ୍ଟେ ଟ ବ୍ୟାଙ୍କ ଅଧିକାରୀ ସଂଘର 44 ତମ ପ୍ରତିଷ୍ଠା ଦିବସ ତା 19/08/2022 ଦିନ ଭୁବନେଶ୍ବର ମଣ୍ଡଳ ସଂଘ କାର୍ଯ୍ଯା ଳୟରେ ପାଳିତ ହୋଇଯାଇଛି । ସଂଘର ପ୍ରତିଷ୍ଠାତା ଶ୍ରୀଏନ ଏନ ଦା ସ ଓ ଶ୍ରୀ ପି ଭି ଏସ ମୂର୍ତ୍ତିଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଉତ୍ସବ ଆରମ୍ଭ କରାଯାଇଥିଲା । ଏହି ଅବସରରେ ସଂଘ ତରଫରୁ ଭୁବନେଶ୍ବର , ବ୍ରହ୍ମପୁର, ଓ ସମ୍ବଲପୁର ଠାରେ ବିଭିନ୍ନ CSR କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ୟାପିଟା ଲହସ୍ପିଟାଲ ଭୁବନେଶ୍ବର ସହାୟତାରେ ଅଧିକାରୀ ସଂଘ ଦ୍ଵାରା ଏକ ରକ୍ତଦା ନ ଶିବିର ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯାଲୟ ଠାରେ ଆୟୋଜିତ ହୋଇଥିଲା ।  

ଏହା କୁ ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ଚନ୍ଦର ଶେଖର ଶର୍ମା ଉଦଘାଟନ କରିଥିଲେ । ଏହି ଅବସରରେ ନେଟର୍କ -I ମହା ପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ମୁରୂଗନ , ନେଟର୍କ -II ମହା ପ୍ରବନ୍ଧକ ଉତ୍ତମ କୁମାର ହାଜରାଚୌ ଧୁରୀ , ମଣ୍ଡଲ ବିକାଶ ଅଧିକାରୀ ଶ୍ରୀମନୋଜ କୁମାର ସିଂ , ଭୁବନେଶ୍ବର ଅଧିକାରୀ ସଂଘର ସଭାପତି ଶ୍ରୀ ଅମିତା ଭ ଦା ସ ଓ ସା ଧା ରଣ ସମ୍ପା ଦକ ଶ୍ରୀ ଅରୁଣ କୁମାର ବିଶୋୟୀ , ସଂଘର ପୂର୍ବତନ ନେତୃବୃନ୍ଦ ଓ ବହୁ ଅଧିକାରୀ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ 70 ୟୁନିଟ ରକ୍ତ ସଂ ଗୃହିତ ହୋଇଥିଲା । 

ଭୁବନେଶ୍ବର ମଣ୍ଡଳ ଅଧିକାରୀ ସଂଘର ସମସ୍ତ କା ର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଏହି ରକ୍ତଦା ନ ଶିବିରକୁ ସଫଳ କରିବା ପାଇଁ ପୂର୍ଣ ସହଯୋଗ କରିଥିଲେ । ଶେଷରେ ଅଧିକାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିଶୋୟୀ , ଷ୍ଟେଟ ବ୍ଯାଙ୍କ ଅଧିକାରୀ ସଂଘ ତରଫରୁ ସମସ୍ତ ରକ୍ତଦାତା ଓ କ୍ୟାପିଟାଲ ହସ୍ପିଟାଲର ଡା କ୍ତର ଓ ଷ୍ଟାଫମା ନଙ୍କୁ ସହୃଦୟ ଧନ୍ୟବାଦ ଅର୍ପଣ କରିଥିଲେ ।

ସୋଆ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳିତ


ଭୁବନେଶ୍ୱର,ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୭୬ତମ ସାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରିଥିଲେ । ପତାକା ଉତୋଳନ କରିବା ପରେ ନିଜ ଅଭିଭାଷଣରେ ପ୍ରଫେସର ମହାପାତ୍ର କହିଥିଲେ ଯଦିଓ ଭାରତ ୭୫ ବର୍ଷ ପୂର୍ବରୁ ସାଧୀନତା ହାସଲ କରିଛି ତଥାପି ଲୋକମାନେ ଏବେ ବିନିଜର ଦାୟିତ୍ବ ଏବଂ କର୍ତବ୍ୟ ସମ୍ପର୍କରେ ସଚେତନ ନୁହଁନ୍ତି ।

ଦେଶରେ ଜନସଂଖ୍ୟା ବୃଦ୍ଧି ଏବଂ ଯକ୍ଷ୍ମା ରୋଗ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ୩୫ ପ୍ରତିଶତ ଯକ୍ଷ୍ମା ରୋଗୀଙ୍କ "ଡ୍ରଗ୍ ରେଜିଷ୍ଟାଟ ଟ୍ୟୁମରକୁଲୋସିସ୍”ରେ ଆକ୍ରାନ୍ତ ଅର୍ଥାତ୍ ସେମାନଙ୍କ କ୍ଷେତ୍ରରେ ଔଷଧ କାମ କରୁନାହିଁ ବୋଲି ସେ କହିଛନ୍ତି। ଦେଶରେ ବର୍ତ୍ତମାନ ସବୁଠାରୁ ବଡ଼ ସମସ୍ୟା ହେଉଛି ଲୋକମାନେ ସେମାନଙ୍କର ଅଧିକାର ନେଇ ସଚେତନ ଥିବା ବେଳେ ଦାୟିତ୍ବ ବିଷୟରେ ସଚେତନ ନୁହଁନ୍ତି । ତଥ୍ୟକୁ ଆଧାର କରି ପ୍ରଫେସର ମହାପାତ୍ର କହିଛନ୍ତି ଯେ ସାମାଜିକ ସଚେତନତା କ୍ଷେତ୍ରରେ ଭାରତ ସବୁଠାରୁ । ତଳେ ଅଛି । ତେଣୁ ଶିକ୍ଷିତ ଲୋକଙ୍କୁ ଶିକ୍ଷିତ କରାଇବା ଖୁବ୍ କଷ୍ଟକର ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଡାକ୍ତର) ଅମିତ ବାନାର୍ଜୀ ସୋଆର ୨୫ ବର୍ଷ ପୂରଣ ହେବା ସହ । ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଅନ୍ୟ ଏକ ସ୍ଵତନ୍ତ୍ର ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର) ମନୋଜରଞ୍ଜନ ନାୟକ ସୋଆ ପାକ୍ଷିକ ବକ୍ତତା । ମାଳା (ସୋଫାଲ)କୁ ନେଇ ପ୍ରସ୍ତୁତ ପୁସ୍ତକକୁ ଉନ୍ମୋଚିତ କରିଥିଲେ । ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରଦାନ କରିଥିବା ବହୁମୂଲ୍ୟ ବକ୍ତବ୍ୟକୁ ନେଇ ପୁସ୍ତକ 'ସୋଫାଲ ମାଲା’ ପ୍ରସ୍ତୁତ କରାଯାଇଛି । ଏହି ବକୃତା ମାଳା ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି ପ୍ରଫେସର ନାୟକ ଏହି ଅବସରରେ କହିଥିଲେ ।

ବିଶ୍ୱ ବିଦ୍ୟାଳୟ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମାଙ୍କ ଦ୍ଵାରା ସମ୍ପାଦିତ ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ସୋଆର ଚାସେଲର ପ୍ରଫେସର ଡି.ପି. ରାୟ, ପ୍ରୋ-ଚାନ୍‌ସେଲର ପ୍ରଫେସର ବାନାର୍ଜୀ, କୁଳପତି ପ୍ରଫେସର ମହାପାତ୍ର, ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଉପଦେଷ୍ଟା ପ୍ରଫେସର ଆର୍.ପି. ମହାନ୍ତି, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ସୋଆ ଅନସ୍ତୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଡିନ୍,  ନିର୍ଦ୍ଦେଶକ ଏବଂ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Blogger.
Javascript DisablePlease Enable Javascript To See All Widget