May 2023

NCRB ରିପୋର୍ଟରେ ଭୟଙ୍କର ତଥ୍ୟ । ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ


ଭୁବନେଶ୍ବର, ରାଜ୍ୟରେ ଉଦବେଗନଜନକ ସ୍ଥିତି ସୃଷ୍ଟି କଲାଣି ମହିଳା ନିଖୋଜ ପ୍ରସଙ୍ଗ। ଓଡ଼ିଶା ଏବେ ମହିଳା ନିଖୋଜରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପରେ ଦେଶର ଚତୁର୍ଥ ସ୍ଥାନରେ ରହିଥିବା ସଦ୍ୟ ଏନ୍‌ସିଆରବି ରିପୋର୍ଟ କହୁଛି। ସେପଟେ ସର୍ବଭାରତୀୟ ତୁଳନାରେ ରାଜ୍ୟରେ ମହିଳାଙ୍କ ଉଦ୍ଧାର ହାର ମଧ୍ୟ କମ୍‌ ଥିବାରୁ ଏହା ଏବେ ଚିନ୍ତାର ବିଷୟ ପାଲଟିଛି।ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ। ଯାହା ରାଜ୍ୟର ବୁଦ୍ଧିଜୀବୀ ଓ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କ ଚିନ୍ତା ବଢାଇ ଦେଇଛି।

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ଝିଅକୁ ୧୪ ବର୍ଷ ହୋଇଥିଲା। ସେବେଠାରୁ ସେ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନଥିଲେ। ଏହାରି ଭିତରେ ୨୩ ବର୍ଷ ବିତିଥିଲା। ତା’ର ଫେରିବା ବାଟକୁ ଅନାଇ ବସିଛନ୍ତି ବୁଢ଼ା ବାପା-ମାଆ। ସେହି ସରଜଂଘା ଗାଁର ବ୍ଲାସିଉସ ଲାକାଡ଼ାଙ୍କ ବଡ଼ ଝିଅ ମଧ୍ୟ ଆଜିକୁ ୨୦ ବର୍ଷ ଧରି ନିଖୋଜ ଅଛନ୍ତି। ସମ୍ପର୍କୀୟଙ୍କ କଥାରେ ପଡ଼ି ମାତ୍ର ୧୪ ବର୍ଷ ବୟସରେ ଝିଅକୁ ଚାକିରି ପାଇଁ ମୁମ୍ବାଇରେ ଛାଡ଼ି ଥିଲେ। ହେଲେ ତା’ପରେ ତାଙ୍କର ଆଉ ପତ୍ତା ମିଳିନଥିଲା। ଏମାନଙ୍କ ଭଳି କେତେ ଯେ ବାପା-ମାଆ ଆଜି ମଧ୍ୟ ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। ତା’ର ହିସାବ କାହା ପାଖରେ ନାହିଁ। 

NCRBର ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ନେଇ ରିପୋର୍ଟ ହୋଇଛି। ତା’ଭିତରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ଏବେ ମଧ୍ୟ ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା। ସେହିଭଳି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏ ହାର ମାତ୍ର ୪୬. ୭ ପ୍ରତିଶତ। ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପୁଲିସ୍‌ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ମଧ୍ୟରେ ଢେର ଆଗରେ ରହିଛି ଓଡ଼ିଶା। ଏପରିକି ଏହି ବର୍ଗର ଝିଅଙ୍କୁ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏ ହାର ୬୧.୬ ପ୍ରତିଶତ। 

ଏ ପ୍ରସଙ୍ଗ ରାଜ୍ୟବାସୀଙ୍କ ଉଦବେଗ ବଢାଉଥିବା ବେଳେ ଏବେ ଗତ ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ମଧ୍ୟ ବଚଳିତ କଲା ଭଳି ଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗତ ୫ ବର୍ଷର ତଥ୍ୟ ଦେଇ ରାଜ୍ୟରେ ଏବେ ବି ୨୬ ହଜାର ୨୪୭ ମହିଳା ଓ ୩ ହଜାର ୭୯୧ ଝିଅଙ୍କୁ ଉଦ୍ଧାର କରାଯାଇ ପାରିନଥିବା ସ୍ୱୀକାର କରିଥିଲେ। ସେପଟେ ମାନବ ଚାଲାଣ ବା ହ୍ୟୁମାନ୍‌ ଟ୍ରାଫିକିଂରେ ମଧ୍ୟ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଏନସିଆରବି ରିପୋର୍ଟ ଦର୍ଶାଇଛି। ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୭୦.୪ ପ୍ରତିଶତ ରହିଛି।

ପୋଲିସ୍ ସିଷ୍ଟମର ସମସ୍ୟା ଏହା ଯେ ସେମାନେ ନିଖୋଜ ମାମଲାକୁ ଗୁରୁତର ସହ ନେଉ ନାହାନ୍ତି । ଏପରି ମାମଲା ହତ୍ୟାଠାରୁ ମଧ୍ୟ ଗମ୍ଭୀର ଅଟେ । ଏହା ଏଥିପାଇଁ କାରଣ ଯେତେବେଳେ ଗୋଟିଏ ପିଲା ନିଖୋଜ ହୁଏ, ସେତେବେଳେ ମାଆ-ବାପା ନିଜ ପିଲା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି । ନିଖୋଜ ମାମଲାର ତଦନ୍ତ ହତ୍ୟା ମାମଲା ପରି ଗମ୍ଭୀରତା ସହ କରାଯିବ ଦରକାର । ନିଖୋଜ ଲୋକଙ୍କ ମାମଲାକୁ ଅଧିକାଂଶ ସମୟରେ ଅଣାଦେଖା କରାଯାଉଛି କାରଣ ତାଙ୍କ ତଦନ୍ତ ବ୍ରିଟିଶ କାଳର ପ୍ରକ୍ରିୟାରେ କରାଯାଉଛି।

‘ଜୟ ଶ୍ରୀ ରାମ’ ନାରା ସହ ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର୍‌


ନୂଆଦିଲ୍ଲୀ, ‘ରାମାୟଣ’କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ । ଦର୍ଶକ ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଖୁବ୍‌ ଉତ୍ସୁକ ଅଛନ୍ତି। ତେବେ ଏହି ଫିଲ୍ମ ପାଇଁ ଉତ୍ସୁକ ଥିବା ଦର୍ଶକଙ୍କ ପାଇଁ ଖୁସି ଖବର। କାରଣ ଫିଲ୍ମଟିର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ରାମାୟଣ ଉପରେ ଆଧାରିତ ନିର୍ଦ୍ଦେଶକ ଓମ୍‌ ରାଉତ୍‌ଙ୍କ ଏହି ଫିଲ୍ମଟି ଆଗାମୀ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ।

ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଆଦିପୁରଷ’ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ହୋଇଛି। ଏହାରି ମଧ୍ୟରେ ମଙ୍ଗଳବାର ଲଞ୍ଚ ହୋଇଛି ଆଦିପୁରଷର ଟ୍ରେଲର। ଫିଲ୍ମରେ ଅଭିନେତା ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଥିବାବେଳେ ମାତା ସୀତାଙ୍କ ଭୂମିକା ନିଭାଇଛନ୍ତି ଅଭିନେତ୍ରୀ କ୍ରୀତି ସାନନ। ଅନେକ ବିବାଦର ସାମ୍ନା କରିଥିବା ଏହି ଫିଲ୍ମର ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଲୋକେ। ତେବେ ଟିଜର ତୁଳନାରେ ଫିଲ୍ମର ଟ୍ରେଲରକୁ ଖୁବ୍ ପସନ୍ଦ କରାଯାଉଛି। ସୂଚନାଥାଉ, ଏହାପୂର୍ବରୁ ଜାରି ଆଦିପୁରୁଷର ପୋଷ୍ଟର ଏବଂ ଟିଜର ସମାଲୋଚନାର ଶିକାର ହୋଇଥିଲା।

ଟ୍ରେଲରରେ ଭଗବାନ ରାମଙ୍କ ଭୂମିକାରେ ପ୍ରଭାସଙ୍କ ଲୁକ୍‌କୁ ଖୁବ୍ ପ୍ରସନ୍ଦ କରୁଛନ୍ତି ଫ୍ୟାନ୍‌। ଟ୍ରେଲରରେ ପ୍ରଭାସଙ୍କ ଲୁକ୍‌ ଏବଂ ଦମଦାର ଡାଇଲଗ୍‌ ମଧ୍ୟ ରହିଛି। ଏହା ସହ ଫିଲ୍ମର ସବୁ ଚରିତ୍ରଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ସେ ହନୁମାନ ହୁଅନ୍ତୁ କିମ୍ବା ରାବଣ ବେଶରେ ନଜର ଆସିବାକୁ ଯାଉଥିବା ସୈଫ୍‌ ଅଲୀ ଖାନ୍‌ଙ୍କ ଲୁକ୍‌ ମଧ୍ୟ ଖୁବ୍ ଦମଦାର ରହିଛି। ଫିଲ୍ମର ମ୍ୟୁଜିକ୍‌ ସହ ଟ୍ରେଲରରେ ଡାଇଲଗ୍‌ ମଧ୍ୟ ଆକର୍ଷଣୀୟ ରହିଛି। ଫିଲ୍ମରେ ଭିଏଫଏକ୍ସରେ ଖୁବ୍ ବ୍ୟବହାର କରାଯାଇଛି। ଟ୍ରେଲରରେ ଜୟ ଶ୍ରୀ ରାମ ଧ୍ବନି ଶୁଣିବାକୁ ମିଳିଛି। ବଡ଼ କଥା ହେଉଛି ଟିଜର ତୁଳନା​‌ରେ ଟ୍ରେଲରରେ ଭିଏଫଏକ୍ସରେ ବେଶ୍ ସୁଧାର କରାଯାଇଛି। ଫିଲ୍ମ ୧୬ ଜୁନ୍‌ ୨୦୨୩ରେ ରିଲିଜ୍ ହେବ। ଫିଲ୍ମକୁ ୫ଟି ଭାଷାରେ ରିଲିଜ୍ କରାଯିବ।

ଫିଲ୍ମଟିର ପ୍ରଥମ ପୋଷ୍ଟ୍‌ର ଗତ ରାମ ନବମୀରେ ରିଲିଜ୍‌ ହୋଇସାରିଛି। ତେବେ ଦ୍ବିତୀୟ ପୋଷ୍ଟର୍‌ ରିଲିଜ୍‌ ହୋଇଥିଲା ହନୁମାନ ଜୟନ୍ତୀରେ। ଭଗବାନ ଶ୍ରୀରାମଙ୍କ ସର୍ବୋଚ୍ଚ ଭକ୍ତ ବଜରଙ୍ଗବାଲୀଙ୍କୁ ରଖି ପୋଷ୍ଟ୍‌ର ରିଲିଜ୍‌ କରିଥିଲେ ନିର୍ମାତ‌ା। ପୋଷ୍ଟରରେ ଦେବଦତ୍ତ ନାଗେଙ୍କୁ ହନୁମାନଙ୍କ ଭୂମିକାରେ ନଜର ଆସିଥିଲେ । ହନୁମାନ ଜୟନ୍ତୀ ଅବସରରେ ନିର୍ମାତା ଏହି ପୋଷ୍ଟର୍‌ ରିଲିଜ୍‌ କରିଥିଲେ। ହନୁମାନଙ୍କ ଏହି ପୋଷ୍ଟର୍‌ରେ ଶକ୍ତି, ଦୃଢ଼ତା ଓ ନିଷ୍ଠାପରତାକୁ ଦର୍ଶାଯାଇଥିଲା।

ସୂଚନାଥାଉକି, ଅକ୍ଟୋବର ୨୦୨୨ରେ ଯେତେବେଳେ ପ୍ରଭାସ, କ୍ରୀତି ସାନନ ଏବଂ ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଆଦିପୁରଷର ଟିଜର ସାମ୍ନାକୁ ଆସିଥିଲା, ସେତେବେଳେ ନିର୍ମାତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। ରାମ, ସୀତା ଏବଂ ଟିଜରରେ ରାବଣ ଏବଂ ହନୁମାନଙ୍କ ଲୁକ୍‌କୁ ନେଇ ଖୁବ୍ ବିବାଦ ହୋଇଥିଲା। ଭିଏଫ୍‌ଏକ୍ସ ଏବଂ ସିଜିଆଇ ପାଇଁ ଫ୍ୟାନ୍ସମାନେ ଖୁବ୍‌ ଟ୍ରୋଲ କରିଥିଲେ। ଯାହାପରେ ନିର୍ମାତାଙ୍କ ତରଫରୁ ଫିଲ୍ମର ଅନେକ ସିନ୍‌ ଏବଂ ଭିଏଫଏକ୍ସରେ ପରିବର୍ତ୍ତନ କରିବା ନେଇ କୁହାଯାଇଥିଲା। ଫିଲ୍ମର ବଜେଟ୍‌ ୫୦୦ କୋଟିରୁ ଅଧିକ ରହିଛି।

ସତ କିଏ କହୁଛନ୍ତି? ଜେଡିୟୁର ଟ୍ୱିଟ୍‌ ନା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ଭୁବନେଶ୍ବର,  ନବୀନ ନିବାସରେ ସାକ୍ଷାତ ଆଲୋଚନା ଓ ମଧ୍ୟାହ୍ନ ଭୋଜନ ପରେ ଉଭୟ ନବୀନ ଓ ନୀତୀଶ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଆଉ ଜଣେ ପରେ ଜଣେ କହିଥିଲେ ଯେ ଆଜି ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। କିନ୍ତୁ ସତ କିଏ କହୁଛନ୍ତି? ଜେଡିୟୁର ଟ୍ୱିଟ୍‌ ନା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ନେତାଙ୍କ ସିକ୍ରେଟ୍‌ ମିଶନ୍‌କୁ ଗଡ଼ବଡ଼ କରି ଦେଇଥିଲା ଜେଡିୟୁ ପାର୍ଟି ଅଫିସ୍‌ ଟ୍ୱିଟ୍‌ର ହ୍ୟାଣ୍ଡେଲ। ଆଉ ଏହାକୁ ନେଇ ଓଡ଼ିଶାରୁ ବିହାର ଯାଏ ସରଗରମ ହୋଇଛି ରାଜନୀତି। ପ୍ରଥମେ ନବୀନ କହିଥିଲେ, ଆଜି ଭୁବନେଶ୍ୱର ଆସିଛନ୍ତି ନୀତୀଶ କୁମାର। ଆମେ ଦୁଇ ଜଣ ବହୁ ପୁରୁଣା ବନ୍ଧୁ। ବାଜେପେୟୀଙ୍କ କ୍ୟାବିନେଟ୍‌ରେ ଆମେ ସାଙ୍ଗ ହୋଇ କାମ କରିଥିଲୁ। ପୁରୀରେ ବିହାର ଭବନ ନିର୍ମାଣ କରାଯିବ। ସେଥିପାଇଁ ମାଗଣାରେ ବିହାର ସରକାରଙ୍କୁ ଦେଢ଼ ଏକର ଜମି ପ୍ରଦାନ କରାଯାଇଛି। ରାଜନୈତିକ ଆଲୋଚନା ନେଇ ପ୍ରଶ୍ନ ହେବାରୁ ନବୀନ କହିଥିଲେ, ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି।

ସେହିଭଳି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ, ତାଙ୍କ (ନବୀନଙ୍କ) ସହିତ ସମ୍ପର୍କ ଆଜିର ନୁହେଁ। ତାଙ୍କ ବାପାଙ୍କ ପରେ ତାଙ୍କ ସହିତ ମୋର ଭଲ ସମ୍ପର୍କ ରହିଛି। ମୁଁ ବହୁବାର ଏଠାକୁ ଆସିଛି। ଏକଥା ଆପଣମାନଙ୍କୁ ଜଣାଥିବ। କିନ୍ତୁ କରୋନା ଯୋଗୁ ଆସିପାରିନଥିଲି। ଭେଟିବା ପାଇଁ ଇଚ୍ଛାଥିଲା। ତେଣୁ ଆସିଲି ବୋଲି ନୀତୀଶ କହିଥିଲେ। ରାଜନୈତିକ ଆଲୋନା ନେଇ ପ୍ରଶ୍ନ ହେବାରୁ ନୀତୀଶ କହିଥିଲେ, ନବୀନଙ୍କ ସହିତ ଆମର ପୁରୁଣା ସମ୍ପର୍କ ରହିଛି। ରାଜନୀତି କଥା ଚିନ୍ତା କରନ୍ତୁ ନାହିଁ। ଆମର ସମ୍ପର୍କ ଏତେ ଭଲ ଯେ ରାଜନୀତି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କିନ୍ତୁ ଏ ସମ୍ପର୍କକୁ ବାକି ଲୋକଙ୍କ ସହିତ ତୁଳନା କରନ୍ତୁ ନାହିଁ ବୋଲି ନୀତୀଶ କୁମାର କହିଥିଲେ। ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ରାଜନୈତିକ ଆଲୋଚନା ହୋଇନଥିବା ନବୀନ ଓ ନୀତୀଶ କହିଥିବା ବେଳେ ଜେଡିୟୁ ପାର୍ଟି ଅଫିସ୍‌ କରିଥିବା ଟ୍ୱିଟ୍‌କୁ ନେଇ ରାଜନୀତି ହଲ୍‌ଚଲ ହୋଇଛି। 

ଜେଡିୟୁର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟ୍‌ରେ ଲେଖାଯାଇଛି, ବିରୋଧୀଙ୍କୁ ଏକଜୁଟ୍‌ କରିବାରେ ପ୍ରମୁଖ ଭୂମିକା ନେଉଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିନା କୌଣସି ବ୍ୟକ୍ତିଗତ ମହତ୍ୱକାଂକ୍ଷାରେ ବିପକ୍ଷଙ୍କୁ ଏକଜୁଟ୍‌ କରୁଛନ୍ତି ନୀତୀଶ। ଏହି ତିନୋଟି ଯାକ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ କିଏ ସତ କହୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ।  କୁହାଯାଉଛି, ଉଭୟଙ୍କ ମଧ୍ୟରେ ରାଜନୀତି ପ୍ରସଙ୍ଗ ନିଶ୍ଚୟ ଉଠିଥିବ। ବିଜେପି ବିରୋଧରେ ମହାମେଣ୍ଟ କଥା ବି ଉଠିଥିବ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରୁଥିବା ଦାବି କରୁଥିବାରୁ ନୀତୀଶଙ୍କ ମେଣ୍ଟ ପ୍ରସ୍ତାବରେ ରାଜି ହୋଇ ନଥିବେ।

ସୂଚନାରୁ ପ୍ରକାଶ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ବିରୋଧୀଙ୍କୁ ଏକଜୁଟ୍‌ କରୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ଜଣେ ପରେ ଜଣେ ନେତାକୁ ଭେଟୁଛନ୍ତି। ଆଉ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ସେହି ମର୍ମରେ ଆଜି ନୀତୀଶ ଓଡ଼ିଶା ଆସିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ନୀତୀଶ କୁମାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।

ଆଲିସାନ ସିନେମା ହଲ୍‌ ଗଣ୍ଡଗୋଳ ମାମଲା । ଜେଲ୍‌ରୁ ବାହାରିଲେ ସାଲୁଜାଙ୍କ ପୁଅଙ୍କ ସମେତ ୭ ଜଣ


ପାଟଣାଗଡ଼, ଆଲିସାନ ସିନେମା ହଲରେ ଗଣ୍ଡଗୋଳ ମାମଲାରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜାଙ୍କ ସମେତ ମୋଟ ୭ ଜଣ ଜେଲରୁ ବାହାରିଛନ୍ତି। ଜେଲରୁ ବାହାରିଥିବା ବ୍ୟକ୍ତିମାନେ ହେଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜା(୩୨), ଅଜୟ ଅଗ୍ରୱାଲ(୪୦), ବିକି ଓରଫ ବିକାଶ ଅଗ୍ରୱାଲ(୩୭), ବିପୁଲ ମାରୁ(୩୭), ରାଜା ପାତ୍ର (୨୩), ରାକେଶ ସେଠ ଓ ହରିଆନାର ସିରଶା ଜିଲ୍ଲା ଡାବୁବାଲି ମଣ୍ଡି ଥାନା ଅନ୍ତର୍ଗତ ଧରମବୀର ଗୁପ୍ତା(୩୧)।

ଫେବ୍ରୁଆରି ୧ ତାରିଖରେ ବେଲପଡା ଥାନା ଅଧିନରେ ଥିବା ଆଲିସାନ ସିନେମା ହଲରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳକୁ ନେଇ ଆଲିସାନ ସିନେମା ହଲ ମାଲିକ ବେଲପହା ଥାନାରେ ତାଙ୍କୁ ଆକ୍ରମଣ କରା ଯାଇଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ବେଲପଡା ପୁଲିସ କେସ ନଂ ୨୪ରେ ଏକ ମାମାଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଦର୍ଶାଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ଓରଫ ଅମିତ ସିଂ ସାଲୁଜା, ଅଜୟ ଅଗ୍ରୱାଲ, ବିକି ଓରଫ ବିକାଶ ଅଗ୍ରୱାଲ, ବିପୁଲ ମାରୁ, ରାଜା ପାତ୍ର, ରାକେଶ ସେଠ ଓ ହରିଆନାର ସିରଶା ଜିଲ୍ଲା ଡାବୁବାଲି ମଣ୍ଡି ଥାନା ଅନ୍ତର୍ଗତ ଧରମବୀର ଗୁପ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ସମୟରେ ଜାମିନ ନମଞ୍ଜୁର ହେବାରୁ ସେମାନଙ୍କୁ ପାଟଣାଗଡ ଜେଲକୁ ପଠାଇ ଦିଆ ଯାଇଥିଲା। ପରେ ପାଟଣାଗଡ଼ ଏଡିଜେ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ଜାମିନ ନାମଞ୍ଜୁର ହୋଇଥିଲା।

ପରେ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେଠାରେ ଜାମିନ ଆବେଦନର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଜାମିନ ଦେଇଥିବା ଜଣାପଡିଛି। ଉକ୍ତ ଜାମିନ କାଗଜ ସ୍ଥାନୀୟ/ପାଟଣାଗଡ଼ ଏସଡିଜେଏମ କୋର୍ଟରେ ଦାଖଲ କରିବା ପରେ ସେଜିଙ୍କ ସହ ଆଉ ୬ ଜଣଙ୍କୁ ସର୍ତ୍ତ ମୂଳକ ଜାମିନରେ ଜେଲରୁ ବାହାରିବା ପାଇଁ ଆଦେଶ ଦେଇଥିବା ଜଣାପଡିଛି। ଫଳରେ ଜେଲରେ ଥିବା ସେଜିଙ୍କୁ ମିଶାଇ ୭ ଜଣ ଜାମିନରେ ବାହାରିଥିବା ନେଇ ଜଣାପଡିଛି। ତାଙ୍କୁ ନେବା ପାଇଁ ତାଙ୍କ ଓକିଲ ବିଷ୍ଣୁ ପ୍ରସାଦ ଶର୍ମାଙ୍କ ସହ ତାଙ୍କ ଭାଇ ଓ ବନ୍ଧୁ ତଥା ସମ୍ପର୍କୀୟମାନେ ପାଟଣାଗଡ଼ ଜେଲ ପରିସରକୁ ପହଞ୍ଚିଥିଲେ।

ଗୁଜୁରାଟରେ ରାଜ୍ୟ ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି କରି ହତ୍ୟା


ଅହମ୍ମଦାବାଦ, ଗୁଜୁରାଟର ବଲସାଡ ଜିଲ୍ଲାରେ ଏକ ମନ୍ଦିରରୁ ପୂଜାର୍ଚ୍ଚନା ସାରି ପରିବାର ସହ ଘରକୁ ଫେରୁଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ସ୍ପଷ୍ଟ ଦିବାଲୋକରେ ଜଣେ ଅଜ୍ଞାତ ଆତତାୟୀ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରାଜ୍ୟ ବିଜେପି ଉପାଧ୍ୟକ୍ଷ ଶୈଳେଶ ପଟେଲ ଏକ ମନ୍ଦିରରୁ ଫେରୁଥିବା ବେଳେ କିଛି ବାଇକ୍‌ ଆରୋହୀ ତାଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ସେମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପଟେଲଙ୍କ ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ସେପଟେ ନେତାଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୃତଦେହ ଗ୍ରହଣ କରାଯିବ ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ଯଦି ଏଭଳି ଘଟଣା ସ୍ପଷ୍ଟ ଦିବାଲୋକରେ ଘଟେ ତେବେ ଉତ୍ତରପ୍ରଦେଶ ଓ ଗୁଜରାଟ ମଧ୍ୟରେ ଫରକ କ’ଣ ରହିବ ବୋଲି ସମ୍ପର୍କୀୟମାନେ ପ୍ରଶ୍ନ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଇକରେ ୪ ଜଣ ଥିଲେ। ଗୁଳିକାଣ୍ଡ ପରେ ଶୈଳେଶ ପଟେଲଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ଏକାଠି ହୋଇ ଶୈଳେଶ ପଟେଲଙ୍କୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ହତ୍ୟାକାରୀଙ୍କୁ ଖୋଜିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଛି।

‘ସାର୍ବଭୌମତ୍ୱ’ଶବ୍ଦର ବ୍ୟବହାର ଯୋଗୁ ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖକୁ ଗଲା ବିଜେପି


ନୂଆଦିଲ୍ଲୀ,କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ। ସବୁ ଦଳ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି। କିନ୍ତୁ ଏସବୁ ଭିତରେ କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ସୋନିଆ କର୍ଣ୍ଣାଟକା ବିଧାନସଭା ନିର୍ବାଚନର ପ୍ରଚାର ବେଳେ ‘ସାର୍ବଭୌମତ୍ୱ’ ଶବ୍ଦର ବ୍ୟବହାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏନେଇ ଆଜି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନେତୃତ୍ୱରେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। କର୍ଣ୍ଣାଟକାରେ ପ୍ରଚାର ବେଳେ ସୋନିଆ ଜାଣିଶୁଣି ସାର୍ବଭୌମତ୍ୱ ଶବ୍ଦର ବ୍ୟବହାର କରିଥିଲେ। ସେ ଟୁକଡେ ଟୁକଡେ ଗ୍ୟାଙ୍ଗର ଏଜେଣ୍ଡାକୁ ପ୍ରଦର୍ଶନ କରିଛନ୍ତି। ଭାରତକୁ ଦୁର୍ବଳ କରିବାକୁ ସେ ଏପରି ଶବ୍ଦର ବ୍ୟବହାର କରିଥିବା ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି।

ଭୂପେନ୍ଦ୍ର ଯାଦବ ଆହୁରି କହିଛନ୍ତି, କଂଗ୍ରେସ ମିଥ୍ୟାର ଆଶ୍ରୟ ନେଇ କର୍ଣ୍ଣାଟକାରେ ପ୍ରଚାର କରୁଛି। ଭାରତର ଏକତା ଓ ଅଖଣ୍ଡତା ପାଇଁ ଯେଉଁ ସବୁ ଶବ୍ଦର ବ୍ୟବହାର କରିବା କଥା ନୁହେଁ, କଂଗ୍ରେସ ସେସବୁର ବ୍ୟବହାର କରୁଛି। ଏହା ବିରୋଧରେ ନିର୍ବାଚନ କମିଶନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କଂଗ୍ରେସ ବିଜ୍ଞାପନ ଜରିଆରେ ଯେଉଁ ସବୁ ମିଥ୍ୟା ଅଭିଯୋଗ ବିଜେପି ବିରୋଧରେ ଆଣୁଛି, ସେ ସମ୍ପର୍କରେ ମଧ୍ୟ କମିଶନରଙ୍କୁ ଅବଗତ କରାଯାଇଛି। ନିର୍ବାଚନ କମିଶନକୁ ଦେଶର ଗଣତନ୍ତ୍ର ଓ ଦେଶର ଅଖଣ୍ଡତାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ମିଳିଛି। ତେଣୁ କଂଗ୍ରେସର ଦେଶ ବିରୋଧୀ କାମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି। ବିଜେପି କହିଛସି ଯେ କର୍ଣ୍ଣାଟକା ହେଉଛି ଭାରତ ସଂଘ ବା ଇଣ୍ଡିଆନ ଫେଡରେସନର ମହତ୍ତ୍ୱପୂର୍ଣ୍ଣ ସଦସ୍ୟ ରାଜ୍ୟ। ଏହି ସଦସ୍ୟ ରାଜ୍ୟର ସାର୍ବଭୌମତ୍ୱର ରକ୍ଷା କରିବା ପାଇଁ ଯେକୌଣସି ଆହ୍ୱାନ ବିଚ୍ଛିନ୍ନତାବାଦୀ ଦେଉଥିବା ଆହ୍ୱାନ ସହ ସମାନ। ଏହା ଅତ୍ୟନ୍ତ ଘାତ ପରିଣାମ ମଧ୍ୟ ସୃଷ୍ଟି କରିପାରେ।

ଶନିବାର ସୋନିଆ ଗାନ୍ଧି ପ୍ରଥମଥର ପାଇଁ ହୁବ୍ବଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେ ଏହି ସମୟରେ ଦେଇଥିବା ଭାଷଣକୁ କଂଗ୍ରେସ ପକ୍ଷରୁ ଟ୍ୱିଟ କରାଯାଇଥିଲା। ସୋନିଆ ତାଙ୍କ ଭାଷଣରେ କହିଥିବା କଥାକୁ କଂଗ୍ରେସ ପକ୍ଷରୁ ଉଲ୍ଲେଖ କରାଯାଇଥିଲା। ଏଥିରେ ସୋନିଆ ୬.୫ କୋଟି କର୍ଣ୍ଣାଟକାବାସୀକୁ ସ୍ୱତନ୍ତ୍ର ବାର୍ତ୍ତା ଦେଇ କହିଥିଲେ ଯେ କଂଗ୍ରେସ କେବେ ହେଲେ କର୍ଣ୍ଣାଟକାର ପ୍ରତିଷ୍ଠା, ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବିପଦ ସୃଷ୍ଟି କରିବା ପାଇଁ କାହାକୁ ଅନୁମତି ଦେବ ନାହିଁ।

ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରୀ’ କୁ ବ୍ୟାନ୍ ଘୋଷଣା କଲେ ମମତା ବାନାର୍ଜୀ


ନୂଆଦିଲ୍ଲୀ,ପଶ୍ଚିମବଙ୍ଗରେ ବ୍ୟାନ ହେଲା ବିବାଦୀୟ ଫିଲ୍ମ ‘The Kerala Story’। ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଫିଲ୍ମ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘ଦ କାଶ୍ମୀର ଫାଇଲ୍ସ କଣ’? ଏହା ଗୋଟିଏ ବର୍ଗକୁ ଅପମାନିତ କରୁଛି । ‘ଦ କେରଳ ଷ୍ଟୋରୀ’କଣ? ଏହା ମଧ୍ୟ ଏକ ଭୁଲ ଭାବରେ ଦର୍ଶାଯାଇଥିବା କାହାଣୀ। ମାମତା ବାନାର୍ଜୀ ଏହି ମାମଲାରେ ସେ ବିରୋଧୀ ଦଳ ସିପିଏମକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି। ସିପିଏମ ଏହି ମାମଲାରେ କିଛି ପାଟି ଚୁପ କରି ବସିଛି ବୋଲି କହିଛନ୍ତି। ରାଜ୍ୟ ସଚିବାଳୟରେ ମମତା ବାନାର୍ଜୀ ଫିଲ୍ମ ଉପରେ ବ୍ୟାନ ନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ସେ ଅଭିଯୋଗ ଆଣିଥିଲେ ଯେ ବିଜେପି ‘ଦ କାଶ୍ମୀର ଫାଇଲ୍ସ’ପରି ବେଙ୍ଗଲ ଉପରେ ମଧ୍ୟ ଗୋଟିଏ ଫିଲ୍ମ ପ୍ରସ୍ତୁତ କରୁଛି ଏବଂ ଏଥିପାଇଁ ଫଣ୍ଡିଂ କରୁଛି।

ମମତା ବାନାର୍ଜୀ ‘ଦ କେରଳ ଷ୍ଟୋରୀ’ ଉପରେ ବ୍ୟାନ ଘୋଷଣା କରି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ ରାଜ୍ୟରେ ଯେପରି କୌଣସି ସ୍ଥାନରେ ଏହାର ସ୍କ୍ରିନିଂ ନ ହେବ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି । ରାଜ୍ୟରେ ଆଇନ ବ୍ୟବସ୍ଥା ବଜାର ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ମମତା କହିଛନ୍ତି । ଏହି ଫିଲ୍ମ ଯୋଗୁଁ ହେଟ୍ କ୍ରାଇମ୍ ଏବଂ ହିଂସା ଘଟଣା ବଢିବାର ଆଶଂକା ରହିଛି । ମମତା ବାନାର୍ଜୀ କହିଛନ୍ତି ଯେ ଏହି ଫିଲ୍ମକୁ ନେଇ ସେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ କଥା ହେବେ । ଫିଲ୍ମରେ ତଥ୍ୟଗୁଡିକୁ ଭୁଲ ଭାବରେ ଦର୍ଶାଯାଇଛି । ଏମାନଙ୍କ ପରିବର୍ତ୍ତୀ ଟାର୍ଗେଟେ ବେଙ୍ଗଲ ହୋଇପାରେ । ବେଙ୍ଗଲ ଫାଇଲ୍ସ ମଧ୍ୟ ନିର୍ମାଣ ହୋଇପାରେ । ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଓ ହିଂସା ଭଳି କୌଣସି ଅଘଟଣକୁ ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମମତା କହିଛନ୍ତି।

ସେହିପରି କେରଳ ସରକାର ମଧ୍ୟ ଫିଲ୍ମଟିକୁ ବିରୋଧ କରୁଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ପୂର୍ବରୁ ରବିବାର (ଗତକାଲି) ତାମିଲନାଡୁର ସମସ୍ତ ମଲ୍‌ଟିପ୍ଲେକ୍ସରେ ଏହି ବିବାଦୀୟ ଫିଲ୍ମର ସ୍କ୍ରିନିଂକୁ ବନ୍ଦ କରି ଦିଆଯାଇଥିଲା। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିପାରେ ତଥା ଲୋକେ ଏହାକୁ ଦେଖିବାକୁ ଆସିବେନି ବୋଲି ଆଶଙ୍କା କରି ଏମିତି ନିଷ୍ପତ୍ତି ନିଆଯାଇଥିବା ନେଇ ମଲ୍‌ଟିପ୍ଲେକ୍ସ ଗୁଡ଼ିକ ପକ୍ଷରୁ କୁହାଯାଇଥିଲା।

ସକାଳେ ବିଜେପିରେ ମିଶିଥିଲେ । ରାତିରେ ବିଜେଡିକୁ ଫେରିଲେ । ଲୋକେ ତାଜୁବ୍


ଝାରସୁଗୁଡ଼ା, ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଧାରଣ ସଭାରେ ଲଇକେରା ଜୋନ-୧ର  ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲୋକେନ୍ଦ୍ର ରାଉତ ବିଜେପିରେ ମିଶି ଥିଲେ। ହେଲେ ପୁଣି ରାତିରେ ବିଜେଡିରେ ମିଶିଗଲେ। ଲଇକେରା ଠାରେ ବିଜେଡିର ପର୍ଯ୍ୟବେକ୍ଷକ ମହେନ୍ଦ୍ର ବଢେଇ ଓ ରୋମାଂଚ ରଞ୍ଜନ ବିଶ୍ୱାଳଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାକୁ ନେଇ ଝାରସୁଗୁଡ଼ା ରାଜନୀତି ଆହୁରି ଉଷ୍ମ ହୋଇଛି। ଭୋଟ ଓ କ୍ଷମତା ଦଖଲ ପାଇଁ ଏଠାରେ ନେତା କପରି ଦଳ ବଦଳ କରୁଛନ୍ତି ତାହା ଜଳଜଳ ପ୍ରତୀୟମାନ ହୋଇଛି।ଲୋକେନ୍ଦ୍ର କହିଛନ୍ତି, ଗତକାଲି ବ୍ୟକ୍ତିଗତ କାମରେ କୋଲାବିରା ଯିବା ବେଳେ ବିଜେପିର କିଛି ବନ୍ଧୁଙ୍କ ସହ ଭେଟ ହୋଇଥିଲା। ସେମାନେ ବିଜେପିର ସଭାକୁ ଡାକି ନେଇଥିଲେ ଓ ବିଜେପିରେ ତାଙ୍କୁ ଯୋଗ ଦେବାକୁ କହିଥିଲେ। 

ଅନିଚ୍ଛା ସତ୍ତ୍ୱେ ବିଜେପିରେ ଯୋଗଦେଇଥିଲି। ସେଠାରୁ ଫେରିବା ପରେ ପୁଣି ନିଜ ଦଳ ବିଜେଡିରେ ଯୋଗଦେଇଥିଲି। ଆଗକୁ କେବଳ ବିଜେଡି ପାଇଁ ହିଁ କାମ କରିବେ ବୋଲି ସେ କହିଛନ୍ତି।ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ହୋଇଥିବା ମହେନ୍ଦ୍ର ବଢେଇ କହିଛନ୍ତି, ଲୋକେନ୍ଦ୍ର ରାଉତଙ୍କୁ ଜୋରକରି ନେଇ ବିଜେପିରେ ମିଶାଇ ଦିଆଯାଇଥିଲା। ସେ ଏନେଇ ଫୋନ୍‌ କରି ଜଣାଇବା ସହ ପୁଣି ଆସି ବିଜେଡିରେ ଯୋଗ ଦେଇଥିଲେ। ବିଜେପି ସଭାକୁ ଯିବା ପୂର୍ବଦିନ ସେ ବିଜେଡି ପାଇଁ ପ୍ରଚାର କରିଥିଲେ। ଆଗକୁ ମଧ୍ୟ ସେ ବିଜେଡି ପାଇଁ ପ୍ରଚାର କରିବେ। ସେ ବିଜେଡି ପାଇଁ କାମ କରି ଦୁଇଥର ସରପଞ୍ଚ ଓ ପରେ ଜିଲ୍ଲା ପରିଷଦ ସଭ୍ୟ ହୋଇଥିଲେ।

ମୁଁ ଓଡ଼ିଶାର ଜ୍ୱାଇଁ । କାହିଁକି ନାଁ ମୋ ପତ୍ନୀ ଜଣେ ଓଡ଼ିଆ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି


କଟକ,ମୁଁ ବହୁ ସମୟରେ କଟକ ଓ ଭୁବନେଶ୍ୱର ଆସେ। କାହିଁକି ନାଁ ମୁଁ ଓଡ଼ିଶାର ଜ୍ୱାଇଁ। ମୋ ପତ୍ନୀ ଜଣେ ଓଡ଼ିଆ। କଟକରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଡିଜିଟାଇଜେସନ, ପେପରଲେସ କୋର୍ଟ୍ସ ଏବଂ ଇ - ଇନିସିୟେଟିଭ ସମ୍ପର୍କିତ ଜାତୀୟ ସମ୍ମିଳନୀରେ ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୁଡ। ଓଡିଶା ଜୁଡ଼ିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉତ୍ସବକୁ ସେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶାରେ ପ୍ରଶଂସନୀୟ କାର୍ଯ୍ୟ ହୋଇଛି। ସାରା ଦେଶରେ ଏଭଳି ବ୍ୟବସ୍ଥା ଲାଗୁ କରିବା ଲାଗି ସୁପ୍ରିମକୋର୍ଟ ଲକ୍ଷ୍ୟ ରଖିଛନ୍ତି। ଏଥିନିମନ୍ତେ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟରେ ୨୦୨୩-୨୭ ଭିତରେ ୭ ହଜାର ୨୧୦ କୋଟି ଟଙ୍କା ଖର୍ଚ୍ଚ ଅନୁମୋଦନ କରିଛନ୍ତି। ଲୋକଙ୍କ ପାଖରେ କିପରି ସହଜରେ ନ୍ୟାୟ ବ୍ୟବସ୍ଥା ପହଞ୍ଚି ପାରିବ ଓ ସେମାନଙ୍କୁ ନ୍ୟାୟ ମିଳିବ ଏହାହିଁ ପଦକ୍ଷେପର ମୂଳ ଲକ୍ଷ୍ୟ। ତେଣୁ ପ୍ରତ୍ୟେକ ଟଙ୍କାଟିଏ ଖର୍ଚ୍ଚର ଉଚିତ୍ ବିନିଯୋଗ ହେବା ଉଚିତ୍। ଇ-କୋର୍ଟ ପଦକ୍ଷେପକୁ ସଫଳ କରିବାରେ ଓଡିଶା, କେରଳ ଏବଂ ମଧ୍ୟପ୍ରଦେଶ ସରକାର ଯେପରି ସହାୟତା ଦେଇଛନ୍ତି, ତାହା ଅନ୍ୟ ରାଜ୍ୟରେ ହେଉନାହିଁ। ଓଡ଼ିଶାର ପ୍ରାୟ ୨୦ ଜିଲ୍ଲାରେ ଏକ ଭଚ୍ୟୁଆଲ କୋର୍ଟ ଚାଲିପାରୁଛି। ଫଳରେ ଓକିଲ ଓ ମୁଦାଲା ସମସ୍ତଙ୍କୁ ସୁବିଧା ହେଉଛି। ଆଇନ ଅଦାଲତଗୁଡିକର ସମସ୍ତ ରେକର୍ଡକୁ ଡିଜିଟାଲାଇଜ କରିବା ଲାଗି ଗତ କେଇ ବର୍ଷ ହେଲା ପ୍ରୟାସ ଜାରି ରହିଛି।

କିନ୍ତୁ ପେପରଲେସ କୋର୍ଟ କାର୍ଯ୍ୟ କରିବାକୁ ଯେଉଁ ପଦକ୍ଷେପ ନିଆଯାଇଛି, ସେଥିରେ ସେତେଟା ସଫଳତା ମିଳିପାରିନାହିଁ। କାରଣ ଇ-କୋର୍ଟ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥରାଶିର ଅଭାବ ରହୁଛି। ଯୁଗପୋଯୋଗୀ ପଦକ୍ଷେପ ନେବାଲାଗି ସମସ୍ତ ରାଜ୍ୟମାନେ ତ୍ୱରିତ ବେଗରେ ପଦକ୍ଷେପ ନେବା ଉଚିତ। ସେହିପରି ୟୁଟ୍ୟୁବ ଜରିଆରେ ଅଦାଲତି କାର୍ଯ୍ୟର ଯେଉଁ ଲାଇଭଷ୍ଟିମିଂ ହେଉଛି, ତାକୁ ସାମାଜିକ ଗଣମାଧ୍ୟମରେ କିପରି ଅପବ୍ୟବହାର କରାନଯିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ।

କାର୍ଯ୍ୟକ୍ରମରେ ଯୋଗଦେଇ ଆହ୍ଲାବାଦ ହାଇକୋର୍ଟର ଉଦାହରଣ ଦେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରାଜେଶ ବିନ୍ଦଲ କହିଥିଲେ ଯେ, ଉତ୍ତରପ୍ରଦେଶର ହାତ ଗଣତି ଜିଲ୍ଲାକୁ ଛାଡିଦେଲେ ଅବଶିଷ୍ଟ ଜିଲ୍ଲାରେ ଇ-ଚାଲାଣ ବ୍ୟବସ୍ଥା କାମ କରୁନାହିଁ। ଯାହାଦ୍ୱାରା ଧାର୍ଯ୍ୟ ହୋଇଥିବା ଜରିମାନା ରାଶି ଆଦାୟ ହେବାରେ ସମସ୍ୟା ଦେଖାଦେଉଛି। ଓଡିଶା ପରି ମଧ୍ୟପ୍ରଦେଶ ଏବଂ କେରଳରେ ମଧ୍ୟ ଆଖି ଦୃଷ୍ଟିଆ କାମ ହୋଇ ପାରିଛି। ହେଲେ ଦେଶର ଅନ୍ୟ ରାଜ୍ୟମାନେ ପଛରେ ରହିଯାଇଛନ୍ତି।

ମଣିପୁର ହିଂସାକାଣ୍ଡରେ ଆୟକର ଅଧିକାରୀଙ୍କୁ ସରକାରୀ ବାସଭବନରୁ ଟାଣି ନେଇ ହତ୍ୟା


ନୂଆଦିଲ୍ଲୀ, ଇମ୍ଫାଲ୍‌ରେ ନିଯୁକ୍ତ ହୋଇଥିବା ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ମଣିପୁରରେ ଘଟିଥିବା ହିଂସାକାଣ୍ଡ‌ ସମୟରେ ସରକାରୀ ବାସଭବନରୁ ଟାଣି ନେଇ ହତ୍ୟା କରାଯାଇଥିବା କଥା ଶୁକ୍ରବାର ଦିନ ଭାରତୀୟ ରାଜସ୍ବ ସେବା ସଂଘ (ଆଇଆର୍‌ଏସ୍‌) କହିଛି। ଟୁଇଟ୍‌ କରି ସଂଘ ଏହି ଘଟଣାକୁ ତୀବ୍ର ନିନ୍ଦା କରି ଲେଖିଛି ଯେ, ଏହି ଘୃଣ୍ୟ ହିଂସାକାଣ୍ଡରେ ଇମ୍ଫାଲ୍‌ରେ ଟିକସ ସହକାରୀ ଲେତ୍‌ମିଥାଙ୍ଗ୍‌ ହାଓକିପ୍‌ଙ୍କର ମୃତ୍ୟୁ ଘଟିଛି। କର୍ତ୍ତବ୍ୟରତ ଜଣେ ନିରୀହ ସରକାରୀ କର୍ମଚାରୀଙ୍କ ହତ୍ୟା କରାଯିବା ଘଟଣାକୁ କୌଣସି ତ୍ୟାଗ ବା ଆଦର୍ଶ ଯଥାର୍ଥ ବୋଲି ପ୍ରତିପାଦିତ କରିପାରିବ ନାହିଁ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ଆମର ସମବେଦନା।ହାଓକିପ୍‌ଙ୍କ ଫଟୋ ପୋଷ୍ଟ୍‌ କରି ସଂଘ ଆହୁରି ମଧ୍ୟ କହିଛି ଯେ, ଇମ୍ଫାଲ୍‌ସ୍ଥିତ ସରକାରୀ କ୍ବାର୍ଟର୍ସରୁ ଘୋଷାରି ଆଣି ମଣିପୁରୀ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ମାରି ପକାଇଛନ୍ତି।

ମଣିପୁର ଜଳୁଛି, ସହାୟତା କରନ୍ତୁ’। ବକ୍ସର ମେରୀ କୋମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟରରେ ଏହି ନିବେଦନ କରିଥିଲେ। ଏହି ପୋଷ୍ଟରେ ମେରୀ କୋମ ଜଳୁଥିବା ଘର ଓ ଗାଡ଼ିର ଫଟୋ ମଧ୍ୟ ସେୟାର କରିଥିଲେ। ମେ ୩ ତାରିଖ ଦିନ ମଣିପୁରରେ ହିଂସା ସୃଷ୍ଟି ହୋଇଥିଲା, ଦେଖୁ ଦେଖୁ ଏହା ନିଆଁର ରୂପ ନେଇ ଅନେକ ଘର ଜାଳିପୋଡି ଛାରଖାର କରିଦେଇଛି। ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ହିଂସା-ପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିବା କଥା ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।

ମଣିପୁରରେ ମେଇତୀ ସମୂଦାୟର ଜନସଂଖ୍ୟା ସବୁଠୁ ଅଧିକ। ରାଜ୍ୟର ମୋଟ ଜନସଂଖ୍ୟାର ୬୪.୬ ପ୍ରତିଶତ ହେଉଛନ୍ତି  ମେଇତୀ। ତେବେ ଜନସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ମେଇତୀ ସମୂଦାୟ ମାତ୍ର ୧୦ ପ୍ରତିଶତ ଭୂ-ଭାଗରେ ବସବାସ କରୁଛନ୍ତି ବାକି ୯୦ ପ୍ରତିଶତ ପାହାଡରେ ରହୁଛନ୍ତି। ମେଇତୀ ବସବାସ କରୁଥିବା ଭୂ-ଭାଗରେ ନାଗା ଓ କୁକି ସମୂଦାୟ ମଧ୍ୟ ରହୁଛନ୍ତି, ଯେଉଁମାନେ ମେଇତୀମାନଙ୍କୁ ବିରୋଧ କରୁଛନ୍ତି।ମେଇତୀ ସମୂଦାୟଙ୍କୁ ବିରୋଧ କରୁଥିବା ଜନଜାତିଙ୍କ କହିବା କଥା ହେଲା ମେଇତୀ ଏକ ମଜଭୁତ ସମୂଦାୟ। ଏହାର ଜନସଂଖ୍ୟା ମଧ୍ୟ ସବୁଠୁ ଅଧିକ ଓ ଏମାନେ ସହରାଞ୍ଚଳମାନଙ୍କରେ ରହୁଛନ୍ତି। ବିରୋଧୀମାନଙ୍କ କହିବା କଥା ହେଲା ମେଇତୀମାନଙ୍କୁ ସେହି ସବୁ ସୁବିଧା ସୁଯୋଗ ମିଳୁଛି ଯାହା  ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅନ୍ୟ ଜନଜାତି ଲୋକଙ୍କୁ ମିଳୁ ନାହିଁ।

ଚୌଦ୍ଵାର ଜେଲ ଗଲା ଠକ ମୌଲାନା କୈଫି ଖାନ। ୯୫ ଆକାଉଣ୍ଟରୁ ମିଳିଲା ୧ କୋଟିରୁ ଉର୍ଦ୍ଧ ଟଙ୍କା


କଟକ,ଚୌଦ୍ଵାର ଜେଲ ଗଲା ଠକ ମୌଲାନା କୈଫି ଖାନ। ସେ ତନ୍ତ୍ରମନ୍ତ୍ର ନାଁରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକି ମଙ୍ଗଳାବାଗ ଥାନା ପୁଲିସ ହାତରେ ଧରାପଡ଼ିଥିଲା। ପରେ ଗିରଫ ହୋଇ ୪ ଦିନିଆ ରିମାଣ୍ଡରେ ଯାଇଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଛି। ସେ ବିଭିନ୍ନ ଲୋକଙ୍କ ଠାରୁ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କା ଠକିଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ସେ କହିଛନ୍ତି, ପୁଲିସ ତା ନିକଟରୁ ୯୧ ଲକ୍ଷ ୮୨ ହଜାର ଟଙ୍କାର ସମ୍ପତ୍ତି ଜବତ କରିଛି। ତା ନାଁରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ଏତଲା ପଞ୍ଜୀକୃତ ହୋଇଛି। ମୌଲାନାର ୯୫ଟି ବ୍ୟାଙ୍କ(ଏଫ୍‌ଡି ଓ ଆରଡି) ଆକାଉଣ୍ଟ ଜବତ କରାଯାଇଛି। ଯେଉଁଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ରହିଛି। ଏହି ଟଙ୍କାକୁ ଫ୍ରିଜ କରାଯାଇଛି। ଏହାସହ ୫ ଏଲ୍‌ଆଇସି ବଣ୍ଡକୁ ମଧ୍ୟ ଜବତ କରାଯାଇଛି। ଯେଉଁଥିରେ ୧୨ ଲକ୍ଷରୁ ଅଧିକ ଟଙ୍କା ଜମା କରିଥିଲା। ଏହାକୁ ମଧ୍ୟ ଫ୍ରିଜ୍ କରାଯାଇଛି। ତେବେ ସେ ଠକେଇ ଟଙ୍କା ଏଥିରେ ବିନିଯୋଗ କରିଛି କି ନାହିଁ ସେନେଇ ତଦନ୍ତ ଚାଲିଛି।

ଗିରଫ ହୋଇଥିବା ମୌଲାନାର ଡ୍ରାଇଭର ଶେଖ ଇସ୍ରାଏଲ ମୁଖ୍ୟ ସହଯୋଗୀ ଥିଲା ବୋଲି ପଚରାଉଚରା ସମୟରେ ସେ ସ୍ୱୀକାର କରିଛି। ଏନେଇ ପୁଲିସକୁ ପ୍ରମାଣ ମଧ୍ୟ ମିଳିଛି। ଏହା ବ୍ୟତୀତ ଆଉ କେଉଁମାନେ ତାହାର ସହଯୋଗୀ ଥିଲେ ସେମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେମାନଙ୍କୁ ଖୁବ୍‌ଶୀଘ୍ର ତଥ୍ୟ ପ୍ରମାଣ ଆଧାରରେ ଗିରଫ କରାଯିବ। ସଚେତନତା ଅଭାବରୁ ଲୋକେ ଠକେଇର ଶିକାର ହେଉଥିଲେ। ଗୁପ୍ତଧନ ମିଳିବ ବୋଲି କୈଫ ଯେଉଁସ୍ଥାନକୁ ଚିହ୍ନଟ କରୁଥିଲା ଲୋକଙ୍କୁ ସେଠାରୁ ହଟାଇବା ଭିତରେ ଭୟର ବାତାବରଣ ସୃଷ୍ଟି କରୁଥିଲା। ପରେ ଏଠାରେ ବିଭିନ୍ନ ପ୍ରତାର ଧାତୁ ନିର୍ମିତ ଜିନିଷ ପୋତି ଦେଉଥିଲା। ଏହାକୁ ପରେ ବାହାର କରି ଲୋକଙ୍କୁ ଦେଉଥିଲା ଓ ଲୋକଙ୍କୁ ଏହାକୁ ଦାମୀ ରତ୍ନ ବୋଲି କହି ଟଙ୍କା ଠକି ନେଉଥିଲା। ସେହିପରି ବିଭିନ୍ନ ଲୋକଙ୍କୁ ତନ୍ତ୍ରବିଦ୍ୟା ପ୍ରୟୋଗ କରି ବାଦବିବାଦ ଓ କୋର୍ଟ ମାମଲା ସମାଧାନ କରିଦେବାର ପ୍ରଲୋଭନ ଦେଇ ଟଙ୍କା ଠକି ନେଉଥିଲା।

ପୁଲିସ ତଦନ୍ତ ବେଳେ କୈଫ ଘରୁ ବିଭିନ୍ନ ପ୍ରକାର ନକଲି ଜିନିଷ ସହ ଅଢ଼େଇ ଲକ୍ଷ ଟଙ୍କା, ଦାମୀ କାର୍‌ ଓ ବହୁ ବାଇକ୍ ଜବତ ହୋଇଥିଲା। ଯାହା ଠକେଇକୁ ସ୍ପଷ୍ଟ କରିଥିଲା। ଏହି ନକଲି ଜିନିଷକୁ ସେ ବଜାରରୁ କିଣିଥିଲା ଓ ଅସଲି ବୋଲି ଲୋକଙ୍କୁ କହି ଧୋକା ଦେଉଥିଲା। ଏହାସହ ଗ୍ୟାଙ୍ଗଷ୍ଟର ସକିଲ ସହ ତା’ର ସମ୍ପର୍କ ଅଛି କି ନାହିଁ ଏବଂ ଟଙ୍କା ଠକେଇ ବାବଦରେ ସେ ଜାଣିଛି ନା ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯିବ। ଯଦି ଆବଶ୍ୟକ ହୁଏ ପୁଣି ଥରେ ରିମାଣ୍ଡ ପାଇଁ ଯୋଜନା କରାଯିବା ସହ ଆବଶ୍ୟକ ସ୍ଥଳେ ଠକେଇ ଟଙ୍କାର ତଦନ୍ତ ପାଇଁ ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାର ସହଯୋଗ ନିଆଯିବ ବୋଲି କଟକ ଡିସିପି କହିଛନ୍ତି। ସେପଟେ ଠକ ମୌଲାନାର ଠକାମୀର ଶିକାର ଆଉ କିଏ ହୋଇଥିବେ ସେମାନେ ଆସି ଥାନାରେ ଅଭିଯୋଗ କରିବା ପାଇଁ ପୁଣି ଡିସିପି ଅପିଲ କରିଛନ୍ତି।

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀ ଆସିବେ ହଜାର ହଜାର କୃଷକ। ଦେଶବ୍ୟାପି କରିବେ ଆନ୍ଦୋଳନ


ନୂଆଦିଲ୍ଲୀ, ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ବ୍ରଜଭୂଷଣ ସିଂହଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ହଜାର ହଜାର କୃଷକ ଆସନ୍ତା ୭ ତାରିଖରେ ଜନ୍ତରମନ୍ତରରେ ପହଞ୍ଚିବେ। ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ବ୍ୟାନରରେ କୃଷକମାନେ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜାତୀୟ ସ୍ତରରେ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଦିଲ୍ଲୀର ଜନ୍ତରମନ୍ତରରେ ଖାପ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ମହାପଞ୍ଚାୟତର ଗୋଟିଏ ଦିନ ପୂର୍ବରୁ ଏହି ଘୋଷଣା କରାଯାଇଛି।

ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଯନ୍ତରମନ୍ତରରେ ପହଞ୍ଚିବେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେସଲରଙ୍କୁ ସମର୍ଥନ ଘୋଷଣା କରାଯାଇଛି। ମୋର୍ଚ୍ଚା ପକ୍ଷରୁ ରେସଲରଙ୍କ ସମର୍ଥନରେ ସମଗ୍ର ଦେଶରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ। 

ରେସଲରଙ୍କୁ ସମର୍ଥନ କରି ଖାପ ପଞ୍ଚାୟତ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ମହା ପଞ୍ଚାୟତ କରାଯିବ। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ବିକ୍ଷୋଭ କରିବ ବୋଲି କହିଛି। ଏହି ସଂଗଠନ ତୁରନ୍ତ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମେ ୭ ତାରିଖରେ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ରହୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ବରିଷ୍ଠ ନେତାମାନେ ହଜାର ହଜାର ଚାଷୀଙ୍କ ସହ ଯନ୍ତରମନ୍ତରରେ ପହଞ୍ଚିବେ। ସେମାନେ ଏଠାକୁ ଆସି ରେସଲରଙ୍କ ସମର୍ଥନ କରିବେ। ବ୍ରିଜ ଭୂଷଣଙ୍କ ଗିରଫ ଦାବି କରି ମୋର୍ଚ୍ଚାର ଗୋଟିଏ ପ୍ରତିନିଧି ଦଳ ଦିଲ୍ଲୀ ପୁଲିସ୍‌ କମିଶନର, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ। ମେ’୧୧ରୁ ୧୮ ତାରିଖ ଯାଏ ଚାଷୀ ସଂଗଠନ ଗୁଡ଼ିକ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ମଧ୍ୟ କରିବେ।

ଏଥିସହ ଆସନ୍ତା ୧୧ ରୁ ୧୮ ତାରିଖ ପର୍ଯ୍ୟନ୍ତ କୃଷକ ସଂଗଠନ ପକ୍ଷରୁ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ସଦର ମହକୁମାରେ ସର୍ବଭାରତୀୟ ସ୍ତରରେ ଆନ୍ଦୋଳନ କରାଯିବ। ଏସକେଏମ ମଧ୍ୟ ଦିଲ୍ଲୀ ପୁଲିସ ଏହି ମାମଲାରେ ଯଥେଷ୍ଟ ସମ୍ବେଦନଶୀଳତାର ସହ କାର୍ଯ୍ୟ କରୁ ନଥିବା ଅଭିଯୋଗ କରିଛି ଏବଂ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନଙ୍କୁ ସେମାନଙ୍କ ମୌଳିକ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ଘଟଣାକୁ ନିନ୍ଦା କରିଛି।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ପାୱାର କଟ୍ । ଓଡିଶା ସରକାରଙ୍କ ଚରମ ବିଭ୍ରାଟକୁ ଦେଖିଲା ସାରା ବିଶ୍ବ


ଭୁବନେଶ୍ବର,  ଲଜ୍ଜିତ ହେଲା ଓଡ଼ିଶା ମାଟି । ନିଜ ଜନ୍ମମାଟିରେ ଦେଶର ପ୍ରଥମ ନାଗରିକଙ୍କ ସଭାରେ ଏ ଚରମ ବିଭ୍ରାଟକୁ ଦେଖିଲା ସାରା ବିଶ୍ବ । ନିଜ ମାଟିରେ ମହାମହିମଙ୍କୁ ଅପମାନ ପାଇଁ ଉତ୍ତର ଦାୟୀ କିଏ ? ସମାବର୍ତ୍ତନ ସମାରୋହ ହେଉଥିବା ବିଶ୍ବବିଦ୍ୟାଳୟର ଅଡିଟୋରିଅମର ମେଣ୍ଟେନାନ୍ସ ଦାୟିତ୍ବରେ ଥିଲା ଇଡକୋ । ଏତ ବଡ଼ ବିଭ୍ରାଟ ଓ ଏତେ ବଡ଼ ଲଜ୍ଜା ପରେ କୁଆଡ଼ ଗଲେ ରାଜ୍ୟ ସରକାରଙ୍କ କୁହାଳିଆ ମନ୍ତ୍ରୀ ପ୍ରତାପ କେଶରୀ ଦେବ। କାହିଁକି ସାମ୍ନାକୁ ଆସି ଦେଉନାହାନ୍ତି ଜବାବ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଚରମ ଦାୟିତ୍ବହୀନତାକୁ ନେଇ ଓଡ଼ିଶା ଲଜ୍ଜିତ ହେଲା ବିରୋଧୀ କଣ ଏହାକୁ ନେଇ ପ୍ରଶ୍ନ କରିବେନି । ଶାସକ ଦଳ ନେତାଙ୍କ ଅଭିଯୋଗ ବିରୋଧୀ ରାଜନୀତି କରୁଛନ୍ତି । ବିରୋଧୀ ପ୍ରଶ୍ନ କଲେ ବିଜେଡି ନେତାଙ୍କୁ ବାଧୁଛି । କିନ୍ତୁ କେବଳ ବିରୋଧୀ ନୁହନ୍ତି ରାଜ୍ୟ ସରକାରଙ୍କ ଏ ବପରୱା କାର୍ଯ୍ୟକୁ ସବୁ ବର୍ଗରୁ ସମାଲୋଚନା କରାଯାଉଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ହେଉଛି ଅଥଚ ପ୍ରଶ୍ନ କଲେ ଗଣମାଧ୍ୟମକୁ ଆଡେଇ ପାଳାଇଯାଉଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ଆରଡିସି କହିଛନ୍ତି ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସେପେଟ ଏ ଘଟଣାକୁ ନେଇ ଅପମାନିତ ଅନୁଭବ କରିଥିବା କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି । ଏଥିପାଇଁ ଦରକାର ପଡ଼ିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ସେ କହିଛନ୍ତି । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଡିୟୋରିଅମ୍ ମେଣ୍ଟେନାନ୍ସ ଦାୟିତ୍ବରେ ଥିବା ଇଡକୋ ଅଧିକାରୀମାନେ ଘଟଣା ପରେ ଫୋନ୍ ସୁଇଚଡ ଅଫ କରିଦେଇଥିବା କହିଛନ୍ତି କୁଳପତି ।  

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଜଣେ ନିଲମ୍ବିତ। ସେ ହେଲେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍‌ କର୍ମଚାରୀ ଜୟନ୍ତ ତ୍ରିପାଠୀ। ସେପଟେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି। ଏଥିସହ ସେ ଜଣାଇଛନ୍ତି ଯେ, ସମାରୋହ ଅନୁଷ୍ଠିତ ହେଉଥିବା ବିଲଡିଂ ଇଡକୋ ତିଆରି କରିଥିଲା। ଜେନେରେଟର ବି ସଜାଡ଼ିଥିଲା। ଡେଡିକେଟେଡ ଜେନେରେଟର ଥିଲା। ହେଲେ ସେଇଟା ବି ଠିକ୍ ଲାଇଟ୍ କଟିବା ସମୟରେ କାମ ଦେଲାନି। ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା। ଦୁଃଖ ପ୍ରକାଶ କରି ସେ ଆହୁରି କହିଛନ୍ତି, ମୁଁ ଦାୟିତ୍ୱ ମୁଣ୍ଡରୁ ଖସାଇବା ଲୋକ ନୁହେଁ, ମୁଁ କ୍ଷମାପ୍ରାର୍ଥନା କରୁଛି। ଏହି ତ୍ରୁଟି ସଂପର୍କରେ ନିଶ୍ଚିତ ଭାବେ ଅନୁସନ୍ଧାନ କରାଯିବ। ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ଏହି ଘଟଣାର ତଦନ୍ତ କରାଯିବ କହିଲେ କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ କହିଛନ୍ତି। ପ୍ରତିକ୍ରିୟାରେ ସେ ଜଣାଇଛନ୍ତି, ଏହି ଘଟଣା କାହିଁକି ଘଟିଲା ଓ ଏଥିପାଇଁ ଦାୟୀ କିଏ ତାହା ଅନୁସନ୍ଧାନ କରାଯିବ। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେପଟେ ଆର୍‌ଡିସି ସହ ବୈଠକ ପରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ୱାଜ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ତେବେ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଘଟିଛି। ତେବେ ଏହି ଘଟଣାରେ ନିଜ ଉପରୁ ଦୋଷ ଝାଡ଼ି ଦେଇଛନ୍ତି ବିଦ୍ୟୁତ୍ ଯୋଗାଣ ସଂସ୍ଥା ଟାଟା ପାୱାର କର୍ତ୍ତୃପକ୍ଷ। ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀ ହରୀଶ କୁମାର ପଣ୍ଡା କହିଛନ୍ତି, ଆମ ଆଡୁ କିଛି ସମସ୍ୟା ନ ଥିଲା। ବିଦ୍ୟୁତ୍‌ ସେବା ପ୍ରଦାନରେ କୌଣସି ତ୍ରୁଟି ନ ହେବା ପାଇଁ ସବୁ ପଦକ୍ଷେପ ନେଇଥିଲୁ। ଆମ ଆଡୁ କିଛି ସମସ୍ୟା ନଥିଲା। ଇଣ୍ଟରନାଲ ୱେୟାରିଂରେ କୌଣସି ସଦସ୍ୟା ଯୋଗୁ ଲାଇଟ୍‌ କଟିଥିବା ସନ୍ଦେହ କରାଯାଉଛି। ତଥାପି ଏହି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିବା ନେଇ ଅନୁସନ୍ଧାନ ହେବ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କହାଯାଇଛି ଯେ, ଦିନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ ଲାଇଟ ଗୁଡ଼ିକ କଟି ଯାଇଥିଲା। ପୂରା ଅଡିଟୋରିୟମ ଅନ୍ଧାର ହୋଇଯାଇଥିଲା।

ଯଦି ଦେଶର ମୁଖ୍ୟଙ୍କ ସଭାରେ ଏଭଳି ଅଘଟଣ ଘଟୁଛି, ଅନ୍ୟ କଥା ଆଉ କ'ଣ କହିବା। ଏହି ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ମଧ୍ୟ ଏହି ଦୋଷକୁ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍ ବିଭ୍ରାଟକୁ କେହି ବି ସହଜରେ ଗ୍ରହଣ କରିପାରୁନାହାନ୍ତି। 

ପ୍ରଥମ ଦିନରେ ‘ଦ କେରଳ ଷ୍ଟୋରୀ’ର ବମ୍ପର ଆୟ । ବକ୍ସ ଅଫିସ୍ ଧମାଲ କରୁଛି ‘ଦ କେରଳ ଷ୍ଟୋରୀ’


ନୂଆଦିଲ୍ଲୀ, ଟିଜର ଏବଂ ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ଥିବା ଫିଲ୍ମ ଦ କେରଳ ଷ୍ଟୋରୀ ସିନେମାଘରେ ରିଲିଜ୍ ହୋଇଛି । ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଯେପରି ମନ ସ୍ଥର କରି ନେଇଛନ୍ତି । ପ୍ରଥମ ଦିନ ବକ୍ସ ଅଫିସ୍ କଲେକ୍ସନରୁ ଏହି ଅନୁମାନ କରାଯାଉଛି । ଫିଲ୍ମରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧି ଇଡନାନୀ ଏବଂ ସୋନିଆ ବଲାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।ବକ୍ସ ଅଫିସ ଆୟ ଉପରେ ନଜର ରଖୁଥିବା ତରଣ ଆଦର୍ଶ ପ୍ରଥମ ଦିନ କଲେକ୍ସନ ଡାଟା ସେୟାର କରିଛନ୍ତି । ସେ କହିଛନ୍ତି ଯେ ପ୍ରଥମ ଦିନରେ ଫିଲ୍ମ ବମ୍ପର ଆୟ କରିଛି  । ପ୍ରଥମ ଦିନରେ ଫିଲ୍ମ ୮.୦୩ କୋଟି ଆୟ କରିଛି ।

ଦି କେରଳ ଷ୍ଟୋରୀର ଟ୍ରେଲର ରିଲିଜ ହେବା ପରେ ହିଁ ଏହି ଫିଲ୍ମକୁ ନେଇ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ କିଛି ଲୋକ ଏହି ସିନେମାକୁ ବିରୋଧ ମଧ୍ୟ କରିଥିଲେ । ମାମଲା ସୁପ୍ରିମକୋର୍ଟ ଓ ହାଇକୋର୍ଟକୁ ମଧ୍ୟ ଯାଇଥିଲା । ହେଲେ କୋର୍ଟ ଫିଲ୍ମ ଉପରେ ବ୍ୟାନ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ । ଏବେ ଶୁକ୍ରବାର ଦିନ ଏହି ଫିଲ୍ମ ଦେଶର ବିଭିନ୍ନ ସିନେମା ହଲ ମାନଙ୍କରେ ରିଲିଜ ହୋଇଛି । ପ୍ରଥମ ଦିନ ଏହି ସିନେମାକୁ ସାରା ଦେଶରେ ପ୍ରବଳ ରେସ୍ପୋନ୍ସ ମିଳିଛି ।

ଲୋକ ମାନଙ୍କ ମଧ୍ୟରେ ଏହି ସିନେମାକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦେଶର ପାଖାପାଖି ସବୁ ସିନେମା ହଲରେ ଏହି ଫିଲ୍ମର ଶୋ ରେ ଭରପୁର ଦର୍ଶକ ରହିଥିବା ଦେଖିବାକୁ ମିଳିଛି । ଲୋକ ମାନେ ଏହି ଫିଲ୍ମକୁ ପ୍ରଶଂସା କରୁଥିବା ବେଳେ ଫିଲ୍ମର ନିର୍ଦେଶକ ସୁଦୀପ୍ତ ସେନଙ୍କୁ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି । କେରଳ ଷ୍ଟୋରୀ ଫିଲ୍ମରେ କଟ୍ଟରପନ୍ଥୀ ମୁସଲମାନ ମାନ ମୁସଲମାନ ଯୁବକ ମାନଙ୍କୁ ହିନ୍ଦୁ ଝିଅ ମାନଙ୍କୁ ଫସାଇବାକୁ ତାଲିମ ଦେଉଥିବା ନେଇ  ଦର୍ଶାଯାଇଛି  । ଏହା ପରେ ସେମାନେ ଅଣ ମୁସଲମାନ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ମାନଙ୍କର ଧର୍ମାନ୍ତରୀକରଣ କରାଯିବା ପରେ ସେହି ଝିଅ ମାନଙ୍କୁ ଇସଲାମୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସେକ୍ସ ସ୍ଲେଭ  ଭାବେ ପଠାଇ ଦିଆଯାଏ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଏହାକୁ ଅତ୍ୟନ୍ତ ନିଖୁଣ ଭାବେ ଦର୍ଶା ଯାଇଥିବା କୁହାଯାଉଛି । 

ଶୁକ୍ରବାର ୮.୦୩ କୋଟି ଟଙ୍କା।ବଲିଉଡ୍ ହଙ୍ଗାମାର ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ଚେନ ପିଭିଆ, ଆଇନକ୍ସ ଏବଂ ସିନେପୋଲିସରେ ୪ କୋଟି ଟଙ୍କାର ଆୟ ହୋଇଛି । ଫିଲ୍ମକୁ ଦର୍ଶକଙ୍କ ଭଲ ପାଇବା ମିଳିବା ଦେଖି ହଲ ମାକିଲ ଫିଲ୍ମର ଶୋ ସଂଖ୍ୟା ବଢାଇଛନ୍ତି ।‘ଦ କଶ୍ମୀର ଫାଇଲ୍ସ’ ତୁଳନାରେ ‘ଦ କେରଳ ଷ୍ଟୋରୀ’ର ପ୍ରଥମ ଦିନ ଆୟ ଦ୍ୱିଗୁଣାରୁ ଅଧିକ ରହିଛି । ଫିଲ୍ମର ୱିକେଣ୍ଡ ମଧ୍ୟ ଭଲ ରହିବା ନେଇ ଅନୁମାନ କରାଯାଉଛି । ‘ଦ କଶ୍ମୀର ଫାଇଲ୍ସ’ ପ୍ରଥମ ଦିନରେ ୩.୫୫ କୋଟି ଟଙ୍କା ଆୟ କରିଥିଲା । ‘ଦ କେରଳ ଷ୍ଟୋରୀ’ ଚଳିତ ବର୍ଷ ଟପ୍ ୫ ଓପନିଂ ଫିଲ୍ମରେ ସାମିଲ ହୋଇଛି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଶାହରୁଖ ଖାନଙ୍କ ପଠାନ (୫୫ କୋଟି) ରହିଛି । ଦ୍ୱିତୀୟ ସ୍ଥାନରେ କିସି କା ଭାଇ କିସି କି ଜାନ (୧୫.୮୧ କୋଟି), ତୃତୀୟ ସ୍ଥାନରେ ତୁ ଝୁଟି ମେ ମକ୍କାର (୧୫.୭୦ କୋଟି) ଏବଂ ଚତୁର୍ଥ ସ୍ଥାନରେ ଭୋଲା (୧୧.୨୦ କୋଟି) ରହିଛି ।   

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ  ପ୍ରଚାର ଅଭିଯାନ ବେଳେ ବେଲାରୀ ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ଷ୍ଟୋରୀ ଫିଲ୍ନମର ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆତଙ୍କର ଏକ ଭୟଙ୍କର ସ୍ୱରୂପ ତିଆରି ହୋଇଛି । ବୋମା ବନ୍ଧୁକ ଓ ପିସ୍ତଲର ସ୍ୱର ଶୁଣା ଯାଏ ହେଲେ ସମାଜକୁ ଭିତରକୁ ଫମ୍ପା କରୁଥିବା  ଆତଙ୍କବାଦର ଏହି ସ୍ୱରୂପର କୌଣସି ଶବ୍ଦ ଶୁଣା ଯାଏ ନାହିଁ । ହେଲେ ଏହା ସମାଜକୁ ଭିତରୁ ଫମ୍ପା କରି ଦେଇଥାଏ । ଦେଶର ନ୍ୟାୟାଳୟ ମାନେ ମଧ୍ୟ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରି ସାରିଛନ୍ତି ।ବର୍ତମାନ କେରଳ ଷ୍ଟୋରୀ ଫିଲ୍ମ ଚର୍ଚାରେ ଅଛି । ଏହି ଫିଲ୍ମରେ ଉକ୍ତ ରାଜ୍ୟରେ ଆତଙ୍କବାଦୀ ମାନଙ୍କର ଷଡଯନ୍ତ୍ରର ଏହି ଫିଲ୍ମରେ ଖିୁଲାସା ହୋଇଛି ବୋଲି କୁହାଯାଉଛି । ଅତ୍ୟନ୍ତ ପରିଶ୍ରମୀ, ପ୍ରତିଭାଶାଳୀ, ବୌଦ୍ଧିକ ଲୋକ ମାନଙ୍କ ସୁନ୍ଦର ଭୂମି ପାଇଁ ଜଣା ଶୁଣା କେରଳ ରେ କିଭଳି ଭାବେ ଆତଙ୍କବାଦୀ ଷଡଯନ୍ତ୍ରକୁ ପ୍ରୋତ୍ସାହନ ଦିଆଯାଉଛି, ତାହା ଏହି ଫିଲ୍ମରୁ ଜଣା ପଡୁଛି ବୋଲି କହିଥିଲେ ।

ମଣିପୁରରେ ଜଳୁଛି ହିଂସାର ନିଆଁ । ବିଜେପି ବିଧାୟକଙ୍କୁ ଆକ୍ରମଣ । ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଗଲା


ଇମ୍ପାଲ, ମଣିପୁରରେ ଶାନ୍ତ ହୋଇନି ହିଂସାର ନିଆଁ । ବିଭିନ୍ନ ଜିଲ୍ଲାରେ କର୍ଫ୍ୟୁ ଲାଗିଥିବା ବେଳେ ଇଣ୍ଟରନେଟ ସେବା ବନ୍ଦ ରହିଛି ଏବଂ ସୁଟ ଆଟ ସାଇଟ ଅର୍ଡର ମଧ୍ୟ ଦିଆଯାଇଛି । ତଥାପି ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଏବଂ ହିଂସା ଦେଖିବାକୁ ମିଳିଛି । ସେପଟେ ଦଙ୍ଗାକାରୀ  ବିଜେପି ବିଧାୟକ ଭୁଙ୍ଗଜାଗିନ ଭାଲଟେଙ୍କୁ ଆକ୍ରମଣ କରିଛନ୍ତି । ସେ ଗୁରୁତର ଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବାକୁ ରାଜ୍ୟ ସଚିବାଳୟକୁ ଯାଇଥିଲେ । ସେଠାରୁ ସେ ଫେରିବା ବେଳେ ଇମ୍ଫାଲ ରାଜରାସ୍ତାରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । 

ମଣିପୁରରେ ଚାଲିଥିବା ଆଦିବାସୀ-ଅଣଆଦିବାସୀ ହିଂସାକୁ ଦମନ କରିବାକୁ ସରକାର ଏପର୍ଯ୍ୟନ୍ତ ୧୪ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ଆରଏଏଫ୍, ସିଆରପିଏଫ୍, ବିଏସ୍ଏଫ୍) ବହୁ ସଂଖ୍ୟାରେ ମୁତୟନ କରିଛନ୍ତି । ଏହା ସହିତ ଆହୁରି ଅଧିକ ଅର୍ଦ୍ଧସାମରିକ ବାହିନୀ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ହିଂସାଗ୍ରସ୍ତ ଅଂଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ମଣିପୁରରୁ ୧୫ରୁ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେପଟେ ହିଂସାଗ୍ରସ୍ତ ସ୍ଥାନରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଉଛି । ଭାରତୀୟ ସେନା ଏବଂ ଆସାମ ରାଇଫଲର ଯବାନ ସ୍ଥିତି ସୁଧାରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି । ସେପଟେ ହିଂସାଗ୍ରସ୍ତ ଜିଲ୍ଲାର ହଜାରେ ଲୋକ କାଛର ଜିଲ୍ଲାକୁ ପ୍ରବେଶ କରିଛନ୍ତି । ସେମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି ।

ଅନ୍ୟପକ୍ଷରେ ୨୩ଟି ସମ୍ବେଦନଶୀଳ ଥାନାକୁ ସୁରକ୍ଷା ବାହିନୀ ଚିହ୍ନଟ କରିଛି । ସେଠାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ ବରିଷ୍ଠ ପୁଲିସ ଅଧିକାରୀମାନେ ଦାୟିତ୍ୱ ତୁଲାଉଛନ୍ତି । ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଇଛି । ହିଂସାବେଳେ ୭-୮ଟି ପୁଲିସ ପୋଷ୍ଟରୁ ଲୋକମାନେ ଲୁଟି ନେଇଥିବା ଅସ୍ତ୍ରଶସ୍ତ୍ରକୁ ଯଥାଶୀଘ୍ର ଫେରାଇଦେବାକୁ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଯେଉଁମାନେ ଅସ୍ତ୍ରଶସ୍ତ୍ର ଫେରାଇଦେବେ ସେମାନଙ୍କ ପ୍ରତି କୋହଳ ଆଭିମୁଖ୍ୟ ଗ୍ରହଣ କରାଯିବ । ଯେଉଁମାନେ ଅସ୍ତ୍ରଶସ୍ତ୍ର ଜମା କରିବାରେ ବିଫଳ ହେବେ ସେମାନଙ୍କୁ ଗୁରୁତର ଆଇନଗତ ପରିଣାମ ଭୋଗିବାକୁ ପଡ଼ିବ। ଏହା ସହ ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାରେ ବିଫଳ ହେଲେ ମାମଲାକୁ ମଧ୍ୟ ଏନଆଇଏକୁ ହସ୍ତାନ୍ତର କରାଯାଇପାରେ ବୋଲି ଚେତାବନୀ ଦିଆଯାଇଛି ।

ନକଲି ଦସ୍ତଖତ କରି ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଜିଲ୍ଲା ଉନ୍ନୟନ ସଂସ୍ଥାର ଆକାଉଣ୍ଟାଣ୍ଟ ଗିରଫ


କୋରାପୁଟ,କୋରାପୁଟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା(ଡୁଡା)ର ୨୫ଲକ୍ଷ ୮୮ ହଜାର ୨୩୦ ଟଙ୍କା ହଡ଼ପ କରିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ। ଅଭିଯୁକ୍ତ ଆକାଉଣ୍ଟାଣ୍ଟ ଜଣଙ୍କ ହେଲେ ପି ଆଶିଷ କୁମାର। ତାଙ୍କୁ କୋରାପୁଟ ଟାଉନ ଥାନା ପୋଲିସ କରିଛି ଗିରଫ। ଡୁଡାର ୪ଜଣ ପ୍ରକଳ୍ପ ନିର୍ଦେଶକଙ୍କ ନକଲି ଦସ୍ତଖତ କରି ସେ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା।ଜୟପୁର ମହାରାଣିପେଟା ଘରୁ ୭ଟି ପାସବୁକ, ୨ଟି ଡେବିଟ କାର୍ଡ, ଗୋଟିଏ କାର୍‌ ସହ ଗୋଟିଏବାଇକ୍‌, ସ୍ମାର୍ଟ ଫୋନ ସହ ବହୁ ଆପତ୍ତିଜନକ ଦସ୍ତାବିଜ ଜବତ ହେଇଛି। ଏହାସହ ଆଶିଷଙ୍କ ଠାରୁ ୧ଲକ୍ଷ ୮୯ ହଜାର ଟଙ୍କା ଜବତ୍ କରିଛି ପୋଲିସ। ୨୦୨୧ ଅକ୍ଟୋବରରୁ ୨୦୨୩ ମେ ମାସ ମଧ୍ୟରେ ଟଙ୍କା ହଡ଼ପ କରିଛନ୍ତି। କୋରାପୁଟ ଉନ୍ନୟନ ଅଧିକାରୀ ଏନେଇ କୋରାପୁଟ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ପରେ କୋରାପୁଟ ଏସଡିପିଓଙ୍କ ନେତୃତ୍ବରେ କୋରାପୁଟ ଆଇଆଇସି ତ୍ୱରିତ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମନୋଜ ପୁଝାରୀ ସୂଚନା ଦେଇଛନ୍ତି।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ


ପୁରୀ, ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ ସେ ରତ୍ନସିଂହାସନରେ ଆସିନ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ପରେ ମା’ ବିମଳା, ମା’ ଲକ୍ଷ୍ମୀ, ସାକ୍ଷୀଗୋପୀନାଥ, କାନପୋତା ହନୁମାନ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି ।

ପ୍ରଧାନ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ହାଇକୋର୍ଟ ମୁଖ୍ୟ ବିଚାରପତି, ଅନ୍ୟ ବିଚାରପତି, ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଆଡଭୋକେଟ୍ ଜେନେରାଲ ପ୍ରମୁଖ ପ୍ରଧାନ ବିଚାରପତିଙ୍କୁ ସ୍ବାଗତ କରିଥିଲେ । ଦୁଇ ଦିନ ଓଡିଶାରେ ରହଣି ଅବସରରେ ପ୍ରଧାନ ବିଚାରପତି ଶନିବାର କଟକ ଜୁଡିସିଆଲ ଏକାଡେମୀରେ ହେବାକୁ ଥିବା ନ୍ୟାସନାଲ କନ୍‌ଫରେନ୍ସ ଅନ୍ ଡିଜିଟାଇଜେସନ ପେପରଲେସ୍ କୋର୍ଟ ସମ୍ମିଳନୀରେ ଯୋଗଦେବେ ।

ଓଡିଶା ପାଇଁ ମାଡି ଆସୁଛି ଭୟଙ୍କର ବିପଦ । ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ କବଜାରେ ଏବେ ଓଡିଶା ସରକାର


ବାଲେଶ୍ବରର, ବାଲେଶ୍ବରର ପାଇଁ ଚିନ୍ତା ବାଂଲାଦେଶୀ । ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ନେଇ ବଢୁଛି ବିପଦ । ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରୁଛନ୍ତି ଅନୁପ୍ରବେଶକାରୀ । ଓଡ଼ିଶାରେ ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ରାତି ଅନ୍ଧାରରେ ସମୁଦ୍ର ଦେଇ ପଶୁଛନ୍ତି । ସୁହାଉଛି ଉପକୂଳବର୍ତ୍ତୀ ଜିଲ୍ଲା, ବାଲେଶ୍ବର, ଭଦ୍ରକ କେନ୍ଦ୍ରାପଡ଼ାର ଢିଲା ସୁରକ୍ଷା ବ୍ୟବସ୍ଥା । ଉପକୂଳବର୍ତ୍ତୀ ଅଂଚଳରେ ବର୍ଷ ବର୍ଷ ଧରି ରହିବା ପରେ ଥଇଥାନ ହୋଇଯାଉଛନ୍ତି । କାହାକୁ ଜମି ପଟ୍ଟା ମିଳିଛି ତ ଆଉ କାହାକୁ ଆଧାର କାର୍ଡ । ଖାଲି ଓଡିଶା ନୁହଁ ଭାରତ ପାଇଁ ଏକ ବଡ଼ ଧମକ । ବେଳାଭୂମି କୂଳେ କୂଳେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମୁଦ୍ରରୁ ମାଛ ମାରିବା, ସାମାନ ଫେରି, ସ୍କ୍ରାପ ବ୍ୟବସାୟକୁ ଆପଣେଇଛନ୍ତି ଅନୁପ୍ରବେଶକାରୀ । ବାହାନାଗା ବ୍ଲକର ବରଜ ଦେଉଳି, କଶାଫଳ, ପାହି, ପରଖି, ସହରର ଗଳାପୋଲ ସହ ସମୁଦ୍ର ଉପକୂଳ ଏବେ ଏମାନଙ୍କ କବଜାରେ । ଦୀର୍ଘଦିନ ରହିବା ପରେ ଏଠାକାର ଭୋଟର କାର୍ଡ, ଆଧାର କାର୍ଡ ଓ ରାସନ କାର୍ଡ ମଧ୍ୟ ହାତେଇ ସାରିଲେଣି ।

ଜିଲ୍ଲାର 80 କିଲୋମିଟର ବେଳାଭୂମି କୂଳେ କୂଳେ ସରକାରୀ ଜମି ଉପରେ ଜବରଦଖଲ କରି ରହୁଛନ୍ତି ଅନୁପ୍ରବେଶକାରୀ । ସମୁଦ୍ରକୁ ମାଛ ମାରିବା ବାହାନାରେ ପଶିଆସୁଛନ୍ତି, ଜମି ନିଜ କବଜାକୁ ନେଇ କାୟା ବିସ୍ତାର କରୁଛନ୍ତି । ବାଲେଶ୍ୱର ଜିଲ୍ଲାରେ ବହାନାଗା ବ୍ଲକର ବରଜ ଦେଉଳି, ଆଡିଆ, ଉପର ଆଡିଆ, ପଞ୍ଚୁବିସା ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ । ସରକାର ବି ଭୋଟର କାର୍ଡ, ଆଧାର କାର୍ଡ ଯୋଗାଇ ଦେଇ ବେଆଇନ ଅନୁପ୍ରେବଶକାରୀଙ୍କୁ ପୁରା ସହଯୋଗ କରୁଛନ୍ତି ସରକାର । ସେମାନକୁ ଭୋଟ ବ୍ୟାଙ୍କ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଜାଣିଶୁଣି ଅଣାଦେଖା କରୁଛନ୍ତି। ଏଥିରୁ ରାଜ୍ୟ ସରକାର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ କେତେ ମେହରବାନ ତାର ସ୍ପଷ୍ଟ ପ୍ରମାଣ ମିଳୁଛି । ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ସରକାର ଏଥିପ୍ରିତ ଦୃଷ୍ଟି ନଦେଲେ ଆଗାମୀ 5ବର୍ଷରେ ପରିସ୍ଥିତି ଭୟଙ୍କର ହେବା ଆଶଙ୍କା କରାଯାଉଛି ।

ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର, ବଲରାମଗଡି, ଗଳାପୋଲ, ପରଖି, ବାହାବଳପୁର, ଭୋଗରାଇ, ତାଳସାରି, ରେମୁଣାରେ ବି ଲ୍ୟାଣ୍ଡ ଜିହାଦ୍ । ଚାନ୍ଦିପୁର ପାଇଁ ବିପଦ ସୃଷ୍ଟି କରୁଛନ୍ତି । ବାହାରୁ ଡ୍ରଗସ୍ ଆଣି ବାଲେଶ୍ବରକୁ ନିଶାର ଅଡ୍ଡା ବନାଇବା ପଛରେ ବି ଏଇମାନେ । ଆଶ୍ଟର୍ଯ୍ୟର କଥା ସବୁ ଜାଣି ବି ପ୍ରଶାସନ ଚୁପ୍ । ବିଜେଡି ବିଧାୟକ ବି ସବୁ ଜାଣି ନ ଜାଣିବାର କରୁଛନ୍ତି ନାଟକ । ସାରା ଓଡ଼ିଶା ପାଇଁ ବିପଦ ଲ୍ୟାଣ୍ଡ  ଜିହାଦ୍ । ସମ୍ବଲପୁର ଦଙ୍ଗା ପଛରେ ବି ଅନୁପ୍ରବେଶକାରୀ । ଅଭିଯୋଗ ହେଉଛି ଗୁଡ୍ଡୁ ମୁସଲିମକୁ ଓଡ଼଼ିଶାରେ ଏଇମାନେ ହିଁ ଦେଇଥିଲେ ଆଶ୍ରୟ, ଜମି ଜବରଦଖଲ ପରେ ସାଂପ୍ରଦାୟକ ଦଙ୍ଗା ପାଇଁ ଉସକାଉଛନ୍ତି ଅନ୍ୟ ସଂପ୍ରଦାୟକୁ, ନିଶା କାରବାରଠାରୁ ଗୋ ଚାଲାଣରେ ଏମାନଙ୍କ ହାତ ଅଭିଯୋଗ, ବଡ଼ ପ୍ରଶ୍ନ କାହିଁକି ଜବରଦଖଲ ଉଚ୍ଛେଦ କରୁନାହାନ୍ତି ସରକାର, ଟାଇମବମ୍ବ ମାନଙ୍କୁ କାହିଁକି ଦେଉଛି ସୁରକ୍ଷା, ଆତଙ୍କବାଦୀ ମାଫିଙ୍କୁ ସୁରକ୍ଷା ଦେଉଥିବା ଲୋକଙ୍କ ବିରୋଧରେ କାହିଁକି ହେଉନାହିଁ ଆକସନ୍, ଭୋଟ୍ ବ୍ୟାଙ୍କ ପଲିଟିକ୍ସ ପାଇଁ ଚୁପ୍ କି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ଅନୁସାରେ ବାଂଲା ଅନୁପ୍ରବେଶକାରୀଙ୍କ ସଂଖ୍ୟା ୪ ହଜାରରେ ସୀମିତ ଥିଲାବେଳେ ବେସକରାରୀ ତଥ୍ୟ ଅନୁସାରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ବାଂଲାଦେଶୀ ରହିଛନ୍ତି । ଯେଉଥିରେକେବଳ ରାଜଧାନୀ ଭୁବନେଶ୍ବରରେ ସଂଖ୍ୟା ୨୦ ହଜାରରୁ ଅଧିକ ଥିବା ସୂଚନା । ଏହା କେବଳ ରାଜ୍ୟ ନୁହେଁ ଦେଶର ସୁରକ୍ଷା ପ୍ରତି ସତର୍କଘଣ୍ଟି ହୋଇଛି । 

କଟକର ଠକ ତାନ୍ତ୍ରିକ କୈଫି ଖାନର ୮୦ଟି ଆକାଉଣ୍ଟ ଠାବ । ଓଡ଼ିଶା ବାହାରେ କରିଛି ସାମ୍ରାଜ୍ୟ ବିସ୍ତାର


କଟକ, ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍‌ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା ଦେଇଛନ୍ତି। ଲୋକଙ୍କୁ ଲୁଟି ଅର୍ଜିତ କଳା ଧନରେ ଅଏସ କରୁଥିଲା କୈଫି ଖାନ୍। ଦାର୍ଜେଲିଂ, ମନାଲି,ବରେଲି ଓ ଆଜମେର ଆଦି ବୁଲି ତାରକା ହୋଟେଲରେ ରହୁଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସ୍ଥାନ ବୁଲିବା ପାଇଁ କେବଳ ଫ୍ଲାଇଟ ଟିକଟ ଵାଵଦରେ କୈଫି ଖାନ୍ ଖର୍ଚ୍ଚ କରିଛି ୧୪ଲକ୍ଷ ଟଙ୍କା। କଟକର ଏହି ମହାଠକର ଚେର ଓଡ଼ିଶା ବାହାରେ ବି ଲମ୍ବିଛି। ରାଜ୍ୟ ବାହାରେ ଲିଙ୍କ୍ ଖୋଜିବାକୁ ପୋଲିସ କୋଲକାତା ଯିବ ବୋଲି ସୂଚନା ମିଳିଛି।

ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନର ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ଥିବା ଜଣାପଡ଼ିଛି। କଟକରେ ବିଭିନ୍ନ ସ୍ଥାନରେ ଥିବା ସାହାରା ଇଣ୍ଡିଆରେ ସେ ଏହି ଟଙ୍କାକୁ ଫିକ୍ସ ଡିପୋଜିଟ ଆକାରରେ ରଖିଛି। ସେ ସବୁ ଆକାଉଣ୍ଟକୁ ଫ୍ରିଜ କରାଯାଇଛି। ଏହାସହ ଏଲଆଇସିରେ ବର୍ଷକୁ ସେ ଲକ୍ଷ ଲକ୍ଷ ଟଙ୍କା ପ୍ରିମୟମ ଦେଉଥିବା ଜଣାପଡିଛି। ମୋଟ ୩ଟି ଫିକ୍ସ ଡିପୋଜିଟ୍ ବଣ୍ଡ ଜବତ ହୋଇଛି। ସେ ବର୍ଷକୁ ଯଥାକ୍ରମେ ଲକ୍ଷେ ୯୩ ହଜାର, ଲକ୍ଷେ ୧୪ ହଜାର, ୪ ଲକ୍ଷ ୮ ହଜାର ଟଙ୍କା ପ୍ରିମିୟମ ଦେଉଥିଲା। ମଚ୍ୟୁରିଟି ପାଇବା ପରେ ସେ ଏହି ଫିକ୍ସ ଡିପୋଜିଟ୍‌ରୁ ସୁଧମୂଳ ସହ ଯଥାକ୍ରମେ ୨୫ ଲକ୍ଷ, ୧୬.୮୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ପାଇଥାନ୍ତା। ସେ ସବୁ କାଗଜପତ୍ର ଜବତ କରାଯାଇଛି।

ସେହିପରି ସାଲେପୁର ଅଞ୍ଚଳର ପାଗା ଠାରେ ଏକ ଜମି ମଧ୍ୟ ଆଜି ଠାବ ହୋଇଛି। ଏହି ଜମି ତା’ବାପାଙ୍କ ନାଁରେ ରହିଛି। ସେ ବ୍ୟବହାର କରୁଥିବା ଗୋଟାଏ ବୁଲେଟ୍, ଗୋଟାଏ ଦାମୀ ସ୍ପିଡ୍ ବାଇକ୍, ଗୋଟାଏ ସ୍କୁଟର ଓ ଗୋଟିଏ ଦାମୀ କାର୍‌କୁ ଜବତ କରାଯାଇଛି। ୨୦୨୨ରେ ସେ ୪ଟି କାର୍‌ ବିକ୍ରି କରିବା ପରେ ନୂଆ କାର୍‌ ଓ ମୋଟରସାଇକେଲ କିଣିଛି।

ନୋଟ୍‌ ବନ୍ଦି ବେଳେ ସେ କୋଲକାତାର ଜଣେ ବ୍ୟକ୍ତିଙ୍କ ଠାରୁ କୋଟିଏ ଟଙ୍କାର ପୁରୁଣା ନୋଟ ଆଣିଥିଲା। ଏହାକୁ ବ୍ୟାଙ୍କରେ ବଦଳି କରି ନୂଆ ନୋଟ ଆଣିବା ପାଇଁ ଚେଷ୍ଟା କରିଥିଲା। ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ମନା କରିଦେବାରୁ ସେ ଏଥିରେ ବିଫଳ ହୋଇଥିଲା। ତେବେ ସେ କାହା ପାଖରୁ ଏହି କଳା ଟଙ୍କା ଆଣିଥିଲା ପୁଲିସକୁ କହୁନି ଓ ତଦନ୍ତରେ ସହଯୋଗ କରୁନି। ତେବେ ଆଣିଥିବା ପୁରୁଣା ଟଙ୍କାକୁ ସେ ଫେରାଇ ଦେଇଥିବା କହୁଛି। ଠକେଇରେ ତା’ସହ ଆଉ ୪ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଯେଉଁମାନଙ୍କ ଦ୍ୱାରା ସେ ଧାତୁ ପ୍ରସ୍ତୁତି ଓ ଗାତ ଖୋଳିବା କାମ କରୁଥିଲା। ଲୋକଙ୍କୁ ଠକିବା ପରେ ସେ ଏହି ଟଙ୍କାରେ ଖୁବ୍ ଅଏସ୍ ମଧ୍ୟ କରୁଥିଲା। ସେ ଏବାବଦରେ ପ୍ରାୟ ୧୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଅନେକ ଥର ଆଜମୀର, ବରେଲି, ବାଙ୍ଗାଲୁରୁ, ମୋନାଲି, ଦାର୍ଜଲିଂ ପ୍ରଭୃତି ବିଭିନ୍ନ ସ୍ଥାନ ବୁଲିଛି।

ପାଠପଢ଼ି ମୌଲାନା ହେବା ପରେ ତାକୁ ଯେଉଁ ନିଯୁକ୍ତି ମିଳିଥିଲା ସେଥିରେ ମାତ୍ର ୭ ହଜାର ଟଙ୍କା ପାଉଥିଲା। ତେଣୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ନିମନ୍ତେ ସେ ତାର ପାଠକୁ ଅବାଟରେ ଲଗାଇଥିଲା। ଚାକଚକ୍ୟ ଜୀବନଯାପନ କରିବା ଓ ପରିବାରକୁ ସବୁ ସୁଖସୁବିଧା ଦେବାକୁ ସେ ଲକ୍ଷ୍ୟ ରଖିଥିଲା। ରିମାଣ୍ଡ ସମୟରେ ପଚରାଉଚରା ବେଳେ ଏହା କହିଛି। ପୁଲିସ ଆଜି ତାକୁ ସଦର ଥାନା ଅଞ୍ଚଳର ଠକେଇର ଶିକାର ହୋଇଥିବା ଶର୍ମିଲା ବିବି ନାମକ ମହିଳାଙ୍କ ଘରକୁ ନେଇ ସିନ ରିକ୍ରିୟେସନ କରିଥିଲା। ମହିଳାଙ୍କୁ କିପରି ଠକିଥିଲା ତାହାକୁ ପୁଲିସ ଆଗରେ ଗୋଟିଗୋଟି କହିଥିଲା ଠକ ତାନ୍ତ୍ରିକ କୈଫି। ଆସନ୍ତାକାଲି ମୌଲାନାର ରିମାଣ୍ଡ ଅବଧି ଶେଷ ହେବ। ତେଣୁ ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର ପରେ ପୁଣି ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରୁଛି।

ସୂଚନା ଥାଉକି, ଠକ କୈଫ ଲୋକଙ୍କୁ ମାଟି ତଳୁ ଗୁପ୍ତ ଧନ ମିଳିବାର ବିଭିନ୍ନ ପ୍ରଲୋଭନ ଦେଇ ଲକ୍ଷାଧିକ ଟଙ୍କା କୌଶଳ କ୍ରମେ ଠକେଇ କରୁଥିଲା। ଏନେଇ ତା ନାମରେ କଟକର ବିଭିନ୍ନ ଥାନାରେ ପ୍ରାୟ ୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ରିମାଣ୍ଡ ବେଳେ ଜେରାରେ କୈଫି ଏହି ଠକେଇରେ ସମ୍ପୃକ୍ତ ତିନି ଜଣଙ୍କ ନାଁ ପୋଲିସକୁ କହିଛି। କୈଫିଙ୍କ ଏହି ସହଯୋଗୀ ମାନଙ୍କୁ ଗିରଫ କରାଯିବ ବୋଲି ମଙ୍ଗଳାବାଗ ଥାନା ଅଧିକାରୀ କହିଛନ୍ତି।


ଭୁବନେଶ୍ବର, ରାଷ୍ଟ୍ରପତି ହେବା ପରେ ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ରାଷ୍ଟ୍ରପତି ବଖାଣିଲେ ନିଜର ସଂଘର୍ଷପୂର୍ଣ୍ଣ ଜୀବନ କାହାଣୀ। କହିଲେ, ଆଜି ମୁଁ ଯାହା ବି ପାଇଛି, ଏମାଟି ପାଇଁ ପାଇଛି। ଏ ମାଟି ଚାଲିବା ଶିଖାଇଛି, ଦୌଡିବା ଶିଖାଇଛି ଓ ଉଡିବା ଶିଖାଇଛି। ଏ ମାଟି ପାଇଁ ମୁଁ ଚିର ଋଣୀ। ସେହି ଋଣ ଶୁଝିବାକୁ ମୁଁ ଚେଷ୍ଟା କରୁଛି। ଏ ମାଟିର ଋଣ ଶୁଝିବାକୁ ମୋତେ କେତେ ଜନ୍ମ ଯେ ଲାଗିବ, ଜାଣିନି। ଏ ମାଟିର ନାଁ କେତେ ରଖିବି ଜାଣିନି, କିନ୍ତୁ କେବେ ବଦନାମ କରିବିନି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ସ୍ବାଗତ ପାଇଁ ସମବେତ ଜନତାଙ୍କ ସହ ଅପେକ୍ଷା କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ଓ ସାରସକଣା ବିଧାୟକ ବୁଧାନ ମୁର୍ମୁ । ରାଷ୍ଟ୍ରପତି ହେବାର ପ୍ରାୟ ୧୦ ମାସ ପରେ ପ୍ରଥମ ଥର ଜନ୍ମମାଟି ମୟୂରଭଞ୍ଜକୁ ଫେରିଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ । ଲୋକେ ବି ରାଷ୍ଟ୍ରପତିଙ୍କ ଝଲକ ଟିକେ ପାଇବାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ରାଷ୍ଟ୍ରପତି ବି ସେମାନଙ୍କୁ ଦେଖି ରୋକି ପାରି ନଥିଲେ । ହେଲିପ୍ୟାଡରୁ ଓହ୍ଲାଇ ହାତ ହଲାଇବା ସହ ଜୁହାର କହି ଅଭିବାଦନ ଗ୍ରହଣ କରିଥିଲେ  । 

ରାଷ୍ଟ୍ରପତି ପାହାଡ଼ପୁର ଅଭିମୁଖେ ଯାଇଥିଲେ। ସେଠାରେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲକୁ ଗସ୍ତ କରିବା ପୂର୍ବରୁ ସ୍ବାମୀ ଶ୍ୟାମଚରଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଥିଲା ପାହାଡ଼ପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିଥିଲେ ରାଷ୍ଟ୍ରପତି । ପରେ ସ୍କୁଲର କମ୍ପ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ସହ ସ୍କିଲ ହବର ବି ଶିଳାନ୍ୟାସ କରିଛନ୍ତି । ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟି ଉପହାର ବି ଦେଇଛନ୍ତି ରାଷ୍ଟ୍ରପତି । 

ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଦିନ ପ୍ରାୟ ୧୦ ଟା ୧୫ ମିନିଟ୍‌ରେ ବଡ଼ପାହାଡ଼ ହେଲିପ୍ୟାଡରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ତା’ପରେ ରାଷ୍ଟ୍ରପତିଙ୍କ କାର୍କେଡ୍‌ ହେଲିପ୍ୟାଡରୁ ବାହାରୁଥିଲା। ହେଲିପ୍ୟାଡ୍‌ ବାହାରେ ଅପେକ୍ଷାରତ ଶହ ଶହ ଲୋକଙ୍କୁ ଦେଖି ଆଉ ନିଜକୁ ରୋକି ପାରି ନଥିଲେ ରାଷ୍ଟ୍ରପତି। ପ୍ରୋଟୋକଲ ଭାଙ୍ଗି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଚାଲି ଚାଲି ଲୋକଙ୍କ ପାଖକୁ ଯାଉଥିଲେ ଅଭିବାଦନ ଜଣାଉଥିଲେ। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ କରିଛନ୍ତି। ସେହି ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ସାତପଉଟିଆ। ଆଜି ସେହି ଗାଁରେ ଈଶ୍ୱରୀୟ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭାରେ ରାଷ୍ଟ୍ରପତି ଯୋଗଦେଇ ନିଶାର ଅପକାରିତା ସମ୍ପର୍କରେ କହିବା ସହିତ ଆଧ୍ୟାତ୍ମିକତାବାଦର ସୁରା ପାନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ସାତପଉଟିଆରେ ଆୟୋଜିତ ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ନିଶା ହେଉଛି ଏକ ବ୍ୟାଧି। ଏହା ସବୁ ସମାଜକୁ ଅନିଷ୍ଟ କରୁଛି। ନିଶା ସେବନରୁ ଲୋକମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କ ଭିତରେ ଚେତନତା, ଜାଗରଣ ସୃଷ୍ଟି କରିବାକୁ ପଡ଼ିବ। ଦେଖିବାକୁ ଗଲେ ନିଶା ସେବନର ଅପକାରିତା ବିଷୟରେ ସମସ୍ତେ ଜାଣିଛନ୍ତି। ଏହା ସତ୍ତ୍ୱେ ଲୋକମାନେ ନିଶା ଆଡକୁ ଧସେଇ ପଶୁଛନ୍ତି। ନିଶା ସକ୍ତ ଲୋକମାନେ ନିଶା ଛାଡ଼ିବା ପାଇଁ କିପରି ପ୍ରୟାସ କରିବେ ଏବଂ କିପରି ଏ ଓଡ଼ିଶା ନିଶା ମୁକ୍ତ ହେବ? ସେଥିପାଇଁ ଆପଣ(ଈଶ୍ୱରୀୟ ବ୍ରହ୍ମକୁମାରୀ)ଙ୍କ ଅଭିଯାନ ନିଶ୍ଚିତ ଭାବେ ପ୍ରଣିଧାନଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କକହିଛନ୍ତି।

ସମାଜକୁ ନିଶାମୁକ୍ତ କରିବା ସହ କାମ, କ୍ରୋଧ, ଲୋଭ, ମୋହରୁ ମଧ୍ୟ ମୁକ୍ତି ପାଇବା ପାଇଁ ସମସ୍ତେ ଶପଥ ନେବାକୁ ଆହ୍ବାନ ଜଣାଇଛନ୍ତି ରାଷ୍ଟ୍ରପତି । ରାଇରଙ୍ଗପୁର ସ୍ଥିତ ଡାକବଙ୍ଗଳାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବା ପରେ ଅପରାହ୍ନ ୪ଟାରେ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ବଡ଼ବନ୍ଧ ଠାରେ ଶହେ ଫୁଟର ଏକ ଜାତୀୟ ପତାକାକୁ ଉତ୍ତୋଳନ ପରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ସେଠାରୁ  ବାହାରି ରାଇରଙ୍ଗପୁର ପୌରପାଳିକା ଅଫିସକୁ ପରିଦର୍ଶନ କରିଥିଲେ । ପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହାପରେ ରାଇରଙ୍ଗପୁର ମ୍ୟୁନସିପାଲିଟି ପକ୍ଷରୁ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ଶେଷରେ ମହୁଲଡିହା ସ୍ଥିତ ବାସଭବନକୁ ଗସ୍ତ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି ।

ସେ କହିଛନ୍ତି, ସାମାଜିକ, ଶାରୀରିକ ଓ ଆର୍ଥିକ ଦୃଷ୍ଟିରୁ ନିଶା ପାନ ଏକ ଅଭିଶାପ। ଆମେ ସମସ୍ତେ ଜାଣୁ, ଅନେକ ଲୋକ ନିଶାସକ୍ତ ଅବସ୍ଥାରେ ଅସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଯାଆନ୍ତି। ସେମାନେ ସେହି ସବୁ ଭୟାନକ କୁକର୍ମର ଭୟାବହ ଫଳାଫଳକୁ ଅଣଦେଖା କରନ୍ତି। ଅର୍ଦ୍ଧ ଚେତନ ଅବସ୍ଥାରେ ଥିବା ଲୋକଟି ଭଲ ମନ୍ଦ କିଛି ବୁଝି ପାରେନାହିଁ। ନିଶାସକ୍ତ ଅବସ୍ଥାରେ ଘର ଭିତରେ ଅଶାନ୍ତି, ସାହି ପଡ଼ିଶାରେ କଳି କଜିଆ, ମାରପିଟ୍‌ ହୋଇଥାଏ। ଏହାଛଡ଼ା ଶରୀର ଉପରେ ନିଶାର ପ୍ରଚଣ୍ଡ କୁପ୍ରଭାବ ପଡ଼ିଥାଏ। ପ୍ରଥମେ ପ୍ରଥମେ ଜଣେ ଲୋକ ନିଶା ଖାଏ। କିଛି ଦିନ ପରେ ଲୋକଟିକୁ ନିଶା ଖାଇଥାଏ। ସେ ନିଜୟ ଆୟତ୍ତରେ ରହିପାରେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

ଏହା ପରେ ରାଷ୍ଟ୍ରପତି ମୁର୍ମୁ ନିଜ ହାତରେ ଗଢ଼ିଥିବା ପାହାଡ଼ପୁରର ଏସ୍ଏଲ୍ଏସ୍ ମେମୋରିଆଲ୍‌ ସ୍କୁଲକୁ ଯାଇ ନିଜ ସ୍ୱାମୀ ତଥା ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସେଠୁ ସିଧା ଗ୍ରାମ ଦେବତୀ ଗୋଷାଣୀଙ୍କ ପାଖକୁ ଯାଇ ଦର୍ଶନ କରିବା ସହ ଆଦିବାସୀ ପରଂପରାରେ ପୂଜାର୍ଚ୍ଚନା କରିଥିଲେ। ଏସଏଲ୍ଏସ୍ ସ୍କୁଲ ଗସ୍ତ ସମୟରେ ରାଷ୍ଟ୍ରପତି ନାବାର୍ଡ ସହାୟତାରେ କମ୍ୟୁନିଟି ସେଣ୍ଟର ଏବଂ ଦକ୍ଷତା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆସନ୍ତାକାଲି ଶିମିଳିପାଳ ଅଭାରଣ୍ୟ ଭ୍ରମଣ କରିବେ। ତା’ପରଦିନ ଅର୍ଥାତ ୬ ତାରିଖରେ ବାରିପଦା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



ଜନ୍ମମାଟିରେ ପାଦ ଦେଇ ଅତ୍ୟନ୍ତ ଭାବବିହ୍ୱଳ ହେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ୟୁପି ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ମୃତ ପରେ ସାମ୍ନାକୁ ଆସିଲା ଯୋଗୀଙ୍କ ବୟାନ୍‌


ନୂଆଦିଲ୍ଲୀ,କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନିଲ୍ ଦୁଜାନା ଓରଫ୍‌ ଅନିଲ୍‌ ନାଗର ପୋଲିସ୍‌ ଏନକାଉଣ୍ଟରରେ ମୃତ। ଦୁଜାନାର ମୃତ୍ୟୁ ୟୁପି ଏସଟିଏଫ୍‌ ପାଇଁ ବଡ଼ ସଫଳତା କୁହାଯାଉଛି। ଗୁରୁବାର ମେରଠରେ ଏସଟିଏଫ ଏନକାଉଣ୍ଟରରେ ଦୁଜାନାର ମୃତ୍ୟୁ ହୋଇଛି। ଗ୍ରେଟର ନୋଏଡାର ବାଦଲପୁର ଥାନା ଅଞ୍ଚଳରେ ଦୁଜାନା ଗ୍ୟାଙ୍ଗଷ୍ଟର ଥିଲା। ନେପାଳ ପଳାଇଯିବାକୁ ଯୋଜନାରେ ଥିଲା ଦୁଜାନା। ତେବେ ଏହାରି ମଧ୍ୟରେ ଜଣାପଡ଼ିଥିଲା ଯେ ଗାଜିଆବାଦରେ କୌଣସି ବଡ଼ ଘଟଣା ଘଟାଇବାକୁ ଯାଉଛି। ଦୁଜାନା ଉପରେ ୧୮ ହତ୍ୟା ୬୨ ଗୁରୁତର ଅପରାଧିକ ମାମଲା ରୁଜୁ ହୋଇଛି।   

କୁଖ୍ୟାତ ଗେଙ୍ଗଷ୍ଟର ଅନିଲ୍‌ ଦୁଜାନାର ଏନାକାଉଣ୍ଟର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ୍‌ ସାମ୍ନାକୁ ଆସିଛି। ଯୋଗୀ କହିଛନ୍ତି ଉତ୍ତରପ୍ରଦେଶରେ ମାଫିଆମାନଙ୍କର କୌଣସି ସ୍ଥାନ ନାହିଁ। ଏହା ପୂର୍ବରୁ ମାଫିଆ ଆଦିତ୍ୟ ରାଣାକୁ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।ସୂଚନାଥାଉକି, ପୋଲିସ କୁଖ୍ୟାତ ଅନିଲ୍‌ ଦୁଜାନାକୁ ଗୁରୁବାର ମେରଠରେ ଏନ୍‌କାଉଣ୍ଟରେ ମରାଯାଇଛି। ମିରଟ୍‌ର ଭୋଲାଜାଲ୍‌ରେ ସେ ସକ୍ରିୟ ଥିବା ସ୍ପଷ୍ଟ ସୂଚନା ମିଳିବା ପରେ ଏସଟିଏଫ୍ ସେହି ଅଞ୍ଚଳକୁ ଚାରିପଟୁ ନାକା ବନ୍ଦି କରିଥିଲା। ସେହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇ ସେ ଖସିଯିବାକୁ ଚେଷ୍ଠା କରିଥିଲା। କିନ୍ତୁ ପୋଲିସ୍‌ ଟିମ୍‌ ତାକୁ ଚାରିପଟୁ ଘେରିଯାଇଥିଲେ। ସେହି ସମୟରେ ପୋଲିସ ଗୁଳିରେ ତାର ମୃତ୍ୟୁ ହୋଇଥିଲା।    

ବଦମାସ୍ ଅନିଲ୍‌ ଦୁଜାନାର ପଶ୍ଚିମ ଉତ୍ତରପ୍ରଦେଶରେ କୁପ୍ରଭାବ ଥିଲା। ଗୁରୁବାର ଦ୍ୱିପ୍ରହରେ ମିରଟ୍‌ର ଭୋଲାକି ଝାଲ୍‌ରେ ଏସଟିଏଫ୍‌ର ଏନ୍‌କାଉଣ୍ଟରରେ ତାର ମୃତ୍ୟୁ ହୋଇଛି। ଅନିଲ୍ ଦୁଜାନା ପଶ୍ଚିମ୍ ଉତ୍ତରପ୍ରଦେଶରେ ସିରିଜ୍‌ ଅପରାଧ ଘଟାଉଥିଲା। ତା ନାଁରେ ଲୁଟ୍‌, ଡକାୟକତି, ହତ୍ୟା  ଅଭିଯୋଗରେ ସହିତ ୬୦ଟି ମାମଲା ରହିଥିଲା। ମିରଟ୍‌ର ଏସଟିଏଫ୍‌ ଏସପି ବୃଜେଶ ସିଂହଙ୍କର ନେତୃତ୍ୱରେ ଗଠିତ ଟିମ୍‌ ତାକୁ ଗଙ୍ଗନହର ଅଞ୍ଚଳରେ ଦେଖିବା ପରେ ଘେରଯାଇଥିଲେ।  ସେହି ସମୟରେ ଅନିଲ୍ ଏସଟିଏଫ୍‌ ଟିମ୍‌କୁ ଗୁଳିକରିଥିଲା। ଫଳରେ ଏହାର ଜବାବି କାର୍ଯ୍ୟାନୁଷ୍ଠାନରେ  ତାର ମୃତ୍ୟୁ ହୋଇଥିଲା।

ଅନିଲ୍‌ ଦୁଜାନା ଜେଲ୍‌ରୁ ଆବସିବା ପରେ ମିରଟ୍‌ ଏସଟିଏଫ୍‌ ଓ ପଶ୍ଚିମ ଉତ୍ତପପ୍ରଦେଶ ପୋଲିସ ତାକୁ ଖୋଜୁଥିଲା। ସେ ପୂର୍ବରୁ ବହୁତ ଦିନ ଦିଲ୍ଲୀର ତିହାର ଜେଲ୍‌ରେ ବନ୍ଦ ଥିଲା। କିନ୍ତୁ କିଛି ଦିନ ପୂର୍ବରୁ ସେ ଜେଲ୍‌ରୁ ମୁକୁଳିଥିଲା। ମନିଟରିଙ୍ଗ୍‌ ସେଲ୍‌ ଏହି ସୂଚନା ପୋଲିସକୁ ଦେଇଥିଲା ବୋଲି କୁହାଯାଇଛି। କିନ୍ତୁ ସ୍ଥାନୀୟ ପୋଲିସଲ ଏହାର କୌଣସି ସୂଚନା ପାଇନଥିଲା। ଜେଲ୍ରୁ ଆସିବା ମାତ୍ରେହିଁ ଅନିଲ୍‌ ଜୟଚନ୍ଦ ପ୍ରଧାନ ହତ୍ୟା ମାମଲାରେ  ତାଙ୍କ ପତ୍ନୀ ଓ ସାକ୍ଷି ସଙ୍ଗୀତାଙ୍କୁ ଧମକ ଦେଇଥିଲା। ଏହାପରେ  ଉପରିସ୍ଥ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ନେଇ ଦୁଜାନା ବିରୋଧରେ ଗତ ସପ୍ତାହରେ ମାମଲା ରୁଜୁ କରିଥିଲେ।  

ବିହାର ମୁଖ୍ୟମନ୍ତ୍ରୀଙ୍କ ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଲେ ହାଇକୋର୍ଟ


ପାଟନା,ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆରମ୍ଭ କରିଥିବା ଜାତିଭିତ୍ତିକ ଜନଗଣନା କାର୍ଯ୍ୟକ୍ରମକୁ ଲାଗିଛି ଝଟକା। ରାଜ୍ୟ ସରକାର ଆରମ୍ଭ କରିଥିବା ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଲେ ପାଟନା ହାଇକୋର୍ଟ। ରାଜ୍ୟ ସରକାର ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାର ବୈଧତାକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ଦାଖଲ ହୋଇଥିଲା। ଏହି ଜାତିଭିତ୍ତିକ ଜନଗଣନା ଉପରେ ରୋକ ଲଗାଇ ଦେଇଛନ୍ତି ପାଟନା ହାଇକୋର୍ଟ। ପଛୁଆ ବର୍ଗର ଲୋକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ଲକ୍ଷ୍ୟ ନେଇ ବିହାର ସରକାର ଏପରି ସର୍ଭେ ଆରମ୍ଭ କରିଥିଲେ। କିନ୍ତୁ ସରକାରଙ୍କ ସବୁ ଯୋଜନା ହାଇକୋର୍ଟରେ କାଟ ଖାଇ ଯାଇଛି। ଏବେ ବିହାର ସରକାର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ଜାତି ଭିତ୍ତିକ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଏହାର ବୈଧତାକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିସନ ହାଇକୋର୍ଟରେ ଦାଖଲ କରାଯାଇଥିଲା। କୋର୍ଟ ଏହାର ଶୁଣାଣି କରି ତୁରନ୍ତ ଜାତିଭିତ୍ତିକ ଜନଗଣନା ସର୍ଭେ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ଯାଏ ସଂଗୃହୀତ ହୋଇଥିବା ତଥ୍ୟକୁ ସୁରକ୍ଷିତ କରି ରଖାଯିବ ଓ କେହି ଯେମିତି ଏହି ତଥ୍ୟ ବିଷୟରେ ନ ଜାଣିବେ, ସେକଥାକୁ ସରକାର ନିଶ୍ଚିତ କରିବେ। କୋର୍ଟ ମାମଲା ପରବର୍ତ୍ତୀ ଶୁଣାଣି ଜୁଲାଇ ୭ରେ କରିବେ।କୋର୍ଟ କହିଛନ୍ତି, ବିହାର ସରକାର ଚଳାଇଥିବା ଜାତିଭିତ୍ତିକ ଜନଗଣନା ବିରୋଧରେ ଏକାଧିକ ଆବେଦନ ହୋଇଛି। ସର୍ଭେ ବେଳେ ସଂଗ୍ରହ ହେଉଥିବା ତଥ୍ୟର ସୁରକ୍ଷା ଓ ଅଖଣ୍ଡତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ରାଜ୍ୟ ସରକାର ବିସ୍ତୃତ ଭାବେ ସମସ୍ତଙ୍କୁ ଅବଗତ କରାଇବା ଦରକାର। ପ୍ରଥାମିକ ଭାବେ ଆମର ମତାମତ ହେଲା ଯେ ଜାତିଭିତ୍ତିକ ସର୍ଭେ କରିବାର ଅଧିକାର ରାଜ୍ୟ ପାଖରେ ନାହିଁ। ଏପରି ସର୍ଭେ ଜନଗଣନା ସହ ସମାନ। ଏହାର ଅର୍ଥ ଜନଗଣନା ଅଧିକାର ସଂସଦର ରହିଛି।”

ରାଜ୍ୟ ବିଧାନସଭାରେ ବିଭିନ୍ନ ରାଜନେତାଙ୍କ ମଧ୍ୟରେ ସର୍ଭେରୁ ସଂଗ୍ରହ ହେଉଥିବା ତଥ୍ୟକୁ ଶେୟାର କରିବା ପାଇଁ ସରକାର ରଖିଥିବା ଆଭିମୁଖ୍ୟକୁ ନେଇ ମଧ୍ୟ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଗୋପନୀୟତା ଅଧିକାର ସହ ଏହା ଜଡ଼ିତ ବୋଲି କୋର୍ଟ କହିଛନ୍ତି। ଜାନୁଆରୀ ୭ରୁ ୨୧ ଯାଏ ବିହାରରେ ପ୍ରଥମ ପର୍ଯ୍ୟାୟ ଜାତି ଭିତ୍ତିକ ସର୍ଭେ କରାଯାଇଥିଲା। ଦ୍ୱିତୀୟ ରାଉଣ୍ଡ ସର୍ଭେ ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ବେଳେ ମେ ୧୫ ଯାଏ ଚାଲିବାର ଥିଲା। କୋର୍ଟ ମାମଲା ପରବର୍ତ୍ତୀ ଶୁଣାଣି ଜୁଲାଇ ୭ରେ କରିବେ। ଜାତି ଭିତ୍ତିକ ଜନଗଣନାରେ ଖର୍ଚ୍ଚ ହେବାକୁ ଥିବା ୫୦୦ କୋଟିକୁ ଅଜଥା ଖର୍ଚ୍ଚ ବୋଲି ଦର୍ଶାଇଥିଲେ ପିଟିସନରଙ୍କ ଓକିଲ। ଏହାସହ ଏହା ଷ୍ଟାଟସ ଆଣ୍ଡ ସେନସସ୍ ଆକ୍ଟ 1948କୁ ଉଲ୍ଲଂଘନ କରୁଥିବା ଯୁକ୍ତି ବାଢ଼ିଥିଲେ।  

୫ ଲକ୍ଷରେ କନଷ୍ଟେବଲ ୧୦ ଲକ୍ଷରେ ସବ୍‌ଇନ୍ସପେକ୍ଟର ଚାକିରି ଦଉଥିବା ମହାଠକ ଗିରଫ


ଭୁବନେଶ୍ବର,ପାଞ୍ଚ ଲକ୍ଷ ଦେଲେ କନଷ୍ଟେବଲ ଓ ୧୦ ଲକ୍ଷ ଟଙ୍କା ଦେଲେ ମିଳୁଥିଲା ସବ୍‌ଇନ୍ସପେକ୍ଟର ଚାକିରି। ଏପରି ଲୋଭନୀୟ ଅଫର ଦେଇ ଠକୁଥିବା ମହାଠକ ଦେବବ୍ରତ ପଲେଇକୁ ଆଜି କମିଶନରେଟ୍‌ ପୁଲିସ୍‌ ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସପ୍ତଶତୀ ବିହାରରୁ ମହାଠକକୁ ଗିରଫ କରିଛି ପୁଲିସ୍‌। ଏଥିସହ ଠକେଇ ଅର୍ଥରେ କିଣିଥିବା ଦାମୀ କାର ଓ ଗୋଟିଏ ବାଇକ୍‌ ଜବତ କରିଛି ପୁଲିସ୍‌। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୫ ଏସିପି ସଞ୍ଜୀବ ଶତପଥୀ।

ମୟୂରଭଞ୍ଜର ଜିଲ୍ଲାର ଦେବବ୍ରତ ପଲେଇ ମଞ୍ଚେଶ୍ୱରରେ D2S ସଲ୍ୟୁସନ୍‌ ଅଫିସ୍‌ ଖୋଲିଥିଲା। ମେଡ଼ିକାଲ୍‌, ଥାନା, ହସ୍ପିଟାଲ୍‌ରେ ଚାକିରି ଦେବା ପାଇଁ ବିଜ୍ଞାପନ ଦେଉଥିଲା। ଆଉ ସେହି ବିଜ୍ଞାପନ ଦେଖି ଅନୁଗୋଳ ଜିଲ୍ଲାର ବଳରାମ ପ୍ରଧାନ କନ୍‌ଷ୍ଟେବଲ୍‌ ଚାକିରି ପାଇଁ ଆବେଦନ କରିଥିଲେ। ଏଥିସହ ଦେବବ୍ରତଙ୍କ ସହ ଯୋଗାଯୋଗ କରିଥିଲେ। କଥାବାର୍ତ୍ତା ବେଳେ କନ୍‌ଷ୍ଟେବଳ ଚାକିରି ପାଇଁ ଅଢ଼େ ଲକ୍ଷ ଟଙ୍କା ଦେବାକୁ ଦେବବ୍ରତ କହିଥିଲା। ଧାର ଉଧାର କରି ବଳରାମ ଅଢ଼େଇ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ବଳରାମଙ୍କ ପରାମର୍ଶରେ ତାଙ୍କ ଗାଁରୁ କିଛି ପିଲା କନ୍‌ଷ୍ଟେବଲ ଚାକିରି ପାଇଁ ମଧ୍ୟ ଟଙ୍କା ଦେଇଥିଲେ। ମୋଟ୍‌ ୧୩ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି।

ତେବେ ଏପ୍ରିଲ୍‌ ମାସରେ କନ୍‌ଷ୍ଟେବଲ ନିଯୁକ୍ତି ପାଇଁ ରେଜଲ୍ଟ ବାହାରିଥିଲା। ସେଥିରେ ବଳରାମ ଓ ତାଙ୍କ ଗାଁରେ ଟଙ୍କା ଦେଇଥିବା ଆଶାୟୀଙ୍କ ନାଁ ନଥିଲା। ତେଣୁ ସେମାନେ ଏ ସମ୍ପର୍କରେ ଦେବବ୍ରତଙ୍କୁ ପଚାରି ଥିଲେ। ଚତୁର ଦେବବ୍ରତ ରେଜଲ୍‌ଟ ଇଥେଲଡ୍‌ ହୋଇଥିବା କହିଥିଲା। ରେଜଲ୍ଟ ପବ୍ଲିସ୍‌ କରିବା ପାଇଁ ଆଉ ୫୦ ହଜାର ଟଙ୍କା ଦରକାର ବୋଲି କହିଥିଲା। ଏହା ପରେ ବଳରାମ ଓ ତାଙ୍କ ଗାଁର ଆଶାୟୀଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ଆଉ ଜାଣିବାକୁ ପାଇଥିଲେ, ସେମାନେ ଠକେଇରେ ଶିକାର ହୋଇଛନ୍ତି ବୋଲି।

ଏନେଇ ବଳରାମ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମଞ୍ଚେଶ୍ୱର ସପ୍ତଶତୀ ବିହାରରେ ରହିଥିବା D2S ସଲ୍ୟୁସନ୍‌ ଅଫିସ୍‌ରେ ଚଢ଼ଉ କରିଥିଲା। ମହାଠକେଇ ସର୍ଦ୍ଦାର ଦେବବ୍ରତ ପଲେଇଙ୍କୁ ପୁଲିସ୍‌ ଗିରଫ କରିବା ସହିତ ବହୁ ଆଶାୟୀଙ୍କ ବାୟୋଡାଟା, ମହିନ୍ଦ୍ରା ର୍ଥର, ଦାମୀ ବାଇକ୍‌, ଚେକବୁକ, ଆଇ କାର୍ଡ, ଲାପଟପ୍‌, ହାର୍ଡ ଡିକ୍ସ ଆଦି ଜବତ କରିଛି। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ। ଏସିପି ସଞ୍ଜୀବ ଶତପଥୀଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦେବବ୍ରତ ହେଉଛି ଜଣେ ପେଶାଦାର ଠକ। ଚାକିରି ଦେବାକୁ କହି ଲୋକଙ୍କୁ ଠକୁଥିଲା। ଏହି ଠକାମୀରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

ଟିପୁ ସୁଲତାନର ବର୍ବରତା । ଭଙ୍ଗା ଯାଇଛି  ୮୦୦୦ ହିନ୍ଦୁ ମନ୍ଦିର । ଲକ୍ଷାଧିକ ହିନ୍ଦୁଙ୍କୁ କରାଇଛି ଧର୍ମାନ୍ତରିକରଣ


ନୂଆଦିଲ୍ଲୀ, ଫିଲ୍ମ ‘ଟିପୁ’ର ଟିଜର ଜାରି ହୋଇଛି । ଟିଜର ରିଲିଜ୍ ହେବା ସହ ସୋସିଆଲ୍ ମିଡିଆରେ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଫିଲ୍ମଟି ମହୀଶୂରର ଟିପୁ ସୁଲତାନଙ୍କ ଉପରେ ଆଧାରିତ ଅଟେ । ଅନେକ ପୁସ୍ତକରେ ଟିପୁ ସୁଲତାନଙ୍କ ଉପଲବ୍ଧି ବିଷୟରେ କୁହାଯାଇଛି । କିନ୍ତୁ ଫିଲ୍ମରେ ଟିପୁ ସୁଲତାନ ହିନ୍ଦୁଙ୍କ ଉପରେ କରିଥିବା ବର୍ବରତା ବିଷୟରେ କୁହାଯାଇଛି । ଫିଲ୍ମର ନିର୍ମାତା ଟିଜର ଜରିଆରେ ଦାବି କରିଛନ୍ତି ଯେ ଟିପୁ ସୁଲତାନ ସମୟରେ ୮ ହଜାର ହିନ୍ଦୁ ମନ୍ଦିର ନଷ୍ଟ କରାଯାଇଛି । କେବଳ ଏତିକି ନୁହେଁ, ଟିପୁ ସୁଲତାନ ଲକ୍ଷାଧିକ ହିନ୍ଦୁଙ୍କ ଧର୍ମଙ୍କ ଭ୍ରଷ୍ଟ କରିଥିଲେ ।

ଫିଲ୍ମର ନିର୍ମାତା ଟିଜରର ପ୍ରଥମ ଟେକ୍କଟରେ ଟିପୁ ସୁଲତାନଙ୍କ ହିନ୍ଦୁ ବିରୋଧୀ ହେବା ନେଇ ପ୍ରମାଣ ଦିଆଯାଇଛି । ପରେ ଫିଲ୍ମରେ ଟିପୁ ସୁଲତାନର ଭୂମିକା ନିର୍ବାହ କରୁଥିବା ଅଭିନେତାଙ୍କ ଉପରେ ବିକୃତ ଚେହେରା ଦେଖାଯାଇଛି । ଫିଲ୍ମ ନିର୍ମାତା ସନ୍ଦୀପ ସିଂ ରିଜର ଲଞ୍ଚ ବେଳେ କହିଛନ୍ତି, ସତ କହିବାକୁ ଗଲେ ଟିପୁ ସୁଲତାନ, ସୁଲତାନ କରିବା ପାଇଁ ଯୋଗ୍ୟ ନୁହେଁ । ଆମ ଇତିହାସର ପାଠ୍ୟପୁସ୍ତକରେ ଦର୍ଶାଯାଇଛି ଯେ ଟିପୁ ସୁଲତାନ ଜଣେ ବାହାଦୂର ଥିଲେ । କିନ୍ତୁ କେହି ମଧ୍ୟ ତାର ଖରାପ ପକ୍ଷକୁ ଜାଣି ନାହାନ୍ତି । ମୁଁ ଭବିଷ୍ୟତର ପିଢିକୁ ତାର ଅସଲ ଚେହେରା ଦେଖାଇବାକୁ ଚାହୁଁଛି ।

ଅନ୍ୟପଟେ ଫିଲ୍ମର ଲେଖକ ରଜତ ସେଠୀ କହିଛନ୍ତି, ଟିପୁ ସୁଲତାନ ଏପରି ଏକ ଐତିହାସିକ ବ୍ୟକ୍ତି ଯାହାଙ୍କୁ ବଡ଼ ଆକାର ଦର୍ଶାଯାଇଛି । ଏବଂ କ୍ରୁରତାକୁ ଲୁଚାଇ ଦିଆଯାଇଛି । କେବଳ ଇତିହାସରେ ନୁହେଁ ବରଂ ଲୋକପ୍ରିୟ ସଂକୃତି, ଫିଲ୍ମ, ଥିଏଟର ଆଦିରେ ମଧ୍ୟ ଟିପୁର ଚରିତ୍ରକୁ ସନ୍ତୁଳିତ କରାଯାଇଛି । କିନ୍ତୁ ଆମର ଏହି ଫିଲ୍ମ ଏହି କାହାଣୀରେ ସୁଧାର ଆଣିବାରେ ପ୍ରୟାସ କରିବ।

ମଣିପୁର ହିଂସା ସ୍ଥିତି ସାଂଘାତିକ । ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ


ନୂଆଦିଲ୍ଲୀ, ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଜାରି ଆଦେଶରେ କୁହାଯାଇଛି ପ୍ରଶାସନ ଏଭଳି ଭୀଷଣ ପରିସ୍ଥିତିରେ ଏଭଳି ପଦକ୍ଷେପ ନିଅନ୍ତୁ। ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟାତ୍ତ ହେବାରେ ଲାଗିଛି। ସ୍ଥିତିକୁ ଦେଖି ଆଜି ରାଜ୍ୟପାଳ ଶୁଟ ଆଟ ସାଇଟ୍‌ ବା ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଏହି ଶୁଟ ଆଟ ସାଇଟ୍‌ ପ୍ରସ୍ତାବ ମଣିପୁର ଗୃହ ବିଭାଗ ପକ୍ଷରୁ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଥିଲା। ରାଜ୍ୟପାଳ ସ୍ଥିତିକୁ ଦେଖି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଥିସହ ସବୁ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ମେ ୩ ତାରିଖରେ ଆଦିବାସୀଙ୍କ ପକ୍ଷରୁ ଗୋଟିଏ ଶୋଭାଯାତ୍ରା କରାଯାଉଥିଲା। ଏହି ସମୟରେ ସେମାନଙ୍କ ଉପରେ ମୈତୈ ସଂପ୍ରଦାୟର ଲୋକମାନେ ଆକ୍ରମଣ କରିଥିଲେ। ଫଳରେ ମଣିପୁରର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖାଯାଇଥିଲା। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।ତଥାପି ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାରୁ ରାଜ୍ୟପାଳ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସବୁ ଡିଭିଜନାଲ ମାଜିଷ୍ଟ୍ରେଔ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ/ ସ୍ପେଶାଲ ମାଜିଷ୍ଟ୍ରେଟଙ୍କୁ ବିଶେଷ କ୍ଷେତ୍ରରେ ଓ ସ୍ଥିତିକୁ ଦେଖି ଶୁଟ ଆଟ ସାଇଟ ନିର୍ଦ୍ଦେଶ ଦେବାର ଅଧିକାର ପ୍ରଦାନ କରିଛନ୍ତି। ଏଥିସହ ସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ଆବଶ୍ୟକ ସବୁ ପ୍ରକାରର ପଦକ୍ଷେପ ନେବାକୁ ମଧ୍ୟ ସେ କହିଛନ୍ତି।

ସ୍ଥିତିକୁ ଦେଖି ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି। ଏବେ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରହିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୈତୈ ସଂପ୍ରଦାୟର ଲୋକମାନେ ନିଜକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବାକୁ ଦାବି କରୁଛନ୍ତି। ହେଲେ ଏହାକୁ ଆଦିବାସୀ ଛାତ୍ର ସଙ୍ଗଠନ ‘ଆଦିବାସୀ ଏକତା ମୋର୍ଚ୍ଚା’ବିରୋଧ କରୁଛି। ବୁଧବାର ‘ଆଦିବାସୀ ଏକତା ମୋର୍ଚ୍ଚା’ପକ୍ଷରୁ ଏହା ବିରୋଧରେ ଗୋଟିଏ ଶୋଭାଯାତ୍ରା ବାହାରିଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।

ଉକ୍ତ ଶୋଭଯାତ୍ରା ବେଳେ ଉଭୟ ଆଦିବାସୀ ଓ ଅଣଆଦିବାସୀ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ପୋଡ଼ାଜଳା ଦେଖିବାକୁ ମିଳିଛି। ରାଜ୍ୟର ମୋଟ ଜନସଂଖ୍ୟାର ୫୩% ହେଉଛନ୍ତି ମୈତୈ ସଂପ୍ରଦାୟର ଲୋକ। ସେମାନେ ନିଜକୁ ମଣିପୁରର ଆଦିମ ଅଧିବାସୀ ବୋଲି ଦାବି କରିଛନ୍ତି।

ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଭିଡିଓ ଜାରି କରି ଲୋକଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ୍ କରିଛନ୍ତି। ରାଜ୍ୟରେ ଦୁଇ ସମୁଦାୟଙ୍କ ମଧ୍ୟରେ ଭୁଲ ବୁଝାମଣା ଯୋଗୁଁ ଏଭଳି ହିଂସା ହେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ। ସେ ଆହୁରି କହିଛନ୍ତି ଆଗକୁ ଯାହାବି ଭଙ୍ଗାରୁଜା ଏବଂ ହିଂସା ହେବ ତାହା ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିବାଦର ମୂଳ କାରଣ କ’ଣ? 
ମଣିପୁରର ସମୁଦାୟ ଅଞ୍ଚଳର ପ୍ରାୟ ୮୯% ପାହାଡ଼ିଆ ଅଟେ । ଏଠାରେ ତିନୋଟି ସମ୍ପ୍ରଦାୟ ବସବାସ କରନ୍ତି – ମୈତାଇ, ନାଗା ଏବଂ କୁକି । ସେମାନଙ୍କ ମଧ୍ୟରୁ ନାଗା ଓ କୁକିମାନଙ୍କୁ ଆଦିବାସୀ ସମ୍ପ୍ରଦାୟର ମାନ୍ୟତା ମିଳିଥିବା ବେଳେ ମୈତାଇକୁ ଅଣ ଆଦିବାସୀ ମାନ୍ୟତା ମିଳିଛି। ମଇତାଇ ହିନ୍ଦୁ ଧର୍ମର ହୋଇଥିବା ବେଳେ ଅଧିକାଂଶ ନାଗା ଓ କୁକି ଖ୍ରୀଷ୍ଟିଆନ ଧର୍ମର ଅଟନ୍ତି । ବିବାଦର କାରଣ ହେଉଛି ମଣିପୁରର ଆଇନ ଅନୁଯାୟୀ କେବଳ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିପାରିବେ। ଅର୍ଥାତ୍ ନିଜ ଘର ତିଆରି କରି ରୋଜଗାର କରିପାରିବେ। ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ପାହାଡ଼ିଆ। ମୈତାଇ ସମ୍ପ୍ରଦାୟକୁ ଅନୁସୂଚିତ ଜାତି (ଏସ୍ ସି) ମାନ୍ୟତା ମିଳିଥିବା ବେଳେ ଏହି ପାହାଡ଼ିଆ ଅଞ୍ଚଳରେ ଏହି ଜନଜାତି ନିଜର ଘର ତିଆରି କରିପାରିବେ ନାହିଁ। କିନ୍ତୁ ସେମାନେ ତେଣୁ ସେମାନଙ୍କ ମାନ୍ୟତା ଅନୁସୂଚିତ ଜାତି (ଏସ୍ ସି)ରୁ ଅନୁସୂଚିତ ଜନଜାତି (ଏସ୍ ଟି)ରେ ପରିଣତ କରିବା ପାଇଁ ବର୍ଷ ବର୍ଷ ଧରି ଦାବି କରି ଆସୁଛନ୍ତି, ଯାହାଦ୍ୱାରା ସେମାନେ ମଧ୍ୟ ପାହାଡ଼ିଆ ଅଞ୍ଚଳକୁ ଯାଇପାରିବେ। ସେମାନଙ୍କ ଦାବି ଅନୁସାରେ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଆଗମନ ଯୋଗୁଁ ସେମାନଙ୍କ ବାସସ୍ଥଳୀ ସଂକୁଚିତ ହେଉଛି । ଏଣୁ ସେମାନଙ୍କୁ ପହାଡ଼ିଆ ଅଂଚଳରେ ରହିବାକୁ ଅନୁମତି ଦିଆଯାଉ । କିନ୍ତୁ ଏହାକୁ ନାଗା ଓ କୁକି ଆଦିବାସୀମାନେ ବିରୋଧ କରୁଛନ୍ତି । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି ।

ମେ ୬ ତାରିଖ ଦିନ ବେଙ୍ଗାଲୁରୁରେ ହେବ ମୋଦିଙ୍କର ୩୬ କିମି ଦୀର୍ଘ ରୋଡ ସୋ

ବେଙ୍ଗାଲୁରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୬ ତାରିଖ ଦିନ ବେଙ୍ଗାଲୁରୁରେ ୩୬.୬ କିଲୋମିଟର ଦୀର୍ଘ ରୋଡ ସୋରେ ଅଂଶଗ୍ରହଣ କରିବେ। ବେଙ୍ଗାଲୁରୁ ସେଣ୍ଟ୍ରାଲ ଲୋକସଭା ସଦସ୍ୟ ପି.ସି.ମୋହନ ବୁଧବାର ଏହି ସୂଚନା ଦେଇଛନ୍ତି। ମେ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ବିଜେପିର ପ୍ରଚାର ଅଭିଯାନରେ ଏହି ରୋଡ ସୋ ଆୟୋଜନ ହେବାକୁ ଥିବା ବେଳେ ଏହା ୧୭ଟି ବିଧାନସଭା ନିର୍ବାଚନ ମଣ୍ଡଳି ଦେଇ ଗତି କରିବ।

ମୋହନଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ଅନୁଯାୟୀ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ୧୦.୧ କିଲୋମିଟର ରୋଡ ସୋରେ ଅଂଶଗ୍ରହଣ କରିବେ। ସେହିପରି ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୨୬.୫ କିଲୋମିଟର ଦୂରତା ଅତିକ୍ରମ କରିବେ। ତେବେ ପ୍ରଧାନମନ୍ତ୍ରୀଙ୍କର କର୍ଣ୍ଣାଟକରେ ଏହା ପ୍ରଥମ ରୋଡ ସୋ ନୁହେଁ। ଏହା ପୂର୍ବରୁ ଏପ୍ରିଲ ୨୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ୫.୩ କିଲୋମିଟର ଦୀର୍ଘ ରୋଡ ସୋ ରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ସୋ ମଗଦିରୋଡ, ନିସ୍ ରୋଡ ଜଙ୍କସନ ଓ ସୁମନହଲ୍ଲି ସହିତ ସହରର ବିଭିନ୍ନ ସ୍ଥାନ ଦେଇ ଅତିକ୍ରମ କରିଥିଲା। କର୍ଣ୍ଣାଟକ ବିଧାନସଭା ନିମନ୍ତେ ମେ ୧୦ ତାରିଖ ଦିନ ଭୋଟ ଗ୍ରହଣ ହେବ। ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନର ଭୋଟ ଗଣନା ମେ ୧୩ ତାରିଖରେ ହେବ। ସେହି ଦିନ ରାଜ୍ୟରେ ନୂଆ ସରକାରଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।   

ଆତଙ୍କବାଦୀ କାର୍ଯ୍ୟକଳାପ ତୁଳନାରେ ‘ହିନ୍ଦୁ ଆତଙ୍କବାଦ’ ଭାରତ ପାଇଁ ସବୁଠାରୁ ବିପଦଜନକ : ରାହୁଲ ଗାନ୍ଧୀ


ବେଙ୍ଗାଲୁରୁ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଏବଂ କଂଗ୍ରେସ ସହ ସବୁ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ କରୁଛନ୍ତି । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ବିଶେଷ କରି କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଯିବା ନିଷ୍ପତ୍ତିକୁ ନେଇ ବିଜେପି ଏବେ କଂଗ୍ରେସକୁ ଟାର୍ଗେଟ କରୁଛି ।  ଏନେଇ ବାଙ୍ଗାଲୋର ଦକ୍ଷିଣରୁ ଲୋକସଭା ସାଂସଦ ଥିବା ତେଜସ୍ୱୀ ସୂର୍ଯ୍ୟା କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଏକ ସାକ୍ଷାତକାରରେ ତେଜସ୍ୱୀ ସୂର୍ଯ୍ୟା କହିଛନ୍ତି ଯେ କଂଗ୍ରେସର ମାନସିକତା ହିନ୍ଦୁ ବିରୋଧୀ, ତେଣୁ ସେମାନେ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂଗଠନ ପିଏଫଆଇ ସହିତ ତୁଳନା କରିଥିଲେ। 

ତେଜସ୍ୱୀ କହିଛନ୍ତି ଯେ ‘ବଜରଙ୍ଗ ଦଳ ଏବଂ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଯିବା ସମାନ କଥା ନୁହେଁ। ଏହା କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତାକୁ ଦର୍ଶାଉଛି। ଯେତେବେଳେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧୀ ଆମେରିକାର କନସୁଲେଟ୍ ଏବଂ ଆମେରିକା ସରକାରଙ୍କ ଅନ୍ୟ ସଦସ୍ୟଙ୍କ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ଅନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ତୁଳନାରେ ‘ହିନ୍ଦୁ ଆତଙ୍କବାଦ’ଭାରତ ପାଇଁ ସବୁଠାରୁ ବିପଦଜନକ। କଂଗ୍ରେସ ପାର୍ଟି ନିଜ ସଂକଳ୍ପପତ୍ରରେ ବଜରଙ୍ଗବଲୀଙ୍କୁ ତାଲାରେ ବନ୍ଦୀ କରିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ପ୍ରଥମେ ଶ୍ରୀ ରାମଙ୍କୁ ତାଲାରେ ବନ୍ଦ କରିଥିଲା ଆଉ ଏବେ ଜୟ ବଜରଙ୍ଗବଲୀ କହୁଥିବା ଲୋକଙ୍କୁ ତାଲାରେ ବନ୍ଦୀ କରିବାକୁ ସଂକଳ୍ପ ନେଇଛି।

ତେଜସ୍ୱୀ କହିଛନ୍ତି ଯେ ବଜରଙ୍ଗ ଦଳ ଏକ ସାଂସ୍କୃତିକ ସଂଗଠନ, ଯାହାକୁ ସେମାନେ ଆତଙ୍କବାଦୀ ସଂଗଠନ ପିଏଫଆଇ ସହିତ ତୁଳନା କରୁଛନ୍ତି । କେନ୍ଦ୍ର ସରକାର ପୂର୍ବରୁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। କଂଗ୍ରେସର ମାନସିକତା ହିନ୍ଦୁ ବିରୋଧୀ। ବଜରଙ୍ଗ ଦଳ ହିନ୍ଦୁତ୍ୱକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରନ୍ତି ଏବଂ ସର୍ବଦା ହିନ୍ଦୁତ୍ୱ ସହିତ ଛିଡା ହୁଅନ୍ତି । ସେ କହିଛନ୍ତି ଯେ କଂଗ୍ରେସ ସରକାର କ୍ଷମତାରେ ଥିବାବେଳେ ବଜରଙ୍ଗ ଦଳ ବିରୋଧରେ ମିଛରେ ବିଭିନ୍ନ ଅଭିଯୋଗ ଆଣିଥିଲେ । ବଜରଙ୍ଗ ଦଳ ପରି ଏକ ସାଂସ୍କୃତିକ ସଂଗଠନର ନୈତିକତାକୁ ଭ୍ରଷ୍ଟ କରିବାକୁ ଏହା ଏକ ପ୍ରୟାସ । ପିଏଫଆଇ ଏବଂ ଏସଡ଼ିପିଆଇ ପରି ସଂଗଠନଗୁଡ଼ିକ ଦେଶର ସମ୍ମାନକୁ ନଷ୍ଟ କରୁଛନ୍ତି । ଏହି ସଂଗଠନଗୁଡ଼ିକୁ ବଜରଙ୍ଗ ଦଳ ପରି ଏକ ସାଂସ୍କୃତିକ ସଂଗଠନ ସହିତ ତୁଳନା କରାଯାଇପାରିବ ନାହିଁ । 

ହିଂସା ପାଇଁ ଚାଲିଛି ଭିତିରି ଯୋଜନା । ଫିଲ୍ମ ‘ଦି କେରଳ ଷ୍ଟୋରୀ’ ମୁକ୍ତିଲାଭ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା


ଚେନ୍ନାଇ, ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରୀ’ମୁକ୍ତିଲାଭ କଲେ ରାଜ୍ୟରେ ହିଂସା ହୋଇପାରେ। ଏଥିପାଇଁ ଭିତିରି ଯୋଜନା ଚାଲିଛି। ଏନେଇ ତାମିଲନାଡୁକୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ମେ ୫ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବାକୁ ଥିବା ବେଳେ ତାମିଲନାଡୁରେ ଆନ୍ଦୋଳନ କରିବାକୁ ଯୋଜନା ହେଉଥିବା ଗୁଇନ୍ଦା ବିଭାଗ ସୂଚାଇଛି। କେରଳରେ ହିନ୍ଦୁ ଯୁବତୀମାନଙ୍କ ଧର୍ମ ପରିବର୍ତ୍ତନ କରି କିଭଳି ସେମାନଙ୍କୁ ISISIରେ ଭର୍ତ୍ତି କରିବାକୁ ସିରିଆ ଓ ଆଫଗାନିସ୍ତାନ ପଠାଯାଉଛି ତାହା ହିଁ ଫିଲ୍ମର ବିଷୟବସ୍ତୁ। କେରଳରେ ୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯାଇ ISISIରେ ଭର୍ତ୍ତି କରାଯାଇଥିବା ଫିଲ୍ମରେ ଦାବି କରାଯାଇଛି।

ଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ `ଦ କେରଳ ଷ୍ଟୋରୀ' ସିନେମାର ପ୍ରିମିୟର କରାଯାଇ ଥିଲା । ମଙ୍ଗଳବାର ଏବିଭିପି ତରଫରୁ ଏହାକୁ ନେଇ ଏକ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା।  ଏହି ଫିଲ୍ମର ପ୍ରିମିୟରକୁ ବିରୋଧ କରିଥିଲେ ବାମପନ୍ଥୀ ଛାତ୍ର ସଂଗଠନ। ତେବେ ବିବାଦ ମଧ୍ୟରେ ଏବିଭିପି ଏହି ଫିଲ୍ମର ସ୍କ୍ରିନିଂ ଜେଏନୟୁ ଅଡିଟୋରିୟମରେ କରିଥିଲା। ମେ ୫ ତାରିଖରେ ସୁଦିପ୍ତୋ ସେନ୍‌ଙ୍କ ନର୍ଦ୍ଦେଶିତ 'ଦ କେରଳ ଷ୍ଟୋରୀ' ରିଲିଜ୍ ହେବାକୁ ଯାଉଛି।

ତେବେ ‘ଦି କେରଳ ଷ୍ଟୋରୀ’କୁ ନେଇ ବିବାଦ ଉପୁଜିବାର କାରଣ ହେଲା ଏଥିରେ ଥିବା ତଥ୍ୟ ଭ୍ରମାତ୍ମକ ବୋଲି କୁହାଯାଉଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏହାକୁ ସମାଲୋଚନା କରି ହିଂସା ଉସ୍‌କାଇବା ପାଇଁ ଏଭଳି କରାଯାଇଛି ବୋଲି କହିଛନ୍ତି। ସେହିପରି କଂଗ୍ରେସ ସାଂସଦ ଶଶି ଥରୁର ଫିଲ୍ମକୁ ରାଜ୍ୟକୁ ଭୁଲ୍ ଭାବେ ଚିତ୍ରଣ କରାଯାଇଛି ବୋଲି ସେ କହିଛନ୍ତି। ଫିଲ୍ମକୁ ଅତିରଞ୍ଜିତ କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବିଜେପି କେରଳ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି। ରାଜ୍ୟ ବିଜେପି ଅଧ୍ୟକ୍ଷ କେ. ସୁରେନ୍ଦ୍ରନ କହିଛନ୍ତି ଯେ ପିନରାୟୀ ବିଜୟନ ଦୋମୁହାଁ ନୀତି ଆପଣାନ୍ତି। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତାଙ୍କର ବାକ୍ ସ୍ୱାଧୀନତା ନୀତିକୁ ସମାଲୋଚନା କରିଛି ବିଜେପି। ସୂଚନା ଥାଉକି ଫିଲ୍ମର ନିର୍ଦ୍ଦେଶ ସୁଦିପ୍ତ ସେନ୍ ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ଅମୃତପାଲ। ଏଥିରେ ଅଦାହ ଶର୍ମା, ଯୋଗୀତା ବିହାନୀ, ସିଦ୍ଧି ଇନ୍ଦାନୀ ଓ ସୋନିଆ ବଲୱାନୀ ରହିଛନ୍ତି। ଅନ୍ୟପଟେ ଫିଲ୍ମ କେନ୍ଦ୍ର ଫିଲ୍ମ ପ୍ରମାଣନ ବୋର୍ଡ ପକ୍ଷରୁ ଗ୍ରେଡ୍ ‘ଏ’ ସାର୍ଟିଫିକେଟ୍ ମିଳିଥିବା ବେଳେ ଏହାର ୧୦ଟା ସିନକୁ କାଟି ଦେଇଛି ସେନ୍ସର ବୋର୍ଡ।

ଫିଲ୍ମ ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି , ଫିଲ୍ମ କରିବା ପୂର୍ବରୁ ପ୍ରଥମେ ମୁଁ ଖୁବ୍‌ ରିସର୍ଚ୍ଚ କରିଛି। ଏହା ରାଜ୍ୟ ବିରୋଧରେ ନୁହେଁ , ଆତଙ୍କବାଦ ବିରୋଧରେ। ସେନ୍‌ କହିଛନ୍ତି , ମୁଁ ମାସ ମାସର ରିସର୍ଚ୍ଚ ପରେ ଏହି ଗୁରୁତର ବିଷୟ ଉପରେ ଫିଲ୍ମ କରିଛି। 

କଂଗ୍ରେସ ନେତାଙ୍କ ଘରେ ଆୟକର ଚଢାଉ । ଗଛ କୋରଡ଼ରେ ଲୁଚାଇ ରଖିଥିଲେ ନଗଦ ୧ କୋଟି ଟଙ୍କା


ମହୀଶୂର,ଆୟକର ବିଭାଗାର ଅଧିକାରୀମାନେ ଆଜି କଂଗ୍ରେସର ଜଣେ ନେତାଙ୍କ ଭାଇଙ୍କ ଠିକଣାରେ ରେଡ୍‌ କରିଥିଲେ। ଏହି ସମୟରେ ତାଙ୍କ ବାସଭବନର ବଗିଚାରେ ଥିବା ଗୋଟିଏ ଗଛର କୋରଡ଼ରେ ଲୁଚାଇ ରଖାଯାଇଥିବା ନଗଦ ୧ କୋଟି ଟଙ୍କା ମିଳିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାରୁ ଏପରି ଘଟଣା ସାମ୍ନାକୁ ଆସିଛି। ଆୟକର ଅଧିକାରୀମାନେ ଆଜି ମହୀଶୂରରେ ଥିବା ସୁବ୍ରମଣିଅନ ରାୟଙ୍କ ଘରେ ରେଡ୍‌ କରିଥିଲେ। ସୁବ୍ରମଣିଅନ ହେଉଛନ୍ତି କଂଗ୍ରେସ ନେତା ଅଶୋକ କୁମାର ରାୟଙ୍କ ଭାଇ। ଅଶୋକ ମେ’୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେ ପୁଟ୍ଟୁର ଆସନରୁ ନିର୍ବାଚନ ଲଢ଼ିବାକୁ ଜୋରଦାର ପ୍ରଚାର କରୁଛନ୍ତି।

ଏସବୁ ଭିତରେ ଆଜି ଆୟକର ବିଭାଗ ହଠାତ୍‌ ତାଙ୍କ ଭାଇଙ୍କ ଘରେ ପହଞ୍ଚି ଛାନଭିନ କରିଥିଲେ। ଘରୁ କିଛି ମିଳି ନଥିଲା। ହେଲେ ଘରର ବଗିଚାରେ ଥିବା ଗୋଟିଏ ଗଛରୁ ନଗଦ ୧ କୋଟି ଟଙ୍କା ମିଳିଛି। ଏହି ଟଙ୍କାକୁ ଗୋଟିଏ ବ୍ୟାଗ୍‌ରେ ଭର୍ତ୍ତି ବେଶ ଯୋଜନାବଦ୍ଧ ଭାବେ ଗଛର କୋରଡ଼ରେ ଲୁଚାଇ ରଖାଯାଇଥିଲା। ଏହାକୁ ଅଧିକାରୀମାନେ ଠାବ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ୍‌ ଓ ଆୟକର ବିଭାଗର ଅଧିକାରୀମାନେ ନିୟମିତ ବିଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି। ଇତି ମଧ୍ୟରେ ମୋଟ ୧୧୦ କୋଟି ଟଙ୍କା ବିଭିନ୍ନ ସ୍ଥାନରୁ ଜବତ ହୋଇ ସାରିଲାଣି। ସେହିପରି ୨୩୪୬ଟି ଏଫଆଇଅର ମଧ୍ୟ ରୁଜୁ କରାଯାଇଛି। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟିଂ ହେବ। ସେହିପରି ୧୩ ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ The Kerala Story  ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ


ନୂଆଦିଲ୍ଲୀ,ବିବାଦରେ ଥିବା କେରଳା ଷ୍ଟୋରୀ ଫିଲ୍ମ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଏକାଧିକ ଭାଷାରେ ରିଲିଜ୍‌ ହେବାକୁ ଥିବା କେରଳା ଷ୍ଟୋରୀରେ ଘୃଣା ସୃଷ୍ଟିକାରୀ ବୟାନ ରହିଛି। ଏହା ଅଡିଓ ଭିଜୁଆଲରେ କରାଯାଉଥିବା ଅପପ୍ରଚାରର ଅଂଶବିଶେଷ ବୋଲି ଦାବି କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ସୁପ୍ରିମକୋର୍ଟ କେରଳା ଷ୍ଟୋରୀ ରିଲିଜ  ହେବା ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଅନ୍ୟ ପକ୍ଷରେ ସେନସର ବୋର୍ଡ ମଧ୍ୟ ଫିଲ୍ମକୁ ଏ ସାର୍ଟିଫିକେଟ ପ୍ରଦାନ କରି ପାସ କରି ଦେଇଛି ।  କେରଳା ଷ୍ଟୋରୀ କେରଳର ସେହି ଝିଅ ମାନଙ୍କର ବାସ୍ତବିକ କାହାଣୀ ଉପରେ ଆଧାରିତ ଯେଉଁ ମାନେ ମିଛ ପ୍ରେମ ଓ ଇସଲାମୀ ଧର୍ମାନ୍ତରୀକରଣ ଜାଲରେ ଫସା ଯାଇ ଆଇଏସଆଇଏସର ଆତଙ୍କବାଦୀ ମାନଙ୍କ ପାଇଁ ସେକ୍ସ ସ୍ଲେଭ କରାଯାଇଛି ।  

ସୁପ୍ରିମକୋର୍ଟରେ ଏହି ସିନେମା ଉପରେ ରୋକ ଲଗାଇବାକୁ ଏକ ଇଣ୍ଟରଲକ୍ୟୁଟାରୀ ଆପ୍ଲିକେସନ ଦାଖଲ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏହା ଉପରେ ଶୁଣାଣି କରିବାକୁ ଆଦୌ  ଆଗ୍ରହ ଦେଖାଇ ନ ଥିଲେ । ଜଷ୍ଟିସ କେ ଏମ ଜୋସେଫ ଓ ଜଷ୍ଟିସ ବିଭି ନାଗରତ୍ନଙ୍କ ପୀଠରେ ଏହାର ଉଲ୍ଲେଖ କରାଯାଇଥିଲା। ହେଟ ସ୍ପିଚ ସମ୍ପର୍କିତ ଅପରାଧକୁ ନେଇ ସୁପ୍ରିମକୋର୍ଟରେ ଏକ ପେଣ୍ଡିଂ ରିଟ ପିଟିସନ ଦାଖଲ କରାଯାଇଛି । ଏଥିରେ ଏହି  ଇଣ୍ଟରଲକ୍ୟୁଟାରୀ ଆପ୍ଲିକେସନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ କହିଥିଲେ ଯେ ଏହା ଜରିଆରେ କୌଣସି ଫିଲ୍ମର ରିଲିଜକୁ ଚ୍ୟାଲେଞ୍ଜ କରିବା ଠିକ ଉପାୟ ନୁହେଁ । 

ଓକିଲ ନିଜାମ ପାଶା ଏହା ଉପରେ ତୁରନ୍ତ ଶୁଣାଣି କରାଯାଉ ବୋଲି ଦାବି କରିଥିଲେ । ସେ ଏହାକୁ ହେଟ ସ୍ପିଚର ଘଟଣା ବୋଲି କହି ଥିଲେ । ସେ ଏହାକୁ ଅଡିଓ ଭିଜୁଆଲ ହେଟ ପ୍ରପାଗଣ୍ଡା ବୋଲି କହିଥିଲେ। ଏହାର ଉତ୍ତରରେ ଜଜ ପ୍ରଶ୍ନ କରିଥିଲେ ଯେ ଏହି ପ୍ରସଙ୍ଗକୁ ହାଇକୋର୍ଟରେ କାହିଁକି ଉଠାଯାଇପାରିବ ନାହିଁ ।ସମସ୍ତ ପ୍ରକ୍ରିୟା ସୁପ୍ରିମକୋର୍ଟରେ ହିଁ କାହିଁକି ଆରମ୍ଭ ହେବ । ଓକିଲ କପିଲ ସିବଲ ଟ୍ରେଲରର ଟ୍ରାନସକ୍ରିପ୍ଟ ପଢିବାକୁ ଦାବି କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ଏହି ଫିଲ୍ମକୁ ସେନସର ବୋର୍ଡ ସାର୍ଟିଫାୟ କରି ସାରିଛି । ତେଣୁ ଏହା ଉପରେ ଏକ ପିଟିସନ ଦାଖଲ କରି ଶୁଣାଣୀ ପାଇଁ ଦାବି କରାଯାଇ ପାରିଥାନ୍ତା । କପିଲ ଶିବଲ ବାରମ୍ବାର ଦଲିଲ ଦେଉଥିଲେ ଯେ ଫିଲ୍ମକୁ ରିଲିଜ ହେବା ପାଇଁ ଖୁବ କମ ସମୟ ବଳିଛି। ସେ ଏହାକୁ ମୁଖ୍ୟ ବିଚାରପତିଙ୍କ ନିକଟରେ ପିଟିସନ ଫାଇଲ କରି ତ୍ୱରିତ ଶୁଣାଣୀ ପାଇଁ ଦାବି କରିବେ । 

ଜବାବରେ ଶିବଲ କହିଥିଲେ, ଆମେ ଯାହା ବି ଦରକାର ସବୁ କିଛି କରିବୁ। ଜଷ୍ଟିସ ନାଗରତ୍ନା କହିଥିଲେ, ଆବେଦନକାରୀ ପ୍ରଥମେ ହାଇକୋର୍ଟ ଯିବାର ଥିଲା। ଓକିଲ ନିଜାମ କହିଥିଲେ, ଏଥିପାଇଁ ଆଦୌ ସମୟ ନାହିଁ। କାରଣ ସିନେମା ୫ ତାରିଖରେ ରିଲିଜ ହେବାକୁ ଯାଉଛି। ଖଣ୍ଡପୀଠ ପୁଣି କହିଥିଲେ, ଏହା କୌଣସି ପଡ଼ିଆ ନୁହେଁ। ନଚେତ୍ ସମସ୍ତେ ସୁପ୍ରିମକୋର୍ଟ ଆସିବା ଆରମ୍ଭ କରିଦେବେ। ଏହାପରେ କୋର୍ଟ ଫିଲ୍ମର ରିଲିଜ୍‌ ଉପରେ ରୋକ ଲାଗିପାରିବ ନାହିଁ ବୋଲି କହିଛନ୍ତି। ଗତବର୍ଷ ନଭେମ୍ବରରେ ଟିଜର ରିଲିଜ ହେବା ଦିନଠାରୁ କେରଳା ଷ୍ଟୋରୀ ବିବାଦ ମଧ୍ୟରେ ରହିଆସିଛି। ଏଥିରେ କୁହାଯାଇଥିଲା ଯେ କେରଳରୁ ୩୨ ହଜାର ଝିଅ ନିଖୋଜ ହେବା ପଛର କାରଣ ଜଣାପଡ଼ିଯାଇଛି। ଏହି ଫିଲ୍ମ କହିଛି ଯେ କେରଳରୁ ଯେଉଁ ୩୨ ହଜାର ଯୁବତୀ ନିଖୋଜ ହୋଇଥିଲେ ସେମାନେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍‌)ରେ ସାମିଲ ହୋଇଥିଲେ। ଏହାକୁ ନେଇ ଦେଖାଦେଇଥିଲା ବିବାଦ। ଆଉ ଉଠିଥିଲା ଅନେକ ପ୍ରଶ୍ନ।

ଅନ୍ୟପକ୍ଷରେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସେନସର ବୋର୍ଡ କିଛି ପରିବର୍ତ୍ତନ ସହ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦେଇଛନ୍ତି । ଏକ ଦୃଶ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଏକ ମୁସଲମାନ ଚରିତ୍ର ଦେଇଥିବା ମନ୍ତବ୍ୟକୁ ହଟା ଯାଇଛି । ଭାରତୀୟ କମ୍ୟୁନିଷ୍ଟ ମାନଙ୍କର ଦୋହରା ଚରିତ୍ର ସମ୍ପର୍କରେ କୁହାଯାଉଥିବା ଏକ ସଂଳାପରୁ ଭାରତୀୟ ଶବ୍ଦକୁ ହଟା ଯାଇଛି । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଚ୍ୟୁତାନନ୍ଦନ କେରଳକୁ ଇସଲାମୀ ଷ୍ଟେଟ କରାଯିବା ସମ୍ପର୍କିତ ଭବିଷ୍ୟତବାଣୀର ଟିଭି ଇଣ୍ଟରଭ୍ୟୁକୁ ଫିଲ୍ମରୁ ହଟାଇ ଦିଆଯାଇଛି । ସେନସର ବୋର୍ଡ ମୋଟ 10ଟି ସିନକୁ ହଟାଇ ଫିଲ୍ମକୁ ରିଲିଜ କରିବାକୁ ଅନୁମତି ଦେଇଛନ୍ତି।

କେରଳରେ ଏହି ସିନେମାକୁ ବ୍ୟାନ କରିବାକୁ ଦାବି ହୋଇଛି। ଉଭୟ କେରଳ ସରକାର ଓ ବିରୋଧୀ ଦଳଗୁଡ଼ିକ ଏହି ଫିଲ୍ମକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ କେରଳର ମୁସଲିମ ୟୁଥ ଲିଗ କହିଛି ଯେ ଯଦି କେହି ପ୍ରମାଣ କରି ଦେବେ ଯେ ଆଇଏସ୍ ରାଜ୍ୟର ୩୨ ହଜାର ଯୁବତୀଙ୍କୁ ନେଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇଛି, ତା’ହେଲେ ତାଙ୍କୁ କୋଟିଏ ଟଙ୍କାର ପୁରସ୍କାର ଦିଆଯିବ। 
Powered by Blogger.
Javascript DisablePlease Enable Javascript To See All Widget