August 2020

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ।

ଭୁବନେଶ୍ଵର ; ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ରାଜନୈତିଜ୍ଞ ଭାରତରତ୍ନ ପ୍ରଣବ ମୁଖାଁଜୀଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ପ୍ରଣବଙ୍କ ମୃତ୍ୟୁରେ ଦେଶ ଜଣେ ଅମୂଲ୍ୟ ସନ୍ତାନଙ୍କୁ ହରାଇଲା ବୋଲି ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ବିଗତ ୫୦ ବର୍ଷ ଧରି ଆମ ଦେଶକୁ ବିଭିନ୍ନ ଦିଗରେ ଦିଗ୍‌ଦର୍ଶନ ଦେଇଆସୁଥିବା ପ୍ରିୟ ପ୍ରଣବଦା ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଋଲିଯାଇଛନ୍ତି । ଦିଲ୍ଲୀରେ ଏକ ହସ୍‌ପିଟାଲରେ ଚିକିତ୍ସିତ ହେଉଥୁବା ବେଳେ ଆଜି ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତ ଖବର ଶୁଣି କଂଗ୍ରେସ ଶୁଭେଚ୍ଛୁଙ୍କ ସମେତ ସମଗ୍ର ବିଶ୍ଵରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସ୍ଵର୍ଗତ ମୁଖାଜୀଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ଜିଲ୍ଲା ବିଜେପି : ବାବୁ ସିଂ

ଭୁବନେଶ୍ୱର : ରାଜ୍ୟର ସବୁଠୁ ବଡ ପୌରସଂସ୍ଥା ଭୁବନେଶ୍ବର ମହାନଗର ନିଗମର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ଵାୟତ ଶାସନ ଦିବସକୁ କଳା ଦିବସ ଭାବେ ପାଳନ କଲା ଭୁବନେଶ୍ୱର ଜିଲ୍ଲା ବିଜେପି । ରାଜଧାନୀବାସୀଙ୍କ ଠାରୁ ଅଧିକ ରାଜସ୍ୱ ପାଉଥିବା ମହାନଗର ନିଗମ କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି । ଦେଶର ପ୍ରଥମ ସ୍ମାର୍ଟସିଟିର ମାନ୍ୟତା ଭୁବନେଶ୍ବରକୁ ମିଳିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ କାର୍ଯ୍ୟ ମହାନଗର ନିଗମ ପକ୍ଷରୁ କରାଯାଇନାହିଁ । ସେହିପରି ଦୁଇ ବର୍ଷ ତଳେ ରାଜଧାନୀକୁ ସଂପୂର୍ଣ୍ଣଭାବେ ୱାଇଫାଇ କରାଯିବା, ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା, ରାସ୍ତା କଡରୁ ଜବଲଦଖଲ ଉଠାଇବା, ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ସେମାନଙ୍କୁ ପକ୍କା ଘର ଯୋଗାଇବା କଥା କହିଥିବା ମହାନଗର ନିଗମ କୌଣସି ପ୍ରତିଶୃତି ପାଳନ କରିନାହିଁ ବୋଲି ଭୁବନେଶ୍ଵର ଜିଲ୍ଲା ବିଜେପି ସଭାପତି ଶ୍ରୀ ବାବୁ ସିଂ ଅଭିଯୋଗ କରିଛନ୍ତି । 

ରାଜଧାନୀରେ ଟିକିଏ ବର୍ଷା ହେଲା ରାସ୍ତା ଉପରେ ୩ ରୁ ୫ ଫୁଟ ଉଚ୍ଚରେ ପାଣି ଚାଲୁଛି । ସ୍ୱରେଜ ଟ୍ରିଟମେଣ୍ଟ କାମ ବର୍ଷ ବର୍ଷ ଧରି ସରୁନାହିଁ । ଡ୍ରେନେଜ ସମସ୍ୟା ଅତି ଭୟଙ୍କର ସ୍ଥିତିରେ ରହିଛି । ରାସ୍ତା କଡ ଖୋଳାଯାଇ ବିଭିନ୍ନ ଫାଇବର କେବୁଲ ବିଛାହେବା ପରେ ସେ ଖାତରେ ମାଟି ପଡୁନାହିଁ । ବିଶେଷ କରି ବର୍ଷାଦିନେ ରାଜଧାନୀ ଜଳମଗ୍ନ ହେଉଥିବାରୁ ପୋତା ହୋଇନଥିବା ଖାଲ,ଖୋଲା ଡ୍ରେନରେ ଅନେକ ଲୋକ ପଡି ମୃତ୍ୟୁ ବରଣ କରୁଛନ୍ତି ଏବଂ କିଛି ଲୋକ ଆହତ ହେଉଛନ୍ତି । ଏନେଇ ମହାନଗର ନିଗମ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ । ପରିମଳ ବ୍ୟବସ୍ଥା ପୂରା ଫେଲ୍ ମାରିବା ସହ ସଲିଡ ୱେଷ୍ଟ ମ୍ୟାନେଜମେଟ ଏବଂ ଲିକ୍ୟୁଇଡ ୱେଷ୍ଟ ମ୍ୟାନେଜମେଟ ଫେଲ୍ ମାରିଛି । ଦୟା ୱେଷ୍ଟ କେନାଲ ମଶାଙ୍କ ଉତ୍ପତିସ୍ଥଳ ପାଲଟିଛି । ରାଜଧାନୀରେ ଥିବା ବହୁ ପୁରାତନ ପୁଷ୍କରଣୀ ଗୁଡିକର ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନକୁ ହଡପ କରାଯାଇଛି । କେନ୍ଦ୍ର ସରକାର ସ୍ମାର୍ଟସିଟି ଯୋଜନାରେ ବ୍ୟାପକ ଅର୍ଥ ପ୍ରଦାନ କରୁଥିବାବେଳେ ମହାନଗର ନିଗମ କୌଣସି କାର୍ଯ୍ୟ ନକରି ଏହାକୁ ଆତ୍ମସାତ୍ କରୁଛି ବୋଲି ଶ୍ରୀ ସିଂ ଅଭିଯୋଗ କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ ।

ଭୁବନେଶ୍ଵର : ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦକ୍ଷ ଏବଂ ଜନପ୍ରିୟ ରାଜନେତା ଥିଲେ । ସେ ଭାରତ ରାଜନୀତିରେ ପାଂଚ ଦଶନ୍ଧି ଧରି ସକ୍ରିୟ ଥିଲେ । ସ୍ୱର୍ଗତଃ ମୁଖାର୍ଜୀ ୨୦୧୨ ରୁ ୨୦୧୭ ଯାଏ ଦେଶର ୧୩ ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ । ରାଷ୍ଟ୍ରପତି ହେବା ପୂର୍ବରୁ ସେ କେନ୍ଦ୍ରସରକାରରେ ପ୍ରତିରକ୍ଷା, ବୈଦେଶିକ ଏବଂ ଅର୍ଥମନ୍ତ୍ରୀ ଭାବେ ଦାୟୀତ୍ବ ତୁଲାଇଥିଲେ । 

ତୃଣମୂଳସ୍ତରରେ ସେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି । ଦେଶ ହିତରେ ସେ ଅନେକ ବୈପ୍ଳବିକ ପରିବର୍ତନ ଆଣିଥିଲେ । ରାଜନୈତିକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ଦୀର୍ଘଦିନ ଧରି ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ସେ ଆର୍ମର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଚିକିସ୍ଥିତ ହେଉଥିଲେ । ମୃତ୍ୟୁବେଳକୁ ସ୍ବର୍ଗତଃ ମୁଖାର୍ଜୀଙ୍କୁ ୮୪ ବର୍ଷ ହୋଇଥିଲା । ସ୍ୱର୍ଗତଃ ମୁଖାର୍ଜୀଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଗସ୍ତ କରି ବନ୍ୟାଳ ସ୍ଥିତି ଅନୁଧ୍ୟାନ କଲେ ବିଜେପି ରାଜ୍ୟ ସଭାପତି ।

ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକା ରହିଛି । ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକରେ ବନ୍ୟା ଜଳ ମାଡିଯିବାରୁ ହଜାର ହଜାର ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଂଚାୟତ ଗସ୍ତ କରି ବନ୍ୟାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀ ମହାନ୍ତି ଡଙ୍ଗାରେ ବାଲିଚନ୍ଦନପୁର ବ୍ଲକର ବିଭିନ୍ନ ଫଚାୟତ ବୁଲି ବନ୍ୟା ପ୍ରପୀଡିତ ଲୋକଙ୍କ ସମସ୍ୟା ପଚାରି ବୁଝିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ରିଲିଫ ସାମଗ୍ରୀ ସେମାନଙ୍କ ପାଖରେ ପହଂଚାଇବା ପାଇଁ ଦାବୀ କରିଛନ୍ତି । ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । 

ଲୋକମାନଙ୍କ ପାଖରେ ପ୍ରଶାସନ ପହଂଚି ନଥିବାରୁ ଗୋପାଳପୁର ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଅଛନ୍ତି । କିଛି ମାଟି ଘର ଭାଙ୍ଗି ଯାଇଛି । ଲୋକଙ୍କ ପାଖରେ ପିଇବା ପାଣି, ଶୁଖିଲା ଖାଦ୍ୟ, ଔଷଧ ମହଜୁଦ୍ ନାହିଁ । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ଏବଂ ଗୃହପାଳିତ ପଶୁମାନଙ୍କ ପାଖରେ ଗୋ ଖାଦ୍ୟ ପହଂଚି ନାହିଁ । ବନ୍ୟା ଜଳ ନିଷ୍କାସନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ବନ୍ୟାର ୪ ଦିନ ପରେ ବି ପ୍ରଶାସନର କୌଣସି ଅଧିକାରୀ ଏହି ଅଂଚଳକୁ ଆସିନାହାଁନ୍ତି । ପୂର୍ବରୁ ରାଜ୍ୟସରକାର ବନ୍ୟା ହେବା ନେଇ କୌଣସି ପ୍ରକାର ସୂଚନା ଦେଇନଥିଲେ । ବନ୍ୟା ପୂର୍ବରୁ ନଦୀ ବନ୍ଧ ସୁରକ୍ଷିତ । ଅଛି ବୋଲି ସରକାର ଲୋକଙ୍କୁ ଆଶ୍ୱସ୍ତ କରିଥିଲେ । ଏହା ସତ୍ତ୍ୱେ ଜିଲ୍ଲାରେ ୩୦ଟି ଘାଇ କିପରି ସୃଷ୍ଟି ହେଲା ? ଖୋଦ୍ ଜିଲ୍ଲାପାଳ ଗୋଟିଏ ଘାଇ ମନୁଷ୍ୟକୃତ ବୋଲି କହିବାରୁ ସ୍ପଷ୍ଟ ଜଣାପଡୁଛି କି, ରାଜ୍ୟସରକାର କିମ୍ବା ଜିଲ୍ଲାପ୍ରଶାସନ ବନ୍ୟା ନେଇ କୌଣସି ପ୍ରକାରର ପ୍ରସ୍ତୁତି ନଥିଲେ । ଜିଲ୍ଲାର ହଜାର ହଜାର ହେକ୍ଟର ଫସଲ ସଂପୂର୍ଷ ଭାବେ ନଷ୍ଟ ହୋଇଛି । 

ଦୁର୍ବଳ ନଦୀବନ୍ଧର ସୁଦୃଢୀକରଣ ନାଁରେ ନିମ୍ନମାନର ବନ୍ଧ କାମ କରାଯାଇଛି । ନିମ୍ନମାନର କାମ ଯୋଗୁଁ ବନ୍ଧରେ ଘାଇ ହୋଇଛି । ଏହି ବନ୍ୟା ମନୁଷ୍ୟକୃତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଜଳମଗ୍ନ ହୋଇଥିବା ଅଂଚଳରେ ଜିଲ୍ଲା ପ୍ରଶାସନ ପହଂଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ । ପହଂଚାଇବାର ବ୍ୟବସ୍ଥା କରିବା ସହ କ୍ଷୟକ୍ଷତି ଫସଲର ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି । ପୂର୍ବରୁ ବନ୍ୟା ବିପତି ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଥିଲେ ।ଏହି ପ୍ରତିନିଧୀ ଦଳ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ,ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ପବିତ୍ର ଦାସ ପ୍ରମୁଖ ସାମିଲ ଥିଲେ ।

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଶୋକ।

ଭୁବନେଶ୍ବର : ଭାରତର ପୂର୍ବତନ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଅଭିଜ୍ଞ ରାଜନେତା ଭାରତର ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକବ୍ୟକ୍ତ କରିଛନ୍ତି ।ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ୬୦ ବର୍ଷରୁ ଊଦ୍ଧ ସମୟ ଧରି ପ୍ରତ୍ୟକ୍ଷ ରାଜନୀତିରେ ସକ୍ରିୟ ଥିବା ଶ୍ରୀ ମୁଖାର୍ଜୀ ଭାରତର ରାଷ୍ଟ୍ରପତି ପଦ ମଣ୍ଡନ କରିବାର ଗୌରବ ଅର୍ଜନ କରିଥିଲେ । 

ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଭାବେ ତାଙ୍କର ପ୍ରଚଣ୍ଡ ଜ୍ଞାନ, ମେଧା, ଅଭିଜ୍ଞତା ଏବଂ ଦୂରଦୃଷ୍ଟିସଂପନ୍ନ ଚିନ୍ତାଧାରା ଫଳରେ ସେ ଜଣେ ଚିନ୍ତାଶୀଳ ନୀତିନିଦ୍ଧାରକ ଭାବେ ସ୍ଵତନ୍ତ୍ର ସ୍ଥାନର ଅଧୁକାରୀ ହୋଇପାରିଥିଲେ । ଉଚ୍ଚତର ସଂସଦୀୟ ପରମ୍ପରାର ବାହକ ଭାବେ ସେ ସଦାସର୍ବଦା ନୂତନ ପିଢ଼ିର ରାଜନେତାମାନଙ୍କ ମାର୍ଗଦର୍ଶନ କରୁଥିବେ । ତାଙ୍କର ପରଲୋକ ସହିତ ଏକ ମହାନ୍ ଯୁଗର ଅବସାନ ଘଟିଛି । ମନ୍ତ୍ରୀ ଶ୍ରୀମତୀ ସାହୁ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଏବଂ ନିୟମାନୁଯାୟୀ ଅନ୍ୟ ସହାୟତା ।

ଭୁବନେଶ୍ବର ; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ । ସେଠାରୁ ଫେରିବା ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି , ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ଅନେକ ଗାଁରେ ବନ୍ୟା ଜଳ ପଶି ଥିବା ବେଳେ ଅନେକ ଚାଷଜମି ଜଗମଗ୍ନ ଅବସ୍ଥାରେ ଅଛି । ଘର ଭାଙ୍ଗିବା ସହ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ଛୋଟ ବନ୍ଧ ଭାଙ୍ଗିଛି । ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, NDRF. ଅଗ୍ନିଶମ, SRC ଓ ସ୍ଥାନୀୟ ନାଉରୀଆମାନେ ସର୍ବୋପରି ସ୍ଥାନୀୟ ଲୋକମାନେ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ, ସରକାରୀ କର୍ମଚାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଚାଲିଛନ୍ତି । 

ଜଳସଂପଦ ବିଭାଗର ତତ୍ପରତା ଯୋଗୁଁ ଅନେକ ବନ୍ଧକୁ ରକ୍ଷା କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ । ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ । ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟାଦୁର୍ଗତ ମାନଙ୍କୁ ନିବେଦନ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ବନ୍ୟାଜନିତ ଲୋକଙ୍କ ଦୁର୍ଦ୍ଦଶା ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିମ୍ନୋକ୍ତ ଜରୁରୀ ସହାୟତା ଘୋଷଣା କରିଛନ୍ତି ।

(୧) ବନ୍ୟା ଯୋଗୁଁ ସ୍ଥାନାନ୍ତରିତ ସବୁ ଲୋକଙ୍କୁ ଆଶ୍ରୟସ୍ଥଳରେ ସେମାନେ ଥିବା । ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ/ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ।
(9) ଗୁରୁତର ଭାବରେ କ୍ଷତିଗ୍ରସ୍ତୁ/ଜଳମଗ୍ନ ଗ୍ରାମର ପରିବାରବର୍ଗରୁ ୫୦ କେଜି । ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।
(୩) ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ ।
(୪) SDRF ନିୟମ ଅନୁଯୋୟୀ ଘରଭଙ୍ଗା ସହାୟତା ଦିଆଯିବ । ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ।
(୫) SDRF ନିୟମ ଅନୁଯାୟୀ କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ । 
(୬) SDRF ନିୟମ ଅନୁଯାୟୀ ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଦିଆଯିବ । 
(୭) କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟୀକାକରଣ ସୁବିଧା ମିଳିବ ।
(୮) କ୍ଷତିଗ୍ରସ୍ତ ଅଞ୍ଚଳରେ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ । ଅନ୍ୟ ସମସ୍ତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ SDRF ନିୟମ ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ । ସମୀକ୍ଷାରୁ ଜଣାଯାଇଛି ଯେ ସଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି । ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ ବୋଲି ବୈଠକରେ ଆଶାପ୍ରକାଶ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ ।

ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା ଦେଶଦ୍ରୋହୀ କାର୍ଯ୍ୟ । ମାମୁଁ ଭଣଜା ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ ଚାଲିଛି ବିରାଟ ଷଡଯନ୍ତ୍ର ।

ଭୁବନେଶ୍ଵର : ଦ୍ଵାପର ଯୁଗରେ ମାମୁଁ ଭଣଜା ଯୋଡି ଯେପରି ମହାଭାରତ ଯୁଦ୍ଧର ରଚନା କରିଥିଲେ । ଠିକ୍ ସେହିପରି ଯାଜପୁର ଜିଲ୍ଲାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁଁ ନରେନ ଜେନା ଓରଫ ବାଦଲ ଜେନା ଷଡଯନ୍ତ୍ର କରି ରାଜସ୍ବ ଅର୍ଥକୁ ହରିଲୁଟ୍ କରିବା ପାଇଁ ବିଧିବନ୍ଧ ଯୋଜନା ଆପଣାଇଛନ୍ତି । ବିଜେଡି ଶାସନରେ ଏହି ମାମୁଁ ଭଣଜା ଯୋଡି ଡିନାମାଇଟ ଲଗାଇ କେଲୁଆ ନଦୀ ବନ୍ଧ ଭାଙ୍ଗି ଲକ୍ଷାଧିକ ଜୀବନକୁ ବିପଦ ମୁହଁକୁ ଠେଲିଦେଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲାଗଇ ୩୦୦ ଫୁଟର କୃତ୍ରିମ ଘାଇ କରିବାରେ ମାମୁଁ ଭଣଜାଙ୍କ ହାତ ରହିଛି । ଡିନାମାଇଟ ଲଗାଇ ଘାଇ ସୃଷ୍ଟି କରିବା ଦେଶଦ୍ରୋହୀ କାର୍ଯ୍ୟ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡଃ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସାମନ୍ତସିଂହାର କହିଛନ୍ତି ଯେ, ପୂର୍ବରୁ ଧର୍ମଶାଳାରେ ଡିନାମାଇଟ ଲଗାଇ ଡଙ୍କାରି ପାହାଡରୁ ବେଆଇନ ଭାବେ ଖଣି ଖନନ କରାଯାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଇଛି । ସେହି ଧର୍ମଶାଳାରେ ବିଜେଡି ନେତା ମାନେ ପିଇଓ ସ୍ମିତାରାଣୀଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ । ଆଉ ଏବେ ଧର୍ମଶାଳା ବ୍ଲକରେ କୋତପୁର ପଂଚାୟତର କେଲୁଅ ନଦୀ ବନ୍ଧରେ ଡିନାମାଇଟ ଲଗାଇ କୃତ୍ରିମ ଘାଇ ସୃଷ୍ଟି କରିଛନ୍ତି । ଏବେ ଘାଇ ସୃଷ୍ଟି ହେବାଫଳରେ ୬୭ଟି ଗାଁ ଜଳମଗ୍ନ ହୋଇଛି । ୫ ହଜାରରୁ ଉର୍ଦ୍ଧ୍ବ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ଏହି ଘାଇ ମନୁଷ୍ୟକୃତ ବୋଲି ଯାଜପୁର ଜିଲ୍ଲାପାଳ ଏବଂ ମୁଖ୍ୟ ଶାସନ ସଚିବ ମଧ୍ୟ ସ୍ୱୀକାର କରିଛନ୍ତି । କୃତ୍ରିମ ଘାଇ କରାଯାଇଥିବା ରାସ୍ତା ୫ଟି ଫଚାୟତକୁ ସଂଯୋଗ କରୁଥିଲା । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଏହି ରାସ୍ତାକୁ ୨୪.୪୨ କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ଉନ୍ନତିକରଣ କରାଯାଇଥିଲା । 

ଏବେ ପୁଣିଥରେ ରାଜସ୍ବ ଅର୍ଥ ହଡପ ଆଶାରେ ରାତିଅଧିଆ ଡିନାମାଇଟ ଲଗାଇ ବନ୍ଧ ଭଙ୍ଗାଯାଇଛି । ନଦୀର ସ୍ରୋତ କମ୍ ଥିବାବେଳେ ଘାଇ କିପରି ସୃଷ୍ଟି ହେଲା ? ଏଭଳି ଜଘନ୍ୟ ଅପରାଧ ପଛରେ କାହାର ହାତ ରହିଛି ? ଡିନାମାଇଟ ଆସିଲା କେଉଁଠୁ ? କାହା ନିର୍ଦ୍ଦେଶରେ ଏହି ଡିନାମାଇଟ ପକାଇ ଘାଇ କରାଯାଇଛି ତାହାର ବିଧିବଦ୍ଧ ତଦନ୍ତ କରାଯାଉ । କୃତ୍ରିମ ଘାଇ ହୋଇଥିବା ରମାପୁର ଓ ବୃଦ୍ଧଲିଙ୍ଗ ରାସ୍ତା ଆର ଏଣ୍ଡ ବି ଡିଭିଜନ ଅଧୀନରେ ଆସୁଛି, ଯାହାର ଜେ.ଇ ହେଉଛନ୍ତି ଧର୍ମଶାଳା ବିଧାୟକଙ୍କ ନିଜ ମାମୁଁ ନରେନ ଜେନା । ସେ ଜେ.ଇ ୨୦ ବର୍ଷ ଧରି ସେହି ଡିଭିଜନରେ ଥିବା ସତ୍ତ୍ୱେ ତାଙ୍କର ବଦଳି କିମ୍ବା ପଦୋନ୍ନତି ହେଉନାହିଁ । ବିଧାୟକ ଭଣଜାଙ୍କ ଛତ୍ରଛାୟା ତଳେ ମାମୁଁ ଖୁଲମଖୁଲା ବେଆଇନ କାର୍ଯ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ୨୦ ବର୍ଷରେ ଶାସନରେ ବିଜେଡି ଦଳ କୁଜି ନେତା, ପେଟି କଂଟ୍ରାକ୍ଟର ଏବଂ ଅପରାଧିକ ତତ୍ତ୍ୱମାନଙ୍କୁ ସୃଷ୍ଟି କରିଛି । 

ବିଜେଡି ଦଳର ନେତାମାନେ ସରକାରୀ ଅର୍ଥକୁ ଆତ୍ମସାତ କରିବା, କେନ୍ଦ୍ର ଅର୍ଥକୁ ଆତ୍ମସାତ କରି ଲୋକଙ୍କ ପଇସାକୁ ହେରଫେର କରିବା ଆଦି ବେଆଇନ କାର୍ଯ୍ୟକୁ ବ୍ୟାପକ କରାଇଛନ୍ତି । କରଦାତାଙ୍କ ଟିକସ ପଇସାରେ ଶାସକ ଦଳ ବେଆଇନ କାର୍ଯ୍ୟ କରିବାରେ ମାତିଛି । ଅନ୍ୟପଟେ କୃତ୍ରିମ ଘାଇ ସୃଷ୍ଟି ହେବା ପରେ ମୁଖ୍ୟ ଶାସନ ସଚିବ ୨ ଜଣ ଗିରଫ ହୋଇଥିବା କହୁଥିବାବେଳେ ଏପର୍ଯ୍ୟନ୍ତ ଥାନା ଅଧିକାରୀ କେହି ଗିରଫ ହୋଇନଥିବା କଥା ସ୍ପଷ୍ଟ କରିଛନ୍ତି । ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ କାହିଁକି ଏ ଘଟଣାରେ ଚୁପ୍ ରହିଛି ? ମାମୁଁ -ଭଣଜା ଯୋଡିଙ୍କୁ ସୁରକ୍ଷା ଦେବା ପାଇଁ ବିରାଟ ଷଡଯନ୍ତ ଚାଲିଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି । 

ହି ଜଘନ୍ୟ ଷଡଯନ୍ତ ପଛରେ ବିଧାୟକ ଏବଂ ତାଙ୍କ ମାମୁଁଙ୍କର ସଂପୃକ୍ତି ରହିଛି । ସାଧାରଣ ଲୋକଙ୍କ ସଂପତି ଧ୍ୱସଂ କରିବା ୧୯୮୪, ଏକ୍ସପ୍ଲେସିଭ ଆକ୍ଟ ୧୮୮୪, ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ବାଧା ପହଂଚାଇବା ସେଡିସନ ଆକ୍ଟ ୧୮୭୦ ଏବଂ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଟ ଆକ୍ଟ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟସରକାର । ଏହି ଘଟଣାର ତଦନ୍ତ ନ୍ୟାୟପାଳିକାର ଜଣେ ଉଚ୍ଚପଦସ୍ତ ଜଜ୍ ଙ୍କ ଅଧୀନରେ କରାଯାଉ । ବନ୍ୟା ପ୍ରପୀଡିତ ମାନଙ୍କୁ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାରର ସୁବିଧା ଯୋଇଦେବା ପାଇଁ ଡ.ସାମନ୍ତସିଂହାର ଦାବୀ କରିଛନ୍ତି ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପରମ ପୂଜନୀୟ ସରସଂଘଚାଳକ ମୋହନ ଭାଗବତଙ୍କ ଉଦ୍‌ବୋଧନ।

ହିନ୍ଦ ଆଧାର୍ମିକ ସେବା ଫାଉଣ୍ଡେସନ ଦ୍ବାରା ୩୦ ଅଗଷ୍ଟରେ ଆୟୋଜିତ ପରିବେଶ ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆମେ ସମସ୍ତେ ଅଂଶ ଗ୍ରହଣ କରିଛୁ । ପର୍ଯ୍ୟାବରଣ, ଏହି ଶବ୍ଦ ଆଜିକାଲି ବହୁତ ଶୁଣାଯାଏ ଏବଂ କୁହାଯାଏ ମଧ୍ୟ । ଏବଂ ଏହାକୁ ଗୋଟିଏ ଦିନ ପାଳନ କରିବା ପାଇଁ ଏକ କାର୍ଯ୍ୟକ୍ରମ, ଏହା ମଧ୍ୟ ପ୍ରାଚୀନ । ଏହାର କାରଣ ହେଉଛି ବର୍ତମାନ ପର୍ଯ୍ୟନ୍ତ ବିଶ୍ବରେ ଜୀବନ ବଂଚାଇବାର ପ୍ରଣାଳୀ ଥିଲା ଏବଂ ବର୍ତମାନ ମଧ୍ୟ ଅଛି । ବହୁ ପରିମାଣରେ ପ୍ରଚଳିତ, ସେହି ପଦ୍ଧତି ପରିବେଶ ଅନୁକୂଳ ନୁହେଁ । ଏହା ବିଶ୍ୱାସ ସୃଷ୍ଟି କରେ ଯେ ପ୍ରକୃତିକୁ ପରାସ୍ତ କରି ମଣିଷକୁ ବଂଚିବାକୁ ପଡିବ । ସେହି ଉପାୟରେ ପ୍ରକୃତି ମନୁଷ୍ୟର ବ୍ୟବହାର ପାଇଁ, ମଣିଷ ଉପରେ ପ୍ରକୃତିର କୌଣସି ଦାୟିତ୍ବ ନାହିଁ । ମଣିଷର ପ୍ରକୃତି ଉପରେ ସଂପୂର୍ଣ୍ଣ ଅଧୁକାର ଅଛି । ଏହି ପଦ୍ଧତିକୁ ମାନି ଜୀବନ ବଂଚାଇବା ପାଇଁ ଏହା ଏକ ମାର୍ଗ ଅଟେ । ଏବଂ ଆମେ ଗତ ୨୦୦- ୨୫୦ ବର୍ଷ ଧରି ଏହିପରି ଜୀବନ ଯାପନ କରୁଛୁ । ଏହାର ଖରାପ ପ୍ରଭାବ ବା ଦୁଷ୍କରିଣାମ ଏବେ ସାମନାକୁ ଆସୁଛି । ତାହାର ଭୟାବହତା ଏବେ ଦେଖା ଦେଇଛି । 

ଯଦି ଏହିପରି ଚାଲେ ତେବେ ଏହି ସୃଷ୍ଟିରେ ବଂଚି ରହିବା ପାଇଁ କେହି ରହିବେ ନାହିଁ । କିମ୍ବା ଏହା ମଧ୍ୟ ହୋଇପାରେ । ଏହି ଜଗତ ବା ସୃଷ୍ଟି ମଧ୍ୟ ରହିନପାରେ । ତେଣୁ ଏଥିପାଇଁ ମନୁଷ୍ୟ ଏବେ ଚିନ୍ତା କରିବା ଆରମ୍ଭ କରିଦେଇଛି ଏବଂ ଅନୁଭବ କରିଛି ଯେ ପରିବେଶର ସଂରକ୍ଷଣ ଏବଂ ସୁରକ୍ଷା ହେବା ଉଚିତ । ସେଥିପାଇଁ ପର୍ଯ୍ୟାବରଣ ଦିବସ ପାଳନ କରୁଛୁ । କିନ୍ତୁ ଘଟଣା କ୍ରମରେ, ବିଶେଷକରି ୨୦୦୦ ବର୍ଷ ପୁରୁଣା ସମୟରୁ ପ୍ରଚଳିତ ଏବଂ ବିଶେଷ ଭାବରେ ଗତ ୩୦୦ ବର୍ଷ ମଧ୍ୟରେ ଅଧୁକ ବିଚ୍ୟୁତ ହୋଇଥିବା ପଥକୁ ଆମେ ଆପଣେଇଛୁ, ଯାହା ଆଲୋଚନା ପରିସର ଭିତରକୁ ଆସିଛି । କିନ୍ତୁ ଆମ ଭାରତର ମାର୍ଗ ଏକଦମ ଭିନ୍ନ ବା ବହୁତ ଅଲଗା। ଆମର ପୂର୍ବ ପୁରୁଷମାନେ ପ୍ରକୃତିର ପୂର୍ଣ୍ଣତାରେ ଅସ୍ତିତ୍ଵର ସତ୍ୟକୁ ବୁଝିଥିଲେ । ଏବଂ ସେବେ ଠାରୁ ସେ ବୁଝା ଯାଇଥିଲା ଯେ, ଆମେ ମଧ୍ୟ ସମଗ୍ର ପ୍ରକୃତିର ଏକ ଅଂଶ ଯେପରି ଶରୀରରେ ସମସ୍ତ ଅଙ୍ଗ ଶରୀରରେ କାମ କରେ, ସେତେବେଳେ ଶରୀର ମଧ୍ୟ ଗତିକରେ । ଏବଂ ଯେପର୍ଯ୍ୟନ୍ତ ଶରୀର ଚାଲୁଥାଏ, ସେପର୍ଯ୍ୟନ୍ତ ଶରୀରର କେତେକ ଅଙ୍ଗ ଗତି କରୁଥାଏ । 

ଶରୀରରେ ପ୍ରାଣ ବା ଜୀବନ ନଥିଲେ ହୃଦୟ ବନ୍ଦ ହୋଇଯାଏ । କିଛି ସମୟ ମଧ୍ୟରେ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦିଏ । ଶେଷରେ ଅନ୍ତନଳୀ ଗୁଡିକର ସ୍ନାୟୁ ବନ୍ଦ ହୋଇଯାଏ । ସମସ୍ତ ଅବୟବ କାମ କରିବା ଛାଡି ଦିଅନ୍ତି ଏବଂ ମୃତ୍ୟୁ ହୋଇଯାଏ । ଶରୀର ଅଙ୍ଗଗୁଡିକର କାର୍ଯ୍ୟ ଉପରେ ନିର୍ଭରଶୀଳ । ଅଙ୍ଗ ଶରୀରରୁ ମିଳୁଥିବା ପ୍ରାଣିକ ଶକ୍ତି ଉପରେ ନିର୍ଭରଶୀଳ । ଏହି ପରସ୍ପର ସମ୍ବନ୍ଧ ସୃଷ୍ଟି ସହିତ ରହିଛି । ଆମେ ଏହାର ଏକ ଅଂଶ । ସୃଷ୍ଟିର ପୋଷଣ ଆମର କର୍ତ୍ତବ୍ୟ । ଆମର ଜୀବନ ବଂଚାଇବା ପାଇଁ ଆମେ ସୃଷ୍ଟିରୁ କିଛି ନେଇଥାଉ, ସୃଷ୍ଟିର ଶୋଷଣ କରୁନାହୁଁ , ସୃଷ୍ଟିର ପୋଷଣ କରିଥାଉ । ଆମର ପୂର୍ବପୁରୁଷମାନେ ଏହି ଜୀବନଶୈଳୀକୁ ବୁଝିଥିଲେ ଏବଂ ଏହାକୁ କେବଳ ଗୋଟିଏ ଦିନ ନୁହେଁ କି ଗୋଟିଏ ଶରୀରରେ ନୁହେଁ । ସମଗ୍ର ଜୀବନରେ ଏହାର ପ୍ରଭାବ ସୃଷ୍ଟି କରିଥିଲେ । ଆମ ଦେଶରେ ଏହା ସ୍ଵାଭାବିକ କୁହାଯାଏ ଯେ ସଂଧ୍ୟା ସମୟରେ ଗଛକୁ ସ୍ପର୍ଶ କର ନାହିଁ, ଗଛ ଗୁଡିକ ଶୋଇ ପଡନ୍ତି । ଗଛର ମଧ୍ୟ ଜୀବନ ଅଛି । ଯାହା ଏହି ବ୍ରହ୍ମାଣ୍ଡର ଏକ ଅଂଶ । ଯେପରି ପଶୁମାନଙ୍କର ନିଜର ରାଜ୍ୟ ଅଛି,(ଏନିମାଲ କିଙ୍ଗଡମ୍ ) ସେହିପରି ଉଭିଦମାନଙ୍କର ପ୍ଲାଟ କିଙ୍ଗଡମ୍ ) ରାଜ୍ୟ ମଧ୍ୟ ଅଛି । 

ଏହି ଆଧୁନିକ ବିଜ୍ଞାନର ଜ୍ଞାନ ଆମ ପାଖକୁ ଆସିବାର ହଜାର ହଜାର ବର୍ଷ ପୂର୍ବରୁ ଆମ ଦେଶର ସାଧାରଣ ଅପାଠୁଆ ବ୍ୟକ୍ତି ମଧ୍ୟ ଜାଣନ୍ତି ଯେ, ସଂଧ୍ୟାରେ ଗଛରୁ ପତ୍ର ଛିଣ୍ଡାଯାଏ ନାହିଁ । ଆମ ଜୀବନ ପ୍ରଣାଳୀରେ କ’ଣ କରିବା, କ’ଣ ରଖୁ ସବୁ ବିଜ୍ଞାନ ଆଧାରିତ । ଆମର ଏଠାରେ ପ୍ରତିଦିନ ପିମ୍ପୁଡିକୁ ଅଟା, ଆମ ଘରେ ଗାଇଙ୍କୁ ଘାସ, କୁକୁରମାନଙ୍କୁ ଶ୍ଵାନବଳି, ପକ୍ଷୀଙ୍କୁ କାକବଳି, କୀଟ ପତଙ୍ଗଙ୍କ ପାଇଁ ବଳି ଏବଂ ଗାଁକୁ କୌଣସି ଅତିଥୁ ଭୋକରେ ଆସିଥିଲେ ତାଙ୍କୁ ଖାଦ୍ୟ, ଏହିପରି ପାଂଚ ବଳି ଦେଲାପରେ ଗୃହସ୍ତ ବା ଘରର ମୁଖୁଆ ଭୋଜନ କରୁଥିଲେ ଏହି ବଳିଦାନ ହିଂସା ନୁହେଁ, ଏହି ବଳିଦାନର ଅର୍ଥ ହେଉଛି ଆମ ଘରର ରନ୍ଧାଖାଦ୍ୟ । ଏହିମାନଙ୍କୁ ଦେବାକୁ ପଡେ । ଏମାନଙ୍କୁ ପୋଷଣ କରିବା ମନୁଷ୍ୟର ଦାୟିତ୍ । ସେମାନଙ୍କର ପୋଷଣ ଦାୟିତ୍ବ ମନୁଷ୍ୟଙ୍କୁ ମିଳିଛି । ଆମେ ଏହି କଥାକୁ ବୁଝିଛୁ ଓ ପାଳନ କରୁଛି । ଏଥିପାଇଁ ଆମର ଏଠାରେ ନଦୀକୁ ପୂଜା କରାଯାଏ । ଗଛଲତା, ତୁଳସୀକୁ ପୂଜା କରାଯାଏ । ଆମର ଏଠାରେ ପର୍ବତକୁ ପୂଜା କରାଯାଏ, ପ୍ରଦକ୍ଷିଣ କରାଯାଏ । ଗାଈଙ୍କୁ ମଧ୍ୟ ପୂଜା କରାଯାଏ, ସାପକୁ ମଧ୍ୟ ପୂଜା କରାଯାଏ । 

ସଂପୂର୍ଣ୍ଣ ବିଶ୍ୱ, ଯାହାକି ଏକ ଚରାଚର ଚୈତନ୍ୟ ବ୍ୟାପ୍ତ, ସେହି ଚୈତନ୍ୟକୁ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଦେଖନ୍ତି, ତାହାକୁ ଶ୍ରଦ୍ଧାର ସହ ଦେଖନ୍ତି, ଆମ୍ବିୟତା ସହିତ ଦେଖନ୍ତି, ତାଙ୍କ ସହିତ ମିତ୍ରତାର ବ୍ୟବହାର କରନ୍ତି ଏବଂ ପରସ୍ପରର ସହଯୋଗରେ ସମସ୍ତଙ୍କ ଜୀବନ ବଂଚନ୍ତି । ଏହା କରିବା ଜୀବନ । ବଂଚିବାର ପଦ୍ଧତି । ଏହା ଥିଲା ଜୀବନର ଏକମାତ୍ର ମାର୍ଗ । ଭଗବତ ଗୀତାରେ କୁହାଯାଇଛି-ପରସ୍ପରକୁ ଭଲପାଅ, ଭଗବାନଙ୍କୁ ଭକ୍ତିକର, ଭଗବାନ ମଧ୍ୟ ତୁମକୁ କଣ କରିବେ । ପାରସ୍ପରିକ ଉତମ ଆଚରଣ ହେତୁ ସୃଷ୍ଟି ଚାଲିଛି । ଏହି ପ୍ରକାର ଆମର ଜୀବନ ଥିଲା । କିନ୍ତୁ ଏହି ଭ୍ରମିତ ପଦ୍ଧତିର ପ୍ରଭାବରେ ପ୍ରଭାବିତ ହୋଇ ସେସବୁକୁ ଭୁଲି ଗଲୁ । ସେଥିପାଇଁ ଆଜି ଆମକୁ ମଧ୍ୟ ଏହାକୁ ପର୍ଯ୍ୟାବରଣ ଦିବସ ଭାବରେ ପାଳନ କରି ମନେ ରଖବାକୁ ପଡ଼ୁଛି । ଏହା ଏକ ଭଲ ବିଷୟ ।ଏହାକୁ ପ୍ରତ୍ୟେକ ଘରେ ମନେ ରଖୁବା ଉଚିତ । ଅଗଷ୍ଟ ୩୦ ତାରିଖରେ ଏହି ବର୍ଷ ଆମେ ଏପରି ସ୍ମୃତିଚାରଣ ଆରମ୍ଭ କରିଛୁ । । ଆମର ଏଠାରେ ନାଗଫଚମୀ ଅଛି । ଏଠାରେ ତୁଳସୀ ବିବାହ ଅଛି । ଏଠାରେ ଗୋବଦ୍ଧନ ପୂଜା ଅଛି । ଆଜିର ପରିପ୍ରେକ୍ଷୀରେ ଏହି ସମସ୍ତ ଦିନ ପାଳନ କରାଯାଏ । ଆମ ସମସ୍ତଙ୍କୁ ଆମ ଜୀବନରେ ଏହି ସଂସ୍କାର ବା ରୀତିନୀତିକୁ ପୁନର୍ଜୀବିତ ଏବଂ ପୁନଃସ୍ଥାପିତ କରିବାକୁ ପଡିବ । 

ଯାହା ଦ୍ଵାରା ନୂତନ ପିଢି ଏହା ଶିବେ,ସେହି ଭାବ ବା ଅନୁଭବ ଶିକ୍ଷା କରିବେ । ଆମେ ମଧ୍ୟ ଏହି ପ୍ରକୃତିର ଉପାଦାନ ଆମକୁ ପ୍ରକୃତିରୁ ପୋଷଣ ପାଇବାକୁ ପଡିବ । ପ୍ରକୃତିକୁ ଜୟ କରିବାକୁ ନୁହେଁ । ପ୍ରକୃତିରୁ ପୋଷଣ ପାଇଁ ଆମକୁ ପ୍ରକୃତିକୁ ଜୀବନ୍ତ ରଖୁବାକୁ ପଡିବ । ଏହି ପ୍ରକାର ଚିନ୍ତା କରି ପରବତୀ ପିଢି ଆଗକୁ ଚାଲିବ । ବିଶେଷ କରି ଗତ ୩୦୦-୩୫୦ ବର୍ଷରେ ଘଟିଥୁବା ତୁଟିକୁ ଆମେ ଆଗାମୀ ୧୦୦-୨୦୦ ବର୍ଷ ମଧ୍ୟରେ ଦୂର କରିବୁ । ଦୁନିଆ ସୁରକ୍ଷିତ ରହିବ, ମାନବଜାତି ସୁରକ୍ଷିତ ରହିବ, ଜୀବନ ସୁନ୍ଦର ହେବ । ଏହି ଦିନଟି ପାଳନ କରିବା ବେଳେ, ଆମେ କେବଳ ମନୋରଂଜନର ଏହି କାର୍ଯ୍ୟକ୍ରମ କରୁଛୁ, ଏପରି ଭାବନା ନରଖ୍, ସମଗ୍ର ସୃଷ୍ଟିକୁ ପୋଷଣ କରିବା, ଆମ ଜୀବନକୁ ସୁନ୍ଦର କରିବା, ସମସ୍ତଙ୍କ ଉନ୍ନତି ପାଇଁ ଆମେ ଏହି କାର୍ଯ୍ୟ କରୁଅଛୁ, ଏହି ଭାବନା ଆମମନରେ ରଖୁବା ଉଚିତ ଏବଂ ଏହି ଦିନର ବାର୍ତ୍ତାକୁ ଆମ ଜୀବନର ଛୋଟ ଛୋଟ କଥାର ବିଚାର କରିବା । ବେଳେ ଆମେ ନିଜର ଆଚରଣରେ ପରିଣତ କରିବାକୁ ହେବ । ଆପଣଙ୍କ ବିଚାର ପାଇଁ ଏହି ଚିନ୍ତାଧାରାକୁ ଆପଣଙ୍କ ସାମ୍ନାରେ ରଖୁଛି । ଏହି ଦିବସରେ ଆପଣଙ୍କୁ ଶୁଭକାମନା ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ରାଜ୍ୟବାସୀଙ୍କୁ ସର୍ତକ ରହିବାକୁ ଅନୁରୋଧ ।

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ରାଜ୍ୟବାସୀଙ୍କୁ ସର୍ତକତା ଅବଲମ୍ବନ କରିବା ନିହାତି ଦରକାର । ଏହା ସହ ବନ୍ୟା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ବନ୍ୟା ଆଶ୍ରୟସ୍ଥଳ କିମ୍ବା ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିବେଦନ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତ ବନ୍ୟାରେ ରାଜ୍ୟର ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହାଦ୍ବାରା ଅନେକ ଧନଜୀବନ କ୍ଷତି ହୋଇଛି । ବିଶେଷ କରି ତଳିଆ ଅଂଚଳରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପ୍ରଶାସନ ଏଯାବତ୍ ପହଂଚି ନଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେଉଛି । 

ଏଭଳି ବନ୍ୟା ବିପତି ସମୟରେ ପ୍ରଶାସନ ପହଂଚି ନଥିବା ସ୍ଥାନରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହ ବନ୍ୟା ପ୍ରପୀଡିତ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାଣି, ଔଷଧ ଆଦି ଯୋଗାଇବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ମହାନ୍ତି ଆହ୍ବାନ ଦେଇଛନ୍ତି । ରାଜ୍ୟର ଜଳମଗ୍ନ ହୋଇଥିବା ଅଂଚଳରେ ପ୍ରଶାସନ ପହଂଚି ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରୁ । ଅନ୍ୟପଟେ କ୍ଷତିଗ୍ରସ୍ତ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

କରୋନା ସମୟରେ ଗରିବ ଓ ଅସହାୟଙ୍କ ପାଇଁ ବରଦାନ ସଦୃଶ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା

ନୂଆଦିଲ୍ଲୀ/ ଭୁବନେଶ୍ବର ; କରୋନା ମହାମାରୀର ଆହ୍ବାନମୂଳକ ସମୟରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା(ପିଏମଜିକେୱାଇ) ମାଧ୍ୟମରେ କୋଭିଡ-୧୯ ଦ୍ବାରା ଆର୍ଥିକ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆର୍ଥିକ ସହାୟତା ସ୍ବରୂପ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଶୁଭାରମ୍ଭ ଗରିବ କଲ୍ୟାଣ ଯୋଜନା ଗାଁ, ଗରିବ, ଚାଷୀ, ଶ୍ରମିକଙ୍କ ଅସୁବିଧାକୁ ଦୂର କରିବା ସହ ସମସ୍ତଙ୍କ ପାଇଁ ବରଦାନ ସଦୃଶ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ସମୟରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ପଦକ୍ଷେପ ପ୍ରସଙ୍ଗରେ ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକମାନେ ଯେପରି କୋଭିଡ଼-୧୯ ଆହ୍ବାନର ମୁକାବିଲା କରିପାରିବେ ସେଥିପାଇଁ ମୋଦି ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । 

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ କଲ୍ୟାଣ ଅନ୍ନ ଯୋଜନା କୋଭିଡ-୧୯ ସମୟରେ କେହି ଭୋକିଲାରେ ନରୁହନ୍ତୁ”, ଏହାକୁ ସୁନିଶ୍ଚିତ କରିଛି । ଏହି ଯୋଜନାରେ ମାଗଣା ଖାଦ୍ୟନ୍ତି ଓ ସାମଗ୍ରୀ ଯୋଗାଣର ଅବଧୂ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେବା ଦ୍ବାରା ଦେଶର ୮୦ କୋଟିରୁ ଉର୍ଦ୍ଧ ଲୋକ ଉପକୃତ ହେବେ । ସେହିପରି ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୮ କୋଟିରୁ ଉର୍ଭ ହିତାଧୁକାରୀଙ୍କୁ ମାଗଣାରେ ଏଲପିଜି ସିଲିଣ୍ଡର ଗରିବ ଲୋକଙ୍କ ଆର୍ଥିକ ବୋଝକୁ ଲାଘବ କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧୨ କୋଟିରୁ ଉର୍ଦ୍ଧ ମାଗଣା ଏଲପିଜି ସିଲିଣ୍ଡର ଗରିବ ପରିବାରଙ୍କୁ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମହିଳା ହିତାଧୁକାରୀଙ୍କ ଆକାଉଣ୍ଟକୁ ୨୦.୪୦ କୋଟିରୁ ଉର୍ଦ୍ଧ ଟଙ୍କା ଟ୍ରାନ୍ସଫର କରାଯାଇଛି । 

୮.୫ କୋଟି ଚାଷୀ ଏବଂ ୩ କୋଟି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରୋନା ସମୟରେ ଥିବା କଷ୍ଟରୁ ଉଦ୍ଧାର କରିଛି । ମନରେଗା ଅଧୀନରେ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ପାରିଶ୍ରମିକ ବୃଦ୍ଧି ଶ୍ରମିକଙ୍କୁ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କା ପ୍ରଦାନ କରିବ ଏବଂ ଏହାଦ୍ବାରା ୧୩.୬୨ କୋଟି ପରିବାର ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ନିର୍ମାଣ ଶ୍ରମିକଙ୍କ ପାଇଁ ଗଠିତ କଲ୍ୟାଣ ପାଣ୍ଠି ଦ୍ବାରା ୩.୫ କୋଟିରୁ ଉର୍ଦ୍ଧ ଶ୍ରମିକ ଲାଭ ପାଇବେ । ଶ୍ରୀ ପ୍ରଧାନ କହିଛନ୍ତି ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟ ପାଇଁ ୫୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ଅନୁଯାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ୧୨୫ ଦିନର ଅଭିଯାନ ଉପରେ ଗୁରୁତ୍ବ ଦିଆଯାଇ କାର୍ଯ୍ୟାରମ୍ଭ କରାଯାଇଛି । 

ବର୍ତ୍ତମାନ ସୁଦ୍ଧା ରୋଜଗାର ଅଭିଯାନରେ ୧୬,୭୬୮ କୋଟି ଟଙ୍କା ଖର୍ଚ୍ଚ । କରାଯାଇଛି ଏବଂ ୨୧ କୋଟି ଶ୍ରମ ଦିବସର ନିଯୁକ୍ତି ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ସ୍ବ-ନିଧ୍ବ ଉଠା ଦୋକାନୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରୁଛି । ୨୦ ୨୦ ଜୁଲାଇରେ ଶୁଭାରମ୍ଭ ହେବା ପର ଠାରୁ ଏହି ଯୋଜନାରେ ୧ ଲକ୍ଷରୁ ଉଦ୍ଧି ଋଣ ମଞ୍ଜୁର କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ବ-ନିଧି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି । ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ବର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀଙ୍କ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ରଣର ବ୍ୟବସ୍ଥା କରାଯାଇଛି । ଗୋଟିଏ ଦେଶ ଗୋଟିଏ ବଜାର, କିଷାନ କ୍ରେଡ଼ିଟ୍ କାର୍ଡ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଋଣ, କୃଷି ଭିତ୍ତିଭୂମି ପାଣ୍ଠି ଗଠନ ଭଳି କୃଷି କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଅନୁଦାତାଙ୍କୁ ସୁବିଧା ଯୋଗାଇଛି ଏବଂ ଚାଷୀଙ୍କ ସାମଗ୍ରିକ କଲ୍ୟାଣ ଏବଂ ଉନ୍ନତି ପାଇଁ ସହଯୋଗ କରିଛି । 

ଦେଶ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ନଗଦ ପାଣ୍ଠିର ସହାୟତା, ଏମଏସଏମଇ, ବ୍ୟବସାୟୀ ଏବଂ ଶ୍ରମିକ ମାନଙ୍କୁ ଇପିଏଫ ସହାୟତା, ଗୃହ ନିର୍ମାଣ କ୍ଷେତ୍ର ଏବଂ ମଧ୍ୟବିତ୍ତ ଆୟ  ଶ୍ରେଣୀ, କାମ୍ପା ଫଣ୍ଡ ଅଧୀନରେ ଜନଜାତିଙ୍କ ପାଇଁ ୬ ହଜାର କୋଟି ମୂଲ୍ୟର ବ୍ୟବସ୍ଥା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସମସ୍ତଙ୍କ ସମସ୍ୟାକୁ ସମାଧାନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଜନସାଧାରଣ ବିଶେଷତଃ ଗରିବ ଓ ଅସହାୟଙ୍କ କଲ୍ୟାଣ ପାଇଁ କଟିବଦ୍ଧ ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସକୁ ମୂଳ ମନ୍ତ୍ର କରି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଲୋକଙ୍କୁ ସବୁପ୍ରକାର ସୁରକ୍ଷା ଏବଂ ନିରନ୍ତର ସମର୍ଥନ ଯୋଗାଉଛି ଏବଂ ଏହି ଯୋଜନା ସାଧାରଣ ଲୋକଙ୍କ ପ୍ରତି ମୋଦି ସରକାରଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି ବୋଲି ଟୁଇଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି ।

କିଟ୍ ରେ ନୂତନ ଶିକ୍ଷାନୀତି ଉପରେ ଆନ୍ତର୍ଜାତିକ ୱେବିନାର । ଶିକ୍ଷାନୀତି-୨୦୨୦ରେ ଲୋକଙ୍କ ଆଶା ପ୍ରତିଫଳିତ।

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷାନୀତି-୨୦୨୦ ଉପରେ ତିନି ଦିନିଆ ଆନ୍ତର୍ଜାତିକ ୱେବିନାର ରବିବାର ଉଦ୍‌ଯାପିତ ହୋଇଯାଇଛି । ୨୮ ତାରିଖରେ ଏହି ଆନ୍ତର୍ଜାତିକ ୱେବିନାରକୁ ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କହିଲେ, ଶିକ୍ଷାନୀତି ୨୦ ୨୦ ହେଉଛି ଛାତ୍ର କୈନ୍ଦ୍ରୀକ ନୀତି ଏବଂ ଏହା ଲୋକଙ୍କ ଆଶା ଓ ଆକାକ୍ଷାର ପ୍ରତିଫଳନ ତଳସ୍ତରରୁ ଉପର ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ପରେ ନୂତନ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷାନୀତିରେ ପ୍ରାକ୍ ଶୈଶବ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ଏହା ଛଡ଼ା ନୂତନ ଶିକ୍ଷାନୀତିରେ ଦକ୍ଷତା, କ୍ରେଡ଼ିଟ୍ ବ୍ୟାଙ୍କ, ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ଆଦି ଅନେକ ଛାତ୍ର କୈନ୍ଦ୍ରୀକ ବ୍ୟବସ୍ଥା ରଖାଯିବା ସହ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି । 

ଏହି ୱେବିନାରରେ ଅଂଶଗ୍ରହଣ କରି ନୀତି ଆୟୋଗର କାର୍ଯ୍ୟ ନିର୍ବାହୀ ଅଧୁକାରୀ ଅମିତାଭ କାନ୍ତ କହିଲେ, ନୂତନ ଶିକ୍ଷାନୀତି ଆମକୁ ଦକ୍ଷତାର ସୁଫଳ ପାଇବାରେ ସହାୟକ ହେବା ସହ ଶତତ ବିକାଶ ଲକ୍ଷ୍ୟ ହାସଲରେ ସହାୟକ ହେବ । ଶିକ୍ଷାନୀତି ଉପରେ ଆଲୋକପାତ କରି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଡ. ପି. ସିଂହ କହିଲେ, ଛାତ୍ରଛାତ୍ରୀଙ୍କୁ ଭାରତର ଇତିହାସ ଓ ସଂସ୍କୃତି ସହ ଜଡ଼ିତ ରଖି ନୂତନ ଶିକ୍ଷାନୀତି ସେମାନଙ୍କୁ ବିଶ୍ୱ ନାଗରିକରେ ପରିଣତ କରିପାରିବ ଲୋକଙ୍କ ସମସ୍ୟା ସମାଧାନରେ ସମନ୍ଦିତ ସାମଗ୍ରିକ ଗବେଷଣାକୁ ନୂତନ ଶିକ୍ଷାନୀତି ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନୂତନ ଶିକ୍ଷାନୀତିର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ଡି, ସହସ୍ରବୁଦ୍ଧ ନୂତନ ଶିକ୍ଷାନୀତିକୁ ଗେମ୍ ଚେଞ୍ଜି ନୀତି ଭାବେ ଅଭିହିତ କରିଥିଲେ । ଶିକ୍ଷାନୁଷ୍ଠାନଗୁଡ଼ିକ ନିୟନ୍ତ୍ରଣ, ସ୍ୱୀକୃତି ପାଇଁ ଏକକ ଡାଟା ସିଷ୍ଟମ ବ୍ୟବସ୍ଥା ନେଇ ସେ ପରାମର୍ଶ ଦେଇଥିଲେ। 

ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି. ଭି. କଙ୍ଗିମଣୀ ନୂତନ ଶିକ୍ଷାନୀତିରେ ମାତୃଭାଷା ଓ ଦକ୍ଷତା ଶିକ୍ଷାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । କିଟ୍ବି ଶ୍ବବିଦ୍ୟାଳୟର କୁଳାଧୂପତି ପ୍ରଫେସର ବେଦ ପ୍ରକାଶ ନୂତନ ଶିକ୍ଷାନୀତି ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବ ବୋଲି କହିଥିଲେ । ନୂତନ ଶିକ୍ଷାନୀତିକୁ ଏକ ଗଣତାନ୍ତ୍ରିକ, ଛାତ୍ର କୈନ୍ଦ୍ରୀକ ଏବଂ ଦୂରଦୃଷ୍ଟି ସଂପନ୍ନ ନୀତି ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମହାସଚିବ ଡ. ପଙ୍କଜ ମିତ୍ତଲ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍ ଜ୍ବାଲିଟି ଆସୁରାନ୍ସ ନିର୍ଦ୍ଦେଶକ ପ୍ରଫେସର ଜୟନ୍ତ ପରିଡ଼ା ପ୍ରମୁଖ ଯୋଗ ଦେଇ ନୂତନ ଶିକ୍ଷାନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । 

ତିନିଦିନ ବ୍ୟାପୀ ଚାଲିଥିବା ଏହି ଆନ୍ତର୍ଜାତିକ ଓବିନାରରେ ଶିକ୍ଷାନୀତି୨୦୨୦ର ବିଭିନ୍ନ ଦିଗ ଉପରେ ଧ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱର ୫୦ଟି ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ନୀତି ନିର୍ଦ୍ଧାରକ, ପ୍ରଶାସକ, ବୁଦ୍ଧିଜୀବିଙ୍କ ସମେତ ୩୦ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

31 ତାରିଖରେ  ପଶ୍ଚିମବଙ୍ଗରେ  ହେଉଥିବା ସମ୍ପୂର୍ଣ୍ଣ  ଲକ୍ ଡାଉନ ପାଇଁ  ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ  ପ୍ରଭାବିତl

ଟ୍ରେନ ସେବା ନିମ୍ନ ମତେ ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରାଯିବ l
ବାତିଲ ହେଉଥିବା ଟ୍ରେନ  :
A. ଯଶୋବନ୍ତପୁରରୁ  ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ  30 ଅଗଷ୍ଟ 2020  ତାରିଖରେ ଯଶୋବନ୍ତପୁର ଠାରୁ ବାତିଲ କରାଯିବ  l
B. ସିଆଲଦାରୁ  ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ  ୩୧ ଅଗଷ୍ଟ  2020 ତାରିଖ  ଦିନ  ବାତିଲ କରାଯିବ  l
C. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ  ୨୦୨୦ ସେପ୍ଟେମ୍ବର ପହିଲା ଦିନ ବାତିଲ କରାଯିବ l
D. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ 31 ଅଗଷ୍ଟ , 2020  ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l
 
ଆଂଶିକ ବାତିଲ ହେଉଥିବା ଟ୍ରେନ :
A. 30 ଅଗଷ୍ଟ , 2020 ତାରିଖ ଦିନ ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ ଏହାର  ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l
B. 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 31 ଅଗଷ୍ଟ 2020 ତାରିଖ ଦିନ ହାଓଡ଼ା ପରିବର୍ତ୍ତେ  ଭୁବନେଶ୍ୱରରୁ ଛାଡିବ ଏବଂ ଉକ୍ତ ଦିନ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :
A.୩୦ ଅଗଷ୍ଟ , 2020 ରେ  ଉଭୟ ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା  02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ  ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ  l
B. ୩୧ ଅଗଷ୍ଟ , ୨୦୨୦ ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ  ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ ଏବଂ  30 ଅଗଷ୍ଟ ରେ ନୂଆଦିଲ୍ଲୀରୁ  ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  ଉଭୟ ଦିଗରୁ ହିଜଲୀ ରହଣି  କରିବ ନାହିଁ l

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ  ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ  ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

ଏ ସପ୍ତାହର ରାଶିଫଳ । ୩୧-୦୮-୨୦ ସୋମବାରଠାରୁ ୦୬-୦୯-୨୦ ରବିବାର ପର୍ଯ୍ୟନ୍ତ ।


ମେଷ: ସୋମବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ତତ୍ପରେ ଶନିବାର ପର୍ଯ୍ୟନ୍ତ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ରବିବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ।


ବୃଷ: ସୋମବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ତତ୍ପରେ ଶନିବାର ପର୍ଯ୍ୟନ୍ତ ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ରବିବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି।


ମିଥୁନ: ସୋମବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ତତ୍ପରେ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ରବିବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।


କର୍କଟ: ସୋମବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ତତ୍ପରେ ଶନିବାର ପର୍ଯ୍ୟନ୍ତ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ରବିବାର କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।


ସିଂହ: ସୋମବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତତ୍ପରେ ଶନିବାର ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ରବିବାର ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।


କନ୍ୟା: ସୋମବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ତତ୍ପରେ ଶନିବାର ପର୍ଯ୍ୟନ୍ତ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ରବିବାର ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ।


ତୁଳା: ସୋମବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ତତ୍ପରେ ଶନିବାର ପର୍ଯ୍ୟନ୍ତ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ରବିବାର ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ।


ବିଛା: ସୋମବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ତତ୍ପରେ ଶନିବାର ପର୍ଯ୍ୟନ୍ତ ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ରବିବାର ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ।


ଧନୁ: ସୋମବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ତତ୍ପରେ ଶନିବାର ପର୍ଯ୍ୟନ୍ତ ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ରବିବାର ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।


ମକର: ସୋମବାର ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ତତ୍ପରେ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ରବିବାର ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ।


କୁମ୍ଭ: ସୋମବାର ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ତତ୍ପରେ ଶନିବାର ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ରବିବାର କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।


ମୀନ: ସୋମବାର ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ମଙ୍ଗଳବାରଠାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍ କାର୍ଯ୍ୟରେ ଦାନ କରିପାରନ୍ତି। ତତ୍ପରେ ଶନିବାର ପର୍ଯ୍ୟନ୍ତ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ରବିବାର ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।


ଖୋର୍ଦ୍ଧା ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଜଟଣୀ ବିଧାୟକ ବନ୍ୟାଚଳ ପରିଦର୍ଶନ କଲେ ।

ଭୁବନେଶ୍ୱର ;  ଜଟଣୀ ବ୍ଲକର ପଧାନସାହି ଗ୍ରାମ ପଂଚାୟତର କୁହା, ବୋତଣ୍ଡା, ଜାମୁକୋଳି ପଂଚାୟତର ପାଂଚଗାଁ, ବରକୁଦା ପାଣି ଘେରରେ ଥିବାବେଳେ ସେହିପରି କଣ୍ଡିଆ, ବୁଡ଼ାପଡ଼ା, ବେଣାପଞ୍ଜରି ଫଚାୟତର ବୁଡ଼ାଙ୍ଗରା, ପାଣ୍ଡିଆବକ୍ସିରିର ଲୋକମାନେ ଜଳଘର ଭିତିରେ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମ ପଂଚାୟତର ବସନ୍ତ ବଢେଇ ଟାଙ୍ଗି, ବ୍ରାହ୍ମଣ ବେରେଡ଼ି କେରଙ୍ଗ ଗ୍ରାମ ପଂଚାୟତର କୁମିଲ କେରଙ୍ଗ, କୁଣ୍ଡିଲୋ, ନାଲି ଅର୍ଜୁନପୁର ଖୋର୍ଦ୍ଧା ବ୍ଲକ, ବେଗୁନିଆ ବ୍ଲକରେ ୧୦ ଦିନ ହେଲାଣି ଜନସାଧାରଣ ପାଣିଘେରରେ ଅଛନ୍ତି । ଲୋକମାନଙ୍କ ସହ ଗୋରୁ ଗାଈ ମଧ୍ୟ ଉପାସ ଭୋକରେ ଘୋର ସଂକଟରେ ରହିଛନ୍ତି । 

ସରକାରଙ୍କର ରିଲିଫର ବ୍ୟବସ୍ଥା କିଛି ନାହିଁ ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଉକ୍ତ ବନ୍ୟାଚଳ ବୁଲି ସେ ତଦାରଖ କରିଥିଲେ । ଏହି ଅବସରରେ ସେ ସରକାରଙ୍କୁ ଅନୁରୋଧ କରି ସଂପୃକ୍ତ ବନ୍ୟାଚଳରେ ବନ୍ଧବାଡ଼ି ମରାମତି ତୁରନ୍ତ କରିବାର ବ୍ୟବସ୍ଥା କରନ୍ତୁ । ଆଜି ସେ ଇଂଚରେ ଉପରୋକ୍ତ ବନ୍ୟାଚଳକୁ ଯାଇ ରିଲିଫ ବାଟିଛନ୍ତି । ସରକାର ଯଥାଶୀଘ୍ର ରିଲିଫ୍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତ ଅଂଚଳରେ ରିଲିଫ ଯୋଗାଇ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବାକୁ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି ।

ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଦ୍ବାଦଶତମ ପ୍ରତିଷ୍ଠା ଦିବସରେ ଶିଳାନ୍ୟାସ କାର୍ଯ୍ୟକ୍ରମ ।

ନୂଆଦିଲ୍ଲୀ/ ଭୁବନେଶ୍ବର ; ଓଡ଼ିଶାର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ବଳରେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଶନିବାର ଭିଡିଓ କନଫରେନ୍ସି ଜରିଆରେ ଏହି ବିଶ୍ବବିଦ୍ୟାଳୟର ଦ୍ଵାଦଶତମ ପ୍ରତିଷ୍ଠା ଦିବସରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କଙ୍କ ସହ ଶ୍ରୀ ପ୍ରଧାନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଏକାଡେମିକ ବ୍ଲକ, ଗ୍ରନ୍ଥାଗାର ଏବଂ ଷ୍ଟାଫ୍ କ୍ଲାର୍ଟର୍ସର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ବୈଶ୍ବିକ କରୋନା ମହାମାରୀ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି । ମାତ୍ର ଏହି ମହାମାରୀରେ ବିଶ୍ବବିଦ୍ୟାଳୟର ଏକାଡେମିକ ବ୍ଲକ, ଗ୍ରନ୍ଥାଗାର ଏବଂ ଷ୍ଟାଫ୍ କ୍ୟାଟର୍ସର ଶିଳାନ୍ୟାସ କରିଥିଲେ । 

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାଂପ୍ରତିକ ସମୟରେ ବୈଶ୍ବିକ କରୋନା ମହାମାରୀ ଶିକ୍ଷାନୁଷ୍ଠାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆହ୍ବାନ ସଦୃଶ ହୋଇଛି । ମାତ୍ର ଏହି ମହାମାରୀରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାନସିକ ଚାପରୁ ମୁକ୍ତ ରଖୁବା ଓ ଦୃଢ଼ କରିବା ଲକ୍ଷ୍ୟରେ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଭରସା’ ହେଲ୍ଡଲାଇନକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ଙ୍କ ଦ୍ଵାରା ପୂର୍ବରୁ ଶୁଭାରମ୍ଭ କରାଯିବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଅଣାଯାଇଥିବା ଶିକ୍ଷା ସଂସ୍କାର ଆଞ୍ଚଳିକ ଶି, ଶିକ୍ଷାନୁଷ୍ଠାନ ଏବଂ ସରକାରଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବ ଏବଂ କୋରାପୁଟ ଭଳି ଆକାଂକ୍ଷୀ ଜିଲ୍ଲାର ସାମୂହିକ ବିକାଶ । କରିବ । ନୂତନ ଶିକ୍ଷା ନୀତି ବ୍ୟାପକ - ଆଧାରିତ ଓ ସୃଜନଶୀଳ ପାଠ୍ୟକ୍ରମ ଓଡ଼ିଶା କେନ୍ଦ୍ରୀୟ
ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଅଧୁକ ସୁଯୋଗ ଆଣିବା ଏବଂ ରାଜ୍ୟରେ ଜନଜାତି ଆଧାରିତ ଗବେଷଣା ଏବଂ ନୃତତ୍ତ୍ଵକ ପାଠ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଶିକ୍ଷା କ୍ଷେତ୍ରରେ ଅଧୁକ ଗୁରୁତ୍ବ ଦେଉଛନ୍ତି । ସମ୍ବଲପୁରରେ ଆଇଆଇଏମ, ବ୍ରହ୍ମପୁରରେ ଆଇଜର, ଭୁବନେଶ୍ବରରେ ଆଇସିଟି-ଆଇଓସିଏଲ, ଭାରତୀୟ ଦକ୍ଷତା । କେନ୍ଦ୍ର ଏବଂ ଏନଏସଟିଆଇ, ଆଇଆଇଟି ଭୁବନେଶ୍ବର, ସିପେଟ୍ ଏବଂ ଜଟଣୀରେ ନାଇଜର ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି । ରାଜ୍ୟର କୋରାପୁଟ ସ୍ଥିତ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପଶ୍ଚିମ ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ଆଉଟଲୁକ୍ ପତ୍ରିକାର ଆଇକେୟାରର ଭାରତ ବିଶ୍ବବିଦ୍ୟାଳୟ ରାଙ୍କିରେ ଶ୍ରେଷ୍ଠ ୨୫ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରାଙ୍କିରେ ନିଜକୁ ପ୍ରତିଷ୍ଠିତ କରିପାରିଛି ବୋଲି ସେ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୃଷି ଗବେଷଣା ଓ ଉଦ୍ୟମୀଙ୍କ ପାଇଁ ନୂଆ ପ୍ରଚେଷ୍ଟା କରିବା ପାଇଁ ଆହ୍ବାନ କରିବା ସହ କରୋପୁଟର ଜୈବିକ କୃଷି ଉତ୍ପାଦିତ ସାମଗ୍ରୀର ବଜାର ସୃଷ୍ଟି କରିବା ପାଇଁ ଉଦ୍ୟମ କରୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ୍ ନିଶାଙ୍କ କହିଛନ୍ତି କେନ୍ଦ୍ର ବିଶ୍ବବିଦ୍ୟାଳୟ ଓଡିଶାର ଆଶାର କେନ୍ଦ୍ର ହୋଇପାରିଛି । ଓଡିଶାର ପ୍ରତିଭାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ଵ ଦରବାରରେ ପରିଚିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ନିକଟରେ ଅଣାଯାଇଥିବା ନୂଆ ଶିକ୍ଷା ନୀତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଗରେ ନୂଆ ଦିଗଦର୍ଶନ ଦେବ । ଏହି ଶିକ୍ଷା ନୀତି କେବଳ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ବିକାଶ କରିବ ନାହିଁ ବରଂ ସମାଜକୁ ଆଗକୁ ନେବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି ।

୨୦ ବର୍ଷ ପରେ ଓଡ଼ିଶା ପାଇଁ ସରକାରଙ୍କର ଗୋଟିଏ ଭଲ ନିଷ୍ପତି - ନିରଞ୍ଜନ !!

ଭୁବନେଶ୍ୱର ; ବିଗତ ୨୦ବର୍ଷ ଭିତରେ ଓଡ଼ିଶାର ସ୍ୱାର୍ଥ ନେଇ ଓଡ଼ିଶା ସରକାର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେଭଳି କିଛି ବଡ଼ ନିଷ୍ପତି ନେଇନାହାନ୍ତି । ଏବେ ଓପିଜିସିକୁ ସଂପୂର୍ଣ୍ଣଭାବେ ଅଧୁକାର କରିବା ସରକାରଙ୍କ ନିଷ୍ପତିକୁ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ନିଜସ୍ବ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିନଥିଲେ ଯାହାହେଉ ଏତେଦିନ ପରେ ସରକାରଙ୍କ ବୁଦ୍ଧି ହେଲା ଏବେ ୪୯ ଭାଗ ଏଇଏସ ଠାରୁ ୧୦୦୦ କୋଟିରେ ନେବ । ଆମେ ସରକାର ଥିବା ସମୟରେ କର୍ଣ୍ଣାଟକ ସରକାରଙ୍କୁ ଅନୁସରଣ କରି ଓପିଜିସି ସୃଷ୍ଟି କରାଯାଇଥିଲା ଏବଂ ପରିବର୍ତ୍ତୀ ସମୟରେ ମଧ୍ୟ ଓଏପିସି ସୃଷ୍ଟି କରାଗଲା । 

ଉଭୟ ସମୟରେ ମୁଁ ବିଦ୍ୟୁତ ମନ୍ତ୍ରୀ ଥୁଲି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ୨ଟିଯାକ କମ୍ପାନୀ ଦୁଆଳି ଗାଈପରି କାର୍ଯ୍ୟକରୁଛନ୍ତି । ସେଥିପାଇଁ ମୁଁ ଜଣେ ଓଡ଼ିଆ ହିସାବରେ ଅତ୍ୟନ୍ତ ଆନନ୍ଦିତ । ଏବେ ଓପିଜିସିରୁ ପ୍ରାୟ ୧୭୫୦ ମେଗାୱାଟ ବିଦ୍ୟୁତ ପାଇବ । ନିଷ୍ଠାପର ଭାବେ କାମ ହେଲେ ରାଜସ୍ବ ବୃଦ୍ଧିହେବ ଏହା ଅବକାରୀ ରାଜସ୍ବ ଅପେକ୍ଷା ଶତଗୁଣରେ ରାଜ୍ୟ ଓ ଜନସାଧାରଣଙ୍କ ପାଇଁ ଲାଭଦାୟକ ହେବ ଏବଂ ସେହିପରି ନିଳାଚଳ ଇସ୍ପାତକୁ ନିଜ ଅଧୁନକୁ ନେବାକୁ ସରକାର ନିଷ୍ପତି କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଅନ୍ୟ ଏକ ପ୍ରସଙ୍ଗରେ ଜେଇଇ ଓ ନିଟ୍ ପରୀକ୍ଷା ସଂପର୍କରେ କହିବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଛନ୍ତି କେନ୍ଦ୍ର ସରକାର ଜେଇଇ ଓ ନିଟ୍ ପରୀକ୍ଷା କରିବାପାଇଁ ଅଟଳ । ରାଜ୍ୟ ସରକାର ପିଲାମାନଙ୍କ ପରୀକ୍ଷା ପାଇଁ ଯିବାଆସିବା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବାକୁ ନିଷ୍ପତି ନେଇଛନ୍ତି । 

ଆମ ମୁଖ୍ୟମନ୍ତ୍ରୀ ମୋଦି ମହାଶୟଙ୍କ ସବୁକଥା ରକ୍ଷା କରୁଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଆମ ମୁଖ୍ୟ ମନ୍ତ୍ରୀଙ୍କ କଥା ରଖୁଲେ ନାହିଁ । ଏହା ଦୁଃଖ ଓ ପରିତାପର ବିଷୟ । ୭ଟି ଯାଗାରେ ପ୍ରାୟ ୫୦ ହଜାର ପିଲା ୨ ଘଣ୍ଟା ଧରି ମାକ୍ସ ପିନ୍ଧି ପରୀକ୍ଷା ଦେବା କେତେ କଷ୍ଟଦାୟକ ତାହା ଅନୁଭୂତି ନଥିଲେ ବୁଝିହେବ ନାହିଁ । ପିଲାମାନଙ୍କୁ କରୋନା ମହାମାରୀର ସଂକ୍ରମଣରୁ ରକ୍ଷାକରିବା ପାଇଁ ପରୀକ୍ଷା ଦେବାବେଳେ ସାମାଜିକ ଦୂରତା ରକ୍ଷା କରିବାପାଇଁ ବ୍ୟବସ୍ଥା କରାଯିବା ସହ ଯାହା ପିଲାମାନଙ୍କ ପ୍ରାପ୍ୟ ତାହା ତୁରନ୍ତ ତାଙ୍କ ବ୍ୟକ ଆକାଇଂଟରେ ଜମା କରାଯାଉ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି । 

ହସ୍ତଶିଳ୍ପ କାରିଗର ସଶକ୍ତିକରଣ ଉପରେ ୱେବିନାର ଦେଶର ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ‘ହସ୍ତକାରୀ’ ଏକ ଅଭିନବ ଉପକ୍ରମ।
ଭୁବନେଶ୍ୱର ; ଦେଶର ପୂର୍ବ ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ଭାରତୀୟ ଶିକ୍ସ ମହାସଂଘ (ସିଆଇଆଇ) ଆନୁକୂଲ୍ୟରେ ଗ୍ରାମୀଣ କାରିଗରମାନଙ୍କ ସଶକ୍ତିକରଣ ସକାଶେ ହସ୍ତକାରୀ’ ନାମରେ ଏକ ଅଭିନବ ଉପକ୍ରମ ଆରମ୍ଭ କରାଯାଇଛି । ଶିଳ୍ପ, ଶକ୍ତି, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି ଆୟୋଜିତ ଏକ ୱେବିନାରରେ ଓଡ଼ିଶାର କାରିଗର ଓ ଶିଳ୍ପୀମାନଙ୍କ ଦକ୍ଷତା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ଏହି ଉଦ୍ୟମରେ ସାମିଲ ହେବା ଖୁସିର ବିଷୟ ବୋଲି ସେ ଦର୍ଶାଇବା ସହ ସଂପ୍ରତି ସିଆଇଆଇ ଓଡ଼ିଶା ଚାପୁଟର ରାଜ୍ୟରେ କ୍ଷୁଦ୍ର ଶିଳ୍ପ ବିକାଶ ଓ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଜଣାଇଥିଲେ । 

ଓଡ଼ିଶାରେ ବିପୁଳ ଖଣିଜ ସଂପଦ, ସୁଦୀର୍ଘ ଉପକୂଳ, ପ୍ରାକୃତିକ ସଂପଦ, ଜଳସଂପଦ, ଗମନାଗମନର ସୁବିଧା ପ୍ରଭୃତି ଆମ ପାଇଁ ସମ୍ବଳ ବୋଲି ସେ କହିଥିଲେ । ଏଣୁ ସହିତ ଓଡ଼ିଶାର ସମ୍ବଲପୁରୀ ଶାଢ଼ି, ମାଣିଆବନ୍ଧ ପାଟ, ରଘୁରାଜପୁରର ପଟ୍ଟଚିତ୍ର ସହ ଆଦିବାସୀ କଳାଶୈଳୀର ବହୁ ସୁନାମ ଓ ଆଦୃତି ରହିଛି । କୃଷି ପଛକୁ ଯଦି କୌଣସି ବୃତି ଅଧୁକ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଉଛି ତାହା ହେଲା ବୟନ ଶିଳ୍ପ ବୋଲି ସେ କହିଥିଲେ । ତେଣୁ ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ସେ ଦର୍ଶାଇଥିଲେ । ସେହିପରି ଅନ୍ୟ ହସ୍ତ କାରିଗରୀରେ ଓଡ଼ିଶା ଅଗ୍ରଣୀ ତଥା ଦକ୍ଷ ରାଜ୍ୟର କଂସା-ପିତ୍ତଳ କାମ, ରୂପା ତାରକସୀ କାମ, ଟେରାକୋଟା, ଚାନ୍ଦୁଆ ପ୍ରଭୃତି ଯାହା ଶିଳ୍ପୀଙ୍କ ଦକ୍ଷତା ପ୍ରତିପାଦିତ କରେ ।

‘ହସ୍ତକାରୀ’ ଗ୍ରାମାଞ୍ଚଳରେ ରହୁଥିବା ସ୍ବଦେଶୀ ହସ୍ତଶିଳ୍ପୀମାନଙ୍କୁ ବିଶ୍ଵଦରବାରରେ ପହଞ୍ଚାଇବା କାର୍ଯ୍ୟ କରିବ । ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କାରିଗରମାନଙ୍କ ଦକ୍ଷତା ବିକାଶ ସହ ସଦସ୍ୟତା ପାଇଁ ବ୍ୟବସ୍ଥା କରିବ । ତା'ଛଡ଼ା ଆନ୍ତର୍ଜାତିକ କ୍ରେତାମାନଙ୍କ ସହ ଯୋଡ଼ିବା ପାଇଁ ରାଜ୍ୟ ଇ-ହାଟ୍ ଆୟୋଜନ କରିବ । ଏହା ରାଜ୍ୟର ପର୍ଯ୍ୟଟନ ସ୍ଥଳୀ ଏବଂ ସ୍ୱଦେଶୀ କଳାସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ମଞ୍ଚ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି ।  ଆଜିର ଏହି ପ୍ରାନ୍ତୀୟ ୱେବିନାର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁରା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା, ଭାରତ ସରକାରଙ୍କ ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ଦେବଶ୍ରୀ ଚୌଧୁରୀ, ସିକିମ୍ । ସରକାରଙ୍କ ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନ ଓ ନାଗରିକ ଉଡାଣ ମନ୍ତ୍ରୀ ଶ୍ରୀ ବେଦୁ ସିଂ ପନ୍ଥ, ସିଆଇଆଇର ଅଧ୍ୟକ୍ଷ । ଏବଂ ପୂର୍ବାଞ୍ଚଳ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଅଭିଜିତ ରାୟ ଅଂଶଗ୍ରହଣ କରିଥିଲେ । । ଶେଷରେ ସିଆଇଆଇର ଉତ୍ତର-ପୂର୍ବାଞ୍ଚଳ ପରିଷଦର ସଦସ୍ୟ ଡ. ଅତୋଷୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଜୀବନଶୈଳୀ ଓ ସଂସ୍କୃତି ସହିତ ଶ୍ରମ ସମବାୟ ଉପରେ ବୃତ୍ତଚିତ୍ର ଓ ଭିଡିଓ।


ଭୁବନେଶ୍ୱର ; ଅନୁସୂଚିତ ଜାନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଅଗଷ୍ଟ ୩୦ ତାରିଖ ରବିବାର ଦିନ ନିୟମଗିରି ଡଙ୍ଗରିଆ କନ୍ଧଙ୍କ ଜୀବନଶୈଳୀ, ସଂସ୍କୃତି ଏବଂ ନିଜସ୍ବ ଜ୍ଞାନକୌଶଳ ଉପରେ ବୃଉଚିତ୍ର ଓ ଭିଡିଓକୁ ଦର୍ଶକମାନେ ଘରେ ବସି ଉପଭୋଗ କରିପାରିବେ । କନ୍ଧ ଜନଜାତିଙ୍କର ଏକ ପ୍ରଭାଗ ହେଉଛନ୍ତି ନିୟମଗିରିର ଡଙ୍ଗରିଆ କନ୍ଧ । ଡଙ୍ଗରିଆ କନ୍ଧମାନେ ମୁଖ୍ୟତଃ ରାୟଗଡା ଜିଲ୍ଲାର ପୂର୍ବ ଭାଗରେ ଥିବା ଘାଟରେ ବସବାସ କରିଥାନ୍ତି । ସେମାନଙ୍କର ଭାଷା ଦ୍ରାବିଡ । ଏନ୍ତୁଡରି, କାଠ କାମ, ସାଜସଜା, କାନ୍ଥରେ ପେଣ୍ଟି, ପାନିଆ ତିଆରି ସହିତ ସପୁରୀଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ସିଙ୍ଘି କଟିଭେସନରେ ସେମାନେ ବେଶ୍ ପ୍ରବୀଣ । ହଳଦୀ ଓ କଦଳୀ ଚାଷରେ ମଧ୍ୟ ସେମାନେ ଧୂରନ୍ଧର ଝରଣା କୂଳରେ ବାସବାସ କରୁଥିବାରୁ ସେମାନେ ନିଜକୁ ଝରଣିଆ’ କହିଥାନ୍ତି । 

ନିୟମରାଜାଙ୍କ ବଂଶଧର ଭାବେ ନିଜକୁ ବିଶ୍ଵାସ କରିଥାନ୍ତି । ଡଙ୍ଗରିଆ କନ୍ଧ ଜନଜାତିଙ୍କର ନିଜସ୍ଵ ଜ୍ଞାନ କୌଶଳ ହେଉଛି ଶ୍ରମ ସମବାୟ ସାମାଜିକ ସମାନତା ଏହି ଜନଜାତି ସମ୍ପ୍ରଦାୟର ମୁଖ୍ୟ ଲକ୍ଷଣ । ଜନ୍ମରୁ ପାହାଡି ଚାଷରେ ଶ୍ରମ ଦାନ କରୁଥିବା ଡଙ୍ଗରିଆ କନ୍ଧମାନଙ୍କ ଦ୍ବାରା ଗ୍ରାମ ଶ୍ରମ ସମବାୟ ଜ୍ଞାତିସମ୍ପର୍କ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପରିବାରରେ ଥିବା ଆର୍ଥିକ ବୋଝ ହ୍ରାସ କରିଥାଏ । ଏହି ସମବାୟ ଜନଜାତି ସମ୍ପ୍ରଦାୟର ସମସ୍ତ ସଦସ୍ୟଙ୍କର ମର୍ଯ୍ୟାଦା ବୃଦ୍ଧି କରିଥାଏ । ଏହି ସମବାୟ ମାଧ୍ୟମରେ ପ୍ରାପ୍ତ ବୟସ୍କ ବାଳକବାଳିକାମାନେ ପୁରୁଷ, ମହିଳା ଓ ବୟସ୍କମାନେ ସେମାନଙ୍କର ନିଜର ଶ୍ରମର ମୂଲ୍ୟକୁ ସମାନ ଭାବେ ସମବାୟକୁ ଦେଇଥାନ୍ତି । ସେମାନେ ମୁଖ୍ୟତଃ ଗ୍ରାମ୍ୟାକ୍ଷେତ, ଉଦ୍ୟାନରୁ ଶ୍ରମର ମୂଲ୍ୟ ପାଇଥାନ୍ତି । 

ଆଜିର ଏହି ବୃଉଚିତ୍ରରେ ଡଙ୍ଗରିଆ କନ୍ଧମାନଙ୍କର ଶ୍ରମ ସମବାୟ ସମ୍ପର୍କରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଛି । ଏହି ସମବାୟର ଗଠନ ପ୍ରଣାଳୀ, ସଂଗଠନ ଓ କାର୍ଯ୍ୟକଳାପ, ସମୟକ୍ରମେ କିଭଳି ଏହି ସମବାୟର ପରିବର୍ତ୍ତନ ହେଉଛି ଏବଂ ଆଜିକାଲି କିଭଳି ଏହି ଜନଜାତି ସମ୍ପ୍ରଦାୟ ପାଇଁ ବିକାଶମୂଳକ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରିଛି ତାହା ଏହି ବୃଉଚିତ୍ରରେ ସ୍ପଷ୍ଟଭାବେ ପ୍ରତିଫଳିତ ହୋଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ @scstiti ଓ @stscdev ପେଜ୍ ଖୋଲି ଭର୍ଚୁଆଲ୍ ଟୁରରେ ବିବିଧ ଜନଜାତିଙ୍କର ଜୀବନଶୈଳୀ, ସଂସ୍କୃତି ଆଦି ସମ୍ପର୍କରେ ଜାଣିପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଜଳ ସଂପଦ ମନ୍ତ୍ରୀଙ୍କର ବନ୍ୟା ସ୍ଥିତି ସମୀକ୍ଷା ଏବଂ ମହାନଦୀ ଓ ବିରୂପା ବ୍ୟାରେଜ ପରିଚାଳନା ଅନୁଧ୍ୟାନ।

ଭୁବନେଶ୍ବର ; ରାଜ୍ୟ ଜଳ ସମ୍ପଦ, ସୂଚନା ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଶୁକ୍ରବାର ସଂଧ୍ୟାରେ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟଠାରେ ବିଭିନ୍ନ ନଦୀର ଜଳ ପ୍ରବାହ , ବିପଦ ସଂକୁଳ ସ୍ତର ଓ ବନ୍ୟା ସ୍ଥିତି ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥଙ୍କ ସହିତ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ମନ୍ତ୍ରୀ ଶ୍ରୀ ଦାସ କଟକ ଗସ୍ତ କରି ଲୋୟର ମହାନଦୀ ବେସିନ୍‌ର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀଙ୍କ ସହିତ ଯୋବ୍ରାଠାରେ ମହାନଦୀ ବ୍ୟାରେଜ୍ ଓ ପରେ ପରେ ବିରୂପା ନଦୀ ବ୍ୟାରେଜ୍ ପରିଦର୍ଶନ କରି ବ୍ୟାରେଜ୍ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଜଳ ସଂପଦ ବିଭାଗ ପୂର୍ବ ମଣ୍ଡଳର ଅଧ୍ୟକ୍ଷଣ ଯନ୍ତ୍ରୀ କହିଲେ ଯେ, ମହାନଦୀର ଯୋବ୍ରାଠାରେ ୯୫ଟି ଗେଟ୍ ରହିଛି । ୭୯ଟି ହେଉଛି ସ୍ପିଲ ୱେ ଗେଟ୍ ଓ ଅବଶିଷ୍ଟ ସ୍କୁଇସ୍ ଗେଟ୍ । 

ବର୍ତ୍ତମାନ ଏ ସବୁଗେରେ ଜଳ ପ୍ରବାହିତ ହେଉଛି । ବିରୂପାଠାରେ ୧୨ଟି ସ୍ପିଲ ୱେ ଗେଟ୍ ରହିଛି ଏବଂ ଏଠାରେ ୩ଟି ସ୍କୁଇସ୍ ଗେଟ୍ ରହିଛି ଓ ଏଥିରେ ମଧ୍ୟ ଉପରୋକ୍ତ ମତେ ଜଳ ପ୍ରବାହିତ ହେଉଛି । ବର୍ତମାନ ସ୍ଥିତିରେ ମହାନଦୀ ଓ ବିରୂପାରେ ଅଧିକ ଜଳ ପ୍ରବାହିତ ହେବାକୁ ଥିବାରୁ ଏବଂ ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦୃଷ୍ଟିରୁ ମନ୍ତ୍ରୀ ଶ୍ରୀ ଦାସ ଓ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ସମ୍ପୃକ୍ତ ସମସ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ମଧ୍ୟ ନଦୀ ବନ୍ଧଗୁଡିକରେ ଘଳିଆକାଯ୍ୟ କରିବାକୁ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ବ୍ୟାପକ ନଦୀବନ୍ଧ ପରିଦର୍ଶନ ଉପରେ ଗୁରୁତ୍ବ ଦେଇ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ବନ୍ୟା ସ୍ଥିତିରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେଲେ, ଜନ ସାଧାରଣଙ୍କ ଅଭିଯୋଗ ତୁରନ୍ତ ଶୁଣି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଳ ସମ୍ପଦ ବିଭାଗୀୟ କାର୍ଯ୍ୟାଳୟରେ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟଗୁଡିକରେ ନିଶ୍ଚିତ ଭାବେ ଉପସ୍ଥିତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜଳ ସମ୍ପଦ, ସୂଚନା ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀଙ୍କ ବନ୍ୟାଚଳ ପରିଦର୍ଶନ ।


ଭୁବନେଶ୍ବର ; ରାଜ୍ୟ ଜଳ ସମ୍ପଦ, ସୂଚନା ଓ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଆଜି ଜଗତସିଂହପୁର ଜିଲ୍ଲା  ତିର୍ତାଲ ବ୍ଳକ ଅନ୍ତର୍ଗତ ତିର୍ତାଲ, ସାମନ୍ତରାପୁର ଗ୍ରାମ ପଂଚାୟତର ସିରସ୍ତା ଅଂଚଳର ଜଳମଗ୍ନ ଅଂଚଳ, କୋଲର ଫଚାୟତର ଧନୁଆ ଓ କୋଲର ଗ୍ରାମର ବନ୍ୟାଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିଲେ । ସେହିପରି ସେ ସାମନ୍ତରାପୁର, ଆସିରି, ଶଙ୍ଖଶ୍ୱର ଓ ଧୋଇଆ ଅଂଚଳ ବୁଲି ଦେଖିଥିଲେ । 

ମନ୍ତ୍ରୀ ଶ୍ରୀ ଦାସ, କୋଲର ଫଚାୟତର ପାଇକା ସେତୁଠାରେ ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ପଂଚାୟତ ସମିତି ଅଧ୍ୟକ୍ଷା , ଜଳ ସଂପଦ ବିଭାଗର ଜଳ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ଅଧୁକାରୀମାନଙ୍କ ସହ ଜଳମଗ୍ନ ଅଂଚଳରେ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜଳ ସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ବିଡିଓ, ତହସିଲଦାର ପ୍ରମୁଖ ବନ୍ୟାଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସଂପର୍କରେ ପଚାରିବୁଝିଥିଲେ ।

ଓଡିଶାରେ ବନ୍ୟା ଦୃଷ୍ଟିରୁ ଆହୁରି ଅଧୁକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବର ; ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ଟ୍ କରି ଜନସାଧାରଣଙ୍କୁ ଆହୁରି ଅଧ୍ବକ ପ୍ରସ୍ତୁତ ଓ ସତର୍କ ରହିବାକୁ ଅନୁରୋଧ କରିଛନ୍ତି । ସେହିପରି ଦଳର ଅଧୁକରୁ ଅଧୁକ କାର୍ଯ୍ୟକର୍ତ୍ତା ଏହି କାମରେ ସହଯୋଗୀ ହୋଇ ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ଯେ ବିଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ପ୍ରବାହିତ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । 

ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପୂର୍ବାନୁମାନ ଥିବାରୁ ବନ୍ୟା ସମ୍ଭାବନା ଦୃଷ୍ଟିରୁ ଆହୁରି ଅଧୁକ ପ୍ରସ୍ତୁତ ଓ ସତର୍କ ରହିବା ନିତାନ୍ତ ଆବଶ୍ୟକ। ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଆପଣମାନେ ସତର୍କ ଥିବେ, ମାତ୍ର ପୂର୍ବାପେକ୍ଷା ଅଧୁକ ସତର୍କ ରହିବାକୁ ଅନୁରୋଧ । ଏଭଳି ପରିସ୍ଥିତିରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା କାମରେ ଲାଗିଛନ୍ତି । ଅଧୁକରୁ ଅଧୁକ କାର୍ଯ୍ୟକର୍ତ୍ତା ଏହି କାମରେ ସହଯୋଗୀ ହୋଇ ଲୋକମାନଙ୍କୁ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଆଗେଇ ଆସିବାକୁ ଅନୁରୋଧ କରୁଛି ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରି କହିଛନ୍ତି ।

ଆରଓବି ପକ୍ଷରୁ ଏନଆରଏ: ଏକ ନୂତନ ଯୁଗର ଅୟମାରମ୍ଭ ଶୀର୍ଷକ ୱେବିନାର।


ନୁଆଦିଲ୍ଲୀ ; ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଦେଶରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ । ଏନଆରଏ ଦ୍ଵାରା ଆୟୋଜିତ ହେବାକୁ ଥିବା ଏକକ ଯୋଗ୍ୟତା ପରୀକ୍ଷା (ସିଇଟି) ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ବିଶେଷକରି ଗ୍ରାମାଞ୍ଚଳ ଓ ପଛୁଆବର୍ଗର ଯୁବକଯୁବତୀ ଓ ମହିଳାଙ୍କ ପାଇଁ ଚୟନ ପ୍ରକ୍ରିୟାକୁ ସରଳ, ସୁଗମ ଓ ସୁଲଭ କରିବ। ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରବି) ଭୁବନେଶ୍ୱର ପକ୍ଷରୁ ‘ଜାତୀୟ ନିଯୁକ୍ତି ସଂସ୍ଥା: ଏକ ନୂତନ ଯୁଗର ଅୟମାରମ୍ଭ’ ଶୀର୍ଷକ ୱେବିନାରରେ ଯୋଗଦେଇ ବିଶେଷଜ୍ଞମାନେ ଏହି ମତ ପ୍ରକାଶ କରିଛନ୍ତି । ବିନାରରେ ଯୋଗଦେଇ ଓଡ଼ିଶା ଜାତୀୟ ଆଇନ ବିଶ୍ବବିଦ୍ୟାଳୟର କୁଳପତି ଡ. ଶ୍ରୀକୃଷ୍ଣ ଦେବରାଓ କହିଛନ୍ତି, ଦେଶରେ ମାନବ ସମ୍ବଳର ବିକାଶ ଦିଗରେ ଜାତୀୟ ନିଯୁକ୍ତି ସଂସ୍ଥା ଗଠନ ନିଷ୍ପରି କେନ୍ଦ୍ର ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ। 

ଏନଆରଏ ଦ୍ଵାରା ଆୟୋଜିତ ହେବାକୁ ଥିବା ସିଇଟି ପରୀକ୍ଷା ଚାକିରି ଆଶାୟୀଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ସିଇଟିରେ ସୂଚନା ପ୍ରଯୁକ୍ତିର ପ୍ରୟୋଗ ହେବ ଏବଂ ଅନଲାଇନ ପରୀକ୍ଷା ହେବ, ଯାହାକି ଚୟନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବ । ବର୍ତ୍ତମାନ ଚାକିରି ଆଶାୟୀଙ୍କୁ ଆଉ ଏକା ପରୀକ୍ଷା ଦେବାକୁ ପଡିବ ନାହିଁ। ବିଭିନ୍ନ ଗୁପ-ବି ଓ ଗୁପ-ସି ବର୍ଗର ସରକାରୀ ଚାକିରି ପାଇଁ ଏକକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ ହେବ । ଏହା ଫଳରେ ଯୁବକଯୁବତୀଙ୍କ ଉଭୟ ସମୟ ଓ ଅର୍ଥ ଯଥେଷ୍ଟ ପରିମାଣରେ ସଞ୍ଚୟ ହୋଇପାରିବ । ଦେଶର ସମସ୍ତ ଜିଲ୍ଲାରେ ସିଇଟି ପରୀକ୍ଷା କେନ୍ଦ୍ର ଖୋଲାଯିବା ଫଳରେ ଆଶାୟୀ ପ୍ରାର୍ଥୀଙ୍କୁ ଦୂରଦୂରାନ୍ତକୁ ଯାତ୍ରା କରିବାକୁ ପଡିବ ନାହିଁ ବୋଲି ଡ. ରାଓ କହିଛନ୍ତି । ବିନାରରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଓଡ଼ିଶା ଲୋକସେବା ଆୟୋଗର ସଚିବ ଶ୍ରୀ ଅଶୋକ କୁମାର ଦାସ କହିଛନ୍ତି, ଏନଆରଏ ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ, ଭାରତ ଭଳି ଏକ ବିଶାଳ ଓ ବିବିଧତାପୂର୍ଷ ରାଷ୍ଟ୍ରରେ ଏହାର ସଠିକ ରୂପାୟନ ଅତି ଗୁରୁତ୍ବପୂର୍ଣ । 

ଏଥିପାଇଁ ସରକାରଙ୍କୁ ପୂର୍ବର ବିଭିନ୍ନ ଅନୁଷ୍ଠାନ ଓ ପରୀକ୍ଷା ପଦ୍ଧତିକୁ ଅନୁଶୀଳନ କରିବା ଓ ସମୀକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଦାସ ମତପୋଷଣ କରିଛନ୍ତି। ବିନାରରେ ଯୋଗଦେଇ ଓଡ଼ିଶା ଷ୍ଟାଫ ସିଲେକ୍ସନର ସଚିବ ଶ୍ରୀ ଅକ୍ଷୟ କୁମାର ମହାନ୍ତି କହିଲେ, ସିଇଟି ପରୀକ୍ଷା ହେବାଦ୍ବାରା ଆରଆରବି, ଏସଏସସି ଓ ଆଇବିପିଏସ ଭଳି ବିଭିନ୍ନ ନିଯୁକ୍ତି ସଂସ୍ଥା ଦ୍ୱାରା ହେଉଥିବା ବହୁସ୍ତରୀୟ ପ୍ରାରମ୍ଭିକ ଚୟନ ପ୍ରକ୍ରିୟାରୁ ଛାତ୍ରଛାତ୍ରୀମାନେ ମୁକ୍ତି ପାଇବେ । ସେମାନଙ୍କୁ କେବଳ ଗୋଟିଏ ପରୀକ୍ଷା ଦେବାକୁ ପଡିବ । ଏଥୁ ସହିତ ଗୋଟିଏ ପୋର୍ଟାଲରେ ପଞ୍ଜିକରଣ ଓ ଅନଲାଇନ ପରୀକ୍ଷା ଛାତ୍ରଛାତ୍ରୀଙ୍କୁ ସହାୟକ ହେବ। ଆଗରୁ ଉପାନ୍ତ ଓ ଗ୍ରାମୀଣ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ରାଜଧାନୀ ଓ ଅନ୍ୟ ପ୍ରମୁଖ ସହରକୁ ପରୀକ୍ଷା ଦେବାଲାଗି ଆସିବାକୁ ପଡୁଥିଲା । ବର୍ତ୍ତମାନ ସେମାନେ ନିଜ ଜିଲ୍ଲାରେ ହିଁ ପରୀକ୍ଷା ଦେଇପାରିବେ । ଏହା ବିଶେଷ କରି ଗରିବ, ଭିନ୍ନକ୍ଷମ, ମହିଳା ଓ ପଛୁଆବର୍ଗଙ୍କୁ ସହାୟକ ହେବ ବୋଲି ଶ୍ରୀ ମହାନ୍ତି କହିଥିଲେ।

ବିନାରରେ ଯୋଗଦେଇ ଆରବିର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଗଣତନ୍ତ୍ରରେ ନିଯୁକ୍ତି ପ୍ରକ୍ରିୟା ଏକ ମୌଳିକ ବିଷୟ ବସ୍ତୁ । ଏହା ଜନସାଧାରଣଙ୍କୁ ସରକାରଙ୍କ ସହ ଯୋଡିଥାଏ । ଏନଆରଏ ଦେଶରେ ଏକ ସୁଦୃଢ଼ ଓ ସୁବ୍ୟବସ୍ଥିତ ନିଯୁକ୍ତି  ପ୍ରକ୍ରିୟା ଆଣିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ୱେବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଅଧ୍ୟକ୍ଷତା କରିଥିଲେ। ଏନଆରଏ ଦେଶର ନିଯୁକ୍ତି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ମାଲବ୍ୟ କହିଥିଲେ । ଏହି ବିନାରକୁ ଆରବିର କ୍ଷେତ୍ର ପ୍ରଚାର ଅଧୁକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା ପରିଚାଳନା କରିଥିଲେ ଓ ସହାୟକ ନିର୍ଦ୍ଦେଶକ ଶ୍ରୀ ରାମେଶ୍ୱର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ବିନାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୁନସ୍ଥ ବିଭିନ୍ନ ବିଭାଗର ଅଧୁକାରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଥିଲେ।

ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠା ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।
ନୁଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 12.30 ସମୟରେ ରିମୋଟ୍ ଭିଡିଓ କନଫରେନ୍ସ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କଲେଜ ଏବଂ ପ୍ରଶାସନିକ କୋଠାକୁ ଉହାଟନ କରିବେ । ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସିରେ ଅବସ୍ଥିତ ଏବଂ ଏହା ବୁନ୍ଦୋଳଖଣ୍ଡ କ୍ଷେତ୍ରର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । 2014-15ରେ ବିଶ୍ବବିଦ୍ୟାଳୟ ଏହାର ପ୍ରଥମ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ କୃଷି, ଉଦ୍ୟାନ କୃଷି ଏବଂ ବନ ବିଭାଗରେ ସ୍ନାଇକ ଏବଂ ସ୍ନାତୋକତର ଶିକ୍ଷାଦାନ କରୁଛି । ମୁଖ୍ୟ କୋଠାଗୁଡ଼ିକ ନିର୍ମାଣ ପର୍ଯ୍ୟାୟରେ ଏହା ବର୍ତ୍ତମାନ ଝାନ୍ସିସ୍ଥିତ ଭାରତୀୟ ଗ୍ରାସଲ୍ୟାଣ୍ଡ ଏବଂ ଫୋଡ଼ର୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କାର୍ଯ୍ୟକ୍ଷମ ରହିଛି । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ମତ ବିନିମୟ କରିବେ ।

ପିଏମ୍ ସ୍ଵନିଧି ଅନ୍‌ଲାଇନ ଡ୍ୟାସ୍ ବୋର୍ଡ ଉଦ୍‌ଘାଟିତ। ବିଭିନ୍ନ ଯୋଜନାର ସୂଚନା ଓ ତଦାରଖ ପାଇଁ ଔନଷ୍ଟପ୍ ସଲ୍ୟୁସନ ।

ନୁଆଦିଲ୍ଲୀ ; କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର ଏକ ଭିଡିଓ କଫରେନ୍ସି ବ୍ୟବସ୍ଥାରେ ଆଜି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟଭେଣ୍ଡର ଆତ୍ମନିର୍ଭର ନିଧୁ ବା ପିଏମ୍ ସ୍ଵନିଧି  ଅନ୍‌ଲାଇନ ଡ୍ୟାସ୍ ବୋର୍ଡକୁ ଉଦ୍‌ଘାଟନ କରିଛନ୍ତି । ଏହି ଅନ୍‌ଲାଇନ ଡ୍ୟାସ୍  ବୋର୍ଡ ଉଭୟ ଡାଇନାମିକ୍ ଓ ଇଣ୍ଟରାକ୍ଟିଭ ପିଏମ୍ ସ୍ଵନି ଯୋଜନା ନଗର ସ୍ତରରେ କିପରି କାର୍ଯ୍ୟକାରୀ ହେଉଛି ତାହା ଜାଣିବା ପାଇଁ ଇଚ୍ଛୁକ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସବୁ ପ୍ରକାର ସୂଚନା ଏହା ନଷ୍ଟପ୍ ବ୍ୟବସ୍ଥାରେ ଯୋଗାଇଦେବାକୁ ସକ୍ଷମ । ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନା ପାଇଁ 2020 ଜୁଲାଇ 2 ତାରିଖରୁ ଏହାର ପୋର୍ଟାଲରେ ଆବେଦନପତ୍ର ଆହ୍ବାନ କରାଯିବା ପରେ ଏଯାବତ୍ 7.15 ଲକ୍ଷ ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 1.70 ଲକ୍ଷ ଆବେଦନକୁ ଅନୁମୋଦନ କରାଯାଇଛି । ପିଏମ୍ ସ୍ଵନିଧି ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଚଳିତବର୍ଷ ଜୁନ୍ 1 ତାରିଖରେ ଆରମ୍ଭ ହୋଇଥିଲା । 

କରୋନା ମହାମାରୀ ଯୋଗୁଁ ଯେଉଁ ଷ୍ଟ୍ରିଟଭେଣ୍ଡରମାନେ ସେମାନଙ୍କର ବେପାର ହରାଇଥିଲେ ଏବଂ ପୁଞ୍ଜି ଅଭାବରୁ ପୁନର୍ବାର ତାହା ଆରମ୍ଭ କରିବାକୁ ସକ୍ଷମ ହେଉନାହାନ୍ତି । ସେମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି । 50 ଲକ୍ଷରୁ ଅଧୁକ ଷ୍ଟ୍ରିଟଭେଣ୍ଡରଙ୍କୁ । ଉପକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । 2020 ମାର୍ଚ୍ଚ 24 ତାରିଖ ପୂର୍ବରୁ ଯେଉଁ ଲୋକମାନେ ରାସ୍ତାରେ ବେପାର ବଣିଜ କରୁଥିଲେ ସେହିଭଳି ଲୋକଙ୍କୁ ଏହି ସହାୟତା ମିଳିବ । ସହରାଞ୍ଚଳ ସମେତ ସହରତଳି ଅଞ୍ଚଳ ଏବଂ ଗ୍ରାମାଞ୍ଚଳର ବୁଲା ବେପାରୀମାନେ ମଧ୍ୟ ଏହି ସୁବିଧା ପାଇବେ । ପିଏମ୍ ସ୍ଵନିଧି ଯୋଜନା ଅନୁସାରେ ଆବେଦନକାରୀ ଭେଣ୍ଡରମାନେ 10 ହଜାର ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ବ୍ୟାଙ୍କରୁ ପାଇବେ । ଏହି ଅର୍ଥକୁ ଏକ ବର୍ଷ ମଧ୍ୟରେ କିସ୍ତି ଆକାରରେ ଶୁଝିବାକୁ ପଡିବ । ଯେଉଁମାନେ ଠିକ୍ ସମୟରେ ବା ଆଗୁଆ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ 7 ଶତାଂଶ ସୁଧ ସସିଡି ମିଳିବ ।

ଏହି ସୁଧ ସବସିଡି ଅର୍ଥ ଡିବିଟି ବ୍ୟବସ୍ଥାରେ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପ୍ରତି ଓ ମାସରେ ଥରେ ଯିବ । ଋଣ ନେଇ ଆଗୁଆ ପରିଶୋଧ କରିଦେଲେ କୌଣସି ଜୋରିମାନା ବ୍ୟବସ୍ଥା ନାହିଁ । ଏହି ଯୋଜନାରେ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରାଯାଇଛି । ଯେଉଁମାନେ ଡିଜିଟାଲ କାରବାର କରିବେ ସେମାନଙ୍କୁ ମାସିକ ଏକଶହ ଟଙ୍କା କ୍ୟାଶବ୍ୟାକ ଆକାରରେ ପୁରସ୍କାର ସ୍ବରୂପ ମିଳିବ । ଏହି ଯୋଜନାର ଲାଭ ଉଠାଇ ଭେଣ୍ଡରମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

ଆନନ୍ଦପୁର ମ୍ୟୁନସିପାଲିଟି ପାଇଁ ପି.ସି.ସି. ସଭାପତିଙ୍କ ଜିଲ୍ଲାପାଳଙ୍କୁ ଅନୁରୋଧ।

ଭୁବନେଶ୍ୱର : କରୋନାରୁ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସରକାର ବହୁ ନୀତି ନିୟମ କରୁଛନ୍ତି । ସେଥିପାଇଁ ଧନ୍ୟବାଦ । ଆମ୍ଭେମାନେ ତାହା ମାନିବା ଉଚିତ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ  ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, ଆନନ୍ଦପୁର ମ୍ୟୁନିସିପାଲିଟି ଏରିଆରେ ଦେଢ଼ମାସ ଧରି ଲଡାଉନ୍, ସଡାଉନ୍ ଚାଲିଛି । ଗତ ୭ ଦିନ ଭିତରେ ୧୦/୧୨ଟି କେସ୍ ଆନନ୍ଦପୁର ମ୍ୟୁନିପାଲିଟି ଅଞ୍ଚଳରୁ ବାହାରିଛି । ୧୦ଟି ୱାର୍ଡରେ କୌଣସି ସଂକ୍ରମିତ ବାହାରି ନାହାନ୍ତି । 

ପରିବା ବିକାଳୀଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକେ ବଡ଼ ଅସୁବିଧାରେ ଜୀବନଯାପନ କରୁଛନ୍ତି । ଲଡାଉନ୍ ଓ ସଡାଉନ୍ କୋହଳ କରିବା ପାଇଁ । ଯେଉଁ ୱାର୍ଡ଼ରେ କରୋନା ସଂକ୍ରମିତ ରୋଗୀ ବାହାରୁଛନ୍ତି, । ତାହାର ପାର୍ଶ୍ୱବର୍ତ୍ତୀ ୱାର୍ଡ଼କୁ ମିଶାଇ କଣ୍ଟମେଣ୍ଟ ଜୋନ୍ ଘୋଷଣା କରି ଅନ୍ୟ ଅଞ୍ଚଳ ପାଇଁ ଲକ୍‌ଡାଉନ୍ ଓ ସଡାଉନ୍ କୋହଳ କରାଯାଉ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଆସନ୍ତା ସପ୍ତାହରେ ଏ ବିଷୟରେ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

କିଟରେ ମେଗା ଡିଜିଟାଲ ଏଚ୍ଆର୍ କନକ୍ଲେଭ ବର୍ଭମାନଠାରୁ ଭବିଷ୍ୟତ ପାଇଁ କର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି।

ଭୁବନେଶ୍ୱର : କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ମେଗା ଡିଜିଟାଲ୍ ଏଆର କଣ୍ଡୁଭ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ମେଗା ଏଆର କକ୍ରେଭର ବିଷୟବସ୍ତୁ ‘ବର୍ଭମାନଠାରୁ ଭବିଷ୍ୟତ ପାଇଁ କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି’ ରଖାଯାଇଥିବା ବେଳେ ଏହାକୁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍‌ଘାଟନ କରିଥିଲେ । ଶ୍ରୀ ସାମନ୍ତ କହିଲେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ବିଷୟବସ୍ତୁର ଯଥାର୍ଥତା ରହିଛି । ମହାମାରୀ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଛି । କାର୍ଯ୍ୟସ୍ଥଳୀର ପୁନଃପ୍ରସ୍ତୁତି କଠିନ ସମୟରେ ସକାରାତ୍ମକତା ଆଣିବ ବୋଲି ସେ  କହିଥିଲେ । କିଟ୍ ଓ କିସ୍‌ର ଉଦାହରଣ ଦେଇ ଶ୍ରୀ ସାମନ୍ତ କହିଲେ, ବର୍ତ୍ତମାନ ପରିସ୍ଥିତିକୁ ତୁରନ୍ତ ଖାପ ଖୁଆଇ ଏହି ଦୁଇଟି ଅନୁଷ୍ଠାନ ସବୁ ପ୍ରକାର କାର୍ଯ୍ୟ ଡିଜିଟାଲ ମାଧ୍ୟମରେ କରିଆସୁଛନ୍ତି । 

ଦେଶରେ ତାଲାବନ୍ଦ ଘୋଷଣା ହେବାଠାରୁ ଏହି ଦୁଇ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ପ୍ଲାଟଫର୍ମ ମାଧମରେ ନିରନ୍ତର ଶିକ୍ଷାଦାନ କରିଆସୁଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଲେଖକ ସ୍ପଟ୍ ଫେମାନ, କଣ୍ଡମ୍ପର ସିଇଓ ସଞ୍ଜୟ ମୁଥଲ, ସଫ୍ଟ ବ୍ୟାଙ୍କ ଇଣ୍ଡିଆର ମୁଖ୍ୟ ମନୋଜ କୋହଲି, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍ କର୍ପୋରେଟ୍ ରିଲେସନ୍ ନିର୍ଦ୍ଦେଶକ ଡ. କୁମାର ମହାନ୍ତି, ପ୍ରେମେଣ୍ଟ ଓ ଇଣ୍ଡଷ୍ଟ୍ରି ଏଗେଜମେଣ୍ଟ ନିର୍ଦ୍ଦେଶକ ଡ. ଶରଣଜିତ ସିଂହ, କିଟ୍ ମ୍ୟାନେଜମେଣ୍ଟ ସ୍କୁଲର ନିର୍ଦ୍ଦେଶକ ଡ. ସରୋଜ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ମେଗା ଡିଜିଟାଲ କନକ୍ଲେଭରେ ୫ଟି ମହାଦେଶର ୧୭ଟି ଦେଶରୁ ୨ ଶହରୁ ଉର୍ଦ୍ଧ କର୍ପୋରେଟ ପ୍ରଫେସନାଲଙ୍କ ସମେତ ୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସୋନିଆ ଗାନ୍ଧୀ ଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ମାସରେ ହେବାକୁ ଥିବା NEET ଏବଂ JEE ପରୀକ୍ଷା କୁ ସ୍ଥଗିତ ରଖୁବା ପାଇଁ ।


ଭୁବନେଶ୍ୱର ; ଅଖୁଳ ଭାରତ କଂଗ୍ରେସ କମିଟି ର ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ମାସରେ ହେବାକୁ ଥିବା NEET ଏବଂ JEE ପରୀକ୍ଷା କୁ ସ୍ଥଗିତ ରଖୁବା ପାଇଁ ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ (NSUI) ଶାଖା ତରଫରୁ ଭୁବନେଶ୍ବର ସ୍ଥିତ ବି.ଜେ.ବି କଲେଜ ସମ୍ମୁଖ ରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ର ସଂଯୋଜକ ଶ୍ରୀ ଆଦିତ୍ୟ ପ୍ରିତମ ଦାସ ଙ୍କ ନେତୃତ୍ବ ରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତବର୍ଷ ରେ ଏବଂ ବିଶେଷ କରି ଓଡିଶା ରେ ଉକ୍ତ କରନା ମହାମାରି ସମୟ ରେ କିଭଳି ଏହି ପରୀକ୍ଷା ଅନୁଷ୍ଠିତ ହେବ ଏନେଇ ଛାତ୍ର ନେତା ମାନେ ଉଦବେଗ ପ୍ରକାଶ କରିଛନ୍ତି । 

ଏହି ସମୟ ରେ ଯାତାୟାତ ର ଘୋର ଅସୁବିଧା ତଥା ହୋଟେଲ ଏବଂ ଲଜ୍ୟ ଆଦି ବାଣ୍ଡ ଥିବା ସମୟ ରେ କେମିତି ସହ ସହ କିଲୋମିଟର ରୁ ଛାତ୍ରଛାତ୍ରୀ ମାନେ ଆସି ଏ ପରୀକ୍ଷା ଦେବେ ଏନେଇ ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି । ଓଡିଶା ରେ ପ୍ରତିଦିନ ତିନି ହଜାର ରୁ ଉଦ୍ଧ ଲୋକ କରନା ସଂକ୍ରମିତ ହେଉଛନ୍ତି , ଏହି ପରିସ୍ଥିତି ରେ ପିଲାମାନେ କିଭଲିଉ ନିଜ ଜୀବନ କୁ ବାଜି ଲାଗେ ପରୀକ୍ଷା ଦେବେ ପ୍ରଶ୍ନବାଚୀ । ଏଣୁ ଏହି ପରୀକ୍ଷା କୁ କରନା ନିୟନ୍ତାନ ରେ ଆସିବା ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଏହି ବିକ୍ଷୋଭ ମାଧ୍ୟମ ରେ ଦାବି କରାଯାଇଛି । ଏହି ଆଜିର ଏହି ବିକ୍ଷୋଭ ରେ ସୋମ୍ୟରଞ୍ଜନ ଜେନା, ଶମ୍ଭ ପଟ୍ଟନାୟକ , ସ୍ମୃତିଶ୍ରୀ ଅଭିନାଶ , ଦେବଶ୍ରୀ ବାଲ , ଜିତେନ୍ଦ୍ର ସାମନ୍ତ ରାୟ ଏବଂ ଛାତ୍ର କଂଗ୍ରେସ କର୍ମୀ ଯୋଗଦାନ କରିଥିଲେ ।

ବିଜେପି ରାଜ୍ୟ ପଦାଧୁକାରୀ ବୈଠକ ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।


ଭୁବନେଶ୍ବର : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଗତ କାଲି ବିଜେପି ରାଜ୍ୟ ପଦାଧୁକାରୀମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଶ୍ରମିକ ସମସ୍ୟା, ବିଭିନ୍ନ ଦୁର୍ନୀତି, ସାଂପ୍ରତିକ ବନ୍ୟା ପରିସ୍ଥିତି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଆଦି ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଛି । ଆଗାମୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ । ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ ପଦାକାରୀମାନେ ଉପସ୍ଥିତ ଥିଲେ ।

ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାର ନିଷ୍ପତି ଗ୍ରହଣ କରାଯାଇଛି । କୋଭିତ-୧୯ କଟକଣା ଓ ନିୟମକୁ ପାଳନ କରାଯାଇ ଭର୍ଚୁଆଲ ମିଟିଂ ମାଧ୍ୟମରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ  ସଭାପତିତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ଼ା ଯୋଗ ଦେବେ । ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଯୁଗ୍ଧ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୌଦାନ ସିଂ, ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ଓ ସାଂସଦ ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧୁକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେବେ । ଏହି ବୈଠକ ପୂର୍ବାହ୍ନ ୧୦ ଟାରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁ ରହିବ ।

 
ରାଜ୍ୟସରକାର ରାଜକୋଷରେ ଅର୍ଥ ନଥିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଲେ।

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ପଭାବେ ବିଫଳ ହୋଇଛନ୍ତି । ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟସରକାର ରାଜକୋଷରେ ଅର୍ଥ ନଥିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି । ଗୋଟିଏପଟେ ରାଜ୍ୟସରକାର ଯୁବକମାନଙ୍କ ପାଇଁ ନିଯୁକ୍ତିକୁ ବନ୍ଦ କରିବାକୁ ଯାଉଛନ୍ତି ଅନ୍ୟପଟେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଆଉ ଥରେ ଅଧିକ ଦରମାରେ ନିଯୁକ୍ତି ଦେଉଛନ୍ତି । ବେକାର ଯୁବକ ଯୁବତୀଙ୍କୁ ରାଜ୍ୟସରକାର ଅଣଦେଖା କରି ସେମାନଙ୍କୁ ଏହି କରୋନା ସଙ୍କଟରେ ଆର୍ଥିକ ସ୍ତରରେ ଆହୁରି ଦୁର୍ବଳ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଉମାକାନ୍ତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠିକା କର୍ମଚାରୀମାନଙ୍କୁ ଛଟେଇ କରିବା ପ୍ରସଙ୍ଗରେ ବିରୋଧୀ ଦଳର ନେତା ପ୍ରତିବାଦ କରିବାରୁ ଅବଧି ସରିଲା ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ କାମ କରିବେ ଏବଂ ଏହା ପରେ ଆଉ ସେମାନଙ୍କ ନବୀକରଣ କରାଯିବ ନାହିଁ ବୋଲି ରାଜ୍ୟସରକାର ସୂଚନା ଦେଇଛନ୍ତି । କିନ୍ତୁ ବିଧାୟକ ସଂଜୟ ଦାସବର୍ମା ସରକାରୀ ଅର୍ଥରେ ହେଲିକାପ୍ଟରରେ ବୁଲିବେ । ୫ଟି ସଚିବ କୋଭିଡ ପରିଚାଳନା ତଦାରଖ କରିବା ପାଇଁ ମାତ୍ର ୧୦୦ କିମି ବି ସଡକ ପଥରେ ଯାଇପାରିବେ ନାହିଁ, ସେ ବି ହେଲିକପ୍ଟରରେ ବୁଲି ତଦାରଖ କରିବେ । ପିପିଇ କିଟ, ପିପିଇ ମାସ୍କକୁ ୨ ଗୁଣା ଅଧିକ ଦରରେ କିଣାଯାଇ ପାରିବ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଯୁବବାହିନି ଗଠନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ରାଜ୍ୟର ଯୁବକ ଯୁବତୀମାନଙ୍କୁ ପଇସା ଦେଲାବେଳକୁ ସରକାରଙ୍କ ପାଖରେ ପଇସା ନାହିଁ । 

ରାଜ୍ୟରେ ଘରୋଇ ନିଯୁକ୍ତି ନାହିଁ । ଆଗାମୀ ଦିନରେ ରାଜ୍ୟରେ ୨ ଲକ୍ଷରୁ ଉର୍ଧ ଯୁବକ ଚାକିରୀ ହରାଇବେ । ବିଗତ ୨୦ ବର୍ଷରେ ରାଜ୍ୟରେ ନିଯୁକ୍ତି ଯୋଗାଇ ଦେବା ପାଇଁ ସେହିଭଳି କୌଣସି ବଡଶିଳ୍ପ ଆସିପାରିଲା ନାହିଁ । ମେକ ଇନ ଓଡିଶା ସଂପୂର୍ଣ୍ଣଭାବେ ରାଜ୍ୟରେ ଫେଲ ମାରିଛି । ଏଥିରେ ଯାହା ପୁର୍ଜି ନିବେଶ ପାଇଁ ପ୍ରସ୍ତାବ ଥିଲା ତାହାର ୧୦ ପ୍ରତିଶତ ବି ଆସିଲାନି । ଏମିତି ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଓଡିଶାବାସୀଙ୍କୁ ଏବଂ ଓଡିଆ ଯୁବକ ଯୁବତୀମାନଙ୍କୁ ଭୁଆଁ ବୁଲାଇବେ ? ଚଳିତ ଅଗଷ୍ଟ ୯, ୨୦ ୨୦ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟରେ ସରକାରୀ ନିଯୁକ୍ତିରେ ଗୁପ ବି, ଗୁପ ସି ଓ ଗୁପ ଡି ପଦବୀରେ ଯେଉଁ ଭଳି ଭାବେ ଠିକାରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ ସେମାନଙ୍କର ସର୍ବନିମ୍ନ ଦରମାରୁ ବଂଚିତ କରାଯାଉଛି ଓ ଅନେକକ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ବପୁର୍ଷ ସରକାରୀ କାମ ବି ବିଭିନ୍ନ ଏମ୍ପୁୟଟ ଏଜେନସି ଦ୍ଵାରା କରାଯାଉଛି, ଏ ତମାମ ଅସଙ୍ଗତିକୁ ନେଇ ରାଜ୍ୟସରକାରଙ୍କୁ ଜବାବ ଦାଖଲକରିବା ପାଇଁ ନୋଟିସ ଦେଇଛନ୍ତି । 

ଓଡିଶାରେ ବର୍ତମାନ ରାଜ୍ୟସରକାର ୨୦୧୩ ଠାରୁ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସରକାରୀ ନିଯୁକ୍ତି ନାଁରେ ପ୍ରବନା ଦେଇ ଆସୁଛନ୍ତି । ପୁର୍ବରୁ ପ୍ରଥମେ ରାଜ୍ୟସରକାର ୭୫% ବେସ ଲେବେଲ ପଦବୀକୁ ହଟାଇ ଦେଇଥିଲେ । କେବଳ ।ଗୃପ ଏ କୁ ଛାଡିଦେଲେ ବାକି ସମସ୍ତ ଗୁପ ବି, ସି ଓ ଡିରେ ଏହି ଛଟେଇ ଆଗରୁ ହୋଇଥିଲା । ସରକାରୀ ନିଯୁକ୍ତିକୁ ରାଜ୍ୟ ସରକାର କମାଇ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୨୦୧୩ରେ ଏକ ଗେଜେଟ ନୋଟିଫିକେସନରେ ରାଜ୍ୟସରକାର ରେଗୁଲାର ପଦରେ ନିଯୁକ୍ତି ବଦଳରେ ଠିକା ନିଯୁକ୍ତି ଆରମ୍ଭ କଲେ । ଦୁଇ ପ୍ରକାର ନିଯୁକ୍ତି ପ୍ରକିୟା ଆରମ୍ଭ ହେଲା । ଗୋଟିଏ ହେଲା ସରକାର ନିଜେ ସିଧାସଳଖ ଓପିଏସସି, ଏସଏସସି, ବିଭିନ୍ନ ବିଭାଗ, କଲେକ୍ଟୋରେଟ ମାଧ୍ୟମରେ ଯେଉଁ ନିଯୁକ୍ତି ଦେଲେ ତାକୁ ଠିକାରେ ଦେଲେ । ଏମାନେ ସମସ୍ତେ ୬ ବର୍ଷ ପାଇଁ ଦୈନିକ ମାତ୍ର ୨୫୦ ରୁ ୪୦୦ ଟଙ୍କା ମଜୁରି ପାଇ କଂଗ୍ରାଚୁଆଲ କାମ କରିବେ । 

ନିୟମିତ ପୋଷ୍ଟରେ ଚାକିରି କରୁଥିବା ଅନ୍ୟ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ଏମାନଙ୍କୁ ମିଳିବ ନାହିଁ କିନ୍ତୁ ସମାନ କାମ ରହିବ । ଯେଉଁଠି ଗୁପ ସି ଚାକିରିଆ ପାଇବା କଥା ମାସିକ ୨୧ ହଜାର ଟଙ୍କାରୁ ୩୪ ହଜାର ଟଙ୍କା ସେ ବର୍ତମାନ ପାଉଛି ମାସିକ ମାସ ୮୭୫୦ ଟଙ୍କା । ସରକାର ସେହି ୬ ବର୍ଷରେ ଯେବେ ଚାହିଁବେ ଯେତେବେଳେ ଚାହିଁବେ ବିନାକାରଣରେ ଚାକିରୀରୁ କାଢିଦେଇ ପାରିବେ । ଆଉ ଗୋଟିଏ ପ୍ରକାରର ନିଯୁକ୍ତି ହେଲା ଆଉଟସୋର୍ସିଙ୍ଗ ବା କନସଲଟାନସି ମାଧ୍ୟମରେ ସରକାର କନସଲଟାନସିଙ୍କୁ ପଇସା ଦେବେ ସେ କନସଲଟାନସି ଠିକାରେ କର୍ମଚାରୀ ଯୋଗାଇବ । କମିଶନ ଆକାରରେ ଭଲ ପଇସା କମାଇବ । କନସଲଟାନସି କିନ୍ତୁ ବିଚରା ଚାକିରୀ କରିଥିବା ଯୁବକ ବା ଯୁବତୀଟି କମ ଦରମାରେ କାମ କରିବ । ସେ କନସଲଟାନସି ଗୁଡିକ ଅବସର ପ୍ରାପ୍ତ
ଆଇଏଏସ, କେଉଁଠି କେଉଁ ମନ୍ତ୍ରୀ ବା ଆଇଏସଙ୍କ ସ୍ତ୍ରୀ ନାଁରେ ଚାଲିଛି । ସରକାର ଏ ବ୍ୟବସ୍ଥା ଆରମ୍ଭ କରିଛନ୍ତି କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ଏହି ଦୁଇଟି ଯାକ ନିଯୁକ୍ତି ହେଉଛି ସମ୍ପୂର୍ଷ ଅସମ୍ବିଧାନିକ ଯାହାକୁ ନେଇ ମାନ୍ୟବର ହାଇକୋର୍ଟ ଏବେ ରାଜ୍ୟସରକାରଙ୍କୁ ନୋଟିସ ଦେଇଛନ୍ତି ।

ଏପରିକି ଏହି ନୀତିରେ ରାଜ୍ୟ ସରକାର ନିର୍ଦ୍ଧାରଣ କରିଥିବା ‘ବେସ ପେ ଏବଂ ଗ୍ରେଡ ପେ’ କୁ ସପ୍ତମ ବେତନ କମିଶନ । ଆଧାରରେ କର୍ମଚାରୀଙ୍କୁ ଦିଆଯାଉନାହିଁ, ଯାହାଫଳରେ ପିଛିଲା କର୍ମଚାରୀ ମାନେ ଏକ ତୃତୀୟାଂଶରୁ କମ୍ ବେତନ ପାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଆର୍ଟିକିଲ ୧୪- ସମାନତାର ଅଧିକାର । ଆର୍ଟିକିଲ ୧୬ – ସରକାରୀ ଚାକିରୀରେ ସମାନ ସୁବିଧା ଓ ସମାନ ଅଧିକାର । ଏହି ଦୁଇଟି ଯାକରେ ସମାନ କାମକୁ ସମାନ ଦରମା ଆସୁଛି ଯାହାକୁ ରାଜ୍ୟସରକାର ପାଳନ କରୁନାହାଁନ୍ତି । ଏହାଛଡା ଦୁଇଟି ସୁପ୍ରିମକୋର୍ଟକୁ ବି ରାଜ୍ୟସରକାର ମାନୁନାହାଁନ୍ତି । ଗୋଟିଏ ହେଲା ୧୦ ଏପ୍ରିଲ ୨୦୦୬ରେ ସୁପ୍ରିମକୋର୍ଟର ରାୟରେ କର୍ଣ୍ଣାଟକ ସରକାରକୁ ଦେଇଥିବା ନିର୍ଦ୍ଦେଶ । ସରକାର ସବୁବେଳେ ରେଗୁଲାର ପଦରେ ନିଯୁକ୍ତି ହେବ । ସରକାରଙ୍କ ଯେଉଁ କାମ ଗୁଡିକ ନିୟମିତ ହେଉଛି ଓ ସେଥିପାଇଁ ସେଠାରେ ଚାକିରୀ କରୁଥିବା କର୍ମଚାରୀମାନେ ନିୟମିତ ହାରରେ ଦରମା ଦେବେ । ରାଜ୍ୟ ହେଉଛି ମଡେଲ ଏମ୍ପଲୋୟର ବା ଆଦର୍ଶ ନିଯୁକ୍ତିଦାତା । ସରକାର ନିଯୁକ୍ତି ନାଁରେ ଶୋଷଣ କରିପାରିବେ ନାହିଁ କି ଆଇନ କାନୁନର ଆଳ ଦେଖାଇ କାମକରୁଥିବା କର୍ମଚାରୀ ମାନଙ୍କୁ କମ୍ ଦରମା ଦେଇ ଠକି ପାରିବେ ନାହିଁ । 

ଆଉ ଗୋଟିଏ ହେଲା ୨୦୧୬ରେ ଯେଉଁଠି ସୁପ୍ରିମକୋର୍ଟ କହିଥିଲେ ସମାନ କାମକୁ ସମାନ ଦରମା ରାଜ୍ୟସରକାରଙ୍କର କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଧାର୍ଯ୍ୟ ମଜୁରିହେଲା ୪୪୮ ଟଙ୍କା । ତାହା ବି ବର୍ତମାନ ଷ୍ଟାଫ ସିଲେକ୍ସନ ପରୀକ୍ଷା ପାସ କରି ଚାକିରୀ କରୁଥିବା ପିଲାଙ୍କୁ ମିଳୁନାହିଁ । ଓଡିଶା ସରକାର ସମ୍ବିଧାନ ଓ ସୁପ୍ରିମକୋର୍ଟର ନିୟମକୁ ବେଖାତିର କରି ଠିକା ନିଯୁକ୍ତି ଦେଇ ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ରାଜ୍ୟସରକାର ରିକ୍ୟୁଟ ସମେତ କଂଟ୍ରାକଚୁଆଲ ପଲିସକୁ ବନ୍ଦ କରନ୍ତୁ । ଆଉଟସୋର୍ସଙ୍ଗ ସମେତ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ । ସମସ୍ତ ନିଯୁକ୍ତିକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ କର୍ମଚାରୀଙ୍କୁ ଯେତିକି ଦରମା ମିଳୁଛି ସେହି ଦରମାରେ ନିଯୁକ୍ତି ଦିଅନ୍ତୁ । ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଯେଉଁଭଳି ପୁନଃ ନିଯୁକ୍ତି ଦିଅଯାଉଛି ତାକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ । ସମସ୍ତ ଘରୋଇ ଶିଳ୍ପ କାରଖାନା ନିଯୁକ୍ତିରେ ଓଡିଶାର ସ୍ଥାନୀୟ ପିଲାଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରିବା ପାଇଁ ୨୦୦୮ ଓ ୨୦୧୩ରେ ରାଜ୍ୟସରକାର ଘୋଷଣା ଅନୁଯାୟୀ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀରେ ୯୦%, କୁଶଳୀ ଶ୍ରମିକ କ୍ଷେତ୍ରରେ ୬୦%, ସୁପରଭାଇଜର ପଦବୀରେ ୩୦% ସରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । 

ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ । କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ସମ୍ବିତ ପାତ୍ର ।
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧୁନ ଅଛି । ମାତ୍ର ରାଜ୍ୟ ସରକାର ଚନ୍ଂକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଅନ୍ତର୍ଗତ ପୁରୀ ତୀର୍ଥସ୍ଥାନର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହ ତୀର୍ଥଯାତ୍ରୀମାନେ ରହିବା ପାଇଁ ଆଇ.ଟି.ଡି.ସି. ତରଫରୁ ବଗଲା ଧର୍ମଶାଳାକୁ ୨୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସେହି ସ୍ଥାନରେ ଜଗନ୍ନାଥ ତୀର୍ଥନିବାସ ପାଇଁ ବର୍ତମାନ ସୁଦ୍ଧା ୩ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ମାତ୍ର ରାଜ୍ୟ ସରକାର ରାତାରାତି ଏହି ନିର୍ମାଣ କାର୍ଯ୍ୟକୁ ସ୍ଥଗିତ କରି ଉକ୍ତ ଜମିକୁ ପ୍ଲଟିଂ କରି ବିକ୍ରି କରି ଦେବାର ଷଡଯନ୍ତ୍ର କରିଛନ୍ତି । 

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ କାର୍ଯ୍ୟ । ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଦିଲ୍ଲୀଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରି ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ବିହୀତ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ଆରମ୍ଭ ହୋଇଥିବା ଜଗନ୍ନାଥ ତୀର୍ଥନିବାସ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରାଯାଇ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଏକ ବିରାଟ ଧର୍ମଶାଳା ନିର୍ମାଣ କରାଯାଉ ବୋଲି ଶ୍ରୀ ପାତ୍ର ପୁଣି ଥରେ ଦାବୀ କରିଛନ୍ତି । ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ବୋଲି କହିବା ସହ ଆଗାମୀ ଦିନରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

 
ହୀରାକୁଦର ୪୦ଟି ଗେଟ୍ ଖୋଲା । ସମ୍ଭାବ୍ୟ ବନ୍ୟା ନେଇ ଜଳସଂପଦ ମନ୍ତ୍ରୀ ଶ୍ରୀ ଦାସଙ୍କ ସମୀକ୍ଷା ।

ଭୂବନେଶ୍ୱର : ଆଜି ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ରାଜୀବ ଭବନଠାରେ ରାଜ୍ୟରେ ବିଭିନ୍ନ ନଦୀରେ ଜଳପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ହୀରାକୁଦ ଜଳଭଣ୍ଡାରର ୪୦ଟି ଗେଟ୍ ଖୋଲା ରହିଛି । ଏହା ଦ୍ଵାରା ମୁଣ୍ଡୁଳିଠାରେ ପ୍ରାୟ ୧୦ ଲକ୍ଷ ୫୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ଆଶା କରାଯାଉଛି । ସ୍ଥିତିକୁ ଦେଖ ପର୍ଯ୍ୟାୟକ୍ରମେ ଗେଗୁଡ଼ିକ ବନ୍ଦ କରାଯିବ । 

ଜଳପ୍ରବାହକୁ ଦୃଷ୍ଟିରେ ରଖ୍ ବିଭାଗ ତରଫରୁ ନଦୀବନ୍ଧ ପ୍ରତି ସତର୍କ ଦୃଷ୍ଟି ରଖାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୁବରେଖା, ବୁଢ଼ାବଳଙ୍ଗ ଓ ବୈତରଣୀ ନଦୀରୁ ଧୀରେ ଧୀରେ ଜଳସ୍ତର କମୁଛି । ବ୍ରାହ୍ମଣୀ ନଦୀର ଜଳସ୍ତର ଖୁବ୍ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି । ମନ୍ତ୍ରୀ ଶ୍ରୀ ଦାସ ବିଭିନ୍ନ । ନଦୀରେ ଅଧୁକ ଜଳପ୍ରବାହିତ ହେବା ଯୋଗୁଁ ହୋଇଥିବା ଘାଇ ସଂପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ ଓ ଅନ୍ୟାନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ଗଣମାଧ୍ୟମକୁ ନଦୀଗୁଡ଼ିକରେ ଜଳପ୍ରବାହ ସ୍ଥିତି ଓ ବିଭାଗୀୟ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ ।

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ବାରା ଏନସିସି ତାଲିମ ସଂକ୍ରାନ୍ତ ମୋବାଇଲ ଆପର ଶୁଭାରମ୍ଭ।

ନୁଆଦିଲ୍ଲୀ ; ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ମହାନିର୍ଦ୍ଦେଶକ (ଡିଜି । ଏନସିସି) ମୋବାଇଲ ଟ୍ରେନିଂ ଆପର ଆଜି ଶୁଭାରମ୍ଭ କରିଛନ୍ତି । ଏହି ଆପ ଜରିଆରେ ଦେଶବ୍ୟାପୀ ସମର ଶିକ୍ଷାର୍ଥୀମାନଙ୍କୁ ଅନଲାଇନ ତାଲିମ ପ୍ରଦାନ କରାଯାଇପାରିବ । କୋଭିଡ-19 ଯୋଗୁଁ ଦେଶବ୍ୟାପୀ କଟକଣା ଜାରି ଯୋଗୁଁ ଏନସିସି ତାଲିମ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ନିକଟ ଭବିଷ୍ୟତରେ ଖୋଲା ହେବା । ସମ୍ଭାବନା ଖୁବ କମ ଥିବାରୁ ଏନସିସି କ୍ୟାଡେଟମାନଙ୍କୁ ଅନଲାଇନ ଯୋଗେ ତାଲିମ ପ୍ରଦାନ କରିବା ଆବଶ୍ୟକତା ଉପୁଜିଛି । ଏହି ଅବସରରେ ରକ୍ଷାମନ୍ତ୍ରୀ ଏନସିସି କ୍ୟାଡେଟମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କଥାବାର୍ତ୍ତା ହେବା ସହ ସେମାନଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ । 

ସମର ଶିକ୍ଷାର୍ଥୀମାନେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ନେଇ ସେ କାମନା କରିଥିଲେ । ଆପର ଉହାଟନ କାଳରେ ଉଦବୋଧନ ଦେଇ ସେ କହିଲେ ଯେ, କୋଭିଡ-19 ଯୋଗୁଁ ପରସ୍ପର ସହ ବ୍ୟକ୍ତିଗତ ଯୋଗାଯୋଗ କଟକଣା ଦୃଷ୍ଟିରୁ ଏହି ଆପ ସେମାନଙ୍କ ପାଇଁ ବିଭିନ୍ନ ବିଷୟ ଶିଖୁବାରେ ସହାୟକ ହେବ । ଜଣେ ଆତ୍ମବିଶ୍ବାସ ଓ ସଂକଳ୍ପବଦ୍ଧ ହୋଇ ଆଗକୁ ଚାଲିଲେ ସେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସଫଳତାର ଶୀର୍ଷକୁ ପହଞ୍ଚିପାରିବ । କୋଭିଡ ବୈଶ୍ୱିକ ମହାମାରୀ କାଳରେ କରୋନା ସମ୍ମୁଖ ଯୋଦ୍ଧ ଭାବେ କାର୍ଯ୍ୟ କରିବା ଲକ୍ଷାଧୁକ ସମର ଶିକ୍ଷାର୍ଥୀଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏନସିସି, ଏକଟା, ଶୃଙ୍ଖଳା ଓ ଦେଶ ସେବାର ମନ୍ତ୍ର ଦେଇଥାଏ । 

ଏନସିସି କ୍ୟାଡେଟ ଭାବେ କାର୍ଯ୍ୟ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ଏୟାର ମାର୍ଶଲ ଅର୍ଜନ ସିଂ, କ୍ରୀଡାବିତ ଅଞ୍ଜଳି ଭାଗବତ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକର ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ନିଜେ ରକ୍ଷାମନ୍ତ୍ରୀ ମଧ୍ୟ ଜଣେ ଏନସିସି କ୍ୟାଡେଟ ଥୁଲେ । ଡିଜି ଏନସିସି ମୋବାଇଲ ତାଲିମ ଆପ ଏନସିସି କ୍ୟାଡେଟମାନଙ୍କୁ ସମସ୍ତ ତାଲିମ ସାମଗ୍ରୀ (ସିଲାବସ, ପ୍ରେସି, ତାଲିମ ଭିଡ଼ିଓ ଓ ବାରମ୍ବାର ପଚାରା ଯାଉଥିବା ପ୍ରଶ୍ନ) ଗୋଟିଏ ପ୍ଲାଟଫର୍ମରେ ପ୍ରଦାନ କରିଥାଏ । ଏହି ଆପରେ ପ୍ରଶ୍ନ ପଚାରିବା ବ୍ୟବସ୍ଥା ଯୋଗୁଁ ଓ ଏହା ପାରସ୍ପରିକ ଆଲୋଚନାର ମଧ୍ୟ ସୁବିଧା ପ୍ରଦାନ କରିଥାଏ। ଏହି ଅପସନର ବ୍ୟବହାର କରି ଜଣେ କ୍ୟାଡେଟ ତାହାର ପ୍ରଶ୍ନ ପଚାରିପାରିବ ଏବଂ ଏକ ପ୍ରଶିକ୍ଷିତ ବ୍ୟକ୍ତିମାନେ ତାହାର ଉତ୍ତର ଦେଇପାରିବେ । 

ଏନସିସି ତାଲିମ ପାଇଁ ଏହି ଆପ ଏକ ସ୍ଵୟଂକ୍ରିୟ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭିଜନ ଲକ୍ଷ୍ୟକୁ ମଧ୍ୟ ସାକାର କରିପାରିବ । ପ୍ରତିରକ୍ଷା ସଚିବ ଡଃ ଅଜୟ କୁମାର, ଏନସିସି ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୋପ୍ରା, ମନ୍ତ୍ରଣାଳୟର ଅନ୍ୟାନ୍ୟ ବେସାମରିକ ଓ ସାମରିକ ପଦାରୀମାନେ ଏହି ଅବସରେ ଉପସ୍ଥିତ ଥିଲେ ।

Powered by Blogger.
Javascript DisablePlease Enable Javascript To See All Widget