June 2021

ଫଚାୟତ ୱାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ୧୮ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ ୩୧୮ କୋଟି ଟଙ୍କାର କୋଜିତ ସହାୟତା ଦେବେ ବୋଲି ଆଜି ବିଭିନ୍ନ ଛାପା ଗଣମାଧ୍ୟମରେ ପ୍ରଥମ ପୃଷ୍ଠା ମଣ୍ଡନ କରିଛି । ଏହା ଏକ ଭଲ ପଦକ୍ଷେପ । କିନ୍ତୁ ବାସ୍ତବରେ ଆଜି ୧୮ ଲକ୍ଷ ଭୂମିହୀନ ଚାଷୀଙ୍କୁ ରାଜ୍ୟ ସରକାର ସହାୟତା ଦେବେ ନାହିଁ । ପୁଣିଥରେ ନିଜ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ଏକ ଭେଳିକି । ଭୂମିହୀନ ଚାଷୀଙ୍କର ତାଲିକା ବିନା କୋଭିଡ ସହାୟତା ରାଶି ଘୋଷଣା କରିବା ଓଡ଼ିଶାବାସୀଙ୍କୁ ଦିନରେ ଲଣ୍ଡନ ଦେଖାଇବା ସଦୃଶ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କଟାକ୍ଷ କରିଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଭୂମିହୀନ ଚାଷୀ କିଏ ? ସେ ଭୂମିହୀନ ଚାଷୀମାନଙ୍କୁ ରାଜ୍ୟସରକାର କେବେ ଚିହ୍ନଟ କଲେ ? କେବେ ସେମାନଙ୍କର ଗଣନା ହେଲା ଏବଂ କେଉଁ ଆଧାରରେ ୧୮ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି ବୋଲି ରାଜ୍ୟ ସରକାର ବିଜ୍ଞାପନରେ ଦର୍ଶାଇଛନ୍ତି ତାହା ସ୍ପଷ୍ଟ କରିବା ଦରକାର । ଯଦି ସରକାର ଭୂମିହୀନ ଚାଷୀଙ୍କ ତାଲିକା ବିଜ୍ଞାପନରେ ଦର୍ଶାଇଛନ୍ତି ତେବେ ତାହା ସାର୍ବଜନୀନ କରୁନାହାଁନ୍ତି କାହିଁକି ? ପ୍ରଥମେ ଫଚାୟତ ଝାରି କାଳିଆ ହିତାଧିକାରୀ ଏବଂ ଭୂମିହୀନ ଚାଷୀଙ୍କ ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । କାଳିଆ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ମାରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟ ସରକାର ହିତାଧୁକାରୀଙ୍କ ତାଲିକା ପ୍ରକାଶ କରୁନାହାଁନ୍ତି । 

ଗୋଟିଏ ପଟେ ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇବାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧୀ ଯୋଜନାର ପ୍ରତ୍ୟେକ କିସ୍ତିରେ ହିତାଧିକାରୀ ତାଲିକାରୁ ଓଡିଆ ଚାଷୀଙ୍କ ନାଁକୁ କାଟୁଛନ୍ତି । ଯଦି କାଳିଆ ଯୋଜନାରେ ଚାଷୀଙ୍କ ତାଲିକା ବଢୁଛି ତେବେ ପିଏମ କିଷାନ ସମ୍ମାନ ନିଧୀ ଯୋଜନାରେ ଚାଷୀଙ୍କ ନାଁ ଯୋଡୁ ନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ବାସ୍ତବରେ ରାଜ୍ୟ ସରକାର ନିଜକୁ ସ୍ବଚ୍ଛ ପ୍ରମାଣିତ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ କାଳିଆ ହିତାଧିକାରୀଙ୍କ ତାଲିକା ପ୍ରତି ପଂଚାୟତରେ ଲଗାନ୍ତୁ । କାଳିଆ ହିତାଧିକାରୀ ବିଜେଡି କର୍ମୀ ନା ପ୍ରକୃତ ଚାଷୀ ତାଲିକାରୁ ସ୍ପଷ୍ଟ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ରାଜ୍ୟ ସରକାର ଏଠି ଚାଷୀଙ୍କ ବିକାଶ ବଦଳରେ ଚାଷୀ ମାରଣ ନୀତି ଆପଣାଇଛନ୍ତି । ଏବେ ବି ବିଭିନ୍ନ ଜିଲ୍ଲାର ମଣ୍ଡିମାନଙ୍କରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି । ଟୋକନ ଅବବ୍ୟସ୍ଥା ଯୋଗୁଁ ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିପାରୁନାହାଁନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏମଏସପି ବୃଦ୍ଧି କରିବା, ଆବଶ୍ୟକଠାରୁ ଅଧିକ ପରିମାଣରେ ସାର ଓ କିଟନାଶକ ଯୋଗାଉଥୁବାବେଳେ ରାଜ୍ୟ ସରକାର ସେଗୁଡିକୁ ଚାଷୀଙ୍କ ପାଖରେ ପହଂଚାଇ ପାରୁନାହାଁନ୍ତି । କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ଏମଏସପି ଅନୁସାରେ ମିଲରମାନେ ରାଜ୍ୟରେ ଧାନ କିଣୁନାହାଁନ୍ତି । ଏହା ପରେ ବି ରାଜ୍ୟ ସରକାର ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଅରୁପା (ଭୁବନେଶ୍ୱର) ତରଫରୁ କାଗଜ ମଣ୍ଡ ହସ୍ତଶିଳୀ କାରିଗର ପରିବାରଙ୍କୁ କରୋନା ସହାୟତା ପ୍ରଦାନ

ଭୁବନେଶ୍ୱର, ଅରୂପା ( ଓଡ଼ିଶାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉତ୍ପାଦକ ସଂଘ) ଭୁବନେଶ୍ୱରଠାରେ ମୁଖ୍ୟ କାର୍ଯ୍ୟାଳୟ ରହି ଓଡ଼ିଶାର ୩୦ଟି ଜିଲ୍ଲାରେ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ କାର୍ଯ୍ୟ କରି ଆସୁଅଛି । ୧୯୯୦ ମସିହା ଠାରୁ ଓଡ଼ିଶାର ହସ୍ତଶିଳ୍ପ ଓ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରି ଆସୁଅଛି । ହସ୍ତଶିଳ୍ପ ସାମଗ୍ରୀ ବିକ୍ରିବଟା ଠାରୁ ଆରମ୍ଭ କରି କୌଶଳ ବୃଦ୍ଧି, ନୂତନ ଡ଼ିଜାଇନ ପ୍ରସ୍ତୁତି, ବିଭିନ୍ନ ଜିଲ୍ଲାର ସଦର ମହକୁମାରେ ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରି, କରୋନା ସମୟରେ ହସ୍ତଶିଳ୍ପ ପରିବାର ଏବଂ ବୁଣାକାରଙ୍କ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରି ଆସୁଅଛି ।

ମହାମାରୀ କରୋନା ସମୟରେ କାରିଗରମାନେ କାମଧନ୍ଦା ହରାଇ ଦୁଃଖ ଓ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବିଶେଷକରି କାରିଗରମାନଙ୍କର ଜିନିଷପତ୍ର ବିକ୍ରିବଟା ନହେବା, ଉପଯୁକ୍ତ କଞ୍ଚାମାଲ ନ ମିଳିବା, ସରକାରୀ ସହାୟତା ନ ମିଳିବା ଏବଂ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀ ବନ୍ଦ ରହିବା ଫଳରେ କାରିଗରମାନଙ୍କର ଜୀବନ ଜୀବିକା ଠପ୍ ହୋଇଯାଇଛି । ଉକ୍ତ ଆସୁବିଧାକୁ ଦୃଷ୍ଟିରେ ରଖ୍ ଅରୂପା ତରଫରୁ କେନ୍ଦୁଝର ଜିଲ୍ଲାର ଫକିରପୁର ଗ୍ରାମର ୧୦୦ଜଣ ( ଶହେ) କାଗଜ ମଣ୍ଡ ମହିଳା ହସ୍ତଶିଳ୍ପ ପରିବାର ଏବଂ ଉକ୍ତ ଜିଲ୍ଲାର ବାରିଗାଁ ଗ୍ରାମର ୮୦ଜଣ (ଅଶୀ) ଜଣ ମହିଳା ହସ୍ତଶିଳ୍ପ ପରିବାରଙ୍କୁ କରୋନା ସହାୟତା ପ୍ରଦାନ କରାଯାଇଛି । ଜୁନ୍ ମାସ ୨୯ ତାରିଖ ଦିବା ୧୧.୩୦ ଘଟିକା ସମୟରେ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ଅରୂପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ କୁମାର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । 

ରେସନ ରିଲିଫ ପ୍ୟାକେଟରେ ସୋରିଷ ତେଲ ୨ଲିଟର, ଚିନି-୧ କିଗ୍ରା, ହରଡ଼ ଡାଲି ୨ କିଗ୍ରା, ହଳଦୀଗୁଣ୍ଡ ୨୫୦ ଗ୍ରାମ, ଗୃ-୨୫୦ ଗ୍ରାମ, ସୋୟାବିନ୫୦୦ ଗ୍ରାମ, ସୁଜି-କିଗ୍ରା, ଚୁଡ଼ା ୨ କିଗ୍ରା, ଅଟା ୪ କିଗ୍ରା, ବିସ୍କୁଲ ୧ପ୍ୟାକେଟ, ଲୁଣ-୨ କିଗ୍ରା, ଋଉଳ-୨ କିଗ୍ରା । ସେହିପରି ସାନିଟାଇଜର ପ୍ୟାକେଟରେ ୱାସିଙ୍ଗ ପାଉଡ଼ର ୧ କିଗ୍ରା, ସାବୁନ ୪ ପିସ୍, ହ୍ୟାଣ୍ଡସ-୧ଟା, ଡେଲଟ ଲିକ୍ୟୁଡି ୧ଟା, ମାସ୍କ-୫ଟା ଆଦି ଉକ୍ତ ରିଲିଫରେ ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ‘ଅରୂପା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶ୍ରୀ ଅଶୋକ କୁମାର ସାହୁ ପରିରଳନା କରିଥିଲେ । ବୟୋଜ୍ୟେଷ୍ଠ ହସ୍ତଶିଳ୍ପ କାରିଗର ଶ୍ରୀଯୁକ୍ତ ହରିହର ସୁତାର, ପଥର ଶିଳ୍ପୀ କାରିଗର ଶରତ ମହାରଣା, ସମାଜସେବୀ ଶ୍ରୀମତୀ ସଂଘମିତ୍ରା ସାହୁ ଏବଂ ବାରିଗାଁର ସୁଦକ୍ଷ କାରିଗର ଶ୍ରୀଯୁକ୍ତ ଅରୁଣ ଓଝା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସମସ୍ତ ହସ୍ତଶିଳ୍ପୀ କାରିଗର ଭାଇ ଓ ଭଉଣୀମାନେ ଅରୁପାର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

କେନ୍ଦ୍ର ସରକାରଙ୍କ ପରିଚାଳନା ତୁଟିକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଦେଶ ଯୁବ କଂଗ୍ରେସର ୱେବିନାର

ଭୁବନେଶ୍ଵର, କେନ୍ଦ୍ର ସରକାରଙ୍କ ପରିଚାଳନା ତୁଟି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଇତ୍ୟାଦିର ଅହେତକୁ ଦରଦାମ ବୃଦ୍ଧିକୁ ପାଥେୟ କରି ଏବଂ ଏହି ସବୁ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରୁଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାପତି ଡ. ସୁତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିନାର ଆୟୋଜିତ କରାଯାଇଛି । ଯେଉଁଥିରେ ରାଜ୍ୟ ପଦାଧୁକାରୀ, ସମସ୍ତ ଜିଲ୍ଲା ସଭାପତି ଓ ବିଭିନ୍ନ ବ୍ଲକରୁ ଯୁବ କଂଗ୍ରେସ ନେତାମାନେ ଯୋଗଦେଇଥିଲେ । ସର୍ବପ୍ରଥମେ କରୋନାରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

କେନ୍ଦ୍ର ସରକାରଙ୍କ କୋଭିଡ ପରିପ୍ଟଳନା ତୃଟି ଯଥା ଦ୍ବିତୀୟ ଲହରରେ ମେଡିକାଲରେ ବେଡ ସମସ୍ୟା, ଅକ୍ସିଜେନର ଅଭାବ, ଭେଟିଲେଟର ଅଭାବ ପରିଲିକ୍ଷିତ ହୋଇଥିଲା, ଯେଉଁଥ୍ୟ ପାଇଁ ହଜାର ହଜାର ଲୋକଙ୍କ ଜୀବନ ଗଲିଗଲା । କିନ୍ତୁ ଏହି ସବୁ ସମସ୍ୟା ନଥୁଲେ ସେମାନଙ୍କୁ ବଂଚାଇ ପାରିଥାନ୍ତା । ଯେଉଁଥିରୁ ପ୍ରମାଣିତ ହେଉଛି କେନ୍ଦ୍ର ସରକାର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡର ଦ୍ବିତୀୟ ଲହର ପାଇଁ ପ୍ରସ୍ତୁତ ହୋଇନଥିଲେ । ଆଗରୁ ବାରମ୍ବାର ରାହୁଲ ଗାନ୍ଧୀ ଦ୍ବିତୀୟ ଲହରର ପୂର୍ବାନୁମାନ କରି ସରକାରଙ୍କୁ ସତର୍କ କରାଇଥିଲେ କିନ୍ତୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବ ଦେଇନଥିଲେ । 

ତେଣୁ ସଭାପତି ଡ. ଲେଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ କରିଛନ୍ତି । ଆଗକୁ କରୋନାର ତୃତୀୟ ଲହର ଆସିବାର ପୂର୍ବାନୁମାନ କରାଯାଉଥିବା ବେଳେ ସେଥ୍ୟପାଇଁ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଳକର ଯୁବ କଂଗ୍ରେସ କର୍ମୀମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି ଡ. ଲେଙ୍କା, କିପରି ଭାବେ ଯୁବ କଂଗ୍ରେସ ପୁଣିଥରେ ସଚେତନତା କାର୍ଯ୍ୟକ୍ରମ, ବ୍ଲଡ, । ଅକ୍ସିଜେନ, ପ୍ଲାଜମା ଇତ୍ୟାଦି ରୋଗୀମାନଙ୍କୁ ଯୋଗାଇ ଦିଆଯିବ ଏହା ଉପରେ ଆଲୋଚନା କରିଥିଲେ । 

କୋଭିଡର ଭୟାବହତା ଲାଗି ରହିଥିବା ବେଳେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବା ତେଲର ଦରବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତାକୁ କିପରି ଲୋକଲୋଚନକୁ ଆଣି ସେମାନଙ୍କ ଅସଲ ମୁଖା ଖୋଲିବାର କାର୍ଯ୍ୟ କରିବ ତାହା ଉପରେ ଆଲୋକପାତ କରିଥିଲେ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ଆଜିର ଏହି ୱେବିନାର କାର୍ଯ୍ୟକ୍ରମରେ ଅଷ୍ଟ୍ରଳ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ପ୍ରତିଭା ରଘୁବଂଶୀ, ସମ୍ପାଦକ ତଥା ସହ ପ୍ରଭାରୀ ରିୟାକୁଲ ଅଂଶାରି, ଅଖୁଳ ଭାରତୀୟ ଯୁବ କଂଗ୍ରେସ ପ୍ରଶିକ୍ଷଣ ଟିମର ସଂଯୋଜକମାନେ ଉପସ୍ଥିତ ଥିଲେ ।

ଅହେତୁକ ଦର ବୃଦ୍ଧିକୁ ନେଇ ଆସନ୍ତା ଜୁଲାଇ ୭ ରୁ ୧୭ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ : ନିରଞ୍ଜନ

ଭୁବନେଶ୍ୱର, କେନ୍ଦ୍ରର ବିଜେପି ନେତୃତ୍ବ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯ ଥର ତୈଳଦର ଆଶାତୀତ ବୃଦ୍ଧି କରିବା ଦ୍ୱାରା ଦେଶରେ ପ୍ରାୟ ୧୫୦ ସହରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି । ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଜାତୀୟ ଦ୍ରବ୍ୟ ଠାରୁ ଆରମ୍ଭ କରି ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି ଓ ସାଧାରଣ ଖାଉଟୀମାନେ ନାହିଁ ନଥୁବା ହଇରାଣ ହରକତ ହେଉଛନ୍ତି । ଲୋକମାନଙ୍କ ଏପରି ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଏଆଇସିସି ତରଫରୁ ସାରା ଦେଶରେ ବ୍ଲକ, ନଗର, ଜିଲ୍ଲା ଓ ପ୍ରଦେଶ ସ୍ତରରେ କଂଗ୍ରେସ ଦଳ ପକ୍ଷରୁ ଧାରଣା, ବିକ୍ଷୋଭ ଓ ପ୍ରତିବାଦ ସହ ସାଇକେଳ ଯାତ୍ରା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆସନ୍ତା ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ବୋଲି ନିଷ୍ପତି ନିଆଯାଇଛି । 

ଏଆଇସିସି ନିଦେର୍ଶ ମୁତାବକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିମ୍ନଲିଖୁତ କାର୍ଯ୍ୟକ୍ରମ ଆସନ୍ତା ମାସ ୭ ଜୁଲାଇ ବୁଧବାର ଠାରୁ ୧୭ ଜୁଲାଇ ଶନିବାର ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଆସନ୍ତା ତା ୭.୭.୨୦୨୧ ବୁଧବାର ୧୦ ଘଟିକା ସମୟରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥାଳି, ଖଞ୍ଜଣି ବଜେଇ ପ୍ଲାକାର୍ଡ, ବ୍ୟାନର ଓ ପତାକା ସହ ଦିବା ୧ ଘଟିକା ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି, ଧାନର କ୍ରୀଟାଲ ପ୍ରତି ଏମ୍ଏସପି ୨୯୩୦ ଟଙ୍କାକୁ ବୃଦ୍ଧିକରିବା, ଧାନକିଣିବାର ଟୋକନ ଅବଧୂକୁ ଜୁନ-୩୦ ପରିବର୍ତ୍ତେ ଜୁଲାଇ-୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା, କଟଣୀ ଓ ଛଟଣୀକୁ ସଂପୂର୍ଣ୍ଣ ବାଦ ଦେବା, ଖରିଫ ଋତୁରେ ସମସ୍ତ ଋଷୀଭାଇଙ୍କୁ ରିହାତି ଦରରେ ବିହନ, ସାର ଓ କୀଟନାଶକ ଦ୍ରବ୍ୟ ଅବିଳମ୍ବେ ପ୍ରଦାନ କରିବା ଓ ରବି ଋତୁରେ ଚାଷୀଙ୍କର ହଜାର ହଜାର କୁଇଣ୍ଟାଲ ଧାନକୁ ନ କଣିବା ଦ୍ଵାରା ଧାନ ଗଜା ହୋଇ ନଷ୍ଟ ହେବା ଫଳରେ ଋଷୀଙ୍କୁ ଅବିଳମ୍ବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନେଇ କେନ୍ଦ୍ର- ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା, ବିକ୍ଷୋଭ କରିବାକୁ ଦଳର ସମସ୍ତ ରାଜ୍ୟ ଓ ଜିଲ୍ଲା ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନେ ତୃଣମୂଳସ୍ତରର କର୍ମକର୍ତ୍ତା ଓ ସାଧୁମାନଙ୍କୁ ଏକତ୍ର କରି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । 

ଏହି ଅବସରରେ ବ୍ଲକ କଂଗ୍ରେସ କମିଟିର ସଭାପତିଗଣ ଉକ୍ତ କାର୍ଯ୍ୟକ୍ରମରେ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ସମସ୍ତ ନେତୃମଣ୍ଡଳୀଙ୍କୁ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବାକୁ ସେ ବିଶେଷ ଅନୁରୋଧ କରିଛନ୍ତି । ସେହିପରି ତା ୯.୭.୨୦୨୧ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ସମେତ ଜିଲ୍ଲା ଅନ୍ତର୍ଗତ ପୌରପରିଷଦ, ଏନ୍.ଏ.ସିରେ ସମସ୍ତ ବିଧାୟକ, ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପିସିସି, ଏଆଇସିସି ସଭ୍ୟଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ, ବିଧାୟକ, କଂଗ୍ରେସ ନେତୃମଣ୍ଡଳୀ ଓ କର୍ମକର୍ତ୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୁରଦର୍ଶୀ ନିଷ୍ପତିକୁ କଡ଼ା ବିରୋଧ କରି ସରକାରଙ୍କ ଜନମାରଣ ନୀତିକୁ ଜନସାଧାରଣଙ୍କୁ ଅବଗତ କରାଇବା ନିମେନ୍ତ ସାଇକେଲରେ ପ୍ଲାକାର୍ଡ଼ ଓ ପତକା ଲଗାଇ ଅନ୍ୟୁନ ୫ କିଲୋମିଟର ସମୁହ ଯାତ୍ରା କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି ।

ସେହିପରି ପିସିସି ପକ୍ଷରୁ ଜୁଲାଇ ୧୪ ତାରିଖ ବୁଧବାର ଦିବା ୧୦ ଘଟିକାରୁ ଏକ ସାଇକେଲ ଯାତ୍ରା ଭୁବନେଶ୍ୱରସୁ । କଂଗ୍ରେସ ଭବନରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଟିନ, ରାମମନ୍ଦିର, ବିଗ୍‌ବଜାର, ପାନ୍ଥ ନିବାସ, କଳ୍ପନା ଛକ, ରାଜମହଲ, ବିମାନ ବନ୍ଦର ଟ୍ରାଫିକ ଦେଇ କ୍ୟାପିଟାଲ ହସପିଟାଲ ପର୍ଯ୍ୟନ୍ତ ଯିବ । ଏହି ଅବସରରେ ଦଳର କାର୍ଯ୍ୟକାରୀ ସଭାପତିଗଣ, ସମସ୍ତ ବିଧାୟକ, ସାଂସଦ, ବରିଷ୍ଠ ନେତୃମଣ୍ଡଳୀ, ପିସିସି ଓ ଏଆଇସିସି ସଭ୍ୟଗଣ, ପିସିସିର ପ୍ରାକ୍ତନ ପଦାଧୁକାରୀଗଣ, ପ୍ରାକ୍ତନ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକେଷ୍ଠାର ମୁଖ୍ୟ ଓ କର୍ମକର୍ତ୍ତାମାନଙ୍କୁ ସାଇକେଲ ଯାତ୍ରାରେ ନିଜକୁ ସାମିଲ ହୋଇ ଉଭୟ ସରକାରଙ୍କର ଜନମାରଣ ନୀତିକୁ ପର୍ଦାଫାଶ କରିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି ।

ସେହିପରି କେନ୍ଦ୍ର ସରକାରଙ୍କ ତୈଳ ଦରର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆସନ୍ତା ଜୁଲାଇ ୧୭ ତାରିଖ ଶନିବାର ତୃଣମୂଳ ସ୍ତରର କାର୍ଯ୍ୟକର୍ତାଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କ ପର୍ଯ୍ୟନ୍ତ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ, ପ୍ରକୋଷ୍ଠର ନେତା ଓ କର୍ମୀମାନେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରେ ପ୍ରାତଃ ୯ ଘଟିକାରୁ ଦିବା ୧୧ଟା ୩୦ ମି. ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ କୋଭିଡ୧୯ର ନୀତିନିୟମକୁ ପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ବିଶେଷ ଅନୁରୋଧ କରିଛନ୍ତି ।

ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଚିତ୍ରକଳା ଶିବିର ଉଦ୍‌ଘାଟିତ

ଭୁବନେଶ୍ବର, ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଭବ୍ଧିଆଲ ମାଧ୍ୟମରେ ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ବତନ୍ତ୍ର । ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ । କରିଥିବା ଶିଳ୍ପୀମାନେ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବେ । ଏହାକୁ ଉଦ୍‌ଘାଟନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଚଳିତ ବିଶ୍ଵ ମହାମାରୀ କୋଭିଡ୍ –୧୯ ସମୟରେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଦେଶାନୁସାରେ ଓଡ଼ିଶା ଲଳିତ କଳା ଏକାଡେମୀ କୋଭିଡ୍ –୧୯ ନିୟମକୁ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖୁବା ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । 

ଗତ ଜୁନ୍‌ ମାସ ୮ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମରେ ୧୫୦ଟି ଶିଳ୍ପୀ ପରିବାରଙ୍କୁ ନେଇ ଏକ ଭିଭିଚିତ୍ର ଶିବିର ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ । ଆୟୋଜନ କରାଯାଇଥିଲା । ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଢୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବା ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଭାପଣରେ ପ୍ରକାଶ କରିଥିଲେ ଯେ ଓଡ଼ିଶାର ଶିଳ୍ପୀମାନେ ଘରେ ରହି ଚିତ୍ରକଳା କରିବା ପାଇଁ ଉତ୍ସାହିତ ହୋଇ ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ବିଷୟ ବସ୍ତୁ ଆଧାରିତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତିଗୁଡ଼ିକୁ ଭର୍ଚୁଆଲ ପ୍ରଦର୍ଶନୀ ମାଧ୍ୟମରେ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଓଡ଼ିଶା ଲଳିତକଳା ଏକାଡେମୀର ନିଆରା ଉଦ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏହି ଅବସରରେ କହିଥିଲେ ଯେ ଓଡ଼ିଶାର ଲୋକମାନେ ଆଗରୁ ନଅଙ୍କ ଦୁର୍ଭିକ୍ଷ ପରି କରାଳ ମହାମାରୀକୁ ଜୟ କରିଛନ୍ତି । 

ଚଳିତ ବିଶ୍ଵ ମହାମାରୀ କୋ ଭିଡ୍ –୧୯ ସମୟରେ ମଧ୍ୟ ଘରେ ରହି ଏହି ସ୍ୱତନ୍ତ୍ର ଚିତ୍ରକଳା ଶିବିରରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଦୃଢ଼ ମନୋବଳ ସହକାରେ ସଫଳ କରି ଚିତ୍ରଶିଳ୍ପୀଗଣ ଜୟ ଲାଭ କରିପାରିବେ । କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଜଗତର ନାଥ ଜଗନ୍ନାଥଙ୍କ କୃପା ଭିକ୍ଷା କରି ଶିଳ୍ପୀ ପରିବାରର ଶୁଭକାମନା କରିଥିଲେ । ଏକାଡେମୀର ସଭାପତି, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ତାଙ୍କ ଭାପଣରେ ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହ ୬୬୮ ଜଣ ଶିଳ୍ପୀ ଉକ୍ତ ଶିବିରରେ ଭାଗ ନେବା ପାଇଁ ଆବେଦନ କରିଥିବା ପ୍ରକାଶ କରିଥିଲେ । 

ଏକ ବିଶେପଜ୍ଞ କମିଟି ଦ୍ବାରା ତନଖୁ କରାଯାଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ଜଣ ଶିଳ୍ପୀଙ୍କୁ ଭାଗନେବା ପାଇଁ ମନୋନୀତ କରାଯାଇଛି । ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ତାଙ୍କର କଳାକୃତିକୁ ଏକାଡେମୀକୁ ପଠାଇବେ ଏବଂ ଏକାଡେମୀ ତରଫରୁ ପ୍ରତ୍ୟେକ ଶିଳ୍ପୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାନଦେୟ ରାଶି ପ୍ରଦାନ କରାଯିବ ବୋଲି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ପଢ଼ିହାରୀ ଉକ୍ତ ସଭାରେ ଯୋଗଦାନ କରି ଚିତ୍ରଶିଳ୍ପୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ସର୍ବଶେପରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏ ଶ୍ରୀମତୀ ମନମ୍ବିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

୨୦ ଟି ଜିଲ୍ଲାରେ କଟକଣା କୋହଳ। ସନ୍ଧ୍ୟା ୬ ରୁ ସକାଳ ୬ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରୀ

ଭୁବନେଶ୍ୱର,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଜାରି କରାଯାଇଥିବା ଆଂଶିକ ଲକ୍‌ଡାଉନ୍‌ ଯୋଗୁ କରୋନା ସଂକ୍ରମଣ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଏଥିରୁ ମିଳିଥିବା ସୁଫଳ ଅନୁସାରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି କରୋନା ପରିଚାଳନାର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ୍ୟକରି ଲକ୍‌ଡାଉନ୍‌ କୋହଳ ନିମନ୍ତେ ରାଜ୍ୟର ୩୦ ଟି ଜିଲ୍ଲାକୁ ୨ ଭାଗରେ ବର୍ଗୀକରଣ କରାଯାଇଛି-: ‘ବର୍ଗ-କ’ ରେ ୨୦ ଟି ଜିଲ୍ଲା ଏବଂ ‘ବର୍ଗ-ଖ’ ରେ ୧୦ ଟି ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି ।

ମୁଖ୍ୟତଃ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଂଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକନାଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାମାନଙ୍କରେ ପୁର୍ବ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳକୁ ସଂକ୍ରମଣ ହାର ୫ ଶତକଡ଼ାରୁ ତଳକୁ ଖସିଥିଲା । ଇତି ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଏବଂ କେନ୍ଦୁଝର ଆଦି ୩ ଟି ଜିଲ୍ଲାରେ କୋଭିଡ୍‌ ନିୟମର ସଠିକ୍‌ ଅନୁପାଳନ ଯୋଗୁ ସଂକ୍ରମଣ ହାର ୫ ଶତକଡ଼ା ତଳକୁ ଖସିଛି । କେଣୁ ଏସବୁ ଜିଲ୍ଲାକୁ ବର୍ଗ-କ (କାଟେଗୋରୀ-ଏ) ଏବଂ ଅବଶିଷ୍ଟ ୧୦ ଟି ଜିଲ୍ଲାକୁ ବର୍ଗ-ଖ(କାଟେଗୋରୀ-ବି) ଜିଲ୍ଲା ଅନ୍ତର୍ଭୁକ୍ତ କରାଯାଇଛି ।

ବର୍ଗ-କ ଜିଲ୍ଲାମାନଙ୍କରେ ସମସ୍ତ ପ୍ରକାର ଆବଶ୍ୟକୀୟ ଦ୍ରବ୍ୟ ଦୋକାନ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ । କିନ୍ତୁ ସପିଂ ମଲ୍‌, ସ୍ପା, ବିଉଟି ପାର୍ଲର, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ଏହି ଜିଲ୍ଲା ମାନଙ୍କରେ ସପ୍ତାହନ୍ତ ସଟ୍‌-ଡାଉନ୍‌ ହେବ ନାହିଁ । ସାଧାରଣ ଯାତ୍ରୀବାହି ବସ୍‌ କେବଳ ଏହି ଜିଲ୍ଲାମାନଙ୍କରେ ଚାଲି ପାରିବ । କିନ୍ତୁ ବସ୍‌ରେ ସିଟ୍‌ ଅନୁସାରେ ଲୋକ ଯାତ୍ରା କରିପାରିବେ । ୨ ଜଣ ପ୍ୟାସେଞ୍ଜରଙ୍କୁ ନେଇ ଅଟୋ ଓ ଟ୍ୟାକ୍ସି ଆଦି ଘରୋଇ ଯାନ ଚାଲି ପାରିବ । ଆଉଟ୍‌ଡୋର ସୁଟିଂ, ସାପ୍ତାହିକ ବଜାର ଆଦି ଖୋଲିବ, କିନ୍ତୁ ବଜାର
ହାଟରେ ଦୋକାନୀମାନେ କୋଭିଡ୍‌ ନିୟମ ଅନୁସାରେ ଦୁରତା ରଖି ବସିବେ ।

ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା, ଭଦ୍ରଖ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଯାଜପୁର ଆଦି ୧୦ଟି ଜିଲ୍ଲାକୁ ବର୍ଗ-ଖ ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ଜିଲ୍ଲାରେ ସଂକ୍ରମଣ ହାର କମୁଥିଲେ ମଧ୍ୟ ୫ ଶତକଡ଼ାରୁ ଅଧିକ ରହିଛି । ତେଣୁ ଏସବୁ ଜିଲ୍ଲାରେ କଟକଣା ବର୍ଗ-କ ଜିଲ୍ଲାମାନଙ୍କ ଠାରୁ ଅଧିକ ରହିବ । ସମସ୍ତ ଆବଶ୍ୟକୀୟ ପଦାର୍ଥ ଦୋକାନ ସକାଳ ୬ଟାରୁ ଦିନ ୨ ପର୍ଯ୍ୟନ୍ତ ଖୋଲା ରହିବ । ସପିଂ ମଲ୍‌, ସ୍ପା, ବିଉଟି ପାର୍ଲର, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ପୂର୍ବପର୍ଯ୍ୟାୟ ଲକ୍‌ଡାଉନ୍‌ ଥିବା ସମସ୍ତ କଟକଣା ଏହି ସବୁ
ଜିଲ୍ଲାମାନଙ୍କରେ ଲାଗୁ ରହିବ । ବର୍ଗ-ଖ ୧୦ ଟି ଜିଲ୍ଲାରେ ଶନିବାର ଏବଂ ରବିବାର ଦିନ ସପ୍ତାହନ୍ତ ସଟ୍‌ଡାଉନ୍‌ ପୂର୍ବ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରି ଜାରି ରହିବ । ସପ୍ତାହିକ ଏବଂ ଦୈନିକ ହାଟ, ସାଧାରଣ ଯାତ୍ରୀବାହି ବସ୍‌ ଚଳାଚଳ ଆଦି ପୂର୍ବପରି ବନ୍ଦ ରହିବ ।

ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ସଂଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ପ୍ରଦର୍ଶନୀ, ମେଳା, ସିନେମାହଲ୍‌, ମଲ୍ଟିପ୍ଲେକ୍ସ, ଜିମ୍‌, ପାର୍କ, ଥଏଟର, ଯାତ୍ରା, ବାର୍‌, ଅଡିଟୋରିଅମ୍‌, ମ୍ୟାରି- ଗୋ-ରାଉଣ୍ଡ ଦୋଳି, ମୀନା ବଜାର, ଏକତ୍ର ହେବା, ହଲ୍‌, ସମସ୍ତ ପ୍ରକାର ସାମାଜିକ, ଧାର୍ମିକ ବା ରାଜନୈତିକ ସଭାସମିତି, ବିବାହ ଓ ବ୍ରତ ଆଦି ପାଇଁ ଶୋଭାଯାତ୍ରା ଓ ଉତ୍ସବ, ମନ୍ଦିର ଓ ଧର୍ମାନୁଷ୍ଠାନ ଆଦିରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ମନ୍ଦିର, ମସ୍‌ଜିଦ୍‌ ଓ ଗୁରୁଦ୍ୱାର ଓ ଚର୍ଚ୍ଚ ଆଦିରେ ପୁର୍ବ ପର୍ଯ୍ୟାୟଭଳି ସିମୀତ ପୂଜକଙ୍କୁ ନେଇ ଦୈନିକ ନୀତି ଚାଲୁ ରହିବ । ସାରା ରାଜ୍ୟରେ ଜୀବନ ଓ ଜିବୀକା ମଧ୍ୟରେ ସମନ୍ୱୟ ରଖିବା ନିମନ୍ତେ ସାଇକେଲ୍‌ ମରାମତି, ଯାନବାହନ ମରାମତି, କଳକାରଖାନା, ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ, ଦ୍ରବ୍ୟ ପରିବହନ, କୃଷି, ମତ୍ସ୍ୟ ଚାଷ ଓ ପଶୁପାଳନ ସମ୍ବନ୍ଧିତ ଦୋକାନ ଏବଂ କାମକୁ କଟକଣା ମୁକ୍ତ କରାଯାଇଛି। 

ସେହିପରିର ମିଠା ଦୋକାନୀ, ଠେଲାଗାଡ଼ି, ଉଠାଦୋକାନୀ ମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟବସାୟ କରିପାରିବେ । ତେବେ ଗ୍ରାହକ କେବଳ ଖାଦ୍ୟ କିଣି ଘରକୁ ନେଇ ପାରିବେ । କେହି ଦୋକାନରେ ବସି ବା ସେଠାରେ ଠିଆ ହୋଇ ଖାଇ ପାରିବେ ନାହିଁ । ରାସ୍ତାକଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେବା ପାଇଁ ଖୋଲା ରହିବ । ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ୍‌ ଯୋଗାଣ, ଟେଲିକମ୍‌, ଅଗ୍ନିଶ୍ରମ ସେବା, ଅନ୍ୟାନ୍ୟ ମୌଳିକ ଏବଂ ଜରୁରୀ କାଳୀନ ସେବା ଆଦି ପୂର୍ବପରି ଚାଲୁ ରହିବ । ବିଭିନ୍ନ ପ୍ରକାର ଦ୍ରବ୍ୟର ହୋମ୍‌ ଡେଲିଭରି, ଇ-କମର୍ସ, ସମ୍ବାଦ ସଂଗ୍ରହ ଓ ପରିବେଷଣ କାର୍ଯ୍ୟରେ ନିୟୋଜିତ ଗଣ-ମାଧ୍ୟମ, ପେଟ୍ରୋଲ୍‌ ପମ୍ପ୍‌, ପେଟ୍ରୋଲିୟମ୍‌ ଗ୍ୟାସ୍‌, କୋଲ୍ଡ ଷ୍ଟୋର୍‌ ଆଦି ଖୋଲାହେବ । ବ୍ୟାଙ୍କ, ଏ.ଟି.ଏମ୍‌, ଋଣ ସମବାୟ ସମିତି ଆଦି ଖୋଲା ରହିବ । ତେବେ ଏହି ସବୁ କାର୍ଯ୍ୟାଳୟ ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଚାଲିବ । ଅନ୍ୟମାନେ ‘ୱାର୍କ ଫ୍ରମ୍‌ ହୋମ୍‌’ ବ୍ୟବସ୍ଥାରେ କାମ କରିବେ ।

କଟକଣା କୋହଳ ସମୟରେ ଏକ ଦୋକାନରୁ ଅନ୍ୟ ଦୋକାନ ମଧ୍ୟରେ ନିର୍ଦ୍ଧାରିତ ଦୁରତା ବଜାୟ ରଖିବା, ଦୋକାନ ଭିତରେ ବା ସାମ୍ନାରେ ଭିଡ଼ ନହେବା ଆଦିକୁ ସଂପୃକ୍ତ ଦୋକାନୀ ଏବଂ ବଜାର କମିଟି ନିଶ୍ଚିତ କରାଇବେ । ଏଥିପାଇଁ ଦୋକାନୀ ଓ ବଜାର କମିଟି ଦାୟୀ ରହିବେ । ନିଜର କର୍ମଚାରୀ ବା ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ବଜାର କମିଟି ଭୋଭିଡ଼୍‌ ନିୟମ ଅନୁପାଳନ ନିଶ୍ଚିତ କରାଇବେ । ଉଭୟ ଦୋକାନୀ ଏବଂ ଗ୍ରାହକ ଉପଯୁକ୍ତ ବ୍ୟବଧାନ ରଖିବେ ଏବଂ ସଠିକ୍‌ ଭାବେ ମାକ୍ସ ପିନ୍ଧିବେ । ଏଥିରେ ଅବହେଳା ହେଲେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ବା ପୌରାଞ୍ଚଳ କମିଶନର ଦୃଢ଼ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବେ । କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଂଚାୟତମାନଙ୍କର ଅତି ଗରୁତ୍ୱପୁର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । 

ନିଜ ଅଂଚଳରେ କରୋନା ପ୍ରତିରୋଧ ବ୍ୟବହାର ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତ୍ତୁପକ୍ଷଙ୍କୁ କୋଭିଡ୍‌ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଂଚାୟତ ସରପଂଚ ଓ ୱାର୍ଡ଼ ମେମ୍ବର ମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍‌ ନିୟମ ଅନୁପାଳନ ଆଦି ୫-ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରାଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ । 

ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ମୁଖ୍ୟ ଶାସନ ସଚିବ ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

କୋଭିଡ ପରବର୍ତ୍ତୀ ପୁନର୍ଗଠନ ଓ ପୁନର୍ଗଠନ ନେଇ ସିଆଇଆଇ ପକ୍ଷରୁ କର୍ମଶାଳା

ଭୁବନେଶ୍ବର, ସିଆଇଆଇ ପକ୍ଷରୁ ବିଶ୍ୱ ମହାମାରୀ ପରବର୍ତ୍ତୀ ସମୟରେ ପୁନର୍ଗଠନ ଏବଂ ପୁନରୁଦ୍ଧାନ ସଂପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ କୋଭିଡ ମହାମାରୀ ଯୋଗୁଁ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ବାଣିଜ୍ୟ, ଅର୍ଥନୀତି, ଗମନାଗମନ ଆଦି ଯଥେଷ୍ଟ ପରିମାଣରେ ପ୍ରଭାବିତ ହୋଇଥିବାରୁ ଏଥିରୁ କିପରି ବାହାରି ସମସ୍ତ ବ୍ୟବସ୍ଥାକୁ ସ୍ଵାଭାବିକ କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କହିଲେ ଯେ ଏହି ମହାମାରୀ ଯୋଗୁଁ ସମଗ୍ର ବିଶ୍ବ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ଅର୍ଥନୀତି କ୍ଷେତ୍ରରେ ଅନେକ ପ୍ରତିକୂଳ ପ୍ରଭାବ ପଡ଼ିଛି । 

ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ଓଡ଼ିଶା କୋଭିଡ୍ ମହାମାରୀକୁ ପ୍ରତିହତ କରି ବିକାଶ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିପାରିଛି । ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ନୂତନ କୋଭିଡ୍ ହସ୍‌ପିଟାଲ୍ ପ୍ରତିଷ୍ଠା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି ସହ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି । କୋଭିତ୍ ମହାମାରୀ ସମୟରେ ରାଜ୍ୟ ସରକାର କୋଭିଡ୍ ଡାବୋର୍ଡକୁ କାର୍ଯ୍ୟକ୍ଷମ କରି ସ୍ବାସ୍ଥ୍ୟ ଭିତ୍ତିଭୂମି, କୋଭିଡ୍ ପଜିଟିଭ ଓ ନେଗେଟିଭ୍ ରିପୋର୍ଟ ତ୍ଵରିତ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି । ଏଣୁ ସହିତ ହ୍ଵାଟସ୍ ଆପ୍ ଜରିଆରେ ଅନେକ ସୂଚନା ଓ ସଚେତନତାର ବାର୍ତ୍ତା ଯୋଗାଇ ଜନସାଧାରଣଙ୍କୁ କୋଭିଡ୍ ସଂକ୍ରମଣ ପ୍ରତି ସାବଧାନ କରାଯାଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ସୁସ୍ଥ ସମାଜ ଗଠନରେ ଶିକ୍ଷା ମୂଳଦୁଆ ସଦୃଶ୍ୟ ହୋଇଥୁବାବେଳେ କୋଭିତ୍ ମହାମାରୀ ସମୟରେ ଅନ୍‌ଲାଇନ୍ ଜରିଆରେ ଆମେ ଅନେକ ସ୍କୁଲ ଓ କଲେଜ ପିଲାମାନଙ୍କୁ ଶିକ୍ଷା ଯୋଗାଇ ପାରିଛୁ । ଏଥୁ ସହିତ ଟିଭି, ୟୁଟ୍ୟୁବ୍, ହ୍ବାଟସ୍ ଆପ୍, କୁମ୍ ଆପ୍ ଜରିଆରେ ଆମେ ଅନ୍‌ଲାଇନ୍ ଶିକ୍ଷାକୁ ଅଧୁକ ବ୍ୟାପକ କରିବାରେ ସକ୍ଷମ ହୋଇପାରିଛୁ । ତେବେ ମହାମାରୀ ପରବର୍ତ୍ତୀ ସମୟରେ ଆମକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡ଼ିବ । ଏହାକୁ ସଫଳ ମୁକାବିଲା କରିବା ପାଇଁ ଆମକୁ ଯୋଜନାବଦ୍ଧ ଭାବେ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଇଟି ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଏପିଆଇ ଡିଜି ଡ. ଓମ୍‌କାର ରାୟ, ସିଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଶାଶ୍ବତ କୁମାର ପଣ୍ଡା ଏବଂ ଗୌରବ ଦାଶ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରିୟଦର୍ଶିନୀ ନାନୁ ପାଣ୍ଡେ ସ୍ବାଗତ ଭାପଣ ପ୍ରଦାନ କରିଥୁବା ବେଳେ ଅଶ୍ବିନୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

୫୨ ତମ ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମ “ଓଡ଼ିଶାର ମନ୍ଦିର ସ୍ଥାପତ୍ୟ କଳା ଉପରେ ଅଧୂକ ଗବେଷଣା ଲୋଡ଼ା

ଭୁବନେଶ୍ବର, ଓଡ଼ିଶାର ମନ୍ଦିର ଶିକୁ କଳା ଅନନ୍ୟ । ଏହା କେବଳ ଆଧାର୍ମିକ କ୍ଷେତ୍ରରେ ମାନବସମାଜକୁ ମାର୍ଗଦର୍ଶନ ଦେଇନାହିଁ, । ବରଂ ସାମାଜିକ ସମରସତା, ରାଜ୍ୟ ଶାସନ ପଦ୍ଧତି, ଉତ୍କୃଷ୍ଟ ବିଜ୍ଞାନ ଓ କାରିଗରୀ କୌଶଳ, ପରିବେଶ ସୁରକ୍ଷା, ପ୍ରକାନୁରଞ୍ଜକ ଶାସକଙ୍କ ଜନମଙ୍ଗଳ କାର୍ଯ୍ୟ, ବାଣିଜ୍ୟ ବ୍ୟସାୟ ସଂପର୍କିତ ତଥ୍ୟରାଜି ଉପରେ ବିଶେଷ ଆଲୋକପାତ କରିଆସିଛି । ଏହି ଦୃଷ୍ଟିରୁ ଇତିହାସର ପୁନଃ ନିର୍ମାଣ ନିମନ୍ତେ ମନ୍ଦିର ସ୍ଥାପତ୍ୟକଳା ଉପରେ ଅଧୁକ ଗବେପଣାର ଆବଶ୍ୟକତା ରହିଛି ବୋଲି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମତ ପ୍ରଦାନ କରିଛନ୍ତି ।

ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ଅନୁଷ୍ଠିତ ୫୨ ତମ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମର ଆଭାସୀ ଅବେଶନରେ ଶ୍ରୀ ସେଠୀ କହିଛନ୍ତି ଯେ ମଣିଷର ସୌନ୍ଦର୍ଯ୍ୟ ସୂହାରୁ ଶି କଳାର ସୃଷ୍ଟି ହୋଇଛି । ପଷ୍ଟ ରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ମନ୍ଦିର ନିର୍ମାଣର ପ୍ରଥମ ଧାରା ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଆଦୃତ ହୋଇଛି । କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଶୈଳୀ ସମଗ୍ର ବିଶ୍ୱରେ ଗବେପଣାର ବିଷୟ ହୋଇ ରହିଛି ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ପ୍ରଫେସର ସଂଜୟ ଆଚାର୍ଯ୍ୟ ନାଗରା, ଦ୍ରାବିଡ ଓ ବେସର ମନ୍ଦିର ଶୈଳୀ ସହିତ କଳିଙ୍ଗ ଶୈଳୀର ସାମଂଜସ୍ୟ ଉପରେ ଆଲୋକପାତ କରିଥିଲେ । ସେ ଓଡ଼ିଶାର ମନ୍ଦିର ଶୈଳୀକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରି ସ୍ଥାପତ୍ୟକଳାର କ୍ରମବିକାଶକୁ ପାୱାରପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । 

ରାଜ୍ୟରେ ରହିଥିବା ଅନେକ ମନ୍ଦିର ମଧ୍ୟରୁ କେତେକର ରକ୍ଷଣାବେକ୍ଷଣ ହୋଇପାରିଥିବାବେଳେ ଅନ୍ୟଗୁଡ଼ିକର ଅବକ୍ଷୟ ଉପରେ ଉଲ୍ଲେଖ କରିଥିଲେ । ମନ୍ଦିର ମୂକଳା ଆମ ଅତୀତର ନୌବାଣିଜ୍ୟ, ରୀତିନୀତି, ଜୀବନଶୈଳୀ ଓ ସଂସ୍କୃତିକୁ ଚିତ୍ରିତ କରିଛି ବୋଲି ସେ ପ୍ରକାଶ କରିଥିଲେ । ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ ଆଦିକାଳରୁ ମାନବ ଜାତି ଈଶ୍ଵର ବା ଠାକୁରଙ୍କ ଉପରେ ଅମାପ ବିଶ୍ବାସ ସ୍ଥାପନ କରି ଉପାସନା ପୀଠ ବା ମନ୍ଦିରର ଆରମ୍ଭ କରିଥିବାବେଳେ ତା’ର ସ୍ଥାପତ୍ୟ ଶୈଳୀ ଉପରେ ସମୟକ୍ରମେ ନିଜର ପ୍ରତିଭା ଓ ଦକ୍ଷତାକୁ ପ୍ରତିପାଦିତ କରିଛି । 

ଆମ ଇତିହାସ ଓ ସଂସ୍କୃତିର ବଳିଷ୍ଠ ଉପାଦାନ ଭାବରେ ପ୍ରତିଷ୍ଠିତ ମନ୍ଦିର ସ୍ଥାପତ୍ୟର ଗବେପଣା, ଅଧ୍ୟୟନ, ସଂଗ୍ରହଣ ଓ ପ୍ରସାର ଉପରେ ଶ୍ରୀ ଦାସ ଗୁରୁତ୍ବ ଦେଇଥୁଲେ । କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ୍ ଅଲ୍ଲୀ ସ୍ଵାଗତ ଭାଷଣ । ଦେଇଥିଲେ ଓ ବୈଷୟିକ ସହାୟକ ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

କଂଗ୍ରେସ ଓ ବିଜେପି ବସ୍ତିବାସିନ୍ଦାଙ୍କ ଥଇଥାନ ବିରୋଧୀ : ପ୍ରତାପ ସାହୁ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗତକାଲି ୭୦ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି ଓ କଂଗ୍ରେସ ଘୋର ବିରୋଧ କରୁଥିବାରୁ ଏହାକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ ସାହୁ ତୀବ୍ର ବିରୋଧ କରିଛନ୍ତି । ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଉପରେ ହୀନ ଟିପ୍ପଣୀ ଦେଇଛନ୍ତି ତାହା ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି ଏକ ଉପହାସ ସଦୃଶ । 

ଜମି ପଟ୍ଟା ଯୋଗାଇ ଦେବା ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରି ଆସୁଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ଗୋଟିଏ ପଟେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ ପଦକ୍ଷେପ ନେଉଥିବା ବେଳେ ବିଜେପି ଓ କଂଗ୍ରେସ ତାହାକୁ ବିରୋଧ କରିବା ଏକ ଦୁର୍ଭାଗ୍ୟର ବିଷୟ ବୋଲି ବସ୍ତିବାସିନ୍ଦାମାନେ କହିଛନ୍ତି । ଆଗକୁ ବସ୍ତିବିରୋଧୀ ଏହି ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀଯୁକ୍ତ ସାହୁ ଏକ ପ୍ରେସ୍ ବିବୃଭିରେ ଜଣାଇଛନ୍ତି ।

କଳା କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଜଭବନ ଘେରାଉ

ଭୁବନେଶ୍ୱର, କଳା କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଜଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ବ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା । କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ । 

ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ବଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି ।

ବିଦ୍ୟୁତ ବିତରଣ କମ୍ପାନୀ ମିଳିତ ଭାବେ ଅତ୍ୟାଧୁନିକ ବିଦ୍ୟୁତ ସୁରକ୍ଷା ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ପରାମର୍ଶ

ଭୁବନେଶ୍ବର, ରାଜ୍ୟରେ କାର୍ଯ୍ୟରତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ମିଳିତ ଭାବେ ଅତ୍ୟାଧୁନିକ ବିଦ୍ୟୁତ ସୁରକ୍ଷା ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ପରାମର୍ଶ ଦେଇଛନ୍ତି । ଆଜି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧତ କରି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଏହା କରିଛନ୍ତି । ସଂପ୍ରତି କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାୟନ ଓ ପ୍ରତି ଘରେ ବିଦ୍ୟୁତ ସେବା ଯୋଗୁଁ ବିଦ୍ୟୁତର ବହୁଳ ବ୍ୟବହାର ହେଉଛି । ସେହି ଅନୁପାତରେ ଆମକୁ ସୁରକ୍ଷା ଉପକରଣ ଏବଂ ପ୍ରକ୍ରିୟାକୁ ଅଧ୍ୟକ ଦକ୍ଷ ଭାବେ ସଂଚାଳନ କରିବାର ଆବଶ୍ୟକତା ରହିଥିବା କହି ସେ ପ୍ରତିଟି ଜୀବନ ମୂଲ୍ୟବାନ କଥା ଉଲ୍ଲେଖ କରିଥିଲେ ।

ଏହି ଅବସରରେ ଶକ୍ତି ବିଭାଗ ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଗତ ୫ ବର୍ଷର ବିଦ୍ୟୁତ ଦୁର୍ଘଟଣାରେ । ଘଟିଥୁବା ଉଭୟ ମାନବ ଓ ପ୍ରାଣୀଧନ ଜୀବନହାନିର ପରିସଂଖ୍ୟାନ ଉଲ୍ଲେଖ କରି ଏହାକୁ ଯଥାସମ୍ଭବ ହ୍ରାସ କରିବା ଦିଗରେ ଆମକୁ ଯନ୍ ନେବାକୁ ପଡ଼ିବ ବୋଲି କହିଥିଲେ । ଶ୍ରୀ ଧଳ ଗତ ‘ୟାସ୍' ବାତ୍ୟାବେଳେ ବିଦ୍ୟୁତ ଦୁର୍ଘଟଣାଜନିତ କୌଣସି ଜୀବନହାନି ନହେବା ଆମର ସତର୍କତାକୁ ପ୍ରଦର୍ଶନ କରୁଥିବା ଦର୍ଶାଇ ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ ତା’ର କର୍ମଚାରୀମାନେ ଯେଉଁସବୁ ସୁରକ୍ଷା ଉପକରଣ ପରିଧାନ କରି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି ସେ କହିଥିଲେ । ଏପରିକି ୟାସ୍ ବାତ୍ୟା ପୁନରୁଦ୍ଧାରବେଳେ ସମସ୍ତ ବିଦ୍ୟୁତ କର୍ମଚାରୀ ଉପଯୁକ୍ତ ଉପକରଣ, ପୋଷାକ ସହ ସୁସଜ୍ଜିତ ଭାବେ କାର୍ଯ୍ୟ ସଂପାଦନ କରୁଥିବା ତାଙ୍କୁ ବହୁତ ମୁଗ୍ଧ କରିଥିବା ଯୋଗୁଁ ସେସବୁର ଫଟୋଚିତ୍ରକୁ ବାରମ୍ବାର ଟୁଇଟ୍ କରିଥିବା ଉଲ୍ଲେଖ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ସୁରକ୍ଷା ବିଶେଷଜ୍ଞ ଶ୍ରୀ ଏସ୍. ଗୋପ କୁମାର ଯୋଗଦେଇ ବିଦ୍ୟୁତର ଘରୋଇ ବ୍ୟବହାର, ଶିଳ୍ପାନୁଷ୍ଠାନ ଏବଂ ବୃହତ୍ କାର୍ଯ୍ୟାଳୟ ଓ ହସ୍‌ପିଟାଲ୍‌ ଗୁଡ଼ିକରେ ଲଗାଯାଉଥିବା ଉପକରଣ, ପଦ୍ଧତି ଏବଂ ଦୁର୍ଘଟଣା ହେବାର କାରଣ ଓ ନିରାକରଣ, ସୁରକ୍ଷାର ଉପାୟ ଆଦି ବିଷୟରେ ଗଭୀର ଭାବେ ତାଙ୍କ ଅଧ୍ୟୟନ ଓ ଗବେଷଣାଲବ୍ଧ ଜ୍ଞାନର ସୁନ୍ଦର ବ୍ୟାଖ୍ୟାନ କରିଥିଲେ । ତେବେ ସେ ଜନସଚେତନତା ବୃଦ୍ଧି ଲାଗି ତାଙ୍କ ଅନୁଷ୍ଠାନ ନିଃଶୁଳ୍କ ଭାବେ ପରାମର୍ଶ, ତାଲିମ ପ୍ରଦାନ କରୁଥିବା ସେ ସୂଚିତ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଟିପିଏନ୍ଡିଏର ମୁଖ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଭାସ୍କର ସର୍କାର ଟ୍ରାନ୍ସଫର୍ମରଗୁଡ଼ିକୁ ନିର୍ଦ୍ଦିଷ୍ଟ ଉଚ୍ଚତାର ବାଡ଼ଦେବା, ସୁରକ୍ଷା ନେଟ୍‌ୱାର୍କକୁ ସୁଦୃଢ଼ କରିବା, ହାତୀ କରିଡ଼ରଗୁଡ଼ିକରେ ବିଶେଷ ଯବାନ ହେବା ଉପରେ ଧାରଣା ଦେଇ ସେ କ୍ଷେତ୍ରରେ ତାଙ୍କ କମ୍ପାନୀ କିପରି ଗୁରୁତ୍ୱ ପ୍ରଦାନ କରିଆସୁଛି ତାହା ଦର୍ଶାଇଥିଲେ । 

ଏହି କାର୍ଯ୍ୟକ୍ରମକୁ ସର୍ବୋଚ୍ଚ ଯନ୍ତ୍ରୀ(ବିଦ୍ୟୁତ) ତଥା ପ୍ରମୁଖ ବିଦ୍ୟୁତ ନିରୀକ୍ଷକ, ଶକ୍ତି ବିଭାଗ ଶ୍ରୀ ସନ୍ତୋଷ କୁମାର ଦାସ ପରିଚାଳନା କରିଥିବାବେଳେ ମୁଖ୍ୟଯନ୍ତ୍ରୀ, ଟିସିଏଲ୍ । ଶ୍ରୀ ସୌରଜିତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତାକାଲିଠାରୁ ସପ୍ତାହ ବ୍ୟାପି ବିଭିନ୍ନ ବିତରଣ କମ୍ପାନୀ ସ୍ତରରେ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତା’ଛଡ଼ା ରାଜ୍ୟସ୍ତରରେ ସୁରକ୍ଷାର ବିଭିନ୍ନ ବିଷୟରେ ବିନାର୍ ଆୟୋଜନ କରି ବ୍ୟାପକ ସଚେତନତା କରାଯିବ ବୋଲି ଜଣାପଡ଼ିଛି ।

ଅଶୋଧିତ ତୈଳ ଦର ବୃଦ୍ଧି ନେଇ ଚିନ୍ତାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର, ନିକଟରେ ତୈଳ ବଜାରରେ ଆସିଥିବା ପରିବର୍ତ୍ତନ, ତୈଳ ଚାହିଦାର ପୁନରୁଦ୍ଧାର, ଆର୍ଥିକ ଅଭିବୃଦ୍ଧି ଆକଳନ ଏବଂ ଉର୍ଜା କ୍ଷେତ୍ର ନେଇ ଥିବା ଆହ୍ବାନ ଗୁଡିକ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଓପେକ ସେକ୍ରେଟାରୀ ଜେନେରାଲ ଡା. ମହମ୍ମଦ ସାନୁସୀ ବାରକିଣ୍ଡାଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଅଶୋଧୂତ ତୈଳ ଦରରେ ବୃଦ୍ଧି ନେଇ ଭାରତର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଶୋଧିତ ତୈଳ ଦରରେ ବୃଦ୍ଧି କାରଣରୁ ଖାଉଟି ଏବଂ ଆର୍ଥିକ ଗତିବିଧୁର ପୁନରୁଦ୍ଧାର ଉପରେ ପଡୁଥିବା ପ୍ରଭାବ ତଥା ଏହି କାରଣରୁ ଭାରତର ମୁଦ୍ରାସ୍ପିତି ଉପରେ ପଡୁଥିବା ଚାପ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି । 

ପର୍ଯ୍ୟାୟ କ୍ରମେ ତୈଳ ଉତ୍ପାଦନ ହ୍ରାସକୁ ବନ୍ଦ କରିବା ପାଇଁ ସେ ନିଜର ଅନୁରୋଧକୁ ପୁନର୍ବାର ଦୋହରାଇବା ସହ ସହ ଉଭୟ ଉତ୍ପାଦନକାରୀ ଏବଂ ଗ୍ରାହକଙ୍କ ସ୍ବାର୍ଥରେ ଅଶୋଧୂତ ତୈଳର ମୂଲ୍ୟ ରଖୁ ପାଇଁ ମଧ୍ୟ ଯୋର ଦେଇଛନ୍ତି । ଏହାବ୍ୟତିତ ଶ୍ରୀ ପ୍ରଧାନ ଓପେକ ଦ୍ଵାରା ହୋଇଥିବା ଏକ ବିଶ୍ଳେଷଣ ଉପରେ ମତପ୍ରକାଶ କରି କରିଛନ୍ତି ଯେ, ଭାରତ ଆଗାମୀ ଦିନରେ ବୈଶ୍ବିକ ଉର୍ଜା ଚାହିଦା ଅଭିବୃଦ୍ଧିରେ ମୁଖ୍ୟ ସ୍ଥାନ ଗ୍ରହଣ କରିବ । ଭାରତ ୨୦ ୨୧ରେ ଦ୍ରୁତ ଅଭିବୃଦ୍ଧି ବଜାରର ଅର୍ଥବ୍ୟବସ୍ଥାରେ ଉଭା ହେଉଛି । 

ସାଉଦି ଆରବ ଏବଂ ୟୁଏଇ କୋଭିଡ ମହାମାରୀର ଦ୍ବିତୀୟ ଲହରରେ ଭାରତକୁ ଆବଶ୍ୟକୀୟ ଔଷଧ, ଆଇଏସଓ କଂଟନେର,ଏଲଏମଓ ଏବଂ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ ଜାତ ଦ୍ରବ୍ୟ ଯୋଗାଇ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ସେକ୍ରେଟାରୀ ଜେନେରାଲ ଡକ୍ଟର ବାର୍କଣ୍ଡାଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ୨୦୧୫ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଉଚ୍ଚସ୍ତରୀୟ ବୈଠକ ଓପେକ୍ – ଇଣ୍ଡିଆ ଏନର୍ଜି ଡାଇଲୋଗ” ଠାରୁ ଭାରତ ଏବଂ ଓପେକ ମଧ୍ୟରେ ବୈଷୟିକ ସମନ୍ବୟ, ବିଶେଷଜ୍ଞଙ୍କ ପରାମର୍ଶ ଏବଂ ଅନ୍ୟାନ୍ୟ ସମୟ କ୍ଷେତ୍ରରେ ବୃଦ୍ଧି ହୋଇଛି ।

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଶାରେ ଭୂଦାନ ଆନ୍ଦୋଳନର ପ୍ରବର୍ତ୍ତକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୩୭ତମ ଶ୍ରାଦ୍ଧଦିବସ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଓ ଭାବଗମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ବିଧାନସଭା ପରିସରସ୍ଥ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।

ଓଡ଼ିଶା ରାଜନୀତିରେ ନୈତିକ ଓ ଉଚ୍ଚ ଆଦର୍ଶ ମୂଲ୍ୟବୋଧ ପ୍ରତିଷ୍ଠା କରିବାରେ ସେ ଅଦ୍ବିତୀୟ ଥିଲେ । ଏବଂ ଜଣେ ସରଳ, ପରୋପକାରୀ ଓ ଅମାୟିକ ବ୍ୟକ୍ତିତ୍ଵ ଭାବେ ସମଗ୍ର ଦେଶରେ ଏକ ସ୍ଵତନ୍ତ୍ର ସ୍ଥାନର ଅକାରୀ ବୋଲି ଉପବାଚସ୍ପତି ଶ୍ରୀ ସିଂ ପ୍ରକାଶ କରିବା ସହ ତାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କୃତଜ୍ଞ । ଓଡ଼ିଆ ଜାତି ତାଙ୍କୁ ସର୍ବଦା ମନେ ରଖୁବ ବୋଲି ମଧ୍ୟ ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ । ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହି ଜିଲ୍ଲାଗୁଡିକ ହେଲା – ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି । ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍‌ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଦ୍ବିତୀୟ ଲହର ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ କେତେକ ଉପକୂଳବର୍ତ୍ତୀ ଜିଲ୍ଲାର ପରିସ୍ଥିତିରେ ସ୍ଥିରତା ରହୁନାହିଁ । ସେହିପରି ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତେ କେତେକ ରାଜ୍ୟରେ ଡେଲ୍‌ଟା ପ୍ଲସ୍‌ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତ ପ୍ରକାଶ କରିଛନ୍ତି।
ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା ।

କୋଭିଡ ନିୟମ ପାଳନ ସହିତ ଟୀକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍‌ ଟୀକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ୧୫ଟି ଜିଲ୍ଲାରେ LMO ଓ PSA plant ପାଇଁ କାମ ଆରମ୍ଭ ହୋଇଥିବା ବେଳେ, ଆଜି ଆଉ ୮ଟି ଜିଲ୍ଲାରେ ଏହିସବୁ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖାଗଲା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ଆଜି ଗଞ୍ଜାମ ପାଇଁ ଏକ ସୌଭାଗ୍ୟର ଦିନ। ଗଞ୍ଜାମ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ନବରଂଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଇ ଗୋଲ୍‌ କ୍ୟାଟେଗୋରି ସରକାରୀ ଉଦ୍ୟୋଗ କରାଯିବ

ଭୁବନେଶ୍ବର, ଆସନ୍ତା ବର୍ଷ ଶେଷ ସୁଦ୍ଧା ଓଡ଼ିଶା ଯୁଦ୍ର ଶିଳ୍ପ ନିଗମ ୧୦୦୦ କୋଟି ଟଙ୍କାର ବ୍ୟବସାୟରେ ପହଞ୍ଚାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସାକାର କରିବା ଏବଂ ଏହାକୁ ଏକ ଗୋଲ୍‌ କ୍ୟାଟେଗୋରୀ ସରକାରୀ ଉଦ୍ୟୋଗରେ ପରିଣତ କରିବାକୁ ଆଜି ଅନୁଷ୍ଠିତ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ୨୫ତମ ବୋର୍ଡ ଅଫ୍‌ ଡାଇରେକ୍ଟରସ୍ ଭିଡ଼ିଓ କନ୍‌ଫରେନ୍ସି ବୈଠକରେ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଏହା ପ୍ରକାଶ କରିଛନ୍ତି । ବର୍ତ୍ତମାନ ନିଗମର କାର୍ଯ୍ୟ ପରିସରକୁ ବ୍ୟାପକ ଏବଂ ବର୍ତ୍ତମାନର ସମ୍ବଳକୁ ସର୍ବାଧୂକ ବିନିଯୋଗ କରି ୬୧୩ କୋଟି ଟଙ୍କାର ବ୍ୟବସାୟ କରି ଅନନ୍ୟ ରେକର୍ଡ କରିଥୁବାରୁ ବୋର୍ଡ ପରିଚାଳନା କର୍ତ୍ତୁପକ୍ଷଙ୍କୁ ସେ ସାଧୁବାଦ ଦେଇଛନ୍ତି । 

ନିଗମ କାର୍ଯ୍ୟଧାରାକୁ ଆହୁରି ବ୍ୟାପକ ଏବଂ ଆଧୁନିକୀକରଣ କରିବା ପାଇଁ ଏହି ବୋର୍ଡରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗରେ ଥିବା ଭିତ୍ତିଭୂମି ନିର୍ମାଣ, ଇ-ସିଷ୍ଟମ୍ ଡେଭେଲପ୍‌ମେଣ୍ଟ ଏବଂ ଉନ୍ନତ ବୈଷୟିକ ଜ୍ଞାନ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ହାତକୁ ନେବା ପାଇଁ ସର୍ବସମ୍ମତିରେ ସ୍ଥିର କରାଯାଇଛି । ଏହି କ୍ରମରେ ବିଭିନ୍ନ ସ୍ୱତନ୍ତ ସେବା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ସଂପାଦନ କରିବା ପାଇଁ ସ୍ପେସାଲ୍ ପରପସ୍ ଭେଇକିଲ୍ (ଏସ୍ପିଭି) ଗଠନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥୁରେ ଗୁଣୀ ଓ କୁଶଳୀ ମାନବସମ୍ବଳକୁ ଉପଯୋଗ କରାଯିବ । ଏଭି ଗଠନ ପାଇଁ ସର୍ଭ ଓ ନିୟମାବଳୀ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କାର୍ଯ୍ୟ ସଂପାଦନ କରିବା କ୍ଷେତ୍ରରେ ଅଧୁକରୁ ଅଧୁକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦେବାକୁ ଆଲୋଚନାରେ ମତପ୍ରକାଶ ପାଇଛି । 

ନିଗମ କାର୍ଯ୍ୟଗୁଡ଼ିକୁ ତ୍ବରାନ୍ବିତ କରିବା ଲାଗି ଖାଲି ପଡ଼ିଥିବା ମୂଳପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । । କମ୍ପ୍ୟୁଟରୀକରଣ ଏବଂ ଡିଜିଟାଇଜେସନ୍ ପରି ଆଧୁନିକ ଜ୍ଞାନକୌଶଳ ସମ୍ବଳିତ କାର୍ଯ୍ୟଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ ଏବଂ ଆନୁପଙ୍ଗିକ କଞ୍ଚାମାଲ୍ ଯୋଗାଇବା ପର୍ଯ୍ୟନ୍ତ ସରକାରଙ୍କର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ଏହାର । ପରିସରକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ନିଗମ ନିଜର ମୌଳିକ ଦାୟିତ୍ବ ସଂପାଦନ କରିବାକୁ ମଧ୍ୟ ପ୍ରତିଶ୍ରୁତିବଦ୍ଧ । 

ଏହି ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀ, ଏମ୍ଏସ୍ଏମ୍ଇ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ମନ୍ମଥ କୁମାର ବିଶ୍ବାଳ, ଅର୍ଥ ବିଭାଗ ନିର୍ଦ୍ଦେଶକ(ଆଇଏଫ) ଡ. ପ୍ରସ୍ଥିତା ସାହୁ, ସ୍ଵାଧୀନ ନିର୍ଦ୍ଦେଶକ, ଶ୍ରୀମତୀ ନିରୁପମା ହାତି, ଓଏ ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ଦାଶ, ଓସିଆର ସଭାପତି ଶ୍ରୀ ସ୍ମରଜିତ୍ ମହାନ୍ତି, ଓଇଆର ସଭାପତି ଶ୍ରୀ ମିହିର କୁମାର କାନୁନଗୋ ଏବଂ ସ୍ବାଧୀନ ଡାଇରେକ୍ଟର ଶ୍ରୀ ଭେଙ୍କଟେଶ୍ଵରଲୁ ସୁରୁ ଉପସ୍ଥିତ ଥୁଲେ ।

ନିର୍ଭର ଓଡ଼ିଶା ସମ୍ବାଦପତ୍ରର ସମ୍ପାଦକଙ୍କ ପିତୃ ବିୟୋଗ

ଭୁବନେଶ୍ୱର, ନିର୍ଭର ଓଡ଼ିଶା ସମ୍ବାଦପତ୍ରର ସମ୍ପାଦକ ସନାତନ ଦଳବେହେରାଙ୍କ ପିତା ପଠାଣି ଦଳବେହେରାଙ୍କର ଆଜି ସକାଳ ପ୍ରାୟ ୯ ଟାରେ ତାଙ୍କର ବାଲିଅନ୍ତା ତଳଗଡ଼ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ଏକାମାତ୍ର ପୁତ୍ର ସନାତନ, ବୋହୁ ସସ୍ମିତା ଦଳବେହେରା, ତିନି ଝିଅ ସୌଦାମିନୀ, ସରୋଜିନୀ, ପ୍ରଭାତୀ ଉପସ୍ଥିତ ଥିଲେ । ବୟସାଧୁ କାରଣରୁ ତାଙ୍କର ପରଲୋକ ହୋଇଛି ବୋଲି ପରିବାର ସୂତ୍ରରୁ ପ୍ରକାଶ । ସେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ତଳଗଡ଼ ଗ୍ରାମବାସୀ ବାସଭବନରେ ପହଞ୍ଚି ସ୍ବର୍ଗତ ପଠାଣି ଦଳବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ମୃତିଚାରଣ କରିଥିଲେ ଓ ପରିବାରବର୍ଗଙ୍କୁ ସାତ୍ତ୍ବନା ଜଣାଇଥିଲେ।

ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି : ସମୀର ମହାନ୍ତି

ଭୁବନେଶ୍ୱର, ଆଜି ସ୍ବର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ତମ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସୃତି ଚାରଣ କରିବା ସହ ତାଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ବଳିଦାନ ଦିବସରେ ଶ୍ରୀ ମହାନ୍ତି କହିଛନ୍ତି । ସ୍ବର୍ଗତଃ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ହେଉଛନ୍ତି ବିଜେପି ବିଚାରଧାରା ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ୧୯୫୨ ମସିହାରେ ସ୍ବର୍ଗତଃ ମୁଖାର୍ଜୀଙ୍କ ନେତୃତ୍ବରେ ‘ ଭାରତୀୟ ଜନସଂଘ’ ପ୍ରତିଷ୍ଠା ହୋଇଥିଲା ଯାହା ପରବର୍ତ୍ତୀ ଅବସ୍ଥାରେ ‘ଭାରତୀୟ ଜନତା ପାର୍ଟି’ ଭଳି ବଡ ବଟ ବୃକ୍ଷ ଭାବେ ରୂପ ନେଇଛି । 

ତାଙ୍କ ବିଚାରଧାରାକୁ ନେଇ ଆଜି ବିଜେପି ଦେଶବାସୀଙ୍କ ସେବା କରୁଛି । ସ୍ୱର୍ଗତଃ ମୁଖାର୍ଜୀ ଜଣେ ଦୂରଦ୍ରଷ୍ଟା ଥିଲେ । ଦେଶର ବିକାଶ, ଅର୍ଥନୀତିର ବିକାଶ, ସମାଜିକ ନୀତି ଏବଂ ଦେଶର ରାଷ୍ଟ୍ରୀୟ ସୁରକ୍ଷାନୀତି କିଭଳି ହେବ ସେନେଇ ସେ ସର୍ବଦା କାର୍ଯ୍ୟକରୁଥିଲେ । ସେ କହୁଥିଲେ ‘ ଏକ ଦେଶମୈ ଦୋ ବିଧାନ, ଦୋ ପ୍ରଧାନ, ଓର ହୋ ନିଶାନ ନହିଁ ଚଲେଙ୍ଗ ନହି ଚଲେ ।’ ତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି । ଅଗଷ୍ଟ ୫, ୨୦୧୯ରେ କାଶ୍ମିରୀରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ କାଶ୍ମିରୀ ଭାରତର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥଯିବନି । ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି । ମାଲ୍ୟାର୍ପଣ ଅହସରରେ ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ ଓ  ବିରଂଚି ତ୍ରିପାଠୀ, ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।

ବଳିଦାନ ଦିବସକୁ ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଏହି ଅବସରରେ ବିଜେପି ନେତୃବୃନ୍ଦ ଡ. ଶ୍ୟାମ ପ୍ରସାଦ । ମୁଖର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଚାରା ରୋପଣ କରିବା ସହ ସମଗ୍ର ଓଡିସାବାସୀଙ୍କୁ ବୃକ୍ଷ ରୋପଣ କରି ସବୁଜ ଓଡିଶା ନିର୍ମାଣ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ସଙ୍ଗଠନ ମାନସ ମହାନ୍ତି, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ମୁଖପାତ୍ର ସୁଦୀପ୍ତ ରାୟ, ବିରଂଚି ତ୍ରିପାଠୀ, ଠାକୁର ରଂଜିତ ଦାସ, ଧୀରେନ ସେନାପତି, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ତରାଇ, ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ, ଅଭିଷେକ ଆଚାର୍ଯ୍ୟ, ରଶ୍ମି ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଜଂଳି ଅର୍ପଣ କରିଥିଲେ ।


ଓଡିଶା ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ

ଭୁବନେଶ୍ୱର,ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ୍‌ କୁମାର ଲୋହାନୀଙ୍କ ଠାରୁ ରାଜ୍ୟ ଲୋକସେବା ଭବନଠାରେ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି । ଚେକ୍‌ ପ୍ରଦାନ ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସେଠୀ ଉପସ୍ଥିତ ଥିଲେ । କୋଭିଡ୍‌ ଲଢ଼େଇରେ ନିଗମର ଅବଦାନ ବିଷୟ ସୂଚୀତ କରି ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ କହିଥଇଲେ ଯେ ଗତ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 

ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ନିଗମ ରାଜ୍ୟସରକାରଙ୍କୁ ପ୍ରାୟ ୭.୫୮ କୋଟି ଟଙ୍କା ଲାଭାଂଶ ଦେଇଥିଲେ । ଏହାଛଡ଼ା ପାନୀୟ ନିଗମ ମଧ୍ୟ ଅଧୁନିକ ଜୀବନ ସହାୟକକାରୀ ଆମ୍ବୁଲାନ୍‌ସ୍‌ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ୧.୪୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । କୋଭିଡ୍‌ ମହାମାରୀ ମୁକାବିଲା ନିମନ୍ତେ ନିଗମ ଦିବ୍ୟାଙ୍ଗ ଓ କିନ୍ନର ମାନଙ୍କ ମଧ୍ୟରେ ବହୁପରିମାଣରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଏତାଦୃଶ କାର୍ଯ୍ୟ ପାଇଁ ନିଗମକୁ ସାଧୁବାଦ ଜଣାଇବା ସହ ଉଭୟ କାର୍ଯ୍ୟାଳୟ ଓ ବ୍ୟକ୍ତିଗତ ସ୍ତରରେ କୋଭିଡ୍‌ ନିୟମର କଡାକଡି ଅନୁପାଳନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କ ମଧ୍ୟରେ କୋଭିଡ୍‌ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଫଟୋ ସତ୍ୟନଗର ମଶାଣି କାନ୍ଥରେ

ଭୁବନେଶ୍ୱର, ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା କେନ୍ଦ୍ରୀୟ ବିଦ୍ୟାଳୟ ସମୁଖରୁ ବାହାରି ସତ୍ୟନଗର ମଶାଣି ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଫଟୋକୁ ନିଆଯାଇ ସତ୍ୟନଗର ମଶାଣି କାନ୍ଥରେ ସ୍ଥାପନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଲେ ଟୀକାକରଣ କେନ୍ଦ୍ରରେ ଏବଂ ଟୀକା ସାର୍ଟିଫିକେଟରେ ଫଟୋ ରଖୁବା ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ବା
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଉଁ ଲଢ଼େଇ ଚାଲିଛି ଏବଂ ବ୍ୟାନର ଫଡ଼ାଫଡ଼ି ଋଲିଛି । ତାହା ଓଡ଼ିଶା ତଥା ଦେଶର ଜନସାଧାରଣଙ୍କୁ ଦୁଃଖୁତ କରିଛି । କରୋନା ମହାମାରୀ ସମୟରେ କରୋନା ନିୟନ୍ତ୍ରଣ, ବ୍ୟାପକ ଟୀକାକରଣ, ଭେଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ଯୋଗାଣ, ବେଡ ବ୍ୟବସ୍ଥା, ଇମୋ ଚିକିତ୍ସା, ଆମ୍ବୁଲାନ୍ସ ବ୍ୟବସ୍ଥା ଏ ସବୁ ଉପରେ ପ୍ରାଧାନ୍ୟ ନଦେଇ କରୋନା ଟୀକାକରଣ କେନ୍ଦ୍ରରେ କାହା ଫଟୋ ରହିବ ଏବଂ ଟୀକା ସାର୍ଟିଫିକେଟରେ କାହା ଫଟୋ ରହିବ ସେଥିପାଇଁ ଦୁଇ ନିର୍ଲଜ ସରକାର ମଧ୍ୟରେ ଯୁଦ୍ଧ ଚାଲିଛି । 

ଶ୍ରୀ ନୱାଜ କହିଛନ୍ତି ଆଜି ଯଦି ଦେଶରେ ଓ ରାଜ୍ୟରେ କରୋନା ପରିସ୍ଥିତି ଅନିୟନ୍ତ୍ରିତ ହୋଇଥାଏ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥାଏ ସେଥିପାଇଁ ଉଭୟ ମୋଦି ଓ ନବୀନ ଦାୟୀ। ଯଦି ପେଟ୍ରୋଲ ଓ ଡିଜେଲ ଟିକସରେ କରୋନା ଟୀକା ଦିଆଯାଉଛି ତେବେ ଏ ଦୁହେଁ ଫଟୋ ଲଗାଇବା ପାଇଁ ବ୍ୟଗ୍ର କାହିଁକି ? ଯଦି ଟୀକାକରଣ ରେ ଏମାନଙ୍କର ଫଟୋ ରହିବ ତେବେ କରୋନା ନିୟନ୍ତ୍ରଣରେ ବିଫଳତା ପାଇଁ ଏମାନେ ଦାୟୀ ଏବଂ ବ୍ୟାପକ କରୋନା ମୃତ୍ୟୁ ପାଇଁ ଏମାନେ ମଧ୍ୟ ଦାୟୀ, ତେବେ ସାରା ରାଜ୍ୟ ଓ ଦେଶରେ ଥିବା ବିଭିନ୍ନ ମଶାଣିରେ ଏମାନଙ୍କର ଫଟୋ କାହିଁକି ନ ରହିବ । ଯଦି ଟୀକା ତୁମର, ମଶାଣିର ଭୟଙ୍କର ପରିସ୍ଥିତି ପାଇଁ ନିଜକୁ ଦାୟୀ କରୁନ କାହିଁକି ? ଏଣୁ ସତ୍ୟନଗର ମଶାଣିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ପଟ୍ଟନାୟକ ଏବଂ ମୋଦିଙ୍କର ଫଟୋ ସ୍ଥାପନ କରାଗଲା ଏବଂ ଆଗାମୀ ଦିନରେ ଦୁଇଟି ମୂର୍ତ୍ତି ସ୍ଥାପନ କରିବାପାଇଁ ନିଷ୍ପତି ଗ୍ରହଣ କରାଯାଇଛି । 

ବିଭିନ୍ନ ଟୀକା କରଣ କେନ୍ଦ୍ରରେ ବିଜେପିର ନେତାମାନେ ଯେଉଁ ଆତଙ୍କ ସୃଷ୍ଟି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ଫଟୋ ମରାଯାଉଛି ଉଭୟ ଘଟଣାକୁ ସାଧାରଣ ଲୋକ ନିନ୍ଦା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ପ୍ରିତମ, ସୁନୀଲ ମାଟିଆ, ଅଖୁଲେଶ ଯାଦବ, ମହମ୍ମଦ ଗୁଲଫାମ, ଅବିନାଶ ନନ୍ଦ, ବାବୁ ଜେନା, ବିଶ୍ବଭୂଷଣ ମହାପାତ୍ର, କାର୍ତ୍ତିକ କାଣ୍ଡି, ରଣଜିତ ସେନାପତି, ହରପ୍ରସାଦ ବେହେରା, ଆଦିତ୍ୟ କହଁର, ରାଜେଶ ଦାସ, ଅଜିତ ବାରିକ, ମହମ୍ମଦ ସମିଉଲ, ସୁନୀଲ କୁମାର ସାହୁ, ଚନ୍ଦନ ସାହୁ, ଦେବ ପ୍ରସାଦ ନାୟକ, ଅସୀତ ମିଶ୍ର, ସୟଦ ଆଜମ ଅନ୍ତି, ସନ୍ଦିପ ରାଉତରାୟ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, ଶିବଶକ୍ତି ଦିଗଲ, ଅହମ୍ମଦ ଖାନ, ରାଜେଶ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ କଲା ଓଡ଼ିଶା ଲୋକଦଳ

ଭୁବନେଶ୍ୱର, ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ନିକଟରେ ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖ୍ କେବଳ ପୁରୀରେ ରଥଯାତ୍ରା ବ୍ୟତୀତ ଓଡ଼ିଶାର ଅନ୍ୟ କୌଣସି ଜାଗାରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ପୀଠରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଓଡ଼ିଶା ଲୋକଦଳ ତରଫରୁ ସଭାପତି ଦୀପଙ୍କର ମହାନ୍ତି ଏବଂ ସମ୍ପାଦକ ରଶ୍ମୀରଞ୍ଜନ ପତିଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଛି ଯାହାର କେସ୍ ନଂ- ୧୮୪୩୧/୨୦ ୨୧ ତା ୨୧.୦୬.୨୦ ୨୧। 

ଏଠାରେ ସୂଚନାଯୋଗ୍ୟ ଯେ ୧୨୨୦ ଖ୍ରୀଷ୍ଟାବ୍ଦରେ କେନ୍ଦ୍ରାପଡ଼ାର ଆରାଧ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ମନ୍ଦିର ରଙ୍ଗ ମହାରାଜା ଅନଙ୍ଗ ଭୀମଦେବ ନିର୍ମାଣ କରିଥିଲେ । ଏହି ସମୟ ବେଳକୁ ସମଗ୍ର ଓଡ଼ିଶାରେ କେବଳ ଦୁଇଟି ବୈଷ୍ଣବ କ୍ଷେତ୍ର ଥିଲା ଶ୍ରୀକ୍ଷେତ୍ର ପୁରୀ ଏବଂ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା । ୧୫ ୨୨ ଖ୍ରୀଷ୍ଟାବ୍ଦ ଠାରୁ ୧୫୩୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶ୍ରୀଚୈତନ୍ୟ ମହାପ୍ରଭୁ ତୁଳସୀ କ୍ଷେତ୍ରକୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ବାରମ୍ବାର ଆଗମନ କରିଥିଲେ । ଶ୍ରୀଚୈତନ୍ୟଙ୍କ ଆଗମନ ବେଳକୁ ଏହି ଦୁଇ କ୍ଷେତ୍ରରେ ରଙ୍ଗନରେଶ ରଥଯାତ୍ରା କରାଉଥିଲେ ଏବଂ ଶ୍ରୀ ଜଗନ୍ନାଥଙ୍କୁ ରସଗୋଲା ଏବଂ ଶ୍ରୀ ଶ୍ରୀ ସିଦ୍ଧବଳଦେବଙ୍କୁ ରସାବଳୀ ମଣୋତି କରାଯାଇଥିଲା । 

ଶ୍ରୀକ୍ଷେତ୍ର ପୁରୀ ସହିତ ତୁଳସୀକ୍ଷେତ୍ରର ଆବାହନ କାଳରୁ ନିବିଡ଼ ସମ୍ପର୍କ ରହିଛି । ତେଣୁ ଶ୍ରୀକ୍ଷେତ୍ର ପୁରୀ ସମେତ କେନ୍ଦ୍ରାପଡ଼ାରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ଓଡ଼ିଶା ଲୋକ ଦଳ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଛି । ମାନ୍ୟବର ଉଚ୍ଚନ୍ୟାୟାଳୟ ତୁରନ୍ତ ଏହି ମାମଲାର ଶୁଣାଣୀ କରି କେନ୍ଦ୍ରାପଡ଼ାରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ରାୟ ପ୍ରକାଶ କରିବାକୁ ଦୀପଙ୍କର ମହାନ୍ତି ଏବଂ ରଶ୍ମୀରଞ୍ଜନ ପତି ଅନୁରୋଧ କରିଛନ୍ତି ।

ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ କରି ଉନ୍ନୟନ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ବର, ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଳକ୍ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ । ସେଠାରେ ଟିକା କରଣ ଶିବିରର ଉଦ୍‌ଘାଟନ କରିଥିଲେ ଏବଂ ଟିକା କରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଦ ଓ ଲାଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । 

ରାୟଗଡ଼ା ଜିଲ୍ଲାର ଚାଟିକଣା ସ୍ଥିତ ଜନଜାତି ବ୍ୟାଖ୍ୟାନ କେନ୍ଦ୍ରରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଦାସବର୍ମା ଜିଲ୍ଲାର ପାର୍ଶାଲି, ଚାଟିକଣାରେ ବସବାସ କରୁଥୁବା ୧୦, ୧୮୫ ଆଦିମ ଜନଜାତି ଓ କନ୍ଦ ଗୁଣୁପୁର ବ୍ଲକ୍‌ର ପୁଟାସିଂ ଅଞ୍ଚଳରେ ବାସ କରୁଥିବା ୬,୮୬୪ ଲାଜିଆ ସଉରା ଆଦିମ ଜନଜାତି ବର୍ଗଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବା ସ୍ବତନ୍ତ୍ର ପ୍ୟାକେଜ୍ ବଣ୍ଟନ ପାଇଁ ଡାଟାବେସ୍ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଆଦିମ ଜନଜାତିଙ୍କୁ ଟିକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଲୋକ ପ୍ରତିନିଧ, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ଏବଂ ସ୍ବାସ୍ଥ୍ୟ କର୍ମୀମାନଙ୍କ ସମ୍ମିଳିତ ଉଦ୍ୟମ ହେଲେ ଏଭଳି ଆହାନମୁଳକ ଅଞ୍ଚଳରେ ଟିକା କରଣ କାର୍ଯ୍ୟ ସଫଳ ହୋଇପାରିବା । ଯେଉଁମାନେ ଏହି ଦୁଇବର୍ଗର ଆଦିମ ଜନଜାତିଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ଯିଏ ରହିବ ତାଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ବଣ୍ଟନ ସହ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ତ୍ତମାନ ଜିଲ୍ଲାରେ ହାରାହାରି ୧୬୦୦ ହେଉଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କୋଭିଡ୍ ସଂକ୍ରମିତ ପରିବାରଙ୍କୁ ଶୁଖୁଲା ରାସ, ପରିବାର ପିଛା ୨୫୦୦ ଟଙ୍କା ଏବଂ ସଂକ୍ରମିତ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ଦୈନିକ ୧୦୦ ଟଙ୍କା ଜିଲ୍ଲା ତରଫରୁ ଶତପ୍ରତିଶତ ପ୍ରଦାନ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅପରାହ୍ନରେ ଗୁଣୁପୁର ବ୍ଲକର ପୁଟାସିଂଠାରେ କାର୍ଯ୍ୟରତ ଲା ଜିଆ ସଉରା ଉନ୍ନୟନ ସଂସ୍ଥା ପରିଦର୍ଶନ କରିଛନ୍ତି । ସେଠାରେ ଆଦିମ ଜନଜାତି ଲାଜିଆ ସଉରାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକା ଭିମୁଖ୍ୟ ଯୋଜନାର ସମୀକ୍ଷା କରିବା ସହିତ ନିକଟସ୍ଥ ଗ୍ରାମପଞ୍ଚାୟତ ତାରକେଲ ଗ୍ରାମକୁ ଯାଇ ଆଦିମ ଜନଜାତି ବାସ କରୁଥବା ଲାଜିଆ ସଉରା ବର୍ଗର ଜନସାଧାରଣଙ୍କୁ ଭେଟିଥିଲେ । ଟିକା କରଣ ପାଇଁ ଲାଜିଆ ସଉରା କନଜାତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନ୍ଧବିଶ୍ବାସ ଓ ଭୟ ଦୂର କରି ଟିକା କରଣକୁ ଏକ ଜନଆନ୍ଦୋଳନ ଭାବରେ ଗଢ଼ି ତୋଳିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି ।

କୋଭିଡ୍ ମହାମାରୀର ମୁକାବିଲା କରିବା ପାଇଁ ରାୟଗଡ଼ା ଜିଲ୍ଲାର ଉଭୟ ଆଦିମ ଜନଜାତିଙ୍କ ମଧ୍ୟରେ ପରୀକ୍ଷଣ, ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ଠିକ୍ ଭାବରେ ଚାଲିଥିବାରୁ ଜିଲ୍ଲା ପ୍ରଶାସନ, ମେଡିକାଲ ଟିମ୍ ଏବଂ ସହଯୋଗ କରୁଥିବା ବିଭାଗଙ୍କୁ ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥା ଓ ଲାଜିଆ ସଉରା ଉନ୍ନୟନ ସଂସ୍ଥାର ଅଧୁକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଜିଲ୍ଲାରେ ଲାଜିଆ ସଉରା ଓ ଡଙ୍ଗରିଆ କନ୍ଦ ଆଦିମ ଜନଜାତିଙ୍କ ପାଇଁ ୧୬ ଲକ୍ଷ ୪୨ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଥୁବାବେଳେ ବର୍ତ୍ତମାନ ସୁଦ୍ଧା ୮୨ ହଜାର ୧୦୦ ଶ୍ରମ ଦିବସ ଲକ୍ଷ୍ୟ ହାସଲ ହୋଇପାରିଛି ଏବଂ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୬୭ ହଜାର ୮୬୫ ଶ୍ରମଦିବସ ଜିଲ୍ଲାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ସମର୍ଥ ହୋଇଛି । ଜିଲ୍ଲା ୮୨ % ଶ୍ରମଦିବସ ସୃଷ୍ଟି କରି ରାଜ୍ୟରେ ୧୦ମ ସ୍ଥାନରେ ରହିଛି ।

କରୋନା ଭଳି ମହାମାରୀର ମୁକବିଲା କରୁଥିବାବେଳେ ଆଦିବାସୀ ଓ ଆଦିମ ଜନଜାତି ଅଧୁଷିତ ଉପଯୋଜନା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ କର୍ମନିଯୁକ୍ତି ସୃଷ୍ଟି କରି ସଫଳତାର ସହିତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମର୍ଥ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆକାକ୍ଷୀ ଜିଲ୍ଲା ମଧ୍ୟରେ ରାୟଗଡ଼ା ତା’ର ସ୍ବତନ୍ତ୍ର ସ୍ଥାନ ଅଧୁକାର କରିଛି । ଏହି ଧାରାକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଦାସବର୍ମା ପରାମର୍ଶ ଦେବା ସହିତ କୋଭିଡ୍ ମହାମାରୀ ସମୟରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିଥିବା ସମସ୍ତ କ୍ଷେତ୍ର  ଅଧୁକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କ୍ଷେତ୍ର ପରିଦର୍ଶନ ସମୟରେ ଡଙ୍ଗରିଆ କନ୍ଦ ଓ ଲାଜିଆ ସଉରା ବର୍ଗର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ମୂଲ୍ୟାୟନ କରିବା ସହିତ । ତାଙ୍କୁ ଜିଲ୍ଲା ମଧ୍ୟରେ ଓ ଜିଲ୍ଲା ବାହାରେ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ଗୁରୁତ୍ବ ଦେଇଛନ୍ତି ।

ଗସ୍ତ ସମୟରେ ବିକୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ରାୟଗଡ଼ାର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ କେ. ସାମଲ, ପିଡ଼ିଡ଼ିଆ ଡିଏ, ମହେଶ୍ୱର ନାୟକ, ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଆର୍ଭ ବନ୍ଧୁ ନାୟକ, ଡଙ୍ଗରିଆ କନ୍ଦ ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଏମ୍. ଏମ୍. ଦଳବେହେରା, ଲାଜିଆ ସଉରା ଉୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ କୃପାସିନ୍ଧୁ ବେହେରା ଓ ଜିଲ୍ଲାର ସମସ୍ତ ଅଧୁକାରୀମାନେ ଉପସ୍ଥିତ ଥିଲେ ।

ଜଳସମ୍ପଦ ମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା ! ପ୍ରସ୍ତୁତି ପାଇଁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର, ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥୁବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । 

ବୈଠକରେ ଜଳ ସମ୍ପଦ ବିଭାଗ ତରଫରୁ କରାଯାଇଥୁବା ପ୍ରସ୍ତୁତି ସଂପର୍କରେ ମନ୍ତ୍ରୀ ଶ୍ରୀ ଦାସ ଅବଗତ ହୋଇ କହିଲେ ଯେ, ବିନା ମୁକାବିଲା ଦିଗରେ ଜଳସମ୍ପଦ ବିଭାଗ ସବୁବେଳେ ଯଥେଷ୍ଟ ଗୁରୁତ୍ଵ ଦେଇ କାର୍ଯ୍ୟ କରୁଛି । ଗତ ବର୍ଷ ବିଭାଗ ତରଫରୁ ବନ୍ୟା ପରିଚାଳନା ବିଭାଗୀୟ ଯନ୍ତ୍ରୀମାନେ ଦକ୍ଷତାର ସହ କରିଥିଲେ ଏବଂ ଗତ ୟାସ’ ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ମଧ୍ୟମ ଧରଣର ବନ୍ୟାକୁ ମଧ୍ୟ ବିଭାଗ ତରଫରୁ ଦକ୍ଷତାର ସହିତ ପରିଚାଳନା କରାଯାଇଥିଲା । ସେହିପରି ଆଗାମୀ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ ଓ ପରାମର୍ଶ କ୍ରମେ ବିଭାଗର ଅଧିକାରୀ ଓ ଯବୀମାନେ ପୂର୍ବ ଅଭିଜ୍ଞତାକୁ ଆଧାର କରି ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଦଳଗତ ପ୍ରଚେଷ୍ଟାରେ ସଫଳତାର ସହିତ ସମ୍ଭାବ୍ୟ ବନାକୁ ମୁକାବିଲା କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । 

ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ମରାମତି ହୋଇପାରୁନଥିବା ସୁଇସ୍ ଗେଟ୍ ଗୁଡିକର ସ୍ଥିତି ଭଲଭାବେ ପାଂଚ କରି ଶୀଘ୍ର ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟ ଯନ୍ତ୍ରୀମାନଙ୍କ ସହିତ ବିଭିନ୍ନ ଡିଭିଜନରେ ବନ୍ୟା ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସଂପର୍କରେ ଆଲୋଚନା କରି ଓ ଏହାର ସୁପରିଚାଳନା ନେଇ ଆବଶ୍ୟକ ତଥ୍ୟ ରଖିଥଲେ । ସମ୍ଭାବ୍ୟ ବନ୍ୟା ପରିଚାଳନା ନେଇ ବିଭାଗ ତରଫରୁ ପ୍ରସ୍ତୁତ ମାର୍ଗ ଦର୍ଶିକା ଅନୁସାରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା । ବୈଠକରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ,ବନ୍ଧ ସୁରକ୍ଷା, ବିଭିନ୍ନ ଜଳ ଭଣ୍ଡାରରେ ଥିବା ଗେଗୁଡିକ କାର୍ଯ୍ୟକ୍ଷମ ହୋଇଥିବା ସମ୍ପର୍କରେ ମଜ୍ ତ୍ରିଲ କରାଯାଇଥୁବା ସୂଚନା ଦେଇଥିଲେ । ମହାନଦୀ, ବିରୂପା ଓ ନରାଜ ବ୍ୟାରେଜ୍ ଗେଟ୍ ଗୁଡିକର ମକ୍ ତ୍ରିଲ୍ କାର୍ଯ୍ୟ ସମ୍ପନ୍ନ ହୋଇଛି । ଅନ୍ୟ ଯେଉଁସ୍ଥାନରେ ସୁଇସ୍ ଗେଟ୍ ଗୁଡିକ କାର୍ଯ୍ୟକ୍ଷମ ହେଉନାହିଁ, ସେସବୁର ପୁନରୁଦ୍ଧାର ବା ବଦଳାଯିବା କାର୍ଯ୍ୟ ଜୁନ ୩୦ ତାରିଖ ସୁଦ୍ଧା ସାରିବାକୁ ସଂପୃକ୍ତ ଯନ୍ତ୍ରୀମାନଙ୍କ ନିର୍ଦ୍ଦେଶ ଦିଆଯାଇଛି । 

ବୈଠକରୁ ଜଣାଯାଇଛି ଯେ, ଗତ ବର୍ଷ ୨୦୨୦ ବନ୍ୟାରେ ବିଭିନ୍ନ ନଦୀ ବନ୍ଧରେ ୩୮ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ସେଥିରୁ ୩୫ଟି ଘାଇ ମରାମତି କାର୍ଯ୍ୟ ସରିଛି ଓ ଆଉ ୩ଟିର ମରାମତି କାର୍ଯ୍ୟ ଜାରି ରହିଛି । ୨ଟି ଘାଇ ଚଳିତ ଜୁନ ୨୫  ତାରିଖ ସୁଦ୍ଧା ଶେଷ ହେବ ଓ ଆଉ ଗୋଟିଏ ଜୁନ ୩୦ ସୁଦ୍ଧା ଶେଷ ହେବ । ୨୦୨୦ରେ ଯେଉଁ ସବୁ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥୁଲା, ସେ ସମସ୍ତଙ୍କୁ ମରାମତି କରାଯାଇଛି । ବିନା ମୁକାବିଲା ପାଇଁ ଆବଶ୍ୟକ ବାଲିବସ୍ତା, ବାଲି, ବଲା, ବାଉଁଶ ବ୍ୟବସ୍ଥା କରାଯାଇ ଆବଶ୍ୟକ ସ୍ଥାନରେ ମହଜୁଦ ରଖାଯାଇ ବିଭିନ୍ନ ନଦୀବନ୍ଧରେ ବନ୍ଧ ସୁରକ୍ଷା ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କେଉଁ ଡିଭିଜନରେ କେଉଁ କେଉଁ ସ୍ଥାନରେ କେତେ ପରିମାଣର ବିନା ମୁକାବିଲା ପାଇଁ ସରଂଜାମ ମହଜୁଦ ଅଛି, ତାହା ବିଭାଗୀୟ ୱେବ୍ ସାଇଟ୍‌ରେ ଉପଲବ୍ଧ ଅଛି । ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ଜଳ ଭଣ୍ଡାରକୁ ପରିଦର୍ଶନରେ ଯାଇ ଫାମ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ,ମୁଖ୍ୟ ଯନ୍ତ୍ରୀ, ବନ୍ୟା ନିୟନ୍ତ୍ରଣ ଓ ଜିଲ୍ଲାପାଳମାନଙ୍କ ସହିତ ସବୁବେଳେ ଜଳ ଭଣ୍ଡାରଗୁଡ଼ିକ ସ୍ଥିତି ଓ ପରିଚାଳନା ସଂପର୍କରେ ନିୟମିତ ଯୋଗାଯୋଗ ରଖାଯାଉଥିବା ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଇଂ, ରଥ ସୂଚନା ଦେଇଥିଲେ। । ମେ ୨୨ ତାରିଖରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେଚ ସଦନ, ସବୁ ଡିଭିଜନ ଓ ସର୍କଲ କାର୍ଯ୍ୟାଳୟ ଗୁଡିକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଥିବା ବେଳେ ମନ୍ତ୍ରୀ ଶ୍ରୀ ଦାସ ଏହି ନିୟନ୍ତ୍ରଣ କକ୍ଷଗୁଡିକର ୨୪ ଘଣ୍ଡିଆ ସୁପରିଚାଳନା, ନିୟମିତ ଭାବେ ଜଳଭଣ୍ଡାକୁ ପ୍ରବେଶ ଓ ନିଷ୍କାସନ ସଂପର୍କିତ ସୂଚନା ପ୍ରଦାନ ଉପରେ ଗୁରୁତ୍ବ ଦେଇଥିଲେ। ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯବୀ-ଯୋଜନା ଓ ନଙ୍କନ ଇଂ ଧୀରେନ୍ କୁମାର ସାମଲ, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କନ୍‌ଷ୍ଟ୍ରସନ କର୍ପୋରେସନ ଲିମିଟେଡ୍ (ଓ.ସି.ସି.ଏଲ), ମୁଖ୍ୟ ଯନ୍ତ୍ରୀ, ଲୋୟର ମହାନଦୀ ବେସିନ୍, ମୁଖ୍ୟ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ, ସଂପୃକ୍ତ ବିଭିନ୍ନ ବେସିନ୍ ପରିଚାଳନା ଦାୟିତ୍ବରେ ଥିବା ମୁଖ୍ୟ ଯନ୍ତ୍ରୀ ଓ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସର୍ବବୃହତ ମାଗଣା ଟିକା ଅଭିଯାନରେ ସାମିଲ ହୋଇ ସବୁ ନାଗରିକଙ୍କୁ ଟିକା ନେବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ବାରା ବିଶ୍ବର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ସୋମବାର ଠାରୁ ଆରମ୍ଭ ହୋଇଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ସରୋଜିନୀ ନଗର ସ୍ଥିତ ସିଜିଏଚଏସ ଡିସପେନସେରୀ ହସ୍ପିଟାଲର ଟିକା କେନ୍ଦ୍ରକୁ ପରିଦର୍ଶନ କରିବା ସହ ସ୍ବାସ୍ଥ୍ୟକର୍ମୀ ଏବଂ ଟିକା ନେଉଥିବା ବ୍ୟକ୍ତି ମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ମାଗଣା ଟିକାକରଣ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ନାଗରିକମାନଙ୍କ ମଧ୍ୟରେ ଟିକା ନେବା ପାଇଁ ବହୁତ ଉତ୍ସାହ ଦେଖାଯାଇଛି । 

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ୧୮ ବର୍ଷରୁ ଉଦ୍ଧି ସମସ୍ତଙ୍କୁ ମାଗଣାରେ ଟିକା ଦେବାର ବ୍ୟବସ୍ଥା କରିଛନ୍ତି । ଭାରତର ସବୁ ନାଗରିକଙ୍କୁ ମାଗଣାରେ ଆରମ୍ଭ ହୋଇଥିବା ଏହି ଟିକା ଅଭିଯାନରେ ସହଯୋଗ କରିବା ସହ ଶୁଙ୍ଖଳାର ସହ କୋଭିଡ଼ ନିୟମ ମାନି ଟିକା ନେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେହିପରି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଟିକା ନେବା ପାଇଁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତ ସ୍ବଦେଶୀ ଟିକା ପ୍ରସ୍ତୁତ କରିବା ନେଇ ନାଗରିକମାନେ ଗର୍ବ କରୁଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଆତ୍ମବିଶ୍ବାସ ରଖୁଛନ୍ତି । ଏହାସହ ସମସ୍ତ ଅଭିଯାନରେ ମୋଦି ସରକାରଙ୍କ ମାଗଣାରେ ଟିକା ନେବାର ପରିଚାଳନା ନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଆଜି ଠାରୁ କୋ-ନ୍ ପ୍ଲାଟଫର୍ମରେ ମଧ୍ୟ ବିନା ପଞ୍ଜିକରଣରରେ ଲୋକମାନେ ଟିକା ନେଇପାରିବେ । 

ନାଗରିକଙ୍କୁ ଟିକା ନେବା ପାଇଁ ୱେବସାଇଟରେ ପଞ୍ଜିକରଣ ସହ କ୍ରାକ୍-ଇନର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି । ଏହି ପଦକ୍ଷେପ ସମାଜର ପ୍ରତ୍ୟେକ ବର୍ଗ ବିଶେଷ ଭାବରେ ସମାଜର ଗରିବ ଏବଂ ଅସହାୟଙ୍କ ପାଖରେ ଟିକା ପହଁଚାଇବାରେ ଅଧିକ ସହାୟକ ହେବ । ଆମକୁ ଟିକାକରଣକୁ ଜନଆନ୍ଦୋଳନ ଭାବରେ ପରିଣତ କରିବାକୁ ପଡ଼ିବ । ସମସ୍ତଙ୍କୁ ଟିକାକରଣ କରିବା, । ଗୁଜବକୁ ପ୍ରତିହତ କରି ଟୀକା ଦ୍ବନ୍ଦ ଦୂର କରିବାରେ ସାହାଯ୍ୟ କରିବା ଏବଂ ମାଗଣାରେ ଟୀକାକରଣ କରିବାକୁ ଅନ୍ୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଏକାଠି ସମସ୍ତେ କୋଭିଡକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି ।

ତିର୍ତୋଲର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକଙ୍କ କରୋନରେ ବିୟୋଗ

ଭୁବନେଶ୍ୱର,ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଏକମାତ୍ର ପୁତ୍ର ତଥା ୨୦୧୯ରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଥିବା ଦେବୀ ପ୍ରସାଦ ମଲ୍ଲିକ ଆଜି ଅପରାହ୍ନ ୨.୨୬ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ୫୭ ବର୍ଷ ବୟସରେ କୋଭିଡ଼ରେ ବିୟୋଗ ଘଟିଛି । ଓଡ଼ିଶା ଜଳ ବିଦ୍ୟୁତ୍ ନିଗମରେ ଲୋକ ସମ୍ପର୍କ ନିର୍ଦ୍ଦେଶକ ଥିବା ସ୍ୱର୍ଗତ ମଲ୍ଲିକ ୨୦୧୮ ମସିହାରେ କାର୍ଯ୍ୟରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଅତ୍ୟନ୍ତ ଭଦ୍ର, ନମ୍ର ଓ ବନ୍ଧୁବତ୍ସଳ ଭାବରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ସେ ଆଦୃତ ହୋଇପାରିଥିଲେ । ସ୍ୱର୍ଗତ ମଲ୍ଲିକଙ୍କର ଦୁଇପୁତ୍ର, ସ୍ତ୍ରୀ ଓ ମାଆ ଅଛନ୍ତି । ଏଭଳି ଶୋକାକୁଳ ପରିସ୍ଥିତିରେ ସେମାନେ ଭାଙ୍ଗି ପଡ଼ିଛନ୍ତି । ସମସ୍ତ ପରିବାର କୋଭିଡ଼ ଦ୍ଵାରା ଆକ୍ରାନ୍ତ । ସତ୍ୟନଗର ଶ୍ମଶାନରେ ଆଜି ଅତ୍ୟେଷ୍ଟି ସଂସ୍କାର କୋଭିଡ଼ ନିୟମ ମତେ ହେବ । 

ସ୍ୱର୍ଗତ ମଲ୍ଲିକଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସାଂସଦ ଡଃ ଅଚ୍ୟୁତ ସାମନ୍ତ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଲକ୍ଷ୍ମଣ ମଲ୍ଲିକ ସ୍ମାରକୀ ଟ୍ରଷ୍ଟର ସଭାପତି ତଥା କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସ୍ଵର୍ଗତ ମଲିକଙ୍କ ଭଉଣୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀମତୀ ପ୍ରତିମା ମଲ୍ଲିକ, ଭିଣୋଇ ଅରବିନ୍ଦ ଅଗ୍ରୱାଲ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଯୁବ କଂଗ୍ରେସ ନେତା ପ୍ରିୟବ୍ରତ ମିଶ୍ର, କଂଗ୍ରେସ ନେତା ନଟବର ବାରିକ, ବିଷ୍ଣୁ ଚରଣ ମହାନ୍ତି, ବିଜେଡ଼ି ନେତା ବିଧାନ ଚନ୍ଦ୍ର ଜେନା, ଡଃ ବିଭୂତି ଭୂଷଣ ଜେନା, ଦିବ୍ୟଜୀବନ ସଂଘର ସନୁ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ, ବୁଦ୍ଧ ମନ୍ଦିର ସମ୍ପାଦକ ଡଃ ସୌରେନ୍ଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ଜଜ ରତିକାନ୍ତ ମହାପାତ୍ର, ପ୍ରଫେସର ବୁଦ୍ଧଦେବ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ପରଲୋକଗତ ଆମାର ଶାନ୍ତି କାମନା କରିଛନ୍ତି ।

ନିତି ଆୟୋଗ ଆଡ୍‌ଭାଇଜରୀ ଟିମ୍‌ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା

ଭୁବନେଶ୍ବର, ଆଜି ଅପରାହ୍ନରେ କେନ୍ଦ୍ର ନିତି ଆୟୋଗର ଏକ ତିନି ଜଣିଆ ଟିମ୍ ଖାରବେଳ ଭବନଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଟିମରେ ନିତି ଆୟୋଗର ଏଡିଜି ଓ ଗ୍ରାମୀଣ ବିକାଶର ପରାମର୍ଶଦାତ୍ରୀ ଶ୍ରୀମତୀ ସଂଯୁକ୍ତା ସମାଦାର, ଏଡିଜି ଅକାରୀ ଶ୍ରୀ ଆଲେନ୍ ଜନ୍ ଏବଂ ଏଡିଜିର ବରିଷ୍ଠ ପରାମର୍ଶଦାତା ଶ୍ରୀ ସୁନ୍ଦର ମିଶ୍ର ଅଛନ୍ତି । ପଶ୍ଚିମ ଓଡ଼ିଶାର ଗ୍ରାମୀଣ ବିକାଶ କ୍ଷେତ୍ରରେ କେତେକ ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ୟକ ଧାରଣା ଦେଇଥିଲେ । ଏଣୁ ସହିତ ନିତି ଆୟୋଗର କେତେକ ପୋଷଣୀୟ ଯୋଜନା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଏହି ଟିମ୍ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ସାକ୍ଷାତ କରିଥିବା ପ୍ରକାଶ ।

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଓ ଡୁମୁଡୁମାର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ

ଭୁବନେଶ୍ୱର,ବିଜେଡ଼ି ସରକାରର ୨୧ ବର୍ଷ ଏବଂ ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ୧୨ ବର୍ଷ ବିଧାୟକ ରହିବା ଅମଳରେ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯଦୁପୁର ଓ ଡୁମୁଡୁମାର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏକ ପ୍ରେସ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି । ସେ ଏହି ଦୁଇ ଅଂଚଳର ବିଭିନ୍ନ ରାସ୍ତା ବୁଲି ଦେଖୁଥିଲେ ଏବଂ ସାଧାରଣ ଜନତାଙ୍କର ଅଭିଯୋଗ ଶୁଣିଥିଲେ । ନିର୍ବାଚନ ଆସିଲେ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପ୍ରତିଶ୍ରୁତି ଦିଅନ୍ତି ଏବଂ ପରେ ଭୁଲିଯାଆନ୍ତି ବୋଲି ସେମାନେ କହିଥିଲେ । 

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଯଦୁପୁର ଗ୍ରାମର ଅଧିବାସୀ । ଭୁବନେଶ୍ବରରେ ବିକାଶ ଓ ଆଧୁନିକୀକରଣର ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଏବଂ ବିଶେଷକରି ମନ୍ତ୍ରୀ ଶ୍ରୀ ପଣ୍ଡା ଯିଏକି ନିଜ ନିର୍ବାଚନ ମଣ୍ଡଳୀର ବିକାଶର ରଥକୁ ଆଗେଇ ନେଇଛନ୍ତି ବୋଲି ଗର୍ଜନ କରନ୍ତି, ସେମାନେ ବାସ୍ତବ କ୍ଷେତ୍ରରେ ଏଠାରେ ଲୋକ କିପରି ରୁହନ୍ତି ଏବଂ ରାସ୍ତାଘାଟର ଅବସ୍ଥା କ’ଣ ତାହା ଜାଣନ୍ତି ନାହିଁ । ଏହି ଅଂଚଳ ରାସ୍ତାରେ ଉଭୟ ଖରା ଓ ବର୍ଷାଦିନେ ପାଣି ଜମିରହେ । ବେଙ୍ଗ ମୁତିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ରାସ୍ତାଯାକ ଟ୍ରେନ ପାଣିରେ ଭାସୁଛି । ଜଳ ନିଷ୍କାସନର ବ୍ୟବସ୍ଥା ନହିଁ । ସେଥିପାଇଁ ଲୋକେ ବାରମ୍ବାର ଦୁର୍ଘଟଣାରେ ଶୀକାର ହେଉଛନ୍ତି । 

ଯେଉଁ କେତୋଟି ସ୍ଥାନରେ ରାସ୍ତା କାମ ହୋଇଛି, ନିମ୍ନମାନର କାମ ଯୋଗୁଁ ସେଠିକାର ରାସ୍ତାର ଅବସ୍ତା କହିଲେ ନସରେ । ଏଣୁ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଏଠାରେ କ୍ରମାଗତ ୧୨ ବର୍ଷ ବିଧାୟକ ରହିବା ପରେ ଡୁମୁଡୁମା ଓ ଯଦୁପୁର ଅଂଚଳରେ ବିକାଶ ପ୍ରତି ଆଦୌ ଧ୍ୟାନ ଦେଇନାହାଁନ୍ତି । ମାତ୍ର ମିଥ୍ୟ ପ୍ରତିଶ୍ରୁତି ଦେଇ ଭୋଟ ହାସଲ କରିବାରେ ସଫଳ ହୋଇଛନ୍ତି । ତୁରନ୍ତ ଏଠିକାର ରାସ୍ତା,ତ୍ରେନର ପୁନଃରୁଦ୍ଧାର ଏବଂ ନୂତନ ନିର୍ମାଣ ନକଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଶ୍ରୀ ନୱାଜ କହିଛନ୍ତି । ଏହା ଛାତ୍ର କଂଗ୍ରେସର ସ୍ବର ନୁହେଁ ଏହା ଏଠିକାର ସାଧାରଣ ଜନତାର ସ୍ଵର ।

ନାଲକୋରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ସିଏମଡି ଶ୍ରୀ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ, ନାଲକୋର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି । ଆର୍ଟ ଅଫ୍ ଲିଭିଙ୍ଗର ଯୋଗ ପ୍ରଶିକ୍ଷକ ଶ୍ରୀ ଭୋଲନାଥ ଜେନାଙ୍କ ତତ୍ତ୍ୱାବଧାନରେ କମ୍ପାନୀର ଭୁବନେଶ୍ୱରସ୍ଥ ମୁଖ୍ୟ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ଆଭାସୀ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନାଲକୋ ମହିଳା ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନାଲକୋର ଉତ୍ପାଦନ ୟୁନିଟ୍, ବନ୍ଦର ସୁବିଧା ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକର କର୍ମଚାରୀମାନେ ମଧ୍ୟ ଏହି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ଯୋଗ ଦେଇଥିଲେ ।

ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କ ନିଜ ଜିଲ୍ଲାରେ ବାରମ୍ବାର ଶିଶୁ ହତ୍ୟାକାଣ୍ଡ ଘଟଣା ହେବା ଅତ୍ୟନ୍ତ ନିନ୍ଦନୀୟ

ଭୁବନେଶ୍ୱର, ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି । ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି । ଅତୀତ ଘଟଣାରୁ ରାଜ୍ୟ ସରକାର ଏବଂ ପ୍ରଶାସନ କୌଣସି ଶିକ୍ଷା ଲାଭ କରୁନାହାନ୍ତି । ଅନ୍ୟ ପଟେ ଶାସକ ବିଜୁ ଜନତା ଦଳର ଅପାରଗତା ଓ ଅସମ୍ବେଦନହୀନତା ମନୋଭାବ କାରଣରୁ ରାଜ୍ୟରେ ନାଁ, ଭଉଣୀ ଏବଂ ଶିଶୁମାନଙ୍କ ପ୍ରତି ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇଚାଲିଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଚଲ୍ୟ ସୃଷ୍ଟି କରିଥୁଲା । ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଶ୍ରୀ ଅରୁଣ ସାହୁଙ୍କ ନିଜ ନିର୍ବାଚନମଣ୍ଡଳୀରେ ଶିଶୁ ହତ୍ୟାକାଣ୍ଡ କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ନଥିବାରୁ ଅପାରାଧୀଙ୍କ ମନରେ ପ୍ରଶାସନ ଏବଂ ଆଇନ ପ୍ରତି କୌଣସି ଭୟ ନାହିଁ । 

ଏହି କାରଣରୁ ଅପରାଧୀମାନେ ନିର୍ଭଗ୍ଧ ଭାବେ ଏଭଳି ଜଘନ୍ୟ ଅପରାଧ ଭିଆଉଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ପରେ ପୁଣି ଏକ ହୃଦୟ ବିଦାରକ ଶିଶୁ ହତ୍ୟା ଘଟଣା ସାମ୍ନାକୁ ଆସିଛି । ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ବେବୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯିବା ଏବଂ ଏହାର ୫ ଦିନ ପରେ ଏକ ନିଛାଟିଆ ଜଙ୍ଗଲରେ ତାର ମୃତ ଦେହ ଗଳିତ ଅବସ୍ଥାରେ ଠାବ ହେବା ପୁଣି ଥରେ ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି । ବିଳମ୍ବରେ ହେଉ ପଛେ ପୋଲିସ ଅପରାଧୀକୁ ଧରିବାର କହିଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ସର୍ଭେ ଅନୁଯାୟୀ ନୟାଗଡ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହାର ବହୁତ କମ୍ । ଅତୀତରେ କନ୍ୟା ଭୃଣ ହତ୍ୟାକୁ ନେଇ ସମଗ୍ର ଦେଶରେ ନୟାଗଡ ଚଚ୍ଚାର ବିଷୟ ହୋଇଥିଲା । ଏହା ସତ୍ତ୍ୱେ ଜିଲ୍ଲାରେ ବାରମ୍ବାରା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ତାଙ୍କ ଉପରେ ଅତ୍ୟାଚାର ହ୍ରାସ ପାଉନାହିଁ । ଏହା ଜିଲ୍ଲାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ପୋଲିସ ବିଭାଗର “ ଡଗ୍ ସ୍କାନ୍" କୁ ସଠିକ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବା କାରଣରୁ ଏଭଳି ଜଘନ୍ୟ ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଶ୍ରୀମତୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଅର୍ଜନା ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧୂଦଳ ମୃତା ବେବୀର ପରିବାରକୁ ଭେଟି ଶାନ୍ତ୍ଵନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ । ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୋଲିସ ଓ ପ୍ରଶାସନ ନିକଟରେ ଦାବୀ ଜଣାଇଛନ୍ତି । ଏଥି ସହ ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ ଜଣାଇଛନ୍ତି । ଏହି ପ୍ରତିନି ଦଳରେ ସସ୍ମିତା ମିଶ୍ର, ରୁବି ମିଶ୍ରଙ୍କ ସମେତ ବହୁ ସ୍ଥାନୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ବିଶିଷ୍ଟ ଆର୍ଯ୍ୟ ସମାଜୀମାନଙ୍କ ବିୟୋଗରେ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ବିଗତ ଦିନମାନଙ୍କରେ ଆର୍ଯ୍ୟସମାଜର ବିଶିଷ୍ଟ କାର୍ଯ୍ୟକର୍ତ୍ତା, ଆରର୍ଯ୍ୟ ବୁଦ୍ଧଦେବ, ଗୁରୁକୁଳ ନୃସିଂହନାଥ, ଓମପ୍ରକାଶ କିଶାନ, ଗୁରୁକୁଳାଶ୍ରମ ବେଦବ୍ୟାସ, ଭୀମସେନ ଅଗ୍ନିହୋତ୍ରୀ, ଆର୍ଯ୍ୟସମାଜ ଭୁବନେଶ୍ୱର, ଶଶୀଭୂଷଣ ଆଗରୀ, ପ୍ରତିଷ୍ଠାତା ଦୟାନନ୍ଦ ବୃଦ୍ଧାଶ୍ରମ ଓଡଗାଁ, ଇଂ ବାନମ୍ବର ଖଟେଇ, ନୟାଗଡ଼, ବାସୁଦେବ ପ୍ରଧାନ, ଆର୍ଯ୍ୟସମାଜ, ଶ୍ରୀଜଲ ବରଗଡ଼, ଧୀରେନ୍ଦ୍ର ଶାସ୍ତ୍ରୀ, ପଦ୍ମପୁରଙ୍କ ବିୟୋଗରେ ଆଜି ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ ଏକ ଶ୍ରଦ୍ଧାଞ୍ଜଳି ସଭା ଆର୍ଯ୍ୟସମାଜ ଓଡ଼ିଶା ଓ ଯୁବ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ମିଳିତ ଭାବେ ବୈଦିକ ବିଦ୍ବାନ, ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଦିବ୍ୟଜୀବନ ସଂଘର ସନ୍ଥ ସ୍ଵାମୀ ଜଗନ୍ନାଥାନନ୍ଦ ସରସ୍ବତୀ ମହାରାଜ କହିଲେ ଯେ, ସମସ୍ତ ଦିବଂଗତ ବ୍ୟକ୍ତିତ୍ଵମାନେ ନିଜ ଗୁଣରେ ମହାନ୍ ଥିଲେ। ଆର୍ଯ୍ୟସମାଜ ତଥା ମହର୍ଷି ଦାୟାନନ୍ଦଙ୍କ ବାର୍ତ୍ତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାରେ ସେମାନଙ୍କର ଅବଦାନ କେବେହେଲେ ମୂଲ୍ୟହୀନ ହେବନାହିଁ । ଶ୍ରଦ୍ଧାଞ୍ଜଳି ଜଣାଇ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଦୟାନନ୍ଦ ମିଶନର ପ୍ରତିଷ୍ଠାତା ଡଃ ବିକାଶ ପଣ୍ଡା, ଆଶ୍ଚର୍ଯ୍ୟ ସୁରେନ୍ଦ୍ର ଉପାଧ୍ୟାୟ କହିଲେ ଯେ, ମୃତ୍ୟୁ ଚିରନ୍ତନ ସତ୍ୟ, ଏକଥାକୁ ସମସ୍ତ ଶୁଦ୍ଧିଜନ ଜାଣନ୍ତି, କିନ୍ତୁ ଅସମୟରେ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ଆର୍ଯ୍ୟସମାଜର ଏହି ଦିବଂଗତ ବ୍ୟକ୍ତିମାନେ କେବଳ ଜଣେ ଜଣେ ବ୍ୟକ୍ତି ନଥିଲେ, ସେମାନେ ଗୋଟିଏ ଗୋଟିଏ ଅନୁଷ୍ଠାନ ଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ପଣ୍ଡିତ ଆନନ୍ଦ ଶାସ୍ତ୍ରୀ, ପଣ୍ଡିତ ରଘୁନାଥ ନାୟକ, ଆଶ୍ଚର୍ଯ୍ୟ ବିଶ୍ବନାଥ, ଗୁରୁକୁଳ ବେଦବ୍ୟାସ ଟ୍ରଷ୍ଟର ସମ୍ପାଦକ ରାମଚନ୍ଦ୍ର ସାହୁ କହିଲେ ଯେ, ବିଶ୍ୱରେ ଯେଉଁ କରୋନା ବିପତ୍ତି ଦେଖାଦେଇଛି, କେତେ ପ୍ରାଣ ନେଉଛି, ଭଗବାନ ହିଁ ଏହାର ସମାପ୍ତ କରିପାରିବେ ବୋଲି କହିଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୁବ ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ପ୍ରବୀର ଆର୍ଯ୍ୟ ପରିଗୁଳନା କରିଥିଲେ । ଏହି ଅବସରରେ ପ୍ରତ୍ୟୁଷରେ ପରଲୋଗକତ ଆମ୍ବାମାନଙ୍କର ଶାନ୍ତି ପାଇଁ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଶେଷରେ ଦୀପକ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜୁଳି ଦର ବୃଦ୍ଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର ନହେଲେ ଆଗାମି ଦିନରେ ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯିବ


ଭୂବନେଶ୍ୱର, ରାଜ୍ୟ ସରକାର ଏବଂ ବିଦ୍ୟୁତ ବଂଟନ କଂପାନୀର ମଧୁଚନ୍ଦ୍ରିକା କାରଣରୁ ସାଧାରଣ ବିଜୁଳି ଉପଭୋକ୍ତା ହନ୍ତସନ୍ତ ହେଉଛନ୍ତି । ରାଜ୍ୟ ସରକାର ବିଜୁଳି ଉପଭୋକ୍ତାଙ୍କ ସ୍ବାର୍ଥକୁ ସର୍ବଦା ଅଣଦେଖା କରିବା ସହ ଅହେତୁକ ବାରମ୍ବାର ବିଜୁଳି ଦର ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ଲଦି ଦେଇଛନ୍ତି । ଶିଳ୍ପ ସଂସ୍ଥାଗୁଡିକୁ ପାଣି ଦିଆଯାଉଥିବା କାରଣରୁ ହାଇକ୍ରୋ ପାୱାର ଉତ୍ପାଦନ ହ୍ରାସ ପାଉଛି । ଉପଭୋକ୍ତାଙ୍କ ଅର୍ଥରେ ଶକ୍ତିବିଭାଗର ଭିତିଭୂମିକୁ ସୁଦୃଢ କରିବା ପରିବର୍ତ୍ତେ ବିଜୁଳି ବଂଟନ କଂପାନୀମାନଙ୍କୁ ଅହେତୁକ ଅନୁକଂପା ଦିଆଯାଉଛି । ଏ ବାବଦରେ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଇନାହିଁ । ହଜାର ହଜାର କୋଟି ଟଙ୍କାର କ୍ଷତି ଦର୍ଶାଇ ବର୍ତମାନ ଶକ୍ତି ବିଭାଗକୁ ଟାଟା କଂପାନୀ ହାତକୁ ଟେକି ଦେଇଛନ୍ତି । 

ଶକ୍ତିବିଭାଗର ସଠିକ୍ ରକ୍ଷଣାବେକ୍ଷଣ ହୋଇପାରୁନାହିଁ । ସମସ୍ତ କ୍ଷତି ଟଙ୍କା ସାଧାରଣ ଜନତାଙ୍କଠାରୁ ଆଦାୟ କରାଯାଉଛି । ଯଦିଓ ଓଇଆରସି ଏକ ସ୍ଵତନ୍ତ, କିନ୍ତୁ ରାଜ୍ୟ ସରକାର କଣ୍ଢେଇ ଭଳି ବ୍ୟବହାର କରୁଛି । ବିଧାନସଭା ଭିତରେ ଆଉ ବାହାରେ ବିଭାଗୀୟ ମନ୍ତ୍ରୀ ମିଛ ବିବୃତି ଦେଇ ବିଭ୍ରାନ୍ତ କରିବାର ପ୍ରଚେଷ୍ଟା କରୁଛନ୍ତି ବୋଲି ଜିଲ୍ଲା ବିଜେପି ତରଫରୁ ଅନୁଷ୍ଠିତ ଭବ୍ଧିଆଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଅତି ଭାବେ ଯୋଗ ଦେଇ ବିଜୁଳି ଉପଭୋକ୍ତା ମହାସଂଘ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଶତପଥୀ ମତ ଦେଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ବାରମ୍ବାର ବିଜୁଳି ଦର ବୃଦ୍ଧି କରି ରାଜ୍ୟ ସରକାର ବିଜୁଳି ଊପଭୋକ୍ତାଙ୍କୁ ଆର୍ଥିକ ବୋଝ ଲଦି ଦେଇଛନ୍ତି । ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ସ୍ବାର୍ଥକୁ ଜଳାଞ୍ଜଳୀ ଦେଇ ଘରୋଇ କଂପାନୀଗୁଡିକର ସ୍ବାର୍ଥକୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଦେବା ସହ ବିଶେଷ ଭାବେ ଘରୋଇ ବିଜୁଳି ଉପଭୋକ୍ତାଙ୍କୁ ରାଜ୍ୟ ସରକାର ବାରମ୍ବାର ଧୋକା ଦେଇ ଆସୁଛନ୍ତି । ଗତ ୬ ମାସ ଭିତରେ ୨ଟି ପର୍ଯ୍ୟାୟରେ ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । 

ଦେଶର ଅନ୍ୟ ରାଜ୍ୟମାନଙ୍କରେ ବିଜୁଳି ବଂଟନ କଂପାନୀମାନଙ୍କୁ ସେଠାକାର ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରି ସାଧାରନ ଖାଉଟିଙ୍କ ଉପରେ ବୋଝ ଲଦୁନାହାନ୍ତି । ବିଜୁଳି ଦର ଧାର୍ଯ୍ୟ ପାଇଁ ଏକ କମିଟି ରହିଛି । କିନ୍ତୁ ଓଡିଶାରେ ଏହି ନିୟମକୁ ଜଳାଞ୍ଜଳୀ ଦେଇ ମନ ଇଛା ଦର ଧାର୍ଯ୍ୟ ହେଉଛି । ଦୀର୍ଘ ମିଆଦି ଯୋଜନାରେ ବିଜୁଳି ଦର ଧାର୍ଯ୍ୟ ହେବା ଉଚିତ୍ । ଏହା ଫଳରେ ସାଧାରଣ ଖାଉଟିଙ୍କ ଉପରେ ଆଧିକ ଚାପ ପଡିବ ନାହିଁ ବୋଲି ଏହି ଭଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟତମ ଅତି ଭାବେ ଯୋଗ ଦେଇ ବିଜୁଳି ଶକ୍ତି ଏକ୍ସପର୍ଟ ଶ୍ରୀ ଆନନ୍ଦ ମହାପାତ୍ର କହିଛନ୍ତି । କୋଜିତ୍ ମହାମାରୀ ସଂକଟ ସମୟରେ ସାଧାରଣ ଜନତାଙ୍କ ଉପରେ ଜୋରଜବରଦସ୍ତ ଭାବେ ଏଭଳି ଆର୍ଥିକ ବୋଝ ଲଦି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନହୀନତାର ପରିଚୟ । ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରୁଛି । କରୋନା କଟକଣାକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଶେଷଜ୍ଞମାନଙ୍କ ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିରୋଧ କରିବାର ପ୍ରୟାସକୁ ଏହି ଭର୍ଚୁଆଲ ବିକ୍ଷୋଭରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶଂସା କରିଛନ୍ତି । 

ରାଜଧାନୀରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ, ପ୍ରତିବାଦ ସଭା ଏବଂ ଆନ୍ଦୋଳନ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜିର ଏଭଳି ବିକ୍ଷୋଭ କାର୍ଯ୍ୟକ୍ରମ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ । ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ବିଜୁଳି ଶକ୍ତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ରାଜ୍ୟବାସୀଙ୍କ ସ୍ବାର୍ଥକୁ ବଳି ଦେଇ ରାଜ୍ୟ ସରକାର ଆଳୁ, ପିଆଜ ଭଳି ଯେଉଁ ଭାବେ ବିଜୁଳି ଦର ବୃଦ୍ଧି କରୁଛନ୍ତି, ଏହି କୁଚକ୍ରାନ୍ତ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟବାସୀଙ୍କୁ ଅବଗତ କରାଯିବ ବୋଲି ଏହି ଭଆଲ ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି । କରୋନା କଟକଣାଜନିତ ଲଭନ ସଭନ କାରଣରୁ ବିକ୍ଷୋଭ ପ୍ରଦର୍ଶନ ସର୍ବସାଧାରଣରେ ଅନୁଷ୍ଠିତ ନହୋଇ ଭର୍ଚୁଆଲ ମୋରେ ଅନୁଷ୍ଠିତ ହୋଇଥିଲା । ବିଜୁଳି ଉପଭୋକ୍ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେପି ତରଫରୁ ଏହି ନିଷ୍ପତି ବିରୁଦ୍ଧରେ ବାରମ୍ବାର ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବା ସତ୍ତ୍ୱେ ରାଜ୍ୟ ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି । 

ରାଜ୍ୟ ସରକାର ବିଜୁଳି ବୃଦ୍ଧି ନିଷ୍ପତି ତୁରନ୍ତ ପ୍ରତ୍ୟାହାର ନକଲେ ଆଗାମି ଦିନରେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ର କରାଯାଇ ବ୍ୟାପକ କରାଯିବ ବୋଲି ଭୁବନେଶ୍ବର ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁଳି ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ବିଜୁଳି ଶକ୍ତି ଏକ୍ସପର୍ଟ ଆନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁଳି ବିଭାଗର ତୃଟିପୂର୍ଣ୍ଣ ପଲିସି, ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗରେ ଉପସ୍ଥିତ ସମସ୍ତଙ୍କୁ ବିସ୍ତୃତ ଅବଗତ କରାଇଥିଲେ । ନିଜ ନିଜ ଅଂଚଳ ଏବଂ ଘରେ ରହି ବିଜେପି କାର୍ଯ୍ୟକର୍ତାମାନେ ଟେକ୍ନୋଲୋଜିକୁ ବ୍ୟବହାର କରି ଭର୍ଜୁଆଲ ମିଟିଂ ଜରିଆରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । 

ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଭଆଲ ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଓ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଟିଆ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧୁକାରୀ, ମଣ୍ଡଳ ସଭାପତି ଓ ପ୍ରଭାରୀ, ମୋର୍ଚ୍ଚା ସଭାପତି ଓ ପ୍ରଭାରୀ, ପ୍ରକୋଷ୍ଠ ମୁଖ୍ୟ, କାର୍ଯ୍ୟକର୍ତ୍ତା ଏବଂ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ମନୋମୁଖ୍ୟ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ ।



ୟୁଜି ଓ ପିଜି ଶେଷ ବର୍ଷ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ ଅଗଷ୍ଟ ମାସରେ ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ ମହାବିଦ୍ୟାଳୟରେ ୟୁକି ଓ ପିଜି ଶେଷ ବର୍ଷ ଫାଇନାଲ ସେମିଷ୍ଟାର ପଢୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏବଂ ଅଗଷ୍ଟ ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ରାଜ୍ୟ ବିଶ୍ବବିଦ୍ୟାଳୟର କୁଳପତିମାନଙ୍କ ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ଏହି ଛାତ୍ରଛାତ୍ରୀମାନଙ୍କର ଯଦି କିଛି ପୂର୍ବ ସେମିଷ୍ଟାର ବର୍ଷ ପରୀକ୍ଷା ବାକି ଅଛି କିମ୍ବା ତାଙ୍କର ଯଦି ବ୍ୟାକପେପର ଅଛି, ସେହି ପରୀକ୍ଷା ସବୁ ଅନଲାଇରେ ଜୁଲାଇ ଅଗଷ୍ଟ ମାସ ସୁଦ୍ଧା ହେବ ପରୀକ୍ଷା ତାରିଖ ସଂପୃକ୍ତ ବିଶ୍ବବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ ନିର୍ଦ୍ଧାରଣ କରିବେ । ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍ ପରୀକ୍ଷା ଦେଇପାରିବେ । ଦରକାର ପଡ଼ିଲେ ସେମାନଙ୍କର ଘର ପାଖରେ ଥିବା ଡ୍ରାଗୀ ମହାବିଦ୍ୟାଳୟକୁ ଯାଇ ଏହି ଅନ୍‌ଲାଇନ୍ ପରୀକ୍ଷା ଦେଇପାରିବେ । ଅନ୍‌ଲାଇନ୍ ପରୀକ୍ଷା କେମିତି ହେବ, ସେ ସଂପର୍କରେ ସଂପୃକ୍ତ ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଜଣାଇବେ । 

ଜୁଲାଇ ମାସ ମଧ୍ୟଭାଗରୁ ଶେଷ ଭାଗ ପର୍ଯ୍ୟନ୍ତ ଇଣ୍ଟରଆକ୍ଟିଭ୍ ଡାଉଟ୍ କ୍ଲିୟରିଂ କ୍ଲାସ୍ ଚାଲିବ । ଉପରୋକ୍ତ ସବୁ ନିଷ୍ପତ୍ତି ଶେଷ ବର୍ଷ ଫାଇନାଲ୍ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ପାଇଁ ଉଦ୍ଦିଷ୍ଟ । ଅନ୍ୟ ସେମିଷ୍ଟାର କିମ୍ବା ଅନ୍ୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ନିଆଯିବ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଓଡ଼ିଶା ରାଜୁ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ସମସ୍ତ ରାଜ୍ୟ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ ।

Powered by Blogger.
Javascript DisablePlease Enable Javascript To See All Widget