ଦଳିତଙ୍କୁ ଧୋକା ଦେଇ ସାଂଘାତିକ ଅପରାଧ କରୁଛି ଶାସକ ବିଜେଡି : ବିଜେପି
ଭୁବନେଶ୍ୱର,ଓଡିଶାରେ ଶାସକ ବିଜେଡି ଦଳିତଙ୍କ ଭୋଟରେ ଶାସନ କ୍ଷମତା ଅକ୍ତିଆର କରିଥିବାବେଳେ ଦଳିତଙ୍କ ବିକାଶ ପାଇଁ କୌଣସି ଆତରିକତା ନାହିଁ । ବରଂ ଦଳିତଙ୍କୁ ଶୋଷଣ କରି, ଦଳିତଙ୍କୁ ଧୋକା ଦେଇ ଶାସକ ବିଜେଡି ସାଂଘାତିକ ଅପରାଧ କରୁଛି ବୋଲି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଲାଲ୍ ସିଂ ଆର୍ଯ୍ୟ କ୍ଷୋଭ ପ୍ରକାଶ କରି କହିଛନ୍ତି । ଓଡିଶା ସରକାରଙ୍କ ତରଫରୁ ଦଳିତଙ୍କୁ ନ୍ୟାୟ ମିଳୁ ନାହିଁ । ବିକାଶ ସେମାନଙ୍କ ପାଖକୁ ପହଂଚି ପାରୁ ନାହିଁ । ଦଳିତଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥକୁ ରାଜ୍ୟ ସରକାର ଅଲଗା ଯୋଜନାରେ ଖର୍ଚ୍ଚ କରୁଛନ୍ତି । ଅନୁସୂଚିତ ଜାତିର ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ କେନ୍ଦ୍ର ସରକାର କମିଶନ ଗଠନ କରିଛନ୍ତି । ଦେଶର ଅନ୍ୟ ରାଜ୍ୟମାନେ ଅନୁସୁଚିତ ଜାତି କମିଶନ ଗଠନ କରିସାରିବାବେଳେ ଅଦ୍ୟାବଧୂ ରାଜ୍ୟରେ ଅନୁସୂଚିତ ଜାତି କମିଶନ ଗଠନ କରା ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବର ପରିଚୟ ବୋଲି ଶ୍ରୀ ଆର୍ଯ୍ୟ କହିଛନ୍ତି ।
ପକା ଘର ତ ବହୁ ଦୂର କଥା, କମି ଖଣ୍ଡିଏ ଯୋଗାଇବାରେ ବିଫଳ ରାଜ୍ୟ ସରକାର । ରାଜ୍ୟରେ ଅଧିକାଂଶ ଅନୁସୂଚିତ ଜାତିର ଲୋକେ ଭୂମିହୀନ ହୋଇଥୁବାରୁ ରାଜ୍ୟ ସରକାର ତୁରନ୍ତ ଚିହ୍ନଟ କରି ୨୦୨ ୨ ମସିହା ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଢିହ ସହ ବାସଗୃହ ଯୋଗାଇ ଦିଅନ୍ତୁ । ସ୍ୱଚ୍ଛତା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ପ୍ରତ୍ୟେକ ଦଳିତ ବର୍ଗ ଲୋକଙ୍କୁ ପାଇଖାନା ଯୋଗାଇ ଦିଆଯାଉ । । ବାସଗୃହ ଏବଂ ପାଇଖାନା କ୍ଷେତ୍ରରେ ଯେପରି କୌଣସି ହିତାଧିକାରୀଙ୍କୁ ଲାଚ ଦେବାକୁ ନପଢେ, ସେ ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧାନ ଦେବାକୁ ଶ୍ରୀ ଆର୍ଯ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଦଳିତଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିଚାଲିଛି । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ । ନ୍ୟାୟ ନମିଳିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧୁକାର କରିଛି । ମାତ୍ର, ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ । ଅକାଂଶ ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରାଯାଉନାହିଁ ।
ରାଜ୍ୟ ସରକାର ଆଇନଗତ ସହାୟତା ଯୋଗାଇବାରେ ଅକ୍ଷମ ହୋଇଥିବାରୁ ବିଶେଷ ଭାବେ ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ଓ ଅତ୍ୟାଚାର ବୃଦ୍ଧି ପାଇଚାଲିଛି । ଅନୁସୂଚିତ ଜାତିକ ପ୍ରତି ଅତ୍ୟାଚାର କ୍ଷେତ୍ରରେ ଆଇନ ଅନୁଯାୟୀ ଭୁପଯୁକ୍ତ ବ୍ୟାକର ପୋଲିସ ଅଧୁକାରୀଙ୍କ ଦ୍ବାରା ତଦନ୍ତ କରାଯାଇ ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରାଯିବାକୁ କାର୍ଯ୍ୟକାରିଣୀରେ ଦାବୀ କରାଯାଇଛି । ରାଜ୍ୟରେ ଅନୁସୂଚିତ ଜାତି ସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୧୭.୧ ପ୍ରତିଶତ ହୋଇଥିବାବେଳେ ୫୦ ପ୬ତିଶତରୁ ଅଧୁକ । ଅନୁସୂଚିତ ଜାତି ବାସ କରୁଥିବା ଗ୍ରାମ ସଂଖ୍ୟା ୨୭ ୨୮; ୪୦ ପ୍ରତିଶତରୁ ଅକ ଅନୁସୂଚିତ ଜାତି ଲୋକ ବାସ କରୁଥିବା ଗ୍ରାମସଂଖ୍ୟା ୪୫ ୨୮ ଏବଂ ୩୦ ପ୍ରତିଶତରୁ ଅଧୁକ ଅନୁସୁଚିତ ଜାତି ଲୋକ ବାସ କରୁଥିବା ଗୋଟିଏ ଜିଲ୍ଲା ରହିଛି । ତେଣୁ ଅନୁସୂଚିତ ଜନଜାତିର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇ.ଟି.ଡି.ଏ ଯୋଜନା ଭଳି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସ୍ଵତନ୍ତ୍ର ଆଇ.ଏସ୍.ସି.ଜି.ଏ. (ସମନ୍ବୟିତ ଅନୁସୂଚିତ ଜାତି ବିକାଶ ଜନ୍ମୟନ ଅଥରିଟି) ଗଠନ କରାଯାଇ ଦଳିତ ବର୍ଗଙ୍କ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କାର୍ଯ୍ୟକାରିଣୀ ଦାବୀ କରିଛି ବୋଲି ଶ୍ରୀ ଆର୍ଯ୍ୟ କହିଛନ୍ତି
ରାଜ୍ୟ ସରକାର ଓଡିଶା ଏସି ଏଟି ଫାଇନାନ୍ସିଆଲ ଡେଭେଲପମେଟ କର୍ପୋରେସନ’କୁ କାର୍ଯ୍ୟକ୍ଷମ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ । ଅନୁସୂଚିତ ଜାତି ବର୍ଗ ଅତ୍ୟାଚାର ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ତି ମନିଟରିଂ କମିଟିର ବୈଠକ ଲଗାତାର ହେଇନାହିଁ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନ୍ତତଃ ଥରେ ଏସି-ଏଟି ଡେଭେଲପମେଟ ଆଡଭାଇଜରୀ କାଢନସିଲର ବୈଠକ ଅନୁଷ୍ଠିତ ହେଉ ନଥିବା କାରଣରୁ ନ୍ୟାୟ ପାଇବାରେ ଦଳିତ ବର୍ଗ ଲୋକମାନେ ନ୍ୟାର୍ଯ୍ୟ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଦଳିତ ବର୍ଗକ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଆୟୁଷ୍ଠାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜିର କାର୍ଯ୍ୟକାରିଣୀରେ ଦାବୀ କରାଯାଇଛି । ରାଜ୍ୟ ସରକାରଙ୍କ ଦଳିତ ବିରୋଧୀ ଆଭିମୁଖ୍ୟ ପ୍ରସଙ୍ଗରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅନୁସୁଚିତ ଜାତି ଆୟୋଗଙ୍କ ନିକଟରେ ଫେରାଦ ହେବ । ରାଜ୍ୟର ଅନୁସୁଚିତ ବର୍ଗ ଲୋକମାନେ କେମିତି ନ୍ୟାୟ ପାଇବେ, ସେ ନେଇ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଶ୍ରୀ ଆର୍ଯ୍ୟ ସୁଚନା ଦେଇ କହିଛନ୍ତି ।