September 2022

ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନାର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ


ଚେନ୍ନାଇ, ସମଗ୍ର ଭାରତବର୍ଷରେ ଥିବା ଆଇଆଇଟି ଗୁଡ଼ିକ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଏବଂ ମାନବତା ପାଇଁ ଭବିଷ୍ୟତ ଗଠନ ରୂପକ ଏକ ମନ୍ଦିର । ସୋମବାର ଆଇଆଇଟି ମାଡ୍ରାସର ୨୦୨୧-୨୭ ରଣନୈତିକ ଯୋଜନା ଏବଂ ରାଷ୍ଟ୍ର ନିର୍ମାଣ ଓ ଶିକ୍ଷା ସହ ଜଡ଼ିତ ବିଭିନ୍ନ ଉପକ୍ରମର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଏହି ଅବସରରେ ଶ୍ରୀ ପ୍ରଧାନ ଏମ୍ଫାସିସ୍ ସେଣ୍ଟର ଫର୍ କ୍ୱାଣ୍ଟମ ସାଇନ୍ସ ଓ କୋଟକ- ଆଇଆଇଟି ମାଡ୍ରାସ ସେଭ୍ ଏନର୍ଜି ମିଶନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆଇଆଇଟି ଠାରୁ ଆମ ସମାଜର ଅନେକ ଆଶା ଓ ଆକାଂକ୍ଷା ରହିଛି । ଆଇଆଇଟିଆନ୍ସଙ୍କୁ ବିକାଶ ଏବଂ ପ୍ରଗତିର ମାର୍ଗଦର୍ଶକ ହେବାକୁ ପଡ଼ିବ । ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ଭଳି ଅନେକ ନୂଆ ଟେକ୍ନୋଲୋଜି ; ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ଏବଂ ବିସ୍ଥାପନର ସମସ୍ୟାକୁ ଦୂର କରିବା ସହ ଗରିବଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବାରେ ସହାୟକ ହୋଇପାରିବ ।  

ବିଶ୍ୱର ଦାୟିତ୍ୱ ନେବା ତଥା ସମାଜ ପାଇଁ କିଛି କରିବାର ସଂସ୍କୃତି ଭାରତରେ ରହିଅଛି । ସମାଜର ଉନ୍ନତି ପାଇଁ ଭାରତର ଆଇଆଇଟି ଗୁଡ଼ିକ ଉଦ୍ଭାବନ କରିବାର ଦାୟିତ୍ୱ ନିଏ । ଆଇଆଇଟି ସାହାଯ୍ୟରେ ହିଁ ଭାରତ ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜି ନେଟଓ୍ୱାର୍କ ବ୍ୟବହାର କରିବାକୁ ଯାଉଛି । ଏହା ଆମର ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ସଂକଳ୍ପକୁ ଗ୍ରହଣ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଏବଂ ବିକଶିତ ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆଇଆଇଟି ମାଡ୍ରାସ ଭଳି ଶିକ୍ଷାନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ଆଇଆଇଟି ଦ୍ୱାରା ସମ୍ଭବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିଡିଆଇ ଇଞ୍ଜିନ ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନରେ ପ୍ରସ୍ତୁତ ଲୋ-କଷ୍ଟ ଭେଜିଟେବୁଲ କାର୍ଟ୍ ଲୋକାର୍ପଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କ୍ୟାମ୍ପସ ପରିସରରେ ଥିବା ୫ଜି ଟେଷ୍ଟ୍ ବେଡ୍, ଆଡଭାନ୍ସଡ ମ୍ୟାନୁଫ୍ୟାକ୍ଚରିଂ ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର, ଆଇଆଇଟି ମାଡ୍ରାସର ଷ୍ଟାଟଅପ୍ ଅଗ୍ନିକୁଲ କୋସମୋସର ରକେଟ୍ ଫ୍ୟାକ୍ଟ୍ରି, ହେଲଥ କେୟାର ଟେକ୍ନୋଲୋଜି ଇନୋଭେସନ ସେଣ୍ଟର ଏବଂ ଆଇଆଇଟି ମାଡ୍ରାସର ଇନକ୍ୟୁବେସନ ସେଲ୍ ତଥା ସୁଧା ଗୋପାଳକ୍ରିଷ୍ଣନ ବ୍ରେନ୍ ସେଣ୍ଟର ଏବଂ ୩ଡି -ପ୍ରିଣ୍ଟେଡ୍ ହାଉସ ପରିଦର୍ଶନ କରିଥିଲେ ।

ଭୁବନେଶ୍ୱର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ


ଭୁବନେଶ୍ୱର,ଭୁବନେଶ୍ୱର ବ୍ଲକରେ ଆଜି ପୂର୍ବାହ୍ଣରେ ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଭୁବନେଶ୍ୱର ବ୍କକ ଗସ୍ତ କରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍କକର ବିଭନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଟ ୪୬ ଟି ବିଭିନ୍ନ ପ୍ରକାର ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୨ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ୩୦ ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ରହିଥିବା ବେଳେ ୧୬ ଟି ଅଭିଯୋଗ ସାମୁହିକ ସମସ୍ୟା ସଂପର୍କିତ ରହିଥିଲା । ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା । 

ଗୃହୀତ ଅଭିଯୋଗ ମଧ୍ୟରେ ଜମିବାଡି ସଂକ୍ରାନ୍ତୀୟ ମାମଲା, ଜବରଦଖଲ ଉଚ୍ଛେଦ, ଜଳ ନିଷ୍କାସନ ସମସ୍ୟାର ସମାଧାନ, ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ, ସାମାଜିକ ନିରାପତ୍ତାରେ ସହାୟତା ପ୍ରଦାନ ଆଦି ସଂପର୍କିତ ଅଭିଯୋଗ ରହିଥିଲା । ଚିକିତ୍ସା ସହାୟତା ପାଇଁ ଆସିଥିବା କେତେକ ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଜରିଆରେ ଚିକିତ୍ସା ସୁବିଧା ନେବାକୁ ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା, ଶ୍ରୀ ଦିଗନ୍ତ କୁମାର ରାଉତରାୟ, ଭୁବନେଶ୍ୱର ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଏସିପି- ଜୋନ୍-୪ ଶ୍ରୀ ଏସ୍.ଏନ୍. ମୁଦୁଲି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ଭୁବନେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ପଦ କୁମାର ଦଳାଇଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବିଧାୟକ ବିଷ୍ଣୁ ସେଠୀଙ୍କୁ ରାଜ୍ୟ ଗ୍ରନ୍ଥାଗାରରେ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର,ଗ୍ରନ୍ଥାଗାର ସୂଚନା ବିଜ୍ଞାନ ତାଲିମପ୍ରାପ୍ତ ଧାମନଗରର ମାନ୍ୟବର ବିଧାୟକ । ବିଷ୍ଣୁ ଚରଣ ସେଠୀଙ୍କୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ । ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଭାରପ୍ରାପ୍ତ ଅଧୁକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଗ୍ରନ୍ଥାଗାରିକ ପଦ୍ମନାଭ ଜେନା, ରୁଦ୍ରପ୍ରସାଦ ବେହେରା, ସଳିତା ପାତ୍ର, ବିଦ୍ୟାଧର ପଣ୍ଡା, କଣ୍ଡମଣି ବିଶ୍ୱାଳ, ମଞ୍ଜୁରାଣୀ ମୁଦୁଲି, ସଂଘମିତ୍ରା ସାହୁ, ମିନତୀ ମହାପାତ୍ର, ଉପେନ୍ଦ୍ର ମୁଦୁଲି ପ୍ରମୁଖ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିବା ସହିତ ଗ୍ରନ୍ଥାଗାର ସୂଚନା ବିଜ୍ଞାନ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଣେ ଉଚ୍ଚକୋଟିର କବି, ଲେଖକ, ସୁବକ୍ତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ରାଜ୍ୟ ଗ୍ରନ୍ଥାଗାର ପ୍ରତି ତାଙ୍କର ଅତୁଳନୀୟ ଆତ୍ମୀୟତା ରହିଥିଲା । ତାଙ୍କର ଅକାଳ ବିୟୋଗରେ ରାଜ୍ୟର କଳା, ସଂସ୍କୃତି କ୍ଷେତ୍ରରେ ଅପୂରଣୀୟ କ୍ଷତି ସାଧନ । ହେଲା ବୋଲି ମତବ୍ୟକ୍ତ କରିଥିଲେ ।

ଉତ୍କଳରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ରଙ୍କ ୮୯ତମ ଶ୍ରାଦ୍ଧ ଉତ୍ସବରେ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର,ଓଡ଼ିଶାର ପ୍ରଥମ ବାରିଷ୍ଟର, କେନ୍ଦ୍ରୀୟ ବ୍ୟବସ୍ଥାପକ ସଂସ୍ଥାର ସଭ୍ୟ, ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ସହପାଠୀ, ଓଡ଼ିଆ ଭାଷା ଆନ୍ଦୋଳନର ଅଗ୍ରଣୀ ସାରଥ ଉତ୍କଳରତ୍ନ ବାରିଷ୍ଟର ବିଶ୍ବନାଥ ମିଶ୍ରଙ୍କ ୮୯ତମ ଶ୍ରାଦ୍ଧ ଉତ୍ସବ ଆଜି ପ୍ରତ୍ୟୁଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ବର ରାଜଭଜନ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳୀରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । 

ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ବୟ ସାମୁଖ୍ୟ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସ୍ଵର୍ଗତ ମିଶ୍ରଙ୍କ ପରିବାର ସଦସ୍ୟ, ଉଇ ଫର ଭୁବନେଶ୍ଵର ସଭ୍ୟବୃନ୍ଦ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ନାରାୟଣ ଓଝା, ତନ୍ମୟ ସାମନ୍ତରାୟ, ଅରବିନ୍ଦ ତ୍ରିପାଠୀ, ସତ୍ୟବ୍ରତ ଜେନା, ନରେନ୍ ସାହୁ ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ବାରିଷ୍ଟର ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ । ଆଲୋକପାତ କରିଥିଲେ । ପରିଶେଷରେ ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ବିୟୋଗରେ ନିରବ । ପ୍ରାର୍ଥନା କରାଯାଇ ସ୍ଵର୍ଗତ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି


ଭୁବନେଶ୍ୱର,ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧାପକ ବଂଶୀଧର ମାଝା ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ନିକଟରେ ବିଶ୍ୱବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ । ପୂର୍ବତନ ଛାତ୍ର ଭାବେ ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଓ ଶ୍ରୀ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । 

ବିଶ୍ୱବିଦ୍ୟାଳୟକୁ ୫-‘ଟି ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଶ୍ରୀ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ଵତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି କୁଳପତି ପ୍ରାଧାପକ ମାଝା କହିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ | ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍ କରାଯାଇଛି, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । 

ସେହିପରି ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଂଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥୁ ସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧୁକ ବିଭାଗ ଖୋଲାଯିବା ସହ ୨୭ରୁ ଊଦ୍ଧ ଉତ୍କର୍ଷ କେନ୍ଦ୍ର । ଗଠନ କରାଯିବ । ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧୁକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି ଶ୍ରୀ ମାଝା ଏହି ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି ।

ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧୁକାରୀ ସଂଘର ଅଧୁବେଶନ


ଭୁବନେଶ୍ୱର,ଭାରତୀୟ ମଜଦୁର ସଂଘ ସମ୍ବଦ୍ଧିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଅଧୁକାରୀ ସଂଘ ତାର ଚତୁର୍ଥ ଦ୍ବିବାର୍ଷିକ ସାଧାରଣ ଅଧବେଶନ ଭୁବନେଶ୍ବରର ସଚିବାଳୟ ମାର୍ଗସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବେଶନରେ ମୂଖ୍ୟ ଅତିଥିଭାବେ ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ସ୍ତରର ସାଧାରଣ ସଂପାଦକ ଏବଂ ଆର୍ଥିକ ଦାୟିତ୍ବରେ ଥିବା ଗିରିଶ ଚନ୍ଦ୍ର ଆର୍ଯ୍ୟ ଯୋଗ ଦେଇ ଥିଲେ । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମହାପ୍ରବନ୍ଧକ ବସନ୍ତ କୁମାର ପାତ୍ର ଏବଂ ଜଗନ୍ନାଥ ପ୍ରସାଦ ନାୟକ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ବ୍ୟାଙ୍କକୁ ଉନ୍ନତିମୂଳକ ସ୍ଥିତିରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥୁରାଜ ପଣ୍ଡା, ରାଜ୍ୟ ସାଂଗଠନି ମନ୍ତ୍ରୀ ଗିରିଶ ଚନ୍ଦ୍ର ମହନ୍ତ ଏବଂ ସର୍ବଭାରତୀୟ ଗ୍ରାମୀଣ ବ୍ୟାଙ୍କର ମଜଦୁର ସଂଘର ସାଧାରଣ ସଂପାଦକ ନିଶାନ୍ତ ସାଖୁ ସମ୍ମାନୀୟ ଅତିଥ ଭାବେ ଯୋଗ ଦେଇ ସଂଘକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ସରୋଜ କୁମାର ପ୍ରଧାନ, ମୁଖ୍ୟ ଉପଦେଷ୍ଟା, ଓଜିବିକେଏସ୍ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମସ୍ୟାଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନୂତନ ଭାବେ ବନବିହାରୀ ପୃଷ୍ଟି, ସାଧାରଣ ସଂପାଦକ, ଓଜିବିକେଏସ୍ ଓ ସୁରେଶ ମହାକୁଡ, ସଭାପତି, ଓଜିବିକେଏସ୍ ଏବଂ ପ୍ରିୟବ୍ରତ ଦାସ, ସାଧାରଣ ସଂପାଦକ, ଓଜିବିଏଏସ୍ ଏବଂ ଦେବାଶିଷ ପରିଡା, ସଭାପତି, ଓଜିବିଏଏସ୍‌ ଭାବେ ନିଯୁକ୍ତ ହେଲେ । ରଜନିକାନ୍ତ ମହାପାତ୍ରଙ୍କୁ ମୁଖ୍ୟ ଉପଦେଷ୍ଟା, ସୋମନାଥ ପାଣି, ଉପଦେଷ୍ଟା ଓଜିବିଏଏସ୍ ଭାବେ ଦାୟିତ୍ବ ଦିଆଗଲା । ପ୍ରଦୀପ୍ତ କୁମାର ନାୟକ ଉପସ୍ଥିତ ରହି ଗଣମାଧ୍ୟମ କାର୍ଯ୍ୟକୁ ସଂଚାଳନ କରିଥିଲେ । ୫୫୦ରୁ ଉଦ୍ଧ କର୍ମଚାରୀ ଏହି ସଭାରେ ଉପସ୍ଥିତ ଥିଲେ ।

ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର ,ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଅଞ୍ଚଳ ପକ୍ଷରୁ ଏକ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର ମୁମ୍ବାଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଅତନୁ କୁମାର ଦାସଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ । ଗ୍ରାହକମାନଙ୍କୁ ସ୍ଵାଗତ କରିଥିଲେ । ଏ.କେ. ଦାସ ଗ୍ରାହକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ୟାଙ୍କ ପ୍ରତି ଥିବା । ଗ୍ରାହକମାନଙ୍କର ସମର୍ଥନ ଓ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଥିଲେ । ବ୍ୟବସାୟରେ ସମର୍ଥନ ଓ ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିରନ୍ତର ଉଦ୍ୟମ ଜାରି ରଖିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ୨୦୦ରୁ ଉଦ୍ଧ ଗ୍ରାହକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ସରକାରୀ ପ୍ୟାଗସିପ୍ ଏବଂ ଆତ୍ମ ନିର୍ଭର ଭାରତ ଯୋଜନା ଆଦି ବିଭିନ୍ନ ପ୍ରାଥମିକ ଋଣ କ୍ଷେତ୍ରରେ ଓଡ଼ିଶା ଅଧିନରେ ଥିବା ବ୍ୟାଙ୍କର ୪ଟି ଜୋନ୍ ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର ଓ ବାରିପଦାର ଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ୨୦୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା । ଏମ୍ଏସ୍ଏମ୍ଇ, କୃଷି, ରିଟେଲ୍, ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ ଋଣ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ପ୍ରଧାନ ମନ୍ତ୍ରୀ ସ୍ଵନିଧ୍ୟ ଅଧୁନସ୍ଥ ଋଣ ଗ୍ରାହକ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା । । ନ୍ୟାସ୍‌ନାଲ ବ୍ୟାଙ୍କିଙ୍ଗ ଗ୍ରପ୍, ଇଷ୍ଟ ଅଧୁନରେ ଆୟୋଜିତ ଏହି ସଂଯୋଗୀକରଣ କାର୍ଯ୍ୟକ୍ରମରେ ୩୫୦ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ୨୦୦ ଗ୍ରାହକଙ୍କୁ ପ୍ରଦାନ କରାଯାଇଥିଲା । 

ସାମାଜିକ ସୁରକ୍ଷା ଯୋଜନା ଗୁଡିକୁ ଲୋକପ୍ରିୟ କରାଇବାରେ ଏବଂ ଏଗୁଡିକୁ କାର୍ଯ୍ୟକାରୀ କରାଇବାରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡିକ : ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ), ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏଜେଜେବିୱାଇ ), ଅଟଳ ପେନ୍ସନ୍ ଯୋଜନା (ଏପିୱାଇ) ଆଦିର ବାଧ୍ୟତାମୂଳକ ବଜେଟ୍ ଅତିକ୍ରମ କରି ସାରିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏନ୍ ବି ଜି ଇଷ୍ଟ ଜୋନ୍, ପିଏମ୍ଏସ୍‌ୱାଇ,ପିଏଜେଜେବିୱାଇ ଓ ଏପିଇ ଅଧନରେ ୫୦୦୦ ଜଣ ନାମାଙ୍କନ କରିଛନ୍ତି । ଶ୍ରୀ ଦାସ ଏହି । ଅବସରରେ ରାଜ୍ୟ ପାଇଁ ଏକ ବିଶେଷ ପ୍ରସ୍ତାବିତ ଏବିଜି ପ୍ରତିଷ୍ଠା କରାଯିବା ବିଷୟରେ ଅବଗତ କରାଇଥିଲେ । ଏହା ରାଜ୍ୟର ଉନ୍ନତ ପ୍ରଶାସନିକ ବ୍ୟବସ୍ଥା ଏବଂ ଗ୍ରାହକ ମାନଙ୍କ ସହ ନିବିଡ ଭାବେ ଯୋଡି ହେବା ସହିତ ସାମାଜିକ। ଅର୍ଥନୈତିକ ବିକାଶର ବ୍ୟାପକ ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ସମ୍ବନ୍ଧୀୟ ପ୍ରସ୍ତାବ


ଭୁବନେଶ୍ୱର,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ନିର୍ବାଚନ ଅଧୁକାରୀ (ପିଆରଓ) ତଥା ସାଂସଦ ଶ୍ରୀ ନିରୋଜ ଡାଙ୍ଗିଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ପିସିସି ପ୍ରତିନିଧୁ ମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦିନ ୩ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ସମସ୍ତ ନବ ନିର୍ବାଚିତ ପିସିସି ପ୍ରତିନିଧୁମାନେ ଉପସ୍ଥିତ ରହିଥିଲେ । ଶ୍ରୀ ଡାଙ୍ଗି ସମସ୍ତ ପ୍ରତିନିଧୁ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ଆହ୍ବାନ ଦେଇଥିଲେ ।

ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ଜୟଦେବ ଜେନା ପିସିସି ସଭାପତି, ଉପସଭାପତି, କୋଷାଧକ୍ଷ ଓ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହି ସଦସ୍ୟ, ଅଷ୍ଟ୍ରଳ ଭାରତ କଂଗ୍ରେସ କମିଟିର ସଦସ୍ୟ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ସଦସ୍ୟ ମାନଙ୍କୁ ଅସ୍ବଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷା ମନୋନୀତ କରିବାପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ଏହି ପ୍ରସ୍ତାବକୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଟିଆ, ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି ଏବଂ ସନ୍ତୋଷ ସିଂ ସାଲୁଜା ପ୍ରସ୍ତାବକୁ ସମର୍ଥନ କରିଥିଲେ । 

ସମସ୍ତ ନବନିର୍ବାଚିତ ପିସିସି ପ୍ରତିନିଧୁମାନେ ହାତଟେକି ପୂର୍ଣ୍ଣ ସର୍ବସମ୍ମତ ସମର୍ଥନ ଜଣାଇଥିଲେ । ଏହି ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଗୃହୀତ ହେଲା ବୋଲି ଶ୍ରୀ ଡାଙ୍ଗି ଘୋଷଣା କରିଥିଲେ । ଏହି ସଭାରେ ସାଂଗଠନିକ ଅତିରିକ୍ତ ନିର୍ବାଚନ ଅଧୁକାରୀ ଅମିତାଭ ଚକ୍ରବର୍ତ୍ତି, ସଂନ୍ଦିପ ସିଂ, ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ଓଡ଼ିଶା ସହ ପ୍ରଭାରୀ ତଥା ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାକୁ ଉପସ୍ଥିତ ଥିଲେ । ଶ୍ରୀମତୀ ସସ୍ମିତା ବେହେରା ସସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ -ଧର୍ମେନ୍ଦ୍ର ପ୍ରଧାନ


ଥିରୁମଲାଇସମୁଦ୍ରମ, ସାମ୍ପ୍ରତିକ ସମୟରେ ଭାରତୀୟ ଜ୍ଞାନ ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ ହୋଇଛି । ବିଶେଷ ଭାବରେ ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ୱାନର ସମାଧାନ ଦିଗରେ ଭାରତର ଜ୍ଞାନ ବ୍ୟବସ୍ଥା ଅଧିକ ପ୍ରାସଙ୍ଗିକତା ରଖୁଛି ବୋଲି ରବିବାର ତାମିଲନାଡୁର ଥିରୁମଲାଇସମୁଦ୍ରମ ସ୍ଥିତ ଶାସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି ଅବସରରେ ସ୍ନାତକ ଉତ୍ତୀର୍ଣ୍ଣ କରିଥିବା ଛାତ୍ରଛାତ୍ରୀ ଏବଂ ପିଏଚଡି ଡିଗ୍ରୀଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଶିକ୍ଷାର ମନ୍ଦିର ଭାବରେ ଶାସ୍ତ୍ର ବିଶ୍ୱବିଦ୍ୟାଳୟ ଶିକ୍ଷାଦାନରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି । ଏହି ବିଶ୍ୱବିଦ୍ୟାଳୟ ହ୍ୟୁମାନିଟିଜ୍ ଏବଂ ଲିବେରାଲ୍ ଆଟ୍ସ ପାଠ୍ୟକ୍ରମ ପ୍ରଦାନ କରୁଛି । ଉତ୍କୃଷ୍ଟ କଳା, ଭାସ୍କର୍ଯ୍ୟ, ସଙ୍ଗୀତ ଏବଂ ସଂସ୍କୃତି ପାଇଁ ପରିଚିତ ତାମିଲନାଡ଼ିରେ ଏହି ସବୁ ପାଠ୍ୟକ୍ରମର ବିଶେଷ ମହତ୍ୱ  ରହିଛି । ତାମିଲନାଡୁର ଭବ୍ୟ ମନ୍ଦିର ବିଶ୍ୱରେ ଅନନ୍ୟ ପରିଚୟ ସୃଷ୍ଟି କରୁଥିବା ବେଳେ ଭାରତ ସଭ୍ୟତାର ଉତ୍ପତିସ୍ଥଳ ଥିବାର ପ୍ରମାଣ ଦେଉଛି । ତାମିଲନାଡୁ ଜ୍ଞାନ ଏବଂ ବିବିଧତାର ଏକ ପବିତ୍ର ଭୂମି । ଆମକୁ ଚରକ, ସୁଶ୍ରୁତ, ଆର୍ଯ୍ୟଭଟ୍ଟ, ଭାସ୍କରାଚର୍ଯ୍ୟ, ନାଗାର୍ଜୁନଙ୍କ ପରି ମହାନ ବ୍ୟକ୍ତିଙ୍କ ମହାନ ସଭ୍ୟତା ଆମକୁ ମିଳିଛି ।

ଆସନ୍ତା ୨୫ ବର୍ଷ ପାଇଁ ଏକ ପୁରାତନ ସଭ୍ୟତା ଭାବରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଆମ ସଭ୍ୟତାର ଇତିହାସକୁ ସଂରକ୍ଷିତ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ଓ ବିଶ୍ୱର କଲ୍ୟାଣ ପାଇଁ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଆଗକୁ ନେବାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମହତ୍ୱ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ସମାଜର ଯୁବପିଢିଙ୍କୁ ନିଯୁକ୍ତିଦାତା ହେବାକୁ ପଡ଼ିବ । ସେହିପରି ଜାତୀୟ ଶିକ୍ଷା ନୀତି ଭାରତୀୟ ଭାଷା ଉପରେ ଗୁରୁତ୍ୱ ଦେଉଛି । ଏହି ନୀତି ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବାରେ ଏକ ଦାର୍ଶନିକ ଦସ୍ତାବିଜ ବୋଲି ସେ କହିଛନ୍ତି ।

ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ଶାସ୍ତ୍ର ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ ଶିଳ୍ପୀ ରମାକାନ୍ତ ମହାପାତ୍ରଙ୍କ ଦ୍ୱାରା ନିର୍ମିତ ମା’ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିର ପ୍ରଶଂସା କରିବା ସହ ଟ୍ୱିଟ୍ କରିଛନ୍ତି ଯେ ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତିକୁ ଦେଖି ମୁଁ ଗର୍ବିତ । ଜ୍ଞାନ, କଳା, ସଂସ୍କୃତିର କୌଣସି ସୀମା ନାହିଁ । ତାମିଲନାଡୁରେ ଓଡ଼ିଆ ଶିଳ୍ପ କାରିଗରୀଙ୍କ ମହତ୍ୱ ଏବଂ ପ୍ରଶଂସା ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ଦର୍ଶାଉଛି ।

ଅନୁସୁଚିତ ବହୁଳ ଗାଁମାନଙ୍କୁ ଆଦର୍ଶ ଗାଁ ଭାବେ ବିକଶିତ କରିବାକୁ ମୋଦି ସରକାର ସଂକଳ୍ପବଦ୍ଧ


ଭୁବନେଶ୍ୱର,କେନ୍ଦ୍ର ସରକାର ସେବା, ସୁଶାସନ ଏବଂ ଗରୀବକଲ୍ୟାଣ ଉଦ୍ଦେଶ୍ୟରେ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ଶାସନ କ୍ଷମତାକୁ ଆସିବାରେ ମୋଦି ସରକାର ବହୁ ଗରୀବକଲ୍ୟାଣ ଯୋଜନାକୁ ଆଜି କାର୍ଯ୍ୟକାରୀ କରିଛନ୍ତି । ମୋଦିଜୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେବା ଓ ଗରିବ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ଲାଭ କରିଛି । ବିଶ୍ୱର ସବୁଠୁ ଲୋକପ୍ରିୟ ଓ ଗରୀବ, ବଂଚିତ, ଦଳିତ, ଆଦିବାସୀ ଏବଂ କୃଷକମାନଙ୍କର ତ୍ରାଣକର୍ତ୍ତା ରୂପେ କାର୍ଯ୍ୟ କରୁଥିବା ନେତା ହେଉଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଦେଶର ୨୦୦୦ରୁ ଅଧୁକ ଅନୁସୁଚିତ ବହୁଳ ଗାଁମାନଙ୍କୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ ଭାବେ ବିକଶିତ କରିବାକୁ ମୋଦି ସରକାର ସଂକଳ୍ପବଦ୍ଧ । 

ଅନୁସୁଚିତ ବର୍ଗଙ୍କ ବିକାଶକୁ ଗୁରୁତ୍ବ ଓ ସେଥ ପାଇଁ ଦୃଢ ପ୍ରତିବଦ୍ଧତା ଓ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ମୋଦି ସରକାର । ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁପ୍ରଚାର କରି ପ୍ରକୃତ ହିତାଧୁକାରୀଙ୍କ ନିକଟରେ ଏହାର ବାର୍ତା ପହଂଚାଇବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ଵାନ ଜଣାଇଛନ୍ତି । ଆଜି ଅନୁଗୁଳଠାରେ ଅନୁଷ୍ଠିତ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ, ମୁଦ୍ରା ଯୋଜନାରେ ୩୪ କୋଟି ଅନୁସିଚତ ବର୍ଗ ଲୋକେ ଉପକୃତ ହେବା ସହିତ ମୋଦି ସରକାର ୧୮.୬୦ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇଛନ୍ତି । ୩. ୧୦ କୋଟି ଅନୁସୁଚିତ ବର୍ଗ ମହିଳା ଉଜ୍ଜଳା ଯୋଜନା ଅନ୍ତର୍ଗତ ମାଗଣାରେ ରୋଷେଇ ଗ୍ୟାସ ପାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୩୧ କୋଟି ଅନସୁଚିତ ବର୍ଗ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି । 

ଅନସୁଚିତ ବର୍ଗ ଛାତ୍ରଛାତ୍ରୀଙ୍କ ସ୍କଲାରସିପକୁ ୨ ଗୁଣା ବୃଦ୍ଧି କରାଯାଇଛି ଏବଂ ଏଥ ପାଇଁ ୭.୭ହଜାର କୋଟି ଟଙ୍କା ମୋଦି ସରକାର ଅର୍ଥ ବ୍ୟୟ କରିଛନ୍ତି । ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନୁସୁଚିତ ବର୍ଗହିତାଧୁକାରୀଙ୍କୁ ୫୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଦକ୍ଷତା ବୃଦ୍ଧି ପାଇଁ ୨.୭ଲକ୍ଷ କୋଟି ଅନୁସୁଚିତ ବର୍ଗ ଯୁବକଙ୍କୁ ମାଗଣା ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି । ଅନ୍ୟ ପଟେ ଅନୁସୁଚିତ ବର୍ଗଙ୍କ ବିକାଶ ଓ । କଲ୍ୟାଣ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ଓଡ଼ିଶା ସରକାର ବିଭିନ୍ନ ଉପାୟରେ ବାଟମାରଣା କରି ଅନ୍ୟାୟ କରୁଛନ୍ତି । ସାମାଜିକ, ଆର୍ଥିକ, ନ୍ୟାୟିକ ନ୍ୟାୟ ପାଇବାରୁ ତାଙ୍କୁ ବଂଚିତ ରଖାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷକୁ ଅନୁନ୍ୟ ତିନି ଥର ଅନୁଷ୍ଠିତ ହେବାକୁ ଥିବା ଆଡଭାଇଜରୀ କମିଟି ବୈଠକ ଥରଟିଏ ମଧ୍ୟ ଅନୁଷ୍ଠିତ ହେଉନାହିଁ । 

ରାଜ୍ୟରେ ଅନୁସୁଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଥିବାବେଳେ ତାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ରାଜ୍ୟ ସରକାରଙ୍କ ଏଭଳି ଦଳିତବିରୋଧୀ ମନୋଭାବକୁ ଆଦୌ ଗ୍ରହଣ କରାଯିବ ନାହିଁ ଏବଂ ଆଗାମୀ ଦିନରେ ଶାସକ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୁଦ୍ଧରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠିତ ହେଉଥିବା ସେବାପକ୍ଷ କାର୍ଯ୍ୟକ୍ରମ ଅବସରରେ ଆଜି ରାଜ୍ୟ । ସଭାପତି ଶ୍ରୀ ମହାନ୍ତି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉଦ୍‌ଘାଟନ କରିଥିଲେ । 

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ଆସନ୍ତା କାଲି ମୋର୍ଚ୍ଚାର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଲାଲ୍ ସିଂହ ଆର୍ଯ୍ୟ ଯୋଗ ଦେବେ । ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧୁକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ ।

ନୂତନ ରାଜ୍ୟ ଜଳ ନୀତି ସଂପର୍କିତ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର,ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ । କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖ୍ କାର୍ଯ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସଂପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର୍ଯ୍ୟ ନୀତିରେ ହେବାକୁ ଥିବା ପରିବର୍ଭନ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା । 

ଜଳସମ୍ପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ମଧ୍ୟମ ,ବୃହତ୍ ଓ କ୍ଷୁଦ୍ର ଜଳସେଚନ, ମେଗା ଲିଫ୍, ଉଠା ଜଳସେଚନ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ଜଳସେଚନ କରାଯାଉଥିବା ବେଳେ ରାଜ୍ୟ ଜଳନୀତିରେ ଆବଶ୍ୟକ ପରିବର୍ତ୍ତନ କରାଗଲେ ବ୍ୟବସ୍ଥାରେ ଅଧୁକ ଉନ୍ନତିକରଣ ହେବ ବୋଲି ଏ ସଂପର୍କରେ ସଂପୃକ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀମାନେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇଥିଲେ । ନୂତନ ଜଳନୀତିରେ ଭୂତଳ ଜଳ ସଂରକ୍ଷଣ, ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ଓ ୱାଲମୀ ଜରିଆରେ କାର୍ଯ୍ୟକ୍ରମ ସଂପର୍କିତ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । । ବୈଠକରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ, ନୂତନ ଜଳନୀତିରେ ଆବଶ୍ୟକ କଣ କଣ ପରିବର୍ତ୍ତନ କରାଗଲେ ଜନସାଧାରଣ ଅଧୁକରୁ ଅଧୁକ ବ୍ୟବହାର ଉପଯୋଗୀ ଜଳ ପାଇପାରିବେ, ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ କେତେକ ସ୍ଥଳେ ବିଭାଗୀୟ ଅଧୁକାରୀ ତଥା ମୁଖ୍ୟ ଯନ୍ତ୍ରୀମାନଙ୍କୁ ପ୍ରସ୍ତାବିତ ନୂତନ ଜଳନୀତିକୁ ପୁନଃ ଅବଲୋକନ କରିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ ।

ଭଗିନୀ ଫାଉଣ୍ଡେସନ ପକ୍ଷରୁ ସ୍ଵଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ


ଭୁବନେଶ୍ୱର,ଭଗିନୀ ଫାଉଣ୍ଡେସନ୍ ପକ୍ଷରୁ ୱାର୍ଡ ନଂ-୧୭ରେ ସ୍ବଚ୍ଛତା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବିଶେଷ କରି ଋତୁସ୍ରାବ ସମୟରେ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ଦିଗ ଏବଂ ସମାଧାନ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି ସଭାରେ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଏବଂ ମୁଖପାତ୍ର ଚିନ୍ମୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗିନୀ ଫାଉଣ୍ଡେସନ୍ ପକ୍ଷରୁ ଏହିଭଳି ଏକ ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ । ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଡଃ ତନ୍ମୟ ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସ୍ଵଚ୍ଛତା ପ୍ରତି ସମସ୍ତେ ଗୁରୁତ୍ର ପ୍ରଦାନ କରିବା ପାଇଁ ଆହ୍ବାନ କରିଥିଲେ । 

ଏସ୍.ସି.ବି. ମେଡିକାଲ୍ କଲେଜର ନସିଂ ବିଭାଗର ସହକାରୀ ଅଧାପିକା ଶ୍ରୀମତୀ ଜୟଶ୍ରୀ ଜେନା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ମହିଳା ତଥା କିଶୋରୀମାନଙ୍କୁ ସ୍ୱଚ୍ଛତା ତଥା ଋତୁସ୍ରାବ ସମୟରେ ଆବଶ୍ୟକୀୟ ସଚେତନତା ଅବଲମ୍ବନ କରିବା ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ । ସ୍ଥାନୀୟ କର୍ପୋରେଟର ପୂଜା ମହାରଣା ସଭାରେ ଉଦ୍‌ବୋଧନ ଦେଇଥିଲେ । ଭଗିନୀ ଫାଉଣ୍ଡେସନ୍‌ର ମ୍ୟାନେଜଂ ଟ୍ରଷ୍ଟି ଡଃ ନିବେଦିତା ପ୍ରୟଦର୍ଶିନୀ ଅତିଥିମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାରର ଛାତ୍ରଛାତ୍ରୀମାନେ ସଚେତନତା ସମ୍ବନ୍ଧିତ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଡଃ ସତ୍ୟ ସ୍ବରୂପ ପଣ୍ଡା ସଂଯୋଜନା କରିଥିଲେ । ସମାଜସେବୀ ଭୋଳାନାଥ ମହାରଣା, ହିମାଂଶୁ, ସ୍ଥିତି, ସ୍ୱାଗତିକା, ଅନନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଥିଲେ ।

କିଟ୍‍ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଆମେରିକାର ଆବେଟ୍‍ ସ୍ୱୀକୃତି


ଭୁବନେଶ୍ୱର,କିଟ୍‍ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂର ୬ଟି ପାଠ୍ୟକ୍ରମକୁ ଆମେରିକାର ପ୍ରତିଷ୍ଠିତ ଆକ୍ରିଡିଟେସନ୍‍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‍)ର ସ୍ୱୀକୃତି ମିଳିଛି । ଗୋଟିଏ ଅନୁଷ୍ଠାନର ୬ଟି ପାଠ୍ୟକ୍ରମକୁ ଆବେଟ ମାନ୍ୟତା ମିଳିବାରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ପ୍ରଥମ ଅନୁଷ୍ଠାନ ହେବାର ଗୌରବ ଅର୍ଜନ କରିଛି ।

ସୂଚନାଯୋଗ୍ୟ, ଆବେଟ୍‍ ହେଉଛି ଇଞ୍ଜିନିୟରିଂ ଓ ଇଞ୍ଜିନିୟରିଂ ଟେକ୍ନୋଲୋଜି ଶିକ୍ଷାକୁ ମାନ୍ୟତା ପ୍ରଦାନ କରୁଥିବା ବିଶ୍ୱର ପ୍ରମୁଖ ସଂଗଠନ । ଇଞ୍ଜିନିୟରିଂ ଶିକ୍ଷା ପାଇଁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ’ ଭାବେ ବିବେଚିତ ହେଉଥିବା ଆବେଟ୍‍ ଗୁଣାତ୍ମକ ମାନ ଥିବା ପାଠ୍ୟକ୍ରମ ସହ ଉତ୍ତୀର୍ଣ୍ଣ ହେଉଥିବା ସ୍ନାତକମାନଙ୍କୁ ଅନ୍ତର୍ଜାତୀୟସ୍ତରର କର୍ମକ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ଦେଇଥାଏ । ଗୁଣାତ୍ମକ ଶିକ୍ଷା ସହ ଅନ୍ୟାନ୍ୟ ବିଷୟରେ ସମାନୁପାତିକ ଉନ୍ନତ ମାନ ପାଇଁ ଆମେରିକାର ଆବେଟ୍‍ କିଟ୍‍ର ୬ଟି ପାଠ୍ୟକ୍ରମକୁ ଏକାଥରକେ ସ୍ୱୀକୃତି ପ୍ରଦାନ କରିଛି । ବିଶ୍ୱସ୍ତରରେ ସମ୍ମାନୀତ ବେଞ୍ଚମାର୍କ ପ୍ରଦାନ କରୁଥିବା ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ସଂଗଠନ ଆଇଇଟି (ଇଂଲଣ୍ଡ) ଦ୍ୱାରା ଏହି ଉଚ୍ଚ ଗୁଣବତ୍ତା-ଭିତ୍ତିକ ପାଠ୍ୟକ୍ରମ ମଧ୍ୟ ସ୍ୱୀକୃତିପ୍ରାପ୍ତ । ଏହା ପୂର୍ବରୁ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତ ସରକାରଙ୍କ ବିଭିନ୍ନ ବୈଧାନିକମଣ୍ଡଳ ଦ୍ଵାରା ସର୍ବଭାରତୀୟସ୍ତରରେ ସର୍ବୋଚ୍ଚ ମାନ୍ୟତା ପାଇବାର ଗୌରବ ଅର୍ଜନ କରିଛି ।

କୌଣସି ବୈଷୟିକ ଅନୁଷ୍ଠାନକୁ ସ୍ୱୀକୃତି ପ୍ରଦାନ ପୂର୍ବରୁ ଆବେଟ୍‍ ଏଥିରେ କରୁଥିବା ପୁଙ୍ଖାନୁପୁଙ୍ଖ ସମୀକ୍ଷାକୁ ବିଶ୍ୱସ୍ତରରେ ସମ୍ମାନ ଦିଆଯାଇଥାଏ । ଏହା ସହିତ ଅନୁଷ୍ଠାନର ବୈଷୟିକ ଶାଖାଗୁଡ଼ିକର ଆକାଡେମିକ ପାଠ୍ୟକ୍ରମଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟାୟନ କରିଥାଏ । ଆବେଟ୍‍ ଏହି ପ୍ରକ୍ରିୟାରେ ଅନୁଷ୍ଠାନର ଶିକ୍ଷାଦାନ ଗୁଣବତ୍ତା, ସଠିକତା ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥାଏ । ଏହି ମାନ୍ୟତା ପାଇବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଏହି ମାନ୍ୟତା ପାଇବା ଦ୍ୱାରା କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ତର୍ଜାତୀୟସ୍ତରରେ ନିଜ ଭବିଷ୍ୟତ ତିଆରି କରିବାରେ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି । ଆବେଟ୍‍ ମାନ୍ୟତା ପାଇଁ ଯେ କୌଣସି ବୈଷୟିକ ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ଏସ୍ ଏଚ୍ ଏମ୍ ରେ ପୁଷ୍ପସଜାକୁ ନେଇ କର୍ମଶାଳା


ଭୁବନେଶ୍ୱର, ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଟ ପରିସରରେ ଶନିବାର ପୁଷ୍ପସଜା କଳାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ ସୁନ୍ଦର ଫୁଲଗୁଡ଼ିକ ଏବଂ ଏହାର ସାଜସଜାକୁ ଦେଖି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଉଲ୍ଲସିତ ହୋଇ ଉଠିଥିଲେ ।
ସୁନ୍ଦର ଓ ସୁଗନ୍ଧିତ ପୁଷ୍କର ଉପସ୍ଥିତି ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ ଏବଂ ମନ ମଧ୍ୟ ପ୍ରଫୁଲିତ ହୋଇଥାଏ । ଫୁଲ ଗୁଡ଼ିକ ମଣିଷର ଜୀବନରେ ଖୁସି ଆଣିବା ସହ ଆମ ପାରିପାର୍ଶକୁ ମଧ୍ୟ ସୁନ୍ଦରମୟ କରିଥାଏ ବୋଲି ଏହି କର୍ମଶାଳାରେ ମତ ରଖିଥିଲେ ଏସଏଚ୍ଏମ୍ବର ଡିନ୍ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢୁଆଳ ।

ଭାରତୀୟ ସଂସ୍କୃତିରେ ଫୁଲର ମହତ୍ବ ଉପରେ ଗୁରୁତ୍ବ ଦେଇ ଡକ୍ଟର ସାଢୁଆଳ କହିଥିଲେ ଯେ ଆମ ଦେଶରେ ଫୁଲଗୁଡ଼ିକ ହିଁ ବିଭିଧତା ମଧ୍ୟରେ ଏକତାକୁ ଦର୍ଶାଇଥାଏ । ଏହି କାର୍ଯ୍ୟକ୍ରମରେ ଏସ୍‌ଏଏମ୍ବର ରୁମ ଡିଭିଜନ୍‌ର ମୁଖ୍ୟ ପ୍ରଫେସର ସ୍ତିତା ସୁଚରିତା ମହାପାତ୍ର କହିଥିଲେ ଯେ ହୋଟେଲ୍ ରୁମ୍ କିମ୍ବା ଲବିରେ ପୁଷ୍ପସଜା ଏକ ଆତ୍ମିୟତାର ପରିବେଶ ସୃଷ୍ଟି କରିଥାଏ । ହୋଟେଲକୁ ଆସୁଥିବା ଅତିଥିମାନେ ଫୁଲର ସତେଜତାକୁ ଦେଖୁ ପରିବେଶକୁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି । ଫୁଲ ସହିତ ପତ୍ର, ଫଳ, ପନିପରିବା ମଧ୍ୟ ସାଜସଜାରେ ବ୍ୟବହାର କରାଯାଏ । ଏହି କାର୍ଯ୍ୟକ୍ରମରେ ଫର୍ଷସ ଆଣ୍ଡ ପେଟାଲସ ପକ୍ଷରୁ ଫ୍ଲୋରିଷ୍ଟ ଶ୍ରୀ ତରୁଣ ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପସଜାର ବିଭିନ୍ନ ପ୍ରକ୍ରିୟା । ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇବା ସହ ତ୍ରିକୋଣୀୟ ପୁଷ୍ପସଜା, ବାସ୍କେଟ ପୁଷ୍ପସଜା, ଭେସ୍ ପୁଷ୍ପସଜା, ବଡ୍ ପୁଷ୍ପସଜା, କ୍ରେସଂଟ ସଜା ଏବଂ କ୍ୟାଡ୍ ସଜା ଭଳି ୧୦ ରୁ ଅଧିକ ପୁଷ୍ପସଜା ବିଷୟରେ ବୁଝାଇଥିଲେ ।

ଏହି କର୍ମଶାଳାରେ ଏସ୍‌ଏଏମ୍ବର ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିଆଇଟିଟିଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଟ ଏବଂ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଟର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ । ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଟର ଅଧ୍ୟକ୍ଷ ଶ୍ରୀ ପିତାମ୍ବର ବିଶ୍ବାଳ ଏବଂ ଆଇଏଏର ଫାକଲ୍ଟି ମେସର୍ସ ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ଏସ୍‌ଏଚ୍ଏମ୍ ପକ୍ଷରୁ ହାଉସ୍‌କିପିଙ୍ଗ ଫାକଲି ଶ୍ରୀମତି ରଶ୍ମିତା ପ୍ରଧାନ ଏବଂ ଏଫ୍ ଆଣ୍ଡ ବି ର ଫାକଲି ସଂଘମିତ୍ରା ଦାସ ଓ ରିସର୍ଚ୍ଚ ସ୍କଲାର ଆକାଂକ୍ଷା ତ୍ରିପାଠୀ ସମେତ ଏସ୍‌ଏଏମ୍ବର ସମସ୍ତ ଫାକଲି ଉପସ୍ଥିତ ଥିଲେ । ଏସ୍‌ଏଏମ୍ବର ପ୍ରଫେସର ଡକ୍ଟର ସୁଶାନ୍ତ ରଞ୍ଜନ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।

ନିଖୁଳ ଓଡ଼ିଶା ୱେଲ୍‌ଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ଅବେଶନ ଅନୁଷ୍ଠିତ


ଭୁବନେଶ୍ୱର, ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସ ସମ୍ମିଳନୀ କକ୍ଷରେ ଅଲ୍ ଓଡ଼ିଶା ୱେଲଫେୟାର ଅଫିସର ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୂର୍ବାହ୍ନରେ ସାଧାରଣ ପରିଷଦର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ମନୋଜ କୁମାର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ମଧୁସ୍ମିତା ମହାପାତ୍ର ସାଧାରଣ ସମ୍ପାଦକ, ଅର୍ଜୁନ ନାୟକ ଉପସଭାପତି ଓ ଶିଶିର ପୁହାଣ ଜଏଣ୍ଟ ସେକ୍ରେଟାରୀ ହେଟର ଭାବେ ନିର୍ବାଚିତ ହୋଇଥିଲେ । ଅପରାହ୍ନ ଅଧିବେଶନରେ ମୁଖ୍ୟତଃ ସଂଘର ବିଭିନ୍ନ ଦାବି, କାର୍ଯ୍ୟକ୍ଷେତ୍ରରେ ଅନୁଭବ କରୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା । 

ଏହି ଅଧିବେଶନରେ ଅନୁଷ୍ଠିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଉକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଗୁହାପୁନମ୍ ତାପସ କୁମାର, ସ୍ୱତନ୍ତ୍ର ସଚିବ ବିଶ୍ବରଂଜନ ସାମଲ, ଅନ୍ୟତମ ସ୍ଵତନ୍ତ୍ର ସଚିବ ପ୍ରଦୀପ ଗରଡ଼ିଆ, ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ, ଫାଇନାନ୍‌ସିଆଲ୍ ଆଡ୍ଭାଇଜର ଜୟଶ୍ରୀ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଭାଗୀୟ ଅଧୁକାରୀମାନଙ୍କର ବିଭିନ୍ନ ସ୍କମ୍ ସମ୍ପର୍କରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରି କରିଥିଲେ ।

ବୈଠକରେ ୱେଲଫେୟାର ଅଫିସରମାନଙ୍କର ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରି ଆସ୍ତେ ଆସ୍ତେ ସମସ୍ତ କଥାଗୁଡ଼ିକୁ ବିଚାର କରି ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ସେହିଭଳି ପ୍ରତି ତିନି ମାସରେ ଥରେ ଅଫିସରମାନଙ୍କ ସହିତ ଏକାଠି ବସି ଆଲୋଚନା କରି ସମସ୍ୟାଗୁଡ଼ିକୁ ବିଚାର କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶାସ୍ବତ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି । ସଂଘ ତରଫରୁ ଯେଉଁ ଦାବିଗୁଡ଼ିକ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଛି, 

ସେଗୁଡ଼ିକ ହେଲା (୧) ଖାଲିଥିବା ପଦବୀ ପୂରଣ କରିବା (୨) ୧୨ ବର୍ଷ ଧରି କାମ କରୁଥିବା ଓ.ଡବ୍ଲ୍ୟୁ.ଏସ୍ -୧ ଅଧୁକାରୀମାନଙ୍କୁ ପଦୋନ୍ନତି ଦେବା ସହ ୨୫ ବର୍ଷ ଧରି କାମକରି ପଦୋନ୍ନତି ପାଉନଥିବା ଡବ୍ଲ୍ୟୁ.ଇ.ଓ. ଓ ଏ.ଡି.ଡବ୍ଲ୍ୟୁ.ଓ. ମାନଙ୍କୁ ପଦୋନ୍ନତି ଦେବା (୩) ୱେଲଫେୟାର ଅଫିସରମାନଙ୍କର ବିଭିନ୍ନ କ୍ଷେତ୍ରକୁ ଯାଇ କାମ ଦେଖିବା ପାଇଁ ଦିଆଯାଉଥିବା ଟି.ଏ. ବୃଦ୍ଧି କରିବା (୪) ସଂଘ କାର୍ଯ୍ୟାଳୟ ନିମନ୍ତେ ଗୋଟିଏ କୋଠରୀ ଆଦିବାସୀ ପଡ଼ିଆରେ ବା ଏସ୍.ସି. ଏସ୍.ଟି. ଆର.ଟି.ଆଇ.ଠାରେ ଯୋଗାଇଦେବା (୫) ଜିଲ୍ଲା ୱେଲଫେୟାର ଅଫିସରମାନଙ୍କୁ ଗୋଟିଏ ଜିଲ୍ଲାରେ ତିନିବର୍ଷରୁ ଅଧୁକ ସମୟ ନ ରଖୁବା, ଡକ୍ୟୁ.ଇ.ଓ ଏଷ୍ଟାବ୍ଲିସମେଣ୍ଟ ଅଧୁକାରୀମାନଙ୍କୁ ବ୍ଳକରୁ ଦରମା ଦେବା ବ୍ୟବସ୍ଥା ବନ୍ଦ କରି ନିଜ ବିଭାଗରୁ ଦରମା ପାଇବା ପାଇଁ ବ୍ୟବସ୍ଥା କରିବା (୬) ଡ. ଇ.ଓ.ମାନଙ୍କୁ ଜାତୀୟ କାର୍ଯ୍ୟକ୍ରମ । ବ୍ୟତୀତ ଅନ୍ୟ ବିଭାଗ କାର୍ଯ୍ୟକ୍ରମରେ ଜଡ଼ିତ ନ କରିବା ଭଳି ପ୍ରମୁଖ ଦାବିଗୁଡ଼ିକ ଉପସ୍ଥାପନ ପରିପ୍ରେକ୍ଷୀରେ ସରକାର ସୁବିଚାର କରିବେ ବୋଲି ମନ୍ତ୍ରୀ ଓ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶାରେ ସରକାର ଗଠନ ହେଉଛି ବିଜେପିର ମୂଳ ଲକ୍ଷ୍ୟ : ଭ୍ରଗୁ ବକ୍ସିପାତ୍ର


ଭୁବନେଶ୍ୱର, ଯଶ୍ବସୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୁନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାକୁ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ପାଖରେ ପହଁଚାଇବା ଏବଂ ଏହାର ସଫଳ କାର୍ଯ୍ୟାନୁୟନ ହେଉଛି ବିଜେପିର ପ୍ରାଥମିକତା । ଏଥିସହ ମୋଦି ସରକାରଙ୍କର ରାଷ୍ଟ୍ରୀୟ ସୁରକ୍ଷା, ବିଦେଶ ନୀତି ଏବଂ ସର୍ବପରୀ ‘ଆତ୍ମନିର୍ଭର ଓ ବିଶ୍ଵଗୁରୁ’ ରୂପେ ଭାରତବର୍ଷକୁ ଗଢ଼ି ତୋଲିବା ପାଇଁ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ଅନ୍ୟପଟେ ରାଜ୍ୟରେ ଦୀର୍ଘ ୨୩ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାରଙ୍କ ମହିଳା, ଗରୀବ ଓ ଶିକ୍ଷାମାରଣ ନୀତି ଅତ୍ୟନ୍ତ ଚିନ୍ତାଜନକ । ଦୀର୍ଘ ୨୩ବର୍ଷ ଧରି ରାଜ୍ୟକୁ ଲୁଟିଥିବା ଶାସକ ବିଜେଡି ରାଜ୍ୟବାସୀଙ୍କୁ ବାରମ୍ବାର ପ୍ରତାରିତ କରିବା ସହିତ ବିକାଶରେ ବାଧକ ସାଜିଛି, ମୋଦୀ ସରକାରଙ୍କ ବିଭିନ୍ନ ଜନ ଓ ଗରୀବ କଲ୍ୟାଣ ଯୋଜନା ସୁଫଳ ପାଇବାରୁ ଓଡ଼ିଶାବାସୀ ବଂଚିତ ହୋଇଛନ୍ତି । 

ଏଭଳି ବିଭିନ୍ନ ପ୍ରସଙ୍ଗର ଆଜିର ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଆଲୋଚନା କରାଯାଇଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି । ପାର୍ଟିକୁ ସଂଗଠିତ ଓ ଶକ୍ତିଶାଳୀ କରି ଆସନ୍ତା ୨୦ ୨୪ମସିହା ସାଧାରଣ ନିର୍ବାଚନରେ ବିଜେପିର ବିଜୟ ଏବଂ ଓଡ଼ିଶାରେ ସରକାର ଗଠନ କରିବା ହେଉଛି ମୂଳଲକ୍ଷ୍ୟ । ତୃଣମୂଳ ସ୍ତରରେ ପାର୍ଟିକୁ ପ୍ରସ୍ତୁତ କରିବା ସହିତ ପାର୍ଟିର ବାର୍ତ୍ତାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପଂହଚାଇବା ପାଇଁ ଏହି ପ୍ରଶିକ୍ଷଣ ଶିବିର ଅତ୍ୟନ୍ତ ସହାୟକ ହେବ । ତିନିଦିନ ପ୍ରାୟ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିବସରେ ୬ଟି ସତ୍ର ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଦୀନଦୟାଲଜୀଙ୍କ ଅନ୍ତୋଦ୍ୟୟ ଏବଂ ଏକାମ୍ବମାନବବାଦ ଦର୍ଶନ, ଗଣମାଧ୍ୟମ ପରିଚାଳନା, ନିର୍ବାଚନ ପରିଚାଳନା, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆତ୍ମନିର୍ଭର ଭାରତ, ସାଂସ୍କୃତିକ ରାଷ୍ଟ୍ରବାଦ, ବୈଦେଶିକ ନୀତି ଭଳି ମହତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଏହି ପ୍ରଶିକ୍ଷଣ ଶିବିର ପାର୍ଟିର କାର୍ଯ୍ୟକର୍ତାକୁ ଇନ୍ଧନ ଯୋଗାଇଛି । ଏହି ପ୍ରଶିକ୍ଷଣ ଶିବିର ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉଦ୍‌ଘାଟନ କରିଥିଲେ । ପ୍ରଶିକ୍ଷଣର ଦ୍ବିତୀୟ ଦିବସରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସମେତ ପ୍ରଶିକ୍ଷଣ ପ୍ରକୋଷ୍ଠ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ମହେଶଚନ୍ଦ୍ର ଶର୍ମା, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ପ୍ରଶିକ୍ଷଣ ପ୍ରକୋଷ୍ଠ ପ୍ରଭାରୀ ଶ୍ରୀ ଡି.ମୂରଲୀଧର ରାଓ, ପ୍ରଶିକ୍ଷଣ ପ୍ରକୋଷ୍ଠ ସଦସ୍ୟ ବି. ସତିଶ ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା ନିଜ ନିଜ ବିଷୟ ଉପରେ ଆଲୋଚନା କରିଥିଲେ ।

ପୂର୍ବତଟ ରେଳପଥ ପକ୍ଷରୁ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ


ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ହିନ୍ଦୀ ଦିବସ ପାଳନ କରାଯିବ ସହିତ ରାଜଭାଷା ପକ୍ଷ୍ୟ ଉଦ୍ଘାଟନ କରାଯାଇଅଛି | ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟ ରାଜଭାଷା ଅଧିକାରୀ  ଶ୍ରୀ ରବି ଶଙ୍କର ମିତ୍ର ଏବଂ ପ୍ରମୁଖ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି ପକ୍ଷ୍ୟକୁ  ଉଦ୍ଘାଟନ କରିଛନ୍ତି |    

ଏହି ଅବସରରେ ମହାପ୍ରବନ୍ଧକ ରେଳପଥର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହିନ୍ଦୀ ଦିବସର ଶପଥ ପାଠ କରାଇବା ସହିତ ମାନ୍ୟବର ରେଳମନ୍ତ୍ରୀଙ୍କ ବାର୍ତ୍ତା କୁ ଦୋହରାଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରାଜଭାଷା ଅଧିକାରୀ ତାଙ୍କ ସମ୍ବୋଧନରେ ହିନ୍ଦୀ ଦିବସର ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ହିନ୍ଦୀର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ |  ମହାପ୍ରବନ୍ଧକ ଶ୍ରୀ ଶ୍ରୀବାସ୍ତବ ତାଙ୍କ ବକ୍ତବ୍ୟ ରେ ରେଳ କର୍ମଚାରୀ ମାନଙ୍କୁ ଅଧିକରୁ ଅଧିକ ରାଜଭାଷା ମାଧ୍ୟମରେ ଅଫିସ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ |

ବିଭିନ୍ନ ଆଞ୍ଚଳିକ ପ୍ରତିଯୋଗିତା ଏବଂ ରାଜଭାଷା ସହ ଜଡିତ ଅନ୍ୟ ପ୍ରତିଯୋଗିତାରେ ଭାଗନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ମହାପ୍ରବନ୍ଧକଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ରେଳପଥର ରାଜଭାଷା ଅଧିକାରୀ ଶ୍ରୀମତୀ ୟାଲିନା ପଣ୍ଡା ପରିଚାଳନା କରିଥିଲେ |

ଭାରତରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ


ଭୁବନେଶ୍ୱର, ନଭି ମୁମ୍ବାଇ ଏବଂ ଗୋଆରେ ୧୧ରୁ ୩୦ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱ କପ୍‌ ୨୦୨୨ ଭାରତରେ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରତିଯୋଗିତା ଆୟୋଜନ ପାଇଁ ଗ୍ୟାରେଣ୍ଟିରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱ କପ ୧୧ରୁ ୩୦ ଅକ୍ଟୋବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି । 

ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା । ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱ କପ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି । ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ ।

ଆର୍ଥିକ ବ୍ୟୟ:
ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦ୍ୟୁତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି।

ଯୋଜନାର ଉଦ୍ଦେଶ୍ୟ
ଭାରତରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ। ଏଥିପୂର୍ବରୁ ୧୭ ବର୍ଷରୁ କମ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା। ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ଏହି ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି । ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ । ଭବିଷ୍ୟତ ପାଇଁ ଏକ ସକାରାତ୍ମକ ପରମ୍ପରା ଛାଡ଼ିଯିବା ଲାଗି ନିମ୍ନ ଲକ୍ଷ୍ୟଗୁଡ଼ିକ
ନିର୍ଦ୍ଧାରଣ କରାଯାଇଛି:

I. ଫୁଟବଲ ନେତୃତ୍ବ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିତ୍ବ ବୃଦ୍ଧି କରିବା
II. ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବା
III. ଯୁବାବସ୍ଥାରେ ସମାନ କ୍ରୀଡ଼ାର ଅବଧାରଣାକୁ ସ୍ୱାଭାବିକ କରି ଲିଙ୍ଗ ସମାବେଶୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା
IV. ଭାରତରେ ମହିଳାମାନଙ୍କ ପାଇଁ ଫୁଟବଲର ଗୁଣବତ୍ତାରେ ସୁଧାର ଆଣିବା ଲାଗି ସୁଯୋଗ ସୃଷ୍ଟି କରିବା
V. ମହିଳାଙ୍କ କ୍ରୀଡ଼ାରେ ବାଣିଜ୍ୟିକ ମୂଲ୍ୟରେ ସୁଧାର ଆଣିବା। 

ଔଚିତ୍ୟ: ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଏକ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏହା ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏହା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପିଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ଏବଂ ଭାରତରେ ଫୁଟବଲ ଖେଳର ବିକାଶ ପାଇଁ ସହାୟକ ହେବ । ଏହି ପ୍ରତିଯୋଗିତା ଫୁଟବଲକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ଲାଗି ଭାରତୀୟ ବାଳିକାମାନଙ୍କୁ ଅନୁପ୍ରାଣିତ କରିବ । ଖାଲି ସେତିକି ନୁହେଁ, ଦୀର୍ଘସ୍ଥାୟୀ ଭିତ୍ତିରେ ଏହା ଦେଶର ଝିଅ ଓ ମହିଳାମାନଙ୍କୁ ଫୁଟବଲ ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ ।

ପୃଷ୍ଠଭୂମି:
୧୭ ବର୍ଷରୁ କମ ଫିଫା ମହିଳା ବିଶ୍ୱକପ ହେଉଛି ୧୭ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଫୁଟବଲ ପ୍ରତିଯୋଗିତା, ଯାହାକି ଫିଫା ଦ୍ୱାରା ଆୟୋଜିତ ହୋଇଥାଏ। ଏହି ପ୍ରତିଯୋଗିତାର ଆୟୋଜନ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପାରମ୍ପରିକ ଭାବେ ପ୍ରତି ଯୁଗ୍ମ ସଂଖ୍ୟା ବିଶିଷ୍ଟ ବର୍ଷରେ ଏହା ଆୟୋଜିତ ହୋଇଥାଏ। ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ୧୩ ନଭେମ୍ବର ଠାରୁ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଉରୁଗୁଏ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଂସ୍କରଣରେ ସ୍ପେନ ଚାମ୍ପିଅନ ହୋଇଥିଲା । ଭାରତରେ ଆୟୋଜିତ ହେଉଥିବା ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପରେ ଭାରତ ସମେତ ମୋଟ ୧୬ଟି ଦଳ ଭାଗ ନେବେ । ଏଆଇଏଫଏଫ ତିନୋଟି ସ୍ଥାନରେ ପ୍ରତିଯୋଗିତାର ମ୍ୟାଚ୍‌ଗୁଡ଼ିକ ଆୟୋଜନ କରିବା ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। 

ଏହି ସ୍ଥାନଗୁଡ଼ିକ ହେଲା-
ଭୁବନେଶ୍ୱର, ନଭୀ ମୁମ୍ବାଇ ଏବଂ ଗୋଆ । ଏଥିପୂର୍ବରୁ ୨୦୧୭ରେ ଭାରତ ୧୭ ବର୍ଷରୁ କମ ଫିଫା ପୁରୁଷ ଫୁଟବଲ ବିଶ୍ୱକପ-୨୦୧୭ ସଫଳତା ପୂର୍ବକ ଆୟୋଜନ କରିଥିଲା । ୬ରୁ ୨୮ ଅକ୍ଟୋବର, ୨୦୧୭ରେ ଏହି ପ୍ରତିଯୋଗିତା ଦେଶର ଛଅଟି ସ୍ଥାନ ଯଥା : ନୂଆଦିଲ୍ଲୀ, ଗୌହାଟୀ, ମୁମ୍ବାଇ, ଗୋଆ, କୋଚି ଏବଂ କୋଲକାତାରେ ଆୟୋଜନ କରାଯାଇଥିଲା।

ଭାରତୀୟ ତଟରକ୍ଷୀ ଏବଂ ଏଟିଏସ୍ ଗୁଜରାଟ ଦ୍ୱାରା ପ୍ରାୟ ୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ


ନୂଆଦିଲ୍ଲୀ,ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି । ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ ନାବିକଙ୍କୁ ଗିରଫ ସହ ଦୁଇଶହ କୋଟି ଟଙ୍କାର ପ୍ରାୟ ୪୦କେଜି ମାଦକ ଦ୍ରବ୍ୟ ଜବତ ହୋଇଛି । ସେପ୍ଟେମ୍ବର ୧୩, ୧୪ ୨୦୨୨ ମଧ୍ୟ ରାତ୍ରିରେ ଏଟିଏସ୍ ଗୁଜରାଟ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ଏକ ଗୁପ୍ତ ବାର୍ତ୍ତା ପାଇ ଦୁଇଟି ସି-୪୮୦ ଓ ସି -୪୫୪ ଅନୁଧାବନକାରୀ ଶ୍ରେଣୀୟ ଜାହାଜ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଅଞ୍ଚଳରେ ପଇଁତରା ପାଇଁ ମୁତୟନ କରିଥିଲା। 

ସାମୁଦ୍ରିକ ସୀମାର ପାଞ୍ଚ ସାମୁଦ୍ରିକ ମାଇଲ ଭାରତୀୟ ଜଳରାଶି ଅଞ୍ଚଳ ମଧ୍ୟରେ ଝାଖାଉ ନିକଟରେ ଏକ ପାକିସ୍ତାନୀ ନୌକା ସନ୍ଦେହଜନକ ଭାବେ ଚଳପ୍ରଚଳ ହେବା ପରିଲକ୍ଷିତ ହୋଇଥିଲା । ପାକିସ୍ତାନୀ ନୌକାକୁ ଅନୁଧାବନ କରିବାରୁ ସେ କିଛି ସାମଗ୍ରୀ ପାଣିରେ ଫୋପାଡି ଖସିଯିବାକୁ ଚେଷ୍ଟା କଲା । ଅଶାନ୍ତ ସମୁଦ୍ର ସତ୍ୱେ ଭାରତୀୟ ତଟରକ୍ଷୀ ଜାହାଜ ସେ ନୌକାକୁ ଅନୁଧାବନ କରି ତାକୁ ଜବତ କରିଥିଲା । ନୌକାଟିକୁ ଝାଖାଉକୁ ମିଳିତ ଅନୁସନ୍ଧାନ ପାଇଁ ଅଣାଯାଇଛି । ଭାରତୀୟ ତଟରକ୍ଷୀ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ଏହା ପଞ୍ଚ କାର୍ଯ୍ୟାନୁଷ୍ଠାନ । ମଜବୁତ ତଟୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଏଭଳି ମିଳିତ କାର୍ଯ୍ୟାନୁଷ୍ଠାନ ଉତ୍ତମ ସମନ୍ୱୟକୁ ସୂଚାଇଥାଏ ।

ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯିବାକୁ ସି. ଇ. ଏ.ଆଇର ଦାବି


ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟରସ ଆସୋସିଏସନ୍ ଅଫ ଇଣ୍ଡିଆ (ସି. ଇ. ଏ. ଆଇ) ଦାବି ଉପସ୍ଥାପନ କରିଛି। ଭାରତୀୟ ପେଶାଦାର ଯନ୍ତ୍ରୀ ମାନଙ୍କର ଅସାଧାରଣ ଯୋଗ୍ୟତା ଏବଂ କୁଶଳୀ ଦକ୍ଷତାକୁ ଉଚିତ ପ୍ରାଧାନ୍ୟ ଦିଆଯାଇ ଆନ୍ତର୍ଜାତିକସ୍ତରରେ ସେମାନଙ୍କ ପାଇଁ ନିଷ୍ପକ୍ଷ ପ୍ରତିଯୋଗିତା ଏବଂ ସମାନ ସୁଯୋଗ ଉପଲବ୍ଧ କରାଇବାକୁ ସି. ଇ. ଏ. ଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଭାରତ ସରକାରଙ୍କର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ସର୍ଭିସ୍ ଏକ୍ସପୋର୍ଟ ପ୍ରମୋସନ୍ କାଉନସିଲ (ଏସ. ଇ. ପି. ସି) ଏବଂ କାଉନସିଲ ଅଫ ଆର୍କିଟେକ୍ଚରର ସହଯୋଗରେ ନିକଟରେ ନୂଆଦିଲ୍ଲୀଠାରେ  ସି. ଇ. ଏ. ଆଇ ଦ୍ଵାରା ଆୟୋଜିତ ଗ୍ଲୋବାଲ ବିଜିନେସ କନକ୍ଲେଭ୍ ରେ ସାରା ଦୁନିଆରେ ନିଜର ପ୍ରତିଭା ଓ ପାରଦର୍ଶିତା ପ୍ରଦର୍ଶନ ପୂର୍ବକ ବିଶ୍ଵ ସ୍ତରୀୟ ପ୍ରକଳ୍ପ ମାନ ପ୍ରସ୍ତୁତ କରି ସୁନାମ ଅର୍ଜନ କରୁଥିବା ଭାରତୀୟ ପେଶାଦାରୀ ଯନ୍ତ୍ରୀ ମାନଙ୍କର ମହାନତା ଓ ମହତ୍ତ୍ଵ ହିଁ ପ୍ରଧାନ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। 

ସମ୍ମିଳନୀରେ ନିର୍ମାଣ ଓ ଡିଜାଇନ୍ କନସଲଟାନ୍ସି ତଥା ଯାନ୍ତ୍ରିକ, ସ୍ଥାପତ୍ୟ ଏବଂ ପରିବେଶ ସେବା ଦିଗରେ କାର୍ଯ୍ୟରତ ଭାରତୀୟ କମ୍ପାନୀ ଗୁଡ଼ିକର ରପ୍ତାନିର ମାତ୍ରାକୁ ବୃଦ୍ଧି କରାଯିବା ଦିଗରେ ଏକ “ଆକ୍ସନ ପ୍ଲାନ୍” ପ୍ରସ୍ତୁତ କରିବା ପାଇଁ ବ୍ୟାପକ ଭାବେ ବିଚାରବିମର୍ଷ କରାଯାଇଥିଲା। ବିଶେଷକରି ବିଶ୍ଵର ତିନି ପ୍ରତିଶତ ଜିଡିପିକୁ ଅକ୍ତିଆର କରିଥିଲେ ମଧ୍ୟ ଏବେବି ଲୋକ ଲୋଚନର ଆଢୁଆଳରେ ରହିଥିବା ନିର୍ମାଣ କ୍ଷେତ୍ର ଉପରେ ଯଥେଷ୍ଟ ଗୁରୁତ୍ବ ଆରୋପ କରାଯାଇଥିଲା।

ସମାବେଶରେ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଆୟୋଜକ ଓ ସି. ଇ. ଏ. ଆଇ ର ସଭାପତି ଡକ୍ଟର ଅଜୟ ପ୍ରଧାନ, ଭାରତୀୟ ଯନ୍ତ୍ରୀ ମାନଙ୍କ ନିକଟରେ ପୃଥିବୀର ଯେକୌଣସି କୋଣରେ ଯେତେବି ଦୂରୁହ ପ୍ରକଳ୍ପକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ଅଭିଜ୍ଞତା ଓ ବିଶେଷଜ୍ଞତା ମହଜୁଦଥିବା ନେଇ ଦମ୍ଭ ପ୍ରକାଶ କରିଥିଲେ। ଯେତେବେଳେ ଭାରତୀୟ ଯନ୍ତ୍ରୀ ମାନେ ଆଣବିକ ଶକ୍ତି କାରଖାନା, ମହାକାଶ ଷ୍ଟେସନ ଏବଂ ମେଟ୍ରୋ ରେଳ ଆଦି ସ୍ଥାପନା କରି ସେମାନଙ୍କର ଆପାର ଦକ୍ଷତାର ପ୍ରମାଣ ଦେଇ ସାରିଛନ୍ତି, ସେହି ପରିପ୍ରେକ୍ଷୀରେ ଏବେବି ନାଳ, ନର୍ଦ୍ଦମା ତଥା ମେଟ୍ରୋ ରେଳ ନିର୍ମାଣ ପାଇଁ ବିଦେଶୀ ମଲ୍ଟି ନ୍ୟାସନାଲ କମ୍ପାନୀ(ଏମ. ଏନ.ସି) ମାନଙ୍କୁ ଅନୁଗ୍ରହ ପ୍ରଦାନ କରାଯାଉଥିବା ନେଇ ଡକ୍ଟର ପ୍ରଧାନ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଦେଶ ମଧ୍ୟରେ ଭାରତୀୟ ଯନ୍ତ୍ରୀ ଏବଂ ଦେଶୀ କମ୍ପାନୀ ଗୁଡ଼ିକୁ ଉତ୍ସାହିତ କରାଯିବା ତଥା ଘରୋଇ ଯନ୍ତ୍ରୀଙ୍କ ସେବାର ରପ୍ତାନିକୁ  ବଢ଼ାଇବା ପାଇଁ କେନ୍ଦ୍ର ସରକାର ନୀତିଗତ ଭାବେ ନିଷ୍ପତ୍ତି ନେବାକୁ ଡଃ ପ୍ରଧାନ ପରାମର୍ଶ ଦେଇଥିଲେ।

ଆଲୋଚନାରେ ଅଂଶଗ୍ରହଣ କରି ଭାରତ ସରକାରଙ୍କର ବରିଷ୍ଠ ପ୍ରଶାସକ ଏବଂ ବିଶିଷ୍ଟ କୂଟନୀତିଜ୍ଞ ମାନେ ଭାରତୀୟ ବ୍ରାଣ୍ଡକୁ ବିଶ୍ଵ ଦରବାରରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ଲାଗିଥିବାରୁ  ସି. ଇ. ଏ. ଆଇର ଭୂରିଭୂରି ପ୍ରଶଂସା କରିଥିଲେ। ସାରା ବିଶ୍ବରେ ସେବା କେନ୍ଦ୍ରିକ ରପ୍ତାନିକୁ ବୃଦ୍ଧି କରିବା ନେଇ ଭାରତୀୟ ସେବା ଯୋଗାଣକାରୀ ସଂସ୍ଥା ମାନଙ୍କ ନିକଟରେ ଭରପୂର ଅବସର ରହିଥିବା ସେମାନେ ସୂଚାଇଥିଲେ। ମଧ୍ୟପ୍ରାଚ୍ୟ, ଆଫ୍ରିକା,  ସି. ଆଇ.ଏସ ଦେଶ ସମୂହ ଏବଂ ଏସିଆ ମହାଦେଶରେ ଏନେଇ ଭାରତର ଉପସ୍ଥିତିକୁ ଅଧିକ ପ୍ରଭାବୀ କରାଯିବାକୁ ସେମାନେ ମତ ପ୍ରକାଶ କରିଥିଲେ। ଭାରତ ଇଣ୍ଟର ଆମେରିକାନ ଡେଭଲପମେଣ୍ଟ ବ୍ୟାଙ୍କ(ଆଇ. ଏ. ଡି. ବି) ର ସଦସ୍ୟତା ଗ୍ରହଣ କରିବାକୁ ସେମାନେ ଉପଦେଶ ଦେଇଥିଲେ। ଏହି ସଦସ୍ୟତା ଦ୍ଵାରା ସୁଦୀର୍ଘ ଏବଂ ଏବେବି ଅଜଣା ଲାଟିନ ଆମେରିକୀୟ ବଜାରରେ ଆଇ. ଏ. ଡି. ପିର ପାଣ୍ଠି ନିବେଶ ହେଉଥିବା ବ୍ୟାପାର କ୍ଷେତ୍ରରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟିକ ଲାଭ ମିଳିବ ବୋଲି ସେମାନେ ଆଶାପୋଷଣ କରିଥିଲେ।

ଆନ୍ତର୍ଜାତିକ ବିଡିଂ କ୍ଷେତ୍ରରେ ପ୍ରି କ୍ୱାଲିଫିକେସନ୍ ଏବଂ ଜଏଣ୍ଟ ଭେଞ୍ଚର୍ ଆଦି ପ୍ରାବଧାନକୁ କୋହଳ କରାଯାଇ  ଭାରତୀୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଦିଗରେ ଦେଶୀ କମ୍ପାନୀ ଗୁଡ଼ିକୁ ଅଗ୍ରାଧିକାର ଦିଆଯିବାକୁ ସରକାରୀସ୍ତରରେ ଆଶୁ ପଦକ୍ଷେପ ଗ୍ରହଣ କରାଯିବାପାଇଁ ଅତିଥି ବକ୍ତା ମାନେ ମତପୋଷଣ କରିଥିଲେ। ଯଦି ଦେଶ ମଧ୍ୟରେ ଭାରତୀୟ କମ୍ପାନୀ ଗୁଡ଼ିକୁ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ଦିଆ ନ ଯାଏ ତେବେ ଭାରତ ଗ୍ଲୋବାଲ ଲିଡର ବନିବାର ଯୋଜନା ସାର୍ଥକ ହେବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଥିଲେ। ସେବା ପ୍ରଦାନ କ୍ଷେତ୍ରରେ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ କେବଳ ଜାତୀୟ ସ୍ତରରେ ବିଡ଼ିଂ କରାଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସେମାନେ ସ୍ୱାଗତ ଜଣାଇଥିଲେ। ତେବେ ଏହି ନିର୍ଣ୍ଣୟକୁ ଫଳପ୍ରସୁ ଓ ପ୍ରଭାବଶାଳୀ କରାଯିବା ପାଇଁ ସର୍ବଶେଷ ହିତାଧିକାରକୁ ଦୃଷ୍ଟିରେ ରଖି ଭାରତୀୟ କମ୍ପାନୀର ସଜ୍ଞାକୁ ଅଧିକ ସ୍ପଷ୍ଟ କରାଯିବାକୁ ସେମାନେ ଜୋର୍ ଦେଇଥିଲେ।

ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଉଦବୋଧନ ପ୍ରଦାନ କରିଥିବା ଅତିଥି ବକ୍ତା ମାନଙ୍କ ମଧ୍ୟରେ ଡଃ ଅଭୟ ସିହ୍ନା, ଅମିତ୍ ଶର୍ମା, ପ୍ରଫେସର୍ ଅଭିଜିତ ସିରୋଦଗର, ଚକ୍ରେସ ଜୈନ, ସେନ୍ଥିଲ୍ ନାଥନ.ଏସ, ବିଶ୍ୱାସ ଜୈନ, କେ. କେ କପିଳା, ସରୋଜ ଖୁଣ୍ଟିଆ, ରଜନୀକାନ୍ତ ଅଗ୍ରୱାଲ, ସମ୍ରାଟ ସେନଗୁପ୍ତା, ୟାଶାସ ଭାଣ୍ଡ, ଏମ. କେ. ସୁନିଲ, ରଜନୀଶ ଚୋପ୍ରା, ରାଜୀବ ରାୟ, ପଙ୍କଜ କୁମାର ସିଂହ, ସନ୍ଦୀପ ଏସ ଚୌହାନ, ଡଃ ଧିରଜ କୁମାର ସିଂହ, ଡଃ ରାଜଶେଖର ଆର୍.ମାଥୁର ଓ ଯୋଗେଶ କୁମାର ମିଶ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ଅନଲାଇନ୍ ଯୋଗେ ବୈଠକ କୁ ସମ୍ବୋଧନ କରିଥିବା ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉଜବେକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମନିଶ ପ୍ରଭାତ, ସିଙ୍ଗାପୁର ରୁ ଭାରତୀୟ ହାଇକମିସନର ପି.କୁମାରନ, ବ୍ରାଜିଲରେ କାର୍ଯ୍ୟରତ ଭାରତୀୟ ରାଷ୍ଟ୍ରଦୂତ ସୁରେଶ କେ.ରେଡ୍ଡୀ, ତାଞ୍ଜାନିଆରୁ ଭାରତୀୟ ହାଇକମିସନର ବିନୟ ଶ୍ରୀକାନ୍ତ ପ୍ରଧାନ ଏବଂ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ସାମିଲ ଥିଲେ। ପରିତୋଷ ଗୁପ୍ତା, ଅମିତ ଶର୍ମା ଏବଂ ଯଦୁବେନ୍ଦ୍ର ମାଥୁର ବୈଷୟିକ ଅଧିବେଶନ ଗୁଡ଼ିକୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ। 

ଉଦଘାଟନୀ ଅଧିବେଶନ ଶେଷରେ ଭାସ୍କର ନିୟୋଗି ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଉପସ୍ଥିତ ଥିବା ସରକାରୀ କର୍ମକର୍ତ୍ତା ମାନେ ଭାରତୀୟ କମ୍ପାନୀ ଗୁଡ଼ିକର ମୁଲଭିତ୍ତିକୁ ସୁଦୃଢ କରାଯାଇ ସେମାନଙ୍କର ରପ୍ତାନି ର ମାତ୍ରାକୁ ବୃଦ୍ଧି କରାଯିବା ନେଇ ସେମାନେ ସଂପୂର୍ଣ୍ଣ ସାହାଯ୍ୟ, ସହଯୋଗ ଓ ସମର୍ଥନ ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଏହି ଅବସରରେ ସୁଯୋଗ୍ୟ ଯନ୍ତ୍ରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପେଶାଦାରୀ ଯୋଗଦାନ ପାଇଁ ସି. ଇ.ଏ.ଆଇ ଇଞ୍ଜିନୟରିଂ ଏକ୍ସଲେନ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ବଡନଗର, ଆମ ଦେଶର ଐତିହ୍ୟକୁ ନେଇ ଗର୍ବିତ ହେବା ଏବଂ ଦାସତ୍ୱ ମାନସିକତାରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟତା ସହ ଯୋଡ଼ି ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ଦେଶରେ ପ୍ରଣୟନ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଗୁଜରାଟର ବଡନଗର ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବହମୁଖୀ ସଭାଗୃହର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨ ହଜାର ୫୦୦ ବର୍ଷ ପୁରୁଣା ବଡନଗର ସମୃଦ୍ଧ ଇତିହାସ, ଧାର୍ମିକ ସ୍ୱତନ୍ତ୍ରତା ଏବଂ ସହିଷ୍ଣୁତାର ମୁକସାକ୍ଷୀ । ବଡ଼ନଗର ଭଳି ଆମ ଦେଶର ସମୃଦ୍ଧ ଐତିହ୍ୟକୁ ଆହୁରି ଆଗକୁ କିଭଳି ନିଆଯାଇପାରିବ, ଏ ଦିଗରେ ନୂଆପିଢିକୁ ଚିନ୍ତା କରିବାର ଆବଶ୍ୟକତା ରହିଛି । 

ବିକଶିତ ଭାରତର କଳ୍ପନାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ବହୁତ ବଡ଼ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ନୂଆ ଜାତୀୟ ଶିକ୍ଷା ନୀତିରେ ନୂଆପିଢିଙ୍କୁ ବୈଶ୍ୱିକ ନାଗରିକ ଭାବେ ପରିଣତ କରିବାର ସାମର୍ଥ୍ୟ ରହିଛି । ଭାରତର ଲୋକମାନେ ବିଶ୍ୱର ଦାୟିତ୍ୱ ନେବା ପାଇଁ ଇଚ୍ଛୁକ ଅଛନ୍ତି । ଆମେ ଦୁନିଆର ଦାୟିତ୍ୱ ସେବେ ନେବା ଯେବେ ଆମେ ଆମର ଦାୟିତ୍ୱକୁ ବୁଝିବା । ଏଥିପାଇଁ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ଜାତୀୟ ଶିକ୍ଷା ଆଧାରରେ ଆଗାମୀ ପିଢ଼ିକୁ ପ୍ରସ୍ତୁତ କରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜ୍ଞାନ, ଆଧ୍ୟାତ୍ମିକ, ବୈଭବ, ସଭ୍ୟତା ଏବଂ ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ର ହେଉଛି ବଡନଗର । ଏକବିଂଶ ଶତାବ୍ଦୀର ନେତୃତ୍ୱ ପ୍ରଦାନ କରିବାକୁ ଥିବା ବିଦ୍ୟାର୍ଥୀଙ୍କ ପାଇଁ ଆଜି ବହୁମୁଖୀ ସଭାଗୃହ ଭଳି ସୁବିଧାର ଲୋକାର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯଦି ଇଚ୍ଛାଶକ୍ତି ଅଛି ତେବେ ବ୍ୟବସ୍ଥା ମାଧ୍ୟମରେ ବଡ଼ ପରିଣାମ ଆସିପାରିବ । ବଡନଗରର ଏହି ନବୋଦୟ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ । ଏଠାକୁ ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ପିଲାମାନେ ପାଠପଢ଼ି ଭଲ ମଣିଷ ହୁଅନ୍ତି । ବଡନଗରରେ ଏହି ସଂସ୍କାର ଅଛି ଯେ, ସାଧାରଣ ଘରର ଲୋକ ଆଜି ଦେଶର ପ୍ରଧାନମନ୍ତ୍ରୀ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଆଜି ମୋଦି ଭାରତର ନୁହଁ ବରଂ ବିଶ୍ୱ ନେତା ଅଟନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିପରି ବଡନଗର ଷ୍ଟେସନ ପରିସରରେ ପ୍ରଧାନମନ୍ତ୍ରୀଙ୍କ ବାପାଙ୍କ ଚା’ ଦୋକାନ ଥିବା ସ୍ଥାନ କେନ୍ଦ୍ରମନ୍ତ୍ରୀ ବୁଲିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେଉଁଠାରୁ ପ୍ରେରଣାଦାୟୀ ଜୀବନ ଯାତ୍ରା ଆରମ୍ଭ କରିଥିଲେ, ସେ ସ୍ଥାନ ଦେଖିବା ମୋ ପାଇଁ ଗର୍ବର କଥା ।  ବଡନଗର ରେଳ ଷ୍ଟେସନ ନିକଟସ୍ଥ ଚା’ ଦୋକାନ ଯେଉଁଠାରେ ଛୋଟବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବାପାଙ୍କୁ ଚା’ ବିକ୍ରୀରେ ସହଯୋଗ କରୁଥିଲେ । ଏହା ହେଉଛି ନିଷ୍ଠା, ସାହସ ଏବଂ ପରିଶ୍ରମର ଏକ ପ୍ରମାଣ । ତତସହ ଏହା ପ୍ରମାଣ ହେଉଛି, ଯେକୌଣସି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଣେ ସଫଳ ହୋଇପାରିବ ଏବଂ ଲକ୍ଷାଧିକ ଲୋକଙ୍କ ଆଶାର କିରଣ ହୋଇପାରିବ ।

ଏହି ଗୁଜରାଟ ଗସ୍ତ କାଳରେ ଶ୍ରୀ ପ୍ରଧାନ ଶିକ୍ଷା କ୍ଷେତ୍ର ସହ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବଡନଗର ସ୍ଥିତ ପ୍ରେରଣା ସ୍କୁଲ ପ୍ରକଳ୍ପ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ପ୍ରେରଣା ସ୍କୁଲ ପ୍ରକଳ୍ପ ନେଇ ଗୁଜରାଟର ମୁଖ୍ୟ ଶାସନ ସଚିବ ଏବଂ ଶିକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ । ଏହାବ୍ୟତିତ ବଡନଗର ସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିରକୁ ଯାଇ ଦର୍ଶନ କରିବାର ଲାଭ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଭାରତକୁ ସ୍କିଲ୍ ହବ୍ କରିବା କଳ୍ପନାକୁ ସାକାର କରିବାକୁ ହେବ - ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ‘ସ୍କିଲ୍ ମନ୍ଥନ’ କର୍ମଶାଳାରେ ଯୋଗଦେଇ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ପ୍ରଶିକ୍ଷକ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଆୟୋଜିତ ଏହି କର୍ମଶାଳାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଟେକ୍ନୋଲୋଜି ଆମର ବିଶ୍ୱକୁ କ୍ରମାଗତ ଭାବେ ବଦଳାଉଛି । ଶିକ୍ଷାରୁ ସ୍ୱାସ୍ଥ୍ୟ, କୃଷିରୁ ସବୁ ଆର୍ଥିକ କ୍ଷେତ୍ର ଟେକ୍ନୋଲୋଜି ଦ୍ୱାରା ବିକଶିତ ହେଉଛି । ଏହା ନୂଆ ସୁଯୋଗ ଏବଂ ନୂଆ ଦକ୍ଷତା ଦୃଶ୍ୟପଟ୍ଟରେ ଆବଶ୍ୟକ ଥିବା ସୁଯୋଗ ସୃଷ୍ଟି କରୁଛି ।

ଆମକୁ ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ପ୍ରଶିକ୍ଷକ ପ୍ରସ୍ତୁତ କରିବାକୁ ହେବ । ସ୍କିଲ ଇଣ୍ଡିଆ ଅଧୀନ ପ୍ରଶିକ୍ଷଣ କେନ୍ଦ୍ର ଗୁଡ଼ିକ ପ୍ରଭାବଶାଳୀ ପ୍ରଶିକ୍ଷକଙ୍କ ବିକାଶ ପାଇଁ  ଏକ ହଟସ୍ପଟ୍ ହେବ, ଯେଉଁମାନେ ଆଗାମୀ ପିଢିର ଶ୍ରମ ସମ୍ବଳ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ସ୍କିଲ୍ ହବ୍ କରିବା ପାଇଁ କଳ୍ପନା ରଖିଛନ୍ତି । ଆମର କୌଶଳ ପରିସଂସ୍ଥାନକୁ ମଜବୁତ୍ କରିବା ଏବଂ ଭାରତକୁ ବିଶ୍ୱର ଦକ୍ଷତା କ୍ଷେତ୍ରର କେନ୍ଦ୍ରବିନ୍ଦୁ କରିବା ଦିଗରେ ଏକ ନୂତନ ଆଭିମୁଖ୍ୟ ଆଣିବା ପାଇଁ ଆନୁଷ୍ଠାନିକ ସଂସ୍କାର, ସୃଜନାତ୍ମକ ଚିନ୍ତାଧାରା, ଆନ୍ତର୍ଜାତୀୟ ସହଯୋଗ, ଟେକ୍ନୋଲୋଜିର ବ୍ୟବହାର ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାରେ ଭାରତ ଯୋଡ଼ା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ


ଭୁବନେଶ୍ୱର,ସମ୍ପ୍ରତି ଅଖୁଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ା ଯାତ୍ରା ଚାଲିଛି । ଘୃଣା ଓ ବିଦ୍ବେଷର ରାଜନୀତିକୁ ପରାହତ କରି ସଦଭାବନା ଓ ସଂପ୍ରତିର ରାଜନୀତିକୁ ପ୍ରତିଷ୍ଠିତ କରିବା ସହିତ ଦେଶରେ ଦେଖା ଦେଇଥିବା ଆକଶ ଛୁଆଁ ଦରଦାମ ଓ ବେକାରୀ ବୃଦ୍ଧିକୁ ମୁନ୍ଦା କରି ଏହି ଯାତ୍ରା ଚାଲିଛି । ପ୍ରତିଦିନ ହଜାର ହଜାର ଲୋକ ଏଥିରେ ସାମିଲ ହେଉଛନ୍ତି । ଏହି ଯାତ୍ରାର ସଫଳତା ଦେଖୁ ବିଜେପି ଅତ୍ୟନ୍ତ ଅସହିଷ୍ଣୁ ହୋଇ ଉଠିଛି । ପ୍ରତିଦିନ ମିଥ୍ୟ ଓ ଅବାନ୍ତର କଥା କହି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରୁଛି । ମାତ୍ର ଦେଶବାସୀ ତାକୁ ପ୍ରତ୍ୟାଖାନ କରୁଛନ୍ତି ଓ ଅଧୁକ ରୁ ଅଧୁକ ସଂଖ୍ୟାରେ ଏହି ଯାତ୍ରାକୁ ସମର୍ଥନ ଜଣାଇଛନ୍ତି । 

ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି । ଭାରତ ଯୋଡ଼ାର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ା ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ । 

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ଭାରତ ଯୋଡ଼ା ଯାତ୍ରାର ଓଡ଼ିଶା ସଂଯୋଜକ ଶ୍ରୀ ରବି ସେଠୀ, ଯୁଗ୍ଧ ସଂଯୋଜକ ଶ୍ରୀ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଶ୍ରୀ ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ଫଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସୁତି ରଞ୍ଜନ ଲେଙ୍କା, ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧୂକାର ବିଭାଗ ଅଧକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧକ୍ଷ ଶ୍ରୀ ବାଙ୍କନିଧୁ ବେହେରା, ଓବିସି ବିଭାଗର ଉପସଭାପତି ଶ୍ରୀ ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଓଡ଼ିଶାରେ ଆରମ୍ଭ ହେବ ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ


ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ ନଫରତ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ, ଜନ ଆନ୍ଦୋଳନ ନେତ୍ରୀ ମେଧା ପାଟକର, ସାମାଜିକ କର୍ମୀ ଅରୁଣା ରାୟ, କୃଷକ ନେତା ଯୋଗେନ୍ଦ୍ର ଯାଦବ, ଗାନ୍ଧୀଜୀଙ୍କ ଅଣନାତି ତୁଷାର ଗାନ୍ଧୀ ପ୍ରମୁଖଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ପରିସରରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ବଢୁଥିବା ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା ତୀବ୍ର ଭାବରେ ବୃଦ୍ଧି ପାଇବା ସତ୍ତ୍ୱେ କେନ୍ଦ୍ର ସରକାର କର୍ପୋରେଟମାନଙ୍କ ସପକ୍ଷରେ ଦେଶର ନୀତିକୁ ବଦଳାଇବାକୁ ଲାଗିଛନ୍ତି। 

ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ ତଥା ଡ଼. ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ତିଆରି ହୋଇଥିବା ଭାରତର ସମ୍ବିଧାନକୁ ବଦଳାଇବା ପାଇଁ ଚାଲିଥିବା ଅପଚେଷ୍ଟା କଥା ବୁଝା ପଡ଼ିଲାଣି। ଭାରତବର୍ଷର ସାଧାରଣ ଜନତାଙ୍କୁ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକ ଅସ୍ଥିରତା କବଳରୁ ଦେଶକୁ ବଞ୍ଚାଇବା ପାଇଁ ଓଡ଼ିଶାରେ 'ନଫରତ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଅଛି। ଅଭିଯାନର ଆବାହକ ଭାବରେ ଡଃ ବିଶ୍ଵଜିତ୍, କଲ୍ୟାଣ ଆନନ୍ଦ ଓ ମାନସ ପଟ୍ଟନାୟକ ତଥା ଉପଦେଷ୍ଟା ମଣ୍ଡଳୀରେ ପ୍ରଫୁଲ୍ଲ ସାମନ୍ତରା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବି ଦାସ, ଦେଵ ପ୍ରସାଦ ରାୟ, ଚାଷୀ ନେତା ଲିଙ୍ଗରାଜ, ଜନ ଆନ୍ଦୋଳନ ନେତା ଲିଙ୍ଗରାଜ ଆଜାଦ, ସମାଜବାଦୀ ନେତା ଚିତ୍ତ ରଞ୍ଜନ ମହାନ୍ତି, ସ୍ତମ୍ଭକାର ଜୟନ୍ତ କୁମାର ଦାସଙ୍କୁ ଗ୍ରହଣ କରାଯାଇଥିଲା।

ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତି ଜିଲ୍ଲାରେ ଜିଲ୍ଲା କମିଟି ଗଠନ କରାଯାଇ ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ୨୬ ନଭେମ୍ବର ସୁଦ୍ଧା ପ୍ରତି ଜିଲ୍ଲାରେ ୭୫ କିମି ବ୍ୟାପି ପଦଯାତ୍ରା ଓ ସାଇକେଲ ଯାତ୍ରା ଆୟୋଜିତ ହେବ ତଥା ରାଜ୍ୟବ୍ୟାପୀ ବାହନ ଯାତ୍ରା ମାଧ୍ୟମରେ ଓଡ଼ିଶାର ପୁରପଲ୍ଲୀରେ ଅଭିଯାନର ବାର୍ତ୍ତା ପହଞ୍ଚାଯିବ। ଆଗମୀ ଜାନୁଆରୀ ୩୦ରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାର ୭୫ ବର୍ଷ ପୂର୍ତ୍ତି ଅବସରରରେ ସାମ୍ପ୍ରଦାୟିକ ସଦଭାବ ସମ୍ମିଳନୀ ରାଜ୍ୟସ୍ତରରେ ଆୟୋଜନ କରାଯିବ। ଆଜିର ବୈଠକରେ ଉପସ୍ଥିତ ସଭ୍ୟମାନଙ୍କୁ ନେଇ ରାଜ୍ୟ କମିଟି ଗଠନ କରାଯାଇଥିଲା । ଏହି ରାଜ୍ୟ କମିଟିରେ ରାମଶଙ୍କର ରାମ, ଜୟନ୍ତ ଦାସ, ଅରୁଣ ଜେନା, ପ୍ରଫୁଲ୍ଲ କୁମାର ମିଶ୍ର, ଗୌରାଙ୍ଗ ମହାପାତ୍ର, ସତ୍ୟ ମାହାର, ଲଳିତ ମୋହନ ବେହେରା, ସୀମାଞ୍ଚଳ ନାହକ, ସାଗର ଦାସ, ସଂଗ୍ରାମ କେଶରୀ ଷଡ଼ଙ୍ଗୀ, ଦାସନନ୍ଦୀ ବାଲି, ରାଜେଶ ଜାନି, ମଧୁସ୍ମିତା ବେହେରା ପ୍ରମୁଖଙ୍କୁ ସାମିଲ କରାଯାଇଥିଲା।

ନାଲକୋ ରେ ଶ୍ରମିକ ଅଶାନ୍ତ ।  ଭୁବନେଶ୍ଵର ନାଲକୋ କର୍ପୋରେଟ ଅଫିସ ସାମ୍ନାରେ ଭିକ୍ଷୋବ ପ୍ରଦର୍ଶନ


ଭୁବନେଶ୍ଵର,ମଜୁରୀ ବୃଦ୍ଧି, ପଦଉର୍ନତି ,ଅବସର କାଳୀନ ସହାୟତା ,ଉତ୍ତରାକାରୀ ନିଯୁକ୍ତି ଓ କାରଖାନା ଆଇନି ମୁତାବକ ସମସ୍ତ ଭତା ବୃଦ୍ଧି ଦାବିରେ ଭାରତୀୟ ମଜଦୂର ସଙ୍ଘ ପରିଚାଳିତ ଅନୁଗୁଳ ନାଲକୋ ଠିକ ମଜଦୂର ସଙ୍ଘ ଓ ଦାମନଯୋଡି ଠିକା କୋଡିନେସନ କମିଟି ର ସହ ସହ ଶ୍ରମିକ ଆଜି 13 ସେପ୍ଟେମ୍ବର 2022 ଭୁବନେଶ୍ଵର ନାଲକୋ କର୍ପୋରେଟ ଅଫିସ ସାମ୍ନା ରେ ବିଖୋବ ପ୍ରଦର୍ଶନ ସହ ଗଣ ଧାରଣା ଦେଇଛନ୍ତି , ନବରତ୍ନ କମ୍ପାନୀ ନାଲକୋ ତାର ଠିକା କର୍ମଚାରୀ ମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ଶ୍ରମିକ । 

ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି , ଶ୍ରମିକ ମାନେ ଏହାର ପ୍ରତିବାଦ କରିବା ରୁ ସେମାନଙ୍କୁ କାମରୁ ଛଟେଇ କରିବା ପାଇଁ ଧମକ ଓ କର୍ମଚାରୀ ମାନଙ୍କୁ ଅଧାଦିନ କାମ ନ ଦେଇ ଶ୍ରମିକ ମାନଙ୍କୁ ବାହାର କରାଯାଉଛି " ସମାନ କାମପାଇଁ ନୂତନ ନିଯୁକ୍ତି ଦେଇ ସେମାନଙ୍କ ଠାରୁ ବେନିୟମ ଭାବରେ ଅର୍ଥ ସଂଗ୍ରହ କରାଯାଉଛି । ଶ୍ରମିକ ଶୋଷଣ ଯୋଗୁ ଘୋର ଅସନ୍ତୋଷ ଦେଖା ଦେଇଛି . ବାରମ୍ବାର ନିବେଦନ ସନ୍ଦେ ନାଲକୋ ମ୍ୟାନେଜମେଣ୍ଟ ର ଅସମ୍ବେଦନଶୀଳତା ଯୋଗୁ ଆଜି ଏହି ବିଖୋବ ସମାବେଶ ହୋଇଛି । 

ଯଦି ମ୍ୟାନେଜମେଣ୍ଟ ଠିକା ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରେ ତାହାଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ । କରାଯିବ , ଉକ୍ତ ଧାରଣା ର ନେତୃତ୍ବ ଭାରତୀୟ ମଜଦୂର ସଙ୍ଘ ରାଜ୍ୟ ନେତୃତ୍ବ ଶାନ୍ତନୁ ମହାପାତ୍ର ,ବସନ୍ତ ସହୁ, କର୍ମଚାରୀ ସଂଗଠନ ନେତୃତ୍ବ ବିଭୁତି ମହାପାତ୍ର ,ବାଇଧର ସାମଲ ,ଆଲୋକ ଖରା ,ଦେବରାଜ ବେହେରା , ବିଜୟ ବିହାରୀ ପତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ ।

ନୂଆ ରୂପରେ ଉତ୍କଳ ମଣ୍ଡପ । ଆକର୍ଷଣୀୟ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ ଦର୍ଶକ


ଭୁବନେଶ୍ୱର, ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ଏହି ମଣ୍ଡପର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଏକ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାପ୍ତ କରାଯାଇଛି । ଏଠାରେ ଯେପରି ସାଂସ୍କୃତିକ ଦଳମାନେ ନିଜକୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ଟି ବେସମେଣ୍ଟ ହଲ ଓ ଗ୍ରୀନରୁମ୍ ଗୁଡିକର ଆଧୁନିକୀକରଣ କରାଯାଇଛି ।

ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆକର୍ଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି । ନବୀକରଣ କରାଯାଇଥିବା ଏହି ଉତ୍କଳମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି । ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ ଏଣିକି eDistrict.odisha.gov. in ଓ୍ୱେବ୍ ସାଇଟ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ ଲାଇନ୍ ଯୋଗେ ଉତ୍କଳ ମଣ୍ଡପ ବୁକିଂ କରିପାରିବେ ବୋଲି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୌନ୍ଦର୍ଯ୍ୟକରଣ କରାଯାଇଥିବା ଏହି ଉତ୍କଳ ମଣ୍ଡପକୁ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ବିଭାଗୀୟ ଅଧିକାରୀଙ୍କ ସମେତ ପରିଦର୍ଶନ କରିଥିଲେ । 

ପ୍ରକାଶ ଥାଉକି, ଚଳିତ ବର୍ଷ ଫେବୃୟାରୀ ୨୪ ତାରିଖରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ,ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ, ଅଧିକ୍ଷଣ ଯନ୍ତ୍ରୀ , (ରାସ୍ତା ଓ କୋଠାବାଡି) ଡିଭିଜନ-4, ନିର୍ମାଣସୌଧ, ଭୁବନେଶ୍ୱର ଓ ପ୍ରଖ୍ୟାତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି ପ୍ରମୁଖ ପରିଦର୍ଶନ କରି ଏହାର ନବୀକରଣ ନିମନ୍ତେ ଉତ୍କଳମଣ୍ଡପ ପରିଦର୍ଶନ କରିଥିଲେ। 

ତଦନୁସାରେ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡି(ପୂର୍ତ୍ତ) ବିଭାଗକୁ ଉତ୍କଳମଣ୍ଡପର ନବୀକରଣ କାର୍ଯ୍ୟ ପାଇଁ ଗତ ମଇ ୨ ତାରିଖରେ ହସ୍ତାନ୍ତର କରାଯାଇଥିଲା ଓ ଇତିମଧ୍ୟରେ ମଣ୍ଡପର ନବୀକରଣ କାର୍ଯ୍ୟ ସଂପାଦନ କରାଯାଇଛି । ଆଜି ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଉତ୍କଳମଣ୍ଡପ ପରିଦର୍ଶନ ସମୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଉପ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ମିଶ୍ର, ଉତ୍କଳ ମଣ୍ଡପର ପରିଚାଳକ ଶ୍ରୀ ପ୍ରମୋଦ ବିଶ୍ୱାଳଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଙ୍କ ସହ ଆଲୋଚନା


ଭୁବନେଶ୍ୱର, ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍କ୍ଲେଭ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । 

କ୍ରିସିଲ୍ ଲି, ନାକୋ ଓ ସହଯୋଗୀ କମ୍ପାନୀ, ଥାଇସେକୁପ୍ ଇଣ୍ଡିଆ ଲି, ଆଇଏପି ପାୱାର ଲି, ରୋଚେନ୍ ସେପାରେସନ୍ ସିଷ୍ଟମ୍( ଇଣ୍ଡିଆ) ପ୍ରା.ଲି ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧୁମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ । ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ । ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦ୍ୟୁତ, ଶିଳ୍ପପୁଞ୍ଜ ଏବଂ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ । ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧୁକାରୀ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲା କଳା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଦୁଇଦିନିଆ ପ୍ରଶିକ୍ଷଣ


ଭୁବନେଶ୍ୱର, ଉତ୍କୃଷ୍ଟ କଳା ଯୋଗୁଁ ପୂର୍ବେ ଓଡିଶା ଉତ୍କଳ ନାମରେ ଖ୍ୟାତ ଥିଲା । ଆମ କାରୀଗରମାନଙ୍କର ପଥରକୁ ଜୀବନ୍ତ ମୂର୍ତ୍ତି କରିବାର ପ୍ରମାଣ ହେଉଛି କୋଣାର୍କ ସୂର୍ଯ୍ୟମନ୍ଦିର । ସେହିପରି ଲୋକକଳା, ଲୋକନୃତ୍ୟ, ଗୀତ, ସଂଗୀତ ଆଦି କଳାର ବିଲୟ ନାହିଁ । କଳା ହେଉଛି କଳାକାରଙ୍କୁ ମିଳିଥିବା ଆଜନ୍ମ ବରଦାନ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳା ଓ କଳାକାରଙ୍କ ଉନ୍ନତି ପାଇଁ ସର୍ବଦା ପ୍ରୟାସ କରିଆସୁଛନ୍ତି । 

ତାଙ୍କରି ମାର୍ଗ ଦର୍ଶନରେ ୨୦୧୧ ମସିହାରେ ବ୍ଲକ କଳା ସଂସ୍କୃତି ସଂଘ ଓ ଜିଲ୍ଲା କଳାକାର ସଂଘ ଗଠନ ହୋଇଥିବା ଓ ପରେ ନଗର କଳା ସଂସ୍କୃତି ସଂଘ ଏବଂ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପ୍ରଚାର ପ୍ରସାର ଓ ଜନସଚେତନତା ସୃଷ୍ଟିକାରୀ କାର୍ଯ୍ୟକ୍ରମରେ ଲୋକ କଳାକାରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଆସିଛି । ତେବେ ଗତ ଦୁଇ ବର୍ଷ ଧରି କରୋନା କଟକଣା ଥିବା ସମୟରେ ଲୋକ କଳାକାରମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । 

ସେମାନଙ୍କର କଳା ପ୍ରଦର୍ଶନର ସୁଯୋଗ ବ୍ୟାଘାତ ହେବା ସାଙ୍ଗକୁ ଜୀବିକାର୍ଜନରେ ମଧ୍ୟ ଗଭୀର ପ୍ରଭାବ ପଡିଥିଲା । ଏବେ କରୋନା କଟକଣା କୋହଳ ପରେ ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ଆଗକୁ ସେମାନଙ୍କୁ କିପରି ଅଧିକ ସାହାଯ୍ୟ କରିପାରିବେ ସେ ଦିଗରେ ଗୁରୁତ୍ୱ ଦେଉଛନ୍ତି ଏବଂ ଲୋକକଳାକାରଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଆଜି ରାଜ୍ୟ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ବ୍ଲକ କଳା ସଂସ୍କୃତି ସଂଘ, ଜିଲ୍ଲା କଳା ସଂସ୍କୃତି ସଂଘ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ନିମନ୍ତେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଓ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା , ସାହିତ୍ୟ, ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଭଞ୍ଜ କଳାମଣ୍ଡପ ସମ୍ମିଳନୀ କକ୍ଷରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ କହିଲେ ଯେ, ରାଜ୍ୟରେ ଲୋକ କଳାକାରମାନଙ୍କ ଉନ୍ନତି ପାଇଁ ବ୍ଲକ ତଥା ଜିଲ୍ଲା ସଂସ୍କୃତି ସଂଘଗୁଡିକୁ ସହଯୋଗ କରିବା ନିମନ୍ତେ ପୂର୍ବରୁ ରାଜ୍ୟରେ ୧୦ ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଥିବା ବେଳେ ଇତି ମଧ୍ୟରେ ମୋଟ ୨୭ ଟି ଜିଲ୍ଲାରେ ଜିଲ୍ଲା ସଂସ୍କୃତି ଅଧିକାରୀ ପଦବୀ ପୂରଣ ହୋଇ ସାରିଛି ଅନ୍ୟ ଜିଲ୍ଲାରେ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ସଂସ୍କୃତି ବିଭାଗରେ କମ୍ପ୍ୟୁଟରୀକୃତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଏକ ନୂଆ ବ୍ୟବସ୍ଥା ଓ ଏ ସଂପର୍କରେ ସମସ୍ତେ ଅବଗତ ହେବା ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ଗୁରୁତ୍ୱାରୋପ କରିଥିଲେ । 

ବ୍ଲକ ଜରିଆରେ ବିଭିନ୍ନ ବିଭାଗର ସୂଚନା, ଶିକ୍ଷା ଓ ଯୋଗାଯୋଗ(ଆଇ.ଇ.ସି) କାର୍ଯ୍ୟକ୍ରମ କରାଯାଉଥିବା ବେଳେ ସଂସ୍କୃତି ବିଭାଗର ସହଯୋଗରେ କିପରି ଲୋକ କଳାକାରମାନେ ଅଧିକରୁ ଅଧିକ କଳା ପ୍ରଦର୍ଶନର ସୁଯୋଗ ନେଇ କର୍ମନିଯୁକ୍ତି ପାଇପାରିବେ, ସେ ଦିଗରେ ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ପାଢୀ କହିଥିଲେ । ୨୦୧୧ରୁ ଅଦ୍ୟାବଧି ପ୍ରାୟ ୫୦ କୋଟି ଟଙ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକ କଳାକାରମାନଙ୍କଦ୍ୱାରା କରାଯାଇଥିବା ପ୍ରକାଶ କରିଥିଲେ । ତେବେ ୨୦୨୦-୨୧ରେ କରୋନା ସଂକ୍ରମଣ ପ୍ରଭାବରୁ ଅର୍ଥନୀତି,ମନୋରଞ୍ଜନ, ପର୍ଯ୍ୟଟନ ଆଦି ବହୁ କ୍ଷେତ୍ର ପ୍ରଭାବିତ ହୋଇଥିବା ସ୍ଥଳେ ଏବେ କଟକଣା କୋହଳ ହେବା
ପରେ ସମସ୍ତଙ୍କୁ ନୂତନ ମନୋବଳ ନେଇ ଆଗକୁ ବଢିବାର ଅଛି ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ ।

ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ କହିଲେ ଯେ, ଓଡିଶାର ଜିଲ୍ଲା, ବ୍ଲକ ତଥା ରାଜ୍ୟ କଳାକାର ସଂସ୍କୃତି ସଂଘ ସମଗ୍ର ଦେଶରେ ମଡେଲ ହୋଇଛି । ଏବେ ପ୍ରାୟ ୩ ଲକ୍ଷ ଲୋକ କଳାକାର ଏହି ବ୍ୟବସ୍ଥାରେ ଯୋଡି ହୋଇଛନ୍ତି । ଏବେ ବିକଶିତ କରାଯାଇଥିବା କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ଦ୍ୱାରା ସବୁ କଳାକାରମାନେ ସମାନ ସୁଯୋଗ ପାଇବେ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଗାମୀ ଅକ୍ଟୋବର ମାସରେ ବେଙ୍ଗାଲୁରୁଠାରେ ଓଡିଶା ପର୍ବ ହେବାକୁ ଯାଉଛି । ଲୋକକଳାକୁ ପ୍ରୋତ୍ସାହନ ଦେବା , ଓଡିଶାର ଲୋକ କଳାକୁ ବିଶ୍ୱ ଦରବାରରେ ପହଁଚାଇବା ପାଇଁ ଏଥିରେ ଗୋଟିଏ ଦିନ ଲୋକକଳା ପ୍ରଦର୍ଶନର ସୁଯୋଗ ରହିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ପ୍ରକାଶ କରିଥିଲେ । ଆଜିର କର୍ମଶାଳାରେ ରାଜ୍ୟର ୩୧୪ ବ୍ଲକ ତଥା ୩୦ ଟି ଜିଲ୍ଲାରୁ ଜିଲ୍ଲା କଳା ସଂସ୍କୃତି ସଂଘ ଏବଂ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ଯୋଗଦେଇଥିଲେ । 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀ ଅବନୀ କୁମାର ମିଶ୍ର ଯୋଗଦେଇ କହିଥିଲେ ଯେ, ଜିଲ୍ଲା ତଥା ବ୍କକ ଲୋକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ବହୁ କଷ୍ଚ ସ୍ୱୀକାର କରି ସଂଘଗୁଡିକୁ ଗଠନ କରିଛନ୍ତି । ୨ ବର୍ଷ ଧରି କଳାକାରମାନେ କଷ୍ଟକର ସ୍ଥିତିରେ ରହିଛନ୍ତି । ଏବେ ବହୁ ଯୁବପିଢି ଲୋକ କଳା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଜିଲ୍ଲା, ବ୍ଲକ ଏବଂ ନଗର ସଂସ୍କୃତି ସଂଘରେ ଥିବା ଆବର୍ତ୍ତନ ପାଣ୍ଠି ବୃଦ୍ଧି, ରାଜ୍ୟ ତଥା ବ୍କକରେ କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର ପ୍ରସ୍ତାବ ଉପସ୍ଥାପନ କରିଥିଲେ । ରାଜ୍ୟରେ ୩ ଲକ୍ଷ ମାନବ ସଂବଳ ଲୋକଙ୍କ ପାଖରେ ରାଜ୍ୟର କଳା, ସଂସ୍କୃତିକୁ ବଂଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ । ପ୍ରକାଶ ଥାଉକି, ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ମାନେ ଜିଲ୍ଲା କଳା ସଂସ୍କୃତି ସଂଘର ସଭାପତି ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ଲକ କଳା ସଂସ୍କୃତି ସଂଘର ସଭାପତି ରହିଛନ୍ତି । 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନୀ ପର୍ବରେ ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ ଏବଂ ଉପ ଶାସନ ସଚିବ ଶ୍ରୀ ସଂଜୟ କୁମାର ମିଶ୍ରଙ୍କ ସମେତ ବିଭାଗର ଅନ୍ୟ ଶାଖାର ଉଚ୍ଚ କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତରେ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ ।

ରାଜଧାନୀରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ବିସ୍ଥାପିତ ପ୍ରଭାବିତ ଅଞ୍ଚଳ ବାସୀଙ୍କ ଧାରଣା


ଭୁବନେଶ୍ୱର, ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଆଦିତ୍ୟ ଆଲୁମିନା ରିଫାଇନାରୀ । ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ଜମି ହରାଇ ବିସ୍ଥାପିତ ହୋଇଥିବା ଲୋକମାନେ ଧାରଣା ଦେଇଥିଲେ । ସେମାନଙ୍କର । ମୁଖ୍ୟ ଦାବି ହେଉଛି କଂସାରୀଗୁଡାଠାରେ ତୁରନ୍ତ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା କରାଯାଉ, ନଚେତ୍ ଇକୋ ଦ୍ବାରା ଦୀର୍ଘ ୧୮ ବର୍ଷ ତଳୁ ପ୍ରକଳ୍ପ ନାଁରେ ଅଧଗ୍ରହଣ କରାଯାଇଥିବା ଆମ ଜମି ଗୁଡ଼ିକୁ ଫେରାଇ ଦିଆଯାଉ । 

ବିଶେଷକରି ତିନିଗୋଟି ଗ୍ରାମ ପଞ୍ଚାୟତ ଯଥା- ପୋଡ଼ପଡ଼ି, ବାଙ୍କମ୍ବ ଓ ଓଡ଼ିଆପେଣ୍ଡ ରୁ ୧୫୦୦ ଏକରରୁ ଊଦ୍ଧ ଜମି ଇକୋ ଅଧୁଗ୍ରହଣ କରି ହିଣ୍ଡାଲକୋ କମ୍ପାନୀ ତରଫରୁ ଏକ ବୃହତ୍ ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଥିଲା ଯାହା ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଆମେସବୁ ବଡ଼ ଆଶାରେ ଶିଳ୍ପ ପ୍ରତିଷ୍ଠା ହେବା । ଏବଂ ଆମର ପିଲାମାନେ ନିଯୁକ୍ତି ପାଇବେ ଏଥିପାଇଁ ଜମି ଅଳ୍ପ କିଛି ମୂଲ୍ୟରେ ଦେଇଥିଲେ । 

କିନ୍ତୁ କମ୍ପାନୀ ଆଜି ପର୍ଯ୍ୟନ୍ତ ଶିଳ୍ପ ପ୍ରତିଷ୍ଠା କଲାନାହିଁ, ଆମେ ଜମି ହରାଇଲୁ, ଆମ ପିଲାମାନେ କୌଣସି ରୋଜଗାର ପାଇଲେ ନାହିଁ । ତେଣୁ ତୁରନ୍ତ ଆମ ଜମି ଫେରାଇ ଦିଆଯାଉ ବୋଲି ବାରମ୍ବାର ଦାବି କରିବା ସତ୍ତ୍ୱେ ସରକାର କୌଣସି କର୍ଣ୍ଣପାତ । କରୁନାହାଁନ୍ତି । ଏପରିକି ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତେ ମଧ୍ୟ ଏବଂ ଆଦିତ୍ୟ ଆଲୁମିନାକୁ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଚିଠି ଦେଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନଥିବାରୁ ବଡ଼ ଦୁଃଖ ଏବଂ ଜଟିଳତା ଭିତରେ ଗ୍ରାମବାସୀମାନେ କାଳ କାଟୁଛନ୍ତି ବୋଲି କହିଛନ୍ତି । ଏଣୁ ଏଥରକ ମଧ୍ୟ । ସରକାରଙ୍କୁ ପୁନର୍ବାର ଆଦିତ୍ୟ ଆଲୁମିନା କମ୍ପାନୀ ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ସଂଗେସଂଗେ । 

ଯଥାଶୀଘ୍ର ପରିବେଶ ମଞ୍ଜୁରୀ ଏବଂ ଖଣି ସମସ୍ୟା ଓଏମ୍.ସି ସହ ଆଲୋଚନା କରି ପଦକ୍ଷେପ ନେବାପାଇଁ ଅନୁରୋଧ କରିବା ପରିପ୍ରେକ୍ଷୀରେ ଆଜି ବହୁ ସଂଖ୍ୟାରେ ବିସ୍ଥାପିତ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା । ଉଦ୍ଦେଶ୍ୟରେ ରାଜଧାନୀ ଆସିଛୁ ବୋଲି କହିଛନ୍ତି ଆଦିତ୍ୟ ଆଲୁମିନା ଆଞ୍ଚଳିକ ବିକାଶ ପରିଷଦର ସଭାପତି ଦୌଲ ଚୌଧୁରୀ । ସେହିଭଳି ସରକାର ଯଦି ଆମ ସମସ୍ୟା ତୁରନ୍ତ ସମାଧାନ ନ କରନ୍ତି ତେବେ ଆମେ ଏଠାରୁ ଆଉ ଯିବୁନାହିଁ, ଧାରଣା ଅବ୍ୟାହତ ରଖୁବୁ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲା ଦଳିତ ସେଲର ଅଧ୍ୟକ୍ଷ ।

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ


ଭୁବନେଶ୍ୱର,ଆଜି କିସ୍‍ ସମେତ ସମଗ୍ର  ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍‍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍‍ନାଲ୍‍ ଲିଟେରାସି ପୁରସ୍କାର- ୨୦୨୨ । ଆଜି ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ୟୁନେସ୍କୋ ପକ୍ଷରୁ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କିସ୍‍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ କିସ୍‍କୁ ୨୦ ହଜାର ଆମେରିକୀୟ ଡଲାର ଓ ମେଡାଲ୍‍ ଓ ପ୍ରଶସ୍ତିପତ୍ର ପ୍ରଦାନ କରଯାଇଥିଲା । 

ଏହି ଅନ୍ତର୍ଜାତୀୟ ଶିକ୍ଷା ପୁରସ୍କାର ପାଇବାରେ କିସ୍‍ ବିଶ୍ୱର ପ୍ରଥମ ଜନଜାତି ଅନୁଷ୍ଠାନ ହୋଇଥିବା ବେଳେ ଭାରତର ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନ କ୍ଷେତ୍ରରେ ୫ମ ଅନୁଷ୍ଠାନ ଓ ତୃତୀୟ ଏନ୍‍ଜିଓ । ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ । ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ ।

ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‍ ହେଉଛି ବିଶ୍ୱର ସର୍ବବୃହତ ଆବାସିକ ଓ ଜନଜାତି ଶିକ୍ଷାନୁଷ୍ଠାନ । କିସ୍‍ରେ ଅଧ୍ୟୟନରତ ୩୦ହଜାର ଜନଜାତି ଛାତ୍ରଛାତ୍ରୀ ଓ ଉତ୍ତୀର୍ଣ୍ଣ ୪୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସାମଗ୍ରିକ ବିକାଶ, ଧନ୍ଦାମୂଳକ ତାଲିମ ଓ କ୍ରୀଡାରେ ଉତ୍କର୍ଷତା ପ୍ରତିପାଦନ ନିମନ୍ତେ ସମସ୍ତ ପ୍ରକାର ସୁଯୋଗ ଯୋଗାଇ ଦେଉଛି । ୧୯୯୩ ମସିହାରେ ୧୨୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଛୋଟିଆ ଅନୁଷ୍ଠାନ ଆଜି ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଶିକ୍ଷାନୁଷ୍ଠାନରେ ପରଣିତ ହୋଇଛି । ୨୦୧୫ ମସିହାରୁ  କିସ୍‍ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ ଦ୍ୱାରା ସ୍ପେସିଆଲ୍‍ କନ୍‍ସଲ୍‍ଟେଟିଭର ମାନ୍ୟତା ପାଇଛି । ଏହାଛଡ଼ା ଜାତିସଂଘର ବିଭିନ୍ନ ସଂସ୍ଥା ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ସହ କିସ୍‍ର ସହବନ୍ଧନ ରହିଆସିଛି ।

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୭୦୫ଟି ନୂତନ ଗୋଲୁ ଲୋନ୍‌ ପଏଣ୍ଟ ଉଦ୍‌ଘାଟିତ

 

ଭୁବନେଶ୍ୱର, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଗୋଲ୍‌ ଲୋନ୍ କାରବାର ଏବଂ ଗ୍ରାହକ । ସେବାକୁ ଆହୁରି ଅଧିକ ସୁଦୃଢ କରିବା ନିମନ୍ତେ ୭୦୫ଟି ନୂତନ ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ । ଉଦ୍‌ଘାଟିତ ହୋଇଯାଇଛି । ବର୍ତ୍ତମାନ ସାରା ଦେଶରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ୧୨ ୨୧ଟି ଗୋଲୁ ଲୋନ୍ ପଏଣ୍ଟ ରହିଛି । ଏହି ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ । ଅଧକାରୀ ଏ. ମଣିମେଖାଲାଇ ଉପଯୁକ୍ତ ସୁନା ଋଣ ବ୍ୟବସାୟର ସୁଯୋଗକୁ ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ କାରଣ ଏହା କମ୍ ସମୟ ମଧ୍ୟରେ ସବୁଠାରୁ ସୁରକ୍ଷିତ ଏବଂ ଅସୁବିଧା ମୁକ୍ତ ଋଣ ପ୍ରଦାନର ମାଧ୍ୟମ ଅଟେ ଯାହାର ଅର୍ଥ ହେଲା ଦ୍ରୁତ ଟିଏଟିରେ ସହଜ ରଣ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସମାଜରେ ସୁନା ଅଳଙ୍କାର ପ୍ରତି ଭାବପ୍ରବଣ ମୂଲ୍ୟବୋଧ ରହିଛି ଏବଂ ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ବିଶ୍ବାସକୁ ଅକ୍ଷୁର୍ଣ୍ଣ ରଖିବାକୁ ସର୍ବଦା ଯତ୍ନଶୀଳ ରହିଛି । ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁନ୍ ୨୦୨ ୨ ତ୍ରୈମାସ ପାଇଁ ନୂତନ ପଦକ୍ଷେପର ଏକ ଅଂଶ ଭାବେ ୟୁନିୟନ୍ ଗୋଲ୍ ଲୋନ୍ ଭର୍ଟିକାଲର ଘୋଷଣା କରିଅଛି । ଗୋଲ୍ ଲୋନ୍ ପୋର୍ଟପୋଲିଓ ଅନ୍ତର୍ଗତ ମାର୍କେଟ ସେୟାରକୁ ବ୍ୟାପ୍ତ କରିବା ଉଦ୍ଦେଶ୍ୟରେ ଏହି ଭର୍ଟିକାଲକୁ ଧାରଣ କରାଯାଇଛି । ବ୍ୟାଙ୍କ ନିଜର ବିଶିଷ୍ଟ ଶାଖାଗୁଡିକରେ ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ (ୟୁଜିଏପି)ର ଶୁଭାରମ୍ଭ ୨୦୨୦ ମସିହାରେ କରିଥିଲା ଯାହା ଦ୍ଵାରା ସାରା ଦେଶରେ ବଛା ବଛା ଶାଖାଗୁଡିକରେ ବ୍ୟବସାୟିକ । କାରବାରର ବିକାଶ ଉପରେ ଧ୍ୟାନ ଦିଆଯାଇପାରିବ ଏବଂ ଏହାର ୫୧ ୬ଟି ବିଶେଷ ଭାବେ ଡିଜାଇନ । ହୋଇଥିବା ୟୁନିୟନ୍ ଗୋଲ୍ ଲୋନ୍ ପଏଣ୍ଟ ଶାଖା ରହିଛି ଯାହା ଗ୍ରାହକମାନଙ୍କୁ ସୁନା ଋଣ ପ୍ରଦାନ । କରିବାକୁ ବିଶେଷ ଭାବେ ସମର୍ଥ ଅଟେ ।


ଭୁବନେଶ୍ବର,ବିଉଟିସିଆନ୍ ୱେଲ୍‌ଫେୟାର ଆସୋସିଏସନ୍ ଗଠିତ


ଭୁବନେଶ୍ୱର, ତା ୮୯ : ଆଜି ୟୁନିଟ୍-୯ ସ୍ଥିତ ବୁଦ୍ଧ ମନ୍ଦିରଠାରେ ଭୁବନେଶ୍ୱର ଏବଂ କଟକର ସମସ୍ତ ବିଉଟିପାର୍ଲର ମାଲିକ ଏବଂ କର୍ମଚାରୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଆଜି ନୂଆକରି ଭୁବନେଶ୍ବର ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ଗଠିତ ହୋଇଛି । ପୂର୍ବରୁ ୨୦ଟି ଜିଲ୍ଲାରେ ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ଗଠିତ ହୋଇସାରିଛି । ଆଜି ଭୁବନେଶ୍ବର ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ନୂଆକରି ଗଠିତ ହୋଇଥିଲେ ମଧ୍ୟ ଏହା କଟକ ଜିଲ୍ଲା ବିଉଟିସିଆନ୍ ୱେଲଫେୟାର ଆସୋସିଏସନ୍ ସହ ମିଳିତ ହୋଇ ରହିବ ବୋଲି ଘୋଷଣା କରାଯାଇଅଛି । 

ଭୁବନେଶ୍ଵର ସଂଘର ସଭାପତି ଭାବେ ଶ୍ରୀମତୀ ପ୍ରବୀଣା ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଛନ୍ତି । ସଂଘର ପ୍ରତିଷ୍ଠା ହେବାର ମୁଖ୍ୟ କାରଣ ହେଉଛି ଓଡ଼ିଶାରେ ସବୁ ପ୍ରକାର କର୍ମରେ ଲିପ୍ତ ଥିବା କର୍ମଚାରୀ ଓ ମାଲିକମାନଙ୍କର ସଂଘ ଥିଲାବେଳେ ବିଉଟିସିଆନ୍ ମାନଙ୍କର ସଂଘ ନଥିଲା । ବିଶେଷକରି କରୋନା ଲଡାଉନ୍ ସମୟରେ ସବୁ ବିଉଟିପାର୍ଲର ଗୁଡ଼ିକ ବନ୍ଦ ଥିବାବେଳେ କର୍ମଚାରୀମାନେ କାମ ନପାଇ ପାର୍ଲର ଛାଡ଼ି ଚାଲିଯିବା ହେତୁ ଉଭୟ ମାଲିକ ଓ କର୍ମଚାରୀମାନେ ଯେଉଁଭଳି ଭାବେ ହଇରାଣ ଓ ହରକତ ହୋଇଥିଲେ, ସେମାନଙ୍କ ଦୁଃଖ ସରକାରଙ୍କ ଆଗରେ ଉପସ୍ଥାପନ କରିବା ପାଇଁ ଏବଂ ସରକାରଙ୍କ ପାଖରେ ଦାବି ଜଣାଇବା ପାଇଁ କୌଣସି ସଂଘ ନ ଥିଲା ବୋଲି ଆଜି ସେମାନେ ସଂଘ କରି ନିଜର ସମସ୍ତ ସମସ୍ୟା ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ରାସ୍ତା ବାହାର କଲେ । 

ସେହିଭଳି ଭାବେ ଆମେ ସମସ୍ତିଙ୍କୁ ନେଇକି ଚାଲିବୁ, ସଂଗଠନକୁ ମଜଭୁତ କରିବୁ ଏବଂ ଆଜି ଯେଉଁ ଭିଭିପ୍ରସ୍ତର ସ୍ଥାପନ କଲୁ, ତାହା ମାଧ୍ୟମରେ ଆମେ କାନ୍ଧକୁ କାନ୍ଧ ମେଳାଇ, ହାତକୁ ହାତ ମେଳାଇ ପରସ୍ପର ପରସ୍ପରର ସୁଖ ଦୁଃଖରେ ସାମିଲ୍ ହୋଇ ଆଗକୁ ବଢିବୁ ବୋଲି ଭୁବନେଶ୍ଵର ସଂଘର ଆସିଷ୍ଟାଣ୍ଟ ଜେନେରାଲ୍ ସେକ୍ରେଟାରୀ ବନଜା ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ସେହିଭଳି ଆଗାମୀ ଦିନରେ ସବୁ ଜିଲ୍ଲା ବୁଲି ଆମ ବିଉଟିସିଆନ୍ ଆସୋସିଏସକୁ ଆହୁରି ମଜବୁତ୍ କରିବୁ ଏବଂ ଆଗାମୀ ୧୬ ତାରିଖ ଦିନ କଟକର ଶହୀଦ ଭବନଠାରେ ଅଲ୍ ଓଡ଼ିଶା । ବିଉଟିସିଆନ୍ ମାନଙ୍କର ଏକ ବିରାଟ ସମାବେଶ ଅନୁଷ୍ଠିତ କରିବାକୁ ଯାଉଛୁ ବୋଲି କହିଛନ୍ତି କଟକ ଜିଲ୍ଲା । ବିଉଟିସିଆନ୍ ଆସୋସିଏସନ୍‌ର ସଭାପତି ସୁପ୍ରିୟା ମିଶ୍ର ।a
Powered by Blogger.
Javascript DisablePlease Enable Javascript To See All Widget