February 2020

କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଗସ୍ତ ଉପରେ ସୁରେଶ ରାଉତରାୟଙ୍କ ପ୍ରତିକ୍ରିୟା !!

ଭୁବନେଶ୍ୱର : ୨୯/୦୨- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଅମିତ ଶାହା ଦେଶରେ ଗୁଜୁରାଟ ମଡେଲ ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଅମିତ ଶାହା ଆସି ଓଡ଼ିଶାରେ ସିଏଏ ସମର୍ଥନରେ ବ୍ୟାଲି କରିବା ଦୁର୍ଭାଗ୍ୟଜନକ । ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି ସେ ସମୟରେ ଦିଲ୍ଲୀର ଦଙ୍ଗା ପ୍ରପୀଡିତଙ୍କ ସମସ୍ୟା ନ ବୁଝି ଓଡ଼ିଶା ଆସି ସିଏଏ ଆଇନ ବିଷୟରେ ବୁଝାଇବା କେତେଦୂର ସମୀଚିନ୍ । ନୀତିଆୟୋଗ ଓ ଅନ୍ୟାନ୍ୟ ସର୍ଭେ ରିପୋର୍ଟରେ ଗୁଜୁରାଟ ଏକ ପଛୁଆ ରାଜ୍ୟ ହୋଇଥିବା ବେଳେ ଗୁଜୁରାଟ ମଡେଲ ବିକାଶ ଓଡ଼ିଶା କାହିଁକି ଗ୍ରହଣ କରି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି । 
ଭାରତବର୍ଷରେ ‘ଫିଲଗୁଡ’ ଠାରୁ ‘ଆଛାଦିନ ପର୍ଯ୍ୟନ୍ତ ବିକାଶର ଫମ୍ପା ଚିତ୍ର ବିଜେପି ଭାରତବାସୀଙ୍କୁ ଦେଖାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ବାମୀ ଅର୍ଥନିତିଜ୍ଞ ପରକାଳା ପ୍ରଭାକର, ପୂର୍ବତନ ଆରବିଆଇ ଗଭର୍ଣର ରଘୁରାମ ରାଜନ, ନୋବେଲ ଆୱାର୍ଡ ବିଜେତା ଅର୍ଥନୈତିଜ୍ଞ ଅଭିଜିତ୍ ବାନାର୍ଜୀ ଭାରତର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ବୋଲି ମନ୍ତବ୍ୟ ଦେଇସାରିଲେଣି । ମାତ୍ର ମୋଦି ସରକାର ଏହାକୁ ସ୍ୱୀକାର କରୁନାହାଁନ୍ତି । ନିଜର ବିଫଳତାକୁ ଲୁଚାଇବାକୁ ମୋଦି ସରାକାର ଦେଶରେ ଧର୍ମ ଏବଂ ନାଗରିକତା ନାମରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବିଜେଡ଼ି ଓ ବିଜେପି ଭାଗୁଆଳି ସରକାରରେ ୨୦୦୭-୮ରେ କନ୍ଧମାଳ, ବୌଦରେ ଦଙ୍ଗା କରାଯାଇଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭୟଭୀତ କରିବାପାଇଁ ଶାହା ତାଙ୍କ ଭାଷଣରେ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।
ବର୍ଷକୁ ଦୁଇକୋଟି ନିଯୁକ୍ତି ପ୍ରତିଶୃତି ପାଣିରଗାର । ପକୋଡା ବିକ୍ରି ବଢ଼ିଥିବାରୁ ନିଯୁକ୍ତି ବଢ଼ିଛି ବୋଲି କହିବା ଦୁର୍ଭାଗ୍ୟଜନକ । ଦେଶର ଶିକ୍ଷିତ ଯୁବକ ଆଜି ବେକାର । ବେକାରୀ ସମସ୍ୟା ୪୫ବର୍ଷର ରେକର୍ଡ ଟପିଛି । ଅଟୋମୋବାଇଲ ସେକ୍ଟର ବିପର୍ଯ୍ୟସ୍ତ । ଦୁର୍ନୀତି କ୍ଷେତ୍ରରେ ଚିତ୍କାର କରି ପ୍ରତିଲୋକର ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଗଲା କୁଆଡେ ? ୫ଟ୍ରିଲିୟନର ଯେଉଁ ଚିତ୍ର ମୋଦି ଦେଖାଉଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା । ଦେଶରେ ଜିଡିପି ଆଜି ୪.୭%କୁ ଖସିଆସିଛି । ଅର୍ଥନୀତିଜ୍ଞଙ୍କ ମତରେ ଯଦି ୯ ପ୍ରତିଶତ ପାଂଚବର୍ଷ ଧରି ଲଗାତାର ରହେ ତେବେ ୫ଟ୍ରିଲିୟନ ରେ ପଂହଚିପାରେ । ବିଜେପି ଦଳର ସାଂସଦ ଶୁଭୁମନ୍ୟୁମ୍ ବିଜେପି ଶାସନରେ ଦୁର୍ବଳତାକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ବିମୁଦ୍ରିକରଣ ଏ ଦଶନ୍ଧିରେ ସବୁଠାରୁ ଭୁଲ ନିଷ୍ପତି ବୋଲି କହୁଥିବା ବେଳେ ଶାହାଙ୍କ । ବାକଚାତୁରୀ ହାସ୍ୟାସ୍ପଦ । ଭାରତର ସୈନ୍ୟଙ୍କ ପାଇଁ ବିଜେପି ସରକାରର ଅସଲ ମନୋଭାବ ପଦାରେ ପଡ଼ିଯାଇଛି । ଗରିବର୍ଷ ଧରି ସୀମାରେ ଜଗିଥିବା ସୈନ୍ୟମାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଜୋତା ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟ ଦେଇଛନ୍ତି ।

ଶାହାଙ୍କ ୫୫ ବର୍ଷ ଓ ୫ବର୍ଷର ତୁଳନା ଦୁଭାଗ୍ୟଜନକ । କଂଗ୍ରେସ ୧୯୪୭ ନୁହେଁ ୧୮୮୫ ମସିହାରୁ ଭାରତବର୍ଷର ସ୍ଵାଧୀନ, ନିର୍ମାଣ ଏବଂ ଅଖଣ୍ଡତା ପାଇଁ ଲଢ଼େଇ କରିଆସୁଛି । ବିଜେପିର ମୂଳ ସଂଗଠନ ଆରଏସ୍‌ଏସ୍ ବ୍ରିଟିଶର ଗୋଲାମଗିରି କରୁଥିଲା । ଆଜି ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଓଡ଼ିଶା ପ୍ରସଙ୍ଗରେ ଶ୍ରୀ ରାଉତରାୟ କହିଛନ୍ତି ଯେ ହୀରାକୁଦ, ପାରଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଟ, ନାକୋ ଠାରୁ ଆରମ୍ଭ କରି ସମଗ୍ର ଜଳସେଚନ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରଭୃତି ସମସ୍ତ କ୍ଷେତ୍ରରେ ବିକାଶ କେବଳ କଂଗ୍ରେସ ହିଁ କରିଛି । ବିଜେପି-ବିଜେଡି ମିଳିତ ସରକାର ୨୦ ବର୍ଷରେ ଓଡିଶାକୁ ରସାତଳଗାମୀ କରିଦେଇଛନ୍ତି ।


ଆନ୍ତଃରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦ୍‌ଯାପିତ , ବିଭିନ୍ନତା ମଧ୍ୟରେ ଏକତା ଭାରତର ମୂଳମନ୍ତ୍ର,!!

ଭୁବନେଶ୍ୱର, ୨୯.୨ : ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ମୂଳମନ୍ତ୍ର । ଏଥିପାଇଁ ଭାରତ ସମଗ୍ର ପୃଥିବୀରେ ଶ୍ରେଷ୍ଠ । ଏହାର ପରମ୍ପରା, ସଂସ୍କୃତି, ଋଲିଚଳନରେ ସ୍ୱତନ୍ତ୍ରତା ରହିଛି ବୋଲି ଆନ୍ତଃ ରାଜ୍ୟ ଯୁବ ବିନିମୟ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ପରିଶ୍ଚଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖା ଦ୍ଵାରା ୧୫ ଦିନ ଧରି ପୋଖରୀପୁଟସ୍ଥିତ ଏସିଏସସିଡ଼ିଏ ପରିସରରେ ଊଲିଥିବା ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମହାରାଷ୍ଟ୍ର ଓ ଓଡ଼ିଶା ରାଜ୍ୟର ୧୦ଟି ଜିଲ୍ଲାର ଏକଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥୁ ରୂପେ ଓଡ଼ିଶା ସରକାରଙ୍କ ଗୃହବିଭାଗ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ନେହେରୁ ଯୁବକେନ୍ଦ୍ର ସଂଶନର ମଣ୍ଡଳ ନିର୍ଦ୍ଦେଶକ ଜୟ ପ୍ରକାଶ ଶର୍ମା, ଯୁବ ସଂଯୋଜକ ଆର.କେ. ସୋନୀ, ପ୍ରଦୀପ କୁମାର, ଅକ୍ଷୟ ନିପାଣୀ, ସୁଶ୍ରୀ ବସୁନ୍ଧରା ସାହୁ ପ୍ରମୁଖ ଅତିଥୁ ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଭେନ୍ଦ୍ରନାଥ ସାହୁ, କୋଷାଧକ୍ଷ କୁଳମଣି ମଲ୍ଲିକ, ମନୋରଞ୍ଜନ ପାତ୍ର, ପୁଷ୍ପଲତା ଦେହେରା, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ପରିପ୍ପଳନାରେ ସହଯୋଗ କରିଥିଲେ ।

ସମ୍ ଅଲଟିମେଟ ମେଡିକେୟାର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ,ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ଵାସ୍ଥ୍ୟ ସେବା ଯୋଗାଇବ-ଧର୍ମେନ୍ଦ୍ର ପ୍ରଧାନ


 ସମ୍ ଅଲଟିମେଟ ମେଡିକେୟାର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ,ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ଵାସ୍ଥ୍ୟ ସେବା ଯୋଗାଇବ-ଧର୍ମେନ୍ଦ୍ର ପ୍ରଧାନ 
• ଓଡ଼ିଶାରେ ଆୟୁଷ୍ଠାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ !!
• ଏହି ସୁପର ସ୍ପେଶାଲିଟି ଡାକ୍ତରଖାନା ପୂର୍ବ ଭାରତର ସବୁଠୁ ବଡ ହସ୍ପିଟାଲ ହେବା ପାଇଁ ଯାଉଛି !!
ଭୁବନେଶ୍ବର : ଫେବୃୟାରୀ 29-ସମ୍ ଅଟିମେଟ ମେଡିକେୟାର (ସମ୍ମମ୍) ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ହସ୍ପିଟାଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସୁପର ସ୍ପେଶାଲିଟି ଡାକ୍ତରଖାନା ପୂର୍ବ ଭାରତର ସବୁଠୁ ବଡ ହସ୍ପିଟାଲ ହେବା ପାଇଁ ଯାଉଛି । ଓଡ଼ିଶାର ସାଧାରଣ ଲୋକଙ୍କର ଚିକିତ୍ସା ପାଇଁ ଏହା ସ୍ବାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପଣ କରାଯାଇଛି । ଏହି ମେଡିକେୟାର ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା "ଆୟୁଷ୍ଠାନ ଭାରତ'କୁ ଓଡ଼ିଶାରେ ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଅନେକ ଭଲ ମେଡ଼ିକାଲ ଖୋଲାଯାଇ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟରେ ଆୟୁଷ୍ଠାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକମାନେ ବିଭିନ୍ନ ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ।
ଉଲ୍ଲେଖନୀୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଡିକେୟାରର ଲୋକାର୍ପଣ କରିଥିଲେ ।


କଳିଙ୍ଗ ବୁଦ୍ଧବିହାର ପରିସରରେ ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ !!

ଭୁବନେଶ୍ୱର : ୨୯/୦୨-ଆଜି ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ୟୁନିଟ୍-୯ ସ୍ଥିତ କଳିଙ୍ଗ ବୁଦ୍ଧବିହାର ପରିସରରେ ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ପରିଷଦର ମୁଖପତ୍ର ‘ ମୁକ୍ତିଶିଖା’ ଉନ୍ମୋଚନ ହୋଇଯାଇଅଛି । ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥ, ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଇଧର ଘଡ଼େଇ, ପୂର୍ଣ୍ଣଚନ୍ଦ୍ର ନାୟକ, ରାଜକିଶୋର ମୁଦୁଲି, ଭ୍ରମରବର ଗୋଚ୍ଛାୟତ, ଗୋପାଳଚନ୍ଦ୍ର ନାୟକ, ଉଦୟନାଥ ଗୋଚ୍ଛାୟତ, କୁଳମଣି ଗୋଛାୟତ, ସାନମଣି ଦୀପକ ଗୋଚ୍ଛାୟତ, ହରିହର ନାୟକ, ଜାପାନୀ ନାୟକ, ଶ୍ରୀଧର ନାୟକ, ଶଙ୍କର ନାୟକ, ନିରଞ୍ଜନ ନାୟକ, ସୁଶାନ୍ତ ଗୋଚ୍ଛାୟତ, ଅମର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଠାରେ ଶ୍ରୀଧର ନାୟକ, ରାଜକିଶୋର ମୁଦୁଲି ଓ ଅଲେଖ ନାୟକଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା । ସଂଘର ସଭାପତି ଶ୍ରୀ ମୋହନ ନାୟକ ସଭାରେ ସଭାପତିତ୍ବ କରିଥିଲେ । ଶ୍ରୀ ଅଶୋକ କୁମାର ନାୟକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

ଭଞ୍ଜକଳା ମଣ୍ଡପରେ ଇଂରାଜୀ ଭାଷାର ପ୍ରସିଦ୍ଧ କବି କବି ବିଜୟ କିଶୋର ସୁନ୍ଦରରାୟଙ୍କ ପୁସ୍ତକ ଉନ୍ମୋଚିତ !!


ଭୁବନେଶ୍ବର :୨୯/୨-ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପରେ ଛତିଶଗଡ଼ର ମୁଖ୍ୟ ସଚିବ ପାହ୍ୟାରୁ ଅବସରପ୍ରାପ୍ତ ଆଇ.ଏ.ଏସ୍. ଏବଂ ଇଂରାଜୀ ଭାଷାରେ ପ୍ରସିଦ୍ଧ କବି, ଲେଖକ ଶ୍ରୀ ବିଜୟ କିଶୋର ହୃଦରରାୟଙ୍କର ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ତିନୋଟି ପୁସ୍ତକରେ ଗୋଟିଏ ଉପନ୍ୟାସ ଏବଂ ଅନ୍ୟ ଦୁଇଟି ପୁସ୍ତକ କବିତା ସଂକଳନ । ଉପନ୍ୟାସ ‘ଆଟ୍ରାକ୍ସନ୍ର ସାରାଂଶ ପୁରୁଷ ଏବଂ ନାରୀଙ୍କ ସମ୍ବନ୍ଧ ଉପରେ କେନ୍ଦ୍ରିତ । ଦୁଇ କବିତା ସଂକଳନ ଯଥାକ୍ରମେ 'ଦି ସ୍ବାଭଲ ରୋଜ’ ଏବଂ ‘ସସାଇନ୍ ସୋନଟା’ରେ କବି ବିଜୟ କିଶୋର ସୁନ୍ଦରରାୟଙ୍କ ଦ୍ଵାରା ପ୍ରେମ ଏବଂ ମନୁଷ୍ୟର ଆଶା ଉପରେ ଧ୍ୟାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ରାଜକିଶୋର ମିଶ୍ର, ବିଶେଷ ଅତି ଡ଼କ୍ଟର ଶକୁନ୍ତଳା ବଳିୟାରସିଂ ଏବଂ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବରେ ଅବସରପ୍ରାପ୍ତ ଆଇ.ଏ.ଏସ୍, ଏବଂ ଭାରତ ସରକାରଙ୍କର ପୂର୍ବତନ ସଚିବ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବକ୍ତାମାନଙ୍କ ଦ୍ଵାରା ଶ୍ରୀ ସୁନ୍ଦରରାୟଙ୍କ ରଚିତ ପୁସ୍ତକ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଅତିଥିଗଣ କବି ଏବଂ ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କର ସାହିତ୍ୟିକ ପ୍ରତିଭାର ଭୁରି ଭୁରି ପ୍ରଶଂସା କରିଥିଲେ । ଶ୍ରୀ ବିଜୟ କିଶୋର ସୁନ୍ଦରରାୟଙ୍କ ଦ୍ବାରା ଅଜିପର୍ଯ୍ୟନ୍ତ ୩୭ଟି ପୁସ୍ତକ ରଚନା କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ ପୁସ୍ତକଗୁଡ଼ିକ ଜାନୁୟାରୀ ୨୦ ୨୦ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳରେ ସଫଳତା ପୂର୍ବକ ସ୍ଥାନ ପାଇଥିଲା ।

ନେହେରୁ ଯୁବ କେନ୍ଦ୍ର ତରଫରୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ !!

ଭୁବନେଶ୍ୱର :୨୯/୦୨-ଆଜି ନେହେରୁ ଯୁବ କେନ୍ଦ୍ର ତରଫରୁ ଭୁବନେଶ୍ଵରର ପୋଖରୀପୁଟଠାରେ ଆୟୋଜିତ ହୋଇଥିବା ୧୫ ଦିନିଆ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶକ୍ତି, ଶି , ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥା ଭାବେ ଯୋଗଦେଇ ତାଲିମରେ ଅଂଶଗ୍ରହଣ କରିଥିବା ଯୁବକଯୁବତୀଙ୍କୁ ଦେଶ ଗଠନରେ ସାମିଲ ହେବା ସହ ବିଭ୍ରାନ୍ତକାରୀ ତମାନଙ୍କ ଦ୍ଵାରା ବିପଥଗାମୀ ହେବାଠାରୁ କ୍ଷାନ୍ତ ରହିବାକୁ ଉପଦେଶ ଦେଇଥିଲେ ।

ପ୍ରାରମ୍ଭରେ ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶକ ଶ୍ରୀ ଜେ.ପି. ଶର୍ମା ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଏବଂ ଏହା କିପରି ଯୁବ ମନରେ ରାଷ୍ଟ୍ରୀୟ ଭାବନା ପ୍ରତି ଅନୁପ୍ରାଣିତ କରିବାରେ ସମର୍ଥ ତାହା ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ମହାରାଷ୍ଟ୍ରର ପୁନେରୁ ଆସିଥିବା ଯୁବପ୍ରତିନିଧୁମାନଙ୍କ ଦ୍ଵାରା ଏକ ସ୍ମତି ଫଳକ ଭେଟି ଦିଆଯାଇଥିଲା । ପରେ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ରର ୧୦ଟି ଜିଲ୍ଲାର ୧୦୦ ଜଣ ଯୁବକଯୁବତୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ମହାରାଷ୍ଟ୍ରର ଜଲଗାଓଁ, ଭଣ୍ଡାରା, ପୁଣେ, ଥାନେ ଓ ଧୁଲେ ଜିଲ୍ଲାର ପ୍ରତିନିଧୁ ଥିବାବେଳେ ଓଡ଼ିଶାର କେନ୍ଦ୍ରାପଡ଼ା, କନ୍ଧମାଳ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀର ପ୍ରତିନିଧ ରହିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଥୁଓରୀ ପାଠ ସହ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ସକାଶେ ପୁରୀଧାମ, କୋଣାର୍କ ସମେତ ଭୁବନେଶ୍ବର ନିକଟବର୍ତ୍ତୀ ଜଙ୍କିଆ ଗ୍ରାମରେ ଗାଆଁରେ ବସବାସ କରୁଥିବା ଲୋକଙ୍କ ଜୀବନଯାପନର ଧାରା ବିଷୟରେ ଅବଗତ ହେବା ପାଇଁ ରାତ୍ରିଯାପନ କରିଥିଲେ । ଆସନ୍ତା ମଇ କିମ୍ବା ଜୁନ୍‌ ମାସରେ ଓଡ଼ିଶାରୁ ପ୍ରତିନି ଦଳ ତାଲିମ ପାଇଁ ମହାରାଷ୍ଟ୍ର ଯିବାର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି । ଆଜିର ଏହି ଉଦ୍ଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାର ଯୁବସଂଗଠକ ଶ୍ରୀ ଆର.କେ, ସୋନୀ ଓ ଶ୍ରୀ ଜେ.ଏସ୍. ଜୋଷୀ ଓ ଶ୍ରୀ ପ୍ରଦୀପ କୁମାର ଉପସ୍ଥିତ ଥୁଲେ ।


ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲୌହମାନବ ସର୍ଦାର ପଟେଲ ବିଶ୍ୱରେ ଅଦ୍ବିତୀୟ – ପ୍ରଦେଶ କଂଗ୍ରେସ,

ଭୁବନେଶ୍ୱର ତା- ୨୯.୦୨- ଗତ ୨୩ ସେପ୍ଟେମ୍ବର ୨୦୧୯ ରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଫାଦର ଅଫ୍ ଇଣ୍ଡିଆ ବା ଭାରତର ପିତା ବୋଲି ସମ୍ବୋଧୂତ କଲେ ସେତେବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ସାମାନ୍ୟତମ ସୌଜନ୍ୟତା ପ୍ରକାଶ କରି ଏ କଥାକୁ ଟ୍ରମ୍ପଙ୍କୁ ବୁଝାଇ ପାରିଥାନ୍ତେ ଯେ ଭାରତବର୍ଷର ଜାତିର ପିତା, ବିଶ୍ଵର ଶାନ୍ତି, ଅହିଂସା ଓ ଭାତୃତ୍ବ ଭାବର ଯେଉଁ ମଞ୍ଜି ବିପନ କରିଯାଇଛନ୍ତି ସେ ହେଉଛନ୍ତି ଏକମାତ୍ର ଏବଂ ଅଦ୍ଵିତୀୟ ମହାତ୍ମା ଗାନ୍ଧୀ । କିନ୍ତୁ ନରେନ୍ଦ୍ର ମୋଦି ଏ କଥାକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ଏହାକୁ ହସି ହସି ସ୍ବୀକାର କରିବା ତାଙ୍କର ଏ ଦେଶ ପ୍ରତି ଏବଂ ଜାତିର ପିତାଙ୍କ ପ୍ରତି କେଉଁଭଳି ସମ୍ମାନ ଅଛି ତାହା ସ୍ପଷ୍ଟ ଅନୁମେୟ । ଗତକାଲି ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଙ୍କର ଓଡ଼ିଶା ଗସ୍ତ ଅବସରରେ ପୂର୍ବାଚଂଳ ରାଜ୍ୟମାନଙ୍କର ଏକ ଆଂଚଳିକ ବୈଠକ ହୋଇଥିଲା । ସରକାରୀ ଗସ୍ତ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଆସିଥିବା ବେଳେ ନିଜ ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏହା କେଉଁ ନୀତି ଓ ଆଦର୍ଶକୁ ସୂଚାଉଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହିତ କହିଛନ୍ତି ଯେ ଗତକାଲି ଜନତା ମୈଦାନରେ ଶ୍ରୀ ଶାହା ଓଡିଶାରେ ମଧ୍ୟ ଜଣେ ଗାନ୍ଧୀ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କୁ ସମ୍ବୋଧନ କଲେ ଏବଂ ବିଜେପି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଉପାଦେ ଆଗକୁ ଯାଇ ଶ୍ରୀ ଶାହାଙ୍କୁ ଭାରତବର୍ଷର ବର୍ତ୍ତମାନର ସର୍ଦାର ପଟେଲ ବୋଲି ସମ୍ବୋଧନ କରିବା, ଏହା ପୂର୍ବସୁରୀମାନଙ୍କ ପ୍ରତି କିଭଳି ସମ୍ମାନ ? ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଭାରତବର୍ଷର ବିଶିଷ୍ଟ ବ୍ୟକ୍ତିଙ୍କର ପରିଚୟକୁ କିଭଳି ଇତିହାସ ପୃଷ୍ଠାରୁ ଲିଭାଯାଇ ପାରିବ ଏହା ତାହାର କିଛି ଜ୍ବଳନ୍ତ ଉଦାହରଣ ।

ଗତକାଲି ଅଂଚଳିକ ବୈଠକରେ ପଶ୍ଚିମବଙ୍ଗ ଓ ବିହାରର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲାବେଳେ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧ ଭାବେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଡ. ରାମେଶ୍ଵର ଓରାନ୍ ଯୋଗଦେଇଥିଲେ । କିନ୍ତୁ ଭୋଜନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁଇରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଓ ଅନ୍ୟ । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲା ବେଳେ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଡ. ଓରାଙ୍କୁ ନିମନ୍ତ୍ରଣ କଲେ ନାହିଁ କାହିଁକି ? ସେ କ’ଣ ଜଣେ ଆଦିବାସୀ ହୋଇଥିବାରୁ ତାଙ୍କୁ ଜାଣିସୁଣି ଭୋଜନ ପାଇଁ ଡକାଗଲା ନାହିଁ ? ଯାହାକି ଓଡ଼ିଶାର ପାରମ୍ପରିକ ସଂସ୍କୃତି “ଅତିଥୁ ଦେବ ଭବ””ର ପରିପନ୍ଥି ନୁହେଁ କି ? ଦିଲ୍ଲୀ ଜଳୁଥିଲା ବେଳେ ଏବଂ ଦଙ୍ଗାରେ ୪୨ ରୁ ଉଦ୍ଧ ଲୋକଙ୍କ ମୃତ୍ୟୁ ହୋଇ ସାରିଥିଲେ ମଧ୍ୟ ଗୃହମନ୍ତ୍ରୀ ଥରୁଟିଏ ଦଙ୍ଗା ପ୍ରପୀଡିତ ଲୋକଙ୍କୁ ନଭେଟିବା ତାଙ୍କର ଯୋଗ୍ୟତା ଏବଂ ସେ କିଭଳି ଭାବେ ସର୍ଦାର ପଟେଲଙ୍କ ସହ ସମକକ୍ଷ ତାହା ପରିତାପର ବିଷୟ ।

ସଂଶୋଧୂତ ମୋଟର ଯାନ ଆଇନ୍ ଲାଗୁ ପାଇଁ ଆଉ ମାସେ ମହଲତ ଦିଆଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ସମାଜବାଦୀ ପାର୍ଟି,

ଭୁବନେଶ୍ବର : ୨୯/୨-ମାର୍ଚ୍ଚ ୧ ତାରିଖରୁ ସଂଶୋଧୂତ ମୋଟରଯାନ ଆଇନ୍ ଲାଗୁ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେପ୍ଟେମ୍ବର ପହିଲାରୁ ଲାଗୁ ହେବାକୁ ଥିବା ଏହି ଆଇନକୁ ସରକାର ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଏବେବି ୬ ମାସ ମହଲତ୍ ପରେ । ଆହୁରି ବହୁ ଲୋକ ଲାଇସେନ୍ସ ପାଇବା ପାଇଁ ଏବଂ ଗାଡ଼ିର କାଗଜପତ୍ର ଠିକ୍ କରିବା ପାଇଁ ଲମ୍ବା ଲାଇନ୍‌ରେ ରହିଛନ୍ତି । ପରିବହନ ବିଭାଗ ଏହି ସମୟ ମଧ୍ୟରେ ୧୪ ଲକ୍ଷ ୮୮ ହଜାର ଲରନିଂଗ୍ ଲାଇସେନ୍ସ ପ୍ରଦାନ କରିଥିଲାବେଳେ ପାଖାପାଖି ୫ ଲକ୍ଷ ୯୬ ହଜାର ଡ୍ରାଇଭିଂଗ୍ ଲାଇସେନ୍ସ ଲୋକଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ସତ୍ତ୍ବ ମଧ୍ୟ ବହୁ ଜିଲ୍ଲା ପରିବହନ ଅଧୁକାରୀଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଠିକ୍ କରିବା ପାଇଁ ଏବଂ ଲାଇସେନ୍ସ ପାଇବା ପାଇଁ ହଜାର ହଜାର ଦରଖାସ୍ତକାରୀ ଲମ୍ବା ଲାଇରେ ଠିଆ ହୋଇଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖୁ ରାଜ୍ୟ ସରକାର ଆଉ ଏକ ମାସ ଲୋକଙ୍କୁ ମହଲତ ଦେବାପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । 

ଏହି ପତ୍ରରେ ସେ କହିଛନ୍ତି ଯେ, ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆପଣ ସଂଶୋଧିତ ମୋଟରଯାନ ଆଇନ୍‌କୁ ୬ ମାସ ଘୁଞ୍ଚାଇ ଦେଇଥିଲେ । ଏହି ସମୟ ମଧ୍ୟରେ ବହୁ ଲୋକ ନିଜର କାଗଜପତ୍ର ଠିକ୍ କରିନେଇଛନ୍ତି । କିନ୍ତୁ । ତା’ସସ୍ତେ ଆହୁରି ବହୁ ଲୋକଙ୍କର କାଗଜପତ୍ର ଏବଂ ଡ୍ରାଇଭି ଲାଇସେନ୍ସ ବିଭିନ୍ନ ଆର.ଟି.ଓ. ମାନଙ୍କରେ ପଡ଼ିରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅନ୍ତତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସୁଯୋଗ ଦିଅନ୍ତୁ । କାରଣ ସରକାରଙ୍କର ଲକ୍ଷ୍ୟ ଯାହା ପରିବହନ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗତକାଲି କହିଛନ୍ତି ଯେ, “ ଏହି ଆଇର ଲକ୍ଷ୍ୟ ନୁହେଁ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ଫାଇନ୍ ଆଦାୟ କରିବା ବରଂ ଦୁର୍ଘଟଣା କବଳରୁ ସାଧାରଣ ଲୋକଙ୍କର ଧନଜୀବନକୁ ସୁରକ୍ଷା ଦେବା” । ତେଣୁ ସାଧାରଣ ଜନତାର ଏହି ସ୍ୱାର୍ଥକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଏକ ମାସ ସାଧାରଣ ଲୋକଙ୍କୁ ସମୟ ଦେବାପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ । କିନ୍ତୁ ଏହି ସମୟ ମଧ୍ୟରେ ଯେଉଁମାନେ ମଦ ପିଇ ଗାଡ଼ି ଚାଳନା କରୁଛନ୍ତି କିମ୍ବା ଗାଡ଼ି ଚାଳନା ବେଳେ ମୋବାଇଲ୍‌ରେ ଗପିଗପି ଯାଉଛନ୍ତି, ଦୁଇଚକିଆ ଯାନରେ ତିନିଜଣ ବସି କରି ଯାଉଛନ୍ତି କିମ୍ବା ହେଲ୍‌ମେଟ୍ ପିନ୍ଧୁନାହାଁନ୍ତି ଏସବୁର ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ କରିବା ସହିତ ଆଇନ୍ ଅନୁଯାୟୀ ଦଣ୍ଡିତ କରାଗଲେ କାହାରି କୌଣସି ଆପତ୍ତା ରହିବ ନାହିଁ । ସେହିଭଳି ଯେଉଁମାନେ ଆମ୍ବୁଲାନ୍ସ ଏବଂ ଫାୟାର ଗାଡିକୁ ବାଟ ଛାଡୁନାହାଁନ୍ତି କିମ୍ବା ଜବରଦସ୍ତ ଟ୍ରାଫିକ୍ ଛକମାନଙ୍କରେ ଥିବା ରେଡ୍‌ ଲାଇଟକୁ ଉଲ୍ଲଙ୍ଘନ କରୁଛନ୍ତି କିମ୍ବା କାର ଚଳାନା ବେଳେ ସିଟ୍ ବେଲ୍ ବାନ୍ଧୁ ନାହାନ୍ତି ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯାଉ ଏବଂ ନିୟମକୁ କଡ଼ାକଡ଼ି କରାଯାଉ । ଏହି ଏକ ମାସ ମଧ୍ୟରେ ସାଧାରଣ ଦରଖାସ୍ତକାରୀଙ୍କୁ ସେମାନଙ୍କର ଲାଇସେନ୍ସ ଏବଂ ଗାଡ଼ିର କାଗଜପତ୍ର ଯୋଗାଇ ଦେବାପାଇଁ ପରିବହନ ବିଭାଗ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି ।

ଇସ୍ପାତ୍ର ଶିଳ୍ପ ମାଧ୍ୟମରେ ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହେବ, ଜାପାନ ସହଯୋଗରେ ଇସ୍ପାତ୍ ଶିଳ୍ପର ପୂର୍ବଦୋୟରେ ଓଡିଶା ହେବ ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ବର :  ୨୮/୦୨-ରାଜ୍ୟରେ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ ରଣନୀତିର ଆବଶ୍ୟକତା ରହିଛି ଏବଂ ଏହି ଇସ୍ପାତ୍ ଶିଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଜାପାନ ଦେଶର ଭଲ ସହଯୋଗୀ ରାଷ୍ଟ୍ର ହୋଇଛି । ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡିଶାକୁ ଇସ୍ପାତ୍ର ଶିର ପୂର୍ବଦୋୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭୁବନେଶ୍ବର ଠାରେ ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ଜାପାନ ଏମଇଟିଆଇ ପକ୍ଷରୁ ଆୟୋଜିତ କର୍ମଶାଳା “ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଇସ୍ପାତ୍ରର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟାରେ ଯୋଗଦେଇ ସେ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶି ମାଧ୍ୟମରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବ । ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ ଭୂମିକା ରହିଛି ଏବଂ ଓଡ଼ିଶା ଦେଶର ଇସ୍ପାତ୍ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ରାସ୍ତାରେ ଅଛି । ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍‌ ଇସ୍ପାତ୍ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ କେବଳ ୧୦୦ ମିଲିୟନ ମେଟ୍ରିକ୍ ଟନ୍‌ ଇସ୍ପାତ୍ ଉତ୍ପାଦନ ହେବାର ସମ୍ଭାବନା ରହିଛି । ମାତ୍ର ଏହାକୁ ସାକାର କରିବା ପାଇଁ ଓଡ଼ିଶାର ଆନୁଷାଙ୍ଗିକ ବ୍ୟବସ୍ଥାକୁ ବଢାଇବାକୁ ପଡିବ । ସେ କହିଛନ୍ତି ଭାରତବର୍ଷରେ ମୁଣ୍ଡ ପିଛା ଇସ୍ପାତ୍ ବ୍ୟବହାର ମାତ୍ର ୭୦ କିଲୋଗ୍ରାମ ଥିବାବେଳେ ଏହାକୁ ବଢାଇବା ପାଇଁ ଧ୍ୟାନ ଦିଆଯାଉଛି । ଅନ୍ୟପଟେ ବିଶ୍ବରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨ ୨୫ କିଲୋଗ୍ରାମ । ଥିବାବେଳେ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୫୦୦ କିଲୋଗ୍ରାମ ମୁଣ୍ଡ ପିଛା ଇସାତ୍ ବ୍ୟବହାର ହେଉଛି । ଓଡିଶାରେ ଏହାକୁ ଅନ୍ୟନ ୧୫୦ କିଗ୍ରାରେ ପହଁଚାଇବାର ସମ୍ଭାବନା ରହିଛି । ଇସ୍ପାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତନ ଆସିବ ଏବଂ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ଇସ୍ପାତ୍ ବ୍ୟବହାର ବଢିଲେ ସାମାଜିକ ଭିତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ୍ ଡେଭଲପମେଟ୍ ରେଗୁଲେସନ ଆକ୍ସ( ଏମ୍ଏଡିଆର) ନିୟମରେ ପରିବର୍ତ୍ତନ କାରଣରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ । ପୂର୍ବରୁ କେବଳ ରୟାଲିଟି ଓ ସେଲ୍ ଟାଙ୍କି ରାଜ୍ୟକୁ ମିଳୁଥିଲା । ସେ କହିଛନ୍ତି ଯେ ଦେଶର ୮୦ ପ୍ରତିଶତ ଖଣି ପୂର୍ବୋଚଳରେ ରହିଛି । ରାଜ୍ୟରେ ଇସ୍ପାତ୍ ଶିର ବିକାଶ ପାଇଁ ବିଜୁଳି ବିଲ ଟାରିଫରେ ରହାତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯେହେତୁ ରାଜ୍ୟରେ ପ୍ରଚୁର କୋଇଲା ସମ୍ପଦ ରହିଛି, ତେଣୁ ବିଜୁଳିକୁ କଂଚାମାଲ ଭାବେ କମ୍‌ ମୂଲ୍ୟରେ ବ୍ୟବହାର କରି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ତିଆରି କରି ଏହି ଶିକୁ ବଢାଇବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଓଡିଶାରୁ ବୌଦ୍ଧ ଧର୍ମ ବିଶ୍ବର ବିଭିନ୍ନ ସ୍ଥାନକୁ ଯାଇଛି । କଳିଙ୍ଗ ଯୁଦ୍ଧ ଏଠାରେ ହୋଇଥିଲା ଏବଂ ଏହି ଯୁଦ୍ଧ ପରେ ସମ୍ରାଟ୍ ଅଶୋକା ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡିଶା-ଜାପାନ ସମ୍ପର୍କର ସେତୁ ହେଉଛି ବୌଦ୍ଧ ଧର୍ମ । ସେ କହିଛନ୍ତି ଓଡିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କଳା କୌଶଳର ଅନନ୍ୟ ଉଦାହରଣ ଓ ଇସାତ୍ । ଏହାର ମେରୁଦଣ୍ଡ । କୋଣାର୍କ ମନ୍ଦିର ଚୂଡରେ ଥିବା ଚୁମ୍ବକ ମନ୍ଦିରର ଜ୍ୟଚାକୁ ଧରି ରଖିଥିଲା ଏବଂ ଚୁମ୍ବକୀୟ ପ୍ରଭାବ ଦ୍ଵାରା ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭୂମି ସଲଗ୍ନ ନହୋଇ ଏହାଠାରୁ ଟିକେ ଉପରେ ରହୁଥିଲା । ଏବେ ନୂଆ ଅର୍ଥନୀତିରେ କୋଣାର୍କରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଖଦି ପ୍ରତି ଆଦର ହିଁ ଗାନ୍ଧୀଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର : ୨୮/୦୨-ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ‘ସପ୍ତାହରେ ଦିନଟିଏ ଖଦି’ ଶୀର୍ଷକ ରାଜ୍ୟସ୍ତରୀୟ ଖଦି ସଚେତନତା ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖଦି ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସମାରୋହରେ ଖଦିର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିବା ସହିତ ଖଦିବସ୍ତ୍ର ପରିଧାନର ଉପାଦେୟତା ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶ ପାଇଁ ଗାନ୍ଧୀଜୀଙ୍କ ବଳିଦାନ ଓ ଖଦି ପ୍ରତି ଉତ୍ସର୍ଗୀକୃତ ଅବଦାନ ସଂପର୍କରେ ଉଲ୍ଲେଖ କରି ଖଦିର ବ୍ୟବହାର ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଯୁବବର୍ଗ ଏଥୁ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିବା ଉଚିତ ଯାହା ଭବିଷ୍ୟତ ପିଢ଼ିକୁ ଖଦି ପରି ଧାନ ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପରିଧାନ ପାଇଁ ବୋର୍ଡ ପକ୍ଷରୁ କରାଯାଇଥିବା ଅଭିନବ ପ୍ରୟାସର ସେ ଭୂୟସୀ ପ୍ରଶଂସା କରିଥିଲେ ।

ସମାରୋହକୁ ଉଦ୍ଘାଟନ କରି ଶକ୍ତି, ଗୃହ, ଶିକ୍ସ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟ ଖଦି ବୋର୍ଡ ତରଫରୁ କରାଯାଇଥିବା ଉଦ୍ୟମ ସମୟୋପଯୋଗୀ ବୋଲି ଉଲ୍ଲେଖ କରିବା ସହିତ ଖଦିର ବହୁଳ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ସମାଜରେ ଖଦିର ଆଦର ହୋଇପାରିଲେ ଏହା ଗାନ୍ଧୀ ଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଖଦି ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଖଦି ସହିତ ଗାନ୍ଧୀଜୀଙ୍କର ଥିବା ଆମ୍ବିକ ସଂପର୍କରେ ଅବତାରଣା କରିଥିଲେ । ସେ କହିଲେ ଯେ ନିଜେ ଚରଖାରେ ସୂତା କାଟିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ଉତ୍ସାହିତ କରୁଥିଲେ । ଦୁଇଖଣ୍ଡ ଖଦି ବସ୍ତି ଥୁଲା ତାଙ୍କର ପରିଧାନ । ଖଦିକୁ ଜନସାଧାରଣଙ୍କ ଅଧୁକ ନିକଟତର କରିବା ପାଇଁ ଖଦି ବୋର୍ଡର ଏଭଳି ପ୍ରୟାସ ଅଭିନନ୍ଦନୀୟ । ନିଜର ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ସଚ୍ଚା ଭାରତୀୟ ଭାବରେ ଗର୍ବ କରି ବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଖଦି ବୋର୍ଡ ଦ୍ଵାରା କରାଯାଇଥିବା ଏଭଳି ଏକ ନିଆରା ଉଦ୍ୟମର ସଫଳତା କାମନା କରିଥିଲେ । ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରି ପାରିଲେ ଗାନ୍ଧୀଜୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ । 

ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏ ଭଳି ଅଭିନବ ଅଭିଯାନର ସଫଳତା କାମନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଗାନ୍ଧୀ ଓ ଚରଖା ଚିତ୍ର ଥାଇ ଏକ ଲୋଗୋର ଶୁଭ ଉନ୍ମୋଚନ କରା ଯାଇଥିଲା । ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ପୌରୋହିତ୍ୟ କରି ସ୍ଵାଗତ ଭାଷଣ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରିଥିଲେ । ସରକାରୀ ଓ ବେସରକାରୀ କର୍ମଚାରୀ ତଥା ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସପ୍ତାହରେ ଅନ୍ତତଃ ଦିନଟିଏ ଖଦିବସ୍ତ୍ର ପରିଧାନ କଲେ ଗାଁଗହଳିର ଗରି ବ ବୁଣାକାରମାନଙ୍କର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ନିଜର ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ସଚ୍ଚା ଭାରତୀୟ ଭାବରେ ଗର୍ବ କରି ବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଖଦି ବୋର୍ଡ ଦ୍ଵାରା କରାଯାଇଥିବା

ଏଭଳି ଏକ ନିଆରା ଉଦ୍ୟମର ସଫଳତା କାମନା କରିଥିଲେ । ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରି ପାରିଲେ ଗାନ୍ଧୀଜୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉଲ୍ଲେଖ
କରିଥିଲେ । ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏ ଭଳି ଅଭିନବ ଅଭିଯାନର ସଫଳତା କାମନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଗାନ୍ଧୀ ଓ ଚରଖା ଚିତ୍ର ଥାଇ ଏକ ଲୋଗୋର ଶୁଭ ଉନ୍ମୋଚନ କରା ଯାଇଥିଲା । ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ପୌରୋହିତ୍ୟ କରି ସ୍ଵାଗତ ଭାଷଣ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରିଥିଲେ । ସରକାରୀ ଓ ବେସରକାରୀ କର୍ମଚାରୀ ତଥା ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସପ୍ତାହରେ ଅନ୍ତତଃ ଦିନଟିଏ ଖଦିବସ୍ତ୍ର ପରିଧାନ କଲେ ଗାଁଗହଳିର ଗରି ବ ବୁଣାକାରମାନଙ୍କର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ସମାରୋହରେ ଖଦି ବୋର୍ଡ ଦ୍ୱାରା ଆର୍ଥିକ ସହାୟତାପ୍ରାପ୍ତ ସଫଳ ଉଦ୍ୟୋଗୀମାନଙ୍କର ଏକ ପ୍ରେରଣାଦାୟୀ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା । ପରେ ଗାନ୍ଧୀଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ । ତୋ ତେନେ କହି ଯେ' ଗୀତଟିକୁ ଓଡ଼ିଶୀ ରୂପରେ ପରିବେଷଣ କରାଯାଇଥିଲା । ଏହି ଉପଲକ୍ଷେ ଜୟଦେବ ଭବନଠାରେ ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଟ ଏହି ଖଦି ସାମଗ୍ରୀର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେ ଖଦିର ଭଳିକି ଭଳି ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରା ଯାଇଥୁଲା । ବୋର୍ଡର ସଚିବ ଶ୍ରୀ ଅବଦୁଲ୍ ଅଲିମ୍ ଖାନ୍, ଉପସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ, ଶ୍ରୀ ତ୍ରିଯୋଗୀ  ନାରାୟଣ ଦାଶ ଓ ବୋର୍ଡର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମାରୋହକୁ ସଫଳ କରିବାରେ ସହଯୋଗ କରିଥିଲେ ।

ଗଞ୍ଜାମ ଜିଲ୍ଲା କିଷାନକଂଗ୍ରେସର ଜିଲ୍ଲାସ୍ତରିୟ କୃଷକ ଅଧୁକାର କର୍ମଶାଳା ଚାଷ ଓ ଚାଷୀଙ୍କ ଦୂରାବସ୍ଥା ପାଇଁ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କଲା :-କଂଗ୍ରେସ

ଗଞ୍ଜାମ : ୨୮/୨-ଆଜି ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସର ଜିଲ୍ଲାସ୍ତରୀୟ କୃଷକ ଅଧୁକାର କର୍ମଶାଳା ବ୍ରହ୍ମପୁରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କର୍ମଶାଳାରେ ଅସ୍ବଳ ଭାରତ କିଷାନ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ତୃଟିପୂର୍ଣ କୃଷିନୀତି ଓ ଚାଷୀମାରଣ ନୀତିର ଅବତାରଣା କରିଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ଚାଷୀ ସବୁସ୍ତରରୁ ବଞ୍ଚିତ ଏବଂ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଗତ ୩ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାରରେ ଚାଷୀଙ୍କ ଠାରୁ କୃଷିବୀମା ବାବଦରେ ପ୍ରାୟ ୭୨ ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରାଯାଇଥିବା ବେଳେ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ମାତ୍ର ୫୨ ହଜାର କୋଟି ଟଙ୍କା ଦିଆଯାଇ ପ୍ରାୟ ୨୦ ହଜାର କୋଟି ଟଙ୍କା ଘରୋଇ ବୀମା କମ୍ପାନୀମାନେ ଲାଭ କରିଛନ୍ତି । ସ୍ୱାମୀନାଥନ କମିଟିର ସୁପାରିଶକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ । 

ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସଠିକ୍ ମୂଲ୍ୟ ପ୍ରଦାନ କରାଯାଉ ନାହିଁ । ଏହି ସରକାର ଏକ ଶିଳ୍ପପତିମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରୁଥିବା ବେଳେ ଋଣ ଭାରରେ ଥିବା ଚାଷୀଙ୍କଠାରୁ ପାହୁଲାଟିଏ କୃଷିରଣ ଛାଡ଼ କରି ନାହାନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଏହି ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରିତ କରୁଥିବା ବେଳେ ଚାଷୀ ଆନ୍ଦୋଳନ ଯୋରଦାର କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ପ୍ରତି ଗ୍ରାମସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଂଗଠନକୁ ଓଡ଼ିଶାରେ ଅଧୁକରୁ ଅଧିକ ସୁଦୃଢ଼ କରାଯିବା ବୋଲି ମଧ୍ୟ ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲାର ସର୍ବ ପୁରାତନ ଚିନିଶିଳ୍ପ କାରଖାନାଟି ସରକାରଙ୍କ ଅପାରଗତା ଯୋଗୁଁ ନିଲାମ ହେବାକୁ ବସିଲାଣି । ଜିଲ୍ଲାର ଏକମାତ୍ର କୃଷି ଭିତ୍ତିକ ସମବାୟ ଚିନିଶିଳ୍ପ କାରଖାନାଟିକୁ କେନ୍ଦ୍ର ସରକାର ତୁରନ୍ତ ୩୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲେ ୭ହଜାରରୁ ଅଧୁକ ଚାଷୀ ଓ ୨୦ ହଜାରରୁ ଅଧୁକ ଶ୍ରମିକ ଦୀର୍ଘସ୍ଥାୟୀ ଦାନା ପାଇବାର ସୁବିଧା ପାଇ ପାରିବେ । ଅପର ପକ୍ଷରେ ସରକାର ଧାନର ଅଭାବି ବିକ୍ରି ହେଉନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୫ ଲକ୍ଷ କ୍ଲିଣ୍ଟାଲ ଧାନ ଚାଷୀମାନେ ବିକ୍ରି କରି ପାରି ନାହାନ୍ତି । 

ଗୋଦାମଘର ନ ଥିବା ଏବଂ ଟୋକନ ଦେବାରେ ଅବହେଳା ଯୋଗୁଁ ଚାଷୀମାନେ ନିର୍ଦ୍ଧାରିତ ଦରଠାରୁ ଧାନ ଦ୍ବିଣ୍ଟାଲ ପିଛା ୧ ୨ ଶହ ରୁ ୧୩ ଶହ ଟଙ୍କାରେ ଆନ୍ଧ୍ର ବେପାରୀମାନଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ କାଳିଆ ଓ ପି.ଏମ୍ କିଷାନ ଯୋଜନାରେ ପ୍ରକୃତ ହିତାଧୁକାରୀଙ୍କୁ ସହାୟତା ମିଳିନାହିଁ । ଜଳସେଚନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ସଂରକ୍ଷଣ ପାଇଁ ଶୀତଳଭଣ୍ଡାରଟିଏ ନାହିଁ । କାମଧନ୍ଦା ନ ପାଇ ଜିଲ୍ଲାର ୭ ଲକ୍ଷରୁ ଉଦ୍ଧି ଲୋକ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଚାଷ ଓ ଚାଷୀ ସମ୍ପୂର୍ଣ ଅସୁରକ୍ଷିତ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଯୁଗ୍ଧ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ, କିଷାନ କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ସୁବାଷ ରାଉତ, ସାଧାରଣ ସମ୍ପାଦକ ସାଇ ପ୍ରସାଦ ପାତ୍ର, ସମ୍ପାଦକ ପଦ୍ମ ଚରଣ ସାହୁ, ଶ୍ୟାମ ସୁନ୍ଦର
ଦୋରା, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପ୍ରମୁଖ ଉଭୟ ସରକାରର ଚାଷୀମାରନ ନୀତି ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଜିଲ୍ଲା କିଷାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଚାଷୀ ପ୍ରତିନିଧୁମାନେ ସେମାନଙ୍କ ଅଞ୍ଚଳରେ ଉପୁଜୁଥିବା ବିଭିନ୍ନ କୃଷି ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ପ୍ରେସ୍ ଇସ୍ତାହାର ସତ୍ୟନଗରସ୍ଥିତ ଯାକ ଭବନରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ,

ଭୁବନେଶ୍ୱର :୨୮/୨-ରାଜ୍ୟର ୩ ଲକ୍ଷ ପେନସନଭୋଗୀଙ୍କୁ ପ୍ରତିନିଧତ୍ବ କରୁଥିବା "ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଞ୍ଜରୀ ମହାସଂଘର ୫ମ ଦିବାର୍ଷିକ ସମ୍ମିଳନୀ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତି ହୋଇଛି । ଏଥିପାଇଁ ଗତ ହୋଇଥିବା ଅଭ୍ୟର୍ଥନା କମିଟିରେ ଅଧ୍ୟକ୍ଷ ଭାବେ ମାନ୍ୟବର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଓ ଉପାଧ୍ୟକ୍ଷ ଭାବେ ପୂର୍ବତନ ସ୍ବତନ୍ତ୍ର ସଚିବ ଓଡ଼ିଶା ସରକାର ଶ୍ରୀଯୁକ୍ତ ଚଣ୍ଡିକା ପ୍ରସାଦ ମହାନ୍ତି ଅଛନ୍ତି । ଏହି ସମ୍ମିଳନୀର ବାର୍ତ୍ତାକୁ ଭୁବନେଶ୍ବରର ଅବସରପ୍ରାପ୍ତ କର୍ମଗରୀଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ ଅର୍ଥନା କମିଟିର ପ୍ରଥମ ଆନିକୁ ବୈକ ଅନୁଷ୍ଠିତ ହୋଇ ରାଜଧାନୀ ଶାଖାର ନେତୃତ୍ବମାନଙ୍କୁ ସରପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି । ରାଜ୍ୟର ୩ ଟି ଜିଲ୍ଲାର  ଶତାଧିକ ପ୍ରତିନି ଭଉଣୀ ଓ ଭାଇମାନେ ସଦ୍ୟ ରାଜ୍ୟ ସରକାରଙ୍କର ଦ୍ଵାରା ପ୍ରତାରଣାପୂର୍ଣ୍ଣ ମହଙ୍ଗା ଭରା । ଅବସରପ୍ରାପ୍ତ କର୍ମରୀଙ୍କୁ ପୁନଃ ନିଯୁକ୍ତି ଦେବା ଘୋଷଣା ବାତିଲ ସହିତ ନିମ୍ନୋକ୍ତ ଦାବୀ ଉପରେ {୧) କେନ୍ଦ୍ର ଓ ଅନ୍ୟ ରାଜ୍ୟର ଅବସରପ୍ରାପ୍ତ କର୍ମଶ୍ବରୀ ଏବଂ ଓଡ଼ିଶାର ବିସ୍ତର ବିଭାଗୀୟ ଅବସରପ୍ରାପ୍ତ କର୍ମଖରୀଙ୍କୁ ମିଳୁଥିବା ଚିକିତ୍ସା ବା ଭଳି ରାଜ୍ୟର ସମସ୍ତ ଅବସରପ୍ରାପ୍ତ କର୍ମସ୍ପରୀଙ୍କୁ ଚିକିତ୍ସା ଭରା ସର୍ବନିମ୍ନ ୧୫୦୦ ଟଙ୍କା ସହ ଚିକିତ୍ସା ସୁବିଧା ଲାଗୁ କରାଯାଇ (୨) ୧୦ ୧୭ ଏପ୍ରିଲରୁ ଉଚ୍ଛେଦ କରାଯାଇଥିବା { ୧୯୯୧ରୁ ରହିଆସିଥିବା ସାଧାରଣ ଅଭିଯୋଗ ଓ ପେନ୍‌ସନ ପ୍ରଶାସନ ବିଭାଗକୁ ପୁନଃ ସ୍ଥାପନ କରାଯାଉ (୩) ୭ମ ବେତନ କମିଶନ ସୁପାରିଶ ଭିଭିରେ ନୂତନ ପେନସନ ନିର୍ଦ୍ଧାରଣ ଟୁରେ କେନ୍ଦ୍ର ଅରୁପ ନିହୋଇ ନିମ୍ନ ଅସଙ୍ଗତି ଓ ଛୁଟି ଦୁର କରାଯାଇ (କ) ଯେସନ ନିର୍ଦ୍ଧାରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଭଳି ଫର୍ମୁଲା -୧, ୨୦୧୬ ଓ ୨୦ ୬ ପୂର୍ବର ଫେସନ ଭୋଗୀଙ୍କ ପାଇଁ ଲାଗୁ କରାଯାଇ (ଖ) ୫ ମ ଓ ଷ୍ଠ ବେତନ କମିଶନ ସୁପାରିଶ ଭିଭିରେ ସର୍ବନିମ୍ନ ପେନସନ କ୍ଷେତ୍ରରେ କେନ୍ଦ୍ର ସହ ସମତା ରକ୍ଷା କରି ୧.୧. ୨୦୧୬ରୁ ସର୍ବନିମ୍ନ ପେନସନ ୮,୩୦୦ ଟଙ୍କା ପରିଦରେ ୯,୦୫ ଟଙ୍କା କରଯାଉ ଏବଂ ଅନୁରୂପ ଭାବେ ଈ.ପି.ଏଫ୍, ପେସନଧାରୀମାନଙ୍କୁ କେନ୍ଦ୍ର ଭଳି ୯, ୫୦ ଟଙ୍କା ପେନ୍‌ସନ ପ୍ରଦାନ କରାଯାଇ (୪) କେନ୍ଦ୍ର ଅନୁରୁପ ପୁରା ପେନସନ ପାଇଁ କାଳିପାଲଙ୍ଗ ସସ ୨୫ ବର୍ଷ ପରିବର୍ଘ ୨୦ ବର୍ଷ ରଖାଯାଇ (୫) ବରିଷ୍ଠ ନାଗରିକମାନଙ୍କୁ ବ୍ୟାଙ୍କ ଋଣରେ ସୁଧ କମ କରାଯାଉ ,(5) ମୋ ବସ ଭଳି ଅନ୍ୟ ସମସ୍ତ ବସ୍ ଯାତ୍ରା ଅବସରପ୍ରାପ୍ତ କର୍ମସ୍ପରୀଙ୍କୁ ୫୦% ରିହାତି ମିଳୁ (୭) ରାଜ୍ୟ ଅବସରପ୍ରାପ୍ତ କର୍ମାନ୍ତରୀ ମହାସଂଘର ଅଫିସ୍ ପାଇଁ ରାଜଧାନୀ ଭୁବନେଶ୍ବରରେ ଏକ ସରକାରୀ ଗୃହ ଯୋଗାଇ ଦିଆଯାଇ (୮) ପେସନରୋଗୀଙ୍କ ପାଇଁ କାର୍ଯ୍ୟରତ କର୍ମଶ୍ବରୀଙ୍କ ଭଳି ବାର୍ଷିକ ଇନ୍ସିମେଣ୍ଟ ବ୍ୟବସ୍ଥା ଲାଗୁ କରାଯାଉ (୯) ଜାତୀୟ ପେସନ ଆଇନ୍ ୨୦୧୩କୁ ବାତିଲ କରି ପୂର୍ବ ପ୍ରଚଳିତ ଡ଼ିଫାଉଣ୍ଡ ବେନିଫିଟ ଓ ଗ୍ୟାରେଡ଼ ପେନସନ ବ୍ୟବସ୍ଥା ଲାଗୁ କରାଯାଇ, ଅତିରିକ୍ତ ପେନସନ ୮୫ ବର୍ଷ ବଦଳରେ ୬୫ ବର୍ଷ ବୟସକୁ ଲାଗି କରାଯାଇ (୧) ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ କଲି ୧୯୯୬ରୁ ମିଳୁନଥୁବା ବକେୟାପ୍ରାପ୍ୟ ଅବସରପ୍ରାପ୍ତ ଏସ୍.ଟି.ଏସ୍.ଆର ୧୧୦୦ କର୍ମସ୍ପରୀଙ୍କୁ ଅବିଳମ୍ବ ଦିଆଯାଇ । ସେହିଭଳି ୨୦୦ ରୁ ଅବସର ଗ୍ରହଣ କରିବା ଏସ୍,ଟି, ଏସ୍.ର ୧୫୩ଜଣ କର୍ମନ୍ତରୀଙ୍କୁ ତୁରନ୍ତ ପେନସନ ପ୍ରଦାନ କରାଯାଇ ( ୧ ୧) ରାଜ୍ୟ ଭଲେକଟ୍ରିକାଳି ( ଗ୍ରୀଡ଼କୋ) ଅବସରପ୍ରାପ୍ତ କର୍ମନ୍ତରୀମାନଙ୍କୁ ୭ମ ବେତନ କମିଶନର ବକେୟା ପ୍ରାପ୍ୟ ଓ ରାଜ୍ୟ ପୌର ନିଗମ ତଥା ମ୍ୟୁନିପାଲିଟିର ଅବସରପ୍ରାପ୍ତ କର୍ମରୀଙ୍କୁ ଏବଂ ଓ.ଏସ୍.ଆଇ.ସି (ରପିଏଫ) ଅବସରପ୍ରାପ୍ତ କର୍ମରୀଙ୍କୁ ୭ମ ବେତନ କମିଶନ ଭିଭିରେ ରାଜ୍ୟ ଅବସରପ୍ରାପ୍ତ କର୍ମରୀଙ୍କ ଭଳି ତୁରନ୍ତ ସଂଶୋଧିତ ପେନସନ ପ୍ରଦାନ କରାଯାଉ ।

ଏହି ସମ୍ମିଳନୀରେ ଭଦଘାଟକ ତଥା ମୁଖ୍ୟ ଅତିଥୁ ଭାବେ ଶ୍ରୀଯୁକ୍ତ ତଥାଗତ ଶତପଥୀ, ସ(ଦକ, ଧରିତ୍ରୀ ତଥା ପୂର୍ବତନ ସାଂସଦ, ସମ୍ମାନୀୟ ଅତିଥୁବେ ଶ୍ରୀଯୁକ୍ତ ଗଗନ ବିହାରୀ ସାହୁ, ଅବସରପ୍ରାପ୍ତ ଅର୍ଜୁଷା ପ୍ରଶାସନିକ ସେବା, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଏମ୍.ଏନ୍, ରେଢ଼ୀ, ସାଧାରଣ ସମ୍ପାଦକ, ତେଲେଙ୍ଗାନା ପେନ୍ସନର ସଂଘ ତଥା ଅଳ ଭାରତ ରାଜ୍ୟ ସରକାରୀ ପେସନର ମହାସଂଘର ବରିଷ୍ଠ ନେତୃତ୍ନ, ସମ୍ମାନନୀୟ ବକ୍ତା ଭାବରେ ଶ୍ରୀଯୁକ୍ତ ଦୁର୍ଗାଚରଣ ନାୟକ, ପୂର୍ବତନ ଓଡ଼ିଶା ସଚିବାଳୟ ସେବା ବଥା ବରିଷ୍ଠ ସ୍ତମ୍ଭକାର ଯୋଗ ଦେବା ନିମନ୍ତେ ସ୍ଵିକୃତି ପ୍ରଦାନ କରିଥିବା ବେଳେ ଭାତୃପ୍ରତୀମ ସଂଗନ ଯଥା କେନ୍ଦ୍ର ସରକାରୀ ପେନସନର ସଂଘ, ଜୀବନ ବୀମା ପୋସନର ସଂଘ ଓ ଇପିଏଫ ପେସନର ସଂଘମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି । ରାଜ୍ୟ ପେସକମାନଙ୍କ ଭକ୍ତ ଗୁରୁତ୍ବପୂର୍ଷ ରାଜ୍ୟ ସମିଳନୀଙ୍କୁ ସାହାଯ୍ୟ ସହଯୋଗ ଓ ସମର୍ଥନ ଦେଇ ସଫଳ କରିବାକୁ ଚାରି ବଶିଷ୍ଠ ପେସନର ଭଉଣୀ ଓ ଭାରମାନଙ୍କୁ ଓଡ଼ିଶା ରାଜା ଅବସରପ୍ରାପ୍ତ କର୍ମରୀ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି । 

ବିଜେପିର ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ପୂର୍ବୋଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ:-ଧର୍ମେନ୍ଦ୍ର ପ୍ରଧାନ,

ବିଜେପିର ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ପୂର୍ବୋଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ:-ଧର୍ମେନ୍ଦ୍ର ପ୍ରଧାନ,
ମୋଦି ଓ ଶାହା ଓଡିଶା ପାଇଁ ଐତିହାସିକ ଫନୀ ସହାୟତା ଦେଇଛନ୍ତି !!
ଏମ୍ଏଡିଆର ନିୟମରେ ପରିବର୍ତନ କାରଣରୁ ରାଜ୍ୟକୁ ବାର୍ଷିକ ୨୫ ହଜାର କୋଟି ରାଜସ୍ବ ମିଳିବା ସମ୍ଭାବନା !!
ଓଡିଶାର ବିକାଶ ପାଇଁ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରାଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ବୀକୃତି ଦେଇଛନ୍ତି !!
ପ୍ରଧାନମନ୍ତ୍ରୀ ଆୟୁଷ୍ଠାନ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଅନୁରୋଧ !!
ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ବାନ !!
ସାଢେ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥ ପାଇଁ ଲଢିବାକୁ ବିଜେପିର ସଂକଳ୍ପ ଦୋହରାଇଲେ !!

ଭୁବନେଶ୍ବର :  ୨୮/୦୨-ପୂର୍ବ ଭାରତର ବିକାଶ ବିନା ଦେଶର ବିକାଶ ଅସମ୍ଭବ ଏବଂ ଏହି ବିକାଶରେ ଓଡିଶା  ଅଗ୍ରଭାଗରେ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ପୂର୍ବୋଚଳ ରାଜ୍ୟସମୂହ ବୈଠକକୁ ଓଡ଼ିଶାର ଭୁବନେଶ୍ୱରରେ ଆୟୋଜନ କରି ପୂର୍ବଭାରତ ତଥା ଓଡିଶାର ବିକାଶର କଥା ଚିନ୍ତା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବର ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ବିଶାଳ କନସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅତୀତରେ ଅନେକ ସରକାର ଦିଲ୍ଲୀ ଦରବାରରେ ବସିଛନ୍ତି ମାତ୍ର ରାଜ୍ୟକୁ ଆସି କୌଣସି ସରକାର ବୈଠକ କରୁନଥିଲେ । କିନ୍ତୁ ଅମିତ ଶାହାଙ୍କ ଦୂରଦୃଷ୍ଟି କାରଣରୁ ରାଜ୍ୟରେ ପୂର୍ବୋଚଳ ରାଜ୍ୟସମୂହ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ନିକଟରେ ସଠିକ୍ ଭାବରେ ଓଡିଶାର ଥିବା ଅପେକ୍ଷାକୁ ରଖିପାରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଫନୀରେ ବିଧ୍ୱସ୍ତ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ପ୍ରାକୃତିକ ଦୁର୍ବିପାକ ଚିରସହଚର ଓଡିଶା ପାଇଁ ଐତିହାସିକ ସହାୟତା ଦେଇଛନ୍ତି । ଫନୀ ମହାବାତ୍ୟାର ଖବର ପାଇବା ମାତ୍ରେ ମୋଦି ସରକାର । ଓଡିଶା ସରକାରଙ୍କୁ ତ୍ବରିତ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଗସ୍ତରେ ଆସି ଫନୀ ସ୍ଥିତି ଅନୁଧ୍ୟାନ କରିବା ସହ ଓଡିଶାକୁ ୧ ହଜାର କୋଟି ଟଙ୍କାର ସହାୟତା ଅର୍ଥ ଘୋଷଣା କରିଥିଲେ । । ଶେଷରେ ଚୂଡାନ୍ତ ସହାୟତା ପାଇଁ ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ଦେଇ ମୋଦି ସରକାର ମୋଟ ୪୬୭୮.୨ ୨ । କୋଟି ଫନୀ ସହାୟତା ଦେଇଛନ୍ତି । ଅତୀତରେ ଓଡିଶାକୁ ଏତେମାତ୍ରାରେ ସହାୟତା କେବେ ମିଳିନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ବଦନ ନେତୃତ୍ବ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ । ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ବିକାଶ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜାତୀୟ ରାଜପଥ, ଉପକୂଳ କୋଷ୍ଟାଲ ହାଇଓ, ରେଳ ଲାଇନ, କାମ୍ପା ଫଣ୍ଡକୁ ପ୍ରଧାନ୍ୟ ଦେବା ସହ ପାଇକ ବିଦ୍ରୋହକୁ ସ୍ବୀକୃତି ଦେଇଛନ୍ତି । ତେବେ ମୋଦି ସରକାରଙ୍କ ବ୍ୟତିତ ଅନ୍ୟ କେଉଁ ସରକାର ଓଡିଶାକୁ ଏପରି ସୁଦୃଷ୍ଟିରେ ଦେଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଖଣି ଖାଦାନର ରାଜ୍ୟ ଓଡିଶାରେ ଆଦିବାସୀ ଲୋକଙ୍କର ସମ୍ପତିକୁ ଅତୀତରେ ଶିପତି ମାନଙ୍କୁ ଟେକି ଦିଆଯାଉଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୨୦୧୫ ମାଇନ୍ସ ଆଣ୍ଡ ମିନେରାଲ୍ ଡେଭଲପମେଟ୍ ରେଗୁଲେସନ ଆକ୍ଟ(ଏମଏଡିଆର) ନିୟମରେ ପରିବର୍ତନ କରାଗଲା । ନରେନ୍ଦ୍ର ମୋଦିଙ୍କ ଏହି ନୀତି ସୁଧାର କାରଣରୁ ଓଡିଶା ବାର୍ଷିକ ୨୫ ହଜାର କୋଟି ଟଙ୍କା ରାଜସ୍ୱ ପାଇବାର ସମ୍ଭାବନା ଦେଖାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ଦେବା ପାଇଁ ଆୟୁଷ୍ଠାନ ଭାରତ ଯୋଜନା ଲାଗୁ କରିଛନ୍ତି । ନବରଙ୍ଗପୁର, କୋରାପୁଟ, କେନ୍ଦ୍ରାପଡାର ଗରିବ ଲୋକମାନେ ଏହି ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇବାରେ ବିବାଦ କେଉଁଠୁ ରହିଲା । ତେଣୁ ପ୍ରଧାନମନ୍ତ୍ରୀ ଆୟୁଷ୍ଠାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ବିଜେପିର ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ ଓଡିଶାରେ ପୂର୍ବୋଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ:-ଧର୍ମେନ୍ଦ୍ର ପ୍ରଧାନ,

ସେ କହିଛନ୍ତି ଯେ ଓଡିଶାରେ ସଶକ୍ତ ରାଜନୈତିକ ସଂଗଠନ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ଚେଷ୍ଟା ଜାରୀ ରହିଛି । ଓଡିଆ ଲୋକଙ୍କ ଆଶୀର୍ବାଦ କାରଣରୁ ୮ ଓଡିଆ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଆଜି ରାଜ୍ୟରେ ପ୍ରଶାସନ ନିକଟରେ ଓଡ଼ିଆ ଲୋକଙ୍କ ଅଭିଯୋଗକୁ ଉପସ୍ଥାପନ କରିବା ପାଇଁ ବିଜେପି ବିରୋଧୀ ଦଳର ଭୂମିକା ନେଇଛି । ଶ୍ରୀ ଶାହା ବାରମ୍ବାର ବୁଥ ମଜବୁତ୍ ହେଲେ ଦଳ ମଜବୁତ୍ ହେବ ବୋଲି କହୁଛନ୍ତି । ଆଗାମୀ ଦିନରେ ଓଡ଼ିଆ ଲୋକଙ୍କ ମନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କଠୋର ପରିଶ୍ରମ କରିବ ଏବଂ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ମନରେ ଥିବା କଳ୍ପନାକୁ ସାକାର କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ଦାୟିତ୍ବସମ୍ପନ୍ନ ବିରୋଧୀ ଦଳ ଭାବେ ସାଢେ ୪ କୋଟି । ଓଡ଼ିଆଙ୍କ ସ୍ବାର୍ଥକୁ ପୂରଣ କରିବ ଏବଂ ଗାଁ ଗଣ୍ଡାରେ ରାଜନୈତିକ ଲଢେଇକୁ ଆହୁରି ସକ୍ରିୟ ଭାବେ ପାଳନ କରିବ । ଏଥିପାଇଁ ଆଜି ଦଳର କାର୍ଯ୍ୟକର୍ତାଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଜନତା ମଇଦାନ ଠାରେ ବିଶାଳ ଜନ ସମାବେଶରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହା ୫୫ ବର୍ଷରେ କଂଗ୍ରେସ ଓଡ଼ିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି :ଶ୍ରୀ ଅମିତ ଶାହା

> ଗୋଟିଏ କୁଦରେ ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ !!
> ମୋଦି ସରକାର ୫ ବର୍ଷ ଭିତରେ ଓଡିଶାକୁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି !!
> ଗୁଜୁରାଟର ବିକାଶ ଭଳି ଆଗାମୀ ଦିନରେ ଓଡିଶାର ବିକାଶ ହେବ !! 
> ୨୦୨୪ ପୂର୍ବରୁ ମୋଦୀ ସରକାର ଓଡିଶାର ସମସ୍ତଙ୍କ ଘରେ ନଳ ଯୋଗେ ଶୁଦ୍ଧ ସୁଛି ପାଣି ଯୋଗାଇବେ !!
> ଆକାଶକୁ ଛୁଇଁବା ଭଳି ରାମ ମନ୍ଦିର ସେଇଠି ନିର୍ମାଣ ହେବଯେଉଁଠି ଭଗବାନ ରାମଚନ୍ଦ୍ର ଜନ୍ମ ନେଇଥିଲେ !!
> ନାଗରିକତା ସଂଶୋଧନ ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ , ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି ! ଭାରତକୁ ସଂପୂର୍ଣ୍ଣ, ସଂପନ୍ନ, ସୁରକ୍ଷିତ, ଶିକ୍ଷିତ, ସ୍ବାସ୍ଥ୍ୟଯୁକ୍ତ ଏବଂ ଗୌରବମୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ପିତ ଅଛନ୍ତି !!
> କେନ୍ଦ୍ର ସରକାରଙ୍କ ଅନୁଦାନକୁ ନବୀନ ସରକାର ଗରୀବ ଘର ଲୋକଙ୍କ ପାଖରେ ପହଚାନ୍ତୁ !!
ଭୁବନେଶ୍ୱର : ୨୮/୦9-ଲୋକସଭା ନିର୍ବାଚନରେ ଓଡିଶାବାସୀ ବିଜେପିକୁ ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ବିଶ୍ବାସ କରି ୩୮.୪ ପ୍ରତିଶତ ଭୋଟ ଦେଇ ୮ ଜଣ ସାଂସଦଙ୍କୁ ବିଜୟୀ କରିଛନ୍ତି । ବିଧାନସଭା ନିର୍ବାଚନରେ ବିଜେଡିକୁ ୧.୧ | କୋଟି ଭୋଟ ମିଳିଥିବାବେଳେ ବିଜେପିକୁ ୯୧ ଲକ୍ଷ ଭୋଟ ମିଳିଛି । ବିଧାନସଭା ନିର୍ବାଚନରେ ବିଜେପିର ୩୭ ବୁଥରୁ ୧୪ ହଜାରୁ ଅଧିକ ବୁଥରେ ବିଜେପି ପ୍ରଥମ ସ୍ଥାନରେ ଥିଲା । ୩୦୩ ସାଂସଦରୁ ଓଡିଶାରେ ୮ ଜଣ ସାଂସଦ ରହିଛନ୍ତି । ବହୁ ବର୍ଷ ଶାସନ କରିଥିବା କଂଗ୍ରେସକୁ ଜନତା ପ୍ରତ୍ୟାଖାନ କରିଛନ୍ତି । ମୁଖ୍ୟ ବିରୋଧୀ ଦଳରୁ ଜନତା ସେମାନଙ୍କୁ ହଟାଇ ତାଙ୍କ ସ୍ଥାନରେ ବିଜେପିକୁ ପ୍ରମୁଖ ବିରୋଧୀ ଦଳର ସ୍ଥାନ ଦେଇଛନ୍ତି । ମାତ୍ର ଆଉ ଗୋଟିଏ କୁଦରେ ଓଡିଶାରେ ଭାରତୀୟ ଜନତା ପାର୍ଟର ସରକାର ହେବ ବୋଲି ଜନତା ମଇଦାନ ଠାରେ ଆୟୋଜିତ ବିଶାଳ ଜନ ସମାବେଶରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ।

ଶ୍ରୀ ଶାହା କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ୫ ବର୍ଷରେ ନରେନ୍ଦ୍ର ମୋଦି ସରକାର ଯେଉଁ କାମ କରିଛନ୍ତି ଯାହା ୫୫ ବର୍ଷରେ କଂଗ୍ରେସ କରିପାରିନାହିଁ । ମୋଦି ସରକାର ବିଗତ ୫ ବର୍ଷରେ ଓଡିଶାର ସମସ୍ତ ଜାତି, ଜିଲ୍ଲା , କ୍ଷେତ୍ର ପାଇଁ ବିକାଶର ରାସ୍ତା ଖୋଲିଛନ୍ତି । ଡିଏମଏଫ, କୃଷି ଋଣରେ ବୃଦ୍ଧି, ରେଳ ପ୍ରକଳ୍ପରେ ଅନୁଦାନ ବୃଦ୍ଧି, ରାସ୍ତା ସଂଯୋଗୀକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜଳା ଯୋଜନା ମାଧ୍ୟମରେ ୪୭ ଲକ୍ଷ ୫୦ ହଜାର ଘରକୁ ଗ୍ୟାସ ବଂଟନ, ସୌଭାଗ୍ୟ ଯୋଜନାରେ ୨୦ ହଜାର ଗାଁରେ ପ୍ରଥମ ଥର ପାଇଁ ବିଜୁଳୀ ସଂଯୋଗ କରିବା, ୮ ଲକ୍ଷ ୯୬ ହଜାର ଘରେ ବିଜୁଳି ଯୋଗାଇବା, ଗରୀବ ପରିବାର ପାଇଁ ଜନ ଔଷଧୀ କେନ୍ଦ୍ର, ପେଟ୍ରୋଲିୟମ ସେକ୍ଟରରେ ଅଧିକା ବିନିଯୋଗ, ଭଦ୍ରକରେ ଟେକୃଷ୍ଟାଇଲ ପାର୍କ, ଏସି ଏସଟି ଏବଂ ଓବିସି ବର୍ଗଙ୍କ ପାଇଁ ବଜେଟରେ ଅଧିକା ଅନୁଦାନ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମରେ ୩ କୋଟି ୨୪ ଲକ୍ଷ ଲୋକଙ୍କୁ ଶସ୍ତାରେ ଖାଦ୍ୟ ଯୋଗାଇବା, ପାଇକ ସ୍ମାରକ, ୪୧ ଲକ୍ଷ ଲୋକଙ୍କୁ ମୁଦ୍ରା ଲୋନ ଯୋଗାଇବ ଆଦି ଅନେକ କାର୍ଯ୍ୟ କରାଯାଇଛି ।
ଜନତା ମଇଦାନ ଠାରେ ବିଶାଳ ଜନ ସମାବେଶରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହା ୫୫ ବର୍ଷରେ କଂଗ୍ରେସ ଓଡ଼ିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି :ଶ୍ରୀ ଅମିତ ଶାହା

୨୦୧୪ ପୂର୍ବରୁ ୧୦ ବର୍ଷ ଧରି ସୋନିଆ ଏବଂ ମନମୋହନଙ୍କ କଂଗ୍ରେସ ସରକାର ଚାଲିଥିଲା । ୧୩ ତମ ଆର୍ଥୀକ ବର୍ଷରେ କଂଗ୍ରେସ ସରକାର ଓଡିଶାକୁ ୭୯ ହଜାର କୋଟି ପ୍ରଦାନ କରିଥିଲା । କିନ୍ତୁ ମୋଦି ସରକାର ୫ ବର୍ଷ ଭିତରେ ଅର୍ଥାତ୍ ୨୦୧୪-୧୯ ମଧ୍ୟରେ ଓଡିଶାକୁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହ ଅନ୍ୟ ଯୋଜନା ମାଧମରେ ୩ ଲକ୍ଷ କୋଟି ପ୍ରଦାନ କରିଛନ୍ତି । ଓଡିଶାର ବିକାଶ ପାଇଁ ବିଜେପି କିପରି ସଂକଳ୍ପ ବଦ୍ଧ ତାହା ଏହି ଅନୁଦାନରୁ ସ୍ପଷ୍ଟ ହେଉଛି । ଆଗାମୀ ୫ ବର୍ଷରେ ପୂର୍ବାଳର ତଥା ବିଶେଷ କରି ଓଡିଶାର ବିକାଶ ଦିଗରେ ଅନେକ କାର୍ଯ୍ୟ କରାଯିବ । ଗୁଜୁରାଟର ଯେପରି ବିକାଶ ହୋଇଛି ଠିକ୍ ସେହିପରି ଖଣିଜ ସଂପଦରେ ପରିପୂର୍ଣ୍ଣ ଥିବା ଏହି ଓଡ଼ିଶାର ସମସ୍ତ ଗାଁ, ଘର ଏବଂ ବ୍ୟକ୍ତିର ବିକାଶ କରିବାର ଦାୟୀତ୍ଵ ନରେନ୍ଦ୍ର ମୋଦୀ ସରକାର ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି । ମୋଦୀ ସରକାର ଦ୍ଵିତୀୟ ପାଳିରେ ଦେଶର ସମସ୍ତଙ୍କ ଘରେ ନଳ ଯୋଗେ ସ୍ବଚ୍ଛ ଜଳ ପହଂଚାଇବାର ଯୋଜନା ଅଣାଯାଇଛି । ଏହାର ସବୁଠୁ ଅଧିକା ଫାଇଦା ଓଡିଶାବାସୀ ପାଇପାରିବେ । ଆଜି ବି ଓଡ଼ିଶାରେ ୩୦ ପ୍ରତିଶତ ଲୋକଙ୍କ ଘରେ ନଳ ଯୋଗେ ସ୍ୱଚ୍ଛ ପିଇବା ପାଣି ପହଂଚି ପାରିନି । ୨୦ ୨୪ ପୂର୍ବରୁ ମୋଦୀ ସରକାର ଓଡ଼ିଶାର ସମସ୍ତଙ୍କ ଘରେ ନଳ ଯୋଗେ ଶୁଦ୍ଧ ସ୍ବଚ୍ଛ ପାଣି ଯୋଗାଇବେ ବୋଲି ଶ୍ରୀ ଶାହା କହିଛନ୍ତି ।

ଶ୍ରୀ ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଜୀ ୭୦ ବର୍ଷରୁ ବାକି ଥିବା ରାଷ୍ଟ୍ରୀୟ ସୁରକ୍ଷା ଏବଂ ରାଷ୍ଟ୍ରୀୟ ସମ୍ବେଦନା ଦିଗରେ କାର୍ଯ୍ୟ କରିଛନ୍ତି । ୫ ଅଗଷ୍ଟ ୨୦୧୯ରେ କାଶ୍ମିରୀରୁ ୩୭୦ ଧାରା ହଟାଇ ମୋଦୀ ସରକାର ଏକ ଐତିହାସିକ ନିଷ୍ପତି ନେଇଛନ୍ତି । ଏହା ଦ୍ବାରା ଆଜି କାଶ୍ମିରୀ ଭାରତ ମାଆର ମୁକୁଟ ବନିଛି । ସେହିପରି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଦିଗରେ
ମୋଦି ସରକାର ଆଗକୁ ଆସି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନାଁରେ ଏକ ଟ୍ରଷ୍ଟି ନିର୍ମାଣ କରି ଏକ ଭବ୍ୟ ରାମମନ୍ଦିର ନିର୍ମାଣର ରାସ୍ତା ଖୋଲିଛନ୍ତି । କିଛି ଦିନ ମଧ୍ୟରେ ଆକାଶକୁ ଛୁଇଁବା ଭଳି ରାମ ମନ୍ଦିର ସେଇଠି ନିର୍ମାଣ ହେବଯେଉଁଠି ଭଗବାନ ରାମଚନ୍ଦ୍ର ଜନ୍ମ ନେଇଥିଲେ । ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟ, ବହୁଜନ ସମାଜବାଦୀ ପାର୍ଟି, ତୃଣମୂଳ  କଂଗ୍ରେସ ଆଦି ଦଳ ବିରୋଧ କରୁଛନ୍ତି । ଅନସଂଖ୍ୟକଙ୍କ ଠାରୁ ନାଗରିକତା ଚାଲିଯିବା ଆଳ ଦେଖାଇ ମିଥ୍ୟା କଥା କହି ସାରା ଦେଶର ଜନତାଙ୍କୁ ସେମାନେ ବିଭ୍ରାନ୍ତି କରୁଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଆଜି ମୁଁ କହୁଛି ନାଗରିକତା ସଂଶୋଧନ ଆଇନରେ କୌଣସି ମୁସଲମାନ ନାଗରିକର ନାଗରିକତା ଯିବନାହିଁ । ନାଗରିକତା ସଂଶୋଧନ ଆଇନ ନାଗରିକତା ନେବା ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ଦେଶର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲ୍ୟାଦେଶରେ ରହିଯାଇଥିଲେ । ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସ, ଇସାଇ ଧର୍ମର ଲୋକମାନଙ୍କୁ ସେଠାରେ ଉପୀଡନ କରାଯାଇଥିଲା, ଧର୍ମ ପରିବର୍ତନ କରାଯାଇଥିଲା, ଛୋଟ ଛୋଟ ଶିଶୁ ମାନଙ୍କୁ ଚାଲାଣ କରାଯାଇ ସେମାନଙ୍କ ସହ ବଳାତ୍କାର କରାଯାଇଥିଲା । ସେମାନେ ନିଜ ସମ୍ମାନ ବଂଚାଇବାକୁଯାଇ ଭାରତରେ ଆସି ଶରଣ ପଶିଥିଲେ । ୭୦ ବର୍ଷ ପରେ ବି ଭାରତରେ ଶରଣ ନେଇଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ନାଗରିକତା ନାହିଁ, ରହିବା ପାଇଁ ଘର ନାହିଁ, ପାଠପଢାର ବ୍ୟବସ୍ଥା ନାହିଁ, ସ୍ବାସ୍ଥ୍ୟ ସୁବିଧା ନାହିଁ, ନିଯୁକ୍ତି ମଧ୍ୟ ନାହିଁ । ସେମାନେ ପାକିସ୍ତାନ ଗଲେ ସେମାନଙ୍କୁ ଧର୍ମ ପରିବର୍ତନ କରିବା ପାଇଁ ବାଧ୍ୟ କରାଯାଉଛି ନହେଲେ ହତ୍ୟା କରିଦିଆଯାଉଛି । ସେହି ଶରଣାର୍ଥୀମାନଙ୍କୁ ମୋଦୀ ସରକାର ନାଗରିକତା ଦେଇ ସେମାନଙ୍କର ମାନବଧିକାର ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।

ଶ୍ରୀ ଶାହା କହିଛନ୍ତି ଯେ, ୫୦ ଦଶକରେ କଂଗ୍ରେସର ପ୍ରାୟ ସମସ୍ତ ନେତା ହିନ୍ଦୁ ଏବଂ ଶିଖ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଭାରତର ଅଲଗା ଅଲଗା ୨୭ ଟି ସ୍ଥାନରେ କଂଗ୍ରେସ ନେତାମାନେ ଶରଣାର୍ଥୀମାନଙ୍କୁ ନାଗରିକତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ସେମାନେ ତାଙ୍କ ପ୍ରତିଶ୍ରୁତି ପାଳନ କଲେନାହିଁ । ବଦନାମ ହେବାର ଆଶଙ୍କା ଥିବା ସତ୍ ମୋଦିଜୀ ସଂସଦରେ ନାଗରିକତା ସଂଶୋଧନ ଆଇନ ଆଣି କୋଟି କୋଟି ଶରଣାର୍ଥୀଙ୍କୁ ନାଗରିକତା ଦେବାର କାର୍ଯ୍ୟ କରିଛନ୍ତି । କିନ୍ତୁ ବିରୋଧୀ ଲୋକଙ୍କୁ ଭ୍ରମିତ କରି ଦଙ୍ଗା କରୁଛନ୍ତି । ମହାତ୍ମାଗାନ୍ଧୀ, ସର୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ ଏବଂ ଜବାହାର ଲାଲ ନେହେରୁ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରି ଦେଖାଇଛନ୍ତି । ନାଗରିକତା ସଂଶୋଧନ ଆଇନରେ ଭ୍ରମିତ କରୁଥିବା ନେତାଙ୍କୁ ଜନତା ପ୍ରଶ୍ନ ପଚାରନ୍ତୁ କି, କେଉଁ ଧାରାରେ ନାଗରିକତା ଯିବାର ଆଇନ ରହିଛି ।

୨୦ ୨୪ ପୂର୍ବରୁ ଦେଶରେ ୫ ଟ୍ରିଲିୟନ ଅର୍ଥନୀତିରେ ଭାରତ ବିଶ୍ୱର ପ୍ରମୁଖ ଅର୍ଥବ୍ୟବସ୍ଥାରେ ୩ୟ ସ୍ଥାନ ଅଧିକାର କରିବ । ବିଗତ ବର୍ଷରେ କଂଗ୍ରେସ ସରକାର ଭାରତକୁ ୧୧ ନମ୍ବର ସ୍ଥାନରେ ପହଂଚାଇଥିଲା । ମୋଦି ସରକାର ସାଜେ ୫ ବର୍ଷ ମଧ୍ୟରେ ଭାରତକୁ ୫ମ ସ୍ଥାନକୁ ଆଣିଛନ୍ତି । ଭାରତକୁ ସଂପୂର୍ଣ୍ଣ, ସଂପନ୍ତି, ସୁରକ୍ଷିତ, ଶିକ୍ଷିତ, ସ୍ବାସ୍ଥ୍ୟଯୁକ୍ତ ଏବଂ ଗୌରବମୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ପିତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଦାନକୁ ନବୀନ ସରକାର ଗରୀବ ଘର ଲୋକଙ୍କ ପାଖରେ ପହୁଚାନ୍ତୁ ବୋଲି ଶ୍ରୀ ଶାହା କହିଛନ୍ତି । ଜନସମାବେଶରେ ସମ୍ବୋଧନ ଦେବା ପୂର୍ବରୁ ଶ୍ରୀ ଶାହା ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ପ୍ରଣାମ କରି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ୫ ବର୍ଷ ସଙ୍ଗଠନ କାର୍ଯ୍ୟରେ ଅନେକ ଥର ଓଡିଶା ଆସିଛି, ବିଭିନ୍ନ ଜିଲ୍ଲା ବୁଲିଛି, ଅନେକ କାର୍ଯ୍ୟକର୍ତାଙ୍କ ସହ ମିଶିଛି । କିନ୍ତୁ ମତେ ଓଡିଶା କେବେ ଓଡିଶା ଗୁଜୁରାଟରୁ ଭିନ୍ନ ବୋଲି ମତେ ଅନୁଭବ ହୋଇନି । ଏହାର କାରଣ ହେଉଛି, ଗୁଜୁରାଟ ଏବଂ ଓଡିଶାକୁ ଯୋଡିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ସେ ଗୁଜୁରାଟ ଏବଂ ଓଡିଶାକୁ ଆର୍ଶୀବାଦ ଦେଇ ଚାଲିଛନ୍ତି । ଏହି ଉକ୍ତି ଏବଂ ଏହି ଶକ୍ତି ଓଡିଶା ଜନତା ପାର୍ଟର ଶକ୍ତି ପାଲଟିଛି । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ମହାରାଜା ଶ୍ରୀ ରମଚନ୍ଦ୍ର ଇଂଜଦେଓଙ୍କ ଭଳି ଅନେକ ମହାପୁରୁଷଙ୍କ ତ୍ୟାଗ ଦ୍ବାରା ଏକ ଗୌରବମୟ । ସଂସ୍କୃତିର ନିର୍ମାଣ ହୋଇଛି ବୋଲି ଶ୍ରୀ ଶାହା କହିଥିଲେ ।

ଏହି ଜନସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଅରୁଣ ସିଂ, ସୁରେଶ ପୂଜାରୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ବସନ୍ତ ପଣ୍ଡା, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ,ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ କେଭି ସିଂହଦେଓ, ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେପି ବିଧାୟକ ଓ ବିଧାୟିକାଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

ସିବିଏସ୍‌ଇ ବିଦ୍ୟାଳୟରେ ଏସିଇଆରଟି ପାଠ୍ୟପୁସ୍ତକ ସହିତ ଅନ୍ୟ ପ୍ରକାଶକ ପୁସ୍ତକ ମଧ୍ୟ ପଢାଯାଇ ପାରିବ !!

ଭୁବନେଶ୍ୱର : ୨୮/୨-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ଵାରା ପରିସ୍ଥଳିତ ସ୍କୁଲ ଗୁଡ଼ିଜରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ ରାୟରେ ସ୍ଥାଗିତାଦେଶ ଜାରି କରିଛନ୍ତି ।

ଓଡ଼ିଶା ସରକାରୀ ସ୍କୁଲମାନଙ୍କରେ ପୂର୍ବରୁ ପରିଷ୍ଟଳିତ ପାଠ୍ୟପୁସ୍ତକରେ ସିବିଏସିର ପାଠ୍ୟପୁସ୍ତକ ଏବଂ ବେସରକାରୀ ପ୍ରକାଶକ ମାନଙ୍କର ପୁସ୍ତକ ପରିଶ୍ଚଳିତ କରିବା ପାଇଁ ବିଭିନ୍ନ ପ୍ରଦେଶର ନ୍ୟାୟାଳୟରେ ପୂର୍ବରୁ ରାୟ ଦେଇସାରିଛନ୍ତି । ସିବି, ଏସ୍.ସି. ବୋହୁଁ ମଧ୍ୟ ସ୍ପଷ୍ଟ ଭାବରେ ତାଙ୍କର Bilawରେ ଉଲ୍ଲେଖ କରିଛନ୍ତି କୌଣସି ସରକାରୀ ବା ବେସରକାରୀ ସ୍କୁଲ ଯଦି ବେସରକାରୀ ପୁସ୍ତକ ପ୍ରଚଳନ କରିବା ପାଇଁ ଗହୁଁଛନ୍ତି ତାଙ୍କର ନିଦ୍ଧାରିତ ସାଇଟ୍ ମାଧ୍ୟମରେ ପ୍ରକାଶକମାନଙ୍କର ନାମ ଉଲ୍ଲେଖୁତ କରିବା ପାଇଁ ବାଧ । ଆଜି ଉଚ୍ଚତମ ନ୍ୟାୟାଳୟର ରାୟ ପ୍ରକାଶ ପାଇଲା ପରେ ବିଭିନ୍ନ ସଂଗଳମାନ, ଅଭିଭାବକ, ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ଡଃ ବଦ୍ରିନାଥ ପଟ୍ଟନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷ ଜ୍ୟ, ଏସ୍, ମୀନକେତନ, ସାଧାରଣ ସମ୍ପାଦକ ଡଃ ଏସ୍. ମହାପାତ୍ର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଲେ ।

ବିଧାନସଭାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ଦାବି, ବିରୋଧୀ ଦଳର ନେତାଙ୍କୁ ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଧନ୍ୟବାଦ !!

ଭୁବନେଶ୍ୱର : ୨୭/୦୨-ମାନ୍ୟବର ବିରୋଧୀ ଦଳର ନେତା ପ୍ରଦୀପ ନଏକ ବିଧାନସଭାରେ ସରକାରୀ ଚାକିରୀରେ କୁସ୍ଥିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ କଠୋର ସମାଲଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ଏହି କର୍ମଚାରୀ ମାନେ କିପରି ପରିବାର ପ୍ରତିପୋଷଣ କରିବେ ପ୍ରଶ୍ନ ପଚାରିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ରୂପେ ଉଛେଦ କରିବା ପାଇଁ ଏକ ଗୃହ କମିଟି ଗଠନ ପାଇଁ ଦାବି କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ବିରୋଧୀ ଦଳର ନେତାଙ୍କୁ ଧନ୍ୟବାଦ ପ୍ରଦାନ କରାଯିବା ସହ ସରକାର ତୁରନ୍ତ ଏ ପ୍ରକାର ଗୋଠୁ ଖଟାଇବା ପ୍ରଥାକୁ ବନ୍ଦ କରି ବାସ୍ତବବାଦି ହୁଅନ୍ତୁ ଓ ଏହି ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପ୍ରତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ୨୫,୦୦୦/- ଟଙ୍କା ଲାଗୁକରନ୍ତୁ । ଯଦି ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ ନେହେଲେ ଯେପରି ବଳଦକୁ ଖାଇବାକୁ ନ ଦେଲେ ଫସଲ ଖାଏ ସେମିତି କର୍ମଚାରୀ ମାନଙ୍କୁ ବାଧ୍ୟ କରୁଛନ୍ତି ପିସି ନେବା ପାଇଁ ।

ସରକାର ଯଦି ଗୋଟିଏ ସପ୍ତାହ ମଧ୍ୟରେ ବିଧାନସଭାରେ ଘୋଷଣା ନକରନ୍ତି ତେବେ କର୍ମଚାରୀ ମାନେ ଅବିନଭ ପ୍ରଥାରେ ଆନ୍ଦୋଳନ କରିବେ ବୋଲି ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ ଓ କିଷାନ ବରାଇ ଏବଂ ସମ୍ପାଦକ କ୍ଷତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ବାଇଁ, ଜୀବନ ମହାନ୍ତି, ସଂଘଟକ ସମ୍ପାଦକ ସୁଧୀର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ
ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ବିଶ୍ଵଜୀତ ବିଶ୍ୱାଳ, ଅନିତା ବେହେରା, ଶୁଭଶ୍ରୀ ପ୍ରିୟମ୍ବଦା,ପ୍ରମୁଖ ପ୍ରେସ ବିବୃତିରେ କହିଛନ୍ତି।


ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ,ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ପୂରଣ ଲାଗି ପୂର୍ବଚଳର ବିକାଶ ଉପରେ ଅଧୁକ ଗୁରୁତ୍ବାରୋପ କରିବାର ଆବଶ୍ୟକତା ରହିଛି : ଅମିତ ଶାହା

ଭୁବନେଶ୍ବର : ଆଜି ଭୁବନେଶ୍ବର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପୂର୍ବାଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସହଅଧ୍ୟକ୍ଷତା କରିବା ସହ ଆୟୋଜକ ଭାବେ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଶ୍ରୀ ରମେଶ ଓରାଏଁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସାଗତ ଜଣାଇବା ସହିତ ସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଜିଏସଟି ପ୍ରକ୍ରିୟାକରଣ ଅର୍ଥ ପ୍ରଦାନରେ ବିଳମ ଏବଂ ପାଣି । ହସ୍ତାନ୍ତରଣ ପ୍ରସଙ୍ଗ ଉଠାଇଥିଲେ । ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ ପଟୁ ପରିଚାଳନା ନୀତି ଗଠନ ଲାଗି ଅନୁରୋଧ କରିଥିଲେ । ୨୪ତମ ବୈଠକରେ ଉଦବୋଧନ ଦେଇ ଶ୍ରୀ ଶାହ ପରିଷଦର ସମସ୍ତ ସଦସ୍ୟମାନଙ୍କୁ ସ୍ଵାଗତ ଜଣାଇବା ସହିତ ସମସ୍ତ କେନ୍ଦ୍ର-ରାଜ୍ୟ ଓ ଆନ୍ତରାଜ୍ୟ ପ୍ରସଙ୍ଗର ସହମତି ଭିତିରେ ସମାଧାନ ଦିଗରେ ଏହି ବୈଠକ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସେ ଗୁରୁତ୍ବାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆଧାରରେ ବ୍ୟାପକ ବିଚାର ଆଲୋଚନା ପରେ ସହମତି ଭିତିରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରୀ ହେବା ଉଚିତ । ଏହାଦ୍ବାରା ଦେଶର ସଂଘୀୟ ବ୍ୟାଚା ଆହୁରି ସୁଦଢ଼ ହୋଇପାରିବ । ଆଚଳିକ ପରିଷଦ ବ୍ୟବସ୍ଥା ଫଳପ୍ରଦ ହୋଇଥିବାରୁ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ନିକଟରେ ଅନୁଷ୍ଠିତ ଆଂଚଳିକ ପରିଷଦ ବୈଠକଗୁଡ଼ିକରେ ୭୦% ପ୍ରସଙ୍ଗର ସମାଧାନ କରାଯାଇଛି ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି ବୋଲି ସେ ସୂଚନା ଦେଇଥିଲେ । 

ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡ଼ି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ସାକ୍ଷରିତ ହୋଇଥିବା ଚୁକ୍ତି, ଓଡ଼ିଶାର ଉତରାଂଚଳ ଜିଲ୍ଲାରେ ନୂଆପଡ଼ା ଗୁଣପୁର ଥେରୁବାଲି ରେଳପଥକୁ ସମ୍ପ୍ରସାରିତ କରିବା, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ପେନସନ ଦେୟତାର ନିର୍ଦ୍ଧାରଣ, ଭାରତ ସରକାରଙ୍କ କୋଇଲା କମ୍ପାନୀଗୁଡ଼ିକ ଦ୍ବାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଦ୍ବାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ ଓ ବଳାତ୍କାର ଭଳି ମାମଲାର ଦୁତ ତଦନ୍ତ ଆଦି ପ୍ରସଙ୍ଗରେ ପରିଷଦ ଆଲୋଚନା କରିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବଚଳର ବିକାଶକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଏଜେଣ୍ଡାରେ ଥିବା ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ଆଜିର ବୈଠକ ନିର୍ଣ୍ଣାୟକ ଏବଂ ଫଳପ୍ରଦ ହୋଇପାରିବ । ସେ ଉଲ୍ଲେଖ କରିଥିଲେ ଯେ ଏଜେଣ୍ଡାରେ ସ୍ଥାନିତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଆଇନଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଯାହା ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇପାରିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ଜୋର ଦେଇଥିଲେ । ସେ ମଧ୍ୟ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବା ଉପରେ ଜୋର ଦେଇଥିଲେ ଯାହାଦ୍ଵାରା ଉପାନ୍ତ ଅଂଚଳର ଲୋକମାନେ ଲାଭାନ୍ବିତ ହୋଇପାରିବେ । ଶେଷରେ ଗୃହମନ୍ତ୍ରୀ କହିଥିଲେ ଯେ କେବଳ ଆଂଚଳିକ ପରିଷଦ ବୈଠକରେ ନୁହେଁ ନିୟମିତ ଆଲୋଚନା ମାଧ୍ୟମରେ ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସଙ୍ଗର ସମାଧାନ କରାଯିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦେବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବାସ୍ତବ ଭାବନା ସହିତ ଏହି ବୈଠକର ସମାପନ ହୋଇଥିଲା ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ପ୍ରେସ ବିଜ୍ଞପ୍ତି ସରକାର ଚାଷୀଙ୍କଠାରୁ ସବୁ ବଳକାଧାନ ତୁରନ୍ତ କିଣିବା ପାଇଁ ପୋସ ପଦକ୍ଷେପ ନେବାକୁ କିଷାନ କଂଗ୍ରେସର ଦାବୀ ,

ଭୁବନେଶ୍ୱର, ତା ୨୬ ୨- ସାରା ରାଜ୍ୟରେ ବର୍ତମାନ ଅଭାବୀ ଧାନ ବିକ୍ରି ଦ୍ଵାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ । ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟ ପକ୍ଷରେ ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ଭିଜୁଛି । ବର୍ଷାରେ ଧାନର ମାନ ଓ ରଙ୍ଗ ପ୍ରଭାବିତ ହେବାରେ ଲାଗିଲାଣି । ମିଲର ଗଲେ ଧାନ ଓଜନ ହେଉଛି । ଧର୍ମକୁ ଆଖୁର ସଦୃଶ ସରକାର ବିଳମ୍ବରେ ଅନେକ ସ୍ଥାନରେ ମଣ୍ଡି ଖୋଲି ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ମଣ୍ଡିରେ ଧାନ କିଣା ବନ୍ଦ କରି ଦେଉଛନ୍ତି । ଯାହାର ଉଦାହରଣ ଗତ ୧୭ରୁ ସମ୍ବଲପୁରରେ ଧାନ କିଣା ବନ୍ଦ । ଟୋକନ ପାଇବାରେ ବିଳମ୍ବ ଏବଂ ଟୋକନ ପାଇଥିବା ଚାଷୀଙ୍କଠାରୁ ମଧ୍ୟ ଧାନ କିଣାଯାଉ ନାହିଁ । 

ମାପ ଓଜନରେ ଠକାମୀ ସହିତ ପ୍ରତି ବସ୍ତାରେ ୫ ରୁ ୭ କେଜି କଟଣି ଛଟଣୀ କରାଯାଉଛି । ସରକାର ପରିବର୍ତ୍ତେ ମିଲରମାନେ ଧାନ କିଣିବାରେ ମଧ୍ୟସ୍ତ ସାଜିଛନ୍ତି ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କ ଏପରି ତୃଟିପୂର୍ଣ୍ଣ ଖାଦ୍ୟନୀତିକୁ ତୀବ୍ର ବିରୋଧ କରିଛନ୍ତି । ଧାନ ବିକିବା ପାଇଁ ଚାଷୀ ପଞ୍ଜିକରଣରେ ବ୍ୟାପକ ତୃଟି ଦେଖା ଦେଇଛି । ଚଳିତବର୍ଷ ପ୍ରଥମ କରି ଭୁବନେଶ୍ବରରୁ ମଣ୍ଡିକୁ ଟୋକନ ଯିବା ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ । ନିୟମିତ ଅନଲାଇନ ସିଷ୍ଟରେ ବିଳମ୍ବତା ଦୃଷ୍ଟିରୁ ଚାଷୀ ବହୁ ସମୟରେ ଧାନ ବିକିବାକୁ ବହୁ ଅସୁବିଧା ହେଉଛନ୍ତି । ଅପହଂଚ ସ୍ଥାନକୁ ମୋବାଇଲ ମେସେଜ ଯିବା ଚାଷୀଙ୍କ ପାଇଁ କାଠିକର ପାଠ । ବିପର୍ଯ୍ୟସ୍ତ ମଣ୍ଡି, ଗୋଦାମଘର ଅଭାବରୁ ଧାନ ସଂଗ୍ରହରେ ସମସ୍ୟା ସୃଷ୍ଟି କରିଛି । ଅଧୁକାଂଶ ଫାକ୍ସରେ କମ୍ପ୍ୟୁଟରୀକରଣ ତୃଟିର ସଂଶୋଧନ କରାଯାଉ ନାହିଁ । ସରକାର ଓ ପ୍ରଶାସନର ବିଭିନ୍ନ ତୃଟିପୂର୍ଣ୍ଣ ଖାଦ୍ୟନୀତି ଯୋଗୁଁ ଅନେକ ସ୍ଥାନରେ ଚାଷୀ ବାଧ୍ୟ ହୋଇ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଟଙ୍କା ପରିବର୍ତ୍ତେ ୧୨ ଶହ ୧୩ଶହ ଟଙ୍କାରେ ବାହାର ବେପାରୀଙ୍କୁ ବିକ୍ରି କରୁଛନ୍ତି । ପ୍ରତି ବିଂଟାଲ ଧାନ ଉତ୍ପାଦନରେ ଓଡ଼ିଶାର ଚାଷୀଙ୍କୁ ୨୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ନିର୍ଦ୍ଧାରିତ ମୂଲ୍ୟ ୧୮୧୫ ଟଙ୍କାରେ ପ୍ରତି ବିଂଟାଲରେ ଚାଷୀଙ୍କୁ ୫୮୫ଟଙ୍କା କ୍ଷତି ସହିବାକୁ ପଡୁଛି । 

ସ୍ୱାମୀନାଥନ କମିଟି ସୁପାରିଷ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରା ଗଲା ନାହିଁ । ସରକାର ଚଳିତ ଥର ଖରିଫ୍ ଧାନ ୫୦ ଲକ୍ଷ ମେଟ୍ରିକ୍ ଟନ୍ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ରାଜ୍ୟର ଆଉ ୪ ଲକ୍ଷ ଚାଷୀ ଧାନ ବିକିବାକୁ ରହିଥିବା ବେଳେ ଏହା ଖୁବ୍ ମନ୍ଥର ଗତିରେ ଚାଲିଛି । ସରକାରଙ୍କ ଡେଡ୍ ଲାଇନ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ଚାଷୀ ଧାନ ବିକିବା ପାଇଁ ଘୋର ସନ୍ଦେହ ମଧ୍ୟରେ ରହିଛନ୍ତି । ଏଣୁ ସରକାର ଯୁଦ୍ଧକାଳୀନ ଭିତିରେ ଚାଷୀଙ୍କ ସମସ୍ତ ବଳକା ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଣିବା ସହିତ ଏଫ୍.ଏ.କ୍ୟୁ ମାନ ଧାନର କୋହଳ କରନ୍ତୁ ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । 

ଏହା ବ୍ୟତୀତ ଖରିଫରେ ଧାନର ବମ୍ପର କ୍ରପ୍ ହୋଇଥିବାରୁ ସରକାର ଅତ୍ୟନ୍ତ ପକ୍ଷେ ଚାଷୀଙ୍କଠାରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ପରିବର୍ତ୍ତେ ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଦାବୀ କରାଯାଇଛି । ଆବଶ୍ୟକସ୍ଥଳେ ସରକାର ବର୍ଷ ତମାମ ନିରନ୍ତର ପ୍ରକ୍ରିୟାରେ ଚାଷୀଙ୍କଠାରୁ ପ୍ରତି ପଂଚାୟତସ୍ତରରୁ ଧାନ କିଣିବାକୁ ଠୋସ୍ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜନତା ମଇଦାନରେ ଭୂମି ପୂଜନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି !!

ଭୁବନେଶ୍ୱର : ତା ୨୬/୦୨- ଆଗାମୀ ଫେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ବର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜନତା ମଇଦାନ ଠାରେ ଭୂମି ପୂଜନ କରିଛନ୍ତି ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ନାଗରିକ ସଂଶୋଧନ ଆଇନ ଆଣି ପାକିସ୍ତାନ, ବାଲ୍ୟାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଆଧାରରେ ପ୍ରପୀଡିତ ହୋଇ ଭାରତକୁ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛନ୍ତି । ଯେଉଁ କଥା ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁ କଥା ବାବା ସାହେବ ଆମ୍ବେଦକର ଚାହୁଁଥିଲେ ତାହା ନରେନ୍ଦ୍ର ମୋଦିଙ୍କର ସରକାର କରିଛନ୍ତି । ସେହି ବିରୋଧୀ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ କିଛି ରାଜନୈତିକ ଦଳ ଯେଭଳି ସିଏଏ କୁ ନେଇ ଅପପ୍ରଚାର କରୁଛନ୍ତି, ଏହା ଫଳରେ ଦେଶରେ ଏକ ବିରୋଧର ବାତାବରଣ ତିଆରି ହେଉଛି । କିନ୍ତୁ ସାରା ଦେଶ ବିରୋଧୀ ମାନଙ୍କର ଏହି ଚାଲ୍ କୁ ବୁଝିସାରିଛନ୍ତି । ସାରା ଦେଶ ନାଗରିକ ସଂଶୋଧନ ଆଇନର ସମର୍ଥନରେ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ଶାହାଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ସଂପର୍କରେ କିଛି ବ୍ୟକ୍ତିଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ଶ୍ରୀ ଶାହା ଆସୁଛନ୍ତି । ଏହି ଜନସାମବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ବାନ ଦେଇଛନ୍ତି ।

ଭୂମିପୂଜନ ଅବସରରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଜଗନ୍ନାଥ ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ଫଚାନନ ନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଶାନ୍ତି ଓ ସୌହାର୍ଘ ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ,

ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ଶାନ୍ତି ଓ ସୌହାର୍ଘ ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦିଲ୍ଲୀର ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାକାଣ୍ଡ ବିଷୟରେ ବିସ୍ତୃତ ସମୀକ୍ଷା କଲି । ପୁଲିସ ଏବଂ ଅନ୍ୟାନ୍ୟ ସଂସ୍ଥା ଶାନ୍ତି ଏବଂ ସାଭାବିକ ସ୍ଥିତି ବଜାୟ ରଖିବା ପାଇଁ କାର୍ଯ୍ୟରତ । ଶାନ୍ତି ଓ ସୌହାର୍ଘ ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ । ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ମୁଁ ଦିଲ୍ଲୀର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି । ଖୁବ ଶୀଘ୍ର ସାଭାବିକ ଅବସ୍ଥା ଫେରିଆସିବା ଅତି ଗୁରୁତ୍ବପୂର୍ଣ ।"

ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବୈମାତୃକ ମନୋଭାବ !!


ଭୁବନେଶ୍ୱର : ୨୬/୦ ୨- କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ବାରା ପ୍ରତିବର୍ଷ ପରି ଜାତୀୟ ସାହିତ୍ୟ ଉତ୍ସବ ଗତ ୨୪ ତାରିଖରୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଭାଷା ମଧ୍ୟରେ ଆମ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆଭାଷା ଏକମାତ୍ର ଭାଷା ଯାହାକୁ ଏଥିରେ ଅପମାନିତ କରାଯାଇଛି । ଏହାର ଶୀର୍ଷକ ରଖାଯାଇଛି ‘ ଫେଷ୍ଟିଭାଲ ଅଫ୍ ଲେଟର୍ସ’ । ନିମନ୍ତ୍ରଣ ପତ୍ର ଉପରେ କେବଳ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟସବୁ ଭାଷା ଉଲ୍ଲେଖ ଅଛି । ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ଭାଷା ପ୍ରତି ବିଦ୍ବେଷ କରାଯାଇଛି । ଭାଷା ଆନ୍ଦୋଳନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ନାଗରିକ ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଏଭଳି ଆଚରଣକୁ ଘୋର ନିନ୍ଦା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଶୀଘ୍ର ତୁଟି ସଂଶୋଧନ କରିବା ସହ ଓଡ଼ିଆ ଜାତି ନିକଟରେ କ୍ଷମା ଭିକ୍ଷା କରନ୍ତୁ ବୋଲି ଦୃଢ ଦାବୀ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ ନିମେନ୍ତ ଦାବୀ କରାଯାଇଛି ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

ଆଗାମୀ ୨୮ରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା । ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରାଜ୍ୟ ସଭାପତି ସମୀର ମହାନ୍ତି,

ଭୁବନେଶ୍ୱର : ୨୬/୦୨- ଆଗାମୀ ଫେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ । ପ୍ରଚାର ଗାଡି ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଭୁବନେଶ୍ବର ବାସିନ୍ଦାଙ୍କ ପାଖରେ ଏହି ସନ୍ଦେଶ ପହଂଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଗାଡି ଗୁଡିକ ରାଜଧାନୀର ବିଭିନ୍ନ ୱାର୍ଡ ଗୁଡିକରେ ବୁଲି ପ୍ରଚାର କରିବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜ୍ୟ କାର୍ଯ୍ୟାଳୟ ଠାରେ ପ୍ରଚାର ଗାଡିର ଶୁଭାରମ୍ଭ କରିଛନ୍ତି ।
ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଅଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏହି ସଂପର୍କରେ ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହି ଜନସାମବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ବାନ ଦେଇଛନ୍ତି ।

ଇଣ୍ଡିଆନ୍ ଅଏଲ୍ ଓ ଏକ୍ସନ୍ ମୋବିଲ ବୁଝାମଣା,ଦେଶରେ ପାଇପ୍ ଲାଇନ୍ ନଥିବା ସ୍ଥାନରେ ସୁରକ୍ଷିତ , ଭରସାଯୋଗ୍ୟ ଓ କମ୍ ଖର୍ଚ୍ଚରେ ପହଂଚିବ ପ୍ରାକୃତିକ ଗ୍ୟାସ୍ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୬ ଫେବୃଆରୀ- ଇଣ୍ଡିଆନ୍ ଅଏଲ ଓ ଯୁକ୍ତ ରାଷ୍ଟ୍ର ଆମୋରିକାର ଏକ୍ସନ୍ ମୋବିଲ କର୍ପୋରେସନ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଭାରତର ଅପହଂଚ ଅଂଚଳରେ ପ୍ରାକୃତିକ ଗ୍ୟାସ୍ ଯୋଗାଣରେ ବେଶ୍ ସହାୟକ ହେବ ବୋଲି  କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଏକ୍ସନ ମୋବିଲ ସହ ଇଣ୍ଡିଆନ୍ ଅଏଲର ବୁଝାମଣା ସ୍ବାକ୍ଷର ଆଧାରରେ ଦେଶର ପାଇପ୍ ଲାଇନ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ନପହଂଚିପାରୁଥିବା ଅଂଚଳରେ ଏକ୍ସନ୍ ମୋବିଲ ରେଳ , ରାସ୍ତା ଓ ଜଳ ପଥରେ ପ୍ରାକୃତିକ ଗ୍ୟାସ୍ ପହଂଚାଇବ । ଏହି ଯୋଗାଣ ପ୍ରକ୍ରିୟା ସୁରକ୍ଷିତ , ଭରସାଯୋଗ୍ୟ ଏବଂ କମ୍ ଖର୍ଚ୍ଚରେ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ନାଲ୍‌କୋର କ୍ରସର ଏବଂ କଭେୟରର ସିଷ୍ଟମ ଭିତିପ୍ରସ୍ତର, ପ୍ରକଳ୍ପଟି ଅପ୍ରେଲ, ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ !!

ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ନାଲ୍‌କୋର କ୍ରସର ଏବଂ କଭେୟରର ସିଷ୍ଟମ ଭିତିପ୍ରସ୍ତର କରାଯାଇଛି । ଏହି ପ୍ରଣାଳି ଦ୍ଵାରା କମ୍ପାନୀର ଆଲୁମିନା ବିଶୋଧନର ପଂଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ ବୃଦ୍ଧି ହୋଇପାରିବ । ଏହି ପ୍ରକଳ୍ପଟି ଅପ୍ରେଲ, ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ପ୍ରକଳ୍ପ ମୂଲ୍ୟ ଟ.୪୮୩ କୋଟି ରହିଛି । “ଆଗାମୀ ୨୦୨୪ ସୁଦ୍ଧା ଦେଶରେ ୫ ଟ୍ରିଲିଅନ ଡଲାର ଆର୍ଥିକ ସ୍ଥିତି ବଜାୟ ରଖିବାକୁ ଆମେ ଲକ୍ଷ୍ୟ ରଖିଛୁ ଏବଂ ମୁଁ ନିଶ୍ଚିତଯେ ଏହି ବିକାଶ ଯାତ୍ରାରେ ନାଲକୋ ତାର ସଫଳତାର କାହାଣୀ ରଚିବ ବୋଲି ଶ୍ରୀ ଯୋଶୀ ତାଙ୍କର ପ୍ରମୁଖ ଅଭିଭାଷଣରେ । ମତ ପ୍ରକାଶ କରିଛନ୍ତି । 

ଏଠାରେ ଉଲ୍ଲେଖନୀୟଯେ ଓଡ଼ିଶାରେ ଦେଶର ପ୍ରାୟ ୫୧ ପ୍ରତିଶତ ବକ୍ସସାଇଟ୍, ୨୫ ପ୍ରତିଶତ କୋଇଲା ଏବଂ ୩୪ ପ୍ରତିଶତ ଲୁହା ପଥର ସମ୍ବଳ ଗଛିତ ରହିଛି । ଏହା ବ୍ୟତୀତ ୯୬ ପ୍ରତିଶତ କ୍ରୋମାଇଟ୍ ଏବଂ ୪୪ ପ୍ରତିଶତ ମାଙ୍ଗାନିଜ ମଧ୍ୟ ଅଛି । ଆମ ସରକାର ଏହି ସବୁ ଅଂଚଳ ଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କ ସହିତ ଦେଶର କଲ୍ୟାଣ ପାଇଁ ଖଣିଜ ପଦାର୍ଥରେ ସମୃଦ୍ଧ ରାଜ୍ୟଗୁଡ଼ିକର ଖଣିଜ କାର୍ଯ୍ୟ ଚାଲୁ ରଖିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଯୋଶୀ କହିଥିଲେ । ସେ ମଧ୍ୟ ରାଜ୍ୟରେ ଖଣି କାର୍ଯ୍ୟ ପ୍ରତି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ ଓ ଆଶା ରଖିଛନ୍ତିଯେ ଏହାଦ୍ବାରା ରାଜ୍ୟର ସମୃଦ୍ଧି ହୋଇପାରିବ ।

ଏହା ପୂର୍ବରୁ ଶ୍ରୀ ଯୋଶୀ ନାଲ୍‌କୋର ବିଶାଖାପାଟଣା ଠାରେ ବୈଠକରେ ଯୋଗ ଦେଇଥିଲେ ଓ କମ୍ପାନୀର ଅଭିବୃଦ୍ଧି ତ୍ବରାନ୍ବିତ ପାଇଁ ଉତ୍ସାହିତ କରିଥିଲେ । ସେ ଏହି ବୈଠକରେ କହିଥିଲେଯେ ନାଲ୍‌କୋ ହେଉଛି ବିଶ୍ୱର ସବୁଠାରୁ ନ୍ୟୁନତମ ବକ୍ସାଇଟ୍ ଏବଂ ଆଲୁମିନା ଉତ୍ପାଦନକାରୀ କଂପାନି ଯିଏକି କ୍ରମାଗତ ୪ ବର୍ଷ ଧରି ସଫଳତାର ମାନ୍ୟତା ପାଇଆସୁଛି । ସେ ମଧ୍ୟ ନାଲ୍‌କୋର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ଦୁର୍ଗମ ଅଂଚଳରେ ପରିଚାଳନା କାର୍ଯ୍ୟ ଚାଲୁ ରଖିବାକୁ ଆହ୍ବାନ ଦେଇଥିଲେ । ଆନୁମାନିକ ୩୧୦ ନିୟୁତ ଟନ୍‌ ବକ୍ସାଇଟ୍ ଜମା ରହିଥିବା ଏସିଆର ସର୍ବ ବୃହତମ । ବକ୍ସାଇଟ୍ ଖଣି କୋରାପୁଟ ଜିଲ୍ଲାରେ ଅବସ୍ଥିତ ଫଚପଟମାଳି ବକ୍ସାଇଟ୍ ଖଣି ପରିଦର୍ଶନ କରିଥିଲେ ଶ୍ରୀ ଯୋଶୀ। ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧୀନସ୍ଥ ଏକ ନବରତ୍ନ ଉଦ୍ୟମ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ଭୁବନେଶ୍ବର ଠାରେ ଅବସ୍ଥିତ । ଏହି କମ୍ପାନୀ ହେଉଛି ଏସିଆର ଅନ୍ୟତମ ବୃହତ ସମନ୍ବିତ ବକ୍ସାଇଟ୍-ଆଲୁମିନା ଆଲୁମିନିୟମ-ପାୱାର କମ୍ପୃକ୍ତ ।
ଏଠାରେ ଉଲ୍ଲେଖଯୋଗ୍ୟଯେ ଆଲୁମିନା ରିଫାଇନାରୀ ବ୍ୟବସ୍ଥାରେ ଆଲୁମିନାକୁ କମ୍ପାନୀର ସ୍ନେଲଟର ପ୍ଲାଟ ଅନୁଗୁଳ ଠାରେ ବିଶୋଧ କରାଯାଉଛି ଏବଂ ବଳକା ଆଲୁମିନାକୁ ବିଦେଶର ବଜାରକୁ ବିଶାଖାପାଟଣା ବନ୍ଦର ଜରିଆରେ ପ୍ରେରଣ କରାଯାଉଛି । ବର୍ତମାନ ଆଲୁମିନା ରିଫାଇନାରୀର ସ୍ଵାଭାବିକ ଦକ୍ଷତା ବାର୍ଷିକ ୨୧ ଲକ୍ଷ ମେଟ୍ରିକ ଟନ୍ ଓ ଏହାକୁ ୪ଟି ସ୍ୱାଧୀନ ଉତ୍ସ ଜରିଆରେ ଉତ୍ପାଦନ କରାଯାଉଛି । ରିଫାଇନାରୀ ପାଇଁ ବକ୍ସାଇଟ୍‌କୁ ନିଜସ୍ବ ଖଣି ଫଚପଟମାଳୀ ବକ୍ସାଇଟ୍ ଖଣିରୁ ଅଣାଯାଉଛି । କାର୍ଯ୍ୟ ସମ୍ପାଦନ ପାଇଁ କୋଇଲାକୁ ମହାନଦୀ କୋଲ୍ ଫିଲ୍ମ ଲିମିଟେଡ଼ରୁ ଏବଂ କଷ୍ଟିକ୍ ସୋଡ଼ା ଲାଇକୁ ବିଶାଖାପାଟଣା ବନ୍ଦର ଜରିଆରେ ଆମଦାନି କରାଯାଉଛି ।

ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାଗିଦାରିତା ଆମେରିକା ଭାରତ ପାଇଁ ସର୍ବବୃହତ ଇନ୍ଧନ : ପ୍ରଧାନମନ୍ତ୍ରୀ !!

ମୋର ମିତ୍ର ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,
ଆମେରିକୀୟ ପ୍ରତିନିଧୂ ଦଳର ସମ୍ମାନିତ ସଦସ୍ୟଗଣ,
ଭାଇ ଓ ଭଉଣୀମାନେ, 
ନମସ୍କାର ।
ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନି ଦଳକୁ ଭାରତରେ ପୁଣିଥରେ ସାଗତ ଏହି ଗସ୍ତରେ । ସେ ନିଜ ପରିବାର ସହ ଆସିଥିବାରୁ ମୁଁ ଆନନ୍ଦିତ । ଗତ ଆଠ ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ଫଚମ ସାକ୍ଷାତ । ଗତକାଲି ମୋରାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଭୂତପୂର୍ବ ଏବଂ ଐତିହାସିକ ସାଗତ ସବୁଦିନ ପାଇଁ ମନେ ରଖାଯିବ । ଗତକାଲି ପୁଣିଥରେ ଏହା ସ୍ପଷ୍ଟ ହେଲା ଯେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ଦୁଇଟି ସରକାରଙ୍କ ମଧ୍ୟରେ ନୁହେଁ, ବରଂ ଜନଗଣଙ୍କ ଦ୍ବାରା ପରିଚାଳିତ ତଥା ଜନକୈନ୍ଦ୍ରିକ ଏହି ସମ୍ପର୍କ, । ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ମଧ୍ୟରୁ ଅନ୍ୟତମ । ତେଣୁ ସେଥିପାଇଁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ ବିସ୍ତୃତ ବୈଶ୍ୱିକ ରଣନୈତିକ ଭାଗିଦାରୀ ସ୍ତରକୁ ନେଇଯିବା ଲାଗି ନିଷ୍ପତି ନେଇଛୁ । ସମ୍ପର୍କକୁ ଏହି ସୋପାନ ପର୍ଯ୍ୟନ୍ତ ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅମୂଲ୍ୟ ଯୋଗଦାନ ରହିଛି ।

ବନ୍ଧୁଗଣ, 
ଆଜି ଆମର ଆଲୋଚନାରେ ଆମେ ଏହି ଭାଗିଦାରୀର ପ୍ରତ୍ୟେକ ଦିଗ ଉପରେ ସକାରାତ୍ମକ ବିଚାର ବିନିମୟ କଲୁ- ତାହା ପ୍ରତିରକ୍ଷା ଓ ସୁରକ୍ଷା ହେଉ, ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ହେଉ, ପ୍ରଯୁକ୍ତି ସହଯୋଗ ହେଉ, ବୈଶ୍ୱିକ ଯୋଗାଯୋଗ ହେଉ, ବାଣିଜ୍ୟ ସମ୍ପର୍କ ହେଉ କିମ୍ବା ନାଗରିକ ସମ୍ପର୍କ । ଭାରତ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆମ ରଣନୈତିକ ଭାଗିଦାରୀର ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ । ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ତଥା ମ୍ୟାଚରେ ସହଯୋଗ ଫଳରେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ନିର୍ମାତାମାନେ ପରସ୍ପର ଯୋଗାଣ ଶୃଙ୍ଖଳାର ଅଂଶବିଶେଷ ପାଲଟୁଛନ୍ତି । ଭାରତୀୟ ସେନାବାହିନୀ ଆଜି ସବୁଠୁ ଅଧିକ ସମରାଭ୍ୟାସ ଆମେରିକା ସେନା ସହିତ କରୁଛି । ଗତ କିଛି ବର୍ଷ ମଧ୍ୟରେ, ଆମ ସେନା ମଧ୍ୟରେ ଆତ୍ମପରିଚାଳନାରେ ଅଭୂତପୂର୍ବ ବୃଦ୍ଧି ହୋଇଛି । 

ବନ୍ଧୁଗଣ,
ସେହିପରି ଆମେ ଆମ ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଅପରାଧ ସହ ମୁକାବିଲା ଲାଗି ମଧ୍ୟ ସହଯୋଗ ବୃଦ୍ଧି କରୁଛୁ । ଆଜି ଦେଶର ଅନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିଆଯାଇଥିବା ନିର୍ଣ୍ଣୟ ଫଳରେ ଏହି ସହଯୋଗ ଆହୁରି ବୃଦ୍ଧି ପାଇବ । ଆତଙ୍କବାଦର ସମର୍ଥନକାରୀମାନଙ୍କୁ ଉତରଦାୟୀ କରିବା ଲାଗି ଆଜି ଆମେ ଆମ । ପ୍ରୟାସକୁ ଆହୁରି ବୃଦ୍ଧି କରିବା ଲାଗି ନିଷ୍ପତି ନେଇଛୁ । ଦୁଗ୍ଧ ଏବଂ ଅଫିମ କାରବାର ବିରୋଧରେ ଲଢ଼େଇକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି । ଆଜି ଆମ ମଧ୍ୟରେ ନିଶାଦ୍ରବ୍ୟ କାରବାର, ନାର୍କୋ-ଟେରୋରିଜିମ ନିଶାଔଷଧ ଆତଙ୍କବାଦ) ଏବଂ ସଂଗଠିତ । ଅପରାଧ ଭଳି ଗମ୍ଭୀର ସମସ୍ୟା ବିଷୟରେ ଏକ ନୂତନ ବ୍ୟବସ୍ଥା ଉପରେ ମଧ୍ୟ ସହମତି ହୋଇଛି ।

ବନ୍ଧୁଗଣ,
କିଛିଦିନ ପୂର୍ବରୁ ପ୍ରତିଷ୍ଠିତ ଆମର ରଣନୈତିକ ଭାଗିଦାରୀ ସୁଦୃଢ଼ ହୋଇଚାଲିଛି । ଆହୁରି ଏହି କ୍ଷେତ୍ରରେ ଆପୋସ ନିବେଶ ବୃଦ୍ଧି ପାଇଛି । ତୈଳ ଏବଂ ଗ୍ୟାସ ଲାଗି ଆମେରିକା ଭାରତର ବହୁତ ବଡ଼ ଉପରେ ପରିଣତ ହୋଇଛି । ଗତ ଚାରି ବର୍ଷ ମଧ୍ୟରେ ଆମର ମୋଟ ଶକ୍ତି କାରବାର ପାଖାପାଖି ୨୦ ବିଲିୟନ ଡଲାର ରହିଥିଲା । ଅକ୍ଷୟଶକ୍ତି ହେଉ କିମ୍ବା ପରମାଣୁ ଶକ୍ତି, ଆମର ସହଯୋଗକୁ ନୂତନ ଇନ୍ଧନ ମିଳୁଛି । 

ବନ୍ଧୁଗଣ,
ସେହିପରି, ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏକବିଂଶ ଶତାବ୍ଦୀର ଅନ୍ୟ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତଆମେରିକା ଭାଗିଦାରୀ, ନବୋମ୍ବେଷ ଏବଂ ଉଦ୍ୟମିତାର ନୂତନ ସୋପାନରେ ପହଁଚିଛି । ଭାରତୀୟ ପେସାଦାରଙ୍କ ପ୍ରତିଭା ଆମେରିକୀୟ କମ୍ପାନୀର ପ୍ରଯୁକ୍ତି ନେତୃତ୍ବକୁ ସୁଦୃଢ଼ କରିଛି । ବନ୍ଧୁଗଣ, ଭାରତ ଓ ଆମେରିକା ଆର୍ଥିକ କ୍ଷେତ୍ରରେ ଖୋଲାପଣ ଏବଂ ସଜ ଓ ସନ୍ତୁଳିତ ବାଣିଜ୍ୟ ଲାଗି ପ୍ରତିବଦ୍ଧ ଅଟନ୍ତି । ଗତ ତିନି ବର୍ଷ ମଧ୍ୟରେ ଆମର ଦ୍ବିପାକ୍ଷିକ କାରବାରରେ ଦୁଇସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଏହା ଏବେ ଆହୁରି ଅଧିକ ସନ୍ତୁଳିତ ମଧ୍ୟ ହୋଇଛି । ଯଦି ଶକ୍ତି, ବେସାମରିକ ବିମାନ, ପ୍ରତିରକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଦେଖୁବା ତ ଗତ ଚାରି ପାଂଚ ବର୍ଷ ମଧ୍ୟରେ କେବଳ ଏହି ଚାରିଟି କ୍ଷେତ୍ର ହିଁ ଭାରତଆମେରିକା ଆର୍ଥିକ ସମ୍ପର୍କରେ ୭୦ ବିଲିୟନ ଡଲାରର ଯୋଗଦାନ ଦେଇଛନ୍ତି । ଏଥିମଧ୍ୟରୁ ଅନେକ କିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତି କାରଣରୁ ସମ୍ଭବ ହୋଇପାରିଛି । ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଆଗାମୀ ଦିନରେ ଏହି ତଥା ଯଥେଷ୍ଟ ବୃଦ୍ଧି ପାଇବ । ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ସହମତ ଯେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ବୁଝାମଣା ସୃଷ୍ଟି ହୋଇଛି ତା’କୁ ଆମର ଟିମ ଆଇନଗତ ରୂପ ଦେଉ । ଆମେ ଏକ ବଡ଼ ବାଣିଜ୍ୟ ଚୁକ୍ତି ଲାଗି ଆଲୋଚନା ଆରମ୍ଭ କରିବା ଲାଗି ସହମତ ହୋଇଛୁ । ଆମର ଆଶା ଯେ ଆପୋସ ହିତରେ ଏହାର ଉତମ ପରିଣାମ ମିଳିବ ।

ବନ୍ଧୁଗଣ,
ବିଶ୍ବସ୍ତରରେ ଭାରତ ଏବଂ ଆମେରିକାର ସହଯୋଗ ଆମର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟ ଉପରେ ଆଧାରିତ । ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପରିଦୃଶ୍ୟରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ଏହି ସହଯୋଗ ବିଶେଷ ଗୁରୁତ୍ବପୂର୍ଣ୍ଣ । ଆମର ଦୁଇ ଦେଶ ଯୋଗାଯୋଗ ଭିତିଭୂମି ବିକାଶରେ ସ୍ଥାୟୀ ଏବଂ ପାରଦର୍ଶୀ ପାଣି ଯୋଗାଣର ମହତ୍ବ ଉପରେ ସହମତ ହୋଇଛୁ । ଆମର ଏହି ଆପୋସ ତାଳମେଳ କେବଳ ପରସର ପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ କଲ୍ୟାଣକାରୀ । 

ବନ୍ଧୁଗଣ,
ଭାରତ ଏବଂ ଆମେରିକାର ଏହି ସ୍ୱତନ୍ତ୍ର ବନ୍ଧୁତାର ସବୁଠୁ ଗୁରୁତ୍ବପୂର୍ଣ୍ଣ ମୂଳଦୁଆ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ । ପେସାଦାର ହୁଅନ୍ତୁ ଅବା ଛାତ୍ରଛାତ୍ରୀ, ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ଏ ଦିଗରେ ସବୁଠୁ ବଡ଼ ଯୋଗଦାନ ରହିଛି । ଭାରତର ଏହି ରାଷ୍ଟ୍ରଦୂତମାନେ କେବଳ ନିଜ ପ୍ରତିଭା ଏବଂ ପରିଶ୍ରମ ବଳରେ ଆମେରିକାର ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଉନାହାନ୍ତି, ବରଂ ନିଜ ଗଣତାନ୍ଧିକ ମୂଲ୍ୟବୋଧ ଓ ସମୃଦ୍ଧ ସଂସ୍କୃତି ଦ୍ଵାରା ଆମେରିକୀୟ ସମାଜକୁ ମଧ୍ୟ ସମୃଦ୍ଧ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଛି ଯେ ଆମର ପେସାଦାରଙ୍କ ସାମାଜିକ-ସୁରକ୍ଷା ଯୋଗାଦାନର ଟୋଟାଲାଇଜେସନ ରାଜିନାମା ଉପରେ ଆଲୋଚନାକୁ ଉଭୟ ପକ୍ଷ ଆଗକୁ ନିଅନ୍ତୁ । ଏହା ପରସ୍ପର ପାଇଁ ଲାଭଦାୟକ ହେବ । 

ବନ୍ଧୁଗଣ,
ଏ ସମସ୍ତ ଦିଗରେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ଐତିହାସିକ ଭୂମିକା ତୁଲାଇଛି । ମୁଁ ପୁଣିଥରେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଆସିବା ଲାଗି, ଏବଂ ଭାରତ-ଆମେରିକା ସମ୍ପର୍କକୁ । ନୂତନ ଉଚ୍ଚତାରେ ପହଁଚାଇବା ଲାଗି ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।

ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଆୟୋଜିତ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ଆଜି ଉଦଯାପିତ

ସମ୍ବଲପୁର : ୨୫/୨- ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଆୟୋଜିତ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଦେଶର ୧୭ଟି  ବିଭିନ୍ନ ବିଶ୍ବବିଦୟାଳୟରୁ ଆସିଥିବା ଗବେଷକଙ୍କ ଦ୍ବାରା ଭାଷା ସମ୍ପର୍କିତ ମୋଟ ୮୩ଟି ସନ୍ଦର୍ଭ ୭ଟି ମୁଖ୍ୟ ସତ୍ରରେ ଉପସ୍ଥାପିତ ହୋଇ ବିସ୍ତୃତ ଆଲୋଚନା ହେବା ସହିତ ଓଡ଼ିଆଭାଷା କିପରି ଜ୍ଞାନ ଓ 
ବିକାଶର ଭାଷା ହୋଇ ପାରିବ ସେ ବିଷୟରେ ବିଭିନ୍ନ ମାନସ ମନ୍ଥନ କରାଯାଇଥିଲା । ବିଶେଷକରି ଭାଷା ମଣିଷକୁ ଭାଗେନାହିଁ, ବରଂ ମଣିଷକୁ ଯୋଡେ, ତାହା ବିଭିନ୍ନ ଭାଷାଭାଷୀଙ୍କ ସମାଗମ ଓ ଉପସ୍ଥାପିତ ଭିଭିପ୍ରବନ୍ଧରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା । 

ଉଦଯାପନୀ ଉତ୍ସବ ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁଆଜି ସକାଳ ୧୦ଟାରେ ଏକ ଭାଷା ସଚେତନ ପଦଯାତ୍ରା ତିନିଟି ମହାବିଦ୍ୟାଳୟ ଓ ୩ଟି ବିଶ୍ବବିଦ୍ୟାଳୟର ପ୍ରାୟ ଦୁଇଶହରୁ ଉର୍ଣ୍ଣ ବିଦ୍ୟାର୍ଥୀଙ୍କ ଦ୍ୱାରା ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ବାହାରି ସହର ପରିକ୍ରମା କରାଯାଇଥିଲା । ଓଡିଆ ଅଧ୍ୟୟନ ଓ ଗବେଷନା ସଂସ୍ଥାର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ସଂଜତ କୁମାର ସାହୁ, ଭାରତର ସର୍ବୋଚ୍ଚ 
ନ୍ୟାୟାଳୟର ଅବକ୍ତା ବିରଜା ମହାପାତ୍ର, ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ଡକ୍ଟର ରତନ ହେମ୍ରମ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଡିନ ପ୍ରଫେସର କାମଦେବ ସାହୁ, ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ଡକ୍ଟର ସିପ୍ରା ମଲ୍ଲିକ, ଯୁବ ଭାଷାବିତ ତଥା ଶାସ୍ତ୍ରୀୟ ଓଡ଼ିଆପାଇଁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଡକ୍ଟର ସୁବ୍ରତ ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷାର ବ୍ୟବହାରିକତା ଓ ଗବେଷଣା ଉପରେ ଗୁରୁତ୍ବ ଦେବାକୁ ମତ ପ୍ରଦାନ କରିଥିଲେ । 

ବିଶେଷକରି ବୃକ୍ଷ ଯେପରି ମାଟି ସହିତ ସମ୍ପର୍କ କାଟିଦେଲେ ତାହା ଜୀବିତ ରହେନାହିଁ, ଠିକ  ସେହିଭଳି ମଣିଷ ନିଜ ମାଟିର ଭାଷାକୁ ତ୍ୟାଗ କରି ଅନ୍ୟ ଭାଷାକୁ ଗୁରୁତ୍ବ ଦେଲେ ନିଜର ଅସ୍ତିତ୍ବ ହରାଇ ବସିଥାଏ ବୋଲି ଅତିଥିଗଣ ମତ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଧାପକ ଡକ୍ଟର ଗୋପୀନାଥ ବାଗଙ୍କ କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା । ସମୁଦାୟ କାର୍ଯ୍ୟକ୍ରମକୁ ପ୍ରଫେସର ନିରଦ ବରଣ ଖୁଣ୍ଟିଆ, ସନ୍ତୋଷ କୁମାର ପାତ୍ର, ଡକ୍ଟର ନକୁ ହିଂସଦା, ଡକ୍ଟର ବିଶ୍ୱମୋହନ ଜେନା ମୁଖ ସଞ୍ଚାଳନ କରିଥିଲେ ।
Powered by Blogger.
Javascript DisablePlease Enable Javascript To See All Widget