April 2020

ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ୱେବିନାରରେ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ଉଦ୍ୟୋଗ ଉପରେ ଚର୍ଚ୍ଚା
google

ଭୁବନେଶ୍ୱର/୩୦ ଏପ୍ରିଲ୍- ଉତ୍କଳ ବିଶ୍ୱବିଦ୍ୟାଳୟର ଉତ୍କଳ ଉଦ୍ୟୋଗ ଓ କ୍ୟାରିଅର ହବ (UECH) ଗତ ସପ୍ତାହଠାରୁ ଏକ ୱେବିନାର ସିରିଜ ଆରମ୍ଭ ହୋଇଛି | ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନର ସହଯୋଗୀତାରେ ଆୟୋଜିତ ହେଇଥିବା ଏହି ୱେବିନାରରେ ଆଜି ଭୁବନେଶ୍ୱର ଆଇଆଇଟିର ଡିନ୍ ପ୍ରଫେସର ସରୋଜ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ହିଁ ସଙ୍କଟର ମୁକାବିଲା ପାଇଁ ବାଟ ଦେଖାଇବ | 

ଏହି ୱେବିନାରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇଥିଲେ | ଏହି ୱେବିନାରରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ | ବର୍ତ୍ତମାନ ସମଗ୍ର ବିଶ୍ୱ କୋରୋନା ବିପର୍ଯୟର ସାମନା କରୁଛି | ବିଶ୍ୱର ସମସ୍ତ ବ୍ୟବସ୍ଥା ବଦଳୁଛି ଏବଂ ବେଶ କିଛି ସମୟ ପର୍ଯ୍ୟନ୍ତ ଏହିପରି ରହିବ, ଏହା ହିଁ ବାସ୍ତବତା | ଯଦି ଜୀବିକା ସଙ୍କଟର କୌଣସି ସମାଧାନ ବାହାର ନକରାଯାଏ ତେବେ ପାଖାପାଖି ୧.୧ ବିଲିୟନ ଲୋକ ନିଜର ଜିବୀକା ହରାଇପାରନ୍ତି ଏବଂ ୨ ବିଲିୟନ ଜନତା ଭୋକ ସହ ସଂଘର୍ଷ କରିପାରନ୍ତି | ସମସ୍ତ ସଙ୍କଟ ଆହ୍ବାନ ସହ ସୁଯୋଗ ମଧ୍ୟ ଉପସ୍ଥାପନ କରିଥାଏ, ପ୍ରଫେସର ନାୟକ କହିଥିଲେ | ଏହି ସଙ୍କଟରୁ ମୁକ୍ତି ପାଇଁ ଏକ ସ୍ଥାୟୀ, ବିକେନ୍ଦ୍ରୀକରଣ ଏବଂ ମାପନୀୟ ଆଭିମୁଖ୍ୟ ରହିବା ଆବଶ୍ୟକ | ଟେକ୍ନୋଲୋଜିକୁ ସର୍ବଦା ପ୍ରକୃତି ବିରୁଦ୍ଧରେ ଯିବା ଆବଶ୍ୟକ ନୁହେଁ କହିଥିଲେ ପ୍ରଫେସର ସରୋଜ ନାୟକ | 

ସେ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସିର ସନ୍ଧାନ ଉପରେ ଆଲୋକପାତ କରିଥିଲେ | ଏହି ତଥ୍ୟ କୁହେ ଯେ ଶକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ୨.୪ ପ୍ରତିଶତ ଅଧିକ ଜିଡିପି ଅଭିବୃଦ୍ଧି ଆଣିପାରିବ | ପ୍ରଫେସର ନାୟକ KARMA (Kalinga Renewable Energy ମାନୁଫାକଟୁରର୍ସ)ନାମକ ଏକ ଷ୍ଟାର୍ଟଅପର ସହ ପ୍ରତିଷ୍ଠାତା ଅଟନ୍ତି | ସୋଲାର ଶକ୍ତି ପରିଚାଳିତ ଛୋଟ UPS ରୁ ଆରମ୍ଭ କରିଥିବା ଉଦ୍ୟୋଗ ବର୍ତମାନ ସୋଲାର ଶକ୍ତି ପରିଚାଳିତ ପାଣିପମ୍ପ ଓ ମତ୍ସ୍ୟଜୀବୀ ମାନେ ବ୍ୟବହାର କରୁଥିବା ସୋଲାର ଏରେଟର ନିର୍ମାଣ କରୁଛି | ଏହି ଅବସରରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ ଜଣେ ଉଦ୍ୟୋଗୀକୁ ବିଫଳତାର ସାମନା କରିବାକୁ ପ୍ରସ୍ତୁତ ରହିବା ଜରୁରୀ | ବିଫଳତାକୁ ଆଲିଙ୍ଗନ କରିହିଁ ସଫଳତା ପାଇହେବ | ପ୍ରଫେସର
ସବିତା ଆଚାର୍ଯ୍ୟ ତାଙ୍କର ବକ୍ତବ୍ୟରେ କହିଥିଲେ ଜୀବନଜୀବିକା କୋଭିଡ ପରା ସମୟର ସବୁଠାରୁ ବଡ ସମସ୍ୟା ହେବ | ଦେଶର ଅର୍ଥନୀତିକୁ ଆଗେଇ ନେବା ନିହାତି ଜରୁରୀ | 

ଆଜି ପ୍ରଫେସର ସବିତା ଆଚାର୍ଯ୍ୟଙ୍କର କର୍ମମୟ ଜୀବନର ଶେଷ ଦିବସ ଥିଲା | ଏହି ଅବସରରେ ତାଙ୍କୁ ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ବିଦ୍ୟାର୍ଥୀମାନେ ବିଦାୟ ସମ୍ବର୍ଧନା ଦେଇଥିଲେ | କୁଳପତି ତାଙ୍କୁ ଅଶେଷ ଧନ୍ୟବାଦ ଦେଇ କହିଥିଲେ ଯେ ତାଙ୍କର ନେତୃତ୍ୱରେ ପିଜି କାଉନସିଲ ନୂତନ ଉଚ୍ଚତାରେ ପହଞ୍ଚିଛି | ତାଙ୍କ କର୍ମମୟ ଜୀବନର ଅବସାନ ପରେ ଏକ ନୂତନ ଅଧ୍ୟାୟ ପାଇଁ ଶୁଭକାମନା ଦେଇଥିଲେ |

ବାହାର ରାଜ୍ୟରୁ ଛାତ୍ର ଛାତ୍ରୀ ମାନଙ୍କୁ ଫେରାଇ ଆଣିବା ନିଷ୍ପତ୍ତକୁ ଏବିଭିପିର ସ୍ଵାଗତ !!

ଭୁବନେଶ୍ବର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ସଦାସର୍ବଦା ଛାତ୍ରସମାଜ ପାଇଁ କାମ କରି ଆସୁଛି। ଏହି ଲକଡ଼ାଉନ ସମୟରେ ରାଜ୍ୟ ସରକାର ରାଜସ୍ଥାନ କୋଟରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଥିବା ପଦକ୍ଷେପକୁ ଏବିଭିପି ସ୍ବାଗତ ଜଣାଉଛି। ୪ଟି ବସରେ ମୋଟ ୧୧୬ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଆସିବେ । 

ଦେଶରେ ଚାଲିଥିବା ଏହି ଲକଡାଉନ ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ହେଳ୍ପଲାଇନ ନମ୍ବର ଜାରି କରିଥିଲା, ଏହା ମାଧ୍ୟମରେ ମୋଟ ୯୬୩ ଜଣ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାର୍ଥୀ ପରିଷଦ ଦ୍ବାରା ସାହାଯ୍ୟର ହାତ ବଢ଼ା ଯାଇଥିଲା । ଏହି ସମୟରେ ଅସୁବିଧାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାସନ, ସାବୁନ, ମାସ୍କ, ଖାତା, ବହି ଆଦି ଦିଆଯାଇଛି। କୋଟାରେ ଛାତ୍ରଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୁନହେଉଥିଲେ । ଖାଇବାକୁ ଠିକ ଭାବରେ ମିଳୁ ନଥୁଲା। ତେବେ ଏହି ଦୀର୍ଘ ଦିନର ଲକଡାଉନ ମଧ୍ୟରେ ସେମାନେ ବହୁ ସମସ୍ୟା ସାମ୍ନା କରିଥିଲେ। ବାହାର ରାଜ୍ୟର ଛାତ୍ରଛାତ୍ରୀ ନଥିବାରୁ ହଷ୍ଟେଲର ଏକ ପ୍ରକାରର ଏକାନ୍ତ ରେ ରହୁଥିଲେ। ତେବେ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀଙ୍କ ମନ ଦୃଢ ହେବା ସହ ଅଗାମୀ ପରୀକ୍ଷା ପାଇଁ ସେମାନେ ପ୍ରସ୍ତୁତ ରହିବେ। 

ଏବିଭିପିର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ କୋଟାରୁ ଫେରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଓଡ଼ିଶା ଆସି କିପରି ମେଡିକାଲରେ ଠିକ ଯରେ ରହିବେ ସେ ବିଷୟରେ ଦୃଢ଼ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଅନ୍ୟ ରାଜ୍ୟ ମାନଙ୍କରୁ ଛାତ୍ରଛାତ୍ରୀ ମାନେ କିପରି ଆସିପାରିବେ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ଏବଂ ଏଥିରେ ଏବିଭିପିର ଯେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସଂଗଠନ ନିଶ୍ଚିତ ସହଯୋଗ କରିବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଛନ୍ତି ।

ପୂର୍ବ ତଟ ରେଳପଥ ଲଡାଉନ୍ ସମୟରେ ୨୬୮୩ଟି କୋଇଲା ବୋଝେଇ ଟ୍ରେନ୍‌ ଚଳାଚଳ। ୧୦.୫ ମିଲିଅନ୍‌ ଟନ୍‌ କୋଇଲା ପରିବହନ ।

ନୁଆଦିଲ୍ଲୀ : କୋଭିଡ଼-୧୯ ସଂକ୍ରମଣ ଦୃଷ୍ଟିରୁ ସାରା ଦେଶରେ ଲଡାଉନ୍ ହେବା ସତ୍ତେ ରେଳ ମନ୍ତ୍ରଣାଳୟ ସାରା ଦେଶକୁ, ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଧାହୀନ ଭାବେ ପରିବହନ କରିବାକୁ ଏକ ଆହ୍ବାନ ରୂପେ ଗ୍ରହଣ କରି ଅବିରାମ ଭାବେ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗଧ, ଖାଇବା ତେଲ, ଚିନି ଓ ଲୁଣ, ଔଷଧ ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରି ସାରା ଦେଶର ବିଭିନ୍ନ କୋଣରେ ପହଞ୍ଚଉଛି । 

ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳୀକୁ ବାଧାହୀନ ଭାବେ କୋଇଲା ଯୋଗାଇବା ନିମନ୍ତେ ପୂର୍ବ ତଟ ରେଳପଥ ନିଷ୍ଠାର ସହ ଅବିରାମ ଭାବେ କବ୍ୟ ନିର୍ବାହ କରୁଛି । ଏହି ଲଢାଉନ୍ ସମୟରେ ପୂର୍ବ ତଟ ରେଳପଥ ସମୁଦାୟ ୨୬୮ଟି କୋଇଲା ବୋଝେଇ ଟ୍ରେନ୍ ଦେଶର ବିଭିନ୍ନ ସ୍ଥାନକୁ ଚଳାଚଳ କରିଛି । ପୂର୍ବ ତଟ ରେଳପଥ ତାହାର ପରିସୀମାର ତାଳଚେର ଅଞ୍ଚଳ, ପାରାଦ୍ବୀପ ବନ୍ଦର, ଧାମରା ବନ୍ଦର, ଭାଇଜାଗ୍ ବନ୍ଦର, ଗଙ୍ଗାଭରମ୍ ବନ୍ଦରରୁ ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀକୁ କୋଇଲା ପରିବହନ କରିଛି । ୨ ୨ ମାର୍ଚ୍ଚରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ଲଡାଉନ୍ ସମୟ ଅବଧୂରେ ଏହି ରେଳପଥ ୧୦.୫୦ ମିଲିଅନ୍‌ ଟନ୍‌ କୋଇଲା ବୋଝେଇ କରି ୨ ୬୮୩ଟି ମାଲବାହୀ ଟ୍ରେରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ ପରିବହନ କରିଛି । ତାଳଚେର ପୂର୍ବ ତଟ ରେଳପଥର ଏକ ବୃହତ୍ କୋଇଲା ବୋଝେଇ ଅଞ୍ଚଳ ଏବଂ ସାରା ଏସିଆରେ ଗୋଟିଏ ଷ୍ଟେସନ୍‌ରୁ କୋଇଲା ବୋଝେଇ ଓ ପରିବହନରେ ଏହା ସର୍ବୋଚ୍ଚ ସ୍ଥାନ ଅଧୁକାର କରିଛି । ତାଳଚେର ଅଞ୍ଚଳରେ ମହାନଦୀ କୋଲଡ୍ ଫିଲଡର ୧ ୧ ଟି କୋଇଲା ବୋଝେଇ ସାଇଡିଙ୍ଗ ରହିଛି, ଯେଉଁଠାରୁ ଏନ୍.ଟି.ପି.ସି., ସମ୍ବଲପୁର ଶକ୍ତି ଉତ୍ପାଦନ କେନ୍ଦ୍ର ଏବଂ ଜଳରୁରେ ପାରାଦ୍ବୀପ ଠାରୁ ଓ ରେଳ ରୁଟରେ ଦକ୍ଷିଣ ଭାରତର ବିଭିନ୍ନ ଶକ୍ତି ଉତ୍ପାଦନ କେନ୍ଦ୍ରକୁ ପରିବହନ ଲଗାତର ଭାବେ କରିଚାଲିଛି । ତାଳଚେର ମଧ ରାଉରକେଲା ଇସ୍ପାତ କାରଖାନା, ଭାଇଜାଗ କ୍ୟାପଟିଭ ପାର ପୁଣ୍ଡ ଏବଂ ଦେଶର ବିଭିନ୍ନ ସ୍ଥାନରେ ଥିବା ଶିକଗୁଡ଼ିକୁ କୋଇଲା ପରିବହନ କରି ଆସୁଛି । ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ୬.୪୮ ମିଲିଅନ୍‌ ଟନ୍ ଥର୍ମାଲ୍ କୋଇଲା ୧୬୯୫ ଟି ଟ୍ରେନ୍ ଦ୍ବାରା ପରିବହନ କରିଛି । । ପାରାଦୀପ ବନ୍ଦର ରେଳପଥରେ ପୋଡ଼ା କୋଇଲା, ଆମଦାନି କୋଇଲା ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ପରିବହନ କରିଆସୁଛି । ପାରାଦ୍ବୀପ ବନ୍ଦର ମଧ୍ୟକୁ ମଧ୍ୟ ଆମଦାନି କୋଇଲା ରେଳ ଦ୍ବାରା ପରିବହନ ହେଉଛି । ଏହି ଲଡାଉନ୍ ସମୟରେ ୧.୩୦ ମିଲିଅନ୍‌ ଟନ୍ ଆମଦାନି କୋଇଲା ୩୨ ୨ ଟି ଟ୍ରେନ୍‌ରେ ପାରାଦୀପରୁ ବୋଝେଇ କରାଯାଇ ପରିବହନ କରାଯାଇଛି ।

ଧାମରା ବନ୍ଦର ଆମଦାନୀ କୋଇଲା ହେଉଛି ଆଉଟ୍ ହଁ କୋଇଲା ଏବଂ ଥର୍ମାଲ କୋଇଲା ହେଉଛି ଇନ ୱାର୍ଡ । କୋଇଲା । ଏହି ଲଡାଉନ୍ ସମୟରେ ଧାମରା ବନ୍ଦର ୧.୨ ୧ ମିଲିଅନ୍‌ ଟନ୍‌ କୋଇଲା ୨୯୫ଟି ଟ୍ରେନରେ ବୋଝେଇ | କରି ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକୁ ପରିବହନ କରୁଛି । ସେହିପରି ଭାଇଜାଗ୍ ବନ୍ଦର ୦.୯୫ ମିଲିଅନ୍‌ ଟନ୍ ଆମଦାନୀ କୋଇଲା ୨ ୩ ୨ଟି ଟ୍ରେରେ ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପଞ୍ଚଳକୁ ପଠାଉଥିବା ବେଳେ ଗଙ୍ଗାଭରମ୍ ବନ୍ଦର ୦.୩୯ ମିଲିଅନ୍‌ ଟନ୍‌ କୋଇଲା ୯ ୬ଟି ଟ୍ରେନ୍‌ରେ ବୋଝେଇ କରି ପରିବହନ କରିଛି । । ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ୩.୯୦ ମିଲିଅନ ଟନ୍ ଆମଦାନୀ କୋଇଲା ଓ ୬.୬୦ ମିଲିଅନ ଟନ୍ ଥର୍ମାଲ (ତାପୀୟ) କୋଇଲା ବୋଝେଇ କରି ଦେଶର ବିଭିନ୍ନ ଶିଳ୍ପଞ୍ଚଳକୁ ପରିବହନ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀ ଓଡ଼ିଶାର ଏନ.ଟି.ପି.ସି. (କଣିହାଁ), ଟି.ଟି.ପି.ଏସ୍, (ତାଳଚେର), ଫାକର (ବାଉଦପୁର), ଷ୍ଟେରଲାଇଟ୍ (ଝାରସୁଗୁଡ଼ା), ଜି.ଏମ୍.ଆର୍ (ବୁଢ଼ାପକ) ଶକ୍ତି କେନ୍ଦ୍ରଗୁଡ଼ିକ ସେବାରେ ଥିବାବେଳେ ଉତ୍ତର ଭାରତର ଏନ୍.ଟି.ପି.ସି. (କାହାଲଗା ଓ ଫରକା), କଲିକତା ବିଦ୍ୟୁତ୍‌ ଯୋଗାଣ ନିଗମ (ବି.ଜି.ବି.), ଡକ୍ଟ,ବି.ପି.ଡି.ସି.ଏଲ୍. (ବକ୍ରେସ୍ପର, କୋଏଲାଘାଟ, ବଦେଲ, ସାଲଡିର, ସଗରଡିହି), ଦାମୋଦରଭ୍ୟାଲି ନିଗମ (ଦୁର୍ଗପୁର, ମେଜିଆ, ଡି.ଏସ୍.ଟି.ପି.ଏସ୍.), ଦକ୍ଷିଣ ଭାରତର ଏନ୍.ଟି.ପି.ସି. (ସିନ୍ଦୂଦ୍ର, ରାମଗୁଣ୍ଡମ୍) ଏପିଜିଇଏକୋ (ବିଜୟୱାଡ଼ା, ମୋଦନପୁର), ଟିଏଏନ୍‌ଜିଇଡିକୋ (ଟୁଟିକୁରିନ୍, ମେଟ୍ର, ଏନୋର, ନଥିମାଡ୍ରାସ୍) ଏବଂ ଏନ୍.ଟି.ଇ.ସି.ଏଲ୍. (ରାଇଟୁର, ବେଲାରୀ), ମଧ୍ୟ ଭାରତର ଆଦାନୀ ପାର (ଏମ୍.ଏଚ୍.) ଲିମିଟେଡ଼ ଏବଂ ପଶ୍ଚିମ ଭାରତର ମୁନ୍ଦ୍ରା ଥର୍ମାଲ୍ ପାର ପୁଣ୍ଟ (ମୁନ୍ଦ୍ରଗୁଜୁରାଟ) ଇତ୍ୟାଦି ବିଦ୍ୟୁତ୍ ଉତ୍ପାଦନ ସ୍ଥଳୀକୁ ପୂର୍ବ ତଟ ରେଳପଥ କୋଇଲା ପରିବହନ କରିଆସୁଛି । 

ସମସ୍ତଙ୍କ ଘରେ ବର୍ଭମାନ ବିଦ୍ୟୁତ୍ରର ଆବଶ୍ୟକତା ଅଛି କାରଣ ଲାଇଟ୍, ଫାନ୍, ଟିଭି, ଏସି, ରେଫ୍ରିଜରେଟର ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ସଂପକିତ ବହୁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ବ୍ୟବହାର ନିମନ୍ତେ ବିଦ୍ୟୁତ୍ରର ଆବଶ୍ୟକତା ହୁଏ । ଡାକ୍ତରଖାନାକୁ ବିଦ୍ୟୁତ୍‌ ଯୋଗାଣ, ଶିଳ୍ପ ଓ କାରଖାନା, ବଣିଜ ଅନୁଷ୍ଠାନ, କାର୍ଯ୍ୟାଳୟ ଇତ୍ୟାଦି ବିଦ୍ୟୁତ୍ ବିନା କାର୍ଯ୍ୟକରିବ ନାହିଁ ଓ ବିଦ୍ୟୁତ୍ରର ଅଭାବ ଜନସାଧାରଣଙ୍କ ଉପରେ ପ୍ରଚଣ୍ଡ ପ୍ରଭାବ ପକାଇବ । ତେଣୁ କୋଇଲା ପରିବହନ ଦେଶରେ ବହୁତ ଗୁରୁତ୍ବପୂର୍ଣ୍ଣ । ପୂର୍ବ ତଟ ରେଳପଥ ଦେଶର ବିଭିନ୍ନ ସ୍ଥାନରେ ଏହା ପହଞ୍ଚାଇବାକୁ ଦିବାରାତ୍ର ପରିଶ୍ରମ କରି ନିଶ୍ଚିତ କରୁଛି ।

ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ ତେଣୁ ସତର୍କ ରୁହନ୍ତୁ।

ପ୍ରିୟ ଭାଇ ଓ ଭଉଣୀମାନେ,
ନମସ୍କାର !! ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢ଼ିଗଲାଣି । କିନ୍ତୁ ଡରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।

ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡ଼ିଶା ପ୍ରଥମ ରାଜ୍ୟ , ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା । ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ । ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ । ତା ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିରୁ ଫେରୁଥିବା ବନ୍ଧୁ ମାନଙ୍କ ଠିକ୍ ଭାବରେ ଯତ୍ନ ନେବା । ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥର ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ । ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତିମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।

ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ infected ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ । ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢ଼ିବ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ । ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । 

ସେମାନଙ୍କୁ quirintinରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା । ଏହାଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ପୁସ୍ଥ ରହିବ । ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ । ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା , ସମସ୍ୟା ୧୦୦ ଗୁଣ ବଢ଼ିଯିବ ।ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ।

ରବିଧାନ ସଂଗ୍ରହ କାର୍ଯ୍ୟ ମଇ ପ୍ରଥମ ସପ୍ତାହରୁ ଆରମ୍ଭ ରବି ଧାନ ସଂଗ୍ରହରେ ସାମାଜିକ ଦୂରତ୍ୱ ଓ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବରେ ପାଳନ କରାଯିବା ।
google

ଭୁବନେଶ୍ବର : ୨୯ ଅପ୍ରେଲ- ରାଜ୍ୟରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ମଇ ମାସ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଯାଉଛି । କରୋନା ଭୂତାଣୁ ସଂକ୍ରମଣ (କୋଭିତ୍ —୧୯) ପରିସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖୁବା ସହିତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । 

ଆଜି ଏହି ମର୍ମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । କୌଣସି କେନ୍ଦ୍ରରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁପାଳନରେ ଖୁଲାପ ହେଲେ ସେହି କେନ୍ଦ୍ରରେ ଧାନ ସଂଗ୍ରହ କାର୍ଯ୍ୟକୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ରବିଧାନ ସଂଗ୍ରହ ନିମନ୍ତେ ରାଜ୍ୟର ୧୭ଟି ଜିଲ୍ଲାରେ ମୋଟ ୨ ଲକ୍ଷ ୫୮ ହଜାର ୩୫୭ ଜଣ ଚାଷୀ ସେମାନଙ୍କ ନାମ ଅନ୍‌ଲାଇନ୍ ଯୋଗେ ପଞ୍ଜୀକୃତ କରିଛନ୍ତି । ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧୁକ ଚାପୀ ରବିଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି । ଏହି ୧୭ଟି ଜିଲ୍ଲା ମଧ୍ୟରେ ବାଲେଶ୍ଵର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ । ମୋଟ ୮୨୯ ଫୋକସ୍, ଲ୍ୟାମ୍ପସ୍, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ପ୍ରତ୍ୟେକ ଦିନ ସକାଳ ୭ ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ସେହିଦିନ ଅପରାହ୍ନରେ କଷ୍ଟମ ମିଲରମାନେ କେନ୍ଦ୍ରରୁ ଧାନ ଉଠାଣ କରିବେ । 

କେନ୍ଦ୍ରରେ ଭିଡ଼ ଏଡାଇବା ପାଇଁ ଦୈନିକ ୩୦ରୁ ୩୫ ଜଣରୁ ଅଧୁକ ଚାଷୀଙ୍କଠାରୁ ଧାନ ସଂଗ୍ରହଣ କରାଯିବ ନାହିଁ । ଗୋଟିଏ ଥରରେ ୧୦ରୁ ୧୨ ଜଣ ଚାଷୀଙ୍କୁଠାରୁ ଧାନ ସଂଗ୍ରହ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯିବ । ସେହି ସମୟ ମଧ୍ୟରେ ଚାଷୀ ତାଙ୍କ ଧାନ ମଣ୍ଡିକୁ ଆଣିବେ । କେନ୍ଦ୍ରକୁ ଆସୁଥିବା ଚାଷୀ, ଶ୍ରମିକ, ମିଲର ଏବଂ ଧାନ ସଂଗ୍ରହ କେନ୍ଦ୍ରର କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଲ୍ୟାଣ୍ଡ ସାନିଟାଇଜର ରଖାଯିବ । କେନ୍ଦ୍ର ମଧ୍ୟକୁ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ମାସ୍‌ କିମ୍ବା କପଡ଼ାରେ ମୁହଁ, ପାଟି ଘୋଡ଼ାଇବା ବାଧ୍ୟତାମୂଳକ କରାଯାଇଛି । ମଣ୍ଡିର ସବୁ ଯନ୍ତ୍ରପାତି ଓ କମ୍ପ୍ୟୁଟର ଆଦି ପ୍ରତ୍ୟେକ ଦିନ ଭଲ ଭାବେ ସାନିଟାଇଜ୍ କରାଯିବା ସହିତ ପ୍ରତ୍ୟେକ ଥର ଆଇରିସ୍‌ ସ୍କାର ମେସିନ୍ ବ୍ୟବହାର ସମୟରେ ସାନିଟାଇଜ୍ କରାଯିବ । ସାମାଜିକ ଦୂରତ୍ୱ ବଜାୟ ରଖୁବା ଲକ୍ଷ୍ୟରେ ଧାନ ସଂଗ୍ରହ କେନ୍ଦ୍ରକୁ ଲୋଡ଼ି, ଅଲୋଡ଼ି, ଚାଷୀମାନଙ୍କ ପ୍ରତିକ୍ଷା ସ୍ଥଳ ଆଦି ଅଲଗା ଅଲାଗି ଜୋନ୍‌ରେ ବିଭକ୍ତ କରାଯିବ । ପ୍ରତ୍ୟେକ ଜୋନ ମଧ୍ୟରେ ଅନ୍ତତଃ ୩ ମିଟରର ଦୂରତ୍ୱ ରଖାଯିବ । କେନ୍ଦ୍ର ମଧ୍ୟକୁ ସମ୍ପୃକ୍ତ କର୍ମଚାରୀ, ମିଲରଙ୍କ ଏଜେଣ୍ଟ, ଶ୍ରମିକ, ଏବଂ ସେହିଦିନ ପାଇଁ ଉଦ୍ଦିଷ୍ଟ ଚାଷୀ ଓ ଗାଡ଼ିର ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ । 

ପ୍ରତ୍ୟେକ କେନ୍ଦ୍ରରେ ମାଇକ୍ ଘୋଷଣା ଦ୍ବାରା ଚାଷୀମାନଙ୍କୁ ସେମାନଙ୍କର ଧାନ ବିକିବା ପାଳି ଓ ସମୟ ସଂପର୍କରେ ଜଣାଇ ଦିଆଯିବ । ସମସ୍ତ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ । ତେଣୁ ଚାଷୀମାନଙ୍କୁ ଧୈର୍ଯ୍ୟ ଧରିବା ପାଇଁ ପରାମର୍ଶ ଦିଆଯାଇଛି । ଧାନ ସଂଗ୍ରହ କେନ୍ଦ୍ର ପରିସରରେ ଧୂମପାନ ଓ ଛେପ ପକାଇବା ନିଷିଦ୍ଧ କରାଯାଇଛି । ଧାନ ସଂଗ୍ରହ କେନ୍ଦ୍ର ପରିଚାଳନା କରୁଥିବା କର୍ମଚାରୀମାନେ ହାତରେ ନନ୍ ସର୍ଜିକାଲ୍ ଗ୍ଲାଭସ୍ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଆବଶ୍ୟକସ୍ଥଳେ କେନ୍ଦ୍ରକୁ ଧାନ ନେଇ ଆସୁଥିବା ଗାଡିଗୁଡିକୁ ସାନିଟାଇଜ କରାଯିବ । ସେହିପରି ଧାନ ଉଠାଣ ଗାଡ଼ିଗୁଡ଼ିକ ସଠିକ ଭାବରେ ସାନିଟାଇଜ ହୋଇଛି ବୋଲି ସମ୍ପୃକ୍ତ ମିଲରମାନଙ୍କ ସାର୍ଟିଫିକେଟ୍ ପ୍ରଦର୍ଶନ ପରେ କେନ୍ଦ୍ର ମଧ୍ୟକୁ ଗାଡି ପ୍ରବେଶ ପାଇଁ ଅନୁମତି ମିଳିବ । ଏଥୁସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ–୧୯ ପରିପ୍ରେକ୍ଷୀରେ ସମୟ ସମୟରେ ଜାରି କରାଯାଉଥିବା ମାର୍ଗଦର୍ଶିକାଗୁଡ଼ିକ କଡାକଡି ଭାବରେ ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍‌ବ୍ୟତୀତ ଛତିଶଗଡ ରାଜ୍ୟରୁ ଓଡ଼ିଶାକୁ ଯେପରି ଧାନ ଆସିନପାରେ ସେଥିପ୍ରତି ଓଡ଼ିଶା ସୀମାରେ ନିୟମିତ ପାଟ୍ରୋଲିଂ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି ।

ଉପରୋକ୍ତ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ଏବଂ ସୁରୁଖୁରୁରେ ରବି ଧାନ ସଂଗ୍ରହ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ସମବାୟ ସମିତି ସମୁହର ଡ଼ିଭିଜିନାଲ ରେଜିଷ୍ଟ୍ରାର୍, ଆସିଷ୍ଟାଣ୍ଟ ରେଜିଷ୍ଟାରଙ୍କ ସମେତ ଜିଲ୍ଲା ଯୋଗାଣ ଅଧୁକାରୀମାନଙ୍କୁ ନିୟମିତ ତଦାରଖ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଘରୋଇ ହିଂସା ବିରୁଦ୍ଧରେ ସଶକ୍ତିକରଣ ପାଇଁ ୱେବ୍ କର୍ମଶାଳା ଆରମ୍ଭ ।

ଭୁବନେଷ୍ପର : ୨୯ ଅପ୍ରେଲ୍- କୋଭିଡ୍ – ୧୯ ମହାମାରୀ ପରିପ୍ରେକ୍ଷୀରେ ମହିଳା, ଯୁବତୀ ଓ କିଶୋରୀମାନଙ୍କ ପ୍ରତି ଘରୋଇ ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ୱାନ୍ ଷ୍ଟପ୍ ସେଣ୍ଟର, ମହିଳା ସହାୟତା ନମ୍ବର ଏବଂ ପରିବାର ପରାମର୍ଶ କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ କାଉନ୍‌ସେଲର ଏବଂ କର୍ମଚାରୀମାନଙ୍କ ପାଇଁ ୱେବ୍-କର୍ମଶାଳା ଗତକାଲିଠାରୁ ଆରମ୍ଭ ହୋଇଛି । ଏଥୁରେ ରାଜ୍ୟରୁ ୨୦୦ ଜଣ ଅଂଶଗ୍ରହଣ କରିଛନ୍ତି । 

ୟୁନାଇଟେଡ୍ ନେସନ୍ସ ପପୁଲେସନ ଫଣ୍ଡ୍ ଏବଂ ଟାଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ର ସହାୟତାରେ ଏହି ୱେବ୍ ଭିତ୍ତିକ କର୍ମଶାଳାର ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ସମୟରେ ସାମାଜିକ ଦୂରତ୍ବ ଏବଂ ସ୍ବଛତାର ଅନୁପାଳନ କରାଯାଉଛି । ଏଥୁରେ କର୍ମଚାରୀ ଓ କାଉନସେଲରମାନଙ୍କୁ ଲିଙ୍ଗଭିତ୍ତିକ ହିଂସାକୁ ପ୍ରତିହତ କରିବା ଦିଗରେ ମନସ୍ତାତ୍ତିକ ଏବଂ ସାମାଜିକ ସହାୟତା ପ୍ରଦାନ ପାଇଁ ବିଶେଷ କୌଶଳ ଅବଲମ୍ବନ ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆହୁରୀ ମଧ୍ୟ ସ୍ବାସ୍ଥ୍ୟ, ଚିକିତ୍ସା ଏବଂ ଆଇନଗତ ପ୍ରସଙ୍ଗ ଉପରେ ପିଡ଼ୀତାଙ୍କୁ ଅଧୁକ ସେବା ଓ ସହାୟତା ପ୍ରଦାନ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯିବ । ପ୍ରଥମ ୱେବ ସେମିନାରର ବିଷୟବସ୍ତୁ ରହିଥୁଲା ମହିଳା ଓ କିଶୋରୀମାନଙ୍କ ବିରୋଧରେ ପାରିବାରିକ ହିଂସାର ପ୍ରତିରୋଧ ସଶକ୍ତିକରଣ' ।

ପ୍ରକାଶ ଥାଉକି, ଯେ କୌଣସି ମହାମାରୀ ସମୟରେ ମହିଳା ଏବଂ କିଶୋରୀମାନଙ୍କ ବିରୁଦ୍ଧରେ ଘରୋଇ ହିଂସା ବୃଦ୍ଧି ପାଉଥିବାର ଆଶଙ୍କା ଥାଏ । ଏ ନେଇ ଜାତୀୟ ମହିଳା କମିଶନ ଉଦ୍‌ବେଗ ପ୍ରକାଶ କରିବା ସହ କୋଭିଡ – ୧୯ ମହାମାରୀ ସମୟରେ ଦେଶରେ ଏହି ଭଳି ଘରୋଇ ହିଂସା ଘଟଣା ବୃଦ୍ଧି ପାଇଛି ବୋଲି ମତ ପ୍ରକାଶ କରିଥିଲେ ।

ସିଏସସି ଜରିଆରେ ଆଧାର ସଂଶୋଧନ ପାଇଁ ଅନୁମତି ପ୍ରଦାନ କଲା ୟୁଆଇଡିଏଆଇ ଦେଶବ୍ୟାପୀ 20,000 ସିଏସସି ଏହି ସେବା ପ୍ରଦାନ କରିବେ ।
google
ନୁଆଦିଲ୍ଲୀ : ସିଏସସି ଜରିଆରେ ଆଧାର ସଂଶୋଧନ ପାଇଁ ଅନୁମତି ପ୍ରଦାନ କଲା ୟୁଆଇଡିଏଆଇ ଦେଶବ୍ୟାପୀ 20,000 ସିଏସସି ଏହି ସେବା ପ୍ରଦାନ କରିବେ । ଗ୍ରାମାଞ୍ଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧୁନରେ ଥିବା ଦେଶର 20 ହଜାର ସାଧାରଣ ସେବା କେନ୍ଦ୍ର (CSC)ରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ । 

କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟୁଇଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ 20 ହଜାର ସିଏସସି ବର୍ଭମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଞ୍ଚଳ ଅଧୁବାସୀଙ୍କୁ ନିଜ ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ । ବ୍ୟାଙ୍କି ସୁବିଧା ଥିବା ସିଏସି ଗୁଡିକ ନିଜ ଭିତ୍ତିଭୂମି ଓ ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ଯ୍ୟ କରିଛି । ସିଏସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଡ. ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତ୍ତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । 

ଯାହା ଫଳରେ କି ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇପାରିବ । ସିଏସିକୁ ଆଧାର ସଂଶୋଧନ ସେବା ପ୍ରଦାନ କରିବାର ଦାୟିତ୍ବ ଦେଇଥିବାରୁ ଡ. ତ୍ୟାଗୀ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସ୍ବପ୍ନକୁ ସାକାର କରିବ ବୋଲି କହିଛନ୍ତି । ବିଶେଷ କରି କୋଭିଡ-19 ମହାମାରୀ ସଂକ୍ରମଣ ସମୟରେ ଏହି ନିଷ୍ପତ୍ତି ଅତି ଗୁରୁତ୍ବପୂର୍ଣ୍ଣ । ଏହି ସେବା ଆରମ୍ଭ ହେବା ଫଳରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବ୍ୟାଙ୍କ ଆଧାର କେନ୍ଦ୍ର ବା ପୋଷ୍ଟ ଅଫିସ ଇତ୍ୟାଦି ସ୍ଥାନକୁ ଯିବାକୁ ପଡିବ ନାହିଁ । ସେମାନଙ୍କୁ ନିଜ ଘର ପାଖରେ ଏହି ସୁବିଧା ମିଳିପାରିବ ।

narendramodi.in

ନୁଆଦିଲ୍ଲୀ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହୀମ ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ । ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ପ୍ରଦାନ କରିଥିଲେ । ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-19 ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ଉପଲକ୍ଷେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ବିଦେଶରେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନାବିକମାନଙ୍କୁ ସ୍ଥିତି ସୁଧୁରିବା ମାତ୍ରେ ସ୍ବଦେଶ ଫେରାଇ ଆଣିବା ସକାଶେ ଶ୍ରୀ ମାଭିୟଙ୍କ ନିର୍ଭର ପ୍ରତିଶ୍ରୁତି ।
pib.gov.in
ନୁଆଦିଲ୍ଲୀ : ଭାରତୀୟ ବନ୍ଦରମାନଙ୍କରେ କର୍ମଚାରୀ ପରିବର୍ତ୍ତନ ବ୍ୟବସ୍ଥା ନେଇ ବିଭିନ୍ନ ସଂଗଠନ ସହ ମତ ବିନିମୟ କଲେ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ।  କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ (ଆଇ/ସି) ଶ୍ରୀ ମନସୁଖ ମାଣ୍ଡଭିୟ ଆଜି ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଦେଶର ବିଭିନ୍ନ ସିପ୍ ଲାଇନର, ଜାହାଜ ଚଳାଚଳ କମ୍ପାନୀ, ସାମୁଦ୍ରିକ ଜାହାଜ । ଚଳାଚଳ ସଂଘ, ନାବିକ ସଂଘମାନଙ୍କ ସହ ଭାରତୀୟ ବନ୍ଦରରେ ଅଟକି ରହିଥିବା ନାବିକମାନଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ବେଳେ ବିଶ୍ୱର ଅନେକ ସ୍ଥାନରେ ସମୁଦ୍ରରେ ଅଟକି ରହିଥିବା ନାବିକମାନଙ୍କ ଦେଖାରଖା ସଂପର୍କିତ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । 

ଏହି ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଦେଶରେ କେତେ ଭାରତୀୟ ନାବିକ ଅଟକି ରହିଛନ୍ତି ଯାହାଙ୍କୁ ଭବିଷ୍ୟତରେ ଦେଶକୁ ଫେରାଇ ଅଣାଯିବାର ଅଛି ସେ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ । ଏହି ଅବସରରେ ଶ୍ରୀ ମାଣ୍ଡଭିୟ ବିଭିନ୍ନ ନାବିକ ସଂଗଠନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ପରିସ୍ଥିତି ଅନୁକୂଳ ହେବା ମାତ୍ରେ ଅଟକି ରହିଥିବା ନାବିକମାନଙ୍କୁ ଯଥାଶୀଘ୍ର ଫେରାଇ ଆଣିବା ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଦେଶର ଯୋଗାଣ ଶୃଙ୍ଖଳକୁ ଜାରି ରଖୁବା ସକାଶେ ନାବିକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ମାଣ୍ଡଭିୟ ସ୍ବୀକାର କରିବା ସହ ଏବେ ନାବିକମାନେ ସାମନା କରୁଥିବା ଆହାନକୁ ଯଥାଶୀଘ୍ର ସମାଧାନ କରାଯିବ ଏବଂ ଏଭଳି ପରିସ୍ଥିତିରେ ସେମାନଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଛି ।

ଶ୍ରୀ ମାଣ୍ଡଭିୟ ମନ୍ତ୍ରଣାଳୟର ଅଧକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଭାରତୀୟ ବନ୍ଦରମାନଙ୍କରେ ଅଟକି ରହିଥିବା ନାବିକମାନଙ୍କ ସହ ସମସ୍ତ ପ୍ରକାର ସୂଚନା ପ୍ରକ୍ରିୟାକୁ ଜାରି ରଖନ୍ତୁ ଯହାରା ସେମାନଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । ଏହି ଭିଡ଼ିଓ କନଫରେନ୍ସି ଆଲୋଚନାରେ ଭାରତୀୟ ଜାତୀୟ ଜାହାଜ ମାଲିକ ସଂଘ (ଆଇଏନଏସଏ), ସାମୁଦ୍ରିକ ଜାତୀୟ ସିଫି ଏଜେନ୍ସି – ଭାରତ (ମାନସ), ଭାରତୀୟ ଜାତୀୟ ନାବିକ ସଂଘ ( ଏନୟୁଏସଆଇ, ଭାରତୀୟ ନାବିକ ନ୍ୟାସ (ଆଇଏମଏଫ), ଭାରତୀୟ ସାମୁଦ୍ରିକ ସଂଗଠନ (ଏମୟୁଆଇ)ର ପ୍ରତିନିଧୁମାନେ ସାମିଲ ହୋଇଥିଲେ । ସେହିଭଳି ସାମୁଦ୍ରିକ ଜାହାଜ ମାଲିକ ପରିଚାଳକ ଓ ଏଜେଣ୍ଟ ସଂଘ (ଏମଏଏସଏସଏ) ଆଦିର ପ୍ରତିନିଧୁମାନେ ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଲକଡାଉନ ସମ୍ବେ ସମଗ୍ର ଦେଶରେ ଗହମ ଅମଳ କାମ ଜୋରସୋର ଚାଲିଛି । ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି ।
google
ନୁଆଦିଲ୍ଲୀ : ଲକଡାଉନ ସମ୍ବେ ସମଗ୍ର ଦେଶରେ ଗହମ ଅମଳ କାମ ଜୋରସୋର ଚାଲିଛି । ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି । କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି । 2020 ବର୍ଷର ରବି ଫସଲ ଅମଳ କାମ ପାଇଁ ଯେଉଁ ମାନକ କ୍ରିୟାନୁଷ୍ଠାନ ବିଷ୍ଣୁ (SOP) ସରକାର ଧାର୍ଯ୍ୟ କରିଛନ୍ତି ତଦନୁସାରେ ଶ୍ରମିକ ଓ ଚାଷୀମାନେ ଏହି ଫସଲ କାଟିବା ଓ ଅମଳି କାମ କରୁଛନ୍ତି । 

କରୋନା ଭୂତାଣୁ ସଂକ୍ରମଣ ଚାଷୀ ଓ କୃଷି କର୍ମଚାରୀଙ୍କୁ ସୁରକ୍ଷିତ ରଖ୍ ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏହି ମାନକ କ୍ରିୟାନୁଷ୍ଠାନ ବିକୁ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୨୫ରୁ 99 ଭାଗ ଗହମ ଅମଳ ସରିଲାଣି । ରାଜସ୍ଥାନରେ 92ରୁ 95%, ଉତ୍ତରପ୍ରଦେଶରେ 85ରୁ 88%, ହରିୟାଣାରେ 55ରୁ 60%, ପଞ୍ଜାବରେ 60ରୁ 65 ଏବଂ ଅନ୍ୟାନ୍ୟ ରାଜ୍ୟରେ 87 ରୁ 88% ଗହମ ଅମଳ ସରିଛି । ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭିଭିରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ଆଦି ସଂଗ୍ରହ କାର୍ଯ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହରିୟାଣାରେ ଚାଲିଛି । 2020-21 ରବି ଋତୁ ପାଇଁ ଘୋଷଣା କରାଯାଇଥିବା ସରକାରୀ ସହାୟକ ମୂଲ୍ୟ ହିସାବରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣା ଯାଉଛି । ଲକଡାଉନ ସମୟରେ ପାଞ୍ଚଟି ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ 72,415.82 ମେଟ୍ରିକ ଟନ ବୁଟ ଓ ଚଣା ଜାତୀୟ ଫସଲ ସଂଗୃହୀତ ହୋଇଛି । 

ସେହିଭଳି ସାତଟି ରାଜ୍ୟ – ତାମିଲନାଡ଼ୁ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ ଓଡିଶାରୁ 1,20,023.29 ମେଟ୍ରିକ ଟନ ହରଡ ଡାଲି ସଂଗୃହୀତ ହୋଇଛି । ଏହି ସମୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରୁ 1,83,400.87 । ମେଟ୍ରିକ ଟନ ସୋରିଷ ସଂଗ୍ରହ କରଯାଇଛି । ଇତି ମଧ୍ୟରେ ଜାତୀୟ ଉଦ୍ୟାନ କୃଷି ବୋର୍ଡ ଦେଶର 618ଟି ମାନ୍ୟତା ପ୍ରାପ୍ତ ନର୍ସରରୁ । ଫଳ ଓ ପନିପରିବା ଚାଷ ସଂକ୍ରାନ୍ତ ସାମଗ୍ରୀ ଯୋଗାଣ ପ୍ରସ୍ତୁତି ସମ୍ପର୍କରେ ଖବର ପାଇଛି। ଏସବୁ ନର୍ସରୀ ଏବେ ଏହା ଯୋଗାଇବାକୁ ପ୍ରସ୍ତୁତ । ଇଚ୍ଛୁକ୍ତ ବ୍ୟକ୍ତିବିଶେଷ, ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ସଂଯୁକ୍ତ ପକ୍ଷଙ୍କ ଅବଗତି ନିମନ୍ତେ ଉଦ୍ୟାନ କୃଷିବୋର୍ଡ ଏହି ତଥ୍ୟ ସବୁ ରାଜ୍ୟ ଓ ଆଞ୍ଚଳିକ ଅଫିସକୁ ଅବଗତ କରାଇଦେଇଛି ।

କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ।

ନୁଆଦିଲ୍ଲୀ : କରୋନାରେ ମୃତ୍ୟୁ ଘଟିଲେ ବନ୍ଦର କର୍ମଚାରୀ/ଶ୍ରମିକଙ୍କୁ ମିଳିବ 50 ଲକ୍ଷ ଟଙ୍କାର କ୍ଷତି ପୂରଣ । ସବୁ ପ୍ରମୁଖ ବନ୍ଦର କର୍ମଚାରୀଙ୍କ ସମେତ ଠିକା ଶ୍ରମିକ ପାଇବେ ଏହି ସୁବିଧା । କରୋନା ସଂକ୍ରମଣରେ କୌଣସି ବନ୍ଦର କର୍ମଚାରୀ ଓ ଶ୍ରମିକଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯିବ । 

ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି । ଦେଶର ସବୁ ପ୍ରମୁଖ ବନ୍ଦରର କର୍ମଚାରୀ ଓ ଶ୍ରମିକଙ୍କ ସହିତ ଏହି କ୍ଷତି ପୂରଣ ସୁବିଧା ଠିକା ଓ ଚୁକ୍ତି ଭିତ୍ତିକ ଶ୍ରମିକ କର୍ମଚାରୀଙ୍କୁ ମଧ୍ୟ ମିଳିବ । ମୃତ ବ୍ୟକ୍ତିଙ୍କ ପରିବାରର ଉତ୍ତରାଧୁକାରୀ ବା ତାଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ବିଶେଷଙ୍କ ଉପଯୁକ୍ତ ଦାବିଦାର ଏହି ଅର୍ଥ ପାଇବେ । କରୋନା ମହାମାରୀ ସମୟରେ ବନ୍ଦର କର୍ମଚାରୀ ଓ ଶ୍ରମିକମାନେ ବିପଦକୁ ଖାତିର ନକରି ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ସେମାନଙ୍କର ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ଏହି କ୍ଷତି ପୂରଣ/ଅନୁକମ୍ପାମୂଳକ ଅର୍ଥ ପ୍ରଦାନର ବ୍ୟବସ୍ଥା କରାଯାଇଛି । 

କୌଣସି କର୍ମଚାରୀ ଶ୍ରମିକ ଯଦି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାନ୍ତି ତାଙ୍କ ପରିବାର ବା ଉତ୍ତରାକାରୀଙ୍କୁ ଏହି କ୍ଷତି ପୂରଣ ଅର୍ଥ ପ୍ରଦାନ ପାଇଁ ସଂପୃକ୍ତ ରିପୋର୍ଟ ମିଳିବା ପରେ କ୍ଷତି ପୂରଣ ବାବଦ ଦାବିକୁ ବିଚାର କରି ଉପଯୁକ୍ତ ଉତ୍ତରାକାରୀଙ୍କୁ ତାହା ପ୍ରଦାନ କରିବେ । ଏହି କ୍ଷତିପୂରଣ ବ୍ୟବସ୍ଥା ବେଳେ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଓ ଏହା ଚଳିତ ବର୍ଷ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାପରେ ସଂପୃକ୍ତ ବ୍ୟବସ୍ଥାର ସମୀକ୍ଷା କରାଯିବ ।

କିମସରେ ବିରଳ ଅସ୍ତ୍ରୋପଚାର ୭ବର୍ଷ ଶିଶୁ ଫୁସଫୁସରୁ ବାହାରିଲା କ୍ଷୀରଦାନ୍ତ ।

ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ବରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‌ଫୁସ୍‌ରେ ଅଟକି ରହିଥିଲା । ଫଳରେ ଶିଶୁଟିର ଶ୍ଵାସ ପ୍ରଶ୍ୱାସରେ ଭୀଷଣ କଷ୍ଟ ହେବାରୁ ଶିଶୁଟି ହଠାତ୍ ନିଦରୁ ଉଠି ପଡ଼ିଥିଲା। ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରିଥିଲେ ମଧ୍ୟ କୌଣସି ସୁଫଳ ନପାଇ ଶେଷରେ କିମ୍ବସରେ ପହଞ୍ଚିଥିଲେ । 

କିମସର କର୍ଣ-ନାସା-ଗଳା ବିଶେଷଜ୍ଞ ଡା, ଖଗେଶ୍ୱର ରାଉତ ଶିଶୁର ପରୀକ୍ଷା କରି ଫୁସ୍‌ଫୁସ୍ ନିକଟରେ ଏକ ବାହାର କଣିକା ରହିଥିବା ଜାଣିପାରିଥିଲେ । ପରେ ଡା. ରାଉତଙ୍କ ନେତୃତ୍ବରେ କିସର ଡାକ୍ତରୀଦଳ ଉକ୍ତ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥିଲେ । ବର୍ତ୍ତମାନ କରୋନାର ଭୟ ବାଲେଶ୍ଵର ଅଞ୍ଚଳରେ ରହିଥିବା ବେଳେ ଡା ରାଉତ ଏବଂ ତାଙ୍କ ଦଳ ଏଭଳି ଜଟିଳ ସମସ୍ୟା ହାତକୁ ନେଇ ସଫଳ ହୋଇଥିଲେ । ଡାକ୍ତରୀ ଦଳ ପିପିଇ ପରିଧାନ କରି ଏଭଳି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ । 
କିମସରେ ବିରଳ ଅସ୍ତ୍ରୋପଚାର ୭ବର୍ଷ ଶିଶୁ ଫୁସଫୁସରୁ ବାହାରିଲା କ୍ଷୀରଦାନ୍ତ ।

କ୍ଷୀରଦାନ୍ତଟି ଦେଖାଯାଉଥିଲେ ମଧ୍ୟ ଏହା ଖସି ଯାଉଥିବାରୁ ଏହାକୁ ଯନ୍ତ୍ରାଶରେ ଧରିବାକୁ ମଧ୍ୟ ସମ୍ଭବ ହେଉନଥିଲା । ଡା ରାଉତଙ୍କୁ କ-ନାସ-ଗଳା ବିଭାଗର ଡା. ଗିଫଟି ଜାଚାରିଆସ ଓ ଡା, ରଚିତ ସହଯୋଗ କରିଥିବା ବେଳେ ଓ ଆନାସ୍ନେସିଆ ବିଭାଗର ଡା, ଜଗବ୍ଦୀଶ ଚନ୍ଦ୍ର ମିଶ୍ର, ଡା, ଅମିତ ପ୍ରଧାନ, ଡା, ଅପ୍ରିତା ଓ ଡା, ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ । ଅସ୍ତ୍ରୋପଚାର କରିଥିବା ସମସ୍ତ ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ କରୋନା ସମୟରେ ଏହା କିମସରେ ଏକ ସାମାଜିକ ଦାୟିତ୍ବବୋଧ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନହୁଅନ୍ତି ।

ଭୁବନେଶ୍ୱର : ୨୮/୦୪- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ ୧୯ ସଂକ୍ରାମକ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । NFSA/SFSA ରାସନ କାର୍ଡ ଥାଉ ବା ନ ଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାର ଯେପରି ରାସନ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ କୋଭିଡ ୧୯ ନିୟନ୍ତ୍ରଣ ଦାୟିତ୍ର ହିଁ ହେଉଛି ବରିଷ୍ଠ ଅଧିକାରୀ ମାନଙ୍କର ମୁଖ୍ୟ ଦାୟିତ୍ବ । ଏହା ଅତିରିକ୍ତ ଦାୟିତ୍ବ ନୁହେଁ । ତେଣୁ ଏଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ୮-୧୦ ଦିନର ଦୃଶ୍ୟପଟକୁ ସାମ୍ନାରେ ରଖି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗ୍ରାମପଞ୍ଚାୟତ ସ୍ତରରେ ଏଥିପାଇଁ ଅଧିକ ସୁବିଧା ସୁଯୋଗର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଓଡିଶା ଫେରିବାକୁ ଥିବା ଶ୍ରମିକ ମାନଙ୍କ ନିମନ୍ତେ ଗ୍ରାମପଞ୍ଚାୟତ ମୁରରେ quarantine ତଥା ଅନ୍ୟାନ୍ୟ ସୁବିଧାକୁ ପ୍ରାଥମିକତା ଦେବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । | NREGSଙ୍କୁ ଲକ୍ଷ୍ୟଭିକ କରିବା ସହ ଏହା ଜରିଆରେ ବର୍ତ୍ତମାନ ସୃଷ୍ଟି ହେଉଥିବା ୫ ଲକ୍ଷ ମାନବ ଦିବସକୁ ଦୁଇ ଗୁଣ କରି ଅଗାମୀ ସପ୍ତାହ ସୁଦ୍ଧା ଦୈନିକ ୧୦ ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । 

ସେହିପରି ଜଙ୍ଗଲ ବିଭାଗ ତୁରନ୍ତ ଶ୍ରମଭିତ୍ତିକ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଜୀବନଜୀବିକା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । କୋଭିତ ୧୯ ନିୟନ୍ତ୍ରଣ କାର୍ଯ୍ୟରେ ମୁତୟନ ହୋଇଥିବା ସମସ୍ତ କର୍ମଚାରୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ତେଣୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟକର୍ମୀ । ଯୋଲିସ, ଆଶାକର୍ମୀ, ଅଙ୍ଗନବାଡୀ କର୍ମୀ ତଥା ଅନ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ବିଷୟରେ ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଆଗାମୀ ଦିନରେ ରାଜ୍ୟ ବାହାରୁ ଅନେକ ଶ୍ରମିକ ଫେରିବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଯେପରି ବହୁ ପରିମାଣରେ ନମୂନା ଶୀଘ୍ର ପରୀକ୍ଷା କରାଯାଇ ପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେଥିପାଇଁ ICMR ଦ୍ବାରା ସ୍ବୀକୃତିପ୍ରାପ୍ତ ଘରୋଇ ପରୀକ୍ଷାଗାର ବ୍ୟବହାର କରିବା ଏବଂ ନମୁନା ପରୀକ୍ଷଣକୁ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ଵାସ୍ଥ୍ୟ ବିଭାଗର ଦାୟିତ୍ବରେ ଥିବା କୃଷି ଉତ୍ପାଦନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଏବଂ ବିଭିନ୍ନ ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ ।

ଜଟଣୀ ରେ ସଫେଇ କର୍ମଚାରୀ ,ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟିଲେ ବିଧାୟକ !!

ଜଟଣୀ : ୨୮/୪- ସମଗ୍ର ବିଶ୍ଵରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧୁକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଖାଦ୍ୟ ପ୍ରର୍ଯ୍ୟାପ୍ତ ହେଉନଥିବାରୁ ଦୀର୍ଘ ୨୦ ଦିନରୁ ଉଦ୍ଧ ଦିନ ଧରି ଜଟଣୀ ନାଗରିକ କମିଟି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ବରେ ଶୁଖୁଲା ଖାଦ୍ୟ ବଣ୍ଟନ ଜାରୀରଖୁଥିବା ବେଳେ ଆଜି ଶ୍ରୀବତ୍ସ ପାଠାଗାର ଠାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଜଟଣୀ ସହରକୁ ସଫାସୁତୁରା ରଖୁବାରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଥିବା ସଫେଇ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ,ହାତ ବାରମ୍ବାର ଧୋଇବାସହ ସାମାଜିକ ଦୂରତା କୁ ମାନି ଚଳିବା ପାଇଁ ସଚେତନ ବାର୍ତ୍ତା ଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ (ଆଳୁ,ପିଆଜ, ବାଇଗଣ,ତେଲ,ଅଟା, ଡାଲି, ସାବୁନ,ବିସ୍କୁଟ) ସହ ମାସ୍କ, ସାନିଟାଇଜର ଇତ୍ୟାଦି ବଣ୍ଟନ କରିବାପରେ ମୁନିସିପାଲଟି ହସ୍ପିଟାଲ କୁ ଯାଇଁ ହସ୍ପିଟାଲ ସୁପରିଟେଣ୍ଡଟ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଉପସ୍ଥିତିରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସାନିଟାଇଜର,ମାସ୍କ,ସାବୁନ ଇତ୍ୟାଦି ବଣ୍ଟନ କରିଥିଲେ ! ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ସୁଲୁ ରଥ,ଲିଟୁ ଶତପଥୀ, ସମ୍ବିତ ମଙ୍ଗରାଜ, ବାଙ୍ଗଲା ମଲିଆ,କଳିଙ୍ଗ ସାହୁ, ଏମ ଡି ନାଜିଦ, । ରାଜେଦ୍ର ମହାରଣା ଉପସ୍ଥିତ ରହି ସହଯୋଗ କରିଥିଲେ !

ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ ସମବାୟ ମାଧମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇଦେବା ଲକ୍ଷ୍ୟ ଧାର୍ଯ୍ୟ
google

ଭୁବନେଶ୍ୱର, ୨୮ ଅପ୍ରେଲ- କୃଷି କାର୍ଯ୍ୟକୁ ଆଗେଇ ନେବା ସହ ଖରିଫ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗୀୟ ଅଧୁକାରୀମାନଙ୍କୁ କହିଛନ୍ତି । ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଚାଷୀ ଯୁଦ୍ର ଓ ନାମ ମାତ୍ର ହୋଇଥୁବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ସେମାନଙ୍କୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଛନ୍ତି । 


କେଭିଡ –୧୯କୁ ଦୃଷ୍ଟିରେ ରଖୁ ଫୋକସ୍ ଓ ଲାଗୁଡ଼ିକରେ ସାମାଜିକ ଦୂରତ୍ବ ଓ ସରକାରଙ୍କ ପକ୍ଷରୁ ଜାରି କରାଯାଇଥୁବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଚଳିତ ଖରିଫ ଋତୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମବାୟ କ୍ଷେତ୍ର ମାଧ୍ୟମରେ ୭୫୦୦ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥୁବା । ବେଳେ ଚାଷୀମାନଙ୍କୁ ଠିକଣା ସମୟରେ ଋଣ ଯୋଗାଇଦେବା ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ମନ୍ତ୍ରୀ । ଶ୍ରୀ ସ୍ବାଇଁ କହିଛନ୍ତି । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଖରିଫ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ପତ୍ର ଲେଖାଯାଇଛି । ରାଜ୍ୟରେ ମୋଟ ଫସଲ ଋଣ ପ୍ରଦାନ ୬୫ ରୁ ୬୮ ପ୍ରତିଶତ ସମବାୟ ସଂସ୍ଥା ସମ୍ପାଦିତ ହୋଇଥାଏ । ଗତ ଖରିଫ ୨୦୧୯ ଋତୁରେ ସମବାୟ ସଂସ୍ଥାଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟ ୭୫୦୦ କୋଟି ଟଙ୍କା ମଧ୍ୟରୁ ରାଜ୍ୟରେ ୧୭,୯୧,୮୯୮ ଜଣ ଚାଷୀଙ୍କୁ ମୋଟ ୭୩୩୦.୫୬ କୋଟି ଟଙ୍କା ଫସଲ ଋଣ ଯୋଗାଇ ଦେଇଥିଲେ । 

ତେଣୁ ଚଳିତ ଖରିଫରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ସହ ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ ସଭ୍ୟମାନଙ୍କୁ ଫସଲ ଋଣ ଯୋଗାଇଦେବା ନିମନ୍ତେ ଫଳପ୍ରଦ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ । କରିବା ପାଇଁ କୁହାଯାଇଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥୁବା ଦୃଷ୍ଟିରୁ ହିତାଧୁକାରୀ ଚାଷୀମାନଙ୍କ ଆଧାର କାର୍ଡ ନମ୍ବର ସଂଗ୍ରହ ଏବଂ ଏହାକୁ କିଷାନ କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ଏବଂ ମଞ୍ଜୁରୀପ୍ରାପ୍ତ ଋଣ ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ହସ୍ତାନ୍ତର କରାଯିବ । ଏଥୁରେ ଖୁଲାଫ ହେଲେ ତାହା ବେନିୟମ ବୋଲି ବିବେଚନା କରାଯିବ । କରୋନା ଭୂତାଣୁ ସଂକ୍ରମଣ ଯୋଗୁ ରାଜ୍ୟ ସମେତ ସାରା ଦେଶରେ ଲକଡାଉନ ଜାରି କରାଯାଇଥୁବା ପରିପ୍ରେକ୍ଷୀରେ ଫାକସ୍ ଏବଂ ଲ୍ୟାମ୍ପସ୍‌ଗୁଡ଼ିକୁ ସ୍ପମିଆଦୀ କୃଷି ଋଣ ଅନୁମୋଦନ ଏବଂ ପ୍ରଦାନ ଅଫଲାଇନ ମାଧ୍ୟମରେ କରିବା ନିମନ୍ତେ ଅନୁମତି ଦିଆଯାଇଛି । 

ଏହା ଖରିଫ ୨୦୨୦ ଋତୁ ଶେଷ ୩୦.୦୯.୨୦୨୦ ପର୍ଯ୍ୟନ୍ତ କରାଯାଇପାରିବ । ଋଣ ଅନୁମୋଦନ ଓ ପ୍ରଦାନ ସମୟରେ ପ୍ୟାକସ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖାଗୁଡ଼ିକରେ ସାମାଜିକ ଦୂରତ୍ବ ନିମୟକୁ କଡାକଡି ଭାବେ ପାଳନ କରାଯିବ । ପାଞ୍ଚଜଣରୁ ଅଧୁକ ଏକତ୍ରିତ ହୋଇପାରିବେ ନାହିଁ । ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ଏବଂ ମାସ୍କ ପିନ୍ଧିବା ଆବଶ୍ୟକ । ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ ରଣ ପଇଠ କରୁଥିବା ଚାଷୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ୫୦,୦୦୦ ଟଙ୍କାରୁ ଅଧୁକ ଏବଂ ୩ ଲକ୍ଷ ଟଙ୍କା ମଧ୍ୟରେ ରଣ ନେଇ ସମୟ ସୀମା ମଧ୍ୟରେ ଋଣ ପଇଠ କଲେ ୨ ପ୍ରତିଶତ ସୁଧ ଦେବାକୁ ପଡିବ । ଫସଲ ଋଣ ପରିଶୋଧ କରିବା ସମୟ ସୀମା ପ୍ରଥମ ଋଣ ଉଠାଣ ତାରିଖଠାରୁ ୧୨ ମାସ ପର୍ଯ୍ୟନ୍ତ ରଖାଯାଇଛି । ତେବେ ଆଖୁ, କଦଳୀ ଚାଷ ଭଳି ଦୀର୍ଘ ସମୟ ଲାଗୁଥୁବା ଚାଷ କାର୍ଯ୍ୟ ନିମନ୍ତେ ଋଣ ପରିଶୋଧ ସମୟ ସୀମା ୧୮ ମାସ ରଖାଯାଇଛି । ଏଥୁସହିତ ସମବାୟ ଋଣ ନେଟୱାର୍କରେ ଅନ୍ତର୍ଭୁକ୍ତ ହୋଇନଥୁବା କୃଷକ ପରିବାରଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି । ସେମାନଙ୍କୁ ନୂତନ କିଷାନ କ୍ରେଡିଟ କାର୍ଡ ପ୍ରଦାନ ପୂର୍ବକ ଖରିଫ କୃଷି ଋଣ ଯୋଗାଇଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ।

ଦରଖାସ୍ତ ଦାଖଲ କରିବା ୧୫ ଦିନ ମଧ୍ୟରେ ରୂପେ କିଷାନ କ୍ରେଡିଟ କାର୍ଡ ସହିତ ଋଣ ଅନୁମୋନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯୁଗ୍ଧ ଦେୟ ଗୋଷ୍ଠୀମାନଙ୍କ ମାଧ୍ୟମରେ ଭାଗ ଚାଷୀଙ୍କୁ ଋଣ ପ୍ରଦାନ ନିମନ୍ତେ ଉତ୍ସାହିତ କରାଯିବ । ପ୍ୟାକସମାନଙ୍କୁ ସେମାନଙ୍କର ମୋଟ ଋଣ ପ୍ରଦାନର ଧାର୍ଯ୍ୟ ଲକ୍ଷ୍ୟର ଅନ୍ତତଃ ୧୦ ପ୍ରତିଶତ ଯୁଗ୍ଧ ଦେୟ ଗୋଷ୍ଠୀମାନଙ୍କୁ ପ୍ରଦାନ କିରବା ପାଇଁ ପରାମର୍ଶ ଦିଆଯାଇଛି । ଡାଲି, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକାରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧୂକାର ପ୍ରଦାନ କରାଯିବ । ଖରିଫ ଫସଲ ନିମନ୍ତେ ଆବଶ୍ୟକୀୟ କୃଷି ସାମଗ୍ରୀ, ସାର, ଉନ୍ନତ ବିହନ, କୀଟନାଶକ ଔଷଧ ଆଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ଦୀର୍ଘ ମିଆଦୀ କୃଷି ଋଣ ମାଧ୍ୟମରେ ଟ୍ରାକ୍ଟଟର, ପାୱାର ଟିଲର, ପମ୍ପସେଟ୍, ଯୁଦ୍ର ଜଳସେଚନ, କୃଷି ଯନ୍ତ୍ରର ବ୍ୟବହାର, ବୃକ୍ଷରୋପଣ, ଉଦ୍ୟାନ କୃଷି ସମେତ ଆନୁଷଙ୍ଗିକ ଯେତ୍ର ଗୋପାଳନ, କୁକୁଡ଼ା ଚାଷ, ମତ୍ସ୍ୟ ଚାଷକୁ ଅଗ୍ରାଧୁକାର ଭିରିରେ ଋଣ ପ୍ରଦାନ ନିମନ୍ତେ ସମବାୟ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏଥୁସହିତ ଫସଲ ଋଣ ଠିକଣା ଭାବରେ ଚାଷ କାର୍ଯ୍ୟରେ ବିନିଯୋଗକୁ ତଦାରଖ କରିବା ପାଇଁ କୃଷି ଏବଂ ସମବାୟ ବିଭାଗର କ୍ଷେତ୍ର ଅଧୁକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗରିବ ଆଦିବାସୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୨୮/୪ : ସାରା ବିଶ୍ୱକୁ ଦୋହଲାଇ ଦେଇଛି କରୋନା ଭୂତାଣୁ । ଏଥିପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । ଗରିବ ଆଦିବାସୀ ଓ ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା ନପାଇ ଦୁଇଓଳି ଦୁଇମୁଠା ଦାନା ଯୋଗାଡ଼ କରିବାକୁ ସେମାନଙ୍କ ପାଇଁ ସାତସପନ ହୋଇପଡ଼ିଲାଣି । ଏଥିପାଇଁ ବହୁ ସେଚ୍ଛାସେବୀ ସଂଗଠନ ଓ ସରକାର ଗରିବଗୁରୁବାଙ୍କୁ ସହଯୋଗର ହାତ ବଢ଼ାଉଛନ୍ତି । 

ଏହି ଅବସରରେ ଖୋର୍ଦ୍ଧା ବ୍ଲକ୍ ଅନ୍ତର୍ଗତ ସିଆଳିଆପାଟଣା ଗ୍ରାମର ୫୦୦ରୁ ଉର୍ଭ ଗରିବ ଆଦିବାସୀ ପରିବାରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର କର୍ମୀ ଶିବଶଙ୍କର ସାମନ୍ତରାୟ, ଶିବ କୁମାର ନାଲି, ରାଜେଶ କୁମାର ପରିଡ଼ା, ସତ୍ୟଶଙ୍କର ସାମନ୍ତରାୟ, ସତ୍ୟସୁନ୍ଦର ଛୋଟରାୟ, ଅମିତ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ଉତ୍କଳ ସଭିଳନୀର ଅନଲାଇନରେ ମଧୁବାବୁଙ୍କୁ ୧୭୨ତମ ଜୟନ୍ତୀ, ପାଳନ କେବଳ ଉତ୍କଳ ଗୌରବ ନୁହେଁ ମଧୁବାବୁ ହେଉଛନ୍ତି ଭାରତ ଗୌରବ ।

ଭୁବନେଶ୍ଵର :୨୮/୦୪ - କରୋନା ଭୂତାଣୁର ପ୍ରଭାବକୁ ପ୍ରତିହତ କରିବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷିତ ତାଲାବନ୍ଦ ଓ ସାମାଜିକ ଦୂରତ୍ବ ବଜାୟ ରଖୁବା ନିଷ୍ପତିକୁ ସମ୍ମାନ ଜଣାଇ ଆଜି ମଧୁବାବୁଙ୍କ ୧୭୫ତମ ଜୟନ୍ତୀକୁ ଉତ୍କଳ ସଳନୀ କେନ୍ଦ୍ରୀୟ କମିଟି ଅନଲାଇନ ସ୍ମତି ସଭା ମାଧ୍ୟମରେ ପାଳନ କରିଅଛି । 

ସ୍ୱାଭିମାନୀ ଓଡ଼ିଆ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସ ବା ମଧୁବାବୁ ପଦୋଦ୍ୟ ଓଡ଼ିଆ ଜାତି ପାଇଁ ସ୍ବଦ୍ଧିତ ଉଚ୍ଚାରଣ । ଭାଷା ଗୋଟିଏ ଜାତିର ଆତ୍ମା ଓ ସ୍ବତନ୍ତ୍ର ପରିଚୟ । ମାତୃଭାଷାର ଆଦର ଓ ଅନୁକରଣରେ ବ୍ୟବହାର ଏକାନ୍ତ ଆବଶ୍ୟକ । ଭାଷା କୁ ନେଇ ସ୍ଵାଭିମାନୀ ହୋଇ ବଞ୍ଚିବା, ବଢିବା ଓ ନୂଆ ଗଢିବା ପରି ଆଚରଣ କେବଳ ମଧୁବାବୁଙ୍କ ଠାରେ ପ୍ରଯୁଜ୍ୟ । ସମ୍ମିଳନୀ ର ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ଭାଷାରେ ସୁରେନ୍ଦ୍ର ମହାନ୍ତିଙ୍କ ଲିଖୁତ ଉପନ୍ୟାସଦ୍ୟ "ଶତାବ୍ଦୀର ସୂର୍ଯ୍ୟ" ଓ " କୁଳବୃଦ୍ଧ " ବାସ୍ତବରେ ମଧୁବାବୁଙ୍କର ଚରିତ୍ର ଚିତ୍ରଣର ରୂପରେଖ ପାଠପଢିବା , ଘୋଡ଼ା ଚଢିବା, ମଧୁବାବୁ ସଂଗେ ଲଢ଼ିବା ପରି ପଦ ଆଜି ମଧ୍ୟ ଆମ ସ୍ୱତି କୁ ରୋମନ୍ଥନ କରେ ଏବଂ ଅତୀତର ସ୍ବାଭିମାନପୂର୍ଣ୍ଣ ଗାଥାକୁ ମନେ ପକାଇ ଦିଏ ଜଣେ ବିଚକ୍ଷଣ ଓକିଲ ଭାବେ ତାଙ୍କର ଉଦାହରଣ ସର୍ବତ୍ର ଗ୍ରହଣୀୟ । 

ଉନ୍ନୟନ ନାମରେ ରାସ୍ତାଘାଟ, ଘରବାଡ଼ି, ବନ୍ଧବାଡ଼, ଯେତେଯାହା ନିର୍ମାଣ କଲେ ମଧ୍ୟ ରାଜ୍ୟ ଭାଷା ବିହୀନ ହେଲେ ସେସବୁକୁ ଉନ୍ନତିର ମାପକାଠି ଭାବେ ଗ୍ରହଣ କରାଯାଇ ନପାରେ ବୋଲି ଶ୍ରୀ ଚିନ୍ମୟ ବୋଡ଼େ ମତପ୍ରକାଶ କରିଥିଲେ । କେବେ ଭିଜି କରି ହୁଏନାହିଁ । ମାତୃଭାଷା ଜାତିର ଆତ୍ମା,ସ୍ଵାଭିମାନ ତଥା ସ୍ବତନ୍ତ୍ର ଜାତିର ପରିଚାୟକ । ଏହାଥୁଲା ଇଂ ଜିତେନ୍ଦ୍ର ପାଢ଼ୀଙ୍କ ମତ | ସାଧୁତା ଏବଂ ସଚୋଟତାର ଅନୁଗାମୀ ହୋଇଥିବାହେତୁ ଶେଷରେ ମଧୁବାବୁଙ୍କୁ ଦେବାଳିଆ ହୋଇ ଉତ୍କଳ ଟାନେରୀ ସମେତ ଓଡ଼ିଶା ଆର୍ଟ ୱେୟର୍ସକୁ ମଧ୍ୟ ବନ୍ଦ କରିବାକୁ ପଡ଼ିଲା । ଉପରୋକ୍ତ ପ୍ରେକ୍ଷାପଟରେ ବିଚାରକଲେ ଜଣେ ସମୃଦ୍ଧ ଓଡ଼ିଆ ଯେ ଜଣେ ସମୃଦ୍ଧ ଭାରତୀୟ ଏବଂ ଗୌରବମୟ ବ୍ୟକ୍ତିତ୍ବର ଅଧୁକାରୀ ଏଥିରେ ସନ୍ଦେହ ନାହିଁ । ତେଣୁ ଉତ୍କଳ ଗୌରବଙ୍କୁ ଭାରତ ଗୌରବ ଭାବରେ ପ୍ରତିଷ୍ଠିତ କରେଇବା ହେଉଛି ଆୟ ସମସ୍ତଙ୍କ କର୍ତ୍ତବ୍ୟ ।

ସାମ୍ପ୍ରତିକ ସ୍ଥିତିରେ କୋଭିଡ- ୧୯ ସମଗ୍ର ବିଶ୍ଵରେ ସୃଷ୍ଟି କରିବା ବିଭୀଷିକାରୁ ବିଶ୍ୱବାସୀଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଦାରବିନ୍ଦରେ ଅନନ୍ତକୋଟି ପ୍ରଣାମ ନିବେଦନ ପାଇଁ ସଭାରେ ଅଧ୍ୟକ୍ଷତା କରିଥୁବା ସମ୍ମିଳନୀର ସଭାପତି ଅବକ୍ତା ବସନ୍ତ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ତାଲାବନ୍ଦ ଭଳି ସ୍ଥିତି ରେ "ଗୁଗୁଲ ଡ଼ିଓ" ପରି ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ମୋବାଇଲ ଫୋନରେ ପ୍ରାୟ ୧୫ ରୁ ଉର୍ଦ୍ଦ ସକ୍ରିୟ କର୍ମକର୍ତ୍ତା ତଥା ଉତ୍ସାହୀ ଓଡ଼ିଆ ଏହିଁ ଅନଲାଇନ ସୂମୃତି ସଭାରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. କାଶୀନାଥ ରଥ, ତ୍ରିନାଥ ସାମନ୍ତରାୟ , ପଠାଣି ଜେନା, ଅମିତ କୁମାର ମହାନ୍ତି, ଶେଷଦେବ ସେଠି, ଇଂ. ବିଷଣ ପ୍ରସାଦ ପାଣିଗ୍ରାହୀ, ପଙ୍କଜ କୁମାର ନାୟକ, ଇଂ. ଦିଲ୍ଲୀପ କୁମାର ସ୍ବାଇଁ, ଜିତେଶ ପଣ୍ଡା, ଶିବାନରାୟଣ ପ୍ରମୁଖ ଯୋଗ ଦେଇଥିଲା ବେଳେ ଇଂ. ଜିତେନ୍ଦ୍ର କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଇଂ. ସତ୍ୟଜିତ ନାୟକ ସମ୍ପୂର୍ଣ୍ଣ ପ୍ରକ୍ରିୟାଟିକୁ ଅନଲାଇନରେ ସକାଳ ୮.୩୦ ରୁ ୧୦ଟା ପର୍ଯ୍ୟନ୍ତ ପରିଚାଳନା ତଥା ସଂଯୋଜନା କରିଥିଲେ ।

ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ ।
google

ନୁଆଦିଲ୍ଲୀ : ରାପିଡ ଆଣ୍ଟିବଡି ଟେଷ୍ଟ ମୁଲ୍ୟ ସଂକ୍ରାନ୍ତ ବିବାଦ ଉପରେ ତଥ୍ୟ । ସର୍ବପ୍ରଥମେ, ଆଇସିଏମଆର ଦ୍ବାରା କ୍ରୟ ନିର୍ଣ୍ଣୟ ନିଆଯାଉଥିବା ପୃଷ୍ଠଭୂମିକୁ ବୁଝିବାର ଆବଶ୍ୟକତା ରହିଛି । କୋଭିଡ-19ର ମୁକାବିଲା ଲାଗି ନମୁନା ପରୀକ୍ଷଣ ସବୁଠୁ ପ୍ରଭାବୀ ଉପାୟ । ତେଣୁ ନମୁନା ପରୀକ୍ଷଣ ବୃଦ୍ଧି ନିମନ୍ତେ ଆଇସିଏମଆର ପକ୍ଷରୁ ସବୁପ୍ରକାରର ପ୍ରୟାସ କରାଯାଉଛି । ଏଥିପାଇଁ ପରୀକ୍ଷଣ କିଟ କ୍ରୟ କରାଯିବା ସହିତ ଆବଶ୍ୟକତା ଅନୁସାରେ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ପରୀକ୍ଷଣ କିଟର ବ୍ୟାପକ ଚାହିଦା ରହିଛି ଏବଂ ବିଭିନ୍ନ ରାଷ୍ଟ୍ର ଏହାକୁ କିଣିବା ଲାଗି ନିଜର ସମ୍ପୂର୍ଣ୍ଣ ମୌଦ୍ରକ ଓ କୂଟନୈତିକ ଶକ୍ତିର ଉପଯୋଗ କରୁଛନ୍ତି । ଏଭଳି ଏକ ସମୟରେ ପରୀକ୍ଷଣ କିଟ କ୍ରୟ କରାଯାଉଛି । ଏହି କିଟ କ୍ରୟ କରିବା ନିମନ୍ତେ ଆଇସିଏମଆର ପକ୍ଷରୁ ପ୍ରଥମେ ପ୍ରୟାସ କରାଯିବା ସମୟରେ କୌଣସି ଯୋଗାଣକାରୀ ଏଥିପ୍ରତି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଦ୍ୱିତୀୟ ଥର ପ୍ରୟାସ କରାଯିବା ଉପରେ ଯଥେଷ୍ଟ ପ୍ରତିକ୍ରିୟା ମିଳିଲା । ଏହି ପ୍ରତିକ୍ରିୟାରେ ସମ୍ବେଦନଶୀଳତା ଓ ସ୍ୱତନ୍ତ୍ରତାକୁ ଧ୍ୟାନରେ ରଖ୍ ଦୁଇଟି କମ୍ପାନୀ ବାୟୋମେଡେମିକ୍ସ ଏବଂ ୱିଣ୍ଡଫୋ ଠାରୁ କିଟ କ୍ରୟ ନିମନ୍ତେ ଚୟନ କରାଯାଇଥିଲା । ଉଭୟ କମ୍ପାନୀ ନିକଟରେ ଆବଶ୍ୟକ ଅନ୍ତର୍ଜାତୀୟ ପ୍ରାମାଣିକତା ରହିଥିଲା । ୱିଣ୍ଡଫୋ ପାଖରୁ ମୂଲ୍ୟାଙ୍କନ ସମିତିକୁ 4ଟି ନିଲାମି ମିଳିଥିଲା ଏବଂ ତଦନୁଯାୟୀ ପ୍ରାପ୍ତ ନିଲାମିରେ ପ୍ରତ୍ୟେକ କିଟର ମୂଲ୍ୟ 1204, 1200, 844 ଓ 60୦ ଟଙ୍କା ଥିଲା । ସେହି ଅନୁରୂପ 60୦ ଟଙ୍କାର ପ୍ରସ୍ତାବକୁ ଏଲ 1 ରୂପରେ ବିଚାର କରାଗଲା । ଇତିମଧ୍ୟରେ, ଆଇସିଏମଆର ସଜିଆଇ ଜରିଆରେ ସିଧାସଳଖ ଚୀନର ୱିଣ୍ଡଫୋ କମ୍ପାନୀ ଠାରୁ ମଧ୍ୟ କିଟ କ୍ରୟ ପାଇଁ ପ୍ରୟାସ କରିଥିଲା । ତଥାପି, ପ୍ରତ୍ୟକ୍ଷ କ୍ରୟରୁ ପ୍ରାପ୍ତ କୋଟେସନରେ ନିମ୍ନଲିତ ପ୍ରସଙ୍ଗ ରହିଥିଲା:

  • ବିନା କୌଣସି ପ୍ରତିବଦ୍ଧତାରେ କୋଟେସନ ଲଜିଷ୍ଟିକ୍ସ ପ୍ରସଙ୍ଗ ଏଫଓବି (ଫ୍ରି ଅନ ବୋର୍ଡ) ଥିଲା । କୋଟେସନ ବିନା ଗ୍ୟାରଂଟିରେ 10୦ ପ୍ରତିଶତ ପ୍ରତ୍ୟକ୍ଷ ଅଗ୍ରୀମ ଆଧାରିତ ଥିଲା । 
  • ସମୟସୀମାକୁ ନେଇ କୌଣସି ଗ୍ୟାରଂଟି ନଥିଲା ।
  • ମୂଲ୍ୟ ହ୍ରାସବୃଦ୍ଧି ନିମନ୍ତେ ଆକାଉଟିଂ ପାଇଁ କୌଣସି ସର୍ତ ବିନା ଦରକୁ ଆମେରିକୀୟ ଡଲାରରେ ରୂପାନ୍ତରିତ କରାଯାଇଥିଲା । ତେଣୁ, ୱିଣ୍ଡଫୋ ପକ୍ଷରୁ ଅଗ୍ରୀମ ପାଇଁ କୌଣସି ସର୍ଭ ରଖାନଯାଇ ଏଫଓବି (ଲଜିଷ୍ଟିକ) ନିମନ୍ତେ ସମାବେଶୀ ଦର ନିର୍ଦ୍ଧାରଣ କରିଥିବାରୁ ଏହାକୁ ଭାରତର ସ୍ବତନ୍ତ୍ର କିଟ ବିତରକ ଭାବେ ନିଯୁକ୍ତ ଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଏହା ମନେ ରଖୁବାର ଆବଶ୍ୟକତା ରହିଛି ଯେ ବର୍ତ୍ତମାନସୁଦ୍ଧା ଏଭଳି କିଟ କ୍ରୟ ନିମନ୍ତେ କୌଣସି ଭାରତୀୟ ଏଜେନ୍ସି ପକ୍ଷରୁ ଏହା ଥିଲା ପ୍ରଥମ ପ୍ରୟାସ । ନିଲାମକାରୀଙ୍କ ଦ୍ବାରା ଉଦ୍ଧୃତ କରାଯାଇଥିବା ଦର ହିଁ ଏକମାତ୍ର ସନ୍ଦର୍ଭ ବିନ୍ଦୁ ଥିଲା । କେତେକ ଯୋଗାଣ ପାଇବା ପରେ ଆଇସିଏମଆର ପୁଣିଥରେ କ୍ଷେତ୍ରୀୟ ସ୍ଥିତିରେ ଏସବୁ କିଟଗୁଡ଼ିକର ଗୁଣବତା ଯାଞ୍ଚ କରିଥିଲା । ଏଗୁଡ଼ିକର ପ୍ରଦର୍ଶନକୁ ବୈଜ୍ଞାନିକ ଦୃଷ୍ଟିରୁ ମୂଲ୍ୟାଙ୍କନ କରାଯିବା ପରେ ଅନ୍ୟ କିଟ ତୁଳନାରେ ଏହାକୁ କମ ପ୍ରଭାବକାରୀ ବୋଲି ଜାଣିବା ପରେ ୱିଣ୍ଡଫୋର ଏହି ବିବାଦୀୟ ଅର୍ଡରକୁ ବାତିଲ କରି ଦିଆଯାଇଥିଲା । ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ଯେ ଆଇସିଏମଆର ଏହି ଯୋଗାଣ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ଅର୍ଥ ପରିଶୋଧ କରିନାହିଁ । ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ କରାଯିବା କାରଣରୁ (ଶତ ପ୍ରତିଶତ ଅଗ୍ରୀମ ଅର୍ଥରାଶି ସହିତ କ୍ରୟ କରାନଯିବା) ଭାରତ ସରକାରଙ୍କର ଗୋଟିଏ ଟଙ୍କା ସୁଦ୍ଧା  କ୍ଷତି ହୋଇନାହିଁ ।

ସରକାରୀ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ବନ୍ଦ ହେବ ନାହିଁ ।

ନୁଆଦିଲ୍ଲୀ : ହିନ୍ଦୀ ସମ୍ବାଦପତ୍ର “ହିନ୍ଦୁସ୍ତାନ’ରେ ପ୍ରକାଶ ପାଇଥିବା ଏକ ଖବର ସଂକ୍ରାନ୍ତରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୋଭିଡ-୧୯ ସଂକ୍ରମଣ ମୁକାବିଲାକୁ ଆଖି ଆଗରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏଲଟିସି, ଲିଭ ଏନକାଂସଫେଟ, ଓଟିଏ ଏବଂ ମେଡ଼ିକାଲ ଭଳି ସୁବିଧା ମିଳିବ ନାହିଁ ବୋଲି ଏହି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସରକାରୀ କର୍ମଚାରୀଙ୍କ ପାଇଁ ଉପରୋକ୍ତ ସୁବିଧାସବୁ ବନ୍ଦ କରିବା ଲାଗି ସେପରି କୌଣସି ନିଷ୍ପତି ନିଆଯାଇନାହିଁ । ତେଣୁ ଏହି ସମ୍ବାଦ ସମ୍ପୂର୍ଣ୍ଣ ଭୁଲ ଏବଂ ଆଧାରହୀନ ବୋଲି ପିଆଇବି ଫାକ୍ଟ ଚେକ ୟୁନିଟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି ।

କୋଭିଡ-19 ମୁକାବିଲାରେ ଭାରତୀୟ ବାୟୁସେନାର ସକ୍ରିୟ ସହଯୋଗ
PBI

ନୁଆଦିଲ୍ଲୀ : ସମ୍ପ୍ରତି ଭାରତ ସରକାର ନୋଭେଲ କରୋନା ଭୂତାଣୁ ମହାମାରୀର ମୁକାବିଲା କରୁଛନ୍ତି। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ଏହି ସଂକ୍ରାମକ ରୋଗର ପ୍ରଭାବୀ ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ଓ ସହାୟକ ସଂସ୍ଥାଗୁଡ଼ିକୁ ସହାୟତା କରିବା ଲାଗି ବାୟୁ ସେନା ପକ୍ଷରୁ ଦେଶ ଭିତରେ ଜରୁରି ଔଷଧ, ରାସନ ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ପରିବହନ କରାଯାଉଛି। 

25 ଏପ୍ରିଲ, 202୦ରେ ଭାରତୀୟ ବାୟୁସେନା କୋଭିଜ-19 ମୁକାବିଲା ନିମନ୍ତେ 22ଟନ ଚିକିତ୍ସା ସାମଗ୍ରୀ ନେଇ ମିଜୋରାମର ଲେଙ୍ଗପୁର ବିମାନ ବନ୍ଦରରେ ପହଞ୍ଚିଥିଲା। ମିଜୋରାମ ଓ ମେଘାଳୟ ସରକାରଙ୍କ ସହାୟତା ପାଇଁ ଏହି ସାମଗ୍ରୀ ବିମାନ ଯୋଗେ ପରିବହନ କରାଯାଇଥିଲା। ଆଜିସୁଦ୍ଧା, ଭାରତୀୟ ବାୟୁସେନା ଆନୁମାନିକ 600 ଟନ ଚିକିତ୍ସା ସରଞ୍ଜାମ ଓ ସହାୟକ ସାମଗ୍ରୀ ପରିବହନ କରିସାରିଛି। ସହାୟତା ନିମନ୍ତେ କୁଏତ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କୁ ଅନୁରୋଧ କରାଯିବା ପରେ ସଶସ୍ତ୍ର ସେନା ଚିକିତ୍ସା ସେବା (ଏଏଫଏମଏସ) ଜରୁରିକାଳୀନ ସହାୟତା ବିଭାଗର ଏକ 15 ଜଣିଆ ଟିମ 11 ଏପ୍ରିଲ 2020ରେ କୂଏତ ଯାଇଥୁଲା । 

ଏମାନେ ସେଠାରେ କାର୍ଯ୍ୟ ସମ୍ପାଦନ କରିସାରିବା ପରେ 25 ଏପ୍ରିଲ 202୦ରେ ଭାରତୀୟ ବାୟୁସେନାର ସି-13୦ ବିମାନ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଥିଲା । ଫେରିବା ସମୟରେ କର୍କଟ ପୀଡ଼ିତ ଜଣେ 6 ବର୍ଷର ଝିଅକୁ ଜରୁରି ଚିକିତ୍ସା ନିମନ୍ତେ ତାଙ୍କ ପିତାଙ୍କ ସହିତ ଭାରତ ଅଣାଯାଇଥିଲା । ଭାରତୀୟ ବାୟୁସେନା ନିଜର କାର୍ଯ୍ୟସ୍ଥଳୀରେ ଭାରତ ସରକାରଙ୍କ ଦ୍ବାରା ଜାରି ସାମାଜିକ ଦୁରତା ଅବଲମ୍ବନ କରି ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଜରୁରି ପଦକ୍ଷେପ ଗ୍ରହଣ କରୁଛି । ସଂକ୍ରାମକ ରୋଗକୁ ପ୍ରତିହତ କରିବା ଲାଗି ସାରା ଦେଶ ବ୍ୟାପକ ପଦକ୍ଷେପ ନେଉଥିବା ସମୟରେ ଭାରତୀୟ ବାୟୁସେନା ପକ୍ଷରୁ ପେସାଦାର ଢଙ୍ଗରେ ସମସ୍ତ ଆବଶ୍ୟକ ସହାୟତା ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଛି ।

ଭାରତୀୟମାନଙ୍କର ପ୍ରମୁଖ ଖାଦ୍ୟ ହେଉଛି ଭାତ । ରେଲୱେ ଆମ ଖାଦ୍ୟଥାଳୀକୁ ଭାତ ପହଞ୍ଚାଉଛି।

 ଓଡ଼ିଶା, ଆନ୍ଧ୍ର ଏବଂ ଛତିଶଗଡ଼ ହେଉଛି ଭାରତର ‘ଭାତଥାଳୀ’ । 
 ଭାରତୀୟମାନଙ୍କର ପ୍ରମୁଖ ଖାଦ୍ୟ ହେଉଛି ଭାତ । 
 ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ଦିବାରାତ୍ର, ଅବିରାମ ଭାବେ କାର୍ଯ୍ୟକରି ଦକ୍ଷିଣ ଓ ଉତ୍ତର ଭାରତକୁ ୫,୭୯, ୧୧୩ ଟନ୍ ଋଉଳ ପରିବହନ କରିଛି । ପୂର୍ବ ତଟ ରେଳପଥ ସାରା ଦେଶକୁ ବାଧାହୀନ ଭାବେ ଋଉଳ ପରିବହନ କରିବା ନିମନ୍ତେ ଭାରତୀୟ ଖାଦ୍ୟନିଗମ ଓ ରାଜ୍ୟର ବିଭନ୍ନ ଯୋଗାଣ ସଂସ୍ଥାମାନଙ୍କ ସହ ଯୋଗାଯୋଗ ରଖୁ କାର୍ଯ୍ୟକରୁଛି । 

ଭାରତୀୟ ଖାଦ୍ୟରେ ଋଉଳର ଗୁରୁତ
ଭାରତର ଅଧୁକାଂଶ ଜନସଂଖ୍ୟା ଋଉଳ ବା ଭାତ ଖାଇବା ଉପରେ ନିର୍ଭର କରୁଥିବାରୁ ଏଠାରେ ଅଧୁକ ଋଉଳ ଉତ୍ପାଦନ ହୁଏ ଏବଂ ଉପଯୋଗ ମଧ୍ୟ ହୁଏ। ୨୦୧୯-୨୦ ଆର୍ଥିକ ବର୍ଷର ଆକଳନ ଅନୁସାରେ ସମୁଦାୟ ୨୯୨ ମିଲିଅନ୍‌ ଟନ୍ ଶସ୍ୟ ଉତ୍ପାଦନ ମଧ୍ୟରେ ପ୍ରାୟତଃ ୧୧୭ ମିଲିଅନ୍‌ ଟନ୍ କେବଳ ଧାନ ଉତ୍ପାଦନ । ଏହା ଦେଶର ଜନସାଧାରଣ ଓ ସନ୍ତାନ୍ତମାନଙ୍କ ଖାଦ୍ୟର ମୁଖ୍ୟ ଅଂଶ ହୋଇଥାଏ । 

ଧାନ ଉତ୍ପାଦନ ଅଞ୍ଚଳ 
ଭାରତବର୍ଷରେ ଓଡ଼ିଶା, ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଇତ୍ୟାଦି ରାଜ୍ୟମାନେ ମୁଖ୍ୟତଃ ଧାନ ଉତ୍ପାଦନକାରୀ ରାଜ୍ୟ ଓଡ଼ିଶା ଓ ଆସାମରେ ବର୍ଷକୁ ତିନିଥର ଧାନ ଫସଲ ଅମଳ କରାଯାଇଥାଏ । ଭାରତର ଦକ୍ଷିଣ ଓ ପୂର୍ବ ଅଞ୍ଚଳ, ମହାନଦୀ, କ୍ରିଷ୍ଣା ଓ ଗୋଦାବରୀ ନଦୀ ପାଖ ଅଞ୍ଚଳଗୁଡ଼ିକ ଦେଶର ‘ ଭାତଥାଳୀ’ ଭାବେ ପରିଚିତ । ଏହି ଅଞ୍ଚଳରେ ଉତ୍ପାଦିତ ହେଉଥିବା ଋଉଳା ଧାନ ଦେଶର ବିଭିନ୍ନ ଅଂଶକୁ ପରିବହନ କରାଯାଏ ଖାଦ୍ୟ । ଆବଶ୍ୟକତା ପୁରଣ ନିମନ୍ତେ । କୋଭିଡ଼-୧୯ ଭୂତାଣୁ ସଂକ୍ରମଣ ଦ୍ବାରା ଦେଶରେ ଲଡାଉନ୍ ଲାଗୁ ହେବା ଫଳରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଓ ଯୋଗାଣ ନିମନ୍ତେ ଏକ ସଂକଟ ସୃଷ୍ଟି ହେଲା । ଏହିଭଳି ଏକ ସଂକଟ ମୁହୂର୍ତ୍ତିରେ ପୂର୍ବ ତଟ ରେଳପଥ ଏହାକୁ ଏକ ଆହ୍ବାନ ରୂପେ ଗ୍ରହଣ କରି ଦିବାରାତ୍ର ଅବିରାମ ଗତିରେ କାର୍ଯ୍ୟ କରି ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଛି ଏବଂ ବିଶେଷକରି ଏହାର ପରିସୀମା ମଧ୍ୟରୁ ଋଉଳ ବୋଝେଇ କରି ମାଲ୍‌ବାହୀ । ଟ୍ରେନ୍ ମାଧ୍ୟମରେ ଦେଶର ବିଭିନ୍ନ ଅଂଶକୁ ପଠାଉଛି, ଯେମିତି ଦେଶରେ ଋଉଳର ସଂକଟ ରହିବ ନାହିଁ ।

ପୂର୍ବ ତଟ ରେଳପଥ ଦ୍ବାରା ଗଉଳ ପରିବହନ 
ଏହି ଲଡାଉନ୍ ସମୟରେ ପୂର୍ବ ତଟ ରେଳପଥ ଏହାର ବିଭିନ୍ନ ଷ୍ଟେସନ୍‌ରୁ ୧୯୧ଟି ଟ୍ରେନ୍ ଋଉଳ (ହାରାହାରି ୫,୭.୧୧୩ ଟନ୍ ଋଉଳ) ବୋଝେଇ କରି ଦେଶର ବିଭିନ୍ନ ଅଂଶକୁ ପରିବହନ କରିଛି । ଏହି ପରିବହନ, ଭାରତୀୟ ଖାଦ୍ୟନିଗମ ଏବଂ ରାଜ୍ୟର ସିଭିଲ୍ ସପ୍ଲାଏ ବିଭାଗ ଯଥା । ଆନ୍ଧ୍ରପ୍ରଦେଶ ସମାଜ ମଙ୍ଗଳ ବିଭାଗ, ଆନ୍ଧ୍ରପ୍ରଦେଶ ସିଭିଲ୍ ସପ୍ଲାଏ ବିଭାଗ (ଏପିଏସି) ଇତ୍ୟାଦିର ସହଯୋଗରେ ସମ୍ଭବ ହୋଇପାରିଛି ।

ସମ୍ବଲପୁର ରେଳମଣ୍ଡଳ 
ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥର ସମ୍ବଲପୁର ରେଳମଣ୍ଡଳ ସର୍ବାଧୂକ ଟ୍ରେନ୍, ଋଉଳ ବୋଝେଇ କରିଛି । ଏହି ରେଳମଣ୍ଡଳର ବିଭିନ୍ନ ଷ୍ଟେସନ୍‌ରୁ ୧୪୯ଟି ଟ୍ରେନ୍ ହାରାହାରୀ ୪,୫୪,୮୯୪ ଟନ୍ ଋଉଳ ବୋଝେଇ କରି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିଛି । ଋଉଳ ବୋଝେଇ । ହୋଇଥିବା ସ୍ଥାନଗୁଡ଼ିକ ହେଲା – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଷ୍ଟେସନ୍‌ରୁ ୮ଟି ଟ୍ରେନ୍ ଓ ବଲାଙ୍ଗୀର ଷ୍ଟେସନ୍‌ରୁ ୧୪ଟି ଟ୍ରେନ୍ ବୋଝେଇ ହୋଇଥିବା । ବେଳେ ବରଗଡ଼ ଜିଲ୍ଲାରୁ ୩୬ଟି ଟ୍ରେନ, ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଷ୍ଟେସନ୍‌ରୁ ୧୬ଟି ଟ୍ରେନ୍, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରୋଡ଼୍ ଷ୍ଟେସନ୍‌ରୁ । ୧୨ଟି ଓ କେସିଙ୍ଗା ସରୁ ୧୨ଟି ଟ୍ରେନ୍, ମହାସମୁନ୍ଦ ଜିଲ୍ଲାର କୋମାଖାନ୍ ଷ୍ଟେସନ୍‌ରୁ ୫ଟି ଓ ବେଲସେଣ୍ଡା ଷ୍ଟେସନ୍‌ରୁ ୧୩ଟି ଟ୍ରେନ୍, ନୂଆପଡ଼ା ଜିଲ୍ଲାର ଖରିଆର ଷ୍ଟେସନ୍‌ରୁ ୩ଟି ଟ୍ରେନ୍ ଏବଂ ସମ୍ବଲପୁର ଜିଲ୍ଲାର ହୀରାକୁଦ ଷ୍ଟେସନ୍‌ରୁ ୩୦ଟି ଟ୍ରେନ୍ ଓଡ଼ିଶାରେ ଧାନଗୃଷ ନାନାବିଧ ପରିବେଶିକ ପଦ୍ଧତି ଏବଂ ବହୁ ପାଣିପାଗ ଅବସ୍ଥା ଉପରେ ନିର୍ଭର କରିଥାଏ । ଏହା ଓଡ଼ିଶାର ୩୦ଟି ଜିଲ୍ଲାରେ ଋଷ କରାଯାଇଥାଏ, କେତେକ ଅଞ୍ଚଳରେ ପ୍ରଚୁର ପରିମାଣରେ ଫସଲ ଅମଳ ହୁଏ ଏବଂ କେତେକ ଅଞ୍ଚଳରେ କମ୍ ହୁଏ। ଯେମିତି ମହାନଦୀ ଆଖପାଖ ଅଞ୍ଚଳରେ ଉତ୍ତମ ଧାନ ଋଷ ହୁଏ ଏବଂ ସେପୁର, ବରଗଡ଼, ସମ୍ବଲପୁର ଇତ୍ୟାଦି ଜିଲ୍ଲା ଗୁଡ଼ିକ ହିରାକୁଦ ରିଜରଭଏର ପ୍ରଣାଳୀର କେନାଲ୍ ଇରିଗେସନ୍ । ଉପରେ ନିର୍ଭର କରନ୍ତି । ଏହି ଟ୍ରେନ୍‌ ଗୁଡ଼ିକ ମୁଖ୍ୟତଃ ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟର ଡାଲଟୋନ, ଦୁମକା, ମଧୁପୁର, ଟାଟାନଗର, ହଜାରିବାଗ, ଧାନବାଦ, ବୁକାରେ, । ନାମକୋମ୍ ଓ ଦରଭଗା ଇତ୍ୟାଦି ସ୍ଥାନକୁ ପରିବହନ ହୋଇଥାଏ । ଭାରତୀୟ ଖାଦ୍ୟନିଗମର ସହଯୋଗରେ ବୋଝେଇ ହୋଇଥାଏ । ତେଣୁ ବିହାର ଓ ଝାଡ଼ଖଣ୍ଡ ଖାଦ୍ୟଥାଳୀକୁ ଋଉଳ ପୂର୍ବ ତଟ ରେଳପଥ ପରିସୀମାର ମ ଏବଂ ପଶ୍ଚିମ ଓଡ଼ିଶାରୁ ପରିବହନ ହୋଇଥାଏ।

ୱଲଟିୟର୍ ରେଳମଣ୍ଡଳ 
ୱଲଟିୟର୍ ରେଳମଣ୍ଡଳ ସମୁଦାୟ ୩୭ଟି ଟ୍ରେନ୍ ହାରାହାରୀ ୧, ୧୦,୮୮୪ ଟନ୍ ଋଉଳ ବୋଝେଇ କରିଛି । ଏହା ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ । ଯଥା- ବିଶାଖାପାଟଣା ଜିଲ୍ଲାର ପେଣ୍ଡୁର୍ଥ ଷ୍ଟେସନ୍‌ରୁ ୧୦ ଟି ଟ୍ରେନ୍, ଶ୍ରୀକାକୁଲମ୍ ଜିଲ୍ଲାରୁ ୧୩ଟି ଟ୍ରେନ୍, ବିଜୟନଗରମ୍ ଜିଲ୍ଲାର ବୋବଲି ଷ୍ଟେସନ୍‌ରୁ ୬ଟି ଟ୍ରେନ୍ ଓ ବିଜୟନଗରମ୍ ଷ୍ଟେସନ୍‌ରୁ ୫ଟି ଟ୍ରେନ୍ ଏବଂ ଓଡ଼ିଶାର ଜୟପୁର ଜିଲ୍ଲାରୁ ୩ଟି ଟ୍ରେନ୍ ଋଉଳ ବୋଝେଇ କରି ପରିବହନ କରିଛି । । ଏହି ୩୭ଟି ଟ୍ରେନ୍‌ରୁ ୧୭ଟି ଟ୍ରେନ୍ କେବଳ ଭାରତୀୟ ଖାଦ୍ୟନିଗମ ଦ୍ଵାରା ବୋଝେଇ କରାଇଥିବା ବେଳେ ଅନ୍ୟ ଟ୍ରେନ୍‌ଗୁଡ଼ିକ ରାଜ୍ୟର ବିଭିନ୍ନ ଯୋଗାଣ ସଂସ୍ଥା ଯଥା ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ସିଭିଲ୍ ସପ୍ଲାଏ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ କଲ୍ୟାଣ ବିଭାଗ ଇତ୍ୟାଦି ବୋଝେଇ କରନ୍ତି । ଆନ୍ଧ୍ରପ୍ରଦେଶ ଏକ ଉନ୍ନତ କୃଷିପ୍ରଧାନ ରାଜ୍ୟ ଏବଂ ଅମଳ କରାଯାଇଥିବା ଧାନ ଋଷରେ ଏହା ଦେଶରେ ସର୍ବୋଚ୍ଚ ସ୍ଥାନ ଅଧୁକାର କରିଛି । ବସ୍ତୁତଃ ଏହାର ସମସ୍ତ ଜିଲ୍ଲା ଜଳସେଚନ ଦ୍ଵାରା ଋଷ କରାଯାଇଥାଏ କିନ୍ତୁ କ୍ରିଷ୍ଣା ଓ ଗୋଦାବରୀ ଡେଟା ଅଞ୍ଚଳ ହେଉଛି ଦେଶର ‘ଭାତଥାଳୀ’ ଆନ୍ଧ୍ରପ୍ରଦେଶର କୁଡ଼ାପା ଏବଂ ଅନନ୍ତପୁର ଯଥା ଅଧୋନୀ, ହ୍ବାଇଟ୍ ଫିଡ୍ ଓ ଜୟ, ତାମିଲନାଡୁର ଚେଙ୍ଗପାଲି ଓ ତିରୁପୁର, କର୍ଣ୍ଣାଟକର ହୁବୁଲି ଓ ମହୀସୁର ଏବଂ କେରଳର ତ୍ରିଶୁର ଇତ୍ୟାଦି ହେଉଛି ଋଉଳ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କରିବାରେ ଦେଶର ବହୁତ ଗୁରୁତ୍ଵପୂର୍ଣ୍ଣ ସ୍ଥାନ । ଦେଶର ଲଡାଉନ୍ ଲାଗୁଥିବା ସତ୍ତ୍ୱେ ଏହି ଅଞ୍ଚଳର ଜନସାଧାରଣ ତାଙ୍କର ପ୍ରିୟ ଖାଦ୍ୟ ପ୍ରସ୍ତୁତିରେ ଅଭାବ ଅନୁଭବ କିଭଳି ନ କରିବେ, ସେଥିପାଇଁ ପୂର୍ବ ତଟ ରେଳପଥ ଅଧୁକ ଋଉଳ ପରିବହନ ଅବିରାମ ଧାରାରେ କରିଗଲିଛି ।

ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ  
ଏହି ଲଡାଉନ୍ ସମୟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନ୍‌ରୁ ଭାରତୀୟ ଖାଦ୍ୟନିଗମ ଦ୍ଵାରା ପାଞ୍ଚଟି ଟ୍ରେନ୍ ହାରାହାରୀ ୧୩,୩୩୫ ଟନ୍ ଋଉଳ ବୋଝେଇ କରିଛି । ଏହି ଟ୍ରେନ୍‌ଗୁଡ଼ିକ ମୁଖ୍ୟତଃ ଦକ୍ଷିଣ ଭାରତର କର୍ଣ୍ଣାଟକର ଧରମପୁରୀ ଏବଂ କେରଳ ଓ ତାମିଲନାଡୁର ତିରୁଭାନ୍ନମାଲାଇ, ତିରୁଚିରାପଲ୍ଲୀ ଏବଂ ତ୍ରିନେଲଭେଲି ଇତ୍ୟାଦି ସ୍ଥାନକୁ ଚଳାଚଳ କରିଛି । 

ସର୍ବାଧୁକ ବ୍ୟବହାର କେନ୍ଦ୍ର 
ପୂର୍ବ ତଟ ରେଳପଥ ପରିସୀମାରୁ ଋଉଳ ମୁଖ୍ୟତଃ ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡୁ ଏବଂ ଉତ୍ତର ଭାରତର ବିହାର ଓ ଝାରଖଣ୍ଡ ରାଜ୍ୟକୁ ପରିବହନ କରାଯାଉଛି । ପୂର୍ବ ତଟ ରେଳପଥ, ଭାରତୀୟ ଖାଦ୍ୟନିଗମ ଓ ରାଜ୍ୟମାନଙ୍କର ବିଭିନ୍ନ ସରକାରୀ ଯୋଗାଣ ସଂସ୍ଥାଗୁଡ଼ିକ ସହ ଅବିରତ ସମ୍ପର୍କ ରକ୍ଷାକରି ଜନସାଧାରଣଙ୍କର ଜୀବନ ନିର୍ବାହର ପ୍ରମୁଖ ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ କରି ଦେଶର ବିଭିନ୍ନ ସ୍ଥାନକୁ ପହଞ୍ଚାଇବାକୁ ଉଦ୍ୟମ ଜାରିରଖୁଛି । ରେଳପଥର ଏହି ଉଦ୍ୟମ ଫଳରେ ଦେଶର ଏହି ଅଞ୍ଚଳମାନଙ୍କରେ ସାଧାରଣ ବଣ୍ଟନ ପଦ୍ଧତି ନିର୍ବିଘ୍ନରେ ଗୁଲିଛି ଯାହା ଏପରି ଏକ ସଂକଟ ସମୟରେ ମାନବିକତାର ସବୁଠୁ ବଡ଼ ପରିଋୟକ ।


ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ।


ଭୁବନେଶ୍ବର : କରୋନା ଯୋଗୁ ସାରା ବିଶ୍ବରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ବ ନିର୍ବାହ କରି ଚାଲିଛନ୍ତି । ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି, ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

କେନ୍ଦୁପତ୍ର ସଂସ୍ଥା ସହ ଜଡିତ ରାଜ୍ୟର ୧୪ ଲକ୍ଷ ଶ୍ରମିକମାନଙ୍କ ଭବିଷ୍ୟତ ଅନ୍ଧକାର ଆଡେ ଗତି କରୁଛି : ବିଜେପି ।

ଭୂବନେଶ୍ୱର :୨୭/୦୪- କେନ୍ଦ୍ର ସରକାରଙ୍କ ଲଡାଉନ୍ ଗାଇଡଲାଇନକୁ ଅମାନ୍ୟ କରି ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଉଦ୍ଧ ସମୟ ଧରି କାର୍ଯ୍ୟରତ ୨ ହଜାର ଶ୍ରମିକଙ୍କୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦୁପତ୍ର ଶ୍ରମିକମାନେ ପ୍ରତି ବର୍ଷ ରାଜ୍ୟ ସରକାରଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ରାଜସ୍ବ ଦେଉଛନ୍ତି । ରାଜ୍ୟର ଗରୀବ ଓ ଆଦିବାସୀଙ୍କ ଅର୍ଥନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା କେନ୍ଦୁପତ୍ର ତୋଳାଳୀ ଏବଂ ଏୟା ସହ ଜଡିତ କେନ୍ଦୁପତ୍ର ସଂସ୍ଥାର ଅନ୍ୟ କର୍ମଚାରୀମାନଙ୍କ ଭବିଷ୍ୟତ ବର୍ତମାନ ଅନ୍ଧକାର ଆଡକୁ ଗତି କରୁଛି ବୋଲି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । 

ଶ୍ରୀ ପୁରୋହିତ ଅଭିଯୋଗ କରି କହିଛନ୍ତି ଯେ, ୧୯୭୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ନନ୍ଦିନୀ ଶତପଥୀଙ୍କ ଅମଳରେ କେନ୍ଦୁପତ୍ର ସଂସ୍ଥାକୁ ଜାତୀୟକରଣ କରାଯାଇଥୁଲା । କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ତୋଳାଳି, ଶ୍ରମିକ, ସିଜିନାଲ୍ । କର୍ମଚାରୀଙ୍କୁ ଅଧୁକ ଲାଭ ପହଂଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥୁଲା । ବର୍ତମାନ ଓଡ଼ିଶାରେ ୧୪ ଲକ୍ଷ ଶ୍ରମିକ କେନ୍ଦୁପତ୍ର ସଂସ୍ଥା ସହ । ଜଡିତ ଅଛନ୍ତି । କରୋନା ଭୁତାଣୁ କଟକଣା ଓ ଲଡାଉନ୍ କାରଣରୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଶ୍ରମିକମାନଙ୍କୁ ଛଟେଇ ନକରିବା ପାଇଁ ନିର୍ଦ୍ଦେଶ କରିଛନ୍ତି । ଏହା ସତ୍ତ୍ୱେ ଏହି ଗାଇଡ୍‌ ଲାଇନ୍‌କୁ ଅମାନ୍ୟ ଓ ଅଣଦେଖା କରି ରାଜ୍ୟ ସରକାର କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୦ ବର୍ଷରୁ ଉଦ୍ଧ ସମୟ ଧରି କାର୍ଯ୍ୟରତ ପାଖାପାଖି ୨ ହଜାର ସିଜିନାଲ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସେହିପରି ସାମାଜିକ ସୁରକ୍ଷା ପାଇଁ ଗଠିତ କେନ୍ଦୁପତ୍ର କଲ୍ୟାଣ ଟ୍ରଷ୍ଟ ତରଫରୁ କେନ୍ଦୁପତ୍ର ତୋଳାଳିମାନେ ଆର୍ଥିକ ଅନୁଦାନ  ପାଉଥିଲେ । କେନ୍ଦୁପତ୍ର ତୋଳାଳୀମାନେ ୧୦ ଚଟା କେନ୍ଦୁପତ୍ର ତୋଳିଲେ କେନ୍ଦୁପତ୍ର ଶ୍ରମିକ ମଙ୍ଗଳ ପୀଠିରୁ ସେମାନଙ୍କୁ ବିଗଲା ସହାୟତା, ପିଲାମାନଙ୍କୁ ଶିକ୍ଷା ସହାୟତା, ମୃତ୍ୟୁକାଳିନ ସହାୟତା ପ୍ରଦାନ କରାଯାଉଥିଲା । ଏହି ନିୟମରେ ପରିବର୍ତନ କରାଯାଇ ଚଳିତ ବର୍ଷ ୧୦ ଚଟା ବଦଳରେ ୨୦ ଚଟା କରାଯାଇଅଛି । ବର୍ତମାନର ପରିବର୍ତିତ ନିୟମ କାରଣରୁ ୫୦ ଭାଗରୁ ଉଦ୍ଧ କେନ୍ଦୁପତ୍ର ତୋଳାଳୀମାନେ ପ୍ରଭାବିତ ହେବା ସହ ସାମାଜିକ ସୁରକ୍ଷା ପାଇବାରୁ ବଂଚିତ ହେବେ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସର୍ବନିମ୍ନ ମଜୁରୀ ବୃଦ୍ଧି ହେଲେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଥାଏ । ମାତ୍ର ୨ ୦୧୯ ମସିହା ଅକ୍ଟୋବର ମାସରୁ ଏହା ଲାଗୁ ହୋଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିନଥିବା କାରଣରୁ ସଂସ୍ଥାରେ କାର୍ଯ୍ୟରତ ୧୮ ହଜାର ସିଜିନାଲ କର୍ମଚାରୀ ପ୍ରଭାବିତ ହୋଇଛନ୍ତି । କେନ୍ଦୁପତ୍ର ଲାଭାଶରୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କୁ ୧୦୦ ଭାଗ ବୋନସ ଦିଆଯାଉଥିବାବେଳେ ଗତ ବର୍ଷଠାରୁ ଏହାକୁ ୫୦ ଭାଗ କରିଦିଆଯିବା ଶ୍ରମିକମାରଣ ନୀତିକୁ ପର୍ଦାଫାଶ କରିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସବୁଠୁ ଦୁର୍ଭାଗ୍ୟର ବିଷୟ ଯେ, ଦୀର୍ଘ ୩୦ ବର୍ଷରୁ ଉଦ୍ଧ ସମୟ ଧରି ସଂସ୍ଥାରେ କାର୍ଯ୍ୟରତ ପାଖାପାଖି ୨୦୦୦ ଜଣ ଚପରାସି, ମୁନସୀ ଏବଂ ଡାକ ଅନରଙ୍କୁ କେନ୍ଦୁପତ୍ର ପିସିସି ଏଫୁଙ୍କ ନିର୍ଦ୍ଦେଶକ୍ରମେ ଡିଏଫଓମାନେ ସେମାନଙ୍କୁ ଚାକିରୀରୁ ବାହାର କରି ଦେଇଛନ୍ତି । ସାଂପ୍ରତିକ ଲଡାଉନ୍ ଭଳି ଘଡ଼ିସନ୍ଧି ମୁହୁର୍ତରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ ବୋଲି କହିବା ସହ ଗରିବ ଆଦିବାସୀ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ ବୃହର ସ୍ବାର୍ଥକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ତୁରନ୍ତ ବୀହିତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ ଦାବୀ ଜଣାଇଛନ୍ତି ।

ଏକକାଳୀନ ୩ ମାସର ଆଗୁଆ ରାସନ୍ ଯୋଗାଇବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ
google

ଭୁବନେଶ୍ୱର, ୨୭ ଅପ୍ରେଲ- କରୋନା ଭୂତାଣୁ ସଂକ୍ରମଣ (କୋଭିଡ–୧୯)କୁ ପ୍ରତିହତ କରିବା ପାଇଁ ସାରା ଦେଶ ସମେତ ରାଜ୍ୟରେ ଲିକ୍ ଡାଉନ୍ ବଳବତ୍ତର ରହିଥୁବା ପରିପ୍ରେକ୍ଷୀରେ ଜନ ସାଧାରଣଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । 

ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆମଦାନୀ ଓ ଯୋଗାଣକୁ ସୁଗମ କରିବା ପାଇଁ ରାଜ୍ୟ । ସରକାରଙ୍କ ଗଠିତ ଉଚ୍ଚସ୍ତରୀୟ ସଚିବସ୍ତରୀୟ କମିଟି ପ୍ରତ୍ୟେକ ସ୍ତରରେ ଚବିଶ ଘଣ୍ଟିଆ ତଦାରଖ କରୁଛି । ଏହା ଦ୍ୱାରା ରାଜ୍ୟର ଖାଉଟିମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଏଣୁ ସହିତ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡଧାରୀମାନଙ୍କୁ ଆଗୁଆ ୩ ମାସର ରାସନ୍ ସାମଗ୍ରୀ ଏକକାଳୀନ ଯୋଗାଇ ଦିଆଯାଇଛି । ସାରା ଦେଶରେ ଏକକାଳୀନ ଅଗ୍ରୀମ ୩ ମାସର ରାସନ୍ ସାମଗ୍ରୀ ଯୋଗାଇଦେବାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର !!

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣମାନେ ଲକଡାଉନରେ ଏହି ‘ମନ୍ କି ବାତ୍’ ଶୁଣୁଛନ୍ତି । ଏହି ‘ମନ୍ କି ବାତ୍’ ପାଇଁ ଆସିଥିବା ପରାମର୍ଶ, ଫୋନ୍‌କଲ୍ ସଂଖ୍ୟା ଅନ୍ୟ ଥର ଠାରୁ ବହୁଗୁଣ ଅଧୁକ । ଅନେକ ବିଷୟକୁ ଏକାଠି କରି ଆପଣମାନଙ୍କର ଏହି ମନର କଥା ମୋ ପାଖରେ ପହଂଚିଛି । ଏସବୁକୁ ଅଧିକରୁ ଅଧିକ ଯେମିତି ପଢ଼ିପାରିବି, ଶୁଣିପାରିବି ସେଥିପାଇଁ ମୁଁ ଚେଷ୍ଟା କରିଛି । ଆପଣଙ୍କ କଥାରୁ ଏମିତି କେତେକ ଦିଗ ବିଷୟରେ ଜାଣିବାକୁ ମିଳିଛି, ଏପରି କଠିନ ସମୟରେ ଯାହାପ୍ରତି ଧାନ ହିଁ ଯାଇପାରେ ନାହିଁ । ମୋର ଇଚ୍ଛା ହେଉଛି ଯେ ଯୁଦ୍ଧ ଭିତରେ ହେଉଥିବା ଏହି ‘ମନ୍ କି ବାତ୍’ରେ ସେପରି କିଛି ବିଷୟକୁ ଆପଣମାନଙ୍କ ସହ ବାଣ୍ଟିବି ।

ବନ୍ଧୁଗଣ 
କରୋନା ବିରୋଧରେ ଭାରତର ଲଢ଼େଇ ପ୍ରକୃତରେ ଲୋକଙ୍କ ଦ୍ୱାରା ହିଁ ହେଉଛି । ଭାରତରେ କରୋନା ବିରୋଧରେ ଲଢ଼େଇ ଜନତା ଲଢୁଛନ୍ତି, ଆପଣ ଲଢୁଛନ୍ତି, ଜନତା ସହ ମିଶି ଶାସନ, ପ୍ରଶାସନ ଲଢୁଛି । ଭାରତ ଭଳି ବିଶାଳ ଦେଶ, ଯିଏ ବିକାଶ ପାଇଁ ସବୁବେଳେ ଉଦ୍ୟମଶୀଳ, ସିଏ ଦାରିଦ୍ର୍ୟ ସହ ନିର୍ଣ୍ଣାୟକ ଲଢ଼େଇ ଲଢୁଛି । ତା’ ପାଇଁ କରୋନା ସହ ଲଢ଼ିବା ଓ ଜିତିବାର ଏହାହିଁ ଏକ ବାଟ । ଆଉ, ଆମେ ଭାଗ୍ୟବାନ ଯେ, ଆଜି ସମଗ୍ର ଦେଶ, ଦେଶର ପ୍ରତ୍ୟେକ ନାଗରିକ, ଏହି ଲଢ଼େଇର ସୈନିକ ସାଜିଛନ୍ତି, ଲଢ଼େଇର ନେତୃତ୍ବ ନେଉଛନ୍ତି । ଆପଣ ଯେଉଁଠି ବି ନଜର ପକାନ୍ତୁ, ଆପଣ ଅନୁଭବ କରିପାରିବେ ଯେ ଭାରତର ଲଢ଼େଇ ଲୋକଙ୍କ ଦ୍ୱାରା ହିଁ ଲଢ଼ାଯାଉଛି । ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀ ସଙ୍କଟ ସହ ଲଢ଼େଇ କରୁଛି । ଭବିଷ୍ୟତରେ ଯେତେବେଳେ ଏ ସମ୍ପର୍କରେ ଆଲୋଚନା ହେବ, ଏହା କିପରି ଲଢ଼ାଯାଇଥିଲା ତା’ର ଚର୍ଚ୍ଚା ହେବ, ମୋର ବିଶ୍ବାସ ଯେ ଭାରତର ଲୋକଙ୍କ ଦ୍ୱାରା ହେଉଥିବା ଏହି ଲଢ଼େଇର ନିଶ୍ଚୟ ଚର୍ଚ୍ଚ ହେବ । ପୁରା ଦେଶରେ, ଗଳିକନ୍ଦିରେ, ଜାଗା-ଜାଗାରେ ସବୁ ସ୍ଥାନରେ ଆଜି ଲୋକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଗରିବ ଲୋକଙ୍କ ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଖାଦ୍ୟସାମଗ୍ରୀର ବ୍ୟବସ୍ଥା ହେଉ, ଲକଡାଉନ୍ ପାଳନ ହେଉ, ଡାକ୍ତରଖାନା ବ୍ୟବସ୍ଥା ହେଉ ବା ଦେଶରେ ଡାକ୍ତରୀ ସରଞ୍ଜାମ ତିଆରି ହେଉ- ଆଜି ପୁରା ଦେଶ ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଦିଗରେ ଏକା ସାଙ୍ଗରେ ଚାଲିଛି । ତାଳି, ଥାଳି, ଦୀପ, ମହମବତି, ଏ ସମସ୍ତ କଥା ଯେଉଁ ଭାବନାକୁ ଜନ୍ମ ଦେଇଛି; ଯେଉଁ ଉତ୍ସାହରେ ଦେଶବାସୀ କିଛି ନା କିଛି କରିବାପାଇଁ ପଣ କରିଛନ୍ତି, ପ୍ରତ୍ୟେକଙ୍କୁ ଏ କଥା ପ୍ରେରିତ କରିଛି । ସହର ହେଉ ବା ଗାଁ, ଏମିତି ଲାଗୁଛି, ଯେମିତି ଦେଶରେ ଗୋଟିଏ ବହୁତ ବଡ଼ ମହାଯଜ୍ଞ ଚାଲୁଛି, ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଯୋଗଦାନ ପାଇଁ ଉତ୍କଣ୍ଠାର ସହ ଚାହିଁବସିଛନ୍ତି । ଆମର କୃଷକ ଭାଇ ଭଉଣୀ ମାନଙ୍କୁ ହିଁ ଦେଖନ୍ତୁ- ଗୋଟିଏ ପଟେ ସେମାନେ ଏହି ମହାମାରୀ ଭିତରେ ନିଜ କ୍ଷେତରେ ଦିନରାତି ପରିଶ୍ରମ କରୁଛନ୍ତି ଆଉ ଏକଥା ବି ଚିନ୍ତା କରିଛନ୍ତି ଯେମିତି ଦେଶରେ କେହି ଭୋକରେ ନ ଶୁଅନ୍ତୁ । ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ଏହି ଲଢ଼େଇ ଲଢୁଛନ୍ତି । କେହି ଘରଭଡ଼ା ଛାଡ଼ିଦେଉଛନ୍ତି ତ ଆଉ କେହି ନିଜର ସବୁ ପେନ୍ସନ ବା ପୁରସ୍କାର ଟଙ୍କାକୁ ପିଏମ୍ କେୟାର୍ସରେ ଜମା କରି ଦେଉଛନ୍ତି । କିଏ କ୍ଷେତର ସବୁ ପନିପରିବାକୁ ଦାନ କରିଦେଉଛି ତ ଆଉ କିଏ ପ୍ରତିଦିନ ଶହଶହ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛି । କିଏ ମାସ୍କ ତିଆରି କରୁଛି ତ କେଉଁଠି ଆମର ଶ୍ରମିକ ଭାଇ-ଭଉଣୀ କ୍ଵରେନଟାଇନରେ ଯେଉଁ ସ୍କୁଲରେ ରହୁଛନ୍ତି ସେହି ସ୍କୁଲର କାନ୍ଥକୁ ରଂଗ କରୁଛନ୍ତି ।

ବନ୍ଧୁଗଣ:
ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣଙ୍କ ଭିତରେ, ହୃଦୟର କେଉଁ କୋଣରେ, ଏଇ ଯେଉଁ ଭାବ ସୃଷ୍ଟି ହୋଇଛି, ତାହା ହିଁ କରୋନା ବିରୋଧରେ ଭାରତର ଏହି ଲଢ଼େଇକୁ ଶକ୍ତି ଦେଉଛି; ତାହାହିଁ ଏହି ଲଢ଼େଇକୁ ପ୍ରକୃତ ଅର୍ଥରେ ଲୋକଙ୍କ ଦ୍ୱାରା ହେଉଥିବା ଜଣାଇଦେଉଛି । ଆମେ ଦେଖିଛୁ ଗତ କିଛିବର୍ଷ ଭିତରେ ଆମ ଦେଶରେ ଏପରି ସାମୂହିକ ମାନସିକତା ନିରନ୍ତର ଦୃଢ଼ ହୋଇଚାଲିଛି । କୋଟିକୋଟି ଲୋକ ଗ୍ୟାସ୍ ସବସିଡି ଛାଡ଼ିବା ହେଉ, ଲକ୍ଷଲକ୍ଷ ବରିଷ୍ଠ ନାଗରିକ ରେଳବାଇ ସବସିଡ଼ି ଛାଡ଼ିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନର ନେତୃତ୍ବ ନେବା ହେଉ, ପାଇଖାନା ତିଆରି କରିବା ହେଉ ଏପରି ଅଗଣନ କଥା ଅଛି । ଏସବୁ କଥାରୁ ଜାଣିହେଉଛି - ଆମ ସମସ୍ତଙ୍କୁ- ଏକ ମନ- ଏକ ମଜଭୁତ ଡୋରି ବାନ୍ଧିଦେଇଛି । ଏକାଠି ହୋଇ ଦେଶପାଇଁ କିଛି କରିବାର ପ୍ରେରଣା ଦେଇଛି । ମୋର ପ୍ରିୟ ଦେଶବାସୀଗଣ, ମୁଁ ଖୁବ୍ ନମ୍ରତା ଓ ସମ୍ମାନର ସହ, ଆଜି, ୧୩୦ କୋଟି ଦେଶବାସୀଙ୍କ ଏହି ଭାବନାକୁ ମୁଣ୍ଡ ନୁଆଁଇ ପ୍ରଣିପାତ କରୁଛି । ଆପଣ ନିଜ ଭାବନା ଅନୁସାରେ, ଦେଶପାଇଁ ନିଜ ରୁଚି ହିସାବରେ, ନିଜର ସମୟ ଅନୁସାରେ କିଛି କରିପାରିବେ, ସେଥିପାଇଁ ସରକାର ଏକ ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ପ୍ରସ୍ତୁତ କରିଛନ୍ତି । 

ଏହି ପ୍ଲାଟଫର୍ମ ହେଉଛି -
covidwarriors.gov.in g @2160 sqa- covidwarriors.gov.in ସରକାର ଏହି ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି ଆଉ ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ ଯୋଡ଼ିଦେଇଛନ୍ତି । ବହୁତ କମ୍ ସମୟରେ ଏହି ପୋର୍ଟାଲରେ ଏକ କୋଟି ପଚିଶ ଲକ୍ଷ ଲୋକ ଯୋଡ଼ି ହୋଇସାରିଛନ୍ତି । ଏମାନଙ୍କ ଭିତରେ ଡାକ୍ତର, ନର୍ସଙ୍କଠାରୁ ଆରମ୍ଭକରି ଆମର ଆଶାକର୍ମୀ, ଏଏନଏମ୍ ଭଉଣୀ, ଆମର ଏନସିସି, ଏନଏସଏସର ସାଥୀ, ଭିନ୍ନ ଭିନ୍ନ କ୍ଷେତ୍ରର ପେସାଦାର, ସେମାନେ ସମସ୍ତେ ଏହାକୁ ନିଜର ପ୍ଲାଟଫର୍ମ କରିସାରିଛନ୍ତି । ଏମାନେ ସ୍ଥାନୀୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ତିଆରି ଓ ତା’କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ଆପଣ ମଧ୍ୟ covidwarios.gov.in ସହିତ ଯୋଡ଼ିହୋଇ ଦେଶର ସେବା କରିପାରିବେ, କୋଭିଡ଼ ଯୋଦ୍ଧା ହୋଇପାରିବେ ।

ବନ୍ଧୁଗଣ :
ପ୍ରତ୍ୟେକ କଠିନ ପରିସ୍ଥିତି, ପ୍ରତ୍ୟେକ ଲଢ଼େଇ, କିଛି ନା କିଛି ଶିକ୍ଷା ଦିଏ; କିଛି ନା କିଛି ଶିଖାଇଯାଏ । କିଛି ସମ୍ଭାବନାର ବାଟ ତିଆରି କରେ ଆଉ କିଛି ନୂଆ ଲକ୍ଷ୍ୟ ପାଇଁ ଦିଗ ଦେଖାଏ । ଏହି ପରିସ୍ଥିତିରେ ଆପଣ ସମସ୍ତ ଦେଶବାସୀ ଯେଭଳି ସଙ୍କ ଶକ୍ତି ଦେଖାଇଛନ୍ତି, ସେଥିରୁ ଭାରତରେ ଏକ ନୂଆ ପରିବର୍ତନର ଆରମ୍ଭ ବି ହୋଇଛି । ଆମର ବ୍ୟବସାୟ, ଆମର କାର୍ଯ୍ୟାଳୟ, ଆମର ଶିକ୍ଷାନୁଷ୍ଠାନ, ଆମର ଚିକିତ୍ସା କ୍ଷେତ୍ର, ପ୍ରତ୍ୟେକ ଦୃତଗତିରେ ନୂଆ ପ୍ରଯୁକ୍ତିଗତ ପରିବର୍ତନ ଆଡ଼କୁ ଅଗ୍ରସର ହେଉଛନ୍ତି । ପ୍ରଯୁକ୍ତି କଥା ଯଦି ଦେଖିବା, ସତକୁ ସତ ଏପରି ଲାଗୁଛି ଯେ ଦେଶର ପ୍ରତ୍ୟେକ ଉଭାବକ ନୂଆ ପରିସ୍ଥିତି ଅନୁସାରେ କିଛି ନା କିଛି ନୂଆ ତିଆରି କରୁଛି ।

ବନ୍ଧୁଗଣ :
ଦେଶ ଯେତେବେଳେ ଗୋଟିଏ ଟିମ୍ ଭାବେ କାମ କରେ, ସେତେବେଳେ କ'ଣ ହୁଏ- ସେକଥା ଆମେ ଅନୁଭବ କରୁଛୁ । ଆଜି କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ, ଏମାନଙ୍କର ପ୍ରତ୍ୟେକ ବିଭାଗ ଓ ସଂସ୍ଥା ଲୋକଙ୍କ ମଙ୍ଗଳ ପାଇଁ ମିଳିମିଶି ପୂରାଦମରେ କାମ କରୁଛନ୍ତି । ଆମର ବିମାନ ଚଳାଚଳ କ୍ଷେତ୍ରରେ କାମ କରୁଥିବା ଲୋକ ହୁଅନ୍ତୁ, ରେଳବାଇ କର୍ମଚାରୀ ହୁଅନ୍ତୁ, ଏମାନେ ଦିନରାତି ପରିଶ୍ରମ କରୁଛନ୍ତି, ଯେପରିକି ଦେଶବାସୀଙ୍କ ସମସ୍ୟା କମ୍ ହେବ । ଆପଣମାନଙ୍କ ଭିତରୁ ହୁଏତ ଅନେକ ଲୋକ ଜାଣିଥିବେ ଯେ ଦେଶର କୋଣଅନୁକୋଣରେ ଔଷଧ ପହଂଚାଇବା ପାଇଁ ‘ଲାଇଫଲାଇନ୍ ଭଡ଼ାନ' ନାମରେ ଏକ ବିଶେଷ ଅଭିଯାନ ଚାଲିଛି । ଆମର ଏଇ ବନ୍ଧୁମାନେ, ଏତେ କମ୍ ସମୟ ମଧ୍ୟରେ, ଦେଶ ଭିତରେ ହିଁ ଆକାଶପଥରେ ତିନିଲକ୍ଷ କିଲୋମିଟର ଯାତ୍ରାକରିଛନ୍ତି ଓ ୫୦୦ ଟନରୁ ଅଧିକ ଡାକ୍ତରୀ ସାମଗ୍ରୀ, ଦେଶର କୋଣଅନୁକୋଣରେ ପହଂଚାଇଛନ୍ତି । ସେହିପରି, ରେଳବାଇର ବନ୍ଧୁମାନେ, ଲକଡାଉନରେ ମଧ୍ୟ ଲଗାତର ପରିଶ୍ରମ କରୁଛନ୍ତି, ଯେପରିକି ଦେଶର ସାଧାରଣ ଲୋକଙ୍କୁ ଜରୁରୀ ଜିନିଷପତ୍ରର ଅଭାବ ରହିବ ନାହିଁ । ଏହି କାମ ପାଇଁ ଭାରତୀୟ ରେଳବାଇ ୬୦ରୁ ଅଧିକ ରେଳମାର୍ଗରେ ୧୦୦ରୁ ବି ବେଶି ପାର୍ସଲ୍ ଟ୍ରେନ୍ ଚଳାଉଛି । ସେହିପରି ଔଷଧ ଯୋଗାଇବାରେ ଆମ ଡାକ ବିଭାଗର ଲୋକେ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଆମର ଏହି ସମସ୍ତ ବନ୍ଧୁ ହିଁ ପ୍ରକୃତ ଅର୍ଥରେ, କରୋନା ଯୋଦ୍ଧା ।
ବନ୍ଧୁଗଣ :
‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌’ ମାଧମରେ ଗରିବଙ୍କ ଖାତାରେ ସିଧାସଳଖ ଟଙ୍କା ଜମା କରିଦିଆଯାଉଛି । ‘ ବାର୍ଦ୍ଧକ୍ୟ ଭତା’ ଦିଆଯାଇଛି । ଗରିବ ଲୋକଙ୍କୁ ତିନି ମାସର ମାଗଣା ଗ୍ୟାସ୍ ସିଲିଣ୍ଡର୍, ରାସନ ଭଳି ସୁବିଧା ଯୋଗାଇ ଦିଆଯାଉଛି । ଏସବୁ କାମରେ, ସରକାରଙ୍କ ଅଲଗା ଅଲଗା ବିଭାଗର ଲୋକ, ବ୍ୟାଙ୍କିଙ୍ଗ କ୍ଷେତ୍ରର ଲୋକ, ଗୋଟିଏ ଟିମ୍ ଭଳି ଦିନରାତି ଲାଗିଛନ୍ତି । ଆଉ ମୁଁ, ଆମ ଦେଶର ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏଥିପାଇଁ ପ୍ରଶଂସା କରିବି ଯେ ସେମାନେ ଏହି ମହାମାରୀକୁ ହରାଇବା ପାଇଁ ଖୁବ ସକ୍ରିୟ ଭୂମିକା ତୁଲାଉଛନ୍ତି । ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର । ଯେଉଁ ଦାୟିତ୍ବ ତୁଲାଉଛନ୍ତି, କରୋନା ବିରୋଧୀ ଲଢ଼େଇରେ ତା’ର ବହୁତ ବଡ଼ ଭୂମିକା ରହିଛି । ସେମାନଙ୍କର ଏହି ପରିଶ୍ରମ ଖୁବ୍ ପ୍ରଶଂସନୀୟ । ମୋର ପ୍ରିୟ ଦେଶବାସୀଗଣ, ସାରାଦେଶର ସ୍ବାସ୍ଥ୍ୟସେବା ସହିତ ଯୋଡ଼ିହୋଇଥିବା ଲୋକେ ଏଇ ନିକଟରେ ଅଣାଯାଇଥିବା ଅଧାଦେଶ ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅଧାଦେଶରେ, କରୋନା ଯୋଦ୍ଧାଙ୍କ ସହିତ ହିଂସା, ଉପୀଡ଼ନ ଆଉ ସେମାନଙ୍କୁ କୌଣସି ରୂପରେ କ୍ଷତି ପହଂଚାଇଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି । ଆମର ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, କମ୍ୟୁନିଟି ହେଲଥ ୱାର୍କର, ଆଉ ଏହି ଶ୍ରେଣୀର ସବୁଲୋକ, ଯେଉଁମାନେ ଦେଶକୁ କରୋନାମୁକ୍ତ କରିବାପାଇଁ ଦିନରାତି ଲାଗିଛନ୍ତି, ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏହି ପଦକ୍ଷେପ ବହୁତ ଜରୁରି ଥିଲା ।
ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ଅନୁଭବ କରୁଛେ ଯେ, କରୋନା ମହାମାରୀ ଲଢ଼େଇ ପରିପ୍ରେକ୍ଷୀରେ ଆମେ ଆମ ଜୀବନକୁ, ସମାଜକୁ, ଆମ ଚାରିପାଖରେ ଘଟିଚାଲିଥିବା ଘଟଣା ଓ ପରିସ୍ଥିତିକୁ ଏକ ନୂତନ ଦୃଷ୍ଟିଭଙ୍ଗୀ ନେଇ ଦେଖିବା ଓ ଅନୁଭବ କରିବାର ସୁଯୋଗ ପାଇଛି । ସମାଜର ଦୃଷ୍ଟିଭଙ୍ଗୀରେ ବି ବ୍ୟାପକ ପରିବର୍ତନ ଆସିଛି । ଆମ ଜୀବନ ସହିତ ଯୋଡ଼ିହୋଇଥିବା ବ୍ୟକ୍ତିମାନଙ୍କ ଗୁରୁତ୍ବର ମଧ୍ୟ ଆଭାସ ମିଳିଛି । ଆମ ଘରେ କାମଦାମ କରୁଥିବା ଲୋକ ହୁଅନ୍ତୁ କି ଆମ ଜରୁରି କାମକୁ ପୂରା କରିବାର ଲୋକ ହୁଅନ୍ତୁ ବା ପଡ଼ୋଶୀ ଦୋକାନରେ କାମ କରୁଥିବା ଲୋକ ହୁଅନ୍ତୁ - ଏମାନଙ୍କର କେତେ ଯେ ବଡ଼ ଭୂମିକା ଏସବୁ ଆମର ଅନୁଭବ ହେଲାଣି । ଏହିଭଳି ଜରୁରି ସେବା ପ୍ରଦାନକାରୀ ଲୋକ, ହାଟବଜାରରେ କାମ କରୁଥିବା ଆମ ଶ୍ରମିକ ଭାଇଭଉଣୀ, ପଡ଼ୋଶୀ ଅଟୋଚାଳକ, ରିକ୍ସାଚାଳକଙ୍କ ସେବା ଓ ସାହାଯ୍ୟ ବିନା ଆମ ଜୀବନ କେତେ କଠିନ ହୋଇଥାଆନ୍ତା ତାହା ଆମେ ଅନୁଭବ କରୁଛୁ । ଆଜିକାଲି ସାମାଜିକ ଗଣମାଧ୍ୟମ (Social Media)ରେ ଆମେ ଲଗାତର ଦେଖୁଛୁ ଯେ ଲକଡାଉନ୍ (Lockdow) ଚାଲିଥିବା ସମୟରେ ଲୋକେ ଏହି ସାହାଯ୍ୟକାରୀ ସାଥୀମାନଙ୍କୁ କେବଳ ମନେ ପକାଉନାହାନ୍ତି ବରଂ ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦେଉଛନ୍ତି, ପୁଣି ସେମାନଙ୍କ ସମ୍ପର୍କରେ ସମ୍ମାନର ସହ ଲେଖୁଛନ୍ତି । ଆଜି ଦେଶର କୋଣ ଅନୁକୋଣରେ ଏମିତି ଦୃଶ୍ୟ ଦେଖିବାକୁ । ମିଳିଛି ଯେ ସଫେଇ-କର୍ମଚାରୀଙ୍କ ଉପରେ ଲୋକେ ପୃଷ୍ଟି କରୁଛନ୍ତି । ପ୍ରଥମେ ଏମାନଙ୍କ କାମ ଆମ । । ନଜର ଏଡେଇ ଯାଉଥିଲା । ସମ୍ଭବତଃ ଆପଣ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଉନଥିଲେ । ଡାକ୍ତର ହୁଅନ୍ତୁ କି ସଫେଇ କର୍ମଚାରୀ ହୁଅନ୍ତୁ, କିମ୍ବା ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତି ହୁଅନ୍ତୁ - କେବଳ ଏତିକି ନୁହେଁ ଆମର ପୁଲିସ ବ୍ୟବସ୍ଥାକୁ ନେଇ ସାଧାରଣ ଜନତାଙ୍କ ଭାବନାରେ ଅନେକ ପରିବର୍ତନ ଆସିଛି । ପ୍ରଥମେ ପୁଲିସ୍ ପ୍ରସଙ୍ଗ ଉଠିଲେ ଆମ ମନକୁ ନକାରାତ୍ମକ ଭାବନା ବ୍ୟତୀତ ଅନ୍ୟ କିଛି କଥା ଆସୁନଥିଲା । ଆଜି ଆମ ପୁଲିସ କର୍ମଚାରୀ ଗରିବ, ଅସହାୟ ଓ ଭୋକିଲା ଲୋକଙ୍କ ନିକଟରେ ଖାଦ୍ୟ ପହଂଚାଇ ଦେଉଛନ୍ତି, ଔଷଧ ପହଂଚାଇ ଦେଉଛନ୍ତି । ଏବେ ପୁଲିସ କଥା ଭାବିବା ବେଳକୁ ମୋ ଆଗରେ ଯେଉଁଭଳି ଭାବେ ପ୍ରତିଟି ସହାୟତା ପାଇଁ ପୁଲିସ ଆଗେଇ ଆସୁଛନ୍ତି ତାହା POLICING ବା ପୁଲିସ ସେବାର ମାନବୀୟ ଓ ସମ୍ବେଦନଶୀଳ ଗୁଣକୁ ଭଜୀବିତ କରୁଛି, ଆମ ମନକୁ ଆନ୍ଦୋଳିତ କରିଛି, ଆମ ହୃଦୟକୁ ସେମାନଙ୍କର ଏହି ମହନୀୟତା ଛୁଇଁଯାଇଛି । ଏହା ଏପରି ଏକ ସମୟ ଯେଉଁଥିରେ ସାଧାରଣ ଲୋକେ ପୁଲିସ ସହିତ ଭାବାତ୍ମକ ରୂପରେ ଯୋଡ଼ି ହୋଇଯାଉଛନ୍ତି । ଆମ ପୁଲିସ କର୍ମଚାରୀମାନେ ମଧ୍ୟ ଏହାକୁ ଜନସାଧାରଣଙ୍କ ସେବାର ଏକ ସୁଯୋଗ ରୂପେ ଗ୍ରହଣ କରିଛନ୍ତି ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଏହିସବୁ ଘଟଣା ଯୋଗୁଁ ଭବିଷ୍ୟତରେ ପ୍ରକୃତରେ ବହୁତ ସକାରାତ୍ମକ ପରିବର୍ତନ ହୋଇପାରେ ଏବଂ ଆମେ ସମସ୍ତେ ଏହି ସକାରାତ୍ମକତାକୁ କେବେହେଲେ ନକାରାତ୍ମକତାର ରଙ୍ଗରେ ରଙ୍ଗାୟିତ କରିବା ନାହିଁ ।

ବନ୍ଧୁଗଣ, 
ଆମେ ସବୁବେଳେ ଶୁଣୁ - ପ୍ରକୃତି, ବିକୃତି ଓ ସଂସ୍କୃତି ଏହି ଶବ୍ଦଗୁଡ଼ିକୁ ଏକସଙ୍ଗରେ ଦେଖିଲେ ଏବଂ ଏହାପଛରେ ଥିବା ଭାବକୁ ଅନୁଭବ କଲେ ଜୀବନକୁ ବୁଝିବାର ଏକ ନୂଆ ଦ୍ୱାର ଉନ୍ମକ୍ତ ହେବାର ଦେଖିପାରିବେ । ମଣିଷ-ପ୍ରକୃତି କଥା ଚର୍ଚ୍ଚା କଲାବେଳେ “ଇଏ ମୋର, ‘ମୁଁ ଏହାର ଉପଯୋଗ କରୁଛି” ଏକଥାକୁ ଏବଂ ଏ ଭାବନାକୁ ଅତି ସ୍ବାଭାବିକ ଭାବେ ଗ୍ରହଣ କରାଯାଏ । ଏଥିରେ କାହାରି କୌଣସି ଆପତି ନ ଥାଏ । ଏହାକୁ ଆମେ ପ୍ରକୃତି କହିପାରିବା । କିନ୍ତୁ “ଯାହା ମୋର ନୁହେଁ”, “ଯାହା ଉପରେ ମୋର ହକ୍ ନାହିଁ, ତାହାକୁ ମୁଁ ଯଦି ଅନ୍ୟଠାରୁ ଛଡ଼ାଇନେଇ ଉପଯୋଗ କରୁଛି, ତାହାକୁ ଆମେ ବିକୃତି କହିବା । ଏହି ଦୁଇ ଶବ୍ଦ ଉର୍ଦ୍ଧରେ ପ୍ରକୃତି ଓ ବିକୃତି ଉପରେ । ଯଦି କେଉଁ ସଂସ୍କାରିତ-ମନ ଚିନ୍ତା କରେ ବା ବ୍ୟବହାର କରେ ତେବେ ସେଠାରେ ଆମକୁ ସଂସ୍କୃତି ଦୃଷ୍ଟିଗୋଚର ହୁଏ । ଯେତେବେଳେ ନିଜ ହର ବସ୍ତୁ, ନିଜ ପରିଶ୍ରମରେ ଅଙ୍କିତ ବସ୍ତୁ, ନିଜ ପାଇଁ ଦରକାରୀ ଜିନିଷ, କମ୍ ହେଉ ବା ବେଶୀ ଅନ୍ୟ ଲୋକ ପାଇଁ ନିଜର ଆବଶ୍ୟକତାକୁ ଖାତିର ନକରି, ନିଜ ଚିତା ଛାଡି ନିଜ ହକରୁ କିଛିଟା ଦେଇ ଅନ୍ୟର ଆବଶ୍ୟକତା ମେଟାଇପାରିଲେ ତାହାହିଁ ସଂସ୍କୃତି । 

ବନ୍ଧୁଗଣ, 
ଘଡ଼ିସନ୍ଧି ମୁହୂର୍ତରେ ଏସବୁ ଗୁଣର ପରୀକ୍ଷା ନିରୀକ୍ଷା ହୋଇଥାଏ । ଆପଣମାନେ ବିଗତ ଦିନରେ ଦେଖିଥୁବେ, ଭାରତ ନିଜର ସଂସ୍କାର ଅନୁରୂପ, ଆମ ବିଚାର ଅନୁରୂପ, ଆମ ସଂସ୍କୃତିକୁ ଅନୁସରଣ କରି କେତେକ ନିଷ୍ପତି ଗ୍ରହଣ କରିଛି । ଏହି ସଙ୍କଟ ବେଳରେ, ସାରା ବିଶ୍ୱ ପାଇଁ, ସମୃଦ୍ଧିଶାଳୀ ଦେଶଗୁଡ଼ିକ ପାଇଁ ମଧ୍ୟ ଔଷଧର ଅଭାବ ଦେଖାଦେଇଛି । ଏପରି ସମୟ ଆସି ଉଭାହୋଇଛି, ଯଦି ଭାରତ ଅନ୍ୟ ଦେଶଗୁଡ଼ିକୁ ଔଷଧ ନ ଦିଏ, କେହି ଭାରତକୁ ଦୋଷୀ କହିପାରିବେ ନାହିଁ । ପ୍ରତ୍ୟେକ ଦେଶ ବୁଝୁଛି ଯେ ଭାରତ ପାଇଁ ପ୍ରାଥମିକତା ହେଉଛି ତା’ ନାଗରିକଙ୍କ ନିରାପଦ ଜୀବନ ଓ ତା’ର ସୁରକ୍ଷା । କିନ୍ତୁ ବନ୍ଧୁଗଣ ! ଭାରତ, ପ୍ରକୃତି, ବିକୃତିର ଉଦ୍ଭକୁ ଯାଇ ନିଷ୍ପତି ନେଇଛି । ଭାରତ ନିକ ସଂସ୍କୃତି ମୁତାବକ ଫଇସଲା ନେଲା । ଭାରତର ଆବଶ୍ୟକତା ପାଇଁ ଯାହା କରିବାର ଥୁଲା, ସେ ପ୍ରୟାସକୁ ବୃଦ୍ଧି କରିବା ସହ, ସାରା ବିଶ୍ୱରେ ମାନବିକତାର ରକ୍ଷା ପାଇଁ ହେଉଥିବା ଆକୁଳ ନିବେଦନ ପ୍ରତି ଧ୍ୟାନ ଦେଇଛି ଭାରତ । ଆମେ ବିଶ୍ୱର ପ୍ରତିଟି ଆଶାୟୀଙ୍କ ନିକଟରେ ଔଷଧ ପହଂଚାଇବା ପାଇଁ ଅଂଟା ଭିଡ଼ିଛୁ ଏବଂ ମାନବିକତାର ଏହି କାର୍ଯ୍ୟ କରି ଦେଖାଇପାରିଛୁ । ଆଜି ଯେତେବେଳେ ଅନେକ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥାବାର୍ତ୍ତା ହୁଏ, ସେତେବେଳେ ସେମାନେ ଭାରତର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରନ୍ତି । Thank you India, Thank you People of India' ସେତେବେଳେ ଦେଶର ଗୌରବ ଆହୁରି ବଢ଼ିଯାଏ । ସେହିପରି ଏବେ ସାରା ଦୁନିଆରେ ଭାରତର ଆୟୁର୍ବେଦ ଓ ଯୋଗର ମହତ୍ଵକୁ ମଧ୍ୟ ଲୋକ ବହୁତ ଗୁରୁତ୍ଵ ଦେଉଛନ୍ତି । ସୋସିଆଲ ମିଡିଆରେ ଦେଖନ୍ତୁ, ସବୁଆଡ଼େ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କିପରି ଭାରତର ଆୟୁର୍ବେଦ ଓ ଯୋଗର ଚର୍ଚ୍ଚା ମଧ୍ୟ ହେଉଛି । କରୋନା ଦୃଷ୍ଟିକୋଣରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଯେଉଁ ପ୍ରୋଟୋକଲ ଦେଇଥିଲା , ମୋର ବିଶ୍ବାସ ଆପଣମାନେ ନିଶ୍ଚିତ ଭାବେ ତାର ପ୍ରୟୋଗ କରୁଥିବେ । ଉଷୁମ ପାଣି, କାଢ଼ା ଏବଂ ଅନ୍ୟ ଯେଉଁ ପରାମର୍ଶ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି, ତାହାକୁ ଆପଣ ନିଜ ଦିନଚର୍ଯ୍ୟାରେ ଅଭ୍ୟାସ କଲେ ବହୁତ ଲାଭହେବ ।

ବନ୍ଧୁଗଣ, 
ଏହା ଏକ ଦୁର୍ଭାଗ୍ୟର କଥା ଯେ ଅନେକ ସମୟରେ ଆମେ ନିଜର ଶକ୍ତି ଓ ସମୃଦ୍ଧ ପରମ୍ପରାକୁ ଚିହ୍ନିବାକୁ ନାରାଜ । କିନ୍ତୁ, ଯେତେବେଳେ ବିଶ୍ଵର ଅନ୍ୟ ଦେଶ ପ୍ରାମାଣିକ ଗବେଷଣା ଆଧାରରେ ସେହି କଥା କହେ, ଆମ ସୂତ୍ର ଆମକୁ ଶିଖାଏ, ଆମେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରୁ । ସମ୍ବବତ୍ୟ, ଶହ ଶହ ବର୍ଷ ଧରି ଆମ ଦାସତ୍ବ ହିଁ ଏହାପଛର ବଡ଼ କାରଣ । ଏହି କାରଣରୁ ବେଳେବେଳେ ନିଜ ଶକ୍ତି ଉପରେ ବିଶ୍ବାସ ଆସେନାହିଁ । ଆମର ଆତ୍ମବିଶ୍ଵାସ କମ୍ ମନେହୁଏ । ସେଥପାଇଁ ଆମେ ନିଜ ଦେଶର ଭଲ କଥାକୁ, ଆମର ପାରମ୍ପରିକ ସିଦ୍ଧାନ୍ତକୁ, ପ୍ରାମାଣିକ ଗବେଷଣା ଆଧାରରେ ଆଗକୁ ବଢ଼ାଇବା ପରିବର୍ତ୍ତେ, ତାକୁ ଅବହେଳା କରୁ, ତାକୁ ହୀନ ଭାବୁ । ଭାରତର ଯୁବପିଢ଼ିକୁ ଏହି ଆହ୍ବାନକୁ ସ୍ବୀକାର କରିବାକୁ ହେବ । ଯେପରିକି ବିଶ୍ୱ, ଯୋଗକୁ ଖୁସିରେ ସ୍ୱୀକାର କରିଛି, ସେହିପରି ହଜାର ହଜାର ବର୍ଷର ଆମର ଆୟୁର୍ବେଦ ସିଦ୍ଧାନ୍ତକୁ ବିଶ୍ୱ ନିଶ୍ଚୟ ସ୍ୱୀକାର କରିବ । ହଁ, ଏଇଥିପାଇଁ ଯୁବପିଢ଼ିକୁ ନେବାକୁ ପଡ଼ିବ । ବିଶ୍ୱ ଯେଉଁ ଭାଷାରେ ବୁଝେ, ସେହି ବୈଜ୍ଞାନିକ ଭାଷାରେ ଆମକୁ ବୁଝାଇବାକୁ ହେବ, କିଛିକରି ଦେଖାଇବାକୁ ପଡ଼ିବ । ଏମିତି ଦେଲେ COVID-19 ଯୋଗୁଁ କେତେକ ସକାରାତ୍ମକ ପରିବର୍ତନ ଆମ କାମ କରିବାର ଶୈଳୀ ଆମ ଜୀବନଶୈଳୀ ତଥା ଆମ ଅଭ୍ୟାସରେ ସ୍ବାଭାବିକ ରୂପେ କେତେକ ସକାରାତ୍ମକ ପରିବର୍ତନ ଆଣିଛି । ଆପଣମାନେ ମଧ୍ୟ ଅନୁଭବ କରିବେ ଏହି ସଂକଟ କିଭଳି ଭିନ୍ନ ଭିନ୍ନ ବିଷୟରେ ଆମ ବିଚାର ଓ ଚେତନାକୁ ଜାଗ୍ରତ କରିଛି ! ଆମ ଆଖପାଖରେ ଏହାର ଯେଉଁ ପ୍ରଭାବ ଦେଖିବାକୁ । ମିଳୁଛି ସେଥିରୁ ପ୍ରଥମ ହେଲା-ମାସ୍କ ପିନ୍ଧିବା ଏବଂ ନିଜ ମୁହଁକୁ ଢାଙ୍କି ରଖିବା । କରୋନା କାରଣରୁ ପରିବର୍ତ୍ତିତ ପରିସ୍ଥିତିରେ ମା ମଧ୍ୟ ଆମ ଜୀବନର ଏକ ଅଂଶ ହୋଇଯାଇଛି । କହିବାକୁ ଗଲେ ଆମ ଆଖପାଖରେ ପାସ୍‌ପିନ୍ଧା ବହୁ ଲୋକଙ୍କୁ ଦେଖିବାରେ ଆମେ ଅଭ୍ୟସ୍ତ ନୁହଁ । ହଁ, ଏହାର ଅର୍ଥ ନୁହେଁ, ଯିଏ ମାସ୍କ ପିନ୍ଧିଲା, ସିଏ ରୋଗୀ । ଆଉ ଯେତେବେଳେ ମୁଁ ‘ମାସ୍କ' କଥା କହେ, ସେତେବେଳେ ମୋର ପୁରୁଣା ଦିନର କଥା ମନେପଡ଼େ । ଆପଣଙ୍କର ବି  ଦିନ ଥୁଲା, ଆମ ଦେଶର ଅନେକ ସ୍ଥାନରେ କେହି ଫଳ କିଣିବାକୁ ଗଲେ, ଆଖପାଖ ଲୋକ ପଚାରୁଥିଲେ, ଘରେ କ’ଣ କିଏ ରୋଗରେ ପଡ଼ିଛି କି ? ଅର୍ଥାତ୍ ରୋଗ ହେଲେ ହିଁ ଫଳ ଖିଆଯାଏ, ଏଭଳି ଏକ ଧାରଣା ଜନମାନସରେ ଥିଲା । ତେବେ ସମୟ ବଦଳିଛି ଏବଂ ଏହି ଧାରଣା ମଧ୍ୟ ବଦଳିଛି । ଠିକ୍ ସେହିପରି ମାସ୍କକୁ ନେଇ ଧାରଣା ଏବେ ବଦଳିବାକୁ ଯାଉଛି । ଆପଣମାନେ ଦେଖିବେ, ମାସ୍କ ଏଣିକି ସଭ୍ୟ ସମାଜର ପ୍ରତୀକ ହୋଇଯିବ । ଯଦି ରୋଗଠାରୁ ନିଜକୁ ଓ ଅନ୍ୟକୁ ରକ୍ଷା କରିବାର ଅଛି, ତାହାହେଲେ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ମୋର ଅତି ସରଳ ପରାମର୍ଶ ଗାମୁଛାରେ ମୁହଁ ଜାଙ୍କନ୍ତୁ ।

ବନ୍ଧୁଗଣ, 
ଆମ ସମାଜରେ ଆଉ ଗୋଟିଏ ବଡ଼ ସଚେତନତା ସୃଷ୍ଟି ହୋଇଛି । ସାର୍ବଜନୀନ ସ୍ଥାନଗୁଡ଼ିକରେ ଛେପ ପକାଇବା ଦ୍ଵାରା କ’ଣ କ୍ଷତି ହୋଇଥାଏ ତାହା ଏବେ ସମସ୍ତେ ବୁଝିଲେଣି । ଏଣେତେଣେ, ଯେଉଁଠି ଇଚ୍ଛା ସେଇଠି ଛେପ ପକାଇଦେବା ଗୋଟିଏ ବଦଭ୍ୟାସରେ ପରିଣତ ହୋଇଯାଇଥିଲା । ଏହା ସ୍ଵଚ୍ଛତା ଏବଂ ସ୍ବାସ୍ଥ୍ୟ ପ୍ରତି ଗୋଟିଏ ବଡ଼ ଆହ୍ବାନ ଥିଲା । ଦେଖିବାକୁ ଗଲେ, ଏହି ସମସ୍ୟାକୁ ଆମେ ଆଗରୁ ଜାଣିଛୁ, କିନ୍ତୁ ଏହି ସମସ୍ୟା ସମାଜରୁ ଦୂର ହେବାର ନାଁ ଧରୁ ନ ଥିଲା । ଏବେ ସେ ସମୟ ଆସିଯାଇଛି ଯେ, ଏହି ବଦଭ୍ୟାସକୁ ସବୁଦିନ ପାଇଁ ଶେଷ କରି ଦିଆଯାଉ । କଥାରେ ଅଛି - ବେଟର୍ ଲେଟ୍ ଦାନ୍ ନେଭର୍ । ତେଣୁ ବିଳମ୍ବରେ ହେଉ ପଛେ ଏହି ଛେପ ପକାଇବାର ବଦଭ୍ୟାସକୁ ଏବେ ତ୍ୟାଗ କରିବା ଉଚିତ । ଏକ ପକ୍ଷରେ ଏହା ବେସିକ୍ ହାଇଜିନର ସ୍ତର ବୃଦ୍ଧି କରିବ, ଅପର ପକ୍ଷରେ ଏହାଦ୍ବାରା କୋରୋନା ସଂକ୍ରମଣ ବ୍ୟାପିବାକୁ ରୋକିବାରେ ସହାୟତା ମଧ୍ୟ ମିଳିବ । ମୋର ପ୍ରିୟ ଦେଶବାସୀଗଣ, ଏହା ଗୋଟିଏ ସୁଖଦ ଆକସ୍ମିକ ସଂଯୋଗ ଯେ, ମୁଁ ଆଜି ମନର କଥା କହୁଥିବା ବେଳେ ଆଜି ଅକ୍ଷୟ ତୃତୀୟାର ପବିତ୍ର ପର୍ବ ମଧ୍ୟ ପାଳିତ ହେଉଛି । ବନ୍ଧୁଗଣ, କ୍ଷୟର ଅର୍ଥ ହେଉଛି ବିନାଶ, କିନ୍ତୁ ଯାହା କେବେହେଲେ ନଷ୍ଟ ହୁଏନି ତାହା ହେଉଛି ‘ଅକ୍ଷୟ' । ଆମ ଘରେ ଆମେ ସମସ୍ତେ ଏହି ପର୍ବ ପ୍ରତି ବର୍ଷ ପାଳନ କରିଥାଉ । କିନ୍ତୁ ଚଳିତ ବର୍ଷ ଆମ ପାଇଁ ଏହି ପର୍ବର ଗୁରୁତ୍ବ ଖୁବ ବେଶୀ । ଆଜିର କଠିନ ପରିସ୍ଥିତିରେ ଏହା ଏଭଳି ଗୋଟିଏ ଦିନ, ଯାହା ଏ କଥା ଆମକୁ ସ୍ମରଣ କରାଇ ଦେଇଥାଏ ଯେ, ଆମର ଆତ୍ମା, ଆମର ଭାବନା ଅକ୍ଷୟ । ଏହି ଦିନ ଆମକୁ ମନେ । ପକାଇ ଦେଇଥାଏ ଯେ, ମାର୍ଗରେ ଯେତେ ବାଧା ବିଘ୍ନ ଆସୁ , ଯେତେ ବିପଦ ଆସୁ, କେତେ କେତେ ରୋଗବ୍ୟାଧିର ସମ୍ମୁଖୀନ ହେବାକୁ ପଡୁ ପଛେ – ଏସବୁ ସହ ସଂଗ୍ରାମ କରିବାର, ଲଢ଼ିବାର ମାନବୀୟ ଭାବନା ଅକ୍ଷୟ । ବିଶ୍ଵାସ ରହିଛି ଯେ, ଏହା ସେହି ଦିନ ଯେଉଁଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ପାଣ୍ଡବମାନଙ୍କୁ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲା । ଅକ୍ଷୟ ପାତ୍ର ଅର୍ଥାତ ଏପରି ଏକ ପାତ୍ର ଯେଉଁଥିବୁ ଖାଦ୍ୟ କେବେହେଲେ ସରିନଥାଏ। ଆମର ଅନ୍ନଦାତା କୃଷକ ଭାଇମାନେ ସବୁ ପରିସ୍ଥିତିରେ ଦେଶ ପାଇଁ, ଆମ ସମସ୍ତଙ୍କ ପାଇଁ, ଏହି ଭାବନା ସହ ପରିଶ୍ରମ କରନ୍ତି । ସେମାନଙ୍କ ପରିଶ୍ରମ ଯୋଗୁଁ ଆଜି ଆମ ସମସ୍ତଙ୍କ ପାଇଁ, ଗରିବମାନଙ୍କ ପାଇଁ, ଦେଶରେ ଅକ୍ଷୟ ଅନ୍ନ ଭଣ୍ଡାର ରହିଛି । ଏହି ଅକ୍ଷୟ ତୃତୀୟାରେ ଆମେ ଆମ ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆମର ପରିବେଶ, ଜଙ୍ଗଲ, ନଦୀ ଏବଂ ସମଗ୍ର ଇକୋସିଷ୍ଟମର ସୁରକ୍ଷା ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ । ଯଦି ଆମେ ଅକ୍ଷୟ ରହିବାକୁ ଚାହୁଁ, ତାହେଲେ ଆମକୁ ଏ କଥା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ, ଆମ ଧରିତ୍ରୀ ଅକ୍ଷୟ ରହୁ । ଆପଣ ଜାଣନ୍ତି ଯେ - ଅକ୍ଷୟ ତୃତୀୟାର ଏହି ପର୍ବ, ଦାନ ଶକ୍ତି ଅର୍ଥାତ ପାୱାର ଅଫ୍ ଗିଭିଙ୍ଗର ମଧ୍ୟ ଗୋଟିଏ ଅବସର ହୋଇଥାଏ । ଆମେ ହୃଦୟର ଭାବନା ସହ ଯାହା କିଛି ଦାନ କରିଥାଉଁ, ପ୍ରକୃତରେ ତାହାର ହିଁ ମହତ୍ଵ ଅଧ୍ୟକ । ଏ କଥା ଗୁରୁତ୍ବପୂର୍ଣ୍ଣ ନୁହେଁ ଯେ, ଆମେ କଣ ଦେଉଛୁ, କେତେ ଦେଉଛୁ । ଏହି ସଙ୍କଟ କାଳରେ ଆମର ଛୋଟିଆ ପ୍ରଚେଷ୍ଟା ମଧ୍ୟ ଆମ ଆଖପାଖର ବହୁତ ଲୋକଙ୍କ ପାଇଁ ବହୁତ ବଡ଼ ସମ୍ମଳ ପ୍ରମାଣିତ ହୋଇପାରେ । ବନ୍ଧୁଗଣ, ଜୈନ ପରମ୍ପରାରେ ମଧ୍ୟ ଏହାକୁ ଅତି । ପବିତ୍ର ଦିନ ଭାବେ ପରିଗଣିତ କରାଯାଏ, କାରଣ ଏହା ପ୍ରଥମ ତୀର୍ଥଙ୍କର ଭଗବାନ ରଷଭ ଦେବଙ୍କ ଜୀବନର ଏକ ମହତ୍ଵପୂର୍ଷ ଦିନ ତେଣୁ, ଜୈନ ସମାଜ ଏହାକୁ ଏକ ପର୍ବ ରୂପେ ପାଳନ କରିଥାନ୍ତି । ଏଥିରୁ ଏ କଥା ସହଜରେ ବୁଝିହୁଏ ଯେ, ଲୋକେ ଏହି ଦିନ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବାକୁ କାହିଁକି ପସନ୍ଦ କରନ୍ତି । ଯେହେତୁ, ଆଜି କିଛି ନୂଆ ଆରୟ କରିବାର ଦିନ, ତେବେ ଆଜିର ଦିନରେ ଆମେ ସମସ୍ତେ ମିଶି, ନିଜ ପ୍ରୟାସ ମାଧ୍ୟମରେ ନିଜ ପୃଥିବୀକୁ ଅକ୍ଷୟ ଏବଂ ଅବିନାଶୀ କରିବାର । ସଂକ ଗ୍ରହଣ କରି ପାରିବା କି ?

ବନ୍ଧୁଗଣ, 
ଆଜି ମଧ୍ୟ ହେଉଛି ଭଗବାନ ବବେଶ୍ଵରଙ୍କ ଜୟନ୍ତୀ । ଭଗବାନ ବସବେଶ୍ଵରଙ୍କ ସ୍ମୃତି, ତାଙ୍କ ବାର୍ତା ସହିତ ବାରମ୍ବାର ଜଡ଼ିତ ହେବା, ସେଥିରୁ ଶିକ୍ଷାଲାଭ କରିବାର ସୁଯୋଗ ମୋତେ ମିଳିବା ମୋର ସୌଭାଗ୍ୟ । ଦେଶ ବିଦେଶରେ ଭଗବାନ ବିଶ୍ଵରଙ୍କ ସମସ୍ତ ଅନୁଗାମୀମାନଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ।। ବନ୍ଧୁଗଣ, ରମଜାନର ପବିତ୍ର ମାସ ମଧ୍ୟ ଆରମ୍ଭ ହୋଇସାରିଛି ଗତଥର ରମଜାନ ପାଳନ ସମୟରେ ଏ କଥା କେହି ଚିନ୍ତା ମଧ୍ୟ କରିନଥିବେ ଯେ, ଏଥର ରମଜାନରେ ଏତେ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ, ଏହି ସମସ୍ୟା ଯେତେବେଳେ ସାରା ବିଶ୍ୱକୁ କବଳିତ କରିସାରିଛି, ସେତେବେଳେ ଏହି ରମଜାନକୁ ସଂଯମ, ସଭାବନା, ସମ୍ବେଦନଶୀଳତା ଏବଂ ସେବା ଭାବନାର ପ୍ରତୀକ କରି ପାଳନ କରିବାର ସୁଯୋଗ ଆମ ପାଇଁ ସୃଷ୍ଟି ହୋଇଛି । ଏଥର ଆପେ ପୂର୍ବାପେକ୍ଷା ଅଧିକ ପ୍ରାର୍ଥନା କରିବା ଯେମିତିକି ଇଦ୍‌ ପାଳନ ପୂର୍ବରୁ ବିଶ୍ୱ କରୋନା ମୁକ୍ତ ହୋଇଯିବ ଆଉ ଆମେ ପୂର୍ବ ଭଳି ଆନନ୍ଦ ଓ ଉଲ୍ଲାସର ସହ ଇଦ୍ ପାଳନ କରିପାରିବା । ରମଜାନ ସମୟରେ ସ୍ଥାନୀୟ ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନିୟମଗୁଡ଼ିକୁ ପାଳନ କରିବା ସହ କୋରୋନା ବିରୁଦ୍ଧରେ ଚାଲିଥିବା ଏହି ସଂଗ୍ରାମକୁ ଆମେ ଆହୁରି ସୁଦୃଢ଼ କରିବା ବୋଲି ମୋର ବିଶ୍ୱାସ । ରାସ୍ତାଘାଟରେ, ବଜାରରେ, ସାହିବସ୍ତିରେ ସାମାଜିକ ଦୂରତାର ନିୟମ ପାଳନ ଏବେ ନିହାତି ଜରୁରି । ମୁଁ ଆଜି, ସେହି ସମସ୍ତ ଗୋଷ୍ଠୀ ପ୍ରତିନିଧିମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି ଯେଉଁମାନେ ଦୁଇ ଗଜ ଦୂରତା ଏବଂ ଗରୁ ନ ବାହାରିବାକୁ ନେଇ ଜନସାଧାରଣଙ୍କୁ ସଚେତନ କରାଉଛନ୍ତି । ପ୍ରକୃତରେ କରୋନା ଏଥର ଭାରତ ସହିତ ସାରା ବିଶ୍ୱରେ ପର୍ବପର୍ବାଣୀ ପାଳନର ରୂପ ହିଁ ବଦଳାଇ ଦେଇଛି, ରଙ୍ଗଜଙ୍ଗ ବଦଳାଇ ଦେଇଛି । ନିକଟ ଅତୀତରେ ଆମ ଦେଶରେ ମଧ୍ୟ ବିହୁ, ବୈଶାଖୀ, ପୁଥାଣ୍ଡୁ, ବିଶୁ, ଓଡ଼ିଆ ନବବର୍ଷ ଏଭଳି ଅନେକ ପର୍ବ ପଡ଼ିଥିଲା । ଆମେ ଦେଖିଲୁ ଯେ, ଲୋକେ କିଭଳି ଏହି ପର୍ବଗୁଡ଼ିକୁ ଘରେ ରହି ଅତ୍ୟନ୍ତ ନିରାଡମ୍ବର ଭାବେ ଏବଂ ସମାଜ ପାଇଁ ଶୁଭକାମନା ସହ ଏସବୁ ପର୍ବ ପାଳନ କଲେ । ସାଧାରଣତଃ ସେମାନେ ଏହି ପର୍ବପର୍ବାଣୀକୁ ନିଜ ବନ୍ଧୁ ଏବଂ ପରିବାର ସହ ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଥିଲେ । ଘରୁ ବାହାରି ନିଜର ଖୁସି ଅନ୍ୟମାନଙ୍କ ସହ ବ୍ୟାଟୁଥିଲେ । କିନ୍ତୁ ଏଥର, ପ୍ରତ୍ୟେକେ ସଂଯମ ଆଚରଣ କଲେ । ଲକଡାଉନର ନିୟମଗୁଡ଼ିକୁ ପାଳନ କଲେ । ଆମେ ଦେଖିଛୁ ଯେ । ଆମର ଖ୍ରୀଷ୍ଟିଆନ ବନ୍ଧୁମାନେ ଇଷ୍ଟର୍ ପର୍ବ ଘରେ ହିଁ ପାଳନ କଲେ । ନିଜ ସମାଜ, ନିଜ ଦେଶ ପ୍ରତି ଏହି କର୍ତ୍ତବ୍ୟ ପାଳନ କରିବା ଆଜିର ବହୁତ ବଡ଼ ଆବଶ୍ୟକତା । ତେବେ ଯାଇ ଆମେ କନା ସଂକ୍ରମଣକୁ ବ୍ୟାପିବାରୁ ଅଟଳାଇବାରେ ସଫଳ ହେବା । କରୋନା ଭଳି ବିଶବ୍ୟାପୀ ମହାମାରୀକୁ ପରାଜିତ କରି ପାରିବା । ମୋର ପ୍ରିୟ ଦେଶବାସୀ ଗଣ, ଏହି ବିଶ୍ବବ୍ୟାପୀ ମହାମାରୀର ସଙ୍କଟ ସମୟରେ ଆପଣଙ୍କ ପରିବାରର ଗୋଟିଏ ସଭ୍ୟ ଭାବରେ... ଆପଣମାନେ ବି ତ ମୋ ପରିବାରର ସଦସ୍ୟ ... ତେଣୁ କିଛି ସଙ୍କେତ ଦେବା, କିଛି ପରାମର୍ଶ ଦେବା ମଧ୍ୟ ମୋର କର୍ତବ୍ୟ । ମୁଁ ମୋର ଦେଶବାସୀଙ୍କୁ, ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଆମେ କେବେହେଲେ ଅତି-ଆତ୍ମବିଶ୍ବାସରେ ଛନ୍ଦି ହେବାନି, ଏଭଳି କେବେ ହେଲେ ଭାବିବାନି ଯେ ଆମ ସହରରେ, ଆମ ଗାଁରେ, ଆମ ସାହିରେ, ଆମ ଅଫିସରେ ଏଯାଏ କରୋନା ପହଂଚିନି, ତେଣୁ ଏବେ ଆଉ ପହଂଚି ପାରିବନି । ଦେଖନ୍ତୁ, ଏଭଳି ଭୁଲ ଧାରଣା କେବେହେଲେ ମୁଣ୍ଡରେ ରଖିବେନି । ବିଶ୍ୱର ଅନ୍ୟଦେଶମାନଙ୍କ ଅନୁଭୁତି ଆମକୁ ଅନେକ କିଛି କହୁଛି । ଆଉ ପୁଣି, ଆମେ ତ ବାରମ୍ବାର କହିଥାଉ – ସତର୍କତା ହଟିଲା , ତ ଦୁର୍ଘଟଣା ଘଟିଲା । ମନେ ରଖନ୍ତୁ, ଆମ ପୂର୍ବ ପୁରୁଷ ଏସବୁ ବିଷୟରେ ଖୁବ ଭଲ ଭାବେ ଆମ ମାର୍ଗଦର୍ଶନ କରିଛନ୍ତି ।

ଆମ ପୂର୍ବପୁରୁଷମାନେ କହିଛନ୍ତି -
ଅଗ୍ନି ଶେଷମ୍ ର ଶେଷ, ବ୍ୟାଧି ଶେଷମ୍ ତଥିବଟ । ପୁନଃ ପୁନଃ ପ୍ରବନ୍ଧେତ୍ ତସ୍ମାତ୍ ଶୈଷମ୍ ନ କାରୟେତ । ଅର୍ଥାତ୍, ଅରେ ଛାଡ଼ି ଦିଆଯାଇଥିବା ନିଆଁ, ରଣ ଏବଂ ରୋଗ ସୁଯୋଗ ପାଇବା ମାତ୍ରେ ଆଉ ଥରେ ବୃଦ୍ଧି ପାଇ ବିପଜନକ ହୋଇଯାଏ । ତେଣୁ ଏହାର ସମ୍ପୂର୍ଣ୍ଣ ନିରାକରଣ ନିହାତି ଆବଶ୍ୟକ । ତେଣୁ, ଅତି ଉତ୍ସାହିତ ହୋଇ, ସ୍ଥାନୀୟ ସ୍ତରରେ, କୌଣସି ପ୍ରକାର ଅସାବଧାନତା ନ ହେଉ ଏଥିପ୍ରତି ଆମକୁ ସବୁବେଳେ ଦୃଷ୍ଟି ରଖିବାକୁ ହେବ । ମୁଁ ପୁଣି ଥରେ କହିବି - ଦୁଇ ଗଜ ଦୂରତା ରକ୍ଷା କରନ୍ତୁ , ନିଜକୁ ସୁସ୍ଥ ରଖନ୍ତୁ । ଦୁଇ ଗଜ ଦୂରତା- ଆଜିର ଆବଶ୍ୟକତା । ଆପଣ ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହିତ, ମୁଁ ମୋ କଥା ଶେଷ କରୁଛି । ଆଗାମୀ ‘ମନ କି ବାତ୍' ପାଇଁ ଭେଟିବା । ସମୟରେ ସାରା ବିଶ୍ବରୁ ଏହି ବିଶ୍ବବ୍ୟାପୀ ମହାମାରୀ କବଳରୁ ମୁକ୍ତିର ସମ୍ପାଦ ମିଳୁ, ମାନବଜାତି ଏହି ସମସ୍ୟାରୁ ଉଦ୍ଧାର ପାଉ – ଏହି ପ୍ରାର୍ଥନା ସହ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ।



Powered by Blogger.
Javascript DisablePlease Enable Javascript To See All Widget