ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ସହ ଭିଡିଓ କନଫରେନ୍ସି । ମହିଳା ଉଦ୍ୟମୀମାନଙ୍କ ଦ୍ବାରା ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି : ସ୍ମୃତି ଇରାନୀ
ଭୁବନେଶ୍ୱର । ନୂଆଦିଲ୍ଲୀ : ଦିନେ ମାସ୍କ ରପ୍ତାନି ହେଉନଥିଲା, ଏବେ ମାସ୍କ ରପ୍ତାନୀ ଆରମ୍ଭ ହୋଇଗଲାଣି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ କହିଛନ୍ତି, ମହିଳା ଉଦ୍ୟମୀମାନଙ୍କ ଦ୍ଵାରା ମାସ୍କ ତିଆରି କରାଯିବା ଫଳରେ ଆଜି ଏହି ମାସ୍କ ବିଦେଶରେ ବିକ୍ରି ହେଉଛି । ବିଜେପି ମହିଳା ମୋର୍ଚ୍ଚା ଦ୍ଵାରା ଆୟୋଜିତ ଭିଡିଓ କନଫରେନ୍ବିରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତୀ ଇରାନୀ ।
ଆଜି ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କ ଭିଡିଓ କନଫରେନ୍ସି ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ଯୋଜାନା ଉପରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜିର ଆଲୋଚନା ସମୟରେ ଉପସ୍ଥିତ ଥିଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଇ-ଲଣ୍ଡି,ଫେ ଓ ମାସ୍କ ତିଆରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀଙ୍କଲ ଯୋଗଦାନ ରହିଛି । ଏଥିପାଇଁ ଗତ ୬ ବର୍ଷ ଧରି ସେ ତାଙ୍କର ପ୍ରଶାସନିକ ଶକ୍ତିକୁ ଦେଖାଇଛନ୍ତି । ତା ପଛରେ ସେ ଯେଉଁ ତପସ୍ୟା କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଉଦାହରଣ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ମାସ୍କ ଆଗାମୀ ଦିନରେ ବହୁଳ ବ୍ୟବହାର ହେବ । ଏଥିପାଇଁ ସେ ଶ୍ରୀମତୀ ଇରାନୀଙ୍କୁ ଧନ୍ୟବାଦ ଦେଇଥିଲେ । ପୂର୍ବରୁ ପିପିଇର ଉତ୍ପାଦନ ଜିରୋ ଥିଲା । ପିପିଇ କିଟ୍ ବିନା କରୋନା ଲଢେଇ ସମ୍ଭବ ନୁହେଁ । ଗତ ୨ ମାସ ହେବ ଶ୍ରୀମତୀ ଇରାନୀ ବ୍ୟକ୍ତିଗତ ରୁଚି ନେଇ ଆଜି ଦିନରେ ଦିନକୁ ୪ ଲକ୍ଷ ପିପିଇ କିଟ୍ ନିର୍ମାଣ ହୋଇପାରୁଛି । ଅର୍ଥାତ ମାସକୁ ୧ କୋଟିରୁ ଅଧୁକ ପିପିଇ କିଟ୍ ନିର୍ମାଣ ହୋଇପାରୁଛି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ପ୍ୟାକେଜରେ ଶ୍ରୀମତୀ ଇରାନୀ ମହିଳା ଉସଉଚଜିଙ୍କୁ ୧୦ ଲକ୍ଷ ଟଙ୍କା ଅଧୁକ ଋଣ ଦେବା ପାଇଁ ମନେଇଛନ୍ତି । ଓଡିଶାର ୪୦ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାରେ ୧୫୦୦ ଟଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ପଠାଇଛନ୍ତି । ୪୫ ଲକ୍ଷ ଉଜଳା ଯୋଜନା ଖାତାରେ ଆମେ ଓଡିଶାରେ ୫୦୦ କୋଟି ଟଙ୍କା ପଇସାରିଛୁ । ୩ କୋଟି ୨୪ ଲକ୍ଷ ଲୋକଙ୍କୁ ୫ କେଜି ଚାଉଳ, ୯୦ ଲକ୍ଷ ପରିବାର ପାଇଁ ୩ କେଜି ଡାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି । ଆଜିର ଏହି ଭିଡିଓ କନଫରେନ୍ସି ରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରବାତୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।