September 2021

ରାଜ୍ୟର ୧୨ଟି ସ୍ଥାନରେ ଡିସପେନସାରୀ ଶୀଘ୍ର ଖୋଲିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ ଭୁବନେଶ୍ବର, ପଶ୍ଚିମ ଓଡ଼ିଶାର ଇଏସଆଇ କର୍ମଚାରୀ ତଥା ଇଏସଆଇସିର ହିତାଧୁକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖ୍ ଭୁବନେଶ୍ବର ସ୍ଥିତ ଇଏସଆଇସି(ESIC) ଆଂଚଳିକ କାର୍ଯ୍ୟାଳୟ ଅନ୍ତର୍ଗତ । ଝାରସୁଗୁଡ଼ା ଠାରେ ଇଆସିଆଇସିର ଉପ ଅଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି । ସେହିପରି ଅନ୍ୟ ଏକ ପୃଥକ ପତ୍ରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ ଟି ନୂତନ ଡିସପେନସାରୀ । ସ୍ଥାପନା ଏବଂ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତରିତ କରିବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବଙ୍କୁ ଅନୁରୋଧ କରିଛନ୍ତି ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ଭୁବନେଶ୍ବର ସ୍ଥିତ ଇଏସଆଇସି ଅଂଚଳିକ କାର୍ଯ୍ୟାଳୟ ସହ ୭.୪୧ ଲକ୍ଷ ବୀମାଭୁକ୍ତ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଭୁବନେଶ୍ବରରେ ଥିବା ଇସିଆଇସିର ଅଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପୂର୍ବୋଚଳରେ ଥିବା କାରଣରୁ ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା କର୍ମଚାରୀ ଏବଂ ହିତାଧୁକାରୀଙ୍କୁ ଏହି କାର୍ଯ୍ୟାଳୟକୁ
ଯିବା ପାଇଁ ଦୂରଦୂରାନ୍ତରରୁ ଯାତ୍ରା କରିବାକୁ ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖୁ ଝାରସୁଗୁଡ଼ାରେ ଇଏସଆଇସିର ଉପ । ଆଂଚଳିକ କାର୍ଯ୍ୟାଳୟ କରାଗଲେ ସ୍ଥାନୀୟ ଲୋକମାନେ ଉପକୃତ ହୋଇପାରିବେ । ଏହି ମର୍ମରେ କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ଥିବା ୩୦ଟି ଜିଲ୍ଲା ମଧ୍ୟରୁ ଭୁବନେଶ୍ବରରେ ଥିବା ଅଂଚଳିକ କାର୍ଯ୍ୟାଳୟ ୧୭ଟି ଜିଲ୍ଲା ନିକଟବର୍ତ୍ତୀ ରହିଛି ଏବଂ ସହଜରେ ଲୋକ ଏଠାକୁ ଆସିପାରୁଛନ୍ତି । 

ଝାରସୁଗୁଡ଼ାରେ ପ୍ରସ୍ତାବିତ ଉପ ଆଂଚଳିକ କାର୍ଯ୍ୟାଳୟ କରାଗଲେ ୧୩ଟି ଜିଲ୍ଲା ମଧ୍ୟ ଏହାର ନିକଟବର୍ତ୍ତୀ ହେବ । ଦେଶର ଅନେକ ରାଜ୍ୟରେ ଇଏସଆଇସିର ୧ କିମ୍ବା ତଦୂର୍ଭ ଉପ ଆଂଚଳିକ କାର୍ଯ୍ୟାଳୟ ରହିଛି । କିନ୍ତୁ ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ଉପ ଆଂଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇ ନାହିଁ । ଫଳରେ ଭୁବନେଶ୍ବରର ଇଏସଆଇ ଅଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ପଶ୍ଚିମାଂଚଳରୁ ଅନେକ ଅଭିଯୋଗ ପତ୍ର ନିଯୁକ୍ତଦାତା ଏବଂ କର୍ମଚାରୀଙ୍କ ଠାରୁ ଗ୍ରହଣ କରିଆସୁଛି । ତେଣୁ ପଶ୍ଚିମ ଓଡ଼ିଶାର କର୍ମଚାରୀ ଏବଂ ଇଏସଆଇସି ହିତାଧୁକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖୁ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ ଅଂଚଳିକ କାର୍ଯ୍ୟାଳୟ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରି ମନ୍ତ୍ରଣାଳୟର ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଅନ୍ୟ ଏକ ପୃଥକ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ବାରା ଓଡ଼ିଶାର ବିଭିନ୍ନ ଅଂଚଳ ଯଥା ତାଳଚେର, ଜଳେଶ୍ବର, ନୀଳଗିରି, ସୋର, ଧାମରା, ତ୍ରିଶୁଳିଆ, ଓଡ଼ସପୁର, ଜଗତସିଂହପୁର, ଯୋଡ଼ା, ନିମାପଡ଼ା, ବଣେଇ ଏବଂ କୋଇରାରେ ୧୨ଟି ନୂତନ ଡିସପେନସାରୀ ଖୋଲାଯିବା ପାଇଁ ପ୍ରସ୍ତାବ ରହିଛି । ଏହାସହ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରରେ ଥିବା ଏକ ଡିସପେନସାରୀକୁ ବେଲପାହାଡ଼କୁ ସ୍ଥାନାନ୍ତର କରିବା ପାଇଁ ଇଏସଆଇ କର୍ପୋରେସନର ମୁଖ୍ୟ କାର୍ଯ୍ୟାଳୟକୁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ଜନସଂଖ୍ୟାଙ୍କ  କଲ୍ୟାଣକୁ ଦୃଷ୍ଟିରେ ରଖୁ ବ୍ୟକ୍ତିଗତ ହସ୍ତକ୍ଷେପ କରି ତ୍ବରିତ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାର ଯୋଡ଼ାକୁ ବାଦ୍ ଦେଇ ୧୨ଟି ଡାକ୍ତରଖାନା ସ୍ଥାପନା ସହ ବ୍ରଜରାଜନଗରରୁ ବେଲପାହାଡ଼ ଡିସପେନସାରୀକୁ ସ୍ଥାନାନ୍ତରଣ କରିବା ପାଇଁ ମଞ୍ଜୁରୀ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ଶ୍ରମ ଏବଂ ଇଆସଆଇ ବିଭାଗ ପକ୍ଷରୁ ଏଥିପାଇଁ ଅନୁମତି ମିଳିପାରିନାହିଁ । ତେଣୁ ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ପାଇଁ ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୫ ତମ ସ୍ଵତନ୍ତ୍ର ସଂସ୍କୃତି ଚର୍ଚ୍ଚା ସମ୍ପାନ @୭୫ ଆଜାଦୀକା ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ପ୍ରାକ୍ତନ ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ସଂସ୍କୃତି ଚର୍ଚ୍ଚାର ସ୍ରଷ୍ଟା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଆଇ.ଆର.ଏସ୍, ଚିଫ କମିଶନର, ଆୟକର ବିଭାଗ, କଟକ ଯୋଗଦାନ କରିଥିଲେ ଏବଂ ସମ୍ପାନର ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ସମ୍ପାନରେ ସ୍ବାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା ।

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମହୋଦୟ ମଧୁବାବୁ କିପରି ଓଡ଼ିଆ ସ୍ବାଭିମାନର ପରିଚୟ ସୃଷ୍ଟି କରିଥିଲେ ସେ ବିଷୟରେ କହିଥିଲେ । ସେତେବେଳେ ଓଡ଼ିଶାର କିଛି ଭାଗ ବେଙ୍ଗଲ ପ୍ରେସିଡେନ୍ସି, ମାଡ୍ରାସ ପ୍ରେସିଡେନ୍ତି ଏବଂ ସେଣ୍ଟ୍ରାଲ ପ୍ରେସିଡେନ୍ସିରେ ଥିଲା, ଏସବୁ ଅଞ୍ଚଳକୁ ଏକତ୍ର କରି ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଏହି ଅବସରରେ ମଧୁବାବୁଙ୍କ ଓଡ଼ିଆ ଜାତି ସ୍ବାଭିମାନର ଉଦାହରଣ ଦେବାକୁ ଯାଇ ତାଙ୍କର ଗ୍ରାଜୁଏସନ ଏବଂ ପୋଷ୍ଟ ଗ୍ରାଜୁଏସନ ଶିକ୍ଷା ସମୟର କିଛି ରୋମାଞ୍ଚକର କାହାଣୀ ବର୍ଣ୍ଣନା କରିଥିଲେ । ମଧୁବାବୁ ଓଡ଼ିଆ ଭଷା ଆନ୍ଦୋଳନର ଏକ ପ୍ରମୁଖ କାରପଟଦାର ଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରିବା ନିମନ୍ତେ ଏବଂ ଓଡ଼ିଶାର କଳାକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ ସେ ଓଡ଼ିଶାର କଳା ଏବଂ କାରୁକାର୍ଯ୍ୟକୁ ନେଇ ୧୮୯୭ ମସିହାରେ ଲଣ୍ଡନରେ ଏକ ପ୍ରଦର୍ଶନୀ କରିଥିଲେ । 

ମଧୁବାବୁ ଏକଦା କହିଥିଲେ ଓଡ଼ିଶାକୁ ମୁଁ ଆସିନାହିଁ ଉଲ୍ଲସିତ କରିବାପାଇଁ, ଓଡ଼ିଶାକୁ ଆନ୍ଦୋଳିତ, ଆଲୋଡିତ, ବଦ୍ଧିତ ଏବଂ ବିକ୍ଷୁବ୍ଧ କରିବାକୁ ମୁଁ ଆସିଛି । ପ୍ରସଙ୍ଗକ୍ରମେ ଶ୍ରୀଯୁକ୍ତ ପାଣିଗ୍ରାହୀ ମହୋଦୟ ମଧୁବାବୁଙ୍କ ଏକ । ଉକ୍ତିକୁ ଏଠାରେ ଉପସ୍ଥାପନ କରି କହିଥିଲେ- ଯେଉଁ ଜାତିର ଲିପି ଯେତେ ବର୍ତ୍ତୁଳାକାର ସେ ଜାତି ସେତେ କଳାପ୍ରବଣ । ପରିଶେଷରେ, କିପରି ମଧୁବାବୁ ଓଡ଼ିଆ ଭାଷାର ସ୍ବାଭିମାନ ରକ୍ଷା ନିମନ୍ତେ, ବିଶ୍ଵବିଦ୍ୟାଳୟରେ ପଢ଼ିବା ସମୟରେ କିପରି ସଂସ୍କୃତକୁ ବେଙ୍ଗଲିରେ ଲେଖୁବା ପାଇଁ ମନାକରି ଦେଇଥିଲେ ଏବଂ ଶେଷରେ ସେ ଓଡ଼ିଆରେ ହିଁ ପରୀକ୍ଷା ଦେଇଥିଲେ ସେ ବିଷୟରେ ବର୍ଣନା କରିଥିଲେ । ସମ୍ପାନର ମୁଖ୍ୟ ଅତିଥ- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଡ.ସୁରେଶ ଚନ୍ଦ୍ର ଦଳାଇ ମହୋଦୟ ଉଦ୍‌ବୋଧନରେ କହିଥିଲେ ମଧୁବାବୁ ଜଣେ ସଙ୍ଗଠକ, ନେତା, ଲେଖକ, ସାମ୍ବାଦିକ-ସମ୍ପାଦକ, ଶିଳ୍ପ ପ୍ରତିଷ୍ଠାତା, ଜାତୀୟବାଦୀ ପ୍ରବକ୍ତା, ନାରୀ ଜାଗରଣର । ନିଷ୍ଠାପର ସମର୍ଥକ, ଦୃଢ଼ ସାହସୀ ଓ ନୀତିବାନ୍ ବିଧାୟକ ଭାବରେ ତାଙ୍କ କୃତିତ୍ବର ପଟାନ୍ତର ନାହିଁ । 

ଉତ୍କଳ ସମ୍ମିଳନୀର ନେତୃତ୍ବ ନେଇ ମଧୁବାବୁ ଶେଷ ପର୍ଯ୍ୟନ୍ତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ କୌଣସି କାର୍ଯ୍ୟ ହାତଛଡ଼ା କରିନଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ତାଙ୍କ ତ୍ୟାଗର ତୁଳନା ନାହିଁ । ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ଉଲ୍ଲେଖ କରି ଓଡ଼ିଆ ଜାତି, ଓଡ଼ିଶା ଶିଳ୍ପର ଅଭ୍ୟୁଦୟ, ଓଡ଼ିଆ ଭାଷାର ଗୌରବ ଏବଂ ଓଡ଼ିଆ ଲୋକଙ୍କୁ ଜାଗ୍ରତ କରିବାରେ ମଧୁବାବୁଙ୍କ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ । ଊନବିଂଶ ଶତାବ୍ଦୀର ଓଡ଼ିଶା, ତତ୍କାଳୀନ ରାଜନୈତିକ ଅର୍ଥନୈତିକ ପରିସ୍ଥିତି, ଉତ୍କଳ ସମ୍ମିଳନୀର ନେତୃତ୍ବ ସହିତ ଓଡ଼ିଶାରେ ନବଜାଗରଣର ଅଭ୍ୟୁଦୟରେ ମଧୁବାବୁଙ୍କ ଭୂମିକା, ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ପ୍ରଗତିର ଇତିହାସ ନିର୍ମାଣରେ ତାଙ୍କର ଅପାସୋରା ସ୍ଵାକ୍ଷର ମଧୁବାବୁଙ୍କୁ ଓଡ଼ିଶା ଇତିହାସର ପ୍ରଣଗ୍ୟ ପୁରୁଷ ଭାବରେ ସ୍ମରଣୀୟ କରି ରଖୁଛି ।

ପ୍ରଥମର ଥର ଲାଗି କିମ୍ସରେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର,ପ୍ରଥମର ଥର ଲାଗି କିମ୍ବସରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ କରାଯାଇଛି । ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହୋଇ ଆଜି ଘରକୁ ଫେରିଛନ୍ତି । ଯୁବକ ଜଣକ କିଡ୍ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍ବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପ୍ରଥମ ଥର ଲାଗି କି ହସ୍ପିଟାଲର ଡାକ୍ତରୀଦଳ ଗତ ୧୯ ତାରିଖରେ ସଂପୃକ୍ତ ଯୁବକଙ୍କଠାରେ କିଡ୍ନୀ ପ୍ରତ୍ୟାରୋପଣ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ତାଙ୍କ ମାଆ କିଡନୀ ଦାନ କରିଥିଲେ । ୨୫ ତାରିଖରେ ଯୁବକଙ୍କ ମାଆ ସୁସ୍ଥ ହେଇ ଘରକୁ ଯାଇଥିବା ବେଳେ ଆଜି ପୁଅ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । 

କିମ୍ସ ହସ୍ପିଟାଲର ନେଫୋଲଜି ବିଭାଗର ଡା. ନିକୁଞ୍ଜ କିଶୋର ରାଉତ, ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ, ଡା. ରାଜେଶ କୁମାର ପାଢୀ, ଡା, କୁମାର ଅଭିଜିତ୍ ଦାଶ ଏବଂ ପ୍ରଫେସର ଡା. ସୁରେଶ ଚନ୍ଦ୍ର ଦାଶଙ୍କୁ ନେଇ ଗଠିତ ନେଫୋଲୋଜି ଡାକ୍ତରୀଦଳ ଏବଂ ଡା. ସୁମନ୍ତ କୁମାର ମିଶ୍ର, ଡା. ଅମରେଶ ମିଶ୍ର, ଡା. ଜେ. ବି ଜଗଦ୍ଦେବ ଓ ଡା. ସୁମିତ୍ ପଣ୍ଡାଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଡାକ୍ତରୀ ଦଳ ନିଶ୍ଚିତକ ବିଭାଗର ଡା. ସଞ୍ଜୟ ବେହେରା, ଡା ଲବ କୁମାର ନାୟକ ଏବଂ ଡା. ଜି. ସି. ଶତପଥୀଙ୍କୁ ନେଇ ଗଠିତ ପ୍ରତ୍ୟାରୋପଣ ଟିମ୍ ଦ୍ଵାରା ସଂପୃକ୍ତ ଯୁବଙ୍କଠାରେ କିଡ୍ନୀ ପ୍ରତ୍ୟାରୋପଣ କରାଯାଇଥିଲା । ଡା, ନିକୁଞ୍ଜ କିଶୋର ରାଉତ ଏହି ଟିମ୍ନର ନେତୃତ୍ବ ନେଇଥିଲେ । କିନୀ ରୋଗର ଶେଷାବସ୍ଥା ପାଇଁ କିଡ୍‌ନୀ ପ୍ରତ୍ୟାରୋପଣ ଏକ ଫଳପ୍ରଦ ନିଦାନ ବୋଲି ଡା, ରାଉତ କହିଛନ୍ତି । 

ଗୋଟିଏ କିଡ୍‌ନୀ ଦାନ କରିଦେଲେ ମଣିଷ ଦୁର୍ବଳ ହୋଇଯିବ ଓ ସେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଲୋକଙ୍କ ମଧ୍ୟରେ ଯେଉଁ ଆଶଙ୍କା ରହିଛି ତାହା ଠିକ୍ ନୁହେଁ ବୋଲି ଡା ରାଉତ କହିଛନ୍ତି । ଏହା ସହ ଡାୟାଲିସିସ୍ ଏହାର ସ୍ଥାୟୀ ଉପଚାର ନୁହେଁ ବୋଲି ସେ କହିଛନ୍ତି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରେରଣା ଓ କିମ୍ବସର ମହାନିର୍ଦ୍ଦେଶକ ଡା. ପି. କେ ପଟ୍ଟନାୟକଙ୍କ ନିରନ୍ତର ମାର୍ଗଦର୍ଶନ ଏବଂ ପ୍ରୋସାହନ ଯୋଗୁଁ କିମ୍ବସରେ ପ୍ରଥମ କିଡ୍ନୀ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଲା ବୋଲି ଡାକ୍ତରୀଦଳ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ସାମନ୍ତ ଡାକ୍ତରୀ ଦଳର ସମସ୍ତ ଡାକ୍ତର ଏବଂ ଅନ୍ୟ ସହଯୋଗୀ ସ୍ବାସ୍ଥ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଗାନ୍ଧୀ ଜୟନ୍ତୀରେ ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବା ପାଇଁ ଭୋକାଲ୍ ଫର୍ ଲୋକାଲକୁ ମାଧ୍ୟମ କରିବା : ଧର୍ମେନ୍ଦ୍ର

ଭୁବନେଶ୍ବର, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମ ଦିବସ ଅବସରରେ ସମସ୍ତେ ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବା ପାଇଁ ଭୋକାଲ ଫର ଲୋକାଲକୁ ମାଧ୍ୟମ କରିବା ପାଇଁ  ସଂକଳ୍ପ କରିବାକୁ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ଜନସାଧାରଣଙ୍କୁ ଆହାନ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସତ୍ୟନିଷ୍ଠ, ସାଧୁତା, କରୁଣା ତଥା ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି । ମହାତ୍ମା ଗାନ୍ଧୀ ଆମେ ଏହି ମହାନ ଯୁଗପୁରୁଷ ତଥା ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଆସନ୍ତା ୨ ତାରିଖରେ ପାଳନ କରିବା । ଆମ ପାଇଁ ଖୁସିର ମୁହୁର୍ତ ଯେ, ୨୦୨୧ ହେଉଛି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବର୍ଷ ପୂର୍ତିର ପାବନ ଅବସର ଏହି ଅବସର, ମହାତ୍ମା ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ଆଧାରିତ ସମାଜ ଓ ରଚନାତ୍ମକ କାର୍ଯ୍ୟକୁ ନୂତନ ଏବଂ ବ୍ୟବହାରିକ ରୂପରେଖ ଦେବା ପାଇଁ ସୁଯୋଗ ଆଣିଦେଇଛି । 


ପୂଣ୍ୟ ଜନ୍ମ ଦିବସ ଅବସରରେ ଆମେ ସମସ୍ତେ ଭୋକାଲ ଫର ଲୋକାଲକୁ ସମର୍ଥନ ଦେବା ଏବଂ । ସ୍ଥାନୀୟ ଉଦ୍ୟମୀ, ବୁଣାକାର, ହସ୍ତଶି କାରିଗରଙ୍କ କଳାତ୍ମକ ଉତ୍ପାଦ କିଣିବା ଏବଂ ଅନ୍ୟ ମାନଙ୍କୁ କିଣିବାକୁ ପ୍ରୋତ୍ସାହିତ କରିବା । ଏହା ଆମର ସ୍ୱଭାବ ଏବଂ ଜୀବନ ଦର୍ଶନର ଅଂଶବିଶେଷ ହେଉ । ଏହା ହିଁ ହେବ ପ୍ରକୃତ ଜନସେବା ଏବଂ ଦେଶସେବା । ସେ କହିଛନ୍ତି ଯେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଅହିଂସା ମାଧ୍ୟମରେ ସ୍ବାଧୀନତା ଲାଭ କରି ଏକ । ନୂତନ ଯୁଗର ସୂତ୍ରପାତ କରିଥିଲା । ଭାରତ ସରକାର ସ୍ବାଧୀନତା ସଂଗ୍ରାମର ଉଚ୍ଚ ଆଦର୍ଶ, ସ୍ୱାଧୀନତା ସଂଗ୍ରାମୀଙ୍କର ବୀରତ୍ଵପୂର୍ଣ୍ଣ ସଂଘର୍ଷ ଏବଂ ତ୍ୟାଗକୁ ସମ୍ମାନ ଜଣାଇ ‘ ଅମୃତ ମହୋତ୍ସବ’କୁ ଭବ୍ୟ ଭାବରେ ପାଳନ କରୁଛନ୍ତି ଯାହା ଯୁବପିଢ଼ିକୁ ଦେଶପ୍ରୀତିରେ ଅନୁପ୍ରାଣିତ କରିବ । ସେହିପରି ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମ ଓ ରାଷ୍ଟ୍ର ନିର୍ମାଣ ଚିନ୍ତନରେ ଖଦୀ’ର ପ୍ରମୁଖ ଭୂମିକା ରହିଥିଲା । 

୨୦ ୨୧ରେ ଖଦୀର ବ୍ୟାପକ । ବ୍ୟବହାର ଦେଶର ପ୍ରଗତିରେ ପ୍ରମୁଖ ଅଂଶୀଦାର ଭାବେ ଗୁରୁତ୍ବପୂର୍ଷ ଯୋଗଦାନ କରିପାରିବ । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଭୋକାଲ ଫର ଲୋକାଲ ନୀତି ଗୀନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତନର ବ୍ୟବହାରିକ ପ୍ରୟୋଗ । ଆମ ରାଜ୍ୟ ଓଡ଼ିଶାର ପ୍ରତ୍ୟେକଟି ଗାଁରେ କିଛି ନା କିଛି କଳାତ୍ମକ ହସ୍ତଶିଳ୍ପ । ରହିଛି ଯାହା ଓଡ଼ିଆ ଜାତିକୁ ଅନନ୍ୟ ପରିଚୟ ଦେଇଛି । ଭୋକାଲ ଫର ଲୋକାଲ ଆମ ଗ୍ରାମାଂଚଳର ଆର୍ଥିକ ଅବସ୍ଥା ଏବଂ ଆତ୍ମନିର୍ଭରତାକୁ ସୁଦୃଢ଼ କରିବାର ଅନନ୍ୟ ପଦକ୍ଷେପ । ଓଡିଶାରେ ପ୍ରତ୍ୟେକ ଗାଁରେ କିଛି ନା କିଛି ନୂଆ ଜିନିଷ ତିଆରି ହେଉଛି । 

ପଟ୍ଟଚିତ୍ର, ହସ୍ତତନ୍ତ, ହସ୍ତଶି କିମ୍ବା ଅନ୍ୟାନ୍ୟ ଖାଦ୍ୟପଦାର୍ଥକୁ ସମସ୍ତେ ଜୀବନର ନିଜ ବ୍ୟବହାର୍ଯ୍ୟ ପାଇଁ କିଣିବା ଦରକାର । କରୋନା ମହାମାରୀ କାଳରେ ଅର୍ଥନୀତିକୁ ଗତି ଦେବା ପାଇଁ ଚଳିତ ପାର୍ବଣ ଋତୁରେ ଏହି ସବୁ ଉତ୍ପାଦ କିଣି ଗ୍ରାମ୍ୟ ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ଯୋଗଦାନ ରଖିବା ଦରକାର । ଆସନ୍ତା ଗାନ୍ଧୀ ଜୟନ୍ତୀ  ଅବସରରେ ଅନୁଗୁଳ ଆଠମଲ୍ଲିକ ସବଡିଭିଜନକୁ ଯାଇ ଗାଁର ଲୋକମାନଙ୍କ ଦ୍ବାରା ହସ୍ତଶିକୁ କିଣିବେ ବୋଲି ସେ କହିଛନ୍ତି । ଦେଶକୁ ନୂଆ ଉଚ୍ଚତାକୁ ନେବା ତଥା ପୂଜ୍ୟ ବାପୁଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମହତ୍ଵ ଦେବା ପାଇଁ ଆଜିର ଦିନରେ ସଂକ ହେଉ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ଵାରା ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର, ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ପରୀକ୍ଷା ଦ୍ବାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା। 

ଏହା ବ୍ୟତିତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ଛିଦ୍ର ଦ୍ଵାରା ଶରୀରର ବିଶୁଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା । ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି । ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟ୍ରାଲୋଜି ଅଫ ଫାଲଟ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତୁଟି ବୋଲି ସେ କହିଛନ୍ତି। ସନ୍ତ ରୋଗୀ ଜଣକ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ। 

କାଡ଼ିଆକ ଆନାଲ୍ଲେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା । ପ୍ରଥମେ ତାଙ୍କର ଭେଟିକୁଲାର ସେୟାଲ ଡିଫେକ୍ତିକୁ ବନ୍ଦ କରାଯାଇଥିଲା, ଦକ୍ଷିଣ ପଟର ଭେଟିକୁଲାର ଆଉଟଫ୍ ଟ୍ରାକକୁ ବଡ କରାଯାଇ ଏକ ଟ୍ରାସିଆନୁଲାର ଫାଟ ଲଗାଯାଇଥିଲା । ଏହାଛଡା ଏକ ଭଲଭ ମଧ୍ୟ ଲଗାଯାଇଥିଲା । ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି

ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ

କଟକ, ସମ୍ପ୍ରତି କୋଭିଡ-୧୯ର ଅଭ୍ୟୁଦୟ ଯୋଗୁଁ ସାଧାରଣ ଜୀବନଚର୍ଯ୍ୟାରେ ଏକ ବିରାଟ ପରିବର୍ତ୍ତନ ଆସିଛି। । ସାମାଜିକ ଦୂରତାର ନିୟମ ଅନୁପାଳନ କରାଯିବାକୁ ଗୁରୁତ୍ବାରୋପ ଦିଆଯାଇ କ୍ଲାସରୁମ ଶିକ୍ଷାକୁ ଏବେ ଅନଲାଇନକୁ ରୂପାନ୍ତରିତ କରାଯାଇଛି। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଏହି ନୂତନ ପରିବର୍ତ୍ତିତ ଧାରାରେ ନିଜକୁ ଅତି ସହଜରେ ଖାପଖୁଆଇ ଆଜି ଡିଜିଟାଲ ଶିକ୍ଷା ପ୍ରଦାନକାରୀ ଶିକ୍ଷାନୁଷ୍ଠାନଙ୍କ ମଧ୍ୟରେ ଏକ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏହି ମର୍ମରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିଜ ଅଷ୍ଟମ ସମାବର୍ତ୍ତନ ସମାରୋହ କୁମ ମାଧ୍ୟମରେ ଅନଲାଇନ ମାଧ୍ୟମରେ ସଫଳତା ପୂର୍ବକ ଆୟୋଜନ କରି ଅନ୍ୟମାନଙ୍କ ପାଇଁ ଦିଗଦର୍ଶକ ସାଜିଛି।

ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ଆଜୀବନ ସଭାପତି ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଜୀ ଏହି ଭର୍ଜୁଆଲ ସମାରୋହର ପୌରହିତ୍ୟ କରିବା ସହ ଉପସ୍ଥିତ ଅନ୍ୟ ସମସ୍ତଙ୍କୁ ନିଜ ଶୁଭାଶିର୍ବାଦ ପ୍ରଦାନ କରିଥିଲେ। ପ୍ରତିକୂଳ ପରିସ୍ଥିତିରେ ଆତ୍ମବିଶ୍ବାସ ନ ହରାଇ ବରଂ ଏହାକୁ ଏକ ଚ୍ୟାଲେଞ୍ଜ ହିସାବରେ ଗ୍ରହଣ କରି ପରିବର୍ତ୍ତିତ ବାତାବରଣ ସହ ନିଜକୁ ଖାପ ଖୁଆଇ ଚାଲିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ହେଉଛି ଯେକୌଣସି ସଂସ୍କୃତି ସମ୍ପନ୍ନ ଓ ସଭ୍ୟ ସମାଜର ମେରୁଦଣ୍ଡ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଓ ଆଦର୍ଶଗତ ସାମାଜିକ ମୂଲ୍ୟବୋଧ ଶିକ୍ଷାକୁ ଆଜି ସମଗ୍ର ବିଶ୍ୱ ସମୁଦାୟ ଅନୁକରଣ କରୁଛି। ସ୍ନାତକ ଅର୍ଥ ହେଉଛି ଗୋଟେ ସ୍ତର ଉପରକୁ ଯିବା ସେ ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକ, ବିଶ୍ଵବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଯଥାକ୍ରମେ ଗୁଣାତ୍ମକ ଶିକ୍ଷା ଗ୍ରହଣ ଓ ପ୍ରଦାନ କରି ଏକ ବାସ୍ତବ ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ଅବଦାନ ରଖୁଥୁବାରୁ ଅଭିନନ୍ଦନ ଜଣାଇଥିଲେ।

୮ ପିଏଚଡି ସମ୍ମାନ ସହ ମୋଟ ୪୯୯ ଜଣ ଛାତ୍ରଛାତ୍ରୀ ଏହି ଶୁଭ ଅବସରରେ ସେମାନଙ୍କ ଡିଗ୍ରୀ ପ୍ରମାଣପତ୍ର ଗ୍ରହଣ କରିଥିଲେ। ସୁଶ୍ରୀ ମନୁଜ ମଦନ, ଶ୍ରୀ ଅନୁଭବ ପଟ୍ଟନାୟକ, ଶ୍ରୀ ପୁନିତ କୁମାର, ଶ୍ରୀ ଅର୍ପଣ ମହାପାତ୍ର, ଶ୍ରୀ କେ.ପି ରାଓ, ସୁଶ୍ରୀ । ତୁଲିକା ବଳ, ଶ୍ରୀ ମଳୟ ମଲ୍ଲ ଏବଂ ଶ୍ରୀ ରାଜେନ୍ଦ୍ର କୁମାର ବେହେରାଙ୍କୁ ମ୍ୟାନେଜମେଣ୍ଟ ଷ୍ଟଡିଜ୍ ଅଧାପନାରେ ପିଏଚଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବେ ବିଭିନ୍ନ ବିଭାଗର ୧୯ ଜଣ ଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀଙ୍କ ସମେତ ଏମବିଏ ପାଠ୍ୟକ୍ରମର ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । 

ସେହି ଛାତ୍ରମାନେ ଯଥାକ୍ରମେ - ଶ୍ରୀମତୀ ପିହ୍ନ ଗୁପ୍ତା  (ଏମବିଏର ଶ୍ରେଷ୍ଠ ପ୍ରଦର୍ଶନକାରୀ, ମାନବ ସମ୍ବଳ), ସୁଶ୍ରୀ ଆକାଂକ୍ଷା ମହାନ୍ତି (ଏମବିଏ ମାର୍କେଟିଂ), ଶ୍ରୀମତୀ ଶ୍ରେଷ୍ଠ ଚାଟାର୍ଜୀ (ଏମବିଏ ଫାଇନାନ୍ସ), ଶ୍ରୀ ପାଭାସ ଅଭିଜିତ୍ ବାଲାସାହେବ (ଏମବିଏ ଅପରେସନ୍), ଶ୍ରୀ ସ୍ଵାଧୀନ ମହାନ୍ତି (ଏମବିଏ ଏଗ୍ରିବିଜନେସ୍), ଶ୍ରୀ ଭାଲା ଶିଟାଲ ବାଭକୃଭାଇ (ସ୍ନାତକୋତ୍ତର ଯୋଗିକ ବିଜ୍ଞାନ), ଶ୍ରୀ ଅଭିନ୍ ସାହୁ (ସ୍ନାତକୋତ୍ତର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ), ଶ୍ରୀମତୀ ଅମୃତା ଆଇଯେଙ୍ଗର (ସ୍ନାତକୋତ୍ତର ସଂସ୍କୃତ), ଶ୍ରୀମତୀ ଅପର୍ନ ମିଶ୍ର (ସ୍ନାତକୋତ୍ତର ଇଂରାଜୀ), ଶ୍ରୀ ରୋନାକ କୁମାର ଅଗ୍ରୱାଲ (ସ୍ନାତକୋତ୍ତର ବାଣିଜ୍ୟ), ସୁଶ୍ରୀ ଚେଲସି ସାଲୁଜା (ବିବିଏ), ସୁଶ୍ରୀ ନିବେଦିତା ସୁବୁଧୀ ଏବଂ ସୁଶ୍ରୀ ଅନଶା ପୁଷ୍ଟି (ସ୍ନାତକ ବାଣିଜ୍ୟ), ସୁଶ୍ରୀ ଚୈତନ୍ୟା ତ୍ରିପାଠୀ (ସ୍ନାତକ ଯୋଗ), ସୁଶ୍ରୀ ସାନ୍ତନା ମିଶ୍ର (ସ୍ନାତକ କଳା, ଓଡ଼ିଶୀ), ଶ୍ରୀ ଆଶୁତୋଷ ଦେ (ବିପିଏ- ହିନ୍ଦୁସ୍ତାନୀ ଭୋକାଲ୍), (ସ୍ନାତକ ଭିଜୁଆଲ୍ ଆର୍ଟ), ସୁଶ୍ରୀ ଶତାବ୍ଦୀ । ପ୍ରିୟଦର୍ଶିନୀ ବେହେରା (ସ୍ନାତକ କୃଷି), ସାହାଶ୍ରାବଦୀ ଦାଶ (ସ୍ନାତକ ଇଂରାଜୀ ସମ୍ମାନ), ଶ୍ରୀମତୀ ନେହା କୁମାରୀ ଜୟସ୍ୱାଲ (ସ୍ନାତକ କମ୍ପ୍ୟୁଟର ବିଜ୍ଞାନ) ଓ ସୁଶ୍ରୀ ଆଦ୍ୟାଶା ଜେନା। ଏହି ମହୋତ୍ସବକୁ ଅଧୁକ ସ୍ମରଣୀୟ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା କୃତୀ ଛାତ୍ରଛାତ୍ରୀ ଙ୍କୁ ସ୍ୱର୍ଣ୍ଣ ପଦକ ଏବଂ ଡିଗ୍ରୀ ନିଜ ନିଜ ଘରେ ବିଶ୍ବବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ମାନଙ୍କ ଦ୍ଵାରା ବିତରଣ କରାଯିବା ।

ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଜୟ କୁମାର ସିଂ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ବିଭିନ୍ନ ବିଭାଗରେ ସ୍ଥାପନା କରିଥିବା ନୂତନ କୀର୍ତ୍ତିମାନ ତଥା ପାଇବା ମାନ୍ୟତା ଓ ସମ୍ମାନ ବାବଦରେ ସୂଚନା ଦେଇଥିଲେ ଆଗାମୀ ବର୍ଷ ପାଇଁ ନୂତନ ଭାବେ ସାଇବର ପିସ, ହିନ୍ଦୁ ଷ୍ଟଡିଜ ପାଠ୍ୟକ୍ରମରେ ସାମିଲ ହେବାକୁ ଯାଉଥିବାର ଘୋଷଣା କରିଥିଲେ। ଦୁରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ବିକାଶ ସମେତ ସାମାଜିକ ସଚେତନତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଥୁବା ସମନ୍ଦିତ ଶିକ୍ଷା ଫଳରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଆଜି ଉତ୍କର୍ଷତା ହାସଲ କରି ପାରିଛି ବୋଲି କହିଥିଲେ । ଏହି ଭର୍ଜୁଆଲ ସମାରୋହକୁ ପ୍ରଫେସର ରଜିତା କୁଲକର୍ତ୍ତୀ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟ ହାସଲ କରିଥିବା କିଛି । ଅବିଶ୍ୱସନୀୟ ସଫଳତା ବିଷୟରେ ଆଲୋଚନା କରିଥିଲେ। ଜାତୀୟ ଶିକ୍ଷା ନୀତି-୨୦୨୦ କୁ ଲାଗୁ କରିବା ପାଇଁ ବିଶ୍ୱବିଦ୍ୟାଳୟ ନେଇଥିବା ପଦକ୍ଷେପମାନ ଗୁଡିକର ମଧ୍ୟ ଉଲ୍ଲେଖ କରିଥିଲେ। 

ଏହି ଅବସରରେ ଏ ଛାତ୍ରଛାତ୍ରୀ ମାନଙ୍କୁ ନିଜ । ପ୍ରତି ସତ୍ୟ ଭାବନା ବ୍ୟକ୍ତ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଭର୍ଜୁଆଲ ପ୍ରଦୀପ ପ୍ରଜ୍ଜଳନ ଓ ଗୁରୁ ପୂଜା ସହିତ ଏହି ସମାରୋହ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟନିର୍ବାହୀ ରେଜିଷ୍ଟ୍ରାର ପ୍ରଫେସର ବି.ଆର ଶର୍ମା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କଳା ଓ ଗଣଯୋଗାଯୋଗ ବିଭାଗର ଡିନ ରତିକାନ୍ତ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସରସ୍ବତୀ ବନ୍ଦନା, ବନ୍ଦେ ଉତ୍କଳ ଜନନୀ ଓ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବିନୋଦ ମେନନ, ଇଣ୍ଟରନେସନାଲ ଆର୍ଟ ଅଫ ଲିଭ୍ରଂ ଫାକଲଟି, ଡକ୍ଟର ଆଲଫେଡ଼ ବଲିତଜର, ଏମିସ ପ୍ରଫେସର କ୍ଲାରମେଣ୍ଟ ମ୍ୟାକେନା କଲେଜ, ଇଏନ କୁଏକ, ଦେବ ବରିୟାନି, ପ୍ରତିଷ୍ଠାତା ଅଧକ୍ଷ ବିସ୍ତା ଗୁପ, ଉପଦେଷ୍ଟା ମଣ୍ଡଳୀର ଶ୍ରୀମତି କ୍ରୀଷ୍ଣା ହୁସେଇନାଲି ମଥେହେରା, ପ୍ରତିରକ୍ଷା ମନ୍ତ୍ରୀ ସୁରିନେମ୍, ନନ୍ଦିନୀ ଟଣ୍ଡନ, ପ୍ରତିଷ୍ଠାତା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଇଣ୍ଡସ ସେତୁ ଗ୍ଲୋବାଲ ଫାଉଣ୍ଡେସନ, ସୁଶ୍ରୀ ପ୍ରିୟା ଟଣ୍ଡନ, ସଭାପତି ଓ ସୁଶ୍ରୀ ରଥୀ ମୃଉଁ ,ସିଟିଓ ତଥା ଅଧ୍ୟକ୍ଷା ଏପିଡ଼ିଆ ସଭିସେସ ପ୍ରମୁଖ ନିଜର ସଦୟ ଉପସ୍ଥିତି ଜାହିର କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନରୁ ସ୍ନାତକ ପାସ କରିଥିବା ଶତାବ୍ଦୀ ପ୍ରିୟଦର୍ଶିନୀ ବେହେରା ଗତ ଚାରି ବର୍ଷରେ ସେ ଲାଭ କରିଥିବା ଶିକ୍ଷା ତାଙ୍କ ଜୀବନକୁ ଅଧୁକ ରୁଦ୍ଧିମନ୍ତ କରିଥିବାରୁ କୃତଜ୍ଞତା ବ୍ୟକ୍ତ କରିଥିଲେ ଜଣେ ଛାତ୍ରଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିବା ଶ୍ରୀ ପ୍ରବୀଣ କୁମାର ଛାତ୍ରଛାତ୍ରୀ ଓ ଷ୍ଟାଫ ମାନଙ୍କ ଭିତରେ ସୌହାର୍ଦ୍ଧିପୂର୍ଣ୍ଣ ଆବେଗ ଏହି ଭର୍ଜୁଆଲ ସମାରୋହକୁ ଜୀବନ୍ତ କରି ଗଢି ତୋଳୁଥିବା ଦେଖ୍ ଅଭିଭୂତ ହୋଇଥିଲେ


ନାଲ୍‌କୋର ୪୦ତମ ବାର୍ଷିକ ସାଧାରଣ ବୈଠକ ଆୟୋଜିତ ! ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ଉପରେ ଗୁରୁତ୍ବ

ଭୁବନେଶ୍ବର, ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ୍‌ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଭୁବନେଶ୍ବରଠାରେ ଆୟୋଜିତ ୪୦ତମ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅବସରରେ ଇକ୍ବିଟି ସେୟାର ପିଛା ୧ ଟଙ୍କା ହିସାବରେ ୨୦%ର ଚୂଡ଼ାନ୍ତ ଲାଭାଂଶ ଘୋଷଣା କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ୍‌ ଲାଭାଂଶ ପ୍ରଦାନ ୬୬୪.୨୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୨୭୯.୮୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। 

ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଏହି ଅବସରରେ ଅଂଶଧନଧାରୀମାନଙ୍କୁ ସମ୍ବୋଧିତକରି ନାଲ୍‌କୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ, ‘ନାଲ୍‌କୋ ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଦୀର୍ଘବର୍ଷ ଧରି ଦେଶର ସେବା କରି ଆସୁଅଛି ଏବଂ ଖଣିଜ ନିରାପତ୍ତା କ୍ଷେତ୍ରରେ ଭାରତକୁ ସଶକ୍ତ କରୁଅଛି। କଂପାନୀ କେବଳ ଆଲୁମିନିୟମ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତାକୁ ପୂରଣ କରିନାହିଁ ବରଂ  ବିଶ୍ବସ୍ତରୀୟ ମାନକ ଅନୁସାରେ ଭବିଷ୍ୟତର ଏହି ଧାତବ ପଦାର୍ଥର ଉତ୍ପାଦରେ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଅଛି । 

କୋଭିଡ୍‌-୧୯ ମହାମାରୀ ଏବଂ ଆହ୍ବାନପୂର୍ଣ୍ଣ ବ୍ୟବସାୟ ପରିବେଶ ସତ୍ତ୍ବେ ୨୦୨୦-୨୧ ବର୍ଷ ନାଲ୍‌କୋ ପାଇଁ ସଫଳତା ଆଣି ଦେଇଅଛି । ‘ଅସ୍ଥିର ପରିବେଶ ସହିତ ଏଲ୍‌ଏମ୍ଇ ମୂଲ୍ୟରେ ଅସ୍ଥିରତା ଏବଂ ଧାତବ ପଦାର୍ଥ ପାଇଁ ମାନ୍ଦା ଚାହିଦା ସତ୍ତ୍ବେ ଆମେ ପାଞ୍ଚଟି ମୁଖ୍ୟ ଆଧାର ଯଥା ଉତ୍ପାଦନ, ଉତ୍ପାଦକତା, ମାନବସଂବଳ, ପ୍ରକଳ୍ପ ଏବଂ ଲାଭ ଉପରେ ଗୁରୁତ୍ବାରୋପ କରି ପ୍ରଗତି ହାସଲ କରାଯାଇ ପାରିଛି । ପ୍ରଥମ ତୈୟମାସିକରେ ଏଲ୍‌ଏମ୍‌ଇ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲେ ମଧ୍ୟ ନାଲକୋର ରଣନୀତିପୂର୍ଣ୍ଣ ପଦକ୍ଷେପ ସହିତ ପ୍ରଭାବଶାଳୀ କ୍ରୟ ରଣନୀତି ଯୋଗୁଁ କଂପାନୀର ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଛି ବୋଲି ସେ କହିଛନ୍ତି।’’

ମାନବ ସମ୍ବଳ ମୂତୟନରେ କଟକଣା ଓ ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ସତ୍ତ୍ୱେ ନାଲ୍‌କୋର ଶ୍ରମଶକ୍ତି ଉଦାହରଣ ସୃଷ୍ଟିକାରୀ ଉତ୍ସର୍ଗୀକୃତ ମନୋଭାବ ଓ ପ୍ରତିବଦ୍ଧତାଭାବ ପ୍ରଦର୍ଶନ କରିଛନ୍ତି ଯାହା କଂପାନୀକୁ ଉନ୍ନତ ପ୍ରଦର୍ଶନ ହାସଲ କରିବାରେ ସହାୟକ ହୋଇଛି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି। କମ୍ପାନୀର ଭବିଷ୍ୟତ ଯୋଜନା ବିଷୟରେ ଶ୍ରୀ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ସମ୍ପ୍ରସାରଣ କାର୍ଯ୍ୟକଳାପକୁ ଗୁରୁତ୍ୱ ଦିଆଯାଇଛି। ଚଳିତ ସମ୍ପ୍ରସାରଣ କାର୍ଯ୍ୟ ସୂଚାରୁରୂପେ ଅଗ୍ରଗତି କରୁଅଛି ଏବଂ ଆମେ 2023-24 ସୁଦ୍ଧା ଏକ ମିଲିୟନ୍ ଟନ୍
ବିଶିଷ୍ଟ ଆଲୁମିନା ରିଫାଇନାରୀର ପଞ୍ଚମ ଷ୍ଟ୍ରିମ୍ ସମ୍ପ୍ରସାରଣର କାର୍ଯ୍ୟ ଶେଷ କରିବୁ ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି।

ଓଡ଼ିଶା ପତ୍ରକାର ସଂଘର ଦ୍ଵାଦଶ ପ୍ରତିଷ୍ଠା ଦିବସ ! ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ

ଭୁବନେଶ୍ୱର, ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ତୃଣମୂଳସ୍ତର ଖବରକୁ ଗୁରୁତ୍ବ ଦେବା ସହ ଲୋକଙ୍କ ସମସ୍ୟା ଉତଥାପନ କରି ପ୍ରଶାସନ ପାଖରେ ପହଞ୍ଚାଇବା ସହ ଅବହେଳିତ ଲୋକଙ୍କୁ ନ୍ୟାୟ ଦେବା ଆବଶ୍ୟକ । ଯଦି ଗଣମାଧ୍ୟମ ସଠିକ୍ କାର୍ଯ୍ୟ ନକରେ, ତେବେ ଦୁର୍ନୀତି ବଢିବ । ଦୁର୍ନୀତି ରୋକିବାରେ ପାରମ୍ପରିକ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ ବେଶ୍ କିଛି ମାତ୍ରାରେ କଣ୍ଟା ସାଜୁଛି, ସମସ୍ତଙ୍କୁ ସଚେତନ କରୁଛି । ସାମାଜିକ ଗଣମାଧ୍ୟମ ଓ ପାରମ୍ପରିକ ଗଣମାଧ୍ୟମରେ କିଛି ଫରକ ନାହିଁ । ସମାଜ ତଥା ଅବହେଳିତଙ୍କ ପାଇଁ ସଦା କାର୍ଯ୍ୟ କରିବା ଉଚିତ୍ ବୋଲି ବକ୍ତାମାନେ କହିଛନ୍ତି ।

ଓଡ଼ିଶା ପତ୍ରକାର ସଂଘର ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟକ ଭାବେ ବିଜ୍ଞାନ, କାରିଗରୀ କୌଶଳ ଓ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ସାମାଜିକ ଗଣମାଧ୍ୟମ ଏବେ କିଭଳି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ତଥା ଦେଶ, ବିଦେଶକୁ ଗୋଟିଏ ପରିବାର ଭାବେ ଯୋଡ଼ିଛି ତାହା ଉପରେ ମତ ରଖୁଥିଲେ । 

ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ମାନିତ ଅତିଥ ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରବିନ୍ଦ ଢାଲୀ, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସୂଚନା କମିଶନର ଦିଲିପ ବିଶୋଇ, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜାରାମ ଶତପଥୀ, କେଦାର ମିଶ୍ର ପ୍ରମୁଖ ଯୋଗଦେଇ ପାରମ୍ପରିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଂଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜ୍ୟ ସଭାପତି ଅବିନାଶ ମିଶ୍ର, ସାମ୍ବାଦିକଙ୍କ ସମସ୍ୟା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଉପସଭାପତି ହରପ୍ରସାଦ ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଅଶ୍ୱିନୀ ପତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପସଭାପତି ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ମାମଲାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ : କଂଗ୍ରେସ

ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲ୍ଲା ଖରସ୍ରୋତା ନଦୀରେ ନିର୍ମାଣଧୀନ ମେଗା ପାଇପ ଜଳ ପ୍ରକଳ୍ପରେ ଆଇ.ଆଇ.ଟି ହାଇଦ୍ରାବାଦର ଜାଲି ରିପୋର୍ଟ ଦେଖାଇ ସରକାର ପ୍ରକଳ୍ପ ସଂଜୁର କରିଛନ୍ତି । ଜାଲ ରିପୋର୍ଟ ସଂପର୍କରେ ପ୍ରଥମେ ପ୍ରଦେଶ କଂଗ୍ରେସ ଖୁଲାସା କରିଥିଲା । ଏବେ ଆରଟିଆଇ ତଥ୍ୟ ରାଜ୍ୟ ସରକାରଙ୍କୁ ଜାଲିଆତିକୁ ସ୍ପଷ୍ଟ ଦିବାଲୋକରେ ଧରା ପକେଇ ଦେଇଛି । ଖରସ୍ରୋତା ନଦୀ ଉପରେ ଭଦ୍ରକ ଜିଲ୍ଲା ପାଇଁ ହେଉଥିବା ୧ ହଜାର କୋଟି ଟଙ୍କାର ସଂପୂର୍ଣ୍ଣ ମେଗାପାଇପ ଜଳ ପ୍ରକଳ୍ପଟି ଏକ ଘୋଟାଲା ବୋଲି ଆଇଆଇଟି ହାଇଦ୍ରାବାଦ କର୍ତ୍ତପକ୍ଷ ଦେଇଥିବା ତଥ୍ୟରୁ ପ୍ରମାଣିତ ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ସଂଜୁରୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆଇଆଇଟି ହାଇଦ୍ରାବାଦର ଜାଲି ରିପୋର୍ଟ ରାଜ୍ୟ ଇତିହାସର ସବୁଠାରୁ କଳଙ୍କିତ ଘଟଣା ବୋଲି କୁହାଯାଇଛି ।

ପରିବେଶ ସଂଜୁରୀ ପାଇଁ ଜାଲ ରିପୋର୍ଟ ପ୍ରଦାନ କରିବା ଏକ ଧତୈବ୍ୟ ଅପରାଧ ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ ଆରଡବ୍ଲଏସ୍‌ଏସ୍‌ର ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ମକଦମା ରୁଜୁ କରାଯିବା ପାଇଁ କଂଗ୍ରେସ ଦାବି କରୁଛି । ଯେହେତୁ ଜାଲ ରିପୋର୍ଟ ବଳରେ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି ତେଣୁ ଧରାପଡ଼ିବା ପରେ ସଂପୂର୍ଣ୍ଣ ପ୍ରକଳ୍ପ ବେଆଇନ ଏବଂ ଅବୈଧ ତେଣୁ ତୁରନ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ସତ୍ୟପ୍ରକାଶ ନାୟକ ଦାବି କରିଛନ୍ତି । ଏଭଳି ଏକ ବିରାଟ ଘୋଟାଲା ସଂଭବ ହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଭୂମିକାକୁ ଏଡ଼ାଯାଇ ନପାରେ ଯେଉଁଥିପାଇଁ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡ଼ି ନେତା ମୁହଁ ଖୋଲୁ ନାହାଁନ୍ତି ବୋଲି ସତ୍ୟ ପ୍ରକାଶ ନାୟକ କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏହି ଘୋଟାଲାରେ କୌଣସି ଭୂମିକା ନାହିଁ ତେବେ କାଳ ବିଳମ୍ବ ନକରି ଜାଲ ରିପୋର୍ଟ ମାମଲାରେ କ୍ରାଇମବ୍ରା ତଦନ୍ତ ନିର୍ଦ୍ଦେଶ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।

ଏହା ବ୍ୟତୀତ ଏହି ଜାଲ ସାର୍ଟିଫିକେଟ ଆସିଲା କେଉଁଠୁ କିଏ ଏହି ଜାଲ ସାର୍ଟିଫିକେଟ ପ୍ରସ୍ତୁତ କରିଛି ଏହାର ତଦନ୍ତ ସରିବା ଯାଏ ଗ୍ରାମୀଣ ଜଳ ଯୋଗାଣ ବିଭାଗର ମୁଖ୍ୟମନ୍ତ୍ରୀଙ୍କୁ ନିଲମ୍ବନ କରାଯାଉ ଏବଂ ସଂପୃକ୍ତ ଠିକାଦାର ସଂସ୍ଥାକୁ ରାଜ୍ୟରେ ବ୍ଲାକଲିଷ୍ଟ କରାଯାଉ ବୋଲି ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଓଜେଇଇ-୨୦୨୧ର ଫଳାଫଳ ପ୍ରକାଶିତ

ଭୁବନେଶ୍ୱର, ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଆଜି ଅର୍ଥାତ୍ ୨୯/୦୯/୨୦୨୧ ଅପରାହ୍ନ ୫.୩୦ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଅତିରିକ୍ତ ଶାସନ ସଚିବ, ଯୁଗ୍ଧ ଶାସନ ସଚିବ ଏବଂ ଓଜେଇଇର ଅଧ୍ୟକ୍ଷ ଏବଂ ସଚିବଙ୍କ ଉପସ୍ଥିତିରେ ଓଜେଇଇ-୨୦୨୧ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାଟିକୁ ଉନ୍ମୋଚନ କରିଛନ୍ତି । କେଭିଡ୍‌ ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁପ୍ରକାର ସତର୍କତାମୂଳକ ବ୍ୟବସ୍ଥା ମଧ୍ୟରେ ଏ ବର୍ଷ ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ସେପ୍ଟେମ୍ବର ୬–୧୮ ତାରିଖରେ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା । 

୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ୧୨ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B. Tech, LE-Tech. (Dip), LE-Tech. (B.Sc), B. Pharm., MBA, MCA, Int. MBA, LE-Pharm., M. Pharm., M. Arch, M. Plan and M.Tech ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

ଏ ବର୍ଷ ସମୁଦାୟ ୬୫,୭୬୩ ପରୀକ୍ଷାର୍ଥୀ ପଞ୍ଜିକୃତ ହୋଇଥିବାବେଳେ ୪୯,୩୬୦ ପରୀକ୍ଷାର୍ଥୀ (୭୫ ଶତକଡ଼ା) ପରୀକ୍ଷାରେ ଭାଗ ନେଇଥିଲେ । ତନ୍ମଧ୍ୟରୁ ୪୯,୨୭୯ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ(ବ୍ୟାଙ୍କ) ଦିଆଯାଇଛି । ବିଭିନ୍ନ ପାଠ୍ୟକ୍ରମର ଶୀର୍ଷସ୍ଥାନାଙ୍କିତ ପରୀକ୍ଷାର୍ଥୀମାନଙ୍କର ତାଲିକା ସଂଲଗ୍ନ ‘କ’ରେ ଦିଆଯାଇଛି । ପରୀକ୍ଷାର୍ଥୀମାନେ ଓଜେଇଇର ୱେବ୍‌ସାଇଟ୍ www.ojee.nic.inରୁ ନିଜ ନିଜର ବ୍ୟାଙ୍କ କାର୍ଡ ପାଇପାରିବେ । ଉପରୋକ୍ତ ସମସ୍ତ ସ୍ଥାନାଙ୍କିତ ପରୀକ୍ଷାର୍ଥୀମାନେ ନିଜ ନିଜର ପ୍ରଦର୍ଶନ ଅନୁସାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିଭିନ୍ନ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଓଜେଇଇ କାଉନ୍‌ସେଲିଂରେ ଅଂଶଗ୍ରହଣ କରିପାରିବେ ।

ଜ୍ୟୋତିପ୍ରକାଶଙ୍କ ଦଶାହ କର୍ମରେ ବିଜେପି ଭୁବନେଶ୍ୱରର ଦ୍ୱୀପ ଜାଳି ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ତରଫରୁ ଜ୍ୟୋତିପ୍ରକାଶ ବେହେରାଙ୍କ ଦଶାହ କର୍ମରେ ଅମର ଆତ୍ମାର ସଦଗତି ପାଇଁ ଆଜି ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ସମ୍ମୁଖରେ ଦ୍ୱୀପ ଜାଳି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା ଘଟିଥିଲା ଟ୍ୟୁସନ୍ ଯାଉଥିବା ବେଳେ ଡ୍ରେନ୍‌ରେ ଭାସିଯାଇଥିଲେ ଛାତ୍ର । ଏଭଳି କିଛି ଘଟଣା ଘଟିଥିଲା ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ।ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗର ଟ୍ୟୁସନ୍ ଯାଉଥିଲେ ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ତେବେ ଶତାଦ୍ଦୀନଗରରେ ବର୍ଷା ପାଣି ଜମିଥିବାରୁ ଛାତ୍ର ଜଣକ ସାଇକେଲରେ ସେଠି ଖସି ଯାଇଥିଲେ। ମେଧାବୀ ଛାତ୍ର ସ୍ବର୍ଗତ ଜ୍ୟୋତିପ୍ରକାଶଙ୍କ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁସିଂ ଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଦିବଂଗତ ମେଧାବୀ ଛାତ୍ର ସ୍ୱର୍ଗତ ଜ୍ୟୋତିପ୍ରକାଶଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା ଉପସଭାପତି ମାନସୀ ରାୟ, ଜିଲ୍ଲା ମଣ୍ଡଳ ସଭାପତି ରାମ ରଣସିଂ, ସନ୍ତୋଷ ଜେନା, ସୁରେନ୍ଦ୍ର ପ୍ରଧାନ, ବିଜେପି ନେତା ସୁନୀଲ ସ୍ୱାଇଁ, ଆଦିତ୍ୟ ପଟ୍ଟନାୟକ, ସବିତା ପଟ୍ଟନାୟକ, ଶରତ ମହାପାତ୍ର, ବବିତା ଜେନା, ରଜନୀ ବାଳା ଦାସ ପ୍ରମୁଖ ଯୋଗ ଦେଇଥିଲେ।

'ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ର ସୁଲାଭକୁ ରାଜ୍ୟବାସୀଙ୍କୁ ଯୋଗାଇ ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ବର, ଜାତୀୟ ସ୍ୱାସ୍ଥ୍ୟ ପ୍ରାକରଣ ବା NHA ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ‘ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ’ ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ତ୍ବରାନ୍ବିତ କରିବ ଏବଂ ଦେଶବାସୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଏକତ୍ରିତ ହୋଇ ରହିବା ସହ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ । 

କିନ୍ତୁ, ଓଡିଶା ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନଥିବାରୁ ଏହି ଯୋଜନାର ସୁଫଳ ପାଇବାରୁ ବଂଚିତ ହେବେ ଓଡିଶାବାସୀ । ତେଣୁ ରାଜ୍ୟ ସରକାର ତୁରନ୍ତ ‘ଆୟୁଷ୍ଠାନ ଭାରତ ଯୋଜନା’କୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସହିତ ‘ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ’ରେ ମିଳିବାକୁ ଥିବା ସୁବିଧା ସୁଯୋଗକୁ ରାଜ୍ୟବାସୀଙ୍କୁ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି । ଗତ ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଲାଲକିଲ୍ଲାରୁ ଅଯୁଷ୍ଠାନ ଭାରତ ଡିକଜିଟାଲ ମିଶନ ପାଇଲଟ ପ୍ରୋଜେକ୍ସ ବିଷୟରେ ଘୋଷଣା କରି ପ୍ରାଥମିକ ପର୍ଯ୍ୟାୟରେ ଛ’ଟି କେନ୍ଦ୍ରଶାସସିତ ଅଂଚଳରେ କାର୍ଯ୍ୟକାରି କରିଥିଲେ । 

ଜନଧନ, ଆଧାର ଓ ମୋବାଇଲ (ଜାମ୍) ଅଧୀନରେ ଏହା ଏକ ନୂଆ ପ୍ରୟାସ । ଦେଶବାସୀ ନିଜ ନିଜ ମୋବାଇଲରେ ଆପ୍ ଡାଉନଲୋଡ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୁଚନା ଓ ଅନ୍ୟ ସମସ୍ତ ତଥ୍ୟ ପ୍ରଦାନ କରିବେ, ଯାହାର ନିରାପତା ଓ ଗୋପନୀୟତାକୁ ସୁନିଶ୍ଚିତ କରାଯିବାର ବ୍ୟବସ୍ଥା ହୋଇଛି । ଏଥିରେ ଚିକିତ୍ସକ, ହସ୍ପିଟାଲ, ଚିକିତ୍ସାସେବା ଯୋଗାଣ ସଂକ୍ରାନ୍ତ ସବୁ ତଥ୍ୟ ରହିବ ଏବଂ ହିତାଧୁକାରୀଙ୍କୁ ପ୍ରଦାନ କରାଯାଇଥିବା ଆଇଡି ଓ ସେମାନଙ୍କ ଅନୁମତିକ୍ରମେ ଏହା ବ୍ୟବହାର ହୋଇପାରିବ । ଏହା ସାହାଯ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଅଧୁକ ବ୍ୟାପକ ତଥା ସଫଳ ହୋଇପାରିବ ବୋଲି ଶ୍ରୀ ମହାନ୍ତି ଦୃଢତାର ସହ କହିଛନ୍ତି ।

ଦେଶର ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଗତ ୭ ବର୍ଷ ଧରି ଜାରୀ ରହିଥିବା ଅଭିଯାନ ଆଜି ଏକ ନୂତନ ପର୍ଯ୍ୟାୟରେ ପହଂଚିଛି । ଦେଶର ଗ୍ରାମାଂଚଳବାସୀ ଏବଂ ଗାଁ ଓ ଭଉଣୀମାନେ ଏଥିରୁ ବିଶେଷ ଭାବେ ଉପକୃତ ହୋଇପାରିବେ । ଏଥୁ ସହ ଘରୋଇ କ୍ଷେତ୍ର ସମେତ ବିଭିନ୍ନ ପ୍ରତିଷ୍ଠାନ ମଧ୍ୟ ଉପକୃତ ହୋଇପାରିବେ ବୋଲି ଶ୍ରୀ ମହାନ୍ତି କହିବା ସହ ଏହି ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକୃତି ଓ ପ୍ରାଚୁର୍ଯ୍ୟଭରା ଓଡିଶା ରାଜ୍ୟ ଆଜି ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ । କାମଧନ୍ଦା ନପାଇ ବହୁ ଓଡିଆ ଆଜି ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି । କୋଭିଡ୍ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଚାକିରୀ ହରାଇ ବହୁ ଓଡିଆ ବହୁ କଷ୍ଟରେ ଜୀବନ ଅତିବାହିତ କରିଥିବାର ଚିତ୍ର ଆଜି ମଧ୍ୟ ମନ ଭିତରୁ ଯାଇନାହିଁ । 

ଅର୍ଥ ଅଭାବରୁ ସ୍ବାସ୍ଥ୍ୟ ସେବା ନପାଇ ବହୁ ଓଡିଆ ପ୍ରାଣ ମଧ୍ୟ ହରାଇଛନ୍ତି । ଦାରିଦ୍ର୍ୟର ଅନ୍ଧକାର ଭିତରେ ରହି ଗରୀବ ଓଡିଆ ଆଜି ସ୍ଵାସ୍ଥ୍ୟ ସମସ୍ୟା ଘେରରେ ନାନଦି ସମସ୍ୟାର ସମ୍ମୁଖୀନ ହେବା ସହିତ ଶେଷରେ ଜୀବନ ମଧ୍ୟ ହରାଉଛନ୍ତି । ଗୋଟିଏ ପଟେ ମୋଦି ସରକାର ଗରୀବଙ୍କ ସ୍ବାସ୍ଥ୍ୟ ପାଇଁ ଗୋଟିଏ ପରେ ଗୋଟିଏ କଲ୍ୟାଣମୁଳକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ଅନ୍ୟ ପଟେ ଅସହିଷ୍ଣୁତା କାରଣରୁ ଓଡିଶାରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ଏବଂ ସାଢେ ଚାରି କୋଟି ଓଡ଼ିଆଙ୍କୁ ସେମାନଙ୍କ ମୌଳିକ ସ୍ବାସ୍ଥ୍ୟ ସେବା ଅକାରରୁ ବଂଚିତ ରଖୁଛନ୍ତି । ଏଭଳି ମାନସିକତାରୁ କ୍ଷାନ୍ତ ରହି ରାଜ୍ୟ ସରକାର ତୁରନ୍ତ ସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରି କରିବାକୁ ଶ୍ରୀ ମହାନ୍ତି ପୁଣି ଥରେ ଅନୁରୋଧ କରିଛନ୍ତି ।

ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂର କିନ୍ତୁ ବିକାଶ ବହୁ ଦୂରରେ । ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ

ଭୁବନେଶ୍ବର, ପିପିଲି ଚାନ୍ଦୁଆ ବିଶ୍ୱବିଖ୍ୟାତ । ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ବିଶ୍ବବିଖ୍ୟାତ ପିପିଲି ଚାନ୍ଦୁଆ କାରୁକାର୍ଯ୍ୟ ଆଜି ଧ୍ବଂସାଭିମୁଖୀ । ସେହିପରି ଏକଦା ରାଜଧାନୀ ଭୁବନେଶ୍ଵର ତଥା ଆଖପାଖ ଅଂଚଳକୁ ପନିପରିବା ଯୋଗାଇ ଆସୁଥିବା ପିପିଲି-ଡେଲାଙ୍ଗ ଅଂଚଳରେ ଜଳସେଚନ ଅଭାବରୁ ଆଜି ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ । ଛାଷୀ ଭାଇଭଉଣୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିନାହିଁ । ରାଜ୍ୟର ଉପାନ୍ତ ଅଂଚଳରେ ଥିବା ରାସ୍ତାଘାଟରୁ ନିମ୍ନମାନର ରାସ୍ତାଘାଟ ପରିଲକ୍ଷିତ ହେଉଛି । ସାମାନ୍ୟ ବର୍ଷା ପାଣି କାରଣରୁ ଗମନାଗମନ ଓ ଯାତାୟତରେ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । 

ବାସଗୃହ, ପାନୀୟ ଜଳ, ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା ଭଳି ମୌଳିକ ସୁବିଧା ପାଇବାକୁ ବଂଚିତ ହେଉଛନ୍ତି ଅଂଚଳବାସୀ ଫନୀ ବାତ୍ୟା ବିତିବାର ଦୀର୍ଘ ୨ ବର୍ଷରୁ ଉର୍ଦ୍ଦ ସମୟ ହୋଇଥିଲେ ସୁଦ୍ଧା ଅଂଚଳର ଗରୀବ ଲୋକଙ୍କ ସମସ୍ୟା ବର୍ତମାନ ମଧ୍ୟ ଆଖି ସମ୍ମୁଖରେ ଦୃଶ୍ୟମାନ ହେଉଛି । ରାଜଧାନୀରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ସତ୍ତ୍ୱେ ପିପିଲି-ଡେଲାଙ୍ଗ ଅଂଚଳର ବିକାଶ ଆଜି ମଧ୍ୟ ବହୁ ଦୂରରେ ପରିଲକ୍ଷିତ ହେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କ୍ଷୋଭ ପ୍ରକାଶ କରି କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ଦାଣ୍ଡମୁକୁନ୍ଦପୁର ଅନ୍ତର୍ଗତ ହାଟସାହି ପଂଚାୟତର ବିଭିନ୍ନ ଗାଁ ବୁଲି ଦଳୀୟ ପ୍ରାର୍ଥୀ ଶ୍ରୀ ଆଶ୍ରୀତ ପଟ୍ଟନାୟକଙ୍କୁ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

ତିନି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ନିର୍ବାଚିତ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳର ଗୁରୁତ୍ଵପୂର୍ପ ମନ୍ତ୍ରୀ ପଦରେ ଥିବା ସନ୍ଦେ ପିପିଲି-ଡେଲାଙ୍ଗ ଅଂଚଳର ସର୍ବାଙ୍ଗୀନ ବିକାଶ ନକରି ପାରିବା ଅତ୍ୟନ୍ତ ଲଜ୍ଜାଜନକ ଓ ଅପାରଗତାର ପରିଚୟ । ଉଭୟ ବିଜେଡି ଓ କଂଗ୍ରେସ ଦଳ ମିଳିମିଶି ଅଂଚଳବାସୀଙ୍କୁ କେବଳ ପ୍ରତାରଣା କରିଆସୁଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଂଚଳର ବିକାଶ ପାଇଁ ସିଧାସଳଖ ପ୍ରତ୍ୟେକ ଗ୍ରାମ ପଂଚାୟତକୁ ଟଙ୍କା ଦେଉଛନ୍ତି । କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ନାମିତ କରି ରାଜ୍ୟବାସୀଙ୍କୁ ବୋକ ବନାଇବା ସହ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଶାସକ ବିଜେଡିର କାର୍ଯ୍ୟକର୍ତ୍ତା ଏବଂ ନେତୃବୃନ୍ଦ ହଡପ୍ କରୁଛନ୍ତି । 

ଯୋଗ୍ୟ ଗରୀବ ହିତାଧୁକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗରୀବକଲ୍ୟାଣ ଯୋଜନାର ସୁଫଳ ଦେବାରେ ଅକ୍ଷମ ରାଜ୍ୟ ସରକାର ଦଳୀୟ ଆଧାରରେ ଅଯୋଗ୍ୟ ହିତାଧୁକାରୀ ଏବଂ ଧନୀ ଲୋକଙ୍କୁ ବଂଟନ କରୁଛନ୍ତି । ନିର୍ବାଚନ ସମୟରେ ମିଛ କଥା ଓ ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କ ଭୋଟ ହାତେଇ ବାରମ୍ବାର ପ୍ରତାରଣ ଦେଇ ଆସୁଛନ୍ତି । ମାତ୍ର ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳିବାସୀ ଏଥର ପରିବର୍ତ୍ତନ ପାଇଁ ନିଷ୍ପତି ନେଇ ସାରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବଳଙ୍ଗ ଥାନା ବିସ୍ତୋରଣ ପ୍ରସଙ୍ଗ ! ଭୋଟରଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି

ଭୁବନେଶ୍ବର,ପିପିଲି ଉପ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ଦିନକୁ ଦିନ ଏହି ଅଂଚଳରେ ହିଂସା ଓ ଅଶାନ୍ତ ବାତାବରଣ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ଗତ କିଛି ଦିନ ମଧ୍ୟରେ ଘଟିଯାଇଥିବା ଘଟଣାମାନରୁ ଏହି ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଏହା ସ୍ପଷ୍ଟ ପ୍ରମାଣିତ କରୁଛି । ଯେଉଁ ଅଂଚଳରେ ନିଜେ ରକ୍ଷକ ସୁରକ୍ଷିତ ନାହାନ୍ତି, ସେ ଅଂଚଳବାସୀ କେତେ ସୁରକ୍ଷିତ ବୋଲି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ଗତ କାଲି ରାତିରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀ ସୀମାରେ ଥିବା ବଳଙ୍ଗା ଥାନା ବିସ୍ପୋରଣ ସାଧାରଣ ଜନତାଙ୍କ ମନରେ ବହୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ବହୁ ଅଂଚଳ ବଳଙ୍ଗା ଥାନା ଅଧୁନରେ ଆସୁଛି । 

ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠୁ ଅଧୁକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ଵ । ପ୍ରଥମେ ସାତଶଙ୍ଖସ୍ଥିତ ବିଜେପି ନିର୍ବାଚନ କାର୍ଯ୍ୟାଳୟରେ ବୋମାମାଡ ଏବଂ ପରେ ବଳଙ୍ଗା ଥାନା ବିସ୍ପୋରଣ ଆଦୌ ଅକସ୍ମାତ ନୁହେଁ ବରଂ ଏହା ଏକ ସୁପାରିକଳ୍ପିତ ଓ ଏହା ନିଶ୍ଚିତ ଭାବରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି । ବଳଙ୍ଗା ଥାନାରେ କେତେ ଦିନ ହେଲା ବାଣ ଥିଲା ଏବଂ କାହିଁକି ଓ କାହା ପ୍ରରୋଚନାରେ ନିଷ୍କ୍ରିୟ କରାଯାଇନଥିଲା ? ଏହି ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି ବୋଲି ଡ.ସମ୍ବିତ ପାତ୍ର କହିଛନ୍ତି ।

ଚଳିତ ପିପିଲି-ଡେଲାଙ୍ଗ ଉପନିର୍ବାଚନରେ ବିଜେଡି ଗୁଣ୍ଡା ଓ କାର୍ଯ୍ୟକର୍ତାଙ୍କ ଜରିଆରେ ଶାସକ ବିଜେଡି ନେତାମାନେ ବିଜେପି ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଚାର କାର୍ଯ୍ୟରେ ବାଧା ଦେବା, ଧମକ ଦେବା, ଆକ୍ରମଣ କରିବା ଭଳି ଅଗଣତାନ୍ତ୍ରିକ ପନ୍ଥା ଆପାଣାଇଛନ୍ତି । ପିପିଲି ଅଂଚଳରେ ଗ୍ୟାଙ୍ଗଷ୍ଟାର ଦୀର୍ଘ ବର୍ଷ ଧରି ଜାରୀ ରହିଛି । ଭୋଟରଙ୍କ ମନରେ ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଶାସକ ବିଜେଡି ନିର୍ବାଚନକୁ ପ୍ରଭାବିତ କରିବାର ପ୍ରୟାସ ଜାରୀ ରଖିଛି । ସ୍ଥାନୀୟ ପୋଲିସ ଏବଂ ସରକାରୀ କର୍ମଚାରୀଙ୍କ ସହାୟତାରେ ଭୋଟରମାନଙ୍କୁ ଅର୍ଥ ଦେଇ ପ୍ରଭାବିତ କରାଯାଉଛି । ବର୍ତମାନ ନିର୍ବାଚନ ପ୍ରଚାର ସମାପ୍ତ ହୋଇଥିଲେ ସୁଦ୍ଧା ଉଭୟ ପୋଲିସ ଓ ପ୍ରଶାସନ ସହାୟତାରେ ଶାସକ ବିଜେଡି ନେତାମାନେ ପ୍ରଚାର କାର୍ଯ୍ୟ ଜାରୀ ରଖିଛନ୍ତି । 

ମତଦାନ ଦିନ ବୁଥ ଭିତରେ ପଶି ଗଣ୍ଡଗୋଳ ଭିଆଇ ବିଜେପି ଏଜେଟଙ୍କୁ ଅପହରଣ ଓ ଅର୍ଥ ବଳରେ ପ୍ରଭାବିତ କରିବା ସହ ଜୋର ଜବରଦସ୍ତ ଭୋଟ୍ ହାତେଇବାର ଶାସକ ବିଜେଡି ଯୋଜନା କରିଛି । ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଜଣାଇଛୁ ବୋଲି ଡ. ପାତ୍ର କହିଛନ୍ତି । ଏଥୁ ସହ ସମସ୍ତ ବୁଥରେ ଅବାଧ, ମୁକ୍ତ ନିର୍ବାଚନ ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରାଯିବା ସହ ସିସି ଟିଭି ଓ ୱେବ୍ । କାଷ କରିବା ପାଇଁ ବିଜେପି ତରଫରୁ ଦାବୀ କରାଯାଇଛି ବୋଲି ଡ.ପାତ୍ର କହିଛନ୍ତି ।

ଡ.ସମ୍ବିତ୍ ପାତ୍ରଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝା, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ୍ ଓ ଉର୍ମିଳା ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ମିଡିଆ ବିଭାଗ ସହ ସଂଯୋଜକ ସୁଜିତ୍ କୁମାର ଦାସ୍ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଶିଶୁମାନଙ୍କର ଉପଯୁକ୍ତ ଜୀବନ ଶୈଳୀ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର,ଆମ ରାଜ୍ୟର ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଉନ୍ନତ ଜୀବନଯାପନ ପ୍ରଣାଳୀ ପାଇଁ ଏକ ଉପଯୁକ୍ତ ଜୀବନଶୈଳୀ ସୃଷ୍ଟି କରିବା ଉପରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗୁରୁତ୍ୱାରୋପ କରିଛନ୍ତି । ଆଜି ଏ ସଂକ୍ରାନ୍ତରେ ୟୁନିସେଫ ଓଡ଼ିଶା ଶାଖାର ପ୍ରତିନିଧି ମଣ୍ଡଳୀ ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିସେଫ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । 

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶିଶୁ ଉପଯୋଗୀ ବାତାବରଣ ସୃଷ୍ଟି କରିବା ପାଇଁ ସେମାନେ ମଧ୍ୟ ବାଚସ୍ପତିଙ୍କୁ ନିବେଦନ କରିଥିଲେ । ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି ସହ ଆବଶ୍ୟକୀୟ ଆଲୋଚନା କରିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ପ୍ରତିନିଧି ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ । ବାଚସ୍ପତି ଡ଼ଃ ପାତ୍ର ମଧ୍ୟ ଗୃହ କମିଟି ଅଧ୍ୟକ୍ଷା ଉଷା ଦେବୀଙ୍କ ସହ ଆଲୋଚନା କରି ଆଗାମୀ ଦଶହରା ଛୁଟି ପରେ ଏ ସଂକ୍ରାନ୍ତରେ ବୈଠକ ଆହୂତ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ସରକାର ମହିଳା ଓ ଶିଶୁ ବାକାଶକୁ ଅଗ୍ରାଧିକାର ଦେଉଥିବା ଦୃଷ୍ଟିରୁ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଅଙ୍ଗନୱାଡି କର୍ମକର୍ତ୍ତାଙ୍କ ସହ ସୁସମନ୍ୱୟ ରକ୍ଷା କରି ୟୁନିସେଫ କାର୍ଯ୍ୟ କରିବା ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ପରାମର୍ଶ ଦେଇଥିଲେ । 

୧୫ତମ ଅର୍ଥ କମିଶନ ଏବଂ କେନ୍ଦ୍ର ସରକାରଙ୍କ ପଞ୍ଚାୟତରାଜ ବିଭାଗ ତରଫରୁ ଏ ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରାଯାଇଥିବା ୟୁନିସେଫ ପ୍ରତିନିଧିମାନେ ବାଚସ୍ପତିଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ୟୁନିସେଫ ଓଡ଼ିଶା ଶାଖା ମୁଖ୍ୟ ମୋନିକା ନେଲସନ, ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଏବଂ ସାମାଜିକ ନୀତି ନିର୍ଦ୍ଧାରଣ ବିଶେଷଜ୍ଞ ସୋମେନ୍ ରାୟ ବାଚସ୍ପତିଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ ।

କବିବର ରାଧାନାଥ ରାୟ ଥିଲେ ଜନମାନସର କବି ! ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ କବିବର ରାଧାନାଥ ରାୟଙ୍କ ୧୭୪ତମ ଜୟନ୍ତୀ ଉତ୍ସବ ଭୁବନେଶ୍ବର ପିଏମ୍‌ଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଆଜି । ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ଅଧକ୍ଷା ଡଃ ମିନତୀ । ବେହେରା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଦେଶକ । ରଞ୍ଜନ କୁମାର ଦାସ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ବୟ ସାମୁଖ୍ୟ ପକ୍ଷରୁ ପ୍ରବୀର ମହାନ୍ତି, ସତ୍ୟ ଜେନା, ଜୟ ଓଡ଼ିଶା ସଙ୍ଗଠନ ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ଅନ୍ୟ ସଭ୍ୟମାନେ, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡଃ ଅସିତ ଦାସ, ଭିକାରୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସଙ୍ଗେସଙ୍ଗେ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ବକ୍ତାମାନେ ନିଜ ବକ୍ତବ୍ୟରେ ବାଲେଶ୍ବର ଜିଲ୍ଲାର ସୋରୋ କେଦାରପୁରରେ ୧୮୪୮ ସେପ୍ଟେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରି ୧୯୦୫ ଅପ୍ରେଲ୍ ମାସ ୧୬ ତାରିଖରେ ଇହଲୀଳା ସମ୍ବରଣ କରିଥିବା କବିବର ରାଧାନାଥ ରାୟ ଶିକ୍ଷକତାରୁ ସ୍କୁଲ ସମୂହ ପରିଦର୍ଶକ ଦାୟିତ୍ବ ନିର୍ବାହ କରିବା ମଧ୍ୟରେ ପ୍ରଥମେ ବଙ୍ଗଳା କବିତା ରଚନା କରିଥିଲେ ଓ ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କାବ୍ୟ କବିତା ରଚନା କଲେ । ତାଙ୍କ କବିତାରେ ପାଶ୍ଚାତ୍ୟ ପ୍ରଭାବ ଥିଲେ ମଧ୍ୟ ତାଙ୍କ କାବ୍ୟ କବିତା ଜନମାନସକୁ ଗଭୀର ଭାବରେ ପ୍ରଭାବିତ କରୁଥିଲା । ଉତ୍କଳ ସାହିତ୍ୟ ସମାଜର ପ୍ରଥମ ଅଧିବେଶନରେ ସେ ସଭାପତିତ୍ବ କରିଥିଲେ । 

ତାଙ୍କ କାଳଜୟୀ ରଚନାବଳୀରେ କବିବର ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧକ୍ଷା ଡଃ ମିନତୀ ବେହେରା ଓ ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ କବିବର ରାଧାନାଥ ରାୟ ସ୍ମତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନବୀକରଣ ଗୃହ ଉଦ୍ଘାଟିତ

ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନବୀକରଣ ହୋଇଥିବା ବୁଦ୍ଧିଶ୍ଵରୀ କଲୋନୀ ଶାଖା, କ୍ଷେତ୍ର ମହାପ୍ରବନ୍ଧକ, ଭୁବନେଶ୍ବରର ରମାକାନ୍ତ ପ୍ରଧାନଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ଵର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ପବିତ୍ର ମହାନ୍ତି, ଶାଖା ମୁଖ୍ୟ ଆଲୋକ କୁମାର ମିଶ୍ରଙ୍କ ସମେତ ଭୁବନେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ଶାଖାର ମୂଲ୍ୟବାନ ଗ୍ରାହକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାର ଶୋଭାବର୍ତ୍ତନ କରିଥିଲେ।

ପିପିଲି ଉପନିର୍ବାଚନ ପାଇଁ ଚୂଡାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, କୋଭିଡ଼-୧୯ ମହାମାରୀ ଯୋଗୁଁ ସ୍ଥଗିତ ଯୁବା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ତା ୩୦-୦୯-୨୦୨୧ ରେ ଭୋଟ ଗ୍ରହଣ ନିମନ୍ତେ ଚୁଡାନ୍ତ ପ୍ରସ୍ତୁତି ହୋଇ ସାରିଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ପ୍ରକାଶ କରିଛନ୍ତି । ଏଥର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ (No Campaign Period) ନିରବ ସମୟ ୪୮ ଘଣ୍ଟାରୁ ୭୨ ଘଣ୍ଟାକୁ ବୃଦ୍ଧି କରାଯାଇଛି ଅର୍ଥାତ୍ ମତଦାନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ ହେବ ଓ ତଦନୁସାରେ ତା ୨୭-୦୯୨୦୨୧ ସଂଧ୍ୟା ୬ ଘଟିକା ଠାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଏହି ସମୟ ମଧ୍ୟରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ । ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ବ୍ୟତୀତ ନିର୍ବାଚନ ମଣ୍ଡଳୀ ର କୌଣସି ବାହାର ଲୋକ ରହିପାରିବେ ନାହିଁ, ଯଦି କୌଣସି ଲୋକ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା ଜଣା ପଡନ୍ତି ତା ହେଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । 

ଉପନିର୍ବାଚନ ପାଇଁ ସମୁଦାୟ ୩୪୮ ଗୋଟି ପୁଲି ପାଟି ନିୟୋଜିତ ହୋଇ ବୁଥ ମାନଙ୍କୁ ଯିବେ । କୋଭିତ-୧୯ ଦୃଷ୍ଟି କୋଣରୁ ନିୟୋଜିତ ହୋଇଥିବା ପୁଲିଂ ପାର୍ଟି ମାନଙ୍କୁ ତିନି ଗୋଟି ପର୍ଯ୍ୟାୟରେ ବୁଥ ମାନଙ୍କୁ ପ୍ରେରଣ କରାଯିବାକୁ ସ୍ଥିର କରାଯାଇଛି । ସକାଳ ୬. ୩୦ ମି ରୁ ସକାଳ ୧୦ ଟା ଯାଏ ପ୍ରଥମ ପର୍ଯ୍ୟାୟ, ୧୦ ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଏବଂ ଅପରାହ୍ନ ୧ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଏହି ପରି ଭାବରେ ପୁଲିଂ ପାର୍ଟି ମାନଙ୍କୁ ବୁଥ୍ ଗୁଡିକୁ କଡା କୋଭିଡ଼ କଟକଣା ମଧ୍ୟରେ ପ୍ରେରଣ କରାଯାଉଛି । ଉପନିର୍ବାଚନ କାର୍ଯ୍ୟରେ ସମୁଦାୟ ୧୪୯୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ମଧ୍ୟରେ ୯୮ ଜଣ ସଂରକ୍ଷିତ କର୍ମଚାରୀ ମଧ୍ୟ ଅଛନ୍ତି । 

ଏତଦ୍ ବ୍ୟତୀତ ବୁଥ ବାହାରେ ରହି ନିର୍ବାଚନ କାର୍ଯ୍ୟ କରିବା ନିମନ୍ତେ ଅତିରିକ୍ତ ୬୯୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହି କର୍ମଚାରୀ ମାନେ ବିଶେଷ ଭାବରେ କାଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ ବୋଲି ମୁଖ୍ୟ ନିର୍ବାଚନ ଅକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ସେହିପରି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି । କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ । 

ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ ଗୁଡିକରେ କେନ୍ଦ୍ରୀୟ ସସସ୍ତ ବଳ । ମାଇକ୍ରୋ ଅବଜରଭର ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି। ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ ଗୋଟି ଯାନ ନିୟୋଜିତ କରାଯାଇଛି । ନିର୍ବାଚନ ଆୟୋଗଙ୍କ । ନିର୍ଦ୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥୁବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋର୍ଭୁଡ଼ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି । ସେହିପରି ଅନୁରୂପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ବାରା ନିଯୁକ୍ତ ହୋଇଥିବା । 

ନିର୍ବାଚନ ଏଜେଣ୍ଟ ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୂର୍ଣ୍ଣ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଠୁ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ବତନ୍ତ୍ର କୋଭିଡ଼ ଟୀକାକରଣ କ୍ୟା ଆୟୋଜିତ । ହୋଇଥିଲା । ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ ଗୋଟି ବ୍ୟାଲଟ ୟୁନିଟ୍ , ୩୪୮ ଗୋଟି କଣ୍ଟ୍ରାଲ । ୟୁନିଟ ଓ ୩୪୮ ଗୋଟି ଭି,ଭି,ପ୍ୟାଟ କୁ ନିୟୋଜିତ କରାଯାଇଥବା ବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍ କୁ ଗଚ୍ଛିତ କରି ରଖାଯାଇଛି । ନିର୍ବାଚନ ସମୟରେ ଇ.ଭି.ଏମ ରେ କୌଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିବା ୮ ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି । 

ବରିଷ୍ଠ ନାଗରିକ ୮୦ ବର୍ଷରୁ ଉଦ୍ଧି, ଦିବ୍ୟାଙ୍ଗ ଏବଂ ସଂଦିଗ୍ଧ କୋଭିତ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ଓ ୯୨୪ ଜଣଙ୍କୁ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବା ନିମନ୍ତେ ଚିହ୍ନଟ କରାଯାଇଛି । ପ୍ରତି ଭୋଟରଙ୍କୁ ଭୋଟର ତାଲିକାରେ ଥିବା ସେମାନଙ୍କର କ୍ରମିକ ସଂଖ୍ୟା ଓ ବୁଥ ସଂପର୍କରେ ଆଗୁଆ ସୂଚନା ଦେବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ପ୍ରଶାସନ ତରଫରୁ ସମସ୍ତ ଭୋଟର ମାନଙ୍କୁ ଚିରକୁଟ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ । ଲୋହାନୀ ପ୍ରକାଶ କରିଛନ୍ତି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ମୋଟ୍ ୩୦୦୯ ଜଣ ଦିବ୍ୟାଙ୍ଗ ଭୋଟର ମାନଙ୍କ ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ନେବା ଆଣିବା ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରାକାରର ବ୍ୟବସ୍ଥା କରାଯାଇଛି। ବୁଥରେ ସେମାନଙ୍କ ପାଇଁ ରାଜ ଓ ଦ୍ବିଲ୍ ଚେୟାରର ବ୍ୟବସ୍ଥା କରାଯିବା ସହ ମତଦାନ କେନ୍ଦ୍ର ମଧ୍ୟରେ ସହାୟତା ନିମନ୍ତେ ସ୍ୱଚ୍ଛାସେବକ ନିଯୁକ୍ତ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଦ୍ବାରା କୋଭିତ ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବି ଉଲଙ୍ଘନ ଅଭିଯୋଗରେ ଅଦ୍ୟାବଧୂ ୩ ଗୋଟି କେସ୍ ରୁଜୁ କରାଯାଇଛି ଓ କୋଭିଡ଼ ନିୟମ ଉଙ୍ଘନ ଅଭିଯୋଗରେ ୪ ଗୋଟି କେସ୍ ମହାମାରୀ ଆଇନ୍ ୧୮୯୭ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ବଳରେ ରୁଜୁ କରାଯାଇ ଅଭିଯୁକ୍ତଙ୍କ ଠାରୁ ୫୦୦୦ ଟଙ୍କା ଫାଇନ୍ ଆଦାୟ କରାଯାଉଛି । 

ବୋଲି ମୁଖ୍ୟ ନିର୍ବାଚନ ଅକାରୀ ଜଣାଇଛନ୍ତି । ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଦିନ ଅର୍ଥାତ୍ ତା ୩୦-୦୯-୨୦୨୧ ରିଖରେ ନିର୍ବାଚନ ମଣ୍ଡଳୀରେ ଭୋଟର ମାନଙ୍କ ପାଇଁ ସବୈତନିକ ଛୁଟି ମଞ୍ଜୁର କରାଯାଇଛି । ଏତଦ୍ ବ୍ୟତୀତ ବାଣିଜ୍ୟିକ ଅନୁଷ୍ଠାନ ଓ ଶିଵାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେକି ଭୋଟର ହୋଇବେ ସେମାନଙ୍କ ପାଇଁ ମଧ୍ୟ ସବୈତିନିକ ଛୁଟି ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ନିମନ୍ତେ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କୁ ମୁଖ୍ୟ ନିର୍ବାଚନ ଅକାରୀ ଶ୍ରୀ ଲୋହାନୀ ନିବେଦନ କରିଛନ୍ତି ।

ଏକାମ୍ର ସଂସ୍କୃତି ସନ୍ଧ୍ୟା କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତି ନିମନ୍ତେ ଉଚ୍ଚପଦଧିକାରୀ ସ୍ତରୀୟ ବୈଠକ

ଭୁବନେଶ୍ୱର, ଏକାମ୍ର ହାଟଠାରେ ଆସନ୍ତା ଅକ୍ଟୋବର ୨ ତାରିଖରୁ ଏକାମ୍ର ସଂସ୍କୃତି ସନ୍ଧ୍ୟା ଲୋକାର୍ପିତ ହେବାକୁ ଯାଉଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ପର୍ଯ୍ୟଟନ ବିଭାଗର ମିଳିତ ସହଭାଗିତାରେ ରାଜ୍ୟର ପାରମ୍ପରିକ ଖାଦ୍ୟପେୟ, କଳାସଂସ୍କୃତି, ହସ୍ତତନ୍ତ ଓ ବୟନଶିଳ୍ପର ପ୍ରକୃଷ୍ଟତାକୁ ଦେଶ ତଥା ଦେଶ ବାହାରୁ ଆସୁଥିବା ଆଗନ୍ତୁକଙ୍କ ନିକଟରେ ସଫଳ ଭାବେ ପ୍ରତିପାଦନ କରି ଓଡ଼ିଶାର ଗାରିମା ବଜାୟ ରଖିବା ଲାଗି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଅଛି। 

ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି ସଂସ୍କୃତି ଭବନ ଠାରେ ଶାସନ ସଚିବ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ (ଭା.ପ୍ର.ସେ) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଅଧ୍ୟକ୍ଷତାରେ ଏବଂ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ (ଭା.ପ୍ର.ସେ)ଙ୍କ ସମେତ ଅନ୍ୟ ସହଯୋଗୀ ବିଭାଗଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏକ ଉଚ୍ଚପଦାଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ବିଭାଗକୁ ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ବଣ୍ଟନ କରାଯିବା ସହ ସମ୍ପ୍ରତି କୋଭିଡ-୧୯ ନିୟମାବଳୀ ଅନୁପାଳନ ସହ ଏକାମ୍ର ସଂସ୍କୃତି ସନ୍ଧ୍ୟା ଆୟୋଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

ଅକ୍ଟୋବର ୨ ତାରିଖରେ ସନ୍ଧ୍ୟା ୬ ଘଟିକାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ। ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅକ୍ଟୋବର ୧ ତାରିଖରେ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଆନୁଷ୍ଠାନିକ logo ଉନ୍ମୋଚନ ହେବ ଏବଂ ସେହି ଅବସରରେ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଘୋଷଣା କରାଯିବ। ଅନ୍ୟାମାନଙ୍କ ମଧ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସମ୍ପାଦକ ପ୍ରବୋଧ ରଥ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ 

ଅଧିକାରୀ ଡକ୍ଟର ସଂଗୀତା ଗୋସାଇଁ, ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ରୀନା ମହାପାତ୍ର, ଅତିରିକ୍ତ ଡିସିପି ପି.କେ ରାଉତ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ କୁମାର ଜେନା, ଅତିରିକ୍ତ ନିର୍ଦ୍ଦେଶକ SIDAC ଏସ .କେ ମହାନ୍ତି, ୟୁନିସେଫର ରୁଦ୍ର ପ୍ରସନ୍ନ ରଥ, ବିପୁଲ ମାଲବ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ରାଜ୍ୟ ପ୍ରକଳ୍ପ ସଂଯୋଜକ, ଶ୍ରୀ ବାସୁଦେବ ମାଲବିଶୋଇ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗର ଅଧିକାରୀଙ୍କ ସହଯୋଗ କାମନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ

ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତ

ଭୁବନେଶ୍ବର, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କଲେକର ବିଲଟିଂ, କ୍ଲାସ୍‌ରୁମ୍, ଛାତ୍ରାବାସ ଓ ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧୁକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧୁକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ । ଆଧୁନିକ ଜ୍ଞ।ନକୌଶଳ ନିର୍ମିତ କ୍ୟାମ୍ପରେ ତିନିମହଲା ବିଶିଷ୍ଟ ଆକାଡେମୀକୁ ବ୍ଲକ୍ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି । 

ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି । ଏଥି ସହିତ ଆକାଡେମୀକୁ ବ୍ଲକରେ ସ୍ମାର୍ଟ କ୍ଲାସ୍‌ରୁମ୍, ଲାବ୍, ସେମିନାର୍ ହଲ୍, ସ୍ୱତନ୍ତ୍ର ଟ୍ୟୁଟୋରିଆଲ୍ ହଲ୍, ସେମିନାର୍ ହଲ୍, ଆଲୁମିନି ହଲ୍, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛି । ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖୁ ଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଯଥା ଶୀଘ୍ର ବିଲୱିଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନିର୍ମାଣ ଦାୟିତ୍ବରେ ଥିବା ଅଧୁକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଅଭ୍ୟାସ ଲାଗି ପଡ଼ିଆ ଏବଂ ଇନ୍‌ଡୋର ହଲ୍ ଉପରେ ମନ୍ତ୍ରୀ ଅଧୁକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଅପରାହ୍ନରେ ମନ୍ତ୍ରୀ ଶ୍ରୀ ବେହେରା କଟକର ତ୍ରିଶୁଳିଆ ନିକଟରେ ଯୁ ରାମଦାସପୁର ଶିଳ୍ପାଞ୍ଚଳ ଗସ୍ତରେ ଯାଇଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ବେହେରା ଭାରତ ମସଲା ଫାକୁ ବୁଲି ଦେବା ସହ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ । ଓଡ଼ିଶା ଆଇଟି କ୍ଷେତ୍ରରେ ପ୍ରଗତିର ପାହାଚ ଚଢ଼ି ଚାଲିଥିବାବେଳେ ଏହି ଅଞ୍ଚଳରେ ଆଇଟି ପୁଞ୍ଜି ନିବେଶ ପାଇଁ କ’ଣସବୁ ସୁଯୋଗ ରହିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନାରେ ବର୍ତ୍ତମାନ କୋଭି ନିୟନ୍ତ୍ରଣାଧୀନ ଥିବାବେଳେ ରାଜ୍ୟର ବିକାଶଧାରାକୁ ଆଗେଇ ନେବାରେ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱ ବହନ କରୁଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

କେନ୍ଦ୍ର ସରକାରର କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଭାରତବନ୍ଦ ଡାକରାରେ ପିସିସି କିଷାନ କଂଗ୍ରେସ ସାମିଲ

ଭୁବନେଶ୍ବର, କୃଷି ଓ କୃଷକ ବିରୋଧୀ କେନ୍ଦ୍ର ବିଜେପି ସରକାରର ପ୍ରଣୀତ କଳା କୃଷି ଆଇନର ତୁରନ୍ତ ପ୍ରତ୍ୟାହାର ଓ ସମସ୍ତ ଧରଣର କୃଷିଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ସମ୍ମତ କରିବା ଦାବି ନେଇ ସଂଯୁକ୍ତ କିଷାନ ମୋର୍ଦ୍ଧା ଆହ୍ବାନ କ୍ରମେ ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର ସମଭାବାପନ୍ନ ୧୯ଟିରୁ ଭଦ୍ଧି ରାଜନୈତିକ ଦଳର ଦୃଢ଼ ସମର୍ଥନରେ ଆଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ରେଲୱେ ଷ୍ଟେସନ, ମାଷ୍ଟର କ୍ୟାଣ୍ଟିନ୍ ସମେତ ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକସ୍ତରରେ ଭାରତବନ୍ଦକୁ ସଫଳ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ପିସିସି କିଷାନ କଂଗ୍ରେସ ରାଜ୍ୟ ସଭାପତି ଅମୀୟ କୁମାର ପଟ୍ଟନାୟକ, ସୁବାଷ ରାଉତ, ରଘୁନାଥ ପଲିଆ, ସାନନ୍ଦ ମିଶ୍ର, ଦେବେନ୍ଦ୍ର ସାହୁ, ଦାଶରଥ ସାହୁ, ବୃନ୍ଦାବନ ଖଟେଇ, ରାମ ନାରାୟଣ ମହାନ୍ତି, ରତିକାନ୍ତ ଗଡ଼ନାୟକ, ବିପ୍ରବର ସାହୁ, ଭୋବନାନନ୍ଦ ସାମଲ, ଧୃବ ଚରଣ ପରିଡ଼ା, ପଦ୍ମଚରଣ ସାହୁ, ନରେନ୍ଦ୍ର କୁମାର ପଣ୍ଡା, ସ୍ଵପ୍ଟେଶ୍ବର ପୃଷ୍ଟି, ଗୋବିନ୍ଦ ମିଶ୍ର, ସନ୍ତୋଷ ସାହୁ, ଉମେଶ ସାହୁ, ନର ନାରାୟଣ ଜେନା, ନରେନ୍ଦ୍ର ରାଉତ, ମହେନ୍ଦ୍ର କୁମାର ପରିଡ଼ା, ନାରାୟଣ ଚନ୍ଦ୍ର ପରିଡ଼ା, ନିରଞ୍ଜନ ବେହେରା, ଯଶୋଦା ନନ୍ଦନ ସିଂହ, ଦେବେନ ଦେବ ଲୋଭାନ, ଭବାନୀ ଶଙ୍କର ରଥ ପ୍ରମୁଖ କିଷାନ କଂଗ୍ରେସ କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନକୁ ସଫଳ କରାଇଛନ୍ତି । 

ଏହି ପରିପ୍ରେକ୍ଷୀରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କେନ୍ଦ୍ର ବିଜେପି ସରକାରର ୭ ବର୍ଷ ଶାସନ କାଳରେ ଦୈନନ୍ଦିନର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶ ଛୁଆଁ ଦରବୃଦ୍ଧି, ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି, ବେକାରୀ ସମସ୍ୟା, ବିଶେଷ କରି ଏହି ସରକାରର କର୍ପୋରେଟ ସ୍ବାର୍ଥ ରକ୍ଷାରେ ସବୁ ଗର୍ବର ଲୋକଙ୍କ ଅବସ୍ଥା ଅତ୍ୟନ୍ତ ଦୁଃସହ ହୋଇ ପଡ଼ିଛି । ତିନୋଟି କଳା କୃଷି ଆଇନ ପ୍ରଣୟନ ହେବା ଦ୍ବାରା ଚାଷୀର ଜମି ଓ ଉତ୍ପାଦିତ ଦ୍ରବ୍ୟ ସଂପୂର୍ଣ୍ଣ ଭାବେ ଏକଚାଟିଆ ପୁଞ୍ଜିପତିମାନଙ୍କ ଅକ୍ତିଆରକୁ ଚାଲିଯିବ । ଚାଷୀମାନେ ତଳିତଳାନ୍ତ ହେବେ । 

ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ କର୍ପୋରେଟ ମାନେ ନିୟନ୍ତ୍ରଣ କରିବେ । ଫଳରେ ଏହି ଦ୍ରବ୍ୟଗୁଡ଼ିକର ବେଆଇନ ମହଜୁଦ ଓ କଳାବଜାରୀ ହେବା ସହିତ ପୁନୟ ଅହେତୁକ ମୂଲ୍ୟବୃଦ୍ଧି ଘଟିବ । ତେଣୁ ଏହି କୃଷି ଆଇନର ତୁରନ୍ତ ପ୍ରତ୍ୟାହାର କରା ନ ଗଲେ ଚାଷୀ ସଂଗଠନଗୁଡ଼ିକର ଆନ୍ଦୋଳନରେ କିଷାନ କଂଗ୍ରେସ ସାମିଲ ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଦୁର୍ବାର କରିବ ବୋଲି ଶ୍ରୀ ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭାରତ ବନ୍ଦ ସଫଳ । ଆଗକୁ କଳାକାନୁନ ବିରୋଧୀ ଆନ୍ଦୋଳନ ତୀବ୍ର ହେବ : ନବନିର୍ମାଣ କୃଷକ ସଂଗଠନ

ବାଲିପାଟଣା, ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ତିନି କଳାକାନୁନ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡ଼ାକରା ସଫଳ ହୋଇଛି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ତଥା ସଂଯୁକ୍ତ କିଷାନ ମୋର୍ଟା ନେତା ଶେଷଦେବ ନନ୍ଦ ଏକ ପ୍ରେସ୍ ବିବୃତ୍ତରେ ଦାବି କରିଛନ୍ତି । ସେ କହିଛନ୍ତି ଯେ, କଳା କାନୁନ୍ ବିରୋଧରେ ତମାମ ଦେଶରେ ଦିଆଯାଇଥିବା ବନ୍ଦ ଡ଼ାକରା ଆଜି ଓଡ଼ିଶାରେ ସଫଳ ହୋଇଛି । ୩୦ଟି ଜିଲ୍ଲାରେ କୃଷକ ସଂଗଠନ ଓ କଂଗ୍ରେସ, କମ୍ୟୁନିଷ୍ଟ ଭଳି ରାଜନୈତିକ ଦଳମାନେ ପୂର୍ବ ଡାକରା ଅନୁଯାୟୀ ରାସ୍ତାକୁ ଓହ୍ଲାଇଛନ୍ତି । 

ଆଜି ମାଷ୍ଟରକ୍ୟାଣ୍ଟିନ ଛକରେ ରାଜ୍ୟ କଂଗ୍ରେସ ଦଳ, ସିପିଆଇ, ସିପିଏମ୍, ସିପିଆଇ (ଏମ୍‌ଏଲ), ଫରୱାର୍ଡ଼ ବ୍ଳକ ସହ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ରାସ୍ତାକୁ ଓହ୍ଲାଇଥିଲା । ଆନ୍ଦୋଳନକାରୀମାନଙ୍କୁ ଉଦ୍‌ବୋଧନ ଦେଇ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, କେନ୍ଦ୍ର ସରକାର ଗରିଷ୍ଠତା ଅଛି ଅର୍ଥ, ସେ ଧରାକୁ ସରା ମନେ କରୁଛନ୍ତି । ଏହି ଅହଙ୍କାରରେ କୃଷକମାନଙ୍କ ସହ ଆଦୌ ପରାମର୍ଶ ପାଳନ ନ କରି ମନମୁଖୀ ଭାବେ ଋଷୀମାନଙ୍କ ବିରୁଦ୍ଧରେ ଠିକା ଋଷ, ଘରୋଇ ମଣ୍ଡି ଆଇନ ଆଣି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ ୧୯୫୫କୁ ପ୍ରତ୍ୟାହାର କରିଛନ୍ତି । ଏହା ବିରୁଦ୍ଧରେ ରାଜ୍ୟରେ ସମସ୍ତେ ବ୍ୟାପକ ଭାବରେ ସଚେତନତା ସୃଷ୍ଟି କରିବା ସହ କୃଷି ବିରୋଧୀ ଆଇନ ବାତିଲ ପାଇଁ ଆନ୍ଦୋଳନକୁ ଲମ୍ପ ଦେବାକୁ ସେ ଆହ୍ବାନ ଦେଇଛନ୍ତି । 

ମାଟିତଳେ ଥିବା ଖଣି, କୋଇଲା, କ୍ରୋମ୍, ବକ୍ସାଇଟ୍ ବିକ୍ରି ପରେ ଏବେ ସରକାର ପାରାଦୀପ ପୋର୍ଟ ଠାରୁ ରେଲୱେ ପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତିକୁ ଘରୋଇକରଣ କରିବାକୁ ଲାଗି ପଡ଼ିଛନ୍ତି । ଏହି ଦେଶବିକ୍ରି ନୀତି ବିରୁଦ୍ଧରେ ଋଷୀମାନେ ମଧ୍ୟ ସଂଗ୍ରାମରେ ସାମିଲ ହେବେ । ଗୋଟିଏ କୃଷିପ୍ରଧାନ ଦେଶରେ କୃଷି ବିରୋଧୀ ନୀତି ପ୍ରଣୟନକୁ କୌଣସିମତେ ବରଦାସ୍ତ କରାଯିବନି ବୋଲି ଶ୍ରୀ ନନ୍ଦ କହିଥିଲେ । ସମସ୍ତ ରାଷ୍ଟ୍ରାୟତ୍ତ ସମ୍ପତ୍ତିକୁ ଶାଗ ମୁଗ ଦରରେ ଘରୋଇ କମ୍ପାନୀକୁ ଦେଲା ପରେ ଏବେ ଋଷୀମାନଙ୍କ ପାଳି ପଡ଼ିଛି । ମୋଦି ସରକାର ଦେଶର ସମସ୍ତ କୃଷିକ୍ଷେତ୍ରକୁ ଠିକାଗଷ ମାଧ୍ୟମରେ କମ୍ପାନୀ ହାତକୁ ଟେକି ଦେବାକୁ ଗହୁଁଥିଲା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଇନ୍ ୧୯୫୫ ବାତିଲ କରି ଦେଶର କୋଟି କୋଟି ଲୋକଙ୍କୁ ଅନାହାର ମୃତ୍ୟୁ ମୁହଁକୁ ଠେଲି ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି, ଏହାକୁ କୌଣସିମତେ ସଫଳ କରିବାକୁ ସୁଯୋଗ ଦିଆଯିବ ନାହିଁ । 

ଆନ୍ଦୋଳନ ଗଲିଥିବା ସମୟରେ ଶତାକ ଚାଷୀନେତାମାନଙ୍କୁ ପୋଲିସ୍‌ ଗିରଫ କରିଥିଲା । ବନ୍ଦ ପାଳନରେ ଋଷୀମାନଙ୍କ ପାଇଁ ବ୍ୟବସାୟରେ କ୍ଷତି ସହି ବନ୍ଦକୁ ସଫଳ କରିଥିବା ବସ୍‌ମାଲିକ ସଂଘ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟୀ ଓ ସାଧାରଣ ଜନତାଙ୍କୁ ବନ୍ଦକୁ ସଫଳ କରିଥିବାରୁ ଶ୍ରୀ ନନ୍ଦ କୃତଜ୍ଞତା ଜଣାଇଛନ୍ତି । ଆଜିର ଆନ୍ଦୋଳନରେ ସଂଗଠନର ବରିଷ୍ଠ ନେତା ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, ଭରତଚନ୍ଦ୍ର ସ୍ବାଇଁ, ଚିତ୍ତରଞ୍ଜନ ନନ୍ଦ, ଅକ୍ଷୟ ଦାସ, ଆଶିଷ ବେହେରା ପ୍ରମୁଖ ସାମିଲ୍ ଥିଲେ ।

କୃଷକ ନୀତି ପ୍ରତିବାଦରେ ଓ କୃଷି ଆଇନ୍ ବାତିଲ ଦାବିରେ ଭାରତ ବନ୍ଦରେ ସାମିଲ ହେଲା ଫରୱାର୍ଡ଼ ବ୍ଳକ

ଭୁବନେଶ୍ବର, ସବକା ସାଥ ସବକା ବିକାଶର ସ୍ଲୋଗାନ ଦେଇ କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦୀ ସରକାର ଦେଶରେ ବିଭିନ୍ନ ଜନବିରୋଧ ଆଇନକୁ କାର୍ଯ୍ୟକାରୀ କରାଇ ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିଶୟ କରିପକାଇଛନ୍ତି । ଦେଶରେ କୃଷି ବ୍ୟବସ୍ଥାକୁ କର୍ପୋରେଟ ହାତକୁ ଟେକିଦେବା ପାଇଁ କୃଷି ଆଇନ- ୨୦ ୨୦, କଣ୍ଟ୍ରାକୁ ପାର୍ମିଙ୍ଗ ଆକ୍ତି - ୨୦ ୨୦, ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ- ୨୦ ୨୦ ଏବଂ ବିଦ୍ୟୁତ ବିଲ ବୃଦ୍ଧି ଆଇନ- ୨୦ ୨୦ କୁ ଗତ ସଂସଦ ଅବେଶନ ସମୟରେ ଧ୍ବନି ମତରେ ପାରିତ କରାଇଛନ୍ତି । 

ଭାରତ ବର୍ଷର ପ୍ରତିଷ୍ଠିତ କୃଷି ଅର୍ଥନୀତିକୁ ସଂପୂର୍ଣ୍ଣ ରୂପେ ଧ୍ବଂସ କରିଦେବା ପାଇଁ ଯୋଜନାବଦ୍ଧ ଭାବରେ କେନ୍ଦ୍ର ସରକାର ଗୋଟିଏ ପରେ ଗୋଟିଏ କୃଷକ ବିରୋଧୀ ଆଇନକୁ କାର୍ଯ୍ୟକାରୀ କରାଉଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନ ଫଳରେ ଦରଦାମ୍ ଆକାଶଛୁଆଁ ହୋଇଛି । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକୁ ଶାଗ ମାଛ ଦରରେ ଦେଶୀ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିକ୍ରି କରିବାରେ ଲାଗିଛନ୍ତି ନରେନ୍ଦ୍ର ମୋଦି ସରକାର । ଯାହା ବିରୁଦ୍ଧରେ ଭାରତ ବର୍ଷର ତମାମ କୃଷକ ସଂଗଠନମାନେ ଏକାଠି ହୋଇ ସଂଯୁକ୍ତ କୃଷକ ମୋର୍ଚ୍ଚା ଗଠନ କରି ଏଭଳି କୃଷି ଓ ଜନ ବିରୋଧୀ କଳା ଆଇକୁ ବାତିଲ କରିବା ପାଇଁ ସଂଗ୍ରାମ ଜାରି ରଖୁଛନ୍ତି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ନୂତନ କୃଷି ଆଇନ୍ ପ୍ରତିବାଦରେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୨୭ ସେପ୍ଟେମ୍ବର ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା । 

ଏହି ବନ୍ଦ ଡ଼ାକରାକୁ ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ସମେତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାଡ଼ି ବ୍ଲକ ଓ ଏହାର ଗଣସଂଗଠନମାନେ ସମର୍ଥନ ଘୋଷଣା କରିଥିଲେ । ଆଜି ଏହି ଭାରତ ବନ୍ଦକୁ ସମର୍ଥନ କରି ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ ଓ ଏହାର କୃଷକ ସଂଗଠନ ଅଲ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା, ଶ୍ରମିକ ସଂଗଠନ ଟ୍ରେଡ଼ ୟୁନିୟନ କୋଡ଼ିନେସନ ସେଣ୍ଟର (ଟିୟୁସିସି) ପକ୍ଷରୁ ଭାରତ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟ ତମାମ ପିକେଟିଂ କରାଯାଇଥୁଲା । ଆଜି ଭୋର ସମୟ ପ୍ରାୟ ୫ ଘଟିକା ୫୦ ମିନିଟ ସମୟରୁ ଫରର୍ଡ଼ ବ୍ଳକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର, ଶ୍ରମିକ ନେତା ବିଜୟ କୁମାର ସାହୁ, ବିକାଶ ମହାପାତ୍ର, ପୃଥ୍ବୀରାଜ ମଲ୍ଲିକ, ସୌମ୍ୟରଞ୍ଜନ ସ୍ୱାଇଁ, ବିଜୟ କୁମାର ବାରିକ, ରଞ୍ଜନ ପ୍ରଧାନ, ରମେଶ ବେହେରା, ଉତମ ବେହେରା, ଧରୁଆ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ ଆନ୍ଦୋଳନ ସଂଗଠିତ କରିଥିଲେ । 

ଫଳରେ ଦୀର୍ଘ ସମୟ ଧରି ଜନଶତାବ୍ଦ ଏକ୍ସପ୍ରେସ୍, ବଲାଙ୍ଗିର ଇର ସିଟି, ସାଲିମାର ଏକ୍ସପ୍ରେସ୍‌ ସମେତ ମାଲ ପରିବାହି ରେଳ ଗାଡ଼ିଗୁଡ଼ିକ ଅଟକି ରହିଥିଲା । ପ୍ରାୟ ଦେଢ଼ଘଣ୍ଟାରୁ ଊଦ୍ଧ ସମୟ ଧରି ରେଳ ରୋକ ଆନ୍ଦୋଳନ ଫଳରେ ଭୁବନେଶ୍ୱର ରେଳ ଷ୍ଟେସନ ଅଚଳ ହୋଇପଡ଼ିଥିଲା । ପରେ ଆନ୍ଦୋଳନକାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ବିଭିନ୍ନ କେନ୍ଦ୍ର ସରକାରଙ୍କ ଦପ୍ତରଗୁଡ଼ିକ ସମ୍ମୁଖରେ ମଧ୍ୟ ପିକେଟିଂ କରିଥିଲେ । ଏହାପରେ ଫରର୍ଡ଼ ବ୍ଲକ ଓ ଅଗ୍ରଗାମୀ କିଷାନ ସଭାର କର୍ମକର୍ତ୍ତାମାନେ ମାଷ୍ଟର କ୍ୟାଣ୍ଟିନ ଗୋଲେଇ ଛକକୁ ଅବରୋଧ କରି ଦୀର୍ଘ ସମୟ ଧରି ବସି ରହିବା ଫଳରେ ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିଲା । 

ମଧ୍ୟାହ୍ନରେ ଫରୱାର୍ଡ଼ ବ୍ଳକ ଏବଂ ଏହାର ଗଣ ସଂଗଠନମାନଙ୍କ ସମେତ ଅନ୍ୟାନ୍ୟ କୃଷକ ସଂଗଠନ ଓ ରାଜନୈତିକ ଦଳମାନଙ୍କ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ପୋଲିସ୍‌ କର୍ଡନ ଭାଙ୍ଗି ଶତାଧିକ କର୍ମକର୍ତ୍ତା ଗିରଫ ହୋଇଥିଲେ । ଅନୁରୂପ ଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଫରୱାର୍ଡ଼ ବ୍ଲକ, ଅଗ୍ରଗାମୀ କିଷାନ ସଭା ଏବଂ ଟିୟୁସିସି ପକ୍ଷରୁ ମିଳିତ ଭାବରେ ଭାରତ ବନ୍ଦ ସପକ୍ଷରେ ପିକେଟିଂ ସଂଗଠିତ କରାଯାଇଅଛି ।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ୩ ଦଫା ଦାବି ନେଇ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ବିଶାଳ ଧାରଣା

ଭୁବନେଶ୍ବର, ଆସୋସିଏସନ ଅଫ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଅଫିସର୍ସ ୩ ଦଫା ଦାବି ନେଇ ଗ୍ରାମ୍ୟବ୍ୟାଙ୍କ ମୁଖ୍ୟ କାର୍ଯ୍ୟଳୟ ସମ୍ମୁଖରେ ବିଶାଳ ୫୦୦ରୁ ଉର୍ଦ୍ଧ କର୍ମଚାରୀ ସାମିଲ ହୋଇ ଧାରଣା ଦିଆଯାଇଥିଲା। ଓଡିଶା ଗ୍ରାମ୍ୟବ୍ୟାଙ୍କର ଅଧକ୍ଷ, ମୋହନ ଏମ ଓ ଜେନେରାଲ ମ୍ୟାନେଜର ଜଗନ୍ନାଥ ପ୍ରସାଦ ନାୟକ ମନମୁଖୀ ଭାବରେ ସବୁ ନିୟମକୁ ଜଳାଞ୍ଜଳି ଦେଇ କାମ କରୁଛନ୍ତି । ଏହା ଦ୍ବାରା କର୍ମଚାରୀ ମାନଙ୍କ ଉପରେ ମାନସିକ ଚାପ ଓ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଥିବାବେଳେ ବର୍ତ୍ତମାନ ଏହା ସବୁ ସୀମା ଅତିକ୍ରମ କରିସାରିଲାଣି । ସବୁଠୁ ଦୁଃଖର ବିଷୟ ଯେ ମୋହନ ଏମ କାର୍ଯ୍ୟଭାର ସମ୍ଭାଳିବା ପରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ବ୍ୟବସାୟୀକ ମାନଦଣ୍ଡ ଭୁଶୁଡିବାରେ ଲାଗିଛି ।

ଅଫିସରମାନଙ୍କୁ ପ୍ରୋବେସନ ସମୟରେ ଉପଯୁକ୍ତ ଟ୍ରେନିଂ ନଦେଇ ମ୍ୟାନେଜେର ଭାବେ ନିଯୁକ୍ତି ଦିଆଯାଉଛି ଏବଂ କାମରେ ଅବହେଳା ଦର୍ଶାଇ ସମ୍ପୃକ୍ତ ଅଫିସରଙ୍କୁ ପରେ ମାନସିକ ନିର୍ଯାତନା ଦେଉଛନ୍ତି । ପ୍ରତିବାଦ କଲେ ଉପଯୁକ୍ତ ସମୟ ନଦେଇ, ତତକ୍ଷଣାତ ବଦଳି କରିଦିଆଯାଉଛି, ନଚେତ ସସପେନସନର ଧମକ ଦିଆଯାଉଛି ବୋଲି କର୍ମଚାରମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଅଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜରଙ୍କ ଜୁଲମର ଶିକାର ହୋଇ ସଦ୍ୟ ଫୁଲନଖରା ଶାଖାର ଜଣେ ମହିଳା କର୍ମଚାରୀ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି। ଦିବାକର ସିଂହ ନାମକ ଜଣେ ଅଫିସରଙ୍କୁ କରୋନାରେ ପୀଡିତ ହୋଇ ଚିକିତ୍ସିତ ହେବା ସମୟରେ(ଅବସରଦିନ) ସବୁଜାଣି ମଧ୍ୟ ଚାର୍ଜସିଟ କରାଗଲା । ଚାର୍ଜସିଟ ତାଙ୍କର ପୁଅ ହାତରେ ପିତାଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା, ଏହାପାଇ ଦିବାକର ସିଂହ ଚିନ୍ତିତ ଓ ମର୍ମାହତ ହୋଇ ମୃତ୍ୟୁ ବରଣ କରିଥିଲେ । 

ତାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା, ଶେଷରେ ପୁଅ ମଧ୍ୟ ମୃତ୍ୟୁବରଣ କଲେ। ନିକଟରେ ଗଣେଶ ପାଇକରାୟ ନାମକ ଜଣେ ଯୁବ ଅଫିସର ନିର୍ଯାତନା ସହିନପାରି ସେପ୍ଟେମ୍ବର ୧୬ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ପ୍ରଥମେ କଟକ ବଡ ମେଡିକାଲ ଓ ପରେ ଆପୋଲୋ ହସ୍ପିଟାଲରେ ଦୀର୍ଘ ଦିନ ଜୀବନ ସହ ସଂଘର୍ଷ କରି ଚିକିତ୍ସିତ ହୋଇ ଫେରିଛନ୍ତି । ବ୍ୟାଙ୍କ ଚଳାଇବାପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ନଦେଇ, ଗ୍ରହକମାନଙ୍କୁ ଉପଯୁକ୍ତ ସେବା ଦେବାରୁ ବଞ୍ଚିତ କରାଇ, କର୍ମଚାରୀଙ୍କୁ ଗ୍ରାହକଙ୍କ ଅସନ୍ତୋଷର ଶିକାର ହେବାକୁ ବାଧ୍ୟ କରାଯାଉଛି । 

ବ୍ୟାଙ୍କକୁ ସୁଚାରୁରୂପେ ଚଳାଇବା ପାଇଁ ଇଛା ଶକ୍ତି ଏବଂ ଦକ୍ଷତାର ଅଭାବ, ଅଧିକାରୀ, କର୍ମଚାରୀ ଓ ଏହା ଉପେର ନିର୍ଭର କରୁଥିବା ତାଙ୍କର ପରିବାରବର୍ଗଙ୍କ ତଥା ବ୍ୟାଙ୍କ ଉପରେ ନିର୍ଭର କରୁଥିବା ଗ୍ରାହକଙ୍କ ମଙ୍ଗଳ ନିମନ୍ତେ, ବର୍ତ୍ତମାନର ଅଧକ୍ଷ ଓ ଜେନେରାଲ ମ୍ୟାନେଜେରଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂତନ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ଦାବିକରାଯାଉଅଛି । ଏଥ୍‌ସହିତ ବ୍ୟାଙ୍କର ସ୍କୁଲ ୪ ଅଧିକାରୀଙ୍କୁ ବ୍ୟାଙ୍କର ଜେନେରାଲ ମ୍ୟାନେଜେର ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି। ଏଓଜିବିଓର ସଭାପତି ଅସିତ କୁମାର ଖଣ୍ଡାଇ ଓ ସାଧାରଣ ସମ୍ପାଦକ ସତ୍ୟବ୍ରତ ନନ୍ଦଙ୍କ ନେତୃତରେ ଏହି ବନ୍ଦପାଳନ ଓ ଧାରଣା ଅନୁଷ୍ଠିତ ହୋଇଥିଲା।

ଖାଉଟି ବିବାଦ ସମାଧାନ ଦିଗରେ ମଧ୍ୟସ୍ଥତା କେନ୍ଦ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ

ଭୁବନେଶ୍ୱର, ରାଜ୍ୟ ସରକାର ଖାଉଟିମାନଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ନୂତନ ଖାଉଟି ସୁରକ୍ଷା ଆଇନ -୨୦୧୯ରେ ଥୁବା ମଧ୍ୟସ୍ଥତା କେନ୍ଦ୍ର ଖାଉଟି ବିବାଦର ସମାଧାନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା କରିବ ଓ ଏହା ଏକ ସମୟୋଚିତ ପଦକ୍ଷେପ । ଏହି ଅଭିନବ ବ୍ୟବସ୍ଥା ଦ୍ୱାରା ଖାଉଟି ବିବାଦର ଆଶୁ ସମାଧାନ ହୋଇପାରିବ । ଉଭୟ ପକ୍ଷର ସହମତି ଭିତ୍ତିରେ ମଧ୍ୟସ୍ଥତା କେନ୍ଦ୍ର ମାଧ୍ୟମରେ ସ୍ଵ ଖର୍ଚ୍ଚରେ ଏବଂ ସ୍ବଳ୍ପ ସମୟ ମଧ୍ୟରେ ଖାଉଟି ବିବାଦର ସମାଧାନ ହୋଇପାରିବ । ରାଜ୍ୟର ଦରିଦ୍ରରୁ ଦରିଦ୍ରତମ ଖାଉଟି ଯେପରି ଖାଉଟି ସୁରକ୍ଷା ଆଇନ ଦ୍ବାରା ଉପକୃତ ହୋଇପାରିବେ ସେଠୁ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନରେ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି ହୋଇଥୁରୁ ଖାଉଟିମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଥମେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଷ୍ଟେଟ୍ ଇଷ୍ଟିଚ୍ୟୁଟ୍ ଅଫ୍ କଜ୍ୟୁମର ଆୱାରନେସ୍ (ସିକ)) ପ୍ରତିଷ୍ଠା କରିବା କ୍ଷେତ୍ରରେ ଓଡ଼ିଶା ଭାରତବର୍ଷରେ ଅନ୍ୟତମ ରାଜ୍ୟ । ସଚେତନ ଖାଉଟି ଅସାଧୁ ବ୍ୟବସାୟୀ ଦ୍ୱାରା ହେଉଥୁବା କୌଣସି ଠକେଇ ଓ ଶୋପଣରୁ ନିଜକୁ ସୁରକ୍ଷିତ ରଖୁପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଆଜି ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଓଡ଼ିଶା, କଟକ ଆନୁକୂଲ୍ୟରେ ଭଛୁଆଲ ମାଧ୍ୟମରେ ଆୟୋଜିତ ଦୁଇଦିନିଆ କର୍ମଶାଳାକୁ ମୁଖ୍ୟ ଅତିଥୀ ଭାବେ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ ଯେ ସଂପ୍ରତି ଇ-କମର୍ସ, ଅନ୍‌ଲାଇନ୍ ବ୍ୟବସାୟର ବହୁଳ ପ୍ରଚଳନ ଯୋଗୁଁ ଅନେକ ନୂତନ ପ୍ରକାରର ଖାଉଟି ବିବାଦ ଉପୁଜୁଛି ।

ସମୟର ଆବଶ୍ୟକତା ଅନୁଯାୟୀ ନୂତନ ଖାଉଟି ଆଇନର ବିଭିନ୍ନ ପ୍ରାବଧାନ ଯୋଗୁଁ ଖାଉଟି ବିବାଦର ସମାଧାନର ପଛାକୁ ଅଧୁକ ବ୍ୟାପକ କରାଯାଇଛି । ଏଥୁରେ ପ୍ରଥମଥର ପାଇଁ ମଧ୍ୟସ୍ଥତା କେନ୍ଦ୍ର ଜରିଆରେ ଖାଉଟି ବିବାଦର ସମାଧାନ କରାଯିବାକୁ ସ୍ବୀକୃତି ପ୍ରଦାନ କରାଯାଇଛି । ଏଣୁ ନିମନ୍ତେ ରାଜ୍ୟ ସରକାରମାନେ ପ୍ରତି ଜିଲ୍ଲା ଖାଉଟି ବିବାଦ । ପ୍ରତିକାର ମଂଚ ନିମନ୍ତେ ଗୋଟିଏ ଲେଖାଏଁ ଖାଉଟି ମଧ୍ୟସ୍ଥତା କେନ୍ଦ୍ର ଓ ରାଜ୍ୟ ଖାଉଟି ବିବାଦ ପ୍ରତିକାର କମିଶନ ନିମନ୍ତେ ଗୋଟିଏ ମଧ୍ୟସ୍ଥତା କେନ୍ଦ୍ର ପ୍ରତିଷ୍ଠା କରିପାରିବେ । 

ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟସ୍ଥିମାନେ ଯେପରି ଉତ୍ସର୍ଗୀକୃତ ମନୋଭାବ ନେଇ ବିବାଦର ସମାଧାନ କରିବେ ସେ ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଥିଲେ । କର୍ମଶାଳାରେ ଯୋଗଦେଇ ଜମ୍ମୁ ଓ କାଶ୍ମୀରର ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୀତା ମିତ୍ତଲ କହିଲେ ଯେ ସଂପ୍ରତି ସମାଜରେ ଉପଭୋକ୍ତାବାଦର ଅହେତୁକ ବୃଦ୍ଧି ଫଳରେ ଅନେକ ପ୍ରକାରର ଖାଉଟି ବିବାଦ ଉପୁଜୁଛି, ଯାହାର ଶୀଘ୍ର ସମାଧାନ ହେବା ଆବଶ୍ୟକ ।

 ମଧ୍ୟସ୍ଥତା କେନ୍ଦ୍ରଗୁଡ଼ିକ ଶୀଘ୍ର ସମାଧାନ ଦିଗରେ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ଏବଂ ଏଥୁ ନିମନ୍ତେ ଦକ୍ଷ ମଧ୍ୟସ୍ଥଙ୍କ ନିୟୋଜନର ଆବଶ୍ୟକତା ରହିଛି ବୋଲି ସେ କହିଲେ । ଓଡ଼ିଶା ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର କମିଶନର ସଭାପତି ଜଷ୍ଟିସ୍ ଡ. ଡି.ପି. ଚୌଧୁରୀ ମଧ୍ୟସ୍ଥତା କେନ୍ଦ୍ରକୁ ଏକ ବିକଳ୍ପ ବ୍ୟବସ୍ଥା ଭାବରେ ଅଭିହିତ କରିବା ସହିତ ମଧ୍ୟସ୍ଥିମାନଙ୍କର ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ । 

କଟକସ୍ଥିତ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଡ. ବେଦ କୁମାରୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରି ଖାଉଟି ବିବାଦ ସମାଧାନ ଦିଗରେ ମଧ୍ୟସ୍ଥତା କେନ୍ଦ୍ରର ଗୁରୁତ୍ବ ରହିଛି ବୋଲି କହିବା ସହିତ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଖାଉଟି ସଚେତନତା ସୃଷ୍ଟି ନିମନ୍ତେ ନୂତନ ଖାଉଟି ସୁରକ୍ଷା ଆଇନ -୨୦୧୯ର ବିଭିନ୍ନ ଦିଗ ଉପରେ ନିୟମିତ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ବୋଲି କହିଥିଲେ । କର୍ମଶାଳାରେ ପ୍ରଫେସର ବେଜନ ମିଶ୍ର, ଡ. ମୟଙ୍କ ସମେତ ବହୁ ଅଧ୍ୟାପକ, ବୁଦ୍ଧିଜୀବୀ, ଖାଉଟି ସଂଚର କର୍ମକର୍ତ୍ତା ଓ ସଦସ୍ୟସଦସ୍ୟାମାନେ ଯୋଗଦେଇଥିଲେ ।

ଭାରତ ବନ୍ଦରେ ଏ.ଆଇ.ଏସ୍.ଏଫ୍. ପ୍ରଦର୍ଶନ କଲା “ଇଣ୍ଡିଆ ଅନ୍ ସେଲ୍''

ଭୁବନେଶ୍ୱର,ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୁତ ‘ ଭାରତ ବନ୍ଦ’ରେ ‘ଅଖୁଳ ଭାରତ ଛାତ୍ରସଂଘ’ ପକ୍ଷରୁ କୃଷକ ବିରୋଧ ତିନି କଳା କୃଷି ଆଇନ୍ ବାତିଲ, ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଶ୍ରମିକ ବିରୋଧି ନୂତନ ଶ୍ରମ କୋର୍ଡ ରଦ୍ଦ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଭୁବନେଶ୍ବର, କଟକ, କଳାହାଣ୍ଡି, ରାୟଗଡ଼ା, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ବାଲେଶ୍ବର ଆଦି ରାଜ୍ୟର ପ୍ରମୁଖ ସ୍ଥାନମାନଙ୍କରେ ପ୍ରତୀକାତ୍ମକ ଭାବେ ଦୋକାନ ଲଗାଇ “ଇଣ୍ଡିଆ ଅନ୍ ସେଲ୍ ପ୍ରଦର୍ଶନ କରାଯାଇଥିଲା । ଯେଉଁଥିରେ ଭାରତ ସରକାର କିପରି ଶିକ୍ଷା, ଚାଷଜମି, ବନ୍ଦର, ବିମାନବନ୍ଦର, ରେଳ, ବ୍ୟାଙ୍କ, ଜାତୀୟ ରାଜପଥ ଆଦିକୁ ଅମ୍ବାନୀ - ଆଦାନୀ ଭଳି ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ବିକ୍ରି କରିବାର ଷଡ଼ଯନ୍ତ କରୁଛନ୍ତି, ତାହା ପ୍ରଦର୍ଶନ କରାଯାଇଥିଲା ।

ରାଜ୍ୟର ବିଭିନ୍ନ ସରକାରୀ ଉଦ୍ୟୋଗ ବିକ୍ରି ହେବା ପାଇଁ ସରକାରଙ୍କ ମୁଦ୍ରିକରଣ ତାଲିକାରେ ରହିଥିବା ବେଳେ ବିଶେଷକରି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଓ ପାରାଦ୍ବୀପ ବନ୍ଦର ବିକ୍ରି ହେବା ନିଷ୍ପତ୍ତି ବିରୁଦ୍ଧରେ ରାଜ୍ୟ ସରକାରଙ୍କର ନିରବତା ଅତ୍ୟନ୍ତ ନିନ୍ଦନୀୟ ଓ ଲଜାଜନକ । ଯେଉଁଭଳି ସରକାରୀ ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ଶିକ୍ଷକ, ଭିତ୍ତିଭୂମି ଓ ଅର୍ଥ ନ ଯୋଗାଇ ସରକାରଙ୍କ ଦ୍ଵାରା ଧ୍ବଂସ କରାଗଲା ଓ ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ବାଟ ଫିଟାଗଲା, ଠିକ ସେହିଭଳି ଢଙ୍ଗରେ ସରକାରୀ ଉଦ୍ୟୋଗ କ୍ଷତିରେ ଥିବା ଦର୍ଶାଇ ଏହାକୁ ଶାଗମାଛ ଦରରେ ନିଜ କର୍ପୋରେଟ୍ ବନ୍ଧୁଙ୍କୁ ବିକ୍ରି କରିବାର ଷଡ଼ଯନ୍ତ୍ର ସରକାର ରଚିଛନ୍ତି । 

ଯାହାର ନାମ ମୁଦ୍ରୀକରଣ ରଖାଯାଇଛି, ମାତ୍ର ପ୍ରକୃତରେ ଏହା ରାଷ୍ଟ୍ରାୟତ ଉଦ୍ୟୋଗର ପୁଞ୍ଜିପତିକରଣ ଯୋଜନା ବୋଲି ସଂଘର ସଭାପତି ସଂଘମିତ୍ରା ଜେନା କହିଛନ୍ତି । ମୋଦି ସରକାର ନିଜର ଛାତ୍ର, ଯୁବ, ମହିଳା, ସଂଖ୍ୟାଲଘୁ, ଦଳିତ, କୃଷକ, ଶ୍ରମିକ ତଥା ସର୍ବୋପରି ଜନବିରୋଧ ନୀତି ପ୍ରତ୍ୟାହାର ନ କଲେଏହି ଆନ୍ଦୋଳନ ତୀବ୍ରତର ରୂପ ନେବ ବୋଲି ସଂଘ ଚେତାବନୀ ଦେଇଛି ।

ସମାଜ ଓ ଦେଶର ଆର୍ଥିକ ବିକାଶକୁ ହ୍ରାସ କରୁଛି ଯୁବଗୋଷ୍ଠୀଙ୍କ ନିଦ୍ରା ଅନୀୟମତା

ଭୁବନେଶ୍ୱର, ଦେଶ ଗଠନ ଓ ବିକାଶରେ ଯୁବଗୋଷ୍ଠୀମାନଙ୍କର ଅତୁଳନୀୟ ଭୂମିକା ରହିଛି। ଭାରତୀୟ ଜନସଂଖ୍ୟା ପଲିସି ୨୦୧୩ ଅନୁସାରେ ୧୫-୩୫ ବର୍ଷ ବୟସକୁ ଯୁବାବସ୍ଥା କୁହାଯାଏ। ଏହି ସମୟ ମଣିଷ ଶାରୀରିକ ଓ ମାନସିକ ବିକାଶର ସର୍ବୋକୃଷ୍ଟ ସମୟ। ସାରା ବିଶ୍ୱରେ ଭାରତର ଯୁବଗୋଷ୍ଠୀମାନଙ୍କ ସଂଖ୍ୟା ସର୍ବାଧିକ। କିନ୍ତୁ ପରିତାପର ବିଷୟ ଏହା ଯେ ବିଭିନ୍ନ ପ୍ରକାର ସାମ୍ପ୍ରତିକ ସାମାଜିକ କାରଣରୁ ଯୁବଗୋଷ୍ଠୀ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସହିତ ନିଦ୍ରା ଅନୀୟମତାର ଶୀକାର ହୋଇପଡ଼ିଛନ୍ତି। 

ନିଦ୍ରା ଅନୀୟମତା ସେମାନଙ୍କର ମାନସିକ ଓ ଶାରୀରିକ ବିକାଶକୁ ନକରାତ୍ମକ ଭାବେ ପ୍ରଭାବିତ କରିବା ସହିତ ସେମାନଙ୍କ କାର୍ଯ୍ୟ ଦକ୍ଷତାକୁ ମଧ୍ୟ ପ୍ରଭାବିତ କରୁଛି; ଯାହା ସମାଜ ଓ ଦେଶର ଆର୍ଥିକ ବିକାଶକୁ ହ୍ରାସ କରୁଛି। ତେଣୁ ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ନିଦ୍ରା ଅନୀୟମତା ବିଷୟରେ ପଦକ୍ଷେପ ନେଇ ଯୁବ ସମାଜକୁ ଏଥିରୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ ବୋଲି  ଉତ୍କଳ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜ ଏବଂ ରୋଟାଳରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ପକ୍ଷରୁ ଆୟୋଜିତ ‘ଯୁବଗୋଷ୍ଠୀ ମଧ୍ୟରେ ନିଦ୍ରା ଅନୀୟମତା’ ଶୀର୍ଷକ କର୍ମଶାଳା ଆୟୋଜିତ କର୍ମଶାଳାରେ ବକ୍ତାମାନେ ପ୍ରକାଶ କରିଛନ୍ତି।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖାଯାଉଥିବା ନିଦ୍ରା ଅନୀୟମତା କିଭଳି ଦୂର ହୋଇପାରିବ ବିଭିନ୍ନ ଉଦାହରଣ ଦେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରାଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି କର୍ମଶାଳାରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ସଭାପତି ଡ.ଅଚ୍ୟୁତାନନ୍ଦ ପଟ୍ଟନାୟକ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କ୍ଲବର ଚାଟର ପ୍ରେସିଡେଣ୍ଟ ପ୍ରଫେସର ରାଜଲକ୍ଷ୍ମୀ ମହାପାତ୍ର ରୋଟାରୀ କ୍ଲବ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। 

କିମସ ମେଡ଼ିକାଲ କଲେଜର ମନୋବିଜ୍ଞାନ ବିଭାଗ ଡାକ୍ତର ପ୍ରଣ ମହାପାତ୍ର, ଡା.ଶୈଳଜା ମିଶ୍ର ଓ ଡା. ଶ୍ରୀଳୟ ରାଜ ନିଦ୍ରା ବୈଜ୍ଞାନିକ ଦିଗଗୁଡ଼ିକୁ ଆଲୋଚନା କରିଥିଲେ। ଗୌହାଟୀସ୍ଥିତି ନିପସିପ୍‍ର ଅପସରପ୍ରାପ୍ତ ଉପନିର୍ଦେଶକ ଡ.ମଞ୍ଜୁ ଧୋନ୍ଦିୟାଲ ଏହାର ସାମାଜିକ ଦିଗଗୁଡ଼ିକୁ ଏବଂ ଏହି ଅନିୟମତାରୁ ରକ୍ଷା ପାଇବା ପାଇଁ ଆଶୁ ସମାଧାନ ଉପରେ ଆଲୋକପାତ କରିଥିଲେ। କର୍ମଶାଳା ଶେଷରେ ରୋଟାରୀ କ୍ଲବ ଅଫ ଭୁବେନଶ୍ୱର ଏାକ୍ରକ୍ଷେତ୍ରର ସେକ୍ରେଟାରୀ ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ରୋଟାରୀ କ୍ଲବର ଉପସଭାପତି ଡ.ମମତା ଦାଶ କର୍ମଶାଳାକୁ ସଞ୍ଚାଳନ କରିଥିଲେ।  

ଏହି କର୍ମଶାଳାରେ  ଉତ୍କଳ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶା ଓ ଓଡ଼ିଶା ବାହାରୁ ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କର୍ମଶାଳା  ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସ୍କୁଲ ଅଫ ୱମେନ୍ସ ଷ୍ଟଡ଼ିଜର ନିର୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ଏବଂ ରୋଟାରିଆନ ଅଚ୍ୟୁତାନନ୍ଦ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି।

ମୋ ସ୍କୁଲ୍ ଅଭିଯାନର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଭୁବନେଶ୍ୱର, ମୋ ସ୍କୁଲ୍ ଅଭିଯାନ’ର ୨୮ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭଚୁଆଲ୍ ମୋରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୫ଟି ଜିଲ୍ଲାର ୧୨୩୮ ବିଦ୍ୟାଳୟରେ । ମୋଟ ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୪୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । 

ବାଲେଶ୍ବରରେ ସର୍ବାଧୂକ ୧ କୋଟି ୬୧ ଲକ୍ଷ, ଯାଜପୁରରେ ୫୦ ଲକ୍ଷ ୧୦ ହଜାର, କଟକରେ ୨୭ ଲକ୍ଷ ୩୯ ହଜାର, ଭଦ୍ରକରେ ୨୫ ଲକ୍ଷ ୮୭ ହଜାର ଏବଂ ବଲାଙ୍ଗୀରରେ ୨୪ ଲକ୍ଷ ୯୨ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଚଳିତ ମାସରେ ବାଲେଶ୍ବର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ‘ମୋ ସ୍କୁଲ୍ ଅଭିଯାନ' ସହ ଯୋଡ଼ି ହୋଇଥିବାବେଳେ କ୍ରମାଗତ ୯ମ ଥର ପାଇଁ ରାଜ୍ୟସ୍ତରରେ ସର୍ବାଧୂକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଦ୍ବିତୀୟ ସ୍ଥାନରେ ରହିଛି । 

ଚଳିତ ମାସରେ ଜିଲ୍ଲାରେ ରେକର୍ଡ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ିହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସହାୟତାର ହାତ ବଢାଇଛନ୍ତି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣ କାର୍ଯ୍ୟକ୍ରମ, ପୋଷ୍ୟ ସ୍କୁଲ୍ ଗ୍ରହଣ କରିଥିବା ବ୍ୟବସ୍ଥାରେ ଅକ୍ଟୋବର ସୁଦ୍ଧା ୧୨୭୨ଟି ବିଦ୍ୟାଳୟରେ ମେଣ୍ଟର ଓ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ପାଇଁ । ପ୍ରାରମ୍ଭିକ ଭାବେ ସ୍ଥିର କରାଯାଇଛି । ମୋ ସ୍କୁଲ' ଅଭିଯାନ କାର୍ଯ୍ୟକ୍ରମରେ ବାକିଥିବା ବିଦ୍ୟାଳୟମାନଙ୍କରେ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ ‘ମୋ ସ୍କୁଲ୍ ଅଭିଯାନ’ରେ ଉଚ୍ଚ ମାଧ୍ୟମିକ । ବିଦ୍ୟାଳୟରେ ପୁରାତନ ବିଦ୍ୟାର୍ଥୀ ସଂଯୁକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ରାଜ୍ୟରେ ଥିବା ସମସ୍ତ । ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖୁବାକୁ ନିଷ୍ପତ୍ତି ନିଆଯାଇଛି । ନିକଟରେ ଭୁବନେଶ୍ବରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଭଳି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ସ୍କୁଲ୍’କୁ ଏକ ସଫଳ ଅଭିଯାନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ । 

ଏହି ଅବସରରେ ବିଜେବିର ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବିକାଶ ପାଇଁ ୨ ଲକ୍ଷ ୧୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ କାର୍ଯ୍ୟନିର୍ବାହୀ ପରିଷଦ ମୋଟ ୬ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର କରିଥିଲେ । ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ପରେ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥରେ ବିଦ୍ୟାଳୟରେ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ । ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସେଠାରେ ‘ମୋ ସ୍କୁଲ୍ କାର୍ଯ୍ୟକ୍ରମକୁ ଅଧୂକ ତ୍ବରାନ୍ବିତ କରିବାକୁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସହ ଅଧୁକରୁ ଅଧୂକ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାକୁ ସେ ପରାମର୍ଶ ଦେଇଥିଲେ । 

୫ଟି ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମ’ରେ ଅନ୍ତର୍ଭୁକ୍ତ ହୋଇଥିବା ହାଇସ୍କୁଲଗୁଡ଼ିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ‘ମୋ ସ୍କୁଲ୍’ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାରଙ୍କ ୫ ‘ଟି’ - ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ର ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଅତିରିକ୍ତ ବଜେଟରେ “ମୋ ସ୍କୁଲ୍’କୁ ୮୮୭ କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟ ବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛି । ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ମାସରେ ପୋଷ୍ୟ ଗୃହୀତ ହୋଇଥିବା୬୫୩ ବିଦ୍ୟାଳୟରେ ୧୦ ହଜାରରୁ ଊଦ୍ଧ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲସ୍ତରରେ ଆଲୋଚନା ବୈଠକ କରାଯାଇଛି । 


ପିପିଲି ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ

ଭୁବନେଶ୍ୱର, ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍‌ ପୋଲ୍‌କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧମ, ନ୍ୟୁଜ୍ ବ୍ୟୁରୋ, ରେଡିଓ ଓ ଟିଭି ଚ୍ୟାନେଲ୍ ଭୋଟ ଫଳାଫଳର ପୂର୍ବାନୁମାନ (ଏକ୍‌ଜିଟ୍‌ ପୋଲ୍) ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ଗେଜେଟ୍‌ରେ ଏହି ନିଷେଧାଦେଶ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରାରେ ସାମିଲ ହେଲା କଂଗ୍ରେସ

ଭୁବନେଶ୍ୱର, କେନ୍ଦ୍ର ବିଜେପି ସରକାରଙ୍କ କୃଷି ମାରଣ ନୀତି ଯୋଗୁଁ ଦେଶରେ ଚାଷୀମାନଙ୍କର ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଛି । କୃଷକମାନେ ଆମର ଅନ୍ନଦାତା ଓ ଅର୍ଥନୀତିର ମେରୁଦଣ୍ଡ । କୃଷକ ଭାଇଭଉଣୀମାନେ ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ୩ଟି କଳା କୃଷି ଆଇନକୁ ବିରୋଧ କରିବା ଏବଂ ପ୍ରତ୍ୟାହାର କରିବା ସଂପୂର୍ଣ୍ଣ ଯଥାର୍ଥ ଓ ଯୁକ୍ତି ସଂଗତ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ ରାଜଧାନୀରେ ସାମିଲ ହୋଇ ମତବ୍ୟକ୍ତ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ସମେତ ଦେଶର ୧୯ ଗୋଟି ସମଭାବାପନ୍ନ ରାଜନୈତିକ ଦଳ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ବୋଲି କହିବା ସହ ଦୀର୍ଘ ଦିନ ଧରି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ, ଧର୍ମଘଟ ଜାରି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି । 

କଂଗ୍ରେସ ଦଳ ସର୍ବଦା ସ୍ପଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ଆସିଛି । ବିଗତ ଦିନରେ ଅନୁଷ୍ଠିତ ଭାରତ ବନ୍ଦକୁ ମଧ୍ୟ କଂଗ୍ରେସ ଦଳ ସମର୍ଥନ କରିଛି ଏବଂ ଆଜି ମଧ୍ୟ ସେଥୁପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ କଂଗ୍ରେସ ଦଳ ଭାରତ ବନ୍ଦରେ ସାମିଲ ହୋଇ ଆନ୍ଦୋଳନ କରିଛି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ କୃଷକମାନଙ୍କର ବୃହତର ହିତ ଓ ସ୍ଵାର୍ଥକୁ ଦୃଷ୍ଟିରେ ରଖୁ ସମସ୍ତ କଂଗ୍ରେସ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସ ସଭାପତି, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତ୍ତାମାନେ ୧୯ଟି ସମଭାବାପଏଁ ଦଳର ନେତୃବୃନ୍ଦ ଓ କର୍ମକର୍ତ୍ତା ଓ ସର୍ବୋପରି ସାଧାରଣ ଜନତା ବନ୍ଦରେ ସ୍ଵତଃସ୍କୃତ ସକ୍ରୀୟ ସହଯୋଗ ଓ ଅଂଶଗ୍ରହଣ କରି ପୂର୍ଣ୍ଣ ମାତ୍ରାରେ ବନ୍ଦକୁ ସଫଳ କରିଥିବାରୁ ଓଡ଼ିଶାବାସୀ ଏବଂ କଂଗ୍ରେସ କର୍ମୀଙ୍କୁ ଶ୍ରୀଯୁକ୍ତ ପଟ୍ଟନାୟକ ଧନ୍ୟବାଦ ଜଣେଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆଜି ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ଭାରତ ବନ୍ଦର ଧର୍ମଘଟରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସଂପାଦକ କି ଭୁଦ୍ର ରାଜୁ, ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ପତ୍ନାକର ଗୁରୁ, କିଶୋର ଜେନା, ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ଦାସ, ସତ୍ୟବ୍ରତ ନାୟକ, ପ୍ରଣତୀ ମିଶ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲ୍ଲିଆ, ମିହିରି ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ତ୍ରିନାଥ ସାହୁ, ସାଗର ପରିଡ଼ା, ସିଲି ସେଠୀ, ସଂକୁନା କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Powered by Blogger.
Javascript DisablePlease Enable Javascript To See All Widget