November 2021

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ । ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ ଚାଲିବାକୁ ନିଷ୍ପତ୍ତି

ଭୁବନେଶ୍ୱର, ଆଜି ମାନ୍ୟବର ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ଡ଼ଃ ପାତ୍ର ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ । ଡିସେମ୍ୱର ୧ ତାରିଖ ଦିନ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ ଏବଂ ଅନ୍ୟ ଦିନରେ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୃହର ପ୍ରାରମ୍ଭିକ ଦିବସରେ ଦିବଙ୍ଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ ଏବଂ ତାଙ୍କର ସମ୍ମାନାର୍ଥେ ଗୃହ ସେହି ଦିନ ପାଇଁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ । ସେହିଦିନ ଅପରାହ୍ନ ୫ଟା ସମୟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ । 

ଗୃହରେ ନିୟମିତ ଭାବେ ଉଭୟ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ । ଠିକ୍ ସେହିଭଳି ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀଦଳ ତରଫରୁ ଆଗତ କରାଯାଇପାରିବ । ସମ୍ପର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଚାଲିବ ଏବଂ ପୂର୍ବ ଥର ଭଳି ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରତ୍ୟହ ବିଧାନସଭାକୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବିଶୋଧନ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା କାର୍ଯ୍ୟକ୍ରମକୁ ବିଧାନସଭା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ପ୍ରସାରଣ ବ୍ୟବସ୍ଥା କରିପାରିବେ । ଓକାକ୍, ଭୁବନେଶ୍ୱର, ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳମାନଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ସଭ୍ୟମାନେ ଗୃହର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିପାରିବେ। 

ସମସ୍ତ ମାନ୍ୟବର ବିଧାନସଭା ସଦସ୍ୟ, ସେମାନଙ୍କର ଡ୍ରାଇଭର ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ,ପ୍ରାଧିକୃତ ଗଣମାଧ୍ୟମ ପ୍ରତିନିଧି, ବିଧାନସଭା ସଚ୍ଚିବାଳୟର ସମସ୍ତ ଅଧିକାରୀ ଏବଂ ଷ୍ଟାଫଙ୍କୁ କରୋନା ପ୍ରତିରୋଧକାରୀ କିଟ୍ ପ୍ରଦାନ କରାଯିବ । ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜନତା ଦଳ ଉପନେତା ବିଷ୍ଣୁ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଛଟେଇ ଶିକ୍ଷକମାନଙ୍କୁ ପୁନଃ ନିଯୁକ୍ତି ସହ ସମସ୍ତ ଶିକ୍ଷା ସହାୟକମାନଙ୍କୁ ଶିକ୍ଷକ ମାନ୍ୟତା ଦାବି

ଭୁବନେଶ୍ୱର, ୨୦୦୩-୦୪ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ପରବର୍ତ୍ତୀ ସମୟରେ ମିଥ୍ୟ କେରେ ସରକାର ସେମାନଙ୍କ ମଧ୍ୟରୁ ୨୪୩ଜଣ ଶିକ୍ଷା ସହାୟକଙ୍କୁ ଛଟେଇ କରିବା ଏବଂ ୧୬୯ଜଣ ସ୍ଵେଚ୍ଛାସେବୀ ଶିକ୍ଷା ସହାୟକମାନଙ୍କୁ ଦୀର୍ଘ ୧୮ ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ନିୟମିତ ନ କରିବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ପାଇଁ ଗାନ୍ଧୀମାର୍ଗରେ ବା ଲୋୟର ପିଏମ୍ଜିରେ ଶିକ୍ଷା ସହାୟକ ଆସୋସିଏସନ, ଭୁବନେଶ୍ଵର ତରଫରୁ ନିଷ୍ପତ୍ତି ନିଆଯାଇଛି । ସରକାରଙ୍କ ପ୍ରଶାସନିକ ଅପରାଗତା ଯୋଗୁ ଏବଂ ସରକାରଙ୍କ ଭୁଲ ନୀତି ଓ ଭୁଲ୍ ବୁଝାମଣା ଯୋଗୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଆକ୍ରୋଶମୂଳକ ଭାବେ ଛଟେଇ କରିବା, ଛଟେଇ ପ୍ରତିବାଦରେ କୋର୍ଟକୁ ଯାଉଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିବାଦରେ ସଂଘ ତରଫରୁ ତୀବ୍ର ନିନ୍ଦା କରାଯାଇଛି । 

ଏପରିକି ସରକାରଙ୍କ ନିଯୁକ୍ତି ନିୟମ ଓଡ଼ିଶାର ସବୁ ଜିଲ୍ଲାରେ ସମାନ ନଥିବା ଜଳ ଜଳ ହୋଇ ଦେଖାଯାଉଛି । ସରକାର ପାତର ଅନ୍ତର କରି ଶିକ୍ଷା ସହାୟକମାନଙ୍କୁ ସୁବର୍ଣ୍ଣପୁର, କେରାପୁଟ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ ଶିକ୍ଷା ସହାୟକମାନଙ୍କୁ ନିୟମିତ କରୁଥିବା ବେଳେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି ୯ଟି ଜିଲ୍ଲାରେ ଶିକ୍ଷା ସହାୟକମାନଙ୍କ ନିୟମିତ ନକରିବା, କୋର୍ଟକୁ ଗଲେ ଛଟେଇ କରିବା ଘୋର ଅନ୍ୟାୟ ବୋଲି ସଂଘ ପକ୍ଷରୁ ପ୍ରେସ୍ ବିବୃତିରେ କୁହାଯାଇଛି । ଏଠାରେ ଉଲ୍ଲେଖଥାଉ ଯେ, ୨୦୦୩ ମସିହାରେ ଓଡ଼ିଶା ସରକାର ୯୬୫୪ ଗୋଟି ସ୍ଵଛାସେବୀ ଶିକ୍ଷା ସହାୟକ ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ । କିନ୍ତୁ ସରକାର ସେମାନଙ୍କ ମଧ୍ୟରୁ ୭୬୨ ୪ଜଣଙ୍କୁ ନିଯୁକ୍ତି ଦେଥିବା ବଳେ ପରବର୍ତ୍ତୀ ସମୟରେ ପୁନର୍ବାର ସେହି ପ୍ୟାନେଲରୁ ୧୫୬୮ ୨ ଗୋଟି ଅଧୁକ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । 

ହେଲେ ସମୁଦାୟ ୧୭୭୧୨ ପଦବୀରୁ ସରକାର ମୋଟ ୧୦୬୮ ୨ଗୋଟି ପଦବୀରେ ନିଯୁକ୍ତି ଦେଲେ ଏବଂ ମୂଳ ପଦବୀରୁ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ୪୧ ୨ ଜଣ ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇନଥିଲେ । ଏହି ୪୧୨ ଜଣ ପ୍ରଥମ ପର୍ଯ୍ୟାୟରୁ ଅନୁମୋଦିତ ପଦବୀରେ ଥାଇ ମଧ୍ୟ କିପରି ନିଯୁକ୍ତି ମିଳିଲା ନାହିଁ ତାହ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ୨୦୦୩-୦୪ ବ୍ୟାଚ୍ ଶିକ୍ଷା ସହାୟକ ସଂଘ ପୁନଃ ନିଯୁକ୍ତି ଏବଂ ସମସ୍ତଙ୍କୁ ନିୟମିତ ମାନ୍ୟତା ପ୍ରଦାନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସରକାର ସଂଘର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ବିଧାନ ସଭା ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଅଧବେଶନ ମାନବବାଦ ଜୟଗାନ ହିଁ ଗଚ୍ଛର ମୂଳକଥା

ଭୁବନେଶ୍ୱର, ସମଗ୍ର ବିଶ୍ୱ ସାହିତ୍ୟରେ ଯୁଦ୍ଧ ଓ ପ୍ରେମର ଦୁଇଟି ଧାରା ପ୍ରବାହିତ ହେଉଛି । ନାଟକୀୟତା ସହ ଉତ୍କଣ୍ଠା ଗଳ୍ପର ବିଶେଷ ଉପାଦାନ ହୋଇଥିବାବେଳେ ମାନବବାଦର ଜୟଗାନ ହିଁ ଗଳ୍ପ ମୂଳକଥା ବୋଲି ବିଶିଷ୍ଟ କଥାକାର ରବି ସ୍ଵାଇଁ ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଏକ ସାରସ୍ଵତ ସମାବେଶରେ ଅତିଥିମାନେ ଶବ୍ଦକୁ ଏକତ୍ର କରି ଭାବର ବିସ୍ତାରରେ କଥାଶିଳ୍ପୀ ଧାନ ଦେଇଥାଏ ବୋଲି ଉଲ୍ଲେଖ କରିଛନ୍ତି ।

କାର୍ଯ୍ୟକ୍ରମରେ ସୀତେଶ ତ୍ରିପାଠୀଙ୍କ ଗଳ୍ପପୁସ୍ତକ ‘ଲୋହିତ ପୃଥିବୀ’ ଅତିଥିମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ କଥାକାର ସତ୍ୟ ମିଶ୍ର, ପରେଶ ପଟ୍ଟନାୟକ ଯୋଗଦେଇ ସମକାଳୀନ ଗଳ୍ପର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଗାଳ୍ପିକ ଶ୍ରୀ ତ୍ରିପାଠୀ ମଧ୍ୟ ଲେଖକୀୟ ଅଭିବ୍ୟକ୍ତି ରଖୁଥିଲେ । ସୁବ୍ରତ ସେନାପତି ଏ ମାସର କବି’ ଭାବରେ ଯୋଗଦେଇ ସ୍ଵରଚିତ ଲେଖା ପାଠ କରିଥିଲେ । ବିଜନବାଳା ପାଟ୍ଟଯୋଶୀ ଓ ମୌସୁମୀ ଦାସଙ୍କ ମିଳିତ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା । 

କାର୍ଯ୍ୟକ୍ରମରେ ଆଭାସ ବରାଳ, କୃଷ୍ଣଚନ୍ଦ୍ର ବଡ଼ପଣ୍ଡା, ଇତିଶ୍ରୀ ପତି, ଶକ୍ତିପ୍ରଭା ମିଶ୍ର, ବିରଞ୍ଚି ଶତପଥୀ, କ୍ଷୀରୋଦ ପରିଡ଼ା, ଡ. ଅଭୟ ନାରାୟଣ ନାୟକ, ମିହିରକାନ୍ତି ଦାସ, ଶୈଳେନ୍ଦ୍ର ଜେନା, ସୁଶାନ୍ତ କିଶୋର ବଳ, ଅନ୍ନପୂର୍ଣ୍ଣା ଭଟ୍ଟ, ଦୁର୍ଗାଚରଣ ଷଡ଼ଙ୍ଗୀ, ଦେବାଶିଷ ମହାପାତ୍ର, ଚିତ୍ରା ମିଶ୍ର, ବିଧୁଭୂଷଣ ତ୍ରିପାଠୀ, ସଂଜୟ ମହାନ୍ତି, ପବିତ୍ର ମୋହନ କର, ଭବାନୀ ଭୂୟାଁ | ଓ ସୁଧୀର ମଉଡ଼ମଣି ପ୍ରମୁଖ ଆଲୋଚନା ତଥା କବିତାପାଠରେ ଅଂଶଗ୍ରହଣ କରିଥିଲେ ।

ପିପିଲି ଗଣଦୁଷ୍କର୍ମକୁ ପୂରିଲା ୧୦ବର୍ଷ । ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ଚାପିଛନ୍ତି - କଂଗ୍ରେସ

ଭୁବନେଶ୍ୱର, ଆଜିକୁ ୧୦ ବର୍ଷତଳେ ଅର୍ଥାତ ୨୯ ନଭେମ୍ବର ୨୦୧୧ ରେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ଦଳିତ ଝିଅ ବେବିନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ବହୁ ଚର୍ଚ୍ଚିତ ତଥା ନିନ୍ଦିତ ଘଟଣାକୁ ୧୦ ବର୍ଷ ବିତିଯାଇଥିଲେ ବି ନା ଅପରାଧୁମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିଶନ ରିପୋର୍ଟ ବିଧାନ ସଭାରେ ଆଗତ ହୋଇଛି । ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ପିକେ ମହାନ୍ତି ତଦନ୍ତ କମିଶନ ଚୂଡ଼ାନ୍ତ ରିପୋର୍ଟ ଗୃହ ବିଭାଗ ନିକଟରେ ଦାଖଲ କରିଥିଲେ । ଇତି ମଧ୍ୟରେ ରିପୋର୍ଟ ଦାଖଲ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ମୁଖା ଖୋଲିଯିବା ଭୟରେ ତଦନ୍ତ ରିପୋର୍ଟକୁ ବିଧାନସଭାରେ ଆଗତ କରୁନାହାନ୍ତି ସରକାର ବୋଲି ମୁଖପାତ୍ର ନିଶିକାନ୍ତ ମିଶ୍ର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । 

ଯେଉଁ ପୋଲିସ ଅଧୁକାରମାନଙ୍କ ନିଷ୍କ୍ରିୟତା ଏବଂ ରାଜନେତା ମାନଙ୍କ ହସ୍ତକ୍ଷେପ ଫଳରେ ପୋଲିସ ମାମଲା ରୁଜ କରିନଥିଲା କି ଡାକ୍ତର ସଠିକ ଭାବରେ ଚିକିତ୍ସା କରିନଥିଲେ । ରାଜ୍ୟ ମାନବାଧୁକାର କମିଶନଙ୍କ ହସ୍ତକ୍ଷେପ ପରେ ଘଟଣା ଘଟିବା ଦେଢ଼ମାସ ପରେ ପୋଲିସ ମାମଲା ରୁଜୁ କରିଥିଲା । ରାଜ୍ୟରେ ବ୍ୟାପକ ଜନ ଅସନ୍ତୋଷକୁ ସହି ନପାରି ଶେଷରେ ସରକାର ବାଧ୍ୟହୋଇ ଦୋଷୀ ଅଧୁକାରୀଙ୍କ ବିରୋଧରେ ନିଲମ୍ବନ ବହିଷ୍କାର ଆଦେଶ ଏବଂ ସେତେବେଳର କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଘଟଣା ଘଟିବାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପିଡ଼ିତା ପରିବାର ନ୍ୟାୟ ପାଇବାରୁ ବଂଚିତ ଏବଂ ଯେଉଁ ଉଦ୍ଦେଶ୍ୟ ନେଇ ତଦନ୍ତ କମିଶନ ଗଠନ ହୋଇଥିଲା ବିଶେଷ କରି (୧) କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା (୨) ଏଥିପାଇଁ ଉତରଦାୟୀ କିଏ ଏବଂ (୩) ପୋଲିସ ତାର ସଠିକ କାର୍ଯ୍ୟ ସଂପାଦନ କରିଛି ନା ନାହିଁ । 

କମିଶନ ଏହି ୩ ଗୋଟି ପ୍ରସଙ୍ଗକୁ ପାଖାପାଖୁ ୪ ବର୍ଷ ସମୟ ନେଇଥିଲେ ଏଥୁରେ ୫୦ ଉର୍ବ ସତ୍ୟପାଠ, ପାଖାପାଖ୍ ୫୦ ଜଣଙ୍କୁ ଜେରା ଏବଂ ୧୦୦ ରୁ ଉର୍ଣ ବୈଠକ ପରେ ୩୦ ମାର୍ଚ୍ଚ ୨୦୧୬ରେ ପାଖାପାଖ୍ ୪୦୦ ଶହ ପୃଷ୍ଠାର ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ । ଇତିମଧ୍ୟରେ କମିଶନ ତାଙ୍କ ରିପୋର୍ଟ ଦେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ରିପୋର୍ଟକୁ ସାର୍ବଜନୀନ ନକରି ମମିତା ଘଟଣାରେ ମହିଳାମାନଙ୍କୁ ନ୍ୟାୟ ଦେବାର ବାରମ୍ବାର ସଫେଇ ଧର୍ମକୁ ଆଖୁ ମିଟିକା ଛଡ଼ା ଆଉକିଛି ନୁହେଁ ବୋଲି ଶ୍ରୀ ମିଶ୍ର କହିବା ସହିତ ଆସନ୍ତା ବିଧାନ ସଭାରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପିତ କରିବା ସହିତ ପିପିଲି ପୀଡ଼ିତାର ବିଚାର କେତେବାଟରେ ପହଂଚିଛି ସରକାର ଉତର ରଖୁବା ପାଇଁ କଂଗ୍ରେସ ଦାବି କରିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଶାନ୍ତ ଶତପଥ, ଜ୍ଞାନଦେବ ବେଉରା ଉପସ୍ଥିତ ଥିଲେ ।

ଚତୁର୍ଥ ଗୀତାଞ୍ଜଳି ଏକ୍ସଲେନ୍ସ ସମ୍ମାନ-୨୦୨୧। ସମ୍ବର୍ଦ୍ଧିତ ହେଲେ ୨୫ଜଣ ପ୍ରତିଭା

ଭୁବନେଶ୍ୱର, ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚତୁର୍ଥ ଗୀତାଞ୍ଜଳି ଏଞ୍ଜେଲେନ୍ସ ଆୱାର୍ଡ- ୨୦ ୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଫାଉଣ୍ଡେସନର ଏତାଦୃଶ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଯୁବପିଢିମାନଙ୍କୁ ନିଜର ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଗଲେ ଆଗାମୀ ଦିନରେ ସାମାଜିକ କାର୍ଯ୍ୟ କରିବା ପାଇଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହେବ ବୋଲି ସେ ମତପୋଷଣ କରିଥିଲେ । 

ସମ୍ମାନିତ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଡ. ଅରୁଣ ସାହୁ ଯୋଗଦେଇ କହିଲେ ଯେ, ସେଚ୍ଛାସେବୀମାନଙ୍କୁ ଆମ ସମାଜ ସବୁବେଳେ ସମ୍ମାନ ଦେଇଆସିଛି । ମହାମାରୀ କରୋନା ସମୟରେ ସରକାରଙ୍କ ସହିତ ସ୍ୱେଚ୍ଛାସେବୀମାନେ ଯେଉଁଭଳି ଭାବରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ସହଯୋଗର ହାତ ବଢାଇ, ସେମାନଙ୍କୁ ସହାୟତା ଯୋଗାଇଥିଲେ ଓ ସଚେତନ କରାଇଥିଲେ, ଏହା ହିଁ ତାର ଉଦାହଣ ବୋଲି ସେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲୀ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଆୟକର ବିଭାଗର ପୂର୍ବତନ ପ୍ରନ୍ସିପାଲ କମିଶନର ଶରତ ଦାସ ଓ ଅନୁଷ୍ଠାନର ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୫ ଜଣ ପ୍ରତିଭାଙ୍କୁ ଅତିଥିମାନେ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବଳେ ଟ୍ରଷ୍ଟି ତାପସ ରଞ୍ଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭ୍ୟ ବିଶ୍ବଜିତ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

ପିଲାଙ୍କ ବିଧାନସଭା ପରିଚାଳନା ଦେଖୁ ବାଚସ୍ପତି ଅଭିଭୂତ । ବିଲ୍ ପାରିତବେଳେ ବିଧାନସଭାର ଭ୍ରମ

ଭୁବନେଶ୍ବର, ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍ – ୨୦ ୨୧ । ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଆଗତ କରିଥିବା ବିଟି ବହୁ ମତରେ ପାରିତ ହୋଇଛି । ବିଲ୍ ପାରିତ ସମୟରେ ଶାସକଦଳ ଟେବୁଲ ବାଡେଇ ସ୍ବାଗତ କରିଛନ୍ତି । ଏଥି ସହିତ ପ୍ରଶ୍ଳୋଭର, ଶୂନ୍ୟକାଳ, ମୁଲତବି ପ୍ରସ୍ତାବ ଉପରେ ବି ଆଲୋଚନା ପରିସରକୁ ଆସିଛି । ରାଜ୍ୟପାଳ ଗୃହରେ ତାଙ୍କର ଅଭିଭାଷଣ ରଖିଥିବାବେଳେ ୨୦ ୨୧-୨୨ ବଜେଟ ବି ଗୃହରେ ପାରିତ ହୋଇଛି । ବିଭାଗୀୟ ମନ୍ତ୍ରୀମାନେ ଗୃହରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖୁବାବେଳେ ବାଚସ୍ପତି ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇଛନ୍ତି ।

ତେବେ ଏସବୁ ହୋଇଛି ଆଜି ଦେଖିକୁ ମିଳିଛି ଛାୟା ବିଧାନସଭାରେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ୟୁନିସେଫର ମିଳିତ ପ୍ରୟାସରେ ଆୟୋଜିତ ଏହି ଛାୟା ଅଧିବେଶନ ଅସଲ ବିଧାନସଭାର ଭ୍ରମ ସୃଷ୍ଟି କରିଥିଲା । ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ପୁରାତନ ସୌଧରେ ଆୟୋଜିତ ଏହି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିରୋଧଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧାବତୀ ପ୍ରଧାନ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲାତା ଦେଓ, ସେଚ୍ଛାସେବୀ ସଂସ୍ଥା ପିପୁଲ୍ଲ କଲଚରାଲ ସେଣ୍ଟର (ପିକକ) ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ୟୁନିସେର ଶିଶୁ ସୁରକ୍ଷା ଅଧିକାରୀ ନେହା ନାଇଡୁ, ଆକ୍ସନ । ଘାଷିରାମ ପଣ୍ଡା, ଶିଶୁ ସୁରକ୍ଷା ଆୟୋଗର ସଦସ୍ୟ ଦିବ୍ୟ ଶାଶ୍ବତୀ, ସର୍ଣ୍ଣପଦକପ୍ରାପ୍ତ ଭାରଭୋଳନକାରୀ କେ.ରବିକୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଶୁମାନେ ଉପସ୍ଥିତ ଥିଲେ ।

ବାଚସ୍ପତି ପ୍ରଦୀପ ପ୍ରଜ୍ବଳନ କରି ଛାୟା ବିଧାନସଭାକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିବାପରେ ଅସଲି ବିଧାନସଭା ଭଳି ପ୍ରଥମେ ରାଜ୍ୟପାଳ ଗୃହକୁ ପ୍ରବେଶ କରିଥିଲେ । ରାଜ୍ୟପାଳଙ୍କୁ ବାଚସ୍ପତି ଓ ମାର୍ଶାଲ ପାଛୋଟି ଆଣିବାପରେ ଜନଗଣ ମନ ସଙ୍ଗୀତ ଗୃହରେ ଗାନ କରାଯାଇଥିଲା । ଏହାପରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ରଖିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇ ପାରିତ ହୋଇଥିଲା । ପରେ ପରେ ପ୍ରଶ୍ଳୋଭର, ଶୂନ୍ୟକାଳ ଆୟୋଜିତ ହୋଇଥିବାବେଳେ ୨୦ ୨୧-୨୨ ବର୍ଷ ପାଇଁ ବଜେଟ୍ ଆଗତ ହୋଇ ଗୃହର ଅନୁମୋଦନ ଲାଭ କରିଥିଲା । ଏଥି ସହିତ ଗୃହରେ ବିଭାଗୀୟ ମନ୍ତ୍ରୀ ଶିଶୁ ଅଧିକାର ସୁରକ୍ଷା ବିଲ୍ ଆଗତ କରିଥିଲେ । ଏହା ଉପରେ ବିସ୍ତୃତ ଆଲୋଚନା ପରେ ବହୁମତରେ ତାହା ପାରିତ ହୋଇଥିଲା । ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବାପାଇଁ ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତା ଓ ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଆଜିର ଏହି ଛାୟା ବିଧାନସଭାରେ ରାଜ୍ୟପାଳ ଭାବେ ଚିନ୍ମୟୀ ବେହେରା, ମୁଖ୍ୟମନ୍ତ୍ରୀ ଭାବେ ପ୍ରୀତିଶ କୁମାର ସୁବୁଦ୍ଧି, ବାଚସ୍ପତିଭାବେ ଶ୍ରଦ୍ଧାଞ୍ଜଳି ଖଟାଇ, ବିରୋଧୂଦଳ ନେତା ଭାବେ ନିକି ପାଟ୍ଟଶାଣୀ, ଶ୍ରମ ଓ ଇଏଆଇ ମନ୍ତ୍ରୀ ସୌମ୍ୟ । ରଞ୍ଜନ ପାତ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ ଶତଭିସାଦାସ, ଶିକ୍ଷାମନ୍ତ୍ରୀ ଭାବେ ସାଗରିକା ପାଟ୍ଟଶାଣୀ, ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ ପଦ୍ମାବତୀ ଭଟ୍ଟ, ଅର୍ଥମନ୍ତ୍ରୀ ଭାବେ ବବିତା ମିଙ୍ଗ୍, ବିଧାନସଭାର ସଚିବଭାବେ ଶୁଭସ୍ମିତା ବେହେରା, ମୁଖ୍ୟ ସଚେତକ ଭାବେ ଶୁଭଶ୍ରୀ ପ୍ରଧାନ, ଉପମୁଖ୍ୟ ସଚେତକ ଭାବେ ମହେଶ୍ବର ବେହେରା, ବିଧାୟକ ଭାବେ ସସ୍ମିତା ଭୋଇ, ସୁପ୍ରଭା ବେହେରା, ଲିଜା ବେହେରା, ଲିଜାରାଣୀ ପ୍ରଧାନ, ତିଷ୍ଠା କିରଣ, ସ୍ଥିତିପ୍ରଜ୍ଞା, ଅର୍ପିତାବାରିକ, ଏଡିସି । ଭାବେ ତ୍ରିନାଥ ବେହେରା, ମାର୍ଶାଲ ଭାବେ ସୌମ୍ୟ ରଞ୍ଜନ ସିଂହ ନିଖୁଣ ପ୍ରଦର୍ଶନ କରିଥିଲେ ।

ଛାୟା ବିଧାନସଭା ଆୟୋଜନ ଦ୍ବାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଅଗଦ ହେବା ସହିତ ଆଗାମୀ ଦିନରେ ଜଣେ ଜଣେ ଦକ୍ଷ ରାଜନେତା ହୋଇ ବାହାରିବେ ବୋଲି ବାଚସ୍ପତି ତାଙ୍କ ଅଭିଭାଷଣରେ କହିଥିଲେ । ପିଲାଙ୍କ ଏଭଳି ଚମତ୍କାର ବିଧାନସଭା ପରିଚାଳନା ଦେଝ ବାଚସ୍ପତିଙ୍କ ସମେତ ଉପସ୍ଥିତ ଲୋକପ୍ରତିନିଧି ମାନେ । ସେମାନଙ୍କର ଭୂୟଶୀ ପ୍ରଶଂସା କରିଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଅନିମା ଦାସଙ୍କ ଲିଖୁତ ‘ଶିଶିର କେ ଶତଦଳ’ ଲୋକାର୍ପିତ

ଭୁବନେଶ୍ୱର, ରାଜ୍ୟ ପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଅନିମା ଦାସଙ୍କ ଲିଖୁତ ହିନ୍ଦୀ ସନେଟ୍ ପୁସ୍ତକ ‘ଶିଶିର କେ ଶତଦଳ’ ଲୋକାର୍ପିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଲାଲ କବି ଶ୍ରୀମତୀ ଦାସଙ୍କୁ ଶୁଭକାମନା ଜ୍ଞାପନ କରିବା ସହିତ ତାଙ୍କର ସାରସ୍ଵତ ଯାତ୍ରାର ସଫଳତା କାମନା କରିଛନ୍ତି । ୧୯୭୩ ମସିହାରେ ଜନ୍ମିତ ଅନିମା ଏବେ କଟକର ନ୍ୟୁ ଷ୍ଟୁଆର୍ଟ ଇଂଲିଶ ମିଡିୟମ୍ ସ୍କୁଲରେ ଶିକ୍ଷକତା କରୁଛନ୍ତି । ପୂର୍ବରୁ ତାଙ୍କ ଦ୍ଵାରା ୫୯ଟି ଓଡ଼ିଆ ସିନେଟ୍‌ର ହିନ୍ଦୀ ଅନୁବାଦ ପୁସ୍ତକ ‘ପ୍ରତୀଚି ସେ ପ୍ରାଚୀ ପର୍ଯ୍ୟନ୍ତ’ ପ୍ରକାଶିତ ହୋଇଛି । ‘ଶିଶିର କେ ଶତଦଳ’ ରେ ତାଙ୍କ ଦ୍ବାରା ଲିଖୁତ ୧୦୦ଟି ହିନ୍ଦୀ ସିନେଟ୍ ସନ୍ନିବିଷ୍ଟ ହୋଇଥିବାବେଳେ ଦିଲ୍ଲୀର ସର୍ବଭାଷା ଟ୍ରଷ୍ଟ ଏହାକୁ ପ୍ରକାଶ କରିଛନ୍ତି ।

‘ଚିନ୍ତା ଓ ଚେତନା’ର ସମ୍ମାନ ପ୍ରଦାନ ସମାରୋହ । ଓଡ଼ିଶାର ଚିନ୍ତା ଓ ଚେତନା ମାନବଜାତି ପାଇଁ ପରମାର୍ଥ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ । ଏହା ଏକ ଦେବଭୂମି । ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନର ଉତ୍ତରଣର ମାର୍ଗ । ଓଡ଼ିଶାର ଚିନ୍ତା ଓ ଚେତନା ସମଗ୍ର ମାନବଜାତି ପାଇଁ ପରମାର୍ଥ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ୪୩ତମ ‘ବର୍ଷା ୨୦୨୧’ ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ପ୍ରତିଭାର ପୂଜା ଏକ ମହତ ପରମ୍ପରା । ସାମଗ୍ରୀକ ଭାବରେ ଏହା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ସହ ଜାତିକୁ ଗୌରବାନ୍ବିତ କରିଥାଏ ଏବଂ ଏ ଦିଗରେ ଚିନ୍ତା ଓ ଚେତନାର ପ୍ରୟାସ ପ୍ରଶଂସନୀୟ ।

ଏହି ଉତ୍ସବରେ ବିଧାୟକ ଶଶିଭୂଷଣ ବେହେରା, ପଦ୍ମଶ୍ରୀ କୁକୁମ୍ ମହାନ୍ତି, ବାବା ରାମନାରାୟଣ ଦାସ, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ‘ସମାଜ’ର ସଂପାଦକ ସୁଶାନ୍ତ ମହାନ୍ତି, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ଦୈନିକ ଖବରକାଗଜ “ସମାଜ’କୁ ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ପୁଲିସସେବା, ସ୍ବାସ୍ଥ୍ୟ, ସାହସକିତା, ଗଣମାଧ୍ୟମ, ଆଇନ, ଶିଳ୍ପ, ଅର୍ଥନୀତି ଓ ସମାଜସେବା ଇତ୍ୟାଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରକଟ କରିଥିବା ବ୍ୟକ୍ତିମାନଙ୍କୁ ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ ପ୍ରଦାନ କରାଯାଇଥିଲା ।

ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ଦ୍ବାଦଶ ବାର୍ଷିକୋତ୍ସବ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ

ଭୁବନେଶ୍ବର, ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ଦ୍ବାଦଶ ବାର୍ଷିକୋତ୍ସବ ଆଜି ସଂଧ୍ୟାରେ ଭୁବନେଶ୍ଵର ଇଫୋସିଟି ରୋଡ୍, ପଟିଆସ୍ଥିତ ସର୍ବସାଧାରଣ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ମାତ୍ର ୧୨ ବର୍ଷର ସମାଦ ପତ୍ର ‘ସର୍ବସାଧାରଣ’ ଆଜି ସାହିତ୍ୟ ଓ ସମ୍ବାଦ ପତ୍ର ପ୍ରକାଶନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚିତି ଲାଭ କରିଛି । ଏହି ସମ୍ବାଦପତ୍ର ଗୁଣାତ୍ମକ ସମାଦ ପରିବେଷଣ କରିବା ସହ ଏହା ସାଧାରଣ ଲୋକଙ୍କ ସ୍ଵର ହୋଇଛି । ଏହାକୁ । ଉଚ୍ଚତର ସୋପାନରେ ପହଁଚାଇବା ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।

ମୁଖ୍ୟ ଅତିଥୁ ଖ୍ୟାତନାମା କବି ତଥା ଚିନ୍ତକ ଶ୍ରୀ ହରପ୍ରସାଦ ଦାସ କହିଲେ ଯେ, ଜନମତକୁ ପ୍ରତିଫଳିତ କରିବାରେ ସମାଦପତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଗଣତନ୍ତ୍ର ଓ ବୌଦ୍ଧିକ ନିରପେକ୍ଷତା ସଂପର୍କରେ ସେ ତୁଳନାତ୍ମକ ବିଶ୍ଳେଷଣ କରିବା ସହିତ ଜନସାଧାରଣଙ୍କୁ ସଂବାଦ ପ୍ରକାଶନରେ ସହଯୋଗ କରିବା ଓ ସମାଦ ପ୍ରକାଶନରେ ସକରାତ୍ମକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ସଂପର୍କରେ ସେ ଆଲୋକପାତ କରିଥିଲେ । ବିଭିନ୍ନ ଦେଶର ଉଦାହରଣ ଦେଇ ରାଜନୈତିକ ଗଣତନ୍ତ୍ର ଅପେକ୍ଷା ସଭ୍ୟତାଭିତିକ ଗଣତନ୍ତ୍ର ଜରୁରୀ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ବିଶ୍ୱରଂଜନ ଯୋଗଦେଇ କହିଲେ ଯେ, ସମ୍ବାଦପତ୍ର ଆଜି ଜନସାଧାରଣଙ୍କ ଜୀବନରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । 

ଜାତିର ପିତା ମହାତ୍ମାଗାନ୍ଧି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପରି ବିଶିଷ୍ଟ ଜନନାୟକମାନେ ରାଜନୈତିକ ଚେତନାକୁ ଜାଗ୍ରତ କରିବାକୁ ସମାଦପତ୍ର ପାଇଁ ଲେଖୁଥିଲେ । ବିଶ୍ଵ ତଥା ଦେଶର ବହୁ ବିଶିଷ୍ଟ ସ୍ତମ୍ଭକାରମାନଙ୍କ ଲେଖାର ଉଦାହରଣ ଦେଇ ଜନମତର ସଠିକ ଉପସ୍ଥାପନ ଓ ସମାଜସେବାର ସାଧନ ସମ୍ବାଦପତ୍ରର ପ୍ରମୁଖ ଆବଶ୍ୟକତା ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ। ଗଠନମୂଳକ ଲେଖା ପ୍ରକାଶନ ଓ ବିକାଶମୂଳକ ସାମ୍ବାଦିକତା ଉପରେ ସେ ଗୁରୁତ୍ବ ଦେଇଥିଲେ। ସର୍ବସାଧାରଣ ଖବରକାଗଜର ସଂପାଦକ ତଥା ଉତ୍ସବର ସଭାପତି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ କହିଲେ ଯେ, କୋଭିତ୍ କଟକଣା ସତ୍ତ୍ୱେ ପ୍ରତିକୂଳ ପରିସ୍ଥିତିରେ ସର୍ବସାଧାରଣ ଖବରକାଗଜର ପ୍ରତିନିଧିମାନେ ଭଲ କାମ କରିଛନ୍ତି । ସର୍ବସାଧାରଣ ଏକ ନିଆରା ଢଙ୍ଗର ଖବରକାଗଜ ଜନସାଧାରଣଙ୍କର ସ୍ଵର, ଦୁଃଖ ଓ ପ୍ରତିବେଦନକୁ ଏହା ଲୋକମାନଙ୍କ ଆଗରେ ପ୍ରକାଶ କରିଥାଏ । 

ସଂପ୍ରତି ଖବର ପ୍ରକାଶନରେ ଅଂଚଳିକ ଖବରକାଗଜ ଅଧୁକ ପ୍ରଭାବୀ ଯୁବା ବେଳେ , ବିତଶାଳୀ ବ୍ୟକ୍ତି, ରାଜ୍ୟ ତଥା କେନ୍ଦ୍ର ସରକାର ସହଯୋଗର ହାତ ବଢାଇଲେ ଖବରକାଗଜ ଆଗକୁ ଭଲ କରିବ ବୋଲି ସେ ପ୍ରକାଶ କରିଥିଲେ । ସର୍ବସାଧାରଣ କାର୍ଯ୍ୟାଳୟର ଉନ୍ନତି ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ପ୍ରାକ୍ତନ ସଂପାଦକ ଶ୍ରୀ ସଂଜୟ ଦାସବର୍ମାଙ୍କ ପ୍ରୋତ୍ସାହନ ଓ ପ୍ରେରଣା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସେ କହିଥିଲେ । ସର୍ବସାଧାରଣ ଖବରକାଗଜର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ଜୟସିଂହ କୋଭିଡ ସ୍ଥିତିରେ ସମ୍ବାଦ ପ୍ରକାଶନ କିପରି ଆହ୍ବାନମୂଳକ ରହିଥୁଲା, ସେ ସଂପର୍କରେ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥୁଲେ ।

ମସ୍ତିଷ୍କରୁ ୫୦୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହେଲେ ସମ୍ ସର୍ଜନ

ଭୁବନେଶ୍ୱର, ଜଣେ ଯୁବକଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଏକ ବଡ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଅନ୍ୟ ଏକ ହସ୍ପିଟାଲରେ ଅପରେସନ୍ କରିବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଏବଂ ମୁଣ୍ଡରେ ଗୋଟିଏ ଅଂଶ ଫୁଲି ବାହାରକୁ ବାହାରିଥିବାରୁ ଯୁବକ ଜଣକ ନିକଟରେ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ରୋଗୀଙ୍କର ଏମଆରଆଇ ସ୍କାନ୍ କରାଯିବା ପରେ ତାଙ୍କ ମୁଣ୍ଡରେ ଏକ ବଡ ଟ୍ୟୁମର ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା ଯାହାକି ଖପୁରୀ ହାଡ ବାହାରକୁ ବାହାରି ଆସିବା ସହ ମସ୍ତିଷ୍କରେ ଏକ ବଡ ଯାଗା ମାଡିବସିଥିଲା । 

ଏହା ଛଡା ମସ୍ତିଷ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ । ଧମନୀ ଚାରିପଟେ ଏହି ଟ୍ୟୁମର ବେଡି ରହିଥିଲା । ଏହା ଏକ କଷ୍ଟକର ପରିସ୍ଥିତି ଥିଲା ଏବଂ ଅସ୍ତ୍ରୋପଚାର ନିଷ୍ପତି ମଧ୍ୟ ସର୍ଜିକାଲ୍ ଟିମ୍ ପାଇଁ ଖୁବ୍ ଆହ୍ବାନପୂର୍ଣ୍ଣ ଥିଲା । କାରଣ ଏହାଦ୍ଵାରା ପ୍ରଚୁର ରକ୍ତସ୍ରାବ ଅଥବା ଶରୀରର କୌଣସି ଅଂଶ ପକ୍ଷାଘାତ ହେବାର ମଧ୍ୟ ସମ୍ଭାବନା ରହିଥିଲା । ତେବେ ସମ ହସ୍ପିଟାଲର ସିନିୟର ନ୍ୟୁରୋସର୍ଜନ୍ ଓ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇ ସମସ୍ତ ଯୋଜନା କରିଥିଲେ । ଯଦିଓ ଏହି ପ୍ରକ୍ରିୟା ଖୁବ ଜଟିଳ ଥିଲା ତେବେ ସମ୍ପୂର୍ଣ୍ଣ ୫୦୦ ଗ୍ରାମର ଟ୍ୟୁମର ଏବଂ କ୍ଷତିଗ୍ରସ୍ତ ହୋଇଥିବା ମସ୍ତିଷ୍କର ଧମନୀଟିକୁ ବାହାର କରାଯାଇଥିଲା । ସାଧାରଣତଃ ଜଣେ ବୟସ୍କ ବ୍ୟକ୍ତିଙ୍କର ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ରହିଥାଏ ।

ପ୍ରଫେସର ଡାକ୍ତର ପାଣିଗ୍ରାହୀ ଆନେଥେସିଷ୍ଟ ଡାକ୍ତର ସୁଦୀପ୍ତ ମହାପାତ୍ର ଏବଂ ଡାକ୍ତର ସୁନୀତା ସାଇଁଙ୍କ ସହଯୋଗରେ ବିନା କୌଣସି ସମସ୍ୟାରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିଥିଲେ । ରୋଗୀ ଜଣଙ୍କ ସାହ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଥିବା ବେଳେ ଅସ୍ତ୍ରୋପଚାର ପରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥିଲା । ନ୍ୟୁରୋ ଇ ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା । ସୁସ୍ଥ ହେବା ପରେ ରୋଗୀଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ।

ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ରଚିତ ପୁସ୍ତକ ‘ବିପ୍ଳବର ପଥେ' ଲୋକାର୍ପିତ

ଭୁବନେଶ୍ୱର, ଭୁବନେଶ୍ବରସ୍ଥିତ ନାଗଭୂଷଣ ଭବନରେ ସିପିଆଇ (ଏମ୍.ଏଲ) ଲିବରେସନର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାରର୍ଯ୍ୟଙ୍କ ଦ୍ଵାରା ମହାନ୍ ବିପ୍ଳବୀ ନାଗଭୂଷଣଙ୍କ ଚରିତ ପୁସ୍ତକ ‘ବିପ୍ଳବର ପଥେ’ର ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର ଉକ୍ତ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି । ଏହି ପୁସ୍ତକକୁ ସମୀକ୍ଷା କରି ପ୍ରଫେସର ବିଜୟ ବହିଦାର କହିଛନ୍ତି ଯେ, ନାଗଭୂଷଣ ସମାଜର ପରିବର୍ଭନ ଲାଗି ଉକ୍ତ ପୁସ୍ତକରେ କୃଷକ, ଶ୍ରମିକ ଓ ବିଶେଷକରି ମହିଳା ସମାଜକୁ ଆହ୍ବାନ ଦେଇଥିଲା ବେଳେ ଜାତିପ୍ରଥାକୁ ଉଚ୍ଛେଦ କରିବା ଲାଗି କହିଛନ୍ତି । ନାଗଭୂଷଣ କହିଥିଲେ ଯେ, ଲୋକମାନଙ୍କ ଆନ୍ଦୋଳନ ଫଳରେ ସମାଜରେ ପରିବର୍ତ୍ତନ ସମ୍ଭବ ହୋଇପାରିବ । 

ସ୍ଵାଧୀନତା ଆନ୍ଦୋଳନ ପୂର୍ବରୁ କୃଷକମାନଙ୍କ ଆନ୍ଦୋଳନ ସ୍ବାଧିନତା ଆଣିବା ଲାଗି ପଥ ପରିଷ୍କାର ହୋଇଥିଲା ବୋଲି ନାଗଭୂଷଣ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ପରେ ସ୍ଵପ୍ନ ଓ ସଂକଳ୍ପ ଶୀର୍ଷକରେ ଆଲୋଚନା କରି ଦୀପଙ୍କର ଭଟ୍ଟରର୍ଯ୍ୟ କହିଲେ ଯେ, ନାଗଭୂଷଣ ଜଣେ ସର୍ବଭାରତୀୟ ନେତା ଥିଲେ ଓ ଭାରତବର୍ଷର କୃଷକ, ଦଳିତ, ଆଦିବାସୀ ଓ ବିଶେଷକରି ମହିଳାଙ୍କ ଲାଗି ତାଙ୍କର ସଂଗ୍ରାମ ଜାରି ରଖୁଥିଲେ । ଆଜି ଭାରତବର୍ଷରେ ମଧ୍ୟ ଦଳିତ, ସଂଖ୍ୟାଲଘୁ, ମହିଳା, କୃଷକମାନଙ୍କ ଫାସିବାଦୀ ମୋଦି ସରକାରର ଆକ୍ରମଣ ବ୍ୟାପକ ଭାବେ ବଢିବାରେ ଲାଗିଛି । ଏହାକୁ ଯେ ବିରୋଧ କରୁଛି, ତାଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଇ ଗିରଫ କରାଯାଉଛି । 

ଏବେ ଭାରତରେ କୃଷକମାନଙ୍କ ଦୀର୍ଘ ଏକବର୍ଷ ଧରି ଆନ୍ଦୋଳନ ଫଳରେ ଯେଉଁ ଐତିହାସିକ ବିଜୟ ହୋଇଛି, ଏହା ସ୍ପଷ୍ଟ କରିଛି ଯେ, ଭାରତରେ ବାମ, ଗଣତାନ୍ତ୍ରିକ ଶକ୍ତିର ଏକତା ଓ ବଡ଼ ଆନ୍ଦୋଳନର ଆବଶ୍ୟକତା ରହିଛି । ଏହା ଫଳରେ ଭାରତବର୍ଷର ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ପୂର୍ବତନ ବିଧାୟକ ତଥା ସିପିଆଇ(ଏମ୍.ଏଲ) ଲିବରେସନର କେନ୍ଦ୍ରୀୟ କମିଟି ସଭ୍ୟ ରାଧାକାନ୍ତ ସେଠି ସ୍ୱାଗତ ଭାଷଣ ଦେଇଥିବା ବେଳେ ସିପିଆଇ(ଏମ୍.ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧୁଷ୍ଠିର ମହାପାତ୍ର ସଭାପତିତ୍ବ କରିଥିଲେ । ଶେଷରେ ସିପିଆଇ(ଏମ୍.ଏଲ) ଲିବରେସନର ରାଜ୍ୟ କମିଟି ସଦସ୍ୟ ମହେନ୍ଦ୍ର ପରିଡ଼ା ଧନ୍ୟବାଦ ର୍ପଣ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସାଥୀ ତିରୁପତି ଗମାଙ୍ଗ, ଅଶୋକ ପ୍ରଧାନ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ନାଗଭୂଷଣ ପଟ୍ଟନାୟକଙ୍କ ସହିତ କାର୍ଯ୍ୟ କରିଥିବା ଶରତ ତ୍ରିପାଠୀ, ଦିବାକର ବେଉରିଆଙ୍କୁ ସମ୍ମାନିତ କରାଯାଇଥିଲା । ଯୁବ ସାଥୀ ମଧୁସୁଦନ ସେ ସିପିଆଇ(ଏମ୍.ଏଲ୍) ଲିବରେସନରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସିପିଆଇ ନେତା ଦିବାକର ନାୟକ, ଏସୟସିଆଇ (କମ୍ୟୁନିଷ୍ଟ ) ଛବି ମହାନ୍ତି ଓ ଫରୱାର୍ଡ଼ ବ୍ଳକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ ।

ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ

ଭୁବନେଶ୍ୱର, ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ଅପେକ୍ଷା କରି ପ୍ରତ୍ୟେକ ବର୍ଷ ଭାରତରେ ପ୍ରାୟ ୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ଦେଶରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ କିଡ଼ନୀ ପ୍ରତ୍ୟାରୋପଣର ଆବଶ୍ୟକତା ରହିଥିବା ବେଳେ ମାତ୍ର ୫ ହଜାର ପ୍ରତ୍ୟାରୋପଣ ସମ୍ଭବ ହୋଇପାରୁଛି । ସେହିପରି ଯକୃତ ରୋଗରେ ପୀଡ଼ିତ ହୋଇ ଅଙ୍ଗଦାନକାରୀ ନ ମିଳିବା କାରଣରୁ ପ୍ରାୟ ୨ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ବିଶ୍ଵ ସାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ଭାରତରେ ଅଙ୍ଗ ଦାନର ମାତ୍ରା ମାତ୍ର ୦.୦୧ ପ୍ରତିଶତ ବୋଲି ବିଶିଷ୍ଟ ଗ୍ୟାସ୍ଟ୍ରୋଏରୋଲୋଜିଷ୍ଟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ ଶନିବାର ସୂଚନା ଦେଇଛନ୍ତି । 

ଜାତୀୟ ଅଙ୍ଗ ଦାନ ଦିବସ ପାଳନ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ସାହୁ କହିଥିଲେ ଯେ ଭାରତରେ ପ୍ରତ୍ୟେକ ଦିନ ଜୋନର ନ ମିଳିବା କାରଣରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି । ଅଙ୍ଗ ପ୍ରତ୍ୟାରୋପଣର ଖୁବ୍ ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ଭାରତରେ ମାତ୍ର ୩୯ ହଜାର ଅଙ୍ଗ ପ୍ରତ୍ୟାରୋପଣ ସମ୍ଭବ ହୋଇପାରିଥିଲା ବୋଲି ଡଃ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଡାକ୍ତର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍କରାଜ ସାମନ୍ତସିଂହାର, ଆଡିସନାଲ ଡିନ୍ ଡାକ୍ତର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ, ନ୍ୟୁରୋଇସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଏବଂ ନସିଂ ସୁପରିଟେଣ୍ଡେଟ୍ ଶ୍ରୀମତି ମିନତି ବେହେରା ଉପସ୍ଥିତ ଥିଲେ । 

କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାଂଶ ବକ୍ତାମାନେ ଅସୁସୁ ରୋଗୀମାନଙ୍କ ନିମନ୍ତେ ଅଙ୍ଗଦାନ କ୍ଷେତ୍ରରେ ସଚେତନତାର ଅଭାବ ହିଁ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ କରିଥିଲେ । ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସାହୁ କହିଥିଲେ ଯେ ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଅଙ୍ଗଦାନ କରିପାରିବ । ଡାକ୍ତର ସାହୁ କହିଥିଲେ ଯେ ଜଣେ ନବଜାତ ଶିଶୁ ଯିଏକି ଜନ୍ମ ହେବାର ୧୦୦ ମିନିଟ୍ ମଧ୍ୟରେ ମୃତ୍ୟୁବରଣ କରିଥିଲା ସେ ତା’ର ଦୁଇଟି କିଡ୍‌ନୀ ଦାନ କରିପାରିଛି । ସେହିପରି ଜଣେ ୧୦୭ ବର୍ଷର ମହିଳାଙ୍କ କର୍ନିଆ ମଧ୍ୟ ବ୍ୟବହାର ହୋଇପାରିଛି । ଯେ କୌଣସି ବୟସର ବ୍ୟକ୍ତି ଅଙ୍ଗଦାନ କରିପାରିବେ ବୋଲି ଡାକ୍ତର ସାହୁ କହିଥିଲେ । ପ୍ରଫେସର ସାହୁ କହିଥିଲେ ଯେ ଆମ ଦେଶରେ ଅଙ୍ଗଦାନର ଅନେକ ସୁଯୋଗ ରହିଛି । ତେବେ ଏ ନେଇ ଲୋକେ ସଚେତନ ହେବା ଆବଶ୍ୟକ ।

କେବଳ ଗତ ମାସ କେବଳ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ୧୦ ଜଣ ଚେନ୍ ଡେଡ୍ ହୋଇଥିବା ବ୍ୟକ୍ତିଙ୍କ ଅଙ୍ଗ ତାଙ୍କ ପରିବାର ପକ୍ଷରୁ ଦାନ କରାଯାଇଥିବା ସେ କହିଥିଲେ । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ସାହୁ କହିଥିଲେ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଅଙ୍ଗଦାନ ନେଇ ପ୍ରାୟତଃ ଅନିଚ୍ଛା ପ୍ରକାଶ କରିଥାନ୍ତି । ଯଦି କୌଣସି ରୋଗୀଙ୍କୁ ପଚରାଯାଏ ଯେ ତାଙ୍କ ପରିବାରର କେହି ସଦସ୍ୟ କିମା ବନ୍ଧୁ ତାଙ୍କ ପାଇଁ ରକ୍ତଦାନ କରିବେ କି ତେବେ ପ୍ରାୟତଃ ତାଙ୍କ ଉତର ରହିଥାଏ ରକ୍ତ ଅନ୍ୟ କେଉଁଠାରୁ ମିଳିପାରିବ କି ? ଏହା ଲୋକଙ୍କର ସାଧାରଣ ଚିନ୍ତାଧାରାକୁ ପ୍ରକାଶ କରେ ବୋଲି ପ୍ରଫେସର ସାହୁ କହିଥିଲେ ।

ଲୋକମାନେ ଏ ଦିଗରେ ଉଚିତ୍ ଚିନ୍ତା କରି ନିଷ୍ପତି ନେବା ଉଚିତ୍ ବୋଲି ସେ କହିଛନ୍ତି । ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ପୋଷ୍ଟମୋର୍ଟକୁ ରାତିରେ କରାଯିବାର ସରକାରଙ୍କ ନିଷ୍ପତି ଦ୍ଵାରା ଅଙ୍ଗଦାନର ମାତ୍ରା ବୃଦ୍ଧି ପାଇବ । ଏହା ଏକ ଐତିହାସିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଏବଂ ଅଙ୍ଗଦାନ କ୍ଷେତ୍ରରେ ଏହା ଖୁବ୍ ସାହାଯ୍ୟ କରିବ ବୋଲି ସେ କହିଥିଲେ ।

ଚାଷୀହନ୍ତା ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି

ଭୁବନେଶ୍ୱର, ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି, ଚାଷୀ ହନ୍ତା ମଧ୍ୟ ଚଳିତ ବର୍ଷରେ ବମାନ ପର୍ଯ୍ୟନ୍ତ ୭ ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ଗତ ନଭେମ୍ବର ୧୬ ତାରିଖରେ ବାଲେଶ୍ବର ଜିଲ୍ଲାର ଜଳେଶ୍ଵରର ଶାଳୀକୋଠା ଗ୍ରାମର ଚାଷୀ ଲକ୍ଷ୍ମୀ ନାରାୟଣ ଜେନା ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଚକଡ଼ା ପୋକ ତାଙ୍କୁ ୪ ଏକର ଧାନ କ୍ଷେତକୁ ନଷ୍ଟ କରି ଦେଇଥିଲା । ଏହି ଚାଷ ପାଇଁ ସେ ୨ ଲକ୍ଷ ଟଙ୍କା ଶତକଡ଼ା ମାସିକ ୪% ହାରରେ ଗାଁ ମହାଜନଠୁ ସୁଧରେ ଆଣିଥିଲେ । ଚାଷ ନଷ୍ଟ ହେବା ନେଇ ଏବଂ ଋଣ ସୁଝି ନ ପାରିବାର ଭୟ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା । ଠିକ୍ ଅନୁରୂପ ଭାବରେ ଚଳିତ ମାସ ୨୦ ତାରିଖରେ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ତୃଣବେଡ଼ା ଗାଁର ବିଭୂତି ଭୂଷଣ ସରକାର ମଧ୍ୟ ନିଜର ୨ ଏକର ପରିମିତ କୋବିଚାଷର ଫସଲ ଅଜଣା ପୋକ ଦ୍ଵାରା କ୍ଷତି ଗ୍ରସ୍ତ ହେବା ଏବଂ ୨ ଲକ୍ଷ ଟଙ୍କାର ଋଣବୋଝ ଦ୍ଵାରା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । 

ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପରିଣାମଦର୍ଶୀ କୃଷିନୀତି ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରି ଚାଲିଛନ୍ତି ଏବଂ ସେଥିପାଇଁ ରାଜ୍ୟର ନବୀନ ସରକାର ଚାଷୀ ହତ୍ୟାକାରୀ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି । ଏହି ଆତ୍ମହତ୍ୟା କରିଥିବା ସମସ୍ତ ଚାଷୀ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବୀ କରିଛନ୍ତି । ବିଧାନସଭାରେ ସର୍ବଦଳୀୟ ପ୍ରସ୍ତାବ ପାରିତ କରି ରାଜ୍ୟ ସରକାର ଧାନ ଲ ପ୍ରତି ସର୍ବନିମ୍ନ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରି କେନ୍ଦ୍ରକୁ ପତ୍ର ପଠାଇଥିଲେ । ରାଜ୍ୟ ସରକାର କେନ୍ଦ୍ରକୁ ଏହି ପତ୍ରଟି ପଠାଇ ଦେଇ ଚୁପ୍ ହୋଇ ବସିବା ଏକ ହାସ୍ୟାସ୍ପଦ । ଯଦି ଚାଷୀମାନଙ୍କ ପ୍ରତି ପ୍ରକୃତ ସମ୍ବେଦନଶୀଳତା ଥାଏ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସରକାରଙ୍କ ଭଳି ଧାନ କିଣାରେ ପ୍ରତି କ୍ଲି ଲିରେ ଅତିରିକ୍ତ ସହାୟତା ଦେଇ ଓଡ଼ିଶା ସରକାର ଚାଷୀମାନଙ୍କଠୁ ୨୯୩୦ ଟଙ୍କାରେ ନିଜେ ଧାନ କିଣି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି ।

ଏହା ସହିତ ରାଜ୍ୟର ସମସ୍ତ ଚାଷୀଙ୍କଠାରୁ ସବୁ ଖରିଫ ଧାନ କିଣିବା ପାଇଁ ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ମଣ୍ଡି ଖୋଲିବା, ପୂର୍ବ ବର୍ଷ ଭଳି କୌଣସି ଏକ ଚାଷୀଙ୍କ ଟୋକନ ଲା ନ କରିବା, କଟଣୀ ଛଟଣୀ ବନ୍ଦ କରିବା, ପରିବହନ ଖର୍ଚ୍ଚ ଓ ଅଖାର ଦାମ୍ ଚାଷୀଙ୍କୁ ଦେବା ପାଇଁ ସେ ଦାବୀ କରିଛନ୍ତି । ଆଜି ପର୍ଯ୍ୟନ୍ତ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀମାନଙ୍କର ସୁରକ୍ଷା ପାଇଁ ଆଇନ ସରକାର ଆଣିଲେ ନାହିଁ । ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିହିତ ପଦକ୍ଷେପ ନ ନେବା ଭାଗଚାଷୀମାନଙ୍କ ପ୍ରତି କୁର ପରିହାସ କାଳିଆ, ବଳିଆର ପ୍ରହେଳିକାରୁ କ୍ଷାନ୍ତ ରହି ଚାଷୀ କୂଳର ପ୍ରକୃତ ସମସ୍ୟାପ୍ରତି ସରକାର ଧାନ ନ ଦେବା ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ଏମ.ଏସ୍.ପିର ଆଇନଗତ ବ୍ୟବସ୍ଥା, ପ୍ରଚଳିତ ଏମ.ଏସ୍.ପିର ବୃଦ୍ଧି, ଚକଡ଼ା ପୋକ ଓ ଅଦିନିଆ ବର୍ଷାଦ୍ଵାରା ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଆର୍ଥିକ ସହାୟତା, ସମସ୍ତ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ଭାଗଚାଷୀ ସୁରକ୍ଷାର ଆଇନ ପ୍ରଣୟନ, ଅଣଧାନ ଚାଷର ଅଭିବୃଦ୍ଧି, ସମସ୍ତ ଚାଷୀଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ, ଆଳୁ ପିଆଜ ଓ ଅନ୍ୟ ପନିପରିବା ଓ ଫୁଲ ଚାଷର ବ୍ୟାପକତା ପାଇଁ ତୁରିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେମାନେ ଦାବୀ କରିଛନ୍ତି ।

ଚାଷୀମାନଙ୍କର ଉପରୋକ୍ତ ସମସ୍ୟାଗୁଡ଼ିକୁ ନେଇ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ କଂଗ୍ରେସ ଆୟୋଜନ କରିବ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ଦାସ କହିଥିବା ବେଳେ ଏଥିପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯିବ ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ପ୍ରତି ଅଣଦେଖାକୁ ପ୍ରତିବାଦ କରାଯିବା ପାଇଁ ଏହି ବୈଠକରେ ଆନ୍ଦୋଳନର ରୂପରେଖ ଚୂଡ଼ାନ୍ତ ହେବ ବୋଲି ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପଦାଧୁକାରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର, ଓଡ଼ିଶାରେ ଜନଜାତିଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବହୁ ପ୍ରଗତିଶୀଳ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ଜନଜାତିଙ୍କର ଶୈକ୍ଷିକ ବିକାଶ ଓ ଅନ୍ୟାନ୍ୟ ବିକାଶ ସଂପର୍କିତ କାର୍ଯ୍ୟକ୍ରମର ବହୁଳ ପ୍ରଭାବ ତାଙ୍କ ଜୀବନ ଓ ସମାଜରେ ଅନୁଭୂତ ହେଉଛି । ଏହି କଲ୍ୟାଣମୂଳକ ଯୋଜନା ସମଗ୍ର ଭାରତର ପ୍ରଶାସକ, ନୀତିନିଦ୍ଧାରକ ଓ ଯୋଜନା ନିର୍ବାହୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏ ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ଝାଡ଼ଖଣ୍ଡର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପଦାଧୁକାରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ।

ପ୍ରଥମ ଦିବସରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଶ୍ରୀ ବିଶ୍ୱରଞ୍ଜନ ସାସମଲ ଝାଡ଼ଖଣ୍ଡର ଅତିରିକ୍ତ ସଚିବ ଶ୍ରୀ ରବିରଞ୍ଜନ ମିଶ୍ର ଓ ଆଇଟିଡ଼ିଏ, ରାଞ୍ଚର ପ୍ରକଳ୍ପ ପ୍ରଶାସକ ସୁଧୀର ବାରାକୁ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ଶିକ୍ଷାର ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ ଅନୁସୂଚିତ ଜନଜାତିଙ୍କ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନାଗୁଡ଼ିକୁ ଝାଡ଼ଖଣ୍ଡର ପଦାଧୁକାରୀମାନେ ପ୍ରଶଂସା କରିଥିଲେ ।

ସ୍ଵତନ୍ତ୍ର ସଚିବ ଶ୍ରୀ ବିଶ୍ୱରଞ୍ଜନ ସାସମଲ, ବିଭାଗୀୟ ନିର୍ଦ୍ଦେଶକ (ଏସ୍‌ଟି) ଗୁହା ପୁନମ ତାପସ କୁମାର, ନିର୍ଦ୍ଦେଶକ, ଏସ୍‌ସିଏସ୍‌ଟିଆର୍‌ଟିଆଇ ପ୍ରଫେସର ଡ.) ଏ. ବି. ଓତା ଏବଂ ଓଡ଼ିଶା ସରକାରଙ୍କର ଅନ୍ୟାନ୍ୟ ପଦାଧୁକାରୀମାନେ ଝାଡ଼ଖଣ୍ଡର ପଦାକାରୀଙ୍କ ସହ ଭାବ ବିନିମୟ କରିଥିଲେ । ଓଡ଼ିଶା ରାଜ୍ୟରେ ଜନଜାତି ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଏକ ଉପସ୍ଥାପନା କରାଯାଇଥିଲା ।

ସହିଦନଗର ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ଭୁବନେଶ୍ୱର, ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଡ଼ିଶା ବ୍ୟାଡମିଣ୍ଟନ ଏକାଡେମିର ନିର୍ଦ୍ଦେଶକ ଶ୍ରୀ କୈଳାଶ ଚନ୍ଦ୍ର ଦାସ ଏଠାରେ ଉପସ୍ଥିତ ରହି ଏକାଡେମୀର ଭିତ୍ତିଭୂମି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।

କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିବା ଏବଂ ଓଡ଼ିଶା ସରକାର ବ୍ୟାଡମିଣ୍ଟନ ତଥା ବିଭିନ୍ନ କ୍ରୀଡ଼ାକୁ ଏତେ ପରିମାଣର ପ୍ରୋତ୍ସାହନ ଦେଉଥିବା ଜାଣି ପି. ଗୋପିଚାନ୍ଦ ବେଶ ଖୁସି ପ୍ରକଟ କରିଥିଲେ । ଏଥୁ ସହ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡାକୁ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଉଛନ୍ତି ତାହା ଅଭୂତପୂର୍ବ ବୋଲି ସେ କହିଥିଲେ । ରାଜ୍ୟ ତଥା ଦେଶରେ ବ୍ୟାଡମିଣ୍ଟନର ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଯେଉଁ ସବୁ କାର୍ଯ୍ୟକ୍ରମ କରାଯିବ ସେ ନେଇ ବରିଷ୍ଠ ଅଧୁକାରୀ ମାନଙ୍କ ସହ ସେ ଆଲୋଚନା କରିଥିଲେ । ଏଥୁ ସହିତ ଆଗକୁ ଯେଉଁ ବଡ ବଡ଼ ପ୍ରତିଯୋଗିତା ଆୟୋଜନ ହେବ ସେ ବିଷୟରେ ମଧ୍ୟ ଗୋପିଚାନ୍ଦ ଅଧକାରୀ ଓ କୋଚମାନଙ୍କ ସହ ଆଲୋଚନା କରିଥିଲେ । 

ଏହି ଅବସରରେ ସେ ଏଠାକାର ଜିମ୍ ଓ ହଷ୍ଟେଲ ବୁଲି ଦେଖିବା ସହ ପିଲାଙ୍କ ମନୋବଳ ବୃଦ୍ଧି ପାଇଁ ତାଙ୍କ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ । ଗତକାଲି ଗୋପିଚାନ୍ଦ ଏଠାରେ ପହଞ୍ଚ ହକି ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର, ଭିନୀଲ କ୍ରିଷ୍ଣାଙ୍କ ସହ ଏକ ବୈଠକରେ ଯୋଗଦେବା ସହ କଳିଙ୍ଗ ଷ୍ଟାଡିୟମରେ ନିର୍ମାଣଧୀନ ଡାଲମିୟା-ଗୋପିଚାନ୍ଦ ହାଇ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ । ଏହି ସେଣ୍ଟର ରାଜ୍ୟରୁ ନିଶ୍ଚିତ ଭାବେ ବହୁ ଭଲ ଅନ୍ତର୍ଜାତୀୟ ପ୍ରତିଭା ସୃଷ୍ଟି କରିବାରେ ସମର୍ଥ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ବର କୋର୍ଟ ପରିଦର୍ଶନ

ଭୁବନେଶ୍ୱର, ଭୁବନେଶ୍ୱର ଓକିଲ ସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ଡା ଏସ୍, ମୂରଲୀଧର, ହାଇକୋର୍ଟର ରେଜିଷ୍ଟାର ଜେନେରାଲ ଓ ଭୁବନେଶ୍ବର ଜିଲ୍ଲାଜଜ ଶ୍ରୀ ରାମଶଙ୍କର ହୋତାଙ୍କ ସମେତ ସମସ୍ତ ଜୁଡ଼ିସିଆଲ ଅଫିସରବୃନ୍ଦ ଯୋଗ ଦେଇଥିଲେ । ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ, ସମ୍ପାଦକ ଶ୍ରୀଯୁକ୍ତ ରାଜକିଶୋର ଦାସ, ଉପସଭାପତି ଶ୍ରୀଯୁକ୍ତ ଦେବୀଦତ୍ତ ବାରିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ଏବଂ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ । 

ସଂଘର ସଭାପତି ଶ୍ରୀଯୁକ୍ତ ନିର୍ମଳ କିଶୋର ରଥ ମୁଖ୍ୟ ବିଟ୍ଟରପତି ମହୋଦୟଙ୍କୁ ସଂଘ ତରଫରୁ ଏକ ଦାବି କରିଥିଲେ କି ଭୁବନେଶ୍ବରରେ ଓଡ଼ିଶାର ସବୁଠାରୁ ଅଧିକ କେଶ୍ ବଢି ଯାଉଥିବାରୁ ଆଉ ଗୋଟିଏ ଫାମିଲ୍ କୋର୍ଟ, ଦୁଇଟି ସିଭିଲ୍‌ ଜଜ୍, ସିନିୟର ଜଜ୍ କୋର୍ଟ ଓ ଗୋଟିଏ ସିଭିଲ୍‌ ଜଜ୍ ଜୁନିଅର ଡିଭିଜନ କୋର୍ଟ ସହିତ ଆଉ ୧୦ଟି ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ୍ କୋର୍ଟ ଖୋଲିବା ପାଇଁ ଦାବି କରାଯାଇଥିଲା । ମାନ୍ୟବର ମୁଖ୍ୟ ବିରରପତି ମହୋଦୟ ଭୁବନେଶ୍ବରରେ ପଡ଼ି ରହିଥିବା ଆଶାତୀତ କେଶ୍ ଗୁଡ଼ିକର ତୁରନ୍ତ ଫଇସଲା ପାଇଁ ଏହିସବୁ ନୂତନ କୋର୍ଟ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । 

ଏହି ଅବସରରେ ସମ୍ପାଦକ ଶ୍ରୀ ରାଜକିଶୋର ଦାସ ମାନ୍ୟବର ମୁଖ୍ୟ ବିଷ୍ଟରପତିଙ୍କୁ ନେଇ ନିର୍ମାଣଧନ ଜୁଡ଼ିସିଆଲ କମ୍ପୃକ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ଏହି ସଭାରେ ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶିବାନନ୍ଦ ରାୟ, ଶ୍ରୀଯୁକ୍ତ ନିର୍ମଳ ପଟ୍ଟନାୟକ, ଶ୍ରୀଯୁକ୍ତ ଅରୁପ ଗନ୍ଦ, ଶ୍ରୀଯୁକ୍ତ ସୁଦାମ ଦାସ ଓ ବାର୍ କାଉନ୍‌ସିଲର ପୂର୍ବତନ ସଦସ୍ୟ ବିଭୁ ପ୍ରସାଦ ତ୍ରିପାଠୀଙ୍କ ସମେତ ୫୦୦ରୁ ଉର୍ଣ୍ଣ ଆଇନ୍‌ଜୀବୀ ଉପସ୍ଥିତ ଥିଲେ । ସଭା କାର୍ଯ୍ୟ ପରିରଳନା କରିଥିଲେ ସଂଘର ଉପସଭାପତି ଶ୍ରୀ ଦେବୀଦତ୍ତ ବାରିକ ଏବଂ ସର୍ବଶେଷରେ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଅଶୋକ କୁମାର ବଡ଼ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

କିଷାନ୍ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଏ.ଆଇ.ଏସ୍.ଏଫ୍ ‘ସଂଘର୍ଷ ଦିବସ’ ପାଳନ କଲା

ଭୁବନେଶ୍ୱର, କିଷାନ୍ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଏ.ଆଇ.ଏସ୍.ଏଫ୍, ‘ସଂଘର୍ଷ ଦିବସ’ ପାଳନ କରାଯିବ ସହ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଅଜୟ ବିଷ୍ଟ, ଅଜୟ ମିଶ୍ର, ଅମ୍ବାନୀ ଓ ଆଦାନୀଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଖରା, ବର୍ଷା, ଶୀତ, ଲାଠି, ଲୁହ ବୁହା ଗ୍ୟାସ ଇତ୍ୟାଦି ସବୁ ଅତ୍ୟାଚାର ସହି ୭୦୦ ରୁ ଊଦ୍ଧ ଚାଷୀ ଶହୀଦ ହୋଇଛନ୍ତି ଏହି ଆନ୍ଦୋଳନରେ । ଦୀର୍ଘ ଏକ ବର୍ଷର ସଂଗ୍ରାମ ଫଳରେ କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଏହି ଆନ୍ଦୋଳନର ଦାବି ସମୂହ ଭିତରେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବା ପାଇଁ ଆଇନ୍ ପ୍ରଣୟନ ଓ ବିଦ୍ୟୁତ୍ ବିଲ୍ ପ୍ରତ୍ୟାହାର ମଧ୍ୟ ରହିଛି ଯାହା ସରକାର ଗ୍ରହଣ କରିନାହାନ୍ତି । 

ମୁଷ୍ଟିମେୟ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ପାଇଁ କେନ୍ଦ୍ର ସରକାର ସର୍ବଦା ଚେଷ୍ଟିତ । ଶିକ୍ଷା, ରେଳ, ବ୍ୟାଙ୍କ, ଏଲ୍.ଆଇ.ସି., ପୋର୍ଟ ଆଦି ସମସ୍ତ ରାଷ୍ଟ୍ରୀୟ ସମ୍ପରିକୁ ଆଦାନୀ, ଅମ୍ବାନୀ ଭଳି ଅରବପତିଙ୍କ ହାତକୁ ଟେକି ଦେବାପାଇଁ ସମସ୍ତ ଯୋଜନା ଓ ଆଇନ୍ ଆଣୁଛନ୍ତି । ଏହା ବ୍ୟତୀତ ଜନ ବିରୋଧୁ ସମସ୍ତ ଆଇନ୍ ସି.ଏ.ଏ., ୟୁ.ଏ.ପି.ଏ, ଶ୍ରମିକ ବିରୋଧ ଶ୍ରମ କୋର୍ଡ ପ୍ରତ୍ୟାହାର ଓ ଶିକ୍ଷା ବିଧ୍ୱଂସକାରୀ ଜାତୀୟ ଶିକ୍ଷାନୀତି – ୨୦୨୦ ବାତିଲ ନ ହେବା ପର୍ଯ୍ୟନ୍ତ ଛାତ୍ର ସମାଜ ଆନ୍ଦୋଳନ ଜାରି ରଖୁବ ବୋଲି କୁହାଯାଇଛି । ଏହି ବିକ୍ଷୋଭରେ ଅଷ୍ଟ୍ରଳ ଭାରତ ଛାତ୍ରସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନା, କାର୍ଯ୍ୟକାରୀ ସମ୍ପାଦକ କାହ୍ନଚରଣ ପରିଡ଼ା, ଶୁଭାରାଣୀ ସାହୁ, ଦିନେଶ ରାଉତ, ବିବେକ କ୍ରିଷ୍ଣ, ଲକ୍ଷ୍ମୀପ୍ରିୟା ଦାସ, ମନୋରଞ୍ଜନ ରାଉତ ଆଦି ୩୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ମାଷ୍ଟର ଗିରିଜା ଶଙ୍କର ରୋଡ୍ ସେଫ୍ଟି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉଦୀୟମାନ ଯୁବଛାତ୍ର ସ୍ୱର୍ଗତ ଗିରିଜା ଶଙ୍କରଙ୍କ ସ୍ମୃତିରେ ଗଢି ଉଠିଥିବା ମାଷ୍ଟର ଗିରିଜା ମେମୋରିଆଲ ଟ୍ରଷ୍ଟର ତୃତୀୟ ପ୍ରତିଷ୍ଠା ଦିବସ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । 

ପ୍ରକାଶଥାଉକି, ମାଷ୍ଟର ଗିରିଜା ଶଙ୍କର ବିଶିଷ୍ଟ ସମାଜସେବୀ ତଥା ଅଧ୍ୟାପିକା ଅମୀୟବାଳା ପରିଡ଼ା ଓ ସ୍ୱର୍ଗତ ଚଣ୍ଡିପ୍ରସାଦଙ୍କର ଏକମାତ୍ର ପୁତ୍ର ଥିଲେ । ଏକମାତ୍ର ପୁତ୍ରର ଦୁର୍ଘଟଣାଜନିତ ଅକାଳ ମୃତ୍ୟୁରେ ପ୍ରିୟମାଣ ହୋଇଥିଲେ ମଧ୍ୟ ଧୈର୍ଯ୍ୟହରା ନହୋଇ ସେହି ଦିନଠାରୁ ସଡ଼କ ସୁରକ୍ଷା କାର୍ଯ୍ୟରେ ନିଜକୁ ଜିତ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବା ବେଳେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି, ଆଇ ଏଡ଼ିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ ଓ ସୁର ଭାଇବ୍ରେସନର ଅଧ୍ୟକ୍ଷା ଜୟଶ୍ରୀ ଧଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ ଓଡ଼ିଶାରେ ସଡ଼କ ସୁରକ୍ଷାର ସ୍ଥିତି’ ସମ୍ପକିତ ଆଲୋଚନାଚକ୍ରରେ ଭାଗ ନେଇଥିଲେ । 

ଏହି ଅବସରରେ ଦୁର୍ଘଟଣା ଓ ଜୀବନ ରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ଟେଲି ଚଳଚ୍ଚିତ୍ର ‘ଦେବଦୂତ ସମାରିଟାନ’ ଲୋକାର୍ପିତ ହୋଇଥିଲା । ସମାରିଟାନ ରାଧା ଗୋବିନ୍ଦ ସାହୁଙ୍କୁ ଟ୍ରଷ୍ଟ ତରଫରୁ ୨୦୦୦ ଟଙ୍କା ଓ ଫାଷ୍ଟଏଡ଼୍ ବକ୍ସ ପ୍ରଦାନ କରାଯିବା ସହିତ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍‌ଥ ୟୁନିକୁ ‘ତୃତୀୟ ଗିରିଜା ସ୍ମୃତି ସମ୍ମାନ- ୨୦ ୨୧' ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ଅମିୟବାଳା ପରିଡ଼ା ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ । 

ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ମୀତା ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀଯୁକ୍ତ ବିକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଗିରିଜାର ‘ଅନ୍ନ ଦାନ ମହା ପୂଣ୍ୟ’ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଓ ଅତିଥିମାନେ ସାମିଲ୍ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମଳୟ ରାଉତରାୟ, ସାଗର ଦାସ, ରୋଜା ଘୋଷ, ଶୁଭମ୍ ପରିଡ଼ା, ଚିରଞ୍ଜିବ ଦାସ, ଆକାଶ କୁମାର ମୁନି ଉପସ୍ଥିତ ରହି ସହୟତା କରିଥିଲେ ।

ବଲାଙ୍ଗୀରର ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଅଞ୍ଚଳର ବଡପଡା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍‌ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ବପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରି ଚାଲିଥିଲେ ଏବଂ ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା JEE Mainରେ ୯୯.୩୫ ପ୍ରତିଶତ ମାର୍କ ରଖି NIT Warangalରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି।

କିନ୍ତୁ ଏଥିରେ ଅର୍ଥ ହୋଇଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ତାଙ୍କର ଆଡ୍‌ମିଶନ ପାଇଁ ଆବଶ୍ୟକ ଅର୍ଥ ନଥିଲା। କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ଆଡମିଶନ ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଥିଲେ । ଏହାଦ୍ବାରା ତାଙ୍କର ଆଡମିଶନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ। ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ବିଧାନସଭା ପରିସରରେ ସମ୍ବିଧାନ ଦିବସ ପାଳନ ଅବସରରେ ଶପଥ ପାଠ

ଭୁବନେଶ୍ୱର, ଭାରତୀୟ ସମ୍ବିଧାନ ଦିବସ ଅବସରରେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଶପଥପାଠ କାର୍ଯ୍ୟକ୍ରମ । ଅନୁଷ୍ଠିତ ହୋଇଯାଇଛି । ଏହି ଶପଥପାଠ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାନସଭା ସଚିବ ଶ୍ରୀ ଦାଶରଥୀ । ଶତପଥୀ ଯୋଗଦେଇ ବିଧାନସଭା ସଚିବାଳୟ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ସମ୍ବିଧାନ ପ୍ରତି ଆନୁଗତ୍ୟ ରକ୍ଷା କରିବା ପାଇଁ ତଥା ଶ୍ରଦ୍ଧା ଓ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ ପାଇଁ ସେ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ଯୁଗ୍ଧ ନିର୍ଦ୍ଦେଶକ (ଗବେଷଣ) ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ବିଧାନସଭାର ଅକାରୀମାନେ ଯୋଗଦେଇଥିଲେ ।

ଏନ୍‌ସିସି ଶିବିରରେ ସୋଆ ଏନ୍‌ସିସି କ୍ୟାଡେଙ୍କୁ ପ୍ରଶଂସାପତ୍ର

ଭୁବନେଶ୍ୱର, ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନସ ବିଭାଗରର ଛାତ୍ର ଅଙ୍କିତ ରାଜ ବିଶ୍ବାଳ । ଏସିସି ପକ୍ଷରୁ ପ୍ରଶଂସାପତ୍ର ପାଇଥିବାରୁ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଅର୍ଜନ କରିଛନ୍ତି ।  ଆଇଟିଇଆର୍ ଏସିସି ପ୍ଲାଟୁନୁର ସିନିୟର ଅଣ୍ଡର ଅଫିସର ଶ୍ରୀ ବିଶ୍ବାଳ ବୁଧବାର ଦିନ ଚନ୍ଦ୍ରଶେଖରପୁର ସ୍ଥିତ ଡେପୁଟୀ ଡାଇରେକ୍ଟର ଜେନେରାଲଙ୍କ ସ୍ଥାୟୀ କାର୍ଯ୍ୟାଳୟର ଉଦ୍‌ଘାଟନ ଉତ୍ସବରେ ଏସିସିର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟର ମୁଖ୍ୟ) କମୋଡର ସୋମେନ୍ ବାନାର୍ଜୀଙ୍କ ଠାରୁ ଏହି ପ୍ରଶଂସା ପତ୍ର ଗ୍ରହଣ କରିଛନ୍ତି ।

୨୦୨୧ ପାଇଁ ତାଙ୍କୁ କଟକ ଏସିସି ଗୁପୁର ଶ୍ରେଷ୍ଠ କ୍ୟାଡେଟ୍ ଭାବେ ବଛା ଯାଇଥିଲା । ଏଥି ସହିତ ତାଙ୍କୁ ଗୁପ୍ତ କମାଣ୍ଡର ରଜନୀଶ କପୁର ୪୦୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ । ଶ୍ରୀ ବିଶ୍ବାଳ । କଟକ ଏସିସିର କମାଣ୍ଡିଙ୍ଗ ଅଫିସର ୪(ଓ)ର ଲେଫୁନଃଟ କର୍ଣ୍ଣେଲ ଉମେଶ ମାର ଏବଂ ଆଇଟିଇଆର ଆସୋସିଏଟ ଏସିସି ଅଫିସର ଲେଫ୍ନ୍ୟଟ () ସଚିଦାନନ୍ଦ ସାହୁଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ନିଜର ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ ଶ୍ରୀ ବିଶ୍ବାଳଙ୍କୁ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ଏସିସିର ଆଡିସନାଲ୍ ଡାଇରେକ୍ଟର ଜେନେରାଲ୍ ମେଜର ଜେନେରାଲ ପି. ସେହରାଙ୍କ ଠାରୁ କଟକ । ଏସିସି ଗୁପ୍ତ ମୁଖ୍ୟକାର୍ଯ୍ୟାଳୟରେ ଆପ୍ରିସିଏସନ୍ ମେଡାଲ ପ୍ରଦାନ କରାଯାଇଛି ।

ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଞ୍ଚାଓ ଦିବସ ପାଳିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧ୍ୟ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ସମ୍ବିଧାନର ସୁରକ୍ଷା ନ ହେଲେ ଦେଶ ସୁରକ୍ଷିତ ହୋଇପାରିବ ନାହିଁ । ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନରେ ଥୁବା ନିତି, ନିୟମ ଓ ମୌଳିକ ଅଧୁକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ତାହା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । 

ଆମେ ପ୍ରତ୍ୟେକ ନାଗରିକ ଏ ଦିଗରେ ସଚେତନ ରହି କାର୍ଯ୍ୟକରିବା ଦରକାର । ସମ୍ବିଧାନ ପ୍ରତି ସମ୍ମାନ ଜଣାଇ ଓ ଏହାର ସୁରକ୍ଷା ପାଇଁ ଆଜି ନେତୃବୃନ୍ଦ ଓ କର୍ମୀମାନେ ବୈଠକରେ ଶପଥ ନେଇଥିଲେ । ଉଦ୍‌ବୋଧନ ଦେଇ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ, ପୂର୍ବତନ ବିଧାୟକ ବିପିନ ଦାସ, ଉପସଭାପତି ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ସସ୍ମିତା ବେହେରା, ରମଣି ଉଲ୍ଲାକା ଓ ପତ୍ନାକର ଗୁରୁ ପ୍ରମୁଖ ଅନୁସୂଚୀତ ଜାତିର ଉନ୍ନତି ତଥା ସୁରକ୍ଷା ନିମନ୍ତେ ଉପାଦେୟ ପରାମର୍ଶମାନ ଦେଇଥିଲେ । 

ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କଂଗ୍ରେସ ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା, ଜାନକୀ ମଲ୍ଲିକ ଓ ଦିନବନ୍ଧୁ ଅଧୁକାରୀଙ୍କୁ ଏବଂ ଅନୁସୂଚିତ ଜାତି ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସର୍ବଶ୍ରୀ ଜୟନ୍ତ ଭୋଇ, ନରୋତମ ନାୟକ, ସୁବାଷ ପ୍ରଧାନ, ସନ୍ତୋଷ କୁମାର, ତାପସ ସେଠୀ, ଶିବଶଙ୍କର ବେହେରା, ପ୍ରଫୁଲ୍ଲ ଦିଗଲ ଓ ଦେବେନ୍ଦ୍ର ପ୍ରସାଦ ଦାସଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ବୈଠକର ପ୍ରାରମ୍ଭରେ ଡ. ବି. ଆର ଅମ୍ବେଦକରଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମନୋରଞ୍ଜନ ଦାଶ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, କନକଲତା ମଲ୍ଲିକ, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି ଦୀପକ ମହାପାତ୍ର, ଦେବୀ ପ୍ରସାଦ ବାହାଲିଆ, ଗୋବିନ୍ଦ ମଲ୍ଲିକ, ନିମାଇ ରାଉତ, ସଂକୁନା କହଁର, ଏମଡ଼ି ସାହାଦୁଲ୍ଲା, କୁଳମଣି ସାହୁ, ମୁନି ଥାଭା, ସୁକାନ୍ତ ତିଆଡ଼ି, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ଶିଶୁମାନଙ୍କ ଉପରେ ହେଉଥିବା ହିଂସା ଓ ଯୌନ ଶୋଷଣକୁ ରୋକିବାପାଇଁ ସମୟ ଓ ସହଯୋଗ ଆବଶ୍ୟକ

ଭୁବନେଶ୍ବର, ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ହିଂସା ଓ ଯୌନ ଶୋଷଣକୁ ରୋକିବାପାଇଁ ସବୁ ସ୍ତରରେ ସମୟ ଓ ସହଯୋଗ ଆବଶ୍ୟକ । ସରକାରୀ ଓ ବେସରକାରୀ ସଂସ୍ଥା ସହିତ ସାମାଜିକ ସଂଗଠନଗୁଡିକ ଏ କ୍ଷେତ୍ରରେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡାକ୍ତର ମିନତି ବେହେରା । ଶିଶୁ ଯୌନ ଶୋଷଣ ମହାମାରୀ ଭଳି ବ୍ୟାପୁଥିବାବେଳେ ଏହାର  ନିରାକରଣ ଲାଗି ଉଭୟ ବାପ ମା' ଓ ଶିଶୁମାନଙ୍କୁ ସଚେତନ କରିବାଲାଗି ସେ ପରାମର୍ଶ ଦେଇଛନ୍ତି । 

ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସା ଓ ଯୌନ ଶୋଷଣକୁ ରୋକିବାପାଇଁ ଏଠାରେ ନେସନାଲ ଆକ୍ସନ ଆଣ୍ଡ କୋଢିନେସନ ଗୃପ୍ ଫର ଏନଟିଂ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭିଏସି) ଇଣ୍ଡିଆ, ସେଛାସେବୀ ସଂଗଠନ ପିପୁଲ୍‌ସ କଲଚରାଲ ସେଣ୍ଟର (ପିକକ), ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓପନ ଇରିଂ ସିଷ୍ଟମ ଏବଂ ଡବ୍ଲ୍ୟୁଭିଆଇ ଓ ବିଏଜେର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦିନିକିଆ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତର ବେହେରା ଏହା କହିଛନ୍ତି । 

ସେ କହିଛନ୍ତି ଯେ ମହିଳା କମିଶନ ମହିଳାମାନଙ୍କ ସମସ୍ୟାର ସମାଧାନ ସହିତ ଶିଶୁଙ୍କ ସମସ୍ୟାରେ ମଧ୍ୟ ହସ୍ତକ୍ଷେପ କରିପାରିବେ । ହେଲେ ବର୍ଭମାନ ଶୋଷଣର ଶିକାର ହେଉଥିବା ମହିଳା କିମ୍ବା ଶିଶୁମାନେ ଆଇନ୍ ଅଦାଲତ ଝାମେଲାରେ ପଶିବାକୁ ଚାହୁଁନଥିବାରୁ କମିଶନ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ସଂଧାବତୀ ପ୍ରଧାନ କହିଥିଲେ ଯେ । ଶିଶୁମାନଙ୍କୁ ସୁରକ୍ଷା ଦେବାପାଇଁ ଆମ ଭିତରେ ମାନସିକତା ସୃଷ୍ଟିହେବା ଦରକାର । ସମାଜରେ ଧର୍ଷଣ ସହିତ ପ୍ରମାଣ ନଷ୍ଟପାଇଁ ଧର୍ଷିତାଙ୍କୁ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟୁଛି । 

ଏହାର ନିରାକରଣ ପାଇଁ ପିଲାଙ୍କ ଠାରୁ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଚେତନ କରିବାକୁ ପଡିବ । ଶିଶୁଙ୍କ ସୁରକ୍ଷାପାଇଁ ଗ୍ରାମ ଓ ପଞ୍ଚାୟତ ସ୍ତରରୁ କମିଟି ଗଠନ ପାଇଁ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ମତ ଦେଇଥିଲେ । ରାଜ୍ୟ ଶିଶୁ ସୁରକ୍ଷା । ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଥିଲେ ଯେ ପିଲାଙ୍କ ପ୍ରତିଭାକୁ ଶକ୍ତିରେ ପରିଣତ କରିବା ସମସ୍ତଙ୍କର ଦାୟିତ୍ । ସହଯୋଗ-ସହଭାଗିତା-ସମୟ ନରହିଲେ ଏତେବଡ ଆହ୍ବାନକୁ ମୁକାବିଲା କରିବା କଷ୍ଟକର ହେବ । ତେଣୁ ତଳ ସ୍ତରରୁ ସମନ୍ବୟ ରକ୍ଷା । ଉପରେ ସେ ଗୁରୁତ୍ବ ଦେଇଥିଲେ ।

ଏନ୍ ଏସିଜି--ଇଭିଏସି ଇଣ୍ଡିଆର ରାଜ୍ୟ ସଂଯୋଜକ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ଏନ୍ ଏସିଜି-ଇଭିଏସିର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅଇନ୍ ଶିଶୁ ଶୋଷଣ ମାମଲା ଗତ ୨ ବର୍ଷରେ ୪ଶହ ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ପ୍ରତିହତ ପାଇଁ ସବୁ ସ୍ତରରେ ସରକାରୀ-ବେସରକାରୀ ସିଭିଲ ସୋସାଇଟି ମଧ୍ୟରେ ସମନ୍ବୟ ରକ୍ଷା ଆବଶ୍ୟକ । ନିକଟରେ ଅନୁଷ୍ଠିତ ଶିଶୁ ସମ୍ମିଳନୀରେ ପାରିତ ପ୍ରସ୍ତାବ ସଂକ୍ରାନ୍ତରେ ଶିଶୁ ପ୍ରତିନିଧ ଶ୍ରଦ୍ଧାଞ୍ଜଳି ଖଟାଇ ସୂଚନା
ଦେଇଥିଲେ ।

ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଆଇନ୍ ବିଶ୍ଵବିଦ୍ୟାଳୟ, ଓଡିଶାର ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ଓଏସ୍‌ସିପିସିଆର ସଦସ୍ୟ ସୁଶ୍ରୀ ଦିବ୍ୟ ଶାଶ୍ବତୀ, ପୂର୍ବତନ ସଦସ୍ୟ ଶ୍ରୀ ହରିହର ନାୟକ, ଆଇଜୀବୀ ଶ୍ରୀମତୀ ବିଶେଶ୍ବରୀ ମହାନ୍ତି, ଓଏସ୍‌ସିପିଏସ୍‌ର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପ୍ରୀତିକାନ୍ତ ପଣ୍ଡା, ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି, ରାଜ୍ୟ ମହିଳା କମିଶନର ସଦସ୍ୟ ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି, ମହିଳା ଓ ଶିଶୁ ବିକାଶ ବିକାଗର ବରିଷ୍ଠ କନସଲଟାଣ୍ଟ ଶ୍ରୀମତୀ ମଧୁସ୍ମିତା ଦାସ ପ୍ରମୁଖ ପସୋ ଆଇନ ଏବଂ କିଶୋର ସୁରକ୍ଷା ଓ ଯତ୍ନ ଆଇନ, ଅନଲାଇନ୍ ନିରାପତ୍ତା ଏବଂ ଶିଶୁ ଅନୁକୂଳ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । 

ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ସରକାରୀ ଅଧିକାରୀ, ସେଛାସେବୀ ସଂସ୍ଥାର ପ୍ରତିନିଧ୍ୟ, ଲୋକପ୍ରତିନିଧୁମାନେ ଉପସ୍ଥିତ ଥିଲେ । ଡବ୍ଲ୍ୟୁଭିଆଇର ବୀରେନ କୁମାର ଦିଗଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିକର ଧର୍ମାନନ୍ଦ ସୁନ୍ଦରରାୟ, ସତ୍ୟଜିତ ମହାପାତ୍ର ଓ ସତ୍ୟସୁନ୍ଦର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ ମିଳିତ ଶୋଭାଯାତ୍ରା

ଭୁବନେଶ୍ୱର, ଐତିହାସିକ କୃଷକ ଆନ୍ଦୋଳନ ଏବଂ ଶ୍ରମିକ ଧର୍ମଘଟର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ବରରେ କୃଷକ-ଶ୍ରମିକମାନଙ୍କର ମିଳିତ ଶୋଭାଯାତ୍ରା ଏବଂ ସଭା ସଂଗଠିତ ହୋଇଯାଇଛି । ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଏକ ମିଳିତ ପଟୁଆର ବାହାରି ଲୋୟର ପିଏମ୍‌ଜି ଛକଠାରେ ପହଞ୍ଚ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସଂଯୁକ୍ତ କିଷାନ ମୋର୍ଚା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ ଏବଂ କୃଷକନେତା ସୁରେଶ ପାଣିଗ୍ରାହୀଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭାକୁ ପରିଗୁଳନା କରିଥିଲେ ।

ଏହି ସଭାରେ ସଂଯୁକ୍ତ କିଷାନ ମୋର୍ଚା ତରଫରୁ କ୍ଷରୋଦ କୁମାର ସିଂଦେଓ , ଜମେଶ୍ବର ସାମନ୍ତରାୟ, ରଘୁନାଥ ଦାସ, ବଂଶୀଧର ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପାଢୀ, ନରେନ୍ଦ୍ର ମହାନ୍ତି, ବାସୁଦେବ ଦାସ, ସୁଦର୍ଶନ ପ୍ରଧାନ ଏବଂ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ତରଫରୁ ରାମଚନ୍ଦ୍ର ପଣ୍ଡା, ରମେଶ ଜେନା, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ପରିଲତା ମହାପାତ୍ର, ସତ୍ୟବ୍ରତ ନାୟକ, ମହିଳା ନେତ୍ରୀ ଛବି ମହାନ୍ତି ଏବଂ ମିନତୀ ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖ୍ ମୋଦି ସରକାରର କୃଷକ-ଶ୍ରମିକ ବିରୋଧୀ ନୀତିଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ । କୃଷକ ଏବଂ ଶ୍ରମିକମାନଙ୍କର ସମସ୍ତ ନ୍ୟାୟପୂର୍ଣ୍ଣ ଦାବୀଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରାୟ, ଜଗନ୍ନାଥ ମିଶ୍ର, ଅଭିରାମ ବେହେରା, ପ୍ରଦୀପ୍ତ ନାୟକ, ସୁର ଜେନା, ରାଧାକାନ୍ତ ସେଠି, ତାପସୀ ପ୍ରହରାଜ, ଯତୀନ ମହାନ୍ତି, ବିଶ୍ୱପ୍ରିୟ କାନୁନଗୋ, ନିରଞ୍ଜନ ମହାନ୍ତି, ରଜେନ୍ଦ୍ର ବର୍ମା, ପ୍ରଭାତ ପାଣିଗ୍ରାହୀ, ବସନ୍ତ ସାହୁ, ବିମଳୀ ନାୟକ, ଜଗଦୀଶ ଜେନା, ରାମଚନ୍ଦ୍ର ତ୍ରିପାଠୀ, ଋମ୍ବୁରୁ ସୋରେନ ପ୍ରମୁଖ ବହୁ ନେତୃତ୍ଵ ଅଂଶଗ୍ରହଣ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ (୧) ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ କୃଷକ ବିରୋଧୀ ତିନି କଳା କୃଷି ଆଇନ ରଦ୍ଦ ଘୋଷଣାକୁ ସଂସଦୀୟ ପ୍ରକ୍ରିୟାରେ ତୁରନ୍ତ କାର୍ଯ୍ୟକାରୀ କରାଯାଉ ( ୨) ଶ୍ରମିକ ବିରୋଧୀ ଋରୋଟି 

ଶ୍ରମ କୋଡ ପ୍ରତ୍ୟାହାର କରାଯାଉ (୩) ଏମ୍.ଏସ୍. ସ୍ଵାମୀନାଥନ ଜାତୀୟ କୃଷକ କମିଶନର ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି) ପାଇଁ ଆଇନଗତ ବ୍ୟବସ୍ଥା କରାଯାଉ (୪) ଜନବିରୋଧୀ ବିଦ୍ୟୁତ୍ (ସଂଶୋଧନ) ବିଲ୍‌- ୨୦୨୦ ପ୍ରତ୍ୟାହାର କରାଯାଉ (୫) ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ବରଖାସ୍ତ କରାଯାଉ (୬) କୃଷକ ଆନ୍ଦୋଳନରେ ସହୀଦ ହୋଇଥିବା ୭୦୦ରୁ ଉଦ୍ଧ କୃଷକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହିତ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉ (୭) ମନିଟାଇଜେସନ ନାମରେ ଜାତୀୟ ସମ୍ପତ୍ତି ଏବଂ ସମ୍ପଦକୁ ବିକ୍ରି କରିବା ବନ୍ଦ କରାଯାଉ (୮) ଅଦିନିଆ ଲଗାଣ ବର୍ଷାଜନିତ ବ୍ୟାପକ ଫସଲ କ୍ଷତି ପାଇଁ ଋଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ । 

ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରାଯାଉ (୯) ଭାଗଗଷୀଙ୍କୁ ଋଷୀର ଅଧିକାର ଏବଂ ଋଷୀ ପାଉଥିବା ସମସ୍ତ ସରକାରୀ ସୁବିଧା ଭାଗଗୃଷୀଙ୍କୁ ପ୍ରଦାନ କରାଯାଉ । ଭାଗଋଷୀଙ୍କ ଅଧୁକାର ପାଇଁ ଏକ ଭାଗଟ୍‌ଷୀ ସୁରକ୍ଷା ଆଇନ ପ୍ରଣୟନ’ କରାଯାଉ (୧୦) ସମସ୍ତ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା ଏବଂ ଆଦିବାସୀଙ୍କ ଦ୍ଵାରା ସଂଗୃହିତ ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମ୍.ଏସ୍.ପି ପ୍ରଦାନ କରାଯାଉ (୧୧) ଡ଼ିଜେଲ, ପେଟ୍ରୋଲ, ରନ୍ଧନଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ପ୍ରତ୍ୟାହାର କର ।


ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିକ ଶ୍ରଦ୍ଧାସୁମନ

ଭୁବନେଶ୍ୱର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜୟ କିରଣ ଟ୍ରଷ୍ଟ, ଅକ୍ଷର ଓ ବିନୋବା ସେବା ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସ୍ମତିସଭାରେ ରାଜ୍ୟ ସୂଚନା କମିଶନର ଦିଲ୍ଲୀପ ବିଶୋଇ ସଭାପତିତ୍ବ କରି ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଓଡ଼ିଶା ରାଜନୀତିର ଜଣେ ସାଲିସ୍ ବିହୀନ ସଂଗ୍ରାମୀ ନେତା ବୋଲି କହିଥିଲେ । 

ମୁଖ୍ୟ ଅତିଥୁ ରୂପେ ବୟୋଜ୍ୟେଷ୍ଠ ସମାଜସେବୀ ଆଶାଲତା ଦାସ ଯୋଗଦେଇ ରାଜନୀତି ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହେବା ଉଚିତ ଯାହା ନବବାବୁ ଚିନ୍ତା କରୁଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର କାର୍ଯ୍ୟନିର୍ବାହୀ ଅଧୁକାରୀ ନିବେଦିତା ଆଶ୍ଚର୍ଯ୍ୟ ନିଜର ଅତୀତର ସମୁଦ୍ରରେ ଇଣ୍ଡୋନେସିଆ ଜଳଯାତ୍ରା ସମ୍ପର୍କରେ ବାଖ୍ୟାନ କରି ଯୁବବର୍ଗ ଦୁଃସାହସିକ ହୋଇ ରଚନାତ୍ମକ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।

ପ୍ରାରମ୍ଭରେ ଜୟ କିରଣ ଟ୍ରଷ୍ଟର ସମ୍ପାଦିକା ସୁମିତ୍ରା ଜେନା ସ୍ୱାଗତ ଭାଷଣ ଦେବା ସହ ସଭାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଅନ୍ୟ ବକ୍ତାଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନାରାୟଣ ରେଡ଼ି, ସିପ୍ରା ମଲ୍ଲିକ, ପୂର୍ବତନ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଜାତୀୟ ମାନବାଧକାର କମିଶନ, ନୂଆଦିଲ୍ଲୀ କୋର୍ ସଦସ୍ୟ ମନୋଜ ଜେନା, ସ୍ତମ୍ଭକାର ଅମିୟ ପାଣ୍ଡବ ପ୍ରମୁଖ ନବବାବୁଙ୍କ ଆଦର୍ଶ, ଜୀବନ ଓ କାର୍ଯ୍ୟଧାରା ଉପରେ ବକ୍ତବ୍ୟ ରଖିଥଲେ । ନାରୀନେତ୍ରୀ ଡ. ଗୀତାଞ୍ଜଳି ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଶିଷ୍ଟ ଶିକ୍ଷାବିତ୍ ଦୟାନିଧେ ନାୟକଙ୍କ ସ୍ମୃତିରେ ସ୍ମରଣିକା ଉନ୍ମୋଚିତ

ଭୁବନେଶ୍ୱର, ଛାତ୍ରବତ୍ସଳ ଶିକ୍ଷକ ତଥା ସମାଜସେବୀ ସ୍ୱର୍ଗତ ଦୟାନିଧ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଜୀବନୀ ସମ୍ବଳିତ ଏକ ସ୍ମରଣିକା ପୁସ୍ତକ ଆଜି ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବିଧାନସଭା ସଚିବ ଯୋଗ ଦେଇ ସ୍ଵର୍ଗତ ନାୟକଙ୍କ ବହୁବିଧ ଦକ୍ଷତା ଉପରେ ଆଲୋକପାତ କରିଥିଲେ । 

ଜଣେ ବିଶିଷ୍ଟ ଶିକ୍ଷାବିତ୍,ଛାତ୍ରବତ୍ସଳ, ସମାଜସେବୀ ଭାବରେ ତାଙ୍କର ଅଜସ୍ର ଖ୍ୟାତି ଏବଂ ରାଜକନିକା ସାର୍ବଜନିକ ଦୁର୍ଗା ପୂଜା କମିଟି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରାଣପ୍ରତିଷ୍ଠାତା ସଦସ୍ୟ ଭାବେ ତାଙ୍କର ଗରିମାମୟ କର୍ଯ୍ୟକଳାପ ପାଇଁ ଅଞ୍ଚଳରେ ସେ ବିଖାତ ବ୍ୟକ୍ତି ଥିବା ଏବଂ ତାଙ୍କର ତ୍ୟାଗପୂତ ସାଧନା, ନିସ୍ୱାର୍ଥପର ଓ ଉତ୍ସର୍ଗୀକୃତ ସେବା ଏବଂ ମାନବବାଦୀ । ଚିନ୍ତାଧାରା ପାଇଁ ସେ ଚୀର ଅମର ରହିବେ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଞ୍ଜିନିୟର ପ୍ରଶାନ୍ତ କୁମାର ସ୍ବାଇଁ, ତ୍ରିଭୁବନ ମହାପାତ୍ର, ପ୍ରଭାସ ଚନ୍ଦ୍ର ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛି ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର, ଦେଶ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ରାଜ୍ୟବ୍ୟାପି ପାଳନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଯଜ୍ଞଶ୍ଵର ବାବୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଶ୍ରୀ ବାବୁ କହିଛନ୍ତି ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତି ପାଳନ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇଛି । 

ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ଥିବା ବେଳେ ରାଜ୍ୟ ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ଆବାହକ ଭାବେ ଏବଂ ପତ୍ନାକର ଗୁରୁ, ରବିନ୍ଦ୍ରନାଥ କର, ବଟକୃଷ୍ଣ ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ୟାସିର ନୱାଜ, ବନ୍ଦିତା ପରିଡ଼ା, ଗିରିବାଳା ବେହେରା ଓ ଅମୀୟ ପାଣ୍ଡବ ସଭ୍ୟ ଭାବରେ ରହିଛନ୍ତି । ସେହିପରି ବାଙ୍ଗଲାଦେଶ ମୁକ୍ତି ଯୁଦ୍ଧ ସ୍ମରଣୀୟ ସ୍ଵର୍ଣ୍ଣଜୟନ୍ତୀ ଆସନ୍ତା ଡିସେମ୍ବର ମାସ ୭ ତାରିଖ ଦିନ ପାଳନ କରିବାପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ପିସିସି ଉପସଭାପତି ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷ ଥିବାବେଳେ ପିସିସି ମୁଖପାତ୍ର ପତ୍ନାକର ଗୁରୁଙ୍କୁ ସଂଯୋଜକ ଭାବେ ଏବଂ ସସ୍ମିତା ବେହେର, ଅଶୋକ କୁମାର ଦାସ, ଅମିୟ କୁମାର ପାଣ୍ଡବ, ରଞ୍ଜିତ କୁମାର ଦାସ, ମମତା କୁଣ୍ଡୁ, ସତ୍ୟବ୍ରତ ନାୟକ ଓ ନିମାଇ ସରକାରଙ୍କୁ ସଭ୍ୟ ଭାବେ ରହିଛନ୍ତି । 

ଶ୍ରୀଯୁକ୍ତ ବାବୁ ସୂଚନା ଦେଇ କହିଛନ୍ତି ଚଳିତ ମାସ ୧ ତାରିଖ ଠାରୁ ୨୦୨୨ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ ନିରନ୍ତର ଚାଲୁ ରହିବ । ଏହି ସଭ୍ୟସଂଗ୍ରହ ଅଭିଯାନରେ ରାଜ୍ୟରେ ଅନୁନ୍ୟ ୧୦ ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ବୋଲି କହିବା ସହ ମାର୍ଚ୍ଚ ୩୧ ୨୦୨୨ ସୁଦ୍ଧା ସଭ୍ୟଭୁକ୍ତ ହୋଇଥିବା ସଭ୍ୟ କଂଗ୍ରେସର ଦଳୀୟ ନିର୍ବାଚନରେ ଭାଗ ନେଇପାରିବେ ବୋଲି ସେ ଉଲ୍ଲେଖ୍ୟ କରିଛନ୍ତି । ମାର୍ଚ୍ଚମାସ ଶେଷସୁଦ୍ଧା ପ୍ରତି ପଂଚାୟତରେ ଗୋଟିଏ । ଗୋଟିଏ ସମବାୟ ଭିତିକ କୃଷକ ସଂଗଠନ କରାଯିବ ରାଜ୍ୟର ପ୍ରତ୍ୟେକ ଅଂଚାୟତର ପ୍ରତ୍ୟେକ ୱାର୍ଡରେ ୫ ଜଣ ସଦସ୍ୟଙ୍କୁ ନେଇ ୱାର୍ଡରେ ୱାର୍ଡ଼ କଂଗ୍ରେସ ସହାୟତା କେନ୍ଦ୍ର ମାଧମରେ ୱାର୍ଡରେ ବସବାସ କରୁଥିବା ପରିବାର ମାନଙ୍କ ଭିତରୁ ଯୋଗ୍ୟ ହିତାଧୁକାରୀ ମାନଙ୍କୁ ଚିହ୍ନଟ କରି ବାର୍ଦ୍ଧକ୍ୟ ଭତା, ବିକଳାଙ୍ଗ ଭତା, ବିଧବା ଭତା, ଆବାସ ଯୋଜନା, ଜମିପଟ୍ଟନା, ପାଇଖାନା ପ୍ରଭୃତି ସରକାରୀ ବ୍ୟବସ୍ଥାର ସଠିକ ବିନିଯୋଗ ପାଇଁ ନିରନ୍ତର ରଚାନାତ୍ମକ କାର୍ଯ୍ୟ ମାଧମରେ ସଂଘର୍ଷ ଜାରି ରଖୁବେ । 

ୱାର୍ଡ କଂଗ୍ରେସ ସହାୟତା କେନ୍ଦ୍ରର ସଦସ୍ୟମାନେ ଜନସାଧାରଣଙ୍କ ସେବା ନିମନ୍ତେ ନିୟୋଜିତ ହେବେ ଏବଂ ଟିକସ ଦାତାଙ୍କର ଅର୍ଥର ସଦ ବିନିଯୋଗ ପାଇଁ ସକ୍ରୀୟ ଯବାନ ହେବେ । କୃଷିରଣ ଛାଡ଼, ସ୍ବୟଂସହାୟକ ଗୋଷ୍ଠିର ଋଣ ଛାଡ଼, ପ୍ରତ୍ୟେକ ଗରିବ ପରିବାରକୁ ଅନୁନ୍ୟ ମାସକୁ ନ୍ୟାୟ ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ, ଶିକ୍ଷିତ ବେକାରୀ ଯୁବକଯୁବତୀଙ୍କ ନିଯୁକ୍ତି କିମ୍ବା ବେକାରୀ ଭତା ପ୍ରଦାନ ପ୍ରଭୃତି ବିଷୟରେ ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରିବେ । ସେହିପରି ଆସନ୍ତା ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ ସେବାଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସଦ୍‌ଭାବନା ଯାତ୍ରାରେ ପ୍ରତି ଗ୍ରାମପଂଚାୟତରୁ ଅନୁନ୍ୟ ଜଣେ ପ୍ରତିନିଧୁ ଆସି ଯୋଗଦେବେ । ଫଚାୟତ ନିର୍ବାଚନ ପୂର୍ବରୁ ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସଂପାଦକ ସାଂସଦ ଡଃ ଏ ଚେଲା କୁମାର ସବୁ ଜିଲ୍ଲା ଗସ୍ତକରି କର୍ମୀସମ୍ମିଳନୀ ଓ ସାଧାରଣ ସଭା କରିଆସୁଛନ୍ତି । 

ଏହି ଅବସରରେ ଆସନ୍ତା ମାସ ୪ ତାରିଖ ଓ ୫ ତାରିଖ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଡ. ଚେଲା କୁମାର ନୟାଗଡ଼ ଓ କନ୍ଧମାଳ ଗସ୍ତ କରି କର୍ମୀସମ୍ମିଳନୀ ଓ ସାଧାରଣ ସଭାରେ ଯୋଗଦେବେ ବୋଲି ପିସିସି ଉପସଭାପତି ଶ୍ରୀ ବାବୁ ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପତ୍ନାକର ଗୁରୁ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଓଡ଼ିଶା-୫୦ ଉଦ୍‌ଘାଟିତ ନାରୀ ସଶକ୍ତିକରଣରେ ଓଡ଼ିଶାର ପ୍ରୟାସ ପ୍ରଶଂସନୀୟ : ରାଜ୍ୟପାଳ

ଭୁବନେଶ୍ୱର, ସୃଷ୍ଟିର ଆଧାର ହେଉଛି ନାରୀଶକ୍ତି । ନାରୀଶକ୍ତିର ସଫଳ ଉପଯୋଗ ଓ ପ୍ରୟୋଗରେ ଅଛି ପ୍ରଗତିର ସୂତ୍ର । ଯେଉଁ ସମାଜ ନାରୀଶକ୍ତିକୁ ଅବହେଳା କରିଛି, ଝଚ୍ଚ ନକାରାତ୍ମକ ଫଳ ଭୋଗିଛି । ଭାରତୀୟ ଐତିହ୍ୟ ଓ ପରମ୍ପରାରେ ନାରୀକୁ ସର୍ବୋଚ୍ଚ ଆସନ ଦିଆଯାଇଛି । ସୁଖର କଥା, ସଂପ୍ରତି ନାରୀ ସଶକ୍ତିକରଣ ପାଇଁ ଓଡ଼ିଶାରେ ପ୍ରଶଂସନୀୟ ପ୍ରୟାସ ହେଉଛି ଏବଂ ଏହାର ବ୍ୟାପକ ପ୍ରଭାବ ସବୁସ୍ତରରେ ଅନୁଭୂତ ହେଉଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱରରେ ଫିକି, ମିଶନ ଶକ୍ତି ଓ ‘ସମ୍ବାଦ’ ଆନୁକୂଲ୍ୟରେ ଆୟୋଜିତ “ଓଡ଼ିଶା-୫୦’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ଲାଲ କହିଲେ ଯେ ପରମ୍ପରା ସହ ଆଧୁନିକ ଜ୍ଞାନକୌଶଳର ସମନ୍ବୟ ଆଜିର ଆବଶ୍ୟକତା । ମହିଳାମାନେ ଏଥିରେ ପ୍ରମୁଖ ଭୂମିକା ନେଇପାରିବେ । ଏ ନିମନ୍ତେ ଅନୁକୂଳ ପରିବେଶ ଏକାନ୍ତ ଜରୁରୀ । ଏପରି ପ୍ରୟାସ ଏ ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଏବଂ ମହିଳା ସଶକ୍ତିକରଣ ଓ ମହିଳା । ଔଦ୍ୟୋଗିକତା କ୍ଷେତ୍ରରେ ଏହା ଉତ୍‌ପ୍ରେରକ ଭୂମିକା ନେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ବିଧାୟକ ତଥା ‘ସମ୍ବାଦ’ ଗୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରୟାସ ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ପ୍ରକାଶ କରିବା ସହ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ‘ସମ୍ବାଦ’ ଗୁପ୍ତର ପରିଚାଳନା ନିର୍ଦ୍ଦେଶକ ତଥା ଫିକି ଓଡ଼ିଶାର ଅଧକ୍ଷ ମୋନିକା ନାୟାର ପଟ୍ଟନାୟକ । ଓଡ଼ିଶା-୫୦ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ରାଜ୍ୟପାଳ ୩୩ ଜଣ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ‘ଶାରଦା ସୀମା ସମ୍ମାନ’ ପ୍ରଦାନ କରିଥିଲେ । ଏହି ଅବସରରେ ଏକ କଫି ଟେବୁଲ୍ ବୁକ୍ ‘ ଓଡ଼ିଶା-୫୦’ ମଧ୍ୟ ଉନ୍ମୋଚିତ ହୋଇଥିଲା ।

ସ୍କାଉଟ ଏବଂ ଗାଇଡ୍ସ ନୂତନ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର, ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ଵରଙ୍କ ଅର୍ଚ୍ଚନା । ଏହା ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଓ ଦୀକ୍ଷା । ମାନବବାଦକୁ ଆଧାର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ବ ପାଳନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି । ରାଜଭବନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ୍ ସଂଗଠନର ନବନିଯୁକ୍ତ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଲାଲ କହିଲେ ଯେ ବସୁ ବୋଲି କିଛି ନାହିଁ । 

ଏହା ଚେତନାର ରୂପାନ୍ତର । ସେହି ଚେତନାର ଅନୁଭବ ଓ ଉପଲବ୍ଧି ମଣିଷକୁ ଉଦ୍ଧମୁଖୀ କରାଇଥାଏ । ପ୍ରତ୍ୟେକ ଏକ ଉତ୍ସରୁ ଆସିଥିବାରୁ ସମତା ଭାବରେ ଆୟୁତ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଟି. ପ୍ରସାଦ ରାଓ ରାଜ୍ୟ ଉପସଭାପତି ଭାବରେ ଶପଥ ଗ୍ରହଣ କରିଥିଲେ ।

ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ରାଜଭବନର ବରିଷ୍ଠ ଅଧିକାରୀଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ ଉତ୍ସବରେ ଉପସ୍ଥିତ ଥିଲେ ।

ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କଲେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ

ଭୁବନେଶ୍ବର, ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ ଲଗାତାର ଦୁଇଦିନ ଧରି ରାଜ୍ୟର ଚାରିଟି ଜିଲ୍ଲା ଗସ୍ତ କରିବା ସହିତ ସେଠାରେ । ଗଞ୍ଜେଇ ଚାଷ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ଜଣାପଡିଛି ଯେ ଚାରି ଜିଲ୍ଲା ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଚଳିତବର୍ଷ ବର୍ଭମାନ ସୁଦ୍ଧା ୭୮୬ ଏକରରୁ ଉଦ୍ଧ ଜମିରୁ ୧୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇ ସାରିଲାଣି ।

କମିଶନଙ୍କ ଗସ୍ତର ଅନୁଯାୟୀ ଗଜପତି ଜିଲ୍ଲାରେ ସର୍ବାଧୂକ ୩୮ ୮ ଏକର ଜମିରୁ ୭,୭୬, ୬ ୨୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ୧୯୪ ଏକର ଜମିରୁ ୨,୮୬, ୨୦୦ଟି, କୋରାପୁଟ ଜିଲ୍ଲାରେ ୧୬୧ ଏକର ଜମିରୁ ୧,୯୪, ୮୯୦ଟି ଓ ରାୟଗଡା ଜିଲ୍ଲାରେ ୪୩ ଏକର ଜମିରେ ହୋଇଥିବା ୪୩ହଜାର ଗଞ୍ଜେଇ ଗଛକୁ ଠାବ ସହିତ ନଷ୍ଟ କରାଯାଇଛି । ଅବକାରୀ କମିଶନର ଚଳିତ ମାସ ୨୨ ଓ ୨୩ ତାରିଖରେ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ଗସ୍ତ କରିବା ସମୟରେ ଏହିସବୁ ଜିଲ୍ଲା ସମେତ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ମଧ୍ୟ ସ୍ଥିତି ପରଖୁଥିଲେ । କମିଶନର ଶ୍ରୀ ସିଂହ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଡିଏଫ୍ଓ ଓ ଅବକାରୀ ଅଧୀକ୍ଷକମାନଙ୍କ ସହିତ ସେହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷ ସହିତ ଅନ୍ୟାନ୍ୟ ନିଶା କାରବାର ସ୍ଥିତିର ସମୀକ୍ଷା କରିଥିଲେ । ବିଶେଷକରି ଏହିସବୁ ଜିଲ୍ଲାରେ ଗଞ୍ଜେଇ ଗଛକୁ କିଭଳି ନଷ୍ଟ କରାଯାଇ ପାରିବ ଓ ସ୍ଥାନୀୟ ଲୋକଙ୍କୁ କିଭଳି ଏ ସଂକ୍ରାନ୍ତରେ ସଚେତନ କରାଯାଇ ପାରିବ ତାହା ଉପରେ କମିଶନର ଗୁରୁତ୍ବ ଦେଇଥିଲେ ।

ଗଞ୍ଜେଇ ଚାଷରେ ଜଡିତ ବ୍ୟକ୍ତିମାନଙ୍କ ହାତକୁ ବିକଳ୍ପ ରୋଜଗାର ଯୋଗାଇବା ଉପରେ ଅବକାରୀ କମିଶନର ଗୁରୁତ୍ବ ଆରୋପ କରିଛନ୍ତି । କାରଣ ଆଦିବାସୀ ଅଧୁଷିତ ଇଲାକାର ଲୋକେ ଗଞ୍ଜେଇ ଚାଷ ବେଆଇନ୍ ଓ ଏଥିପାଇଁ ଥିବା ଜେଲ ଜୋରିମାନାର ଭୟାବହତା ସଂକ୍ରାନ୍ତରେ ଜାଣିବା ସହିତ ବିକଳ୍ପ କର୍ମସଂସ୍ଥାନ ପାଇଲେ ସେମାନେ ଆଉ ଏହି ବେଆଇନ୍ ଚାଷ ପ୍ରତି ମନ ବଳାଇବେ ନାହିଁ । ଅବକାରୀ କମିଶନରଙ୍କ କୋରାପୁଟ ଗସ୍ତ ସମୟରେ ଡିଆଇଜି ପୁଲିସ ଆଲୋଚନା ସମୟରେ ଉପସ୍ଥିତ ରହିବା ସହିତ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଆଇନ୍ ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

ସେହିଭଳି ଗଞ୍ଜେଇ ଚାଷ ଅଞ୍ଚଳରେ ଚଢାଉକୁ ବ୍ୟାପକ କରି କିଭଳି ନଷ୍ଟ କରାଯିବ ସେ ସଂକ୍ରାନ୍ତରେ ଅବକାରୀ ଓ ପୁଲିସ ବାହିନୀକୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଏଥିରେ ଜଡିତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ କୁହାଯାଇଛି । ଗଞ୍ଜଇ ଚାଷରେ ଲିପ୍ତ ବ୍ୟକ୍ତିଙ୍କ ହାତକୁ ବିକଳ୍ପ କର୍ମସଂସ୍ଥାନ ଯୋଗାଇବାପାଇଁ ତଳ ସ୍ତରରେ ଯୋଜନା ପ୍ରସ୍ତୁତ ସହିତ ସେମାନଙ୍କୁ ବିଭିନ୍ନ ପ୍ରକାର ଅର୍ଥକରୀ ଚାଷ ଯଥା କୁକୁଡ଼ା ଚାଷ, ଛେଳି ଚାଷ, ଫୁଲଚାଷ ଆଦି ଯୋଗାଇ ଦେବାକୁ କୁହାଯାଇଛି ।

ସେହିଭଳି ବ୍ଲକ, ପଞ୍ଚାୟତ ଓ ଗ୍ରାମ ସ୍ତରରେ କମିଟିମାନ ଗଠନ କରି ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ଏହାର ଭୟାବହତା ଓ ଆଇନ୍‌ଗତ ଦିଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । କୌଣସି ପ୍ରକାରେ ଏହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବା ଉପରେ ଅବକାରୀ କମିଶନର ଗୁରୁତ୍ୱ ଦେବା ସହିତ କାର୍ଯ୍ୟାନୁଷ୍ଠାନ ସମୟରେ ସାଧାରଣ ଲୋକେ ଯେଭଳି ହଇରାଣ ନହୁଅନ୍ତି ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ପ୍ରଦେଶ ଯୁବ କଂଗ୍ରେସର ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ । ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦ

 ଭୁବନେଶ୍ୱର, ଅଖିଳ ଭାରତୀୟ କଂଗ୍ରେସ କମିଟି ଆହ୍ବାନ କ୍ରମେ ଆଜି (ଗୁରୁବାର) ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ଵର ରାଜମହଲ ଛକରେ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଶତାଧିକ କର୍ମୀ ‘ବହୁତ ହୋଇଗଲା ଦରଦାମ ବୃଦ୍ଧି, ଏଥର ହଟିବେ ନବୀନ-ମୋଦି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଡ. ଲେଙ୍କା କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଅଛେ ଦିନର ସୁନେଲି ସ୍ୱପ୍ନ ଦେଖାଇ ମିଥ୍ୟ ପ୍ରତିଶ୍ରୁତି ଦେଇ ଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛନ୍ତି । 


୭୦ ବର୍ଷ ଭିତରେ ଭାରତ ବର୍ଷ ଯେଉଁସ୍ତରରେ ଛିଡ଼ା ହୋଇପାରିଥିଲା, ଗତ ୭ବର୍ଷର ଭାଜପା ସରକାର ତାହାକୁ ତଳିତଳାନ୍ତ କରି ଦେଶକୁ ଭୁଲୁଣ୍ଡିତ କରିଦେଇଛି । ଦେଶର ଗରିବ ଜନସାଧାରଣଙ୍କ ପେଟକୁ ଲାତ ମାରି, ଯୁବପିଢ଼ିଙ୍କୁ ବେରୋଜଗାରର ରାସ୍ତାକୁ ଠେଲି ଦେଇ ମୋଦି ସରକାର କେବଳ ଆଦାନି, ଅମ୍ବାନିଙ୍କ ସମ୍ପତି ବଢ଼ାଇଛି । ବିମୁଦ୍ରିକରଣ ମାଡ଼ରେ ଛୋଟ ଛୋଟ ବେପାରୀମାନେ ଅଂଟା ଭାଙ୍ଗି ପଡ଼ିଛନ୍ତି । କରୋନା ମହାମାରୀ କାଳରେ ଗରିବ ଜନସାଧାରଣ ଖାଇବାକୁ ମୁଠେ ପାଉନାହାନ୍ତି । ସେପଟେ ଆଦାନି, ଅମ୍ବାନୀଙ୍କ ଭଳି ମୋଦିଙ୍କ କେତେଜଣ ହାତ ଗଣତି ପୁଞ୍ଜିପତି ବନ୍ଧୁଙ୍କ ସମ୍ପତି ଦୁଇଗୁଣିତ ହୋଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନରେନ୍ଦ୍ର ମୋଦି ସରକାର ଯେଉଁ ପ୍ରତିଶୁତି ଦେଇଥିଲେ ନା ଖାଉଙ୍ଗା, ନା ଖାନେ ଦୁଙ୍ଗା, ତାହାକୁ ଭୁଲ ପ୍ରମାଣିତ କରି ନିଜେ ଖାଇଛନ୍ତି ଓ ତାଙ୍କର ପୁଞ୍ଜିପତି ବନ୍ଧୁମାନଙ୍କୁ ଖୁଆଇଛନ୍ତି । 

ସେମାନଙ୍କୁ ସୁହାଇଲା ଭଳି ଆଇନ କରି ଦେଶକୁ ବିକ୍ରି କରିଛନ୍ତି । ‘ବହୁତ ହୋଗେୟି ମେହେଙ୍ଗାଇ କି ମାର, ଅବ୍ କି ବାର ମୋଦି ସରକାର’ ର କଥା କହି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବର୍ତମାନ ଅହେତୁକ ଭାବେ ବୃଦ୍ଧି ପାଇଥିବାବେଳେ ରନ୍ଧନ ଗ୍ୟାସ ମୂଲ୍ୟ ଆସି ହଜାର ଟଙ୍କା ଛୁଇଁବାକୁ ବସିଲାଣି । ଏଥିପାଇଁ ମୋଦି ସରକାରଙ୍କୁ ଦେଶର ଜନସାଧାରଣଙ୍କ ଆଗରେ ଜବାବ ଦେବାକୁ ହେବ । ସେପଟେ କଂଗ୍ରେସ ଓ ଭାଜପା ଠାରୁ ସମଦୂରତା ରକ୍ଷା କଥା କହୁଥିବା ବିଜୁ ଜନତା ଦଳ ମଧ୍ୟ ଏସବୁ କାର୍ଯ୍ୟରେ ଭାଜପା ସରକାରକୁ ସମର୍ଥନ ଦେଇ ଆସୁଛି । ତାଙ୍କର ନେତା ସଂସଦରେ ମୋଦି ସରକାରର ଗରିବ ମାରଣ ନୀତିରେ ସମର୍ଥନ ଜଣାଉଛନ୍ତି । ତେଣୁ ଭାଜପା ଓ ବିଜେଡି । ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ବୋଲି ଡ. ଲେଙ୍କା କହିଛନ୍ତି । ଦେଶ ବ୍ୟାପୀ ଏହାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଆମର ନେତା ଶ୍ରୀନିବାସ ବିଭି ଓ କ୍ରିଷ୍ଣା ଆଲାବାରୁଙ୍କ ନେତୃତ୍ବରେ ସାରା ଦେଶରେ ଜନଜାଗରଣ ଅଭିଯାନ ଚାଲିଛି । 

ଓଡ଼ିଶାରେ ମଧ୍ୟ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ବ୍ୟାପୀ ଜନଜାଗରଣ ଅଭିଯାନ ହେଉଛି । ଆଗାମୀ ଦିନରେ ମଧ୍ୟ ଗରିବ ଜନସାଧାରଣଙ୍କ ପାଇଁ ଏହି ବିରୋଧର ସ୍ପରକୁ ଯୁବ କଂଗ୍ରେସ ଅଧୁକ ଶାଣିତ କରିବ ବୋଲି ଡ. ଲେଙ୍କା କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ ପାତ୍ର, ବିଶ୍ୱରଞ୍ଜନ ଦାସ, ସମ୍ପାଦକ ବୀରେନ କୁମାର ଦଳେଇ, ସୃତି ମନ୍ତ୍ରୀ, ଜ୍ଞାନ ରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ରଞ୍ଜିତ ପାତ୍ର, ସ୍ଵାଗତ କର, ବିଶ୍ୱଜିତ ଲେଙ୍କା, ନଳିନୀକାନ୍ତ ନାୟକ, ମନୋଜ ବିଶ୍ୱାଳ, କେଦାର ଦଳେଇ, ଜୀବନ ଶାହାଣୀ, ସମୀର ପାତ୍ର, ବିଶ୍ୱଜିତ ସାଇଁ, ଜୟନ୍ତ କିଷାନ, ରାକେଶ କୁମାର ଦାସ, ବିକାଶ ପାତ୍ର, ଆଶୁତୋଷ ଲେଙ୍କା, ସୌମ୍ୟରଞ୍ଜନ ବେଉରା ପ୍ରମୁଖ ସାମିଲ ହୋଇଥିଲେ ।

ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ  ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏହି ଅବସରରେ ସୋନପୁର ପାଇଁ  ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ  ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ । ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ।

ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।  ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍‌ପିଟାଲ ପ୍ରତିଷ୍ଠା  କରାଯାଉଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ। ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ ।

ଦୁଗ୍‌ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର  ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ବାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ।  ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି ।  ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ।  ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦  ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା  -  ସମସ୍ତେ  ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ। ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଷାନ୍ତ ସିଂହ ଏବଂ ବୌଦ୍ଧରେ  ଯୋଜନା ଓ ସଂଯୋଜନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଶ୍ରୀ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ ଓ ବିଧାୟକ ଶ୍ରୀ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କାର୍ଯ୍ୟକ୍ରମ ଦ୍ବାରା  ଆଜି ରାଜ୍ୟର ଗରିବ ଜନସାଧାରଣ ଟଙ୍କା ଚିନ୍ତାରୁ ମୁକ୍ତ ହୋଇ ଶାନ୍ତିରେ ନିଜ ପରିବାରର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ଓଡିଶାକୁ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ଭାବରେ ପରିଣତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକ ଜୟନ୍ତୀ ପାଳିତ । ଶହୀଦ ଲକ୍ଷ୍ମଣ ନାଏକ ଜନଜାତିଙ୍କ ସ୍ଵାଭିମାନର ପ୍ରତୀକ

ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ, ମାତୃଭୂମିର ପରମପୂଜକ ଶହୀଦ ଲକ୍ଷ୍ମଣ ନାଏକଙ୍କର ଦେଶପ୍ରେମ, ବୀରତ୍ଵ ଓ ନେତୃତ୍ବ ଥିଲା ଅତି ବଳିଷ୍ଠ ସରଳ, ନିରୀହ, ନିଷ୍କପଟ ଆଦିବାସୀମାନେ ଅତ୍ୟାଚଚାରରେ । ଶୋଷିତ ହେବା ଲକ୍ଷ୍ମଣ ନାଏକଙ୍କୁ ବିବ୍ରତ କରିଥିଲା । ଶହୀଦ ଲକ୍ଷ୍ମଣ ନାଏକ ଥିଲେ ଆଦିବାସୀ ବା ଜନଜାତି ସମୁଦାୟଙ୍କ ଯଥାର୍ଥ ପ୍ରତିନିଧୁ ଏବଂ ତାଙ୍କରି ନେତୃତ୍ୱରେ ଜନଜାତିଙ୍କ ମଧ୍ୟରେ ନୂତନ ଚେତନା ଜାଗ୍ରତ ହୋଇଥିଲା ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଉଭୟ ପ୍ରତ୍ୟକ୍ଷ ଓ ଭଚୁଆଲ୍ ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଉତ୍ସବରେ ଅତିଥୀ ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ବାର୍ତ୍ତା ମାଧ୍ୟମରେ ଶହୀଦ । ଲକ୍ଷ୍ମଣ ନାଏକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଶହୀଦ ଲକ୍ଷ୍ମଣ ନାଏକଙ୍କ ବୀରତ୍ଵ ଓ ବଳିଦାନ ଦେଶପ୍ରେମର ଅନନ୍ୟ ଉଦାହରଣ । ଆଦିବାସୀ ଭାଇଭଉଣୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ତାଙ୍କର ସଂଗ୍ରାମ ସର୍ବଦା ସ୍ମରଣୀୟ ହୋଇରହିବ । ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଜୟଦେବର ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଯୋଗଦେଇ ଶହୀଦ ଲକ୍ଷ୍ମଣ ନାଏକଙ୍କୁ କୋରାପୁଟ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ମହାନାୟକ ବୋଲି ବର୍ଣ୍ଣନା କରିବା ସହ ଆଦିବାସୀମାନଙ୍କୁ ସଂଗଠିତ କରି ବ୍ରିଟିଶ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ଜୟପୁରର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଉତ୍ସବରେ ଯୋଗଦାନ କରି ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଜଣେ ନିଃସ୍ୱାର୍ଥପୁର ଓ ନିର୍ଭିକ ଜନସେବକ ଏବଂ ଜନସେବା ଯୋଗୁଁ ସେ ଲୋକଙ୍କର ପ୍ରିୟପାତ୍ର ଥିଲେ ବୋଲି ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥ ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ଵରର ନିର୍ଦ୍ଦେଶକ ପ୍ରଫେସର ଡ. ଅଶୂଳ ବିହାରୀ ଓତା କହିଥିଲେ ଯେ ଆଦିବାସୀ ସମୁଦାୟର ଅଧୁକାର ସାବ୍ୟସ୍ତ କରିବା ପାଇଁ ଶହୀଦ ଲକ୍ଷ୍ମଣ ନାଏକଙ୍କ ସଂଗ୍ରାମକୁ ଇତିହାସ ସର୍ବଦା ସ୍ମରଣ କରୁଥବ । ଲକ୍ଷ୍ମଣ ନାଏକ ଥିଲେ ଜନଜାତିଙ୍କ ଯଥାର୍ଥ । ପ୍ରତିନିଧ ବୋଲି ସେ ଉଲ୍ଲେଖ କରିଥିଲେ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉତ୍ସବରେ ଉପସ୍ଥିତ ରହି କହିଲେ ଯେ ଶହୀଦ ଲକ୍ଷ୍ମଣ । ନାଏକଙ୍କର ଅନନ୍ୟ ସାହସିକତା, ସାଂଗଠନିକ ଦକ୍ଷତା ଓ ନେତୃତ୍ଵ ଜନଜାତି ସଂପ୍ରଦାୟକୁ ବ୍ରିଟିଶ ବିରୋଧରେ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥିଲା । 

ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍ ଡ. ହୃଦୟ ରଞ୍ଜନ ଶତପଥୀ କହିଲେ ଯେ ଓଡ଼ିଶାର ଯେଉଁ କେତେକ ସ୍ୱାଧୀନଚେତା ଦେଶପ୍ରେମୀ ବୀର ନାୟକ ସ୍ଵାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ନେତୃତ୍ବ ନେଇଥିଲେ ସେମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ ଲକ୍ଷ୍ମଣ ନାଏକ ଅନ୍ୟତମ । ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଥିବା ଲକ୍ଷ୍ମଣ ନାଏକ ଆତ୍ମସମ୍ମାନକୁ ଗୁରୁତ୍ୱ ଦେବା ସହ ଅତ୍ୟନ୍ତ ସ୍ଵାଭିମାନୀ ଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣରେ ଶହୀଦ ଲକ୍ଷ୍ମଣ ନାଏକଙ୍କୁ ଜନଜାତିଙ୍କ ଅସ୍ମିତା ଓ ସ୍ଵାଭିମାନର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । 

ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା । ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧୁକାରୀ ପ୍ରମିଳା ମାଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଜ୍ ନିୟମ । ଅନୁପାଳନପୂର୍ବକ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ । ସକାଳ ୮ଟା ବେଳେ ଭୁବନେଶ୍ଵର ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଏବଂ ୮.୩୦ ସମୟରେ କଳିଙ୍ଗ ହସ୍‌ପିଟାଲ୍ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।

ନିର୍ଦ୍ଧାରିତ ଦିନରେ ରାଜ୍ୟର ଆଇସିଡିଏସ୍ ପ୍ରକଳ୍ପଗୁଡ଼ିକରେ ଛତୁଆ ମିଶ୍ରଣ ସଂପନ୍ନ

ଭୁବନେଶ୍ୱର, ସମନ୍ବିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ଗର୍ଭବତୀ ଓ ପ୍ରସୂତି ମହିଳା ତଥା ୬ ମାସରୁ ୩ ବର୍ଷ ବୟସର ଶିଶୁମାନଙ୍କ ପରିପୂରକ ପୁଷ୍ଟିସାଧନ ନିମନ୍ତେ ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ପରିମାଣର ଟେକ୍ ହୋମ୍ ରାସନ୍ (ଟିଏଚ୍ଆର୍) ଯୋଗାଇ ଦିଆଯାଉଛି । ଏଥ୍ୟ ପାଇଁ ରାଜ୍ୟ ସରକାରଙ୍କ ୫-ଟି' ଉପକ୍ରମ ଆଧାରରେ ଟିଏଆରେ ମୁଖ୍ୟତଃ ପ୍ରଦାନ କରାଯାଉଥିବା ଛତୁଆର ମିଶ୍ରଣ ଓ ବଣ୍ଟନରେ ସ୍ୱଚ୍ଛତା ଏବଂ ଗୁଣାତ୍ମକ ଉର୍ଷ ଆଣିବା ଲକ୍ଷ୍ୟରେ ପ୍ରତି ମାସର ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ କରାଯାଉଛି । 

ଏହି କ୍ରମରେ ନଭେମ୍ବର ମାସ ପାଇଁ । ଆଜି ୨୩ ତାରିଖରେ ରାଜ୍ୟର ସମସ୍ତ ଆଇସିଡ଼ିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ଏହି ମିଶ୍ରଣ । ବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାକାରୀ ଏବଂ ଆଇସିଡିଏସ୍ କର୍ମକର୍ତ୍ତାମାନେ ପରିଚାଳନା ଓ ତଦାରଖ କରିଛନ୍ତି । ଛତୁଆ ପ୍ରସ୍ତୁତି ପାଇଁ ଚୟନ ହୋଇଥିବା ରାଜ୍ୟର ୫୪୧ ସ୍ଵୟଂ ସହାୟକ । ଗୋଷ୍ଠୀ ଏଥ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ରାଜ୍ୟର ଗର୍ଭବତୀ ପ୍ରସୂତୀ ମହିଳାଙ୍କ ସମେତ ୭,୩୨,୧୦୨ ହିତାଧୁକାରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି । ସେହିଭଳି ୬ ମାସରୁ ୩ ବର୍ଷ ବୟସର ୧୭,୬୭,୪୨୯ ଜଣ ଶିଶୁଙ୍କୁ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଛତୁଆ ଯୋଗାଇ ଦିଆଯାଉଛି । ସମୁଦାୟ ୨୪,୯୯,୫୩୧ ଜଣ ହିତାଧୁକାରୀ ଉପକୃତ ହେଉଛନ୍ତି ।

ପ୍ରକାଶ ଥାଉ କି, ଛତୁଆ ପ୍ରସ୍ତୁତି, ବଣ୍ଟନ ତଥା ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ‘ମୋ ଛତୁଆ” ଆପୁର ବିକାଶ କରାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଛତୁଆ ପ୍ରସ୍ତୁତି ପାଇଁ ସାମଗ୍ରୀ ସଂଗ୍ରହ ଓ ତା’ର । ଗୁଣବତ୍ତାକୁ ପରୀକ୍ଷଣ କରିବା ସହ ଯଥେଷ୍ଟ ସ୍ଵଚ୍ଛତା ଅବଲମ୍ବନ କରି ଯାନ୍ତ୍ରିକ ପ୍ରଣାଳୀରେ ମିଶ୍ରଣ କରାଯାଉଛି । ଚଳିତ ବର୍ଷ କୋଭିଡ୍ ପରିସ୍ଥିତିକୁ ଦେଖୁ ସମସ୍ତ ନିୟମାବଳୀକୁ ଅନୁସରଣ କରି ଆଜି ରାଜ୍ୟର ଆଇସିଡ଼ିଏସ୍ ପ୍ରକଳ୍ପଗୁଡ଼ିକରେ ଛତୁଆ ମିଶ୍ରଣ କରାଯାଉଛି ।

Powered by Blogger.
Javascript DisablePlease Enable Javascript To See All Widget