April 2021

କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ସେବା ହିଁ ସଂଗଠନ’ କାଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ଦେଶବ୍ୟାପୀ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶ କାୟା ବିସ୍ତାର କରିଚାଲିଛି । ଓଡ଼ିଶା ରାଜ୍ୟ ମଧ୍ୟ କୋଭିଡ୍ ସଂକ୍ରମଣର ଦ୍ବିତୀୟ ଲହରରେ ପ୍ରଭାବିତ ହୋଇଛି । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡା଼ଇ ଆହ୍ବାନକ୍ରମେ କୋଭିଜ୍ ସଂକ୍ରମଣର ଦ୍ବିତୀୟ ଲହରକୁ ପ୍ରତିହିତ କରିବା ପାଇଁ ଦେଶବ୍ୟାପୀ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଶେଷ ଭାବେ ‘ମେରା ବୁଥ, କରୋନା ମୁକ୍ତ’ ଅଭିଯାନକୁ ଗୁରୁତ୍ବ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଗତ ଏପ୍ରିଲ ୨୬ ତାରିଖ ସୋମବାରଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି । ଭର୍ଚୁଆଲ ମିଟିଂ ଜରିଆରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି ପୁରଦେଶ୍ଵରୀ, ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି.ସିଂହଦେଓ ଓ ବସନ୍ତ ପଣ୍ଡା, ସେବା ହିଁ ସଂଗଠନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସହ ସଂଯୋଜକ ନୟନ ମହାନ୍ତି, ବଳଭଦ୍ର ମାଝା, ଅଭିମନ୍ୟୁ ସେଠୀ, ଟଙ୍କଧର ତ୍ରିପାଠୀ, ରାଜ୍ୟ ସାଧାରଣ ସଂପାଦକ ପୃୟୀରାଜ ହରିଚନ୍ଦନ, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ସମସ୍ତ ସାଂସଦ ଓ ସାଂସଦ ପ୍ରାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

ଓଡ଼ିଶାରେ କୋଭିଡ୍ ଟେଷ୍ଟ ସଂଖ୍ୟାର ବୁଦ୍ଧି, ଡାକ୍ତରଖାନା ଓ ଶଯ୍ୟ ସଂଖ୍ୟା ବୃଦ୍ଧି, ଆସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧ କରାଯିବା, ଭେଟିଲେଟର ସଂଖ୍ୟା ବୃଦ୍ଧି କରାଯିବା, କୋଭିଡ୍ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ଆମ୍ବୁଲାନ୍ତି ସେବା ଯୋଗାଇବା ଆଦି ପ୍ରସଙ୍ଗରେ ଆଜିର ଏହି ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ୨ୟ ପର୍ଯ୍ୟାୟର ଏହି ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସର୍ବଦା ମାୟ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ହାତ ଧୋଇବାକୁ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସାଧାରଣ ଜନତାଙ୍କୁ ସଚେତନ କରାଇବେ । ପ୍ରତ୍ୟେକ ଦିନ ସମସ୍ତ ଜିଲ୍ଲା ସମେତ ରାଜ୍ୟସ୍ତରୀୟ ସମୀକ୍ଷା ରିପୋର୍ଟ ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡା଼ଜୀଙ୍କୁ ପ୍ରଦାନ କରାଯିବ ବୋଲି ରାଜ୍ୟ ସଂଯୋଜକ ଶ୍ରୀ ଭୃଗୁ ବକ୍ସିପାତ୍ର ସୂଚନା ଦେଇ କହିଛନ୍ତି ।

ଆନ୍ତରାଜ୍ୟ ସୀମାରେ ଚେକ୍‌ପୋଷ୍ଟ ନିର୍ମାଣ ହେବା ନେଗେଟିଭ ରିପୋର୍ଟ ନଥିଲେ ଜିଲ୍ଲାକୁ ପ୍ରବେଶ ମନା

ଭୁବନେଶ୍ବର, ଆନ୍ତଃରାଜ୍ୟ ସୀମାରେ ଚେକ୍‌ପୋଷ୍ଟଗୁଡ଼ିକ ନିର୍ମାଣ କରାଯାଇ ଜିଲ୍ଲାକୁ ପ୍ରବେଶ କରୁଥିବା ଲୋକଙ୍କୁ ୭୨ ଘଣ୍ଟା ମଧରେ କରାଯାଇଥିବା କୋଭିଡ୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ଛଡ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଆଗରୁ ପରୀକ୍ଷା କରି ନଥିଲେ ସେମାନଙ୍କୁ ଚେକ୍‌ପୋଷ୍ଟଠାରେ ଟେଷ୍ଟ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ଆଜି କଳାହାଣ୍ଡି ଜିଲ୍ଲା ପରିସ୍ଥିତି ଉପରେ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କରିଥିବା ଭର୍ଚୁଆଲ୍ ସମୀକ୍ଷାରେ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗଲି ପ୍ରକାଶ କରିଛନ୍ତି । 

ଜିଲ୍ଲାର ସ୍ବାସ୍ଥ୍ୟ ପ୍ରଶାସନର ବରିଷ୍ଠ ଅଧୁକାରୀ, ସମସ୍ତ ବିଡିଓ, ପୌରାଞ୍ଚଳ ନିର୍ବାହୀ ଅଧୁକାରୀମାନଙ୍କୁ ନେଇ କରାଯାଇଥିବା ଏହି ସମୀକ୍ଷାରେ ଆଗକୁ କୋଭିଡ୍ ଟେଷ୍ଟି ସେଣ୍ଟର ସଂଖ୍ୟା ବୃଦ୍ଧି କରିବା ଏବଂ ଟେଷ୍ଟିକୁ ମଧ୍ୟ ବଢ଼ାଇବାକୁ ପରାମର୍ଶ ଦିଆଯାଇଥୁଲା । ସେହିପରି ରାତ୍ରିକାଳୀନ କହିଂକୁ କଡ଼ାକଡ଼ି କରାଯିବା ସହ ଖୁଲାପକାରୀଙ୍କୁ ସମୁଚିତ ଦଣ୍ଡବିଧାନ କରାଯିବାକୁ କୁହାଯାଇଥିଲା । ଏପରିକି ଦିନବେଳେ ବଜାର, ରାସ୍ତାଘାଟରେ ବିନା ମାସ୍କ କିମ୍ବା ଅଯଥା ଗହଳି କରୁଥିଲେ ସଂପୃକ୍ତ ବ୍ୟବସାୟିକ ସଂସ୍ଥାକୁ ସିଲ୍‌ କରିବାକୁ କୁହାଯାଇଛି । ବିଶେଷ ଭାବେ ମାଇକ୍ରୋ କଣ୍ଟମେଣ୍ଟ ଜୋନ୍ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ଫଳରେ ଅନ୍ୟମାନେ ହଇରାଣ ହେବେ ନାହିଁ । 

ଯେଉଁମାନେ ହୋମ୍ ଆଇସୋଲେସନ୍‌ରେ ରହିଛନ୍ତି ସେମାନଙ୍କୁ ନିୟମିତ ବ୍ୟବଧାନରେ ଚିକିତ୍ସା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ୩ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟ କରୁଛି ଏବଂ ସେଥିରେ ୩୪୦ଟି ବେଡ୍ ରହିଛି । ଯେଉଁଥିରେ ବର୍ତ୍ତମାନ ୧୯୧ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲା କୋଭିଡ୍ ହସ୍‌ପିଟାଲ୍‌ରେ ୧୦୦ ଗୋଟି ବେଡ୍ ରହିଛି ଏବଂ ସେଠାରେ ୮୪ ଜଣ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲାରେ ଦ୍ବିତୀୟ ଲହରୀ କୋଭିରେ ୯ ଜଣ ରୋଗୀ ମୃତ୍ୟୁବରଣ କରିଛନ୍ତି ବୋଲି ରିପୋର୍ଟରୁ ପ୍ରକାଶ । ତା'ଛଡ଼ା ବର୍ତ୍ତମାନ ୧୧୮୩ଟି ପଜେଟିଭ୍ କେସ୍ ରହିଥିବାବେଳେ ୨୮୧୩ଟି ଆକ୍ଟିଭ୍ କେସ୍ ରହିଛି । 

କେଭିଡ୍ ହସ୍‌ପିଟାଲ୍‌ରେ ୧୦୦ଟି ବେଡ୍ ମଧ୍ୟରୁ ୯୪ଟି ଅନିଜେନ୍ । ଖଞ୍ଜା ବେଡ୍ ରହିଛି । ଆଗକୁ ଆହୁରି ୪ଟି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରି ୮୦୦ଟି ବେଡ୍‌ର ବ୍ୟବସ୍ଥା । କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏବେ ହୋମ୍ ଆଇସୋଲେସରେ ୨୫୧୪ ଜଣ ରହିଥିବା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ୨୧୨୬୨ ଜଣଙ୍କୁ କୋଭିକ୍ଶିନ ପ୍ରତିଷେଧକ ଟିକା ଦିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧୁକାରୀ ଜଣାଇଛନ୍ତି । ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସୀମାନ୍ତ ଜିଲ୍ଲା ଭାବେ ଅନୁପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖୁବା ସହିତ ଜିଲ୍ଲା ମଧ୍ୟରେ କୋଭିତ୍ ନିୟମ ଅନୁପାଳନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ ।

୨୦୨୧-୨୨ ବର୍ଷ ପାଇଁ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଲାୟନ୍ସ କ୍ଳବ ଜିଲ୍ଲା ଗଭର୍ଣ୍ଣର ଭାବେ ନିର୍ବାଚିତ

ଭୁବନେଶ୍ୱର, ଲାୟନ୍ସ କ୍ଳବ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୨ ସି-୪ର ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଅଷ୍ଟମ ସାଧାରଣ ଅଧିବେଶନ ଅବସରରେ ଲାୟନ୍ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି । ୧୯୯୭ ମସିହା ଠାରୁ ସେ ଏହି ଆନ୍ତର୍ଜାତିକ ସେବା ସଂସ୍ଥା ସହ ଜଡ଼ିତ ଅଛନ୍ତି । ବର୍ତ୍ତମାନ ସେ ପ୍ରଥମ ଉପଜିଲ୍ଲା ଗଭର୍ଣ୍ଣର ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । 

ଏହା ପୂର୍ବରୁ ସେ ବିଭିନ୍ନ ପଦପଦବୀରେ ରହି ବେଶ୍ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ ଧାର୍ମିକ ଏବଂ ସେବାମୂଳକ ଅନୁଷ୍ଠାନ ସହିତ ସଂଶ୍ଳିଷ୍ଟ ଅଛନ୍ତି । ଆସନ୍ତା ବର୍ଷରେ ସ୍ବାସ୍ଥ୍ୟସେବା, ପରିବେଶ ସୁରକ୍ଷା, ଶିକ୍ଷା, ପୋଷ୍ୟଗ୍ରାମ ଏବଂ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଅବସରରେ ଲାୟନ ଇଂ ସୁରେଶ ଚନ୍ଦ୍ର ନାୟକ ଏବଂ ଆଇ.ଭି କୋଟେଶ୍ୱର ରାଓ ଯଥାକ୍ରମେ ପ୍ରଥମ ଉପଜିଲ୍ଲା ଗଭର୍ତ୍ତର ଏବଂ ଦ୍ବିତୀୟ ଜିଲ୍ଲା ଗଭର୍ଣ୍ଣର ରୂପେ ନିର୍ବାଚିତ ହୋଇଛନ୍ତି ।

କୋଭିଡ୍ ହେଲ୍ପ୍ ଲାଇନ୍ ପରିଚାଳନା ସଂପର୍କିତ ସମନ୍ବୟ ବୈଠକ ୧୦୪ ଓ ୧୯୨୯ ସହାୟତା ନମ୍ବର

ଭୁବନେଶ୍ବର, ଭୁବନେଶ୍ବର କୋଭିତ୍ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଜଳ ସମ୍ପଦ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଙ୍ଗଳବାର ଦିନ ବି. ଏମ୍.ସିର କୋଭିଡ୍ ସହାୟତା ନମ୍ବର ୧୯୨୯ ଏବଂ ସ୍ବାସ୍ଥ୍ୟ ବିଭାଗର ସହାୟତା ନମ୍ବର ୧ o୪ ର ସମନିତ ପରିଚାଳନା ନେଇ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପରାମର୍ଶ ଦେଇଛନ୍ତି । ଏହି ଦୁଇ ନମ୍ବର ଦୁଇଟିକୁ ସମନ୍ବିତ କରାଯାଇଥିବା ଜଣାଯାଇଛି,ଯଦ୍ଵାରା କି ଜନସାଧାରଣ ଜାଣିବାକୁ ଚାହୁଁଥିବା କୋଭିତ୍ବ ସମ୍ପର୍କିତ ସହାୟତା ସୂଚନା ସହଜରେ ମିଳି ପାରୁଛି ।

ସୂଚନା ଯୋଗ୍ୟ ଯେ, ଜନସାଧାରଣଙ୍କୁ କୋଭିତ୍ବ ସମ୍ପର୍କିତ ସହାୟତା ସୂଚନା ପ୍ରଦାନ ନେଇ ଏହି ଦୁଇ ନମ୍ବର ୨୪ ଘଣ୍ଟିଆ କାର୍ଯ୍ୟ କରୁଛି । ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ କୋଭିତ୍ ଡାକ୍ତରଖାନା ନେବା ସଂପର୍କିତ ସୂଚନା, କୋଭିତ୍ ପରୀକ୍ଷା କେନ୍ଦ୍ର, କୋଭିଡ୍ ଟୀକାକରଣ କେନ୍ଦ୍ର, ବିଭିନ୍ନ ଡାକ୍ତରଖାନାରେ ଚିକିସ୍ଥିତ ହେଉଥିବା କୋଭିଡ୍ ସଂକ୍ରମିତ ରୋଗୀ, ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କୁ ସହାୟତା ସମ୍ପର୍କିତ ସୂଚନା, ବିସିର ବ୍ୟାପିଡ୍‌ ଆକ୍ସନ୍‌ ଟିମ୍, ଜୋନ୍ ସ୍ତରୀୟ ଅଧିକାରୀଙ୍କ ସମ୍ପର୍କିତ ବିଶଦ୍ ସୂଚନା ଏହି ସହାୟତା କେନ୍ଦ୍ରରେ ମିଳିପାରୁଛି । ୧୯୨୯ ସହାୟତା କେନ୍ଦ୍ରରେ ୭ ଜଣ ଡାକ୍ତର, ୩୮ ଜଣ କଲ ଏକ୍‌ଜିକ୍ୟୁଟିଭ, ୬ ଜଣ ତଦାରଖକାରୀ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୧୦୪ ସହାୟତା କେନ୍ଦ୍ରରେ ୮ ଜଣ ଡାକ୍ତର, ୪୬ ଜଣ ପରାମର୍ଶଦାତା ନିୟୋଜିତ ଅଛନ୍ତି । ଆଉ ୭ ଜଣ ଡାକ୍ତର ଓ ୨୦ ଜଣ ପରାମର୍ଶ ଦାତା ଏହି କେନ୍ଦ୍ରରେ ନିୟୋଜିତ ହେବେ ବୋଲି ବୈଠକରୁ ଜଣାଯାଇଛି ।

ପ୍ରକାଶ ଥାଉକି, ପ୍ରତିଦିନ ୧୯୨୯ ଏବଂ ୧୦୪ କଲ୍‌ ସେଣ୍ଟର ଦ୍ବାରା କୋଭିଡ୍ ସଂପର୍କିତ ସୂଚନା ପାଇଁ ବା କୋଭିତ୍ ପରିଚାଳନା ସଂପର୍କିତ ପାଖାପାଖି ୧୦ ହଜାର କଲ୍ ଗ୍ରହଣ କରାଯାଉଛି ବା ସେଣ୍ଟରରୁ କଲ୍ କରାଯାଉଛି । ଜରୁରୀ ଆବଶ୍ୟକତା ରହିଥିବା ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଡାକ୍ତରଖାନା କର୍ତ୍ତପକ୍ଷ ଓ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ନିମନ୍ତେ ଭୁବନେଶ୍ବର ମହାନଗର ନିଗମ ଓ କ୍ୟାପିଟାଲ ହସ୍ପିଟାଲରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ରୋଗୀଙ୍କୁ ଶୀଘ୍ର ସ୍ଥାନାନ୍ତରିତ କରିବା ପାଇଁ ୪୪ଟି ଆସୁଲାନ୍ସ ସହରର ବିଭିନ୍ନ ସ୍ନାନ ପାଇଁ ମୁତୟନ ରହିଛି । ତନ୍ମଧ୍ୟରେ କ୍ୟାପିଟାଲ ହସ୍‌ପିଟାଲ ପାଇଁ ୨୪ଟି ଆସୁଲାନ୍ତି ରହିଥିବା ବେଳେ ପଟିଆ ଅପଗ୍ରେଡେଡ ସି.ଏଚ୍.ସି ପାଇଁ ୪ଟି, ଡୁମୁଡୁମା ୟୁ, ସି.ଏଚ୍.ସି ପାଇଁ ୪, ବି.ଏମ୍.ସି.ଅଫିସ୍ ପାଇଁ ୦୪, ବି.ଏମ୍.ସି ଜୋନ୍ ଅଫିସ୍ ଉତର ପାଇଁ ୦ ୨ଟି, ଦକ୍ଷିଣ ଜୋନ୍ ପାଇଁ -୨ଟି, ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୦୨ଟି, ଦକ୍ଷିଣ ପୂର୍ବ ଜୋନ୍ ପାଇଁ ୨ ଟି କରି ଆସୁଲାନ୍ତି ମୁତୟନ ରହିଛି । 

ଆମ୍ବୁଲାନ୍ସ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । କୋଭିତ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଜନସାଧାରଣଙ୍କୁ ଏହି କଲ୍‌ ସେଣ୍ଟର ଦ୍ବୟର ପରିଚାଳନା ନେଇ ଆଶ୍ୱସ୍ତ ହେବା ସହ ଏହି କଲ ସେଣରରୁ କିପରି ସେମାନେ ସଠିକ୍ ଭାବେ ସହାୟତା ନେଇପାରିବେ, ତାହାର ସୁପରିଚାଳନା ନେଇ ଆଶ୍ବସ୍ତ ରହିବାକୁ କୋଭିତ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଏହି ପରିପ୍ରେକ୍ଷୀରେ ପ୍ରକାଶ କରିବା ସହିତ କଲ ସେଣ୍ଟର ଗୁଡିକର ସୁବିଧା ନେବାକୁ ଅନୁରୋଧ କରିଛନ୍ତି । ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି କମିଶନର ତଥା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଶ୍ରମ ଆୟୁକ୍ତ ଡ. ଏନ୍.ଥିରୁମାଲା ନାଏକ, ବି. ଏମ୍.ସି କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ହସ୍ପିଟାଲ ସଂପ୍ରସାରଣ ସହ ଜରୁରୀ ଚିକିତ୍ସା କରିବା ପାଇଁ ଲୋକଶକ୍ତି ଅଭିଯାନର ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ଭୁବନେଶ୍ୱର, ଲୋକଶକ୍ତି ଅଭିଯାନର ସଭାପତି ତଥା ଜନ ଆନ୍ଦୋଳନ ନେତା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଜରିଆରେ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କୁ ଆଶୁ ଚିକିତ୍ସା ଉପଲବ୍ଧ କରିବା ପାଇଁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି ଯେ, ଗତବର୍ଷ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ପାଇଁ ଯେଉଁସବୁ ଡାକ୍ତରଖାନା ବ୍ୟବସ୍ଥା ହୋଇଥିଲା, ଏପରିକି ଅସ୍ଥାୟୀ ଚିକିତ୍ସାଳୟ ଖୋଲା ଯାଇଥିଲା ସେସବୁ କରୋନାର ସଂକ୍ରମଣ ବନ୍ଦ ହୋଇନଥିବା ବେଳେ ସେସବୁ ହସ୍ପିଟାଲ ବନ୍ଦ ହୋଇଯିବା ଅତ୍ୟନ୍ତ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। 

ସେହି ହସ୍ପିଟାଲ ଗୁଡିକୁ ଅଧିକ ସୁବ୍ୟବସ୍ଥିତ, ଉପକରଣ ସଂଯୁକ୍ତ ସୁସଙ୍ଗଠିତ କରିବା ଉଚିତ ଥିଲା। ଆଜି ସଂକ୍ରମଣ ଅଧିକ ବ୍ୟାପିଲା ବେଳେ ଆଶୁ ଚିକିତ୍ସା ପାଇବାରୁ ଅନେକ ରୋଗୀ ବଞ୍ଚିତ। ବ୍ରହ୍ମପୁର ବଡ଼ ମେଡିକାଲର କଲେଜ ହସ୍ପିଟାଲରେ କୋଭିଡ ରୋଗୀମାନଙ୍କ ପାଇଁ ଆବଶ୍ୟକୀୟ ଶଯ୍ୟା ନଥିବାରୁ ରୋଗୀମାନେ ବିଶେଷ ଭାବେ ମହିଳା ରୋଗୀମାନେ ବାରଣ୍ଡାରେ ପଡିରହିଛନ୍ତି। ତେଣୁ ଅତିଶୀଘ୍ର ହସ୍ପିଟାଲମାନଙ୍କରେ ଏବଂ ଅନ୍ୟସ୍ଥାନମାନଙ୍କରେ ଚିକିତ୍ସାଳୟ ସଂପ୍ରସାରଣ କରି ଜରୁରୀ ଚିକିତ୍ସା ବ୍ୟବସ୍ଥା କରାଯାଉ ଯାହାଦ୍ୱାରା ଜଣେ ବି ରାଜ୍ୟର ରୋଗୀ ଚିକିତ୍ସା ଅଧିକାର ତଥା ସୁଯୋଗରୁ ବଞ୍ଚିତ ହେବ ନାହିଁ। କରୋନା ଟେଷ୍ଟିଙ୍ଗ ସେଣ୍ଟର ଅଭାବ ରହିଥିବା ବେଳେ ଅନେକ ଜିଲ୍ଲାମାନଙ୍କରେ କେବଳ ଆଣ୍ଟିଜେନ ଟେଷ୍ଟ ସେଣ୍ଟର ରହିଛି କିନ୍ତୁ ଆର୍ଟିଫିସିଆଲ ଟେଷ୍ଟ ହୋଇପାରୁ ନାହିଁ। 

ଯଥା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ କେବଳ ମେଡିକାଲ କଲେଜ ହସ୍ପିଟାଲରେ ରହିଛି ଯେଉଁଠି କେବଳ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଟେଷ୍ଟିଂ ହେଉଛି ଯାହାଦ୍ୱାରା ଯେଉଁମାନେ ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ହେଲେ ବି କରୋନା ଲକ୍ଷଣ ସହ ଜଡିତ ସେମାନଙ୍କ ଆର୍ଟିଫିସିଆଲ ଟେଷ୍ଟ ନହୋଇପାରିବା ଦ୍ୱାରା ରୋଗର ମାତ୍ରା ବୃଦ୍ଧି ପ୍ରତ୍ୟେକ ଜିଲ୍ଲା ଓ ସିଟି ହସ୍ପିଟାଲମାନଙ୍କରେ ଆର୍ଟିଫିସିଆଲ ଟେଷ୍ଟିଂ ସେଣ୍ଟର ବ୍ୟବସ୍ଥା କରାଯାଉ। ଗଣମାଧ୍ୟମର ସୂଚନା ଅନୁଯାୟୀ ବଲାଙ୍ଗୀର ସମେତ କେତେକ ଜିଲ୍ଲାରେ କୋଭିଡ ହସ୍ପିଟାଲରେ ଆବଶ୍ୟକୀୟ ଆମ୍ବୁଲାନ୍ସ ଓ ପରିବହନ ଗାଡି ନଥିବାରୁ ରୋଗୀ ଓ ମୃତ ବ୍ୟକ୍ତିଙ୍କୁ ଅମାନବୀୟ ବ୍ୟବହାର କରାଯାଉଛି। ଏଥିପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ସାମନ୍ତରା ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ଅକ୍ସିଜେନ୍ ଏକ୍ସପ୍ରେସ୍ ଅନୁଗୁଳରୁ ତରଳ ମେଡିକାଲ ଅମ୍ଳଜାନ ପରିବହନ କରିବ

ଭୁବନେଶ୍ବର, ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ପ୍ରାଧାନ୍ୟ ଦେଇ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି | ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ବିସ୍ତାର କରି ରାଜ୍ୟମାନଙ୍କୁ ସହାୟତା ପ୍ରଦାନ ଜାରି ରଖିଛି।

ଖାଲି ଟ୍ୟାଙ୍କର୍ ସହିତ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ୍ ଏପ୍ରିଲ୍ 19 ରେ ମୁମ୍ବାଇରୁ ପୂର୍ବ ତଟ ରେଳପଥ ଅଧୀନରେ ଥିବା ବିଶାଖାପାଟନମ୍ ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ସେଠାରୁ ତରଳ ମେଡିକାଲ୍ ଅମ୍ଳଜାନ (LMO) ବୋଝେଇ କରି ଏହି ଜୀବନ ରକ୍ଷାକାରୀ ଅମ୍ଳଜାନ ପଠାଇବାଠାରୁ ଆରମ୍ଭକରି କ୍ରମାଗତ ଭାବରେ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ପରିବହନ କରିଆସୁଛି |

ଏହି ପ୍ରକ୍ରିୟାକୁ ଜାରି ରଖି, ପୂର୍ବତଟ ରେଳପଥରୁ ଆଉ ଦୁଇଟି ଟ୍ରେନ୍ ତରଳ ଅମ୍ଳଜାନ ବୋଝେଇ ପାଇଁ ଲୋଡିଂ ପ୍ଲାଣ୍ଟକୁ ଯିବା ବାଟରେ ଅଛନ୍ତି | ଆଶା କରାଯାଉଛି ଯେ ଭାରତୀୟ ରେଳବାଇ ଦ୍ୱାରା ପରିବହନ ହେଉଥିବା ତରଳ ମେଡିକାଲ ଅମ୍ଳଜାନ (LMO) ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ 640 MT ରେ ପହଞ୍ଚିବ |

ଆଜି କାର୍ଗୋ ଉଡ଼ାଣରୁ ଅନଲୋଡ୍ ହୋଇଥିବା ଦୁଇଟି ଖାଲି LMO ଟ୍ୟାଙ୍କର୍ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି | ଇସ୍ପାତ କାରଖାନାରୁ ଅମ୍ଳଜାନ ଲୋଡ୍ କରିବା ପାଇଁ ଆଜି ରାତିରେ ଏବଂ ତା’ପରେ ହରିୟାଣା ଆଡକୁ ଯିବା ପାଇଁ ଟ୍ରେନରେ ଲୋଡ୍ ହେବ | ଦୁଇଟି ଟ୍ୟାଙ୍କର୍ ସହିତ ଟ୍ରେନ୍ ଆଜି ଅନୁଗୁଳ ଛାଡିବାର ଆଶା କରାଯାଉଥିବାରୁ ହରିୟାଣା ଏହାର ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଗ୍ରହଣ କରିବ |

ତେଲେଙ୍ଗାନା ସରକାର ଅମ୍ଳଜାନ ଏକ୍ସପ୍ରେସ ପାଇଁ ଭାରତୀୟ ରେଳବାଇକୁ ମଧ୍ୟ ଅନୁରୋଧ କରିଛି |  5 ଟି ଖାଲି ଟ୍ୟାଙ୍କର୍ ସହିତ ସିକନ୍ଦରାବାଦରୁ ଅନୁଗୁଳ ଅଭିମୁଖେ ଯାତ୍ରା କରୁଛି ଏବଂ ଆସନ୍ତାକାଲି ଅନୁଗୁଳ ଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି |

ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତିରେ ଅଛି। ଏହି ପ୍ରକ୍ରିୟାରେ ରାଜ୍ୟଗୁଡ଼ିକ ରେଳବାଇକୁ ଟ୍ୟାଙ୍କର୍ ଯୋଗାଉଛନ୍ତି। ଏହା ପରେ ରେଳବାଇ ଦ୍ରୁତତମ ସମ୍ଭାବ୍ୟ ମୋଡରେ ଅଗ୍ରଗତି କରି ଅମ୍ଳଜାନ ଯୋଗାଣ ସ୍ଥାନରୁ ଆଣିଥାଏ ଏବଂ ଏହାକୁ ଆବଶ୍ୟକୀୟ ରାଜ୍ୟ ବିତରଣ କରିଥାଏ | ଏହି ଅମ୍ଳଜାନର ନିୟୋଜନ ଏବଂ ବ୍ୟବହାର ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥାଏ |

ତରଳ ଅମ୍ଳଜାନ ଏକ କ୍ରାୟୋଜେନିକ୍ କାର୍ଗୋ ଭାବରେ ଅନେକ ସୀମା ଅଛି ଯେଉଁଥିରେ ସର୍ବାଧିକ ଗତି, ଯାହା ଏହାକୁ ବହନ କରାଯାଇପାରିବ, ସର୍ବାଧିକ ତ୍ୱରାନ୍ୱିତ ଏବଂ ହ୍ରାସ ଏବଂ ଲୋଡିଂ ପ୍ରତିବନ୍ଧକ ଯେପରିକି ତରଳ ଅମ୍ଳଜାନ ଟ୍ୟାଙ୍କର୍ ଉପଲବ୍ଧତା ଏବଂ ରେମ୍ପ ଲୋଡିଂ ଇତ୍ୟାଦି ରୁଟ୍ ମ୍ୟାପିଙ୍ଗ୍ ମଧ୍ୟ ମାର୍ଗରେ ଉପଲବ୍ଧ ସର୍ବାଧିକ କ୍ଲିୟରାନ୍ସର ଯତ୍ନ ନିଏ (ବିଭିନ୍ନ RUB ଏବଂ FOBs ହେତୁ) |

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅମ୍ଳଜାନ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି ଏବଂ ଶୀଘ୍ର ଏହି ଟ୍ରେନ୍ ପଠାଇବାପାଇଁ ପ୍ରସ୍ତୁତି କରିଛି  |

ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ (ISTS) ଶୁଳ୍କ ହ୍ରାସ କରିବାକୁ କେନ୍ଦ୍ର ନିକଟରେ ଶକ୍ତିମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର, କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରନ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଦାବି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ ସଂଚାରଣ (CTU)ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଂଚାରିତ ହୋଇଥାଏ । ଗତ ଏକ ଦଶନ୍ଧି ମଧ୍ୟରେ ଆକଳନ କରାଯାଇଛି ଯେ ୨୦୧୧-୧୨ ଆର୍ଥିକ ବର୍ଷରେ ISTS ଶୁଳ୍ପ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ପ୍ରାୟ ୧ ଟଙ୍କା ହୋଇଛି ।

ଏ ନେଇ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ରାଜକୁମାର ସିଂହଙ୍କୁ ପତ୍ର ଲେଖା ପିଜିସିଆଇଏର ଏହି ବିଦ୍ୟୁତ ସଂଚାରଣ ଶୁଳ୍ପର ପୁନଃବିଚାର ନିମନ୍ତେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ବିଦ୍ୟୁତର ସଂଚାରଣ ପରିମାଣ ଏବଂ ସଂଚାରଣ ବ୍ୟବସ୍ଥାର ପ୍ରକୃତ ବ୍ୟବହାର ଉପରେ ଶୁଳ୍ପ ନିର୍ଦ୍ଧାରଣ କରାଯିବାର ଆଇନଗତ ବ୍ୟବସ୍ଥା ରହିଛି । ପିଜିସିଆଇଏର ବାର୍ଷିକ ରାଜସ୍ବ ଆବଶ୍ୟକତା ୨୦୧୯-୨୦ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୩୯୦୦୦ କୋଟି ଟଙ୍କାରେ ପହଞ୍ଚିଛି ଯାହା ୨୦୧୧-୧୨ ଆର୍ଥିକ ବର୍ଷରେ ୯୦୦୦ କୋଟି ରହିଥିଲା । ଯାହାର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୨୧% ଅଟେ । ଆନ୍ତଃରାଜ୍ୟ ବିଦ୍ୟୁତ ସଂଚାରଣ ଦେୟ ଓଡ଼ିଶା ପାଇଁ ୨୦୧୧-୧୨ରେ ୧୭୯ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ ବେଳକୁ ତାହା ବୃଦ୍ଧି ପାଇ ୭୩୪ କୋଟି ଟଙ୍କାରେ ପହଞ୍ଚିଛି ।

ଏହି ଆଶାତୀତ ଦର ବୃଦ୍ଧି ସମସ୍ୟାର ସମାଧାନର ଉପାୟ ଉପରେ ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରି ଅବ୍ୟବହୃତ ଭିତ୍ତିଭୂମିର ଖର୍ଚ୍ଚକୁ ଉପଭୋକ୍ତାଙ୍କ ଉପରେ ଲଦି ନଦେବାକୁ ଏବଂ ଏହାକୁ ଶକ୍ତି ବ୍ୟବସ୍ଥା ବିକାଶ ପାଣ୍ଠି ଭଳି ସରକାରୀ ପାଣ୍ଠିରୁ ଭରଣା କରିବାକୁ ପରାମର୍ଶ ଦେଇଛନ୍ତି । ସେ ମଧ୍ୟ ବିଦ୍ୟୁତ ଆକ୍ଟ୨୦୦୩ର ଧାରା ୧୦୭ ପ୍ରକାରେ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗକୁ ଏ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରି ବିଦ୍ୟୁତ ପରିବହନ ଦେୟକୁ ଜାତୀୟ ବିଦ୍ୟୁତ ନିୟମ ୨୦୦୩ ଓTariff Policy ଆଧାରରେ ସ୍ଥିର କରିବାକୁ ଅନୁରୋଧ କରିଛନ୍ତି । ଅନ୍ତଃରାଜ୍ୟ ସଂଚାରଣ ଶୁଳ୍କ କମ୍ କଲେ ବିଦ୍ୟୁତ ଦର ମଧ୍ୟ କମା ଯାଇପାରିବ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ଜଣାଇଛନ୍ତି ।

ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ବରୂପ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ

ଭୁବନେଶ୍ୱର, ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ବରୂପ ଏମ୍.ଜି.ଏମ୍ ମିନେରାଲ୍‌ ଲି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜଲୋଚନ ମହାନ୍ତିଙ୍କଠାରୁ ଏହି ରାଶିର ଚେକ୍‌ଗ୍ରହଣ କରିଛନ୍ତି ।

ଚେକ୍ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ ରାଜ୍ୟ ସରକାରଙ୍କ ସମୟୋପଯୋଗୀ ଓ ସକ୍ରିୟ କୋଭିଡ୍ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍ ମହାମାରୀ ସ୍ଥିତି ନିୟନ୍ତ୍ରଣାଧନ ରହିଛି । ଜନସାଧାରଣଙ୍କ ସହଯୋଗରେ ଏହା ପୂର୍ଣ୍ଣ ସଫଳ ହେବ । ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖୁବାକୁ ଅନୁରୋଧ କରିଥିଲେ ।

ବିଦେଶୀ ପଣ୍ୟବାହି ଜାହାଜ ପାଇଁ ସଂକଟରେ ଉପକୂଳ ଜିଲ୍ଲା ଜଗତ୍‌ସିଂହପୁର ଆଉ କେନ୍ଦ୍ରାପଡ଼ା

ଭୁବନେଶ୍ୱର, ଦେଶରେ କରୋନା ତାଣ୍ଡବ ଶୀର୍ଷରେ ଦୈନିକ ହଜାର ହଜାର ଲୋକ ମୃତ୍ୟୁର ଶିକାର ହେଉଥିବା ବେଳେ ଓଡ଼ିଶା ପ୍ରଶାସନର କୁମ୍ଭୀର କାନ୍ଦଣା ଉପକୂଳ ଜିଲ୍ଲାବାସୀଙ୍କ ଚିନ୍ତା ବଢାଇ ଦେଇଛି । ଦାଣ୍ଡ ଦୁଆର ତାଲା ବାଡ଼ିପଛ ପୁରା ମେଲା । ଏହା ହେଉଛି ଉପକୂଳ ଜିଲ୍ଲା ଜଗତସିଂହପୁର ବାସ୍ତବ ସତ୍ୟ । ଜିଲ୍ଲାରେ ଥିବାହ ଅନ୍ତର୍ଜାତୀୟ ପାରାଦୀପ ପୋର୍ଟ ଉପରେ ରାଜ୍ୟ ସରକାରଙ୍କ କୌଣସି ଲାଗମ ନାହିଁ । ବାହାର ଦେଶରୁ ଆସୁଥିବା ପଣ୍ୟବାହି ଜାହାଜ ଜଗସିଂହପୁର ଆଉ ଆଖ ପାଖ ଜିଲ୍ଲାର ଲୋକଙ୍କୁ କରୋନା ସଂକ୍ରମଣ କରିବାରେ ପ୍ରମୁଖ ଭୂମିକା ନେଇପାରେ । 

ଆଜି ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ସଭାପତି ପ୍ରଦୀପ ମିଶ୍ର ଏକ ପତ୍ର ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳ ଆଉ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହିତ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ କରିଛନ୍ତି । ପାରାଦୀପ ପୋର୍ଟକୁ ଆସୁଥିବା ବିଦେଶୀ ପଣ୍ୟବାହି ଜାହାଜ କର୍ମଚାରୀଙ୍କ ଦ୍ବାରା ନୂଆ କରୋନା ଷ୍ଟେନ୍ ଜଗତ୍‌ସିଂହପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମଣ କରିବାର ବହୁତ ସମ୍ଭାବନା ଅଛି । ବିଶେଷକରି ଚାଇନା, ସିଙ୍ଗାପୁର, ମାଲେସିଆ ସହିତ ଅନ୍ୟାନ୍ୟ ସଂକ୍ରମିତ ଦେଶରୁ ଆସୁଥିବା ଜାହାଜ ଦ୍ଵାରା ସିଭେଡରିଙ୍ଗ କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ କର୍ମଚାରୀ ଓ ଶ୍ରମିକ ସଂକ୍ରମିତ ହେବେ ଆଉ ପରବର୍ତ୍ତୀ ସମୟରେ ଏହି ସଂକ୍ରମଣ ପୁରା ଜିଲ୍ଲାବାସୀଙ୍କୁ ସଂକ୍ରମିତ କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ । 

କିନ୍ତୁ ଦୁଃଖର ବିଷୟ ରାଜ୍ୟ ସରକାର କିଛି ଶିଳ୍ପପତି ଆଉ ବେପାରୀଙ୍କ ସ୍ୱାର୍ଥ ପାଇଁ ଜଗତସିଂହପୁର ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିବା ଜିଲ୍ଲାର ଜନସାଧାରଣଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ରାଜ୍ୟ ଗୁଡ଼ିକର ବର୍ଡର ସିଲ୍ କରୁଥିବା ବେଳେ ଜଳ ପଥରେ ଆସୁଥିବା ଭୟଙ୍କର କରୋନା ଭୁତାଣୁକୁ ରୋକିବାକୁ କୌଣସି ପଦକ୍ଷେପ ନ ନେବା ଉପକୂଳ ଜିଲ୍ଲା ଜଗସିଂହପୁର ଆଉ କେନ୍ଦ୍ରାପଡ଼ା ବାସୀଙ୍କୁ ମରଣ ମୁହଁକୁ ଠେଲିବା ସଦୃଶ୍ୟ ।

ଏହି ମହମାରୀକୁ ଦୃଷ୍ଟିରେ ରଖୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ସହିତ ପାରାଦୀପକୁ ଆସୁଥିବା ସମସ୍ତ ବିଦେଶୀ ପଣ୍ୟବାହି ଜାହାଜକୁ ଡକ ଭିତରକୁ ଆସିବା ବ୍ୟାନ୍ କରିବା ସହିତ ପାରାଦୀପ ପୋର୍ଟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଆର୍ଟିଫିସିଆର ଯାଞ୍ଚ କରିବା ଆବଶ୍ୟକ ଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମୟରେ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ ଜିଲ୍ଲାବାସୀଙ୍କ ଜୀବନ ଆଗ ଶିଳ୍ପ ନୁହେଁ ବୋଲି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଦାବି କରାଯାଇଛି ।

ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି କରୋନା ସେବା ଯୋଗାଇଲେ

ଭୁବନେଶ୍ୱର,ବର୍ଭମାନ ସାରା ରାଜ୍ୟରେ କରୋନାର ଦ୍ବିତୀୟ ଲହରୀ ତାର କାୟାବିସ୍ତାର କରିଚାଲିଛି । ଗତ ୨୦୨୦ ମସିହା ଫେବୃୟାରୀ ମାସରେ ଦେଖା ଦେଇଥିବା କରୋନା ପ୍ରଥମ ଲହରୀର ଭୟ ଲୋକଙ୍କ ମନରୁ ଲିଭିନଥିବା ବେଳେ କରୋନାର ଦ୍ବିତୀୟ ଲହରୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କ୍ଷିପ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ସମସ୍ତ କଟକଣା ସତ୍ତ୍ବ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ଯାହା ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଓଡ଼ିଶାରେ ଦୈନିକ ୬ ହଜାରରୁ ୭ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୭ ଶହରୁ ୮ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକୁ ନେଇ ଲୋକମାନେ ଏକ ଭୟର ବାତାବରଣ ମଧ୍ୟରେ ଗତିକରି ଚାଲିଛନ୍ତି । 

କରୋନାର ଏଭଳି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖୁ ସମାଜସେବୀ ପ୍ରତାପ ସାହୁ ପିପିଇ କିଟ୍ ପରିଧାନ କରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ଓ ବେସରକାରୀ ଅଫିସ୍‌, ବସଷ୍ଟାଣ୍ଡ, ସରକାରୀ, ବେସରକାରୀ ବସ୍, ରେଲୱେ ଷ୍ଟେସନ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ରହଣୀସୁଳୀ, ସୂଚନା ଭବନ, ସାମ୍ବାଦିକ ଭବନ, ରବୀନ୍ଦ୍ର ମଣ୍ଡପ, ବସ୍ତିଅଞ୍ଚଳ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ମାଗଣାରେ ସାନିଟାଇଜ କରିବା ସହିତ ଲୋକଙ୍କୁ ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ କରି କରୋନା ଠାରୁ ଦୂରେଇ ରହିବା ପାଇଁ ସଚେତନ କରିବା ସହିତ ଅଳ୍ପିମିଟର ଦ୍ବାରା ଲୋକମାନଙ୍କ ଅମ୍ଳଜାନ ପରୀକ୍ଷା କରାଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ମହାମାରୀ କରୋନା ପ୍ରଥମେ ଯେତେବେଳେ ଓଡ଼ିଶାରେ ପ୍ରବେଶ କଲା, ସେବେଠାରୁ ପ୍ରତାପ ପ୍ରତ୍ୟେକ ଦିନ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସାନିଟାଇଜ କରିବା ସହିତ, ଗରିବ ଅସହାୟ ଲୋକମାନଙ୍କୁ ମାଗଣାରେ ମାକ୍ସ, ସାନିଟାଇଜର, ସାବୁଲ ଓ ରନ୍ଧାଖାଦ୍ୟ ଆଦି ପ୍ରଦାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ହେଲେ କରୋନାର ଦ୍ବିତୀୟ ଲହରୀ ଏବେ ଜାରି ରହିଥିବାରୁ ପୂର୍ବପରି ତାଙ୍କର କାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଛନ୍ତି ।

କରୋନାର ଉଗ୍ର ରୂପ ଓ କାୟା ବିସ୍ତାରକୁ ନେଇ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖୁବାକୁ କଂଗ୍ରେସର ଦାବୀ

ଭୁବନେଶ୍ୱର, ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀର ୨ୟ ଲହରୀର ପ୍ରଭାବ ତୀବ୍ର ବୃଦ୍ଧି ପାଇବାକୁ ନେଇ ରାଜ୍ୟବାସୀ ଓ ପିପିଲି ନିର୍ବାଚନ ମଣ୍ଡଳୀ ନାଗରିକଙ୍କ ମନରେ ଭୟ ଓ ଚିନ୍ତା ଆଲୋଡିତ କରିଥିବା ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝା, ପ୍ରାକ୍ତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ଓ ପ୍ରାକ୍ତନ ମୁଖପାତ୍ର ଶ୍ରୀ ପତ୍ନାକର ଗୁରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିର୍ବାଚନକୁ । ସୁଗିତ ରଖୁବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝି ତମାମ୍ ରାଜନୈତିକ ଦଳକୁ ନିର୍ବାଚନ ସ୍ଥଗିତ ନିମନ୍ତେ ସହଯୋଗ କରିବାକୁ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରିଛନ୍ତି । 

ଲୋକଙ୍କ ଜୀବନ ଆଗ - ନିର୍ବାଚନ ବା ଭୋଟ ପଛ ବୋଲି ଶ୍ରୀ ମାଝୀ ଗଣମାଧ୍ୟମ ବନ୍ଧୁଙ୍କୁ କହିଥିଲେ । କଂଗ୍ରେସ ଦଳ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଥିଲେ ବି ରାଜ୍ୟବାସୀଙ୍କ ଭାବନାକୁ କୁଠାରଘାତ କରିବାକୁ କେବେ ଚାହେଁନାହିଁ । କରୋନା ସଂକ୍ରମଣରେ ଏ ପ୍ରଦୀପ ମହାରଥୀଙ୍କ ନିଧନ ପରେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ କରୋନାରେ ଅକାଳ ବିୟୋଗ ଘଟଣା ଓ ପରେ ପରେ ଏ ମଙ୍ଗରାଜଙ୍କ ମାଆଙ୍କ ନିଧନ ଜନତାଙ୍କୁ ସ୍ତବ୍ଧ କରିଅଛି । ଏପରିକି କନ୍ଧମାଳର ପ୍ରାକ୍ତନ ସାଂସଦ ସୁଗ୍ରୀବ ସିଂହଙ୍କ କରୋନାରେ ଗତକାଲି ନିଧନ ଘଟଣା ଅତ୍ୟନ୍ତ ପୀଡାଦାୟକ ବୋଲି ପ୍ରାକ୍ତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ମତବ୍ୟକ୍ତ କରିଥିଲେ । ଏକାଧୁକ ରାଜ୍ୟର ଉଚ୍ଚନ୍ୟାୟାଳୟ କରୋନାର ଉଗ୍ରରୂପ ସମୟରେ ନିର୍ବାଚନ ଘୋଷଣା ଓ ପରିଚାଳନା କରିବାକୁ ନେଇ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ କଟୁ ସମାଲୋଚନା କରିବା ସହ ଘଟଣାକୁ ଅତ୍ୟନ୍ତ ଉବେଗଜନକ ବୋଲି ମନ୍ତବ୍ୟ ରଖୁଥିଲେ ।

ନିର୍ବାଚନରେ ଜିତିବା ଓ ହାରିବା ଏକ ନିୟମିତ ପ୍ରକ୍ରିୟା ହୋଇଥିବା ବେଳେ ଲୋକଙ୍କ ଜୀବନ ଆତ୍ମପାଇଁ ଅତ୍ୟନ୍ତ ମୂଲ୍ୟବାନ ଓ ଭୋଟ ରାଜନୀତି ନଗଣ୍ୟ ବୋଲି କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ଶ୍ରୀ ପତ୍ନାକର ଗୁରୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ଅବିଳମ୍ବେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସହ କଥାହୋଇ ନିର୍ବାଚନକୁ ସାମୟିକ ଭାବେ ସ୍ଥଗିତ ରଖୁବାକୁ ପିସିସି ନେତୃମଣ୍ଡଳୀ ଅବଗତ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ପିସିସିର ୫ ଜଣିଆ ପ୍ରତିନିଧ ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀଯୁକ୍ତ ଲୋହାନୀଙ୍କୁ ସାକ୍ଷାତ କରି ଉପରୋକ୍ତ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । 

ପ୍ରତିନିଧୂ ମଣ୍ଡଳୀଙ୍କଠୁଁ ସମସ୍ତ ଘଟଣା ଶୁଣିବା ପରେ ତ୍ବରିତ ପଦକ୍ଷେପ ନିମନ୍ତେ ଶ୍ରୀଯୁକ୍ତ ଲୋହାନୀ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିନି ମଣ୍ଡଳୀରେ ସର୍ବଶ୍ରୀ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝା, ପ୍ରାକ୍ତନମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ବରିଷ୍ଟ ଆଇନଜୀବୀ ତଥା କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପ୍ରାକ୍ତନ ମୁଖପାତ୍ର ପଦ୍ଧାକର ଗୁରୁ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

ନବନିର୍ମାଣ କୃଷକ ସଂଗଠନର ଆହ୍ବାନ ସମସ୍ତ ରୋଗୀଙ୍କ ପାଇଁ ମାଗଣାରେ ଚିକିତ୍ସା ଉପଲବ୍ଧ କରାଅ

ଭୁବନେଶ୍ୱର,ସରକାର ଆଜିର କରୋନା ମହାମାରୀ ସମୟରେ ସମସ୍ତ କରୋନା ଓ ଅଣକରୋନା ରୋଗୀଙ୍କୁ ମାଗଣା ଗୁଣାତ୍ମକ ଚିକିତ୍ସା ଉପଲବ୍ଧ କରାନ୍ତୁ । ଏହା ହିଁ ଆଜିର ସମୟର ଆହ୍ବାନ ଓ ଏକ ଲୋକ କଲ୍ୟାଣକାରୀ ସରକାରଙ୍କ ଠାରୁ ରାଷ୍ଟ୍ରର ଜନଗଣଙ୍କ ଆଶା । ଏହି ସମୟରେ ସରକାର ସ୍ଵାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଜୀବନ ବଞ୍ଚାଇବାର ଦାୟିତ୍ବକୁ ପ୍ରମୁଖତା ଦିଅନ୍ତୁ । ଆଜି ସାମ୍ବାଦିକ ଭବନ କରି ଏ ନେଇ ବକ୍ତବ୍ୟ ରଖୁଥିଲେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ସେ କହିଥିଲେ ଯେ, କରୋନା ମହାମାରୀକୁ ନେଇ ସରକାର ବହୁତ ପୁଟରର ସତର୍କତା କରୁଥିଲେ ହେଁ ପ୍ରକୃତପକ୍ଷେ ପର୍ଯ୍ୟାପ୍ତ ତ ଛାଡ଼ ସର୍ବନିମ୍ନ ସ୍ବାସ୍ଥ୍ୟସେବା କରୋନା ରୋଗୀଙ୍କ ପାଇଁ ସଙ୍କଟ କାଳରେ ଉପଲବ୍ଧ କରାଇ ପାରୁନାହାଁନ୍ତି । 

ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କ ଜୀବନ ଅକାଳରେ ଋଲିଯିବା ଆମ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ଜଳଜଳ କରି ଦେଖାଇଦେଇଛି । ସବୁଠୁ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କରୋନା ଅଣସଂକ୍ରମିତ ରୋଗୀ । କରୋନା ସଂକ୍ରମଣ କାଳରେ ଅଣସଂକ୍ରମିତ ରୋଗୀମାନ ବି ଚିକିତ୍ସା ସୁବିଧା ପାଇବା କଥା । ମାତ୍ର ସେମାନେ ଅବହେଳା ଓ ଉପେକ୍ଷାର ଶିକାର ହୋଇ ବହୁବିଧ ଯନ୍ତ୍ରଣାର ସାମ୍ନା କରୁଛନ୍ତି । ସେହିଭଳି ଯଦି କୋଭିଡ୍ ଗ୍ରାଫ ଅଧୁକ ଶିଖରକୁ ଛୁଉଁଛି ଓ ପରିସ୍ଥିତି ସଙ୍ଗୀନ ହେଉଛି ତେବେ ସରକାର ତୁରନ୍ତ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରି ପୁଞ୍ଜିପତିଙ୍କ ଠାରୁ ସ୍ବତନ୍ତ୍ର କ୍ଷମତା ବଳରେ ଅଧା ଅର୍ଥ ନେଇଆସନ୍ତୁ । କରୋନ ସମୟରେ ଅନ୍ୟମାନଙ୍କ ଅପେକ୍ଷା ଶିଳ୍ପପତିମାନଙ୍କୁ ସରକାର ଅଧିକ ପ୍ୟାକେଜ ଦେଇଥିଲା ବେଳେ ଏବଂ ସିଏସଆର ଫଣ୍ଡ ଅର୍ଥ ପିଏମ । କେୟାର ପାଣ୍ଠିକୁ ଦେଇ ସେମାନେ ଖସି ଯାଇଥିବା ବେଳେ ଏବେ ଦେଶର ବିପଦ ବେଳେ ମୁଣ୍ଡ ଦେଖାନ୍ତୁ । 

ନିଜେ ସରକାର ଘୋଷଣା କରିଛନ୍ତି ଜୀବନ ସବୁଠାରୁ ମୂଲ୍ୟବାନ । ଜନମଙ୍ଗଳକାରୀ ରାଷ୍ଟ୍ରର ଦାୟିତ୍ଵ ଓ କର୍ତ୍ତବ୍ୟ ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଶିକ୍ଷା ସ୍ଵାସ୍ଥ୍ୟର ସୁନିଶ୍ଚିତ ବ୍ୟବସ୍ଥା କରିବା । ଆଜିର କରୋନା ମହାମାରୀ ସମୟରେ ଜୀବନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର ଜୀବନର ସୁରକ୍ଷା ପାଇଁ ସବୁଠାରୁ ଅଧିକ ଦାୟିତ୍ୱସମ୍ପନ୍ନ ସରକାର ଭାବରେ କରୋନା ଏବଂ କରୋନା ବାହାର ରୋଗୀମାନଙ୍କର ସମ୍ପୂର୍ଣ ମାଗଣା ଚିକିତ୍ସା କରିବା ସହିତ ଏହି ସମୟକୁ ସ୍ଵାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବ୍ୟାପାର ନାମରେ ଏକାଠି ହୋଇଥିବା ପୁଞ୍ଜିର ଏକାଧୁକାର ଓ ବୌଦ୍ଧିକ ଏକାଧୁକାରକୁ ସମାପ୍ତ କରି ସମସ୍ତ ଅର୍ଥକୁ ଚିକିତ୍ସା ଖର୍ଚ୍ଚରେ ଉପଯୋଗ କରିବା ଉଚିତ । 

ଏହି ଘଡ଼ିସନ୍ଧି ମୁହୁର୍ଭରେ ନବନିର୍ମାଣ କୃଷକ ସଂଗଠନ ଗୃଷୀର ହିତ ପାଇଁ ସବୁବେଳେ ସ୍ୱର ଉଠାଇ ଆସୁଥିଲେ ମଧ୍ୟ ଆଜି ସାରା ଦେଶର ସାଧାରଣ ବ୍ୟକ୍ତିର ଜୀବନକୁ ମହତ୍ତ୍ବ ଦେଇ ନିମ୍ନଲିଖୁତ ଦାବିଗୁଡ଼ିକ ଉପସ୍ଥାପିତ କରୁଛି । (୧) କରୋନା ସଂକ୍ରମିତ ଓ ଅଣସଂକ୍ରମିତ ଉଭୟ ରୋଗୀଙ୍କ ଚିକିତ୍ସା ସରକାର ମାଗଣାରେ ଉପଲବ୍ଧ କରାନ୍ତୁ ( ୨) ଘରୋଇ ହସ୍ପିଟାଲ ମାନଙ୍କରେ ମାଗଣା ଚିକିତ୍ସା ଉପଲବ୍ଧ ହେଉ (୩) ସ୍କୁଲ କଲେଜଠାରୁ ଆରମ୍ଭ କରି ଖାଲିଥିବା ସମସ୍ତ ବିଡ଼ିଙ୍ଗ ଗୁଡ଼ିକୁ କରୋନା ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯାଉ (୪) ଜରୁରୀକାଳୀନ ପରିସ୍ଥିତି ମାଧ୍ୟମରେ ସରକାର ବୌଦ୍ଧିକ ଅଧୁକାର ଓ ପୁଞ୍ଜିଗତ ଏକାଧିକାରକୁ ସମାପ୍ତ କରାଯାଇ ବ୍ୟାପାରକୁ ସେବାମୁଖୀ କରାଯିବା ସହ ରାଷ୍ଟ୍ରପତି ସମପିତ କରାଯାଉ । 

ସେହି ଅର୍ଥରେ ସାଧାରଣ ବ୍ୟକ୍ତିଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଉପଲବ୍ଧ କରାଯାଇ ଜୀବନକୁ ସୁରକ୍ଷିତ କରାଯାଉ (୫) ଶିକ୍ଷିତ ଯୁବକମାନଙ୍କୁ ପ୍ରଶିକ୍ଷିତ କରାଯାଇ ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀ ଭାବେ ବିନିଯୋଗ କରାଯାଉ । ଉକ୍ତ ଦାବିସମୂହକୁ ପୂରଣ ପାଇଁ ସରକାରଙ୍କ ଉପରେ ଗୃପ ପକାଇବା ପାଇଁ ସଂଗଠନ ଜନମତକୁ ପ୍ରଭାବିତ କରିବା ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ, ସହ ସଂଯୋଜକ ନିମାଇଁ ରାୟ, ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଗଠକ ମନୱେର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ବର, ସଂପ୍ରତି ସାରା ରାଜ୍ୟରେ ତଥା ଦେଶରେ କୋଭିଡ୍ – ୧୯ର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖୁ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ରାଜ୍ୟର ସମସ୍ତ ହିତାଧୁକାରୀଙ୍କ ନିକଟରେ ଯେପରି ଠିକ୍ ସମୟରେ ରାସନ୍ ସାମଗ୍ରୀ ପହଞ୍ଚିପାରିବେ ସେଥି ନିମନ୍ତେ ବିଶେଷ ପଦକ୍ଷେପ ନିଆଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖୁବା ପାଇଁ ବିଭାଗୀୟ ଅଧୁକାରୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଆୟୋଜିତ ଭର୍ଚୁଆଲ୍ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବା ଅବସରରେ କୋଭିଡ୍ –୧୯ର ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଖାଉଟିମାନେ ଯେପରି ସହଜରେ ଓ ସୁବିଧାରେ ସାମାଜିକ ଦୂରତ୍ୱ ରକ୍ଷା କରି ସେମାନଙ୍କର ପିଡ଼ିଏସ୍ ରାସନ ସାମଗ୍ରୀ ପାଇପାରିବେ ସେ ଦିଗରେ ଅଧୁକ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେଭିଡ୍ ମହାମାରୀ ସମୟରେ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା ଦିଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଶେଷ ଭୂମିକା ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥୁଲେ ।

ଏଣୁ ସହିତ ରାଜ୍ୟର ଚାଷୀ ଓ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖ୍ କୋଭିଡ୍ –୧୯ର ସମସ୍ତ ମାର୍ଗଦର୍ଶିକା ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ । ମଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ୧୭ଟି ଜିଲ୍ଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥୁବାବେଳେ ଏହାକୁ ସୁସଂହତ କରିବା ଦିଗରେ ବିଭାଗୀୟ ଅଧୁକାରୀ ଓ କ୍ଷେତ୍ରରେ କାମ କରୁଥିବା ପ୍ୟାକ୍ସ/ଲାମର ଅଧୁକାରୀମାନଙ୍କୁ ଅକ ତତ୍ପର ହେବାକୁ ପଡ଼ିବ । ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ, ଚିନାବାଦାମ ଇତ୍ୟାଦିକୁ ସୁଚାରୁ ରୂପେ ସଂଗ୍ରହ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଲେ । 

ଏଣୁ ସହିତ ଚଳିତ ବର୍ଷ ଯେପରି ଅଧୁକରୁ ଅଧୁକ ଡାଲି ଓ ତୈଳବୀଜ ସଂଗ୍ରହ କରି ହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ସେହିପରି ସମବାୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଚାଷୀମାନଙ୍କୁ ସହଜରେ କୃଷି ଋଣ ଯୋଗାଣ ସହିତ ଯୁଗ୍ଧଦେୟ ଗୋଷ୍ଠୀ ଏବଂ ମହିଳା ସ୍ଵୟ ସହାୟିକା ଗୋଷ୍ଠୀମାନଙ୍କୁ ଅଗ୍ରାଧକାର ଭିଭିରେ ଋଣ ଯୋଗାଇଦେବା ପାଇଁ ଗୁରୁତ୍ବାରୋପ କରିଥିଲେ । ରାଜ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଦିଗରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ସହିତ ମଣ୍ଡିଗୁଡ଼ିକରେ । ବହୁମୁଖୀ ଗୋଦାମଘର ନିର୍ମାଣ ଦିଗରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ବାରୋପ କରିଥିଲେ ।

ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ ପୂର୍ବକ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହିତ ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥୁଲେ । ଏଥୁ ନିମନ୍ତେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହିତ କମ୍ପ୍ୟୁଟରାଇଜେସନ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କହିଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ପିଡ଼ିଏସ୍ ସାମଗ୍ରୀ ଯୋଗାଣ ଓ ରବିଧାନ ସଂଗ୍ରହର ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀଙ୍କ ସମେତ । ମାର୍କଫେର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ୱେୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ, ଓସାମ୍ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧୁକାରୀମାନେ ଯୋଗଦେଇଥଲେ ।

କିଟ୍ ଛାତ୍ରଙ୍କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ଵର, କିଟ୍ ଛାତ୍ରଙ୍କୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର । ନିକଟରେ ଆଇଆଇଟି ବାରାଣସୀଠାରେ ସମ୍ପନ୍ନ ହୋଇଥିବା ଫିଲ୍ମ ଆଣ୍ଡ ମିଡ଼ିଆ କାଉନ୍‌ସିଲ୍ (ଏଫ୍ ଏସି) ଉଇକେଣ୍ଡ ଫେଷ୍ଟରେ କିଟ୍ ସ୍କୁଲ୍ ଅଫ୍ ଫିଲ୍ମ ଆଣ୍ଡ ମିଡ଼ିଆ ସାଇସେସ୍‌ର ଛାତ୍ର ରାଜକିଶୋର ମହାପାତ୍ରଙ୍କ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ‘ତାମସ’ ଶ୍ରେଷ୍ଠ ବିବେଚିତ ହେଇ ପୁରସ୍କୃତ ହୋଇଛି । ଆଇଆଇଟି ବାରାଣସୀ ଦ୍ବାରା ଏଫ୍ ଏସି ଉଇକେଣ୍ଡ ଫେଷ୍ଟ ପ୍ରତିବର୍ଷ ଆୟୋଜନ କରାଯାଇଥାଏ । ଏହା ଭାରତର ସର୍ବବୃହତ ଓ ପ୍ରଥମ ଡିଜିଟାଲ ଆର୍ଟସ ଫେଷ୍ଟିଭାଲ ଓଡ଼ିଶାର ଜଣେ କିଶୋରଙ୍କ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଉପରେ ଆଧାରିତ ଏକ ଘଟଣା ଉପରେ ରାଜକିଶୋର ଏହି ବୃତ୍ତଚିତ୍ରଟି ନିର୍ମାଣ କରିଥିଲେ । 

ରାଜକିଶୋରଙ୍କ ଏହି ବୃତ୍ତଚିତ୍ରଟି ଜୁରୀଙ୍କ ଦ୍ବାରା ବେଶ ଉଚ୍ଚ ପ୍ରଶଂସିତ ହେବା ସହ ଶ୍ରେଷ୍ଠ ବିବେଚିତ ହୋଇଥିଲା । ପୂର୍ବରୁ ୨୦୧୯ରେ ରାଜକିଶୋରଙ୍କ ଏକ ବୃତ୍ତଚିତ୍ର “ମାୟା- ଏ ଷ୍ଟେଟ୍ ଅଫ୍ ଟ୍ରାନ୍ସ’ ଫିଲାଡେଲ୍‌ଫିଆ ୟୁଥ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ବିବେଚିତ ହେବା ସହ ଅନେକ ଫିଲ୍ମ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲା । ଏହା ବ୍ୟତୀତ ରାଜକିଶୋର ତାଙ୍କର ସାମାଜିକ କାର୍ଯ୍ୟ କଳାପ ପାଇଁ ୨୦୧୯ରେ ୟୁଥ ଇନ୍ ଆଉଟ୍‌ଷ୍ଟାଣ୍ଡି କଟ୍ରିବିଉସନ୍ ଫର୍ ସୋସିଆଲ କଜ୍ ପୁରସ୍କାର ପାଇଥିଲେ । ରାଜକିଶୋରଙ୍କ ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ଆଜି । ସକାଳେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୋଭିଡ୍‌ କଟକଣା ମଧ୍ୟରେ ବରପୁତ୍ରଙ୍କ । ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଜି ଛକସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉତ୍କଳ ସମ୍ମିଳନୀ ଏବଂ ପାରଳା ଗଜପତି ବିକାଶ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଭି ନିୟମାବଳୀକୁ ଦୃଷ୍ଟିରେ ରଖ୍ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଅତି ସୀମିତ ସଂଖ୍ୟକ ଅତିଥି ଉପସ୍ଥିତ ରହିଥିଲେ ।

ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୨୮ ତମ ଜୟନ୍ତୀରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ଵର, ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଭାଷାଭଭିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ, ଅଗ୍ରପୂଜ୍ୟ, ଚିର ସ୍ମରଣୀୟ ତଥା ଚିର ବନ୍ଦନୀୟ, ପୂଣ୍ୟ ଶ୍ଳୋକ,ପୂଣ୍ୟମ୍ବା ଉଜ୍ବଳ ପୁରୁଷ ମହାରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପବିତ୍ର ଜୟନ୍ତୀ ଅବସରରେ ଆମ ସମସ୍ତଙ୍କର କୋଟି କୋଟି ପ୍ରଣାମ । ଏହି ଦିବସଟି ସମସ୍ତ ଓଡିଶାବାସୀଙ୍କ ପାଇଁ ଗୌରବର ସାକ୍ଷର ବହନ କରେ । ଅପ୍ରେଲ ୨୬ ତାରିଖରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୨୮ ତମ ଜୟନ୍ତୀ । 

ଏହି ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅପ୍ରେଲ ୨୬ ତାରିଖ ସକାଳେ ସ୍ଥାନୀୟ ଏ.ଜି. ଛକ ସ୍ଥିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ଭରେ କୋଭିଡ୍‌ କଟକଣା ଅନୁପାଳନ ପୂର୍ବକ ସୀମିତ ସଂଖ୍ୟକ ଅଧିକାରୀ ଓ ବ୍ୟକ୍ତିଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରାଯିବା ନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ଅବସରରେ ମହାରାଜାଙ୍କ ପ୍ରତି ପାରଳା ଗଜପତି ବିକାଶ ସଂଚ, ଭୁବନେଶ୍ବର ଏବଂ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ, ଭୁବନେଶ୍ଵରଙ୍କ ତରଫରୁ ମଧ୍ୟ ଉତ୍କଳର ଏହି ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । 

ସୂଚନା ଓ ଲୋକ ସଂପର୍କ ବିଭାଗକୁ ପ୍ରେରିତ ଏକ ପତ୍ରରେ ପାରଳା ଗଜପତି ବିକାଶ ସଂଚ ତରଫରୁ କୁହାଯାଇଛି ଯେ, ପୂର୍ବରୁ ଏହି ଦୁଇ ଅନୁଷ୍ଠାନ ସହଯୋଗରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସରକାରୀ ସ୍ତରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳନ କରାଯାଇଥାଏ । କିନ୍ତୁ ଗତ ବର୍ଷ ପରି ଏ ବର୍ଷ ମଧ୍ୟ କରୋନା ମହାମାରୀ କଟକଣା ଯୋଗୁଁ ଏହି ବରପୁତ୍ରଙ୍କ ଜୟନ୍ତୀ ଯେପରି ଭାବେ ସମାରୋହରେ ପାଳନ ହେବା କଥା, ତାହା ସମ୍ଭବପର ହୋଇପାରୁନାହିଁ । 

ତେଣୁ ଏହି ଅନୁଷ୍ଠାନ ଦ୍ବୟ ତରଫରୁ ଉପରୋକ୍ତ ମର୍ମରେ ବାର୍ତ୍ତା ପ୍ରେରଣ କରାଯାଇ ପୁଣ୍ୟମ୍ଭାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପ୍ରକାଶ ଥାଉକି, ଜୟନ୍ତୀରେ ବିଧାନସଭା ପରିସରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ବିଧାନ ସଭା ତରଫରୁ ମଧ୍ୟ କୋଭିଡ୍‌ କଟକଣା ଅନୁପାଳନ ପୂର୍ବକ ମାଲ୍ୟାର୍ପଣ କରାଯିବ ।

ଇଂଜିନିୟରିଂ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ଇ-ସାଇକଲ୍ ପ୍ରକଳ୍ପରେ କିଟ୍‌କୁ ପ୍ରଥମ ପୁରସ୍କାର

ଭୁବନେଶ୍ଵର, ଇଂଜିନିୟରିଂ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟସ୍ତରର ପୋଷ୍ଟର ପ୍ରତିଯୋଗିତା ‘ଟେକ୍ନୋଡିଅମ୍-୨୦୨୧’ରେ କିଟ୍ ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂର ଛାତ୍ରମାନେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ସେମାନେ ପ୍ରଫେସର ସୌଭଗ୍ୟ ରଞ୍ଜନ ପୃଷ୍ଟି, ପ୍ରଫେସର ସୁବ୍ରତ ବେହେରା, ପ୍ରଫେସର ତନ୍ମୟ ରାୟ ଚୌଧୁରୀ ଏବଂ ନବ କିଶୋର ଦାଶଙ୍କ ତତ୍ବାବଧାନରେ ଇ-ସାଇକଲ୍ ପ୍ରସ୍ତୁତ କରି ଟ୍ରାକ୍-୩ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି । ଏହି ପ୍ରତିଯୋଗିତାର ‘ନିଉ ଫେସ୍ ଅଫ୍ ଇ-ସାଇକଲ୍’ ବିଭାଗରେ ଅଂଶଗ୍ରହଣ କରିଥିଲେ । 

କିଟ୍ ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ ସ୍କୁଲର ଛାତ୍ର ରୋହିତ ମହାନ୍ତି, ରାହୁଲ କ୍ରିଷ୍ଠା ପଟେଲ, ସୌଭାଗ୍ୟ କର, ପୁରୁଷୋତ୍ତମ ମହାନ୍ତି ଏବଂ ସୌମ୍ୟ ରଞ୍ଜନ ସାହୁ କାର୍ଯ୍ୟ କରୁଛନ୍ତି । ବତ୍ତର୍ମାନ ସମୟରେ ତୈଳଦର ବୃଦ୍ଧି ପାଉଥିବାରୁ ଏକ ଅତ୍ୟାଧୁନିକ ଇ-ସାଇକଲ୍ ବିକଶିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଇ ସାଇକଲ୍ ଉପରେ ଏକ ପୋଷ୍ଟର ପ୍ରସ୍ତୁତ କରିଥିଲେ । ଏହା ବ୍ୟତୀତ ଏହି ଛାତ୍ରମାନେ ଇଲେକ୍ନିକାଲ୍ ଇଞ୍ଜିନିୟରିଂ ବିଭାଗର ଇଲେକ୍ତିକ୍ ଡ୍ରାଇସ ଲ୍ୟାରେ ଏକ ଇ-ସାଇକଲ୍ ମଧ୍ୟ ବିକଶିତ କରିଛନ୍ତି । 

କିଟ୍ ଛାତ୍ରଙ୍କ ଏହି ସୃଜନ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପ୍ରତିଯୋଗିତାରେ କିଟ୍ ଛାତ୍ରଙ୍କ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ଏଥିପାଇଁ ପୁରସ୍କାର ବାବଦରେ ଛାତ୍ରମାନେ ୧୨ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛନ୍ତି । ଏହି ସଫଳତା ଭବିଷ୍ୟତରେ ସେମାନଙ୍କୁ ଏକ ଅତ୍ୟାଧୁନିକ ଇ-ସାଇକଲ୍ ବିକାଶିତ କରିବାର ମନୋବଳ ବୃଦ୍ଧି କରିବ । ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଇ ସାଇକଲ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଛାତ୍ର ଓ ଅଧ୍ୟାପକ ତଥା ଗାଇଡ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମିଶନଶକ୍ତି ସହାୟତାରେ ରାଜ୍ୟର ୧୧୪ ପୌରାଞ୍ଚଳରେ ଜଳ ଅମଳ ପ୍ରକଳ୍ପ ୟୁଡବ୍ଲ୍ୟୁଇଆଇ ଯୋଜନାରେ କରିବ

ଭୁବନେଶ୍ଵର, ସହରାଞ୍ଚଳ ମଜୁରୀ ନିଯୁକ୍ତ ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ୍ ଶକ୍ତି ଗୋଷ୍ଠୀ ସହଯୋଗରେ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୌରାଞ୍ଚଳରେ ଥିବା ପାର୍କ, ଖେଳପଡ଼ିଆ ଭଳି ଖୋଲାସ୍ଥାନଗୁଡିକୁ ତୁରନ୍ତୁ ଏଥିପାଇଁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ନେତୃତ୍ବରେ ଏକ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ଏବଂ ପୌରସଂସ୍ଥାର କମିଶନର୍ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ସଟି ଲେଭଲ୍ କୋର ଗୁପ୍ ଗଠନ କରାଯାଇଛି । ଯାହାକି ଆସନ୍ତା ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ୨ ମାସ ମଧ୍ୟରେ ୫୦୦୦ ବର୍ଷା ଜଳ ଅମଳର ପ୍ରକଳ୍ପ ପ୍ରତିଷ୍ଠା କରିବରେ ସହାୟକ ହେବ । 

ଏପ୍ରିଲ ୨୩ ତାରିଖରେ ସମସ୍ତ ପୌରାଞ୍ଚଳ, ବିକାଶ ପ୍ରାଧିକରଣ ଏବଂ ଯୋଜନା ପ୍ରାଧିକରଣରୁ ଇଞ୍ଜିନିୟରମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ବୈଷୟିକ ମଡେଲ ଉପରେ ତାଲିମ ଦେବା ପାଇଁ ବିଭାଗ ଦ୍ବାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ବିଭାଗର ବରିଷ୍ଠ ଅଧିକାରୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷଗୁଡିକ କିପରି ହାସଲ କରାଯିବ ସେନେଇ ଆଲୋଚନା କରିଥିଲେ । ବିଏମ୍‌ସିର ସିଟି ଇଞ୍ଜିନିୟର ସମସ୍ତ ପୌର କାର୍ଯ୍ୟକର୍ତ୍ତାଙ୍କୁ ଭୁବନେଶ୍ବର ମହାନଗର ନିଗମରେ ସ୍ଥାପିତ ଆରଡବ୍ଲ୍ୟୁଏଚ୍ଏସ୍ ର ମଡେଲ ଉପରେ ଏକ ବୈଷୟିକ ଉପସ୍ଥାପନା କରିଥିଲେ। ମିଶନ୍ ଶକ୍ତି ଗୋଷ୍ଠୀକୁ ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ ସହିତ ସେମାନେ ଯେଭଳି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବେ ସେଥିପାଇଁ ସେମାନଙ୍କୁ ସଚେତନପାଇଁ କୁହାଯାଇଛି । 

ସମସ୍ତ ଯୁଡବ୍ଲ୍ୟୁଇଆଇ କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ସୁବିଧା କରିବା  ପାଇଁ ବିଭାଗୀୟ ସ୍ତରରେ ଉତ୍ସର୍ଗୀକୃତ ପଏ ସ୍ଥାପନ କରାଯାଇଛି । ଏତଦ୍ ବ୍ୟତୀତ, ୟୁଡବ୍ଲ୍ୟୁଇଆଇ କୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ମାନବ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରମୁଖ ସଚିବ ଶ୍ରୀ ମାଥିଭାଥାନନ୍ ନିର୍ଦ୍ଦେଶ ଦେଇଛନ୍ତି । ଯେ ଟାର୍ଗେଟଗୁଡିକ ୱାର୍ଡ –ୱାରୀ ଏବଂ ଇଞ୍ଜିନିୟର-ୱାରୀ ହେବ ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ରାଜ୍ୟ ସ୍ତରୀୟ ଟାକ୍ସ ଫୋର୍ସ ଦ୍ଵାରା ନିୟମିତ ସମୀକ୍ଷା କରାଯିବ । ଅଂଶଗ୍ରହଣକାରୀମାନଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥାନନ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଜଳ ପରିଚାଳନା ରେ ବିଭାଗ ସର୍ବାଧିକ ଗୁରୁତ୍ବ ଦେଉଛି ଏବଂ ଏହା କରିବାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଦ୍ଧତି ବିଭିନ୍ନ ଆରଡବ୍ଲ୍ୟୁଏଚ୍ଏସ୍ ଦ୍ଵାରା କାର୍ଯ୍ୟକାରୀ ହେବ । 

ଭୂତଳ ଜଳ ର ସୁନିଶ୍ଚିତ କରିବା ବ୍ୟତୀତ ଏହା ଜଳପ୍ରବାହ ଜନିତ ବନ୍ୟାକୁ ହ୍ରାସ କରିବାରେ ସହାୟକ ହେବ । ଏହା ପୌରାଞ୍ଚଳରେ ହାଇଡ୍ରୋଲୋଜିକାଲ୍ ସନ୍ତୁଳନକୁ ସ୍ଥିର କରିବାରେ ସାହାଯ୍ୟ କରିବ ଏବଂ ଜଳବାୟୁ ସ୍ଥିରତାକୁ ସୁନିଶ୍ଚିତ କରିବ । ପ୍ରମୁଖ ସଚିବ କହିଛନ୍ତି ଯେ ସମସ୍ତ ସହରାଞ୍ଚଳରେ ଜଳ ସଂରକ୍ଷଣ ମଡେଲ ସ୍ଥାପନ କରିବା ପାଇଁ ଆରମ୍ଭ ହେବାକୁ ଥିବା ପଦକ୍ଷେପଗୁଡ଼ିକର ଏହା ହେଉଛି ପ୍ରଥମ । ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ସମୟରେ ସ୍ବଛତା ଏବଂ ବିଭିନ୍ନ ଗୋଷ୍ଠିର  ଅଂଶଗ୍ରହଣ ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ଅନୁଷ୍ଠାନ ପରିସର, ପାର୍କ, ଖେଳ ପଡ଼ିଆ, ଖୋଲା ସ୍ଥାନ ଏବଂ ଖାଲି ପଡ଼ିଥିବା ସ୍ଥାନଗୁଡିକରେ ସର୍ବନିମ୍ନ ୫୦୦୦ ଆରଡବ୍ଲ୍ୟୁଏଚ୍ଏସ୍ ଲକ୍ଷ୍ୟ ହାସଲ କରିବାକୁ ସେ ଗୁରୁତ୍ବାରୋପ କରିଛନ୍ତି । ଛୋଟ ସହରଗୁଡିକର ପ୍ରତ୍ୟେକ ୱାର୍ଡରେ ୫ ରୁ ୧୦ ଆରଡବ୍ଲ୍ୟୁଏଏସ ଏବଂ ମହାନଗର ଗୁଡିକରେ ପ୍ରତ୍ୟେକ ୱାର୍ଡରେ ୨୦ ରୁ ୨୫ ଆରଡବ୍ଲ୍ୟୁଏଏସ ରହିବା ଉଚିତ୍ । ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥା ଏବଂ ଇଞ୍ଜିନିୟରମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି କୁହାଯାଇଥିଲା ।

ଉଲ୍ଲେଖନୀୟ ଯେ ୧୮ ଏପ୍ରିଲ ୨୦୨୦ ରେ ସହରାଞ୍ଚଳ ବେତନ ନିଯୁକ୍ତ ପଦକ୍ଷେପ (ୟୁଡବ୍ଲ୍ୟୁଇଆଇ) ଆରମ୍ଭ କରାଯାଇଥିଲା ବେଳେ ଏହା ସହରାଞ୍ଚଳର ଗରିବ, ପ୍ରବାସୀ ଯେଉଁମାନେ କି କୋଭିଡ ଦ୍ବାରା ପ୍ରଭାବିତ ସେମାନଙ୍କ ଲାଗି ବେଶ୍ ସହାୟକ ହୋଇପାରିଛି । ୟୁଡବ୍ଲ୍ୟୁଇଆଇ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳରେ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ଗରିବ ଓ ସମ୍ବେଦନଶୀଳ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇ ଦେଉଛି । ଏହି ଯୋଜନା ସବୁ ସ୍ତରର ଲୋକଙ୍କ ପାଇଁ ଅତ୍ୟନ୍ତ ଅତୁଳନୀୟ ସହରୀ ବିକାଶର ଅନେକ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରର ସମ୍ମିଶ୍ରଣ ହାସଲ କରିବାକୁ ସହରାଞ୍ଚଳରେ ରହୁଥିବା ଗରିବ, ଅସୁରକ୍ଷିତ ତଥା ସମ୍ବେଦନଶୀଳ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଜୀବିକା ନିବାହ, ପରିବେଶର ସୁରକ୍ଷା, ଜଳବାୟୁ ସହନଶୀଳ ପାଇଁ ଗୋଷ୍ଠି ଗୁଡ଼ିକର ସ୍ଥାୟୀ ସମ୍ପତ୍ତି ସୃଷ୍ଟି, ଗୋଷ୍ଠି ସହିତ ବିଶ୍ବାସ ଆଧାରିତ ସହଭାଗିତା ଗଠନ ହେବ ଯାହାଦ୍ଵାରା ଶାସନର ଚତୁର୍ଥ ପର୍ଯ୍ୟାୟକୁ ମଜବୁତ ଏବଂ ଗୋଷ୍ଠି କେନ୍ଦ୍ରିକ ତଥା ଗୋଷ୍ଠିର ନେତୃତ୍ବ ବିକାଶ ହାସଲ କରିବ ।


ମୋଦିଙ୍କ ଗରିବ କଲ୍ୟାଣ ଯୋଜନା ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ପ୍ରତାରଣା । ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ଭୁବନେଶ୍ୱର, ଦେଶରେ ଦେଖା ଦେଇଥିବା ମହାମାରୀ କରୋନା ଦେଶବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ଏହିଭଳି ଏକ ବିପତ୍ତି ସମୟରେ ସମସ୍ତ ଭାରତବାସୀ ସରକାରଙ୍କୁ ସହଯୋଗ କରିବା ସହିତ ସରକାରୀ ଆଇନ୍ କୁ ମାନିଛନ୍ତି । କିନ୍ତୁ ଭାରତ ସରକାର ସମସ୍ତ ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଗ (ମଧ୍ୟବିତ୍ତ ଶ୍ରେଣୀ)କୁ ସାବତ ପୁଅ ଭଳି ବ୍ୟବହାର କରିବା ମଧ୍ୟବିତ୍ତ ବର୍ଗଙ୍କୁ ହତାଶ ଓ ଅସହାୟତା ମଧକୁ ଲେଠି ଦେଇଛି । ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ମହାସଂଘର ସଭାପତି ପ୍ରଦୀପ ମିଶ୍ର ଭାରତ ସରକାରଙ୍କ ମଧ୍ୟବିତ୍ତ ବିରୋଧୀ ନୀତି ଓ ପକ୍ଷପାତିତାକୁ ନିନ୍ଦା କରିବା ସହିତ ମଧ୍ୟବିତ୍ତ ଶ୍ରେଣୀରେ ମୌଳିକ ଅଧିକାରକୁ ସରକାର କ୍ଷୁର୍ଣ କରିଥିବା ଅଭିଯୋଗ କରିଛନ୍ତି । 

ମୋଦି ସରକାର ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ଦୁଇମାସ ପର୍ଯ୍ୟନ୍ତ ୫ କେଜି ମାଗଣା ରାସନ ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଭାରତ ବର୍ଷରେ ଗରିବଙ୍କ ବ୍ୟତୀତ ଭାରତରେ ରହୁଥିବା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗ ବି କରୋନା ମହାମାରୀରେ ଆର୍ଥିକ ସ୍ତରରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସରକାର ଅଣଦେଖା କରିବା ଆଉ ବିପଦ ସମୟରେ ସହଯୋଗ ନ କରିବା ଏକ ଅସାମ୍ବିଧାନିକ ନିଷ୍ପତ୍ତି । 

ଆଇନ୍ ଯଦି ସମସ୍ତ ପାଇଁ ସମାନ, ସମ୍ବିଧାନ ଯଦି ସମସ୍ତଙ୍କ ପାଇଁ ସମାନ ତେବେ ସହାୟତା କେବଳ ଗରିବମାନଙ୍କୁ ଦେବା ପ୍ରଧାନମନ୍ତ୍ରୀଙ୍କ ଏକ ଆତ୍ମପ୍ରଚାର ସର୍ବସ୍ ଓ ହିଟଲରି ଶାସନର ପ୍ରତୀକ । ମହାମାରୀ କରୋନା ସମୟରେ ସମସ୍ତ ବର୍ଗଙ୍କୁ ସମାନ ସହାୟତା ଦେବା ପାଇଁ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଦାବି କରାଯାଇଛି ।

ବିଧାନସଭାର ସମସ୍ତ ଆଲୋଚନା ଏବଂ ରିପୋର୍ଟର ଡିଜିଟାଇଜେସନ୍ ପାଇଁ ବୈଠକ

ଭୁବନେଶ୍ୱର,ବିଧାନସଭା ବୈଠକର ସମସ୍ତ ଆଲୋଚନା ବିବରଣୀ ଏବଂ ବିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେସନ୍ କରିବାକୁ ହୋଇଥିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟପ୍ରଗତି ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗକୁ ୩.୮ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ବିଭାଗ ତରଫରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଥିବା ସୂଚନା ମିଳିଛି । ବାକି ଅର୍ଥର ବ୍ୟୟ ଅଟକଳ ପ୍ରସ୍ତାବ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ପ୍ରେରଣ କରି ତୁରନ୍ତ ଅନୁମୋଦନ କରାଇବା ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । 

ଆଲୋଚନାର ବିବରଣୀରୁ ପ୍ରକାଶ ଯେ ବିଧାନସଭାରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଆଲୋଚନାର ପ୍ରାୟ ୧୦ ହଜାର ନଥ ନଷ୍ଟ ହେବା ଅବସ୍ଥାକୁ ଆସିଗଲାଣି ଏବଂ ସେଗୁଡ଼ିକର ପୁନରୁଦ୍ଧାର କରାଯିବା ନିହାତି ଆବଶ୍ୟକ ରହିଛି । ସେହିପରି ରେକର୍ଡ ମାନୁଆଲ ଅନୁଯାୟୀ ବିଧାନସଭା ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ଫାଇଲ୍‌ଗୁଡ଼ିକର ମଧ୍ୟ ଡିଜିଟାଇଜେସନ୍ କରାଯିବ । ଏହା ସହିତ ବିଧାନସଭା ଗ୍ରନ୍ଥାଗାରର ସମସ୍ତ ପୁସ୍ତକଗୁଡ଼ିକ ମଧ୍ୟ ଇ-ମୋରେ ସ୍ଥାନିତ କରାଯିବ । ଫାଇଲ୍‌ଗୁଡ଼ିକର ସ୍କାନିଂ ପାଇଁ ଓକାକ୍ ମାଧ୍ୟମରେ ଟେଣ୍ଡର ଆହ୍ବାନ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । 

ବିଧାନସଭା ତଥ୍ୟର ଡିଜିଟାଇଜେସନ୍ ପାଇଁ ପୁନେ ଏବଂ ହାଇଦ୍ରାବାଦ୍‌ର ଦୁଇଟି ପ୍ରତିଷ୍ଠିତ ଏବଂ ଆଇଟି ସଂସ୍ଥା ସହ ଆଲୋଚନା କରାଯାଇ ଏ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଉକ୍ତ ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଜାତୀୟ ସୂଚନା ପ୍ରଯୁକ୍ତ ବିଦ୍ୟା ବିଭାଗୀୟ ଅଧୁକାରୀ ସରିତା ସାହୁ, ବିଧାନସଭା ଗ୍ରଛାଗରର ଉପନିର୍ଦ୍ଦେଶକ ଆରତୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

ସହରାଞ୍ଚଳ ଆବାସ ଯୋଜନାରେ ୩୬୦୬୨ ଟି ନୂଆ ଘର ମଞ୍ଜୁର, ବର୍ତ୍ତମାନ ସୁଦ୍ଧା ୧,୫୫,୦୭୮ ପରିବାରଙ୍କୁ ଘର ଯୋଗାଣ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ଵାରା ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା କରିବା 'ଯାଗା ମିଶନ' ଏବଂ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୩୬,୦୬୨ ନୂଆ ପରିବାରଙ୍କ ପାଇଁ ପକ୍କାଘର ମଞ୍ଜୁର କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍‌ରେ ଅନୁଷ୍ଠିତ ଓଡ଼ିଶା ସହରାଞ୍ଚଳ ହାଉସିଂ ମିଶନର ରାଜ୍ୟ ସ୍ତରୀୟ ମଂଜୁରୀ କମିଟିରେ ଏହି ଅନୁମୋଦନ ଦିଆଯାଇଛି । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାଥାନନ୍ ଆବାସ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ପାଇଁ  ଉପସ୍ଥାପନ କରିଥିଲେ । 

ବର୍ତ୍ତମାନ ସୁଦ୍ଧା ୧୧୪ଟି ସହରାଞ୍ଚଳର ୧,୫୫,୦୭୮ ପରିବରଙ୍କୁ ଏହି ଯୋଜନାରେ ଘର ଯୋଗାଇ ଦିଆଯାଇଛି । ଏଥୁ ମଧ୍ୟରୁ ୬୪୦୦୫ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ଏବଂ ଅବଶିଷ୍ଟ ଘରର ନିର୍ମାଣ ତ୍ବରାନ୍ବିତ ଗତିରେ ଚାଲୁ ରହିଛି । ୭୬ଟି ସହରାଞ୍ଚଳ ପାଇଁ ଏହି ନୂଆ ପ୍ରକଳ୍ପ ମଞ୍ଜୁର କରିବାସହ ସର୍ଭେ ମାଧ୍ୟମରେ ଚିହ୍ନଟ ସମସ୍ତ ପରିବାରଙ୍କୁ ଶିଘ୍ର ଘର ଯୋଗାଇବା ନିମନ୍ତେ ଏକ ସମୟାନୁବନ୍ଧିତ ଲକ୍ଷଭେଦୀ କାର୍ଯ୍ୟ-ଖସଡା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ ଜଣାଇଥିଲେ ଯେ ବର୍ତ୍ତମାନ ସୁଦ୍ଧା ଯାଗା ମିଶନରେ ୧ ଲକ୍ଷ ୫ହଜାର ଲୋକଙ୍କୁ 'ଲ୍ୟାଣ୍ଡ ଏଣ୍ଟାଟାଇଟିମେଣ୍ଟ ସାଟିଫିକେଟ' ଏବଂ ୬୫ ହଜାର ପରିବାରଙ୍କୁ 'ଲ୍ୟାଣ୍ଡ ରାଇସ୍ ସାର୍ଟିଫିକେଟ୍ ଦିଆଯାଇଛି । 

ଯାଗା ମିଶରେ ଯାଗା ପାଉଥିବା ପରିବାର ମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୨୦ ହଜାର ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ମାଥାନନ୍ ଜଣାଇଥିଲେ ଯେ ଏହି ଯୋଜନାରେ ସାଧାରଣତଃ ତିନିଟି ମୋ ଘର ଯୋଗାଇ ଦିଆଯାଏ । ପ୍ରଥମଟି ହେଲା ହିତାଧୁରୀ ନିଜେ ନିଜର ଘର ନିର୍ମାଣ କରନ୍ତି; ଦିତୀୟ ମୋରେ ସ୍ଵଳ୍ପମୂଲ୍ୟ ଗୃହ ନିର୍ମାଣକରି ଯୋଗାଇ ଦିଆଯାଏ; । ଏବଂ ତୃତୀୟ ମୋ ବସ୍ତି ସ୍ଥାନର କ୍ରମୋନ୍ନତି ବିକାଶ ନିମନ୍ତେ ସେହିସ୍ଥାନରେ ଘର ତିଆରି କରି ଯୋଗାଇ ଦିଆଯାଏ । ନୂଆ ଅନୁମୋଦିତ ୩୬୦୬୨ ଘର ମଧ୍ୟରୁ ୭୨ ଟି ସହରାଞ୍ଚଳର ୧୬,୪୬୩ ଟି ଘର ହିତାଧୁକାରୀମାନଙ୍କ ଦ୍ବାରା ନିର୍ମାଣ ହେବ; ୩ଟି ସହରର ୧୫, ୧୧୫ଟି ଘର ସ୍ଵମୂଲ୍ୟ ଗୃହ ୱାରେ ତିଆରି ହେବ ; ଏବଂ, ଗୋଟିଏ ସହରାଞ୍ଚଳର ୪,୪୮୪ ଟି ଗୃହ ବସ୍ତିବା ସ୍ଥାନରେ ନିର୍ମାଣ କରି ଯୋଗାଇ ଦିଆଯିବ । 

ଏହି ନୂଆ ଅନୁମୋଦିତ ଗୃହ ସହ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ । ୯୧ ହଜାର ୧୪୦ ପରିବାରଙ୍କୁ ସାମିଲ୍‌ କରାଯାଇଛି। । ପ୍ରାପ୍ତ ସୂଚନାରୁ ଜଣାପଡିଛି, ଏହି ପ୍ରକଳ୍ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ପାଣ୍ଠି ଯୋଗାଇଥାଆନ୍ତି । ହିତାଧୁକାରୀ ମଧ୍ୟ କିଛି ଅଂଶ ଧନ ଦେଇଥାନ୍ତି । ଘର ପିଛା କେନ୍ଦ୍ର ସରକାର ୧.୫୦ ଲକ୍ଷ ଏବଂ ରାଜ୍ୟ ସରକାର ଜମିର ମୂଲ୍ୟ ସହ ନଗଦ ୫୦,୦୦୦ ଟଙ୍କା ସହାୟତା ଦିଅନ୍ତି । ଏହାଛଡ଼ା ପ୍ରତି ହିତାଧୁକାରୀ ପରିବାରଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ୮ ହଜାର ଟଙ୍କା ଯୋଗାଇ ଦିଆଯାଏ । କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କଲେ ହିତାଧୁକାରୀଙ୍କୁ ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ସଂପୂର୍ଣ୍ଣ କଲେ ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଏ । ଚଳିତବର୍ଷ ମାର୍ଚ୍ଚ ଶେଷସୁଦ୍ଧା ଏହି ଯୋଜନାରେ ପ୍ରାୟ ୧୪୯୬ କୋଟି ଟଙ୍କା ବିନିଯୋଗ ହୋଇଛି । 

ଜମି ଓ ଅନ୍ୟାନ୍ୟ ମୌଳିକ ସୁବିଧା ରାଜ୍ୟ ସରକାରଙ୍କ ତରଫରୁ ଅଲଗାଭାବେ ଯୋଗାଇ ଦିଆଯାଇଛି । ପ୍ରତି ଘର ସହ ପାଇଖାନା ସମନ୍ବିତ ଗାଧୁଆଘର ବ୍ୟବସ୍ଥା ରଖୁବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ସହରାଞ୍ଚଳମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସାଧାରଣ ପ୍ରଶାସନ ଓ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ନଗର ଓ ଗୃହ ଉନ୍ନୟନ ଶାସନ ସଚିବ ଜି. ମାଥିଭାଥାନନ୍, ଓଡ଼ିଶା ସହରାଞ୍ଚଳ ଆବାସ ମିଶନ ନିର୍ଦ୍ଦେଶକ ଡଃ ସୁରେଶ ଚନ୍ଦ୍ର ଦଳାଇଙ୍କ ସମେତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ୱର, ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଖଣି ଓ ଇସ୍ପାତ, ପୂର୍ଭ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଶ୍ରୀ ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ସମ୍ବୋଧତ କରି କହିଲେ ଯେ ଆଜିର ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ ଗତାନୁଗତିକ ଧାରାରୁ ବାହାରକୁ ଆସି ନୂଆ ନୂଆ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ । 

ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ, ଆମେ ସମସ୍ତେ ଜନସାଧାରଣଙ୍କ ସେବକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ବାଣୀକୁ ସବୁବେଳେ ମନେରଖୁବା ସହ ୫-‘ଟି ଆଧାରରେ କାର୍ଯ୍ୟ କରିବାକୁ ସେ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମ ସରକାର ବିଗତ କିଛି ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଆଖୁଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇ ସମଗ୍ର ଦେଶ ତଥା ବିଶ୍ବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ବିକାଶଧାରାକୁ ଆଗେଇନେବାକୁ ହେଲେ ନିଜର ଜ୍ଞାନର ପରିସୀମା ବୃଦ୍ଧି କରିବା ସହ ନିଜ ଭିତରେ ନେତୃତ୍ବ ନେବାର ଦକ୍ଷତା ସୃଷ୍ଟି କରିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଥିଲେ ।

ଏହି ସମ୍ମିଳନୀରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତିକୁ ଦୃତ ଗତିରେ ଆଗେଇ ନେବା ପାଇଁ ଯେଉଁ ଲକ୍ଷ୍ୟ ରଖୁଛନ୍ତି ତାହା ପୂରା  କରିବା ପାଇଁ କାର୍ଯ୍ୟ ଆରମ୍ଭର ପ୍ରଥମ ଦିନରୁ ପଣ କରିବାକୁ ପଡ଼ିବ । ଏଥୁ ସହିତ କାର୍ଯ୍ୟର ଗୁଣବତ୍ତା ଉପରେ ସବୁବେଳେ ଧ୍ୟାନଦେବାକୁ ପଡ଼ିବ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ସମ୍ମିଳନୀରେ ନିର୍ମାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. କ୍ରିଷ୍ଣନ କୁମାର ସ୍ଵାଗତ ଭାଷଣ ଦେବା ସହ ରାଜ୍ୟ ସରକାର କୋଠାବାଡ଼ି, ସେତୁ, ରାସ୍ତା ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାପକ କରିବା ସହ ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର, ପଶ୍ଚିମ ଓଡ଼ିଶାର ସମଲେଶ୍ବରୀ ପୀଠ ଆଦିର ଉନ୍ନତିକରଣ ପାଇଁ ଅନେକ ଆଖୁଦୃଶିଆ ଉଦ୍ୟମ କରିଛନ୍ତି । 

ବିଜୁ ଏକ୍ସପ୍ରେସ୍ ୱେ ଜରିଆରେ ଆଜି ପଶ୍ଚିମ ଓଡ଼ିଶାର ବିକାଶକୁ ତ୍ଵରିତ ବେଗରେ ଆଗେଇ ନିଆଯାଇଛି । ଗ୍ରାମାଞ୍ଚଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖୁଛନ୍ତି । ଆଗାମୀ ଦିନରେ ନବନିଯୁକ୍ତ ଇଂଜିନିୟରମାନେ ଏହା ପୂରା କରିବାରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ସେ ମତପ୍ରକାଶ କରିଥିଲେ । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍) ଶ୍ରୀ ଅନୀଲକାନ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ବିତୀୟାଦ୍ଧରେ ନବନିଯୁକ୍ତ ଇଂଜିନିୟରମାନଙ୍କ ନିମନ୍ତେ ଏକ ବୈଷୟିକ ଅଧବେଶନ ଅନୁଷ୍ଠିତ ହୋଇଥିଲା ।

ପିପିଲି ଉପ ନିର୍ବାଚନରେ ଶାସକ ବିଜେଡି ସରକାରୀ କଳ ଓ ଅଧିକାରୀଙ୍କୁ ବ୍ୟବହାର କରୁଛି : ବିଜେପି

ଭୁବନେଶ୍ୱର, ପିପିଲି ଉପ ନିର୍ବାଚନକୁ ହାତେଇବା ପାଇଁ ଶାସକ ବିଜେଡି ଭୋଟର ଭାଇଭଉଣୀମାନଙ୍କୁ ସିଧାସଳଖ ପ୍ରଭାବିତ କରୁଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନିର୍ବାଚନ ପ୍ରଚାର କରିବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରଚାର କରୁଥିବାବେଳେ ଅନ୍ୟ ପଟେ ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶ ଓ ତତ୍ବାବଧାନରେ ପିପିଲି ଉପନିର୍ବାଚନକୁ ସରକାରୀ ଅଫିସରମାନେ ପ୍ରଭାବିତ କରିବାରେ ଲାଗିଛନ୍ତି । ପୂର୍ବରୁ ଡେଲାଙ୍ଗ ବ୍ଲକର ତହସିଲଦାର ମହେନ୍ଦ୍ର କୁମାର ବଢେଇ ବ୍ଲକ ବିଜେଡି ସଭାପତି ସହ ବୁଲି ମତଦାତାଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ଧମକ ଦେଉଥିବାର ଅଭିଯୋଗ ହୋଇଥିଲା । 

ବର୍ତମାନ ପୁରୀ ଉପଜିଲ୍ଲାପାଳ ଓ ପିପିଲି ବିଡିଓଙ୍କ ମାଧ୍ୟମରେ ଶାସକ ବିଜେଡି ଭୋଟରମାନଙ୍କୁ ପ୍ରଭାବିତ କରୁଛି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଘନ କରି ଶାସକ ବିଜୁ ଜନତା ଦଳ ଯେଉଁ ଭଳି ଭାବରେ ସରକାରୀ କଳ ଓ ଅଧୁକାରୀମାନଙ୍କୁ ବ୍ୟବହାର କରି ଭୋଟ ହାତେଇବାର କୁଚକ୍ରାନ୍ତ କରୁଛି, ତାହା ଗଣତନ୍ତ ପ୍ରତି ଅତ୍ୟନ୍ତ ବିପଦ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଂଚାୟତ ପିଡିଏସ ବଂଟନର ଦାୟୀତ୍ବ ସେହି ଫଚାୟତକୁ ଦିଆଯାଇଥୁଲା । କିନ୍ତୁ ଲକ୍ଷ୍ମୀନାରାୟଣପୁର ପଂଚାୟତ ଅନ୍ତର୍ଗତ ତିଗିରିଆରେ ପୁରୀ ଉପ ଜିଲ୍ଲାପାଳ ଏବଂ ପିପିଲି ବିଡିଓ ପିଡିଏସ ବଂଟନରେ ମହାବୀର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀକୁ ଦାୟୀତ୍ବ ଦେଇଛନ୍ତି, ଯାହାକି ସଂପୂର୍ଷ ଭାବେ ବେଆଇନ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ । 

ଅନ୍ୟ ପଟେ ସେହି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଏହି ବଂଟନ କାର୍ଯ୍ୟରେ ସାମିଲ ହେବେ ନାହିଁ ବୋଲି ଲିଖୁତ ଭାବେ ଜଣାଇ ଦେଇଛନ୍ତି । ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କ ପରିବର୍ତ୍ତେ ଜଣେ ନିର୍ଦ୍ଦିଷ୍ଟ ରାଜନୈତିକ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଯାଇଛି । ଏହା ଦ୍ଵାରା ଆଦର୍ଶ ନିର୍ବାଚନ ଆଚରଣ ବିଧୂ ଖୋଲାଖୋଲି ଉଲ୍ଲେଘନ ହୋଇଛି ଏବଂ ସରକାରଙ୍କ ଏଭଳି ନିଷ୍ପତି ସାଧାରଣ ଭୋଟରଙ୍କୁ ପ୍ରଲୋଭିତ, ଭୟଭୀତ ଓ ପ୍ରଭାବିତ କରିବା ପାଇଁ କରାଯାଇଛି । ଏ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ ସହ ଅବଗତ କରିଛୁ ଏବଂ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ପ୍ରତିନିଧୀ ଦଳରେ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ମଧ୍ୟ ଉପସ୍ଥିତ ଥିଲେ ।

କୁଳପତିମାନଙ୍କୁ କୁଳାଧିପତିଙ୍କ ପରାମର୍ଶ । କରୋନା ଲଢ଼େଇରେ ଜନ ସଚେତନତା ଉପରେ ଗୁରୁତ୍ଵଆରୋପ

ଭୁବନେଶ୍ୱର, ବୈଶ୍ୱିକ ମହାମାରୀ କରୋନା ବିରୋଧରେ ଲଢ଼େଇରେ ବିଶ୍ବବିଦ୍ୟାଳୟର ପ୍ରମୁଖ ଭୂମିକା ରହିଛି । ବ୍ୟାପକ ଜନ ସଚେତନତା ସୃଷ୍ଟି ସହିତ ସ୍ଥାନୀୟ ପ୍ରଶାସନର ସହଭାଗିତାରେ ବିଶ୍ଵବିଦ୍ୟାଳୟରେ ଉପଲବ୍ଧ ଭିତ୍ତିଭୂମିର ସଦୁପଯୋଗ ପାଇଁ ରାଜ୍ୟପାଳ ତଥା କୁଳପତି ପ୍ରଫେସର ଗଣେଶୀ ଲାଲ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ରାଜ୍ୟପାଳ ରାଜ୍ୟର ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସହ ଭର୍ଚୁଚୁଆଲ ମୋଡ଼ରେ ସ୍ଥିତିର ସମୀକ୍ଷା କରିବା ସହିତ କରୋନା ବିରୋଧୂ ଲଢ଼େଇରେ ପ୍ରଭାବଶାଳୀ କ୍ରିୟାଶୀଳ ଭୂମିକା ଗ୍ରହଣ କରିବାକୁ କହିଛନ୍ତି । ହୋର୍ଡ଼, ପ୍ରଚାରପତ୍ର ମାଧ୍ୟମରେ ସ୍ଥାନୀୟ ଅଂଚଳରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି।

ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖୁ କୌଣସି ନୂତନ ନିର୍ମାଣ ନକରିବାକୁ ଓ ଆର୍ଥିକ ମିତବ୍ୟୟତାକୁ ଗୁରୁତ୍ବ ଦେବାକୁ ରାଜ୍ୟପାଳ ପରାମର୍ଶ ଦେବା ସହ ବିଶ୍ବବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଠିକ୍ ସମୟରେ ସାର୍ଟିଫିକେଟ୍ ପ୍ରଦାନ, ଗବେଷଣାକୁ ପ୍ରୋତ୍ସାହନ ଓ ସ୍କଲାରମାନଙ୍କୁ ଗାଇଡ଼ ଆବଂଟନ, ପେସନ ମାମଲାର ତ୍ବରିତ ସମାଧାନ ଓ ଡ଼ିଜିଟାଲ ମାଧ୍ୟମରେ କାର୍ଯ୍ୟ ସଂପାଦନ ପାଇଁ ରାଜ୍ୟପାଳ କହିବା ସହ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । 

ବିଶ୍ଵବିଦ୍ୟାଳୟରେ ଯୁବା ବିଭିନ୍ନ ମାମଲାର ଫଏସଲା, ବିଶେଷ କରି ପେସନ କେସ୍‌ଗୁଡ଼ିକର ତ୍ବରିତ । ଫଏସଲା ଉପରେ ରାଜ୍ୟପାଳ ଗୁରୁତ୍ବ ଆରୋପ କରିଛନ୍ତି।  ବିଶ୍ଵବିଦ୍ୟାଳୟର କୁଳପତିମାନେ ଆଲୋଚନାରେ ଅଂଶଗ୍ରହଣ କରି ସାଂପ୍ରତିକ ସ୍ଥିତି ଓ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚ ଶିକ୍ଷା ସଚିବ ଶାଶ୍ବତ ମିଶ୍ର, ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି ପ୍ରମୁଖ ଆଲୋଚନାରେ ଉପସ୍ଥିତ ଥିଲେ।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ଆୟୋଗଙ୍କ ତରଫରୁ ଉପ-ନିର୍ବାଚନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର, ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ଆୟୋଗଙ୍କ ତରଫରୁ ଉପ-ନିର୍ବାଚନ ତାରିଖ ଘୋଷଣା କରିଥିଲେ। ତଦନୁସାରେ ଆସନ୍ତା ମଇ ମାସ ୧୩ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିଲା । କିନ୍ତୁ ଉକ୍ତ ଦିନ ଅର୍ଥାତ୍ ତା ୧୩-୦୫-୨୦୨୧ ରିଖରେ ଇଦ୍‌ଉଲ୍ ଫିତର ପର୍ବ ପଡ଼ୁଥିବାରୁ ଏବଂ ନିର୍ବାଚନ ଆୟୋଗ ଏ ସଂକ୍ରାନ୍ତରେ ନିର୍ବାଚନ ତାରିଖ ଘୁଞ୍ଚାଇବା ନିମନ୍ତେ ଅନେକ ଗୁଡ଼ିଏ ନିବେଦନ ପତ୍ର ପାଇ ଥିବାରୁ ଏ ସମସ୍ତ ଦିଗକୁ ବିଚାର କରି ନିର୍ବାଚନ ଆୟୋଗ ମଇ ୧୩ ତାରିଖରେ ହେବାକୁ ଥିବା ମତଦାନ ତାରିଖକୁ ଘୁଞ୍ଚାଇ ମଇ ୧୬ ତାରିଖକୁ ମତଦାନ ତାରିଖ ଭାବେ ଘୋଷଣା କରିଛନ୍ତି ଓ ମଇ ୧୯ ତାରିଖରେ ଭୋଟ ଗଣତି ହୋଇ ମଇ୨୧ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସୁଶୀଲ କୁମାର ଲୋହାନୀ ଜଣାଇଛନ୍ତି । 

ଏତଦ୍ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ ଯଥା ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ତାରିଖ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ଇତ୍ୟାଦିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି । ତା ୧୬-୨୫-୨୦୨୧ ରିଖ ଦିନ ସକାଳ ୭ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ । ସମୟ ଧାର୍ଯ୍ୟ କରିଛନ୍ତି । ତା ୩୦-୦୩-୨୧ ସୁଦ୍ଧା ପ୍ରସ୍ତୁତ ହୋଇ ରହିଥିବା ଭୋଟର ତାଲିକା ଅନୁସାରେ ଆସନ୍ତା ୧୬-୦୫-୨୦୨୧ ରେ ହୋବାକୁ ଥୁବା ଉପ-ନିର୍ବାଚନରେ ଭୋଟର ମାନେ ମତଦାନ କରିବେ। ୮୦ ବର୍ଷରୁ ଉଦ୍ଧ, ଦିବ୍ୟାଙ୍ଗ ଭୋଟର ଏବଂ ସଂନ୍ଦିଗ୍ଧ କୋଭିଡ଼ ଭୋଟର ଯେଉଁମାନଙ୍କ ତାଲିକା ତା ୧୭-୦୪-୨୦୨୧ ରିଖ ସୁଦ୍ଧା ପ୍ରସ୍ତୁତ ହୋଇଛି । 

ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ନିର୍ବାଚନ ଆୟୋଗ ଜଣାଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଉପ-ନିର୍ବାଚନ ପାଇଁ କୌଣସି ରାଲି, ସଭା, ପଥପ୍ରାନ୍ତ ନାଟକ ନିମନ୍ତେ ସନ୍ଧ୍ୟା ୭ ଘଟିକା ଠାରୁ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ଅନୁମତି ଦିଆଯିବ ନାହିଁ । ସମସ୍ତ ରାଜନୈତିକ ଦଳ, ଉପ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନେ କୋଭିଡ -୧୯ ର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି ଏବଂ ଏଥିରେ ଖୁଲାପ ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ତା ୧୯୦୪.୨୦୨୧ ରିଖରେ ଜାରିକରାଯାଇଥିବା କୋଭିଡ ନିୟମାବଳୀ ଅନୁସାରେ ଯେ କୌଣସି ସାମାଜିକ ରାଜନୈତିକ / ଧାର୍ମିକ ଶୈଖୁକ ସଭା ବା ଜନସମାବେଶକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି । 

ଏ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଭଟୁଆଲ୍ ମାଧ୍ୟମରେ କରାଯିବା ପାଇଁ ଉତ୍ସାହିତ କରାଯିବ ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ସଭା ଓ ରାଲିର ଆୟୋଜକ ରାଲି ବା ସଭାରେ ଉପସ୍ଥିତ ଥିବା ଲୋକ ମାନଙ୍କ ପାଇଁ ମାକ୍ସ ଓ ସାନିଟାଇଜର ଇତ୍ୟାଦି ନିଜ ଖର୍ଚ୍ଚରୁ ଭରଣା କରିବେ ଏବଂ ଏହା ସଂପୃକ୍ତ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ଯୋଡା ଯିବା ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଜଣାଇଛନ୍ତି । କୋଭିଡ -୧୯ ର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେଉଥିବା ଉପ-ନିର୍ବାଚନରେ ଅଂଶଗ୍ରହଣ କରୁଥିବା ସମସ୍ତ ରାଜନୈତିକ ଦଳ, ସମସ୍ତ ପ୍ରାର୍ଥୀ ଏବଂ ସର୍ବୋପରି ଭୋଟର ମାନଙ୍କୁ କୋଭିଡ -୧୯ର ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବା ସହ ସମୟ କ୍ରମେ ନିର୍ବାଚନ ଆୟୋଗ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଉଥିବା ନିୟମାବଳୀକୁ ପାଳନ କରିବାକୁ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ୍ କୁମାର ଲୋହାନୀ ସମସ୍ତଙ୍କୁ ନିବେଦନ କରିଛନ୍ତି।

ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀବିହାର କ୍ୟାମ୍ପସ ମଧ୍ୟରେ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ

ଭୁବନେଶ୍ବର, କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ଵବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳ ସଚିବ ଡ. ଅଭୟ କୁମାର ନାୟକ ଉତ୍କଳ ବିଶ୍ବବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍‌ ଏନ୍ଏସଏସ ୟୁନିଟ୍‌ର ବାଣୀବିହାର କ୍ୟାମ୍ପସରେ କରୋନା ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି। ପ୍ରୋଗ୍ରାମ ଅଫିସର୍ ଡ. କୀର୍ତ୍ତି ରଞ୍ଜନ ମଲ୍ଲିକଙ୍କ ​‌ନେତୃତ୍ବରେ ଆଗଧାଡ଼ିରେ କାର୍ଯ୍ୟରତ ସଫେଇ କର୍ମଚାରୀ ସମୂହ ଓ ହଷ୍ଟେଲ କର୍ମଚାରୀଙ୍କ ସମେତ ବାଣୀବିହାର ପରିସରରେ ଥିବା ଗୋବିନ୍ଦ ସାହୁ ମାର୍କେଟ କମ୍ପ୍ଲେକ୍ସର ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। 

ଏହି ଅବରସରରେ କରନାର ଦ୍ଵିତୀୟ ସଂକ୍ରମଣର ଭୟାବହତା ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ମାସ୍କ୍ ପିନ୍ଧିବା, ସ୍ୱଚ୍ଛତା ରକ୍ଷା କରିବା ଏବଂ ସାମାଜିକ ଦୁରତ୍ଵ ପାଳନ କରିବା ପାଇଁ ବାଣୀବିହାର କ୍ୟାମ୍ପସ୍‌ରେ ସଚେତନତା ସୃଷ୍ଟି କରାଯାଇଥିଲା। ବର୍ତ୍ତମାନର କଠିନ ପରିସ୍ଥିତିରୁ ବର୍ତିବା ପାଇଁ ମାସ୍କ ର ବ୍ୟବହାର ଅପରିହାର୍ଯ୍ୟ ବୋଲି ବାଣୀବିହାର ଅନ୍ତେବାସୀଙ୍କୁ ବୁଝାଯାଇଥିଲା ଏବଂ କୋଭିଡ୍‌-୧୯ର ନିୟମାବଳୀ ଅନୁପାଳନ ପାଇଁ ଶପଥ ପାଠ କରାଯାଇଥିଲା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍‌ ପ୍ରଫେସର୍ ବସନ୍ତ କୁମାର ମଲ୍ଲିକ ଯୋଗଦେଇ କରୋନା ଭୂତାଣୁର ଭୟାବହତା ଓ କୋଭିଡ୍‌ ନିୟମ ପାଳନ ସମ୍ପର୍କରେ କହିଥିଲେ। 

ଏହି ଅବସରରେ ବାଣୀବିହାର କ୍ୟାମ୍ପସ୍‌ରେ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ନବ ନିର୍ମିତ ପ୍ରଶାସନିକ ଭବନରେ ମାସ୍କ ବିତରଣ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ କିଭଳି ପ୍ରତିହିତ କରାଯାଇପାରିବ ସେ ସମ୍ପର୍କରେ ସୁରକ୍ଷାକର୍ମୀଙ୍କ କ’ଣ ଦାୟିତ୍ଵ ରହିବ ତାହା ଆଲୋକପାତ କରିଥିଲେ। ଏହି ଅଭିଯାନ ରେ ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସଏସ ପ୍ରୋଗ୍ରାମ କୋର୍ଡିନେଟର ଡ.ବ୍ରଜ ନାରାୟଣ ପାତ୍ର , ଭୂତତ୍ଵ ବିଭାଗର ଜିତୁ ନନ୍ଦନ ପ୍ରଧାନ ଏବଂ ପ୍ରଭାତ କୁମାର ଉପସ୍ଥିତ ଥିଲେ।

୫ଟି ପ୍ରୟୋଗ ଦ୍ୱାରା ରାଜ୍ୟର ଆର୍ଥିକ କାର୍ଯ୍ୟ-ସଂପାଦନା ଦକ୍ଷତା ବୃଦ୍ଧି

ଭୁବନେଶ୍ୱର,ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ବ୍ୟବସ୍ଥା ପ୍ରୟୋଗ ଯୋଗୁ ରାଜ୍ୟର ଆର୍ଥିକ କାର୍ଯ୍ୟ ସଂପାଦନ ଦକ୍ଷତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା ବିଭିନ୍ନ ବିଭାଗରେ ରାଜସ୍ୱ ସଂଗ୍ରହ ଏବଂ ଯୋଜନା ବାବଦ ଆବଣ୍ଟନର ବିନିଯୋଗ ବିଷୟରେ ସଦ୍ୟତନତଥ୍ୟ ଉପସ୍ଥାପନ କରିଥିଲେ । ବିଭାଗୱାରୀ ତଥ୍ୟର ସମୀକ୍ଷା କରି ଦୃତ ଅବିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଓ ସ୍କିମ୍‌ରେ ଦିଆଯାଇଥିବା ଅର୍ଥର ବିନିଯୋଗ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । 

ଅଧୁକ ସଂଖ୍ୟକ ଜିବୀକା ନିର୍ବାହ ପନ୍ଥା ଅବିବୃଦ୍ଧି ସମ୍ବନ୍ଧିତ ପ୍ରକଳ୍ପଗୁଡିକୁ ଅଗ୍ରାକାର ଭିରିରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ଜଣାଇଥିଲେ ଯେ କୋଭିଡ୍ ସଡାଉନ୍ ଓ ଲଡାଉନ୍ ଜନିତ ମାନ୍ଦା ଅବସ୍ଥାକୁ ଅତିକ୍ରମକରି ୨୦୨୦-୨୧ ମସିହାରେ ରାଜ୍ୟର ଅଣ-ଟିକସ ଆୟ ପୂର୍ବବର୍ଷ ଅପେକ୍ଷା ୪୮.୬୩ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ୧୪,୬୪୭ କୋଟି ଟଙ୍କା ଅଣ-ଟିକସ ବାବଦରେ ଆଦାୟ ହୋଇଥିବା ବେଳେ ୨୦୨୦-୨୧ ମସିହାରେ ୨୧,୭୭୦.୬୪ କୋଟି ଟଙ୍କା ଆଦାୟ ହୋଇଛି । ସେହିପରି ନିଜସ୍ୱ ଟିକସ ବାବଦରେ ୨୦୧୯। ୨୦ ବର୍ଷରେ ୩୨,୩୧୫ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହ। ୩୪,୩୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । 

ନିଜସ୍-ଟିକସ ବାବଦରେ ମଧ୍ୟ ଅବିବୃଦ୍ଧି ହାର ପୂର୍ବ ବର୍ଷ ତୁଳନାରେ ୭.୧୧ ପ୍ରତିଶତ ଅଧୁକ ହୋଇଛି । ରାଜସ୍ୱ ସଂଗ୍ରହ ବୃଦ୍ଧି ସହ ଆବଣ୍ଟିତ ଅର୍ଥ ବିନିଯୋଗରେ ମଧ୍ୟ ବୃଦ୍ଧି ଘଟିଛି । ୨୦୨୦-୨୧ ମସିହାର ମାର୍ଚ୍ଚ ଶେଷସୁଦ୍ଧା ସମୁଦାୟ ଅର୍ଥ ବିନିଯୋଗ ୧ ଲକ୍ଷ ୨୬ ହଜାର ୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ଆହୁରି ମଧ୍ୟ ଜଣାଇଥିଲେ ଯେ ଅର୍ଥ ବିଭାଗକୁ ବିଭିନ୍ନ ପ୍ରକଳ୍ପର ପ୍ରସ୍ତାବ ପ୍ରଦାନ ଏବଂ ପ୍ରକଳ୍ପଗୁଡିକର ଆର୍ଥିକ ଅନୁମୋଦନ ବ୍ୟବସ୍ଥାକୁ ପୂର୍ଣ୍ଣମାତ୍ରାରେ ଅନ୍‌ଲାଇନ୍ କରାଯାଇଛି । ଏହାଫଳରେ ଗୋଟିଏ ପ୍ରକଳ୍ପର ଅନୁମୋଦନ ସମୟରେ ବିଭିନ୍ନ ବର୍ଷ ପାଇଁ ଆବଶ୍ୟକ ପଡୁଥିବା ଅର୍ଥର ପ୍ରତିଶୃତିବଦ୍ଧ ବ୍ୟବସ୍ଥା କରାଯାଇପାରିବ । ଅନ୍ଲାଇନ୍ ଟାକୁ ପୈଠ ଏବଂ ଇଲେକ୍ଲନିକ୍ ରସିଦ ରାଜସ୍ବ ଆଦାୟ ପ୍ରକ୍ରିୟାକୁ ମଧ୍ୟ ଅଧୁକ ସରଳ ଓ ସ୍ଵଚ୍ଛ କରିଛି ।

ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରିବା ନିମନ୍ତେ ପ୍ରଶାସନିକ ବିଭାଗମାନଙ୍କୁ ଅଧୁକ ଆର୍ଥିକ କ୍ଷମତା ହସ୍ତାନ୍ତର ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଡ଼ି.ଏମ୍.ଏଫ୍ ଏବଂ ଓମ୍ବାଡସି ପ୍ରକଳ୍ପଗୁଡିକର ମଧ୍ୟ ସମୀକ୍ଷା କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ଡ଼ି.ଏମ୍.ଏଫ୍ ରେ ସମୁଦାୟ ୧୨,୩୭୬ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ଏହି ପାଣ୍ଠିରୁ ପ୍ରାୟ ୧୩,୭୪୯ କୋଟି ଟଙ୍କା ଆକଳନର ୧୯୪୯୬ ପ୍ରକଳ୍ପକୁ ଅନୁମୋଦ ଦିଆଯାଇଛି । ସୂଚନାଯୋଗ୍ୟ, ଏହି ପାଣ୍ଠି କ୍ରମାଗତଭାବେ ପ୍ରତି ବର୍ଷ ଆଦାୟ ହୋଇଥାଏ । ସେହିପରି ଓସ୍କାଡସି-୨ୟ ପର୍ଯ୍ୟାୟରେ ୧୯,୦୦୦ କୋଟି ଟଙ୍କା ମିଳିଥିବାବେଳେ ୨୦୨୧ ମାର୍ଚ୍ଚ ଶେସୁଦ୍ଧା ୧୪,୦୪୩ କୋଟି ଟଙ୍କା ଆକଳନର ୩୮ ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । 

ଡ଼ି.ଏମ୍.ଏଫ୍ ପାଣ୍ଠିରେ ମଞ୍ଜୁର ହୋଇଥିବା ୧୯୪୯୬ ପ୍ରକଳ୍ପରୁ ବର୍ତ୍ତମାନସୁଦ୍ଧା ୧୨,୮୪୮ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଅନ୍ୟ ସମସ୍ତ ଡ଼ି.ଏମ୍.ଏଫ୍ ଏବଂ ଓମ୍ବାଡସି ପାଣ୍ଡି ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁରହିଛି । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ୍ ଚୋପ୍ରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ସ୍ଵତନ୍ତ୍ର ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ୧୦ ହଜାରରୁ ଉର୍ଦ୍ଧ ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିୟୋଜିତ

ଭୁବନେଶ୍ୱର, ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦେଶ୍ୟରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳା ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ନିଯୋଜିତ କରାଯାଇଅଛି । ଆହାର ଯୋଜନା, ଜଳସାଥୀ ଯୋଜନା,ସହରୀ ମଜୁରି ଭିତ୍ତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ଵଚ୍ଛ ଭାରତ ମିଶନ ଇତ୍ୟାଦି ରେ ସାମିଲ କରାଯାଇଅଛି ।

ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା) ମାଧ୍ୟମ ରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଞ୍ଚଳର ୱାର୍ଡ ବସ୍ତି ଅଞ୍ଚଳରେ ରହୁଥିବା ଗରିବ ମହିଳା ମାନଙ୍କୁ ସଂଘଟିତ କରି ୩୨,୦୦୦ରୁ ଉର୍ଦ୍ଧ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦ ଆଞ୍ଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଅଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ, ଏହି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନ ଜୀବିକା ନିମନ୍ତେ, ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ୍ୟ ଟଙ୍କାର ସୁଲଭ ଋଣ ପ୍ରଦାନ କରାଯାଇଛି। ଏତତ୍ ସହିତ,ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠୀ ମାନଙ୍କୁ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଅଛି । 

ଅଦ୍ୟାବଧ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବମୋଟ ୨ କୋଟି ୬୭ ଲକ୍ଷ୍ୟଟଙ୍କାର ସୁଧ ରିହାତି  ଦିଆଯାଇଅଛି । ଏହି ରଣ ମାଧ୍ୟମରେ ମିଶନଶକ୍ତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା: ସିଲେଇ (ଟେଲରିଂ), ଉପହାର କେନ୍ଦ୍ର, ଲୁଗାପଟା ବିକ୍ରୟ ଦୋକାନ, ପନିପରିବା ବିକ୍ରୟ ଦୋକାନ, ଜଳଖୁଆ ଦୋକାନ,ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟବ୍ୟାଗ ତିଆରି, ଫିନାଇଲତିଆରି, ଖଲିପତ୍ର ତିଆରି ଓ କୁକୁଡ଼ା ପାଳନକରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ଆଶା କରାଯାଉଛି ଯେ, ଏହି ଆତ୍ମନିର୍ଭର ଶୀଳ ହେବାର ପ୍ରକ୍ରିୟା , ଆଗାମୀ ଦିନରେ ଆହୁରି ତ୍ବରାନ୍ବିତ ହେବା ସଙ୍ଗେ ସଙ୍ଗେ ଅନେକ ସହରୀ ଗରିବ ତଥା ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକହେବ ।

କେନ୍ଦୁଝରଠାରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ଉଦ୍‌ଘାଟିତ

କେନ୍ଦୁଝର, ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ ମଣ୍ଡୁଆ, କେନ୍ଦୁଝରଠାରେ ନିରାଡମ୍ବର ଭାବେ ଏବଂ ସମସ୍ତ କୋଭି କଟକଣା ନିୟମ ଭିତରେ ଉଦ୍‌ଘାଟିତ ହୋଇଯାଇଅଛି । ପୂର୍ବରୁ ଏହା ଲାବଣ୍ୟ ଛକ, କେନ୍ଦୁଝରଠାରେ ଅବସ୍ଥିତ ଥିଲା । କେନ୍ଦୁଝର ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଞ୍ଚଳିକ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ଏବଂ ଆଞ୍ଚଳିକ ପ୍ରବନ୍ଧକ ଉମେଶ କୁମାର ରଥ ଏହି ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର, ମହେନ୍ଦ୍ର ନାଥ ସୋରେନ୍, ଆଲୋକ କୁମାର ଦାଶ (ସହାୟକ ମହାପ୍ରବନ୍ଧକ ) ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । 

ବ୍ୟାଙ୍କ ଅଫ୍ ଇଣ୍ଡିଆ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ବର୍ତ୍ତମାନ ଓଡ଼ିଶାର ୩ଟି ଜିଲ୍ଲା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବରର ମୋଟ ୧୦୧ଟି ଶାଖା ମାଧ୍ୟମରେ ନିରବଚ୍ଛିନ୍ନ ସେବା ପ୍ରଦାନ କରି ଆସୁଅଛି । କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ଏହା ଦୀର୍ଘ ବର୍ଷ ଧରି ଅଗ୍ରଣୀ ବ୍ୟାଙ୍କର ଭୂମିକା ତୁଲାଇ ଆସୁଅଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ସଦାସର୍ବଦା ଉନ୍ନତମାନର ଗ୍ରାହକ ସେବା ଯୋଗାଇଦେବା ସହିତ ସମସ୍ତ ସରକାରୀ ଯୋଜନା, କୃଷି ଏବଂ ବ୍ୟାପାର ସମ୍ବନ୍ଧୀତ ରୁଣ, ରିଟେଲ ଋଣ ଇତ୍ୟାଦି କ୍ଷେତ୍ରରେ ଅଗ୍ରଣୀ ସେବା ପ୍ରଦାନ କରିବା ସହିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ମଧ୍ୟ ନିରବଚ୍ଛିନ୍ନ ସେବା ପ୍ରଦାନ କରିଆସୁଅଛି ।

ବିଶିଷ୍ଟ ନାରୀନେତ୍ରୀ ସମାଜସେବୀ ନନ୍ଦିନୀ ଶତପଥୀ ସେନସର ବୋର୍ଡ଼ର ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର, ବିଶିଷ୍ଟ ନାରୀନେତ୍ରୀ, ସୁପ୍ରସିଦ୍ଧ ଗାୟିକା, କବି ତଥା ସମାଜସେବୀ ନନ୍ଦିନୀ ଶତପଥୀଙ୍କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ଼ ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେଶନ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ନିଯୁକ୍ତି ପରେ ତାଙ୍କ ଜନ୍ମମାଟି ସାଲେପୁରର ବହୁ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । 

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରଣାଳୟର ବିଜ୍ଞପ୍ତିକୁ ଆଧାର କରି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ଼ କଟକ ଆଞ୍ଚଳିକ ଅଧୁକାରୀ ଗୋପାଳକୃଷ୍ଣ ମହାପାତ୍ର ଶ୍ରୀମତୀ ଶତପଥୀଙ୍କୁ ଏ ସମ୍ପର୍କରେ ଲିଖୁତ ଭାବେ ଅବଗତ କରାଇଛନ୍ତି । ନାରୀନେତ୍ରୀ ନନ୍ଦିନୀ ଶତପଥୀ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ । ନିଜର ଏହି ପଦବୀ ପ୍ରାପ୍ତି ପରେ ସେ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସମ୍ପାଦକ ମାନସ ମହାନ୍ତିଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡ଼ିଶାବାସୀ ସାଂଘାତିକ କ୍ଷତି ଭୋଗିବେ : ପୃଥୀରାଜ

ଭୁବନେଶ୍ୱର, ରାଜ୍ୟରେ କୋଭିଡ ସଂକ୍ରମଣର ୨ୟ ଲହର କ୍ରମଶଃ କାୟା ବିସ୍ତାର କରିଚାଲିଛି । ଏଭଳି ସ୍ଥଳେ ଆମେ କାହାରିକୁ ସମାଲୋଚନା କରିବାକୁ ଚାହୁଁନାହୁଁ । ମାତ୍ର ରାଜ୍ୟ ସରକାର ନିଜ ସଠିକ୍ ଦାୟୀତ୍ବ ତୁଲାଇବା ପରିବର୍ତ୍ତେ  ଯେଉଁଭଳି ଭାବରେ ଏଭଳି ସଂଗୀନ ମହାମାରୀ ସ୍ଥିତିକୁ ହାଲୁକା ଭାବେ ନେଉଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କୋଭିଡ ପରିଚାଳନାରେ ଅନିୟମିତତା ଓ କୁପରିଚାଳନା କଲେ ଓଡିଶାବାସୀ ସାଂଘାତିକ କ୍ଷତି ଭୋଗିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ସାଂବିଧାନିକ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ଦାୟୀତ୍ବ ହେଉଛି ରାଜ୍ୟ ସରକାରଙ୍କର । ଉପଯୁକ୍ତ ସ୍ବାସ୍ଥ୍ୟ ଭିତିଭୂମି ସୃଷ୍ଟି କରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଲା ରାଜ୍ୟ ସରକାରଙ୍କ ସାଂବିଧାନିକ ଓ ନୈତିକ ଦାୟୀତ୍ବ । କରୋନା ସଂକ୍ରମଣ ବିଶ୍ଵ ମହାମାରୀର ରୂପ ନେଇ ସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏହି ମହାମାରୀ ବିରୁଦ୍ଧ ଯୁଦ୍ଧରେ ସମସ୍ତ ପ୍ରକାରର ଆପାତକାଳୀନ ସହଯୋଗ ନିରନ୍ତର ଭାବେ ଯୋଗାଇ ଦେଇ ଆସୁଛନ୍ତି । ମାତ୍ର ଦୁର୍ଭାଗ୍ୟର ବିଷୟ, ମୋଦି ସରକାରଙ୍କ ତ୍ବରିତ ପଦକ୍ଷେପ, ସହାୟତା ଓ କାର୍ଯ୍ୟଧାରକୁ ପ୍ରଶଂସା କରିବା ପରିବର୍ତ୍ତେ ରାଜ୍ୟ ସରକାର ଏବଂ ତାଙ୍କ ଅଧୁକାରୀମାନେ ବିଭିନ୍ନ ଆଳ ଦେଖାଇ ଚିରାଚରିତ ଭାବେ କେନ୍ଦ୍ରକୁ ଦୋଷ ଦେଇ ସମାଲୋଚନା କରିବାର ଅଭ୍ୟାସ ଜାରୀ ରଖିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି । 

ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଚାଲିଛି । ଦେଶର ଅନ୍ୟ ରାଜ୍ୟଗୁଡିକ ଟେଷ୍ଟିର ମାତ୍ରା ବହୁଗୁଣିତ କରିସାରିଲେଣି । ଅନ୍ୟ ପକ୍ଷରେ ଏବେ ବି ଓଡ଼ିଶା ସରକାର ନିଦରେ ଶୋଇ ରହିଛନ୍ତି । କୋଭିଡ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ଯେଉଁ ଭଳି ଭାବେ । ରାଜ୍ୟର ସହରାଂଚଳ, ଗ୍ରାମାଂଚଳ ଓ ପଂଚାୟତରେ ଟେଷ୍ଟି କରାଯାଉଥୁଲା, ତାହା ବର୍ତ୍ତମାନ ହେଉନାହିଁ ଟେଷ୍ଟି ସଂଖ୍ୟା ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରାଯାଇଛି । ରାଜ୍ୟର ପଶ୍ଚିମାଂଚଳ, ଦକ୍ଷିଣାଞ୍ଚଳ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ ଆଦି ଉପକୂଳ ଜିଲ୍ଲାମାନଙ୍କରେ  ସଠିକ ଭାବେ କୋଭିଡ୍ ଟେଷ୍ଟି କରାନଯିବା କାରଣରୁ ସଂକ୍ରମିତ ଲୋକମାନେ ବହୁ ବିଳମ୍ବରେ ଅଧୁକ ସଂକ୍ରମିତ ହୋଇ ଡାକ୍ତରଖାନା ଆସୁଛନ୍ତି ଏବଂ ଅକ୍ସିଜେନ, ସାଧାରଣ ବେଡ୍ ଓ ଆସିୟୁ ବେଡ୍, ଭେଣ୍ଟିଟିଲେଟର ଭଳି ଚିକିତ୍ସା ସୁବିଧା ନପାଇ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ଅଘଟଣ ମଧ୍ୟ ଘଟୁଛି । 

କରୋନା ସଂକ୍ରମଣ ଲଢେଇକୁ ପ୍ରତିହିତ କରିବା ପାଇଁ ଟେଷ୍ଟି ସଂଖ୍ୟା ବୃଦ୍ଧି କରାଯିବା ନିହାତି ଆବଶ୍ୟକ । ତେଣୁ ସର୍ବପ୍ରଥମେ ରାଜ୍ୟ ସରକାର ଟେଷ୍ଟି ସଂଖ୍ୟାକୁ ଯଥାଶୀଘ୍ର ବହୁ ମାତ୍ରାରେ ବୃଦ୍ଧି କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଅଛି କି ନାହିଁ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ । ସେହିପରି ରାଜ୍ୟର ସମସ୍ତ ସିଏଚସି ସମେତ ସବୁ କୋଭିଡ୍ ଡାକ୍ତରଖାନା ଓ ସାଧାରଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧର ବ୍ୟବସ୍ଥା କରାନ୍ତୁ । ଏହା ଦ୍ଵାରା ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସଠିକ ଚିକିତ୍ସା ପାଇପାରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । 

କରୋନା ଭୂତାଣୁ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ରାଜ୍ୟକୁ ୫୬୭ଟି ଭେଣ୍ଟିଲେଟର ଯୋଗାଇ ଦେଇଥିଲେ। ମାତ୍ର ରାଜ୍ୟସରକାର ସରକାରୀ ଡାକ୍ତରଖାନାରେ ସେ ସବୁ ଭେଣ୍ଟିଲେଟରକୁ ବ୍ୟବହାର ଉପଯୋଗୀ କରିପାରିଲେ ନାହିଁ । ସେ ସମସ୍ତ ଭେଣ୍ଟିଲେଟରର ସଠିକ ବିନିଯୋଗ ହୋଇଛି କି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ବର୍ତମାନ ପୁଣି ଥରେ ପ୍ରତ୍ୟେକ ଜିଲ୍ଲାକୁ ୧୦ଟି ଲେଖାଏଁ ଭେଣ୍ଟିଲେଟର ଯୋଗାଇ ଦେବାର ମୋଦି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ସମସ୍ତ ଭେଣ୍ଟିଲେଟରର ଡାକ୍ତରଖାନାମାନଙ୍କରେ ଉପଯୁକ୍ତ ବ୍ୟବହାର କରି ମୂଲ୍ୟବାନ ପ୍ରାଣ ବଂଚାଇବା ପାଇଁ ରାଜ୍ୟ ସରକାର ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।

ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ସତ୍ତ୍ୱେ ରାଜ୍ୟ ସରକାର ଟିଏମସି ତଥା ସଙ୍ଗରୋଧ ଗୃହ କାର୍ଯ୍ୟକ୍ଷମ ପାଇଁ କୌଣସି ବିହୀତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ରାଜ୍ୟ ସରକାର ତୁରନ୍ତ ଟିଏମସି ତଥା ସଙ୍ଗରୋଧ ଗୃହକୁ ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ଷମ କରାନ୍ତୁ । ଓଡ଼ିଶା ଭଳି ରାଜ୍ୟରେ ସାଧାରଣ ଲୋକମାନଙ୍କ ପାଖରେ ହୋମ ଆଇସୋଲେସନର ସୁବିଧା ନାହିଁ । ତଥାପି ରାଜ୍ୟ ସରକାର ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦେଉଛନ୍ତି । ଯାହାକି ସଂକ୍ରମଣ ରୋକିବା ଏବଂ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦେବାରେ ବଡ ବାଧକ ସାଜିଛି । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ରାଜ୍ୟବାସୀ ଆହୁରି ଦୁର୍ଦ୍ଦଶାର ସମ୍ମୁଖୀନ ହେବେ ବୋଲି ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ।




ନୂଆଦିଲ୍ଲୀ/ ଭୁବନେଶ୍ବର,ଆସନ୍ତାକାଲି ଜଳବାୟୁ ପ୍ରସଙ୍ଗ ଉପରେ ଆୟୋଜିତ ହେବାକୁ ଥିବା ନେତୃବର୍ଗଙ୍କ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶିଷ୍ଟ ଉର୍ଜା ବିଶେଷଜ୍ଞ ଆମୋସ୍ ହୋସ୍ଟେନଙ୍କ ସହ ଆଟଲାଟିକ୍ କାଉନସିଲର ‘ରେନିଂ ଏୟିସନ ସିରିଜ’ରେ ଭାରତର ଜଳବାୟୁ ପରିବର୍ତ୍ତନ ଏଜେଣ୍ଡା ଉପରେ ଆଲୋଚନା କରିଛନ୍ତି । ସେହିପରି “ ଜଷ୍ଟ ଟ୍ରାନଜିକ୍ସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫ୍ୟୁଚର” ଉପରେ ଆୟୋଜିତ ପୃଥକ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ, କାନାଡାର ପ୍ରାକୃତିକ ସମ୍ବଳମନ୍ତ୍ରୀ, ୟୁରୋପିଆନ ଉର୍ଜା କମିଶନର, ଏଏଫଏଏଲ-ସିଆଇଓର ସେକ୍ରେଟାରୀ-ଟ୍ରେଜରର ତଥା ବିଭିନ୍ନ ଦେଶର ଉର୍ଜା ନେତୃତ୍ଵଙ୍କ ସହ ଯୋଗ ଦେଇଛନ୍ତି । ବିଶ୍ଵର ସ୍ଵଚ୍ଛ ଇନ୍ଧନ ଯୋଗାଣରେ ଭାରତ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଭାରତର ଜଳବାୟୁ ପରିବର୍ତନ ଏଜେଣ୍ଡା ଉପରେ ଆୟୋଜିତ ଆଲୋଚନାରେ ଶ୍ରୀ ପ୍ରଧାନ ଜଳବାୟୁ ପରିବର୍ତନ ଉପରେ ଭାରତ ଦ୍ଵାରା ନିଆଯାଉଥିବା ପଦକ୍ଷେପ, ପ୍ୟାରିସ ଚୁକ୍ତିର ଲକ୍ଷ୍ୟକୁ ପୂରଣ କରିବାରେ ଭାରତ ଦ୍ବାରା ନିଆଯାଇଥିବା ପଦକ୍ଷେପ, ଭାରତରେ ଉର୍ଜା ବ୍ୟବହାର, ସ୍ୱଚ୍ଛ ଉର୍ଜା ରୂପାନ୍ତରଣ ଦିଗରେ ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପ, ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ବିଶ୍ୱ ଜଳବାୟୁ କାର୍ଯ୍ୟକ୍ରମକୁ ଅଧୁକ ଗତିଶୀଳ କରିବା ପାଇଁ ଉଦୀୟମାନ ଅର୍ଥନୀତି ଏବଂ ବିକଶିତ ରାଷ୍ଟ୍ର ମାନଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ ଗୁରୁତ୍ବାରୋପ କରିଥିଲେ ଶ୍ରୀ ପ୍ରଧାନ । ବିକଶିତ ରାଷ୍ଟ୍ର ମାନଙ୍କୁ ଜଳବାୟୁ ହାସଲ କରିବା ଲକ୍ଷ୍ୟରେ ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧ ଏବଂ ଆର୍ଥିକ ସହାୟତା ଦେବା ଦିଗରେ ନେତୃତ୍ଵ ଦେବାର ଆବଶ୍ୟକତା ରହିଥିବା କହିଥିଲେ । 

ସେହିପରି ଭାରତ ଏବଂ ଆମେରିକା ତଥା ପ୍ରଯୁକ୍ତିବିଦ୍ୟାକୁ ବିକଶିତ କରୁଥିବା ରାଷ୍ଟ୍ର ଗୁଡ଼ିକ ମଧ୍ୟରେ  ଡିକାର୍ବନାଇଜେସନ ଦିଗରେ ନୂଆ ଆଭିମୁଖ୍ୟର ଅନ୍ବେଷଣ ପାଇଁ ଅଧୁକ ସମୟ ସ୍ଥାପନା, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ପାଇଁ ଅଧିକରୁ ଅଧୁକ ପଦକ୍ଷେପ ନେବା ସହ ହାଇଡ୍ରୋଜେନ ଭଳି ଉଦୀୟମାନ ଉର୍ଜା କ୍ଷେତ୍ରରେ ସହଯୋଗ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ । ଅପରପକ୍ଷରେ “ ଜଷ୍ଟ ଟ୍ରାନଜିକ୍ସନ ଟୁ ଏ ଗ୍ଲୋବାଲ କ୍ଲିନ୍ ଏନର୍ଜି ଫୁଚର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭାରତର ଉର୍ଜା ଭବିଷ୍ୟତ, ଉର୍ଜା ପ୍ରାଥମିକତା, ଚ୍ୟାଲେଞ୍ଜ, ସୁଯୋଗ ଉପରେ ଆଲୋଚନା କରିଥିଲେ । ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ଦେଶରେ ଅଣାଯାଇଥିବା ‘ବ୍ଲ ଫ୍ରେମ ରିଭୋଲ୍ୟୁସନ’ ଏବଂ ଏହା ଦ୍ଵାରା ପରିବେଶ ଉପରେ ପଡିଥିବା ସୁପ୍ରଭାବ, ମହିଳାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଚର୍ଚ୍ଚା କରିଥିଲେ । ଏହାସହ ଅକ୍ଷୟ ଉର୍ଜା, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟାନ୍ୟ ସବୁଜ ଇନ୍ଧନର ବ୍ୟବହାର ପାଇଁ ଭାରତ କିପରି ଏକ ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି ତାହା ଉପରେ ଶ୍ରୀ ପ୍ରଧାନ ଚର୍ଚ୍ଚା କରିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ନିମନ୍ତ୍ରଣକ୍ରମେ ଜଳବାୟୁ ଉପରେ ଆୟୋଜିତ ନେତୃବର୍ଗଙ୍କ ଶିଖର ସମ୍ମିଳନୀରେ ଆସନ୍ତାକାଲି ଭର୍ଚୁଆଲ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ ଆୱାର୍ କଲେକ୍ଟିଭ ସ୍ମିଟ୍ ଟୁ ୨୦୩o” ପ୍ରସଙ୍ଗରେ ନେତୃବୃନ୍ଦଙ୍କ ଅବେଶନ ୧ ରେ ତାଙ୍କର ବକ୍ତବ୍ୟ ରଖିବେ । ଏହି ସମ୍ମିଳନୀରେ ଅନ୍ୟ ୪୦ ଜଣ ବିଶ୍ୱ ନେତୃବୃନ୍ଦ ମଧ୍ୟ ଅଂଶଗ୍ରହଣ କରିବେ । ଜାତୀୟ ପରିସ୍ଥିତି ଏବଂ ସ୍ଥାୟୀ ବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ସହିତ ସମାବେଶୀ ଓ ସହନଶୀଳ ଆର୍ଥିକ ବିକାଶ ସହିତ ଜଳବାୟୁ କାର୍ଯ୍ୟକୁ କିପରି ଭାବେ ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ମଧ୍ୟ ନେତାମାନେ ବିଚାରବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି ।


Powered by Blogger.
Javascript DisablePlease Enable Javascript To See All Widget