October 2021

୨୦୨୨ରେ ପୁଣି ଥରେ ବିଜେପିକୁ ଆଶୀର୍ବାଦ କରିବେ ୟୁପିବାସୀ – ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେଚ୍ଛବରେ ସରକାରଙ୍କ ଦ୍ବାରା ନିଆଯାଇଥୁବା ଜନହିତକାରୀ ଯୋଜନା ୟୁପିବାସୀଙ୍କ ଜୀବନରେ ଅନେକ ସୁକରପକ ପରିବର୍ତନ ଆଣିଥିବା ବେଳେ ୨ ୦୨ ୨ ରେ ପୁଣି ଥରେ ୟୁପିବାସୀ ବିଜେପିକୁ ଆକ୍ଷୀର୍ବାଦ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାରିଦିନିଆ ୟୁପି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଉତରପ୍ରଦେଶର କାନପୁରରେ ଆୟୋଜିତ କାନପୁର-ବୃନ୍ଦଲଖଣ୍ଡ କ୍ଷେତ୍ରର କର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି । ଏହି ଅବସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୟୁପିରେ ୨ ୦୨ ୨ ନିର୍ବାଚନ ପଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିବା ପାଇଁ ଦଳ ପକ୍ଷରୁ ବିଭିନ୍ନ ବୈଠକ ଅନୁଷ୍ଠିତ ହେଉଛି । 

ଦଳରେ ଅଢେଇ କୋଟି ସକ୍ରିୟ ସଦସ୍ୟ ଥୁବା ବେଳେ ଆହୁରି ଦେଢ଼ କୋଟି ସଦସ୍ୟଙ୍କୁ ଯୋଡ଼ିବା ପାଇଁ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲକ୍ଷ୍ମୀ ଠାରେ ‘ମେରା ପରିବାର ବିଜେପି ପରିବାର’ ସଦସ୍ୟତା । ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ବ୍ୟତିତ ଉତରପ୍ରଦେଶ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଗାଡ଼ିର ମଧ୍ୟ ଶୁଭାରମ୍ଭ କରାଯାଇଛି । ୨୦୨ ୨ ରେ ୟୁପି ନିର୍ବାଚନରେ ବିଜେପି ୩୦୦ରୁ ଅଧୁକ ସିଟରେ ବିଜୟୀ । ହେବା ସହ ଉତରପ୍ରଦେଶରେ ପୁଣି ଥରେ ଇତିହାସ ରଚିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେଟ୍‌ର ଏବଂ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଉତରପ୍ରଦେଶରେ ଆଜି ଗୁଣ୍ଡାରାଜ ସମାପ୍ତ ହୋଇଛି । ଏହାବ୍ୟତିତ କୋରନା ସମୟରେ ପ୍ରଧାନମନ୍ତ୍ରୀ ଜନକଲ୍ୟାଣକାରୀ ଯୋଜନାରୁ ଅନେକ ଲୋକ ସେବା ପାଇଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ ପ୍ରତି ୟୁପିବାସୀଙ୍କ ଆସ୍ଥା ବଢ଼ିଛି । ମୋଦି ସରକାର ନିର୍ଣ୍ଣାୟକ, ଇମାନ୍ଦର, ଦମଦାର ସରକାର ତଥା ସମସ୍ତଙ୍କ ସରକାର ଏବଂ ସମସ୍ତଙ୍କ ପ୍ରୟାସରେ ସରକାର । ଏଥର ନିଶ୍ଚିତ ଭାବରେ ଉତରପ୍ରଦେଶର ଲୋକମାନେ ବିଜେପି ଉପରେ ପୁଣି ଥରେ ଜନଆଶୀର୍ବାଦ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । 

ସୂଚନାଯୋଗ୍ୟ, ଆଜିର ବୈଠକରେ ୟୁପି ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା, ପ୍ରଦେଶ ମହାମନ୍ତ୍ରୀ ସଂଗଠନ ସୁନୀଲ ବଂଶଲଙ୍କ ସମେତ ମଣ୍ଡଳ ଓ ବୁଥ ଏବଂ ଜିଲ୍ଲା ସ୍ତରରୁ ଅନେକ କର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

ଇନ୍ଦିରା ଗାନ୍ଧୀ ସ୍ମତି କମିଟି ପକ୍ଷରୁ ଇନ୍ଦିରାଜୀଙ୍କ ୩୭ ତମ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ

ଭୁବନେଶ୍ୱର, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବ ବରେଣ୍ୟ ନାରୀନେତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କର ୩୭ ତମ ପୂଣ୍ୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଆଜି ଭୁବନେଶ୍ବର ସ୍ଥିତ ଇନ୍ଦିରା ପାର୍କଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସମାରୋହ ସ୍ମୃତି କମିଟିର ସାଧାରଣ ସମ୍ପାଦକ ତଥା ପିସିସି କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । 

ଜଟଣୀ ବିଧାୟକ ତଥା ସ୍ମୃତି କମିଟିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା ସଭା, ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ, ରାଷ୍ଟ୍ରୀୟ ସଂକଳ୍ପ ଶପଥପାଠ ପ୍ରଭୃତି ଅନୁଷ୍ଠିତ କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ବିଶିଷ୍ଟ ଆଇନଜିବୀ ଶିବନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, ଯୁଧୁଷ୍ଠିର ଜେନା, କଂଗ୍ରେସ ନେତା ମନୋରଞ୍ଜନ ଦାସ, ଜଞ୍ଜେଶ୍ଵର ବାବୁ, ଚିନ୍ମୟ ସୁନ୍ଦର ଦାସ, ସ୍ଵାଧୀନ ବାଳା ଦାସ ପ୍ରମୁଖ ବହୁ ନେତୃବୃନ୍ଦ ଓ ଇନ୍ଦିରା ପ୍ରେମୀ ଜନସାଧାରଣ ଓ ଶୁଭେଛୁ ଯୋଗଦେଇ ଇନ୍ଦିରାଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଗଳ୍ପ ଜରିଆରେ ଭାରତ ବିଶ୍ଵକୁ ଯୁଗେ ଯୁଗେ ଜ୍ଞାନ ବିତରଣ କରି ଆସିଛି : ଦାଶ ବେନ୍ହୁର

ଭୁବନେଶ୍ୱର, ଗଳ୍ପ ଜରିଆରେ ଭାରତ ବିଶ୍ଵକୁ ଯୁଗେ ଯୁଗେ ଜ୍ଞାନ ବିତରଣ କରି ଆସିଛି । ଆମର ମହାକାବ୍ୟ, ପୁରାଣ, ଉପନିଷଦ ଇତ୍ୟାଦି କାହାଣୀ ଆଧାରରେ ଗଢ଼ି ଉଠିଛନ୍ତି । ନିଜ ଅଭିଜ୍ଞତାକୁ ସତ୍ୟଶୀଳ ଭାବରେ ପରିବେଷଣ କରିବାରେ ହିଁ ଗଳ୍ପର ସାର୍ଥକତା ବୋଲି ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଦାଶ୍ ବେହୁର ମତ ଦେଇଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାରସ୍ବତ କାର୍ଯ୍ୟକ୍ରମରେ ଯୋଗଦେଇ ସାହିତ୍ୟ ପାରସ୍ପରିକ ସହୃଦୟତାର କଥା କହେ ବୋଲି ସେ ଉଲ୍ଲେଖ କରିଛନ୍ତି । ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କଥାକାର ଶୈଳେନ୍ଦ୍ର ଜେନାଙ୍କ ଗଳ୍ପ ପୁସ୍ତକ “ଛତା’ ଲୋକାର୍ପିତ ହୋଇଥିଲା । 

କଥାଶିଳ୍ପୀ ଡ. ହିରଣ୍ମୟୀ ମିଶ୍ର କଥାକାର ନିଜ ଚରିପାଖର ଚରିତ୍ର ଓ ଚିତ୍ରକୁ ଉପଯୋଗ କରି ପାଠକଙ୍କୁ ଗଳ୍ପ ସହ ଏକାମ କରିପାରେ ବୋଲି କହିଥିଲେ । ଅଧାପକ ନେତାଜୀ ଅଭିନନ୍ଦନ ପୁସ୍ତକ ସଂପର୍କରେ ଆଲୋଚନା କରିବାବେଳେ ଗାଳ୍ପିକ ଶ୍ରୀ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତରୁଣ କବି ଶକ୍ତି ମହାନ୍ତି ଏ ମାସର କବି ଭାବରେ ନିଜର ତିନୋଟି କବିତା ଆବୃତ୍ତି କରିଥିଲେ । ବିଜନବାଳା ପାଟ୍ଟଯୋଶୀଙ୍କ ସଂଯୋଜନାରେ ଡ. ଅଭୟ ନାରାୟଣ ନାୟକ, ମିହିରକାନ୍ତି ଦାଶ, ଡ. ପ୍ରମୋଦ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ସୁନନ୍ଦା ମିଶ୍ର, ଡ.ରଶ୍ମୀ ଦାସ, ଡ. ରମେଶ ପ୍ରସାଦ ମହାନ୍ତି, ପବିତ୍ର ମୋହନ କର, ଉମାକାନ୍ତ ରାଉତ (ଅରୂପ), ପିତାମ୍ବର ଭୋଇ, ସଂଜୁଲତା ମହାନ୍ତି ପଟ୍ଟନାୟକ, ପ୍ରିୟରଂଜନ ସାହୁ, ସୁଧୀର ମଉଡ଼ମଣି, ଶାବ୍ୟସିଂହ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ମିନତି ଦାଶ (ମାନି) ଧନ୍ୟବାଦ ଅର୍ପଣ କରିଥିଲେ ।

ପିସିସି ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ରାଜ୍ୟ ସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଦେଶର ସଂହତି ଓ ଅଖଣ୍ଡତା ପାଇଁ କାର୍ଯ୍ୟକରିବାକୁ ଶପଥ କରାଇଥିଲେ । ସୁତି ସମିତିର ସାଧାରଣ ସଂପାଦକ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଓ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିର୍ମୂତି ଓ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ଯୁଧୁଷ୍ଠୀର ଜେନା, ଶିବାନନ୍ଦ ରାୟ, ରବିନ୍ଦ୍ର କୁମାର ସେଠୀ, ଯଜ୍ଞଶ୍ଵର ବାବୁ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପତ୍ନାକର ଗୁରୁ, ବିସ୍ମୟ ମହାପାତ୍ର, ଜ୍ୟୋତିଷ ସାହୁ, ଲିଙ୍ଗରାଜ ସାହୁ, ଶୁଶାନ୍ତ ତ୍ରିପାଠୀ, ରଜନୀ ମହାନ୍ତି, ସ୍ଵାଧୀନବାଳା ଦାସ, ଶ୍ରେୟାସ୍ମିତା ପଣ୍ଡା, ଜୟକୃଷ୍ଣ ମଲ୍ଲିଆ, ଭାସ୍କର ସେଠୀ, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, ଏମଡି ଶାହାଦୁଲ୍ଲା, ଦେବେନ୍ଦ୍ର ପ୍ରସାଦ ଦାସ, ସଂଜୟ ମିଶ୍ର, ସାଗର ପରିଡ଼ା, କୁସୁମ ପ୍ରଧାନ, ମୁନି ଥାସା, ସତ୍ୟବ୍ରତ ନାୟକ, ଅଜୟ ସାହୁ, ଦୀପକ କୁମାର ସାହୁ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ, ଖଗେଶ୍ଵର ମଲ୍ଲିକ, ନଳିନୀ କାନ୍ତ ନାୟକ, ତାପସ ସେଠୀ, ବାବୁ ଜେନା, ବିପିନ ପାତ୍ର ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବିରୋଧ କରି କାଳି ଓ ଅଣ୍ଡାମାଡ଼

ଭୁବନେଶ୍ୱର, ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ବରେ ଛାତ୍ର କଂଗ୍ରେସ କର୍ମକର୍ତ୍ତା ଓ କର୍ମୀମାନେ ଏୟାରପୋର୍ଟ ଛକଠାରେ କଳା ପତାକା ପ୍ରଦର୍ଶନ କରିବା ସହ କାଳି ଓ ଅଣ୍ଡାମାଡ଼ କରିଛନ୍ତି । ଏହି ପୁରୀପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ନୱାଜ କହିଛନ୍ତି ଯେ ଲକ୍ଷ୍ମୀପୁର ଖେରୀ କୃଷକ ହତ୍ୟା ମାମଲାର ମୁଖ୍ୟ ଅପରାଧୁ ହେଉଛନ୍ତି ମନ୍ତ୍ରୀ ଅଜୟ ମିଶ୍ର । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ତ୍ରୀଙ୍କର ଅପରାଧକୁ ଘଣ୍ଟ ଘୋଡାଉଛନ୍ତି । ଏହି ମନ୍ତ୍ରୀଙ୍କର ପୁଅ ଆଶିଷ ମିଶ୍ର ଚାଷୀ ଆନ୍ଦୋଳନକୁ ଦମନ କରିବାପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନରତ ଚାଷୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିଥିଲେ । ଏଥିରେ ୪ ଜଣଚାଷୀ ହତ୍ୟା ହେବା ସହ ଅନେକ ଋଷୀ ଅତି ଗୁରୁତ୍ବର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି । 

ଏହି ସମଗ୍ର ମର୍ମାନ୍ତୁଦ ଘଟଣାର ଚକ୍ରାନ୍ତକାରୀ ହେଉଛନ୍ତି ମନ୍ତ୍ରୀ ଅଜୟ ମିଶ୍ର । ନରେନ୍ଦ୍ର ମୋଦି ଜଣେ ଋଷୀ ବିରୋଧ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଅଜୟ ମିଶ୍ରଙ୍କୁ କୋଳାଗ୍ରତ କରିଛନ୍ତି । ମାତ୍ର କଂଗ୍ରେସ ଦଳ ଜୟ ଜବାନ ଓ ଜୟ କିଷାନ” ନୀତିରେ ବିଶ୍ୱାସ କରେ । ଓଡ଼ିଶା ଏକ କୃଷିପ୍ରଧାନ ଦେଶ ଏବଂ ଆମ୍ଭେମାନେ ସବୁ । ଚାଷୀ ପରିବାରରୁ ଆସିଛୁ । ଜଣେ ଚାଷୀର ମୃତ୍ୟୁରେ ଦେଶର ଅମାପ କ୍ଷତି ହୁଏ । ସୁତରାଂ ମନ୍ତ୍ରୀ ଅଜୟ ମିଶ୍ର ଏ ଦେଶର ଚାଷୀଙ୍କର ଶତୃ । ଏହି ଋଷୀ ହତ୍ୟାକାରୀ ମନ୍ତ୍ରୀଙ୍କୁ ଆମେ ଓଡ଼ିଶା ମାଟିରେ ପ୍ରତିବାଦ ଜଣାଇଛୁ ଏବଂ ତାଙ୍କର ବହିସ୍କାର ଓ ଗିରଫ ଦାବି କରୁଛୁ ।

ଆଜି ୫୦୦ ରୁ ଉର୍ଦ୍ଧ ଛାତ୍ର କଂଗ୍ରେସ କର୍ମୀ ସକାଳ ୮ ଘଣ୍ଟା ସମୟରେ ଛଅ ନମ୍ବର ହସପିଟାଲ ଠାରୁ ଏୟାରପୋର୍ଟ ଠାରେ ଥିବା ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଏକ ବିଶାଳ ରାଲିରେ ଯାଇଥୁଲା । ଛାତ୍ର କଂଗ୍ରେସର ପ୍ରସ୍ତୁତି ଦେଖୁ ପୋଲିସ ନିଦ୍ଧାରିତ ରାସ୍ତା ବଦଳାଇ ନବୀନ ନିବାସ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ନେଇଯାଇଥିଲେ । ମାତ୍ର ଛାତ୍ର କଂଗ୍ରେସର କର୍ମକର୍ତାମାନେ ଚାରିପଟୁ ଜଗିଥିଲେ । ସେମାନେ ହତ୍ୟାକାରୀ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ କାଳି ଓ ଅଣ୍ଡାମାଡ଼ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ନିହାର ବେହେରା, ସଂକୁନା କହଁର, ବିକାଶ ପଶୁପାଳକ, ଦେବାଶିଷ ମହାନ୍ତି, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, କାର୍ତ୍ତିକେଶ୍ଵର କାଣ୍ଡି, ରଞ୍ଜିତ ସେନାପତି, ଜଗଦିଶ ଗଜେନ୍ଦ୍ର, ଏହମ୍ମଦ ଖାନ, ଅଖୁଳେଷ ଯାଦବ, ବିଶ୍ବଭୂଷଣ ମହାପାତ୍ର, ନିତେଶ ବେହେରା, ସାହରୁଖ ଖାନ, ଆଦିତ୍ୟ କହଁର, ସନ୍ଦିପ ରାଉତରାୟ, ସମିତ୍ତଲ ହକ, ସଂଜିବ ରାଉତ, ସାମସଙ୍ଗ ଦାସ, ଜିତେନ୍ଦ୍ର ମଲ୍ଲିକ, ଶୁଭମ ନନ୍ଦ, ଆର୍ଯ୍ୟନ ସାସମଲ, ଆଶୁତୋଷ ପ୍ରମୁଖ ବହୁ ଛାତ୍ର କଂଗ୍ରେସ କର୍ମକର୍ତା ଅଂଶଗ୍ରହଣ କରିଥିଲେ । ପୋଲିସ ଆନ୍ଦୋଳନ ରତ ଛାତ୍ର କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ୪୦ ଜଣଙ୍କୁ ଗିରଫ କରି ଅଟକ ରଖୁଛି ।

ବ୍ରାହ୍ମଣ ଏକ ଜାତି ନୁହେଁ, ଏକ ସନାତନ ସଂସ୍କୃତି । ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିବାକୁ ଦାବି

ଭୁବନେଶ୍ୱର, ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତି ବୁଦ୍ଧବିହାର ଠାରେ ବିଶିଷ୍ଟ ଚିକିତ୍ସାବିତ୍ ପ୍ରଫେସର ବିଷ୍ଣୁଚରଣ ମିଶ୍ରଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ଚଳଚ୍ଚିତ୍ର ନିଗର ଅଧ୍ୟକ୍ଷ, ସୁପ୍ରସିଦ୍ଧ କଳାକାର ଶ୍ରୀ କୁନା ତ୍ରିପାଠୀ ଯୋଗ ଦେଇ ବ୍ରାହ୍ମଣ ସମାଜ ପୁରୋହିତ ଭାବେ ସମାଜ ଓ ସଂସାରର ମଙ୍ଗଳ କାମନା କରୁଥିବା ବେଳେ ନିଜର ସ୍ୱାଭିମାନକୁ ରକ୍ଷା କରି ଏକ ବଳିଷ୍ଠ ସଂଗଠନରେ ପରିଣତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥୀ ଇଂ ସୀମାଞ୍ଚଳ ମହାପାତ୍ର ତେଲେଙ୍ଗାନା, ଆନ୍ଧ୍ର ଓ କର୍ଣ୍ଣାଟକ ଭଳି ଓଡ଼ିଶା ସରକାର ବ୍ରାହ୍ମଣ କଲ୍ୟାଣ ନିଗମ ପ୍ରତିଷ୍ଠା କରିବାକୁ ଦାବି ଉପସ୍ଥାପନ କରିଥିଲେ ।

ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଅଧିବେଶନର ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ଶ୍ରୀ ରାମ ପ୍ରସାଦ ଦାଶ ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ମହାପାତ୍ର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ସାଧାରଣ ସମ୍ପାଦକ ଇଂ ଜଗନ୍ନାଥ ପାଢୀ ଆଗାମୀ ବର୍ଷରେ ଏକଲକ୍ଷ ବ୍ରାହ୍ମଣବନ୍ଧୁ ମାନଙ୍କୁ ଆଜୀବନ ସଦସ୍ୟ କରାଇବା, ପୁରୀ ଓ ଭୁବନେଶ୍ୱରରେ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ରାଜ୍ୟର ସମସ୍ତ ବ୍ରାହ୍ମଣ ସଂଗଠନକୁ ଏକତ୍ରିତ କରି ମହାସଂଘକୁ ସୁଦୃଢ କରିବାକୁ ପ୍ରସ୍ତାବ ଆଗତ କରିଥିଲେ ଓ ମାର୍ଗଦର୍ଶକ ଶ୍ରୀ ବିଚିତ୍ରାନନ୍ଦ ମିଶ୍ର ସଭା ପରିସ୍ପଳନା କରିଥିଲେ । 

ସାଂଗଠନିକ ଆଲୋଚନାରେ ସମସ୍ତ କ୍ଷେତ୍ରୀୟ ଉପସଭାପତି ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ସୁବାସ ଚନ୍ଦ୍ର ଶତପଥୀ, ଅଶୋକ କୁମାର ମିଶ୍ର, ରବୀନ୍ଦ୍ର କୁମାର ଶର୍ମା, ବାଣେଶ୍ବର ଦାଶ, କ୍ଷେତ୍ରୀୟ ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର, ଅଧ୍ୟାପକ ଦ୍ଵାରିକା ନାଥ ଶତପଥୀ, ଯୁଗ୍ମ ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ନବକୃଷ୍ଣ ରଥ, ଯୁବ ବାହିନୀର ସଭାପତି ଜଗଦାନନ୍ଦ ତ୍ରିପାଠୀ ଓ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଅଂଶଗ୍ରହଣ କରିଥିଲେ । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲା କର୍ମକର୍ତ୍ତା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶେଷରେ ସଭାପତି ଡଃ ଦୀକ୍ଷିତ ବ୍ରାହ୍ମଣ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତଙ୍କ ବଳିଷ୍ଠ ଓ ଏକନିଷ୍ଠ ଉଦ୍ୟମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । 

ଏହି ଅବସରରେ ମହାସଂଘର ତ୍ରୈମାସିକ ପତ୍ରିକା ‘ବ୍ରହ୍ମ ସନ୍ଦେଶ ଓ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ପ୍ରକାଶିତ ‘ବ୍ରହ୍ମାବଉଁ’ ପତ୍ରିକା ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଶେଷରେ କଟକ ଜିଲ୍ଲା ସଭାପତି ଶିକ୍ଷାବିତ ଶ୍ରୀ ପ୍ରମୋଦ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ମମିତା ମେହେର ହତ୍ୟା ମାମଲା ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରିବ ଯୁବ କଂଗ୍ରେସ

ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ନମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଓ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ରାଜଭବନରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମତି ରଞ୍ଜନ ଲେଙ୍କା ଏନେଇ ସୂଚନା ଦେଇ କହିଛନ୍ତି ଯେ ନଭେମ୍ବର ୬ ଓ ୭ ତାରିଖରେ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ବରରେ ରାଜଭବନ ଆଗରେ ଅହୋରାତ୍ର ଧାରଣା ଦିଆଯିବ । 

୮ ତାରିଖରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ଯଦି ଏ ଭିତରେ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆସନ୍ତା ୯ ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରାଯିବ । ନଭେମ୍ବର ୧୦ ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯିବ । ପରେ ନଭେମ୍ବର ୧୧ ତାରିଖରେ ଯନ୍ତରମନ୍ତରଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଯେଉଁଥିରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ନେତୃମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରିବା ନିମନ୍ତେ ଦାବି ଉପସ୍ଥାପନା କରାଯିବ ବୋଲି ଡ. ଲେଙ୍କା ସୂଚନା ଦେଇଛନ୍ତି ।

ଡ. ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଫଳ ହୋଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଅଭିଯୁକ୍ତକୁ ପୋଲିସ ପ୍ରଥମେ ଜାଣିଶୁଣି ଖସାଇ ଦେଇଥିଲା । ଫଳରେ ଅଭିଯୁକ୍ତ ଘଟଣାର ଅନେକ ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଛି । ଏ ଭିତରେ ହତ୍ୟା ମାମଲାର ଅନେକ ସାକ୍ଷୀଙ୍କୁ ପ୍ରଭାବିତ କରାଯିବା ସହିତ ମମିତାଙ୍କ ପରିବାର ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପରିବର୍ତ୍ତେ ଘଟଣାର ୨୧ ଦିନ ପରେ ମୁହଁ ଖୋଲି ନିଜକୁ ନିର୍ଭେଷ ବୋଲି କହିବା ନିଶ୍ଚିତ ଭାବେ ପୋଲିସ ପ୍ରଶାସନର ନିରପେକ୍ଷତା ନେଇ ସନ୍ଦେହ ଉପୁଜିଛି । 

ଯଦି ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ଭଉଣୀ ମମିତା ମେହେର ପରେ ଆଉ କେଉଁ ନିରୀହ ଜୀବନର ପାଳି ପଡ଼ିବ ଓ ସରକାର ଏମିତି ନିରବଦ୍ରଷ୍ଟା ସାଜିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଙ୍କା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମହମ୍ମଦ ଅଲିମ, ସମ୍ପାଦକ ବୀରେନ ଦଳେଇ, ଜ୍ଞାନରଞ୍ଜନ ରାଉତ, ସୃତିରଞ୍ଜନ ମନ୍ତ୍ରୀ, ଆର୍ଯ୍ୟବୀର ଲେଙ୍କା ଓ ଅମ୍ବିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ

ଭୁବନେଶ୍ବର, ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗୀୟ ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଉଭୟ ସଂଚ ଓ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁ ଚନ୍ଦନ ଦାସ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ୩୧ ଅକ୍ଟୋବର ସର୍ଗୀୟ ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ଓ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ୧୯୮୪ ମସିହାରେ ସର୍ଗୀୟା ଇନ୍ଦିରା ଗାନ୍ଧି ଯେପରି ହିଂସାର ଶିକାର ହୋଇ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଦେଶର ପ୍ରଧାନମନ୍ତ୍ରୀ ଥିବା ଅବସ୍ଥାରେ ଦେଶ ପାଇଁ ପ୍ରାଣ ବଳି ଦେଇଥିଲେ, ତାହା ସବୁଦିନ ପାଇଁ ଜାତୀୟ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଦେଶର ଅଖଣ୍ଡତାରେ ବିଶ୍ବାସ କରୁଥିବା ଦୃଢ଼ମନା ଇନ୍ଦିରା ଗାନ୍ଧୀ ଭାରତରେ ବିଚ୍ଛିନ୍ନତାବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ସହିତ ଦେଶରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତାଙ୍କ ପରି ଦୃଢମନା ମହିଳାଙ୍କ ବ୍ୟକ୍ତିତ୍ବର ପ୍ରଭାବ ଦେଶର ଭବିଷ୍ୟତ ପିଢିଙ୍କୁ ପ୍ରେରଣା ଯୋଗାଉଥିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । 

ବିଶିଷ୍ଟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଲେ ଯେ, ଆମେ ଆଜି ଯେତେବେଳେ ଭାରତ-ପାକିସ୍ତାନ ୧୯୭୧ ମସିହା ଯୁଦ୍ଧର ସୁମ ବିଜୟ ବର୍ଷ ପାଳନ କରୁଛୁ, ସେହି ଯୁଦ୍ଧରେ ଭାରତକୁ ନେତୃତ୍ଵ ଦେଇ ବିଜୟ ଲାଭ କରିବା ଓ ବାଂଲାଦେଶକୁ ନୂଆଦେଶ ଭାବେ ସ୍ବୀକୃତି ଦେବାରେ ଇନ୍ଦିରା ପ୍ରିୟଦର୍ଶିନୀଙ୍କର ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରହିଥିଲା । ଦେଶ ପାଇଁ କାମ କରିବାରେ ତାଙ୍କର ଯେଉଁ ସଂକଳ୍ପ ରହିଥିଲା, ସେହି ଆଦର୍ଶ ଆଜିର ଯୁବସମାଜକୁ ଅନୁପ୍ରାଣିତ କରୁ ବୋଲି ସେ କହିଥିଲେ । ସମ୍ମାନିତ ଅତିଥୁ ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ଯୋଗଦେଇ ଲୌହମାନବୀ ବା ଆଇରନ୍ ଲେଡି ଭାବେ ପରିଚିତା ସୟୀୟ ଇନ୍ଦିରା ଗାନ୍ଧିଙ୍କର ଭାବମୂର୍ତ୍ତି ସମଗ୍ର ବିଶ୍ୱରେ ଅନନ୍ୟ ରହିଥିଲା ବୋଲି ପ୍ରକାଶ କରିଥିଲେ । 

ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସାଗତ ଭାଷଣ ପ୍ରଦାନ କରି କରି ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୂତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବୀରେ ଜିଲ୍ଲା ବିଜେପି ତରଫରୁ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍

ଭୂବନେଶ୍ୱର,ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ଆଜି ଜିଲ୍ଲା ବିଜେପି ତରଫରୁ ଏଫ୍ଆଇଆର୍ ରୁଜୁ କରାଯାଇଛି । ଶିକ୍ଷୟିତ୍ରୀ ମମିତା ମେହେର୍ ହତ୍ୟା ଘଟଣାରେ ପରିବାରର ଅଭିଯୋଗ ଅନୁସାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବୀରେ ଆଜି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି କ୍ୟାପିଟାଲ ଥାନାରେ ଏଫ୍ଆଇଆର ଦେଇଛନ୍ତି । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ୱରେ ଜିଲ୍ଲା ବିଜେପିର ପ୍ରତିନିଧୂଦଳ ଆଜି କ୍ୟାପିଟାଲ ଥାନାକୁ ଯାଇ ଏଫ୍ଆଇଆର୍ ରୁଜୁ କରିଛନ୍ତି । ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ଗୋବିନ୍ଦ ସାହୁଙ୍କର ସବୁପ୍ରକାର ଅପରାଧୁକ କାର୍ଯ୍ୟ, ରାଜନୈତିକ ଭାବେ ସରକାରୀ ଅର୍ଥ ଆତ୍ମସାତ୍ ଓ ଯୌନ କେଳେଙ୍କାରୀର ସମସ୍ତ ପ୍ରମାଣ ଓ ତଥ୍ୟ ମମିତା ମେହେର ଜାଣି ପାରିଥିଲେ ଏବଂ ଏହାର ବିରୋଧ କରିଆସୁଥିଲେ ଓ ଭବିଷ୍ୟତରେ ସେ ଏହାକୁ ପ୍ରକାଶ କରିଦେବାର ସମ୍ଭାବନା ଆଶଙ୍କା ଥୁଲା, ତେଣୁ ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରୀ ଶ୍ରୀ ମିଶ୍ର ଗୋବିନ୍ଦ ସାହୁଙ୍କ ସହିତ ଷଡଯନ୍ତ୍ର ରଚନା କରିଥିଲେ । 

ତେଣୁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଯିବା ସହିତ, ପୋଲିସ ହେପାଜତକୁ ଆଣି ଜେରା କରାଯିବା ଉଚିତ୍ ବୋଲି ଶ୍ରୀ ସିଂ କହିଛନ୍ତି । ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଂକରଙ୍କ ଘନିଷ୍ଠ ସଂପର୍କ, ମନ୍ତ୍ରୀ ବରାବର ସନସାଇନ ସ୍କୁଲକୁ ଯାଇ ରାତ୍ରଯାପନ କରିବା; ସେହି ଶିକ୍ଷାନୁଷ୍ଠାନକୁ ବିପୁଳ ପରିମାଣର ସରକାରୀ ଅର୍ଥ ଅନୁଦାନ ଆକାରରେ ଯୋଗାଇଦେବା; ନିଖୋଜ ହେବା ପରେ ମମିତାଙ୍କ ପରିବାର ତରଫରୁ ଏତଲାକୁ ପୋଲିସ ଗ୍ରହଣ ନକରିବା; ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଏତଲା ଗ୍ରହଣ କରିବା; ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରି ପୋଲିସ ବ୍ୟାରେକରେ ରଖିବା ଏବଂ ବିଜୁଳି କାଟ୍ କରାଯାଇ ଗୋବିନ୍ଦକୁ ପୋଲିସ ହେପାଜତରୁ ଖସାଇ ଦେବା; ମମିତାଙ୍କ ପରିବାରବର୍ଗ ଓ ସ୍ଥାନୀୟବାସିନ୍ଦାଙ୍କ ବାରମ୍ବାର ଅଭିଯୋଗ ସନ୍ଦେ ମନ୍ତ୍ରୀ ଦିବ୍ୟଶଂକରଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା; ରାୟପୁରସ୍ଥିତ ବାସଭବନରେ ଗୋବିନ୍ଦ ସାହୁ ଓ ମମିତାଙ୍କ ସହ ମନ୍ତ୍ରୀଙ୍କ ବୈଠକ ଓ ଆଲୋଚନା ହେବା ଆଦି ଘଟଣାରୁ ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ହିଁ ଏହି ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି । 

ଜିଲ୍ଲା ସଭାପତି ବାବୁସିଂ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ, ଜିଲ୍ଲା ଉପ ସଭାପତି ଶିବ ବେହେରା, ଜିଲ୍ଲା ସମ୍ପାଦକ ତାପସ ଦଳାଇ, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ରାମ ରଣସିଂ, ଦାମଦୋର ବେହେରା, ସୁରେନ୍ଦ୍ର ପ୍ରଧାନ, ଅଞ୍ଜନ ନାଥ, ଜିତେନ୍ଦ୍ର ମହାନ୍ତି, ଅରୁଣ ପୁରହିତ, ଅମରଜ୍ଜତି ଜଗଦେବ, ବିଜୟ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ଜିଲ୍ଲା କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ମହାନ୍ତି, ମନରଞ୍ଜନ ସ୍ୱାଇଁ, ପ୍ରଶାନ୍ତ ନାୟକ, ଇଦିଶ ଭୂଇଁଆ, ବିଶ୍ୱନାଥ ସେଠୀ, ଆରତୀ ମଙ୍ଗରାଜ, ସବିତା ପଟ୍ଟନାୟକ, ରଜନୀ ବାଳା ଦାସ, ପ୍ରତୀକ୍ଷା ମହାପାତ୍ର, ଗୀତାଞ୍ଜଳି ଦାସ, ବନ୍ଦନା କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ ।

ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ବିରୁଦ୍ଧରେ ସ୍ମାରକପତ୍ର

ଭୁବନେଶ୍ୱର,୧୯୧୭ ମସିହାରେ ସାବରମତୀ ନଦୀ କୂଳରେ ଅହମଦାବାଦ୍‌ ସହରଠାରୁ ଅନତି ଦୂରରେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମ ସ୍ଥାପନ କରି ସେହିଠାରେ ବସବାସ କରିବାକୁ ଲାଗିଲେ । ଏହି ଆଶ୍ରମ ପରିସରରୁ ଦେଶର ଐତିହାସିକ ସ୍ଵାଧୀନତା ସଂଗ୍ରାମକୁ ପରିଚାଳନା କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନଠାରୁ ଆରମ୍ଭ କରି ଲବଣ ସତ୍ୟାଗ୍ରହ ପର୍ଯ୍ୟନ୍ତ ବହୁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀ ଓ ତ୍ୟାଗୀ ମହାପୁରୁଷଙ୍କ ଅମ୍ବାନ ସୃତିରେ ସାବରମତୀର ପ୍ରତିଟି ଧୂଳିକଣା ମୂକସାକ୍ଷୀ । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ମୌଳବାଦୀ ଶକ୍ତି ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କଲେ । 

ଆଜି ପୁନଶ୍ଚ ଏହି ମୌଳବାଦୀ ଶକ୍ତିମାନେ ଗାନ୍ଧିଜୀଙ୍କୁ ଦ୍ବିତୀୟଥର ହତ୍ୟା କରିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସେଥିପାଇଁ ଗାନ୍ଧିଜୀଙ୍କ ପଦଚିହ୍ନ ଥିବା ସମସ୍ତ ଐତିହାସିକ ସ୍ଥଳୀକୁ ପର୍ଯ୍ୟାୟକ୍ରମେ ଜନମାନସରୁ ଦୂରେଇ ଦେଇ ନିଜର ଗୌରବଗାଥାକୁ ଉପସ୍ଥାପିତ କରିବା ପାଇଁ ସେମାନେ ତତ୍ପର ହୋଇଉଠିଛନ୍ତି । ଗାନ୍ଧିଜୀଙ୍କର ୧୫୦ ତମ ଜନ୍ମବାର୍ଷିକୀ ପାଳନ ଅବସରରେ ‘ଅରଟ’ ମଧ୍ୟରୁ ଗାନ୍ଧିଜୀଙ୍କ ଫଟୋକୁ ହଟାଇ ମୌଳବାଦୀ ଶକ୍ତିମାନଙ୍କର ପ୍ରତିନିଧ କରୁଥିବା ବ୍ୟକ୍ତିବିଶେଷଙ୍କ ଫଟୋକୁ ଏଥିରୁ ଉପସ୍ଥାପିତ କରିବାର ସାହସ ସେମାନେ କରିଛନ୍ତି । ଏହାର ପରିଣାମ ସ୍ବରୂପ କେନ୍ଦ୍ର ସରକାର ସାବରମତୀ ପ୍ରକଳ୍ପ ପାଇଁ ସ୍ଵତନ୍ତ୍ର ଭାବରେ ୧୨୪୬ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି, ଯାହାକୁ ଗୁଜୁରାଟ ସରକାର କାର୍ଯ୍ୟକାରୀ କରିବେ । 

ଏହି ଅର୍ଥ ମାଧ୍ୟମରେ ସାବରମତୀ ଆଶ୍ରମକୁ ଆଧୁନିକ ଜ୍ଞାନ କୌଶଳରେ ଏକ ୭ ତାରକା ଆଶ୍ରୟସୁଳୀର ମାନ୍ୟତା ଦିଆଯିବ । ସେଠାରେ ମଲ, ଫୁଡ୍ କୋଟ, ପାର୍କି ଓ ସମସ୍ତ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ସୁଯୋଗ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ହେବ । ସରକାରଙ୍କର ଏହି ଅପରିଣାମଦର୍ଶୀ ଗାନ୍ଧୀ ବିରୋଧ ପ୍ରକଳ୍ପ ବିରୁଦ୍ଧରେ ବିଶ୍ଵ ଓ ଦେଶର ଗାନ୍ଧିବାଦୀମାନେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି । ସେଥିପାଇଁ ମହାରାଷ୍ଟ୍ରର ସେବା ଗ୍ରାମରୁ ଏକ ପଦଯାତ୍ରା ବାହାରି ସାବରମତୀ ଆଶ୍ରମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦେଶ ବିଦେଶର ବହୁ ଗାନ୍ଧିବାଦୀ, ରାଜନୈତିକ ନେତୃବୃନ୍ଦ, ଦଳୀୟ କର୍ମକର୍ତ୍ତା, ଛାତ୍ର, ଯୁବକ ଓ ଗାନ୍ଧିଜୀଙ୍କ ଆଦର୍ଶ ଏବଂ ବିଚାରଧାରାକୁ ଭଲ ପାଉଥିବା ଶକ୍ତି ସମ୍ରହମାନଙ୍କର ପ୍ରତିନିଧୁମାନେ ସାମିଲ୍ ହୋଇ ଏହାର ପ୍ରତିବାଦ କରିବା କରିବା ପାଇଁ ଆଗେଇ ଆସିଛନ୍ତି । ଓଡ଼ିଶାରେ ମଧ୍ୟ ପ୍ରତିବାଦର ସ୍ବର ଏହି ପ୍ରକଳ୍ପ ବିରୁଦ୍ଧରେ ସଂଗଠିତ ହେବାରେ ଲାଗିଛି । 

ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ଓ ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରଧାରାରେ ବିଶ୍ବାସ କରୁଥିବା ବ୍ୟକ୍ତିବିଶେଷ, ଗଣସଂଗଠନ ଓ ବୁଦ୍ଧିଜୀବୀମାନେ ଏକାଠି ହୋଇ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମକୁ ସୁରକ୍ଷା ଦେବାପାଇଁ ଆଗଭର ହୋଇଛନ୍ତି । ବର୍ଷିଆନ୍ ବୁଦ୍ଧିଜୀବୀ ପ୍ରଫେସର ଭଗବାନ ପ୍ରକାଶଙ୍କ ନେତୃତ୍ବରେ ଓଡ଼ିଶା ସର୍ବସେବା ସଂଘ ସାଧାରଣ ସମ୍ପାଦକ ଗୌରାଙ୍ଗ ମହାପାତ୍ର ଓ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଆଜି ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ରରେ ସେମାନେ ସାବରମତୀ ଆଶ୍ରମ ନବନିର୍ମାଣ ପ୍ରକଳ୍ପକୁ ବିରୋଧ କରିବା ସହିତ ସେହି ଟଙ୍କାରେ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମଜୟନ୍ତୀ ସୃତିରେ ୧୫୦ଟି ଶାନ୍ତି, ଅହିଂସା ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି । 

ଏହା ବ୍ୟତୀତ ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଟଙ୍କାକୁ ବିନିଯୋଗ କରିବାପାଇଁ ସରକାରଙ୍କୁ ପରାମର୍ଶ ଦେବାକୁ ସେମାନେ ମାନ୍ୟବର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହା ବ୍ୟତୀତ ଏହିସବୁ କାର୍ଯ୍ୟକୁ ତଦାରଖ କରିବା ପାଇଁ ମାନ୍ୟବର ରାଷ୍ଟ୍ରପତି ହସ୍ତକ୍ଷେପ କରିବା ସହିତ ଜାତୀୟ ସ୍ତରରେ ବିଶିଷ୍ଟ ବୁଦ୍ଧିଜୀବୀ ଓ ଗାନ୍ଧୀବାଦୀ ଓ ରାଜନେତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସେମାନେ ଏହି ସ୍ମାରକପତ୍ରରେ ଦର୍ଶାଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରତିନିଧ ମଣ୍ଡଳୀଠାରୁ ସ୍ମାରକପତ୍ରଟିକୁ ଗ୍ରହଣ କରି ତୁରନ୍ତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏହାକୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପ୍ରେରଣ କରିଥିଲେ ।

ପଛୁଆବର୍ଗ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବିରେ ସମାଜବାଦୀ ପାର୍ଟି

ଭୁବନେଶ୍ୱର, ଗତ ଅଗଷ୍ଟ ମାସରେ ଆମ ରାଜ୍ୟର ସାଂସଦମାନେ ଓଡ଼ିଶାରେ ପଛୁଆବର୍ଗଙ୍କ ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଓ ଜାତିଗତ ଜନଗଣନା ଦାବି କରି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ତିନି ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ତା’ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଫଳରେ ରାଜ୍ୟର ୫୨ ଭାଗ ପଛୁଆବର୍ଗ ଜନସାଧାରଣ ସେମାନଙ୍କର ସାମ୍ବିଧାନିକ ଅଧିକାର ଓ ହରୁ ବଞ୍ଚିତ ହେବାକୁ ଲାଗିଛନ୍ତି । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂଖ୍ୟା ଯଥେଷ୍ଟ ଭାବରେ କମିଯିବ । 

ଫଳରେ ୱାର୍ଡମେମ୍ବରଠାରୁ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଆସନ ହରେଇବେ ପଛୁଆବର୍ଗର ଲୋକ ପ୍ରତିନିଧୁମାନେ । କାରଣ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ସଂଖ୍ୟା ୩୮.୭୫ ଭାଗ । କୋର୍ଟ କଚେରୀର ରାୟ ଫଳରେ ୫୦ ଭାଗରୁ ସଂରକ୍ଷଣ ଅଧୁକ ହେବନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି । ତେଣୁ ରାଜ୍ୟର ପଛୁଆବର୍ଗ ୮୫୩ଟି ଜିଲ୍ଲା ପରିଷଦରୁ ୨୩୫ ପାଇବା ଯାଗାରେ ମାତ୍ର ୧୪୫ଟି ସ୍ଥାନ ସଂରକ୍ଷଣ ଜରିଆରେ ପାଇପାରିବେ । ତେଣୁ ସେମାନଙ୍କୁ ୯୧ଟି ସ୍ଥାନ ହରାଇବାକୁ ପଡ଼ିବ । ସେହିଭଳି ୩୧୪ଟି ବ୍ଳକରୁ ୫୮ଟି ଅଧ୍ୟକ୍ଷ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ଥିଲାବେଳେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନ ପାଇଁ ଏହି ସଂରକ୍ଷଣ ସଂସ୍ଥା ୨୪କୁ ଖସି ଆସିଛି । ଫଳରେ ୩୪ଟି ବ୍ଲକ ଅଧ୍ୟକ୍ଷ ପଦ ପଛୁଆବର୍ଗ ପ୍ରାର୍ଥୀମାନେ ହରାଇବାକୁ ଯାଉଛନ୍ତି । 

ସେହିଭଳି ୯୩ ହଜାର ୱାର୍ଡମେମ୍ବରରୁ ଏହି ବର୍ଗ ହାରାହାରି ୧୨ ହଜାର ପଦବୀ ହରାଇବେ । ଯଦି ସମ୍ବିଧାନ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତେ, ତା’ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ପଛୁଆବର୍ଗ ୨୭ ଭାଗ ସଂରକ୍ଷଣ ପାଇପାରନ୍ତେ । ସେହିଭଳି ରାଜ୍ୟରେ ଏବେ ସୁଦ୍ଧା ୧ ଲକ୍ଷ ୩୧ ହଜାର ସରକାରୀ ଚାକିରୀ ଖାଲି ପଡ଼ିଛି । ୨୭ ଭାଗ ସଂରକ୍ଷଣ ଯଦି ଦିଆଯାଆନ୍ତା, ତାହେଲେ ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ଅନ୍ତତଃ ପକ୍ଷେ ୩୫ ହଜାର ପାଖାପା ସଂରକ୍ଷିତ ପଦବୀ ପାଇପାରନ୍ତେ । ମାତ୍ର ପ୍ରଚଳିତ ୧୧.୨୫ ହାରରେ ସଂରକ୍ଷଣ ଦିଆଯାଉଥିବା ଯୋଗୁଁ ସେମାନେ ମାତ୍ର ୧୩ ହଜାର ପଦବୀ ପାଇବାକୁ ଯାଉଛନ୍ତି । ଯାହାଫଳରେ ରାଜ୍ୟର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ୨୨ ହଜାର ଚାକିରୀ ହରେଇବେ । 

ତେଣୁ ନିଜର ସାମ୍ବିଧାନିକ ହକ୍ ପାଇଁ ଓ ଅଧୁକାର ପାଇଁ ପଛୁଆବର୍ଗ ସଂରକ୍ଷଣକୁ ସମ୍ବିଧାନ ସଂଶୋଧନ କରି ନବମ ଅନୁଚ୍ଛେଦ ଅନ୍ତର୍ଭୁକ୍ତ କରିବା ପାଇଁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ପାର୍ଟି ପକ୍ଷରୁ ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପଛୁଆବର୍ଗ ଗଣକଭେସନରେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ୨୭ଭାଗ ପଛୁଆବର୍ଗ ସଂରକ୍ଷଣକୁ ନିଶ୍ଚିତ କରିବା ପାଇଁ ସମ୍ବିଧାନ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ବିଷୟରେ ତାଙ୍କ ଦଳର ସାଂସଦମାନଙ୍କୁ ପାର୍ଲାମେଣ୍ଟରେ ଏକଥା ଉପସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ବିଜେପି ଓ କଂଗ୍ରେସ ସାଂସଦମାନେ ରାଜ୍ୟର ପଛୁଆବର୍ଗଙ୍କ ସ୍ବାର୍ଥ ଦୃଷ୍ଟିରୁ ଦଳମତ ଉଦ୍ଧକୁ ଯାଇ ଆସନ୍ତା ନଭେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧବେଶନ ସମୟରେ ପଛୁଆବର୍ଗ ସଂରକ୍ଷଣକୁ ସଂସଦରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଜାତିଗତ ଜନଗଣନା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । 

ଏଠାରେ ପ୍ରକାଶଥାଉକି, ଗତ ମଇ ୧ ତାରିଖଠାରୁ ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପଛୁଆବର୍ଗ କମିଶନଙ୍କ ପକ୍ଷରୁ ଜାତିଗତ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର କୋଭିଡ୍ ସଂକ୍ରମଣ ବୃଦ୍ଧି ହେବା ଯୋଗୁଁ ଏହା ସ୍ଥଗିତ ରହିଛି । ଆଜି ଯେତେବେଳେ ସ୍କୁଲ କଲେଜ ସବୁ ଖୋଲି ଗଲାଣି, ବଜାର ଘାଟକୁ କଟକଣା ଉଠିଗଲାଣି, ତେଣୁ ସରକାର ତୁରନ୍ତ ଜାତିଗତ ଜନଗଣନା ପାଇଁ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଏହି ଗଣକଭେନ୍ସରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଦାନ ଭିଭିପତ୍ର ଉପସ୍ଥାପନ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରରୁ ଅସୀମ ସାହୁ, ବରଗଡ଼ରୁ ଅଧାପିକା କ୍ଷୀରୋଦିନୀ ବେହେରା, କଟକରୁ ବିଜୟ ବେହେରା, ଖୋର୍ଦ୍ଧାରୁ ବଂଶୀଧର ଭୋଇ, ନୂଆପଡ଼ାରୁ ଗଙ୍ଗାଧର ବଛୋର, ବେଣୁଧର ଗହୀର, କଳାହାଣ୍ଡିରୁ ଉମେଶ ସାହୁ, ବଲାଙ୍ଗୀରରୁ ରାଜେନ୍ଦ୍ର ମେହେର, ବାଲେଶ୍ବରରୁ ପଞ୍ଚାନନ ପରିଡ଼ା, ବୌଦ୍ଧରୁ ଶମ୍ଭୁନାଥ ବେହେରା, କେନ୍ଦ୍ରାପଡ଼ାରୁ ଅନାଦି ସାହୁ, ଜଗତ୍‌ସିଂହପୁରରୁ ଦେବାଶିଷମହାପାତ୍ର, ଖୋର୍ଦ୍ଧାରୁ ଦୀପଦାସ ଯାଦବ, ଯାଦବ ମହାସଭା ପକ୍ଷରୁ ପ୍ରଫୁଲ୍ଲ ଦାସ, ଓଡ଼ିଶା ବାରିକ ସମାଜ ପକ୍ଷରୁ କେଦାର ଦାସ, ତେଲି ସମାଜ ପକ୍ଷରୁ ବିଜୟ ସାହୁ ପ୍ରମୁଖ ବକ୍ତବ୍ୟ ରଖୁ ୨୭ ଭାଗ ପଛୁଆବର୍ଗ ସଂରକ୍ଷଣ ପାଇଁ ରାଜନୀତିର ଊଦ୍ଧିକୁ ଯାଇ ସବୁ ପଛୁଆ ବର୍ଗ ଏକ ହୋଇ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ଜିଲ୍ଲା ସ୍ତରରେ ପଛୁଆବର୍ଗ କନଭେନ୍ସନ୍ ଅନୁଷ୍ଠିତ ହୋଇ ଏହି ଆନ୍ଦୋଳନକୁ ତ୍ବରାନ୍ବିତ କରାଯିବ । 

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ଦେବାପାଇଁ ଏହି କଭେନ୍ସନରେ ସ୍ଥିର କରାଗଲା ଓ ସେଥିପାଇଁ ପାର୍ଟିର ସଭାପତି ରବି ବେହେରାଙ୍କୁ ଦାୟୀତ୍ୱ ଅର୍ପଣ କରାଗଲା । ଶେଷରେ ଦେଶପ୍ରିୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସାମାଜିକ ନ୍ୟାୟର ପ୍ରମୁଖ ପ୍ରବକ୍ତା ତଥା ସମାଜବାଦୀ ଚିନ୍ତକ ଡକ୍ଟର ରାମ ମନୋହର ଲୋହିଆଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।

ଆମ କୋଇଲା ଆମକୁ ଦିଅ ଦାବିରେ ମାଷ୍ଟରକ୍ୟାଣ୍ଟିନରେ ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର, ଆଞ୍ଚଳିକ ଶିଳ୍ପ ବିସ୍ଥାପିତ ସଚେତନ ମଞ୍ଚ ଝାରସୁଗୁଡ଼ା ତରଫରୁ ଆମ କୋଇଲା ଆମକୁ ଦିଅ ଦାବିରେ ଭୁବନେଶ୍ବରସ୍ଥିତ ଲୋୟର ପିଏମ୍‌ଜିଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାରରୁ ଉର୍ଣ୍ଣ ବିସ୍ଥାପିତ ଅଂଶଗ୍ରହଣ କରିଥିଲେ । ମଞ୍ଚର ସଭାପତି ଶ୍ରୀ ତାପସ ରାୟ ଚୌଧୁରୀ ନିମ୍ନ ଦାବିଗୁଡ଼ିକ ଉପସ୍ଥାପନ କରିଥିଲେ । ମହାନଦୀ କୋଲଫିଲ୍ଡ ଲି ଦ୍ବାରା ଓଡ଼ିଶାର ବିଭିନ୍ନ କଳକାରଖାନା, ବିଶେଷକରି ପାରପ୍ଲାଣ୍ଟ ଏବଂ ଅନ୍ୟାନ୍ୟ କଳକାରଖାନା ମାନଙ୍କୁ ଗତ କିଛିମାସ ହେଲା ସମ୍ପୂର୍ଣ୍ଣ ଦରକାରୀ କୋଇଲା ସରବରାହ କରୁନାହାଁନ୍ତି ।

ମହାନଦୀ କୋଲଫିଲ୍ଡ ଲି ବର୍ଷକୁ ୧୪୪ ଲକ୍ଷ ଟନ କୋଇଲା ଉତ୍ପାଦନ କରୁଛି, ଅଥଚ ଓଡ଼ିଶାରେ ସ୍ଥାପିତ ୪୦ରୁ ଉର୍ଦ୍ଧ ପାୱାର ପ୍ଲାଣ୍ଟ ୮୫.୯୦ ଲକ୍ଷ ଟନ ବର୍ଷକୁ ଆବଶ୍ୟକ କରୁଛି । ରାଜ୍ୟରେ ସ୍ଥାପିତ ବିଭିନ୍ନ କଳକାରଖାନା ସଠିକ୍ ଭାବରେ ଭଲିବା ପାଇଁ ୫୫.୬୦ ପ୍ରତିଶତ କୋଇଲା ଯାହାକି ରାଜ୍ୟରୁ ବାହାରୁଛି, ତାଙ୍କୁ ଦରକାର, ଏହି ନିଅଣ୍ଟ ଯୋଗାଣ ପାଇଁ ଓଡ଼ିଶା ରାଜ୍ୟର କଳକାରଖାନା ବାହାରୁ ୬୫ ପ୍ରତିଶତ କୋଇଲା ଆମଦାନୀ କରି ତାଙ୍କର କଳକାରଖାନା ଚଳାଉଛନ୍ତି । ଯଦ୍ୱାରା ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି । । ପାୱାର ପ୍ଲାଣ୍ଟସ ଗଲିବା ପାଇଁ ଯଦି ଏମିତି ବାଧା ଆସେ ତା’ହେଲେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଉତ୍ପାଦନରେ ନିଅଣ୍ଟ ହେବ ଏବଂ ଭବିଷ୍ୟତରେ ବନ୍ଦ ହୋଇଯିବାର ଆଶଙ୍କା ଅଛି । 

ଓଡ଼ିଶା ରାଜ୍ୟରେ କଳକାରଖାନା ସ୍ଥାପନ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ ବିନିଯୋଗ କରିଛନ୍ତି, ଯଦ୍ଵାରା ଓଡ଼ିଶା ରାଜ୍ୟର ସମୂହ ଘରୋଇ ଉତ୍ପାଦନ ୩୬ ପ୍ରତିଶତ ବର୍ଭମାନ ସୁଦ୍ଧା ଅଛି ଏବଂ ୩୦ ପ୍ରତିଶତ ସିଧାସଳଖ ରୋଜଗାର ରାଜ୍ୟରେ ସୃଷ୍ଟି କରୁଛି, ଅଥଚ ରାଜ୍ୟରେ ସ୍ଥାପିତ କଳକାରଖାନା କୋଇଲା ପାଉନାହାଁନ୍ତି । ଅଥଚ ରାଜ୍ୟ ବାହାର ଅଞ୍ଚଳ ମାନଙ୍କରେ ଓଡ଼ିଶାରୁ କୋଇଲା ଯାଉଛି ଯାହା ଅତ୍ୟନ୍ତ ନିନ୍ଦନୀୟ ଅଟେ, ଓଡ଼ିଶା ରାଜ୍ୟରେ ସ୍ଥାପିତ କଳକାରାଖାନା ଦିନକୁ ୩୪ ଗୋଟି କୋଇଲା ରେଲ ଟ୍ୟାକ୍ସ ଦରକାର ପଡୁଛି ଯାହାକି ବିଭିନ୍ନ ଜାଗାରେ କୋଇଲା ଉଠାଉଥିବା ୧୫ ଗୋଟି କୋଇଲା ରେଲ ଜ୍ୟାକ୍‌ ମାଧ୍ୟମରେ ପରିପୂର୍ଣ୍ଣ ହୋଇପାରିବ ।

ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ବିକାଶକୁ ସ୍ଥିର କରିବା ପାଇଁ ରାଜ୍ୟ ବାହାରୁ ରେଳ ମାଧ୍ୟମରେ କୋଇଲ ରପ୍ତାନୀ ବନ୍ଦ କରି ଓଡ଼ିଶାକୁ ୧୦୦ ପ୍ରତିଶତ ଦରକାରୀ କୋଇଲା ଦେବା କଥା, ଏହି ମହାନଦୀ କୋଲଫିଲ୍ମ ଲିର ଭୁଲ ନିଦ୍ଧାରଣ ଯୋଗୁଁ ରସ୍ତାବାଟେ କୋଇଲା ସରବରାହ ୨୦ରୁ ୨୫ ପ୍ରତିଶତ କମିଯିବା ଦ୍ବାରା ରାଜ୍ୟର ବହୁତ ଲୋକଙ୍କର ଆର୍ଥିକ ଏବଂ ସାମାଜିକ କ୍ଷତି ହେଉଛି, ସେପ୍ଟେମ୍ବର ମାସରେ ଏମ୍.ସିଏଏ-ତାଳଚେର-ଇବା ଭେଲି ୧୮୫୮ ବ୍ୟାକ୍ସ ପଠାଇଛନ୍ତି । ଯେଉଁଥିରେ ଓଡ଼ିଶା ପାଇଛି ୪୦ ୨ ବ୍ୟକ୍ତି ଯାହାକି ୨୮ ପ୍ରତିଶତ ଅଟେ ଏବଂ ବାହାର ରାଜ୍ୟକୁ ୧୦୫୬ ବ୍ୟାକ୍ସ ଯାହାକି ୭୨ ପ୍ରତିଶତ ବ୍ୟକ୍ତି ପଠାହୋଇଛି । ସେମିତି ଏମ୍.ସି.ଏଲ୍-ଇବ ଭେଲି ୧୦ ୨୫ ବ୍ୟକ୍ତି ପଠାଇଛି ଯେଉଁଥିରେ ଓଡ଼ିଶା ପାଇଛି ୨୪୯ ବ୍ୟାକ୍ସ ଯାହାକି ୨୪ ପ୍ରତିଶତ ଅଟେ ଏବଂ ବାହାର ରାଜ୍ୟକୁ ୭୭୬ ବ୍ୟକ୍ତି ଯାହାକି ୭୬ ପ୍ରତିଶତ ଅଟେ । 

ସେମିତି ଅକ୍ଟୋବରରେ ଓଡ଼ିଶା ଏବେ ଯାଏ ୨୧ ପ୍ରତିଶତ ଟ୍ୟାକ୍ସ ପାଇଛି, ମହାନଦୀ କୋଲଫିଲ୍ଡ ଲିର ଏହି ନୀତି ବିରୁଦ୍ଧରେ ଆୟର ମଞ୍ଚ ତା ୧୬.୧୦.୨୦ ୨୧ ରିଖ ଦିନ ସି.ଏମ୍.ଡ଼ି ମହାନଦୀ କୋଲଫିଲ୍ଡ ଲିଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ଏବଂ ଦାବୀ ପୂରଣ ନହେବା ଯୋଗୁଁ ତା ୨୧.୧୦.୨୦ ୨୧ ଦିନ ମହାନଦୀ କୋଲଫିଲ୍ଡ ଲି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ଆୟୋଜନ କରାଯାଇଥିଲା ଏବଂ କୋଲ୍ କମିଶନର ଭାରତ ସରକାରଙ୍କୁ ଗୋଟିଏ ଦାବୀପତ୍ର ପ୍ରଦାନ କରିଥିଲେ । ଯେହେତୁ ସି.ଏମ୍.ଡ଼ି. ମହାନଦୀ କୋଲଫିଲ୍ଡ ଲି ବୁର୍ଲା ବା କୋଲ କମିଶନର କୌଣସି ଉଚିତ ପଦକ୍ଷେପ ନ ନେଇଥିବାରୁ ବାଧ୍ୟ ହୋଇ ରାଜଧାନୀରେ ଧାରଣା ଏବଂ ବିକ୍ଷୋଭ ମାଧ୍ୟମରେ ଆମ୍ଭ ଦାବୀ ଉପସ୍ଥାପନ କରାଯାଇଛି । 

ପରିଶେଷରେ ଏକ ପ୍ରତିନି ମଞ୍ଚର ସଭାପତି ତାପସ ରାୟ ଚୌଧୁରୀ, ପି. ରାମ ମୋହନ ରାଓ, ତ୍ରିନାଥ ଗୋଆଲ, ରଘୁମଣି ପଟେଲ, ହରିଶ ଗଣନ୍ତା, ହୀରାଲାଲ ଲୋକଚନ୍ଦାନୀ ପ୍ରମୁଖ ରାଜଭବନ ଠାରେ ଓଡ଼ିଶାର ମହାମହୀମ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚର ଉପସଭାପତି ଶ୍ରୀ ରବି ସିଂ, ଯୁଗ୍ମ ସମ୍ପାଦକ ସିଦ୍ଧାର୍ଥ ସରକାର, ଈଶ୍ୱର ରାଓ ଏବଂ କୋଷାଧକ୍ଷ ସନ୍ଦିପ ଆୱାସ୍ତି ପ୍ରମୁଖ ଅଭିଭାଷଣ ଦେଇଥିଲେ ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ନମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ନବୀନ ନିବାସ ଘେରାଉ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ । ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ଶତାଧୁକ ଯୁବ କଂଗ୍ରେସ କର୍ମୀ ମାଷ୍ଟର କ୍ୟାଟିନ ଛକରୁ ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ନବୀନ ନିବାସ ଅଭିମୁଖେ ଯାଇଥିଲେ । ବାଟରେ ପୋଲିସ ଆନ୍ଦୋଳନକାରୀଙ୍କୁ ଅଟକାଇବାବେଳେ ଯୁବ କଂଗ୍ରେସ କର୍ମୀଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ପରେ ପୋଲିସ ଶତାଧୁକ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ।

ଏ ସମ୍ପର୍କରେ ଯୁବ କଂଗ୍ରେସ ସଭାପତି ଡ. ସ୍ମତିରଞ୍ଜନ ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଓ ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଫଳ ହୋଇଛନ୍ତି । ନିଜେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ମାମଲାରେ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଦ୍ୟାବଧୁ ତାଙ୍କୁ ବହିଷ୍କାର କରିନାହାନ୍ତି । ଘଟଣାକୁ ଦୀର୍ଘଦିନ ବିତିଥିଲେ ମଧ୍ୟ ପୋଲିସ ଏହାର ପର୍ଦାଫାସ କରୁନାହିଁ । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହିତ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଅଭିଯୁକ୍ତକୁ ପୋଲିସ ପ୍ରଥମେ ଜାଣି ଶୁଣି ଖସାଇ ଦେଇଥିଲା । ଫଳରେ ଅଭିଯୁକ୍ତ ଘଟଣାର ଅନେକ ପ୍ରମାଣ ନଷ୍ଟ କରିବାରେ ସକ୍ଷମ ହୋଇଛି । 

ଏ ଭିତରେ ହତ୍ୟା ମାମଲାର ଅନେକ ସାକ୍ଷୀଙ୍କୁ ପ୍ରଭାବିତ କରାଯିବା ସହିତ ମମିତାଙ୍କ ପରିବାର ଲୋକେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ସବୁ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ପରେ ଏବେ ଘଟଣାର ୨୧ ଦିନ ପରେ ମନ୍ତ୍ରୀ ଦିବ୍ୟଶଙ୍କର ମୁହଁ ଖୋଲୁଛନ୍ତି, ଯାହାର କୌଣସି ମାନେ ନାହିଁ ବୋଲି ଡ. ଲେଙ୍କା କହିଛନ୍ତି । ଯଦି ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରି ଗିରଫ କରାନଯାଏ ତେବେ ମମିତାଙ୍କ ପରିବାର ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡ. ଲେଙ୍କା କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ଗିରଫ ନ ହେଲେ ଘଟଣାର ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ଯଦି ସରକାର ରାଜ୍ୟର ମହିଳାଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି, ତେବେ ଭଉଣୀ ମମିତା ମେହେର ପରେ ଆଉ କେଉଁ ନିରୀହ ଜୀବନର ପାଳି ପଡ଼ିବ ଓ ସରକାର ଏମିତି ନୀରବ ଦ୍ରଷ୍ଟା ସାଜିବେ ତାହା ସ୍ପଷ୍ଟ କରନ୍ତୁ । 

ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ଓ ଫଚାୟତସ୍ତରରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି । ଆଜି ନବୀନ ନିବାସ ଘେରାଉରେ କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ସେଠୀ, ସତ୍ୟାନନ୍ଦ ରାଉତ, ସୁନିତା ବାଗ, ମହମ୍ମଦ ଅଲିମ, ସତ୍ୟପ୍ରିୟ ସାମଲ, ଆର୍ଯ୍ୟବୀର ଲେଙ୍କା, ବିଶ୍ୱରଞ୍ଜନ ଦାସ, ଅମ୍ରତା ଦାସ, ଆକ୍ୟୁବ ଖାନ, ମହେଶ ପ୍ରସାଦ, ରଞ୍ଜିତ ପାତ୍ର, ସ୍ଵାଗତ କର, ବୀରେନ କୁମାର ଦଳାଇ, ସାଉଲ ମଙ୍ଗରାଜ, ତ୍ରିଲୋଚନ ପାଣିଗ୍ରାହୀ, ଜ୍ଞାନେନ୍ଦ୍ର ଦାସ, ସୁତିରଞ୍ଜନ ମନ୍ତ୍ରୀ, । ଆଶୁତୋଷ ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପ୍ରସାଦ ପରିଡ଼ା, ପ୍ଲାବନ ବହିଦାର ଓ ପ୍ରଶାନ୍ତ ମଲିକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।

ରାଜ୍ୟରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର, ଜାନୁଆରୀ ୧ ତାରିଖ ୨୦୨୨' ମସିହାକୁ ଯୋଗ୍ୟତାଭିଭିକ ତାରିଖ ଭାବେ ଗ୍ରହଣ କରି ଭାରତ ନିର୍ବାଚନ ଆୟୋଗ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ୨୦୨୧ ନଭେମ୍ବର ୧ ତାରିଖରେ ରାଜ୍ୟର ସମସ୍ତ ୩୭,୬୦୬ଟି ଭୋଟଗଣତି କେନ୍ଦ୍ର ସହ ୫୮ଟି ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅକାରୀ ଓ ୩୦ଟି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟରେ ଡ୍ରାଫଟ୍ ଭୋଟର ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ତଥା ଭୋଟ ସଂଜୀକରଣ ଅଧୁକାରୀ ମାଗଣାରେ ସମସ୍ତ ଜାତୀୟ ଓ ରାଜ୍ୟ ସ୍ତରର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ୍ରାଫଟ୍ ଭୋଟର ତାଲିକାର କପି ପ୍ରଦାନ କରିବେ ଓ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ମୂଲ୍ୟ ଦେଇ ଭୋଟର ତାଲିକାର କପି ନେଇପାରିବେ । 

ଉଚିତ୍ ମୂଲ୍ୟ ଦେଇ ଏହାର ସଫଟ୍ କପି ମଧ୍ୟ ପିଡିଏଫ୍ ମାଧ୍ୟମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଭୋଟରମାନେ ମଧ୍ୟ ଏହାକୁ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ ୱେବ୍‌ସାଇଟ୍ www.ceoorissa.nic.in ମାଧ୍ୟମରେ ଦେଖୁପାରିବେ । ନାଗରିକମାନେ ଭୋଟର ତାଲିକାରେ ସେମାନଙ୍କର ନାମ ଯୋଗ ବା ବାଦ ଦେବା କିମ୍ବା ତୁଟି ସଂଶୋଧନ ନିମନ୍ତେ ଦାବି ଓ ଆପତ୍ତି ସଂପୃକ୍ତ ଭୋଟ ସଂଜୀକରଣ ଅଧୁକାରୀଙ୍କୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ଜଣାଇପାରିବେ । ଏତଦ୍‌ବ୍ୟତୀତ ନାଗରିକମାନେ ମଧ୍ୟ ବୁଥରରେ ନିଯୁକ୍ତ ହୋଇଥିବା ବୁଥ୍ୟସ୍ତରୀୟ ଅଧୁକାରୀ ସାଧାରଣତଃ ଶିକ୍ଷକ କିମ୍ବା ଅଙ୍ଗନୱାଡ଼ି କର୍ମୀ ଦାୟିତ୍ବରେ ଥାଆନ୍ତି, ସେମାନଙ୍କୁ ମଧ୍ୟ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାବି ଓ ଆପତ୍ତି ସଂପର୍କରେ ନଭେମ୍ବର ୧ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ଜଣାଇପାରିବେ । 

ଏହାଛଡ଼ା ଭାରତ ନିର୍ବାଚନ ଆୟୋଗ ଅନ୍‌ଲାଇନ୍‌ ମାଧ୍ୟମରେ ଏକ ନାଗରିକ ଅନୁକୁଳ ଆପ୍ ଭୋଟର ହେଲପ୍ରଲାଇନ୍ Voter | Help Line App ଓ nvsp.in App ପ୍ରଚଳନ କରିଛନ୍ତି । ଏହି ଆପ୍ ଆଡ୍ରଏଡ୍ ଫୋର ପ୍ରେକ୍ଟୋରରୁ ଓ ଆଇଓଏସ୍ ଆପଲ୍ ଆଇ ପୌର ଆପ୍ ଷ୍ଟୋରରୁ ଡାଉନ୍‌ଲୋଡ଼ କରିପାରିବେ । ଭୋଟର ତାଲିକାରେ ନୂତନ ଭାବେ ନାମ ପଂଜୀକରଣ ନିମନ୍ତେ ଫର୍ମ ନଂ-୬, ଭୋଟର ତାଲିକାରୁ ନାମ ବାଦ ଦେବା ନିମନ୍ତେ ଫର୍ମ ନଂ-୭ ଓ ଭୋଟର ତାଲିକାରେ ନାମ, ଠିକଣା ଓ ବୟସ ଇତ୍ୟାଦିରେ ତ୍ରୁଟି ଥିଲେ ଫର୍ମ ନଂ-୮ରେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନ୍ୟ ଏକ ସ୍ଥାନ ପରିବର୍ତ୍ତନ କରିବାକୁ ହେଲେ ଫର୍ମ ନଂ-୮(କ)ରେ ଆବେଦନ କରିବାକୁ ହେବ । ନିର୍ଦ୍ଧାରିତ ଆପ୍ ଡାଉନ୍‌ଲୋଡ୍ କରିସାରିବା ପରେ ଫର୍ମ ପୂରଣ କରିବାକୁ ହେବ ଓ ସଠିକ୍ ବାସ ସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ୍ / ଟେଲିଫୋନ୍ ବିଲ୍ / ଜମିଜମା ଦସ୍ତାବିଜ୍‌ର ସ୍କାନ୍ କପି ଅଲୋଡ୍ କରିବାକୁ ହେବ । 

ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର ପାପୋର୍ଟ ପ୍ୟାନ୍‌କାର୍ଡ ମାଟ୍ରିକ୍ ସାର୍ଟିଫିକେଟ୍ ଡ୍ରାଇରିଂ ଲାଇସେନ୍ସର ସ୍କାନ୍ କପି ସହ ପାପୋର୍ଟ ସାଇଜ୍ ଫଟୋ ଅପଲୋଡ୍ କରିବାକୁ ହେବ । ଏଥିରେ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ । ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟିଶୂନ୍ୟ ହୋଇପାରିବ । ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧୁକାରୀ ତଥା ଜିଲ୍ଲାପାଳ ଓ ଭୋଟ ଫଜୀକରଣ ଅଧୁକାରୀ ତଥା ଉପ ଜିଲ୍ଲାପାଳମାନଙ୍କୁ ନେଇ ତା. ୨୯/୧୦/୨୦୨୧ରେ ମୁଖ୍ୟ ନିର୍ବାଚନ ଅଧୁକାରୀ ଏକ ଭଚୁଆଲ୍ ବୈଠକ କରିଥିଲେ । 

ଏହି ବୈଠକରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରରେ ସମସ୍ତ ରାଜନୈତିକ ଦଳମାନଙ୍କ ସହ ବୈଠକ କରାଯାଇ ବୁଥରରେ ବୁଥରୀୟ ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ସହାୟତା ନିଆଯିବ । ବୁଥରୀୟ ଏଜେଣ୍ଟମାନେ ତୁଟିଶୂନ୍ୟ ଭୋଟର ତାଲିକା । ପ୍ରସ୍ତୁତିରେ ଭୋଟ ଫଜୀକରଣ ଅଧୁକାରୀଙ୍କୁ ସହାୟତା କରିବେ, ଯେପରି ଜଣେ ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତି । । ଏଣୁ ନିମନ୍ତେ ନଭେମ୍ବର ମାସର ପ୍ରଥମ ଓ ତୃତୀୟ ରବିବାର ଅର୍ଥାତ୍ ନଭେମ୍ବର ୭ ତାରିଖ ଓ ନଭେମ୍ବର ୨୧ ତାରିଖରେ ସବୁ ବୁଥରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ । ଉକ୍ତ ଦିନ ବୁଥରୀୟ ଅଧୁକାରୀମାନେ ସକାଳ ୧୦ଟାଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଉପସ୍ଥିତ ରହି ନାଗରିକମାନଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରିବେ । 

ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କର ୯ ଜଣ ବରିଷ୍ଠ ଅଧୁକାରୀଙ୍କୁ ରୋଲ୍ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ରୋଲ୍ ଅବଜରଭମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଏ ସମସ୍ତ କାର୍ଯ୍ୟର । ତଦାରଖ କରି ଜିଲ୍ଲା ନିର୍ବାଚନ ଅଧୁକାରୀଙ୍କୁ ଜଣାଇବେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପଭି ଅଭିଯୋଗଗୁଡ଼ିକର ଫଏସଲା ହେବ ଓ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୨ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ପ୍ରକାଶ କରିଛନ୍ତି । ଭୋଟରମାନଙ୍କ ଘରକୁ ଭୋଟ ପରିଚୟ ପତ୍ର ସ୍କ୍ରିପୋଷ୍ଟ ମାଧ୍ୟମରେ ପଠାଇବା ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥି ନିମନ୍ତେ ଫର୍ମ ପୂରଣ ସମୟରେ ସଠିକ୍ ଡାକ ଠିକଣା ସହ ଏକକ ମୋବାଇଲ୍ ନମ୍ବର ଦେବାକୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧୁକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି ।

ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ ଦେବପ୍ରସାଦ ଦାସଙ୍କ ୮୯ତମ ଜନ୍ମଦିନ ଅବସରରେ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର,ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ ଦେବପ୍ରସାଦ ଦାସଙ୍କ ୮୯ତମ ଜନ୍ମଦିନ ଅବସରରେ ଗୁରୁ ଦେବ ପ୍ରସାଦ ଦାସ ଫାଉଣ୍ଡେସନ୍ ଆନୁକୁଲ୍ୟରେ ଷଷ୍ଠ ଗୁରୁ ଦେବ ପ୍ରସାଦ ଦାସ ନୃତ୍ୟ ଉତ୍ସବ ଗତ ୨୮ ତାରିଖ ସନ୍ଧ୍ୟାରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରତିଷ୍ଠାତା ସମ୍ପାଦିକା ବିପଞ୍ଚ ଦାସଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ସମ୍ମାନିତ ଅତିଥୀ ଭାବରେ ପାରାଦୀପ ଫସ୍‌ଫେଟ୍‌ ଲିମିଟେଡ୍‌ର ଡିଜିଏମ୍ ସୁଧୀର ରଂଜନ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁସଚିବ ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦାନ କରି ଉତ୍ସବର ଉଦ୍‌ଘାଟନ କରିଥିଲେ । 

ଉପସଭାନେତ୍ରୀ ଶ୍ରୀମତୀ ନମ୍ରତା ଚଢ଼ା ସ୍ଵାଗତ ଭାଷଣ ଦେଇଥିଲା ବେଳେ ଏହି । କାର୍ଯ୍ୟକ୍ରମରେ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନରେ ଗୁରୁ ରାମହରି ଦାସ, ଗୁରୁ ଶ୍ରୀମତୀ ସଂଗୀତା ଗୋସାଇଁ, ଗୁରୁ । ସିକତା ଦାସ, ଗୁରୁ ଅଜୟ କୁମାର ଚୌଧୁରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଯୁବ ପ୍ରତିଭା ସମ୍ମାନରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁରଜ କୁମାର ସାହୁ, ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଇ ସୁରିୟା, ନବପ୍ରତିଭା ସମ୍ମାନରେ ପଦ୍ମଜା ପ୍ରିୟମ୍ବଦା, ଚିନ୍ମୟ କୁମାର ଦାସ, ମୀରାବାଳା ସାମନ୍ତରାୟ, ଅନିଶା ଅଭିଶିକ୍ତା ରାଉତ ଓ ସୃତିଶ୍ରୀ ସ୍ୱାଇଁଙ୍କୁ ମାନପତ୍ର, ଉତ୍ତରୀୟ ଓ
ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେବପ୍ରସାଦ ଫାଉଣ୍ଡେସନ୍ର ଛାତ୍ରୀମାନଙ୍କ । ତରଫରୁ ବିପଞ୍ଚ ଦାସଙ୍କ ନୃତ୍ୟ ସଂଯୋଜନାରେ ଶାରଳା ବନ୍ଦନା, ଅନୁସୂୟା, ଜ୍ୟୋର୍ତିମୟୀ ଓ ଅଙ୍କିତା ପରିବେଷଣ କରିଥିଲେ । 

ଶ୍ରୀମତୀ ନମିତା ରାୟ, ଶ୍ରୀମତୀ ସଂଗୀତା ଦାସ, ଅନିଶ ରାଘବନ, ଇ ସୁରିୟା ପ୍ରମୁଖ ଓଡ଼ିଶୀ ନୃତ୍ୟ,ଭାରତନାଟ୍ୟମ ଓ ଅନ୍ୟାନ୍ୟ ନୃତ୍ୟ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ଗୁରୁଙ୍କ ଧର୍ମପତ୍ନୀ ଜିତାରାଣୀ ଦାସଙ୍କ ସହିତ ତାଙ୍କ ପରିବାର ସଦସ୍ୟ ବିଭିନ୍ନ ନୃତ୍ୟଗୁରୁ, ସଂଗୀତ ଗୁରୁ ଓ କଳାପ୍ରେମୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡକ୍ଟର ମୃତ୍ୟୁଞ୍ଜୟ ରଥ ସଞ୍ଚାଳନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ୟୁଟୁବ୍ ସହିତ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସିଧାସଳଖ ପ୍ରସାରଣ ହୋଇଥିଲା ।

ଶିଳ୍ପ ପ୍ରତିଷ୍ଠାନମାନେ ସମାଜର ଦାୟିତ୍ବ ନେବା ପାଇଁ ବାଚସ୍ପତିଙ୍କ ଆହ୍ବାନ

ଭୁବନେଶ୍ୱର,ରାଜ୍ୟର ପ୍ରଗତିରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଏକ ଗୁରୁଦାୟିତ୍ଵ ରହିଛି । ସେହି ଗୁରୁଦାୟିତ୍ଵକୁ ରାଜ୍ୟର ଶିଳ୍ପ ପ୍ରତିଷ୍ଠାନମାନେ ଗୁରୁତ୍ୱର ସହ ହୃଦୟଙ୍ଗମ କରି ସାମାଜିକ କଲ୍ୟାଣମୂଳକ କାର୍ଯ୍ୟରେ ନିଜ ପ୍ରତିଷ୍ଠାନକୁ ବିନିଯୋଗ କରିବା ଉଚିତ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆଶା ପ୍ରକାଶ କରିଛନ୍ତି । ପରିବେଶ ସନ୍ତୁଳନ ସହ ଶ୍ରମିକମାନଙ୍କର କଲ୍ୟାଣ ସାଧନ, ଜନସାଧାରଣଙ୍କ ସହଭାଗିତା ଏବଂ ସାମାଜିକ ଦାୟିତ୍ଵବୋଧ ଉପରେ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଅଙ୍ଗୀକାରବଦ୍ଧତା ରହିବା ଉଚିତ ବୋଲି ମଧ୍ୟ ସେ ମତ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ଵରର ନିଉ ମ୍ୟାରିୟନ୍ ହୋଟେଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ । । ଅତିଥି ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ଏହି ଅଭିମତ ରଖୁଥିଲେ । ଭାରତରେ ଶିଳ୍ପ ପ୍ରତିଷ୍ଠାନର ସାମାଜିକ । ଦାୟିତ୍ଵବୋଧ-ବିଚାରଧାରା ଏବଂ ଚ୍ୟାଲେଞ୍ଜ' ଶୀର୍ଷକ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ତ୍ରିପୁରାର । ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସଂଜୟ କୁମାର ପଣ୍ଡା, ନାଲ୍‌କୋର ମାନବସଂଶାଧନ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଆଲୋଚନା ଚକ୍ରରେ ନିଜ ନିଜର ଅଭିମତ ରଖୁଥିଲେ । 

ଆଲୋଚନା ଚକ୍ରର ପରିଚାଳନାରେ ବି.କେ. ମିଶ୍ର ଏବଂ ସହପରିଚାଳକ ସୁକାନ୍ତ କୁମାର ପଟ୍ଟନାୟକ ସହଯୋଗ କରିଥିଲେ । ଉତ୍ତମ ସାମାଜିକ ଦାୟିତ୍ଵବୋଧ ପାଳନ ସହ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ୩୦ ଜଣ ବିଶିଷ୍ଟ ସମାଜସେବୀଙ୍କୁ ବାଚସ୍ପତି ଡ.ପାତ୍ର ଫୁଲତୋଡ଼ା, ଉତ୍ତରୀୟ ଓ ଫଳକ ପ୍ରଦାନ । । କରି ସମ୍ବର୍ଦ୍ଧିତ କରିଥିଲେ । 

ବିଭାଗୀୟ ମୁଖ୍ୟ ଅମଲା ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ବର, ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘ ଓ ବିଭାଗୀୟ ମୁଖ୍ୟ ଅମଲା ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ ଆଦ୍ୟ ସନ୍ଧ୍ୟା ୦୬ ଘଟିକା ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ ସଭା ଗୃହରେ Covid ନିୟମାବଳୀ ପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନରେ ଉଭୟ ସଂଘର ଭୋଟର ଅଂଶଗ୍ରହଣ କରି ୨୦୨୧ -୨୨ ଓ ୨୦୨୨ -୨୩ ପାଇଁ କର୍ମକର୍ତ୍ତା ନିର୍ବାଚନ କରିଥିଲେ । ନିର୍ବାଚନ ଫଳାଫଳ ଅନୁଯାୟୀ ଶ୍ରୀଯୁକ୍ତ ମିହିର ନାରାୟଣ ଜେନା ଓ ଶ୍ରୀଯୁକ୍ତ ଭୁବନ ବିହାରୀ ମହାପାତ୍ର ଯଥାକ୍ରମେ ବିଭାଗୀୟ ମୁଖ୍ୟ ସେକ୍ସନ ଅଫିସର ସଂଘର ସଭାପତି ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ । 

ସେହିପରି ଶ୍ରୀଯୁକ୍ତ ସୁଧ୍ୟଶୁ ପାତ୍ର ଓ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପାଢ଼ୀ ଯଥାକ୍ରମେ ବିଭାଗୀୟ ମୁଖ୍ୟ ଅମଲାସଂଘର ସଭାପତି ଓ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିଲେ। ଏତତ ବ୍ୟତୀତ ଉଭୟ ସଂଘର ବିଭିନ୍ନ ପଦପଦବୀରେ ସଂଗଠନର ବହୁ ଛାମୁଆ ନେତା ତୀବ୍ର ପ୍ରତିଦ୍ବନ୍ଦିତା ମଧ୍ୟରେ ନିର୍ବାଚିତ ହୋଇଥିଲେ। ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ମାନ୍ୟଗଣ୍ୟ ପୁରୁଖା କର୍ମକର୍ତା ମାନେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ । କରି ବିଭାଗୀୟ ମୁଖ୍ୟ ଦପ୍ତରର ସ୍ୱର୍ଣ୍ଣିମ ଇତିହାସକୁ ଗଗନଷ୍ଟୁମ୍ବୀ କରିବା ପାଇଁ ଆହ୍ବାନ ଦେଇଥିଲେ । ନବନିର୍ବାଚିତ କର୍ମକର୍ତା ମାନେ ଉଭୟ ସଂଘର ସଭ୍ୟ ମାନଙ୍କର ବହୁବିଧ ସମସ୍ୟା ସମାଧାନ ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ।

୧୯୭୧ ଯୁଦ୍ଧ ବୀର ଯବାନଙ୍କ ଘରେ ବିଜୟ ମଶାଲ ସ୍ବାଗତ ସମ୍ବର୍ଦ୍ଧନା

ଭୁବନେଶ୍ବର, ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଗତକାଲି ଭୁବନେଶ୍ବରରେ ପହଁଚିଥିବା ସୂର୍ଯ୍ୟମ ବିଜୟ ମଶାଲ ଆଜି ସକାଳେ ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନଙ୍କ ଘରକୁ ଗସ୍ତ କରିଥିଲା । କର୍ଣ୍ଣେଲ ଯଶୱନ୍ତ ସିଂହଙ୍କ ତତ୍ବାବଧାନରେ ସେନା ମର୍ଯ୍ୟାଦାର ସହ ପାଇପ୍ ବ୍ୟାଣ୍ଡ ଶୋଭାଯାତ୍ରା ମଧ୍ୟରେ ବିଜୟ ମଶାଲ ପ୍ରଥମେ ଭୁବନେଶ୍ବର ଘାଟିକିଆସ୍ଥିତ ବିପୁଳ ଗାଣ୍ଡେରେ ରହୁଥୁବା ଯୁଦ୍ଧ ବୀର ଯବାନର ଭିତେରାନ) ମାଷ୍ଟର ୱାରା ଅଫିସର ଲୋକନାଥ ସାହୁଙ୍କ ଘରେ ପହଁଚିଥୁଲା । ସେଠାରେ ଅନ୍ୟମାନଙ୍କ ମଧ୍ୟରେ ବାୟୁସେନାର ଅବସରପ୍ରାପ୍ତ ଅନରାରୀ ଫାଇଂ ଅଫିସର ନନ୍ଦ କିଶୋର ପଣ୍ଡା, ଜେ.ଡବ୍ ଓ ତଥା ଓଡିଶା ବାୟୁସେନା ସଂଘର ସଂପାଦକ ଅରୁଣ ମହାନ୍ତି ଏବଂ ବାୟୁସେନା ସଂଘ ସଭାପତି,ପୁରୀ ଶ୍ରୀ ନୃସିଂହ ମହାନ୍ତିଙ୍କ ସମେତ କଲୋନୀର ଅନ୍ତେବାସୀମାନେ ଉପସ୍ଥିତ ରହି ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ପରେ ପରେ ବିଜୟ ମଶାଲ ନିଳାଦ୍ରି ବିହାର ସ୍ଥିତ ଯୁଦ୍ଧ ବୀର ଯବାନ କଣ୍ଟିଲ ରମେଶ ଚନ୍ଦ୍ର ପାତ୍ରଙ୍କ ଘରକୁ ଯାତ୍ରା କରିଥିଲା । ସେଠାରେ କର୍ଣ୍ଣେଲ ପାତ୍ରଙ୍କ ସପରିବାର ଉପସ୍ଥିତ ରହି ବିଜୟ ମଶାଲକୁ ସ୍ଵାଗତ କରିଥିଲେ । ୮୩ ବର୍ଷ ବୟସରେ ଉପନୀତ କର୍ଣ୍ଣେଲ ପାତ୍ର, ଭାରତ- ପାକିସ୍ତାନ ଯୁଦ୍ଧ ସମୟରେ ସିଗନାଲ ବିଭାଗରେ ଯୋଗାଯୋଗ (କମ୍ୟୁନିକେସନ) ଦାୟିତ୍ବରେ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥଲେ ବୋଲି କହିବା ସହିତ ଦେଶ ପାଇଁ ୧୯୭୧ ଯୁଦ୍ଧରେ ଯୋଗଦାନ କରି ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।
ଏହାପରେ ସ୍ୱର୍ଣ୍ଣିମ ବିଜୟ ମଶାଲ ନିଳାଦ୍ରୀ ବିହାର ନିକଟସ୍ଥ ପଦ୍ମପାଣି ବିହାରସ୍ଥିତ ଏ.ଡବ୍ ଏଚ୍ ଓ କଲୋନୀ ଯାତ୍ରା କରି ୧୯୭୧ ଯୁଦ୍ଧ ବୀର ଯବାନ ମେଜର ଜେନେରାଲ ବିକାଶ କୁମାର ମହାନ୍ତି ଏବଂ ଲେଫ୍ଟନାୟେ କର୍ଣ୍ଣେଲ ଶିବରାମ ଶତପଥୀଙ୍କ ଘରକୁ ଯାତ୍ରା କରିଥିଲା । 

ସେନାରେ ୨୫ ବର୍ଷ ବୟସରେ ଯୁଦ୍ଧରେ ଜଣେ ଡାକ୍ତର ଭାବେ କାର୍ଯ୍ୟ କରିଥିବା ମେଜର ଜେନେରାଲ ମହାନ୍ତି ଯୁଦ୍ଧ ସମୟର ଅଭିଜ୍ଞତା ବଖାଣିବା ସହିତ ଯୁଦ୍ଧରେ ଭାରତ ବିଜୟ ଲାଭ କରି ବାଙ୍ଗଲାଦେଶକୁ ସ୍ୱାଧୀନତାର ବଡ଼ ଉପହାର ଦେଇଛି ବୋଲି ପ୍ରକାଶ କରିଥିଲେ । ସେହିପରି କର୍ଣ୍ଣେଲ ଶିବରାମ ଶତପଥୀ ୧୯୭୧ ଯୁଦ୍ଧରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରି ସେ ସମୟର ଯୁଦ୍ଧ କୌଶଳ, ସତର୍କତା ଓ ଆମ ସେନାମାନଙ୍କର ଦୃଢ ଆତ୍ମବଳ ସମ୍ପର୍କରେ ଅଭିବ୍ୟକ୍ତି ପ୍ରକାଶ କରି ଦେଶ ପାଇଁ ଲଢିବା ବୀରୋଚିତ କାର୍ଯ୍ୟବୋଲି କହିଥିଲେ । ପରେ ପରେ ଅପରାହ୍ନରେ ବିଜୟ ମଶାଲ ୧୨ ୦ ବାଟାଲିୟନ ପ୍ରତ୍ୟାବର୍ତନ କରି ରାଜଭବନଠାରେ ୧୯୭୧ ଯୁଦ୍ଧ ବୀର ଯବାନମାନଙ୍କ ନିମନ୍ତେ ଆୟୋଜିତ ସ୍ୱତନ୍ତ୍ର ସସର୍ଜନା କାର୍ଯ୍ୟକ୍ରମରେ ସାମିଲ ହୋଇଥୁଲା ।

ରାଜ ଭବନରେ ସ୍ପର୍ଣ୍ଣୀମ ବିଜୟ ମଶାଲ । ୧୯୭୧ ଯୁଦ୍ଧର ବୀର ଯୋଦ୍ଧା ସମ୍ବର୍ଦ୍ଧିତ

ଭୁବନେଶ୍ବର,୧୯୭୧ ମସିହାରେ ସଂଘଠିତ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ଐତିହାସିକ ବିଜୟ ପ୍ରାପ୍ତିର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ପରିକ୍ରମା କରୁଥିବା ସମ ବିଜୟ ମଶାଲକୁ ଆଜି ଅପରାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ ଭବନରେ ସମାନ ସହ ସ୍ବାଗତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ୧୯୭୧ ବୀର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ସମର୍ଜିତ କରାଯାଇଛି । ରାଜ ଭବନ ପରିସରରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହକୁ ସମର୍ଷିତ କରି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତମାତା ହେଉଛନ୍ତି ଜୀବନ୍ତ ଦେବୀ ଏବଂ ମା’ଙ୍କ ସେବାରେ ରହିଛି ଜୀବନର ସାର୍ଥକତା। 

ଜୀବନର ପ୍ରତିଟି ରକ୍ତବିନ୍ଦୁ , ପ୍ରତିଟି କ୍ଷଣ,ଭାରତମାତାଙ୍କ ପାଇଁ ସମର୍ପିତ ଏବଂ ଏହି ଚିନ୍ତନ ଓ ଦର୍ଶନକୁ ଆମର ବୀର ସୈନିକମାନେ କାର୍ଯ୍ୟରେ ପରିଣତ କରିଛି । ସେମାନଙ୍କର ତ୍ୟାଗ ଓ ବଳିଦାନ ପାଇଁ ଆମେ ଶାନ୍ତି ଓ ସମୃଦ୍ଧିକୁ ଜୀବନରେ ହାସଲ କରିଅଛୁ । ଭାରତର ବୀର ଯବାନମାନେ ଆମର ଚିର ନମସ୍ୟ ଏବଂ ସେମାନଙ୍କୁ ସମ୍ମାନ ଜଣାଇବା ଆମର ପରମ କର୍ତବ୍ୟ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ଓଡିଶାରେ ବାସ କରୁଥିବା ୧୯୭୧ ମସିହାର ୧୫୪ ଜଣ ବୀର ଯୋଦ୍ଧାଙ୍କୁ ରାଜ୍ୟପାଳ ସୁତି । ଫଳକ ଓ ଶାଲ ପ୍ରଦାନ ପୂର୍ବକ ସମର୍ଜିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ପ୍ରଶାସନର ଉଚ୍ଚପଦସ୍ଥ ଅଧୁକାରୀ, ସେନା ତରଫରୁ ବ୍ରିଗେଡିୟର ପ୍ରଶାନ୍ତ ଚୌହାନ-ସେନା ମେଡାଲଛତିଶଗଡ ଏବଂ ଓଡିଶା ଅଂଚଳ, ଲେଫ୍ଟନାଣ୍ଟ ଜେନେରାଲ ଏସ୍. ମୋହନ ଏବଂ ୧୨୦ ବାଟାଲିୟନର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ

କରୋନା ମୃତକଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ହରିଦାରରେ ପ୍ରତାପ ସାହଙ୍କ ଦ୍ବାରା ପିଣ୍ଡଦାନ

ଭୁବନେଶ୍ୱର, ୨୦୧୯ ମସିହାରୁ ଦେଖା ଦେଇଥିବା ମହାମାରୀ କରୋନାରେ ସାରା ବିଶ୍ବରେ ଲକ୍ଷ ଲକ୍ଷ ଆବାଳ ବୃଦ୍ଧବନିତା ପ୍ରାରଣ ହରାଇଥିବା ବେଳେ, ଅନେକ ଲୋକ ନିଜର ପରିବାର ଓ ଆମିୟସ୍ବଜନଙ୍କୁ ହରାଇ ବାପା, ମା’ ଛେଉଣ୍ଡ ହୋଇ ବହୁ ତୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ସରକାରଙ୍କ କଟକଣା ଅନୁସାରେ କରୋନା ମୃତକଙ୍କ ଶବ ସତ୍କାର କରିବା ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ବ୍ୟତୀତ ବହୁ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ ମଧ୍ୟ ସେମାନଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କର କୌଣସି ଶୁଦ୍ଧିକ୍ରିୟା ମଧ୍ୟ ହୋଇପାରିନଥିଲା । ଫଳରେ ସେମାନଙ୍କ ପରିବାରରେ ଘୋର ଅସନ୍ତୋଷ ଦେଖା ଦେଇଥିଲା ।

ଯେତେବେଳେ ଦେଶରେ କରୋନା ପ୍ରଥମେ ପ୍ରବେଶ କଲା, ସେହିଦିନ ଠାରୁ କରୋନା ବିରୁଦ୍ଧରେ ଲଢେଇ କରୁଥିବା ସମାଜସେବୀ ପ୍ରତାପ ସାହୁ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି କାମନା କରି ହରିଦ୍ଵାରର ଗଙ୍ଗାନଦୀରେପିଣ୍ଡଦାନ କରିବା ସହ ସେଠାରେ ଥିବା ବହୁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଶ୍ରୀଯୁକ୍ତ ସାହୁଙ୍କ ଏପରି ପ୍ରୟାସକୁ ସେଠାକାର ଜନସାଧାରଣ ଭୂୟସୀ ପ୍ରଶଂସା କରିଥିଲେ। ଏ ବିଷୟରେ ହରିଦ୍ଵାରର ବରିଷ୍ଠ ନାଗରିକମାନେ ଶ୍ରୀଯୁକ୍ତ ସାହୁଙ୍କୁ ପରରିବାରୁ, ଯେପର୍ଯ୍ୟନ୍ତ କରୋନା ସଙ୍କଟ ଦେଶରୁ ଦୂର ହୋଇନାହାଁନ୍ତି, ସେପର୍ଯ୍ୟନ୍ତ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବେ ଶ୍ରୀଯୁକ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି ।

ମାଛଧରା ନିପିଦ୍ଧାଞ୍ଚଳ ସତର୍କ ସୂଚନା ପ୍ରଦାନ ପାଇଁ ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପଣ

ଭୁବନେଶ୍ୱର, ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖୁବା ଆମ ସମସ୍ତଙ୍କର ଦାୟିତ୍ର ହେବା ଉଚିତ । ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟ ପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ । ଆଜି କୃପି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍ (ଏଫ୍ଏଫ୍ଏମ୍ଏ)କୁ ଲୋକାର୍ପଣ କରି କୃପି ଓ କୃପକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ୫- ‘ଟି' ମନ୍ତ୍ର ଅଧୀନରେ ଟେକ୍ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ବ ଆରୋପ କରାଯାଇଛି । ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି ସାଧାରଣ ଜନତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି । 

ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍ ଆପ୍ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍ ଆପ୍ଲିକେସନ୍ ନିମନ୍ତେ ଇଣ୍ଟରନେ ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ – ଲାଇରେ ଏହା କାର୍ଯ୍ୟ କରିବ । ଏହା ଦ୍ଵାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍ରରୁ ସତର୍କ ସୂଚନା ମିଳିପାରିବ । ଫଳରେ ଅଜାଣତରେ ନିଷିଦ୍ଧାଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପ୍ରିତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚି ପାରିବେ । 

ପ୍ରକୃତିପ୍ରେମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୃଢ଼ ନେତୃତ୍ବ ଯୋଗୁଁ ମତ୍ସ୍ୟସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା । ଏକ ନୂତନ ଶିଖରରେ ପହଞ୍ଚି ପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ । ସ୍ଥାନରେ ପହଞ୍ଚି ପାରିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ । ଏମ୍ଏସ୍ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ଫିସର ଫ୍ରେଣ୍ଡ ମୋବାଇଲ୍ ଆପ୍ଲିକେସନ୍' ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖୁବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍ ଆପ୍ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି । ଏହି ଆପ୍ ଦ୍ଵାରା ସଂପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ । ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିବା । ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରକାଶ ଥାଉ କି, ପ୍ରତିବର୍ଷ ଏହି ବିରଳ ଅଲିଭ ରିଲେ ସାମୁଦ୍ରିକ କଇଁଛି ହଜାର ହଜାର ମାଇଲ୍ ଦୂରରୁ ଧାମରା, ଦେବୀନଦୀ, ଋଷିକୂଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି । ଏହି ଲୋକାର୍ପଣ ଉତ୍ସବକୁ ସମ୍ବୋଧିତ କରି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ ସାମୁଦ୍ରିକ ମାଛ ଉତ୍ପାଦନ କ୍ଷେତ୍ରରେ ଆମ ରାଜ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିବା ସହିତ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧.୭୨ ଲକ୍ଷ ମେଟ୍ରିକ୍ ଟନ୍ ପହଞ୍ଚିବା ସହ ଅନ୍ତରାଷ୍ଟ୍ରୀୟ ବଜାରକୁ ଗତ ୨୦ ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି ପାଇଥିବା ପ୍ରକାଶ କରିଥିଲେ । 

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପାଲ୍ ପ୍ରତିବର୍ଷ ପ୍ରାୟ ୮ରୁ ୧୦ ଲକ୍ଷ ଏହି ବିରଳ ପ୍ରଜାତିର କଇଁଛି ଆମ ରାଜ୍ୟକୁ ଅଣ୍ଡାଦାନ ନିମନ୍ତେ ଆସୁଥୁବାବେଳେ ଏମାନଙ୍କ ପ୍ରତି ହୋଇଥିବା ଆମର ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଜାତୀୟ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଦର୍ଶାଇଥିଲେ । ଏହି ଲୋକାର୍ପଣ ଉତ୍ସବରେ ସ୍ଵାଗତ ଭାପଣ ଦେଇ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ପ୍ରାୟ ୧୦ ଲକ୍ଷ ଲୋକ ଜଡ଼ିତ ଥିବା କଥା କହିଥିଲେ ଆଗାମୀ ଦିନରେ ଏହି ମୋବାଇଲ୍ ଆପ୍ଲିକେସରେ ଆହୁରି ବୈଶିଷ୍ଟ୍ୟ ଯୋଗହେବ ବୋଲି ସେ କହିଥୁଲେ । 

ରାଜ୍ୟର ବିଭିନ୍ନ ୧୧ଟି ସ୍ଥାନରୁ ମତ୍ସ୍ୟଜୀବୀ ଓ ମତ୍ସ୍ୟ ବିଭାଗର ଅଧୁକାରୀମାନେ ଭିଡ଼ିଓ କନ୍‌ଫରେନ୍ସି ମାଧ୍ୟମରେ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇଥିଲେ । ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର ପ୍ରଣାଳୀ ଉପରେ ଏକ କଥାଚିତ୍ର ପ୍ରଦର୍ଶିତ ହୋଇଥିବାବେଳେ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ବାରା ରାଜ୍ୟମ୍ବରୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଅନୁଷ୍ଠିତ

ଭୁବନେଶ୍ୱର, ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟ ମାନବସମାଜର ଚିରସହଚର ବିପର୍ଯ୍ୟୟଟିଏ ଆସିଲେ ପରିବାର ତରଫରୁ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତି କରିହୁଏ । ଜନବସତିରେ ପରିବାର ସହିତ ବସବାସ କରୁଥିବା ଶିଶୁମାନେ ପାରିବାରିକ ସୁରକ୍ଷା ପାଇ ପାରୁଥିବାବେଳେ, କୌଣସି କାରଣରୁ ସେଥିରୁ ଦୂରେଇଯାଇ ଆନୁଷ୍ଠାନିକ ଯନ୍ ବ୍ୟବସ୍ଥାରେ ରହିଥିବା ଶିଶୁମାନଙ୍କୁ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତ ରଖୁବା ସହିତ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଶିଶୁମାନେ ଅଧୁକ ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରଖ୍ ଦିଗରେ ଶିଶୁଯନ୍ତି ଅନୁଷ୍ଠାନଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ଆଜି ପୂର୍ବାହ୍ନରେ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁମାନଙ୍କ ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମତବ୍ୟକ୍ତ କରିଛନ୍ତି ।

୧୯୯୯ ଅକ୍ଟୋବର ୨୯ ତାରିଖରେ ସଂଘଟିତ ମହାବାତ୍ୟା ପରେ ସମଗ୍ର ରାଜ୍ୟରେ ଏହି ଦିନଟିକୁ ଓଡ଼ିଶା । ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଭାସି ମାଧ୍ୟମରେ ବିଭାଗ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ ଓଡ଼ିଶା ଭଳି ଏକ କ୍ରମାଗତ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି, ବକ୍ରପାତ, ଅଂଶୁଘାତ, ଭୂସ୍ଖଳନ ଏବଂ ମହାମାରୀ ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶିଶୁଯନ୍ ଅନୁଷ୍ଠାନରେ ରହୁଥିବା ଶିଶୁମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ଏହାର ମୁକାବିଲା କରିବା ନିମନ୍ତେ ପର୍ଯ୍ୟାପ୍ତ ପ୍ରସ୍ତୁତି ଦିଗରେ ବିଭାଗ ପକ୍ଷରୁ କରାଯାଇଥୁବା ଆକ୍ସନ୍ ପ୍ଲାନ୍ ବେଶ୍ ଫଳପ୍ରଦ ହୋଇପାରିବ ଏବଂ ଏହାର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗୁରୁତ୍ବ ଆରୋପ କରିଛନ୍ତି । 

କାର୍ଯ୍ୟକ୍ରମ ସହିତ ସଂପୃକ୍ତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଲେ, ଆମ ରାଜ୍ୟର ୨୩୮ଟି ଶିଶୁଯନ୍ନ ଅନୁଷ୍ଠାନରେ ୮୫୦୦ ଶିଶୁଙ୍କୁ ଏକ ନିରାପଦ ଏବଂ ଭୟମୁକ୍ତ ପରିବେଶରେ ରଖୁବା ନିମନ୍ତେ ବହୁବିଧ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି । କିନ୍ତୁ କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ବିପର୍ଯ୍ୟୟ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଏହି ପରିପ୍ରେକ୍ଷୀରେ ଶିଶୁଯନ୍ତି ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଆହୁରି ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭାଗ ତରଫରୁ ଅତି ସ୍ୱଳ୍ପ ସମୟ । ମଧ୍ୟରେ ୟୁନିସେଫ୍ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମିଳିତ ସହଭାଗିତାରେ ଏସ୍‌ପି,ହ୍ୟାଣ୍ଡବୁକ୍, ପ୍ରଶିକ୍ଷଣ ପୁସ୍ତିକା ଆଦି ପ୍ରସ୍ତୁତ କରାଯାଇଛି । 

ଏଣୁ ସହିତ ଅନୁଷ୍ଠାନଗୁଡ଼ିକର ଯନ୍ତି ପ୍ରଦାନକାରୀମାନଙ୍କୁ । ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହା ଦ୍ଵାରା ଶିଶୁମାନଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଆମେ ଉର୍ପ ପ୍ରଦର୍ଶନ କରିପାରିବା ବୋଲି ପ୍ରମୁଖ ଶାସନ ସଚିବ ଆଶା ପ୍ରକାଶ କରିଥିଲେ । ଏହି ଦିବସ ପାଳନର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ନିର୍ଦ୍ଦେଶକ, ସମନ୍ବିତ ଶିଶୁ ବିକାଶ ଶ୍ରୀ ଅରବିନ୍ଦ । ଅଗ୍ରୱାଲ୍ କହିଲେ, “ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ ଜିରୋ କାଜୁଆଲିଟିକୁ ରାଜ୍ୟ ସରକାର ସର୍ବାଧୂକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେଣୁ ବିପର୍ଯ୍ୟୟ ପ୍ରତିକାର, ପ୍ରସ୍ତୁତି, ପରିଚାଳନା ଓ ଦକ୍ଷତା ବୃଦ୍ଧି ମାଧ୍ୟମରେ ଶିଶୁଯନ୍ । ଅନୁଷ୍ଠାନଗୁଡ଼ିକରେ ସୁରକ୍ଷିତ ପରିବେଶକୁ ସୁନିଶ୍ଚିତ କରାଯାଇପାରିବ । ଏଥ ପାଇଁ ସେବା ପ୍ରଦାନକାରୀ କର୍ମଚାରୀମାନଙ୍କୁ ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟର ମୁକାବିଲା ତଥା ଅଗ୍ନିଜନିତ ଦୁର୍ଘଟଣାରୁ ପ୍ରତିହତ କରିବା ନିମନ୍ତେ ନିୟମିତ ପ୍ରଶିକ୍ଷଣ ପ୍ରଦାନପୂର୍ବକ ଶିଶୁଯନ୍ ଅନୁଷ୍ଠାନଗୁଡ଼ିକୁ ଆହୁରି ସୁଦୃଢ଼ କରାଯିବ ।  

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ଓଡ଼ିଶା ରାଜ୍ୟ ମୁଖ୍ୟ ମୋନିକା ନିଲେସନ୍ ଶିଶୁଯନ୍ତି ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୁପକ୍ଷଙ୍କ କନସଲଣ୍ଟାଣ୍ଟ ଗୌତମ ଆର୍ଯ୍ୟଭୂପଣ ଟ୍ରେନିଂ ମତ୍ସ୍ୟର ବିଭିନ୍ନ ପ୍ରାବଧାନ ସଂପର୍କରେ ଆଲୋକପାତ । କରିଥିଲେ । । ଏହି ଅବସରରେ ଓମା ସହାୟତାରେ ପ୍ରସ୍ତୁତ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ମାନକ ପରାଳନା ପଦ୍ଧତି (ଏପି), ମାର୍ଗଦର୍ଶିକା (ଡୁ ଆଣ୍ଡ ଜୁନଟସ୍), ଯନ୍ତି ପ୍ରଦାନକାରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପୁସ୍ତିକା ଆଦିକୁ ମନ୍ତ୍ରୀ । ଶ୍ରୀମତୀ ସାହୁ ଲୋକାର୍ପଣ କରିଥିଲେ । ଏହି ସବୁ ସାମଗ୍ରୀଗୁଡ଼ିକ ଯଥାଶୀଘ୍ର ସମସ୍ତ ଶିଶୁଯନ୍ତି ଅନୁଷ୍ଠାନମାନଙ୍କୁ ପ୍ରେରଣ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ପ୍ରାରମ୍ଭରେ ଅତିରିକ୍ତ ଶାସନ ସଚିବ, ଶିଶୁକଲ୍ୟାଣ ଶ୍ରୀମତୀ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାପଣ ପ୍ରଦାନ କରିଥିଲେ ଏବଂ ୟୁନିସେଫ୍‌ ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପରିଚାଳକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ

କ୍ଷେତ ମୂଲିଆମାନଙ୍କ ରାଜ୍ୟସ୍ତରୀୟ କଭେନସନ କୃଷି, ଚାଷୀ ଓ ମୂଲିଆଙ୍କ ବିକାଶ ପାଇଁ ଜାତୀୟ ନେତୃବର୍ଗଙ୍କ ଆହ୍ବାନ

ଭୁବନେଶ୍ୱର, ଭାରତରେ ମୋଟ କୃଷି ଉତ୍ପାଦନର ୬୦ ଭାଗ ମୂଲିଆମାନେ ଉତ୍ପନ୍ନ କରି ଅର୍ଦ୍ଧାହାର ଓ ଅନାହାରରେ ରହନ୍ତି । ଏଣୁ କୃଷି ଓ କୃଷକଙ୍କ ସହିତ ମୂଲିଆମାନଙ୍କର ବିକାଶ ନ ହେଲେ ଗ୍ରାମୀଣ ଭାରତର ବିକାଶ ସମ୍ଭବ ନୁହେଁ ବୋଲି ଭାରତୀୟ କ୍ଷେତ ମଜଦୁର ୟୁନିୟନର ଜାତୀୟ ନେତାମାନେ ବିକେଏମୟୁର ରାଜ୍ୟ କନଭେନସନରେ ମତ ପ୍ରକାଶ କରିବା ସହିତ ଆସନ୍ତା ନଭେମ୍ବର ୨୬ରୁ ଡିସେମ୍ବର ୬ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଆନ୍ଦୋଳନ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି । ଆଜି ଅଶୋକନଗରର ଭଗବତୀ ଭବନଠାରେ ବିକେଏମୟୁର ରାଜ୍ୟ ସଭାପତି ଜନ୍ନା ସୁବାସ ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟସ୍ତରୀୟ କଭେନସନ ଅନୁଷ୍ଠିତ ହୋଇଯାଇଛି । ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରରମ୍ଭିକ ସୂଚନା ଓ ରାଜ୍ୟର କ୍ଷେତମୂଲିଆମାନଙ୍କ ଅବସ୍ତୁ ସମ୍ପର୍କରେ ରିପୋର୍ଟ ଉପସ୍ଥାପିତ କରିଥିଲେ।

ଏହାପରେ ବିକେଏମୟୁର ସର୍ବ ଭାରତୀୟ ସଭାପତି ପେରିୟା ସାମୀ, ଜାତୀୟ ସାଧାରଣ ସମ୍ପାଦକ ଗୁଲଜାର ସିଂ ଗୋରିଆ ଏବଂ ପ୍ରଖ୍ୟାତ କ୍ଷେତ ମୂଲିଆ ନେତା ତଥା ପୂର୍ବତନ ସାଂସଦ ନଗେନ୍ଦ୍ର ନାଥ ଓଝା ଉଦ୍‌ବୋଧନ ଦେଇ କହିଲେ– ଗତ ୨୦ ବର୍ଷ ଧରି ସ୍ଵର୍ଣପ୍ରସ୍ର ଭାରତବର୍ଷରେ କୃଷି କ୍ଷେତ୍ର ଘୋର ସଙ୍କଟ ମଧ୍ୟଦେଇ ଗତି କରୁଛି । ଚାଷ ଆଉ ଲାଭଦାୟକ ପେଷା ହୋଇ ନାହିଁ । ଋଣ ଯନ୍ତାରେ ପଡ଼ି ପ୍ରତିବର୍ଷ ୩.୫ ଶତାଂଶ ଚାଷୀ ଜମି ହରାଇ ମୂଲିଆ ପାଲଟୁଛନ୍ତି । ଚାଷୀମାନେ ଫସଲର ଲାଭଜନକ ଦର ନ ପାଇବା ଫଳରେ ମୂଲିଆମାନଙ୍କୁ ଉପଯୁକ୍ତ ମଜୁରୀ ଦେଇ ପାରୁ ନାହାଁନ୍ତି ଏବଂ କାମଧନ୍ଦା ନ ପାଇ ପ୍ରତିବର୍ଷ ଦେଢ଼ କୋଟି ମୂଲିଆ ଦାଦନ ଶ୍ରମିକ ସାଜିଛନ୍ତି । 

ବର୍ତ୍ତମାନର ବିଜେପି ସରକାର ଯେଉଁ କଳା କୃଷି ଆଇନ ଆଣିଛନ୍ତି ସେଥିରେ ଚାଷୀ ଓ ମୂଲିଆ ସମସ୍ତେ ସର୍ବସନ୍ତ ହୋଇଯିବେ । ଏଣୁ ୩ଟି କଳା କୃଷି ଆଇନକୁ ବାତିଲ ସହିତ ଚାଷୀମାନଙ୍କୁ ଫସଲର ଲାଭଜନକ ଦର, ମୂଲିଆମାନଙ୍କ ପାଇଁ କେନ୍ଦ୍ରୀୟ ଆଇନ, ରାଜ୍ୟରେ କଲ୍ୟାଣ ବୋର୍ଡ, ୫୫ ବର୍ଷରେ ୫ ହଜାର ଟଙ୍କା ପେନସନ, ମୂଲିଆମାନଙ୍କ ଦୈନିକ ମଜୁରୀ ୬୦୦ ଟଙ୍କା ସହ ବର୍ଷକୁ ଅତିକମ୍ ୨୦୦ ଦିନର କାମ ପାଇଁ ସର୍ବ ଭାରତୀୟ ନେତାମାନେ ଦାବି କରିଥିଲେ । ଏହି କଭେନସନରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ ଓ କ୍ଷେତ ମୂଲିଆ ଇନ୍‌ଚାର୍ଜ ଜୟନ୍ତ ଦାସ ଉଦ୍‌ବୋଧନ ଦେଇ କହିଲେ- ଓଡ଼ିଶରେ ଗତ ୨୫ ବର୍ଷ ମଧ୍ୟରେ ୩୭ ଲକ୍ଷ ଏକର ଚାଷଜମି ହ୍ରାସ ପାଇଛି ଏବଂ କାମଧନ୍ଦା ନ ପାଇ ଏ ରାଜ୍ୟରୁ ୩୦ ଲକ୍ଷ ନରନାରୀ ଦାଦନ ଶ୍ରମିକ ଓ କାରଖାନାର ଶ୍ରମିକ ସାଜି ରାଜ୍ୟ ବାହାରକୁ ଚାଲିଯାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଏହି କଭେନସନରେ ବିଭିନ୍ନ ଜିଲ୍ଲାର ପ୍ରତିନିଧୁ ରଘୁନାଥ ଗୌଡ଼, ବିଦ୍ୟାଧର ବେହେରା, ଜମ୍ବେଶ୍ବର ଭୋଇ, ରବି ରଥ, ଶରତ ସ୍ବାଇଁ, ସର୍ବେଶ୍ୱର ମର୍ଥା, ଅନାମ ବାରିକ, ତପନ ଶେଠ, ବନମାଳି ବାଇ, ସୁବାସ ସାହୁ, ଗୋପାଳ ଭୋଇ, ଶିଶିର ମଲ୍ଲିକ, ତ୍ରୈଲୋକ୍ୟ ନାଥ ଓ ତ୍ରୈଲୋକ୍ୟ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଏକାମ୍ର ହାଟ ଏବେ ନୂଆ ରୂପରେ

ଭୁବନେଶ୍ୱର,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଏକାମ୍ର ହାଟ ଏବେ ନୂଆ ରୂପରେ ଏକାମ୍ର ହାଟରେ ହସ୍ତଶିଳ୍ପ, ହସ୍ତତନ୍ତ, ଉତ୍କର୍ଷ କଳା ପ୍ରଦର୍ଶନ, ରୁଚିକର ଓଡ଼ିଆ ଖାଦ୍ୟ, ବିବିଧ ଭାରତୀୟ ବ୍ୟଞ୍ଜନ, କଫରେନ୍ସ ହଲ୍, ମୁକ୍ତାକାଶ ରଙ୍ଗମଞ୍ଚ, ପାଙ୍କି ଓ ଏଟିଏମ୍ବର ସୁବିଧା ରହିଛି । ଏକାମ୍ର ହାଟରେ ଦୀପାବଳି ଉପଲକ୍ଷେ ଦୀପ ଓ ଟେରାକୋଟା ସାମଗ୍ରୀର ବିଶେଷ ଆୟୋଜନ କରାଯାଇଛି । 

ଅକ୍ଟୋବର ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀ ଓ କାରିଗରମାନେ ମାଟିର ବିଭିନ୍ନ ସାମଗ୍ରୀ ଯଥା: ଦୀପ, ଘରକରଣା ସାମଗ୍ରୀ, ଘର ସଜାଇବା ସାମଗ୍ରୀ, ରଙ୍ଗବେରଙ୍ଗର କଣ୍ଢେଇ, ଲେଡି ଦୀପ, ଗଣେଶ ଦୀପ, ଗଣେଶ ମୂର୍ତ୍ତି, ମୋଟୁପତଳୁ, ବୁଦ୍ଧମୂର୍ତ୍ତି, କଙ୍ଗାରୁ କଂପି, ହଂସ କଂପି, ମାଛ କଂପି, ଶଙ୍ଖ କଂପି, ଅମୃତଭଣ୍ଡା କଂପି, ଗୋଲ କଂପି, ଝୁଲା ଦୀପ ଷ୍ଟାଣ୍ଡ, ଦେଉଳ ଦୀପ ଷ୍ଟାଣ୍ଡ, ଲଣ୍ଡନ ଦୀପ ଷ୍ଟାଣ୍ଡ, ପଞ୍ଚଦୀପ, ଲାଇଟ୍ ପୋଷ୍ଟଷ୍ଟାଣ୍ଡ, ବ୍ରସଷ୍ଟାଣ୍ଡ, ଦୀପ, ମଶାଧୂପ ଷ୍ଟାଣ୍ଡ ଆଦି ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍ ଆକୃଷ୍ଟ କରୁଛି । 

ଏକାମ୍ର ହାଟରେ ଆଉ ମଧ୍ୟ ଗ୍ରାସ, ଜର୍, ଦହିହାଣ୍ଡି, ପାଣିବୋତଲ, ମାଟିର କପ୍, ଶ୍ରୀଜଗନ୍ନାଥଙ୍କର ନବକଳେବର ରଥ, ରୋଷେଇ ସାମଗ୍ରୀ, ରଙ୍ଗୀନ ମ୍ୟୁଜିକ୍ ସେଟ୍, ମହାପୁରୁଷଙ୍କର ମାଟିର ମୂର୍ତ୍ତି ମାଟି ଚଢ଼େଇ,ହାତୀ ଦ୍ବୀପ, ମାଟି ନିର୍ମିତ ବାଦ୍ୟ, ମାଟି ଲଣ୍ଡନ, ଡେଉଁଥିବା ବେଙ୍ଗ, ଲ୍ୟାମ, ବଡ଼ ଫୁଲଦାନୀ, ଦୀପଦାନୀ, ମୟୁର ମୁଖା ଆଦି ଗ୍ରାହକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି । ପୁଣି ମାଟିରେ ତିଆରି ୱାଟର ଫଲ୍ ଷ୍ଟାରେ ଭୀଡ଼ ହେଉଛି । ଏକାଥରକେ କାରିଗର ମାଟିପୋଡ଼ି ୧୦ରୁ ୨୦ଟି ଫାଉଣ୍ଟନ୍ ଗଢ଼ିଥାନ୍ତି । ଏହି ମାଟି ତିଆରି ଫାଉଣ୍ଟେନ୍ ୧୮୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରୟ ହେଉଛି ।

ଗତକାଲି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ଧିନୀ ଦିଆନ ଏକାମ୍ର ହାଟର ଟେରାକୋଟାର ବିଶେଷ ଆୟୋଜନ ପରିଦର୍ଶନ କରି କାରିଗରମାନଙ୍କ କଳାକୃତି ଦେଖୁ ତା’ର ଭୂୟସୀ ପ୍ରଶଂସା କରିଥିଲେ ଓ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏକାମ୍ର ହାଟ ପ୍ରତ୍ୟହ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏକାମ୍ର ହାଟରେ ଟେରାକୋଟାର ବିଶେଷ ଆୟୋଜନ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ୱସ୍ତରୀୟ ନିଯୁକ୍ତି ନିମନ୍ତେ ଅନୁପ୍ରାଣିତ କଲେ ବାଗ୍‌ଚୀ

ଭୁବନେଶ୍ୱର, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧୀନରେ ସରକାରୀ ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କର ରୂପାନ୍ତରଣ ନିମନ୍ତେ ଲାଇଫ୍‌ ସ୍କିଲ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଂଶ ବିଶେଷ ସରକାରୀ ଆଇଟିଆଇମାନଙ୍କରେ ଆଇଟିଆଇ ସ୍ପାର୍କ ୧.୦ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଆଜି ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ୱାର୍ଲ୍ଡ ସ୍କିଲ ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ସ୍କିଲ୍ଡ ଇନ ଓଡିଶା ବ୍ରାଣ୍ଡ୍‌କୁ ସଫଳ କରାଇବା ପାଇଁ ଯେଉଁ ଲକ୍ଷ୍ୟ ରହିଥିଲା ତାହା ସାକାର ହୋଇପାରିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସ୍କିଲ୍ଡ ଇନ୍‌ ଓଡିଶାର ଆଭିମୁଖ୍ୟ ହେଉଛି ଦକ୍ଷତା ମାଧ୍ୟମରେ ମାନବ ରୂପାନ୍ତରଣ । ଆଇଟିଆଇର ପ୍ରଶିକ୍ଷାର୍ଥୀମାନଙ୍କୁ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଦୃଢ ହୋଇ ମୁଣ୍ଡ ଟେକି ଆଗକୁ ବଢିବାକୁ ହେବ । ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ତାଲିମ ପରେ ୱାର୍ଲ୍ଡ ସ୍କିଲ ସେଣ୍ଟର ଭଳି ଅତ୍ୟାଧୁନିକ ପ୍ରତିଷ୍ଠାନରେ ତାଲିମ ନେଇ ନିଜକୁ ବିଶ୍ୱସ୍ତରୀୟ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ଆହ୍ୱାନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଆଇଟିଆଇ ପ୍ରଶିକ୍ଷାର୍ଥୀମାନଙ୍କର ଆତ୍ମବିଶ୍ୱାସ ଦେଖି କହିଥିଲେ ଯେ ଦକ୍ଷତା ତାଲିମ ଅନୁଷ୍ଠାନରେ ଲାଇଫ୍‌ ସ୍କିଲ ପ୍ରଦାନ କରିବାର ଆବଶ୍ୟକତା ରହିଛି ।

ଆଗାମୀ ଦିନରେ ଲାଇଫ୍‌ ସ୍କିଲ ପ୍ରଶିକ୍ଷଣ ପ୍ରଦାନର ପରିସରକୁ ବୃଦ୍ଧିକରି ପଲିଟେକ୍‌ନିକ୍‌ମାନଙ୍କରେ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଆଇଟିଆଇମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଏବଂ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯିବ ବୋଲି ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି କହିଥିଲେ । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟ୍ରାଇଭର ସିଇଓ ଶ୍ରୀମତି ଅନିତା ରାଜନ୍‌ ଯୋଗ ଦେଇ କହିଥିଲେ ଯେ ଲାଇଫ ସ୍କିଲ ପାଇ ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ବାସ୍ତବ ଜୀବନରେ ସମସ୍ୟା ସମାଧାନର କୌଶଳ, ଉତ୍ସାହ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ପ୍ରଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରିଥିବାରୁ ଶ୍ରୀମତି ରାଜନ୍ ଓଏସ୍‌ଡିଏ ଏବଂ ‌ ଟାଟା ଷ୍ଟ୍ରାଇଭର ଚେଞ୍ଜ ଲିଡରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆଇଟିଆଇ ସ୍ପାର୍କ ୧.୦ କାର୍ଯ୍ୟକ୍ରମ ବିଗତ ଜୁନ୍‌ ମାସରେ ଅନଲାଇନ ମାଧ୍ୟମରେ ଆରମ୍ଭ କରାଯାଇଥିଲା । ଏଥିରେ ୪୯ଟି ଆଇଟିଆଇର ୧୨୦୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ୧୨ଟି ଆଇଟିଆଇର ୫୭ ଜଣ ଛାତ୍ରଛାତ୍ରୀଙ୍କୁ ଆଇଟିଆଇ ସ୍ପାର୍କ ୧.୦ ଏବଂ ଟିସିଏସ ତରଫରୁ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ଶ୍ରୀ ଅଜୟ ନାୟକ, ଶ୍ରୀମତି ରେଣୁପ୍ରଭା ନାୟକ , ଟାଟା ଷ୍ଟ୍ରାଇଭ ସ୍ୱତନ୍ତ୍ର ପ୍ରକଳ୍ପ ପରିଚାଳକ ସଞ୍ଜଗିତା ମିଶ୍ର ଏବଂ ଟିସିଏସର ଶ୍ରୀମତି ପ୍ରିୟା ମହାପାତ୍ର, ଆଇଟିଆଇର ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଏବଂ ଟାଟା ଷ୍ଟ୍ରାଇଭ୍‌ର ଚେଞ୍ଜ ଲିଡରମାନେ ଉପସ୍ଥିତ ଥିଲେ ।

ମିଶନ ଶକ୍ତି ଓଡ଼ିଶା ମିଲେଟ୍ ମିଶନର ଏକ ବର୍ଷର ମିଳିତ କାର୍ଯ୍ୟକ୍ରମ

ଭୁବନେଶ୍ଵର, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ଵାରା ଆଭାସି ମାଧ୍ୟମରେ କେଉଁଝର ଜିଲ୍ଲାରେ ମୁକ୍ତାକାଶ ରେସ୍ତୋରାଂରେ ଓଡ଼ିଶାର ପ୍ରଥମ ସ୍ବତନ୍ତ୍ର ମିଲେଟ୍ ଶକ୍ତି କାଫେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ଏହି ଅବସରରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ଆଶିଷ ଠାରେ ଜିଲ୍ଲାରେ ଏହି ଭଳି ଆହୁରି ଅଧୁକ କାଫେ ଖୋଲାଯିବ ବୋଲି କହିଥିଲେ । 

ଓଡ଼ିଶା ମିଲେଟ୍ ମିଶନର ବୈଷୟିକ ଏବଂ ପରିଚାଳନାଗତ ଆଭିମୁଖ୍ୟ ସଂପର୍କରେ ମହିଳା ସ୍ଵୟଂ ସହାୟକ । ଗୋଷ୍ଠୀମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ମିଲେଟ୍ ଶକ୍ତି କାଫେରେ ମିଲେଙ୍କୁ ପ୍ରସ୍ତୁତ ବହୁବିଧ ଖାଦ୍ୟ ସାମଗ୍ରୀ ଯେମିତି କି ରନ୍ଧାଖାଦ୍ୟ, ଖାଇବା ସାମଗ୍ରୀ, ଅଟା, ପାନୀୟ, ଜଳଖୁଆ, ବେକେରୀ ସାମଗ୍ରୀ ଆଦି ବିକ୍ରୟ । କରାଯିବ । ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଭଳି ଆହୁରି ୧୫ଟି ମିଲେଟ୍ ଶକ୍ତି କାଫେ ଖୋଲାଯିବ । ସିଏସ୍ଆଇଆର୍ -ସିଏଫଟି ଆରୁ ଆଇ, ମହୀଶୂରର ବୈଷୟିକ ତତ୍ତ୍ଵାବଧାନରେ ଓଡ଼ିଶା ମିଲେଟ୍ ମିଶନ ଦ୍ବାରା ଏଥି ପାଇଁ ଆହୁରି ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ଏହାର ମାନକ ନିର୍ଦ୍ଧାରଣ କରାଯିବ ।

ରାଜ୍ୟର ଜନଜାତି ଅଧ୍ୟଷିତ ଅଞ୍ଚଳଗୁଡ଼ିକରେ ମିଲେର ବହୁଳ ପ୍ରଚଳନ ପାଇଁ ସ୍ଵତନ୍ତ୍ର ଯୋଜନ’ ପରିପ୍ରେକ୍ଷୀରେ । ରାଜ୍ୟରେ ମିଲେଟୁର ଉତ୍ପାଦନ ବୃଦ୍ଧି ନିମନ୍ତେ ୨୦୧୭ ମସିହାରେ ଓଡ଼ିଶା ମିଲେଟ୍ ମିଶନର ଶୁଭାରମ୍ଭ କରାଯାଇଥିଲା । । ସଂପ୍ରତି ୧୫ଟି ଜନଜାତି ଅଧୁଷିତ ଜିଲ୍ଲାର ୮୪ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି । ରାଜ୍ୟର ମହିଳାମାନଙ୍କ ସାମାଜିକ । ଓ ଆର୍ଥିକ ସଶକ୍ତିକରଣ ନିମନ୍ତେ ୨୦୦୧ ମସିହାରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ମହିଳା ସ୍ଵୟଂ ସହାୟକ । ଗୋଷ୍ଠୀଙ୍କୁ ଜୀବିକା ପ୍ରଦାନ ସହ ମିଲେଙ୍କୁ ଏକ ପୁଷ୍ଟିଯୁକ୍ତ ଖାଦ୍ୟ ଭାବେ ବହୁଳ ବ୍ୟବହାର ନିମନ୍ତେ ୨୦୨୦ ମସିହାରେ । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ମିଶନ ଶକ୍ତି ଏବଂ ଓଡ଼ିଶା ମିଲେଟ୍ ମିଶନ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ଅନୁସାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘର ସହାୟତାରେ ମିଲେଟ୍ ଆଧାରିତ । ଖାଦ୍ୟ ସାମଗ୍ରୀର ଟିଫିନ ସେଣ୍ଟର ଏବଂ ଭ୍ରାମ୍ୟମାଣ ଖାଦ୍ୟ ଯାନ ସ୍ଥାପନ କରାଯିବା ସହ ଲୋକମାନଙ୍କୁ ସ୍ୱାସ୍ଥ୍ୟକର । ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଇଦେବାର ଦୈତ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ଯେଉଁସବୁ । ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ତାହାକୁ ‘ମିଲେଟ୍ ଶକ୍ତି’ ବ୍ରାଣ୍ଡ ନାମରେ ଅଭିହିତ କରାଯାଇଥିଲା ।ଯୋଗ୍ୟତା ଭିଭିରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ଅନୁମୋଦନ କ୍ରମେ ବ୍ଲକ ଏବଂ ଜିଲ୍ଲାସ୍ତରରେ କମିଟି ଦ୍ବାରା ସ୍ଥିରୀକୃତ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଟେଣ୍ଡର ଆହ୍ବାନ କରାଯାଇ ଚୟନ କରାଯାଇଥିଲା । 

ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, ଗଞ୍ଜାମ, ମୟୂରଭଞ୍ଜ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ସମେତ ୬ଟି ଜିଲ୍ଲାରେ ୧୨ଟି ବ୍ଲକରେ ୩୨ଟି ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ଖୋଲଯାଇ ସାରିଛି । ଟିଫିନ୍ ସେଣ୍ଟର ପାଇଁ ଆବଶ୍ୟକ ରୋଷେଇ ସରଞ୍ଜାମ ଯଥା-ଖାଦ୍ୟ ରଖୁବା । ନିମନ୍ତେ ଘୋଡ଼ଣୀ ଥୁବା ଡେକ୍‌ଚି, ରାନ୍ଧିବା ପାଇଁ ବଡ଼ କଡ଼େଇ, ଇଲି ଛିiଞ୍ଚ, ବେଲଣା ପେଡ଼ି, ଗ୍ରାଇଣ୍ଡର, ପ୍ରେସ୍‌କୁକର, ପିଠାଖଡ଼ିକା, ପରଷିବା ନିମନ୍ତେ ଷ୍ଟିଲ ଥାଳି, ୧୦୦ ଲିଟର ପାଣିଜାର୍ ଆଦି କିଣିବା ନିମନ୍ତେ ଓଡ଼ିଶା ମିଲେଟ୍ ମିଶନ ତରଫରୁ ଏହି ୟୁନିଗୁଡ଼ିକୁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ରାଶି ଯୋଗାଇ ଦିଆଯାଇଛି । ଟିଫିନ୍ ସେଣ୍ଟର ପାଇଁ ଆବଶ୍ୟକ ଫେକ୍‌, ବ୍ୟାନର, ଫେସିଆ ଆଦି ଛପାଇବା ଏବଂ ଟାଙ୍ଗିବା ନିମନ୍ତେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ । ଦ୍ଵାରା ସର୍ବନିମ୍ନ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରାଯାଇଛି ।

ଏହି ମହକ୍କାକାକ୍ଷୀ କାର୍ଯ୍ୟକ୍ରମକୁ ଆଗେଇ ନେବା ନିମନ୍ତେ ଯୋଗ୍ୟ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ । ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ପ୍ରଶିକ୍ଷଣ ଦିଆଯାଇଛି । ପୂର୍ବରୁ ସେମାନେ ପ୍ରସ୍ତୁତ କରୁଥିବା ମିଲେରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ରାଗିରୁ ପ୍ରସ୍ତୁତ ଇଡ୍‌ଲି, ଦୋସା, ବରା, ଆଳୁଚପ୍, ସିଙ୍ଗଡ଼ା ପକୋଡ଼ା, ପୁରୀ, ଉପମା, କାକରା, ମାଲପୁଆ, ଲଡ଼ୁ, ଜିଲାପି, ଖଜା, ରୋକେକ୍ ଖାଦ୍ୟ ସାରଣୀକୁ ଅଧୁକ ଆକର୍ଷଣୀୟ କରିପାରିଛି । ବଜାର ସଂଯୋଗୀକରଣ ପ୍ରକ୍ରିୟାରେ ମିଲେନ୍ତୁ ପ୍ରସ୍ତୁତ ଅଧୁକ ଦିନ ରହିପାରୁଥିବା ଖାଦ୍ୟ ଭାବେ ଖୁରମା, ମୁଡ଼ୁକି, ମିକ୍ସଚର, ସରଗମ ଲଡ଼ୁ ଆଦି ସାଧାରଣ ଲୋକଙ୍କ ଦ୍ଵାରା ବହୁଳ ଭାବେ ଆଦୃତି ଲାଭ କରିଛି । ପ୍ରତ୍ୟେକ ପ୍ନର ମୂଲ୍ୟ ମାତ୍ର ୫ ଟଙ୍କାରୁ ୨୫ ଟଙ୍କା । ମଧ୍ୟରେ ସୀମିତ ରଖାଯାଇଛି ସୁଲଭ ମୂଲ୍ୟରେ ଅଭିନବ ଖାଦ୍ୟସାମଗ୍ରୀ ପ୍ରସ୍ତୁତି କରି ସ୍ୱାସ୍ଥ୍ୟକର ଏବଂ ପୃଷ୍ଟିୟୁକ୍ତ ଖାଦ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ହେତୁ ଖୁବ କମ୍ ସମୟ ମଧ୍ୟରେ ଏହି ଖାଦ୍ୟ ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି ।

ରାସନ୍ ସାମଗ୍ରୀ ଓ ପନିପରିବା କିଣିବା, କାଉଣ୍ଟର ପରିଚାଳନା କରିବା, ରେଜିଷ୍ଟରରେ ତଥ୍ୟ ଅପଡେଟ୍ କରିବା ଆଦି କାର୍ଯ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯାଇଛି । ପ୍ରାୟ ସମସ୍ତ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ଏବଂ ଏହି ଏସ୍ ଏକି ଗୁମାନଙ୍କ ଦ୍ଵାରା ପରିଚାଳିତ ବିକ୍ରୟ କେନ୍ଦ୍ରଗୁଡ଼ିକରେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଲାଭ ହେଉଛି । ପ୍ରାୟ ସମସ୍ତ ଗ୍ରାହକ ନିୟମିତ ଭାବେ ଦେୟ ପ୍ରଦାନ କରୁଥିବାବେଳେ ରପ୍ତାନୀ ପାଇଁ ଦିଆଯାଉଥିବା ଅର୍ଡରଗୁଡ଼ିକ ପାଇଁ କିଛିଦିନ ମଧ୍ୟରେ ଅର୍ଥ ପଇଠ କରାଯାଉଛି । ପ୍ରତି ମାସର କାର୍ଯ୍ୟ ଦିବସଗୁଡ଼ିକ ଆଧାରରେ ପ୍ରତ୍ୟେକ ଏସ୍‌ଏଜି ହାରାହାରି ୭ ହଜାରରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୬ତମ ସଂସ୍କୃତି ଚର୍ଚ୍ଚା ସନ୍ଧାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ଆଇ.ଏ.ଏସ୍, ପୂର୍ବତନ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଯୋଗଦାନ କରିଥିଲେ ଏବଂ ସମ୍ପାନର ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଯୋଗଦାନ କରିଥିଲେ । ସଭାପତିତ୍ବ କରିଥିଲେ ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ । ସମ୍ମାନରେ ସ୍ଵାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ମନସ୍ବନୀ ସାହୁ, ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।

ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଓଡ଼ିଆ ଜାତିର ସୌନ୍ଦର୍ଯ୍ୟବୋଧ ଉପରେ ବର୍ଣ୍ଣନା କରିବାକୁ ଯାଇ କହିଥିଲେ ଯେ, ସୌନ୍ଦର୍ଯ୍ୟବୋଧ ହେଉଛି ଏକ ସହଜାତ ଗୁଣ । ଗୋଟିଏ ଜାତିର ସାହିତ୍ୟ, ସଂସ୍କୃତି, କାରିଗରି ହେଉଛି ତାହାର ସୌନ୍ଦର୍ଯ୍ୟବୋଧ । ଫରାସୀ ଲୋକମାନଙ୍କର ଆଖ୍ ସୁନ୍ଦର ଏବଂ ଜର୍ମାନୀମାନଙ୍କର କାନ ସୁନ୍ଦର । ସେଇଭଳି ଓଡ଼ିଆ ଜାତିର ହାତ ସୁନ୍ଦର । ଓଡ଼ିଆ ଜାତି ହେଉଛି ପ୍ରଥମ ଉପନିବେଶବାଦ ଜାତି, ଯିଏ ଜାଭା, ସୁମାତ୍ରା ଓ ବୋଣ୍ଠିଓ ପର୍ଯ୍ୟନ୍ତ ଜୟ କରିଥିଲେ । ଏହି ଅବସରରେ ସେ ଓଡ଼ିଶାର ସ୍ଥାପତ୍ୟ, ପଟଚିତ୍ର, ବାନ୍ଧକଳା, ଶାଢ଼ୀ, ଓଡ଼ିଆଙ୍କ ଖଟପଲଙ୍କ, କଂସା ବାସନ ଝାଡୁ, ଝୁଡି, ଗଉଣୀ, ମାଣ ଇତ୍ୟାଦିରେ ମଧ୍ୟ କଳାତ୍ମକ ପରିପ୍ରକାଶ ଏବଂ ସୌନ୍ଦର୍ଯ୍ୟବୋଧର ସ୍ପର୍ଶଥାଏ । ଓଡ଼ିଆ ବୋହୁମାନଙ୍କର ଶାଢ଼ୀ ପିନ୍ଧିବାର ଶୈଳୀ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏଥିରେ ମଧ୍ୟ କଳାତ୍ମକ ଏବଂ ସୌନ୍ଦର୍ଯ୍ୟବୋଧତା ସ୍ପଷ୍ଟ ବାରିହୋଇ ଯାଇଥାଏ । 

ମାର୍ଗଶିର ମାସରେ ଲକ୍ଷ୍ମୀପାଦ ଚିହ୍ନ, ଝୋଟି,ଚିତା, ମୁରୁଜ ଇତ୍ୟାଦି ବିଷୟରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ । ଓଡ଼ିଶାରେ ପ୍ରାୟ ୪୭୧ ପ୍ରକାରର ଲୋକକଳା ଅଛି । ଏ ଜାତିର ଚେତନାରେ ହିଁ ସୌନ୍ଦର୍ଯ୍ୟବୋଧତା ଅଛି । ଆମେ ଖାଦ୍ୟପ୍ରିୟ ଏବଂ ବାଦ୍ୟପ୍ରିୟ । ଆମ ମହାପ୍ରଭୁଙ୍କୁ ଷାଠିଏ ପଉଟି ଏବଂ ଛପନ ପ୍ରକାରର ଭୋଗ ପରଷି ଦେଇଥାଉ । ଆମ ଓଡ଼ିଶାରେ ଆଦିବାସୀ ବର୍ଗ ଅନ୍ୟରାଜ୍ୟ ମାନଙ୍କ ଠାରୁ ସର୍ବାଧକ । ଓଡ଼ିଶାର ସାଂସ୍କୃତିକ ବିପୁଳତା ହିଁ ଓଡ଼ିଶାର ପରିଚୟ । ଆଦିବାସୀ ଭାଇଭଉଣୀ ମାନଙ୍କର ଚିତ୍ରକଳା ଏବଂ ବାଦ୍ୟଯନ୍ତ୍ର ନିଆରା । ଏବଂ ଶେଷରେ ଶ୍ରୀ ନାୟକ ମହୋଦୟ ଏକ ଗଳ୍ପ ମାଧ୍ୟମରେ ସୌନ୍ଦର୍ଯ୍ୟ ବୋଧତା କିଭଳି ସ୍ରଷ୍ଟା ପାଖରେ ଥାଏ ଏବଂ ଦୁଷ୍କା ପାଖରେ ମଧ୍ୟ ଥାଏ, ଏହା ଏକ ଅନୁଭବ ଏବଂ ଦୃଷ୍ଟି ଭଙ୍ଗୀର କଥା ସେ ବିଷୟ ସେ ପରି ପ୍ରକାଶ କରିଥିଲେ ।

ସମ୍ପାନର ମୁଖ୍ୟ ଅତିଥ- ବିଭାଗୀୟ ପ୍ରମୁଖ ଶାସନ ସଚିବ, ଡ.ସୁରେଶ ଚନ୍ଦ୍ର ଦଳାଇ ମହୋଦୟ ଉଦ୍‌ବୋଧନରେ ଓଡ଼ିଆ ଜାତିର ଭାଷା, ବେଶଭୂଷା, ପରିପାଟୀ, କାରୁକାର୍ଯ୍ୟ, କଳା ସଂସ୍କୃତି ଏବଂ ନୃତ୍ୟ ଇତ୍ୟାଦି କିଭଳି ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ମହାପ୍ରଭୁଙ୍କ ରଥରେ ସୌନ୍ଦର୍ଯ୍ୟବୋଧ ଆଣିବା ସହିତ ଏହାକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟତମାନଙ୍କର ପ୍ରମୁଖ ଭୂମିକା ରହିଥାଏ । କୋଣାର୍କ, ଲିଙ୍ଗରାଜ ଏବଂ ପୁରୀ ମନ୍ଦିରର କାରୁକଳା ବହୁତ ମନୋଲୋଭା, ଏହା ଓଡ଼ିଆ ଜାତିର ସୌନ୍ଦର୍ଯ୍ୟ ବୋଧତାର ପରିଚୟ ପ୍ରଦାନ କରିଥାଏ । ଏହି ଅବସରରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଡ. ରାମକୃଷ୍ଣ ସାହୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଜାତି ତା’ର ସୌନ୍ଦର୍ଯ୍ୟବୋଧକୁ ଯୁଗଯୁଗ ଧରି ପ୍ରକାଶ ଏବଂ ପ୍ରମାଣ କରିଆସିଛି । ଓଡ଼ିଆ ଜାତିର ସୌନ୍ଦର୍ଯ୍ୟବୋଧ ପାଇଁ ତା’ର ଅସ୍ତିତା ଓ ସ୍ୱାଭିମାନ ଅବ୍ୟାହତ ରହିଅଛି । ଏଥିପାଇଁ ଆମର ଉତ୍କଳ ନାମ ସାର୍ଥକ ହୋଇଛି ।

ସଂସ୍କୃତି ନିର୍ଦ୍ଦେଶକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ । ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା

ଭୁବନେଶ୍ୱର, ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ରାଶିକୁ ଅଡିସନ୍ ମାଧ୍ୟମରେ ଚୟନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ସଂସ୍କୃତି ଭବନ, ଲୋକକଳା ମ୍ୟୁଜିୟମ ଏବଂ ବିଭିନ୍ନ ପ୍ରାଚୀନ ମନ୍ଦିରରେ ଉନ୍ନତି କରଣ, ବିଶିଷ୍ଟ ବ୍ୟକ୍ତି ବିଶେଷ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ଲୋକକଳା ସଂଘ ଓ କଳାକାରଙ୍କର ସୁଦୃଢ଼ୀକରଣ, ସଂସ୍କୃତି ଭବନରେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ପରିବେଷଣ ନିମନ୍ତେ ସୁବିଧା ସୃଷ୍ଟି କରିବା, ଜିଲ୍ଲା କଳା ସଂସ୍କୃତି ସଂଘର କାର୍ଯ୍ୟାଳୟ, ଭାଗବତ ଟୁଙ୍ଗି ସମ୍ପୂର୍ଣ୍ଣ କରିବା ଆଦି ଜିଲ୍ଲା ସଂସ୍କୃତି ଅଧୁକାରୀଙ୍କୁ ପରାମର୍ଶ ଦେଇଥିଲେ । 

ଏ ସମ୍ପର୍କରେ ସେ ମଂଜାମ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଜିଲ୍ଲା ଲୋକକଳା ଗ୍ରାମରେ ଝୋଟି, ମୁରୁଜ, ହୁଳହୁଳି, ଲକ୍ଷ୍ମୀ ପୁରାଣ ପାଠ ଆଦି ପ୍ରତିଯୋଗିତା କରାଯିବା ସହିତ ଗ୍ରାମରେ ଥିବା ଘର ଗୁଡିକୁ ପାରମ୍ପାରିକ ଝୋଟି ଚିତା ଦେଇ ସଜାଇବା କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶକ ଶ୍ରୀ ଦାସ ସଂସ୍କୃତି ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକଙ୍କ ସହିତ ବିଭାଗର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ, ରାଜ୍ୟ ଲୋକକଳା ସଂଘର ଉପସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ, ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ବରିଷ୍ଠ କଳାକାରମାନେ ସ୍ବାଗତ ଜଣାଇଥିଲେ ।

ଓଡ଼ିଶା ସ୍ବଳ୍ପ ସଂଚୟ ପ୍ରୋତ୍ସାହନ ଯୋଜନା ‘ଏ ଆର୍ ସିରିର ଉଠାଣ

ଭୁବନେଶ୍ୱର, ଓଡ଼ିଶା ସ୍ବଳ୍ପ ସଂଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସୂକ୍ତ ସଂଚୟ ପ୍ରୋତ୍ସାହନ ଯୋଜନା ଏ ଆର୍ ସିରିଜ୍ ଉଠାଣ ଜୟଦେବ ଭବନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥ ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଂଚୟର ଆବଶ୍ୟକତା ଉପରେ ଗୁରୁତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଯେପରି ବ୍ୟାଙ୍କି ସେବା ପହଞ୍ଚି ପାରିବ ସେଥିପାଇଁ ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ସୂଚନା ଦେଇଥିଲେ । 

ସମ୍ମାନିତ ଅତିଥୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ଵଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧୁକାରୀ ଏବଂ ସ୍ବଳ୍ପ ସଂଚୟ ପ୍ରତିନିଧୁମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱଳ୍ପ ସଂଚୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଦାସ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଂଚୟର ବାର୍ତ୍ତା ଯେଭଳି ସମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ ବିଶେଷ ଭାବେ ଲାଭବାନ ହୋଇପାରିବେ ସେଥିପାଇଁ ଗୁରୁତ୍ବ ଆରୋପ କରିଥିଲେ । ବିଚାରପତି ଶ୍ରୀଯୁକ୍ତ ପ୍ରତାପ କୁମାର ପାତ୍ର, ପ୍ରଫେସର ଡ. ହୃପିକେଶ ମହାନ୍ତି ଓ ଅବସରପ୍ରାପ୍ତ ଓଡ଼ିଶା ଅର୍ଥସେବା ଅଧୁକାରୀ ଶ୍ରୀଯୁକ୍ତ ସିଦ୍ଧାର୍ଥ କାନୁନଗୋକୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଉକ୍ତ ଉଠାଣରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧୂକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । କାର୍ଯ୍ୟକ୍ରମ ପରିଶେପରେ ଅର୍ଥ ବିଭାଗର ଉପଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ବହୁ ବରିଷ୍ଠ ଅଧୁକାରୀ ଉପସ୍ଥିତ ଥିଲେ । ସଂପୂର୍ଣ୍ଣ କୋଭି କଟକଣା ଓ ତସଂକ୍ରାନ୍ତୀୟ ମାର୍ଗଦର୍ଶିକାନୁଯାୟୀ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ସର୍ବସାଧାରଣ ଦେଖୁବା ପାଇଁ ଏହି ଉଠାଣ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା ‘ୟଗ୍ୟବ’ ଏବଂ ଅର୍ଥ ବିଭାଗର ‘ଫେକ୍ ମାଧ୍ୟମରେ କରାଯାଇଥିଲା । ଏଥି ନିମନ୍ତେ ଆବଶ୍ୟକୀୟ ବୈଷୟିକ ସହାୟତା “ ଓକାକ୍ ତରଫରୁ ଯୋଗାଇ ଦିଆଯାଇଥୁଲା । ଖୁବଶୀଘ୍ର ଏହି ଉଠାଣର ଫଳାଫଳ ସଂକ୍ରାନ୍ତୀୟ ବିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସୋଆର ୧୩ ଜଣ ଗବେଷକ

ଭୁବନେଶ୍ୱର, ଶିକ୍ଷା ଓ ଅନୁସନ୍ଧାନ (ସୋଆର ୧୩ ଜଣ ବିଶିଷ୍ଟ ଗବେଷକ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ଆମେରିକାର ପ୍ରତିଷ୍ଠିତ ଷ୍ଟାଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ୧୩ ଗବେଷକ ଅଛନ୍ତି । ୨୦୨୦ରେ ଷ୍ଟାନଫୋର୍ଡ ଦ୍ବାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୧୧ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ସେମାନଙ୍କ ମଧ୍ୟରୁ ୯ ଜଣ ଗବେଷକ ପୁଣି ଚଳିତବର୍ଷ ଏହି ତାଲିକାରେ ନିଜ ସ୍ଥାନ ବଜାୟ ରଖିପାରିଛନ୍ତି । ସେମାନଙ୍କ ସହିତ ୨୦ ୨୧ ତାଲିକାରେ ସୋଆର ଅନ୍ୟ ୪ ଜଣ ଗବେଷକ ଡଃ ମନୋହର ମିଶ୍ର, ଡଃ ରାଜଶ୍ରୀ ଦାଶ, ଡଃ ଅକ୍ଷୟ କୁମାର ପାତ୍ର ଏବଂ ଡଃ ସୁଲଗ୍ନା ପଟ୍ଟନାୟକ ପ୍ରଥମ ଥର ପାଇଁ ସ୍ଥାନୀତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । 

ଡଃ ମିଶ୍ର ଏବଂ ଡଃ ଦାଶ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ତିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡଃ ପାତ୍ର ସେହି ଅନୁଷ୍ଠାନରେ ଆସିଷ୍ଟାଟ ପ୍ରଫେସର ଭାବେ କାର୍ଯ୍ୟ କରନ୍ତି । ସେହିପରି ଡଃ ପଟ୍ଟନାୟକ ଆଇଟିଇଆର ପୂର୍ବତନ ରିସର୍ଚ୍ଚ ସ୍କଲାର । ପୁନର୍ବାର ଏହି ତାଲିକାରେ ସ୍ଥାନ ପାଇଥିବା ସୋଆର ଗବେଷକମାନେ ହେଲେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ବର୍ତ୍ତମାନ ସୋଆ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ଡଃ) ଅଶୋକ କୁମାର ମହାପାତ୍ର, ପ୍ରଫେସର ଡଃ ପ୍ରଦୀପ୍ତ କିଶୋର । ଦାଶ, ପ୍ରଫେସର କୁଳମଣି ପରିଡ଼ା, ପ୍ରଫେସର ଲାଲା ବିହାରୀ ଶୁ, ପ୍ରଫେସର ଆର.ଏନ୍.ପି. ଚୌଧୁରୀ, ପ୍ରଫେସର ଗୌତମ ରଥ, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ ଏବଂ ଡଃ ସତ୍ୟ ରଞ୍ଜନ ମିଶ୍ର । ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ) ମନୋଜରଞ୍ଜନ ନାୟକ ଗୁରୁବାର ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟରେ ଏହି ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସଫଳତା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି । 

ବିଶ୍ଵବିଦ୍ୟାଳୟ ଆପଣମାନଙ୍କ ପାଇଁ ଗର୍ବିତ ବୋଲି ପ୍ରଫେସର ନାୟକ କହିଛନ୍ତି । ଏହି ଅବସରରେ ସୋଆ କୁଳପତି ପ୍ରଫେସର ମହାପାତ୍ର ଗବେଷକମାନେ ମିଳିତ ଭାବେ ଗବେଷଣା କରିବା ସହ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗବେଷଣା କରିବା ଉଚିତ୍ ବୋଲି କହିଥିଲେ । କେବଳ ସମାନ ଓ ପ୍ରତିଷ୍ଠା ପାଇବା ନିମନ୍ତେ ଗବେଷଣା କଲେ ତାହା ସାଧାରଣ ଲୋକଙ୍କ ହିତରେ ଆସିବ ନାହିଁ ତେଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି । ଗବେଷଣା କରିବା ଆବଶ୍ୟକ ବୋଲି ସେ କହିଥିଲେ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ମାଇଲଖୁଟ ହୋଇଥିବା ସୋଆ ଚଳିତବର୍ଷ ନ୍ୟାସନାଲ ଇନଷ୍ଟିଚ୍ୟାସନାଲ ବ୍ୟାଙ୍କିଙ୍ଗ ଫୁମର୍କ (ଏଆଇଆରଏଫ) ପ୍ରସୂତ ବିଶ୍ବବିଦ୍ୟାଳୟ ତାଲିକାରେ ଦେଶରେ ୨୦ତମ ସ୍ଥାନ ହାସଲ କରିଛି । ଶିକ୍ଷାର ଗୁଣାବତା ଏବଂ ଅଭିନବ ଗବେଷଣା ସୋଆର ମୂଳମନ୍ତ୍ର। ଗବେଷଣା ଉପରେ ଅଧିକ ମନୋନିବେଶ କରୁଥିବା ସୋଆର ଗବେଷଣା କାର୍ଯ୍ୟ ଜାତୀୟ ସ୍ତରରେ ଗୁରୁତ୍ବଲାଭ କରିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦେଇଥାଏ। 

ସୋଆ ଅଧିନରେ ୧୬ଟି ଗବେଷଣା କେନ୍ଦ୍ର ଏବଂ ୫୮ଟି ଗବେଷଣା ଲାବ୍ ରହିଛି । ବିଶ୍ଵବିଦ୍ୟାଳୟରେ ଗବେଷକମାନଙ୍କୁ ଗବେଷଣା କରିବା ନିମନ୍ତେ ଉନ୍ନତମାନର ସୁବିଧାସୁଯୋଗ ପ୍ରଦାନ କରାଯାଇଥାଏ। ପ୍ରଫେସର ମହାପାତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଖ୍ୟାତନାମା ସ୍ନାୟୁଶଲ୍ୟ ବିଶେଷ ହୋଇଥିବାବେଳେ ଏବେ ସୋଆର କୁଳପତି ଅଛନ୍ତି। ପ୍ରଫେସର ଦାଶ ଶକ୍ତି କ୍ଷେତ୍ରରେ ଜଣେ ବିଶିଷ୍ଟ ଗବେଷକ ହୋଇଥିବା ବେଳେ ପ୍ରଫେସର ପରିଡା ଓ ପ୍ରଫେସର ଶୁକ୍ରା ଯଥାକ୍ରମେ ଫିଜିକାଲ୍ କେମିଷ୍ଟ୍ରି ଏବଂ ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ପ୍ରଫେସର ଚୌଧୁରୀ ଆପ୍ଲା ଏଡ୍ ଫିଜିକ୍ସ କ୍ଷେତ୍ରରେ ଗବେଷକ ହୋଇଥିବା ବେଳେ ଡ ଦେବୀ ବର୍ତମାନ ମାଇନିଂ ଆଣ୍ଡ ମେଟାଲର୍ଜି କ୍ଷେତ୍ରରେ ଗବେଷଣାରତା 

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ପୂର୍ବତନ ଛାତ୍ର ପ୍ରଫେସର ଦାଶ ହେଉଛନ୍ତି ସୋଆର ପ୍ରଥମ କୁଳପତି ବର୍ତମାନ ସେ ସୋଆର ଏମିରିଟସ ପ୍ରଫେସର ଏବଂ ମଲି ଡିସିପ୍ଲିନାରୀ ରିସର୍ଚ୍ଚ ସେର ମୁଖ୍ୟ ଭାବେ କାର୍ଯ୍ୟରତ। ତାଙ୍କର ରିନିଏବଲ ଏନର୍ଜି, ସିଗନାଲ୍ ପ୍ରୋସେସିଂ, ପାର ସିଷ୍ଟମ , ଡାଟା ମାଇ, ଆର୍ଟିଫିସିଆଲ୍ ଆଣ୍ଡ କମ୍ୟୁନାଲ ଇଂଟେଲିଜେନ୍ସ, ଡିବୁଟେଜ୍ ଜେନେରେସନ୍ ଏବଂ ମାଇକ୍ରୋ ଆଣ୍ଡ ସ୍କୁଲ୍ ଗ୍ରତ କ୍ଷେତ୍ରରେ ପାରଦର୍ଶିତା ରହିଛି । ପ୍ରଫେସର ପରିଡା ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଏବଂ ସୋଆର ସଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ସିଏଆଇଆର- ଇଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ ଆଣ୍ଡ ମାଟେରିଆଲ୍ ଟେକ୍ନୋଲଜି ଏ ସିଏଆଇଆର- ଆଇଏଏଟି), ଭୁବନେଶ୍ଵରରେ ଦକ୍ଷତାର ସହ କାର୍ଯ୍ୟ କରିବା ସହ ମୁଖ୍ୟ ବୈଜ୍ଞାନିକ ଭାବେ । ସେଠାରୁ ଅବସର ଗ୍ରହଣ କରିଛନ୍ତି।

Powered by Blogger.
Javascript DisablePlease Enable Javascript To See All Widget