February 2022

ସପ୍ତମ ବେତନ ଦାବିରେ ୨୦୧୮ ଅନୁଦାନପ୍ରାପ୍ତ ଅଧାପକ ଓ କର୍ମଚାରୀ ସଂଘର ବୈଠକ

ଭୁବନେଶ୍ୱର, ୨୦୧୮ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଋରୀ ସଂଘର ଏକ ରାଜ୍ୟସ୍ତରୀୟ ବୈଠକ ରାଜ୍ୟ ସଭାପତି ଅଧାପକ ସଲିଳ ରାଜନନ୍ଦନ ମହାନ୍ତିଙ୍କ ସଭାପିତ୍ବରେ ଭୁବନେଶ୍ବରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ହେବା ସହ ୨୦୧୮ ଅନୁଦାନ ଅନସ୍ଥ ଅଧ୍ୟାପକ ଓ କର୍ମଗରୀମାନଙ୍କୁ ତୁରନ୍ତ ସପ୍ତମ ବେତନ ଲାଗୁ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଛି । ୨୦୧୭ ମସିହାରେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ସମୟରେ ତୁଟିପୂର୍ଣ୍ଣ ଭାବେ ବଞ୍ଚିତ ହୋଇଥିବା ଅଧ୍ୟାପକ ଓ କର୍ମଗ୍ଧରୀମାନଙ୍କୁ ୨୦୧୮ ମସିହାରେ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଅନୁଦାନ ନିର୍ଦ୍ଦେଶନାମା ଘୋଷଣା କରିଥିଲେ ଏବଂ ସେଥିରେ ଉଲ୍ଲେଖ ଥିଲା ଯେ, ୨୦୧୭ ଅନୁଦାନ ଅନସ୍ଥ ଅଧ୍ୟାପକ ଓ କର୍ମକ୍ତରୀମାନଙ୍କ ପାଇଁ ଯେତେବେଳେ ଦରମା ବୃଦ୍ଧି ନିଷ୍ପତ୍ତି ନିଆଯିବ ହେବ ତାହା ଅନୁପାତିକ ହାରରେ ୨୦୧୮ ଅନୁଦାନପ୍ରାପ୍ତ ବର୍ଗ ପାଇଁ ଲାଗୁ ହେବ । 

କିନ୍ତୁ ପରିତାପର ବିଷୟ ଏହିକି ଯେ, ବହୁ ଆନ୍ଦୋଳନ ଓ ଆଲୋଚନା ପରେ ରାଜ୍ୟ ସରକାର କ୍ୟାବିନେଟରେ ତା ୩୧.୧ ୨.୨୦ ୨୧ ରିଖ ଦିନ ଏକ ନିଷ୍ପତ୍ତି ନେଲେ । ସେହିଦିନ ପର୍ଯ୍ୟନ୍ତ ଶତ ପ୍ରତିଶତ ଦରମା ପାଉଥିବା ଅଧ୍ୟାପକ ଓ କର୍ମଗ୍ରୀମାନେ ସପ୍ତମ ବେତନ ପାଇବେ ବୋଲି ନିଷ୍ପତ୍ତି ନିଆଗଲା । ଦୁର୍ଭାଗ୍ୟବଶତଃ ୨୦୧୮ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଋରୀମାନେ ୧.୧.୨୦୨ ୨ ରିଖରେ ଶତ ପ୍ରତିଶତ ଦରମା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ସୁଦ୍ଧା ୬ ଘଣ୍ଟା ଅନ୍ତର ପାଇଁ ସପ୍ତମ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଜିର ବୈଠକରେ ସମଗ୍ର ରାଜ୍ୟରୁ ଯୋଗ ଦେଇଥିବା ଅଧ୍ୟାପକ ଓ କର୍ମଗରୀ ପ୍ରତିନିଧୁମାନେ ସରକାର ତୁରନ୍ତ ତ୍ରୁଟିପୂର୍ଣ୍ଣ ସପ୍ତମ ବେତନ ଘୋଷଣା ସଂଶୋଧନ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ଅତୀତରେ ୪୦, ୬୦, ୭୫ ପ୍ରତିଶତ ଭଳି ଦୁଃଖଦପୂର୍ଣ୍ଣ ଦରମା ପାଇଁ ଆସିଥିବା ବେଳେ ଏହିବର୍ଗଙ୍କ ପାଇଁ ସରକାରଙ୍କ ନିଷ୍ପତ୍ତି ଏକ ନିରାଶାର ବାତାବରଣ ସୃଷ୍ଟି କରିଛି । 

ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଉଚ୍ଚଶିକ୍ଷା ଶାସନ ସଚିବଙ୍କୁ ଦାବି ସମ୍ବନ୍ଧରେ ଅବଗତ କରିବା ସହିତ ନ୍ୟାର୍ଯ୍ୟଦାବି ପୂରଣ ପାଇ ନିବେଦନ କରାଯାଇଛି । ସଂଘ ତରଫରୁ ଭବିଷ୍ୟତରେ ସରକାରଙ୍କ ସହିତ ସମସ୍ତ ଆଲୋଚନାରେ ୨୦୧୮ବର୍ଗର ପ୍ରତିନିଧିଙ୍କୁ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ସଞ୍ଜିବ କୁମାର ରାଉତ, ଉପସଭାପତି ଅନିଲ ଦେବତା, ପ୍ରଭାତ ରଞ୍ଜନ ଦାସ, ଦୈତାରୀ ପୂଜାରୀ, ମାନସ ପଣ୍ଡା, ସୁରେଶ ମାଣ୍ଡାଇ, ଜ୍ୟୋତିପ୍ରକାଶ ରାଉତ, ମାନସ କୁମାର ନାୟକ, ସୁଜାତା ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ଦାବି ହାସଲ କରିବା ପାଇଁ ସରକାରଙ୍କ ସହିତ ସୌହାର୍ଘ୍ୟପୂର୍ଣ୍ଣ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି କରାଯାଇଛି ।

ଆଶ୍ଚର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ଆଶ୍ଚର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ଚନ୍ଦ୍ରଶେଖରପୁରସ୍ଥିତ ଆଶ୍ଚର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟମ୍ବା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ଆସ ଭଲ ମଣିଷ ହେବା’ ଶୀର୍ଷକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ କର୍ଭବ୍ୟନୀଷ, ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ । ଅଧାପକ ସୁବାସ ଚନ୍ଦ୍ର ସାହୁ ବକୁଳ ବନବିଦ୍ୟାଳୟ ସମାଜ ଗଠନରେ ଏକ ମୁକସାକ୍ଷୀ । 

ଗୁରୁକୂଳ ପରମ୍ପରା ଛାତ୍ରଛାତ୍ରୀମାନଙ୍କୁ ସଂସ୍କାର ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ତେଣୁ ଆଗର୍ଯ୍ୟ ଚିର ନମସ୍ୟ ଥିଲେ । ଅଧାପକ ସୁଗମ ରାଉତ ଆଧୁନିକ ଶିକ୍ଷା ବ୍ୟବସ୍ଥା ଓ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିନଥାଏ । ଗୁରୁକୁଳମାନେ ହରିହରଙ୍କ ଜୀବନ ଆଦର୍ଶ ଉପରେ ଆଲୋଚନା କରିଥିଲେ । ପରିଶେଷରେ କ୍ରୀଡ଼ା ଶିକ୍ଷକ ଶିବ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଧାକାନ୍ତ ଘଡ଼େଇ, ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଉପସ୍ଥିତ ଲେ ।

କବି ଡ. ଶଶଧର ଦାସଙ୍କ କବିତା ପୁସ୍ତକ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର, ଅଗ୍ରଣୀ ସାହିତ୍ୟ ପତ୍ରିକା “କାହାଣୀ’ ଆନୁକୁଲ୍ୟରେ ବିଶିଷ୍ଟ କବି ପ୍ରଫେସର ଡ. ଶଶଧର ଦାସଙ୍କ କବିତା ପୁସ୍ତକ ‘ଝରକା ବାହାରେ ଭାରତ’ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଆୟୋଜିତ ଉତ୍ସବରେ ପ୍ରଥିତଯଶା କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଏହି ପୁସ୍ତକଟିକୁ ଉନ୍ମୋଚନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ପୂର୍ବତନ ସଂସ୍କୃତି ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ ଓ ‘କାହାଣୀ’ର ସମ୍ପାଦକ ଶ୍ରୀଯୁକ୍ତ ବିଜୟ ନାୟକ ଏବଂ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ କଥାକାର ଅଧ୍ୟାପକ ବିଶ୍ୱରଂଜନ । 

ଏହି ଉନ୍ମୋଚନ ସଭାରେ ସଭାପତିତ୍ବ କରିଥିଲେ କବି ଡ. ରବି ନାରାୟଣ ସେନାପତି ଏବଂ ପୁସ୍ତକକୁ ସମୀକ୍ଷା କରିଥିଲେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର କବି ଶଶଧର ଦାସଙ୍କ କବିତା ମାନବବାଦର ସ୍ବର ବହନ କରିଛି । ସାମ୍ପ୍ରତିକ କାଳଖଣ୍ଡର ବହୁ ଚିତ୍ର ଓ ଚରିତ୍ର ତାଙ୍କ କବିତାକୁ ରୁଦ୍ଧିମନ୍ତ କରିଛି ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରମାକାନ୍ତ ରଥ ତାଙ୍କ ଭାଷଣରେ କହିଥିଲେ । ସେହିପରି ଉକ୍ତ ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ସମାଲୋଚକ ଡ. ପ୍ରେମାନନ୍ଦ ମହାପାତ୍ର ପୁସ୍ତକରେ ସ୍ଥାନିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ । 

ସେ କହିଲେ ଯେ, କବିଙ୍କ ଦୃଷ୍ଟିରେ ଭାରତ ଓ ଭାରତୀୟ ଗାଁର ସାମ୍ପ୍ରତିକ ମାନଚିତ୍ର ପ୍ରମୁଖ ସ୍ଥାନ ଗ୍ରହଣ କରିଛି । ଗାଁର ଉଜୁଡା ଚିତ୍ର ଓ ଭାରତର ବିକୃତ ଚିତ୍ର କବି ପ୍ରାଣକୁ ବ୍ୟଥିତ କରିଛି । ଏହି ଅବସରରେ କବି ଡ. ଶଶଧର ଦାସ ନିଜ କବିତା ପୁସ୍ତକ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ ବାକ୍ ଇଗଲ୍ ବ୍ଲକସ୍ ତରଫରୁ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସାହିତ୍ୟିକ ଦେବାଶିଷ ମହାପାତ୍ର ମଞ୍ଚ ପରିଚାଳନା ଓ ଯୁବ ସାହିତ୍ୟିକ ଅମିତାଭ ଖୁଲାର ସଭା ସଞ୍ଚାଳନ କରିଥିଲା ।

ସୁନ୍ଦରଗଡ଼ରେ ଆଦିବାସୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହିଁ ହେମାନନ୍ଦ ବିଶ୍ବାଳଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ହେମାନନ୍ଦ ବିଶ୍ବାଳ ସମାଜର ଅବହେଳିତ ତଥା ତଳସ୍ତରରେ ଥିବା ଆଦିବାସୀ, ଦଳିତ, ପଛୁଆ ଶ୍ରେଣୀ ଏବଂ କୃଷକ ତଥା ଗରିବ ମଣିଷଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପାଇଁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସଂଗ୍ରାମ କରିଯାଇଛନ୍ତି ଓ ତାଙ୍କର ଇଚ୍ଛାମୁତାବକ ଆଦିବାସୀ ଅଧୁଷିତ ପଛୁଆ ଜିଲ୍ଲା ସୁନ୍ଦରଗଡ଼ରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଆଞ୍ଚଳିକ ଶାଖା ପ୍ରତିଷ୍ଠା କରାଗଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ଅପରାହ୍ନରେ ଉତ୍କଳ ବିକାଶ ଯୁବ ପରିଷଦ । ପକ୍ଷରୁ ମତବ୍ୟକ୍ତ କରାଯାଇଅଛି । ଗତ ଦୁଇ ଦଶନ୍ଧି ଧରି ହେମାନନ୍ଦ ବିଶ୍ବାଳ ଉତ୍କଳ ବିକାଶ ଯୁବପରିଷଦର ମୁଖ୍ୟ ଉପଦେଷ୍ଟା ତଥା ଗତ ଆଠ ବର୍ଷ ଧରି ଅନୁଷ୍ଠିତ ହେଉଥିବା ନେତାଜୀ ସୁଭାଷ ଜନ୍ମମାଟିରୁ ଯୁଦ୍ଧଭୂମି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ ରହିଆସିଥିଲେ । 

ତାଙ୍କ ବିୟୋଗରେ ସମଗ୍ର ଓଡ଼ିଶା ମଣିଷକୁ ଭଲ ପାଉଥିବା ଜଣେ ସଚୋଟ । ନିଷ୍ଠାପର ଯୁବପ୍ରେମୀ ଜନଦରଦୀ ନେତା ତଥା ଭଲ ମଣିଷକୁ ହରାଇଲା । ସୁନ୍ଦରଗଡ଼ ଲୋକସଭା ସଦସ୍ୟ ଥିବା । ସମୟରେ ସୁନ୍ଦରଗଡ଼ଠାରେ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ଆଞ୍ଚଳିକ ଶାଖା ପ୍ରତିଷ୍ଠା ନିମନ୍ତେ ସେ ଆପ୍ରାଣେ ଉଦ୍ୟମ କରିଥିଲେ । ଏପରିକି ତତ୍କାଳୀନ୍ କେନ୍ଦ୍ର ସରକାର ତାଙ୍କ ଦାବି ପ୍ରତି ନୀତିଗତ ଭାବେ ସକରାତ୍ମକ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । 

ତୃଣମୂଳ ସ୍ତରରୁ ରାଜ୍ୟର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିବା ସ୍ବର୍ଗତ ବିଶ୍ଵାଳ ପେଶାରେ ଥିଲେ ଜଣେ କୃଷକ । ଏଣୁ ତାଙ୍କ ଆମ୍ବା ଚାଷୀ ଓ ଆଦିବାସୀଙ୍କର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ବିକାଶ ଦିଗରେ ବ୍ୟାକୁଳିତ ହେଉଥିଲା । ଏହି ବିଶ୍ବବିଦ୍ୟାଳୟ ଶାଖା ପ୍ରତିଷ୍ଠା ହେଲେ ତାଙ୍କ ଆମ୍ବା ପ୍ରତି । ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ଶ୍ରଦ୍ଧାଞ୍ଜଳି ସଭାରେ ଦେବୀ ପ୍ରସାଦ ପୃଷ୍ଟି, ଅରୁଣ ଜେନା, ମନୋରଂଜନ ନାୟକ ଓ ସୋମା କର୍ମକାର ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ପ୍ରାରମ୍ଭରେ ସ୍ବର୍ଗତ ବିଶ୍ବାଳଙ୍କର ପୂର୍ଣ୍ଣାଙ୍ଗ ଫଟୋ ଚିତ୍ରରେ ସମୂହ ମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ରଞ୍ଜନ ମହାପାତ୍ର

ଭୁବନେଶ୍ୱର, ସାମ୍ପ୍ରତିକ ସମାଜରେ ନିଜର ଜନ୍ମ ଦିନଟିକୁ କେହି କେହି ହୋଟେଲ, ପଞ୍ଚତାରକା ହୋଟେଲରେ, ଡ଼ିଜେର ତାଳେ ତାଳେ ଧୂମଧାମରେ ପାଳନ କରୁଥିବା ବେଳେ, ଆଉ କେହି କେହି ସାଙ୍ଗସାଥୀଙ୍କ ମେଳରେ, ଭୋଜିଭାତ ଆସରରେ ପାଳନ କରି ନିଜ ଜନ୍ମଦିନିଟକୁ ସ୍ମରଣୀୟ କରିଥାନ୍ତି । ହେଲେ ଜାତୀୟତାର ମହାନ୍ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ଜଣାଶୁଣା ସମାଜସେବୀ ରଞ୍ଜନ କୁମାର ମହାପାତ୍ର । । ଆଜି ନିଜର ୨୯ତମ ଜନ୍ମଦିନ ଅବସରରେ ରଞ୍ଜନ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ପରିସରରେ ଆୟୋଜିତ ଏକ ରକ୍ତଦାନ ଶିବିରରେ ରକ୍ତଦାନ କରି ନିଜର ଜନ୍ମଦିନଟିକୁ ସ୍ମରଣୀୟ କରିଛନ୍ତି । 

ନିୟମିତ ରକ୍ତ ଆବଶ୍ୟକ କରୁଥିବା ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାସେମିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ ରଖୁବା ପାଇଁ ଦୈନିକ ରକ୍ତର ଆବଶ୍ୟକତା ହୋଇଥାଏ । ହେଲେ ଏ ରକ୍ତ ଆସିବ କେଉଁଠୁ ? ରକ୍ତ ତ ବିଜ୍ଞାନଗାରରେ ତିଆରି ହୋଇପାରିବନି । କେବଳ ବଦାନ୍ୟ ବ୍ୟକ୍ତିମାନେ ହିଁ ନିଜ ଶରୀରରୁ ଏହି ରକ୍ତଦାନ କରିପାରିବେ । ରକ୍ତଦାତା ନ ରହିଲେ ରକ୍ତ ଆବଶ୍ୟକ କରୁଥିବା ପୀଡ଼ିତଙ୍କ ଜୀବନରକ୍ଷା କରିବା ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ବଦାନ୍ୟ ବକ୍ତି ନିଜର ଜନ୍ମଦିନରେ ରକ୍ତଦାନ କରିପାରିଲେ, ଅନେକ ପୀଡ଼ିତଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ରଞ୍ଜନ ତାଙ୍କ ବକ୍ତବ୍ୟରେ କହିଥିଲେ । 

ଏହି ଅବସରରେ ଭୁବନେଶ୍ବରସ୍ଥିତ ରସୁଲଗଡ଼ ରାମକୃଷ୍ଣ ବାଳାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଅନ୍ନ, ଡାଲମା, ଖଟା ଓ କ୍ଷିରୀ ଭେ ଆପ୍ୟାୟିତ କରିବା ସହିତ କିଛି ସମୟ ତାଙ୍କ ସହିତ ଅତିବାହିତ କରି ନିଜ ଜନ୍ମଦିନର ଖୁସିକୁ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଏସିପି ଲଳିତେନ୍ଦୁ ମହାନ୍ତି, ମିଶନ ରକ୍ତ ବନ୍ଧନର ମୁଖ୍ୟ ହରପ୍ରସାଦ ମହାପାତ୍ର, ନାରାୟଣ ବେହେରା, ସୁଶ୍ରୀ ବିଭାରାଣୀ ପାତ୍ର, କାଞ୍ଚନ ପାଉଣ୍ଡେସନର ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ, ବିଶ୍ବଜିତ ସାମନ୍ତରାୟ, ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରଞ୍ଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ୱାଇଁ ସ୍କୁଲ ସେଣ୍ଟର ପରିଦର୍ଶନ

ଭୁବନେଶ୍ୱର, ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ପ୍ରସାଦ ସିଂଙ୍କ ସମେତ ଏକ ପ୍ରତିନିଧି ଦଳ ଓଡିଶା ଗସ୍ତ କରି ୱାର୍ଲି ସ୍କୁଲ ସେଣ୍ଟର ପରିଦର୍ଶନ କରିଛନ୍ତି । ବିଶ୍ବସ୍ତରୀୟ ଭିତ୍ତିଭୂମି ଦେଖି ସେ ନିଜର ଖୁସି ଅଭିବ୍ୟକ୍ତ କରି । କହିଥିଲେ ଯେ ଆଜିର ପ୍ରତିଯୋଗିତା ବହୁଳ ଦୁନିଆରେ ଶିଳ୍ପ ସମ୍ବନ୍ଧୀୟ କୌଶଳ ଥିବା କୁଶଳୀ କର୍ମଜୀବୀଙ୍କର ଆବଶ୍ୟକତା ରହିଛି । ଏହା ଆଇଟିଆଇ ଏବଂ ପଲିଟେକ୍ତିକ୍ ଛାତ୍ରଛାତ୍ରୀଙ୍କ ସମସ୍ତ କୌଶଳ ଆବଶ୍ୟକତା ପୂରଣ କରି ସେମାନଙ୍କୁ କୁଶଳୀ କରିବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ସିଂ ପରିପ୍ରକାଶ କରିଥିଲେ । ୱାର୍ଲ ସ୍କିଲ ସେଣ୍ଟର ପରିଦର୍ଶନ କରିବା ପରେ ରାଷ୍ଟ୍ରୀୟ ଖଣିଜ ନିଗମର ସିଏମ୍ ଶ୍ରୀ ସୁମିତ ଦେବ କହିଥିଲେ ଯେ ଯୁବପିଢିଙ୍କ ଦକ୍ଷତା ବିକାଶ ଆବଶ୍ୟକତାକୁ ପୂରଣ କରିବା ସହ ସ୍କିଲିଂ ଇକୋସିଷ୍ଟମର ଚେହେରାକୁ ବଦଳାଇବା ପାଇଁ ଓଡିଶା ସରକାର ଯେଉଁ ଅନୁଭୁତିଶୀଳ ଶିକ୍ଷଣ ପରିବେଶ ସୃଷ୍ଟି କରିଛନ୍ତି ତାହା ନିଶ୍ଚିତ ରୂପେ ପ୍ରଶଂସନୀୟ ।

ଶ୍ରେଷ୍ଠ ଆଇଟିଆଇ ଏବଂ ପଲିଟେକ୍ତିକ୍ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି କେନ୍ଦ୍ର ଏକ ଫିନିସିଂ ସ୍କୁଲ୍ ଭାବରେ କାର୍ଯ୍ୟ କରିବା ସହିତ ଆଇଟିଆଇ ଏବଂ ପଲିଟେକ୍ତିକ୍ ଶିକ୍ଷକମାନଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ବିଏମସି କମିଶନର ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଶ୍ରୀ ସଞ୍ଜୟ କୁମାର ସିଂ କହିଥିଲେ । ଅଠର ମହଲା କୋଠାର ପ୍ରତ୍ୟେକ ମହଲା ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ପାଇଁ ଉତ୍ସର୍ଗୀକୃତ ଏବଂ ୨୦୨୧ ବର୍ଷ ପାଇଁ ଏୟାର କଣ୍ଡିସିନର ଏବଂ ରେଫ୍ରିଜରେଜେସନ୍, ମେକାନିକାଲ୍ ଏବଂ ଇଲେକ୍ତି କାଲ୍ ସର୍ଭିସେସ୍ ଏବଂ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି ବୋଲି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ତଥା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ପ୍ରତିନିଧି ଦଳଙ୍କୁ ସୂଚନା ଦେଇଥିଲେ । ଶ୍ରୀ ସିଂ ଏବଂ ସହଯୋଗୀମାନେ ୱାଇଁ ସ୍କୁଲ ସେଣ୍ଟରର ସମସ୍ତ ଲାବ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ : ଡକ୍ଟର ଭୋରା

ଭବନେଶର,କୋଭିତ-୧୯ର ବିଭୀଷିକା ପଥବୀରେ ଅନେକ କିଛି ପରିବର୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି । କୋଭିର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିତ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ବାରା  ଆୟୋଜିତ ଫୋନାଇଟଲି ଏକାଡେମିକ ଲେକ୍‌ଚର ପ୍ରଦାନ କରି ଡ: ଭୋରା କହିଛନ୍ତି । ବର୍ତମାନ ପରିସ୍ଥିତିରେ ପୃଥିବୀ ୪ଟି ବିଷୟକୁ ଗୁରୁତ୍ବ ପ୍ରଦାନ କରୁଛି । ସେଗୁଡ଼ିକ ହେଲା ସାସ୍ଥ୍ୟସେବା, ଜଳବାୟୁରେ ସ୍ଥିରତା, ଅର୍ଥନୈତିକ ପୂନଃଜାଗରଣ ଓ ସନ୍ତ୍ରାସବାଦର ମୂଳତ୍ପାଟନ । କୋଭିତ୍ବର ବିଭୀଷିକା ମଧ୍ୟରେ ଭାରତ ଟୀକା ଉତ୍ପାଦନ କରି ୬୦ ଟି ଦେଶକୁ ଯୋଗାଇ ପାରିବା କମ୍ କଥା ନୁହେଁ ବୋଲି ସେ କହିଥିଲେ ।

ସେ କହିଥିଲେ ଏହି ଟୀକା ଉତ୍ପାଦନ କ୍ଷମତା ଭାରତ ପକ୍ଷରେ ଏକ ବିଶେଷ ସଫଳତା ଓ ନିରାଶାବାଦୀ ନ ହୋଇ ଦେଶର ସଫଳତା ଉପରେ ଦୃଷ୍ଟିପାତ କରିବା ଆବଶ୍ୟକ । ଜଳବାୟୁ ପରିବର୍ତନ ଏକ ବିଶେଷ ଆହ୍ବାନ ବୋଲି ବର୍ଣ୍ଣନା କରି ଡ: ଭୋରା କହିଥିଲେ ଯେ ସୂର୍ଯ୍ୟାଲୋକ ବ୍ୟବହାର କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି । ଏହା ଛଡ଼ା ୧୯୪୭ ମସିହାରେ ଭାରତର ସାକ୍ଷର ସଂଖ୍ୟା ଜନସଂଖ୍ୟାର ୧୨ ପ୍ରତିଶତ ହୋଇଥିବା ବେଳେ ଶୀଘ୍ର ଏହା ଶତ ପ୍ରତିଶତରେ ପହଂଚିବ । ସୋଆ କୁଳପତି ପ୍ରଫେସର ଡ) ଅଶୋକ କୁମାର ମହାପାତ୍ର ବିଶ୍ୱବିଦ୍ୟାଳୟ ବିଷୟରେ ବିବରଣୀ ରଖିଥିଲେ । 

ସୋଆର ୟୁନିଭର୍ସିଟି ଆଉଟ୍ରିଟ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାସେଲର ପ୍ରଫେସର (ଡି) ଅମିତ ବାନାର୍ଜୀ, ପ୍ରୋ ଭାଇସ୍‌ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍‌, ଫାକଲ୍ଲି ମେମ୍ବର, ଛାତ୍ରଛାତ୍ରୀ, ୟୁନିଭର୍ସିଟି ଆଉଟୁରିଟ୍ ସେଲର କର୍ମକର୍ତ୍ତା ଓ ଅତିଥିମାନେ ଯୋଗ ଦେଇଥିଲେ । 

ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର, ୨୬ ତାରିଖ ଅପରାହ୍ନରେ ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ ଟେନିସ୍‌ ପ୍ରତିଯୋଗିତା ( ପୁରୁଷ ଓ ମହିଳା) । ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଅଛି । ଏଥିରେ ମୋଟ ୧୪ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ । ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗିତା ନକ୍ ଆଉଟ ପଦ୍ଧତିରେ ଖେଳ ହେବ । ଏହି ପ୍ରତିଯୋଗିତା ୨ ଦିନ ଧରି । ଋଲିବ । ତା ୨୬.୨.୨୦୨୨ ଓ ୨୭.୦୨.୨୦୨୨ ପ୍ରତିଯୋଗିତାରୁ ବଛା ବଛା ଖେଳାଳୀମାନେ ରାଜ୍ୟ ପାଇଁ ମହାରାଷ୍ଟ୍ର,ସୋଲାପୁରଠାରେ ମେ ମାସରେ ଜାତୀୟ ପ୍ରତିଯୋଗିତାରେ ଯୋଗଦେବେ । 

ଏହି ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଭୁବନେଶ୍ବରର କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା । ଅନ୍ୟତମ ସମ୍ମାନିତ ଅତିଥିମାନେ ହେଲେ ସମରେନ୍ଦ୍ର ଜେନା, ସଭାପତି ନଳିନୀକାନ୍ତ ମିଶ୍ର, ପ୍ରସନ୍ନ ରାଉତ, ମହେନ୍ଦ୍ର ବଳବନ୍ତରାୟ, ପ୍ରତିଭା ମିଶ୍ର, ସ୍ନିଗ୍ଧା ମହାପାତ୍ର, ଚିତା ବେହେରା, ସରିତା ଶତପଥୀ, କ୍ଷୀରୋଦ ବେହେରା, ଜର୍ଲିନ ଖାନ୍ ଓ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଉଦ୍‌ଘାଟନ ଉତ୍ସବକୁ ପରିଷ୍ଟଳନା କରିଥିଲେ । ଆସନ୍ତା କାଲି ଅପରାହ୍ନ ୪.୩୦ରେ ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହେବ ।

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ୱର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଭୀର ଶୋକ ପ୍ରକାଶ କରିଛି । ଆଜି ସକାଳେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀର କଂଗ୍ରେସ ଭବନ ଠାରେ ପଂହଚିବା ପରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ନିଖୁଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି. ରୁଦ୍ର ରାଜୁଙ୍କ ସମେତ ବହୁ କଂଗ୍ରେସ ନେତା ସ୍ବର୍ଗତ ବିଶ୍ବାଳଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଆୟୋଜିତ ଶୋକ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜି. ରୁଦ୍ର ରାଜୁ, ରାମଚନ୍ଦ୍ର ଝୁଟିଆ, ସୁରେଶ କୁମାର ରାଉତରାୟ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଗିରିବାଳା ବେହେରା, ଜିଆଉଲ ହକ, ୟାସିର ନୱାଜ, ବାଙ୍କ ନିଧୁ ବେହେରା ପ୍ରମୁଖ ସ୍ୱର୍ଗତ ବିଶ୍ବାଳଙ୍କୁ ଜଣେ ଦୃଢ଼ମନା ବ୍ୟକ୍ତିତ୍ବ ଭାବରେ ବର୍ଣ୍ଣନା କରିଥିଲେ । ସାଂଗଠନିକ କ୍ଷେତ୍ରରେ ହେଉ ଅଥବା ପ୍ରଶାସନିକ କ୍ଷେତ୍ରରେ ହେଉ ସମସ୍ତ ଦାୟୀତ୍ବକୁ ସେ ସାଲିସ ବିହୀନ ଭାବରେ ନିର୍ବାହ କରୁଥିଲେ । ଦଳିତ, ନିଷେସିତ ଜନତାର ବିକାଶ ନିମନ୍ତେ ସେ ସର୍ବଦା କାର୍ଯ୍ୟ କରୁଥିଲେ । 

ଭୁବନେଶ୍ବର ଏଜି ଛକ ଠାରେ ଡ. ବି. ଆର ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ସେ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ତାଙ୍କର ନୀତି ଓ ଆଦର୍ଶ ସଂପକରେ ଆଲୋକପାତ କରାଯାଇଥିଲା । ବୈଠକର ପ୍ରାରମ୍ଭରେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । 

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଚିନ୍ମୟ ସୁନ୍ଦର ଦାସ, ପତ୍ନାକର ଗୁରୁ, ଅମିୟ କୁମାର ପଟ୍ଟନାୟକ, ହଳଧର ସେଠୀ, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସନତ ଦାସ, ନିଶିକାନ୍ତ ମିଶ୍ର, ବିଶ୍ୱଜିତ ଦାଶ, ବିସ୍ମୟ ମହାପାତ୍ର, ସୁବ୍ରତ ମହାପାତ୍ର, ସ୍ଵାଧୀନବାଳା ଦାସ, ତୃପ୍ତି ଦାସ, ରସିକ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ବିଷ୍ଣୁ ଚରଣ ବାରିକ, ଜଗନ୍ନାଥ ମିଶ୍ର, ଭିମସେନ ଭୋଇ, ତାପସ ସେଠୀ, ଦୀପକ ମହାପାତ୍ର, ଶୈଳେନ୍ଦୁ ମଜମୁଦାର, ରାଜକିଶୋର ବାରିକ, ସଂକୁନା କହଁର, ସଂଜୀବ ମହାନ୍ତି, କୁସୁମ ପ୍ରଧାନ, ଉମେଶ ସ୍ବାଇଁ, ସାଗର ପରିଡ଼ା, ଦେବେନ୍ଦ୍ର ପ୍ରସାଦ ଦାସ, ସୁଭାଷ ପ୍ରଧାନ, ରମେଶ ପାତ୍ର, ମନୋଲିଶ ଦାସ, ପ୍ରଭାବତୀ ପଟ୍ଟନାୟକ, ବୁନା ମହାନ୍ତି, ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ବହୁ କର୍ମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ନାଥୁରାମର ପ୍ରଚାର କରିବା ନ୍ୟାୟପାଳିକା ପ୍ରତି ଅବମାନନା : ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ଭୁବନେଶ୍ବର, ଭାରତୀୟ ସ୍ବାଧୀନତା ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ। ହିନ୍ଦୁ ମୁସଲମାନ ଏକତାର ସୂତ୍ର ଧରି ସେ ବ୍ରିଟିଶ ସରକାରର ଭାଗ କର ଓ ଭୋଗ କର ନୀତିକୁ ଅକାମୀ କରି ଆମକୁ ସ୍ଵାଧୀନତା ପ୍ରଦାନ କଲେ। ସତ୍ୟ, ଅହିଂସା, ସତ୍ୟାଗ୍ରହ, ଏକାଦଶ ବ୍ରତ ଭଳି ବିଚାରର ପ୍ରଚାର ପ୍ରସାର ମାଧ୍ୟମରେ ସେ ଭାରତୀୟ ସମାଜକୁ ଅଧିକରୁ ଅଧିକ ମହତ୍ତତା ପ୍ରଦାନ କରିବାକୁ ପ୍ରୟାସ କରିଥିଲେ। ହେଲେ ଯେଉଁ ଶକ୍ତି ବ୍ରିଟିଶ ସରକାର ସହ ମିଳିତ ହୋଇ ଆମ ସ୍ଵାଧୀନତା ଆନ୍ଦୋଳନକୁ ବିଫଳ କରିବାକୁ ସଦା ପ୍ରୟାସ ଚଳାଇଥିଲେ, ସେହି ଗୋଷ୍ଠୀର ପ୍ରତୀକ ଥିଲେ ନାଥୁରାମ ଗଡସେ। କପୁର କମିଶନ ରିପୋର୍ଟ ଅନୁସାରେ ଗାନ୍ଧୀ ହତ୍ୟା ପାଇଁ ଦିଲ୍ଲୀ ଆସିବା ପୂର୍ବରୁ ସେ ପୁନେଠାରେ ବେଶ୍ୟାଗମନ କରିଥିଲେ ଓ ନିଜର ବ୍ୟାଙ୍କରେ ରହିଥିବା ସମସ୍ତ ଅର୍ଥ ନିଜ ଭାଉଜଙ୍କ ଖାତାକୁ ପଠାଇ ଦେଇଥିଲେ । 

ଦିନେ ହେଲେ ବ୍ରିଟିଶ ହୁକୁମତ ବିରୋଧରେ ସ୍ଲୋଗାନଟିଏ ଦେଇନଥିବା ନାଥୁରାମ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ତଥା ସାବରକରଙ୍କ ନିର୍ଦ୍ଦେଶରେ ନୋଆଖାଲିରୁ ଦିଲ୍ଲୀଯାଏ ସାମ୍ପ୍ରଦାୟିକ ଅଗ୍ନୀ ନିର୍ବାପନରେ ମଗ୍ନ ଥିବା ୭୯ ବର୍ଷୀୟ ବୃଦ୍ଧ ଗାନ୍ଧୀ ମହାତ୍ମାଙ୍କୁ ହତ୍ୟା କରିଥିଲା। ଏହିଭଳି ଜଣେ ହତ୍ୟାକାରୀ ଗାନ୍ଧୀ ହତ୍ୟା ଅପରାଧର ବିଚାର ଲାଲ କିଲ୍ଲାର ସ୍ପେଶାଲ କୋର୍ଟରେ ହୋଇଥିଲା। ଏଥିରେ ନାଥୁରାମକୁ ଫାଶୀ ଦଣ୍ଡ ମିଳିଲା। ନାଥୁ ରାୟ ବିରୋଧରେ ପଞ୍ଜାବ ହାଇକୋର୍ଟରେ ଅପିଲ କରିବା ସତ୍ତ୍ୱେ ମାନ୍ୟବର ହାଇକୋର୍ଟ ତଳ କୋର୍ଟର ରାୟକୁ କାୟମ ରଖିଥିଲେ। ଏପରିକି ଦେଶ ସ୍ଵାଧୀନ ହୋଇଯାଇଥିବା ସତ୍ତ୍ୱେ ନିଜର ପୁରୁଣା ମିତ୍ର ବ୍ରିଟିଶ ସରକାରର କରୁଣା ପାଇବା ଆଶାରେ ପ୍ରିଭି କାଉନସିଲ ନିକଟରେ ଅପିଲ କରିଥିଲା । ହେଲେ ଅନ୍ୟ ଦେଶର କେସକୁ ବିଚାର କରିପାରିବା କ୍ଷମତା ପ୍ରିଭି କାଉନସିଲର ନଥିବା ଦର୍ଶାଇ ଏହା ଖାରଜ ହୋଇ ଯାଇଥିଲା। 

ଗାନ୍ଧୀଜୀଙ୍କ ଦୁଇ ପୁତ୍ର ମଣିଲାଲ ଓ ରାମଦାସ ମହାତ୍ମାଙ୍କ ଅହିଂସକ ବିଚାର ଆଧାରରେ ନାଥୁରାମକୁ ଫାଶୀ ନଦେବା ପାଇଁ କୋର୍ଟକୁ ନିବେଦନ କରନ୍ତେ ଭାରତର ନ୍ୟାୟ ବ୍ୟବସ୍ଥା ଆଧାରରେ ଏହି ବିଚାର ହେଉଥିବା କହି ଏହାକୁ ବି ଖାରଜ କରିଦେଇଥିଲେ। ଯେଉଁ ହତ୍ୟାକାରୀକୁ ଭାରତୀୟ ନ୍ୟାୟପାଳିକା ଦୋଷୀ ସାବ୍ୟସ୍ତ କରି ଫାଶୀ ଦେଇଥିଲା, ତାହାର ମହିମା ମଣ୍ଡନ କରିବା ଓ ତାହାକୁ ଦେଶପ୍ରେମୀ କହି ଅନ୍ୟମାନଙ୍କୁ ଦେଶଦ୍ରୋହୀ କହିବା ନ୍ୟାୟ ବ୍ୟବସ୍ଥା ପ୍ରତି ଅପମାନ। ହେଲେ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପୋଷ୍ଟର ମାଧ୍ୟମରେ ନାଥୁରାମର ପ୍ରଚାର କରିବାପାଇଁ ଯେଉଁ ଅପଚେଷ୍ଟା ସାମ୍ପ୍ରଦାୟିକ ଗୋଷ୍ଠୀ ଦ୍ଵାରା ଚାଲିଛି,
ତାହା ଦେଶର ନ୍ୟାୟ ବ୍ୟବସ୍ଥା ପ୍ରତି ଅସମ୍ମାନ ବୋଲି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା. ବିଶ୍ୱଜିତ୍, ବିରୂପାକ୍ଷ ତ୍ରିପାଠୀ, ତୁଷାରକାନ୍ତି ମହାନ୍ତି, ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ମାନସ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ ଅଭିଯୋଗ କରି ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତି ଓ ସଂଗଠନ ମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବା ସହ ଜନସାଧାରଣ ନିଜ ନିଜ ଅଞ୍ଚଳରୁ ଏହି ପୋଷ୍ଟର ସବୁ ହଟାଇଦେବାକୁ ପରାମର୍ଶ ଦେଇଛନ୍ତି।

ଏନଟିପିସି ପୂର୍ବାଞ୍ଚଳ ମୁଖ୍ୟାଳୟ-୨ ଦ୍ଵାରା ଫେବୃୟାରୀ ୨୪, ୨୦୨୨ ତାରିଖରେ ଯୋଗାଯୋଗ କର୍ମଶାଳା

ଭୁବନେଶ୍ବର,ଏନଟିପିସି ପୂର୍ବାଞ୍ଚଳ ମୁଖ୍ୟାଳୟ-୨ ଦ୍ଵାରା ଫେବୃୟାରୀ ୨୪, ୨୦୨୨ ତାରିଖରେ ଯୋଗାଯୋଗ କର୍ମଶାଳା ଆୟୋଜିତ କର୍ମଶାଳାରେ ଶ୍ରୀଯୁକ୍ତ ବି.ଏସ୍. ପାଣି, ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନାଲକୋ ତଥା ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ ଯୋଗଦେଇ ସଙ୍କଟ ସମୟରେ ଯୋଗାଯୋଗ ବିଷୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ଅନିଶ୍ଚିତତାର । ପରିସ୍ଥିତିରେ ଯୋଗାଯୋଗର ଭୂମିକା ଏବଂ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । କର୍ମଶାଳାରେ କମ୍ପାନୀର ବ୍ରାଣ୍ଡ ବିଲଡିଂ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଯୋଗାଯୋଗକୁ ରୂପାନ୍ତରୀତ କରି ଏହାକୁ ପ୍ରଭାବଶାଳୀ କରିବା ଉପ ରେ ମହତ୍ଵପୂର୍ଣ୍ଣ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା । କର୍ମଶାଳାରେ, ପୂର୍ବାଞ୍ଚଳ ମୁଖ୍ୟାଳୟ-୨ର ୨୮ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ପଞ୍ଚାୟତ ନିର୍ବାଚନ ସମୟରେ ଅବକାରୀ ବିଭାର ସ୍ବତନ୍ତ୍ର ଅଭିଯାନକୁ ବଡ ସଫଳତା

ଭୁବନେଶ୍ୱର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେଭଳି ସୁରୁଖୁରୁରେ ହେବ ଏବଂ ଏହି ସମୟରେ ଯେଭଳି କୌଣସି ପ୍ରକାର ଅବକାରୀ ଅଘଟଣ ନଘଟିବ ସେଥିପାଇଁ ରାଜ୍ୟ ଅବକାରୀ ବିଭାଗ ଜାନୁଆରୀ ୧୧ ତାରିଖରୁ ଫେବୃଆରୀ ୨୪ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ଚଳାଇଥିଲା । ଏହି ଅଭିଯାନରେ ୫୮ ୮ ୭ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ପ୍ରାୟ ୧ ୭କୋଟି ଟଙ୍କାର ଅବକାରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ର୍ନିବାଚନ ସମୟରେ ଯେଭଳି ବେଆଇନ୍ ନିଶା କାରବାର ଓ ଏ । ସଂକ୍ରାନ୍ତରେ ଅଘଟଣ ନଘଟେ ସେଥିପାଇଁ କଡା ନଜର ରଖାଯାଇଥିଲା । ଜିଲ୍ଲା ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରାଲରୁମ୍ ଖୋଲା ଯିବା ସହିତ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ କଡା ନଜର ରଖାଯାଇଥିଲା । ବେଆଇନ୍ ନିଶା କାରବାରକୁ ରୋକିବାପାଇଁ ଦିନ ରାତି ଚଢଉ ଜାରି ରହିଥିଲା ।

ନିର୍ବାଚନ ସମୟରେ ଚଳାଯାଇଥିବା ସ୍ବତନ୍ତ୍ର ଧରପଗଡରେ ୫୮ ୮ ୬ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ୭ ୮୧ ୮ଟି ମାମଲା ରୁଜୁ ହୋଇଛି । ଏଥି ସହିତ ୧,୭୭,୬ ୨୫ ଲିଟର କାରଖାନା ପ୍ରସ୍ତୁତ ଦେଶୀମଦ, ୧୯,୪୬, ୮୭ ୮ ଲିଟର ଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ, ୫୦୦୧ କିଲୋ ଗଞ୍ଜଇ, ୨ ୬ ୭ ୩ ଗ୍ରାମ ବ୍ରାଉନସୁଗାର, ୫୦ ଲିଟର କଫି ସିରପ, ୩ ୬ ୮୯ ଲିଟର ବିଦେଶୀ ମଦ, ୨୦ ୨୦ ଲିଟର ବିୟର, ୫୯୬୬ ଲିଯର ଦେଶୀ ମଦ, ୪୯୯୬ ଲିଟର ଭାଟି ମଦ, ୧,୦୩, ୨୦୦ ସଂଖ୍ୟକ ନକଲି ଇଏଏଲ, ବିଭିନ୍ନ କମ୍ପାନୀର ୩୬ ହଜାର ନକଲି ଲେବଲ, ୨ ଲକ୍ଷ ନକଲି ଠିପି ଜବତ ହୋଇଥିଲା । ଏଥି ସହିତ ୨୭ ୬ଟି ଦୁଇ ଓ ଚାରିଚକିଆ ଯାନ ବି ଜବତ ହୋଇଥିଲା । ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀର ଆନୁମାନିକ ମୂଲ୍ୟ ୧ କୋଟି ୮୫ଲକ୍ଷ ଟଙ୍କା ହେବ ବୋଲି ଆକଳନ ହୋଇଥିଲା ।

ତେବେ ନିର୍ବାଚନ ସମୟରେ ଚଳାଯାଇଥିବା ସ୍ବତନ୍ତ୍ର ଅଭିଯାନରୁ ଯେଉଁ କେତେକ ସଫଳତା ମିଳିଥିଲା ସେଥି ମଧ୍ୟରେ ବ୍ରହ୍ମପୁର ସହରରୁ ୫୦୦ କିଲୋ ଗଞ୍ଜେଇ ଜବତ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ସହିତ । । ସେହିଭଳି ଅବକାରୀ ବିଭାଗର ଅଧିକାରୀମାନେ କୋରାପୁଟ ଠାରେ ଏକ ଟ୍ରକ ଜବତ କରିବା ସହିତ ସେଥିରୁ ୧୦ ୨୪ । କିଲୋ ଗଞ୍ଜେଇ ଧରିଥିଲେ । ସେହିଭଳି ବ୍ରହ୍ମପୁରରୁ ଆଉ ୧୧୦୦ କିଲୋ ଗଞ୍ଜେଇ ଧରାପଡିଥିଲା ଯାହାର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ଆକଳନ କରାଯାଇଛି । ଅବକାରୀ ବିଭାଗର ଅଧିକାରୀମାନେ ଗତମାସ ୧୭ ତାରିଖରେ । ବାଲେଶ୍ବରରୁ ୮୦୦ ଲିଟର ଦେଶୀମଦ ଜବତ କରିଥିବାବେଳେ ବ୍ରହ୍ମପୁର ଅବକାରୀ ବିଭାଗ ଗୋଟିଏ ମହିନ୍ଦ୍ରାଗାଡିକୁ ଧରିବା ସହିତ ସେଥିରୁ ୯୩୦ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହାର ମୂଲ୍ୟ ପ୍ରାୟ ୯ଲକ୍ଷ ୩୦ ହଜାର ଟଙ୍କା ।

ସେହିଭଳି କଟକ ଅବକାରୀ ବିଭାଗ ଗତମାସ ୨୩ତାରିଖ ଦିନ ଯାଜପୁରରୁ ୩ ୬ ଲିଟର ନକଲି ବିଦେଶୀ ମଜଦ କରିଥିବାବେଳେ ଢେଙ୍କାନାଳ ଅବକାରୀ ବିଭାଗ ୮୪ଲିଟର ନକଲି ବିଦେଶୀ ମଦ ଧରିଥିଲେ । ଜାନୁଆରୀ ୩୦ ତାରିଖରେ ରାଜ୍ୟ ସ୍ତରୀୟ ଅବକାରୀ ଫ୍ଲାଇଙ୍ଗ ସ୍ନାଜ୍ ଯାଜପୁର ଜିଲ୍ଲାରୁ ୫୫୩ ବୋତଲ ନକଲି ବିଦେଶୀ ମଦ ସହିତ ଏହାକୁ ନେଉଥିବା ଗୋଟିଏ ଇକୋସୋର୍ଟସ କାର୍ ଜବତ କରିଥିଲେ ।

ଭଦ୍ରକ ଜିଲ୍ଲା ଅବକାରୀ ଅଧିକାରୀମାନେ ଫେବୃଆରୀ ୩ତାରିଖ ଦିନ ୬୫ଲିଟର ଜିଞ୍ଜର ଜବତ ସହିତ ୨ ଜଣଙ୍କୁ ଗିରଫ କରିଥିଲେ । ସେହିଭଳି ବରଗଡ ଜିଲ୍ଲାରୁ ୧ ୩ଲିଟର ମୃତ୍ୟୁ ସଞ୍ଜିବନୀ ସୁଭା ଜବତ ହୋଥିଲା । ଅନୁଗଗୁଳ ଅବକାରୀ । କପକ୍ଷ ଜିଲ୍ଲାରୁ ୨ ଲକ୍ଷ ନକଲି ଠିପି, ୯୬ ହଜାର ନକଲି ଅବକାରୀ ଲୋଗୋ ଏବଂ ୧୨୦୦ ଟି ବିଭିନ୍ନ ମଦ କମ୍ପାନୀର ଲେବୁଲ ଜବତ କରିଥିଲେ । ଏହି ସମସ୍ତ ସାମଗ୍ରୀ ଅନୁଗୁଳ ଥାନା ଅନ୍ତର୍ଗତ ରାଣିଗୁଡାରୁ ଜବତ ହୋଇଥିଲା । ଫେବୃଆରୀ ୬ତାରିଖରେ ଅବକାରୀ ବିଭାଗକୁ ବଡ ସଫଳତା ମିଳିଥିଲା । 

ସେହିଭଳି ନୟାଗଡରୁ ୩୫୦ ବୋତଲ ନକଲି ବିଦେଶୀ । ମଦ, ୧୫୦ ଲିଟର ସ୍ପିରିଟ୍, ୩୦ ଲିଟର ନକଲି ବିଦେଶୀ ମଦ ପ୍ରସ୍ତୁତ ସାମଗ୍ରୀ, ୧୦୦୦ଟି ଖାଲି ବୋତଲ ୨୦ହଜାର । ବିଭିନ୍ନ ବିଦେଶୀ ମଦ କମ୍ପାନୀର ଲେବୁଲ, ୪୦୦୦ ନୂଆ ଠିପି ସମେତ କେତେ ଗାଡିମୋଟର ଜବତ ହୋଇଥିଲା । ପଞ୍ଚାୟତ ନିର୍ବାଚନରେ ଯେଭଳି ବେଆଇନ୍ ନିଶା କାରବାର ସଂକ୍ରନ୍ତୀୟ କୌଣସି ପ୍ରକାର ଅଘଟଣ ନଘଟେ ସେଥିପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । 

ଅବକାରୀ କମିଶନର ଆଶିଷ ସିଂହ ଏ ନେଇ ନିୟମିତ ସମୀକ୍ଷା କରିବା ସହିତ ସୀମାନ୍ତବର୍ତ୍ତୀ ଇଲାକା ଉପରେ ନଜର ରଖୁବାପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ର ସ୍ତରୀୟ ଅଧୁକାରୀ ସକ୍ରିୟତା ଯୋଗୁଁ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ବିଭାଗକୁ ବଡ ସଫଳତା ମିଳିଥିବାବେଳେ ରାଜ୍ୟର କୌଣସି ଗୋଟିଏ ହେଲେ ସ୍ଥାନରେ ବେଆଇନ୍ ନିଶା କାରବାରକୁ ନେଇ କୌଣସି ଅଘଟଣ ଘଟିନାହିଁ ।


ମିଲର ଗିରଫ ହେବା ଛାଡ । ଧାନ ବ୍ୟବସାୟୀ, ମିଲରଙ୍କ ଏଜେଣ୍ଟ ଓ ଗୁଣ୍ଡା ଚଳାଉଛନ୍ତି ମଣ୍ଡି

ଭୁବନେଶ୍ୱର,ରାଜ୍ୟରେ ଗୋଟିଏ ନିର୍ବାଚିତ ସରକାର ଅଛି ଓ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ ଅଛନ୍ତି ଏମିତି ଏବେ ଅନୁଭବ କରିହେଉନି । କାରଣ ରାଜ୍ୟରେ ଏବେ ଆଇର ଶାସନ ଗଲୁନାହିଁ, ସରକାରୀ କଳ ପୁରା ଅକାମୀ । ଅନ୍ୟ ବିଭାଗ କଥା ଛାଡ଼, ଖୋଦ କୃଷି, ଯୋଗାଣ, ମନ୍ତ୍ରୀ ଧାନ ମଣ୍ଡି ଓ ଧାନ କିଣା ଚରମ ଅବ୍ୟବସ୍ଥାରୁ ଏକଥା ଜଳ ଜଳ ଦେଖାଯାଉଛି । ଫନି, ଫାଇଲିନ୍, ହୁଡହୁଡ୍ ଓ ଜୱାଦ ଋଷୀଙ୍କ ପାଇଁ ଯେତେ ବିପର୍ଯ୍ୟୟ ଡ଼ାକିଆଣୁଛି, ତାଠାରୁ ବେଶୀ ସମସ୍ୟା ମଣ୍ଡିରେ ମିଲରଙ୍କ ବେଆଇନ ଏଜେଣ୍ଟ ଓ ଧାନ ବ୍ୟବସାୟୀ ଓ ତାଙ୍କ ସମର୍ଥିତ ଗୁଣ୍ଡାଙ୍କ ଉତ୍ପାତ । ଦୁଇଦିନ ଧରି ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ ସମୟରେ ଏଭଳି ଦୃଶ୍ୟ ଦେଖୁବାକୁ ମିଳିଥିଲା । 

ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ପଞ୍ଚାୟତର ମଣ୍ଡି ପୁରା ବ୍ୟବସାୟୀ ଓ ମାଫିଆଙ୍କ କବଜାରେ । ଅଧୁକ ଧାନ କଟନି ଛଟନି ପାଇଁ ସମ୍ମୁଲିଆ ମିଲର ମୂଲଗ୍‌ଲ କରିବା ପରେ ବରଗଡ଼ ମିଲର ଆସିଛନ୍ତି, କିନ୍ତୁ ଯଥାପୂର୍ବ ତଥା ପରଂ ସ୍ଥିତି । ସବୁଠାରୁ ବଡ଼ କଥା ହେଲା ଯେ, ଅଧିକାଂଶ ମଣ୍ଡିରେ ସମବାୟ ସମିତି ସମ୍ପାଦକ ପୁରା ବେପରବାୟ, ପୁରା ମିଲରଙ୍କ ଏଜେଣ୍ଟ ଓ ଧାନର ବ୍ୟବସାୟୀଙ୍କୁ ମଣ୍ଡିର ଦାୟିତ୍ବ ଛାଡ଼ିଦେଇଛନ୍ତି । ଏଭଳି ଘଟଣା କଟକ ସଦର ଅଞ୍ଚଳରେ ମଧ୍ୟ ଦେବାକୁ ମିଳିଥିଲା । ବାଲିପାଟଣା, ବାଲିଅନ୍ତାର ପାଖ ବ୍ଲକ ନିଆଳି, କଣ୍ଟାପଡ଼ରେ କାଟ ଦୁଇରୁ ତିନିକେଜି ଥିଲାବେଳେ ବାଲିପାଟଣା, ବାଲିଅନ୍ତାରେ ୮ରୁ ୧୦କେଜି । ସବୁଠୁ ଲଜାର କଥା ଯେ, ଏଆରସିଏସ୍, ସିଏ କିମ୍ବା ଉପଜିଲ୍ଲାପାଳ ଧାନ ମଣ୍ଡିରେ ଗୃଷୀଙ୍କ ସ୍ଥିତି କଣ, ଏ ନେଇ ଆଦୌ ବ୍ୟସ୍ତ ନାହାଁନ୍ତି । 

ଯଦି କଟନି ଛଟନି କଥା କେହି ପଶ୍ଚରୁଛି, ତେବେ ଧାନ ବ୍ୟବସାୟୀଙ୍କ ସମର୍ଥିତ ଗଣ୍ଡା ଝପଟି ଆସୁଛନ୍ତି । ସେମାନେ କହିଛନ୍ତି ଆମେ ମିଲରଙ୍କୁ ଡାକି ଆଣିଛ, ଅଲବଦ କଟା ହେବ । ଅତଏବ ସବୁ ଧାନ ମଣ୍ଡିରେ ଧାନ ବ୍ୟବସାୟୀ ହାଉଯାଉ । ସେମାନେ ହ୍ଵାଟସ୍‌ଆପରେ ଦେଖାଉଛନ୍ତି ଅନ୍ୟ ମଣ୍ଡିରେ ଏତେକେଜି କାଟି, ଏଠି ହେଲେ କ’ଣ କ୍ଷତି ? ସବୁଠୁ ଦୁର୍ଭାଗ୍ୟର କଥା ଯେ, କିଛି ସ୍ପଷୀଙ୍କ ଖରାପ ଧାନ ବାହାନାରେ ଭଲ ଗୃଷୀଙ୍କ ସଫା, ଶୁଖୁଲା ଧାନ ଉପରୁ ମଧ୍ୟ କୁଇଣ୍ଟାଲ ପିଛା ୫/୭ କେଜି କଟାଯିବା ଦୁର୍ଭାଗ୍ୟଜନକ । ମଣ୍ଡିରେ ମିଲରଙ୍କ କଟନି ଛଟନି ଠାରୁ ଆହୁରି ଦୁର୍ଭାଗ୍ୟ ଯେ, ଟୋକନ ଅବଧୂ ଭିତରେ ମିଲରମାନେ ମଣ୍ଡିକୁ ଗାଡ଼ି ପଠାଉ ନାହାଁନ୍ତି କିମ୍ବା ଧାନ ଉଠାଉନାହାଁନ୍ତି । ଏହା ଭିତରେ ଟୋକନ ଅବଧ ସମାପ୍ତ ହୋଇଛି । 

ସେହିଭଳି ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଥିବାରୁ ସମସ୍ତ ବିଡ଼ିଓ, ତହସିଲଦାର ଯେଉଁମାନେ ମଣ୍ଡି ସୁପରଭାଇଜ ପାଇଁ ନୋଡ଼ାଲ ଅଫିସର ଭାବେ ରହିଛନ୍ତି, ସେମାନେ ମଣ୍ଡି ନିୟମିତ ପରିଦର୍ଶନ କରିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କ ନିକଟରେ ଦାବି କରିବା ସହ ଅନ୍ତତଃ ପକ୍ଷେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଟୋକନର ଅବଧ୍ୟ ବଢାଇବାକୁ ଚେତାବନୀ ଦେଇଛନ୍ତି । ସେହିଭଳି ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ସଚିବ ଧାନ ସଂଗ୍ରହର ଚିତ୍ର ନେଇ ତୁରନ୍ତ ସଚିବାଳୟରେ ବୈଠକ ଡ଼କାଇବାକୁ ସଂଗଠନ ପକ୍ଷରୁ ଶ୍ରୀ ନନ୍ଦ ଆହ୍ବାନ ଦେଇଛନ୍ତି ।

ଓଡ଼ିଶାରେ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କର ଡିଜିଟାଲ୍ ହଟ୍ ସେବା ଉଦ୍‌ଘାଟିତ

ଭୁବନେଶ୍ୱର, ବ୍ୟାଙ୍କିଙ୍ଗ ସେବାକୁ ଅଧିକ ଡିଜିଟାଲ୍ କରିବା ସହିତ ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ଡିଜିଟାଲ୍ ହଟ୍ ସେବା ଶିକ୍ଷା ଓ ଅନୁସନ୍ଧାନ ସୋଆ) କ୍ୟାମ୍ପରେ ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ଡିଜିଟାଲ୍ ହଟ୍ କେନ୍ଦ୍ରକୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି । ଏହି ଡିଜିଟାଲ୍ ହଟ୍ କେନ୍ଦ୍ର ଏକ ସ୍ୱୟଂଚାଳିତ ପ୍ରକ୍ରିୟା ଏବଂ ଏଠାରେ ଏକ ସଂଗେ ଟଙ୍କା ଉଠାଇବା, ଡିପୋଜିଟ୍ କରିବା, ପାସ୍‌ବୁକ୍ ଅପଡେଟ୍ କରିବା, ଚେକ୍ ଡିପୋଜିଟ୍ କରିବା ଏବଂ ଅନ୍‌ଲାଇନ୍ ଆକାଉଣ୍ଟ ଖୋଲିବା ନିମନ୍ତେ ୫ଟି ମେସିନ୍ ରହିଛି । 

ଏଥି ସହିତ ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ବିଷୟରେ ସମସ୍ତ ସୂଚନା ପ୍ରଦାନ ନିମନ୍ତେ ଏକ ଟିଭି ଡିପ୍ଟର ସୁବିଧା ରହିଛି । ଏଭଳି ସେବା ଦ୍ଵାରା ଛାତ୍ରଛାତ୍ରୀମାନେ ଅନେକ ମାତ୍ରାରେ ଉପକୃତ ହୋଇପାରିବେ । ସେମାନଙ୍କୁ ବ୍ୟାଙ୍କିଙ୍ଗ ସେବାର ସମସ୍ତ ସୁବିଧା ସୋଆ କ୍ୟାମ୍ପସ୍ ପରିସରରେ ୨୪ ଘଣ୍ଟା ଉପଲବ୍ଧ ହେବ । ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏଭଳି ସେବା ପ୍ରଦାନ ସାଗତ ଯୋଗ୍ୟ ବୋଲି ଏହି ଡିଜିଟାଲ ସେବାକୁ ଉଦ୍‌ଘାଟନ ସମୟରେ କହିଛନ୍ତି ପ୍ରଫେସର ନାୟକ। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଜୋନାଲ୍ ମ୍ୟାନେଜର ଶ୍ରୀ ସଞ୍ଜୀବ ଭରଦ୍ୱାଜ । ଏହି ସେବା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଅନ୍‌ଲାଇନ୍ ସେବା । ଏହା ଦ୍ବାରା ଉଭୟ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତାମାନେ ଖୁବ୍ ଉପକୃତ ହୋଇପାରିବେ । 

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵରରେ ଏହି ଡିଜିଟାଲ ହଟ୍ ଉଦ୍ଘାଟିତ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର ଏବଂ ଅନ୍ୟାନ୍ୟ ଜୋରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀ ଭରଦ୍ୱାଜ। ଏହି ଅବସରରେ ପିଏନ୍‌ବିର ଭୁବନେଶ୍ଵର ସର୍କଲ୍ ହେଡ୍ ଶ୍ରୀ ପରେଶ ଦାସ ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା କେନ୍ଦ୍ରର ସୂଚନା ଦେବା ସହ ଏଠାରେ ଦୁଇ ଜଣ କର୍ମଚାରୀ କାର୍ଯ୍ୟରତ ରହିବେ ବୋଲି କହିଛନ୍ତି । ଜଣେ ମାର୍କେଟିଂ ବିଭାଗର କର୍ମଚାରୀ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସେବା ପ୍ରଦାନ ନିମନ୍ତେ ଏବଂ ଅନ୍ୟ ଜଣେ କର୍ମଚାରୀ ବ୍ୟାଙ୍କିଙ୍ଗ ସେବା ପ୍ରଦାନ ନିମନ୍ତେ ନିୟୋଜିତ ରହିବେ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଏହି ଡିଜି ହରେ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ କରିବାର କ୍ଷମତା ରହିଛି । ଟଙ୍କା ଡିପୋଜିଟ୍ ହେବା ସଂଗେ ସଂଗେ । ଆକାଉଣ୍ଟରେ ଏହା ପ୍ରତିଫଳିତ ହେବ ଏବଂ ମୋବାଇଲରେ ମେସେଜ୍ ଆସିଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଜାବ ନ୍ୟାସ୍‌ନାଲ୍ ବ୍ୟାଙ୍କ ପୋଖରୀପୁଟ ଶାଖାର ସିନିୟର ମ୍ୟାନେଜର ଶ୍ରୀ ସୌମିତ୍ରୀ ପତି। ଏହି ଉଦ୍‌ଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଚାଟାର୍ଡ ଆକାଉଣ୍ଟାଟ ଶ୍ରୀ ସରୋଜକାନ୍ତ ସାମଲ, ଆଇବିସିସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।

ସମ୍ ହସ୍ପିଟାଲରେ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ

ଭୁବନେଶ୍ୱର, କରୋନା ମହାମାରୀକୁ ପ୍ରତିହିତ କରିବା ନିମନ୍ତେ ସବୁବେଳେ ଆଗଧାଡିରେ ରହିଥିବା ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଦିବ୍ୟାଙ୍ଗ ଶିଶୁଙ୍କୁ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ କରାଯାଇଛି । ବୁଧବାର ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ସମ୍ ହସ୍ପିଟାଲରେ ମାଗଣା କୋଭିଡ୍ ଭାକ୍ସନ୍ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଦିବ୍ୟାଙ୍ଗ ମାନଙ୍କୁ ଏହି ଭାକ୍ସନ୍ ପ୍ରଦାନ କରାଯାଇଛି । ଆଇସିଆଇସିଆଇ ଫାଉଣ୍ଡେସନ୍‌ର ସହଯୋଗରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ୧୫ ରୁ ୧୮ ବୟସର ପ୍ରାୟ ହଜାର ଜଣଙ୍କୁ ଏହି ଭାକ୍ସନ୍ ପ୍ରଦାନ କରାଯିବାର ଯୋଜନା ରହିଛି । 

ଭାକ୍ସନ୍ ପ୍ରଦାନ କାର୍ଯ୍ୟକ୍ରମରେ ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଲିପିଲେଖା ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ । ଯେଉଁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଭାକ୍ସନ୍ ଦେଇପାରି ନାହାନ୍ତି ସେମାନେ ସମ୍ ହସ୍ପିଟାଲରେ ଆସି ଭାକ୍ସନ୍ ନେଇପାରିବେ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।

‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ୍' ପୁସ୍ତକ ରାଜ୍ୟପାଳଙ୍କ ଦ୍ଵାରା ଉନ୍ମୋଚିତ

ଭୁବନେଶ୍ୱର,ସତ୍ୟଜିତ ସେନାପତିଙ୍କ ଦ୍ବାରା ଲିଖୁତ ‘ୱାର୍କ, ୱାର୍କମାନସିପ୍ ଆଣ୍ଡ ଉଇନିଙ୍ଗ' ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ଉନ୍ମୋଚନ କରିଛନ୍ତି । ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ସହ ବିଶିଷ୍ଟ ଲେଖକ ତଥା ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ଓ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ । କର୍ପୋରେଟ୍ ଜଗତରେ ଉଚ୍ଚତର ସୋପାନରେ ପହଞ୍ଚିବା ପାଇଁ ଏହି ପୁସ୍ତକଟି ଏକ ମାର୍ଗଦର୍ଶିକା ଏବଂ ଏହା ବିପୁଳ । ପାଠକୀୟତା ହାସଲ କରିବ ବୋଲି ପ୍ରକାଶ କରି ରାଜ୍ୟପାଳ ଲେଖକ ଶ୍ରୀ ସେନାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଜାତୀୟ ସେବା ଯୋଜନା ସଂପର୍କୀତ ୱେବିନାର ଅନୁଷ୍ଠିତ

ଭୁବନେଶ୍ବର, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନାର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ତିନିଗୋଟି ୱେବିନାର ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଆଜିର ଉଦ୍‌ଯାପନୀ ଦିବସରେ ଯୋଗଦେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥ ସେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସେବା ଯୋଜନାରେ ଯୋଗ ଦେବାପାଇଁ ଆହ୍ବାନ କରିଥିଲେ । ଛାତ୍ର ଜୀବନରେ ବିଭିନ୍ନ ସାମାଜିକ ସେବାରେ ନିୟୋଜିତ ହେଲେ ନିଜର ଚରିତ୍ର ଗଠନ ସହିତ ସାମାଜିକ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । 

ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ରଫେସର ସୁମନ୍ତ କେର୍କେଟା ସେଚ୍ଛାସେବୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ସୁଯୋଗ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ତଥା ଜିଲ୍ଲା ସଂଯୋଜକ ଡଃ ବିଶ୍ୱମୋହନ ଜେନା ଏବଂ ଆଇ.ଏମ୍.ଏସ୍‌ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ନିଜର ମତ ଉପସ୍ଥାପନ କରିଥିଲେ । ଆଜିର ଏହି ଶେଷ ବିନାରରେ ପଶ୍ଚିମ ଓଡ଼ିଶାର ୧୦ଗୋଟି ଜିଲ୍ଲାର ବିଭିନ୍ନ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ । ପୂର୍ବ ଦୁଇଗୋଟି ବିନାରରେ ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । 

ଏଥିରେ ବିଶିଷ୍ଟ ଶିକ୍ଷାବିତ୍ ଏବଂ ସମକାର ତଥା ଜାତୀୟ ନିର୍ବାଚନ କମିଶନଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ପ୍ରଫେସର୍ ଭଗବାନ ପ୍ରକାଶ, ସି.ୱାଇ.ଏସ୍.ଡି.ର ସହ ପ୍ରତିଷ୍ଠାତା ତଥା ସମାଜସେବୀ ଡଃ ପ୍ରଫୁଲ୍ଲ କୁମାର ସାହୁ, ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ପୂର୍ବତନ ଏସ୍.ଏନ୍.ଓ. ଡଃ ସୁରେଖା ସୁନ୍ଦରୀ ସାଇଁ , ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ଡଃ ରମେଶ ଚନ୍ଦ୍ର ବେହେରା, ରାୟଗଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଅର୍ଚନା ପଟ୍ଟନାୟକ ଏବଂ ଜାତୀୟ ସେବା ଯୋଜନାର ପ୍ରଶିକ୍ଷକ ତଥା ସମାଜସେବୀ ନିରଦ ବରଣ ଖୁଆ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ଏମ୍.ଏସ୍.ର ପାଠ୍ୟକ୍ରମ ସଂଯୋଜକ ଡଃ ଗାୟତ୍ରୀ ପଟ୍ଟନାୟକ ଏବଂ ସମାଜସେବା ବିଭାଗର ମୁଖ୍ୟ ରଘୁନାଥ ମଣ୍ଡଳ ପରିଚାଳନା କରିଥିଲେ ।

ରାତି ୧୦ ଟାରେ ଉଠିବ ମହାଦୀପ । କୋଭିଡ୍ କଟକଣା ମଧ୍ୟରେ ହେବ ପବିତ୍ର ମହାଶିବରାତ୍ରୀ ପର୍ବ

ଭୁବନେଶ୍ୱର, ଆସନ୍ତା ମାର୍ଚ୍ଚ ୧ ତାରିଖରେ ଭୁବନେଶ୍ଵରର ପ୍ରସିଦ୍ଧ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରୀ ପର୍ବ ପାଳନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ଆଜି ଅପରାହ୍ନରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷିଣ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ କହିଲେ ଯେ, ମହା ଶିବରାତ୍ରୀ ଆମ ହିନ୍ଦୁ ଧର୍ମର ଏକ ପବିତ୍ର । ପର୍ବ । ତେବେ କରୋନା ଭୁତାଣୁ ଆମଠାରୁ ସଂପୂର୍ଣ୍ଣ ରୂପେ ଦୂରେଇ ଯାଇ ନାହିଁ । ଆମ୍ଭେମାନେ ଏବେବି ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହୋଇଛୁ । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆମେ ଆମକୁ ସେହିଭଳି ଅସାଧାରଣ ଭାବେ ଏହାର ମୁକାବିଲାକୁ ଜାରି ରଖୁବାର ଆବଶ୍ୟକତା ରହିଛି । ଏଣୁ ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଅନୁପାଳନ ମଧ୍ୟରେ ମହାଶିବରାତ୍ରୀ ପର୍ବ ପାଳନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । 

ମହାପ୍ରଭୁଙ୍କ କରୁଣାରୁ ସମସ୍ତଙ୍କର ସହଯୋଗରେ ଏ ବର୍ଷର ମହାଶିବରାତ୍ରୀ ପର୍ବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବା ନେଇ ସେ ମନ୍ଦିରର ସେବାୟତ ପ୍ରତିନିଧ , ସଂପୃକ୍ତ ବିଭିନ୍ନ ପ୍ରଶାସନିକ ଅଧକାରୀ ଓ ଅନୁଷ୍ଠାନମାନଙ୍କର ସହଯୋଗ କାମନା କରିଥିଲେ । ବୈଠକର ନିଷ୍ପତ୍ତି ଅନୁସାରେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଶିବରାତ୍ରୀ ରାତ୍ର ୧୦ ଟାରେ ମହାଦୀପ ଉଠିବ । ଭକ୍ତମାନେ ଧାଡିରେ ଯାଇ ମନ୍ଦିର ଭିତରେ ଥିବା ଆଡକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଓ ବହୁ ଜନସମାଗମ ଏବଂ କେଭିଡ୍‌ କଟକଣା ପରିପ୍ରେକ୍ଷୀରେ ସେଠାରେ ଦର୍ଶନ କରି ନ ଅଟକି ମନ୍ଦିରରୁ ପ୍ରସ୍ଥାନ କରିବେ । ମହାପ୍ରଭୁଙ୍କ ଗର୍ଭ ଗୃହରେ ପ୍ରବେଶ ଭକ୍ତମାନଙ୍କ ପାଇଁ ବନ୍ଦ ରହିବ । 

ବୈଠକରେ ବିଭିନ୍ନ ପ୍ରସ୍ତାବ ମଧ୍ୟରେ ମହା ଶିବରାତ୍ରୀରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପାଦନ ଓ ସେବା ପୂଜା ନିମନ୍ତେ ସମୟ ନିର୍ଘଣ୍ଟ, ମନ୍ଦିରର ଅନ୍ତଗୃହ ଓ ବେଢାର ପରିଷ୍କାର ପରିଚ୍ଛନ୍ନତା, ଭୋଗ ସ୍ଥାନ ନିରୂପଣ, ଶାନ୍ତିଶୃଙ୍ଖଳା ରକ୍ଷା ଓ ଆରକ୍ଷୀ ବ୍ୟବସ୍ଥା, ଯାତ୍ରୀମାନଙ୍କର ଆଗମନ ଓ ପ୍ରସ୍ଥାନକୁ ସୁଗମ କରିବା ପାଇଁ ମନ୍ଦିରର ବିଭିନ୍ନ ଦାରରେ ଅସ୍ଥାୟୀ ବେରିକେଡ୍ ବ୍ୟବସ୍ଥା ମନ୍ଦିର ସମେତ
ବିନ୍ଦୁସାଗର ଓ ଦେବୀ ପାଦହରା ଚତୁଃପାର୍ଶ୍ବରେ ଆଲୋକୀକରଣ ବ୍ୟବସ୍ଥା,ଯାନବାହନ ନିୟନ୍ତ୍ରଣ ଓ ଯାତ୍ରୀ ପରିବହନ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମନ୍ଦିର ଭିତରେ ଓ ବାହାରେ ଭକ୍ତ ଓ ଜନସାଧାରଣଙ୍କ ନିମନ୍ତେ ସୂଚନା ଓ ୧ ତାରିଖ ପ୍ରତ୍ୟୁଷରୁ ଭଜନ, ଜଣାଣ ଓ ଶିବସ୍ତୋତ୍ର ଆଦି ପ୍ରସାର ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଅସ୍ଥାୟୀ ସୂଚନା କେନ୍ଦ୍ର ଓ ବ୍ୟାପକ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ । 

ଥଣ୍ଡା, କାଶ ଆଦି କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥିବା ଭକ୍ତ ଅସୁସ୍ଥ ଅନୁଭବ କଲେ । ସେମାନଙ୍କ ପାଇଁ ମନ୍ଦିର ସମ୍ମୁଖରେ ସ୍ବତନ୍ତ୍ର ଅସ୍ଥାୟୀ ସଙ୍ଗରୋଧ ବା ଆଇସୋଲେସନ ପ୍ରକୋଷ୍ଠ ବ୍ୟବସ୍ଥା ସହ ଜରୁରୀ ସ୍ଥଳ କୋଭିଡ୍ ପରୀକ୍ଷା ବ୍ୟବସ୍ଥା ରହିବ । ତତ୍ ସହିତ ପୂର୍ବବର୍ଷ ପରି ଚଳିତ ବର୍ଷ ମଧ ଅସ୍ଥାୟୀ ଆବଶ୍ୟକ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ସେଣ୍ଟ ଜୋନ୍ ଆମ୍ବୁଲାନ୍ସ, ଭୁବନେଶ୍ୱର ମହାନଗର । ନିଗମ ଏବଂ ମୁଖ୍ୟ ଚିକିତ୍ସାକାରୀଙ୍କ ତରଫରୁ ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା, ୱେଚ୍ଛାସେବୀ ମୁତୟନ ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନ ପାଇଁ ସଂପୃକ୍ତ ସମସ୍ତ ବିଭାଗୀୟ ଥକାରୀ ଓ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । 

ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧୁକାରୀ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ  ପ୍ରସ୍ତାବ ଆଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ପ୍ରଫୁଲ୍ଲ କୁମାର । ସ୍ବାଇଁ , ସହକାରୀ ଦବୋତ୍ତର କମିଶନର ଶ୍ରୀଦୀପ୍ତ ମିଶ୍ର, ଟ୍ରଷ୍ଟବୋର୍ଡ ସଦସ୍ୟ ଶ୍ରୀ ଅବନୀ କୁମାର । ପଟ୍ଟନାୟକ, ଏସିପି -ଜୋନ୍-୨ ଶ୍ରୀ ଅନିରୁଦ୍ଧ ରାଉତ, ଲିଙ୍ଗରାଜ ଥାନା ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ପାତ୍ର । ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧୁକାରୀ ଓ କର୍ମକର୍ତ୍ତା, ପ୍ରତ୍ନତତ୍ତ୍ବ ବିଭାଗର ଅଧୁକାରୀ, ମନ୍ଦିର । ବ୍ରାହ୍ମଣ ନିଯୋଗର ସଭାପତି ଓ ସଂପାଦକ, ପୂଜାପଣ୍ଡା ନିଯୋଗର ସଭାପତି ଓ ସଂପାଦକ, ବଡ଼ ନିଯୋଗ, ସମଥା ନିଯୋଗ ଓ ସେବାୟତ ପ୍ରତିନିଧୁମାନେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ : ସମୀର ମହାନ୍ତି

ବାଲିଗୁଡା,ଶାସକ ବିଜେଡି ସରକାର, ମିଛୁଆ ରାଧୁଆ ସରକାର । କେବଳ ପ୍ରତାରଣା ବ୍ୟତୀତ ରାଜ୍ୟବାସୀଙ୍କୁ ଆଉ କିଛି ଦେଇନାହିଁ ଶାସକ ବିଜେଡି । ରାଜ୍ୟ ସରକାରଙ୍କ ପିଠା, କାଳିଆ, ହରିଶ୍ଚନ୍ଦ୍ର ଯୋଜନା ଆଦି ଫେଲ ମାରିଛି । ବାସହୀନଙ୍କ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଲେ । କିନ୍ତୁ ରାଜ୍ୟରେ ଦୀର୍ଘ ୨୨ ବର୍ଷ ଧରି ନିରନ୍ତର ଭାବେ ଶାସନ କ୍ଷମତାରେ ଥିବା ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ଗରୀବ ଲୋକଟି ବାସଗୃହଟିଏ ପାଇବାରୁ ବଂଚିତ ହେଲା । ସେହିପରି ଆଦିବାସୀଙ୍କ ବିକାଶ ପାଇଁ ବହୁ କଲ୍ୟାଣକାରୀ ଯୋଜନାର ସୁଫଳରୁ ବଂଚିତ ରଖାଗଲା । ଆଜି ମଧ୍ୟ ସମଗ୍ର ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ମେଘାଳୟ ରାଜ୍ୟରେ ଚାଷୀଙ୍କ ଆୟ ୩୫ ହଜାର ଟଙ୍କା ଥିବାବେଳେ ଓଡିଶାରେ ଏହା ମାତ୍ର ୫ ହଜାର ଟଙ୍କାରେ ସୀମିତ ଅଛି । ରାଜ୍ୟରେ କୃଷକଙ୍କ ଆୟ ୫ ଗୁଣା ବୃଦ୍ଧି ପାଇବାର ସମସ୍ତ ସମ୍ଭାବନା ଥୁବାବେଳେ ଶାସକ ବିଜେଡିର ଚାଷୀମାରଣ ନୀତି କାରଣରୁ ଚାଷୀକୁଳଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । କନ୍ଧମାଳର ଚାଷୀ, ଆଦିବାସୀ ଏବଂ ଜଙ୍ଗଲ ବର୍ତମାନ ବିପନ୍ନ ସ୍ଥିତିରେ । କନ୍ଧମାଳ ହଳଦୀର ସମଗ୍ର ବିଶ୍ଵରେ ସ୍ଵତନ୍ତ୍ର ଚାହିଦା ରହିଥିବାବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ହଳଦୀ ବିକ୍ରି ହୋଇନପାରି ନଷ୍ଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ କନ୍ଧମାଳ ଚାଷୀ ଆଜି ବିପନ୍ନ ସ୍ଥିତିକୁ ପହଂଚିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟରେ ମହିଳା ଓ ଶିଶୁ ସୁରକ୍ଷିତ ନାହାନ୍ତି । ରାଜ୍ୟରେ ପ୍ରତିଦିନ ହାରାହାରି ୪ ଦୁଷ୍କର୍ମ ଓ ୬ ଅପହରଣ ଘଟଣା ପ୍ରମୁଖ ଚିନ୍ତାର କାରଣ ସାଜିଥିବାବେଳେ ରାଜ୍ୟ ସରକାର ହାତ ବାନ୍ଧି ବସିରହିଛନ୍ତି । ଶାସକ ବିଜେଡି ବର୍ତମାନ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଓଡ଼ିଶାବାସୀଙ୍କୁ ପ୍ରତାରଣା ଦେଇ ଆସୁଥିବା ଶାସକ ବିଜେଡି ବର୍ତମାନ ରକ୍ତମୁଖା ସାଜି ଏବଂ ପ୍ରତିହିଂସା ପରାୟଣ ହୋଇ ବିରୋଧୀ ଦଳର କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରୁଛି । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଏପରିକି ରାଜ୍ୟ ସରକାରଙ୍କ ଅପାରଗତା, ଦୁର୍ନୀତି ଓ ଭ୍ରଷ୍ଟାଚାର ସଂପର୍କରେ ଅବଗତ କରାଉଥିବା ଗଣମାଧ୍ୟମ ପ୍ରତିନିଧ୍ଵ ଓ ସାମ୍ବାଦିକମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରି ସତ୍ୟକୁ ଦମନ କରିବାର ଅପପ୍ରୟାସ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଆଣିଦେଇଛି । ରକ୍ତମୁଖା ସାଜିଥିବା ଶାସକ ବିଜେଡିର କୁଶାସନକୁ ରାଜ୍ୟବାସୀ ଆଉ ବରଦାସ୍ତ କରିବେ ନାହିଁ । ରାଜ୍ୟବାସୀ ବର୍ତମାନ ପରିବର୍ତନ ମୁହାଁ ହୋଇଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଚାୟତ ନିର୍ବାଚନ ପ୍ରଚାର ଅବସରରେ ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କନ୍ଧମାଳ ଜିଲ୍ଲାର ୧୦ ନମ୍ବର ଜୋନର ଦାରିଙ୍ଗବାଡି, ବୁଡାଗଡା, ସିମନବାଡି ଫଚାୟତର ବିଭିନ୍ନ ଗ୍ରାମରେ ରୋଡ ସୋ ଏବଂ ସଭା କରି ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥନୀ ଅର୍ଚ୍ଚନା ପ୍ରଧାନଙ୍କ ସପକ୍ଷରେ ଭୋଟ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ରସେନ ସେଠଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ସାଧାରଣ ଭୋଟରଙ୍କ ମନରେ ରାଜ୍ୟର ଶାସକ ବିଜେଡି ଦଳକୁ ନେଇ ବିରାଟ ଅସନ୍ତୋଷ ଥିବାବେଳେ ବିଜେପି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଅଷ୍ଟମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ | ୧୩ ଜଣ ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ସମ୍ମାନୀତ

ନୂଆଦିଲ୍ଲୀ, ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ଆୟୋଜିତ ଅଷ୍ଟମ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀ ଉଦଯାପିତ ହୋଇଯାଇଛି| ସଂଗଠନର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଉଭୟ ଆଭାଷୀ ଓ ବାସ୍ତବ ମାଧ୍ୟମ ଯୋଗେ ଅନୁଷ୍ଠିତ ଏହି ମାତୃଭାଷା ମହାକୁମ୍ଭରେ ୬ଟି ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାରୁ ୪୨ ଜଣ ବିଶେଷଜ୍ଞ ଦେଶ ତଥା ଦେଶ ବାହାରୁ ଯୋଗଦେଇ ମାତୃଭାଷା, ଶିକ୍ଷା ଓ ସ୍ବାଭିମାନ ଶୀର୍ଷକ ଦୁଇ ଦିନ ବ୍ଯାପୀ ଆଲୋଚନାରେ ନିଜର ମତ ରଖିଥିଲେ| ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ଅଷ୍ଟମ ବାର୍ଷିକୀ ଅବସରରେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ଡଃ ରମାକାନ୍ତ ରଥଙ୍କ ଦ୍ବାରା ପେବୃଆରୀ ୨୦ ତାରିଖରେ ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟେରର ପ୍ରେକ୍ଷାଳୟରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଉଦଘାଟିତ ହୋଇଥିଲା ଓ ଅନ୍ତର୍ଯାତୀୟ ମାତୃଭାଷା ଦିବସ ଅବସରରେ ୨୧ ତାରିଖରେ ଆନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ ପାର୍ସି କବି ତଥା ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପାର୍ସି ପ୍ରାଧ୍ୟାପକ ପ୍ର. ଅକଲାକ ଆଲାନ, ଶୋଭିତ ବିଶ୍ବବିଦ୍ୟାଳୟର କୁଳାଧିପତି କୁଁୱର ଶେଖର ବିଜେନ୍ଦ୍ର, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ତଥା ବିଶିଷ୍ଠ ସାହିତ୍ୟିକ ଡଃ ବିଷ୍ଣୁପଦ ସେଠୀ,  ପୂର୍ବତନ ରାଜ୍ୟସଭା ସାଂସଦ ଡଃ ରାମ ଚନ୍ଦ୍ର ଖୁଣ୍ଟିଆ, ଓଡ଼ିଶା ଷ୍ଟେଟ ହାଉସିଙ୍ଗ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର, ପୂର୍ବତନ ବିଦେଶ ସଚିବ ତଥା ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ, ବିଶିଷ୍ଟ ଚିନ୍ତକ ଡଃ ଭଗବାନ ପ୍ରକାଶ, ବିଶିଷ୍ଟ ଭାଷାବିତ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ, ଗୀତିକାର ଓ ପ୍ରଶାସକ ଦେବଦାସ ଛୋଟରାୟ, ଆଦିକବି ଶାରଳା ଦାସ ଚେୟାରର ମୁଖ୍ୟ ପ୍ରଫେସର ଡଃ ଉଦୟ ନାଥ ସାହୁ ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟରର କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତା ରଥଙ୍କ ଉପସ୍ଥିତିରେ ଏହି ମହାପର୍ବ ଉଦଯାପିତ ହୋଇଯାଇଛି|

ଏହି ଦୁଇ ଦିନିଆ ସମ୍ମିଳନୀରେ ମାତୃଭାଷା ସମ୍ପର୍କିତ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଷଦ ଆଲୋଚନା କରାଯାଇଛି| ନୂତନ ଶିକ୍ଷାନୀତି ପରିପ୍ରେକ୍ଷିରେ ଶାସ୍ତ୍ରୀୟ ଭାଷାଗୁଡିକ ପାଇଁ ଆଗାମୀ କାର୍ଯ୍ୟପନ୍ଥା ଶୀର୍ଷକ ଆଲୋଚନାରେ ପ୍ର. ଉଦୟନାଥ ସାହୁଙ୍କ ସଭାପତିତ୍ଵରେ ପ୍ରଫେସର ସମ୍ପଦାନନ୍ଦ ମିଶ୍ର (ସଂସ୍କୃତ), ପ୍ର. ରାମୁଲୁ ପିଲୁଲାମାରି (ତେଲୁଗୁ), ପ୍ର. ବିଶ୍ଵନ୍ନାଥ (କନ୍ନଡ), ଡଃ ଭି ଆନନ୍ଦି (ତାମିଲ) ଓ ଡଃ ସୁବାସିନୀ ବାରିକ ଆଲୋଚନାରେ ଭାଗନେଇ ବିଶେଷ ମତ ରଖିଥିଲେ| ଦ୍ବିତୀୟ ସତ୍ରରେ ମାତୃଭାଷା ମାଧ୍ୟମରେ ବୈଷୟିକ ଶିକ୍ଷା; ସମ୍ଭାବନା ଓ ସାଧ୍ୟତା ଶୀର୍ଷକ ଆଲୋଚନାରେ ଗବେଷକ ସାମ୍ବାଦିକ ଶ୍ୟାମାନୁଜ ଦାସଙ୍କ ପରିଚାଳନାରେ ପ୍ର.ଓମକାର ନାଥ ମହାନ୍ତି, ପ୍ର.ବି.ଏନ.ପଟ୍ଟନାୟକ, ପ୍ର.ସନ୍ତୋଷ କୁମାର ତ୍ରିପାଠୀ, ପ୍ର.ରମେଶ ଭାରଦ୍ଵାଜ, ଡଃ ଦେବାଶିଷ ଜେଷ୍ଠୀ ଓ ଡଃ ତପନ ଗାନ୍ଧୀ ଯୋଗଦେଇ ଏହି ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଷଦ ଆଲୋଚନା କରିଥିଲେ| ତୃତୀୟ ସତ୍ରରେ ଓଡିଆ ମାଧ୍ୟମ ସ୍କୁଲ ସମୂହର ରୂପାନ୍ତରଣ; ସୁଯୋଗ, ଆହ୍ବାନ ଓ କାର୍ଯ୍ୟପନ୍ଥା ଶୀର୍ଷକ ଆଲୋଚନାରେ ବରିଷ୍ଟ ସାମ୍ବାଦିକ ସଂଦୀପ ସାହୁଙ୍କ ପରିଚାଳନାରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ପୂର୍ବତ୍ତନ ନିର୍ଦେଶକ ଡଃ କମଳା ପ୍ରସାଦ ମହାପାତ୍ର, ଓପିଏସିର ପୂର୍ବତ୍ତନ ଅଧ୍ୟକ୍ଷ ଡଃ ସତ୍ୟକାମ ମିଶ୍ର, ବରିଷ୍ଟ ଗବେଶିକା ଡଃ ରଞ୍ଜିତା ପଟ୍ଟନାୟକ ଓ ଡିଜିଟାଲ ଇଣ୍ଡିଆ କର୍ପୋରେସନର ନିର୍ଦେଶକ ଦେବବ୍ରତ ନାୟକ ଭାଗନେଇ ସାମ୍ପ୍ରତିକ ସ୍ଥିତିରେ ଏହାର ଗୁରୁତ୍ବ ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ| ଚତୁର୍ଥ ସତ୍ରରେ ଯୁବଶକ୍ତି ଓ ମାତୃଭାଷା; ଯୁବ ମାନସର ଅଭିବ୍ୟକ୍ତି ଶୀର୍ଷକ ଆଲୋଚନାରେ ଯୁବ ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀଙ୍କ ପରିଚାଳନାରେ ଲେଖିକା ଡଃ ସୁଲଗ୍ନା ମହାନ୍ତି, ସ୍ତମ୍ଭକାର ଶୃତକ୍ରିତୀ ତ୍ରିପାଠୀ, ପ୍ରଶାସୀକା କଲ୍ୟାଣୀ ସଂଘମିତ୍ରା, ଚଳଚ୍ଚିତ୍ର ନିର୍ମାତା ସ୍ଥିତ ପଟ୍ଟନାୟକ, ସୃଜନିର ସହ ପ୍ରତିଷ୍ଠାତା ଅନୁରାଗ ବେହେରା ଓ ସାମ୍ବାଦିକ ହରିହର ପଣ୍ଡା ଭାଗନେଇ ଗୁରୁତ୍ବପୂର୍ଣ୍ଣ ମତାମତ ରଖିଥିଲେ|

ଏହି ମାତୃଭାଷା ସମ୍ମିଳନୀ ଅବସରରେ ଓଡିଆ ଭାଷାକୁ ସମୃଦ୍ଧ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା କେତେଜଣ ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ପ୍ରବାସୀ ଭାଷା ସମ୍ମାନରେ ସମ୍ମାନୀତ କରାଯାଇଥିଲା| ସେମାନଙ୍କ ମଧ୍ୟରେ ଜୀବନ ବ୍ଯାପୀ ତ୍ୟାଗ ପାଇଁ ଡଃ ରମାକାନ୍ତ ରଥଙ୍କୁ ଆମ ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଡଃ ଗୌରହରି ଦାସଙ୍କୁ ଓଡିଆ ଭାଷାର ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଇଛି| ଜର୍ମାନୀରୁ ଡଃ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ଓଡିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ପ୍ରବାସରେ ପ୍ରଚାର ଓ ପ୍ରସାର ପାଇଁ, ଇଂ ପ୍ରିୟବ୍ରତ ଦାସଙ୍କୁ ଓଡିଆ ଭାଷାରେ ବୈଦିକ ଭାବଧାରାକୁ ସାଧାରଣ ଜୀବନରେ ପହଞ୍ଚାଇବା ପାଇଁ, ଡଃ ବିଜୟାନନ୍ଦ ସିଂଙ୍କୁ ସାରସ୍ଵତ ସାଧନା ଓ ସାରସତ୍ଵ ସଂଗଠନ ପାଇଁ, ପ୍ରଫେସର ହରିଶ ଚନ୍ଦ୍ର ମିଶ୍ରଙ୍କୁ ଓଡ଼ିଆ ଭାଷାରୁ ହିନ୍ଦୀ ଭାଷାରେ ଅନୁବାଦ କରିବାରେ ବିଶେଷ ଅବଦାନ ପାଇଁ, ଡଃ କୈଳାସ ଚନ୍ଦ୍ର ଟିକାୟତରାୟଙ୍କୁ ଓଡିଆ ଭାଷା ବିଜ୍ଞାନ ପାଇଁ, ଗାୟକ ଶେଖର ଜଗନ୍ନାଥ ବେହେରାଙ୍କୁ ଓଡିଆ ଭାଷାକୁ ପାଲା ସଂସ୍କୃତି ମାଧ୍ୟମରେ ଲୋକପ୍ରିୟ କରିଥିବା ପାଇଁ, ସୂର୍ଯ୍ୟ ଦେଓଙ୍କୁ ଓଡିଆ ଭାଷାର ପୁରାତନ ସଙ୍ଗୀତ, ଚଳଚିତ୍ର ତଥା ବିରଳ କୃତିକୁ ସରଂକ୍ଷଣ ପାଇଁ, ଓମପ୍ରକାଶ ମହାନ୍ତିଙ୍କୁ ଓଡିଆ ସଙ୍ଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ, ଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ଶିକ୍ଷା କ୍ଷେତ୍ରରେ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରବାସୀ ଭାଷା ସମ୍ମାନ -୨୦୨୨ ପ୍ରଦାନ କରାଯାଇଛି| ଓଡିଆ ଭାଷାର ଉନ୍ନତି ପାଇଁ ଯୁବପିଢୀଙ୍କ ମଧ୍ୟରୁ ସୂର୍ଯ୍ୟସ୍ନାତ ତ୍ରିପାଠୀ ସାହିତ୍ୟ ପାଇଁ, ବଳଭଦ୍ର ରଥଙ୍କୁ ଓଡିଆ ସଂସ୍କୃତିର ପ୍ରସାର ପାଇଁ ଓ ଅନୁରାଧା ମହାରଣାଙ୍କୁ ସାମ୍ବାଦିକତା ପାଇଁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଛି|

ଓଡିଆ ଭାଷାର ପ୍ରତିନିଧିତ୍ଵରେ ଦେଶର ଏହା ଏକ ମାତ୍ର ସମ୍ମିଳନୀ ଯେଉଁଥିରେ ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ମାତୃଭାଷାର ସମସ୍ଯା ଓ ତାର ସମାଧାନ ଉପରେ ମତ ରଖିଥାନ୍ତି| ଏହି ମହାକୁମ୍ଭରେ ପ୍ରାୟ ୩୦ ଦେଶ ଓ ଭାରତର ସମସ୍ତ ରାଜ୍ୟର ଶତାଧିକ ଭାଷାପ୍ରେମୀ ଅନଲାଇନରେ ଯୋଗେ ଆଲୋଚନାରେ ଭାଗ ନେଇ ଥିଲେ| ଏହି ବିରଳ ପ୍ରୟାସକୁ ସଫଳ କରିବାରେ ଦି ଇଣ୍ଟେଲେକ୍ଟସ ସହିତ ଓଡିଆ ଭରଚୁଆଲ ଏକାଡ଼େମୀ ଓ ସାହିତ୍ୟ ଏକାଡ଼େମୀ ସହଭାଗୀ ଥିଲେ| ଦୁଇ ଦିନ ବ୍ଯାପୀ ସାରା ବିଶ୍ବକୁ ଗୋଟିଏ ମଞ୍ଚରେ ଯୋଡିବାର ସଫଳ ପ୍ରୟାସରେ ଶ୍ରୀ ସ୍ମୃତି ରଞ୍ଜନ ମିଶ୍ର, ଡଃ ସୁବାସିନୀ ବାରିକ, ଶ୍ୟାମାନୁଜ ଦାସ, ପରମବ୍ରହ୍ମ ତ୍ରିପାଠୀ, ବିରଜା ମହାପାତ୍ର, ପ୍ରତାପ କୁମାର ପରିଡା, ପାର୍ଥସାରଥି ଶତପଥି, ପଙ୍କଜମାଳା ଷଡଙ୍ଗୀ, ନଗେନ୍ଦ୍ର ନାଥ ସ୍ବାଇଁ, ଶ୍ରୀସିକ୍ତା ଶୁଭଦର୍ଶିନୀ, ତୃପ୍ତି ରଞ୍ଜନ ଦାସ ତଥା ଉଭୟ ଦି ଇଣ୍ଟେଲେକ୍ଟସ ଓ ଓଡିଆ ଭରଚୁଆଲ ଏକାଡ଼େମୀର ସଦସ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ|

ନିଆଳିରେ ପିସିସି ସଭାପତିଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର, ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଆଳି ବ୍ଲକର ୨୧ ନଂ ଜୋନରେ ଦୀର୍ଘ ତିନିଦଂଟା ଧରି ପ୍ରଚାର କରିଥିଲେ । ଏହି ପ୍ରଚାର ଶୋଭାଯାତ୍ରା କସରଦାଠୁ ଆରମ୍ଭ ହୋଇ ଏବଂଚ, ରାଣିଓଳା, ସଗଡ଼ାଇଲେ, ସିଠାଳା, ଏକବରୁଆଁ ଫଚାୟତ ଦେଇ ଯାଇଥିଲା । ରାସ୍ତାରେ ସମସ୍ତ ଗ୍ରାମରେ ପ୍ରବଳ ଜନସମାଗମ ହୋଇଥିଲା । ଜନସାଧାରଣ ଉତ୍ସାହର ସହ ଶ୍ରୀ ପଟ୍ଟନାୟକଙ୍କୁ ସ୍ବାଗତ କରିବା ସହ ରାଲିରେ ଯୋଗଦାନ କରିଥିଲେ । ପ୍ରତି ଛକରେ ଫୁଲତୋଡ଼ା ଓ ଉତରୀୟ ପ୍ରଦାନ କରି ସାଧାରଣ ଜନତା କଂଗ୍ରେସ ପ୍ରତି ସମର୍ଥନ ପ୍ରକଟ କରିଛନ୍ତି । 

ପ୍ରକାଶଥାଉକି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନିଜ ଗ୍ରାମ ପଂଚାୟତ ଦେଇ ଶୋଭାଯାତ୍ରା ଯାଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସ୍ଵତପ୍ରବୃତ ଭାବେ କଂଗ୍ରେସର ପ୍ରଚାର ଶୋଭାଯାତ୍ରାରେ ଯୋଗଦାନକୁ ଦେଖ୍ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଭାବବିହ୍ବଳ ହୋଇପଡ଼ିଥିଲେ ଏବଂ ନିଆଳି ବ୍ଲକରେ କଂଗ୍ରେସ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ଯୁବନେତା ତଥା କଟକ ଜିଲ୍ଲା କଂଗ୍ରେସ ଉପସଭାପତି ଶଶିକାନ୍ତ ଲେଙ୍କାଙ୍କ ନେତୃତ୍ବରେ ଆଜିର ବିଶାଳ ଶୋଭାଯାତ୍ରାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଫଚାନନ କାନୁନଗୋ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ରେଣୁକା ସିଂ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର କଂଗ୍ରେସ ନେତୃବୃନ୍ଦ ଓ କଂଗ୍ରେସକୁ ସମର୍ଥନ କରୁଥିବା ସରପଂଚ ଓ ସମିତିସଭ୍ୟ ପ୍ରାର୍ଥିମାନେ ଯୋଗଦେଇଥିଲେ ।

ଆଘାତପ୍ରାପ୍ତ ଯୁବ ମହିଳା ଫୁଟବଲ ଖେଳାଳୀ ମନୀଷା ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଶ୍ବାସନା

ଭୁବନେଶ୍ବର, ମନୀଷା ନାୟକ ସ୍ପୋର୍ଟସ ଓଡିଶା ଟିମ୍‌ର ୧୮ ବର୍ଷ ବୟସ୍କା ଫୁଟବଲ ଖେଳାଳୀ। ଅନେକ ସ୍ବପ୍ନ ନେଇ ଓଡିଶା ମହିଳା ଲିଗ୍‌ ମ୍ୟାଚରେ ଖେଳିବାର ଆଶା ରଖି ଆସିଥିଲେ । କିନ୍ତୁ ରାଇଜିଂ ଷ୍ଟୁଡେଣ୍ଟସ ଟିମ୍‌ ସହିତ ଥିବା ମ୍ୟାଚ ପୂର୍ବରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଲା । ଖେଳିବାର ସୁଯୋଗ ହରାଇଲେ। ମନ ଦୁଃଖରେ ଏକ ଚୌକିରେ ବସି ତାଙ୍କ ଟିମ୍‌ର ମ୍ୟାଚକୁ ଦେଖୁଥାନ୍ତି । ସେ ଜାଣି ନ ଥିଲେ ଯେ ତାଙ୍କର ଏହି ସାମୟିକ ଆଘାତ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହେବାର ଏକ ଅପୂର୍ବ ସୁଯୋଗ ଆଣିଦେବ । ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା, ଆଶ୍ବାସନା  ସହିତ ତାଙ୍କ ଠାରୁ ପ୍ରେରଣାଦାୟୀ ଶଦ୍ଦ ଶୁଣିବାକୁ ମିଳିବ । ବାସ୍ତବରେ ମନୀଷାଙ୍କ ଏହି ସାମୟିକ ଦୁଃଖ ତାଙ୍କ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଭାବବିହ୍ବଳ ମୁହୂର୍ତ୍ତର ସୁଯୋଗ ଆଣି ଦେଇଥିଲା । ମନୀଷାଙ୍କ ସବୁ ଦୁଃଖ ମିଳେଇ ଯାଇଥିଲା ଏବଂ ଖୁସିରେ ସେ ଆଗାମୀ ମ୍ୟାଚ ଖେଳିବା ପାଇଁ ଦୃଢ ମନୋବଳ ରଖି ଆଗକୁ ବଢିବା ପାଇଁ ପ୍ରସ୍ତୁତ ହୋଇଥିଲେ।

 ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ  ବିଭିନ୍ନ କ୍ରୀଡା ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମୀକ୍ଷା ପାଇଁ ଆସିଥିବା ବେଳେ, ସେଠାରେ ଚାଲିଥିବା ମହିଳା ଫୁଟବଲ ଲିଗ୍‌ ମ୍ୟାଚ ଦେଖିବା ପାଇଁ କିଛି ସମୟ ରହିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ  ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଥିବା ମନୀଷାକୁ ଦେଖିଲେ, ସେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଶ୍ବାସନା ଦେଇଥିଲେ ଏବଂ ମନ ଦୁଃଖ ନ କରି ତାଙ୍କର ଚିକିତ୍ସା ଓ ପ୍ରସ୍ତୁତି ଜାରି ରଖି ଆଗାମୀ ମ୍ୟାଚ ଖେଳିବା ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ନେହ ଓ ଶ୍ରଦ୍ଧାରେ ମନୀଷା ଆତ୍ମହରା ହୋଇପଡିଥିଲେ  ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ସେ ଆଗକୁ ଦୃଢ ଉଦ୍ୟମ ଜାରି ରଖିବେ ବୋଲି କହିଥିଲେ । ସୁନ୍ଦରଗଡ ସ୍ପୋର୍ଟସ ହଷ୍ଟେଲର ଛାତ୍ରୀ ବର୍ତ୍ତମାନ ୧୮ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ଫୁଟବଲ କ୍ୟାମ୍ପରେ ରହି ଖେଳ ଅଭ୍ୟାସ ଜାରି ରଖିଛନ୍ତି ।

ଅବାଧ ମୁକ୍ତ ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର, ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ନିର୍ବାଚନରେ ରାଜ୍ୟରେ ନିରପେକ୍ଷ, ଅବାଧ, ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ହୋଇପାରିଲା ନାହିଁ । ଉଭୟ ରାଜ୍ୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ ମିଳିତ ଉଦ୍ୟମ ବାରମ୍ବାର କାମଦେଉ ନଥୁବା ବେଳେ ଆଜି ପିସିସି ପକ୍ଷରୁ ପୁନଶ୍ଚ ଏକ ପ୍ରତିନିଧ୍ବ ମଣ୍ଡଳୀ ଉଭୟଙ୍କୁ ଭେଟି ରାଜ୍ୟରେ କିପରି ଶୃଙ୍ଖଳିତ ଓ ହିଂସାରହିତ ନିର୍ବାଚନ ଅନୁଷ୍ଠିତ ହେବ ସେଥିପାଇଁ ଉଭୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ କଠୋର ଓ ତ୍ଵରିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । 

ଗତକାଲି ତା ୨୦.୦୨.୨୦୨୨ ରିଖ ରବିବାର ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକରେ ବାଛୋଳ ଗ୍ରାମ ପଂଚାୟତ ଅଧୁନସୁ ୯ ଓ ୧୦ ନମ୍ବର ବୁଥରେ ଶାସକ ଦଳର ସମର୍ଥିତ ପ୍ରତିଦ୍ବନ୍ଦିତା କରୁଥିବା ସରପଂଚ ପ୍ରାର୍ଥିନୀ କଳ୍ପନା ବେହେରାଙ୍କ ସ୍ବାମୀ ଭଗବାନ ବେହେରା , ଦିଅର ଅମର ବେହେରା, ସାନ ଶ୍ୱଶୁର ଗଗନ ବେହେରା ଓ ଶ୍ବଶୁର ରାଜକିଶୋର ବେହେରାଙ୍କ ନେତୃତ୍ବରେ ତାଙ୍କର ସମର୍ଥକ ମାନେ ବୁଥରେ ବ୍ୟାଟିଂ କରି, ଏଜେଟ ମାନଙ୍କୁ ଭୟଭୀତ କରାଇ ପ୍ରାୟ ୯୫ ପ୍ରତିଶତ ମତଦାନ କରିବା ଫଳରେ ପଂଚାୟତର ଅନ୍ୟାନ୍ୟ ବୁଥରେ ହିଂସା ଓ ଭୋଟ ବାକ୍ସକୁ ଉଠାଇ ନେଇ ଯେଉଁ ପ୍ରତିଫଳନ ପଡ଼ିଲା ସେଥିରେ ନିରୀହ ସାମ୍ବାଦିକ ବନ୍ଧୁମାନେ ସେମାନଙ୍କର କର୍ତ୍ତବ୍ୟକୁ ସଂପାଦନ କରିବାକୁ ଯାଇ ୨ ନମ୍ବର ବୁଥରେ ଅର୍ଗସ ସାମ୍ବାଦିକ, କଳିଙ୍ଗ ଓ କନକ ଟିଭିର ସାମ୍ବାଦିକ ଦିକଙ୍କୁ ଦୁର୍ବତ ଗୋବର ପକାଇ ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣକୁ ଆମ୍ଭେ ଦୃଢ଼ ନିନ୍ଦା କରିବା ସହ ଭିଜୁଆଲରେ ସ୍ପଷ୍ଟ ଦେଖାଯାଉଥିବା ଆକ୍ରମଣକାରୀଙ୍କୁ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ତ୍ବରିତ ନିର୍ଦ୍ଦେଶରେ ଗିରଫ କରାଯିବା ପୋଲିସର ପାରିବାପଣିଆକୁ ପ୍ରତିପାଦିତ କରିଥିବା ବେଳେ ନିରୀହ ଓ ଆକ୍ରମଣରେ ସଂପୃକ୍ତ ନଥିବା ଜନସାଧାରଣଙ୍କୁ ପଚାରଯିବା ଆଳରେ ସେମାନେ ଯେପରି ଦଣ୍ଡିତ ନ ହୁଅନ୍ତି ସେଥିପ୍ରତି ଯାଜପୁର ଜିଲ୍ଲା ପ୍ରଶାସନ ଓ ବିଂଝାରପୁର ବ୍ଲକ ପ୍ରଶାସନ ଯଶୀଳ ହେବାକୁ ଉଭୟ ଆୟୋଗ ଓ ପୋଲିସ ମହା ନିର୍ଦ୍ଦେଶକ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିସିସି ପକ୍ଷରୁ ଅବଗତ କରାଯାଇ ଦାବିପତ୍ର ଦିଆଯାଇଥିଲା । 

ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସ୍ଥାନୀୟ ବିଧାୟିକା ନିର୍ବାଚନ ଆଚରଣ ବି ଉଲ୍ଲଙ୍ଘନ କରିଥିବାରୁ ନିର୍ବାଚନ ଆୟୋଗ ୪୮ ଇଂଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ଆକଟ କରିଥିଲେ । ଏହା ବ୍ୟାପକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ହେବାପରେ ଏହାର ୭ ଦିନ ମଧ୍ୟରେ ଗଣମାଧ୍ୟମର ପ୍ରତିନିଧଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ମରଣାନ୍ତକ ଆକ୍ରମଣ ଘଟଣା ଶାସକ ଦଳର ସାମ୍ବାଦିକ ବନ୍ଧୁମାନଙ୍କ ପ୍ରତି ଏକ ହୀନ ଆକ୍ରୋଶର ପରିଚୟ ଛଡ଼ା ଆଉ କିଛି ନ ହୋଇଥାଇପାରେ । ବିଂଝାରପୁର କୁ ବାରମ୍ବାର ବଦନାମ କରିବାରୁ କ୍ଷାନ୍ତ ରୁହନ୍ତୁ ବିଧାୟିକା ଶ୍ରୀମତୀ ମଲ୍ଲିକ ନଚେତ ଜନସାଧାରଣ ଶ୍ରୀମତୀ ମଲ୍ଲିକଙ୍କୁ ଆଦୌ କ୍ଷମା ଦେବେ ନାହିଁ । । ଏ ସମସ୍ତ ଘଟଣାକୁ ଯାଜପୁର ଜିଲ୍ଲାପାଳ, ଯାଜପୁର ଜିଲ୍ଲା ଆରକ୍ଷୀ ଅଧୁକ୍ଷକ, ବିଂଝାରପୁର ବିଡିଓ, ତହସିଲଦାର ଓ ଆଇଆଇସିଙ୍କୁ ଯଥେଷ୍ଟ ପୂର୍ବରୁ ଅବଗତ କରାଯାଇଥିଲେ ବି ପୋଲିସ ନିଷ୍କ୍ରିୟତା ସାଜି ବିଧାୟୀକାଙ୍କ ଚାପରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରିବର୍ତ୍ତେ କିଛି ନିରୀହ ଲୋକଙ୍କୁ ଗିରଫ କରିବା ଅତ୍ୟନ୍ତ ଦୁଃଖଦାୟକ ଅଟେ । ଏପରିକି ପଡୋଶୀ ଫତେପୁର ଗ୍ରାମପଂଚାୟତର କିଛି ନିରୀହ ଜନସାଧାରଣ ଓ ବାଛୋଳ ଗ୍ରାମପଂଚାୟତର ୩ ନମ୍ବର ବୁଥର ଶତାଧୁକ ଲୋକଙ୍କୁ ପୋଲିସ ବାଡ଼େଇବା ଫଳରେ ୨ ଓ ୩ ନମ୍ବର ୱାର୍ଡ଼ ଜନଶୂନ୍ୟ ହୋଇପଡ଼ିଛି ।

ଏଣୁ ଦୃଷ୍ଟାନ୍ତମୂଳକ ଭାବେ ବାଛୋଳ ଗ୍ରାମପଂଚାୟତର ସମସ୍ତ ବୁଥରେ ସିସିଟିଭି କ୍ୟାମେରା ଲଗାଇବା ସହ ପୋଲିସ ଉପସ୍ଥିତିରେ ପୁନଃ ନିର୍ବାଚନ କରାଇଲେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ନିର୍ବାଚନ ଆୟୋଗ ଓ ପୋଲିସ ମହାନିର୍ଦ୍ଦେଶକ ଉଦ୍‌ବେଗ ପ୍ରକାଶ କରିଥିଲେ ଓ ଘଟଣା ପ୍ରତି ଗୁରୁତ୍ୱଆରୋପ କରି ବିହୀତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପିସିସି ପ୍ରତିନିଧ ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ପ୍ରତିନିଧୁ ଦଳରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପଦ୍ଭାକର ଗୁରୁଙ୍କ ସମେତ ଏଆଇସିସି ସଦସ୍ୟ ହଳଧର ସେଠୀ, ରାଜ୍ୟ କଂଗ୍ରେସ ଆଇନ ବିଭାଗ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର, ପିସିସି ସଂପାଦକ ସନ୍ତୋଷ ନନ୍ଦ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ରାଜ୍ୟ ପ୍ରଫେସନାଲ କଂଗ୍ରେସ ସଂପାଦକ ଆକାଶ ଭୂୟାଁ, ବାଛୋଳ ଗ୍ରାମ ପଂଚାୟତର ସରପଂଚ ପ୍ରାର୍ଥନୀ ମମତା ଦାସ, ନମିତା ଜେନା, ସମିତି ସଭ୍ୟ ପ୍ରାର୍ଥିନୀ ସୁଜାତା ବେହେରା, ପ୍ରାକ୍ତନ ସଂରଫଚ ଅକ୍ଷୟ କୁମାର ବେହେରା, ଭରତ ଚନ୍ଦ୍ର ଜେନା, ଯାଜପୁର ଜିଲ୍ଲା ଓବିସି ସେଲ ସଭାପତି ପ୍ରଶାନ୍ତ ସାହୁ, ଅନୁସୂଚିତ ଜାତି ସଭାପତି ଦୁର୍ଯ୍ୟୋଧନ ବେହେରା, ଜିଲ୍ଲା କଂଗ୍ରେସ କମିଟି ସଂପାଦକ ଅନିଲ ମହାନ୍ତି, ଯୁବନେତା ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

ଜଳେଶ୍ବର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି । ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ

ଭୁବନେଶ୍ୱର, ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଳକର କାଦୁୟାନ ଓ କରୁଆ ପଞ୍ଚାୟତ ୧୯ଟି ବୁଥରେ ଗତ ୧୮ ତାରିଖରେ ଅନୁଷ୍ଠିତ ନିର୍ବାଚନ ସମୟରେ ବ୍ୟାପକ ଜାଲିଆତି, ବୁଥ ଦଖଲ, ବିଭିନ୍ନ ପ୍ରକାର ଅନିୟମିତତା ହୋଇଥିଲା ଏବଂ ସେଥିରେ ସିଂଲା ଥାନାର ଭାରପ୍ରାପ୍ତ ଅଧୁକାରୀ ଓ ବସ୍ତା ବିଡିଓଙ୍କ ସମ୍ପୃକ୍ତି ରହିଛି । ଏହାକୁ ନେଇ ଜିଲ୍ଲା ପରିଷଦ ପ୍ରାର୍ଥନୀ ଶ୍ରୀମତୀ ଅଞ୍ଜଳି ପ୍ରଧାନ ଏବଂ ପିସିସି ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଆଜି ନିର୍ବାଚନ କମିଶନଙ୍କ ପାଖରେ ଲିଖୁତ ଅଭିଯୋଗ କରିଛନ୍ତି । ଏଥିରେ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ପୁନଃ ମତଦାନ ପାଇଁ ଦାବି କରାଯାଇଛି ।

ପ୍ରକାଶ ଥାଉକି, ସେଠାରେ ଶାସକ ଦଳର ନେତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ପୋଲିସ୍ ଅଫିସରଙ୍କ ଭିତରେ ସମ୍ପର୍କ ଖୁବ୍ ମଧୁର । ସେଥିପାଇଁ ଶାସକ ଦଳ ବୁଥ ରିଟିଂ କରିବାକୁ ସଫଳ ହେଲେ ବୋଲି ଶ୍ରୀମତୀ ପ୍ରଧାନ ନିମ୍ନଲିଖୁତ ପ୍ରମାଣଗୁଡ଼ିକୁ କମିଶନଙ୍କ ସାମ୍ନାରେ ଉତ୍ଥାପନ କରିଥିଲେ । ପ୍ରମାଣ ନଂ ୧ – ଶାସକ ଦଳ ସହିତ ପୋଲିସ୍ ଅଫିସରଙ୍କ ଅତି ଘନିଷ୍ଠ ସମ୍ପର୍କ ପାଇଁ କାଦ୍ରାୟନ ପଞ୍ଚାୟତର ବୁଥ ଗୁଡ଼ିକ ଅତି ସମ୍ବେଦନଶୀଳ ହେବାକୁ ଥିବା ସତ୍ତ୍ବ, ଜାଣିଶୁଣି ତାହା କରାଗଲା ନାହିଁ ।। ପ୍ରମାଣ ନଂ ୨ – ପୋଲିସ୍‌ ସହିତ ଶାସକ ଦଳର ଏହି ମଧୁର ସମ୍ପର୍କ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସତ୍ତ୍ବ ନିର୍ବାଚନ ଦିନ ସେଠାରେ ପୋଲିସ୍‌ ଫୋର୍ସ ମୁତୟନ କରାଗଲା ନାହିଁ । ଅବାଧରେ ଭୋଟରେ ଜାଲିଆତି କରିବାର ସୁଯୋଗ ଦିଆଗଲା । ଜଣେ ଦୁଇଜଣ ଅନ୍ୟ ସମସ୍ତଙ୍କ ପାଇଁ ଭୋଟ ଦେଲେ । ପ୍ରମାଣ ନଂ. ୩ – ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଗଲା ଯେ ଦିନ ୯ଟା ସୁଦ୍ଧା ପ୍ରାୟ ଭୋଟଦାନ ସରି ଯାଇଥିଲା । ମାତ୍ର ୨ ଘଣ୍ଟା ଭିତରେ ଏତେ ସଂଖ୍ୟକ ଭୋଟର କେମିତି ଭୋଟ ଦେଲେ ? ବାସ୍ତବରେ ଅନ୍ୟ ସମସ୍ତଙ୍କ ପାଇଁ କିଛିଲୋକ ଭୋଟ ଦେଇଛନ୍ତି, ଯାହା ତାଙ୍କ କହିବାରୁ ସ୍ପଷ୍ଟହୁଏ । 

ପ୍ରମାଣ ନଂ. ୪- କାଦୁୟାନରେ ମୋଟ ଭୋଟର ସଂଖ୍ୟା ୪୬୦୪ ଥିବା ବେଳେ ଏଥର ଭୋଟ ଦେଇଛନ୍ତି ୪୩୩୫ ଜଣ ଭୋଟର । ଅର୍ଥାତ୍ ପାଖାପାଖୁ ୯୫ ଶତାଂଶ ଲୋକ ଭୋଟ ଦେଇଛନ୍ତି । ଏହା ବୋଧେ ଓଡ଼ିଶାରେ ରେକର୍ଡ଼ । ମାତ୍ର ପୂର୍ବରୁ ଏଠାରେ ୩୨୦୦ରୁ ୩୩୦୦ ଲୋକ ଭୋଟ ଦେଇଥାନ୍ତି । ମାତ୍ର ଏଥର ଏତେ ସଂଖ୍ୟକ ଲୋକଙ୍କ ଭୋଟ ପଡ଼ିବା ପ୍ରମାଣିତ କରେ ଯେ ମୃତ ଏବଂ ଅନୁପସ୍ଥିତ ଥିବା ଲୋକଙ୍କ ଭୋଟ ଦିଆଯାଇଛି, ଯାହା ପୋଲିସ୍ ବାବୁଙ୍କ ସହାୟତାରେ ହୋଇଛି । ପ୍ରମାଣ ନଂ. ୫ – ପୋଲିସ୍‌ ଜାଣିଶୁଣି ନିର୍ବାଚନ ପୂର୍ବରୁ ଏଠାରେ ଆଂଗ୍ରମାର୍ଚ୍ଚ କରିନାହିଁ । ପାଖ ରଘୁନାଥପୁର ପଞ୍ଚାୟତରେ । ପୋଲିସ୍‌ ଫାମାର୍ଚ୍ଚ କରିଥିଲା । ମାତ୍ର ଏଠାରେ ଜାଣିଶୁଣି କରାଗଲା ନାହିଁ । ପ୍ରମାଣ ନଂ. ୬- ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଏହି ପଞ୍ଚାୟତରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ସ୍ବାମୀ ବାଲି ବ୍ୟବସାୟ ସହିତ ଅନ୍ୟାନ୍ୟ ଅନୈତିକ ବ୍ୟବସାୟ ମଧ୍ୟ କରନ୍ତି । 

ସେହି ପୋଲିସ୍ ଅଫିସର ସେଥିରେ ଭାଗିଦାରୀ ଅଟନ୍ତି । ତେଣୁ ସେହି ପଞ୍ଚାୟତରେ ଯେମିତି ସବୁ ଭୋଟ ତାଙ୍କ ସପକ୍ଷରେ ଯିବ, ତାର ସୁଚିନ୍ତିତ ଯୋଜନା ପୋଲିସ୍ ଅଫିସର ଓ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସ୍ବାମୀ ଓ ବିଜେଡି ଦଳ କରିଛି । ଏହି ବୁଥଗୁଡ଼ିକରେ ପୁନଃ ନିର୍ବାଚନ କରିବା, ଥାନା ଅଧିକାରୀ ଓ ଶ୍ରୀ ଜେନାଙ୍କୁ ତୁରନ୍ତ ନିଲମ୍ବନ କରିବା ଏବଂ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଅବହେଳା କରିଥିବା ବସ୍ତା ବିଡିଓଙ୍କ ସମେତ ଅନ୍ୟ ଅଧୁକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆସନ୍ତା କାଲି ନିର୍ବାଚନ କମିଶନଙ୍କ ଦପ୍ତର ସାମ୍ନାରେ ସତ୍ୟାଗ୍ରହ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ରାଜଧାନୀ ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ପାଇଁ ମାରାଥନ ପ୍ରଚାର କଲେ ବାବୁ ସିଂ

ଭୁବନେଶ୍ୱର, ରାଜଧାନୀ ଉପକଣ୍ଠ ଏକାମ୍ର ନିର୍ବାଚନ ମଣ୍ଡଳୀର ୬ଟି ପଞ୍ଚାୟ ଟିକରପଡ଼ା, ଧଉଳି, ଇଟିପୁର, ଶିଶୁପାଳଗଡ଼,ଲିଙ୍ଗିପୁର,ବାସୁଆଘାଇ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଭାରତୀୟ ଜନତା ପାର୍ଟିର ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଓ ବିଜେପି ସମର୍ଥିତ ସରପଞ୍ଚ,ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । 

ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସ୍ଥାନୀୟ ଜନସାଧାରଣ ବହୁତ ଆନନ୍ଦର ସହ ସ୍ବାଗତ କରି ସମର୍ଥନ ଜଣାଇଥିଲେ।ରୋଡ ସୋ ଓ ଘରକୁ ଘର ବୁଲି ସୁଜିତ କୁମାର ବଳବନ୍ତରାୟ ଓ ବିଜେପି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟ୍ ରେ ବିଜୟୀ କରିବା ପାଇଁ ବାବୁ ସିଂ ସମସ୍ତ ପଞ୍ଚାୟବାସୀ ଙ୍କୁ ନିବେଦନ କରିଥିଲେ। ଦୀର୍ଘ ଦିନ ଧରି ବିଜୁ ଜନତା ଦଳର ଅତ୍ୟାଚାର ଓ ଦୁର୍ନୀତି ରେ ଅତିଷ୍ଟ ହୋଇ ପଡ଼ିଥିବା ପଞ୍ଚାୟତ ବାସୀ ଭାରତୀୟ ଜନତା ପାର୍ଟି କୁ ବିପୁଳ ପରିମାଣରେ ସମର୍ଥନ ଜଣାଇଥିଲେ । 

ଭୁବନେଶ୍ୱର ଉପକଣ୍ଠରେ ରହିଲେ ମଧ୍ୟ ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ଆଜିବି ମୌଳିକ ସୁବିଧା ପାଇବାରୁ ଅନେକ ଅଞ୍ଚଳ ବଞ୍ଚିତ ହୋଇରହିଛି ଏଣୁ ଆଗାମୀ ନିର୍ବାଚନରେ ଏହାର ଜବାବ ବିଜୁ ଜନତା ଦଳ କୁ ଜନ ସାଧାରଣ ଦେବେ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ପ୍ରଚାର ରେ ଗ୍ରାମୀଣ ମଣ୍ଡଳ ସଭାପତି ଅରୁଣ ପୁରୋହିତ ଙ୍କ ସହ ସ୍ଥାନୀୟ ନେତୃତ୍ବ,ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର କର୍ମୀ ଉପସ୍ଥିତ ରହି । ପ୍ରାର୍ଥୀ ଙ୍କ ମନୋବଳ କୁ ସୁଦୃଢ କରିବା ସହ ଭୋଟ ଭିକ୍ଷା କରିଲେ।।

ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ବହୁ ଶୀଘ୍ର ଧରାପଡିବେ : ଡ.ଲେଖାଶ୍ରୀ

ଭୁବନେଶ୍ୱର,ବହୁଚର୍ଚ୍ଚତା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ୪ ମାସରୁ ଉଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଏହି ବର୍ବରୋଚିତ ହତ୍ୟାକାଣ୍ଡରେ ସଂପୃକ୍ତ ବହୁ ଅପରାଧୀ ଆଜି ନିର୍ଭୟରେ ବାହାରେ ବୁଲୁଛନ୍ତି । ପ୍ରକୃତ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଅପରାଧୀମାନଙ୍କୁ ଖସାଇଦେବାର ଷଡ଼ଯନ୍ତ୍ର କରୁଛନ୍ତି ରାଜ୍ୟ ସରକାର । ମମିତା ହତ୍ୟାକାଣ୍ଡରେ ରାଜ୍ୟର ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ସତ୍ତ୍ୱେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ପୋଲିସ ହାଜତରୁ ବଂପଟ ମାରିବା, ଶେଷ ମୁହୁର୍ତରେ କୋର୍ଟରେ ପୋଲିସ ଚାର୍ଜସିଟ୍ ଦାଖଲ ହେବା ଆଦି ଘଟଣାଗୁଡିକ କେଉଁଠି ନା କେଉଁଠି ଏହି ଅପରାଧରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ରହିବାର ପ୍ରମାଣିତ ହୋଇଛି । 

ଅନ୍ୟ ପଟେ ତାଙ୍କୁ ସୁରକ୍ଷା ମିଳିବ ବୋଲି ମୁଖ୍ୟ ଷଡଯନ୍ତ୍ରକାରୀ ଦିବ୍ୟଶଂକର ମିଶ୍ର ନିଶ୍ଚିନ୍ତ ଥିଲେ ଏବଂ ଏହି କେଳେଙ୍କାରୀରେ ସଂପୃକ୍ତ ଥିବା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିମାନେ ତାଙ୍କୁ ସୁରକ୍ଷା ଦେବା ପାଇଁ ବାଧ୍ୟ ବୋଲି ମନ୍ତ୍ରୀ ଦିବ୍ୟଶଂକର ଭଲ ଭାବେ ଜାଣିଥିଲେ । କିନ୍ତୁ ବହୁ ଶୀଘ୍ର ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଧରାପଡିବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଡ.ଲେଖାଶ୍ରୀଙ୍କ ନେତୃତ୍ବରେ ବିଜେପିର ଏକ ପ୍ରତିନି ଦଳ ରାଜ୍ୟ ଗସ୍ତରେ ଥିବା ରାଷ୍ଟ୍ରୀୟ ମହିଳା କମିଶନ ଶ୍ରୀମତୀ ରେଖା । ଶର୍ମାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମମିତା ହତ୍ୟାକାଣ୍ଡ ଏବଂ ଘଟଣା ପରବର୍ତ୍ତୀ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ ।

ମମିତା ହତ୍ୟାକାଣ୍ଡକୁ ରାଷ୍ଟ୍ରୀୟ ମହିଳା କମିଶନ ବହୁ ଗମ୍ଭୀରତାର ସହ ବିଚାର କରିଛନ୍ତି । ଆଜିର ଗସ୍ତ ଅବସରରେ କମିଶନ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ଆଲୋଚନା କରିଛନ୍ତି । ମମିତାକୁ ନ୍ୟାୟ ପ୍ରଦାନ ପାଇଁ କମିଶନ ସମସ୍ତ ପ୍ରକାରର ଉଦ୍ୟମ ଜାରୀ ରଖିଛି ବୋଲି ଶ୍ରୀ ଶର୍ମା ବିଜେପି ପ୍ରତିନିଧ ଦଳକୁ ପ୍ରତିଶୃତି ଦେଇଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି । ମମିତା ହତ୍ୟାକାଣ୍ଡ ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ନିହାତି ଆବଶ୍ୟକ ରହିଛି । ତେଣୁ ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ସିବିଆଇ ଦ୍ବାରା ନିରପେକ୍ଷ ତଦନ୍ତ କରାଯିବାକୁ କମିଶନଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ବିଜେପି ସଭାପତିଙ୍କ ଫଚାୟତ ନିର୍ବାଚନୀ ପ୍ରଚାର

କେନ୍ଦୁଝର | ଭୂବନେଶ୍ୱର, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସବକା ସାଥ, ସକା ବିକାଶ, ସବକା ବିଶ୍ୱାସ ଓ ସକା ପ୍ରୟାସ କେବଳ ଏକ ନାରା ନୁହେଁ ବରଂ ଏହା ଏକ ସଂକଳ୍ପ । “ଗ୍ରାମାଂଚଳର ବିକାଶରେ ଦେଶର ବିକାଶ । ଏହାକୁ ମୁଳମନ୍ତ୍ର କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଶାସନ କ୍ଷମତାକୁ ଆସିବା ପରେ ଗରୀବ ଏବଂ ଗ୍ରାମାଂଚଳର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସୁଛନ୍ତି । ଚତୁର୍ଦ୍ଦଶ ଓ ଫଚଦଶ ଅର୍ଥ କମିଶନଙ୍କ ସୁପାରିଶକ୍ରମେ ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର ପ୍ରଚୁର ଅର୍ଥ ଓଡିଶାକୁ ପ୍ରଦାନ କରିଛନ୍ତି । ସେହିଭଳି ଡିଏମଏଫ ଏବଂ OMBADC ପୀଠିରେ ବ୍ୟାପକ ଅର୍ଥ ଆସୁଛି । ଏହି ଅର୍ଥରେ ଫଚାୟତର ଭିତିଭୂମିର ବିକାଶ ସମେତ ଆର୍ଥିକ ସ୍ୱାଭଲମ୍ବୀ ହେବା ମୁଳ ଉଦ୍ଦେଶ୍ୟ । କିନ୍ତୁ ଫଚାୟତ ସ୍ତରରେ ଶାସକ ବିଜେଡି ନେତାମାନଙ୍କ ଦ୍ବାରା ବ୍ୟାପକ ଅର୍ଥ ଲୁଟ ହେଉଛି । 

ବିକାଶ ନାମରେ ଜେଇ ଠିକାଦାର ସାଜି ଅର୍ଥ ଲୁଟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମୋଦନ ସଫ୍ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ‘ପିସି ଷ୍ଟପ୍’ ର ବାହାଷୋଟ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବର୍ତମାନ ପିସି ପ୍ରତିଶତ ୩୦ ରୁ ୪୦ କୁ ବୃଦ୍ଧି ପାଇଛି । ଦଳୀୟ ଆଧାରରେ ବାସଗୃହ ବଂଟନ କରି ରାଜ୍ୟର ଅଗଣିତ ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି । ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର କେନ୍ଦ୍ରରୁ ପଠାଉଥିବା ବ୍ୟାପକ ଟଙ୍କାକୁ କିଛି ମୁଷ୍ଟିମେୟ ସରକାରୀ ଅଧୁକାରୀଙ୍କ ସହାୟତାରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାମାନେ ହରିଲୁଟ କରି ବିକାଶର ବାଧକ ସାଜିଛନ୍ତି । ରାଜ୍ୟ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଅଭାବ କାରଣରୁ ଗ୍ରାମାଂଚଳର ବିକାଶ ହୋଇପାରୁନାହିଁ । 

ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଫଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୋନ-୨୧ରେ ଦଳୀୟ ପ୍ରାର୍ଥୀ ସତ୍ୟବ୍ରତ ନାୟକ, ଜୋନ-୨ ୨ ରେ ଦଶମତୀ ଛତର ଏବଂ ଜୋନ-୨୩ରେ ସଂଗୀତା ପଣ୍ଡାଙ୍କ ସପକ୍ଷରେ ଗାଁ କୁ ଗାଁ ବୁଲି ପ୍ରଚାର କରିଥିଲେ । ବାଇକ ରାଲି ଏବଂ ପଦଯାତ୍ରା ଜରିଆରେ ଘରକୁ ଘର ଯାଇ ମୋଦି ସରକାରଙ୍କ ଉପଲକ୍ଷିତା ଏବଂ ରାଜ୍ୟରେ ଶାସକ ବିଜୁ ଜନତା ଦଳର କୁଶାସନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରାଧାକାନ୍ତ ମହନ୍ତଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ରାଜ୍ୟର ଗ୍ରାମାଂଚଳର ବିକାଶ ପାଇଁ ମୋଦି ସରକାର ପଠାଉଥିବା ଟଙ୍କାକୁ ଶତ ପ୍ରତିଶତ ଖର୍ଚ୍ଚ କରି ଜୀବନ ଧାରଣମାନ ଉନ୍ନତି ଆଣିବାକୁ ହେଲେ ସୁଦୃଢ ଜିଲ୍ଲା ପରିଷଦ ନେତୃତ୍ବର ଆବଶ୍ୟକତା ରହିଛି । ଭାରତୀୟ ଜନତା ପାର୍ଟିକୁ ନେଇ ଲୋକମାନଙ୍କର ଯେଉଁ ସ୍ନେହଶ୍ରଦ୍ଧା ପ୍ରକାଶ ପାଇଛି ତାହା ଏଥର ଫଚାୟତ ନିର୍ବାଚନରେ ଭୋଟରେ ରୂପାନ୍ତରିତ ହୋଇ ବିଜୟ ସୁନିଶ୍ଚିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଡାଳଖାଇ ଓଡ଼ିଶୀ ସଂକୀର୍ଭନ ମହାମଣ୍ଡଳୀର ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ମହୋତ୍ସବ

ଭୁବନେଶ୍ୱର, ଭୁବନେଶ୍ୱର ଲକ୍ଷ୍ମୀସାଗର ଶ୍ରୀ ଶ୍ରୀ ମା’ ଡାଳଖାଇ ଓଡ଼ିଶୀ ସଂକୀର୍ଭନ ମହାମଣ୍ଡଳୀର ବାର୍ଷିକ ଓଡ଼ିଶୀ ସଂକୀର୍ତ୍ତନ ମହୋତ୍ସବ ଆଜି ପ୍ରତ୍ୟୁଷରେ ଭୁବନେଶ୍ବର ଲକ୍ଷ୍ମୀସାଗରସ୍ଥିତ ମା’ ଡାଳଖାଇ ମନ୍ଦିର ପରିସରରେ କୋଭିଡ଼ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତୀକାତ୍ମକ ଭାବେ ପ୍ରତ୍ୟେକ ମହାମଣ୍ଡଳୀର ସଭ୍ୟମାନେ ଯୋଗଦେଇ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ପ୍ରଥମେ ପୂର୍ବତନ ମହନ୍ତ ସ୍ବର୍ଗତ ପ୍ରଦୀପ ଜେନାଙ୍କ ସହ ଦିବଙ୍ଗତ ସଂକୀର୍ତ୍ତନ । କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଦୀପଦାନ ହେବାପରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ଦ୍ଵାରା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । 

ଏହି କାର୍ଯ୍ୟକ୍ରମରେ ସଭାପତି ଲିଙ୍ଗରାଜ ସାହୁ, ପୂର୍ବତନ ସଭାପତି ଉପେନ୍ଦ୍ର ସାମନ୍ତରାୟ, ସମ୍ପାଦକ ହରିହର ପରିଡ଼ା, ଅଧିକାରୀ ପୀତବାସ ସୁନ୍ଦରରାୟ, ରବୀନ୍ଦ୍ରନାଥ ସ୍ବାଇଁ, ହେମନ୍ତ ପ୍ରଧାନ, ନିଖୁଳ ଉତ୍କଳ ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘ ସଭାପତି ଜଗନ୍ନାଥ ବେହେରା, ପ୍ରମୋଦ ବାରିକ, ଚୈତନ୍ୟ ସୁବୁଦ୍ଧି, ଲକ୍ଷେଶ୍ୱର ଆଞ୍ଚଳିକ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀର ମହନ୍ତ ନଳିନୀ ସ୍ବାଇଁ, ଅଧୁକାରୀ ବିଷ୍ଣୁ ଚରଣ ପରିଡ଼ା, ଉପସଭାପତି ଅର୍ଜୁନ ପରିଡ଼ା, ଜ୍ୟୋତିପ୍ରଭା ସମ୍ପାଦକ ଆଶୁତୋଷ ସାମନ୍ତରାୟ, ପ୍ରତାପ ଜେନାଙ୍କ ସହିତ ବହୁ ସଂକୀର୍ତ୍ତନପ୍ରେମୀ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ସଂକୀର୍ତ୍ତନ କଳାକାର ଓ ଆଗନ୍ତୁକମାନଙ୍କୁ ଉତ୍ତରୀୟ ଓ ଭୋଗହାଣ୍ଡି ପ୍ରଦାନ କରାଯାଇ ପ୍ରସାଦ ସେବନ ହୋଇ ବାର୍ଷିକ ହିସାବ ନିକାଶ ସମ୍ପାଦନ ହୋଇ ହରିବୋଲ ପକାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

ନିର୍ବାଚନ ଜନିତ ହିଂସା ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର,ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ଉଭୟ ବିଜେଡି, ବିଜେପି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ଵାରା ସଙ୍ଗଠିତ ହିଂସା, ବୋମାମାଡ଼, ବୁଥ ରିଗି, ଭୋଟ ବାକ୍ସ ଲୁଟ୍ ଆଦି ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସ । ବୁଥ ରିଗି ଭଳି ଅପରାଧୀକ କାର୍ଯ୍ୟକଳାପରେ ସମ୍ପୂକ୍ତ ଗୁଣ୍ଡାମାନଙ୍କୁ ଗିରଫ କରିବା ସହିତ ଏହି ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସର ଏକ ୬ ଜଣିଆ ଉଚ୍ଚ ପ୍ରତିନି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରି କହିଲେ କେଉଁଝର ଜିଲ୍ଲା ଘଷିପୁରା ବ୍ଲକର ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ ଅଧୀନରେ ରାମଚନ୍ଦ୍ରପୁର ବୁଥ ନମ୍ବର ୧୭, ବଡ଼ପଦନା ବୁଥ ନମ୍ବର ୭, ୮, ୯, ୧୦ରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ହାତଗଣତି ସମର୍ଥକଙ୍କ ଦ୍ଵାରା ବୁଥ ରିଗି କରାଯାଇଛି । 

ଲୋକେ ଏହାର ବିରୋଧ କରି ପ୍ରିଜାଇଡିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଅଭିଯୋଗ କରାଯାଇଛି, କିନ୍ତୁ ପୋଲିସ୍ ଚୁପ୍ । ଘଷିପୁରା ବିଧାୟକ ଓ ତାଙ୍କ ପୁତ୍ରମାନଙ୍କ ଷଡ଼ଯନ୍ତ୍ର କ୍ରମେ ଏହି ବେଆଇନ କାମ କରାଯାଇଛି । ଏଣୁ ଉଭୟ ବିଜେଡି ବିଧାୟକ ଓ ତାଙ୍କ ପୁତ୍ର ସମେତ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ୍ତ ସାହୁ ଓ ତାଙ୍କର ସମର୍ଥକ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାଙ୍କୁ ଗିରଫ କରିବା ସହ ଏହି ବୁଥ ଗୁଡ଼ିକରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଛି ଦଳ । ପୁନଶ୍ଚ ଗଜପତି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ପିଡିଆରଡିଏ) ଖୋଲାଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି । 

ଗଜପତି ଜିଲ୍ଲାର ବିଜେଡି ନେତା ତିରୁପତି ପାଣିଗ୍ରାହୀ ଭୋଟ ରିଟିଂ ପାଇଁ ନିଜ ସମର୍ଥକଙ୍କୁ ଉସକାଉଛନ୍ତି । ଯାଜପୁର ଜିଲ୍ଲାର ଯାଜପୁର ବ୍ଲକର ଝଳପଡ଼ା ପଞ୍ଚାୟତ କାକୁଡ଼ିକୁଦ ବୁଥ, ଏରବାଙ୍କ, ସୁଜନପୁର, ରୁଦ୍ରପୁର, ଛତିଶଡେବିଲ ପଞ୍ଚାୟତର ସମସ୍ତ ବୁଥ ପୋଲିସ୍‌ ସହଯୋଗରେ ବୁଥ ଜବରଦଖଲ ହୋଇଛି । ପୁରୀ ଜିଲ୍ଲାର କଣାସ ବ୍ଲକ ଅଞ୍ଚଳରେ ନିର୍ବାଚନରେ ଅନିୟମିତତା ସମ୍ପର୍କରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ଉଭୟ ବିଜେଡି, ବିଜେପି ଗୁଣ୍ଡାମାନଙ୍କୁ ଗିରଫ କରିବା ଦରକାର । ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ବ୍ଲକର ନିହଲପ୍ରସାଦରେ ବୁଥ ରିଗି ଘଟଣାରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶକ । 

ଗଞ୍ଜାମ ଜିଲ୍ଲାର ଚିକିଟି, କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକ୍ ଅଞ୍ଚଳରେ ପୋଲିସ୍ ଶାସକ ଦଳର ଏଜେଣ୍ଟା ସାଜିଛି । । ରିଙ୍ଗି ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ ସହ ଏସବୁ ବୁଥରେ ପୁନଃ ମତଦାନ କରାଯିବାକୁ ନିର୍ଦ୍ଦେଶ ଦେବାକୁ ଆୟୋଗଙ୍କୁ ଅନୁରୋଧ କରିଛି ଦଳ । ତ୍ବରିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ପର୍ଯ୍ୟାୟ ମତଦାନ ଦିନ ଗୁଡ଼ିକରେ ହିଂସା ବଢ଼ାଇବା ଦିଗରେ ପ୍ରୋତ୍ସାହନ ଦେଲାଭଳି ହେବ । ତେଣୁ ତରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ । ଏହି ପ୍ରତିନିଧ ଛଅ ଜଣିଆ ପ୍ରତିନିଧ ମଣ୍ଡଳୀରେ ପିସିସିର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋଜ ମହାପାତ୍ର, ରଜନୀ ମହାନ୍ତି, ରାଜ୍ୟ ଛାତ୍ର ସଭାପତି ୟାସିର ନୱାଜ, କଂଗ୍ରେସ ନେତା ସାନ୍ତନୁ ସାହୁ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ବିଜେଡି ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରାଉଛନ୍ତି : ବିଜେପି

ଭୁବନେଶ୍ୱର, ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଶାସକ ଦଳର ଗୁଣ୍ଡାଗର୍ଡି ଜରିଆରେ ଭୋଟ ହାତେଇବାର ହୀନ ଉଦ୍ଦେଶ୍ୟ ସାମ୍ନାକୁ ଆସିଛି । ଶାସକ ଦଳର ପ୍ରତ୍ୟକ୍ଷ ପ୍ରରୋଚନାରେ ପ୍ରିଜାଇଡିଂ ଅଫିସରମାନେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ସପକ୍ଷରେ କାର୍ଯ୍ୟ କରୁଛନ୍ତି ଏବଂ ଜୋରଜବରଦସ୍ତ ଭୋଟ କରାଉଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ବେଲପଡା ଜୋନ୧୪ର ବାଗଡୋର ଫଚାୟତର ଏକ ବୁଥର ପ୍ରିଜାଇଡିଙ୍ଗ ଅଫିସର ଶ୍ରୀ ଏସ.ମହାଲିଙ୍ଗ ଖୋଲାଖୋଲି ଭାବେ ବିଜେଡି ସପକ୍ଷରେ ଭୋଟ ଦେବା ଭୋଟରମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଓ ଦଣ୍ଡନୀୟ । ତେଣୁ ସେହି ପ୍ରିଜାଇଡିଂ ଅଫିସରଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରାଯାଇ ଅନ୍ୟ ଜଣଙ୍କୁ ଦାୟୀତ୍ବ ପ୍ରଦାନ କରାଯିବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ କହିଛନ୍ତି । 

ଗଜପତି ଜିଲ୍ଲାରେ ବିଜେଡିର ବାହୁବଳୀ ନେତା ତିରୁପତି ପାଣିଗ୍ରାହୀ ଶାସକ ବିଜେଡି ସପକ୍ଷରେ ବୁଥ ଅକ୍ତିଆର କରିଲେ, ପ୍ରତ୍ୟେକ ବୁଥ ପିଛା ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ଏହାର ଭିଡିଓ ବର୍ତମାନ ଭାଇରାଲ ହୋଇସାରିଛି । ଏହା ଖୋଲାଖୋଲି ଭାବେ ଗଣତନ୍ତ୍ରର ହତ୍ୟା ଏବଂ ଦଣ୍ଡନୀୟ ଅପରାଧ । ନିର୍ବାଚନ କମିଶନ ତୁରନ୍ତ ବିହୀତ ପଦକ୍ଷେପ ନେଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ରାୟ ଦାବୀ କରିଛନ୍ତି । ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କାର୍ଯ୍ୟ ସରିଛି ଏବଂ ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟ ଗଣତି ଆସନ୍ତା ୨୮ତାରିଖରେ ହେବ । ପର୍ଯ୍ୟାୟ କ୍ରମେ ଭୋଟିଂ ସମାପ୍ତ ହେବା ପରେ ସମତ ଭୋଟ ବାକ୍ସକୁ ସ୍ବତନ୍ତ୍ର ଷ୍ଟ୍ରଙ୍ଗ ରୁମରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଲମ୍ବା ସମୟ ଧରି ଷ୍ଟ୍ରଙ୍ଗ ରୁମରେ ରହିବାକୁ ଥିବା ଭୋଟ ବାକ୍ସର ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ନିଶ୍ଚିତ ଆବଶ୍ୟକ । 

କାରଣ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନେତା ଓ । କର୍ମୀମାନେ ସରକାରୀ କଳକୁ ବ୍ୟବହାର କରି ଅଘଟଣ ଘଟାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମତଦାନ ପରେ ଭୋଟ ବାକ୍ସ ରହୁଥିବା ଷ୍ଟ୍ରଙ୍ଗ ରୁମର ଉଭୟ ଭିତର ଓ ବାହାରେ ( ୨୦୦ ମିଟର ପର୍ଯ୍ୟନ୍ତ) ସିସିଟିଭି ଜରିଆରେ ନଜର ରଖିବାର ବ୍ୟବସ୍ଥା କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଶ୍ରୀ ରାୟ ଦାବୀ କରିଛନ୍ତି । ଏହି ପ୍ରତିନି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରବି ପଟ୍ଟନାୟକ, ଜୟନ୍ତ ଜେନା ଓ ହିତେଶ ମହାପାତ୍ର ଥିଲେ ।

ପରିବେଶ ପ୍ରଦୂଷଣ ସମସ୍ୟାକୁ ଗୁରୁତ୍ବ ଦେବା ଆବଶ୍ୟକ : ଶ୍ଵାସରୋଗ ବିଶେଷଜ୍ଞ

ଭୁବନେଶ୍ୱର, ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ବ ଦେବା ଉଚିତ୍ । କାରଣ ଶ୍ଵାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର । ଶ୍ଵାସରୋଗ ତଥା ଗ୍ୟାସ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଏବଂ ଆୟର୍ଲାଣ୍ଡର ଡ଼ୁଣ୍ଡଲାକ୍ ସ୍ତିତ ଲୁଗ ମେଡିକାଲ୍ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ମହାପାତ୍ର କହିଛନ୍ତି ଯେ ବାୟୁରେ ଘୁରି ବୁଲୁଥିବା ପ୍ରଦୂଷିତ କଣିକା ହିଁ କ୍ରନିକ୍ ଅଷ୍ଟ୍ରକ୍ତିଭ ପଲମୋନାରୀ ଡିଜିଜ୍ (ସିଓପିଡି) ରୋଗର ମୁଖ୍ୟ କାରଣ ଏବଂ ବିଶ୍ୱରେ ଏହି ରୋଗର ମୃତ୍ୟୁ ହାର ମଧ୍ୟ ଅଧିକ ।

ଏଥି ନିମନ୍ତେ ସଚ୍ଚ ବାୟୁର ଆବଶ୍ୟକତା ରହିଛି ଏବଂ ଏହାକୁ ଗୁରୁତର ସମସ୍ୟା ବୋଲି ଚିନ୍ତା କରିବା ଉଚିତ୍ ବୋଲି ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ “ସିଓପିଡି ଆଣ୍ଡ ସିଲିଆରୀ ଡିଫଙ୍କସନ୍ ଶୀର୍ଷକ ପ୍ରସଙ୍ଗରେ ବକୃତା ଦେବା ଅବସରରେ ପ୍ରଫେସର ମହାପାତ୍ର ଏହା କହିଛନ୍ତି । ବାୟୁ ପ୍ରଦୂଷଣ ଯୋଗୁଁ ହିଁ ଅଧିକ ମାତ୍ରାରେ ବ୍ରୋଙ୍କାଇଟିସ୍ ସମସ୍ୟା ବୃଦ୍ଧି ପାଉଛି ଏବଂ ଏହା ଫୁସ୍‌ଫୁସ୍‌କୁ ଅଧିକ ମାତ୍ରାରେ ନଷ୍ଟ କରୁଛି ବୋଲି କହିବା ସହ ଯେଉଁ ଶ୍ରମିକମାନେ ଅଧିକ ମାତ୍ରାରେ ଧୂଳି ଏବଂ ଧୂଆଁରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ସିଓପିଡି ସମସ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଧୂମପାନ କରିବା ଏକ ବଡ଼ ସମସ୍ୟା ଏବଂ ଆୟର୍ଲାଣ୍ଡ ସରକାର ସର୍ବସାଧାରଣ ସ୍ଥାନରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି ।

ପ୍ରଫେସର ମହାପାତ୍ର କହିଛନ୍ତି ଯେ ଲୋକମାନେ ଧୂମପାନ ପରିତ୍ୟାଗ କରିବା ସହ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରିବା ଦରକାର । ସଚେତନତା ସୃଷ୍ଟି ଦ୍ଵାରା ହିଁ ଏହି ସମସ୍ୟାର ସମାଧାନ କରାଯାଇପାରିବ । ଆଇଏଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ପ୍ରୋ-ଭାଇସ୍ ଚ୍ୟାନ୍ସଲର ତଥା ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ପଲମୁନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ତାଙ୍କୁ ସାଗତ କରିବା ସହ ବକ୍ତବ୍ୟ ରଖିଥିଲେ ।

ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ : ବିଜେପି

ଭୁବନେଶ୍ୱର, ଶାସନ କ୍ଷମତାର ଅପବ୍ୟବହାର ପରେ ଧମକଚମକ, ଭୟଭୀତ କରାଇ ଜୋରଜବରଦସ୍ତ ଭୋଟ ହାତେଇବାର ପ୍ରୟାସ ଜାରୀ ରଖିଛି ବିଜୁ ଜନତା ଦଳ । କୌଣସି ଆଇନକାନୁନ ବା ପୋଲିସର ଭୟ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଦାୟୀତ୍ବରେ ଥିବା ପୋଲିସ ପ୍ରଶାସନ ଉପସ୍ଥିତିରେ ଶାସକ ବିଜେଡି କର୍ମୀମାନେ ନିର୍ଭୟରେ ଗୁଣ୍ଡାଗର୍ଭ, ଅଶାନ୍ତ ଓ ଭୟର ବାତାବରଣ ସୃଷ୍ଟି କରି ଭୋଟରମାନଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରୁଥିଲେ । ଭୋଟରମାନେ ତାଙ୍କୁ ବିରୋଧ କରିବାରୁ ଗାଳିଗୁଲଜ, ମାରପିଟ, ଏପରିକି ବୋମା ମାଡ କରି ଆତଙ୍କ ବାତାବରଣ ସୃଷ୍ଟି କରିଥିଲେ । ଶାସାକ ବିଜେଡିର ଏଭଳି ଅଗଣତାନ୍ତ୍ରୀକ ଆଚରଣ ଆଜି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଏବଂ କେନ୍ଦୁଝର ଜିଲ୍ଲା ଘଟଗାଁରେ ଦେଖିବାକୁ ମିଳିଛି । ଏ ସମସ୍ତ ଅଭିଯୋଗ ନେଇ ବିଜେପି ପ୍ରତିନି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦୋଷୀଙ୍କ ବିରୁଦ୍ଧରେ କଠୋରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛି । 

ପୁରୀ ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଳକର ଅଲଣ୍ଡା ଗ୍ରାମ ପଂଚାୟତରେ ମତଦାନ ଚାଲିଥିବାବେଳେ ଶାସକ ବିଜେଡି କର୍ମୀମାନେ ବୋମାମାଡ଼ କରିଛନ୍ତି । ଏହି ବୋମାମାଡ଼ରେ ୫ରୁ ଅଧୁକ ଗାଡି ଜଳି ଯାଇଥିବାବେଳେ ୨୦ରୁ ଅଧୁକ ଲୋକ ଗୁରୁତର ଭାବେ ଆହତ ହୋଇ ବ୍ରହ୍ମପୁର ହସ୍ପିଟାଲରେ ଚିକିସ୍ଥିତ ହେଉଛନ୍ତି । କୃଷ୍ଣ ପ୍ରସାଦ ବ୍ଲକର ଅଲାଣ୍ଡ ଗ୍ରାମ ପଂଚାୟତ ୪, ୮ ଓ ୯ନଂ ବୁଥ; ସିଆଣ୍ଡି ଗ୍ରାମପଂଚାୟତ ଗୋପାଳପୁରରେ ୨ ଓ ୩ ନଂ ବୁଥ; ଚାପମାଣିକ ଗ୍ରାମ ପଂଚାୟତ ୯ ନମ୍ବର ବୁଥରେ ଭୋଟିଂ ସମୟରେ ବିଜେଡି କର୍ମୀମାନେ ଗଣ୍ଡଗୋଳ ଓ ହିଂସା ଭିଆଇଥିଲେ । ରେବଣା ନୂଆଗାଁ ଗ୍ରାମ ପଂଚାୟତରେ ହିସାଂକାଣ୍ଡ ଘଟି ୫ ଜଣ ଭୋଟର ଆହତ ହୋଇଛନ୍ତି । ବିଜେପି ଲୋକପ୍ରିୟତାରେ ଅସହିଷ୍ଣୁ ହୋଇ ଶାସକ ବିଜେଡିର ପ୍ରଭାବଶାଳୀ ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଆଇଆଇସି ଦିଲ୍ଲୀପ ସ୍ୱାଇଁ, କୃଷ୍ଣପ୍ରସାଦ ବିଡିଓ ଓ ତହସିଲଦାରଙ୍କ ପ୍ରରୋଚନାରେ ଏହି ହିଂସାକାଣ୍ଡ ଘଟିଛି ବୋଲି ବିଜେପି ନେତ୍ରୀ ଉପାସନା ମହାପାତ୍ର ଅଭିଯୋଗ କରିଛନ୍ତି ।

ସେହିପରି ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲା ପରିଷଦ ଜୋନ- ୨୫ ସୁଆକାଠି ଫଚାୟତର ତେନ୍ତୁଲୀ ଗ୍ରାମର ୧୨ ଓ ୧୩ ନମ୍ବର ବୁଥ ବାହାରେ କିଛି ଲୋକ ରୁଣ୍ଡ ହୋଇ ବ୍ୟାଲଟ କାଗଜରେ ଭୋଟ ଦେବା ଏବଂ ଏ ସମସ୍ତ କାର୍ଯ୍ୟ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ହେଉଥିବାର ଦୃଶ୍ୟ ଚଳିତ ନିର୍ବାଚନକୁ ଏକ ଫାର୍ଶରେ ପରିଣତ କରିଛି । ପୋଲିସ ଓ ପ୍ରଶାସନର ଉପସ୍ଥିତିରେ ଏହି ଅଗଣତାନ୍ତ୍ରୀକ କାର୍ଯ୍ୟ ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରୀ ରହିଥିଲେ ସୁଦ୍ଧା ତାଙ୍କୁ କେହି ରୋକି ନଥିଲେ । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଦାବୀ କରିଛନ୍ତି । ଏହି ପ୍ରତିନି ଦଳରେ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ଲିଗାଲ ସେଲର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ରଣ ମୁକ୍ତି ଶିବିର

ସମ୍ବଲପୁର, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ରଣ ମୁକ୍ତି ଶିବିର । ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ସଞ୍ଜବ ଭରଦ୍ଵାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅରବିନ୍ଦ ମିଶ୍ର ଉପସ୍ଥିତ ଥିଲେ । ଶ୍ରୀ ଭରଦ୍ୱାଜ ବ୍ୟାଙ୍କର ଏକ କାଳୀନ ସମାଧାନ (ଓଟିଏସ୍) ଯୋଜନା ଗୁଡିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସ୍ୱତନ୍ତ୍ର ଏକ କାଳୀନ ସମାଧାନ ଯୋଜନା ସମ୍ପର୍କରେ ଗ୍ରାହକମାନଙ୍କୁ ଅବଗତ କରାଇଥିଲେ । ଏହି ଋଣ ମୁକ୍ତି ଶିବିରରେ ୫୦ ଜଣ ଗ୍ରାହକ ଅଂଶଗ୍ରହଣ କରିଥିଲେ ଏବଂ ସ୍ଵତନ୍ତ୍ର ଏକ କାଳୀନ ସମାଧାନ (ଓଟିଏସ୍) ଯୋଜନାରୁ ଲାଭ ଉଠାଇ ପାରିଥିଲେ।

ବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ରାଞ୍ଚ ଅଦାଲତ ପାନ୍ ଇଣ୍ଡିଆ ଅଭିଯାନ

ଭୁବନେଶ୍ୱର, କୋଭିଡ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା ଋଣଗ୍ରହୀତାମାନଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ “ବ୍ରାଞ୍ଚ ଅଦାଲତ” ପାନ ଇଣ୍ଡିଆ ଅଭିଯାନ ତା ୩୧.୦୧.୨୦୨ ୨ ରିଖରୁ ୦୫.୦ ୨.୨୦୨୨ ରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଯାଇଛି । ବିଶେଷ ଭାବେ କ୍ଷୁଦ୍ର ଋଣଗ୍ରହୀତା ଯେଉଁମାନଙ୍କର ବକେୟା ରାଶିର ପରିମାଣ ୨୫ ଲକ୍ଷରୁ କମ୍ ଅଟେ ସେମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ କୃଷି ଋଣ , ଏମ୍ଏସ୍ଏମ୍ଇ ରଣ , ରିଟେଲ୍ ଏବଂ ବ୍ୟକ୍ତିଗତ ଋଣକୁ ସାମିଲ କରାଯାଇଅଛି । 

୬,୮୪,୦୦୦ ଜଣ ଏନ୍‌ପିଏ ଋଣଗ୍ରହୀତା ଏହି ଅଭିଯାନରେ ଯୋଗ୍ୟ ବିବେଚିତ ହୋଇ ଏଥିରୁ ଲାଭ ଉଠାଇ ପାରିଛନ୍ତି । ବ୍ୟାଙ୍କ ଏହି ଅଭିଯାନ ମାଧ୍ୟମରେ ୪୦୭ କୋଟି ଟଙ୍କାର ଏପିଏ ରଣର ସମାଧାନ କରିବାରେ ସକ୍ଷମ ହୋଇ ପାରିଛି । ଏହି ଅଭିଯାନରୁ ଉତ୍ତମ ଫଳାଫଳ ମିଳିଥିବାରୁ ବ୍ୟାଙ୍କ ଏହି ଅଭିଯାନକୁ ପୁନର୍ବାର ୨୮.୦୨.୨୦୨୨ରୁ ୦୫.୦୩.୨୦ ୨୨ ପର୍ଯ୍ୟନ୍ତ ଜାରି ରଖିବ ବୋଲି ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଛି ।

ଓଡ଼ିଶାରେ ରିଜେନେରେଟିଭ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲାଣ୍ଡର ଡାକ୍ତର ଆଗ୍ରହୀ

ଭୁବନେଶ୍ୱର, କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ ମେଡ଼ିସିନ୍ ସେଣ୍ଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାସ୍ଟ୍ରୋଏରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର । ଆୟର୍ଲାଣ୍ଡର ଡ଼ୁଣ୍ଡାଲକ ସ୍ଥିତ ଲୁଗ ମେଡିକାଲ ସେଣ୍ଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବିବ୍ରିଜ୍ ବିଶ୍ଵବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ ମେଡ଼ିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି ।

“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ତି ସମ୍ପର୍କରେ ଆଲୋଚନା କରିଛୁ । ସୋଆରେ ରିଜେନେରେଟିଭ ମେଡ଼ିସିର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର । ସେ ପଲମୋନାରୀ ମେଡିସିନ୍‌ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି । ରିଜେନେରେଟିଭ ମେଡ଼ିସିନ୍ ହେଉଛି ମେଡିସିନ୍‌ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍, ଟିପ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ । ଏଥି ସହିତ ଥେରାପୁଂଟିକ୍ ଷ୍ଟେମ୍ ସେଲ୍ । ବ୍ୟବହାର, ଟିପ୍ଲୀ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ । ପ୍ରଫେସର ମହାପାତ୍ର ଆୟର୍ଲାଣ୍ଡରେ ଏକ ରିଜେନେରେଟିଭ ମେଡ଼ିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି । 

ସେ କହିଛନ୍ତି ଯେ ଷ୍ଟମ୍ ସେଲ ଗୁଡ଼ିକ କେବଳ କ୍ୟାନୁର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, । ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତ୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି । ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ଥଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ ।
Powered by Blogger.
Javascript DisablePlease Enable Javascript To See All Widget