May 2021

ଆନ୍ଧ୍ରକୁ ଚାଲିଥିଲା ଗୋରୁ ଚାଲାଣ, ଗାଁ ଲୋକଙ୍କ ହାବୁଡରେ ପଡିଗଲେ ବେପାରୀ

ଗଞ୍ଜାମ, ଆନ୍ଧ୍ରକୁ ଚାଲିଥିଲା ଗୋ ଚାଲାଣ। ହେଲେ ଗାଁ ଲୋକଙ୍କ ହାତରେ ଧରା ପଡିଗଲେ  ବେପାରୀ। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ ଦୁଇଟି ଗାଡିରେ ମଇଁଷି ସହ ଗୋରୁ ବୋଝେଇ ପିକଅପ ଭେନକୁ ଅଟକାଇ ପୋଲିସ ଜିମା ଦେଲେ ଗ୍ରାମବାସୀ । ୧୮ ଟି ମଇଁଷି ସମେତ ଗାଈ ଉଦ୍ଧାର କରାଯାଇଥିବା ବେଳେ  ୬ ଜଣ ଆନ୍ଧ୍ର ଚାଲାଣକାରୀଙ୍କୁ ପୋଲିସ ଅଟକ ରଖିଛି।

ସୂଚନା ମୁତାବକ ପାତ୍ରପୁର ବ୍ଲକ ଜଗନ୍ନାଥପୁରରୁ ଆନ୍ଧ୍ର ପ୍ରଦେଶକୁ ରାତିରେ ମଇଁଷି ସହ ଗାଈକୁ ଚାଲାଣ କରୁଥିବା ଗ୍ରାମବାସୀ ସୂଚନା ପାଇଥିଲେ। ଏହା ପରେ ବରଙ୍ଗରେ ଗୋରୁ ବୋଝେଇ ଗାଡିକୁ ଅଟକ ରଖି ସ୍ଥାନୀୟ ପୋଲିସ ଷ୍ଟେସନ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜରଡା ପୋଲିସ ପହଂଚି ଲୋକଙ୍କୁ ବୁଝାଇବା ସହ ୧୮ ମଇଁଷି ଓ ଗାଈକୁ ଉଦ୍ଧାର କରି ୬ ଜଣ ଆନ୍ଧ୍ର ବ୍ୟବସାୟୀଙ୍କ ସମେତ ଦୁଇଟି ଗାଡି ଜବତ କରି ଥାନାକୁ ନେଇଛି।

ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ସାମୁଦ୍ରିକ ବାତ୍ୟା ୟଶ୍ ଦ୍ବାରା ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ଆକାଶମାର୍ଗରୁ ବାତ୍ୟା ଦ୍ବାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲାର ପାରାଦୀପ, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜନଗର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଂଚଳ ପରିଦର୍ଶନ ସହ କରିବା ସହ ସ୍ଥିତି ଅନୁଧ୍ୟାନ ଏବଂ ବିପନ୍ନଙ୍କ ସହ କଥା ହେବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଏହି ସବୁ ଅଂଚଳକୁ ଆକାଶମାର୍ଗରୁ ସ୍ଥିତି ପରଖୁବା ପରେ ଧାମରା ବନ୍ଦର ସ୍ଥିତ ହେଲିପ୍ୟାଡରେ ଅବତରଣ କରିଥିଲେ । 

ପରେ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲା ଦୋସିଙ୍ଗା ଗ୍ରାମପଂଚାୟତର ସମିପାଟିଆ, ଓରାମାଳ, ଜାଗୁଳା ଗ୍ରାମପଂଚାୟତର ପାଇକ ସାହି ଏବଂ ଧାମରା ଗ୍ରାମପଂଚାୟତର ଝାଡ଼କାଟି ସମେତ ଅନେକ ଗାଁ ପ୍ରତ୍ୟକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ପରିସ୍ଥିତି ସମ୍ପର୍କରେ ବୁଝିଥିଲେ । ଏହା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ଯଶ୍’ର ସିଧାସଳଖ ପ୍ରଭାବ ଭଦ୍ରକ ଜିଲ୍ଲା ଉପରେ ପଡିଥିଲା । ଦୁଇ ଦିନ ତଳେ ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭଦ୍ରକ ଜିଲ୍ଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଳକୁ ପରିଦର୍ଶନ କରିଥିଲି । ସୋମବାର ଦୋସିଙ୍ଗା ଫଚାୟତର ବିଭିନ୍ନ ଅଂଚଳକୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କଲି । 

ଲୋକମାନଙ୍କ ସହ କଥା ହେବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବୁଝିଲି । ଲୋକମାନେ ଏବେ ବି ପାଣିଘେରରେ ବନ୍ଦୀ ହୋଇ । ବହୁତ ଦୁଃଖ କଷ୍ଟରେ ରହିଥିବା ବେଳେ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ତେବେ ପ୍ରଭାବିତ ଗ୍ରାମାଂଚଳରେ ଅଧୁକ କଲଭର୍ଟ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଆଉ ପାଣି ଘେରରେ ରହିବେନି । ଏହି ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ପ୍ରଭାବିତ ଅଂଚଳ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଷିବା ସହ ପଲିଥିନ, ରିଲିଫ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ ।

ଉପକୂଳରେ ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ଭାରତ ସରକାରଙ୍କ ପଦକ୍ଷେପ । ଉପକୃତ ହେବ ଓଡିଶା

ଭୁବନେଶ୍ୱର, ଆଗାମୀ ଭବିଷ୍ୟତର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ବିପର୍ଯ୍ୟୟର ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଓଡ଼ିଶା ପରି ସୁଦୀର୍ଘ ବେଳାଭୂମିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ କରିବା ପାଇଁ ଉପକୂଳରେ ‘ ସାଇକ୍ଳୋନ୍ ରିସାଇଟ୍ ଟ୍ରାନ୍ସମିସନ୍ ଭିତିଭୂମି ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରାଯାଇଛି ।

ଅଭିନବ ପ୍ରଯୁକ୍ତିବିଦ୍ୟା ଭିତିକ ସମାଧାନ ମାଧ୍ୟମରେ ବିପତି ପରିଚାଳନା ଏବଂ ରିସ୍କ ମ୍ୟାନେଜମେଣ୍ଟରେ ଭାରତ ସରକାର ଅଗ୍ରଣୀ ଭୂମିକା ନେବେ । ମନ୍ତ୍ରଣାଳୟ ଦ୍ବାରା ଉପକୂଳ ତଟବର୍ତ୍ତୀ ଅଂଚଳରେ ୨୦ କିମିରୁ ଆରମ୍ଭ କରି ପରବର୍ତ୍ତୀ ପର୍ଯ୍ୟାୟରେ ୬୦ କିମି ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ସାଇକ୍ଳୋନ୍ ରିସାଇଟ୍ ଭିତିଭୂମି ସ୍ଥାପନ କରିବେ । ଏହାଦ୍ୱାରା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବର ସାଂଗଠନିକ ଜିଲ୍ଲାରେ ସେବା କାର୍ଯ୍ୟ ଅନୁଷ୍ଠିତ

ଭୂବନେଶ୍ୱର, କେନ୍ଦ୍ରରେ ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆଜିର ଦିନକୁ ସେବା ଦିବସ ଭାବେ ପାଳନ କରାଯାଉଛି । ପାର୍ଟିର କେନ୍ଦ୍ରୀୟ ନିଷ୍ପତି ଆନୁଯାୟୀ ଆଜିର ଏହି ସେବା ଦିବସକୁ ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସମସ୍ତ ପ୍ରାର୍ଡ ଓ ପଂଚାୟତରେ ସେବା ଦିବସ ପାଳନ କରାଯାଇଛି । ଜିଲ୍ଲାର ସମସ୍ତ ୬୭ଟି ୱାର୍ଡ ଓ ୧୧ଟି ପଂଚାୟତରେ ପାର୍ଟିର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ସେବା କାର୍ଯ୍ୟ କରିଥିଲେ । ପାର୍ଟିର କାର୍ଯ୍ୟକର୍ତାମାନେ ବିଶେଷ ଭାବେ ମାୟ, ସାନିଟାଇଜର, ଅକ୍ତିମିଟର, ଶୁଖିଲା ଖାଦ୍ୟ ବଂଟନ କରିବା ସହ କରୋନା ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରାଇଥିଲେ । 

ଥର୍ମାଲ ସ୍କ୍ରିନି ଓ ଆକ୍ଟିମିଟର ସହାୟତାରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂଙ୍କ ନେତୃତ୍ବରେ ସ୍ଥାନୀୟ ସୁନ୍ଦରପଦାରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ସ୍ଥାନୀୟ ମଣ୍ଡଳ ସଭାପତି ଏବଂ ବହୁ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ହରେକୃଷ୍ଣ ଖୁଟିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାର୍ଟିର କାର୍ଯ୍ୟକର୍ତାମାନେ ଜିଲ୍ଲାର ବିଭିନ୍ନ ଅଂଚଳରେ ସେବା କାର୍ଯ୍ୟ କରିଥିଲେ । 

ଏହି ସେବା ଦିବସ କାର୍ଯ୍ୟକ୍ରମକୁ ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଏକାମ୍ର (ଗ୍ରାମୀଣ) ମଣ୍ଡଳ ସଭାପତି ଅରୁଣ ପୁରୋହିତ, ରାଜାରାଣୀ ମଣ୍ଡଳ ସଭାପତି ଅମରଜ୍ୟୋତି ଜଗଦେବ, ଶ୍ରୀରାମ ମଣ୍ଡଳ ସଭାପତି ଶଶୀପ୍ରଭା ରଥ, ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା, ବୁଦ୍ଧ ଶ୍ବରୀ ମଣ୍ଡଳ ସଭାପତି ସନ୍ତୋଷ । ଜେନା, ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍, ଶ୍ରୀକୃଷ୍ମ ମଣ୍ଡଳ ସଭାପତି ଅଂଜନ ନାଥ, ବାଣୀବିହାର ମଣ୍ଡଳ ସଭାପତି । ବିଜୟ ରାଉତ, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ଉତର (ଗ୍ରାମୀଣ) ମଣ୍ଡଳ ସଭାପତି ଯତୀନ୍ଦ୍ର କୁମାର । ମହାନ୍ତି ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ପଦାଧୁକାରୀମାନେ ସାମିଲ ହୋଇ ନିଜ ନିଜ ଅଂଚଳରେ ସେବା କାର୍ଯ୍ୟ କରିଥିଲେ ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଆଜି ଶୁଭାରମ୍ଭ

ଭୁବନେଶ୍ବର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁ-ଟ୍ୟୁବ୍ ଚ୍ୟାନେଲ୍ ଆଜି ଶୁଭାରମ୍ଭ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ସୁଦୂରପ୍ରସାରି କରିବା ପାଇଁ ଏବଂ ବିଭାଗର ବିଭିନ୍ନ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଭିଜୁଆଲ୍ ମାଧ୍ୟମରେ ଦେଶବିଦେଶରେ ଲୋକଲୋଚନକୁ ଆଣିବା ପାଇଁ ଏହି ପ୍ରଚେଷ୍ଟା ଆରମ୍ଭ ହୋଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଏବଂ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଏହି ୟୁ-ଟ୍ୟୁବ୍‌କୁ ଆଜି ଲୋକାର୍ପଣ କରିଥିବା ଜଣାଯାଇଛି । ଶ୍ରୀ ବାସୁଦେବ ମାଳବିଶୋଇଙ୍କର ନିଜ ରଚନା, ସଂଗୀତ ଓ କଣ୍ଠରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନ ଗୀତରୁ ଏହି ୟୁ-ଟ୍ୟୁବ୍ ଶୁଭାରମ୍ଭ କରା ଯାଇଥିଲା । ୟୁ-ଟ୍ୟୁବ୍ ପ୍ରସ୍ତୁତ କରିବା ପାଇଁ ସରକାରଙ୍କର ଅନୁମୋଦନ କ୍ରମେ ଏବଂ ଓଡ଼ିଶା ଡଟ୍‌ କମ୍‌ର ସହାୟତାରେ ଏହା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନବୀନ ବାବୁଙ୍କ ଆଉ କେତେବର୍ଷ ଦରକାର ? କଂଗ୍ରେସ

ଭୁବନେଶ୍ୱର, ୨୦୦୦ ମସିହାରୁ ୨୦୨୧ ମସିହା ଭିତରେ ନିଜର ପିତା ଶ୍ରୀ ବିଜୁପଟ୍ଟନାୟକଙ୍କର ସ୍ଵପ୍ନକୁ ପୂରଣ କରିବା ପାଇଁ ଫଚମ ପାଳିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ମୂଳ କଥାଟି ନବୀନ ବାବୁ ଦୟାକରି ଓଡ଼ିଶାବାସୀଙ୍କୁ ଜଣାଇବେ କି ବିଜୁବାବୁଙ୍କର ଓଡ଼ିଶା ବାସୀଙ୍କ ପାଇଁ କଣ ସ୍ୱପ୍ନ ଥୁଲା ବା ଦେଖୁଥଲେ ଏବଂ ଏହି ୨୧ ବର୍ଷ ଭିତରେ କେଉଁ କେଉଁ ସ୍ୱପ୍ନକୁ ପୁରଣ କରାଯାଇପାରିଛି । ଆଉ କେଉଁ ସ୍ଵପ୍ନ ବାକି ରହିଲା ଏବଂ ତାକୁ ପୂରଣ କରିବାକୁ ଆଉ କେତେ ସମୟ ଦରକାର ବୋଲି ଅତି କ୍ଷୋଭର ସହିତ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ । 

ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀଯୁକ୍ତ କାନୁନଗୋ କହିଛନ୍ତି ଯେ ଯେଉଁମାନେ ବିଜୁବାବୁଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ମୁଁହରୁ ଗୋଟିଏ କଥା ବିଜୁବାବୁ ଚାହୁଁଥିଲେ ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳୁ । ପ୍ରତ୍ୟେକ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ବାସଗୃହ ମିଳିବା ଦରକାର ଏବଂ ରାଜ୍ୟର ପ୍ରତ୍ୟେକ ଯୁବକ ଓ ଯୁବତୀ କର୍ମନିଯୁକ୍ତି ସହିତ ସ୍ଵାବଲମ୍ବୀ ହେବା ଦରକାର । ଏବେ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ-ଯୁବତୀ ଥାଇ ମଧ୍ୟ ଆମେ ସେମାନଙ୍କୁ କର୍ମନିଯୁକ୍ତି ଦେଇ ପାରିଲେ ନାହିଁ କିମ୍ବା ସ୍ବାବଲମ୍ବି କରିପାରିଲେ ନାହିଁ ବରଂ ସରକାରୀ ଓ ବେସରକାରୀ ଋକିରୀରୁ ବହୁ ଶୀକ୍ଷିତଙ୍କୁ ବାହାରକରି ବେକାରୀ ସଂଖ୍ୟା ବହୁଗୁଣରେ ବଢ଼ାଗଲା । ଏବେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କ ପାଇଁ ୮୫୯ ଅତିଥୁ ଶିକ୍ଷକ ନିଯୁକ୍ତି କରୁଛନ୍ତି । 

ଗତ ମାର୍ଚ୍ଚ ୧ ତାରିଖ ୨୦୨୧ ମସିହା, ଚିଠି ସଂଖ୍ୟା ରାଜ୍ୟ ଗଣଶିକ୍ଷା ନିର୍ଦ୍ଦେଶକ ରାଜ୍ୟରେ ବିଭିନ୍ନ ବିଦ୍ୟାଳୟମାନଙ୍କ ପାଇଁ ୧୯୮୮ ଶିକ୍ଷକ ୧୯୮୮ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କୁ ଜଣାଇଛନ୍ତି । ରାଜ୍ୟରେ ଲକ୍ଷ ଲକ୍ଷ ବି.ଇ.ଡି. ଓ ଏମ୍.ଇ.ଡି, ପାସ କରିଥିବା ପିଲାମାନେ ବେକାର ହୋଇ ବସିଛନ୍ତି । ତାଙ୍କୁ ସ୍ଥାୟୀ ନିଯୁକ୍ତି ନ କରି । ଅତିଥୁ ଶିକ୍ଷକ ରଖୁବା ବିଜୁବାବୁଙ୍କ ସ୍ବପ୍ନ ଥିଲାକି ? ମହିଳା ମାନଙ୍କୁ ସଶକ୍ତ କରିବା ଏବଂ ପ୍ରତ୍ୟେକ ଗାଁରେ ମଦ ଦୋକାନ ଖୋଲିବା ଏବଂ ସେହି ମହିଳାଙ୍କ ପରିବାରର ପୁରୁଷ ମାନଙ୍କୁ ମଦୁଆ କରେଇବା ଏହା କଣ ବିଜୁବାବୁଙ୍କ ସ୍ବପ୍ନ ଥିଲା କି ? ଯେଉଁ ଅତି ଶିକ୍ଷକ ନିଯୁକ୍ତି କରାଯାଉଛି ସେମାନଙ୍କର ଉତରଦାୟିତ୍ବ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ କିଭଳି ସହାୟକ ହେବେ ? ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୪୧ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଆମ ରାଜ୍ୟ ଓଡ଼ିଶା ସ୍ଵାସ୍ଥ୍ୟ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ବହୁ ତଳେ ରହିଛି । 

୨୦୧୮ ମସିହା ସୁଦ୍ଧା ଗ୍ରାମାଂଚଳରେ ୧୩୧୫୪ ଜଣ ଲୋକଙ୍କ ପାଇଁ ଜଣିଏ ଡାକ୍ତର ଅଛନ୍ତି । କିନ୍ତୁ ଜାତୀୟ ହାରରେ ୧୬୬୮ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି । ଠିକ୍ ସେହିଭଳି ଭାବରେ ଓଡ଼ିଶା ସରକାର ବାତ୍ୟାକୁ ସୁ ପରିଚାଳନା କରିବାରେ ସଫଳତାକୁ ନିଜୟ ଶ୍ରେୟ ବୋଲି ମଣୁଛନ୍ତି । ମୁଁ ଏଠି ନକରାତ୍ମକ ଟିପ୍ପଣୀ ନ କରି ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ୭ ଟି ବାତ୍ୟାକୁ ସାମ୍ନା କଲା ପରେ ଏବଂ ୨୧ ବର୍ଷ ଭିତରେ ସରକାର କଣ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ମାନଙ୍କର ଲୋକମାନଙ୍କୁ ପକ୍କାଘର ଯୋଗାଇ ଦେଇ ପାରିନାହାନ୍ତି କି ? ଯଦି ନା ତାହାଲେ ଆଉ କେତେ ବର୍ଷ ଦରକାର ? ଯେତେସବୁ ଗଣମାଧ୍ୟମରେ ପକ୍କାଘର ବଂଟା ଯାଇଥିଲା ବୋଲି ବହୁଳ ପ୍ରଚାରିତ ହୋଇଥିଲା ସେଗୁଡ଼ିକ କଣ କାଗଜ କଲମରେ କି ? 

ସରକାର ମହୋଦୟ ଦୟାକରି କହିବେ କି ଓଡ଼ିଶାର ସାମୁଦ୍ରିକ ତଟ ରେ କେତେ ଅଂଚଳ ଘନ ଜଙ୍ଗଲ ସୃଷ୍ଟି କରାଯାଇଛି ? ଓଡ଼ିଶାର ୩୦ ଟି ଜିଲ୍ଲାରେ ପ୍ରାଥମିକ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯୨୦୦ ଡାକ୍ତରୀ ପଦବୀ ଫାଙ୍କା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ଉପଖଣ୍ଡ ଚିକିତ୍ସାଳୟ କଥା ମୁଁ କହୁନାହିଁ । ତେଣୁ ଏ ସରକାର କେବଳ ପ୍ରଚାର, ପ୍ରତିଶୃତି ଓ ପ୍ରତାରଣାର ସରକାର ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ କାନୁନଗୋ ପ୍ରକାଶ କରିଛନ୍ତି ।

ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ରାଜ୍ୟରେ ୫ଜଣ କଂଗ୍ରେସର କୋଭିଡ ସେବକ ନିଯୁକ୍ତ

ଭୁବନେଶ୍ୱର, ପୂର୍ବତନ ଏଆଇସିସି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ କହିଛନ୍ତି କରୋନା ମହାମାରୀ ଦେଶ ଓ ରାଜ୍ୟରେ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି । କରୋନାକୁ ମୁକାବିଲା କରିବାକୁ ହେଲେ ପ୍ରଥମେ ଦେଶରେ ସମସ୍ତ ଜନସାଧାରଣଙ୍କୁ ଟୀକା ନେବା ଉଚିତ । ଟୀକାନେବା ନେଇ କେନ୍ଦ୍ରସରକାର ଯେଉଁ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରିଛନ୍ତି ତାହା ଠିକ୍ ନୁହେଁ ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି । ସରକାର ଟୀକା ଦେଇ ପାରୁନାହାଁନ୍ତି, ଅନଲାଇନ ପଞ୍ଜିକରଣ କଲେ ମଧ୍ୟ ସ୍କୁଟ ମିଳୁନାହିଁ ତେଣୁ କେନ୍ଦ୍ରସରକାର ଜାଣି ରଖୁବା ଉଚିତ ଭାରତର କେତେ ପ୍ରତିଶତ ଜନସାଧାରଣ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । 

ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖୁ କଂଗ୍ରେସ ସାମାଜିକ ଗଣମାଧ୍ୟମ ୧୮ ବର୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ ପଞ୍ଜିକରଣ କ୍ଷେତ୍ରରେ ସାହାଯ୍ୟ କରିବାକୁ ଆଗେଇ ଆସିଛି । ଏହି ଅବସରରେ ଟୀକା ନେବା ପଞ୍ଜିକରଣକୁ ସୁଚାରୁରୂପେ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଜାତୀୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ଓଡ଼ିଶାର ୫ ଜଣଙ୍କୁ କଂଗ୍ରେସ କୋଭିଡ ସେବକ ଭାବେ ଦାଇତ୍ବ ଦେଇଛନ୍ତି ବୋଲି ଆଜି ଏକ ପ୍ରେସବିଜ୍ଞପ୍ତିରେ ଓଡ଼ିଶା କଂଗ୍ରେସ ସାମଜିକ ଗଣମାଧ୍ୟମ ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି ଓଡ଼ିଶାରୁ “କଂଗ୍ରେସ କୋଭିଡ ସେବକ ଭାବେ ମନୋନୀତ ହୋଇଥିବା ଚେତନ ମିଶ୍ର, ଚନ୍ଦନ ରାୟ, ମୁରଲୀଧର ନାୟକ, ମିହିର ରାୟ ଓ ସୁବାଷ ନାୟକ ପାଂଚଜଣ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଏବଂ ନେତୃବୃନ୍ଦଙ୍କ ସହ ଆଲୋଚନା କରି ଜିଲ୍ଲାସ୍ତର, ବ୍ଲକସ୍ତର ଓ ପଂଚାୟତ ସ୍ତରର କୋଭିଡ ସେବକ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ଏହି କାର୍ଯ୍ୟକୁ ଆଗେଇ ନେବାରେ ସାହାଯ୍ୟ କରିବେ ।

ଲକଡାଉନ୍ ଅବଧୁ ଜୁନ ୧୭ ପର୍ଯ୍ୟନ୍ତ ବୃଦ୍ଧି । ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ - ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସମୟୋପଯୋଗୀ ନିଷ୍ପତ୍ତି ବଳରେ ରାଜ୍ୟରେ ଜାରି କରାଯାଇଥିବା ଲକଡାଉନ୍ ରୁ ଅନେକ ସଫଳତା ମିଳିଛି ବୋଲି ଜନସାଧାରଣଙ୍କୁ ସୂଚନା ଦେଇ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଗତ ୨୫ ଦିନ ମଧ୍ୟରେ ପରୀକ୍ଷା ଓ ପଜିଟିଭ ଅନୁପାତ ଶତକଡ଼ା ୨୫ରୁ ୧୫କୁ ହ୍ରାସ ପାଇଛି । ଏହି ସଫଳତାକୁ ଆଖୁରେ ରଖୁ ଲକଡାଉନ୍ ଅବଧୂ ଆସନ୍ତା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ପଶ୍ଚିମାଞ୍ଚଳର କେତେକ ଜିଲ୍ଲା ରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା ଖୋର୍ଦ୍ଧା, କଟକ ଓ ଅନୁଗୋଳି ଆଦି ଉପକୂଳ ଜିଲ୍ଲା ମାନଙ୍କରେ ସଂକ୍ରମଣ ହ୍ରାସର ହାର କମ ରହିଛି । 

ଏବେ ରାଜ୍ୟରେ ମୋଟାମୋଟି କୋଭିତ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଭିଡ୍ ପରୀକ୍ଷା, ଚିକିତ୍ସା, ହସ୍ପିଟାଲରେ ଶି ଯା ଓ ଅମ୍ଳଜାନ ଆଦି ଯୋଗାଣ କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଦୈନିକ କୋଭିତ୍ ପରୀକ୍ଷାକୁ ୪୫ ହଜାରରୁ ୭୦ ହଜାରକୁ ବୃଦ୍ଧି କରାଯାଇଛି । ଅଧୂକ ପରୀକ୍ଷା କରା ଯାଉଥିଲେ ସୁଦ୍ଧା ପଜିଟିଭ ହାର ବଢ଼ିନାହିଁ ।
କୋଭିଡ୍ ମହାମାରୀ ସହ ଓଡ଼ିଶା ‘ୟାସ୍ ପରି ଅତି ଭୀଷଣ ବାତ୍ୟାର ସମ୍ମୁଖୀନ ହୋଇଛି । ଲୋକମାନଙ୍କର ଜୀବନ ରକ୍ଷା ପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରୁ ପ୍ରାୟ ୭ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ଅଣାଯାଇଥୁଲା । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି ଏବଂ ଏଥିରେ ବହୁ କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତି । ଏସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । 

ଏହି ସମସ୍ତ ସ୍ଥିତି ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଲ ଉର ଅବଧୂ ୧୬ ଦିନ ପାଇଁ ବୃଦ୍ଧି କରାଗଲା । ଏହା ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ସହ ଶନିବାର ଓ ରବିବାର ସପ୍ତାହାନ୍ତ ସଡାଉନ୍ ଜାରି ରହିବ ।

୧- ବର୍ତ୍ତମାନ ଲଡାଉନ୍ ଓ ସଡାଉନ୍ ସମୟରେ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କଟକଣା ବଳବତ୍ତର ରହିବ । ବାହାଘର, ବ୍ରତଘର, ଭୋଜି, ସାମାଜିକ ଓ ଧାର୍ମିକ ସମାବେଶ ଆଦି ଉପରେ ପୂର୍ଣ୍ଣ କଟକଣା ରହିବ । ପୂର୍ବ ପରି କଟକଣାମୁକ୍ତ ଥିବା ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ଯଥା: ପାନୀୟ ଜଳଯୋଗାଣ, ଟେଲିକମ୍ ଓ ବିଦ୍ୟୁତ ସେବା ଆଦି ଚାଲୁ ରହିବ । ଦ୍ରବ୍ୟ ପରିବହନ, ଶିଳ୍ପ ଓ କଳକାରଖାନା କାମ ଆଦି ମଧ୍ୟ ପୂର୍ବପରି ଚାଲୁ ରହିବ ।

୨- ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ହାର ଶତକଡ଼ା ୧୦ ତଳକୁ ହ୍ରାସ ପାଇବାର ଲକ୍ଷ୍ୟ କରାଯାଇଛି । ଏହି ତିନି ଜିଲ୍ଲାରେ ଦୈନିକ ସଂକ୍ରମଣ ହାର ମଧ୍ୟ ଲଗାତାର ଭାବରେ ହ୍ରାସ ପାଉଛି । ତେଣୁ ଏହି ଜିଲ୍ଲାମାନଙ୍କରେ ଲଡାଉନ୍ କଟକଣା ସାମାନ୍ୟ କୋହଳ କରାଯାଇଛି । ଏହି ତିନୋଟି ଜିଲ୍ଲାରେ ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଦୋକାନଗୁଡ଼ିକ ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟ ୨୭ଟି ଜିଲ୍ଲାରେ ଅତ୍ୟାବଶ୍ୟକ ଦୋକାନ ସକାଳ ୭ଟାରୁ ପୂର୍ବହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଉପରୋକ୍ତ ତିନୋଟି ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ ସେଲୁନ, ପାର୍ଲର ଓ ମଲ ଆଦି ଖୋଲିବ ନାହିଁ । 

ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଗଲେ ଏହି ତିନୋଟି ଜିଲ୍ଲା ପାଇଁ କରାଯାଇଥିବା କୋହଳିକୁ ପ୍ରତ୍ୟାହାର କରାଯିବ । ପୁନଶ୍ଚ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ କିଛି ଲୋକଙ୍କ ଅବହେଳା ଯୋଗୁଁ ଅନ୍ୟାନ୍ୟ ଅନେକ ଲୋକ ବିପଦଗ୍ରସ୍ତ ହେଉଛନ୍ତି । କୋଭିଡ଼ ମହାମାରୀ ଚଳନ୍ତି ଶତାବ୍ଦୀର ବଡ଼ ବିପର୍ଯ୍ୟୟ । ଏହାର ଭୟାବହତାକୁ ଉପଲବ୍ଧି କରି କୋଭିଡ଼ ନିୟମ ପାଳନ କରିବା ସହ ଜନସାଧାରଣ ନିଜର ସହଯୋଗ ବଜାୟ ରଖୁବାକୁ ଶ୍ରୀ ମହାପାତ୍ର ନିବେଦନ କରିଥିଲେ ।

ଓଡ଼ିଶୀ ସଂଗୀତର ଭବିଷ୍ୟତ ନେଇ ଆଲୋଚନା ଶାସ୍ତ୍ରୀୟ ମାନ୍ୟତା ମିଳିବା ଉପରେ ଗୁରୁତ୍ବାରୋପ

ଭୂବନେଶ୍ଵର, ସାରା ବିଶ୍ବରେ ଓଡ଼ିଶୀ ସଂଗୀତର ଏକ ସ୍ୱତନ୍ତ୍ରତା ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଉଦ୍ଦେଶ୍ୟରେ ଚାଲିଛି ପ୍ରୟାସ । ଏଥିପାଇଁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଦେଶର କୋଣ ଅନୁକୋଣରେ ଓଡ଼ିଶୀ ସଂଗୀତକୁ ପ୍ରଚାର ପ୍ରସାର କରାଯାଉଛି । ତେବେ ଓଡ଼ିଶୀ ସଂଗୀତର ଭବିଷ୍ୟତକୁ ନେଇ ଓଡ଼ିଶାର କଳା ଅଗ୍ରଣୀ ଅନୁଷ୍ଠାନ ଆଳପ ଟ୍ରଷ୍ଟ ପକ୍ଷରୁ ଏକ କର୍ମଶାଳା ଭଟୁଆଲ ମୋରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅନୁଷ୍ଠାନର ସଭାପତି ବଦ୍ରିନାରାୟଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । କରୋନାର ମହାବିପତ୍ତି ସମୟରେ ସମସ୍ତ କଟକଣାକୁ ମାନି ଏହି କର୍ମଶାଳା ଆୟୋଜିତ ହୋଇଥିଲା । 

ବିଗତ ଦିନରେ ଏହି ଅନୁଷ୍ଠାନ ପକ୍ଷରୁ କରୋନା କଟକଣା ମଧ୍ୟରେ ଆନ୍ତର୍ଜାତିକ ଓଡ଼ିଶୀ ସଂଗୀତ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିବାର ଆୟୋଜିତ କର୍ମଶାଳାରେ ସାରା ବିଶ୍ବରୁ ଓଡ଼ିଶୀ ସଂଗୀତକୁ ଭଲ ପାଉଥିବା ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁ ଧନେଶ୍ବର ସ୍ବାଇଁ, ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ନିମାକାନ୍ତ ରାଉତରାୟ, ଅଳକା ନନ୍ଦ, ରାମଚନ୍ଦ୍ର ତ୍ରିପାଠୀ, ଗୋକୁଳଚନ୍ଦ୍ର ପଟେଲ, ଡକ୍ଟର ସୁପ୍ରଭା ମିଶ୍ର, ଲୋକନାଥ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ପ୍ରୀତିଜ୍ୟୋସ୍ନା ଦେଓ, ଅନୁଜା ତାରିଣୀ ମିଶ୍ର, ସନ୍ତୋଷ କୁମାର ସୁନା, ଡକ୍ଟର ଉମେଶ ମିଶ୍ର, ଅନୀତା ମିଶ୍ର, ଡକ୍ଟର ମୃତ୍ୟୁଞ୍ଜୟ ରଥ, ଅନୀତା ରଥ, ପ୍ରଦ୍ୟୁମ୍ନ ମହାନ୍ତିଙ୍କ ବ୍ୟତୀତ ୧୦୦ରୁ ଊର୍ଣ୍ଣ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଶୀ ସଂଗୀତର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ଆମେରିକା, ଜର୍ମାନ, ଫ୍ରାନ୍ତି ଆଦି ଦେଶ ଏବଂ ଭାରତର ଗୁଜରାଟ, ତ୍ରିପୁରା, ହାଇଦ୍ରାବାଦ, ଦିଲ୍ଲୀ, ଛତିଶଗଡ଼ ଆଦି ରାଜ୍ୟର ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଆଳପ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଉଦ୍ୟମକୁ ସେମାନେ ପ୍ରଶଂସା କରିବା ସହ ଏହାକୁ ସଫଳ ରୂପାୟନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଧାନ କିଏ କିଣୁଛି ? ସରକାର ନା ମିଲର୍ସ? ରବି ଧାନକିଣା ବିକାରେ ବ୍ୟାପକ ଅବ୍ୟବସ୍ଥା : ପ୍ରଦୀପ ପୁରୋହିତ

ଭୂବନେଶ୍ୱର, ଗତ ମେ ୫ ତାରିଖରୁ ରବି ଧାନ କ୍ରୟ ପାଇଁ ରାଜ୍ୟରେ ମଣ୍ଡି ବ୍ୟବସ୍ଥା ଚାଲୁ ହୋଇଥିବାବେଳେ ଧାନ କିଣାବିକା ଆରମ୍ଭରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଏହି କାରଣରୁ ଅନ୍ୟ କୌଣସି ଉପାୟ ନପାଇ ବର୍ତମାନ ଖୋଲା ବଜାରରେ ମାତ୍ର ୧୦୦୦ ଟଙ୍କା ପ୍ରତି କଂଟାଲରେ ଧାନ ବିକ୍ରୀ କରିବା ପାଇଁ ଚାଷୀ ବାଧ୍ୟ ହେଉଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯେତେ ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ଯୋଗାଇ ଦେଇଥିଲେ, ତନ୍ମ ମଧ୍ୟରୁ ପାଖାପାଖି ୧୦ ରୁ ୨୦ ପ୍ରତିଶତ ଭାଗଚାଷୀଙ୍କ ଟୋକନ ଲାପ୍ସ ହୋଇ ସାରିଲାଣି । ମିଲର୍ସମାନଙ୍କ ଉପରେ ରାଜ୍ୟସରକାରଙ୍କ ନିୟନ୍ତ୍ରଣ ନଥୁବାରୁ ମିଲର୍ସମାନେ ନିଜ ଇଚ୍ଛା ମୁତାବକ ମଣ୍ଡିରୁ ଧାନ ଉଠାଇଛନ୍ତି ଏବଂ ପ୍ରତି ୱିଟାଲରେ ୫ ରୁ ୬ କେଜି ଧାନ କଟନି ଛଟନି କରୁଛନ୍ତି । 

ଧାନ ସରକାର କିଣୁଛନ୍ତି ନା ମିଲର୍ସ କିଣୁଛନ୍ତି ବୋଲି ଚାଷୀଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଚାଷୀକୁଳର ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏହି ଦୃନ୍ଦକୁ ଦୂର କରିବା ପାଇଁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ପୁରୋହିତ୍ ଦାବୀ କରିଛନ୍ତି । । ଟୋକନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି । ଡିପ୍ ବୋରୱେଲରେ ଚାଷୀ କରୁଥିବା ଚାଷ ଅଢେଇ ଏକର ଜମିର ଧାନ ୬୪ କଂଟାଲ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବାବେଳେ ୮୦ ପ୍ରତିଶତ ଡିପ୍ ବୋରଲ ଚାଷୀଙ୍କ ଟୋକନରେ ବ୍ୟାପକ ଅବ୍ୟବସ୍ଥା ହୋଇଛି । ସରକାର ଚାଷୀଙ୍କୁ ଯୋଗାଇ ଦେଇଥିବା ଟୋକନରେ ୧ କିଂଟାଲା, ୨ କଂଟାଲ, ୫ କିଂଟାଲ ଧାନ ବିକ୍ରି ପାଇଁ ଚିଠି ଆସିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି । ବରଗଡ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କେନ୍ଦୁଝର, ନୂଆପଡା ଆଦି ବହୁ ଜିଲ୍ଲାରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । 

ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୩୦ ଓ ୩୧ ତାରିଖକୁ ସେବା ଦିବସ ଭାବେ ପାଳନ କରିବ ବିଜେପି

ଭୂବନେଶ୍ବର, ଆସନ୍ତା କାଲି କେନ୍ଦ୍ରରେ ମୋଦି ସରକାର ୭ ବର୍ଷ ପୂର୍ତ୍ତି ହେବ । ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ସଫଳ ରୂପାୟନ କାରଣରୁ ଦେଶବାସୀଙ୍କ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବା ।ସହ ବିଶ୍ୱସ୍ତରରେ ଭାରତକୁ ସମ୍ମାନିତ କରାଇଛନ୍ତି । ମୋଦି ସରକାର ନିଜର ଦ୍ଵିତୀୟ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଅବସରରେ ଆସନ୍ତା କାଲି ୩୦ ଏବଂ ୩୧ ତାରିଖକୁ ଦେଶବ୍ୟାପୀ ସେବା ଦିବସ ଭାବେ ପାଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ରାଜ୍ୟର ସମସ୍ତ ଫଚାୟତ ଏବଂ ସହରାଂଚଳରେ ଏହି ସେବା କାର୍ଯ୍ୟ ଅନୁଷ୍ଠିତ ହେବ । 

କରୋନା ସଂକ୍ରମଣ କାରଣରୁ ରାଜ୍ୟବ୍ୟାପୀ ଲଡାଉନ, ସଡାଉନ ଜାରୀ ରହିଛି । କରୋନା ଗାଇଡଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରି ବିଜେପି କାର୍ଯ୍ୟକର୍ତ୍ତାମାନେ ରାଜ୍ୟର ପ୍ରତ୍ୟେକ ଫଚାୟତ ଏବଂ ସହରାଂଚଳର ବିଭିନ୍ନ ୱାର୍ଡମାନଙ୍କରେ ସେବା କାର୍ଯ୍ୟ କରିବେ । ବିଶେଷ ଭାବେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳରେ ମାସ୍କ ଓ ସାନିଟାଇଜର ବଂଟନ ସମେତ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରାଯିବ । ସେହିପରି ରାଜ୍ୟର ପ୍ରତ୍ୟେକ ସାଂଗଠନିକ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜିତ କରାଯାଇ ରକ୍ତ ସଂଗ୍ରହ କରାଯିବ । 

ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମକୁ ସମସ୍ତେ ଶୁଣିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ୨ ଦିନିଆ ସେବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ଜୁନ୍ ୨ ତାରିଖ (ବୁଧବାର) ଦିନ ଭଟ୍ରିଆଲ ମିଟିଂ ଜରିଆରେ ଏକ ବୁଦ୍ଧିଜୀବି ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପିଏମ୍ କେୟାର୍ସ ପାଣ୍ଡିରୁ ଶିଶୁଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ନେତୃତ୍ବର ଆଉ ଏକ ଉଦାହରଣ

ଭୁବନେଶ୍ବର, କୋଭିଡ୍ ମହାମାରୀରେ ନିଜ ବାପା ମାଙ୍କୁ ହରାଇଥିବା ଶିଶୁଙ୍କୁ ପିଏମ କେୟାର୍ସ ପାଣ୍ଠିରୁ ଶିକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହ ସେମାନଙ୍କୁ ୧୮ ବର୍ଷ ବୟସରୁ ଷ୍ଟାଇପେଣ୍ଡ ଏବଂ ୨୩ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କା, ସ୍ବାସ୍ଥ୍ୟ ସୁରକ୍ଷା ସହ ଅନ୍ୟାନ ବ୍ୟବସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ଏକ ସମ୍ବେଦନଶୀଳ ନେତୃତ୍ବର ଉଦାହରଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦେଶର ଭବିଷ୍ୟତକୁ ସହାଯ୍ୟ କରିବା ପାଇଁ ଭାରତ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି । 

ଭାରତର କୋଭିଡ଼-୧୯ ବିରୋଧୀ ମୁକାବିଲାରେ ପିଏମ କେୟାର୍ସ ଫଣ୍ଠ ସହାୟକ ହୋଇଥିବା ବେଳେ ଦେଶରେ ଶିଶୁଙ୍କ ସୁରକ୍ଷା ତଥା ବିକାଶ ପାଇଁ ଭାରତ ସରକାରଙ୍କ ସମୟୋପ ଯୋଗୀ । ପଦକ୍ଷେପକୁ ଶ୍ରୀ ପ୍ରଧାନ ସ୍ବାଗତ କରିଛନ୍ତି ।

ସୂଚନାଯୋଗ୍ୟ, କୋଭିଡ-୧୯ କାରଣରୁ ନିଜର ମାତାପିତାଙ୍କୁ ହରାଇ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କୋଭିଡ ୧୯ କାରଣରୁ ନିଜ ମାତାପିତା ସେମାନଙ୍କ ଯନ୍ ନେଉଥିବା ଅଭିଭାବକ ଙ୍କୁ ହରାଇଥିବା ଶିଶୁମାନଙ୍କୁ ‘ଶିଶୁଙ୍କ ଲାଗି ପିଏମ କେୟାର୍ସ ଯୋଜନାରେ ଆର୍ଥିକ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତି ନିଆଯାଇଛି ।

ଭଦ୍ରକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ଵାଇଁ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭଦ୍ରକ ଜିଲ୍ଲାରେ ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭଦ୍ରକଠାରେ ଜିଲ୍ଲା ପ୍ରଶାସନର ସଦ୍‌ଭାବନା ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଭଦ୍ରକ ସାଂସଦ ଶ୍ରୀମତୀ ସଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ଧାମନଗର ବିଧାୟକ ଶ୍ରୀ ବିଷ୍ଣଚରଣ ସେଠୀ, ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଦିଜବର ରାଉତ ଓ ଜିଲ୍ଲାପାଳ ଡ. ଜ୍ଞାନ ଦାସ ପ୍ରମୁଖ ଯୋଗଦେଇଥିଲେ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ପୂର୍ବ ପ୍ରସ୍ତୁତି ଏବଂ ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ପ୍ରଭାବିତ ଅଞ୍ଚଳରେ ତୁରନ୍ତ ବିଦ୍ୟୁତ ସରବରାହକୁ ସ୍ଵାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ମରାମତି କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଜନ ସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ଯୋଗାଇ ଦିଆଯାଉଛି ଏବଂ ଯେଉଁସବୁ ଅଞ୍ଚଳରେ ଲୁଣାପାଣି ମାଡ଼ିଯାଇଛି ତା’ର ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୃହପାଳିତ ପଶୁମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୋଖାଦ୍ୟର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଅଞ୍ଚଳରେ ଘରଭଙ୍ଗା ଯାଞ୍ଚ କାର୍ଯ୍ୟ ଯଥାଶୀଘ୍ର ସାରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଜିଲ୍ଲାରେ ହିତାଧୁକାରୀମାନଙ୍କୁ ପିଡ଼ିଏସ୍ ରାସନ୍ ବଣ୍ଟନ ସନ୍ତୋଷଜନକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ଏଥୁ ସହିତ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟର ତଦାରଖ କରିବା ପାଇଁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧୁକାରୀମାନଙ୍କୁ ପଠାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି । ସମସ୍ତଙ୍କ ନିଷ୍ଠାପର ଉଦ୍ୟମ, ତତ୍ପରତା ଓ ସହଯୋଗରେ ଖୁବ୍‌ଶୀଘ୍ର ଜିଲ୍ଲାରେ ସ୍ବାଭାବିକ ସ୍ଥିତି ଫେରିଆସିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି । ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧୁକାରୀ, ଜିଲ୍ଲା ଯୋଗାଣ ଅଧୁକାରୀ, ବିଭାଗୀୟ ନିର୍ବାହୀ ଓ ଅକ୍ଷୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର ନିମନ୍ତେ ଗ୍ରହଣ କରାଯାଉଥିବା । ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର। ଗୋନାସିକା ଜୁଆଙ୍ଗ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି

ଭୁବନେଶ୍ବର, ମହାମାରୀ କରୋନାର ଦ୍ବିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟ ପର୍ଯ୍ୟଟକମାନଙ୍କ ନିମନ୍ତେ ବନ୍ଦ ରହିଛି । ବିଭାଗ ପକ୍ଷରୁ ଭଛୁଆଲ ରେ ପ୍ରତି ରବିବାର ଦିନ ସଂଗ୍ରହାଳୟକୁ ବୁଲିବାର ବ୍ୟବସ୍ଥା କରାଯାଇଛି ।ମଇ ୩୦ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍ ଓ ଟୁଇଟର ପେଜ୍ @stscdev, @scstrti ଖୋଲି ଜୁଆଙ୍ଗମାନଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ଜାଣିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖୁଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଓଡ଼ିଶାର ଆଦିମ ଜନଜାତିଙ୍କ ମଧ୍ୟରେ ଛୁଆ ଅନ୍ୟତମ । ମୁଖ୍ୟତଃ ସେମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବସବାସ କରିଥାନ୍ତି । ସେମାନେ କୃଷି, ପୋଡୁଚାଷ, ଶିକାର ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥା'ନ୍ତି । ଅତୀତରେ ସେମାନେ ପତ୍ର ପରିଧାନ କରୁଥିବାରୁ ସେମାନଙ୍କୁ ପାଟୁଆ” କୁହାଯାଉଥିଲା । ଦୁଇ ପ୍ରକାରର ଛୁଆଙ୍ଗଙ୍କ ମଧ୍ୟରେ ପାହାଡ଼ି ଛୁଆଙ୍ଗମାନେ କେଉଁଝର ଓ ପାଲଲହଡ଼ାର ପାର୍ବତ୍ୟାଞ୍ଚଳରେ ରହୁଥିବାବେଳେ ଅନ୍ୟମାନେ ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ସମତଳ ଅଞ୍ଚଳରେ ବାସ କରିଥାନ୍ତି । ପାର୍ବତ୍ୟାଞ୍ଚଳରେ ରହୁଥିବା ଛୁଆଙ୍ଗମାନେ ଏବେ ମଧ୍ୟ ପୋଡ଼ୁଚାଷ କରୁଥିବାବେଳେ ସମତଳିଆ ଅଞ୍ଚଳରେ ବାସ କରୁଥିବା ଜୁଆଙ୍ଗମାନେ ବିଶେଷତଃ କୃଷି ଉପରେ ନିର୍ଭରଶୀଳ ।

କେଉଁଝରର ଗୋନାସିକା ପର୍ବତମାଳାର ଜୁଆଙ୍ଗ ‘ପିଢ଼’କୁ ଏହି ଜନଜାତି ସେମାନଙ୍କର ଜନ୍ମଭୂମି ଭାବେ ଗ୍ରହଣ କରିଥାନ୍ତି । ଏହି ଅଞ୍ଚଳର ଜୁଆଙ୍ଗ ଥାନିଆ (ମୂଳ ଅବାସୀ) ନାମରେ ନାମିତ । ଯେଉଁ ଜୁଆଙ୍ଗ ଜନଜାତିମାନେ କେଉଁଝର ଓ ଢେଙ୍କାନାଳ ଜିଲ୍ଲାରେ ବାସ କରୁଛନ୍ତି ସେମାନେ ‘ଭାଗୁଡ଼ିଆ” ନାମରେ ପରିଚିତ । ଜୁଆଙ୍ଗ ‘ପିଢ଼’କୁ ୪ଟି ଭାଗ ଯଥା ସାତଖଣ୍ଡ, ଝାରଖଣ୍ଡ, କାଠୁଆ ଓ ରେବେନା ଭାବେ ବିଭକ୍ତ କରାଯାଇଥାଏ । ପ୍ରତ୍ୟେକ ‘ପୀଢ଼’ ଜଣେ ମୁଖ୍ୟ ସର୍ଦାରଙ୍କ ଦ୍ବାରା ପରିଚାଳିତ ହୋଇଥାଏ ।

ଜୁଆଙ୍ଗ ସମାଜର ମୁଖ୍ୟ ହେଉଛି ସେମାନଙ୍କର ପାରମ୍ପରିକ ଡରମିଟୋରୀ, ମଜାଙ୍ଗ କିମ୍ବା ମନ୍ଦା ଘର । ମଜାଙ୍ଗ ସମ୍ମୁଖରେ ଯୁବକ ଓ ଯୁବତୀମାନେ ନୃତ୍ୟ, ଗୀତ ପରିବେଷଣ କରିଥା'ନ୍ତି । ‘ମଜାଙ୍ଗ’ ହେଉଛି ଏକ ଚତୁର୍ଭୁଜାକାର ଗୃହ, ଯାହାକି ଗ୍ରାମର କେନ୍ଦ୍ର ଭାଗରେ ରହିଥାଏ । ଏହା ଯୁବକଯୁବତୀଙ୍କ ନିମନ୍ତେ କମ୍ୟୁନିଟି ହାଉସ୍, ବୟସ୍କଙ୍କ ନିମନ୍ତେ କୋର୍ଟହାଉସ୍ ଭାବେ କାର୍ଯ୍ୟ କରିବା ସହିତ ଏଠାରେ ସର୍ବସାଧାରଣଙ୍କ ନିମନ୍ତେ ଶସ୍ୟ ଗଚ୍ଛିତ ରଖାଯାଇଥାଏ ।

ଛାତ୍ର କଂଗ୍ରେସ ସଭାପତିଙ୍କ ଦ୍ବାରା ବାଲେଶ୍ଵର ଜିଲ୍ଲାର ୟାସ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ ଓ ରିଲିଫ ବଂଟନ

ଭୁବନେଶ୍ୱର, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଗତକାଲି ବାଲେଶ୍ଵର ଜିଲ୍ଲାର ସୋରୋ, ବାହାନଗା ଓ ଚାନ୍ଦିପୁର ଗସ୍ତକରି ‘ୟାସ’ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିବାସହ ବନ୍ୟା ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ରନ୍ଧାଖାଦ୍ୟ ଓ ଶୁଖୁଲାଖାଦ୍ୟ ବଂଟନ କରାଯାଇଥୁଲା । ସେ ସବୁ ଅଂଚଳ ପରିଦର୍ଶନ କରିବା ପରେ ଶ୍ରୀ ନୱାଜ କହିଛନ୍ତି ଯେ ସରକାରଙ୍କ ପ୍ରଚାର ଓ ଗ୍ରାଉଣ୍ଡଜିରୋର ବାସ୍ତବତା ଭିତରେ ଆକାଶ ପାତାଳ ତଫାତ । 

ସରକାରୀ କପକ୍ଷ ଏପର୍ଯ୍ୟନ୍ତ ୮୦ ପ୍ରତିଶତ ପ୍ରଭାବିତ ଲୋକଙ୍କ ପାଖରେ ପଂହଚି ପାରିନାହାଁନ୍ତି । ମାଛଋଷର ଅସୁମାରୀକ୍ଷତି କ୍ଷେତରେ ଲୁଣିପାଣି ମାଡ଼ିଯାଇଛି । ଲୋକଙ୍କ ଘର ଭାଙ୍ଗିଯାଇଛି । ଗଛଭାଙ୍ଗି ରାସ୍ତା ବନ୍ଦ ମାତ୍ର ସରକାର ଯେଉଁଭଳି ପ୍ରଚାର କରୁଛନ୍ତି ତାହା ଦୁଃଖଦାୟକ । କାମନକରି ଏପରି ପ୍ରଚାର କରିବା ଏକ ପ୍ରତାରଣା । ଖୁବଶୀଘ୍ର ଛାତ୍ର କଂଗ୍ରେସ ‘ ୟାସ’ ଜନିତ କ୍ଷୟକ୍ଷତିର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ବିକାଶ ପଶୁପାଳକ, ଅବିନାଶ ନନ୍ଦ, ବିଶ୍ବଭୂଷଣ ମହାପାତ୍ର ଓ ଗୌତମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ - ରାଜସ୍ବ ରଥ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଦୟ ନିର୍ଦ୍ଦେଶରେ ୫- ‘ଟି’ କାର୍ଯ୍ୟକ୍ରମ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନେକ ଜନକୈନ୍ଦ୍ରିକ ସେବା ପ୍ରଦାନର ସୁବନ୍ଦୋବସ୍ଥ କରିଆସୁଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ସୁବିଧାରେ ଜନସେବା ଯୋଗାଇଦେବା ପାଇଁ ସରକାରଙ୍କ ଗୁରୁତ୍ଵକୁ ବିଭାଗ ପ୍ରାଥମିକତା ଦେଇଆସିଛି । ବିବିଧ ରାଜସ୍ବ ସେବା ଯଥା: ଦାଖଲଖାରଜ ମାମଲା ଓ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯାଉଛି । 

କିନ୍ତୁ ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ସାକ୍ଷରତାରହିତ । ବ୍ୟକ୍ତିମାନେ ରାଜସ୍ବ କାର୍ଯ୍ୟାଳୟ କିମ୍ବା ‘ମୋ ସେବା କେନ୍ଦ୍ର’କୁ କାର୍ଯ୍ୟ ପାଇଁ ଯାଉଛନ୍ତି । କୋଭିଡ୍ – ୧୯ ମହାମାରୀ ସମୟରେ ସରକାରୀ କାର୍ଯ୍ୟାଳୟକୁ କିମ୍ବା ଅନ୍ୟ କେନ୍ଦ୍ରକୁ ଲୋକମାନେ ନଆସି ନିରବଚ୍ଛିନ୍ନ ଭାବେ ରାଜସ୍ବ ସେବା ପାଇବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମୟୋପଯୋଗୀ ତଥା ଅଭିନବ ପଦକ୍ଷେପ ସ୍ୱରୂପ ‘ରାଜୟ ରଥ ମାଧ୍ୟମରେ ସେବା ବିତରଣ କାର୍ଯ୍ୟକ୍ରମ ଚଳିତ ମାସ ଗତ ୧୩ ତାରିଖରେ ଶୁଭାରମ୍ଭ କରାଯାଇଥିଲା । 

ବିଗତ ଦୁଇ ସପ୍ତାହ ଲଡାଉନ୍ ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାର ୧୨୮ରୁ ଊର୍ଷ ତହସିଲରେ ସଫଳତାର ସହ ଆରମ୍ଭ କରାଯାଇପାରିଛି । ସହସ୍ରାଧୁକ ହିତାଧୁକାରୀ ଏହା ଦ୍ଵାରା ଲାଭବାନ ହୋଇଛନ୍ତି । ଉଦାହରଣ ସ୍ଵରୂପ କଳାହାଣ୍ଡି ଜିଲ୍ଲାର ଜୟପାଟଣା ତହସିଲରେ ସପ୍ତାହକ ମଧ୍ୟରେ ଉପକୃତ ହୋଇଛନ୍ତି ୨୧୪ ଜଣ ହିତାଧୁକାରୀ । ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ “ବସୁନ୍ଧରା’ ତଥା ଘରଡିହ ଆଦି ବିବିଧ ପଟ୍ଟା ବଣ୍ଟନ କରାଯାଇଥିବାବେଳେ ୨୫ ଜଣଙ୍କୁ ପଟ୍ଟା ନକଲ ତଥା ୮୯ ଜଣଙ୍କୁ ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆଇନଗତ ଉତ୍ତରାକାରୀ ପ୍ରମାଣପତ୍ର ଆଦି ବିବିଧ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । 

ନିକଟରେ ଏହି ସେବା ସମଗ୍ର ରାଜ୍ୟରେ ଉପଲବ୍ଧ କରାଇବାର ଲକ୍ଷ୍ୟ ରଖାଯାଇଛି । ଲୋକଙ୍କ ନିକଟରେ ପହଞ୍ଚି ରାଜସ୍ବ ରଥ ମାଧ୍ୟମରେ କମ୍ପୁଟର ଓ ଇଣ୍ଟରନେଟ୍ ଦ୍ଵାରା ବିଭିନ୍ନ ସେବା ନିମନ୍ତେ ଅନ୍‌ଲାଇନ୍ ଆବେଦନଠାରୁ ଆରମ୍ଭ କରି ଦାଖଲଖାରଜ ମାମଲା, କିସମ ପରିବର୍ତ୍ତନ ମାମଲାର ସମାଧାନ, ପଟ୍ଟା ଓ ବିବିଧ ପ୍ରମାଣପତ୍ର ବଣ୍ଟନ ଆଦି ରାଜସ୍ବ ସେବା ଯୋଗାଇବା ଦ୍ୱାରା ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କର ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରାଯାଇପାରିଛି । କୋଭିଡ୍ – ୧୯ ମହାମାରୀ କୋପରୁ ଜନସାଧାରଣ, କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜସ୍ବ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ବାରଣ ନିର୍ଦ୍ଦେଶନାମାର ପାଳନ କରାଯାଇପାରୁଛି । କୋଭିତ୍ – ୧୯ ମହାମାରୀ ବିପଦ ସମୟରେ ରାଜସ୍ବ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ବାରା ବହୁଳ ଭାବେ ଆଦୃତ ହେବାରେ ଲାଗିଛି ।

ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ

ଭୁବନେଶ୍ୱର, ୪୧ ବର୍ଷିୟ ଜଣେ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ରୋଗୀଙ୍କର ବାମପଟ ଆସ୍ତିନାଲ୍ ଗୁଣ୍ଡ (କିଡନି ଉପରେ ଥିବା ଗ୍ରନ୍ତି)ରେ ୬ ସେଟିମିଟର ଆକୃତିର ଏକ ଟ୍ୟୁମରଟିକୁ ବିରଳ ଅସ୍ତ୍ରୋପଚାର ଜରିଆରେ କାଢ଼ିବାରେ ସଫଳ ହୋଇଛନ୍ତି ସମ୍ବର ଶଲ୍ୟ ଚିକିତ୍ସକ।

ପଶ୍ଚିମ ବଙ୍ଗ ଖଡଗପୁର ଅଂଚଳର ସଞ୍ଜୀବ ସିଂ ନାମକ ଏହି ରୋଗୀ ଜଣକ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିବାର ସମସ୍ୟା ନେଇ ଶନିବାର ସମ୍ ହସ୍ପିଟାଲରେ ଭର୍ତି ହୋଇଥିଲେ । ପରୀକ୍ଷା ନିରୀକ୍ଷା ପରେ ଟ୍ୟୁମର ଥିବା ଜଣାପଡ଼ିଥିଲା । ରେଡ଼ିଓଲୋଜି ବିଭାଗର ମୁଖ୍ୟ ଡାକ୍ତର ସତ୍ୟ ମହାପାତ୍ର ସିଟି ସ୍କାନ ଦ୍ଵାରା ଏହି ଟୁମରକୁ ଚିହ୍ନଟ କରିଥିଲେ । ଶଲ୍ୟ ବିଭାଗର ଡାକ୍ତର ଜିତେନ୍ଦ୍ର ନାରାୟଣ ସେନାପତିଙ୍କ ନେତୃତ୍ବରେ ଶଲ୍ୟ ଚିକିତ୍ସକଙ୍କର ଏକ ଟିମ୍ ଜଟିଳ ପ୍ରକ୍ରିୟା । ଲ୍ୟାପ୍ରୋସ୍କୋପିକ ଆଡ୍ରିନାଲେକଟୋମି ମାଧ୍ୟମରେ ଏହି ଟ୍ୟୁମରଟିକୁ ସଫଳତାର ସହ କାଢ଼ିବାରେ ସକ୍ଷମ ହୋଇଥିଲେ । 

ରୋଗୀ ଜଣଙ୍କ ଏବେ ସୁସୁ ଥିବାବେଳେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେବୋଲି ଜଣାପଡ଼ିଛି । ସର୍ଜରୀ କରିଥିବା ଟିମ୍‌ରେ ଡାକ୍ତର ଜେ.ଆର. ପାଣି, ଡାକ୍ତର ବିନୟ କୋନର, ଡାକ୍ତର ସୁନୀଲ କର, ଡାକ୍ତର ସୋନାଲି ମହାନ୍ତି, ଡାକ୍ତର କିସାନ ରେଢ଼ି ଏବଂ ଡାକ୍ତର ସୌରଭ ତ୍ରିପାଠୀ ପ୍ରମୁଖ ସାମିଲ୍ ହୋଇ ଏହି ଅସ୍ତ୍ରୋପଚାରଟିକୁ ସଫଳ କରିଥିଲେ ।

କିଟ୍ ଆର୍କିଟେକଚର୍ ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର

ଭୁବନେଶ୍ୱର, କିଟ୍ ସ୍କୁଲ ଅଫ୍ ଆର୍କିଟେକ୍‌ଚର ଆଣ୍ଡ ପୁନଂ ଜାତୀୟସ୍ତରର ଆର୍କିଟେକ୍‌ଚର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ୪ର୍ଥ ବ୍ୟାଙ୍କରେ ରହିଛି । ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଆର୍କିଟେକ୍‌ଚର ସ୍କୁଲକୁ ଏହି ବ୍ୟାଙ୍କ ମିଳିଥିବା କୁହାଯାଉଛି । ନୂଆଦିଲ୍ଲୀସ୍ଥିତ ଗ୍ଲୋବାଲ୍ ହୁମାନ୍ ରିସୋର୍ସ ଡେଭେଲପମେଣ୍ଟ ସେଣ୍ଟର (ଜିଏଆର୍‌ଡିସି) ଦ୍ବାରା ଦେଶର ଖ୍ୟାତି ସମ୍ପନ୍ନ ଆର୍କିଟେକ୍‌ଚର୍ ସ୍କୁଲଗୁଡ଼ିକୁ ନେଇ କରିଥିବା ବ୍ୟାଙ୍କିଙ୍ଗରେ କିଟ୍‌କୁ ୪ର୍ଥ ସ୍ଥାନ ମିଳିଛି । ଜିଏଆର୍‌ଡିସି ଦେଶର ବିଭିନ୍ନ ବି-ସ୍କୁଲ, ଇଂଜିନିୟରିଂ ଓ ହୋଟେଲ୍ ମ୍ୟାନେଜମେଣ୍ଟ ସ୍କୁଲ ଓ ଅନୁଷ୍ଠାନକୁ ନେଇ ୧୯୯୭ରୁ ରେଟିଂ ସହ ବ୍ୟାଙ୍କିଙ୍ଗ କରିଆସୁଛି । 

ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଅପଡେଟେଡ୍ ସିଲାବସ୍, ଉନ୍ନତ ପରୀକ୍ଷାଗାର ଓ ଅନ୍‌ଲାଇନ୍ ଶିକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ମାନଦଣ୍ଡ ଆଧାରରେ କିଟ୍ । ଆର୍କିଟେକ୍‌ଚର ସ୍କୁଲକୁ ୪ର୍ଥ ବ୍ୟାଙ୍କ ପ୍ରଦାନ କରାଯାଇଛି । କିଟ୍ ଆର୍କିଟେକ୍‌ଚର ମାତ୍ର ୭ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ଏହାର ଉତ୍କର୍ଷତା ପାଇଁ ଜିଏଆରଡିସି ଦ୍ଵାରା ୪ର୍ଥ ବ୍ୟାଙ୍କ ପାଇବାରେ ସଫଳ ହୋଇପାରିଛି । ଭବିଷ୍ୟତର ଡିଜାଇନରମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଗବେଷଣା ଓ ତାଲିମ ପ୍ରଦାନ କରି ଜାତୀୟ ତଥା ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ କିଟ୍ ଆର୍କିଟେକ୍‌ଚର ସ୍କୁଲ୍ କାର୍ଯ୍ୟ କରିଆସୁଛି । 

କିଟ୍ ଆର୍କିଟେକ୍‌ଚର ସ୍କୁଲରେ ବିଶ୍ବସ୍ତରୀୟ ବିଶ୍ଵବିଦ୍ୟାଳୟ ଓ ନିର୍ମାଣ କମ୍ପାନୀଗୁଡ଼ିକ ସହ ସହବନ୍ଧନ ରହିଛି ଏବଂ ଏଠାରେ ଉଚ୍ଚକୋଟୀର ଶୈକ୍ଷିକ ପରିବେଶ, ଶିକ୍ଷା ବ୍ୟବସ୍ଥା ଓ ଉନ୍ନତ ପରୀକ୍ଷାଗାର ରହିଛି । ବର୍ତ୍ତମାନ ଏଠାରେ ପୂର୍ଣ୍ଣ ସମୟ ୫ ବର୍ଷିଆ ଆର୍କିଟେକ୍‌ଚର ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଉଥିବା ବେଳେ ଖୁବ୍ ନିକଟରେ ଆର୍କିଟେକ୍‌ଚରର ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍ ସ୍କୁଲ୍ ଅଫ୍ ଆର୍କିଟେକ୍‌ଚର ଆଣ୍ଡ ପ୍ଲାନିଂର ନିର୍ଦ୍ଦେଶକ ପ୍ରଫେସର ଏସ୍ ଏସ୍ ରାୟଙ୍କୁ ଶୁଭେଚ୍ଛା । ଜଣାଇବା ସହ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମାସିକ ଋତୁସ୍ରାବ ସମୟରେ ମହିଳା ଓ କିଶୋରୀମାନେ ନେଇପାରିବେ କୋଭିଡ୍ ଟିକା - ଡ.ସେବା ମହାପାତ୍ର

ଭୁବନେଶ୍ୱର, କିଶୋରୀ ଓ ମହିଳା ମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ପ୍ରାକୃତିକ ଏବଂ ସ୍ବାଭାବିକ ପ୍ରକ୍ରିୟା । ଏହା ସେମାନଙ୍କ ମାନସିକ, ଶାରୀରିକ ବିକାଶ ଏବଂ ସୁସ୍ଥତା ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ । କୌଣସି ପ୍ରକାର ସଂକ୍ରମଣ ଏବଂ ଭବିଷ୍ୟତରେ ଜରାୟୁଜନିତ ଗୁରୁତର ରୋଗରୁ ରକ୍ଷା ପାଇବାକୁ ହେଲେ ଋତୁସ୍ରାବଜନିତ ପରିଚ୍ଛନ୍ନତା ରକ୍ଷା କରିବା ଏକାନ୍ତ ଆବଶ୍ୟକ । ଏ ସଂପର୍କରେ କୌଣସି ଦ୍ଵନ୍ଦ ବା ଭ୍ରାନ୍ତ ଧାରଣା ରହିବା ଉଚିତ ନୁହେଁ । ସେ ମହାମାରୀ ହେଉ ବା ବାତ୍ୟା ପରିସ୍ଥିତି ପ୍ରତ୍ୟେକ ମହିଳାଙ୍କୁ ଏହି ଅବସ୍ଥା ଦେଇ ଅତିକ୍ରମ କରିବାକୁ ହୁଏ । ସଂପ୍ରତି କୋଭିଡ୍ ମହାମାରୀ ସମୟରେ ବିଭିନ୍ନ କାରଣରୁ ଋତୁସ୍ରାବଜନିତ ପରିଚ୍ଛନ୍ନତା ରକ୍ଷା କରିବା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି । 

ଏହି ସମୟରେ ସ୍ବଚ୍ଛତା ଓ ପରିମଳ ସଂପର୍କରେ କିଶୋରୀ ଓ ମହିଳାମାନେ ଯଥେଷ୍ଟ ଧ୍ୟାନ ଦେବା ଓ ସତର୍କ ରହିବା ଆବଶ୍ୟକ ସ୍ଵାସ୍ଥ୍ୟ ବିଶେଷଜ୍ଞ ଓ ଗୋଷ୍ଠୀ ପରାମର୍ଶ ଦାତାମାନେ ମତବ୍ୟକ୍ତ କରିଛନ୍ତି । ପ୍ରତ୍ୟେକ ବର୍ଷ ମଇ ୨୮ ତାରିଖକୁ ବିଶ୍ବ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ଏହି ଦିବସର ଧୂମ୍ ରହିଛି ‘ଋତୁସ୍ରାବ ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ବିନିଯୋଗ’ । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୟୁନିସେଫ୍‌ ପକ୍ଷରୁ ଆଜି ପୂର୍ବାହ୍ନରେ ‘ରତୁସ୍ରାବଜନିତ ପରିଚ୍ଛନ୍ନତା ପରିଚାଳନା’ ଶୀର୍ଷକ ସଚେତନତା ବିନାର ଆୟୋଜିତ ହୋଇଥିଲା । ଏଥିରେ ଯୋଗଦେଇ ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶିକା ଡା. ସେବା ମହାପାତ୍ର କହିଥିଲେ, ଋତୁସ୍ରାବ ସମୟରେ ମହିଳାମାନଙ୍କ ସ୍ବଚ୍ଛତା ଏବଂ ପୋଷଣ ଉପରେ ଧ୍ୟାନ ଦେବା ଜରୁରୀ । 

କୁପୋଷଣରୁ କିଶୋରୀମାନଙ୍କ ନିକଟରେ ରକ୍ତହୀନତା ଦେଖାଦେଇଥାଏ । ଅନେକ ସମୟରେ ଗର୍ଭାଶୟରେ ମଧ୍ୟ ଗୁରୁତର ସଂକ୍ରମଣ ହୋଇଥାଏ । ତେଣୁ ଉପଯୁକ୍ତ ପୁଷ୍ଟିସାଧନ ସହିତ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ରକ୍ଷା ଉପରେ କିଶୋରୀ ମାନଙ୍କୁ ଗୋଷ୍ଠୀସ୍ତରରେ ବ୍ୟାପକ ଭାବେ ସଚେତନ କରିବା ଆବଶ୍ୟକ । ଏହାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ହେବ । ତେବେ ଋତୁସ୍ରାବ ସମୟରେ ମଧ୍ୟ ୧୮ ବର୍ଷରୁ ଊର୍ଦ୍ଧ ଯେକୌଣସି ସଂପୂର୍ଣ୍ଣ ସୁସ୍ଥ କିଶୋରୀ ଏବଂ ମହିଳା କୋଭିଡ୍ ଟିକା ନେଇପାରିବେ ବୋଲି ଡ. ମହାପାତ୍ର ନିଜ ବକ୍ତବ୍ୟରେ ସ୍ପଷ୍ଟ କରିଥିଲେ ଏବଂ ପ୍ରତ୍ୟେକ ଯୋଗ୍ୟ ହିତାଧୁକାରୀ ଟିକା ନେଇ ନିଜକୁ ସୁରକ୍ଷିତ ରଖୁବାକୁ ପରାମର୍ଶ ଦେଇଥିଲେ । ବିଭାଗୀୟ ଯୁଗ୍ଧ ଶାସନ ସଚିବ ରେଗା ଗୀତାରାଣୀ ପଟ୍ଟନାୟକ ସ୍ୱାଗତ ଭାଷଣରେ ବିଭାଗ ତରଫରୁ କିଶୋରୀ ମାନଙ୍କୁ ଋତୁସ୍ରାବ ସ୍ୱଛତା ରକ୍ଷା ପାଇଁ ଆଦ୍ରିକା ଗୃପ୍ ମାଧ୍ୟମରେ ସଚେତନ କରାଯିବା ସଂପର୍କରେ ସୂଚନା ଦେବା ସହ ଆଇସିଡ଼ିଏସ୍ କାର୍ଯ୍ୟକର୍ତ୍ତା ଏବଂ କାଉନ୍‌ସେଲରମାନେ ସ୍ଵଧାର, ଉଜ୍ଜଳା ଗୃହ ଏବଂ ଶିଶୁ ଯନ୍ତି ଅନୁଷ୍ଠାନଗୁଡ଼ିକରେ କିଶୋରୀ ମାନଙ୍କ ମଧ୍ୟରେ ଆହୁରି ବ୍ୟାପକ ଭାବେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ୟୁନିସେଫର କଳ ଏବଂ ପରିମଳ ବିଶେଷଜ୍ଞ ସିପ୍ରା ସାସେନା କହିଥିଲେ ଯେ କେଭିଡ୍ । ମହାମାରୀ ସମୟରେ ଋତୁସ୍ରାବ ପରିଚ୍ଛନ୍ନତା ରକ୍ଷା ଏକ ବଡ଼ ଆହ୍ବାନରେ ପରିଣତ ହୋଇଛି । ଦୀର୍ଘଦିନ ଧରି ଲଡାଉନ୍ ସ୍ଥିତି ଲାଗି ରହୁଥିବାରୁ ମହିଳା ମାନଙ୍କ ନିମନ୍ତେ ସାନିଟାରୀ ନାପ୍‌କିନ୍ ପାଇବା କଷ୍ଟକର ହୋଇପଡୁଛି । ବିଦ୍ୟାଳୟରେ ଶୌଚାଳୟ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବା ସହ ଋତୁସ୍ରାବ ବର୍ଜ ପରିଚାଳନା ପାଇଁ ବିଶେଷ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ମହାମାରୀ ସଂକ୍ରମଣର ଭୟ ସହ ଋତୁସ୍ରାବଜନିତ ପରିଚ୍ଛନତା ପାଇଁ ରାଜ୍ୟର କିଶୋରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗର ଏଭଳି କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ସେ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ୟୁଏନ୍ଏଫପିଏର ପ୍ରୋଗ୍ରାମ ଅଫିସର ଡ. ଚୟନିକା ମିଶ୍ର, ସାମାଜିକ କର୍ମୀ ଘାସିରାମ ପଣ୍ଡା, ୟୁନିସେଫର ଶିଶୁ ସୁରକ୍ଷା ଅଧୁକାରୀ ନେହା ନାଇଡୁ ପ୍ରମୁଖ ବୈଷୟିକ ଅଧୁବେଶନରେ ଯୋଗଦେଇ ମାସିକ ଋତୁସ୍ରାବର ସମୟ, ଶାରୀରିକ ପ୍ରଭାବ, ଏହି ସମୟର ପରିବାରର ଦାୟିତ୍ଵ, ଜୀବନକୌଶଳ ଆହରଣ, ବାଲ୍ୟବିବାହ ଏବଂ ଋତୁସ୍ରାବ ପରିଚ୍ଛନ୍ନତା, ଉତ୍ତମ ଅଭ୍ୟାସ, ମହାମାରୀ ସମୟର ସତର୍କତା ଆଦି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।

ଓଡିଶାକୁ ତତ୍‌କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଚଳ ପରିଦର୍ଶନ ପରେ ଓଡିଶାକୁ ତତ୍‌କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସହାୟତା ରାଶି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ଏବଂ ପରେ ଆକାଶମାର୍ଗରୁ ବାତ୍ୟାଚଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢତାର ସହ ଠିଆ ହୋଇଛନ୍ତି । କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ । ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧୁକ ସୁଦୃଢ଼ କରାଯିବ ତଥା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ବାସନା ଦେଇଛନ୍ତି ।

ସମୀକ୍ଷା ବୈଠକରେ ବାତ୍ୟା ‘ୟଶ୍’ ଦ୍ବାରା ଉତ୍ପନ୍ନ ହୋଇଥିବା ଆହ୍ବାନର ମୁକାବିଲା ଏବଂ ସମାଧାନ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାନର ସକ୍ରିୟ ଭୂମିକା ଏବଂ ଓଡ଼ିଶାବାସୀଙ୍କ ଦୃଢ଼ ମନୋବଳ ଏବଂ ସାହାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି । ବିଶେଷ ଭାବରେ ସବୁଠୁ ବିପଦ ସମୟରେ ସର୍ବଦା ଓଡ଼ିଶାର ଲୋକଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି । ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଜୀବନକୁ ସ୍ଵାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଏବଂ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି ।

ସେହିପରି ବାତ୍ୟା ‘ୟଶ୍’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି । ମୁଁ ଦୃଢ଼ ନିଶ୍ଚିତ ଯେ ବିୟୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ ବୋଲି ଶ୍ରୀ ପ୍ରଧାନ ଟୁଇଟ୍ କରିଛନ୍ତି ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବ ତଥା ପ୍ରଭାବିତ ଅଂଚଳରେ ରିଲିଫ୍, ପୁନରୁଦ୍ଧାର ଏବଂ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଏବଂ ବାଲେଶ୍ବର ପରିଦର୍ଶନ କରିବା ସହ ସ୍ଥିତି ପରଖୁଥିଲେ ।

ଏନଟିପିସି କରୋନା ଭାଇରସର ପ୍ରଭାବରୁ ସମାଜକୁ ରକ୍ଷା କରିବା ନିମନ୍ତେ ସହାୟତା ପ୍ରଦାନ

ଭୁବନେଶ୍ବର, ଏନ୍‌ଟିପିସି ଦ୍ବାରା ଓଡ଼ିଶାର ସୁନ୍ଦରଗଡ଼ଠାରେ, ରେକର୍ଡ ସମୟ ମଧ୍ୟରେ ୪୦o କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବା ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ କୋଭିଡ୍‌ ହସପିଟାଲ ରେ ପରିଣତ କରାଯାଇ ପାର୍ସବ ଅଞ୍ଚଳର ଲୋକଙ୍କ ସେବାରେ ଉତ୍ସର୍ଗ କରାଯାଇଛି । ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଇବା ସହିତ, ଏନଟିପିସି ୨୦ଟି ଭେଣ୍ଟିଲେଟର ପ୍ରଦାନ କରି ଏହି ସୁବିଧାକୁ ଉନ୍ନତ କରିଅଛି, ଯାହା ଅନେକ ଗୁରୁତର ରୋଗୀଙ୍କର ଚିକିତ୍ସା ନିମନ୍ତେ ସହାୟକ ହୋଇଅଛି । ଅଧିକନ୍ତୁ, ଗୁରୁତର ରୋଗୀଙ୍କର ଚିକିତ୍ସାର ଚାହିଦାକୁ । ଦୃଷ୍ଟିରେ ରଖି ଏନଟିପିସି ଏହି ହସପିଟାଲକୁ ଅତିରିକ୍ତ ୪୦ଟି ଭେଣ୍ଟିଲେଟର ମଧ୍ୟ ଯୋଗାଇଛି । ଝାରସୁଗୁଡାଠାରେ ୩୦ଟି ଆଇସିୟୁ ଶଯ୍ୟ ସ୍ଥାପନା ନିମନ୍ତେ ଏନଟିପିସି ଦଲିପାଲି ମଧ୍ୟ ସହାୟତା ପ୍ରଦାନ କରୁଅଛି ।

ଦେଶର ବୃହତ୍ତମ ଶକ୍ତି ଉତ୍ପାଦନକାରୀ, ଏନ୍‌ଟିପିସି କେବଳ କୋଭିତ-୧୯ର ଦ୍ବିତୀୟ ଲହରୀ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିନାହିଁ ବରଂ ଏହାର ବିସ୍ତାରକୁ ପ୍ରତିହତ କରିବା ନିମନ୍ତେ, ଦେଶର ବିଭିନ୍ନ ସ୍ଥାନରେ ଚିକିତ୍ସା ଭିତ୍ତିଭୂମୀର ଉନ୍ନତିରେ ସହାୟତା କରି ସମାଜର ଉନ୍ନତିରେ ନିଜକୁ ସାମିଲ କରିଅଛି । ସମଗ୍ର ଦେଶରେ ଅମ୍ଳଯାନ ସଂଯୋଜିତ ଶଯ୍ୟର ତୀବ୍ର ଅଭାବ ପରିଲକ୍ଷିତ ହେଉଥିବା ବେଳେ, ସାଧାରଣ ଜନତାଙ୍କ ସେବା ନିମିତ୍ତ ଆଗକୁ ଆସି ଏଟିପିସି, ଏକ ସପ୍ତାହ ମଧ୍ୟରେ ୬୦୦ରୁ ଅଧିକ ଅମ୍ଳଯାନ ସଂଯୋଜିତ ଶଯ୍ୟା ଏବଂ ୧୨୦୦ ପୃଥକ ଶଯ୍ୟ ସ୍ଥାପନା କରିଥିଲା, ଯାହାକି ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଥିଲା । ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ସମନ୍ବୟ ରକ୍ଷାକରି ଏନଟିପିସି କାର୍ଯ୍ୟ କରୁଅଛି ଏବଂ ଦୂର ଦୂରାନ୍ତରରେ ମଧ୍ୟ ଚିକିତ୍ସା ଭିତ୍ତିଭୂମୀର ସ୍ଥାପନା କରୁଅଛି । ବିଶେଷ କରି ଦିଲ୍ଲୀ ଏବଂ ଏନସିଆରରେ କୋଭିଡ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏନ୍‌ଟିପିସି ଏହାର ପ୍ରୟାସକୁ ବଢାଇ ୨୦୦ ଅମ୍ଳଯାନ ସଂଯୋଜିତ ଶଯ୍ୟ ଏବଂ କେବଳ ଏନସିଆରରେ ୧୪୦ ପୃଥକ ଶଯ୍ୟ ସ୍ଥାପନ କରିଅଛି । 

ଯାହାକି କୋଭିତ ରୋଗୀମାନଙ୍କ ନିମନ୍ତେ ବିଶେଷ ସହାୟକ ହୋଇଅଛି । ଏଟିପିସି ଦ୍ୱାରା ଦାଦ୍ରୀ, ନୋଏଡା ଏବଂ ବଦରପୁରରେ ସ୍ଥାପିତ ହୋଇଥିବା ଏହି ଭିତ୍ତିଭୂମୀରେ ୨୪x୭ ନସିଂ ଏବଂ ଚିକିତ୍ସା ସେବା ବ୍ୟତୀତ ଅମ୍ଳଯାନ ସହାୟତା, । କୋଭିତ ପରୀକ୍ଷା, ଇଭାସିଭ ଏବଂ ନନ୍-ଇଭାସିଭ ଭେଣ୍ଟିଲେଟର ସୁବିଧା ରହିଅଛି । ୩୦ କୋଟି ଟଙ୍କା ବ୍ୟୟରେ ଏହା ସ୍ଥାପନା କରାଯାଇଅଛି । ଏହି ସୁବିଧା ପରିଚାଳନା ପାଇଁ ଏନ୍‌ଟିପିସି ୪୦ରୁ ଅଧିକ ଡାକ୍ତର, ଶହ ଶହ ପାରାମେଡ଼ିକାଲ ଏବଂ । ସହାୟକ କର୍ମଚାରୀ ଏବଂ ଦିବାରାତ୍ରୀ ଅମ୍ଳଜାନ ସୁବିଧା ଥିବା ଆମ୍ବୁଲାନ୍ସକୁ ନିୟୋଜିତ କରିଅଛି । ମଧ୍ୟପ୍ରଦେଶ ଖସୌନ ଜିଲ୍ଲା ଡାକ୍ତରଖାନାରେ ୨.୨୪ କୋଟି ଟଙ୍କା ବ୍ୟୟରେ ୨୫୦ଟି ଅମ୍ଳଯାନ ସଂଯୋଜିତ ଶଯ୍ୟ, ୨୦ଟି ଏଚଡିଓ ଏବଂ ୧୦ଟି ଆଇସିୟ ପ୍ରତିଷ୍ଠା ହୋଇଅଛି । ଦୁର୍ଗମ ସ୍ଥାନରେ ଥିବା ଏହି ସୁବିଧା ଜନସାଧାରଣଙ୍କ ନିମନ୍ତେ ଜୀବନ ରକ୍ଷାକାରୀ ହିସାବରେ ପରିଗଣିତ ହୋଇଅଛି । 

ଝାଡଖଣ୍ଡର ଚାଟୁ ଜିଲ୍ଲାରେ ଅବସ୍ଥିତ ତଣ୍ଡ କମ୍ୟୁନିଟି ହେଲଥ ସେଣ୍ଟରରେ ଏନ୍‌ଟିପିସି ନର୍ଥକପୁରା ଦ୍ବାରା ୫୩ ଲକ୍ଷ ଟଙ୍କା ବ୍ୟୟରେ ୧୫ଟି ଅମ୍ଳଯାନ ସଂଯୋଜିତ ଶଯ୍ୟା ପ୍ରତିଷ୍ଠା କରାଯାଇଅଛି । ଏହାବ୍ୟତୀତ, ଝାଡଖଣ୍ଡରେ ଅବସ୍ଥିତ ଏନଟିପିସିର ଖଣି ପ୍ରକଳ୍ପ, ପାକୁ ବାରଡିହି ଦ୍ଵାରା ଆରଏମଏସ୍, ରାଞ୍ଚ, ITKETI, ଭାଓ ଏବଂ ହଜାରିବାଗ ମେଡିକାଲ କଲେଜରେ ୧୦୦୦ଟି ଶଯ୍ୟ ନିମନ୍ତେ ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ କେନ୍ଦ୍ରୀଭୂତ ଅମ୍ଳଜାନ ଯୋଗାଣକାରୀ ମେଡିକାଲ ଗ୍ୟାସ ପାଇପଲାଇନର ପ୍ରତିଷ୍ଠା କରାଯାଇଅଛି ।
ଏନଟିପିସିର ଅନେକ ପ୍ରକଳ୍ପ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ପାଶ୍ବବତ୍ତୀ ଅଞ୍ଚଳରେ ଚିକିତ୍ସା ଭିତ୍ତିଭୂମୀର ବିକାଶ । ନିମନ୍ତେ ସହାୟତା ପ୍ରଦାନ କରିଅଛି । ।
ଏହି ସଂକଟ ସମୟରେ ଏନଟିପିସିର ବିଭିନ୍ନ ପ୍ରକଳ୍ପ ଦ୍ବାରା ଜିଲ୍ଲା ପ୍ରଶାସନକୁ ୨୦୦୦ରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଅଛି ଯାହା ଅମ୍ଳଯାନ ସିଲିଣ୍ଡର ଭାବେ ରୂପାନ୍ତରିତ ହୋଇ ବ୍ୟବହୃତ ହେଉଅଛି । 

ଅମ୍ଳଯାନର ଚାହିଦା ବୃଦ୍ଧିକୁ ଆଶଙ୍କା କରି, ଯାହାକି କେଭିଡ ରୋଗୀମାନଙ୍କର ଏକମାତ୍ର ଜୀବନ ରକ୍ଷାକାରୀ ଗ୍ୟାସ, ଏନଟିପିସି ୨ ଡ଼ଜନରୁ ଅଧିକ ଅମ୍ଳଯାନ ପ୍ରସ୍ତୁତି ପ୍ଲାଣ୍ଟ ଯେଉଁଥିରେକି, ଅମ୍ଳଯାନ ସିଲିଣ୍ଡର ଭଦ୍ଧି ଏବଂ ରିଫିଲ କରିବାର ସୁବିଧା ରହିଛି, ସ୍ଥାପନା କରି ସାରା ଦେଶରେ ଅମ୍ଳଯାନ ଭିତ୍ତିଭୂମୀ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଅଛି । ଏଥିମଧ୍ୟରୁ 09 PSA ପ୍ଲାଣ୍ଟ ଏବଂ ୨ଟି ବଟଲିଂ ପ୍ଲାଣ୍ଟ କେବଳ ଏନସିଆରରେ ପ୍ରତିଷ୍ଠା କରାଯାଉଅଛି । ଯାହା ଏହି ମାସରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ କରିବ । ରାଜସ୍ଥାନରେ ବାରା ଜିଲ୍ଲାରେ ଛାତ୍ରା ଠାରେ ଅବସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟର ଠାରେ ଏକ 600 LPM PSA ଧରଣର ଅମ୍ଳଯାନ କାରଖାନା ସ୍ଥାପନା କରାଯାଉଅଛି । ଯାହା ପାଇଁ ଏକ କୃୟ ଆଦେଶ ପ୍ରଦାନ କରାଯାଇଅଛି । ଏଟିପିସିର ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ଯେଉଁମାନେ ନିଜନିଜ ଅଞ୍ଚଳରେ ଅମ୍ଳଯାନ କାରଖାନା ସ୍ଥାପନ କରୁଛନ୍ତି, ସେମାନେ ହେଲେ, ଉତ୍ତରପ୍ରଦେଶର ରିହାଣ୍ଡ ଏବଂ ଉଞ୍ଚାହାର, ମଧ୍ୟପ୍ରଦେଶର ବିନ୍ଧ୍ୟାଞ୍ଚଳ, ଗଦରରା ଏବଂ ଖଗୌନ୍ ଏବଂ ଓଡ଼ିଶାର ଦିପାଲୀ । 

ଏହି ଅମ୍ଳଯାନ କାରଖାନା ଗୁଡ଼ିକର ପ୍ରତିଷ୍ଠା ନିମନ୍ତେ ଏନଟିପିସି ଦ୍ବାରା ମୋଟ ୧୨ କୋଟି ଟଙ୍କାରୁ ଅଧିକ ବ୍ୟୟ କାରାଯାଇଅଛି । ଏନଟିପିସି କେବଳ ଏହାର ଆଖପାଖର ଲୋକଙ୍କୁ କୋଭିଡର ଅତ୍ୟାବଶ୍ୟକ ଔଷଧ ପ୍ରଦାନ କରୁନାହିଁ ବରଂ' ସେମାନଙ୍କୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଉଛି । କେବଳ ଏଟିପିସି ବିନ୍ଧ୍ୟାଞ୍ଚଳ ନିଜର କର୍ମଚାରୀମାନଙ୍କୁ ଚିକିତ୍ସା । ଯୋଗାଇବା ସହିତ ଏହାର ଆଖପାଖରେ ଅବସ୍ଥିତ ୨୫୦ରୁ ଅଧିକ କୋଭିଡ ସଂକ୍ରମିତଙ୍କୁ ଚିକିତ୍ସା ପ୍ରଦାନ କରିଅଛି । । ଡାକ୍ତରୀ ଭିତ୍ତିଭୂମୀ ବୃଦ୍ଧି ଓ ସୁଦୃଢ କରିବା ସହିତ କୋଭିଡ ୨ୟ ତରଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା । ବୁଦ୍ଧି ନିମନ୍ତେ ବ୍ୟାପକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଅଛି । ଏସପିଙ୍କ ସହଯୋଗରେ କୋଭିଡ । ପାଇଁ ଜନ ସଚେନତା ଅଭିଯାନରେ ଏକ ପଦକ୍ଷେପ ସରୁପ ସିଙ୍ଗାଉଲି ୨ଟି ଆମ୍ବୁଲାନ୍ସ ସହିତ ଏନଟିପିସି ବିନ୍ଧ୍ୟାଞ୍ଚଳ । ଦ୍ବାରା ଅଡ଼ିଓ ଭିଜୁଆଲ ସୁବିଧା ସହିତ ୩୦୦ଟି ଗ୍ରାମରେ ୫ଲକ୍ଷରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିଛି । ଏଥି ସହ, ଏନଟିପିସିର ସମସ୍ତ ଷ୍ଟେସନଗୁଡ଼ିକ PPE କିଟ୍, ମାସ୍କ, ସାନିଟାଇଜର, ଶୁଖିଲା ଖାଦ୍ୟ ଏବଂ ଜନକଲ୍ୟାଣ ନିମିତ୍ତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ମଧ୍ୟ ବିତରଣ କରୁଅଛି । 

ଏଥି ସହ, ଏହାର ସିଆରଏସଏଫ ଫାୟାର ୱିଙ୍ଗ ସହିତ । ମିଳିତଭାବରେ ଏନଟିପିସି ପ୍ରକଳ୍ପଗୁଡିକର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଏବଂ ସହରରେ ବ୍ୟାପକ ପରିମଳ ଅଭିଯାନ ଚାଲୁ ରଖିଛନ୍ତି । ଏନଟିପିସିର ମହିଳା କ୍ଲବ ଗୁଡିକ ଏବଂ ଏନଟିପିସି କର୍ମଚାରୀ ଏଜିଓ ଗୁଡିକ ମଧ୍ୟ ଏହି ସଂକଟ ସମୟରେ ଆଗକୁ ଆସି ସହାୟତାର ହାତ ବଢ଼ାଇଛନ୍ତି । ଏଟିପିସି ଏହାର କର୍ମଚାରୀଗଣ, ସେମାନଙ୍କର ନିର୍ଭରଶୀଳ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଟିକାକରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା କରୁଅଛି । ଆଜି ପର୍ଯ୍ୟନ୍ତ ୭୦,୦୦୦ରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଅଛି । ଯେଉଁଥିରେ କର୍ମଚାରୀଗଣ, ସେମାନଙ୍କର ନିର୍ଭରଶୀଳ ଲୋକ ଏବଂ ସମ୍ପ୍ରଦାୟର ଲୋକ ମଧ୍ୟ ଅଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାପକ ଟିକାକରଣ ଶିବିରର ଆୟୋଜନ କରାଯାଇଅଛି । ଅଧିକନ୍ତୁ, ଏନଟିପିସି କେବଳ ଏହାର ୧୦୦ % କର୍ମଚାରୀ, ପରିବାର ର ସଦସ୍ୟ ଏବଂ ସହଯୋଗୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିନାହିଁ ବରଂ ଏହାର ଆଖପାଖର ଲୋକଙ୍କୁ ଟିକା ପ୍ରଦାନ କରିବାର ଯୋଜନା ମଧ୍ୟ ରଖିଛି । 

ଏନଟିପିସି ଦଲିପାଲୀ ଏହାର ଆଖପାଖର ଲୋକଙ୍କ ନିମନ୍ତେ ୧୦,୦୦୦ ଟିକା କିଣୁଛି । ଏନ୍‌ଟିପିସି ଲାଭର ଉର୍ଭରେ ମଣିଷ ଦର୍ଶନରେ ବିଶ୍ବାସ କରେ ଏବଂ ଏହା ମଧ୍ୟରେ ସମାଜକୁ ଫେରାଇବାର ଏକ ଗଭୀର ଭାବନା ରହିଅଛି । ଏନଟିପିସିର କୋଭିତ ବିରୁଦ୍ଧରେ ଲଢାଇରେ ସର୍ବୋତ୍ତମ ପ୍ରୟାସ, ସମାଜରେ ସଙ୍କଟ ଦୂର କରିବାରେ ସାହାଯ୍ୟ କରିଅଛି । ଏନଟିପିସି ଦ୍ବାରା ସ୍ଥାପିତ ଡାକ୍ତରଖାନା, ଏବଂ ଅମ୍ଳଯାନ ଭିତ୍ତିଭୂମୀ କେବଳ ମହାମାରୀ ସମୟରେ ସାହାଯ୍ୟକାରୀ ହେବନାହିଁ ବରଂ ଭବିଷ୍ୟତରେ ଏହି ଧରଣର ସଙ୍କଟର ମୁକାବିଲା କରିବାରେ ସୁଦୂରପ୍ରସାରୀ ସହାୟକ ହେବ । ସଂକଟ ସମୟରେ ଏନଟିପିସି ଏକ ସଂଗଠନ ହିସାବରେ ସମାଜ ସହିତ ଏକତ୍ରଭାବେ ଦଣ୍ଡାୟମାନ ଏବଂ ଏହାର କର୍ପୋରେଟ ସାମାଜିତ ଦାୟିତ୍ବ ଲୋକଙ୍କ ନିମନ୍ତେ ସର୍ବଦା ପ୍ରତିଶ୍ରୁତିବଦ୍ଧ ।

ପୂର୍ତ୍ତ ବିଭାଗ ପକ୍ଷରୁ ବାତ୍ୟା ‘ୟାସ୍’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତା ମରାମତି ସଂପୂର୍ଣ୍ଣ

ଭୁବନେଶ୍ୱର, ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟାସ୍’ରେ ସର୍ବାଧୂକ ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ବରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟାସ୍’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବା ସହ ରାସ୍ତା ଅବରୋଧ ହେବା ସହ କିଛି ସ୍ଥାନରେ ରାସ୍ତା କଟି ଯୋଗାଯୋଗ ବ୍ୟାହତ ହୋଇଥିଲା । 

ବିଭାଗ ପକ୍ଷରୁ ଏହିସବୁ ରାସ୍ତା ପାଇଁ ମୋଟ ୧୯୨ଟି ସ୍ଵରିତ ପ୍ରତିକ୍ରିୟା ଦଳ ଜରିଆରେ ଜେସିବି, ଇଲେକ୍ଟ୍ରିକ୍ କଟର ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ ରାସ୍ତାକୁ ସଫା ଓ ମରାମତି କରାଯାଇ ଯୋଗାଯୋଗକୁ ସ୍ଵାଭାବିକ କରାଯାଇ ପାରିଛି । ବିଭାଗ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇ ରାସ୍ତା ସଫା ହେବା ଫଳରେ ଗମନାଗମନରେ ସୁବିଧା ହେବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଯଥେଷ୍ଟ ସହଜ ହୋଇପାରିଛି । ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମିଶାଇ ୫ ଜଣ ବରିଷ୍ଠ ଅଧୁକାରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା ।

ରାଜ୍ୟ ସରକାରଙ୍କ ଦ୍ଵାରା କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ

ଭୁବନେଶ୍ୱର, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧ ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ବର ଜିଲ୍ଲାରେ ‘ଇ.ପି.ଏ. ୱିଲି’ର ପ୍ରତିନିଧ ସ୍ଵର୍ଗତ ସୋଲୋମାନ୍ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ଼ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ଅନୁକମ୍ପା ରାଶି ପ୍ରାପ୍ତ ଦିବଙ୍ଗତ ସାମ୍ବାଦିକମାନେ ହେଉଛନ୍ତି ‘ଇ-ନ୍ୟୁଜ୍’ର ଗଜପତି ପ୍ରତିନିଧ କେ. ସି. ରମ୍, ସମାଜ’ର ଗଞ୍ଜାମ ପ୍ରତିନିଧ ପ୍ରିୟଦର୍ଶୀ ପଟ୍ଟନାୟକ, ‘ପ୍ରମେୟ’ର ଫୁଲବାଣୀ ପ୍ରତିନି ତାରିଣୀ ଚରଣ ପାଢ଼ୀ, ‘ନ୍ୟୁଜ୍ – ୧୮’ର ଭୁବନେଶ୍ବର ପ୍ରତିନିଧ ପ୍ରବୀର କୁମାର ପ୍ରଧାନ, ମନ୍ଥନ’ର ଖୋର୍ଦ୍ଧା ପ୍ରତିନିଧ ପ୍ରତାପ କୁମାର ଦାସ ଏବଂ ହିନ୍ଦୁସ୍ତାନ ସମାଚାର’ର ଗଜପତି ପ୍ରତିନିଧେ ନବୀନ ନନ୍ଦ ଗନ୍ତାୟତ ।

ଭୁବନେଶ୍ବରଠାରେ ‘ନିତିଦିନ ସମ୍ବାଦପତ୍ରର ପ୍ରତିନିଧ ସ୍ଵର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ ଖବରକାଗଜର ପ୍ରତିନିଧ ସ୍ୱର୍ଗତ ପ୍ରଭାତ କୁମାର ଦାସଙ୍କୁ ମଧ୍ୟ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି । ଏହାବାଦ ଭୁବନେଶ୍ୱରଠାରେ ମୁକ୍ତବୃତ୍ତ ସାମ୍ବାଦିକ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲ୍ଲାର ସମାଜ ପ୍ରତିନିଧ୍ୟ ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ବିଭିନ୍ନ ସମୟରେ କର୍ମଜୀବୀ ସାମ୍ବାଦିକଙ୍କ କେତେକ ଜଟିଳ ବ୍ୟାଧୁର ଚିକିତ୍ସା ତଥା ଅକାଳ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଓ ଅନୁକମ୍ପା ରାଶି ପ୍ରଦାନ କରିଆସୁଛନ୍ତି । ସାଧାରଣ କାରଣରୁ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଥିବାବେଳେ କରୋନାରେ ମୃତ୍ୟୁ ପାଇଁ କୋଭିଡ୍ ଯୋଦ୍ଧା ଭାବେ ସେମାନଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏତଦ୍‌ଭିନ୍ନ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା’ ଅନ୍ତର୍ଗତ ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନାରେ ଏଯାବତ୍ ରାଜ୍ୟର ୬୯୪୪ ଜଣ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଉଛି । ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ।

ସଂପ୍ରତି କୋଭିଡ୍ ଦ୍ବିତୀୟ ଲହରରେ ଜିଲ୍ଲାସ୍ତରରେ ବହୁ କର୍ମଜୀବୀ ସାମ୍ବାଦିକ କୋଭିଡ଼ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ବିଷୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ସାମ୍ବାଦିକମାନଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାର ସୂଚନା ଓ ଲୋକସଂପର୍କ ଅଧୁକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାଭାବିକ ହେଉଛି ସ୍ଥିତି। ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ବାରିପଦାଠାରେ ବାତ୍ୟା ‘ୟାସ୍’ ପରବର୍ତ୍ତୀ ସ୍ଥିତି ସହିତ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ ଭୀନିତ ଭରଦ୍ଵାଜଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିବା ସହ ସ୍ଥିତି ଖୁବଶୀଘ୍ର ସ୍ବାଭାବିକ ହେବ ବୋଲି ଆଶା ପ୍ରକାଶ କରିଥିଲେ । 

ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ସନ୍ତୋଷଜନକ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ କହିବା ସହିତ ହିତାଧୁକାରୀଙ୍କୁ ଦୁଇମାସର ପିଡିଏସ୍ ରାସନ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ଜିଲ୍ଲା ଆଗୁଆ ରହିଛି ବୋଲି କହିଥିଲେ । ଏଣୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରବିଧାନ ସଂଗ୍ରହର ସଦ୍ୟତମ ସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ବୈଠକରେ ମୟୂରଭଞ୍ଜର ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ । ଅଧୁକାରୀ ଏବଂ ଡିଆର୍‌ସିଏସ୍‌ଙ୍କ ସମେତ ପୂର୍ଭ, ଗ୍ରାମ୍ୟ ଉନ୍ନୟନ ଓ ଶକ୍ତି ବିଭାଗର ନିର୍ବାହୀ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ବାରିପଦାଠାରେ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ୍‌ରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ବୁଲି ଦେଖୁବା ସହିତ ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜଳସଂପଦ ବିଭାଗର ବରିଷ୍ଠ ଅଧୁକାରୀଙ୍କ ସହିତ ନଦୀ ବନ୍ଧର କ୍ଷୟକ୍ଷତି ବୁଲି ଦେଖିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୋଗରାଇ ବ୍ଲକ୍ ଅନ୍ତର୍ଗତ ତାଳସରୀ, ହୁଗୁଳି, ଶାହାବା ଜିପୁର, ଉଦୟପୁର, ଚନ୍ଦ୍ରାବାଲି, ଖଡିବିଲ, ଏନ୍ଏମ୍ ପଡ଼ିଆ, କିନିଆ, ବଡ଼ପାହି, ଭୂଷଣ୍ଡେଶ୍ଵର ଇତ୍ୟାଦି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଥିଲେ । ଏହି ଅବସରରେ ଭୋଗରାଇର ବିଧାୟକ ଶ୍ରୀ ଅନନ୍ତ ଦାସଙ୍କ ସମେତ ବ୍ଲକ୍ ଅଧ୍ୟକ୍ଷ ଏବଂ ମଣ୍ଡଳ ଉନ୍ନୟନ ଅଧୁକାରୀଙ୍କ ସମେତ ବରିଷ୍ଠ ଅଧୁକାରୀ ଉପସ୍ଥିତ ଥିଲେ ।

ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ କେନ୍ଦ୍ରୀୟ ସହାୟତାର ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବାରେ ନିବୃତ ରୁହନ୍ତୁ : ନିରଞ୍ଜନ

ଭୁବନେଶ୍ୱର, ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ପରସ୍ପର ପରିପୂରକ । ସଙ୍ଗୀୟ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ତାଙ୍କର ପ୍ରାପ୍ୟ ଅର୍ଥ ଯୋଗାଇ ଦେଇଥାନ୍ତି । ବସ୍ତୁତ ମୂଳ ପ୍ରସଙ୍ଗଟି କେନ୍ଦ୍ର ସରକାର ଯେଉଁ ଆୟ କରନ୍ତି ତାହା ସମସ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରୁ ହିଁ ହୋଇଥାଏ । ତେଣୁ କେନ୍ଦ୍ର ସରକାର ରାଜ୍ୟ ମାନଙ୍କୁ ଯେଉଁ ଅର୍ଥ ଦେଇଥାନ୍ତି ତାହା ରାଜ୍ୟର ଅଂଶଧନ ଅଟେ । ୟାସ ବାତ୍ୟାର ପ୍ରକୋପ ନଥମିବା ପୂର୍ବରୁ ରାଜ୍ୟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କର ଟ୍ୟୁଟର ଯୁଦ୍ଧ ଅତ୍ୟନ୍ତ ଅରୁଚିକର ଏବଂ କେଉଁଠି ନା କେଉଁଠି ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ତି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । 

କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୨୦ ୨୧-୨ ୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି ୬୪୧.୬ କୋଟି, ଯାହା ରାଜ୍ୟର ପାଇବାର ହକ ତାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ମେ ମାସ ୧ ତାରିଖରେ ରାଜ୍ୟକୁ ଦେଇଛନ୍ତି । ଏହି ଅର୍ଥ ରାଜ୍ୟ ସରକାର ମେ ମାସ ୩୧ ତାରିଖ ସୁଦ୍ଧା ପାଇବା କଥା । ତେଣୁ ଏ ଅର୍ଥ ଅଗ୍ରୀମ ଆକାରରେ ପଠାଯାଇଅଛି । କିନ୍ତୁ ଏହି ଅଗ୍ରୀମ ଟଙ୍କା ପଠାଇବା ପଛରେ ଯଦି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଚିଠିଟିକୁ ପଢ଼ାଯାଏ ତାହାହେଲ ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଏହି ଟଙ୍କା ରାଜ୍ୟକୁ ଦିଆଯାଇଥିଲା କୋଭିଡ ପରିଚାଳନା, ଭେଟିଲେଟର, ଅତ୍ୟାବଶକୀୟ ଔଷଧପତ୍ର ଏବଂ ହସପିଟାଲର ବେଡ ଇତ୍ୟାଦି ବୃଦ୍ଧି କରିବା ପାଇଁ । କିନ୍ତୁ ଏହି ଅର୍ଥ କୌଣସି ପ୍ରକାରର ବାତ୍ୟା ଜନିତ କ୍ଷୟକ୍ଷତି ପାଇଁ ଦିଆଯାଇ ନଥିଲା । 

ବାତ୍ୟା ଆସିବା କଥା ମେ ମାସ ୨୨ ତାରିଖରୁ ଜଣାପଡ଼ିଲା । ତେଣୁ କିଭଳି ଭାବରେ କେନ୍ଦ୍ରମନ୍ତ୍ରୀ ଦ୍ବୟ ନିଜର ସାମାନ୍ୟ ଜ୍ଞାନକୁ ଭୁଲିଯାଇ ଗଣମାଧ୍ୟମରେ ଏବଂ ରାଜ୍ୟବାସୀଙ୍କ ଆଗରେ ମିଛ ତଥ୍ୟ ରଖୁଛନ୍ତି । କେହି କେହି ମନ୍ତ୍ରୀ ଗଣମାଧମରେ ଏବଂ ସାମାଜିକ ଗଣମାଧ୍ୟମରେ ମଧ୍ୟ କହିପାରୁଛନ୍ତି ଯେ ବାତ୍ୟାର ୨୪ ଇଂଟା ନପୁରୁଣୁ ମୋଦି ଓଡ଼ିଶାକୁ ବାତ୍ୟା କ୍ଷୟକ୍ଷତି ପ୍ରଦାନ କଲେ ଏହା ମୋଦିଙ୍କର ଐତିହାସିକ ନିଷ୍ପତି । ଏଭଳି ମିଛ ଏବଂ ଅପପ୍ରଚାର କରିବାରେ କେନ୍ଦ୍ର ମନ୍ତ୍ରୀ ଦ୍ବୟଙ୍କୁ କେଉଁ ଆନନ୍ଦ ମିଳୁଛି । ରାଜ୍ୟବାସୀଙ୍କୁ ପ୍ରତାରିତ କରିବା ପରିବର୍ତ୍ତେ ରାଜ୍ୟବାସୀଙ୍କ ସ୍ବାର୍ଥପାଇଁ ଲଢ଼ିବା ଦରକାର । କାହାର ବ୍ୟକ୍ତିଗତ ଛବି ପୂଜା କଲେ ରାଜ୍ୟର କିଛି ପ୍ରଗତି ହେବ ନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶାରେ ୨୭ ସାମ୍ବାଦିକଙ୍କ ଜୀବନ ନେଲାଣି କରୋନା । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଉଦବେଗ

ବ୍ରହ୍ମପୁର, କରୋନା ମହାମାରୀର ଦ୍ବିତୀୟ ଲହର ବର୍ଭମାନ ଘାତକ ସାଜିଥିବା ବେଳେ ଆଜି ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୨୭ ସାମ୍ବାଦିକଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ପ୍ରଥମ ଲହରରେ ଯେତିକି ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା ଦ୍ବିତୀୟ ଲହରରେ ତା’ ଠାରୁ ଅଧୁକ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲାଣି। ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବା ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କ କରୋନାରେ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିବା ବେଳେ ଦ୍ବିତୀୟ ଲହରରେ ମଧ୍ୟ ଏହି ଘୋଷଣା ବଳବତ୍ତର ରହିଛି । 

ଓଡ଼ିଶାରେ କରୋନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ମଧ୍ୟରେ ଯତିଶ ଖମାରୀ (ସମ୍ବାଦ), ଅଜାଡ୍ ବାଦଶାହ (ଡିଜିଟାଲ ପ୍ଲାଟଫର୍ମ), ଗୋବିନ୍ଦ ବେହେରା (ନ୍ୟୁଜ୍-୬), ମନୋଜ ସାହୁ (ନିତିଦିନ), କରୁଣାକର ସାହୁ (ଅନୁପମ ଭାରତ), ଶୁଭ୍ରାଂଶୁ ଶେଖର ମିଶ୍ର (ସମ୍ବାଦ), ପ୍ରବୀର ପ୍ରଧାନ (ନ୍ୟୁଜ–୧୮ ଓଡ଼ିଆ), ସୁଦାମ ନାୟକ (ପ୍ରମେୟ), କେ.ସି.ଏଚ. ରମ୍ (ଇନାଡୁ), ପ୍ରିୟଦର୍ଶୀ ପଟ୍ଟନାୟକ (ସମାଜ), ନରେଶ ବେହେରା ( ଓଡ଼ିଶା ଫାଇଲ), ମାନସ ରଞ୍ଜନ ଜୟପୁରିୟା (ଜି ନ୍ୟୁଜ), ସୀମାଞ୍ଚଳ ପଣ୍ଡା (ନବୀନ), ପ୍ରୀତିମାନ ମହାପାତ୍ର (ଟାଇମସ୍‌ ଅଫ ଇଣ୍ଡିଆ), ଦେବେନ୍ଦ୍ର ସାମନ୍ତରାୟ (ସମ୍ବାଦ), ଅଦୈତ ପ୍ରସାଦ ବିଶ୍ବାଳ ଶ୍ରମିକ ମାଲିକ), ମନୋଜ ବେବର୍ତ୍ତା (ନ୍ୟୁଜ– ୧୮), ଆଦିତ୍ୟ ନାରାୟଣ ସାହୁ (ବେଲପାହାଡ଼), ଆଶୁତୋଷ ବେହେରା (ସର୍ବସାଧାରଣ), ଏନଏନ ଗନ୍ତାୟତ (ପ୍ରଜାତନ୍ସ), ପ୍ରଦୀପ କିଶୋର ସାହୁ (ସମ୍ବାଦ), କିଶୋର ଚନ୍ଦ୍ର ଦାଶ (ସମାଜ), କୈଳାଶ ଚନ୍ଦ୍ର ସାହୁ (ପ୍ରଗତିବାଦୀ), ବିଷ୍ଣୁ ପ୍ରସାଦ ପାତ୍ର (ଡିଜିଟାଲ ପ୍ଲାଟଫର୍ମ), ରତିକାନ୍ତ ବଳ (ଯାଜପୁର), ସଂଗ୍ରାମ କେଶରୀ ମହାପାତ୍ର (ସମୟ), ରମ୍ଭାକର ମହାରଣା (ଡିଜିଟାଲ ପ୍ଲାଟଫର୍ମ) ପ୍ରମୁଖ ରହିଛନ୍ତି । 

ଭାରତ ବର୍ଷରେ ପ୍ରାୟ ୨୦୦ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରେ ୨୭ ଜଣଙ୍କ ମୃତ୍ୟୁ ଘଟିଲାଣି । ରାଜ୍ୟରେ ଦିନକୁ ଦିନ କରୋନା ନିଜର କାୟାବିସ୍ତାର କରି ଚାଲିଥିବା ବେଳେ ଏତେ ସଂଖ୍ୟକ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏ ସମ୍ପର୍କରେ ବିବଦ୍ଧ ତଦନ୍ତ କରି ମୃତ ସାମ୍ବାଦିକମାନଙ୍କ ପରିବାର ଗୁଡ଼ିକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ବାତ୍ୟା ମଧ୍ୟରେ ନୂଆ ଜୀବନ । ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ଜନ୍ମନେଲେ ୭୫୦ ଶିଶୁ

ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଗୋଟେ ପଟେ ‘ୟାସ୍‌’ ସାମୁଦ୍ରିକ ବାତ୍ୟାର ଭୟାବହତା ଏବଂ ଅପର ପଟେ କରୋନା ମହାମାରୀର ଆତଙ୍କ ମଧ୍ୟରେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନାଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ବାତ୍ୟ ‘ୟାସ୍’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । 

ବିଭାଗର ଡିଏକୁ ୨ଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମଇ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ପୃଥିବୀର ଆଲୋକ ଦେଖୁଛନ୍ତି । ବାଲେଶ୍ଵର-୫୮, ଭଦ୍ରକ-୯୮, କଟକ-୬୧, ଜଗତସିଂହପୁର-୮୪, ଯାଜପୁର-୬୯, କେନ୍ଦୁଝର-୫୫, ମୟୂରଭଞ୍ଜ ୩୬, କେନ୍ଦ୍ରାପଡ଼ା-୧୬୬, ଖୋର୍ଦ୍ଧା –୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି ।

ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥୁଲା ସବୁଠାରୁ ବଡ଼ ଆହ୍ବାନ । କିଛି ମହିଳାଙ୍କର ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇସୁଝାଇ ହସ୍‌ପିଟାଲ୍‌କୁ ଆଣିଥିଲେ । ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସିଟସୁମନ୍ ସାହୁ । 

ଜିଲ୍ଲାରେ ସବୁଠାରୁ ଅଧୁକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ୩୦ ମଇରେ ପ୍ରସବ ତାରିଖ ଥୁବାରୁ ସେ କୌଣସିମତେ ହସ୍‌ପିଟାଲ୍‌କୁ ଯିବାକୁ ରାଜି ହୋଇନଥିଲେ । କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ଵ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । 

୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲେ । ଏଥ ପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଶ୍ରୀ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରକାଶ ଥାଉ କି, ଏହି ଦଶଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖୁଲା ରାସନକୁ ଆଗାମୀ ଜୁନ ମାସ ପାଇଁ ଆଗୁଆ ପଦକ୍ଷେପ ସ୍ଵରୂପ ଚଳିତ ମଇ ୨୫ ତାରିଖ ସୁଦ୍ଧା ବଣ୍ଟନ କରାଯାଇଛି । ହିତାଧୁକାରୀମାନେ ଏହାର ସଠିକ୍ ଉପଯୋଗ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।

ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ଣିମା ନିଆରା ଢଙ୍ଗରେ ପାଳିତ

ଭୁବନେଶ୍ୱର, ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ତ୍ତିମା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା ବାତ୍ୟା ପରିପ୍ରେକ୍ଷୀରେ ସୋସାଇଟି ପକ୍ଷରୁ କଳିଙ୍ଗ ନଗରଠାରେ ଗରିବଶ୍ରେଣୀର ଲୋକଙ୍କ ମଧ୍ୟରେ ଶୁଖୁଲା ଖାଦ୍ୟ ଯଥା-ଋଉଳ, ଅଟା, ଡାଲି, ତେଲ, ଆଳୁ ଓ ପିଆଜର ପ୍ୟାକେଟ ବଣ୍ଟନ କରାଯାଇଛି । 

ଏଥିସହିତ ଭୁବନେଶ୍ୱର ଓ ଛତିଆର ତିନୋଟି ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପରିଗୁଳନା କରିଥିଲେ । ସୋସାଇଟିର ସଭ୍ୟ ଡଃ କରୁଣାକର ପ୍ରଧାନ, ନମ୍ରତା ଚଢା, ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ଶାଖା ସଭାପତି ଡ ବିମଳେନ୍ଦୁ ମହାନ୍ତି, କେନ୍ଦ୍ରୀୟ ଉପସଭାପତି ଡ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ବରିଷ୍ଠ ସଭ୍ୟ ବିଳମ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ ସଦସ୍ୟଙ୍କ ଆସନ୍ତାକାଲି ଠାରୁ ୩ ଦିନିଆ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଗ୍ରସ୍ତ

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପିସିସି ‘ୟାସ ଟାସ୍କ ଫୋର୍ସ’ କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝାଙ୍କ ନେତୃତ୍ବରେ ୮ ଜଣିଆ କମିଟି ସଦସ୍ୟ ୟାସ ବାତ୍ୟାରେ ସର୍ବାଧୁକ କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରୁଛନ୍ତି । ଆସନ୍ତାକାଲି ତା ୨୮ ମେ, ଶୁକ୍ରବାର ପୂର୍ବାହ୍ନ ୮ ଘଟିକାରୁ ପିସିସି କାର୍ଯ୍ୟାଳୟରୁ ବାହାରି ଦିବା ୧୦ ଘଟିକା ୩୦ ମିନିଟରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପହଂଚି ସେଠୁ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାଙ୍କ ସମେତ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ଜିଲ୍ଲା କଂଗ୍ରେସ ‘ୟାସ ଟାସ୍କ’ ଫୋର୍ସ ସଂଯୋଜକ ଆଉ ସଦସ୍ୟ ମାନେ ବାସୁଦେବପୁର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତକରି କ୍ଷତିଗ୍ରସ୍ତ ଲୋକଙ୍କୁ ସାକ୍ଷାତ କରିବା ସହ ଲୋକଙ୍କ ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିବେ । 

ଭଦକୁ ଜିଲ୍ଲା କାର୍ଯ୍ୟକ୍ରମ ଅନୁଧାନ ପରେ ରାଜ୍ୟ ଟାସ୍କଫୋର୍ସ କମିଟି ଅଧ୍ୟକ୍ଷ ଆଉ ସଦସ୍ୟମାନେ ବାଲେଶ୍ଵର ଠାରେ ରାତ୍ରିଯାପନ କରି ତା’ ପରଦିନ ୨୯, ମେ, ଶନିବାର ବାଲେଶ୍ଵର ସଂସଦୀୟ କ୍ଷେତ୍ରର ଜିଲ୍ଲା ଟାସ୍କ ଫୋର୍ସ କମିଟି ସଂଯୋଜକ, ସଦସ୍ୟମାନେ ୟାସ ପ୍ରଭାବିତ ଅଂଚଳ ଗସ୍ତକରି ଲୋକଙ୍କୁ ସାକ୍ଷାତ କରି ସେମାନଙ୍କର ମତାମତ ସହ କ୍ଷୟକ୍ଷତି, ସମସ୍ୟା ବିଷୟରେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ସ୍ଥିରି କରାଯାଇଛି । ଶ୍ରୀଯୁକ୍ତ ପ୍ରଦୀପ ମାଝୀଙ୍କ ସମେତ ଆବାହକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ, ସଦସ୍ୟ ଶୁଭେନ୍ଦୁ ମହାନ୍ତି, ସମ୍ବୁ ପାଣିଗ୍ରାହୀ, ବିଶ୍ବଭୂଷଣ ଦାସ, ପତ୍ନାକର ଗୁରୁ, ଯୋଗେଶ ଅଗ୍ରୱାଲ, ସତ୍ୟଶିବ ଦାସ ପ୍ରମୁଖ ଗସ୍ତରେ ସାମିଲ ହେଉଛନ୍ତି ବୋଲି ପିସିସ ଟାସ୍କଫୋର୍ସ କମିଟି ଆବାହକ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

ବାତ୍ୟା ‘ୟାସ୍ ପ୍ରଭାବିତ ହୋଇଥିବା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପ୍ରଦାନ କରିବା ପାଇଁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ବାତ୍ୟା ‘ୟାସ୍‌’ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଏକ ପ୍ରାଥମିକ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଡ. ସାହୁ ବାତ୍ୟା ପ୍ରଭାବିତ ଜିଲ୍ଲାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ଆଦିର କ୍ଷୟକ୍ଷତି ସଂପର୍କରେ ବିଭାଗୀୟ ସଚିବ ଓ  ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ । 

ଜିଲ୍ଲା ଅଧୁକାରୀମାନେ ତୁରନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ । ପରିଦର୍ଶନ କରି କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ପଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବିଭିନ୍ନ ଜିଲ୍ଲାରୁ ପ୍ରାଥମିକ ରିପୋର୍ଟ ହସ୍ତଗତ ହେବା ପରେ ଏ ଦିଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ପାଣି ସଂପୂର୍ଣ୍ଣ ଛାଡ଼ିଗଲେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ସହିତ ଗୃହପାଳିତ ପଶୁ ଓ କୁକୁଡ଼ା ଫାର୍ମ କ୍ଷତିଗ୍ରସ୍ତ ହୋଇଥିଲେ ତା’ର ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଲେ । 

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଯୋଗଦେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ରାଜନଗର ଏବଂ ବାଲିଆପାଳ ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳଦେଇ ଅତିକ୍ରମ କରିବ ‘ୟାଶ - ସିଇସି

ଭୁବନେଶ୍ୱର,ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ବୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଘୂର୍ଣ୍ଣିଝଡ 'ୟ' ଉତର-ଉତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଇଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି । ସଦ୍ୟତମ ବିଶ୍ଳେଷଣ ଅନୁଯାୟୀ ଏହି ଘୂର୍ଣ୍ଣିଝଡର ଅବସ୍ଥିତି ମଙ୍ଗଳବାର ୫.୩୦ ସୁଦ୍ଧା ପାରାଦ୍ବୀପରୁ ୧୪୦ କି.ମି ଦୂରରେ ରହିଥିବାବେଳେ ମେ ୨୬ ତାରିଖ ସକାଳ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ନିକଟବର୍ତ୍ତୀ ଅଂଚଳ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ପବନର ବେଗ ମଧ୍ୟ ମେ ୨୬ ତାରିଖ ରାତି ପର୍ଯ୍ୟନ୍ତ ଜାରିରହିବ ବୋଲି ସେ କହିଛନ୍ତି ।

ତେବେ ଏହାର ମଡେଲ୍ ଇଂଟାକୁ ଇଂଟା ପରିବର୍ତନ ହେଉଥିବାରୁ ବାତ୍ୟାର ସଠିକ୍ ଆକଳନ କରିବା କଷ୍ଟକର ହେଉଛି ବୋଲି ସେ କହିଛନ୍ତି । ଏହି ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ସେହି ସ୍ଥାନରେ ପରିବର୍ତନ ହୋଇପାରେ ବୋଲି କହିବା ସହ ସୋମବାର ଅପରାହ୍ନରୁ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଇଂଟା ପ୍ରତି ୩୫ ରୁ ୫୦ କି.ମି ହେବ ବୋଲି ଡ. ସାହୁ କହିଛନ୍ତି । ସେହିପରି ମଙ୍ଗଳବାର ସକାଳୁ ଜଗତସିଂହପୁର ଅଂଚଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାବେଳେ ମେ ୨୬ ତାରିଖ ଅପରାହ୍ନରୁ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ବଢ଼ିବ। ଏହି ଘୂର୍ଣ୍ଣିଝଡ ଓଡ଼ିଶା ଉପକୂଳ ଅତିକ୍ରମ କରିଯିବା ପରେ ପବନର ବେଗ କମିବ ବୋଲି ସେ କହିଛନ୍ତି।

ସୋମବାର ଅପରାହ୍ନରୁ ମଙ୍ଗଳବାର ପୂର୍ବାହ୍ନ ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ବର୍ଷା ଜାରି ହେବାକୁ ଥିବାବେଳେ କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର, ମୟୁରଭଞ୍ଜ, ଢ଼େଙ୍କାନାଳ ଏବଂ କେନ୍ଦୁଝର ପ୍ରଭୃତି ଜିଲ୍ଲାରେ ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମରୁ ଉତରାଂଚଳକୁ ପ୍ରବାହିତ ହେଉଥିବା ପବନ ଖୁବ୍ ଶକ୍ତ ଏବଂ ଏହା ବଙ୍ଗଳା ଦେଶ ଏବଂ ପୂର୍ବ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ୨୫ତାରିଖ ରାତିରୁ ପ୍ରଭାବ ପକାଇବ ବୋଲି ଡ. ସାହୁ କହିବା ସହ ଘୁଷ୍ଠିଝଡ ଘନୀଭୂତ ହେବାବେଳେ ପବନର ବେଗ ମଧ୍ୟ । ଅତୀ ତୀବ୍ର ହେବବୋଲି ସେ କହିଛନ୍ତି।

ମଦ ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ ଭୁବନେଶ୍ୱର ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା

ଭୁବନେଶ୍ଵର, ଆଜି ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ତତ୍ବାବଧାନରେ ମହିଳା, ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ମଦ ଲାଇସେନ୍ସ ଫି ଛାଡ଼ ବିରୋଧରେ ଭୁବନେଶ୍ୱର ଉପ-ଜିଲ୍ଲାପାଳଙ୍କ ଜରିଆରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ କହିଲେଯେ, ମଦ ବ୍ୟବସାୟୀଙ୍କ ଉପରୁ ଲାଇନେସନ୍ସ ଫି ଛାଡ଼ ନିଷ୍ପତିରୁ ପ୍ରତିୟମାନ ହେଉଇଛି ଯେ ନବୀନ ସରକାର ମଦବ୍ୟବସାୟୀଙ୍କ କବଜାରେ ରହିଛନ୍ତି । ତେଲ, ଡାଲି, ଅଟା, ବିଜୁଳି, ରନ୍ଧନଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଗଲିଥିଲା ବେଳେ ନବୀନ ବାବୁଙ୍କ ମଦ ବ୍ୟବସାୟୀଙ୍କ ଉପରେ ଆଶୀର୍ବାଦ ଦୁର୍ଭାଗ୍ୟଜନକ । 

ସେହିପରି ଉପସ୍ଥିତ ଥିବା ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ କହିଲେଯେ, ମଦବ୍ୟବସାୟୀ ନବୀନ ସରକାରଙ୍କ ଗେହ୍ଲାପୁଅ ବୋଲି ସରକାରଙ୍କର ନୀତି ନିଷ୍ପତିରୁ ଜଣାପଡୁଛି । ଏହି କରୋନା ମହାମାରୀ ସମୟରେ କ୍ଷୁଦ୍ର, ମଧ୍ୟମ ଓ ଖୁଚୁରା ବ୍ୟବସାୟୀଙ୍କ ଅଂଟା ଭାଙ୍ଗିଯାଇଥିଲା ବେଳେ ନବୀନ ବାବୁ କେବଳ ମଦବ୍ୟବସାୟୀଙ୍କୁ ସୁରକ୍ଷିତ ରଖୁବା ପାଇଁ ବ୍ୟବସ୍ଥା କରିଛନ୍ତି । ତେଣୁ ନବୀନ ସରକାର ତୁରନ୍ତ ନିମ୍ନ ଲିଖୁତ ଦାବୀ ପୂରଣ କରନ୍ତୁ । ଆମର ଦାବୀ ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀ ମାନଙ୍କର ଲାଇସେନ୍ସ ଫି ମ୍ୟୁନିସିପାଲଟି କର୍ପୋରେସନ । ଆଇନ ଅନୁଯାୟୀ ଜୁନ ୨୦୨୦ ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଛାଡ଼ କରାଯାଉ । ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରାଯାଉ । 
ଯାହାଫଳରେ କି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା: ଡାଲି, ଖାଇବା ତେଲ ଏବଂ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହେବ ।ରନ୍ଧନ ଗ୍ୟାସ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଉ । । ଏହି କାର୍ଯ୍ୟକ୍ରମରେ ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ସ୍ଵାଧୀନବାଳା ଦାସ, ମୋହନ ଜେନା, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଆଦିତ୍ୟ ପ୍ରିତମ ଦାସ, ବିଶ୍ୱଜିତ ସ୍ବାଇଁ, ଅଭିରାମ ଗୌଡ଼, ଅବିନାଶ ନନ୍ଦ, ଏହମଦ ଖାନ, ଏମଡି ସାମୁଏଲ ହକ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ ଓ ବିଶ୍ୱଭୂଷଣ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପିଏମ୍ କେୟାର୍ସ ଫଣ୍ଡରୁ ପୁଣି ଓଡିଶାର ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଳାଣ୍ଟ

ନୂଆଦିଲ୍ଲୀ/ ଭୁବନେଶ୍ବର, ପିଏମ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର ସ୍ଵିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଳାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟୋପଯୋଗୀ ପଦକ୍ଷେପ ଦ୍ବାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟର ବାଲେଶ୍ବର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡ଼ିଆରଡ଼ିଓ ଦ୍ବାରା ପିଏସଏ ଅକ୍ସିଜେନ୍ ପ୍ଳାଣ୍ଟ ପ୍ରତିଷ୍ଠା କରାଯିବ । ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲ୍ଲାରେ ଡ଼ିଆରଡ଼ିଓ ପିଏସଏ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ କରୁଛି । ଅପରପକ୍ଷରେ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଥିବା ପରିପ୍ରେକ୍ଷୀରେ ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲ୍ଲାରେ ପିଏସଏ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପଟିଭ ମେଡ଼ିକାଲ ଅକ୍ସିଜେନ୍ ଜେନେରେସନ ପ୍ଳାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍ ୧୯ ବିରୋଧୀ ଲଢେଇକୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଆହ୍ବାନ ଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖୁବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପୂର୍ବରୁ ରାଜ୍ୟରେ ପିଏମ କେୟାର୍ସ, ପେଟ୍ରୋଲିୟମ ମନ୍ତ୍ରଣାଳୟର ପିଏସୟୁ. ଡିଆରଡିଓ ଏବଂ ଏନଏଚଏଆଇ ଦ୍ବାରା ବିଭିନ୍ନ ଜାଗାରେ ପିଏସଏ ଅକ୍ସିଜେନ୍ ଫ୍ଲାଟ୍ ସ୍ଥାପନ କରାଯାଉଛି । 

ରାଜ୍ୟରେ ମେଡ଼ିକାଲ ଅକ୍ସିଜେନର ଉପଲବ୍ଧିକୁ ଗତି ଦେବା ପାଇଁ ତଥା ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ଭାରତ ସରକାରଙ୍କ ଦ୍ଵାରା ପିଏମ କେୟାର୍ସ ଫଣ୍ଡରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସଏ ଅକ୍ସିଜେନ୍ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଉଛି । ଅନୁରୂପ ଭାବରେ କୋଭିଡ-୧୯ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ଦ୍ବାରା ଓଡ଼ିଶାର ୭ଟି ସ୍ଥାନ ଯଥା ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସଏ ଅକ୍ସିଜେନ୍ ଫ୍ଲାଟ୍ ପ୍ରତିଷ୍ଠା କରାଯାଉଛି ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଓଡିଶାରେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ଗୋଟିଏ ଲେଖାଏଁ ଅକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାରେ କୋଭିଡ଼-୧୯ର ଦ୍ବିତୀୟ ଲହରର ବ୍ୟାପକତା କାରଣରୁ ରାଜ୍ୟର ଆହୁରି ଅଧୁକ ଜିଲ୍ଲାକୁ ସହଯୋଗର ଆବଶ୍ୟକତା ରହିଛି । ତେଣୁ ତେଣୁ ଏହି ସଂକଟ ସମୟରେ ତୁରନ୍ତ ଏଭଳି ପଦକ୍ଷେପ ନେବାକୁ ସେ ବିଭାଗର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ।

Powered by Blogger.
Javascript DisablePlease Enable Javascript To See All Widget